gita-chapter-8
{
"title": "ଅଷ୍ଟମ ଅଧ୍ୟାୟ: ଅକ୍ଷର ବ୍ରହ୍ମ ଯୋଗ",
"chapterIntro": "ଏହି ଅଧ୍ୟାୟରେ କେତୋଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ବ୍ୟାଖ୍ୟା କରାଯାଇଅଛି, ଯାହାର ବିସ୍ତୃତ ବର୍ଣ୍ଣନା ଉପନିଷଦରେ ଦେଖିବାକୁ ମିଳିଥାଏ । ତାଛଡା, ମୃତ୍ୟୁ ପରେ ଆତ୍ମାର କେଉଁ ଗତି ହୁଏ ତାହାର ବର୍ଣ୍ଣନା ମଧ୍ୟ କରାଯାଇଛି । ଆମେ ଯଦି ଦେହତ୍ୟାଗ କରିବା ସମୟରେ ଭଗବାନଙ୍କୁ ସ୍ମରଣ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଆମେ ତାଙ୍କୁ ପାଇ ପାରିବା । ତେଣୁ ଆମେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା ସହିତ ସର୍ବଦା ତାଙ୍କର ସ୍ମରଣ କରିବାକୁ ଅଭ୍ୟାସ କରିବା ଆବଶ୍ୟକ । ଆମେ ତାଙ୍କର ଗୁଣ,ଶୀଳ ଓ ବୈଶିଷ୍ଟ୍ୟ ଇତ୍ୟାଦିର ଚିନ୍ତନ କରି ତାଙ୍କୁ ସ୍ମରଣ କରିପାରିବା । ପୁନଶ୍ଚ ତାଙ୍କର ନାମ ଗାନ ପୂର୍ବକ ତାଙ୍କଠାରେ ସ୍ଥିର ଯୋଗିକ ଏକାଗ୍ରତାର ଅଭ୍ୟାସ ମଧ୍ୟ କରିପାରିବା । ଅନନ୍ୟ ଭକ୍ତି ଦ୍ୱାରା ଆମର ମନ ଯେତେବେଳେ ତାଙ୍କ ଠାରେ ପୂର୍ଣ୍ଣ ନିମଗ୍ନ ହୋଇଯିବ,ସେତେବେଳେ ଆମେ ଏହି ମାୟିକ ପରିସୀମାର ଊର୍ଦ୍ଧ୍ୱ ଦିବ୍ୟ ଜଗତରେ ପ୍ରବେଶ କରିବା ।\nଏହି ଅଧ୍ୟାୟରେ ଭୌତିକ ଜଗତର ଭିନ୍ନ ଭିନ୍ନ ଲୋକ ସମ୍ପର୍କରେ ବର୍ଣ୍ଣନା କରାଯାଇ ଅଛି । ସୃଷ୍ଟି ଚକ୍ରରେ, ଏହି ସବୁ ଲୋକ ଏବଂ ସେଥିରେ ଥିବା ଜୀବ ସମୁଦାୟ କିପରି ଭାବରେ ଉତ୍ପତ୍ତି ଲାଭ କରନ୍ତି ଏବଂ ପ୍ରଳୟ ସମୟରେ ସେମାନଙ୍କର ବିଲୟ କିପରି ହୁଏ,ତାହା ଏହି ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି । ଏହି ଦୃଶ୍ୟମାନ ଏବଂ ଅଦୃଶ୍ୟ ଜଗତର ଊର୍ଦ୍ଧ୍ୱରେ ଭଗବାନଙ୍କର ଲୋକ ଅବସ୍ଥିତ । ଯେଉଁମାନେ ଆଲୋକର ପଥ ଅନୁସରଣ କରନ୍ତି, ଶେଷରେ ସେମାନେ ଭଗବାନଙ୍କର ଲୋକରେ ପହଞ୍ଚନ୍ତି ଏବଂ ପୁନର୍ବାର ଏହି ନଶ୍ୱର ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ । ଅନ୍ୟ ପକ୍ଷରେ, ଯେଉଁମାନେ ଅନ୍ଧକାରର ଅନୁଗାମୀ ହୁଅନ୍ତି, ସେମାନେ ଜନ୍ମ, ବ୍ୟାଧି, ଜରା ଓ ମୃତ୍ୟୁର ଅନନ୍ତ ଚକ୍ରରେ ଘୂରି ବୁଲନ୍ତି ।",
"verseList": [
{
"verseTitle": "Bhagavad Gita 8.1 – 8.2",
"verse": "1-2",
"chapter": 8,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nकिं तद्ब्रह्म किमध्यात्मं किं कर्म पुरुषोत्तम । \n\nअधिभूतं च किं प्रोक्तमधिदैवं किमुच्यते ॥1॥\n\nअधियज्ञः कथं कोऽत्र देहेऽस्मिन्मधुसूदन । \n\nप्रयाणकाले च कथं ज्ञेयोऽसि नियतात्मभिः ॥2॥",
"text": "କିଂ ତଦ୍ ବ୍ରହ୍ମ କିମଧ୍ୟାତ୍ମଂ କିଂ କର୍ମ ପୁରୁଷୋତ୍ତମ ।\nଅଧିଭୂତଂ ଚ କିଂ ପ୍ରୋକ୍ତମଧିଦୈବଂ କିମୁଚ୍ୟତେ ।।୧।।\nଅଧିଯଜ୍ଞଃ କଥଂ କୋଽତ୍ର ଦେହେଽସ୍ମିନ୍ ମଧୁସୂଦନ ।\nପ୍ରୟାଣକାଳେ ଚ କଥଂ ଜେ୍ଞୟୋଽସି ନିୟତାତ୍ମଭିଃ ।।୨।।",
"audioLink": "https://www.holy-bhagavad-gita.org/public/audio/008_001-002.mp3"
},
"wordMeanings": "ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; କିଂ - କ’ଣ; ତତ୍ - ସେ; ବ୍ରହ୍ମ- ବ୍ରହ୍ମ; କିଂ-କ’ଣ; ଅଧ୍ୟାତ୍ମଂ - ଆତ୍ମା; କିଂ - କ’ଣ; କର୍ମ- ସକାମ କର୍ମ; ପୁରୁଷୋତ୍ତମ - ହେ ପରମ ପୁରୁଷ; ଅଧିଭୂତଂ - ଭୌତିକ ସୃଷ୍ଟି; ଚ - ଏବଂ; କିଂ - କ’ଣ; ପ୍ରୋକ୍ତଂ- କୁହାଯାଏ; ଅଧିଦୈବଂ - ଦେବତାମାନଙ୍କର ଇଷ୍ଟ; କିଂ - କ’ଣ; ଉଚ୍ୟତେ - କୁହାଯାଏ । ଅଧିଯଜ୍ଞଃ - ଯଜେ୍ଞଶ୍ୱର ; କଥଂ - କିପରି; କଃ - କିଏ; ଅତ୍ର - ଏଠାରେ; ଦେହେ - ଦେହରେ; ଅସ୍ମିନ୍ - ଏହି; ମଧୁସୂଦନ - ହେ ମଧୁସୂଦନ; ପ୍ରୟାଣ କାଳେ - ମୃତ୍ୟୁ ସମୟରେ; ଚ - ଏବଂ; କଥଂ - କିପରି; ଜେ୍ଞୟଃ- ଜାଣିହେବ; ଅସି - ଆପଣ; ନିୟତ ଆତ୍ମଭିଃ - ଆତ୍ମଜୟୀମାନଙ୍କ ଦ୍ୱାରା ।",
"translation": {
"text": "ଅର୍ଜୁନ କହିଲେ: ହେ ପୁରୁଷୋତ୍ତମ! ବ୍ରହ୍ମ କ’ଣ (ପରମ ସତ୍ୟ), ଆଧ୍ୟାତ୍ମ କ’ଣ ( ଜୀବାତ୍ମା) ଏବଂ କର୍ମ କ’ଣ? ଅଧିଭୂତ କାହାକୁ କୁହାଯାଏ ଏବଂ ଆଧିଦୈବ୍ୟ କିଏ? ଶରୀରରେ ଅଧିଯଜ୍ଞ କିଏ ଏବଂ ସେ ଅଧିଯଜ୍ଞ କିପରି ଅଟନ୍ତି? ହେ ଶ୍ରୀକୃଷ୍ଣ! ଏକାଗ୍ରଚିତ୍ତ ଯୋଗୀମାନେ ମୃତ୍ୟୁ ସମୟରେ କିପରି ଭାବରେ ଆପଣଙ୍କୁ ଜାଣନ୍ତି?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-01.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.1.mp3",
"https://www.gitasupersite.iitk.ac.in/sites/default/files/audio/Purohit/8.2.mp3"
]
},
"commentary": "ସପ୍ତମ ଅଧ୍ୟାୟର ଶେଷ ଭାଗରେ ଶ୍ରୀକୃଷ୍ଣ ବ୍ରହ୍ମ, ଅଧିଭୂତ, ଅଧ୍ୟାତ୍ମା, ଅଧିଦୈବ୍ୟ, ଅଧିଯଜ୍ଞ ଇତ୍ୟାଦି ଶବ୍ଦର ଅବତାରଣା କରିଛନ୍ତି । ଅର୍ଜୁନ ସେହି ସବୁ ଶବ୍ଦ ସମ୍ପର୍କରେ ଅଧିକ ଜାଣିବାକୁ ଇଚ୍ଛା କରୁଛନ୍ତି । ତେଣୁ ଏହି ଦୁଇଟି ଶ୍ଲୋକରେ ସେ ସାତ ଗୋଟି ପ୍ରଶ୍ନ ପଚାରିଛନ୍ତି । ଛଅଟି ଶବ୍ଦ ଶ୍ରୀକୃଷ୍ଣ କହିଥିବା ଶବ୍ଦ ଅଟେ । ସପ୍ତମ ପ୍ରଶ୍ନଟି ମୃତ୍ୟୁକାଳ ସମ୍ପର୍କରେ ଅଟେ । ଶ୍ଳୋକ ୭.୩୦ରେ ଶ୍ରୀକୃଷ୍ଣ ନିଜେ ଏହି ସବୁ ବିଷୟ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ଅର୍ଜୁନ ଜାଣିବାକୁ ଇଚ୍ଛା କରୁଛନ୍ତି, ମୃତ୍ୟୁ ସମୟରେ ଜଣେ ବ୍ୟକ୍ତି ଭଗବାନଙ୍କର ସ୍ମରଣ କରିବେ କିପରି ।"
},
{
"verseTitle": "Bhagavad Gita 8.3",
"verse": "3",
"chapter": 8,
"lang": "or",
"shloka": {
"speaker": "",
"sanskrit": "श्रीभगवान उवाच। \n\nअक्षरं ब्रह्म परमं स्वभावोऽध्यात्ममुच्यते।\n\nभूतभावोद्भवकरो विसर्गः कर्मसज्ञितः ॥3॥",
"text": "ଶ୍ରୀ ଭଗବାନୁବାଚ\nଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଽଧ୍ୟାତ୍ମମୁଚ୍ୟତେ ।\nଭୂତଭାବୋଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ ।।୩।।",
"audioLink": "https://www.holy-bhagavad-gita.org/public/audio/008_003.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅକ୍ଷରଂ - ଅବିନାଶୀ ; ବ୍ରହ୍ମ- ବ୍ରହ୍ମ; ପରମଂ - ପରମ, (ଶ୍ରେଷ୍ଠ); ସ୍ୱଭାବଃ - ଶାଶ୍ୱତ ପ୍ରକୃତି; ଅଧ୍ୟାତ୍ମଂ - ଆତ୍ମା; ଉଚ୍ୟତେ - କୁହାଯାଏ; ଭୂତ-ଭାବ-ଉଦ୍ଭବ-କରଃ - ଜୀବର ଭୌତିକ ବ୍ୟକ୍ତିତ୍ୱ ଅନୁରୂପ କର୍ମ; ବିସର୍ଗଃ - ସୃଷ୍ଟି; କର୍ମ - ଫଳଦାୟକ କର୍ମ; ସଂଜ୍ଞିତଃ - କୁହାଯାଏ ।",
"translation": {
"text": "ଶ୍ରୀ ଭଗବାନ କହିଲେ: ସେହି ସର୍ବଶ୍ରେଷ୍ଠ ଅବିନଶ୍ୱର ସତ୍ତାକୁ ବ୍ରହ୍ମ କୁହାଯାଏ । ଜୀବର ନିଜସ୍ୱ ସତ୍ତାକୁ ଅଧ୍ୟାତ୍ମ କୁହାଯାଏ । ଜୀବର ଭୌତିକ ବ୍ୟକ୍ତିତ୍ୱର ଅଭିବୃଦ୍ଧି ନିମନ୍ତେ କରାଯାଉ ଥିବା କାର୍ଯ୍ୟକୁ କର୍ମ ବା ଫଳଦାୟକ କର୍ମ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.3.mp3"
]
},
"commentary": "ଶ୍ରୀକୃଷ୍ଣ କହୁଛନ୍ତି ଯେ ପରାତ୍ପର ତତ୍ତ୍ୱକୁ ବ୍ରହ୍ମ କୁହାଯାଏ । (ବେଦରେ ଉଲ୍ଲେଖଥିବା ଭଗବାନଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ନାମ ବ୍ରହ୍ମ ଅଟେ) । ଏହା ସୀମାତୀତ, କାଳାତୀତ ଏବଂ ‘କାରଣ-କାର୍ଯ୍ୟ’ର ଚକ୍ରର ଅତୀତ ଅଟେ । ଏସବୁ ଭୌତିକ ଜଗତର ଲକ୍ଷଣ ଅଟେ, ଅଥଚ ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ । ବିଶ୍ୱ ବ୍ରହ୍ମାଣ୍ଡର ପରିବର୍ତ୍ତନରେ ସେ ପ୍ରଭାବିତ ହୁଅନ୍ତି ନାହିଁ; ସେ ଅବିନଶ୍ୱର ଅଟନ୍ତି । ତେଣୁ ତାଙ୍କୁ ‘ଅକ୍ଷରଂ’ ଭାବରେ ବର୍ଣ୍ଣନା କରାଯାଇଅଛି । ବୃହଦାରଣ୍ୟକ ଉପନିଷଦର ୩.୮.୮ରେ ବ୍ରହ୍ମଙ୍କର ଏହି ସମାନ ରୂପର ବର୍ଣ୍ଣନା କରାଯାଇଅଛି: “ଜ୍ଞାନୀମାନେ ବ୍ରହ୍ମଙ୍କୁ ଅକ୍ଷର (ଅବିନଶ୍ୱର) କୁହନ୍ତି । ତାଙ୍କୁ ପରଂ (ସର୍ବଶ୍ରେଷ୍ଠ) ରୂପେ ମଧ୍ୟ ଆଖ୍ୟାୟିତ କରାଯାଏ, କାରଣ ସେ ଏପରି ଗୁଣର ଅଧିକାରୀ ଅଟନ୍ତି ଯାହା ମାୟା ଏବଂ ଜୀବ ଗୁଣର ବହୁ ଉର୍ଦ୍ଧ୍ୱରେ ।\nଆଧ୍ୟାତ୍ମିକ ପଥକୁ ‘ଆଧ୍ୟାତ୍ମ’ କୁହାଯାଏ ଏବଂ ଆତ୍ମାର ବିଜ୍ଞାନକୁ ମଧ୍ୟ ଆଧ୍ୟାତ୍ମ କୁହାଯାଏ । କିନ୍ତୁ ଏଠାରେ ଏହି ଶବ୍ଦଟି ନିଜ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ଯାହା ଆତ୍ମା, ଶରୀର, ମନ ଏବଂ ବୁଦ୍ଧିକୁ ବୁଝାଇ ଥାଏ ।\nକର୍ମର ତାତ୍ପର୍ଯ୍ୟ ନିଜ ଦ୍ୱାରା କରାଯାଉଥିବା କାର୍ଯ୍ୟ, ଯାହା ଜନ୍ମ ଜନ୍ମ ଧରି ଜୀବର ସ୍ୱତନ୍ତ୍ର ଅସ୍ତିତ୍ୱ ନିର୍ଦ୍ଧାରଣ କରିଥାଏ । ଏହି କର୍ମ ଜୀବକୁ ସଂସାରରେ (ମାୟିକ ଜଗତର ଚକ୍ରରେ) ଘୂରାଉଥାଏ ।"
},
{
"verseTitle": "Bhagavad Gita 8.4",
"verse": "4",
"chapter": 8,
"lang": "or",
"shloka": {
"speaker": "",
"sanskrit": "अधिभूतं क्षरो भावः पुरुषश्चाधिदैवतम् ।\n\nअधियज्ञोऽहमेवात्र देहे देहभृतां वर ॥4॥",
"text": "ଅଧିଭୂତଂ କ୍ଷରୋ ଭାବଃ ପୁରୁଷଶ୍ଚାଧିଦୈବତମ୍ ।\nଅଧିଯଜେ୍ଞାଽହମେବାତ୍ର ଦେହେ ଦେହଭୃତାଂ ବର ।।୪।।",
"audioLink": "https://www.holy-bhagavad-gita.org/public/audio/008_004.mp3"
},
"wordMeanings": "ଅଧିଭୂତଂ - ପରିବର୍ତ୍ତନଶୀଳ ଶରୀର; କ୍ଷରଃ - ନଶ୍ୱର; ଭାବଃ - ପ୍ରକୃତି; ପୁରୁଷଃ - ଭଗବାନଙ୍କର ବିଶ୍ୱରୂପ; ଚ - ଏବଂ; ଅଧିଦୈବତମ୍ - ଦେବତାମାନଙ୍କର ଇଷ୍ଟ; ଅଧିଯଜ୍ଞଃ - ଯଜେ୍ଞଶ୍ୱର; ଅହଂ - ମୁଁ (ଶ୍ରୀକୃଷ୍ଣ); ଏବ - ନିଶ୍ଚିତ ରୂପେ ; ଅତ୍ର - ଏହି; ଦେହେ - ଶରୀରରେ; ଦେହ-ଭୃତାଂ - ଦେହୀମାନଙ୍କର; ବର- ପରମ ।",
"translation": {
"text": "ହେ ଜୀବ ଶ୍ରେଷ୍ଠ, ପରିବର୍ତ୍ତନଶୀଳ ଭୌତିକ ଶରୀରକୁ ଅଧିଭୂତ କୁହାଯାଏ । ପରମେଶ୍ୱରଙ୍କର ବିଶ୍ୱରୂପ, ଯିଏ ସୃଷ୍ଟିର ଦେବତାଗଣଙ୍କର ଅଧ୍ୟକ୍ଷ ଅଟନ୍ତି, ତାଙ୍କୁ ଅଧିଦୈବ୍ୟ କୁହାଯାଏ । ମୁଁ ,ଯିଏ କି ସମସ୍ତଙ୍କ ହୃଦୟରେ ନିବାସ କରେ ଏବଂ ଯିଏ ସମସ୍ତ ଯଜ୍ଞର ଅଧିଷ୍ଠାତା, ଅଧିଯଜ୍ଞ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.4.mp3"
]
},
"commentary": "ବିଶ୍ୱର ବିବିଧ ପରିପ୍ରକାଶ, ଯାହାକି ପାଂଚଟି ତତ୍ତ୍ୱକୁ ନେଇ ଗଠିତ - ପୃଥିବୀ, ଜଳ, ତେଜ (ଅଗ୍ନି), ବାୟୁ, ଆକାଶ- ତାହାକୁ ଅଧିଭୂତ କୁହାଯାଏ । ‘ବିରାଟ ପୁରୁଷ’, ଯାହା ପରମେଶ୍ୱରଙ୍କର ବିଶ୍ୱରୂପ ଅଟେ ଏବଂ ଯାହାଙ୍କ ଠାରେ ସମସ୍ତ ଭୌତିକ ସୃଷ୍ଟି ସନ୍ନିବିଷ୍ଟ ତାଙ୍କୁ ଅଧିଦୈବ୍ୟ କୁହାଯାଏ କାରଣ ସେ ଦେବତା (ସ୍ୱର୍ଗର ଦେତବତା ଗଣ ଯିଏକି ବିଶ୍ୱର ବିଭିନ୍ନ ବିଭାଗକୁ ଶାସନ କରନ୍ତି) ମାନଙ୍କର ମଧ୍ୟ ଶାସକ ଅଟନ୍ତି । ପରବ୍ରହ୍ମ ଶ୍ରୀକୃଷ୍ଣ, ଯିଏ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରିଥାଆନ୍ତି, ତାଙ୍କୁ ଅଧିଯଜ୍ଞ କୁହାଯାଏ । ସମସ୍ତ ଯଜ୍ଞ ତାଙ୍କୁ ହିଁ ସନ୍ତୁଷ୍ଟ କରିବା ପାଇଁ କରାଯିବା ଆବଶ୍ୟକ । ଏଣୁ ସେ ସମସ୍ତ ଯଜ୍ଞର ଅଧିଷ୍ଠାତା ଦେବ ଅଟନ୍ତି ଏବଂ ସେ ହିଁ ସମସ୍ତ କର୍ମର ଫଳ ପ୍ରଦାନ କରନ୍ତି । ଏହି ଶ୍ଲୋକ ଏବଂ ତାର ପୂର୍ବବର୍ତ୍ତୀ ଶ୍ଲୋକ ଦ୍ୱାରା ଅର୍ଜୁନଙ୍କର ଛଅଟି ପ୍ରଶ୍ନର ଉତ୍ତର ଦିଆଯାଇଅଛି । ପରବର୍ତ୍ତୀ ଶ୍ଲୋକମାନଙ୍କରେ ମୃତ୍ୟୁ ସମୟ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦିଆଯାଉଅଛି ।"
},
{
"verseTitle": "Bhagavad Gita 8.5",
"verse": "5",
"chapter": 8,
"lang": "or",
"shloka": {
"speaker": "",
"sanskrit": "अन्तकाले च मामेव स्मरन्मुक्त्वा कलेवरम् । \n\nयः प्रयाति स मुद्भावं याति नास्त्यत्र संशयः ॥5॥",
"text": "ଅନ୍ତକାଳେ ଚ ମାମେବ ସ୍ମରନ୍ ମୁକ୍ତ୍ୱା କଳେବରମ୍ ।\nଯଃ ପ୍ରୟାତି ସ ମଦ୍ଭାବଂ ଯାତି ନାସ୍ତ୍ୟତ୍ର ସଂଶୟଃ ।।୫।।",
"audioLink": "https://www.holy-bhagavad-gita.org/public/audio/008_005.mp3"
},
"wordMeanings": "ଅନ୍ତକାଳେ - ଜୀବନର ଶେଷ ସମୟରେ; ଚ - ମଧ୍ୟ; ମାମ୍- ମୋତେ; ଏବ- ନିଶ୍ଚିତରୂପେ; ସ୍ମରନ୍ - ସ୍ମରଣ କରି; ମୁକ୍ତ୍ୱା - ତ୍ୟାଗକରି; କଳେବରମ୍ - ଶରୀର; ଯଃ- ଯେ; ପ୍ରୟାତି - ଯାଏ; ସଃ - ସେ; ମଦ୍-ଭାବମ୍ - ମୋ ପ୍ରକୃତି; ଯାତି -ପ୍ରାପ୍ତ ହୁଏ; ନାସ୍ତି - ନାହିଁ; ଅତ୍ର - ଏଠାରେ; ସଂଶୟଃ - ସନ୍ଦେହ ।",
"translation": {
"text": "ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରନ୍ତି, ସେମାନେ ମୋତେ ପ୍ରାପ୍ତ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.5.mp3"
]
},
"commentary": "ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହି ତଥ୍ୟ ଉପସ୍ଥାପନ କରିବେ ଯେ ଜୀବର ପରବର୍ତ୍ତୀ ଜନ୍ମ, ମୃତ୍ୟୁ ସମୟରେ ତାର ଚିନ୍ତନ ଏବଂ ମାନସିକ ସ୍ଥିତି ଦ୍ୱାରା ନିର୍ଦ୍ଧାରିତ ହୁଏ । ଏଣୁ ମୃତ୍ୟୁ ସମୟରେ, ଯଦି ଜଣେ ଭଗବାନଙ୍କ ଦିବ୍ୟ ନାମ, ରୂପ, ଗୁଣ, ଲୀଳା ଓ ଧାମର ଚିନ୍ତନରେ ନିମଗ୍ନ ରହେ, ତେବେ ସେ ତାର ଭଗବତ୍ ପ୍ରାପ୍ତିର ଇପ୍ସିତ୍ ଲକ୍ଷ୍ୟ ପ୍ରାପ୍ତ କରେ । ଶ୍ରୀକୃଷ୍ଣ ଏଠାରେ “ମଦ୍ଭାବମ୍” ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ “ଭଗବାନଙ୍କ ପରି ସ୍ୱଭାବ” । ଅତଏବ, ମୃତ୍ୟୁ ସମୟରେ ଯଦି ଜଣଙ୍କର ଚେତନା ଭଗବାନଙ୍କଠାରେ ସନ୍ନିବିଷ୍ଟ ରହିଥାଏ, ତେବେ ସେ ତାଙ୍କୁ ପ୍ରାପ୍ତ କରି ଭଗବତ୍ ସ୍ୱରୂପ ହୋଇଯାଏ ।"
},
{
"verseTitle": "Bhagavad Gita 8.6",
"verse": "6",
"chapter": 8,
"lang": "or",
"shloka": {
"speaker": "",
"sanskrit": "यं यं वापि स्मरन्भावं त्यजत्यन्ते कलेवरम् ।\n\nतं तमेवैति कौन्तेय सदा तद्भावभावितः ॥6॥",
"text": "ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ ।\nତଂ ତମେବୈତି କୌନ୍ତେୟ ସଦା ତଦ୍ଭାବ ଭାବିତଃ ।।୬।।",
"audioLink": "https://www.holy-bhagavad-gita.org/public/audio/008_006.mp3"
},
"wordMeanings": "ଯମ୍ ଯମ୍ - ଯେଉଁ ଯେଉଁ, ବା - ଯେକୌଣସିଟିକୁ; ଅପି - ମଧ୍ୟ; ସ୍ମରନ୍ - ସ୍ମରଣ କରି; ଭାବଂ- ସ୍ମୃତି; ତଜ୍ୟତି - ତ୍ୟାଗ କରେ; ଅନ୍ତେ - ଶେଷରେ; କଳେବରଂ - ଏହି ଶରୀର; ତମ୍ ତମ୍ - ସେହିପରି, ଏବ - ନିଶ୍ଚିତଭାବେ; ଏତି - ପ୍ରାପ୍ତ ହୁଏ; କୌନ୍ତେୟ - ହେ କୁନ୍ତିପୁତ୍ର; ସଦା-ସର୍ବଦା; ତତ୍- ସେହି; ଭାବ- ଭାବ; ଭାବିତଃ - ସ୍ମରଣ କରି ।",
"translation": {
"text": "ହେ କୁନ୍ତି ପୁତ୍ର! ବ୍ୟକ୍ତି ମୃତ୍ୟୁ ସମୟରେ ଯାହା ସ୍ମରଣ କରି ଦେହତ୍ୟାଗ କରେ, ସର୍ବଦା ସେହି ଚିନ୍ତନରେ ନିମଗ୍ନ ରହିଥିବା ଯୋଗୁଁ ସେ ସେହି ଅବସ୍ଥାକୁ ପ୍ରାପ୍ତ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.6.mp3"
]
},
"commentary": "ଆମେ ଗୋଟିଏ ଶୁଆକୁ ‘ସୁପ୍ରଭାତ’ କହିବା ଶିଖେଇ ଦେଇପାରିବା । କିନ୍ତୁ ଯଦି ଆମେ ତାର ଗଳାକୁ ଜୋରରେ ଚାପିଦେବା, ତେବେ ସେ କୃତ୍ରିମ ରୂପରେ ଶିଖିଥିବା ଶବ୍ଦଟି ଭୁଲିଯାଇ ତାର ସ୍ୱାଭାବିକ ଶବ୍ଦ ‘କ୍ୱ’ ଉଚ୍ଚାରଣ କରିବ । ସେହିପରି,ମୃତ୍ୟୁ ସମୟରେ ଆମର ମନ ସ୍ୱାଭାବିକ ଭାବରେ ସେହି ଚିନ୍ତାଧାରା ଅଭିମୁଖରେ ପ୍ରବାହିତ ହୁଏ, ଯାହାର ଅଭ୍ୟାସ ଆମେ ଜୀବନ ସାରା କରିଥାଏ । ଜିନିଷପତ୍ର ସଜାଡ଼ି ସାରିବା ପରେ ଯାତ୍ରାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଏ ନାହିଁ । ବରଂ ତା’ ପୂର୍ବରୁ, ଏହାର ରୀତିମତ ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ମୃତ୍ୟୁ ସମୟରେ ମୁଖ୍ୟତଃ ଯେଉଁ ବିଚାର ଆମ ମନକୁ ଅଧିକାର କରିଥାଏ, ତଦନୁଯାୟୀ ଆମର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରିତ ହୋଇଥାଏ । ଏହାହିଁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହିଛନ୍ତି ।\nବ୍ୟକ୍ତିର ଜୀବନବ୍ୟାପୀ ଅଭ୍ୟାସ ଏବଂ ସଙ୍ଗର ପରିଣାମ ସ୍ୱରୂପ ଯାହାର ଚିନ୍ତନ ଏବଂ ଅନୁଧ୍ୟାନ ସେ ନିରନ୍ତର କରିଥାଏ, ତାହା ହିଁ ତା’ର ଅନ୍ତିମ ବିଚାର ନିର୍ଦ୍ଧାରଣ କରିବା ସ୍ୱାଭାବିକ । ପୁରାଣରେ ମହାରାଜ ଭରତଙ୍କର ଆଖ୍ୟାନ ବର୍ଣ୍ଣନା କରାଯାଇଛି । ସେ ଜଣେ ରାଜା ଥିଲେ । କିନ୍ତୁ ଭଗବତ୍ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ସେ ରାଜ୍ୟ ତ୍ୟାଗ କରି, ବନରେ ସନ୍ୟାସୀ ଭାବରେ ଜୀବନଯାପନ କରୁଥିଲେ । ଦିନେ ସେ ଗୋଟିଏ ହରିଣକୁ ବାଘର ଗର୍ଜନ ଶୁଣି ପାଣି ମଧ୍ୟକୁ ଡ଼େଇଁ ପଡ଼ିବାର ଦେଖିଲେ । ଅତିଶୟ ଭୟ ଯୋଗୁଁ ଗର୍ଭିଣୀ ମୃଗଟି ଗର୍ଭରୁ ଗୋଟିଏ ଶାବକ ଜନ୍ମ ଲାଭ କରି ପାଣିରେ ଭାସିବାରେ ଲାଗିଲା । ଶାବକଟି ପ୍ରତି ଭରତଙ୍କ ମନରେ ଦୟା ଉତ୍ପନ୍ନ ହେଲା ଏବଂ ସେ ତାକୁ ପାଣିରୁ ଉଦ୍ଧାର କରି ତାଙ୍କ କୁଟୀରକୁ ଆଣି ତା’ର ଲାଳନ ପାଳନ କରିବାକୁ ଲାଗିଲେ । ଅତି ଆଗ୍ରହର ସହିତ ସେ ତାର ଚପଳତାପୂର୍ଣ୍ଣ ଚାଲିକୁ ନିରୀକ୍ଷଣ କରିବାରେ ଲାଗିଲେ । ସେ ଖାଇବା ପାଇଁ ଘାସ ସଂଗ୍ରହ କରୁଥିଲେ ଏବଂ ତାକୁ ଉଷ୍ମତା ପ୍ରଦାନ ପାଇଁ କୋଳାଗ୍ରତ କରୁଥିଲେ । ଧୀରେ ଧୀରେ ତାଙ୍କର ମନ ଭଗବାନଙ୍କ ଠାରୁ ହଟିଯାଇ ସେହି ହରିଣ ଠାରେ କେନ୍ଦ୍ରିତ ହେବାକୁ ଲାଗିଲା । କ୍ରମଶଃ ସେହି ତନ୍ମୟତା ଏତେ ଗଭୀର ହେଲା ଯେ ଦିନସାରା ତାଙ୍କର ମନ ସେହି ହରିଣର ହିଁ ଚିନ୍ତନ କଲା । ଯେତେବେଳେ ସେ ମୃତ୍ୟୁବରଣ କରିବାକୁ ଯାଉଥିଲେ, ହରିଣଟି ପ୍ରତି ତାଙ୍କର ମମତା ଏବଂ ଚିନ୍ତା ଯୋଗୁଁ, ସେ ତାକୁ ପାଖକୁ ଡ଼ାକିଲେ । ପରିଣାମ ସ୍ୱରୂପ, ପରବର୍ତ୍ତୀ ଜନ୍ମରେ ସେ ମୃଗ ଯୋନିରେ ଜନ୍ମ ଗ୍ରହଣ କଲେ । କିନ୍ତୁ ଯେହେତୁ ସେ ଭଗବତ ସାଧନା କରିଥିଲେ, ପୂର୍ବଜନ୍ମର ସମସ୍ତ ତ୍ରୁଟି ସଂପର୍କରେ ସେ ସଚେତନ ଥିଲେ । ସେଥିପାଇଁ ହରିଣ ହେଲେ ମଧ୍ୟ ସେ ଜଙ୍ଗଲରେ ସାଧୁମାନଙ୍କ ଆଶ୍ରମ ପାଖରେ ରହୁଥିଲେ । ହରିଣ ଶରୀର ତ୍ୟାଗ କରିବା ପରେ ପୁନର୍ବାର ସେ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥିଲେ । ଏଥର ସେ ବିଖ୍ୟାତ ସନ୍ଥ ଜଡ଼ଭରତ ହେଲେ ଏବଂ ସାଧନା ସମାପ୍ତ କରି ଭଗବତ ପ୍ରାପ୍ତି କଲେ ।\nଏହି ଶ୍ଲୋକ ପାଠ କରି ଜଣେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ ନୁହେଁ ଯେ ଲକ୍ଷ୍ୟ ପ୍ରାପ୍ତି ପାଇଁ, କେବଳ ମୃତ୍ୟୁ ସମୟରେ ହିଁ ପରମେଶ୍ୱରଙ୍କର ଧ୍ୟାନ କରିବା ଆବଶ୍ୟକ । ଜୀବନ ବ୍ୟାପୀ ପ୍ରସ୍ତୁତି ବିନା ଏହା ପ୍ରାୟତଃ ଅସମ୍ଭବ ଅଟେ । ସ୍କନ୍ଧ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ସମୟରେ ଭଗବାନଙ୍କୁ ମନେ ପକାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ମୃତ୍ୟୁ ଏତେ କଷ୍ଟଦାୟକ ଯେ, ମନ ସ୍ୱାଭାବିକ ଭାବରେ ବ୍ୟକ୍ତିର ସ୍ୱଭାବ ଅନୁରୂପ ବିଚାର ପ୍ରତି ଆକର୍ଷିତ ହୋଇଯାଏ । ମନ ଭଗବାନଙ୍କର ଚିନ୍ତନ କରିବା ପାଇଁ ବ୍ୟକ୍ତିର ଅନ୍ତଃକରଣ ଭଗବାନଙ୍କଠାରେ ସଂଯୁକ୍ତ ରହିବା ଆବଶ୍ୟକ । ଅନ୍ତଃକରଣ ସେହି ଚେତନା ଅଟେ ଯାହା ମନ ଓ ବୁଦ୍ଧି ଦ୍ୱାରା ଭିତରେ ରହିଥାଏ । ଯଦି ଆମେ କୌଣସି ବିଚାରର ବାରମ୍ବାର ଚିନ୍ତନ କରିବା ଦ୍ୱାରା, ତାହା ଆମର ଅନ୍ତଃକରଣରେ ପ୍ରତିଫଳିତ ହୋଇଥାଏ । ତେଣୁ ଏକ ଭଗବତ୍ ଚେତନାଯୁକ୍ତ ଅନ୍ତଃକରଣ ବିକଶିତ କରିବା ପାଇଁ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ନିଶ୍ଚିତ ଭାବରେ ଭଗବାନଙ୍କର ସ୍ମରଣ ଏବଂ ଚିନ୍ତନ କରିବା ଆବଶ୍ୟକ । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 8.7",
"verse": "7",
"chapter": 8,
"lang": "or",
"shloka": {
"speaker": "",
"sanskrit": "तस्मात्सर्वेषु कालेषु मामनुस्मर युध्य च । \nमय्यर्पितमनोबुद्धिर्मामेवैष्यस्यसंशयम् ॥7॥",
"text": "ତସ୍ମାତ୍ସର୍ବେଷୁ କାଳେଷୁ ମାମନୁସ୍ମର ଯୁଧ୍ୟ ଚ ।\nମୟ୍ୟର୍ପିତମନୋବୁଦ୍ଧିର୍ମାମେବୈଷ୍ୟସ୍ୟସଂଶୟମ୍ ।।୭।।",
"audioLink": "https://www.holy-bhagavad-gita.org/public/audio/008_007.mp3"
},
"wordMeanings": "ତସ୍ମାଦ-ତେଣୁ; ସର୍ବେଷୁ-ସର୍ବଦା; କାଳେଷୁ- ସବୁସମୟରେ; ମାମ୍- ମୋତେ; ଅନୁସ୍ମର-ସ୍ମରଣ କରିଚାଲ; ଯୁଧ୍ୟ-ଯୁଦ୍ଧ କର; ଚ-ମଧ୍ୟ; ମୟି- ମୋ’ଠାରେ; ଅର୍ପିତ-ଅର୍ପିତ; ମନଃ-ମନ; ବୁଦ୍ଧିଃ-ବୁଦ୍ଧି; ମାମ୍-ମୋତେ; ଏବ-ନିଶ୍ଚିତଭାବେ; ଏଷ୍ୟସି-ପ୍ରାପ୍ତ ହେବ; ଅସଂଶୟ-ନିଃସନ୍ଦେହରୂପେ ।",
"translation": {
"text": "ଅତଏବ, ତୁମେ ସଦା ସର୍ବଦା ମୋର ସ୍ମରଣ କର ଏବଂ ନିଜର କର୍ତ୍ତବ୍ୟ ଭାବରେ ଯୁଦ୍ଧ କର । ମନ ଓ ବୁଦ୍ଧିକୁ ମୋ ଠାରେ ସମର୍ପଣ କରିବା ଦ୍ୱାରା, ତୁମେ ନିଶ୍ଚିତ ରୂପେ ମୋତେ ପ୍ରାପ୍ତ କରିବ, ଏଥିରେ ସନ୍ଦେହ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.7.mp3"
]
},
"commentary": "ଏହି ଶ୍ଲୋକର ପ୍ରଥମ ପଂକ୍ତିଟି ଭଗବତ୍ ଗୀତାର ସାର ମର୍ମ ଅଟେ । ଆମ୍ଭମାନଙ୍କର ଜୀବନକୁ ଦିବ୍ୟ କରିଦେବା ପାଇଁ ଏହାର ଶକ୍ତି ରହିଛି । ଏଥିରେ କର୍ମଯୋଗର ସଂଜ୍ଞା ସନ୍ନିହିତ । ଶ୍ରୀକୃଷ୍ଣ କହୁଛନ୍ତି “ତୁମେ ନିଜର ମନକୁ ମୋ ଠାରେ ଆସକ୍ତ କର ଏବଂ ଶରୀର ଦ୍ୱାରା ତୁମର ସାଂସାରିକ କର୍ମ କର” । ଏହା ଜୀବନର ସମସ୍ତ କ୍ଷେତ୍ରର ମନୁଷ୍ୟଙ୍କ ପାଇଁ ପ୍ରଯୁଜ୍ୟ-ଡ଼ାକ୍ତର, ଇଞ୍ଜିନିୟର, ଓକିଲ, ଗୃହିଣୀ, ଛାତ୍ର ଇତ୍ୟାଦି । ଅର୍ଜୁନଙ୍କ କ୍ଷେତ୍ରରେ, ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ତ୍ତବ୍ୟ ହେଉଛି ଯୁଦ୍ଧ କରିବା । ସେଥିପାଇଁ ତାଙ୍କୁ ଭଗବାନଙ୍କ ଠାରେ ମନ ଲଗାଇ ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । କେତେକ ବ୍ୟକ୍ତି ଆଧ୍ୟାତ୍ମିକ ଜୀବନଯାପନ କରିବା ବାହାନାରେ ନିଜର ସାଂସାରିକ କର୍ତ୍ତବ୍ୟରେ ଅବହେଳା କରନ୍ତି । ଆଉ କେତେକ ସାଂସାରିକ କର୍ମର ବ୍ୟସ୍ତତା ଦେଖାଇ ଆଧ୍ୟାତ୍ମିକ ମାର୍ଗରୁ ଦୂରରେ ରହନ୍ତି । ଲୋକେ ଏପରି ମଧ୍ୟ ବିଶ୍ୱାସ କରନ୍ତି ଯେ, ଆଧ୍ୟାତ୍ମିକ ଏବଂ ସାଂସାରିକ କର୍ମ ପରସ୍ପର ବିରୋଧି ଅଟନ୍ତି । କିନ୍ତୁ ଭଗବାନଙ୍କ ବାଣୀ ହେଉଛି ମନୁଷ୍ୟର ସମ୍ପୂର୍ଣ୍ଣ ଜୀବନକୁ ପବିତ୍ର କରିବା ।\nଏହିପରି ଭାବରେ ଆମେ ଯେତେବେଳେ କର୍ମ ଯୋଗର ଅଭ୍ୟାସ କରିବା, ସାଂସାରିକ କର୍ମ ଅବହେଳିତ ହେବନାହିଁ, କାରଣ ଶରୀର ସେଥିରେ ନିୟୋଜିତ ରହିଥିବ । ମନ ଯେହେତୁ ମନ ଭଗବାନଙ୍କ ଠାରେ ଆସକ୍ତ ରହିଥିôବ, କର୍ମର ନିୟମ ଅନୁଯାୟୀ, ସେହିସବୁ କର୍ମ ବନ୍ଧନକାରକ ହେବ ନାହିଁ । ଆସକ୍ତି ଯୁକ୍ତ କର୍ମ ହିଁ ବନ୍ଧନକାରକ ହୋଇଥାଏ । ଯେତେବେଳେ ଆସକ୍ତି ନ ଥାଏ, ସାଂସାରିକ ନିୟମ ଅନୁଯାୟୀ ମଧ୍ୟ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏ ନାହିଁ । ଉଦାହରଣ ସ୍ୱରୂପ, ମନେକରନ୍ତୁ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ହତ୍ୟା କରିଦେଲା ଏବଂ ତାକୁ ବିଚରାଳୟକୁ ଅଣାଗଲା । ବିଚାରପତି ତାଙ୍କୁ ପଚାରିଲେ “ତୁମେ କ’ଣ ତାଙ୍କୁ ହତ୍ୟା କରିଛ?” ବ୍ୟକ୍ତି ଜଣକ କହିଲା, “ହଁ ମହାଶୟ, କୌଣସି ସାକ୍ଷୀଙ୍କର ଆବଶ୍ୟକତା ନାହିଁ, ମୁଁ ସ୍ୱୀକାର କରୁଛି ଯେ ମୁଁ ତାକୁ ହତ୍ୟା କରିଛି ।” “ତାହେଲେ ତୁମେ ଦଣ୍ଡ ପାଇବ” । “ନା ମହାଶୟ, ଆପଣ ମୋତେ ଦଣ୍ଡ ଦେଇପାରିବେ ନାହିଁ ।” କାହିଁକି? କାରଣ ମୋର ତାକୁ ମାରିବାର ଉଦ୍ଦେଶ୍ୟ ନଥିଲା । ମୁଁ ରାସ୍ତାର ଠିକ୍ ପାଶ୍ୱର୍ରେ କାର ଚଳାଉଥିଲି, ଗତି ସୀମା ମଧ୍ୟ ଠିକ୍ ଥିଲା ଓ ମୁଁ ଆଗକୁ ଚାହିଁଥିଲି । ମୋର ବ୍ରେକ୍, ଷ୍ଟିଅରିଂ ସବୁ କିଛି ଠିକ୍ ଥିଲା । ସେହି ଲୋକଟି ହଠାତ୍ ମୋ କାର ସମ୍ମୁଖକୁ ଦଉଡ଼ି ଆସିଲା । ମୁଁ କ’ଣ କରିଥାଆନ୍ତି । ବ୍ୟକ୍ତି ଜଣକର ଓକିଲ ଯଦି ଏହା ସିଦ୍ଧ କରିପାରିବେ ଯେ ବାସ୍ତବରେ ତାର ହତ୍ୟା କରିବାର ଉଦ୍ଦେଶ୍ୟ ନଥିଲା, ତେବେ ବିଚାରପତି ତାକୁ ସାମାନ୍ୟତମ ଦଣ୍ଡ ଦେଇ, ମୁକ୍ତ କରିଦେବେ ।\nଉପରୋକ୍ତ ଉଦାହରଣରେ ଆମେ ଦେଖିବାକୁ ପାଇଲେ ଯେ, ସଂସାରରେ ମଧ୍ୟ ଯଦି କୌଣସି କର୍ମ ଉଦ୍ଦେଶ୍ୟ ରହିତ (ଆସକ୍ତି ରହିତ) ଭାବରେ କରାଯାଇ ଥାଏ, ତେବେ ଆମେ ସେଥିପାଇଁ ଉତ୍ତରଦାୟୀ ହୋଇ ନଥାଏ । ସେହି ସିଦ୍ଧାନ୍ତ କର୍ମର ନିୟମରେ ମଧ୍ୟ ପ୍ରଯୁଜ୍ୟ । ସେଥିପାଇଁ, ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କର ନିର୍ଦ୍ଦେଶରେ, ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ତାଙ୍କର କର୍ତ୍ତବ୍ୟ କରିଛନ୍ତି । ଯୁଦ୍ଧ ଶେଷରେ ଶ୍ରୀକୃଷ୍ଣ ମନ୍ତବ୍ୟ ଦେଲେ, “ଅର୍ଜୁନ କୌଣସି ପାପ କର୍ମ କରିନାହାନ୍ତି” । ସେ ଯଦି ସାଂସାରିକ ଐଶ୍ୱର୍ଯ୍ୟ ବା ଯଶ ପାଇଁ ଯୁଦ୍ଧ କରିଥାଆନ୍ତେ, ତା’ହେଲେ ସେ କର୍ମ ବନ୍ଧନରେ ପଡ଼ିଥାଆନ୍ତେ । କିନ୍ତୁ ତାଙ୍କର ମନ ଶ୍ରୀକୃଷ୍ଣଙ୍କ ଠାରେ ସଂଲଗ୍ନ ରହିଥିଲା ଏବଂ ସେ ଆସକ୍ତିରହିତ ଭାବରେ ନିଜର କର୍ତ୍ତବ୍ୟ ପାଳନ କରୁଥିଲେ । ତେଣୁ ସେ ଯାହା ବି କରୁଥିଲେ, ତାହା ଶୂନ୍ରେ ଗୁଣିତ ହେଉଥିଲା । ଆପଣ ଏକ ନିୟୁତକୁ ଶୂନ୍ରେ ଗୁଣନ କଲେ, ଗୁଣଫଳ ଶୂନ୍ ହିଁ ଆସିବ ।\nକର୍ମଯୋଗର ଶର୍ତ୍ତ ଏହି ଶ୍ଲୋକରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଯାଇଛି । ମନ ସର୍ବଦା ଭଗବାନଙ୍କର ଚିନ୍ତନରେ ନିୟୋଜିତ ରହିବା ଆବଶ୍ୟକ । ଭଗବାନଙ୍କୁ ଭୁଲିଯିବା ମାତ୍ରେ ମନ ମାୟା ସୈନ୍ୟବାହିନୀର ପ୍ରବଳ ପ୍ରତାପୀ ସେନାପତି - କାମ, କ୍ରୋଧ, ଲୋଭ, ଈର୍ଷା, ଘୃଣା ଇତ୍ୟାଦିଙ୍କର ଆକ୍ରମଣ ଘେରକୁ ଆସିଯାଏ । ସୁତରାଂ, ମନକୁ ସର୍ବଦା ଭଗବାନଙ୍କଠାରେ ସଂଲଗ୍ନ ରଖିବା ବହୁତ ଆବଶ୍ୟକ ଅଟେ । ଅଧିକାଂଶତଃ ଲୋକେ ଦାବି କରନ୍ତି ଯେ ସେମାନେ କର୍ମଯୋଗୀ ଅଟନ୍ତି, କାରଣ ସେମାନେ ଉଭୟ କର୍ମ ଏବଂ ଯୋଗ କରୁଛନ୍ତି । ଦିନର ଅଧିକାଂଶ ସମୟ ସେମାନେ କର୍ମ କରନ୍ତି ଏବଂ ଅଳ୍ପ କେତେ ସମୟ ସେମାନେ ଯୋଗ (ଭଗବାନଙ୍କର ଧ୍ୟାନ) କରନ୍ତି । କିନ୍ତୁ ଏହା, ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ପ୍ରଦାନ କରିଥିବା କର୍ମଯୋଗର ସଂଜ୍ଞା ନୁହେଁ । ସେ କହୁଛନ୍ତି:\n୧. କର୍ମ କରୁଥିବା ସମୟରେ ମଧ୍ୟ ମନ ସର୍ବଦା ଭଗବାନଙ୍କର ଚିନ୍ତନରେ ନିୟୋଜିତ ରହିବା ଆବଶ୍ୟକ ।\n୨. ଭଗବାନଙ୍କର ସ୍ମରଣ ବେଳେବେଳେ ନ ହୋଇ ଦିନସାରା ସର୍ବଦା ହେବା ଆବଶ୍ୟକ ।\nସନ୍ଥ କବୀର ଏହାକୁ ତାଙ୍କର ବିଖ୍ୟାତ ପଦ୍ୟାବଳୀରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି -\n“ସୁମରିନ କି ସୁଧି ୟୋଁ କରୋ, ଜ୍ୟୋଁ ଗାଗର ପନିହାର । ବୋଲତ ଡ଼ୋଲତ ସୁରତି ମେଁ, କହେ କବୀର ବିଚାର ।।”\n“ଗ୍ରାମ୍ୟ ରମଣୀମାନେ ଯେପରି ମୁଣ୍ଡ ଉପରେ ପାଣି ମାଠିଆ ଧରି, ପରସ୍ପର ସହିତ ଗପସପ କରି ସ୍ୱଚ୍ଛନ୍ଦରେ ବାଟ ଚାଲୁଥାଆନ୍ତି, ଅଥଚ ସେମାନଙ୍କର ଧ୍ୟାନ ପାଣି ମାଠିଆରେ କେନ୍ଦ୍ରସ୍ଥ ଥାଏ, ସେହିପରି କର୍ମ କରୁଥିବା ସମୟରେ ଭଗବାନଙ୍କର ସ୍ମରଣ କର ।” ସେ ଅନ୍ୟ ସହିତ କଥାବାର୍ତ୍ତା କରୁଥାଏ ଓ ରାସ୍ତାରେ ଚାଲୁଥାଏ । କିନ୍ତୁ ତାର ଧ୍ୟାନ ସର୍ବଦା ତା ମାଠିଆରେ ଥାଏ । ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ କର୍ମଯୋଗ ପାଳନ କରିବାରୁ ପରିଣାମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।”"
},
{
"verseTitle": "Bhagavad Gita 8.8",
"verse": "8",
"chapter": 8,
"lang": "or",
"shloka": {
"speaker": "",
"sanskrit": "अभ्यासयोगयुक्तेन चेतसा नान्यगामिना ।\n\nपरमं पुरुषं दिव्यं याति पार्थानुचिन्तयन् ॥8॥",
"text": "ଅଭ୍ୟାସଯୋଗଯୁକ୍ତେନ ଚେତସା ନାନ୍ୟଗାମିନା ।\nପରମଂ ପୁରୁଷଂ ଦିବ୍ୟଂ ଯାତି ପାର୍ଥାନୁଚିନ୍ତୟନ୍ ।।୮।।",
"audioLink": "https://www.holy-bhagavad-gita.org/public/audio/008_008.mp3"
},
"wordMeanings": "ଅଭ୍ୟାସ- ଅଭ୍ୟାସ; ଯୋଗ-ଯୁକ୍ତେନ - ନିରନ୍ତର ଧ୍ୟାନରେ ମଗ୍ନ; ଚେତସା- ମନ ଓ ବୃଦ୍ଧି ଦ୍ୱାରା; ନ ଅନ୍ୟଗାମିନା - ଆଦୌ ବିଚ୍ୟୁତ ନହୋଇ; ପରମଂ - ପରମ; ପୁରୁଷଂ - ପରମପୁରୁଷ ଭଗବାନ; ଦିବ୍ୟଂ - ଦିବ୍ୟ; ଯାତି -ପ୍ରାପ୍ତ ହୁଏ; ପାର୍ଥ - ହେ ପୃଥାପୁତ୍ର; ଅନୁଚିନ୍ତୟନ୍ - ବାରମ୍ବାର ସ୍ମରଣ ।",
"translation": {
"text": "ହେ ପାର୍ଥ! ଅଭ୍ୟାସ ଦ୍ୱାରା, ତୁମେ ଯେତେବେଳେ ସର୍ବଦା ଅବିଚଳିତ ଭାବରେ ମୋର, ପରମ ପୁରୁଷ ଭଗବାନଙ୍କର, ଧ୍ୟାନ କରିବ, ନିଶ୍ଚିତ ରୂପେ ତୁମେ ମୋତେ ପ୍ରାପ୍ତ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.8.mp3"
]
},
"commentary": "ଭଗବଦ୍ ଗୀତାରେ ଅନେକ ସ୍ଥାନରେ, ଭଗବାନଙ୍କର ସ୍ମରଣ ସର୍ବଦା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତନ୍ମଧ୍ୟରୁ କେତୋଟି ଶ୍ଳୋକ ଏହିପରି ଅଟେ:\nଅନନ୍ୟଚେତାଃ ସତତମ୍ - ୮.୧୪.ମୟ୍ୟେବ ମନ ଆଧତ୍ସ୍ୱ - ୧୨.୮ତେଷାଂ ସତତ -ଯୁକ୍ତାନାମ୍ - ୧୦.୧୦\nଅଭ୍ୟାସ ଅର୍ଥ ମନକୁ ପ୍ରଶିକ୍ଷିତ କରିବା ଏବଂ ଭଗବାନଙ୍କର ଧ୍ୟାନ କରିବାରେ ମନକୁ ଅଭ୍ୟସ୍ତ କରିବା । ଏପରି ଅଭ୍ୟାସ ଦିନର କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ବା ସମୟ ବ୍ୟବଧାନରେ ନ କରି, ଦୈନନ୍ଦିନ କର୍ମ ସହିତ ସର୍ବଦା କରିବା ଉଚିତ । ମନ ଯେତେବେଳେ ଭଗବାନଙ୍କ ପ୍ରତି ଆସକ୍ତ ହୋଇଯିବ, ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ, ତାହା ଶୁଦ୍ଧ ହୋଇଯିବ । ଏଠାରେ ଏହା ମନେ ରଖିବା ମହତ୍ୱପୂର୍ଣ୍ଣ ଯେ ଆମ ମନର ଚିନ୍ତନ ଅନୁସାରେ ଆମର ଭବିଷ୍ୟତ ରୂପାୟିତ ହୋଇଥାଏ, ଶାରୀରିକ କର୍ମ ଦ୍ୱାରା ନୁହେଁ । ମନରେ ହିଁ ଭକ୍ତି କରିବାକୁ ପଡ଼ିବ ଏବଂ ମନକୁ ହିଁ ଭଗବାନଙ୍କର ଶରଣାଗତ କରିବାକୁ ପଡ଼ିବ । ଭଗବାନଙ୍କ ସହିତ ମନ ଯେତେବେଳେ ପୂର୍ଣ୍ଣ ତନ୍ମୟତା ପ୍ରାପ୍ତ କରିନେବ, ସେତେବେଳ ଆମେ ତାଙ୍କର ଦିବ୍ୟ କୃପା ଲାଭ କରିବା । ଭଗବାନଙ୍କ କୃପାରୁ ମାୟିକ ବନ୍ଧନରୁ ମୁକ୍ତ ହୋଇ ଆମେ ତାଙ୍କର ଅନନ୍ତ ଦିବ୍ୟ ଆନନ୍ଦ, ଦିବ୍ୟ ଜ୍ଞାନ ଏବଂ ଦିବ୍ୟ ପ୍ରେମ ପ୍ରାପ୍ତ କରିପାରିବା । ଜୀବ ଏହି ଶରୀରରେ ହିଁ ଭଗବତ୍ ପ୍ରାପ୍ତି କରିପାରିବ ଏବଂ ଦେହ ତ୍ୟାଗ କଲା ପରେ ସେ ଭଗବାନଙ୍କର ଲୋକ (ଗୋଲକ) ପ୍ରାପ୍ତ କରିବ ।"
},
{
"verseTitle": "Bhagavad Gita 8.9 – 8.10",
"verse": "9-10",
"chapter": 8,
"lang": "or",
"shloka": {
"speaker": "",
"sanskrit": "कविं पुराणमनुशासितारमणोरणीयांसमनुस्मरेद्यः । \n\nसर्वस्य धातारमचिन्त्यरूपमादित्यवर्णं तमसः परस्तात् ॥9॥\n\nप्रयाणकाले मनसाचलेन भक्त्या युक्तो योगबलेन चैव ।\n\n भ्रुवोर्मध्ये प्राणमावेश्य सम्यक् स तं परं पुरुषमुपैति दिव्यम् ॥10॥",
"text": "କବିଂ ପୁରାଣମନୁଶାସିତାର ମଣୋରଣୀୟାଂ ସମନୁସ୍ମରେଦ୍ଦ୍ୟଃ ।\nସର୍ବସ୍ୟ ଧାତାରମଚିନ୍ତ୍ୟରୂପ ମାଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍ ।।୯।।\nପ୍ରୟାଣକାଳେ ମନସା ଚଳେନ\nଭକ୍ତ୍ୟା ଯୁକ୍ତୋ ଯୋଗବଳେନ ଚୈବ ।\nଭ୍ରୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ୍\nସ ତଂ ପରଂ ପୁରୁଷମୁପୈତି ଦିବ୍ୟମ୍ ।।୧୦।।",
"audioLink": "https://www.holy-bhagavad-gita.org/public/audio/008_009-010.mp3"
},
"wordMeanings": "କବିଂ - ଯିଏ ସବୁ ଜାଣନ୍ତି; ପୁରାଣମ୍ - ପୁରାତନ; ଅନୁଶାସିତାରମ୍ - ନିୟନ୍ତ୍ରଣକାରୀ; ଅଣୋଃ- ଅଣୁର; ଅଣୀୟାଂସମ୍ - ତା’ଠାରୁ କ୍ଷୁଦ୍ରତର, ଅନୁସ୍ମରେତ୍ - ସର୍ବଦା ସ୍ମରଣ କରନ୍ତି; ଯଃ - ଯେ; ସର୍ବସ୍ୟ- ସମସ୍ତଙ୍କର; ଧାତାରଂ - ପାଳନକର୍ତ୍ତା; ଅଚିନ୍ତ୍ୟ - ଅଚିନ୍ତ୍ୟ; (ଯାହା ଚିନ୍ତା - କରି ହେବ ନାହିଁ); ରୁପମ୍ - ରୂପ, (ଆକାର): ଆଦିତ୍ୟ ବର୍ଣ୍ଣଂ - ସୂର୍ଯ୍ୟଙ୍କ ପରି ତେଜୀୟାନ୍; ତମସଃ - ଅନ୍ଧକାରର; ପରସ୍ତାତ୍ - ଉର୍ଦ୍ଧ୍ୱସ୍ଥ; ପ୍ରୟାଣକାଳେ - ମୃତ୍ୟୁ ସମୟରେ; ମନସା - ମନରେ; ଅଚଳେନ - ଅବିଚଳିତ ଭାବରେ; ଭକ୍ତ୍ୟା - ପୂର୍ଣ୍ଣ ଭକ୍ତିରେ; ଯୁକ୍ତଃ - ଯୁକ୍ତ; ଯୋଗବଳେନ - ଯୋଗଶକ୍ତି ବଳରେ; ଚ - ମଧ୍ୟ; ଏବ - ନିଶ୍ଚିତଭାବରେ; ଭ୍ରୁବୋଃ - ଦୁଇ ଭ୍ରୁଲତା ; ମଧ୍ୟେ - ମଧ୍ୟରେ; ପ୍ରାଣମ୍ - ପ୍ରାଣବାୟୁ; ଆବେଶ୍ୟ - ସ୍ଥାପନ କରି; ସମ୍ୟକ୍ - ପୂର୍ଣ୍ଣରୂପେ; ସ - ସେ; ତମ୍ - ତାହା; ପରଂ - ପରମ; ପୁରୁଷମ୍ - ପରମପୁରୁଷ ଭଗବାନ୍; ଉପୈତି - ପ୍ରାପ୍ତ ହୁଏ; ଦିବ୍ୟମ୍ - ଦିବ୍ୟ ।",
"translation": {
"text": "ଭଗବାନ ସର୍ବଜ୍ଞ, ସର୍ବ ପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କର ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନ ରୂପୀ ଅନ୍ଧକାର ଠାରୁ ଊର୍ଦ୍ଧ୍ୱରେ ଅଟନ୍ତି । ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଯୋଗ ଦ୍ୱାରା ଅଭ୍ୟସ୍ତ ଅବିଚଳିତ ମନରେ, ନିଜର ପ୍ରାଣ (ପ୍ରାଣ ବାୟୁ)କୁ ଦୁଇ ଭ୍ରୁଲତା ମଧ୍ୟରେ ସ୍ଥିର ରଖି, ନିରନ୍ତର ଅତ୍ୟନ୍ତ ଭକ୍ତିଯୁକ୍ତ ହୋଇ, ଦିବ୍ୟ ପରମାତ୍ମାଙ୍କର ସ୍ମରଣ କରେ, ସେ ତାଙ୍କୁ ପ୍ରାପ୍ତ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-09.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.9.mp3",
"https://www.gitasupersite.iitk.ac.in/sites/default/files/audio/Purohit/8.10.mp3"
]
},
"commentary": "ଭଗବାନଙ୍କର ଧ୍ୟାନ ଅନେକ ପ୍ରକାରର ହୋଇପାରେ । ଜଣେ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଓ ତାଙ୍କ ପରିକରଙ୍କୁ ଧ୍ୟାନ କରିପାରନ୍ତି । ଭଗବାନଙ୍କ ସହ ସମ୍ବନ୍ଧିତ ଏହିସବୁ ବିଷୟ ଭଗବାନଙ୍କଠାରୁ ପୃଥକ ନୁହନ୍ତି । ଏମାନଙ୍କ ମଧ୍ୟରୁ ଯେ କୌଣସି ଠାରେ ମନକୁ ଲଗାଇଲେ ମନ ଦିବ୍ୟ ଜଗତରେ ପ୍ରବେଶ କରି ଶୁଦ୍ଧ ହୋଇଯାଏ । ସୁତରାଂ,ଆମ ଧ୍ୟାନର ବିଷୟ ଭାବରେ ଆମେ ଏମାନଙ୍କ ମଧ୍ୟରୁ କାହାକୁ ବି ଗ୍ରହଣ କରିପାରିବା । ଏଠାରେ ଭଗବାନଙ୍କର ଆଠଗୋଟି ଗୁଣର ବର୍ଣ୍ଣନା କରାଯାଇଛି, ଯାହାର ଧ୍ୟାନ କରାଯାଇପାରେ ।\nକବି ଅର୍ଥ କାବ୍ୟ ରଚୟିତା ଅଥବା ବ୍ୟାପକ ଅର୍ଥରେ ସର୍ବଜ୍ଞ ଅଟେ । ଶ୍ଳୋକ ୭.୨୬ ଅନୁଯାୟୀ, ଭଗବାନ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଜାଣନ୍ତି ।\nପୁରାଣ ଅର୍ଥ ଯାହାର ଆରମ୍ଭ ନାହିଁ ଅଥବା ଯିଏ ସର୍ବ ପୁରାତନ । ଭଗବାନ ଉଭୟ ମାୟିକ ଏବଂ ଦିବ୍ୟ ବସ୍ତୁର ଉଦ୍ଗମସ୍ଥଳ ଅଟନ୍ତି, କିନ୍ତୁ ଏପରି କୌଣସି ବସ୍ତୁ ନାହିଁ ଯାହାଠାରୁ ସେ ଉତ୍ପନ୍ନ ହୋଇଥାଆନ୍ତି ବା ଯାହା ତାଙ୍କ ପୂର୍ବରୁ ଥିଲା ।\nଅନୁଶାସିତାରମ୍ ଅର୍ଥ ଶାସକ । ଯେଉଁ ନିୟମ ଅନୁସାରେ ସମଗ୍ର ବ୍ରହ୍ମାଣ୍ଡ ଚାଲେ, ସେହି ସମସ୍ତ ନିୟମର ପ୍ରଣେତା ଭଗବାନ ଅଟନ୍ତି । ସେ ପ୍ରତ୍ୟକ୍ଷ ରୂପରେ ଏହାର ଶାସନ କରନ୍ତି ଏବଂ ତାଙ୍କ ଦ୍ୱାରା ନିଯୁକ୍ତ ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା କରାନ୍ତି । ଅତଏବ ସବୁକିଛି ତାଙ୍କ ଶାସନର ପରିସରଭୁକ୍ତ ଅଟେ ।\nଅଣୋରଣୀୟାନ୍ ଅର୍ଥାତ୍ କ୍ଷୁଦ୍ରତମ ଠାରୁ କ୍ଷୁଦ୍ର । ଆତ୍ମା ସ୍ଥୁଳ ପଦାର୍ଥଠାରୁ କ୍ଷୁଦ୍ରତର ଅଟେ ଏବଂ ଯେହେତୁ ଭଗବାନ ଆତ୍ମା ମଧ୍ୟରେ ନିବାସ କରନ୍ତି,ସେ ଆତ୍ମା ଠାରୁ ମଧ୍ୟ କ୍ଷୁଦ୍ର ଅଟନ୍ତି ।\nସର୍ବସ୍ୟ ଧାତା ଅର୍ଥାତ୍ ସମସ୍ତଙ୍କର ଧାରକ, ସମୁଦ୍ର ତରଙ୍ଗମାନଙ୍କୁ ଧାରଣ କରିବା ପରି, ଭଗବାନ ସମଗ୍ର ସୃଷ୍ଟିକୁ ଧାରଣ କରିଥାଆନ୍ତି ।\nଅଚିନ୍ତ୍ୟ ରୂପ ଅର୍ଥାତ୍ ଅଚିନ୍ତନୀୟ ସ୍ୱରୂପ । ଆମର ବୁଦ୍ଧି କେବଳ ମାୟିକ ବସ୍ତୁର ଚିନ୍ତନ କରିପାରେ, ଅଥଚ ଭଗବାନ ଆମ ମାୟିକ କଳ୍ପନାର ଊର୍ଦ୍ଧ୍ୱରେ ସ୍ଥିତ । ତଥାପି, ସେ ଯଦି କୃପା କରି ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ଆମର ମନକୁ ଦିବ୍ୟ ଗୁଣଯୁକ୍ତ କରିଦିଅନ୍ତି, ତେବେ ତାଙ୍କ କୃପା ଦ୍ୱାରା ହିଁ ସେ ବୋଧଗମ୍ୟ ।\nଆଦିତ୍ୟ ବର୍ଣ୍ଣ ଅର୍ଥାତ୍ ସେ ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ।\nତମସଃ ପରସ୍ତାତ୍ ଅର୍ଥାତ୍ ସେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ମେଘ ଢ଼ାଙ୍କି ହୋଇ ଅସ୍ପଷ୍ଟ ପ୍ରତୀତ ହେଲେ ମଧ୍ୟ ସୂର୍ଯ୍ୟ କେବେ ବି ମେଘ ଦ୍ୱାରା ଆଚ୍ଛନ୍ନ ହୁଅନ୍ତି ନାହିଁ । ସେହିପରି ଭଗବାନ ସଂସାରର ସଂସ୍ପର୍ଶରେ ଆସି ମଧ୍ୟ ମାୟା ଦ୍ୱାରା ଆଚ୍ଛନ୍ନ ହୁଅନ୍ତି ନାହିଁ ।\nଭକ୍ତିରେ ଭଗବାନଙ୍କର ଦିବ୍ୟ ରୂପ, ଗୁଣ, ଲୀଳା ଆଦିରେ ମନକୁ କେନ୍ଦ୍ରିତ କରାଯାଇଥାଏ । ଯେତେବେଳେ କେବଳ ଭକ୍ତି କରାଯାଏ, ତାହାକୁ ଶୁଦ୍ଧ ଭକ୍ତି କୁହାଯାଏ । ଯେତେବେଳେ ଏହାକୁ ଅଷ୍ଟାଙ୍ଗ ଯୋଗ ସହିତ କରାଯାଏ, ତାହାକୁ ‘ଯୋଗମିଶ୍ରା ଭକ୍ତି’ କୁହାଯାଏ । ଦଶମ ଠାରୁ ତ୍ରୟୋଦଶ, ଚାରୋଟି ଶ୍ଳୋକରେ ଶ୍ରୀକୃଷ୍ଣ ଯୋଗମିଶ୍ରା ଭକ୍ତିର ବର୍ଣ୍ଣନା କରିଛନ୍ତି । ଭଗବତ୍ ଗୀତାର ଏକ ସୁନ୍ଦର ବିଶେଷତ୍ୱ ଏହା ଯେ\nଏଥିରେ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ସାଧନା ପଦ୍ଧତି ନିରୂପଣ କରାଯାଇ ଥାଏ ଏବଂ ସେଥିପାଇଁ ଏହା ବହୁଜନ ଆଦୃତ ଅଟେ । ପାଶ୍ଚାତ୍ୟ ବିଦ୍ୱାନମାନେ ଯେତେବେଳେ ଜଣେ ଗୁରୁଙ୍କର ବିନା ସହାୟତାରେ ହିନ୍ଦୁ ଶାସ୍ତ୍ରଗୁଡିକ ଅଧ୍ୟୟନ କରନ୍ତି, ସେଥିରେ ବର୍ଣ୍ଣିତ ଭିନ୍ନ ଭିନ୍ନ ମାର୍ଗ, ନିର୍ଦ୍ଦେଶ ଏବଂ ସିଦ୍ଧାନ୍ତ ସେମାନଙ୍କୁ ବିଭ୍ରାନ୍ତ କରି ଦେଇଥାଏ । କିନ୍ତୁ ଏହି ଭିନ୍ନତା ବାସ୍ତବରେ ଏକ ଆଶୀର୍ବାଦ ଅଟେ । କାରଣ ଅନନ୍ତ ଜନ୍ମର ସଂସ୍କାର ବଶତଃ, ଆମ ସମସ୍ତଙ୍କର ସ୍ୱଭାବ ଏବଂ ରୁଚି ଭିନ୍ନ ଭିନ୍ନ ଅଟେ । ଚାରିଜଣ ବ୍ୟକ୍ତି ଯେତେବେଳେ ବସ୍ତ୍ର କିଣିବାକୁ ଯାଆନ୍ତି, ସେମାନେ ଭିନ୍ନ ଭିନ୍ନ ରଙ୍ଗ, ପ୍ରକାର ଏବଂ ଫ୍ୟାସନ୍ର ପୋଷାକ ବାଛିଥାଆନ୍ତି । ଦୋକାନରେ ଯଦି କେବଳ ଗୋଟିଏ ପ୍ରକାରର ବା ଗୋଟିଏ ରଙ୍ଗର ବସ୍ତ୍ର ଥାଆନ୍ତା, ତେବେ ତାହା ପୃଥକ ଗୁଣଯୁକ୍ତ ବ୍ୟକ୍ତିମାନଙ୍କର ଚାହିଦାକୁ ମେଣ୍ଟାଇ ପାରି ନ ଥାଆନ୍ତା । ସେହିପରି ଆଧ୍ୟାତ୍ମିକ ମାର୍ଗରେ, ଲୋକମାନେ ତାଙ୍କର ପୂର୍ବ ଜନ୍ମରେ ବିଭିନ୍ନ ପ୍ରକାରର ସାଧନା କରିଥାଆନ୍ତି । ବୈଦିକ ଶାସ୍ତ୍ରମାନେ ସେହି ସବୁ ଭିନ୍ନତାକୁ ଅଙ୍ଗୀକାର କରିଥାଆନ୍ତି, ଅଥଚ ଭକ୍ତି ଉପରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି, ଯାହା ଏକ ସୁତା ସଦୃଶ ସମସ୍ତ ମାର୍ଗକୁ ଏକତ୍ର ଗୁନ୍ଥି ରଖିଥାଏ ।\nଅଷ୍ଟାଙ୍ଗ ଯୋଗରେ, ପ୍ରାଣଶକ୍ତିକୁ ମେରୁଦଣ୍ଡ ସ୍ଥିତ ସୁଷୁମ୍ନାକାଣ୍ଡ ମଧ୍ୟ ଦେଇ ଊର୍ଦ୍ଧ୍ୱଗାମୀ କରାଯାଏ । ଏହାକୁ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନ ବା ତୃତୀୟ ଚକ୍ଷୁ (ଅନ୍ତର୍ଦୃଷ୍ଟି) ର ସ୍ଥାନରେ କେନ୍ଦ୍ରିତ କରାଯାଏ । ତା’ପରେ ପୂର୍ଣ୍ଣ ଭକ୍ତି ସହିତ ପରମାତ୍ମାଙ୍କର ଧ୍ୟାନ କରାଯାଏ ।"
},
{
"verseTitle": "Bhagavad Gita 8.11",
"verse": "11",
"chapter": 8,
"lang": "or",
"shloka": {
"speaker": "",
"sanskrit": "यदक्षरं वेदविदो वदन्ति विशन्ति यद्यतयो वीतरागाः।\n\nयदिच्छन्तो ब्रह्मचर्यं चरन्ति तत्ते पदं संग्रहेण प्रवक्ष्ये ॥11॥",
"text": "ଯଦକ୍ଷରଂ ବେଦବିଦୋ ବଦନ୍ତି\nବିଶନ୍ତି ଯଦ୍ଦ୍ୟତୟୋ ବିତରାଗାଃ ।\nଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି\nତତ୍ତେ ପଦଂ ସଙ୍ଗ୍ର୍ରହେଣ ପ୍ରବକ୍ଷ୍ୟେ ।।୧୧।।",
"audioLink": "https://www.holy-bhagavad-gita.org/public/audio/008_011.mp3"
},
"wordMeanings": "ଯତ୍ - ଯେଉଁ; ଅକ୍ଷରଂ - ଅକ୍ଷର, ଅବ୍ୟୟ; ବେଦ-ବିଦଃ - ବେଦଜ୍ଞମାନେ (ବେଦ ଜାଣିଥିବା ବ୍ୟକ୍ତି); ବଦନ୍ତି - କହନ୍ତି; ବିଶନ୍ତି - ପ୍ରବେଶ କରନ୍ତି; ଯତ୍ - ଯେଉଁଥିରେ, ଯତୟଃ - ମହାନ୍ ମୁନି-ଋଷିବୃନ୍ଦ; ବୀତ-ରାଗାଃ - ସନ୍ନ୍ୟାସାଶ୍ରମରେ; ଯତ୍ - ଯାହା; ଇଚ୍ଛନ୍ତଃ - ଇଚ୍ଛାକରି; ବ୍ରହ୍ମଚର୍ଯ୍ୟଂ - ବ୍ରହ୍ମଚର୍ଯ୍ୟ; ଚରନ୍ତି - ଆଚରଣ କରନ୍ତି, ଅଭ୍ୟାସ କରନ୍ତି; ତତ୍ - ତାହା; ତେ - ତୁମକୁ; ପଦଂ - ଲକ୍ଷ୍ୟ; ସଂଗ୍ରହେଣ - ସଂକ୍ଷେପରେ; ପ୍ରବକ୍ଷେ - ମୁଁ କହିବି ।",
"translation": {
"text": "ବେଦଜ୍ଞ ପଣ୍ଡିତମାନେ ତାଙ୍କୁ ଅକ୍ଷର କହନ୍ତି; ବଡ ବଡ ତପସ୍ୱୀମାନେ ତାଙ୍କ ମଧ୍ୟରେ (ବ୍ରହ୍ମ ମଧ୍ୟରେ) ପ୍ରବେଶ କରିବା ପାଇଁ ସାଂସାରିକ ସୁଖ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି । ମୁଁ ବର୍ତ୍ତମାନ ସଂକ୍ଷେପରେ ତୁମକୁ ସେହି ଲକ୍ଷ୍ୟର ମାର୍ଗ ବିଷୟରେ କହିବି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.11.mp3"
]
},
"commentary": "ବେଦରେ ଭଗବାନଙ୍କୁ ଅନେକ ନାମରେ ବର୍ଣ୍ଣନା କରାଯାଇଅଛି । ସେଥି ମଧ୍ୟରୁ କେତେକ ହେଲା: ସତ୍, ଅଭ୍ୟାକୃତ୍, ପ୍ରାଣ, ଇନ୍ଦ୍ର, ଦେବ, ବ୍ରହ୍ମ, ପରମାତ୍ମା, ଭଗବାନ, ପୁରୁଷ ଇତ୍ୟାଦି । ଅନେକ ସ୍ଥାନରେ, ତାଙ୍କର ନିରାକାର ସ୍ୱରୂପ ବର୍ଣ୍ଣନା କରିବା ସମୟରେ, ତାଙ୍କୁ ଅକ୍ଷର ନାମରେ ସମ୍ବୋଧନ କରାଯାଇଅଛି । ଅକ୍ଷର ଶବ୍ଦର ଅର୍ଥ ହେଲା ‘ଅବିନଶ୍ୱର’ ।\nବୃହଦାରଣ୍ୟକ ଉପନିଷଦରେ ଉଲ୍ଲେଖ ଅଛି: -\n“ଏତସ୍ୟ ବା ଅକ୍ଷରସ୍ୟ ପ୍ରଶାସନେ ଗାର୍ଗି ସୂର୍ଯ୍ୟଚନ୍ଦ୍ରମସୌ ବିଧୃତୌ ତିଷ୍ଠତଃ ।” (୩.୮.୯)\nଅକ୍ଷର ବ୍ରହ୍ମଙ୍କର ଶକ୍ତିଶାଳୀ ନିୟନ୍ତ୍ରଣରେ ସୂର୍ଯ୍ୟ, ଚନ୍ଦ୍ର ତାଙ୍କର ପଥରେ ସ୍ଥିତ ରହନ୍ତି । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଯୋଗ-ମିଶ୍ରିତା ଭକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି ଯଦ୍ୱାରା ନିରାକାର ବ୍ରହ୍ମଙ୍କୁ ପ୍ରାପ୍ତ କରାଯାଇ ପାରିବ । ସଂଗ୍ରହେଣ ଶବ୍ଦର ଅର୍ଥ ହେଲା ସଂକ୍ଷିପ୍ତ । ଏହି ମାର୍ଗ ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇ ନ ଥିବାରୁ, ଏହା ଉପରେ ଗୁରୁତ୍ୱ ନ ଦେଇ, ସେ ଏହି ମାର୍ଗକୁ ସଂକ୍ଷେପରେ ବର୍ଣ୍ଣନା କରିବେ ।\nଏହି ମାର୍ଗରେ ବ୍ୟକ୍ତିଙ୍କୁ ସାଂସାରିକ କାମନା ତ୍ୟାଗ କରି, ବ୍ରହ୍ମଚର୍ଯ୍ୟ ପାଳନ କରି, ସଂଯମଯୁକ୍ତ ଜୀବନଯାପନ କରି କଠୋର ତପସ୍ୟା କରିବାକୁ ପଡିଥାଏ । ବ୍ରହ୍ମଚର୍ଯ୍ୟ ଦ୍ୱାରା ଦୈହିକ ଶକ୍ତି ସଞ୍ଚୟ ହୋଇ ସାଧନା ଦ୍ୱାରା ଆଧ୍ୟାତ୍ମିକ ଶକ୍ତିରେ ରୂପାନ୍ତରିତ ହୁଏ । ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ସାଧକ ସ୍ମରଣ ଶକ୍ତି ଏବଂ ବୁଦ୍ଧିର ବିକାଶ କରି ଆଧ୍ୟାତ୍ମିକ ବିଷୟ ହୃଦୟଙ୍ଗମ କରିପାରେ । ଏହାର ବର୍ଣ୍ଣନା ଶ୍ଳୋକ ୬.୧୪ରେ କରାଯାଇଅଛି ।"
},
{
"verseTitle": "Bhagavad Gita 8.12",
"verse": "12",
"chapter": 8,
"lang": "or",
"shloka": {
"speaker": "",
"sanskrit": "सर्वद्वाराणि संयम्य मनो हृदि निरुध्य च ।\n\nमूर्ध्याधायात्मनः प्राणमास्थितो योगधारणाम् ॥12॥",
"text": "ସର୍ବଦ୍ୱାରାଣି ସଂଯମ୍ୟ ମନୋ ହୃଦି ନିରୁଧ୍ୟ ଚ ।\nମୂଦ୍ର୍ଧ୍ନ୍ୟାଧାୟାତ୍ମନଃ ପ୍ରାଣମାସ୍ଥିତୋ ଯୋଗଧାରଣାମ୍ ।।୧୨।।",
"audioLink": "https://www.holy-bhagavad-gita.org/public/audio/008_012.mp3"
},
"wordMeanings": "ସର୍ବଦ୍ୱାରାଣି - ଶରୀରର ସମସ୍ତ ଦ୍ୱାର; ସଂଯମ୍ୟ - ସଂଯତ କରି; ମନଃ -ମନକୁ; ହୃଦି - ହୃଦୟରେ; ନିରୁଧ୍ୟ - ନିରୋଧ କରି; ଚ - ମଧ୍ୟ; ମୂଦ୍ର୍ଧ୍ନି- ମସ୍ତିଷ୍କରେ; ଆଧାୟ - ସ୍ଥିର କରି; ଆତ୍ମାନଃ - ଆତ୍ମା; ପ୍ରାଣମ୍ - ପ୍ରାଣବାୟୁ; ଆସ୍ଥିତଃ - ଅବସ୍ଥିତ; ଯୋଗ ଧାରଣାମ୍- ଯୋଗାବସ୍ଥା ।",
"translation": {
"text": "ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି, ତତ୍ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରିଭାଗରେ ସ୍ଥିର କରି, ବ୍ୟକ୍ତି ସ୍ଥିର ଯୋଗିକ ଏକାଗ୍ରତାରେ ସ୍ଥିତ ରହିବା ଆବଶ୍ୟକ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.12.mp3"
]
},
"commentary": "ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ସଂସାର ମନ ମଧ୍ୟକୁ ପ୍ରବେଶ କରେ । ଆମେ ପ୍ରଥମେ କୌଣସି ବସ୍ତୁକୁ ଦେଖେ, ଶୁଣେ, ସ୍ପର୍ଶ କରେ, ଆସ୍ୱାଦନ କରେ ଓ ଆଘ୍ରାଣ କରେ । ତାପରେ ମନ ସେହିଁ ବସ୍ତୁର ଚିନ୍ତନ କରେ । ବାରମ୍ବାର ଚିନ୍ତନ କରିବା ଦ୍ୱାରା ଆସକ୍ତି ଜାତ ହୁଏ, ଯାହା ସେହି ବସ୍ତୁ ସମ୍ବନ୍ଧୀୟ ବିଚାର ସ୍ୱତଃ ଉତ୍ପନ୍ନ କରିଥାଏ । ତେଣୁ ମନକୁ ସଂସାର ଠାରୁ ଦୂରେଇ ରଖବା ପାଇଁ ଇନ୍ଦ୍ରିୟ ନିଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନଚେତ୍ ଧ୍ୟାନର ଅଭ୍ୟାସ କରିବାକୁ ଯାଇ ମନକୁ ଅନିୟନ୍ତ୍ରିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସାଂସାରିକ ବିଚାରର ପ୍ରବାହ ସହିତ ଯୁଦ୍ଧ କରିବାକୁ ପଡିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଶରୀରର ଦ୍ୱାରମାନଙ୍କରେ ସୁରକ୍ଷା ବନ୍ଦୋବସ୍ତ କରିବାର ନିର୍ଦ୍ଦେଶ ଦେଉଛନ୍ତି । ସର୍ବ ଦ୍ୱାରାଣି ସଂଯମ୍ୟ ଶବ୍ଦର ଅର୍ଥ ଶରୀରର ପ୍ରବେଶ ଦ୍ୱାରକୁ ନିୟନ୍ତ୍ରିତ କରିବା । ଅର୍ଥାତ୍ ଇନ୍ଦ୍ରିୟ ମାନଙ୍କୁ ବର୍ହିମୁଖ ହେବାର ସହଜାତ ଅଭ୍ୟାସରୁ ବିରତ କରିବା । ହୃଦି ନିରୁଧ୍ୟ ଅର୍ଥ “ମନକୁ ହୃଦୟରେ ସ୍ଥିର କରିବା”ଅର୍ଥାତ୍ ସମସ୍ତ ଆଧ୍ୟାତ୍ମିକ ଅନୁଭୂତିକୁ ମନରୁ ହୃଦୟ ମଧ୍ୟକୁ ପ୍ରେରିତ କରିବା, ଯେଉଁଠାରେ ଅକ୍ଷର ବ୍ରହ୍ମ ବିରାଜମାନ କରିଥାଆନ୍ତି । ଯୋଗ-ଧାରଣାମ୍ ର ଅର୍ଥ “ମନକୁ ଭଗବାନଙ୍କ ସହିତ ଯୋଗ କରିବା” ଅର୍ଥାତ୍ ପୂର୍ଣ୍ଣ ଏକାଗ୍ରତାର ସହିତ ତାଙ୍କର ଧ୍ୟାନ କରିବା ।"
},
{
"verseTitle": "Bhagavad Gita 8.13",
"verse": "13",
"chapter": 8,
"lang": "or",
"shloka": {
"speaker": "",
"sanskrit": "ओमित्येकाक्षरं ब्रह्म व्याहरन्मामनुस्मरन्।\n\nयः प्रयाति त्यजन्देहं स याति परमां गतिम् ॥13॥",
"text": "ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍ ।\nଯଃ ପ୍ରୟାତି ତ୍ୟଜନ୍ ଦେହଂ ସ ଯାତି ପରମାଂ ଗତିମ୍ ।।୧୩।।",
"audioLink": "https://www.holy-bhagavad-gita.org/public/audio/008_013.mp3"
},
"wordMeanings": "ଓଁ - ନିରାକାର ବ୍ରହ୍ମଙ୍କୁ ସୂଚିତ କରୁଥିବା ପବିତ୍ର ଧ୍ୱନି; ଇତି - ଏହି ପ୍ରକାରେ; ଏକ ଅକ୍ଷରଂ - ପରମ ଅକ୍ଷର ; ବ୍ରହ୍ମ- ପରମ ସତ୍ୟ; ବ୍ୟାହରନ୍ - ଜପ କରି; ମାମ୍ - ମୋତେ (ଶ୍ରୀକୃଷ୍ଣ); ଅନୁସ୍ମରନ୍ - ସ୍ମରଣ କରି; ଯଃ - ଯିଏ; ପ୍ରୟାତି - ତ୍ୟାଗ କରେ; ତ୍ୟଜନ୍ - ତ୍ୟାଗ କରି; ଦେହଂ - ଏହି ଶରୀର; ସଃ - ସେ; ଯାତି - ପ୍ରାପ୍ତ ହୁଏ; ପରମାଂ - ପରମ; ଗତିମ୍ - ଲକ୍ଷ୍ୟସ୍ଥଳକୁ ।",
"translation": {
"text": "ଯେଉଁ ବ୍ୟକ୍ତି ମୋତେ ଅଥବା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରି ଏବଂ ଓଁକାର ମନ୍ତ୍ର ଉଚ୍ଚାରଣ କରି ଶରୀର ତ୍ୟାଗ କରେ, ସେ ନିଜର ପରମ ଚରମ ଲକ୍ଷ୍ୟ ପ୍ରାପ୍ତ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.13.mp3"
]
},
"commentary": "‘ପ୍ରଣବ’ କୁହାଯାଉଥିବା ପବିତ୍ର ଓଁକାର ଧ୍ୱନି, ବ୍ରହ୍ମଙ୍କର (ନିର୍ଗୁଣ ନିରାକ୍ଷର ବ୍ରହ୍ମ) ଶାବ୍ଦିକ ପରିପ୍ରକାଶକୁ ସୂଚିତ କରିଥାଏ । ସୁତରାଂ, ଏହା ଭଗବାନଙ୍କ ପରି ଅବିନଶ୍ୱର ଅଟେ । ଶ୍ରୀକୃଷ୍ଣ ଏଠାରେ ଅଷ୍ଟାଙ୍ଗ ଯୋଗ ସାଧନା ଅନ୍ତର୍ଗତ ଧ୍ୟାନ ବିଧିର ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, କଠୋର ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ଓଁ ଶବ୍ଦର ଉଚ୍ଚାରଣ କରିବା ଉଚିତ । ବୈଦିକ ଶାସ୍ତ୍ରମାନଙ୍କରେ ଓଁ ଶବ୍ଦକୁ ‘ଅନାହତ ନାଦ’ କୁହାଯାଇ ଥାଏ । ଏହା ସମଗ୍ର ସୃଷ୍ଟିରେ ବ୍ୟାପ୍ତ ଏବଂ ସାଧନ ସମ୍ପନ୍ନ ଯୋଗୀ ମାନେ ଏହାକୁ ଶୁଣି ପାରନ୍ତି ।\nବାଇବେଲ୍ କହେ “ପ୍ରାରମ୍ଭରେ ଭଗବାନଙ୍କ ସହିତ ଗୋଟିଏ ‘ଶବ୍ଦ’ ଥିଲା ଏବଂ ସେହି ଶବ୍ଦଟି ଥିଲା ‘ଭଗବାନ’ (ଜନ୍ ୧:୧) । ବେଦଶାସ୍ତ୍ର ମଧ୍ୟ କହେ ଯେ ସର୍ବପ୍ରଥମେ ଭଗବାନ ଶବ୍ଦ ସୃଷ୍ଟି କଲେ, ଶବ୍ଦରୁ ଆକାଶ, ତତ୍ପଶ୍ଚାତ୍ ସୃଷ୍ଟିର ପ୍ରକ୍ରିୟାରେ ଅଗ୍ରସର ହେଲେ । ସେହି ମୂଳ ଶବ୍ଦଟି ‘ଓଁ’ ଥିଲା । ସେଥିପାଇଁ ବୈଦିକ ଦର୍ଶନ ଏହାକୁ ବହୁତ ଗୁରୁତ୍ୱ ଦେଇଥାଏ । ଏହାକୁ ବେଦର ମହାବାକ୍ୟ ବା ବିରାଟ ଶବ୍ଦ ତରଙ୍ଗ କୁହାଯାଏ । ଏହାକୁ ବୀଜମନ୍ତ୍ର ମଧ୍ୟ କୁହାଯାଏ, କାରଣ ଅନେକ ସମୟରେ ‘ହ୍ରୀଂ’ ‘କ୍ଳୀଂ’ ପରି ବେଦମନ୍ତ୍ରର ପ୍ରାରମ୍ଭରେ ଏହାକୁ ସଂଯୁକ୍ତ କରାଯାଇଥାଏ । ଓଁ ଧ୍ୱନି ତିନୋଟି ଅକ୍ଷରର ସମାହାର ଅଟେ । ଅ...ଉ...ମ । ଓଁର ସଠିକ୍ ଉଚ୍ଚାରଣ କରିବାକୁ ଯାଇ ବ୍ୟକ୍ତି ଅ ଶବ୍ଦଟିକୁ ଉନ୍ମୁକ୍ତ ଗଳା ଓ ମୁଖରେ ଉଦରରୁ ଆରମ୍ଭ କରିଥାଏ । ଉ ଶବ୍ଦର ଉଚ୍ଚାରଣ ମୁଖର ମଧ୍ୟଭାଗରେ ସୃଷ୍ଟି ହୋଇ, ମୁଖ ବନ୍ଦ କରି ‘ମ’ ଶବ୍ଦର ଉଚ୍ଚାରଣ ସହିତ କ୍ରମଟି ଶେଷ ହୋଇଥାଏ । ଅ...ଉ...ମର ସମୀକ୍ଷା ଅନେକ ପ୍ରକାରରେ କରାଯାଇ ଥାଏ । ଭକ୍ତମାନଙ୍କ ପାଇଁ, ଓଁ ଭଗବାନଙ୍କର ନିରାକାର ସ୍ୱରୂପର ନାମ ଅଟେ ।\nଅଷ୍ଟାଙ୍ଗ ଯୋଗ ସାଧନାରେ ଏହି ପ୍ରଣବ ଶବ୍ଦର ଧ୍ୟାନ କରାଯାଇ ଥାଏ । ଭକ୍ତିଯୋଗରେ ଭକ୍ତ ଭଗବାନଙ୍କର ନାମ ଯେପରି କି ରାମ, କୃଷ୍ଣ, ଶିବ ଇତ୍ୟାଦିଙ୍କର ଧ୍ୟାନ କରିବାକୁ ପସନ୍ଦ କରନ୍ତି, କାରଣ ଏଥିରେ ଭଗବତ୍ ଆନନ୍ଦର ମାଧୁର୍ଯ୍ୟ ଭରି ରହିଥାଏ । ଏହି ଦୁଇ ପ୍ରକାରର ଅନୁଭୂତି ମଧ୍ୟରେ ଥିବା ପାର୍ଥକ୍ୟ ଗର୍ଭରେ ଶିଶୁକୁ ଧାରଣ କରିବା ଏବଂ କୋଳରେ ଶିଶୁକୁ ଧରିବା ପରି ଅଟେ । କୋଳରେ ଶିଶୁକୁ ଧରିବା ଗର୍ଭରେ ତାହାକୁ ଧାରଣ କରିବାର ଅନୁଭୂତି ଠାରୁ ଅଧିକ ମଧୁର ଅଟେ ।\nଧ୍ୟାନର ଅନ୍ତିମ ନିର୍ଣ୍ଣୟ ମୃତ୍ୟୁ ଅଟେ । ଯେଉଁମାନେ ମୃତ୍ୟୁର ଅସହ୍ୟ କଷ୍ଟ ସତ୍ତେ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ପାରନ୍ତି, ସେମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଆନ୍ତି । ଶରୀର ତ୍ୟାଗ କରି ସେମାନେ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି । ଏହା ଅତ୍ୟନ୍ତ ଦୁରୂହ ଅଟେ ଏବଂ ସେଥିପାଇଁ ଜୀବନବ୍ୟାପୀ ସାଧନା ଆବଶ୍ୟକ । ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ ସେହି ସାଧନାରେ ନିପୁଣ ହେବାର ସହଜ ଉପାୟ ନିର୍ଦ୍ଦେଶ କରୁଛନ୍ତି ।"
},
{
"verseTitle": "Bhagavad Gita 8.14",
"verse": "14",
"chapter": 8,
"lang": "or",
"shloka": {
"speaker": "",
"sanskrit": "अनन्यचेताः सततं यो मां स्मरति नित्यशः ।\n\nतस्याहं सुलभः पार्थ नित्यमुक्तस्य योगिनः ॥14॥",
"text": "ଅନନ୍ୟଚେତାଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ ।\nତତ୍ସ୍ୟାହଂ ସୁଲଭଃ ପାର୍ଥ ନିତ୍ୟଯୁକ୍ତସ୍ୟ ଯୋଗିନଃ ।।୧୪।।",
"audioLink": "https://www.holy-bhagavad-gita.org/public/audio/008_014.mp3"
},
"wordMeanings": "ଅନନ୍ୟ-ଚେତାଃ - ଅନନ୍ୟଭାବେ, ଏକାନ୍ତଭାବେ; ସତତଂ - ସର୍ବଦା; ଯଃ- ଯିଏ, ମାମ୍ - ମୋତେ (ଶ୍ରୀକୃଷ୍ଣ); ସ୍ମରତି - ସ୍ମରଣ କରେ; ନିତ୍ୟଶଃ - ନିୟମିତ ଭାବେ; ତସ୍ୟ- ତାଙ୍କୁ; ଅହଂ- ମୁଁ; ସୁଲଭଃ - ସହଜ ଲଭ୍ୟ; ପାର୍ଥ - ପୃଥାପୁତ୍ର ଅର୍ଜୁନ; ନିତ୍ୟ - ନିୟମିତ ରୂପେ; ଯୁକ୍ତସ୍ୟ - ଯୁକ୍ତ; ଯୋଗିନଃ - ଯେଗୀମାନଙ୍କର ।",
"translation": {
"text": "ହେ ପାର୍ଥ, ଯେଉଁ ଯୋଗୀମାନେ ଅନନ୍ୟ ଭାବରେ ମୋର ଚିନ୍ତନ କରନ୍ତି ଏବଂ ସର୍ବଦା ମୋ ଚିନ୍ତନରେ ମଗ୍ନ ରହନ୍ତି, ମୁଁ ସେମାନଙ୍କୁ ଅତି ସହଜରେ ପ୍ରାପ୍ତ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.14.mp3"
]
},
"commentary": "ସମ୍ପୂର୍ଣ୍ଣ ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ଭକ୍ତି ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି । ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ନିରାକାର -ନିର୍ଗୁଣ ବ୍ରହ୍ମଙ୍କର ଉପାସନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହା କେବଳ ନୀରସ ନୁହେଁ, ଅତ୍ୟନ୍ତ କଷ୍ଟକର ମଧ୍ୟ ଅଟେ । ସୁତରାଂ, ବର୍ତ୍ତମାନ ସେ ଏକ ସହଜ ବିକଳ୍ପ ଦେଉଛନ୍ତି, ଯାହା ହେଉଛି ତାଙ୍କର ସାକାର ରୂପ ଶ୍ରୀକୃଷ୍ଣ, ଶ୍ରୀରାମ, ଶିବ, ବିଷ୍ଣୁ ଇତ୍ୟାଦିଙ୍କର ଧ୍ୟାନ । ଏଥିରେ ତାଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ତାଙ୍କର ପରିକର ଅନ୍ତର୍ଭୁକ୍ତ ।\nସମ୍ପୂର୍ଣ୍ଣ ଗୀତାରେ, କେବଳ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ସହଜ-ଲବ୍ଧ ଅଟନ୍ତି । କିନ୍ତୁ ସେ ଗୋଟିଏ ଶର୍ତ୍ତ ରଖିଛନ୍ତି, ‘ଅନନ୍ୟ-ଚେତାଃ,’ ଯାହାର ଅର୍ଥ, ମନ କେବଳ ତାଙ୍କ ଏବଂ ତାଙ୍କ ଠାରେ ହିଁ ଲଗାଇବା ଉଚିତ । ଅନନ୍ୟ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ । ଶାବ୍ଦିକ ଦୃଷ୍ଟିରୁ ଏହାର ଅର୍ଥ ହେଉଛି ‘ନ ଅନ୍ୟ’ ବା ‘ଆଉ କିଛି ନୁହେଁ’ । ମନ ଅନ୍ୟ କାହାଠାରେ ନୁହେଁ, କେବଳ ଭଗବାନଙ୍କ ଠାରେ ହିଁ ଲଗାଇବା ଉଚିତ । ଅନନ୍ୟତାର ଏହି ଶର୍ତ୍ତର ଉଲ୍ଲେଖ ଭଗବତ୍ ଗୀତାରେ ଅନେକ ସ୍ଥାନରେ କରାଯାଇଛି ।\nଅନନ୍ୟାଶ୍ଚିନ୍ତୟନ୍ତୋ ମାମ୍ ୯.୨୨ତମେବ ଶରଣଂ ଗଚ୍ଛ - ୧୮.୬୨ମାମେକଂ ଶରଣଂ ବ୍ରଜ - ୧୮.୬୬\nଅନ୍ୟ ଶାସ୍ତ୍ରମାନେ ମଧ୍ୟ ଅନନ୍ୟ ଭକ୍ତିକୁ ଗୁରୁତ୍ୱ ଦେଇଥାଆନ୍ତି ।\nମାଂ ଏକଂ ଏବ ଶରଣଂ ଆତ୍ମାନଂ ସର୍ବ-ଦେହିନାମ୍ (ଭାଗବତମ୍ ୧୧.୧୨.୧୫)\nଏକମାତ୍ର ମୋର ଶରଣାଗତି କର, କାରଣ ମୁଁ ସବୁ ଜୀବଙ୍କର ଆତ୍ମା ଅଟେ ।\nଏକ ଭରୋସୋ ଏକ ବଳ ଏକ ଆସ ବିଶ୍ୱାସ (ରାମାୟଣ)\nମୋର ଏକମାତ୍ର ଭରସା, ଏକମାତ୍ର ବଳ, ଏକମାତ୍ର ବିଶ୍ୱାସ ଏବଂ ଏକମାତ୍ର ଆଶ୍ରୟ ପ୍ରଭୁ ଶ୍ରୀରାମ ଅଟନ୍ତି ।\nଅନ୍ୟାଶ୍ରୟାଣାଂ ତ୍ୟାଗୋଽନନ୍ୟତା (ନାରଦ ଭକ୍ତି ଦର୍ଶନ, ସୂତ୍ର-୧୦)\nଅନ୍ୟ ସମସ୍ତ ଆଶ୍ରୟ ତ୍ୟାଗ କରି ଭଗବାନଙ୍କର ଅନନ୍ୟ ଭକ୍ତି କର ।\nଅନନ୍ୟ ଭକ୍ତିର ଅର୍ଥ, ମନକୁ କେବଳ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଓ ପରିକରଙ୍କ ଠାରେ ହିଁ କେନ୍ଦ୍ରିତ କରିବା । ଏହି ତର୍କଟି ଅତି ସରଳ । ସାଧନାର ଉଦ୍ଦେଶ୍ୟ ଅନ୍ତଃକରଣକୁ ଶୁଦ୍ଧ କରିବା ଏବଂ ଏହା କେବଳ ଶୁଦ୍ଧ ଭଗବାନଙ୍କ ଠାରେ ମନକୁ ଲଗାଇବା ଦ୍ୱାରା ହିଁ ସମ୍ଭବ ହେବ । ଆମେ ଯଦି ମନକୁ ଭଗବାନଙ୍କ ଚିନ୍ତନରେ ଶୁଦ୍ଧ କରିବା ପରେ ପୁଣି ତାକୁ ସଂସାରରେ ବୁଡ଼ାଇ ମଇଳା କରିଦେବା, ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ତାକୁ ଶୁଦ୍ଧ କରିପାରିବା ନାହିଁ । ଏହି ଭୁଲ୍ଟି ପ୍ରାୟ ସମସ୍ତେ କରନ୍ତି । ସେମାନେ ଭଗବାନଙ୍କୁ ଭଲ ପାଆନ୍ତି ସତ, କିନ୍ତୁ ସେମାନେ ସାଂସାରିକ ବ୍ୟକ୍ତି ଏବଂ ବସ୍ତୁରେ ମଧ୍ୟ ଆସକ୍ତ ରହନ୍ତି । ଫଳତଃ ସାଧନା ଦ୍ୱାରା ଯାହାବି ଲାଭ ମିଳିଥାଏ ତାହା ସାଂସାରିକ ବନ୍ଧନ ଦ୍ୱାରା କ୍ଷୟ ହୋଇଯାଏ । ଆପଣ ଯଦି ସାବୁନ ଲଗାଇ ବସ୍ତ୍ର ସଫା କରିବା ପରେ ତା’ ଉପରେ ମଇଳା ପକାଇ ଚାଲିବେ, ତା’ହେଲେ ଆପଣଙ୍କର ସବୁ ଚେଷ୍ଟା ବ୍ୟର୍ଥ ହୋଇଯିବ । ଅତଏବ ଶ୍ରୀକୃଷ୍ଣ କହୁଛନ୍ତି, କେବଳ ଭକ୍ତି ନୁହେଁ ତାଙ୍କ ପ୍ରତି ଅନନ୍ୟ ଭକ୍ତି ଦ୍ୱାରା ହିଁ ସେ ସହଜରେ ପ୍ରାପ୍ତ ହେବେ ।"
},
{
"verseTitle": "Bhagavad Gita 8.15",
"verse": "15",
"chapter": 8,
"lang": "or",
"shloka": {
"speaker": "",
"sanskrit": "मामुपेत्य पुनर्जन्म दुःखालयमशाश्वतम् ।\n\nनाप्नुवन्ति महात्मानः संसिद्धिं परमां गताः ॥15॥",
"text": "ମାମୁପେତ୍ୟ ପୁର୍ନଜନ୍ମ ଦୁଃଖାଳୟମଶାଶ୍ୱତମ୍ ।\nନାପ୍ନୁବନ୍ତି ମହାତ୍ମାନଃ ସଂସିଦ୍ଧିଂ ପରମାଂ ଗତାଃ ।।୧୫।।",
"audioLink": "https://www.holy-bhagavad-gita.org/public/audio/008_015.mp3"
},
"wordMeanings": "ମାମ୍ - ମୋତେ; ଉପେତ୍ୟ - ପ୍ରାପ୍ତ କରି; ପୁନଃ-ପୁନର୍ବାର; ଜନ୍ମ-ଜନ୍ମ; ଦୁଃଖାଳୟମ୍ - ଦୁଃଖପୂର୍ଣ୍ଣ ସ୍ଥାନ; ଅଶାଶ୍ୱତମ୍ - ଅସ୍ଥାୟୀ; ନ ଆପ୍ନୁବନ୍ତି - ପା’ନ୍ତି ନାହିଁ; ମହାତ୍ମାନଃ - ମହାତ୍ମାଗଣ; ସଂସିଦ୍ଧିଂ - ସିଦ୍ଧି; ପରମାଂ - ପରମ; ଗତାଃ - ପ୍ରାପ୍ତ ହୋଇଛନ୍ତି ।",
"translation": {
"text": "ମୋତେ ପ୍ରାପ୍ତ କରିବା ପରେ ମହାପୁରୁଷମାନେ ଏହି ନଶ୍ୱର ଏବଂ ଦୁଃଖମୟ ସଂସାରରେ ପୁର୍ନବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ସର୍ବୋଚ୍ଚ ପରିପୂର୍ଣ୍ଣତା ହାସଲ କରିସାରିଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.15.mp3"
]
},
"commentary": "ଭଗବତ୍ ପ୍ରାପ୍ତିର ଫଳ କ’ଣ? ଯେଉଁମାନେ ଭଗବତ୍ ପ୍ରାପ୍ତି କରନ୍ତି, ସେମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଲୋକରେ ସ୍ଥାନ ପାଆନ୍ତି । ସେମାନଙ୍କୁ ପୁଣି ଏହି ସଂସାରରେ ଜନ୍ମନେବାକୁ ପଡ଼େ ନାହିଁ, ଯାହାକି ଦୁଃଖ ଭୋଗର ଏକ ସ୍ଥାନ ଅଟେ । ଆମେ ଜନ୍ମ ହେବାର କଷ୍ଟପ୍ରଦ ପ୍ରକ୍ରିୟା ଭୋଗ କରୁ ଏବଂ ଅସହାୟ ଭାବେ କ୍ରନ୍ଦନ କରେ । ଗୋଟିଏ ଛୋଟ ଶିଶୁ ଭାବରେ ଆମର ଅନେକ ଆବଶ୍ୟକତା ରହିଥାଏ ଯାହା ପ୍ରକାଶ କରି ନ ପାରି ଆମେ କାନ୍ଦିଥାଏ । କିଶୋର ଅବସ୍ଥାରେ ଆମେ ନିଜର ଶାରୀରିକ କାମନାକୁ ନେଇ ସଂଘର୍ଷରେ ମାନସିକ ଅଶାନ୍ତି ଭୋଗ କରେ । ବୈବାହିକ ଜୀବନରେ ସ୍ୱାମୀ/ସ୍ତ୍ରୀଙ୍କର ମନମୁଖୀ ସ୍ୱଭାବକୁ ସହ୍ୟ କରିବାକୁ ପଡିଥାଏ଼ । ବୃଦ୍ଧାବସ୍ଥାରେ ଶାରୀରିକ କଷ୍ଟ ଭୋଗ କରେ । ଏହିପରି ସାରା ଜୀବନ ଆମେ ଶାରୀରିକ ଓ ମାନସିକ କଷ୍ଟ ସହିତ ଅନ୍ୟର ବ୍ୟବହାର ଏବଂ ପରିବେଶ ଜନିତ କ୍ଲେଶ ଭୋଗକରିଥାଏ । ଶେଷରେ ଆମେ ମୃତ୍ୟୁର କଷ୍ଟ ଅନୁଭବ କରିଥାଏ ।\nଏହି ସବୁ ଯାତନା ଅର୍ଥହୀନ ନୁହେଁ, ଭଗବାନଙ୍କର ବୃହତ୍ ଯୋଜନାରେ ଏହାର ଗୋଟିଏ ଉଦ୍ଦେଶ୍ୟ ରହିଛି । ଏହା ଆମର ହୃଦ୍ବୋଧ କରାଇଥାଏ ଯେ ଭୌତିକ ଜଗତ ଆମର ସ୍ଥାୟୀ ନିବାସ ନୁହେଁ । ଆମ୍ଭମାନଙ୍କ ପରି ଭଗବତ୍ ବିମୁଖ ଜୀବାତ୍ମାମାନଙ୍କ ପାଇଁ ଏହା ଏକ ସୁଧାର ଗୃହ ସଦୃଶ ଅଟେ । ଦୁଃଖ କଷ୍ଟ ଭୋଗ ନ କଲେ ଆମେ କେବେ ବି ଭଗବାନଙ୍କର କାମନା କରନ୍ତେ ନାହିଁ । ଉଦାହରଣ ସ୍ୱରୂପ, ଯଦି ଆମେ ଅଗ୍ନିକୁ ସ୍ପର୍ଶ କରିବା ତେବେ ଦୁଇଟି କଥା ହେବ - ହାତ ପୋଡିଯିବ ଏବଂ ଆମେ ଯନ୍ତ୍ରଣା ଅନୁଭବ କରିବା । ହାତ ପୋଡିଯିବା ଖରାପ କଥା କିନ୍ତୁ ଯନ୍ତ୍ରଣା ଅନୁଭବ କରିବା ଆମ ପାଇଁ ଲାଭଦାୟକ ଅଟେ । ଆମେ ଯଦି ଯନ୍ତ୍ରଣା ଅନୁଭବ କରି ନଥାନ୍ତେ, ତାହେଲେ ଆମେ ହାତକୁ ନିଆଁଠାରୁ ଦୂରେଇ ନେଇ ନ ଥାନ୍ତେ ଏବଂ ତଦ୍ୱାରା ଆମର ବହୁତ କ୍ଷତି ହୋଇଥାଆନ୍ତା । ତେଣୁ ଯନ୍ତ୍ରଣାଟି ଏକ ସୂଚନା ଯେ କେଉଁଠି କିଛି ଭୁଲ ରହିଯାଇଛି ଏବଂ ତାକୁ ସୁଧାରିବା ଆବଶ୍ୟକ । ସେହିପରି ମାୟିକ଼ ଜଗତରେ ଅନୁଭବ କରୁଥିବା ଦୁଃଖ କଷ୍ଟ ମାଧ୍ୟମରେ ଭଗବାନ ଆମକୁ ସତର୍କ କରାଇ ଥାଆନ୍ତି ଯେ ଆମର ଚେତନା ଦୋଷଯୁକ୍ତ ଅଟେ । ସଂସାରିକ ଚେତନାରୁ ଆମେ ଭଗବତ୍ ଚେତନାଯୁକ୍ତ ହେବା ନିମନ୍ତେ ଅଗ୍ରସର ହେବା ଆବଶ୍ୟକ ।\nନିଜ ଚେଷ୍ଟାରେ ଆମେ ନିଜକୁ ଯେତିକି ଯୋଗ୍ୟ କରିଥାଏ, ଶେଷରେ ଆମେ ସେତିକି ହିଁ ପ୍ରାପ୍ତ କରେ । ଯେଉଁମାନେ ନିଜର ଚେତନାକୁ ଭଗବାନଙ୍କ ପ୍ରତି ବିମୁଖ କରିଥାଆନ୍ତି, ସେମାନେ ଜନ୍ମମୃତ୍ୟୁର ଚକ୍ରରେ ଘୁରୁଥାଆନ୍ତି ଏବଂ ଯେଉଁମାନେ ଅନନ୍ୟ ଭାବରେ ଭଗବାନଙ୍କର ଶରଣାଗତ ହୁଅନ୍ତି, ସେମାନେ ଭଗବାନଙ୍କର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।"
},
{
"verseTitle": "Bhagavad Gita 8.16",
"verse": "16",
"chapter": 8,
"lang": "or",
"shloka": {
"speaker": "",
"sanskrit": "आब्रह्मभुवनाल्लोकाः पुनरावर्तिनोऽर्जुन ।\n\nमामुपेत्य तु कौन्तेय पुनर्जन्म न विद्यते ॥16॥",
"text": "ଆବ୍ରହ୍ମଭୁବନାଲ୍ଲୋକାଃ ପୁନରାବର୍ତିନୋଽର୍ଜୁନ ।\nମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ ।।୧୬।।",
"audioLink": "https://www.holy-bhagavad-gita.org/public/audio/008_016.mp3"
},
"wordMeanings": "ଆବ୍ରହ୍ମ - ବ୍ରହ୍ମଲୋକ ପର୍ଯ୍ୟନ୍ତ; ଭୁବନାତ୍ - ଭୁବନରୁ; ଲୋକାଃ- ଲୋକସମୂହ; ପୁନଃ - ପୁନର୍ବାର; ଆବର୍ତିନଃ - ଆବର୍ତ୍ତନ କରି (ଫେରି); ଅର୍ଜୁନ - ହେ ଅର୍ଜୁନ; ମାମ୍ - ମୋତେ; ଉପେତ୍ୟ -ପ୍ରାପ୍ତ ହୋଇ; ତୁ - କିନ୍ତୁ; କୌନ୍ତେୟ - ହେ କୁନ୍ତିପୁତ୍ର; ପୁନଃ-ଜନ୍ମ - ପୁନର୍ଜନ୍ମ; ନ ବିଦ୍ୟତେ - ନ ଥାଏ ।",
"translation": {
"text": "ହେ ଅର୍ଜୁନ! ବ୍ରହ୍ମାଣ୍ଡର ପ୍ରତ୍ୟେକ ମାୟିକ ଲୋକ, ଏପରିକି ସର୍ବୋଚ୍ଚ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇ ପୁନର୍ଜନ୍ମ ନେବାକୁ ପଡ଼ିଥାଏ । କିନ୍ତୁ ହେ କୁନ୍ତି ପୁତ୍ର! ମୋର ଲୋକ ପ୍ରାପ୍ତ କରିବା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.16.mp3"
]
},
"commentary": "ବୈଦିକ ଶାସ୍ତ୍ରମାନଙ୍କରେ ଭୁଲୋକର ନିମ୍ନଦେଶରେ ସାତଟି ସ୍ତରର ବର୍ଣ୍ଣନା କରାଯାଇଅଛି । ସେଗୁଡ଼ିକ ହେଲା ତଳ, ଅତଳ, ବିତଳ, ସୁତଳ, ତଳାତଳ, ରସାତଳ ଓ ପାତାଳ । ଏଗୁଡ଼ିକୁ ନର୍କ ବା ନର୍କ ଲୋକ କୁହାଯାଏ । ସେହିପରି ଭୁଲୋକ ସମେତ ସାତଗୋଟି ଉର୍ଦ୍ଧ୍ୱ ଲୋକ ରହିଅଛି, ଯଥା ଭୁଃ, ଭୁବଃ, ସ୍ୱଃ ମହଃ, ଜନଃ, ତପଃ ଓ ସତ୍ୟଃ । ଏହି ଉର୍ଦ୍ଧ୍ୱ ଲୋକ ଗୁଡ଼ିକୁ ସ୍ୱର୍ଗ ବା ସ୍ୱର୍ଗ ଲୋକ କୁହାଯାଏ । ଅନ୍ୟ ଧର୍ମମାନଙ୍କରେ ମଧ୍ୟ ସାତଟି ସ୍ୱର୍ଗର ବର୍ଣ୍ଣନା କରାଯାଇଛି । ଇହୁଦୀ ମାନଙ୍କ ଧର୍ମଗ୍ରନ୍ଥ, ତାଲ୍ମଦ୍ରେ ସାତଗୋଟି ସ୍ୱର୍ଗର ନାମ ଉଲ୍ଲେଖ ହୋଇଅଛି, ଯେଉଁଥିରେ ଆରାବୋଥ ସର୍ବୋଚ୍ଚ ଲୋକ କୁହାଯାଇଛି । (ସ୍ତୋତ୍ର ୬୮.୪) । ଇସ୍ଲାମ ଧର୍ମରେ ମଧ୍ୟ ସାତ ସ୍ୱର୍ଗର ଉଲ୍ଲେଖ ରହିଛି ଏବଂ ସାତବାଁ ଆସମା (ସପ୍ତମ ଆକାଶ)କୁ ସର୍ବୋଚ୍ଚ ଭାବେ ବର୍ଣ୍ଣନା କରାଯାଇଛି ।\nସୃଷ୍ଟିର ଏହି ସବୁ ସ୍ତରକୁ ଲୋକ କୁହାଯାଏ । ଏହି ବ୍ରହ୍ମାଣ୍ଡରେ ଚଉଦଟି ଲୋକ ରହିଛି । ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ବ୍ରହ୍ମାଙ୍କର ଲୋକ ବା ବ୍ରହ୍ମଲୋକ ଅଟେ । ଏହି ସମସ୍ତ ଲୋକ ମାୟାର ଅଧୀନସ୍ଥ ଅଟନ୍ତି ଏବଂ ଏହି ସବୁ ଲୋକରେ ବାସ କରୁଥିବା ଜୀବଗଣ ଜନ୍ମ ମୃତ୍ୟୁ ଚକ୍ରରେ ଆବଦ୍ଧ ରହନ୍ତି । ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହାକୁ “ଦୁଃଖାଳୟମ୍” ବା ଅଶ୍ୱାଶତମ୍ (ନଶ୍ୱର ଓ ଦୁଃଖମୟ) ଭାବରେ ବର୍ଣ୍ଣନା କରିଛନ୍ତି ।\nସ୍ୱର୍ଗର ସମ୍ରାଟ ଇନ୍ଦ୍ର ମଧ୍ୟ ଦିନେ ମୃତ୍ୟୁବରଣ କରିବେ । ପୁରାଣରେ ବର୍ଣ୍ଣିତ ଅଛି ଯେ ଥରେ ଇନ୍ଦ୍ର ଏକ ବିଶାଳ ପ୍ରସାଦ ନିର୍ମାଣ କରିବାକୁ ସ୍ୱର୍ଗର ଶିଳ୍ପୀ, ବିଶ୍ୱକର୍ମାଙ୍କୁ ନିୟୋଜିତ କଲେ । ନିର୍ମାଣ କାର୍ଯ୍ୟ ସମାପ୍ତ ହେଉ ନ ଥିବା ଦେଖି, ବ୍ୟସ୍ତ ହୋଇ ବିଶ୍ୱକର୍ମା ଭଗବାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ଭଗବାନ ସେଠାକୁ ଆସି ଇନ୍ଦ୍ରଙ୍କୁ ପ୍ରଶ୍ନ କଲେ, “ଏତେ ବିଶାଳ ପ୍ରସାଦ! କେତେଜଣ ବିଶ୍ୱକର୍ମା ଏହାର ନିର୍ମାଣ ପାଇଁ ନିଯୁକ୍ତ ହୋଇଛନ୍ତି? ଇନ୍ଦ୍ର ଏହି ପ୍ରଶ୍ନ ଶୁଣି ବିସ୍ମିତ ହେଲେ ଏବଂ ଉତ୍ତର ଦେଲେ, “ମୁଁ ଭାବୁଥିଲି କେବଳ ଜଣେ ବିଶ୍ୱକର୍ମା ଅଛନ୍ତି” । ଭଗବାନ ସ୍ମିତହାସ୍ୟ କରି କହିଲେ, ଏହି ବ୍ରହ୍ମାଣ୍ଡ ପରି ଚଉଦ ଲୋକ ବିଶିଷ୍ଟ ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି । ପ୍ରତି ବ୍ରହ୍ମାଣ୍ଡରେ ଜଣେ ଇନ୍ଦ୍ର ଓ ଜଣେ ବିଶ୍ୱକର୍ମା ଅଛନ୍ତି ।\nଠିକ୍ ସେହି ସମୟରେ ଇନ୍ଦ୍ର ଦେଖିଲେ, ପିମ୍ପୁଡ଼ିମାନଙ୍କର ଗୋଟିଏ ଲମ୍ବା ଧାଡ଼ି ତାଙ୍କ ଆଡକୁ ଆସୁଅଛି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏତେ ପିମ୍ପୁଡ଼ି କେଉଁଠାରୁ ଆସୁଛନ୍ତି”? ଭଗବାନ ଉତ୍ତର ଦେଲେ, “ମୁଁ ଏହି ଜୀବଗୁଡ଼ିକୁ ଏଠାକୁ ଆଣିଛି । ଏମାନେ ପୂର୍ବଜନ୍ମରେ ଇନ୍ଦ୍ରଥିଲେ ଏବଂ ଏବେ ପିମ୍ପୁଡ଼ି ଶରୀର ଧାରଣ କରିଛନ୍ତି । ତାଙ୍କର ଏତେ ସଂଖ୍ୟା ଦେଖି ଇନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲେ ।\nଅଳ୍ପ ସମୟ ପରେ ଲୋମଶ ମୁନି ସେ ସ୍ଥାନରେ ଉପସ୍ଥିତ ହେଲେ । ସେ ତାଙ୍କ ମସ୍ତକରେ ଗୋଟିଏ ଘାସର ମସିଣା ଧରିଥିଲେ ଏବଂ ତାଙ୍କ ବକ୍ଷ ଲୋମଯୁକ୍ତ ଥିଲା । ତନ୍ମଧ୍ୟରୁ କେତେକ ଲୋମ ଉପୁଡ଼ି ଯାଇ ଥିବାରୁ ବକ୍ଷସ୍ଥଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଇନ୍ଦ୍ର ମୁନିଙ୍କୁ ସ୍ୱାଗତ ଜଣାଇଲେ ଏବଂ ନମ୍ରତାର ସହ ପ୍ରଶ୍ନ କଲେ “ହେ ମହାତ୍ମା ଆପଣ କାହିଁକି ଏକ ଘାସର ଆସନ ମସ୍ତକରେ ବହନ କରିଛନ୍ତି ଏବଂ ଆପଣଙ୍କ ବକ୍ଷରେ ଥିବା ଲୋମର ରହସ୍ୟ କ’ଣ?”\nଲୋମଶ ମୁନି ଉତ୍ତର ଦେଲେ, “ମୁଁ ‘ଚିରାୟୁ’ ବରପ୍ରାପ୍ତ କରିଛି । ଏହି ବିଶ୍ୱରେ ଜଣେ ଇନ୍ଦ୍ରଙ୍କର ଅବଧି ଶେଷ ହେଲେ, ମୋର ଗୋଟିଏ ଲୋମ ଉପୁଡ଼ି ଯାଏ । ଏହି ଶୂନ୍ୟ ସ୍ଥାନ ଗୁଡ଼ିକ ତା’ର ସୂଚନା ଦେଉଛି । ମୋର ଶିଷ୍ୟମାନେ ମୋର ବାସ ନିମନ୍ତେ ଗୋଟିଏ ଘର ତିଆରି କରିବାକୁ ଚାହାନ୍ତି, କିନ୍ତୁ ମୁଁ ଭାବେ ଜୀବନ ନଶ୍ୱର ଅଟେ, ତେଣୁ ଏଠାରେ ଘର ତିଆରି କରିବାର ଆବଶ୍ୟକତା କ’ଣ? ମୋର ଏହି ତୃଣ ଆସନଟି ମୋତେ ଖରା ବର୍ଷାରୁ ବଞ୍ଚାଏ ଏବଂ ରାତିରେ ମୁଁ ଏହାକୁ ତଳେ ପକାଇ ଶୋଇପଡ଼େ ।” ଇନ୍ଦ୍ର ଏକଥା ଚିନ୍ତା କରି ଆଶ୍ଚର୍ଯ୍ୟ ହେଲେ ଯେ, “ଏହି ଋଷିଙ୍କର ଆୟୁ ଅନେକ ଇନ୍ଦ୍ରଙ୍କ ଠାରୁ ଅଧିକ ଅଟେ, ତଥାପି ସେ କହୁଛନ୍ତି ଜୀବନ କ୍ଷଣସ୍ଥାୟୀ । ତାହେଲେ ମୁଁ କାହିଁକି ଏତେ ବଡ଼ ପ୍ରାସାଦ ତିଆରି କରୁଛି?” ତାଙ୍କର ଗର୍ବ ଭାଙ୍ଗିଗଲା ଏବଂ ସେ ବିଶ୍ୱକର୍ମାଙ୍କୁ ଛାଡ଼ିଦେଲେ ।\nଏହି ସବୁ ଉପାଖ୍ୟାନ ପାଠ କରି, ଆମେ ଭଗବତ୍ ଗୀତାରେ ବର୍ଣ୍ଣିତ ବ୍ରହ୍ମାଣ୍ଡ ତତ୍ତ୍ୱର ବିସ୍ମୟକର ବିଚାରକୁ ଉପେକ୍ଷା କରିବା ଉଚିତ ନୁହେଁ । ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ, ପାଶ୍ଚାତ୍ୟ ଦେଶର ବୈଜ୍ଞାନିକ, ନିକୋଲାସ୍ କୋପରନିକ୍ସ,“ହେଲିଓସେନ୍ଟ୍ରିକ୍”(ସୂର୍ଯ୍ୟକେନ୍ଦ୍ରିକ) ତଥ୍ୟ ଉପସ୍ଥାପନ କରିଥିଲେ, ଯେଉଁଥିରେ ସେ ଦର୍ଶାଇଥିଲେ ଯେ ସୂର୍ଯ୍ୟ ବିଶ୍ୱର କେନ୍ଦ୍ର ଅଟେ । ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଶ୍ଚାତ୍ୟ ଜଗତ ପୃଥିବୀକୁ ବିଶ୍ୱର କେନ୍ଦ୍ର ରୂପେ ବିଚାର କରୁଥିଲା । ପରବର୍ତ୍ତୀ ସମୟରେ ଜ୍ୟୋତିର୍ବିଜ୍ଞାନ ଶାସ୍ତ୍ରର ଉନ୍ନତି ହେବା ସହିତ ଏହା ପ୍ରମାଣିତ ହେଲା ଯେ ସୂର୍ଯ୍ୟ ବ୍ରହ୍ମାଣ୍ଡର କେନ୍ଦ୍ର ନୁହେଁ, ବରଂ ଏହା ମିଲ୍କି ୱେ ନାମକ ଆକାଶଗଙ୍ଗାର କେନ୍ଦ୍ର ଚତୁର୍ପାଶ୍ୱର୍ରେ ଘୁରୁଛି । ବିଜ୍ଞାନର ପ୍ରଗତି ସହିତ ପୁଣି ବୈଜ୍ଞାନିକମାନେ ବୁଝିପାରିଲେ ଯେ, ଆକାଶଗଙ୍ଗା ପରି ଅନେକ ଛାୟାପଥ ରହିଛି ଏବଂ ପ୍ରତ୍ୟେକରେ ଆମ ସୂର୍ଯ୍ୟ ପରି ଅନେକ ନକ୍ଷତ୍ର ରହିଛନ୍ତି ।\nବିପରୀତ ପକ୍ଷରେ, ପାଞ୍ଚ ହଜାର ବର୍ଷ ପୂର୍ବରୁ ବୈଦିକ ଦର୍ଶନର ସୂଚନା ଅନୁଯାୟୀ, ପୃଥିବୀ ‘ଭୂୂଃ’ ଲୋକ ଅଟେ, ଯାହାକି ସ୍ୱଃ ଲୋକର ପ୍ରଦକ୍ଷିଣା କରୁଥାଏ, ଏବଂ ଏମାନଙ୍କ ମଧ୍ୟରେ ଏକ ଭୂବଃ ଲୋକ ଅଛି । ସ୍ୱଃ ଲୋକ ମଧ୍ୟ ସ୍ଥିର ନୁହେଁ, ଏହା ଜନ ଲୋକର ମାଧ୍ୟାକର୍ଷଣ ଶକ୍ତିରେ ସ୍ଥିର ରହିଥାଏ ଏବଂ ସେ ଦୁହିଁଙ୍କ ମଧ୍ୟରେ ମହଃ ଲୋକ ଅବସ୍ଥିତ । ଜନ ଲୋକ ମଧ୍ୟ ସ୍ଥିର ନୁହେଁ, ଏହା ବ୍ରହ୍ମଲୋକ (ସତ୍ୟଲୋକ) ର ପ୍ରଦକ୍ଷିଣା କରିଥାଏ । ଏମାନଙ୍କ ମଧ୍ୟରେ ତପ ଲୋକ ଅବସ୍ଥିତ । ଏହିପରି ଭାବରେ ବେଦାନ୍ତ ଦର୍ଶନ ସାତଟି ଉର୍ଦ୍ଧ୍ୱ ଲୋକ ଏବଂ ସାତଟି ଅଧଃ ଲୋକର ବର୍ଣ୍ଣନା କରିଥାଏ । ପାଞ୍ଚ ହଜାର ବର୍ଷ ପୂର୍ବେ ଦିଆ ଯାଇଥିବା ଏପରି ଜ୍ଞାନ ଅତ୍ୟନ୍ତ ବିସ୍ମୟକର ଅଟେ ।\nଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ, ଏହି ସମସ୍ତ ଲୋକ ମାୟା ସାମ୍ରାଜ୍ୟର ଅନ୍ତର୍ଗତ ଅଟେ । ତେଣୁ ସେହି ସବୁ ଲୋକର ଅଧିବାସୀ ଜନ୍ମମୃତ୍ୟୁ ଚକ୍ରର ଅଧୀନସ୍ତ ଅଟନ୍ତି । କିନ୍ତୁ ଯେଉଁମାନେ ଭଗବତ୍ ପ୍ରାପ୍ତି କରି ନିଅନ୍ତି, ସେମାନେ ମାୟିକ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି । ମାୟିକ ଶରୀର ତ୍ୟାଗ କରି ସେମାନେ ଭଗବାନଙ୍କର ଦିବ୍ୟଲୋକ ପ୍ରାପ୍ତ କରନ୍ତି । ସେଠାରେ ଦିବ୍ୟ ଶରୀର ଧାରଣ କରି ସେମାନେ ଚିରଦିନ ପାଇଁ ଭଗବାନଙ୍କର ଦିବ୍ୟ ଲୀଳାରେ ସାମିଲ ହୋଇ ଯାଆନ୍ତି । ଏହିପରି ଭାବରେ ପୁନର୍ବାର ସେମାନଙ୍କୁ ମାୟିକ ଜଗତରେ ଜନ୍ମ ଗ୍ରହଣ କରିବାକୁ ପଡ଼େ ନାହିଁ । କେତେକ ମହାପୁରୁଷ ମାୟାରୁ ଉତ୍ତୀର୍ଣ୍ଣ ହେଲା ପରେ ମଧ୍ୟ ପୁନରାଗମନ କରିଥାନ୍ତି । କିନ୍ତୁ ସେମାନେ କେବଳ ଅନ୍ୟମାନଙ୍କୁ ବନ୍ଧନରୁ ମୁକ୍ତ ହେବାକୁ ସାହାଯ୍ୟ କରିବା ପାଇଁ ଏହା କରନ୍ତି । ଏମାନେ ମହାନ ଗୁରୁ ଏବଂ ବିଖ୍ୟାତ ଧର୍ମଯାଜକ ଭାବରେ ଅବତରିତ ହୋଇ, ନିଜକୁ ମାନବ ସମାଜର ଦିବ୍ୟ କଲ୍ୟାଣରେ ନିୟୋଜିତ କରିଥାଆନ୍ତି ।"
},
{
"verseTitle": "Bhagavad Gita 8.17",
"verse": "17",
"chapter": 8,
"lang": "or",
"shloka": {
"speaker": "",
"sanskrit": "सहस्रयुगपर्यन्तमहर्यद्ब्रह्मणो विदुः।\n\nरात्रिं युगसहस्रान्तां तेऽहोरात्रविदो जनाः ॥17॥",
"text": "ସହସ୍ରଯୁଗପର୍ଯ୍ୟନ୍ତମହର୍ଯଦ୍ବ୍ରହ୍ମଣୋ ବିଦୁଃ ।\nରାତ୍ରିଂ ଯୁଗସହସ୍ରାନ୍ତାଂ ତେଽହୋରାତ୍ରବିଦୋ ଜନାଃ ।।୧୭।।",
"audioLink": "https://www.holy-bhagavad-gita.org/public/audio/008_017.mp3"
},
"wordMeanings": "ସହସ୍ର - ସହସ୍ର (ହଜାର); ଯୁଗ - ଯୁଗ; ପର୍ଯ୍ୟନ୍ତମ୍ - ସମେତ; ଅହଃ- ଗୋଟିଏ ଦିବସ; ଯତ୍- ଯାହା; ବ୍ରହ୍ମଣଃ -ବ୍ରହ୍ମାଙ୍କର; ବିଦୁଃ - ଜାଣ; ରାତ୍ରିଂ - ରାତ୍ରି; ଯୁଗସହସ୍ରାନ୍ତଂ- ସେହିପରି ଏକ ହଜାର ଯୁଗ ଶେଷରେ; ତେ - ସେମାନେ; ଅହଃ ରାତ୍ର - ଦିବସ ଏବଂ ରାତ୍ରି; ବିଦଃ - ଜ୍ଞାତା; ଜନାଃ - ଲୋକମାନେ ।",
"translation": {
"text": "ବ୍ରହ୍ମାଙ୍କର ଗୋଟିଏ ଦିନ (କଳ୍ପ) ହଜାର ସଂଖ୍ୟାର ଚର୍ତୁଯୁଗ (ମହାଯୁଗ) ସହିତ ସମାନ ଅଟେ ଏବଂ ତାଙ୍କ ରାତ୍ରିର ଅବଧି ମଧ୍ୟ ସେତିକି ଅଟେ । ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣନ୍ତି, ସେ ଦିବା ଓ ରାତିର ବାସ୍ତବିକ ସତ୍ୟତାକୁ ବୁଝିପାରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.17.mp3"
]
},
"commentary": "ବୈଦିକ ବ୍ରହ୍ମାଣ୍ଡ ପ୍ରଣାଳୀରେ ସମୟର ହିସାବ ମଧ୍ୟ ବିଶାଳ ଏବଂ ବିସ୍ମୟକର ଅଟେ । ଉଦାହରଣ ସ୍ୱରୂପ, ଏପରି କେତେକ କୀଟ ଅଛନ୍ତି, ଯେଉଁମାନଙ୍କର ଆୟୁ କେବଳ ଗୋଟିଏ ରାତ୍ରୀ ଅଟେ । ସେହି ଗୋଟିଏ ରାତ୍ରିରେ ସେମାନେ ଜନ୍ମ ନିଅନ୍ତି, ବଡ଼ ହୁଅନ୍ତି, ପ୍ରଜନନ କରନ୍ତି, ଅଣ୍ଡା ଦିଅନ୍ତି ଏବଂ ବୃଦ୍ଧ ହୁଅନ୍ତି । ସକାଳେ କୌଣସି ଆଲୋକ ସ୍ତମ୍ଭ ତଳେ ସେମାନେ ମରି ପଡ଼ିଥିବାର ଦେଖିବାକୁ ମିଳିଥାଏ । ଯଦି ସେହି କୀଟ ମାନଙ୍କୁ କୁହାଯିବ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନକାଳ ମନୁଷ୍ୟର ଗୋଟିଏ ରାତ୍ରି ସହିତ ସମାନ ଅଟେ, ସେମାନେ ତାହା ବିଶ୍ୱାସ କରିବେ ନାହିଁ ।\nସେହିପରି, ବେଦ କହେ, ଦେବତାମାନଙ୍କର ଯଥା ଇନ୍ଦ୍ର, ବରୁଣ ଆଦିଙ୍କର ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ । ଦେବତା ମାନଙ୍କର ଗୋଟିଏ ବର୍ଷ, ପୃଥିବୀ ଲୋକର ୩୦ ଦିନ ୍ ୧୨ମାସ ଅର୍ଥାତ୍ ୩୬୦ ଦିନ ସହିତ ସମାନ । ଦେବତା ମାନଙ୍କର ୧୨,୦୦୦ ବର୍ଷ ପୃଥିବୀ ଲୋକର ଏକ ମହାଯୁଗ (୪ ଯୁଗର ଏକ ଚକ୍ର)କୁ ବୁଝାଏ, ଯାହା ୪ ନିୟୁତ ୩୨୦ ହଜାର ବର୍ଷ ଅଟେ । ଏହା ପୃଥିବୀରେ ସମୟର ସର୍ବୋଚ୍ଚ ଏକକ ଅଟେ, ଯାହାକୁ କଳ୍ପ କୁହାଯାଏ ।\n୧୦୦୦ ମହାଯୁଗରେ ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ ଏବଂ ସେତିକି ବଡ଼ ବ୍ରହ୍ମାଙ୍କର ରାତ୍ରି । ବ୍ରହ୍ମାଙ୍କର ଆୟୁ ୧୦୦ବର୍ଷ ଅଟେ, ଯାହା ପୃଥିବୀର ହିସାବରେ ୩୧୧ ଖର୍ବ ୪୦ ଅର୍ବ ବର୍ଷ ।\nବେଦର ଗଣନା ଅନୁସାରେ :\nକଳିଯୁଗ : ୪,୩୨, ୦୦୦ବର୍ଷ\nଦ୍ୱାପର ଯୁଗ : ୮,୬୪, ୦୦୦ବର୍ଷ\nତ୍ରେତାଯୁଗ : ୧୨,୯୬, ୦୦୦ ବର୍ଷ\nସତ୍ୟ ଯୁଗ : ୧୭, ୨୮, ୦୦୦ବର୍ଷ\nଏକତ୍ର ଏକ ମହାଯୁଗ ହୁଏ ଯାହା ୪,୩୨୦, ୦୦୦ ବର୍ଷ ଅଟେ । ୧୦୦୦ ମହାଯୁଗ ବ୍ରହ୍ମାଙ୍କର ଗୋଟିଏ ଦିନ, ବା ଏକ କଳ୍ପ, ଯାହା ୪,୩୨,୦୦,୦୦୦,୦୦୦ ବର୍ଷ ଅଟେ । ସେତିକି ବଡ଼ ବ୍ରହ୍ମାଙ୍କର ରାତ୍ରି । ଶ୍ରୀକୃଷ୍ଣ କହୁଛନ୍ତି, ଯିଏ ଏହା ବୁଝନ୍ତି, ସେ ଦିବା ରାତ୍ରିର ବାସ୍ତବ ଜ୍ଞାତା ଅଟନ୍ତି ।\nବିଶ୍ୱ ବ୍ରହ୍ମାଣ୍ଡର ଅବଧି ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ସହିତ ସମାନ, ଯାହା ୩୧୧ ଖର୍ବ ୪୦ ଅର୍ବ ବର୍ଷ ଅଟେ । ବ୍ରହ୍ମା ମଧ୍ୟ ଜଣେ ଜୀବାତ୍ମା ଅଟନ୍ତି, ଯିଏ ଭଗବାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ କରି ଏହି ପଦ ପ୍ରାପ୍ତ କରିଛନ୍ତି । ତେଣୁ ବ୍ରହ୍ମା ମଧ୍ୟ ଜନ୍ମମୃତ୍ୟୁର ଚକ୍ରର ଅନ୍ତର୍ଭୁକ୍ତ । କିନ୍ତୁ ସେ ଅତ୍ୟନ୍ତ ଉଚ୍ଚ ଆତ୍ମା ହୋଇଥିôବାରୁ, ତାଙ୍କ ଜୀବନକାଳ ସମାପ୍ତ ହେବା ପୂର୍ବରୁ ସେ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କ ଲୋକ ପ୍ରାପ୍ତ କରନ୍ତି । ବେଳେବେଳେ ବ୍ରହ୍ମା ପଦ ପାଇଁ କୌଣସି ଅଧିକାରୀ ଆତ୍ମା ନ ମିଳିଲେ, ଭଗବାନ ସ୍ୱୟଂ ବ୍ରହ୍ମା ହୋଇଯାଆନ୍ତି ।"
},
{
"verseTitle": "Bhagavad Gita 8.18",
"verse": "18",
"chapter": 8,
"lang": "or",
"shloka": {
"speaker": "",
"sanskrit": "अव्यक्ताद्व्यक्तयः सर्वाः प्रभवन्त्यहरागमे।\n\nरात्र्यागमे प्रलीयन्ते तत्रैवाव्यक्तसञके ॥18॥",
"text": "ଅବ୍ୟକ୍ତାଦ୍ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ ।\nରାତ୍ର୍ୟାଗମେ ପ୍ରଳୀୟନ୍ତେ ତତ୍ରୈବାବ୍ୟକ୍ତସଂଜ୍ଞକେ ।।୧୮।।",
"audioLink": "https://www.holy-bhagavad-gita.org/public/audio/008_018.mp3"
},
"wordMeanings": "ଅବ୍ୟକ୍ତାତ୍ - ଅପ୍ରକଟରୁ; ବ୍ୟକ୍ତୟଃ - ପ୍ରକଟିତ; ସର୍ବାଃ - ସମସ୍ତ; ପ୍ରଭବନ୍ତି - ଜାତ ହୁଅନ୍ତି; ଅହଃ ଆଗମେ -ବ୍ରହ୍ମାଙ୍କ ଦିବସର ଆରମ୍ଭରେ; ରାତ୍ରି-ଆଗମେ - ରାତ୍ରି ଆରମ୍ଭରେ; ପ୍ରଲୀୟନ୍ତେ - ଧ୍ୱଂସ ହୁଅନ୍ତି;ତତ୍ର - ସେଠାରେ; ଏବ-ନିଶ୍ଚିତଭାବେ; ଅବ୍ୟକ୍ତ - ଅପ୍ରକଟ; ସଂଜ୍ଞକେ - କୁହାଯାଏ ।",
"translation": {
"text": "ବ୍ରହ୍ମାଙ୍କର ଦିବସ ପ୍ରାରମ୍ଭରେ, ସମସ୍ତ ପ୍ରାଣୀ ଅପ୍ରକଟ ଅବସ୍ଥାରୁ ପ୍ରକଟ ହେବାକୁ ଆରମ୍ଭ କରନ୍ତି ଏବଂ ରାତ୍ରିର ଆଗମନରେ ସମସ୍ତ ଶରୀରଧାରୀ ପ୍ରାଣୀ ପୁନର୍ବାର ସେହି ଅପ୍ରକଟରେ ସମାହିତ ହୋଇଯାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.18.mp3"
]
},
"commentary": "ବ୍ରହ୍ମାଣ୍ଡର ବିସ୍ମୟକର ଜାଗତିକ ଖେଳରେ, ସେଥିରେ ଥିବା ବିଭିନ୍ନ ଲୋକ ଏବଂ ସେମାନଙ୍କର ସୌରମଣ୍ଡଳ ସୃଷ୍ଟି, ସ୍ଥିତି ଓ ପ୍ରଳୟ ଚକ୍ର ମଧ୍ୟ ଦେଇ ବାରମ୍ବାର ଗତି କରିଥାଆନ୍ତି । ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ, ଯାହା ୪,୩୨,୦୦,୦୦,୦୦୦ ବର୍ଷର ଗୋଟିଏ କଳ୍ପ ଅଟେ, ମହଃ ଲୋକ ପର୍ଯ୍ୟନ୍ତ ସମସ୍ତ ସୌରମଣ୍ଡଳ ବିଲୋପ ହୋଇଯାଆନ୍ତି । ଏହାକୁ ନୈମିତ୍ତିକ ପ୍ରଳୟ (ଆଂଶିକ ପ୍ରଳୟ) କୁହାଯାଏ । ଶ୍ରୀମଦ୍ ଭାଗବତମରେ ଶୁକଦେବ ପରୀକ୍ଷିତଙ୍କୁ କହୁଛନ୍ତି, ଯେମିତି ଗୋଟିଏ ପିଲା ଦିନବେଳେ ଖେଳନାର କେତେ ଆକୃତି ଗଢିଥାଏ ଏବଂ ଶୋଇବା ପୂର୍ବରୁ ତାକୁ ଭାଙ୍ଗି ଦିଏ, ସେହିପରି ବ୍ରହ୍ମା ଜାଗ୍ରତ ହେଲେ ଏହି ବ୍ରହ୍ମାଣ୍ଡ ଓ ସମସ୍ତ ପ୍ରାଣୀ ସମୂହର ସୃଷ୍ଟି କରନ୍ତି ଏବଂ ଶୋଇବା ପୂର୍ବରୁ ସେସବୁକୁ ଲୋପ କରି ଦିଅନ୍ତି ।\nବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ଶେଷରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ବିଲୁପ୍ତି ଘଟିଥାଏ । ଏହି ସମୟରେ ସମସ୍ତ ମାୟିକ ଜଗତର ଅନ୍ତ ହୋଇଯାଏ । ପଂଚ ମହାଭୂତ ପଂଚ ତନ୍ମାତ୍ରାରେ ଲୀନ ହୋଇଯାଏ, ପଂଚ ତନ୍ମାତ୍ର ଅହଂକାରରେ ଲୀନ ହୁଏ, ଅହଂକାର ମହାନରେ ଏବଂ ମହାନ ପ୍ରକୃତିରେ ଲୀନ ହୁଏ । ପ୍ରକୃତି ମାୟିକ (ମାୟା)ଶକ୍ତିର ସୂକ୍ଷ୍ମ ରୂପ ଅଟେ । ମାୟା ନିଜର ମୌଳିକ ରୂପରେ, ପରବ୍ରହ୍ମ ମହାବିଷ୍ଣୁଙ୍କ ଶରୀରରେ ଅବସ୍ଥାନ କରେ । ଏହାକୁ ପ୍ରାକୃତ ପ୍ରଳୟ ବା ମହାପ୍ରଳୟ କୁହାଯାଏ । ପୁଣି ମହାବିଷ୍ଣୁ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା କରନ୍ତି, ସେ ପ୍ରକୃତି ରୂପରେ ଥିବା ମାୟିକ ଶକ୍ତି ପ୍ରତି ଦୃଷ୍ଟିପାତ କରନ୍ତି ଏବଂ ତାଙ୍କର ଦୃଷ୍ଟି ମାତ୍ରେ ଏହା ପୁଣି ପ୍ରକାଶିତ ହେବାରେ ଲାଗେ । ପ୍ରକୃତିରୁ ମହାନ ଉତ୍ପନ୍ନ ହୁଏ । ମହାନରୁ ଅହଂକାର, ଅହଂକାରରୁ ପଂଚ ତନ୍ମାତ୍ରା ଏବଂ ପଂଚ ତନ୍ମାତ୍ରାରୁ ପଂଚ ମହାଭୂତ ଉତ୍ପନ୍ନ ହୁଅନ୍ତି । ଏହିପରି ଭାବରେ ଅସଂଖ୍ୟ ବିଶ୍ୱର ସୃଷ୍ଟି ହୋଇଥାଏ ।\nଆଧୁନିକ ବୈଜ୍ଞାନିକମାନଙ୍କର ଆକଳନ ଅନୁସାରେ ଆକାଶଗଙ୍ଗାରେ ୧୦୦ ଅର୍ବ ତାରକା ଅଛନ୍ତି । ଆକାଶଗଙ୍ଗା ପରି ପ୍ରାୟ ୧୦୦ ଅର୍ବ ଛାୟାପଥ ସମଗ୍ର ବ୍ରହ୍ମାଣ୍ଡରେ ଅଛନ୍ତି । ଏଣୁ ଗଣନା ଅନୁସାରେ ସମଗ୍ର ବ୍ରହ୍ମାଣ୍ଡରେ ୧୦୨୦ ଗୋଟି ତାରକା ଅଛନ୍ତି । ବେଦ ଅନୁସାରେ ଆମର ଏହି ବ୍ରହ୍ମାଣ୍ଡ ପରି ବିଭିନ୍ନ ଆକାର ଓ ପ୍ରକାରର ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି । ମହାବିଷ୍ଣୁ ଯେତେବେଳେ ଶ୍ୱାସ ତ୍ୟାଗ କରନ୍ତି ଅସଂଖ୍ୟ ବ୍ରହ୍ମାଣ୍ଡ ତାଙ୍କର ଶରୀରର ପ୍ରତି ଲୋମ କୂପରୁ ନିର୍ଗତ ହୁଅନ୍ତି ଏବଂ ଯେତେବେଳେ ଶ୍ୱାସ ଗ୍ରହଣ କରନ୍ତି, ସମଗ୍ର ବ୍ରହ୍ମାଣ୍ଡ ପୁନର୍ବାର ତାଙ୍କ ମଧ୍ୟରେ ଲୀନ ହୋଇଯାଆନ୍ତି । ଏହିପରି ଭାବରେ ବ୍ରହ୍ମାଙ୍କର ୧୦୦ବର୍ଷ ଭଗବାନଙ୍କର ଗୋଟିଏ ନିଶ୍ୱାସ/ପ୍ରଶ୍ୱାସ ସହିତ ସମାନ । ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ବ୍ରହ୍ମା, ଜଣେ ବିଷ୍ଣୁ ଏବଂ ଜଣେ ଶଙ୍କର ଅଛନ୍ତି । ସୁତରାଂ ଅନନ୍ତ ବ୍ରହ୍ମାଣ୍ଡରେ ଅନନ୍ତ ବ୍ରହ୍ମା, ବିଷ୍ଣୁ ଓ ଶଙ୍କର ଅଛନ୍ତି । ପ୍ରତ୍ୟେକ ବ୍ରହ୍ମାଣ୍ଡର ବିଷ୍ଣୁ ମହାବିଷ୍ଣୁଙ୍କର ସ୍ୱରୂପ ଅଟନ୍ତି ।"
},
{
"verseTitle": "Bhagavad Gita 8.19",
"verse": "19",
"chapter": 8,
"lang": "or",
"shloka": {
"speaker": "",
"sanskrit": "भूतग्रामः स एवायं भूत्वा भूत्वा प्रलीयते ।\n\nरात्र्यागमेऽवशः पार्थ प्रभवत्यहरागमे ॥19॥",
"text": "ଭୂତଗ୍ରାମଃ ସ ଏବାୟଂ ଭୂତ୍ୱା ଭୂତ୍ୱା ପ୍ରଲୀୟତେ ।\nରାତ୍ର୍ୟାଗମେଽବଶଃ ପାର୍ଥ ପ୍ରଭବତ୍ୟହରାଗମେ ।।୧୯।।",
"audioLink": "https://www.holy-bhagavad-gita.org/public/audio/008_019.mp3"
},
"wordMeanings": "ଭୂତ-ଗ୍ରାମଃ- ଜୀବ ସମୁଦାୟ; ସଃ- ଏମାନେ, ଏବ - ନିଶ୍ଚିତଭାବେ; ଅୟଂ- ଏହା; ଭୂତ୍ୱା- ଭୂତ୍ୱା - ଜନ୍ମାଲାଭ କରି; ପ୍ରଲୀୟତେ - ଧ୍ୱଂସ ହୁଅନ୍ତି; ରାତ୍ରି - ରାତ୍ରି; ଆଗମେ - ଆରମ୍ଭରେ; ଅବଶଃ - ଅସହାୟ ଭାବରେ; ପାର୍ଥ - ହେ ପୃଥାପୁତ୍ର!; ପ୍ରଭବତି - ପ୍ରକାଶିତ ହୁଅନ୍ତି; ଅହଃ - ଦିବସ; ଆଗମେ -ଆରମ୍ଭରେ ।",
"translation": {
"text": "ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମ ଗ୍ରହଣ କରନ୍ତି ଏବଂ ରାତିର ଆଗମନରେ, ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ, ସେମାନେ ବିଲୁପ୍ତ ହୋଇଯାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.19.mp3"
]
},
"commentary": "ବେଦରେ ଚାରିପ୍ରକାରର ପ୍ରଳୟ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି:\n୧. ନିତ୍ୟ ପ୍ରଳୟ: ଏହା ପ୍ରତିଦିନ ଗଭୀର ନିଦ୍ରାରେ ଶୟନ କରିଥିବା ସମୟର ଆମ ଚେତନାର ବିଲୁପ୍ତିକୁ ବୁଝାଇ ଥାଏ ।\n୨. ନୈମିତ୍ତିକ ପ୍ରଳୟ : ଏହା ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ ମହଃ ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକର ବିଲୁପ୍ତିକୁ ବୁଝାଏ । ସେତେବେଳେ ଏହିସବୁ ଲୋକର ଜୀବ ସମୁଦାୟ ଅବ୍ୟକ୍ତ ହୋଇଯାଆନ୍ତି । ସେମାନେ ବିଷ୍ଣୁଙ୍କ ଶରୀରରେ ସୁପ୍ତ ଅବସ୍ଥାରେ ରହନ୍ତି । ପୁଣି ଯେତେବେଳେ ବ୍ରହ୍ମା ଏହି ସବୁ ଲୋକ ନିର୍ମାଣ କରନ୍ତି, ସେମାନଙ୍କୁ ପୂର୍ବ କର୍ମ ଅନୁସାରେ ଜନ୍ମ ମିଳିଥାଏ ।\n୩. ମହାପ୍ରଳୟ : ଏହା ବ୍ରହ୍ମାଙ୍କର ଜୀବନକାଳ ଶେଷରେ ସମଗ୍ର ବ୍ରହ୍ମାଣ୍ଡ ଧ୍ୱଂସ ହୋଇଯିବାକୁ ବୁଝାଏ । ଏହି ସମୟରେ ସମଗ୍ର ବ୍ରହ୍ମାଣ୍ଡର ଜୀବମାନେ ମହାବିଷ୍ଣୁଙ୍କ ଶରୀରରେ ଲୀନ ହୋଇଯାଆନ୍ତି । ସେମାନଙ୍କର ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ଧ୍ୱଂସ ହୋଇଯାଏ, କିନ୍ତୁ କାରଣ ଶରୀର ରହିଥାଏ । ଯେତେବେଳେ ସୃଷ୍ଟିର ପରବର୍ତ୍ତୀ ଚକ୍ର ଆରମ୍ଭ ହୁଏ; ତାଙ୍କର କାରଣ ଶରୀରରେ ଗଚ୍ଛିତ ସଂସ୍କାର ଏବଂ କର୍ମ ଅନୁସାରେ, ସେମାନଙ୍କୁ ଜନ୍ମ ମିଳିଥାଏ ।\n୪. ଆତ୍ୟନ୍ତିକ ପ୍ରଳୟ: ଯେତେବେଳେ ଜୀବ ଭଗବତ୍ ପ୍ରାପ୍ତି କରେ, ସେ ଜନ୍ମମୃତ୍ୟୁ ଚକ୍ରର ବନ୍ଧନରୁ ମୁକ୍ତ ହୋଇଯାଏ । ଅନାଦି କାଳରୁ ଜୀବ ଯେଉଁ ମାୟାର ବନ୍ଧନରେ ବାନ୍ଧି ହୋଇ ରହିଥାଏ, ସେହି ବନ୍ଧନର ବିଲୁପ୍ତିକୁ ଆତ୍ୟନ୍ତିକ ପ୍ରଳୟ କୁହାଯାଏ ।"
},
{
"verseTitle": "Bhagavad Gita 8.20",
"verse": "20",
"chapter": 8,
"lang": "or",
"shloka": {
"speaker": "",
"sanskrit": "परस्तस्मात्तु भावोऽन्योऽव्यक्तोऽव्यक्तात्सनातनः ।\n\nयः स सर्वेषु भूतेषु नश्यत्सु न विनश्यति ॥20॥",
"text": "ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ ।\nଯଃ ସ ସର୍ବେଷୁ ଭୂତେଷୁ ନଶ୍ୟତ୍ସୁ ନ ବିନଶ୍ୟତି ।।୨୦।।",
"audioLink": "https://www.holy-bhagavad-gita.org/public/audio/008_020.mp3"
},
"wordMeanings": "ପରଃ - ଉର୍ଦ୍ଧ୍ୱରେ; ତସ୍ମାତ୍ - ତା’ଠାରୁ; ତୁ - କିନ୍ତୁ; ଭାବଃ - ସୃଷ୍ଟି; ଅନ୍ୟଃ- ଅନ୍ୟ; ଅବ୍ୟକ୍ତଃ - ଅପ୍ରକଟ; ଅବ୍ୟକ୍ତାତ୍-ଅପ୍ରକଟରୁ; ସନାତନଃ - ଶାଶ୍ୱତ; ଯଃ -ଯିଏ; ସଃ- ସେ; ସର୍ବେଷୁ- ସମସ୍ତ; ଭୂତେଷୁ - ଜୀବ; ନଶ୍ୟତ୍ସୁ -ସମାପ୍ତ ହୋଇଯାଆନ୍ତି; ନ -କେବେ ବି ନୁହେଁ; ବିନଶ୍ୟତି - ବିନାଶ ହେବା ।",
"translation": {
"text": "ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଉର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି । ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ ହୁଏ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.20.mp3"
]
},
"commentary": "ମାୟିକ ଜଗତ ଏବଂ ତାର ନଶ୍ୱରତା ବିଷୟରେ ତାଙ୍କର ମତ ବ୍ୟକ୍ତ କରିବା ପରେ, ଶ୍ରୀକୃଷ୍ଣ ଦିବ୍ୟ ଜଗତ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି । ଏହା ମାୟା ଶକ୍ତିର ସୀମା ବର୍ହିଭୂତ ଏବଂ ଭଗବାନଙ୍କର ଦିବ୍ୟ ଯୋଗାମୟା ଶକ୍ତି ଦ୍ୱାରା ସୃଷ୍ଟ ଅଟେ । ସମସ୍ତ ମାୟିକ ଜଗତ ଲୋପ ହେବା ସମୟରେ ମଧ୍ୟ ଏହା ଲୋପ ହୋଇ ନ ଥାଏ । ଶ୍ରୀକୃଷ୍ଣ ଶ୍ଲୋକ ୧୦-୪୨ରେ କହୁଛନ୍ତି, ସମଗ୍ର ସୃଷ୍ଟିର ତିନି ଚତୁର୍ଥାଂଶ ଦିବ୍ୟ ଜଗତ ଅଟେ ଏବଂ ଏକ ଚତୁର୍ଥାଂଶ ମାୟିକ ଜଗତ ଅଟେ ।"
},
{
"verseTitle": "Bhagavad Gita 8.21",
"verse": "21",
"chapter": 8,
"lang": "or",
"shloka": {
"speaker": "",
"sanskrit": "अव्यक्तोऽक्षर इत्युक्तस्तमाहुः परमां गतिम्।\n\nयं प्राप्य न निवर्तन्ते तद्धाम परमं मम ॥21॥",
"text": "ଅବ୍ୟକ୍ତୋଽକ୍ଷର ଇତ୍ୟୁକ୍ତସ୍ତମାହୁଃ ପରମାଂ ଗତିମ୍ ।\nଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।୨୧।।",
"audioLink": "https://www.holy-bhagavad-gita.org/public/audio/008_021.mp3"
},
"wordMeanings": "ଅବ୍ୟକ୍ତଃ - ଅବ୍ୟକ୍ତ; ଅକ୍ଷରଃ - ଅବିନାଶୀ; ଇତି - ଏହି ପ୍ରକାରେ; ଉକ୍ତଃ - କୁହା ଯାଇଛି; ତମ୍ - ଯାହା, ଆହୁଃ - କୁହାଯାଏ ; ପରମଂ - ପରମ; ଗତିମ୍ - ଲକ୍ଷ୍ୟସ୍ଥଳ; ଯଂ - ଯାହା; ପ୍ରାପ୍ୟ - ପ୍ରାପ୍ତ ହେଲେ; ନ - କଦାପି ନୁହେଁ; ନିବର୍ତନ୍ତେ - ଫେରନ୍ତି ନାହିଁ; ତତ୍-ଧାମ- ସେହି ଧାମ; ପରମଂ - ପରମ ; ମମ- ମୋର ।",
"translation": {
"text": "ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ, ସେଠାରେ ପହଞ୍ôଚବା ପରେ ଜୀବ ଏହି ମାୟିକ ଜଗତକୁ ଫେରେ ନାହିଁ । ତାହା ମୋର ପରମ ଧାମ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.21.mp3"
]
},
"commentary": "ଆଧ୍ୟାତ୍ମିକ ଜଗତର ଦିବ୍ୟ ଆକାଶକୁ ‘ପରବ୍ୟୋମ’ କୁହାଯାଏ । ଏଥିରେ ଭଗବାନଙ୍କର ବିଭିନ୍ନ ସ୍ୱରୂପର ଚିରନ୍ତନ ଲୋକ ରହିଥାଏ, ଯଥା ଗୋଲକ (ଶ୍ରୀକୃଷ୍ଣଙ୍କର ଲୋକ), ସାକେତ ଲୋକ (ଶ୍ରୀରାମଙ୍କର ଲୋକ), ବୈକୁଣ୍ଠ ଲୋକ (ନାରାୟଣଙ୍କର ଲୋକ) । ଶିବ ଲୋକ (ସଦାଶିବଙ୍କର ଲୋକ), ଦେବୀ ଲୋକ (ମା ଦୁର୍ଗାଙ୍କର ଲୋକ) ଇତ୍ୟାଦି । ଭଗବାନଙ୍କର ବିଭିନ୍ନ ସ୍ୱରୂପର ଏହି ସବୁ ଲୋକରେ ପରମାତ୍ମା ତାଙ୍କର ଦିବ୍ୟ ରୂପରେ, ତାଙ୍କର ପରିକରମାନଙ୍କ ସହିତ ନିତ୍ୟ ନିବାସ କରନ୍ତି । ଭଗବାନଙ୍କର ଏହି ସବୁ ସ୍ୱରୂପ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି, ସେମାନେ ସେହି ଗୋଟିଏ ଭଗବାନଙ୍କର ବିଭିନ୍ନ ସ୍ୱରୂପ ଅଟନ୍ତି । ବ୍ୟକ୍ତି ଭଗବାନଙ୍କର ଯେଉଁ ସ୍ୱରୂପର ଉପାସନା କରେ, ଭଗବତ ପ୍ରାପ୍ତି ପରେ, ସେ ଭଗବାନଙ୍କର ସେହି ସ୍ୱରୂପର ଲୋକକୁ ଯାଏ । ଆତ୍ମା ଏକ ଦିବ୍ୟ ଶରୀର ପ୍ରାପ୍ତ କରି, ଭଗବାନଙ୍କର ଦିବ୍ୟ ଲୀଳାରେ ଅନନ୍ତ କାଳ ପାଇଁ ସମ୍ମିଳିତ ହୋଇଯାଏ ।"
},
{
"verseTitle": "Bhagavad Gita 8.22",
"verse": "22",
"chapter": 8,
"lang": "or",
"shloka": {
"speaker": "",
"sanskrit": "पुरुषः स परः पार्थ भक्त्या लभ्यस्त्वनन्यया ।\n\nयस्यान्तःस्थानि भूतानि येन सर्वमिदं ततम् ॥22॥",
"text": "ପୁରୁଷଃ ସ ପରଃ ପାର୍ଥ ଭକ୍ତ୍ୟା ଲଭ୍ୟସ୍ତ୍ୱନନ୍ୟୟା ।\nଯସ୍ୟାନ୍ତଃସ୍ଥାନି ଭୂତାନି ଯେନ ସର୍ବମିଦଂ ତତମ୍ ।।୨୨।।",
"audioLink": "https://www.holy-bhagavad-gita.org/public/audio/008_022.mp3"
},
"wordMeanings": "ପୁରୁଷଃ - ପରମ ପୁରୁଷ; ସଃ - ସେ; ପରଃ - ଶ୍ରେଷ୍ଠ; ପାର୍ଥ - ହେ ପୃଥା-ପୁତ୍ର; ଭକ୍ତ୍ୟା - ଭକ୍ତି ଦ୍ୱାରା; ଲଭ୍ୟଃ - ଲାଭ କରାଯାଇ ପାରନ୍ତି; ତୁ - କିନ୍ତୁ; ଅନନ୍ୟୟା - ଅନନ୍ୟ ଭକ୍ତି, ଏକାନ୍ତ ଭକ୍ତି; ଯସ୍ୟ - ଯାହାର; ଅନ୍ତଃସ୍ଥାନି - ମଧ୍ୟରେ; ଭୂତାନି - ସମସ୍ତ ଭୌତିକ ପରିପ୍ରକାଶ: ଯେନ - ଯାହାଙ୍କ ଦ୍ୱାରା; ସର୍ବମ୍ - ସମସ୍ତ; ଇଦଂ - ଏହା; ତତମ୍ - ବିସ୍ତାରିତ ।",
"translation": {
"text": "ସେହି ପରମ ଦିବ୍ୟ ପୁରୁଷ ସୃଷ୍ଟିର ସମସ୍ତଙ୍କଠାରୁ ଶ୍ରେଷ୍ଠତର ଅଟନ୍ତି । ଯଦିଓ ସେ ସର୍ବବ୍ୟାପକ ଏବଂ ସମସ୍ତ ଜୀବ ତାଙ୍କଠାରେ ନିବାସ କରନ୍ତି, ତଥାପି ତାଙ୍କୁ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହୁଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.22.mp3"
]
},
"commentary": "ସେହି ପରମାତ୍ମା, ଯିଏ ପରବ୍ୟୋମରେ ତାଙ୍କର ଦିବ୍ୟଲୋକରେ ନିବାସ କରନ୍ତି, ସେ ଆମ ହୃଦୟରେ ନିବାସ କରନ୍ତି ଏବଂ ସଂସାରର ପ୍ରତ୍ୟେକ ପରମାଣୁରେ ବ୍ୟାପ୍ତ ଅଟନ୍ତି । ଭଗବାନ ସର୍ବତ୍ର ସମାନ ଭାବରେ ବ୍ୟାପ୍ତ । ଆମେ ଏପରି କହି ପାରିବା ନାହିଁ ଯେ, ସର୍ବବ୍ୟାପକ ରୂପରେ ଭଗବାନ ୨୫% (ପଚିଶ ପ୍ରତିଶତ)ଥାଆନ୍ତି ଏବଂ ତାଙ୍କ ନିଜ ସ୍ୱରୂପରେ ସେ ୧୦୦% (ଶତ ପ୍ରତିଶତ)ଥାଆନ୍ତି । ସର୍ବତ୍ର ସେ ନିଜର ପୂର୍ଣ୍ଣ ସ୍ୱରୂପରେ ବିଦ୍ୟମାନ । ଅଥଚ ଆମ୍ଭେମାନେ ତଦ୍ୱାରା କୌଣସି ପ୍ରକାରେ ଲାଭାନ୍ୱିତ ହୋଇ ନ ଥାଏ, କାରଣ ଆମେ ତାହା ଅନୁଭବ କରେନାହିଁ । ଶାଣ୍ଡିଲ୍ୟ ମୁନି କହନ୍ତି; “ଗବାଂ ସର୍ପିଃ ଶରୀରସ୍ଥଂ ନ କରୋତ୍ୟଙ୍ଗ ପୋଷଣମ୍” (ଶାଣ୍ଡିଲ୍ୟଭକ୍ତି ଦର୍ଶନ)\n“ଗାଈର ଶରୀରରେ ଦୁଗ୍ଧ ଗଚ୍ଛିତ ଥାଏ, କିନ୍ତୁ ତା’ର ଦୁର୍ବଳ ଏବଂ ରୁଗ୍ଣ ସ୍ୱାସ୍ଥ୍ୟ ପାଇଁ ତାହା ଉପକାରୀ ସିଦ୍ଧ ହୁଏନାହିଁ ।” ସେହି କ୍ଷୀରକୁ ଗାଈର ଶରୀରରୁ ବାହାର କରି ତାକୁ ଦହିରେ ପରିଣତ କରାଯାଏ । ଦହିରେ ଗୋଲମରିଚ ମିଶାଇ ଗାଈକୁ ଖାଇବାକୁ ଦେଲେ, ତାହା ଗାଈକୁ ଆରୋଗ୍ୟ କରିଥାଏ ।\nସେହିପରି, ଭଗବାନଙ୍କର ସର୍ବବ୍ୟାପୀ ଉପସ୍ଥିତିରେ ସେହି ଅନ୍ତରଙ୍ଗତା ନ ଥାଏ, ଯାହା ଆମ୍ଭମାନଙ୍କର ଭକ୍ତିକୁ ସମୃଦ୍ଧ କରିବ । ସେଥିପାଇଁ ସର୍ବପ୍ରଥମେ ଆମକୁ ଭଗବାନଙ୍କର ଦିବ୍ୟ ସ୍ୱରୂପର ଉପାସନା କରି ହୃଦୟକୁ ଶୁଦ୍ଧ କରିବାକୁ ପଡ଼ିବ । ତାପରେ ଆମେ ଭଗବାନଙ୍କର କୃପାକୁ ଆକର୍ଷିତ କରିବା ଏବଂ ତାଙ୍କ କୃପାରୁ, ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସେ ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ଶକ୍ତି ପ୍ରଦାନ କରିବେ । ତଦ୍ୱାରା ଆମର ଇନ୍ଦ୍ରିୟମାନେ ଦିବ୍ୟ ହୋଇଯିବେ ଏବଂ ତାପରେ ଆମେ ଭଗବାନଙ୍କର ଦିବ୍ୟତାକୁ ଅନୁଭବ କରିପାରିବା, ତାଙ୍କର ସାକାର ସ୍ୱରୂପରେ ହେଉ ବା ସର୍ବବ୍ୟାପୀ ସ୍ୱରୂପରେ ହେଉ । ସୁତରାଂ,ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହେବେ ।\nଭଗବଦ୍ ଗୀତାରେ, ଭକ୍ତି କରିବାର ଆବଶ୍ୟକତା ଉପରେ ଶ୍ରୀକୃଷ୍ଣ ବାରମ୍ବାର ଗୁରୁତ୍ୱାରୋପଣ କରିଛନ୍ତି । ଶ୍ଲୋ: ୬.୪୭ରେ ସେ କହିଛନ୍ତି ଯେ ଯିଏ ଭକ୍ତି କରେ, ସେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅଟେ । ସେ ଏଠାରେ ଅନନ୍ୟୟା ଶବ୍ଦ ଉପରେ ଜୋର ଦେଇଛନ୍ତି, ଯାହାର ଅର୍ଥ “ଅନ୍ୟ କୌଣସି ମାର୍ଗରେ ନୁହେଁ”, ଯେଉଁଥିରେ ଭଗବାନଙ୍କୁ ଜାଣି ହେବ । ଚୈତନ୍ୟ ମହାପ୍ରଭୁ ଏହାକୁ ଅତି ସୁନ୍ଦର ଭାବରେ ନିରୂପଣ କରିଛନ୍ତି:\nଭକ୍ତି ମୁଖ ନିରୀକ୍ଷତ କର୍ମ ଯୋଗ ଜ୍ଞାନ (ଚୈତନ୍ୟ ଚରିତାମୃତ ମଧ୍ୟ. ୨୨.୧୭)\n“ଯଦିଓ କର୍ମ, ଜ୍ଞାନ ଏବଂ ଅଷ୍ଟାଙ୍ଗ ଯୋଗ ମଧ୍ୟ ଭଗବତ ପ୍ରାପ୍ତିର ମାର୍ଗ ଅଟନ୍ତି, ତଥାପି ଏହି ସମସ୍ତ ମାର୍ଗ, ସେମାନଙ୍କର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଭକ୍ତିର ଆଶ୍ରୟ ନିଅନ୍ତି ।”\nଜଗଦ୍ଗୁରୁ ଶ୍ରୀ କୃପାଲୁ ଜୀ ମହାରାଜ ମଧ୍ୟ ସେହି କଥା କହିଛନ୍ତି:\nକର୍ମ ଯୋଗ ଅରୁ ଜ୍ଞାନ ସବ, ସାଧନ ଯଦପି ବଖାନ ।ପୈ ବିନୁ ଭକ୍ତି ସବୈ ଜନୁ, ମୃତକ ଦେହ ବିନୁ ପ୍ରାନ । । (ଭକ୍ତି ଶତକ, ଦୋହା-୮)\n“ଯଦିଓ କର୍ମ, ଜ୍ଞାନ ଓ ଅଷ୍ଟାଙ୍ଗ ଯୋଗ ଭଗବତ୍ ପ୍ରାପ୍ତିର ମାର୍ଗ ଅଟନ୍ତି, ତଥାପି ଭକ୍ତି ବିନା ସେହି ସବୁ ସାଧନ ପ୍ରାଣହୀନ ଶବ ସଦୃଶ ଅଟନ୍ତି ।” ଅନ୍ୟ ଶାସ୍ତ୍ର ସବୁ ମଧ୍ୟ ସେହିପରି ବର୍ଣ୍ଣନା କରୁଛନ୍ତି:\nଭକ୍ତ୍ୟାହମେକୟା ଗ୍ରାହ୍ୟଃ ଶ୍ରଦ୍ଧାୟାତ୍ମା ପ୍ରିୟଃ ସତାମ୍ (ଭାଗବତମ୍ ୧୧.୧୪.୨୧)\n“ଯେଉଁ ଭକ୍ତ ବିଶ୍ୱାସ ଓ ଶ୍ରଦ୍ଧାର ସହିତ ମୋର ଉପାସନା କରନ୍ତି, କେବଳ ତାଙ୍କୁ ହିଁ ମୁଁ ପ୍ରାପ୍ତ ହୁଏ ।”\nମିଲହିଁ ନ ରଘୁପତି ବିନୁ ଅନୁରାଗା, କିଏଁ ଯୋଗ, ତପ, ଜ୍ଞାନ, ବିରାଗା (ରାମାୟଣ)\nଜଣେ ଅଷ୍ଟାଙ୍ଗ ଯୋଗ ସାଧନା କରିପାରେ, ତପସ୍ୟା କରିପାରେ, ଜ୍ଞାନ ଆହରଣ କରିପାରେ ଓ ବୈରାଗ୍ୟ ଆଚରଣ କରିପାରେ । କିନ୍ତୁ ବିନା ଭକ୍ତିରେ ମୋତେ ପ୍ରାପ୍ତ କରି ପାରେନାହିଁ ।"
},
{
"verseTitle": "Bhagavad Gita 8.23 – 8.26",
"verse": "23-26",
"chapter": 8,
"lang": "or",
"shloka": {
"speaker": "",
"sanskrit": "यत्र काले त्वनावृत्तिमावृत्तिं चैव योगिनः। \n\nप्रयाता यान्ति तं कालं वक्ष्यामि भरतर्षभ ॥23॥\n\nअग्निर्योतिरहः शुक्लः षण्मासा उत्तरायणम्। \n\nतत्र प्रयाता गच्छन्ति ब्रह्म ब्रह्मविदो जनाः ॥24॥ \n\nधूमो रात्रिस्तथा कृष्णः षण्मासा दक्षिणायनम् । \n\nतत्र चान्द्रमसं ज्योतिर्योगी प्राप्य निवर्तते ॥25॥\n\nशुक्लकृष्णे गती ोते जगतः शाश्वते मते ।\n\nएकया यात्यनावृत्तिमन्ययावर्तते पुनः ॥26॥",
"text": "ଯତ୍ର କାଳେ ତ୍ୱନାବୃତ୍ତିମାବୃତ୍ତିଂ ଚୈବ ଯୋଗିନଃ ।\nପ୍ରୟାତା ଯାନ୍ତି ତଂ କାଳଂ ବକ୍ଷ୍ୟାମି ଭରତର୍ଷଭ ।।୨୩।।\nଅଗ୍ନିର୍ଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣମ୍ ।\nତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମବିଦୋ ଜନାଃ ।।୨୪।।\nଧୂମୋ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ ।\nତତ୍ର ଚାନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପ୍ରାପ୍ୟ ନିବର୍ତତେ ।।୨୫।।\nଶୁକ୍ଳକୃଷ୍ଣେ ଗତୀ ହ୍ୟେତେ ଜଗତଃ ଶାଶ୍ୱତେ ମତେ ।\nଏକୟା ଯାତ୍ୟନାବୃତ୍ତିମନ୍ୟୟାବର୍ତତେ ପୁନଃ ।।୨୬।।",
"audioLink": "https://www.holy-bhagavad-gita.org/public/audio/008_023-026.mp3"
},
"wordMeanings": "ଯତ୍ର - ଯେଉଁ; କାଳେ - କାଳରେ, ସମୟରେ; ତୁ - ନିଶ୍ଚିତ ରୂପେ; ଅନାବୃତ୍ତିମ - ଫେରନ୍ତି ନାହିଁ; ଆବୃତ୍ତିମ୍ - ଫେରିବା; ଚ - ମଧ୍ୟ; ଏବ - ନିଶ୍ଚିତଭାବେ; ଯୋଗିନଃ - ଯୋଗୀ; ପ୍ରୟାତାଃ - ଚାଲିଯିବା ପରେ; ଯାନ୍ତି - ଯା’ନ୍ତି; ତଂ - ସେହି; କାଳମ୍ - କାଳ, ସମୟ; ବକ୍ଷ୍ୟାମି - ବର୍ଣ୍ଣନା କରୁଛି; ଭରତର୍ଷଭ - ହେ ଭରତଶ୍ରେଷ୍ଠ; ଅଗ୍ନିଃ - ଅଗ୍ନି; ଜ୍ୟୋତିଃ - ଆଲୋକ; ଅହଃ - ଦିବସ; ଶୁକ୍ଳଃ - ଶୁକ୍ଳ; ଷଟ୍ ମାସାଃ - ଛ’ମାସ; ଉତ୍ତରାୟଣମ୍ - ଯେତେବେଳେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ; ତତ୍ର - ସେଠାରେ; ପ୍ରୟାତାଃ - ଚାଲିଯାଏ; ଗଚ୍ଛନ୍ତି - ମୃତ୍ୟୁବରଣ କରେ; ବ୍ରହ୍ମ - ବ୍ରହ୍ମ; ବ୍ରହ୍ମ ବିଦଃ - ବ୍ରହ୍ମଜ୍ଞାନୀ; ଜନାଃ - ପୁରୁଷ; ଧୂମଃ - ଧୂଆଁ; ରାତ୍ରିଃ - ରାତ୍ରି; ତଥା - ଏବଂ; କୃଷ୍ଣଃ -କୃଷ୍ଣପକ୍ଷ; ଷଟ୍-ମାସାଃ - ଛ’ମାସ; ଦକ୍ଷିଣ-ଅୟନଂ - ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତିକାଳ; ତତ୍ର - ସେଠାରେ; ଚାନ୍ଦ୍ରମସଂ - ଚନ୍ଦ୍ରଲୋକ; ଜ୍ୟୋତିଃ - ଆଲୋକ; ଯୋଗୀ - ଯୋଗୀ; ପ୍ରାପ୍ୟ - ପ୍ରାପ୍ତ ହୁଏ; ନିବର୍ତତେ - ପ୍ରତ୍ୟାବର୍ତ୍ତନ କରେ; ଶୁକ୍ଳ - ଆଲୋକ; କୃଷ୍ଣେ - ଅନ୍ଧକାର; ଗତୀ - ଇହଲୋକ ତ୍ୟାଗ; ହି - ନିଶ୍ଚିତରୂପେ; ଏତେ - ଏସବୁ; ଜଗତଃ - ଭୌତିକ ଜଗତର; ଶାଶ୍ୱତେ - ଚିରନ୍ତନ; ମତେ - ମତରେ; ଏକୟା - ଗୋଟିଏ; ଯାତି - ଯାଏ; ଅନାବୃତ୍ତିମ୍ - ପ୍ରତ୍ୟାବର୍ତ୍ତନ ନାହିଁ; ଅନ୍ୟୟା - ଅନ୍ୟ ଦ୍ୱାରା; ଆବର୍ତତେ - ପ୍ରତ୍ୟାବର୍ତ୍ତନ କରେ; ପୁନଃ - ପୁଣି ।",
"translation": {
"text": "ହେ ଭରତ ଶ୍ରେଷ୍ଠ! ମୁଁ ବର୍ତ୍ତମାନ ଏହି ଜଗତରୁ ତିରୋଧାନ ହେବାର ବିଭିନ୍ନ ମାର୍ଗ ବିଷୟରେ ବର୍ଣ୍ଣନା କରୁଅଛି । ଗୋଟିଏ ରାସ୍ତା ମୁକ୍ତି ପଥରେ ନେଇଯାଇଥାଏ ଏବଂ ଅନ୍ୟଟି ପୁନର୍ଜନ୍ମ ଦିଗକୁ ଅଗ୍ରସର କରାଏ । ଯେଉଁମାନେ ପରଂବ୍ରହ୍ମଙ୍କୁ ଜାଣନ୍ତି ଏବଂ ଯେଉଁମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳର ଛଅ ମାସ, ଶୁକ୍ଳ ପକ୍ଷ ଓ ଦିବସର ମଧ୍ୟାହ୍ନ ସମୟରେ ଦେହତ୍ୟାଗ କରନ୍ତି, ସେମାନେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରିଥାନ୍ତି । ଯେଉଁମାନେ ବୈଦିକ କର୍ମକାଣ୍ଡ ପାଳନ କରନ୍ତି, ସୂର୍ଯ୍ୟଙ୍କର ଦକ୍ଷିଣାୟନ କାଳର ଛଅ ମାସ, କୃଷ୍ଣ ପକ୍ଷ ଏବଂ ସନ୍ଧ୍ୟା ସମୟରେ ଦେହତ୍ୟାଗ କରନ୍ତି, ସେମାନେ ସ୍ୱର୍ଗପ୍ରାପ୍ତି କରିଥାନ୍ତି । ସ୍ୱର୍ଗର ସୁଖ ଉପଭୋଗ କରିସାରିବା ପରେ ସେମାନେ ପୁଣି ସଂସାରକୁ ଫେରିଆସନ୍ତି । ଆଲୋକ ଏବଂ ଅନ୍ଧକାରର ଏହି ଦୁଇଟି ପଥ ଏହି ସଂସାରରେ ହିଁ ରହିଅଛି । ଯେପରି ଆଲୋକର ପଥ ମୁକ୍ତି ଦିଗକୁ ନେଇଥାଏ ସେହିପରି ଅନ୍ଧକାରର ପଥ ପୁର୍ନଜନ୍ମ ଦିଗକୁ ନେଇଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-23.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-24.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-25.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.23.mp3",
"https://www.gitasupersite.iitk.ac.in/sites/default/files/audio/Purohit/8.24.mp3",
"https://www.gitasupersite.iitk.ac.in/sites/default/files/audio/Purohit/8.25.mp3",
"https://www.gitasupersite.iitk.ac.in/sites/default/files/audio/Purohit/8.26.mp3"
]
},
"commentary": "“ମୃତ୍ୟୁ ସମୟରେ ଆମେ କିପରି ଆପଣଙ୍କ ସହିତ ମିଳିତ ହୋଇପାରିବୁ?” ଶ୍ଲୋକ ୮-୨ରେ ଅର୍ଜୁନ ପଚାରିଥିବା ପ୍ରଶ୍ନ ପ୍ରତି ଶ୍ରୀକୃଷ୍ଣଙ୍କର ଏହି ସବୁ ଉକ୍ତି ଆଲୋକପାତ କରୁଅଛି । ଶ୍ରୀକୃଷ୍ଣ କହୁଛନ୍ତି ଦୁଇଟି ପଥ ରହିଛି । ଗୋଟିଏ ଆଲୋକର ପଥ ଏବଂ ଅନ୍ୟଟି ଅନ୍ଧକାରର ପଥ । ଆମେ ଏଠାରେ ଏହିସବୁ ରହସ୍ୟାତ୍ମକ ବ୍ୟକ୍ତବ୍ୟରୁ, ଆଧ୍ୟାତ୍ମିକ ତତ୍ତ୍ୱକୁ ଆଲୋକ ଏବଂ ଅନ୍ଧକାରର ଚମତ୍କାର ଉପମାରୁ ହୃଦ୍ବୋଧ କରିପାରିବା ।\nଉତ୍ତରାୟଣର ଛଅମାସ, ଶୁକ୍ଳପକ୍ଷ ଓ ମଧ୍ୟାହ୍ନ । ଏଗୁଡ଼ିକ ଆଲୋକର ସ୍ୱରୂପ । ଆଲୋକ ଜ୍ଞାନର ପ୍ରତୀକ ହୋଇଥିବା ବେଳେ ଅନ୍ଧକାର ଅଜ୍ଞାନର ପ୍ରତୀକ ଅଟେ । ଦକ୍ଷିଣାୟନ କାଳର ଛଅମାସ, କୃଷ୍ଣପକ୍ଷ, ରାତ୍ରି - ଏହିସବୁ ଅନ୍ଧକାରର ସ୍ୱରୂପ ଅଟନ୍ତି । ଯାହାର ଚେତନା ଭଗବାନଙ୍କଠାରେ ସ୍ଥିତ ଥାଏ ଏବଂ ଇନ୍ଦ୍ରିୟ ସୁଖ ପ୍ରତି ବୈରାଗ୍ୟଯୁକ୍ତ ଥାଏ, ସେ ଆଲୋକ (ଚେତନା ଏବଂ ଜ୍ଞାନ) ପଥରେ ପ୍ରସ୍ଥାନ କରେ । ବ୍ରହ୍ମଜ୍ଞାନ ଯୁକ୍ତ ହୋଇ ସେମାନେ ଭଗବାନଙ୍କର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ଏବଂ ସଂସାର ଚକ୍ରରୁ ମୁକ୍ତ ହୋଇ ଯାଆନ୍ତି । କିନ୍ତୁ ଯାହାର ମନ ସଂସାରରେ ଆସକ୍ତ, ସେମାନେ ଅନ୍ଧକାର ପଥରେ ପ୍ରସ୍ଥାନ କରନ୍ତି । ଭଗବାନଙ୍କ ପ୍ରତି ବିମୁଖ ରହିଥିବା କାରଣରୁ ଭ୍ରମରେ ଆତ୍ମାକୁ ଶରୀର ଜ୍ଞାନ କରି, ବନ୍ଧନଯୁକ୍ତ ହୋଇ, ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୁରୁଥାନ୍ତି । ବୈଦିକ କର୍ମକାଣ୍ଡ ପାଳନ କରୁଥିବାରୁ, ସେମାନେ ଅସ୍ଥାୟୀ ଭାବେ, ଦେବତାମାନଙ୍କର ସ୍ୱର୍ଗଲୋକକୁ ପଦୋନ୍ନତି ପାଇଥାଆନ୍ତି । ସେଠାରୁ ପୁଣି ତାଙ୍କୁ ପୃଥିବୀ ଲୋକକୁ ଫେରିବାକୁ ପଡ଼ିଥାଏ । ଏହିପରି ଭାବରେ, ଦୁଇଟି ପଥ ମଧ୍ୟରୁ ମୃତ୍ୟୁରେ ବ୍ୟକ୍ତିକୁ ଯେ କୌଣସି ଗୋଟିଏ ପଥରେ ଯିବାକୁ ପଡିଥାଏ । ସେ ଆଲୋକ ପଥରେ ଯିବ କି ଅନ୍ଧକାର ପଥରେ ଯିବ, ତାହା ତା’ର କର୍ମ ନିର୍ଦ୍ଧାରଣ କରିଥାଏ ।"
},
{
"verseTitle": "Bhagavad Gita 8.27",
"verse": "27",
"chapter": 8,
"lang": "or",
"shloka": {
"speaker": "",
"sanskrit": "नैते सृती पार्थ जानन्योगी मुह्यति कश्चन । \n\nतस्मात्सर्वेषु कालेषु योगयुक्तो भवार्जुन ॥27॥",
"text": "ନୈତେ ସୃତୀ ପାର୍ଥ ଜାନନ୍ଯୋଗୀ ମୁହ୍ୟତି କଶ୍ଚନ ।\nତସ୍ମାତ୍ସର୍ବେଷୁ କାଳେଷୁ ଯୋଗଯୁକ୍ତୋ ଭବାର୍ଜୁନ ।।୨୭।।",
"audioLink": "https://www.holy-bhagavad-gita.org/public/audio/008_027.mp3"
},
"wordMeanings": "ନ - କଦାପି ନୁହେଁ; ଏତେ - ଏସବୁ; ସୃତୀ - ବିଭିନ୍ନ ପନ୍ଥା; ପାର୍ଥ - ହେ ପୃଥା ପୁତ୍ର; ଜାନନ୍ - ଯଦିଓ ସେମାନେ ଜାଣନ୍ତି; ଯୋଗୀ - ଭଗବାନ୍ଙ୍କର ଭକ୍ତ; ମୁହ୍ୟତି - ମୁହ୍ୟମାନ ହୁଏ; କଶ୍ଚନ - କୌଣସି ; ତସ୍ମାତ୍ - ତେଣୁ; ସର୍ବେଷୁ - କାଳେଷୁ - ସର୍ବଦା; ଯୋଗ-ଯୁକ୍ତଃ - ଯୋଗରେ ସ୍ଥିତ; ଭବ - ହୁଅ; ଅର୍ଜୁନ - ହେ ଅର୍ଜୁନ ।",
"translation": {
"text": "ହେ ପାର୍ଥ! ଯେଉଁ ଯୋଗୀମାନେ ଏହି ଦୁଇଟି ମାର୍ଗର ରହସ୍ୟ ଜାଣନ୍ତି, ସେମାନେ କଦାପି ବିଚଳିତ ହୁଅନ୍ତି ନାହିଁ । ତେଣୁ ସେମାନେ ନିରନ୍ତର ଯୋଗ ଅବସ୍ଥାରେ (ଭଗବାନଙ୍କ ସହିତ ଏକତ୍ୱ) ସ୍ଥିତ ରହନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.27.mp3"
]
},
"commentary": "ଯୋଗୀମାନେ ସେହି ପ୍ରକାର ସାଧକ ଅଟନ୍ତି, ଯେଉଁମାନେ ନିଜର ମନକୁ ସର୍ବଦା ଭଗବାନଙ୍କ ସହିତ ଏକ କରିଦେବାକୁ ଚେଷ୍ଟା କରୁଥାଆନ୍ତି । ନିଜକୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଭାବେ ହୃଦୟଙ୍ଗମ କରି ଏବଂ ସଂସାର ପ୍ରତି ଆସକ୍ତିର ବ୍ୟର୍ଥତା ଉପଲବ୍ଧି କରି, ସେମାନେ ଇନ୍ଦ୍ରିୟ ସୁଖକୁ କ୍ଷଣିକ ମନେ କରନ୍ତି ଓ ଭଗବାନଙ୍କ ପ୍ରତି ତାଙ୍କର ପ୍ରେମ ବୃଦ୍ଧି କରିବା ଦିଗରେ ଚେଷ୍ଟାରତ ରହନ୍ତି । ଅତଏବ ସେମାନେ ଆଲୋକ ପଥର ଅନୁସରଣ କରନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ମାୟାରେ ଭ୍ରମିତ ହୋଇ ନଶ୍ୱର ଜଗତକୁ ଚିରନ୍ତନ, ଶରୀରକୁ ‘ମୁଁ’ ଓ ସଂସାରର ଦୁଃଖକୁ ସୁଖର ଉତ୍ସ ଭାବରେ ଚିନ୍ତା କରନ୍ତି, ସେମାନେ ଅନ୍ଧକାର ପଥର ଯାତ୍ରୀ ଅଟନ୍ତି । ଉଭୟ ପଥର ପରିଣାମ ସଂପୂର୍ଣ୍ଣ ଭାବରେ ବିପରୀତ ଅଟେ - ଗୋଟିଏ ଚିରନ୍ତନ ସ୍ୱର୍ଗୀୟ ସୁଖ ପ୍ରଦାନ କରିଥାଏ ଏବଂ ଅନ୍ୟଟି ମାୟିକ ସଂସାରର ଦୁଃଖ ଘେରକୁ ନେଇଯାଏ । ଶ୍ରୀକୃଷ୍ଣ ଏହି ଦୁଇଟି ମାର୍ଗର ବିଶ୍ଲେଷଣ କରି, ଯୋଗୀ ଭାବରେ ଆଲୋକର ମାର୍ଗ ଅନୁସରଣ କରିବାକୁ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ।\nସେ, ସେଠାରେ ‘ସର୍ବଦା’ ଶବ୍ଦର ବ୍ୟବହାର କରିଛନ୍ତି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଆଲୋକର ପଥ କିଛି ସମୟ ପାଇଁ ଅନୁସରଣ କରିଥାଏ, କିନ୍ତୁ ପୁଣି ଅନ୍ଧକାର ପଥକୁ ଫେରି ଆସିଥାଏ । ଯଦି ଜଣେ ଉତ୍ତର ଦିଗକୁ ଯିବାକୁ ଇଚ୍ଛା କରେ, କିନ୍ତୁ ଏକ ମାଇଲ ଉତ୍ତରକୁ ଯିବା ପରେ ଚାରି ମାଇଲ ଦକ୍ଷିଣକୁ ଯାଏ, ତେବେ ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ, ସେ ଦକ୍ଷିଣ ଦିଗରେ ହିଁ ପହଞ୍ôଚଯିବ । ସେହିପରି ଦିନରେ କିଛି ସମୟ ପାଇଁ ଆଲୋକର ପଥ ଅନୁସରଣ କରି ଆମେ ପ୍ରଗତି ଆଶା କରିପାରିବା ନାହିଁ । ଆମେ ନିରନ୍ତର ଭାବରେ ଠିକ୍ ଦିଗରେ ଅଗ୍ରସର ହେବା ଉଚିତ ଏବଂ ଭୁଲ ଦିଗରେ ଯିବା ବନ୍ଦ କରିବା ଉଚିତ । ତା’ହେଲେ ଯାଇଁ ଆମେ ଆଗକୁ ଯାଇପାରିବା । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି “ସର୍ବଦା ଯୋଗୀ ହୁଅ ।”"
},
{
"verseTitle": "Bhagavad Gita 8.28",
"verse": "28",
"chapter": 8,
"lang": "or",
"shloka": {
"speaker": "",
"sanskrit": "वेदेषु यज्ञेषु तपःसु चैव दानेषु यत्पुण्यफलं प्रदिष्टम्। \n\nअत्येति तत्सर्वमिदं विदित्वा योगी परं स्थानमुपैति चाद्यम् ॥28॥",
"text": "ବେଦେଷୁ ଯଜେ୍ଞଷୁ ତପଃସୁ ଚୈବ\nଦାନେଷୁ ଯତ୍ ପୁଣ୍ୟଫଳଂ ପ୍ରଦିଷ୍ଟମ୍ ।\nଅତ୍ୟେତି ତତ୍ ସର୍ବମିଦଂ ବିଦିତ୍ୱା\nଯୋଗୀ ପରଂ ସ୍ଥାନମୁପୈତି ଚାଦ୍ୟମ୍ ।।୨୮।।",
"audioLink": "https://www.holy-bhagavad-gita.org/public/audio/008_028.mp3"
},
"wordMeanings": "ବେଦେଷୁ - ବେଦାଧ୍ୟୟନ; ଯଜେ୍ଞଷୁ - ଯଜ୍ଞାନୁଷ୍ଠାନ; ତପଃସୁ - ତପସ୍ୟା; ଚ - ଏବଂ; ଏବ - ନିଶ୍ଚିତଭାବରେ; ଦାନେଷୁ - ଦାନ କରିବାରେ; ଯତ୍ - ଯେଉଁ; ପୁଣ୍ୟ-ଫଳମ୍ - ପୁଣ୍ୟ ଫଳ; ପ୍ରଦିଷ୍ଟମ୍ - ନିର୍ଦ୍ଦେଶିତ; ଅତ୍ୟେତି - ଅତିକ୍ରମ କରିଯାଏ; ତତ୍ ସର୍ବଂ- ସେହି ସବୁ; ଇଦଂ - ଏହା; ବିଦିତ୍ୱା - ଜାଣି, ଯୋଗୀ - ଭକ୍ତ; ପରଂ -ପରମ; ସ୍ଥାନମ୍ - ସ୍ଥାନ; ଉପୈତି -ପ୍ରାପ୍ତହୁଏ; ଚ - ଏବଂ; ଆଦ୍ୟମ୍ - ମୌଳିକ ।",
"translation": {
"text": "ଯେଉଁ ଯୋଗୀମାନେ ଏହି ରହସ୍ୟକୁ ଜାଣନ୍ତି, ସେମାନେ ବୈଦିକ ପୂଜା-ବ୍ରତାଦି, ବେଦ ଅଧ୍ୟୟନ, ଯଜ୍ଞାଦିକ ଅନୁଷ୍ଠାନ, ଦାନ, କର୍ମ, ତପତ୍ସର୍ଯ୍ୟା ଇତ୍ୟାଦିର ଫଳ ଠାରୁ ଉଚ୍ଚତର ଫଳ ପ୍ରାପ୍ତ କରି ଥାଆନ୍ତି । ଏପରି ଯୋଗୀମାନେ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C8-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/8.28.mp3"
]
},
"commentary": "ଆମେ ବୈଦିକ ରୀତିରେ କର୍ମକାଣ୍ଡ କରିପାରୁ, ଜ୍ଞାନ ଅର୍ଜନ କରିପାରୁ, ତପଶ୍ଚର୍ଯ୍ୟା କରିପାରୁ ବା ଦାନ ଇତ୍ୟାଦି କରିପାରୁ, କିନ୍ତୁ ଭଗବାନଙ୍କର ଭକ୍ତି ନ କରିବା ଯାଏଁ ଜାଣିବାକୁ ହେବ ଯେ ଆମେ ଆଲୋକର ପଥ ଅନୁସରଣ କରୁନାହୁଁ । ଏହି ସବୁ ପାର୍ଥିବ ଉତ୍ତମ କର୍ମ ଦ୍ୱାରା ସାଂସାରିକ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରେ, କିନ୍ତୁ ଭଗବାନଙ୍କ ପ୍ରତି ଭକ୍ତି ସାଂସାରିକ ବନ୍ଧନରୁ ମୁକ୍ତି ଦେଇଥାଏ ।\nରାମାୟଣ କହେ:\n“ନେମ ଧର୍ମ ଆଚାର ତପ ଜ୍ଞାନ ଯଜ୍ଞ ଜପ ଦାନ,ଭେଷଜ ପୁନି କୋଟିନ ନହିଁ ରୋଗ ଜାହିଁ ହରିଜାନ ।”\n“ତୁମେ ଉତ୍ତମ ଆଚରଣ, ଧର୍ମ-କର୍ମ, ତପସ୍ୟା, ଯଜ୍ଞ, ଅଷ୍ଟାଙ୍ଗ ଯୋଗ, ମନ୍ତ୍ର ଜପ ଏବଂ ଦାନ ଇତ୍ୟାଦି କରିପାର । କିନ୍ତୁ ତଦ୍ୱାରା ସଂସାର ପ୍ରତି ଆସକ୍ତି ରୂପକ ମାନସିକ ରୋଗର ଉପଶମ ହେବ ନାହିଁ ।\nଯେଉଁ ଯୋଗୀମାନେ ଆଲୋକର ପଥ ଅନୁସରଣ କରନ୍ତି, ସେମାନେ ସଂସାରରୁ ମନକୁ ହଟାଇ, ଭଗବାନଙ୍କଠାରେ ଆସକ୍ତ କରନ୍ତି, ଯଦ୍ୱାରା ସେମାନେ ଚିରନ୍ତନ ଲାଭ ପ୍ରାପ୍ତ କରିଥାନ୍ତି । ଅତଏବ ଶ୍ରୀକୃଷ୍ଣ କହୁଛନ୍ତି, ଅନ୍ୟ ସମସ୍ତ ପ୍ରକ୍ରିୟା ଦ୍ୱାରା ପ୍ରାପ୍ତ ହେଉଥିବା ଫଳ ଅପେକ୍ଷା ସେମାନେ ଉନ୍ନତତର ଫଳ ପ୍ରାପ୍ତ କରିଥାନ୍ତି ।"
}
]
}