gita-chapter-5
{
"title": "ପଞ୍ଚମ ଅଧ୍ୟାୟ: କର୍ମସନ୍ନ୍ୟାସ ଯୋଗ",
"chapterIntro": "ଏହି ଅଧ୍ୟାୟରେ କର୍ମସନ୍ନ୍ୟାସ ଏବଂ କର୍ମଯୋଗ ଏହି ଦୁଇ ମାର୍ଗର ତୁଳନା କରାଯାଇଅଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଉଭୟ ମାର୍ଗ ସମାନ ଲକ୍ଷ୍ୟର ପ୍ରାପ୍ତି କରାଇ ଥାଆନ୍ତି ଏବଂ ଦୁଇଟି ମଧ୍ୟରୁ ଆମେ ଯେ କୌଣସି ଗୋଟିଏକୁ ବାଛି ପାରିବା । ତଥାପି, ଯେପର୍ଯ୍ୟନ୍ତ ମନ ବିଶେଷ ଭାବରେ ଶୁଦ୍ଧ ହୋଇନାହିଁ, କର୍ମର ପରିତ୍ୟାଗ ପୂର୍ଣ୍ଣ ରୂପରେ କରାଯାଇ ପାରିବ ନାହିଁ ଏବଂ ମନର ଶୁଦ୍ଧତା, ଭକ୍ତିଯୁକ୍ତ କର୍ମ (କର୍ମଯୋଗ) ଦ୍ୱାରା ହାସଲ ହୋଇଥାଏ । ସୁତରାଂ, ଅଧିକାଂଶ ମନୁଷ୍ୟଙ୍କ ପାଇଁ କର୍ମଯୋଗ ହିଁ ଉଚିତ ମାର୍ଗ ଅଟେ । କର୍ମଯୋଗୀ ତାଙ୍କର ସାଂସାରିକ କର୍ତ୍ତବ୍ୟ ଶୁଦ୍ଧ ମନରେ ପାଳନ କରନ୍ତି ଏବଂ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରି ତାହା ଭଗବାନଙ୍କୁ ଅର୍ପଣ କରନ୍ତି । ସେଥିପାଇଁ ପଦ୍ମପତ୍ର ଜଳ ଉପରେ ଭାସି ଜଳ ଦ୍ୱାରା ଅସ୍ପୃଶ୍ୟ ରହିବା ପରି, ସେମାନେ ପାପ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଜ୍ଞାନ ଦୃଷ୍ଟିରେ ସେମାନେ ଏହା ହୃଦୟଙ୍ଗମ କରିପାରନ୍ତି ଯେ ଶରୀର ଏକ ନବଦ୍ୱାର ବିଶିଷ୍ଟ ନଗର ଅଟେ, ଯେଉଁଠି ଆତ୍ମା ନିବାସ କରିଥାଏ । ତେଣୁ ସେମାନେ ନିଜକୁ କର୍ମର କର୍ତ୍ତର୍ା ଅଥବା ଭୋକ୍ତା ମନେକରନ୍ତି ନାହିଁ । ସମଦର୍ଶୀ ଭାବରେ ସେମାନେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ଭକ୍ଷୀକୁ ସମାନ ଦୃଷ୍ଟିରେ ଦେଖନ୍ତି । ଏପରି ବାସ୍ତବ ଜ୍ଞାନୀମାନେ ନିଜ ବ୍ୟକ୍ତିତ୍ୱରେ ଈଶ୍ୱରୀୟ ଗୁଣର ବିକାଶ କରି ଅନ୍ତିମ ସତ୍ୟରେ ସ୍ଥିତ ରହନ୍ତି । ସାଂସାରିକ ବ୍ୟକ୍ତି ଇନ୍ଦ୍ରିୟ ସୁଖ ହିଁ ଦୁଃଖର ବାସ୍ତବ କାରଣ ନ ଜାଣି, ବିଷୟ ପ୍ରାପ୍ତି ନିମନ୍ତେ ଚେଷ୍ଟାରତ ରହିଥାଆନ୍ତି । କିନ୍ତୁ କର୍ମଯୋଗୀ ମାନେ ସେଥିରେ ଉତ୍ଫୁଲ୍ଲିତ ହେବା ପରିବର୍ତ୍ତେ ନିଜ ଭିତରେ ଭଗବଦାନନ୍ଦର ରସାସ୍ୱାଦନ କରିଥାଆନ୍ତି ।\nତାପରେ ଏହି ଅଧ୍ୟାୟରେ ସନ୍ୟାସ ମାର୍ଗର ବର୍ଣ୍ଣନା କରାଯାଇଛି । କର୍ମ ସନ୍ନ୍ୟାସୀମାନେ ତପସ୍ୟା ଦ୍ୱାରା ଇନ୍ଦ୍ରିୟ, ମନ ଏବଂ ବୁଦ୍ଧିକୁ ବଶ କରିଥାଆନ୍ତି । ସେମାନେ ବାହ୍ୟ ସୁଖର ଚିନ୍ତନ ପରିତ୍ୟାଗ କରି କାମନା, ଭୟ ଏବଂ କ୍ରୋଧରୁ ମୁକ୍ତ ହୋଇଯାଆନ୍ତି । ତାପରେ ତପସ୍ୟାକୁ ଭଗବାନଙ୍କର ଭକ୍ତିଯୁକ୍ତ କରି ସେମାନେ ଶାଶ୍ୱତ ଶାନ୍ତି ପ୍ରାପ୍ତ କରିଥାଆନ୍ତି ।",
"verseList": [
{
"verseTitle": "Bhagavad Gita 5.1",
"verse": "1",
"chapter": 5,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nसंन्यासं कर्मणां कृष्ण पुनर्योगं च शंससि ।\n\nयच्छ्रेय एतयोरेकं तन्मे ब्रूहि सुनिश्चितम् ॥1॥",
"text": "ସନ୍ୟାସଂ କର୍ମଣାଂ କୃଷ୍ଣ ପୁନର୍ଯୋଗଂ ଚ ଶଂସସି ।\nଯଚ୍ଛ୍ରେୟ ଏତୟୋରେକଂ ତନ୍ମେ ବ୍ରୂହି ସୁନିଶ୍ଚିତମ୍ ।।୧।।",
"audioLink": "https://www.holy-bhagavad-gita.org/public/audio/005_001.mp3"
},
"wordMeanings": "ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ସଂନ୍ୟାସଂ -ତ୍ୟାଗ; କର୍ମଣାଂ - ସମସ୍ତ କର୍ମର; କୃଷ୍ଣ -ହେ କୃଷ୍ଣ; ପୁନଃ -ପୁନଶ୍ଚ; ଯୋଗଂ- କର୍ମଯୋଗ; ଚ-ମଧ୍ୟ; ଶଂସସି - ଆପଣ ପ୍ରଶଂସା କରୁଛନ୍ତି; ଯତ୍ -ଯାହା; ଶ୍ରେୟଃ- ବିଶେଷ ଲାଭଦାୟକ; ଏତୟୋଃ - ଏହି ଦୁଇଟି ମଧ୍ୟରୁ; ଏକଂ - ଗୋଟିଏ; ତତ୍ -ତାହା; ମେ-ମୋତେ; ବ୍ରୂହି - ଦୟାକରି କୁହନ୍ତୁ; ସୁନିଶ୍ଚିତମ୍ - ନିଶ୍ଚିତଭାବରେ ।",
"translation": {
"text": "ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ, ଆପଣ କର୍ମସନ୍ୟାସର (କର୍ମ ତ୍ୟାଗର ମାର୍ଗ) ପ୍ରଶଂସା କଲେ ଏବଂ ଆପଣ ମଧ୍ୟ କର୍ମଯୋଗର (କର୍ମ ସହିତ ଭକ୍ତି) ଉପଦେଶ ଦେଲେ । ଦୟା କରି ମୋତେ ସ୍ପଷ୍ଟ ଭାବରେ କୁହନ୍ତୁ ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଉପାଦେୟ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.1.mp3"
]
},
"commentary": "ଅର୍ଜୁନଙ୍କର ଷୋହଳଟି ପ୍ରଶ୍ନ ମଧ୍ୟରୁ ଏହା ପଞ୍ଚମ ପ୍ରଶ୍ନ ଅଟେ । ଶ୍ରୀକୃଷ୍ଣ ଉଭୟ କର୍ମତ୍ୟାଗ ଏବଂ ଭକ୍ତିଯୁକ୍ତ କର୍ମର ପ୍ରଶଂସା କରିଛନ୍ତି । ତାଙ୍କର ଏହି ବିଷମ ନିର୍ଦ୍ଦେଶ ଅର୍ଜୁନଙ୍କ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ କରୁଛି ଏବଂ ସେ ଜାଣିବାକୁ ଚାହୁଁଛନ୍ତି ଯେ ଏହି ଦୁଇଟି ମଧ୍ୟରୁ ତାଙ୍କ ପାଇଁ କେଉଁଟି ଅଧିକ ଉପାଦେୟ । ଆସନ୍ତୁ, ଏହି ପ୍ରଶ୍ନର ପୃଷ୍ଠଭୂମିକୁ ଅନୁଧ୍ୟାନ କରିବା ।\nପ୍ରଥମ ଅଧ୍ୟାୟଟି ଅର୍ଜୁନଙ୍କର ସଂଶୟ ବର୍ଣ୍ଣନା କରି ଶ୍ରୀକୃଷ୍ଣଙ୍କ ଦ୍ୱାରା ଅର୍ଜୁନଙ୍କୁ ଦିବ୍ୟଜ୍ଞାନ ଦେବା ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିଥିଲା । ଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କଲେ ଏବଂ ବୁଝାଇ କହିଲେ ଯେ ଆତ୍ମା ଅମର ହୋଇଥିବା ଦୃଷ୍ଟିରୁ ଯୁଦ୍ଧରେ କେହି ମଧ୍ୟ ମୃତ୍ୟୁବରଣ କରିବେ ନାହିଁ, ଅତଏବ ସେଥିପାଇଁ ଶୋକ କରିବା ମୁର୍ଖାମୀ ଅଟେ । ତାପରେ ସେ ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ମ (ଲୌକିକ କର୍ତ୍ତବ୍ୟ) ହେଉଛି ଧର୍ମ ପକ୍ଷରୁ ଯୁଦ୍ଧ କରିବା । ଯେହେତୁ କର୍ମଫଳରେ ଆସକ୍ତି ବ୍ୟକ୍ତିଙ୍କୁ କର୍ମ ବନ୍ଧନରେ ପକାଇ ଥାଏ, ଅର୍ଜୁନଙ୍କୁ ତାଙ୍କ କର୍ମର ଫଳକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଶ୍ରୀକୃଷ୍ଣ ପ୍ରୋତ୍ସାହିତ କରୁଛନ୍ତି, ଯଦ୍ୱାରା ତାଙ୍କର କର୍ମ ‘କର୍ମଯୋଗ’ ବା ‘କର୍ମ ମାଧ୍ୟମରେ ଭଗବାନଙ୍କ ସହିତ ଯୋଗ’ ରେ ପରିଣତ ହେବ ।\nତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ କର୍ମ କରିବା ଆବଶ୍ୟକ ଅଟେ, କାରଣ ଏହା ମନକୁ ପବିତ୍ର କରେ । କିନ୍ତୁ ସେ ଏ କଥା ମଧ୍ୟ କହୁଛନ୍ତି ଯେ ଯେଉଁମାନେ ମନର ଶୁଦ୍ଧତା ହାସଲ କରି ସାରିଥାଆନ୍ତି, ସେମାନେ ସାଂସାରିକ କର୍ତ୍ତବ୍ୟ କରିବା ପାଇଁ ବାଧ୍ୟ ନୁହଁନ୍ତି । (ଶ୍ଲୋ ୩:୧୩)\nଚତୁର୍ଥ ଅଧ୍ୟାୟରେ, ଭଗବାନ ବିଭିନ୍ନ ପ୍ରକାରର ଯଜ୍ଞ (ଯେଉଁ କର୍ମ ଭଗବାନଙ୍କର ଖୁସୀ ପାଇଁ କରାଯାଏ) ବିଷୟରେ ବର୍ଣ୍ଣନା କରି, ଶେଷରେ ଏହା କହିଲେ ଯେ ବିଧିବିଧାନ ଯୁକ୍ତ ଯଜ୍ଞର ଯନ୍ତ୍ରବତ୍ ଅନୁଷ୍ଠାନ ଅପେକ୍ଷା ଜ୍ଞାନଯୁକ୍ତ ଯଜ୍ଞ ଶ୍ରେଷ୍ଠତର ଅଟେ । ସେ ପୁଣି କହିଲେ, ସମସ୍ତ ଯଜ୍ଞର ପରିସମାପ୍ତି ନିଜ ସହିତ ଭଗବାନଙ୍କର ସମ୍ବନ୍ଧ ଜ୍ଞାନରେ ହୋଇଥାଏ । ଶେଷରେ ଶ୍ଲୋକ ୪.୪୧ରେ ସେ କର୍ମ ସନ୍ୟାସର ସିଦ୍ଧାନ୍ତ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ବିଧିଯୁକ୍ତ କର୍ମ ଏବଂ ସମସ୍ତ ଲୌକିକ କର୍ମ ତ୍ୟାଗ କରି ଜଣେ ଶରୀର, ମନ ଓ ଆତ୍ମାରେ ଭଗବାନଙ୍କର ଭକ୍ତିଯୁକ୍ତ ସେବାରେ ନିୟୋଜିତ ରହିଥାଏ ।\nଏହିସବୁ ନିର୍ଦ୍ଦେଶ ଅର୍ଜୁନଙ୍କର ବୁଦ୍ଧିକୁ ଭ୍ରମିତ କରିଦେଲା । ସେ ଭାବିଲେ କର୍ମସନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ବିପରୀତ ଗୁଣ ଯୁକ୍ତ ଅଟନ୍ତି ଏବଂ ଏକ ସମୟରେ ଉଭୟର ଆଚରଣ କରିବା ସମ୍ଭବ ନୁହେଁ । ସୁତରାଂ, ସେ ତାଙ୍କର ସଂଶୟ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ।"
},
{
"verseTitle": "Bhagavad Gita 5.2",
"verse": "2",
"chapter": 5,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nसंन्यासः कर्मयोगश्च निःश्रेयसकरावुभौ ।\n\nतयोस्तु कर्मसंन्यासात्कर्मयोगो विशिष्यते ॥2॥",
"text": "ଶ୍ରୀ ଭଗବାନୁବାଚ\nସଂନ୍ୟାସଃ କର୍ମଯୋଗଶ୍ଚ ନିଃଶ୍ରେୟସକରାବୁଭୌ ।\nତୟୋସ୍ତୁ କର୍ମସଂନ୍ୟାସାତ୍କର୍ମଯୋଗୋ ବିଶିଷ୍ୟତେ ।।୨।।",
"audioLink": "https://www.holy-bhagavad-gita.org/public/audio/005_002.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ - ପରମ ପୁରୁଷ ଭଗବାନ କହିଲେ; ସଂନ୍ୟାସଃ - କର୍ମ ସନ୍ୟାସ; କର୍ମଯୋଗଃ - କର୍ମଯୋଗ; ଚ-ଏବଂ; ନିଃଶ୍ରେୟସକରୌ - ଅନ୍ତିମ ଲକ୍ଷ୍ୟର ପ୍ରାପ୍ତି କରାନ୍ତି; ଉଭୌ - ଉଭୟ; ତୟୋଃ - ଦୁଇଟି ମଧ୍ୟରେ; ତୁ-କିନ୍ତୁ; କର୍ମ-ସଂନ୍ୟାସାତ୍ -କର୍ମ ତ୍ୟାଗ ଅପେକ୍ଷା; କର୍ମଯୋଗଃ - ଭକ୍ତିଯୁକ୍ତ କର୍ମ; ବିଶିଷ୍ୟତେ - ଶ୍ରେୟସ୍କର ଅଟେ ।",
"translation": {
"text": "ପରମ ପୁରୁଷ ଭଗବାନ କହିଲେ: ଉଭୟ କର୍ମ ସନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ଚରମ ଲକ୍ଷ୍ୟ ଦିଗକୁ ଅଗ୍ରସର କରାଏ, କିନ୍ତୁ କର୍ମଯୋଗ କର୍ମସନ୍ୟାସ ଅପେକ୍ଷା ଶ୍ରେଷ୍ଠତର ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.2.mp3"
]
},
"commentary": "ଏହି ଶ୍ଲୋକରେ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଏବଂ କର୍ମଯୋଗ ମଧ୍ୟରେ ତୁଳନା କରିଛନ୍ତି । ଏହା ଅତ୍ୟନ୍ତ ସାରଗର୍ଭକ ଶ୍ଲୋକ ଅଟେ । ଆସନ୍ତୁ ଏହାର ପ୍ରତ୍ୟେକ ଶବ୍ଦକୁ ବୁଝିବା ।\n‘କର୍ମଯୋଗୀ’ ଉଭୟ ଆଧ୍ୟାତ୍ମିକ ଏବଂ ଲୌକିକ କର୍ତ୍ତବ୍ୟ ପାଳନ କରନ୍ତି । ଶରୀର ଦ୍ୱାରା ଲୌକିକ କର୍ମ କରିବା ସହିତ ସେମାନେ ମନକୁ ଭଗବାନଙ୍କ ସଂଯୁକ୍ତ ରଖି ଥାଆନ୍ତି । ଜଗଦ୍ଗୁରୁ ଶ୍ରୀକୃପାଳୁଜୀ ମହାରାଜ କହୁଛନ୍ତି:\nସୋଚୁ ମନ ୟହ କର୍ମ ମମ ସବ, ଲଖତ ହରି ଗୁରୁ ପ୍ୟାରେ (ସାଧନ ଭକ୍ତି ତତ୍ତ୍ୱ)\nପ୍ରିୟ ସାଧକ! ସର୍ବଦା ଏପରି ମନେକର ଯେ ତୁମର ସମସ୍ତ କାର୍ଯ୍ୟକୁ ଭଗବାନ ଓ ଗୁରୁ ନିରୀକ୍ଷଣ କରୁଛନ୍ତି । ଏହା କର୍ମଯୋଗ ସାଧନା ଅଟେ, ଯଦ୍ୱାରା ଆମେ ନିଜକୁ ଶାରୀରିକ ଚେତନାରୁ କ୍ରମଶଃ ଆଧ୍ୟାତ୍ମିକ ଚେତନା ସ୍ତରକୁ ଉନ୍ନୀତ କରିଥାଏ ।\nକର୍ମସନ୍ୟାସ ସେହି ଉଚ୍ଚ କକ୍ଷର ଜୀବମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଶାରୀରିକ ସ୍ତରରୁ ଊର୍ଦ୍ଧ୍ୱକୁ ଉଠିସାରି ଥାଆନ୍ତି । କର୍ମ ସନ୍ୟାସୀ ସେ ଅଟନ୍ତି, ଯିଏ ଭଗବାନଙ୍କ ଠାରେ ପୂର୍ଣ୍ଣ ତଲ୍ଲୀନ ରହିଥିବା କାରଣରୁ ଲୌକିକ କର୍ତ୍ତବ୍ୟକୁ ତ୍ୟାଗ କରିଥାଆନ୍ତି ଏବଂ ଆଧ୍ୟାତ୍ମିକ କର୍ତ୍ତବ୍ୟରେ (ଭଗବାନଙ୍କ ଭକ୍ତିଯୁକ୍ତ ସେବାରେ) ପୂର୍ଣ୍ଣ ନିମଗ୍ନ ରହନ୍ତି । ଭଗବାନ ରାମ ଯେତେବେଳେ ଲକ୍ଷ୍ମଣଙ୍କୁ ସାଂସାରିକ କର୍ତ୍ତବ୍ୟ ପାଳନ କରିବାକୁ କହିଥିଲେ, ସେତେବେଳେ ଲକ୍ଷ୍ମଣ ଯେଉଁ ଉତ୍ତର ଦେଇଥିଲେ, ତାହା କର୍ମ ସନ୍ୟାସର ଏହି ଚିନ୍ତାଧାରାକୁ ସ୍ପଷ୍ଟ କରିଥାଏ ।\nମୋରେ ସବଇ ଏକ ତୁମ ସ୍ୱାମୀ, ଦୀନବନ୍ଧୁ ଉର ଅନ୍ତରଯାମୀ । (ରାମାୟଣ)\nଲକ୍ଷ୍ମଣ ରାମଙ୍କୁ କହୁଛନ୍ତି, “ଆପଣ ହିଁ ମୋର ସ୍ୱାମୀ, ପିତା, ମାତା, ସଖା ଏବଂ ସବୁକିଛି । ମୁଁ ମୋର ପୂର୍ଣ୍ଣ ସାମର୍ଥ୍ୟ ସହିତ କେବଳ ଆପଣଙ୍କ ପ୍ରତି ହିଁ କର୍ତ୍ତବ୍ୟ ପାଳନ କରିବି । ଦୟାକରି ମୋତେ ମୋର ଶାରୀରିକ କର୍ତ୍ତବ୍ୟ ପାଳନ କରିବାକୁ କହନ୍ତୁ ନାହିଁ ।\nଯେଉଁମାନେ କର୍ମ ସନ୍ନ୍ୟାସର ସାଧନା କରନ୍ତି, ସେମାନେ ନିଜକୁ ଶରୀର ମନେ କରନ୍ତି ନାହିଁ, ସେଥିପାଇଁ ଦୈହିକ କର୍ତ୍ତବ୍ୟ ପାଳନ କରିବାକୁ ସେମାନେ ବାଧ୍ୟ ମନେ କରନ୍ତି ନାହିଁ । ଏପରି କର୍ମ ସନ୍ନ୍ୟାସୀ ମାନେ ସେମାନଙ୍କର ସମସ୍ତ ସମୟ ଏବଂ ସାମର୍ଥ୍ୟ ଆଧ୍ୟାତ୍ମିକ କର୍ମରେ ବିନିଯୋଗ କରନ୍ତି, କିନ୍ତୁ କର୍ମଯୋଗୀମାନଙ୍କୁ ସେମାନଙ୍କର ସମୟ ସାଂସାରିକ ଏବଂ ଆଧ୍ୟାତ୍ମିକ କର୍ମ ମଧ୍ୟରେ ବାଣ୍ଟିବାକୁ ପଡ଼ିଥାଏ । ତେଣୁ କର୍ମସନ୍ନ୍ୟାସୀମାନେ ଦ୍ରୁତ ବେଗରେ ଭଗବାନଙ୍କ ଅଭିମୁଖରେ ଅଗ୍ରସର ହୁଅନ୍ତି, ଅଥଚ କର୍ମଯୋଗୀମାନେ ସାମାଜିକ କର୍ତ୍ତବ୍ୟରେ ଛନ୍ଦି ହୋଇଯାଇ ଥାଆନ୍ତି ।\nତଥାପି ଏହି ଶ୍ଲୋକରେ ଶ୍ରୀକୃଷ୍ଣ କର୍ମଯୋଗର ଉଚ୍ଚ ପ୍ରଶଂସା କରି କର୍ମସନ୍ନ୍ୟାସ ଅପେକ୍ଷା ଅଧିକ ପସନ୍ଦଯୋଗ୍ୟ ମାର୍ଗ ଭାବରେ ଅର୍ଜୁନଙ୍କୁ ଏହା ସୁପାରିଶ କରୁଛନ୍ତି । କାରଣ କର୍ମସନ୍ନ୍ୟାସୀମାନେ ସର୍ବଦା ଗୋଟିଏ ବିପଦର ସମ୍ମୁଖୀନ ହୋଇଥାଆନ୍ତି । କର୍ତ୍ତବ୍ୟ ତ୍ୟାଗ କରି ସେମାନେ ଯଦି ନିଜର ମନକୁ ଭଗବାନଙ୍କଠାରେ ପୂର୍ଣ୍ଣ ନିମଗ୍ନ କରି ନ ପାରିବେ, ତେବେ ସେମାନେ କୌଣସି କୂଳର ହେବେ ନାହିଁ । ଭାରତରେ ଏପରି ହଜାର ହଜାର ସାଧୁ ଅଛନ୍ତି, ଯେଉଁମାନେ ଭାବନ୍ତି ସେମାନଙ୍କର ବୈରାଗ୍ୟ ଜାତ ହୋଇଛି ଏବଂ ସେଥିପାଇଁ ସଂସାର ତ୍ୟାଗ କରିଦିଅନ୍ତି । କିନ୍ତୁ ତାଙ୍କର ମନ ଭଗବାନଙ୍କ ଠାରେ ଅନୁରକ୍ତ ହୋଇ ନ ଥାଏ । ପରିଣାମ ସ୍ୱରୂପ, ସେମାନେ ଆଧ୍ୟାତ୍ମିକ କ୍ଷେତ୍ରର ଦିବ୍ୟ ଆନନ୍ଦ ଅନୁଭବ କରିପାରନ୍ତି ନାହିଁ । ତେଣୁ ଭିକ୍ଷୁମାନଙ୍କ ପରି ଗୈରିକ ବସ୍ତ୍ର ଧାରଣ କରିଥିଲେ ମଧ୍ୟ, ସେମାନେ ନିଶାଗ୍ରସ୍ତ ହୋଇ ପାପପୂର୍ଣ୍ଣ କର୍ମରେ ଲିପ୍ତ ରହନ୍ତି । କେବଳ ଅଜ୍ଞବ୍ୟକ୍ତିମାନେ ହିଁ ‘ଆଳସ୍ୟ’କୁ ‘ସଂସାର ବୈରାଗ୍ୟ’ ଭାବିବାର ଭୁଲ କରିଥାନ୍ତି ।\nଅନ୍ୟ ପକ୍ଷରେ କର୍ମଯୋଗୀମାନେ ଉଭୟ ସାଂସାରିକ କର୍ତ୍ତବ୍ୟ ଏବଂ ଆଧ୍ୟାତ୍ମିକ କର୍ତ୍ତବ୍ୟ କରିଥାଆନ୍ତି । ତେଣୁ ଯଦି ଅବା ତାଙ୍କର ମନ ଆଧ୍ୟାତ୍ମିକତାରୁ ବିମୁଖ ହୋଇଯିବ, ତାଙ୍କ ପାଖରେ ସାଂସାରିକ କର୍ମର ବଳ ତ ନିଶ୍ଚୟ ରହିବ । ଅଧିକାଂଶ ବ୍ୟକ୍ତିଙ୍କ ପାଇଁ କର୍ମଯୋଗ ଏକ ସୁରକ୍ଷିତ ମାର୍ଗ ହୋଇଥିବା ବେଳେ କର୍ମସନ୍ୟାସ କେବଳ ଜଣେ ଦକ୍ଷ ଗୁରୁଙ୍କର ତତ୍ତ୍ୱାବଧାନରେ ଅନୁସରଣ କରାଯିବା ଉଚିତ ।"
},
{
"verseTitle": "Bhagavad Gita 5.3",
"verse": "3",
"chapter": 5,
"lang": "or",
"shloka": {
"speaker": "",
"sanskrit": "ज्ञेयः स नित्यसंन्यासी यो न द्वेष्टि न काङ्क्षति।\n\nनिर्द्वन्द्वो हि महाबाहो सुखं बन्धात्प्रमुच्यते ॥3॥",
"text": "ଜେ୍ଞୟଃ ସ ନିତ୍ୟସଂନ୍ୟାସୀ ଯୋ ନ ଦ୍ୱେଷ୍ଟି ନ କାଙ୍କ୍ଷତି ।\nନିଦ୍ୱର୍ନ୍ଦେ୍ୱା ହି ମହାବାହୋ ସୁଖଂ ବନ୍ଧାତ୍ ପ୍ରମୁଚ୍ୟତେ ।।୩।।",
"audioLink": "https://www.holy-bhagavad-gita.org/public/audio/005_003.mp3"
},
"wordMeanings": "ଜେ୍ଞୟଃ -ଜାଣିବା ଉଚିତ; ସ-ସେ; ନିତ୍ୟ-ନିତ୍ୟ; ସଂନ୍ୟାସୀ - ସନ୍ୟାସୀ; ଯଃ- ଯିଏ; ନ -ନାହିଁ; ଦ୍ୱେଷ୍ଟି - ଘୃଣାକରେ; ନ-ନାହିଁ; କାଙ୍କ୍ଷତି- କାମନା କରେ; ନିଦ୍ୱର୍ନ୍ଦ୍ୱଃ- ସମସ୍ତ ପ୍ରକାର ଦ୍ୱନ୍ଦ୍ୱରୁ ମୁକ୍ତ; ହି - ନିଶ୍ଚିତଭାବେ; ମହାବାହୋ - ହେ ପ୍ରବଳ ପରାକ୍ରମୀ; ସୁଖଂ -ସୁଖ; ବନ୍ଧାତ୍ -ବନ୍ଧନରୁ; ପ୍ରମୁଚ୍ୟତେ -ସମ୍ପୂର୍ଣ୍ଣ ମୁକ୍ତ ।",
"translation": {
"text": "ଯେଉଁ କର୍ମଯୋଗୀ କୌଣସି ବସ୍ତୁର କାମନା କରନ୍ତି ନାହିଁ ବା କାହାକୁ ଘୃଣା କରନ୍ତି ନାହିଁ, ବାସ୍ତବରେ ସେମାନେ ନିତ୍ୟ ତ୍ୟାଗୀ ଅଟନ୍ତି । ଦ୍ୱନ୍ଦ୍ୱ ମୁକ୍ତ ହୋଇ ସେମାନେ ସହଜରେ ମାୟିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.3.mp3"
]
},
"commentary": "କର୍ମଯୋଗୀମାନେ ତାଙ୍କର ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ ଅନ୍ତରରେ ସଂସାର ପ୍ରତି ଉଦାସୀନ ରହିଥାଆନ୍ତି । ତେଣୁ ସେମାନେ ଭଲ ଓ ମନ୍ଦ ଉଭୟ ପରିଣାମକୁ ସମାନରୂପରେ ଭଗବାନଙ୍କର କୃପା ଭାବେ ଗ୍ରହଣ କରନ୍ତି । ଭଗବାନ ଏହି ସଂସାରର ସଂରଚନା ଏପରି ସୁନ୍ଦର ଭାବରେ କରିଛନ୍ତି ଯେ ଆମର କ୍ରମିକ ଉନ୍ନତି ପାଇଁ ଏହା ଆମକୁ ଉଭୟ ସୁଖ ଓ ଦୁଃଖର ଅନୁଭୂତି ପ୍ରଦାନ କରିଥାଏ । ସ୍ୱାଭାବିକ ଜୀବନ ଯାପନ କରିବାକୁ ଯାଇ ଆମେ ଯଦି ସମସ୍ତ ପରିସ୍ଥିତିକୁ ସ୍ୱୀକାର କରି ଆନନ୍ଦରେ ଆମର କର୍ତ୍ତବ୍ୟ କର୍ମ କରି ଚାଲିବା, ତେବେ ସଂସାର ଆମକୁ ସ୍ୱତଃ ଆଧ୍ୟାତ୍ମିକ ଉନ୍ନତି ପଥରେ ପ୍ରେରିତ କରିବ ।\nଏହି ପରିପ୍ରେକ୍ଷୀରେ ଗୋଟିଏ ସୁନ୍ଦର ଆଖ୍ୟାନର ଅବଧାରଣା କରାଯାଇପାରେ । ଖଣ୍ଡିଏ କାଠ ଜଣେ ମୂର୍ତ୍ତିକାରଙ୍କ ପାଖକୁ ଯାଇ କହିଲା, ଦୟାକରି ମୋତେ ସୁନ୍ଦର କରିଦିଅନ୍ତୁ । ମୂର୍ତ୍ତିକାର କହିଲେ, “ମୁଁ ତାହା କରିବା ପାଇଁ ପ୍ରସ୍ତୁତ । କିନ୍ତୁ ତୁମେ ସେଥିପାଇଁ ପ୍ରସ୍ତୁତ ଅଛ ତ? କାଠ ଖଣ୍ଡଟି ଉତ୍ତର ଦେଲା “ହଁ, ମୁଁ ମଧ୍ୟ ପ୍ରସ୍ତୁତ ଅଛି ।” ଶିଳ୍ପୀ ଜଣକ ତାଙ୍କର ଉପକରଣ ବାହାର କରି କାଠରେ ଖୋଦେଇ କରିବାକୁ ଆରମ୍ଭ କଲେ । କାଠଟି ଚିିତ୍କାର କରି ଉଠିଲା, “ତୁମେ ଏ କ’ଣ କରୁଛ? ଦୟାକରି ବନ୍ଦ କର, ଏହା ଅତି ଯନ୍ତ୍ରଣାଦାୟକ ଅଟେ ।” ଶିଳ୍ପୀ ବିଜ୍ଞତାର ସହିତ ଉତ୍ତର ଦେଲେ, “ଯଦି ତୁମେ ସୁନ୍ଦର ହେବାକୁ ଇଚ୍ଛା କରୁଛ, ତୁମକୁ ଏହି କଷ୍ଟ ସହ୍ୟ କରିବାକୁ ପଡ଼ିବ ।” କାଠଟି କହିଲା “ଠିକ୍ ଅଛି, ଆପଣ କରିଚାଲନ୍ତୁ, କିନ୍ତୁ ଧୀରେ ଧୀରେ କରନ୍ତୁ ।” ଶିଳ୍ପୀ ଜଣକ ତାଙ୍କର କାମ କରି ଚାଲିଲେ । କାଠଟି ତଥାପି ଚିତ୍କାର କରିବାରେ ଲାଗିଥାଏ । କିନ୍ତୁ ଶିଳ୍ପୀ ଜଣକ ତାଙ୍କ କାର୍ଯ୍ୟରୁ ନିବୃତ୍ତ ହେଲେନାହିଁ ଏବଂ କିଛିଦିନ ମଧ୍ୟରେ କାଠଟି ଏକ ସୁନ୍ଦର ମୂର୍ତ୍ତିରେ ରୂପାନ୍ତରିତ ହୋଇଗଲା ଏବଂ ମନ୍ଦିର ବେଦୀରେ ବସି ପୂଜା ପାଇବାର ଯୋଗ୍ୟ ହୋଇଗଲା ।\nସେହିପରି, ଅନନ୍ତ ଜନ୍ମରୁ ସଂସାରରେ ଆସକ୍ତ ହୋଇ ରହିଥିବା କାରଣରୁ ଆମର ହୃଦୟ ଅପରିଷ୍କୃତ ଏବଂ ଅପରିମାର୍ଜିତ ରହିଛି । ଆମେ ଯଦି ଅନ୍ତରରୁ ଶୁଦ୍ଧ ହେବା ପାଇଁ ଇଚ୍ଛା କରୁଥାଏ, ତେବେ ଆମକୁ କଷ୍ଟ ସହିବା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସେହି ଶୁଦ୍ଧିକରଣ ନିମନ୍ତେ ସଂସାରକୁ ତା’ର କାର୍ଯ୍ୟ କରିବା ପାଇଁ ଛାଡି ଦେବାକୁ ପଡ଼ିବ । ତେଣୁ କର୍ମଯୋଗୀ ମାନେ ଭକ୍ତି ସହକାରେ କର୍ମ କରି, ଫଳାଫଳ ପ୍ରତି ସମଭାବାପନ୍ନ ରହି ତାଙ୍କର ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରିବାର ଅଭ୍ୟାସ କରନ୍ତି ।"
},
{
"verseTitle": "Bhagavad Gita 5.4",
"verse": "4",
"chapter": 5,
"lang": "or",
"shloka": {
"speaker": "",
"sanskrit": "साङ्ख्ययोगौ पृथग्बालाः प्रवदन्ति न पण्डिताः ।\n\nएकमप्यास्थितः सम्यगुभयोर्विन्दते फलम् ॥4॥",
"text": "ସାଂଖ୍ୟଯୋଗୌ ପୃଥଗ୍ବାଳାଃ ପ୍ରବଦନ୍ତି ନ ପଣ୍ଡିତାଃ ।\nଏକମପ୍ୟାସ୍ଥିତଃ ସମ୍ୟଗୁଭୟୋର୍ବିନ୍ଦତେ ଫଳମ୍ ।।୪।।",
"audioLink": "https://www.holy-bhagavad-gita.org/public/audio/005_004.mp3"
},
"wordMeanings": "ସାଂଖ୍ୟ-କର୍ମ ତ୍ୟାଗ; ଯୋଗୌ- କର୍ମଯୋଗ; ପୃଥକ୍- ପୃଥକ; ବାଳାଃ - ଅଜ୍ଞ ବ୍ୟକ୍ତି; ପ୍ରବଦନ୍ତି -କୁହନ୍ତି; ନ-ନୁହେଁ; ପଣ୍ଡିତାଃ -ପଣ୍ଡିତମାନେ; ଏକଂ- ଗୋଟିକରେ; ଅପି- ଯଦିଓ; ଆସ୍ଥିତଃ - ସ୍ଥିତ ରହି; ସମ୍ୟକ୍-ସମ୍ପୂର୍ଣ୍ଣ; ଉଭୟୋଃ - ଉଭୟର; ବିନ୍ଦତେ - ହାସଲ କରେ; ଫଳମ୍ -ଫଳ ।",
"translation": {
"text": "କେବଳ ଅଜ୍ଞ ବ୍ୟକ୍ତିମାନେ ହିଁ ସାଂଖ୍ୟ (କର୍ମତ୍ୟାଗ ବା କର୍ମସନ୍ନ୍ୟାସ ) ଏବଂ କର୍ମଯୋଗ (କର୍ମ ସହିତ ଭକ୍ତି)କୁ ପୃଥକ କହିଥାଆନ୍ତି । ଯେଉଁମାନେ ପ୍ରକୃତ ଜ୍ଞାନୀ, ସେମାନେ କହନ୍ତି, ଦୁଇଟିରୁ ଯେ କୌଣସି ଗୋଟିଏ ମାର୍ଗ ଅନୁସରଣ କଲେ ମଧ୍ୟ ଆମେ ଉଭୟର ଫଳ ପ୍ରାପ୍ତ କରି ପାରିବା ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.4.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ସାଂଖ୍ୟ ଶବ୍ଦକୁ କର୍ମ ସନ୍ୟାସ ବା ଜ୍ଞାନ ଲାଭ ଦ୍ୱାରା କର୍ମତ୍ୟାଗ, ଅର୍ଥରେ ବ୍ୟବହାର କରିଛନ୍ତି । ଏଠରେ ଧ୍ୟାନ ଦେବା ଆବଶ୍ୟକ ଯେ ତ୍ୟାଗ ଦୁଇ ପ୍ରକାରର ଅଟେ; ଫଲ୍ଗୁ ବୈରାଗ୍ୟ ଏବଂ ଯୁକ୍ତ ବୈରାଗ୍ୟ । ଫଲ୍ଗୁ ବୈରାଗ୍ୟରେ ମନୁଷ୍ୟ ସଂସାରକୁ ଜଞ୍ଜାଳମୟ ମନେ କରିଥାଏ ଏବଂ ଦାୟିତ୍ୱ ଓ ଯାତନାରୁ ରକ୍ଷା ପାଇବା ପାଇଁ, ଏହାର ତ୍ୟାଗ କରିଦିଏ । ଅତଏବ, ଫଲ୍ଗୁ ବୈରାଗ୍ୟ ଏକ ପଳାୟନପନ୍ଥୀ ମନୋଭାବ ଅଟେ ଏବଂ ଏହା ଅସ୍ଥାୟୀ ଅଟେ । ଏପରି ବ୍ୟକ୍ତିଙ୍କର ତ୍ୟାଗ, ସମସ୍ୟାରୁ ଦୂରେଇଯିବାର ମନୋଭାବ ଉପରେ ଆଧାରିତ । ତେଣୁ ଆଧ୍ୟାତ୍ମିକ କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ, ସେମାନେ ସେଠାରୁ ମଧ୍ୟ ଦୂରେଇ ଯାଇ ପୁନର୍ବାର ସଂସାରକୁ ଫେରିଯିବାର ଇଚ୍ଛା ପୋଷଣ କରନ୍ତି । ଯୁକ୍ତ ବୈରାଗ୍ୟରେ ବ୍ୟକ୍ତି ସଂସାରକୁ ଭଗବାନଙ୍କ ଶକ୍ତି ରୂପରେ ଦେଖନ୍ତି । ସେମାନଙ୍କ ପାଖରେ ଯାହାକିଛି ଥାଏ, ସେସବୁକୁ ସେମାନେ ତାଙ୍କ ନିଜର ଭାବନ୍ତି ନାହିଁ ଏବଂ ସେଗୁଡ଼ିକୁ ନିଜର ସୁଖ ପାଇଁ ବ୍ୟବହାର କରିବାକୁ ଇଚ୍ଛା କରନ୍ତି ନାହିଁ । ତା ପରିବର୍ତ୍ତେ, ଭଗବାନଙ୍କ ଠାରୁ ସେମାନଙ୍କୁ ଯାହାକିଛି ମିଳିଥାଏ, ତଦ୍ୱାରା ସେମାନେ ଭଗବାନଙ୍କର ସେବା କରିବାକୁ ଇଚ୍ଛା କରିଥାଆନ୍ତି । ଯୁକ୍ତ ବୈରାଗ୍ୟ ସ୍ଥିର ଅଟେ ଏବଂ କୌଣସି ଅସୁବିଧାରେ ତାହା ବିଚଳିତ ହୁଏ ନାହିଁ ।\nକର୍ମଯୋଗୀମାନେ, ବାହ୍ୟତଃ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଥିବା ସମୟରେ, ଭିତରେ ଯୁକ୍ତ ବୈରାଗ୍ୟ ବା ସ୍ଥାୟୀ ତ୍ୟାଗର ମନୋଭାବ ଉତ୍ପନ୍ନ କରିଥାନ୍ତି । ସେମାନେ ଭଗବାନଙ୍କୁ ସ୍ୱାମୀ ଏବଂ ନିଜକୁ ଦାସ ଭାବରେ ଦେଖିଥାନ୍ତି । ଏଣୁ ସେମାନେ ସର୍ବଦା ସେହି ସ୍ଥିତିରେ ରହି, ସବୁ କିଛିି ଭଗବାନଙ୍କ ପାଇଁ କରିଥାନ୍ତି । ସେଥିପାଇଁ ତାଙ୍କର ଆଭ୍ୟନ୍ତରୀଣ ସ୍ଥିତି କର୍ମସନ୍ୟାସୀଙ୍କ ପରି ହୋଇଯାଏ, ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ଦିବ୍ୟ ଚେତନାରେ ନିମଗ୍ନ ରହିଥାଆନ୍ତି । ବାହ୍ୟ ଦୃଷ୍ଟିରୁ ସେମାନେ ସଂସାରୀ ବ୍ୟକ୍ତି ପରି ଜଣାପଡୁଥିଲେ ମଧ୍ୟ, ଅଭ୍ୟନ୍ତରରେ ସେମାନେ କୌଣସି ସନ୍ୟାସୀଙ୍କଠାରୁ କମ୍ ନୁହଁନ୍ତି । ପୁରାଣ ଏବଂ ଇତିହାସରେ, ଏପରି ଅନେକ ବଡ ବଡ ରାଜାଙ୍କର ଉଦାହରଣ ରହିଛି, ଯେଉଁମାନେ ରାଜକୀୟ ଐଶ୍ୱର୍ଯ୍ୟ ମଧ୍ୟରେ ରହି, ବାହ୍ୟ ରୂପରେ ପୂର୍ଣ୍ଣ ନିଷ୍ଠାର ସହିତ ତାଙ୍କର ରାଜକୀୟ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ, କିନ୍ତୁ ଅନ୍ତରରେ ଭଗବତ୍ ଚେତନାରେ ପୂର୍ଣ୍ଣ ନିମଗ୍ନ ରହୁଥିଲେ । ପ୍ରହ୍ଲାଦ, ଅମ୍ବରିଶ, ପୃଥୁ, ବିଭୀଷଣ, ଯୁଧିଷ୍ଠିର ଇତ୍ୟାଦି ଏହିପରି ଆଦର୍ଶ କର୍ମଯୋଗୀ ଥିଲେ । ଶ୍ରୀମଦ୍ ଭାଗବତମ୍ କହେ:\nଗୃହୀତ୍ୱାପୀନ୍ଦ୍ରିୟୈର୍ ଅର୍ଥାନ୍ ଯୋ ନ ଦ୍ୱେଷ୍ଟି ନ ହୃଷ୍ୟତି ।ବିଷ୍ଣୋର୍ ମାୟାମ୍ ଇଦଂ ପଶ୍ୟନ୍ ସ ବୈ ଭାଗବତୋତ୍ତମଃ (୧୧.୨,୪୮)\n“ଯେଉଁବ୍ୟକ୍ତି ଦିବ୍ୟ ଚେତନା ଯୁକ୍ତ ହୋଇ ସମସ୍ତ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁକୁ, ଭଗବାନଙ୍କର ଶକ୍ତି ଭାବରେ ଗ୍ରହଣ କରିଥାଏ, ସେଗୁଡ଼ିକ ପ୍ରତି ଆକର୍ଷିତ ହୁଏ ନାହିଁ କିମ୍ବା ସେସବୁର ତ୍ୟାଗ କରେ ନାହିଁ, ସେ ସର୍ବୋଚ୍ଚ ଭକ୍ତ ଅଟେ । ଅତଏବ, ଜଣେ ବାସ୍ତବିକ ଜ୍ଞାନୀ କର୍ମଯୋଗ ଏବଂ କର୍ମସନ୍ନ୍ୟାସ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖି ନ ଥାନ୍ତି । ତନ୍ମଧ୍ୟରୁ ଯେ କୌଣସି ଗୋଟିଏର ଅନୁସରଣ କରି ଉଭୟର ଫଳ ପ୍ରାପ୍ତ କରାଯାଇ ପାରେ ।"
},
{
"verseTitle": "Bhagavad Gita 5.5",
"verse": "5",
"chapter": 5,
"lang": "or",
"shloka": {
"speaker": "",
"sanskrit": "यत्साङ्ख्यैः प्राप्यते स्थानं तद्योगैरपि गम्यते।\n\nएकं सायं च योगं च यः पश्यति स पश्यति ॥5॥",
"text": "ଯତ୍ ସାଂଖ୍ୟୈଃ ପ୍ରାପ୍ୟତେ ସ୍ଥାନଂ ତଦ୍ୟୋଗୈରପି ଗମ୍ୟତେ ।\nଏକଂ ସାଂଖ୍ୟଂ ଚ ଯୋଗଂ ଚ ଯଃ ପଶ୍ୟତି ସ ପଶ୍ୟତି ।।୫।।",
"audioLink": "https://www.holy-bhagavad-gita.org/public/audio/005_005.mp3"
},
"wordMeanings": "ଯତ୍-ଯାହା; ସାଂଖୈଃ- କର୍ମ ସନ୍ୟାସ ଦ୍ୱାରା; ପ୍ରାପ୍ୟତେ - ପ୍ରାପ୍ତହୁଏ, ସ୍ଥାନଂ -ସ୍ଥାନ; ତତ୍-ତାହା; ଯୌଗୈଃ - କର୍ମ ଯୋଗରେ; ଅପି- ମଧ୍ୟ; ଗମ୍ୟତେ - ପ୍ରାପ୍ତ ହୁଏ; ଏକଂ- ଏକ; ସାଂଖ୍ୟ- କର୍ମ ସନ୍ୟାସ; ଚ-ଏବଂ; ଯୋଗଂ- କର୍ମଯୋଗ; ଚ-ଏବଂ; ଯଃ-ଯେ; ପଶ୍ୟତି -ଦେଖେ; ସଃ- ସେ; ପଶ୍ୟତି -ପ୍ରକୃତରେ ଦେଖେ ।",
"translation": {
"text": "କର୍ମ ସନ୍ନ୍ୟାସ ଦ୍ୱାରା ଯେଉଁ ଉଚ୍ଚ ସୋପାନ ପ୍ରାପ୍ତ ହୋଇଥାଏ, ଭକ୍ତିଯୁକ୍ତ କର୍ମ ଆଚରଣ ଦ୍ୱାରା ମଧ୍ୟ ତାହା ପ୍ରାପ୍ତ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି କର୍ମ ସନ୍ୟାସ ଓ କର୍ମ ଯୋଗକୁ ସମାନ ରୂପରେ ଦେଖିଥାଏ, ସେ ତତ୍ତ୍ୱକୁ ତା’ର ବାସ୍ତବ ସ୍ୱରୂପରେ ଦେଖିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.5.mp3"
]
},
"commentary": "ଅଧ୍ୟାତ୍ମିକ ସାଧନାରେ, ବାହ୍ୟ କ୍ରିୟା ଅପେକ୍ଷା, ମନୋଭାବକୁ ହିଁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଜଣେ ପବିତ୍ର ବୃନ୍ଦାବନ ଧାମରେ ରହି ମଧ୍ୟ ଯଦି କଲିକତାରେ ରସଗୋଲା ଖାଇବା କଥା ଚିନ୍ତା କରୁଥାନ୍ତି, ତେବେ ଧରାଯିବ ଯେ ସେ କଲିକତାରେ ରହିଛନ୍ତି । ଅନ୍ୟ ପକ୍ଷରେ ଯଦି ଜଣେ କଲିକତାର ହୋହଲ୍ଲା ମଧ୍ୟରେ ରହି ବୃନ୍ଦାବନର ଈଶ୍ୱରଙ୍କଠାରେ ମନ ଲଗାଇ ରଖନ୍ତି, ତା’ହେଲେ ସେ ବୃନ୍ଦାବନ ବାସର ଫଳ ପାଆନ୍ତି । ସମସ୍ତ ବେଦ ଶାସ୍ତ୍ର କହେ ଯେ, ଆମ ଚେତନାର ସ୍ତର ଆମ ମନର ସ୍ଥିତି ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ।\nମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟୋଃ (ପଞ୍ଚଦଶୀ)\n“ମନ ହିଁ ବନ୍ଧନର କାରଣ ଏବଂ ମନ ହିଁ ମୋକ୍ଷର କାରଣ ଅଟେ ।” ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଠିକ୍ ସେହି କଥା କହନ୍ତି:\nବନ୍ଧନ ଔର ମୋକ୍ଷ କା, କାରଣ ମନ ହିଁ ବଖାନ ।ୟାତେ କୌନିଉ ଭକ୍ତି କରୁ, କରୁ ମନ ତେ ହରିଧ୍ୟାନ । । (ଭକ୍ତିଶତକ, ଦୋହା.୧୯)\n“ବନ୍ଧନ ଓ ମୋକ୍ଷ ମନର ସ୍ଥିତି ଉପରେ ନିର୍ଭର କରିଥାଏ । ତେଣୁ ଯେପରି ଭାବରେ ଭକ୍ତି କଲେ ମଧ୍ୟ, ମନରେ ଭଗବାନଙ୍କର ଧ୍ୟାନ କରିବା ପରମ ଆବଶ୍ୟକ ଅଟେ ।”\nଯେଉଁମାନଙ୍କର ଦୃଷ୍ଟିକୋଣ ଆଧ୍ୟାତ୍ମିକ ନୁହେଁ, ସେମାନେ ବାହ୍ୟତଃ କର୍ମ ସନ୍ୟାସୀ ଏବଂ କର୍ମଯୋଗୀଙ୍କ ମଧ୍ୟରେ ଯେଉଁ ପାର୍ଥକ୍ୟ ଦେଖିଥାନ୍ତି, ତାହାକୁ ଆଧାର କରି କର୍ମସନ୍ୟାସୀଙ୍କୁ ଶ୍ରେଷ୍ଠ ବିବେଚିତ କରିଥାନ୍ତି, କାରଣ ସେମାନେ ତ୍ୟାଗ ପ୍ରଦର୍ଶନ କରିଥାଆନ୍ତି । କିନ୍ତୁ ଯେଉଁମାନେ ଜ୍ଞାନୀ, ସେମାନେ ଦେଖନ୍ତି ଯେ ଉଭୟ କର୍ମଯୋଗୀ ଓ କର୍ମ ସନ୍ନ୍ୟାସୀ ସେମାନଙ୍କର ମନକୁ ଭଗବାନଙ୍କଠାରେ ଲଗାଇ ରଖିଥାଆନ୍ତି, ତେଣୁ ଅନ୍ତରଙ୍ଗ ଚେତନାରେ ସେମାନେ ପରସ୍ପର ସମାନ ଅଟନ୍ତି ।"
},
{
"verseTitle": "Bhagavad Gita 5.6",
"verse": "6",
"chapter": 5,
"lang": "or",
"shloka": {
"speaker": "",
"sanskrit": "संन्यासस्तु महाबाहो दुःखमाप्तुमयोगतः ।\n\nयोगयुक्तो मुनिर्ब्रह्य नचिरेणाधिगच्छति ॥6॥",
"text": "ସଂନ୍ୟାସସସ୍ତୁ ମହାବାହୋ ଦୁଃଖମାପ୍ତୁମଯୋଗତଃ ।\nଯୋଗଯୁକ୍ତୋ ମୁନିର୍ବ୍ରହ୍ମ ନଚିରେଣାଧିଗଚ୍ଛତି ।।୬।।",
"audioLink": "https://www.holy-bhagavad-gita.org/public/audio/005_006.mp3"
},
"wordMeanings": "ସନ୍ୟାସଃ - ସନ୍ନ୍ୟାସ; ତୁ-କିନ୍ତୁ; ମହାବାହୋ - ହେ ମହାବାହୁ; ଦୁଃଖଂ - ଦୁଃଖ; ଆପ୍ତୁଂ -ଲାଭ କରିବା; ଅଯୋଗତଃ -ଭକ୍ତି ବିନା; ଯୋଗଯୁକ୍ତଃ- ଯେଉଁମାନେ କର୍ମଯୋଗରେ ସିଦ୍ଧ; ମୁନିଃ -ମୁନି; ବ୍ରହ୍ମ - ପରଂବ୍ରହ୍ମ; ନଚିରେଣ- ଅବିଳମ୍ବେ; ଅଧିଗଚ୍ଛତି-ପ୍ରାପ୍ତହୁଏ ।",
"translation": {
"text": "ଭକ୍ତିଯୁକ୍ତ କର୍ମ ନ କରି (କର୍ମଯୋଗ), ସମ୍ପୂର୍ଣ୍ଣ ତ୍ୟାଗ (କର୍ମ ସନ୍ୟାସ) ହାସଲ କରିବା କଷ୍ଟକର ଅଟେ; କିନ୍ତୁ ହେ ବୀର ଅର୍ଜୁନ! ଯେଉଁ ସନ୍ଥ କର୍ମଯୋଗରେ ପ୍ରବୀଣ, ସେ ଅତି ଶୀଘ୍ର ପରଂବ୍ରହ୍ମଙ୍କୁ ପ୍ରାପ୍ତ କରିଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.6.mp3"
]
},
"commentary": "ଜଣେ ଯୋଗୀ ହିମାଳୟର ଗୋଟିଏ ଗୁମ୍ଫାରେ ବାସ କରି ଭାବିପାରନ୍ତି ଯେ ସେ ସଂସାର ତ୍ୟାଗ କରିଛନ୍ତି, କିନ୍ତୁ ତାଙ୍କ ତ୍ୟାଗର ପରୀକ୍ଷା ସେତେବେଳେ ହୋଇଥାଏ ଯେତେବେଳେ ସେ ଏକ ସହରକୁ ଫେରିଆସନ୍ତି । ଉଦାହରଣ ସ୍ୱରୂପ, ଜଣେ ସାଧୁ ବାର ବର୍ଷ ଗରବାଲ୍ର ଏକ ଗୁମ୍ଫାରେ ତପସ୍ୟା କରିବା ପରେ କୁମ୍ଭ ମେଳାରେ ଯୋଗଦେବା ପାଇଁ ହରିଦ୍ୱାରକୁ ଆସିଲେ । ମେଳାର ଜନଗହଳିରେ ଆକସ୍ମିକ ଭାବରେ ଜଣଙ୍କର ଜୋତା ସାଧୁଙ୍କର ପାଦ ଉପରେ ପଡ଼ିଗଲା । ସାଧୁ କ୍ରୋଧାନ୍ୱିତ ହୋଇ ଚିତ୍କାର କରି ଉଠିଲେ, “ତୁମେ କ’ଣ ଅନ୍ଧ? ତୁମେ କେଉଁଆଡ଼େ ଯାଉଛ, ତାହା ଦେଖିପାରୁ ନାହଁ?”କ୍ରୋଧ ତାଙ୍କ ବୁଦ୍ଧିକୁ ଗ୍ରାସ କରିଗଲା, ସେଥିପାଇଁ ସେ ପରେ ଅନୁତାପ କଲେ, “ପର୍ବତ ଗୁହାରେ ତାଙ୍କର ବାର ବର୍ଷର ତପସ୍ୟା, ଗୋଟିଏ ଦିନ ସହରରେ ରହି ନଷ୍ଟ ହୋଇଗଲା!” ସଂସାର ହେଉଛି ସେହି ରଣଭୂମି, ଯେଉଁଠାରେ ଆମ ତ୍ୟାଗର ପରୀକ୍ଷା କରାଯାଇ ଥାଏ ।\nଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସଂସାରରେ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ, ଜଣେ ବ୍ୟକ୍ତି କାମ, କ୍ରୋଧ, ଲୋଭ ଇତ୍ୟାଦି କବଳରୁ ଧୀରେ ଧୀରେ ଉପରକୁ ଉଠିବାକୁ ଅଭ୍ୟାସ କରିବା ଉଚିତ । ତାହା ନ କରି ଯଦି ଜଣେ ବ୍ୟକ୍ତି ପ୍ରଥମରୁ ହିଁ କର୍ତ୍ତବ୍ୟକୁ ତ୍ୟାଗ କରିଦିଅନ୍ତି, ତେବେ ମନକୁ ଶୁଦ୍ଧ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ଏବଂ ଶୁଦ୍ଧ ମନ ବିନା ପ୍ରକୃତ ବୈରାଗ୍ୟ ପ୍ରାପ୍ତ କରିବା ସ୍ୱପ୍ନ ତୁଲ୍ୟ ଅଟେ ।\nସ୍ୱଭାବତଃ ଆମେ ସମସ୍ତେ କର୍ମ କରିବାରେ ପ୍ରବୃତ୍ତ ହୋଇଥାଏ । ଅର୍ଜୁନ ଜଣେ ଯୋଦ୍ଧା ଥିଲେ, ସେ ଯଦି ତାଙ୍କର କର୍ତ୍ତବ୍ୟ ତ୍ୟାଗ କରି ଜଙ୍ଗଲରେ ବାସ କରିଥାଆନ୍ତେ, ତେବେ ସେଠାରେ ମଧ୍ୟ ସେ ତାଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରନ୍ତେ । ସେ ହୁଏତ କେତେକ ଆଦିବାସୀଙ୍କୁ ଏକତ୍ରିତ କରି ନିଜକୁ ସେମାନଙ୍କର ରାଜା ଘୋଷିତ କରିଥାନ୍ତେ । ତେଣୁ କର୍ମ ତ୍ୟାଗ ନ କରି, ନିଜର ସ୍ୱାଭାବିକ ଗୁଣ ଓ ମେଧାକୁ ଭଗବାନଙ୍କ ସେବାରେ ଲଗାଇବା ଶ୍ରେୟସ୍କର ଅଟେ । ସେଥିପାଇଁ ଭଗବାନ ତାଙ୍କୁ ଉପଦେଶ ଦେଉଛନ୍ତି, “ଯୁଦ୍ଧ କର, କିନ୍ତୁ ସେଥିରେ ଗୋଟିଏ ପରିବର୍ତ୍ତନ କର । ପ୍ରଥମେ ତୁମେ ଗୋଟିଏ ରାଜ୍ୟକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଯୁଦ୍ଧ କ୍ଷେତ୍ରକୁ ଆସୁଥିଲ । ବର୍ତ୍ତମାନ ତୁମର ସେବା ନିଃସ୍ୱାର୍ଥପର ଭାବେ ଭଗବାନଙ୍କୁ ଅର୍ପଣ କର । ଏହି ଉପାୟରେ ସ୍ୱାଭାବିକ ଭାବରେ ତୁମେ ନିଜ ମନକୁ ଶୁଦ୍ଧ କରିପାରିବ ଏବଂ ଭିତର ମନରେ ତ୍ୟାଗୀ ହୋଇପାରିବ ।\nଗଛରେ ଫଳିଥିବା ଗୋଟିଏ କଞ୍ଚାଫଳ ଗଛର ଡାଳକୁ ଶକ୍ତ ଭାବରେ ଜାବୋଡି ଧରିଥାଏ ଏବଂ ଗଛରୁ ସମସ୍ତ ପୋଷଣ ପାଇଥାଏ । କିନ୍ତୁ ସେହି ଫଳଟି ଯେତେବେଳେ ପାଚିଯାଏ, ସେ ତାର ଆଶ୍ରୟଦାତା ଠାରୁ ସମ୍ପର୍କ ଛିନ୍ନ କରିଦିଏ । ସେହିପରି, ଭୌତିକ ଜଗତରୁ କର୍ମଯୋଗୀମାନେ ଯେଉଁ ଅନୁଭୂତି ଲାଭ କରଥାଆନ୍ତି, ତାହା ପ୍ରଜ୍ଞା ଭାବରେ ପରିପକ୍ୱ ହୋଇଥାଏ । ଯେପରି କଠିନ ପରିଶ୍ରମ କରିବା ଦ୍ୱାରା ନିଦ୍ରା ଗଭୀର ହୋଇଥାଏ, ସେହିପରି କର୍ମଯୋଗ ଦ୍ୱାରା ଯେଉଁମାନେ ମନକୁ ଶୁଦ୍ଧ କରିଥାନ୍ତି, ସେମାନଙ୍କର ଧ୍ୟାନ ଗଭୀର ହୋଇଥାଏ ।"
},
{
"verseTitle": "Bhagavad Gita 5.7",
"verse": "7",
"chapter": 5,
"lang": "or",
"shloka": {
"speaker": "",
"sanskrit": "योगयुक्तो विशुद्धात्मा विजितात्मा जितेन्द्रियः ।\n\nसर्वभूतात्मभूतात्मा कुर्वन्नपि न लिप्यते ॥7॥",
"text": "ଯୋଗଯୁକ୍ତୋ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ ।\nସର୍ବଭୂତାତ୍ମଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ ।।୭।।",
"audioLink": "https://www.holy-bhagavad-gita.org/public/audio/005_007.mp3"
},
"wordMeanings": "ଯୋଗଯୁକ୍ତ - କର୍ମଯୋଗରେ ଭଗବାନଙ୍କ ସହିତ ଯୁକ୍ତ; ବିଶୁଦ୍ଧ ଆତ୍ମା - ବିଶୁଦ୍ଧ ଆତ୍ମା; ବିଜିତ-ଆତ୍ମା- ଆତ୍ମଜୟୀ; ଜିତ-ଇନ୍ଦ୍ରିୟଃ - ଇନ୍ଦ୍ରିୟମାନଙ୍କୁ ଜୟ କରିଥିବା; ସର୍ବଭୂତ ଆତ୍ମଭୂତ-ଆତ୍ମା -ସବୁ ଜୀବଙ୍କ ଭିତରେ ପରମାତ୍ମାଙ୍କର ଦର୍ଶନ କରନ୍ତି; କୁର୍ବନ୍ ଅପି -ଯଦିଓ କର୍ମରତ; ନ-ନାହିଁ; ଲିପ୍ୟତେ -ବନ୍ଧନଯୁକ୍ତ ହୁଏ ।",
"translation": {
"text": "ଯେଉଁ କର୍ମଯୋଗୀମାନଙ୍କର ବୁଦ୍ଧି ବିଶୁଦ୍ଧ ଅଟେ ଏବଂ ଯିଏ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିିଥାଆନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମାର ଆତ୍ମା ପରମାତ୍ମାଙ୍କୁ ଦେଖିଥାନ୍ତି । ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ ସେମାନେ ସେଥିରେ ଛନ୍ଦି ହୁଅନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.7.mp3"
]
},
"commentary": "ବୈଦିକ ସାହିତ୍ୟରେ ଆତ୍ମା ଶବ୍ଦଟି ଅନେକ ଅର୍ଥରେ ବ୍ୟବହୃତ ହୋଇଥାଏ: ଭଗବାନ, ଆତ୍ମା, ମନ,ଏବଂ ବୁଦ୍ଧି । ଏହି ଶ୍ଲୋକଟି ଏହାର ସମସ୍ତ ବ୍ୟବହାର ଦର୍ଶାଇଥାଏ । ଶ୍ରୀକୃଷ୍ଣ କର୍ମଯୋଗୀଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ ସେମାନେ: ୧) ବିଶୁଦ୍ଧାତ୍ମା, ଶୁଦ୍ଧ ବୁଦ୍ଧିଯୁକ୍ତ, ୨) ବିଜିତାତ୍ମା, ଯିଏ ମନକୁ ଜୟ କରିଛି, ଏବଂ ୩) ଜିତେନ୍ଦ୍ରିୟ, ଇନ୍ଦ୍ରିୟଙ୍କୁ ବଶ କରିଥିବା ବ୍ୟକ୍ତି ଅଟନ୍ତି ।\nଏପରି ବିଶୁଦ୍ଧ ବୁଦ୍ଧିଯୁକ୍ତ କର୍ମଯୋଗୀମାନେ, ସମସ୍ତ ପ୍ରାଣୀଙ୍କଠାରେ ଭଗବାନଙ୍କର ଦର୍ଶନ କରନ୍ତି ଏବଂ ସମସ୍ତଙ୍କ ପ୍ରତି ଆସକ୍ତି ରହିତ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଆତ୍ମସମ୍ଭୋଗ ଇଚ୍ଛାରେ ଅଭିପ୍ରେରିତ ହୋଇ ନ ଥିବା ସେମାନଙ୍କର କର୍ମ, କ୍ରମଶଃ ସେମାନଙ୍କର ଜ୍ଞାନକୁ ପରିମାର୍ଜିତ କରିଥାଏ । କାମନାର ନିବୃତ୍ତି ସହିତ, ଇନ୍ଦ୍ରିୟ ସୁଖ ପାଇଁ ଲାଳାୟିତ ସେମାନଙ୍କର ଇନ୍ଦ୍ରିୟ, ମନ ଓ ବୁଦ୍ଧି ମଧ୍ୟ ସଂଯମିତ ହୋଇଯାଏ । ସେହି ସବୁ ଉପକରଣ ବର୍ତ୍ତମାନ ଭଗବାନଙ୍କର ସେବା ପାଇଁ ଉପଲବ୍ଧ ହୁଅନ୍ତି ଏବଂ ଭକ୍ତିଯୁକ୍ତ ସେବାର ପରିଣାମ ସ୍ୱରୂପ ଭିତରେ ଅନୁଭବାତ୍ମକ ଜ୍ଞାନର ଉଦୟ ହୋଇଥାଏ । ଏହିପରି ଭାବରେ,କର୍ମଯୋଗ ଦ୍ୱାରା ସ୍ୱାଭାବିକ ଭାବରେ ଜ୍ଞାନୋଦୟରେ କ୍ରମ ଅଭିବୃଦ୍ଧି ଘଟିଥାଏ; ତେଣୁ ଏହା କର୍ମ ସନ୍ନ୍ୟାସଠାରୁ ଭିନ୍ନ ନୁହେଁ ।"
},
{
"verseTitle": "Bhagavad Gita 5.8 – 5.9",
"verse": "8-9",
"chapter": 5,
"lang": "or",
"shloka": {
"speaker": "",
"sanskrit": "नैव किञ्चित्करोमीति युक्तो मन्येत तत्त्ववित्।\n\n पश्यञ्शृण्वन्स्पृशञ्जिघ्रन्नश्नन्गच्छन्स्वपश्वसन् ॥8॥\n\nप्रलपन्विसृजन्गृह्णन्नुन्मिषन्निमिषन्नपि । \n\nइन्द्रियाणीन्द्रियार्थेषु वर्तन्त इति धारयन् ॥9॥",
"text": "ନୈବ କିଞ୍ଚିତ୍ କରୋମୀତି ଯୁକ୍ତୋ ମନ୍ୟେତ ତତ୍ତ୍ୱବିତ୍ ।\nପଶ୍ୟଞ୍ଶୃଣ୍ୱନ୍ସ୍ପୃଶଞ୍ଜିଘ୍ରନ୍ନଶ୍ନନ୍ଗଚ୍ଛନ୍ସ୍ୱପଞ୍ଶ୍ୱସନ୍ ।।୮।।\n\nପ୍ରଳପନ୍ବିସୃଜନ୍ଗୃହ୍ଣନ୍ନୁନ୍ମିଷନ୍ନିମିଷନ୍ନପି ।\nଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଷୁ ବର୍ତନ୍ତ ଇତି ଧାରୟନ୍ ।।୯।।",
"audioLink": "https://www.holy-bhagavad-gita.org/public/audio/005_008-009.mp3"
},
"wordMeanings": "ନ-ନୁହେଁ; ଏବ-ନିଶ୍ଚିତଭାବେ; କିଂଚିତ୍ -କିଛି; କରୋମି -ମୁଁ କରେ; ଇତି- ଏହିପରି; ଯୁକ୍ତଃ - କର୍ମଯୋଗରେ ସ୍ଥିତ; ମନ୍ୟେତ-ଭାବେ; ତତ୍ତ୍ୱବିତ୍ - ଯିଏ ତତ୍ତ୍ୱକୁ ଜାଣିଥାଏ; ପଶ୍ୟନ୍ -ଦେଖି; ଶୃଣ୍ୱନ୍ -ଶ୍ରବଣକରି; ସ୍ପୃଶନ୍ -ସ୍ପର୍ଶକରି; ଜିଘ୍ରନ୍ -ଆଘ୍ରାଣକରି; ଅଶ୍ନନ୍ - ଭୋଜନ କରି; ଗଚ୍ଛନ୍ -ଗମନ କରି; ସ୍ୱପନ୍ -ସ୍ୱପ୍ନ ଦେଖି; ଶ୍ୱସନ୍ -ଶ୍ୱାସପ୍ରଶ୍ୱାସରେ; ପ୍ରଳପନ୍ -କଥା କହି; ବିସୃଜନ୍ -ତ୍ୟାଗକରି; ଗୃହ୍ଣନ୍ - ଗ୍ରହଣ କରି; ଉନ୍ମିଷନ୍ - ଖୋଲି; ନିମିଷନ୍ - ବନ୍ଦକରି; ଅପି- ଯଦିଓ; ଇନ୍ଦ୍ରିୟାଣି -ଇନ୍ଦ୍ରିୟମାନେ; ଇନ୍ଦ୍ରିୟ-ଅର୍ଥେଷୁ- ଇନ୍ଦ୍ରିୟ ବିଷୟରେ; ବର୍ତନ୍ତେ - ବିଚରଣ କରନ୍ତି; ଇତି -ଏହିପରି; ଧାରୟନ୍ - ବିଚାର କରି ।",
"translation": {
"text": "ଯେଉଁମାନେ କର୍ମ ଯୋଗରେ ସ୍ଥିତ ରହିଥାଆନ୍ତି, ସେମାନେ ଦେଖିବା, ଶୁଣିବା, ସ୍ପର୍ଶ କରିବା, ଶୁଙ୍ଘିବା, ଚାଲିବା, ଶୋଇବା, ଶ୍ୱାସପ୍ରଶ୍ୱାସ ନେବା, କଥା କହିବା, ମଳତ୍ୟାଗ କରିବା, ଧରିବା ପ୍ରଭୃତି କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବଦା “ମୁଁ କର୍ତ୍ତା ନୁହେଁ” ଏପରି ମନେ କରିଥାନ୍ତି । ଦିବ୍ୟ ଜ୍ଞାନର ଆଲୋକରେ ସେମାନେ ଦେଖିପାରନ୍ତି ଯେ ଏହି ସବୁ କ୍ରିୟା କେବଳ ଭୌତିକ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟ ବିଷୟରେ ବିଚରଣ କରିବାର ପରିଣାମ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-08.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.8.mp3",
"https://www.gitasupersite.iitk.ac.in/sites/default/files/audio/Purohit/5.9.mp3"
]
},
"commentary": "ଯେତେବେଳେ ଆମେ କିଛି ବଡ ଧରଣର ସଫଳତା ହାସଲ କରିଥାଏ, ତାହା ଆମ ନିଜର କରାମତି ଭାବି ଆମେ ଗର୍ବ ଅନୁଭବ କରିଥାଏ । ଏହି କତ୍ତୃତ୍ୱାଭିମାନ ଭୌତିକ ଚେତନାରୁ ଊର୍ଦ୍ଧ୍ୱକୁ ଉଠିବା ପଥରେ ମହାନ୍ ପ୍ରତିବନ୍ଧକ ସିଦ୍ଧ ହୋଇଥାଏ । କିନ୍ତୁ ଭଗବତ୍ ଚେତନା ଯୁକ୍ତ କର୍ମଯୋଗୀମାନେ ଏହି ବାଧାକୁ ସହଜରେ ଅତିକ୍ରମ କରିପାରନ୍ତି । ଶୁଦ୍ଧ ବୁଦ୍ଧି ଦ୍ୱାରା, ସେମାନେ ନିଜକୁ ଶରୀର ଠାରୁ ପୃଥକ ମନେ କରନ୍ତି, ତେଣୁ ଶାରୀରିକ କର୍ମକୁ ସେମାନେ ନିଜର କର୍ମ ମନେ କରନ୍ତି ନାହିଁ । ଶରୀର ଭଗବାନଙ୍କର ମାୟିକ ଶକ୍ତି ଦ୍ୱାରା ଗଠିତ, ସୁତରାଂ ଶାରୀରିକ ସମସ୍ତ କର୍ମର ଶ୍ରେୟ ସେମାନେ ଭଗବାନଙ୍କର ଶକ୍ତିକୁ ଦେଇଥାଆନ୍ତି । ଭିତରୁ ଯେହେତୁ ସେମାନେ ଭଗବାନଙ୍କର ଇଚ୍ଛା ପ୍ରତି ସମର୍ପିତ ଥାଆନ୍ତି, ସେମାନଙ୍କର ମନ-ବୁଦ୍ଧି ମଧ୍ୟ ଭଗବାନଙ୍କର ଦିବ୍ୟ ଇଚ୍ଛାରେ ପ୍ରେରିତ ହୋଇ କାର୍ଯ୍ୟ କରନ୍ତି । ସେଥିପାଇଁ ସେମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ସ୍ଥିର ହୋଇ ଯାଇଥାଏ ଯେ ସମସ୍ତ କର୍ମର କର୍ତ୍ତା ଭଗବାନ ଅଟନ୍ତି ।\nମହର୍ଷି ବଶିଷ୍ଠ ପ୍ରଭୁ ରାମଙ୍କୁ ଉପଦେଶ ଦେଇଥିଲେ:\nକର୍ତ୍ତା ବହିରକର୍ତ୍ତାନ୍ତର୍ଲୋକେ ବିହର ରାଘବ (ଯୋଗ ବଶିଷ୍ଠ)\n“ହେ ରାମ! ବାହ୍ୟ ରୂପରେ ନିଷ୍ଠାର ସହିତ କର୍ମ କର, କିନ୍ତୁ ଅଭ୍ୟନ୍ତରରେ ନିଜକୁ ଅକର୍ତ୍ତା ଏବଂ ଭଗବାନଙ୍କୁ ସମସ୍ତ କର୍ମର ମୁଖ୍ୟକର୍ତ୍ତା ରୂପେ ଦେଖିବାର ଅଭ୍ୟାସ କର । ଏପରି ଦିବ୍ୟ ଚେତନା ଯୁକ୍ତ ହୋଇ କର୍ମଯୋଗୀମାନେ ନିଜକୁ ଭଗବାନଙ୍କ ହାତର ଏକ ଯନ୍ତ୍ର ମନେ କରିଥାନ୍ତି । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏପରି ଚେତନାରେ କର୍ମ କରିବାର ଫଳ ବିଷୟରେ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 5.10",
"verse": "10",
"chapter": 5,
"lang": "or",
"shloka": {
"speaker": "",
"sanskrit": "ब्रह्मण्याधाय कर्माणि सऊं त्यक्त्वा करोति यः ।\n\nलिप्यते न स पापेन पद्मपत्रमिवाम्भसा ॥10॥",
"text": "ବ୍ରହ୍ମଣ୍ୟାଧାୟ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା କରୋତି ଯଃ ।\nଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିବାମ୍ଭସା ।।୧୦।।",
"audioLink": "https://www.holy-bhagavad-gita.org/public/audio/005_010.mp3"
},
"wordMeanings": "ବ୍ରହ୍ମଣି - ଭଗବାନ; ଆଧାୟ - ଅର୍ପଣ କରି; କର୍ମାଣି - ସମସ୍ତ କର୍ମ; ସଙ୍ଗଂ -ଆସକ୍ତି; ତ୍ୟକ୍ତ୍ୱା- ତ୍ୟାଗକରି; କରୋତି-କରେ; ଯଃ-ଯିଏ; ଲିପ୍ୟତେ - ଲିପ୍ତ ହୁଏ; ନ -ନାହିଁ; ସ -ସେ; ପାପେନ- ପାପରେ; ପଦ୍ମପତ୍ରଂ -ପଦ୍ମପତ୍ର; ଇବ-ପରି; ଅମ୍ଭସା - ଜଳରେ ।",
"translation": {
"text": "ଯେଉଁମାନେ ଆସକ୍ତି ରହିତ ହୋଇ ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଆନ୍ତି, ପଦ୍ମପତ୍ର ଜଳ ଦ୍ୱାରା ଅସ୍ପୃଶ୍ୟ ରହିବା ପରି, ପାପ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.10.mp3"
]
},
"commentary": "ଉଭୟ ହିନ୍ଦୁ ଏବଂ ବୌଦ୍ଧ ଶାସ୍ତ୍ର ମାନଙ୍କରେ ପଦ୍ମଫୁଲର ଅନେକ ଉପମା ଦିଆଯାଇଛି । ଭଗବାନଙ୍କ ଦିବ୍ୟ ଶରୀରର ବିଭିନ୍ନ ଅଙ୍ଗର ବର୍ଣ୍ଣନା କଲାବେଳେ ଏହି ଶବ୍ଦଟିକୁ ସମ୍ମାନସୂଚକ ଉପାଧି ଭାବରେ ପ୍ରୟୋଗ କରାଯାଇଥାଏ । ଚରଣ-କମଳ ଅର୍ଥ ‘ପଦ୍ମପରି ପାଦ’, କମଳେକ୍ଷଣ ଅର୍ଥ ‘ପଦ୍ମପରି ଚକ୍ଷୁ’, କର-କମଳ ଅର୍ଥ ‘ପଦ୍ମପରି ହସ୍ତ’ ଇତ୍ୟାଦି ।\nପଦ୍ମଫୁଲର ଅନ୍ୟ ଏକ ନାମ ହେଉଛି ପଙ୍କଜ, ଯାହାର ଅର୍ଥ ‘ପଙ୍କରୁ ଜାତ’ । ପଦ୍ମଫୁଲ ସରୋବରର ନିମ୍ନ ଦେଶରେ ଥିବା ପଙ୍କରୁ ଜନ୍ମ ହୁଏ, ତଥାପି ଏହା ଜଳ ଉପରକୁ ଆସି ସୂର୍ଯ୍ୟଙ୍କ ଅଭିମୁଖରେ ପ୍ରସ୍ଫୁଟିତ ହୋଇଥାଏ । ଆବର୍ଜନାରେ ଜାତ ହୋଇ ମଧ୍ୟ ଯିଏ ନିଜ ଶୁଦ୍ଧତାର ସୌନ୍ଦର୍ଯ୍ୟ ରକ୍ଷା କରିପାରନ୍ତି, ସେମାନଙ୍କ ପାଇଁ ସଂସ୍କୃତ ସାହିତ୍ୟରେ ଅନେକ ସମୟରେ ପଦ୍ମଫୁଲର ଉଦାହରଣ ଦିଆଯାଇଥାଏ ।\nପୁନଶ୍ଚ, ପଦ୍ମ ଲତାର ବଡ ବଡ଼ ପତ୍ର ଜଳର ଉପର ଭାଗରେ ଭାସମାନ ଅବସ୍ଥାରେ ରହିଥାଆନ୍ତି । ଭାରତର ଗାଁ-ଗହଳିରେ ପଦ୍ମପତ୍ର ଭୋଜନ ପାତ୍ର ଭାବରେ ବ୍ୟବହୃତ ହୋଇଥାଏ କାରଣ ଏହା ଜଳ ନିରୋଧକ ଅଟେ ଏବଂ ତରଳ ପଦାର୍ଥକୁ ଏହା ଶୋଷିନିଏ ନାହିଁ । ପଦ୍ମପତ୍ରର ବିଶେଷତ୍ୱ ଏହା ଯେ ଯଦିଓ ଏହାର ଜନ୍ମ, ବୃଦ୍ଧି ଏବଂ ପୋଷଣ ଜଳରେ ହୋଇଥାଏ, ତଥାପି ଏହା ଜଳ ଦ୍ୱାରା ଭିଜି ନ ଥାଏ । ପଦ୍ମପତ୍ର ଉପରେ ଜଳ ଢ଼ାଳିଲେ, ଏହାର ଉପର ଭାଗରେ ଥିବା ସୂକ୍ଷ୍ମ ଲୋମ ସାହାଯ୍ୟରେ ପାଣି ବାହାରକୁ ଚାଲିଯାଏ ।\nପଦ୍ମପତ୍ରର ସୁନ୍ଦର ଉପମା ଦେଇ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଏହା ସରୋବର ଉପରେ ଭାସୁଥିଲେ ମଧ୍ୟ ଜଳରେ ଭିଜି ନ ଥାଏ, ସେହିପରି କର୍ମଯୋଗୀମାନେ ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ପାପରେ ଲିପ୍ତ ହୁଅନ୍ତି ନାହିଁ କାରଣ ସେହି ସବୁ କର୍ମ ସେମାନେ ଦିବ୍ୟ ଚେତନା ଯୁକ୍ତ ହୋଇ କରିଥାନ୍ତି ।"
},
{
"verseTitle": "Bhagavad Gita 5.11",
"verse": "11",
"chapter": 5,
"lang": "or",
"shloka": {
"speaker": "",
"sanskrit": "कायेन मनसा बुद्धया केवलैरिन्द्रियैरपि ।\n\nयोगिनः कर्म कुर्वन्ति सङ्गं त्यक्त्वात्मशुद्धये ॥11॥",
"text": "କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି \nଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ ।।୧୧।।",
"audioLink": "https://www.holy-bhagavad-gita.org/public/audio/005_011.mp3"
},
"wordMeanings": "କାୟେନ - ଶରୀରରେ; ମନସା -ମନରେ; ବୁଦ୍ଧ୍ୟା - ବୁଦ୍ଧିବଳରେ; କେବଳୈଃ - କେବଳ; ଇନ୍ଦ୍ରିୟୈଃ - ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ; ଅପି - ଏପରିକି; ଯୋଗିନଃ- ଯୋଗୀମାନେ; କର୍ମ-କର୍ମ; କୁର୍ବନ୍ତି -କରନ୍ତି; ସଙ୍ଗଂ -ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗକରି; ଆତ୍ମ-ଆତ୍ମା; ଶୁଦ୍ଧୟେ - ଶୁଦ୍ଧିକରଣ ନିମନ୍ତେ ।",
"translation": {
"text": "ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.11.mp3"
]
},
"commentary": "ଯୋଗୀମାନେ ଏହା ହୃଦୟଙ୍ଗମ କରିଥାନ୍ତି ଯେ ଆନନ୍ଦ ପ୍ରାପ୍ତି ଉଦ୍ଦେଶ୍ୟରେ ଭୌତିକ କାମନା ଚରିତାର୍ଥ କରିବାର ଚେଷ୍ଟା, ମରୁଭୂମିରେ ମରିଚିକା ପଛରେ ଧାଇଁବା ସଦୃଶ ଅଟେ । ସେଥିପାଇଁ ସେମାନେ ନିଜର ସ୍ୱାର୍ଥଜନିତ କାମନା ତ୍ୟାଗ କରିବା ସହ ସମସ୍ତ କର୍ମ ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରିଥାନ୍ତି । କାରଣ କେବଳ ଭଗବାନ ହିଁ ଭୋକ୍ତାରଂ ଯଜ୍ଞ ତପସାମ୍ (ସମସ୍ତ କର୍ମର ଅନ୍ତିମ ଉପଭୋକ୍ତା) ଅଟନ୍ତି । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଏକ ଭିନ୍ନ ଦୃଷ୍ଟିକୋଣରୁ ସମର୍ପଣର ଉଦ୍ଦେଶ୍ୟ ନିରୂପଣ କରିଛନ୍ତି । ସେ କହୁଛନ୍ତି ଯେ, ସୁଜ୍ଞାନୀ ଯୋଗୀଗଣ ତାଙ୍କର ସମସ୍ତ କାର୍ଯ୍ୟ ଶୁଦ୍ଧିକରଣ ଉଦ୍ଦେଶ୍ୟରେ କରିଥାନ୍ତି । ତେଣୁ କର୍ମ ସବୁ ଭଗବାନଙ୍କୁ ଅର୍ପିତ ହୁଏ କିପରି?\nବାସ୍ତବରେ ଭଗବାନ ଆମ୍ଭମାନଙ୍କଠାରୁ କିଛି ଆବଶ୍ୟକ କରନ୍ତି ନାହିଁ । ସେ ସୃଷ୍ଟିର ପରମେଶ୍ୱର ଅଟନ୍ତି ଏବଂ ସେ ନିଜେ ସ୍ୱୟଂସମ୍ପୂର୍ଣ୍ଣ ତଥା ଅଟନ୍ତି । ଆମ୍ଭମାନଙ୍କ ପରି ଏକ କ୍ଷୁଦ୍ର ଜୀବ, ସର୍ବଶକ୍ତିମାନ ଭଗବାନଙ୍କୁ ଏପରି କେଉଁ ପଦାର୍ଥ ଦେଇ ପାରିବ, ଯାହା ତାଙ୍କ ପାଖରେ ନ ଥିବ? ତେଣୁ ଭଗବାନଙ୍କୁ କିଛି ଅର୍ପଣ କରିବାକୁ ଗଲାବେଳେ ଏପରି କହିବାର ଏକ ପ୍ରଥା ରହୀଛି, ତ୍ୱଦିୟଂ ବସ୍ତୁ ଗୋବିନ୍ଦ ତୁଭ୍ୟମେବ ସର୍ମପିତଂ, “ହେ ପ୍ରଭୁ, ତୁମରି ପଦାର୍ଥ ମୁଁ ତୁମକୁ ଅର୍ପଣ କରୁଛି ।” ଏହି ଭାବ ପ୍ରକଟ କରି ସନ୍ଥ ଯମୁନାଚାର୍ଯ୍ୟ କହୁଛନ୍ତି:\nମମ ନାଥ ଯଦ୍ ଅସ୍ତି ଯୋଽସ୍ମ୍ୟହଂ ସକଳମ୍ ତଦ୍ଧୀ ତବୈବ ମାଧବନିୟତ-ସ୍ୱମ୍ ଇତି ପ୍ରବୁଦ୍ଧ-ଧୈର୍ ଅଥ ବା କିଂ ନୁ ସମର୍ପୟାମି ତେ । (ଶ୍ରୀ ସ୍ତୋତ୍ର ରତ୍ନ, ୫୦)\nହେ ଭଗବାନ ବିଷ୍ଣୁ, ହେ ସୌଭାଗ୍ୟ ଦେବୀଙ୍କର ସ୍ୱାମୀ! ମୁଁ ଯେତେବେଳେ ଅଜ୍ଞ ଥିଲି, ସେତେବେଳେ ଭାବୁଥିଲି ଯେ, ମୁଁ ଆପଣଙ୍କୁ ଅନେକ ପଦାର୍ଥ ପ୍ରଦାନ କରିବି । ବର୍ତ୍ତମାନ ମୁଁ ଯେତେବେଳେ ଜ୍ଞାନପ୍ରାପ୍ତ କଲି, ଜାଣିପାରୁଛି ଯେ, ମୋର ଯାହାବି ଅଛି ସେ ସବୁ ପୂର୍ବରୁ ହିଁ ଆପଣଙ୍କର ଅଟେ । ତେଣୁ ମୁଁ କ’ଣ ବା ଆପଣଙ୍କୁ ଦେଇପାରିବି?\nକିନ୍ତୁ ଗୋଟିଏ କାର୍ଯ୍ୟ ଆମ ହାତରେ ଅଛି, ଯାହା ଭଗବାନଙ୍କ ହାତରେ ନାହିଁ, ତାହା ହେଉଛି ଅନ୍ତଃକରଣ (ମନ ଓ ବୁଦ୍ଧି) ଶୁଦ୍ଧି । ଭଗବାନଙ୍କର ଭକ୍ତି କରି ଆମେ ଯେତେବେଳେ ନିଜର ଅନ୍ତଃକରଣକୁ ଶୁଦ୍ଧ କରିନିଏ, ତାହା ଭଗବାନଙ୍କୁ ସର୍ବାଧିକ ସନ୍ତୁଷ୍ଟ କରିଥାଏ । ଏହା ହୃଦୟଙ୍ଗମ କରି, ମହାନ୍ ଯୋଗୀଗଣ ଅନ୍ତଃକରଣ ଶୁଦ୍ଧିକୁ ତାଙ୍କର ଚରମ ଲକ୍ଷ୍ୟ ଧାର୍ଯ୍ୟ କରିଥାଆନ୍ତି । ଏହା ସେମାନେ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ନ କରି ଭଗବତ୍ ପ୍ରୀତ୍ୟର୍ଥେ କରିଥାନ୍ତି ।\nଯୋଗୀମାନେ ବୁଝିପାରିଥାନ୍ତି ଯେ ନିଜର ଶୁଦ୍ଧ ହୃଦୟକୁ ଭଗବାନକୁ ଅର୍ପଣ କରିବା ସର୍ବଶ୍ରେଷ୍ଠ ଅର୍ପଣ ଅଟେ । ତେଣୁ ସେମାନେ ତାହା ହାସଲ କରିବାକୁ ଉଦ୍ୟମ କରିଥାନ୍ତି । ରାମାୟଣରେ ଏହି ସିଦ୍ଧାନ୍ତର ଏକ ସୁନ୍ଦର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ଯୁଦ୍ଧ ପୂର୍ବରୁ ଭଗବାନ ରାମ ଲକ୍ଷ୍ୟ କଲେ ସୁଗ୍ରୀବ ଭୟଭୀତ ହୋଇପଡ଼ିଛନ୍ତି । ତାଙ୍କୁ ଆଶ୍ୱାସନା ଦେବା ପାଇଁ ସେ କହିଲେ:\nପିଶାଚାନ୍ ଦାନବାନ୍ ଯକ୍ଷାନ୍ ପୃଥିବ୍ୟାଂ ଚୈବ ରାକ୍ଷସାନ୍ଅଙ୍ଗୁଗ୍ରେଣ ତାନ୍ହନ୍ୟା ମିଚ୍ଛନ୍ ହରୀ ଗଣେଶ୍ୱରଃ । (ବାଲ୍ମୀକି ରାମାୟଣ)\nଭଗବାନ ରାମ କହିଲେ, “ମୁଁ ପରଂବ୍ରହ୍ମ, ଯଦି କେବଳ ମୋ ବାମ ହସ୍ତର କନିଷ୍ଠ ଅଙ୍ଗୁଳିକୁ ଟିକିଏ ବଙ୍କା କରିଦେବି, ତେବେ ରାବଣ ଓ କୁମ୍ଭକର୍ଣ୍ଣଙ୍କ ସହିତ ସଂସାରର ସମସ୍ତ ରାକ୍ଷସ ମୃତ୍ୟୁ ବରଣ କରିବେ ।” ସୁଗ୍ରୀବ ଉତ୍ତର ଦେଲେ, “ଯଦି ତାହା ହୋଇଥାଏ, ହେ ପ୍ରଭୁ, ରାବଣକୁ ବଧ କରିବା ପାଇଁ, ଏତେ ବଡ଼ ସୈନ୍ୟ ବାହିନୀ ଏକତ୍ରିତ କରିବାର ଆବଶ୍ୟକତା କ’ଣ? ଭଗବାନ ଉତ୍ତର ଦେଲେ, “ଏହାର ଉଦ୍ଦେଶ୍ୟ କେବଳ ଆପଣମାନଙ୍କୁ ଭକ୍ତିଯୁକ୍ତ ସେବା କରି ନିଜ ହୃଦୟ ଶୁଦ୍ଧ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବା । ଆପଣମାନେ ଏପରି ଭାବିବା ଉଚିତ୍ ନୁହେଁ ଯେ ଏହି ରାକ୍ଷସ ମାନଙ୍କୁ ସଂହାର କରିବା ପାଇଁ ମୁଁ ଆପଣମାନଙ୍କର ସହାୟତା ଆବଶ୍ୟକ କରେ ।”\nଆମ୍ଭେମାନେ ହାସଲ କରୁଥିବା ଶୁଦ୍ଧତା ହିଁ ଆମର ସ୍ଥାୟୀ ସମ୍ପତ୍ତି ଅଟେ । ଏହା ହିଁ ଆମ ସହିତ ପରଜନ୍ମ ପର୍ଯ୍ୟନ୍ତ ଯାଇଥାଏ, ଅନ୍ୟ ସମସ୍ତ ଭୌତିକ ସମ୍ପତ୍ତି ଏହିଠାରେ ରହିଯାଏ । ଅନ୍ତିମ ନିର୍ଣ୍ଣୟରେ, କେତେ ମାତ୍ରାର ହୃଦୟର ଶୁଦ୍ଧତା ଆମେ ହାସଲ କରି ପାରିଛେ, ତା’ ଉପରେ ଆମ ଜୀବନର ସଫଳତା ବା ବିଫଳତା ନିର୍ଭର କରିଥାଏ । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଉଚ୍ଚକୋଟୀର ଯୋଗୀଗଣ ବିପରୀତ ପରିସ୍ଥିତିକୁ ସ୍ୱାଗତ କରିଥାନ୍ତି । ସେମାନେ ତାହାକୁ ନିଜ ହୃଦୟ ପବିତ୍ର କରିବାର ଏକ ସୁଯୋଗ ଭାବରେ ଦେଖିଥାନ୍ତି । ସନ୍ଥ ତୁଳସୀ ଦାସ କହନ୍ତି:\nନିନ୍ଦକ ନିୟରେ ରାଖିୟେ ଆଙ୍ଗନ କୁଟି ଛବାୟନିତ ସାବୁନ ପାନୀ ବିନା ନିର୍ମଲ କରେ ସୁଭାୟ ।\n“ତୁମେ ଯଦି ଅତି ଶୀଘ୍ର ନିଜର ହୃଦୟକୁ ନିର୍ମଳ କରିବାକୁ ଇଚ୍ଛା କରୁଥାଅ, ତେବେ ତୁମର ନିନ୍ଦାଗାନ କରୁଥିବା ବ୍ୟକ୍ତିର ସଂଗ କର । ତାଙ୍କର କଟୁବାକ୍ୟ ସହ୍ୟ କରି ତୁମ ହୃଦୟ ପାଣି ଓ ସାବୁନ ବିନା ନିର୍ମଳ ହୋଇଯିବ ।” ଅତଏବ, ଯେତେବେଳେ ଅନ୍ତଃକରଣ ଶୁଦ୍ଧି ଆମ ଜୀବନର ଚରମ ଲକ୍ଷ୍ୟ ହୋଇଯିବ, ପ୍ରତିକୂଳ ପରିସ୍ଥିତିକୁ ଆମେ ପ୍ରଗତି ପାଇଁ ଭଗବାନଙ୍କ ଦ୍ୱାରା ପ୍ରେରିତ ସୁଯୋଗ ଭାବରେ ସ୍ୱାଗତ କରିବା ଏବଂ ସଫଳ ଓ ବିଫଳତାରେ ସମଭାବାପନ୍ନ ରହିବା । ଭଗବାନଙ୍କର ସୁଖ ପାଇଁ କର୍ମ କରିବା ଦ୍ୱାରା ହୃଦୟ ଶୁଦ୍ଧ ହୋଇଥାଏ ଏବଂ ହୃଦୟ ଶୁଦ୍ଧ ହେବା ଫଳରେ ସ୍ୱାଭାବିକ ଭାବରେ ଆମର ସମସ୍ତ କର୍ମର ଫଳ ଭଗବାନଙ୍କୁ ଅର୍ପିତ ହୋଇଥାଏ ।"
},
{
"verseTitle": "Bhagavad Gita 5.12",
"verse": "12",
"chapter": 5,
"lang": "or",
"shloka": {
"speaker": "",
"sanskrit": "युक्तः कर्मफलं त्यक्त्वा शान्तिमाप्नोति नैष्ठिकीम् ।\n\nअयुक्तः कामकारेण फले सक्तो निबध्यते ॥12॥",
"text": "ଯୁକ୍ତ କର୍ମଫଳଂ ତ୍ୟକ୍ତ୍ୱା ଶାନ୍ତିମାପ୍ନୋତି ନୈଷ୍ଠିକୀମ୍ ।\nଅଯୁକ୍ତଃ କାମକାରେଣ ଫଳେ ସକ୍ତୋ ନିବଧ୍ୟତେ ।।୧୨।।",
"audioLink": "https://www.holy-bhagavad-gita.org/public/audio/005_012.mp3"
},
"wordMeanings": "ଯୁକ୍ତଃ - ଯହାର ଚେତନା ଭଗବାନଙ୍କ ସହିତ ସଂଯୁକ୍ତ; କର୍ମ-ଫଳଂ- କର୍ମଫଳ; ତ୍ୟକ୍ତ୍ୱା - ତ୍ୟାଗକରି; ଶାନ୍ତିଂ -ପୂର୍ଣ୍ଣଶାନ୍ତି; ଆପ୍ନୋତି -ପ୍ରାପ୍ତହୁଏ; ନୈଷ୍ଠିକୀମ୍ - ଚିରନ୍ତନ; ଅଯୁକ୍ତଃ- ଯାହାର ଚେତନା ଭଗବାନଙ୍କ ଠାରେ ସଂଯୁକ୍ତ ନୁହେଁ; କାମ-କାରେଣ - କାମନା ପ୍ରେରିତତ୍ତ; ଫଳେ -ଫଳରେ; ସକ୍ତଃ - ଆସକ୍ତ; ନିବଧ୍ୟତେ - ବାନ୍ଧି ହୋଇଯାଏ ।",
"translation": {
"text": "ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରି, କର୍ମଯୋଗୀମାନେ ଚିରନ୍ତନ ଶାନ୍ତି ପ୍ରାପ୍ତ କରିଥାନ୍ତି । ଅଥଚ ଯେଉଁମାନେ କାମନା ଦ୍ୱାରା ପ୍ରେରିତ ହୋଇ ନିଜ ସ୍ୱାର୍ଥ ପାଇଁ କର୍ମ କରନ୍ତି, ସେମାନେ କର୍ମଫଳରେ ଆସକ୍ତ ରହିଥିବା କାରଣରୁ ବନ୍ଧନକୁ ପ୍ରାପ୍ତ ହୋଇ ଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.12.mp3"
]
},
"commentary": "ଗୋଟିଏ ପ୍ରକାରର କର୍ମ କରି କିଛି ବ୍ୟକ୍ତି ଭୌତିକତାରେ ବାନ୍ଧି ହୋଇ ଯାଆନ୍ତି, ଅଥଚ ଅନ୍ୟମାନେ ଭୌତିକ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି - ଏପରି କାହିଁକି ହୁଏ? ଶ୍ରୀକୃଷ୍ଣ ଏହାର ଉତ୍ତର ଏହି ଶ୍ଲୋକରେ ଦେଇଛନ୍ତି । ଯେଉଁମାନଙ୍କର କର୍ମଫଳରେ ଆସକ୍ତି ନ ଥାଏ, କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ । କିନ୍ତୁ ଯେଉଁମାନେ ଫଳ ପାଇଁ ଲାଳାୟୀତ ତଥା ଭୌତିକ ସୁଖ ଉପଭୋଗ କରିବା ପାଇଁ ବ୍ୟାକୁଳ ରହନ୍ତି, ସେମାନେ କର୍ମର ପ୍ରତିକ୍ରିୟାରେ ଛନ୍ଦି ହୋଇଯାଆନ୍ତି ।\nଯୁକ୍ତ ଶବ୍ଦର ଅର୍ଥ ଚେତନା ସ୍ତରରେ ଭଗବାନଙ୍କ ସହିତ ସଂଯୁକ୍ତ । ଏହାର ଅର୍ଥ ଏପରି ମଧ୍ୟ କରାଯାଇ ପାରେ, “ଅନ୍ତଃକରଣ ଶୁଦ୍ଧି ବ୍ୟତିତ ଅନ୍ୟ କୌଣସି ଫଳରେ ଆଶା ନ ରଖିବା ।” ଯେଉଁ ବ୍ୟକ୍ତିମାନେ ଯୁକ୍ତ ଅଟନ୍ତି, ସେମାନେ ଫଳାସକ୍ତି ତ୍ୟାଗ କରି ଅନ୍ତଃକରଣ ଶୁଦ୍ଧି ନିମନ୍ତେ କର୍ମ କରନ୍ତି ଏବଂ ଅତିଶୀଘ୍ର ଭଗବତ୍ ଚେତନା ଲାଭ କରି ଚିରନ୍ତନ ସୁଖ ପ୍ରାପ୍ତ କରନ୍ତି ।\nଅନ୍ୟ ପକ୍ଷରେ, ଅଯୁକ୍ତ ଶବ୍ଦର ଅର୍ଥ “ଚେତନାରେ ଭଗବାନଙ୍କ ସହିତ ସଂଯୁକ୍ତ ନୁହେଁ”, ଅର୍ଥାତ୍ “ଆତ୍ମା ପାଇଁ କଲ୍ୟାଣକର ସିଦ୍ଧ ହେଉ ନ ଥିବା ପାର୍ଥିବ ସୁଖର କାମନା କରିବା ।” ଏପରି ବ୍ୟକ୍ତିମାନେ ଲାଳସାଯୁକ୍ତ ହୋଇ, କର୍ମଫଳର ଉତ୍କଟ ଇଚ୍ଛା ପୋଷଣ କରନ୍ତି । ଏପରି ଚେତନାରେ କରାଯାଉଥିବା କର୍ମର ପ୍ରତିକ୍ରିୟା ସ୍ୱରୂପ, ଅଯୁକ୍ତ ବ୍ୟକ୍ତିମାନେ ସଂସାର ବନ୍ଧନରେ ବା ଜନ୍ମ ମୃତ୍ୟୁର ଚକ୍ରରେ ବାନ୍ଧି ହୋଇଯାଆନ୍ତି ।"
},
{
"verseTitle": "Bhagavad Gita 5.13",
"verse": "13",
"chapter": 5,
"lang": "or",
"shloka": {
"speaker": "",
"sanskrit": "सर्वकर्माणि मनसा संन्यस्यास्ते सुखं वशी।\n\nनवद्वारे पुरे देही नैव कुर्वन्न कारयन् ॥13॥",
"text": "ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ ।\nନବଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ୍ ।।୧୩।।",
"audioLink": "https://www.holy-bhagavad-gita.org/public/audio/005_013.mp3"
},
"wordMeanings": "ସର୍ବ-ସମସ୍ତ; କର୍ମାଣି-କର୍ମ; ମନସା- ମନରେ; ସଂନ୍ୟସ୍ୟ-ତ୍ୟାଗକରି; ଆସ୍ତେ-ରହେ; ସୁଖଂ-ସୁଖରେ; ବଶୀ-ଆତ୍ମସଂଯତ; ନବଦ୍ୱାରେ- ନ’ଟି ଦ୍ୱାରଥିବା ସ୍ଥାନରେ; ପୁରେ-ନଗରରେ; ଦେହୀ-ଦେହୀ (ଆତ୍ମା); ନ- ନୁହେଁ; ଏବ-ନିଶ୍ଚିତ ଭାବେ; କୁର୍ବନ୍-ଯାହାକିଛି କରେ; ନ- ନାହିଁ; କାରୟନ୍- କରିବାର କାରଣ ହେବା ।",
"translation": {
"text": "ଶରୀରଧାରୀ ଜୀବ, ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି, ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.13.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ଶରୀରକୁ ଗୋଟିଏ ନବ ଦ୍ୱାର ବିଶିଷ୍ଟ ନଗର ସହିତ ତୁଳନା କରିଛନ୍ତି । ଆତ୍ମା ଏହି ନଗରର ରାଜା ସ୍ୱରୂପ ଅଟେ, ଯାହାର ପ୍ରଶାସନ ଅହଂକାର, ବୁଦ୍ଧି, ମନ, ଇନ୍ଦ୍ରିୟ ଓ ପ୍ରାଣ ଆଦି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୁଏ । ଶରୀର ଉପରେ ତା’ର ଶାସନ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିଥାଏ । କିନ୍ତୁ ସେହି ଶାସନ କାଳରେ ମଧ୍ୟ, ସିଦ୍ଧ ଯୋଗୀମାନେ ନିଜକୁ ଶରୀର ମନେ କରନ୍ତି ନାହିଁ କିମ୍ବା ନିଜକୁ ସେ ଶରୀରର ସ୍ୱାମୀ ମନେ କରନ୍ତି ନାହିଁ; ବରଂ ସେମାନେ ସେହିି ଶରୀରକୁ ଏବଂ ତା’ ଦ୍ୱାରା କରାଯାଉଥିବା କର୍ମକୁ ଭଗବାନଙ୍କର ମନେକରି ଥାଆନ୍ତି । ମନରୁ ସମସ୍ତ କର୍ମକୁ ତ୍ୟାଗ କରି, ଏହି ପ୍ରବୁଦ୍ଧ ଆତ୍ମାମାନେ ସୁଖରେ ଶରୀର ମଧ୍ୟରେ ବାସ କରିଥାଆନ୍ତି । ଏହାକୁ ସାକ୍ଷୀ ଭାବ ମଧ୍ୟ କୁହାଯାଇ ଥାଏ, ଯେଉଁ ଭାବରେ ବ୍ୟକ୍ତି ନିଜ ଚତୁଃପାଶ୍ୱର୍ରେ ଘଟୁଥିବା ସମସ୍ତ ଘଟଣାର ନୀରବ ଦ୍ରଷ୍ଟା ହୋଇଯାଏ ।\nଶ୍ୱେତାଶ୍ୱତର ଉପନିଷଦରେ ମଧ୍ୟ ଏହିପରି ଏକ ଶ୍ଳୋକ ରହିଛି:\nନବଦ୍ୱାରେ ପୁରେ ଦେହୀ ହଂସୋ ଲେଲାୟତେ ବହିଃ ।ବଶୀ ସର୍ବସ୍ୟ ଲୋକସ୍ୟ ସ୍ଥାବରସ୍ୟ ଚରସ୍ୟ ଚ । । (୩.୧୮)\n“ଶରୀରରେ ନଅଟି ଦ୍ୱାର ରହିଛି- ଦୁଇ ଆଖି, ଗୋଟିଏ ମୁହଁ, ଦୁଇ ନାସିକା, ଦୁଇ କାନ, ମଳଦ୍ୱାର ଓ ଯୌନାଙ୍ଗ । ଭୌତିକ ଚେତନାଯୁକ୍ତ ହୋଇ ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ନିଜକୁ ଏହି ନବଦ୍ୱାର ବିଶିଷ୍ଟ ନଗର ଭାବିନିଏ । ଏହି ଶରୀର ମଧ୍ୟରେ ପରମାତ୍ମା ମଧ୍ୟ ନିବାସ କରନ୍ତି, ଯିଏ ସଂସାରର ସମସ୍ତ ପ୍ରାଣୀଙ୍କର ନିୟନ୍ତ୍ରକ ଅଟନ୍ତି । ଆତ୍ମା ଯେତେବେଳେ ପରମାତ୍ମାଙ୍କ ସହିତ ସମ୍ବନ୍ଧିତ ହୋଇଯାଏ, ସେ ଶରୀରରେ ଥାଇ ମଧ୍ୟ ତାଙ୍କ ପରି ମୁକ୍ତ ହୋଇଯାଏ ।”\nଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଘୋଷଣା କଲେ ଯେ ଶରୀରଧାରୀ ଜୀବ କୌଣସି କାର୍ଯ୍ୟର କର୍ତ୍ତା ବା କାରଣ ନୁହେଁ । ଏଠାରେ ପ୍ରଶ୍ନ ଉଠେ, ତାହା ହେଲେ ଭଗବାନ କ’ଣ ସଂସାରର ସମସ୍ତ କାର୍ଯ୍ୟର ପ୍ରକୃତ କାରଣ ଅଟନ୍ତି? ପରବର୍ତ୍ତୀ ଶ୍ଲୋକରେ ଏହାର ଉତ୍ତର ଦିଆଯାଇଛି ।"
},
{
"verseTitle": "Bhagavad Gita 5.14",
"verse": "14",
"chapter": 5,
"lang": "or",
"shloka": {
"speaker": "",
"sanskrit": "न कर्तृत्वं न कर्माणि लोकस्य सृजति प्रभुः ।\n\nन कमर्फलसंयोगं स्वभावस्तु प्रवर्तते ॥14॥",
"text": "ନ କର୍ତୃତ୍ୱଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁଃ ।\nନ କର୍ମଫଳସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତତେ ।।୧୪।।",
"audioLink": "https://www.holy-bhagavad-gita.org/public/audio/005_014.mp3"
},
"wordMeanings": "ନ-ନୁହେଁ; କର୍ତୃତ୍ୱଂ - କର୍ତ୍ତାପଣ; ନ - ନୁହେଁ; କର୍ମାଣି - କର୍ମସବୁ; ଲୋକସ୍ୟ- ବ୍ୟକ୍ତିର; ସୃଜତି - ସୃଷ୍ଟିକରେ; ପ୍ରଭୁଃ - ଭଗବାନ; ନ-ନୁହେଁ; କର୍ମଫଳ -କର୍ମଫଳ; ସଂଯୋଗଂ -ସମ୍ବନ୍ଧ; ସ୍ୱଭାବଃ - ସ୍ୱଭାବତଃ; ତୁ-କିନ୍ତୁ; ପ୍ରବର୍ତତେ - କରାଯାଇ ଥାଏ ।",
"translation": {
"text": "ବ୍ୟକ୍ତିର କତ୍ତୃତ୍ୱ ବା କର୍ମ ଭଗବାନଙ୍କଠାରୁ ଆସି ନ ଥାଏ; ସେ କର୍ମର ଫଳ ସହିତ ବ୍ୟକ୍ତିକୁ ସଂଯୁକ୍ତ କରନ୍ତି ନାହିଁ । ବ୍ୟକ୍ତିର ତ୍ରିଗୁଣାତ୍ମକ ସ୍ୱଭାବ ଏସବୁ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.14.mp3"
]
},
"commentary": "ଏହି ଶ୍ଲୋକରେ, ପ୍ରଭୁ ଶବ୍ଦଟି ଭଗବାନଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥରେ ବ୍ୟବହାର କରାଯାଇଛି ଯେ ସେ ସଂସାରର ସ୍ୱାମୀ ଅଟନ୍ତି । ସେ ସର୍ବଶକ୍ତିମାନ ଅଟନ୍ତି ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରନ୍ତି । କିନ୍ତୁ ସଂସାରର ସବୁକିଛି କରି ମଧ୍ୟ ସେ ସେ ଅକର୍ତ୍ତା ରହନ୍ତି । ସେ ଆମ କର୍ମର ନିର୍ଦ୍ଦେଶକ ନୁହଁନ୍ତି କି କୌଣସି ଭଲ ବା ମନ୍ଦ କର୍ମ କରିବାକୁ ସେ ଆମକୁ ଆଦେଶ ଦିଅନ୍ତି ନାହିଁ । ସେ ଯଦି ଆମର ନିର୍ଦ୍ଦେଶକ ହୋଇଥାନ୍ତେ, ତେବେ ଭଲ ବା ମନ୍ଦ କର୍ମ ବିଷୟରେ କୌଣସି ଆଲୋଚନା କରିବାର କିଛି ଆବଶ୍ୟକତା ନ ଥା’ନ୍ତା । ସମସ୍ତ ଶାସ୍ତ୍ର ତିନୋଟି କ୍ଷୁଦ୍ର ବାକ୍ୟରେ ଶେଷ ହୋଇଯାଆନ୍ତା: “ହେ ଜୀବ! ତୁମ୍ଭମାନଙ୍କର ସମସ୍ତ କର୍ମର ନିର୍ଦ୍ଦେଶକ ମୁଁ ଅଟେ । ତେଣୁ ଭଲ କର୍ମ କ’ଣ ବା ମନ୍ଦ କର୍ମ କ’ଣ, ତାହା ଜାଣିବାର ଆବଶ୍ୟକତା ତୁମର ନାହିଁ । ମୋର ଯାହା ଇଚ୍ଛା, ମୁଁ ତାହା ତୁମ ଦ୍ୱାରା କରାଇବି ।”\nସେହିପରି ଆମର ଯେଉଁ କତ୍ତୃତ୍ୱାଭିମାନ ଥାଏ, ସେଥିପାଇଁ ଭଗବାନ ଦାୟୀ ନୁହଁନ୍ତି । ସେ ଯଦି ଜାଣିଶୁଣି ଆମ ଠାରେ କତ୍ତୃତ୍ୱାଭିମାନ ସୃଷ୍ଟି କରିଥାଆନ୍ତେ, ତେବେ ଆମର କୁକର୍ମ ପାଇଁ ଆମେ ତାଙ୍କୁ ନିନ୍ଦା କରିପାରନ୍ତେ । କିନ୍ତୁ ବାସ୍ତବରେ, ଜୀବ ଅଜ୍ଞାନ ବଶତଃ ସେହି କର୍ତ୍ତାପଣର ଅଭିମାନ ନିଜଠାରେ ଉତ୍ପନ୍ନ କରିଥାଏ । ଜୀବ ଯଦି ସେହି ଅଜ୍ଞାନରୁ ମୁକ୍ତ ହେବାକୁ ଇଚ୍ଛା କରେ, ତେବେ ଭଗବାନ କୃପାବଶତଃ ସେ ଦିଗରେ ତା’ର ସହାୟତା କରିଥାଆନ୍ତି ।\nସୁତରାଂ, କର୍ତ୍ତୃତ୍ୱଭିମାନ ତ୍ୟାଗ କରିବାର ଦାୟିତ୍ୱ ଜୀବର ଅଟେ । ଶରୀର ମାୟିକ ପ୍ରକୃତିର ତିନିଗୁଣ ଦ୍ୱାରା ଗଠିତ ଏବଂ ସମସ୍ତ କର୍ମ ସେହି ତ୍ରିଗୁଣାତ୍ମିକା ମାୟାର ଖେଳ ଅଟେ । କିନ୍ତୁ ଅଜ୍ଞାନବଶତଃ ଜୀବ ନିଜକୁ ଶରୀର ମନେ କରି କର୍ମର କର୍ତ୍ତା ହୋଇଯାଏ, ଯାହା ବାସ୍ତବରେ ମାୟାର ଗୁଣ ଦ୍ୱାରା ହୋଇଥାଏ । (ଶ୍ଲୋକ ୩:୨୭)"
},
{
"verseTitle": "Bhagavad Gita 5.15",
"verse": "15",
"chapter": 5,
"lang": "or",
"shloka": {
"speaker": "",
"sanskrit": "नादत्ते कस्यचित्पापं न चैव सुकृतं विभुः ।\n\nअज्ञानेनावृतं ज्ञानं तेन मुह्यन्ति जन्तवः ॥15॥",
"text": "ନାଦତ୍ତେ କସ୍ୟଚିତ୍ ପାପଂ ନ ଚୈବ ସୁକୃତଂ ବିଭୁଃ ।\nଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ ।।୧୫।।",
"audioLink": "https://www.holy-bhagavad-gita.org/public/audio/005_015.mp3"
},
"wordMeanings": "ନ-ନାହିଁ; ଆଦତ୍ତେ - ସ୍ୱୀକାର କରନ୍ତି; କସ୍ୟଚିତ୍ - କାହାର; ପାପଂ- ପାପ; ନ-ନାହିଁ; ଚ-ଏବଂ; ଏବ-ନିଶ୍ଚିତଭାବେ; ସୁକୃତଂ -ପୁଣ୍ୟ କର୍ମ; ବିଭୁଃ - ପରମେଶ୍ୱର; ଅଜ୍ଞାନେନ- ଅଜ୍ଞାନ ବା ଅବିଦ୍ୟାଦ୍ୱାରା; ଆବୃତଂ -ଆଚ୍ଛାଦିତ; ଜ୍ଞାନଂ-ଜ୍ଞାନ; ତେନ-ତଦ୍ୱାରା; ମୁହ୍ୟନ୍ତି - ବଶୀଭୂତ ହୁଅନ୍ତି; ଜନ୍ତବଃ -ଜୀବଗଣ ।",
"translation": {
"text": "ସର୍ବଶକ୍ତିମାନ ଭଗବାନ, କୌଣସି ବ୍ୟକ୍ତିର ପୁଣ୍ୟକର୍ମ ବ ପାପକର୍ମରେ ଅଂଶୀଦାର ହୁଅନ୍ତି ନାହିଁ । ଅଜ୍ଞାନରେ ଆବୃତ୍ତ ଜୀବର ଜ୍ଞାନ, ତାହା ବୁଝିପାରି ନ ଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.15.mp3"
]
},
"commentary": "ଭଗବାନ କୌଣସି ବ୍ୟକ୍ତିର ପୁଣ୍ୟ କର୍ମ ବା ପାପ କାର୍ଯ୍ୟ ପାଇଁ ଦାୟୀ ନୁହନ୍ତି । ସେ ଦିଗରେ ଭଗବାନଙ୍କର କାର୍ଯ୍ୟ ତିନି ପ୍ରକାର ଅଟେ: ୧. ସେ ଜୀବକୁ କର୍ମ କରିବାର ଶକ୍ତି ପ୍ରଦାନ କରନ୍ତି । ୨. ସେହି ଶକ୍ତି ଦ୍ୱାରା କର୍ମ କରିସାରିବା ପରେ, ସେ ଆମ କର୍ମର ହିସାବ ରଖନ୍ତି । ୩. ଆମ କର୍ମର ଫଳ ପ୍ରଦାନ କରନ୍ତି ।\nପ୍ରତ୍ୟେକ ଜୀବର ନିଜ ଇଚ୍ଛା ଅନୁସାରେ ଭଲ ବା ମନ୍ଦ କର୍ମ କରିବାର ସ୍ୱାଧୀନତା ରହିଛି । ସେହି ସ୍ୱତନ୍ତ୍ର ଇଚ୍ଛା ହିଁ ସୃଷ୍ଟିର ସମସ୍ତ ଖେଳର ଆଧାର ଅଟେ ଏବଂ ଜୀବର ଚେତନାରେ ପରିଲକ୍ଷିତ ହେଉଥିବା ପ୍ରଭେଦର କାରଣ ମଧ୍ୟ ତାହା ହିଁ ଅଟେ । ଭଗବାନଙ୍କର ଭୂମିକା କ୍ରିକେଟ୍ ଖେଳର ଅମ୍ପେୟାରଙ୍କ ପରି ଅଟେ । “ଚାରି ରନ୍!” “ଛଅ ରନ୍!” “ଆଉଟ୍” ଇତ୍ୟାଦିର ଫଳ ସେ ଦେଇ ଚାଲିଥାଆନ୍ତି । ଅମ୍ପେୟାର୍ଙ୍କୁ ତାଙ୍କର ନିଷ୍ପତ୍ତି ପାଇଁ ଦାୟୀ କରାଯାଇପାରିବ ନାହିଁ, କାରଣ ତାହା ଖେଳାଳିଙ୍କ ଖେଳ ଉପରେ ନିର୍ଭର କରିଥାଏ ।\nଜଣେ ପଚାରି ପାରନ୍ତି, ଭଗବାନ ଜୀବକୁ ଏହି ସ୍ୱତନ୍ତ୍ରତା କାହିଁକି ଦେଲେ । ଏହା ଏଥିପାଇଁ ଯେ ଜୀବ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ ଏବଂ ସ୍ୱଳ୍ପମାତ୍ରାରେ ହେଲେ ମଧ୍ୟ ଭଗବାନଙ୍କର ସବୁ ଗୁଣ ଜୀବଠାରେ ରହିଥାଏ । ଭଗବାନ ଅଭିଜ୍ଞ ସ୍ୱରାଟ୍ (ପୂର୍ଣ୍ଣ ସ୍ୱାଧୀନ) ଅଟନ୍ତି ଏବଂ କିଛି ପରିମାଣରେ ସେହି ସ୍ୱାଧୀନତା ଜୀବଠାରେ ରହିବା ସ୍ୱାଭାବିକ, ଯଦ୍ୱାରା ସେ ଯେପରି ଇଚ୍ଛା ନିଜ ଇନ୍ଦ୍ରିୟ, ମନ ଓ ବୁଦ୍ଧିର ଉପଯୋଗ ସେହିପରି କରିପାରିବ ।\nସ୍ୱତନ୍ତ୍ର ଇଚ୍ଛା ନ ଥିଲେ ପ୍ରେମ ମଧ୍ୟ କରାଯାଇ ପାରିବ ନାହିଁ । ଗୋଟିଏ ମେସିନ୍ କାହାକୁ ପ୍ରେମ କରିପାରିବ ନାହିଁ କାରଣ ତା’ର ବାଛବିଚାର କରିବାର ସ୍ୱାଧୀନତା ନ ଥାଏ । କେବଳ ଜଣେ ବ୍ୟକ୍ତି, ଯିଏ ବାଛବିଚାର କରିପାରନ୍ତି, ତାଙ୍କ ପାଇଁ ହିଁ ଭଲ ପାଇବାର ବିକଳ୍ପ ଥାଏ । ଯେହେତୁ ଭଗବାନ ତାଙ୍କୁ ଭଲ ପାଇବା ପାଇଁ ଆମକୁ ସୃଷ୍ଟି କରିଛନ୍ତି, ସେ ଆମକୁ ସେଥିପାଇଁ ସ୍ୱତନ୍ତ୍ର ଇଚ୍ଛା ମଧ୍ୟ ପ୍ରଦାନ କରିଛନ୍ତି । ସେହି ସ୍ୱାଧୀନ ଇଚ୍ଛାର ଉପଯୋଗ କରି ଆମେ ଯେଉଁ ଭଲ ବା ମନ୍ଦ କର୍ମ କରିଥାଏ, ସେଥିପାଇଁ ଆମେ ଭଗବାନଙ୍କୁ ଦାୟୀ କରିବା ଉଚିତ ନୁହେଁ ।\nଅଜ୍ଞାନବଶତଃ, କେତେକ ଜୀବ ଏହା ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ କର୍ମର ବାଛବିଚାର କରିବାରେ ସେମାନେ ସ୍ୱତନ୍ତ୍ର ଅଟନ୍ତି ଏବଂ ନିଜର ଭୁଲ ପାଇଁ ସେମାନେ ଭଗବାନଙ୍କୁ ଦାୟୀ କରନ୍ତି । ଅନ୍ୟମାନେ ଜାଣନ୍ତି ଯେ କର୍ମ କରିବାରେ ସେମାନେ ସ୍ୱତନ୍ତ୍ର ଅଟନ୍ତି, କିନ୍ତୁ ଶରୀର ସହିତ ତାଦାତ୍ମ୍ୟ କରି, ସେମାନେ କର୍ତ୍ତୃତ୍ୱାଭିମାନ ଯୁକ୍ତ ରହନ୍ତି । ଏହା ମଧ୍ୟ ଅଜ୍ଞାନତାର ଏକ ଲକ୍ଷଣ ଅଟେ । ଶ୍ରୀକୃଷ୍ଣ ଏହାପରେ ଏହି ଅଜ୍ଞାନତା କିପରି ଦୂର ହେବ ତାହା ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 5.16",
"verse": "16",
"chapter": 5,
"lang": "or",
"shloka": {
"speaker": "",
"sanskrit": "ज्ञानेन तु तदज्ञानं येषां नाशितमात्मनः।\n\nतेषामादित्यवज्ज्ञानं प्रकाशयति तत्परम् ॥16॥",
"text": "ଜ୍ଞାନେନ ତୁ ତଦଜ୍ଞାନଂ ଯେଷାଂ ନାଶିତମାତ୍ମନଃ ।\nତେଷାମାଦିତ୍ୟବଜ୍ଜ୍ଞାନଂ ପ୍ରକାଶୟତି ତତ୍ପରମ୍ ।।୧୬।।",
"audioLink": "https://www.holy-bhagavad-gita.org/public/audio/005_016.mp3"
},
"wordMeanings": "ଜ୍ଞାନେନ - ଜ୍ଞାନ ଦ୍ୱାରା; ତୁ-କିନ୍ତୁ; ତତ୍- ସେହି; ଅଜ୍ଞାନଂ -ଅଜ୍ଞାନ, ଅବିଦ୍ୟା; ଯେଷାଂ -ଯେଉଁମାନଙ୍କର; ନାଶିତମ୍- ନଷ୍ଟହୁଏ; ଆତ୍ମନଃ -ଆତ୍ମାର; ତେଷାମ୍ - ସେମାନଙ୍କର; ଆଦିତ୍ୟବତ୍ - ସୂର୍ଯ୍ୟ ପରି; ଜ୍ଞାନଂ -ଜ୍ଞାନ; ପ୍ରକାଶୟତି - ପ୍ରକାଶିତ ହୁଏ; ତତ୍ - ସେହି; ପରମ୍ -ପର ତତ୍ତ୍ୱ ।",
"translation": {
"text": "କିନ୍ତୁ ଯେଉଁମାନଙ୍କର ଆତ୍ମା ସମ୍ବନ୍ଧୀୟ ଅଜ୍ଞାନ ଦିବ୍ୟ ଜ୍ଞାନ ଦ୍ୱାରା ନଷ୍ଟ ହୋଇଥାଏ, ସେମାନଙ୍କଠାରେ ସେହି ଜ୍ଞାନ ପରତତ୍ତ୍ୱକୁ ପ୍ରକାଶିତ କରିଥାଏ, ଯେପରି ଦିବସରେ ସୂର୍ଯ୍ୟ ଦେବତା ସବୁକିଛିକୁ ଉଦ୍ଭାସିତ କରିଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.16.mp3"
]
},
"commentary": "ରାତ୍ରୀର ଅନ୍ଧକାର ଦୂର କରିବାରେ ସୂର୍ଯ୍ୟଙ୍କର ଶକ୍ତି ଅତୁଳନୀୟ ଅଟେ । ରାମାୟଣ କହେ:\nରାକାପତି ଷୋଡସ ଉଅହିଁ ତାରାଗଣ ସମୁଦାଇ,ସକଳ ଗିରିହ୍ନ ଦବ ଲାଇଅ ବିନୁ ରବି ରାତି ନ ଯାଇ ।\n“ଏକ ମେଘମୁକ୍ତ ରାତ୍ରିରେ ପୂର୍ଣ୍ଣିମାର ଚନ୍ଦ୍ର ଏବଂ ସମସ୍ତ ତାରାଗଣଙ୍କର ମିଳିତ ଆଲୋକରେ ମଧ୍ୟ ରାତ୍ରି ସମାପ୍ତ ହୁଏ ନାହିଁ, କିନ୍ତୁ ସୂର୍ଯ୍ୟ ଉଦୟ ହେବା ମାତ୍ରେ ରାତ୍ରି ଅତିଶୀଘ୍ର ଅପସାରିତ ହୋଇଥାଏ ।” ସୂର୍ଯ୍ୟର ଆଲୋକ ସମ୍ମୁଖରେ ଅନ୍ଧକାର ରହିପାରେ ନାହିଁ । ଅଜ୍ଞାନର ଅନ୍ଧକାରକୁ ଦୂର କରିବାରେ ଦିବ୍ୟ ଭଗବଦୀୟ ଜ୍ଞାନର ପ୍ରଭାବ ସେହିପରି ଅଟେ ।\nଅନ୍ଧକାର ଭ୍ରମ ଉତ୍ପନ୍ନ କରିଥାଏ । ସିନେମା ଗୃହର ଅନ୍ଧକାର ମଧ୍ୟରେ ପରଦା ଉପରେ ପଡୁଥିବା ଆଲୋକ ସତ୍ୟର ଭ୍ରମ ଉତ୍ପନ୍ନ କରିଥାଏ ଏବଂ ଲୋକମାନେ ତାହାକୁ ଦେଖିବାରେ ମଗ୍ନ ହୋଇଯାଆନ୍ତି । କିନ୍ତୁ ଯେତେବେଳେ ସିନେମା ଗୃହର ମୁଖ୍ୟ ଆଲୋକ ଜଳିଉଠେ, ସେତେବେଳେ ସେହି ଭ୍ରମ ଦୂର ହୋଇଯାଏ । ଲୋକମାନେ ତାଙ୍କ କଳ୍ପନା ଜଗତରୁ ବାହାରକୁ ଆସି ସଚେତନ ହୁଅନ୍ତି ଯେ ସେମାନେ କେବଳ ଏକ ଚଳଚ୍ଚିତ୍ର ଦେଖୁଥିଲେ । ସେହିପରି ଅଜ୍ଞାନର ଅନ୍ଧକାରରେ, ଆମେ ନିଜକୁ ଶରୀର ମନେ କରିବା ସହିତ କର୍ମର କର୍ତ୍ତା ଏବଂ ଭୋକ୍ତା ମନେ କରିଥାଏ । ଯେତେବେଳେ ଭଗବତ୍ ଜ୍ଞାନର ଉଜ୍ଜ୍ୱଳ ଆଲୋକ ଉଦ୍ଭାସିତ ହେବାରେ ଲାଗେ, ଭ୍ରମ ଅତି ଶୀଘ୍ର ଅପସାରିତ ହୋଇଯାଏ । ଆତ୍ମା ଜାଗ୍ରତ ହୋଇ, ଏହି ନବଦ୍ୱାର ବିଶିଷ୍ଟ ସହରରେ ରହିଥିଲେ ମଧ୍ୟ, ତାର ପ୍ରକୃତ ପରିଚୟ ଜାଣିପାରେ । ଭଗବାନଙ୍କର ମାୟିକ ଶକ୍ତି (ଅବିଦ୍ୟା ଶକ୍ତି) ଆତ୍ମାକୁ ଅନ୍ଧକାର ଦ୍ୱାରା ଆବୃତ କରିଦେଇଥିବା ଯୋଗୁଁ ଆତ୍ମା ଭ୍ରମରେ ପଡି ଯାଇଥାଏ । ଯେତେବେଳେ ଭଗବାନଙ୍କର ଦିବ୍ୟଶକ୍ତି (ବିଦ୍ୟାଶକ୍ତି) ତାହାକୁ ଜ୍ଞାନର ଆଲୋକରେ ଉଦ୍ଭାସିତ କରେ, ସେହି ଭ୍ରମ ଦୂର ହୋଇଯାଏ ।"
},
{
"verseTitle": "Bhagavad Gita 5.17",
"verse": "17",
"chapter": 5,
"lang": "or",
"shloka": {
"speaker": "",
"sanskrit": "तबुद्धयस्तदात्मानस्तन्निष्ठास्तत्परायणाः ।\n\nगच्छन्त्यपुनरावृत्तिं ज्ञाननिषूतकल्मषाः ॥17॥",
"text": "ତଦ୍ବୁଦ୍ଧୟସ୍ତଦାତ୍ମାନସ୍ତନ୍ନିଷ୍ଠାସ୍ତତ୍ପରାୟଣାଃ ।\nଗଚ୍ଛନ୍ତ୍ୟପୁନରାବୃତ୍ତିଂ ଜ୍ଞାନନିର୍ଧୂତକଳ୍ମଷାଃ ।।୧୭।।",
"audioLink": "https://www.holy-bhagavad-gita.org/public/audio/005_017.mp3"
},
"wordMeanings": "ତଦ୍ ବୁଦ୍ଧୟଃ- ଯାହାର ବୁଦ୍ଧି ଭଗବତ୍ ଅଭିମୁଖୀ ଅଟେ; ତଦ୍ ଆତ୍ମାନଃ- ଯାହାର ମନ କେବଳ ଭଗବାନଙ୍କ ଠାରେ ଲାଗି ରହିଥାଏ; ତତ୍-ନିଷ୍ଠାଃ- ଯାହାର ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ ରହିଥାଏ; ତତ୍-ପରାୟଣାଃ- ଯିଏ ଭଗବାନଙ୍କୁ ପରମ ଲକ୍ଷ୍ୟ ଭାବରେ ଗ୍ରହଣ କରିଥାଏ; ଗଚ୍ଛନ୍ତି- ଯା’ନ୍ତି; ଅପୁନଃ-ଆବୃତ୍ତିଂ- ମୁକ୍ତି; ଜ୍ଞାନ-ଜ୍ଞାନ; ନିର୍ଧୂତ-ଧୌତ; କଳ୍ମଷାଃ-କଳୁଷ, ପାପ ।",
"translation": {
"text": "ଯେଉଁମାନେ ନିଜର ବୁଦ୍ଧିକୁ ଭଗବାନଙ୍କ ଠାରେ ସ୍ଥିର ରଖନ୍ତି ଏବଂ ତାଙ୍କୁ ନିଜର ଚରମ ଲକ୍ଷ୍ୟ ମନେକରି ଦୃଢ଼ ବିଶ୍ୱାସର ସହିତ ଭଗବାନଙ୍କ ଧ୍ୟାନରେ ନିମଗ୍ନ ରହନ୍ତି, ସେମାନେ ଅତିଶୀଘ୍ର ସେହି ଅବସ୍ଥାରେ ପହଞ୍ôଚଥାନ୍ତି, ଯେଉଁଠାରୁ ସେମାନେ ଆଉ ଫେରି ଆସନ୍ତି ନାହିଁ । ତାଙ୍କର ପାପସବୁ ଜ୍ଞାନର ଆଲୋକରେ ଧୋଇ ହୋଇଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.17.mp3"
]
},
"commentary": "ଅଜ୍ଞାନ ଯେପରି ସଂସାରରେ ଜୀବକୁ କଷ୍ଟ ଦେଇଥାଏ ବା ଜନ୍ମ ମୃତ୍ୟୁର ଚିରନ୍ତନ ଚକ୍ରରେ ପକାଇଥାଏ, ଜ୍ଞାନର ସେହିପରି ଜୀବକୁ ମାୟିକ ବନ୍ଧନରୁ ମୁକ୍ତ କରିବାର ଶକ୍ତି ରହିଛି । ଏହିପରି ଜ୍ଞାନ ସର୍ବଦା ଭଗବାନଙ୍କର ଭକ୍ତି ସହ ପ୍ରାପ୍ତ ହୋଇଥାଏ । ଏହି ଶ୍ଲୋକରେ ଭଗବତ୍-ଚେତନା ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ଶବ୍ଦର ବ୍ୟବହାର କରାଯାଇଛି ।\nତଦ୍ବୁଦ୍ଧୟଃ ଅର୍ଥ ବୁଦ୍ଧିକୁ ଭଗବତ୍ ଅଭିମୁଖୀ କରିବା ।\nତଦାତ୍ମନଃ ଅର୍ଥ ଅନ୍ତଃକରଣକୁ (ମନ ଓ ବୁଦ୍ଧି) ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କଠାରେ ସଂଲଗ୍ନ ରଖିବା ।\nତନ୍ନିଷ୍ଠାଃ ଅର୍ଥ ବୁଦ୍ଧିର ଭଗବାନଙ୍କ ଠାରେ ଦୃଢ଼ ବିଶ୍ୱାସ ।\nତତ୍ପରାୟଣଃ ଅର୍ଥ ଭଗବାନଙ୍କୁ ଚରମ ଲକ୍ଷ୍ୟ ଓ ଆଶ୍ରୟ ରୂପେ ପ୍ରାପ୍ତ କରିବା ନିମନ୍ତେ ଚେଷ୍ଟାରତ ରହିବା ।\nବାସ୍ତବ ଜ୍ଞାନର ଲକ୍ଷଣ ଏହା ଯେ ଏହା ଭଗବାନଙ୍କ ପ୍ରତି ପ୍ରେମ ଉତ୍ପନ୍ନ କରାଏ । ଏହିପରି ପ୍ରେମରେ ଉଦ୍ବୁଦ୍ଧ ରହି ଭକ୍ତ ସର୍ବତ୍ର ତାଙ୍କୁ ଦେଖିଥାଏ ।"
},
{
"verseTitle": "Bhagavad Gita 5.18",
"verse": "18",
"chapter": 5,
"lang": "or",
"shloka": {
"speaker": "",
"sanskrit": "विद्याविनयसम्पन्ने ब्राह्मणे गवि हस्तिनि ।\n\nशुनि चैव श्वपाके च पण्डिताः समदर्शिनः ॥18॥",
"text": "ବିଦ୍ୟାବିନୟସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନି ।\nଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।।୧୮।।",
"audioLink": "https://www.holy-bhagavad-gita.org/public/audio/005_018.mp3"
},
"wordMeanings": "ବିଦ୍ୟା- ଜ୍ଞାନ; ବିନୟ -ବିନୟଭାବ; ସମ୍ପନ୍ନେ - ସମ୍ପନ୍ନ ହୋଇ; ବ୍ରାହ୍ମଣେ - ବ୍ରାହ୍ମଣଙ୍କଠାରେ; ଗବି -ଗାଭୀଠାରେ; ହସ୍ତିନି- ହାତୀଠାରେ, ଶୁନି- କୁକୁରଠାରେ; ଚ-ଏବଂ; ଏବ-ନିଶ୍ଚିତଭାବେ; ଶ୍ୱପାକେ- କୁକୁରମାଂସ ଭୋଜୀ ଚଣ୍ଡାଳଠାରେ; ଚ-ଏବଂ; ପଣ୍ଡିତାଃ - ଜ୍ଞାନୀମାନେ; ସମଦର୍ଶିନଃ - ସମାନ ଦୃଷ୍ଟିରେ ଦେଖନ୍ତି ।",
"translation": {
"text": "ଜଣେ ବାସ୍ତବିକ ଜ୍ଞାନୀ, ତାଙ୍କର ଦିବ୍ୟ ଜ୍ଞାନଯୁକ୍ତ ଚକ୍ଷୁରେ, ଜଣେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ମାଂସାହାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.18.mp3"
]
},
"commentary": "ଯେତେବେଳେ ଆମେ କୌଣସି ବସ୍ତୁକୁ ଜ୍ଞାନର ଦୃଷ୍ଟିକୋଣରୁ ଉପଲବ୍ଧି କରିଥାଉ, ତାହାକୁ ପ୍ରଜ୍ଞା ଚକ୍ଷୁ କୁହାଯାଏ, ଅର୍ଥାତ୍ “ଜ୍ଞାନର ଚକ୍ଷୁରେ” । ଶ୍ରୀକୃଷ୍ଣ ବିଦ୍ୟା ସମ୍ପନ୍ନେ ଶବ୍ଦ ସେହି ଅର୍ଥରେ ବ୍ୟବହାର କରିଛନ୍ତି, କିନ୍ତୁ ତା’ ସହିତ ସେ ବିନୟ ଶବ୍ଦ ମଧ୍ୟ ଯୋଡ଼ିଛନ୍ତି, ଅର୍ଥାତ୍ ଦିବ୍ୟ ଜ୍ଞାନ ବିନୟ ଭାବ ଉତ୍ପନ୍ନ କରିଥାଏ । କିନ୍ତୁ ସ୍ୱଳ୍ପ ପୁସ୍ତକଗତ ଜ୍ଞାନ ବିଦ୍ୱତ୍ତାର ଗର୍ବ ଉତ୍ପନ୍ନ କରିଥାଏ ।\nଦିବ୍ୟ ଜ୍ଞାନ ଆମକୁ ଯେଉଁ ଦୃଷ୍ଟି ପ୍ରଦାନ କରିଥାଏ, ତାହା କିପରି ଭାବରେ ଶାରୀରିକ ଦୃଷ୍ଟି ଠାରୁ ଭିନ୍ନ, ଏହି ଶ୍ଳୋକରେ ଶ୍ରୀକୃଷ୍ଣ ତାହା ଦର୍ଶାଇଛନ୍ତି । ସେହି ଜ୍ଞାନରେ ସମ୍ପନ୍ନ ହୋଇ, ଭକ୍ତ ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କର ଅଂଶ ଏବଂ ସେହି ଦୃଷ୍ଟିରୁ ଦିବ୍ୟଗୁଣଯୁକ୍ତ ଭାବରେ ଦେଖିଥାଆନ୍ତି । ଶ୍ରୀକୃଷ୍ଣ ଦେଇଥିବା ଉଦାହରଣ ସବୁ ପୂର୍ଣ୍ଣ ବିଷମତା ଯୁକ୍ତ ପ୍ରାଣୀ ମାନଙ୍କର ଅଟେ । ଜଣେ ବେଦଜ୍ଞ ବ୍ରାହ୍ମଣଙ୍କୁ ସମ୍ମାନ ଦିଆଯାଉଥିବା ସ୍ଥଳେ, ଜଣେ କୁକୁର ମାଂସଭୋଜୀକୁ ଘୃଣା କରାଯାଇଥାଏ । ଗାଈଠାରୁ ମନୁଷ୍ୟର ଖାଦ୍ୟ ରୂପେ ଦୁଗ୍ଧ ଦୋହନ କରାଯାଇଥାଏ, କିନ୍ତୁ କୁକୁର ଠାରୁ ନୁହେଁ । ହସ୍ତୀକୁ ଉତ୍ସବର ଶୋଭାଯାତ୍ରାରେ ବ୍ୟବହାର କରାଯାଏ, କିନ୍ତୁ ଗାଈ ବା କୁକୁରକୁ ନୁହେଁ । ଶାରୀରିକ ଦୃଷ୍ଟିକୋଣରୁ ମଧ୍ୟ ଏମାନଙ୍କ ମଧ୍ୟରେ ବହୁ ବିଷମତା ପରିଲକ୍ଷିତ ହୋଇଥାଏ । କିନ୍ତୁ ଦିବ୍ୟ ଜ୍ଞାନ ପ୍ରାପ୍ତ ଜଣେ ବାସ୍ତବିକ ଜ୍ଞାନୀ ସମସ୍ତଙ୍କୁ ଶାଶ୍ୱତ ଆତ୍ମା ରୂପରେ ଦେଖନ୍ତି, ତେଣୁ ସେମାନଙ୍କ ପ୍ରତି ସମଦର୍ଶୀ ଭାବ ପୋଷଣ କରନ୍ତି ।\nବ୍ରାହ୍ମଣମାନେ ଉଚ୍ଚଜାତି ବିଶିଷ୍ଟ ଏବଂ ଶୂଦ୍ରମାନେ ନୀଚ ଜାତିର - ଏହି ମତକୁ ବେଦ ସମର୍ଥନ କରେ ନାହିଁ । ଯଦିଓ ବ୍ରାହ୍ମଣମାନେ ପୂଜାଦି କର୍ମ କରିଥାନ୍ତି, କ୍ଷତ୍ରିୟମାନେ ସମାଜକୁ ଶାସନ କରିଥାନ୍ତି, ବୈଶ୍ୟମାନେ ବ୍ୟବସାୟ କରିଥାନ୍ତି ଏବଂ ଶୂଦ୍ରମାନେ ଶ୍ରମରେ ନିଯୁକ୍ତ ଥାନ୍ତି, ଜ୍ଞାନ ଦୃଷ୍ଟିରେ ସେମାନେ ସମସ୍ତେ ଚିରନ୍ତନ ଆତ୍ମା ଅଟନ୍ତି । ସେମାନେ ସମସ୍ତେ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି, ତେଣୁ ସମସ୍ତେ ସମାନ ଅଟନ୍ତି ।"
},
{
"verseTitle": "Bhagavad Gita 5.19",
"verse": "19",
"chapter": 5,
"lang": "or",
"shloka": {
"speaker": "",
"sanskrit": "इहैव तैर्जितः सर्गों येषां साम्ये स्थितं मनः ।\n\nनिर्दोषं हि समं ब्रह्म तस्माद् ब्रह्मणि ते स्थिताः ॥19॥",
"text": "ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ ।\nନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ ।।୧୯।।",
"audioLink": "https://www.holy-bhagavad-gita.org/public/audio/005_019.mp3"
},
"wordMeanings": "ଇହ ଏବ- ଏହି ଜୀବନରେ; ତୈଃ - ସେମାନଙ୍କ ଦ୍ୱାରା; ଜିତଃ - ବିଜିତ; ସର୍ଗଃ- ସୃଷ୍ଟି; ଯେଷାଂ - ଯେଉଁମାନଙ୍କର; ସାମ୍ୟେ - ସମଭାବରେ; ସ୍ଥିତଂ -ସ୍ଥିତ; ମନଃ -ମନ; ନିର୍ଦ୍ଦୋଷଂ - ନିର୍ଦ୍ଦୋଷ; ହି-ନିଶ୍ଚିତଭାବେ; ସମଂ -ସମ ଭାବରେ; ବ୍ରହ୍ମ -ବ୍ରହ୍ମ; ତସ୍ମାତ୍ - ତେଣୁ; ବ୍ରହ୍ମଣି- ପରମ ସତ୍ୟରେ; ତେ-ସେମାନେ; ସ୍ଥିତାଃ - ଅବସ୍ଥିତ ।",
"translation": {
"text": "ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି । ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.19.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ସାମ୍ୟେ ଶବ୍ଦକୁ, ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ପରି, ସମସ୍ତ ପ୍ରାଣୀଙ୍କ ପ୍ରତି ସମାନ ଦୃଷ୍ଟି ରଖୁଥିବା ବ୍ୟକ୍ତିଙ୍କ ପ୍ରତି ବ୍ୟବହାର କରିଛନ୍ତି । ପୁନଶ୍ଚ, ସମଦର୍ଶିତାର ଅର୍ଥ ମଧ୍ୟ ଏପରି ହୋଇପାରେ ଯେ ପସନ୍ଦ ଓ ଅପସନ୍ଦ, ସୁଖ ଓ ଦୁଃଖ, ଆନନ୍ଦ ଓ ଯନ୍ତ୍ରଣା ଇତ୍ୟାଦି ଦ୍ୱନ୍ଦ୍ୱର ଊର୍ଦ୍ଧ୍ୱକୁ ଉଠିବା । ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁମାନେ ଏପରି କରିବାକୁ ସକ୍ଷମ ହୁଅନ୍ତି, ସେମାନେ ସଂସାରର ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଆନ୍ତି ।\nଯେ ପର୍ଯ୍ୟନ୍ତ ଆମେ ନିଜକୁ ଶରୀର ମନେ କରୁଥିବା, ସେ ପର୍ଯ୍ୟନ୍ତ ଆମେ ସମଦର୍ଶିତା ହାସଲ କରିପାରିବା ନାହିଁ, କାରଣ ଆମେ ଶାରୀରିକ ସୁଖ ଓ ଦୁଃଖ ଅନୁସାରେ, ଆସକ୍ତି ଓ ବିରକ୍ତିର ଅନୁଭବ କରି ଚାଲିଥିବା । ମହାପୁରୁଷମାନେ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ ଥାନ୍ତି ଏବଂ ଭଗବାନଙ୍କଠାରେ ମନୋନିବେଶ କରି ସମସ୍ତ ସାଂସାରିକ ଆସକ୍ତିକୁ ପରିତ୍ୟାଗ କରିଦେଇ ଥାଆନ୍ତି । ରାମାୟଣ କହେ:\nସେବହିଁ ଲଖନୁ ସୀୟ ରଘୁବୀରହି, ଜିମି ଅବିବେକୀ ପୁରୁଷ ସରୀରହି ।\n“ଲକ୍ଷ୍ମଣ ପ୍ରଭୁ ରାମ ଓ ସୀତାଙ୍କର ଏପରି ସେବା କରୁଥିଲେ, ଯେପରି ଜଣେ ମୁର୍ଖବ୍ୟକ୍ତି ନିଜ ଶରୀରର ସେବା କରେ ।”\nଏହିପରି ଦିବ୍ୟ ଚେତନାରେ ଯେତେବେଳେ ବ୍ୟକ୍ତିର ମନ ସ୍ଥିତ ହୋଇଯାଏ, ସେ ଶାରୀରିକ ସୁଖ ଓ ଦୁଃଖ ଜନିତ ଆସକ୍ତିକୁ ଅତିକ୍ରମ କରି ସମଦର୍ଶୀ ସ୍ତରରେ ଉପନୀତ ହୋଇଯାଏ । ଏହି ସମଦର୍ଶିତା, ଯାହା ଶରୀରର ସ୍ୱାର୍ଥଯୁକ୍ତ କାମନାକୁ ପରିତ୍ୟାଗ କରିବା ଦ୍ୱାରା ଆସିଥାଏ, ତାହା ବ୍ୟକ୍ତିକୁ ଭଗବତ୍ ଗୁଣଯୁକ୍ତ କରିଥାଏ । ମହାଭାରତ କହେ: ଯୋ ନ କାମୟତେ କିଞ୍ôଚତ ବ୍ରହ୍ମ ଭୂୟାୟ କଳ୍ପତେ “ଯିଏ କାମନା ତ୍ୟାଗ କରିଦିଏ, ସେ ଭଗବାନଙ୍କ ପରି ହୋଇଯାଏ ।”"
},
{
"verseTitle": "Bhagavad Gita 5.20",
"verse": "20",
"chapter": 5,
"lang": "or",
"shloka": {
"speaker": "",
"sanskrit": "न प्रहृष्येत्प्रियं प्राप्य नोद्विजेत्प्राप्य चाप्रियम् ।\n\nस्थिरबुद्धिरसम्मूढो ब्रह्मविद् ब्रह्मणि स्थितः ॥20॥",
"text": "ନ ପ୍ରହୃଷ୍ୟେତ୍ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍ପ୍ରାପ୍ୟ ଚାପ୍ରିୟମ୍ ।\nସ୍ଥିରବୁଦ୍ଧିରସମ୍ମୂଢ଼ୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ ।।୨୦।।",
"audioLink": "https://www.holy-bhagavad-gita.org/public/audio/005_020.mp3"
},
"wordMeanings": "ନ-ହୁଏ ନାହିଁ; ପ୍ରହୃଷ୍ୟେତ୍ - ହର୍ଷିତ; ପ୍ରିୟଂ - ପ୍ରିୟ; ପ୍ରାପ୍ୟ - ପ୍ରାପ୍ତହୋଇ; ନ-ହୁଏ ନାହିଁ; ଉଦ୍ବିଜେତ୍ -ବିଚଳିତ; ପ୍ରାପ୍ୟ- ପ୍ରାପ୍ତହୋଇ; ଚ-ମଧ୍ୟ; ଅପ୍ରିୟମ୍ - ଅପ୍ରିୟ; ସ୍ଥିର-ବୁଦ୍ଧି - ସ୍ଥିର ବୁଦ୍ଧି; ଅସଂମୂଢ଼ଃ- ବିମୋହିତ ନୁହେଁ; ବ୍ରହ୍ମବିତ୍ -ଯିଏ ଭଗବାନଙ୍କୁ ବାସ୍ତବରେ ଜାଣନ୍ତି; ବ୍ରହ୍ମଣି - ଭଗବାନଙ୍କ ଠାରେ; ସ୍ଥିତଃ - ଅବସ୍ଥିତ ।",
"translation": {
"text": "ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁମାନଙ୍କର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍ବେଗଗ୍ରସ୍ତ ହୁଅନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.20.mp3"
]
},
"commentary": "ଶ୍ଲୋକର ଏହି ଅଂଶ - ସୁଖରେ ଉତ୍ଫୁଲ୍ଲିତ ନ ହେବା ଓ ଦୁଃଖରେ ପଶ୍ଚାତାପ ନ କରିବା - ବୌଦ୍ଧ ଧର୍ମ ଅନ୍ତର୍ଗତ ବିପାସ୍ସନା ଧ୍ୟାନ ବିଧିର ଚରମ ଆଦର୍ଶ ଅଟେ । ଏହି ଆଦର୍ଶରେ ଅଧିଷ୍ଠିତ ହେବା ପାଇଁ କଠୋର ଅଧ୍ୟବସାୟ କରିବାକୁ ପଡ଼ିଥାଏ ଏବଂ ଅନ୍ତତଃ ଏହା ସମଦର୍ଶିତା ଏବଂ ନିଷ୍କାମତାକୁ ପ୍ରାପ୍ତ ହୋଇଥାଏ । କିନ୍ତୁ ଭକ୍ତି କରିବାକୁ ଯାଇ ଆମେ ଯେତେବେଳେ ନିଜର ଇଚ୍ଛାକୁ ଭଗବାନଙ୍କ ଠାରେ ସମର୍ପିତ କରିଦେଇ ଥାଏ, ଆମେ ସ୍ୱାଭାବିକ ଭାବରେ ଏହି ସ୍ଥିତିରେ ଉପନୀତ ହୋଇଯାଏ । ଶ୍ଲୋକ ୫.୧୭ ଅନୁଯାୟୀ, ନିଜର ଇଚ୍ଛାକୁ ଈଶ୍ୱରଙ୍କ ଇଚ୍ଛାରେ ଯୁକ୍ତ କରିଦେଇ ଆମେ ଉଭୟ ସୁଖ ଓ ଦୁଃଖକୁ ଶାନ୍ତ ଚିତ୍ତରେ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଏ ।\nଗୋଟିଏ ସୁନ୍ଦର କାହାଣୀ ମାଧ୍ୟମରେ ଏହି ମନୋଭାବକୁ ବ୍ୟକ୍ତ କରାଯାଇ ପାରେ । ଥରେ ଗୋଟିଏ ଜଙ୍ଗଲୀ ଘୋଡ଼ା ଆକସ୍ମିକ ଭାବରେ ଜଣେ କୃଷକର କ୍ଷେତ ଭିତରକୁ ଚାଲି ଆସିଲା । ଲୋକମାନେ କୃଷକକୁ ତା’ର ସୌଭାଗ୍ୟ ପାଇଁ ଅଭିନନ୍ଦନ ଜଣାଇଲେ । କୃଷକ ଜଣକ କହିଲେ “ସୌଭାଗ୍ୟ କି ଦୁର୍ଭାଗ୍ୟ, କିଏ ଜଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛି ଦିନ ପରେ ଘୋଡ଼ାଟି ଜଙ୍ଗଲକୁ ପୁଣି ଫେରିଗଲା । ପଡ଼ୋଶୀ ମାନେ ତାଙ୍କର ଦୁର୍ଭାଗ୍ୟ ପ୍ରତି ସମବେଦନା ଜ୍ଞାପନ କଲେ । ପୁଣି କୃଷକ କହିଲେ “ଦୁର୍ଭାଗ୍ୟ ବା ସୌଭାଗ୍ୟ, କିଏ ଜାଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛି ଦିନ ଅତିବାହିତ ହେଲା ପରେ ଘୋଡ଼ାଟି ଅନ୍ୟ କୋଡ଼ିଏଟି ଘୋଡ଼ାଙ୍କ ସହିତ ଫେରି ଆସିଲା । ପୁଣି ଥରେ ଲୋକମାନେ କୃଷକକୁ ତା’ର ସୌଭାଗ୍ୟ ପାଇଁ ଅଭିନନ୍ଦନ ଜଣାଇଲେ । ସେ ବିଜ୍ଞତାର ସହିତ କହିଲେ, “ସୌଭାଗ୍ୟ କି ଦୁର୍ଭାଗ୍ୟ, କିଏ ଜାଣେ? ସବୁ ଭଗବାନଙ୍କର ଇଚ୍ଛା ।” କିଛିଦିନ ପରେ କୃଷକଙ୍କର ପୁତ୍ର ଗୋଟିଏ ଘୋଡ଼ା ଉପରେ ଚଢୁଥିବା ସମୟରେ ତାଙ୍କର ଗୋଡ଼ ଭାଙ୍ଗିଗଲା । ପଡ଼ୋଶୀମାନେ ସେଥିରେ ଦୁଃଖ ପ୍ରକାଶ କଲେ । ଜ୍ଞାନୀ ଚାଷୀଟି ଉତ୍ତର ଦେଲେ, “ସୁଖ ଓ ଦୁଃଖ, ଏହା କେବଳ ଭଗବାନଙ୍କ ଇଚ୍ଛା ।” ପୁୁଣି କିଛି ଦିନ ବିତିଯିବା ପରେ, ହଠାତ୍ ରାଜ୍ୟରେ ଯୁଦ୍ଧ ଘୋଷଣା ହେଲା । ସୈନ୍ୟ ବାହିନୀରେ ଭର୍ତ୍ତି କରିବା ପାଇଁ ରାଜାଙ୍କର ସୈନ୍ୟମାନେ ଗାଁ ଗାଁ ବୁଲି ଯୁବକମାନଙ୍କର ଅନୁସନ୍ଧାନ କରିବାରେ ଲାଗିଲେ । ସେମାନେ ଗ୍ରାମର ସବୁ ଯୁବକଙ୍କୁ ନେଇଗଲେ, କିନ୍ତୁ କୃଷକଙ୍କ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁଁ ତାକୁ ଛାଡ଼ି ଦିଆଗଲା ।\nଭଗବତ୍ ଜ୍ଞାନ ଆମକୁ ଏହା ବୋଧ କରାଏ ଯେ ଆମର ବାସ୍ତବ ସ୍ୱାର୍ଥ ଭଗବାନଙ୍କୁ ସୁୁଖ ଦେବାରେ ହିଁ ନିହିତ ରହିଛି । ଏହା ବୁଦ୍ଧିକୁ ଭଗବାନଙ୍କର ଇଚ୍ଛା ପ୍ରତି ସମର୍ପିତ କରାଇ ଥାଏ ଏବଂ ବ୍ୟକ୍ତିର ନିଜସ୍ୱ ଇଚ୍ଛା ଯେତେବେଳେ ଦିବ୍ୟ ଇଚ୍ଛାରେ ଯୁକ୍ତ ହୋଇଯାଏ, ସେତେବେଳେ ବ୍ୟକ୍ତି ସମଦର୍ଶିତାକୁ ପ୍ରାପ୍ତ ହୋଇ ସୁଖ ଓ ଦୁଃଖକୁ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଏ । ଏହା ଦିବ୍ୟ ସ୍ତରରେ ସ୍ଥିତ ବ୍ୟକ୍ତିଙ୍କର ଲକ୍ଷଣ ଅଟେ ।"
},
{
"verseTitle": "Bhagavad Gita 5.21",
"verse": "21",
"chapter": 5,
"lang": "or",
"shloka": {
"speaker": "",
"sanskrit": "बाह्यस्पर्शेष्वसक्तात्मा विन्दत्यात्मनि यत्सुखम् ।\n\nस ब्रह्मयोगयुक्तात्मा सुखमक्षयमश्नुते ॥21॥",
"text": "ବାହ୍ୟସ୍ପର୍ଶେଷ୍ୱସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତ୍ସୁଖଂ ।\nସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷୟମଶ୍ନୁତେ ।।୨୧।।",
"audioLink": "https://www.holy-bhagavad-gita.org/public/audio/005_021.mp3"
},
"wordMeanings": "ବାହ୍ୟ-ସ୍ପର୍ଶେଷୁ - ବାହ୍ୟ ଇନ୍ଦ୍ରିୟ-ସୁଖରେ; ଅସକ୍ତ ଆତ୍ମା- ଯିଏ ଆସକ୍ତ ନୁହେଁ; ବିନ୍ଦତି - ଉପଭୋଗ କରେ; ଆତ୍ମନି -ଆତ୍ମାରେ; ଯତ୍-ଯାହା; ସୁଖମ୍ -ସୁଖ; ସ -ସେ; ବ୍ରହ୍ମଯୋଗ-ଯୁକ୍ତ-ଆତ୍ମା -ଯେଉଁମାନେ ଯୋଗରେ ଭଗବାନଙ୍କ ସହିତ ଯୁକ୍ତ; ସୁଖମ୍-ସୁଖ; ଅକ୍ଷୟମ୍- ଅନନ୍ତ; ଅଶ୍ନୁତେ -ଅନୁଭବ କରେ ।",
"translation": {
"text": "ଯେଉଁମାନେ ବାହ୍ୟ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଅନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି, ସେମାନେ ଯୋଗ ଦ୍ୱାରା ଭଗବାନଙ୍କ ସହିତ ମିଳିତ ହୋଇ, ଚିରନ୍ତନ ସୁଖ ଲାଭ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.21.mp3"
]
},
"commentary": "ବୈଦିକ ଶାସ୍ତ୍ରସବୁ ଭଗବାନଙ୍କୁ ଅନନ୍ତ ଦିବ୍ୟ ଆନନ୍ଦର ସାଗର ଭାବରେ ବାରମ୍ବାର ବର୍ଣ୍ଣନା କରିଛନ୍ତି:\nଆନନ୍ଦୋ ବ୍ରହ୍ମେତି ବ୍ୟାଜନାତ୍ (ତୈତ୍ତିରୀୟ ଉପନିଷଦ ୩.୬)\n“ଭଗବାନଙ୍କୁ ଆନନ୍ଦ ଭାବରେ ଜାଣ ।”\nକେବଳାନୁଭବାନନ୍ଦ ସ୍ୱରୂପଃ ପରମେଶ୍ୱରଃ (ଭାଗବତମ୍ ୭.୬.୨୩)\n“ଭଗବାନଙ୍କ ଶରୀର ବିଶୁଦ୍ଧ ଆନନ୍ଦରେ ଗଠିତ ।”\nଆନନ୍ଦ ମାତ୍ର କର ପାଦ ମୁଖୋଦରାଦି (ପଦ୍ମ ପୁରାଣ)\n“ଭଗବାନଙ୍କର ହାତ, ପାଦ, ମୁଖ, ଉଦର ଇତ୍ୟାଦି ଆନନ୍ଦ ଦ୍ୱାରା ଗଠିତ ।”\nଯୋ ଆନନ୍ଦ ସିନ୍ଧୁ ସୁଖରାସୀ (ରାମାୟଣ)\n“ଭଗବାନ ଆନନ୍ଦ ଓ ସୁଖର ସାଗର ଅଟନ୍ତି ।”\nଶାସ୍ତ୍ରମାନଙ୍କର ଏହି ସବୁ ମନ୍ତ୍ର ଏବଂ ଶ୍ଲୋକ ଗୁଡ଼ିକ ସିଦ୍ଧ କରିଥାଏ ଯେ ଦିବ୍ୟ ଆନନ୍ଦ ଭଗବାନଙ୍କ ବ୍ୟକ୍ତିତ୍ୱର ଗୁଣ ଅଟେ । ଯେଉଁ ଯୋଗୀ, ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ଭଗବାନଙ୍କ ସହିତ ସଂଲଗ୍ନ ରଖିଥାଆନ୍ତି, ସେ ଅନ୍ତରସ୍ଥ ପରମାତ୍ମାଙ୍କର ଅନନ୍ତ ଆନନ୍ଦ ଅନୁଭବ କରିବାରେ ଲାଗିଯାଆନ୍ତି ।"
},
{
"verseTitle": "Bhagavad Gita 5.22",
"verse": "22",
"chapter": 5,
"lang": "or",
"shloka": {
"speaker": "",
"sanskrit": "ये हि संस्पर्शजा भोगा दुःखयोनय एव ते ।\n\nआद्यन्तवन्तः कौन्तेय न तेषु रमते बुधः ॥22॥",
"text": "ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏବ ତେ ।\nଆଦ୍ୟନ୍ତବନ୍ତଃ କୌନ୍ତେୟ ନ ତେଷୁ ରମତେ ବୁଧଃ ।।୨୨।।",
"audioLink": "https://www.holy-bhagavad-gita.org/public/audio/005_022.mp3"
},
"wordMeanings": "ଯେ-ଯେଉଁମାନେ; ହି - ନିଶ୍ଚିତଭାବେ; ସଂସ୍ପର୍ଶଜାଃ - ଇନ୍ଦ୍ରିୟ ସଂସ୍ପର୍ଶଦ୍ୱାରା ଜାତ; ଭୋଗାଃ - ସୁଖ; ଦୁଃଖ-ଦୁଃଖର; ଯୋନୟଃ -ମୂଳ;ଏବ -ନିଶ୍ଚିତଭାବେ; ତେ- ସେମାନେ; ଆଦି ଅନ୍ତବନ୍ତଃ - ଯାହାର ଆରମ୍ଭ ଏବଂ ଶେଷ ଥାଏ; କୌନ୍ତେୟ - ହେ କୁନ୍ତିପୁତ୍ର; ନ -କେବେ ନୁହେଁ; ତେଷୁ - ସେଗୁଡ଼ିକରେ; ରମତେ - ଆନନ୍ଦିତ ହୁଏ; ବୁଧଃ - ବୁଦ୍ଧିମାନ ବ୍ୟକ୍ତି ।",
"translation": {
"text": "ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସଂସ୍ପର୍ଶରେ ଉପୁଜୁଥିବା ସୁଖ, ଭୌତିକ ଚେତନାଯୁକ୍ତ ବ୍ୟକ୍ତିଙ୍କୁ ସୁଖଦାୟକ ମନେ ହେଉଥିଲେ ମଧ୍ୟ, ବାସ୍ତବରେ ସେ ସବୁ ଦୁଃଖର ଉତ୍ସ ଅଟନ୍ତି । ହେ କୁନ୍ତିପୁତ୍ର! ଏପରି ସୁଖର ଆରମ୍ଭ ଏବଂ ଅନ୍ତ ମଧ୍ୟ ରହିଛି । ତେଣୁ ଜ୍ଞାନୀମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.22.mp3"
]
},
"commentary": "ଇନ୍ଦ୍ରିୟମାନେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କର ସଂସ୍ପର୍ଶରେ ଆସି ସୁଖର ଅନୁଭୂତି କରାଇଥାନ୍ତି । ମନ, ଯାହାକୁ ଷଷ୍ଠ ଇନ୍ଦ୍ରିୟ ମଧ୍ୟ କୁହାଯାଏ, ସମ୍ମାନ, ପ୍ରଶଂସା, ପରିସ୍ଥିତି, ସଫଳତା ଇତ୍ୟାଦିରୁ ସୁଖ ଅନୁଭବ କରିଥାଏ । ଦେହ ଓ ମନର ଏହି ସୁଖାନୁଭୂତିକୁ ଭୋଗ (ଭୌତିକ ଆନନ୍ଦ) କୁହାଯାଏ । ଏହିସବୁ ସାଂସାରିକ ସୁଖ ନିମ୍ନଲିଖିତ କାରଣ ଯୋଗୁଁ, ଆତ୍ମାକୁ ସନ୍ତୁଷ୍ଟ କରିପାରନ୍ତି ନାହିଁ:\n୧. ସାଂସାରିକ ସୁଖର ମାତ୍ରା ସୀମିତ ଅଟେ, ତେଣୁ ସେଥିରେ ଅସମ୍ପୂର୍ଣ୍ଣତାର ଭାବ ଅନ୍ତର୍ନିହିତ ଥାଏ । ଜଣେ ବ୍ୟକ୍ତି କୋଟିପତି ହେଲେ ଆନନ୍ଦିତ ହୋଇପାରନ୍ତି, କିନ୍ତୁ ଜଣେ ଅରବପତିକୁ ଦେଖି ଅସନ୍ତୁଷ୍ଟ ହୋଇ ଚିନ୍ତାକରନ୍ତି, “ଯଦି ମୋ ପାଖରେ ବି ଏକ ଅରବ ଥାନ୍ତା, ତେବେ ମୁଁ ମଧ୍ୟ ସୁଖୀ ହୋଇପାରନ୍ତି ।” ଅପର ପକ୍ଷରେ, ଭଗବାନଙ୍କର ଆନନ୍ଦ ଅସୀମ ଅଟେ, ତେଣୁ ଏହା ପୂର୍ଣ୍ଣ ସନ୍ତୋଷ ଦେଇଥାଏ ।\n୨.ସାଂସାରିକ ସୁଖ କ୍ଷଣସ୍ଥାୟୀ । ଥରେ ସମାପ୍ତ ହୋଇଗଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଦୁଃଖର ଅନୁଭୂତି କରାଇଥାଏ । ଉଦାହରଣ ସ୍ୱରୂପ, ଜଣେ ମଦ୍ୟପ ରାତ୍ରିରେ ମଦ୍ୟପାନର ଆନନ୍ଦ ଉଠାଇଥାଏ, କିନ୍ତୁ ପ୍ରଭାତରେ ତା’ର ପ୍ରଭାବରେ ସେ ତୀବ୍ର ମୁଣ୍ଡବ୍ୟଥା ଅନୁଭବ କରିଥାଏ । କିନ୍ତୁ ଭଗବାନଙ୍କର ଆନନ୍ଦ ନିତ୍ୟ ଅଟେ, ଥରେ ପ୍ରାପ୍ତ ହେଲେ ତାହା ଚିରନ୍ତନ ହୋଇଯାଏ ।\n୩.ସାଂସାରିକ ସୁଖ ଜଡ଼ ଅଟେ ଏବଂ ତାହା କ୍ରମାଗତ ଭାବେ କ୍ଷୟ ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଗୋଟିଏ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଚଳଚିତ୍ରକୁ ପ୍ରଥମ ଥର ପାଇଁ ଦେଖନ୍ତି, ସେ ବିଭୋର ହୋଇଯାଆନ୍ତି । କିନ୍ତୁ ତାଙ୍କୁ ଯଦି କୌଣସି ବନ୍ଧୁଙ୍କ ସହିତ ସେହି ଚଳଚିତ୍ରକୁ ଦ୍ୱିତୀୟ ଥର ଦେଖିବାକୁ ପଡ଼େ, ତାଙ୍କର ଆନନ୍ଦ ହ୍ରାସ ପାଇଥାଏ ଏବଂ ଯଦି ଦ୍ୱିତୀୟ ବନ୍ଧୁ ତାଙ୍କୁ ସେହି ଚଳଚିତ୍ର ତୃତୀୟ ଥର ପାଇଁ ଦେଖିବାକୁ ଜିଦ୍ କରନ୍ତି, ତେବେ ସେ କୁହନ୍ତି, “ମୋତେ ଅନ୍ୟ କୌଣସି ଶାସ୍ତି ଦେଇଦିଅ, କିନ୍ତୁ ସେହି ଚଳଚିତ୍ରକୁ ପୁଣି ଥରେ ଦେଖିବାକୁ କୁହ ନାହିଁ ।” ମାୟିକ ବସ୍ତୁର ସୁଖ ସର୍ବଦା କ୍ଷୀଣ ହେବାରେ ଲାଗିଥାଏ । ଅର୍ଥଶାସ୍ତ୍ରରେ ଏହାର ପରିଭାଷା “ହ୍ରାସମାନ ଉପଯୋଗୀତାର ନିୟମ” ଭାବେ କରାଯାଇ ଥାଏ । କିନ୍ତୁ ଭଗବାନଙ୍କର ଆନନ୍ଦ ଚୈତନ୍ୟ ଅଟେ; ଏହା ସତ୍-ଚିତ୍-ଆନନ୍ଦ ଅଟେ । ସେଥିପାଇଁ ଜଣେ ଦିନସାରା ସେହି ଗୋଟିଏ ଦିବ୍ୟନାମ ଜପ କଲେ ମଧ୍ୟ, ନିତ୍ୟ-ନୂତନ ଭକ୍ତିମୟ ସନ୍ତୋଷ ଅନୁଭବ କରିଥାଏ ।\nସୁସ୍ୱାଦୁ ମିଷ୍ଟାନ୍ନର ରସାସ୍ୱାଦନ କରୁଥିବା ଜଣେ ବିଚାରଶୀଳ ବ୍ୟକ୍ତି ତାହାକୁ ପରିତ୍ୟାଗ କରି କାଦୁଅ ଭକ୍ଷଣ କରିବାକୁ କେବେ ବି ରାଜି ହେବେ ନାହିଁ । ସେହିପରି ଯେତେବେଳେ ଜଣେ ବ୍ୟକ୍ତି ଦିବ୍ୟ ଆନନ୍ଦ ଉପଭୋଗ କରିବାରେ ଲାଗନ୍ତି, ତାଙ୍କର ମନ ମାୟିକ ସୁଖ ପ୍ରତି ସମସ୍ତ ଆଗ୍ରହ ହରାଇବା ସ୍ୱାଭାବିକ । ଯେଉଁମାନଙ୍କର ବିଚାରଣ ଶକ୍ତି ଥାଏ, ସେମାନେ ସାଂସାରିକ ସୁଖର ଉପରୋକ୍ତ ତିନୋଟି ଦୋଷକୁ ବୁଝି ଇନ୍ଦ୍ରିୟମାନଙ୍କୁ ସେଥିରୁ କ୍ଷାନ୍ତ ରଖନ୍ତି । ଶ୍ରୀକୃଷ୍ଣ ଏହାକୁ ପରବର୍ତ୍ତୀ ଶ୍ଲୋକରେ ସ୍ପଷ୍ଟ କରିଛନ୍ତି ।"
},
{
"verseTitle": "Bhagavad Gita 5.23",
"verse": "23",
"chapter": 5,
"lang": "or",
"shloka": {
"speaker": "",
"sanskrit": "शक्नोतीहैव यः सोढुं प्राक्शरीरविमोक्षणात् ।\n\nकामक्रोधोद्भवं वेगं स युक्तः स सुखी नरः ॥23॥",
"text": "ଶକ୍ନୋତୀହୈବ ଯଃ ସୋଢ଼ୁଂ ପ୍ରାକ୍ଶରୀରବିମୋକ୍ଷଣାତ୍ ।\nକାମକ୍ରୋଧୋଦ୍ଭବଂ ବେଗଂ ସ ଯୁକ୍ତଃ ସ ସୁଖୀ ନରଃ ।।୨୩।।",
"audioLink": "https://www.holy-bhagavad-gita.org/public/audio/005_023.mp3"
},
"wordMeanings": "ଶକ୍ନୋତି- ସକ୍ଷମ ହୁଏ; ଇହ ଏବ- ଏହି ଶରୀରରେ; ଯଃ- ଯିଏ; ସୋଢ଼ୁଂ-ସହ୍ୟ କରିବାକୁ; ପ୍ରାକ୍-ପୂର୍ବରୁ; ଶରୀର-ଶରୀର; ବିମୋକ୍ଷଣାତ୍-ତ୍ୟାଗ କରିବା; କାମ-କାମନା; କ୍ରୋଧ-କ୍ରୋଧ; ଉଦ୍ଭବଂ- ଜାତ; ବେଗଂ-ବେଗ; ସଃ-ସେହି ବ୍ୟକ୍ତି; ଯୁକ୍ତଃ-ସମାଧିରେ (ଯୁକ୍ତ); ସଃ-ସେ; ସୁଖୀ-ସୁଖୀ; ନରଃ-ମାନବ ।",
"translation": {
"text": "ଯେଉଁମାନେ ଶରୀର ତ୍ୟାଗ କରିବା ପୂର୍ବରୁ, କାମ-କ୍ରୋଧର ବେଗକୁ ସହ୍ୟ କରିବାରେ ସକ୍ଷମ ହୋଇଥାନ୍ତି, ସେମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.23.mp3"
]
},
"commentary": "ମନୁଷ୍ୟ ଶରୀର ଆତ୍ମାକୁ ତା’ର ଭଗବତ୍ ପ୍ରାପ୍ତି ରୂପୀ ଚରମ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଏକ ସ୍ୱର୍ଣ୍ଣିମ ଅବସର ଅଟେ । ଏହି ଶରୀରରେ ଆମେ ବିଚାର କରିବାର ଶକ୍ତି ଧାରଣ କରିଥାଉ, କିନ୍ତୁ ଅନ୍ୟ ପ୍ରାଣୀମାନେ ତାଙ୍କର ସ୍ୱଭାବ ଦ୍ୱାରା ପରିଚାଳିତ ହୋଇଥାନ୍ତି । ଶ୍ରୀକୃଷ୍ଣ ଗୁରୁତ୍ୱ ଦେଉଛନ୍ତି ଯେ, ଏହି ବିଚାର ଶକ୍ତିକୁ କାମ ଓ କ୍ରୋଧ ଆଦିର ଆବେଗକୁ ନିୟନ୍ତ୍ରିତ କରିବାରେ ଉପଯୋଗ କରାଯିବା ଉଚିତ ।\nକାମ ଶବ୍ଦର ଗୋଟିଏ ଅର୍ଥ ହେଉଛି ଯୌନଇଚ୍ଛା, କିନ୍ତୁ ଏହି ଶ୍ଲୋକରେ କାମ ଶବ୍ଦ, ଶରୀର ଓ ମନର ଭୌତିକ ସୁଖର ସମସ୍ତ ଇଚ୍ଛା ପାଇଁ ବ୍ୟବହୃତ ହୋଇଛି । ଯେତେବେଳେ ମନ ତାର କାମ୍ୟ ବସ୍ତୁ ହାସଲ କରିପାରେ ନାହିଁ, ତା’ର ଅବସ୍ଥାରେ ପରିବର୍ତ୍ତନ ହୋଇ କ୍ରୋଧ ପ୍ରକାଶ ପାଇଥାଏ । ନଦୀର ପ୍ରଖର ସ୍ରୋତ ପରି, କାମନା ଓ କ୍ରୋଧର ଆବେଗ ବହୁତ ଶକ୍ତିଶାଳୀ ଅଟେ । ଇତର ପ୍ରାଣୀମାନଙ୍କ ଠାରେ ମଧ୍ୟ ଆବେଗ ଉତ୍ପନ୍ନ ହୋଇଥାଏ, କିନ୍ତୁ ମନୁଷ୍ୟ ପରି ସେମାନଙ୍କର ବିଚାର ଶକ୍ତି ନଥାଏ, ଯଦ୍ୱାରା ସେମାନେ ତା’କୁ ଦମନ କରିପାରିବେ । ବସ୍ତୁତଃ ମନୁଷ୍ୟର ବୁଦ୍ଧିକୁ ହିଁ ଏହି ବିଚାର ଶକ୍ତି ପ୍ରଦାନ କରାଯାଇଛି । ଶ୍ଳୋକରେ ସୋଢୁଂ ଶବ୍ଦଟି ‘ସହ୍ୟ କରିବା’ ଅର୍ଥରେ ବ୍ୟବହୃତ ହୋଇଅଛି, ଅର୍ଥାତ୍ ଏହି ଶ୍ଲୋକରେ କାମ-କ୍ରୋଧର ଆବେଗକୁ ସହ୍ୟ କରିବାକୁ ଆମକୁ ଉପଦେଶ ଦିଆ ଯାଇଛି । ବେଳେବେଳେ ଆମେ ଲଜ୍ଜାବଶତଃ ମନର ଆବେଗକୁ ବଶ କରିଥାଏ । ଧରି ନିଅନ୍ତୁ, ଜଣେ ବ୍ୟକ୍ତି ବିମାନ ବନ୍ଦରରେ ବସିଛନ୍ତି । ଯଦି ଜଣେ ସୁନ୍ଦର ମହିଳା ତାଙ୍କ ପାଖରେ ଆସି ବସିପଡ଼ନ୍ତି, ତାଙ୍କ ମନରେ ଇଚ୍ଛା ହୁଏ ସେ ମହିଳାଙ୍କ କାନ୍ଧରେ ହାତ ପକାଇ ଆନନ୍ଦିତ ହୁଅନ୍ତେ । କିନ୍ତୁ “ଏହା ଏକ ଅଶୋଭନୀୟ କାର୍ଯ୍ୟ” ଭାବି ବୁଦ୍ଧି ତାଙ୍କୁ ସେପରି କରିବାକୁ ବାଧା ଦେଇଥାଏ । ଅପବାଦ ଜନିତ ଲଜ୍ଜାକୁ ଏଡ଼ାଇବା ପାଇଁ ସେ ନିଜକୁ ନିୟନ୍ତ୍ରଣ କରିନିଅନ୍ତି । ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଲଜ୍ଜା, ଭୟ, ବା ଆଶଙ୍କା ବଶତଃ ମନକୁ ନିୟନ୍ତ୍ରଣ କରିବାକୁ କହୁନାହାଁନ୍ତି, ବରଂ ଜ୍ଞାନର ଆଧାରରେ ବିଚାର ପୂର୍ବକ ତାହା କରିବାକୁ ଉପଦେଶ ଦେଉଛନ୍ତି ।\nମନକୁ ବଶ କରିବା ପାଇଁ ଦୃଢ଼ସଙ୍କଳ୍ପଯୁକ୍ତ ବୁଦ୍ଧିର ଉପଯୋଗ କରାଯିବା ଉଚିତ । ସାଂସାରିକ ସୁଖଭୋଗର ଭାବନା ମନକୁ ଆସିବା ମାତ୍ରେ, ବ୍ୟକ୍ତି ନିଜର ବୁଦ୍ଧିକୁ ଏହି ଜ୍ଞାନରେ ଉଦ୍ଭାସିତ କରିବା ଉଚିତ୍ ଯେ ଏସବୁ ଦୁଃଖର କାରଣ ଅଟେ । ଶ୍ରୀମଦ୍ ଭାଗବତ କହେ:\nନାୟଂ ଦେହୋ ଦେହ-ଭାଜାଂ ନୃଲେକେକଷ୍ଟାନ୍ କାମାନ୍ ଅର୍ହତେ ବିଦ୍-ଭୁଜାଂ ଯେତପୋ ଦିବ୍ୟାଂ ପୁତ୍ରକା ଯେନ ସତ୍ତ୍ୱଂଶୁଦ୍ଧ୍ୟେଦ୍ ଯସ୍ମାଦ୍ ବ୍ରହ୍ମ-ସୌଖ୍ୟମ୍ ତ୍ୱନନ୍ତମ୍ । (୫.୫.୧)\n“ମନୁଷ୍ୟ ଶରୀରରେ, ଜଣେ ଇନ୍ଦ୍ରିୟ ସୁଖ ଲାଭ କରିବା ପାଇଁ (ଯାହାକି ବିଷ୍ଠାଭୋଜୀ ପ୍ରାଣୀମାନଙ୍କୁ ମଧ୍ୟ ପ୍ରାପ୍ତ) ବହୁକଷ୍ଟ ଉଠାଇବା ଅନୁଚିତ । ସେହି ସୁଖ ବିଷ୍ଠା ଭୋଜୀ ପ୍ରାଣୀ (ଘୁଷୁରି)କୁ ମଧ୍ୟ ମିଳିଥାଏ । ତା ପରିବର୍ତ୍ତେ, ଜଣେ ସଂଯମ ଆଚରଣ କରି ହୃଦୟକୁ ଶୁଦ୍ଧ କରିବା ଉଚିତ ଯଦ୍ୱାରା କି ସେ ଭଗବାନଙ୍କର ଅନନ୍ତ ଆନନ୍ଦ ଉପଭୋଗ କରି ପାରିବେ ।” ବିଚାର କରିବାର ଏହି ସୁଯୋଗ କେବଳ ମନୁଷ୍ୟ ଶରୀରରେ ହିଁ ଉପଲବ୍ଧ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଜୀବନକାଳ ମଧ୍ୟରେ କାମ ଓ କ୍ରୋଧର ବେଗକୁ ନିୟନ୍ତ୍ରଣ କରିପାରନ୍ତି, ସେ ଯୋଗୀ ହୋଇଯାଆନ୍ତି । କେବଳ ସେମାନେ ହିଁ ଅନ୍ତରରେ ଦିବ୍ୟ ଆନନ୍ଦର ଆସ୍ୱାଦନ କରି ସୁଖୀ ହୋଇଥାଆନ୍ତି ।"
},
{
"verseTitle": "Bhagavad Gita 5.24",
"verse": "24",
"chapter": 5,
"lang": "or",
"shloka": {
"speaker": "",
"sanskrit": "योऽन्तःसुखोऽन्तरारामस्तथान्तर्योतिरेव यः।\n\nस योगी ब्रह्मनिर्वाणं ब्रह्मभूतोऽधिगच्छति ॥24॥",
"text": "ଯୋଽନ୍ତଃସୁଖୋଽନ୍ତରାରାମସ୍ତଥାନ୍ତର୍ଜ୍ୟୋତିରେବ ଯଃ ।\nସ ଯୋଗୀ ବ୍ରହ୍ମନିର୍ବାଣଂ ବ୍ରହ୍ମଭୂତୋଽଧିଗଚ୍ଛତି ।।୨୪।।",
"audioLink": "https://www.holy-bhagavad-gita.org/public/audio/005_024.mp3"
},
"wordMeanings": "ଯଃ -ଯିଏ; ଅନ୍ତଃ ସୁଖଃ- ଅନ୍ତରରେ ସୁଖୀ; ଅନ୍ତଃ-ଆରାମଃ - ଆତ୍ମାରାମ; ତଥା-ପୁନଶ୍ଚ; ଅନ୍ତଃ-ଜ୍ୟୋତିଃ - ଅନ୍ତରରେ ଉଦ୍ଭାସିତ; ଏବ-ନିଶ୍ଚିତଭାବେ; ଯଃ -ଯିଏ; ସଃ -ସେ; ଯୋଗୀ-ଯୋଗୀ; ବ୍ରହ୍ମ-ନିର୍ବାଣଂ -ମାୟିକ ଜଗତରୁ ମୁକ୍ତି; ବ୍ରହ୍ମ-ଭୂତଃ - ବ୍ରହ୍ମ ଦୃଷ୍ଟି; ଅଧିଗଚ୍ଛତି - ପ୍ରାପ୍ତହୁଏ ।",
"translation": {
"text": "ଯେଉଁମାନେ ଅନ୍ତରରେ ଭଗବାନଙ୍କର ଆନନ୍ଦକୁ ଅନୁଭବ କରି ସୁଖୀ ରହନ୍ତି ଏବଂ ଯେଉଁମାନେ ନିଜ ଅନ୍ତରର ଜ୍ୟୋତିରେ ଉଦ୍ଭାସିତ, ସେହିପରି ଯୋଗୀମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-24.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.24.mp3"
]
},
"commentary": "‘ଅନ୍ତରର ଜ୍ୟୋତି’ କହିଲେ ସେହି ଦିବ୍ୟଜ୍ଞାନକୁ ବୁଝାଇଥାଏ ଯାହା ଭଗବାନଙ୍କର କୃପାରୁ ଉପଲବ୍ଧି ରୂପରେ ଅନ୍ତରରେ ପ୍ରକାଶିତ ହୁଏ, ଯେତେବେଳେ ଆମେ ତାଙ୍କର ପୂର୍ଣ୍ଣ ଶରଣାଗତ ହୋଇଥାଏ । ଯୋଗ ଦର୍ଶନ କହେ:\nଋତୁମ୍ଭରା ତତ୍ର ପ୍ରଜ୍ଞା (୧-୪୮)\nସମାଧିସ୍ଥ ଅବସ୍ଥାରେ, ବ୍ୟକ୍ତିର ବୁଦ୍ଧି ସତ୍ୟର ଅନୁଭୂତିରେ ପ୍ଲାବିତ ହୋଇଯାଏ ।\nକାମ ଓ କ୍ରୋଧର ଆବେଗକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଇ ସାରିବା ପରେ, ଶ୍ରୀକୃଷ୍ଣ ଏହାର ଅଭ୍ୟାସ କରିବାର ଗୁପ୍ତ ରହସ୍ୟ ଉନ୍ମୋଚନ କରୁଛନ୍ତି । ଯୋଽନ୍ତଃ ସୁଖୋ ଶବ୍ଦର ଅର୍ଥ, “ଯିଏ ଅନ୍ତରରେ ସୁଖୀ” । ଗୋଟିଏ ପ୍ରକାର ସୁଖ ଆମେ ବାହ୍ୟ ବସ୍ତୁଠାରୁ ଅନୁଭବ କରିଥାଏ । ଅନ୍ୟ ଏକ ପ୍ରକାରର ଆନନ୍ଦ ରହିଛି, ଯାହା ଆମେ ଭଗବାନଙ୍କ ସହିତ ମନକୁ ଯୁକ୍ତ କରି ଅନ୍ତରରେ ଅନୁଭବ କରିଥାଏ । ଅନ୍ତରରେ ସୁଖ ଅନୁଭବ ନ କଲେ ଆମେ ବାହ୍ୟ ପ୍ରଲୋଭନକୁ ସବୁଦିନ ପାଇଁ ରୋକି ପାରିବା ନାହିଁ । କିନ୍ତୁ ହୃଦୟରେ ଯେତେବେଳେ ଭଗବାନଙ୍କର ଆନନ୍ଦ ପ୍ରବାହିତ ହେବାରେ ଲାଗେ, ସେତେବେଳେ କ୍ଷଣସ୍ଥାୟୀ ବାହ୍ୟ ଆନନ୍ଦ ନଗଣ୍ୟ ବୋଧ ହୁଏ ଏବଂ ତାହାକୁ ସହଜରେ ପରିତ୍ୟାଗ କରିହୁଏ ।\nସନ୍ଥ ଯମୁନାଚାର୍ଯ୍ୟ କହିଛନ୍ତି:\nଯଦାବଧି ମମ ଚେତଃ କୃଷ୍ଣ-ପଦାରବିନ୍ଦେନବ-ନବ-ରସ-ଧାମନୁଦ୍ୟତ ରନ୍ତୁମ୍ ଆସୀତ୍ତଦାବଧି ବତ ନାରୀ-ସଙ୍ଗମେ ସ୍ମର୍ଯ୍ୟମାନେଭବତି ମୁଖ-ବିକାରଃ ସୁଷ୍ଟୁ ନିସ୍ଥିବନମ୍ ଚ ।\n“ଯେଉଁଦିନଠାରୁ ମୁଁ ଶ୍ରୀକୃଷ୍ଣଙ୍କର କମଳ-ରୂପୀ ଚରଣର ଧ୍ୟାନ କରିବାକୁ ଆରମ୍ଭ କଲିଣି, ମୁଁ କ୍ରମ-ବର୍ଦ୍ଧମାନ ସୁଖ ଅନୁଭବ କରୁଅଛି । ଯଦି ଅକସ୍ମାତ୍ ଯୌନ ସମ୍ଭୋଗର ଭାବନା ଯଦି ମୋ ମନକୁ ଆସିଯାଉଛି, ମୁଁ ସେହି ଭାବନାକୁ ଥୁକି ଦେଇ ବିତୃଷ୍ଣାରେ ମୁହଁ ମୋଡ଼ି ଦେଉଛି ।”"
},
{
"verseTitle": "Bhagavad Gita 5.25",
"verse": "25",
"chapter": 5,
"lang": "or",
"shloka": {
"speaker": "",
"sanskrit": "लभन्ते ब्रह्मनिर्वाणमृषयः क्षीणकल्मषाः।\n\nछिन्नद्वैधा यतात्मानः सर्वभूतहिते रताः ॥25॥",
"text": "ଲଭନ୍ତେ ବ୍ରହ୍ମନିର୍ବାଣମୃଷୟଃ କ୍ଷୀଣକଳ୍ମଷାଃ ।\nଛିନ୍ନଦ୍ୱୈଧା ଯତାତ୍ମାନଃ ସର୍ବଭୂତହିତେ ରତାଃ ।।୨୫।।",
"audioLink": "https://www.holy-bhagavad-gita.org/public/audio/005_025.mp3"
},
"wordMeanings": "ଲଭନ୍ତେ - ପ୍ରାପ୍ତ ହୁଅନ୍ତି; ବ୍ରହ୍ମ ନିର୍ବାଣଂ -ମୁକ୍ତି; ଋଷୟଃ - ସାଧୁ ପୁରୁଷମାନେ; କ୍ଷୀଣ-କଳ୍ମଷାଃ - ଯେଉଁମାନଙ୍କର ସମସ୍ତ ପାପ କ୍ଷୟ ହୋଇଯାଇଥାଏ; ଛିନ୍ନ- ଛିନ୍ନ; ଦ୍ୱୈଧା - ଦ୍ୱନ୍ଦ୍ୱଭାବ; ଯତ-ଆତ୍ମାନଃ -ଯେଉଁମାନଙ୍କର ମନ ଶୃଙ୍ଖଳିତ; ସର୍ବଭୂତ- ସମସ୍ତ ଜୀବଙ୍କର; ହିତେ -ମଙ୍ଗଳ ହେତୁ; ରତାଃ - ନିଯୁକ୍ତ (ରତ) ।",
"translation": {
"text": "ଯେଉଁ ସାଧୁ ପୁରୁଷମାନଙ୍କର ପାପ କ୍ଷୟ ହୋଇଯାଇ ଥାଏ, ସଂଶୟ ଛିନ୍ନ ଏବଂ ମନ ଶୃଙ୍ଖଳିତ ହୋଇଯାଇ ଥାଏ ଏବଂ ଯେଉଁମାନେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ ନିମନ୍ତେ ସମର୍ପିତ, ସେମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଯାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.25.mp3"
]
},
"commentary": "ପୂର୍ବ ଶ୍ଲୋକରେ, ଶ୍ରୀକୃଷ୍ଣ ସେହି ମହାପୁରୁଷମାନଙ୍କ ବିଷୟରେ ଆଲୋଚନା କଲେ, ଯେଉଁମାନେ ନିଜ ଅନ୍ତରରେ ଭଗବାନଙ୍କର ସୁଖ ଅନୁଭବ କରିଥାଆନ୍ତି । ଏହି ଶ୍ଲୋକରେ ସେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ କରୁଥିବା ମହାପୁରୁଷମାନଙ୍କ ବିଷୟରେ କହୁଛନ୍ତି । ରାମାୟଣ କହେ:\nପର ଉପକାର ବଚନ ମନ କାୟା, ସଂତ ସହଜ ସୁଭାଉ ଖଗରାୟା ।\n“ଦୟା ସନ୍ଥମାନଙ୍କର ଏକ ଅନ୍ତର୍ନିହିତ ଗୁଣ ଅଟେ । ଏହାଦ୍ୱାରା ପ୍ରେରିତ ହୋଇ, ସେମାନେ ତାଙ୍କର ବାଣୀ, ମନ ଏବଂ ଶରୀରକୁ ଅନ୍ୟର ଉପକାରରେ ଲଗାନ୍ତି ।”\nମାନବ କଲ୍ୟାଣ ଏକ ପ୍ରଶଂସନୀୟ କାର୍ଯ୍ୟ ଅଟେ, କିନ୍ତୁ କେବଳ ଶାରୀରିକ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଉନ୍ନତିମୂଳକ ଯୋଜନା ସବୁ କ୍ଷଣସ୍ଥାୟୀ ଲାଭ ପ୍ରଦାନ କରିଥାଏ । ଜଣେ କ୍ଷୁଧାର୍ତ୍ତ ବ୍ୟକ୍ତିକୁ ଖାଦ୍ୟ ଦେଲେ ତାର କ୍ଷୁଧା ପ୍ରଶମିତ ହୋଇଥାଏ କିନ୍ତୁ ଚାରି ଘଣ୍ଟା ପରେ ତାକୁ ପୁଣି ଭୋକ ଲାଗିଥାଏ । ଆଧ୍ୟାତ୍ମିକ କଲ୍ୟାଣ ସମସ୍ତ ମାୟିକ ଯାତନାର ମୂଳକୁ ଯାଇଥାଏ ଏବଂ ଜୀବକୁ ଭଗବତ୍ ଚେତନାରେ ସ୍ଥିତ କରାଇବାକୁ ଉଦ୍ୟମ କରିଥାଏ । ତେଣୁ ଜଣେ ବ୍ୟକ୍ତିର ଚେତନାକୁ ଭଗବାନଙ୍କ ସହିତ ମିଳିତ କରାଇବା ପାଇଁ ସାହାଯ୍ୟ କରିବା ସର୍ବୋଚ୍ଚ କଲ୍ୟାଣକାରୀ କାର୍ଯ୍ୟ ଅଟେ । ଏହି ପ୍ରକାରର କଲ୍ୟାଣକାରୀ କର୍ମ ଶୁଦ୍ଧ ମନଯୁକ୍ତ ଉଚ୍ଚକୋଟିର ଜୀବାତ୍ମାମାନେ କରିଥାନ୍ତି । ଏହି କଲ୍ୟାଣକାରୀ କର୍ମ, ପୁନଶ୍ଚ ଭଗବାନଙ୍କର କୃପାକୁ ଆକୃଷ୍ଟ କରିଥାଏ ଏବଂ ତାଙ୍କୁ ମାର୍ଗର ଉଚ୍ଚତର ସୋପାନକୁ ନେଇଯାଇଥାଏ । ସର୍ବଶେଷରେ, ଯେତେବେଳେ ସେମାନଙ୍କର ମନ ପୂର୍ଣ୍ଣ ଶୁଦ୍ଧ ହୋଇଯାଏ ଏବଂ ସେମାନେ ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇଯାଆନ୍ତି, ସେମାନେ ମୁକ୍ତ ହୋଇ ଦିବ୍ୟ ଜଗତ ଓ ଦିବ୍ୟ ଧାମକୁ ଗତି କରନ୍ତି ।\nଏହି ଅଧ୍ୟାୟରେ ଏ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ କର୍ମଯୋଗର ଉଚ୍ଚ ପ୍ରଶଂସା କଲେ । ପରବର୍ତ୍ତୀ ଶ୍ଳୋକ ଗୁଡିକରେ ସେ କର୍ମ ସନ୍ୟାସୀମାନଙ୍କ ବିଷୟରେ କହୁଛନ୍ତି ଯେ ସେମାନେ ମଧ୍ୟ ସେହି ଲକ୍ଷ୍ୟକୁ ପ୍ରାପ୍ତ କରନ୍ତି ।"
},
{
"verseTitle": "Bhagavad Gita 5.26",
"verse": "26",
"chapter": 5,
"lang": "or",
"shloka": {
"speaker": "",
"sanskrit": "कामक्रोधवियुक्तानां यतीनां यतचेतसाम्। \n\nअभितो ब्रह्मनिर्वाणं वर्तते विदितात्मनाम् ॥26॥",
"text": "କାମକ୍ରୋଧବିଯୁକ୍ତାନାଂ ଯତୀନାଂ ଯତଚେତସାମ୍ ।\nଅଭିତୋ ବ୍ରହ୍ମନିର୍ବାଣଂ ବର୍ତତେ ବିଦିତାତ୍ମନାମ୍ ।।୨୬।।",
"audioLink": "https://www.holy-bhagavad-gita.org/public/audio/005_026.mp3"
},
"wordMeanings": "କାମ-କାମନା; କ୍ରୋଧ-କ୍ରୋଧ; ବିମୁକ୍ତାନାଂ - ଯେଉଁମାନେ ଏ ସବୁରୁ ମୁକ୍ତ; ଯତୀନାଂ - ଯତି ବା ମୁନିମାନଙ୍କର; ଯତ୍-ଚେତସାମ୍- ସମ୍ପୂର୍ଣ୍ଣରୂପେ ମନକୁ ବଶ କରିଥିବା ଆତ୍ମଜ୍ଞାନୀ ; ଅଭିତଃ - ସବୁ ଦିଗରୁ, ବ୍ରହ୍ମ -ବ୍ରହ୍ମ; ନିର୍ବାଣଂ - ମାୟିକ ସ୍ଥିତିରୁ ମୁକ୍ତ; ବର୍ତତେ - ରହନ୍ତି; ବିଦିତ ଆତ୍ମନାମ୍- ଯେଉଁମାନେ ଆତ୍ମାନୁଭୂତି ଲାଭ କରିଥାଆନ୍ତି ।",
"translation": {
"text": "ଯେଉଁ ସନ୍ନ୍ୟାସୀମାନେ, କ୍ରମାଗତ ଉଦ୍ୟମ ଦ୍ୱାରା, କାମନା ଓ କ୍ରୋଧରୁ ମୁକ୍ତ ହୋଇଯାଇ ଥାଆନ୍ତି, ଯେଉଁମାନେ ନିଜର ମନକୁ ସଂଯତ କରି ଆତ୍ମ ଅନୁଭୂତି ଲାଭ କରିଥାଆନ୍ତି, ସେମାନେ ସର୍ବତୋ ଭାବରେ ମାୟିକ ବନ୍ଧନରୁ ମୁକ୍ତ ରହନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.26.mp3"
]
},
"commentary": "ଶ୍ଲୋକ ୫.୨ରେ ବର୍ଣ୍ଣନା କରାଯାଇଛି ଯେ କର୍ମଯୋଗ ଅଧିକାଂଶ ବ୍ୟକ୍ତିଙ୍କ ପାଇଁ ନିରାପଦ ପଥ ଅଟେ । ସେଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ମାର୍ଗରେ ଯିବା ପାଇଁ ଉପଦେଶ ଦେଉଛନ୍ତି । ତଥାପି ଯେଉଁମାନେ ସଂସାରରୁ ବାସ୍ତବରେ ବିରକ୍ତ, ସେମାନଙ୍କ ପାଇଁ କର୍ମସନ୍ନ୍ୟାସ ମଧ୍ୟ ଉପଯୁକ୍ତ ଅଟେ । ଏହା ଏଥିପାଇଁ ଲାଭଦାୟକ ଯେ ଏଥିରେ ସାମାଜିକ କର୍ତ୍ତବ୍ୟ ତୁଲାଇବା ପାଇଁ ସମୟ ଓ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େନାହିଁ ଏବଂ ବ୍ୟକ୍ତି ଆଧ୍ୟାତ୍ମିକ କାର୍ଯ୍ୟରେ ପୂର୍ଣ୍ଣତଃ ନିଜକୁ ନିୟୋଜିତ କରିପାରେ । ଇତିହାସରେ ଏହିପରି ଅନେକ ଉଚ୍ଚକୋଟୀର ସନ୍ୟାସୀ ରହିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ଏହିପରି କର୍ମସନ୍ନ୍ୟାସୀମାନେ ମଧ୍ୟ ଦ୍ରୁତ ଗତିରେ ଉନ୍ନତି କରିଥାଆନ୍ତି ଏବଂ ସର୍ବତ୍ର ସୁଖ ଅନୁଭବ କରିଥାନ୍ତି । କାମ ଓ କ୍ରୋଧର ଆବେଗକୁ ସମାପ୍ତ କରି ଏବଂ ନିଜ ମନକୁ ପରାଭୂତ କରି, ସେମାନେ ଏହି ଜନ୍ମରେ ଓ ତା ପରେ ମଧ୍ୟ ପୂର୍ଣ୍ଣ ଶାନ୍ତି ଲାଭ କରିଥାନ୍ତି ।\nଅଧିକାଂଶତଃ ଆମେ ମନରେ ଏହି ଭ୍ରାନ୍ତ ଧାରଣା ପୋଷଣ କରିଥାଏ ଯେ ବାହ୍ୟ ପରିସ୍ଥିତି ଆମ ଅଶାନ୍ତିର କାରଣ ଅଟେ ଏବଂ ଆମେ ଆଶା କରେ ଦିନେ ନା ଦିନେ ପରିସ୍ଥିତି ସବୁ ଆମର ଶାନ୍ତି ପାଇଁ ଅନୁକୁଳ ହେବେ । କିନ୍ତୁ ଶାନ୍ତି କୌଣସି ବାହ୍ୟ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ । ଏହା ଶୁଦ୍ଧ ହୋଇଥିବା ଇନ୍ଦ୍ରିୟ, ମନ ଓ ବୁଦ୍ଧିର ପରିଣାମ ଅଟେ । ବାହ୍ୟ ପରିସ୍ଥିତି ଯେପରି ହୋଇଥିଲେ ବି, ମନ ଓ ଚିନ୍ତନରେ ଅନ୍ତର୍ମୁଖୀ ହୋଇଥିବା ସନ୍ନ୍ୟାସୀମାନେ ସୁଖର ସାଗର ନିଜ ମଧ୍ୟରେ ପାଇଥାନ୍ତି ଏବଂ ଆଭ୍ୟନ୍ତରୀଣ ସମସ୍ତ ପ୍ରକ୍ରିୟାକୁ ସୁନିୟୋଜିତ କରି, ସେମାନେ ସର୍ବତ୍ର ଏକପ୍ରକାର ଶାନ୍ତି ଅନୁଭବ କରନ୍ତି ଓ ଏହିଠାରେ ହିଁ ମୁକ୍ତିପ୍ରାପ୍ତ କରନ୍ତି ।"
},
{
"verseTitle": "Bhagavad Gita 5.27 – 5.28",
"verse": "27-28",
"chapter": 5,
"lang": "or",
"shloka": {
"speaker": "",
"sanskrit": "स्पर्शान्कृत्वा बहिर्बाह्यांश्चक्षुश्चैवान्तरे भ्रुवोः। \n\nप्राणापानौ समौ कृत्वा नासाभ्यन्तरचारिणौ ॥27॥\n\nयतेन्द्रियमनोबुद्धिर्मुनिर्मोक्षपरायणः।\n\n विगतेच्छाभयक्रोधो यः सदा मुक्त एव सः ॥28॥",
"text": "ସ୍ପର୍ଶାନ୍କୃତ୍ୱା ବହିର୍ବାହ୍ୟାଂଶ୍ଚକ୍ଷୁଶ୍ଚୈବାନ୍ତରେ ଭ୍ରୁବୋଃ ।\nପ୍ରାଣାପାନୌ ସମୌ କୃତ୍ୱା ନାସାଭ୍ୟନ୍ତରଚାରିଣୌ ।ା୨୭।।\n\nଯତେନ୍ଦ୍ରିୟମନୋବୁଦ୍ଧିର୍ମୁନିର୍ମୋକ୍ଷପରାୟଣଃ ।\nବିଗତେଚ୍ଛାଭୟତ୍କ୍ରୋଧୋ ଯଃ ସଦା ମୁକ୍ତ ଏବ ସଃ ।।୨୮।।",
"audioLink": "https://www.holy-bhagavad-gita.org/public/audio/005_027-028.mp3"
},
"wordMeanings": "ସ୍ପର୍ଶାନ୍ -ଇନ୍ଦ୍ରିୟ ବିଷୟ ସଂସ୍ପର୍ଶରେ; କୃତ୍ୱା- ଏପରି କରି; ବହିଃ -ବାହାରେ; ବାହ୍ୟାନ୍ -ବାହ୍ୟ; ଚକ୍ଷୁଃ - ଚକ୍ଷୁ; ଚ-ଏବଂ; ଏବ- ନିଶ୍ଚିତଭାବେ; ଅନ୍ତରେ -ମଧ୍ୟରେ; ଭ୍ରୂବୋଃ - ଦୁଇ ଭ୍ରୂ ମଧ୍ୟରେ; ପ୍ରାଣ-ଅପାନ-ପ୍ରାଣ ଓ ଅପାନ ବାୟୁ; ସମୌ- ସମାନ; କୃତ୍ୱା -କରି; ନାସା-ଅଭ୍ୟନ୍ତର- ନାସା ମଧ୍ୟରେ; ଚାରିଣୌ -ଗତାଗତ କରୁଥିବା; ଯତ -ସଂଯତ; ଇନ୍ଦ୍ରିୟ- ଇନ୍ଦ୍ରିୟଗୁଡ଼ିକ; ମନଃ -ମନ; ବୁଦ୍ଧିଃ- ବୁଦ୍ଧି; ମୁନିଃ - ମୁନି ବା ଯୋଗୀ; ମୋକ୍ଷ- ମୋକ୍ଷ; ପରାୟଣଃ - ରତ; ବିଗତ- ମୁକ୍ତ; ଇଚ୍ଛା-ଇଚ୍ଛା; ଭୟ- ଭୟ; କ୍ରୋଧଃ- କ୍ରୋଧ; ଯଃ -ଯିଏ; ସଦା-ସର୍ବଦା; ମୁକ୍ତଃ - ମୁକ୍ତ; ଏବ-ନିଶ୍ଚିତଭାବେ; ସଃ- ସେ ।",
"translation": {
"text": "ବାହ୍ୟ ସୁଖ କଳ୍ପନାର ଦ୍ୱାର ବନ୍ଦ କରି, ଦୁଇ ଚକ୍ଷୁର ଭ୍ରୂଲତାର ମଧ୍ୟ ଭାଗରେ ଦୃଷ୍ଟି ନିବଦ୍ଧ କରି, ନାସିକା ରନ୍ଧ୍ରରେ ନିଶ୍ୱାସ ପ୍ରଶ୍ୱାସର ଗତି ସମାନ ରଖି ଯେଉଁ ଯୋଗୀ ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବଶ କରିଥାଆନ୍ତି, ସେମାନେ କାମନା ଓ ଭୟରୁ ମୁକ୍ତ ହୋଇ ସର୍ବଦା ବିମୁକ୍ତ ଜୀବନଯାପନ କରିଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-27.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.27.mp3",
"https://www.gitasupersite.iitk.ac.in/sites/default/files/audio/Purohit/5.28.mp3"
]
},
"commentary": "ବହୁ ସମୟରେ ତ୍ୟାଗୀ ମାନେ ସନ୍ୟାସବ୍ରତ ପାଳନ ସହିତ ଅଷ୍ଟାଙ୍ଗ ଯୋଗ ତଥା ହଟଯୋଗ ଆଦି ପାଳନ କରିବାକୁ ଆଗ୍ରହୀ ହୋଇଥାନ୍ତି । ଅତ୍ୟଧିକ ଉଦାସୀନତା ସେମାନଙ୍କୁ ଭକ୍ତି ପ୍ରତି ମଧ୍ୟ ଆଗ୍ରହୀ କରି ନ ଥାଏ, ଯେଉଁଥିରେ ଭଗବାନଙ୍କର ନାମ, ରୂପ, ଲୀଳା ଓ ଧାମ ଆଦିର ଧ୍ୟାନ କରିବା ଆବଶ୍ୟକ ହୋଇଥାଏ । ସନ୍ନ୍ୟାସୀମାନେ ଯେଉଁ ମାର୍ଗର ଅନୁସରଣ କରନ୍ତି, ଶ୍ରୀକୃଷ୍ଣ ଏଠାରେ ତାହାର ବର୍ଣ୍ଣନା କରିଛନ୍ତି ।\nସେ କହୁଛନ୍ତି ଯେ ଏପରି ସନ୍ନ୍ୟାସୀଗଣ ତାଙ୍କର ଦୃଷ୍ଟି ଓ ଶ୍ୱାସ ପ୍ରକ୍ରିୟାକୁ ନିୟନ୍ତ୍ରଣ କରି, ଇନ୍ଦ୍ରିୟଭୋଗ ବିଷୟ ଗୁଡ଼ିକର ଚିନ୍ତନକୁ ରୁଦ୍ଧ କରିଦିଅନ୍ତି । ସେମାନେ ତାଙ୍କର ଦୁଇ ଭ୍ରୂଲତା ମଧ୍ୟରେ ଦୃଷ୍ଟି ନିବଦ୍ଧ କରନ୍ତି । ଧ୍ୟାନ କରିବା ସମୟରେ ଚକ୍ଷୁ ଯଦି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଏ, ଜଣକୁ ନିଦ୍ରା ଗ୍ରାସ କରିପାରେ; ଯଦି ସମ୍ପୂର୍ଣ୍ଣ ଖୋଲା ରଖାଯାଏ, ଚତୁର୍ପାଶ୍ୱର୍ର ଭୌତିକ ପଦାର୍ଥ ଦ୍ୱାରା ସେମାନେ ବିଚଳିତ ହୋଇପାରନ୍ତି । ଏହି ଦୁଇ ଅସୁବିଧାକୁ ଦୂର କରିବାକୁ, ସନ୍ୟାସୀମାନେ ଚକ୍ଷୁକୁ ଅର୍ଦ୍ଧ ନିମୀଳିତ କରି ଦୃଷ୍ଟିକୁ ଭ୍ରୂଲତା ମଧ୍ୟରେ କିମ୍ବା ନାସିକାର ଅଗ୍ରଭାଗରେ ନିବଦ୍ଧ କରନ୍ତି । ସେମାନେ ଉଭୟ ପ୍ରାଣ (ବାହାରକୁ ଯାଉଥିବା ଶ୍ୱାସ)ଓ ଅପାନକୁ (ଭିତରକୁ ଯାଉଥିବା ଶ୍ୱାସ) ସୁସଂଗତ କରି ଯୋଗ ସମାଧିରେ ବିଲୀନ ହେବା ପର୍ଯ୍ୟନ୍ତ ନିଲମ୍ବିତ ରଖିଥାନ୍ତି । ଏହି ଯୋଗକ୍ରିୟା ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହିପରି ସାଧକମାନଙ୍କର ଏକମାତ୍ର ଲକ୍ଷ୍ୟ ମାୟାନିବୃତ୍ତି ଅଟେ ।\nଏପରି ତପସ୍ୟା ଦ୍ୱାରା ଆତ୍ମଜ୍ଞାନ (ନିଜକୁ ଜାଣିବା) ହୋଇଥାଏ, ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ହୋଇ ନ ଥାଏ । ତେଣୁ ଏହି ସନ୍ୟାସର ପଥରେ ଭଗବାନଙ୍କର ଭକ୍ତିକୁ ସମ୍ମିଳିତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ, ଯାହା ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣନା କରାଯାଇଛି ।"
},
{
"verseTitle": "Bhagavad Gita 5.29",
"verse": "29",
"chapter": 5,
"lang": "or",
"shloka": {
"speaker": "",
"sanskrit": "भोक्तारं यज्ञतपसां सर्वलोकमहेश्वरम् ।\n\nसुहृदं सर्वभूतानां ज्ञात्वा मां शान्तिमृच्छति ॥29॥",
"text": "ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ୱରମ୍ ।\nସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତିମୃଚ୍ଛତି ।।୨୯।।",
"audioLink": "https://www.holy-bhagavad-gita.org/public/audio/005_029.mp3"
},
"wordMeanings": "ଭୋକ୍ତାରମ୍- ଉପଭୋକ୍ତା; ଯଜ୍ଞ-ଯଜ୍ଞ; ତପସାଂ-ତପସ୍ୟା ଓ ବ୍ରତାନୁଷ୍ଠାନ ମାନଙ୍କର; ସର୍ବଲୋକ-ସମସ୍ତ ଲୋକର; ମହେଶ୍ୱରମ୍-ପରମେଶ୍ୱର; ସୁହୃଦଂ-ସୁଦୃଦ; ସର୍ବ-ସମସ୍ତ; ଭୂତାନାମ୍-ଜୀବମାନଙ୍କର; ଜ୍ଞାତ୍ୱା-ଏହିପରି ଜାଣି; ମାଂ-ମୋତେ (ଭଗବାନ ଶ୍ରୀକୃଷ୍ଣଙ୍କୁ); ଶାନ୍ତିଂ-ଭୌତିକ ଦୁଃଖଯନ୍ତ୍ରଣାରୁ ମୁକ୍ତି; ଋଚ୍ଛତି- ପ୍ରାପ୍ତ ହୁଏ ।",
"translation": {
"text": "ମୋତେ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା ତଥା ସମସ୍ତ ଲୋକର ପ୍ରଭୁ ଏବଂ ସମସ୍ତ ପ୍ରାଣୀଙ୍କର ନିଃସ୍ୱାର୍ଥପର ବନ୍ଧୁ ରୂପରେ ଜାଣି, ମୋର ଭକ୍ତଗଣ ଶାନ୍ତି ପ୍ରାପ୍ତ କରିଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C5-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/5.29.mp3"
]
},
"commentary": "ପୂର୍ବ ଦୁଇଗୋଟି ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ବୈରାଗ୍ୟ ଯୁକ୍ତ ସାଧନା ଆତ୍ମଜ୍ଞାନ (ନିଜକୁ ଜାଣିବା) କରାଇଥାଏ, କିନ୍ତୁ ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ଭଗବାନଙ୍କ କୃପା ଦ୍ୱାରା ହୋଇଥାଏ, ଯାହା କେବଳ ଭକ୍ତି ଦ୍ୱାରା ମିଳିଥାଏ । ସର୍ବଲୋକ ମହେଶ୍ୱରମ୍ ର ଅର୍ଥ “ସମସ୍ତ ବ୍ରହ୍ମାଣ୍ଡମାନଙ୍କର ଏକମାତ୍ର ପ୍ରଭୁ” ଏବଂ ସୁହୃଦମ୍ ସର୍ବ ଭୂତାନାମ୍ ଶବ୍ଦର ଅର୍ଥ “ସମସ୍ତ ପ୍ରାଣୀଙ୍କର ସହୃଦୟ ହିତୈଷୀ ।” ଏହିପରି କହିବା ଦ୍ୱାରା, ସେ ଗୁରୁତ୍ୱ ଦେଉଛନ୍ତି ଯେ ଯେହେତୁ ସମସ୍ତ ସାଧନା ଓ ଯଜ୍ଞର ଉପଭୋକ୍ତା ଭଗବାନ ଅଟନ୍ତି, ସନ୍ୟାସର ପଥ ସହିତ ଭଗବାନଙ୍କର ଶରଣାଗତି ମଧ୍ୟ ମିଶ୍ରିତ ହେବା ଆବଶ୍ୟକ । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହାକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି:\nହରି କା ବିୟୋଗୀ ଜୀବ ଗୋବିନ୍ଦ ରାଧେ, ସାଁଚୋ ଯୋଗ ସୋଈ ଯୋ ହରି ସେ ମିଲାଦେ ।\n(ରାଧାଗୋବିନ୍ଦ ଗୀତ)\n“ଅନାଦି କାଳରୁ ଆତ୍ମା ପରାମାତ୍ମାଙ୍କ ଠାରୁ ବିମୁଖ ରହିଛି । ଯାହା ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳିତ କରାଏ, ତାହା ହିଁ ପ୍ରକୃତ ଯୋଗ ଅଟେ ।” ତେଣୁ ଭକ୍ତି ସହିତ ଯୁକ୍ତ ନ ହୋଇ କୌଣସି ଯୋଗ ପ୍ରଣାଳୀ ସମ୍ପୂର୍ଣ୍ଣ ନୁହେଁ ।\n‘ଭଗବତ୍ ଗୀତା’ରେ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ସାଧନାର ସମସ୍ତ ସମୁଚିତ ମାର୍ଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛନ୍ତି କିନ୍ତୁ ସର୍ବଶେଷରେ ସେ ସମସ୍ତ ମାର୍ଗର ସଫଳତା ପାଇଁ ଭକ୍ତିର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି । ଉଦାହରଣ ସ୍ୱରୂପ, ଏହିପରି ଉପସ୍ଥାପନା ସେ ଶ୍ଲୋକ ୬.୪୬-୪୭, ୮.୨୨, ୧୧.୫୩-୫୪-୫୫ କରିଛନ୍ତି । ଏଠାରେ ମଧ୍ୟ ଶ୍ରୀକୃଷ୍ଣ, ଭକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଅଧ୍ୟାୟର ପରିସମାପ୍ତି କରିଛନ୍ତି ।"
}
]
}