gita-chapter-7

{ "title": "ସପ୍ତମ ଅଧ୍ୟାୟ: ଜ୍ଞାନ ବିଜ୍ଞାନ ଯୋଗ", "chapterIntro": "ଏହି ଅଧ୍ୟାୟରେ ଭଗବାନଙ୍କ ଶକ୍ତିର ଦୁଇଟି ଦିଗ, ଭୌତିକ ଏବଂ ଆଧ୍ୟାତ୍ମିକ, ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଏହି ସବୁ ଶକ୍ତି ତାଙ୍କଠାରୁ ଉତ୍ପନ୍ନ ଲାଭ କରିଛନ୍ତି ଏବଂ ସୁତାରେ ମାଳି ଗୁନ୍ଥା ହେବା ପରି ତାଙ୍କଠାରେ ସନ୍ନିବିଷ୍ଟ ରହିଛନ୍ତି । ସେ ସମସ୍ତ ଶକ୍ତିର ଉତ୍ସ ଅଟନ୍ତି ଏବଂ ପୁନର୍ବାର ସବୁ କିଛି ତାଙ୍କ ଠାରେ ହିଁ ଲୀନ ହୋଇଯାଆନ୍ତି । ତାଙ୍କର ମାୟା ଶକ୍ତିକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ, କିନ୍ତୁ ଯେଉଁବ୍ୟକ୍ତି ତାଙ୍କର ଶରଣାଗତ ହୁଏ, ସେ ତାଙ୍କର କୃପା ପ୍ରାପ୍ତ କରି ମାୟାକୁ ସହଜରେ ଜୟ କରି ପାରିଥାଏ । ଶ୍ରୀକୃଷ୍ଣ ଚାରି ପ୍ରକାରର ବ୍ୟକ୍ତି, ଯେଉଁମାନେ ତାଙ୍କର ଶରଣାଗତ ହୁଅନ୍ତି ନାହିଁ ଏବଂ ଚାରି ପ୍ରକାରର ବ୍ୟକ୍ତି, ଯେଉଁମାନେ ତାଙ୍କର ଭକ୍ତିରେ ନିୟୋଜିତ  ରହନ୍ତି, ସେମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଭକ୍ତମାନଙ୍କ ମଧ୍ୟରୁ ଯିଏ ଜ୍ଞାନଯୁକ୍ତ ହୋଇ ମନ ବୁଦ୍ଧି ସମର୍ପଣ ପୂର୍ବକ ତାଙ୍କର ଭକ୍ତି କରନ୍ତି, ତାଙ୍କୁ ସେ ନିଜର ଅତ୍ୟନ୍ତ ପ୍ରିୟ ମନେ କରନ୍ତି । କେତେକ ବ୍ୟକ୍ତିଙ୍କର ବୁଦ୍ଧିକୁ ସାଂସାରିକ କାମନା ପ୍ରଭାବିତ କରେ, ସେମାନେ ସ୍ୱର୍ଗର ଦେବତାମାନଙ୍କର ଶରଣାଗତ ହୁଅନ୍ତି । କିନ୍ତୁ ସ୍ୱର୍ଗର ଦେବତାମାନେ ନଶ୍ୱର ସାଂସାରିକ ଫଳ ପ୍ରଦାନ କରିଥାଆନ୍ତି, ତାହା ମଧ୍ୟ ସେମାନେ ଭଗବାନଙ୍କଠାରୁ ପାଇଥିବା ଶକ୍ତି ଦ୍ୱାରା ହିଁ କରିଥାଆନ୍ତି । ସୁତରାଂ, ଭକ୍ତିର ସର୍ବଶ୍ରେଷ୍ଠ ବିଷୟ ସ୍ୱୟଂ ଭଗବାନ ହିଁ ଅଟନ୍ତି । ଶ୍ରୀକୃଷ୍ଣ, ଏହାର ପୁଷ୍ଟି କରିବାକୁ ଯାଇ କହୁଛନ୍ତି ଯେ ସର୍ବଜ୍ଞତା, ସର୍ବବିଦ୍ୟମାନତା, ସର୍ବଶକ୍ତିସମ୍ପନ୍ନ ଆଦି ଅନନ୍ତ ଶାଶ୍ୱତ ଦିବ୍ୟ ଗୁଣର ଅଧିକାରୀ ସେ ହିଁ ସର୍ବୋଚ୍ଚ ତତ୍ତ୍ୱ ଏବଂ ଅନ୍ତିମ ଲକ୍ଷ୍ୟ ଅଟନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ତାଙ୍କ ଦୈବୀ ଯୋଗମାୟା ଶକ୍ତିର ପରଦାରେ ଆଚ୍ଛାଦିତ ହୋଇ ଲୁକ୍‌କାୟିତ ରହିଥାଏ । ସେଥିପାଇଁ ତାଙ୍କ ଦିବ୍ୟ ସ୍ୱରୂପର ଅବିନଶ୍ୱର ଗୁଣକୁ ସମସ୍ତେ ଜାଣନ୍ତି ନାହିଁ । ଆମେ ଯଦି ତାଙ୍କର ଆଶ୍ରିତ ହୋଇଯିବା, ତେବେ ତାଙ୍କୁ ଜାଣିବା ପାଇଁ ସେ ଆମକୁ ଦିବ୍ୟଜ୍ଞାନ ପ୍ରଦାନ କରିବେ ଏବଂ ତାଙ୍କୁ ଜାଣି ଆମେ ମଧ୍ୟ ଆତ୍ମାର ଜ୍ଞାନ ଏବଂ କ୍ଷେତ୍ର ସମ୍ବନ୍ଧରେ ଜ୍ଞାନ ମଧ୍ୟ ପ୍ରାପ୍ତ କରିପାରିବା ।", "verseList": [ { "verseTitle": "Bhagavad Gita 7.1", "verse": "1", "chapter": 7, "lang": "or", "shloka": { "speaker": "ଶ୍ରୀ ଭଗବାନ ଉବାଚ", "sanskrit": "श्रीभगवान उवाच। \n\nमय्यासक्तमनाः पार्थ योगं युञ्जन्मदाश्रयः । \n\nअसंशयं समग्रं मां यथा ज्ञास्यसि तच्छृणु ॥1॥", "text": "ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ । \nଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ ।।୧।।", "audioLink": "https://www.holy-bhagavad-gita.org/public/audio/007_001.mp3" }, "wordMeanings": "ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ମୟି -ମୋ’ଠାରେ; ଆସକ୍ତ-ମନାଃ -ମନକୁ ଆସକ୍ତ କରି; ପାର୍ଥ - ହେ ପୃଥା ପୁତ୍ର; ଯୋଗଂ - ଭକ୍ତିଯୋଗ; ଯୁଞ୍ଜନ୍ -ଅଭ୍ୟାସ କରି; ମତ୍‌-ଆଶ୍ରୟଃ - ମୋ’ର ଶରଣାଗତି କରି; ଅସଂଶୟଂ - ନିଃସନ୍ଦେହରେ; ସମଗ୍ରଂ - ସମ୍ପୂର୍ଣ୍ଣରୂପେ; ମାଂ - ମୋତେ; ଯଥା - ଯେପରି; ଜ୍ଞାସ୍ୟସି -ଜାଣିପାରିବ; ତତ୍ - ତାହା; ଶୃଣୁ -ଶୁଣ ।", "translation": { "text": "ଭଗବାନ କହିଲେ, ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା ନିଃସନ୍ଦେହ ଯେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-01.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.1.mp3" ] }, "commentary": "୬ଷ୍ଠ ଅଧ୍ୟାୟରେ ଶେଷରେ ଶ୍ରୀକୃଷ୍ଣ ଘୋଷଣା କରିଥିଲେ ଯେ, ଯେଉଁ ବ୍ୟକ୍ତି ମନକୁ କେବଳ ତାଙ୍କଠାରେ କେନ୍ଦ୍ରିତ କରି, ଭକ୍ତି ଭାବପୂର୍ଣ୍ଣ ହୋଇ ତାଙ୍କର ସେବା କରନ୍ତି, ଯୋଗୀମାନଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ଅଟନ୍ତି । ଭଗବାନଙ୍କର ଏହି ଉକ୍ତି ସ୍ୱତଃ କିଛି ଜିଜ୍ଞାସା ଉତ୍ପନ୍ନ କରିଥାଏ, ଯଥା: ପରମାତ୍ମାଙ୍କୁ ଜାଣିବାର ଉପାୟ କ’ଣ? ଜଣେ ତାଙ୍କର ଧ୍ୟାନ କିପରି କରିବ? ଜଣେ ସାଧକ ଭଗବାନଙ୍କୁ କେମିତି ପୂଜା କରିବ? ଯଦିଓ ଅର୍ଜୁନ ଏସବୁ ପ୍ରଶ୍ନ ପଚାରିନାହାନ୍ତି, ତଥାପି ଭଗବାନ ଦୟାପୂର୍ବକ, ତାହାର ଉତ୍ତର ଦେବାକୁ ଯାଉଛନ୍ତି । ସେ ‘ଶୃଣୁ’ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ‘ଶୁଣ’ ଏବଂ ତା’ ସହିତ ବିଶେଷଣ ଲଗାଇଛନ୍ତି ‘ମଦ୍ ଆଶ୍ରୟ’ ଅର୍ଥାତ୍ ‘ମନକୁ ମୋ ଠାରେ କେନ୍ଦ୍ରିତ କରି’ ।" }, { "verseTitle": "Bhagavad Gita 7.2", "verse": "2", "chapter": 7, "lang": "or", "shloka": { "speaker": "", "sanskrit": "ज्ञानं तेऽहं सविज्ञानमिदं वक्ष्याम्यशेषतः ।\n\nयज्ज्ञात्वा नेह भूयोऽन्यज्ज्ञातव्यमवशिष्यते ॥2॥", "text": "ଜ୍ଞାନଂ ତେଽହଂ ସବିଜ୍ଞାନମିଦଂ ବକ୍ଷ୍ୟାମ୍ୟଶେଷତଃ ।\nଯଜ୍‌ଜ୍ଞାତ୍ୱା ନେହ ଭୂୟୋଽନ୍ୟଜ୍‌ଜ୍ଞାତବ୍ୟମବଶିଷ୍ୟତେ ।।୨।।", "audioLink": "https://www.holy-bhagavad-gita.org/public/audio/007_002.mp3" }, "wordMeanings": "ଜ୍ଞାନଂ - ଜ୍ଞାନ; ତେ- ତୁମ ଆଗରେ; ଅହଂ-ମୁଁ; ସ - ସହିତ; ବିଜ୍ଞାନଂ -ପ୍ରଜ୍ଞା, ଅନୁଭୂତ ଜ୍ଞାନ; ଇଦଂ - ଏହା; ବକ୍ଷ୍ୟାମି - କହିବି, ବ୍ୟାଖ୍ୟା କରିବି; ଅଶେଷତଃ - ସଂପୂର୍ଣ୍ଣ ଭାବରେ; ଯତ୍ - ଯାହା; ଜ୍ଞାତ୍ୱା - ଜାଣି; ନ - ନାହିଁ; ଇହ - ଏହି ଲୋକରେ; ଭୂୟଃ - ପୁଣି; ଅନ୍ୟତ୍ - ଆଉ କିଛି ଅଧିକ; ଜ୍ଞାତବ୍ୟମ୍ - ଜାଣିବା ଯୋଗ୍ୟ; ଅବଶିଷ୍ୟତେ -ବାକିରହେ ।", "translation": { "text": "ବର୍ତ୍ତମାନ ମୁଁ ତୁମ ସମ୍ମୁଖରେ ଏହି ଜ୍ଞାନ ଓ ବିଜ୍ଞାନର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି, ଯାହା ଜାଣିବା ପରେ ଏହି ସଂସାରରେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-02.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.2.mp3" ] }, "commentary": "ଯେଉଁ ବିଦ୍ୟାକୁ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା ଗ୍ରହଣ କରାଯାଏ, ତାହାକୁ ଜ୍ଞାନ କୁହାଯାଏ । ଆଧ୍ୟାତ୍ମିକ ସାଧନା ଦ୍ୱାରା ଅନ୍ତର୍ଦୃଷ୍ଟି ଯୁକ୍ତ ହୋଇ ଯେଉଁ ଜ୍ଞାନର ହୃଦ୍‌ବୋଧ ହୁଏ, ତାହା ବିଜ୍ଞାନ ଅଟେ । ବିଜ୍ଞାନ କେବଳ ବୌଦ୍ଧିକ ଜ୍ଞାନ ନୁହେଁ, ଏହା ପ୍ରତ୍ୟକ୍ଷ ଅନୁଭବାତ୍ମକ ଉପଲବ୍‌ଧି  ଅଟେ । ଉଦାହରଣ ସ୍ୱରୂପ, ଗୋଟିଏ ବୋତଲ ଭିତରେ ରଖାଯାଇଥିବା ମହୁର ମଧୁରତା ସମ୍ପର୍କରେ ଆମେ ଶୁଣିଥିବା, କିନ୍ତୁ ତାହା କେବଳ  ଶାବ୍ଦିକ ଜ୍ଞାନ ଅଟେ । ଯେତେବେଳେ ଆମେ ବୋତଲର ଠିପି ଖୋଲି, ଭିତରେ ଥିବା ମହୁର ଆସ୍ୱାଦନ କରିଥାଏ, ସେତେବେଳେ ଆମେ ତାହାର ମଧୁରତା ସମ୍ପର୍କରେ ଅନୁଭବାତ୍ମକ ଜ୍ଞାନ ପାଇଥାଏ । ସେହିପରି ଗୁରୁଙ୍କ ଠାରୁ ଏବଂ ଶାସ୍ତ୍ର ମାନଙ୍କରୁ ଆମେ ଯେଉଁ ଜ୍ଞାନ ପ୍ରାପ୍ତ କରିଥାଏ, ତାହା ‘ଜ୍ଞାନ’ ଅଟେ । ଯେତେବେଳେ ସେହି ଜ୍ଞାନ ଅନୁସାରେ ଆମେ ସାଧନାର ଅଭ୍ୟାସ କରି ମନକୁ ଶୁଦ୍ଧ କରିଥାଏ, ସେତେବେଳେ ଆମ ଭିତରେ ଉପଲବ୍‌ଧି ଭାବରେ ଯେଉଁ ଜ୍ଞାନର ଉଦ୍ରେକ ହୋଇଥାଏ, ତାହା ହିଁ ‘ବିଜ୍ଞାନ’ ଅଟେ ।\nଯେତେବେଳେ ମହର୍ଷି ବେଦବ୍ୟାସ ଭକ୍ତିର ଗୁଣ, ଯଶ, ଓ ଉପାସ୍ୟଙ୍କର ବର୍ଣ୍ଣନା କରି ‘ଶ୍ରୀମଦ୍ ଭାଗବତମ୍‌’ ରଚନା କରିବାକୁ ମନସ୍ଥ କଲେ, ସେ ଜ୍ଞାନର ଆଧାରରେ ତାହାର ରଚନା କରି ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ସେଥିପାଇଁ ସେ ପ୍ରଥମେ ଭକ୍ତି ସାଧନା କରି ଭଗବତ୍ ଅନୁଭୂତି ପ୍ରାପ୍ତ କଲେ ।\nଭକ୍ତି-ଯୋଗେନ ମନସି ସମ୍ୟକ୍ ପ୍ରଣିହିତେଽମଲେଅପଶ୍ୟତ୍ ପୁରୁଷଂ ପୂର୍ବଂ ମାୟାଂ ଚ ତଦ୍‌-ଅପାଶ୍ରୟାମ୍ ।” (ଭାଗବତମ୍‌:୧.୭.୪)\nଭକ୍ତି ଯୋଗଦ୍ୱାରା ବେଦବ୍ୟାସ ତାଙ୍କର ମନକୁ, ମାୟିକ ଭାବନାରୁ ମୁକ୍ତ କରି, ଭଗବାନଙ୍କଠାରେ କେନ୍ଦ୍ରିତ କଲେ ଏବଂ ଏହିପରି ଭାବରେ ପରମ ପୁରୁଷ ଭଗବାନଙ୍କର ପୂର୍ଣ୍ଣ ଦର୍ଶନ ଓ ଅନୁଭବ ପ୍ରାପ୍ତ କରିବା ସହିତ, ସେ ତାଙ୍କର ହିଁ ଅଧୀନସ୍ଥ ତାଙ୍କ ବହିରଙ୍ଗ ମାୟା ଶକ୍ତିର ଦର୍ଶନ ମଧ୍ୟ କରିଥିଲେ ।” ଏହି ଅନୁଭବର ଆଧାରରେ, ସେ ସେହି ପ୍ରସିଦ୍ଧ ଗ୍ରନ୍ଥର ରଚନା କଲେ ।\nଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ, ସେ ଅର୍ଜୁନଙ୍କୁ ପରତତ୍ତ୍ୱ ସମ୍ବନ୍ଧୀୟ ସମସ୍ତ ସୈଦ୍ଧାନ୍ତିକ ଦିବ୍ୟ ଜ୍ଞାନ ଦ୍ୱାରା ଉଦ୍‌ଭାସିତ କରିବେ ଏବଂ ଅନୁଭବାତ୍ମକ ଜ୍ଞାନ ପ୍ରାପ୍ତି ଦିଗରେ ମଧ୍ୟ ତାଙ୍କର ସହାୟତା କରିବେ । ସେହି ଜ୍ଞାନ ପ୍ରାପ୍ତ କରି, ତାଙ୍କ ପାଇଁ ଆଉ କିଛି ଜାଣିବା ବାକି ରହିବ ନାହିଁ ।" }, { "verseTitle": "Bhagavad Gita 7.3", "verse": "3", "chapter": 7, "lang": "or", "shloka": { "speaker": "", "sanskrit": "मनुष्याणां सहस्त्रेषु कश्चिद्यतति सिद्धये।\n\nयततामपि सिद्धानां कश्चिन्मां वेत्ति तत्त्वतः ॥3॥", "text": "ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ୟତତି ସିଦ୍ଧୟେ ।\nଯତତାମପି ସିଦ୍ଧାନାଂ କଶ୍ଚିନ୍‌ମାଂ ବେତ୍ତି ତତ୍ତ୍ୱତଃ ।।୩।।", "audioLink": "https://www.holy-bhagavad-gita.org/public/audio/007_003.mp3" }, "wordMeanings": "ମନୁଷ୍ୟାଣାଂ -ମନୁଷ୍ୟମାନଙ୍କ ମଧ୍ୟରେ; ସହସ୍ରେଷୁ - ହଜାର ହଜାର ; କଶ୍ଚିତ୍ -କେହି କେହି; ଯତତି - ଚେଷ୍ଟାକରନ୍ତି; ସିଦ୍ଧୟେ - ସିଦ୍ଧି ପ୍ରାପ୍ତ କରିବାକୁ; ଯତତାଂ - ଯେଉଁମାନେ ଚେଷ୍ଟା କରନ୍ତି, ସେମାନଙ୍କ ମଧ୍ୟରୁ; ଅପି -ମଧ୍ୟ; ସିଦ୍ଧାନାଂ - ଯେଉଁମାନେ ସିଦ୍ଧିଲାଭ କରିଛନ୍ତି, ସେମାନଙ୍କ ମଧ୍ୟରୁ; କଶ୍ଚିତ୍ - କେହି କେହି; ମାଂ- ମୋତେ; ବେତ୍ତି - ଜାଣନ୍ତି; ତତ୍ତ୍ୱତଃ - ଯଥାର୍ଥ ଭାବରେ ।", "translation": { "text": "ହଜାର ହଜାର ବ୍ୟକ୍ତିଙ୍କ ମଧ୍ୟରୁ କେହି କେହି ସିଦ୍ଧି ପ୍ରାପ୍ତ କରିବା ଦିଗରେ ପ୍ରୟାସ କରନ୍ତି; ଏବଂ ଯେଉଁମାନେ ସିଦ୍ଧି ଲାଭ କରନ୍ତି, ସେମାନଙ୍କ ମଧ୍ୟରୁ କେହି କେହି ଯଥାର୍ଥରେ ମୋର ବାସ୍ତବ ସ୍ୱରୂପକୁ ଜାଣନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-03.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.3.mp3" ] }, "commentary": "ଏହି ଶ୍ଲୋକରେ ‘ସିଦ୍ଧି’ ଶବ୍ଦଟି  ପରିପୂର୍ଣ୍ଣତା ଅର୍ଥରେ ବ୍ୟବହାର କରାଯାଇଅଛି । ଏହି ଶବ୍ଦଟି ଅନେକ ସମବାଚୀ ଶବ୍ଦ ଓ ଅର୍ଥ ବହନ କରିଥାଏ । ସଂସ୍କୃତ ଅଭିଧାନ ଅନୁସାରେ ଏହାର କେତୋଟି ଅର୍ଥ ହେଲା: ଅଲୌକିକ ଶକ୍ତି ହାସଲ କରିବା, ପ୍ରାପ୍ତି, ସଫଳତା, କାର୍ଯ୍ୟ ସମ୍ପାଦନ, ପରିପୂର୍ଣ୍ଣତା, ସମସ୍ୟାର ସମାଧାନ, ପାକକ୍ରିୟା ବା କୌଣସି କାର୍ଯ୍ୟର ସମାପ୍ତି, ଆରୋଗ୍ୟ ଲାଭ କରିବା, ଲକ୍ଷ୍ୟଭେଦ କରିବା, ପରିପକ୍ୱତା, ସମ୍ମାନିତ ହେବା, ସ୍ୱର୍ଗୀୟ ସୁଖ, ଅସାଧାରଣ କୁଶଳତା, ଉତ୍କୃଷ୍ଟତା ଇତ୍ୟାଦି । ଶ୍ରୀକୃଷ୍ଣ ଏହାକୁ ଆଧ୍ୟାତ୍ମିକ ପଥରେ ପରିପୂର୍ଣ୍ଣତା ଅର୍ଥରେ ବ୍ୟବହାର କରିଛନ୍ତି ଏବଂ କହୁଛନ୍ତି, “ଅର୍ଜୁନ, ଅସଂଖ୍ୟ ଜୀବାତ୍ମା ମାନଙ୍କ ମଧ୍ୟରୁ ସ୍ୱଳ୍ପ ସଂଖ୍ୟାର ଜୀବାତ୍ମା ମନୁଷ୍ୟ ଶରୀର ପ୍ରାପ୍ତ କରିଥାନ୍ତି । ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥିବା ଜୀବାତ୍ମା ମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସିଦ୍ଧି ପ୍ରାପ୍ତି ପାଇଁ ଚେଷ୍ଟିତ ହୁଅନ୍ତି । ହଜାର ହଜାର ସିଦ୍ଧି ପ୍ରାପ୍ତ ମନୁଷ୍ୟମାନଙ୍କ ମଧ୍ୟରୁ, ମୋର ସର୍ବୋଚ୍ଚ ସ୍ଥିତି ଏବଂ ଦିବ୍ୟ ଐଶ୍ୱର୍ଯ୍ୟକୁ ଜାଣିଥିବା ବ୍ୟକ୍ତି ବିରଳ ଅଟନ୍ତି ।”\nଆଧ୍ୟାତ୍ମିକ ସାଧନାରେ ସିଦ୍ଧି ଲାଭ କରିଥିବା ବ୍ୟକ୍ତି, ଭଗବାନଙ୍କର ବାସ୍ତବ ସ୍ୱରୂପକୁ କାହିଁକି ଜାଣନ୍ତି ନାହିଁ? କାରଣ, ଭଗବାନଙ୍କର ଭକ୍ତି ବିନା ତାଙ୍କୁ ଜାଣିବା ସମ୍ଭବ ହୋଇ ନ ଥାଏ । ଯେଉଁ ସାଧକମାନେ କର୍ମ, ଜ୍ଞାନ, ହଟଯୋଗ ଇତ୍ୟାଦି ସାଧନା କରିବା ସମୟରେ ତା ସହିତ ଭକ୍ତିକୁ ଯୋଡ଼ନ୍ତି ନାହିଁ, ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ । ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ଏହି ତଥ୍ୟର ବହୁବାର ପୁନରାବୃତ୍ତି କରିଛନ୍ତି ।\n“ଯଦିଓ ସେ ସର୍ବବ୍ୟାପୀ ଅଟନ୍ତି ଏବଂ ସମସ୍ତ ଜୀବ ତାଙ୍କ ମଧ୍ୟରେ ସ୍ଥିତ, ତଥାପି ସେ କେବଳ ଭକ୍ତି ଦ୍ୱାରା ହିଁ ଜ୍ଞାତ ଅଟନ୍ତି”(୮/୨୨) । “ହେ ଅର୍ଜୁନ, କେବଳ ଭକ୍ତି ବ୍ୟତୀତ ଅନ୍ୟ କୌଣସି ଉପାୟରେ ମୁଁ ତୁମ ସମ୍ମୁଖରେ ଯେପରି ଠିଆ ହୋଇଛି, ସେପରି ଦୃଶ୍ୟମାନ ହେବିନାହିଁ । ଏହି ଉପାୟରେ ତୁମେ ମୋତେ ଜାଣି ପାରିବ, ମୋର ଦିବ୍ୟ ଦର୍ଶନ ପ୍ରାପ୍ତ କରିପାରିବ ଏବଂ ମୋ ତତ୍ତ୍ୱରେ ପ୍ରବେଶ କରିପାରିବ ।” (୧୧.୫୪)\n“କେବଳ ପ୍ରେମପୂର୍ଣ୍ଣ ଭକ୍ତି ଦ୍ୱାରା ହିଁ ଜଣେ ବ୍ୟକ୍ତି ମୋତେ ତତ୍ତ୍ୱତଃ ଜାଣିପାରନ୍ତି । ଭକ୍ତି ଦ୍ୱାରା ମୋର ସ୍ୱରୂପକୁ ଜାଣି, ସେ ମୋର ଦିବ୍ୟ ଜଗତରେ ପ୍ରବେଶ କରନ୍ତି ।” (୧୮.୫୫)\nଅତଏବ, ଯେଉଁ ସାଧକ ନିଜ ସାଧନାରେ ଭକ୍ତିକୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ସେମାନଙ୍କର ଜ୍ଞାନ ଭଗବାନଙ୍କର ସୈଦ୍ଧାନ୍ତିକ ଜ୍ଞାନରେ ହିଁ ସୀମିତ ରହିଯାଏ । ପରମ ସତ୍ୟର ଅନୁଭବାତ୍ମକ ଜ୍ଞାନ ସେମାନେ ପ୍ରାପ୍ତ କରିପାରନ୍ତି ନାହିଁ ।\nଅନେକଙ୍କ ମଧ୍ୟରୁ କେହି ଜଣେ ତାଙ୍କର ବାସ୍ତବ ସ୍ୱରୂପକୁ ଜାଣିପାରନ୍ତି - ଏହା କହିବାପରେ ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ଦିବ୍ୟ ଶକ୍ତିର ଉଭୟ ମାୟିକ ଏବଂ ଆଧ୍ୟାତ୍ମିକ ଦିଗ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଉଛନ୍ତି । ସେ ପ୍ରଥମେ ‘ଅପରା ପ୍ରକୃତି’ ବା ‘ମାୟାଶକ୍ତି’ ଯାହାକି ନିକୃଷ୍ଟ ହୋଇଥିଲେ ମଧ୍ୟ ତାଙ୍କର ହିଁ ଶକ୍ତି ଅଟେ, ତା’ର ପରିଚୟ ପ୍ରଦାନ କରୁଛନ୍ତି ।" }, { "verseTitle": "Bhagavad Gita 7.4", "verse": "4", "chapter": 7, "lang": "or", "shloka": { "speaker": "", "sanskrit": "भूममिरापोऽनलो वायुः खं मनो बुद्धिरेव च ।\n\nअहङ्कार इतीयं मे भिन्ना प्रकृतिरष्टधा ॥4॥", "text": "ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ।\nଅହଂକାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା ।।୪।।", "audioLink": "https://www.holy-bhagavad-gita.org/public/audio/007_004.mp3" }, "wordMeanings": "ଭୂମିଃ - ଭୂମି; ଆପଃ - ଜଳ; ଅନଳଃ - ଅଗ୍ନି; ବାୟୁଃ - ବାୟୁ; ଖଂ - ଆକାଶ; ମନଃ - ମନ; ବୁଦ୍ଧିଃ - ବୁଦ୍ଧି; ଏବ - ନିଶ୍ଚିତଭାବେ; ଚ - ଏବଂ; ଅହଂକାରଃ - ଅହଙ୍କାର; ଇତି - ଏହିପରି; ଇୟଂ -ସମସ୍ତେ; ମେ- ମୋର; ଭିନ୍ନା -ଉପାଦାନ; ପ୍ରକୃତିଃ -ଶକ୍ତି; ଅଷ୍ଟଧା - ସମୁଦାୟ ଆଠ ।", "translation": { "text": "ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର - ଏସବୁ ମୋ ମାୟା ଶକ୍ତିର ଆଠଟି ଉପାଦାନ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-04.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.4.mp3" ] }, "commentary": "ଯେଉଁ ମାୟାଶକ୍ତିରେ ଏହି ସଂସାର ଗଠିତ, ତାହା ଅତ୍ୟନ୍ତ ଜଟିଳ ଏବଂ ଅମାପ ଅଟେ । ଏହାର ଶ୍ରେଣୀ ବିଭାଜନ କରି, ଆମର ସୀମିତ ବୁଦ୍ଧିରେ, ଏହାକୁ ସାମାନ୍ୟ ବୋଧଗମ୍ୟ କରାଯାଇ ପାରିବ । କିନ୍ତୁ ପ୍ରତ୍ୟେକ ବିଭାଗର ଅନେକ ଉପ ବିଭାଗ ମଧ୍ୟ ରହିଛି । ଆଧୁନିକ ବିଜ୍ଞାନ ଦ୍ୱାରା ବ୍ୟବହୃତ ଶ୍ରେଣୀ ବିଭାଜନ ପ୍ରଣାଳୀରେ ତତ୍ତ୍ୱକୁ ଉପାଦାନ ମାନଙ୍କର ସମଷ୍ଟି ପଦାର୍ଥ ଭାବରେ ଗ୍ରହଣ କରାଯାଇ ଥାଏ । ଅଦ୍ୟାବଧି, ୧୧୮ଟି ଉପାଦାନ ଆବିଷ୍କୃତ ହୋଇ “ପିରିୟଡ଼ିକ୍ ଟେବୁଲ୍‌” (ଚରକ୍ସସକ୍ଟୟସମ ଗ୍ଧବଭକ୍ଷର)ର ଅନ୍ତର୍ଭୁକ୍ତ କରାଯାଇଅଛି । ଭଗବତ୍ ଗୀତା ଏବଂ ବୈଦିକ ସିଦ୍ଧାନ୍ତରେ କରାଯାଇଥିବା ଶ୍ରେଣୀ ବିଭାଜନ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏଥିରେ ବସ୍ତୁକୁ ‘ପ୍ରକୃତି’ ବା ଭଗବାନଙ୍କର ଶକ୍ତି ରୂପେ ଦର୍ଶାଯାଇଅଛି । ଏହା ଆଠ ପ୍ରକାରର ଅଟେ, ଯାହାର ବର୍ଣ୍ଣନା ଏହି ଶ୍ଲୋକରେ କରାଯାଇଅଛି । ବିଗତ ଶତାବ୍ଦିର ଆଧୁନିକ ବିଜ୍ଞାନର ବିକାଶ ପରିପ୍ରେକ୍ଷୀରେ ବିଚାର କଲେ, ଆମେ ଜାଣିପାରିବା ଏହି ତଥ୍ୟ କେତେ ଚମତ୍କାର ଭାବରେ ଅନ୍ତର୍ଦୃଷ୍ଟି ପୂର୍ଣ୍ଣ ଅଟେ ।\n୧୯୦୫ ମସିହାରେ ଆର୍ଲବଟ୍ ଆଇନଷ୍ଟାଇନ୍ ତାଙ୍କର ‘ଅନସ୍ ମିରାବିଲିସ୍‌’ (ଇଦ୍ଭଦ୍ଭଙ୍କଗ୍ଦ ଗସକ୍ସବଭସକ୍ଷସଗ୍ଦ) ସନ୍ଦର୍ଭରେ ‘ବସ୍ତୁ ଶକ୍ତି ସମୀକରଣ’ (ଗବଗ୍ଦଗ୍ଦ-ଋଦ୍ଭରକ୍ସଶଚ୍ଚ ଋକ୍ତଙ୍କସଙ୍ଖବକ୍ଷରଦ୍ଭମର) ସିଦ୍ଧାନ୍ତର ଉପସ୍ଥାପନା କରି ଦର୍ଶାଇ ଥିଲେ ଯେ, କୌଣସି ବସ୍ତୁଠାରେ ଶକ୍ତିରେ ପରିବର୍ତ୍ତନ ହେବାର କ୍ଷମତା ରହିଛି । ଏପରିକି ଋ=ଗମ୨ ସମୀକରଣ ଦ୍ୱାରା ଏହାକୁ ସଂଖ୍ୟାରେ ମଧ୍ୟ ପ୍ରକାଶ କରିହେବ । ଏହି ଜ୍ଞାନ ପୂର୍ବରୁ ସ୍ୱୀକୃତ ନିଉଟନ୍‌ଙ୍କର ତଥ୍ୟ “ବିଶ୍ୱ ଘନ ବସ୍ତୁ ଦ୍ୱାରା ଗଠିତ”କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଲା । ପୁଣି ୧୯୨୦ ମସିହାରେ ନିଲ୍ ବୋର (ଘରସକ୍ଷ ଈକ୍ଟଷକ୍ସ) ଏବଂ ଅନ୍ୟ ବୈଜ୍ଞାନିକ ମାନେ କ୍ୱାଣ୍ଟମ୍ ସିଦ୍ଧାନ୍ତ (ଛଙ୍କବଦ୍ଭଗ୍ଧବଜ୍ଞ ଗ୍ଧଷରକ୍ଟକ୍ସଚ୍ଚ) ଉପସ୍ଥାପନ କରି ପଦାର୍ଥର ‘କଣିକା ଓ ତରଙ୍ଗ ରୂପକ ଦ୍ୱିବିଧ ଗୁଣ’ (ଊଙ୍କବକ୍ଷ ଚବକ୍ସଗ୍ଧସମକ୍ଷର ଙ୍ଗବଙ୍ଖର ଦ୍ଭବଗ୍ଧଙ୍କକ୍ସର କ୍ଟଲ ଜ୍ଞବଗ୍ଧଗ୍ଧରକ୍ସ) ପ୍ରତିପାଦିତ କରିଥିଲେ । ସେହିଦିନଠାରୁ ବୈଜ୍ଞାନିକମାନେ ଏକ ‘ଏକୀକୃତ କ୍ଷେତ୍ର ସିଦ୍ଧାନ୍ତ’ର ଅନ୍ୱେଷଣ କରୁଛନ୍ତି, ଯଦ୍ୱାରା ବିଶ୍ୱର ସମସ୍ତ ଶକ୍ତି ଓ ବସ୍ତୁକୁ ଗୋଟିଏ ସମନ୍ୱିତ ପ୍ରକ୍ରିୟାରେ ବୁଝିହେବ ।\n୫୦୦୦ବର୍ଷ ପୂର୍ବେ, ବିଜ୍ଞାନର ବିକାଶ ହେବା ପୂର୍ବରୁ, ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମ୍ମୁଖରେ ଯାହା ପ୍ରକାଶ କରିଥିଲେ ତାହା ଯଥାର୍ଥ ‘ଏକୀକୃତ କ୍ଷେତ୍ର ସିଦ୍ଧାନ୍ତ’ ଅଟେ । ସେ କହୁଛନ୍ତି ‘ଅର୍ଜୁନ ସୃଷ୍ଟିରେ ଯାହାକିଛି ରହିଛି, ସେସବୁ ମୋ ମାୟିକ ଶକ୍ତିର ପରିପ୍ରକାଶ ଅଟେ । ସେହି ଗୋଟିଏ ହିଁ ଶକ୍ତି ଅସଂଖ୍ୟ ରୂପ ଓ ସତ୍ତା ଭାବରେ ପ୍ରକାଶିତ ହୋଇଛି । ତୈତ୍ତିରୀୟ ଉପନିଷଦରେ ଏହାର ବିସ୍ତୃତ ବର୍ଣ୍ଣନା କରାଯାଇଅଛି ।\nତସ୍ମାଦ୍‌ବା ଏତସ୍ମାଦାତ୍ମନ ଆକାଶଃ ସମ୍ଭୁତଃ ଆକାଶାଦ୍‌ବାୟୁଃ ବାୟୋରଗ୍ନିଃ ଅଗ୍ନେରାପଃ ଅଦ୍‌ଭ୍ୟଃ ପୃଥିବୀ ପୃଥିବ୍ୟା ଔଷଧୟଃ ଔଷଧୀଭ୍ୟୋଽନ୍ନଂ ଅନ୍ନାତ୍‌ପୁରୁଷଃ ସ ବା ଏଷ ପୁରୁଷୋଽନ୍ନରସମୟଃ । (୨.୧.୨)\nମାୟିକ ଶକ୍ତିର ମୂଳ ସ୍ୱରୂପ ପ୍ରକୃତି ଅଟେ । ଭଗବାନ ଯେତେବେଳେ ସୃଷ୍ଟି ରଚନା କରିବାକୁ ଇଚ୍ଛା କରନ୍ତି, ସେ ପ୍ରକୃତି ଉପରକୁ ଦୃଷ୍ଟିପାତ କରନ୍ତି, ଯଦ୍ୱାରା ପ୍ରକୃତି ଆଲୋଡ଼ିତ ହୋଇ ‘ମହାନ’ ରୂପରେ ବିକଶିତ ହୁଏ । (ଯେହେତୁ ବିଜ୍ଞାନ ଏ ପର୍ଯ୍ୟନ୍ତ ଶକ୍ତିର ସେହି ସୂକ୍ଷ୍ମତର ସ୍ତରକୁ ସ୍ପର୍ଶ କରିପାରି ନାହିଁ, ଇଂରାଜୀ ଭାଷାରେ ଏହାର ଅନୁରୂପ ଶବ୍ଦ ନାହିଁ) । ‘ମହାନ’ ପୁନଶ୍ଚ ପ୍ରସାରିତ ହୋଇ ଅହଂକାରକୁ ପ୍ରକଟ କରିଥାଏ, ଯାହା ବିଜ୍ଞାନ ଅନ୍ତର୍ଗତ ସମସ୍ତ ତତ୍ତ୍ୱଠାରୁ ସୂକ୍ଷ୍ମତର ଅଟେ । ଅହଂକାରରୁ ‘ପଞ୍ଚ ତନ୍ମତ୍ରା’ ବା ପାଂଚ ପ୍ରକାରର ଅନୁଭୂତି, ସ୍ୱାଦ, ସ୍ପର୍ଶ, ଗନ୍ଧ, ରୂପ ଏବଂ ଶବ୍ଦର ଉତ୍ପତ୍ତି ହୁଏ । ସେମାନଙ୍କଠାରୁ ପଂଚ ମହାଭୂତ, ଆକାଶ, ବାୟୁ, ତେଜ, ଜଳ ଓ ପୃଥିବୀର ଉତ୍ପତ୍ତି ହୁଏ ।\nଏହି ଶ୍ଲୋକରେ ଶ୍ରୀକୃଷ୍ଣ କେବଳ ପଂଚ ସ୍ଥୁଳ ତତ୍ତ୍ୱକୁ ତାଙ୍କ ଶକ୍ତିର ପରିପ୍ରକାଶ ବୋଲି କହୁନାହାଁନ୍ତି, ତା ସହିତ ସେ ମନ, ବୁଦ୍ଧି ଓ ଅହଂକାରକୁ ମଧ୍ୟ ତାଙ୍କ ଶକ୍ତିର ବିଶେଷ ପ୍ରାକଟ୍ୟ ଭାବେ ବର୍ଣ୍ଣନା କରିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହିସବୁ ତାଙ୍କର ମାୟିକ ଶକ୍ତି ମାୟାର ଅଂଶ ଅଟେ । ଏହାର ଊର୍ଦ୍ଧ୍ୱରେ ଭଗବାନଙ୍କର ଉତ୍କୃଷ୍ଟ ଜୀବ ଶକ୍ତି ରହିଛି, ଯାହାର ବର୍ଣ୍ଣନା ପରବର୍ତ୍ତୀ ଶ୍ଲୋକରେ କରାଯାଇଛି ।" }, { "verseTitle": "Bhagavad Gita 7.5", "verse": "5", "chapter": 7, "lang": "or", "shloka": { "speaker": "", "sanskrit": "अपरेयमितस्त्वन्यां प्रकृतिं विद्धि मे पराम् ।\n\nजीवभूतां महाबाहो ययेदं धार्यते जगत् ॥5॥", "text": "ଅପରେୟମିତସ୍ତ୍ୱନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାମ୍ ।\nଜୀବଭୂତାଂ ମହାବାହୋ ୟୟେଦଂ ଧାର୍ଯ୍ୟତେ ଜଗତ୍ ।।୫।।", "audioLink": "https://www.holy-bhagavad-gita.org/public/audio/007_005.mp3" }, "wordMeanings": "ଅପରା- ନିକୃଷ୍ଟ; ଇୟମ୍ -ଏହା; ଇତଃ -ଏହାଛଡ଼ା; ତୁ - କିନ୍ତୁ; ଅନ୍ୟାଂ - ଅନ୍ୟ; ପ୍ରକୃତିଂ -ଶକ୍ତି; ବିଦ୍ଧି -ଜାଣ; ମେ - ମୋର; ପରାମ୍ - ଉତ୍କୃଷ୍ଟ; ଜୀବ-ଭୂତାଂ - ଜୀବଗଣ; ମହାବାହୋ - ହେ ମହାବାହୁ; ଯୟା - ଯାହାଙ୍କ ଦ୍ୱାରା; ଇଦଂ - ଏହି; ଧାର୍ଯ୍ୟତେ- ଆଧାର; ଜଗତ - ଭୌତିକ ଜଗତ ।", "translation": { "text": "ହେ ବୀର ଅର୍ଜୁନ! ମୋର ଏହି ନିକୃଷ୍ଟ ଶକ୍ତିର ଊର୍ଦ୍ଧ୍ୱରେ ଏକ ଉତ୍କୃଷ୍ଟ ଶକ୍ତି ରହିଛି । ଏହା ହେଉଛି ଜୀବଶକ୍ତି (ଚୈତନ୍ୟ ଶକ୍ତି), ଯାହାର ପରିପ୍ରକାଶ ସଂସାରରେ ଜୀବନର ଆଧାର ଶରୀରଧାରୀ ଜୀବସମୁଦାୟ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-05.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.5.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଭୌତିକ ବିଜ୍ଞାନର ପରିସର ବାହାରକୁ ଯାଉଛନ୍ତି । ସେ ସୂଚନା ଦେଉଛନ୍ତି ଯେ ପୂର୍ବ ଶ୍ଳୋକରେ ବର୍ଣ୍ଣିତ ଅଷ୍ଟବିଧା ପ୍ରକୃତି ତାଙ୍କର ନିକୃଷ୍ଟ ମାୟା ଶକ୍ତି ଅଟେ । କିନ୍ତୁ ଏହାହିଁ ସବୁକିଛି ନୁହେଁ । ଅନ୍ୟ ଏକ ଉଚ୍ଚତର ଦିବ୍ୟ ଶକ୍ତି ରହିଛି, ଯାହା ଜଡ଼ ତତ୍ତ୍ୱଠାରୁ ଶ୍ରେଷ୍ଠ ଅଟେ । ଏହି ଶକ୍ତି ଜୀବଶକ୍ତି ଅଟେ, ଯାହାର ଅନ୍ତର୍ଭୁକ୍ତ ସଂସାରର ସମସ୍ତ ଜୀବ ଅଟନ୍ତି ।\nଭାରତର ପ୍ରଖ୍ୟାତ ଦାର୍ଶନିକମାନେ, ଜୀବ ଓ ଭଗବାନଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧକୁ ବିଭିନ୍ନ ଦୃଷ୍ଟିକୋଣରୁ ବର୍ଣ୍ଣନା କରିଥାଆନ୍ତି । ଅଦୈତବାଦୀ ମାନେ କହନ୍ତି: ଜୀବୋ ବ୍ରହ୍ମୈବ ନାପରଃ ‘ଜୀବ ସ୍ୱୟଂ ହିଁ ଭଗବାନ ଅଟେ’ । କିନ୍ତୁ ଏହି ବିଚାରଧାରା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ, ଯାହାର ସମାଧାନ କରାଯାଇ ପାରେ ନାହିଁ ।\n୧. ଭଗବାନ ସର୍ବଶକ୍ତିମାନ ଅଟନ୍ତି ଏବଂ ମାୟା ତାଙ୍କର ଅଧୀନସ୍ଥ ଶକ୍ତି । ଜୀବ ଯଦି ଭଗବାନ ଅଟେ, ତେବେ ମାୟା ତାକୁ କବଳିତ କରେ କିପରି? ମାୟା କ’ଣ ଭଗବାନଙ୍କ ଠାରୁ ବଳବାନ?\n୨. ଆମେ ସମସ୍ତେ ଏକଥା ଜାଣେ ଯେ ଜୀବ ଅଜ୍ଞାନଯୁକ୍ତ ଅଟେ । ଜ୍ଞାନ ପ୍ରାପ୍ତ କରିବା ପାଇଁ ସେ ଶାସ୍ତ୍ର, ଯେପରିକି ଭଗବଦ୍ ଗୀତା ତଥା ମହାତ୍ମାମାନଙ୍କ ବାଣୀ ଇତ୍ୟାଦିର ସହାୟତା ଆବଶ୍ୟକ କରେ । ଅତଏବ, ଅଜ୍ଞାନଯୁକ୍ତ ଜୀବକୁ ସର୍ବଜ୍ଞ ଭଗବାନ ଭାବରେ ବିଚାର କରାଯିବ କିପରି?\n୩. ଭଗବାନ ଜଗତରେ ସର୍ବତ୍ର ବ୍ୟାପ୍ତ । ଏହା ବେଦରେ ବାରମ୍ବାର ଉଲ୍ଲେଖ କରାଯାଇ ଅଛି । ଜୀବ ଯଦି ଭଗବାନ ହୋଇଥାଆନ୍ତା,  ତେବେ ସେ ଏକ ସମୟରେ ସର୍ବତ୍ର ଉପସ୍ଥିତ ରହିପାରନ୍ତା; ତେଣୁ ମୃତ୍ୟୁ ପରେ ସ୍ୱର୍ଗ ବା ନର୍କକୁ ଯିବାର ପ୍ରଶ୍ନ ହିଁ ଉଠନ୍ତା ନାହିଁ ।\n୪. ସଂଖ୍ୟା ଦୃଷ୍ଟିରୁ ଜୀବ ଅଗଣିତ ଅଟେ ଏବଂ ପ୍ରତ୍ୟେକ ଜୀବଙ୍କର ଗୁଣ ସ୍ୱତନ୍ତ୍ର ଅଟେ । କିନ୍ତୁ ଭଗବାନ ଜଣେ । ତେଣୁ ଜୀବ ଯଦି ଭଗବାନ ହୋଇଥାଆନ୍ତା, ତେବେ ଭଗବାନ ମଧ୍ୟ ଅନେକ ହୋଇଥାଆନ୍ତେ ।\nସୁତରାଂ, ଅଦ୍ୱୈତ୍ୟବାଦୀମାନେ ଯାହା ଦାବୀ କରନ୍ତି, “ଜୀବ ସ୍ୱୟଂ ହିଁ ଭଗବାନ ଅଟେ”, ତାହାର କୌଣସି ଯଥାର୍ଥତା ନାହିଁ । ଅନ୍ୟ ପକ୍ଷରେ, ଦ୍ୱୈତ୍ୟବାଦୀ ସିଦ୍ଧାନ୍ତ କହେ ଯେ ଜୀବ ଭଗବାନଙ୍କ ଠାରୁ ପୃଥକ ଅଟେ । ଏହା ଉପରୋକ୍ତ କିଛି ପ୍ରଶ୍ନର ସମାଧାନ କରିଥାଏ, କିନ୍ତୁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଯାହା ବର୍ଣ୍ଣନା କରୁଛନ୍ତି, ସେହି ଦୃଷ୍ଟିରୁ ଏହା ମଧ୍ୟ ଅସମ୍ପୂର୍ଣ୍ଣ ଜ୍ଞାନ ଅଟେ । ସେ କହୁଛନ୍ତି ଯେ ଜୀବ ତାଙ୍କ ଦିବ୍ୟଶକ୍ତିର ଏକ ଅଂଶ ଅଟେ ।\nଅତଏବ, ଏକମାତ୍ର ଭଗବାନ ହିଁ ସର୍ବୋଚ୍ଚ ଶକ୍ତିଯୁକ୍ତ ଅଟନ୍ତି ଏବଂ ସୃଷ୍ଟିରେ ଯାହା କିଛି ରହିଛି - ଉଭୟ ଦିବ୍ୟ ଏବଂ ମାୟିକ - ତାଙ୍କର ନିମ୍ନତର ଓ ଉଚ୍ଚତର ଶକ୍ତି ଦ୍ୱାରା ଗଠିତ ।\nଏକ-ଦେଶ-ସ୍ଥିତସ୍ୟାଗ୍ନିର୍ ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା ।ପରସ୍ୟ ବ୍ରହ୍ମଣଃ ଶକ୍ତିସ୍ ତଥେଦଂ ଅଖିଲଂ ଜଗତ୍ । । (ବିଷ୍ଣୁପୁରାଣ ୧.୨୨.୫୩)\nସୂର୍ଯ୍ୟ ଯେପରି ଗୋଟିଏ ଜାଗାରେ ରହିଥାଆନ୍ତି, କିନ୍ତୁ ତାଙ୍କର ସୂର୍ଯ୍ୟକିରଣ ସମଗ୍ର ସୌର ମଣ୍ଡଳରେ ବ୍ୟାପ୍ତ ରହିଥାଏ, ଠିକ୍ ସେହିପରି ଜଣେ ଭଗବାନ, ତାଙ୍କର ଅନନ୍ତ ଶକ୍ତି ଦ୍ୱାରା ତିନି ଲୋକରେ ବ୍ୟାପ୍ତ ରହିଥାଆନ୍ତି ।\nଚୈତନ୍ୟ ମହାପ୍ରଭୁ କହନ୍ତି:\nଜୀବ ତତ୍ତ୍ୱ ଶକ୍ତି, କୃଷ୍ଣ ତତ୍ତ୍ୱ ଶକ୍ତିମାନ,ଗୀତା-ବିଷ୍ଣୁ ପୁରାଣାଦି ତାହାତେ ପ୍ରମାଣ । (ଚୈତନ୍ୟ ଚରିତାମୃତ, ଆଦି ଲୀଳା ୭.୧୧୭)\nଜୀବ ଭଗବାନଙ୍କର ଏକ ଶକ୍ତି ଅଟେ ଏବଂ ଭଗବାନ ସର୍ବଶକ୍ତିମାନ ଅଟନ୍ତି ।\nଆମେ ଯେତେବେଳେ ଜୀବକୁ ଭଗବାନଙ୍କର ଏକ ଶକ୍ତି ଭାବରେ ଗ୍ରହଣ କରିଥାଏ, ସମଗ୍ର ସୃଷ୍ଟିର ଅଦ୍ୱୈତ ସ୍ୱରୂପ ଆମ ସମ୍ମୁଖରେ ସ୍ପଷ୍ଟ ହୋଇଯାଇ ଥାଏ । ଯେ କୌଣସି ଶକ୍ତି ଏକ ସମୟରେ ତା’ର ଶକ୍ତିମାନ ଠାରୁ ଅଭିନ୍ନ ଏବଂ ଭିନ୍ନ ମଧ୍ୟ ଅଟନ୍ତି । ଉଦାହରଣ ସ୍ୱରୂପ, ଅଗ୍ନି ଏବଂ ତାହାର ତାପ ଓ ଆଲୋକକୁ ଆମେ ଭିନ୍ନ ଭିନ୍ନ ତତ୍ତ୍ୱ ଭାବରେ ଗଣନା କରିପାରିବା ଏବଂ ସେମାନଙ୍କୁ ଏକାଠି ଗୋଟିଏ ତତ୍ତ୍ୱ ଭାବରେ ମଧ୍ୟ ଗ୍ରହଣ କରିପାରିବା । ସେହିପରି ଶକ୍ତି ଓ ଶକ୍ତିମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କ ଦୃଷ୍ଟିରୁ, ଆମେ ଜୀବ ଓ ଭଗବାନଙ୍କୁ ଏକ ବୋଲି ବିଚାର କରିପାରିବା ଏବଂ ଶକ୍ତି ଓ ଶକ୍ତିମାନଙ୍କ ଠାରେ ରହିଥିବା ନିଜସ୍ୱ ବିଶେଷତ୍ୱ ଦୃଷ୍ଟିରୁ, ଆମେ ସେମାନଙ୍କୁ ପୃଥକ ମଧ୍ୟ ମନେକରି ପାରିବା ।\nଶ୍ରୀକୃଷ୍ଣଙ୍କ ଦ୍ୱାରା ପୂର୍ବବର୍ତ୍ତୀ ଶ୍ଳୋକରେ ଏବଂ ଏହି ଶ୍ଳୋକରେ ବର୍ଣ୍ଣିତ ତଥ୍ୟର ସଂପୁଟିକରଣ କରି ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହୁଛନ୍ତି:\n‘ଜୀବୁ’ ‘ମାୟା’, ଦୁଇ ଶକ୍ତି ହେଁ÷, ଶକ୍ତିମାନ ଭଗବାନ ।ଶକ୍ତି ହିଁ ଭେଦ ଅଭେଦ ଭୀ, ଶକ୍ତିମାନ ତେ ଜାନ ।ା (ଭକ୍ତି ଶତକ, ଦୋହା ୪୨)\n“ଜୀବ ଏବଂ ମାୟା, ଉଭୟ ଭଗବାନଙ୍କର ଶକ୍ତି ଅଟନ୍ତି; ତେଣୁ ସେମାନେ ଭଗବାନଙ୍କ ଠାରୁ ଉଭୟ ଅଭିନ୍ନ ଓ ଭିନ୍ନ ମଧ୍ୟ ଅଟନ୍ତି ।”\nଶକ୍ତି ଏବଂ ଶକ୍ତିମାନଙ୍କ ମଧ୍ୟରେ ଥିବା ସମ୍ପର୍କର ଦୃଷ୍ଟିକୋଣରୁ, ସୃଷ୍ଟିର କୌଣସି ତତ୍ତ୍ୱ ଭଗବାନଙ୍କଠାରୁ ପୃଥକ ନୁହଁନ୍ତି । ସେଥିପାଇଁ କୁହାଯାଇଥାଏ ଯେ ସମଗ୍ର ସଂସାର ଭଗବାନଙ୍କର ହିଁ ରୂପ ଅଟେ ।\nସର୍ବଂ ଖଲ୍ୱିଦଂ ବ୍ରହ୍ମ (ଛାନ୍ଦୋଗ୍ୟ ଉପନିଷଦ ୩.୧୪.୧)\n“ସବୁ କିଛି ବ୍ରହ୍ମ ଅଟେ ।”\nଈଶାବାସ୍ୟଂ ଇଦଂ ସର୍ବମ୍ (ଈଶୋପନିଷଦ. ୧)\n“ସଂସାରର ସମସ୍ତ ବସ୍ତୁ ବ୍ରହ୍ମ ଅଟେ ।”\nପୁରୁଷ ଏବେଦଂ ସର୍ବମ୍ (ଶ୍ୱେତାଶ୍ୱତର ଉପନିଷଦ ୩.୧୫)\n“ସବୁକିଛି ପରମ ପୁରୁଷ ଭଗବାନ ହିଁ ଅଟନ୍ତି ।”\nଏହି ସବୁ ବେଦମନ୍ତ୍ର କହୁଛନ୍ତି ଯେ ସଂସାରରେ ଏକମାତ୍ର ବ୍ରହ୍ମ ଅଛନ୍ତି, ଅନ୍ୟକିଛି ନାହିଁ । କିନ୍ତୁ ଶକ୍ତି ଏବଂ ଶକ୍ତିମାନଙ୍କ ମଧ୍ୟରେ ଥିବା ଭେଦ ଉପରେ ବିଚାର କଲେ, ଆମେ ବୁଝିପାରିବା ଯେ, ସେହି ଏକତ୍ୱ ମଧ୍ୟରେ ଅନେକ ଭିନ୍ନତା ମଧ୍ୟ ରହିଛି । ଜୀବ ଭିନ୍ନ, ପଦାର୍ଥ ଭିନ୍ନ ଏବଂ ଭଗବାନ ଭିନ୍ନ ଅଟନ୍ତି । ପଦାର୍ଥ ଜଡ଼ ଅଟେ କିନ୍ତୁ ଜୀବ ଚେତନ ଅଟେ ଏବଂ ଭଗବାନ ପରମ ଚେତନ ଅଟନ୍ତି । ସେ ଜୀବ ଏବଂ ପଦାର୍ଥର ଉତ୍ସ ତଥା କାରଣ ଅଟନ୍ତି । ଅନେକ ବେଦ ମନ୍ତ୍ର ସୃଷ୍ଟିର ତିନୋଟି ତତ୍ତ୍ୱ ବିଷୟରେ କହିଛନ୍ତି:\nକ୍ଷରଂ ପ୍ରଧାନମମୃତାକ୍ଷରଂ ହରଃ କ୍ଷରାତ୍ମାନାବୀଶତେ ଦେବ ଏକଃତସ୍ୟାଭିଧ୍ୟାନାଦ୍ ଯୋଜନାତ୍ ତତ୍ତ୍ୱଭାବଦ୍ ଭୂୟଶ୍ଚାନ୍ତେ ବିଶ୍ୱମାୟାନିବୃତ୍ତିଃ ।\n(ଶ୍ୱେତାଶ୍ୱେତର ଉପନିଷଦ, ୧.୧୦)\n“ସୃଷ୍ଟିରେ ତିନୋଟି ତତ୍ତ୍ୱ ରହିଛି । ୧. ଜଡ଼ ବସ୍ତୁ, ଯାହା ନଶ୍ୱର ଅଟେ, ୨. ଜୀବାତ୍ମା, ଯିଏ ଅବିନଶ୍ୱର ଅଟେ, ୩. ଭଗବାନ, ଯିଏ ଉଭୟ ଜୀବାତ୍ମା ଏବଂ ଜଡ଼ବସ୍ତୁର ନିୟନ୍ତା ଅଟନ୍ତି । ଭଗବାନଙ୍କର ଧ୍ୟାନ କରି, ତାଙ୍କ ସହିତ ସଂଲଗ୍ନ ରହି, ଏବଂ ଅଧିକରୁ ଅଧିକ ତାଙ୍କପରି ହୋଇ, ଜୀବ ସଂସାରର ଭ୍ରମରୁ ମୁକ୍ତ ହୋଇଯାଏ ।”\nଅମ୍ଭେମାନେ ଦେଖିବାକୁ ପାଇଲେ କିପରି ଭାବରେ ବେଦ ଭିନ୍ନ ଭିନ୍ନ ମନ୍ତ୍ର ମାଧ୍ୟମରେ ଉଭୟ ଅଦ୍ୱୈତ ଓ ଦ୍ୱୈତ ସିଦ୍ଧାନ୍ତର ପ୍ରତିପାଦନ କରିଥାଆନ୍ତି ।  ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ଜୀବ ଓ ଭଗବାନଙ୍କ ମଧ୍ୟରେ ଥିବା ସମକାଳୀନ ଏବଂ ଅଚିନ୍ତ୍ୟ ଭେଦ ଓ ଅଭେଦର ସମର୍ଥନ କରନ୍ତି ।" }, { "verseTitle": "Bhagavad Gita 7.6", "verse": "6", "chapter": 7, "lang": "or", "shloka": { "speaker": "", "sanskrit": "एतद्योनीनि भूतानि सर्वाणीत्युपधारय ।\n\nअहं कृत्स्त्रस्य जगतः प्रभवः प्रलयस्तथा ॥6॥", "text": "ଏତଦ୍ୟୋନୀନି ଭୂତାନି ସର୍ବାଣୀତ୍ୟୁପଧାରୟ ।\nଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ।।୬।।", "audioLink": "https://www.holy-bhagavad-gita.org/public/audio/007_006.mp3" }, "wordMeanings": "ଏତତ୍ - ଏହି ଦୁଇଟି ଶକ୍ତି; ଯୋନିନୀ - ଜନ୍ମର ମୂଳ; ଭୂତାନି -ପ୍ରାଣୀ; ସର୍ବାଣି - ସମସ୍ତ; ଇତି - ଏହିପରି; ଉପଧାରୟ -ଜାଣ; ଅହଂ -ମୁଁ; କୃତ୍ସ୍ନସ୍ୟ - ସମଗ୍ର; ଜଗତଃ - ଜଗତର; ପ୍ରଭବଃ - ମୂଳ; ପ୍ରଳୟଃ - ପ୍ରଳୟ ବା ଧ୍ୱଂସ; ତଥା -ତଥା ।", "translation": { "text": "ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-06.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.6.mp3" ] }, "commentary": "ଭୌତିକ ଜଗତରେ ସମସ୍ତ ଜୀବଙ୍କର ସୃଷ୍ଟି ଆତ୍ମା ଓ ବସ୍ତୁର ସମ୍ମିଶ୍ରଣରେ ହୋଇଥାଏ । ବସ୍ତୁ ନିଜେ ଜଡ଼ ଅଟେ; ଆତ୍ମା ଶରୀର ରୂପରେ ଏକ ବାହନ ଆବଶ୍ୟକ କରେ । ଏହି ଦୁଇଟିର ସମ୍ମିଶ୍ରଣରେ ପ୍ରାଣୀଙ୍କର ଉତ୍ପତ୍ତି ହୋଇଥାଏ ।\nଭଗବାନ ଏହି ଦୁଇ ଶକ୍ତିର ଉତ୍ସ ଅଟନ୍ତି; ସମସ୍ତ ସୃଷ୍ଟି ତାଙ୍କଠାରୁ ପ୍ରକାଶିତ ହୁଏ । ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ସମାପ୍ତ ହେଲେ ସୃଷ୍ଟିର ଚକ୍ର ପୂର୍ଣ୍ଣ ହୋଇଥାଏ, ସେତେବେଳେ ଭଗବାନ ସୃଷ୍ଟିର ବିଲୟ କରିଦିଅନ୍ତି । ପଞ୍ଚ ସ୍ତୁଳ ତତ୍ତ୍ୱ ପଞ୍ଚ ସୂକ୍ଷ୍ମ ତତ୍ତ୍ୱରେ ଲୀନ ହୋଇଯାନ୍ତି, ପଞ୍ଚ ସୂକ୍ଷ୍ମ ତତ୍ତ୍ୱ ଅହଂକାରରେ ମିଶିଯାନ୍ତି; ଅହଂକାର ମହାନ୍‌ରେ ଲୀନ ହୁଏ, ମହାନ ପ୍ରକୃତିରେ ଲୀନ ହୁଏ, ପ୍ରକୃତି ମହାବିଷ୍ଣୁଙ୍କ (ଭଗବାନଙ୍କର ଏକ ସ୍ୱରୂପ) ଶରୀରରେ ସମାହିତ ହୋଇଯାନ୍ତି । ଏହି ସୃଷ୍ଟିଚକ୍ରରେ ଯେଉଁ ଜୀବ ମୁକ୍ତ ହୋଇ ନ ଥାନ୍ତି, ସେମାନେ ମଧ୍ୟ ଅପ୍ରକଟିତ ରୂପରେ ଭଗବାନଙ୍କ ଶରୀରରେ ସମାହିତ ହୋଇ ପରବର୍ତ୍ତୀ ସୃଷ୍ଟି ଚକ୍ରକୁ ଅପେକ୍ଷା କରିଥାନ୍ତି । ପୁଣିଥରେ ଭଗବାନ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ଏହି ଚକ୍ର ଆରମ୍ଭ ହୋଇଥାଏ (ଶ୍ଲୋକ ୭.୪ରେ ବର୍ଣ୍ଣିତ ହୋଇଥିବା ପରି) ଏବଂ ସଂସାର ସୃଷ୍ଟି ହୋଇଥାଏ । ଅତଏବ, ଭଗବାନ ସମଗ୍ର ସୃଷ୍ଟିର ଉତ୍ସ, ଆଶ୍ରୟ, ଶେଷ ଏବଂ ବିଶ୍ରାମ ସ୍ଥଳ ଅଟନ୍ତି ।" }, { "verseTitle": "Bhagavad Gita 7.7", "verse": "7", "chapter": 7, "lang": "or", "shloka": { "speaker": "", "sanskrit": "मत्तः परतरं नान्यत्किञ्चिदस्ति धनञ्जय ।\n\nमयि सर्वमिदं प्रोतं सूत्रे मणिगणा इव ॥7॥", "text": "ମତ୍ତଃ ପରତରଂ ନାନ୍ୟତ୍‌କିଞ୍ଚିଦସ୍ତି ଧନଞ୍ଜୟ ।\nମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ ।।୭।।", "audioLink": "https://www.holy-bhagavad-gita.org/public/audio/007_007.mp3" }, "wordMeanings": "ମତ୍ତଃ - ମୋ’ଠାରୁ, ପରତରଂ -ଉନ୍ନତ; ନ -ନୁହଁନ୍ତି; ଅନ୍ୟତ୍ - ଅନ୍ୟ; କିଞ୍ଚିତ୍ - କିଛି; ଅସ୍ତି - ଅଛି; ଧନଞ୍ଜୟ - ହେ ଧନଞ୍ଜୟ; ମୟି -ମୋ’ଠାରେ; ସର୍ବମ୍ -ସବୁକିଛି; ଇଦଂ - ଯାହା ଆମେ ଦେଖୁଛୁ; ପ୍ରୋତଂ - ଗୁନ୍ଥା ହୋଇଛି; ସୂତ୍ରେ - ସୂତାରେ; ମଣିଗଣାଃ - ମଣି ଗୁଡିକ; ଇବ -ପରି ।", "translation": { "text": "ହେ ଅର୍ଜୁନ, ମୋଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି । ସୂତାରେ ମଣି ଗୁନ୍ଥା ହେଲା ପରି, ସବୁକିଛି ମୋ ଠାରେ ସ୍ଥିତ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-07.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.7.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ, ନିଜର ସର୍ବୋଚ୍ଚ ସ୍ଥିତି, ଏବଂ ସମସ୍ତଙ୍କ ଉପରେ ତାଙ୍କର ଆଧିପତ୍ୱ ବିଷୟରେ କହୁଛନ୍ତି । ସେ ବିଶ୍ୱର ସୃଷ୍ଟିକର୍ତ୍ତା, ରକ୍ଷାକର୍ତ୍ତା ଏବଂ ବିନାଶ କର୍ତ୍ତା ଅଟନ୍ତି । ସେ ସମସ୍ତ ବସ୍ତୁର ଆଶ୍ରୟସ୍ଥଳ ମଧ୍ୟ ଅଟନ୍ତି । ସୂତାରେ ମାଳି ଗୁନ୍ଥା ହୋଇଥିବା, ଏହାର ଏକ ଉପମା ଅଟେ । ସେହିପରି, ପ୍ରତ୍ୟେକ ଜୀବ ଯଦିଓ ନିଜ ଇଚ୍ଛାରେ କର୍ମ କରିବାକୁ ସ୍ୱତନ୍ତ୍ର ଅଟନ୍ତି, ସେମାନଙ୍କୁ କର୍ମ କରିବାର ସେହି ଶକ୍ତି ଭଗବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ । ସେ ସମସ୍ତଙ୍କୁ ଧାରଣ କରନ୍ତି ଏବଂ ସମସ୍ତେ ତାଙ୍କ ମଧ୍ୟରେ ନିବାସ କରନ୍ତି । ତେଣୁ ଶ୍ୱେତାଶ୍ୱତର ଉପନିଷଦ କହେ:\nନ ତତ୍ସମଶ୍ଚାଭ୍ୟଧିକଶ୍ଚ ଦୃଶ୍ୟତେପରାସ୍ୟ ଶକ୍ତିର୍ବିବିଧୈବ ଶ୍ରୁୟତେ (୬.୮)\n“କୌଣସି ବସ୍ତୁ ଭଗବାନଙ୍କ ସହିତ ସମାନ ନୁହଁନ୍ତି, କିମ୍ବା କେହି ମଧ୍ୟ ତାଙ୍କଠାରୁ ବଡ଼ ନୁହଁନ୍ତି ।”\nଭଗବତ୍ ଗୀତାର ଏହି ଶ୍ଲୋକ ଅନେକ ଲୋକଙ୍କ ମନର ଏହି ସନ୍ଦେହକୁ ଦୂର କରିଥାଏ ଯେଉଁମାନେ ଭାବନ୍ତି ଶ୍ରୀକୃଷ୍ଣ ଅନ୍ତିମ ସତ୍ୟ ନୁହନ୍ତି ଏବଂ ଯେଉଁମାନେ କଳ୍ପନା କରନ୍ତି ଯେ ଗୋଟିଏ ନିରାକାର ସତ୍ତା ରହିଛି ଯାହା ସ୍ୱୟଂ ଶ୍ରୀକୃଷ୍ଣଙ୍କର ମଧ୍ୟ ମୂଳ ଉତ୍ସ ଅଟେ । ଏହି ଶ୍ଲୋକରେ, ସେ ସ୍ପଷ୍ଟଭାବରେ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେଉଁ ଶ୍ରୀକୃଷ୍ଣ ରୂପରେ ସେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ, ତାଙ୍କର ସେହି ସାକାର ସ୍ୱରୂପ ଅନ୍ତିମ ସତ୍ୟ ଅଟେ । ତେଣୁ ସୃଷ୍ଟିର ଅଗ୍ରଜ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି:\nଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହଃ ।ଅନାଦିରାଦିର୍ ଗୋବିନ୍ଦଃ ସର୍ବକାରଣ କାରଣମ୍ । । (ବ୍ରହ୍ମ ସଂହିତା ୫.୧)\n“ଶ୍ରୀକୃଷ୍ଣ ପରାତ୍ପର ବ୍ରହ୍ମ ଅଟନ୍ତି, ଯିଏ ଶାଶ୍ୱତ, ସର୍ବଜ୍ଞ ଏବଂ ଅନନ୍ତ ଆନନ୍ଦ ଅଟନ୍ତି । ତାଙ୍କର ଆଦ୍ୟ ନାହିଁ ବା ଅନ୍ତ ନାହିଁ, ସେ ସମସ୍ତ ସୃଷ୍ଟିର ମୂଳ କାରଣ ଅଟନ୍ତି ଏବଂ ସମସ୍ତ କାରଣର କାରଣ ଅଟନ୍ତି ।”" }, { "verseTitle": "Bhagavad Gita 7.8", "verse": "8", "chapter": 7, "lang": "or", "shloka": { "speaker": "", "sanskrit": "रसोऽहमप्सु कौन्तेय प्रभास्मि शशिसूर्ययोः।\n\nप्रणवः सर्ववेदेषु शब्दः खे पौरुषं नृषु ॥8॥", "text": "ରସୋଽହମପ୍‌ସୁ କୌନ୍ତେୟ ପ୍ରଭାସ୍ମି ଶଶିସୂର୍ଯ୍ୟୟୋଃ ।\nପ୍ରଣବଃ ସର୍ବବେଦେଷୁ ଶବ୍ଦଃ ଖେ ପୌରୁଷଂ ନୃଷୁ ।।୮।।", "audioLink": "https://www.holy-bhagavad-gita.org/public/audio/007_008.mp3" }, "wordMeanings": "ରସ -ସ୍ୱାଦ; ଅହମ୍ -ମୁଁ; ଅପ୍‌ସୁ -ଜଳରେ; କୌନ୍ତେୟ - ହେ କୁନ୍ତିପୁତ୍ର; ପ୍ରଭା ଅସ୍ମି - ମୁଁ ପ୍ରଭା ବା ଆଲୋକ; ଶଶି-ସୂର୍ଯ୍ୟୟୋଃ- ଚନ୍ଦ୍ର ଏବଂ ସୂର୍ଯ୍ୟରେ; ପ୍ରଣବଃ - ପବିତ୍ର ଓଁକାର; ସର୍ବ -ସମସ୍ତ; ବେଦେଷୁ - ବେଦରେ; ଶବ୍ଦଃ - ଧ୍ୱନି ତରଙ୍ଗ; ଖେ- ଅନ୍ତରୀକ୍ଷରେ; ପୌରୁଷଂ - ସାମର୍ଥ୍ୟ; ନୃଷୁ - ମାନବଠାରେ ।", "translation": { "text": "ହେ କୁନ୍ତି ପୁତ୍ର! ମୁଁ ଜଳର ସ୍ୱାଦ ଅଟେ; ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରକାଶ ଅଟେ । ମୁଁ ବେଦ ମନ୍ତ୍ରର ପବିତ୍ର ଅକ୍ଷର ଓଁ ଅଟେ; ମୁଁ ବ୍ରହ୍ମାଣ୍ଡୀୟ ନାଦ ଏବଂ ମନୁଷ୍ୟଙ୍କର ସାମର୍ଥ୍ୟ ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-08.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.8.mp3" ] }, "commentary": "ନିଜକୁ ସୃଷ୍ଟିର ଉତ୍ପତ୍ତି କାରଣ ଏବଂ ଆଶ୍ରୟ କହିବା ପରେ, ଶ୍ରୀକୃଷ୍ଣ ତାଙ୍କ ଉକ୍ତିର ସତ୍ୟତା ପ୍ରତିପାଦନ ପରବର୍ତ୍ତୀ ଚାରିଗୋଟି ଶ୍ଲୋକରେ କରିଛନ୍ତି । ଆମେ ଯେତେବେଳେ ଫଳଟିଏ ଖାଉ, ତା’ର ସୁମିଷ୍ଟ ସ୍ୱାଦ ସୂଚିତ କରିଥାଏ ଯେ ସେଥିରେ ଶର୍କରା ଅଛି । ସେହିପରି ଶ୍ରୀକୃଷ୍ଣ, ତାଙ୍କ ଶକ୍ତିର ସମସ୍ତ ପରିପ୍ରକାଶରେ, ତାଙ୍କ ଉପସ୍ଥିତିର ସୂଚନା ଦେଇଛନ୍ତି । ସେ କହୁଛନ୍ତି ଯେ ସେ ଜଳର ସ୍ୱାଦ ଅଟନ୍ତି, ଯାହା ତା’ର ମୌଳିକ ଅନ୍ତର୍ନିହିତ ଗୁଣ ଅଟେ । କେହି ମଧ୍ୟ ଜଳର ସ୍ୱାଦକୁ ଜଳଠାରୁ ପୃଥକ୍ କରିପାରିବେ ନାହିଁ । ଭୌତିକ ଶକ୍ତିର ସମସ୍ତ ରୂପ - ଗ୍ୟାସ, ଅଗ୍ନି, କଠିନ ପଦାର୍ଥ - ସମସ୍ତେ ତାଙ୍କର ସ୍ୱାଦ ବହନ କରିବା ପାଇଁ ତରଳ ପଦାର୍ଥ ଆବଶ୍ୟକ କରିଥାନ୍ତି । ଶୁଷ୍କ ଜିହ୍ୱାରେ ଗୋଟିଏ କଠିନ ପଦାର୍ଥ ରଖିଲେ, ଆମେ ତାର କୌଣସି ସ୍ୱାଦ ଅନୁଭବ କରିପାରିବା ନାହିଁ । କିନ୍ତୁ ଯେତେବେଳେ ପାଟିର ଲାଳଦ୍ୱାରା ସେହି ପଦାର୍ଥଟି ମିଳାଇଯାଏ, ସେତେବେଳେ ତାର ସ୍ୱାଦକୁ ଜିଭର ସ୍ୱାଦ ଗ୍ରନ୍ଥି ଅନୁଭବ କରିପାରନ୍ତି ।\nସେହିପରି ଆକାଶ ଧ୍ୱନିର ବାହକ ରୂପରେ କାର୍ଯ୍ୟ କରିଥାଏ । ଧ୍ୱନି ବିଭିନ୍ନ ଭାଷାରେ ରୂପାନ୍ତରିତ ହୁଏ ଏବଂ ଶ୍ରୀକୃଷ୍ଣ କହୁଛନ୍ତି ଯେ ସବୁର ଆଧାର ସେ ଅଟନ୍ତି, କାରଣ ଆକାଶର ଧ୍ୱନି ତାଙ୍କର ଶକ୍ତି ଅଟେ । ପୁଣି ସେ କହୁଛନ୍ତି ଯେ ସେ ‘ଓଁ’ ଅକ୍ଷର ଅଟନ୍ତି, ଯାହା ବେଦ ମନ୍ତ୍ରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ମନୁଷ୍ୟ ମାନଙ୍କ ଠାରେ ପ୍ରକଟିତ ସମସ୍ତ ସାମର୍ଥ୍ୟର ମୂଳ ଶକ୍ତି ମଧ୍ୟ ସେ ଅଟନ୍ତି ।" }, { "verseTitle": "Bhagavad Gita 7.9", "verse": "9", "chapter": 7, "lang": "or", "shloka": { "speaker": "", "sanskrit": "पुण्यो गन्धः पृथिव्यां च तेजश्चास्मि विभावसौ ।\n\nजीवनं सर्वभूतेषु तपश्चास्मि तपस्विषु ॥9॥", "text": "ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ ।\nଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ।।୯।।", "audioLink": "https://www.holy-bhagavad-gita.org/public/audio/007_009.mp3" }, "wordMeanings": "ପୁଣ୍ୟଃ -ବିଶୁଦ୍ଧ; ଗନ୍ଧଃ -ଗନ୍ଧ; ପୃଥିବ୍ୟାଂ - ପୃଥିବୀର; ଚ -ଏବଂ; ତେଜଂ-ଦୀପ୍ତି; ଚ -ଏବଂ; ଅସ୍ମି -ମୁଁ; ବିଭାବସୌ - ଅଗ୍ନିରେ; ଜୀବନଂ -ଜୀବନ; ସର୍ବ- ସମସ୍ତ; ଭୁତେଷୁ -ଜୀବଙ୍କଠାରେ; ତପଃ -ତପସ୍ୟା; ଚ- ଏବଂ; ଅସ୍ମି-ମୁଁ; ତପସ୍ୱିଷୁ- ତପସ୍ୱୀ ମାନଙ୍କଠାରେ ।", "translation": { "text": "ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-09.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.9.mp3" ] }, "commentary": "ସେ କିପରି ସମସ୍ତ ବସ୍ତୁର ମୌଳିକ ଗୁଣ ଅଟନ୍ତି, ଶ୍ରୀକୃଷ୍ଣ ତାହାର ବର୍ଣ୍ଣନା ଅବ୍ୟାହତ ରଖିଛନ୍ତି । ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି । ଭଗବାନ କହୁଛନ୍ତି ଯେ ସେମାନଙ୍କ ସଂଯମର କ୍ଷମତା ସେ ଅଟନ୍ତି । ସେ ଧରଣୀର ବିଶେଷତ୍ୱ, ସୁଗନ୍ଧ ଅଟନ୍ତି ଏବଂ ଅଗ୍ନିଶିଖାର ଉଜ୍ଜ୍ୱଳତା ମଧ୍ୟ ସେ ଅଟନ୍ତି ।" }, { "verseTitle": "Bhagavad Gita 7.10", "verse": "10", "chapter": 7, "lang": "or", "shloka": { "speaker": "", "sanskrit": "बीजं मां सर्वभूतानां विद्धि पार्थ सनातनम् ।\n\nबुद्धिर्बुद्धिमतामस्मि तेजस्तेजस्विनामहम् ॥10॥", "text": "ବୀଜଂ ମାଂ ସର୍ବଭୂତାନାଂ ବିଦ୍ଧି ପାର୍ଥ ସନାତନମ୍ ।\nବୁଦ୍ଧିର୍ବୁଦ୍ଧିମତାମସ୍ମି ତେଜସ୍ତେଜସ୍ୱିନାମହମ୍ ।।୧୦।।", "audioLink": "https://www.holy-bhagavad-gita.org/public/audio/007_010.mp3" }, "wordMeanings": "ବୀଜଂ -ବୀଜ; ମାଂ - ମୋତେ; ସର୍ବଭୂତାନାଂ - ସମସ୍ତଜୀବଙ୍କର; ବିଦ୍ଧି -ଜାଣ; ପାର୍ଥ - ହେ ପୃଥାପୁତ୍ର; ସନାତନମ୍ - ଶାଶ୍ୱତ; ବୁଦ୍ଧିଃ - ବୁଦ୍ଧି; ବୁଦ୍ଧି-ମତାଂ - ବୁଦ୍ଧିମାନ ବ୍ୟକ୍ତିଙ୍କର; ଅସ୍ମି - ମୁଁ ଅଟେ; ତେଜଃ - ତେଜ ବା ଶକ୍ତି; ତେଜସ୍ୱିନାମ୍ - ତେଜସ୍ୱୀ ବା ଶକ୍ତିଶାଳୀମାନଙ୍କର; ଅହମ୍ -ମୁଁ ।", "translation": { "text": "ହେ ଅର୍ଜୁନ! ମୋତେ ସମସ୍ତ ପ୍ରାଣୀଙ୍କର ଅନାଦି ବୀଜ ରୂପରେ ଜାଣ । ମୁଁ ବୁଦ୍ଧିମାନ ବ୍ୟକ୍ତିଙ୍କର ବୁଦ୍ଧି ଅଟେ, ଏବଂ ଗୌରବଶାଳୀ ବ୍ୟକ୍ତିଙ୍କର ଗରିମା ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-10.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.10.mp3" ] }, "commentary": "କାର୍ଯ୍ୟର କାରଣକୁ ତାହାର ବୀଜ କୁହାଯାଏ । ସୁତରାଂ, ସମୁଦ୍ରକୁ ମେଘର ବୀଜ ଏବଂ ମେଘକୁ ବୃଷ୍ଟିର ବୀଜ କୁହାଯାଇପାରେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ସେହି ବୀଜ ଅଟନ୍ତି, ଯାହାଠାରୁ ସମସ୍ତ ପ୍ରାଣୀ ସୃଷ୍ଟି ହୋଇଥାଆନ୍ତି ।\nଯେହେତୁ ସମସ୍ତ ବସ୍ତୁ ଭଗବାନଙ୍କ ଶକ୍ତିର ପ୍ରକାଶ ଅଟନ୍ତି, ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ଠାରେ ଯେଉଁସବୁ ଅଦ୍ଭୁତ ଗୁଣ ଦୃଷ୍ଟିଗୋଚର ହୋଇଥାଏ, ତାହା ଭଗବାନଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ବୁ୍‌ଦ୍ଧିମାନ ବ୍ୟକ୍ତିମାନଙ୍କର ଚିନ୍ତାଧାରାରେ ଅନେକ ପାରଦର୍ଶିତା ପରିଲକ୍ଷିତ ହୋଇଥାଏ । ଭଗବାନ କହୁଛନ୍ତି, ସେମାନଙ୍କର ଚିନ୍ତାଧାରାକୁ ଅଭୁତପୂର୍ବ ଏବଂ ବିଶ୍ଲେଷଣାତ୍ମକ କରିବାର ସୂକ୍ଷ୍ମ ଶକ୍ତି ସେ ଅଟନ୍ତି ।\nଯେତେବେଳେ ଜଣେ ବ୍ୟକ୍ତି ଅତିଶୟ ପ୍ରତିଭା ପ୍ରଦର୍ଶନ କରିଥାଆନ୍ତି, ଯାହା ସଂସାରକୁ ସକାରାତ୍ମକ ଦିଗରେ ପ୍ରଭାବିତ କରେ, ତାଙ୍କ ମଧ୍ୟରେ ଭଗବାନଙ୍କର ଶକ୍ତି କାର୍ଯ୍ୟ କରିଥାଏ । ଉଇଲିୟମ୍ ସେକ୍‌ସପିୟର ସାହିତ୍ୟ କ୍ଷେତ୍ରରେ ଏପରି ଚମତ୍କାର ପ୍ରତିଭା ପ୍ରଦର୍ଶନ କରିଥିଲେ, ଯାହା ଆଧୁନିକ ଇତିହାସରେ ଅତୁଳନୀୟ ଅଟେ । ସମ୍ଭବତଃ, ଭଗବାନ ତାଙ୍କର ବୁଦ୍ଧିକୁ ସମୁନ୍ନତ କରିଦେଲେ, ଯଦ୍ୱାରା ତାଙ୍କର କାର୍ଯ୍ୟ ଇଂରାଜୀ ପରି ପୃଥିବୀର ମୁଖ୍ୟ ଭାଷାର ସାହିତ୍ୟକୁ ସମୃଦ୍ଧ କରିପାରିଲା । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ସମଗ୍ର ପୃଥିବୀକୁ ଗୋଟିଏ ଭାଷା ମାଧ୍ୟମରେ ଯୋଡି ରଖିବା ବ୍ରିଟିଶ୍ ସାମ୍ରାଜ୍ୟର କାର୍ଯ୍ୟଥିଲା । କମ୍ପ୍ୟୁଟର୍ ସଂଚାଳନ ପ୍ରଣାଳୀର ବିପଣନ କ୍ଷେତ୍ରରେ ବିଲ୍ ଗେଟ୍‌ସ ଏପରି ପାରଦର୍ଶିତା ପ୍ରଦର୍ଶନ କରିଥିଲେ ଯେ ମାଇକ୍ରୋସଫ୍ଟ ବଜାର ଅଂଶଧନର ନବେ ପ୍ରତିଶତ ଅଧିକାର କରିପାରିଥିଲା । ଯଦି ତାହା ହୋଇ ନ ଥାନ୍ତା, ତେବେ ପୃଥିବୀରେ କମ୍ପ୍ୟୁଟର୍‌ର ଏକାଧିକ ସଂଚାଳନ ପ୍ରଣାଳୀ ରହିଥାଆନ୍ତା, ଯାହା ଏକ ବଡ଼ ଧରଣର ବିଭ୍ରାଟ ସୃଷ୍ଟି କରନ୍ତା, ଯେପରି ଭିଡ଼ିଓ ସମ୍ପାଦନା କ୍ଷେତ୍ରରେ ଏକାଧିକ ଫର୍‌ମାଟ ଘଞଝଉ, ଚଇଖ, ଝଋଉଇଗ ଇତ୍ୟାଦି ରହିଥିବା କାରଣରୁ ହୋଇଥାଏ । ସମ୍ଭବତଃ, ଭଗବାନ ଚାହିଁଥିଲେ ଯେ ପୃଥିବୀରେ କମ୍ପ୍ୟୁଟର୍‌ର ଏକ ବଡ଼ ଅପରେଟିଙ୍ଗ ସିଷ୍ଟମ୍ ରହୁ, ଯଦ୍ୱାରା ଯୋଗାଯୋଗ ଠିକ୍ ଭାବରେ ହୋଇପାରିବ ଏବଂ ସେଥିପାଇଁ ସେ ବିଲ୍ ଗେଟ୍‌ସଙ୍କର ବୁଦ୍ଧିକୁ ସମୁନ୍ନତ କରିଥିଲେ ।\nଅବଶ୍ୟ ସନ୍ଥ ମହାପୁରୁଷ ମାନେ ସର୍ବଦା ସେମାନଙ୍କ କାର୍ଯ୍ୟର ସୌନ୍ଦର୍ଯ୍ୟ, ଉତ୍କର୍ଷତା ଏବଂ ଜ୍ଞାନକୁ ଭଗବାନଙ୍କର କୃପା ମନେକରି ଥାଆନ୍ତି । ସନ୍ଥ ତୁଳସୀଦାସ କହନ୍ତି:\nନ ମେିଁ କିୟା ନ କରି ସକଉଁ ସାହିବ କରତା ମୋର,କରତ କରାବତ ଆପ ହେଁ÷, ତୁଳସୀ ତୁଳସୀ ଶୋର ।\n“ନା ମୁଁ ରାମାୟଣ ଲେଖିଛି, ନା ଏହାକୁ ଲେଖିବାର ମୋର ସାମର୍ଥ୍ୟ ଅଛି । ଭଗବାନ ହିଁ ଏହାର କର୍ତ୍ତା ଅଟନ୍ତି । ସେ ନିଜେ କରିଛନ୍ତି ନଚେତ୍ ମୋ ଦ୍ୱାରା କରାଇଛନ୍ତି; କିନ୍ତୁ ସଂସାର ଭାବୁଛି ଏସବୁ ତୁଳସୀ ଦାସ କରିଛି ।” ଏଠାରେ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ସେ ପ୍ରତିଭାବାନ୍ ବ୍ୟକ୍ତିଙ୍କର ପ୍ରତିଭା ଏବଂ ବୁଦ୍ଧିମାନ ମାନଙ୍କର ବୁଦ୍ଧି ଅଟନ୍ତି ।" }, { "verseTitle": "Bhagavad Gita 7.11", "verse": "11", "chapter": 7, "lang": "or", "shloka": { "speaker": "", "sanskrit": "बलं बलवतां चाहं कामरागविवर्जितम् ।\n\nधर्माविरुद्धो भूतेषु कामोऽस्मि भरतर्षभ ॥11॥", "text": "ବଳଂ ବଳବତାଂ ଚାହଂ କାମରାଗବିବର୍ଜିତମ୍ ।\nଧର୍ମାବିରୁଦ୍ଧୋ ଭୂତେଷୁ କାମୋଽସ୍ମି ଭରତର୍ଷଭ ।।୧୧।।", "audioLink": "https://www.holy-bhagavad-gita.org/public/audio/007_011.mp3" }, "wordMeanings": "ବଳଂ - ବଳ; ବଳବତାଂ - ବଳବାନମାନଙ୍କର; ଚ- ଏବଂ; ଅହଂ-ମୁଁ; କାମ- କାମ; ରାଗ-ଆସକ୍ତି (ରାଗ); ବିବର୍ଜିତମ୍ -ବର୍ଜିତ; ଧର୍ମ ଅବିରୁଦ୍ଧ- ଧର୍ମନୀତିର ବିରୁଦ୍ଧାଚରଣ କରୁ ନ ଥିବା; ଭୂତେଷୁ - ସମସ୍ତ ଜୀବଙ୍କଠାରେ; କାମଃ - ଯୌନ କ୍ରିୟା; ଅସ୍ମିି -ମୁଁ; ଭରତର୍ଷଭ- ହେ ଭରତଶ୍ରେଷ୍ଠ ।", "translation": { "text": "ହେ ଭାରତଶ୍ରେଷ୍ଠ! ବଳବାନ ବ୍ୟକ୍ତିଙ୍କର ମୁଁ କାମନା ଓ ଆସକ୍ତି ରହିତ ବଳ ଅଟେ । ମୁଁ ଧର୍ମ କିମ୍ବା ଶାସ୍ତ୍ର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁ ନ ଥିବା ଯୌନ କ୍ରିୟା ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-11.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.11.mp3" ] }, "commentary": "ଅପ୍ରାପ୍ତ ବସ୍ତୁର ସକ୍ରିୟ କାମନାକୁ ବାସନା କୁହାଯାଏ । ଆସକ୍ତି ଏକ ନିଷ୍କ୍ରିୟ ମାନସିକ ଆବେଗ ଅଟେ, ଯାହା ଇପ୍‌ସିତ ବସ୍ତୁକୁ ପ୍ରାପ୍ତ କରିସାରିବା ପରେ, ତାହାକୁ ପୁନର୍ବାର ପ୍ରାପ୍ତ କରିବାର ତୃଷ୍ଣା ଜାଗ୍ରତ କରେ । ବଳର ବିଶେଷଣ ଭାବରେ କାମ-ରାଗ-ବିବର୍ଜିତମ୍‌, ଅର୍ଥାତ୍ “ବାସନା ଓ ଆସକ୍ତି ରହିତ”ଶବ୍ଦାବଳୀର ବ୍ୟବହାର କରି, ଶ୍ରୀକୃଷ୍ଣ ତାଙ୍କ ବଳର ସ୍ୱରୂପକୁ ସ୍ପଷ୍ଟ କରୁଛନ୍ତି । ସେ ସେହି ଶାନ୍ତ, ଉତ୍କୃଷ୍ଟ ଶକ୍ତି ଅଟନ୍ତି ଯାହା ମନୁଷ୍ୟକୁ ଅବିଚଳିତ ଭାବରେ ଅନବରତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଶକ୍ତି ପ୍ରଦାନ କରିଥାଏ ।\nଅନିୟନ୍ତ୍ରିତ ଯୌନକ୍ରିୟା, ଯେତେବେଳେ କେବଳ ବିଷୟ ଭୋଗ ଉଦ୍ଦେଶ୍ୟରେ କରାଯାଇଥାଏ, ତାହାକୁ ପାଶବିକ ଆଚରଣ ରୂପେ ବିବେଚିତ କରାଯାଏ । କିନ୍ତୁ ଗୃହସ୍ଥ ଜୀବନର ଏକ ଆଚରଣ ଭାବରେ, ନୀତିର ଉଲ୍ଲଘଂନ ନ କରି, ଯେତେବେଳେ ଏହା କେବଳ ବଂଶବୃଦ୍ଧି ଉଦ୍ଦେଶ୍ୟରେ କରାଯାଏ, ଏହାକୁ ଶାସ୍ତ୍ର ସମ୍ମତ ବିଚାର କରାଯାଏ । ଶ୍ରୀକୃଷ୍ଣ କହୁଛନ୍ତି, ସେ ବୈବାହିକ ଜୀବନର ସେହି ଧର୍ମସମ୍ମତ, ନିୟନ୍ତ୍ରିତ ଏବଂ ମହତ୍ ଉଦ୍ଦେଶ୍ୟ-ଯୁକ୍ତ ଯୌନ କ୍ରିୟା ଅଟନ୍ତି ।" }, { "verseTitle": "Bhagavad Gita 7.12", "verse": "12", "chapter": 7, "lang": "or", "shloka": { "speaker": "", "sanskrit": "ये चैव सात्त्विका भावा राजसास्तामसाश्च ये ।\n\nमत्त एवेति तान्विद्धि न त्वहं तेषु ते मयि ॥12॥", "text": "ଯେ ଚୈବ ସାତ୍ତ୍ୱିକା ଭାବା ରାଜସାସ୍ତାମସାଶ୍ଚ ଯେ ।\nମତ୍ତଏବେତି ତାନ୍‌ବିଦ୍ଧି ନ ତ୍ୱହଂ ତେଷୁ ତେ ମୟି ।।୧୨।।", "audioLink": "https://www.holy-bhagavad-gita.org/public/audio/007_012.mp3" }, "wordMeanings": "ଯେ -ଯାହାକିଛି; ଚ - ଏବଂ; ଏବ - ନିଶ୍ଚିତଭାବେ; ସାତ୍ତ୍ୱିକାଃ - ସତ୍ତ୍ୱଗୁଣୀ; ଭାବାଃ - ଭାବରେ; ରାଜସାଃ - ରଜଗୁଣୀ; ତାମସାଃ -ତମଗୁଣୀ; ଚ - ଏବଂ; ଯେ -ଯାହାକିଛି; ମତ୍ତଃ- ମୋ’ଠାରୁ; ଏବ- ନିଶ୍ଚିତଭାବେ; ଇତି - ଏହିପରି; ତାନ୍ - ସେମାନଙ୍କୁ; ବିଦ୍ଧି -ଜାଣ; ନ - ନୁହେଁ; ତୁ - କିନ୍ତୁ; ଅହଂ -ମୁଁ; ତେଷୁ - ସେମାନଙ୍କଠାରେ; ତେ-ସେମାନେ; ମୟି - ମୋ’ଠାରେ ।", "translation": { "text": "ସଂସାରରେ ଥିବା ତିନିଗୋଟି ଗୁଣ- ସତ୍ତ୍ୱ, ରଜ ଓ ତମ - ମୋ ଶକ୍ତିର ପ୍ରାକଟ୍ୟ ଅଟନ୍ତି । ସେମାନେ ମୋ ଭିତରେ ଅଛନ୍ତି, କିନ୍ତୁ ମୁଁ ତାଙ୍କଠାରୁ ଊର୍ଦ୍ଧ୍ୱରେ ରହିଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-12.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.12.mp3" ] }, "commentary": "ପୂର୍ବବର୍ତ୍ତୀ ଚାରିଗୋଟି ଶ୍ଲୋକରେ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା ସାରିବା ପରେ, ଏହି ଶ୍ଲୋକରେ ସେ ତାର ସାରାଂଶ କହିଛନ୍ତି । ସେ ଦୃଢ଼ତାର ସହ କହୁଛନ୍ତି ଯେ, “ହେ ଅର୍ଜୁନ! ମୁଁ କିପରି ସମସ୍ତ ବସ୍ତୁର ସାର ଅଟେ, ତାହା ବର୍ଣ୍ଣନା କଲି । ତାହାର ବିଶଦ ବର୍ଣ୍ଣନା କରିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ଭଲ, ମନ୍ଦ ଓ କୁରୁପ ବସ୍ତୁ ଏବଂ ସେମାନଙ୍କର ସ୍ଥିତି ମୋର ଶକ୍ତି ଦ୍ୱାରା ହିଁ ସମ୍ଭବ ହୁଏ ।”\nଯଦିଓ ସମସ୍ତ ବସ୍ତୁ ତାଙ୍କଠାରୁ ଉତ୍ପନ୍ନ ହୋଇଥାଆନ୍ତି, ତଥାପି ସେ ସ୍ୱତନ୍ତ୍ର ଏବଂ ସବୁର ଊର୍ଦ୍ଧ୍ୱରେ । “ଇନ୍ ମେମୋରିଅମ୍‌” (ଓଦ୍ଭ ଗରଜ୍ଞକ୍ଟକ୍ସସଙ୍କଜ୍ଞ) ପଦ୍ୟରେ ପ୍ରସିଦ୍ଧ କବି ଆଲ୍‌ଫ୍ରେଡ୍ ଟେନିସନ୍ (ଇକ୍ଷଲକ୍ସରୟ ଞରଦ୍ଭଦ୍ଭଚ୍ଚଗ୍ଦକ୍ଟଦ୍ଭ) ପ୍ରକାଶ କରିଛନ୍ତି:\nଆମ ଛୋଟ ମଣ୍ଡଳ ମାନଙ୍କର ଦିନ ଅଛି;ସେମାନଙ୍କର ଦିନ ଥାଏ ଏବଂ ସମାପ୍ତ ମଧ୍ୟ ହୋଇଯାଏ ।ସେମାନେ କେବଳ ଆପଣଙ୍କର ବିଚ୍ଛିନ୍ନ ଆଲୋକ,ଏବଂ ହେ ପ୍ରଭୁ ଆପଣ ସେମାନଙ୍କଠାରୁ ଅଧିକ ଅଟନ୍ତି ।" }, { "verseTitle": "Bhagavad Gita 7.13", "verse": "13", "chapter": 7, "lang": "or", "shloka": { "speaker": "", "sanskrit": "त्रिभिर्गुणमयैर्भावैरेभिः सर्वमिदं जगत्।\n\nमोहितं नाभिजानाति मामेभ्यः परमव्ययम् ॥13॥", "text": "ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ ।\nମୋହିତଂ ନାଭିଜାନାତି ମାମଭ୍ୟଃ ପରମବ୍ୟୟମ୍ ।।୧୩।।", "audioLink": "https://www.holy-bhagavad-gita.org/public/audio/007_013.mp3" }, "wordMeanings": "ତ୍ରିଭିଃ -ତିନୋଟି; ଗୁଣ ମୟୈଃ - ମାୟିକ ଗୁଣ ଦ୍ୱାରା, ଭାବୈଃ -ଅବସ୍ଥା ଦ୍ୱାରା; ଏଭିଃ - ଏସବୁ; ସର୍ବଂ - ସମ୍ପୂର୍ଣ୍ଣ; ଇଦଂ -ଏହି; ଜଗତ୍ -ବ୍ରହ୍ମାଣ୍ଡ; ମୋହିତଂ - ମୋହିତ; ନ ଅଭିଜାନାତି - ଜାଣନ୍ତି ନାହିଁ; ମାଂ - ମୋତେ; ଏଭ୍ୟଃ - ଏମାନଙ୍କଠାରୁ; ପରଂ-ପରମ; ଅବ୍ୟୟମ୍ -ଅବ୍ୟୟ ।", "translation": { "text": "ମାୟାର ତିନିଗୁଣ ଦ୍ୱାରା ଭ୍ରମିତ ହୋଇ, ସଂସାରର ମନୁଷ୍ୟମାନେ, ଚିରନ୍ତନ ଓ ଅବିନଶ୍ୱର ତତ୍ତ୍ୱ ଭାବେ ମୋତେ ଜାଣିପାରନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-13.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.13.mp3" ] }, "commentary": "ପୂର୍ବ ଶ୍ଲୋକ ଗୁଡିକ ଶୁଣି, ଅର୍ଜୁନ ଭାବି ପାରନ୍ତି, “ହେ ପ୍ରଭୁ! ଯଦି ଆପଣଙ୍କର ଏପରି ସବୁ ବିଭୂତି ରହିଛି, ତେବେ ସଂସାରର କୋଟି କୋଟି ମନୁଷ୍ୟ କାହିଁକି ଜାଣି ପାରୁନାହାନ୍ତି ଯେ, ଆପଣ, ଶ୍ରୀକୃଷ୍ଣ ସର୍ବ ନିୟନ୍ତା ଓ ସୃଷ୍ଟିର କାରଣ ଅଟନ୍ତି? ଏହାର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ, ମନୁଷ୍ୟ ସତ୍ତ୍ୱ, ରଜ ଓ ତମ ତିନୋଟି ମାୟିକ ଗୁଣଦ୍ୱାରା ଭ୍ରମିତ ହୋଇଥାଏ । ଏହି ତିନି ଗୁଣ ତା’ର ଚେତନାକୁ ଆବୃତ୍ତ କରିଦିଏ ଏବଂ ଫଳତଃ, ସେମାନେ ଶାରୀରିକ ସୁଖର କ୍ଷଣସ୍ଥାୟୀ ପ୍ରଲୋଭନରେ ମୋହିତ ହୋଇଯାଆନ୍ତି ।\n“ମାୟା” ଶବ୍ଦର ଅନ୍ୟ ଏକ ଅର୍ଥ ମୂଳ ଶବ୍ଦ ମା (ନାହିଁ) ଏବଂ ୟା (ଯାହାକି) ରୁ ଆସିଅଛି । ଏଣୁ ମାୟାର ଅର୍ଥ “ଯାହା ପ୍ରତୀୟମାନ ହେଉଛି, ତାହା ନୁହେଁ” ଅଟେ । ଭଗବାନଙ୍କର ଏକ ଶକ୍ତି ହୋଇଥିବା ଦୃଷ୍ଟିରୁ, ମାୟା ମଧ୍ୟ ତାଙ୍କ ସେବାରେ ନିଯୁକ୍ତ ଥାଏ । ତା’ର ସେବା ହେଉଛି, ଭଗବତ୍ ପ୍ରାପ୍ତିର ଯୋଗ୍ୟତା ହାସଲ କରି ନ ଥିବା ଜୀବମାନଙ୍କ ଠାରୁ ଭଗବାନଙ୍କ ବାସ୍ତବିକ ସ୍ୱରୂପକୁ ଆବୃତ୍ତ ରଖିବା । ଏତଦ୍ ବ୍ୟତିତ, ମାୟା ଭଗବାନଙ୍କ ପ୍ରତି ବିମୁଖ ଜୀବମାନଙ୍କୁ, ତିନି ଗୁଣରୁ ଉତ୍ପନ୍ନ ହେଉଥିବା ଭୌତିକ କଷ୍ଟ ଦ୍ୱାରା ପୀଡ଼ିତ କରିଥାଏ । ଏହାଦ୍ୱାରା ସେ ଜୀବର ହୃଦ୍‌ବୋଧ କରାଇବାକୁ ଚେଷ୍ଟା କରିଥାଏ ଯେ, ଭଗବାନଙ୍କର ସନ୍ମୁଖ ନ ହେବା ପର୍ଯ୍ୟନ୍ତ ସେମାନେ କଦାପି ସୁଖୀ ହୋଇପାରିବେ ନାହିଁ ।" }, { "verseTitle": "Bhagavad Gita 7.14", "verse": "14", "chapter": 7, "lang": "or", "shloka": { "speaker": "", "sanskrit": "दैवी ह्येषा गुणमयी मम माया दुरत्यया ।\n\nमामेव ये प्रपद्यन्ते मायामेतां तरन्ति ते ॥14॥", "text": "ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ।\nମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ ।।୧୪।।", "audioLink": "https://www.holy-bhagavad-gita.org/public/audio/007_014.mp3" }, "wordMeanings": "ଦୈବୀ- ଦୈବୀ; ହି -ନିଶ୍ଚିତଭାବେ; ଏଷା- ଏହି; ଗୁଣମୟୀ -ତ୍ରିଗୁଣମୟୀ; ମମ- ମୋର; ମାୟା -ମାୟା ଶକ୍ତି; ଦୁରତ୍ୟୟା - ଅତିକ୍ରମ କରିବା ବଡ଼ କଠିନ; ମାଂ - ମୋତେ; ଏବ - ନିଶ୍ଚିତଭାବେ; ଯେ -ଯେଉଁମାନେ; ପ୍ରପଦ୍ୟନ୍ତେ- ଶରଣାଗତ ହୁଅନ୍ତି; ମାୟାଂ-ଏତାଂ - ଏହି ମାୟା ଶକ୍ତିକୁ; ତରନ୍ତି - ଅତିକ୍ରମ କରିଯା’ନ୍ତି; ତେ - ସେମାନେ ।", "translation": { "text": "ପ୍ରକୃତିର ତ୍ରିଗୁଣାତ୍ମିକା ମୋର ଦିବ୍ୟଶକ୍ତି ମାୟାକୁ ଜୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ଯେଉଁମାନେ ମୋର ଶରଣାଗତ ହୁଅନ୍ତି, ସେମାନେ ସହଜରେ ଏହାକୁ ଅତିକ୍ରମ କରି ନିଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-14.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.14.mp3" ] }, "commentary": "କେହି କେହି ମାୟା ଶକ୍ତିକୁ ମିଥ୍ୟା (ଅସ୍ତିତ୍ୱହୀନ) ଅଭିହିତ କରିଥାଆନ୍ତି । ସେମାନେ କହନ୍ତି, ଆମର ଅଜ୍ଞାନତା ଯୋଗୁଁ ଆମେ ଏହାକୁ ଅନୁଭବ କରିଥାଉ । ଆମେ ଯଦି ଜ୍ଞାନଯୁକ୍ତ ହୋଇଯିବା, ତେବେ ଆମ ପାଇଁ ମାୟା ଅସ୍ତିତ୍ୱହୀନ ହୋଇଯିବ । ସେମାନେ ଯୁକ୍ତି କରନ୍ତି ଯେ, ଭ୍ରମ ଦୂର ହୋଇଗଲେ ଆମେ ବୁଝିପାରିବା, ଜୀବ ନିଜେ ହିଁ ଅନ୍ତିମ ସତ୍ୟ ଅଟେ । କିନ୍ତୁ ଭଗବତ୍ ଗୀତାର ଏହି ଶ୍ଲୋକ ଏପରି ସିଦ୍ଧାନ୍ତକୁ ଖଣ୍ଡନ କରୁଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ମାୟା ଭ୍ରମ ନୁହେଁ; ଏହା ଭଗବାନଙ୍କର ଏକ ଶକ୍ତି ଅଟେ । ଶ୍ୱେତାଶ୍ୱତର ଉପନିଷଦ ମଧ୍ୟ କହିଥାଏ:\nମାୟାଂ ତୁ ପ୍ରକୃତିଂ ବିଦ୍ୟାନ୍‌ମାୟିନଂ ତୁ ମହେଶ୍ୱରମ୍ (୪.୧୦)\n“ମାୟା ଶକ୍ତି (ପ୍ରକୃତି) ଅଟେ ଏବଂ ଭଗବାନ ଶକ୍ତିମାନ ଅଟନ୍ତି” । ରାମାୟଣ କହୁଛି:\nସୋ ଦାସୀ ରଘୁବୀର କି ସମୁଝେଁ ମିଥ୍ୟା ସୋପି\n“ଅନେକ ବ୍ୟକ୍ତି ଭାବନ୍ତି ମାୟା ମିଥ୍ୟା (ଅସ୍ତିତ୍ୱହୀନ) ଅଟେ । କିନ୍ତୁ ପ୍ରକୃତପକ୍ଷେ ଏହା ଏକ ଶକ୍ତି ଅଟେ ଯାହା ଭଗବାନଙ୍କ ସେବାରେ ନିୟୋଜିତ ରହିଥାଏ ।”\nଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ମାୟାକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟକର, କାରଣ ଏହା ତାଙ୍କର ଶକ୍ତି ଅଟେ । ଯଦି କିଏ ମାୟାକୁ ଜୟ କରିପାରିଛି, ତା’ର ଅର୍ଥ ସେ ଭଗବାନଙ୍କୁ ଜୟ କରିପାରିଛି । ଯେହେତୁ କେହି ଭଗବାନଙ୍କୁ ପରାସ୍ତ କରିପାରିବେ ନାହିଁ, ତେଣୁ ସେ ମାୟାକୁ ମଧ୍ୟ ପରାସ୍ତ କରି ପାରିବେ ନାହିଁ । ମନ ମାୟାଦ୍ୱାରା ଗଠିତ, ସେଥିପାଇଁ କୌଣସି ଯୋଗୀ, ଜ୍ଞାନୀ, ତପସ୍ୱୀ କିମ୍ବା କର୍ମୀ ମନକୁ ,କେବଳ ନିଜ ଉଦ୍ୟମରେ, ସଫଳତାର ସହ ବଶ କରିପାରନ୍ତି ନାହିଁ ।\nତାପରେ ଅର୍ଜୁନ ପଚାରି ପାରନ୍ତି “ମୁଁ କିପରି ମାୟାକୁ ଜୟ କରିବି?” ଶ୍ଲୋକର ଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଉଛନ୍ତି । ସେ କହୁଛନ୍ତି, “ଅର୍ଜୁନ, ତୁମେ ଯଦି ମୋର ଶରଣାଗତ ହୋଇଯିବ, ତାହେଲେ କୃପା କରି ମୁଁ ତୁମକୁ ଭବସାଗରର ଆରପାରିକୁ ନେଇଯିବି । ମୁଁ ମାୟାକୁ ଇଶାରା କରିଦେବି, “ହେ ମାୟା! ଏହି ଜୀବ ଏବେ ମୋର ହୋଇଯାଇଛି, ଦୟାକରି ତାକୁ ଛାଡି ଦିଅ ।” ଭଗବାନଙ୍କଠାରୁ ନିର୍ଦ୍ଦେଶ ପାଇ, ମାୟା ଶକ୍ତି ଖୁବ୍ ଶୀଘ୍ର ସେପରି ଜୀବକୁ ତା’ର ବନ୍ଧନରୁ ମୁକ୍ତ କରିଦିଏ । ମାୟା କହେ, “ମୋର କାର୍ଯ୍ୟ କେବଳ ଏତିକି - ଜୀବ ଭଗବାନଙ୍କ ଚରଣରେ ଶରଣାଗତ ହେବା ପର୍ଯ୍ୟନ୍ତ, ତାକୁ କଷ୍ଟ ପ୍ରଦାନ କରିବା । ଯେହେତୁ ଏହି ଜୀବ ଭଗବାନଙ୍କ ଶରଣରେ ଆସି ଯାଇଛି, ମୋର କାର୍ଯ୍ୟ ସମାପ୍ତ ।”\nଦୈନନ୍ଦିନ ଜୀବନର ଏକ ଉଦାହରଣରୁ ଏହାକୁ ବୁଝିବା । ଚିନ୍ତା କରନ୍ତୁ ଯେ, ଆପଣଙ୍କ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁ, ଆପଣ ତାଙ୍କ ଫାଟକ ପାଖରେ ପହଞ୍ôଚଲେ । ଫାଟକରେ ଏକ ଫଳକ ଥିଲା ଯେଉଁଠି “କୁକୁର ପ୍ରତି ସାବଧାନ” ଲେଖାଥିଲା । ତାଙ୍କର ପୋଷା ଜର୍ମାନ ସେଫର୍ଡ଼ ଏକ ପ୍ରଶିକ୍ଷିତ ଜଗୁଆଳି ପରି ବଗିଚାରେ ଛିଡ଼ା ହୋଇଛି, ଏବଂ ଭୟଙ୍କର ଭାବରେ ଆପଣଙ୍କ ଆଡ଼କୁ ଚାହିଁ ଗର୍ଜନ କରୁଛି । ଆପଣ ଘରର ପଛ ଫାଟକ ଆଡ଼କୁ ଗଲେ । କିନ୍ତୁ ଅନ୍ୟ ଏକ ଆଲସିସିଆନ ଦୌଡ଼ି ଆସି ଜୋରରେ ଭୁକିବାକୁ ଲାଗିଲା, ସତେ ଯେମିତି ସେ ଆପଣଙ୍କୁ ଜଣାଇ ଦେଉଥିଲା ଯେ, “ମୁଁ ଦେଖୁଛି, ତୁମେ ଏହି ଘରକୁ ପଶିବାର ସାହାସ କରୁଛ କେମିତି?” ଅନ୍ୟ ଉପାୟ ନପାଇ ଆପଣ ଆପଣଙ୍କ ବନ୍ଧୁକୁ ଡ଼ାକିଲେ । ସେ ଘରୁ ବାହାରକୁ ଆସି ଦେଖିଲେ, କୁକୁର ମାନେ ଆପଣଙ୍କୁ ହଇରାଣ କରୁଛନ୍ତି । ସେ ପାଟି କଲେ, “ନା ସ୍ମୋକି, ଆସ ଏଇଠି ବସ ।” କୁକୁରଟି ତତ୍‌କ୍ଷଣାତ୍ ଶାନ୍ତ ହୋଇ ତା ମାଲିକଙ୍କ ପାଖରେ ଆସି ବସିପଡ଼ିଲା । ବର୍ତ୍ତମାନ ଆପଣ ନିର୍ଭୟରେ ଫାଟକ ଖୋଲି ଭିତରକୁ ଆସିଲେ । ସେହିପରି, ଆମକୁ କଷ୍ଟ ଦେଉଥିବା ମାୟାଶକ୍ତି ଭଗବାନଙ୍କର ଅନୁଚର ଅଟେ । ନିଜ ଉଦ୍ୟମରେ ଆମେ ତାକୁ ଅତିକ୍ରମ କରିପାରିବା ନାହିଁ । ଏହାକୁ ପାର କରିବାର ଉପାୟ କେବଳ ଭଗବାନଙ୍କର ଶରଣାଗତି ଅଟେ । ଏହା ଏହି ଶ୍ଲୋକରେ ଦୃଢ଼ତାପୂର୍ବକ କୁହାଯାଇଛି । ଯଦି ଆମେ ଭଗବାନଙ୍କର ଶରଣାଗତି କରି, ଏତେ ସହଜରେ ମାୟାକୁ ପରାଭୂତ କରିପାରିବା, ତେବେ ଲୋକମାନେ ତାଙ୍କର ଶରଣାଗତ ହେଉ ନାହାନ୍ତି କାହିଁକି? ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକରେ ଏହାକୁ ବୁଝାଇଛନ୍ତି ।" }, { "verseTitle": "Bhagavad Gita 7.15", "verse": "15", "chapter": 7, "lang": "or", "shloka": { "speaker": "", "sanskrit": "न मां दुष्कृतिनो मूढाः प्रपद्यन्ते नराधमाः ।\n\nमाययापहृतज्ञाना आसुरं भावमाश्रिताः ॥15॥", "text": "ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ ।\nମାୟୟାପହୃତଜ୍ଞାନା ଆସୁରଂ ଭାବମାଶ୍ରିତାଃ ।।୧୫।।", "audioLink": "https://www.holy-bhagavad-gita.org/public/audio/007_015.mp3" }, "wordMeanings": "ନ - ନୁହେଁ; ମାଂ -ମୋତେ; ଦୁଷ୍କୃତିନଃ -ପାପାତ୍ମାମାନେ; ମୂଢ଼ାଃ - ମୂର୍ଖମାନେ; ପ୍ରପଦ୍ୟନ୍ତେ - ଶରଣରେ ଆସନ୍ତି; ନରାଧମାଃ -ଆଳସ୍ୟ ପରାୟଣ; ମାୟୟା -ମାୟାଶକ୍ତି ଦ୍ୱାରା; ଅପହୃତ -ଅପହୃତ; ଜ୍ଞାନାଃ -ଜ୍ଞାନ; ଆସୁରଂ -ଅସୁର; ଭାବଂ-ଭାବ; ଆଶ୍ରିତାଃ - ଯୁକ୍ତ ।", "translation": { "text": "ଚାରି ଶ୍ରେଣୀର ଲୋକ ମୋର ଶରଣାଗତ ହୁଅନ୍ତି ନାହିଁ - ଯେଉଁମାନେ ଅଜ୍ଞାନୀ, ଯେଉଁମାନେ ମୋତେ ଜାଣିବାର ସାମର୍ଥ୍ୟ ଥାଇ ସୁଦ୍ଧା ଆଳସ୍ୟ ପରାୟଣ ହୋଇ ନିଜର ନିମ୍ନ ପ୍ରକୃତି ଅନୁସାରେ ଆଚରଣ କରନ୍ତି, ଯାହାଙ୍କର ବୁଦ୍ଧି ଭ୍ରମିତ ହୋଇଥାଏ ଏବଂ ଯେଉଁମାନେ ଦାନବ ସ୍ୱଭାବର ହୋଇଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-15.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.15.mp3" ] }, "commentary": "ଭଗବାନଙ୍କର ଶରଣାଗତ ହେଉ ନ ଥିବା ଚାରି ପ୍ରକାର ଲୋକଙ୍କ ବିଷୟରେ, ଶ୍ରୀକୃଷ୍ଣ ସୂଚନା ଦେଉଛନ୍ତି ।\n୧. ଅଜ୍ଞାନୀ - ଆଧ୍ୟାତ୍ମିକ ଜ୍ଞାନ-ରହିତ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି । ଶାଶ୍ୱତ ଆତ୍ମା-ରୂପୀ ନିଜର ବାସ୍ତବ ପରିଚୟ, ଭଗବତ୍ ପ୍ରାପ୍ତି-ରୂପୀ ନିଜ ଜୀବନର ବାସ୍ତବ ଲକ୍ଷ୍ୟ, ଏବଂ ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ପ୍ରେମମୟୀ ଭକ୍ତି ଦ୍ୱାରା ଭଗବାନଙ୍କର ଶରଣାଗତି - ଏସବୁର ଜ୍ଞାନ ସେମାନଙ୍କର ନ ଥାଏ । ଏହି ଅଜ୍ଞାନତା ସେମାନଙ୍କୁ ଭଗବାନଙ୍କର ଶରଣାଗତ ହେବାକୁ ବାଧା ଦେଇଥାଏ ।\n୨. ଯେଉଁମାନେ ଆଳସ୍ୟ ପରାୟଣ ହୋଇ ନିମ୍ନତର ପ୍ରବୃତ୍ତିର ଅନୁସରଣ କରନ୍ତି - ଏହି ଶ୍ରେଣୀର ବ୍ୟକ୍ତିମାନଙ୍କର ସାଧାରଣ ଆଧ୍ୟାତ୍ମିକ ଜ୍ଞାନ ଥାଏ ଏବଂ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ସେମାନେ ଅବଗତ ଥାଆନ୍ତି । କିନ୍ତୁ ସେମାନଙ୍କ ନିମ୍ନ ପ୍ରକୃତିର ଜଡତା ଯୋଗୁଁ, ସେମାନେ ଶରଣାଗତି ପାଇଁ କୌଣସି ଉଦ୍ୟମ କରନ୍ତି ନାହିଁ । ଧାର୍ମିକ ନୀତି ଅନୁସାରେ କର୍ମ କରିବାରେ ଆଳସ୍ୟ ପ୍ରଦର୍ଶନ କରିବା, ଆଧ୍ୟାତ୍ମିକ ପଥର ଏକ ବିରାଟ ପ୍ରତିବନ୍ଧକ ଅଟେ । ସଂସ୍କୃତରେ ଗୋଟିଏ ଉକ୍ତି ଅଛି:\nଆଳସ୍ୟ ହୀ ମନୁଷ୍ୟାଣାଂ ଶରୀରସ୍ଥୋ ମହାନ୍ ରିପୁଃ ।ନାସ୍ତ୍ୟୁଦ୍ୟମସମୋ ବନ୍ଧୁଃ କୃତ୍ୱା ଯଂ ନାବସୀଦତି । ।\n୍ୱ “ମନୁଷ୍ୟ ଶରୀରର ସବୁଠାରୁ ବଡ ଶତ୍ରୁ ଆଳସ୍ୟ ହିଁ ଅଟେ । ଉଦ୍ୟମ ମନୁଷ୍ୟର ସବୁଠାରୁ ବଡ଼ ମିତ୍ର ଅଟେ, ଯାହା କେବେବି ତା’ର ପତନ କରାଏ ନାହିଁ ।”\n୩. ଯେଉଁମାନଙ୍କର ବୁଦ୍ଧି ଭ୍ରମିତ - ଏପରି ବ୍ୟକ୍ତିମାନେ ନିଜର ବୁଦ୍ଧିକୁ ନେଇ ବହୁତ ଗର୍ବିତ । ଏମାନେ ସନ୍ଥ ବା ଶାସ୍ତ୍ରମାନଙ୍କର ଉପଦେଶ ଶୁଣି ତାହାକୁ ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ । ସବୁ ଆଧ୍ୟାତ୍ମିକ ସତ୍ୟ ଅତିଶୀଘ୍ର ପ୍ରମାଣିତ ହୁଏ ନାହିଁ । ପ୍ରଥମେ ଆମକୁ ତାହା  ଉପରେ ବିଶ୍ୱାସ କରି ସାଧନା ଆରମ୍ଭ କରିବାକୁ ପଡିବ, ତେବେ ଯାଇଁ ଅନୁଭୂତି ଦ୍ୱାରା ସେହି ଜ୍ଞାନ ବୋଧଗମ୍ୟ ହେବ । ଯେଉଁମାନେ ବର୍ତ୍ତମାନ ସମୟରେ ପ୍ରମାଣିତ ହୋଇପାରୁ ନ ଥିବା ବିଷୟରେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଇନ୍ଦ୍ରିୟାନୁଭୂତିର ଊର୍ଦ୍ଧ୍ୱରେ ଥିବା ଈଶ୍ୱରଙ୍କର ଶରଣାଗତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଏମାନଙ୍କୁ ତୃତୀୟ ଶ୍ରେଣୀର ଅନ୍ତର୍ଭୁକ୍ତ କରିଛନ୍ତି ।\n୪. ଯେଉଁମାନେ ଦାନବ ପ୍ରକୃତି ଯୁକ୍ତ - ଏହି ବ୍ୟକ୍ତିମାନେ ଜାଣିଥାନ୍ତି ଯେ ଜଣେ ଭଗବାନ ଅଛନ୍ତି, କିନ୍ତୁ ସେମାନେ ସଂସାରରେ ଈଶ୍ୱରଙ୍କର ଉଦ୍ଦେଶ୍ୟକୁ ବ୍ୟର୍ଥ କରିବାକୁ ସମ୍ପୂର୍ଣ୍ଣ ବିପରୀତ ଦିଗରେ କାର୍ଯ୍ୟ କରିଥାନ୍ତି । ଈଶ୍ୱରଙ୍କର ଗୁଣ କୀର୍ତ୍ତନ କରୁଥିବା କିମ୍ବା ତାଙ୍କର ଭକ୍ତି କରୁଥିବା କୌଣସି ବ୍ୟକ୍ତିଙ୍କୁ ସେମାନେ ସହ୍ୟ କରିପାରନ୍ତି ନାହିଁ । ତେଣୁ ଜାଣିବା କଥା ଯେ ସେମାନେ ଭଗବାନଙ୍କର ଶରଣାଗତି କରନ୍ତି ନାହିଁ ।" }, { "verseTitle": "Bhagavad Gita 7.16", "verse": "16", "chapter": 7, "lang": "or", "shloka": { "speaker": "", "sanskrit": "चतुर्विधा भजन्ते मां जनाः सुकृतिनोऽर्जुन ।\n\nआर्तो जिज्ञासरर्थार्थी ज्ञानी च भरतर्षभ ॥16॥", "text": "ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋଽର୍ଜୁନ ।\nଆର୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ।।୧୬।।", "audioLink": "https://www.holy-bhagavad-gita.org/public/audio/007_016.mp3" }, "wordMeanings": "ଚତୁର୍ବିଧା- ଚାରିପ୍ରକାର; ଭଜନ୍ତେ - ଭଜନ କରନ୍ତି (ଭକ୍ତି କରନ୍ତି); ମାଂ - ମୋତେ; ଜନାଃ- ଲୋକମାନେ; ସୁକୃତିନଃ- ଯେଉଁମାନେ ଧାର୍ମିକ; ଅର୍ଜୁନ- ହେ ଅର୍ଜୁନ; ଆର୍ତଃ - ପୀଡ଼ିତ; ଜିଜ୍ଞାସୁଃ - ଜ୍ଞାନ ପିପାସୁ; ଅର୍ଥ-ଅର୍ଥୀ- ଯିଏ ଭୌତିକ ଲାଭ ଇଚ୍ଛାକରେ; ଜ୍ଞାନୀ - ଜ୍ଞାନଯୁକ୍ତ; ଚ- ଏବଂ; ଭରତର୍ଷଭ - ହେ ଭରତଶ୍ରେଷ୍ଠ ।", "translation": { "text": "ହେ ଭାରତ ଶ୍ରେଷ୍ଠ! ଚାରି ପ୍ରକାରର ଧର୍ମପରାୟଣ ବ୍ୟକ୍ତି ମୋର ଭକ୍ତି କରନ୍ତି - ଦୁଃଖୀ ବ୍ୟକ୍ତି, ଜ୍ଞାନ ପିପାସୁ, ଭୌତିକ ଲାଭର ଅଭିଳାଷୀ ଏବଂ ଜ୍ଞାନୀ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-16.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.16.mp3" ] }, "commentary": "କେଉଁ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ ତାଙ୍କର ଶରଣାଗତ ହୁଅନ୍ତି ନାହିଁ, ତାହା ବର୍ଣ୍ଣନା କରିବା ପରେ ଶ୍ରୀକୃଷ୍ଣ ବର୍ତ୍ତମାନ କେଉଁ ସ୍ୱଭାବର ବ୍ୟକ୍ତିମାନେ ତାଙ୍କର ଶରଣାଗତ ହୁଅନ୍ତି ତାହା ବର୍ଣ୍ଣନା କରିଛନ୍ତି ।\n୧. ଦୁଃଖୀ ବ୍ୟକ୍ତି - କେତେକ ବ୍ୟକ୍ତିଙ୍କ ପାଇଁ ସଂସାରର କ୍ଲେଶ ଯେତେବେଳେ ଅତ୍ୟଧିକ ହୋଇଯାଏ, ସେମାନେ ଅନୁଭବ କରନ୍ତି ଯେ ସଂସାର ପଛରେ ଗୋଡ଼ାଇବା ନିରର୍ଥକ ଅଟେ; ତେଣୁ ଭଗବାନଙ୍କର ଶରଣ ଗ୍ରହଣ କରିବା ଶ୍ରେୟସ୍କର । ସେହିପରି ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ସଂସାର ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରୁନାହିଁ, ସେମାନେ ସୁରକ୍ଷା ପାଇଁ ଭଗବାନଙ୍କର ଅବଲମ୍ବନ ଗ୍ରହଣ କରିଥାଆନ୍ତି । ଦ୍ରୌପଦୀଙ୍କର ଶରଣାଗତି ଏହାର ଏକ ଉଦାହରଣ ଅଟେ । କୌରବମାନଙ୍କର ସଭାରେ ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ କରାଯାଉଥିଲା, ସେ ପ୍ରଥମେ ନିଜ ସ୍ୱାମୀମାନଙ୍କର ସହାୟତା ଲୋଡ଼ିଥିଲେ । ସେମାନେ ଯେତେବେଳେ ନୀରବ ରହିଲେ, ସେ ସଭାରେ ଉପସ୍ଥିତ ଗୁରୁଜନ - ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଭୀଷ୍ମ ଏବଂ ବିଦୁର ଆଦିଙ୍କର ସାହାଯ୍ୟ ଭିକ୍ଷା କରିଥିଲେ । ଯେତେବେଳେ ସେମାନେ ମଧ୍ୟ ତାଙ୍କୁ ସୁରକ୍ଷା ପ୍ରଦାନ କଲେ ନାହିଁ, ଦ୍ରୌପଦୀ ତାଙ୍କର ଶାଢ଼ୀକୁ ଦାନ୍ତରେ ଦବାଇ ରଖି, ନିଜେ ନିଜର ରକ୍ଷା କରିବାକୁ ଚେଷ୍ଟା କଲେ । ସେପର୍ଯ୍ୟନ୍ତ, ଦ୍ରୌପଦୀଙ୍କର ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଆସି ନ ଥିଲେ । ଶେଷରେ ଯେତେବେଳେ ଦୁଃଶାସନଙ୍କର ଏକ ଝଟକାରେ ଦ୍ରୌପଦୀଙ୍କ ଦାନ୍ତରୁ ବସ୍ତ୍ର ଖସିବାକୁ ଲାଗିଲା, ସେତେବେଳେ ଅନ୍ୟ ସବୁ ଅବଲମ୍ବ ତ୍ୟାଗ କରି ସେ ଶ୍ରୀକୃଷ୍ଣଙ୍କର ପୂର୍ଣ୍ଣ ଶରଣାଗତ ହୋଇଗଲେ । ଶ୍ରୀକୃଷ୍ଣ ଅବିଳମ୍ବେ ତାଙ୍କୁ ସୁରକ୍ଷା ପ୍ରଦାନ କରି ତାଙ୍କ ଶାଢ଼ୀର ଦୈର୍ଘ୍ୟକୁ ବଢ଼ାଇ ଦେଇଥିଲେ । ଦୁଃଶାସନ ଯେତେ ଟାଣିଲେ ମଧ୍ୟ, ଦ୍ରୌପଦୀଙ୍କୁ ଉଲଗ୍ନ କରିବାର ବିଫଳ ହୋଇଥିଲା ।\n୨. ଜ୍ଞାନ ପିପାସୁ - କେତେକ ବ୍ୟକ୍ତି ଜିଜ୍ଞାସାବଶତଃ ଭଗବାନଙ୍କର ଶରଣାଗତ ହୋଇଥାନ୍ତି । ସେମାନେ ଶୁଣିବାକୁ ପାଆନ୍ତି ଯେ ଅନେକ ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ସ୍ୱର୍ଗୀୟ ସୁଖ ଅନୁଭବ କରିଥାଆନ୍ତି । ଏହା ସେମାନଙ୍କୁ ସେ ବିଷୟରେ ଅଧିକ ଜାଣିବାକୁ ଉତ୍ସୁକ କରେ । ନିଜର ଉତ୍ସୁକତାକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଭଗବାନଙ୍କ ଅଭିମୁଖରେ ଯାଇଥାନ୍ତି ।\n୩. ଭୌତିକ ଲାଭର ଅଭିଳାଷୀ - ଅନ୍ୟ ଏକ ଗୋଷ୍ଠୀର ବ୍ୟକ୍ତି ସେମାନଙ୍କର ଚାହିଦା ବିଷୟରେ ବେଶ୍ ସଚେତନ ଏବଂ ସେମାନେ ଏକଥା ମଧ୍ୟ ଜାଣିଥାନ୍ତି ଯେ କେବଳ ଭଗବାନ ହିଁ ତାଙ୍କୁ ଏସବୁ ପ୍ରଦାନ କରି ପାରିବେ । ତେଣୁ ସେମାନେ ଭଗବାନଙ୍କର ଆଶ୍ରୟ ଇଚ୍ଛାକରନ୍ତି । ଉଦାହରଣ ସ୍ୱରୂପ: ଧ୍ରୁବ, ତାଙ୍କ ପିତା ଉତ୍ତାନପାଦଙ୍କଠାରୁ ଅଧିକ ଶକ୍ତିଶାଳୀ ହେବା ପାଇଁ, ଭକ୍ତି କରିବାକୁ ଆରମ୍ଭ କରିଥିଲେ । ତାଙ୍କର ଭକ୍ତି ଯେତେବେଳେ ପରିପକ୍ୱ ହେଲା ଏବଂ ଶେଷରେ ଭଗବାନ ତାଙ୍କୁ ଦର୍ଶନ ଦେଲେ, ସେ ହୃଦୟଙ୍ଗମ କଲେ ଯେ ସେ ଯାହା ପାଇବାକୁ ଚାହୁଁଛନ୍ତି ତାହା, ଦିବ୍ୟପ୍ରେମରୂପୀ ଅମୂଲ୍ୟ ହୀରାର ଅଧିକାରୀଙ୍କ ଠାରୁ ଏକ କାଚଖଣ୍ଡ ମାଗିବା ସଦୃଶ ଅଟେ । ତାପରେ ତାଙ୍କୁ ବିଶୁଦ୍ଧ ନିଃଷ୍କାମ ଭକ୍ତି ପ୍ରଦାନ କରିବାକୁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ।\n୪. ଜ୍ଞାନୀ - ଶେଷରେ, ସଂସାରରେ ଏପରି ଜୀବ ଅଛନ୍ତି, ଯେଉଁମାନେ ବୁଝି ପାରିଥାଆନ୍ତି ଯେ ସେମାନେ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି ଏବଂ ଭଗବାନଙ୍କୁ ପ୍ରେମ କରିବା ଏବଂ ଭକ୍ତି କରିବା ସେମାନଙ୍କର ସ୍ୱାଭାବିକ ନିତ୍ୟ ଧର୍ମ ଅଟେ ।\nଶ୍ରୀକୃଷ୍ଣ କହୁଛନ୍ତି ଯେ ଏହିପରି ଚାରି ପ୍ରକାରର ବ୍ୟକ୍ତି ତାଙ୍କର ଭକ୍ତି କରିଥାଆନ୍ତି ।" }, { "verseTitle": "Bhagavad Gita 7.17", "verse": "17", "chapter": 7, "lang": "or", "shloka": { "speaker": "", "sanskrit": "तेषां ज्ञानी नित्ययुक्त एकभक्तिर्विशिष्यते ।\n\nप्रियो हि ज्ञानिनोऽत्यर्थमहं स च मम प्रियः ॥17॥", "text": "ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକଭକ୍ତିର୍ବିଶିଷ୍ୟତେ ।\nପ୍ରିୟୋ ହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।।୧୭।।", "audioLink": "https://www.holy-bhagavad-gita.org/public/audio/007_017.mp3" }, "wordMeanings": "ତେଷାଂ -ସେମାନଙ୍କ ମଧ୍ୟରୁ; ଜ୍ଞାନୀ - ଯିଏ ପୂର୍ଣ୍ଣଜ୍ଞାନ ପ୍ରାପ୍ତ ହୋଇଛି; ନିତ୍ୟ ଯୁକ୍ତଃ -ସର୍ବଦା ମୋଠାରେ ଯୁକ୍ତ; ଏକ - ଅନନ୍ୟ ଭାବରେ; ଭକ୍ତିଃ- ଭକ୍ତି; ବିଶିଷ୍ୟତେ - ପ୍ରଧାନ ଅଟେ; ପ୍ରିୟଃ - ଅତ୍ୟନ୍ତ ପ୍ରିୟ; ହି - ନିଶ୍ଚିତଭାବେ; ଜ୍ଞାନିନଃ - ଜ୍ଞାନୀମାନଙ୍କର; ଅତ୍ୟର୍ଥଂ - ଅତ୍ୟନ୍ତ; ଅହଂ-ମୁଁ; ସଃ -ସେ; ଚ - ଏବଂ; ମମ- ମୋର; ପ୍ରିୟଃ -ପ୍ରିୟ ।", "translation": { "text": "ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରିଥାଏ । ମୁଁ ତାଙ୍କର ଅତିପ୍ରିୟ ଏବଂ ସେମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-17.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.17.mp3" ] }, "commentary": "ଯେଉଁମାନେ ଦୁଃଖରେ ସଂତପ୍ତ ହୋଇ, ସାଂସାରିକ ବସ୍ତୁ ପାଇଁ କିମ୍ବା ଉତ୍ସୁକତା ବଶତଃ ଭଗବାନଙ୍କର ଶରଣାଗତ ହୋଇଥାନ୍ତି, ସେମାନେ ସେ ପର୍ଯ୍ୟନ୍ତ ନିଷ୍କାମ ଭକ୍ତି କରି ନ ଥାନ୍ତି । କ୍ରମଶଃ, ଭକ୍ତି ଆଚରଣ ଦ୍ୱାରା, ତାଙ୍କର ଅନ୍ତଃକରଣ ଶୁଦ୍ଧ ହୁଏ ଏବଂ ଭଗବାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ବିଷୟରେ ଜ୍ଞାନ ବୃଦ୍ଧି ଲାଭ କରେ । ତାପରେ ଭଗବାନଙ୍କ ପ୍ରତି ତାଙ୍କର ଭକ୍ତି ଏକାଗ୍ର, ଅନନ୍ୟ ଏବଂ ଅବିରଳ ହୋଇଯାଏ । ଯେହେତୁ ସେମାନଙ୍କର ଏହି ଜ୍ଞାନ ହୋଇ ଯାଇଥାଏ ଯେ ସଂସାର ତାଙ୍କର ନୁହେଁ ଏବଂ ସୁଖର ସ୍ରୋତ ମଧ୍ୟ ନୁହେଁ, ସେମାନେ ଅନୁକୁଳ ପରିସ୍ଥିତି ପାଇଁ ଲାଳାୟିତ ହୁଅନ୍ତି ନାହିଁ କିମ୍ବା ପ୍ରତିକୂଳ ପରିସ୍ଥିତିରେ ପଶ୍ଚାତାପ କରନ୍ତି ନାହିଁ । ଏହିପରି ଭାବରେ ସେମାନେ ନିଷ୍କାମ ଭକ୍ତିରେ ସ୍ଥିତ ହୋଇଯାଆନ୍ତି । ଆତ୍ମ ସମର୍ପଣର ଭାବ ନେଇ ସେମାନେ ତାଙ୍କର ଦିବ୍ୟ ପ୍ରିୟତମଙ୍କ ପ୍ରତି ପ୍ରେମର ଅଗ୍ନିରେ ନିଜକୁ ଅର୍ଘ୍ୟରୂପରେ ଅର୍ପଣ କରନ୍ତି । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନରେ ସ୍ଥିତ ଏପରି ଭକ୍ତମାନେ ତାଙ୍କର ଅତିପ୍ରିୟ ଅଟନ୍ତି ।" }, { "verseTitle": "Bhagavad Gita 7.18", "verse": "18", "chapter": 7, "lang": "or", "shloka": { "speaker": "", "sanskrit": "उदाराः सर्व एवैते ज्ञानी त्वात्मैव मे मतम् ।\n\nआस्थितः स हि युक्तात्मा मामेवानुत्तमां गतिम् ॥18॥", "text": "ଉଦାରାଃ ସର୍ବ ଏବୈତେ ଜ୍ଞାନୀ ତ୍ୱାତ୍ମୈବ ମେ ମତମ୍ ।\nଆସ୍ଥିତଃ ସ ହି ଯୁକ୍ତାତ୍ମା ମାମେବାନୁତ୍ତମାଂ ଗତିମ୍ ।।୧୮।।", "audioLink": "https://www.holy-bhagavad-gita.org/public/audio/007_018.mp3" }, "wordMeanings": "ଉଦାରାଃ - ଉଦାର ପ୍ରକୃତିର; ସର୍ବେ -ସମସ୍ତେ; ଏବ- ନିଶ୍ଚିତଭାବେ; ଏତେ-ଏମାନେ; ଜ୍ଞାନୀ - ଜ୍ଞାନରେ ସ୍ଥିତ; ତୁ-କିନ୍ତୁ; ଆତ୍ମାଏବ- ମୋ ପରି; ମେ- ମୋର; ମତମ୍ - ଅଭିମତ; ଆସ୍ଥିତଃ - ଅବସ୍ଥିତ; ସ - ସେ; ହି - ନିଶ୍ଚିତଭାବେ; ଯୁକ୍ତ-ଆତ୍ମା - ମୋ ସହିତ ସଂଯୁକ୍ତ; ମାଂ - ମୋ ପ୍ରତି; ଏବ- ନିଶ୍ଚିତଭାବେ; ଅନୁତ୍ତମାଂ - ପରମ; ଗତିମ୍ - ଗତି ।", "translation": { "text": "ବାସ୍ତବରେ ମୋର ଭକ୍ତି କରୁଥିବା ସମସ୍ତ ବ୍ୟକ୍ତି ମହାନ୍ ଅଟନ୍ତି । କିନ୍ତୁ, ଯେଉଁମାନେ ଜ୍ଞାନରେ ସ୍ଥିତ, ଏକାଗ୍ର ଚିତ୍ତ, ଯାହାର ବୁଦ୍ଧି ମୋ ପ୍ରତି ସମର୍ପିତ ଏବଂ ଯେଉଁମାନେ ମୋତେ ହିଁ ନିଜର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରିଥାଆନ୍ତି, ମୁଁ ସେମାନଙ୍କୁ ନିଜ ସଦୃଶ ମନେ କରେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-18.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.18.mp3" ] }, "commentary": "ଶ୍ଲୋକ ୭.୧୭ରେ ଜ୍ଞାନୀ ଭକ୍ତମାନଙ୍କୁ ସର୍ବଶ୍ରେଷ୍ଠ ଘୋଷିତ କରିବା ପରେ, ଶ୍ରୀକୃଷ୍ଣ ସ୍ପଷ୍ଟ କରିଦେଉଛନ୍ତି ଯେ ଅନ୍ୟ ତିନି ପ୍ରକାର ଭକ୍ତ ମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି । ଯେ କୌଣସି କାରଣରୁ ବ୍ୟକ୍ତି ଭକ୍ତି କରୁ, ସେ ନିଶ୍ଚିତ ଭାବରେ ସୌଭାଗ୍ୟଶାଳୀ ଅଟେ । ତଥାପି, ଜ୍ଞାନରେ ସ୍ଥିତ ଭକ୍ତମାନେ ଯେହେତୁ କୌଣସି ଭୌତିକ କାରଣରୁ ଭଗବାନଙ୍କର ଭକ୍ତି କରନ୍ତି ନାହିଁ, ସେପରି ଭକ୍ତଙ୍କର ନିଷ୍କାମ ଏବଂ ନିଃସ୍ୱାର୍ଥ ପ୍ରେମରେ ଭଗବାନ ବାନ୍ଧି ହୋଇଯାଆନ୍ତି ।\nପରାଭକ୍ତି ବା ଦିବ୍ୟପ୍ରେମ, ସାଂସାରିକ ପ୍ରେମଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଦିବ୍ୟ ପ୍ରେମ, ଦିବ୍ୟ ପ୍ରିୟତମଙ୍କ ସୁଖର କାମନାରେ ଅନୁପ୍ରାଣିତ ହୋଇଥାଏ; ସାଂସାରିକ ପ୍ରେମ, ନିଜ ସୁଖ ପାଇଁ ଉଦ୍ଦିଷ୍ଟ ହୋଇଥାଏ । ଦିବ୍ୟପ୍ରେମ, ଦେବା ଭାବନା ଏବଂ ପ୍ରିୟତମଙ୍କ ସେବାରେ ତ୍ୟାଗ କରିବାର ଇଚ୍ଛା ଦ୍ୱାରା ଅନୁପ୍ରାଣୀତ ହୋଇଥାଏ; ସାଂସାରିକ ପ୍ରେମରେ ପାଇବାର ଇଚ୍ଛା ରହିଥାଏ ଏବଂ ପ୍ରିୟତମଙ୍କ ଠାରୁ କିଛି ପ୍ରାପ୍ତ କରିବା ଏହାର ଅନ୍ତିମ ଲକ୍ଷ୍ୟ ଅଟେ । ଚୈତନ୍ୟ ମହାପ୍ରଭୁ ବର୍ଣ୍ଣନା କରିଛନ୍ତି:\nକାମେର ତାତ୍ପର୍ଯ୍ୟ ନିଜ-ସମ୍ଭୋଗ କେବଳ,କୃଷ୍ଣ-ସୁଖ-ତାତ୍ପର୍ଯ୍ୟ-ମାତ୍ର ପ୍ରେମ ତା’ ପ୍ରବଳ ।ଅତଏବ କାମ-ପ୍ରେମେ ବହୁତ ଅନ୍ତର,କାମ ଅନ୍ଧ-ତମଃ, ପ୍ରେମ ନିର୍ମଲ ଭାସ୍କର । । (ଚୈତନ୍ୟ ଚରିତାମୃତ, ଆଦିଲୀଳା, ୪.୧୬୬ ଏବଂ୧୭୧)\n“କାମନା (ସାଂସାରିକ ପ୍ରେମ) ନିଜ ସୁଖ ପାଇଁ ଉଦ୍ଦିଷ୍ଟ, ଦିବ୍ୟପ୍ରେମ ଶ୍ରୀକୃଷ୍ଣଙ୍କ ସୁଖର ଇଚ୍ଛାରେ ପ୍ରତିପାଳିତ । ଏହି ଦୁଇଟି ମଧ୍ୟରେ ବହୁତ ଅଧିକ ପାର୍ଥକ୍ୟ ରହିଛି- କାମନା ଅନ୍ଧକାର ଓ ଅଜ୍ଞାନ ପରି ଅଟେ, ଯେତେବେଳେ କି ଦିବ୍ୟ ପ୍ରେମ ଶୁଦ୍ଧ ଓ ଉଜ୍ଜ୍ୱଳ ଅଟେ ।” ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଅତି ସୁନ୍ଦର ଭାବରେ ଏହାର ଚିତ୍ରଣ କରିଛନ୍ତି:\nବ୍ରହ୍ମଲୋକ ପର୍ଯ୍ୟନ୍ତ ସୁଖ, ଅରୁ ମୁକ୍ତିହୁଁ ସୁଖ ତ୍ୟାଗ ।ତବୈ ଧରହୁଁ ପଗ ପ୍ରେମ ପଥ, ନହିଁ ଲଗି ଜୈହେଁ ଦାଗ ।ା (ଭକ୍ତିଶତକ, ପଦ ୪୫)\n“ତୁମେ ଯଦି ଭକ୍ତିର ମାର୍ଗରେ ଚାଲିବାକୁ ଇଚ୍ଛା କରୁଥାଅ, ତେବେ ଉଭୟ ଭୌତିକ ସୁଖ ଏବଂ ମୁକ୍ତି କାମନାକୁ ତ୍ୟାଗ କର । ଅନ୍ୟଥା ଦିବ୍ୟ ପ୍ରେମର ନିର୍ମଳ ଜଳ, ସ୍ୱାର୍ଥପରତାର ମିଶ୍ରଣରେ, ଦୂଷିତ ହୋଇଯିବ ।” ଦେବର୍ଷି ନାରଦ ବିଶୁଦ୍ଧ ଭକ୍ତିର ବର୍ଣ୍ଣନା ଏହିପରି କରିଛନ୍ତି:\nତତ୍ ସୁଖ ସୁôଖିତ୍ୱମ୍ (ନାରଦ ଭକ୍ତି ଦର୍ଶନ, ସୂତ୍ର ୨୪)\n“ବିଶୁଦ୍ଧ ପ୍ରେମ ପ୍ରିୟତମଙ୍କର ସୁଖ ନିମନ୍ତେ ଉଦ୍ଦିଷ୍ଟ ।” ଭୌତିକ ମନୋଭାବ ଦ୍ୱାରା ପ୍ରେରିତ ଭକ୍ତମାନେ ଏପରି ପ୍ରେମ କରିପାରିବେ ନାହିଁ, କିନ୍ତୁ ଯେଉଁ ଭକ୍ତମାନେ ଜ୍ଞାନରେ ସ୍ଥିତ, ସେମାନେ ନିଷ୍କାମତାର ଏହି ସ୍ତରକୁ ଉନ୍ନୀତ ହୋଇପାରନ୍ତି । ଯେଉଁ ଭକ୍ତ ଭଗବାନଙ୍କର ଏପରି ନିଷ୍କାମ ଭକ୍ତି କରିଥାଆନ୍ତି, ଭଗବାନ ସେହି ଭକ୍ତଙ୍କର କ୍ରୀତଦାସ ହୋଇଯାନ୍ତି । ଭଗବାନଙ୍କର ସର୍ବଶ୍ରେଷ୍ଠ ଗୁଣ ଭକ୍ତ ବତ୍ସଳତା (ଭକ୍ତମାନଙ୍କ ପ୍ରତି ତାଙ୍କର ପ୍ରେମ) ଅଟେ । ପୁରାଣ କହେ:\nଗୀତ୍ୱା ଚ ମମ ନାମାନି ବିଚରେନ୍‌ମମ ସନ୍ନିଧୌ ।ଇତି ବ୍ରବୀମି ତେ ସତ୍ୟଂ କୃତୋହଂ ତସ୍ୟ ଚାର୍ଜୁନ । । (ଆଦି ପୁରାଣ ୧.୨.୨୩୧)\nଶ୍ରୀକୃଷ୍ଣ କହୁଛନ୍ତି: “ମୁଁ, ମୋର ସେହି ଭକ୍ତମାନଙ୍କର, କ୍ରୀତଦାସ ହୋଇଯାଏ, ଯିଏ ମୋର ନାମ ଜପ କରନ୍ତି ଏବଂ ସ୍ମରଣ ଦ୍ୱାରା ସର୍ବଦା ମୋତେ ନିଜ ସହିତ ରଖନ୍ତି । ହେ ଅର୍ଜୁନ, ଏହା ସତ୍ୟ ଅଟେ ।” ଭଗବାନ ତାଙ୍କର ନିଷ୍କାମ ଭକ୍ତ ମାନଙ୍କ ପ୍ରତି ନିଜକୁ ଏତେ ଋଣୀ ଅନୁଭବ କରନ୍ତି ଯେ ଏହି ଶ୍ଳୋକରେ ସେ ଏପରି କହୁଛନ୍ତି ସେମାନଙ୍କୁ ସେ ନିଜ ସଦୃଶ ମନେ କରନ୍ତି ।" }, { "verseTitle": "Bhagavad Gita 7.19", "verse": "19", "chapter": 7, "lang": "or", "shloka": { "speaker": "", "sanskrit": "बहूनां जन्मनामन्ते ज्ञानवान्मां प्रपद्यते।\n\nवासुदेवः सर्वमिति स महात्मा सुदुर्लभः ॥19॥", "text": "ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍‌ମାଂ ପ୍ରପଦ୍ୟତେ ।\nବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ ।।୧୯।।", "audioLink": "https://www.holy-bhagavad-gita.org/public/audio/007_019.mp3" }, "wordMeanings": "ବହୂନାଂ - ଅନେକ; ଜନ୍ମନାଂ - ଜନ୍ମ; ଅନ୍ତେ-ପରେ; ଜ୍ଞାନବାନ୍ - ଯିଏ ଜ୍ଞାନ ପ୍ରାପ୍ତ କରିଛି; ମାଂ - ମୋତେ; ପ୍ରପଦ୍ୟତେ - ଶରଣରେ ଆସେ; ବାସୁଦେବଃ -ଶ୍ରୀକୃଷ୍ଣ; ସର୍ବମ୍ -ସବୁ; ଇତି -ଏହିପରି; ସ - ସେ; ମହାତ୍ମା- ମହାତ୍ମା; ସୁଦୁର୍ଲଭଃ - ଅତ୍ୟନ୍ତ ଦୁର୍ଲ୍ଲଭ ।", "translation": { "text": "ବହୁଜନ୍ମ ଧରି ଆଧ୍ୟାତ୍ମିକ ସାଧନା କରିବା ପରେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରି, ମୁଁ(ଶ୍ରୀକୃଷ୍ଣ) ହିଁ ସବୁକିଛି ଜାଣି, ମୋର ଶରଣାଗତ ହୋଇଥାଏ । ଏପରି ମହାନ ଆତ୍ମା ଅତ୍ୟନ୍ତ ବିରଳ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-19.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.19.mp3" ] }, "commentary": "ଏହି ଶ୍ଲୋକଟି ଏକ ସାଧାରଣ ଭ୍ରାନ୍ତଧାରଣାକୁ ଦୂର କରିଥାଏ । ଅନେକ ସମୟରେ ବୁଦ୍ଧିପ୍ରଧାନ ବ୍ୟକ୍ତିମାନେ ଭକ୍ତିକୁ ଜ୍ଞାନଠାରୁ ନିମ୍ନସ୍ତରର ବିବେଚନା କରି ପରିହାସ କରିଥାନ୍ତି । ଜ୍ଞାନ ଅର୍ଜନରେ ନିୟୋଜିତ ରହିଥିବା କାରଣରୁ ଅହଂକାର ଯୁକ୍ତ ହୋଇ ସେମାନେ ଭକ୍ତି କରୁଥିବା ବ୍ୟକ୍ତିଙ୍କୁ ହେୟଜ୍ଞାନ କରିଥାନ୍ତି । କିନ୍ତୁ ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ପୂର୍ଣ୍ଣ ବିପରୀତ କହୁଛନ୍ତି । ସେ କହୁଛନ୍ତି ଯେ, ବହୁଜନ୍ମ ଧରି ଜ୍ଞାନ ଅର୍ଜନ କରିବା ପରେ, ଜ୍ଞାନୀମାନଙ୍କର ଜ୍ଞାନ ଯେତେବେଳେ ପରିପକ୍ୱ ହୋଇଯାଏ, ସେତେବେଳେ ସର୍ବଶେଷରେ ସେମାନେ ଭଗବାନଙ୍କର ଶରଣାଗତ ହୋଇଥାଆନ୍ତି ।\nବାସ୍ତବରେ, ଜ୍ଞାନ ସ୍ୱାଭାବିକ ଭାବରେ ଭକ୍ତି କରାଇ ଥାଏ । ମନେ କରନ୍ତୁ, ଜଣେ ବ୍ୟକ୍ତି ସମୁଦ୍ର ତଟରେ ଭ୍ରମଣ କରୁଥିବା ସମୟରେ ବାଲି ଉପରୁ ମୁଦିଟିଏ ପାଇଲେ । ସେ ଏହାକୁ ଉଠାଇ ନେଲେ, କିନ୍ତୁ ତା’ର ମୂଲ୍ୟ ବିଷୟରେ ଧାରଣା ନ ଥିବାରୁ ସେ ଭାବିଲେ, ଏହା ଏକ ନକଲି ଗହଣା ହୋଇଥାଇପାରେ, ଯାହାର ମୂଲ୍ୟ ପଚାଶ ଟଙ୍କା ହୋଇଥିବ । ତା ପରଦିନ ସେ ଏକ ବଣିଆ ପାଖକୁ ଯାଇ ପଚାରିଲେ, “ଏହି ମୁଦିଟିର ମୂଲ୍ୟ କେତେ ହୋଇଥିବ?” ବଣିଆ ତାକୁ ପରୀକ୍ଷା କରି କହିଲା, “ଏହା ୨୨ କ୍ୟାରେଟ୍ ସୁନା ଅଟେ । ଏହାର ମୂଲ୍ୟ ଦଶହଜାର ଟଙ୍କା ହୋଇପାରେ ।” ଏହା ଶୁଣି, ମୁଦି ପ୍ରତି ବ୍ୟକ୍ତିଜଣଙ୍କର ପ୍ରେମ ବଢ଼ିଗଲା । ବର୍ତ୍ତମାନ ସେ ସେହି ମୁଦିଟିକୁ ଦେଖି ଦଶହଜାର ଟଙ୍କା ପୁରସ୍କାର ପାଇବା ପରି ସୁଖ ଅନୁଭବ କଲେ ।\nକିଛିଦିନ ପରେ ତାଙ୍କ ମାମୁଁ, ଯିଏକି ଜଣେ ଅଳଙ୍କାର ବ୍ୟାପାରୀ ଥିଲେ, ତାଙ୍କ ଘରକୁ ଆସିଲେ । ସେ ତାଙ୍କ ମାମୁଁଙ୍କୁ ପଚାରିଲେ “ଆପଣ ଏହି ମୁଦି ଏବଂ ଏଥିରେ ଖୋଦିତ ହୋଇଥିବା ପଥର ଗୁଡ଼ିକର ମୂଲ୍ୟାଙ୍କନ କରିପାରିବେ କି?” ମୁଦିଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ସେ କହିଲେ, “ତୁମେ ଏହାକୁ କେଉଁଠାରୁ ପାଇଲ? ଏହା ଅସଲୀ ହୀରା ଅଟେ । ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ।” ବ୍ୟକ୍ତିଜଣକ ଖୁସୀରେ ଆତ୍ମହରା ହୋଇଉଠିଲେ । “ମାମୁଁ, ମୋତେ ଥଟ୍ଟା କରନ୍ତୁ ନାହିଁ ।” ମାମୁଁ କହିଲେ “ମୁଁ ଥଟ୍ଟା କରୁନାହିଁ । ତୁମେ ଯଦି ବିଶ୍ୱାସ କରୁନାହଁ, ତେବେ ତୁମେ ଏହାକୁ ଟ.୭୫,୦୦୦ଙ୍କାରେ ମୋତେ ବିକ୍ରି କରିଦିଅ ।” ମୁଦିର ସଠିକ୍ ମୂଲ୍ୟାଙ୍କନ ହୋଇଯିବା ପରେ, ତା’ ପ୍ରତି ବ୍ୟକ୍ତିଜଣଙ୍କର ପ୍ରେମ ଆହୁରି ବଢ଼ିଗଲା । ନିଜକୁ ସେ ଏକ ପୁରସ୍କାର ବିଜେତା ପରି ଅନୁଭବ କଲେ, ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ଲକ୍ଷ୍ୟ କରନ୍ତୁ, ଜ୍ଞାନ ଅନୁପାତରେ କିପରି ପ୍ରେମ ବୃଦ୍ଧି ଲାଭ କରୁଛି । ଯେତେବେଳେ ସେ ଜାଣିଥିଲେ ଯେ ମୁଦିର ମୂଲ୍ୟ ମାତ୍ର ୫୦ଟଙ୍କା ହୋଇଥିବ, ସେତେବେଳେ ମୁଦିଟି ପ୍ରତି ତାଙ୍କ ହୃଦୟରେ କୌଣସି ପ୍ରେମଭାବ ନ ଥିଲା । ଯେତେବେଳେ ସେ ଜାଣିଲେ, ମୁଦିଟିର ମୂଲ୍ୟ ଦଶ ହଜାର ଟଙ୍କା ଅଟେ, ସେତେବେଳେ ମୁଦି ପ୍ରତି ତାଙ୍କ ହୃଦୟରେ ପ୍ରେମ ଜାତ ହେଲା । ପୁଣି ଯେତେବେଳେ ସେ ଜାଣିବାକୁ ପାଇଲେ, ମୁଦିର ମୂଲ୍ୟ ଟ.୧,୦୦,୦୦୦ ଟଙ୍କା, ସେତେବେଳେ ତାଙ୍କର ପ୍ରେମ ଚରମ ଉତ୍କର୍ଷତାକୁ ସ୍ପର୍ଶ କଲା ।\nଉପରୋକ୍ତ ଉଦାହରଣଟି ଜ୍ଞାନ ଓ ପ୍ରେମ ମଧ୍ୟରେ ରହିଥିବା ସମ୍ପର୍କକୁ ଦର୍ଶାଇଥାଏ । ରାମାୟଣ କହେ;\nଜାନେଁ ବିନୁ ନ ହୋଇ ପରତୀତୀ, ବିନୁ ପରତୀତୀ ହୋଇ ନହିଁ ପ୍ରୀତୀ ।\n“ଜ୍ଞାନ ବିନା ବିଶ୍ୱାସ ଉତ୍ପନ୍ନ ହୁଏନାହିଁ ଏବଂ ବିନା ବିଶ୍ୱାସରେ ପ୍ରେମ ଉପୁଜିବ ନାହିଁ ।” ଅତଏବ, ବାସ୍ତବ ଜ୍ଞାନ ସହିତ ପ୍ରେମ ସ୍ୱାଭାବିକ ଭାବରେ ଆସିଥାଏ । ଯଦି ଆମେ କହିବା ଯେ ବ୍ରହ୍ମ ବିଷୟରେ ଆମର ଜ୍ଞାନ ଅଛି, କିନ୍ତୁ ଆମେ ତାଙ୍କ ପ୍ରତି ହୃଦୟରେ କୌଣସି ପ୍ରେମ ଅନୁଭବ କରୁନାହୁଁ, ତେବେ ଆମର ଜ୍ଞାନ କେବଳ ଶାବ୍ଦିକ ଜ୍ଞାନ ଅଟେ ।\nଏଠାରେ, ଶ୍ରୀକୃଷ୍ଣ କହୁଛନ୍ତି ଯେ ବହୁ ଜନ୍ମ ଧରି ଜ୍ଞାନ ଅର୍ଜନ କରିବା ପରେ, ଯେତେବେଳେ ଜ୍ଞାନୀର ଜ୍ଞାନ ପରିପକ୍ୱ ହୋଇଯାଏ, ସେ ଭଗବାନଙ୍କୁ ହିଁ ସବୁକିଛି ଜାଣି, ତାଙ୍କର ଶରଣାଗତ ହୋଇଯାଏ । ଶ୍ଲୋକରେ ପୁଣି କୁହାଯାଇଛି ଯେ ଏପରି ମହାନ୍ ଆତ୍ମା ଅତ୍ୟନ୍ତ ଦୁର୍ଲଭ ଅଟନ୍ତି । କିନ୍ତୁ ଏହା ଜ୍ଞାନୀ, କର୍ମୀ, ହଟ-ଯୋଗୀ, ତପସ୍ୱୀ ଇତ୍ୟାଦିଙ୍କ ଉଦ୍ଦେଶ୍ୟରେ କୁହାଯାଇ ନାହିଁ । ଶ୍ରୀକୃଷ୍ଣ ଭକ୍ତମାନଙ୍କ ଉଦ୍ଦେଶ୍ୟରେ  ଏହା ଘୋଷଣା କରୁଛନ୍ତି ଯେ “ମୁଁ ହିଁ ସବୁକିଛି” ମୋର ଶରଣାଗତି କରୁଥିବା ଉଦ୍‌ବୁଦ୍ଧ ଆତ୍ମା ସଂସାରରେ ଅତ୍ୟନ୍ତ ଦୁର୍ଲଭ ଅଟନ୍ତି ।" }, { "verseTitle": "Bhagavad Gita 7.20", "verse": "20", "chapter": 7, "lang": "or", "shloka": { "speaker": "", "sanskrit": "कामैस्तैस्तैर्हतज्ञानाः प्रपद्यन्तेऽन्यदेवताः ।\n\nतं तं नियममास्थाय प्रकृत्या नियताः स्वया ॥20॥", "text": "କାମୈସ୍ତୈସ୍ତୈର୍ହୁତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟଦେବତାଃ ।\nତଂ ତଂ ନିୟମମାସ୍ଥାୟ ପ୍ରକୃତ୍ୟା ନିୟତାଃ ସ୍ୱୟା ।।୨୦।।", "audioLink": "https://www.holy-bhagavad-gita.org/public/audio/007_020.mp3" }, "wordMeanings": "କାମୈଃ - କାମନା ଦ୍ୱାରା; ତୈଃ ତୈଃ- ବିବିଧ ପ୍ରକାରେ, ହୃତ ଜ୍ଞାନାଃ- ଯେଉଁମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଥାଏ; ପ୍ରପଦ୍ୟନ୍ତେ - ଶରଣ ନିଅନ୍ତି; ଅନ୍ୟ - ଅନ୍ୟ; ଦେବତାଃ - ଦେବତାମାନଙ୍କର; ତଂ ତଂ- ସେହି; ନିୟମଂ - ନିୟମ; ଆସ୍ଥାୟ - ଅନୁସରଣ କରି; ପ୍ରକୃତ୍ୟା - ପ୍ରକୃତି ଅନୁଯାୟୀ; ନିୟତାଃ - ନିୟନ୍ତ୍ରିତ; ସ୍ୱୟା -ନିଜର ।", "translation": { "text": "ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ ପାଳନ ପୂର୍ବକ ସ୍ୱର୍ଗର ଦେବୀ ଦେବତା ମାନଙ୍କର ଉପାସନା କରିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-20.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.20.mp3" ] }, "commentary": "ପରମ ପୁରୁଷ ଶ୍ରୀକୃଷ୍ଣ ସୃଷ୍ଟିର ସବୁକିଛିର ଆଧାର ଅଟନ୍ତି, ତେଣୁ କୌଣସି ଦେବତା ତାଙ୍କଠାରୁ ସ୍ୱତନ୍ତ୍ର ନୁହଁନ୍ତି । ଯେପରି ଗୋଟିଏ ଦେଶର ରାଷ୍ଟ୍ରପତି ଅନେକ କର୍ମଚାରୀଙ୍କ ଦ୍ୱାରା ଦେଶର ଶାସନ କରିଥାନ୍ତି, ସେହିପରି ଦେବତାଗଣ ଭଗବାନଙ୍କ ସରକାରର ଜଣେ ଜଣେ ଛୋଟ ଅଧିକାରୀ ଅଟନ୍ତି । ସେମାନେ ଆମ୍ଭମାନଙ୍କ ପରି ଜୀବ ହୋଇଥିଲେ ସୁଦ୍ଧା, ପୂର୍ବ ଜନ୍ମର ସୁକୃତ ଅନୁସାରେ ଉନ୍ନତି କରି, ସେମାନେ ଭୌତିକ ଜଗତର ପରିଚାଳନା ନିମନ୍ତେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି ।\nସେମାନେ କାହାକୁ ମାୟାର ବନ୍ଧନରୁ ମୁକ୍ତ କରି ପାରିବେ ନାହିଁ, କାରଣ ସେମାନେ ନିଜେ ମୁକ୍ତ ନୁହନ୍ତି । ତଥାପି ତାଙ୍କର କ୍ଷମତା ମଧ୍ୟରେ ସେମାନେ ମନୁଷ୍ୟକୁ ଭୌତିକ ବସ୍ତୁ ପ୍ରଦାନ କରିପାରିବେ । ଭୌତିକ କାମନା ଦ୍ୱାରା ବଶୀଭୂତ ହୋଇ, ବ୍ୟକ୍ତି ଦେବତାମାନଙ୍କର ପୂଜା କରିଥାଏ ଏବଂ ସେଥିପାଇଁ ଉଦ୍ଦିଷ୍ଟ କ୍ଲିଷ୍ଟ ପ୍ରଥା ସବୁ ପାଳନ କରିଥାଏ । ଶ୍ରୀକୃଷ୍ଣ କହୁଛନ୍ତି, ଯାହାର ଜ୍ଞାନ ଭୌତିକ କାମନା ଦ୍ୱାରା ଆବୃତ୍ତ ହୋଇ ଯାଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରନ୍ତି ।" }, { "verseTitle": "Bhagavad Gita 7.21", "verse": "21", "chapter": 7, "lang": "or", "shloka": { "speaker": "", "sanskrit": "यो यो यां यां तनुं भक्तः श्रद्धयार्चितुमिच्छति ।\n\nतस्य तस्याचलां श्रद्धां तामेव विदधाम्यहम् ॥21॥", "text": "ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି ।\nତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍ ।।୨୧।।", "audioLink": "https://www.holy-bhagavad-gita.org/public/audio/007_021.mp3" }, "wordMeanings": "ଯଃ ଯଃ - ଯିଏ ଯିଏ; ଯାଂ ଯାଂ- ଯାହାକୁ ଯାହାକୁ; ତନୁଂ - ରୂପ, ଭକ୍ତଃ - ଭକ୍ତ; ଶ୍ରଦ୍ଧୟା - ଶ୍ରଦ୍ଧା ଓ ବିଶ୍ୱାସର ସହିତ; ଅର୍ଚିତୁଂ - ପୂଜା କରିବାକୁ; ଇଚ୍ଛତି - ଇଚ୍ଛାକରେ; ତସ୍ୟ ତସ୍ୟ - ତାଙ୍କୁ ସେହି ପ୍ରକାର; ଅଚଳାଂ - ସ୍ଥିର; ଶ୍ରଦ୍ଧାଂ - ବିଶ୍ୱାସ; ତାଂ- ତାଙ୍କୁ; ଏବ - ନିଶ୍ଚିତରୂପେ; ବିଦଧାମି - ଦିଏ; ଅହଂ -ମୁଁ ।", "translation": { "text": "ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-21.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.21.mp3" ] }, "commentary": "ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ, ଯାହା ବାସ୍ତବ ଜ୍ଞାନ ଦ୍ୱାରା ଜାତ ହୋଇଥାଏ । କିନ୍ତୁ ସଂସାରରେ ସର୍ବତ୍ର ଆମେ ସ୍ୱର୍ଗର ଦେବତା ମାନଙ୍କର ଅସଂଖ୍ୟ ଭକ୍ତ ଦେଖିବାକୁ ପାଇବା, ଯେଉଁମାନେ ଅବିଚଳ ଶ୍ରଦ୍ଧାର ସହିତ ସେମାନଙ୍କର ଭକ୍ତି କରନ୍ତି । ଆମେ ଆଶ୍ଚର୍ଯ୍ୟ ହୋଇପାରେ ଯେ ଏପରି ନିମ୍ନ ଶ୍ରେଣୀର ପୂଜା ପ୍ରତି ଲୋକମାନଙ୍କର ଏତେ ଉଚ୍ଚ କୋଟୀର ଶ୍ରଦ୍ଧା ଜାତ ହୁଏ କିପରି ।\nଶ୍ରୀକୃଷ୍ଣ ଏହି ଶ୍ଲୋକରେ ତା’ର ଉତ୍ତର ଦେଇଛନ୍ତି । ସେ କହୁଛନ୍ତି ଯେ ସ୍ୱର୍ଗର ଦେବତାଙ୍କ ପ୍ରତି ବିଶ୍ୱାସ ମଧ୍ୟ ସେ ହିଁ ଉତ୍ପନ୍ନ କରନ୍ତି । ସେ ଯେତେବେଳେ ଦେଖନ୍ତି, ଲୋକମାନେ ସେମାନଙ୍କ ଭୌତିକ କାମନା ପୂରଣ କରିବା ପାଇଁ ସ୍ୱର୍ଗର ଦେବତାଙ୍କୁ ପୂଜା କରୁଛନ୍ତି, ସେ ତାଙ୍କ ବିଶ୍ୱାସକୁ ସେହି ଭକ୍ତିରେ ସ୍ଥିର କରିବାରେ ସାହାଯ୍ୟ କରନ୍ତି । ତାଙ୍କ ଭକ୍ତମାନଙ୍କ ଠାରେ ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ କରାଇବା ପାଇଁ ଦେବତାମାନଙ୍କର ନିଜସ୍ୱ ଶକ୍ତି ନ ଥାଏ । ସେହି ଭକ୍ତି ସେମାନଙ୍କ ହୃଦୟରେ ନିବାସ କରିଥିବା ପରମାତ୍ମା ଉତ୍ପନ୍ନ କରାଇଥାନ୍ତି । ଶ୍ଲୋକ ୧୫.୧୫ ରେ ଶ୍ରୀକୃଷ୍ଣ କହିଛନ୍ତି, “ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରେ ଏବଂ ମୋଠାରୁ ହିଁ ଜୀବକୁ ସ୍ମୃତି, ଜ୍ଞାନ ଓ ମେଧା ପ୍ରାପ୍ତ ହୋଇଥାଏ ।\nଜଣେ ପଚାରି ପାରନ୍ତି, ଭଗବାନ କାହିଁକି ସ୍ୱର୍ଗର ଦେବତାମାନଙ୍କ ପ୍ରତି ଶ୍ରଦ୍ଧା ଉତ୍ପନ୍ନ କରାଇଥାନ୍ତି, ଯେତେବେଳେ କି ସେହି ଶ୍ରଦ୍ଧାର ପାତ୍ର  ଅନୁପଯୁକ୍ତ ଅଟନ୍ତି । ଏହା ସେହିପରି ଅଟେ, ଯେପରି ମାତା ପିତା ନିଜ ସନ୍ତାନକୁ ଗୋଟିଏ କଣ୍ଢେଇ ଦେଇ, ତାହାକୁ ବାସ୍ତବିକ ପିଲାଟିଏ ପରି ସ୍ନେହ କରିବାକୁ ଅନୁମତି ପ୍ରଦାନ କରିଥାନ୍ତି । ପିତାମାତା ଜାଣନ୍ତି ଯେ, ତାଙ୍କ ସନ୍ତାନର ଖେଳନାଟି ପ୍ରତି ସ୍ନେହ ତା’ର ଅଜ୍ଞାନତା ଅଟେ, ତଥାପି ସେମାନେ ତାକୁ ଖେଳଣାଟିକୁ ଭଲ ପାଇବାକୁ ଏବଂ ତା’ ସହିତ ଖେଳିବାକୁ ଉତ୍ସାହିତ କରିଥାନ୍ତି । ତାର କାରଣ ଏହା ଯେ, ପିତାମାତା ଜାଣନ୍ତି, ତଦ୍ୱାରା ତା ହୃଦୟରେ, ଶ୍ରଦ୍ଧା, ସ୍ନେହ ଓ ଯତ୍ନଶୀଳତା ଇତ୍ୟାଦି ଗୁଣ ବିକଶିତ ହେବ । ସେହିପରି ଭୌତିକ ଲାଭ ପାଇଁ ବ୍ୟକ୍ତି ସ୍ୱର୍ଗର ଦେବତାମାନଙ୍କୁ ପୂଜା କଲେ, ଭଗବାନ ତାଙ୍କର ଶ୍ରଦ୍ଧାକୁ ବଢ଼ାଇଥାନ୍ତି ଏହି ଉଦ୍ଦେଶ୍ୟରେ ଯେ ସେହି ଅଭିଜ୍ଞତା ଜୀବକୁ ଉନ୍ନତି କରିବାରେ ସାହାଯ୍ୟ କରିବ । ତାପରେ, ଦିନେ ଜୀବ ଭଗବାନଙ୍କୁ ଚରମ ଲକ୍ଷ୍ୟ ବୁଝିପାରି, ତାଙ୍କର ଶରଣାଗତ ହୋଇଯିବ ।" }, { "verseTitle": "Bhagavad Gita 7.22", "verse": "22", "chapter": 7, "lang": "or", "shloka": { "speaker": "", "sanskrit": "स तया श्रद्धया युक्तस्तस्याराधनमीहते ।\n\nलभते च ततः कामान्मयैव विहितान्हि तान् ॥22॥", "text": "ସ ତୟା ଶ୍ରଦ୍ଧୟା ଯୁକ୍ତସ୍ତସ୍ୟାରାଧନମୀହତେ ।\nଲଭତେ ଚ ତତଃ କାମାନ୍‌ମୟୈବ ବିହିତାହ୍ନି ତାନ୍ ।।୨୨।।", "audioLink": "https://www.holy-bhagavad-gita.org/public/audio/007_022.mp3" }, "wordMeanings": "ସଃ - ସେ; ତୟା -ତାହାଦ୍ୱାରା; ଶ୍ରଦ୍ଧୟା - ବିଶ୍ୱାସରେ; ଯୁକ୍ତଃ - ଯୁକ୍ତହୋଇ; ତସ୍ୟ -ତାଙ୍କର; ଆରାଧନଂ - ଆରାଧନା; ଈହତେ - କରିବାକୁ ଇଚ୍ଛା କରେ; ଲଭତେ - ପ୍ରାପ୍ତହୁଏ; ଚ- ଏବଂ; ତତଃ - ତେଣୁ; କାମାନ୍ -କାମନା ସବୁ; ମୟା - ମୋ’ଦ୍ୱାରା; ଏବ- କେବଳ; ବିହିତାନ୍ -ପ୍ରଦାନ କରାଯାଏ; ହି -ନିଶ୍ଚିତ ଭାବରେ; ତାନ୍ -ସେଗୁଡ଼ିକୁ ।", "translation": { "text": "ଭକ୍ତ ବିଶ୍ୱାସ ଯୁକ୍ତ ହୋଇ ଜଣେ ଦେବତାଙ୍କର ପୂଜା କରେ ଏବଂ ତା’ର କାମ୍ୟ ବସ୍ତୁ ପ୍ରାପ୍ତ କରେ । କିନ୍ତୁ ବାସ୍ତବରେ ସେହି ଫଳାଫଳର ବ୍ୟବସ୍ଥା ମୁଁ ହିଁ କରିଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-22.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.22.mp3" ] }, "commentary": "ଲଭତେ ଅର୍ଥ “ସେମାନେ ପ୍ରାପ୍ତ କରନ୍ତି ।” ଦେବତାମାନଙ୍କର ଭକ୍ତମାନେ, ତାଙ୍କୁ ପୂଜାକରି, ନିଜର ଇପ୍‌ସିତ ଫଳ ପ୍ରାପ୍ତ କରିପାରନ୍ତି, କିନ୍ତୁ ବାସ୍ତବରେ ସେହି ଫଳ ଦେବତାମାନେ ଦେଇ ନ ଥାନ୍ତି । ତାହା ଭଗବାନ ହିଁ ମଞ୍ଜୁର କରିଥାନ୍ତି । ଏହି ଶ୍ଲୋକଟି ସ୍ପଷ୍ଟଭାବେ ଦର୍ଶାଇଅଛି ଯେ, ଦେବତାମାନଙ୍କର ଭୌତିକ ଫଳ ପ୍ରଦାନ କରିବାର କ୍ଷମତା ମଧ୍ୟ ନାହିଁ । ଭଗବାନ ତାହା ମଞ୍ଜୁର କଲେ ହିଁ ସେମାନେ ତାଙ୍କ ଭକ୍ତମାନଙ୍କୁ ଫଳ ପ୍ରଦାନ କରି ପାରିବେ । କିନ୍ତୁ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏହା ଭାବିଥାନ୍ତି ଯେ, ଏହି ଲାଭ ସେମାନେ ପୂଜା କରୁଥିବା ଦେବତାଙ୍କଠାରୁ ଉପଲବ୍ଧ ହୋଇଛି ।" }, { "verseTitle": "Bhagavad Gita 7.23", "verse": "23", "chapter": 7, "lang": "or", "shloka": { "speaker": "", "sanskrit": "अन्तवत्तु फलं तेषां तद्भवत्यल्पमेधसाम् ।\n\nदेवान्देवयजो यान्ति मद्भक्ता यान्ति मामपि ॥23॥", "text": "ଅନ୍ତବତ୍ତୁ ଫଳଂ ତେଷାଂ ତଦ୍‌ଭବତ୍ୟଳ୍ପମେଧସାମ୍ ।\nଦେବାନ୍‌ଦେବୟଜୋ ଯାନ୍ତି ମଦ୍‌ଭକ୍ତା ଯାନ୍ତି ମାମପି ।।୨୩।।", "audioLink": "https://www.holy-bhagavad-gita.org/public/audio/007_023.mp3" }, "wordMeanings": "ଅନ୍ତବତ୍ - ସୀମିତ ଏବଂ ଅସ୍ଥାୟୀ;ତୁ - କିନ୍ତୁ; ଫଳଂ -ଫଳ; ତେଷାଂ - ସେମାନଙ୍କର; ତତ୍‌- ତାହା; ଭବତି - ହୁଏ; ଅଳ୍ପମେଧସାମ୍ - ଯେଉଁମାନେ ଅଳ୍ପବୁଦ୍ଧିସମ୍ପନ୍ନ; ଦେବାନ୍‌-ଦେବଲୋକକୁ; ଦେବ ଯଜଃ - ଦେବତାମାନଙ୍କର ଉପାସକ; ଯାନ୍ତି -ପ୍ରାପ୍ତ ହୁଅନ୍ତି; ମତ୍‌-ମୋର; ଭକ୍ତାଃ-ଭକ୍ତଗଣ; ଯାନ୍ତି -ପ୍ରାପ୍ତ ହୁଅନ୍ତି; ମାମ୍‌- ମୋତେ; ଅପି-ନିଶ୍ଚିତଭାବେ ।", "translation": { "text": "କିନ୍ତୁ ଏହି ଅଳ୍ପଜ୍ଞ ମାନେ ଯେଉଁ ଫଳ ପ୍ରାପ୍ତ କରିଥାଆନ୍ତି, ତାହା ନଶ୍ୱର ଅଟେ । ସ୍ୱର୍ଗର ଦେବତାମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗପ୍ରାପ୍ତି କରନ୍ତି, ଏବଂ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-23.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.23.mp3" ] }, "commentary": "ଜଣେ ଛାତ୍ର ପାଇଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଥିଲେ ମଧ୍ୟ, ଏହା ଆଶା କରାଯାଇ ଥାଏ ଯେ, ଦିନେ ସେ  ସେଠାରୁ ଉତ୍ତୀର୍ଣ୍ଣ ହୋଇ ଆଗକୁ ଯିବ । ଯଦି ସେ ସେଠାରେ ଆବଶ୍ୟକତା ଠାରୁ ଅଧିକ ସମୟ ରହିବାକୁ ଇଚ୍ଛାକରେ, ତା’ର ଶିକ୍ଷକ ତାକୁ ସେହି ଦିଗରେ ଉତ୍ସାହିତ ନ କରି ତାକୁ ଜୀବନରେ ଅଗ୍ରସର ହେବାକୁ ପ୍ରେରିତ କରିଥାଆନ୍ତି । ସେହିପରି ସ୍ୱର୍ଗର ଦେବତାମାନଙ୍କର ପୂଜା କରିବାକୁ ଇଚ୍ଛୁକ ନୂତନ ଭକ୍ତମାନଙ୍କର ଶ୍ରଦ୍ଧାକୁ ଶ୍ରୀକୃଷ୍ଣ ସେହି ଦେବତାଙ୍କ ଠାରେ ସ୍ଥିର କରାଇଦିଅନ୍ତି, ଯେପରି ଶ୍ଲୋକ ୭.୨୧ରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଭଗବତ୍ ଗୀତା ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏବଂ ସେଥିପାଇଁ ସେ ଅର୍ଜୁନଙ୍କୁ ଆଧ୍ୟାତ୍ମିକ ତତ୍ତ୍ୱ ବୁଝିବାକୁ କହୁଛନ୍ତି: “ଜଣେ ଉପାସକ ତାଙ୍କର ଉପାସ୍ୟଙ୍କୁ ପ୍ରାପ୍ତ କରନ୍ତି । ଯେଉଁମାନେ ଦେବତାଙ୍କର ପୂଜା କରନ୍ତି, ମୃତ୍ୟୁପରେ ସେମାନେ ଦେବଲୋକକୁ ଯାଆନ୍ତି । ଯେଉଁମାନେ ମୋତେ ପୂଜା କରନ୍ତି, ସେମାନେ ମୋ ପାଖକୁ ଆସନ୍ତି ।” ଯେହେତୁ ଦେବତାମାନେ ନଶ୍ୱର ଅଟନ୍ତି, ତାଙ୍କ ପୂଜାର ଫଳ ମଧ୍ୟ ନଶ୍ୱର ଅଟେ । କିନ୍ତୁ ଭଗବାନ ଅବିନଶ୍ୱର, ତେଣୁ ତାଙ୍କ ଉପାସନାର ଫଳ ମଧ୍ୟ ଅବିନଶ୍ୱର ଅଟେ । ଭଗବାନଙ୍କର ଭକ୍ତମାନେ ତାଙ୍କର ନିତ୍ୟ ସେବା ଏବଂ ନିତ୍ୟ ଧାମ ପ୍ରାପ୍ତ କରନ୍ତି ।" }, { "verseTitle": "Bhagavad Gita 7.24", "verse": "24", "chapter": 7, "lang": "or", "shloka": { "speaker": "", "sanskrit": "अव्यक्तं व्यक्तिमापन्नं मन्यन्ते मामबुद्धयः ।\n\nपरं भावमजानन्तो ममाव्ययमनुत्तमम् ॥24॥", "text": "ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ ।\nପରଂ ଭାବମଜାନନ୍ତୋ ମମାବ୍ୟୟମନୁତ୍ତମମ୍ ।।୨୪।।", "audioLink": "https://www.holy-bhagavad-gita.org/public/audio/007_024.mp3" }, "wordMeanings": "ଅବ୍ୟକ୍ତଂ - ନିରାକାର; ବ୍ୟକ୍ତିଂ - ବ୍ୟକ୍ତିତ୍ୱ; ଆପନ୍ନଂ - ପ୍ରାପ୍ତ କରି; ମନ୍ୟନ୍ତେ -ମନେ କରନ୍ତି; ମାମ୍ - ମୋତେ; ଅବୁଦ୍ଧୟଃ - ଅଳ୍ପଜ୍ଞ; ପରଂ -ପରମ; ଭାବଂ- ଭାବ; ଅଜାନନ୍ତଃ - ନ ଜାଣି; ମମ- ମୋର; ଅବ୍ୟୟଂ - ଅବ୍ୟୟ; ଅନୁତ୍ତମମ୍ - ଅତି ଉତ୍ତମ ।", "translation": { "text": "ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏପରି ଭାବିଥାନ୍ତି ଯେ ମୁଁ, ପରଂବ୍ରହ୍ମ ଶ୍ରୀକୃଷ୍ଣ, ପୂର୍ବରୁ ନିରାକାର ଥିଲି, ଏବଂ ବର୍ତ୍ତମାନ ଏହି ସାକାର ସ୍ୱରୂପ ଧାରଣ କରିଛି । ମୋ ସାକାର ସ୍ୱରୂପର “ଅବିନଶ୍ୱର ଓ ଅତ୍ୟୁତ୍ତମ” ଗୁଣ ବିଷୟରେ ସେମାନେ ଜାଣନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-24.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.24.mp3" ] }, "commentary": "କେତେଜଣ ବ୍ୟକ୍ତି ଦୃଢ଼ତାର ସହ ଦାବି କରନ୍ତି ଯେ ଭଗବାନ କେବଳ ନିରାକାର ଅଟନ୍ତି । ପୁଣି ଅନ୍ୟ କେତେ ଜଣ ସେତିକି ଦୃଢ଼ତାର ସହ ବ୍ରହ୍ମ କେବଳ ସାକାର ବୋଲି କହିଥାନ୍ତି । ଉଭୟ ମନ୍ତବ୍ୟ ସୀମିତ ଓ ଅସମ୍ପୂର୍ଣ୍ଣ ଅଟେ । ଭଗବାନ ପରିପୂର୍ଣ୍ଣ ଏବଂ ଦୋଷରହିତ ଅଟନ୍ତି । ସୁତରାଂ, ସେ ଉଭୟ ନିରାକାର ଓ ସାକାର ଅଟନ୍ତି । ଏହା ଶ୍ଲୋକ ୪.୫ ଓ ୪.୬ର ଭାଷ୍ୟରେ ବର୍ଣ୍ଣନା କରାଯାଇଛି ।\nଯେଉଁମାନେ ଭଗବାନଙ୍କ ବ୍ୟକ୍ତିତ୍ୱର ଉଭୟ ଦିଗକୁ ସ୍ୱୀକାର କରନ୍ତି, ସେମାନେ ମଧ୍ୟ ଅନେକ ସମୟରେ ତାଙ୍କର ମୂଳ ସ୍ୱରୂପକୁ ନେଇ ତର୍କ କରିଥଆନ୍ତି । କେଉଁଟି ମୂଳ? ଭଗବାନ ସାକାରରୁ ନିରାକାର ହୋଇଥାଆନ୍ତି ନା ନିରାକାରରୁ ସାକାର? ଶ୍ରୀକୃଷ୍ଣ ଏଠାରେ ଏହି ତର୍କର ସମାଧାନ କରି କହୁଛନ୍ତି ଯେ ଦିବ୍ୟରୂପ ଅନାଦି ଅଟେ - ଏହା ନିରାକାର ବ୍ରହ୍ମଙ୍କ ଠାରୁ ପ୍ରକଟ ହୋଇନାହିଁ । ଭଗବାନ ଅନାଦି କାଳରୁ ତାଙ୍କର ଦିବ୍ୟ ସ୍ୱରୂପରେ ରହିଛନ୍ତି । ନିରାକାର ବ୍ରହ୍ମ ତାଙ୍କ ଦିବ୍ୟ ଶରୀରରୁ ନିର୍ଗତ ହେଉଥିବା ତେଜ ଅଟେ ।\nପଦ୍ମ ପୁରାଣ କହେ:\nଯନ୍ନଖେନ୍ଦୁରୁଚିର୍ ବ୍ରହ୍ମ ଧ୍ୟେୟଂ ବ୍ରହ୍ମାଦିଭିଃ ସୁରୈଃଗୁଣତ୍ରୟମତୀତଂ ତଂ ବନ୍ଦେ ବୃନ୍ଦାବନେଶ୍ୱରମ୍ । (ପାତାଳ ଖଣ୍ଡ ୭୭.୬୦)\n“ଭଗବାନଙ୍କ ପାଦର ବୃଦ୍ଧାଙ୍ଗୁଳିର ନଖରୁ ନିର୍ଗତ ତେଜକୁ ଜ୍ଞାନୀମାନେ ବ୍ରହ୍ମ ରୂପରେ ଉପାସନା କରନ୍ତି ।”\nବାସ୍ତବରେ ଭଗବାନଙ୍କର ନିରାକାର ଏବଂ ସାକାର ରୂପ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ, ଏପରି ନୁହେଁ । ନିରାକାର ବ୍ରହ୍ମ ସ୍ୱରୂପରେ, ଭଗବାନଙ୍କର ସମସ୍ତ ଶକ୍ତି ନିହିତ ଥାଏ, କିନ୍ତୁ ତାହା ଅବ୍ୟକ୍ତ ଅବସ୍ଥାରେ ଥାଏ । ତାଙ୍କର ସାକାର ସ୍ୱରୂପରେ, ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ପରିକର ଇତ୍ୟାଦି ସହ ତାଙ୍କର ସମସ୍ତ ଦିବ୍ୟଶକ୍ତି ପ୍ରକଟିତ ହୋଇଥାଏ । ତାହେଲେ, ଲୋକମାନେ ଭଗବାନଙ୍କୁ କାହିଁକି ଜଣେ ସାଧାରଣ ମନୁଷ୍ୟ ମନେ କରିଥାନ୍ତି? ଏହି ପ୍ରଶ୍ନର ଉତ୍ତର ପରବର୍ତ୍ତୀ ଶ୍ଳୋକରେ ଦିଆଯାଇଛି ।" }, { "verseTitle": "Bhagavad Gita 7.25", "verse": "25", "chapter": 7, "lang": "or", "shloka": { "speaker": "", "sanskrit": "नाहं प्रकाशः सर्वस्य योगमायासमावृतः ।\n\nमूढोऽयं नाभिजानाति लोको मामजमव्ययम् ॥25॥", "text": "ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟାସମାବୃତଃ ।\nମୂଢ଼ୋଽୟଂ ନାଭିଜାନାତି ଲୋକୋ ମାମଜମବ୍ୟୟମ୍ ।।୨୫।।", "audioLink": "https://www.holy-bhagavad-gita.org/public/audio/007_025.mp3" }, "wordMeanings": "ନ-ନୁହେଁ; ଅହଂ-ମୁଁ; ପ୍ରକାଶଃ - ପ୍ରକାଶିତ; ସର୍ବସ୍ୟ - ସମସ୍ତଙ୍କ ପାଖରେ; ଯୋଗମାୟା -ଭଗବାନଙ୍କର ସର୍ବୋଚ୍ଚ ଶକ୍ତି; ସମାବୃତଃ - ଆଚ୍ଛାଦିତ; ମୂଢ଼ଃ - ନିର୍ବୋଧ; ଅଜ୍ଞାନ; ଅୟଂ-ଏହା; ନ -ନୁହେଁ; ଅଭିଜାନାତି - ଜାଣନ୍ତି; ଲୋକଃ - ଏ ପ୍ରକାର ଅଳ୍ପବୁଦ୍ଧିସମ୍ପନ୍ନ ଲୋକେ; ମାଂ - ମୋତେ; ଅଜଂ -ଅଜନ୍ମା; ଅବ୍ୟୟମ୍ - ଅବ୍ୟୟ (ଅଚ୍ୟୁତ) ।", "translation": { "text": "ମୋର ଦିବ୍ୟ ସ୍ୱରୂପ ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହୋଇଥିବା କାରଣରୁ ସମସ୍ତଙ୍କୁ ଦୃଶ୍ୟମାନ ହୁଏ ନାହିଁ । ତେଣୁ ଅଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ ମୁଁ ଅଜନ୍ମା ଏବଂ ଅପରିବର୍ତ୍ତନୀୟ ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-25.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.25.mp3" ] }, "commentary": "ଶ୍ଲୋକ ୭.୪ ଏବଂ ୭.୫ରେ ନିଜର ଦୁଇଟି ଶକ୍ତି ବିଷୟରେ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କର ତୃତୀୟ ଶକ୍ତି- ଯୋଗମାୟା ବିଷୟରେ ପ୍ରକାଶ କରୁଛନ୍ତି । ଏହା ତାଙ୍କର ପରା ଶକ୍ତି । ବିଷ୍ଣୁ ପୁରାଣ କହେ:\nବିଷ୍ଣୁ ଶକ୍ତିଃ ପରା ପ୍ରୋକ୍ତା, କ୍ଷେତ୍ରଜ୍ଞାଖ୍ୟା ତଥାଽପରା ।ଅବିଦ୍ୟା କର୍ମ ସଂଜ୍ଞାନ୍ୟା ତୃତୀୟା ଶକ୍ତିରିଷ୍ୟତେ (୬.୭.୬୧)\n“ପରମ ପୁରୁଷ ଶ୍ରୀବିଷ୍ଣୁଙ୍କର ତିନୋଟି ମୁଖ୍ୟ ଶକ୍ତି ରହିଛି- ଯୋଗମାୟା, ମାୟା ଏବଂ ଜୀବ ।”\nଜଗଦ୍‌ଗୁରୁ ଶ୍ରୀକୃପାଳୁଜୀ ମହାରାଜ କହନ୍ତି:\nଶକ୍ତିମାନ କୀ ଶକ୍ତିୟାଁ, ଅଗନିତ ଯଦପି ବଖାନ ।ତିନି ମହଁ ‘ମାୟା’, ‘ଜୀବ’ ଅରୁ, ‘ପରା’ ତ୍ରିଶକ୍ତି ପ୍ରଧାନ । । (ଭକ୍ତିଶତକ, ଦୋହା ୩)\n“ସର୍ବଶକ୍ତିମାନ ଶ୍ରୀକୃଷ୍ଣଙ୍କର ଅସଂଖ୍ୟ ଶକ୍ତି ରହିଛି । ତନ୍ମଧ୍ୟରୁ ମାୟା, ଜୀବ ଏବଂ ଯୋଗମାୟା ପ୍ରମୁଖ ଅଟନ୍ତି ।”\nଦିବ୍ୟଶକ୍ତି ଯୋଗମାୟା, ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ । ଏହାର ପ୍ରଭାବରେ ସେ ତାଙ୍କର ଦିବ୍ୟଲୀଳା, ଦିବ୍ୟ ପ୍ରେମାନନ୍ଦ ଏବଂ ଦିବ୍ୟ ଲୋକର ପରିପ୍ରକାଶ କରନ୍ତି । ସେହି ଯୋଗମାୟା ଶକ୍ତି ଦ୍ୱାରା, ଭଗବାନ ପୃଥିବୀ ପୃଷ୍ଠରେ ଅବତରିତ ହୋଇ ତାଙ୍କର ଦିବ୍ୟଲୀଳା ପ୍ରକଟ କରିଥାଆନ୍ତି । ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଆମଠାରୁ ନିଜକୁ ଆବୃତ କରି ରଖିଥାଆନ୍ତି । ଭଗବାନ ଆମ ହୃଦୟରେ ବସିଥିଲେ ମଧ୍ୟ ଆମେ ତାହା ଅନୁଭବ କରିପାରେନାହିଁ । ଆମେ ତାଙ୍କର ଦିବ୍ୟ ଦର୍ଶନ ପ୍ରାପ୍ତ କରିବା ନିମନ୍ତେ ଯୋଗ୍ୟ ହେବା ପର୍ଯ୍ୟନ୍ତ, ଯୋଗମାୟା ତାଙ୍କର ଦିବ୍ୟତା ଆମଠାରୁ ଗୁପ୍ତ ରଖନ୍ତି । ସେଥିପାଇଁ ତାଙ୍କୁ ସାକାର ରୂପରେ ଦେଖିଲେ ମଧ୍ୟ, ଆମେ ତାଙ୍କୁ ଭଗବାନ ଭାବରେ ଚିହ୍ନିପାରିବା ନାହିଁ । ସେହି ଯୋଗମାୟା ଶକ୍ତି ଦ୍ୱାରା ସେ ଯେତେବେଳେ ଆମକୁ ତାଙ୍କ କୃପାରେ ଅନୁଗୃହୀତ କରିବେ, ସେତେବେଳେ ହିଁ ଦିବ୍ୟ ଦୃଷ୍ଟି ଦ୍ୱାରା ଆମେ ଭଗବାନଙ୍କୁ ଦେଖି ପାରିବା ଏବଂ ଚିହ୍ନିପାରିବା ।\nଚିଦାନନ୍ଦମୟ ଦେହ ତୁହ୍ମାରୀ, ବିଗତ ବିକାର ଜାନ ଅଧିକାରୀ (ରାମାୟଣ)\n“ହେ ପ୍ରଭୁ, ଆପଣଙ୍କର ରୂପ ଦିବ୍ୟ-ଚିନ୍ମୟ ଅଟେ । କେବଳ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ହୋଇ ଯାଇଥାଏ, ସେମାନେ ଆପଣଙ୍କ କୃପା ଦ୍ୱାରା ଆପଣଙ୍କୁ ଜାଣିପାରନ୍ତି ।”\nଯୋଗମାୟା ଶକ୍ତି ଉଭୟ ନିରାକାର ତଥା ସାକାର ଅଟେ । ରାଧା, ସୀତା, ଦୁର୍ଗା, କାଳୀ, ଲକ୍ଷ୍ମୀ ପାର୍ବତୀ ଇତ୍ୟାଦି ଯୋଗମାୟା ଶକ୍ତିର ସାକାର ସ୍ୱରୂପ ଅଟନ୍ତି, ଯେଉଁମାନଙ୍କୁ ବୈଦିକ ସଂସ୍କୃତିରେ ଜଗତ ଜନନୀ ରୂପରେ ସମ୍ମାନିତ କରାଯାଇଥାଏ । ସେମାନେ କୋମଳତା, ସହାନୁଭୂତି, କ୍ଷମା, ଦୟା ଏବଂ ଅକାରଣ କରୁଣା ଇତ୍ୟାଦି ମାତୃ ସୁଲଭ ଗୁଣ ପ୍ରକାଶିତ କରିଥାନ୍ତି । ଆମ ପାଇଁ ସର୍ବାଧିକ ମୂଲ୍ୟବାନ ଏହା ଯେ ସେମାନେ ଜୀବ ଉପରେ କୃପା ବୃଷ୍ଟି କରି ତାକୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାନ୍ତି, ଯଦ୍ୱାରା ଜୀବ ଭଗବାନଙ୍କୁ ଜାଣି ପାରିବ । ସେଥିପାଇଁ ବୃନ୍ଦାବନର ଭକ୍ତମାନେ ଗୀତ ଗାଇଥାନ୍ତି “ରାଧେ ରାଧେ, ଶ୍ୟାମ ସେ ମିଲା ଦେ”, ହେ ରାଧେ! କୃପା କରି ଆପଣ ମୋତେ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହେବାରେ ସାହାଯ୍ୟ କରନ୍ତୁ ।\nଯୋଗମାୟା ଉଭୟ କାର୍ଯ୍ୟ କରିଥାଏ - ଅନଧିକାରୀ ଜୀବଙ୍କ ଠାରୁ ଭଗବାନଙ୍କୁ ଘୋଡ଼ାଇ ରଖିଥାଏ ଏବଂ ଶରଣାଗତ ଜୀବଙ୍କୁ କୃପା ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ଭଗବାନଙ୍କୁ ଜାଣିପାରନ୍ତି । ଯେଉଁମାନେ ଭଗବାନଙ୍କ ଆଡ଼କୁ ପଛ କରି ରହିଥାଆନ୍ତି, ସେମାନେ ମାୟାର କବଳିତ ହେବା ସହିତ ଯୋଗମାୟାଙ୍କ କୃପାରୁ ବଞ୍ôଚତ ରହିଥାଆନ୍ତି । ଯେଉଁମାନେ ଭଗବାନଙ୍କର ସମ୍ମୁଖ ହୋଇଯାଆନ୍ତି, ସେମାନେ ଯୋଗମାୟାଙ୍କର ଆଶ୍ରୟରେ ରହି ମାୟାରୁ ମୁକ୍ତ ହୁଅନ୍ତି ।" }, { "verseTitle": "Bhagavad Gita 7.26", "verse": "26", "chapter": 7, "lang": "or", "shloka": { "speaker": "", "sanskrit": "वेदाहं समतीतानि वर्तमानानि चार्जुन ।\n\nभविष्याणि च भूतानि मां तु वेद न कश्चन ॥26॥", "text": "ବେଦାହଂ ସମତୀତାନି ବର୍ତମାନାନି ଚାର୍ଜ୍ଜୁନ ।\nଭବିଷ୍ୟାଣି ଚ ଭୂତାନି ମାଂ ତୁ ବେଦ ନ କଶ୍ଚନ ।।୨୬।।", "audioLink": "https://www.holy-bhagavad-gita.org/public/audio/007_026.mp3" }, "wordMeanings": "ବେଦ - ଜାଣେ; ଅହଂ-ମୁଁ; ସମ-ସମାନଭାବରେ; ଅତୀତାନି - ଅତୀତ; ବର୍ତ୍ତମାନାନି -ବର୍ତ୍ତମାନ; ଚ -ଏବଂ; ଅର୍ଜୁନ - ହେ ଅର୍ଜୁନ; ଭବିଷ୍ୟାଣି - ଭବିଷ୍ୟତ; ଚ- ଏବଂ; ଭୂତାନି -ଜୀବଗଣ; ମାଂ - ମୋତେ; ତୁ -କିନ୍ତୁ; ବେଦ-ଜାଣନ୍ତି; ନ -ନାହିଁ; କଶ୍ଚନ- କେହି ।", "translation": { "text": "ହେ ଅର୍ଜୁନ! ମୁଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣେ ଏବଂ ମୁଁ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଜାଣେ; କିନ୍ତୁ କେହି ମୋତେ ଜାଣନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-26.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.26.mp3" ] }, "commentary": "ଭଗବାନ ସର୍ବଜ୍ଞ ଅଟନ୍ତି । ସେ ଏଠାରେ ଘୋଷଣା କରୁଛନ୍ତି ଯେ ସେ ତ୍ରିକାଳଦର୍ଶୀ ଅଟନ୍ତି, ଅର୍ଥାତ୍ ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣନ୍ତି । କିଛି ଘଣ୍ଟା ପୂର୍ବରୁ ଆମେ କ’ଣ ଚିନ୍ତା କରୁଥିଲୁ, ତାହା ଆମେ ଭୁଲିଯାଇ ଥାଏ । କିନ୍ତୁ ଭଗବାନ ବ୍ରହ୍ମାଣ୍ଡର ପ୍ରତ୍ୟେକ ଜୀବର,  ଅନନ୍ତ ଜନ୍ମର ପ୍ରତିକ୍ଷଣର ବିଚାର, ବଚନ ଓ କର୍ମକୁ ମନେ ରଖନ୍ତି । ଏସବୁ ପ୍ରତ୍ୟେକ ଜୀବର ସଞ୍ôଚତ କର୍ମ (ଅନନ୍ତ ଜନ୍ମର କର୍ମର ଭଣ୍ଡାର) ଅଟେ । ଭଗବାନଙ୍କୁ ଏହି ହିସାବ ରଖିବାକୁ ପଡ଼ିଥାଏ, ଯଦ୍ୱାରା କର୍ମର ନିୟମ ଅନୁସାରେ ସେ ନ୍ୟାୟ ପ୍ରଦାନ କରିପାରିବେ । ତେଣୁ ସେ କହୁଛନ୍ତି ଯେ ସେ ଜୀବର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣନ୍ତି । ମୁଣ୍ଡକୋ ଉପନିଷଦ କହେ:\nଯଃ ସର୍ବଜ୍ଞଃ ସର୍ବବିଦ୍ୟସ୍ୟ ଜ୍ଞାନମୟଂ ତପଃ (୧.୧.୯)\n“ଭଗବାନ ସର୍ବଜ୍ଞ ଏବଂ ସର୍ବବ୍ୟାପୀ ଅଟନ୍ତି । ତାଙ୍କର ତପସ୍ୟା ଜ୍ଞାନଯୁକ୍ତ ଅଟେ ।”\nଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ସମସ୍ତଙ୍କୁ ଜାଣନ୍ତି କିନ୍ତୁ କେହି ତାଙ୍କୁ ଜାଣନ୍ତି ନାହିଁ । ଭଗବାନ ଐଶ୍ୱର୍ଯ୍ୟ, ଯଶ, ଶକ୍ତି, ଗୁଣ ଏବଂ ଆକାରରେ ଅନନ୍ତ ଅଟନ୍ତି । ଆମର ବୁଦ୍ଧି ସୀମିତ ଅଟେ, ତେଣୁ ସର୍ବଶକ୍ତିମାନ ଭଗବାନଙ୍କୁ ଆମେ କୌଣସି ଉପାୟରେ ଜାଣିପାରିବା ନାହିଁ । ସମସ୍ତ ବୈଦିକ ଶାସ୍ତ୍ର କହୁଛନ୍ତି:\nନୈଷା ତର୍କେଣ ମତିରାପନେୟା (କଠୋପନିଷଦ୍ ୧.୨.୯)\n“ଭଗବାନ ଆମ ବୌଦ୍ଧିକ ତର୍କ ପରିସରର ବହିର୍ଭୁତ ଅଟନ୍ତି ।”\nଯତୋ ବାଚୋ ନିବର୍ତନ୍ତେ ଅପ୍ରାପ୍ୟ ମନସା ସହ (ତୈତ୍ତିରୀୟ ଉପନିଷଦ ୨.୯.୧)\n“ଆମର ମନ ଓ ବାକ୍ୟ ଭଗବାନଙ୍କ ପାଖରେ ପହଞ୍ôଚ ପାରିବ ନାହିଁ ।”\nରାମ ଅତର୍କ୍ୟ ବୁଦ୍ଧି ମନ ବାନୀ, ମତ ହମାର ଅସ ସୁନହି ସୟାନୀ (ରାମାୟଣ)\n“ଭଗବାନଙ୍କ ସ୍ୱରୂପର ବିଶ୍ଲେଷଣ ମନ-ବୁଦ୍ଧି ଦ୍ୱାରା କରାଯାଇ ପାରିବ ନାହିଁ କିମ୍ବା ବର୍ଣ୍ଣନା ବାଣୀ ଦ୍ୱାରା କରାଯାଇ ପାରିବ ନାହିଁ ।”\nଜଣେ ହିଁ ବ୍ୟକ୍ତି ଭଗବାନଙ୍କୁ ଜାଣିଛନ୍ତି ଏବଂ ସେ ହେଉଛନ୍ତି ଭଗବାନ ନିଜେ । କୌଣସି ଜୀବକୁ ସେ ଯଦି ତାଙ୍କର କୃପା ପ୍ରଦାନ କରିବାକୁ ସ୍ଥିର କରନ୍ତି, ତେବେ ସେହି ଭାଗ୍ୟଶାଳୀ ଜୀବକୁ ସେ ତାଙ୍କର ବୁଦ୍ଧି ପ୍ରଦାନ କରିଥାନ୍ତି । ଭଗବାନଙ୍କର ବୁଦ୍ଧି ଯୁକ୍ତ ହୋଇ, ସେ ସହଜରେ ଭଗବାନଙ୍କୁ ଜାଣିପାରେ । ଅତଏବ, ଭଗବାନଙ୍କୁ ଜାଣିବା ପାଇଁ ସର୍ବାଧିକ ମହତ୍ୱପୂର୍ଣ୍ଣ ଆବଶ୍ୟକତା ଭଗବତ୍ କୃପା ଅଟେ । ଏହି ବିଷୟରେ ଆଗକୁ ଶ୍ଲୋକ ୧୦/୧୧ ଏବଂ ୧୮/୫୮ ରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।" }, { "verseTitle": "Bhagavad Gita 7.27", "verse": "27", "chapter": 7, "lang": "or", "shloka": { "speaker": "", "sanskrit": "इच्छाद्वेषसमुत्थेन द्वन्द्वमोहेन भारत ।\n\nसर्वभूतानि सम्मोहं सर्गे यान्ति परन्तप ॥27॥", "text": "ଇଚ୍ଛାଦ୍ୱେଷସମୁତ୍‌ଥେନ ଦ୍ୱନ୍ଦ୍ୱମୋହେନଭାରତ ।\nସର୍ବଭୂତାନି ସଂମୋହଂ ସର୍ଗେ ଯାନ୍ତି ପରନ୍ତପ ।।୨୭।।", "audioLink": "https://www.holy-bhagavad-gita.org/public/audio/007_027.mp3" }, "wordMeanings": "ଇଚ୍ଛା -କାମନା; ଦ୍ୱେଷ- ଘୃଣା; ସମୁତ୍‌ଥେନ - ଜାତ; ଦ୍ୱନ୍ଦ୍ୱ - ଦ୍ୱନ୍ଦ୍ୱ (ଦ୍ୱୈତ ଭାବ); ମୋହେନ -ଭ୍ରମବଶତଃ; ଭାରତ-ହେ ଭରତବଂଶଜ; ସର୍ବ-ସମସ୍ତ; ଭୂତାନି -ଜୀବଗଣ; ସଂମୋହଂ - ଅଜ୍ଞାନକୁ; ସର୍ଗେ -ଜନ୍ମରୁ; ଯାନ୍ତି - ଗତି କରନ୍ତି; ପରନ୍ତପ - ହେ ଶତ୍ରୁବିଜେତା ।", "translation": { "text": "ହେ ଭରତ ବଂଶଜ! ଭ୍ରମରୁ ଆସକ୍ତି ଓ ବିରକ୍ତିର ଦ୍ୱୈତଭାବ ଜାତ ହୁଏ । ହେ ଶତ୍ରୁଜୟୀ! ମାୟିକ ଜଗତର ସମସ୍ତ ପ୍ରାଣୀ ଜନ୍ମରୁ ଏମାନଙ୍କ ଦ୍ୱାରା ମୋହିତ ହୋଇଥାଆନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-27.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.27.mp3" ] }, "commentary": "ସଂସାର ଅନେକ ଦ୍ୱିବିଧତାରେ ପରିପୂର୍ଣ୍ଣ ଯଥା, ରାତି-ଦିନ, ଶୀତ-ଗ୍ରୀଷ୍ମ, ସୁଖ-ଦୁଃଖ, ଆନନ୍ଦ-କଷ୍ଟ ଇତ୍ୟାଦି । ସବୁଠାରୁ ବଡ଼ ଦ୍ୱୈତ ହେଉଛି ଜନ୍ମ ଓ ମୃତ୍ୟୁ - ଜନ୍ମ ହେବା ମାତ୍ରେ ମୃତ୍ୟୁ ସୁନିଶ୍ଚିତ; ମୃତ୍ୟୁ ପରେ ପୁଣି ପରବର୍ତ୍ତୀ ଜନ୍ମ ଆସିଥାଏ । ଜୀବନର ରଙ୍ଗଭୂମି ଜନ୍ମ-ମୃତ୍ୟୁର ଏହି ଦୁଇ ସୀମା ମଧ୍ୟରେ ଆବଦ୍ଧ । ଏହି ଦ୍ୱିବିଧତା ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଅନୁଭୂତିର ଏକ ଅବିଭାଜ୍ୟ ଅଂଶ ଅଟେ ।\nଭୌତିକ ଚେତନାରେ, ଆମେ କାହାକୁ ଆଦର କରିବା ବେଳେ ଅନ୍ୟ କାହାର ଅନାଦର କରିଥାଉ । ଏହି ଆସକ୍ତି ଏବଂ ବିରକ୍ତି, ଅନ୍ୟ ସବୁ ଦ୍ୱୈତ ପରି ଏକ ସ୍ୱାଭାବିକ ଦ୍ୱୈତ ନୁହେଁ, ବରଂ ଏହା ଆମ ଅଜ୍ଞାନତାରୁ ଜାତ ହୋଇଥାଏ । ଆମର ଅଜ୍ଞାନଯୁକ୍ତ ବୁଦ୍ଧି, ଏହା ମାନି ନେଇଥାଏ ଯେ ଭୌତିକ ସୁଖ ଆମର ସ୍ୱାର୍ଥ ପୂରଣ କରିବ । ଆମେ ଏଥିରେ ମଧ୍ୟ ସମ୍ମତ ହୋଇଥାଉ ଯେ କଷ୍ଟ ଆମ ପାଇଁ କ୍ଷତିକାରକ ଅଟେ । ଆମେ ଏହା ହୃଦୟଙ୍ଗମ କରିପାରେ ନାହିଁ ଯେ ସାଂସାରିକ ସୁଖଦାୟକ ସ୍ଥିତି ଆମ ଆତ୍ମା ଉପରେ ମାୟିକ ଭ୍ରମର ଆସ୍ତରଣକୁ ମୋଟା କରିଦିଏ । ଅନ୍ୟପକ୍ଷରେ, ପ୍ରତିକୂଳ ପରିସ୍ଥିତି ସେହି ଭ୍ରମକୁ ଦୂର କରି ମନର ଉତ୍‌ଥାନ କରିଥାଏ । ଭ୍ରମର ମୂଳ କାରଣ ହେଉଛି ଅଜ୍ଞାନ । ଆଧ୍ୟାତ୍ମିକ ବିଜ୍ଞତା ତାହା ହିଁ ଅଟେ, ଯେତେବେଳେ ବ୍ୟକ୍ତି ଆସକ୍ତି-ବିରକ୍ତି, ଆଦର-ଅନାଦର ଆଦି ଦ୍ୱନ୍ଦ୍ୱର ଉପରକୁ ଉଠି ତାହାକୁ ଭଗବାନଙ୍କ ସୃଷ୍ଟିର ଅବିଚ୍ଛେଦ୍ୟ ଅଂଗ ଭାବରେ ସ୍ୱୀକାର କରିନିଏ ।" }, { "verseTitle": "Bhagavad Gita 7.28", "verse": "28", "chapter": 7, "lang": "or", "shloka": { "speaker": "", "sanskrit": "येषां त्वन्तगतं पापं जनानां पुण्यकर्मणाम् ।\n\nते द्वन्द्वमोहनिर्मुक्ता भजन्ते मां दृढव्रताः ॥28॥", "text": "ଯେଷାଂ ତ୍ୱନ୍ତଗତଂ ପାପଂ ଜନାନାଂ ପୁଣ୍ୟକର୍ମଣାମ୍ ।\nତେ ଦ୍ୱନ୍ଦ୍ୱମୋହନିର୍ମୁକ୍ତା ଭଜନ୍ତେ ମାଂ ଦୃଢ଼ବ୍ରତାଃ ।।୨୮।।", "audioLink": "https://www.holy-bhagavad-gita.org/public/audio/007_028.mp3" }, "wordMeanings": "ଯେଷାଂ - ଯେଉଁମାନଙ୍କର; ତୁ-କିନ୍ତୁ; ଅନ୍ତଗତଂ - ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଅଛି; ପାପଂ -ପାପ; ଜନାନାଂ -ଲୋକମାନଙ୍କର; ପୁଣ୍ୟ -ପୁଣ୍ୟ; କର୍ମଣାମ୍‌- କର୍ମଗୁଡିକ; ତେ-ସେମାନେ; ଦ୍ୱନ୍ଦ୍ୱ - ଦ୍ୱନ୍ଦ୍ୱ (ଦ୍ୱୈତଭାବ), ମୋହ-ମୋହ; ନିର୍ମୁକ୍ତାଃ -ମୁକ୍ତ ହୋଇ; ଭଜନ୍ତେ - ଉପାସନା କରନ୍ତି; ମାଂ - ମୋତେ; ଦୃଢ଼ବ୍ରତାଃ -ନିଷ୍ଠାର ସହିତ ।", "translation": { "text": "କିନ୍ତୁ ପୁଣ୍ୟ କର୍ମଦ୍ୱାରା ଯାହାର ପାପସବୁ ନଷ୍ଟ ହୋଇଯାଇ ଥାଏ, ସେମାନେ ଦ୍ୱୈତର ଭ୍ରମରୁ ମୁକ୍ତ ହୋଇ ଯାଆନ୍ତି । ସେପରି ବ୍ୟକ୍ତିମାନେ ଦୃଢ଼ ନିଷ୍ଠାର ସହିତ ମୋର ଉପାସନା କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-28.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.28.mp3" ] }, "commentary": "ଶ୍ଲୋକ ୨.୬୯ରେ ଶ୍ରୀକୃଷ୍ଣ କହିଥିଲେ ଯେ, ଅଜ୍ଞାନୀ ଯାହାକୁ ରାତ୍ରୀ ମନେକରି ଥାଆନ୍ତି, ବିଜ୍ଞ ବ୍ୟକ୍ତିମାନେ ତାହାକୁ ଦିବସ ବିଚାର କରନ୍ତି । ଯେଉଁମାନଙ୍କର ଭଗବତ୍ ପ୍ରାପ୍ତିର ଅଭିଳାଷ ରହିଥାଏ, ସେମାନେ ଦୁଃଖକୁ ଆତ୍ମ-ତ୍ୟାଗ ଏବଂ ଆଧ୍ୟାତ୍ମିକ ପ୍ରଗତିର ସୁଯୋଗ ଭାବେ ସ୍ୱାଗତ କରିଥାନ୍ତି । ଆତ୍ମାକୁ ଆବୃତ କରି ଦେଉଥିବା ମାୟିକ ସୁଖ ପ୍ରତି ସେମାନେ ସାବଧାନ ରହିଥାନ୍ତି । ଏହିପରି ଭାବରେ ସେମାନେ ସୁଖ ପାଇଁ ବ୍ୟାକୁଳ କିମ୍ବା ଦୁଃଖ ପାଇଁ ବ୍ୟଥିତ ହୁଅନ୍ତି ନାହିଁ । ଆସକ୍ତି ଏବଂ ବିରକ୍ତିର ଦ୍ୱୈତରୁ ନିଜ ମନକୁ ମୁକ୍ତ କରିଥିବା ଏହି ଜୀବ ଅବିଚଳିତ ନିଷ୍ଠାରେ ମୋର ଉପାସନା କରିବାରେ ସଫଳ ହୁଅନ୍ତି ।" }, { "verseTitle": "Bhagavad Gita 7.29", "verse": "29", "chapter": 7, "lang": "or", "shloka": { "speaker": "", "sanskrit": "जरामरणमोक्षाय मामाश्रित्य यतन्ति ये ।\n\nते ब्रह्य तद्विदुः कृत्स्न्मध्यात्म कर्म चाखिलम् ॥29॥", "text": "ଜରାମରଣମୋକ୍ଷାୟ ମାମାଶ୍ରିତ୍ୟ ଯତନ୍ତି ଯେ ।\nତେ ବ୍ରହ୍ମ ତଦ୍‌ବିଦୁଃ କୃତ୍ସ୍ନମଧ୍ୟାତ୍ମଂ କର୍ମ ଚାଖିଳମ୍ ।।୨୯।।", "audioLink": "https://www.holy-bhagavad-gita.org/public/audio/007_029.mp3" }, "wordMeanings": "ଜରା-ବୃଦ୍ଧାବସ୍ଥା; ମରଣ-ମୃତ୍ୟୁ; ମୋକ୍ଷାୟ - ମୋକ୍ଷ ଉଦ୍ଦେଶ୍ୟରେ; ମାଂ - ମୋତେ; ଆଶ୍ରିତ୍ୟ -ଆଶ୍ରୟ କରି; ଯତନ୍ତି -ଚେଷ୍ଟା କରନ୍ତି; ଯେ - ଯେଉଁମାନେ; ତେ -ସେମାନେ; ବ୍ରହ୍ମ -ବ୍ରହ୍ମ; ତତ୍ -ତାହା; ବିଦୁଃ -ଜାଣନ୍ତି; କୃତ୍ସ୍ନମ୍ - ସବୁକିଛି; ଆଧ୍ୟାତ୍ମଂ -ଜୀବ; କର୍ମ -କର୍ମଫଳ; ଚ-ଏବଂ; ଅଖିଳମ୍ - ସମଗ୍ର ।", "translation": { "text": "ଯେଉଁମାନେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର କଷ୍ଟରୁ ମୁକ୍ତି ପାଇବାର ଅଭିଳାଷ ରଖି ମୋର ଆଶ୍ରିତ ହୁଅନ୍ତି, ସେମାନେ ବ୍ରହ୍ମ, ଜୀବ, କର୍ମ ପ୍ରତିକ୍ରିୟାର ସମଗ୍ର କ୍ଷେତ୍ର ବିଷୟରେ ଅବଗତ ହୁଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-29.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.29.mp3" ] }, "commentary": "ଶ୍ଲୋକ ୭/୨୬ରେ କୁହାଯାଇଛି ଯେ କୌଣସି ବ୍ୟକ୍ତି ନିଜ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ଜାଣିପାରନ୍ତି ନାହିଁ । କିନ୍ତୁ ଯେଉଁମାନେ ତାଙ୍କର ଶରଣାଗତ ହୋଇ ତାଙ୍କ କୃପା ପ୍ରାପ୍ତ କରନ୍ତି, ସେହି କୃପା ବଳରେ ସେମାନେ ସହଜରେ ତାଙ୍କୁ ଜାଣି ପାରନ୍ତି । କଠୋପନିଷଦ କହେ:\nନାୟମାତ୍ମା ପ୍ରବଚନେନ ଲଭ୍ୟୋନ ମେଧୟା ନ ବହୁନା ଶ୍ରୁତେନଯମେବୈଷ ବୃଣୁତେ ତେନ ଲଭ୍ୟ-ସ୍ତସ୍ୟୈଷ ଆତ୍ମା ବିବୃଣୁତେ ତନୂଙ୍‌ସ୍ୱାମ୍ । (୧.୨.୨୩)\n“ଆଧ୍ୟାତ୍ମିକ ପ୍ରବଚନ ଶୁଣିବା ଦ୍ୱାରା, କିମ୍ବା ବୁଦ୍ଧିଦ୍ୱାରା, କିମ୍ବା ବିଭିନ୍ନ ପ୍ରକାରର ଉପଦେଶ ଶୁଣିବା ଦ୍ୱାରା ଭଗବାନଙ୍କୁ ଜାଣି ହେବ ନାହିଁ । କେବଳ ସେ ଯଦି ତାଙ୍କର କୃପା କୌଣସି ବ୍ୟକ୍ତିକୁ ପ୍ରଦାନ କରନ୍ତି, ତେବେ ସେହି ଭାଗ୍ୟଶାଳୀ ଜୀବ ତାଙ୍କୁ ଜାଣିପାରେ ।” ଭଗବାନଙ୍କୁ ଜାଣି ନେବା ପରେ, ତାଙ୍କ ସହିତ ସଂଯୁକ୍ତ କରି ଅନ୍ୟ ସବୁକିଛିର ଜ୍ଞାନ ସ୍ୱତଃ ହୋଇଯାଏ । ବେଦ କହେ: ଏକସ୍ମିନ୍ ବିଜ୍ଞାତେ ସର୍ବମିଦଂ୍ ବିଜ୍ଞାତଂ ଭବତି । “ଭଗବାନଙ୍କୁ ଜାଣି, ତୁମେ ସବୁକିଛି ଜାଣିନେବ ।”\nଅନେକ ସାଧକ ଆତ୍ମ-ଜ୍ଞାନକୁ ନିଜର ଅନ୍ତିମ ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି । କିନ୍ତୁ ଯେପରି, ଜଳର ଗୋଟିଏ ବିନ୍ଦୁ ସାଗରର ଏକ କ୍ଷୁଦ୍ର ଅଂଶ ଅଟେ, ଆତ୍ମଜ୍ଞାନ ବ୍ରହ୍ମଜ୍ଞାନର ଏକ କ୍ଷୁଦ୍ର ଅଂଶ ଅଟେ । ଯାହାର ବିନ୍ଦୁ ବିଷୟରେ ଜ୍ଞାନ ଥାଏ, ସେ ସାଗରର ଗଭୀରତା, ବ୍ୟାପ୍ତି ଏବଂ ଶକ୍ତିକୁ  ମଧ୍ୟ ଜାଣନ୍ତି, ଏପରି ଭାବିବା ଠିକ୍ ନୁହେଁ । ସେହିପରି ଯିଏ ଆତ୍ମାକୁ ଜାଣନ୍ତି, ସେ ଭଗବାନଙ୍କୁ ଜାଣିଥିବେ, ଏପରି ଭାବିବା ଭୁଲ୍ ଅଟେ । କିନ୍ତୁ ଯେଉଁମାନେ ବ୍ରହ୍ମଜ୍ଞାନ ପ୍ରାପ୍ତ କରନ୍ତି, ସେମାନେ ସ୍ୱତଃ ଅନୁଭବ କରନ୍ତି ଯେ ସବୁକିଛି ଭଗବାନଙ୍କର ଅଂଶ ଅଟେ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁମାନେ ତାଙ୍କର ଆଶ୍ରିତ ହୁଅନ୍ତି, ଭଗବାନଙ୍କ କୃପାରୁ ସେମାନେ ବ୍ରହ୍ମ, ଜୀବ ଓ କାର୍ଯ୍ୟ-କାରଣ ସମ୍ବନ୍ଧକୁ ଜାଣିପାରନ୍ତି ।" }, { "verseTitle": "Bhagavad Gita 7.30", "verse": "30", "chapter": 7, "lang": "or", "shloka": { "speaker": "", "sanskrit": "साधिभूताधिदैवं मां साधियज्ञं च ये विदुः ।\n\nप्रयाणकालेऽपि च मां ते विदुर्युक्तचेतसः ॥30॥", "text": "ସାଧିଭୂତାଧିଦୈବଂ ମାଂ ସାଧିଯଜ୍ଞଂ ଚ ଯେ ବିଦୁଃ ।\nପ୍ରୟାଣକାଳେଽପି ଚ ମାଂ ତେ ବିଦୁର୍ଯୁକ୍ତଚେତସଃ ।।୩୦।।", "audioLink": "https://www.holy-bhagavad-gita.org/public/audio/007_030.mp3" }, "wordMeanings": "ସ-ଅଧିଭୂତ- ଭୌତିକ କ୍ଷେତ୍ରର ଶାସନ ବିଧି; ଅଧିଦୈବଂ - ଦେବତାମାନଙ୍କର ନିୟନ୍ତ୍ରଣକାରୀ; ମାଂ- ମୋତେ; ସ-ଅର୍ଧଯଜ୍ଞଂ - ଯଜ୍ଞର ରକ୍ଷକ; ଚ- ଏବଂ; ଯେ -ଯେଉଁମାନେ; ବିଦୁଃ - ଜାଣନ୍ତି; ପ୍ରୟାଣକାଳେ -ମୃତ୍ୟୁ ସମୟରେ; ଅପି -ମଧ୍ୟ; ଚ-ଏବଂ; ମାଂ - ମୋତେ; ତେ-ସେମାନେ; ବିଦୁଃ -ଜାଣନ୍ତି; ଯୁକ୍ତ-ଚେତସଃ -ଯାହାର ଚେତନା ମୋ ସହିତ ଯୁକ୍ତ ।", "translation": { "text": "ଯେଉଁମାନେ ମୋତେ ଅଧିଭୂତ (ଭୌତିକବସ୍ତୁ) ଅଧିଦୈବ (ସ୍ୱର୍ଗର ଦେବତାଗଣ) ଏବଂ ଅଧିଯଜ୍ଞ (ସମସ୍ତ ଯଜ୍ଞାଦିକ କର୍ମର ଅଧିଷ୍ଠାତା ଦେବ)ର ସଂଚାଳକ ଭାବରେ ଜାଣନ୍ତି, ସେହିପରି ଜ୍ଞାନଦୀପ୍ତ ଜୀବ ମୃତ୍ୟୁ ସମୟରେ ମଧ୍ୟ ମୋଠାରେ ପୂର୍ଣ୍ଣ ଚେତନା ଯୁକ୍ତ ରହିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C7-H-30.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/7.30.mp3" ] }, "commentary": "ପରବର୍ତ୍ତୀ ଅଧ୍ୟାୟରେ, ଶ୍ରୀକୃଷ୍ଣ କହିବେ ଯେ, ଯେଉଁ ମହାତ୍ମାମାନେ ମୃତ୍ୟୁ ସମୟରେ ତାଙ୍କର ସ୍ମରଣ କରନ୍ତି, ସେମାନେ ତାଙ୍କ ଦିବ୍ୟଲୋକ ପ୍ରାପ୍ତ କରନ୍ତି । କିନ୍ତୁ ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଅଟେ । କାରଣ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ ଅନୁଭବ ଅଟେ । ଏହାକୁ ୨୦୦୦ ବିଛା ଏକ ସଙ୍ଗେ ଦଂଶନ କରିବାର କଷ୍ଟ ସହିତ ତୁଳନା କରାଯାଇପାରେ । ଏହା ମନ-ବୁଦ୍ଧିର ସହନ ଶକ୍ତିଠାରୁ ଊର୍ଦ୍ଧ୍ୱରେ । ମୃତ୍ୟୁର କଷ୍ଟରେ ମନ ଓ ବୁଦ୍ଧି କାର୍ଯ୍ୟ କରିବା ବନ୍ଦ କରିଦିଅନ୍ତି ଏବଂ ବ୍ୟକ୍ତି ଚେତନା ଶୂନ୍ୟ ହୋଇଯାଏ । ତାହେଲେ ମୃତ୍ୟୁ ସମୟରେ ଜଣେ ଭଗବାନଙ୍କର ସ୍ମରଣ କରିବ କିପରି?\nଯେଉଁ ବ୍ୟକ୍ତି ଆନନ୍ଦ ଓ କଷ୍ଟ ଅନୁଭୂତିର ଊର୍ଦ୍ଧ୍ୱରେ ସ୍ଥିତ, କେବଳ ତାଙ୍କ ପକ୍ଷରେ ହିଁ ଏହା ସମ୍ଭବ ଅଟେ । ଏପରି ବ୍ୟକ୍ତି ସ୍ୱେଚ୍ଛାରେ ଶରୀର ତ୍ୟାଗ କରନ୍ତି । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ ଯିଏ ତାଙ୍କୁ ଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞର ସଂଚାଳକ ରୂପେ ଜାଣନ୍ତି, ସେମାନେ ମୃତ୍ୟୁ ସମୟରେ ମଧ୍ୟ ଭଗବାନଙ୍କ ସହିତ ପୂର୍ଣ୍ଣ ଚେତନାରେ ଯୁକ୍ତ ଥାଆନ୍ତି । ଏହାର କାରଣ ବାସ୍ତବିକ ଜ୍ଞାନ ଦ୍ୱାରା ଭକ୍ତି ପରିପୂର୍ଣ୍ଣତାକୁ ପ୍ରାପ୍ତ ହୋଇଥାଏ - ମନ ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଆସକ୍ତ ହୋଇଯାଏ । ପରିଣାମତଃ, ଏହା ମାୟିକ ସ୍ଥିିତିର ଲାଳସା ଏବଂ ପଶ୍ଚାତାପ ଆଦିରୁ ମୁକ୍ତ ହୋଇଯାଏ ଏବଂ ଜୀବ ଶାରୀରିକ ଚେତନାର ଉପରକୁ ଉଠିଯାଏ ।\nଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞ ଶବ୍ଦର ବିସ୍ତୃତ ବ୍ୟାଖ୍ୟା ପରବର୍ତ୍ତୀ ଅଧ୍ୟାୟରେ କରାଯିବ ।" } ] }