gita-chapter-6
{
"title": "ଷଷ୍ଠ ଅଧ୍ୟାୟ: ଧ୍ୟାନ ଯୋଗ",
"chapterIntro": "ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ପଂଚମ ଅଧ୍ୟାୟରେ କରିଥିବା କର୍ମଯୋଗ (ସାଂସାରିକ କର୍ମ କରିବା ସହିତ ଭଗବତ୍ ସାଧନା କରିବା) ଏବଂ କର୍ମସନ୍ୟାସ (ସାଂସାରିକ କର୍ମ ତ୍ୟାଗ କରି ଭଗବତ୍ ସାଧନା କରିବା)ର ତୁଳନାତ୍ମକ ବିଶ୍ଲେଷଣ ଜାରି ରଖିଛନ୍ତି ଏବଂ ପ୍ରଥମ ମାର୍ଗଟିକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଆମେ ଯେତେବେଳେ ଭକ୍ତି ଭାବନାରେ କୌଣସି କାର୍ଯ୍ୟ କରୁ, ତାହା ଆମର ମନକୁ ଶୁଦ୍ଧ କରିବା ସହିତ ଭଗବଦୀୟ ଅନୁଭୂତି ଗଭୀର କରିଥାଏ । ମନ ଯେତେବେଳେ ଶାନ୍ତ ଏବଂ ସ୍ଥିର ହୋଇଯାଏ, ସେତେବେଳେ ‘ଧ୍ୟାନ’ ଆଧ୍ୟାତ୍ମିକ ଉନ୍ନତିର ମୁଖ୍ୟ ସାଧନ ହୋଇଯାଏ । ଧ୍ୟାନ ଦ୍ୱାରା ଯୋଗୀମାନେ ମନକୁ ଜୟ କରିବାକୁ ଚେଷ୍ଟା କରିଥାନ୍ତି, କାରଣ ଅପ୍ରଶିକ୍ଷିତ ମନ ଆମର ସବୁଠାରୁ ବଡ଼ ଶତ୍ରୁ ଏବଂ ପ୍ରଶିକ୍ଷିତ ମନ ଆମର ସର୍ବଶ୍ରେଷ୍ଠ ବନ୍ଧୁ ଅଟେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସତର୍କ କରି ଦେଇଛନ୍ତି ଯେ, ଆଧ୍ୟାତ୍ମିକ ମାର୍ଗରେ କଠୋର ତପସ୍ୟା ଦ୍ୱାରା ସଫଳତା ପ୍ରାପ୍ତ ହୁଏ ନାହିଁ । ସେଥିପାଇଁ ସାଧକ ନିଜର ଖାଦ୍ୟ-ପେୟ, କର୍ମ, ବିଶ୍ରାମ ଏବଂ ନିଦ୍ରା ଆଦିରେ ସଂଯମ ଆଚରଣ କରିବା ସହିତ ସନ୍ତୁଳନ ରକ୍ଷା କରିବା ନିତାନ୍ତ ଆବଶ୍ୟକ । ତାପରେ ସେ ମନକୁ ଭଗବାନଙ୍କ ସହିତ ସଂଯୁକ୍ତ କରିବାର ସାଧନା ସମ୍ପର୍କରେ ଆଲୋଚନା କରିଛନ୍ତି । ବାୟୁ ପ୍ରବାହ ମୁକ୍ତ ସ୍ଥାନରେ ଦୀପଶିଖା ସ୍ଥିର ରହିବା ପରି, ସାଧକର ମନ ଧ୍ୟାନରେ ଏକାଗ୍ର ରହିବା ଆବଶ୍ୟକ । ବାସ୍ତବରେ ମନକୁ ସଂଯତ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ତେଣୁ ମନ ଯେଉଁ ଦିଗକୁ ଯାଉଛି, ପୁନଶ୍ଚ ତାକୁ ସେଠାରୁ ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଉଚିତ । ମନ ଯେତେବେଳେ ଶୁଦ୍ଧ ହୋଇ ପରାତ୍ପର ତତ୍ତ୍ୱରେ ସ୍ଥିତ ହୋଇଯାଏ, ସେହି ଆନନ୍ଦମୟ ସ୍ଥିତିକୁ ‘ସମାଧି’ କୁହାଯାଏ । ଏଥିରେ ବ୍ୟକ୍ତି ଅସୀମିତ ଦିବ୍ୟ ଆନନ୍ଦ ଅନୁଭବ କରିଥାଏ ।\nତାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି, ଯେଉଁ ବ୍ୟକ୍ତି ଏହି ପଥରେ ଅଗ୍ରସର ହୁଏ କିନ୍ତୁ ଅସ୍ଥିର ମନ ଯୋଗୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ôଚପାରେ ନାହିଁ, ତାର ପରିଣାମ କ’ଣ ହୁଏ? ଶ୍ରୀକୃଷ୍ଣ ଆଶ୍ୱାସନା ଦେଉଛନ୍ତି ଯେ ଯେଉଁ ବ୍ୟକ୍ତି ଭଗବତ୍ ପ୍ରାପ୍ତି ନିମନ୍ତେ ପ୍ରୟାସ କରିଥାଏ, ସେ କେବେ ବି ଅସତ୍ର କବଳିତ ହୁଏ ନାହିଁ । ଭଗବାନ ଆମ ପୂର୍ବ ଜନ୍ମର ସମସ୍ତ ଆଧ୍ୟାତ୍ମିକ ପ୍ରୟାସର ହିସାବ ରଖିଥାଆନ୍ତି ଏବଂ ସେହିି ଜ୍ଞାନକୁ ପର ଜନ୍ମରେ ପୁନର୍ଜାଗୃତ କରିଦିଅନ୍ତି, ଯଦ୍ୱାରା ଜଣେ ତାର ଆଧ୍ୟାତ୍ମିକ ଯାତ୍ରା ଯେଉଁଠାରେ ସମାପ୍ତ କରିଥାଏ, ସେହିଠାରୁ ପୁନର୍ବାର ଆରମ୍ଭ କରିପାରିବ । ଅଧ୍ୟାୟର ପରିସମାପ୍ତି ଏହି ଘୋଷଣା ସହିତ କରାଯାଇଛି ଯେ ତପସ୍ୱୀ, ଜ୍ଞାନୀ ଏବଂ କର୍ମୀଙ୍କଠାରୁ ଶ୍ରେଷ୍ଠ ଯୋଗୀମାନେ ଅଟନ୍ତି, ଯେଉଁମାନେ ଆତ୍ମିକ ସ୍ତରରେ ଭଗବାନଙ୍କ ସହିତ ମିଳିତ ହେବାର ପ୍ରୟାସ କରିଥାଆନ୍ତି । ଯୋଗୀମାନଙ୍କ ମଧ୍ୟରେ ବି ସେହି ଯୋଗୀ ସର୍ବଶ୍ରେଷ୍ଠ ଅଟନ୍ତି, ଯିଏ ନିଜକୁ ଭକ୍ତିରେ (ଭଗବାନଙ୍କ ପ୍ରେମମୟ ସେବାରେ) ନିୟୋଜିତ କରିଥାଆନ୍ତି ।",
"verseList": [
{
"verseTitle": "Bhagavad Gita 6.1",
"verse": "1",
"chapter": 6,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nअनाश्रितः कर्मफलं कार्यं कर्म करोति यः ।\n\nस संन्यासी च योगी च न निरग्निर्न चाक्रियः ॥1॥",
"text": "ଶ୍ରୀ ଭଗବାନୁବାଚ\nଅନାଶ୍ରିତଃ କର୍ମଫଳଂ କାର୍ଯ୍ୟଂ କର୍ମ କରୋତି ଯଃ ।\nସ ସଂନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନ ଚାକ୍ରିୟଃ ।।୧।।",
"audioLink": "https://www.holy-bhagavad-gita.org/public/audio/006_001.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅନାଶ୍ରିତଃ - କାମନା ନ କରି; କର୍ମଫଳଂ - କର୍ମଫଳ; କାର୍ଯ୍ୟଂ - କର୍ତ୍ତବ୍ୟ କର୍ମ; କର୍ମ - କର୍ମ; କରୋତି -କରେ; ଯଃ - ଯିଏ; ସଃ- ସେ; ସଂନ୍ୟାସୀ - ସନ୍ନ୍ୟାସୀ; ଚ-ଏବଂ; ଯୋଗୀ-ଯୋଗୀ; ଚ -ଏବଂ; ନ -ନୁହେଁ; ନିଃ -ବିନା; ଅଗ୍ନିଃ-ଅଗ୍ନି; ନ -ନୁହେଁ; ଚ-ମଧ୍ୟ; ଅକ୍ରିୟଃ - କର୍ତ୍ତବ୍ୟହୀନ ।",
"translation": {
"text": "ଶ୍ରୀ ଭଗବାନ କହିଲେ; ଯେଉଁମାନେ କର୍ମଫଳ ପ୍ରତି କାମନା ନରଖି ତାଙ୍କର ବିହିତ କର୍ମ କରିଥାଆନ୍ତି, ବାସ୍ତବରେ ସେମାନେ ହିଁ ସନ୍ନ୍ୟାସୀ (ତ୍ୟାଗୀ) ଓ ଯୋଗୀ ଅଟନ୍ତି । ଯେଉଁମାନେ କେବଳ ଯଜ୍ଞାଦି ( ଯେପରି କି ଅଗ୍ନିହୋତ୍ର)ବା ଶାରୀରିକ କର୍ମ ତ୍ୟାଗ କରିଥାଆନ୍ତି, ସେମାନେ ଯୋଗୀ ନୁହଁନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.1.mp3"
]
},
"commentary": "ବେଦରେ ବର୍ଣ୍ଣନା କରାଯାଇଥିବା ବିଧିଯୁକ୍ତ କର୍ମ (କର୍ମକାଣ୍ଡ) ମାନଙ୍କ ମଧ୍ୟରେ ଅଗ୍ନିହୋତ୍ର ଯଜ୍ଞ ଅନ୍ୟତମ । ଯେଉଁମାନେ ତ୍ୟାଗଯୁକ୍ତ ସନ୍ୟାସ ମାର୍ଗରେ ପ୍ରବେଶ କରନ୍ତି, ସେମାନଙ୍କ ପାଇଁ ଏହି ନିୟମ ରହିଛି ଯେ, ସେମାନେ କୌଣସି କର୍ମକାଣ୍ଡ କରିବେ ନାହିଁ । ସେମାନେ ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ, ଏପରିକି ରୋଷେଇ ପାଇଁ ମଧ୍ୟ ନୁହେଁ । ସେମାନେ ଭିକ୍ଷା କରି ଜୀବନ ଯାପନ କରିବା ଉଚିତ । କିନ୍ତୁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, କେବଳ ଯଜ୍ଞ ଇତ୍ୟାଦି ତ୍ୟାଗ ଦ୍ୱାରା ହିଁ ଜଣେ ସନ୍ନ୍ୟାସୀ ହୋଇଯାଏ ନାହିଁ ।\nପ୍ରକୃତ ଯୋଗୀ କିଏ ଏବଂ ପ୍ରକୃତ ସନ୍ନ୍ୟାସୀ କିଏ? ଏହି ବିଷୟରେ ଅନେକ ବିଭ୍ରାନ୍ତିପୂର୍ଣ୍ଣ ଧାରଣା ଅଛି । ଲୋକମାନେ କୁହନ୍ତି “ଏହି ସ୍ୱାମୀଜୀ ଫଳାହାରୀ ଅଟନ୍ତି”, ତେଣୁ ସେ ଉଚ୍ଚ କକ୍ଷର ଯୋଗୀ ହୋଇଥିବେ, “ଏହି ବାବାଜୀ ଦୁଗ୍ଧାହାରୀ ଅଟନ୍ତି” ତେଣୁ ସେ ଆହୁରି ଉଚ୍ଚକୋଟୀର ଯୋଗୀ ହୋଇଥିବେ । “ଏହି ସାଧୁଜଣକ କେବଳ ପବନାହାରୀ” ତେଣୁ ସେ ନିଶ୍ଚିତ ଭାବେ ବ୍ରହ୍ମଜ୍ଞାନୀ ହୋଇଥିବେ । “ଏହି ସାଧୁ ଜଣକ ନାଗାବାବା ଅଟନ୍ତି (ଯିଏ ବସ୍ତ୍ର ପରିଧାନ କରନ୍ତି ନାହିଁ), ତେଣୁ ସେ ପ୍ରକୃତ ତ୍ୟାଗୀ ଅଟନ୍ତି ।” କିନ୍ତୁ ଶ୍ରୀକୃଷ୍ଣ ଏ ସମସ୍ତ ଚିନ୍ତାଧାରାକୁ ଖଣ୍ଡନ କରି କହିଛନ୍ତି ଯେ, ଏହିପରି ବାହ୍ୟ ତ୍ୟାଗର ପ୍ରକ୍ରିୟା କାହାକୁ ସନ୍ୟାସୀ ବା ଯୋଗୀରେ ପରିଣତ କରାଏ ନାହିଁ । ଯେଉଁମାନେ କର୍ମଫଳର ଆସକ୍ତିକୁ ତ୍ୟାଗ କରି ତାହାକୁ ଭଗବାନଙ୍କଠାରେ ଅର୍ପଣ କରିଥାଆନ୍ତି, ସେମାନେ ହିଁ ପ୍ରକୃତରେ ତ୍ୟାଗୀ ଓ ଯୋଗୀ ।\nଆଜିକାଲି ପାଶ୍ଚାତ୍ୟ ଜଗତରେ ‘ଯୋଗା’ ଏକ ବହୁପ୍ରଚଳିତ ଶବ୍ଦ ଅଟେ । ପୃଥିବୀର ପ୍ରତି ଦେଶରେ ପ୍ରତି ସହରରେ ଅନେକ ‘ଯୋଗା’ ଷ୍ଟୁଡିଓ ଗଢ଼ି ଉଠିଛି । ଅନୁସନ୍ଧାନରୁ ଜଣାଯାଏ ଯେ ଆମେରିକାର ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ଯୋଗାଭ୍ୟାସ କରନ୍ତି । ବାସ୍ତବରେ ସଂସ୍କୃତ ସାହିତ୍ୟରେ ‘ଯୋଗା’ ଶବ୍ଦର ଉଲ୍ଲେଖ ନାହିଁ । ସଠିକ ଶବ୍ଦଟି ହେଉଛି ‘ଯୋଗ’, ଯାହାର ଅର୍ଥ ସଂଯୋଗ । ଏହା ବ୍ୟକ୍ତିର ଚେତନାକୁ ଦିବ୍ୟ ଚେତନା ସହିତ ମିଳିତ କରାଇବାକୁ ସୂଚିତ କରାଇଥାଏ । ଭିନ୍ନ ଶବ୍ଦରେ, ଯାହାର ମନ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କଠାରେ ନିମଗ୍ନ ରହେ, ସେ ଯୋଗୀ ଅଟନ୍ତି । ଏହା ଏକଥା ମଧ୍ୟ ସୂଚିତ କରିଥାଏ ଯେ ଜଣେ ଯୋଗୀର ମନ ସଂସାରଠାରୁ ସ୍ୱାଭାବିକ ଭାବେ ଅନାସକ୍ତ ରହିଥାଏ । ସୁତରାଂ, ଜଣେ ବାସ୍ତବିକ ଯୋଗୀ ଜଣେ ବାସ୍ତବିକ ସନ୍ୟାସୀ ମଧ୍ୟ ଅଟନ୍ତି ।\nଯେଉଁମାନେ କର୍ମଯୋଗ କରନ୍ତି, ସେମାନେ କୌଣସି ପ୍ରତିଦାନର ଆଶା ନ ରଖି, ଦୀନତାର ଭାବ ନେଇ ସମସ୍ତ କର୍ମ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କରିଥାଆନ୍ତି । ସେମାନେ ଗୃହସ୍ଥ ହୋଇପାରନ୍ତି, କିନ୍ତୁ ସେହି ମାନେ ହିଁ ପ୍ରକୃତ ଯୋଗୀ ଏବଂ ବାସ୍ତବ ତ୍ୟାଗୀ ଅଟନ୍ତି ।"
},
{
"verseTitle": "Bhagavad Gita 6.2",
"verse": "2",
"chapter": 6,
"lang": "or",
"shloka": {
"speaker": "",
"sanskrit": "यं संन्यासमिति प्राहुर्योगं तं विद्धि पाण्डव ।\n\nन ह्यसंन्यस्तसङ्कल्पो योगी भवति कश्चन ॥2॥",
"text": "ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ ।\nନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ ।।୨।।",
"audioLink": "https://www.holy-bhagavad-gita.org/public/audio/006_002.mp3"
},
"wordMeanings": "ଯଂ -ଯାହାକୁ; ସଂନ୍ୟାସଂ- ସନ୍ୟାସ; ଇତି- ଏହିପରି; ପ୍ରାହୁଃ - ସେମାନେ କହନ୍ତି; ଯୋଗଂ -ଭଗବାନଙ୍କ ସହ ଯୁକ୍ତ ହେବା; ତଂ-ତାହାକୁ; ବିଦ୍ଧି- ତୁମେ ଜାଣିରଖ; ପାଣ୍ଡବ - ହେ ପାଣ୍ଡୁପୁତ୍ର; ନ- କେବେ ନୁହେଁ; ହି - ନିଶ୍ଚିତଭାବେ; ଅସଂନ୍ୟସ୍ତ - ତ୍ୟାଗବିିନା; ସଂକଳ୍ପଃ - କାମନା; ଯୋଗୀ -ଯୋଗୀ; ଭବତି - ହୁଏ; କଶ୍ଚନ - କେହି ।",
"translation": {
"text": "ଯାହାକୁ ସନ୍ୟାସ କୁହାଯାଏ, ତାହା ଯୋଗଠାରୁ ଭିନ୍ନ ନୁହେଁ, କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.2.mp3"
]
},
"commentary": "ସନ୍ୟାସୀ ସେ ଅଟନ୍ତି, ଯିଏ ମନ ଏବଂ ଇନ୍ଦ୍ରିୟର ସୁଖକୁ ତ୍ୟାଗ କରିଥାଆନ୍ତି । କିନ୍ତୁ କେବଳ ତ୍ୟାଗ କରିବା ଲକ୍ଷ୍ୟ ନୁହେଁ ବା ଲକ୍ଷ୍ୟପ୍ରାପ୍ତି ପାଇଁ ମଧ୍ୟ ତାହା ଯଥେଷ୍ଟ ନୁହେଁ । ସନ୍ୟାସର ତାତ୍ପର୍ଯ୍ୟ ଭୁଲ ଦିଗରେ ଆମର ଦୌଡକୁ ବନ୍ଦ କରିଦେବା । ସଂସାରରେ ଆନନ୍ଦର ଅନ୍ୱେଷଣ କରି ଆମେ ବୁଝିପାରିଲେ ଯେ ମାୟିକ ସୁଖରେ ଆନନ୍ଦ ନାହିଁ, ତେଣୁ ଆମେ ସଂସାର ଅଭିମୁଖରେ ଦୌଡ଼ିବା ବନ୍ଦ କରିଦେଲେ । କିନ୍ତୁ କେବଳ ବନ୍ଦ କରିଦେବା ଦ୍ୱାରା ଲକ୍ଷ୍ୟପ୍ରାପ୍ତ ହୋଇ ଯାଏନାହିଁ । ଜୀବର ଲକ୍ଷ୍ୟ ହେଉଛି ଭଗବତ୍ ପ୍ରାପ୍ତି । ଭଗବାନଙ୍କ ଅଭିମୁଖରେ ଅଗ୍ରସର ହେବାର ପ୍ରକ୍ରିୟା ହିଁ (ମନକୁ ତାଙ୍କ ଆଡକୁ ନେଇଯିବା) ଯୋଗର ପଥ ଅଟେ । ଜୀବନର ଲକ୍ଷ୍ୟ ସମ୍ପର୍କରେ ଯାହାର ପୂର୍ଣ୍ଣଜ୍ଞାନ ନ ଥାଏ, ସେ ତ୍ୟାଗକୁ ହିଁ ଆଧ୍ୟାତ୍ମିକତାର ଚରମ ଲକ୍ଷ୍ୟ ଭାବିଥାଏ । ଯେଉଁମାନେ ଜୀବନର ଲକ୍ଷ୍ୟକୁ ବାସ୍ତବରେ ବୁଝିଥାଆନ୍ତି, ସେମାନେ ଭଗବତ୍ ପ୍ରାପ୍ତିକୁ ହିଁ ଆଧ୍ୟାତ୍ମିକ ପଥର ଅନ୍ତିମ ଲକ୍ଷ୍ୟ ରୂପେ ବିବେଚନା କରିଥାଆନ୍ତି ।\nଶ୍ଲୋକ ୫.୪ର ଭାବାର୍ଥରେ ବର୍ଣ୍ଣନା କରାଯାଇଛି ଯେ ବୈରାଗ୍ୟ ବା ତ୍ୟାଗ ଦୁଇ ପ୍ରକାରର ଅଟେ: ‘ଫଲ୍ଗୁ ବୈରାଗ୍ୟ’ ଏବଂ ‘ଯୁକ୍ତ ବୈରାଗ୍ୟ’ । ଫଲ୍ଗୁ ବୈରାଗ୍ୟରେ ସମସ୍ତ ସାଂସାରିକ ବସ୍ତୁକୁ ମାୟିକ ମନେକରି ସେସବୁର ତ୍ୟାଗ କରାଯାଇଥାଏ କାରଣ ସେମାନେ ଆଧ୍ୟାତ୍ମିକ ପ୍ରଗତିରେ ବାଧକ ଅଟନ୍ତି । ଯୁକ୍ତ ବୈରାଗ୍ୟରେ ସାଂସାରିକ ସମସ୍ତ ବସ୍ତୁକୁ ଭଗବାନଙ୍କର ମନେକରି ସେଗୁଡ଼ିକୁ ଭଗବାନଙ୍କ ସେବାରେ ଉପଯୋଗ କରାଯାଇଥାଏ । ପ୍ରଥମ ପ୍ରକାରର ତ୍ୟାଗରେ ଜଣେ କହିପାରନ୍ତି “ଧନ ତ୍ୟାଗ କର । ତା’କୁ ସ୍ପର୍ଶ କର ନାହିଁ । ଏହା ମାୟାର ସ୍ୱରୂପ ଅଟେ ଏବଂ ଏହା ଆଧ୍ୟାତ୍ମିକ ମାର୍ଗରେ ବାଧା ଉତ୍ପନ୍ନ କରିଥାଏ ।” ଦ୍ୱିତୀୟ ପ୍ରକାରର ତ୍ୟାଗରେ ଜଣେ ଏପରି ବିବେଚନା କରେ ଯେ “ଧନ ମଧ୍ୟ ଭଗବାନଙ୍କର ଏକ ଶକ୍ତି ଅଟେ; ତାହାକୁ ନଷ୍ଟ କର ନାହିଁ ବା ଫିଙ୍ଗି ଦିଅ ନାହିଁ, ତୁମ ପାଖରେ ଯେତିକି ଧନ ଅଛି ତାହାକୁ ଭଗବାନଙ୍କ ସେବାରେ ଉପଯୋଗ କର ।”\nଫଲ୍ଗୁ ବୈରାଗ୍ୟ ଅସ୍ଥାୟୀ ଅଟେ ଏବଂ ଏହା ସହଜରେ ସଂସାର ଆସକ୍ତିକୁ ପ୍ରତ୍ୟାବର୍ତ୍ତନ କରିଥାଏ । ଭାରତର ବିହାର ରାଜ୍ୟର ଗୟା ନିକଟସ୍ଥ ଫଲ୍ଗୁ ନଦୀର ନାମ ଅନୁସାରେ ଏହି ବୈରାଗ୍ୟର ନାମକରଣ କରାଯାଇଛି । ଫଲ୍ଗୁ ନଦୀଟି, ନଦୀଶଯ୍ୟାର ନିମ୍ନଦେଶରେ ପ୍ରବାହିତ । ଉପରୁ ଦେଖିଲେ ମନେହୁଏ ସତେ ଯେପରି ନଦୀଟି ଜଳଶୂନ୍ୟ । କିନ୍ତୁ ଅଳ୍ପ କେତେ ଫୁଟ ଖୋଳିବା ପରେ ଜଳସ୍ରୋତର ପ୍ରବାହ ଦେଖିବାକୁ ମିଳିଥାଏ । ସେହିପରି ଅନେକ ବ୍ୟକ୍ତି ସଂସାର ତ୍ୟାଗ କରି ଆଶ୍ରମ ଇତ୍ୟାଦିରେ ରହିବାକୁ ଯାଆନ୍ତି । କିନ୍ତୁ ସେଠାକୁ ଯାଇ ସେମାନେ ଅନୁଭବ କରିଥାଆନ୍ତି ଯେ ସେମାନଙ୍କର ବୈରାଗ୍ୟ ଅନ୍ତର୍ଦ୍ଧାନ ହୋଇ ଯାଇଛି ଏବଂ ସେମାନଙ୍କର ମନ ପୁନର୍ବାର ସଂସାରରେ ଲିପ୍ତ ହୋଇଯାଉଛି । ସେମାନଙ୍କର ଏହି ବୈରାଗ୍ୟ ଫଲ୍ଗୁ ବୈରାଗ୍ୟ ଥିଲା । ସଂସାରକୁ ଜଞ୍ଜାଳମୟ ଏବଂ ଦୁଃଖପୂର୍ଣ୍ଣ ମନେ କରି ସେମାନେ ସେଥିରୁ ମୁକ୍ତି ପାଇବାର ଆଶାରେ ଆଶ୍ରମ ଇତ୍ୟାଦିରେ ଆଶ୍ରୟ ଲୋଡିଥାଆନ୍ତି । କିନ୍ତୁ ସେମାନେ ଯେତେବେଳେ ଅଧ୍ୟାତ୍ମିକ ଜୀବନକୁ ମଧ୍ୟ କଷ୍ଟସାଧ୍ୟ ଏବଂ ବିକଟ ଅନୁଭବ କରନ୍ତି, ସେତେବୋଳ ସେମାନେ ଆଧ୍ୟାତ୍ମିକତା ଠାରୁ ମଧ୍ୟ ବିମୁଖ ହୋଇଯାଆନ୍ତି । ଅନ୍ୟ କେହି କେହି ଭଗବାନଙ୍କ ସହିତ ସ୍ନେହପୂର୍ଣ୍ଣ (ଭକ୍ତି) ସମ୍ପର୍କ ସ୍ଥାପନ କରିଥାଆନ୍ତି । ଭଗବାନଙ୍କ ସେବା କରିବାର କାମନା ନେଇ ସେମାନେ ସଂସାର ତ୍ୟାଗ କରି ଆଶ୍ରମରେ ବାସ କରନ୍ତି । ସେମାନଙ୍କର ବୈରାଗ୍ୟ ଯୁକ୍ତ ବୈରାଗ୍ୟ ଅଟେ । କେତେ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ନିଜର ଯାତ୍ରା ଅବ୍ୟାହତ ରଖିଥାଆନ୍ତି ।\nଶ୍ଲୋକର ପ୍ରଥମ ପଂକ୍ତିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ବାସ୍ତବିକ ସନ୍ୟାସୀ ଜଣେ ଯୋଗୀ ଅଟନ୍ତି, ଯିଏ ପ୍ରେମଯୁକ୍ତ ସେବା ଭାବନାରେ ନିଜର ମନକୁ, ଭଗବାନଙ୍କ ସହିତ ସଂଲଗ୍ନ ରଖିଥାଆନ୍ତି । ଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ସାଂସାରିକ କାମନା ତ୍ୟାଗ ନ କରି, ଯୋଗୀ ହୋଇପାରିବ ନାହିଁ । ମନରେ ଯଦି ସଂସାରର କାମନା ଥିବ ତା’ହେଲେ ସ୍ୱାଭାବିକ ଭାବରେ ସେ (ମନ) ସଂସାର ଅଭିମୁଖୀ ହେବ । ଯେହେତୁ ମନକୁ ହିଁ ଭଗବାନ ସହିତ ଯୋଗ କରିବାକୁ ପଡିଥାଏ, ତେଣୁ ସଂସାରିକ କାମନାରୁ ମୁକ୍ତ ହେଲେ ହିଁ ଏହା ସମ୍ଭବ ହୋଇପାରିବ । ସୁତରାଂ, ଜଣେ ଯୋଗୀ ହେବା ପାଇଁ ଅନ୍ତରରୁ ସନ୍ୟାସୀ ହେବାକୁ ପଡ଼ିବ ଏବଂ ଜଣେ ସନ୍ନ୍ୟାସୀ ହେବା ପାଇଁ ଯୋଗୀ ହେବାକୁ ପଡ଼ିବ ।"
},
{
"verseTitle": "Bhagavad Gita 6.3",
"verse": "3",
"chapter": 6,
"lang": "or",
"shloka": {
"speaker": "",
"sanskrit": "आरुरुक्षोर्मुनेर्योगं कर्म कारणमुच्यते ।\n\nयोगारूढस्य तस्यैव शमः कारणमुच्यते ॥3॥",
"text": "ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ ।\nଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ ।।୩।।",
"audioLink": "https://www.holy-bhagavad-gita.org/public/audio/006_003.mp3"
},
"wordMeanings": "ଆରୁରୁକ୍ଷୋଃ- ଯୋଗସାଧନା ଆରମ୍ଭ କରିଥିବା; ମୁନେଃ - ମୁନିଙ୍କର; ଯୋଗଂ -ଯୋଗ; କର୍ମ-ଆସକ୍ତି ରହିତ କର୍ମ; କାରଣଂ -କାରଣ; ଉଚ୍ୟତେ - କୁହାଯାଏ; ଯୋଗ ଆରୁଢସ୍ୟ- ଯୋଗରେ ଉଚ୍ଚ ଅବସ୍ଥାକୁ ପ୍ରାପ୍ତ ହୋଇଥିବା ବ୍ୟକ୍ତି; ତସ୍ୟ - ତାହାର; ଏବ- ନିଶ୍ଚିତଭାବରେ; ଶମଃ -ଏକାଗ୍ରତା; କାରଣଂ -କାରଣ; ଉଚ୍ୟତେ - କୁହାଯାଏ ।",
"translation": {
"text": "ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ । ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି, ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.3.mp3"
]
},
"commentary": "ଅଧ୍ୟାୟ ୩, ଶ୍ଲୋକ ୨, ରେ ଶ୍ରୀକୃଷ୍ଣ କଲ୍ୟାଣର ଦୁଇଟି ମାର୍ଗ ବିଷୟରେ କହିଛନ୍ତି - ଧ୍ୟାନର ମାର୍ଗ ଏବଂ କର୍ମର ମାର୍ଗ । ଏହି ଦୁଇଟି ମଧ୍ୟରୁ ସେ ଅର୍ଜୁନଙ୍କୁ କର୍ମ ମାର୍ଗ ଅନୁସରଣ କରିବାକୁ ଉପଦେଶ ଦେଇଛନ୍ତି । ପୁନଶ୍ଚ ଅଧ୍ୟାୟ ୫, ଶ୍ଲୋକ ୨,ରେ ସେ ଏହାକୁ ଉତ୍କୃଷ୍ଟ ମାର୍ଗ ରୂପେ ଅଭିହିତ କରିଛନ୍ତି । ତାହାହେଲେ କ’ଣ, ସାରା ଜୀବନ ଆମେ ଖାଲି କର୍ମ କରୁଥିବା? ଏହିପରି ଏକ ପ୍ରଶ୍ନର ଅନୁମାନ କରି, ଶ୍ରୀକୃଷ୍ଣ କର୍ମର ସୀମା ନିର୍ଦ୍ଧାରଣ କରିଛନ୍ତି । ଆମେ ଯେତେବେଳେ କର୍ମଯୋଗ କରିଥାଏ, ତାହା ଆମର ମନକୁ ଶୁଦ୍ଧ କରିଥାଏ ଏବଂ ଆଧ୍ୟାତ୍ମିକ ଜ୍ଞାନ ପରିପକ୍ୱ କରିଥାଏ । କିନ୍ତୁ, ମନ ଶୁଦ୍ଧ ହୋଇଯିବା ପରେ ଆମେ ଯେତେବେଳେ ଯୋଗ ମାର୍ଗରେ ଅଗ୍ରସର ହୋଇଥାଏ, ସେତେବେଳ ଆମେ କର୍ମଯୋଗ ତ୍ୟାଗ କରି କର୍ମ ସନ୍ୟାସ ଗ୍ରହଣ କରିଥାଏ । ତାପରେ ସାଂସାରିକ କର୍ମର କୌଣସି ଆବଶ୍ୟକତା ନ ଥାଏ; ଧ୍ୟାନ ହିଁ ସାଧନ ହୋଇଯାଏ ।\nଆମେ ଯେଉଁ ମାର୍ଗ ଅନୁସରଣ କରିବା, ତାର ଅଧିକାରୀତ୍ୱ ସମ୍ବନ୍ଧରେ ଜାଣିବାର ଆବଶ୍ୟକତା ରହିଛି । ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଅଧିକାରୀତ୍ୱର ମାନଦଣ୍ଡ ନିରୂପଣ କରିଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଯୋଗର ଲକ୍ଷ୍ୟ ରଖନ୍ତି ସେମାନଙ୍କ ପାଇଁ କର୍ମଯୋଗ ଅଧିକ ଉପଯୁକ୍ତ ଅଟେ, ଏବଂ ଯେଉଁମାନେ ଯୋଗର ଉଚ୍ଚ ଅବସ୍ଥାରେ ଉପନୀତ, ସେମାନଙ୍କ ପାଇଁ କର୍ମ ସନ୍ନ୍ୟାସର ପଥ ଅଧିକ ଉପାଦେୟ ଅଟେ ।\nଯୋଗ ଶବ୍ଦ ଉଭୟ ସାଧ୍ୟ ଏବଂ ଲକ୍ଷ୍ୟପ୍ରାପ୍ତିର ସାଧନକୁ ବୁଝାଇଥାଏ । ଆମେ ଯେତେବେଳେ ଏହାକୁ ସାଧ୍ୟ ଭାବରେ ଗ୍ରହଣ କରିଥାଏ, ସେତେବେଳେ ତାହାର ଅର୍ଥ “ଭଗବାନଙ୍କ ସହିତ ମିଳିତ ହେବା” ନିରୂପଣ କରେ । ଯେତେବେଳେ ଆମେ ଏହାକୁ ଲକ୍ଷ୍ୟପ୍ରାପ୍ତିର ଏକ ମାଧ୍ୟମ ବିବେଚନା କରିଥାଏ, ଆମେ ଯୋଗକୁ ଭଗବାନଙ୍କ ସହିତ ମିଳିତ ହେବା ପାଇଁ ଏକ ‘ମାର୍ଗ’ ସ୍ଥାନ ପ୍ରଦାନ କରିଥାଏ ।\nଦ୍ୱିତୀୟ ଅର୍ଥରେ, ଯୋଗ ଭଗବାନଙ୍କ ପାଖରେ ପହଂଚିବା ପାଇଁ ଏକ ଶିଡ଼ି ସଦୃଶ ଅଟେ । ସର୍ବନିମ୍ନ ସୋପାନରେ, ଜୀବର ଚେତନା ଜାଗତିକ ବିଷୟରେ ବୁଡି ରହିଥିବା କାରଣରୁ ଜୀବ ସାଂସାରିକ ବନ୍ଧନରେ ଛନ୍ଦି ହୋଇ ଯାଇଥାଏ । ଯୋଗର ଶିଡ଼ି, ଜୀବକୁ ସେହି ସ୍ତରରୁ କ୍ରମଶଃ ସର୍ବୋଚ୍ଚ ସୋପାନକୁ ଉନ୍ନୀତ କରିଥାଏ, ଯେଉଁ ସୋପାନରେ ବ୍ୟକ୍ତି ଚେତନା ଦିବ୍ୟ ଚେତନାରେ ନିମଗ୍ନ ହୋଇଯାଏ । ଶିଡ଼ିର ସୋପାନଗୁଡ଼ିକର ଭିନ୍ନ ଭିନ୍ନ ନାମ ରହିଛି, କିନ୍ତୁ ପ୍ରତ୍ୟେକ ନାମରେ ଯୋଗ ଶବ୍ଦ ଯୁକ୍ତ ରହିଥାଏ । ଯୋଗ-ଆରୁରୁକ୍ଷ ସେହି ସାଧକଗଣ ଅଟନ୍ତି ଯେଉଁମାନେ ଭଗବାନଙ୍କ ସହିତ ମିଳିତ ହେବାକୁ ଇଚ୍ଛାକରି ଶିଡ଼ି ଚଢ଼ିବାକୁ ଆରମ୍ଭ କରୁଥାଆନ୍ତି । ଯୋଗ ଆରୂଢ଼ ସେମାନେ ଅଟନ୍ତି, ଯେଉଁମାନେ ଶିଡ଼ିର ସର୍ବୋଚ୍ଚ ସୋପାନକୁ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ।\nଅତଏବ, ଯୋଗରେ କେଉଁମାନେ ଉଚ୍ଚ ସ୍ତରକୁ ଉନ୍ନୀତ ହୋଇଛନ୍ତି, ତାହା ଆମେ କିପରି ଜାଣିବା? ଶ୍ରୀକୃଷ୍ଣ ଏହାର ବର୍ଣ୍ଣନା ପରବର୍ତ୍ତୀ ଶ୍ଲୋକରେ କରିଛନ୍ତି ।"
},
{
"verseTitle": "Bhagavad Gita 6.4",
"verse": "4",
"chapter": 6,
"lang": "or",
"shloka": {
"speaker": "",
"sanskrit": "यदा हि नेन्द्रियार्थेषु न कर्मस्वनुषज्जते ।\n\nसर्वसङ्कल्पसंन्यासी योगारूढस्तदोच्यते ॥4॥",
"text": "ଯଦା ହି ନେନ୍ଦ୍ରିୟାର୍ଥେଷୁ ନ କର୍ମସ୍ୱନୁଷଜ୍ଜତେ ।\nସର୍ବସଂକଳ୍ପସଂନ୍ୟାସୀ ଯୋଗାରୂଢ଼ସ୍ତଦୋଚ୍ୟତେ ।।୪।।",
"audioLink": "https://www.holy-bhagavad-gita.org/public/audio/006_004.mp3"
},
"wordMeanings": "ଯଦା - ଯେତେବେଳେ; ହି - ନିଶ୍ଚିତଭାବେ; ନ-ହୁଏ ନାହିଁ; ଇନ୍ଦ୍ରିୟ-ଅର୍ଥେଷୁ - ଇନ୍ଦ୍ରିୟବିଷୟରେ; ନ -ନୁହେଁ; କର୍ମସୁ - ସକାମ କର୍ମରେ; ଅନୁଷଜ୍ଜତେ - ଆସକ୍ତ ହୁଏ; ସର୍ବ-ସଂକଳ୍ପ - ସମସ୍ତ ଭୌତିକ କାମନା; ସଂନ୍ୟାସୀ - ତ୍ୟାଗୀ; ଯୋଗ-ଆରୁଢ଼ଃ - ଯୋଗାସୀନ; ତଦା- ସେତେବେଳେ; ଉଚ୍ୟତେ - କୁହାଯାଏ ।",
"translation": {
"text": "ଜଣେ ବ୍ୟକ୍ତିର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତଥା କାମ୍ୟ କର୍ମ ପ୍ରତି ଆସକ୍ତି ନ ଥାଏ, ସେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା କାରଣରୁ ତାଙ୍କୁ ଯୋଗାରୂଢ କୁହାଯାଇ ଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.4.mp3"
]
},
"commentary": "ମନ ଯେତେବେଳେ ଯୋଗରେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଯାଏ, ଏହା ସଂସାରରୁ ଦୂରେଇ ଯିବା ସ୍ୱାଭାବିକ । ତେଣୁ ଜଣଙ୍କର ମନର ସ୍ଥିତିକୁ ମାପିବାର ଏକ ସହଜ ମାନଦଣ୍ଡ ହେଉଛି, ମନ କେତେଦୂର ସଂସାରଠାରୁ ବିରକ୍ତ, ତାହା ପରୀକ୍ଷା କରିବା । ଜଣେ ବ୍ୟକ୍ତିକୁ ସଂସାର ପ୍ରତି ବିମୁଖ ବୋଲି ସେତେବେଳେ ଧରାଯିବ, ଯେତେବେଳେ ସେ କୌଣସି ଭୌତିକ ବସ୍ତୁ ପାଇଁ ଲାଳାୟିତ ହେଉ ନ ଥିବ କିମ୍ବା ତାହା ପ୍ରାପ୍ତ କରିବା ପାଇଁ କୌଣସି ଉଦ୍ୟମ କରୁ ନ ଥିବ । ଏପରି ବ୍ୟକ୍ତି ଇନ୍ଦ୍ରିୟ ସୁଖ ଉପଭୋଗ ପାଇଁ କୌଣସି ପରିସ୍ଥିତି ବା ସୁଯୋଗ ଖୋଜେ ନାହିଁ । ଅନ୍ତତଃ ସେ ଇନ୍ଦ୍ରିୟ ଭୋଗର ସମସ୍ତ ଭାବନାରୁ ବିରତ ରହେ ଏବଂ ପୂର୍ବ ଉପଭୋଗର ସମସ୍ତ ସ୍ୃତିକୁ ଲୋପ କରିଦିଏ । ତାପରେ ଇନ୍ଦ୍ରିୟମାନଙ୍କର ଆବେଗରେ, ମନ ଆଉ ଆତ୍ମକୈନ୍ଦ୍ରିକ କାର୍ଯ୍ୟକଳାପ ପ୍ରତି ଉନ୍ମୁଖ ହୁଏ ନାହିଁ । ମନ ଉପରେ ଏହି ସ୍ତରର ନିୟନ୍ତ୍ରଣ ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କୁ ଯୋଗାରୂଢ କୁହାଯିବ ।"
},
{
"verseTitle": "Bhagavad Gita 6.5",
"verse": "5",
"chapter": 6,
"lang": "or",
"shloka": {
"speaker": "",
"sanskrit": "उद्धरेदात्मनात्मानं नात्मानमवसादयेत् ।\n\nआत्मैव ह्यात्मनो बन्धुरात्मैव रिपुरात्मनः ॥5॥",
"text": "ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍ ।\nଆତ୍ମେବ ହ୍ୟାତ୍ମନୋ ବନ୍ଧୁରାମୈôବ ରିପୁରାତ୍ମନଃ ।।୫।।",
"audioLink": "https://www.holy-bhagavad-gita.org/public/audio/006_005.mp3"
},
"wordMeanings": "ଉଦ୍ଧରେତ୍ -ଉନ୍ନତ କରିବା; ଆତ୍ମନା - ମନ ସାହାଯ୍ୟରେ; ଆତ୍ମାନଂ- ଜୀବାତ୍ମାକୁ; ନ- ନୁହେଁ; ଆତ୍ମାନଂ -ଜୀବାତ୍ମା; ଅବସାଦୟେତ୍ - ଅଧୋଗତି କରାଇବା; ଆତ୍ମା-ମନ; ଏବ- ନିଶ୍ଚିତଭାବେ; ହି -ବାସ୍ତବରେ; ଆତ୍ମନଃ -ଜୀବାତ୍ମାର; ବନ୍ଧୁଃ -ବନ୍ଧୁ; ଆତ୍ମା -ମନ; ଏବ-ନିଶ୍ଚିତଭାବେ; ରିପୁଃ - ଶତ୍ରୁ; ଆତ୍ମନଃ -ଜୀବାତ୍ମାର ।",
"translation": {
"text": "ମନର ଶକ୍ତି ଦ୍ୱାରା ନିଜର ଉତ୍ଥାନ କର, ନିଜର ପତନ କରାଅ ନାହିଁ; କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.5.mp3"
]
},
"commentary": "ଆମର ଉତ୍ଥାନ କିମ୍ବା ପତନ ପାଇଁ ଆମେ ଦାୟୀ ଅଟେ । ଆମ ପାଇଁ ଅନ୍ୟ କେହି ଭଗବତ୍ ପ୍ରାପ୍ତିର ମାର୍ଗ ଅତିକ୍ରମ କରିବେ ନାହିଁ । ସନ୍ଥ ଏବଂ ଗୁରୁ ଆମକୁ ରାସ୍ତା ଦେଖାଇବେ, କିନ୍ତୁ ଏଥିରେ ଯାତ୍ରା ଆମକୁ ହିଁ କରିବାକୁ ପଡ଼ିବ । ହିନ୍ଦୀରେ ଗୋଟିଏ ଦୋହା ଅଛି; ଏକ୍ ପେଡ୍ ଦୋ ପକ୍ଷୀ ବୈଠେ, ଏକ ଗୁରୁ ଏକ ଚେଲା, ଅପନୀ କରନୀ ଗୁରୁ ଉତରେ, ଅପନୀ କରନୀ ଚେଲା, “ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ବସିଛନ୍ତି - ଜଣେ ଗୁରୁ ଓ ଜଣେ ଶିଷ୍ୟ । ଗୁରୁ ନିଜ କର୍ମ ଦ୍ୱାରା ଓହ୍ଲାଇବେ ଏବଂ ଶିଷ୍ୟ ମଧ୍ୟ ନିଜ କର୍ମ ଦ୍ୱାରା ହିଁ ଓହ୍ଲାଇବାକୁ ସକ୍ଷମ ହେବ ।”\nଏହି ଜନ୍ମ ପୂର୍ବରୁ ଆମର ଅସଂଖ୍ୟ ଜନ୍ମ ରହିଛି ଏବଂ ସବୁ ସମୟରେ ଭଗବତ୍ ପ୍ରାପ୍ତ ମହାପୁରୁଷମାନେ ସଂସାରରେ ରହିଛନ୍ତି । କୌଣସି ଏକ ସମୟରେ ସଂସାରରେ ଯଦି କେହି ସନ୍ଥ ନ ଥାନ୍ତେ, ତେବେ ସେହି ସମୟରେ କୌଣସି ଜୀବ ଭଗବତ୍ପ୍ରାପ୍ତି କରିପାରନ୍ତେ ନାହିଁ । ତାହେଲେ ମନୁଷ୍ୟ ଜୀବନରେ ଜୀବ ନିଜର ଭଗବତ୍ ପ୍ରାପ୍ତିରୂପୀ ଲକ୍ଷ୍ୟ ହାସଲ କରିବ କିପରି? ସେଥିପାଇଁ ଭଗବାନ ଏହାର ବ୍ୟବସ୍ଥା କରିଥାଆନ୍ତି, ଯେପରି ସବୁ ଯୁଗରେ ମହାପୁରୁଷଗଣ ସଂସାରରେ ରହି, ସାଧକମାନଙ୍କର ପଥ ପ୍ରଦର୍ଶନ କରିବା ସହିତ ମାନବ ସମାଜକୁ ଉଦ୍ବୁଦ୍ଧ କରିପାରିବେ । ଆମର ଅନନ୍ତ ପୂର୍ବ ଜନ୍ମରେ ଆମେ ବହୁବାର ଭଗବତ୍ ପ୍ରାପ୍ତ ମହାପୁରୁଷ ମାନଙ୍କର ସଂସ୍ପର୍ଶରେ ଆସିଥିବା, ଅଥଚ ଏଯାବତ୍ ଆମର ଭଗବତ୍ ପ୍ରାପ୍ତି ହୋଇନାହିଁ । ତା’ର କାରଣ, ମାର୍ଗଦର୍ଶନର ଅଭାବ ନୁହେଁ, ବରଂ ମହାପୁରୁଷମାନଙ୍କର ଉପଦେଶ ଗ୍ରହଣ କରିବା ବା ତାହା ପାଳନ କରିବାରେ ଆମର କୁଣ୍ଠିତ ମନୋଭାବ ଅଟେ । ତେଣୁ ଆମର ବର୍ତ୍ତମାନର ଆଧ୍ୟାତ୍ମିକ ସ୍ଥିତି ପାଇଁ ସର୍ବପ୍ରଥମେ ଆମେ ନିଜକୁ ଦାୟୀ ମନେକରିବା ଉଚିତ । ଏହାଦ୍ୱାରା ଆମର ମନୋବଳ ଦୃଢ଼ ହେବ ଯେ ଯଦି ଆମେ ନିଜକୁ ଏହି ସ୍ଥିତିକୁ ଆଣିପାରିଛୁ ତେବେ ନିଜ ଉଦ୍ୟମରେ ଆମେ ଉଚ୍ଚସ୍ତରକୁ ମଧ୍ୟ ଯାଇପାରିବା ।\nଆଧ୍ୟାତ୍ମିକ ଉନ୍ନତି ପଥରେ ଆମେ ଯେତେବେଳେ କିଛି ବିପର୍ଯୟ ଦେଖିଥାଏ, ଆମେ ଅଭିଯୋଗ କରିଥାଏ ଯେ ଅନ୍ୟମାନେ ଆମ ରାସ୍ତାରେ ସମସ୍ୟା ଉତ୍ପନ୍ନ କରୁଛନ୍ତି ଏବଂ ସେମାନେ ଆମର ଶତ୍ରୁ ଅଟନ୍ତି । କିନ୍ତୁ ଆମର ବଡ଼ ଶତ୍ରୁ ଆମ ନିଜର ମନ ଅଟେ । ଏହା ବିଧ୍ୱଂସକ ରୂପେ ପୂର୍ଣ୍ଣତା ପ୍ରାପ୍ତିର ଆମର ସମସ୍ତ ଉଦ୍ୟମକୁ ବ୍ୟର୍ଥ କରିଦେଇଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ଏକ ପକ୍ଷରେ, ଆତ୍ମାର ସର୍ବଶ୍ରେଷ୍ଠ ହିତାକାଂକ୍ଷୀ ଭାବରେ, ମନଠାରେ ଆମକୁ ସର୍ବାଧିକ ଲାଭାନ୍ୱିତ କରିବାର ଶକ୍ତି ରହିଛି । ଅନ୍ୟ ପକ୍ଷରେ, ଆମର ପରମ ଶତ୍ରୁ ଭାବରେ, ସର୍ବାଧିକ ହାନି କରିବାର କ୍ଷମତା ମଧ୍ୟ ଏହାର ରହିଛି । ଏକ ଶୃଙ୍ଖଳିତ ମନ ଅନେକ ଲାଭଦାୟକ ଉଦ୍ୟମକୁ ସଫଳ କରିପାରେ, ଯେତେବେଳେ କି ଏକ ବିଶୃଙ୍ଖଳ ମନ, ଚେତନାକୁ ନିକୃଷ୍ଟତମ ଚିନ୍ତନ ସ୍ତରକୁ ଖସାଇ ଦେଇପାରେ ।\nଏହାକୁ ଆମର ପରମ ମିତ୍ର କରିବା ପାଇଁ, ମନର ସ୍ୱଭାବକୁ ଜାଣିବା ଜରୁରୀ ଅଟେ । ଆମର ମନ ଚାରୋଟି ସ୍ତରରେ କାର୍ଯ୍ୟ କରିଥାଏ ।\n୧. ମନ: ଯେତେବେଳେ ଏହା ବିଚାର ଉତ୍ପନ୍ନ କରେ, ଏହାକୁ ମନ କୁହାଯାଏ ।\n୨. ବୁଦ୍ଧି: ଯେତେବେଳେ ଏହା ବିଚାରର ବିଶ୍ଲେଷଣ କରି ନିଷ୍ପତ୍ତି ନିଏ, ଏହାକୁ ବୁଦ୍ଧି କୁହାଯାଏ ।\n୩. ଚିତ୍ତ: ଯେତେବେଳେ ଏହା ବ୍ୟକ୍ତି ବା ବସ୍ତୁଠାରେ ଆସକ୍ତ ହୋଇଯାଏ, ଏହାକୁ ଚିତ୍ତ କୁହାଯାଏ ।\n୪. ଅହଂକାର: ଯେତେବେଳେ ଏହା ନିଜକୁ ଶରୀର ମନେକରି ମାୟିକ ଧନ, ପ୍ରତିପତ୍ତି, ସୌନ୍ଦର୍ଯ୍ୟ, ଓ ବିଦ୍ୟା ଇତ୍ୟାଦି ପାଇଁ ଗର୍ବିତ ହୁଏ, ଆମେ ଏହାକୁ ଅହଂକାର କହିଥାଏ ।\nଏହି ଚାରିଗୋଟି ଭିନ୍ନ ଭିନ୍ନ ତତ୍ତ୍ୱ ନୁହଁନ୍ତି । ଏମାନେ କେବଳ ମନର କାର୍ଯ୍ୟ କରିବାର ଚାରୋଟି ସ୍ତର ଅଟନ୍ତି । ତେଣୁ ଏମାନଙ୍କୁ ଆମେ କେବଳ ମନ, ବା ମନ-ବୁଦ୍ଧି, ବା ମନ-ବୁଦ୍ଧି-ଅହଂକାର, ବା ମନ-ବୁଦ୍ଧି-ଚିତ୍ତ-ଅହଂକାର କହିପାରିବା । ଏମାନେ ସମସ୍ତ ଗୋଟିଏ ହିଁ ତତ୍ତ୍ୱକୁ ବୁଝାଇଥାଆନ୍ତି ।\nଏଠାରେ ବ୍ୟବହାର କରାଯାଇଥିବା ଅହଂକାର ଶବ୍ଦର ଅର୍ଥ ଫ୍ରଏଡ଼ିଆନ ମନୋବିଜ୍ଞାନର ଶବ୍ଦାର୍ଥ ଠାରୁ ଭିନ୍ନ ଅଟେ । ସିଗ୍ମଣ୍ଡ ଫ୍ରଏଡ୍ (୧୮୫୬-୧୯୩୯), ଅଷ୍ଟ୍ରିୟାର ଜଣେ ସ୍ନାୟୁବିଶେଷଜ୍ଞ, ମନ କିପରି କାର୍ଯ୍ୟ କରେ, ସେ ସମ୍ପର୍କରେ ମନୋବିଜ୍ଞାନର ପ୍ରଥମ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ । ତାଙ୍କ ମତରେ, ଅହଂକାର ‘ବାସ୍ତବ ମୁଁ’ ଅଟେ, ଯାହା ଆମର ଅଦମ୍ୟ ଇଚ୍ଛା (ଇଡ୍) ଏବଂ ସାମାଜିକ-ନୈତିକ ମୂଲ୍ୟବୋଧ (ବିବେକ) ମଧ୍ୟରେ ଏକ ସେତୁ ରୂପେ କାର୍ଯ୍ୟ କରିଥାଏ ।\nଭିନ୍ନ ଭିନ୍ନ ଶାସ୍ତ୍ର, ସେଥିରେ ବର୍ଣ୍ଣିତ ତତ୍ତ୍ୱକୁ ସ୍ପଷ୍ଟ କରିବା ଉଦ୍ଦେଶ୍ୟରେ, ମନର ବ୍ୟବହାର ଉପରୋକ୍ତ ଚାରିପ୍ରକାର ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରକାରରେ କରିଥାଆନ୍ତି । କିନ୍ତୁ ସମସ୍ତେ ସେହି ଗୋଟିଏ ଆଭ୍ୟନ୍ତରୀଣ ଉପକରଣକୁ ଇଶାରା କରିଥାଆନ୍ତି, ଯାହାକୁ ଗୋଟିଏ ଶବ୍ଦରେ ଅନ୍ତଃକରଣ, ବା ମନ କୁହାଯାଏ ।\nଉଦାହରଣ ସ୍ୱରୂପ:\n- ପଞ୍ଚଦଶୀ ଏହି ଚାରୋଟି ସ୍ତରକୁ ଏକତ୍ର ‘ମନ’ କହିଥାଏ, ଏବଂ ତାହାକୁ ଭୌତିକ ବନ୍ଧନର କାରଣ ରୂପେ ଅଭିହିତ କରିଥାଏ ।\n- ଭଗବଦ୍ ଗୀତାରେ, ଶ୍ରୀକୃଷ୍ଣ ମନ ଓ ବୁଦ୍ଧିକୁ ଦୁଇଟି ତତ୍ତ୍ୱ ରୂପେ ବିବେଚନା କରି, ସେମାନଙ୍କୁ ଭଗବାନଙ୍କର ଶରଣାଗତ କରିବାର ଆବଶ୍ୟକତା ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି ।\n- ଯୋଗଦର୍ଶନ, ପ୍ରକୃତିର ଭିନ୍ନ ଭିନ୍ନ ଉପାଦାନମାନର ବିଶ୍ଲେଷଣ କରିବାକୁ ଯାଇ, ତିନୋଟି ତତ୍ତ୍ୱର ଉଲ୍ଲେଖ କରିଥାଏ; ମନ, ବୁଦ୍ଧି ଓ ଅହଂକାର ।\n- ଶଙ୍କରାଚାର୍ଯ୍ୟ, ଆତ୍ମା ନିମନ୍ତେ ଉପଲବ୍ଧ ଉପକରଣର ବ୍ୟାଖ୍ୟା କରିବାକୁ ଯାଇ, ମନକୁ ଚାରି ଶ୍ରେଣୀରେ ବିଭକ୍ତ କରିଛନ୍ତି- ମନ, ବୁଦ୍ଧି, ଚିତ୍ତ ଏବଂ ଅହଂକାର ।\nଅତଏବ, ଶ୍ରୀକୃଷ୍ଣ ଯେତେବେଳେ କହୁଛନ୍ତି ମନର ଉପଯୋଗ କରି ନିଜର ଉତ୍ଥାନ କର, ତାଙ୍କର ତାତ୍ପର୍ଯ୍ୟ, ଉଚ୍ଚତର ମନ ଦ୍ୱାରା ନିମ୍ନତର ମନର ଉତ୍ଥାନ କରିବା ଅଟେ । ଅନ୍ୟ ଶବ୍ଦରେ, ଆମେ ବୁଦ୍ଧିର ଉପଯୋଗ କରି ମନକୁ ନିୟନ୍ତ୍ରଣ କରିବା ଉଚିତ । ଏହା କିପରି କରାଯିବ, ତାହା ଶ୍ଲୋକ ୨.୪୧.ରୁ ୨.୪୪ ଏବଂ ଶ୍ଳୋକ ୩.୪୩ରେ ବର୍ଣ୍ଣନା କରାଯାଇଛି ।"
},
{
"verseTitle": "Bhagavad Gita 6.6",
"verse": "6",
"chapter": 6,
"lang": "or",
"shloka": {
"speaker": "",
"sanskrit": "बन्धुरात्मात्मनस्तस्य येनात्मैवात्मना जितः ।\n\nअनात्मनस्तु शत्रुत्वे वर्ते तात्मैव शत्रुवत् ॥6॥",
"text": "ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।\nଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେ ତାତ୍ମୈବ ଶତ୍ରୁବତ୍ ।।୬।।",
"audioLink": "https://www.holy-bhagavad-gita.org/public/audio/006_006.mp3"
},
"wordMeanings": "ବନ୍ଧୁଃ - ବନ୍ଧୁ; ଆତ୍ମା-ମନ; ଆତ୍ମନଃ - ଜୀବର; ତସ୍ୟ - ତାହାର; ଯେନ-ଯାହାଦ୍ୱାରା; ଆତ୍ମା-ମନ; ଏବ- ନିଶ୍ଚିତଭାବେ; ଆତ୍ମନା-ଜୀବଦ୍ୱାରା; ଜିତଃ - ଜୟ କରି; ଅନାତ୍ମନଃ - ଯାହାର ମନ ଅସଂଯତ; ତୁ-କିନ୍ତୁ; ଶତ୍ରୁତ୍ୱେ - ଶତ୍ରୁ ପାଇଁ; ବର୍ତେତ - ରହେ; ଆତ୍ମାଏବ - ସେହି ମନ; ଶତ୍ରୁବତ୍ - ଶତ୍ରୁପରି ।",
"translation": {
"text": "ଯେଉଁମାନେ ମନକୁ ଜୟ କରିପାରିଛନ୍ତି, ତାହା ତାଙ୍କର ବନ୍ଧୁ ଅଟେ । ଯେଉଁମାନେ ସେପରି କରିବାରେ ବିଫଳ ହୋଇଥାଆନ୍ତି, ସେମାନଙ୍କ ପାଇଁ ମନ ଏକ ଶତ୍ରୁ ଭାବରେ କାର୍ଯ୍ୟ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.6.mp3"
]
},
"commentary": "ଯେଉଁମାନଙ୍କୁ ଆମେ ନିଜର ଶତ୍ରୁ ଅଥବା ଆମ ପାଇଁ ହାନିକାରକ ମନେ କରିଥାଏ, ସେମାନଙ୍କ ସହିତ ଲଢେଇ କରି ଆମେ ନିଜ ବିଚାର ଶକ୍ତି ଏବଂ କ୍ଷମତାର ବହୁତ ବଡ ଅଂଶର ବୃଥା ଅପଚୟ କରିଥାଏ । ବେଦ-ଶାସ୍ତ୍ର କହେ, କାମ, କ୍ରୋଧ, ଲୋଭ, ଈର୍ଷା, ଭ୍ରାନ୍ତି, ଆଦି ଆମର ବଡ ବଡ ଶତ୍ରୁମାନେ ଆମ ମନ ମଧ୍ୟରେ ନିବାସ କରିଥାଆନ୍ତି । ବାହ୍ୟ ଶତ୍ରୁ ଅପେକ୍ଷା ଏହି ଆଭ୍ୟନ୍ତରୀଣ ଶତ୍ରୁମାନେ ଅଧିକ ହାନିକାରକ ଅଟନ୍ତି । ବାହ୍ୟ ରାକ୍ଷସମାନେ ଆମକୁ କିଛି ସମୟ ପାଇଁ ଆଘାତ ଦେଇପାରନ୍ତି, କିନ୍ତୁ ଆମ ମନ ଭିତରେ ବସିଥିବା ରାକ୍ଷସମାନେ ଆମକୁ ସର୍ବଦା ଦୟନୀୟ ସ୍ଥିତିରେ ପକାଇବାର କ୍ଷମତା ରଖିଥାଆନ୍ତି । ଆମ୍ଭେମାନେ ଏପରି କିଛି ବ୍ୟକ୍ତିଙ୍କୁ ଜାଣିଥିବା ଯେଉଁମାନେ ସଂସାରରେ ସବୁକିଛି ତାଙ୍କର ଅନୁକୁଳ ଥାଇ ସୁଦ୍ଧା, ନିଜ ମନର ଅବସାଦ, ଘୃଣା, ଉତ୍କଷ୍ଠା ଏବଂ ଚାପ ଇତ୍ୟାଦି ଦ୍ୱାରା ନିରନ୍ତର ପୀଡିତ ହୋଇ ଦୟନୀୟ ଜୀବନଯାପନ କରୁଥାଆନ୍ତି ।\nବୈଦିକ ଦର୍ଶନ ବିଚାରର ପ୍ରଭାବ ଉପରେ ବହୁତ ଗୁରୁତ୍ୱ ଦେଇଥାଏ । ଅସୁସ୍ଥତା କେବଳ ଜୀବାଣୁ ଓ ଭୂତାଣୁ ଦ୍ୱାରା ହେଇ ନ ଥାଏ, ଏହା ଆମେ ମନରେ ପୋଷଣ କରୁଥିବା ନକାରାତ୍ମକ ବିଚାର ଦ୍ୱାରା ମଧ୍ୟ ହୋଇଥାଏ । ଭୁଲବଶତଃ କେହି ଜଣେ ଯଦି ଆପଣଙ୍କ ଉପରକୁ ପଥରଟିଏ ଫିଙ୍ଗି ଦିଅନ୍ତି, ତେବେ ତାହା ଆପଣଙ୍କୁ ସ୍ୱଳ୍ପ ସମୟ ପାଇଁ କଷ୍ଟ ଦେଇପାରେ ଏବଂ ସମ୍ଭବତଃ ପରଦିନ ସୁଦ୍ଧା ଆପଣ ତାହାକୁ ଭୁଲିଯାଇ ପାରନ୍ତି । କିନ୍ତୁ କେହି ଜଣେ ଯଦି ଆପଣଙ୍କୁ ଅପମାନିତ କରନ୍ତି, ତେବେ ତାହା ବର୍ଷ ବର୍ଷ ଧରି ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ଚିନ୍ତନର ଶକ୍ତି ଏତେ ପ୍ରବଳ! ବୌଦ୍ଧ ସାହିତ୍ୟର ଧମ୍ମପଦରେ (୧.୩) ବୁଦ୍ଧଦେବ ଏହି ସତ୍ୟକୁ ଅତ୍ୟନ୍ତ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି:\n“ମୁଁ ଅପମାନିତ ହୋଇଛି! ମୁଁ କଷ୍ଟ ପାଇଛି! ମୁଁ ମାଡ଼ ଖାଇଛି! ମୁଁ ଲୁଣ୍ଠିତ ହୋଇଛି!” ଏହିପରି ଭାବନା ପୋଷଣ କରୁଥିବା ବ୍ୟକ୍ତିଙ୍କର ଯନ୍ତ୍ରଣାର ଅନ୍ତ ହୁଏ ନାହିଁ । “ମୁଁ ଅପମାନିତ ହୋଇଛି! ମୁଁ କଷ୍ଟ ପାଇଛି । ମୁଁ ମାଡ଼ ଖାଉଛି । ମୁଁ ଲୁଣ୍ଠିତ ହୋଇଛି!” ଯେଉଁମାନେ ଏହିପରି ଭାବନା ପୋଷଣ କରନ୍ତି ନାହିଁ, ସେମାନଙ୍କ କ୍ରୋଧର ଅନ୍ତ ହୋଇଯାଏ ।”\nଆମେ ଯେତେବେଳେ ମନରେ ଘୃଣା ଭାବ ପୋଷଣ କରେ, ଆମର ନକାରାତ୍ମକ ବିଚାର, ଘୃଣାର ପାତ୍ର ଅପେକ୍ଷା, ଆମର ହିଁ ଅଧିକ ହାନି କରିଥାଏ । ଏହା ଯଥାର୍ଥରେ କୁହାଯାଇ ଥାଏ ଯେ “ଘୃଣା ଏପରି ଏକ ଭାବନା ଅଟେ, ଯେପରି ନିଜେ ବିଷ ପାନ କରି ଅନ୍ୟର ମୃତ୍ୟୁ ଆଶା କରିବା ।” ଏଠାରେ ସମସ୍ୟା ଏହା ଯେ ନିଜ ବିଶୃଙ୍ଖଳିତ ମନ ହିଁ ତାଙ୍କର ସର୍ବାଧିକ କ୍ଷତି କରୁଛି, ଅଧିକାଂଶ ବ୍ୟକ୍ତି ତାହା ଉପଲବ୍ଧି କରନ୍ତି ନାହିଁ । ସେଥିପାଇଁ ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହି ଉପଦେଶ ଦେଇଛନ୍ତି:\nମନ କୋ ମାନୋ ଶତ୍ରୁ ଉସ୍କୀ, ସୁନହୁ ଜନି କଛୁ ପ୍ୟାରେ (ସାଧନ ଭକ୍ତି ତତ୍ତ୍ୱ)\n“ପ୍ରିୟ ସାଧକ, ବିଶୃଙ୍ଖଳିତ ମନକୁ ନିଜର ଶତ୍ରୁ ମନେକରି ତା’ କଥାକୁ କର୍ଣ୍ଣପାତ କର ନାହିଁ ।\nଅତଏବ, ଆଧ୍ୟାତ୍ମିକ ସାଧନା ଦ୍ୱାରା ଆମେ ଯଦି ମନକୁ ବୁଦ୍ଧିର ନିୟନ୍ତ୍ରଣରେ ରଖିପାରିବା, ତେବେ ତା’ଠାରେ ଆମର ପରମ ମିତ୍ର ହେବାର କ୍ଷମତା ରହିଛି । ଯିଏ ଯେତେ ଶକ୍ତିଶାଳୀ, ତାହାର ସଦୁପଯୋଗ ହେବାର ସମ୍ଭାବନା ଯେତେ ଅଧିକ, ଦୁରୁପଯୋଗ ହେବାର ଭୟ ମଧ୍ୟ ସେତେ ଅଧିକ । ମନ ନାମକ ଯେଉଁ ଶକ୍ତିଶାଳୀ ଯନ୍ତ୍ରଟି ଆମ ଭିତରେ ରହିଛି, ତାହା ଏକ ଦୁଇ-ଧାର ବିଶିଷ୍ଟ ଖଡ୍ଗ ସଦୃଶ କାର୍ଯ୍ୟ କରିଥାଏ । ଅତଏବ, ଜୀବନରେ ଯେଉଁମାନେ ଆସୁରିକ ସ୍ତରକୁ ଖସି ଯାଆନ୍ତି, ସେମାନେ ତାଙ୍କର ମନ ଯୋଗୁଁ ହିଁ ସେପରି ନିମ୍ନ ଗତି ପ୍ରାପ୍ତ କରିଥାଆନ୍ତି ଏବଂ ଯେଉଁମାନେ ଉଚ୍ଚ ସ୍ତରକୁ ଉନ୍ନୀତ ହୋଇଥାଆନ୍ତି, ସେମାନେ ମଧ୍ୟ ତାହା ନିଜର ଶୁଦ୍ଧ ମନ ଯୋଗୁଁ ପ୍ରାପ୍ତ କରିଥାଆନ୍ତି । ଏ ୱିନ୍ଷ୍ଟନ୍ ଚର୍ଚ୍ଚିଲ୍, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବ୍ରିଟେନ୍ର ସଫଳ ପ୍ରଧାନମନ୍ତ୍ରୀ, କହିଥିଲେ: “ମହାନତାର ମୂଲ୍ୟ ଭାବରେ ତୁମର ପ୍ରତ୍ୟେକ ବିଚାର ଦାୟୀ ଅଟନ୍ତି ।” ଏହି ଶ୍ଲୋକରେ, ଶ୍ରୀକୃଷ୍ଣ, ମନ କିପରି ଭାବରେ ଆମର ହାନି ଅଥବା ଲାଭ କରିଥାଏ, ତାହା ଅର୍ଜୁନଙ୍କୁ ଅବଗତ କରାଇଛନ୍ତି । ପରବର୍ତ୍ତୀ ତିନୋଟି ଶ୍ଲୋକରେ, ଯୋଗାଋଢ଼ ବ୍ୟକ୍ତିଙ୍କର ଲକ୍ଷଣ ସଂପର୍କରେ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 6.7",
"verse": "7",
"chapter": 6,
"lang": "or",
"shloka": {
"speaker": "",
"sanskrit": "जितात्मनः प्रशान्तस्य परमात्मा समाहितः। \n\nशीतोष्णसुखदुःखेषु तथा मानापमानयोः ॥7॥",
"text": "ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ ।\nଶୀତୋଷ୍ଣସୁଖଦୁଃଖେଷୁ ତଥା ମାନାପମାନୟୋଃ ।।୭।।",
"audioLink": "https://www.holy-bhagavad-gita.org/public/audio/006_007.mp3"
},
"wordMeanings": "ଜିତ-ଆତ୍ମନଃ - ଯିଏ ମନକୁ ଜୟ କରିଛି ; ପ୍ରଶାନ୍ତସ୍ୟ - ସଂଯମ ଅଭ୍ୟାସକରି ଶାନ୍ତି ଲାଭକରିଛି ; ପରମାତ୍ମା - ପରମାତ୍ମା; ସମାହିତଃ - ସ୍ଥିର; ଶୀତ-ଶୀତ; ଉଷ୍ଣ - ଉତ୍ତାପ; ସୁଖ-ସୁଖ; ଦୁଃଖେଷୁ - ଦୁଃଖରେ; ତଥା - ମଧ୍ୟ; ମାନ-ସମ୍ମାନ; ଅପମାନୟୋଃ - ଅପମାନରେ ।",
"translation": {
"text": "ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି, ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ, ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି । ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.7.mp3"
]
},
"commentary": "ଶ୍ରୀକୃଷ୍ଣ ଶ୍ଲୋକ ୨.୧୪ରେ ବୁଝାଇଥିଲେ ଯେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁର ସଂସ୍ପର୍ଶରେ ଆସି ଇନ୍ଦ୍ରିୟମାନେ ମନକୁ ଶୀତ ଓ ଉଷ୍ଣ, ହର୍ଷ ଓ ଦୁଃଖ ଆଦିର ଅନୁଭୂତି ଦେଇଥାଆନ୍ତି । ଯେ ପର୍ଯ୍ୟନ୍ତ ମନ ବଶୀଭୂତ ନ ହୋଇଛି, ବ୍ୟକ୍ତି ଇନ୍ଦ୍ରିୟସୁଖ ପଛରେ ଧାଇଁବ ଏବଂ ଦୁଃଖ ଅନୁଭୂତି ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିବ । ଯେଉଁ ଯୋଗୀ ମନକୁ ଜୟ କରିଥାଆନ୍ତି, ଏହିସବୁ କ୍ଷଣିକ ଅନୁଭବକୁ ସେମାନେ ନିତ୍ୟ ଆତ୍ମାଠାରୁ ପୃଥକ ଇନ୍ଦ୍ରିୟମାନଙ୍କର କାର୍ଯ୍ୟ ମନେକରି ଅବିଚଳିତ ରହନ୍ତି । ଏପରି ଜଣେ ଉଚ୍ଚ କକ୍ଷର ଯୋଗୀ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ଇତ୍ୟାଦି ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି ।\nମନ କେବଳ ଦୁଇଟି କ୍ଷେତ୍ରରେ ହିଁ ରହିପାରେ - ଗୋଟିଏ ମାୟିକ ଜଗତ ଏବଂ ଅନ୍ୟଟି ଈଶ୍ୱରୀୟ ଜଗତ । ମନ ଯଦି ଇନ୍ଦ୍ରିୟ ବିଷୟକ ଦ୍ୱନ୍ଦ୍ୱରୁ ମୁକ୍ତ ରହେ, ତେବେ ତାହା ଅତି ସହଜରେ ଭଗବାନଙ୍କ ଠାରେ ନିମଜ୍ଜିତ ହୋଇପାରିବ । ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଉଚ୍ଚ ସ୍ଥିତିସମ୍ପନ୍ନ ଯୋଗୀମାନଙ୍କର ମନ ଭଗବାନଙ୍କ ଠାରେ ସମାଧିସ୍ଥ ରହେ ।"
},
{
"verseTitle": "Bhagavad Gita 6.8",
"verse": "8",
"chapter": 6,
"lang": "or",
"shloka": {
"speaker": "",
"sanskrit": "ज्ञानविज्ञानतृप्तात्मा कूटस्थो विजितेन्द्रियः।\n\nयुक्त इत्युच्यते योगी समलोष्टाश्मकाञ्चनः ॥8॥",
"text": "ଜ୍ଞାନବିଜ୍ଞାନତୃପ୍ତାତ୍ମା କୂଟସ୍ଥୋ ବିଜିତେନ୍ଦ୍ରିୟଃ ।\nଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ ସମଲୋଷ୍ଟ୍ରାଶ୍ମକାଞ୍ଚନଃ ।।୮।।",
"audioLink": "https://www.holy-bhagavad-gita.org/public/audio/006_008.mp3"
},
"wordMeanings": "ଜ୍ଞାନ -ଜ୍ଞାନ; ବିଜ୍ଞାନ -ଅନୁଭୂତ ଜ୍ଞାନ; ତୃପ୍ତ -ତୃପ୍ତ; ଆତ୍ମା -ଜୀବ; କୂଟସ୍ଥଃ - ଅବିଚଳିତ; ବିଜିତ-ଇନ୍ଦ୍ରିୟଃ - ଇନ୍ଦ୍ରିୟମାନଙ୍କୁ ଜୟ କରିଥିବା ବ୍ୟକ୍ତି; ଯୁକ୍ତଃ - ଭଗବାନଙ୍କ ସହ ନିତ୍ୟଯୁକ୍ତ; ଇତି - ଏହିପରି; ଉଚ୍ୟତେ - କୁହାଯାଏ; ଯୋଗୀ - ଯୋଗୀ; ସମ-ସମଭାବାପନ୍ନ; ଲୋଷ୍ଟ୍ର - ଗୋଡି; ଅଶ୍ରୁ - ପଥର; କାଞ୍ଚନଃ -ସୁନା ।",
"translation": {
"text": "ଯେଉଁ ଯୋଗୀମାନେ ଜ୍ଞାନ ଓ ବିଚାର ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରିଥାନ୍ତି, ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ରୁହନ୍ତି । ସେମାନେ ମାଟି, ପଥର ଏବଂ ସୁନା ଆଦି ସମସ୍ତ ବସ୍ତୁକୁ ସମାନ ଦୃଷ୍ଟିରେ ଦେଖନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.8.mp3"
]
},
"commentary": "ଜ୍ଞାନର ତାତ୍ପର୍ଯ୍ୟ ଶାବ୍ଦିକ ଜ୍ଞାନ ଅଟେ, ଯାହା ଆମେ ଗୁରୁଙ୍କ ମାଧ୍ୟମରେ ତଥା ଶାସ୍ତ୍ର ଅଧ୍ୟୟନ ଦ୍ୱାରା ପ୍ରାପ୍ତ କରିଥାଏ । ଅନୁଭବ ଦ୍ୱାରା ଯେତେବେଳେ ସେହି ଜ୍ଞାନ ଆମ ଅନ୍ତରକୁ ଉଦ୍ଭାସିତ କରେ, ଜ୍ଞାନର ସେହି ପ୍ରକାଶକୁ ବିଜ୍ଞାନ କୁହାଯାଏ । ଉଚ୍ଚକୋଟୀର ଯୋଗୀମାନଙ୍କର ବୁଦ୍ଧି ଉଭୟ ଜ୍ଞାନ ଓ ବିଜ୍ଞାନ ଦ୍ୱାରା ପରିପୁଷ୍ଟ ହୋଇଥାଏ । ଏହି ବିଜ୍ଞତାର ଆଧାରରେ, ଯୋଗୀମାନେ ସମସ୍ତ ବସ୍ତୁକୁ ମାୟାଶକ୍ତିର ରୂପାନ୍ତର ଭାବେ ଦେଖିଥାନ୍ତି । ଏପରି ଯୋଗୀମାନେ ଆକର୍ଷଣର ଆଧାରରେ ବସ୍ତୁମାନଙ୍କ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି ନାହିଁ । ପ୍ରଜ୍ଞାଯୁକ୍ତ ଯୋଗୀ ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିଥାନ୍ତି । ମାୟାଶକ୍ତି ଯେହେତୁ ଭଗବାନଙ୍କର ହିଁ ଶକ୍ତି ଅଟେ, ତେଣୁ ସମସ୍ତ ମାୟିକ ବସ୍ତୁ ତାଙ୍କର ସେବା ପାଇଁ ଉଦ୍ଦିଷ୍ଟ ।\nକୂଟସ୍ଥ ଶବ୍ଦର ଅଭିପ୍ରାୟ ମନକୁ ଇନ୍ଦ୍ରିୟମାନଙ୍କ ଠାରେ ମାୟିକ ବିଷୟର ସଂସ୍ପର୍ଶରେ ଉପୁଜୁଥିବା ଦୋଳାୟମାନ ଅନୁଭୂତି ଠାରୁ ଦୂରରେ ରଖିବା । ମନର ଏପରି ସ୍ଥିତି ପ୍ରାପ୍ତ କରି ବ୍ୟକ୍ତି କୌଣସି ସୁଖଦ ପରିସ୍ଥିତି ଖୋଜେ ନାହିଁ କିମ୍ବା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଯାଏ ନାହିଁ । ବିଜିତେନ୍ଦ୍ରିୟ, ଅର୍ଥାତ୍ ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଥାଆନ୍ତି; ଯୁକ୍ତର ଅର୍ଥ ଯାହାର ମନ ସଦାସର୍ବଦା ଭଗବାନଙ୍କ ସହିତ ସଂଲଗ୍ନ ରହିଥାଏ । ଏପରି ବ୍ୟକ୍ତି ଭଗବାନଙ୍କ ଦିବ୍ୟ ଆନନ୍ଦର ଆସ୍ୱାଦନ କରି ତୃପ୍ତାତ୍ମା ହୋଇଯାଆନ୍ତି ବା ଅନୁଭାବାତ୍ମକ ଜ୍ଞାନ ଦ୍ୱାରା ପୂର୍ଣ୍ଣ ସନ୍ତୋଷ ଲାଭ କରିଥାଆନ୍ତି ।"
},
{
"verseTitle": "Bhagavad Gita 6.9",
"verse": "9",
"chapter": 6,
"lang": "or",
"shloka": {
"speaker": "",
"sanskrit": "सुहृन्मित्रायुदासीनमध्यस्थद्वेष्यबन्धुषु।\n\nसाधुष्वपि च पापेषु समबुद्धिर्विशिष्यते ॥9॥",
"text": "ସୁହୃନ୍ମିତ୍ରାର୍ୟୁଦାସୀନମଧ୍ୟସ୍ଥଦ୍ୱେଷ୍ୟବନ୍ଧୁଷୁ ।\nସାଧୁଷ୍ୱପି ଚ ପାପେଷୁ ସମବୁଦ୍ଧିର୍ବିଶିଷ୍ୟତେ ।।୯।।",
"audioLink": "https://www.holy-bhagavad-gita.org/public/audio/006_009.mp3"
},
"wordMeanings": "ସୁହୃଦ୍ - ହିତାକାଂକ୍ଷୀ; ମିତ୍ର-ବନ୍ଧୁ; ଅରି - ଶତ୍ରୁ; ଉଦାସୀନ - ନିରପେକ୍ଷ; ମଧ୍ୟସ୍ଥ - ସନ୍ଧିକାରୀ; ଦ୍ୱେଷ୍ୟ-ଈର୍ଷାଳୁ; ବନ୍ଧୁଷୁ - ବନ୍ଧୁବାନ୍ଧବଙ୍କ ମଧ୍ୟରେ; ସାଧୁଷୁ - ସାଧୁମାନଙ୍କ ମଧ୍ୟରେ; ଅପି - ମଧ୍ୟ; ଚ - ଏବଂ; ପାପେଷୁ - ପାପୀମାନଙ୍କ ମଧ୍ୟରେ; ସମବୁଦ୍ଧିଃ - ସମବୁଦ୍ଧିସମ୍ପନ୍ନ; ବିଶିଷ୍ୟତେ - ବିଶେଷ ଅଟନ୍ତି ।",
"translation": {
"text": "ଯୋଗୀମାନେ ହିତାକାଂକ୍ଷୀ, ବନ୍ଧୁ, ଶତ୍ରୁ, ଧାର୍ମିକ ତଥା ପାପାତ୍ମା ଆଦି ସମସ୍ତଙ୍କୁ ନିରପେକ୍ଷ ଦୃଷ୍ଟିରେ ଦେଖିଥାନ୍ତି । ଯେଉଁ ଯୋଗୀ, ବନ୍ଧୁ, ସାଥୀ ଓ ଶତ୍ରୁଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ଶତ୍ରୁ ଓ ସମ୍ବନ୍ଧିମାନଙ୍କ ପ୍ରତି ଉଦାସୀନ ରହନ୍ତି, ଧାର୍ମିକ ଓ ପାପୀମାନଙ୍କ ମଧ୍ୟରେ ପକ୍ଷପାତ କରନ୍ତି ନାହିଁ, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଶେଷ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.9.mp3"
]
},
"commentary": "ମିତ୍ର ଓ ଶତ୍ରୁ ମାନଙ୍କ ପ୍ରତି ଭିନ୍ନ ପ୍ରତିକ୍ରିୟା ଦେଖାଇବା, ମନୁଷ୍ୟ ମନର ସ୍ୱଭାବ ଅଟେ । କିନ୍ତୁ ଜଣେ ଉନ୍ନତ ଯୋଗୀଙ୍କର ସ୍ୱଭାବ ଭିନ୍ନ ଅଟେ । ଭଗବାନଙ୍କର ଅନୁଭବାତ୍ମକ ଜ୍ଞାନରେ ସମୃଦ୍ଧ ହୋଇ, ସେହି ସମୁନ୍ନତ ଯୋଗୀ, ସମଗ୍ର ସୃଷ୍ଟିକୁ ଭଗବାନଙ୍କ ସହିତ ସମ୍ବନ୍ଧିତ ରୂପରେ ଦେଖିଥାଏ । ତେଣୁ ସେମାନେ ସମସ୍ତ ପ୍ରାଣୀଙ୍କୁ ସମ ଦୃଷ୍ଟିରେ ଦେଖି ଥାଆନ୍ତି । ସମଦୃଷ୍ଟି ମଧ୍ୟ ବିଭିନ୍ନ ସ୍ତରର ହୋଇଥାଏ:\n୧. “ସମସ୍ତ ପ୍ରାଣୀ ଦିବ୍ୟ ଆତ୍ମା ଅଟନ୍ତି, ଏବଂ ଭଗବାନଙ୍କର ଅଂଶ ଅଟନ୍ତି ।” ତେଣୁ ସେମାନେ ସମାନ ଅଟନ୍ତି । ଆତ୍ମବତ୍ ସର୍ବ ଭୂତେଷୁ ଯଃ ପଶ୍ୟନ୍ତି ସ ପଣ୍ଡିତଃ “ଜଣେ ପ୍ରକୃତ ପଣ୍ଡିତ ସେ ଅଟନ୍ତି ଯିଏ ସମସ୍ତଙ୍କୁ ଆତ୍ମା ରୂପରେ ଦେଖନ୍ତି, ତେଣୁ ସମସ୍ତଙ୍କୁ ନିଜ ସହିତ ସମାନ ମନେ କରନ୍ତି ।”\n୨. ଉଚ୍ଚତର ଦୃଷ୍ଟିକୋଣ: “ଭଗବାନ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି, ସେଥିପାଇଁ ସମସ୍ତେ ସମାନ ଭାବରେ ସମ୍ମାନୀୟ ।”\n୩. ଉଚ୍ଚତମ ସ୍ତରରେ, ଯୋଗୀ ଏହ ଦୃଷ୍ଟିକୋଣ ପୋଷଣ କରନ୍ତି ଯେ: “ସମସ୍ତେ ଭଗବାନଙ୍କର ରୂପ ଅଟନ୍ତି ।” ବୈଦିକ ଶାସ୍ତ୍ର ସବୁ ବାରମ୍ବାର କହିଥାଆନ୍ତି ଯେ ସମଗ୍ର ସଂସାର ଭଗବାନଙ୍କର ହିଁ ସ୍ୱରୂପ ଅଟେ ।” ଈଶାବାସ୍ୟଂ ଇଦଂ ସର୍ବଂ ଯତ୍ କିଂଚ ଜଗତ୍ୟାଂ ଜଗତ୍ (ଇଶୋପନିଷଦ ୧) “ସମସ୍ତ ସଂସାର, ଏଥିରେ ଥିବା ସମସ୍ତ ପ୍ରାଣୀ ଏବଂ ଜଡ଼ବସ୍ତୁ, ପରଂବ୍ରହ୍ମଙ୍କର ପରିପ୍ରକାଶ ଅଟନ୍ତି, ଯିଏ ସମସ୍ତଙ୍କ ମଧ୍ୟରେ ନିବାସ କରିଥାଆନ୍ତି ।” ପୁରୁଷ ଏବେଦଂ ସର୍ବଂ (ପୁରୁଷ ସୂକ୍ତମ୍) “ଭଗବାନ ସଂସାରର ସର୍ବତ୍ର ବିଦ୍ୟମାନ ଏବଂ ସବୁକିଛି ତାଙ୍କର ଶକ୍ତି ଅଟେ ।” ତେଣୁ ସର୍ବୋଚ୍ଚ କକ୍ଷର ଯୋଗୀ ସମସ୍ତଙ୍କୁ ଭଗବାନଙ୍କର ପ୍ରାକଟ୍ୟ ଭାବରେ ଦେଖନ୍ତି । ଏହି କକ୍ଷର ଦୃଷ୍ଟି ପ୍ରାପ୍ତି କରି ହନୁମାନ କହନ୍ତି: ସୀୟା ରାମମୟ ସବ ଜଗ ଜାନୀ (ରାମାୟଣ) “ମୁଁ ସମସ୍ତଙ୍କ ଠାରେ ସୀତାରାମଙ୍କୁ ଦର୍ଶନ କରେ ।”\nଏହିସବୁ ସ୍ଥିତିର ବର୍ଣ୍ଣନା ଶ୍ଲୋକ ୬.୩୧ର ଭାଷ୍ୟରେ ଅଧିକ ବିସ୍ତାର ପୂର୍ବକ କରାଯାଇଛି । ଉପରୋକ୍ତ ତିନୋଟି କକ୍ଷର ବର୍ଣ୍ଣନା କରି, ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁ ଯୋଗୀ ସମସ୍ତଙ୍କ ପ୍ରତି ସମଦୃଷ୍ଟି ରଖନ୍ତି, ସେ ପୂର୍ବ ଶ୍ଲୋକରେ ବର୍ଣ୍ଣିତ ଯୋଗୀଙ୍କ ଠାରୁ ଉନ୍ନତ ଅଟନ୍ତି । ଯୋଗର କକ୍ଷମାନଙ୍କ ବିଷୟରେ ବର୍ଣ୍ଣନା କରିବା ପରେ, ପରବର୍ତ୍ତୀ ଶ୍ଲୋକ ଠାରୁ ଶ୍ରୀକୃଷ୍ଣ ସେହି ସ୍ଥିତିରେ ଉପନୀତ ହେବାର ଉପାୟ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 6.10",
"verse": "10",
"chapter": 6,
"lang": "or",
"shloka": {
"speaker": "",
"sanskrit": "योगी युञ्जीत सततमात्मानं रहसि स्थितः।\n\nएकाकी यतचित्तात्मा निराशीरपरिग्रहः ॥10॥",
"text": "ଯୋଗୀ ଯୁଞ୍ଜୀତ ସତତମାତ୍ମାନଂ ରହସି ସ୍ଥିତଃ ।\nଏକାକୀ ଯତଚିତ୍ତାତ୍ମା ନିରାଶୀରପରିଗ୍ରହଃ ।।୧୦।।",
"audioLink": "https://www.holy-bhagavad-gita.org/public/audio/006_010.mp3"
},
"wordMeanings": "ଯୋଗୀ- ଜଣେ ଯୋଗୀ; ଯୁଞ୍ଜୀତ -ମନକୁ ଏକାଗ୍ର କରିବା ଆବଶ୍ୟକ; ସତତଂ - ସର୍ବଦା; ଆତ୍ମାନଂ - ନିଜକୁ (କାୟ-ମନୋ-ବାକ୍ୟରେ); ରହସି - ଏକାନ୍ତ ସ୍ଥାନରେ; ସ୍ଥିତଃ - ରହି; ଏକାକୀ - ଏକାକୀ; ଯତ-ଚିତ୍ତାତ୍ମା -ସଂଯତ ମନ ଏବଂ ଶରୀର; ନିରାଶୀଃ - କାମନା ରହିତ; ଅପରିଗ୍ରହଃ - ସଂଗ୍ରହ ଏବଂ ଉପଭୋଗର ଲାଳସାରୁ ମୁକ୍ତ ।",
"translation": {
"text": "ଯୋଗ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି, ମନ ଓ ଶରୀରକୁ ବଶ କରି, କାମନା ରହିତ ଭାବରେ ଭୋଗ୍ୟ ବସ୍ତୁସଂଗ୍ରହର ଲାଳସା ତ୍ୟାଗ କରି, ଏକାନ୍ତରେ ବାସ କରି, ନିରନ୍ତର ଭଗବାନଙ୍କର ଧ୍ୟାନ କରିବା ଉଚିତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.10.mp3"
]
},
"commentary": "ଯୋଗର ସ୍ଥିତିରେ ଉପନୀତ ବ୍ୟକ୍ତିଙ୍କର ଲକ୍ଷଣ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ଏହାର ପ୍ରାପ୍ତି ନିମନ୍ତେ ଆବଶ୍ୟକୀୟ ଆତ୍ମପ୍ରସ୍ତୁତି ବିଷୟରେ କହୁଛନ୍ତି । କୌଣସି କ୍ଷେତ୍ରରେ ନିପୁଣତା ହାସଲ କରିବା ପାଇଁ ଦୈନିକ ଅଭ୍ୟାସର ଆବଶ୍ୟକତା ରହିଥାଏ । ନିକଟସ୍ଥ ସନ୍ତରଣ ପୋଖରୀରେ, ସପ୍ତାହରେ ଥରେ ଶନିବାର ସଂଧ୍ୟାରେ ସନ୍ତରଣ କରି କୌଣସି ବ୍ୟକ୍ତି ସନ୍ତରଣରେ ଅଲମ୍ପିକ ବିଜେତା ହୁଏନାହିଁ । କେବଳ ସେହି ବ୍ୟକ୍ତି ଯିଏ, ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରେ ସେ ଅଲମ୍ପିକ୍ ବିଜେତା ହେବାର ନିପୁଣତା ହାସଲ କରେ । ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ଅଭ୍ୟାସ ଅତ୍ୟାବଶ୍ୟକ ଅଟେ । ଶ୍ରୀକୃଷ୍ଣ ବର୍ତ୍ତମାନ, ଆଧ୍ୟାତ୍ମିକ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିବା ନିମନ୍ତେ ପ୍ରତ୍ୟେକ ଦିନ ଧ୍ୟାନ ଅଭ୍ୟାସ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସର୍ବପ୍ରଥମେ ସେ ଏକାନ୍ତ ସ୍ଥାନର ଆବଶ୍ୟକତା ସମ୍ପର୍କରେ କହୁଛନ୍ତି । ଦିନସାରା, ଆମେ ସାଧାରଣତଃ ସାଂସାରିକ ପରିବେଶରେ ରହିଥାଏ ଯେଉଁଠି ସାଂସାରିକ କାର୍ଯ୍ୟ, ବ୍ୟକ୍ତି ଏବଂ କଥୋପକଥନ ଆମ ମନକୁ ଅଧିକ ସାଂସାରିକ କରିଦେଇ ଥାଆନ୍ତି । ମନକୁ ଭଗବତ୍ ଅଭିମୁଖୀ କରିବା ପାଇଁ ପ୍ରତ୍ୟେକ ଦିନ କିଛି ସମୟ ଆମକୁ ଏକାନ୍ତ ସାଧନା କରିବାକୁ ପଡିବ ।\nକ୍ଷୀର ଓ ଜଳର ଉପମା ସାହାଯ୍ୟରେ ଏହି ତଥ୍ୟକୁ ଅଧିକ ସ୍ପଷ୍ଟ କରାଯାଇ ପାରେ । ଜଳ ମିଶ୍ରିତ କ୍ଷୀର ନିଜର ଅମିଶ୍ରିତ ଗୁଣ ରକ୍ଷା କରିପାରେ ନାହିଁ, କାରଣ ଜଳ ସ୍ୱାଭାବିକ ଭାବେ ଏଥିରେ ମିଶିଯାଏ । କିନ୍ତୁ ସେହି କ୍ଷୀରକୁ ଯଦି ଜଳ ଠାରୁ ଅଲଗା ରଖି ଦହିରେ ପରିଣତ କରାଯାଏ ଏବଂ ଦହିକୁ ମନ୍ଥନ କରି ଲହୁଣୀ ବାହାର କରାଯାଏ, ତେବେ ସେହି ଲହୁଣୀ ପାଣିରେ ମିଶେ ନାହିଁ । ବର୍ତ୍ତମାନ ସେ ଜଳକୁ ଆହ୍ୱାନ କରିବ, “ମୁଁ ତୁମ ମୁଣ୍ଡ ଉପରେ ଭାସିବି; ତୁମେ ମୋର କିଛି କରିପାରିବ ନାହିଁ କାରଣ ମୁଁ ବର୍ତ୍ତମାନ ଲହୁଣୀ ପାଲଟି ଯାଇଛି ।” ଆମର ମନ କ୍ଷୀର ଏବଂ ସଂସାର ଜଳ ସଦୃଶ ଅଟେ । ସଂସାରର ସଂସ୍ପର୍ଶରେ ଆସି, ତା’ ଦ୍ୱାରା ପ୍ରଭାବିତ ହୋଇ ମନ ସାଂସାରିକ ହୋଇଯାଏ । କିନ୍ତୁ ଗୋଟିଏ ଏକାନ୍ତ ପରିବେଶ, ଇନ୍ଦ୍ରିୟମାନଙ୍କର ବିଷୟ ସଂସ୍ପର୍ଶରେ ଆସିବାର ସମ୍ଭାବନାକୁ କମ୍ କରିବା ସହିତ ମନକୁ ଉନ୍ନୀତ କରି ଭଗବାନଙ୍କଠାରେ କେନ୍ଦ୍ରିତ କରିବାରେ ସହାୟକ ହୋଇଥାଏ । ଭଗବାନଙ୍କ ପ୍ରତି ଆସକ୍ତି ଦୃଢ ହୋଇଯିବା ପରେ, ଜଣେ ସଂସାର ସହିତ ବାଜିି ଲଗାଇ ପାରେ, “ମୁଁ ବର୍ତ୍ତମାନ ମାୟାର ସମସ୍ତ ଦ୍ୱୈତ ମଧ୍ୟରେ ରହି ସେମାନଙ୍କ ଦ୍ୱାରା ଅସ୍ପୃଶ୍ୟ ରହିବି ।”\nଶ୍ଲୋକ ୧୮.୫୨ରେ ପୁନର୍ବାର ଶ୍ରୀକୃଷ୍ଣ ଏହି ଏକାନ୍ତବାସର ଉପଦେଶ ଦେବାକୁ ଯାଇ କହୁଛନ୍ତି; ବିବିକ୍ତ ସେବୀ ଲଘ୍ୱାଶୀ “ଏକାନ୍ତ ସ୍ଥାନରେ ବାସ କର, ତୁମର ଖାଦ୍ୟକୁ ସଂଯମିତ କର ।” ଆମର ବୃତ୍ତିଗତ ଏବଂ ସାମାଜିକ କାର୍ଯ୍ୟରେ ବାଧା ଉତ୍ପନ୍ନ ନ କରି, ଏହି ଉପଦେଶକୁ କାର୍ଯ୍ୟକାରୀ କରିବାର ଏକ ସହଜ ଉପାୟ ରହିଛି । ଆମର ଦୈନନ୍ଦିନ ସମୟ ସାରଣୀରେ, ଆମେ ସାଧନା ବା ଆଧ୍ୟାତ୍ମିକ ଅଧ୍ୟବସାୟ ପାଇଁ କିଛି ସମୟ ରଖିପାରିବା, ଯେତେବେଳେ ଆମେ ସାଂସାରିକ ବ୍ୟସ୍ତତାରୁ ମୁକ୍ତ ହୋଇ, ଗୋଟିଏ କୋଠରୀରେ ଏକାନ୍ତ ସାଧନା କରିପାରିବା । ସଂସାରରୁ ନିଜକୁ ହଟାଇ ନେଇ, ମନକୁ ପବିତ୍ର କରିବା ପାଇଁ ଏବଂ ଭଗବାନଙ୍କ ଠାରେ ଆମର ଏକାଗ୍ରତାକୁ ଦୃଢ଼ କରିବା ପାଇଁ, ଆମେ ସେଠାରେ ସାଧନା କରିବା ଉଚିତ । ପ୍ରତିଦିନ ଆମେ ଯଦି ଘଣ୍ଟାଏ ବା ଦୁଇଘଣ୍ଟା ଏହିପରି ଅଭ୍ୟାସ କରିବା, ତେବେ ପୂରା ଦିନ ସାଂସାରିକ କାର୍ଯ୍ୟରେ ବ୍ୟସ୍ତ ରହିଲେ ମଧ୍ୟ ଆମେ ଏହାର ସୁଫଳ ପାଇବା । ଏହିପରି ଭାବରେ, ସଂସାରଠାରୁ ପୃଥକ ରହି ଦୈନିକ କିଛି ସମୟ ସାଧନା କରିବା ଦ୍ୱାରା ଆମେ ଚେତନାର ଉଚ୍ଚ ଅବସ୍ଥାରେ ସ୍ଥିତ ହୋଇପାରିବା ।"
},
{
"verseTitle": "Bhagavad Gita 6.11",
"verse": "11",
"chapter": 6,
"lang": "or",
"shloka": {
"speaker": "",
"sanskrit": "शुचौ देशे प्रतिष्ठाप्य स्थिरमासनमात्मनः ।\n\nनात्युच्छ्रितं नातिनीचं चैलाजिनकुशोत्तरम् ॥11॥",
"text": "ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ।\nନାତ୍ୟୁଚ୍ଛ୍ରିତଂ ନାତିନୀଚଂ ଚୈଲାଜିନକୁଶୋତ୍ତରମ୍ ।।୧୧।।",
"audioLink": "https://www.holy-bhagavad-gita.org/public/audio/006_011.mp3"
},
"wordMeanings": "ଶୁଚୌ-ପବିତ୍ର ସ୍ଥାନରେ; ଦେଶେ - ଦେଶରେ; ପ୍ରତିଷ୍ଠାପ୍ୟ - ସ୍ଥାପନକରି; ସ୍ଥିରଂ - ସ୍ଥିର; ଆସନଂ - ଆସନ; ଆତ୍ମନଃ - ନିଜର; ନ -ନୁହେଁ; ଅତି - ଅତି; ଉଚ୍ଛ୍ରିତଂ - ଉଚ୍ଚ; ନ - ନୁହେଁ; ଅତି -ଅତି; ନୀଚଂ -ନୀଚ; ଚୈଲ-ଅଜିନ- କୋମଳ ବସ୍ତ୍ର ଏବଂ ମୃଗ ଚର୍ମ; କୁଶୋତ୍ତରମ୍ - କୁଶ ଘାସ ।",
"translation": {
"text": "ଯୋଗାଭ୍ୟାସ ପାଇଁ ଏକ ପରିଷ୍କୃତ ସ୍ଥାନରେ, କୁଶ, ତୃଣ, ମୃଗ ଚର୍ମ ଓ ବସ୍ତ୍ର ଗୋଟିକ ଉପରେ ଗୋଟିଏ ରଖି ଏକ ଆସନ ପ୍ରସ୍ତୁତ କରିବା ଉଚିତ । ଆସନଟି ଅତି ଉଚ୍ଚ ବା ଅତି ନୀଚ ହେବା ଉଚିତ ନୁହେଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.11.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ସାଧନା ପାଇଁ ବହିରଙ୍ଗ ନିୟମର ବର୍ଣ୍ଣନା କରିଛନ୍ତି । ଶୁଚୌ ଦେଶେ ଅର୍ଥ ଶୁଦ୍ଧ ବା ପରିଷ୍କୃତ ସ୍ଥାନରେ । ସାଧନାର ପ୍ରାଥମିକ ସ୍ତରରେ ବାହ୍ୟ ପରିବେଶ ମନ ଉପରେ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ସୋପାନରେ ଜଣେ ଅପରିଷ୍କାର ଓ ଅସ୍ୱଚ୍ଛ ସ୍ଥାନରେ ମଧ୍ୟ ସାଧନା କରି ଆନ୍ତରିକ ଶୁଦ୍ଧି ହାସଲ କରିପାରେ । କିନ୍ତୁ ନବାଗତମାନଙ୍କ ପାଇଁ ପରିଷ୍କାର ସ୍ଥାନ ମନକୁ ମଧ୍ୟ ପରିଷ୍କାର ରଖିଥାଏ । କୁଶ ତୃଣର ଆସନ, ଭୂମିର ତାପ ନିରୋଧ କରିଥାଏ । ଏହା ଆଜିକାଲି ବ୍ୟବହାର କରାଯାଉ ଥିବା ଯୋଗ ଆସନ ସଦୃଶ ଅଟେ । ଏହାର ଉପରେ ଥିବା ମୃଗ ଚର୍ମ, ଜଣେ ଧ୍ୟାନସ୍ଥ ଥିବା ଅବସ୍ଥାରେ, ସର୍ପ ଓ ବିଛା ଆଦି ବିଷାକ୍ତ ସରୀସୃପମାନଙ୍କୁ ଦୂରରେ ରଖିଥାଏ । ଆସନ ଯଦି ଅତି ଉଚ୍ଚ ହୁଏ ତେବେ ପଡ଼ିଯିବାର ବିପଦ ଥାଏ । ଯଦି ଅତି ନିଚ୍ଚ ହୁଏ ତେବେ ସ୍ଥଳ ଭାଗର କୀଟ ଇତ୍ୟାଦି ବ୍ୟାଘାତ ପହଞ୍ଚାଇବାର ବିପଦ ରହିଥାଏ । ଏହି ଶ୍ଲୋକରେ ବସିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ସବୁ ଆଧୁନିକ ସମୟରେ ଅସଙ୍ଗତ ବୋଧ ହୋଇପାରେ, ଯାହା ଅନୁଯାୟୀ ସବୁ ନିର୍ଦ୍ଦେଶର ସାର ଭଗବତ୍ ଚିନ୍ତନରେ ନିମଗ୍ନ ହେବା ଅଟେ । କିନ୍ତୁ ସାଧନାର ଅନ୍ତରଙ୍ଗ ନିର୍ଦ୍ଦେଶ ସର୍ବଦା ସମାନ ଅଟେ ।"
},
{
"verseTitle": "Bhagavad Gita 6.12 – 6.13",
"verse": "12-13",
"chapter": 6,
"lang": "or",
"shloka": {
"speaker": "",
"sanskrit": "तत्रैकाग्रं मनः कृत्वा यतचित्तेन्द्रियक्रियः ।\n\n उपविश्यासने युञ्जयाद्योगमात्मविशुद्धये ॥12॥\n\nसमं कायशिरोग्रीवं धारयन्नचलं स्थिरः ।\n\nसम्प्रेक्ष्य नासिकाग्रं स्वं दिशश्चानवलोकयन् ॥13॥",
"text": "ତତ୍ରୈକାଗ୍ରଂ ମନଃ କୃତ୍ୱା ଯତଚିତ୍ତେନ୍ଦ୍ରିୟକ୍ରିୟଃ ।\nଉପବିଶ୍ୟାସନେ ଯୁଞ୍ଜ୍ୟାଦ୍ଯୋଗମାତ୍ମବିଶୁଦ୍ଧୟେ ।।୧୨।।\nସମଂ କାୟଶିରୋଗ୍ରୀବଂ ଧାରୟନ୍ନଚଳଂ ସ୍ଥିରଃ ।\nସଂପ୍ରେକ୍ଷ୍ୟ ନାସିକାଗ୍ରଂ ସ୍ୱଂ ଦିଶଶ୍ଚାନବଲୋକୟନ୍ ।।୧୩।।",
"audioLink": "https://www.holy-bhagavad-gita.org/public/audio/006_012-013.mp3"
},
"wordMeanings": "ତତ୍ର - ତା’ଉପରେ; ଏକାଗ୍ରଂ- ଏକାଗ୍ରତାର ସହ; ମନଃ -ମନ; କୃତ୍ୱା -କରି; ଯତ-ଚିତ୍ତ-ମନ ସଂଯମ କରି; ଇନ୍ଦ୍ରିୟ- ଇନ୍ଦ୍ରିୟ; କ୍ରିୟଃ - କର୍ମ; ଉପବିଶ୍ୟ -ବସି; ଆସନେ - ଆସନରେ; ଯୁଞ୍ଜ୍ୟାତ୍ -ଅଭ୍ୟାସ କରେ; ଯୋଗଂ - ଯୋଗ; ଆତ୍ମ-ବିଶୁଦ୍ଧୟେ - ମନ ଶୁଦ୍ଧିକରଣ ନିମନ୍ତେ; ସମଂ - ସିଧା; କାୟ-ଶିରଃ - ଶରୀର ଏବଂ ମସ୍ତକ; ଗ୍ରୀବଂ - ବେକ; ଧାରୟନ୍ - ରଖି; ଅଚଳଂ - ନିଶ୍ଚଳ; ସ୍ଥିରଃ - ସ୍ଥିର; ସଂପ୍ରେକ୍ଷ୍ୟ - ସ୍ଥିର ଦୃଷ୍ଟିରେ; ନାସିକା ଅଗ୍ରଂ - ନାକର ଅଗ୍ରଭାଗକୁ; ସ୍ୱଂ -ନିଜର; ଦିଶଃ - ଚତୁର୍ଦ୍ଦିଗ; ଚ -ଏବଂ; ଅନବଲୋକୟନ୍ - ନ ଦେଖି ।",
"translation": {
"text": "ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ସେ ଶରୀର, ମସ୍ତକ ଏବଂ ଗ୍ରୀବାକୁ ସିଧା ଓ ସ୍ଥିର ରଖି, ସ୍ଥିର ଚକ୍ଷୁରେ ନିଜ ନାସିକା ଅଗ୍ରରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-12.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.12.mp3",
"https://www.gitasupersite.iitk.ac.in/sites/default/files/audio/Purohit/6.13.mp3"
]
},
"commentary": "ଧ୍ୟାନରେ ବସିବାର ଆସନ ବିଷୟରେ ବର୍ଣ୍ଣନା କରି ବର୍ତ୍ତମାନ ଶ୍ରୀକୃଷ୍ଣ, ଧ୍ୟାନୋପଯୁକ୍ତ ଶାରୀରିକ ମୁଦ୍ରା ବିଷୟରେ କହୁଛନ୍ତି । ସାଧନା କରିବା ସମୟରେ ଆଳସ୍ୟବୋଧ ଓ ନିଦ୍ରାଗ୍ରସ୍ତ ହେବାର ସମ୍ଭାବନା ଥାଏ । ଏହାର କାରଣ, ପ୍ରାରମ୍ଭିକ ଅବସ୍ଥାରେ ମାୟିକ ମନ, ଭଗବାନଙ୍କୁ ଧ୍ୟାନ କରି ସେହି ସୁଖ ପାଏ ନାହିଁ, ଯାହା ସେ ସାଂସାରିକ ଭୋଗ୍ୟବସ୍ତୁରୁ ପାଉଥିଲା । ଏହା ଭଗବାନଙ୍କର ଧ୍ୟାନ କରୁଥିବା ସମୟରେ ମନକୁ ଅବସନ୍ନ କରିଦେବାର ସମ୍ଭାବନା ସୃଷ୍ଟିକରେ । ଭୋଜନ କରୁଥିବା ସମୟରେ କେହି ଶୋଇବାର ଦୃଶ୍ୟ ଆପଣ ଦେଖି ନ ଥିବେ, କିନ୍ତୁ ଧ୍ୟାନ କରୁଥିବା ସମୟରେ ବା ଭଗବାନଙ୍କ ନାମ ଜପ କରୁଥିବା ସମୟରେ ନିଦ୍ରାଭିଭୂତ ହେବା ଅତି ସାଧାରଣ କଥା । ଏହାକୁ ଏଡ଼ାଇବା ପାଇଁ, ଶ୍ରୀକୃଷ୍ଣ ସିଧା ହୋଇ ବସିବାକୁ ନିର୍ଦ୍ଦେଶ ଦେଉଛନ୍ତି । ବ୍ରହ୍ମସୂତ୍ରରେ ମଧ୍ୟ ଧ୍ୟାନର ମୁଦ୍ରା ସମ୍ବନ୍ଧରେ ତିନୋଟି ସୂତ୍ର ରହିଛି ।\nଆସୀନ ସମ୍ଭବାତ୍ (୪.୧.୭) “ସାଧନା କରିବା ପାଇଁ ଠିକ୍ ଭାବରେ ବସ ।”ଅଚଳତ୍ୱମ୍ ଚାପେକ୍ଷ (୪.୧.୯) “ସିଧା ଓ ସ୍ଥିର ଭାବରେ ବସିବା ପାଇଁ ସଂକଳ୍ପ କର ।”ଧ୍ୟାନାଚ୍ଚ (୪.୧.୮) “ଏହିପରି ବସି, ଧ୍ୟାନରେ ମନକୁ କେନ୍ଦ୍ରିତ କର ।”\n“ହଟ ଯୋଗ ପ୍ରଦୀପିକା”ରେ ଅନେକ ପ୍ରକାର ଧ୍ୟାନ ଆସନର ବର୍ଣ୍ଣନା କରାଯାଇଛି, ଯେପରି କି ପଦ୍ମାସନ, ଅର୍ଦ୍ଧପଦ୍ମାସନ, ଧ୍ୟାନବୀର ଆସନ, ସିଦ୍ଧାସନ ଏବଂ ସୁଖାସନ । ଧ୍ୟାନ କରିବା ସମୟରେ ଆମେ ସ୍ଥିର ହୋଇ ନିଜକୁ ଆରାମ ଲାଗୁଥିବା ଯେ କୌଣସି ଆସନରେ ବସି ପାରିବା । ମହର୍ଷି ପତଞ୍ଜଳୀ କହନ୍ତି:\nସ୍ଥିର ସୁଖମାସନମ୍ (ପତଞ୍ଜଳି ଯୋଗସୂତ୍ର ୨.୪୬)\n“ଧ୍ୟାନ ଅଭ୍ୟାସ କରିବା ପାଇଁ ନିଶ୍ଚଳ ଭାବରେ, ତୁମକୁ ଆରାମ ମନେ ହେଉଥିବା ଯେ କୌଣସି ଆସନରେ ବସ ।” କେତେକ ବ୍ୟକ୍ତି, ତାଙ୍କର ଆଣ୍ଠୁ ସମସ୍ୟା ଆଦି ଯୋଗୁଁ ଚଟାଣ ଉପରେ ବସି ପାରନ୍ତି ନାହିଁ । ସେମାନେ ହତୋତ୍ସାହିତ ନହୋଇ, ଏକ ଚୌକି ଉପରେ ବସି ଧ୍ୟାନ ଅଭ୍ୟାସ କରି ପାରିବେ, କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ନିଶ୍ଚଳ ଓ ସିଧା ଭାବରେ ବସିବାକୁ ପଡ଼ିବ ।\nଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଧ୍ୟାନ କରିବା ପାଇଁ ଚକ୍ଷୁକୁ ସ୍ଥିର ରଖି ନାସିକାର ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରିବା ଆବଶ୍ୟକ । ବିକଳ୍ପ ଭାବରେ ଧ୍ୟାନ ଚକ୍ଷୁ ମୁଦ୍ରିତ କରି ମଧ୍ୟ କରାଯାଇପାରେ । ଉଭୟ ପଦ୍ଧତି ସାଂସାରିକ ବିକର୍ଷଣର ଅବରୋଧରେ ସହାୟକ ହୋଇଥାଆନ୍ତି ।\nବାହ୍ୟ ଆସନ ଓ ମୁଦ୍ରା ସଠିକ୍ ହେବା ଜରୁରୀ ଅଟେ । କିନ୍ତୁ ବାସ୍ତବରେ ଧ୍ୟାନ ଆମ ଅନ୍ତର ଭିତରର ଯାତ୍ରା ଅଟେ । ଧ୍ୟାନ ଦ୍ୱାରା, ଆମେ ନିଜ ଅନ୍ତରର ଗଭୀରତମ ପ୍ରଦେଶରେ ପହଞ୍ôଚ, ଅନନ୍ତ ଜନ୍ମର ମନର ମଳୀନତାକୁ ପରିଷ୍କାର କରିପାରିବା । ମନକୁ ଏକାଗ୍ର କରିବାର ଅଭ୍ୟାସ ଦ୍ୱାରା ଆମେ ତା’ର ସୁପ୍ତ ଦକ୍ଷତାକୁ ଉଜାଗର କରି ପାରିବା । ଧ୍ୟାନ ଅଭ୍ୟାସ, ଆମ ବ୍ୟକ୍ତିତ୍ୱକୁ ସୁସଜ୍ଜିତ କରିବାରେ ସାହାଯ୍ୟ କରେ, ଅନ୍ତର୍ଚେତନା ଜାଗ୍ରତ କରେ, ଏବଂ ଆତ୍ମ-ସଚେତନତାକୁ ପରିବର୍ଦ୍ଧିତ କରେ । ଧ୍ୟାନର ଆଧ୍ୟାତ୍ମିକ ଲାଭ ଆଗକୁ ଶ୍ଲୋକ ୬.୧୫ର ଭାଷ୍ୟରେ ବର୍ଣ୍ଣିତ ହୋଇଛି । ଏହାର କେତେକ ଅନୁସଙ୍ଗିକ ଉପକାର ଗୁଡ଼ିକ ହେଲା:\n- ଏହା ଉଚ୍ଛୃଙ୍ଖଳ ମନକୁ ଶୃଙ୍ଖଳିତ କରେ ଏବଂ କଷ୍ଟସାଧ୍ୟ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଆମ ଚିନ୍ତନ ଶକ୍ତିର ଉପଯୋଗ କରେ ।\n- ଏହା ପ୍ରତିକୂଳ ପରିସ୍ଥିତିରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ ।\n- ଏହା ଜୀବନରେ ସଫଳତା ହାସଲ କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଉତ୍ପନ୍ନ କରିବାରେ ସାହାଯ୍ୟ କରେ ।\n- ଏହା ମନ୍ଦ ସଂସ୍କାର ଓ ବଦଭ୍ୟାସ ଦୂର କରିବାକୁ ଏବଂ ଉତ୍ତମ ଗୁଣ ବିକସିତ କରିବାକୁ ଆମକୁ ସକ୍ଷମ କରାଇଥାଏ ।\nଯଦ୍ୱାରା ମନ ଭଗବାନଙ୍କଠାରେ କେନ୍ଦ୍ରିତ ହୁଏ, ତାହା ହିଁ ସର୍ବୋତ୍କୃଷ୍ଟ ଧ୍ୟାନ ଅଟେ । ପରବର୍ତ୍ତୀ ଦୁଇଟି ଶ୍ଲୋକରେ ଏହା ସ୍ପଷ୍ଟ କରାଯାଇଛି ।"
},
{
"verseTitle": "Bhagavad Gita 6.14",
"verse": "14",
"chapter": 6,
"lang": "or",
"shloka": {
"speaker": "",
"sanskrit": "प्रशान्तात्मा विगतभीब्रह्मचारिव्रते स्थितः। \n\nमनः संयम्य मच्चित्तो युक्त आसीत मत्परः ॥14॥",
"text": "ପ୍ରଶାନ୍ତାତ୍ମା ବିଗତଭୀର୍ବ୍ରହ୍ମଚାରିବ୍ରତେ ସ୍ଥିତଃ ।\nମନଃ ସଂଯମ୍ୟ ମଚ୍ଚିତ୍ତୋ ଯୁକ୍ତ ଆସୀତ ମତ୍ପରଃ ।।୧୪।।",
"audioLink": "https://www.holy-bhagavad-gita.org/public/audio/006_014.mp3"
},
"wordMeanings": "ପ୍ରଶାନ୍ତ - ପୂର୍ଣ୍ଣ ଶାନ୍ତତ୍ତ; ଆତ୍ମା -ମନ; ବିଗତଭୀଃ - ଭୀତିଶୂନ୍ୟ; ବ୍ରହ୍ମଚାରି ବ୍ରତେ - ବ୍ରହ୍ମଚର୍ଯ୍ୟ ପାଳନରେ; ସ୍ଥିତଃ - ରହି; ମନଃ-ମନ; ସଂଯମ୍ୟ- ସମ୍ପୂର୍ଣ୍ଣରୂପେ ସଂଯମକରି; ମତ୍-ଚିତ୍ତଃ -ମୋର(ଶ୍ରୀକୃଷ୍ଣଙ୍କର) ଧ୍ୟାନ କରି; ଯୁକ୍ତଃ -ନିୟୋଜିତ; ଆସୀତ -ବସିବା ଉଚିତ୍ ; ମତ୍-ପରଃ - ମୋତେ ପରମ ଲକ୍ଷ୍ୟ ମନେକରି ।",
"translation": {
"text": "ଜଣେ ସଜାଗ ଯୋଗୀ, ଶାନ୍ତ, ନିର୍ଭୟ ଓ ଅବିଚଳିତ ମନରେ, ବ୍ରହ୍ମଚର୍ଯ୍ୟ ପାଳନରେ ନିଷ୍ଠାବାନ ରହି, ନିଜର ପରମ ଲକ୍ଷ୍ୟ ଭାବରେ ମୋର ହିଁ ଧ୍ୟାନ କରିବା ଉଚିତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.14.mp3"
]
},
"commentary": "ଧ୍ୟାନରେ ସଫଳତା ହାସଲ କରିବା ପାଇଁ ଶ୍ରୀକୃଷ୍ଣ ବ୍ରହ୍ମଚର୍ଯ୍ୟ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରାଣୀ ଜଗତରେ ଯୌନ କାମନା ପ୍ରଜନନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଏବଂ ଇତର ପ୍ରାଣୀମାନେ କେବଳ ସେହି ଉଦ୍ଦେଶ୍ୟରେ ହିଁ ଏଥିରେ ଲିପ୍ତ ହୋଇଥାଆନ୍ତି । ଅଧିକାଂଶ ପ୍ରଜାତିରେ, ସମ୍ଭୋଗ ପାଇଁ ଏକ ନିର୍ଦ୍ଦିଷ୍ଟ ଋତୁ ଥାଏ; ସେମାନେ ଅସମୟରେ ଯୌନ କ୍ରିୟାରେ ଲିପ୍ତ ହୁଅନ୍ତି ନାହିଁ । ଯେହେତୁ ମନୁଷ୍ୟମାନେ ଅଧିକ ବୁଦ୍ଧିମାନ ଏବଂ ସ୍ୱେଚ୍ଛାରେ କୌଣସି କାର୍ଯ୍ୟରେ ଲିପ୍ତ ହେବାକୁ ସ୍ୱାଧୀନ ଅଟନ୍ତି, ପ୍ରଜନନ କ୍ରିୟା ସେମାନଙ୍କ କ୍ଷେତ୍ରରେ ଏକ ଅନୈତିକ ଉପଭୋଗର ରୂପ ନେଇଛି । କିନ୍ତୁ ବେଦ ଶାସ୍ତ୍ର ବ୍ରହ୍ମଚର୍ଯ୍ୟ ପାଳନ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥାଆନ୍ତି । ମହର୍ଷି ପତଞ୍ଜଳି କହନ୍ତି: ବ୍ରହ୍ମଚର୍ଯ୍ୟପ୍ରତିଷ୍ଠାୟାଂ ବୀର୍ଯ୍ୟ ଲାଭଃ (ଯୋଗସୂତ୍ର ୨.୩୮) “ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଶକ୍ତିରେ ପ୍ରଚୁର ବୃଦ୍ଧି ଘଟିଥାଏ ।”\nଆୟୁର୍ବେଦ, ଭାରତୀୟ ଔଷଧ ବିଜ୍ଞାନ, ବ୍ରହ୍ମଚର୍ଯ୍ୟର ଅସାଧାରଣ ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ତାହାର ଉଚ୍ଚ ପ୍ରଶଂସା କରିଥାଏ । ଧନ୍ୱନ୍ତରିଙ୍କର ଜଣେ ଶିଷ୍ୟ, ତାଙ୍କର ଆୟୁର୍ବେଦ ପାଠ୍ୟକ୍ରମ ସମାପ୍ତ କରି, ଗୁରୁଙ୍କୁ ପ୍ରଶ୍ନ କଲେ: “ହେ ମୁନିବର! ଦୟାକରି ସ୍ୱାସ୍ଥ୍ୟର ରହସ୍ୟ କ’ଣ, ତାହା ମୋତେ କହନ୍ତୁ ।” ଧନ୍ୱନ୍ତରି ଉତ୍ତର ଦେଲେ: “ବୀର୍ଯ୍ୟ ଶକ୍ତି ବାସ୍ତବ ଆତ୍ମଶକ୍ତି ଅଟେ । ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ଏହି ଆତ୍ମଶକ୍ତି ବା ଜୀବନୀଶକ୍ତିର ସଂରକ୍ଷଣ ଅଟେ । ଯିଏ ଏହି ଅତ୍ୟନ୍ତ ମୂଲ୍ୟବାନ ଶକ୍ତିର ବୃଥା ଅପବ୍ୟୟ କରନ୍ତି, ତାଙ୍କର ଶାରୀରିକ, ମାନସିକ, ନୈତିକ ଓ ଆଧ୍ୟାତ୍ମିକ ଉନ୍ନତି ହୋଇପାରେ ନାହିଁ ।” ଆୟୁର୍ବେଦ ଅନୁଯାୟୀ, ଚାଳିଶ ଟୋପା ରକ୍ତରେ ଗୋଟିଏ ଟୋପା ବୀର୍ଯ୍ୟ ତିଆରି ହୁଏ । ଯେଉଁମାନେ ନିଜ ବୀର୍ଯ୍ୟର ଅପବ୍ୟୟ କରନ୍ତି, ସେମାନଙ୍କର ପ୍ରାଣ ଅସ୍ଥିର ଓ ଅଶାନ୍ତ ହୋଇଯାଏ । ସେମାନେ ନିଜର ଦୈହିକ ଓ ମାନସିକ ଶକ୍ତି ହରାଇ ବସନ୍ତି ଏବଂ ସେମାନଙ୍କର ସ୍ମରଣ ଶକ୍ତି, ମନ ଓ ବୁଦ୍ଧି ଦୁର୍ବଳ ହୋଇଯାଏ । ବ୍ରହ୍ମଚର୍ଯ୍ୟ ପାଳନର ଫଳ ଶାରୀରିକ ଶକ୍ତି ବୃଦ୍ଧି, ବିଚାର ସ୍ପଷ୍ଟତା, ପ୍ରବଳ ଇଚ୍ଛାଶକ୍ତି, ତୀବ୍ର ସ୍ମରଣ ତଥା ତୀକ୍ଷ୍ଣ ଆଧ୍ୟାତ୍ମିକ ବୁଦ୍ଧି ଅଟେ ।\nବ୍ରହ୍ମଚର୍ଯ୍ୟର ପରିଭାଷା କେବଳ ଦୈହିକ ଉପଭୋଗରୁ କ୍ଷାନ୍ତ ହେବା ନୁହେଁ । ଅଗ୍ନିପୁରାଣ କହେ, ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଯାଇ ଯୌନ ସମ୍ବନ୍ଧୀୟ ଆଠ ପ୍ରକାର କର୍ମକୁ ନିୟନ୍ତ୍ରଣ କରିବା ଆବଶ୍ୟକ: ୧. ତା’ର ଚିନ୍ତନ କରିବା, ୨. ସେ ବିଷୟରେ ଆଲୋଚନା କରିବା, ୩. ଥଟ୍ଟା ପରିହାସ କରିବା, ୪. ମନରେ ତା’ର କଳ୍ପନା କରିବା, ୫. ତାହା ପ୍ରତି ଇଚ୍ଛା ପୋଷଣ କରିବା, ୬. ତାହା ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କୁ ପ୍ରଣୟ ନିବେଦନ କରିବା, ୭. ଆଗ୍ରହୀ ବ୍ୟକ୍ତିକୁ ପ୍ରଲୋଭିତ କରିବା, ୮. ସେଥିରେ ଲିପ୍ତ ହେବା । ବ୍ରହ୍ମଚାରୀ ବୋଲାଇବା ପାଇଁ ଜଣେ ବ୍ୟକ୍ତି ଏହିସବୁ କର୍ମରୁ କ୍ଷାନ୍ତ ରହିବା ଆବଶ୍ୟକ । ଅତଏବ, ବ୍ରହ୍ମଚର୍ଯ୍ୟର ତାତ୍ପର୍ଯ୍ୟ କେବଳ ସମ୍ଭୋଗରୁ କ୍ଷାନ୍ତ ହେବା ନୁହେଁ, ବରଂ ହସ୍ତ ମୈଥୁନ, ସମଲିଙ୍ଗି କାର୍ଯ୍ୟ ଏବଂ ଅନ୍ୟ ସମସ୍ତ ଯୌନ ସମ୍ବନ୍ଧୀୟ କାର୍ଯ୍ୟଠାରୁ ଦୂରେଇ ରହିବା ଅଟେ ।\nପୁନର୍ବାର ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଧ୍ୟାନର ବସ୍ତୁ କେବଳ ଭଗବାନ ହେବା ଉଚିତ୍ । ଏହାର ପୁନରାବୃତ୍ତି ପରବର୍ତ୍ତୀ ଶ୍ଲୋକରେ କରାଯାଇଛି ।"
},
{
"verseTitle": "Bhagavad Gita 6.15",
"verse": "15",
"chapter": 6,
"lang": "or",
"shloka": {
"speaker": "",
"sanskrit": "युञ्जन्नेवं सदात्मानं योगी नियतमानसः ।\n\nशान्तिं निर्वाणपरमां मत्संस्थामधिगच्छति ॥15॥",
"text": "ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ନିୟତମାନସଃ ।\nଶାନ୍ତିଂ ନିର୍ବାଣପରମାଂ ମତ୍ସଂସ୍ଥାମଧିଗଚ୍ଛତି ।।୧୫।।",
"audioLink": "https://www.holy-bhagavad-gita.org/public/audio/006_015.mp3"
},
"wordMeanings": "ଯୁଞ୍ଜନ୍ - ମନକୁ ଭଗବାନଙ୍କ ଠାରେ ତଲ୍ଲୀନ କରି; ଏବଂ- ଏହିପରି; ସଦା-ନିରନ୍ତର; ଆତ୍ମାନଂ -ମନ ; ଯୋଗୀ-ଯୋଗୀ; ନିୟତ-ମାନସଃ- ଯାହାର ମନ ସଂଯତ; ଶାନ୍ତିଂ -ଶାନ୍ତି; ନିର୍ବାଣ - ଭୌତିକ ବନ୍ଧନରୁ ମୁକ୍ତି;ପରମାଂ -ସର୍ବୋଚ୍ଚ; ମତ୍-ସଂସ୍ଥାମ୍ -ମୋର ସ୍ଥାନ; ଅଧିଗଚ୍ଛତି - ପ୍ରାପ୍ତ ହୁଏ ।",
"translation": {
"text": "ଏହିପରି ଭାବରେ, ଯେଉଁ ଯୋଗୀ ମନକୁ ବଶ କରି, ନିରନ୍ତର ମୋ ଠାରେ ମନକୁ ନିମଜ୍ଜିତ ରଖିଥାଏ, ସେ ନିର୍ବାଣ ପ୍ରାପ୍ତି କରେ ଏବଂ ପରମ ଶାନ୍ତିରେ ମୋ ସହିତ ରହିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.15.mp3"
]
},
"commentary": "ସମଗ୍ର ପୃଥିବୀରେ ଧ୍ୟାନ କରିବାର ଅନେକ ପଦ୍ଧତି ପ୍ରଚଳିତ - ଜୈନ ପଦ୍ଧତି, ବୌଦ୍ଧ ପଦ୍ଧତି, ତାନ୍ତ୍ରିକ ପଦ୍ଧତି, ତାଓ ପଦ୍ଧତି, ବୈଦିକ ପଦ୍ଧତି ଇତ୍ୟାଦି । ପ୍ରତ୍ୟେକଙ୍କର ଅନେକ ଉପଶାଖା ମଧ୍ୟ ରହିଛି । କେବଳ ହିନ୍ଦୁ ଧର୍ମାବଲମ୍ବୀମାନେ ହିଁ ଅସଂଖ୍ୟ ପଦ୍ଧତି ବ୍ୟବହାର କରିଥାଆନ୍ତି । ସେଥି ମଧ୍ୟରୁ ନିଜ ଅଭ୍ୟାସ ପାଇଁ ଆମେ ପଦ୍ଧତିର ଅନୁସରଣ କରିବା? ଶ୍ରୀକୃଷ୍ଣ ଏହି ସମସ୍ୟାର ସମାଧାନ ଅତି ସହଜରେ କରିଦେଇଛନ୍ତି । ସେ କହିଛନ୍ତି ଯେ, ଧ୍ୟାନର ବସ୍ତୁ କେବଳ ସେ ନିଜେ ଭଗବାନ ହିଁ ଅଟନ୍ତି ।\nଧ୍ୟାନରେ ଉଦ୍ଦେଶ୍ୟ କେବଳ ମନର ଏକାଗ୍ରତା ଓ ନିଷ୍ଠାକୁ ବୃଦ୍ଧି କରିବା ନୁହେଁ, ବରଂ ଅନ୍ତଃକରଣ ଶୁଦ୍ଧି ମଧ୍ୟ ଅଟେ । ଶ୍ୱାସ, ଚକ୍ର, ଶୂନ୍ୟ, ଜ୍ୟୋତି ଇତ୍ୟାଦିର ଧ୍ୟାନ ଏକଗ୍ରତା ବୃଦ୍ଧିରେ ସାହାଯ୍ୟ କରିଥାଏ । କିନ୍ତୁ ମନର ଶୁଦ୍ଧତା ସେତେବେଳେ ହିଁ ସମ୍ଭବ ହୁଏ, ଯେତେବେଳେ ଆମେ ଗୋଟିଏ ପୂର୍ଣ୍ଣ-ଶୁଦ୍ଧ ବସ୍ତୁର ଧ୍ୟାନ କରେ, ଯାହାକି ସ୍ୱୟଂ ଭଗବାନ ଅଟନ୍ତି । ଶ୍ଲୋକ ୧୪/୨୬ କହେ, ଭଗବାନଙ୍କର ସ୍ଥିତି ତ୍ରିଗୁଣାତ୍ମିକା ମାୟାର ଉର୍ଦ୍ଧ୍ୱରେ ଏବଂ ଯେତେବେଳେ ଜଣେ ତାଙ୍କ ଠାରେ ମନୋନିବେଶ କରେ, ସେ ମଧ୍ୟ ଏହି ତିି୍ରଗୁଣର ଊର୍ଦ୍ଧ୍ୱକୁ ଚାଲିଯାଏ । ପ୍ରାଣର ଧ୍ୟାନ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ଧ୍ୟାନକୁ ଦିବ୍ୟ-ଅତୀନ୍ଦ୍ରିୟ କହିଥାନ୍ତି, କିନ୍ତୁ ବାସ୍ତବ ଦିବ୍ୟ ଧ୍ୟାନ କେବଳ ଭଗବାନଙ୍କର ଧ୍ୟାନ ହିଁ ଅଟେ ।\nତେବେ ଭଗବାନଙ୍କଠାରେ ମନକୁ କେନ୍ଦ୍ରିତ କରିବାର ଉପାୟ କ’ଣ? ଭଗବାନଙ୍କର ସମସ୍ତ ଦିବ୍ୟ ବୈଶିଷ୍ଟ୍ୟ ଯଥା -ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ସନ୍ଥ ଇତ୍ୟାଦିଙ୍କୁ ଆମେ ଧ୍ୟାନର ବିଷୟ କରିପାରିବା । ଏମାନେ ସମସ୍ତେ ଭଗବାନଙ୍କଠାରୁ ଅଭିନ୍ନ ଅଟନ୍ତି ଏବଂ ତାଙ୍କର ସମସ୍ତ ଶକ୍ତିଯୁକ୍ତ ଅଟନ୍ତି । ତନ୍ମଧ୍ୟରୁ ଯେ କୌଣସି ଗୋଟିଏ ବୈଶିଷ୍ଟ୍ୟର ଧ୍ୟାନ କରି, ଭକ୍ତ ଭଗବାନଙ୍କର ଧ୍ୟାନ କରିବାର ସମସ୍ତ ଲାଭ ପାଇପାରିବ । ଭାରତର ବିଭିନ୍ନ ଭକ୍ତି ପରମ୍ପରାରେ, ଭଗବାନଙ୍କର ନାମକୁ ହିଁ ଧ୍ୟାନର ଆଧାର ରୂପେ ଗ୍ରହଣ କରାଯାଇଥାଏ । ତେଣୁ ରାମାୟଣ କହେ;\nବ୍ରହ୍ମ ରାମ ତେଁ ନାମୁ ବଡ, ବର ଦାୟକ ବର ଦାନି\n“ଜୀବର ସ୍ୱାର୍ଥ ଦୃଷ୍ଟିରୁ, ଭଗବାନଙ୍କର ନାମ ଭଗବାନଙ୍କ ଠାରୁ ବଡ଼ ଅଟେ ।” ଭଗବାନଙ୍କୁ ସ୍ମରଣ କରିବାର ଏକ ସୁବିଧାଜନକ ଉପାୟ ହେଉଛି ଭଗବାନଙ୍କର ନାମ ଗ୍ରହଣ କରିବା କାରଣ ଏହା ଯେ କୌଣସି ସ୍ଥାନରେ, ଯେ କୌଣସି ଅବସ୍ଥାରେ କରାଯାଇ ପାରିବ - ଚାଲିବା, ବସିବା, ଖାଇବା ଇତ୍ୟାଦି ।\nକିନ୍ତୁ, ଅଧିକାଂଶ ସାଧକଙ୍କ ପାଇଁ କେବଳ ନାମ ଗ୍ରହଣ, ମନକୁ ଭଗବାନଙ୍କ ଠାରେ ଲଗାଇ ରଖିବା ନିମନ୍ତେ ଯଥେଷ୍ଟ ହୋଇ ନ ଥାଏ । ଅନନ୍ତ ଜନ୍ମର ସଂସ୍କାର ବଶତଃ ମନ ରୂପ ପ୍ରତି ଅଧିକ ଆକୃଷ୍ଟ ହୋଇଥାଏ । ସୁତରାଂ, ଭଗବାନଙ୍କର ରୂପକୁ ଆଧାର କରି ଧ୍ୟାନ କରିବା ସ୍ୱାଭାବିକ ଓ ସହଜ ହୋଇଥାଏ । ଏହାକୁ ରୂପ ଧ୍ୟାନ ସାଧନା କୁହାଯାଏ ।\nମନ ଭଗବାନଙ୍କ ରୂପରେ କେନ୍ଦ୍ରିତ ହୋଇଯିବା ପରେ, ଆମେ ଭଗବାନଙ୍କ ଗୁଣର ଧ୍ୟାନ କରି ତାହାକୁ ଅଧିକ ସରସ କରି ପାରିବା, ଯେମିତି ତାଙ୍କର କୃପା, ସୌନ୍ଦର୍ଯ୍ୟ, ଜ୍ଞାନ, ପ୍ରେମ, ଦୟାଳୁତା, ଅନୁକମ୍ପା ଇତ୍ୟାଦି । ଧ୍ୟାନକୁ ଆହୁରି ଉନ୍ନତ କରିବା ପାଇଁ ଆମେ ମନରେ ଭଗବାନଙ୍କର ସେବା ମଧ୍ୟ କରିପାରିବା । ମନରେ ଆମେ ଭାବିପାରିବା ଯେ ଆମେ ତାଙ୍କୁ ଖାଦ୍ୟ ଅର୍ପଣ କରୁଛୁ, ତାଙ୍କର ପୂଜା କରୁଛୁ, ତାଙ୍କୁ ଗୀତ ଗାଇ ଶୁଣାଉଛୁ, ତାଙ୍କର ପଦ ମଞ୍ଚାଳନ କରୁଛୁ, ତାଙ୍କୁ ପଙ୍ଖା କରୁଛୁ, ତାଙ୍କୁ ଗାଧୋଇ ଦେଉଛୁ, ତାଙ୍କ ପାଇଁ ରୋଷେଇ କରୁଛୁ ଇତ୍ୟାଦି । ଏହାକୁ ମାନସୀ ସେବା (ମନରେ ଭଗବାନଙ୍କ ସେବା) କୁହାଯାଏ । ଏହିପରି ଭାବରେ ଆମେ ଭଗବାନଙ୍କର ନାମ, ରୂପ, ଲୀଳା, ଗୁଣ, ଧାମ ଇତ୍ୟାଦିର ଧ୍ୟାନ କରି ପାରିବା । ମନକୁ ତାଙ୍କଠାରେ ଧ୍ୟାନସ୍ଥ ରଖିବା ପାଇଁ, ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିବା ଉପାୟ ସବୁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ।\nଏହି ଶ୍ଳୋକର ଅନ୍ତରେ ଶ୍ରୀକୃଷ୍ଣ ଧ୍ୟାନର ସର୍ବୋତ୍ତମ ଉପକାରିତା ବିଷୟରେ ଦର୍ଶାଇଛନ୍ତି, ଯାହାକି ମାୟାରୁ ମୁକ୍ତି ଏବଂ ଭଗବତ୍ ପ୍ରାପ୍ତିର ଚିରନ୍ତନ ଲାଭ ଅଟେ ।"
},
{
"verseTitle": "Bhagavad Gita 6.16",
"verse": "16",
"chapter": 6,
"lang": "or",
"shloka": {
"speaker": "",
"sanskrit": "नात्यश्नतस्तु योगोऽस्ति न चैकान्तमनश्नतः ।\n\nन चाति स्वप्नशीलस्य जाग्रतो नैव चार्जुन ॥16॥",
"text": "ନାତ୍ୟଶ୍ନତସ୍ତୁ ଯୋଗୋଽସ୍ତି ନ ଚୈକାନ୍ତମନଶ୍ନତଃ ।\nନ ଚାତି ସ୍ୱପ୍ନଶୀଳସ୍ୟ ଜାଗ୍ରତୋ ନୈବ ଚାର୍ଜୁର୍ନ ।।୧୬।।",
"audioLink": "https://www.holy-bhagavad-gita.org/public/audio/006_016.mp3"
},
"wordMeanings": "ନ-ନୁହେଁ; ଅତି - ଅତ୍ୟନ୍ତ; ଅଶ୍ନତଃ - ଯିଏ ଅତ୍ୟଧିକ ଭୋଜନ କରେ, ତାହାର; ତୁ -କିନ୍ତୁ; ଯୋଗଃ -ଯୋଗ, ଭଗବାନଙ୍କ ସହ ସଂଯୋଗ; ଅସ୍ତି -ଅଛି, ନ-ନୁହେଁ; ଚ-ଏବଂ; ଏକାନ୍ତଂ - ପୂରାପୁରି; ଅନଶ୍ନତଃ - ଭୋଜନ ତ୍ୟାଗ; ନ -ନୁହେଁ; ଚ- ଏବଂ; ଅତି -ଅତ୍ୟନ୍ତ; ସ୍ୱପ୍ନ-ଶିଳସ୍ୟ - ଯିଏ ଅଧିକ ଶୟନ କରେ, ତାହାର; ଜାଗ୍ରତଃ - ଯିଏ ଉଜାଗର ରହେ, ନ -ନୁହେଁ; ଏବ- କେବେ; ଚ- ଏବଂ; ଅର୍ଜୁନ - ହେ ଅର୍ଜୁନ ।",
"translation": {
"text": "ହେ ଅର୍ଜୁନ! ଯିଏ ଅତ୍ୟଧିକ ଭୋଜନ କିମ୍ବା ଖୁବ୍ କମ ଭୋଜନ କରେ, ଅଧିକ ଶୟନ କରେ କିମ୍ବା ଖୁବ୍ କମ୍ ନିଦ୍ରା ଯାଏ, ସେ ଯୋଗରେ ସଫଳ ହୁଏ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.16.mp3"
]
},
"commentary": "ଧ୍ୟାନର ବିଷୟ ଏବଂ ତାଦ୍ୱାରା ହାସଲ ହେଉଥିବା ଅନ୍ତିମ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କିଛି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ସେ କହୁଛନ୍ତି ଯେ, ଯେଉଁମାନେ ଶରୀର ପ୍ରତିପୋଷଣ କରିବାର ନିୟମ ଭଙ୍ଗ କରନ୍ତି, ସେମାନେ ଯୋଗରେ କୃତକାର୍ଯ୍ୟ ହେବେ ନାହିଁ । ଅନେକ ସମୟରେ, ଏହି ମାର୍ଗ ପ୍ରତି ଆଗ୍ରହୀ ନୂତନ ସାଧକଗଣ, ସେମାନଙ୍କର ଅସମ୍ପୂର୍ଣ୍ଣ ଜ୍ଞାନ ଅନୁସାରେ କହନ୍ତି; “ତୁମେ ଶରୀର ନୁହେଁ, ଆତ୍ମା ଅଟ । ତେଣୁ ଶରୀର ପ୍ରତିପୋଷଣକୁ ଉପେକ୍ଷା କରି, କେବଳ ଆଧ୍ୟାତ୍ମିକ କାର୍ଯ୍ୟ କର ।”\nକିନ୍ତୁ ଏପରି ଚିନ୍ତାଧାରା ବ୍ୟକ୍ତିକୁ ଅଧିକ ଆଗକୁ ନେଇ ପାରେନାହିଁ । ଏହା ସତ୍ୟ ଯେ ଆମେ ଶରୀର ନୁହେଁ, କିନ୍ତୁ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଶରୀର ଆମର ବାହକ ଅଟେ । ତେଣୁ ତାର ଯତ୍ନନେବା ଆମର କର୍ତ୍ତବ୍ୟ ଅଟେ । ଆୟୁର୍ବେଦ ଅନୁସାରେ: ଶରୀର ମାଧ୍ୟଂ ଖଳୁ ଧର୍ମ ସାଧନମ୍, “ଧର୍ମ କରିବା ପାଇଁ ଶରୀର ବାହନ ଅଟେ ।” ଶରୀର ଅସୁସ୍ଥ ହେଲେ ଧର୍ମ-କର୍ମ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ରାମାୟଣ କହେ; ତନୁ ବିନୁ ଭଜନ ବେଦ ନହିଁ ବରନା “ବେଦ ଏକଥା କହି ନାହିଁ ଯେ ଆଧ୍ୟାତ୍ମିକ କର୍ମ କରିବାକୁ ଯାଇ ଆମେ ଶରୀରର ଅବହେଳା କରିବା ।” ବାସ୍ତବରେ, ଭୌତିକ ବିଜ୍ଞାନର ଉପଯୋଗ କରି ଶରୀରର ଉପଯୁକ୍ତ ଯତ୍ନ ନେବାକୁ, ସେମାନେ ଆମକୁ ଉପଦେଶ ଦେଇଥାଆନ୍ତି । ଈଶୋପନିଷଦ କହେ;\nଅନ୍ଧଂ ତମଃ ପ୍ରବିଶନ୍ତି ଯେଽବିଦ୍ୟାଂ ଉପାସତେ ।ତତୋ ଭୂୟ ଇବ ତେ ତମୋ ଯ ଉ ବିଦ୍ୟାୟାଂ ରତାଃ ।(୯)\nଯେଉଁମାନେ କେବଳ ଭୌତିକ ଜ୍ଞାନ ଆହରଣ କରନ୍ତି, ସେମାନେ ନର୍କକୁ ଯାଆନ୍ତି । କିନ୍ତୁ ଯେଉଁମାନେ କେବଳ ଅଧ୍ୟାତ୍ମ୍ୟ ଜ୍ଞାନ ଆହରଣ କରନ୍ତି, ସେମାନେ ଅଧିକ ଭୟାନକ ନର୍କକୁ ଯାଆନ୍ତି ।” ଭୌତିକ ବିଜ୍ଞାନ ଆମ ଶରୀରର ପୁଷ୍ଟି ନିମନ୍ତେ ଆବଶ୍ୟକ ଅଟେ । ଆଧ୍ୟାତ୍ମ୍ୟ ବିଜ୍ଞାନ ଆମର ଅନ୍ତର୍ନିହିତ ଦିବ୍ୟତାର ପରିପ୍ରକାଶ ନିମନ୍ତେ ଆବଶ୍ୟକ । ଜୀବନର ବାସ୍ତବିକ ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ଆମେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ । ଯୋଗାସନ, ପ୍ରାଣାୟାମ ଏବଂ ଆହାର ବିଜ୍ଞାନ ବୈଦିକ ଜ୍ଞାନର ଉପାଦେୟ ଅଂଶ ଅଟେ । ଭୌତିକ ଜ୍ଞାନ ପାଇଁ ପ୍ରତ୍ୟେକ ବେଦର ଗୋଟିଏ ଲେଖାଏଁ ଉପବେଦ ଅଛି । ଅଥର୍ବ ବେଦର ଉପବେଦ ହେଉଛି ଆୟୁର୍ବେଦ, ଯାହା ଔଷଧ ଓ ସ୍ୱାସ୍ଥ୍ୟ ବିଜ୍ଞାନର ସର୍ବପ୍ରାଚୀନ ଗ୍ରନ୍ଥ ଅଟେ । ଏହା ପ୍ରମାଣିତ କରେ ଯେ ଶାରୀରିକ ସ୍ୱାସ୍ଥ୍ୟର ଯତ୍ନ ଉପରେ, ବେଦ ଗୁରୁତ୍ୱାରୋପଣ କରିଥାଏ । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଅଧିକ ଖାଇବା ବା ଆଦୌ ନ ଖାଇବା, ଅତ୍ୟଧିକ ପରିଶ୍ରମ କରିବା ବା ଆଦୌ ପରିଶ୍ରମ ନକରିବା ଇତ୍ୟାଦି ଯୋଗ ପାଇଁ ବାଧକ ଅଟନ୍ତି । ଆଧ୍ୟାତ୍ମିକ ସାଧକମାନେ, ସତେଜ ପୁଷ୍ଟିକର ଖାଦ୍ୟ, ଦୈନିକ ବ୍ୟାୟାମ ଏବଂ ପ୍ରତ୍ୟେକ ରାତ୍ରିରେ ଉଚିତ ପରିମାଣର ନିଦ୍ରା ଦ୍ୱାରା ନିଜ ଶରୀରର ଉତ୍ତମ ଯତ୍ନ ନେବା ଆବଶ୍ୟକ ।"
},
{
"verseTitle": "Bhagavad Gita 6.17",
"verse": "17",
"chapter": 6,
"lang": "or",
"shloka": {
"speaker": "",
"sanskrit": "युक्ताहारविहारस्य युक्तचेष्टस्य कर्मसु ।\n\nयुक्तस्वप्नावबोधस्य योगो भवति दुःखहा ॥17॥",
"text": "ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ ।\nଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା ।।୧୭।।",
"audioLink": "https://www.holy-bhagavad-gita.org/public/audio/006_017.mp3"
},
"wordMeanings": "ଯୁକ୍ତ-ନିୟନ୍ତ୍ରିତ, ସଂଯତ; ଆହାର- ଭୋଜନ; ବିହାରସ୍ୟ- ବିଶ୍ରାମ; ଯୁକ୍ତ ଚେଷ୍ଟସ୍ୟ କର୍ମସୁ- ପରିଶ୍ରମ କରିବାରେ ସଂଯମ; ଯୁକ୍ତ-ନିୟନ୍ତ୍ରିତ; ସ୍ୱପ୍ନ ଅବବୋଧସ୍ୟ -ନିଦ୍ରା ଓ ଜାଗରଣ; ଯୋଗଃ - ଯୋଗ ଅଭ୍ୟାସ; ଭବତି -ହୁଏ; ଦୁଃଖହା- ଦୁଃଖ ବିନାଶକ ।",
"translation": {
"text": "କିନ୍ତୁ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.17.mp3"
]
},
"commentary": "ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଯୋଗ ଅଟେ । ଏହାର ବିପରୀତ ଭୋଗ ଅଟେ, ଯାହାର ଅର୍ଥ ଇନ୍ଦ୍ରିୟ ସୁଖରେ ମଜ୍ଜିଯିବା । ଭୋଗରେ ଲିପ୍ତ ରହିବା, ଶରୀରର ପ୍ରାକୃତିକ ନିୟମକୁ ବିରୋଧ କରିଥାଏ, ଯାହା ରୋଗ ସୃଷ୍ଟି କରେ ଏବଂ ପୂର୍ବ ଶ୍ଲୋକରେ କୁହାଯିବା ପ୍ରକାରେ ରୋଗଗ୍ରସ୍ତ ଶରୀର ଯୋଗ ସାଧନାରେ ବାଧା ଉତ୍ପନ୍ନ କରିଥାଏ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଶାରୀରିକ କର୍ମରେ ସଂଯମ ରକ୍ଷା କରି ଏବଂ ଯୋଗ ଅଭ୍ୟାସ ଦ୍ୱାରା, ଆମେ ନିଜର ଦୈହିକ ଓ ମାନସିକ ଦୁଃଖକୁ ଦୂର କରି ପାରିବା ।\nଶ୍ରୀକୃଷ୍ଣଙ୍କ ଅବତାରର ପ୍ରାୟ ଅଢ଼େଇ ହଜାର ବର୍ଷ ପରେ, ଗୌତମ ବୁଦ୍ଧ ଏହି ନିର୍ଦ୍ଦେଶର ପୁନରାବୃତ୍ତି କରିଥିଲେ । ସେ ଅତ୍ୟଧିକ ତ୍ୟାଗ ଓ ଇନ୍ଦ୍ରିୟ ସୁଖ ମଧ୍ୟରେ ଏକ ମଧ୍ୟମ ପନ୍ଥା ଅନୁକରଣ କରିବାକୁ ଉପଦେଶ ଦେଇଥିଲେ । ଏ ବିଷୟରେ ଏକ ସୁନ୍ଦର ଗଳ୍ପ ଅଛି । କୁହାଯାଏ ଯେ, ଜ୍ଞାନ ପ୍ରାପ୍ତି ପୂର୍ବରୁ ଏକଦା ଗୌତମ ବୁଦ୍ଧ ଖାଦ୍ୟପେୟ ତ୍ୟାଗ କରି ଧ୍ୟାନ କରିବାକୁ ବସିଲେ । କିନ୍ତୁ କେତେଦିନ ପରେ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କଲେ ଏବଂ ଧ୍ୟାନରେ ମନ ଲଗାଇବା ତାଙ୍କ ପାଇଁ କଷ୍ଟକର ହେଲା । ସେହି ସମୟରେ କେତେଜଣ ଗ୍ରାମୀଣ ମହିଳା ମୁଣ୍ଡରେ ପାଣି ମାଠିଆ ଧରି ପାଖ ରାସ୍ତାରେ ଯାଉଥିଲେ ଏବଂ ଗୋଟିଏ ଗୀତ ଗାଉଥିଲେ । ସେହି ଗୀତର ଅର୍ଥ ଥିଲା; “ତାନ୍ପୁରା (ଏକ ତାରଯୁକ୍ତ ଭାରତୀୟ ବାଦ୍ୟ ଯନ୍ତ୍ର)ର ତାରକୁ ଟାଣି କରି ବାନ୍ଧ । କିନ୍ତୁ ଏତେ ଜୋର୍ରେ ଟାଣ ନାହିଁ, ଯଦ୍ୱାରା କି ତାର ଛିଣ୍ଡିଯିବ ।” ସେହି ଗୀତର ଶବ୍ଦସବୁ ବୁଦ୍ଧଦେବଙ୍କର କାନରେ ପଡ଼ିଲା । ସେ ବିସ୍ମିତ ହେଲେ, “ଏହି ଅଶିକ୍ଷିତ ଗ୍ରାମୀଣ ମହିଳାମାନେ କେତେ ମାର୍ମିକ ଗୀତ ଗାଉଛନ୍ତି! ଏହା ଆମ୍ଭମାନଙ୍କ ପାଇଁ ଏକ ଉପଦେଶ ଅଟେ । ଆମେ ମଧ୍ୟ ଆମ ଶରୀରକୁ କଷିବା ଆବଶ୍ୟକ (ସଂଯମ ପାଳନ), କିନ୍ତୁ ଏତେ ଅଧିକ ନୁହେଁ, ଯଦ୍ୱାରା କି ଶରୀର ହିଁ ନଷ୍ଟ ହୋଇଯିବ ।”\nବେଞ୍ଜାମିନ୍ ଫ୍ରାଙ୍କ୍ଲିନ୍ (୧୭୦୬-୧୭୯୦), ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଷ୍ଠାତା ପିତା, ଜଣେ ଆତ୍ମ-ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ମର୍ଯ୍ୟାଦାପ୍ରାପ୍ତ । ନିଜ ବ୍ୟକ୍ତିତ୍ୱର ବିକାଶ ପାଇଁ, ସେ କୋଡ଼ିଏ ବର୍ଷ ବୟସରୁ ଡ଼ାଏରୀ ଲେଖୁଥିଲେ । ସେଥିରେ ସେ ତେରଟି ଆଚରଣକୁ ନିୟମିତ ଭାବରେ ଲକ୍ଷ୍ୟ କରୁଥିଲେ । ତନ୍ମଧ୍ୟରୁ ପ୍ରଥମଟି ଥିଲା, “ସଂଯମ: ମାନ୍ଦା ହେବା ପର୍ଯ୍ୟନ୍ତ ଖାଅ ନାହିଁ; ଉନ୍ମତ୍ତ ହେବା ପର୍ଯ୍ୟନ୍ତ ପିଅ ନାହିଁ ।”"
},
{
"verseTitle": "Bhagavad Gita 6.18",
"verse": "18",
"chapter": 6,
"lang": "or",
"shloka": {
"speaker": "",
"sanskrit": "यदा विनियतं चित्तमात्मन्येवावतिष्ठते ।\n\nनिःस्पृहः सर्वकामेभ्यो युक्त इत्युच्यते तदा ॥18॥",
"text": "ଯଦା ବିନିୟତଂ ଚିତ୍ତମାତ୍ମନ୍ୟେବାବତିଷ୍ଠତେ ।\nନିଃସ୍ପୃହଃ ସର୍ବକାମେଭ୍ୟୋ ଯୁକ୍ତ ଇତ୍ୟୁଚ୍ୟତେ ତଦା ।।୧୮।।",
"audioLink": "https://www.holy-bhagavad-gita.org/public/audio/006_018.mp3"
},
"wordMeanings": "ଯଦା - ଯେତେବେଳେ; ବିନିୟତଂ - ପୂର୍ଣ୍ଣ ସଂଯତ; ଚିତ୍ତମ୍ -ମନ ; ଆତ୍ମନି - ଆତ୍ମାରେ; ଏବ - ନିଶ୍ଚିତଭାବେ; ଅବତିଷ୍ଠତେ - ପ୍ରତିଷ୍ଠିତ ହୁଏ; ନିସ୍ପୃହ - ସ୍ପୃହାହୀନ; ସର୍ବ-ସମସ୍ତ ପ୍ରକାର; କାମେଭ୍ୟୋ - ଭୌତିକ କାମନା; ଯୁକ୍ତଃ - ଯୋଗରେ ସ୍ଥିର; ଇତି - ଏହିପରି; ଉଚ୍ୟତେ - କୁହାଯାଏ; ତଦା - ସେତେବେଳେ ।",
"translation": {
"text": "ସମସ୍ତ ସ୍ୱାର୍ଥଯୁକ୍ତ ଇଚ୍ଛାଠାରୁ ମନକୁ ଦୂରେଇ ନେଇ, ସେମାନେ ନିଜର ଆନ୍ତରିକ ମଙ୍ଗଳ ପାଇଁ ତାହାକୁ ବ୍ୟବହାର କରିବାର ଅଭ୍ୟାସ କରିଥାଆନ୍ତି । ଇନ୍ଦ୍ରିୟ ଲାଳସାରୁ ସମ୍ପୂର୍ଣ୍ଣ ମୁକ୍ତ ଏହି ସାଧକମାନଙ୍କୁ ଯୋଗସିଦ୍ଧ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.18.mp3"
]
},
"commentary": "ସାଧକର ଯୋଗାଭ୍ୟାସ କେତେବେଳେ ସମ୍ପୂର୍ଣ୍ଣ ହୁଏ? ଯେତେବେଳେ ତାଙ୍କର ସଂଯତ ଚିତ୍ତ (ମନ) ପୂର୍ଣ୍ଣତଃ ଭଗବାନଙ୍କଠାରେ ସ୍ଥିର ଏବଂ କେନ୍ଦ୍ରିତ ହୋଇଯାଏ । ତତ୍ ସଙ୍ଗେ ସଙ୍ଗେ ଏହା ସ୍ୱତଃ ସମସ୍ତ ପ୍ରକାରର ଇନ୍ଦ୍ରିୟ ବାସନା ଏବଂ ସଂସାରିକ ସୁଖକାମନାଠାରୁ ଦୂରେଇ ଯାଏ । ସେତେବେଳେ ତାଙ୍କୁ ଯୁକ୍ତ ବା ଯୋଗସିଦ୍ଧ ବୋଲି କୁହାଯିବ । ଏହି ଅଧ୍ୟାୟର ଶେଷରେ, ଶ୍ରୀକୃଷ୍ଣ କହୁଛନ୍ତି, “ଯୋଗୀମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମନ ସର୍ବଦା ମୋ ଠାରେ ନିମଗ୍ନ ଥାଏ, ଏବଂ ଯେଉଁମାନେ ଶ୍ରଦ୍ଧାଯୁକ୍ତ ହୋଇ ମୋର ଭକ୍ତି କରନ୍ତି, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେ କରିଥାଏ ।” (ଶ୍ଲୋକ ୬-୪୭)"
},
{
"verseTitle": "Bhagavad Gita 6.19",
"verse": "19",
"chapter": 6,
"lang": "or",
"shloka": {
"speaker": "",
"sanskrit": "यथा दीपो निवातस्थो नेते सोपमा स्मृता।\n\nयोगिनो यतचित्तस्य युञ्जतो योगमात्मनः ॥19॥",
"text": "ଯଥା ଦୀପୋ ନିବାତସ୍ଥୋ ନେଙ୍ଗତେ ସୋପମା ସ୍ମୃତା ।\nଯୋଗିନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନଃ ।।୧୯।।",
"audioLink": "https://www.holy-bhagavad-gita.org/public/audio/006_019.mp3"
},
"wordMeanings": "ଯଥା - ଯେପରି; ଦୀପଃ - ଦୀପ; ନିବାତସ୍ଥଃ - ପବନ ବହୁ ନଥିବା ସ୍ଥାନରେ; ନ ଇଙ୍ଗତେ - ହଲଚଲ ହୁଏ ନାହିଁ; ସା -ଏହି; ଉପମା - ଉପମା; ସ୍ମୃତା - ପରି; ଯୋଗିନଃ - ଯୋଗୀର; ଯତ-ଚିତ୍ତସ୍ୟ - ଯାହାର ମନ ସଂଯତ; ଯୁଞ୍ଜତଃ - ସତତ ଯୁକ୍ତ; ଯୋଗମ୍ - ଧ୍ୟାନ; ଆତ୍ମାନଃ - ପରମାତ୍ମାଙ୍କର ।",
"translation": {
"text": "ଦୀପଶିଖା ବାୟୁ ପ୍ରବାହିତ ହେଉ ନ ଥିବା ସ୍ଥାନରେ ନିଶ୍ଚଳ ରହିବା ପରି, ଜଣେ ଯୋଗୀଙ୍କର ପୂର୍ଣ୍ଣ ଶୃଙ୍ଖଳିତ ମନ ପରମାତ୍ମାଙ୍କ ଧ୍ୟାନରେ ସ୍ଥିର ରହିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.19.mp3"
]
},
"commentary": "ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଦୀପଶିଖାର ଉପମା ଦେଇଛନ୍ତି । ପବନରେ ଶିଖାଟି ହଲ୍ଚଲ୍ ହୋଇଥାଏ ଏବଂ ତାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଗୋଟିଏ ବାୟୁଚଳାଚଳ ହେଉନଥିବା ସ୍ଥାନରେ, ଏହି ଶିଖା ଏକ ଚିତ୍ର ପରି ନିଶ୍ଚଳ ରହେ । ସେହିପରି, ମନ ସ୍ୱଭାବତଃ ଅସ୍ଥିର ହୋଇଥିବା କାରଣରୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଠିନ ଅଟେ । କିନ୍ତୁ ଯୋଗୀର ମନ ଯେତେବେଳେ ଭଗବାନଙ୍କ ଠାରେ ନିତ୍ୟ ଯୁକ୍ତ ହୋଇଯାଏ, ତାହା କାମନା ରୂପୀ ବାୟୁପ୍ରବାହରୁ ସୁରକ୍ଷିତ ରହେ । ସେପରି ଜଣେ ଯୋଗୀ, ଭକ୍ତି ବଳରେ ନିଜର ମନକୁ ପୂର୍ଣ୍ଣ ଶୃଙ୍ଖଳିତ ରଖିଥାଆନ୍ତି ।"
},
{
"verseTitle": "Bhagavad Gita 6.20",
"verse": "20",
"chapter": 6,
"lang": "or",
"shloka": {
"speaker": "",
"sanskrit": "यत्रोपरमते चित्तं निरुद्धं योगसेवया।\n\nयत्र चैवात्मनात्मानं पश्यन्नात्मनि तुष्यति ॥20॥",
"text": "ଯତ୍ରୋପରମତେ ଚିତ୍ତଂ ନିରୁଦ୍ଧଂ ଯୋଗସେବୟା ।\nଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି ।।୨୦।।",
"audioLink": "https://www.holy-bhagavad-gita.org/public/audio/006_020.mp3"
},
"wordMeanings": "ଯତ୍ର - ଯେଉଁ ଠାରେ; ଉପରମତେ - ଆନ୍ତରିକ ଦିବ୍ୟ ଆନନ୍ଦ ଅନୁଭବ କରେ; ଚିତ୍ତଂ -ମନ; ନିରୁଦ୍ଧଂ -ସଂଯମିତ; ଯୋଗସେବୟା - ଯୋଗ ଅଭ୍ୟାସଦ୍ୱାରା; ଯତ୍ର - ଯେଉଁଠାରେ; ଚ- ଏବଂ;ଏବ -ନିଶ୍ଚିତରୂପେ;ଆତ୍ମନା -ଶୁଦ୍ଧ ମନରେ;ଆତ୍ମାନଂ -ଜୀବ;ପଶ୍ୟନ୍ -ଦେଖି;ଆତ୍ମନି -ଆତ୍ମାରେ; ତୁଷ୍ୟନ୍ତି -ସନ୍ତୁଷ୍ଟ ହୁଏ ।",
"translation": {
"text": "ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.20.mp3"
]
},
"commentary": "ଧ୍ୟାନର ବିଧି ଏବଂ ତା’ର ଚରମ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତା’ର ଫଳ ବିଷୟରେ ଆଲୋଚନା କରୁଛନ୍ତି । ମନ ଶୁଦ୍ଧ ହୋଇଯିବା ପରେ ବ୍ୟକ୍ତି ନିଜକୁ ଶରୀର, ମନ ଓ ବୁଦ୍ଧିଠାରୁ ପୃଥକ ଉପଲବ୍ଧି କରିଥାଏ । ଉଦାହରଣ ସ୍ୱରୂପ, ଯଦି ଗୋଟିଏ ଗ୍ଲାସ୍ରେ ଗୋଳିଆ ପାଣି ଥାଏ, ଆମେ ତାହା ମଧ୍ୟଦେଇ କିଛି ଦେଖିପାରିବା ନାହିଁ । କିନ୍ତୁ ଯଦି ଆମେ ସେଥିରେ କିଛି ଫିିଟିକିରି ମିଶାଇ ଦେବା, ତେବେ କାଦୁଅ ତଳକୁ ବସିଯିବ ଏବଂ ପାଣି ସ୍ୱଚ୍ଛ ହୋଇଯିବ । ସେହିପରି, ମନ ଅସ୍ୱଚ୍ଛ ରହିଥିବା ଯାଏଁ ଆତ୍ମାର ଉପଲବ୍ଧି ଅସ୍ପଷ୍ଟ ରହିବ ଏବଂ ଆତ୍ମା ସମ୍ବନ୍ଧୀୟ ସମସ୍ତ ଶାସ୍ତ୍ରଜ୍ଞାନ କେବଳ ଶାବ୍ଦିକ ଜ୍ଞାନରେ ସୀମିତ ରହିବ । କିନ୍ତୁ ମନ ଯେତେବେଳେ ଶୁଦ୍ଧ ହୋଇଯାଏ, ଆତ୍ମାକୁ ଅନୁଭବ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଉପଲବ୍ଧି କରିହୁଏ ।"
},
{
"verseTitle": "Bhagavad Gita 6.21",
"verse": "21",
"chapter": 6,
"lang": "or",
"shloka": {
"speaker": "",
"sanskrit": "सुखमात्यन्तिकं यत्तबुद्धिग्राह्ममतीन्द्रियम् ।\n\nवेत्ति यत्र न चैवायं स्थितश्चलति तत्त्वतः ॥21॥",
"text": "ସୁଖମାତ୍ୟନ୍ତିକଂ ଯତ୍ତଦ୍ବୁଦ୍ଧିଗ୍ରାହ୍ୟମତୀନ୍ଦ୍ରିୟମ୍ ।\nବେତ୍ତି ଯତ୍ର ନ ଚୈବାୟଂ ସ୍ଥିତଶ୍ଚଳତି ତତ୍ତ୍ୱତଃ ।।୨୧।।",
"audioLink": "https://www.holy-bhagavad-gita.org/public/audio/006_021.mp3"
},
"wordMeanings": "ସୁଖଂ - ସୁଖ; ଆତ୍ୟନ୍ତିକଂ - ଅସୀମ; ଯତ୍ - ଯେଉଁଥିରେ; ତତ୍ -ତାହା; ବୁଦ୍ଧି-ବୁଦ୍ଧି; ଗ୍ରାହ୍ୟଂ- ଗ୍ରାହ୍ୟ; ଅତୀନ୍ଦ୍ରିୟଂ - ଦିବ୍ୟ; ବେତ୍ତି - ଜାଣେ; ଯତ୍ର - ଯେଉଁଠାରେ; ନ - ନୁହେଁ; ଚ- ଏବଂ; ଏବ- ନିଶ୍ଚିତଭାବେ; ଅୟଂ - ସେ, ସ୍ଥିତଃ - ଅବସ୍ଥିତ; ଚଳତି- ବିଚଳିତ ହୁଏ; ତତ୍ତ୍ୱତଃ - ଶାଶ୍ୱତ ସତ୍ୟରୁ ।",
"translation": {
"text": "ଯୋଗ ସମାଧି ରୂପକ ସେହି ଆନନ୍ଦମୟ ଅବସ୍ଥାରେ, ବ୍ୟକ୍ତି ଅସୀମ ଦିବ୍ୟାନନ୍ଦର ଅନୁଭବ କରେ, ଏବଂ ଏହି ଅବସ୍ଥାରେ ସ୍ଥିତ ହୋଇ, ବ୍ୟକ୍ତି କେବେ ବି ପରମ ସତ୍ୟଠାରୁ ବିଚ୍ୟୁତ ହୁଏ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.21.mp3"
]
},
"commentary": "ଆନନ୍ଦର କାମନା କରିବା, ଜୀବର ସହଜାତ ସ୍ୱଭାବ ଅଟେ । ଏହାର ଉଦ୍ଭବ ଏହିଠାରୁ ହୋଇଥାଏ ଯେ ଆନନ୍ଦସିନ୍ଧୁ ଭଗବାନଙ୍କର ଆମେ ସବୁ ଜୀବ କ୍ଷୁଦ୍ର ଅଂଶ ଅଟେ । ଏହାକୁ ପ୍ରତିପାଦିତ କରିବା ପାଇଁ ବେଦ ଶାସ୍ତ୍ରର ଅନେକ ଗୁଡ଼ିଏ ଉଦ୍ଧୃତାଂଶ ଶ୍ଳୋକ ୫୨୧ରେ ଉଲ୍ଲେଖ କରାଯାଇଛି । ଏଠାରେ ଅନ୍ୟ କେତେକ ଉଦ୍ଧୃତାଂଶ ଦିଆଯାଉଛି, ଯାହା ଭଗବାନଙ୍କର ଆନନ୍ଦସିନ୍ଧୁ ସ୍ୱରୂପକୁ ପ୍ରକାଶ କରିଥାଏ ।\nରସୋ ବୈ ସଃ ରସଙ୍ହ୍ୟେବାୟଂ ଲବ୍ଧ୍ୱାନନ୍ଦୀ ଭବତି (ତୈତିରୀୟ ଉପନିଷଦ ୨.୭)\n“ଭଗବାନ ସ୍ୱୟଂ ଆନନ୍ଦ ଅଟନ୍ତି, ତାଙ୍କୁ ପ୍ରାପ୍ତ କରି ଜୀବ ଆନନ୍ଦମୟ ହୋଇଯାଏ ।”\nଆନନ୍ଦମୟୋଽଭ୍ୟାସାତ୍ (ବ୍ରହ୍ମସୂତ୍ର ୧.୧.୧୨)\n“ଭଗବାନଙ୍କର ବାସ୍ତବିକ ସ୍ୱରୂପ ଆନନ୍ଦ ଅଟେ ।”\nସତ୍ୟ ଜ୍ଞାନାନନ୍ତାନନ୍ଦ ମାତ୍ରୈକ ରସ ମୂର୍ତୟଃ (ଭାଗବତମ୍ ୧୦.୧୩.୫୪)\n“ଭଗବାନଙ୍କର ଦିବ୍ୟ ସ୍ୱରୂପ ସତ୍ୟ, ଜ୍ଞାନ ଏବଂ ଆନନ୍ଦରେ ନିର୍ମିତ ।”\nଆନନ୍ଦ ସିନ୍ଧୁ ମଧ୍ୟ ତବ ବାସା, ବିନୁ ଜାନେ କତ ମରସି ପିୟାସା । (ରାମାୟଣ)\n“ଆନନ୍ଦସିନ୍ଧୁ ଭଗବାନ ତୁମ ମଧ୍ୟରେ ନିବାସ କରିଛନ୍ତି । ତାଙ୍କୁ ନ ଜାଣି, ତୁମ ଆନନ୍ଦର ତୃଷ୍ଣା ତୃପ୍ତ ହେବ କିପରି?”\nଆମ୍ଭେମାନେ ଯୁଗ ଯୁଗ ଧରି ଆନନ୍ଦର ଅନ୍ୱେଷଣ କରୁଅଛେ । ଆମେ ଯାହା କିଛି କରିଥାଏ, ପ୍ରତ୍ୟେକ କାର୍ଯ୍ୟର ଉଦ୍ଦେଶ୍ୟ ସେହି ଆନନ୍ଦ ପ୍ରାପ୍ତି ହିଁ ଅଟେ । ସାଂସାରିକ ଭୋଗ୍ୟ ବସ୍ତୁରେ, ମନ ଓ ଇନ୍ଦ୍ରିୟ ବାସ୍ତବ ଆନନ୍ଦର ଏକ ଅସ୍ପଷ୍ଟ ଝଲକ ଦେଖିଥାଆନ୍ତି, କିନ୍ତୁ ତାହା ଭଗବାନଙ୍କ ଅସୀମ ଆନନ୍ଦର ଅଭିଳାଷୀ ଆମ ଭିତରର ଆତ୍ମାକୁ ତୃପ୍ତ କରିପାରେ ନାହିଁ ।\nମନ ଯେତେବେଳେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଯାଏ, ଆତ୍ମା ଭଗବାନଙ୍କର ସେହି ଦିବ୍ୟ, ଅନିର୍ବଚନୀୟ ଆନନ୍ଦର ଅନୁଭବ କରିଥାଏ । ବେଦ ଶାସ୍ତ୍ରରେ ଏହି ଅବସ୍ଥାକୁ ସମାଧି କୁହାଯାଏ । ମହର୍ଷି ପତଞ୍ଜଳି କହନ୍ତି: ସମାଧିସିଦ୍ଧିରୀଶ୍ୱର ପ୍ରଣିଧାନାତ୍ (ପତଞ୍ଜଳି ଯୋଗ ଦର୍ଶନ ୨.୪୫) “ସମାଧିରେ ସଫଳତା ପାଇଁ, ପରମେଶ୍ୱରଙ୍କର ଶରଣାଗତ ହୁଅ ।” ସମାଧିସ୍ଥ ଅବସ୍ଥାରେ, ପୂର୍ଣ୍ଣ ସନ୍ତୋଷ ଏବଂ ତୃପ୍ତି ଅନୁଭବ କରି ଆତ୍ମାର ଅନ୍ୟ କିଛି କାମନା ରହେ ନାହିଁ । ସେ ପରମ ସତ୍ୟରେ ସ୍ଥିତ ହୁଏ ଏବଂ ସେଠାରୁ କ୍ଷଣିକ ପାଇଁ ମଧ୍ୟ ବିଚ୍ୟୁତ ହୁଏ ନାହିଁ ।"
},
{
"verseTitle": "Bhagavad Gita 6.22",
"verse": "22",
"chapter": 6,
"lang": "or",
"shloka": {
"speaker": "",
"sanskrit": "यं लब्ध्वा चापरं लाभं मन्यते नाधिकं ततः ।\n\nयस्मिन्स्थितो न दुःखेन गुरूणापि विचाल्यते ॥22॥",
"text": "ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।\nଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ ।।୨୨।।",
"audioLink": "https://www.holy-bhagavad-gita.org/public/audio/006_022.mp3"
},
"wordMeanings": "ଯଂ-ଯାହାକୁ ; ଲବ୍ଧା-ଲାଭ କରି; ଚ-ଏବଂ; ଅପରଂ-ଅନ୍ୟ; ଲାଭଂ-ଲାଭ; ମନ୍ୟତେ-ମନେକରେ ନାହିଁ; ନ-ନୁହେଁ; ଅଧିକଂ-ଅଧିକ; ତତଃ-ତାହାଠାରୁ; ଯସ୍ମିନ୍-ଯେଉଁଥିରେ; ସ୍ଥିତଃ-ସ୍ଥିର ହୋଇ; ନ-ନୁହେଁ; ଦୁଃଖେନ-ଦୁଃଖରେ; ଗୁରୁଣାପି-ଯଦିଓ ସର୍ବୋଚ୍ଚ; ବିଚାଲ୍ୟତେ-ବିଚଳିତ ହୁଏ ।",
"translation": {
"text": "ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.22.mp3"
]
},
"commentary": "ମାୟିକ ଜଗତରେ, କୌଣସି ସ୍ତରର ପ୍ରାପ୍ତି ବ୍ୟକ୍ତିକୁ ପୂର୍ଣ୍ଣତଃ ସନ୍ତୁଷ୍ଟ କରିପାରେ ନାହିଁ । ଜଣେ ଦରିଦ୍ର ବ୍ୟକ୍ତି ଧନୀ ହେବା ପାଇଁ କଠିନ ପରିଶ୍ରମ କରେ ଏବଂ ଜଣେ କୋଟିପତି ହେଇ ପାରିଲେ ନିଜକୁ ସୁଖୀ ମନେକରେ । କିନ୍ତୁ ସେ ଯେତେବେଳେ ଜଣେ ଅର୍ବପତିକୁ ଦେଖେ, ତା’ ମନରେ ପୁନର୍ବାର ଅସନ୍ତୋଷ ଜାତ ହୁଏ । ଅର୍ବପତି ମଧ୍ୟ ତାଠାରୁ ଅଧିକ ଧନବାନ ବ୍ୟକ୍ତିକୁ ଦେଖି ଦୁଃଖିତ ହୋଇଥାଏ । ତେଣୁ ଆମେ ଯେତେ ମାତ୍ରାର ସୁଖ ପାଇଲେ ମଧ୍ୟ, ତା’ଠାରୁ ଅଧିକ ମାତ୍ରାର ସୁଖର କଳ୍ପନା କରି, ଅସନ୍ତୁଷ୍ଟ ରହିଥାଏ । କିନ୍ତୁ ଯୋଗସ୍ଥିତିରେ ଯେଉଁ ଆନନ୍ଦର ଅନୁଭବ ହୋଇଥାଏ, ତାହା ଭଗବାନଙ୍କର ଅନନ୍ତ ଆନନ୍ଦ ଅଟେ । ଯେହେତୁ ତାଠାରୁ ଶ୍ରେଷ୍ଠ ଅନ୍ୟ କିଛି ନାହିଁ, ସେହି ଅନନ୍ତ ଆନନ୍ଦର ଆସ୍ୱାଦନ କରି, ଆତ୍ମା ଅନୁଭବ କରିବା ସ୍ୱାଭାବିକ ଯେ ସେ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ôଚଯାଇଛି ।\nଭଗବାନଙ୍କର ଦିବ୍ୟ ଆନନ୍ଦ ନିତ୍ୟ ମଧ୍ୟ ଅଟେ । ଯେଉଁ ଯୋଗୀ ଥରେ ଏହାକୁ ପ୍ରାପ୍ତ କରିନିଅନ୍ତି, ତାଙ୍କଠାରୁ ଏହାକୁ କେବେ ବି ଛଡ଼ାଇ ନିଆଯାଇ ପାରିବ ନାହିଁ । ଏପରି ଜଣେ ଭଗବତ୍-ପ୍ରାପ୍ତ ଜୀବାତ୍ମା, ଭୌତିକ ଶରୀରରେ ମଧ୍ୟ, ଦିବ୍ୟ ଚେତନାରେ ସ୍ଥିତ ରହନ୍ତି । ବେଳେ ବେଳେ ବାହ୍ୟରୂପରେ ଏହା ପ୍ରତୀତ ହୁଏ ଯେପରି କି ସନ୍ଥ ଜଣକ ଅସୁସ୍ଥତା, ବିରୋଧ, ପ୍ରତିକୁଳ ପରିବେଶ ଇତ୍ୟାଦି ଦ୍ୱାରା ଉତ୍ପିଡ଼ୀତ ହେଉଛନ୍ତି । କିନ୍ତୁ ଅଭ୍ୟନ୍ତରରେ ସେ ନିଜ ଦିବ୍ୟ ଚେତନାରେ ସ୍ଥିତ ରହି ଭଗବାନଙ୍କର ଦିବ୍ୟାନନ୍ଦ ପାନ କରିବାରେ ଲାଗିଥାଆନ୍ତି । ଏହିପରି ଭାବରେ ଅତିଶୟ କଷ୍ଟ ମଧ୍ୟ ଜଣେ ସନ୍ଥଙ୍କୁ ବିଚଳିତ କରିପାରେ ନାହିଁ । ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରି, ସନ୍ଥମାନେ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ ଥାଆନ୍ତି । ତେଣୁ ଶାରୀରିକ ପୀଡ଼ା ତାଙ୍କୁ ବିଚଳିତ କରେ ନାହିଁ । ସେଥିପାଇଁ ପୁରାଣରେ ଆମେ ଦେଖିବାକୁ ପାଇଥାଏ, କିପରି ପ୍ରହ୍ଲାଦଙ୍କୁ ସର୍ପମାନଙ୍କ ଘେରରେ ଫିଙ୍ଗି ଦିଆଯାଇଥିଲା, ଅସ୍ତ୍ରଦ୍ୱାରା ଆଘାତ କରାଯାଇଥିଲା, ଅଗ୍ନିରେ ଦହନ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ପ୍ରକାରର କଷ୍ଟ, ପ୍ରହ୍ଲାଦଙ୍କର ଭଗବାନଙ୍କ ସହିତ ଭକ୍ତିର ବନ୍ଧନକୁ ଛିଣ୍ଡାଇ ପାରି ନ ଥିଲା ।"
},
{
"verseTitle": "Bhagavad Gita 6.23",
"verse": "23",
"chapter": 6,
"lang": "or",
"shloka": {
"speaker": "",
"sanskrit": "तं विद्यादः दुःखसंयोगवियोगं योगसज्ञितम् ।\n\nस निश्चयेन योक्तव्यो योगोऽनिर्विण्णचेतसा ॥23॥",
"text": "ତଂ ବିଦ୍ୟାଦ୍ ଦୁଃଖସଂଯୋଗବିୟୋଗଂ ଯୋଗସଂଜ୍ଞିତମ୍ ।\nସ ନିଶ୍ଚୟେନ ଯୋକ୍ତବ୍ୟୋ ଯୋଗୋଽନିର୍ବିଣ୍ଣଚେତସା ।।୨୩।।",
"audioLink": "https://www.holy-bhagavad-gita.org/public/audio/006_023.mp3"
},
"wordMeanings": "ତଂ-ତାହାକୁ; ବିଦ୍ୟାତ୍-ତୁମେ ଜାଣିବା ଉଚିତ; ଦୁଃଖ ସଂଯୋଗ- ଦୁଃଖର ସଂଯୋଗରୁ ଜାତ; ବିଯୋଗଂ-ବିୟୋଗ; ଯୋଗସଂଜ୍ଞିତମ୍- ଯୋଗ କୁହାଯାଏ; ସ -ତାହା; ନିଶ୍ଚୟେନ -ଦୃଢ ଭାବରେ; ଯୋକ୍ତବ୍ୟୋ -ଅଭ୍ୟାସ କରାଯିବା ଉଚିତ୍; ଯୋଗଃ -ଯୋଗ; ଅନିର୍ବିଣ୍ଣଚେତସା - ଅବିଚଳିତ ମନରେ ।",
"translation": {
"text": "ଦୁଃଖର ସଂଯୋଗରେ ପ୍ରାପ୍ତ ବିୟୋଗର ସ୍ଥିତିକୁ ଯୋଗ କୁହାଯାଏ । ଏହି ଯୋଗକୁ ଦୃଢ଼ନିଶ୍ଚୟ ପୂର୍ବକ, ନୈରାଶ୍ୟଭାବ ପୋଷଣ ନ କରି ଅଭ୍ୟାସ କରିବା ଉଚିତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.23.mp3"
]
},
"commentary": "ଏହି ଭୌତିକ ସଂସାର ମାୟାର ଜଗତ ଅଟେ । ଏହାକୁ ଶ୍ରୀକୃଷ୍ଣ ଶ୍ଲୋକ ୮/୧୫ରେ ଦୁଃଖାଳୟମ୍ ଆଶାଶ୍ୱତମ୍ ବା ଅସ୍ଥାୟୀ ଓ ଦୁଃଖପୂର୍ଣ୍ଣ ଆଖ୍ୟା ଦେଇଛନ୍ତି । ସେଥିପାଇଁ ମାୟା ଶକ୍ତିକୁ ଅନ୍ଧକାର ସହିତ ତୁଳନା କରାଯାଇ ଥାଏ । ଏହା ଆମକୁ ଅଜ୍ଞାନ ଅନ୍ଧକାରରେ ବୁଡ଼ାଇ ରଖି ସଂସାରରେ ଦୁଃଖ ଭୋଗ କରାଇଥାଏ । ତଥାପି, ଯେତେବେଳେ ଆମେ ଭଗବାନଙ୍କ ଆଲୋକରେ ହୃଦୟକୁ ଆଲୋକିତ କରେ, ମାୟାର ଏହି ଅନ୍ଧକାର ଆପଣା ଛାଏଁ ଅପସାରିତ ହୋଇଯାଏ । ଏହାକୁ ଚୈତନ୍ୟ ମହାପ୍ରଭୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି:\nକୃଷ୍ଣ ସୂର୍ଯ୍ୟ-ସମ, ମାୟା ହୟ ଅନ୍ଧକାର ।ଯାହାଁ କୃଷ୍ଣ ତାହାଁ ନାହିଁ ମାୟାର ଅଧିକାର । । (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨୨.୩୧)\n“ଭଗବାନ ଆଲୋକ ସଦୃଶ ଏବଂ ମାୟା ଅନ୍ଧକାର ସଦୃଶ ଅଟନ୍ତି । ଆଲୋକକୁ ଗ୍ରାସ କରିବାର ଶକ୍ତି ଯେପରି ଅନ୍ଧାରର ନ ଥାଏ, ସେହିପରି ମାୟା କେବେବି ଭଗବାନଙ୍କୁ ଅଧିକାର କରିପାରିବ ନାହିଁ ।” ସୁତରାଂ, ଭଗବାନଙ୍କର ଦିବ୍ୟ ଆନନ୍ଦ ପ୍ରାପ୍ତ କରି ବ୍ୟକ୍ତି କେବେ ବି ମାୟାର ଯନ୍ତ୍ରଣାରେ ଉତ୍ପୀଡ଼ିତ ହୁଏ ନାହିଁ ।\nଅତଏବ, ଯୋଗର ତାତ୍ପର୍ଯ୍ୟ ଉଭୟ ୧. ଆନନ୍ଦ ପ୍ରାପ୍ତି ଏବଂ ୨. ଦୁଃଖ ନିବୃତ୍ତି ଅଟେ । ଶ୍ରୀକୃଷ୍ଣ କ୍ରମାନ୍ୱୟରେ ଉଭୟ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପଣ କରିଛନ୍ତି । ପୂର୍ବ ଶ୍ଲୋକରେ ଯୋଗ ଦ୍ୱାରା ପ୍ରାପ୍ତ ଆନନ୍ଦ ପ୍ରମୁଖ ବିଷୟବସ୍ତୁ ଥିଲା: ଏହି ଶ୍ଲୋକରେ ଦୁଃଖ ନିବୃତ୍ତି ଉପରେ ଗୁରୁତ୍ୱାରୋପଣ କରାଯାଇଛି ।\nଶ୍ଲୋକର ଦ୍ୱିତୀୟ ପଂକ୍ତିରେ, ଶ୍ରୀକୃଷ୍ଣ କହୁଛନ୍ତି ଯେ ଦୃଢ଼ ନିଶ୍ଚୟୀ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ପ୍ରାପ୍ତ କରାଯାଇ ପାରିବ । ଆମେ କିପରି ଯୋଗ ସାଧନା କରିବା ଉଚିତ୍, ବର୍ତ୍ତମାନ ସେ ତାହାର ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 6.24 – 6.25",
"verse": "24-25",
"chapter": 6,
"lang": "or",
"shloka": {
"speaker": "",
"sanskrit": "सङ्कल्पप्रभवान्कामांस्त्यक्त्वा सर्वानशेषतः । \n\nमनसैवेन्द्रियग्रामं विनियम्य समन्ततः ॥24॥\n\nशनैः शनैरूपरमेबुद्ध्या धृतिगृहीतया ।\n\nआत्मसंस्थं मनः कृत्वा न किञ्चिदपि चिन्तयेत् ॥25॥",
"text": "ସଂକଳ୍ପପ୍ରଭବାନ୍କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ ।\nମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।।\nଶନୈଃ ଶନୈରୁପରମେଦ୍ବୁଦ୍ଧ୍ୟା ଧୃତିଗୃହୀତୟା ।\nଆତ୍ମସଂସ୍ଥଂ ମନଃ କୃତ୍ୱା ନ କିଞ୍ଚିଦପି ଚିନ୍ତୟେତ୍ ।।୨୫।।",
"audioLink": "https://www.holy-bhagavad-gita.org/public/audio/006_024-025.mp3"
},
"wordMeanings": "ସଂକଳ୍ପ- ପ୍ରତିଜ୍ଞା; ପ୍ରଭବାନ୍ - ଜାତ; କାମାନ୍ - କାମନା; ତ୍ୟକ୍ତ୍ୱା- ତ୍ୟାଗକରି; ସର୍ବାନ୍ - ସମସ୍ତ ପ୍ରକାର; ଅଶେଷତଃ - ସମ୍ପୂର୍ଣ୍ଣରୂପେ; ମନସା -ମନରେ; ଏବ -ନିଶ୍ଚିତଭାବେ; ଇନ୍ଦ୍ରିୟଗ୍ରାମଂ -ସମସ୍ତ ଇନ୍ଦ୍ରିୟଙ୍କୁ; ବିନିୟମ୍ୟ -ସଂଯତ କରି; ସମନ୍ତତଃ -ସବୁଦିଗରୁ । ଶନୈଃ ଶନୈଃ - କ୍ରମଶଃ; ଉପରମେତ୍ - ଶାନ୍ତହେବା; ବୃଦ୍ଧ୍ୟା- ବୁଦ୍ଧିବଳରେ; ଧୃତି-ଗୃହୀତୟା - ଦୃଢ଼ ନିଶ୍ଚୟ ଦ୍ୱାରା ପ୍ରାପ୍ତ; ଆତ୍ମ-ସଂସ୍ଥଂ -ପରମାତ୍ମାଙ୍କ ଠାରେ ସ୍ଥିର; ମନଃ -ମନ; କୃତ୍ୱା -କରି; ନ-ନୁହେଁ; କିଞ୍ଚିତ୍ -ଅନ୍ୟ କିଛି; ଅପି -ମଧ୍ୟ; ଚିନ୍ତୟେତ୍ - ଚିନ୍ତାକରି ।",
"translation": {
"text": "ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ । ଧୀର ଓ ଅବିଚଳିତ ଭାବେ, ବୁଦ୍ଧିର ଦୃଢ଼ ନିଶ୍ଚୟ ଦ୍ୱାରା, ମନ କେବଳ ଭଗବାନଙ୍କଠାରେ ସ୍ଥିର ରହିବ ଏବଂ ଅନ୍ୟ କୌଣସି ଚିନ୍ତନ କରିବ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-24.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.24.mp3",
"https://www.gitasupersite.iitk.ac.in/sites/default/files/audio/Purohit/6.25.mp3"
]
},
"commentary": "ଧ୍ୟାନ ପାଇଁ ଦୁଇଟି ପ୍ରକ୍ରିୟା ଆବଶ୍ୟକ: ସଂସାରରୁ ମନକୁ ହଟାଇବା ଏବଂ ଭଗବାନଙ୍କଠାରେ ସ୍ଥିର ରଖିବା । ସର୍ବପ୍ରଥମେ ଶ୍ରୀକୃଷ୍ଣ ପ୍ରଥମ ପ୍ରକ୍ରିୟାର ବର୍ଣ୍ଣନା କରୁଛନ୍ତି - ସଂସାରରୁ ମନକୁ ହଟାଇବା ।\nମନ ସଂସାରରେ ଆସକ୍ତ ରହିଥିବା କାରଣରୁ ସାଂସାରିକ ବସ୍ତୁ, ବ୍ୟକ୍ତି, ଘଟଣା ଇତ୍ୟାଦିର ଚିନ୍ତନ କରିଥାଏ । ପ୍ରାରମ୍ଭରେ ସେହିସବୁ ଚିନ୍ତନ ସ୍ଫୁରଣ(ଅନୁଭୂତି ଓ ବିଚାରର ଝଲକ) ରୂପରେ ଥାଏ । ସେହି ସ୍ଫୁରଣକୁ ଆମେ ଯେତେବେଳେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରେ, ତାହା ସଂକଳ୍ପ ହୋଇଯାଏ । ଏହିପରି ଭାବରେ ଆମ ଆସକ୍ତିର ସ୍ୱରୂପ (ସକାରାତ୍ମକ/ନକାରାତ୍ମକ)ଅନୁଯାୟୀ, ଆମର ଚିନ୍ତନ ସଂକଳ୍ପ (ବିଷୟ ପଛରେ ଧାଇଁବା) ଓ ବିକଳ୍ପ (ବିଷୟ ପ୍ରତି ବିତୃଷ୍ଣାଭାବ)ର ରୂପ ନେଇଥାଏ । ଆକର୍ଷଣ ଓ ବିକର୍ଷଣର ବୀଜ, କାମନାର ବୃକ୍ଷ ରୂପେ ବୃଦ୍ଧି ପାଏ, “ଏହା ହେବା ଉଚିତ”, “ଏହା ହେବା ଉଚିତ ନୁହେଁ ।” କ୍ୟାମେରାରେ ଦୃଶ୍ୟ ପ୍ରତିଫଳିତ ହେବା ପରି, ଉଭୟ ସଂକଳ୍ପ ଓ ବିକଳ୍ପ ମନରେ ଅତିଶୀଘ୍ର ଧାରଣା ସୃଷ୍ଟି କରିଥାଆନ୍ତି, ଯାହା ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କ ଧ୍ୟାନରେ ବାଧା ଉତ୍ପନ୍ନ କରିଥାଏ । ସେମାନଙ୍କ ଠାରେ ଅଧିକ ପ୍ରଜ୍ଜ୍ୱଳିତ ହେବାର ସବୁ ସମ୍ଭାବନା ରହିଥାଏ, ଏବଂ ଯେଉଁ କାମନାର ଆକାର ଆଜି କ୍ଷୁଦ୍ର ବୀଜଟିଏ ପରି ଅଛି, ଆସନ୍ତାକାଲି ତାହା ଏକ ଭୟାବହ ଅଗ୍ନିକାଣ୍ଡର ରୂପ ନେଇପାରେ । ତେଣୁ ଯିଏ ଧ୍ୟାନରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ସେ ଭୌତିକ ବସ୍ତୁ ସହିତ ସମ୍ବନ୍ଧ ତ୍ୟାଗ କରିବା ଉଚିତ ।\nଧ୍ୟାନ ପାଇଁ ଆବଶ୍ୟକ ପ୍ରଥମ ପ୍ରକ୍ରିୟା - ସଂସାରରୁ ମନକୁ ହଟାଇବାର ମହତ୍ତ୍ୱ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ଦ୍ୱିତୀୟ ପ୍ରକ୍ରିୟା ବିଷୟରେ କହୁଛନ୍ତି - ମନକୁ ଭଗବାନଙ୍କଠାରେ ସ୍ଥିର କରିବା । ସେ କହୁଛନ୍ତି, ଏହା ଆପେ ଆପେ ହୋଇଯାଏ ନାହିଁ, ନିଷ୍ଠାପର ଉଦ୍ୟମ ଦ୍ୱାରା ଧୀରେ ଧୀରେ ଏଥିରେ ସଫଳତା ମିଳିଥାଏ ।\nଶାସ୍ତ୍ର ସମ୍ମତ ଦୃଢ଼ ସଂକଳ୍ପକୁ ଧୃତି କୁହାଯାଏ । ସଂକଳ୍ପରେ ଏହି ଦୃଢ଼ତା ବୁଦ୍ଧିର ନିଶ୍ଚୟ ଫଳରେ ଆସିଥାଏ । ଶାସ୍ତ୍ରମାନଙ୍କରୁ ଅନେକ ବ୍ୟକ୍ତି ଆତ୍ମାର ସ୍ୱରୂପ ଏବଂ ସାଂସାରିକ ଉଦ୍ୟମର ବ୍ୟର୍ଥତା ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥାନ୍ତି । କିନ୍ତୁ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ସେହି ଜ୍ଞାନର ବିପରୀତ ହୋଇଥାଏ ଏବଂ ସେମାନେ ପାପ, ଯୌନାଚାର ଓ ନିଶା ଇତ୍ୟାଦିରେ ଲିପ୍ତ ରହିଥାନ୍ତି । ଏପରି ହେବାର କାରଣ, ସେମାନଙ୍କ ବୁଦ୍ଧିର ନିଶ୍ଚୟ ସେହି ଜ୍ଞାନ ଅନୁଯାୟୀ ହୋଇ ନ ଥାଏ । ସଂସାରର ନଶ୍ୱରତା ଏବଂ ଭଗବାନଙ୍କ ସହିତ ଆମର ନିତ୍ୟ ସମ୍ବନ୍ଧ ବିଷୟରେ ବିଚାର କରିବାର ଶକ୍ତି, ବୁଦ୍ଧିର ନିଶ୍ଚୟ ଦ୍ୱାରା ହାସଲ ହୋଇଥାଏ । ଅତଏବ, ବୁଦ୍ଧରି ଉପଯୋଗ କରି, ବ୍ୟକ୍ତି ଇନ୍ଦ୍ରିୟ ବିଷୟକ ଭୋଗ ବିଳାସରୁ କ୍ରମଶଃ ନିବୃତ ହେବା ଆବଶ୍ୟକ । ମନ ଓ ଇନ୍ଦ୍ରିୟକୁ ବିଷୟ ଠାରୁ ଦୂରେଇ ନେବାକୁ ପ୍ରତ୍ୟାହାର କୁହାଯାଏ । ପ୍ରତ୍ୟାହାରରେ ସଫଳତା ଅତିଶୀଘ୍ର ଆସିବ ନାହିଁ । ବାରମ୍ବାର ଉଦ୍ୟମ ଦ୍ୱାରା ଏହା କ୍ରମଶଃ ହାସଲ ହୋଇଥାଏ । ଏହାପରେ ଶ୍ରୀକୃଷ୍ଣ ସେହି ଉଦ୍ୟମ କିପରି କରାଯିବା ଉଚିତ୍, ତାହା ଆଲୋଚନା କରିଛନ୍ତି ।"
},
{
"verseTitle": "Bhagavad Gita 6.26",
"verse": "26",
"chapter": 6,
"lang": "or",
"shloka": {
"speaker": "",
"sanskrit": "यतो यतो निश्चरति मनश्चञ्चलमस्थिरम् ।\n\nततस्ततो नियम्यैतदात्मन्येव वशं नयेत् ॥26॥",
"text": "ଯତୋ ଯତୋ ନିଶ୍ଚରତି ମନଶ୍ଚଞ୍ଚଳମସ୍ଥିରମ୍ ।\nତତସ୍ତତୋ ନିୟମ୍ୟୈତଦାତ୍ମନ୍ୟେବ ବଶଂ ନୟେତ୍ ।।୨୬।।",
"audioLink": "https://www.holy-bhagavad-gita.org/public/audio/006_026.mp3"
},
"wordMeanings": "ଯତୋ ଯତୋ - ଯେତେବେଳେ, ଯେଉଁଠାରେ; ନିଶ୍ଚଳତି - ବିଚଳିତ ହୁଏ; ମନଃ -ମନ; ଚଞ୍ଚଳଂ - ଚଞ୍ଚଳ; ଅସ୍ଥିରଂ - ଅସ୍ଥିର; ତତଃ ତତଃ -ବାରମ୍ବାର; ନିୟମ୍ୟ - ନିୟନ୍ତ୍ରିତ କରି; ଏତତ୍ - ଏହାକୁ; ଆତ୍ମନି - ପରମାତ୍ମାଙ୍କ ଠାରେ; ଏବ - ନିଶ୍ଚିତଭାବେ; ବଶଂ - ଅଧୀନ; ନୟେତ୍ - ଆଣିବା ଉଚିତ୍ ।",
"translation": {
"text": "ଯେତେବେଳେ ଓ ଯେଉଁ ପରିସ୍ଥିତିରେ ମନ ଅଶାନ୍ତ, ଅସ୍ଥିର ଏବଂ ବିଭ୍ରାନ୍ତ ହୁଏ, ତାହାକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଆବଶ୍ୟକ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.26.mp3"
]
},
"commentary": "ଧ୍ୟାନରେ ସଫଳତା ଗୋଟିଏ ଦିନରେ ମିଳି ନ ଥାଏ । ସଫଳତାର ପଥ ଦୀର୍ଘ ଏବଂ କଠିନ ଅଟେ । ଧ୍ୟାନରେ, ଆମେ ଯେତେବେଳେ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରିବାକୁ ଚେଷ୍ଟା କରେ, ଆମେ ଅନୁଭବ କରିଥାଏ ଯେ ଅଧିକାଂଶତଃ ମନ ସାଂସାରିକ ସଂକଳ୍ପ-ବିକଳ୍ପ ଅଭିମୁଖରେ ଧାଇଁବାରେ ଲାଗେ । ଏଣୁ ଧ୍ୟାନ ପ୍ରକ୍ରିୟା ଅନ୍ତର୍ଗତ ତିନୋଟି ସୋପାନକୁ ବୁଝିବା ନିତାନ୍ତ ଆବଶ୍ୟକ ଅଟେ:\n୧. ବୁଦ୍ଧିର ବିଚାର ଶକ୍ତି ଦ୍ୱାରା, ଆମେ ନିର୍ଣ୍ଣୟ କରେ ଯେ ସଂସାର ଆମର ଲକ୍ଷ୍ୟ ନୁହେଁ । ସୁତରାଂ, ଆମେ ବଳପୂର୍ବକ ମନକୁ ସଂସାରରୁ ହଟାଇଥାଏ । ଏଥିପାଇଁ ଉଦ୍ୟମ ଆବଶ୍ୟକ ।\n୨. ପୁଣି ବିଚାର ଶକ୍ତି ଦ୍ୱାରା ଆମେ ହୃଦୟଙ୍ଗମ କରିଥାଏ ଯେ କେବଳ ଭଗବାନ ହିଁ ଆମର ଅଟନ୍ତି ଏବଂ ଭଗବତ୍ ପ୍ରାପ୍ତି ଆମର ଲକ୍ଷ୍ୟ ଅଟେ । ସୁତରାଂ, ଆମେ ମନକୁ ଭଗବାନଙ୍କଠାରେ କେନ୍ଦ୍ରିତ କରିଥାଏ । ଏଥିରେ ମଧ୍ୟ ଉଦ୍ୟମ ଆବଶ୍ୟକ ।\n୩. ମନ ଭଗବାନଙ୍କଠାରୁ ହଟିଯାଇ ସଂସାର ଅଭିମୁଖରେ ଧାବିତ ହୁଏ । ଏଥିପାଇଁ କୌଣସି ଉଦ୍ୟମର ଆବଶ୍ୟକତା ନ ଥାଏ, ଏହା ସ୍ୱତଃ ହୋଇଥାଏ ।\nଯେତେବେଳେ ତୃତୀୟ ସୋପାନଟି ସ୍ୱତଃ ଆସିଯାଏ, ସାଧକ ପ୍ରାୟତଃ ନିରୁତ୍ସାହିତ ହୋଇ ଭାବନ୍ତି, “ମୁଁ ଭଗବାନଙ୍କର ଧ୍ୟାନ କରିବାକୁ ଏତେ ଚେଷ୍ଟା କଲି, କିନ୍ତୁ ମନ ସଂସାରକୁ ଫେରିଗଲା?” ଶ୍ରୀକୃଷ୍ଣ ଆମକୁ ନିରାଶ ନ ହେବାକୁ କହୁଛନ୍ତି । ସେ କହୁଛନ୍ତି ଯେ ଆମର ମନ ଚଞ୍ଚଳ ଅଟେ ଏବଂ ତାହାକୁ ନିୟନ୍ତ୍ରଣ କରିବାର ଆମର ଶତ ଚେଷ୍ଟା ସତ୍ତ୍ୱେ, ଯାହା ପ୍ରତି ସେ ଆସକ୍ତ, ସେ ତାହା ପାଖକୁ ଚାଲିଯିବ । ତଥାପି ସେ ଯେତେବେଳେ ଇତସ୍ତତଃ ହୁଏ, ଆମେ ପୁନର୍ବାର ପ୍ରଥମ ଓ ଦ୍ୱିତୀୟ ସୋପାନର ପୁନରାବୃତ୍ତି କରିବା ଉଚିତ - ମନକୁ ସଂସାରରୁ ହଟାଇ ପୁଣି ଭଗବାନଙ୍କଠାରେ ଲଗାଇବା । ତାପରେ ବି ଯଦି ମନ ଭଗବାନଙ୍କ ଠାରୁ ହଟିଯାଏ, ଆମେ ନିରାଶ ନ ହୋଇ ପୁଣିଥରେ ପ୍ରଥମ ଓ ଦ୍ୱିତୀୟ ପଦକ୍ଷେପ ନେବା ଉଚିତ ।\nବାରମ୍ବାର ଆମେ ଏହାର ପୁନରାବୃତ୍ତି କରିବା ଆବଶ୍ୟକ । ତା’ପରେ ଧୀରେ ଧୀରେ ଭଗବାନଙ୍କ ପ୍ରତି ମନର ଆସକ୍ତି ଏବଂ ସଂସାର ପ୍ରତି ମନର ବୈରାଗ୍ୟ ବୃଦ୍ଧି ପାଇବାରେ ଲାଗିବ । ତଦ୍ୱାରା, ଧ୍ୟାନ କରିବା ଆମ ପାଇଁ ସହଜରୁ ସହଜତର ହୋଇଯିବ । କିନ୍ତୁ ପ୍ରାରମ୍ଭରେ, ମନକୁ ଶୃଙ୍ଖଳିତ କରିବା ପାଇଁ ସଂଗ୍ରାମ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।"
},
{
"verseTitle": "Bhagavad Gita 6.27",
"verse": "27",
"chapter": 6,
"lang": "or",
"shloka": {
"speaker": "",
"sanskrit": "प्रशान्तमनसं ह्येनं योगिनं सुखमुत्तमम्।\n\nउपैति शान्तरजसं ब्रह्मभूतकल्मषम् ॥27॥",
"text": "ପ୍ରଶାନ୍ତମନସଂ ହ୍ୟେନଂ ଯୋଗିନଂ ସୁଖମୁତ୍ତମମ୍ ।\nଉପୈତି ଶାନ୍ତରଜସଂ ବ୍ରହ୍ମଭୂତମକଳ୍ମଷମ୍ ।।୨୭।।",
"audioLink": "https://www.holy-bhagavad-gita.org/public/audio/006_027.mp3"
},
"wordMeanings": "ପ୍ରଶାନ୍ତ- ଶାନ୍ତ; ମନସଂ - ମନ; ହି - ନିଶ୍ଚିତଭାବେ; ଏନଂ- ଏହାକୁ; ଯୋଗିନଂ - ଯୋଗୀ; ସୁଖଂ ଉତ୍ତମମ୍ - ସର୍ବୋଚ୍ଚ ସୁଖ; ଉପୈତି - ପ୍ରାପ୍ତ ହୁଏ; ଶାନ୍ତ-ରଜସଂ - ଯେଉଁମାନଙ୍କର କାମନା ଅବଦମିତ ; ବ୍ରହ୍ମଭୂତମ୍ - ଭଗବତ୍-ପ୍ରାପ୍ତ; ଅକଳ୍ମଷମ୍ - ସମସ୍ତ ପାପକର୍ମର ପ୍ରତିକ୍ରିୟାରୁ ମୁକ୍ତ ।",
"translation": {
"text": "“ଯେଉଁ ଯୋଗୀଙ୍କର ମନ ଶାନ୍ତ, ଯାହାର କାମନା ବଶୀଭୂତ, ଯିଏ ପାପ ମୁକ୍ତ ଏବଂ ଯିଏ ସବୁ କିଛିକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖନ୍ତି, ତାଙ୍କୁ ଅନନ୍ତ ଈଶ୍ୱରୀୟ ଆନନ୍ଦ ମିଳିଥାଏ ।”",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.27.mp3"
]
},
"commentary": "ଯେତେବେଳେ ଜଣେ ଯୋଗୀ ମନକୁ ଭୋଗ୍ୟବସ୍ତୁଠାରୁ ହଟାଇ ଭଗବାନଙ୍କଠାରେ କେନ୍ଦ୍ରିତ କରିବାରେ ପୂର୍ଣ୍ଣତଃ ସଫଳ ହୋଇଯାଆନ୍ତି, ସେତେବେଳେ ତାଙ୍କର ସମସ୍ତ ବାସନା ପ୍ରଶମିତ ହୋଇଯାଏ ଏବଂ ମନ ଶାନ୍ତ ହୋଇଯାଏ । ପ୍ରଥମେ ମନକୁ ଭଗବାନଙ୍କଠାରେ କେନ୍ଦ୍ରିତ କରିବାକୁ ଉଦ୍ୟମ କରାଯାଇ ଥାଏ, ବର୍ତ୍ତମାନ ତାହା ସ୍ୱତଃ ହେବାରେ ଲାଗେ । ଦେବର୍ଷି ନାରଦ କହୁଛନ୍ତି:\nତତ୍ ପ୍ରାପ୍ୟ ତଦ୍ ଏବାବଲୋକୟତି ତଦ୍ ଏବ ଶୃଣୋତିତଦ୍ ଏବ ଭାଷୟତି ତଦ୍ ଏବ ଚିନ୍ତୟତି । (ନାରଦ ଭକ୍ତି ଦର୍ଶନ, ସୂତ୍ର-୫୫)\n“ଯେଉଁ ଯୋଗୀଙ୍କର ମନ ପ୍ରେମ ଯୁକ୍ତ ହୋଇ ଭଗବାନଙ୍କ ସହିତ ଏକ ହୋଇଯାଏ, ତାଙ୍କର ଚିତ୍ତ ସର୍ବଦା ଭଗବାନଙ୍କଠାରେ ନିମଜ୍ଜିତ ରହେ । ଏହିପରି ଜଣେ ଭକ୍ତ ସର୍ବଦା ତାଙ୍କୁ ହିଁ ଦେଖେ, ତାଙ୍କୁ ହିଁ ଶୁଣେ, ତାଙ୍କ ବିଷୟରେ ହିଁ କହେ ଏବଂ ତାଙ୍କ ବିଷୟରେ ହିଁ ଚିନ୍ତା କରୁଥାଏ ।” ଏହିପରି ଭାବରେ ମନ ଯେତେବେଳେ ଭଗବାନଙ୍କଠାରେ ନିମଗ୍ନ ରହେ, ସେତେବେଳ ଆତ୍ମା, ଆମ ହୃଦୟରେ ନିବାସ କରିଥିବା ପରମାତ୍ମାଙ୍କର ଅନନ୍ତ ଆନନ୍ଦର ଆଭାସ ଅନୁଭବ କରିବାରେ ଲାଗେ ।\nସାଧକମାନେ ଅନେକ ସମୟରେ ପ୍ରଶ୍ନ କରନ୍ତି, ସେମାନେ ଅଗ୍ରଗତି କରୁଛନ୍ତି କି ନାହିଁ ତାହା ସେମାନେ କିପରି ଜାଣିବେ? ତାର ଉତ୍ତର ଏହି ଶ୍ଲୋକରେ ରହିଛି । ଯେତେବେଳେ ଆମେ ଅନୁଭବ କରିବା ଯେ ଆମ ଅଭ୍ୟନ୍ତରର ଅତୀନ୍ଦ୍ରିୟ ସୁଖ ବୃଦ୍ଧି ପାଉଛି, ସେତେବେଳେ ଆମେ ତାହାକୁ ନିୟନ୍ତ୍ରିତ ମନ ତଥା ଆଧ୍ୟାତ୍ମିକ ଉନ୍ନତିର ଲକ୍ଷଣ ଭାବରେ ବିଚାର କରିପାରିବା । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ଶାନ୍ତ-ରଜସମ୍ (ଆସକ୍ତି ମୁକ୍ତ) ଏବଂ ଅକଳ୍ପଷମ୍ (ପାପମୁକ୍ତ) ହୋଇ ଆମେ ବ୍ରହ୍ମ-ଭୂତମ୍ (ଈଶ୍ୱରପ୍ରାପ୍ତ) ହୋଇଯବା ଏବଂ ସୁଖମ୍ ଉତ୍ତମମ୍ (ସର୍ବୋଚ୍ଚ ଆନନ୍ଦ) ଅନୁଭବ କରିବା ।"
},
{
"verseTitle": "Bhagavad Gita 6.28",
"verse": "28",
"chapter": 6,
"lang": "or",
"shloka": {
"speaker": "",
"sanskrit": "युञ्जन्नेवं सदात्मानं योगी विगतकल्मषः ।\n\nसुखेन ब्रह्मसंस्पर्शमत्यन्तं सुखमश्नुते ॥28॥",
"text": "ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଳ୍ମଷଃ ।\nସୁଖେନ ବ୍ରହ୍ମସଂସ୍ପର୍ଶମତ୍ୟନ୍ତଂ ସୁଖମଶ୍ନୁତେ ।।୨୮।।",
"audioLink": "https://www.holy-bhagavad-gita.org/public/audio/006_028.mp3"
},
"wordMeanings": "ଯୁଞ୍ଜନ୍ - ଆତ୍ମା ପରମାତ୍ମାଙ୍କ ସହ ସଂଯୁକ୍ତ ହୋଇ; ଏବଂ - ଏହିପରି; ସଦା-ସର୍ବଦା; ଆତ୍ମାନଂ - ଆତ୍ମା; ଯୋଗୀ -ଯୋଗୀ; ବିଗତ -ମୁକ୍ତ; କଳ୍ମଷଃ -ପାପ; ସୁଖେନ -ସହଜରେ; ବ୍ରହ୍ମ-ସଂସ୍ପର୍ଶମ୍ - ଭଗବାନଙ୍କ ସହ ସଂଯୁକ୍ତ ହୋଇ; ଅତ୍ୟନ୍ତମ୍ - ସର୍ବୋଚ୍ଚ; ସୁଖମ୍ -ସୁଖ; ଅଶ୍ନୁତେ - ପ୍ରାପ୍ତ କରେ ।",
"translation": {
"text": "ଆତ୍ମ-ସଂଯତ ଯୋଗୀ, ଈଶ୍ୱରଙ୍କ ସହିତ ନିଜକୁ ସଂଯୁକ୍ତ କରି, ଭୌତିକ ଦୋଷରୁ ମୁକ୍ତ ହୁଏ ଏବଂ ପରମାତ୍ମାଙ୍କ ସାନ୍ନିଧ୍ୟରେ ସର୍ବଦା ରହି ସର୍ବୋଚ୍ଚ କକ୍ଷର ଦିବ୍ୟ ଆନନ୍ଦ ପ୍ରାପ୍ତ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.28.mp3"
]
},
"commentary": "ଆନନ୍ଦକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ:\nସାତ୍ତ୍ୱିକଂ ସୁଖମାତ୍ମୋତ୍ଥଂ ବିଷୟୋତ୍ଥଂ ତୁ ରାଜସମ୍ ।ତାମସଂ ମୋହ ଦୈନ୍ୟୋତ୍ଥଂ ନିର୍ଗୁଣଂ ମଦପାଶ୍ରୟାମ୍ । । (ଭାଗବତମ୍ ୧୧:୨୫.୨୯)\n୧. ତାମସିକ ସୁଖ - ମାଦକ ଦ୍ରବ୍ୟ, ମଦ୍ୟ, ସିଗାରେଟ୍, ମାଂସ ଜାତୀୟ ଖାଦ୍ୟ, ହିଂସା, ନିଦ୍ରା ଇତ୍ୟାଦିରୁ ମିଳୁଥିବା ସୁଖ ।\n୨. ରାଜସିକ ସୁଖ - ପଞ୍ଚେନ୍ଦ୍ରିୟ ଏବଂ ମନର ତୃପ୍ତିରୁ ଉତ୍ପନ୍ନ ହେଉଥିବା ସୁଖ ।\n୩. ସାତ୍ତ୍ୱିକ ସୁଖ - ସତ୍କର୍ମ, ଯେପରିକି ଦୟା, ପରୋପକାର, ଜ୍ଞାନ ଅଧ୍ୟୟନ, ମନକୁ ଶାନ୍ତ ରଖିବା, ଇତ୍ୟାଦି ଦ୍ୱାରା ଅନୁଭୂତ ହୋଇଥାଏ । ଜ୍ଞାନୀମାନେ, ଆତ୍ମାର ଉପାଧିରେ ମନକୁ ସ୍ଥିର ରଖି ଆତ୍ମଜ୍ଞାନର ଯେଉଁ ସୁଖାନୁଭୂତି ପ୍ରାପ୍ତ କରିଥାଆନ୍ତି, ତାହା ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ ।\n୪. ନିର୍ଗୁଣ ସୁଖ । ଏହା ଭଗବାନଙ୍କ ଦିବ୍ୟ ଆନନ୍ଦ, ଯାହା ଅନନ୍ତ ମାତ୍ରାର ଅଟେ । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଯେଉଁ ଯୋଗୀ ମାୟିକ ଦୋଷମୁକ୍ତ ହୋଇ ଭଗବାନଙ୍କ ସହିତ ସଂଲଗ୍ନ ରହନ୍ତି, ସେ ଏହି ଶ୍ରେଷ୍ଠତମ ବାସ୍ତବିକ ସୁଖ ଲାଭ କରନ୍ତି । ଏହାକୁ ସେ ଶ୍ଲୋକ ୫.୨୧ରେ ଅସୀମ ଆନନ୍ଦ ଏବଂ ଶ୍ଲୋକ ୬.୨୧ରେ ପରମ ଆନନ୍ଦ କହିଛନ୍ତି ।"
},
{
"verseTitle": "Bhagavad Gita 6.29",
"verse": "29",
"chapter": 6,
"lang": "or",
"shloka": {
"speaker": "",
"sanskrit": "सर्वभूतस्थमात्मानं सर्वभूतानि चात्मनि ।\n\nईक्षते योगयुक्तात्मा सर्वत्र समदर्शनः ॥29॥",
"text": "ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ।\nଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ।।୨୯।।",
"audioLink": "https://www.holy-bhagavad-gita.org/public/audio/006_029.mp3"
},
"wordMeanings": "ସର୍ବଭୂତସ୍ଥଂ -ସମସ୍ତ ଜୀବଙ୍କ ମଧ୍ୟରେ ଅବସ୍ଥିତ; ଆତ୍ମାନଂ -ପରମାତ୍ମା; ସର୍ବ-ସମସ୍ତ; ଭୂତାନି -ଜୀବ; ଚ -ଏବଂ; ଆତ୍ମନି -ଭଗବାନଙ୍କ ଠାରେ; ଈକ୍ଷତେ -ଦେଖେ; ଯୋଗଯୁକ୍ତାତ୍ମା -ଯାହାର ଚେତନା ଭଗବାନଙ୍କ ସହ ସଂଲଗ୍ନ; ସର୍ବତ୍ର -ସବୁଠାରେ; ସମଦର୍ଶନଃ - ସମାନଭାବରେ ଦେଖେ ।",
"translation": {
"text": "ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.29.mp3"
]
},
"commentary": "ଭାରତରେ ଦୀପାବଳି ପର୍ବରେ, ଦୋକାନମାନଙ୍କରେ ବିଭିନ୍ନ ଆକାରର ଯଥା, କାର୍, ଉଡ଼ାଜାହାଜ, ପୁରୁଷ, ସ୍ତ୍ରୀ, ପ୍ରାଣୀ, ବଲ, ଟୋପି ଇତ୍ୟାଦି ଚିନିରେ ତିଆରି ମିଠାଇ ବିକ୍ରି କରାଯାଇ ଥାଏ । ଛୋଟ ପିଲାମାନେ ତାଙ୍କ ପିତାମାତାଙ୍କ ପାଖରେ କାର୍, ଉଡ଼ାଜାହାଜ ଅବା ଅନ୍ୟ କିଛି କିଣିବା ପାଇଁ ଅଳି କରିଥାନ୍ତି । ସେମାନଙ୍କର ସରଳତା ଦେଖି ପିତାମାତା ହସିଥାନ୍ତି ଯେ ଆକାର ଭିନ୍ନ ଭିନ୍ନ ହୋଇଥିଲେ ବି ସବୁ ମିଠାଇ ଚିନିରେ ତିଆରି ହୋଇଥିବାରୁ ସମାନ ଭାବରେ ମିଠା ଅଟନ୍ତି ।\nସେହିପରି, ସଂସାରର ସମସ୍ତ ବସ୍ତୁର ଉପାଦାନ ସ୍ୱୟଂ ଭଗବାନ ଅଟନ୍ତି । ସେ ତାଙ୍କର ବିଭିନ୍ନ ଶକ୍ତିରେ ସର୍ବତ୍ର ବିଦ୍ୟମାନ ।\nଏକ ଦେଶସ୍ଥିତସ୍ୟାଗ୍ନିର୍ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥାପରସ୍ୟ ବ୍ରହ୍ମଣଃ ଶକ୍ତିସ୍ତଥେଦମଖିଳଂ ଜଗତ୍ (ନାରଦ ପାଞ୍ଚରାତ୍ର)\n“ସୂର୍ଯ୍ୟ ଯେପରି, ଗୋଟିଏ ସ୍ଥାନରେ ରହି, ଚତୁର୍ଦ୍ଦିଗରେ ଆଲୋକ ବିସ୍ତାର କରିଥାନ୍ତି, ସେହିପରି ପରମ ପୁରୁଷ ଭଗବାନ, ତାଙ୍କର ବିଭିନ୍ନ ଶକ୍ତି ଦ୍ୱାରା ସର୍ବତ୍ର ବ୍ୟାପ୍ତ ଅଟନ୍ତି ତଥା ସବୁକିଛିକୁ ଧାରଣ କରିଥାଆନ୍ତି ।” ଜଣେ ସିଦ୍ଧ ଯୋଗୀ, ତାଙ୍କର ଅନୁଭବାତ୍ମକ ଜ୍ଞାନର ଆଲୋକରେ, ସମସ୍ତ ବସ୍ତୁକୁ ଭଗବଦୀୟ ଦୃଷ୍ଟିକୋଣରୁ ଦେଖିଥାଆନ୍ତି ।"
},
{
"verseTitle": "Bhagavad Gita 6.30",
"verse": "30",
"chapter": 6,
"lang": "or",
"shloka": {
"speaker": "",
"sanskrit": "यो मां पश्यति सर्वत्र सर्वं च मयि पश्यति । \n\nतस्याहं न प्रणश्यामि स च मे न प्रणश्यति ॥30॥",
"text": "ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ।\nତସ୍ୟାହଂ ନ ପ୍ରଣଶ୍ୟାମି ସ ଚ ମେ ନ ପ୍ରଣଶ୍ୟତି ।।୩୦।।",
"audioLink": "https://www.holy-bhagavad-gita.org/public/audio/006_030.mp3"
},
"wordMeanings": "ଯୋ -ଯିଏ; ମାଂ -ମୋତେ; ପଶ୍ୟତି -ଦେଖେ ସର୍ବତ୍ର -ସବୁଠାରେ; ସର୍ବଂ -ସବୁ; ଚ -ଏବଂ; ମୟି -ମୋଠାରେ; ପଶ୍ୟତି - ଦେଖେ; ତସ୍ୟ -ତା’ପାଇଁ; ଅହଂ-ମୁଁ; ନ -ନାହିଁ; ପ୍ରଣଶ୍ୟାମି -ହଜିଯାଏ; ସଃ -ସେ; ଚ -ଏବଂ; ମେ- ମୋତେ;ନ-ନାହିଁ; ପ୍ରଣଶ୍ୟତି- ହଜିଯାଏ ।",
"translation": {
"text": "ଯେଉଁମାନେ ମୋତେ ସର୍ବତ୍ର ଦେଖନ୍ତି ଏବଂ ସମସ୍ତ ବସ୍ତୁକୁ ମୋ ମଧ୍ୟରେ ଦେଖନ୍ତି, ମୁଁ ତାଙ୍କଠାରୁ ହଜିଯାଏ ନାହିଁ କିମ୍ବା ସେମାନେ ମୋ ଠାରୁ ହଜିଯାଆନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-30.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.30.mp3"
]
},
"commentary": "ଭଗବାନଙ୍କୁ ହରାଇବା ଅର୍ଥ, ମନ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯିବା ଏବଂ ତାଙ୍କ ସହିତ ରହିବା, ଅର୍ଥ ମନକୁ ତାଙ୍କ ସହିତ ସଂଲଗ୍ନ ରଖିବା । ଭଗବାନଙ୍କଠାରେ ମନ ଲଗାଇବାର ଏକ ସହଜ ଉପାୟ ହେଉଛି, ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିବା । ଧରି ନିଅନ୍ତୁ ଜଣେ ବ୍ୟକ୍ତି ଆମକୁ ଆଘାତ ଦେଲେ । ମନର ସ୍ୱଭାବ ଅନୁଯାୟୀ, ତାଙ୍କ ପ୍ରତି ଆମର ଦ୍ୱେଷ ବା ଘୃଣାଭାବ ଜାତ ହେବ । କିନ୍ତୁ ଯଦି ଆମେ ତାହା ହେବାକୁ ଦେବା, ତେବେ ଆମର ମନ ଦିବ୍ୟ ଜଗତରୁ ଫେରି ଆସିବ ଏବଂ ଭଗବାନଙ୍କ ସହିତ ମନର ଏକତ୍ୱ ଛିନ୍ନ ହୋଇଯିବ । ତା ପରିବର୍ତ୍ତେ, ଆମେ ଯଦି ତାଙ୍କ ହୃଦୟରେ ବସିଥିବା ଭଗବାନଙ୍କୁ ଦେଖି ଭାବିବା, “ଭଗବାନ ଏହି ବ୍ୟକ୍ତିଙ୍କ ମାଧ୍ୟମରେ ମୋତେ ପରୀକ୍ଷା କରୁଛନ୍ତି । ସେ ମୋର ସହନଶୀଳତା ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେଣୁ ସେ ଏହି ବ୍ୟକ୍ତିକୁ ମୋ ସହିତ ମନ୍ଦ ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି । କିନ୍ତୁ ମୁଁ ତଦ୍ୱାରା ବିଚଳିତ ହେବିନାହିଁ ।” ଏହିପରି ଚିନ୍ତନ ଦ୍ୱାରା, ଆମେ ନିଜର ମନକୁ ନକାରାତ୍ମକ ଭାବନାର ଶିକାର ହେବାରୁ ରକ୍ଷା କରିପାରିବା ।\nସେହିପରି, ବନ୍ଧୁ ବାନ୍ଧବଙ୍କ ପ୍ରତି ଆସକ୍ତ ହେବା ଦ୍ୱାରା ମଧ୍ୟ ଆମର ମନ ଭଗବାନଙ୍କଠାରୁ ବିଚ୍ଛିନ୍ନ ହୋଇଯାଏ । ସେ କ୍ଷେତ୍ରରେ, ଆମେ ଯଦି ସମସ୍ତଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିବାକୁ ମନକୁ ତାଲିମ ଦେଇପାରିବା, ତେବେ ଯାହା ପ୍ରତି ମନ ଆସକ୍ତ, ତାଙ୍କୁ ଦେଖି ଆମେ ଭାବିବା , “ଏହି ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଅଛନ୍ତି, ସେଥିପାଇଁ ମୁଁ ତାଙ୍କ ପ୍ରତି ଏହି ଆକର୍ଷଣ ଅନୁଭବ କରୁଛି ।” ଏହିପରି ଭାବରେ, ମନ ଭଗବାନଙ୍କ ଠାରେ ତା’ର ଭକ୍ତିଯୁକ୍ତ ତଲ୍ଲୀନତା ବଜାୟ ରଖିପାରିବ ।\nବେଳେବେଳେ, ଅତୀତର ଘଟଣାବଳୀକୁ ନେଇ ମନ ପଶ୍ଚାତାପ କରିଥାଏ । ଏହାଦ୍ୱାରା ମଧ୍ୟ ମନ ଦିବ୍ୟ ଜଗତରୁ ହଟି ଯାଇଥାଏ କାରଣ ପଶ୍ଚାତାପ ମନକୁ ଅତୀତକୁ ନେଇଯାଏ, ଯାହା ବର୍ତ୍ତମାନ ଆମେ ଗୁରୁ ଓ ଭଗବାନଙ୍କର ଯେଉଁ ଧ୍ୟାନ କରୁଥିଲେ, ସେଥିରେ ବାଧା ଉତ୍ପନ୍ନ କରିଥାଏ । ସେହି ଘଟଣାକୁ ଆମେ ଯଦି ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିବା, ତେବେ ଆମେ ଚିନ୍ତା କରିବା, “ପ୍ରଭୁ ଜାଣିଶୁଣି ଏପରି କରିଛନ୍ତି, ଯଦ୍ୱାରା ମୁଁ ସଂସାରରେ କଷ୍ଟ ଅନୁଭବ କରିବି, ଏବଂ ମୋର ବୈରାଗ୍ୟ ଜାତ ହେବ । ମୋର କଲ୍ୟାଣ ପାଇଁ ସେ ଏତେ ବ୍ୟାକୁଳ ଯେ ଦୟାପୂର୍ବକ ସେ ଏପରି ପରିସ୍ଥିତି ସୃଷ୍ଟି କରୁଛନ୍ତି, ଯାହା ମୋର ଆଧ୍ୟାତ୍ମିକ ପ୍ରଗତି ପାଇଁ ଲାଭଦାୟକ ଅଟେ ।” ଏହିପରି ଚିନ୍ତା କରିବା ଦ୍ୱାରା, ଆମେ ନିଜର ଭକ୍ତିନିଷ୍ଠା ରକ୍ଷା କରି ପାରିବା । ଦେବର୍ଷି ନାରଦ କହନ୍ତି:\nଲୋକହାନୌ ଚିନ୍ତା ନ କାର୍ଯ୍ୟା ନିବେଦିତାତ୍ମ ଲୋକବେଦତ୍ୱାତ୍ (ନାରଦ ଭକ୍ତି ଦର୍ଶନ ସୂତ୍ର-୬୧)\n“ସଂସାରରେ ଯେତେବେଳେ ତୁମେ ବିପର୍ଯ୍ୟୟର ସମ୍ମୁଖୀନ ହୁଅ, ସେଥିପାଇଁ ପଶ୍ଚାତାପ ବା ଅନୁଶୋଚନା କରନାହିଁ । ସେହି ଘଟଣାରେ ଭଗବାନଙ୍କ ଅନୁକମ୍ପାର ଦର୍ଶନ କର ।” ଯେ କୌଣସି ପ୍ରକାରେ ଭଗବାନଙ୍କଠାରେ ମନକୁ ଲଗାଇ ରଖିବାରେ ଆମର ସ୍ୱାର୍ଥ ନିହିତ ରହିଛି ଏବଂ ଏହାର ଏକ ସହଜ ଉପାୟ ହେଉଛି ସର୍ବତ୍ର ଏବଂ ସମସ୍ତଙ୍କଠାରେ ଭଗବାନଙ୍କୁ ଦେଖିବା । ତାହା ଅଭ୍ୟାସର ଅବସ୍ଥା ଅଟେ, ଯାହାକି ଧୀରେ ଧୀରେ ନିପୁଣତା ଆଡକୁ ଅଗ୍ରସର ହୋଇଥାଏ । ଶ୍ଲୋକରେ ବର୍ଣ୍ଣିତ, “ଆମେ ଭଗବାନଙ୍କୁ ହରାଏ ନାହିଁ କି ଭଗବାନ ମଧ୍ୟ ଆମକୁ ହରାନ୍ତି ନାହିଁ” ର ତାତ୍ପର୍ଯ୍ୟ ଏହା ହିଁ ଅଟେ ।"
},
{
"verseTitle": "Bhagavad Gita 6.31",
"verse": "31",
"chapter": 6,
"lang": "or",
"shloka": {
"speaker": "",
"sanskrit": "सर्वभूतस्थितं यो मां भजत्येकत्वमास्थितः।\n\nसर्वथा वर्तमानोऽपि स योगी मयि वर्तते ॥31॥",
"text": "ସର୍ବଭୂତସ୍ଥିତଂ ଯୋ ମାଂ ଭଜତ୍ୟେକତ୍ୱମାସ୍ଥିତଃ ।\nସର୍ବଥା ବର୍ତମାନୋଽପି ସ ଯୋଗୀ ମୟି ବର୍ତତେ ।।୩୧।।",
"audioLink": "https://www.holy-bhagavad-gita.org/public/audio/006_031.mp3"
},
"wordMeanings": "ସର୍ବଭୂତସ୍ଥିତଂ - ସମସ୍ତଙ୍କ ହୃଦୟରେ ଅବସ୍ଥିତ; ଯଃ - ଯିଏ; ମାଂ-ମୋତେ; ଭଜତି- ସେବାକରେ ବା ଭଜନ କରେ; ଏକତ୍ୱମ୍ - ଏକତ୍ୱରେ; ଅବସ୍ଥିତଃ -ସ୍ଥିତ; ସର୍ବଥା - ସବୁପ୍ରକାରେ; ବର୍ତ୍ତମାନଃ - ବିଦ୍ୟମାନ ରହି; ଅପି -ମଧ୍ୟ; ସଃ-ସେ; ଯୋଗୀ-ଯୋଗୀ; ମୟି - ମୋ’ଠାରେ; ବର୍ତତେ - ନିବାସ କରେ ।",
"translation": {
"text": "ଯେଉଁ ଯୋଗୀ ମୋ ସହିତ ଯୁକ୍ତ ରହିଥାଆନ୍ତି ଏବଂ ସମସ୍ତଙ୍କ ହୃଦୟରେ ସ୍ଥିତ ପରମାତ୍ମା ରୂପରେ ମୋର ଉପାସନା କରନ୍ତି, ସେ ସମସ୍ତ ପ୍ରକାର କର୍ମରେ ଲିପ୍ତ ରହି ମଧ୍ୟ ମୋ ଠାରେ ନିବାସ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-31.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.31.mp3"
]
},
"commentary": "ଭଗବାନ ସଂସାରରେ ସର୍ବତ୍ର ବିଦ୍ୟମାନ । ସେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରନ୍ତି । ଶ୍ଲୋକ ୧୮.୬୧ରେ ଶ୍ରୀକୃଷ୍ଣ କହିଛନ୍ତି “ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ରହେ ।” ଅତଏବ ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ଦୁଇଜଣ ବାସ କରନ୍ତି - ଆତ୍ମା ଓ ପରମାତ୍ମା ।\n୧. ଭୌତିକ ଚେତନା ଯୁକ୍ତ ବ୍ୟକ୍ତି, ସମସ୍ତଙ୍କୁ ଶରୀର ମନେ କରନ୍ତି ଏବଂ ଜାତି, ଧର୍ମ, ଲିଙ୍ଗ, ବୟସ, ସାମାଜିକ ପ୍ରତିଷ୍ଠା ଇତ୍ୟାଦି ଅନୁସାରେ ସେମାନଙ୍କ ମଧ୍ୟରେ ଭେଦ ଦର୍ଶନ କରିଥାଆନ୍ତି ।\n୨. ଉଚ୍ଚତର ଚେତନା ଯୁକ୍ତ ବ୍ୟକ୍ତି ସମସ୍ତଙ୍କୁ ଆତ୍ମା ରୂପରେ ଦେଖନ୍ତି । ସେଥିପାଇଁ ଶ୍ଲୋକ ୫.୧୮ରେ ଶ୍ରୀକୃଷ୍ଣ କହିଥିଲେ, “ଜ୍ଞାନୀମାନେ ସେମାନଙ୍କର ଦିବ୍ୟଜ୍ଞାନ ଚକ୍ଷୁରେ ବ୍ରାହ୍ମଣ, ଗାଭୀ, ହସ୍ତୀ, ଶ୍ୱାନ ଏବଂ ଶ୍ୱାନଭକ୍ଷୀ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ।\n୩. ଉଚ୍ଚ କକ୍ଷର ଯୋଗୀ, ଆହୁରି ଉଚ୍ଚତର ଚେତନାରେ ଭଗବାନଙ୍କୁ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଥିବାର ଦେଖିଥାଆନ୍ତି । ସେମାନେ ସଂସାରକୁ ଅନୁଭବ କରନ୍ତି, କିନ୍ତୁ ସେଥିପ୍ରତି ଉଦାସୀନ ରହନ୍ତି । ସେମାନେ ହଂସ ସଦୃଶ, ଦୁଗ୍ଧ ଓ ଜଳମିଶ୍ରିତ ପାନୀୟରୁ ଦୁଗ୍ଧକୁ ଜଳରୁ ପୃଥକ୍ କରି ପାନ କରିପାରନ୍ତି ।\n୪. ସର୍ବୋଚ୍ଚ କୋଟୀର ଯୋଗୀମାନଙ୍କୁ ପରମହଂସ କୁହାଯାଏ । ସେମାନେ କେବଳ ଭଗବାନଙ୍କୁ ଦେଖନ୍ତି ଏବଂ ସଂସାରକୁ ଅନୁଭବ କରନ୍ତି ନାହିଁ । ଏହା ବ୍ୟାସଦେବଙ୍କ ପୁତ୍ର ଶୁକଦେବଙ୍କ ଚେତନାର ସ୍ଥିତି ଥିଲା, ଯାହାର ବର୍ଣ୍ଣନା ଶ୍ରୀମଦ୍ ଭଗବତମ୍ରେ କରାଯାଇଛି:\nଯଂ ପ୍ରବ୍ରଜନ୍ତଂ ଅନୁପେତଂ ଅପେତ କୃତ୍ୟମ୍ଦ୍ୱୈପାୟନୋ ବିରହ-କାତର ଆଜୁହାବ,ପୁତ୍ରେତି ତନ୍ମୟତୟା ତରବୋଽଭିନେଦୁଷ୍ଟଂସର୍ବ-ଭୂତା-ହୃଦୟଂ ମୁନିମାନୋତୋଽସ୍ମି । (୧.୨.୨)\nଶୈଶବାବସ୍ଥାରୁ ହିଁ ସନ୍ୟାସ ଜୀବନରେ ପ୍ରବେଶ କରିବା ପାଇଁ ଶୁକଦେବ ଯେତେବେଳେ ଗୃହତ୍ୟାଗ କଲେ, ତାଙ୍କର ଅବସ୍ଥା ଏତେ ଉଚ୍ଚ କୋଟୀର ଥିଲା ଯେ ତାଙ୍କର ସଂସାରର ଅନୁଭବ ହିଁ ନ ଥିଲା । ଏପରିକି, ଗୋଟିଏ ହ୍ରଦ ପାଶ୍ୱର୍ରେ ଯାଉଥିବା ସମୟରେ ସେଠାରେ ନଗ୍ନ ସ୍ନାନ କରୁଥିବା ସୁନ୍ଦରୀ ମହିଳା ମାନଙ୍କୁ ସେ ଦେଖି ମଧ୍ୟ ପାରି ନ ଥିଲେ । ସେ କେବଳ ଭଗବାନଙ୍କୁ ଅନୁଭବ କରୁଥିଲେ, ଭଗବାନଙ୍କୁ ଶୁଣୁଥିଲେ ଏବଂ ଭଗବାନଙ୍କର ହିଁ ଧ୍ୟାନ କରୁଥିଲେ ।\nଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଚେତନାର ତୃତୀୟ ବା ଚତୁର୍ଥ ସୋପାନରେ ସ୍ଥିତ ସିଦ୍ଧ ଯୋଗୀମାନଙ୍କ ବିଷୟରେ କହୁଛନ୍ତି ।"
},
{
"verseTitle": "Bhagavad Gita 6.32",
"verse": "32",
"chapter": 6,
"lang": "or",
"shloka": {
"speaker": "",
"sanskrit": "आत्मौपम्येन सर्वत्र समं पश्यति योऽर्जुन ।\n\nसुखं वा यदि वा दुःखं स योगी परमो मतः ॥32॥",
"text": "ଆତ୍ମୌପମ୍ୟେନ ସର୍ବତ୍ର ସମଂ ପଶ୍ୟତି ଯୋଽର୍ଜୁନ ।\nସୁଖଂ ବା ଯଦି ବା ଦୁଃଖଂ ସ ଯୋଗୀ ପରମୋ ମତଃ ।।୩୨।।",
"audioLink": "https://www.holy-bhagavad-gita.org/public/audio/006_032.mp3"
},
"wordMeanings": "ଆତ୍ମøପମ୍ୟେନ- ନିଜ ସଦୃଶ; ସର୍ବତ୍ର -ସବୁଠାରେ; ସମଂ -ସମଭାବରେ; ପଶ୍ୟତି -ଦେଖେ; ଯଃ -ଯିଏ; ଅର୍ଜୁନ -ହେ ଅର୍ଜୁନ; ସୁଖଂ -ସୁଖ; ବା -କିମ୍ବା; ଯଦି -ଯଦି; ବା -କିମ୍ବା; ଦୁଃଖଂ - ଦୁଃଖ; ସଃ- ସେ; ଯୋଗୀ -ଯୋଗୀ; ପରମଃ -ଶ୍ରେଷ୍ଠ; ମତଃ -ବିବେଚିତ ।",
"translation": {
"text": "ସେହି ଯୋଗୀମାନଙ୍କୁ ମୁଁ ଶ୍ରେଷ୍ଠ ରୂପେ ବିବେଚିତ କରେ, ଯେଉଁମାନେ ସମସ୍ତ ପ୍ରାଣୀଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ଏବଂ ଅନ୍ୟମାନଙ୍କର ସୁଖ ଦୁଃଖକୁ ନିଜର ମନେ କରି ପ୍ରତିକ୍ରିୟା ଦେଖାଇ ଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-32.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.32.mp3"
]
},
"commentary": "ଆମେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ବୋଲି ବିଚାର କରିଥାଏ ଏବଂ ଯେ କୌଣସି ଅଙ୍ଗର ହାନିରେ ସମାନ ଭାବରେ ଚିନ୍ତିତ ରହିଥାଏ । ଯେ କୌଣସି ଗୋଟିଏ ଅଙ୍ଗର ହାନିକୁ, ନିଜର ହାନି ମନେ କରିଥାଏ । ସେହିପରି ଯେଉଁମାନେ ସମସ୍ତଙ୍କଠାରେ ଭଗବାନଙ୍କୁ ଦେଖନ୍ତି, ସେମାନେ ଅନ୍ୟର ସୁଖ ଦୁଃଖକୁ ନିଜର ମନେ କରନ୍ତି । ଏପରି ଯୋଗୀମାନେ ସମସ୍ତଙ୍କର ହିତାକାଂକ୍ଷୀ ଅଟନ୍ତି ଏବଂ ସେମାନେ ସମସ୍ତଙ୍କର ଆତ୍ୟନ୍ତିକ ଲାଭ ପାଇଁ ସର୍ବଦା ଚେଷ୍ଟିତ ଥାଆନ୍ତି । ଜଣେ ସିଦ୍ଧ ଯୋଗୀଙ୍କର ଏହା ହିଁ ସମଦର୍ଶନ (ଦୃଷ୍ଟିରେ ସମାନତା) ଅଟେ ।"
},
{
"verseTitle": "Bhagavad Gita 6.33",
"verse": "33",
"chapter": 6,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जन उवाच। \n\nयोऽयं योगस्त्वया प्रोक्तः साम्येन मधुसूदन। \n\nएतस्याहं न पश्यामि चञ्चलत्वात्स्थितिं स्थिराम् ॥33॥",
"text": "ଯୋଽୟଂ ଯୋଗସ୍ତ୍ୱୟା ପ୍ରୋକ୍ତଃ ସାମ୍ୟେନ ମଧୁସୂଦନ ।\nଏତସ୍ୟାହଂ ନ ପଶ୍ୟାମି ଚଞ୍ଚଳତ୍ୱାତ୍ସ୍ଥିତିଂ ସ୍ଥିରାମ୍ ।।୩୩।।",
"audioLink": "https://www.holy-bhagavad-gita.org/public/audio/006_033.mp3"
},
"wordMeanings": "ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ଯଃ - ଯେଉଁ; ଅୟଂ - ଏହି; ଯୋଗଃ - ଯୋଗ; ତ୍ୱୟା - ଆପଣଙ୍କ ଦ୍ୱାରା; ପ୍ରୋକ୍ତଃ - କୁହାଗଲା; ସାମ୍ୟେନ -ସମତା ଦୃଷ୍ଟିରୁ; ମଧୁସୂଦନ - ହେ ମଧୁସୂଦନ!; ଏତସ୍ୟ - ଏହାର; ଅହଂ -ମୁଁ; ନ-ନାହିଁ; ପଶ୍ୟାମି- ଦେଖେ; ଚଞ୍ଚଳତ୍ୱାତ୍ - ଅସ୍ଥିରତା ଯୋଗୁଁ; ସ୍ଥିତିଂ - ସ୍ଥିତି; ସ୍ଥିରାମ୍ - ସ୍ଥିର ।",
"translation": {
"text": "ଅର୍ଜୁନ କହିଲେ: ହେ ମଧୁସୂଦନ! ଆପଣ ଯୋଗ ପ୍ରଣାଳୀ ବିଷୟରେ ଯାହା ବର୍ଣ୍ଣନା କଲେ, ମୋର ମନ ଅସ୍ଥିର ହୋଇଥିବା କାରଣରୁ, ତାହା ମୋତେ ଅସାଧ୍ୟ ଏବଂ ଅଲଭ୍ୟ ବୋଧ ହେଉଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-33.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.33.mp3"
]
},
"commentary": "ଅର୍ଜୁନ ଏହି ଶ୍ଲୋକଟି ଯୋଽୟଂ ଶବ୍ଦରୁ ଆରମ୍ଭ କରିଛନ୍ତି, ଅର୍ଥାତ୍ “ଏହି ଯୋଗ ପ୍ରଣାଳୀ”, ଯାହାର ବିଧି ଶ୍ଲୋକ ୬.୧୦ଠାରୁ ଆଗକୁ ବର୍ଣ୍ଣନା କରାଯାଇଛି । ଶ୍ରୀକୃଷ୍ଣ, ତାଙ୍କର ବକ୍ତବ୍ୟ ଏହା କହି ଶେଷକଲେ ଯେ ଯୋଗରେ ପରିପୂର୍ଣ୍ଣତା ହାସଲ କରିବା ପାଇଁ ଆମ୍ଭେମାନେ:\n-ଇନ୍ଦ୍ରିୟମାନଙ୍କୁ ଦମନ କରିବା,\n- ସମସ୍ତ ପ୍ରକାରର କାମନାକୁ ତ୍ୟାଗ କରିବା,\n- କେବଳ ଭଗବାନଙ୍କଠାରେ ହିଁ ମନକୁ କେନ୍ଦ୍ରିତ କରିବା,\n- ସ୍ଥିର ମନରେ ତାଙ୍କର ଧ୍ୟାନ କରିବା,\n- ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ଆବଶ୍ୟକ ।\nସବୁ ଶୁଣିବା ପରେ ଅର୍ଜୁନ ସ୍ପଷ୍ଟ ଭାବରେ ତାଙ୍କର ଆଶଙ୍କା ବ୍ୟକ୍ତ କରିବାକୁ ଯାଇ କହୁଛନ୍ତି, ଏସବୁ ଅସାଧ୍ୟ ଅଟେ । ମନକୁ ବଶ ନ କରି ଏହା ହାସଲ କରିହେବ ନାହିଁ । ମନ ଯଦି ଅସ୍ଥିର ରହୁଥାଏ, ତେବେ ଯୋଗର ସମସ୍ତ ଶର୍ତ୍ତ ଅପ୍ରାପ୍ୟ ହୋଇଯିବ ।"
},
{
"verseTitle": "Bhagavad Gita 6.34",
"verse": "34",
"chapter": 6,
"lang": "or",
"shloka": {
"speaker": "",
"sanskrit": "चञ्चलं हि मनः कृष्ण प्रमाथि बलव ढम् ।\n\nतस्याहं निग्रहं मन्ये वायोरिव सुदुष्करम् ॥34॥",
"text": "ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍ଦୃଢମ୍ ।\nତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍ ।।୩୪।।",
"audioLink": "https://www.holy-bhagavad-gita.org/public/audio/006_034.mp3"
},
"wordMeanings": "ଚଞ୍ଚଳଂ - ଅସ୍ଥିର; ହି - ନିଶ୍ଚିତଭାବେ; ମନଃ- ମନ; କୃଷ୍ଣ- ହେ କୃଷ୍ଣ; ପ୍ରମାଥି - ଅଶାନ୍ତ; ବଳବଦ୍ - ବଳବାନ; ଦୃଢ଼ମ୍ - ଜିଦ୍ଖୋର; ତସ୍ୟ- ତାହାର; ଅହଂ-ମୁଁ; ନିଗ୍ରହଂ -ଦମନ; ମନ୍ୟେ -ମନେକରୁଛି; ବାୟୋଃ -ବାୟୁ; ଇବ -ପରି; ସୁଦୁଷ୍କରମ - ଅତ୍ୟନ୍ତ କଠିନ ।",
"translation": {
"text": "ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍ଖୋର ଅଟେ । ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ ଅଧିକ କଷ୍ଟକର ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-34.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.34.mp3"
]
},
"commentary": "ଅର୍ଜୁନ, ଆମ ସମସ୍ତଙ୍କୁ ଲକ୍ଷ୍ୟ କରି, ଏହି ଉପଦ୍ରବୀ ମନ ବିଷୟରେ କହୁଛନ୍ତି । ଏହା ଅସ୍ଥିର ଅଟେ କାରଣ ସମସ୍ତ ଦିଗରେ ଗୋଟିଏ ବସ୍ତୁରୁ ଅନ୍ୟବସ୍ତୁକୁ ଘୂରି ବୁଲୁଥାଏ । ଏହା ଅଶାନ୍ତ ଅଟେ କାରଣ ଏହା ଘୃଣା, କ୍ରୋଧ, କାମ, ଲୋଭ, ଈର୍ଷା, ଉତ୍କଣ୍ଠା, ଭୟ, ଆସକ୍ତି ଇତ୍ୟାଦି ଦ୍ୱାରା ବ୍ୟକ୍ତିର ଚେତନାରେ କ୍ରାନ୍ତି ସୃଷ୍ଟି କରିଥାଏ । ଏହା ବଳବାନ କାରଣ ଏହା ନିଜର ପ୍ରବଳ ଆବେଗ ଦ୍ୱାରା ବୁଦ୍ଧିକୁ ପରାସ୍ତ କରିଦିଏ ଏବଂ ବିଚାର ଶକ୍ତିକୁ ନଷ୍ଟ କରିଦିଏ । ମନ ଜିଦ୍ଖୋର ମଧ୍ୟ ଅଟେ, କାରଣ କୌଣସି ମନ୍ଦ ବିଚାରକୁ କାର୍ଯ୍ୟକାରୀ ନ କରି ଏହା ସହଜରେ ଛାଡି ଦିଏନାହିଁ । ବୁଦ୍ଧି ହତାଶ ହେବା ଯାଏଁ ମନ ବାରମ୍ବାର ତାହାର ରୋମନ୍ଥନ କରୁଥାଏ । ମନର ଏହିସବୁ ହାନିକର ଗୁଣ ବର୍ଣ୍ଣନା କରିସାରି, ଅର୍ଜୁନ ଘୋଷଣା କରୁଛନ୍ତି ଯେ, ମନକୁ ନିୟନ୍ତ୍ରଣ କରିବା ବାୟୁକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ କଷ୍ଟକର ଅଟେ । ଏହା ଏକ ଶକ୍ତିଶାଳୀ ଉପମା ଅଟେ, କାରଣ କୌଣସି ବ୍ୟକ୍ତି ଆକାଶର ବଳବାନ ବାୟୁକୁ ନିୟନ୍ତ୍ରଣ କରିପାରିବେ ନାହିଁ ।\nଅର୍ଜୁନ ଏହି ଶ୍ଲୋକରେ ଭଗବାନଙ୍କୁ କୃଷ୍ଣଭାବରେ ସମ୍ବୋଧନ କରିଛନ୍ତି । କୃଷ୍ଣ ଶବ୍ଦର ଅର୍ଥ ହେଲା: କର୍ଷତି ଯୋଗିନାଂ ପରମହଂସାନାଂ୍ ଚେତାଂସି ଇତି କୃଷ୍ଣଃ “ଯିଏ ସମସ୍ତଙ୍କର ମନ, ଏପରିକି ଦୃଢ଼ମନା ଯୋଗୀ ଏବଂ ପରମହଂସମାନଙ୍କର ମନକୁ ବଳପୂର୍ବକ ଆକର୍ଷିତ କରିଥାଆନ୍ତି, ସେ କୃଷ୍ଣ ଅଟନ୍ତି । ଏପରି ସମ୍ବୋଧନ କରି ଅର୍ଜୁନ ସୂଚିତ କରୁଛନ୍ତି ଯେ ଶ୍ରୀକୃଷ୍ଣ, ଯିଏ ସମସ୍ତଙ୍କର ମନକୁ ଆକର୍ଷଣ କରନ୍ତି, ତାଙ୍କର ଅସ୍ଥିର, ବିକ୍ଷୁବ୍ଧ, ବଳଶାଳୀ ଓ ଜିଦ୍ଖୋର ମନକୁ ମଧ୍ୟ ଆକର୍ଷିତ କରନ୍ତୁ ।"
},
{
"verseTitle": "Bhagavad Gita 6.35",
"verse": "35",
"chapter": 6,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nअसंशयं महाबाहो मनो दुर्निग्रहं चलम् ।\n\nअभ्यासेन तु कौन्तेय वैराग्येण च गृह्यते ॥35॥",
"text": "ଶ୍ରୀ ଭଗବାନୁବାଚ\nଅସଂଶୟଂ ମହାବାହୋ ମନୋଦୁର୍ନିଗ୍ରହଂ ଚଳମ୍ ।\nଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତେ ।।୩୫।।",
"audioLink": "https://www.holy-bhagavad-gita.org/public/audio/006_035.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ: ଅସଂଶୟଂ - ନିଃସନ୍ଦେହ ଭାବରେ; ମହାବାହୋ - ହେ ପରମଶକ୍ତିଶାଳୀ ଅର୍ଜୁନ; ମନଃ- ମନ; ଦୁର୍ନିଗ୍ରହଂ -ଦମନ କରିବା କଷ୍ଟ; ଚଳମ୍ -ଅସ୍ଥିର; ଅଭ୍ୟାସେନ - ଅଭ୍ୟାସଦ୍ୱାରା; ତୁ-କିନ୍ତୁ; କୌନ୍ତେୟ - ହେ କୁନ୍ତିପୁତ୍ର; ବୈରାଗ୍ୟେଣ - ବୈରାଗ୍ୟଦ୍ୱାରା; ଚ-ଏବଂ; ଗୃହ୍ୟତେ - ସଂଯତ କରାଯାଇପାରେ ।",
"translation": {
"text": "ଭଗବାନ ଶ୍ରୀକୃଷ୍ଣ କହିଲେ: ହେ ମହାବାହୁ କୁନ୍ତୀ ପୁତ୍ର! ତୁମେ ଯାହା କହୁଛ, ତାହା ସତ୍ୟ ଅଟେ; ପ୍ରକୃତରେ ମନକୁ ବଶ କରିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଇ ପାରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-35.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.35.mp3"
]
},
"commentary": "ଶ୍ରୀକୃଷ୍ଣ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ, ତାଙ୍କୁ ମହାବାହୁ ବା ବୀର ବୋଲି ସମ୍ବୋଧନ କରିଛନ୍ତି । ସେ କହିବାକୁ ଚାହୁଁଛନ୍ତି, “ହେ ଅର୍ଜୁନ! ତୁମେ ଅତି ପରାକ୍ରମୀ ଯୋଦ୍ଧାମାନଙ୍କୁ ଯୁଦ୍ଧରେ ପରାସ୍ତ କରିଛ । ତୁମେ କ’ଣ ଏହି ମନକୁ ପରାସ୍ତ କରିପାରିବ ନାହିଁ?\nଶ୍ରୀକୃଷ୍ଣ ଏହା କହି ସମସ୍ୟାଟିକୁ ଅସ୍ୱୀକାର କରୁନାହାନ୍ତି ଯେ “ଅର୍ଜୁନ, ତୁମେ ଏପରି ଅଯୌକ୍ତିକ କଥା କାହିଁକି କହୁଛ? ମନକୁ ଅତି ସହଜରେ ବଶୀଭୂତ କରିହେବ ।” ବରଂ ସେ ଅର୍ଜୁନଙ୍କ କଥାରେ ସମ୍ମତି ପ୍ରକାଶ କରୁଛନ୍ତି ଯେ ବାସ୍ତବରେ ମନକୁ ବଶ କରିବା ଅତ୍ୟନ୍ତ କଠିନ । କିନ୍ତୁ ସଂସାରରେ କୌଣସି ଜିନିଷ ହାସଲ କରିବାକୁ ହେଲେ, ଅନେକ କଷ୍ଟ କରିବାକୁ ପଡିଥାଏ । ତଥାପି ଆମେ ନିରାଶ ନ ହୋଇ ଆଗକୁ ବଢ଼ିଥାଉ । ଉଦାହରଣ ସ୍ୱରୂପ, ନାବିକମାନେ ଜାଣିଥାନ୍ତି ଯେ, ସମୁଦ୍ରରେ ବିପଦପୂର୍ଣ୍ଣ ଏବଂ ଭୟଙ୍କର ତୋଫାନର ସମ୍ଭାବନା ରହିଅଛି । ତଥାପି, ବିପଦର ଆଶଙ୍କାରେ ସେମାନେ ସମୁଦ୍ର କୂଳରେ ବସି ରହନ୍ତି ନାହିଁ । ସୁତରାଂ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ମନକୁ ବୈରାଗ୍ୟ ଏବଂ ଅଭ୍ୟାସ ଦ୍ୱାରା ବଶୀଭୂତ କରିହେବ ।\nବୈରାଗ୍ୟର ଅର୍ଥ ଅନାସକ୍ତି । ମନ, ଯେଉଁ ବସ୍ତୁରେ ଆସକ୍ତ ଥାଏ ବା ପୂର୍ବରୁ ଯେଉଁ ଦିଗକୁ ଧାଇଁବାରେ ଅଭ୍ୟସ୍ତ ଥାଏ, ସେହି ବସ୍ତୁ ଆଡ଼କୁ ବା ସେହି ଦିଗକୁ ସ୍ୱତଃ ଧାଇଁଥାଏ । ତେଣୁ ଆସକ୍ତି ଦୂର କରିବା ଦ୍ୱାରା, ମନର ଅନାବଶ୍ୟକ ଭାବେ ଇତସ୍ତତଃ ହେବା ବନ୍ଦ ହୋଇଯାଏ ।\nଅଭ୍ୟାସର ଅର୍ଥ ବାରମ୍ବାର କରିବା; ପୁରୁଣା ଅଭ୍ୟାସ ଦୂର କରି ନୂତନ ଅଭ୍ୟାସ ସୃଷ୍ଟି କରିବା ପାଇଁ ଏକ ନିଷ୍ଠାପର ପ୍ରୟାସ । ସାଧକମାନଙ୍କ ପାଇଁ ଅଭ୍ୟାସ ଅତ୍ୟନ୍ତ ଆବଶ୍ୟକ ଅଟେ । ମାନବିକ ପ୍ରୟାସର ପ୍ରତ୍ୟେକ କ୍ଷେତ୍ରରେ, ନିପୁଣତା ଏବଂ ଉତ୍କର୍ଷତାର ଦ୍ୱାର ଖୋଲିବା ପାଇଁ ଅଭ୍ୟାସ ହିଁ ଚାବିକାଠି ଅଟେ । ଟାଇପ୍ କରିବା ପରି ଏକ ଛୋଟ କାମକୁ ଉଦାହରଣ ଭାବରେ ନିଅନ୍ତୁ । ଜଣେ ବ୍ୟକ୍ତି ଯେତେବେଳେ ପ୍ରଥମଥର ଟାଇପ୍ କରିବାକୁ ଆରମ୍ଭ କରେ, ସେ ମିନିଟ୍କୁ ଗୋଟିଏ ଶବ୍ଦ ଟାଇପ୍ କରିଥାଏ । କିନ୍ତୁ, ଗୋଟିଏ ବର୍ଷ ଅଭ୍ୟାସ କଲା ପରେ, ତାଙ୍କର ଆଙ୍ଗୁଠି ତୀବ୍ର ବେଗରେ ମିନିଟ୍କୁ ଅଶୀ ଶବ୍ଦ ଟାଇପ୍ କରି ପାରିଥାଏ । ଏହି କୁଶଳତା କେବଳ ଅଭ୍ୟାସ ଦ୍ୱାରା ଆସିଥାଏ । ସେହିପରି, ଅଭ୍ୟାସ ଦ୍ୱାରା ହିଁ ଅବାଧ୍ୟ ଓ ଅଶାନ୍ତ ମନକୁ, ଭଗବାନଙ୍କ ଚରଣ କମଳର ଆଶ୍ରିତ କରାଯାଇ ପାରିବ । ମନକୁ ସଂସାରଠାରୁ ହଟାଇବା - ଏହା ବୈରାଗ୍ୟ ଏବଂ ମନକୁ ଭଗବାନଙ୍କଠାରେ ଆସକ୍ତ କରାଇବା- ଏହା ଅଭ୍ୟାସ ଅଟେ । ମହର୍ଷି ପତଞ୍ଜଳି ମଧ୍ୟ ସେହି କଥା କହନ୍ତି:\nଅଭ୍ୟାସ ବୈରାଗ୍ୟାଭ୍ୟାଂ ତନ୍ନିରୋଧଃ (ଯୋଗଦର୍ଶନ ୧.୧୨)\n“ମନର ଚଞ୍ଚଳତା ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।”"
},
{
"verseTitle": "Bhagavad Gita 6.36",
"verse": "36",
"chapter": 6,
"lang": "or",
"shloka": {
"speaker": "",
"sanskrit": "असंयतात्मना योगो दुष्प्राप इति मे मतिः ।\n\nवश्यात्मना तु यतता शक्योऽवाप्तुमुपायतः ॥36॥",
"text": "ଅସଂଯତାତ୍ମନା ଯୋଗୋ ଦୁଷ୍ପ୍ରାପ୍ୟ ଇତି ମେ ମତିଃ ।\nବଶ୍ୟାତ୍ମନା ତୁ ଯତତା ଶକ୍ୟୋଽବାପ୍ତୁମୁପାୟତଃ ।।୩୬।।",
"audioLink": "https://www.holy-bhagavad-gita.org/public/audio/006_036.mp3"
},
"wordMeanings": "ଅସଂଯତାତ୍ମନା- ଯାହାର ମନ ଅସଂଯତ; ଯୋଗଃ-ଯୋଗ ; ଦୁଷ୍ପ୍ରାପ୍ୟ - ଲାଭ କରିବା କଠିନ; ଇତି- ଏହିପରି; ମେ-ମୋର; ମତିଃ-ମତ; ବଶ୍ୟାତ୍ମନା -ସଂଯତ ମନରେ; ତୁ -କିନ୍ତୁ; ଯତତା -ପ୍ରଯତ୍ନ କରୁଥିବା ବ୍ୟକ୍ତି; ଶକ୍ୟଃ -ସମ୍ଭବ; ଅବାପ୍ତୁଂ -ପାଇବାକୁ; ଉପାୟତଃ-ଉପଯୁକ୍ତ ପନ୍ଥା ।",
"translation": {
"text": "ଯେଉଁମାନଙ୍କର ମନ ଅସଂଯତ, ସେମାନେ ଯୋଗରେ ସିଦ୍ଧି ଲାଭ କରିବା କଷ୍ଟକର ଅଟେ । କିନ୍ତୁ ଯେଉଁମାନେ ସଠିକ୍ ଉପାୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା, ମନକୁ ସଂଯତ କରିପାରି ଥାଆନ୍ତି, ସେମାନେ ଯୋଗରେ ସିଦ୍ଧି ଲାଭ କରନ୍ତି । ଏହା ମୋର ମତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-36.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.36.mp3"
]
},
"commentary": "ପରମ ପୁରୁଷ ଶ୍ରୀକୃଷ୍ଣ, ବତ୍ତର୍ମାନ ମନ ନିୟନ୍ତ୍ରଣ ଏବଂ ଯୋଗିକ ସଫଳତା ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରୁଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନକୁ ସଂଯତ କରି ନ ଥାନ୍ତି, ସେମାନେ ଯୋଗ ସାଧନାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଯେଉଁମାନେ ନିରନ୍ତର ପ୍ରୟାସ ଦ୍ୱାରା ମନକୁ ବଶ କରିନେଇ ଥାଆନ୍ତି, ସେମାନେ ଉଚିତ୍ ଉପାୟର ଉପଯୋଗ କରି ସଫଳତା ହାସଲ କରିଥାଆନ୍ତି । ଏହି ଉପାୟସବୁ ସେ ଶ୍ଳୋକ ୬.୧୦ରୁ ୬.୩୨ପର୍ଯ୍ୟନ୍ତ ବର୍ଣ୍ଣନା କରିସାରିଛନ୍ତି । ସେହି ସବୁ ଉପାୟ ହେଉଛି, ମନକୁ ବଶ କରିବା, କାମନା ତ୍ୟାଗ କରିବା, କେବଳ ଭଗବାନଙ୍କଠାରେ ମନକୁ କେନ୍ଦ୍ରିତ କରିବା, ଅବିଚଳିତ ମନରେ ତାଙ୍କର ଧ୍ୟାନ କରିବା ଏବଂ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ।\nଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ଅର୍ଜୁନଙ୍କ ମନରେ ଦ୍ୱିଧା ଉତ୍ପନ୍ନ କରୁଛି । ସେ ବର୍ତ୍ତମାନ ମନକୁ ବଶୀଭୂତ କରିପାରୁ ନ ଥିବା ସାଧକମାନଙ୍କ ବିଷୟରେ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରୁଛନ୍ତି ।"
},
{
"verseTitle": "Bhagavad Gita 6.37",
"verse": "37",
"chapter": 6,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nअयतिः श्रद्धयोपेतो योगाच्चलितमानसः ।\n\nअप्राप्य योगसंसिद्धिं कां गतिं कृष्ण गच्छति ॥37॥",
"text": "ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ ।\nଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି ।।୩୭।।",
"audioLink": "https://www.holy-bhagavad-gita.org/public/audio/006_037.mp3"
},
"wordMeanings": "ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ଅଯତିଃ -ଯୋଗ ସାଧନାରେ ଅକୃତକାର୍ଯ୍ୟ ହୋଇଥିବା ଯୋଗୀ; ଶ୍ରଦ୍ଧୟା - ଶ୍ରଦ୍ଧା ବା ବିଶ୍ୱାସ ସହକାରେ; ଉପେତଃ - ନିଯୁକ୍ତ, ଯୋଗାତ୍ - ଯୋଗ ପଥରୁ; ଚଳିତ-ମାନସଃ - ଯାହାର ମନ ଭ୍ରଷ୍ଟ; ଅପ୍ରାପ୍ୟ- ପ୍ରାପ୍ତ ନ କରି; ଯୋଗ-ସଂସିଦ୍ଧିଂ - ଯୋଗ ସିଦ୍ଧି ବା ଯୋଗର ପୂର୍ଣ୍ଣାବସ୍ଥା; କାଂ - କି ପ୍ରକାର; ଗତିଂ - ଗତି; କୃଷ୍ଣ - ହେ କୃଷ୍ଣ; ଗଚ୍ଛତି - ପ୍ରାପ୍ତ ହୁଏ ।",
"translation": {
"text": "ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରନ୍ତି ନାହିଁ । ଏହିପରି ଅସଫଳ ଯୋଗୀଙ୍କର ଭାଗ୍ୟ କ’ଣ ଅଟେ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-37.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.37.mp3"
]
},
"commentary": "ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ । ଅନେକ ନିଷ୍ଠାବାନ ଜୀବଙ୍କର, ପୂର୍ବଜନ୍ମର ସଂସ୍କାର ବା ମହାପୁରୁଷ ମାନଙ୍କ ସାନ୍ନିଧ୍ୟ ବା ସଂସାରର ଘାତ-ପ୍ରତିଘାତ ଇତ୍ୟାଦି ଦ୍ୱାରା, ଶାସ୍ତ୍ରର ଦିବ୍ୟଜ୍ଞାନ ପ୍ରତି ଶ୍ରଦ୍ଧା ଉତ୍ପନ୍ନ ହୋଇଥାଏ । ଯାତ୍ରା ଆରମ୍ଭ କରିବା ପାଇଁ ଶ୍ରଦ୍ଧା ଉତ୍ପନ୍ନ ହେବାର ଅନେକ କାରଣ ଥାଇପାରେ । ତଥାପି, ଏହି ସାଧକମାନେ ଯଦି ଯଥେଷ୍ଟ ଉଦ୍ୟମ ନ କରନ୍ତି, ତେବେ ସେମାନେ ଅୟତିଃ (ଆଳସ୍ୟଯୁକ୍ତ) ହୋଇଯାଆନ୍ତି ଏବଂ ସେମାନଙ୍କର ମନ ଚଳିତ୍ (ଅଶାନ୍ତ) ହୋଇଯାଏ । ଏପରି ସାଧକମାନେ ସେମାନଙ୍କର ଯାତ୍ରା ଏହି ଜନ୍ମରେ ପୂର୍ଣ୍ଣ କରିପାରନ୍ତି ନାହିଁ । ଅର୍ଜୁନ ସେମାନଙ୍କର ଭାଗ୍ୟ ବିଷୟରେ ପ୍ରଶ୍ନ କରୁଛନ୍ତି ।"
},
{
"verseTitle": "Bhagavad Gita 6.38",
"verse": "38",
"chapter": 6,
"lang": "or",
"shloka": {
"speaker": "",
"sanskrit": "कच्चिन्नोभयविभ्रष्टश्छिन्नाभ्रमिव नश्यति ।\n\nअप्रतिष्ठो महाबाहो विमूढो ब्रह्मणः पथि ॥38॥",
"text": "କଚ୍ଚିନ୍ନୋଭୟବିଭ୍ରଷ୍ଟଶ୍ଚିନ୍ନାଭ୍ରମିବ ନଶ୍ୟତି ।\nଅପ୍ରତିଷ୍ଠୋ ମହାବାହୋ ବିମୂଢ଼ୋ ବ୍ରହ୍ମଣଃ ପଥି ।।୩୮।।",
"audioLink": "https://www.holy-bhagavad-gita.org/public/audio/006_038.mp3"
},
"wordMeanings": "କଚ୍ଚିତ୍ - କେହି; ନ - ନୁହେଁ, ଉଭୟ - ଉଭୟ; ବିଭ୍ରଷ୍ଟଃ- ଭ୍ରଷ୍ଟ; ଛିନ୍ନ -ବିଚ୍ଛିନ୍ନ; ଅଭ୍ରମ୍ - ମେଘ; ଇବ - ପରି; ନଶ୍ୟତି - ନଷ୍ଟହୁଏ; ଅପ୍ରତିଷ୍ଠଃ - କୌଣସି ପ୍ରକାର ଆଶ୍ରୟ ନ ଥାଇ; ମହାବାହୋ - ହେ ମହାବାହୁ ଶ୍ରୀକୃଷ୍ଣ; ବିମୂଢ଼ଃ -ବିଭ୍ରାନ୍ତ; ବ୍ରହ୍ମଣଃ -ଭଗବତ୍ ପ୍ରାପ୍ତିର; ପଥି- ପଥରେ ।",
"translation": {
"text": "ହେ ମହାବାହୁ ଶ୍ରୀକୃଷ୍ଣ! ଯେଉଁ ବ୍ୟକ୍ତି ଯୋଗ ମାର୍ଗରୁ ବିଚ୍ୟୁତ ହୋଇଯାଏ, ଏକ ଖଣ୍ଡିତ ମେଘ କୌଣସି ଲୋକରେ ସ୍ଥାନ ନ ପାଇ ଲୋପ ପାଇଗଲା ପରି, ଉଭୟ ଭୌତିକ ଓ ଆଧ୍ୟାତ୍ମିକ ସଫଳତାରୁ ବଞ୍ôଚତ ହୁଏ ନାହିଁ କି?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-38.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.38.mp3"
]
},
"commentary": "ଜୀବର ସଫଳତା ପ୍ରାପ୍ତ କରିବାର ଅଭିଳାଷ ସହଜାତ ଅଟେ । ଏହି ଅଭିଳାଷର କାରଣ ଏହା ଯେ ସେ ଭଗବାନଙ୍କର ଅଂଶ ଅଟେ, ଯିଏ କି ପରିପୂର୍ଣ୍ଣ ଅଟନ୍ତି । ତେଣୁ ଜୀବ ମଧ୍ୟ ତା’ର ଉତ୍ସ ଭଗବାନଙ୍କ ପରି ପରିପୂର୍ଣ୍ଣ ଓ ସଫଳ ହେବାକୁ ଇଚ୍ଛା କରିଥାଏ । ସଫଳତା ଉଭୟ ମାୟିକ ଓ ଆଧ୍ୟାତ୍ମିକ ଜଗତରେ ଲାଭ କରାଯାଇପାରେ । ଯେଉଁ ବ୍ୟକ୍ତି ସଂସାରକୁ ସୁଖର ଉତ୍ସ ଭାବିଥାଏ, ସେ ଭୌତିକତାରେ ଅଗ୍ରସର ହେବାକୁ ଆଗ୍ରହୀ ହୋଇଥାଏ । ଯେଉଁ ବ୍ୟକ୍ତି ଆଧ୍ୟାତ୍ମିକ ସମ୍ପତ୍ତିକୁ ବାସ୍ତବ ସମ୍ପତ୍ତି ମନେ କରିଥାଆନ୍ତି, ସେମାନେ ଭୌତିକ ସମ୍ପଦ ତ୍ୟାଗ କରି, ଆଧ୍ୟାତ୍ମିକତା ଦିଗରେ ଉଦ୍ୟମ କରନ୍ତି । କିନ୍ତୁ ଏହି ଆଧ୍ୟାତ୍ମବାଦୀ ମାନେ ଯଦି ସେମାନଙ୍କର ଉଦ୍ୟମେରେ ବିଫଳ ହୁଅନ୍ତି, ତାହେଲେ ସେମାନେ ଉଭୟ ଆଧ୍ୟାତ୍ମିକ ଏବଂ ଭୌତିକ ଲାଭରୁ ବଞ୍ôଚତ ହୁଅନ୍ତି । ଏହିପରି ଚିନ୍ତାକରି ଅର୍ଜୁନ ପଚାରୁଛନ୍ତି, ସେମାନଙ୍କର ଅବସ୍ଥା ଖଣ୍ଡିତ ମେଘ ସଦୃଶ ହୋଇଥାଏ କି? ଯେଉଁ ମେଘ, ମେଘମାଳାରୁ ବିଚ୍ଛିନ୍ନ ହୋଇଯାଏ, ତାହାର କୌଣସି ମୂଲ୍ୟ ନ ଥାଏ । ଏହା ଯଥେଷ୍ଟ ଛାୟା ପ୍ରଦାନ କରିପାରେ ନାହିଁ କିମ୍ବା ନିଜର ଓଜନ ବଢ଼ାଇ ବୃଷ୍ଟି କରିପାରେ ନାହିଁ । ବାୟୁର ପ୍ରବାହରେ ଏହା ଅସ୍ତିତ୍ୱହୀନ ହୋଇଯାଏ । ଅର୍ଜୁନ ପଚାରୁଛନ୍ତି, ଅସଫଳ ଯେଗୀମାନଙ୍କର ଦଶା ସେହିପରି ହୋଇଥାଏ କି?"
},
{
"verseTitle": "Bhagavad Gita 6.39",
"verse": "39",
"chapter": 6,
"lang": "or",
"shloka": {
"speaker": "",
"sanskrit": "एतन्मे संशयं कृष्ण छेत्तुमर्हस्यशेषतः ।\n\nत्वदन्यः संशयस्यास्य छेत्ता न ह्युपपद्यते ॥39॥",
"text": "ଏତନ୍ମେ ସଂଶୟଂ କୃଷ୍ଣ ଚ୍ଛେତ୍ତୁମର୍ହସ୍ୟଶେଷତଃ ।\nତ୍ୱଦନ୍ୟଃ ସଂଶୟସ୍ୟାସ୍ୟ ଚ୍ଛେତ୍ତା ନ ହ୍ୟୁପପଦ୍ୟତେ ।।୩୯।।",
"audioLink": "https://www.holy-bhagavad-gita.org/public/audio/006_039.mp3"
},
"wordMeanings": "ଏତତ୍- ଏହା; ମେ- ମୋର; ସଂଶୟଂ - ସନ୍ଦେହ; କୃଷ୍ଣ- ହେ କୃଷ୍ଣ; ଛେତ୍ତୁମ୍ - ଦୂର କରିବା ନିମନ୍ତେ; ଅର୍ହସି - ଯୋଗ୍ୟ ଅଟନ୍ତି; ଅଶେଷତଃ - ସମ୍ପୂର୍ଣ୍ଣରୂପେ; ତ୍ୱତ୍ - ଆପଣଙ୍କ ଠାରୁ; ଅନ୍ୟଃ - ଅନ୍ୟ କେହି; ସଂଶୟସ୍ୟ-ସଂଶୟର; ଅସ୍ୟ- ଏହାର; ଛେତ୍ତା - ଯିଏ ଦୂର କରିପାରିବ; ନ -ନାହିଁ; ହି-ନିଶ୍ଚିତଭାବେ; ଉପପଦ୍ୟତେ - ଯୋଗ୍ୟ ଅଟନ୍ତି ।",
"translation": {
"text": "ହେ କୃଷ୍ଣ! ମୋର ସଂଶୟ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-39.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.39.mp3"
]
},
"commentary": "ଅଜ୍ଞାନରୁ ସଂଶୟ ଜାତ ହୁଏ, ଏବଂ ସଂଶୟକୁ ଦୂର କରିବାର କ୍ଷମତା ଜ୍ଞାନଠାରୁ ଆସିଥାଏ । ବିଦ୍ୱାନମାନଙ୍କ ଠାରେ ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଥାଏ, ଯାହା ସଂଶୟ ଦୂର କରିବା ପାଇଁ ଯଥେଷ୍ଟ ନୁହେଁ, କାରଣ ଶାସ୍ତ୍ର ଗୁଡ଼ିକରେ ଅନେକ ବିରୋଧାଭାସ ରହିଥାଏ, ଯାହାର ସମାଧାନ କେବଳ ଭଗବତ୍ ଅନୁଭୂତି ଦ୍ୱାରା ହିଁ ସମ୍ଭବ । ଭଗବତ୍ ପ୍ରାପ୍ତ ମହାପୁରୁଷମାନଙ୍କର ଅନୁଭବାତ୍ମକ ଜ୍ଞାନ ଅବଶ୍ୟ ଥାଏ, କିନ୍ତୁ ସେମାନେ ମଧ୍ୟ ସର୍ବଜ୍ଞ ନୁହଁନ୍ତି । ସଂଶୟ ଦୂର କରିବାର କ୍ଷମତା ସେମାନଙ୍କର ଥାଏ, କିନ୍ତୁ ସେମାନେ ଭଗବାନଙ୍କର ସମକକ୍ଷ ନୁହନ୍ତି, ଯିଏ କି ସର୍ବଜ୍ଞ ଅଟନ୍ତି । କେବଳ ଭଗବାନ ହିଁ ସର୍ବଜ୍ଞ, ଏବଂ ସର୍ବଶକ୍ତିମାନ ଅଟନ୍ତି । ସୁତରାଂ, ସେ ହିଁ ସମସ୍ତ ଅଜ୍ଞାନ ଦୂର କରିବା ପାଇଁ ପୂର୍ଣ୍ଣ ସକ୍ଷମ ଅଟନ୍ତି, ଯେପରି ଅନ୍ଧକାର ଦୂର କରିବା ପାଇଁ ସୂର୍ଯ୍ୟ ସକ୍ଷମ ଅଟନ୍ତି ।"
},
{
"verseTitle": "Bhagavad Gita 6.40",
"verse": "40",
"chapter": 6,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nपार्थ नैवेह नामुत्र विनाशस्तस्य विद्यते ।\n \nन हि कल्याणकृत्कश्चिद् दुर्गतिं तात गच्छति ॥40॥",
"text": "ଶ୍ରୀ ଭଗବାନୁବାଚ\nପାର୍ଥ ନୈବେହ ନାମୁତ୍ର ବିନାଶସ୍ତସ୍ୟ ବିଦ୍ୟତେ ।\nନ ହି କଲ୍ୟାଣକୃତ୍କଶ୍ଚିଦ୍ଦୁର୍ଗତିଂ ତାତ ଗଚ୍ଛତି ।।୪୦।।",
"audioLink": "https://www.holy-bhagavad-gita.org/public/audio/006_040.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ପାର୍ଥ - ହେ ପୃଥାପୁତ୍ର; ନ ଏବ -କେବେ ନୁହେଁ; ଇହ- ଏହି ଭୌତିକ ଜଗତରେ; ନ -ନୁହେଁ; ଅମୁତ୍ର -ପରଲୋକରେ; ବିନାଶଃ - ବିନାଶ; ତସ୍ୟ - ତାହାର; ବିଦ୍ୟତେ - ଅଛି; ନ -ନାହିଁ; ହି - ନିଶ୍ଚିତ; କଲ୍ୟାଣକୃତ୍ - ଯେଉଁମାନେ ଭଗବତ୍ ପ୍ରାପ୍ତି ନିମନ୍ତେ ପ୍ରୟାସ କରନ୍ତି; କଶ୍ଚିତ୍ - କାହାର; ଦୁର୍ଗତିଂ - ଦୁର୍ଗତି ; ତାତ- ହେ ସଖେ; ଗଚ୍ଛତି -ଯାଏ ।",
"translation": {
"text": "ଭଗବାନ କହିଲେ: ହେ ପାର୍ଥ ! ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାଆନ୍ତି, ସେମାନଙ୍କର ଇହଲୋକ ଏବଂ ପରଲୋକ ନଷ୍ଟ ହୁଏ ନାହିଁ । ହେ ମୋର ପ୍ରିୟ ସଖା ! ଯେଉଁ ବ୍ୟକ୍ତି ଈଶ୍ୱରପ୍ରାପ୍ତି ପାଇଁ ଚେଷ୍ଟାରତ, ଦୁର୍ଭାଗ୍ୟ ତାଙ୍କୁ ଗ୍ରାସ କରିପାରେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-40.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.40.mp3"
]
},
"commentary": "‘ତାତ’ ଏକ ସ୍ନେହପୂର୍ଣ୍ଣ ସମ୍ଭାଷଣ, ଯାହାର ଶାବ୍ଦିକ ଅର୍ଥ “ପୁତ୍ର” ଅଟେ । ଅର୍ଜୁନଙ୍କୁ ତାତ ରୂପରେ ସମ୍ବୋଧନ କରି ଶ୍ରୀକୃଷ୍ଣ ଅର୍ଜୁନଙ୍କ ପ୍ରତି ତାଙ୍କର ସ୍ନେହ ପ୍ରକାଶ କରିଛନ୍ତି । ପୁତ୍ରକୁ ଆଦର ସହିତ ତାତ କୁହାଯାଇଥାଏ । ଗୁରୁ ତାଙ୍କ ଶିଷ୍ୟଙ୍କର ପିତା ସଦୃଶ ଅଟନ୍ତି, ତେଣୁ ଅନେକ ସମୟରେ ଗୁରୁ ମଧ୍ୟ ତାଙ୍କ ଶିଷ୍ୟଙ୍କୁ ତାତ ବୋଲି ସମ୍ବୋଧନ କରିଥାନ୍ତି । ଏଠାରେ ଅର୍ଜୁନଙ୍କ ପ୍ରତି ତାଙ୍କର ମମତା ଏବଂ କୃପା ପ୍ରଦର୍ଶନ କରି, ଶ୍ରୀକୃଷ୍ଣ ସୂଚିତ କରିବାକୁ ଚାହୁଁଛନ୍ତି ଯେ ଯେଉଁମାନେ ତାଙ୍କ ପଥରେ ଯାତ୍ରା କରନ୍ତି, ଭଗବାନ ତାଙ୍କର ଯତ୍ନ ନିଅନ୍ତି । ସେମାନେ ଭଗବାନଙ୍କର ପ୍ରିୟ ଅଟନ୍ତି, କାରଣ ସେମାନେ ସର୍ବୋପରି ପବିତ୍ର କାର୍ଯ୍ୟରେ ନିୟୋଜିତ ଥାଆନ୍ତି, ଏବଂ “ଉତ୍ତମ କର୍ମ କରୁଥିବା ବ୍ୟକ୍ତି କଦାପି ଦୁଃଖ ପାଏନାହିଁ ।” ଏହି ଶ୍ଲୋକ ଦୃଢ଼ତାପୂର୍ବକ ଏହା କହିଥାଏ ଯେ ଭଗବାନ ତାଙ୍କ ଭକ୍ତର ରକ୍ଷା ଉଭୟ ଇହଲୋକ ଓ ପରଲୋକରେ କରିଥାଆନ୍ତି । ଆଧ୍ୟାତ୍ମିକ ପଥର ସମସ୍ତ ପଥିକଙ୍କ ପାଇଁ ଏହି ଘୋଷଣା ଏକ ବୃହତ୍ ଆଶ୍ୱାସନା ଅଟେ । ଯେଉଁ ଯୋଗୀ ଏହି ଜନ୍ମରେ ନିଜର ଯାତ୍ରା ପୂର୍ଣ୍ଣ କରିପାରନ୍ତି ନାହିଁ, ସେମାନଙ୍କ ପ୍ରୟାସର ରକ୍ଷା ଭଗବାନ କିପରି କରନ୍ତି, ଶ୍ରୀକୃଷ୍ଣ ବର୍ତ୍ତମାନ ତାହା ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 6.41 – 6.42",
"verse": "41-42",
"chapter": 6,
"lang": "or",
"shloka": {
"speaker": "",
"sanskrit": "प्राप्य पुण्यकृतां लोकानुषित्वा शाश्वतीः समाः । \n\nशुचीनां श्रीमतां गेहे योगभ्रष्टोऽभिजायते ॥41॥\n\nअथवा योगिनामेव कुले भवति धीमताम् ।\n\nएतद्धि दुर्लभतरं लोके जन्म यदीदृशम् ॥42॥",
"text": "ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନୁଷିତ୍ୱା ଶାଶ୍ୱତୀଃ ସମାଃ ।\nଶୁଚୀନାଂ ଶ୍ରୀମତାଂ ଗେହେ ଯୋଗୋଭ୍ରଷ୍ଟୋଽଭିଜାୟତେ ।।୪୧।।\nଅଥବା ଯୋଗିନାମେବ କୁଳେ ଭବତି ଧୀମତାମ୍ ।\nଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ୍ ।।୪୨।।",
"audioLink": "https://www.holy-bhagavad-gita.org/public/audio/006_041-042.mp3"
},
"wordMeanings": "ପ୍ରାପ୍ୟ-ପ୍ରାପ୍ତ ହୋଇ; ପୁଣ୍ୟକୃତାଂ - ପୁଣ୍ୟକର୍ମୀମାନଙ୍କର; ଲୋକାନ୍ -ଲୋକ; ଉଷିତ୍ୱା - ବାସ କରିବାପରେ; ଶାଶ୍ୱତୀଃ - ଅନେକ; ସମାଃ -ବର୍ଷ; ଶୁଚୀନାଂ- ପୁଣ୍ୟାତ୍ମା ମାନଙ୍କର; ଶ୍ରୀମତାଂ -ସମୃଦ୍ଧ ବ୍ୟକ୍ତିଙ୍କର; ଗେହେ - ଗୃହରେ; ଯୋଗଭ୍ରଷ୍ଟ -ଅକୃତକାର୍ଯ୍ୟ ଯୋଗୀ; ଅଭିଜାୟତେ - ଜନ୍ମ ଲାଭ କରେ । ଅଥବା - କିମ୍ବା; ଯୋଗିନାମ୍ - ଯୋଗୀମାନଙ୍କର; ଏବ- ନିଶ୍ଚିତଭାବେ, କୁଳେ - ପରିବାରରେ; ଭବତି-ଜନ୍ମଲାଭ କରନ୍ତି; ଧୀମତାମ୍ - ଜ୍ଞାନୀମାନଙ୍କର; ଏତତ୍ - ଏହା; ହି - ନିଶ୍ଚିତଭାବେ; ଦୁର୍ଲଭତରଂ - ଅତ୍ୟନ୍ତ ଦୁର୍ଲଭ; ଲୋକେ - ଏ ଜଗତରେ; ଜନ୍ମ -ଜନ୍ମ; ଯତ୍ - ଯାହା; ଈଦୃଶମ୍ - ଏପରି ।",
"translation": {
"text": "ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ ପରିବାରରେ ଜନ୍ମ ନିଅନ୍ତି । କିନ୍ତୁ ସେମାନେ ଯଦି ଦୀର୍ଘ ଦିନର ସାଧନା ଦ୍ୱାରା ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ସେମାନେ ଦିବ୍ୟଜ୍ଞାନ ସମୃଦ୍ଧ ପରିବାରରେ ଜନ୍ମ ଗ୍ରହଣ କରନ୍ତି । ସଂସାରରେ ଏପରି ଏକ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-41.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-42.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.41.mp3",
"https://www.gitasupersite.iitk.ac.in/sites/default/files/audio/Purohit/6.42.mp3"
]
},
"commentary": "ଯେଉଁ ବ୍ୟକ୍ତି ପୁଣ୍ୟ କର୍ମ ଏବଂ ବେଦ ନିର୍ଦ୍ଦେଶିତ କର୍ମଫଳ ପ୍ରଦାନକାରୀ କର୍ମ-କାଣ୍ଡ କରିଥାଆନ୍ତି, ସେମାନେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ତେଣୁ ଜଣେ ଅକୃତକାର୍ଯ୍ୟ ଯୋଗୀ ସ୍ୱର୍ଗଲୋକକୁ କାହିଁକି ଯାଆନ୍ତି? ଏହି କାରଣରୁ ଯେ ଯୋଗର ବିପରୀତ ହେଉଛି ଭୋଗ । ଭୋଗ କାମନା ପାଇଁ ହିଁ ଜଣଙ୍କର ଯୋଗରୁ ପତନ ହୋଇଥାଏ । ତେଣୁ ଜଣେ ସମ୍ବେଦନଶୀଳ ପିତା ରୂପରେ, ପତିତ ଯୋଗୀକୁ ଭଗବାନ ତା’ର ପର ଜନ୍ମରେ ଭୋଗ କରିବାର ସୁଯୋଗ ଦିଅନ୍ତି, ଯଦ୍ୱାରା ସେ ହୃଦୟଙ୍ଗମ କରିପାରନ୍ତି ଯେ ଏହି ସବୁ ପ୍ରାପ୍ତି ନିଷ୍ଫଳ ଅଟେ ଯାହା ଚିରନ୍ତନ ଆନନ୍ଦ ପାଇଁ ଆତ୍ମାର ଅଭିଳାଷକୁ ତୃପ୍ତ କରିପାରେ ନାହିଁ । ତେଣୁ ଯୋଗଭ୍ରଷ୍ଟମାନଙ୍କୁ ବେଳେବେଳେ ଦୀର୍ଘଦିନ ପାଇଁ ସ୍ୱର୍ଗଲୋକକୁ ପଠାଇ ଦିଆଯାଇ ଥାଏ, ଏବଂ ତାପରେ ପୁନର୍ବାର ସେମାନେ ପୃଥିବୀରେ ଜନ୍ମ ଗ୍ରହଣ କରନ୍ତି ।\nସେତେବେଳେ ସେମାନଙ୍କୁ ଏପରି ପରିବାରରେ ଜନ୍ମ ଦିଆଯାଏ, ଯେଉଁଠାରେ ସେମାନେ ନିଜର ଆଧ୍ୟାତ୍ମିକ ଯାତ୍ରା ଜାରି ରଖିବାର ସୁଯୋଗ ପାଇ ଥାଆନ୍ତି । ଶୁଚୀ ଅର୍ଥ ଧାର୍ମିକ ବା ଚରିତ୍ରବାନ ବ୍ୟକ୍ତି, ଶ୍ରୀ ଅର୍ଥାତ୍ ଯେଉଁମାନେ ବୈଭବଶାଳୀ । ଅସଫଳ ଯୋଗୀମାନେ ଏକ ଧାର୍ମିକ ପରିବାରରେ ଜନ୍ମ ନିଅନ୍ତି, ଯେଉଁଠାରେ ବାଲ୍ୟାବସ୍ଥାରୁ ଆଧ୍ୟାମିôକତାକୁ ପ୍ରୋତ୍ସାହନ ମିଳିଥାଏ, କିମ୍ବା ସେ ଏକ ଧନୀକ ପରିବାରରେ ଜନ୍ମ ନିଅନ୍ତି, ଯେଉଁଠି ତାଙ୍କର ସମସ୍ତ ଶାରୀରିକ ଆବଶ୍ୟକତା ପୂର୍ଣ୍ଣ ହୁଏ ଏବଂ ତାଙ୍କୁ ବଞ୍ôଚବା ପାଇଁ ସଂଘର୍ଷ କରିବାକୁ ପଡ଼େ ନାହିଁ । ପରିବାରର ଏପରି ବାତାବରଣ, ଆଧ୍ୟାତ୍ମିକତା ପ୍ରତି ଉନ୍ମୁଖ ଜୀବକୁ ସାଧନାରେ ବ୍ରତୀ ହେବା ପାଇଁ ସୁଯୋଗ ପ୍ରଦାନ କରିଥାଏ ।\nବାତାବରଣ, ପରିସ୍ଥିତି ଏବଂ ଆମେ ଜନ୍ମ ନେଇଥିବା ପରିବାରର, ଆମ ଜୀବନର ଗତି ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ପିତାମାତାଙ୍କଠାରୁ ଆମେ ଦୈହିକ ଜନ୍ମଗତ ଗୁଣ ପାଇଥାଏ । ଏହା ଜନ୍ମଗତ ଅନୁବଂଶିକ ପ୍ରକ୍ରିୟା ଅଟେ । ତାଛଡା ଏକ ସାମାଜିକ ଆନୁବଂଶିକ ପ୍ରକ୍ରିୟା ମଧ୍ୟ ରହିଛି । ଯେଉଁ ସାମାଜିକ ବାତାବରଣରେ ଆମେ ବଢିଥାଏ, ତା’ର ଅନେକ ଗୁଡିଏ ପ୍ରଥା ଆମେ ଅନ୍ଧ ଭାବରେ ପାଳନ କରିଥାଏ । ଆମେ ନିଜକୁ ଜଣେ ଭାରତୀୟ ବା ଆମେରିକୀୟ କିମ୍ବା ବ୍ରିଟିଶ ଇତ୍ୟାଦି ଭାବରେ ବାଛି ନ ଥାଏ । ଆମ ଜନ୍ମର ଆଧାରରେ, ଆମେ ନିଜର ପରିଚୟକୁ ଗୋଟିଏ ଜାତୀୟତା ସହ ସମ୍ମିଳିତ କରିଥାଏ ଏବଂ ଅନ୍ୟ ଜାତୀୟତାର ଲୋକଙ୍କ ସହିତ ଶତ୍ରୁତା କରିବାକୁ ମଧ୍ୟ ପଛେଇ ନ ଥାଏ । ସାମାଜିକ ଆନୁବଂଶିକ ପ୍ରକ୍ରିୟାରେ, ଆମେ ନିଜ ପିତାମାତାଙ୍କ ଧର୍ମର ଅନୁସରଣ କରିବା ସ୍ୱାଭାବିକ ।\nଅତଏବ, ଆମ ଜନ୍ମ ସ୍ଥାନ ଓ ପରିବାରର, ଆମ ଜୀବନର ଗତି ଓ ପ୍ରାପ୍ତି ଉପରେ ବହୁତ ଅଧିକ ପ୍ରଭାବ ରହିଛି । ଏହି ସ୍ଥାନ ଓ ପରିବାର ଯଦି ମନଇଚ୍ଛା ନିର୍ଣ୍ଣୟ କରାଯାଉଥାନ୍ତା, ତେବେ ସଂସାରରେ କୌଣସି ନ୍ୟାୟ ରହନ୍ତା ନାହିଁ । କିନ୍ତୁ ଭଗବାନଙ୍କ ପାଖରେ, ଆମର ଅନନ୍ତ ଜନ୍ମର ବିଚାର ଓ କର୍ମର ହିସାବ ରହିଥାଏ । କର୍ମର ନିୟମ ଅନୁଯାୟୀ, ଯୋଗଭ୍ରଷ୍ଟ ପୁରୁଷ ପୂର୍ବ ଜନ୍ମମାନଙ୍କରେ ଯେଉଁ ଆଧ୍ୟାତ୍ମିକ ସମ୍ପତ୍ତି ଅର୍ଜନ କରିଥାଆନ୍ତି, ତା’ର ଫଳ ସେ ପ୍ରାପ୍ତ କରିଥାଆନ୍ତି । ସେଥିପାଇଁ ଯେଉଁ ଯୋଗୀମାନେ ପୂର୍ବ ଜନ୍ମରେ ଯଥେଷ୍ଟ ଆଗକୁ ଯାଇ ବୈରାଗ୍ୟ ହାସଲ କରିପାରି ଥାଆନ୍ତି, ସେମାନଙ୍କୁ ସ୍ୱର୍ଗଲୋକକୁ ପ୍ରେରଣ କରାଯାଇ ନ ଥାଏ । ସେମାନଙ୍କୁ ଏକ ଆଧ୍ୟାତ୍ମିକ ଦୃଷ୍ଟିରୁ ସମୃଦ୍ଧ ପରିବାରରେ ଜନ୍ମ ପ୍ରଦାନ କରାଯାଇ ଥାଏ, ଯେଉଁ ପରିବେଶରେ ସେ ତାଙ୍କର ଯାତ୍ରା ସଫଳ କରିବାକୁ ସୁଯୋଗ ପାଇ ଥାଆନ୍ତି । ଏପରି ଏକ ଜନ୍ମ ପ୍ରାପ୍ତ କରିବା ବହୁତ ବଡ଼ ସୌଭାଗ୍ୟ ଅଟେ, କାରଣ ସେଠାରେ ପ୍ରାରମ୍ଭରୁ ହିଁ ପିତାମାତା ଶିଶୁଠାରେ ଦିବ୍ୟ ଜ୍ଞାନର ସଞ୍ଚାର କରିଥାନ୍ତି ।"
},
{
"verseTitle": "Bhagavad Gita 6.43",
"verse": "43",
"chapter": 6,
"lang": "or",
"shloka": {
"speaker": "",
"sanskrit": "तत्र तं बुद्धिसंयोगं लभते पौर्वदेहिकम् ।\n\nयतते च ततो भूयः संसिद्धौ कुरुनन्दन ॥43॥",
"text": "ତତ୍ର ତଂ ବୁଦ୍ଧିସଂଯୋଗଂ ଲଭତେ ପୌର୍ବଦେହିକମ୍ ।\nଯତତେ ଚ ତତୋ ଭୂୟଃ ସଂସିଦ୍ଧୌ କୁରୁନନ୍ଦନ ।।୪୩।।",
"audioLink": "https://www.holy-bhagavad-gita.org/public/audio/006_043.mp3"
},
"wordMeanings": "ତତ୍ର - ସେଠାରେ; ତଂ -ତାହା; ବୁଦ୍ଧିସଂଯୋଗଂ- ଏ ଚେତନାର ପୁନରୁତ୍ଥାନ; ଲଭତେ - ଲାଭ କରେ; ପୌର୍ବ ଦେହିକମ୍ -ପୂର୍ବ ଜନ୍ମରୁ; ଯତତେ -ଉଦ୍ୟମ କରେ; ଚ - ଏବଂ; ତତଃ - ତାପରେ; ଭୂୟଃ - ପୁଣି; ସଂସିଦ୍ଧୌ - ସିଦ୍ଧି ନିମିତ୍ତ; କୁରୁ-ନନ୍ଦନ - ହେ କୁରୁନନ୍ଦନ ।",
"translation": {
"text": "ହେ କୁରୁନନ୍ଦନ! ଏପରି ଏକ ଜନ୍ମ ପ୍ରାପ୍ତ କରି, ସେମାନେ ତାଙ୍କ ପୂର୍ବ ଜନ୍ମର ଜ୍ଞାନକୁ ପୁନର୍ଜାଗ୍ରତ କରନ୍ତି, ଏବଂ ଯୋଗରେ ସିଦ୍ଧି ପାଇଁ ଅଧିକ ଚେଷ୍ଟାରତ ହୁଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-43.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.43.mp3"
]
},
"commentary": "ସମସ୍ତଙ୍କର ହୃଦୟରେ ବାସ କରୁଥିବା ଭଗବାନ, ସମ୍ପୂର୍ଣ୍ଣ ନ୍ୟାୟୀ ଅଟନ୍ତି । ପୂର୍ବଜନ୍ମରେ ଆମେ ଯେଉଁ ଆଧ୍ୟାତ୍ମିକ ସମ୍ପଦ ଜମା କରିଥାଉ- ବୈରାଗ୍ୟ, ଜ୍ଞାନ, ଭକ୍ତି, ଶ୍ରଦ୍ଧା, ସହନଶୀଳତା, ନିଷ୍ଠା, ଇତ୍ୟାଦି - ସବୁ ତାଙ୍କୁ ଜଣାଥାଏ । ଉପଯୁକ୍ତ ସମୟରେ, ସେ ପୂର୍ବ କର୍ମର ଫଳ ଆମକୁ ପ୍ରଦାନ କରିଥାନ୍ତି ଏବଂ ଭିତରୁ ଆମର ଆଧ୍ୟାତ୍ମିକ ଚେତନାକୁ ବଢାଇ ଥାଆନ୍ତି । ସେଥିପାଇଁ ଏପରି ଦେଖାଯାଏ ଯେ ଭୌତିକ ବିଚାର ପୋଷଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେହି କେହି ହଠାତ୍ ଘୋର ଅଧ୍ୟାତ୍ମବାଦୀ ହୋଇଯାଆନ୍ତି । ଯେତେବେଳେ ତାଙ୍କର ଆଧ୍ୟାତ୍ମିକ ସଂସ୍କାର ଜାଗ୍ରତ ହୁଏ, ସେମାନେ ତାଙ୍କର ପୂର୍ବଜନ୍ମର ସାଧନାର ଫଳ ପାଇଥାନ୍ତି ।\nଜଣେ ବାଟୋଇ, ତା’ର ଯାତ୍ରାକୁ ବିରାମ ଦେଇ ରାସ୍ତା ପାଶ୍ୱର୍ରେ ଥିବା କୌଣସି ପାନ୍ଥଶାଳାରେ ବିଶ୍ରାମ ନେଇପାରେ । କିନ୍ତୁ ବିଶ୍ରାମ ନେଇ ଉଠିବା ପରେ, ସେ ଅତିକ୍ରମ କରିଥିବା ରାସ୍ତାକୁ ପୁଣି ଥରେ ଫେରିଯାଏ ନାହିଁ; ସେ ଆଗକୁ ଥିବା ଦୂରତ୍ୱକୁ ଅତିକ୍ରମ କରିବାକୁ ଅଗ୍ରସର ହୋଇଥାଏ । ସେହିପରି, ଭଗବାନଙ୍କ କୃପାରୁ, ପୂର୍ବ ଜନ୍ମରେ ଯିଏ ଯୋଗୀ ଥାଆନ୍ତି, ସେ ତାଙ୍କ ପୂର୍ବ ସଞ୍ôଚତ ଆଧ୍ୟାତ୍ମିକ ସମ୍ପତ୍ତି ବର୍ତ୍ତମାନ ଜନ୍ମରେ ପାଇଥାଆନ୍ତି, ଯଦ୍ୱାରା ଯେଉଁଠାରେ ସେ ତାଙ୍କର ଯାତ୍ରା ସମାପ୍ତ କରିଥିଲେ, ସେହିଠାରୁ ପୁଣି ଯାତ୍ରାରମ୍ଭ କରନ୍ତି । ସେଥିପାଇଁ ଏପରି ଯୋଗୀମାନେ କେବେ ବି ହଜି ଯାଆନ୍ତି ନାହିଁ ।"
},
{
"verseTitle": "Bhagavad Gita 6.44",
"verse": "44",
"chapter": 6,
"lang": "or",
"shloka": {
"speaker": "",
"sanskrit": "पूर्वाभ्यासेन तेनैव ह्रियते ह्यवशोऽपि सः ।\n\nजिज्ञासुरपि योगस्य शब्दब्रह्मातिवर्तते ॥44॥",
"text": "ପୂର୍ବାଭ୍ୟାସେନ ତେନୈବ ହ୍ରିୟତେ ହ୍ୟବଶୋଽପି ସଃ ।\nଜିଜ୍ଞାସୁରପି ଯୋଗସ୍ୟ ଶବ୍ଦବ୍ରହ୍ମାତିବର୍ତତେ ।।୪୪।।",
"audioLink": "https://www.holy-bhagavad-gita.org/public/audio/006_044.mp3"
},
"wordMeanings": "ପୂର୍ବ -ପୂର୍ବ; ଅଭ୍ୟାସେନ - ଅଭ୍ୟାସ ହେତୁ; ତେନ -ତଦ୍ୱାରା; ଏବ - ନିଶ୍ଚିତଭାବେ; ହ୍ରିୟତେ - ଆକୃଷ୍ଟ; ହି- ନିଶ୍ଚିତଭାବେ; ଅବଶଃ - ଅସହାୟ ଭାବରେ; ଅପି - ମଧ୍ୟ; ସଃ - ସେ; ଜିଜ୍ଞାସୁଃ - ଜାଣିବାକୁ ଇଚ୍ଛୁକ; ଅପି - ମଧ୍ୟ; ଯୋଗସ୍ୟ - ଯୋଗର; ଶବ୍ଦ-ବ୍ରହ୍ମ- ବେଦର କର୍ମକାଣ୍ଡ ଅନୁଯାୟୀ ବିଧି ବିଧାନ; ଅତିବର୍ତତେ - ଅତିକ୍ରମ କରିଯାଏ ।",
"translation": {
"text": "ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏପରି ସାଧକମାନେ ଶାସ୍ତ୍ରୀୟ ବିଧି-ବିଧାନର ଉର୍ଦ୍ଧ୍ୱରେ ରହିବା ସ୍ୱାଭାବିକ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-44.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.44.mp3"
]
},
"commentary": "ଥରେ ଆଧ୍ୟାତ୍ମିକ ଚେତନା ଅଙ୍କୁରିତ ହେଲେ, ତାହାର ମୂଳୋତ୍ପାଟନ କରି ହେବ ନାହିଁ । ଯେଉଁ ଜୀବର, ବର୍ତ୍ତମାନ ଜନ୍ମର ହେଉ ବା ପୂର୍ବ ଜନ୍ମର ହେଉ, ଭକ୍ତିପରକ ସଂସ୍କାର ଥାଏ, ସେ ସ୍ୱାଭାବିକ ଭାବେ ଆଧ୍ୟାତ୍ମିକତା ପ୍ରତି ଅନୁପ୍ରେରିତ ହୋଇଥାଏ । ଏପରି ବ୍ୟକ୍ତି ଭଗବାନଙ୍କ ଆଡ଼କୁ ଟାଣି ହୋଇଯିବା ପରି ଅନୁଭବ କରନ୍ତି, ଯାହାକୁ “ଭଗବାନଙ୍କର ଡାକରା” ବୋଲି ମଧ୍ୟ କୁହାଯାଏ । ପୂର୍ବ ସଂସ୍କାରର ଆଧାରରେ ବେଳେବେଳେ ଭଗବାନଙ୍କର ଡାକରା ଏତେ ବଳଶାଳୀ ହୋଇଥାଏ ଯେ, କୁହାଯାଏ “ଭଗବାନଙ୍କର ଆହ୍ୱାନ ଜୀବନର ସବୁଠାରୁ ଶକ୍ତିଶାଳୀ ଆହ୍ୱାନ ଅଟେ ।” ଯେଉଁ ବ୍ୟକ୍ତି ଏହାକୁ ଅନୁଭବ କରନ୍ତି, ସେମାନେ ସମଗ୍ର ସଂସାର ତଥା ବନ୍ଧୁ ଓ କୁଟୁମ୍ବ ମାନଙ୍କର ଉପଦେଶ ତ୍ୟାଗ କରି, ତାଙ୍କ ଚିତ୍ତକୁ ଆକର୍ଷିତ କରୁଥିବା ପଥରେ ଯାତ୍ରା କରିଥାନ୍ତି । ଇତିହାସରେ ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ବଡ ବଡ ରାଜକୁମାର, ସମ୍ଭ୍ରାନ୍ତ ବ୍ୟକ୍ତି, ଧନୀ ବ୍ୟବସାୟୀ ଇତ୍ୟାଦି, ସେମାନଙ୍କ ସ୍ଥିତିର ଉଚ୍ଚତର ସାଂସାରିକ ସୁଖ ତ୍ୟାଗ କରି, ତପସ୍ୱୀ, ଯୋଗୀ, ଋଷି, ସାଧୁ, ସ୍ୱାମୀ ହୋଇଯାଆନ୍ତି । ଯେହେତୁ ସେମାନଙ୍କର ଭୋକ କେବଳ ଭଗବାନଙ୍କ ପ୍ରତି ଥାଏ, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କରାଯାଉ ଥିବା ବେଦ ବର୍ଣ୍ଣିତ ବିଧିବିଧାନ ଠାରୁ ଦୂରରେ ରହନ୍ତି ।"
},
{
"verseTitle": "Bhagavad Gita 6.45",
"verse": "45",
"chapter": 6,
"lang": "or",
"shloka": {
"speaker": "",
"sanskrit": "प्रयत्नाद्यतमानस्तु योगी संशुद्धकिल्बिषः ।\n\nअनेकजन्मसंसिद्धस्ततो याति परां गतिम् ॥45॥",
"text": "ପ୍ରଯତ୍ନାଦ୍ୟତମାନସ୍ତୁ ଯୋଗୀ ସଂଶୁଦ୍ଧକିଳ୍ବିଷଃ ।\nଅନେକଜନ୍ମସଂସିଦ୍ଧସ୍ତତୋ ଯାତି ପରାଂ ଗତିମ୍ ।।୪୫।।",
"audioLink": "https://www.holy-bhagavad-gita.org/public/audio/006_045.mp3"
},
"wordMeanings": "ପ୍ରଯତ୍ନାତ୍-କଠିନ ସାଧନା କରି; ଯତମାନଃ- ଯିଏ ଚେଷ୍ଟା କରେ; ତୁ- କିନ୍ତୁ; ଯୋଗୀ- ଯୋଗୀ; ସଂଶୁଦ୍ଧ-ଶୁଦ୍ଧ; କିଳ୍ବିଷଃ-ସମସ୍ତ ସାଂସାରିକ କାମନାରୁ; ଅନେକ -ଅନେକ; ଜନ୍ମ -ଜନ୍ମ; ସଂସିଦ୍ଧି-ଏହିପରି ଭାବରେ ପ୍ରାପ୍ତ ହୋଇଥିବା ସିଦ୍ଧି; ତତଃ-ତାପରେ; ଯାତ ି-ପ୍ରାପ୍ତ ହୁଏ; ପରାଂ -ପରମ; ଗତିମ ୍-ଗତି ।",
"translation": {
"text": "ଯେତେବେଳେ ଏହି ଯୋଗୀମାନେ, ତାଙ୍କର ଅନେକ ପୂର୍ବ ଜନ୍ମର ସଞ୍ôଚତ ପୁଣ୍ୟ ସହିତ, ଅଧିକ ଅଗ୍ରଗତି କରିବା ପାଇଁ ଆନ୍ତରିକ ଉଦ୍ୟମ କରନ୍ତି, ସେମାନେ ସାଂସାରିକ କାମନାରୁ ମୁକ୍ତ ହୋଇ ଶୁଦ୍ଧ ହୋଇଯାନ୍ତି ଏବଂ ଏହି ଜୀବନରେ ହିଁ ପରମ ଗତିକୁ ପ୍ରାପ୍ତକରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-45.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.45.mp3"
]
},
"commentary": "ଅନେକ ପୂର୍ବଜନ୍ମର ସଞ୍ôଚତ ସାଧନା ସବୁ, ଆଧ୍ୟାତ୍ମିକ ପ୍ରଗତିରେ ସହାୟକ ମୃଦୁ ସମୀର ସଦୃଶ ଅଟନ୍ତି । ସେହି ସମୀରକୁ ଆଶ୍ରୟ କରି ନୌକା ବାହିନେବା ପରି, ଯୋଗୀମାନେ ତାଙ୍କର ପୂର୍ବ ଜନ୍ମରୁ ଜାରି ରହିଥିବା ପ୍ରୟାସକୁ ବର୍ତ୍ତମାନ ଜନ୍ମରେ ଅଧିକ ନିଷ୍ଠାପୂର୍ଣ୍ଣ କରିଥାଆନ୍ତି । ଶ୍ରୀକୃଷ୍ଣ ଏଠାରେ ପ୍ରଯତ୍ନାଦ୍ୟତମାନସ୍ତୁ ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ପୂର୍ବ ଅପେକ୍ଷା ଅଧିକ ପ୍ରଯତ୍ନ କରିବା” । ତୁ ଶବ୍ଦଟି ସୂଚିତ କରୁଛି ଯେ ତାଙ୍କର ବର୍ତ୍ତମାନର ପ୍ରୟାସ ପୂର୍ବ ଜନ୍ମର ପ୍ରୟାସ ଅପେକ୍ଷା ଅଧିକ ଗଭୀର, ଯେଉଁ ଜନ୍ମରେ ସେ ନିଜର ଯାତ୍ରା ସମ୍ପୂର୍ଣ୍ଣ କରିବାରେ ଅସଫଳ ହୋଇଥିଲେ ।\nଏହିପରି ଭାବରେ ସେମାନେ ପୂର୍ବ ପ୍ରଗତିରୁ ଲାଭ ଉଠାଇ ଥାଆନ୍ତି, ଏବଂ ସେହି ଅନୁକୁଳ ବାୟୁ ସହାୟତାରେ ନିଜ ଲକ୍ଷ୍ୟ ଅଭିମୁଖରେ ଆଗେଇ ଯାଆନ୍ତି । ଦେଖଣାହାରୀଙ୍କୁ ଏପରି ଲାଗିପାରେ ଯେ ସେମାନେ ତାଙ୍କର ପୂରା ଯାତ୍ରା ଏହି ଜନ୍ମରେ ହିଁ ପୂରଣ କରିଛନ୍ତି, କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି: ଅନେକଜନ୍ମସଂସିଦ୍ଧ “ଯୋଗରେ ପରମଗତି ପ୍ରାପ୍ତ ହେବା ଅନେକ ପୂର୍ବଜନ୍ମର ସଞ୍ôଚତ ସାଧନାର ଫଳ ଅଟେ ।”"
},
{
"verseTitle": "Bhagavad Gita 6.46",
"verse": "46",
"chapter": 6,
"lang": "or",
"shloka": {
"speaker": "",
"sanskrit": "तपस्विभ्योऽधिको योगी ज्ञानिभ्योऽपि मतोऽधिकः ।\n\nकर्मिभ्यश्चाधिको योगी तस्माद्योगी भवार्जुन ॥46॥",
"text": "ତପସ୍ୱିଭ୍ୟୋଽଧିକୋ ଯୋଗୀ ଜ୍ଞାନିଭ୍ୟୋଽପି ମତୋଽଧିକଃ ।\nକର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାଦ୍ୟୋଗୀ ଭବାର୍ଜୁନ ।।୪୬।।",
"audioLink": "https://www.holy-bhagavad-gita.org/public/audio/006_046.mp3"
},
"wordMeanings": "ତପସ୍ୱିଭ୍ୟଃ - ତପସ୍ୱୀ ଅପେକ୍ଷା; ଅଧିକୋ- ଅଧିକ; ଯୋଗୀ -ଯୋଗୀ; ଜ୍ଞାନିଭ୍ୟଃ - ଜ୍ଞାନୀ ଅପେକ୍ଷା; ଅପି - ମଧ୍ୟ; ମତଃ - ବିଚାର କରାଯାଏ; ଅଧିକଃ - ଅଧିକ; କର୍ମିଭ୍ୟଃ - କର୍ମୀ ଅପେକ୍ଷା; ଚ -ମଧ୍ୟ; ଅଧିକୋ - ଅଧିକ; ଯୋଗୀ -ଯୋଗୀ; ଭବ- ହୁଅ; ଅର୍ଜୁନ- ହେ ଅର୍ଜୁନ ।",
"translation": {
"text": "ଜଣେ ଯୋଗୀ ଜଣେ ତପସ୍ୱୀଙ୍କ ଠାରୁ ଶ୍ରେଷ୍ଠ, ଜଣେ ଜ୍ଞାନୀଙ୍କ ଠାରୁ ଶ୍ରେଷ୍ଠ ଏବଂ ଏପରିକି ଜଣେ କର୍ମୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି । ତେଣୁ ହେ ଅର୍ଜୁନ ! ଜଣେ ଯୋଗୀ ହେବା ପାଇଁ ଚେଷ୍ଟା କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-46.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.46.mp3"
]
},
"commentary": "ଜଣେ ତପସ୍ୱୀ ସେ ଅଟନ୍ତି, ଯିଏ ସ୍ୱେଚ୍ଛା ପୂର୍ବକ କଷ୍ଟ ଭୋଗ କରନ୍ତି ଏବଂ ଏକ ଅତ୍ୟନ୍ତ କଠୋର ଜୀବନଶୈଳୀ ଆପଣାଇଥାନ୍ତି । ସେମାନେ ଇନ୍ଦ୍ରିୟ ସୁଖଭୋଗ ତଥା ଭୌତିକ ସମ୍ପଦ ସଂଗ୍ରହ କରିବା ଠାରୁ କ୍ଷାନ୍ତ ରୁହନ୍ତି । ଏହା ତାଙ୍କ ନିର୍ବାଣ ପ୍ରାପ୍ତିର ପ୍ରୟାସରେ ସହାୟକ ହୋଇଥାଏ । ଜ୍ଞାନୀ ଜଣେ ବିଦ୍ୱାନ ବ୍ୟକ୍ତି, ଯିଏ ଜ୍ଞାନ ଅର୍ଜନ କରିବା ଦିଗରେ ଯତ୍ନଶୀଳ ରହିଥାନ୍ତି । ଜଣେ କର୍ମୀ ସାଂସାରିକ ବୈଭବ ପ୍ରାପ୍ତି ଏବଂ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈଦିକ ରୀତିନୀତି ସବୁ ପାଳନ କରିଥାନ୍ତି । ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ଯୋଗୀ ସମସ୍ତଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । କର୍ମୀ, ଜ୍ଞାନୀ ଏବଂ ତପସ୍ୱୀଙ୍କର ଲକ୍ଷ୍ୟ ସଂସାର ସମ୍ବନ୍ଧୀ ଅଟେ; ସେମାନଙ୍କର ସ୍ଥିତି ତଥାପି ବି ଶାରୀରିକ ସ୍ତରରେ ରହିଥାଏ । ଜଣେ ଯୋଗୀଙ୍କର ଲକ୍ଷ୍ୟ ସଂସାର ନୁହେଁ, ଭଗବାନ ଅଟନ୍ତି । ଅତଏବ, ଜଣେ ଯୋଗୀଙ୍କର ପ୍ରାପ୍ତି ଆଧ୍ୟାତ୍ମିକ ସ୍ତରର ଅଟେ, ତେଣୁ ସେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି ।"
},
{
"verseTitle": "Bhagavad Gita 6.47",
"verse": "47",
"chapter": 6,
"lang": "or",
"shloka": {
"speaker": "",
"sanskrit": "योगिनामपि सर्वेषां मद्गतेनान्तरात्मना ।\n\nश्रद्धावान्भजते यो मां स मे युक्ततमो मतः ॥47॥",
"text": "ଯୋଗିନାମପି ସର୍ବେଷାଂ ମଦ୍ଗତେନାନ୍ତରାତ୍ମନା ।\nଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ ।।୪୭।।",
"audioLink": "https://www.holy-bhagavad-gita.org/public/audio/006_047.mp3"
},
"wordMeanings": "ଯୋଗିନାଂ- ଯୋଗୀମାନଙ୍କ ମଧ୍ୟରେ; ଅପି -ମଧ୍ୟ; ସର୍ବେଷାଂ - ସବୁ ପ୍ରକାରେ; ମତ୍ ଗତେନ - ମୋ’ଠାରେ ସଂଲଗ୍ନ ରହି; ଅନ୍ତଃ-ଆତ୍ମନା- ସର୍ବଦା ହୃଦୟରେ ମୋତେ ଚିନ୍ତା କରି; ଶ୍ରଦ୍ଧାବାନ୍ - ପୂର୍ଣ୍ଣ ବିଶ୍ୱାସ ସହକାରେ; ଭଜତେ - ପ୍ରେମପୂର୍ଣ୍ଣ ସେବାକରେ; ଯଃ! - ଯିଏ; ମାଂ - ମୋତେ, (ଭଗବାନ); ସ - ସେ; ମେ- ମୋର; ଯୁକ୍ତତମଃ - ସର୍ବୋତ୍ତମ ଯୋଗୀ; ମତଃ - ବିଚାର କରାଯାଏ ।",
"translation": {
"text": "ସମସ୍ତ ଯୋଗୀମାନଙ୍କ ମଧ୍ୟରୁ, ଯେଉଁମାନଙ୍କର ମନ ସର୍ବଦା ମୋଠାରେ ସନ୍ନିବିଷ୍ଟ ଥାଏ, ଏବଂ ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C6-H-47.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/6.47.mp3"
]
},
"commentary": "ଯୋଗୀମାନଙ୍କ ମଧ୍ୟରେ କର୍ମଯୋଗୀ, ଭକ୍ତିଯୋଗୀ, ଜ୍ଞାନଯୋଗୀ, ଅଷ୍ଟାଙ୍ଗ ଯୋଗୀ ଇତ୍ୟାଦି ଅଛନ୍ତି । ସେମାନଙ୍କ ମଧ୍ୟରୁ କିଏ ସର୍ବୋତ୍ତମ ଅଟନ୍ତି, ସେ ସମ୍ବନ୍ଧୀୟ ସମସ୍ତ ଯୁକ୍ତିତର୍କକୁ ଏହି ଶ୍ଲୋକ ବିରାମ ଦେଇଥାଏ । ଶ୍ରୀକୃଷ୍ଣ ଭକ୍ତିଯୋଗୀକୁ ସର୍ବଶ୍ରେଷ୍ଠ ଭାବେ ଘୋଷଣା କରିଛନ୍ତି, ଏପରିକି ତାଙ୍କୁ ଅଷ୍ଟାଙ୍ଗ ଯୋଗୀ ଓ ହଟ ଯୋଗୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବିବେଚନା କରିଛନ୍ତି । ଏହାର କାରଣ, ଭକ୍ତି ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ । ଏହା ଏପରି ଏକ ଶକ୍ତି, ଯାହା ଭଗବାନଙ୍କୁ ମଧ୍ୟ ବାନ୍ଧିଦିଏ ଏବଂ ତାଙ୍କୁ ତାଙ୍କ ଭକ୍ତର କ୍ରୀତଦାସ କରିଦିଏ । ଭଗବାନ ନିଜେ ଭାଗବତ ମହାପୁରାଣରେ କହିଛନ୍ତି:\nଅହଂ ଭକ୍ତ-ପରାଧୀନୋ ହ୍ୟସ୍ୱତନ୍ତ୍ର ଇବ ଦ୍ୱିଜ ।ସାଧୁଭିର୍ ଗ୍ରସ୍ତ-ହୃଦୟୋ ଭକ୍ତୈର୍ ଭକ୍ତ-ଜନ-ପ୍ରିୟଃ । । (୯.୪.୬୩)\n“ଯଦିଓ ମୁଁ ପରମ ସ୍ୱତନ୍ତ୍ର ଅଟେ, ତଥାପି ମୁଁ ମୋ ଭକ୍ତଙ୍କର ଦାସ ପାଲଟି ଯାଏ । ସେମାନେ ମୋର ହୃଦୟକୁ ଜୟ କରି ନିଅନ୍ତି । ମୋ ଭକ୍ତଙ୍କ ବିଷୟରେ କ’ଣ କହିବି, ମୋ ଭକ୍ତଙ୍କର ଭକ୍ତମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।” ଭକ୍ତି ଯୋଗୀ ଦିବ୍ୟପ୍ରେମ ଯୁକ୍ତ ଅଟନ୍ତି ଏବଂ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି, ତେଣୁ ଯୋଗୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବିବେଚିତ ହୁଅନ୍ତି ।\nଏହି ଶ୍ଲୋକରେ ଶ୍ରୀକୃଷ୍ଣ ଭଜତେ ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ଉତ୍ପତ୍ତି ମୂଳ ଶବ୍ଦ ‘ଭଜ୍’ରୁ ହୋଇଥାଏ, ଅର୍ଥାତ୍ ‘ସେବା କରିବା’ । ‘ଭକ୍ତି’ ଶବ୍ଦଟି ‘ପୂଜା’ ଅପେକ୍ଷା ଅଧିକ ମହତ୍ୱପୂର୍ଣ୍ଣ, ଯାହାର ଅର୍ଥ ‘ସ୍ତୁତି କରିବା’ । ଏଠାରେ ଶ୍ରୀକୃଷ୍ଣ ସେମାନଙ୍କ ବିଷୟରେ କହୁଛନ୍ତି, ଯେଉଁମାନେ କେବଳ ତାଙ୍କର ସ୍ତୁତି କରନ୍ତି ନାହିଁ, ବରଂ ପ୍ରେମମୟ ଭକ୍ତି ସହକାରେ ତାଙ୍କର ସେବା କରନ୍ତି । ଏହିପରି ଭାବରେ ସେମାନେ ଆତ୍ମାର ସ୍ୱାଭାବିକ ସ୍ଥାନ ଭଗବାନଙ୍କର ଦାସ ଭାବରେ ସହଜରେ ସ୍ଥିତ ହୋଇଯାଆନ୍ତି, ଅଥଚ ଅନ୍ୟ ପ୍ରକାରର ଯୋଗୀମାନେ ସେହି ସ୍ଥିତିକୁ ପ୍ରାପ୍ତ କରି ନ ପାରି ଅସମ୍ପୂର୍ଣ୍ଣ ରହିଥାଆନ୍ତି । ସେମାନେ ଭଗବାନଙ୍କ ସହିତ ଯୋଗ ସ୍ଥାପନ କରିଥାନ୍ତି ସତ, କିନ୍ତୁ ନିଜକୁ ସେମାନେ ଜ୍ଞାନର ସେହି ସ୍ତରରେ ସ୍ଥାପିତ କରି ନ ଥାନ୍ତି ଯେ ‘ସେମାନେ ଭଗବାନଙ୍କର ନିତ୍ୟ ଦାସ ଅଟନ୍ତି ।”\nମୁକ୍ତାନାଂ ଅପି ସିଦ୍ଧାନାଂ ନାରାୟଣ-ପରାୟଣଃ ।ସୁଦୁର୍ଲଭଃ ପ୍ରଶାନ୍ତାତ୍ମା କେଟିଷ୍ୱ ଅପି ମହା-ମୁନେ । । (ଭାଗବତମ୍ ୬.୧୪.୫)\n“କୋଟି କୋଟି ସିଦ୍ଧ ଓ ମୁକ୍ତ ମହାତ୍ମାମାନଙ୍କ ମଧ୍ୟରୁ, କେହି କେହି ପ୍ରଶାନ୍ତ ଚିତ୍ତ ବିରଳ ଜୀବ ପରମାତ୍ମା ନାରାୟଣଙ୍କର ଭକ୍ତି କରନ୍ତି ।” ଏହି ଶ୍ଲୋକକୁ ବୁଝିବାର ଅନ୍ୟ ଏକ ଦୃଷ୍ଟିକୋଣ ଏହା ଯେ, ଭକ୍ତିଯୋଗ ଦ୍ୱାରା ଭଗବତ୍ ପ୍ରାପ୍ତି ହୋଇଥାଏ, ତାହା ସର୍ବାଧିକ ଅନ୍ତରଙ୍ଗ ଏବଂ ପରିପୂର୍ଣ୍ଣ ଅଟେ । ଏହା ଶ୍ଲୋକ ୧୮.୫୫ରେ ବର୍ଣ୍ଣନା କରାଯାଇଛି, ଯେଉଁଠି ଶ୍ରୀକୃଷ୍ଣ କହିଛନ୍ତି ଯେ ଜଣେ ଭକ୍ତିଯୋଗୀ ହିଁ ଭଗବାନଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ।”"
}
]
}