gita-chapter-9
{
"title": "ନବମ ଅଧ୍ୟାୟ: ରାଜବିଦ୍ୟା ଯୋଗ",
"chapterIntro": "ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ଶ୍ରୀକୃଷ୍ଣ ସୂଚନା ଦେଇଛନ୍ତି ଯେ ସର୍ବୋଚ୍ଚ ଶ୍ରେଣୀର ଯୋଗ ପାଇଁ, ସରଳତମ ମାର୍ଗ ଭକ୍ତି ହିଁ ଅଟେ । ନବମ ଅଧ୍ୟାୟରେ ସେ ତାଙ୍କର ଅପାର ମହିମା ବର୍ଣ୍ଣନା କରୁଛନ୍ତି, ଯାହା ହୃଦୟରେ ବିସ୍ମୟ, ଶ୍ରଦ୍ଧା ଏବଂ ଭକ୍ତି ଜାଗ୍ରତ କରିଥାଏ । ଅର୍ଜୁନଙ୍କ ସମ୍ମୁଖରେ ନିଜର ସ୍ୱରୂପକୁ ପ୍ରକଟ କରିବାକୁ ଯାଇ ସେ କହୁଛନ୍ତି, ଯଦିଓ ତାଙ୍କ ସମ୍ମୁଖରେ ସେ ସାକାର ରୂପରେ ଛିଡ଼ା ହୋଇଛନ୍ତି, ତାଙ୍କର ବ୍ୟକ୍ତିତ୍ୱକୁ ସାଧାରଣ ମାନବୀୟ ମନେକରିବା ଉଚିତ ନୁହେଁ । ସେ ବର୍ଣ୍ଣନା କରୁଛନ୍ତି କିପରି ଭାବରେ ମାୟା ଶକ୍ତି ଉପରେ ଆଧିପତ୍ୟ ବିସ୍ତାର କରି ସୃଷ୍ଟିର ପ୍ରାରମ୍ଭରେ ସେ ଅସଂଖ୍ୟ ଜୀବଯୋନି ସୃଷ୍ଟି କରନ୍ତି, ପ୍ରଳୟ ସମୟରେ ସେମାନଙ୍କୁ ନିଜ ଭିତରେ ଲୀନ କରନ୍ତି ଏବଂ ପରବର୍ତ୍ତୀ ସୃଷ୍ଟି ଚକ୍ରରେ ସେମାନଙ୍କୁ ପୁନର୍ବାର ପ୍ରକଟ କରନ୍ତି । ସର୍ବତ୍ର ପ୍ରବାହିତ ହେଉଥିବା ଶକ୍ତିଶାଳୀ ବାୟୁ ଯେପରି ଆକାଶରେ ନିବାସ କରିଥାଏ, ସେହିପରି ସମସ୍ତ ପ୍ରାଣୀ ତାଙ୍କଠାରେ ନିବାସ କରନ୍ତି । ତଥାପି ସେ ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି ବଳରେ, ଜଣେ ନିରପେକ୍ଷ ସାକ୍ଷୀ ଭାବରେ ସମସ୍ତ କ୍ରିୟାଠାରୁ ସର୍ବଦା ନିର୍ଲିପ୍ତ ଏବଂ ନିରାସକ୍ତ ରହନ୍ତି ।\nହିନ୍ଦୁ ଧର୍ମର ଅନେକ ଉପାସ୍ୟ ସମ୍ବନ୍ଧୀୟ ଦ୍ୱନ୍ଦର ସମାଧାନ କରିବାକୁ ଯାଇ ସେ କହୁଛନ୍ତି, ଜଣେ ଭଗବାନ ହିଁ ସମସ୍ତ ଉପାସନାର ଏକମାତ୍ର ଲକ୍ଷ୍ୟ ଅଟନ୍ତି । ସେ ହିଁ ସମସ୍ତ ପ୍ରାଣୀଙ୍କର ଲକ୍ଷ୍ୟ, ଆଧାର, ଆଶ୍ରୟ ଏବଂ ପରମ ମିତ୍ର ଅଟନ୍ତି । ଯେଉଁମାନେ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବାକୁ ଆଗ୍ରହୀ, ସେମାନେ ସ୍ୱର୍ଗପ୍ରାପ୍ତି କରନ୍ତି ଏବଂ ପୁଣ୍ୟ ସମାପ୍ତ ହୋଇଯିବା ପରେ ପୁନର୍ବାର ପୃଥିବୀକୁ ଫେରିଆସନ୍ତି । କିନ୍ତୁ ଯେଉଁମାନେ ଭଗବାନଙ୍କର ଅନନ୍ୟ ଭକ୍ତି କରନ୍ତି ସେମାନେ ତାଙ୍କର ଦିବ୍ୟ ଲୋକକୁ ଯାଆନ୍ତି । ଏହିପରି ଭାବରେ ଶ୍ରୀକୃଷ୍ଣ ତାଙ୍କ ପ୍ରତି ଉଦ୍ଦିଷ୍ଟ ବିଶୁଦ୍ଧ ଭକ୍ତିର ଶ୍ରେଷ୍ଠତା ପ୍ରତିପାଦନ କରୁଛନ୍ତି । ଏପରି ଭକ୍ତିରେ ଆମେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିବା ଉଚିତ; ଆମର ସବୁକିଛି ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ଏବଂ ସମସ୍ତ କର୍ମ ତାଙ୍କ ପାଇଁ ହିଁ କରିବା ଉଚିତ । ଏହିପରି ଶୁଦ୍ଧ ଭକ୍ତି ଦ୍ୱାରା ଆମେ କର୍ମ ବନ୍ଧନରୁ ମୁକ୍ତ ହେବା ସହିତ ଭଗବାନଙ୍କ ସହିତ ମିଳିତ ହେବାର ଲକ୍ଷ୍ୟ ପ୍ରାପ୍ତ କରିବା ।\nପୁନଶ୍ଚ ଶ୍ରୀକୃଷ୍ଣ ସୂଚିତ କରୁଛନ୍ତି ଯେ, ସେ କାହାର ସହାୟତା କରନ୍ତି ନାହିଁ କି କାହାର ଉପେକ୍ଷା କରନ୍ତି ନାହିଁ- ସେ ନିରପେକ୍ଷ ଅଟନ୍ତି । ଏମିତି କି ଘୋର ପାପାତ୍ମା ବି ଯଦି ତାଙ୍କ ଶରଣାପନ୍ନ ହୁଏ, ସେ ତାକୁ ଆନନ୍ଦର ସହିତ ଗ୍ରହଣ କରି ଅବିଳମ୍ବେ ତାକୁ ପବିତ୍ର ଏବଂ ଶୁଦ୍ଧ କରିଦିଅନ୍ତି । ସେ ପ୍ରତିଜ୍ଞା କରୁଛନ୍ତି ଯେ ତାଙ୍କ ଭକ୍ତର ପତନ ହେବ ନାହିଁ । ଭକ୍ତ ହୃଦୟରେ ରହି, ସେ ତାଙ୍କ ପାଖରେ ଯାହା ନାହିଁ ତାହା ପ୍ରଦାନ କରନ୍ତି ଏବଂ ଯାହା ଅଛି ତା’ର ରକ୍ଷା କରନ୍ତି । ଅତଏବ, ଆମେ ସର୍ବଦା ଭଗବାନଙ୍କର ଚିନ୍ତନ କରିବା, ତାଙ୍କର ଉପାସନା କରିବା, ଶରୀର ଓ ମନକୁ ତାଙ୍କଠାରେ ଅର୍ପଣ କରିବା ଏବଂ ତାଙ୍କୁ ଆମ ଜୀବନର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରିବା ଉଚିତ ।",
"verseList": [
{
"verseTitle": "Bhagavad Gita 9.1",
"verse": "1",
"chapter": 9,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nइदं तु ते गुह्यतमं प्रवक्ष्याम्यनसूयवे।\n\nज्ञानं विज्ञानसहितं यज्ज्ञात्वा मोक्ष्यसेऽशुभात् ॥1॥",
"text": "ଶ୍ରୀ ଭଗବାନୁବାଚ\nଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟନସୂୟବେ ।\nଜ୍ଞାନଂ ବିଜ୍ଞାନସହିତଂ ଯଜ୍ଜ୍ଞାତ୍ୱା ମୋକ୍ଷ୍ୟସେଽଶୁଭାତ ।।୧।।",
"audioLink": "https://www.holy-bhagavad-gita.org/public/audio/009_001.mp3"
},
"wordMeanings": "ଶ୍ରୀ ଭଗବାନ୍ ଉବାଚ - ପରମପୁରୁଷ ଭଗବାନ କହିଲେ; ଇଦଂ - ଏହା; ତୁ - କିନ୍ତୁ; ତେ - ତୁମକୁ ; ଗୁହ୍ୟତମଂ- ଅତ୍ୟନ୍ତ ଗୁପ୍ତ; ପ୍ରବକ୍ଷ୍ୟାମି - ମୁଁ କହୁଛି ; ଅନୁସୂୟବେ - ଯେଉଁମାନେ ଈର୍ଷାଳୁ ନୁହନ୍ତି; ଜ୍ଞାନଂ - ଜ୍ଞାନ ; ବିଜ୍ଞାନ - ଅନୁଭୂତ ଜ୍ଞାନ ; ସହିତଂ - ସହିତ ର୍ ଯତ୍ - ଯାହା ; ଜ୍ଞାତ୍ୱା - ଜାଣି ; ମୋକ୍ଷ୍ୟସେ - ମୁକ୍ତ ହେବ ; ଅଶୁଭାତ୍ - ଏହି ଦୁଃଖଦାୟକ ଭୌତିକ ସ୍ଥିତିରୁ (ଅର୍ଥାତ୍ ସଂସାରରୁ)",
"translation": {
"text": "ଭଗବାନ କହିଲେ: ହେ ଅର୍ଜୁନ, ଯେହେତୁ ତୁମେ ମୋ ପ୍ରତି ଈର୍ଷା ପରାୟଣ ନୁହଁ, ବର୍ତ୍ତମାନ ମୁଁ ତୁମକୁ ଏହି ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି, ଯାହା ଜାଣିବା ପରେ ତୁମେ ମାୟିକ ସଂସାରର ଦୁଃଖରୁ ମୁକ୍ତ ହୋଇଯିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.1.mp3"
]
},
"commentary": "ବିଷୟ ପ୍ରାରମ୍ଭରୁ ହିଁ ଶ୍ରୀକୃଷ୍ଣ ଏହି ଉପଦେଶ ଶୁଣିବାର ଯୋଗ୍ୟତା ଘୋଷଣା କରୁଛନ୍ତି । ‘ଅନସୂୟବେ’ ଅର୍ଥ ‘ଈର୍ଷାପରାୟଣ ନହେବା,’ ସେ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେହେତୁ ଅର୍ଜୁନ ତାଙ୍କ ପ୍ରତି ଈର୍ଷାନ୍ୱିତ ନୁହଁନ୍ତି; ତେଣୁ ସେ ଏହି ବିଷୟ ତାଙ୍କ ସମ୍ମୁଖରେ ପ୍ରକାଶ କରୁଛନ୍ତି । ଶ୍ରୀକୃଷ୍ଣ ଏହା ସ୍ପଷ୍ଟ କରିବାର ଉଦ୍ଦେଶ୍ୟ ହେଲା, ବର୍ତ୍ତମାନ ସେ ନିଜକୁ ବିପୁଳ ଭାବରେ ମହିମାନ୍ୱିତ କରିବାକୁ ଯାଉଛନ୍ତି । “ଅନସୂୟବେ”ର ଅନ୍ୟ ଏକ ଅର୍ଥ ହେଲା “ଯିଏ ଉପହାସ କରେ ନାହିଁ” । ଯେଉଁ ଶ୍ରୋତାମାନେ ଏପରି ଭାବିବେ ଯେ ଶ୍ରୀକୃଷ୍ଣ ବାହାସ୍ପୋଟ ମାରୁଛନ୍ତି ସେମାନେ ଏହି ଉପଦେଶ ଶୁଣି ଉପକୃତ ହେବେ ନାହିଁ । ବରଂ ସେମାନେ ନିଜର କ୍ଷତି କରିବେ, କାରଣ ସେମାନେ ଭାବିବେ, “ଦେଖ ଏହି ଦମ୍ଭୀ ବ୍ୟକ୍ତିକୁ, ସେ କିପରି ନିଜର ପ୍ରଶଂସା କରୁଛି” ।\nଅହଂକାର ଏବଂ ଗର୍ବରୁ ଉତ୍ପନ୍ନ ଏହି ମନୋଭାବ, ବ୍ୟକ୍ତିର ଭଗବଦୀୟ ଶ୍ରଦ୍ଧାକୁ ହ୍ରାସ କରାଏ । ଈର୍ଷାନ୍ୱିତ ବ୍ୟକ୍ତି ଏହି ସାଧାରଣ ବିଷୟ ବୁଝିପାରନ୍ତି ନାହିଁ ଯେ ଭଗବାନଙ୍କର ନିଜସ୍ୱ କୌଣସି ଆବଶ୍ୟକତା ନ ଥାଏ, ସେ ଯାହାବି କରନ୍ତି ଜୀବର କଲ୍ୟାଣ ଉଦ୍ଦେଶ୍ୟରେ କରନ୍ତି । ନିଜକୁ ମହିମାନ୍ୱିତ କରିବାର ପୃଷ୍ଠଦେଶରେ ତାଙ୍କର ବାସ୍ତବ ଉଦ୍ଦେଶ୍ୟ ହେଲା ଜୀବର ତାଙ୍କ ପ୍ରତି ଭକ୍ତିଭାବ ବୃଦ୍ଧି କରିବା, ଅନ୍ୟଥା ଆମ୍ଭମାନଙ୍କ ପରି ତାଙ୍କଠାର କୌଣସି ଅହମିକା ଜନିତ ଦୋଷ ନାହିଁ । ଯୀଶୁ ଯେତେବେଳେ କହିଥିଲେ, “ମୁଁ ହିଁ ପଥ ଓ ମୁଁ ହିଁ ମାର୍ଗ”, ସେ ଶ୍ରୋତାମାନଙ୍କ ପ୍ରତି ଦୟା ପରବଶ ହୋଇ ତାହା କହିଥିଲେ, ତାହା ତାଙ୍କ ଗର୍ବର ପରିପ୍ରକାଶ ନୁହେଁ । ଜଣେ ସଦ୍ଗୁରୁ ଭାବରେ ସେ ନିଜର ଶିଷ୍ୟମାନଙ୍କୁ କହୁଛନ୍ତି, ଈଶ୍ୱରଙ୍କ ପ୍ରତି ମାର୍ଗ ଗୁରୁଙ୍କ ମାଧ୍ୟମରେ ହିଁ ଅଟେ । କିନ୍ତୁ ଈର୍ଷାଭାବାପନ୍ନ ବ୍ୟକ୍ତି ଏହି ବକ୍ତବ୍ୟ ପଛରେ ନିହିତ ଥିବା କୃପା ଅନୁଭବ ନ କରି, ତାହାକୁ ଆତ୍ମଗର୍ବ ଭାବେ ଚିତ୍ରଣ କରନ୍ତି । ଅର୍ଜୁନ ଉଦାର ଏବଂ ଈର୍ଷା ରହିତ ହୋଇଥିବା ଦୃଷ୍ଟିରୁ, ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ପ୍ରକାଶ କରିବାକୁ ଯାଉଥିବା ଗୁଢ଼ଜ୍ଞାନ ଶ୍ରବଣ କରିବାର ସେ ଯୋଗ୍ୟ ଅଧିକାରୀ ଅଟନ୍ତି ।\nଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ ଏହି ଜ୍ଞାନ ପ୍ରଦାନ କରିଥିଲେ ଯେ, ଆତ୍ମା ଶରୀରଠାରୁ ପୃଥକ ଏକ ନିର୍ଦ୍ଦିଷ୍ଟ ସତ୍ତା ଅଟେ । ତାହା ଗୁହ୍ୟ ବା ଗୁପ୍ତ ଜ୍ଞାନ ଅଟେ । ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ସେ ତାଙ୍କର ଶକ୍ତି ବିଷୟରେ ଧାରଣା ଦେଲେ, ଯାହା ଗୁହ୍ୟତର ଅଟେ । ନବମ ଓ ତତ୍ ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ଯେ ତାଙ୍କର ବିଶୁଦ୍ଧ ଭକ୍ତି ବିଷୟକ ଜ୍ଞାନ ପ୍ରକାଶ କରିବେ ଯାହା ଗୁହ୍ୟତମ ବା ସର୍ବାଧିକ ଗୁପ୍ତ ଅଟେ ।"
},
{
"verseTitle": "Bhagavad Gita 9.2",
"verse": "2",
"chapter": 9,
"lang": "or",
"shloka": {
"speaker": "",
"sanskrit": "राजविद्या राजगुह्यं पवित्रमिदमुत्तमम्।\n\nप्रत्यक्षावगमं धर्म्यं सुसुखं कर्तुमव्ययम् ॥2॥",
"text": "ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମିଦମୁତ୍ତମମ୍ ।\nପ୍ରତ୍ୟକ୍ଷାବଗମଂ ଧର୍ମ୍ୟଂ ସୁସୁଖଂ କର୍ତ୍ତୁମବ୍ୟୟମ୍ ।।୨।।",
"audioLink": "https://www.holy-bhagavad-gita.org/public/audio/009_002.mp3"
},
"wordMeanings": "ରାଜବିଦ୍ୟା - ଶ୍ରେଷ୍ଠ ବିଦ୍ୟା ; ରାଜ ଗୁହ୍ୟମ୍ - ଗୁପ୍ତବିଦ୍ୟା ମଧ୍ୟରେ ରାଜା ; ପବିତ୍ରମ୍ - ପବିତ୍ରତମ ; ଇଦଂ - ଏହା ; ଉତ୍ତମଂ - ଦିବ୍ୟ ; ପ୍ରତ୍ୟକ୍ଷ - ପ୍ରତ୍ୟକ୍ଷଭାବରେ ; ଅବଗମଂ - ଅନୁଭୂତ ; ଧର୍ମ୍ୟଂ - ଧର୍ମନୀତି; ସୁସୁଖଂ - ଅତ୍ୟନ୍ତ ସୁଖକର ; କର୍ତ୍ତୁଂ - ଆଚରଣ କରିବାକୁ ; ଅବ୍ୟୟମ୍ - ଶାଶ୍ୱତ",
"translation": {
"text": "ଏହି ଜ୍ଞାନ ରାଜ ବିଦ୍ୟା ଅଟେ ଏବଂ ସମସ୍ତ ବିଦ୍ୟା ମଧ୍ୟରେ ଗୁହ୍ୟତମ ଅଟେ । ଏହା ଶ୍ରବଣ କରିବା ବ୍ୟକ୍ତିଙ୍କୁ ଶୁଦ୍ଧ କରାଏ । ଏହା ପ୍ରତ୍ୟକ୍ଷ ଭାବେ ଅନୁଭବ ଯୋଗ୍ୟ, ଧର୍ମ ସମ୍ମତ, ଆଚରଣ କରିବାରେ ସହଜ ଏବଂ ସ୍ଥାୟୀ ପ୍ରଭାବ ଯୁକ୍ତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.2.mp3"
]
},
"commentary": "ରାଜ ଅର୍ଥାତ୍ ରାଜା । ଶ୍ରୀକୃଷ୍ଣ ଏଠାରେ ‘ରାଜ’ର ଉପମା ମାଧ୍ୟମରେ ସେ ପ୍ରକାଶିତ କରିବାକୁ ଯାଉଥିବା ଜ୍ଞାନର ପରାକାଷ୍ଠା ଉପରେ ଗୁରୁତ୍ୱାରୋପ କରିଛନ୍ତି ।\nବିଦ୍ୟାର ଅର୍ଥ ବିଜ୍ଞାନ । ସେ ତାଙ୍କର ଉପଦେଶକୁ କୌଣସି ଧାର୍ମିକ ପ୍ରଥା, ଧର୍ମ, ଧର୍ମାଦେଶ, ଧାର୍ମିକ ମତବାଦ ବା ବିଶ୍ୱାସ ଭାବେ ବର୍ଣ୍ଣନା କରୁନାହାନ୍ତି । ସେ କହୁଛନ୍ତି ଯେ, ସେ ଯାହା ବର୍ଣ୍ଣନା କରିବାକୁ ଯାଉଛନ୍ତି ତାହା ସମସ୍ତ ବିଜ୍ଞାନ ମଧ୍ୟରେ ରାଜା ଅଟେ ।\nଗୁହ୍ୟର ଅର୍ଥ ଗୁପ୍ତ । ଏହି ଜ୍ଞାନ ଅତ୍ୟନ୍ତ ଗୋପନୀୟ ଅଟେ । ଭଲପାଇବା ସେହିଠାରେ ସମ୍ଭବ ହୁଏ ଯେଉଁଠି ଚୟନର ସୁଯୋଗ ଥାଏ, ସେଥିପାଇଁ ଭଗବାନ ଜାଣିଶୁଣି ନିଜକୁ ପ୍ରତ୍ୟକ୍ଷ ଅନୁଭୂତିରୁ ଦୂରେଇ ରଖନ୍ତି, ଯଦ୍ୱାରା ଜୀବ ତାଙ୍କୁ ଭଲ ପାଇବା କି ନାହିଁ ତା’ର ନିର୍ଣ୍ଣୟ ସ୍ୱାଧୀନ ଭାବରେ କରିପାରିବ । ଯନ୍ତ୍ରଟିଏ କାହାକୁ ଭଲ ପାଇପାରେ ନାହିଁ କାରଣ ତାର ଚୟନର କ୍ଷମତା ନାହିଁ । ଭଗବାନ ଇଚ୍ଛାକରନ୍ତି ଆମେ ତାଙ୍କୁ ଭଲ ପାଉ, କିନ୍ତୁ ଆମେ ନିଜ ଇଚ୍ଛାରେ ତାଙ୍କୁ ବାଛିବା କି ନାହିଁ ତା’ର ବିକଳ୍ପ ସେ ଆମକୁ ଦେଇଥାଆନ୍ତି । ସେ କେବଳ ଆମେ ଯାହା ଚୟନ କରୁ ତା’ର ପରିଣତି ବିଷୟରେ ଆମକୁ ସଚେତନ କରିଦିଅନ୍ତି, ତାପରେ ଆମେ କେଉଁ ପଥ ଅନୁସରଣ କରିବାକୁ ସ୍ଥିର କରିବା, ତାହା ଆମ ଉପରେ ଛାଡ଼ି ଦିଅନ୍ତି ।\nପବିତ୍ରମ୍ ଅର୍ଥ ଶୁଦ୍ଧ । ଭକ୍ତିର ଜ୍ଞାନ ଅତ୍ୟନ୍ତ ଶୁଦ୍ଧ ଅଟେ କାରଣ ଏହା ସଂକୀର୍ଣ୍ଣ ସ୍ୱାର୍ଥ ଦ୍ୱାରା କଳୁଷିତ ନୁହେଁ । ଭଗବାନଙ୍କର ସର୍ବୋଚ୍ଚ ପ୍ରେମ ନିମନ୍ତେ ନିଜକୁ ସମର୍ପିତ କରିବା ଦିଗରେ ଏହା ଜୀବକୁ ପ୍ରେରିତ କରିଥାଏ । ଭକ୍ତି ପାପ,ପାପର ବୀଜ ଓ ଅବିଦ୍ୟାକୁ ନଷ୍ଟ କରି ଭକ୍ତର ଅନ୍ତଃକରଣ ଶୁଦ୍ଧ କରିଥାଏ । ପାପ ହେଉଛି ଆତ୍ମାର ଅନନ୍ତ ଜନ୍ମର ଗଚ୍ଛିତ ମନ୍ଦକର୍ମ । ଗଦାଏ ନଡାକୁ ଅଗ୍ନି ଜାଳିଦେବା ପରି, ଭକ୍ତି ଭକ୍ତ ହୃଦୟର ଗଚ୍ଛିତ ପାପରାଶିକୁ ଜାଳି ଦେଇଥାଏ । ପାପ ବୀଜ ଅନ୍ତଃକରଣର ମଳୀନତାକୁ ବୁଝାଏ । ଏହି ବୀଜ ରହିଥିବା ଯାଏଁ, କେବଳ ପୂର୍ବଜନ୍ମର ପାପର ଫଳକୁ ନଷ୍ଟ କରିଦେବା ପର୍ଯ୍ୟାପ୍ତ ନୁହେଁ । କାରଣ ପାପ କରିବାର ପ୍ରବୃତ୍ତି ହୃଦୟରେ ରହିଥିବ ଏବଂ ଜଣେ ପୁଣି ପାପ କରିବ । ଭକ୍ତି ହୃଦୟକୁ ଶୁଦ୍ଧ କରି କାମ,କ୍ରୋଧ ଓ ଲୋଭ ଆଦି ପାପର ବୀଜକୁ ନଷ୍ଟ କରିଥାଏ । ତଥାପି କେବଳ ଏହି ବୀଜକୁ ନଷ୍ଟ କରିଦେବା ମଧ୍ୟ ଯଥେଷ୍ଟ ନୁହେଁ । ଅନ୍ତଃକରଣ ଅଶୁଦ୍ଧ ହେବାର କାରଣ ହେଉଛି ଅବିଦ୍ୟା (ଅଜ୍ଞାନ) । ଅଜ୍ଞାନବଶତଃ, ଆମେ ନିଜକୁ ଶରୀର ମନେ କରିଥାଏ । ନିଜକୁ ଚିହ୍ନିବାରେ ଏହି ଭୁଲ୍ ଯୋଗୁଁ ଆମେ ଶରୀରକୁ ଆତ୍ମା ମନେ କରିଥାଏ ଆତ୍ମାକୁ ସୁଖ ଦେବା ଉଦ୍ଦେଶ୍ୟରେ ଶରୀର ସମ୍ବନ୍ଧୀୟ କାମନା କରିଥାଏ । ଏହିସବୁ କାମନାର ପରିଣାମ ସ୍ୱରୂପ କାମ, କ୍ରୋଧ, ଲୋଭ ତଥା ହୃଦୟର ଅନ୍ୟସବୁ ବିକାର ଜାତ ହୋଇଥାଏ । ଅଜ୍ଞାନ ରହିଥିବା ଯାଏଁ, ହୃଦୟକୁ ଯେତେ ଶୁଦ୍ଧ କଲେ ବି ତାହା ପୁଣି ଅଶୁଦ୍ଧ ହୋଇଯିବ । କେବଳ ଭକ୍ତି ଦ୍ୱାରା ହିଁ ଆତ୍ମା ଓ ପରମାତ୍ମା ସମ୍ବନ୍ଧୀୟ ଅନୁଭବାତ୍ମକ ଜ୍ଞାନ ହୋଇଥାଏ ଯାହା ଅବିଦ୍ୟାକୁ ନଷ୍ଟ କରିଦିଏ । ଭକ୍ତି ଦ୍ୱାରା ମିଳୁଥିବା ଲାଭ ସମ୍ବନ୍ଧରେ ଭକ୍ତି ରସାମୃତ ସିନ୍ଧୁ କହେ: କ୍ଲେଶସ୍ ତୁ ପାପମ୍ ତଦ୍ବୀଜମ୍ ଅବିଦ୍ୟା ଚେତି ତେ ତ୍ରିଧା (୧.୧.୧୮) । ଭକ୍ତି ତିନୋଟି ବିଷକୁ ନଷ୍ଟ କରିଥାଏ -ପାପ, ପାପର ବୀଜ ଏବଂ ଅବିଦ୍ୟା (ଅନ୍ତଃକରଣର ଅଜ୍ଞାନତା) । ଏହି ତିନୋଟି ବିଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବା ପରେ, । ଅନ୍ତଃକରଣ ଚିରଦିନ ପାଇଁ ପୂର୍ଣ୍ଣତଃ ଶୁଦ୍ଧ ହୋଇଯାଏ ।\nପ୍ରତ୍ୟକ୍ଷ ଶବ୍ଦର ଅର୍ଥ “ସିଧାସଳଖ ଅନୁଭୂତି” । ଭକ୍ତି ସାଧନାର ଅୟମାରମ୍ଭ ଦୃଢ଼ ବିଶ୍ୱାସରୁ ହୋଇଥାଏ ଏବଂ ଏହାର ଫଳ ଭଗବତ୍ ଦର୍ଶନ ଅଟେ । ଅନ୍ୟ ପ୍ରଣାଳୀ ପରି ଏଥିରେ କୌଣସି ତଥ୍ୟକୁ ପରୀକ୍ଷା ନିରୀକ୍ଷା ଦ୍ୱାରା ପ୍ରମାଣିତ କରାଯାଏ ନାହିଁ ।\nଧର୍ମ୍ୟମ୍ର ଅର୍ଥ ଧାର୍ମିକ । କୌଣସି ସାଂସାରିକ କାମନା ନ ରଖି ଭକ୍ତି କରିବା ସର୍ବଶ୍ରେଷ୍ଠ ଧାର୍ମିକ ଆଚରଣ ଅଟେ । ଏହା ସର୍ବଦା ସତ୍କର୍ମ, ଯେପରିକି ଗୁରୁ ସେବା, ଦ୍ୱାରା ପ୍ରତିପାଳିତ ଏବଂ ବିକଶିତ ହୋଇଥାଏ ।\nକର୍ତ୍ତୃମ୍ ସୁସୁଖମ୍ର ଅର୍ଥ “ପାଳନ କରିବା ଅତି ସହଜ” । ଭଗବାନ ଆମ୍ଭମାନଙ୍କ ଠାରୁ କିଛି ଚାହାଁନ୍ତି ନାହିଁ; ଆମେ ଯଦି ତାଙ୍କୁ ଭଲପାଇବା ଶିଖିଯିବା, ସେ ଅତି ସ୍ୱାଭାବିକ ଭାବରେ ପ୍ରାପ୍ତ ହୋଇଯିବେ ।"
},
{
"verseTitle": "Bhagavad Gita 9.3",
"verse": "3",
"chapter": 9,
"lang": "or",
"shloka": {
"speaker": "",
"sanskrit": "अश्रद्दधानाः पुरुषा धर्मस्यास्य परन्तप ।\n\nअप्राप्य मां निवर्तन्ते मृत्युसंसारवर्त्मनि ॥3॥",
"text": "ଅଶ୍ରଦ୍ଦଧାନାଃ ପୁରୁଷା ଧର୍ମସ୍ୟାସ୍ୟ ପରନ୍ତପ ।\nଅପ୍ରାପ୍ୟ ମାଂ ନିବର୍ତନ୍ତେ ମୃତ୍ୟୁସଂସାରବର୍ତ୍ମନି ।।୩।।",
"audioLink": "https://www.holy-bhagavad-gita.org/public/audio/009_003.mp3"
},
"wordMeanings": "ଅଶ୍ରଦ୍ଦଧାନାଃ - ଶ୍ରଦ୍ଧାହୀନ ; ପୁରୁଷାଃ - ବ୍ୟକ୍ତିମାନେ ; ଧର୍ମସ୍ୟ - ଧର୍ମନୀତିର ; ଅସ୍ୟ - ଏହି ; ପରନ୍ତପ - ହେ ଶତ୍ରୁଜୟୀ ; ଅପ୍ରାପ୍ୟ - ପ୍ରାପ୍ତ ନ ହୋଇ; ମାମ୍ - ମୋତେ ; ନିବର୍ତନ୍ତେ - ଫେରି ଆସନ୍ତି ; ମୃତ୍ୟୁ - ମୃତ୍ୟୁ ; ସଂସାର - ଭୌତିକ ସଂସାର ; ବର୍ତ୍ମନି - ପଥରେ ।",
"translation": {
"text": "ହେ ଶତ୍ରୁଜୟୀ! ଯେଉଁମାନଙ୍କର ଏହି ଧର୍ମରେ ଶ୍ରଦ୍ଧା ନାହିଁ, ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ନାହିଁ । ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ବାରମ୍ବାର ଏହି ସଂସାରକୁ ଫେରିଆସନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.3.mp3"
]
},
"commentary": "ପୂର୍ବବର୍ତ୍ତୀ ଦୁଇଟି ଶ୍ଲୋକରେ, ଶ୍ରୀକୃଷ୍ଣ ଜ୍ଞାନର ମହାତ୍ମ୍ୟ ବର୍ଣ୍ଣନା କଲେ ଏବଂ ତାର ଆଠଗୋଟି ଗୁଣର ଅବତାରଣା କଲେ । ଏଠାରେ ଉଲ୍ଲେଖ ହୋଇଛି ଯେ, “ଏହି ଧର୍ମ” ବା ଭଗବାନଙ୍କ ପ୍ରତି ଶ୍ରଦ୍ଧାଯୁକ୍ତ ଭକ୍ତିର ମାର୍ଗ ।\nଜ୍ଞାନ ଯେତେ ସୁନ୍ଦର ବା ମାର୍ଗ ଯେତେ ଫଳପ୍ରଦ ହେଉନା କାହିଁକି, ଯଦି ଜଣେ ତାହା ଅନୁସରଣ କରିବାକୁ ଇଚ୍ଛା ନ କରିବ, ତେବେ ତାହା ବୃଥା ଅଟେ । ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ପରେ ହେବ; କିନ୍ତୁ ପ୍ରଥମେ ସେଥିପାଇଁ ଦୃଢ଼ ବିଶ୍ୱାସ ଆବଶ୍ୟକ । ଭକ୍ତି ରସାମୃତ ସିନ୍ଧୁ (୧.୪.୧୫)ଅନୁଯାୟୀ, “ଆଦୌ ଶ୍ରଦ୍ଧା ତତଃ ସାଧୁସଙ୍ଗୋଽଥ ଭଜନ କ୍ରିୟା”, ଭଗବତ ପ୍ରାପ୍ତିର ପ୍ରଥମ ସୋପାନ ହେଉଛି ଶ୍ରଦ୍ଧା ବା ବିଶ୍ୱାସ । ତାପରେ ଜଣେ ସତ୍ସଙ୍ଗ (ଆଧ୍ୟାତ୍ମିକ କାର୍ଯ୍ୟକ୍ରମ)ରେ ଅଂଶଗ୍ରହଣ କରିଥାଏ । ଏହା ବ୍ୟକ୍ତିକୁ ଭକ୍ତି କରିବା ଦିଗରେ ପ୍ରେରିତ କରେ ।\nପ୍ରାୟତଃ ଲୋକେ କହନ୍ତି, ସେମାନେ ପ୍ରତ୍ୟକ୍ଷ ରୂପେ ଯାହା ଅନୁଭବ କରିବେ, ତାହା ହିଁ ବିଶ୍ୱାସ କରିବେ । ଭଗବାନ ଯେହେତୁ ପ୍ରତ୍ୟକ୍ଷ ଅନୁଭୂତ ନୁହଁନ୍ତି, ସେମାନେ ତାଙ୍କୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ସଂସାରରେ ମଧ୍ୟ ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ଆମେ ପ୍ରତ୍ୟକ୍ଷ ଅନୁଭୂତି ବିନା ବିଶ୍ୱାସ କରିଥାଏ । ଜଣେ ଜର୍ଜ୍ ରାୟ ଶୁଣାଇବାକୁ ଯାଇ ବହୁ ବର୍ଷ ପୂର୍ବେ ଘଟିଥିବା କୌଣସି ଘଟଣାର ତର୍ଜମା କରି ଥାଆନ୍ତି । ଜର୍ଜ୍ ଜଣଙ୍କ ଯଦି ପ୍ରତ୍ୟକ୍ଷ ଅନୁଭବର ସିଦ୍ଧାନ୍ତକୁ ନେଇ ଚାଲନ୍ତେ, ତେବେ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଣାଳୀ ଭୂଷୁଡ଼ି ଯାଆ଼ନ୍ତା । ଜଣେ ରାଷ୍ଟ୍ରପତି ଦେଶର ସମସ୍ତ ଭାଗରୁ ଆସୁଥିବା ଖବରକୁ ଆଧାର କରି ଦେଶ ଶାସନ କରନ୍ତି । ତାଙ୍କର ଶାସନାଧୀନ ସମସ୍ତ ଗ୍ରାମ ଓ ସହରକୁ ପରିଦର୍ଶନ କରିବା ତାଙ୍କ ପକ୍ଷରେ ଅସମ୍ଭବ ଅଟେ । ପ୍ରତ୍ୟକ୍ଷ ଅନୁଭବ ନଥିବା ଯୋଗୁଁ ସେ ଯଦି ସେହି ସବୁ ଖବରକୁ ବିଶ୍ୱାସ ନ କରିବେ, ତେବେ ସେ ସମଗ୍ର ଦେଶକୁ ଶାସନ କରିବେ କିପରି? ତେଣୁ ସାଂସାରିକ କ୍ଷେତ୍ରରେ ମଧ୍ୟ ପ୍ରତି ପଦକ୍ଷେପରେ ବିଶ୍ୱାସର ଆବଶ୍ୟକତା ରହିଛି । ବାଇବେଲ ଏହାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛି; “ଆମେ ବିଶ୍ୱାସ ଦ୍ୱାରା ଚାଲୁ ଦୃଷ୍ଟି ଦ୍ୱାରା ନୁହେଁ ।” (୨ ଉକ୍ଟକ୍ସସଦ୍ଭଗ୍ଧଷସବଦ୍ଭଗ୍ଦ ୫:୭)\nଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭୂତିକୁ ନେଇ ଗୋଟିଏ ସୁନ୍ଦର ଗଳ୍ପ ଅଛି । ଥରେ ଜଣେ ରାଜା ଜଣେ ସାଧୁଙ୍କୁ ଆକ୍ଷେପ କରି କହିଲେ, “ମୁଁ ଭଗବାନଙ୍କୁ ଦେଖିପାରୁ ନାହିଁ, ସେଥିପାଇଁ ମୁଁ ତାଙ୍କୁ ବିଶ୍ୱାସ କରେ ନାହିଁ ।” ସାଧୁ ଜଣକ ରାଜାଙ୍କ ଦରବାରକୁ ଗାଈଟିଏ ଆଣିବାକୁ କହିଲେ । ରାଜା ଏଥିରେ ରାଜି ହୋଇ ତାଙ୍କ ଭୃତ୍ୟ ମାନଙ୍କୁ ଗାଈଟିଏ ଆଣିବାକୁ ଆଦେଶ ଦେଲେ । ତାପରେ ସାଧୁ ସେ ଗାଈଟିକୁ ଦୁହିଁବାକୁ ଅନୁରୋଧ କଲେ । ରାଜା ପୁଣି ତାଙ୍କ ଭୃତ୍ୟମାନଙ୍କୁ ସାଧୁ ଯାହା ଚାହୁଁଛନ୍ତି ତାହା କରିବାକୁ ନିର୍ଦ୍ଦେଶ ଦେଲେ । ସାଧୁ ରାଜାଙ୍କୁ ପଚାରିଲେ, “ହେ ରାଜା! ଗାଈଠାରୁ ବାହାରିଥିବା ଏହି କ୍ଷୀରରେ ଲହୁଣୀ ଅଛି, ଏକଥା କ’ଣ ଆପଣ ବିଶ୍ୱାସ କରୁଛନ୍ତି ?” ରାଜା କହିଲେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଏଥିରେ ଲହୁଣି ଅବଶ୍ୟ ଅଛି । ସାଧୁ କହିଲେ, “ଆପଣ କ୍ଷୀରରେ ଲହୁଣୀକୁ ଦେଖି ପାରୁନାହାଁନ୍ତି, ତେଣୁ ଆପଣ ତାହା ବିଶ୍ୱାସ କରୁଛନ୍ତି କିପରି? ରାଜା ଉତ୍ତର ଦେଲେ “ଆମେ ଲହୁଣୀକୁ ଦେଖିପାରେ ନାହିଁ କାରଣ ତାହା କ୍ଷୀରରେ ବ୍ୟାପ୍ତ ଥାଏ । କିନ୍ତୁ ତାକୁ ଦେଖିବାର ଏକ ଉପାୟ ଅଛି । ଆମେ ଯଦି କ୍ଷୀରକୁ ଦହିରେ ପରିଣତ କରି, ସେହି ଦହିକୁ ମନ୍ଥନ କରିବା, ତେବେ ଲହୁଣୀ ଦୃଷ୍ଟିଗୋଚର ହେବ ।” ସାଧୁ କହିଲେ, ଲହୁଣୀ କ୍ଷୀରରେ ଥିବା ପରି ଭଗବାନ ଏହି ସଂସାରରେ ସର୍ବତ୍ର ବ୍ୟାପ୍ତ । ଯଦି ଆମେ ତତ୍କ୍ଷଣାତ୍ ଭଗବାନଙ୍କୁ ଦେଖି ପାରୁନାହୁଁ, ତେବେ ଆମ୍ଭେମାନେ ହଠାତ୍ ଏପରି ନିଷ୍ପତ୍ତି ନେବା ଉଚିତ ନୁହେଁ ଯେ ଭଗବାନ ନାହାଁନ୍ତି । ତାଙ୍କୁ ଉପଲବ୍ଧି କରିବାର ଏକ ପ୍ରକ୍ରିୟା ରହିଛି । ଯଦି ଆମେ ବିଶ୍ୱାସର ସହିତ ସେହି ପ୍ରକ୍ରିୟାକୁ ଅନୁସରଣ କରିବା, ଆମେ ଭଗବାନଙ୍କୁ ପ୍ରତ୍ୟକ୍ଷ ଅନୁଭବ କରିପାରିବା ଏବଂ ଭଗବତ୍ ପ୍ରାପ୍ତି କରିପାରିବା ।\nଭଗବାନଙ୍କୁ ବିଶ୍ୱାସ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା ନୁହେଁ, ଯାହାକୁ ଆମେ ଆପେ ଆପେ କରି ପାରିବା । ଆମେ ନିଜ ବୁଦ୍ଧିରେ ସ୍ୱାଧୀନ ଭାବେ ବିଚାର କରି ଭଗବାନଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ । କୌରବ ସଭାରେ ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ରହରଣ କରିବାକୁ ଉଦ୍ୟମ କଲେ, ସେତେବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ବସ୍ତ୍ରକୁ ଲମ୍ବାଇ ଦେଇ ତାଙ୍କୁ ସେହି ଲଜ୍ଜାରୁ ରକ୍ଷା କଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ କୌରବ ଏହି ଚମତ୍କାର ଦେଖିଲେ, ତଥାପି ସେମାନେ ସର୍ବଶକ୍ତିମାନ ଶ୍ରୀକୃଷ୍ଣଙ୍କ ଉପରେ ବିଶ୍ୱାସ କରିବାକୁ ଇଚ୍ଛା କଲେ ନାହିଁ ବା ତାଙ୍କର ସଦ୍ବୁଦ୍ଧି ଜାତ ହେଲା ନାହିଁ । ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗରେ ବିଶ୍ୱାସ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେମାନେ ଦିବ୍ୟ ଜ୍ଞାନରୁ ବଞ୍ôଚତ ରହନ୍ତି ଏବଂ ଜନ୍ମ ମୃତ୍ୟୁର ଚକ୍ରରେ ଘୂରିବୁଲୁଥାନ୍ତି ।"
},
{
"verseTitle": "Bhagavad Gita 9.4",
"verse": "4",
"chapter": 9,
"lang": "or",
"shloka": {
"speaker": "",
"sanskrit": "मया ततमिदं सर्वं जगदव्यक्तमूर्तिना ।\n\nमत्स्थानि सर्वभूतानि न चाहं तेष्ववस्थितः ॥4॥",
"text": "ମୟା ତତମିଦଂ ସର୍ବଂ ଜଗଦବ୍ୟକ୍ତମୂର୍ତିନା ।\nମତ୍ସ୍ଥାନି ସର୍ବଭୂତାନି ନ ଚାହଂ ତେଷ୍ୱବସ୍ଥିତଃ ।।୪।।",
"audioLink": "https://www.holy-bhagavad-gita.org/public/audio/009_004.mp3"
},
"wordMeanings": "ମୟା - ମୋ’ ଦ୍ୱାରା ; ତତମ୍ - ବିସ୍ତୃତ ; ଇଦଂ - ଏହି; ସର୍ବଂ - ସମସ୍ତ ; ଜଗତ୍ - ଭୌତିକ ପରିପ୍ରକାଶ ; ଅବ୍ୟକ୍ତ ମୂର୍ତିନା - ଅବ୍ୟକ୍ତ ରୂପ ; ମତ୍ସ୍ଥାନି - ମୋ’ଠାରେ ; ସର୍ବଭୂତାନି - ସମସ୍ତ ଜୀବ ; ନ - ନୁହେଁ; ଚ - ମଧ୍ୟ ; ଅହଂ - ମୁଁ ; ତେଷୁ - ସେମାନଙ୍କଠାରେ ; ଅବସ୍ଥିତଃ - ରହେ",
"translation": {
"text": "ସମସ୍ତ ଭୌତିକ ପରିପ୍ରକାଶରେ ମୁଁ ଅବ୍ୟକ୍ତ ରୂପରେ ବ୍ୟାପ୍ତ ଅଛି । ସମସ୍ତ ଜୀବ ମୋ ଠାରେ ନିବାସ କରନ୍ତି, ମୁଁ ତାଙ୍କ ଠାରେ ନିବାସ କରେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.4.mp3"
]
},
"commentary": "ବୈଦିକ ମତବାଦ ଏହା ସ୍ୱୀକାର କରେ ନାହିଁ ଯେ ସଂସାର ସୃଷ୍ଟି କଲା ପରେ ଭଗବାନ ସପ୍ତମ ସ୍ୱର୍ଗରେ ଥାଇ, ତାଙ୍କ ସଂସାର ଠିକ୍ରେ ଚାଲୁଛି କି ନାହିଁ, ନିରୀକ୍ଷଣ କରୁଥାଆନ୍ତି । ବେଦ ବାରମ୍ବାର ଏହା ଘୋଷଣା କରିଥାଏ ଯେ ଭଗବାନ ସଂସାରରେ ସର୍ବତ୍ର ବ୍ୟାପ୍ତ ଅଟନ୍ତି ।\nଏକ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପି । (ଶ୍ୱେତାଶ୍ୱତର ଉପନିଷଦ, ୬.୧୧)\n“ଗୋଟିଏ ହିଁ ବ୍ରହ୍ମ ଅଛନ୍ତି, ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ଏବଂ ସଂସାରରେ ସର୍ବତ୍ର ବିଦ୍ୟମାନ ଅଛନ୍ତି ।”\nଈଶାବାସ୍ୟଂ ଇଦଂ ସର୍ବଂ ଯତ୍ କିଞ୍ଚ ଜଗତ୍ୟାଂ ଜଗତ୍ । (ଈଶୋପନିଷଦ ୧)\n“ଭଗବାନ ସଂସାରରେ ସର୍ବତ୍ର ଅଛନ୍ତି ।”\nପୁରୁଷ ଇବେଦଂ ସର୍ବଂ ଯଦ୍ ଭୂତଂ ଯଚ୍ଚ ଭାବ୍ୟମ୍ । (ପୁରୁଷ ସୂକ୍ତମ୍)\n“ସଂସାରରେ ଯାହା ରହିଛି ଏବଂ ରହିବ, ଭଗବାନ ସର୍ବତ୍ର ବ୍ୟାପ୍ତ ଅଟନ୍ତି ।”\nଭଗବାନଙ୍କର ଏହି ସର୍ବବ୍ୟାପକତ୍ୱର ସମୀକ୍ଷା ବ୍ୟକ୍ତିଗତ ଦୃଷ୍ଟିକୋଣରୁ କରାଯାଇଥାଏ । କେତେକ ପ୍ରାଚ୍ୟ ଦାର୍ଶନିକ ମତପ୍ରକାଶ କରନ୍ତି ଯେ ସଂସାର ଭଗବାନଙ୍କର ପରିଣାମ ଅଟେ । ଉଦାହରଣ ସ୍ୱରୂପ, କ୍ଷୀର ଅମିଶ୍ର ସାମଗ୍ରୀ ଅଟେ । ଏହା ଅମ୍ଳର ସଂସ୍ପର୍ଶରେ ଆସି ଦହିରେ ପରିଣତ ହୁଏ । ଅତଏବ, ଦହି କ୍ଷୀରର ରୂପାନ୍ତରିତ ପରିଣାମ ଅଟେ । ସେହିପରି ପରିଣାମ ବାଦର ପ୍ରଚାରକମାନେ କହନ୍ତି ଯେ, ଭଗବାନ ସଂସାରରେ ରୂପାନ୍ତରିତ ହୋଇ ଯାଇଛନ୍ତି ।\nଅନ୍ୟ ଦାର୍ଶନିକମାନେ ଦାବି କରନ୍ତି ଯେ ସଂସାର ବିବର୍ତ୍ତ (ଗୋଟିଏ ବସ୍ତୁକୁ ଅନ୍ୟ ଏକ ବସ୍ତୁ ଭାବି ଭ୍ରମିତ ହେବା) ଅଟେ । ଉଦାହରଣ ସ୍ୱରୂପ, ଅନ୍ଧାରରେ ଭ୍ରମବଶତଃ ଗୋଟିଏ ଦଉଡିକୁ ସର୍ପ ମନେ କରିବା; ଚନ୍ଦ୍ର ଆଲୋକରେ ଚମକୁଥିବା ଏକ ଶାମୁକାକୁ ରୂପା ଭାବିବାର ଭୁଲ କରିବା । ସେହିପରି ସେମାନେ କହନ୍ତି, କେବଳ ଭଗବାନ ଅଛନ୍ତି ଏବଂ କୌଣସି ସଂସାର ନାହିଁ । ଆମେ ଯାହାକୁ ସଂସାର ମନେ କରିଥାଏ, ତାହା ବାସ୍ତବରେ ବ୍ରହ୍ମ ଅଟନ୍ତି ।\nକିନ୍ତୁ ଶ୍ଲୋକ ୭.୪ ଏବଂ ୭.୫ ଅନୁଯାୟୀ, ଏହି ସଂସାର ପରିଣାମ ବା ବିବର୍ତ୍ତ ନୁହେଁ । ଏହା ଭଗବାନଙ୍କର ମାୟା ଶକ୍ତି ଦ୍ୱାରା ସୃଷ୍ଟି ହୋଇଛି । ଜୀବ ମଧ୍ୟ ଭଗବାନଙ୍କର ଶକ୍ତି ଅଟେ, କିନ୍ତୁ ତାହା ଉନ୍ନତ ଶକ୍ତି ଅଟେ, ଯାହାକୁ ଜୀବ ଶକ୍ତି କୁହାଯାଏ । ଅତଏବ, ଏହି ସଂସାର ଏବଂ ଏଥିରେ ଥିବା ସମସ୍ତ ଜୀବ ଭଗବାନଙ୍କର ଶକ୍ତି ଅଟନ୍ତି ଏବଂ ତାଙ୍କର ସ୍ୱରୂପ ଅନ୍ତର୍ଗତ ଅଟନ୍ତି । ଶ୍ରୀକୃଷ୍ଣ ଏକଥା ମଧ୍ୟ କହୁଛନ୍ତି ଯେ ସେ ସେମାନଙ୍କ ମଧ୍ୟରେ ନାହାଁନ୍ତି । ଅନନ୍ତ ସୀମିତ ମଧ୍ୟରେ ରହିପାରିବ ନାହିଁ । ଭଗବାନ ଏହି ଦୁଇଟି ଶକ୍ତିର ସମ୍ମିଶ୍ରଣ ଠାରୁ ଯଥେଷ୍ଟ ଅଧିକ ଅଟନ୍ତି । ସମୁଦ୍ରରୁ ଅନେକ ତରଙ୍ଗ ଉଠିଥାଏ ଏବଂ ସେମାନେ ସମସ୍ତେ ସମୁଦ୍ରର ଅଂଶ ଅଟନ୍ତି, କିନ୍ତୁ ସମୁଦ୍ର ଏହି ତରଙ୍ଗର ସମଷ୍ଟି ଠାରୁ ବହୁତ ଅଧିକ ଅଟେ । ସେହିପରି ଜୀବ ଏବଂ ମାୟା, ଭଗବାନଙ୍କ ସ୍ୱରୂପରେ ସ୍ଥିତ, ତଥାପି ସେ ସେମାନଙ୍କ ଠାରୁ ବହୁ ଉର୍ଦ୍ଧ୍ୱରେ ।"
},
{
"verseTitle": "Bhagavad Gita 9.5",
"verse": "5",
"chapter": 9,
"lang": "or",
"shloka": {
"speaker": "",
"sanskrit": "न च मत्स्थानि भूतानि पश्य मे योगमैश्वरम् ।\n\nभूतभृन्न च भूतस्थो ममात्मा भूतभावनः ॥5॥",
"text": "ନ ଚ ମତ୍ସ୍ଥାନି ଭୂତାନି ପଶ୍ୟ ମେ ଯୋଗମୈଶ୍ୱରମ୍ ।\nଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାବନଃ ।।୫।।",
"audioLink": "https://www.holy-bhagavad-gita.org/public/audio/009_005.mp3"
},
"wordMeanings": "ନ- ନୁହେଁ; ଚ- ମଧ୍ୟ; ମତ୍-ସ୍ଥାନି- ମୋ’ଠାରେ ଅବସ୍ଥିତ; ଭୂତାନି - ସମସ୍ତ ସୃଷ୍ଟି; ପଶ୍ୟ-ଦେଖ; ମେ-ମୋର; ଯୋଗମ୍ ଐଶ୍ୱରମ୍ - ଅଚିନ୍ତ୍ୟ ଯୋଗଶକ୍ତି; ଭୂତ-ଭୃତ୍- ସମସ୍ତ ଜୀବର ଧାରଣ ଓ ପୋଷଣ କର୍ତ୍ତା; ନ- ନୁହେଁ; ଚ- ମଧ୍ୟ; ଭୂତସ୍ଥଃ- ଦୃଶ୍ୟମାନ ଜଗତରେ; ମମ-ମୋର; ଆତ୍ମା- ଆତ୍ମା; ଭୂତ-ଭାବନଃ - ସୃଷ୍ଟିକର୍ତ୍ତା ।",
"translation": {
"text": "ତଥାପି ସମସ୍ତ ଜୀବ ମୋ ଭିତରେ ନ ଥା’ନ୍ତି । ମୋର ଦିବ୍ୟ ଶକ୍ତିର ରହସ୍ୟକୁ ଦେଖ! ସମସ୍ତ ଜୀବଙ୍କର ସୃଷ୍ଟିକର୍ତ୍ତା ଓ ପାଳନ କର୍ତ୍ତା ହୋଇ ମଧ୍ୟ ମୁଁ ସେମାନଙ୍କ ଦ୍ୱାରା ଅଥବା ମାୟିକ ସୃଷ୍ଟି ଦ୍ୱାରା ପ୍ରଭାବିତ ହୁଏ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.5.mp3"
]
},
"commentary": "ପୂର୍ବ ଶ୍ଲୋକରେ ବର୍ଣ୍ଣିତ ଦୁଇ ଶକ୍ତି - ମାୟା ଶକ୍ତି ଏବଂ ଜୀବ ଶକ୍ତି ବ୍ୟତିତ ଭଗବାନଙ୍କର ଏକ ତୃତୀୟ ଦିବ୍ୟ ଶକ୍ତି ରହିଛି, ଯାହାକୁ ଯୋଗମାୟା ଶକ୍ତି କୁହାଯାଏ । ଯୋଗମାୟା ଭଗବାନଙ୍କର ସର୍ବଶକ୍ତିସମ୍ପନ୍ନ କ୍ଷମତା ଅଟେ । ଏହା ‘କତୁଂ-ଅର୍କତୁଂ ସମର୍ଥଃ’ ବା ‘ଯାହା ଅସମ୍ଭବକୁ ସମ୍ଭବ କରିପାରେ’ । ଭଗବାନଙ୍କ ସ୍ୱରୂପର ଅନେକ ବିସ୍ମୟକର ବୈଶିଷ୍ଟ୍ୟକୁ ଏହା ପ୍ରତିପାଦିତ କରିଥାଏ । ଉଦାହରଣ ସ୍ୱରୂପ,ଭଗବାନ ଆମ ହୃଦୟରେ ଅଛନ୍ତି କିନ୍ତୁ ଆମେ ତାଙ୍କୁ ଅନୁଭବ କରିପାରୁନାହୁଁ । ଏହାର କାରଣ ତାଙ୍କର ଦିିବ୍ୟ ଯୋଗମାୟା ଶକ୍ତି ଆମକୁ ତାଙ୍କଠାରୁ ଦୂରେଇ ରଖିଥାଏ ।\nସେହିପରି, ଭଗବାନ ମଧ୍ୟ ତଦ୍ୱାରା ନିଜକୁ ମାୟାର ପ୍ରଭାବରୁ ଦୂରେଇ ରଖନ୍ତି । ଭାଗବତ ମହାପୁରାଣରେ ଦେବଗଣ ଭଗବାନଙ୍କର ଯଶୋଗାନ କରୁଛନ୍ତି:\n“ବିଲଜ୍ଜମାନୟା ଯସ୍ୟ ସ୍ଥାତୁମୀକ୍ଷା-ପଥେଽମୁୟା”(୨.୫.୧୩)\n“ମାୟା ଭଗବାନଙ୍କ ସମ୍ମୁଖରେ ଛିଡ଼ା ହେବା ପାଇଁ କୁଣ୍ଠବୋଧ କରେ” । ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଭଗବାନ ଜଡ ଶକ୍ତି ମାୟାରେ ବ୍ୟାପ୍ତ ରହି ମଧ୍ୟ ତା’ଠାରୁ ପୃଥକ୍ ରହନ୍ତି । ଏହା ମଧ୍ୟ ଯୋଗମାୟା ର ଚମତ୍କାର ଅଟେ ।\nସଂସାର ଯଦି ଭଗବାନଙ୍କୁ ପ୍ରଭାବିତ କରୁଥାନ୍ତା ତେବେ ସଂସାରର କ୍ଷୟ ବା ନାଶରେ, ଭଗବାନଙ୍କର ଗୁଣ ଓ ବ୍ୟକ୍ତିତ୍ୱରେ ଅବକ୍ଷୟ ପରିଲକ୍ଷିତ ହୁଅନ୍ତା । ସଂସାରର ବିଭିନ୍ନ ରୂପାନ୍ତର ହେଉଥିବା ସତ୍ତ୍ୱେ, ଭଗବାନ ତାଙ୍କ ସ୍ୱରୂପରେ ସ୍ଥିତ ରହନ୍ତି । ସେଥିପାଇଁ ବେଦ ଭଗବାନଙ୍କୁ ‘ଦଶାଙ୍ଗୁଳି’ ବା ଦଶ ଆଙ୍ଗୁଠି କହିଥାଏ । ସେ ସଂସାରରେ ଥାଆନ୍ତି କିନ୍ତୁ ତା’ଠାରୁ ଦଶ ଆଙ୍ଗୁଠି ଦୂରରେ ଥାଆନ୍ତି - ଅସ୍ପୃଷ୍ଟ ଥାଆନ୍ତି ।"
},
{
"verseTitle": "Bhagavad Gita 9.6",
"verse": "6",
"chapter": 9,
"lang": "or",
"shloka": {
"speaker": "",
"sanskrit": "यथाकाशस्थितो नित्यं वायुः सर्वत्रगो महान् ।\n\nतथा सर्वाणि भूतानि मत्स्थानीत्युपधारय ॥6॥",
"text": "ଯଥାକାଶସ୍ଥିତୋ ନିତ୍ୟଂ ବାୟୁଃ ସର୍ବତ୍ରଗୋ ମହାନ୍ ।\nତଥା ସର୍ବାଣି ଭୂତାନି ମତ୍ସ୍ଥାନୀତ୍ୟୁପଧାରୟ ।।୬।।",
"audioLink": "https://www.holy-bhagavad-gita.org/public/audio/009_006.mp3"
},
"wordMeanings": "ଯଥା - ଯେପରି ଭାବରେ; ଆକାଶ-ସ୍ଥିତଃ - ଆକାଶରେ ସ୍ଥିତ; ନିତ୍ୟଂ - ସର୍ବଦା ବାୟୁଃ - ବାୟୁ; ସର୍ବତ୍ର ଗଃ - ସର୍ବତ୍ର ପ୍ରବାହମାନ; ମହାନ୍ - ମହାନ; ତଥା - ସେହିପରି; ସର୍ବାଣି ଭୂତାନି- ସମସ୍ତ ଜୀବ; ମତ୍-ସ୍ଥାନି - ମୋ’ଠାରେ ଅବସ୍ଥିତ; ଇତି - ଏହିପରି; ଉପଧାରୟ - ବୁଝିବାକୁ ଚେଷ୍ଟାକର ।",
"translation": {
"text": "ପ୍ରବଳ ପରାକ୍ରମୀ ବାୟୁ ସର୍ବତ୍ର ପ୍ରବାହିତ ହୋଇ ମଧ୍ୟ ଯେପରି ଆକାଶରେ ସ୍ଥିତ ରହିଥାଏ, ସେହିପରି ଜୀବସମୁଦାୟ ମୋ ଠାରେ ସ୍ଥିତ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.6.mp3"
]
},
"commentary": "ଚତୁର୍ଥ ଠାରୁ ଷଷ୍ଠ ଶ୍ଲୋକ ମଧ୍ୟରେ ଶ୍ରୀକୃଷ୍ଣ ‘ମତ୍ସ୍ଥାନି’ ଶବ୍ଦଟି ତିନିଥର ବ୍ୟବହାର କରିଛନ୍ତି । ତା’ର ଅର୍ଥ ସମସ୍ତ ପ୍ରାଣୀ ତାଙ୍କଠାରେ ଅବସ୍ଥାନ କରନ୍ତି । ଦେହାନ୍ତରଣ ପ୍ରକ୍ରିୟାରେ ଯଦିଓ ସେମାନେ ଭିନ୍ନ ଭିନ୍ନ ଶରୀର ଧାରଣ କରିଥାଆନ୍ତି ଏବଂ ମାୟା ସହିତ ସମ୍ବନ୍ଧିତ ରହିଥାଆନ୍ତି, ତଥାପି ସେମାନଙ୍କୁୁ ଭଗବାନଙ୍କଠାରୁ ପୃଥକ୍ କରାଯାଇ ପାରିବ ନାହିଁ ।\nସଂସାର କିପରି ଭାବରେ ଭଗବାନଙ୍କଠାରେ ଅବସ୍ଥାନ କରିଥାଏ, ତାହା ବୁଝିବାକୁ କଷ୍ଟକର ହୋଇପାରେ । ଗ୍ରୀକ୍ ପୁରାଣରେ, ଆଟ୍ଲାସ୍ ପୃଥିବୀକୁ ଧାରଣ କରିଥିବାର ଚିତ୍ର ରହିଛି । ଗ୍ରୀକ୍ ଲୋକକଥାରେ, ଅଲମ୍ପସ୍ ପର୍ବତର ଦେବତା ମାନଙ୍କ ବିରୁଦ୍ଧରେ ସଂଗ୍ରାମରେ ଆଟ୍ଲାସ୍ ଟାଇଟାନ୍ଙ୍କ ସହିତ ଯୁଦ୍ଧ କରିଥିଲେ । ଦଣ୍ଡସ୍ୱରୂପ ତାଙ୍କୁ ଚିରକାଳ ପାଇଁ ପୃଥିବୀ ଓ ସ୍ୱର୍ଗକୁ ପିଠିରେ ଏବଂ ସେମାନଙ୍କୁ ଅଲଗା କରୁଥିବା ବୃହତ୍ ପ୍ରାଚୀରକୁ କାନ୍ଧରେ ବହନ କରିବାକୁ ପଡିଥିଲା । କିନ୍ତୁ ଶ୍ରୀକୃଷ୍ଣ ଯେଉଁ “ସମସ୍ତ ଜୀବଙ୍କୁ ଧାରଣ କରିବା” କଥା କହୁଛନ୍ତି, ତାହାର ତାତ୍ପର୍ଯ୍ୟ ଏହା ନୁହେଁ । ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ମହାକାଶରେ ସ୍ଥିତ ରହିଛି ଏବଂ ମହାକାଶ ଭଗବାନଙ୍କ ଶକ୍ତିରୁ ସୃଷ୍ଟ । ସୁତରାଂ ସମସ୍ତ ସୃଷ୍ଟି ତାଙ୍କଠାରେ ସ୍ଥିତ ବୋଲି କୁହାଯାଏ ।\nବର୍ତ୍ତମାନ ଭଗବାନ ଏକ ଉପମା ଦ୍ୱାରା ଅର୍ଜୁନଙ୍କୁ ତାହା ହୃଦୟଙ୍ଗମ କରାଉଛନ୍ତି । ଆକାଶ ବିନା ବାୟୁର କୌଣସି ସ୍ୱତନ୍ତ୍ର ସ୍ଥିିିତି ନାହିଁ । ଏହା ପ୍ରଚଣ୍ଡ ରୂପରେ ନିରନ୍ତର ପ୍ରବାହିତ ହେଉଥିଲେ ମଧ୍ୟ ଆକାଶରେ ଅବସ୍ଥାନ କରିଥାଏ । ସେହିପରି ଜୀବର ଭଗବାନଙ୍କ ବିନା ସ୍ୱତନ୍ତ୍ର ସ୍ଥିତି ନାହିଁ । ନଶ୍ୱର ଶରୀର ମାଧ୍ୟମରେ ସେମାନେ କାଳ, ସ୍ଥାନ ଏବଂ ଚେତନା ଭେଦରେ କେତେବେଳେ ଦ୍ରୁତ ବେଗରେ ତ ଆଉ କେତେବେଳେ ମନ୍ଥର ଗତିରେ ଘୂରି ବୁଲୁଥାଆନ୍ତି, ତଥାପି ସେମାନେ ସର୍ବଦା ଭଗବାନଙ୍କଠାରେ ସ୍ଥିତ ରହିଥାଆନ୍ତି ।\nଅନ୍ୟ ପରିପ୍ରେକ୍ଷୀରେ, ସୃଷ୍ଟିର ସବୁକିଛି ଭଗବାନଙ୍କର ଇଚ୍ଛାଧୀନ ଅଟେ । ଏହାର ସୃଷ୍ଟି, ପାଳନ ଏବଂ ବିଲୟ ଭଗବାନଙ୍କ ଇଚ୍ଛା ଅନୁସାରେ ହୋଇଥାଏ । ଏହି ଦୃଷ୍ଟିକୋଣରୁ ମଧ୍ୟ ସବୁକିଛି ତାଙ୍କଠାରେ ଅବସ୍ଥିତ ବୋଲି କୁହାଯାଇପାରିବ ।"
},
{
"verseTitle": "Bhagavad Gita 9.7 – 9.8",
"verse": "7-8",
"chapter": 9,
"lang": "or",
"shloka": {
"speaker": "",
"sanskrit": "सर्वभूतानि कौन्तेय प्रकृति यान्ति मामिकाम् । \n\nकल्पक्षये पुनस्तानि कल्पादौ विसृजाम्यहम् ॥7॥\n\nप्रकृतिं स्वामवष्टभ्य विसृजामि पुनः पुनः । \n\nभूतग्राममिमं कृत्स्नमवशं प्रकृतेर्वशात् ॥8॥",
"text": "ସର୍ବଭୂତାନି କୌନ୍ତେୟ ପ୍ରକୃତିଂ ଯାନ୍ତି ମାମିକାମ୍ ।\nକଳ୍ପକ୍ଷୟେ ପୁନସ୍ଥାନି କଳ୍ପାଦୌ ବିସୃଜାମ୍ୟହମ୍ ।।୭।।\nପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ ।\nଭୂତଗ୍ରାମମିମଂ କୃତ୍ସ୍ନମବଶଂ ପ୍ରକୃତେର୍ବଶାତ୍ ।।୮।।",
"audioLink": "https://www.holy-bhagavad-gita.org/public/audio/009_007-008.mp3"
},
"wordMeanings": "ସର୍ବଭୂତାନି - ସମସ୍ତ ସୃଷ୍ଟ ଜୀବ; କୌନ୍ତେୟ - ହେ କୁନ୍ତିପୁତ୍ର!; ପ୍ରକୃତିଂ - ପ୍ରକୃତି; ଯାନ୍ତି - ପ୍ରବେଶ କରନ୍ତି; ମାମିକାମ୍ - ମୋ’ଠାରେ; କଳ୍ପକ୍ଷୟେ - କଳ୍ପ ଶେଷରେ; ପୁନଃ - ପୁନର୍ବାର; ତାନି - ସେ ସବୁ; କଳ୍ପ-ଆଦୌ - କଳ୍ପ ଆରମ୍ଭରେ; ବିସୃଜାମି -ସୃଷ୍ଟିକରେ; ଅହମ୍ - ମୁଁ; ପ୍ରକୃତିଂ -ଭୂତ ପ୍ରକୃତି; ସ୍ୱାମ୍ - ମୋର ନିଜର; ଅବଷ୍ଟଭ୍ୟ - ପ୍ରବେଶ କରେ; ବିସୃଜାମି - ସୃଷ୍ଟି କରେ; ପୁନଃ-ପୁନଃ - ବାରମ୍ବାର; ଭୂତଗ୍ରାମଂ - ଏ ସମସ୍ତ ଦୃଶ୍ୟଜଗତ; ଇମଂ - ଏହାକୁ; କୃତ୍ସ୍ନଂ - ସମଗ୍ର; ଅବଶଂ - ଆପେ ଆପେ; ପ୍ରକୃତେଃ - ପ୍ରାକୃତିକ ଶକ୍ତି ଦ୍ୱାରା; ବଶାତ୍ - ବାଧ୍ୟହୋଇ ।",
"translation": {
"text": "କଳ୍ପର ଅନ୍ତରେ, ସମସ୍ତ ପ୍ରାଣୀ ମୋର ଅନାଦି ମାୟାଶକ୍ତିରେ ଲୀନ ହୋଇଯାଆନ୍ତି । ହେ କୁନ୍ତି ପୁତ୍ର! ପରବର୍ତ୍ତୀ ସୃଷ୍ଟିର ପ୍ରାରମ୍ଭରେ ମୁଁ ପୁଣି ସେମାନଙ୍କୁ ପ୍ରକଟିତ କରିଥାଏ । ମାୟାଶକ୍ତିର ଅଧ୍ୟକ୍ଷ ଭାବରେ, ସେମାନଙ୍କର ପ୍ରକୃତିଗତ ଗୁଣ ଅନୁଯାୟୀ ମୁଁ ଅସଂଖ୍ୟ ପ୍ରକାରର ପ୍ରାଣୀ ସୃଷ୍ଟି କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-07.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.7.mp3",
"https://www.gitasupersite.iitk.ac.in/sites/default/files/audio/Purohit/9.8.mp3"
]
},
"commentary": "ପୂର୍ବ ଦୁଇଟି ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ସମସ୍ତ ପ୍ରାଣୀ ତାଙ୍କଠାରେ ନିବାସ କରନ୍ତି । ତାଙ୍କର ଏହି ବକ୍ତବ୍ୟ ମନରେ କେତୋଟି ପ୍ରଶ୍ନ ଉଦ୍ରେକ କରିଥାଏ; “ମହାପ୍ରଳୟରେ ଯେତେବେଳେ ସମଗ୍ର ସଂସାରର ବିଲୟ ଘଟେ, ସେତେବେଳେ ଏହିସବୁ ଜୀବ କୁଆଡ଼େ ଯାଆନ୍ତି?” ସେହି ପ୍ରଶ୍ନର ଉତ୍ତର ଏହି ଶ୍ଲୋକରେ ଦିଆଯାଇଅଛି ।\nପୂର୍ବ ଅଧ୍ୟାୟ ଶ୍ଲୋକ ୮.୧୬ ଠାରୁ ୮.୧୯ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ କିପରି ସୃଷ୍ଟି, ପାଳନ ଏବଂ ବିଲୟ ଚକ୍ରର ପୁନରାବୃତ୍ତି ହେଉଅଛି । ଏଠାରେ କଳ୍ପ-କ୍ଷୟ ଶବ୍ଦର ଅର୍ଥ ହେଉଛି “ବ୍ରହ୍ମାଙ୍କ ଆୟୁର ସମାପ୍ତି । ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ପୂର୍ଣ୍ଣ ହେଲେ, ଯାହାକି ୩୧୧ ଖର୍ବ ୪୦ ଅର୍ବ ପୃଥିବୀ ବର୍ଷ ସହିତ ସାମନ, ସମସ୍ତ ପରିପ୍ରକାଶ ବ୍ରହ୍ମାଣ୍ଡ ଲୀନ ହୋଇଯାଇ ଏକ ସ୍ଥାଣୁ ଅବସ୍ଥାକୁ ପ୍ରାପ୍ତ ହୋଇଥାଏ । ପଂଚ ମହାଭୂତ, ପଂଚ ତନ୍ମାତ୍ରାରେ ବିଲୟ ହୋଇଯାଏ, ପଂଚ ତନ୍ମାତ୍ରା ଅହଂକାରରେ, ଅହଂକାର ମହାନରେ, ମହାନ ପ୍ରକୃତିରେ ବିଲୟ ହୁଏ । ପ୍ରକୃତି ଅନାଦି ମାୟିକ ଶକ୍ତି ଅଟେ ଏବଂ ପ୍ରକୃତି ପରଂବ୍ରହ୍ମ ମହାବିଷ୍ଣୁଙ୍କର ଦିବ୍ୟ ଶରୀରରେ ଆଶ୍ରୟ ନିଏ ।\nସେହି ସମୟରେ, ସଂସାରର ସମସ୍ତ ଜୀବ ଭଗବାନଙ୍କ ଶରୀରରେ ସୁପ୍ତ ଅବସ୍ଥାରେ ଆଶ୍ରୟ ନିଅନ୍ତି । ସେମାନଙ୍କର ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ତାଙ୍କ ଉତ୍ପତ୍ତିର ଉତ୍ସ ମାୟାରେ ଲୀନ ହୋଇଯାଏ । କିନ୍ତୁ କାରଣ ଶରୀର ତଥାପି ମଧ୍ୟ ରହିଥାଏ । (ତିନି ପ୍ରକାରର ଶରୀର ବିଷୟରେ ଶ୍ଲୋକ ୨/୨୮ର ବ୍ୟାଖ୍ୟାରେ ବର୍ଣ୍ଣନା କରାଯାଇଛି) । ବିଲୟ ପରେ ଯେତେବେଳେ ଭଗବାନ ପୁୁଣି ସୃଷ୍ଟି କରନ୍ତି, ମାୟା ଶକ୍ତି ବିପରୀତ ପର୍ଯ୍ୟାୟ କ୍ରମେ ପ୍ରକୃତି - ମହାନ - ଅହଂକାର -ପଂଚ ତନ୍ମାତ୍ରା - ପଂଚ ମହାଭୂତ ରୂପରେ ନିଜକୁ ବିମୋଚିତ କରିଥାଏ । ତା ପରେ, କେବଳ ‘କାରଣ ଶରୀର’ରେ ସୁପ୍ତ ଅବସ୍ଥାରେ ଥିବା ଜୀବ ସମୁଦାୟ ପୁନର୍ବାର ସଂସାରରେ ସ୍ଥାପିତ ହୁଅନ୍ତି । କାରଣ ଶରୀର ଅନୁସାରେ ସେମାନେ ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ପ୍ରାପ୍ତ କରନ୍ତି ଏବଂ ସଂସାରରେ ଭିନ୍ନ ଭିନ୍ନ ପ୍ରକାର ଜୀବଙ୍କର ସୃଷ୍ଟି ହୋଇଥାଏ । ନିଜ ନିଜର ଲୋକ ଅନୁଯାୟୀ, ସେମାନଙ୍କର ସ୍ୱରୂପରେ ଭେଦ ପରିଲକ୍ଷିତ ହୋଇଥାଏ । କେତେକ ଲୋକରେ ଅଗ୍ନି ଶରୀରର ପ୍ରମୁଖ ତତ୍ତ୍ୱ ଅଟେ, ପୃଥିବୀ ଲୋକରେ ଶରୀରର ମୁଖ୍ୟ ତତ୍ତ୍ୱ ପୃଥିବୀ ଏବଂ ଜଳ ଅଟେ । ସୁତରାଂ, ଶରୀରର ସୂକ୍ଷ୍ମତା ଏବଂ କାର୍ଯ୍ୟକାରିତାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରଭେଦ ରହିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଅସଂଖ୍ୟ ପ୍ରକାରର ଜୀବ ଯୋନି କହୁଛନ୍ତି ।"
},
{
"verseTitle": "Bhagavad Gita 9.9",
"verse": "9",
"chapter": 9,
"lang": "or",
"shloka": {
"speaker": "",
"sanskrit": "न च मां तानि कर्माणि निबध्नन्ति धनञ्जय।\n\nउदासीनवदासीनमसक्तं तेषु कर्मसु ॥9॥",
"text": "ନ ଚ ମାଂ ତାନି କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।\nଉଦାସୀନବଦାସୀନମସକ୍ତଂ ତେଷୁ କର୍ମସୁ ।।୯।।",
"audioLink": "https://www.holy-bhagavad-gita.org/public/audio/009_009.mp3"
},
"wordMeanings": "ନ - କେବେ ନୁହେଁ; ଚ - ମଧ୍ୟ; ମାଂ- ମୋତେ; ତାନି - ସେହି ସମସ୍ତ; କର୍ମାଣି - କର୍ମସମୂହ; ନିବଧ୍ନନ୍ତି - ବାନ୍ଧି ପାରନ୍ତି; ଧନଞ୍ଜୟ - ହେ ଧନଞ୍ଜୟ; ଉଦାସୀନ -ବତ୍ - ଉଦାସନୀ ପରି; ଆସୀନମ୍ - ଅବସ୍ଥିତ; ଅସକ୍ତଂ - ଆସକ୍ତିି ରହିତ; ତେଷୁ - ସେହି ସମସ୍ତ; କର୍ମସୁ- କର୍ମମାନଙ୍କରେ ।",
"translation": {
"text": "ହେ ଧନଞ୍ଜୟ! ଏହି କର୍ମ ଗୁଡ଼ିକ ମୋତେ ବାନ୍ଧି ପାରନ୍ତି ନାହିଁ । ମୁଁ ଏକ ନିରପେକ୍ଷ ଦ୍ରଷ୍ଟା ଭାବରେ ସେହି ସମସ୍ତ କର୍ମରୁ ସର୍ବଦା ମୁକ୍ତ ରହିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.9.mp3"
]
},
"commentary": "ମାୟାଶକ୍ତି ବାସ୍ତବରେ ନିଷ୍କ୍ରିୟ ଏବଂ ଜଡ ଅଟେ଼ । ଏହା ଚେତନା ଯୁକ୍ତ ନୁହେଁ, ଯାହାକି ଜୀବନର କାରଣ ଅଟେ । ଆମେ ଏପରି ଭାବି ଆଶ୍ଚର୍ଯ୍ୟ ହୋଇପାରେ ଯେ ଜଡ ହୋଇ ମଧ୍ୟ ଏହା ସଂସାର ସୃଷ୍ଟି କରିବା ଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କିପରି କରେ । ରାମାୟଣ ଏହାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିବାକୁ ଯାଇ କହେ:\n“ଜାସୁ ସତ୍ୟତା ତେଁ ଜଡ ମାୟା, ଭାସ ସତ୍ୟ ଇବ ମୋହ ସହାୟା ।”\n“ମାୟା ଶକ୍ତି ନିଜେ ଜଡ଼ ଅଟେ । କିନ୍ତୁ ଭଗବାନଙ୍କଠାରୁ ଶକ୍ତି ପ୍ରାପ୍ତ କରି ଏହା ଚେତନ ସ୍ୱରୂପ କାର୍ଯ୍ୟ କରିଥାଏ” । ଏହା ରୋଷେଇଘରେ ଥିବା ଏକ ଚିମୁଟା ସଦୃଶ ଅଟେ । ତାହା ନିଜେ ଜଡ଼ ଅଟେ । କିନ୍ତୁ ତାହା ଯେତେବେଳେ ରୋଷେଇଆର ହାତରେ ଥାଏ, ତାହା ଗରମ କଡ଼ାଇକୁ ଉଠାଇବା ପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ । ସେହିପରି ମାୟାଶକ୍ତିର କାର୍ଯ୍ୟ କରିବା ପାଇଁ ନିଜସ୍ୱ ଶକ୍ତି ନାହିଁ । ଭଗବାନ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା କରନ୍ତି, ସେ ମାୟା ଆଡ଼କୁ ଦୃଷ୍ଟିନିକ୍ଷେପ କରି ତାକୁ ସଜୀବ କରିଦିଅନ୍ତି । କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଆଯାଇ ପାରେ ଯେ ଯଦିଓ ସୃଷ୍ଟି ପ୍ରକ୍ରିୟା ଭଗବାନଙ୍କର ଇଚ୍ଛା ଓ ପ୍ରେରଣାରେ ସମ୍ପନ୍ନ ହୁଏ, ତଥାପି ମାୟାର କାର୍ଯ୍ୟ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ । ନିଜ ହ୍ଲାଦିନୀ ଶକ୍ତି ଦ୍ୱାରା ସର୍ବଦା ସେ ନିଜ ସ୍ୱରୂପରେ ଆନନ୍ଦମୟ ରହନ୍ତି । ସେଥିପାଇଁ ବେଦ ତାଙ୍କୁ ଆତ୍ମାରାମ କହିଥାଏ, ଅର୍ଥାତ୍ କୌଣସି ବାହ୍ୟ ଆନନ୍ଦ ବିନା ଯିଏ ନିଜେ ନିଜକୁ ଆନନ୍ଦିତ ରଖନ୍ତି” । ସେ କାହା ଦ୍ୱାରା ପ୍ରଭାବିତ ନହେବା କଥା କହିସାରି, ବର୍ତ୍ତମାନ ଭଗବାନ ବୁଝାଇବାକୁ ଯାଉଛନ୍ତି ଯେ, ସେ ଅକର୍ତ୍ତା ଏବଂ ସାକ୍ଷୀ ଅଟନ୍ତି ।"
},
{
"verseTitle": "Bhagavad Gita 9.10",
"verse": "10",
"chapter": 9,
"lang": "or",
"shloka": {
"speaker": "",
"sanskrit": "मयाध्यक्षेण प्रकृतिः सूयते सचराचरम् ।\n\nहेतुनानेन कौन्तेय जगद्विपरिवर्तते ॥10॥",
"text": "ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ।\nହେତୁନାନେନ କୌନ୍ତେୟ ଜଗଦ୍ୱିପରିବର୍ତତେ ।।୧୦।।",
"audioLink": "https://www.holy-bhagavad-gita.org/public/audio/009_010.mp3"
},
"wordMeanings": "ମୟା- ମୋ’ଦ୍ୱାରା; ଅଧ୍ୟକ୍ଷେଣ - ଅଧ୍ୟକ୍ଷତାରେ; ପ୍ରକୃତିଃ - ଭୂତପ୍ରକୃତି; ସୂୟତେ - ସର୍ଜନା କରେ; ସ - ଉଭୟ; ଚରାଚରମ୍ - ସ୍ଥାବର-ଜଙ୍ଗମ; ହେତୁନାନେନ - ଏହି କାରଣରୁ; କୌନ୍ତେୟ - ହେ କୁନ୍ତି-ପୁତ୍ର; ଜଗତ୍ - ଦୃଶ୍ୟ ଜଗତ; ବିପରିବର୍ତତେ - ପରିବର୍ତ୍ତିତ ହୋଇଥାଏ ।",
"translation": {
"text": "ହେ କୁନ୍ତି ପୁତ୍ର! ମୋର ନିର୍ଦ୍ଦେଶରେ କାର୍ଯ୍ୟକରି, ମାୟାଶକ୍ତି ସମସ୍ତ ସଜୀବ ଏବଂ ନିର୍ଜୀବ ରୂପର ସଂରଚନା କରେ । ଏହି କାରଣରୁ ଭୌତିକ ଜଗତରେ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥାଏ (ସୃଷ୍ଟି, ସ୍ଥିତି ଓ ବିଲୟ) ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.10.mp3"
]
},
"commentary": "ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ଭଗବାନ ପ୍ରତ୍ୟକ୍ଷ ଭାବରେ ସୃଷ୍ଟି କାର୍ଯ୍ୟରେ ଜଡ଼ିତ ହୁଅନ୍ତି ନାହିଁ । ତାଙ୍କ ଅଧ୍ୟକ୍ଷତାରେ ତାଙ୍କର ବିଭିନ୍ନ ଶକ୍ତି ଏବଂ ସେହିସବୁ କାର୍ଯ୍ୟ କରିବା ପାଇଁ ନିଯୁକ୍ତ ହୋଇଥିବା ସେବକମାନେ ତାହା କରିଥାନ୍ତି । ଉଦାହରଣ ସ୍ୱରୂପ, ଗୋଟିଏ ଦେଶର ରାଷ୍ଟ୍ରପତି ସମସ୍ତ ସରକାରୀ କାର୍ଯ୍ୟ ନିଜେ କରନ୍ତି ନାହିଁ । ତାଙ୍କ ଅଧୀନରେ ବିଭିନ୍ନ ବିଭାଗ ଥାଏ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ପାଇଁ ପଦାଧିକାରୀମାନେ ନିଯୁକ୍ତ ହୋଇଥାନ୍ତି । ତଥାପି ସରକାରର ସଫଳତା ବା ବିଫଳତା ପାଇଁ ସିଏ ହିଁ ଦାୟୀ ରହନ୍ତି । କାରଣ ତାଙ୍କ ଶାସନାଧୀନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପଦାଧିକାରୀମାନଙ୍କୁ ସେ ହିଁ ଅନୁମତି ଦେଇଥାନ୍ତି । ସେହିପରି ପ୍ରଥମ ପୁରୁଷ ବ୍ରହ୍ମା ଏବଂ ମାୟାଶକ୍ତି, ସୃଷ୍ଟି କରିବା ଏବଂ ଜୀବ ଜଗତକୁ ପ୍ରକଟ କରିବାର ଦାୟିତ୍ୱ ସମ୍ପନ୍ନ କରନ୍ତି । ଯେହେତୁ ସେମାନେ ଭଗବାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି, ସେଥିପାଇଁ ତାଙ୍କୁ ସୃଷ୍ଟିକର୍ତ୍ତା ମଧ୍ୟ କୁହାଯାଏ ।"
},
{
"verseTitle": "Bhagavad Gita 9.11",
"verse": "11",
"chapter": 9,
"lang": "or",
"shloka": {
"speaker": "",
"sanskrit": "अवजानन्ति मां मूढ़ा मानुषीं तनुमाश्रितम् ।\n\nपरं भावमजानन्तो मम भूतमहेश्वरम् ॥11॥",
"text": "ଅବଜାନନ୍ତି ମାଂ ମୂଢ଼ା ମାନୁଷୀଂ ତନୁମାଶ୍ରିତମ୍ ।\nପରଂ ଭାବମଜାନନ୍ତୋ ମମ ଭୂତମହେଶ୍ୱରମ୍ ।।୧୧।।",
"audioLink": "https://www.holy-bhagavad-gita.org/public/audio/009_011.mp3"
},
"wordMeanings": "ଅବଜାନନ୍ତି - ହେୟ ଜ୍ଞାନ କରନ୍ତି; ମାଂ - ମୋତେ; ମୂଢ଼ାଃ - ମୁର୍ଖ ଲୋକମାନେ; ମାନୁଷୀଂ - ମାନବ; ତନୁମ୍ - ଶରୀର; ଆଶ୍ରିତଂ - ଧାରଣକରି; ପରଂ -ପରମ (ଦିବ୍ୟ); ଭାବଂ - ସ୍ୱରୂପ; ଅଜାନନ୍ତଃ - ନ ଜାଣି; ମମ - ମୋର; ଭୂତ -ସମସ୍ତ ଜୀବ; ମହେଶ୍ୱରମ୍ - ପରମ ପୁରୁଷ ।",
"translation": {
"text": "ମୁଁ ଯେତେବେଳେ ସାକାର ରୂପରେ ଅବତୀର୍ଣ୍ଣ ହୁଏ, ଅଜ୍ଞାନୀମାନେ ମୋତେ ଚିହ୍ନିପାରନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କର ଅଧିଶ୍ୱର ଭାବେ ମୋର ଦିବ୍ୟ ସ୍ୱରୂପକୁ ସେମାନେ ଜାଣି ପାରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.11.mp3"
]
},
"commentary": "ଉତ୍ତମ ଶିକ୍ଷକମାନେ ବେଳେବେଳେ ତାଙ୍କ ଛାତ୍ରମାନଙ୍କ ପ୍ରତି କଟୁଶବ୍ଦ ବ୍ୟବହାର କରିଥାନ୍ତି, ଯଦ୍ୱାରା ସେମାନେ ନିଜର ଉପର ଠାଉରିଆ ମନୋଭାବ ତ୍ୟାଗ କରି ଗଭୀର ଚିନ୍ତନରେ ଲିପ୍ତ ହେବେ । ଏଠାରେ ଶ୍ରୀକୃଷ୍ଣ ମୁଢ଼ ଅର୍ଥାତ୍ ‘ମନ୍ଦବୁଦ୍ଧି’ ଶବ୍ଦଟି ସେହି ମାନଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରିଛନ୍ତି, ଯେଉଁମାନେ ତାଙ୍କର ସାକାର ରୂପର ଦିବ୍ୟତା ସ୍ୱୀକାର କରନ୍ତି ନାହିଁ ।\nଯେଉଁମାନେ କହନ୍ତି, ଭଗବାନ କେବଳ ନିରାକାର ଅଟନ୍ତି ଏବଂ ସେ ସାକାର ରୂପରେ ପ୍ରକଟ ହୋଇପାରିବେ ନାହିଁ, ସେମାନେ ଭଗବାନ ଅନନ୍ତ ଶକ୍ତିଯୁକ୍ତ ଓ ସର୍ବଶକ୍ତିମାନ ଅଟନ୍ତି, ଏହି ସଂଜ୍ଞାର ବିରୋଧ କରନ୍ତି । ପରମ ପୁରୁଷ ଭଗବାନ ଏହି ରୂପ-ରଙ୍ଗ ଭରା ସଂସାରର ସୃଷ୍ଟି କରିଛନ୍ତି । ସଂସାରରେ ଅସଂଖ୍ୟ ରୂପ ସୃଷ୍ଟି କରି ପାରୁଥିବା ଭଗବାନ, ନିଜର ଏକ ରୂପ ସୃଷ୍ଟି କରିପାରିବେ ନାହିଁ? ଅଥବା ଭଗବାନ କ’ଣ ଏପରି କହନ୍ତି, “ସାକାର ରୂପ ଧାରଣ କରିବାର ଶକ୍ତି ମୋର ନାହିଁ, ଅତଏବ ମୁଁ କେବଳ ନିରାକାର ଜ୍ୟୋତି ଅଟେ”? ସେ ସାକାର ରୂପ ଧାରଣ କରି ପାରିବେ ନାହିଁ, ଏପରି କହିବା ତାଙ୍କର ଅସମ୍ପୂର୍ଣ୍ଣ ବର୍ଣ୍ଣନ ଅଟେ ।\nଆମ୍ଭମାନଙ୍କ ପରି କ୍ଷୁଦ୍ର ଜୀବାତ୍ମାମାନଙ୍କର ମଧ୍ୟ ରୂପ ରହିଛି । ଯଦି କିଏ କହିବେ, ଭଗବାନ ରୂପ ଧାରଣ କରିପାରନ୍ତି ନାହିଁ, ତାହେଲେ ଆମ୍ଭମାନଙ୍କ ପରି ମନୁଷ୍ୟମାନଙ୍କ ଠାରୁ ସେ ନିଶ୍ଚିତ ଭାବରେ କମ୍ ଶକ୍ତିଶାଳୀ ହୋଇଥିବେ । ଭଗବାନଙ୍କର ପରିପୂର୍ଣ୍ଣ ସ୍ୱରୂପରେ ଉଭୟ ବୈଶିଷ୍ଟ୍ୟ ରହିବା ଆବଶ୍ୟକ - ସାକାର ସ୍ୱରୂପ ଏବଂ ନିରାକାର ସ୍ୱରୂପ । ବେଦ କହେ:\nଅପଶ୍ୟଂ ଗୋପାଂ ଅନିପଦ୍ୟମାନମା । ( ଋକ ବେଦ ୧.୨୨.୧୬୪ ସୁକ୍ତ ୩୧)\n“ମୁଁ ଭଗବାନଙ୍କୁ ଗୋଟିଏ ଅପରାଜେୟ ବାଳକ, ଯିଏ ଗୋଟିଏ ଗୋପାଳକ ପରିବାରରେ ଆବିର୍ଭୂତ ହୋଇଛନ୍ତି, ସେହି ରୂପରେ ଦର୍ଶନ କରୁଛି ।”\nଦ୍ୱିଭୁଜଂ ମୌନ ମୁଦ୍ରାଧ୍ୟାଂ ବନ ମାଳିନମୀଶ୍ୱରମ୍ (ଗୋପାଳ ତାପନି ଉପନିଷଦ ୧-୧୩)\n“ଭଗବାନ ଗଳାରେ ବନ୍ୟପୁଷ୍ପର ମାଳ ପିନ୍ଧିଛନ୍ତି, ବଂଶୀ ବଜାଉଛନ୍ତି ଏବଂ ହସ୍ତରେ ମନମୁଗ୍ଧକର ମୌନ ମୁଦ୍ରା ଧାରଣ କରିଛନ୍ତି ।”\nଗୂଢ଼ଂ ପରଂ ବ୍ରହ୍ମ ମନୁଷ୍ୟ-ଲିଙ୍ଗମ୍ (ଭାଗବତମ୍ ୭.୧୫.୭୫)\n“ଭଗବାନ ମନୁଷ୍ୟ ରୂପ ଧାରଣ କରନ୍ତି, ଏହା ଗୁଢ଼ତମ ଜ୍ଞାନ ଅଟେ ।”\nଯତ୍ରାବତୀର୍ଣ୍ଣୋ ଭଗବାନ୍ ପରମାତ୍ମା ନରାକୃତିଃ (ଭାଗବତମ୍ ୯.୨୩.୨୦)\n“ସେହି ସମୟରେ, ସମସ୍ତ ଐଶ୍ୱର୍ଯ୍ୟଧାରୀ ପରମାତ୍ମା, ମନୁଷ୍ୟ ରୂପରେ ଅବତୀର୍ଣ୍ଣ ହେଲେ ।”\nଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହ ।ଅନାଦିରାଦିର୍ ଗୋବିନ୍ଦଃ ସର୍ବକାରଣ କାରଣମ୍ । (ବ୍ରହ୍ମ ସଂହିତା ୫.୧)\nଏହି ଶ୍ଳୋକରେ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, “ମୁଁ ସେହି ଶ୍ରୀକୃଷ୍ଣଙ୍କର ଉପାସନା କରୁଛି, ଯିଏ ନିତ୍ୟ, ସର୍ବଜ୍ଞ ଏବଂ ଆନନ୍ଦମୟ ଅଟନ୍ତି । ତାଙ୍କର ପ୍ରାରମ୍ଭ ବା ଅନ୍ତ ନାହିଁ ଏବଂ ସେ ସବୁ କାରଣର କାରଣ ଅଟନ୍ତି ।”\nତଥାପି, ଭଗବାନଙ୍କର ସାକାର ରୂପ ସମ୍ବନ୍ଧରେ ଆମେ ମନେ ରଖିବା ଉଚିତ ଯେ ତାହା ଦିବ୍ୟ ରୂପ ଅଟେ; ଅର୍ଥାତ୍ ମାୟିକ ରୂପର ସମସ୍ତ ବିକାରରୁ ରହିତ ଅଟେ । ଭଗବାନଙ୍କର ସ୍ୱରୂପ ସତ୍-ଚିତ୍-ଆନନ୍ଦମୟ ଅଟେ, ଅର୍ଥାତ୍ ଏହା ନିତ୍ୟ-ଜ୍ଞାନମୟ ଦିବ୍ୟାନନ୍ଦରେ ଗଠିତ ।\nଅସ୍ୟାପି ଦେବ ବପୁଷୋ ମଦନୁଗ୍ରହସ୍ୟସ୍ୱେଚ୍ଛାମୟସ୍ୟ ନ ତୁ ଭୂତ-ମୟସ୍ୟ କୋଽପି । (ଭାଗବତମ୍ ୧୦-୧୪-୨)\nଏହି ଶ୍ଲୋକରେ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, “ହେ ପ୍ରଭୁ ଆପଣଙ୍କର ଶରୀର ପଂଚ ମହାଭୂତରେ ଗଠିତ ନୁହେଁ, ଏହା ଦିବ୍ୟ ଅଟେ । ମୋ ପରି ଜୀବାତ୍ମା ମାନଙ୍କୁ ଅନୁଗୃହୀତ କରିବା ପାଇଁ ଆପଣ ସ୍ୱେଚ୍ଛାରେ, ଏହି ରୂପରେ ଅବତରିତ ହୋଇଛନ୍ତି ।\nଭଗବତ ଗୀତାର ୪ର୍ଥ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି; “ଯଦିଓ ମୁଁ ଅଜନ୍ମା, ଅବିନଶ୍ୱର ଏବଂ ଜୀବ ସମୁଦାୟର ଶାସକ ଅଟେ, ତଥାପି ମୁଁ ନିଜର ଯୋଗମାୟା ଶକ୍ତି ବଳରେ ମୋର ମୌଳିକ ଦିବ୍ୟ ରୂପରେ ଏହି ସଂସାରରେ ଆବିର୍ଭୂତ ହୁଏ । (୪.୬) ଏହା ସୂଚିତ କରୁଛି ଯେ, ଭଗବାନ କେବଳ ସାକାର ରୂପ ଧାରଣ କରନ୍ତି ନାହିଁ, ସେ ଅବତାର ନେଇ ମଧ୍ୟ ଏ ସଂସାରରେ ଆବିର୍ଭୂତ ହୁଅନ୍ତି ।\nଆମେ ସବୁ ଜୀବ ଅନାଦି କାଳରୁ ଏହି ସଂସାରରେ ଜନ୍ମ ଗ୍ରହଣ କରୁଅଛେ, ତେଣୁ ସମ୍ଭବତଃ ଭଗବାନଙ୍କ ପୂର୍ବ ଅବତାର କାଳରେ ଆମ୍ଭେମାନେ ମଧ୍ୟ ମାନବ ଶରୀରରେ ଏହି ପୃଥିବୀରେ ଥିବା ଏବଂ ଭଗବାନଙ୍କୁ ଦେଖିଥିବା । କିନ୍ତୁ ଭଗବାନଙ୍କର ରୂପ ଦିବ୍ୟ ଥିଲା, ଅଥଚ ଆମର ଆଖି ମାୟିକ ଥିଲା । ତେଣୁ ମାୟିକ ଆଖିରେ ତାଙ୍କୁ ଦେଖି ଆମେ ହୁଏତ ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ଚିହ୍ନି ପାରି ନ ଥିବା ।\nଭଗବାନଙ୍କର ଦିବ୍ୟ ସ୍ୱରୂପ ଏପରି ଯେ ବ୍ୟକ୍ତି ତା’ର ଆଧ୍ୟାତ୍ମିକ ସ୍ତର ଅନୁସାରେ ହିଁ ତାଙ୍କ ସ୍ୱରୂପର ଦିବ୍ୟତାକୁ ଅନୁଭବ କରିଥାଏ । ସତ୍ତ୍ୱ ଗୁଣୀ ବ୍ୟକ୍ତିମାନେ ତାଙ୍କୁ ଦେଖି ଭାବନ୍ତି, “ଶ୍ରୀକୃଷ୍ଣ ଜଣେ ଅସାଧାରଣ ବ୍ୟକ୍ତି । ସେ ବହୁତ ସମର୍ଥ ଅଟନ୍ତି, କିନ୍ତୁ ସେ ଭଗବାନ ନୁହନ୍ତି ।” ରଜଗୁଣୀ ବ୍ୟକ୍ତିମାନେ ତାଙ୍କୁ ଦେଖି କହନ୍ତି, “ତାଙ୍କଠାରେ ସେପରି କିଛି ବିଶେଷତ୍ୱ ନାହିଁ, ସେ ପୂରାପୁରି ଆମ ପରି ଅଟନ୍ତି ।” ତମଗୁଣ ପ୍ରଧାନ ବ୍ୟକ୍ତିମାନେ ତାଙ୍କୁ ଦେଖି ଚିନ୍ତା କରନ୍ତି, “ସେ ଜଣେ ଅହଂକାରୀ, ଚରିତ୍ରହୀନ, ଆମଠାରୁ ମଧ୍ୟ ଖରାପ ଶ୍ରେଣୀର ବ୍ୟକ୍ତି ଅଟନ୍ତି ।” କେବଳ ଭଗବତ୍ ପ୍ରାପ୍ତ ମହାପୁରୁଷମାନେ, ଭଗବାନଙ୍କ କୃପାରୁ ଦିବ୍ୟଦୃଷ୍ଟି ପ୍ରାପ୍ତ କରିଥିବା କାରଣରୁ, ତାଙ୍କୁ ଭଗବାନ ବୋଲି ଚିହ୍ନି ପାରନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ସେ ଯେତେବେଳେ ଅବତାର ଗ୍ରହଣ କରନ୍ତି, ମାୟାବଦ୍ଧ ଅଜ୍ଞାନୀ ଜୀବମାନେ ତାଙ୍କୁ ଚିହ୍ନିପାରନ୍ତି ନାହିଁ ।"
},
{
"verseTitle": "Bhagavad Gita 9.12",
"verse": "12",
"chapter": 9,
"lang": "or",
"shloka": {
"speaker": "",
"sanskrit": "मोघाशा मोघकर्माणो मोघज्ञाना विचेतसः।\n\nराक्षसीमासुरीं चैव प्रकृतिं मोहिनीं श्रिताः ॥12॥",
"text": "ମୋଘାଶା ମୋଘୋକର୍ମାଣୋ ମୋଘଜ୍ଞାନା ବିଚେତସଃ ।\nରାକ୍ଷସୀମାସୁରୀଂ ଚୈବ ପ୍ରକୃତିଂ ମୋହିନୀଂ ଶ୍ରିତାଃ ।।୧୨।।",
"audioLink": "https://www.holy-bhagavad-gita.org/public/audio/009_012.mp3"
},
"wordMeanings": "ମୋଘାଶା -ନୈରାଶ୍ୟଯୁକ୍ତ ; ମୋଘକର୍ମାଣାଃ - କର୍ମରେ ହତାଶ; ମୋଘ-ଜ୍ଞାନାଃ - ଜ୍ଞାନରେ ହତାଶ; ବିଚେତସଃ - ଭ୍ରମିତ; ରାକ୍ଷସୀଂ - ରାକ୍ଷସ ସ୍ୱଭାବ ବିଶିଷ୍ଟ; ଆସୁରୀଂ - ନାସ୍ତିକସ୍ୱଭାବ ବିଶିଷ୍ଟ; ଚ - ଏବଂ, ଏବ - ନିଶ୍ଚିତଭାବରେ; ପ୍ରକୃତିଂ - ପ୍ରକୃତି; ମୋହିନୀଂ - ବିମୋହିତ; ଶ୍ରିତାଃ - ଆଶ୍ରୟ ନେଇ ।",
"translation": {
"text": "ଏପରି ମନୁଷ୍ୟମାନେ, ମାୟାଶକ୍ତି ଦ୍ୱାରା ମୋହିତ ହୋଇ, ରାକ୍ଷସ ଓ ନାସ୍ତିକ ସ୍ୱଭାବ ଯୁକ୍ତ ହୋଇଯାଆନ୍ତି । ସେହି ବିମୋହିତ ଅବସ୍ଥାରେ ତାଙ୍କର କଲ୍ୟାଣର ଆଶା ବ୍ୟର୍ଥ ହୁଏ, ତାଙ୍କର ସବୁକର୍ମ ନଷ୍ଟ ହୋଇଯାଏ ଏବଂ ତାଙ୍କର ଜ୍ଞାନ ପ୍ରାପ୍ତି ପାଇଁ ପ୍ରୟାସ ଭ୍ରମିତ ହୋଇଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.12.mp3"
]
},
"commentary": "ଭଗବାନଙ୍କର ସାକାର ସ୍ୱରୂପକୁ ନେଇ ଅନେକ ପ୍ରକାରର ନାସ୍ତିକ ମତ ସଂସାରରେ ପ୍ରଚଳିତ ଅଛି । କେହି କେହି କହିଥାନ୍ତି, ଭଗବାନ ସାକାର ରୂପ ନେଇ ସଂସାରକୁ ଆସି ପାରିବେ ନାହିଁ । ସେମାନଙ୍କ ମତରେ ଶ୍ରୀକୃଷ୍ଣ ଭଗବାନ ନ ଥିଲେ, ସେ କେବଳ ଜଣେ ଯୋଗୀ ଥିଲେ । ଅନ୍ୟ କେହି କେହି କହନ୍ତି, ଶ୍ରୀକୃଷ୍ଣ ମାୟା ବିଶିଷ୍ଟ ବ୍ରହ୍ମ ଥିଲେ, ତେଣୁ ସେ ନିମ୍ନ ଶ୍ରେଣୀର ବ୍ରହ୍ମ ଅଟନ୍ତି । ପୁଣି କିଏ କହନ୍ତି, ଶ୍ରୀକୃଷ୍ଣ ଏକ ଚରିତ୍ରହୀନ ବ୍ୟକ୍ତି ଥିଲେ ଯିଏକି ବୃନ୍ଦାବନର ଗୋପୀମାନଙ୍କ ପଛେ ପଛେ ବୁଲୁଥିଲେ ।\nଏହି ଶ୍ଲୋକ ଅନୁସାରେ ଏହି ସମସ୍ତ ମତ ଭ୍ରାନ୍ତିମୂଳକ ଅଟେ ଏବଂ ଏପରି ବ୍ୟାଖ୍ୟା କରୁଥିବା ବ୍ୟକ୍ତିମାନଙ୍କର ବୁଦ୍ଧି ମାୟାଗ୍ରସ୍ତ ଅଟେ । ଏହିପରି ଯେଉଁ ବ୍ୟକ୍ତିମାନେ ଭଗବାନଙ୍କ ପ୍ରତି ବିପରୀତ ଚିନ୍ତାଧାରା ପୋଷଣ କରନ୍ତି, ଶ୍ରୀକୃଷ୍ଣ ସେମାନଙ୍କୁ “ଦାନବ ସ୍ୱଭାବ ଯୁକ୍ତ” ଭାବେ ବର୍ଣ୍ଣନା କରିଛନ୍ତି । ଯେହେତୁ ସେମାନେ ଭଗବାନଙ୍କର ସାକାର ରୂପ ପ୍ରତି ଦିବ୍ୟ ଭାବନା ରଖନ୍ତି ନାହିଁ,ସେମାନେ ତାଙ୍କର ଭକ୍ତି କରନ୍ତି ନାହିଁ ଏବଂ ଯେହେତୁ ନିରାକାର ବ୍ରହ୍ମଙ୍କର ଭକ୍ତି ଅତ୍ୟନ୍ତ କଠିନ, ତେଣୁ ସେମାନେ ତାହା ମଧ୍ୟ କରିପାରନ୍ତି ନାହିଁ । ଫଳତଃ ସେମାନେ ଚିରନ୍ତନ କଲ୍ୟାଣରୁ ବଞ୍ôଚତ ହୁଅନ୍ତି । ମାୟାର କ୍ଷଣିକ ଆକର୍ଷଣରେ ମୋହିତ ହୋଇ ସେମାନଙ୍କର ଚିର କଲ୍ୟାଣର ଆଶା ବ୍ୟର୍ଥ ହୋଇଯାଏ ।"
},
{
"verseTitle": "Bhagavad Gita 9.13",
"verse": "13",
"chapter": 9,
"lang": "or",
"shloka": {
"speaker": "",
"sanskrit": "महात्मानस्तु मां पार्थ दैवी प्रकृतिमाश्रिताः ।\n\nभजन्त्यनन्यमनसो ज्ञात्वा भूतादिमव्ययम् ॥13॥",
"text": "ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତାଃ ।\nଭଜନ୍ତ୍ୟନନ୍ୟମନସୋ ଜ୍ଞାତ୍ୱା ଭୂତାଦିମବ୍ୟୟମ୍ ।।୧୩।।",
"audioLink": "https://www.holy-bhagavad-gita.org/public/audio/009_013.mp3"
},
"wordMeanings": "ମହାତ୍ମାନଃ - ମହାତ୍ମାମାନେ; ତୁ - କିନ୍ତୁ; ମାମ୍ - ମୋତେ; ପାର୍ଥ - ହେ କୁନ୍ତି ପୁତ୍ର; ଦୈବୀଂ - ଦୈବୀ; ପ୍ରକୃତିମ୍ - ପ୍ରକୃତି; ଆଶ୍ରିତାଃ - ଆଶ୍ରୟ ଗ୍ରହଣ କରି; ଭଜନ୍ତି - ସେବା କରନ୍ତି; ଅନନ୍ୟ ମନସଃ - ଏକ ମନରେ (ସ୍ଥିର ମନରେ); ଜ୍ଞାତ୍ୱା - ଜାଣି; ଭୂତ - ସୃଷ୍ଟି; ଆଦିମ୍ - ଆଦି; ଅବ୍ୟୟମ୍ - ଅବ୍ୟୟ (ଯାହାର ବ୍ୟୟ ନାହିଁ) ।",
"translation": {
"text": "ହେ ପାର୍ଥ ! ଯେଉଁ ମହାତ୍ମାମାନେ ମୋର ଦୈବୀଶକ୍ତିର ଶରଣାପନ୍ନ ହୋଇଥାଆନ୍ତି, ସେମାନେ ମୋତେ ସମଗ୍ର ସୃଷ୍ଟିର ଆଦିକାରଣ, ଶ୍ରୀକୃଷ୍ଣ ରୂପରେ ଜାଣନ୍ତି । ସେମାନେ ଅନନ୍ୟ ଭାବରେ ମୋର ଭକ୍ତିରେ ନିମଗ୍ନ ରହନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.13.mp3"
]
},
"commentary": "ଶ୍ରୀକୃଷ୍ଣଙ୍କର ଶିକ୍ଷାଦେବାର ଶୈଳୀ ଏପରି ଯେ, ସେ କୌଣସି ତଥ୍ୟକୁ ହୃଦୟଙ୍ଗମ କରାଇବା ପାଇଁ, ସଂପୂର୍ଣ୍ଣ ବିପରୀତାତ୍ମକ ତୁଳନା ଉପସ୍ଥାପନ କରନ୍ତି । ଭ୍ରମିତ ଏବଂ ଦ୍ୱନ୍ଦଯୁକ୍ତ ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରିସାରିବା ପରେ ସେ ବର୍ତ୍ତମାନ ମହାପୁରୁଷମାନଙ୍କ ବିଷୟରେ କହୁଛନ୍ତି । ମାୟାଶକ୍ତି ଦ୍ୱାରା ସମ୍ମୋହିତ ହୋଇ ନିଦ୍ରା ଅବସ୍ଥାକୁ ପ୍ରାପ୍ତ କରିଥିବା ଜୀବମାନେ, ସାଂସାରିକ ଜୀବନକୁ ଏକ ଦୀର୍ଘ ସ୍ୱପ୍ନ ପରି ଅନୁଭବ କରନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ଅଜ୍ଞାନ ନିଦ୍ରାରୁ ଜାଗ୍ରତ ଅବସ୍ଥାକୁ ପ୍ରାପ୍ତ ହୋଇ ମାୟିକ ଚେତନାକୁ ଏକ ଦୁଃସ୍ୱପ୍ନ ଭାବେ ପରିତ୍ୟାଗ କରିଦିଅନ୍ତି, ସେମାନେ ହିଁ ମହାପୁରୁଷ ଅଟନ୍ତି ।\nମାୟା ବନ୍ଧନରୁ ମୁକ୍ତ ହୋଇ ସେମାନେ ଦିବ୍ୟ ଯୋଗମାୟା ଶକ୍ତିର ଆଶ୍ରିତ ରହନ୍ତି । ଏହିପରି ପ୍ରବୁଦ୍ଧ ଆତ୍ମା ଭଗବାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ରୂପକ ଦିବ୍ୟ ସତ୍ୟ ବିଷୟରେ ସଚେତନ ରହିଥାଆନ୍ତି ।\nଭଗବାନଙ୍କ ପରି, ତାଙ୍କ ଯୋଗମାୟା ଶକ୍ତିର ମଧ୍ୟ ନିରାକାର-ସାକାର ଉଭୟ ସ୍ୱରୂପ ରହିଛି । ଏହା ଶକ୍ତି ରୂପରେ ନିରାକାର ହୋଇଥିଲେ ବି ରାଧା, ସୀତା, ଦୁର୍ଗା, ଲକ୍ଷ୍ମୀ, କାଳୀ, ପାର୍ବତୀ ଆଦି ସାକାର ରୂପରେ ପ୍ରକଟିତ ହୋଇଥାଏ । ଏହିସବୁ ଦିବ୍ୟ ସ୍ୱରୂପ ଭଗବାନଙ୍କ ଦିବ୍ୟ ଶକ୍ତିର ପରିପ୍ରକାଶ ଅଟନ୍ତି । କୃଷ୍ଣ, ରାମ, ଶିବ, ନାରାୟଣ ଆଦି ଭଗବାନଙ୍କର ଅଭିନ୍ନ ସ୍ୱରୂପ ପରି, ଏମାନେ ମଧ୍ୟ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି ।\nବ୍ରହ୍ମ ବୈବର୍ତ୍ତ ପୁରାଣ କହେ:\nଯଥା ତ୍ୱଂ ରାଧିକା ଦେବୀ ଗୋଲୋକେ ଗୋକୁଲେ ତଥାବୈକୁଣ୍ଠେ ଚ ମହାଲକ୍ଷ୍ମୀ ଭାବତି ଚ ସରସ୍ୱତୀକପିଳସ୍ୟ ପିୟା କାନ୍ତା ଭାରତେ ଭାରତୀ ସତୀଦ୍ୱାରବତ୍ୟାଂ ମହାଲକ୍ଷ୍ମୀ ଭାବତୀ ରୁକ୍ମିଣୀ ସତୀତ୍ୱଂ ସୀତା ମିଥିଲାୟାଂ ଚ ତ୍ୱଚ୍ଛାୟା ଦୈପଦୀ ସତୀରାବଣେନ ହୃତା ତ୍ୱଂ ଚ ତ୍ୱଂ ଚ ରାମସ୍ୟ କାମିନୀ\nହେ ରାଧା! ଆପଣ ଗୋଲୋକ (ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୋକ) ଏବଂ ଗୋକୁଳ (ପ୍ରାକୃତ ଜଗତରେ ଶ୍ରୀକୃଷ୍ଣଙ୍କର ଲୋକ, ଯେଉଁଠି ସେ ୫୦୦୦ବର୍ଷ ପୂର୍ବେ ଅବତରିତ ହୋଇଥିଲେ)ର ମହାଦେବୀ ଅଟନ୍ତି । ଆପଣ ବୈକୁଣ୍ଠରେ (ଶ୍ରୀ ବିଷ୍ଣୁଙ୍କର ଲୋକ) ମହାଲକ୍ଷ୍ମୀ ରୂପରେ ବିରାଜମାନ କରିଛନ୍ତି । ଆପଣ ପ୍ରଭୁ କପିଳଙ୍କର (ଭଗବାନଙ୍କର ଏକ ଅବତାର) ପ୍ରିୟା ଅଟନ୍ତି । ଆପଣ ଦ୍ୱାରକାରେ ରୁକ୍ମିଣୀ (ଶ୍ରୀକୃଷ୍ଣଙ୍କ ପତ୍ନୀ) ଭାବରେ ନିବାସ କରନ୍ତି । ଆପଣ ସୀତା ରୂପରେ ମିଥିଳାରେ ଆବିର୍ଭୂତ ହୋଇଥିଲେ । ପାଣ୍ଡବ ମାନଙ୍କର ପତ୍ନୀ, ଦ୍ରୌପଦୀ, ଆପଣଙ୍କର ଛାୟା ରୂପ ଅଟନ୍ତି । ସୀତା ରୂପରେ ଆପଣଙ୍କୁ ହିଁ ରାବଣ ଅପହରଣ କରିଥିଲା ଏବଂ ଆପଣ ହିଁ ପ୍ରଭୁ ଶ୍ରୀରାମଙ୍କର ସହଧର୍ମିଣୀ ଥିଲେ ।\nଏହି ଶ୍ଲୋକରେ ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ, ମହାତ୍ମାମାନେ ଭଗବାନଙ୍କ ଦିବ୍ୟ ଶକ୍ତିର ଆଶ୍ରିତ ଅଟନ୍ତି । ଦିବ୍ୟ କରୁଣା, ଜ୍ଞାନ, ପ୍ରେମ ଇତ୍ୟାଦି ଭଗବାନଙ୍କର ଦିବ୍ୟ ଶକ୍ତି ଅଟନ୍ତି ଏବଂ ଏମାନେ ସମସ୍ତେ ଦିବ୍ୟ ଯୋଗମାୟା ଶକ୍ତି, ଅର୍ଥାତ୍ ଶ୍ରୀରାଧାଙ୍କର ଅଧୀନସ୍ତ ଅଟନ୍ତି । ସୁତରାଂ ଯୋଗମାୟାଙ୍କ କୃପାରୁ ହିଁ ଜୀବ ଭଗବାନଙ୍କର ପ୍ରେମ, ଜ୍ଞାନ ଏବଂ କରୁଣା ପ୍ରାପ୍ତ କରିଥାଏ । ଯେଉଁ ମହାପୁରୁଷମାନେ ଭଗବାନଙ୍କର ଦିବ୍ୟ କୃପା ଲାଭ କରିଥାଆନ୍ତି, ସେମାନେ ଦିବ୍ୟ ପ୍ରେମ ଯୁକ୍ତ ହୋଇ ଭଗବାନଙ୍କର ଅବିରଳ ଭକ୍ତିରେ ନିମଗ୍ନ ରହନ୍ତି ।"
},
{
"verseTitle": "Bhagavad Gita 9.14",
"verse": "14",
"chapter": 9,
"lang": "or",
"shloka": {
"speaker": "",
"sanskrit": "सततं कीर्तयन्तो मां यतन्तश्च दृढव्रताः ।\n\nनमस्यन्तश्च मां भक्त्या नित्ययुक्ता उपासते ॥14॥",
"text": "ସତତଂ କୀର୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତାଃ ।\nନମସ୍ତ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟଯୁକ୍ତା ଉପାସତେ ।।୧୪।।",
"audioLink": "https://www.holy-bhagavad-gita.org/public/audio/009_014.mp3"
},
"wordMeanings": "ସତତଂ- ସର୍ବଦା; କୀର୍ତୟନ୍ତଃ - କୀର୍ତ୍ତନରତ; ମାମ୍ - ମୋତେ; ଯତନ୍ତଶ୍ଚ - ପୂର୍ଣ୍ଣରୂପେ ପ୍ରଯତ୍ନଶୀଳ; ଦୃଢ଼ବ୍ରତାଃ - ଦୃଢ଼ତାର ସହିତ; ନମସ୍ୟନ୍ତଃ ଚ - ପ୍ରଣାମ କରି; ମାମ୍ - ମୋତେ; ଭକ୍ତ୍ୟା - ଭକ୍ତିର ସହିତ; ନିତ୍ୟଯୁକ୍ତାଃ - ସର୍ବଦା ଯୁକ୍ତ; ଉପାସତେ - ପୂଜା କରନ୍ତି ।",
"translation": {
"text": "ସର୍ବଦା ମୋର ଦିବ୍ୟ ଯଶ ଗାନ କରି, ଅତ୍ୟନ୍ତ ଦୃଢ଼ ବିଶ୍ୱାସର ସହିତ ବିନମ୍ର ଭାବରେ ନତମସ୍ତକ ହୋଇ, ସେମାନେ ପ୍ରେମମୟ ଭକ୍ତିରେ ନିରନ୍ତର ମୋର ଉପାସନା କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.14.mp3"
]
},
"commentary": "ମହାପୁରୁଷମାନେ ତାଙ୍କର ଭକ୍ତି କରନ୍ତି, ଏହା କହିବା ପରେ ବର୍ତ୍ତମାନ ଶ୍ରୀକୃଷ୍ଣ ସେମାନେ କିପରି ଭକ୍ତି କରନ୍ତି ତାହାର ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ ତାଙ୍କର ଭକ୍ତମାନେ ସାଧନା କରିବା ଏବଂ ସାଧନାରେ ଉନ୍ନତି କରିବା ପାଇଁ କୀର୍ତ୍ତନକୁ ଏକ ମାଧ୍ୟମ ଭାବରେ ଗ୍ରହଣ କରିଥାନ୍ତି । ଭଗବାନଙ୍କର ଯଶଗାନ କରିବାକୁ କୁୀର୍ତ୍ତନ କୁହାଯାଏ । ଏହାର ସଂଜ୍ଞା ହେଲା:\n“ନାର୍ମ-ଲୀଲା ଗୁଣାଦିନାଂ ଉଚ୍ଚୈର-ଭାଷା ତୁ କୀର୍ତନମ୍ ।” (ଭକ୍ତି ରସାମୃତ ସିନ୍ଧୁ ୧.୨.୧୪୫), ଅର୍ଥାତ୍ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ଜନ (ମହାପୁରୁଷ, ଗୁରୁ)ଙ୍କର ଯଶଗାନ କରିବାକୁ କୀର୍ତ୍ତନ କୁହାଯାଏ ।\nଭକ୍ତି କରିବା ପାଇଁ କୀର୍ତ୍ତନ ଏକ ପ୍ରଭାବଶାଳୀ ମାଧ୍ୟମ ଅଟେ । ଏହାର ଅନ୍ତର୍ଗତ ତ୍ରିଧା ଭକ୍ତି ଅଟେ, ଯଥା ଶ୍ରବଣ, କୀର୍ତ୍ତନ (ଗାଇବା) ଏବଂ ସ୍ମରଣ । ମୂଳ ଉଦ୍ଦେଶ୍ୟ ହେଉଛି ମନକୁ ଭଗବାନଙ୍କଠାରେ ଲଗାଇବା, ଯାହା ଶୁଣିବା ଓ ଗାଇବା ସହିତ କରିବା ଦ୍ୱାରା ସହଜ ହୋଇଥାଏ । ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମନ ବାୟୁପରି ଅସ୍ଥିର ଅଟେ ଏବଂ ସ୍ୱାଭାବିକ ଭାବରେ ତାହା ଗୋଟିଏ ବିଚାରରୁ ଅନ୍ୟ ଏକ ବିଚାରକୁ ଘୂରି ବୁଲୁଥାଏ । ଶ୍ରବଣ ଓ କୀର୍ତ୍ତନ ଜ୍ଞାନେନ୍ଦ୍ରିୟକୁ ଦିବ୍ୟ ଜଗତରେ ଲଗାଇ ରଖିଥାଏ, ଯାହା ବିକ୍ଷିପ୍ତ ମନକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ ଲଗାଇବାରେ ସହାୟକ ହୋଇଥାଏ ।\nକୀର୍ତ୍ତନର ଅନ୍ୟାନ୍ୟ ଲାଭ ମଧ୍ୟ ରହିଛି । ଯେତେବେଳେ ଆମେ ଭକ୍ତି କରିବା ପାଇଁ ଜପ(ତୁଳସୀମାଳ ସାହାଯ୍ୟରେ ମନ୍ତ୍ର ଜପ କରିବା) ବା କେବଳ ଧ୍ୟାନ କରିଥାଏ, ଆମକୁ ନିଦ ଆସିଯାଏ । କିନ୍ତୁ କୀର୍ତ୍ତନ ଏଭଳି ଏକ ପ୍ରକ୍ରିୟା ଯାହା ଦ୍ୱାରା ନିଦ ଦୂର ହୋଇଯାଏ । ତାଛଡା କୀର୍ତ୍ତନର ସ୍ୱରଲହରୀ ବାହ୍ୟ କୋଳାହଳକୁ ମଧ୍ୟ ପ୍ରତିହତ କରିଥାଏ । କୀର୍ତ୍ତନ ସଂଘବଦ୍ଧ ଭାବରେ ମଧ୍ୟ କରାଯାଇପାରେ ଯଦ୍ୱାରା ଏଥିରେ ଏକ ସମୟରେ ବହୁ ଲୋକ ଅଂଶଗ୍ରହଣ କରିପାରନ୍ତି । ପୁନଶ୍ଚ ମନ ଯେଉଁ ବିବିଧତା ଖୋଜିଥାଏ, ତାହା କୀର୍ତ୍ତନ ଅନ୍ତର୍ଗତ ଭଗବାନଙ୍କର ନାମ, ଗୁଣ, ଲୀଳା, ଧାମ ଆଦି ମାଧ୍ୟମରେ ତାକୁ ମିଳିଯାଏ । ସର୍ବୋପରି, କୀର୍ତ୍ତନର ଗାୟନ ଯେହେତୁ ଉଚ୍ଚ ସ୍ୱରରେ କରା ଯାଇଥାଏ, ଭଗବାନଙ୍କ ଦିବ୍ୟ ନାମର ପ୍ରକମ୍ପନ ସମଗ୍ର ପରିବେଶକୁ ଶୁଦ୍ଧ ଏବଂ ପବିତ୍ର କରିଥାଏ ।\nଏହିସବୁ କାରଣରୁ, ଭାରତର ଇତିହାସର ସନ୍ଥ ମାନଙ୍କ ଦ୍ୱାରା କୀର୍ତ୍ତନ ସର୍ବାଧିକ ଲୋକପ୍ରିୟ ଭକ୍ତି ସାଧନ ରୂପେ ଆଦୃତ ହୋଇଥାଏ । ଭକ୍ତିମାର୍ଗୀୟ ସମସ୍ତ ପ୍ରସିଦ୍ଧ ସନ୍ଥ, ଯଥା ସୁରଦାସ, ତୁଳସୀଦାସ, ମୀରାବାଇ, ଗୁରୁନାନକ, କବୀର, ତୁକାରାମ, ଏକନାଥ, ନରସୀ ମେହେତା, ଜୟଦେବ, ତ୍ୟାଗରାଜ ଇତ୍ୟାଦି, ଏକଧାରାରେ ପ୍ରସିଦ୍ଧ କବି ମଧ୍ୟ ଥିଲେ । ସେମାନେ ଅନେକ ଭକ୍ତି ସଂଗୀତ ରଚନା କରିଥିଲେ ଏବଂ ତଦ୍ୱାରା ସେମାନେ ଭଗବାନଙ୍କର କୀର୍ତ୍ତନ, ଶ୍ରବଣ ଏବଂ ସ୍ମରଣରେ ନିମଗ୍ନ ରହୁଥିଲେ ।\nବେଦ-ଶାସ୍ତ୍ର, କଳିଯୁଗରେ ଭକ୍ତିର ସର୍ବାଧିକ ସରଳ ଓ ଶକ୍ତିଶାଳୀ ମାଧ୍ୟମ ଭାବରେ, କୀର୍ତ୍ତନର ଉଚ୍ଚ ପ୍ରଶଂସା କରିଥାଆନ୍ତି ।\n“କୃତେ ଯଦ୍ ଧ୍ୟାୟତୋ ବିଷ୍ଣୁଂ, ତ୍ରେତାୟାଂ ଯଯତୋ ମଖୈଃ ।ଦ୍ୱାପରେ ପରିଚର୍ଯ୍ୟାୟାଂ କଳୌ ତଦ୍ ହରି-କୀର୍ତ୍ତନାତ୍ ।” (ଭା: ୧୨.୩.୫୨)\nସତ୍ୟ ଯୁଗରେ ଭଗବାନଙ୍କର ଧ୍ୟାନ ପ୍ରକୃଷ୍ଟ ମାଧ୍ୟମ ଥିଲା । ତ୍ରେତା ଯୁଗରେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ ଆଦି କରାଯାଉଥିଲା । ଦ୍ୱାପର ଯୁଗରେ ଦେବତାମାନଙ୍କର ପୂଜା ଅର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କଳିଯୁଗରେ କେବଳ କୀର୍ତ୍ତନ ହିଁ ଭଗବାନଙ୍କୁ ପ୍ରାପ୍ତ କରିବାର ଏକମାତ୍ର ମାଧ୍ୟମ ଅଟେ ।\n“ଅବିକାରୀ ବା ବିକରୀ ବା ସର୍ବ ଦୋଷୈକ ଭାଜନଃ,ପରମେଷ ପରଂ ଯାତି ରାମ ନାମାନୁକୀର୍ତନାତ୍ ।” (ଅଧ୍ୟାତ୍ମ ରାମାୟଣ)\nତୁମେ ପୂର୍ଣ୍ଣ କାମନାଯୁକ୍ତ ହୋଇଥାଅ ଅଥବା କାମନାରହିତ ହୋଇଥାଅ, ପୂର୍ଣ୍ଣ ଦୋଷଯୁକ୍ତ ହୋଇଥାଅ ଅଥବା ଦୋଷମୁକ୍ତ ହୋଇଥାଅ, ପ୍ରଭୁ ଶ୍ରୀରାମଙ୍କର ନାମ କୀର୍ତ୍ତନ କରି ତୁମେ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରିପାରିବ ।\nସର୍ବ ଧର୍ମ ବହିର୍ଭୂତଃ ସର୍ବ ପାପରତସ୍ଥଥାଃ ।ମୁଚ୍ୟତେ ନାତ୍ର ସନ୍ଦେହୋ ବିଷ୍ଣୋର୍ନାମାନୁକୀର୍ତ୍ତନାତ୍ ।ା (ବୈଷମ୍ପାୟନ ସଂହିତା)\nଏପରିକି ଯେଉଁମାନେ ଅତ୍ୟନ୍ତ ପାପୀ ଏବଂ ଧର୍ମ ପଥରୁ ବିଚ୍ୟୁତ, ସେମାନେ ମଧ୍ୟ ଶ୍ରୀବିଷ୍ଣୁଙ୍କର ନାମ ଜପ କରି ମୁକ୍ତି ପାଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ ।\nକଳିଯୁଗ କେବଳ ହରି ଗୁନ ଗାହା, ଗାବତ ନର ପାବହିଁ ଭବ ଥାହା । (ରାମାୟଣ)\nକଳିଯୁଗରେ ମୁକ୍ତିର ଗୋଟିଏ ହିଁ ପନ୍ଥା ଅଛି । ଭଗବାନଙ୍କ ଗୁଣ କୀର୍ତ୍ତନ କରି, ଜଣେ ଏହି ସଂସାର ରୂପକ ସାଗରକୁ ପାର କରିପାରିବ ।\nତଥାପି ଏହା ମନେ ରଖିବା ଆବଶ୍ୟକ ଯେ କୀର୍ତ୍ତନ ପ୍ରକ୍ରିୟାରେ ଶୁଣିବା ଓ ଗାଇବା କେବଳ ସହାୟକ ଅଟନ୍ତି । ମୁଖ୍ୟ ଭଗବାନଙ୍କର ସ୍ମରଣ ଅଟେ । ଏହାକୁ ବାଦ୍ଦେଇ କୀର୍ତ୍ତନ ମନକୁ ଶୁଦ୍ଧ କରେ ନାହିଁ । ସୁତରାଂ, ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ତାଙ୍କର ଭକ୍ତମାନେ କୀର୍ତ୍ତନ କରିବା ସମୟରେ ମନରେ ନିରନ୍ତର ତାଙ୍କର ସ୍ମରଣ କରନ୍ତି । ମନକୁ ଶୁଦ୍ଧ କରିବା ପାଇଁ ସେମାନେ ନିଷ୍ଠାର ସହିତ ଏହାର ଅଭ୍ୟାସ କରିଥାନ୍ତି ।"
},
{
"verseTitle": "Bhagavad Gita 9.15",
"verse": "15",
"chapter": 9,
"lang": "or",
"shloka": {
"speaker": "",
"sanskrit": "ज्ञानयज्ञेन चाप्यन्ये यजन्तो मामुपासते ।\n\nएकत्वेन पृथक्त्वेन बहुधा विश्वतोमुखम् ॥15॥",
"text": "ଜ୍ଞାନଯଜେ୍ଞନ ଚାପ୍ୟନ୍ୟେ ଯଜନ୍ତୋ ମାମୁପାସତେ ।\nଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶ୍ୱତୋମୁଖମ୍ ।।୧୫।।",
"audioLink": "https://www.holy-bhagavad-gita.org/public/audio/009_015.mp3"
},
"wordMeanings": "ଜ୍ଞାନ ଯଜେ୍ଞନ - ଜ୍ଞାନ ଆହରଣ ଦ୍ୱାରା; ଚ - ମଧ୍ୟ; ଅପି - ନିଶ୍ଚିତରୂପେ; ଅନ୍ୟେ - ଅନ୍ୟମାନେ; ଯଜନ୍ତଃ - ପୂଜାକରି; ମାଂ - ମୋତେ; ଉପ।।ସତେ - ପୂଜା କରନ୍ତି; ଏକତ୍ୱେନ - ଏକତ୍ୱଭାବରେ; ପୃଥକ୍ ତ୍ୱେନ - ପୃଥକ ଭାବରେ; ବହୁଧା - ଅନେକ ପ୍ରକାରେ; ବିଶ୍ୱତଃ-ମୁଖମ୍ - ବିଶ୍ୱରୂପରେ ।",
"translation": {
"text": "ଯେଉଁମାନେ ଜ୍ଞାନ ଯଜ୍ଞ କରନ୍ତି, ସେମାନେ ମୋର ଉପାସନା ବିଭିନ୍ନ ଭାବରେ କରନ୍ତି । କେତେଜଣ ଅଦ୍ୱୈତ ରୂପରେ ଅର୍ଥାତ ମୋତେ ସେମାନଙ୍କ ଠାରୁ ଅଭିନ୍ନ ଏବଂ ଆଉ କେତେଜଣ ମୋତେ ସେମାନଙ୍କ ଠାରୁ ପୃଥକ ମନେ କରିଥାଆନ୍ତି । ଅନ୍ୟ କେତେଜଣ ମୋର ସର୍ବବ୍ୟାପୀ ବିଶ୍ୱରୂପର ଉପାସନା କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.15.mp3"
]
},
"commentary": "ପରମ ସତ୍ୟକୁ ପ୍ରାପ୍ତ କରିବା ପାଇଁ ସାଧକମାନେ ବିଭିନ୍ନ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କରିଥାନ୍ତି । ଶ୍ରୀକୃଷ୍ଣ ପୂର୍ବରୁ ଭକ୍ତ କିଏ ତାହା ବର୍ଣ୍ଣନା କରିଥିଲେ । ନିଜକୁ ଭଗବାନଙ୍କର ସନାତନ ଅଂଶ ଏବଂ ସେବକ ମନେକରି, ସେମାନେ ତାଙ୍କ ପାଦପଦ୍ମରେ ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ବର୍ତ୍ତମାନ ଶ୍ରୀକୃଷ୍ଣ ସାଧକମାନେ ଅନୁସରଣ କରୁଥିବା ଅନ୍ୟ ମାର୍ଗ ସମ୍ପର୍କରେ କହୁଛନ୍ତି ।\nଯେଉଁମାନେ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, ସେମାନେ ନିଜକୁ ଭଗବାନଙ୍କ ଠାରୁ ଅଭିନ୍ନ ମନେକରନ୍ତି । ସେମାନେ ‘ସୋହମ୍’ (ମୁଁ ସିଏ ଅଟେ), ‘ଶିବୋହମ୍’ (ମୁଁ ଶିବ ଅଟେ) ଆଦି ସୂତ୍ରର ଗଭୀର ଅନୁଧ୍ୟାନ କରନ୍ତି । ପରମ ତତ୍ତ୍ୱକୁ ଅଦ୍ୱୈତ ବ୍ରହ୍ମ ରୂପରେ ପ୍ରାପ୍ତ କରିବା ସେମାନଙ୍କର ଅନ୍ତିମ ଲକ୍ଷ୍ୟ ଅଟେ । ଜ୍ଞାନୀ ମାନଙ୍କର ବ୍ରହ୍ମ ସତ୍-ଚିତ୍-ଆନନ୍ଦ ସ୍ୱରୂପ, ଅଥଚ ରୂପ, ଗୁଣ, ଶକ୍ତି ଓ ଲୀଳା ରହିତ ଅଟନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ଜ୍ଞାନୀମାନେ ମଧ୍ୟ ତାଙ୍କର ଉପାସକ ଅଟନ୍ତି, କିନ୍ତୁ ସେମାନେ ତାଙ୍କର ସର୍ବବ୍ୟାପୀ ନିରାକାର ରୂପର ଉପାସନା କରିଥାନ୍ତି । ଅପର ପକ୍ଷରେ, ଅଷ୍ଟାଙ୍ଗ ଯୋଗୀ ଆଦି ଅନ୍ୟମାନେ ନିଜକୁ ଭଗବାନଙ୍କଠାରୁ ପୃଥକ ମାନନ୍ତି ଏବଂ ସେହି ଭାବରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଆନ୍ତି ।\nପୁଣି ଅନ୍ୟମାନେ ବିଶ୍ୱ ବ୍ରହ୍ମାଣ୍ଡକୁ ଭଗବାନ ରୂପେ ପୂଜା କରନ୍ତି । ବୈଦିକ ଦର୍ଶନରେ ଏହାକୁ ବିଶ୍ୱରୂପ ଉପାସନା କୁହାଯାଏ । ପାଶ୍ଚାତ୍ୟ ଦର୍ଶନରେ ଏହାକୁ ‘ପାନ୍ଥେଇଜମ୍’ କୁହାଯାଏ । ଏହା ଗ୍ରୀକ୍ ଶବ୍ଦ ପାନ୍ (ସମସ୍ତ) ଓ ଥିଓସ୍ (ଭଗବାନ)ରୁ ଉଦ୍ଧୃତ । ସ୍ପିନୋଜା ଏହି ଦର୍ଶନର ପ୍ରସିଦ୍ଧ ପ୍ରଚାରକ ଥିଲେ । ଯେହେତୁ ବିଶ୍ୱ ବ୍ରହ୍ମାଣ୍ଡ ଭଗବାନଙ୍କର ଅଂଶ ଅଟେ, ତେଣୁ ସେଥି ପ୍ରତି ଦିବ୍ୟ ଭାବନା ରଖିବା ଭୁଲ ନୁହେଁ, କିନ୍ତୁ ତାହା ଅସମ୍ପୂର୍ଣ୍ଣ ଅଟେ । ଏପରି ସାଧକମାନଙ୍କର ଭଗବାନଙ୍କର ଅନ୍ୟ ସ୍ୱରୂପ ସମ୍ବନ୍ଧରେ କୌଣସି ଜ୍ଞାନ ନ ଥାଏ; ଯଥା ବ୍ରହ୍ମ (ସର୍ବବ୍ୟାପୀ ନିରାକାର ସ୍ୱରୂପ), ପରମାତ୍ମା (ସମସ୍ତଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମା) ଏବଂ ଭଗବାନ (ଭଗବାନଙ୍କର ସାକାର ରୂପ) । ଏହିସବୁ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ବ୍ୟକ୍ତିି ମାନେ ଗୋଟିଏ ଭଗବାନଙ୍କର ଉପାସନା କିପରି କରନ୍ତି, ତାହାର ସମାଧାନ ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକ ମାନଙ୍କରେ କରୁଛନ୍ତି ।"
},
{
"verseTitle": "Bhagavad Gita 9.16 – 9.17",
"verse": "16-17",
"chapter": 9,
"lang": "or",
"shloka": {
"speaker": "",
"sanskrit": "अहं क्रतुरहं यज्ञः स्वधाहमहमौषधम् । \n\nमन्त्रोऽहमहमेवाज्यमहमग्निरहं हुतम् ॥16॥ \n\nपिताहमस्य जगतो माता धाता पितामहः ।\n\nवेद्यं पवित्रमोङ्कार ऋक्साम यजुरेव च ॥17॥",
"text": "ଅହଂ କ୍ରତୁରହଂ ଯଜ୍ଞଃ ସ୍ୱଧାହମହମୌଷଧମ୍ ।\n\nମନ୍ତ୍ରୋଽହମହମେବାଜ୍ୟମହମଗ୍ନିରହଂ ହୁତମ୍ ।।୧୬।।\nପିତାହମସ୍ୟ ଜଗତୋ ମାତା ଧାତା ପିତାମହଃ ।\nବେଦ୍ୟଂ ପବିତ୍ରମୋଁକାର ଋକ୍ସାମ ଯଜୁରେବ ଚ ।।୧୭।।",
"audioLink": "https://www.holy-bhagavad-gita.org/public/audio/009_016-017.mp3"
},
"wordMeanings": "ଅହଂ-ମୁଁ; କ୍ରତୁଃ - ବୈଦିକ ବିଧି; ଅହଂ-ମୁଁ; ଯଜ୍ଞଃ - ଯଜ୍ଞ; ସ୍ୱଧା - ଆହୁତି; ଅହଂ- ମୁଁ; ଔଷଧମ୍ - ଔଷଧୀୟ ଉଦ୍ଭିଦ; ମନ୍ତ୍ରଃ - ବୈଦିକ ମନ୍ତ୍ର; ଅହଂ-ମୁଁ; ଅହଂ - ମୁଁ; ଏବ - ନିଶ୍ଚିତ ରୂପେ; ଆଜ୍ୟଂ- ଘୃତ; ଅହଂ -ମୁଁ; ଅଗ୍ନିଃ - ଅଗ୍ନି; ଅହଂ -ମୁଁ; ହୃତମ୍ - ଅର୍ପଣ; ପିତା - ପିତା (ରକ୍ଷକ); ଅହଂ-ମୁଁ; ଅସ୍ୟ - ଏହି; ଜଗତଃ - ବ୍ରହ୍ମାଣ୍ଡର; ମାତା - ମାତା; ଧାତା -ଧାରଣକର୍ତ୍ତା; ପିତାମହଃ - ପିତାମହ; ବେଦ୍ୟଂ - ଯାହା ଜାଣିବା ଉଚିତ୍; ପବିତ୍ରଂ- ଯିଏ ପବିତ୍ର କରେ; ଓଁକାରଃ - ଓଁକାର; ଋକ୍ - ଋକ୍ ବେଦ; ସାମ - ସାମ ବେଦ; ଯଜୁଃ - ଯଜୁର୍ବେଦ; ଏବ - ନିଶ୍ଚିତଭାବେ; ଚ - ଏବଂ ।",
"translation": {
"text": "ମୁଁ ହିଁ ସମସ୍ତ ବୈଦିକ କର୍ମ ଅଟେ, ମୁଁ ହିଁ ଯଜ୍ଞ, ମୁଁ ପିତୃପୁରୁଷଙ୍କୁ ଅର୍ପଣ କରାଯାଉଥିବା ଦ୍ରବ୍ୟ ଅଟେ । ମୁଁ ହିଁ ଔଷଧୀୟ ବୃକ୍ଷ ଏବଂ ମୁଁ ବେଦର ମନ୍ତ୍ର ଅଟେ । ମୁଁ ହିଁ ବିଶୁଦ୍ଧ ଘୃତ, ମୁଁ ହିଁ ଅଗ୍ନି ଏବଂ ମୁଁ ହିଁ ଯଜ୍ଞ ବିଧି ଅଟେ । ଏହି ବିଶ୍ୱର ମୁଁ ହିଁ ପିତା, ମୁଁ ହିଁ ମାତା, ମୁଁଁ ହିଁ ପାଳନ କର୍ତ୍ତା ଏବଂ ପିତାମହ ଅଟେ । ମୁଁ ଶୁଦ୍ଧକାରୀ, ମୁଁ ସମସ୍ତ ଜ୍ଞାନର ଲକ୍ଷ୍ୟ ଏବଂ ପବିତ୍ର ଓଁ କାର ଧ୍ୱନି ଅଟେ । ମୁଁ ହିଁ ଋକ୍ବେଦ, ଶାମ ବେଦ ଓ ଯଜୁର୍ବେଦ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-16.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.16.mp3",
"https://www.gitasupersite.iitk.ac.in/sites/default/files/audio/Purohit/9.17.mp3"
]
},
"commentary": "ଏହି ଶ୍ଲୋକରେ ଶ୍ରୀକୃଷ୍ଣ ତାଙ୍କର ଅନନ୍ତ ଶକ୍ତି ଯୁକ୍ତ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଧାରଣା ଦେଇଛନ୍ତି । କ୍ରତୁ ଶବ୍ଦର ଅର୍ଥ ଯଜ୍ଞ, ଯେପରି କି ବେଦ ବର୍ଣ୍ଣିତ ଅଗ୍ନିହୋତ୍ର ଯଜ୍ଞ । ଯଜ୍ଞର ତାତ୍ପର୍ଯ୍ୟ ସ୍ମୃତି ବର୍ଣ୍ଣିତ ବୈଶ୍ୱଦେବ ଯଜ୍ଞ ଆଦି ଅଟେ । ‘ଔଷଧମ୍’ ଔଷଧୀୟ ଗୁଳ୍ମରେ ନିହିତ ଶକ୍ତିକୁ ବୁଝାଇ ଥାଏ ।\nସୃଷ୍ଟି ଭଗବାନଙ୍କଠାରୁ ଉତ୍ପନ୍ନ ହୋଇଥାଏ, ତେଣୁ ସେ ଏହାର ପିତା ଅଟନ୍ତି । ସୃଷ୍ଟି ପୂର୍ବରୁ ଅବ୍ୟକ୍ତ ମାୟା ଶକ୍ତିକୁ ସେ ନିଜ ଜଠରରେ ଧାରଣ କରିଥାନ୍ତି, ତେଣୁ ସେ ତା’ର ମା ମଧ୍ୟ ଅଟନ୍ତି । ସେ ସଂସାରର ଭରଣ ପୋଷଣ କରନ୍ତି । ଏଣୁ ସେ ତା’ର ଭର୍ତ୍ତା ଅଟନ୍ତି । ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ମଧ୍ୟ ପିତା ଅଟନ୍ତି, ତେଣୁ ସେ ବିଶ୍ୱର ପିତାମହ ଅଟନ୍ତି । ସମସ୍ତ ବେଦ ଭଗବାନଙ୍କଠାରୁ ପ୍ରକଟ ହୋଇଥାଏ । ରାମାୟଣ କହେ, ଜାକୀ ସହଜ ଶ୍ୱାସ ଶ୍ରୁତିଚାରୀ “ବେଦ ଚତୁଷ୍ଟୟକୁ ଭଗବାନଙ୍କର ନିଶ୍ୱାସରୁ ପ୍ରକଟ ହୋଇଥାଆନ୍ତି” । ବେଦ ଭଗବାନଙ୍କର ଜ୍ଞାନଶକ୍ତି ଅଟେ, ଅତଏବ ତାହା ମଧ୍ୟ ଭଗବାନଙ୍କ ଅନନ୍ତ ଶକ୍ତିର ଅଂଶ ବିଶେଷ ଅଟେ । ଶ୍ରୀକୃଷ୍ଣ ଏହି ସତ୍ୟକୁ ନାଟକୀୟ ଶୈଳୀରେ ପ୍ରକାଶ କରିବାକୁ ଯାଇ କହୁଛନ୍ତି,“ମୁଁ ବେଦ ଅଟେ” ।"
},
{
"verseTitle": "Bhagavad Gita 9.18",
"verse": "18",
"chapter": 9,
"lang": "or",
"shloka": {
"speaker": "",
"sanskrit": "गतिर्भर्ता प्रभुः साक्षी निवासः शरणं सुहृत् ।\n\nप्रभवः प्रलयः स्थानं निधानं बीजमव्ययम् ॥18॥",
"text": "ଗତିର୍ଭର୍ତା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃତ୍ ।\nପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମବ୍ୟୟମ୍ ।।୧୮।।",
"audioLink": "https://www.holy-bhagavad-gita.org/public/audio/009_018.mp3"
},
"wordMeanings": "ଗତିଃ - ଲକ୍ଷ୍ୟସ୍ଥଳ; ଭର୍ତା - ପୋଷଣକର୍ତ୍ତା; ପ୍ରଭୁଃ - ପ୍ରଭୁ; ସାକ୍ଷୀ - ସାକ୍ଷୀ; ନିବାସଃ - ନିବାସ ସ୍ଥଳ; ଶରଣଂ -ଶରଣ; ସୁହୃତ୍ - ଅତ୍ୟନ୍ତ ଅନ୍ତରଙ୍ଗ ବନ୍ଧୁ; ପ୍ରଭବଃ - ସୃଷ୍ଟି; ପ୍ରଳୟଃ - ପ୍ରଳୟ, ଧ୍ୱଂସ; ସ୍ଥାନଂ - ସ୍ଥାନ; ନିଧାନମ୍ - ଆଶ୍ରୟସ୍ଥଳ; ବୀଜଂ- ମଞ୍ଜି; ଅବ୍ୟହମ୍ - ଅବ୍ୟୟ ।",
"translation": {
"text": "ଜୀବର ଅନ୍ତିମ ଲକ୍ଷ୍ୟ ମୁଁ ଅଟେ । ମୁଁ ତା’ର ପାଳନ କର୍ତ୍ତା, ପ୍ରଭୁ, ସାକ୍ଷୀ, ନିବାସ, ଆଶ୍ରୟ ଏବଂ ସଖା ମଧ୍ୟ ଅଟେ । ମୁଁ ହିଁ ସୃଷ୍ଟିର ଆରମ୍ଭ, ଅନ୍ତ ଏବଂ ସ୍ଥିତି ଅଟେ । ମୁଁ ହିଁ ଚିରନ୍ତନ ବୀଜ ଏବଂ ତା’ର ଭଣ୍ଡାର ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.18.mp3"
]
},
"commentary": "ଯେହେତୁ ଆତ୍ମା ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ, ତା’ର ସମସ୍ତ ପ୍ରକାର ସମ୍ବନ୍ଧ ଭଗବାନଙ୍କ ସହିତ ଅଛି । କିନ୍ତୁ ଶରୀର ସହିତ ତାଦାତ୍ମ୍ୟ କରି, ଆମେ ଶାରୀରିକ ସମ୍ବନ୍ଧୀ ମାନଙ୍କୁ ନିଜର ପିତା, ମାତା, ପ୍ରିୟତମ, ସନ୍ତାନ, ସଖା ମାନିନେଇ ଥାଏ । ସେମାନଙ୍କ ପ୍ରତି ଆସକ୍ତ ହୋଇ, ଆମେ ବାରମ୍ବାର ମନରେ ସେମାନଙ୍କର ଚିନ୍ତନ କରିଥାଏ । ଫଳତଃ ସାଂସାରିକ ମାୟାରେ ଆମେ ଅଧିକରୁ ଅଧିକ ବାନ୍ଧି ହୋଇଯାଏ । କିନ୍ତୁ ଆମ ଆତ୍ମାର ଅଭିଳଷିତ ବିଶୁଦ୍ଧ ପ୍ରେମ, କୌଣସି ସାଂସାରିକ ସମ୍ବନ୍ଧୀ ଆମକୁ ଦେଇପାରିବେ ନାହିଁ । ଏହାର ଦୁଇଟି କାରଣ ଅଛି । ପ୍ରଥମତଃ, ଏହି ସବୁ ସମ୍ବନ୍ଧ କ୍ଷଣସ୍ଥାୟୀ ଅଟେ ଏବଂ ସେମାନଙ୍କ ମଧ୍ୟରୁ କେହି କିମ୍ବା ଆମେ ନିଜେ ସଂସାର ତ୍ୟାଗ କଲେ, ସେହି ସମ୍ପର୍କ ବିଚ୍ଛିନ୍ନ ହୋଇଯିବା ସ୍ୱାଭାବିକ । ଦ୍ୱିତୀୟତଃ, ସେହି ସମ୍ବନ୍ଧର ଆଧାର ସ୍ୱାର୍ଥ ଅଟେ, ଯାହା ସ୍ୱାର୍ଥସିଦ୍ଧି ଅନୁପାତରେ କମ୍ ବା ବେଶୀ ହେଉଥାଏ । ଏପରି ସଂସାରୀ ପ୍ରେମର ମାତ୍ରା ଓ ଗଭୀରତା ଦିନସାରା ପ୍ରତି ମୁହୂର୍ତ୍ତରେ ବଦଳୁଥାଏ - “ମୋ ସ୍ତ୍ରୀ ବହୁତ ଭଲ ଅଟେ....ସେ ସେତେ ଭଲ ନୁହେଁ....ସେ ଚଳିବ...ସେ ଅତ୍ୟନ୍ତ ଖରାପ” ଏହା ସାଂସାରିକ ନାଟକରେ ପ୍ରେମର ପରିବର୍ତ୍ତିତ ସ୍ୱରୂପର ସୀମା ଅଟେ । ଅନ୍ୟ ପକ୍ଷରେ, ଭଗବାନ ଜଣେ ହିଁ ଆମର ଏପରି ସମ୍ବନ୍ଧୀ, ଯିଏ ଜନ୍ମ ଜନ୍ମାନ୍ତରରୁ ଆମ ସହିତ ରହିଛନ୍ତି । ପ୍ରତି ଜନ୍ମରେ ପ୍ରତ୍ୟେକ ଜୀବ ସ୍ୱରୂପରେ, ସେ ଆମ ସହିତ ରହନ୍ତି ଏବଂ ଆମ ହୃଦୟରେ ନିବାସ କରନ୍ତି । ଏହିପରି ଭାବରେ ସେ ଆମର ନିତ୍ୟ ସମ୍ବନ୍ଧୀ ଅଟନ୍ତି । ଏତଦ୍ବ୍ୟତିତ ତାଙ୍କର ଆମଠାରେ କୌଣସି ସ୍ୱାର୍ଥ ନାିହଁ । ସେ ନିଜେ ନିଖୁଣ ଓ ସ୍ୱୟଂ-ସମ୍ପୂର୍ଣ୍ଣ ଅଟନ୍ତି । ନିଃସ୍ୱାର୍ଥପର ଭାବରେ ସେ ଆମକୁ ଭଲ ପାଆନ୍ତି, କାରଣ ଏକମାତ୍ର ସେ ହିଁ ଆମର ଚିରନ୍ତନ କଲ୍ୟାଣ ଇଚ୍ଛା କରନ୍ତି । ଅତଏବ, ଏକମାତ୍ର ଭଗବାନ ହିଁ ଆମର ସଚ୍ଚା ସମ୍ବନ୍ଧୀ ଅଟନ୍ତି; ଯିଏ କି ନିତ୍ୟ ଓ ନିଃସ୍ୱାର୍ଥ ଅଟନ୍ତି ।\nଏହି ତଥ୍ୟକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ବୁଝିବା ପାଇଁ ସମୁଦ୍ର ଏବଂ ସେଥିରୁ ଉତ୍ପନ୍ନ ହେଉଥିବା ତରଙ୍ଗମାନଙ୍କର ସମ୍ପର୍କର ଦୃଷ୍ଟାନ୍ତ ବିଚାରଣୀୟ । ସମୁଦ୍ରରୁ ଉଠୁଥିବା ଦୁଇଟି ପାଖାପାଖି ତରଙ୍ଗ କିଛି ସମୟ ପାଇଁ ଏକତ୍ର ପ୍ରବାହିତ ହୁଅନ୍ତି ଓ କୌତୁକପୂର୍ଣ୍ଣ ଭାବେ ପରସ୍ପର ସହିତ ଖେଳନ୍ତି, ଦେଖିଲେ ମନେହୁଏ ସେମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । କିନ୍ତୁ ବାସ୍ତବରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଥାଏ କି? ନା, ସେମାନେ ସମୁଦ୍ରରୁ ଉତ୍ପନ୍ନ ହୋଇଥାଆନ୍ତି ଏବଂ ସେମାନଙ୍କର ସମ୍ପର୍କ କେବଳ ସମୁଦ୍ର ସହିତ ଥାଏ । ସେହିପରି ଭଗବାନ ସମୁଦ୍ର ସଦୃଶ ଅଟନ୍ତି ଏବଂ ଆମେ ସବୁ ଜୀବ ତରଙ୍ଗ ପରି ତାଙ୍କଠାରୁ ଉତ୍ପନ୍ନ ହୋଇଅଛେ । ଶାରୀରିକ ସମ୍ବନ୍ଧୀମାନଙ୍କ ସହିତ ଆମେ ଯେଉଁ ସମ୍ପର୍କ ସ୍ଥାପନ କରିଥାଏ, ତାହା କେବଳ ମୃତ୍ୟୁ ପର୍ଯ୍ୟନ୍ତ । ମୃତ୍ୟୁରେ ସମସ୍ତଙ୍କୁ ପରିତ୍ୟାଗ କରି ଆମେ ଏକୁଟିଆ ହିଁ ଅନ୍ୟ ଏକ ଜନ୍ମର ଯାତ୍ରା ପଥରେ ଅଗ୍ରସର ହୋଇଥାଏ । ବାସ୍ତବ ସତ୍ୟ ଏହା ଯେ ଜୀବର ପରସ୍ପର ସହିତ କୌଣସି ସମ୍ବନ୍ଧ ନାହିଁ, ତା’ର ଏକମାତ୍ର ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି, ଯାହାଠାରୁ ସେ ଉତ୍ପନ୍ନ ହୋଇଥାଏ ।\nଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଆମକୁ ଶରୀର ଓ ଶାରୀରିକ ସମ୍ବନ୍ଧୀମାନଙ୍କ ସହିତ ରହିଥିବା ଆମ ସମ୍ପର୍କର ଊର୍ଦ୍ଧ୍ୱକୁ ନେଇଯାଇଛନ୍ତି । ଆତ୍ମା ସ୍ତରରେ “କେବଳ ଭଗବାନଙ୍କ ସହିତ ହିଁ ଆମର ସମସ୍ତ ପ୍ରକାର ସମ୍ପର୍କ ରହିଛି - ଯଥା ସେ ଆମର ପିତା, ମାତା, ଭଉଣୀ, ଭାଇ, ପ୍ରିୟତମ ଓ ସଖା ଅଟନ୍ତି” । ଏହି ସତ୍ୟର ପୁନରାବୃତ୍ତି ବୈଦିକ ଗ୍ରନ୍ଥମାନଙ୍କରେ ବାରମ୍ବାର କରାଯାଇଅଛି ।\nଦିବ୍ୟୋ ଦେବ ଏକୋ ନାରାୟଣୋ ମାତା ପିତା ଭ୍ରାତା ସୁହୃତ୍ ଗତିଃନିବସଃ ଶରଣଂ ସୁହୃିତ୍ ଗତିର୍ନାରାୟଣ ଇତି । (ସୁବାଳ ଶ୍ରୁତି, ମନ୍ତ୍ର ୬)\n“କେବଳ ପ୍ରଭୁ ନାରାୟଣ ହିଁ ଜୀବର ମାତା, ପିତା, ପ୍ରିୟତମ ଏବଂ ଅନ୍ତିମ ଲକ୍ଷ୍ୟ ଅଟନ୍ତି ।”\nମୋରେ ସବଇ ଏକ ତୁହ୍ମ ସ୍ୱାମୀ, ଦୀନବନ୍ଧୁ ଉର ଅନ୍ତରଯାମୀ । (ରାମାୟଣ)\n“ହେ ପ୍ରଭୁ ରାମ! ଏକମାତ୍ର ତୁମେ ହିଁ ମୋର ପ୍ରଭୁ, ପତିତପାବନ ଓ ଅନ୍ତର୍ଯ୍ୟାମୀ ଅଟ ।” ଭଗବାନଙ୍କ ସହିତ ଆମର ଚିରନ୍ତନ ସମ୍ପର୍କର ବ୍ୟାପକତା ଉପଲବ୍ଧି କରି, ଆମେ ନିଜର ମନକୁ ତାଙ୍କଠାରେ ଲଗାଇବା ପାଇଁ ଯତ୍ନଶୀଳ ହେବା ଆବଶ୍ୟକ । ତଦ୍ୱାରା ଆମର ମନ ଶୁଦ୍ଧ ହେବ ଓ ଆମେ “ମାମେକଂ ଶରଣଂ ବ୍ରଜ” ବା ପୂର୍ଣ୍ଣ ଶରଣାଗତି ରୂପକ ଶର୍ତ୍ତ ପୂରଣ କରି ପାରିବା, ଯାହାକି ଭଗବତ୍ କୃପା ପ୍ରାପ୍ତ କରିବା ନିମନ୍ତେ ପରମ ଆବଶ୍ୟକ ଅଟେ । ଏହିପରି ଅନନ୍ୟତା ହାସଲ କରିବା ପାଇଁ ଆମକୁ ସବୁ ପ୍ରକାରର ସାଂସାରିକ ଆସକ୍ତିକୁ ତ୍ୟାଗ କରି ମନକୁ ଏକମାତ୍ର ଭଗବାନଙ୍କଠାରେ ଆସକ୍ତ କରିବାକୁ ପଡିବ । ରାମାୟଣ କହେ:\nସବ କଇ ମମତା ତାଗ ବଟୋରି, ମମ ପଦ ମନହି ବାନ୍ଧ ବରି ଡ଼ୋରି ।\n“ସଂସାରର ସମସ୍ତ ବନ୍ଧନର ଖିଅକୁ କାଟି, ସେହି ଖିଅରେ ଗୋଟିଏ ଦଉଡ଼ି ତିଆରି କରି ଭଗବାନଙ୍କ ପାଦପଦ୍ମରେ ବାନ୍ଧିଦିଅ ।” ତାଙ୍କ ଠାରେ ଆମ ମନକୁ ବାନ୍ଧିବାରେ ସାହାଯ୍ୟ କରିବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ, ଆତ୍ମାର ସବୁ ସମ୍ପର୍କ କେବଳ ଭଗବାନଙ୍କ ସହିତ ହିଁ ଅଛି ।"
},
{
"verseTitle": "Bhagavad Gita 9.19",
"verse": "19",
"chapter": 9,
"lang": "or",
"shloka": {
"speaker": "",
"sanskrit": "तपाम्यहमहं वर्षं निगृह्णाम्युत्सृजामि च।\n\nअमृतं चैव मृत्युश्च सदसच्चाहमर्जुन ॥19॥",
"text": "ତପାମ୍ୟହମହଂ ବର୍ଷଂ ନିଗୃହ୍ଣାମ୍ୟୁତ୍ସୃଜାମି ଚ ।\nଅମୃତଂ ଚୈବ ମୃତ୍ୟୁଶ୍ଚ ସଦସଚ୍ଚାହମ୍ର୍ଜ୍ଜୁନ ।।୧୯।।",
"audioLink": "https://www.holy-bhagavad-gita.org/public/audio/009_019.mp3"
},
"wordMeanings": "ତପାମି - ଉତ୍ତାପ ଦିଏ; ଅହଂ - ମୁଁ; ଅହଂ- ମୁଁ; ବର୍ଷଂ - ବର୍ଷା; ନିଗୃହ୍ଣାମି - ବନ୍ଦ କରାଏ; ତତ୍ -ସୃଜାମି - ପଠାଏ; ଚ - ଏବଂ; ଅମୃତଂ - ଅମରତ୍ୱ: ଚ- ଏବଂ; ଏବ - ନିଶ୍ଚିତ ରୂପେ: ମୃତ୍ୟୁଃ - ମୃତ୍ୟୁ; ଚ - ଏବଂ; ସତ୍- ଶାଶ୍ୱତ; ଅସତ୍- କ୍ଷଣସ୍ଥାୟୀ; ଚ - ଏବଂ; ଅହଂ - ମୁଁ; ଅର୍ଜୁନ - ହେ ଅର୍ଜୁନ!",
"translation": {
"text": "ହେ ଅର୍ଜୁନ, ସୂର୍ଯ୍ୟ ରୂପରେ ମୁଁ ଉତ୍ତାପ ବିକିରଣ କରେ; ବୃଷ୍ଟି କରାଏ ଏବଂ ବନ୍ଦ କରାଏ । ମୁଁ ଅମରତ୍ୱ ତଥା ମୃତ୍ୟୁର ମୂର୍ତ୍ତିମନ୍ତ ସ୍ୱରୂପ ଅଟେ । ମୁଁ ଉଭୟ ସଜୀବ ଏବଂ ନିର୍ଜୀବ ବସ୍ତୁ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.19.mp3"
]
},
"commentary": "ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭଗବାନ ସୃଷ୍ଟି ପ୍ରାରମ୍ଭ କଲେ, ସର୍ବପ୍ରଥମେ ସେ ପ୍ରଥମ ପୁରୁଷ ବ୍ରହ୍ମାଙ୍କୁ ପ୍ରକଟ କଲେ ଏବଂ ଜୀବ ଜଗତ ସୃଷ୍ଟି କରିବା ଦାୟୀତ୍ୱ ତାଙ୍କୁ ଦେଲେ । ସୁକ୍ଷ୍ମ ମାୟାଶକ୍ତିରୁ କିଭଳି ସଂସାର ସୃଷ୍ଟି କରାଯିବ ତାହା ଚିନ୍ତା କରି ବ୍ରହ୍ମା ବିସ୍ମୟାଭିଭୂତ ହୋଇ ପଡ଼ିଲେ । ତାପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ । ଏହାକୁ ଚତୁଃଶ୍ଲୋକୀ ଭାଗବତ କୁହାଯାଏ । ଏହାର ଆଧାରର ବ୍ରହ୍ମା ସୃଷ୍ଟି କରିବାକୁ ଅଗ୍ରସର ହେଲେ । ଏହାର ପ୍ରଥମ ଶ୍ଲୋକ ଘୋଷଣା କରେ:\n“ଅହମେବାସମେବାଗ୍ରେ ନାନ୍ୟଦ୍ୟତ୍ସଦସତ୍ ପରମ୍ ।ପଶ୍ଚାଦହଂ ଯଦେତଚ୍ଚ ଯୋ ବଶିଷ୍ୟେତ ସୋଽସ୍ମ୍ୟହମ୍ ।।”\nଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ କହୁଛନ୍ତି : “ମୁଁ ହିଁ ସବୁକିଛି । ସୃଷ୍ଟିର ପୂର୍ବରୁ ମୁ ହିଁ ଥିଲି । ବର୍ତ୍ତମାନ ସୃଷ୍ଟିରେ ବିଶ୍ୱର ସମସ୍ତ ପ୍ରକାଶିତ ବସ୍ତୁ ମୁଁ ହିଁ ଅଟେ । ପ୍ରଳୟ ପରେ ମୁଁ ହିଁ ଏକୁଟିଆ ରହିବି । ମୋ ବ୍ୟତିତ ଅନ୍ୟ କିିଛି ନାହିଁ । ଉପରୋକ୍ତ ସତ୍ୟ ଏହା ପ୍ରତିପାଦିତ କରେ ଯେ ଯେଉଁ ଦ୍ରବ୍ୟ ଦ୍ୱାରା ଆମେ ଭଗବାନଙ୍କର ଉପାସନା କରିଥାଏ, ତାହା ମଧ୍ୟ ଭଗବାନ ଅଟନ୍ତି । ଗଙ୍ଗାସ୍ନାନ କରିବାକୁ ଯାଇ ଲୋକେ ଶରୀରର ନିମ୍ନ ଅଂଶକୁ ନଦୀରେ ବୁଡ଼ାଇ, ଅଞ୍ଜୁଳାରେ ପାଣି ନେଇ ତାହାକୁ ଗଙ୍ଗାକୁ ହିଁ ଅର୍ପଣ କରନ୍ତି । ଏହିପରି ଭାବରେ ସେମାନେ ଗଙ୍ଗାଜଳରେ ହିଁ ଗଙ୍ଗାଙ୍କର ତର୍ପଣ କରନ୍ତି । ସେହିପରି ସବୁକିଛି ଭଗବାନ ହୋଇଥିବା ଦୃଷ୍ଟିରୁ ଆମେ ପୂଜା କରିବା ପାଇଁ ଯେଉଁ ବସ୍ତୁର ବ୍ୟବହାର କରିଥାଏ, ତାହା ଭଗବାନଙ୍କ ଠାରୁ ଭିନ୍ନ ନୁହେଁ । ଶ୍ଲୋକ ସଂଖ୍ୟା୧୬ ଏବଂ ୧୭ରେ, ଶ୍ରୀକୃଷ୍ଣ ନିଜର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କହିଥିଲେ, ସେ ହିଁ ବେଦ, ଯଜ୍ଞ ଅଗ୍ନି, ଓଁ କାର, ବିଶୁଦ୍ଧ ଘୃତ ଏବଂ ଅର୍ପଣ ପ୍ରକ୍ରିୟା ମଧ୍ୟ ସେ ହିଁ ଅଟନ୍ତି । ତେଣୁ ଆମ ଭକ୍ତିର ସ୍ୱରୂପ ବା ମନୋଭାବ ଯାହା ହେଉନା କାହିଁକି, ଭଗବାନଙ୍କ ବ୍ୟତିତ ଅନ୍ୟ କିଛି ହିଁ ନାହିଁ, ଯାହା ଆମେ ତାଙ୍କୁ ଅର୍ପଣ କରି ପାରିବା । ତଥାପି ବସ୍ତୁ ନୁହେଁ, ଆମର ପ୍ରେମଯୁକ୍ତ ଭାବନା ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିଥାଏ ।"
},
{
"verseTitle": "Bhagavad Gita 9.20",
"verse": "20",
"chapter": 9,
"lang": "or",
"shloka": {
"speaker": "",
"sanskrit": "त्रैविद्या माँ सोमपाः पूतपापा यज्ञैरिष्ट्वा स्वर्गतिं प्रार्थयन्ते। \n\nते पुण्यमासाद्य सुरेन्द्रलोक मश्नन्ति दिव्यान्दिवि देवभोगान् ॥20॥",
"text": "ତ୍ରୈବିଦ୍ୟା ମାଂ ସୋମପାଃ ପୂତପାପା ଯଜେ୍ଞୌ ରିଷ୍ଟ୍ୱା ସ୍ୱର୍ଗତିଂ ପାର୍ଥୟନ୍ତେ ।\nତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ରଲୋକ ମଶ୍ନନ୍ତି ଦିବ୍ୟାନ୍ଦିବି ଦେବଭୋଗାନ୍ ।।୨୦।।",
"audioLink": "https://www.holy-bhagavad-gita.org/public/audio/009_020.mp3"
},
"wordMeanings": "ତ୍ରୈବିଦ୍ୟା - କର୍ମ କାଣ୍ଡ; ମାଂ- ମୋତେ; ସୋମପାଃ - ସୋମରସ ପାନକାରୀ; ପୂତ- ପବିତ୍ର, ପାପାଃ - ପାପସମୂହ; ଯଜେ୍ଞୌଃ - ଯଜ୍ଞଦ୍ୱାରା; ଇଷ୍ଟ୍ୱା - ଉବାସନା; ସ୍ୱର୍ଗତିଂ - ସ୍ୱର୍ଗଲୋକକୁ; ପ୍ରାର୍ଥୟନ୍ତେ - ପ୍ରାର୍ଥନା କରନ୍ତି; ତେ - ସେମାନେ; ପୁଣ୍ୟଂ - ପୁଣ୍ୟ; ଆସାଦ୍ୟ - ଉପଭୋଗ କରି; ସୁରେନ୍ଦ୍ର - ଇନ୍ଦ୍ରଙ୍କର; ଲୋକଂ - ଲୋକ (ଜଗତ୍); ଅଶ୍ନନ୍ତି - ଉପଭୋଗ କରନ୍ତି; ଦିବ୍ୟାନ୍ - ଦିବ୍ୟ; ଦିବି - ସ୍ୱର୍ଗରେ; ଦେବ-ଭୋଗାନ୍ - ଦେବତାମାନଙ୍କ ସୁଖ ।",
"translation": {
"text": "ଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.20.mp3"
]
},
"commentary": "ତ୍ରୈବିଦ୍ୟା - କର୍ମ କାଣ୍ଡ; ମାଂ- ମୋତେ; ସୋମପାଃ - ସୋମରସ ପାନକାରୀ; ପୂତ- ପବିତ୍ର, ପାପାଃ - ପାପସମୂହ; ଯଜେ୍ଞୌଃ - ଯଜ୍ଞଦ୍ୱାରା; ଇଷ୍ଟ୍ୱା - ଉବାସନା; ସ୍ୱର୍ଗତିଂ - ସ୍ୱର୍ଗଲୋକକୁ; ପ୍ରାର୍ଥୟନ୍ତେ - ପ୍ରାର୍ଥନା କରନ୍ତି; ତେ - ସେମାନେ; ପୁଣ୍ୟଂ - ପୁଣ୍ୟ; ଆସାଦ୍ୟ - ଉପଭୋଗ କରି; ସୁରେନ୍ଦ୍ର - ଇନ୍ଦ୍ରଙ୍କର; ଲୋକଂ - ଲୋକ (ଜଗତ୍); ଅଶ୍ନନ୍ତି - ଉପଭୋଗ କରନ୍ତି; ଦିବ୍ୟାନ୍ - ଦିବ୍ୟ; ଦିବି - ସ୍ୱର୍ଗରେ; ଦେବ-ଭୋଗାନ୍ - ଦେବତାମାନଙ୍କ ସୁଖ ।\nଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।\nପୂର୍ବରୁ ଶ୍ଲୋକ ୯.୧୧ ଓ ୯.୧୨ରେ ଶ୍ରୀକୃଷ୍ଣ ନାସ୍ତିକ ଏବଂ ଦୈତ୍ୟ ସ୍ୱଭାବର ଲୋକଙ୍କ ପ୍ରବୃତ୍ତି ଏବଂ ସେମାନେ ପାଉଥିବା ଦଣ୍ଡ ବିଷୟରେ ବର୍ଣ୍ଣନା କରିଛନ୍ତି । ତାପରେ ଯେଉଁମାନେ ଭକ୍ତିଯୁକ୍ତ ହୋଇ ତାଙ୍କ ଠାରେ ମନ ଲଗାଇଥାନ୍ତି, ସେପରି ମହାତ୍ମାମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ।\nଉପରୋକ୍ତ ଶ୍ଲୋକ ଓ ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ ଯେଉଁମାନେ ଭକ୍ତ ନୁହନ୍ତି କି ନାସ୍ତିକ ନୁହନ୍ତି, ସେମାନଙ୍କ ବିଷୟରେ କହୁଛନ୍ତି । ସେମାନେ ବେଦ ବର୍ଣ୍ଣିତ କର୍ମକାଣ୍ଡ ପାଳନ କରିଥାନ୍ତି । କର୍ମକାଣ୍ଡକୁ ଏଠାରେ ‘ତ୍ରୈବିଦ୍ୟା’ କୁହାଯାଇଅଛି । ଯେଉଁମାନେ କର୍ମକାଣ୍ଡ ପ୍ରତି ଆଗ୍ରହୀ, ସେମାନେ ଇନ୍ଦ୍ର ଆଦିି ଦେବତାମାନଙ୍କୁ ଯଜ୍ଞ ତଥା ଅନ୍ୟାନ୍ୟ ବିଧି ଦ୍ୱାରା ପୂଜା କରନ୍ତି । ପରୋକ୍ଷ ଭାବରେ ସେମାନେ ପରଂବ୍ରହ୍ମଙ୍କର ହିଁ ଉପାସନା କରିଥାଆନ୍ତି, କିନ୍ତି ସେମାନେ ବୁଝି ନ ଥାନ୍ତି ଯେ ଦେବତାମାନଙ୍କ ମାଧ୍ୟମରେ ସ୍ୱୟଂ ଭଗବାନ ହିଁ ବର ପ୍ରଦାନ କରନ୍ତି । କର୍ମକାଣ୍ଡକୁ ଉତ୍ତମ କର୍ମ ରୂପେ ପରିଗଣିତ କରାଯାଏ, କିନ୍ତୁ ଭକ୍ତି ଭାବରେ ନୁହେଁ । କର୍ମକାଣ୍ଡ ପାଳନ କରୁଥିବା ଲୋକମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୁଅନ୍ତି ନାହିଁ । ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକ ପରି, ମାୟିକ ଜଗତ ଅନ୍ତର୍ଭୁକ୍ତ ଉଚ୍ଚତର ଲୋକକୁ ଗମନ କରନ୍ତି । ସେଠାରେ ସେମାନେ ସ୍ୱର୍ଗୀୟ ସୁଖ ପ୍ରାପ୍ତ କରନ୍ତି, ଯାହା ପୃଥିବୀ ଲୋକର ସୁଖ ଠାରୁ ହଜାର ଗୁଣରେ ଅଧିକ ଅଟେ । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ସ୍ୱର୍ଗସୁଖର ଦୋଷ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 9.21",
"verse": "21",
"chapter": 9,
"lang": "or",
"shloka": {
"speaker": "",
"sanskrit": "ते तं भुक्त्वा स्वर्गलोकं विशालं क्षीणे पुण्ये मर्त्यलोकं विशन्ति ।\n\nएवं त्रयीधर्ममनुप्रपन्ना गतागतं कामकामा लभन्ते ॥21॥",
"text": "ତେ ତଂ ଭୁକ୍ତ୍ୱା ସ୍ୱର୍ଗଲୋକଂ ବିଶାଳଂ\nକ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକଂ ବିଶନ୍ତି ।\nଏବଂ ତ୍ରୟୀଧର୍ମମନୁପ୍ରପନ୍ନା\nଗତାଗତଂ କାମକାମା ଲଭନ୍ତେ ।।୨୧।।",
"audioLink": "https://www.holy-bhagavad-gita.org/public/audio/009_021.mp3"
},
"wordMeanings": "ତେ - ସେମାନେ; ତଂ - ତାହା; ଭୁକ୍ତ୍ୱା - ଉପଭୋଗ କରି; ସ୍ୱର୍ଗଲୋକଂ - ସ୍ୱର୍ଗ; ବିଶାଳମ୍ - ବିଶାଳ; କ୍ଷୀଣେ - ଶେଷହେଲେ; ପୁଣ୍ୟେ - ପୁଣ୍ୟକର୍ମ; ମର୍ତ୍ତ୍ୟଲୋକମ୍ - ମୃତ୍ୟୁ ଲୋକ; ବିଶନ୍ତି - ଫେରି ଆସନ୍ତି; ଏବଂ - ଏହିପରି ଭାବରେ; ତ୍ରୟୀଧର୍ମଂ - କର୍ମକାଣ୍ଡ; ଅନୁପ୍ରପନ୍ନା - ଅନୁସରଣ କରି; ଗତ ଅଗତଂ - ମୃତ୍ୟୁ ଏବଂ ଜନ୍ମ; କାମ କାମାଃ - ଇନ୍ଦ୍ରିୟ-ଭୋଗ୍ୟ ବସ୍ତୁ; ଲଭତେ - ଲାଭ କରନ୍ତି ।",
"translation": {
"text": "ସ୍ୱର୍ଗର ଅପରିମିତ ସୁଖ ଭୋଗ କରି ସେମାନଙ୍କର ଗଚ୍ଛିତ ପୁଣ୍ୟ ଯେତେବେଳେ ହ୍ରାସ ପାଇଥାଏ, ସେମାନେ ପୁନର୍ବାର ପୃଥିବୀ ଲୋକକୁ ଫେରି ଆସନ୍ତି । ସୁତରାଂ ଯେଉଁମାନେ ବୈଦିକ କର୍ମକାଣ୍ଡ ଅନୁଷ୍ଠାନ କରି, ଭୋଗ୍ୟବସ୍ତୁର କାମନା କରିଥାଆନ୍ତି, ସେମାନେ ବାରମ୍ବାର ପୃଥିବୀ ଲୋକକୁ ଯିବା ଆସିବା କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.21.mp3"
]
},
"commentary": "ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବର୍ଣ୍ଣନା କରିଛନ୍ତି ଯେ ସ୍ୱର୍ଗଲୋକର ସ୍ୱର୍ଗୀୟ ସୁଖ ଅସ୍ଥାୟୀ ଅଟେ । ଯେଉଁ ବ୍ୟକ୍ତିମାନେ ସ୍ୱର୍ଗଲୋକ ପ୍ରାପ୍ତ କରିଥାନ୍ତି, ସେଠାରେ ସେମାନେ ସ୍ୱର୍ଗ ସୁଖକୁ ପୂର୍ଣ୍ଣ ଉପଭୋଗ କରି ସାରିବା ପରେ ସେମାନଙ୍କର ସବୁ ପୁଣ୍ୟ କ୍ଷୟ ହୋଇଯାଏ ଏବଂ ତାପରେ ସେମାନଙ୍କୁ ପୁଣି ପୃଥିବୀ ଲୋକକୁ ପଠାଇ ଦିଆଯାଇ ଥାଏ । ତେଣୁ ସ୍ୱର୍ଗଲୋକର ସ୍ତରକୁ ଉନ୍ନୀତ ହେବା ପରେ ମଧ୍ୟ, ଆତ୍ମାର ଚିରନ୍ତନ ଅନ୍ୱେଷଣ ସମାପ୍ତ ହୁଏ ନାହିଁ । ଅନନ୍ତ ଜନ୍ମରେ ଆମେ ଅନେକ ଥର ସେଠାକୁ ଯାଇଛେ, କିନ୍ତୁ ଆତ୍ମାର ଅନନ୍ତ ଆନନ୍ଦର କ୍ଷୁଧା ଏପର୍ଯ୍ୟନ୍ତ ପରିତୃପ୍ତ ହୋଇନାହିଁ । ସମସ୍ତ ବୈଦିକ ଗ୍ରନ୍ଥ ଏହାକୁ ସମର୍ଥନ କରିଥାଆନ୍ତି ।\nତାବତ୍ ପ୍ରମୋଦତେ ସ୍ୱର୍ଗେ ଯାବତ୍ ପୁଣ୍ୟଂ ସମାପ୍ୟତେ ।କ୍ଷୀଣ ପୁଣ୍ୟଃ ପତତ୍ୟର୍ବାଗନିଚ୍ଛନ୍ କାଳ-ଚାଳିତଃ । । (ଭାଗବତ ୧୧.୧୦.୨୬)\nସ୍ୱର୍ଗର ବାସିନ୍ଦାଗଣ, ତାଙ୍କର ପୁଣ୍ୟ ଶେଷ ହେବା ପର୍ଯ୍ୟନ୍ତ, ସ୍ୱର୍ଗଲୋକର ସୁଖ ଉପଭୋଗ କରନ୍ତି । ସମୟ କ୍ରମେ ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ପୁଣି ନିମ୍ନଲୋକକୁ ଫେରିବାକୁ ବାଧ୍ୟ ହୁଅନ୍ତି ।\nସ୍ୱର୍ଗହୁ ସ୍ୱଳ୍ପ ଅନ୍ତ ଦୁଖଦାୟୀ (ରାମାୟଣ)\nସ୍ୱର୍ଗପ୍ରାପ୍ତି କ୍ଷଣିକ ଅଟେ ଏବଂ ତା ପରେ ଦୁଃଖ ଆସିଥାଏ ।\nଫୁଟବଲ୍ଟିଏ ଯେପରି ପଡ଼ିଆ ସାରା ସମସ୍ତଙ୍କର ଗୋଇଠାମାଡ଼ ଖାଉଥାଏ, ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆତ୍ମାକୁ ମଧ୍ୟ ମାୟା ସର୍ବତ୍ର ଗୋଇଠା ମାରି ଚାଲିଥାଏ । କେତେବେଳେ ସେ ନିମ୍ନ ଲୋକକୁ ଯାଏ ତ କେତେବେଳେ ଉଚ୍ଚ ଲୋକକୁ ଯାଇଥାଏ । ସେହି ସମୟରେ ସେ ଧାରଣ କରୁଥିବା ବିଭିନ୍ନ ଶରୀର ମଧ୍ୟରୁ, କେବଳ ମାନବ ଶରୀର ହିଁ ଭଗବତ୍ ପ୍ରାପ୍ତିର ସୁଯୋଗ ଦେଇଥାଏ । ସେଥିପାଇଁ ଶାସ୍ତ୍ର କହେ, ସ୍ୱର୍ଗର ଦେବତାମାନେ ମଧ୍ୟ ମନୁଷ୍ୟ ଜନ୍ମ ପାଇଁ ପ୍ରାର୍ଥନା କରିଥାଆନ୍ତି, ଯଦ୍ୱାରା ସେମାନେ ତାଙ୍କର ସ୍ୱର୍ଗଯିବାର ତ୍ରୁଟି ସଂଶୋଧନ କରି ଭଗବତ୍ ପ୍ରାପ୍ତି ପାଇଁ ସାଧନା କରିପାରିବେ ।\n“ଦୁର୍ଲଭଂ ମାନୁଷଂ ଜନ୍ମ ପ୍ରାର୍ଥୟତେ ତ୍ରିଦଶୈରପି” (ନାରଦ ପୁରାଣ)\n“ମାନବ ଦେହ ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତା ମାନେ ମଧ୍ୟ ଏହାକୁ ପ୍ରାପ୍ତ କରିବାକୁ ପ୍ରାର୍ଥନା କରନ୍ତି ।”ସେଥିପାଇଁ ଭଗବାନ ରାମ ଅଯୋଧ୍ୟାବାସୀଙ୍କୁ ଉପଦେଶ ଦେଇଥିଲେ:\nବଡେଁ ଭାଗ ମାନୁଷ ତନୁ ପାବା,ସୁର ଦୁର୍ଲଭ ସବ ଗ୍ରନ୍ଥହ୍ନି ଗାବା । (ରାମାୟଣ)\n“ହେ ଅଯୋଧ୍ୟାବାସୀଗଣ! ମାନବ ଶରୀର ମିଳିଥିବାରୁ ଆପଣମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏହା ଅତ୍ୟନ୍ତ ଦୁର୍ଲଭ ଅଟେ,ତେଣୁ ଦେବତାମାନେ ମଧ୍ୟ ଏହା ଇଚ୍ଛା କରିଥାନ୍ତି ।” ସ୍ୱର୍ଗର ଦେବତାଗଣ ମାନବ ଶରୀର ଇଚ୍ଛା କରୁଥିବା ବେଳେ, ଆମେ ମନୁଷ୍ୟମାନେ କାହିଁକି ସ୍ୱର୍ଗଲୋକର କାମନା କରିବା? ବରଂ ଆମେ ପ୍ରଭୁ ଶ୍ରୀରାମଙ୍କର ଭକ୍ତି କରି ଭଗବତ୍ ପ୍ରାପ୍ତି ପାଇଁ ଚେଷ୍ଟା କରିବା ଉଚିତ ।"
},
{
"verseTitle": "Bhagavad Gita 9.22",
"verse": "22",
"chapter": 9,
"lang": "or",
"shloka": {
"speaker": "",
"sanskrit": "अनन्याश्चिन्तयन्तो मां ये जनाः पर्युपासते।\n\nतेषां नित्याभियुक्तानां योगक्षेमं वहाम्यहम् ॥22॥",
"text": "ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ ।\nତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।।୨୨।।",
"audioLink": "https://www.holy-bhagavad-gita.org/public/audio/009_022.mp3"
},
"wordMeanings": "ଅନନ୍ୟଃ - ଅନନ୍ୟ ଭାବରେ; ଚିନ୍ତୟନ୍ତଃ - ଚିନ୍ତାକରି, ଧ୍ୟାନକରି; ମାଂ- ମୋତେ; ଯେ - ଯେଉଁମାନେ; ଜନାଃ - ଲୋକମାନେ; ପର୍ଯ୍ୟୁପାସତେ - ଅନନ୍ୟ ଉପାସନା କରନ୍ତି; ତେଷାମ୍ - ସେମାନଙ୍କର; ନିତ୍ୟ - ସର୍ବଦା; ଅଭିଯୁକ୍ତାନାମ୍ - ଭକ୍ତିରେ ସ୍ଥିର; ଯୋଗ - ଆଧ୍ୟାତ୍ମିକ ସଂପଦ ଦେବା; କ୍ଷେମ - ଆଧ୍ୟାତ୍ମିକ ସଂପଦର ସୁରକ୍ଷା;ବହାମି - ବହନ କରେ; ଅହମ୍ - ମୁଁ ।",
"translation": {
"text": "ଯେଉଁମାନେ ସର୍ବଦା, ଅନନ୍ୟ ଭକ୍ତି ଯୁକ୍ତ ହୋଇ ମୋର ଧ୍ୟାନରେ ନିମଗ୍ନ ରୁହନ୍ତି, ଯାହାର ମନ ସର୍ବଦା ମୋ ଚିନ୍ତନରେ ବୁଡ଼ି ରହିଥାଏ, ମୁଁ ସେମାନଙ୍କ ପାଖରେ ଯାହା ନ ଥାଏ, ତାହା ପ୍ରଦାନ କରେ ଏବଂ ଯାହା ଥାଏ, ତାର ରକ୍ଷା କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.22.mp3"
]
},
"commentary": "ଜଣେ ମା, ତା’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଅସହାୟ ନବଜାତ ଶିଶୁକୁ, ତ୍ୟାଗ କରିବା କଥା କେବେ ବି ଚିନ୍ତା କରି ନ ଥାଏ । ଭଗବାନ ଆତ୍ମାର ଶାଶ୍ୱତ ମା’ ଅଟନ୍ତି । ଏହି ଶ୍ଲୋକରେ ଭଗବାନ, ତାଙ୍କ ପ୍ରତି ଅନନ୍ୟ ଭାବରେ ଶରଣାଗତ ଜୀବକୁ ମାତୃସୁଲଭ ଆଶ୍ୱାସନା ପ୍ରଦାନ କରିଛନ୍ତି । ଶ୍ଲୋକରେ ବ୍ୟବହୃତ ବହାମ୍ୟହମ୍ ଶବ୍ଦର ଅର୍ଥ, “ମୁଁ ନିଜେ ମୋ ଭକ୍ତର ପୋଷଣ ଦାୟୀତ୍ୱ ବହନ କରିଥାଏ”, ଯେପରି ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଏବଂ ସନ୍ତାନମାନଙ୍କର ଦାୟୀତ୍ୱ ବହନ କରିଥାଆନ୍ତି । ଭଗବାନ ଦୁଇଟି ପ୍ରତିଜ୍ଞା କରିଛନ୍ତି । ପ୍ରଥମଟି ହେଲା, ଯୋଗ - ଭକ୍ତଙ୍କ ପାଖରେ ନଥିବା ଆଧ୍ୟାତ୍ମିକ ସମ୍ପତ୍ତି ପ୍ରଦାନ କରିବା । ଦ୍ୱିତୀୟଟି ହେଲା, କ୍ଷେମ - ଭକ୍ତମାନଙ୍କ ପାଖରେ ଯାହା ବି ଆଧ୍ୟାତ୍ମିକ ସମ୍ପତ୍ତି ଅଛି, ତା’ର ରକ୍ଷା କରିବା ।\nକିନ୍ତୁ ଏଥିପାଇଁ ସେ ରଖିଥିବା ସର୍ତ୍ତଟି ହେଲା ଅନନ୍ୟ ଭକ୍ତି । ମା’ ଓ ଶିଶୁର ଉପମା ମାଧ୍ୟମରେ ଏ ସମ୍ପର୍କରେ ଧାରଣା କରାଯାଇ ପାରେ । ଏକ ନବଜାତ ଶିଶୁ ତା’ର ମା ପ୍ରତି ପୂର୍ଣ୍ଣ ଶରଣାଗତ ଥାଏ, ଯିଏ କି ଶିଶୁର ସମସ୍ତ ଯତ୍ନ ନିଏ । ଶିଶୁଟିର ଯାହା କିଛି ବି ଆବଶ୍ୟକ ହୁଏ, ସେ କେବଳ କାନ୍ଦି ଥାଏ ଏବଂ ମା’ ତାର ଆବଶ୍ୟକତା ପୂର୍ଣ୍ଣ କରିଥାଏ । ସେ ତାକୁ ସଫା କରେ, ଖାଇବାକୁ ଦିଏ, ଗାଧୋଇ ଦିଏ ଇତ୍ୟାଦି । ଯେତେବେଳେ ପିଲାଟି ୫ବର୍ଷର ହୋଇଯାଏ, ସେ ନିଜର କିଛି କିଛି କାମ କରିବାକୁ ଆରମ୍ଭ କରେ ଏବଂ ମା’ ସେତିକି ପରିମାଣର ଦାୟୀତ୍ୱ କମ୍ କରିଦିଏ । ଶିଶୁଟି ଯେତେବେଳ ଯୁବକ ହୋଇଯାଏ ଏବଂ ନିଜର ସମସ୍ତ ଦାୟୀତ୍ୱ ନେବାରେ ଲାଗେ, ମା ତାର କର୍ତ୍ତବ୍ୟ ଆହୁରି କମ୍ କରିଦିଏ । ବର୍ତ୍ତମାନ ଯେତେବେଳ ବାପା ପଚାରନ୍ତି, “ପୁଅ କୁଆଡେ ଅଛି?” ମା ଉତ୍ତର ଦିଏ “ସେ ସ୍କୁଲ୍ରୁ ଫେରିନାହିଁ, ସାଙ୍ଗମାନଙ୍କ ସହିତ ସିନେମା ଦେଖିବାକୁ ଯାଇଥିବ ।” ବର୍ତ୍ତମାନ ପୁଅ ପ୍ରତି ମାର ଦୃଷ୍ଟିକୋଣ ପ୍ରାୟତଃ ଉଦାସୀନ ରହେ । କିନ୍ତୁ ସେହି ପିଲାଟି ଯେତେବେଳେ ପାଂଚ ବର୍ଷର ଥିଲା ଏବଂ ବିଦ୍ୟାଳୟରୁ ଫେରିବାରେ ଦଶ ମିନିଟ୍ ବିଳମ୍ବ ହୋଇଯାଉଥିଲା, “କ’ଣ ହେଲା? ବିଦ୍ୟାଳୟକୁ ଫୋନ୍ କରି ବୁଝିବା” ଭାବି ଉଭୟ ପିତାମାତା ବ୍ୟସ୍ତ ହୋଇ ଯାଉଥିଲେ - “ଛୋଟ ପିଲା । ରାସ୍ତାରେ କାଳେ କିଛି ଦୁର୍ଘଟଣା ହୋଇ ଥିବ କି?”\nଏହିପରି ଭାବରେ ଯେତିକି ମାତ୍ରାରେ ପିଲାଟି ତା’ର ନିଜ କାର୍ଯ୍ୟ କରିବାକୁ ଆରମ୍ଭ କରେ, ମା’ର ଦାୟୀତ୍ୱ ସେତିକି ମାତ୍ରାରେ କମ ହେଇଯାଏ । ଭଗବାନଙ୍କର ନିୟମ ଠିକ୍ ଏହିପରି । ଯେତେବେଳେ ଆମେ ନିଜ ବୁଦ୍ଧି ଅନୁସାରେ, ନିଜକୁ ନିଜ କାର୍ଯ୍ୟର କର୍ତ୍ତା ଭାବୁ ଏବଂ ନିଜର ଶକ୍ତି ଓ ଦକ୍ଷତା ଉପରେ ନିର୍ଭର କରୁ, ଭଗବାନ ତାଙ୍କ କୃପା ପ୍ରଦାନ କରନ୍ତି ନାହିଁ । ସେ କେବଳ ଆମ କର୍ମର ହିସାବ ରଖନ୍ତି ଏବଂ ତାର ଫଳ ଦିଅନ୍ତି । ଆମେ ଯେତେବେଳେ ଆଂଶିକ ଭାବେ ତାଙ୍କର ଶରଣାଗତ ହୋଇଥାଏ ଓ ଆଂଶିକ ଭାବେ ସଂସାର ଉପରେ ନିର୍ଭର କରିଥାଏ, ଭଗବାନ ମଧ୍ୟ ଆଂଶିକ ଭାବେ କୃପା ପ୍ରଦାନ କରନ୍ତି । ଆମେ ଯେତେବେଳେ ପୂର୍ଣ୍ଣତଃ ନିଜକୁ ଭଗବାନଙ୍କଠାରେ ସମର୍ପିତ କରିଦିଏ - “ମାମେକଂ ଶରଣଂ ବ୍ରଜ”, ଭଗବାନ ତାଙ୍କର ପୂର୍ଣ୍ଣ କୃପା ଆମକୁ ପ୍ରଦାନ କରନ୍ତି । ଆମ ପାଖରେ ଯାହା ଥାଏ, ତା’ର ରକ୍ଷା କରନ୍ତି ଏବଂ ଯାହା ଆମ ପାଖରେ ନ ଥାଏ, ତାହା ପ୍ରଦାନ କରନ୍ତି ।"
},
{
"verseTitle": "Bhagavad Gita 9.23",
"verse": "23",
"chapter": 9,
"lang": "or",
"shloka": {
"speaker": "",
"sanskrit": "येऽप्यन्यदेवता भक्ता यजन्ते श्रद्धयान्विताः ।\n\nतेऽपि मामेव कौन्तेय यजन्त्यविधिपूर्वकम् ॥23॥",
"text": "ଯେଽପ୍ୟନ୍ୟଦେବତା ଭକ୍ତା ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।\nତେଽପି ମାମେବ କୌନ୍ତେୟ ଯଜନ୍ତ୍ୟବିଧିପୂର୍ବକମ୍ ।।୨୩।।",
"audioLink": "https://www.holy-bhagavad-gita.org/public/audio/009_023.mp3"
},
"wordMeanings": "ଯେ - ଯେଉଁମାନେ; ଅପି - ମଧ୍ୟ; ଅନ୍ୟ - ଅନ୍ୟ; ଦେବତା - ଦେବତା; ଭକ୍ତାଃ - ଭକ୍ତମାନେ; ଯଜନ୍ତେ - ପୂଜା କରନ୍ତି; ଶ୍ରଦ୍ଧୟା -ଅନ୍ୱିତାଃ - ଶ୍ରଦ୍ଧା ଓ ବିଶ୍ୱାସ ସହକାରେ; ତେ- ସେମାନେ; ଅପି - ମଧ୍ୟ; ମାମ୍ - ମୋତେ; ଏବ - କେବଳ; କୌନ୍ତେୟ - ହେ କୁନ୍ତି- ପୁତ୍ର; ଯଜନ୍ତି - ଅର୍ପଣ କରନ୍ତି; ଅବିଧିପୂର୍ବକମ୍ - ଏକ ଭ୍ରମାତ୍ମକ ମାର୍ଗରେ ।",
"translation": {
"text": "ହେ କୁନ୍ତି ପୁତ୍ର! ଯେଉଁମାନେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଅନ୍ୟ ଦେବତା ମାନଙ୍କର ଉପାସନା କରନ୍ତି, ସେମାନେ ମଧ୍ୟ ମୋର ହିଁ ଉପାସନା କରନ୍ତି । କିନ୍ତୁ, ଏହା ସେମାନେ ଅବିଧି ପୂର୍ବକ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.23.mp3"
]
},
"commentary": "ଭଗବାନଙ୍କର ଉପାସନା କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରିସାରି, ଶ୍ରୀକୃଷ୍ଣ ବର୍ତ୍ତମାନ, ସାଂସାରିକ ଲାଭ ପାଇବା ପାଇଁ ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତିମାନଙ୍କର ସ୍ଥିତି ବିଷୟରେ ବୁଝାଉଛନ୍ତି । ସେମାନେ ଶ୍ରଦ୍ଧାଯୁକ୍ତ ଅଟନ୍ତି ଏବଂ ଦେବତାମାନଙ୍କ ମାଧ୍ୟମରେ ସେମାନଙ୍କର ମନୋକାମନା ମଧ୍ୟ ସ୍ୱର୍ଗର ପୂର୍ଣ୍ଣ ହୋଇଥାଏ । କିନ୍ତୁ ସେମାନଙ୍କର ବିଚାର ଅସମ୍ପୂର୍ଣ୍ଣ ଅଟେ; ସେମାନେ ବୁଝି ପାରନ୍ତି ନାହିଁ ଯେ ଦେବତାମାନେ ମଧ୍ୟ ତାଙ୍କର ଶକ୍ତି ଭଗବାନଙ୍କ ଠାରୁ ହିଁ ପାଇ ଥାଆନ୍ତି । ଅତଏବ, ପରୋକ୍ଷ ଭାବରେ, ସେମାନେ ଭଗବାନଙ୍କୁ ହିଁ ପାଇଥାଆନ୍ତି କିନ୍ତୁ ପରୋକ୍ଷ ଭାବରେ । ଉଦାହରଣ ସ୍ୱରୂପ, ଯଦି ଜଣେ ସରକାରୀ ଅଧିକାରୀ ଜଣେ ନାଗରିକର ସମସ୍ୟା ସମାଧାନ କରନ୍ତି, ତାହେଲେ ତାଙ୍କୁ ଜଣେ ବଦାନ୍ୟ ବ୍ୟକ୍ତି ବୋଲି କୁହାଯିବ ନାହିଁ । ସେ ତ କେବଳ ସରକାରଙ୍କ ଦ୍ୱାରା ନ୍ୟସ୍ତ କରାଯାଇଥିବା ତାଙ୍କ କ୍ଷମତାର ଉପଯୋଗ କରିଥାଆନ୍ତି । ସେହିପରି ଦେବତାମାନଙ୍କୁ ସମସ୍ତ ଶକ୍ତି ଭଗବାନଙ୍କଠାରୁ ହିଁ ମିଳିଥାଏ । ତେଣୁ ବୁଦ୍ଧିମାନ ବ୍ୟକ୍ତି ପରୋକ୍ଷ ପଥରେ ନ ଯାଇ, ସର୍ବଶକ୍ତିର ଆଧାର ଭଗବାନଙ୍କର ହିଁ ଉପାସନା କରିଥାଆନ୍ତି । ଭଗବାନଙ୍କ ଉପାସନାରେ ସମସ୍ତ ସୃଷ୍ଟି ଆପେ ଆପେ ସନ୍ତୁଷ୍ଟ ହୋଇଯାଏ ।\nଯଥା ତରୋର୍ମୂଳ-ନିଶେଚନେନ, ତୃପ୍ୟନ୍ତି ତତ୍ସ୍କନ୍ଧଭୁଜୋପଶାଖଃ ।\nପ୍ରାଣୋପହାରାଚ୍ଚ ଯଥେନ୍ଦ୍ରିୟାଣାଂ ତଥୈବ ସର୍ବାର୍ହଣଂ ଅଚ୍ୟୁତେଜ୍ୟା ।ା (ଭାଗବତମ ୪.୩୧.୧୪)\nଗଛର ମୂଳରେ ଜଳ ସିଂଚନ କଲେ, ତାହାର ଗଣ୍ଡି, ଶାଖା, ପ୍ରଶାଖା, ପତ୍ର ଓ ପୁଷ୍ପ ସମସ୍ତ ଅଂଶ ପରିପୁଷ୍ଟ ହୁଅନ୍ତି । ପାଟିରେ ଆମେ ଯେଉଁ ଖାଦ୍ୟ ଗ୍ରହଣ କରେ, ତାହା ଆମର ପ୍ରାଣବାୟୁ ଓ ଇନ୍ଦ୍ରିୟ ମାନଙ୍କୁ ସ୍ୱତଃ ପରିପୁଷ୍ଟ କରିଥାଏ । ସେହିପରି ପରମ ପୁରୁଷ ଭଗବାନଙ୍କର ଉପାସନା କରିବା ଦ୍ୱାରା, ଦେବତାମାନଙ୍କ ସହିତ ତାଙ୍କର ଅନ୍ୟ ସମସ୍ତ ଅଂଶ ମଧ୍ୟ ପୂଜିତ ହୋଇଥାଆନ୍ତି । ଯଦି ଆମେ ମୂଳକୁ ଛାଡ଼ି କେବଳ ପତ୍ରମାନଙ୍କୁ ଜଳ ପ୍ରଦାନ କରିବା, ତେବେ ଗଛଟି ମରିଯିବ । ଅତଏବ, ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ପୂଜା ନିଶ୍ଚିତ ଭାବରେ ଭଗବାନଙ୍କୁ ପ୍ରାପ୍ତ ହୋଇଥାଏ, କିନ୍ତୁ ଏପରି ଉପାସକମାନେ ଆଧ୍ୟାତ୍ମିକ ଲାଭରୁ ବଞ୍ôଚତ ହୁଅନ୍ତି । ଏହା ପରବର୍ତ୍ତୀ ଶ୍ଲୋକରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଅଛି ।"
},
{
"verseTitle": "Bhagavad Gita 9.24",
"verse": "24",
"chapter": 9,
"lang": "or",
"shloka": {
"speaker": "",
"sanskrit": "अहं हि सर्वयज्ञानां भोक्ता च प्रभुरेव च ।\n\nन तु मामभिजानन्ति तत्त्वेनातश्च्यवन्ति ते ॥24॥",
"text": "ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।\nନ ତୁ ମାମଭିଜାନନ୍ତି ତତ୍ତ୍ୱେନାତଶ୍ଚ୍ୟବନ୍ତି ତେ ।।୨୪।।",
"audioLink": "https://www.holy-bhagavad-gita.org/public/audio/009_024.mp3"
},
"wordMeanings": "ଅହଂ-ମୁଁ; ହି - ନିଶ୍ଚୟ; ସର୍ବ - ସମସ୍ତ; ଯଜ୍ଞାନାଂ - ଯଜ୍ଞମାନଙ୍କର; ଭୋକ୍ତା - ଉପଭୋଗକାରୀ; ଚ - ଏବଂ; ପ୍ରଭୁଃ-ସ୍ୱାମୀ; ଏବ - ମଧ୍ୟ; ଚ - ଏବଂ; ନ - ନୁହେଁ; ତୁ - କିନ୍ତୁ; ମାଂ - ମୋତେ; ଅଭିଜାନନ୍ତି - ଜାଣନ୍ତି; ତତ୍ତ୍ୱେନ - ତତ୍ତ୍ୱରେ, ବାସ୍ତବରେ; ଅତଃ - ଏଣୁ; ଚ୍ୟବନ୍ତି - ଅଧୋପତିତ ହୁଅନ୍ତି; ତେ - ସେମାନେ ।",
"translation": {
"text": "ମୁଁ ହିଁ ସମସ୍ତ ଯଜ୍ଞର ଅଧିଷ୍ଠାତା ଏବଂ ଉପଭୋକ୍ତା ଅଟେ । କିନ୍ତୁ ଯେଉଁମାନେ ମୋର ଦିବ୍ୟ ସ୍ୱରୂପକୁ ଜାଣନ୍ତି ନାହିଁ, ସେମାନେ ପୁନର୍ଜନ୍ମକୁ୍ମ ପ୍ରାପ୍ତ ହୁଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-24.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.24.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ସ୍ୱର୍ଗର ଦେବତାମାନଙ୍କୁ ଉପାସନା କରିବାରେ ହେଉଥିବା ହାନି ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି । ଦେବତାମାନେ ଭଗବାନଙ୍କ ପ୍ରଦତ୍ତ ଶକ୍ତି ଦ୍ୱାରା ହିଁ ସାଂସାରିକ ବୈଭବ ଆଦି ପ୍ରଦାନ କରିବାକୁ ସକ୍ଷମ ହୋଇଥାନ୍ତି । କିନ୍ତୁ ସେମାନେ ତାଙ୍କର ଶରଣାପନ୍ନ ହୋଇଥିବା ବ୍ୟକ୍ତିଙ୍କୁ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତି ଦେଇ ପାରନ୍ତି ନାହିଁ । ସେମାନେ କେବଳ ସେତିକି ହିଁ ଦେଇ ପାରିବେ ଯେତିକି ତାଙ୍କ ପାଖରେ ଅଛି । ସ୍ୱର୍ଗର ଦେବତା ମାନେ ନିଜେ ସଂସାରରୁ ମୁକ୍ତ ନୁହଁନ୍ତି, ତେଣୁ ସେମାନେ ତାଙ୍କର ଉପାସକମାନଙ୍କୁ ମୁକ୍ତ କରିବେ କିପରି? ଅପର ପକ୍ଷରେ, ଯେଉଁମାନଙ୍କର ବୁଦ୍ଧି ସଠିକ୍ ଜ୍ଞାନଯୁକ୍ତ, ସେମାନେ ନିଜର ଭକ୍ତିପୂତ ଅର୍ଘ୍ୟ ଭଗବାନଙ୍କ ପାଦପଦ୍ମରେ ଅର୍ପଣ କରନ୍ତି ଓ ଭକ୍ତି ପରିପୂର୍ଣ୍ଣ ଅବସ୍ଥାରେ ପହଂଚିବା ପରେ, ସେମାନେ ମୃତ୍ୟୁଲୋକରୁ ଦିବ୍ୟଲୋକକୁ ଗମନ କରିଥାନ୍ତି ।"
},
{
"verseTitle": "Bhagavad Gita 9.25",
"verse": "25",
"chapter": 9,
"lang": "or",
"shloka": {
"speaker": "",
"sanskrit": "यान्ति देवव्रता देवान्पितॄन्यान्ति पितृव्रताः । \n\nभूतानि यान्ति भूतेज्या यान्ति मद्याजिनोऽपि माम् ॥25॥",
"text": "ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ ।\nଭୂତାନି ଯାନ୍ତି ଭୂତେଜ୍ୟା ଯାନ୍ତି ମଦ୍ୟାଜିନୋଽପି ମାମ୍ ।।୨୫।।",
"audioLink": "https://www.holy-bhagavad-gita.org/public/audio/009_025.mp3"
},
"wordMeanings": "ଯାନ୍ତି- ପ୍ରାପ୍ତ ହୁଅନ୍ତି; ଦେବ ବ୍ରତାଃ - ଦେବତାମାନଙ୍କର ଉପାସକ; ଦେବାନ୍ - ଦେବତା, ପିତୃନ୍ - ପିତୃପୁରୁଷ; ଯାନ୍ତି - ଯା’ନ୍ତି; ପିତୃବ୍ରତାଃ - ପିତୃପୁରୁଷଙ୍କର ଉପାସକ; ଭୂତାନି - ଭୂତ ପ୍ରେତ; ଯାନ୍ତି -ଗମନ କରନ୍ତି; ଭୂତେଜ୍ୟାଃ - ଭୂତ ପ୍ରେତଙ୍କର ଉପାସକ; ଯାନ୍ତି - ଗମନ କରନ୍ତି; ମତ୍ - ମୋର; ୟାଜିନଃ - ଭକ୍ତଗଣ; ଅପି - ମଧ୍ୟ; ମାମ୍ - ମୋତେ ।",
"translation": {
"text": "ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ପିତୃ ପୁରୁଷଙ୍କୁ ପୂଜା କରୁଥିବା ବ୍ୟକ୍ତି ପିତୃଲୋକକୁ ଯାଆନ୍ତି । ଭୂତ ପ୍ରେତଙ୍କୁ ପୂଜା କରୁଥିବା ବ୍ୟକ୍ତି ସେହିମାନଙ୍କ ଗହଣରେ ଜନ୍ମ ନିଅନ୍ତି । କେବଳ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.25.mp3"
]
},
"commentary": "ସାଧକ କେବଳ ତା’ର ଇଷ୍ଟର ସ୍ତର ପର୍ଯ୍ୟନ୍ତ ନିଜକୁ ଉନ୍ନୀତ କରିପାରେ, ଯେପରି ଗୋଟିଏ ପାଣି ପାଇପ୍ କେବଳ ସେତିକି ଉଚ୍ଚକୁ ପାଣି ଉଠାଇ ପାରେ, ଯେତିକି ଉଚ୍ଚତା ତାହା ସଂଯୋଗ ହୋଇଥିବା ଜଳଭଣ୍ଡାରର ହୋଇଥାଏ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କୁ ପୂଜା କରିବାର ଫଳ-ସ୍ୱରୂପ ପ୍ରାପ୍ତ ହେଉଥିବା ଗତି ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଦେଇ ସେ ଆମକୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଛନ୍ତି ଯେ ଚରମ ଆଧ୍ୟାତ୍ମିକ ଉନ୍ନତି ପାଇଁ ଆମେ ଭଗବାନଙ୍କର ହିଁ ଉପାସନା କରିବା ।\nଇନ୍ଦ୍ର, ସୂର୍ଯ୍ୟ, କୁବେର, ଅଗ୍ନି ଇତ୍ୟାଦି ଦେବତାମାନଙ୍କର ଉପାସନା କରୁଥିବା ବ୍ୟକ୍ତି ସ୍ୱର୍ଗକୁ ଯାଆନ୍ତି, ଯେଉଁଠାରୁ ପୁଣ୍ୟକର୍ମ ସମାପ୍ତ ହୋଇଯିବା ପରେ, ତାଙ୍କୁ ଫେରିବାକୁ ପଡିଥାଏ । ପିତୃଗଣ ଆମର ପୂର୍ବଜ ଅଟନ୍ତି । ସେମାନଙ୍କ ପ୍ରତି ଆମ୍ଭେମାନେ କୃତଜ୍ଞ ରହିବା ଉଚିତ୍, କିନ୍ତୁ ସେମାନଙ୍କର କଲ୍ୟାଣ ପାଇଁ ଅତିବେଶୀ ଚିନ୍ତିତ ହେବା କ୍ଷତିକାରକ ଅଟେ । ଯେଉଁମାନେ ପିତୃପୁରୁଷଙ୍କ ପୂଜାରେ ନିମଗ୍ନ ରହନ୍ତି, ମୃତ୍ୟୁପରେ ସେମାନେ ପିତୃଲୋକକୁ ଗମନ କରନ୍ତି ।\nଅଜ୍ଞାନ-ବଶୀଭୂତ ବ୍ୟକ୍ତି ଭୂତ ଓ ପ୍ରେତଙ୍କୁ ପୂଜା କରନ୍ତି । ପାଶ୍ଚାତ୍ୟ ଦେଶରେ ଡ଼ାହାଣୀ ବିଦ୍ୟା, ଆଫ୍ରିକାରେ କଳାଯାଦୁ ଏବଂ ଭାରତରେ ବାମମାର୍ଗୀ ତାନ୍ତ୍ରିକ ମାନେ ଭୂତ ଓ ପ୍ରେତଙ୍କୁ ଆହ୍ୱାନ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ ରହନ୍ତି, ସେମାନେ ପରବର୍ତ୍ତୀ ଜନ୍ମରେ ଭୂତ ଓ ପ୍ରେତ ମାନଙ୍କ ଗହଣରେ ଜନ୍ମ ନିଅନ୍ତି ।\nଯେଉଁମାନେ ମନକୁ ସର୍ବୋଚ୍ଚ ଦିବ୍ୟ ତତ୍ତ୍ୱରେ ଲଗାଇ ରଖିଥାଆନ୍ତି, ସେମାନେ ହିଁ ଶ୍ରେଷ୍ଠ ସାଧକ ଅଟନ୍ତି । ବ୍ରତ ଶବ୍ଦର ଅର୍ଥ ହୃଦୟଙ୍ଗମ କରିବା ଓ ପାଳନ କରିବା । ଯେଉଁମାନେ ଦୃଢ଼ତାର ସହ, ଭଗବାନଙ୍କର ଉପାସନା କରିବାର ସଙ୍କଳ୍ପ ନେଇ, ନିରବଚ୍ଛିନ୍ନ ଭାବେ ତାଙ୍କ ଭକ୍ତିରେ ନିମଗ୍ନ ରହନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ମୃତ୍ୟୁପରେ ଭଗବାନଙ୍କର ଦିବ୍ୟ ଲୋକକୁ ଗମନ କରନ୍ତି ।"
},
{
"verseTitle": "Bhagavad Gita 9.26",
"verse": "26",
"chapter": 9,
"lang": "or",
"shloka": {
"speaker": "",
"sanskrit": "पत्रं पुष्पं फलं तोयं यो मे भक्त्या प्रयच्छति ।\n\nतदहं भक्त्युपहृतमश्नामि प्रयतात्मनः ॥26॥",
"text": "ପତ୍ରଂ ପୁଷ୍ପଂ ଫଲଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।\nତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ ।।୨୬।।",
"audioLink": "https://www.holy-bhagavad-gita.org/public/audio/009_026.mp3"
},
"wordMeanings": "ପତ୍ରଂ - ପତ୍ର; ପୁଷ୍ପଂ -ଫୁଲ; ଫଳଂ -ଫଳ; ତୋୟଂ - ଜଳ; ଯଃ - ଯିଏ; ମେ- ମୋତେ; ଭକ୍ତ୍ୟା - ଭକ୍ତିରେ; ପ୍ରୟଚ୍ଛତି - ଅର୍ପଣ କରେ; ତତ୍ - ତାହା; ଅହଂ - ମୁଁ; ଭକ୍ତି -ଉପହୃତଂ - ଭକ୍ତିରେ ଅର୍ପିତ; ଅଶ୍ନାମି - ଗ୍ରହଣ କରେ; ପ୍ରୟତ ଆତ୍ମନଃ - ଶୁଦ୍ଧ ଚେତନାରେ ଥିବା ବ୍ୟକ୍ତି ।",
"translation": {
"text": "ମୋର ଭକ୍ତ ଯଦି ଶୁଦ୍ଧ ହୃଦୟ ଓ ଭକ୍ତି ସହକାରେ, ମୋତେ କେବଳ ଗୋଟିଏ ପତ୍ର, ଗୋଟିଏ ପୁଷ୍ପ ଏମିତିକି କେବଳ ଜଳ ଅର୍ପଣ କରେ, ତେବେ ମୁଁ ତାହାକୁ ସହର୍ଷ ସ୍ୱୀକାର କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.26.mp3"
]
},
"commentary": "ପରଂବ୍ରହ୍ମଙ୍କୁ ଉପାସନା କରିବାର ଗୁରୁତ୍ୱ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏହା କରିବା କେତେ ସହଜ ତାହା ବର୍ଣ୍ଣନା କରୁଛନ୍ତି । ଦେବତା ଓ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ, ପୂଜା କରିବା ପାଇଁ ଅନେକ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ପଡିଥାଏ଼ । କିନ୍ତୁ ଶ୍ରଦ୍ଧା ଯୁକ୍ତ ହୃଦୟରେ ଯାହା ବି ଅର୍ପଣ କଲେ, ଭଗବାନ ତାହା ଗ୍ରହଣ କରନ୍ତି । ଯଦି ତୁମ ପାଖରେ କେବଳ ଫଳ ଅଛି ତାକୁ ଭଗବାନଙ୍କୁ ଅର୍ପଣ କର, ସେ ସନ୍ତୁଷ୍ଟ ହୋଇଯିବେ । ଯଦି ଫଳ ଉପଲବ୍ଧ ନୁହେଁ, ତେବେ ପୁଷ୍ପ ଅର୍ପଣ କର । ଯଦି ପୁଷ୍ପ ବି ନାହିଁ ତାହେଲେ ଭଗବାନଙ୍କୁ ପତ୍ରଟିଏ ଅର୍ପଣ କର । ସ୍ନେହର ସହିତ ଅର୍ପଣ କରାଗଲେ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାହାହିଁ ଯଥେଷ୍ଟ । ଯଦି ପତ୍ର ବି ନାହିଁ, ତେବେ ଜଳ ତ ସର୍ବତ୍ର ଉପଲବ୍ଧ, ତାହା ଅର୍ପଣ କର । କିନ୍ତୁ ତାହା ଭକ୍ତିରେ ଅର୍ପଣ କରାଯିବା ଆବଶ୍ୟକ । ଭକ୍ତ୍ୟା ଶବ୍ଦ ଏହି ଶ୍ଲୋକର ପ୍ରଥମ ଓ ଦ୍ୱିତୀୟ ପଂକ୍ତିରେ ବ୍ୟବହାର କରାଯାଇଛି । ଭକ୍ତର ଭକ୍ତି ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିଥାଏ, ଅର୍ପିତ ବସ୍ତୁର ମୂଲ୍ୟ ନୁହେଁ ।\nଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ଭଗବାନଙ୍କ ଦିବ୍ୟ କୃପାମୟ ସ୍ୱଭାବକୁ ପ୍ରକାଶିତ କରିଥାଏ । ଆମେ ଅର୍ପଣ କରୁଥିବା ଦ୍ରବ୍ୟର ମୂଲ୍ୟକୁ ଭଗବାନ ଗୁରୁତ୍ୱ ଦିଅନ୍ତି ନାହିଁ । ବରଂ, କେତେ ଶ୍ରଦ୍ଧାରେ ଆମେ ତାହା ଅର୍ପଣ କରିଅଛେ, ସର୍ବାଧିକ ମହତ୍ତ୍ୱ ସେ ତାହାକୁ ଦେଇଥାଆନ୍ତି । ହରି ଭକ୍ତି ବିଳାସରେ ଉଲ୍ଲେଖ ଅଛି:\nତୁଳସୀ - ଦଳ - ମାତ୍ରେଣ ଜଲସ୍ୟ ଚୁଲୁକେନ ଚ ।ବିକ୍ରୀଣୀତେ ସ୍ୱଂ ଆତ୍ମାନମ୍ ଭକ୍ତେଭ୍ୟୋ ଭକ୍ତ ବତ୍ସଳଃ । (୧୧.୨୬୧)\nତୁମେ ଯଦି ହାତ ପାପୁଲିରେ ଧରି ପାରୁଥିବା ମାତ୍ରାର ଜଳରେ ତୁଳସୀ ପତ୍ରଟିଏ ରଖି, ପ୍ରେମପୂର୍ଣ୍ଣ ହୃଦୟରେ ଭଗବାନଙ୍କୁ ଅର୍ପଣ କରିବ, ପ୍ରତିବଦଳରେ ସେ ନିଜକୁ ତୁମ ନିକଟରେ ଅର୍ପଣ କରିଦେବେ, କାରଣ ପ୍ରେମ ଦ୍ୱାରା ସେ ବଶୀଭୂତ ହୋଇ ଥାଆନ୍ତି । ଏହା କେତେ ଆଶ୍ଚର୍ଯ୍ୟର କଥା ଯେ ଅନନ୍ତ ବ୍ରହ୍ମାଣ୍ଡର ସ୍ୱାମୀ, ଯିଏ ଅନନ୍ତ ବର୍ଣ୍ଣନାନୀତ ଗୁଣର ଅଧିକାରୀ ଅଟନ୍ତି ଏବଂ ଯାହାର ସଂକଳ୍ପ ମାତ୍ରେ ଅନନ୍ତ ବ୍ରହ୍ମାଣ୍ଡର ସୃଷ୍ଟି ଓ ବିଲୟ ହୋଇଥାଏ, ସେ ପ୍ରେମର ସହିତ ଅର୍ପଣ କରାଯାଉଥିବା ଆମର ନଗଣ୍ୟ ଉପହାରକୁ ମଧ୍ୟ ସ୍ୱୀକାର କରନ୍ତି । ଏଠାରେ ବ୍ୟବହୃତ ଶବ୍ଦଟି ହେଉଛି “ପ୍ରୟତାତ୍ମନଃ”, ଅର୍ଥାତ୍ ବିଶୁଦ୍ଧ ଅନ୍ତଃକରଣ ଯୁକ୍ତ ବ୍ୟକ୍ତିର ଅର୍ପଣ ମୁଁ ସ୍ୱୀକାର କରେ ।\nଶ୍ରୀମଦ୍ ଭାଗବତମ୍ରେ ମଧ୍ୟ ଭଗବତ୍ ଗୀତାର ଏହି ଶ୍ଲୋକଟି ଅବିକଳ ଭାବରେ ରହିଛି । ସୁଦାମାଙ୍କ ଘରେ ଖୁଦ ଭଜା ଖାଇ ଶ୍ରୀକୃଷ୍ଣ\nକହୁଛନ୍ତି:ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।ତଦହଂ ଭକ୍ତ୍ୟୁପହୃତଂ ଅଶ୍ନାମି ପ୍ରୟତାତ୍ମନଃ ।ା (ଭା. ୧୦.୮୧.୪)\nମୋର ଭକ୍ତ ଯଦି ପ୍ରେମଯୁକ୍ତ ହୋଇ ବିଶୁଦ୍ଧ ମନରେ ମୋତେ ଗୋଟିଏ ପତ୍ର, ପୁଷ୍ପ, ଫଳ,ଏମିତିକି ଜଳ ଅର୍ପଣ କରିଥାଆନ୍ତି, ମୁଁ ତାକୁ ସହର୍ଷ ସ୍ୱୀକାର କରିଥାଏ ।\nଭଗବାନ ଯେତେବେଳେ ଧରା ପୃଷ୍ଠରେ ଅବତରିତ ହୁଅନ୍ତି, ତାଙ୍କର ଦିବ୍ୟ ଲୀଳାମାନଙ୍କରେ ସେ ଏହିସବୁ ଗୁଣ ପ୍ରକଟ କରିଥାନ୍ତି । ମହାଭାରତ ଯୁଦ୍ଧ ପୂର୍ବରୁ, ଶ୍ରୀକୃଷ୍ଣ ଯେତେବେଳେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ସନ୍ଧି ସ୍ଥାପନ କରିବା ଉଦ୍ଦେଶ୍ୟରେ ହସ୍ତିନାପୁରକୁ ଯାଇଥିଲେ, ଦୁଷ୍ଟ ଦୁର୍ଯ୍ୟୋଧନ ଗର୍ବର ସହିତ ତାଙ୍କ ପାଇଁ ଛପନ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । କିନ୍ତୁ ଶ୍ରୀକୃଷ୍ଣ ତାଙ୍କର ଆତିଥ୍ୟକୁ ପ୍ରତ୍ୟାଖାନ କରି, ବିଦୁରାଣୀଙ୍କ କୁଟୀରକୁ ଯାଇଥିଲେ, ଯିଏ କି ଆକୁଳ ଚିତ୍ତରେ ତାଙ୍କ ପ୍ରିୟ ଇଷ୍ଟଦେବଙ୍କର ସେବା କରିବାକୁ ପ୍ରତୀକ୍ଷା କରିଥିଲେ । ଭଗବାନ ତାଙ୍କ ଗୃହରେ ପଦାର୍ପଣ କରିବା ଦେଖି ବିଦୁରାଣୀ ଆତ୍ମବିଭୋର ହୋଇଗଲେ । ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବାକୁ ତାଙ୍କ ପାଖରେ କେବଳ କଦଳୀ ହିଁ ଥିଲା । କିନ୍ତୁ ଖୁସିରେ ତାଙ୍କ ବୁଦ୍ଧି ଏପରି ଆତ୍ମହରା ହୋଇଗଲା ଯେ ସେ ଜାଣିପାରିଲେ ନାହିଁ ଫଳଗୁଡ଼ିକୁ ଫୋପାଡ଼ି ସେ ଚୋପାଗୁଡ଼ିକୁ ଶ୍ରୀକୃଷ୍ଣଙ୍କୁ ମୁହଁରେ ଦେଉଛନ୍ତି । ତଥାପି ତାଙ୍କର ଭକ୍ତି ଭାବନାକୁ ଦେଖି, ଶ୍ରୀକୃଷ୍ଣ ଆନନ୍ଦର ସହିତ ସେହି ଚୋପାସବୁ ଖାଇ ଚାଲିଲେ, ସତେ ଯେପରି ସେଗୁଡ଼ିକ ପୃଥିବୀର ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ଥିଲା ।"
},
{
"verseTitle": "Bhagavad Gita 9.27",
"verse": "27",
"chapter": 9,
"lang": "or",
"shloka": {
"speaker": "",
"sanskrit": "यत्करोषि यदश्नासि यज्जुहोषि ददासि यत् ।\n\nयत्तपस्यसि कौन्तेय तत्कुरुष्व मदर्पणम् ॥27॥",
"text": "ଯତ୍କରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍, \nଯତ୍ତପସ୍ୟସି କୌନ୍ତେୟ ତତ୍କୁରୁଷ୍ୱ ମଦର୍ପଣମ୍ ।।୨୭।।",
"audioLink": "https://www.holy-bhagavad-gita.org/public/audio/009_027.mp3"
},
"wordMeanings": "ଯତ୍ - ଯାହା ବି; କରୋଷି -କରୁଅଛ; ଯତ୍ -ଯାହା ବି; ଅଶ୍ନାସି - ଖାଉଛ; ଯତ୍- ଯାହା ବି; ଜୁହୋଷି - ଯଜ୍ଞରେ ଆହୂତି ; ଦଦାସି - ଦେଉଛ; ଯତ୍ -ଯାହା ବି; ଯତ୍ -ଯାହା ବି ; ତପସ୍ୟସି- ତପସ୍ୟା କରୁଛ; କୌନ୍ତେୟ - ହେ କୁନ୍ତୀ ପୁତ୍ର; ତତ୍ - ତାହାକୁ; କୁରୁଷ୍ୱ - କର; ମଦର୍ପଣମ୍ - ମୋ ଠାରେ ଅର୍ପଣ ।",
"translation": {
"text": "ହେ କୁନ୍ତିପୁତ୍ର! ତୁମେ ଯାହା ବି କରୁଛ, ଯାହା ବି ଖାଉଛ, ଯାହା ବି ଯଜ୍ଞରେ ଆହୁତି ଦେଉଛ, ଯେଉଁ ତପସ୍ୟା କରୁଛ, ସେ ସବୁକୁ ମୋତେ ଅର୍ପଣ କରି କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.27.mp3"
]
},
"commentary": "ପୂର୍ବ ଶ୍ଲୋକରେ, ଶ୍ରୀକୃଷ୍ଣ କହିଲେ ଯେ, ସମସ୍ତ ବସ୍ତୁ ମୋତେ ଅର୍ପଣ କରିବା ଉଚିତ । ବର୍ତ୍ତମାନ ସେ କହୁଛନ୍ତି ସମସ୍ତ କର୍ମ ତାଙ୍କୁ ଅର୍ପଣ କରାଯିବା ଉଚିତ । ଜଣେ ଯେ କୌଣସି ସମ।।ଜିକ କର୍ତ୍ତବ୍ୟ ପାଳନ କରନ୍ତୁ, ଯାହା କିଛି ନିରାମିଷ ଖାଦ୍ୟ ଭକ୍ଷଣ କରନ୍ତୁ, ଯାହା କିଛି ମାଦକତା ରହିତ ପାନୀୟ ଗ୍ରହଣ କରନ୍ତୁ, ଯାହା ବି ବୈଦିକ କର୍ମ କରନ୍ତୁ, ଯାହା ବି ସଂକଳ୍ପ ଏବଂ ତପସ୍ୟା କରନ୍ତୁ, ସେ ସବୁକୁ ମାନସିକ ସ୍ତରରେ ପରଂବ୍ରହ୍ମଙ୍କୁ ଅର୍ପଣ କରାଯିବା ଉଚିତ ।\nଲୋକେ ପ୍ରାୟତଃ ଭକ୍ତିକୁ ଦୈନନ୍ଦିନ ଜୀବନ ଠାରୁ ଅଲଗା ରଖିଥାନ୍ତି ଏବଂ ଭାବନ୍ତି ଯେ ତାହା କେବଳ ମନ୍ଦିରରେ ହିଁ କରାଯାଇପାରିବ । କିନ୍ତୁ ଭକ୍ତି ମନ୍ଦିରର ପରିସୀମାରେ ସୀମିତ ହେବା ଉଚିତ ନୁହେଁ, ଏହା ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କରାଯିବା ଆବଶ୍ୟକ ।ଦେବର୍ଷି ନାରଦ ଭକ୍ତିର ନିରୂପଣ ଏହିପରି କରିଛନ୍ତି:\nନାରଦସ୍ତୁ ତଦର୍ପିତାଖିଳାଚାରିତା ତଦ୍ବିସ୍ମରଣେ ପରମବ୍ୟାକୁଳତେତି । (ନା:ଭ:ଦ: ସୂତ୍ର ୧୯)\nଭକ୍ତିର ଅର୍ଥ ତୁମର ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରିବା ଏବଂ ତାଙ୍କର ବିସ୍ମରଣରେ ପରମ ବ୍ୟାକୁଳତା ଅନୁଭବ କରିବା । ମାନସିକ ସ୍ତରରେ କର୍ମକୁ ଭଗବାନଙ୍କ ପ୍ରତି ଉତ୍ସର୍ଗ କରିବାର କ୍ରିୟାକୁ ଅର୍ପଣ କୁହାଯାଏ । ଏହିପରି ମନୋଭାବ ସାଂସାରିକ କର୍ମକୁ ଭଗବାନଙ୍କ ଦିବ୍ୟ ସେବାରେ ପରିଣତ କରାଏ । ସ୍ୱାମୀ ବିବେକାନନ୍ଦ କର୍ମ ପ୍ରତି ଏହିପରି ମନୋଭାବ ପୋଷଣ କରି କହିଥିଲେ, “କୌଣସି କର୍ମ ଧର୍ମ ରହିତ ନୁର୍ହେ । ସମସ୍ତ କର୍ମ ଭକ୍ତି ଓ ସେବା ଅଟେ ।” ସନ୍ଥ କବୀର ତାଙ୍କ ଦେହାରେ କହୁଛନ୍ତି:\nଜହଁ ଜହଁ ଚଲୁଁ କରୁଁ ପରିକ୍ରମା, ଜୋ ଜୋ କରୂଁ ସୋ ସେବାଜବ ସୋଉଁ କରୁଁ ଦଣ୍ଡବତ୍, ଜାନୂଁ ଦେବ ନ ଦୂଜା ।\n“ଚାଲିବା ସମୟରେ ମୁଁ ଅନୁଭବ କରେ ଯେ ମୁଁ ଭଗବାନଙ୍କର ମନ୍ଦିର ପରିକ୍ରମା କରୁଛି; ଯାହା କିଛି ମୁଁ କରେ, ମୁଁ ତାହାକୁ ପ୍ରଭୁଙ୍କର ସେବା ଭାବରେ କରେ । ଶୟନ କରିଥିବା ସମୟରେ ମୁଁ ମନେ କରିଥାଏ, ମୁଁ ପ୍ରଭୁଙ୍କୁ ପ୍ରଣିପାତ କରୁଛି । ଏହିପରି ଭାବରେ ମୁଁ ସର୍ବଦା କେବଳ ପ୍ରଭୁଙ୍କ ସହିତ ହିଁ ରହିଥାଏ । ନିମ୍ନଲିଖିତ ଶ୍ଳୋକଟିର ମହତ୍ତ୍ୱ ହୃଦୟଙ୍ଗମ ନ କରି, ଲୋକମାନେ ମନ୍ଦିରରେ ଗାଇଥାନ୍ତି -\nକାୟେନ ବାଚା ମନସେନ୍ଦ୍ରିୟୈର ବା ବୁଦ୍ଧ୍ୟାତ୍ମନା ବାନୁସୃତ-ସ୍ୱଭାବାତ୍ ।କରୋତି ଯଦ୍ ଯତ୍ ସକଳଂ ପରସ୍ମୈ ନାରାୟଣାୟେତି ସମର୍ପୟେତ୍ ତତ୍ । (ଭା: ୧୧:୨:୩୬)\nନିଜର ସ୍ୱଭାବ ଅନୁଯାୟୀ ବ୍ୟକ୍ତି ଶରୀର, ବଚନ, ମନ, ଇନ୍ଦ୍ରିୟ ଓ ବୁଦ୍ଧି ଦ୍ୱାରା ଯାହା କିଛି କରେ, ତାହା ପରଂବ୍ରହ୍ମ ନାରାୟଣଙ୍କୁ ଅର୍ପଣ- କରାଯିବା ଉଚିତ । କିନ୍ତୁ ଏହି ଅର୍ପଣ ପ୍ରକ୍ରିୟା, ବୈଦିକ କର୍ମ ଶେଷରେ “ଶ୍ରୀକୃଷ୍ଣାୟ ସମର୍ପଣଂ ଅସ୍ତୁ” ମନ୍ତ୍ର ଉଚ୍ଚାରଣ କରିବା ପରି ହେବା ଉଚିତ ନୁହେଁ ।” ଏହା କର୍ମ କରୁଥିବା ସମୟରେ ହିଁ ଏପରି ଭାବନା ରଖି କରିବା ଉଚିତ ଯେ ପ୍ରଭୁଙ୍କର ସନ୍ତୋଷ ବିଧାନ ପାଇଁ ଆମେ ଏସବୁ କର୍ମ କରୁଛୁ । ସମସ୍ତ କର୍ମ ତାଙ୍କୁ ଅର୍ପଣ କରିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତଦ୍ୱାରା ହେଉଥିବା ଲାଭ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 9.28",
"verse": "28",
"chapter": 9,
"lang": "or",
"shloka": {
"speaker": "",
"sanskrit": "शुभाशुभफलैरेवं मोक्ष्यसे कर्मबन्धनैः ।\n\nसंन्यासयोगयुक्तात्मा विमुक्तो मामुपैष्यसि ॥28॥",
"text": "ଶୁଭାଶୁଭଫଳୈରେବଂ ମୋକ୍ଷସେ କର୍ମବନ୍ଧନୈଃ ।\nସନ୍ୟାସଯୋଗଯୁକ୍ତାତ୍ମା ବିମୁକ୍ତୋ ମାମୁପୈଷ୍ୟସି ।।୨୮।।",
"audioLink": "https://www.holy-bhagavad-gita.org/public/audio/009_028.mp3"
},
"wordMeanings": "ଶୁଭ - ମଙ୍ଗଳମୟ; ଅଶୁଭ - ଅମଙ୍ଗଳକର; ଫଳୈଃ - ଫଳ; ଏବଂ - ଏହି ପ୍ରକାରେ; ମୋକ୍ଷ୍ୟସେ - ମୁକ୍ତ କରେ; କର୍ମ - କର୍ମ; ବନ୍ଧନୈଃ - ବନ୍ଧନରୁ; ସନ୍ୟାସ - ତ୍ୟାଗ; ଯୋଗ - ଯୋଗ; ଯୁକ୍ତତ୍ମା - ଦୃଢ଼ଭାବରେ ଲଗାଇ ରଖି; ବିମୁକ୍ତଃ - ମୁକ୍ତ; ମାଂ - ମୋତେ; ଉପୈଷ୍ୟସି - ପ୍ରାପ୍ତ କରିବ ।",
"translation": {
"text": "ତୁମର ସମସ୍ତ କର୍ମକୁ ମୋତେ ସମର୍ପଣ କରି, ତୁମେ ଉଭୟ ଶୁଭାଶୁଭ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । ତ୍ୟାଗଯୁକ୍ତ ମନକୁ ମୋ ଠାରେ ଆସକ୍ତ କରି, ତୁମେ ମୁକ୍ତ ହୋଇଯିବ ଏବଂ ମୋତେ ପ୍ରାପ୍ତ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.28.mp3"
]
},
"commentary": "ଅଗ୍ନିଶିଖା ଉପରିସ୍ଥ ଧୂମ ଆବରଣ ପରି ପ୍ରତ୍ୟେକ କର୍ମର କିଛି ତ୍ରୁଟି ରହିଛି । ଆମେ ପୃଥିବୀ ଉପରେ ଚାଲିବା ବେଳେ, ଅଜାଣତରେ ଆମ ପାଦ ତଳେ ଚାପି ହୋଇ ଲକ୍ଷ ଲକ୍ଷ କ୍ଷୁଦ୍ର ଜୀବ ମରିଯାଇ ଥାଆନ୍ତି । କର୍ମକ୍ଷେତ୍ରରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ, ଆମେ ଯେତେ ସାବଧାନ ରହିଲେ ମଧ୍ୟ, ପରିବେଶର କ୍ଷତି କରିଥାଏ ଏବଂ ଅନ୍ୟକୁ ଆଘାତ ଦେଇଥାଏ । ଗୋଟିଏ କପ୍ ଦହି ଖାଇଲେ, ସେଥିରେ ଥିବା ଅସଂଖ୍ୟ କ୍ଷୁଦ୍ରଜୀବମାନଙ୍କୁ ହତ୍ୟା କରିବାର ପାପ କରିଥାଏ । କେତେକ ଧର୍ମରେ, ଏପରି ଅନିଚ୍ଛାକୃତ ହତ୍ୟା କମ୍ କରିବା ପାଇଁ ମୁହଁକୁ କପଡ଼ାରେ ଆବୃତ କରିବାର ନିୟମ ରହିଛି । କିନ୍ତୁ ଏହାଦ୍ୱାରା ମଧ୍ୟ ଶ୍ୱାସକ୍ରିୟା ମାଧ୍ୟମରେ ଜୀବହତ୍ୟାର ଦୋଷକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଦିଆଯାଇ ପାରେ ନାହିଁ ।\nଜ୍ଞାତସାରରେ ହେଉ ଅଥବା ଅଜ୍ଞାତସାରରେ ହେଉ, ନିଜ ସ୍ୱାର୍ଥ ପୂର୍ତ୍ତି ଉଦ୍ଦେଶ୍ୟରେ କର୍ମ କରିବାକୁ ଯାଇ ଆମେ ଯେଉଁ ପାପ କରିଥାଏ, ସେଥିପାଇଁ ଆମେ ଦାୟୀ । କର୍ମର ବିଧାନ ଅନୁସାରେ, ଆମକୁ କର୍ମଫଳ ଭୋଗ କରିବାକୁ ପଡ଼ିବ । ଶୁଭକାର୍ଯ୍ୟ ମଧ୍ୟ ବନ୍ଧନ କାରକ ଅଟେ କାରଣ ଏହାର ଫଳ ଭୋଗ କରିବାକୁ ଆତ୍ମାକୁ ସ୍ୱର୍ଗକୁ ଯିବାକୁ ପଡ଼ିଥାଏ । ଅତଏବ, ଶୁଭ ଏବଂ ଅଶୁଭ ଉଭୟ କର୍ମର ଫଳ ଜନ୍ମ-ମୃତ୍ୟୁର ବନ୍ଧନ ଅଟେ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କର୍ମଫଳରୁ ମୁକ୍ତ ହେବା ପାଇଁ ଏକ ସହଜ ସମାଧାନ ନିର୍ଦ୍ଦେଶ କରିଛନ୍ତି । ସେ ସନ୍ୟାସଯୋଗ କଥା କହୁଛନ୍ତି, ଅର୍ଥାତ୍ ସ୍ୱାର୍ଥର ପରିତ୍ୟାଗ । ସେ କହୁଛନ୍ତି ଯେ କର୍ମକୁ ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଦ୍ୱାରା ଆମେ ଉଭୟ ଭଲ ଓ ମନ୍ଦ କର୍ମର ଶୃଙ୍ଖଳରୁ ମୁକ୍ତ ହୋଇଯାଏ ।\nଏହିପରି ଚେତନାରେ ସ୍ଥିତ ବ୍ୟକ୍ତିଙ୍କୁ ଯୋଗ ଯୁକ୍ତାତ୍ମା (ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ) କୁହାଯାଏ । ଏହିପରି ଯୋଗୀମାନେ ଏହି ଶରୀରରେ ହିଁ ଜୀବନ୍ମୁକ୍ତ ହୋଇଯାଆନ୍ତି ଏବଂ ମର ଶରୀର ତ୍ୟାଗ କରିବା ପରେ, ଦିବ୍ୟ ଶରୀର ଯୁକ୍ତ ହୋଇ ସେମାନେ ଭଗବାନଙ୍କ ଲୋକରେ ତାଙ୍କର ଚିରନ୍ତନ ସେବା ପ୍ରାପ୍ତ କରିଥାନ୍ତି ।"
},
{
"verseTitle": "Bhagavad Gita 9.29",
"verse": "29",
"chapter": 9,
"lang": "or",
"shloka": {
"speaker": "",
"sanskrit": "राज विद्या योग समोऽहं सर्वभूतेषु न मे द्वेष्योऽस्ति न प्रियः ।\n\nये भजन्ति तु मां भक्त्या मयि ते तेषु चाप्यहम् ॥29॥",
"text": "ସମୋଽହଂ ସର୍ବଭୂତେଷୁ ନ ମେ ଦ୍ୱେଷ୍ୟୋଽସ୍ତି ନ ପ୍ରିୟଃ ।\nଯେ ଭଜନ୍ତି ତୁ ମାଂ ଭକ୍ତ୍ୟା ମୟି ତେ ତେଷୁ ଚାପ୍ୟହମ୍ ।।୨୯।।",
"audioLink": "https://www.holy-bhagavad-gita.org/public/audio/009_029.mp3"
},
"wordMeanings": "ସମଃ - ସମାନ ଭାବରେ; ଅହଂ - ମୁଁ; ସର୍ବ-ଭୂତେଷୁ - ସମସ୍ତ ଜୀବଙ୍କ ଠାରେ; ନ - ନୁହେଁ; ମେ - ମୋର; ଦ୍ୱେଷ୍ୟଃ - ଘୃଣିତ; ଅସ୍ତି - ଅଟେ; ନ - ନୁହେଁ; ପ୍ରିୟଃ - ପ୍ରିୟ; ଯେ - ଯେଉଁମାନେ; ଭଜନ୍ତି - ଦିବ୍ୟ ସେବା କରନ୍ତି; ତୁ - ତଥାପି; ମାଂ - ମୋତେ; ଭକ୍ତ୍ୟା- ଭକ୍ତିରେ; ମୟି - ମୋତେ; ତେ - ସେମାନେ; ତେଷୁ - ସେମାନଙ୍କ ଠାରେ; ଚ - ମଧ୍ୟ; ଅପି - ନିଶ୍ଚିତଭାବରେ; ଅହଂ - ମୁଁ ।",
"translation": {
"text": "ସମସ୍ତ ପ୍ରାଣୀଙ୍କ ପ୍ରତି ମୁଁ ସମଦୃଷ୍ଟି ପୋଷଣ କରେ । ମୁଁ କାହାପ୍ରତି ଦ୍ୱେଷ କରେନାହିଁ କି ପକ୍ଷପାତ କରେ ନାହିଁ । କିନ୍ତୁ ଯେଉଁ ଭକ୍ତମାନେ ପ୍ରେମଯୁକ୍ତ ହୋଇ ମୋର ଉପାସନା କରନ୍ତି, ସେମାନେ ମୋ ଠାରେ ନିବାସ କରନ୍ତି ଏବଂ ମୁଁ ତାଙ୍କଠାରେ ନିବାସ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.29.mp3"
]
},
"commentary": "ଆମେ ସ୍ୱଭାବତଃ ବିଶ୍ୱାସ କରିଥାଏ ଯେ ଯଦି ଜଣେ ଭଗବାନ ଅଛନ୍ତି, ତେବେ ସେ ନିଶ୍ଚିତ ଭାବରେ ନ୍ୟାୟୀ ହୋଇଥିବେ ଏବଂ କେବେ ବି ଅନ୍ୟାୟୀ ହୋଇ ନ ଥିବେ । ସଂସାରରେ ଅନ୍ୟାୟର ସମ୍ମୁଖୀନ ହୋଇ ବ୍ୟକ୍ତି ଏପରି କହିବାର ଦେଖାଯାଇଥାଏ; “ହେ ଆରବପତି, ତୁମ ପାଖରେ ଅର୍ଥବଳ ଅଛି । ତୁମେ ଯାହା କରିବ, କର । ସବୁକିଛିର ସମାଧାନ ଭଗବାନ କରିବେ । ସେ ସବୁ ଦେଖୁଛନ୍ତି ଏବଂ ନିଶ୍ଚିତ ଭାବରେ ସେ ତୁମକୁ ଦଣ୍ଡ ଦେବେ । ତୁମେ ରକ୍ଷା ପାଇବ ନାହିଁ ।” ଏହା ଭଗବାନଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧାଯୁକ୍ତ କୌଣସି ସନ୍ଥ ମହାତ୍ମାଙ୍କର ବକ୍ତବ୍ୟ ନୁହେଁ, ଆମ୍ଭମାନଙ୍କ ପରି ସାଧାରଣ ବ୍ୟକ୍ତି ମଧ୍ୟ ବିଶ୍ୱାସ କରନ୍ତି ଯେ ଭଗବାନ ନ୍ୟାୟୀ ଅଟନ୍ତି ।\nକିନ୍ତୁ ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ ଏହି ଶଙ୍କା ଉତ୍ପନ୍ନ କରିଥିଲେ ଯେ ଭଗବାନ ତାଙ୍କ ଭକ୍ତ ପ୍ରତି ପକ୍ଷପାତୀ ଅଟନ୍ତି, କାରଣ ଅନ୍ୟ ସମସ୍ତେ କର୍ମଫଳ ଭୋଗ କରୁଥିବା ବେଳେ ଭଗବାନ ତାଙ୍କ ଭକ୍ତମାନଙ୍କୁ ସେଥିରୁ ମୁକ୍ତ କରି ଦେଇଥାଆନ୍ତି । ଏହା ପକ୍ଷପାତ ବିଚାରର ଲକ୍ଷଣ ନୁହେଁ କି? ଶ୍ରୀକୃଷ୍ଣ ଏହି ବିଚାରକୁ ସ୍ପଷ୍ଟ କରିବାକୁ ଯାଇ କହୁଛନ୍ତି, ସମୋଽହଂ ଅର୍ଥାତ୍, “ ମୁଁ ସମସ୍ତଙ୍କ ପ୍ରତି ସମଭାବାପନ୍ନ ଅଟେ । କିନ୍ତୁ ମୋର ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି, ଯାହା ଅନୁସାରେ ମୁଁ ମୋର କୃପା ପ୍ରଦାନ କରିଥାଏ ।” ଏହି ନିୟମଟି ୪:୧୧ ଶ୍ଲୋକରେ ବର୍ଣ୍ଣନା କରାଯାଇଅଛି : “ଯିଏ ଯେଉଁ ଭାବରେ ଏବଂ ଯେତିକି ମାତ୍ରାରେ ମୋର ଶରଣାପନ୍ନ ହୁଅନ୍ତି, ମୁଁ ସେହି ଅନୁସାରେ ତାଙ୍କୁ ପ୍ରତିଫଳ ଦେଇଥାଏ । ହେ ପୃଥା ପୁତ୍ର! ସମସ୍ତେ ସର୍ବତୋ ଭାବରେ ମୋର ମାର୍ଗ ଅନୁସରଣ କରନ୍ତି ।”\nବୃଷ୍ଟିଧାରା ପୃଥିବୀର ସର୍ବତ୍ର ସମାନ ଭାବରେ ପଡ଼ିଥାଏ । କିନ୍ତୁ ଯେଉଁ ବିନ୍ଦୁଟି ଶସ୍ୟ କ୍ଷେତ୍ରରେ ପଡ଼ିଥାଏ ତାହା ଶସ୍ୟରେ ପରିଣତ ହୁଏ; ଯେଉଁ ବିନ୍ଦୁଟି ମରୁଭୂମିର ବବୁଲ ଉପରେ ପଡ଼େ ତାହା କଣ୍ଟାରେ ପରିଣତ ହୁଏ; ନର୍ଦ୍ଦମାରେ ପଡ଼ିଥିବା ଜଳବିନ୍ଦୁଟି ନର୍ଦ୍ଦମା ପାଲଟି ଯାଏ ଏବଂ ଶାମୁକା ଭିତରେ ପଡୁଥିବା ବିନ୍ଦୁଟି ମୁକ୍ତାରେ ରୂପାନ୍ତରିତ ହୁଏ ।\nବର୍ଷା ପକ୍ଷପାତ କରେନାହିଁ, କାରଣ ତାହା ସର୍ବତ୍ର ସମାନ ଭାବରେ କୃପା ବୃଷ୍ଟି କରିଥାଏ । ତେଣୁ ଫଳାଫଳର ବିବିଧତା ପାଇଁ ବୃଷ୍ଟିଧାରାକୁ ଦାୟୀ କରାଯାଇ ପାରିବ ନାହିଁ । ଏହା ପାତ୍ରର ଗୁଣ ଉପରେ ନିର୍ଭର କରିଥାଏ । ସେହିପରି ଭଗବାନ ଏଠାରେ କହୁଛନ୍ତି ଯେ ସେ ସମସ୍ତଙ୍କ ପ୍ରତି ସମଭାବାପନ୍ନ ଅଟନ୍ତି, ତଥାପି, ଯେଉଁମାନେ ତାଙ୍କର ଭକ୍ତି କରନ୍ତି ନାହିଁ, ସେମାନେ ତାଙ୍କ କୃପାରୁ ବଞ୍ôଚତ ରହନ୍ତି କାରଣ ତାଙ୍କ ହୃଦୟର ପାତ୍ର ଏହା ଧାରଣ କରିବା ପାଇଁ ଅନୁପଯୁକ୍ତ ଅଟେ । ତେଣୁ ଯେଉଁମାନଙ୍କର ହୃଦୟ କଳୁଷିତ, ସେମାନେ କ’ଣ କରିବେ? ଶ୍ରୀକୃଷ୍ଣ ବର୍ତ୍ତମାନ ଭକ୍ତିର ଶୁଦ୍ଧ କରିବାର ଶକ୍ତି ବିଷୟରେ ଆଲୋକପାତ କରୁଛନ୍ତି ।"
},
{
"verseTitle": "Bhagavad Gita 9.30",
"verse": "30",
"chapter": 9,
"lang": "or",
"shloka": {
"speaker": "",
"sanskrit": "अपि चेत्सुदुराचारो भजते मामनन्यभाक्।\n\nसाधुरेव स मन्तव्यः सम्यग्व्यवसितो हि सः ॥30॥",
"text": "ଅପି ଚେତ୍ସୁଦୁରାଚାରୋ ଭଜତେ ମାମନନ୍ୟଭାକ୍ ।\nସାଧୁରେବ ସ ମନ୍ତବ୍ୟଃ ସମ୍ୟଗ୍ବ୍ୟବସିତୋ ହି ସଃ ।।୩୦।।",
"audioLink": "https://www.holy-bhagavad-gita.org/public/audio/009_030.mp3"
},
"wordMeanings": "ଅପି - ଏପରି କି; ଚେତ୍ - ଯଦିଓ; ସୁଦୁରାଚାରଃ - ଅତ୍ୟନ୍ତ ଦୁରାଚାରୀ; ଭଜତେ - ଭଜନ କରେ, ଭକ୍ତିପୂର୍ଣ୍ଣ ସେବାରେ ଲାଗି ରହେ; ମାଂ- ମୋତେ; ଅନନ୍ୟଭାକ୍ - ଐକାନ୍ତିକ ଭାବରେ; ସାଧୁଃ - ସାଧୁ; ଏବ - ନିଶ୍ଚିତଭାବରେ; ସଃ - ସେ; ମନ୍ତବ୍ୟଃ - ବିବେଚିତ ହେବ; ସମ୍ୟକ୍ - ପୂର୍ଣ୍ଣରୂପେ; ବ୍ୟବସିତଃ - ଅବସ୍ଥିତ; ହି - ନିଶ୍ଚିତରୂପେ; ସଃ - ସେ ।",
"translation": {
"text": "ଯଦି ଜଣେ ଅତ୍ୟନ୍ତ ଦୁରାଚାରୀ ବ୍ୟକ୍ତି ଅନନ୍ୟ ଭକ୍ତି ସହକାରେ ମୋର ପୂଜା କରନ୍ତି, ତେବେ ତାଙ୍କୁ ଧାର୍ମିକ ବ୍ୟକ୍ତି ଭାବେ ଗଣନା କରାଯିବ, କାରଣ ସେମାନେ ସଠିକ୍ ନିଷ୍ପତ୍ତି ନେଇଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-30.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.30.mp3"
]
},
"commentary": "ଭଗବାନଙ୍କ ଭକ୍ତିର ପ୍ରଭାବ ଏତେ ବେଶୀ ଯେ ଏହା ଅତ୍ୟନ୍ତ ଦୁରାଚାରୀଙ୍କୁ ମଧ୍ୟ ସଦାଚାରୀ କରିଦେଇପାରେ । ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ ଏହାର ବଳିଷ୍ଠ ଉଦାହରଣ ଗୁଡ଼ିକ ମଧ୍ୟରୁ ଅଜାମିଳ ଓ ବାଲ୍ମିକୀଙ୍କର ଆଖ୍ୟାନ ପ୍ରସିଦ୍ଧ ଅଟେ, ଯାହାର ଗାୟନ ପ୍ରାୟତଃ ସମସ୍ତ ଭାରତୀୟ ଭାଷାରେ କରାଯାଇଥାଏ । ବାଲ୍ମିକୀଙ୍କର ସଞ୍ôଚତ ପାପ ଏତେ ଜଘନ୍ୟ ଥିଲା ଯେ ସେ ପ୍ରଭୁ ରାମଙ୍କର ନାମର ଦୁଇଟି ଅକ୍ଷର ରା...ମ ଉଚ୍ଚାରଣ କରିପାରି ନ ଥିଲେ । ତାଙ୍କର ପାପ ଏହି ଦିବ୍ୟ ନାମର ପ୍ରତିରୋଧ କରୁଥିଲା । ସେଥିପାଇଁ ତାଙ୍କର ଗୁରୁ ତାଙ୍କୁ ଭକ୍ତି ମାର୍ଗରେ ପ୍ରବୃତ୍ତ କରିବା ପାଇଁ ଏକ ଉପାୟ ସ୍ଥିର କରି ତାଙ୍କୁ ସେହି ନାମ ଓଲଟା ଜପ କରିବାକୁ କହିଲେ - ମରା, ମରା, ମରା, ଯାହା ଆପେ ଆପେ “ରାମ ରାମ ରାମ......” ଶବ୍ଦ ସୃଷ୍ଟି କରିବ । ଫଳ ସ୍ୱରୂପ, ବାଲ୍ମିକୀଙ୍କ ପରି ମହାପାପୀ ଅନନ୍ୟ ଭକ୍ତି ଦ୍ୱାରା ବିଶୁଦ୍ଧ ହୋଇ ଏକ ମହାନ ସନ୍ଥରେ ପରିଣତ ହେଲେ ।\nଉଲଟା ନାମୁ ଜପତ ଜଗ ଜାନା, ବାଲ୍ମୀକି ଭଏ ବ୍ରହ୍ମ ସମାନା । (ରାମାୟଣ)\n“ସମଗ୍ର ବିଶ୍ୱରେ ଏହା ବିଦିତ ଯେ ପ୍ରଭୁଙ୍କର ଓଲଟା ନାମ ଜପ କରି, ବାଲ୍ମିକୀ ମହାପୁରୁଷ ହୋଇଥିଲେ ।” ତେଣୁ ପାପୀ ମାନଙ୍କୁ ସବୁବେଳେ ନିନ୍ଦା କରିବା ଉଚିତ ନୁହେଁ । ଭକ୍ତିର ଏହି ସୁଧାର କରିବା ଶକ୍ତିକୁ ଦୃଷ୍ଟିରେ ରଖି ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ଯଦି ଜଣେ ଘୋର ପାପାତ୍ମା ମଧ୍ୟ ଅନନ୍ୟ ଭାବରେ ଭଗବାନଙ୍କର ଭକ୍ତି କରେ, ତେବେ ତାକୁ ପାପୀ ରୂପେ ପରିଗଣିତ କରାଯିବ ନାହିଁ । ସେମାନଙ୍କର ଶୁଦ୍ଧ ସଂକଳ୍ପ ଏବଂ ଭବ୍ୟ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ନିମନ୍ତେ ସେମାନଙ୍କୁ ଧର୍ମାତ୍ମା ଭାବେ ଗଣନା କରାଯିବା ଉଚିତ ।"
},
{
"verseTitle": "Bhagavad Gita 9.31",
"verse": "31",
"chapter": 9,
"lang": "or",
"shloka": {
"speaker": "",
"sanskrit": "क्षिप्रं भवति धर्मात्मा शश्वच्छान्तिं निगच्छति।\n\nकौन्तेय प्रतिजानीहि न मे भक्तः प्रणश्यति ॥31॥",
"text": "କ୍ଷିପ୍ରଂ ଭବତି ଧର୍ମାତ୍ମା ଶଶ୍ୱଚ୍ଛାନ୍ତିଂ ନିଗଚ୍ଛତି । \nକୌନ୍ତେୟ ପ୍ରତିଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି ।।୩୧।।",
"audioLink": "https://www.holy-bhagavad-gita.org/public/audio/009_031.mp3"
},
"wordMeanings": "କ୍ଷିପ୍ରଂ - ଖୁବ୍ଶୀଘ୍ର; ଭବତି - ହୁଏ; ଧର୍ମାତ୍ମା- ଧାର୍ମିକ ବ୍ୟକ୍ତି; ଶଶ୍ୱତ୍ଶାନ୍ତିଂ - ଶାଶ୍ୱତ ଶାନ୍ତି; ନିଗଚ୍ଛତି - ଲାଭ କରେ; କୌନ୍ତେୟ - ହେ କୁନ୍ତିପୁତ୍ର; ପ୍ରତିଜାନୀହି - ଘୋଷଣା କର; ନ- କଦାପି ନୁହେଁ; ମେ - ମୋର; ଭକ୍ତଃ - ଭକ୍ତ; ପ୍ରଣଶ୍ୟତି - ନଷ୍ଟ ହୁଏ ।",
"translation": {
"text": "ସେମାନେ ଖୁବ୍ଶୀଘ୍ର ଧର୍ମାତ୍ମା ହୋଇଯାଆନ୍ତି ଏବଂ ଚିର ଶାନ୍ତି ଲାଭ କରିଥାଆନ୍ତି । ହେ କୁନ୍ତି ପୁତ୍ର! ଏହା ଘୋଷଣା କର ଯେ ମୋ ଭକ୍ତର କେବେ ବି ପତନ ହେବ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-31.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.31.mp3"
]
},
"commentary": "କେବଳ ଉଚିତ୍ ସଂକଳ୍ପ କଲେ, ଜଣେ ଭକ୍ତକୁ ଧର୍ମାତ୍ମା କୁହାଯିବ କି? ଶ୍ରୀକୃଷ୍ଣ ଏହାକୁ ସ୍ପଷ୍ଟ କରିବାକୁ ଯାଇ କହୁଛନ୍ତି ଯେ ଯଦି ସେମାନେ ଦୃଢ଼ ବିଶ୍ୱାସର ସହିତ ଅନନ୍ୟ ଭକ୍ତିରେ ପ୍ରବୃତ୍ତ ହୁଅନ୍ତି, ତେବେ ତାଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଯିବ ଏବଂ ଖୁବ୍ ଶୀଘ୍ର ସେମାନଙ୍କ ଠାରେ ସଦ୍ଗୁଣର ବିକାଶ ହେବ ।\nଦିବ୍ୟଗୁଣ କେବଳ ଭଗବାନଙ୍କ ଠାରେ ହିଁ ପ୍ରକାଶିତ ହୁଏ । ସେ ପୂର୍ଣ୍ଣତଃ ନ୍ୟାୟୀ, ସତ୍ୟବାନ, ସମ୍ବେଦନଶୀଳ, ସ୍ନେହୀ, ଦୟାମୟ ଇତ୍ୟାଦି ଅଟନ୍ତି । ଆମେସବୁ ଜୀବ ଭଗବାନଙ୍କର କ୍ଷୁଦ୍ର ଅଂଶ ହୋଇଥିବା ଦୃଷ୍ଟିରୁ, ଭଗବଦୀୟ ଗୁଣ ପ୍ରତି ଆମର ଆକର୍ଷଣ ସ୍ୱାଭାବିକ ଅଟେ । କିନ୍ତୁ ନିଜକୁ ସଦ୍ଗୁଣଯୁକ୍ତ କରିବା ଏତେ ସହଜ ନୁହେଁ । ବାଲ୍ୟକାଳରୁ ଆମେ ଏହି ଉପଦେଶ ଶୁଣୁଛେ ଯେ ଆମେ ସତ କହିବା, ଅନ୍ୟର ସେବା କରିବା, କ୍ରୋଧ ତ୍ୟାଗ କରିବା ଉଚିତ୍, ତଥାପି ଆମେ ତାହାକୁ କାର୍ଯ୍ୟତଃ କରିପାରୁନାହେଁ କେବଳ ଏଥିପାଇଁ ଯେ ଆମର ମନ ଅଶୁଦ୍ଧ ଅଟେ । ମନର ଶୁଦ୍ଧିକରଣ ବିନା, ଚରିତ୍ରର ଦୋଷକୁ ସମ୍ପୂର୍ଣ୍ଣ ଭାବରେ ଚିରକାଳ ପାଇଁ ନିର୍ମୂଳ କରିହେବ ନାହିଁ । ଦିବ୍ୟ ଗୁଣ ବିକାଶ ସମ୍ବନ୍ଧୀୟ ଅକାଟ୍ୟ ସତ୍ୟକୁ ପ୍ରକାଶ କରିବାକୁ ଯାଇ ଜଗଦ୍ଗୁରୁ ଶ୍ରୀ କୃପାଲୁ ଜୀ ମହାରାଜ କହନ୍ତି:\nସତ୍ୟ ଅହିଂସା ଆଦି ମନ! ବିନ ହରି ଭଜନ ନ ପାୟ ।ଜଲ ତେ ଘୃତ ନିକଲେ ନହୀଁ, କୋଟିନ କରିୟ ଉପାୟ । । (ଭକ୍ତି ଶତକ ପଦ-୩୫)\n“ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଲୁଗାରେ ଲାଗିଥିବା ତେଲ ଦାଗକୁ ପାଣି ଦ୍ୱାରା ହଟାଇ ପାରିବା ନାହିଁ । ସେହିପରି ଭଗବାନଙ୍କର ଭକ୍ତି ବିନା ଚରିତ୍ରରେ ସତ୍ୟ, ଅହିଂସା ଆଦି ଦିବ୍ୟଗୁଣର ବିକାଶ ହେବ ନାହିଁ । ଶୁଦ୍ଧ ମନରେ ଏହି ସବୁ ଗୁଣ ପ୍ରକଟିତ ହୋଇଥାଏ ଏବଂ ମନକୁ ସର୍ବଶୁଦ୍ଧ ଭଗବାନଙ୍କ ଠାରେ ସଂଲଗ୍ନ ନ କରିବା ଯାଏଁ, ମନ କେବେ ବି ଶୁଦ୍ଧ ହେବ ନାହିଁ ।\nପୁନଶ୍ଚ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦୃଢ଼ତାର ସହିତ ଏହା ଘୋଷଣା କରିବାକୁ କହୁଛନ୍ତି ଯେ ଭକ୍ତର କେବେବି ପତନ ହେବ ନାହିଁ । ସେ ଏହା କହୁନାହାନ୍ତି ଯେ “ଜ୍ଞାନୀମାନଙ୍କର ପତନ ହେବ ନାହିଁ ।” ଅଥବା “କର୍ମୀମାନଙ୍କର (କର୍ମକାଣ୍ଡ କରୁଥିବା) ପତନ ହେବ ନାହିଁ ।” ସେ ତାଙ୍କର ଭକ୍ତମାନଙ୍କ ପ୍ରତି ପ୍ରତିଜ୍ଞା କରୁଛନ୍ତି ଯେ “ସେମାନଙ୍କର କେବେ ବି ଅଧଃପତନ ହେବ ନାହିଁ” । ଏହିପରି ଭାବରେ ସେ ୯.୨୨ ଶ୍ଲୋକର ବକ୍ତବ୍ୟକୁ ଦୋହରାଇଛନ୍ତି ଯେ ଯିଏ ତାଙ୍କ ପ୍ରତି ସମର୍ପିତ ହୋଇ ଅନନ୍ୟ ଭକ୍ତିରେ ନିମଗ୍ନ ରହେ, ତା’ର ସମସ୍ତ ଭାର ସେ ନିଜେ ବହନ କରନ୍ତି ।\nକଥାଟି ଅତ୍ୟନ୍ତ କୌତୁହଳପ୍ରଦ ମନେହୁଏ ଯେ ଶ୍ରୀକୃଷ୍ଣ ନିଜେ ଏହା ଘୋଷଣା ନ କରି ଅର୍ଜୁନଙ୍କୁ କାହିଁକି ଘୋଷଣା କରିବାକୁ କହୁଛନ୍ତି? ଏହାର କାରଣ ହେଉଛି, ବିଶେଷ ପରିସ୍ଥିତିରେ ବେଳେବେଳେ ଭଗବାନ ନିଜର ପ୍ରତିଜ୍ଞା ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କ ଭକ୍ତ କରିଥିବା ପ୍ରତିଜ୍ଞାକୁ ସେ କେବେ ବି ଭଙ୍ଗ ହେବାକୁ ଦିଅନ୍ତି ନାହିଁ । ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ପ୍ରତିଜ୍ଞା କରିଥିଲେ ଯେ ସେ ଅସ୍ତ୍ର ଉଠାଇବେ ନାହିଁ । କିନ୍ତୁ ଭୀଷ୍ମ, ଯିଏକି ଭଗବାନଙ୍କର ଜଣେ ପରମ ଭକ୍ତ, ପ୍ରତିଜ୍ଞା କଲେ, ପରଦିନ ସୂର୍ଯ୍ୟାସ୍ତ ପୂର୍ବରୁ ସେ ଅର୍ଜୁନଙ୍କୁ ହତ୍ୟା କରିବେ ବା ତାଙ୍କୁ ରକ୍ଷା କରିବାକୁ ଶ୍ରୀକୃଷ୍ଣଙ୍କୁ ଅସ୍ତ୍ର ଉଠାଇବା ପାଇଁ ବାଧ୍ୟ କରିବେ । ସୁତରାଂ, ଶ୍ରୀକୃଷ୍ଣ ଭୀଷ୍ମ କରିଥିବା ପ୍ରତିଜ୍ଞାକୁ ରକ୍ଷା କରିବାକୁ ଯାଇ ନିଜ ପ୍ରତିଜ୍ଞା ଭଙ୍ଗ କରିଥିଲେ । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି, “ଅର୍ଜୁନ ତୁମେ ଘୋଷଣା କର ଯେ, ମୋ ଭକ୍ତର ପତନ ହେବ ନାହିଁ, କାରଣ ମୁଁ ପ୍ରତିଜ୍ଞା କରୁଛି ଯେ ତୁମର ବଚନ ଅବଶ୍ୟ ରକ୍ଷା ହେବ ।”"
},
{
"verseTitle": "Bhagavad Gita 9.32",
"verse": "32",
"chapter": 9,
"lang": "or",
"shloka": {
"speaker": "",
"sanskrit": "मां हि पार्थ व्यपाश्रित्य येऽपि स्युः पापयोनयः। \n\nस्त्रियो वैश्यास्तथा शूद्रास्तेऽपि यान्ति परां गतिम् ॥32॥",
"text": "ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ ।\nସ୍ତ୍ରିୟୋ ବୈଶ୍ୟସ୍ତଥା ଶୂଦ୍ରାସ୍ତେଽପି ଯାନ୍ତି ପରାଂ ଗତିମ୍ ।।୩୨।।",
"audioLink": "https://www.holy-bhagavad-gita.org/public/audio/009_032.mp3"
},
"wordMeanings": "ମାଂ- ମୋତେ; ହି - ନିଶ୍ଚିତଭାବେ; ପାର୍ଥ - ହେ ପୃଥାପୁତ୍ର; ବ୍ୟପାଶ୍ରିତ୍ୟ - ବିଶେଷ ଭାବରେ ଆଶ୍ରୟ ନେଇ; ଯେ - ଯିଏ କେହି; ଅପି - ମଧ୍ୟ; ସ୍ୟୁଃ - ହୁଏ; ପାପ-ଯୋନୟଃ - ନୀଚ କୁଳରେ ଜାତ; ସ୍ତ୍ରୀୟଃ - ସ୍ତ୍ରୀ ଲୋକମାନେ; ବୈଶ୍ୟାଃ - ବୈଶ୍ୟମାନେ; ତଥା - ମଧ୍ୟ; ଶୁଦ୍ରାଃ -ଶୂଦ୍ରମାନେ; ତେ ଅପି - ସେମାନେ ମଧ୍ୟ; ଯାନ୍ତି - ଯା’ନ୍ତି; ପରାଂ - ପରମ; ଗତିଂ - ଗତି ।",
"translation": {
"text": "ଯେଉଁମାନେ ମୋର ଆଶ୍ରିତ ହୁଅନ୍ତି, ତାଙ୍କର ଜନ୍ମ, କୁଳ, ଲିଙ୍ଗ ବା ଜାତି ଯାହା ହେଇଥାଉନା କାହିଁକି, ଏପରିକି ସମାଜର ନିନ୍ଦିତ ଶ୍ରେଣୀର ବ୍ୟକ୍ତି ମଧ୍ୟ ପରମ ଚରମ ଲକ୍ଷ୍ୟ ପ୍ରାପ୍ତି କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-32.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.32.mp3"
]
},
"commentary": "ସଂସାରରେ ଏପରି ବ୍ୟକ୍ତି ଅଛନ୍ତି, ଯେଉଁମାନେ ସୌଭାଗ୍ୟବଶତଃ ଧାର୍ମିକ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି, ଯେଉଁଠାରେ ବାଲ୍ୟକାଳରୁ ସେମାନଙ୍କୁ ଉଚ୍ଚ ମୂଲ୍ୟବୋଧ ଏବଂ ଧର୍ମ ସଂସ୍କାରର ଶିକ୍ଷା ପ୍ରାପ୍ତ ହୋଇଥାଏ । ଏହା ସେମାନଙ୍କର ପୂର୍ବଜନ୍ମର ଭଲ କର୍ମର ଫଳ ଅଟେ । ପୁଣି ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଦୁର୍ଭାଗ୍ୟବଶତଃ ମଦ୍ୟପ, ଅପରାଧି, ଜୁଆଡ଼ି ଓ ନାସ୍ତିକ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି । ଏହା ମଧ୍ୟ ସେମାନଙ୍କର ପୂର୍ବ ଜନ୍ମରେ କରିଥିବା ପାପର ଫଳ ଅଟେ ।\nଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଦେଉଛନ୍ତି ଯେ, ଜନ୍ମ, ଲିଙ୍ଗ, ଜାତି ବା କୁଳ ନିର୍ବିଶେଷରେ ଯିଏବି ମୋର ପୂର୍ଣ୍ଣ ଶରଣାଗତ ହୁଏ, ସେ ଚରମ ଲକ୍ଷ୍ୟ ପ୍ରାପ୍ତ କରିବ । ଭକ୍ତି ମାର୍ଗର ମହାନତା ଏହା ଯେ ସମସ୍ତେ ଏହାର ଅଧିକାରୀ ଅଟନ୍ତି । ଅନ୍ୟ ମାର୍ଗର ଅଧିକାରୀ ହେବା ପାଇଁ କଠିନ ନିୟମ ରହିଛି ।\nଜ୍ଞାନ ମାର୍ଗର ଅଧିକାରୀତ୍ୱ ବିଷୟରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହୁଛନ୍ତି:\nବିବେକିନୋ ବିରକ୍ତସ୍ୟ ଶମାଦିଗୁଣ ଶାଳିନଃମୁମୁକ୍ଷୋରୌବ ହି ବ୍ରହ୍ମ ଜିଜ୍ଞାସା ଯୋଗ୍ୟତା ମତାଃ ।।\nବିବେକ, ବୈରାଗ୍ୟ, ସଂଯତ ମନ ଓ ଇନ୍ଦ୍ରିୟ ଏବଂ ମୁମୁକ୍ଷତ୍ୱ (ମୁକ୍ତି ପାଇଁ ତୀବ୍ର ଇଚ୍ଛା) ଆଦି ଚାରି ଗୁଣ ସମ୍ପନ୍ନ ବ୍ୟକ୍ତି ହିଁ ଜ୍ଞାନ ମାର୍ଗୀୟ ସାଧନା କରିବାର ଅଧିକାରୀ ଅଟନ୍ତି ।\nକର୍ମ କାଣ୍ଡ (ବୈଦିକ ବିଧି) ମାର୍ଗରେ ଛଅ ଗୋଟି ଶର୍ତ୍ତ ପୂରଣ କରିବା ଆବଶ୍ୟକ:\nଦେଶେ କାଲେ ଉପାୟେନ ଦ୍ରବ୍ୟଂ ଶ୍ରଦ୍ଧା ସମନ୍ୱିତମ୍ ।ପାତ୍ରେ ପ୍ରଦୀୟତେ ଯତ୍ତତ୍ ସକଳଂ ଧର୍ମ ଲକ୍ଷଣମ୍ ।।\nଯଜ୍ଞାଦିକ କର୍ମର ଫଳପ୍ରାପ୍ତି ପାଇଁ ଛଅଗୋଟି ନିୟମ ପୂରଣ କରିବା ନିହାତି ଆବଶ୍ୟକ ଅଟେ - ଉପଯୁକ୍ତ ସ୍ଥାନ, ଠିକ୍ ସମୟ, ସଠିକ୍ ବିଧିବିଧାନ, ଠିକ୍ ମନ୍ତ୍ର ଉଚ୍ଚାରଣ, ଶୁଦ୍ଧ ଦ୍ରବ୍ୟ, ଯଜ୍ଞ ଅନୁଷ୍ଠାନ କରୁଥିବା ସୁଯୋଗ୍ୟ ବ୍ରାହ୍ମଣ ଏବଂ ଯଜ୍ଞର ପ୍ରଭାବ ପ୍ରତି ଦୃଢ଼ ବିଶ୍ୱାସ ।”\nଅଷ୍ଟାଙ୍ଗ ଯୋଗମାର୍ଗରେ ମଧ୍ୟ କଠିନ ନିୟମ ରହିଛି:\nଶୁଚୌ ଦେଶେ ପ୍ରତିଷ୍ଠାପ୍ୟ (ଭାଗବତମ୍ ୩.୨୮.୮)\n“ହଠ ଯୋଗ ଏକ ପବିତ୍ର ସ୍ଥାନରେ, ନିଶ୍ଚଳ ଭାବେ ସଠିକ୍ ଆସନରେ ବସି କରିବା ଆବଶ୍ୟକ” ।\nଅନ୍ୟ ପକ୍ଷରେ, ଭକ୍ତିଯୋଗ ଏପରି ଅଟେ ଯାହା ଯେ କୌଣସି ବ୍ୟକ୍ତି, ସ୍ଥାନ, ପରିସ୍ଥିତି ଏବଂ ଦ୍ରବ୍ୟ ଦ୍ୱାରା କରାଯାଇ ପାରିବ ।\nନ ଦେଶ ନିୟମସ୍ତସ୍ମିନ୍ ନ କାଳ ନିୟମସ୍ଥଥା (ପଦ୍ମପୁରାଣ)\nଏହି ଶ୍ଲୋକ ଅନୁଯାୟୀ, ଆମେ କେଉଁ ସମୟରେ ବା କେଉଁ ସ୍ଥାନରେ ଭକ୍ତି କରୁଛୁ, ଭଗବାନ ତାହାକୁ ଧ୍ୟାନ ଦିଅନ୍ତି ନାହିଁ । ସେ କେବଳ ଆମ ହୃଦୟରେ ଥିବା ସ୍ନେହକୁ ଦେଖନ୍ତି । ସମସ୍ତ ଜୀବ ଭଗବାନଙ୍କର ସନ୍ତାନ ଅଟନ୍ତି ଏବଂ ଯଦି ସେମାନେ ପ୍ରକୃତ ଭକ୍ତି ଭାବନାରେ ତାଙ୍କର ସମୀପସ୍ଥ ହୁଅନ୍ତି, ତା’ହେଲେ ସେ ବାହୁ ପ୍ରସାରିତ କରି ସମସ୍ତଙ୍କୁ ଆପଣାର କରି ନିଅନ୍ତି ।"
},
{
"verseTitle": "Bhagavad Gita 9.33",
"verse": "33",
"chapter": 9,
"lang": "or",
"shloka": {
"speaker": "",
"sanskrit": "किं पुनर्ब्राह्मणाः पुण्या भक्ता राजर्षयस्तथा ।\n\nअनित्यमसुखं लोकमिमं प्राप्य भजस्व माम् ॥33॥",
"text": "କିଂ ପୁନର୍ବାହ୍ମଣାଃ ପୁଣ୍ୟା ଭକ୍ତା ରାଜର୍ଷୟସ୍ତଥା ।\nଅନିତ୍ୟମସୁଖଂ ଲୋକମିମଂ ପ୍ରାପ୍ୟ ଭଜସ୍ୱ ମାମ୍ ।।୩୩।।",
"audioLink": "https://www.holy-bhagavad-gita.org/public/audio/009_033.mp3"
},
"wordMeanings": "କିଂ - କ’ଣ; ପୁନଃ - ପୁଣି; ବ୍ରାହ୍ମଣାଃ - ବ୍ରାହ୍ମଣମାନେ; ପୁଣ୍ୟାଃ - ପୁଣ୍ୟବନ୍ତ ଲୋକମାନେ; ଭକ୍ତାଃ - ଭକ୍ତମାନେ; ରାଜର୍ଷୟଃ - ରାଜର୍ଷିମାନେ; ତଥା - ମଧ୍ୟ; ଅନିତ୍ୟମ୍ - ଅସ୍ଥାୟୀ; ଅସୁଖଂ- ଦୁଃଖପୂର୍ଣ୍ଣ; ଲୋକଂ - ଲୋକ; ଇମଂ - ଏହା; ପ୍ରାପ୍ୟ - ପ୍ରାପ୍ତ କରି; ଭଜସ୍ୱ - ଭକ୍ତିରେ ନିୟୋଜିତ; ମାମ୍ - ମୋତେ ।",
"translation": {
"text": "ସେ କ୍ଷେତ୍ରରେ, ପୁଣ୍ୟବନ୍ତ ରାଜା ଏବଂ ସନ୍ଥମାନଙ୍କ ବିଷୟରେ କ’ଣ ବା କୁହାଯିବ? ସୁତରାଂ, ଏହି ଅନିତ୍ୟ ଓ ସୁଖରହିତ ସଂସାରକୁ ଆସି, ମୋର ଭକ୍ତି କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-33.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.33.mp3"
]
},
"commentary": "ଯଦି ଅତ୍ୟନ୍ତ ପାପୀମାନେ ମଧ୍ୟ ଭକ୍ତି ମାର୍ଗରେ ସଫଳତା ହାସଲ କରିପାରନ୍ତି, ତେବେ ଉନ୍ନତ ଆତ୍ମାମାନଙ୍କର କଲ୍ୟାଣକୁ ନେଇ କୌଣସି ସନ୍ଦେହ ରହିବ କାହିଁକି? ରାଜା ଏବଂ ସନ୍ଥ ମହାପୁରୁଷମାନେ ନିଶ୍ଚିନ୍ତ ରହିବା ଆବଶ୍ୟକ ଯେ ଅନନ୍ୟ ଭକ୍ତି ଦ୍ୱାରା ସେମାନେ ନିଜର ଚରମ ଲକ୍ଷ୍ୟ ନିଶ୍ଚୟ ପ୍ରାପ୍ତ କରିବେ । ଶ୍ରୀକୃଷ୍ଣ ଏହିପରି ଭାବରେ ଅର୍ଜୁନଙ୍କୁ ଇଶାରା କରୁଛନ୍ତି, “ତୁମ ପରି ଜଣେ ପୁଣ୍ୟବନ୍ତ ରାଜାଙ୍କର ଏହି ଜ୍ଞାନ ରହିବା ଉଚିତ ଯେ ଏହି ସଂସାର ଅନିତ୍ୟ ଏବଂ ଦୁଃଖମୟ ଅଟେ । ମୋର ଏକନିଷ୍ଠ ଭକ୍ତି କରି ଅନନ୍ତ ଦିବ୍ୟ ଆନନ୍ଦର ଅଧିକାରୀ ହୁଅ । ପୁଣ୍ୟବାନ ରାଜପରିବାରରେ ଜନ୍ମ ହେବାର ଆଶୀର୍ବାଦ, ଉତ୍ତମ ଶିକ୍ଷା, ଅନୁକୂଳ ସାଂସାରିକ ପରିସ୍ଥିତି ଇତ୍ୟାଦିକୁ ଯଦି ଚରମ ଲକ୍ଷ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ଉପଯୋଗ କରା ନ ଯାଏ, ତେବେ ସେସବୁ ବ୍ୟର୍ଥ ହୋଇଯିବ ।"
},
{
"verseTitle": "Bhagavad Gita 9.34",
"verse": "34",
"chapter": 9,
"lang": "or",
"shloka": {
"speaker": "",
"sanskrit": "मन्मना भव मद्भक्तो मद्याजी मां नमस्कुरु ।\n\nमामेवैष्यसि युक्त्वैवमात्मानं मत्परायणः ॥34॥",
"text": "ମନ୍ମନା ଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ ।\nମାମେବୈଷ୍ୟସି ଯୁକ୍ତୈ୍ୱବମାତ୍ମାନଂ ମତ୍ପରାୟଣଃ ।।୩୪।।",
"audioLink": "https://www.holy-bhagavad-gita.org/public/audio/009_034.mp3"
},
"wordMeanings": "ମତ୍-ମନାଃ -ସର୍ବଦା ମୋର ସ୍ମରଣ କର; ଭବ-ହୁଅ; ମତ୍-ମୋର; ଭକ୍ତଃ-ଭକ୍ତ; ମତ୍-ମୋର; ୟାଜୀ-ଉପାସକ; ମାମ୍=ମୋତେ; ନମସ୍କୁରୁ-ନମସ୍କାର କର; ମାମ୍-ମୋତେ; ଏବ-ପୂର୍ଣ୍ଣରୂପେ; ଏଷ୍ୟସି-ଆସିବ; ଯୁକ୍ତା ଏବଂ- ଏହିପରି ଯୁକ୍ତ ହୋଇ; ଆତ୍ମାନଂ-ତୁମର ଆତ୍ମା; ମତ୍-ପରାୟଣଃ- ମୋର ଅନୁଗତ ।",
"translation": {
"text": "ସର୍ବଦା ମୋତେ ସ୍ମରଣ କର, ମୋର ଭକ୍ତି କର, ମୋତେ ପୂଜା କର ଏବଂ ମୋତେ ପ୍ରଣାମ କର । ତୁମର ମନ ଏବଂ ଶରୀରକୁ ମୋତେ ସମର୍ମଣ କଲେ, ନିଶ୍ଚିତ ଭାବେ ମୋର ସାମିପ୍ୟ ଲାଭ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C9-H-34.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/9.34.mp3"
]
},
"commentary": "ପୂରା ଅଧ୍ୟାୟରେ ଭକ୍ତି ଏବଂ ଭକ୍ତି ମାର୍ଗ ଉପରେ ଗୁରୁତ୍ୱାରୋପଣ କରିବା ପରେ, ଅର୍ଜୁନଙ୍କୁ ତାଙ୍କର ଭକ୍ତ ହେବାକୁ ଉପଦେଶ ଦେଇ, ଶ୍ରୀକୃଷ୍ଣ ଅଧ୍ୟାୟର ସମାପ୍ତି କରୁଛନ୍ତି । ବାସ୍ତବିକ ଯୋଗ ଭାବରେ ଚେତନାକୁ ଭଗବାନଙ୍କ ସହିତ ସଂଲଗ୍ନ ରଖିବା ପାଇଁ, ସେ ଅର୍ଜୁନଙ୍କୁ ତାଙ୍କର ଉପାସନା କରିବାକୁ, ତାଙ୍କ ଦିବ୍ୟ ରୂପର ଧ୍ୟାନ କରିବାକୁ, ଏବଂ ପୂର୍ଣ୍ଣ ବିନମ୍ରତାର ସହିତ ପ୍ରଣାମ କରିବାକୁ ଉପଦେଶ ଦେଇଛନ୍ତି ।\nନମସ୍କୁରୁ (ବିନମ୍ରତା ସହିତ ପ୍ରଣାମ କରିବା), ଭକ୍ତି କରିବା ସମୟରେ ଉଦ୍ରେକ ହେଉଥିବା ଅହଂଭାବକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦିଏ । ଅତଏବ,ବ୍ୟକ୍ତି ଅହଂକାର ମୁକ୍ତ ହୋଇ, ଭକ୍ତିପୁତ ହୃଦୟରେ ନିଜର ସମସ୍ତ ଚିନ୍ତନ ଓ କର୍ମକୁ ପରମାତ୍ମାଙ୍କୁ ଅର୍ପଣ କରିବା ଉଚିତ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ଭକ୍ତି ଯୋଗ ଦ୍ୱାରା ଏହି ପୂର୍ଣ୍ଣ ସଂଯୋଗ ନିଶ୍ଚିତ ଭାବରେ ଭଗବତ୍ ପ୍ରାପ୍ତିର ଫଳ ପ୍ରଦାନ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।"
}
]
}