gita-chapter-4

{ "title": "ଚତୁର୍ଥ ଅଧ୍ୟାୟ: ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ", "chapterIntro": "ଚତୁର୍ଥ ଅଧ୍ୟାୟରେ ଶ୍ରୀକୃଷ୍ଣ ପ୍ରଦାନ କରୁଥିବା ଜ୍ଞାନର ମୌଳିକ ଉତ୍ପତ୍ତି ବିଷୟରେ ଆଲୋକପାତ କରି ସେହି ଜ୍ଞାନରେ ଅର୍ଜୁନଙ୍କର ଆସ୍ଥାକୁ ଦୃଢ଼ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି କିପରି ସେ ଏହି ଚିରନ୍ତନ ଜ୍ଞାନକୁ ପ୍ରାରମ୍ଭରେ ସୂର୍ଯ୍ୟ ଦେବଙ୍କୁ ଶିକ୍ଷା ଦେଇଥିଲେ ଏବଂ ଏହା ଏକ ଧାରାବାହିକ ପ୍ରଥା ଭାବରେ କ୍ରମଶଃ ଧର୍ମପରାୟଣ ରାଜାମାନଙ୍କୁ ହସ୍ତାନ୍ତରିତ ହୋଇଥିଲା । ସେ ବର୍ତ୍ତମାନ ଯୋଗର ଏହି ସର୍ବୋଚ୍ଚ ବିଜ୍ଞାନ ଅର୍ଜୁନଙ୍କୁ ଦେଉଛନ୍ତି, ଯିଏ କି ତାଙ୍କର ପ୍ରିୟ ସଖା ଏବଂ ଭକ୍ତ ଅଟନ୍ତି । ଅର୍ଜୁନ ପଚାରୁଛନ୍ତି, ଶ୍ରୀକୃଷ୍ଣ ତ ବତ୍ତର୍ମାନ ଅଛନ୍ତି, ତେଣୁ ସେ କିପରି ବହୁ ଯୁଗ ପୂର୍ବେ ସୂର୍ଯ୍ୟ ଦେବତାଙ୍କୁ ଏହି ଜ୍ଞାନ ଦେଇପାରିଲେ? ତାର ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଅବତାରର ରହସ୍ୟ ଉନ୍ମୋଚନ କରୁଛନ୍ତି । ସେ ସୂଚନା ଦେଉଛନ୍ତି ଯେ, ଯଦିଓ ସେ ଅଜନ୍ମା ଓ ଚିରନ୍ତନ ଅଟନ୍ତି, ତଥାପି ସେ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା, ଧର୍ମରକ୍ଷା ପାଇଁ ପୃଥିବୀରେ ଆବିର୍ଭାବ ହୁଅନ୍ତି । ତାଙ୍କର ଜନ୍ମ ଓ କର୍ମ ଉଭୟ ଦିବ୍ୟ, ଯାହା କଦାପି ସାଂସାରିକ ଅଶୁଦ୍ଧତାରେ ମଳୀନ ହୁଏ ନାହିଁ । ଯେଉଁ ବ୍ୟକ୍ତି ଏହି ଗୁପ୍ତ ରହସ୍ୟକୁ ଜାଣିନିଅନ୍ତି, ସେ ଦୃଢ଼ ବିଶ୍ୱାସର ସହିତ ଭକ୍ତିରେ ନିମଗ୍ନ ରହନ୍ତି ଏବଂ ଭଗବାନଙ୍କୁ ପ୍ରାପ୍ତ କରି ପୁନର୍ବାର ଏହି ପୃଥିବୀରେ ଜନ୍ମଗ୍ରହଣ କରନ୍ତି ନାହିଁ ।\nପୁନଶ୍ଚ, ଏହି ଅଧ୍ୟାୟରେ କର୍ମର ସ୍ୱଭାବ ଉପରେ ଆଲୋଚନା କରାଯାଇଅଛି ଏବଂ କର୍ମର ତିନୋଟି ସ୍ୱରୂପ-କର୍ମ, ଅକର୍ମ ଓ ବିକର୍ମ ଉପରେ ଆଲୋକପାତ କରାଯାଇଛି । କିପରି କର୍ମଯୋଗୀ ମାନେ କର୍ମରେ ଅତ୍ୟନ୍ତ ବ୍ୟସ୍ତ ରହି ଅକର୍ମରେ ସ୍ଥିତ ରହନ୍ତି ଏବଂ କର୍ମ ବନ୍ଧନରେ ଜଡ଼ିତ ହୁଅନ୍ତି ନାହିଁ, ତାହାର ବର୍ଣ୍ଣନା କରାଯାଇଛି । ଏହି ଜ୍ଞାନକୁ ପାଥେୟ କରି, ପୁରାତନ ମୁନି-ଋଷିମାନେ ସଫଳତା ଓ ବିଫଳତା, ସୁଖ ଓ ଦୁଃଖରେ ପ୍ରଭାବିତ ନ ହୋଇ, କର୍ମକୁ କେବଳ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ଅର୍ପଣ କରି ନିଜର କାର୍ଯ୍ୟ ସମ୍ପାଦନ କରନ୍ତି । ଯଜ୍ଞ ଅନେକ ପ୍ରକାରର ଅଟେ, ସେଥି ମଧ୍ୟରୁ କେତେକ ଏଠାରେ ଉଲ୍ଲେଖ କରାଯାଇଛି । ଯେତେବେଳେ ଯଜ୍ଞ ଉପଯୁକ୍ତ ଭାବରେ ସମର୍ପଣ କରାଯାଏ, ତାହାର ଅବଶିଷ୍ଟାଂଶ ଅମୃତରେ ପରିଣତ ହୁଏ । ଏହି ଅମୃତ ଗ୍ରହଣ କରି କର୍ତ୍ତାଙ୍କର ଅଶୁଦ୍ଧତା ଧୋଇ ହୋଇଯାଏ । ଅତଏବ, ଯଜ୍ଞ ସବୁବେଳେ ଉପଯୁକ୍ତ ମନୋଭାବ ସହିତ ଜ୍ଞାନଯୁକ୍ତ ହୋଇ ସମ୍ପନ୍ନ କରାଯିବା ଉଚିତ । ଜ୍ଞାନ ରୂପୀ ନୌକା ସାହାଯ୍ୟରେ ଅତ୍ୟନ୍ତ ପାପାତ୍ମା ମଧ୍ୟ ସାଂସାରିକ ଦୁଃଖର ସାଗରକୁ ପାର କରିପାରିବ । ଏହି ଜ୍ଞାନ ଜଣେ ବାସ୍ତବିକ ଆଧ୍ୟାତ୍ମିକ ଗୁରୁ, ଯିଏ ଭଗବତ୍ ପ୍ରାପ୍ତି କରିଥିବେ, ତାଙ୍କଠାରୁ ଗ୍ରହଣ କରିବା ଉଚିତ । ଅର୍ଜୁନଙ୍କର ଗୁରୁଭାବରେ ଶ୍ରୀକୃଷ୍ଣ ତାଙ୍କୁ ଆଦେଶ ଦେଉଛନ୍ତି ଯେ ଜ୍ଞାନରୂପକ ତରବାରୀ ଧାରଣ କରି, ତାଙ୍କ ମନରେ ଉତ୍ପନ୍ନ ହେଉଥିବା ସମସ୍ତ ସନ୍ଦେହକୁ ଛେଦନ କରନ୍ତୁ ଏବଂ ନିଜର କର୍ତ୍ତବ୍ୟ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତୁ ।", "verseList": [ { "verseTitle": "Bhagavad Gita 4.1", "verse": "1", "chapter": 4, "lang": "or", "shloka": { "speaker": "", "sanskrit": "श्रीभगवानुवाच। \n\nइमं विवस्वते योगं प्रोक्तवानहमव्ययम्।\n\nविवस्वान्मनवे प्राह मनुरिक्ष्वाकवेऽब्रवीत् ॥1॥", "text": "ଶ୍ରୀ ଭଗବାନୁବାଚ\nଇମଂ ବିବସ୍ୱତେ ଯୋଗଂ ପୋକ୍ତବାନହମବ୍ୟୟମ୍ ।\nବିବସ୍ୱାନ୍‌ମନବେ ପ୍ରାହ ମନୁରିକ୍ଷ୍ୱାକବେଽବ୍ରବୀତ୍ ।।୧।।", "audioLink": "https://www.holy-bhagavad-gita.org/public/audio/004_001.mp3" }, "wordMeanings": "ଶ୍ରୀ ଭଗବାନ ଉବାଚ- ପରମପୁରୁଷ ଭଗବାନ କହିଲେ; ଇମଂ -ଏହା; ବିବସ୍ୱତେ - ସୂର୍ଯ୍ୟଦେବଙ୍କୁ; ଯୋଗଂ -ଯୋଗ ବିଜ୍ଞାନ; ପ୍ରୋକ୍ତବାନ୍ - ଉପଦେଶ ଦେଇଥିଲି; ଅହଂ-ମୁଁ; ଅବ୍ୟୟମ୍ - ଅବ୍ୟୟ; ବିବସ୍ୱାନ୍ -ସୂର୍ଯ୍ୟ ଦେବ; ମନବେ -ମନୁ(ମାନବ ଜାତିର ପିତା)ଙ୍କୁ; ପ୍ରାହ- କହିଥିଲେ; ମନୁଃ -ମାନବମାନଙ୍କର ପିତା; ଇକ୍ଷ୍ୱକବେ- ରାଜା ଇକ୍ଷ୍ୱାକୁଙ୍କୁ; ଅବ୍ରବୀତ୍ -କହିଥିଲେ ।", "translation": { "text": "ଭଗବାନ ଶ୍ରୀକୃଷ୍ଣ କହିଲେ: ମୁଁ ଏହି ଶାଶ୍ୱତ ଯୋଗର ବିଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ପ୍ରଦାନ କଲି, ସେ ଏହା ମନୁଙ୍କୁ ହସ୍ତାନ୍ତରିତ କଲେ ଼ଏବଂ ତାପରେ ମନୁ ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-01.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.1.mp3" ] }, "commentary": "କାହାକୁ କେବଳ ଅମୂଲ୍ୟ ଜ୍ଞାନ ପ୍ରଦାନ କରିଦେଲେ ଯଥେଷ୍ଟ ହୁଏ ନାହିଁ । ସେହି ଜ୍ଞାନର ଗ୍ରହଣକାରୀ ତାହାର ମୂଲ୍ୟକୁ ଉପଲବ୍ଧି କରିବା ଏବଂ ତାହାର ସତ୍ୟତା ଉପରେ ବିଶ୍ୱାସ କରିବା ଦରକାର ତାହେଲେ ହିଁ ସେମାନେ ଏହାକୁ ବାସ୍ତବ ଜୀବନରେ ପାଳନ କରିବାକୁ ଆବଶ୍ୟକୀୟ ଉଦ୍ୟମ କରିବେ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଦାନ କରୁଥିବା ଆଧ୍ୟାତ୍ମିକ ଜ୍ଞାନର ବିଶ୍ୱସନୀୟତା ଏବଂ ଗୁରୁତ୍ୱ ପ୍ରତିପାଦନ କରୁଛନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସୂଚିତ କରୁଛନ୍ତି ଯେ ଯେଉଁ ଜ୍ଞାନ ତାଙ୍କୁ ପ୍ରଦାନ କରାଯାଉଛି, ତାହା ତାଙ୍କୁ ଯୁଦ୍ଧରେ ଉତ୍ସାହିତ କରିବା ପାଇଁ ନୂତନ ଭାବେ ସୃଷ୍ଟି କରାଯାଇନାହିଁ । ଏହା ଯୋଗର ସେହି ଚିରନ୍ତନ ବିଜ୍ଞାନ ଯାହା ସର୍ବପ୍ରଥମେ ସେ ବିବସ୍ୱାନ ବା ସୂର୍ଯ୍ୟ ଦେବଙ୍କୁ ଶିକ୍ଷା ଦେଇଥିଲେ ।\nସୂର୍ଯ୍ୟ ଦେବ ଏହାକୁ ମାନବ ଜାତିର ପ୍ରଥମ ପୁରୁଷ ମନୁଙ୍କୁ କହିଥିଲେ । ମନୁ ଏହାକୁ ସୂର୍ଯ୍ୟବଂଶର ପ୍ରଥମ ରାଜା ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଇଥିଲେ । ଏହା ଜ୍ଞାନର ଅବରୋହଣ ପଦ୍ଧତି ଅଟେ, ଯେଉଁ ପ୍ରକ୍ରିୟାରେ ଜ୍ଞାନ ଉପରେ ପୂର୍ଣ୍ଣ ଦକ୍ଷତା ଥିବା ବ୍ୟକ୍ତି ଜଣେ ଜିଜ୍ଞାସୁ ବ୍ୟକ୍ତିଙ୍କୁ ଜ୍ଞାନ ହସ୍ତାନ୍ତରିତ କରନ୍ତି । ଏହାର ବିପରୀତ ହେଉଛି ଜ୍ଞାନ ପ୍ରାପ୍ତିର ଆରୋହଣ ପଦ୍ଧତି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଉଦ୍ୟମରେ ଜ୍ଞାନର ସୀମା ପ୍ରସାରିତ କରିବାକୁ ପ୍ରୟାସ କରେ । ଆରୋହଣ ପଦ୍ଧତି କଷ୍ଟସାଧ୍ୟ, ଦୋଷଯୁକ୍ତ ଏବଂ ସମୟ ସାପେକ୍ଷ । ଉଦାହରଣ ସ୍ୱରୂପ, ଯଦି ଆମେ (ଚଷଚ୍ଚଗ୍ଦସମଗ୍ଦ) ପଦାର୍ଥ ବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା କରିବା, ତା’ହେଲେ ଆରୋହଣ ପଦ୍ଧତିରେ, ଏହାର ନିୟମଗୁଡ଼ିକୁ ନିଜ ବୁଦ୍ଧିରେ ବିଶ୍ଲେଷଣ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଅଥବା ଅବରୋହଣ ପଦ୍ଧତିରେ କୌଣସି ଦକ୍ଷ ଶିକ୍ଷକଙ୍କ ଠାରୁ ଏହାର ଶିକ୍ଷାଲାଭ କରିବା । ଆରୋହଣ ପଦ୍ଧତି ଅତ୍ୟନ୍ତ ସମୟ ସାପେକ୍ଷ ଏବଂ ହୁଏତ ଆମେ ନିଜର ସମ୍ପୂର୍ଣ୍ଣ ଜୀବନକାଳରେ ଏହି ଅନୁସନ୍ଧାନ ପୂର୍ଣ୍ଣ କରିପାରିବା ନାହିଁ ଏବଂ ଆମ ସିଦ୍ଧାନ୍ତର ବୈଧତା ସମ୍ବନ୍ଧରେ ମଧ୍ୟ ନିଶ୍ଚିତ ହୋଇପାରିବା ନାହିଁ । ତୁଳନାତ୍ମକ ଭାବରେ ଅବରୋହଣ ପଦ୍ଧତି ପଦାର୍ଥ ବିଜ୍ଞାନର ଗୁଢ଼ ତଥ୍ୟକୁ ଜାଣିବା ପାଇଁ ଆମକୁ ତତ୍‌କ୍ଷଣାତ୍ ସୁଯୋଗ ଦିଏ । ଯଦି ପଦାର୍ଥ ବିଜ୍ଞାନରେ ଶିକ୍ଷକଙ୍କର ପୂର୍ଣ୍ଣଜ୍ଞାନ ଥାଏ, ତା’ହେଲେ ସିଧାସଳଖ ଓ ସହଜ ଭାବରେ ତାଙ୍କଠାରୁ ଶୁଣି ତାହାକୁ ହୃଦୟଙ୍ଗମ କରାଯାଇପାରେ । ଜ୍ଞାନ ଆହରଣର ଅବରୋହଣ ପଦ୍ଧତି ଉଭୟ ସହଜ ଏବଂ ଦୋଷମୁକ୍ତ ଅଟେ ।\nପ୍ରତିବର୍ଷ ଅନେକ ପ୍ରକାରର ଆତ୍ମ-ସହାୟକ ପୁସ୍ତକ ବଜାରରେ ଉପଲବ୍ଧ ହେଉଅଛି, ଯେଉଁଥିରେ ଜୀବନରେ ଦେଖା ଦେଉଥିବା ସମସ୍ୟା ଗୁଡ଼ିକର ସମାଧାନ ଲେଖକ ନିଜ ବୁଦ୍ଧିରେ କରିଥାଆନ୍ତି । ଏହି ପୁସ୍ତକ ଗୁଡ଼ିକ କେତେକାଂଶରେ ଠିକ୍ ହୋଇଥିଲେ ମଧ୍ୟ, ଏହା ଆରୋହଣ ପଦ୍ଧତି ଦ୍ୱାରା ହୋଇଥିବାରୁ ତ୍ରୁଟିପୂର୍ଣ୍ଣ ଅଟେ । ପ୍ରତିବର୍ଷ ନୂତନ ସିଦ୍ଧାନ୍ତ ଆସେ ଏବଂ ଏହା ପୁରୁଣା ସିଦ୍ଧାନ୍ତକୁ ତ୍ରୁଟିପୂର୍ଣ୍ଣ ସାବ୍ୟସ୍ତ କରି ସ୍ଥାନଚ୍ୟୁତ କରିଥାଏ । ଆରୋହଣ ପଦ୍ଧତି ଅନ୍ତିମ ସତ୍ୟ ଜାଣିବା ପାଇଁ ଉପଯୁକ୍ତ ନୁହେଁ । ଦିବ୍ୟଜ୍ଞାନ ନିଜ ଉଦ୍ୟମରେ ସୃଷ୍ଟି କରାଯାଏ ନାହିଁ । ଏହା ଭଗବାନଙ୍କର ଶକ୍ତି ଅଟେ ଏବଂ ଭଗବାନ ଥିବା ଦିନଠାରୁ ଏହା ରହିଛି, ଯେମିତି ଉତ୍ତାପ ଓ ଆଲୋକ ସେହି ଦିନଠାରୁ ଅଛନ୍ତି ଯେଉଁ ଦିନଠାରୁ ତାଙ୍କର ଉତ୍ସ ଅଗ୍ନି ରହିଛି ।\nଭଗବାନ ଏବଂ ଜୀବାତ୍ମା ଉଭୟ ଚିରନ୍ତନ ଅଟନ୍ତି, ସେହିପରି ଯୋଗ ବିଜ୍ଞାନ, ଯାହା ଆତ୍ମା ଓ ପରମାତ୍ମାଙ୍କୁ ମିଳିତ କରାଇଥାଏ, ତାହା ମଧ୍ୟ ନିତ୍ୟ ଅଟେ । ତେଣୁ ସେହି ବିଷୟରେ ନୂତନ ସିଦ୍ଧାନ୍ତ ପ୍ରସ୍ତୁତ କରିବାର ପ୍ରୟୋଜନ ନାହିଁ । ଏହି ସତ୍ୟତାର ଏକ ବିସ୍ମୟକାରୀ ପ୍ରମାଣ ହେଉଛି ନିଜେ ଭଗବଦ୍ ଗୀତା, ଯାହା ନିଜ ଚିରନ୍ତନ ସମୃଦ୍ଧ ଜ୍ଞାନର ବିଲକ୍ଷଣତାରେ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି ଏବଂ ପାଞ୍ଚ ହଜାର ବର୍ଷ ପୂର୍ବେ ପ୍ରକାଶିତ ଏହି ଜ୍ଞାନ ଏବେ ବି ଆମ ଦୈନନ୍ଦିନ ଜୀବନରେ ଉପଯୋଗୀ ସିଦ୍ଧ ହେଉଛି । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଅର୍ଜୁନଙ୍କୁ ସେ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ତାହା ପୁରାତନ କାଳରୁ ଅବରୋହଣ ପଦ୍ଧତିରେ ଗୁୁରୁଙ୍କଠାରୁ ଶିଷ୍ୟଙ୍କ ପାଖକୁ ଆସିଛି ।" }, { "verseTitle": "Bhagavad Gita 4.2", "verse": "2", "chapter": 4, "lang": "or", "shloka": { "speaker": "", "sanskrit": "एवं परम्पराप्राप्तमिमं राजर्षयो विदुः ।\n\nस कालेनेह महता योगो नष्टः परन्तप ॥2॥", "text": "ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ ।\nସ କାଳେନେହ ମହତା ଯୋଗୋ ନଷ୍ଟଃ ପରଂତପ ।। ୨।।", "audioLink": "https://www.holy-bhagavad-gita.org/public/audio/004_002.mp3" }, "wordMeanings": "ଏବଂ -ଏହିପରି ଭାବରେ; ପରମ୍ପରା- ଧାରାବାହିକ ପ୍ରଥା; ପ୍ରାପ୍ତଂ- ପ୍ରାପ୍ତ; ଇମଂ- ଏହି ବିଜ୍ଞାନ; ରାଜର୍ଷୟଃ - ରାଜର୍ଷିଗଣ; ବିଦୁଃ- ଜାଣିଥିଲେ; ସଃ - ସେହି; କାଳେନ- କାଳକ୍ରମେ; ଇହ-ଏହି ପୃଥିବୀରେ; ମହତା -ମହାନ୍‌; ଯୋଗଃ -ଯୋଗ ବିଜ୍ଞାନ; ନଷ୍ଟଃ - ନଷ୍ଟ (ବିଖଣ୍ଡିତ); ପରଂତପ- ହେ ଶତ୍ରୁନିସୂଦନକାରୀ ଅର୍ଜୁନ ।", "translation": { "text": "ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-02.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.2.mp3" ] }, "commentary": "ଦିବ୍ୟ ଜ୍ଞାନ ପ୍ରାପ୍ତିର ଏହି ଅବରୋହଣ ପଦ୍ଧତିରେ ଶିଷ୍ୟମାନେ ଗୁରୁଙ୍କଠାରୁ ଭଗବତ୍ ପ୍ରାପ୍ତିର ବିଜ୍ଞାନ ଲାଭ କରୁଥିଲେ । ଗୁରୁ ଏହି ଜ୍ଞାନ ତାଙ୍କ ଗୁରୁଙ୍କଠାରୁ ପ୍ରାପ୍ତ କରୁଥିଲେ । ଏହି ପଦ୍ଧତିରେ ନିମି, ଜନକ ଆଦି ରାଜର୍ଷିମାନେ ଯୋଗ ବିଜ୍ଞାନ ଶିକ୍ଷା କରିଥିଲେ । ଏହି ପରମ୍ପରା ଭଗବାନଙ୍କଠାରୁ ହିଁ ଆରମ୍ଭ ହୋଇଛି, ଯିଏ ସଂସାରର ପ୍ରଥମ ଗୁରୁ ଅଟନ୍ତି ।\nତେନେ ବ୍ରହ୍ମ ହୃଦାୟ ଆଦି -କବୟେ ମୁହ୍ୟନ୍ତି ଯତ୍ ସୂରୟଃ (ଭାଗବତମ୍ ୧.୧.୧.)\nଭଗବାନ ସୃଷ୍ଟିର ଆରମ୍ଭରେ ଏହି ଜ୍ଞାନ ପ୍ରଥମ ପୁରୁଷ ବ୍ରହ୍ମାଙ୍କୁ ଦେଲେ, ଏବଂ ତାଙ୍କଠାରୁ ଏହି ପରମ୍ପରା ପ୍ରଚଳିତ ହେଲା । ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ ଏକଥା ମଧ୍ୟ କହିଥିଲେ ଯେ ସେ ଏହି ଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ମଧ୍ୟ ଦେଇଥିଲେ ଏବଂ ତାଙ୍କଠାରୁ ଏହି ପରମ୍ପରା ଚାଲିଆସୁଛି । କିନ୍ତୁ ଭୌତିକ ଜଗତର ଗୁଣ ଏପରି ଯେ ସମୟକ୍ରମେ ସେହି ଜ୍ଞାନ ଲୋପ ପାଇଗଲା । ଭୌତିକବୁଦ୍ଧିଯୁକ୍ତ ଏବଂ ନିଷ୍ଠାହୀନ ଶିଷ୍ୟମାନେ ଏହି ଜ୍ଞାନକୁ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ରୂପରେ ବ୍ୟାଖ୍ୟା କରିବାକୁ ଲାଗିଲେ । ଯଦ୍ୱାରା ଏହାର ମୌଳିକ ଶୁଦ୍ଧତା ଅପମିଶ୍ରିତ ହେବାରେ ଲାଗିଲା । ଯେତେବେଳେ ଏପରି ହୁଏ, ମନୁଷ୍ୟ ସମାଜର କଲ୍ୟାଣ ନିମନ୍ତେ ଭଗବାନ ତାଙ୍କର ଅକାରଣ କରୁଣା ସ୍ୱଭାବ ବଶତଃ ଏହାର ପୁନଃ ପ୍ରତିଷ୍ଠା କରନ୍ତି । ସେ ଏହି କାର୍ଯ୍ୟ ସ୍ୱୟଂ ଧରାପୃଷ୍ଠରେ ଅବତାର ଗ୍ରହଣ କରି କରନ୍ତି ବା କୌଣସି ମହାନ ଭଗବତ୍‌ପ୍ରାପ୍ତ ସନ୍ଥଙ୍କ ଦ୍ୱାରା କରାଇଥାନ୍ତି, ଯେଉଁମାନେ ପୃଥିବୀରେ ଭଗବାନଙ୍କ କାର୍ଯ୍ୟର ବାହକ ହୋଇଥାନ୍ତି ।\nଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ଯିଏ କି ଭାରତ ଇତିହାସର ପଞ୍ଚମ ମୂଳ ଜଗଦ୍‌ଗୁରୁ ଅଟନ୍ତି, ଏହିପରି ଜଣେ ଈଶ୍ୱର-ପ୍ରେରିତ ମହାପୁରୁଷ, ଯିଏ ଆଧୁନିକ ଯୁଗରେ ପୁରାତନ ଜ୍ଞାନର ପୁନଃପ୍ରତିଷ୍ଠା କରିଛନ୍ତି । ତାଙ୍କର ଆୟୁ ଯେତେବେଳେ ମାତ୍ର ଚଉତିରିଶ ବର୍ଷ ହୋଇଥିଲା, ପବିତ୍ର ସହର କାଶୀ ସ୍ଥିତ ପାଞ୍ଚଶହ ବୈଦିକ ବିଦ୍ୱାନମାନଙ୍କର ସଭା, କାଶୀ ବିଦ୍ୱତ୍ ପରିଷଦ, ତାଙ୍କୁ ଜଗଦ୍‌ଗୁରୁ ପଦରେ ସମ୍ମାନିତ କରିଥିଲା । ଭାରତ ଇତିହାସରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଜଗଦ୍‌ଗୁରୁ ନିମ୍ବାକାଚାର୍ଯ୍ୟ, ଜଗଦ୍‌ଗୁରୁ ରାମାନୁଜାଚାର୍ଯ୍ୟ ଏବଂ ଜଗଦ୍‌ଗୁରୁ ମାଧ୍ୱାଚାର୍ଯ୍ୟଙ୍କ ପରେ ସେ ପଞ୍ଚମ ମୂଳ ଜଗଦ୍‌ଗୁରୁ ଉପାଧି ପ୍ରାପ୍ତ କରିଛନ୍ତି । ଭଗବଦ୍ ଗୀତାର ଏହି ଭାଷ୍ୟ, ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦ୍ୱାରା, ମୋତେ ପ୍ରଦାନ କରାଯାଇଥିବା ଗଭୀର ଜ୍ଞାନର ଆଧାରରେ ଲେଖାଯାଇଛି ।" }, { "verseTitle": "Bhagavad Gita 4.3", "verse": "3", "chapter": 4, "lang": "or", "shloka": { "speaker": "", "sanskrit": "स एवायं मया तेऽद्य योगः प्रोक्तः पुरातनः।\n\nभक्तोऽसि मे सखा चेति रहस्यं ह्येतदुत्तमम् ॥3॥", "text": "ସ ଏବାୟଂ ମୟା ତେଽଦ୍ୟ ଯୋଗଃ ପ୍ରୋକ୍ତଃ ପୁରାତନଃ ।\nଭକ୍ତୋଽସି ମେ ସଖା ଚେତି ରହସ୍ୟଂ ହ୍ୟେତଦୁତ୍ତମମ୍ ।।୩।।", "audioLink": "https://www.holy-bhagavad-gita.org/public/audio/004_003.mp3" }, "wordMeanings": "ସଃ - ସେହି ପୁରାତନ; ଏବ -ନିଶ୍ଚିତଭାବେ; ଅୟଂ -ଏହି; ମୟା-ମୋ’ଦ୍ୱାରା; ତେ -ତୁମକୁ; ଅଦ୍ୟ - ଆଜି; ଯୋଗଃ - ଯୋଗବିଜ୍ଞାନ; ପ୍ରୋକ୍ତଃ - କୁହାଯାଇଥିବା; ପୁରାତନଃ -ପ୍ରାଚୀନ; ଭକ୍ତଃ - ଭକ୍ତ; ଅସି- ତୁମେ ଅଟ; ମେ -ମୋର; ସଖା-ବନ୍ଧୁ; ଚ-ଏବଂ; ଇତି-ତେଣୁ; ରହସ୍ୟଂ -ଗୁପ୍ତ; ହି-ନିଶ୍ଚିତଭାବେ; ଏତତ୍‌- ଏହି; ଉତ୍ତମମ୍ -ଦିବ୍ୟ ।", "translation": { "text": "ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ ତୁମେ ଏହି ଅଲୌକିକ ଜ୍ଞାନକୁ ବୁଝିପାରିବ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-03.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.3.mp3" ] }, "commentary": "ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେଉଁ ପ୍ରାଚୀନ ବିଦ୍ୟା ସେ ଆଜି ତାଙ୍କ ସମ୍ମୁଖରେ ପ୍ରକଟ କରୁଛନ୍ତି, ତାହା ଏକ ଅସାଧାରଣ ଗୁପ୍ତ ବିଷୟ ଅଟେ । ସଂସାରରେ ଗୋପନୀୟତା ଦୁଇଟି କାରଣରୁ ରଖାଯାଇଥାଏ; ସ୍ୱାର୍ଥପର ଭାବରେ ସତ୍ୟକୁ ନିଜ ଭିତରେ ରଖିବା ପାଇଁ କିମ୍ବା ଜ୍ଞାନର ଦୁରୁପଯୋଗ ରୋକିବା ପାଇଁ । ତେବେ ସେପରି କୌଣସି କାରଣରୁ ଏହି ଯୋଗର ବିଜ୍ଞାନ ଗୋପନ ରହି ନ ଥିଲା, ବରଂ ଏହାକୁ ବୁଝିବା ପାଇଁ ଏକ ଯୋଗ୍ୟତା ଆବଶ୍ୟକ କରୁଥିଲା । ଭକ୍ତିକୁ ହିଁ ଏହାର ଯୋଗ୍ୟତା ଭାବରେ ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି । ଭଗବଦ୍ ଗୀତାର ଗଭୀର ଜ୍ଞାନ ବୁଝିବା ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ବା ସଂସ୍କୃତ ଭାଷାଜ୍ଞାନ ଯଥେଷ୍ଟ ନ୍‌ୁହେଁ, ସେଥିପାଇଁ ଭକ୍ତି ଆବଶ୍ୟକ, ଯାହା ଭଗବାନଙ୍କ ପ୍ରତି ବିମୁଖତା ନଷ୍ଟକରେ ଏବଂ ତାଙ୍କର କ୍ଷୁଦ୍ର ଅଂଶ ଓ ସେବକ ରୂପେ ନିଜର ବିନମ୍ର ସ୍ଥିତି ସ୍ୱୀକାର କରିବାକୁ ସକ୍ଷମ କରେ ।\nଅର୍ଜୁନ ଏହି ଜ୍ଞାନ ଗ୍ରହଣ କରିବା ପାଇଁ ଯୋଗ୍ୟ ଶିଷ୍ୟଥିଲେ, କାରଣ ସେ ଭଗବାନଙ୍କର ଭକ୍ତ ଥିଲେ । ଭଗବାନଙ୍କ ପ୍ରତି ଭକ୍ତି, ପାଞ୍ଚଗୋଟି କ୍ରମ ବର୍ଦ୍ଧମାନ ମନୋଭାବରେ କରାଯାଇପାରେ: ୧. ଶାନ୍ତଭାବ: ଭଗବାନଙ୍କୁ ଆମର ରାଜା ଭାବରେ ସମ୍ମାନ ଦେବା,୨. ଦାସ୍ୟ ଭାବ: ଭଗବାନଙ୍କୁ ଆମର ସ୍ୱାମୀ ମନେକରି ତାଙ୍କ ପ୍ରତି ଦାସତାର ଭାବନା ରଖିବା ୩. ସଖ୍ୟ ଭାବ: ଭଗବାନଙ୍କୁ ନିଜର ସଖା ଭାବରେ ଗ୍ରହଣ କରିବା, ୪. ବାତ୍ସଲ୍ୟ ଭାବ: ଭଗବାନଙ୍କୁ ନିଜର ସନ୍ତାନ ଭାବିବା, ୫. ମାଧୁର୍ଯ୍ୟ ଭାବ: ଭଗବାନଙ୍କୁ ନିଜର ପ୍ରିୟତମ ମନେକରି ତାଙ୍କର ଉପାସନା କରିବା । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସଖ୍ୟ ଭାବରେ ଭକ୍ତି କରୁଥିଲେ, ତେଣୁ ଶ୍ରୀକୃଷ୍ଣ ତାଙ୍କୁ ନିଜର ବନ୍ଧୁ ତଥା ଭକ୍ତ ଭାବରେ ଏହି କଥା କହୁଛନ୍ତି ।\nହୃଦୟ ଭକ୍ତିଯୁକ୍ତ ହୋଇ ନ ଥିଲେ ବ୍ୟକ୍ତି ଭଗବଦ୍ ଗୀତାର ସନ୍ଦେଶ ହୃଦୟଙ୍ଗମ କରିପାରିବ ନାହିଁ । ଭଗବାନଙ୍କ ପ୍ରତି ଭକ୍ତି ରହିତ ଜ୍ଞାନୀ, ଯୋଗୀ, ତପସ୍ୱୀ ଆଦିଙ୍କ ଦ୍ୱାରା ରଚିତ ଭଗବଦ୍ ଗୀତାର ଭାଷ୍ୟକୁ, ଏହି ଶ୍ଲୋକ ଅବୈଧ ଘୋଷଣା କରୁଛି । ଏହି ଶ୍ଲୋକ ଅନୁସାରେ, ସେମାନେ ଯେହେତୁ ଭକ୍ତ ନୁହଁନ୍ତି, ଅର୍ଜୁନଙ୍କୁ ସମ୍ମୁଖରେ ଉପସ୍ଥାପିତ କରାଯାଉଥିବା ଗୁଢ଼ତମ ବିଜ୍ଞାନକୁ ସେମାନେ ହୃଦୟଙ୍ଗମ କରିପାରିବେ ନାହିଁ, ଏବଂ ସେଥିପାଇଁ ସେମାନେ ଲେଖିଥିବା ଭାଷ୍ୟ ସବୁ ଭ୍ରମଯୁକ୍ତ ଅଥବା ଅସମ୍ପୂର୍ଣ୍ଣ ଅଟେ ।" }, { "verseTitle": "Bhagavad Gita 4.4", "verse": "4", "chapter": 4, "lang": "or", "shloka": { "speaker": "ଅର୍ଜୁନ ଉବାଚ", "sanskrit": "अर्जुन उवाच। \n\nअपरं भवतो जन्म परं जन्म विवस्वतः ।\n\nकथमेतद्विजानीयां त्वमादौ प्रोक्तवानिति ॥4॥", "text": "ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ୱତଃ ।\nକଥମେତଦ୍‌ବିଜାନୀୟାଂ ତ୍ୱମାଦୌ ପ୍ରୋକ୍ତବାନିତି ।।୪।।", "audioLink": "https://www.holy-bhagavad-gita.org/public/audio/004_004.mp3" }, "wordMeanings": "ଅର୍ଜୁନ ଉବାଚ- ଅର୍ଜୁନ କହିଲେ; ଅପରଂ -ପରେ (ଅଳ୍ପ କିଛିଦିନ ତଳେ); ଭବତଃ - ଆପଣଙ୍କର; ଜନ୍ମ-ଜନ୍ମ; ପର-ପୂର୍ବରୁ (ବହୁତ ଆଗରୁ); ଜନ୍ମ- ଉତ୍ପତ୍ତି; ବିବସ୍ୱତଃ - ସୂର୍ଯ୍ୟଦେବତାଙ୍କର; କଥଂ - କିପରି; ଏତତ୍ -ଏହା; ବିଜାନୀୟାଂ - ମୁଁ ବୁଝିବି; ତ୍ୱଂ- ଆପଣ; ଆଦୌ -ପ୍ରାରମ୍ଭରେ; ପ୍ରୋକ୍ତବାନ୍ - ଶିକ୍ଷା ଦେଇଥିଲେ; ଇତି - ଏହିପରି ଭାବରେ ।", "translation": { "text": "ଅର୍ଜୁନ କହିଲେ; ଆପଣ ବିବସ୍ୱାନଙ୍କର ଜନ୍ମର ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ପ୍ରାରମ୍ଭରେ ଏହି ବିଦ୍ୟା ତାଙ୍କୁ କିପରି ପ୍ରଦାନ କରିଥିଲେ, ତାହା ମୁଁ ବୁଝିପାରୁନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-04.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.4.mp3" ] }, "commentary": "ଶ୍ରୀକୃଷ୍ଣଙ୍କ ବକ୍ତବ୍ୟରେ ଘଟଣା ସମୁହର ଆପାତତଃ ଅସାମଞ୍ଜସ୍ୟତା ଲକ୍ଷ୍ୟ କରି ଅର୍ଜୁନ ଦ୍ୱନ୍ଦ୍ୱଗ୍ରସ୍ତ ହୋଇପଡ଼ିଛନ୍ତି । ସୂର୍ଯ୍ୟଦେବ ପ୍ରାୟତଃ ସୃଷ୍ଟିର ପ୍ରାରମ୍ଭରୁ ଅଛନ୍ତି, କିନ୍ତୁ ଶ୍ରୀକୃଷ୍ଣ ଏବେ ସଂସାରରେ ଜନ୍ମ ଗ୍ରହଣ କରିଛନ୍ତି । ଯଦି ଶ୍ରୀକୃଷ୍ଣ ବସୁଦେବ ଏବଂ ଦେବକୀଙ୍କ ପୁତ୍ର ହୋଇଥାନ୍ତି, ତେବେ ସୂର୍ଯ୍ୟଦେବଙ୍କୁୁ ଏହି ଜ୍ଞାନ ଦେଇଥିବା ଉକ୍ତିଟି ଅର୍ଜୁନଙ୍କୁ ଅସମଞ୍ଜସ ବୋଧ ହେଉଛି । ତେଣୁ ସେ ଏ ବିଷୟରେ ପ୍ରଶ୍ନ କରୁଛନ୍ତି । ଅର୍ଜୁନଙ୍କର ଏହି ପ୍ରଶ୍ନ ଭଗବାନଙ୍କର ଦିବ୍ୟ ଅବତରଣ ସମ୍ପର୍କରେ ଏକ ବିଶ୍ଲେଷଣର ଆହ୍ୱାନ କରୁଛି । ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକମାନଙ୍କରେ ତାର ପ୍ରତ୍ୟୁତ୍ତର ଦେଉଛନ୍ତି ।" }, { "verseTitle": "Bhagavad Gita 4.5", "verse": "5", "chapter": 4, "lang": "or", "shloka": { "speaker": "", "sanskrit": "श्रीभगवानुवाच।\n\n बहूनि मे व्यतीतानि जन्मानि तव चार्जुन ।\n\nतान्यहं वेद सर्वाणि न त्वं वेत्थ परन्तप ॥5॥", "text": "ଶ୍ରୀ ଭଗବାନୁବାଚ\nବହୂନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ ।\nତାନ୍ୟହଂ ବେଦ ସର୍ବାଣି ନ ତ୍ୱଂ ବେତ୍‌ଥ ପରନ୍ତପ ।।୫।।", "audioLink": "https://www.holy-bhagavad-gita.org/public/audio/004_005.mp3" }, "wordMeanings": "ଶ୍ରୀଭଗବାନ ଉବାଚ - ଶ୍ରୀଭଗବାନ କହିଲେ; ବହୂନି - ଅନେକ; ମେ- ମୋର; ବ୍ୟତୀତାନି - ଚାଲିଯାଇଛି; ଜନ୍ମାନି - ଜନ୍ମ; ତବ- ତୁମର; ଚ-ଏବଂ; ଅର୍ଜୁନ - ହେ ଅର୍ଜୁନ; ତାନି -ସେସବୁ; ଅହଂ-ମୁଁ; ବେଦ -ଜାଣେ; ସର୍ବାଣି -ସମସ୍ତ; ନ -ନାହିଁ; ତ୍ୱଂ -ତୁମେ; ବେତ୍‌ଥ- ଜାଣ; ପରନ୍ତପ - ହେ ଶତ୍ରୁ ଦମନକାରୀ ।", "translation": { "text": "ଶ୍ରୀ ଭଗବାନ କହିଲେ, ହେ ପରନ୍ତପ ଅର୍ଜୁନ! ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛେ । ତୁମେ ସେସବୁ ଭୁଲିଯାଇଛ, କିନ୍ତୁ ମୋର ସବୁ ମନେଅଛି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-05.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.5.mp3" ] }, "commentary": "ଶ୍ରୀକୃଷ୍ଣ କହୁଛନ୍ତି ଯେ ଅର୍ଜୁନଙ୍କ ସମ୍ମୁଖରେ ସେ ମନୁଷ୍ୟ ରୂପରେ ଛିଡ଼ା ହୋଇଛନ୍ତି, ସେଥିପାଇଁ ତାଙ୍କୁ ମନୁଷ୍ୟମାନଙ୍କ ସହିତ ସମାନ ମନେ କରିବା ଉଚିତ ନୁହେଁ । ଦେଶର ରାଷ୍ଟ୍ରପତି ବେଳେବେଳେ ଜେଲ ପରିଦର୍ଶନରେ ଯାଇଥାନ୍ତି, କିନ୍ତୁ ତାଙ୍କୁ ଜେଲ ମଧ୍ୟରେ ଛିଡ଼ା ହୋଇଥିବାର ଦେଖି ଆମେ ତାଙ୍କୁ ଜଣେ ବନ୍ଦୀ ବୋଲି ଭାବି ନ ଥାଏ, ଆମେ ଜାଣେ ଯେ ସେ ଜେଲକୁ କେବଳ ପରିଦର୍ଶନରେ ଆସିଛନ୍ତି । ସେହିପରି ଭଗବାନ ବେଳେ ବେଳେ ଧରାପୃଷ୍ଠରେ ଅବତରଣ କରିଥାନ୍ତି ସତ, କିନ୍ତୁ ସେ କେବେ ବି ନିଜର ଦିବ୍ୟଗୁଣ ଓ ଦିବ୍ୟଶକ୍ତି ରହିତ ହୋଇ ନ ଥାନ୍ତି ।\nଶଙ୍କରାଚାର୍ଯ୍ୟ ଏହି ଶ୍ଲୋକର ଭାଷ୍ୟରେ ଉଲ୍ଲେଖ କରିଛନ୍ତି: ଯା ବାସୁଦେବେ ଅନୀଶ୍ୱରାସର୍ବଜ୍ଞାଶଙ୍କା ମୂର୍ଖାଣାମ୍ ତାଂ ପରିହରନ୍ ଶ୍ରୀ ଭଗବାନ୍ ଉବାଚ (ଶାରୀରିକ ଭାଷ୍ୟ ଶ୍ଲୋକ ୪.୫) । “ଯେଉଁ ମୁର୍ଖବ୍ୟକ୍ତିମାନେ ଶଙ୍କା ପ୍ରକାଶ କରନ୍ତି ଯେ ସେ ଭଗବାନ ନୁହଁନ୍ତି, ତାଙ୍କୁ ଅସତ୍ୟ ସିଦ୍ଧ  କରିବା ପାଇଁ ଶ୍ରୀକୃଷ୍ଣ ଏହି ଶ୍ଳୋକଟି କହିଛନ୍ତି ।” ନାସ୍ତିକମାନେ ଯୁକ୍ତି କରନ୍ତି ଯେ, ଶ୍ରୀକୃଷ୍ଣ ଆମ ସମସ୍ତଙ୍କ ପରି ଜନ୍ମ ହୋଇଥିଲେ ଏବଂ ସେ ଆମପରି ଖାଉଥିଲେ, ପିଉଥିଲେ, ଶୋଉଥିଲେ, ତେଣୁ ସେ ଭଗବାନ ହୋଇ ନ ପାରନ୍ତି । ଶ୍ରୀକୃଷ୍ଣ ଏଠାରେ ଜୀବ ଏବଂ ଭଗବାନଙ୍କ ମଧ୍ୟରେ ପ୍ରଭେଦ ଦର୍ଶାଇଛନ୍ତି । ସେ କହୁଛନ୍ତି ଯେ, ଯଦିଓ ସେ ଅସଂଖ୍ୟ ବାର ସଂସାରରେ ଅବତରିତ ହୋଇଛନ୍ତି, ତଥାପି ସେ ସର୍ବଜ୍ଞ ଅଟନ୍ତି, କିନ୍ତୁ ଜୀବର ଜ୍ଞାନ ସୀମିତ ଅଟେ ।\nଜୀବାତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି - ଉଭୟ ସତ୍‌-ଚିତ୍‌-ଆନନ୍ଦ (ନିତ୍ୟ, ଚୈତନ୍ୟ ଏବଂ ଆନନ୍ଦ) ଅଟନ୍ତି । ତଥାପି ସେମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ମଧ୍ୟ ଅଛି - ଭଗବାନ ସର୍ବବ୍ୟାପକ ଅଟନ୍ତି, କିନ୍ତୁ ଜୀବ କେବଳ ଶରୀରରେ ବ୍ୟାପ୍ତ ଅଟେ; ଭଗବାନ ସର୍ବଶକ୍ତିମାନ, କିନ୍ତୁ ଭଗବାନଙ୍କର କୃପା ବିନା ଜୀବର ମାୟା କବଳରୁ ମୁକ୍ତି ହେବାର ଶକ୍ତି ମଧ୍ୟ ନାହିଁ; ଭଗବାନ ସୃଷ୍ଟିର ନିୟାମକ ଅଟନ୍ତି, କିନ୍ତୁ ଜୀବ ନିୟମାଧୀନ ଅଟେ; ଭଗବାନ ସୃଷ୍ଟିର ରକ୍ଷକ ଅଟନ୍ତି, ଜୀବ ତାଙ୍କ ଦ୍ୱାରା ରକ୍ଷିତ ହୋଇଥାଏ; ଭଗବାନ ସର୍ବଜ୍ଞ ଅଟନ୍ତି, କିନ୍ତୁ ଆତ୍ମାର କୌଣସି ଗୋଟିଏ ବିଷୟରେ ମଧ୍ୟ ପୂର୍ଣ୍ଣଜ୍ଞାନ ନ ଥାଏ ।\nଶ୍ରୀକୃଷ୍ଣ ଏହି ଶ୍ଲୋକରେ ଅର୍ଜୁନଙ୍କୁ ‘ପରନ୍ତପ’ କହିଛନ୍ତି ଅର୍ଥାତ୍ “ଶତ୍ରୁମାନଙ୍କର ବିନାଶକାରୀ” । ତଦ୍ୱାରା ସେ କହିବାକୁ ଚାହୁଁଛନ୍ତି, “ଅର୍ଜୁନ, ତୁମେ ବହୁତ ପରାକ୍ରମୀ ଶତ୍ରୁମାନଙ୍କୁ ବଧ କରିଥିବା ଜଣେ ବୀର ଯୋଦ୍ଧା ଅଟ । ବର୍ତ୍ତମାନ ତୁମେ ତୁମ ମନରେ ଉଠୁଥିବା ଶଙ୍କା ଆଗରେ ପରାସ୍ତ ହୁଅ ନାହିଁ । ମୁଁ ତୁମକୁ ଦେଉଥିବା ଜ୍ଞାନର ଖଡ଼୍‌ଗରେ ତାକୁ ବଧ କର ଏବଂ ଜ୍ଞାନରେ ସ୍ଥିତ ହୁଅ ।”" }, { "verseTitle": "Bhagavad Gita 4.6", "verse": "6", "chapter": 4, "lang": "or", "shloka": { "speaker": "", "sanskrit": "अजोऽपि सन्नव्ययात्मा भूतानामीश्वरोऽपि सन्।\n\nप्रकृति स्वामधिष्ठाय सम्भवाम्यात्ममायया ॥6॥", "text": "ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ୱରୋଽପି ସନ୍ ।\nପ୍ରକୃତିଂ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା ।।୬।।", "audioLink": "https://www.holy-bhagavad-gita.org/public/audio/004_006.mp3" }, "wordMeanings": "ଅଜଃ ଅଜ (ଯାହାର ଜନ୍ମନାହିଁ); ଅପି- ଯଦିଓ; ସନ୍ - ହୋଇଥିବାରୁ; ଅବ୍ୟୟ ଆତ୍ମା- ଅବିନାଶୀ ସ୍ୱରୂପ ; ଭୂତାନାମ୍ -ସମସ୍ତ ଜୀବ; ଈଶ୍ୱରଃ - ପରମେଶ୍ୱର; ଅପି - ଯଦିଓ; ସନ୍ -ହୋଇଥିବାରୁ; ପ୍ରକୃତିଂ - ସ୍ୱରୂପ; ସ୍ୱାମ୍ - ମୋର; ଅଧିଷ୍ଠାୟ - ଅଧିଷ୍ଠିତ ହୋଇ; ସମ୍ଭବାମି - ମୁଁ ଅବତୀର୍ଣ୍ଣ ହୁଏ; ଆତ୍ମମାୟୟା - ମୋର ଯୋଗମାୟା ଶକ୍ତି ସାହାଯ୍ୟରେ ।", "translation": { "text": "ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣ ସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-06.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.6.mp3" ] }, "commentary": "ଅନେକ ବ୍ୟକ୍ତି ଭଗବାନ ସାକାର ରୂପ ଧାରଣ କରିବା ବିଷୟକୁ ଅବିଶ୍ୱାସ କରନ୍ତି । ସେମାନେ ସର୍ବବ୍ୟାପକ, ଅଶରୀରୀ ଏବଂ ଅତିସୂକ୍ଷ୍ମ ଗୁଣଯୁକ୍ତ ନିରାକାର ବ୍ରହ୍ମଙ୍କୁ ଅଧିକ ସହଜରେ ଗ୍ରହଣ କରିଥାନ୍ତି । ନିଶ୍ଚିତରୂପେ ଭଗବାନ ଅଶରୀରୀ ଓ ନିରାକାର ଅଟନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ସାକାର ରୂପ ଗ୍ରହଣ କରିପାରିବେ ନାହିଁ । ଯେହେତୁ ଭଗବାନ ସର୍ବଶକ୍ତିମାନ ଅଟନ୍ତି, ତାଙ୍କର କ୍ଷମତା ଅଛି ଯେ ସେ ଯେତେବେଳେ ଚାହିଁବେ ସାକାର ରୂପ ଧାରଣ କରିପାରିବେ । ଯଦି ଜଣେ ଯୁକ୍ତି କରନ୍ତି ଯେ, ଭଗବାନ ସାକାର ରୂପ ନେଇପାରିବେନି, ତା ଅର୍ଥ ସେ ଭଗବାନଙ୍କୁ ସର୍ବଶକ୍ତିମାନ ଭାବେ ଗ୍ରହଣ କରୁନାହାଁନ୍ତି । ଅତଏବ, “ଭଗବାନ ନିରାକାର ଅଟନ୍ତି” କହିବା ଏକ ଅସମ୍ପୂର୍ଣ୍ଣ ବକ୍ତବ୍ୟ ଅଟେ । ଅନ୍ୟ ପକ୍ଷରେ “ଭଗବାନ ସାକାର ରୂପରେ ରହନ୍ତି” କହିବା ମଧ୍ୟ ଆଂଶିକ ସତ୍ୟ ଅଟେ । ସର୍ବଶକ୍ତିମାନ ଭଗବାନଙ୍କ ଦିବ୍ୟ ସ୍ୱରୂପର ଉଭୟ ଦିଗ ରହିଛି - ସାକାର ରୂପ ତଥା ନିରାକାର ରୂପ । ବୃହଦାରଣ୍ୟକ ଉପନିଷଦ କହେ:\nଦ୍ୱେ ବାବ ବ୍ରହ୍ମଣୋ ରୂପେ ମୂର୍ତଂ ଚୈବ ଅମୂର୍ତଂ ଚ (୨, ୩, ୧)\n“ଭଗବାନ ଉଭୟ ପ୍ରକାରରେ ଆବିର୍ଭୂତ ହୁଅନ୍ତି - ନିରାକାର ବ୍ରହ୍ମ ଏବଂ ସାକାର ଭଗବାନ ।” ଉଭୟ ତାଙ୍କ ବ୍ୟକ୍ତିତ୍ୱର ପରିପ୍ରକାଶ ଅଟେ ।\nବାସ୍ତବରେ, ଆତ୍ମାର ମଧ୍ୟ ଏହି ଦୁଇଟି ଅବସ୍ଥିତି ଅଛି । ଏହା ନିରାକାର, ତେଣୁ ମୃତ୍ୟୁ ସମୟରେ ଶରୀର ତ୍ୟାଗ କରିବା ସମୟରେ ଦୃଷ୍ଟିଗୋଚର ହୋଇ ନ ଥାଏ । ତଥାପି ଏହା ଏକ ଶରୀର ଧାରଣ କରିଥାଏ ଏବଂ କେବଳ ଥରେ ନୁହେଁ ଅସଂଖ୍ୟ ଥର ଗୋଟିଏ ଜନ୍ମରୁ ଅନ୍ୟ ଜନ୍ମକୁ ଗତି କରିଥାଏ । ଯଦି ଗୋଟିଏ କ୍ଷୁଦ୍ର ଆତ୍ମା ଶରୀର ଧାରଣ କରିପାରୁଛି, ତା’ହେଲେ ସର୍ବଶକ୍ତିମାନ ଭଗବାନ କ’ଣ ଶରୀର ଧାରଣ କରିପାରିବେ ନାହିଁ? କ’ଣ ଭଗବାନ ଏକଥା କହୁଛନ୍ତି ଯେ “ମୋର ସାକାର ରୂପ ଧାରଣ କରିବାର ଶକ୍ତି ନାହିଁ, ତେଣୁ ମୁଁ ଏକ ନିରାକାର ଜ୍ୟୋତି ମାତ୍ର ରହିବି”? ନିର୍ଦ୍ଦୋଷ ଏବଂ ପରିପୂର୍ଣ୍ଣ ହେବା ପାଇଁ, ସେ ଉଭୟ ସାକାର ଓ ନିରାକାର ହେବା ଆବଶ୍ୟକ ।\nପାର୍ଥକ୍ୟ ଏହା ଯେ ଆମର ରୂପ ଜଡ଼ ଶକ୍ତି ମାୟା ଦ୍ୱାରା ନିର୍ମିତ, ଭଗବାନଙ୍କର ରୂପ ତାଙ୍କର ଦିବ୍ୟଶକ୍ତି ଯୋଗମାୟା ଦ୍ୱାରା ସୃଷ୍ଟି ହୋଇଥାଏ । ତେଣୁ ଏହା ଦିବ୍ୟ ଏବଂ ମାୟିକ ଦୋଷରହିତ ଅଟେ । ଏହାର ବର୍ଣ୍ଣନା ପଦ୍ମପୁରାଣରେ ଅତି ସୁନ୍ଦର ଭାବରେ କରାଯାଇଛି ।\nଯସ୍ତୁ ନିର୍ଗୁଣ ଇତ୍ୟୁକ୍ତଃ ଶାସ୍ତ୍ରେଷୁ ଜଗଦୀଶ୍ୱରଃ            ପ୍ରାକୃତୈର୍ହେୟ ସଂଯୁକ୍ତୈର୍ଗୁଣୈର୍ହୀନତ୍ୱମୁଚ୍ୟତେ\n“ଯେଉଁଠାରେ ବେଦଶାସ୍ତ୍ର ଏପରି କହିଥାଆନ୍ତି ଯେ ଭଗବାନଙ୍କର ରୂପ ନାହିଁ, ତାହାର ତାତ୍ପର୍ଯ୍ୟ ତାଙ୍କର ରୂପ ମାୟା ଦୋଷ ରହିତ ଅଟେ, ବରଂ ତାହା ଏକ ଦିବ୍ୟ ରୂପ ଅଟେ ।”" }, { "verseTitle": "Bhagavad Gita 4.7", "verse": "7", "chapter": 4, "lang": "or", "shloka": { "speaker": "", "sanskrit": "यदा यदा हि धर्मस्य ग्लानिर्भवति भारत ।\n\nअभ्युत्थानमधर्मस्य तदात्मानं सृजाम्यहम् ॥7॥", "text": "ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।\nଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।।୭।।", "audioLink": "https://www.holy-bhagavad-gita.org/public/audio/004_007.mp3" }, "wordMeanings": "ଯଦା -ଯେତେବେଳେ; ଯଦା -ଯେଉଁଠାରେ; ହି -ବାସ୍ତବରେ; ଧର୍ମସ୍ୟ - ଧର୍ମର; ଗ୍ଲାନିଃ -ହ୍ରାସ; ଭବତି -ହୁଏ; ଭାରତ-ହେ ଭରତ ବଂଶଜ; ଅଭ୍ୟୁତ୍‌ଥାନଂ -ଅଭ୍ୟୁଥାନ; ଅଧର୍ମସ୍ୟ - ଅଧର୍ମର; ତଦା-ସେତେବେଳେ; ଆତ୍ମାନଂ- ନିଜେ; ସୃଜାମି - ପ୍ରକାଶିତ ହୁଏ; ଅହଂ -ମୁଁ ।", "translation": { "text": "ହେ ଅର୍ଜୁନ! ଯେତେବେଳେ ବି ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ସଂସାରରେ ଅବତରିତ ହୁଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-07.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.7.mp3" ] }, "commentary": "ଧର୍ମ, ଆମ ପ୍ରତି ପ୍ରଯୁଜ୍ୟ କର୍ମ, ଯାହା ଆଧ୍ୟାତ୍ମିକ ଉନ୍ନତି ଦିଗରେ ଅଗ୍ରସର ହେବା ପାଇଁ ଅନୁକୂଳ ଅଟେ । ଏହାର ବିପରୀତ ଅଧର୍ମ ଅଟେ । ଯେତେବେଳେ ଅଧର୍ମର ବୃଦ୍ଧି ଘଟେ, ସଂସାରର ସୃଷ୍ଟିକର୍ତ୍ତା ଏଥିରେ ହସ୍ତକ୍ଷେପ କରି ଅବତରିତ ହୁଅନ୍ତି ଓ ଧର୍ମକୁ ପୁନର୍ସ୍ଥାପିତ କରନ୍ତି । ଏହିପରି ଅବତରଣକୁ ଅବତାର କୁହାଯାଏ । “ଅବତାର” ଶବ୍ଦଟି ସଂସ୍କୃତରୁ ଇଂରାଜୀରେ ଗ୍ରହଣ କରାଯାଇଛି ଏବଂ ତାହା ସାଧାରଣତଃ ଗଣ ମାଧ୍ୟମରେ ଲୋକଙ୍କର ପ୍ରତିଛବି ଅର୍ଥରେ ବ୍ୟବହୃତ ହେଉଅଛି । ଏହି ପୁସ୍ତକରେ ଆମେ ଏହାକୁ ମୂଳ ସଂସ୍କୃତ ଅର୍ଥ ଭଗବାନଙ୍କର ଦିବ୍ୟ ଅବତରଣ ଭାବରେ ବ୍ୟବହାର କରିବା । ଶ୍ରୀମଦ୍ ଭାଗବତମ୍‌ରେ ଭଗବାନଙ୍କର ଚବିଶଗୋଟି ଅବତାରର ବର୍ଣ୍ଣନା କରାଯାଇଛି । କିନ୍ତୁ ବେଦ ଶାସ୍ତ୍ର କହେ ଭଗବାନଙ୍କର ଅବତାର ଅସଂଖ୍ୟ ଅଟେ:\nଜନ୍ମ-କର୍ମାଭିଧାନାନି ସନ୍ତିଽମେଙ୍ଗ ସହସ୍ରଶଃନ ଶକ୍ୟନ୍ତେଽନୁସଂଖ୍ୟାତୁମ୍ ଅନନ୍ତତ୍ୱାନ୍ ମୟାପି ହି (ଭାଗବତମ୍ ୧୦.୫୧.୩୬)\n“ଅନଦି କାଳରୁ ଭଗବାନଙ୍କର ଅନନ୍ତ ଅବତାରର ଗଣନା କେହି ମଧ୍ୟ କରିପାରିବେ ନାହିଁ ।” ଏହି ଅବତାର ଗୁଡ଼ିକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି ଯେପରିକି:\n୧.         ଆବେଶାବତାର- ଏହି ଅବତାରରେ ସେ ନିଜର ବିଶେଷ ଶକ୍ତି, କୌଣସି ବ୍ୟକ୍ତିଗତ ଆତ୍ମା ଦ୍ୱାରା ପ୍ରକଟିତ କରିଥାନ୍ତି । ମହର୍ଷି ନାରଦ ଏହାର ଉଦାହରଣ ଅଟନ୍ତି, ସେହିପରି ଭଗବାନ ବୁଦ୍ଧ ମଧ୍ୟ ଆବେଶ ଅବତାରର ଉଦାହରଣ ଅଟନ୍ତି ।\n୨.         ପ୍ରାଭବାବତାର - ଏହି ରୂପରେ ଭଗବାନ ସ୍ୱୟଂ ସାକାର ରୂପରେ ଆସନ୍ତି ଏବଂ ତାଙ୍କର କିଛି ଶକ୍ତି ପ୍ରଦର୍ଶନ କରିଥାନ୍ତି । ପ୍ରାଭବାବତାର ଦୁଇ ଶ୍ରେଣୀର ଅଟେ:\nକ.  ଭଗବାନ ନିଜକୁ ଅଳ୍ପ ସମୟ ପର୍ଯ୍ୟନ୍ତ ପ୍ରକଟିତ କରନ୍ତି ଓ ନିଜ କାର୍ଯ୍ୟ ସାରି ପ୍ରତ୍ୟାବର୍ତ୍ତନ କରିଥାନ୍ତି । ହଂସାବତାର ଏହିପରି ଏକ ଉଦାହରଣ, ଯେଉଁଠାରେ ଭଗବାନ କୁମାରମାନଙ୍କ ସମ୍ମୁଖରେ ପ୍ରକଟିତ ହୋଇ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ଫେରିଯାଇଥିଲେ ।\nଖ.  ଏହି ଅବତାରରେ ସେ ବହୁବର୍ଷ ଧରି ସଂସାରରେ ରହନ୍ତି । ବେଦବ୍ୟାସ, ଯିଏ ଅଷ୍ଟାଦଶ ପୁରାଣ ଓ ମହାଭାରତର ରଚୟିତା  ଏବଂ ବେଦକୁ ଚାରି ଭାଗରେ ବିଭାଜନ କରିଥିଲେ, ସେ ଏହାର ଉଦାହରଣ ଅଟନ୍ତି ।\n୩.         ବୈଭବାବତାର - ଯେତେବେଳେ ଭଗବାନ ଦିବ୍ୟ ରୂପରେ ଅବତାର ନେଇ ତାଙ୍କର ଅଧିକ ଐଶ୍ୱରୀୟ ଶକ୍ତି ପ୍ରଦର୍ଶନ କରିଥାଆନ୍ତି । ମତ୍ସାବତାର, କୂର୍ମ ଅବତାର, ବରାହଅବତାର ଆଦି ବୈଭବାବତାରର ଉଦାହରଣ ଅଟେ ।\n୪.         ପରବାସ୍ଥାବତାର - ଏହି ଅବତାରରେ ଭଗବାନ ଦିବ୍ୟ ସ୍ୱରୂପରେ ତାଙ୍କର ସମସ୍ତ ଦିବ୍ୟଶକ୍ତି ପ୍ରଦର୍ଶିତ କରିଥାନ୍ତି । ଶ୍ରୀକୃଷ୍ଣ, ଶ୍ରୀରାମ ଏବଂ ନୃସିଂହ ଅବତାର ସବୁ ପରାଭବସ୍ଥାବତାରର ଉଦାହରଣ ଅଟନ୍ତି ।\nଏହି ବିଭକ୍ତିକରଣ ଏହା ସୂଚିତ କରେ ନାହିଁ ଯେ ଗୋଟିଏ ଅବତାର ଅନ୍ୟଠାରୁ ଶ୍ରେଷ୍ଠ ଅଟେ । ବେଦବ୍ୟାସ, ଯିଏ ସ୍ୱୟଂ ଭଗବାନଙ୍କର ଜଣେ ଅବତାର ଅଟନ୍ତି, ସ୍ପଷ୍ଟ ଭାବେ ଲେଖିଛନ୍ତି: ସର୍ବେ ପୂର୍ଣ୍ଣାଃ ଶାଶ୍ୱତାଶ୍ଚ ଦେହାସ୍ତସ୍ୟ ପରମାତ୍ମନଃ (ପଦ୍ମପୁରାଣ), “ଭଗବାନଙ୍କର ସବୁ ଅବତାର ସମସ୍ତ ଦିବ୍ୟଶକ୍ତିଯୁକ୍ତ ଓ ସେମାନେ ସମସ୍ତେ ପରିପୂର୍ଣ୍ଣ ତଥା ନିର୍ଦ୍ଦୋଷ ଅଟନ୍ତି ।” ତେଣୁ ଅମେ ଅବତାର ସବୁକୁ ଅନ୍ୟଠାରୁ ଛୋଟ ବା ବଡ଼ ଭାବିବା ଉଚିତ ନୁହେଁ । ଯାହା ହେଲେ ମଧ୍ୟ ଭଗବାନ, ତାଙ୍କର ପ୍ରତି ଅବତାରରେ ସେତିିକି ଶକ୍ତି ପ୍ରଦର୍ଶିତ କରିଥାନ୍ତି ଯେତିକି ସେହି ଅବତାରର ଉଦ୍ଦେଶ୍ୟ ପୂରଣ କରିବାକୁ ଆବଶ୍ୟକ ଥାଏ । ଅନ୍ୟ ଶକ୍ତି ସବୁ ସେହି ଅବତାରରେ ସୁପ୍ତ ଅବସ୍ଥାରେ ଥାନ୍ତି । ସେଥିପାଇଁ ଉପରୋକ୍ତ ବିଭକ୍ତିକରଣ କରାଯାଇଛି ।" }, { "verseTitle": "Bhagavad Gita 4.8", "verse": "8", "chapter": 4, "lang": "or", "shloka": { "speaker": "", "sanskrit": "परित्राणाय साधूनां विनाशाय च दुष्कृताम्।\n\nधर्मसंस्थापनार्थाय सम्भवामि युगे युगे ॥8॥", "text": "ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ।\nଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।୮।।", "audioLink": "https://www.holy-bhagavad-gita.org/public/audio/004_008.mp3" }, "wordMeanings": "ପରିତ୍ରାଣାୟ -ରକ୍ଷା କରିବାକୁ; ସାଧୁନାଂ - ସାଧୁମାନଙ୍କୁ; ବିନାଶାୟ - ବିନାଶ କରିବାକୁ; ଚ -ଏବଂ; ଦୁଷ୍କୃତାମ୍ - ଦୁଷ୍ଟମାନଙ୍କର; ଧର୍ମ -ଚିରନ୍ତନ ଧର୍ମ; ସଂସ୍ଥାପନ ଅର୍ଥାୟ -ପୁନଃସ୍ଥାପିତ କରିବାକୁ; ସମ୍ଭବାମି -ମୁଁ ଆବିର୍ଭୂତ ହୁଏ; ଯୁଗେ ଯୁଗେ - ଯୁଗେ ଯୁଗେ ।", "translation": { "text": "ସନ୍ଥମାନଙ୍କର ରକ୍ଷା କରିବା ପାଇଁ, ଦୁଷ୍ଟମାନଙ୍କର ବିନାଶ କରିବା ପାଇଁ ଏବଂ ଧର୍ମର ମାର୍ଗର ପୁନଃ ପ୍ରତିଷ୍ଠା ପାଇଁ, ମୁଁ ଯୁଗେ ଯୁଗେ ଧରାପୃଷ୍ଠରେ ଅବତରିତ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-08.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.8.mp3" ] }, "commentary": "ପୂର୍ବ ଶ୍ଲୋକରେ, ଭଗବାନ ସଂସାରରେ ଅବତାର ଗ୍ରହଣ କରନ୍ତି କହିବା ପରେ, ସେ ବର୍ତ୍ତମାନ ତା’ର ତିନୋଟି କାରଣ ଦର୍ଶାଉଛନ୍ତି: ୧. ଦୁଷ୍ଟ ମାନଙ୍କୁ ବିନାଶ କରିବାକୁ, ୨. ସନ୍ଥମାନଙ୍କୁ ରକ୍ଷା କରିବାକୁ, ୩. ଧର୍ମର ସ୍ଥାପନା ନିମନ୍ତେ । କିନ୍ତୁ ଏହାକୁ ଗଭୀରଭାବେ ଅନୁଧ୍ୟାନ କଲେ, ଏହି କାରଣମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବି କାରଣ ସନ୍ତୋଷଜନକ ମନେ ହୁଏ ନାହିଁ:\nସନ୍ଥମାନଙ୍କୁ ରକ୍ଷା କରିବା- ଭଗବାନ ସମସ୍ତ ଭକ୍ତ ମାନଙ୍କ ହୃଦୟରେ ବାସ କରନ୍ତି ଏବଂ ଭିତରୁ ସେମାନଙ୍କର ରକ୍ଷା କରନ୍ତି । ସେଥିପାଇଁ ଅବତାର ନେବାର କୌଣସି ଆବଶ୍ୟକତା ନାହିଁ ।\nଦୁଷ୍ଟମାନଙ୍କୁ ବିନାଶ କରିବା - ଭଗବାନ ସର୍ବଶକ୍ତିମାନ ଅଟନ୍ତି ଏବଂ କେବଳ ଇଚ୍ଛା ମାତ୍ରକେ ସେ ଦୁଷ୍ଟମାନଙ୍କୁ ମାରି ଦେଇପାରିବେ । ସେତିକି କରିବା ପାଇଁ ସେ ଅବତାର ଗ୍ରହଣ କରିବେ କାହିଁକି?\nଧର୍ମ ସଂସ୍ଥାପନ କରିବା - ବେଦରେ ଧର୍ମର ବର୍ଣ୍ଣନା ଅନାଦିକାଳୀନ ଅଟେ । ଭଗବାନ କୌଣସି ମହାତ୍ମାଙ୍କ ମାଧ୍ୟମରେ ଏହାର ପୁନର୍ସ୍ଥାପନ କରିପାରିବେ । ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ, ସେ ନିଜେ ସାକାର ରୂପରେ ଅବତରିତ ହେବାର ଆବଶ୍ୟକତା ନାହିଁ ।\nତାହେଲେ ଏହି ଶ୍ଲୋକରେ ଦିଆଯାଇଥିବା କାରଣ ଗୁଡ଼ିକୁ ଆମେ କେଉଁ ଦୃଷ୍ଟିରୁ ଗ୍ରହଣ କରିବା? ଚାଲନ୍ତୁ, ଆମେ ଶ୍ରୀକୃଷ୍ଣଙ୍କର ଏହି ଉକ୍ତିକୁ ଟିକିଏ ଗଭୀର ଭାବରେ ଅନୁଧ୍ୟାନ କରି ଏହାର ମର୍ମକୁ ବୁଝିବାକୁ ଚେଷ୍ଟା କରିବା ।\nଜୀବର ସବୁଠାରୁ ବଡ଼ ଧର୍ମ ହେଉଛି, ଭଗବାନଙ୍କ ଭକ୍ତି । ଭଗବାନ ଅବତାର ଗ୍ରହଣ କରି ଏହାକୁ ସୁଦୃଢ଼ କରନ୍ତି । ଯେତେବେଳେ ଭଗବାନ ଆବିର୍ଭାବ ହୁଅନ୍ତି, ସେ ତାଙ୍କର ଦିବ୍ୟ ରୂପ, ନାମ, ଗୁଣ, ଲୀଳା, ଧାମ ଏବଂ ପରିକରମାନଙ୍କୁ ପ୍ରକଟ କରିଥାନ୍ତି । ଏହା ଜୀବକୁ ଭକ୍ତି କରିବା ପାଇଁ ଏକ ସହଜ ଆଧାର ପ୍ରଦାନ କରେ, ଯେହେତୁ ମନ ଭକ୍ତି କରିବା ପାଇଁ ଏକ ସାକାର ରୂପ ଆବଶ୍ୟକ କରେ । ଭଗବାନଙ୍କ ନିରାକାର ରୂପର ଉପାସନା କରିବା ଅତ୍ୟନ୍ତ କଷ୍ଟପ୍ରଦ ହୋଇଥାଏ; ଅନ୍ୟ ପକ୍ଷରେ, ସାକାର ରୂପର ଭକ୍ତି ଜନସାଧାରଣଙ୍କ ପାଇଁ  ସହଜ ବୋଧଗମ୍ୟ ଏବଂ ମନ ଲଗାଇବା ପାଇଁ ସହଜ ଓ ମଧୁର ହୋଇଥାଏ ।\nପରିଣାମ ସ୍ୱରୂପ, ପ୍ରାୟ ୫୦୦୦ବର୍ଷ ପୂର୍ବେ ହୋଇଥିବା ଶ୍ରୀକୃଷ୍ଣଙ୍କ ଅବତାର ପର ଠାରୁ, କୋଟି କୋଟି ପ୍ରାଣୀ ତାଙ୍କର ଦିବ୍ୟ ଲୀଳାକୁ ସେମାନଙ୍କ ଭକ୍ତିର ଆଧାର କରି ସହଜରେ ସେମାନଙ୍କର ମନକୁ ଶୁଦ୍ଧ କରିପାରିଛନ୍ତି । ସେହିପରି ରାମାୟଣ ମଧ୍ୟ ଅନେକ ଶତାବ୍ଦୀ ଧରି ଜୀବକୁ ଭକ୍ତିର ଏକ ଜନପ୍ରିୟ ମାଧ୍ୟମ ଦେଇ ଆସିଛି । ଜାତୀୟ ଦୂରଦର୍ଶନରେ ପ୍ରଥମେ ଯେତେବେଳେ ରବିବାର ସକାଳ ସମୟରେ ରାମାୟଣ ଧାରାବାହିକ ପ୍ରସାରିତ ହେଲା, ସେତେବେଳେ ଭାରତର ସମସ୍ତ ରାସ୍ତାଘାଟ ଶୁନ୍‌ଶାନ୍ ହୋଇଯାଉଥିଲା । ପ୍ରଭୁ ରାମଙ୍କର ଲୀଳା ଏତେ ମଧୁର ଥିଲା ଯେ, ଏହାକୁ ଦେଖିବା ପାଇଁ ଲୋକମାନେ ତାଙ୍କର ଟେଲିଭିଜନ୍ ପାଖରେ ଭିଡ ଜମାଉ ଥିଲେ । ଏହା ସୂଚିତ କରିଥାଏ କିପରି ଭାବରେ ପ୍ରଭୁ ରାମଙ୍କର ଅବତାର ଇତିହାସରେ କୋଟି କୋଟି ପ୍ରାଣୀଙ୍କୁ ଭକ୍ତିର ଆଧାର ଦେଇଥିଲା ।\nରାମ ଏକ ତାପସ ତିୟ ତାରୀ, ନାମ କୋଟି ଖଳ କୁମତି ସୁଧାରୀ ।\n“ରାମ ତାଙ୍କ ଅବତାର ସମୟରେ କେବଳ ଅହଲ୍ୟାଙ୍କୁ ଉଦ୍ଧାର କରିଥିଲେ (ଋଷି ଗୌତମଙ୍କ ସ୍ତ୍ରୀ, ଯାହାକୁ ଭଗବାନ ରାମ ପ୍ରସ୍ତର ଦେହରୁ ଉଦ୍ଧାର କରିଥିଲେ) । କିନ୍ତୁ ତା’ ପରଠାରୁ ପ୍ରଭୁଙ୍କର ଦିବ୍ୟ ନାମ ‘ରାମ’ ଜପକରି, କୋଟି କୋଟି ପତିତ ଆତ୍ମା ନିଜର ଉଦ୍ଧାର କରିଛନ୍ତି ।” ତେଣୁ ଏହି ଶ୍ଲୋକର ଗଭୀର ଅର୍ଥ ଅଟେ:\nଧର୍ମ ସଂସ୍ଥାପନ କରିବା- ଭକ୍ତି ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରିବା ପାଇଁ ଜୀବକୁ ନିଜର ନାମ, ରୂପ, ଲୀଳା, ଗୁଣ, ଧାମ ଓ ପରିକର ଆଦି ପ୍ରଦାନ କରି ଭକ୍ତି ଧର୍ମ ସ୍ଥାପନ କରିବା ଉଦ୍ଦେଶ୍ୟରେ ଭଗବାନ ଅବତାର ଗ୍ରହଣ କରନ୍ତି ।\nଦୁଷ୍ଟମାନଙ୍କୁ ବିନାଶ କରିବା- ଭଗବାନଙ୍କ ଲୀଳାରେ ସହଯୋଗ କରିବା ପାଇଁ, କେତେକ ମୁକ୍ତ ଆତ୍ମା ଭଗବାନଙ୍କ ସହିତ ଅବତରିତ ହୋଇ ଦୁଷ୍ଟ ହେବାର ଛଳନା କରନ୍ତି । ଉଦାହରଣ ସ୍ୱରୂପ, ରାବଣ ଓ କୁମ୍ଭକର୍ଣ୍ଣ ବାସ୍ତବରେ ଜୟ ଓ ବିଜୟ ଥିଲେ, ଯେଉଁମାନେ ଭଗବାନଙ୍କ ଦିବ୍ୟଲୋକରୁ ଅବତରିତ ହୋଇଥିଲେ । ସେମାନେ ରାକ୍ଷସ ହେବାର ଅଭିନୟ ସହ ରାମଙ୍କର ବିରୋଧ କରି ତାଙ୍କ ସହିତ ଯୁଦ୍ଧ କରିଥିଲେ । ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା ସେମାନେ ନିହତ ହୋଇ ନ ଥାନ୍ତେ, କାରଣ ସେମାନ ଦିବ୍ୟ ପୁରୁଷ ଥିଲେ । ତେଣୁ ଭଗବାନ ତାଙ୍କ ଲୀଳାର ଅଂଶ ଭାବରେ ଏହି ରାକ୍ଷସମାନଙ୍କୁ ବଧ କରିଥିଲେ । ତାଙ୍କୁ ବଧ କରିସାରି ସେମାନଙ୍କୁ ତାଙ୍କର ଦିବ୍ୟଧାମକୁ ପ୍ରେରିତ କରିଥିଲେ, ଯେଉଁଠାରୁ ସେମାନେ ଆସିଥିଲେ ।\nସନ୍ଥମାନଙ୍କୁ ରକ୍ଷା କରିବା- ଅନେକ ଜୀବାତ୍ମା ସାଧନା ଦ୍ୱାରା ନିଜକୁ ଯଥେଷ୍ଟ ଉଚ୍ଚସ୍ତରକୁ ନେଇଯାଇ ଭଗବାନଙ୍କର ପ୍ରତ୍ୟକ୍ଷ ଦର୍ଶନ ଲାଭ କରିବାର ଯୋଗ୍ୟତା ହାସଲ କରିଥାଆନ୍ତି । ଯେତେବେଳେ ଶ୍ରୀକୃଷ୍ଣ ସଂସାରରେ ଅବତାର ନେଇଥିଲେ, ଏହିପରି ଅଧିକାରୀ ଜୀବମାନେ ତାଙ୍କର ଦିବ୍ୟ ଲୀଳାରେ ଅଂଶଗ୍ରହଣ କରିବାକୁ ପ୍ରଥମେ ସୁଯୋଗ ପାଇଥିଲେ । ଉଦାହରଣ ସ୍ୱରୂପ, କେତେକ ଗୋପୀ (ବୃନ୍ଦାବନର ଗୋପାଳୁଣୀମାନେ, ଯେଉଁଠାରେ ଶ୍ରୀକୃଷ୍ଣ ନିଜର ଦିବ୍ୟ ଲୀଳା ପ୍ରକଟ କରିଥିଲେ) ଜୀବନ ମୁକ୍ତ ଆତ୍ମା ଥିଲେ, ଯେଉଁମାନେ ଦିବ୍ୟଧାମରୁ ଶ୍ରୀକୃଷ୍ଣଙ୍କ ଲୀଳାରେ ସହଯୋଗ କରିବାକୁ ଅବତରିତ ହୋଇଥିଲେ । ଅନ୍ୟ ଗୋପୀମାନେ ମାୟାବଦ୍ଧ ଜୀବ ଥିଲେ, ଯେଉଁମାନେ ପ୍ରଥମ ଥର ପାଇଁ ଭଗବାନଙ୍କ ଦର୍ଶନ ଓ ସେବା କରିବାର ସୁଯୋଗ ପାଇଥିଲେ ଏବଂ ତାଙ୍କ ଲୀଳାରେ ଅଂଶଗ୍ରହଣ କରିଥିଲେ । ତେଣୁ ଯେତେବେଳେ ଶ୍ରୀକୃଷ୍ଣ ଅବତାର ନେଇଥିଲେ, କେତେକ ଅଧିକାରୀ ଜୀବ ପ୍ରତ୍ୟକ୍ଷ ରୂପରେ ତାଙ୍କ ଲୀଳାରେ ଯୋଗ ଦେଇ ତାଙ୍କ ଭକ୍ତିକୁ ପରିପୂର୍ଣ୍ଣ କରିବାର ସୁଯୋଗ ପ୍ରାପ୍ତ କରିଥିଲେ ।\nଏହା ହିଁ ଏହି ଶ୍ଲୋକର ଗୁଢ଼ ଅର୍ଥ ଅଟେ । ତଥାପି ଏହି ଶ୍ଲୋକର ଶାବ୍ଦିକ ଓ ରୂପକୀୟ ଅର୍ଥକୁ କୌଣସି ବ୍ୟକ୍ତି ଗ୍ରହଣ କରିବାକୁ ଚାହିଁଲେ ଏଥିରେ କିଛି ଭୁଲ ନାହିଁ ।" }, { "verseTitle": "Bhagavad Gita 4.9", "verse": "9", "chapter": 4, "lang": "or", "shloka": { "speaker": "", "sanskrit": "जन्म कर्म च मे दिव्यमेवं यो वेत्ति तत्त्वतः ।\n\nत्यक्त्वा देहं पुनर्जन्म नैति मामेति सोऽर्जुन ॥9॥", "text": "ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ୱତଃ ।\nତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ।।୯।।", "audioLink": "https://www.holy-bhagavad-gita.org/public/audio/004_009.mp3" }, "wordMeanings": "ଜନ୍ମ- ଉତ୍ପତ୍ତି; କର୍ମ- କାର୍ଯ୍ୟ; ଚ- ଏବଂ; ମେ- ମୋର; ଦିବ୍ୟଂ- ଦିବ୍ୟ; ଏବଂ -ଏହିପରି; ଯଃ- ଯିଏ; ବେତ୍ତି - ଜାଣେ; ତତ୍ତ୍ୱତଃ - ଯଥାର୍ଥଭାବରେ; ତ୍ୟକ୍ତ୍ୱା - ତ୍ୟାଗକରି; ଦେହଂ - ଏହି ଶରୀର; ପୁନଃ - ପୁନର୍ବାର; ଜନ୍ମ-ଜନ୍ମ; ନ ଏତି- ପ୍ରାପ୍ତ ହୁଏନାହିଁ; ମାମ୍ - ମୋତେ; ଏତି - ପ୍ରାପ୍ତହୁଏ; ସଃ- ସେ; ଅର୍ଜୁନ - ହେ ଅର୍ଜୁନ ।", "translation": { "text": "ଯେଉଁମାନେ ମୋର ଜନ୍ମ ଓ କର୍ମର ଦିବ୍ୟତାକୁ ବୁଝିପାରନ୍ତି, ହେ ଅର୍ଜୁନ! ସେମାନେ ଶରୀର ତ୍ୟାଗ ପରେ, ପୁନର୍ବାର ଜନ୍ମ ଗ୍ରହଣ ନକରି, ମୋର ଦିବ୍ୟଧାମକୁ ଆସିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-09.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.9.mp3" ] }, "commentary": "ଏହି ଶ୍ଲୋକକୁ ପୂର୍ବବର୍ତ୍ତୀ ଶ୍ଲୋକ ପ୍ରସଙ୍ଗରେ ବୁଝିବାକୁ ହେବ । ଆମର ମନ ଭଗବାନଙ୍କର ଭକ୍ତିଯୁକ୍ତ ସ୍ମରଣରେ ଶୁଦ୍ଧ ହୋଇଥାଏ । ଏହି  ଭକ୍ତି ତାଙ୍କର ନିରାକାର ସ୍ୱରୂପ ବା ସାକାର ସ୍ୱରୂପ ପ୍ରତି ହୋଇପାରେ । ନିରାକାର ବ୍ରହ୍ମଙ୍କର ଭକ୍ତି ଅନେକ ବ୍ୟକ୍ତିଙ୍କ ପାଇଁ ଦୁର୍ବୋଧ ଓ ଅସ୍ପଷ୍ଟ ହୋଇଥାଏ । ସେମାନେ ଧ୍ୟାନ କରିବାକୁ ବା ନିଜକୁ ତାଙ୍କ ସହିତ ଯୋଡ଼ିବାକୁ କୌଣସି ଆଧାର ପାଆନ୍ତି ନାହିଁ । ସାକାର ରୂପର ଧ୍ୟାନ କରିବା ସ୍ପଷ୍ଟ ଓ ସରଳ ଅଟେ । ଏହିପରି ଭକ୍ତିରେ ଭଗବାନଙ୍କ ସ୍ୱରୂପ ପ୍ରତି ଦିବ୍ୟଭାବ ପୋଷଣ କରିବା ଆବଶ୍ୟକ । ବ୍ୟକ୍ତି ବିଶେଷକୁ ଶ୍ରୀକୃଷ୍ଣ ଭକ୍ତି କରିବାକୁ ହେଲେ, ତାଙ୍କର ନାମ, ରୂପ, ଲୀଳା, ଗୁଣ, ଧାମ ଓ ପରିକରଙ୍କ ପ୍ରତି ଦିବ୍ୟ ଭାବନା ଉତ୍ପନ୍ନ କରିବାକୁ ପଡ଼ିବ । ଉଦାହରଣ ସ୍ୱରୂପ, ଲୋକେ ପଥର ମୂର୍ତ୍ତିରେ ଏହି ଦିବ୍ୟ ଭାବନା ରଖନ୍ତି ଯେ ଏଥିରେ ଭଗବାନ ଅଛନ୍ତି ଏବଂ ତାଙ୍କର ଉପାସନା କରି ନିଜର ମନକୁ ପବିତ୍ର କରିଥାନ୍ତି । ଏହି ମନୋଭାବ ହିଁ ଭକ୍ତର ହୃଦୟକୁ ପବିତ୍ର କରିଥାଏ । ଆଦି ଜନକ ମନୁ କହନ୍ତି:\nନ କାଷ୍ଠେ ବିଦ୍ୟତେ ଦେବୋ ନ ଶିଳାୟାଂ ନ ମୃତ୍ସୁ ଚଭାବେ ହି ବିଦ୍ୟତେ ଦେବସ୍ତସ୍ମାତ୍‌ଭାବଂ ସମାଚରେତ୍\n“ଭଗବାନ କାଠ ବା ପଥରରେ ବାସ କରନ୍ତି ନାହିଁ, ସେ ଭକ୍ତିଯୁକ୍ତ ହୃଦୟରେ ନିବାସ କରନ୍ତି, ତେଣୁ ମୂର୍ତ୍ତିର ଉପାସନା ପ୍ରେମଯୁକ୍ତ ଭାବନାରେ କର ।”\nସେହିପରି, ଆମେ ଯଦି ଶ୍ରୀକୃଷ୍ଣ ଭକ୍ତି କରିବାକୁ ଇଚ୍ଛା କରୁଥାଏ, ତେବେ ଆମେ ତାଙ୍କର ଲୀଳାଗୁଡ଼ିକ ପ୍ରତି ଦିବ୍ୟ ଭାବନା ରଖିବାକୁ ଶିଖିବା ଉଚିତ । ଯେଉଁ ଭାଷ୍ୟକାରମାନେ ମହାଭାରତ ଓ ଭଗବଦ୍ ଗୀତାର କେବଳ ରୂପକାତ୍ମକ ବିଶ୍ଳେଷଣ କରିଥା’ନ୍ତି, ସେମାନେ ଶ୍ରୀକୃଷ୍ଣଙ୍କ ପ୍ରତି ଲୋକମାନଙ୍କର ବିଶ୍ୱାସ ଭଙ୍ଗ କରି ସେମାନଙ୍କ ପ୍ରତି ଅନ୍ୟାୟ କରିଥାନ୍ତି । ଏହି ଶ୍ଲୋକରେ, ଭଗବାନଙ୍କର ଲୀଳା ଗୁଡ଼ିକରେ ଦିବ୍ୟ ଭାବନା ଉତ୍ପନ୍ନ କରିବାର ଆବଶ୍ୟକତା ପ୍ରତି ଶ୍ରୀକୃଷ୍ଣ ଗୁରୁତ୍ୱାରୋପଣ କରିଛନ୍ତି ଯାହା ଆମର ଭକ୍ତିକୁ ସୁଦୃଢ଼ କରିବ ।\nଏହିପରି ଦିବ୍ୟ ଭାବନା ବିକଶିତ କରିବା ପାଇଁ, ପ୍ରଥମେ ଆମେ ଭଗବାନଙ୍କର କ୍ରିୟା ଓ ଆମ୍ଭମାନଙ୍କର କ୍ରିୟା ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ୍ । ଆମ୍ଭେମାନେ ମାୟାବଦ୍ଧ ଅଟେ ଏବଂ ଏ ପର୍ଯ୍ୟନ୍ତ ଦିବ୍ୟପ୍ରେମ ପ୍ରାପ୍ତ କରି ନ ଥିବା ଯୋଗୁଁ ଆମ ଆତ୍ମାର ଲାଳସା ତୃପ୍ତ ହୋଇନାହିଁ । ସେଥିପାଇଁ ଆମର ସମସ୍ତ କାର୍ଯ୍ୟ ସ୍ୱାର୍ଥଯୁକ୍ତ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଭଗବାନଙ୍କ କ୍ରିୟାରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ଥାଏ । କାରଣ ସେ ପୂର୍ଣ୍ଣ ତୃପ୍ତ ଏବଂ ସ୍ୱୟଂ ଅନନ୍ତ ଆନନ୍ଦ ଅଟନ୍ତି । କୌଣସି କାର୍ଯ୍ୟ ଦ୍ୱାରା ଅଧିକ ଆନନ୍ଦ ପ୍ରାପ୍ତ କରିବାର ଆବଶ୍ୟକତା ତାଙ୍କର ନ ଥାଏ । ଅତଏବ, ସେ ଯାହା ବି କରନ୍ତି ତାହା ମାୟାବଦ୍ଧ ଜୀବର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଭଗବାନଙ୍କର ଏହି ଦିବ୍ୟ କର୍ମକୁ “ଲୀଳା” କୁହାଯାଏ, ଅଥଚ ଆମେ କରୁଥିବା ସମସ୍ତ କର୍ମକୁ “କାର୍ଯ୍ୟ” କୁହାଯାଏ ।\nସେହିପରି, ଭଗବାନଙ୍କର ଜନ୍ମ ଦିବ୍ୟ ଅଟେ ଏବଂ ଆମ୍ଭମାନଙ୍କର ଜନ୍ମ ପରି ତାହା ମାତୃଗର୍ଭରୁ ଜାତ ହୋଇ ନ ଥାଏ । ଆନନ୍ଦମୟ ଭଗବାନଙ୍କ ପାଇଁ ମାତାଙ୍କ ଗର୍ଭରେ ଓଲଟା ଝୁଲିବାର ଆବଶ୍ୟକତା ନ ଥାଏ । ଭାଗବତ କହେ:\nତଂ ଅଦ୍ଭୁତଂ ବାଳକଂ ଅମ୍ବୁଜେକ୍ଷଣଂଚତୁର୍ଭୁଜଂ ଶଙ୍ଖ ଗଦାଦ୍ୟୁଦାୟୁଧମ୍ । (୧୦.୩.୯)\n“ଜନ୍ମ ସମୟରେ ଯେତେବେଳେ ଶ୍ରୀକୃଷ୍ଣ ବସୁଦେବ ଏବଂ ଦେବକୀଙ୍କ ସମ୍ମୁଖରେ ପ୍ରକଟିତ ହେଲେ, ସେ ଚତୁର୍ଭୁଜ ବିଷ୍ଣୁଙ୍କ ରୂପରେ ଥିଲେ ।” ଏହି ପୂର୍ଣ୍ଣ ରୂପ କେବେ ବି ଦେବକୀଙ୍କ ଗର୍ଭରେ ଅବସ୍ଥାପିତ ନ ଥିବ । କିନ୍ତୁ ସେ ଗର୍ଭ ଭିତରେ ଥିବାର ଅନୁଭବ ସୃଷ୍ଟି କରିବା ପାଇଁ ନିଜ ଯୋଗମାୟା ଶକ୍ତି ବଳରେ ଦେବକୀଙ୍କ ଗର୍ଭକୁ ସେ ଫୁଲାଇ ଦେଇଥିଲେ । କିନ୍ତୁ ଶେଷରେ, ବାହାରୁ ପ୍ରକଟ ହୋଇ ସୂଚିତ କଲେ ଯେ ସେ କେବେ ବି ଭିତରେ ନ ଥିଲେ ।\nଆବିରାସୀଦ୍ ଯଥା ପ୍ରାଚ୍ୟାଂ ଦିଶୀନ୍ଦୁର୍ ଇବ ପୁଷ୍କଳଃ (ଭାଗବତମ୍ ୧୦.୩.୮)\n“ରାତ୍ରୀ ଆକାଶରେ ଚନ୍ଦ୍ର ପୂର୍ଣ୍ଣ ବିକଶିତ ରୂପରେ ଉଦୟ ହେବା ପରି ପରଂବ୍ରହ୍ମ ଶ୍ରୀକୃଷ୍ଣ ଦେବକୀ ଓ ବସୁଦେବଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ ।” ଏହା ଭଗବାନଙ୍କ ଜନ୍ମର ଦିବ୍ୟ ରହସ୍ୟ ଅଟେ । ଯଦି ଆମେ ତାଙ୍କର ଲୀଳା ଓ ଜନ୍ମ ପ୍ରତି ଦିବ୍ୟ ଭାବନା ଉତ୍ପନ୍ନ କରିପାରିବା,  ତାହେଲେ ଆମେ ଅତି ସହଜରେ ତାଙ୍କ ସାକାର ରୂପର ଭକ୍ତି କରି ଆମର ଚରମ ଲକ୍ଷ୍ୟ ପ୍ରାପ୍ତ କରିପାରିବା ।" }, { "verseTitle": "Bhagavad Gita 4.10", "verse": "10", "chapter": 4, "lang": "or", "shloka": { "speaker": "", "sanskrit": "वीतरागभयक्रोधा मन्मया मामुपाश्रिताः । \n\nबहवो ज्ञानतपसा पूता मद्भावमागताः ॥10॥", "text": "ବୀତରାଗଭୟକ୍ରୋଧା ମନ୍ମୟା ମାମୁପାଶ୍ରିତାଃ ।\nବହବୋ ଜ୍ଞାନତପସା ପୂତା ମଦ୍‌ଭାବମାଗତାଃ ।।୧୦।।", "audioLink": "https://www.holy-bhagavad-gita.org/public/audio/004_010.mp3" }, "wordMeanings": "ବୀତ-ମୁକ୍ତ; ରାଗ- ଅନୁରାଗ; ଭୟ-ଭୟ; କ୍ରୋଧ -କ୍ରୋଧ; ମତ୍ ମୟା- ସମ୍ପୂର୍ଣ୍ଣରୂପେ ମୋଠାରେ; ମାଂ - ମୋତେ; ଉପାଶ୍ରିତାଃ - ଆଶ୍ରୟ କରି; ବହବଃ - ଅନେକ; ଜ୍ଞାନ - ଜ୍ଞାନ; ତପସ୍ୟା-ତପସ୍ୟାଦ୍ୱାରା; ପୂତାଃ - ପବିତ୍ର ହୋଇ; ମତ ଭାବମ୍ - ମୋ ପ୍ରତି ଦିବ୍ୟ ପ୍ରେମ; ଆଗତାଃ - ପ୍ରାପ୍ତ ହୋଇଥିଲେ ।", "translation": { "text": "ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ ପ୍ରାପ୍ତ କରି ଶୁଦ୍ଧ ହୋଇଛନ୍ତି ଏବଂ ସେମାନେ ମୋର ଦିବ୍ୟ ପ୍ରେମ ଲାଭ କରିଛନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-10.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.10.mp3" ] }, "commentary": "ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ଯେ, ଯେଉଁମାନେ ତାଙ୍କର ଜନ୍ମ ଓ ଲୀଳାର ଦିବ୍ୟତା ହୃଦୟଙ୍ଗମ କରନ୍ତି, ସେମାନେ ତାଙ୍କୁ ପ୍ରାପ୍ତ କରନ୍ତି । ସେ ବର୍ତ୍ତମାନ ଏହାର ଦୃଢ଼ୀକରଣ କରୁଛନ୍ତି ଯେ, ଏହି ଉପାୟରେ ଅସଂଖ୍ୟ ବ୍ୟକ୍ତି ଭଗବତ୍ ପ୍ରାପ୍ତି କରିଛନ୍ତି । ଭକ୍ତିଦ୍ୱାରା ତାଙ୍କର ଅନ୍ତଃକରଣ ଶୁଦ୍ଧ କରି ସେମାନେ ଏହି ଲକ୍ଷ୍ୟ ପ୍ରାପ୍ତ କରିଛନ୍ତି । ଶ୍ରୀ ଅରବିନ୍ଦ ଅତି ସୁନ୍ଦର ଭାବରେ ଏହାକୁ ବର୍ଣ୍ଣନା କରିଛନ୍ତି: “ତୁମେ ଯଦି ହୃଦୟରେ ଚୈତନ୍ୟର ଉପସ୍ଥିତି ସ୍ଥାପିତ କରିବାକୁ ଇଚ୍ଛା କରୁଥାଅ, ତାହେଲେ ତୁମ ହୃଦୟ ମନ୍ଦିରକୁ ନିର୍ମଳ ରଖିବାକୁ ପଡ଼ିବ । ବାଇବେଲ ଉଲ୍ଲେଖ କରେ: “ନିର୍ମଳ ହୃଦୟ ବ୍ୟକ୍ତିମାନେ ଧନ୍ୟ ଅଟନ୍ତି, କାରଣ ସେମାନେ ଭଗବାନଙ୍କର ଦର୍ଶନ ଲାଭ କରିବେ ।” (ମାଥ୍ୟୁସ୍ ୫.୮)\nତେବେ ହୃଦୟ ନିର୍ମଳ କିପରି ହୁଏ? ଆସକ୍ତି, କ୍ରୋଧ ଓ ଭୟ ତ୍ୟାଗ କରି ଭଗବାନଙ୍କଠାରେ ମନ ଲଗାଇବା ଦ୍ୱାରା ଏହା ସମ୍ଭବ ହୋଇଥାଏ । ପ୍ରକୃତରେ, କାମନା ହିଁ ଉଭୟ ଭୟ ଓ କ୍ରୋଧର କାରଣ ଅଟେ । ଇପ୍‌ସିତ ବସ୍ତୁ ଆମ ହାତରୁ ଚାଲିଯିବାର ଆଶଙ୍କା ଭୟ ଉତ୍ପନ୍ନ କରେ । କାମ୍ୟ ବସ୍ତୁ ପ୍ରାପ୍ତିରେ ବାଧା ଉତ୍ପନ୍ନ ହେଲେ କ୍ରୋଧ ଜାତ ହୁଏ । ତେଣୁ କାମନା ଆମ ମନକୁ ଅଶୁଦ୍ଧ କରିବାର ମୂଳ କାରଣ ଅଟେ ।\nମାୟାର ଏହି ସଂସାରରେ ତିିନି ପ୍ରକାର ମାୟିକ ଗୁଣ ରହିଛି - ସତ୍ତ୍ୱ, ରଜ, ତମ (ସଦ୍‌ଗୁଣ, ଅବେଗ ଏବଂ ଅଜ୍ଞାନତା) ସଂସାରର ସମସ୍ତ ବସ୍ତୁ ବା ବ୍ୟକ୍ତି ଏହି ତିନି ଗୁଣର ପରିଧିର ଅନ୍ତର୍ଭୁକ୍ତ । ଯେତେବେଳେ ଆମେ କୌଣସି ମାୟାଧୀନ ବ୍ୟକ୍ତି ବା ବସ୍ତୁରେ ମନ ଲଗାଇଥାଏ, ଏହି ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ । ତା ପରିବର୍ତ୍ତେ ଯେତେବେଳେ ଏହି ତିନିଗୁଣର ଊର୍ଦ୍ଧ୍ୱରେ ସ୍ଥିତ ଭଗବାନଙ୍କଠାରେ ଆମର ମନ ଲଗାଏ, ଏହା ମନକୁ ପବିତ୍ର କରିଥାଏ । ତେଣୁ ଆମ ମନକୁ କ୍ରୋଧ, ଲୋଭ, ଇର୍ଷା, ଭ୍ରମ ଆଦି ଦୋଷ ମୁକ୍ତ କରିବାର ସର୍ବଶ୍ରେଷ୍ଠ ଉପାୟ ହେଲା ତାକୁ ସଂସାରରୁ ହଟାଇ ଈଶ୍ୱରଙ୍କଠାରେ ଲଗାଇବା । ତେଣୁ ରାମାୟଣ କହେ:\nପ୍ରେମ ଭଗତି ଜଳ ବିନୁ ରଘୁରାଈ, ଅଭିଅନ୍ତର ମଳ କବହୁଁ ଯାଈ ।\n“ଭଗବାନଙ୍କର ଭକ୍ତି ବିନା ମନର ମଇଳା ଧୋଇ ହେବ ନାହିଁ ।” ଏପରିକି ଜ୍ଞାନଯୋଗର ସର୍ବଶ୍ରେଷ୍ଠ ପ୍ରଚାରକ ଶଙ୍କରାଚାର୍ଯ୍ୟ ମଧ୍ୟ କହନ୍ତି:\nଶୁଦ୍ଧୟତି ହି ନାନ୍ତରାତ୍ମା କୃଷ୍ଣପଦାମ୍ଭୋଜ ଭକ୍ତିମୃତେ (ପ୍ରବୋଧ ସୁଧାକର)\n“ଶ୍ରୀକୃଷ୍ଣଙ୍କ ପାଦପଦ୍ମର ଭକ୍ତି ନ କଲେ ମନ ଶୁଦ୍ଧ ହେବ ନାହିଁ ।”\nପୂର୍ବ ଶ୍ଲୋକଟି ପାଠ କରି ମନରେ ଏହି ପ୍ରଶ୍ନ ଉଠିପାରେ ଯେ ତାଙ୍କଠାରେ ମନୋନିବେଶ କରିଥିବା ଜୀବ ଏବଂ ସଂସାର-ଆସକ୍ତ ଜୀବମାନଙ୍କୁ କୃପା ପ୍ରଦାନ କରିବାରେ ଶ୍ରୀକୃଷ୍ଣ କୌଣସି ପକ୍ଷପାତ କରନ୍ତି କି? ଭଗବାନ ଏହାର ସମାଧାନ ପରବର୍ତ୍ତୀ ଶ୍ଲୋକରେ କରିଛନ୍ତି ।" }, { "verseTitle": "Bhagavad Gita 4.11", "verse": "11", "chapter": 4, "lang": "or", "shloka": { "speaker": "", "sanskrit": "ये यथा मां प्रपद्यन्ते तांस्तथैव भजाम्यहम् ।\nमम वर्त्मानुवर्तन्ते मनुष्याः पार्थ सर्वशः ॥11॥", "text": "ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ।\nମମ ବର୍ତମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।।୧୧।।", "audioLink": "https://www.holy-bhagavad-gita.org/public/audio/004_011.mp3" }, "wordMeanings": "ଯେ- ଯିଏ; ଯଥା - ଯେପରି; ମାଂ- ମୋ ପ୍ରତି; ପ୍ରପଦ୍ୟନ୍ତେ - ଶରଣାଗତ ହୁଅନ୍ତି; ତାନ୍ - ସେମାନଙ୍କୁ; ତଥା - ସେହିପରି; ଏବ - ନିଶ୍ଚିତଭାବେ; ଭଜାମି - ପ୍ରତିଦାନ ଦିଏ; ଅହମ୍‌- ମୁଁ; ମମ- ମୋର; ବର୍ତ୍‌ମ -ପଥ; ଅନୁବର୍ତନ୍ତେ - ଅନୁସରଣ କରନ୍ତି; ମନୁଷ୍ୟାଃ - ମନୁଷ୍ୟମାନେ; ପାର୍ଥ - ହେ ପୃଥାପୁତ୍ର; ସର୍ବଶଃ - ସର୍ବପ୍ରକାରେ ।", "translation": { "text": "ମନୁଷ୍ୟମାନେ ଯେପରି ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେମାନଙ୍କୁ ସେହି ଅନୁସାରେ ତାର ପ୍ରତିଦାନ ଦେଇଥାଏ । ହେ ପାର୍ଥ! ଜ୍ଞାତରେ ହେଉ କି ଅଜ୍ଞାତ ସାରରେ ହେଉ ସମସ୍ତେ ମୋର ମାର୍ଗ ଅନୁସରଣ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-11.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.11.mp3" ] }, "commentary": "ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜୀବ ଯେପରି ଭାବରେ ସମର୍ପଣ କରେ, ସେହି ଅନୁରୂପରେ ସେ ତାର ପ୍ରତିଦାନ ଦେଇଥାନ୍ତି । ଯେଉଁମାନେ ଭଗବାନଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ସେ ତାଙ୍କୁ କର୍ମର ନ୍ୟାୟକର୍ତ୍ତା ଭାବରେ ମିଳନ୍ତି । ତାଙ୍କ ହୃଦୟରେ ବସି କର୍ମର ହିସାବ ରଖନ୍ତି ଓ ତା’ର ଫଳ ଦିଅନ୍ତି । କିନ୍ତୁ ଏହି ନାସ୍ତିକମାନେ ମଧ୍ୟ ତାଙ୍କର ସେବା ନ କରି ରହିପାରନ୍ତି ନାହିଁ; ସେମାନେ ଭଗବାନଙ୍କ ମାୟାଶକ୍ତିର ବିବିଧ ଅଭିବ୍ୟକ୍ତି, ଯଥା ସମ୍ପତ୍ତି, ବିଳାସ, ଜ୍ଞାତି କୁଟୁମ୍ବ, ସମ୍ମାନ ଇତ୍ୟାଦିର ସେବା କରିବାକୁ ବାଧ୍ୟ ହୁଅନ୍ତି । ମାୟା ସେମାନଙ୍କୁ କ୍ରୋଧ, କାମନା ଓ ଲୋଭର ଅଧୀନରେ ରଖିଥାଏ । ଅନ୍ୟ ପକ୍ଷରେ, ଯେଉଁମାନେ ସଂସାରର ଆକର୍ଷଣରୁ ମନକୁ ହଟାଇ, ଭଗବାନଙ୍କୁ ତାଙ୍କର ଲକ୍ଷ୍ୟ ଓ ଆଶ୍ରୟ ଭାବନ୍ତି, ମା ଶିଶୁର ଯତ୍ନ ନେଲାପରି ସେ ତା’ର ଯତ୍ନ ନିଅନ୍ତି ।\nଶ୍ରୀକୃଷ୍ଣ ଭଜାମି ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ “ସେବା କରିବା”, ଭଗବାନ ଶରଣାଗତ ଜୀବମାନଙ୍କର ସେବା କରିଥା’ନ୍ତି । ସେ ତାଙ୍କର ଅନନ୍ତ ଜନ୍ମର ସଞ୍ôଚତ କର୍ମ ଧ୍ୱଂସ କରନ୍ତି, ମାୟାର ବନ୍ଧନରୁ ମୁକ୍ତ କରନ୍ତି, ସଂସାରର ଅନ୍ଧକାରକୁ ଦୂର କରିଦିଅନ୍ତି ଏବଂ ତାଙ୍କୁ ଦିବ୍ୟ ଆନନ୍ଦ, ଦିବ୍ୟ ଜ୍ଞାନ ଓ ଦିବ୍ୟ ପ୍ରେମ ପ୍ରଦାନ କରନ୍ତି । ଭକ୍ତ ଯେତେବେଳେ ଭଗବାନଙ୍କର ନିଷ୍କାମ ଭକ୍ତି କରିବାରେ ଲାଗନ୍ତି, ସେତେବେଳେ  ଭଗବାନ ସ୍ୱେଚ୍ଛାକୃତ ଭାବରେ ତାଙ୍କ ପ୍ରେମର ଦାସତ୍ୱ ସ୍ୱୀକାର କରି ନିଅନ୍ତି । ପ୍ରଭୁ ଶ୍ରୀରାମ ହନୁମାନଙ୍କ ଉଦ୍ଦେଶ୍ୟରେ କହିଥିଲେ:\nଏକୈକସ୍ୟୋପକାରସ୍ୟ ପ୍ରାଣାନ୍ ଦାସ୍ୟାସ୍ମି ତେ କପେଶେଷସ୍ୟେହୋପକାରାଣାମ୍ ଭବାମ୍ ଋଣିନୋ ବୟମ୍ । (ବାଲ୍ମିକୀ ରାମାୟଣ)\n“ହେ ହନୁମାନ! ତୁମେ ମୋ ପ୍ରତି କରିଥିବା ଗୋଟିଏ ସେବାର ଋଣରୁ ମୁକ୍ତ ହେବା ପାଇଁ ମୋତେ ମୋର ପ୍ରାଣ ଦେବାକୁ ପଡ଼ିବ । ଅନ୍ୟ ଯେଉଁ ସବୁ ସେବା କରିଛ ତା ପାଇଁ ମୁଁ ଚିରଦିନ ଋଣୀ ରହିବି । ଅତଏବ, ଯିଏ ବି ଭଗବାନଙ୍କର ଶରଣାଗତ ହୁଅନ୍ତି, ଭଗବାନ ସେମାନଙ୍କୁ ତା’ର ପ୍ରତିଦାନ ଦିଅନ୍ତି ।\nଯଦି ଭଗବାନ ତାଙ୍କର ଭକ୍ତମାନଙ୍କ ପ୍ରତି ଏତେ ସଦୟ, ତା’ହେଲେ ଲୋକେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି କାହିଁକି? ପରବର୍ତ୍ତୀ ଶ୍ଲୋକରେ ଏହାର ବର୍ଣ୍ଣନା କରାଯାଇଛି ।" }, { "verseTitle": "Bhagavad Gita 4.12", "verse": "12", "chapter": 4, "lang": "or", "shloka": { "speaker": "", "sanskrit": "काङ्क्षन्तः कर्मणां सिद्धिं यजन्त इह देवताः ।\n\nक्षिप्रं हि मानुषे लोके सिद्धिर्भवति कर्मजा ॥12॥", "text": "କାଂକ୍ଷନ୍ତଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେବତାଃ ।\nକ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଜା ।।୧୨।।", "audioLink": "https://www.holy-bhagavad-gita.org/public/audio/004_012.mp3" }, "wordMeanings": "କାଙ୍‌କ୍ଷନ୍ତଃ- ଇଚ୍ଛା କରୁଥିବା; କର୍ମଣାଂ-ମାୟିକ କର୍ମର; ସିଦ୍ଧିଂ-ସିଦ୍ଧି; ଯଜନ୍ତେ-ଯଜ୍ଞାନୁଷ୍ଠାନ ଦ୍ୱାରା ପୂଜା କରନ୍ତି; ଇହ-ଭୌତିକ ଜଗତରେ; ଦେବତା-ଦେବତାମାନଙ୍କୁ; କ୍ଷିପ୍ରଂ- ଖୁବ୍ ଶୀଘ୍ର; ହି-ନିଶ୍ଚିତଭାବେ; ମାନୁଷେ-ମାନବ ସମାଜରେ; ଲୋକେ-ଏ ପୃଥିବୀରେ; ସିଦ୍ଧିଃ -ପୁରଷ୍କୃତ; ଭବତି- ହୁଏ; କର୍ମଜା-ମାୟିକ କର୍ମରୁ ।", "translation": { "text": "ଏହି ପୃଥିବୀରେ ଯେଉଁମାନେ ସାଂସାରିକ କାର୍ଯ୍ୟରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି, କାରଣ ତଦ୍ୱାରା ସାଂସାରିକ ଫଳ ଅତି ଶୀଘ୍ର ପ୍ରାପ୍ତ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-12.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.12.mp3" ] }, "commentary": "ଯେଉଁମାନେ ସଂସାରିକ ଲାଭ ଖୋଜନ୍ତି, ସେମାନେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି ଏବଂ ତାଙ୍କଠାରୁ ବରଦାନ ଚାହିଁଥାନ୍ତି । ଦେବତା ମାନେ ଦେଉଥିବା ବରଦାନ ଭୌତିକ ତଥା କ୍ଷଣସ୍ଥାୟୀ ହୋଇଥାଏ । ସେମାନେ ଭଗବାନଙ୍କ ଠାରୁ ପାଇଥିବା ଶକ୍ତି ବଳରେ ଏହି ବରଦାନ ପ୍ରଦାନ କରିଥାନ୍ତି । ଏହି ବିଷୟରେ ଏକ ମାର୍ମିକ କାହାଣୀ ଅଛି:\nଭାରତ ଇତିହାସର ଜଣେ ଶକ୍ତିଶାଳୀ ରାଜା, ସମ୍ରାଟ ଆକବରଙ୍କ ଦରବାରକୁ ସନ୍ଥ ଫରିଦ ଯାଇଥିଲେ । ସେ ଦରବାରରେ ଅପେକ୍ଷା କରିଥିଲେ, ସେତେବେଳେ ରାଜା ନିକଟସ୍ଥ କକ୍ଷରେ ପୂଜା କରୁଥିଲେ । କକ୍ଷ ଭିତରେ କ’ଣ ହେଉଛି ଜାଣିବା ପାଇଁ ଫରିଦ ଉଙ୍କିମାରି ଦେଖିଲେ । ସେ ଆଶ୍ଚର୍ଯ୍ୟ ହେଲେ ଯେ ରାଜା ଭଗବାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ସେନା, ବହୁତ ବଡ଼ ରାଜକୋଷ ଏବଂ ଯୁଦ୍ଧରେ ବିଜୟ ପ୍ରାର୍ଥନା କରୁଛନ୍ତି । ରାଜାଙ୍କୁ ବାଧା ନ ଦେଇ ସେ ରାଜ ଦରବାରକୁ ଫେରିଆସିଲେ ।\nପୂଜା ସରିବା ପରେ, ଆକବର ଦରବାରକୁ ଆସିଲେ ଏବଂ ପ୍ରଜାମାନଙ୍କୁ ଦାନ ଦେଲେ । ସେ ଫରିଦଙ୍କୁ କ’ଣ ଇଚ୍ଛା କରୁଛନ୍ତି ବୋଲି ପଚାରିବାରୁ ଫରିଦ ଉତ୍ତର ଦେଲେ “ମୁଁ ମୋ ଆଶ୍ରମ ପାଇଁ କିଛି ଜିନିଷ ମାଗିବା ପାଇଁ ସମ୍ରାଟଙ୍କ ପାଖକୁ ଆସିଥିଲି । କିନ୍ତୁ ମୁଁ ଦେଖିଲି ସମ୍ରାଟ ନିଜେ ଭଗବାନଙ୍କ ସମ୍ମୁଖରେ ଜଣେ ଭିକାରୀ ଅଟନ୍ତି । ତେଣୁ କୌଣସି ଅନୁଗ୍ରହ ପାଇଁ ମୁଁ କାହିଁକି ସିଧା ସଳଖ ଭଗବାନଙ୍କୁ ନ ମାଗି, ସମ୍ରାଟଙ୍କୁ ମାଗିବି?\nଭଗବାନଙ୍କଠାରୁ ପାଇଥିବା ଶକ୍ତି ବଳରେ ହିଁ ସ୍ୱର୍ଗର ଦେବତାମାନେ କୌଣସି ବରଦାନ ଦେଇଥାନ୍ତି । ତଥାପି, ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ସେମାନଙ୍କ ପାଖକୁ ଯାଇଥାନ୍ତି । କିନ୍ତୁ ଯେଉଁମାନେ ବୁଦ୍ଧିମାନ, ସେମାନେ ବୁଝିପାରନ୍ତି ଯେ କୌଣସି ମଧ୍ୟସ୍ଥିଙ୍କ ପାଖକୁ ଯିବାରେ କିଛି ଲାଭ ନାହିଁ ଏବଂ ନିଜର ଅଭିଳାଷ ପୂରଣ କରିବା ନିମନ୍ତେ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି ଏବଂ ସେମାନଙ୍କର ଲକ୍ଷ୍ୟ ଉଚ୍ଚ ବା ନିମ୍ନ କକ୍ଷର ହୋଇଥାଏ । ଶ୍ରୀକୃଷ୍ଣ ବର୍ତ୍ତମାନ ଚାରିପ୍ରକାର ଗୁଣ ଓ କର୍ମ ବିଷୟରେ ବର୍ଣ୍ଣନା କରୁଛନ୍ତି ।" }, { "verseTitle": "Bhagavad Gita 4.13", "verse": "13", "chapter": 4, "lang": "or", "shloka": { "speaker": "", "sanskrit": "चातुर्वर्यं मया सृष्टं गुणकर्मविभागशः। \n\nतस्य कर्तारमपि मां विद्धयकर्तारमव्ययम् ॥13॥", "text": "ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ।\nତସ୍ୟ କର୍ତାରମପି ମାଂ ବିଦ୍ଧ୍ୟକର୍ତାରମବ୍ୟୟମ୍ ।।୧୩।।", "audioLink": "https://www.holy-bhagavad-gita.org/public/audio/004_013.mp3" }, "wordMeanings": "ଚାତୁର୍ବର୍ଣ୍ଣ୍ୟଂ -ବୃତ୍ତିଗତ ଚାରୋଟି ବିଭାଗ; ମୟା -ମୋ ଦ୍ୱାରା; ସୃଷ୍ଟଂ -ସୃଷ୍ଟ; ଗୁଣ-ଗୁଣ; କର୍ମ-କର୍ମ; ବିଭାଗଶଃ - ବିଭାଗ ଅନୁଯାୟୀ; ତସ୍ୟ -ତାହାର; କର୍ତାରମ୍ -ସ୍ରଷ୍ଟା; ଅପି -ଯଦିଓ; ମାଂ-ମୋତେ; ବିଦ୍ଧି -ଜାଣ: ଅକର୍ତାରମ୍ -ଅକର୍ତ୍ତା ରୂପେ; ଅବ୍ୟୟମ୍ - ଅବିନାଶୀ ।", "translation": { "text": "ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ମୁଁ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଥିଲି । ଯଦିଓ ମୁଁ ଏହି ଶ୍ରେଣୀ ବିଭାଗର ସ୍ରଷ୍ଟା ଅଟେ, ମୋତେ ଅକର୍ତ୍ତା ତଥା ଚିରନ୍ତନ ବିବେଚନା କର ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-13.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.13.mp3" ] }, "commentary": "ବେଦ ମନୁଷ୍ୟମାନଙ୍କର ବୃତ୍ତି ଅନୁଯାୟୀ, ସେମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରିଅଛି । ଏହା ତାଙ୍କର ଜନ୍ମ ଅନୁସାରେ ନ ହୋଇ ପ୍ରକୃତି ଅନୁସାରେ ହୋଇଛି । ଏହିପରି ପ୍ରକାରର ବୃତ୍ତିଗତ ଭିନ୍ନତା ସବୁ ସମାଜରେ ରହିଛି । କମ୍ୟୁନିଷ୍ଟ ଦେଶ ମାନଙ୍କରେ ସମାନତା, ସବୁଠାରୁ ବଡ଼ ନିୟମ ହୋଇଥିଲେ ମଧ୍ୟ, ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିବିଧତା ଲୋପ କରାଯାଇପାରିବ ନାହିଁ । ସେଠାରେ ଦାର୍ଶନିକ ଅଛନ୍ତି ଯେଉଁମାନେ କମ୍ୟୁନିଷ୍ଟ ପାର୍ଟିର ଦିଗ୍‌ଦର୍ଶକ ଅଟନ୍ତି, ଦେଶର ରକ୍ଷା କରିବାକୁ ସୈନ୍ୟ ବାହିନୀ ଅଛନ୍ତି, କିଛି କୃଷକ ଅଛନ୍ତି ଯେଉଁମାନେ ଚାଷ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏବଂ କାରଖାନା ଆଦିରେ କାର୍ଯ୍ୟ କରିବାକୁ ଶ୍ରମିକ ଅଛନ୍ତି । ବୈଦିକ ଦର୍ଶନ ଏହି ବିଭାଜନକୁ ଅଧିକ ବିଜ୍ଞାନ ସମ୍ମତ ଭାବରେ ବର୍ଣ୍ଣନା କରିଛି । ବେଦ କହେ ଯେ ମାୟାଶକ୍ତି  ତ୍ରିଗୁଣ ଯୁକ୍ତ ଅଟେ: ସତ୍ତ୍ୱଗୁଣ (ସତ୍‌ଗୁଣ), ରଜୋଗୁଣ (କାମନା ଯୁକ୍ତ ଗୁଣ), ତମୋଗୁଣ (ଅଜ୍ଞାନ ଗୁଣ) । ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି ମାନେ ବ୍ରାହ୍ମଣ ଶ୍ରେଣୀର ଅଟନ୍ତି । ସେମାନେ ମୁଖ୍ୟତଃ ପୂଜାଦିକର୍ମ ତଥା ଶିକ୍ଷକତା କରନ୍ତି । କ୍ଷତ୍ରିୟମାନଙ୍କଠାରେ ରଜୋଗୁଣ ପ୍ରବଳ ମାତ୍ରାରେ ଥାଏ, କିନ୍ତୁ କିଛି ମାତ୍ରାରେ ସତ୍ତ୍ୱଗୁଣ ମଧ୍ୟ ଥାଏ । ସେମାନେ ଶାସନ କରିବା ତଥା ପରିଚାଳନା ଆଦି କର୍ମରେ ନିଯୁକ୍ତ ରହନ୍ତି । ବୈଶ୍ୟମାନଙ୍କଠାରେ ରଜୋଗୁଣ ତଥା କିଛିମାତ୍ରାରେ ତମୋଗୁଣ ଥାଏ, ସେମାନେ ବ୍ୟବସାୟୀ ତଥା କୃଷକ ଶ୍ରେଣୀର ଅଟନ୍ତି । ଶୁଦ୍ରମାନଙ୍କଠାରେ ଅଜ୍ଞାନତାର ଗୁଣ ଅଧିକ ଥାଏ ଏବଂ ସେମାନେ ଶ୍ରମିକ ଶ୍ରେଣୀର ଅଟନ୍ତି । ଏହି ବିଭକ୍ତିକରଣ ଜନ୍ମ ଅନୁସାରେ ନ ଥିଲା ବା ଏହା ଅପରିବର୍ତ୍ତନୀୟ ନ ଥିଲା । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଏହି ବର୍ଣ୍ଣାଶ୍ରମ ପ୍ରଥାର ବିଭକ୍ତିକରଣ ମନୁଷ୍ୟମାନଙ୍କର ସ୍ୱଭାବ ଏବଂ କର୍ମ ଅନୁସାରେ ହୋଇଥିଲା ।\nଯଦିଓ ଭଗବାନ ସଂସାରର ସମସ୍ତ ଯୋଜନାର ସ୍ରଷ୍ଟା ଅଟନ୍ତି, ତଥାପି ସେ ଅକର୍ତ୍ତା ଅଟନ୍ତି । ଏହା ବୃଷ୍ଟି ସଦୃଶ ଅଟେ । ବୃଷ୍ଟିଜଳ ଜଙ୍ଗଲର ସର୍ବତ୍ର ସମାନ ଭାବରେ ପଡିଥାଏ, କିନ୍ତୁ କେତେକ ମଞ୍ଜିରୁ ବିଶାଳ ବରଗଛ ଅଙ୍କୁରିତ ହୁଏ ତ ଅନ୍ୟ ମଞ୍ଜିରୁ ସୁନ୍ଦର ଫୁଲ ଫୁଟିଥାଏ, ଏବଂ ଅନ୍ୟ କେତେକରୁ କଣ୍ଟକଯୁକ୍ତ ଗୁଳ୍ମ ବାହାରିଥାଏ । ବର୍ଷା ନିରପେକ୍ଷ ଅଟେ, ଏହିସବୁ ଭିନ୍ନତା ପାଇଁ ସେ ଏଥିପାଇଁ ଦାୟୀ ନୁହେଁ । ସେହିପରି ଭଗବାନ ଜୀବକୁ କର୍ମ କରିବାର ଶକ୍ତି ଦେଇଥାନ୍ତି । ସେହି ଶକ୍ତିର ସେମାନେ କିପରି ଉପଯୋଗ କରିବେ, ସେହି ନିର୍ଣ୍ଣୟ ନେବାରେ ଜୀବ ସ୍ୱତନ୍ତ୍ର ଅଟେ; ତା’ର କାର୍ଯ୍ୟ ପାଇଁ ଭଗବାନ ଦାୟୀ ନୁହନ୍ତି ।" }, { "verseTitle": "Bhagavad Gita 4.14", "verse": "14", "chapter": 4, "lang": "or", "shloka": { "speaker": "", "sanskrit": "न मां कर्माणि लिम्पन्ति न मे कर्मफले स्पृहा। \n\nइति मां योऽभिजानाति कर्मभिर्न स बध्यते ॥14॥", "text": "ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା ।\nଇତି ମାଂ ଯୋଽଭିଜାନାତି କର୍ମଭିର୍ନ ସ ବଧ୍ୟତେ ।।୧୪।।", "audioLink": "https://www.holy-bhagavad-gita.org/public/audio/004_014.mp3" }, "wordMeanings": "ନ- ନାହିଁ; ମାଂ -ମୋତେ; କର୍ମାଣି - କର୍ମ; ଲିମ୍ପନ୍ତି -ଦୂଷିତ କରନ୍ତି; ନ -ନାହିଁ; ମେ -ମୋର; କର୍ମଫଳେ -କର୍ମଫଳରେ; ସ୍ପହା -ଆଗ୍ରହ; ଇତି -ଏହିପରି; ମାଂ- ମୋତେ; ଯଃ -ଯିଏ; ଅଭିଜାନାତି -ଜାଣନ୍ତି; କର୍ମଭିଃ -କର୍ମଫଳ; ନ -ନୁହେଁ; ସ -ସେ; ବଧ୍ୟତେ -ଆସକ୍ତ ହୁଅନ୍ତି ନାହିଁ ।", "translation": { "text": "କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ । ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-14.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.14.mp3" ] }, "commentary": "ଭଗବାନ ସର୍ବଥା ଶୁଦ୍ଧ ଅଟନ୍ତି । ସେ ଯାହାବି କରନ୍ତି ତାହା ଶୁଦ୍ଧ ଓ ପବିତ୍ର ହୋଇଯାଏ । ରାମାୟଣ କହେ:\nସମରଥ କହୁଁ ନହିଁ ଦୋଷୁ ଗୋସାଈଁ, ରବି ପାବକ ସୁରସରି କୀ ନାଈଁ ।\n“ଶୁଦ୍ଧ ବ୍ୟକ୍ତିତ୍ୱ କୌଣସି ଅଶୁଦ୍ଧ ସ୍ଥିତି ବା ବସ୍ତୁର ସମ୍ପର୍କରେ ଆସିଲେ ମଧ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ । ଯେପରିକି ସୂର୍ଯ୍ୟ, ଅଗ୍ନି ଓ ଗଙ୍ଗା । ପରିଶ୍ରାରେ ପୂର୍ଣ୍ଣ ଗୋଟିଏ ଗାତ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ସୂର୍ଯ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ । ସୂର୍ଯ୍ୟ ତାଙ୍କର ଶୁଦ୍ଧତା ରକ୍ଷା କରିବା ସହିତ ଆବର୍ଜନାପୂର୍ଣ୍ଣ ଖାଲକୁ ମଧ୍ୟ ଶୁଦ୍ଧ କରିଦିଅନ୍ତି । ସେହିପରି ଅଗ୍ନିରେ କୌଣସି ଅଶୁଦ୍ଧ ବସ୍ତୁ ଅର୍ପଣ କଲେ ମଧ୍ୟ ଅଗ୍ନି ନିଜର ଶୁଦ୍ଧତା ବଜାୟ ରଖେ । ଅଗ୍ନି ପବିତ୍ର ଏବଂ ଯାହାବି ଏଥିରେ ସମର୍ପିତ ହୁଏ ଶୁଦ୍ଧ ହୋଇଯାଏ । ଗଙ୍ଗାରେ ଅନେକ ନର୍ଦ୍ଦମାର ଜଳ ମିଶିଥାଏ, କିନ୍ତୁ ତାହା ଗଙ୍ଗାକୁ ନର୍ଦ୍ଦମାରେ ପରିଣତ କରେ ନାହିଁ । ଗଙ୍ଗା ନଦୀ ଅପବିତ୍ର ନର୍ଦ୍ଦମାକୁ ପବିତ୍ର ଗଙ୍ଗାରେ ପରିଣତ କରିଦିଏ । ସେହିପରି ଭଗବାନ ଯେଉଁସବୁ କର୍ମ କରନ୍ତି, ତଦ୍ୱାରା ସ୍ୱୟଂ ଅପବିତ୍ର ହୁଅନ୍ତି ନାହିଁ ।\nବ୍ୟକ୍ତି ଯେତେବେଳେ ଫଳ ଭୋଗର କାମନା ନେଇ କର୍ମ କରିଥାଏ, ସେହି କର୍ମ ତାକୁ କର୍ମ ବନ୍ଧନରେ ପକାଇଥାଏ । କିନ୍ତୁ ଭଗବାନଙ୍କ କର୍ମରେ ନିଜସ୍ୱ ସ୍ୱାର୍ଥ ନିହିତ ନ ଥାଏ, ତାଙ୍କର ପ୍ରତ୍ୟେକ କର୍ମ ଜୀବ ପ୍ରତି କୃପା ଉଦ୍ଦେଶ୍ୟରେ ହୋଇଥାଏ । ସେଥିପାଇଁ, ଯଦିଓ ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂସାରର ପରିଚାଳନା କରିଥାନ୍ତି ଏବଂ ବିଭିନ୍ନ କର୍ମରେ ଲିପ୍ତ ରହନ୍ତି, ତଥାପି ସେ କର୍ମଫଳ ଦ୍ୱାରା କଳଙ୍କିତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ କର୍ମର କର୍ମଫଳରୁ ସେ ଊର୍ଦ୍ଧ୍ୱରେ ସ୍ଥିତ ରହନ୍ତି ।\nବ୍ରହ୍ମନିଷ୍ଠ ମହାପୁରୁଷମାନେ ମଧ୍ୟ ମାୟାଶକ୍ତିର ଊର୍ଦ୍ଧ୍ୱରେ ରହନ୍ତି । ଯେହେତୁ ସେମାନଙ୍କର ପ୍ରତ୍ୟେକ କର୍ମ ଭଗବାନଙ୍କ ପ୍ରତି ପ୍ରେମ ଦ୍ୱାରା ସମ୍ପନ୍ନ ହୋଇଥାଏ, କର୍ମର କର୍ମଫଳ ଜନିତ ପ୍ରତିକ୍ରିୟାରେ ସେମାନେ ବାନ୍ଧି ହୁଅନ୍ତି ନାହିଁ । ଶ୍ରୀମଦ୍ ଭଗବତମ୍ କହେ:\nଯତ୍ ପାଦ ପଙ୍କଜ ପରାଗ ନିଷେବ ତୃପ୍ତାଯୋଗ ପ୍ରଭାବ ବିଧୁତାଖିଲ କର୍ମ ବନ୍ଧାଃସ୍ୱୈରଂ ଚରନ୍ତି ମୁନୟୋଽପି ନ ନହ୍ୟମାନାସ୍ତସ୍ୟେଚ୍ଛୟାତ୍ତତ୍ତବପୁଷଃ କୁତ ଏବ ବନ୍ଧଃ । (୧୦.୩୩.୩୪)\n“ଯେଉଁ ଭକ୍ତମାନେ ଭଗବାନଙ୍କ ପାଦପଦ୍ମ ପରାଗର ସେବା କରି ତୃପ୍ତ ରହିଥାଆନ୍ତି, ସାଂସାରିକ କର୍ମ ସେମାନଙ୍କୁ କୌଣସି ପ୍ରକାରେ ଦୋଷଯୁକ୍ତ କରିପାରେ ନାହିଁ । ସେହିପରି ଯେଉଁମାନେ ଯୋଗ ଶକ୍ତି ଦ୍ୱାରା କର୍ମବନ୍ଧନରୁ ମୁକ୍ତ ହୋଇ ଯାଇଥାଆନ୍ତି, ସେହି ଜ୍ଞାନୀ ଯୋଗୀମାନଙ୍କୁ ମଧ୍ୟ କର୍ମ ଦୂଷିତ କରିପାରେ ନାହିଁ । ସେପରି କ୍ଷେତ୍ରରେ, ଭଗବାନ, ଯିଏ ସ୍ୱେଚ୍ଛାରେ ଦିବ୍ୟ ରୂପ ଧାରଣ କରନ୍ତି, ବନ୍ଧନଯୁକ୍ତ ହେବାର ପ୍ରଶ୍ନ ହିଁ ଉଠେନାହିଁ ।”" }, { "verseTitle": "Bhagavad Gita 4.15", "verse": "15", "chapter": 4, "lang": "or", "shloka": { "speaker": "", "sanskrit": "एवं ज्ञात्वा कृतं कर्म पूर्वैरपि मुमुक्षुभिः।\n\nकुरु कर्मैव तस्मात्त्वं पूर्वैः पूर्वतरं कृतम्॥15॥", "text": "ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ ।\nକୁରୁ କର୍ମେ÷ବ ତସ୍ମାତ୍ତ୍ୱଂ ପୂର୍ବୈଃ ପୂର୍ବତରଂ କୃତମ୍ ।।୧୫।।", "audioLink": "https://www.holy-bhagavad-gita.org/public/audio/004_015.mp3" }, "wordMeanings": "ଏବଂ- ଏହିପରି; ଜ୍ଞାତ୍ୱା-ଜାଣି; କୃତଂ-କୃତ; କର୍ମ-କର୍ମ; ପୂର୍ବେ÷ଃ-ପୂର୍ବ ଯୁଗର; ଅପି -ଯଦିଓ; ମୁମୁକ୍ଷୁଭିଃ -ମୋକ୍ଷକାମୀମାନେ; କୁରୁ-କରିବା ଉଚିତ୍‌; କର୍ମ-କର୍ତ୍ତବ୍ୟ; ଏବ-ନିଶ୍ଚିତଭାବେ; ତସ୍ମାତ୍‌-ତେଣୁ; ତ୍ୱଂ-ତୁମେ; ପୂର୍ବୈଃ- ପୂର୍ବ ମହାଜନମାନଙ୍କ ଦ୍ୱାରା; ପୂର୍ବତରଂ-ପ୍ରାଚୀନ ଯୁଗରେ; କୃତଂ-ଯେପରି କରିଯାଇଛନ୍ତି ।", "translation": { "text": "ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-15.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.15.mp3" ] }, "commentary": "ଯେଉଁ ମହାପୁରୁଷମାନେ ଭଗବାନଙ୍କୁ ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କର୍ମ କରନ୍ତି ନାହିଁ । ତେବେ ସେମାନେ ସାଂସାରିକ କର୍ମ କରନ୍ତି କାହିଁକି? ତା’ର କାରଣ ଏହା ଯେ ସେମାନେ ଭଗବାନଙ୍କର ସେବା କରିବାକୁ ଚାହାଁନ୍ତି ଏବଂ ତାଙ୍କ ଖୁସି ପାଇଁ ସେମାନେ କର୍ମ କରିବାକୁ ପ୍ରେରିତ ହୁଅନ୍ତି । ପୂର୍ବ ଶ୍ଲୋକର ଜ୍ଞାନ ତାଙ୍କୁ ଏହି ଆଶ୍ୱାସନା ଦିଏ ଯେ ଭକ୍ତିଯୁକ୍ତ କଲ୍ୟାଣକାରୀ କର୍ମ ସେମାନଙ୍କୁ ବନ୍ଧନରେ ପକାଇବ ନାହିଁ । ଭଗବାନଙ୍କ ପ୍ରତି ବିମୁଖ ହୋଇ ଭୌତିକ ଜଗତରେ କଷ୍ଟଭୋଗ କରୁଥିବା ଜୀବାତ୍ମା ମାନଙ୍କୁ ଦେଖି ତାଙ୍କର ହୃଦୟ ତରଳି ଯାଏ ଏବଂ ସେମାନଙ୍କର ଆଧ୍ୟାତ୍ମିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେମାନେ ପ୍ରେରିତ ହୋଇଥାନ୍ତି । ଏକଦା ବୁଦ୍ଧଦେବ କହିଥିଲେ, “ଭଗବତ ପ୍ରାପ୍ତି ପରେ ତୁମ ସମ୍ମୁଖରେ ଦୁଇଟି ବିକଳ୍ପ ଥାଏ- ତୁମେ କିଛି କରି ନ ପାର, ବା ଅନ୍ୟର ଭଗବତ୍ ପ୍ରାପ୍ତି କରାଇବାରେ ସାହାଯ୍ୟ କରିପାର ।”\nତେଣୁ ଯେଉଁ ମହାପୁରୁଷ ମାନଙ୍କର ନିଜର ସ୍ୱାର୍ଥପୂର୍ତ୍ତି ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରିବାର ନ ଥାଏ, ସେମାନେ ଭଗବତ୍ ପ୍ରୀତ୍ୟର୍ଥ କର୍ମରେ ପ୍ରବୃତ୍ତ ହୁଅନ୍ତି । ଭକ୍ତି ଯୁକ୍ତ କର୍ମ ଭଗବାନଙ୍କର କୃପା ଆକର୍ଷିତ କରିଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହିପରି କରିବାକୁ କହୁଛନ୍ତି । ଅର୍ଜୁନଙ୍କୁ ବନ୍ଧନରେ ପକାଉ ନ ଥିବା କର୍ମ କରିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କର୍ମର ଦର୍ଶନ ବ୍ୟାଖ୍ୟ କରିବାକୁ ଯାଉଛନ୍ତି ।" }, { "verseTitle": "Bhagavad Gita 4.16", "verse": "16", "chapter": 4, "lang": "or", "shloka": { "speaker": "", "sanskrit": "किं कर्म किमकर्मेति कवयोऽप्यत्र मोहिताः।\n\nतत्ते कर्म प्रवक्ष्यामि यज्ज्ञात्वा मोक्ष्यसेऽशुभात् ॥16॥", "text": "କିଂ କର୍ମ କିମ୍‌କର୍ମେତି କବୟୋଽପ୍ୟତ୍ର ମୋହିତାଃ ।\nତତ୍ ତେ କର୍ମ ପ୍ରବକ୍ଷ୍ୟାମି ଯଜ୍‌ଜ୍ଞାତ୍ୱା ମୋକ୍ଷସେଽଶୁଭାତ୍ ।।୧୬।।", "audioLink": "https://www.holy-bhagavad-gita.org/public/audio/004_016.mp3" }, "wordMeanings": "କିଂ -କ’ଣ; କର୍ମ-କର୍ମ; କିଂ -କ’ଣ; ଅକର୍ମ - ଅକର୍ମ; ଇତି - ଏହିପରି; କବୟଃ - ଜ୍ଞାନୀମାନେ; ଅପି -ମଧ୍ୟ; ଅତ୍ର -ଏଥିରେ; ମୋହିତାଃ - ମୋହିତ; ତତ୍ -ତାହା; ତେ -ତୁମକୁ; କର୍ମ -କର୍ମ; ପ୍ରବକ୍ଷ୍ୟାମି - ମୁଁ ଭଲ ଭାବେ ବର୍ଣ୍ଣନା କରିବି; ଯତ୍‌- ଯାହା; ଜ୍ଞାତ୍ୱା -ଜାଣି; ମୋକ୍ଷସେ - ମୁକ୍ତ ହେବ; ଅଶୁଭାତ୍‌- ଦୁର୍ଭାଗ୍ୟରୁ (ଅଶୁଭରୁ) ।", "translation": { "text": "କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକ୍‌ୁ ଯାଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-16.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.16.mp3" ] }, "commentary": "ଧର୍ମର ନିୟମ ମାନସିକ ଚିନ୍ତନ ଦ୍ୱାରା ସ୍ଥିର କରାଯାଇ ପାରିବ ନାହିଁ । ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଶାସ୍ତ୍ର ଓ ମହାପୁରୁଷମାନଙ୍କ ଦ୍ୱାରା ପ୍ରଦତ୍ତ ପରସ୍ପର ବିରୋଧି ତର୍କର ଗୋରଖଧନ୍ଦାରେ ପଡି ବିଭ୍ରାନ୍ତ ହୋଇ ଯାଆନ୍ତି । ଉଦାହରଣ ସ୍ୱରୂପ, ବେଦ ଅହିଂସାର ଉପେଦଶ ଦିଏ । ସେହି ଅନୁସାରେ ମହାଭାରତରେ, ଅର୍ଜୁନ ହିଂସା ତ୍ୟାଗକରି ଅହିଂସାର ମାର୍ଗ ଅନୁସରଣ କରିବାକୁ ଚାହୁଁଛନ୍ତି କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ହିଂସା କରିବା ଏଠାରେ ତାଙ୍କର କର୍ତ୍ତବ୍ୟ ଅଟେ । ଯଦି ପରିସ୍ଥିତି ଅନୁସାରେ କର୍ତ୍ତବ୍ୟ ବଦଳିଥାଏ, ତେବେ ନିଜର କର୍ତ୍ତବ୍ୟ ସ୍ଥିର କରିବା ଏକ ଜଟିଳ ବିଷୟ ଅଟେ । ମୃତ୍ୟୁର ଦେବତା, ଯମରାଜ କହୁଛନ୍ତି:\nଧର୍ମଂ ତୁ ସାକ୍ଷାଦ୍ ଭଗବତ୍ ପ୍ରଣୀତଂ ନ ବୈ ବିଦୁର୍ ଋଷୟୋ ନାପି ଦେବଃ  (ଶ୍ରୀମଦ୍ ଭାଗବତମ୍ ୬.୩.୧୯)\n“ଠିକ୍ କର୍ମ କ’ଣ ଏବଂ ଭୁଲ କର୍ମ କ’ଣ? ଏହାର ନିର୍ଦ୍ଧାରଣ କରିବା, ମୁନି ଋଷି ତଥା ସ୍ୱର୍ଗର ଦେବତା ମାନଙ୍କ ପକ୍ଷରେ ମଧ୍ୟ କଷ୍ଟକର ଅଟେ ।” ଭଗବାନ ନିଜେ ଧର୍ମ ସୃଷ୍ଟି କରିଛନ୍ତି ଏବଂ କେବଳ ସେ ହିଁ ଏହାର ପ୍ରକୃତ ଜ୍ଞାତା ଅଟନ୍ତି ।” ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ସେ ବର୍ତ୍ତମାନ କର୍ମ ଓ ଅକର୍ମର ଗୁଢ଼ ବିଜ୍ଞାନ ପ୍ରକାଶ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ସେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବେ ।" }, { "verseTitle": "Bhagavad Gita 4.17", "verse": "17", "chapter": 4, "lang": "or", "shloka": { "speaker": "", "sanskrit": "कर्मणो ह्यपि बोद्धव्यं बोद्धव्यं च विकर्मणः ।\n\nअकर्मणश्च बोद्धव्यं गहना कर्मणो गतिः ॥17॥", "text": "କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣଃ ।\nଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ ।।୧୭।।", "audioLink": "https://www.holy-bhagavad-gita.org/public/audio/004_017.mp3" }, "wordMeanings": "କର୍ମଣଃ-ବିହିତ କର୍ମ; ହି- ନିଶ୍ଚିତଭାବେ; ଅପି-ମଧ୍ୟ; ବୋଦ୍ଧବ୍ୟଂ-ଜାଣିବା ଉଚିତ୍‌; ବୋଦ୍ଧବ୍ୟଂ- ବୁଝିବା ଉଚିତ୍‌; ଚ-ଏବଂ; ବିକର୍ମଣଃ- ନିଷିଦ୍ଧ କର୍ମ; ଅକର୍ମଣଃ-ଅକର୍ମ; ବୋଦ୍ଧବ୍ୟଂ-ବୁଝିବା ଉଚିତ୍‌; ଗହନା-ଅତି ଜଟିଳ; କର୍ମଣଃ- କର୍ମର; ଗତିଃ- ବାସ୍ତବ ପନ୍ଥା ।", "translation": { "text": "ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-17.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.17.mp3" ] }, "commentary": "ଶ୍ରୀକୃଷ୍ଣ କର୍ମକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି - କର୍ମ, ବିକର୍ମ ଓ ଅକର୍ମ ।\nକର୍ମ - ଯେଉଁ ଶୁଭ କର୍ମ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଅନ୍ତଃକରଣର ଶୁଦ୍ଧି ନିମନ୍ତେ କରାଯାଏ ।\nବିକର୍ମ - ବିକର୍ମ ହେଉଛି ଅଶୁଭ କର୍ମ, ଯାହା ଶାସ୍ତ୍ରମାନଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି, କାରଣ ଏହାର ଫଳ ହାନିକାରକ ଅଟେ ଏବଂ ଏହା ଆତ୍ମାର ଅଧଃପତନ କରାଇଥାଏ ।\nଅକର୍ମ - ଫଳରେ ଆସକ୍ତି ନ ରଖି କେବଳ ଭଗବାନଙ୍କ ସୁଖ ପାଇଁ କରାଯାଉଥିବା କର୍ମକୁ ଅକର୍ମ କୁହାଯାଏ । ଏହି କର୍ମର କୌଣସି ପ୍ରତିକ୍ରିୟା ନାହିଁ ଅଥବା ଏହା ଆତ୍ମାକୁ ବନ୍ଧନରେ ପକାଏ ନାହିଁ ।" }, { "verseTitle": "Bhagavad Gita 4.18", "verse": "18", "chapter": 4, "lang": "or", "shloka": { "speaker": "", "sanskrit": "कर्मण्यकर्म यः पश्येदकर्मणि च कर्म यः।\n\nस बुद्धिमान्मनुष्येषु स युक्तः कृत्स्नकर्मकृत् ॥18॥", "text": "କର୍ମଣ୍ୟକର୍ମ ଯଃ ପଶ୍ୟେଦକର୍ମଣି ଚ କର୍ମ ଯଃ ।\nସ ବୁଦ୍ଧିମାନ୍‌ମନୁଷ୍ୟେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ୍ ।।୧୮।।", "audioLink": "https://www.holy-bhagavad-gita.org/public/audio/004_018.mp3" }, "wordMeanings": "କର୍ମଣି- କର୍ମରେ; ଅକର୍ମ- ଅକର୍ମ; ଯଃ-ଯିଏ; ପଶ୍ୟେତ୍‌- ଦେଖେ; ଅକର୍ମଣି-ଅକର୍ମରେ; ଚ-ମଧ୍ୟ; କର୍ମ-କର୍ମ; ଯଃ-ଯିଏ; ସଃ-ସେ; ବୁଦ୍ଧିମାନ୍‌- ବୁଦ୍ଧିମାନ ଅଟେ; ମନୁଷ୍ୟେଷୁ- ମନୁଷ୍ୟ ମଧ୍ୟରେ; ସଃ-ସେମାନେ; ଯୁକ୍ତଃ- ଯୋଗୀ; କୃତ୍ସ୍ନ-କର୍ମ-କୃତ୍‌- ସମସ୍ତ ପ୍ରକାର କର୍ମରେ ନିଯୁକ୍ତ ଥାଆନ୍ତି ।", "translation": { "text": "ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-18.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.18.mp3" ] }, "commentary": "କର୍ମରେ ଅକର୍ମ - ଏହି ପ୍ରକାର ଅକର୍ମରେ, ବ୍ୟକ୍ତି ନିଜ ସାମାଜିକ କର୍ତ୍ତବ୍ୟକୁ ଏକ ବୋଝ ସଦୃଶ ଚିନ୍ତା କରିଥାଏ ଏବଂ ଆଳସ୍ୟଯୁକ୍ତ ହୋଇ ତାହା ତ୍ୟାଗ କରିଥାଏ । କିନ୍ତୁ ବାହ୍ୟତଃ କର୍ମ ତ୍ୟାଗ କରିଥିଲେ ମଧ୍ୟ ତାଙ୍କର ମନ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁର ଚିନ୍ତନ କରିଚାଲିଥାଏ । ଏପରି ବ୍ୟକ୍ତିମାନେ ବାହାରକୁ ନିଷ୍କ୍ରିୟ ଦେଖାଯାଆନ୍ତି, କିନ୍ତୁ ତାଙ୍କର ଆଳସ୍ୟଯୁକ୍ତ ନିଷ୍କ୍ରିୟତା ବାସ୍ତବରେ ପାପପୂର୍ଣ୍ଣ କର୍ମ ଅଟେ । ଯେତେବେଳେ ଅର୍ଜୁନ ନିଜର ଯୁଦ୍ଧ-ରୂପୀ କର୍ତ୍ତବ୍ୟ ତ୍ୟାଗ କରିବାକୁ ଇଚ୍ଛା କରିଥିଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇଥିଲେ ଯେ ତାହା ପାପ ଅଟେ ଏବଂ ସେପରି ଅକର୍ମ ପାଇଁ ତାଙ୍କୁ ନର୍କଗାମୀ ହେବାକୁ ପଡିପାରେ ।\nଅକର୍ମରେ କର୍ମ - ଅନ୍ୟ ଏକ ପ୍ରକାର ଅକର୍ମ ଅଛି ଯାହା କର୍ମଯୋଗୀମାନେ କରିଥାନ୍ତି । ସେମାନେ ଫଳର କୌଣସି ଆଶା ନ ରଖି, କର୍ମ ଫଳକୁ ଭଗବାନଙ୍କଠାରେ ଅର୍ପଣ କରି ତାଙ୍କର ସାମାଜିକ ଦାୟିତ୍ୱ ତୁଲାଇଥାନ୍ତି । ସେଥିପାଇଁ ସମସ୍ତ ପ୍ରକାର କର୍ମ କରି ମଧ୍ୟ ସେମାନେ କର୍ମର ପ୍ରତିକ୍ରିୟାରେ ଛନ୍ଦି ହୁଅନ୍ତି ନାହିଁ; ଯେହେତୁ ଏହା ନିଜ ସୁଖ ପାଇଁ କରାଯାଇ ନ ଥାଏ । ଭାରତ ଇତିହାସରେ ଧ୍ରୁବ, ପ୍ରହ୍ଲାଦ, ଯୁଧିଷ୍ଠିର, ପୃଥୁ ଓ ଅମ୍ବରିଶ ଆଦି ଅନେକ ଯଶସ୍ୱୀ ରାଜା ଥିଲେ, ଯେଉଁମାନେ ପୂର୍ଣ୍ଣ ନିଷ୍ଠାର ସହିତ ତାଙ୍କର ରାଜକୀୟ କର୍ତ୍ତବ୍ୟ ପାଳନ କରିଥିଲେ । କିନ୍ତୁ ଯେହେତୁ ସେମାନଙ୍କର ମନ ଭୌତିକ କାମନାଯୁକ୍ତ ନ ଥିଲା, ତାଙ୍କର କର୍ମକୁ ଅକର୍ମ କୁହାଯାଉଥିଲା । ଅକର୍ମର ଅନ୍ୟ ଏକ ନାମ କର୍ମଯୋଗ, ଯାହା ପୂର୍ବବର୍ତ୍ତୀ ଦୁଇଟି ଅଧ୍ୟାୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଛି ।" }, { "verseTitle": "Bhagavad Gita 4.19", "verse": "19", "chapter": 4, "lang": "or", "shloka": { "speaker": "", "sanskrit": "यस्य सर्वे समारम्भाः कामसङ्कल्पवर्जिताः।\n\nज्ञानाग्निदग्धकर्माणं तमाहुः पण्डितं बुधाः ॥19॥", "text": "ଯସ୍ୟ ସର୍ବେ ସମାରମ୍ଭାଃ କାମସଙ୍କଳ୍ପବର୍ଜିତାଃ ।\nଜ୍ଞାନାଗ୍ନିଦଗ୍‌ଧକର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ।।୧୯।।", "audioLink": "https://www.holy-bhagavad-gita.org/public/audio/004_019.mp3" }, "wordMeanings": "ଯସ୍ୟ - ଯାହାର; ସର୍ବେ -ପ୍ରତ୍ୟେକ; ସମ୍ଭାରମ୍ଭାଃ - ପ୍ରଚେଷ୍ଟା; କାମ- ମାୟିକ ସୁଖେଚ୍ଛା; ସଙ୍କଳ୍ପ-ଦୃଢ଼ତା; ବର୍ଜିତାଃ-ବର୍ଜିତ; ଜ୍ଞାନ- ଦିବ୍ୟ ଜ୍ଞାନ; ଅଗ୍ନି -ଅଗ୍ନିରେ; ଦଗ୍‌ଧ -ଦଗ୍‌ଧ; କର୍ମାଣଂ -କର୍ମ; ତଂ -ତାଙ୍କୁ; ଆହୁଃ - କୁହାଯାଏ; ପଣ୍ଡିତଂ -ପଣ୍ଡିତ; ବୁଧାଃ -ଜ୍ଞାନୀ ।", "translation": { "text": "ଯାହାର ପ୍ରତ୍ୟେକ କର୍ମ ଭୌତିକ କାମନା ରହିତ ହୋଇଥାଏ ଏବଂ ଯେଉଁମାନେ ତାଙ୍କର କର୍ମର ପ୍ରତିକ୍ରିୟାକୁ ଦିବ୍ୟ ଜ୍ଞାନ ରୂପକ ଅଗ୍ନିରେ ଦଗ୍‌ଧ କରି ଦେଇଥାନ୍ତି, ସେମାନଙ୍କୁ ବିଜ୍ଞ ମହାତ୍ମାମାନେ ଜ୍ଞାନୀ କହିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-19.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.19.mp3" ] }, "commentary": "ଜୀବ, ଆନନ୍ଦ ସିନ୍ଧୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବାରୁ, ସ୍ୱଭାବତଃ ଆନନ୍ଦ ଖୋଜିଥାଏ । କିନ୍ତୁ ମାୟାଶକ୍ତି ଦ୍ୱାରା ଆବରଣଯୁକ୍ତ ହୋଇ ଭୁଲବଶତଃ ସେ ନିଜକୁ ମାୟିକ ଶରୀର ମନେ କରିଥାଏ । ଏହି ଅଜ୍ଞାନତା ଯୋଗୁଁ ସେ ଭୌତିକ ସଂସାରରୁ ଆନନ୍ଦ ପାଇବାକୁ କର୍ମ କରିଥାଏ । ଏହିସବୁ କର୍ମ ଯେହେତୁ ଇନ୍ଦ୍ରିୟ ତଥା ମାନସିିକ ସୁଖ ପ୍ରାପ୍ତିର ଲାଳସାରେ ପ୍ରେରିତ ହୋଇଥାଏ, ଜୀବକୁ ତାହା କର୍ମର ପ୍ରତିକ୍ରିୟାରେ ବାନ୍ଧି ଦିଏ ।\nଅନ୍ୟପକ୍ଷରେ, ଯେତେବେଳେ ଜୀବ ଦିବ୍ୟଜ୍ଞାନରେ ଉଦ୍‌ଭାସିତ ହୁଏ, ସେ ବୁଝିପାରେ ଯେ ସେ ଖୋଜୁଥିବା ଆନନ୍ଦ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁରୁ ମିଳିବ ନାହିଁ ବରଂ ଏହା ଭଗବାନଙ୍କର ପ୍ରେମପୂର୍ଣ୍ଣ ସେବା ଦ୍ୱାରା ମିଳିବ । ସେତେବେଳେ ସେ ତାର ପ୍ରତ୍ୟେକ କର୍ମ ଭଗବାନଙ୍କର ସୁଖ ପାଇଁ କରିବାକୁ ଚେଷ୍ଟା କରିଥାଏ । “ତୁମେ ଯାହା କରୁଛ, ଯାହା ବି ଖାଉଛ, ଯଜ୍ଞର ଅଗ୍ନିରେ ତୁମେ ଯାହା ଅର୍ପଣ କରୁଛ, ଯାହା ଦାନ ଦେଉଛ, ଯାହା ବି ସାଧନା ତୁମେ କରୁଛ, ହେ କୁନ୍ତି ପୁତ୍ର! ସେଗୁଡ଼ିକୁ ମୋତେ ଅର୍ପଣ କରିବା ପରି କର ।” (ଭାଗବତ୍ ଗୀତା ୯.୨୭) ଏହିପରି ପ୍ରବୁଦ୍ଧ ଜୀବମାନେ ଯେହେତୁ ଭୌତିକ ସୁଖ ପ୍ରତି ଉଦ୍ଦିଷ୍ଟ ସ୍ୱାର୍ଥଯୁକ୍ତ କର୍ମ ତ୍ୟାଗ କରି ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଆନ୍ତି, ସେମାନଙ୍କର କର୍ମ କୌଣସି ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ । ଦିବ୍ୟ ଜ୍ଞାନର ଅଗ୍ନିରେ ସେହିସବୁ ପ୍ରତିକ୍ରିୟା ଭସ୍ମ ହୋଇ ଯାଇଥାଏ ।" }, { "verseTitle": "Bhagavad Gita 4.20", "verse": "20", "chapter": 4, "lang": "or", "shloka": { "speaker": "", "sanskrit": "त्यक्त्वा कर्मफलासर्फ नित्यतृप्तो निराश्रयः।\n\nकर्मण्यभिप्रवृत्तोऽपि नैव किञ्चित्करोति सः ॥20॥", "text": "ତ୍ୟକ୍ତ୍ୱା କର୍ମଫଳାସଙ୍ଗଂ ନିତ୍ୟତୃପ୍ତୋ ନିରାଶ୍ରୟଃ ।\nକର୍ମଣ୍ୟଭିପ୍ରବୃତ୍ତୋଽପି ନୈବ କିଞ୍ଚିତ୍‌କରୋତି ସଃ ।।୨୦।।", "audioLink": "https://www.holy-bhagavad-gita.org/public/audio/004_020.mp3" }, "wordMeanings": "ତ୍ୟକ୍ତ୍ୱା -ତ୍ୟାଗକରି; କର୍ମଫଳ ଆସଙ୍ଗଂ -କର୍ମଫଳ ପ୍ରତି ଆସକ୍ତି; ନିତ୍ୟ -ସର୍ବଦା; ତୃପ୍ତଃ - ତୃପ୍ତ; ନିରାଶ୍ରୟଃ - ଆଶ୍ରିତ ନ ହୋଇ; କର୍ମଣି - କର୍ମରେ; ଅଭିପ୍ରବୃତ୍ତଃ - ସମ୍ପୂର୍ଣ୍ଣରୂପେ ନିଯୁକ୍ତହୋଇ; ଅପି - ସତ୍ତ୍ୱେ; ନ-ନୁହେଁ; ଏବ-ନିଶ୍ଚିତଭାବେ; କିଞ୍ଚିତ୍‌- କିଛି; କରୋତି - କରେ; ସଃ - ସେ ।", "translation": { "text": "ଏହିପରି ବ୍ୟକ୍ତିମାନେ, ଫଳାସକ୍ତି ତ୍ୟାଗ କରିଥିବା ଯୋଗୁଁ, ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି । ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁ ନ ଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-20.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.20.mp3" ] }, "commentary": "ବାହ୍ୟ ଦୃଷ୍ଟିରୁ କର୍ମର ବିଭାଜନ କରାଯାଇ ପାରିବ ନାହିଁ । କେଉଁଟି କର୍ମ ବା କେଉଁଟି ଅକର୍ମ ତାହା ମନର ଭାବନା ନିର୍ଦ୍ଧାରିତ କରିଥାଏ । ଜ୍ଞାନୀମାନଙ୍କର ମନ ଭଗବାନଙ୍କଠାରେ ନିମଗ୍ନ ଥାଏ । ଭଗବାନଙ୍କ ସହିତ ଭକ୍ତିଯୁକ୍ତ ତଲ୍ଲୀନତାରେ ସନ୍ତୁଷ୍ଟ ହୋଇ ସେମାନେ ଭଗବାନଙ୍କୁ ତାଙ୍କର ଏକମାତ୍ର ଆଶ୍ରୟ ମାନନ୍ତି ଏବଂ କୌଣସି ବାହ୍ୟ ସହାରା ଉପରେ ନିର୍ଭର କରନ୍ତି ନାହିଁ । ଏହିପରି ମାନସିକ ସ୍ଥିତିରେ ତାଙ୍କର ସମସ୍ତ କର୍ମକୁ ଅକର୍ମ କୁହାଯାଏ ।\nଏହି ପ୍ରସଙ୍ଗରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି । ଥରେ ବୃନ୍ଦାବନର ଗୋପୀମାନେ ଗୋଟିଏ ଉପବାସ ରଖିଥିଲେ । ଉପବାସ ଉଦ୍‌ଯାପନ କରିବାର ନିୟମ ଅନୁସାରେ ସେମାନଙ୍କୁ କୌଣସି ସାଧୁ ମହାତ୍ମାଙ୍କୁ ଭୋଜନ ଦେବାର ଥିଲା । ଯମୁନାର ଅପରପାଶ୍ୱର୍ରେ ବାସ କରୁôଥିବା ମହାନ ସନ୍ଥ ଦୁର୍ବାସାଙ୍କୁ ଭୋଜନ ଦେବାକୁ ଶ୍ରୀକୃଷ୍ଣ ସେମାନଙ୍କୁ ପରାମର୍ଶ ଦେଲେ । ଗୋପୀମାନେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ିଦୁର୍ବାସାଙ୍କ ପାଖକୁ ଯିବାକୁ ବାହାରିଲେ, କିନ୍ତୁ ସେମାନେ ଦେଖିଲେ ଯେ ଯମୁନା ନଦୀରେ ବନ୍ୟା ଆସିଛି ଏବଂ କୌଣସି ନାବିକ ନୌକାରେ ପାରି କରିବାକୁ ରାଜି ହେଉ ନାହାଁନ୍ତି ।\nଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏହାର ସମାଧାନ ପଚାରିଲେ । ସେ କହିଲେ, “ଯମୁନା ନଦୀଙ୍କୁ କୁହ, ଯଦି ଶ୍ରୀକୃଷ୍ଣ ଜଣେ ଅଖଣ୍ଡ ବ୍ରହ୍ମଚାରୀ ହୋଇଥିବେ, ତାହେଲେ ସେ ତାଙ୍କୁ ମାର୍ଗ ଦିଅନ୍ତୁ ।” ଗୋପୀମାନେ ହସିବାରେ ଲାଗିଲେ, ସେମାନେ ଭାବିଲେ ଶ୍ରୀକୃଷ୍ଣ ତ ତାଙ୍କ ପଛରେ ପାଗଳ, ସେ ଅଖଣ୍ଡ ବ୍ରହ୍ମଚାରୀ କିପରି ହେଲେ । ତଥାପି ସେମାନେ ଯେତେବେଳେ ଯମୁନାଙ୍କୁ ସେହିପରି ଅନୁରୋଧ କଲେ, ନଦୀ ଉପରେ ଏକ ଫୁଲର ସେତୁ ନିର୍ମିତ ହୋଇଗଲା ।\nଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ନଦୀ ପାର କରି ଦୁର୍ବାସା ମୁନିଙ୍କ ଆଶ୍ରମକୁ ଗଲେ ଏବଂ ନେଇଥିବା ସୁସ୍ୱାଦୁ ବ୍ୟଞ୍ଜନକୁ ଗ୍ରହଣ କରିବାକୁ ମୁନିଙ୍କୁ ଅନୁରୋଧ କଲେ । ଜଣେ ସନ୍ୟାସୀ ହୋଇଥିବାରୁ ସେ ଅଳ୍ପ ଖାଦ୍ୟ ଗ୍ରହଣ କଲେ, କିନ୍ତୁ ସେଥିରେ ଗେୀପୀମାନେ ବ୍ୟଥିତ ହେଲେ । ତେଣୁ ଦୁର୍ବାସା ତାଙ୍କର ଇଚ୍ଛା ପୂରଣ କରିବାକୁ ଯାଇ ଯୋଗଶକ୍ତି ବଳରେ ସେମାନେ ଆଣିଥିବା ସମସ୍ତ ପ୍ରସାଦ ଭୋଜନ କଲେ । ସେ ଏତେ ପରିମାଣର ଖାଇବା ଦେଖି ଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ଖୁସି ହେଲେ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ବ୍ୟଞ୍ଜନକୁ ସେ ଗ୍ରହଣ କଲେ ।\nଗୋପୀମାନେ ଏବେ ଯମୁନା ପାରି ହେବା ପାଇଁ ଦୁର୍ବାସାଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ସେ କହିଲେ “ଯମୁନା ନଦୀଙ୍କୁୁ କହିବ, ଯଦି ଆଜି ଦୁର୍ବାସା ଦୁବ (ଏକ ପ୍ରକାର ଘାସ ଯାହାକୁ ଦୁର୍ବାସା ଖାଉଥିଲେ) ବ୍ୟତୀତ ଅନ୍ୟ କିଛି ଖାଇନାହାନ୍ତି, ତାହେଲେ ମାର୍ଗ ଦିଅନ୍ତୁ । ଗୋପୀମାନେ ପୁଣି ହସିବାରେ ଲାଗିଲେ, ତାଙ୍କ ଆଖି ଆଗରେ ହିଁ ଦୁର୍ବାସା ଭୂରି ଭୋଜନ କରିଥିଲେ । କିନ୍ତୁ ଯେତେବେଳେ ସେମାନେ ତାହା କହିଲେ, ଯମୁନା ପୁଣି ସେମାନଙ୍କୁ ମାର୍ଗ ପ୍ରଦାନ କରିଦେଲେ ଯାହା ଦେଖି ଗୋପୀମାନେ ଅତ୍ୟନ୍ତ ବିସ୍ମିତ ହେଲେ ।\nଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏହି ଘଟଣାର ରହସ୍ୟ ପଚାରିଲେ । ସେ ବୁଝାଇଲେ ଯେ ଭଗବାନ ଓ ମହାତ୍ମାମାନେ ବାହ୍ୟତଃ ଯେ କୌଣସି କର୍ମ କଲେ ମଧ୍ୟ ସେମାନେ ସର୍ବଦା ଦିବ୍ୟ ଚେତନାରେ ସ୍ଥିତ ରହିଥାନ୍ତି । ତେଣୁ ସେମାନେ ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ ଅକର୍ତ୍ତା ଭାବରେ ପରିଗଣିତ ହୁଅନ୍ତି । ଯଦିଓ ଶ୍ରୀକୃଷ୍ଣ ବାହ୍ୟ ରୂପରେ ଗୋପୀମାନଙ୍କ ସହିତ ମିଳାମିଶା କରୁଥିଲେ କିନ୍ତୁ ଆନ୍ତରିକ ରୂପରେ ସେ ଅଖଣ୍ଡ ବ୍ରହ୍ମଚାରୀ ଥିଲେ । ସେହିପରି ଯଦିଓ ଦୁର୍ବାସା ଗୋପୀମାନେ ଦେଇଥିବା ସୁମିଷ୍ଟ ଭୋଜନ ସେବନ କରିଥିଲେ, ତାଙ୍କର ଆଭ୍ୟନ୍ତରୀଣ ମନ କେବଳ ଦୁବ ଘାସ ହିଁ ଗ୍ରହଣ କରୁଥିଲା । ଏହା କର୍ମରେ ଅକର୍ମର ଉଦାହରଣ ଅଟେ ।" }, { "verseTitle": "Bhagavad Gita 4.21", "verse": "21", "chapter": 4, "lang": "or", "shloka": { "speaker": "", "sanskrit": "निराशीर्यतचित्तात्मा त्यक्तसर्वपरिग्रहः ।\n\nशारीरं केवलं कर्म कुर्वन्नाप्नोति किल्बिषम् ॥21॥", "text": "ନିରାଶୀର୍ଯତଚିତ୍ତାତ୍ମା ତ୍ୟକ୍ତସର୍ବପରିଗ୍ରହଃ ।\n\nଶାରୀରଂ କେବଳଂ କର୍ମ କୁର୍ବନ୍ନାପ୍ନୋତି କିଳ୍‌ବିଷମ୍ ।।୨୧।।", "audioLink": "https://www.holy-bhagavad-gita.org/public/audio/004_021.mp3" }, "wordMeanings": "ନିରାଶୀଃ- ଫଳକାମନାହୀନ; ଯତ- ସଂଯତ; ଚିତ୍ତ-ଆତ୍ମା- ମନ ଏବଂ ବୁଦ୍ଧି; ତ୍ୟକ୍ତ-ତ୍ୟାଗ କରି; ସର୍ବ-ସମସ୍ତ; ପରିଗ୍ରହଃ- ଅଧିକାରୀଭାବ; ଶାରୀରଂ- ଶାରୀରିକ; କେବଳଂ-କେବଳ; କର୍ମ-କର୍ମ; କୁର୍ବନ୍‌-ଏପରି କରି; ନ-ନୁହେଁ; ଆପ୍ନୋତି-ଅର୍ଜନ କରେନାହିଁ; କିଳ୍‌ବିଷମ୍‌- ପାପ ।", "translation": { "text": "ଆଶା ଓ ଅଧିକାରୀଭାବରୁ ମୁକ୍ତ ହୋଇ, ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶକରି, ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପ ଯୁକ୍ତ ହୁଅନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-21.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.21.mp3" ] }, "commentary": "ସଂସାରର ଆଇନ ଅନୁସାରେ ମଧ୍ୟ, ଆକସ୍ମିକ ଭାବରେ ହୋଇଥିବା କୌଣସି ହିଂସାତ୍ମକ କାର୍ଯ୍ୟକୁ ଦଣ୍ଡନୀୟ ଅପରାଧ ଭାବେ ଧରାଯାଏ ନାହିଁ । ଯଦି ଜଣେ ରାସ୍ତାର ସଠିକ୍ ପାଶ୍ୱର୍ରେ, ସଠିକ୍ ଗତିରେ ଏବଂ ରାସ୍ତା ଉପରେ ଦୃଷ୍ଟି ବଦ୍ଧ କରି କାର୍ ଚଳାଉଥିବା ସମୟରେ ହଠାତ୍ କେହି ଜଣେ କାର୍ ସମ୍ମୁଖକୁ ଆସି ପଡ଼ିଯିବା ଫଳରେ ଧକ୍‌କା ଲାଗି ତା’ର ମୃତ୍ୟୁ ହୁଏ ଏବଂ ଯଦି ଏହା ପ୍ରମାଣିତ ହୁଏ ଯେ ଚାଳକର ସେହି ବ୍ୟକ୍ତିକୁ ଆହତ ବା ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନ ଥିଲା, ତେବେ ଅଦାଲତ ମଧ୍ୟ ଏହାକୁ ଧର୍ତବ୍ୟ ଅପରାଧ ଭାବେ ଗ୍ରହଣ କରେ ନାହିଁ । ବ୍ୟକ୍ତିର ମନର ଉଦ୍ଦେଶ୍ୟକୁ କାର୍ଯ୍ୟ ଅପେକ୍ଷା ଅଧିକ ମହତ୍ତ୍ୱ ଦିଆଯାଇଥାଏ । ସେହିପରି ଭଗବତ୍ ଚେତନାରେ ଉଦ୍‌ବୁଦ୍ଧ ଜଣେ ମହାପୁରୁଷ ଯେଉଁ କାର୍ଯ୍ୟକରନ୍ତି ତାହା ପାପ ରହିତ ହୋଇଥାଏ । କାରଣ ତାଙ୍କର ମନ ପ୍ରତ୍ୟାଶା ଓ ଅଧିକାରୀତ୍ୱ ଭାବରୁ ମୁକ୍ତ ଥାଏ ଏବଂ ତାହା ଭଗବତ୍ ପ୍ରୀତ୍ୟର୍ଥ ଦିବ୍ୟଭାବନାରେ କରାଯାଇଥାଏ ।" }, { "verseTitle": "Bhagavad Gita 4.22", "verse": "22", "chapter": 4, "lang": "or", "shloka": { "speaker": "", "sanskrit": "यदृच्छालाभसंतुष्टो द्वन्द्वातीतो विमत्सरः ।\n\nसमः सिद्धावसिद्धौ च कृत्वापि न निबध्यते ॥22॥", "text": "ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ୱନ୍ଦ୍ୱାତୀତୋ ବିମତ୍ସରଃ ।\nସମଃ ସିଦ୍ଧାବସିଦ୍ଧୌ ଚ କୃତ୍ୱାପି ନ ନିବଧ୍ୟତେ ।।୨୨।।", "audioLink": "https://www.holy-bhagavad-gita.org/public/audio/004_022.mp3" }, "wordMeanings": "ଯଦୃଚ୍ଛା -ସ୍ୱତଃ; ଲାଭ -ଲାଭ; ସନ୍ତୁଷ୍ଟଃ -ସନ୍ତୁଷ୍ଟ; ଦ୍ୱନ୍ଦ୍ୱ -ଦ୍ୱନ୍ଦ୍ୱଭାବ; ଅତୀତଃ -ଅତୀତ; ବିମତ୍ସରଃ -ଈର୍ଷାଶୂନ୍ୟ; ସମଃ-ସ୍ଥିର; ସିଦ୍ଧୌ- ବିଜୟରେ; ଅସିଦ୍ଧୌ -ପରାଜୟରେ; ଚ- ଏବଂ; କୃତ୍ୱା- କରି; ଅପି - ଯଦିଓ; ନ-ନୁହେଁ; ନିବଧ୍ୟତେ- ବାନ୍ଧି ହୁଏ ।", "translation": { "text": "ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-22.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.22.mp3" ] }, "commentary": "ମୁଦ୍ରାର ଯେପରି ଦୁଇଟି ପାଶ୍ୱର୍ ଥାଏ, ସେହିପରି ଭଗବାନ ସଂସାରକୁ ଦ୍ୱିବିଧତାରେ ପୂର୍ଣ୍ଣ କରି ରଚନା କରିଛନ୍ତି - ଯେମିତି ଦିନ ଓ ରାତି, ମିଠା ଓ ଖଟା, ଗରମ ଓ ଥଣ୍ଡା, ଅତି ବୃଷ୍ଟି ଓ ଦୁର୍ଭିକ୍ଷ, ଇତ୍ୟାଦି । ଗୋଟିଏ ଗୋଲାପ ଗଛରେ ସୁନ୍ଦର ଫୁଲ ସହିତ ଅସୁନ୍ଦର କଣ୍ଟା ମଧ୍ୟ ଅଛି । ଜୀବନରେ ସେହିପରି ସୁଖ ଓ ଦୁଃଖ, ଜୟ ଓ ପରାଜୟ, ଯଶ ଓ ଅପଯଶ ଆଦି ଦ୍ୱୈତ ରହିଛି । ଭଗବାନ ରାମ ଅଯୋଧ୍ୟାର ରାଜା ହେବାର ଦିନକ ପୂର୍ବରୁ ବନବାସ ଯାଇଥିଲେ ।\nସଂସାରରେ ରହି କେହି ମଧ୍ୟ ଏହି ଦ୍ୱୈତର ଉର୍ଦ୍ଧ୍ୱକୁ ଯାଇ କେବଳ ସକାରାତ୍ମକ ଅନୁଭୂତି ଲାଭର ଆଶା କରି ପାରିବେ ନାହିଁ । ତେବେ ଜୀବନରେ ଆସୁଥିବା ଏହି ଦ୍ୱୈତମାନଙ୍କର ସମାଧାନ ଆମେ କିପରି କରିବା? ସେଥିପାଇଁ ଆମେ ସବୁ ଦ୍ୱୈତର ଉର୍ଦ୍ଧ୍ୱକୁ ଉଠି ସମସ୍ତ ପରିସ୍ଥିତିରେ ସମଭାବପୂର୍ଣ୍ଣ ରହିବା ଆବଶ୍ୟକ । ଏହା ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ଆମେ କର୍ମଫଳ ପ୍ରତି ନିରାସକ୍ତ ରହି ଏବଂ କର୍ମଫଳର କୌଣସି ଲାଳସା ନ ରଖି ଜୀବନରେ କେବଳ ନିଜର କର୍ତ୍ତବ୍ୟ ପାଳନ କରିଥାଏ । ଯେତେବେଳେ ଆମେ ଭଗବାନଙ୍କ ସୁଖ ପାଇଁ କର୍ମ କରିଥାଏ, ସେତେବେଳେ ସେହି କର୍ମର ଉଭୟ ସୁଫଳ ଓ କୁଫଳକୁ ଆମେ ଭଗବାନଙ୍କର ଇଚ୍ଛା ଭାବରେ ଅନୁଭବ କରିଥାଏ ଏବଂ ଖୁସିର ସହିତ ତାହାକୁ ଗ୍ରହଣ କରିଥାଏ ।" }, { "verseTitle": "Bhagavad Gita 4.23", "verse": "23", "chapter": 4, "lang": "or", "shloka": { "speaker": "", "sanskrit": "गतसङ्गस्य मुक्तस्य ज्ञानावस्थितचेतसः।\n\nयज्ञायाचरतः कर्म समग्रं प्रविलीयते ॥23॥", "text": "ଗତସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତଚେତସଃ ।\nଯଜ୍ଞାୟାଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ ।।୨୩।।", "audioLink": "https://www.holy-bhagavad-gita.org/public/audio/004_023.mp3" }, "wordMeanings": "ଗତ-ସଙ୍ଗସ୍ୟ -ମାୟିକ ଆସକ୍ତି ରହିତ; ମୁକ୍ତସ୍ୟ -ମୁକ୍ତର; ଜ୍ଞାନ-ଅବସ୍ଥିତ - ଦିବ୍ୟଜ୍ଞାନରେ ସ୍ଥିତ; ଚେତସଃ- ଯାହାର ବୁଦ୍ଧି; ଯଜ୍ଞାୟ - ଯଜ୍ଞ ଭାବରେତ୍ତ; ଆଚରତଃ -କରାଯାଇ ଥାଏ; କର୍ମ -କର୍ମ; ସମଗ୍ରଂ -ପୂର୍ଣ୍ଣତଃ; ବ୍ରବିଲୀୟତେ - ମୁକ୍ତ ହୋଇଯାଏ ।", "translation": { "text": "ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-23.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.23.mp3" ] }, "commentary": "ଏହି ଶ୍ଲୋକରେ ଶ୍ରୀକୃଷ୍ଣ ପୂର୍ବବର୍ତ୍ତୀ ପାଞ୍ଚୋଟି ଶ୍ଲୋକର ସାରାଂଶ କହିଛନ୍ତି । ଯେତେବେଳେ ଜଣେ ବ୍ୟକ୍ତି ବୁଝିପାରେ ଯେ ଜୀବ ଭଗବାନଙ୍କର ନିତ୍ୟ ଦାସ ଅଟେ, ସେତେବେଳେ ସେ ତା’ର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଏ । ଚୈତନ୍ୟ ମହାପ୍ରଭୁ କହିଥିଲେ: ଜୀବେର ସ୍ୱରୂପ ହୟ କୃଷ୍ଣେର ନିତ୍ୟ-ଦାସ (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨୦.୧୦୮) । “ଜୀବ ସ୍ୱରୂପତଃ ଭଗବାନଙ୍କର ଦାସ ଅଟେ” । ଯେଉଁମାନେ ଜ୍ଞାନର ଏହି ସ୍ତରରେ ସ୍ଥିତ, ସେମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କ ପ୍ରତି ଉତ୍ସର୍ଗ କରନ୍ତି ଏବଂ କର୍ମର ପାପମୟ ପ୍ରତିକ୍ରିୟାରୁ ମୁକ୍ତ ହୁଅନ୍ତି । ଏପରି ଜୀବ କେଉଁ ପ୍ରକାରର ଦୃଷ୍ଟିକୋଣ ରଖିଥାଆନ୍ତି, ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ତାହା ବର୍ଣ୍ଣନା କରିଛନ୍ତି ।" }, { "verseTitle": "Bhagavad Gita 4.24", "verse": "24", "chapter": 4, "lang": "or", "shloka": { "speaker": "", "sanskrit": "ब्रह्मार्पणं ब्रह्म हविर्ब्रह्माग्नौ ब्रह्मणा हुतम्।\n\nब्रह्मैव तेन गन्तव्यं ब्रह्मकर्मसमाधिना ॥24॥", "text": "ବ୍ରହ୍ମାର୍ପଣଂ ବ୍ରହ୍ମ ହବିର୍ବ୍ରହ୍ମାଗ୍ନୌ ବ୍ରହ୍ମଣା ହୁତମ୍ ।\nବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମସମାଧିନା ।।୨୪।।", "audioLink": "https://www.holy-bhagavad-gita.org/public/audio/004_024.mp3" }, "wordMeanings": "ବ୍ରହ୍ମ -ବ୍ରହ୍ମ; ଅର୍ପଣଂ -ଅଣକ ତଥା ଅନ୍ୟ ଅର୍ପଣ; ବ୍ରହ୍ମ -ବ୍ରହ୍ମ; ହବିଃ -ଘୃତାହୁତି; ବ୍ରହ୍ମ -ବ୍ରହ୍ମ; ଅଗ୍ନୌ - ଯଜ୍ଞ ଅଗ୍ନି; ବ୍ରହ୍ମଣା -ସେହି ବ୍ୟକ୍ତି ଦ୍ୱାରା; ହୁତମ୍ -ଅର୍ପିତ; ବ୍ରହ୍ମ -ବ୍ରହ୍ମ; ଏବ -ନିଶ୍ଚିତଭାବେ; ତେନ -ତଦ୍ୱାରା; ଗନ୍ତବ୍ୟଂ - ପ୍ରାପ୍ତ ହେବ; ବ୍ରହ୍ମ -ବ୍ରହ୍ମ; କର୍ମ -ଅର୍ପଣ; ସମାଧିନା -ଭଗବତ୍ ଚେତନାରେ ପୂର୍ଣ୍ଣତଃ ଲୀନ ।", "translation": { "text": "ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମଚେତନାରେ ଲୀନ ରହନ୍ତି, ତାଙ୍କ ପାଇଁ ନୈବେଦ୍ୟ ବ୍ରହ୍ମ ଅଟନ୍ତି, ନୈବେଦ୍ୟ ଦିଆଯାଉଥିବା ଅଣକ ବ୍ରହ୍ମ ଅଟନ୍ତି, ଅର୍ପଣ କରୁଥିବା କ୍ରିୟା ବ୍ରହ୍ମ ଅଟନ୍ତି, ଯଜ୍ଞ ଅଗ୍ନି ମଧ୍ୟ ବ୍ରହ୍ମ ଅଟନ୍ତି । ଯେଉଁମାନେ ପ୍ରତ୍ୟେକ ବସ୍ତୁକୁ ବ୍ରହ୍ମରୂପରେ ଦେଖନ୍ତି, ସେମାନେ ସହଜରେ ତାଙ୍କୁ ପ୍ରାପ୍ତ କରିଥା’ନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-24.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.24.mp3" ] }, "commentary": "ବାସ୍ତବରେ, ସଂସାରର ସମସ୍ତ ବସ୍ତୁ ଭଗବାନଙ୍କର ମାୟିକ ଶକ୍ତି ମାୟା ଠାରୁ ଉତ୍ପନ୍ନ । ଶକ୍ତି ଓ ଶକ୍ତିମାନ ଉଭୟ ଏକ ଅଟନ୍ତି ତଥା ପୃଥକ ମଧ୍ୟ ଅଟନ୍ତି । ଉଦାହରଣ ସ୍ୱରୂପ, ଆଲୋକ ଅଗ୍ନିର ଶକ୍ତି ଅଟେ; ଏହା ଅଗ୍ନିର ବାହାରେ ରହୁଥିବା ଯୋଗୁଁ ଏହାକୁ ଅଗ୍ନିଠାରୁ ପୃଥକ ବିବେଚନା କରାଯାଇପାରିବ । ଏହାକୁ ଅଗ୍ନିର ଏକ ଅଂଶ ରୂପେ ମଧ୍ୟ ଚିନ୍ତା କରାଯାଇପାରିବ । ତେଣୁ ଯେତେବେଳେ ଝରକା ଦେଇ ଘର ଭିତରକୁ ସୂର୍ଯ୍ୟକିରଣ ଆସେ, ଲୋକମାନେ କୁହନ୍ତି, “ସୂର୍ଯ୍ୟ ଆସିଗଲେ ।” ଏଠାରେ ସେମାନେ ସୂର୍ଯ୍ୟକିରଣକୁ ସୂର୍ଯ୍ୟଙ୍କ ସହିତ ଏକାକାର ବିଚାର କରିଥାନ୍ତି । ଶକ୍ତି ଶକ୍ତିମାନଙ୍କ ଠାରୁ ପୃଥକ ଅଟେ, ତଥାପି ତାଙ୍କର ଅଂଶ ମଧ୍ୟ ଅଟେ ।\nଆତ୍ମା ମଧ୍ୟ ଭଗବାନଙ୍କର ଶକ୍ତି ଅଟେ - ଏହା ଏକ ଦିବ୍ୟ ଶକ୍ତି, ଯାହାକୁ ଜୀବ ଶକ୍ତି କୁହାଯାଏ । ଶ୍ରୀକୃଷ୍ଣ ଏହା ଶ୍ଲୋକ ୭.୪ ଏବଂ ୭.୫ରେ କହିଛନ୍ତି । ଚୈତନ୍ୟ ମହାପ୍ରଭୁ କହିଛନ୍ତି:\nଜୀବ-ତତ୍ତ୍ୱ ଶକ୍ତି, କୃଷ୍ଣ-ତତ୍ତ୍ୱ ଶକ୍ତିମାନଗୀତା-ବିଷ୍ଣୁ ପୁରାଣାଦି ତାହାତେ ପ୍ରମାଣ ।   (ଚୈତନ୍ୟ ଚରିତାମୃତ, ଆଦି ଲୀଳା ୭.୧୧୭)\nଭଗବାନ ଶ୍ରୀକୃଷ୍ଣ ଶକ୍ତିମାନ ଏବଂ ଆତ୍ମା ତାଙ୍କର ଶକ୍ତି ଅଟେ । ଏହା ଭଗବଦ୍ ଗୀତା, ବିଷ୍ଣୁ ପୁରାଣ ଆଦିରେ ଉଲ୍ଲେଖ ଅଛି ।” ସେଥିପାଇଁ ଆତ୍ମା ଏକ ସମୟରେ ଭଗବାନଙ୍କ ସହିତ ଏକ ଏବଂ ଭଗବାନଙ୍କ ଠାରୁ ପୃଥକ ମଧ୍ୟ ଅଟେ । ତେଣୁ ଯେଉଁମାନଙ୍କର ମନ ପୂର୍ଣ୍ଣତଃ ଭଗବତ୍ ଚେତନାରେ ସ୍ଥିତ, ସେମାନେ ସାରା ସଂସାରକୁ ଭଗବାନଙ୍କ ସହିତ ଏକାକାର ଏବଂ ଭଗବାନଙ୍କ ଠାରୁ ଅଭିନ୍ନ ଦେଖିଥା’ନ୍ତି । ଶ୍ରୀମଦ୍ ଭାଗବତମ୍ କହେ:\nସର୍ବ ଭୂତେଷୁ ଯଃ ପଶ୍ୟେଦ୍ ଭଗବଦ୍‌-ଭାବମ୍ ଆତ୍ମନଃଭୂତାନି ଭଗବତ୍ୟାତ୍ମନ୍ୟେଷ ଭାଗବତୋତ୍ତମଃ (୧୧.୨.୪୫)\n“ଯିଏ ଭଗବାନଙ୍କୁ ସର୍ବତ୍ର ତଥା ସମସ୍ତଙ୍କଠାରେ ଦେଖେ, ସେ ସର୍ବୋଚ୍ଚ ଆଧ୍ୟାତ୍ମବାଦୀ ଅଟେ ।” ଏହପରି ଉଚ୍ଚ କକ୍ଷର ଆଧ୍ୟାତ୍ମବାଦୀ, ଯେଉଁମାନଙ୍କର ମନ ସର୍ବଦା ଭଗବତ୍ ଚିନ୍ତନରେ ଲିପ୍ତଥାଏ, ସେମାନେ ଯଜ୍ଞ କରୁଥିବା ବ୍ୟକ୍ତି, ଯଜ୍ଞର ପ୍ରସାଦ, ଯଜ୍ଞର ଦ୍ରବ୍ୟ, ଯଜ୍ଞ ଅଗ୍ନି, ଯଜ୍ଞ କ୍ରିୟା ଆଦି ସମସ୍ତଙ୍କୁ ଭଗବାନଙ୍କଠାରୁ ଅଭିନ୍ନ ମନେ କରନ୍ତି ।\nକେଉଁ ମନୋଭାବ ନେଇ ଯଜ୍ଞ କରାଯିବା ଉଚିତ୍ ତାହା ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଶୁଦ୍ଧିକରଣ ପାଇଁ ଲୋକମାନେ କରୁଥିବା ବିଭିନ୍ନ ପ୍ରକାରର ଯଜ୍ଞ ବିଷୟରେ କହିବାକୁ ଯାଉଛନ୍ତି ।" }, { "verseTitle": "Bhagavad Gita 4.25", "verse": "25", "chapter": 4, "lang": "or", "shloka": { "speaker": "", "sanskrit": "दैवमेवापरे यज्ञं योगिनः पर्युपासते । \n\nब्रह्माग्नावपरे यज्ञं यज्ञेनैवोपजुह्वति ॥25॥", "text": "ଦୈବମେବାପରେ ଯଜ୍ଞଂ ଯୋଗିନଃ ପର୍ଯ୍ୟୁପାସତେ ।\nବ୍ରହ୍ମାଗ୍ନାବପରେ ଯଜ୍ଞଂ ଯଜେ୍ଞନୈବୋପଜୁହ୍ୱତି ।।୨୫।।", "audioLink": "https://www.holy-bhagavad-gita.org/public/audio/004_025.mp3" }, "wordMeanings": "ଦୈବମ୍ - ଦେବତାମାନେ; ଏବ- ବାସ୍ତବରେ; ଅପରେ- ଅନ୍ୟମାନେ; ଯଜ୍ଞଂ -ଯଜ୍ଞ; ଯୋଗିନଃ - ଯୋଗୀମାନେ; ପର୍ଯ୍ୟୁପାସତେ- ଉପାସନା କରନ୍ତି; ବ୍ରହ୍ମ-ପରମ ସତ୍ୟ; ଅଗ୍ନୌ - ଅଗ୍ନିରେ; ଅପରେ -ଅନ୍ୟମାନେ; ଯଜ୍ଞଂ -ଯଜ୍ଞ; ଯଜେ୍ଞନ -ଯଜ୍ଞଦ୍ୱାରା; ଏବ- ଏହିପରି ଭାବରେ; ଉପଜୁହ୍ୱତି - ଅର୍ପଣ କରନ୍ତି ।", "translation": { "text": "କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି । ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସଂପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି ଉପାସନା କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-25.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.25.mp3" ] }, "commentary": "ଯଜ୍ଞ, ଦିବ୍ୟ ଚେତନାଯୁକ୍ତ ହୋଇ ଭଗବାନଙ୍କ ପ୍ରତି ସମର୍ପଣର ଭାବନାରେ କରିବା ଉଚିତ । କିନ୍ତୁ ଲୋକମାନଙ୍କ ବିଚାରରେ ଅନେକ ପ୍ରଭେଦ ରହିଥାଏ, ସେଥିପାଇଁ ସେମାନେ ଭିନ୍ନ ଚେତନାଯୁକ୍ତ ହୋଇ ଭିନ୍ନ ଭିନ୍ନ ପଦ୍ଧତିରେ ଯଜ୍ଞ କରିଥାନ୍ତି । ଅଳ୍ପଜ୍ଞ ବ୍ୟକ୍ତିମାନେ ସାଂସାରିକ ବସ୍ତୁ ପ୍ରାପ୍ତିର ଇଚ୍ଛା ପୋଷଣ କରି ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି ।\nଯେଉଁମାନଙ୍କର ଯଜ୍ଞ ବିଷୟରେ ଗଭୀର ଜ୍ଞାନ ଥାଏ, ସେମାନେ ନିଜକୁ ଭଗବାନଙ୍କ ନିକଟରେ ଅର୍ପଣ କରିଥା’ନ୍ତି । ଏହାକୁ ଆତ୍ମ ସମର୍ପଣ, ବା ଆତ୍ମାହୁତି ବା ନିଜ ଆତ୍ମାକୁ ଭଗବାନଙ୍କ ଠାରେ ଅର୍ପଣ କରିବା କୁହାଯାଏ । ଯୋଗୀ ଶ୍ରୀକୃଷ୍ଣ ପ୍ରେମ ଏହାକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି: “ଧୂମ୍ରାଭ ଓ କୋଳାହଳପୂର୍ଣ୍ଣ ଏହି ସଂସାରରେ, ଯେତେବେଳେ ଜଣେ ଦିବ୍ୟପ୍ରେମର ଅଗ୍ନିରେ ଆତ୍ମାହୁତି ଦିଏ, ସେତେବେଳେ କୃପାର ବିସ୍ଫୋରଣ ହୋଇଥାଏ, କାରଣ ବାସ୍ତବ ଆତ୍ମାହୁତି କେବେ ବି ବୃଥା ଯାଏନାହିଁ ।” କିନ୍ତୁ ଜଣେ ନିଜକୁ ଅର୍ପଣ କରିବାର ବିଧି କ’ଣ? ଏହା ଭଗବାନଙ୍କର ପୂର୍ଣ୍ଣ ଶରଣାଗତି ଦ୍ୱାରା ହାସଲ ହୋଇଥାଏ । ଏପରି ସମର୍ପଣର ଛଅଗୋଟି ଦିଗ ଅଛି ଯାହା ଶ୍ଲୋକ ୧୮.୬୬ରେ ବର୍ଣ୍ଣିତ ହୋଇଛି । ଏଠାରେ ଶ୍ରୀକୃଷ୍ଣ ଲୋକେ କରୁଥିବା ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ଆଲୋଚନା ଜାରି ରଖିଛନ୍ତି ।" }, { "verseTitle": "Bhagavad Gita 4.26", "verse": "26", "chapter": 4, "lang": "or", "shloka": { "speaker": "", "sanskrit": "श्रोत्रादीनीन्द्रियाण्यन्ये संयमाग्निषु जुह्वति।\n\nशब्दादीन्विषयानन्य इन्द्रियाग्निषु जुह्वति ॥26॥", "text": "ଶ୍ରୋତ୍ରାଦୀନୀନ୍ଦ୍ରିୟାଣ୍ୟନ୍ୟେ ସଂଯମାଗ୍ନିଷୁ ଜୁହ୍ୱତି ।\nଶବ୍ଦାଦୀନ୍‌ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜୁହ୍ୱତି ।।୨୬।।", "audioLink": "https://www.holy-bhagavad-gita.org/public/audio/004_026.mp3" }, "wordMeanings": "ଶ୍ରୋତ୍ର-ଆଦୀନି- ଶ୍ରବଣ କ୍ରିୟା ଆଦି; ଇନ୍ଦ୍ରିୟାଣି - ଇନ୍ଦ୍ରିୟମାନେ; ଅନ୍ୟେ -ଅନ୍ୟମାନେ; ସଂଯମ -ସଂଯମ; ଅଗ୍ନିଷୁ -ଯଜ୍ଞ ଅଗ୍ନିରେ; ଜୁହ୍ୱତି - ଅର୍ପଣ କରନ୍ତି; ଶବ୍ଦ-ଆଦୀନ୍ - ଶବ୍ଦତରଙ୍ଗ ଆଦି; ବିଷୟାନ୍ - ଇନ୍ଦ୍ରିୟ ବିଷୟ; ଅନ୍ୟ -ଅନ୍ୟମାନେ; ଇନ୍ଦ୍ରିୟ - ଇନ୍ଦ୍ରିୟମାନଙ୍କର; ଅଗ୍ନିଷୁ -ଅଗ୍ନିରେ; ଜୁହ୍ୱତି - ଅର୍ପଣ କରନ୍ତି ।", "translation": { "text": "କେହି କେହି ଶ୍ରବଣ ତଥା ଅନ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପୀ ଯଜ୍ଞାଗ୍ନିରେ ଆହୁତି ଦିଅନ୍ତି । ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବିଷୟ ସବୁକୁ ଇନ୍ଦ୍ରିୟର ଅଗ୍ନିରେ ଅର୍ପଣ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-26.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.26.mp3" ] }, "commentary": "ଅଗ୍ନିରେ ଅର୍ପିତ ହେଉଥିବା ବସ୍ତୁକୁ ଅଗ୍ନି ତା’ ନିଜ ସ୍ୱରୂପରେ ରୂପାନ୍ତରିତ କରିଦିଏ । ବାହ୍ୟ ବୈଦିକ ଯଜ୍ଞ ଅନୁଷ୍ଠାନରେ ଆହୁତି ରୂପରେ ଅର୍ପିତ ଦ୍ରବ୍ୟ ସବୁକୁ ସେ ସ୍ଥୁଳ ରୂପରେ ଗ୍ରାସ କରିଥାଏ । ଅଭ୍ୟନ୍ତରୀଣ ରୂପରେ କରାଯାଉଥିବା ଦିବ୍ୟ ସାଧନାରେ, ଅଗ୍ନି ସାଙ୍କେତିକ ଅଟେ । ଆତ୍ମ ସଂଯମର ଅଗ୍ନି ଇନ୍ଦ୍ରିୟମାନଙ୍କର କାମନାକୁ ଦହନ କରିଦିଏ ।\nଏଠାରେ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ଉନ୍ନତି ପାଇଁ, ଦୁଇଟି ପରସ୍ପର ବିରୋଧୀ ଦୃଷ୍ଟିକୋଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି । ଗୋଟିଏ ଦୃଷ୍ଟିକୋଣ ହେଉଛି ଇନ୍ଦ୍ରିୟ ମାନଙ୍କର ବଶୀକରଣ, ଯାହାର ଅଭ୍ୟାସ ହଟଯୋଗରେ କରାଯାଇଥାଏ । ଏହିପରି ଯଜ୍ଞଦ୍ୱାରା, ଶରୀର ଧାରଣ କରିବା ପାଇଁ ଆବଶ୍ୟକୀୟ କର୍ମ ବ୍ୟତିତ, ଇନ୍ଦ୍ରିୟମାନଙ୍କର ସମସ୍ତ କର୍ମକୁ ନିଷ୍କ୍ରିୟ କରିଦିଆଯାଏ । ମନକୁ ସମ୍ପୂର୍ଣ୍ଣ ଭାବେ ଇନ୍ଦ୍ରିୟମାନଙ୍କଠାରୁ ହଟାଇ ମନୋବଳ ଦ୍ୱାରା ସେଗୁଡ଼ିକୁ ଅନ୍ତର୍ମୁଖୀ କରିଦିଆଯାଏ ।\nଏହାର ବିପରୀତ ହେଉଛି ଭକ୍ତିଯୋଗର ସାଧନା । ଏହି ଦ୍ୱିତୀୟ ପ୍ରକାର ଯଜ୍ଞରେ, ସୃଷ୍ଟିର ପ୍ରତି ପରମାଣୁରେ ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କ ମାହାତ୍ମ୍ୟ ଅବଲୋକନ କରିବାକୁ ଇନ୍ଦ୍ରିୟମାନଙ୍କର ଉପଯୋଗ କରାଯାଏ । ଇନ୍ଦ୍ରିୟମାନେ ଭୌତିକ ସୁଖ ଉପଭୋଗ କରିବାର ଏକ ଉପକରଣ ହୋଇ ରହନ୍ତି ନାହିଁ, ବରଂ ପରିଶୁଦ୍ଧ ହୋଇ ସେମାନେ ଭଗବାନଙ୍କୁ ସର୍ବତ୍ର ଉପଲବ୍ଧି କରିଥାନ୍ତି । ୭.୮ ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି: ରସୋଽହଂ ଅପ୍‌ସୁ କୌନ୍ତେୟ “ଅର୍ଜୁନ ମୋତେ ଜଳର ସ୍ୱାଦ ଭାବରେ ଜାଣ” । ଅତଏବ, ଭକ୍ତି ଯୋଗୀ ମାନେ, ତାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ଦ୍ୱାରା ଯାହାସବୁ ଦେଖନ୍ତି, ଶୁଣନ୍ତି, ଆସ୍ୱାଦନ କରନ୍ତି, ସ୍ପର୍ଶ କରନ୍ତି ବା ଆଘ୍ରାଣ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଭଗବାନଙ୍କୁ ଅନୁଭବ କରିବାର ପ୍ରୟାସ କରନ୍ତି । ଭକ୍ତିର ଏହି ଯଜ୍ଞ ହଟଯୋଗର ପଥ ଅପେକ୍ଷା ସହଜ ଅଟେ; ଏହାର ଅନୁସରଣ ଆନନ୍ଦଦାୟକ ହୋଇଥାଏ ତଥା ଏଥିରେ ପତନର ସମ୍ଭାବନା ବହୁତ କମ୍ ହୋଇଥାଏ । ଯଦି ଜଣେ ସାଇକେଲ ଚାଳକ ଆଗକୁ ନ ଯିବା ପାଇଁ ହଠାତ୍ ବ୍ରେକ୍ ମାରନ୍ତି, ତେବେ ସେ ଭାରସାମ୍ୟ ହରାଇ ତଳକୁ ପଡି ଯାଇପାରନ୍ତି । କିନ୍ତୁ ସେ ଯଦି ସାଇକେଲ୍‌ର ହ୍ୟାଣ୍ଡେଲକୁ ବାମ କିମ୍ବା ଡ଼ାହାଣକୁ ମୋଡ଼ିଦିଅନ୍ତି, ତା’ହେଲେ ଆଗକୁ ଯିବା ବନ୍ଦ ହେବା ସହିତ ସେ ନିଜର ଭାରସାମ୍ୟ ରକ୍ଷା କରି ପାରିଥାଆନ୍ତି ।" }, { "verseTitle": "Bhagavad Gita 4.27", "verse": "27", "chapter": 4, "lang": "or", "shloka": { "speaker": "", "sanskrit": "सर्वाणीन्द्रियकर्माणि प्राणकर्माणि चापरे ।\n\nआत्मसंयमयोगाग्नौ जुह्वति ज्ञानदीपिते ॥27॥", "text": "ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ ।\nଆତ୍ମସଂଯମଯୋଗାଗ୍ନୌ ଜୁହ୍ୱତି ଜ୍ଞାନଦୀପିତେ ।।୨୭।।", "audioLink": "https://www.holy-bhagavad-gita.org/public/audio/004_027.mp3" }, "wordMeanings": "ସର୍ବାଣି- ସମସ୍ତ; ଇନ୍ଦ୍ରିୟ- ଇନ୍ଦ୍ରିୟ; କର୍ମାଣି -କର୍ମ; ପ୍ରାଣ-କର୍ମାଣି - ପ୍ରାଣବାୟୁର କର୍ମ; ଚ-ଏବଂ; ଅପରେ -ଅନ୍ୟମାନେ; ଆତ୍ମ-ସଂଯମ ଯୋଗାଗ୍ନୌ- ଆତ୍ମସଂଯମର ଅଗ୍ନିରେ; ଜୁହ୍ୱତି -ଅର୍ପଣ କରେ; ଜ୍ଞାନ-ଦୀପିତେ - ଜ୍ଞାନଦୀପ୍ତ ।", "translation": { "text": "କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-27.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.27.mp3" ] }, "commentary": "କେତେକ ଯୋଗୀ ବିଶ୍ଲେଷଣାତ୍ମକ ବା ଜ୍ଞାନଯୋଗର ମାର୍ଗ ଅନୁସରଣ କରିଥାନ୍ତି ଏବଂ ସେମାନେ ତାଙ୍କର ଜ୍ଞାନଶକ୍ତିଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇଥାନ୍ତି । ହଟଯୋଗୀ ମାନେ ତାଙ୍କ ଇନ୍ଦ୍ରିୟମାନଙ୍କୁ ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ଦମନ କରୁଥିବା ବେଳେ ଜ୍ଞାନଯୋଗୀମାନେ ତାଙ୍କର ଜ୍ଞାନକୁ ଆଧାର କରି ବାରମ୍ବାର ଅଭ୍ୟାସ ଦ୍ୱାରା ସେହି ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି । ସେମାନେ ସଂସାରର ନଶ୍ୱରତାକୁ ଗଭୀର ଭାବେ ଅନୁଧ୍ୟାନ କରି, ନିଜକୁ ଶରୀର, ମନ, ବୁଦ୍ଧି ଓ ଅହଂକାର ଠାରୁ ପୃଥକ ଭାବେ ଚିହ୍ନନ୍ତି । ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇ, ମନକୁ ଆତ୍ମାର ଧ୍ୟାନରେ ଲଗାନ୍ତି । ସେମାନେ, ଆତ୍ମା ଓ ପରମାତ୍ମାଙ୍କୁ ଏକ ଭାବେ ମାନି ଆତ୍ମଜ୍ଞାନ ନିମନ୍ତେ ତାଙ୍କର ଲକ୍ଷ୍ୟ ସ୍ଥିର କରନ୍ତି । ତାଙ୍କର ଧ୍ୟାନକୁ ଦୃଢ଼ କରିବା ପାଇଁ, ତତ୍ୱମସି “ମୁଁ ସେହି ଅଟେ” (ଛାନ୍ଦୋଗ୍ୟ ଉପନିଷଦ ୬.୮.୭) ଏବଂ ଅହଂ ବ୍ରହ୍ମାସ୍ମି “ମୁଁ ବ୍ରହ୍ମ ଅଟେ” (ବୃହଦାରଣ୍ୟକ ଉପନିଷଦ ୧.୪.୧୦) ର ଜପ କରିଥାନ୍ତି ।\nଜ୍ଞାନଯୋଗର ମାର୍ଗ ଅତ୍ୟନ୍ତ କଠିନ ଅଟେ, ଯାହା ଦୃଢ଼ ସଂକଳ୍ପ ଏବଂ ଶୃଙ୍ଖଳିତ ବୁଦ୍ଧି ଆବଶ୍ୟକ କରେ । ଶ୍ରୀମଦ୍ ଭାଗବତମ୍ (୧୧.୨୦.୭) କହେ: ନିର୍ବିଣ୍ଣାନାମ୍ ଜ୍ଞାନଯୋଗଃ” ଜ୍ଞାନଯୋଗରେ ସଫଳତା କେବଳ ସେହିମାନଙ୍କ ପାଇଁ ସମ୍ଭବ, ଯେଉଁମାନେ ବୈରାଗ୍ୟର ଉଚ୍ଚ ସୋପାନରେ ଅଧିଷ୍ଠିତ ହୋଇଥାଆନ୍ତି ।" }, { "verseTitle": "Bhagavad Gita 4.28", "verse": "28", "chapter": 4, "lang": "or", "shloka": { "speaker": "", "sanskrit": "द्रव्ययज्ञास्तपोयज्ञा योगयज्ञास्तथापरे।\n\nस्वाध्यायज्ञानयज्ञाश्च यतयः संशितव्रताः ॥28॥", "text": "ଦ୍ରବ୍ୟଯଜ୍ଞାସ୍ତପୋଯଜ୍ଞା ଯୋଗଯଜ୍ଞାସ୍ତଥାପରେ ।\nସ୍ୱାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଯତୟଃ ସଂଶିତବ୍ରତାଃ ।।୨୮।।", "audioLink": "https://www.holy-bhagavad-gita.org/public/audio/004_028.mp3" }, "wordMeanings": "ଦ୍ରବ୍ୟଯଜ୍ଞାଃ- ନିଜର ଧନକୁ ଯଜ୍ଞରେ ଅର୍ପଣ କରିବା; ତପୋଯଜ୍ଞଃ - ତପସ୍ୟାରୂପକ ଯଜ୍ଞ; ଯୋଗ-ଯଜ୍ଞାଃ - ଅଷ୍ଟାଙ୍ଗ ଯୋଗ ସାଧନାରୂପକ ଯଜ୍ଞ; ତଥା -ସେହିପରି; ଅପରେ -ଅନ୍ୟମାନେ; ସ୍ୱାଧ୍ୟାୟ- ଶାସ୍ତ୍ର ଅଧ୍ୟୟନରୂପୀ ଯଜ୍ଞ; ଜ୍ଞାନଯଜ୍ଞାଃ - ଦିବ୍ୟ ଜ୍ଞାନ ଅର୍ଜନ ରୂପକ ଯଜ୍ଞ; ଚ- ମଧ୍ୟ; ଯତୟଃ -ଯତିମାନେ; ସଂଶିତ-ବ୍ରତାଃ - କଠିନ ବ୍ରତ ।", "translation": { "text": "କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପରେ ପ୍ରଦାନ କରନ୍ତି, ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି । ଅନ୍ୟ କେହି କେହି ଅଷ୍ଟାଙ୍ଗ ଯୋଗକ୍ରିୟାର ସାଧନା କରିଥାନ୍ତି । ପୁଣି କେତେଜଣ କଠୋର ପ୍ରତିଜ୍ଞାବଦ୍ଧ ହୋଇ, ଶାସ୍ତ୍ର ଆଦି ପଠନ ଦ୍ୱାରା ଜ୍ଞାନ ଅର୍ଜନକୁ ଯଜ୍ଞ ରୂପେ କରିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-28.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.28.mp3" ] }, "commentary": "ପ୍ରତ୍ୟେକ ମନୁଷ୍ୟ ତାଙ୍କର ସ୍ୱଭାବ, ଇଚ୍ଛା, କର୍ମ, ବୃତ୍ତି, ଲକ୍ଷ୍ୟ ଏବଂ ସଂସ୍କାର (ପୂର୍ବ ଜନ୍ମରୁ ଆସିଥିବା ସ୍ୱଭାବ) ଇତ୍ୟାଦିରେ ଜଣେ ଅନ୍ୟ ଜଣଙ୍କ ଠାରୁ ପୃଥକ ହୋଇଥାନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ପାଇଁ ଚାହୁଁଛନ୍ତି ଯେ, ଯଜ୍ଞ ଶତାଧିକ ପ୍ରକାରରେ କରାଯାଇପାରେ । କିନ୍ତୁ ଯେତେବେଳେ ସେସବୁ ଭଗବାନଙ୍କ ନିମିତ୍ତ ଉତ୍ସର୍ଗ କରାଯାଏ, ତାହା ଇନ୍ଦ୍ରିୟ ଓ ମନର ଶୁଦ୍ଧିକରଣର ମାଧ୍ୟମ ହୋଇଥାଏ ଏବଂ ଆତ୍ମାକୁ ଉଚ୍ଚସ୍ତରକୁ ନେଇଯାଇଥାଏ । ସେ ଏହି ଶ୍ଲୋକରେ ତିନିପ୍ରକାରର ଯଜ୍ଞ ବିଷୟରେ ଆଲୋଚନା କରିଛନ୍ତି ।\nଦ୍ରବ୍ୟ ଯଜ୍ଞ - ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଭୌତିକ ସମ୍ପତ୍ତି ଧର୍ମ ଉଦ୍ଦେଶ୍ୟରେ ଦାନ କରିବାକୁ ଇଚ୍ଛା କରିଥାନ୍ତି, ଯଦିଓ ସେମାନେ ବୃହତ୍ ଓ କଷ୍ଟସାଧ୍ୟ ବ୍ୟବସାୟିକ କର୍ମରେ ନିମଗ୍ନ ରୁହନ୍ତି ତଥାପି ତାଙ୍କର ଅନ୍ତରରେ ଭଗବାନଙ୍କ ନିମିତ୍ତ ତାଙ୍କର ଉପାର୍ଜିତ ଅର୍ଥରେ ସେବା କରିବାର ଉଦ୍ଦେଶ୍ୟ ରହିଥାଏ । ଏହିପରି ଭାବରେ ସେମାନେ ଧନ ଉପାର୍ଜନର ସ୍ୱାଭାବିକ ପ୍ରବୃତ୍ତିକୁ ଭଗବାନଙ୍କୁ ଭକ୍ତି ରୂପରେ ଅର୍ପଣ କରିଥାନ୍ତି । ଜନ ୱସ୍‌ଲି, ବ୍ରିଟିଶ ପ୍ରଚାରକ ଓ ମେଥୋଡ଼ିଷ୍ଟ ଚର୍ଚ୍ଚ (ଗରଗ୍ଧଷକ୍ଟୟସଗ୍ଦଗ୍ଧ ଉଷଙ୍କକ୍ସମଷ) ର ପ୍ରତିଷ୍ଠାତା ତାଙ୍କର ଅନୁଯାୟୀ ମାନଙ୍କୁ ଉପଦେଶ ଦିଅନ୍ତି: “ଯେତିକି ପାରିବ ଉପାର୍ଜନ କର, ଯେତିକି ପାରିବ ସଞ୍ଚୟ କର, ଯେତିକି ପାରିବ ଦାନ କର ।”\nଯୋଗ ଯଜ୍ଞ - ଛଅଜଣ ବିଦ୍ୱାନ୍ ସନ୍ଥଙ୍କ ଦ୍ୱାରା ରଚିତ ଛଅଗୋଟି ଭାରତୀୟ ଦର୍ଶନ ଶାସ୍ତ୍ର ମଧ୍ୟରୁ ଯୋଗଦର୍ଶନ ଅନ୍ୟତମ ଅଟେ । ମହର୍ଷି ଜୈମିନି ‘ମୀମାଂସା ଦର୍ଶନ’, ବେଦବ୍ୟାସ ‘ବେଦାନ୍ତ ଦର୍ଶନ’, ଗୌତମ “ନ୍ୟାୟ ଦର୍ଶନ”, କଣାଦ୍ “ବୈଷୟିକ ଦର୍ଶନ” ରଚନା କରିଥିଲେ । କପିଳ “ସାଂଖ୍ୟ ଦର୍ଶନ” ଏବଂ ପତଞ୍ଜଳି “ଯୋଗ ଦର୍ଶନ” ରଚନା କରିଥିଲେ । ପତଞ୍ଜଳି ଯୋଗ ଦର୍ଶନରେ ଆଠ ସୋପାନଯୁକ୍ତ ଅଷ୍ଟାଙ୍ଗ ଯୋଗର ବର୍ଣ୍ଣନା କରାଯାଇଛି । ଏଥିରେ ଆଧ୍ୟାତ୍ମିକ ଉନ୍ନତି ପାଇଁ, ଶାରୀରିକ ପ୍ରକ୍ରିୟାଠାରୁ ଆରମ୍ଭ କରି ମନକୁ ପରାସ୍ତ କରିବା ପର୍ଯ୍ୟନ୍ତ ଆଠୋଟି ପ୍ରକ୍ରିୟା ବର୍ଣ୍ଣିତ ହୋଇଛି । କେତେକ ବ୍ୟକ୍ତି ଏହି ମାର୍ଗ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ଏହାକୁ ଯଜ୍ଞ ରୂପରେ ଅଭ୍ୟାସ କରିଥାନ୍ତି । କିନ୍ତୁ ପତଞ୍ଜଳି ଯୋଗ ଦର୍ଶନ ସ୍ପଷ୍ଟ ଭାବେ ଉଲ୍ଲେଖ କରେ:\nସମାଧିସିଦ୍ଧିରୀଶ୍ୱର ପ୍ରଣିଧାନାତ୍ (୨.୪୫)\n“ଯୋଗର ସିଦ୍ଧି ଲାଭ କରିବା ପାଇଁ ଭଗବାନଙ୍କର ଶରଣାଗତି କରିବାକୁ ହେବ ।” ଯେଉଁମାନେ ଅଷ୍ଟାଙ୍ଗ ଯୋଗ ପ୍ରତି ଆକୃଷ୍ଟ, ସେମାନେ ଭଗବାନଙ୍କ ପ୍ରତି ପ୍ରେମ ବୃଦ୍ଧି କରିବା ପାଇଁ ତାଙ୍କର ଯୋଗ ସାଧନାକୁ ଭକ୍ତିର ଅଗ୍ନିରେ, ଯଜ୍ଞ ରୂପରେ ଅର୍ପଣ କରନ୍ତି । “ଜଗଦ୍‌ଗୁରୁ କୃପାଳୁ ଯୋଗ”, ଏହି ଯୋଗ ପ୍ରଣାଳୀର ଏକ ଉଦାହରଣ ଅଟେ, ଯେଉଁଠାରେ ଅଷ୍ଟାଙ୍ଗ ଯୋଗ ଅନ୍ତର୍ଗତ ଶାରୀରିକ ଆସନ ଗୁଡ଼ିକର ଅଭ୍ୟାସ ଭଗବାନଙ୍କ ନାମ ଉଚ୍ଚାରଣ ସହିତ ଭଗବାନଙ୍କ ପ୍ରତି ଯଜ୍ଞ ଭାବରେ କରାଯାଏ । ଯୌଗିକ ଆସନ ଓ ଭକ୍ତିର ଏହି ସଂଯୋଗ ଦ୍ୱାରା ସାଧକର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶୁଦ୍ଧି ହୋଇଥାଏ ।\nଜ୍ଞାନ ଯଜ୍ଞ - କେତେକ ବ୍ୟକ୍ତିଙ୍କର ଜ୍ଞାନ ଅର୍ଜନର ସ୍ପୃହା ରହିଥାଏ । ଏହି ସ୍ୱଭାବ ଯୋଗୁଁ ସେମାନେ ଭଗବାନଙ୍କର ଜ୍ଞାନ ଏବଂ ତାଙ୍କ ପ୍ରତି ପ୍ରେମ ବୃଦ୍ଧି କରିବା ପାଇଁ ଶାସ୍ତ୍ର ଅଧ୍ୟୟନରେ ଲିପ୍ତ ରହନ୍ତି । ସା ବିଦ୍ୟା ତନ୍ମତିର୍ଯୟା (ଭାଗବତମ୍ ୪.୨୯.୪୯) “ପ୍ରକୃତ ଜ୍ଞାନ ତାହା ଅଟେ ଯାହା ଭଗବାନଙ୍କ ପ୍ରତି ଭକ୍ତି ବଢ଼ାଏ” । ଏହିପରି ଅଧ୍ୟୟନ ପ୍ରତି ଆକର୍ଷିତ ସାଧକମାନେ ଜ୍ଞାନର ଯଜ୍ଞ କରିଥାନ୍ତି । ଏହା ଯେତେବେଳେ ଭକ୍ତି ସହିତ ମିଶ୍ରିତ ହୁଏ, ସେତେବେଳେ ଭଗବାନଙ୍କ ସହ ପ୍ରେମଯୁକ୍ତ ମିଳନ ହୋଇଥାଏ ।" }, { "verseTitle": "Bhagavad Gita 4.29 – 4.30", "verse": "29-30", "chapter": 4, "lang": "or", "shloka": { "speaker": "", "sanskrit": "अपाने जुह्वति प्राणं प्राणेऽपानं तथापरे । \n\nप्राणापानगती रुद्ध्वा प्राणायामपरायणाः ॥29॥\n\nअपरे नियताहाराः प्राणान्प्राणेषु जुह्वति।\n\nसर्वेऽप्येते यज्ञविदो यज्ञक्षपितकल्मषाः॥30॥", "text": "ଅପାନେ ଜୁହ୍ୱତି ପ୍ରାଣଂ ପ୍ରାଣେଽପାନଂ ତଥାପରେ । \nପ୍ରାଣାପାନଗତୀ ରୁଦ୍ଧ୍ୱା ପ୍ରାଣାୟାମପରାୟଣାଃ ।।୨୯।।\nଅପରେ ନିୟତାହାରାଃ ପ୍ରାଣାନ୍‌ପ୍ରାଣେଷୁ ଜୁହ୍ୱତି ।\nସର୍ବେଽପ୍ୟେତେ ଯଜ୍ଞବିଦୋ ଯଜ୍ଞକ୍ଷପିତକଳ୍ମଷାଃ ।।୩୦।।", "audioLink": "https://www.holy-bhagavad-gita.org/public/audio/004_029-030.mp3" }, "wordMeanings": "ଅପାନେ- ପ୍ରଶ୍ୱାସ; ଜୁହ୍ୱତି- ଅର୍ପଣ କରେ; ପ୍ରାଣଂ- ପ୍ରାଣବାୟୁ; ପ୍ରାଣେ- ନିଃଶ୍ୱାସରେ; ଅପାନଂ-ପ୍ରଶ୍ୱାସ; ତଥା-ମଧ୍ୟ; ଅପରେ-ଅନ୍ୟମାନେ; ପ୍ରାଣ -ନିଃଶ୍ୱାସର; ଅପାନ- ପ୍ରଶ୍ୱାସ; ଗତୀ-ଗତି; ରୁଦ୍ଧ୍ୱା- ରୁଦ୍ଧକରି; ପ୍ରାଣାୟାମ-ପ୍ରାଣାୟମ; ପରାୟଣାଃ- ପରାୟଣ; ଅପରେ- ଅନ୍ୟମାନେ; ନିୟତ-ସଂଯତ କରି; ଆହାରଃ- ଆହାର; ପ୍ରାଣାନ୍‌- ପ୍ରାଣବାୟୁ; ପ୍ରାଣେଷୁ- ପ୍ରାଣଶକ୍ତିରେ; ଜୁହ୍ୱତି-ଅର୍ପଣ କରେ; ସର୍ବେ- ସମସ୍ତେ; ଅପି - ଯଦିଓ; ଏତେ - ଏସବୁ; ଯଜ୍ଞବିଦଃ - ଯଜ୍ଞକ୍ରିୟା ସମ୍ବନ୍ଧରେ ଅଭିଜ୍ଞ; ଯଜ୍ଞ-କ୍ଷପିତ - ଯଜ୍ଞ ଅନୁଷ୍ଠାନ ଦ୍ୱାରା ଶୁଦ୍ଧ; କଳ୍ମଷାଃ - ପାପକର୍ମର ପ୍ରତିକ୍ରିୟା ।", "translation": { "text": "ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-29.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-30.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.29.mp3", "https://www.gitasupersite.iitk.ac.in/sites/default/files/audio/Purohit/4.30.mp3" ] }, "commentary": "କେତେକ ବ୍ୟକ୍ତି ପ୍ରାଣାୟାମର ଅଭ୍ୟାସ କରିଥାନ୍ତି, ଯାହାକୁ ସାଧାରଣତଃ “ଶ୍ୱାସ ପ୍ରକ୍ରିୟାର ନିୟନ୍ତ୍ରଣ” କୁହାଯାଇଥାଏ । ଏଥିରେ ଅନ୍ତର୍ଭୁକ୍ତ ପ୍ରଣାଳୀ ସବୁହେଲା:\nପୂରକ-ଶ୍ୱାସ ଫୁସ୍‌ଫୁସ୍ ଭିତରକୁ ନେବା ।\nରେଚକ - ଶ୍ୱାସ ଫୁସ୍‌ଫୁସ୍‌ରୁ ବାହାରକୁୁ ଛାଡ଼ିବା ।\nଅନ୍ତର କୁମ୍ଭକ- ଶ୍ୱାସ ଗ୍ରହଣ କରି ତାହାକୁ ରୋକିବା । ଏହି ରୁଦ୍ଧ ଅବସ୍ଥାରେ ବର୍ହିମୁଖୀ ଶ୍ୱାସ ଅନ୍ତର୍ମୁଖୀ ଶ୍ୱାସରେ ରୁଦ୍ଧ ହୋଇଯାଏ ।\nବାହ୍ୟ କୁମ୍ଭକ- ଶ୍ୱାସ ତ୍ୟାଗ କରିବା ପରେ ଫୁସ୍‌ଫୁସ୍‌କୁ ଖାଲି ରଖିବା । ଏହି ରୁଦ୍ଧ ଅବସ୍ଥାରେ ଅନ୍ତର୍ମୁଖୀ ଶ୍ୱାସ ବର୍ହିମୁଖୀ ଶ୍ୱାସରେ ରୁଦ୍ଧ ହୋଇଥାଏ ।\nଉଭୟ ପ୍ରକାର କୁମ୍ଭକ ଉଚ୍ଚଶ୍ରେଣୀର ପ୍ରକ୍ରିୟା ଅଟେ, କିନ୍ତୁ ଏସବୁ ଦକ୍ଷ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ, ଅନ୍ୟଥା ଏହା କ୍ଷତି କରିପାରେ । ଯେଉଁ ଯୋଗୀମାନେ ପ୍ରାଣାୟାମ କରିବା ପାଇଁ ଆଗ୍ରହୀ, ସେମାନେ ତାଙ୍କର ଶ୍ୱାସ ନିୟନ୍ତ୍ରଣ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରିବା ସହ ମନକୁ କେନ୍ଦ୍ରିତ କରନ୍ତି ଏବଂ ବଶୀଭୂତ ମନକୁ ଯଜ୍ଞରୂପରେ ଭଗବାନଙ୍କୁ ଅର୍ପଣ କରନ୍ତି ।\nପ୍ରାଣର ଅଭିପ୍ରାୟ କେବଳ ଶ୍ୱାସକ୍ରିୟା ନୁହେଁ; ଏହା ଏକ ସୂକ୍ଷ୍ମ ଜୀବନଶକ୍ତି ଯାହା ଶ୍ୱାସ ରୂପରେ ବିଭିନ୍ନ ସଜୀବ ଓ ନିର୍ଜୀବ ବସ୍ତୁରେ ବ୍ୟାପ୍ତ ହୋଇଥାଏ । ବେଦ ଶରୀର ମଧ୍ୟରେ ପାଞ୍ଚ ପ୍ରକାର ପ୍ରାଣର ବର୍ଣ୍ଣନା କରିଛି- ପ୍ରାଣ, ଅପାନ, ବ୍ୟାନ, ସମାନ, ଉଦାନ - ଯାହା ବିଭିନ୍ନ ଶାରୀରିକ କ୍ରିୟାର ନିୟନ୍ତ୍ରଣରେ ସାହାଯ୍ୟ କରେ । ଏହା ମଧ୍ୟରୁ ସମାନ ପାଚନ ପ୍ରକ୍ରିୟା ସମ୍ପନ୍ନ୍ କରାଇଥାଏ । କେତେକ ବ୍ୟକ୍ତି ଉପବାସ କରିବାକୁ ଆଗ୍ରହୀ ଥାନ୍ତି । ଖାଦ୍ୟ ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟବହାରକୁ ପ୍ରଭାବିତ କରିଥାଏ, ଏହି ବିଶ୍ୱାସରେ ସେମାନେ ଆହାରକୁ ନିୟନ୍ତ୍ରିତ କରିଥାନ୍ତି । ପୁରାତନ କାଳରୁ ଏହି ବିଧି ଭାରତରେ ଏକ ଆଧ୍ୟାତ୍ମିକ କୌଶଳ ଭାବରେ ଆଚରଣ କରାଯାଉଛି ଏବଂ ଏଠାରେ ଏହାକୁ ଯଜ୍ଞ ରୂପରେ ଅଭିହିତ କରାଯାଉଛି । ଯେତେବେଳେ ଖାଦ୍ୟ ହ୍ରାସ କରାଯାଏ, ଇନ୍ଦ୍ରିୟଗୁଡ଼ିକ ଦୁର୍ବଳ ହୋଇଯାନ୍ତି ଏବଂ ପାଚନ କରାଉଥିବା ସମାନ ବାୟୁ ଶକ୍ତିହୀନ ହୋଇପଡ଼େ । କେତେକ ବ୍ୟକ୍ତି ଏହି ପ୍ରକାରରେ ଯଜ୍ଞ କରିଥାନ୍ତି ।\nମନୁଷ୍ୟମାନେ ଏହିପରି ବିଭିନ୍ନ ପ୍ରକାର ସଂଯମର ଆଚରଣ ନିଜର ଶୁଦ୍ଧିକରଣ ଉଦ୍ଦେଶ୍ୟରେ କରିଥାନ୍ତି । ଇନ୍ଦ୍ରିୟମାନଙ୍କର କାମନା, ଅନ୍ତଃକରଣ ଅଶୁଦ୍ଧ ହେବାର କାରଣ ଅଟେ । ଏହିସବୁ ସଂଯମର ଉଦ୍ଦେଶ୍ୟ ହେଲା, ସାଂସାରିକ ବସ୍ତୁରେ ସୁଖ ଖୋଜୁଥିବା ଇନ୍ଦ୍ରିୟ ଓ ମନର ସହଜାତ ପ୍ରବୃତ୍ତିକୁ ହ୍ରାସ କରିବା । ଯେତେବେଳେ ଏହିପରି ସଂଯମ ଭଗବାନଙ୍କର ଯଜ୍ଞ ରୂପରେ କରାଯାଏ, ଏହା ହୃଦୟକୁ ଶୁଦ୍ଧ କରିଥାଏ (ଆଗରୁ ଯେପରି କୁହାଯାଇଛି, ‘ହୃଦୟ’ ଶବ୍ଦଟି ମନ ଓ ବୁଦ୍ଧିର ଆଭ୍ୟନ୍ତରୀଣ ଯନ୍ତ୍ର ଭାବରେ ବ୍ୟବହୃତ ହୋଇଥାଏ ।)" }, { "verseTitle": "Bhagavad Gita 4.31", "verse": "31", "chapter": 4, "lang": "or", "shloka": { "speaker": "", "sanskrit": "यज्ञशिष्टामृतभुजो यान्ति ब्रह्म सनातनम्\n\nनायं लोकोऽस्त्ययज्ञस्य कुतोऽन्यः कुरुसत्तम ॥31॥", "text": "ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ୍ ।\nନାୟଂ ଲୋକୋଽସ୍ତ୍ୟଯଜ୍ଞସ୍ୟ କୁତୋଽନ୍ୟଃ କୁରୁସତ୍ତମ ।।୩୧।।", "audioLink": "https://www.holy-bhagavad-gita.org/public/audio/004_031.mp3" }, "wordMeanings": "ଯଜ୍ଞାଶିଷ୍ଟ ଅମୃତ-ଭୁଜଃ - ଯଜ୍ଞର ଅମୃତତୁଲ୍ୟ ଅବଶିଷ୍ଟାଂଶକୁ ସେମାନେ ପ୍ରସାଦ ରୂପରେ ଗ୍ରହଣ କରନ୍ତି; ଯାନ୍ତି- ଯା’ନ୍ତି; ବ୍ରହ୍ମ-ପରମ ସତ୍ୟ; ସନାତନମ୍ - ସନାତନ ସ୍ତରକୁ; ନା -ନାହିଁ; ଅୟଂ -ଏହି; ଲୋକଃ-ସଂସାର; ଅସ୍ତି- ଅଛି; ଅଯଜ୍ଞସ୍ୟ-ଯିଏ ଯଜ୍ଞ କରେନାହିଁ; କୁତଃ - କିପରି; ଅନ୍ୟଃ - ଅନ୍ୟ ଲୋକରେ; କୁରୁସତ୍ତମ- ହେ କୁରୁଶ୍ରେଷ୍ଠ ।", "translation": { "text": "ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟାଂଶକୁ ଅମୃତପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି । ହେ କୁରୁଶ୍ରେଷ୍ଠ! ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-31.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.31.mp3" ] }, "commentary": "ପୂର୍ବରୁ ଯଜ୍ଞର ରହସ୍ୟ ଭାବରେ ଯାହା ବର୍ଣ୍ଣନା କରାଯାଇଛି, ଏହାର ଅନୁଷ୍ଠାନ ଭଗବତ୍ ପ୍ରୀତ୍ୟର୍ଥ କରାଯିବା ଆବଶ୍ୟକ ଏବଂ ଏହାର ଅବିଶିଷ୍ଟାଂଶକୁ ପ୍ରସାଦ ଭାବରେ ଗ୍ରହଣ କରାଯିବା ଉଚିତ । ଉଦାହରଣ ସ୍ୱରୂପ, ଭଗବାନଙ୍କର ଭକ୍ତମାନେ ଖାଦ୍ୟକୁ ତାଙ୍କୁ ଅର୍ପଣ କରିବା ପରେ ଗ୍ରହଣ କରନ୍ତି । ଖାଦ୍ୟ ପ୍ରସ୍ତୁତ କଲାପରେ, ସେମାନେ ତାକୁ ଏକ ପାତ୍ରରେ ରଖି ଭଗବାନଙ୍କୁ ଗ୍ରହଣ କରିବାକୁ ପ୍ରାର୍ଥନା କରନ୍ତି । ସେମାନେ ମନରେ ଏହି ଭାବନା ରଖି ଧ୍ୟାନ କରନ୍ତି ଯେ, ଭଗବାନ ପ୍ରକୃତରେ ଏହି ପାତ୍ରରୁ ଭୋଜନ କରୁଛନ୍ତି । ଅର୍ପଣ ପରେ ପାତ୍ରରେ ଥିବା ଅବିଶିଷ୍ଟ ଖାଦ୍ୟକୁ ପ୍ରସାଦ ବା ଭଗବାନଙ୍କ କୃପା ଭାବେ ଗ୍ରହଣ କରନ୍ତି । ଅମୃତସମ ଏହି ପ୍ରସାଦ ଗ୍ରହଣ କରିବା ଦ୍ୱାରା ଅନ୍ତଃକରଣ ଉଦ୍‌ଭାସିତ ଓ ଶୁଦ୍ଧ ହେବା ସହିତ ବ୍ୟକ୍ତିର ଆଧ୍ୟାତ୍ମିକ ପ୍ରଗତି କରାଇଥାଏ ।\nଏହିପରି ମନୋଭାବରେ, ଭକ୍ତମାନେ ଭଗବାନଙ୍କୁ ବସ୍ତ୍ର ଅର୍ପଣ କରିବା ପରେ ପ୍ରସାଦ ଭାବେ ତାକୁ ପିନ୍ଧିଥାନ୍ତି । ସେମାନେ ନିଜ ଗୃହରେ ଭଗବାନଙ୍କର ମୂର୍ତ୍ତି ସ୍ଥାପନ କରି, ସେହି ଘରକୁ ମନ୍ଦିର ମନେ କରି ସେଠାରେ ବାସ କରନ୍ତି । ଯେତେବେଳେ କୌଣସି ଦ୍ରବ୍ୟ ବା କର୍ମ ଭଗବାନଙ୍କୁ ଯଜ୍ଞ ରୂପରେ ଅର୍ପଣ କରାଯାଇଥାଏ, ତାହାର ପ୍ରସାଦ ଆତ୍ମା ପାଇଁ ଅମୃତତୁଲ୍ୟ ଆଶୀର୍ବାଦ ଅଟେ । ପରମ ଭକ୍ତ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ କହିଥିଲେ:\nତ୍ୱୟୋପଭୁକ୍ତ- ସ୍ରଗ-ଗନ୍ଧା-ବାସୋଽଲଙ୍କାର-ଚର୍ଚ୍ଚିତାଃଉଚ୍ଛିଷ୍ଟ -ଭୋଜିନୋ ଦାସାସ୍ତବ ମାୟାଂ ଜୟେମ ହି (ଭାଗବତମ୍ ୧୧.୬.୪୬)\n“ମୁଁ କେବଳ ତାହା ଖାଇବି, ଆଘ୍ରାଣ କରିବି, ପରିଧାନ କରିବି, ବାସ କରିବି ଏବଂ ସେହି କଥା କହିବି, ଯାହା ପ୍ରଥମେ ଆପଣଙ୍କୁ ଅର୍ପଣ କରାଯାଇଥିବ । ଏହିପରି ଆପଣଙ୍କର ଉଚ୍ଛିଷ୍ଟକୁ ପ୍ରସାଦ ଭାବେ ଗ୍ରହଣ କରି ମୁଁ ସହଜରେ ମାୟାକୁ ଜୟ କରିପାରିବି ।” ଯେଉଁମାନେ ଯଜ୍ଞ କରନ୍ତି ନାହିଁ, ସେମାନେ କର୍ମଫଳ ଜନିତ ପ୍ରକ୍ରିୟାରେ ଛନ୍ଦି ହୋଇ ମାୟାର ଯାତନା ଅନୁଭବ କରନ୍ତି ।" }, { "verseTitle": "Bhagavad Gita 4.32", "verse": "32", "chapter": 4, "lang": "or", "shloka": { "speaker": "", "sanskrit": "एवं बहुविधा यज्ञा वितता ब्रह्मणो मुखे।\n\nकर्मजान्विद्धि तान्सर्वानेवं ज्ञात्वा विमोक्ष्यसे ॥32॥", "text": "ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ । \nକର୍ମଜାନ୍‌ବିଦ୍ଧି ତାନ୍‌ସର୍ବାନେବଂ ଜ୍ଞାତ୍ୱା ବିମୋକ୍ଷ୍ୟସେ ।।୩୨।।", "audioLink": "https://www.holy-bhagavad-gita.org/public/audio/004_032.mp3" }, "wordMeanings": "ଏବଂ - ଏହିପରି; ବହୁବିଧା - ବିଭିନ୍ନ ପ୍ରକାର; ଯଜ୍ଞ - ଯଜ୍ଞକର୍ମ; ବିତତାଃ -ବର୍ଣ୍ଣନା କରି; ବ୍ରହ୍ମଣଃ- ବେଦର; ମୁଖେ- ମୁଖରେ; କର୍ମଜାନ୍‌- କର୍ମରୁ ଜାତ; ବିଦ୍ଧି -ଜାଣ; ତାନ୍ -ସେଗୁଡିକ; ସର୍ବାନ୍ -ସମସ୍ତ; ଏବଂ -ଏହିପରି; ଜ୍ଞାତ୍ୱା -ଜାଣି; ବିମୋକ୍ଷ୍ୟସେ - ମୁକ୍ତ ହୁଅ ।", "translation": { "text": "ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି । ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହେଉଥିବା ବିଷୟରେ ଜାଣ; ଏହି ଜ୍ଞାନ ମାୟିକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-32.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.32.mp3" ] }, "commentary": "ବେଦର ଏକ ସୁନ୍ଦର ବୈଶିଷ୍ଟ୍ୟ ହେଲା, ଏହା ମାନବ ପ୍ରକୃତିର ବିସ୍ତୃତ ବିବିଧତାକୁ ଲକ୍ଷ୍ୟ କରି ସମସ୍ତଙ୍କର ଉଦ୍ଦେଶ୍ୟକୁ ପୂରା କରିଥାଏ । ବିଭିନ୍ନ ପ୍ରକାରର କର୍ତ୍ତାଙ୍କ ପାଇଁ ଏଥିରେ ବିଭିନ୍ନ ପ୍ରକାର ଯଜ୍ଞର ବର୍ଣ୍ଣନା କରାଯାଇଛି । ଏ ସମସ୍ତଙ୍କ ମଧ୍ୟରେ ଏକ ସାଧାରଣ ସୂତ୍ର ଏହା ଯେ ସେସବୁ ଭଗବାନଙ୍କ ପ୍ରତି ଭକ୍ତିଯୁକ୍ତ ସମର୍ପଣ ଭାବରେ କରାଯିବା ଆବଶ୍ୟକ । ଏହା ଜାଣି, ବେଦର ବହୁମୁଖୀ ନିର୍ଦ୍ଦେଶରେ ଚକିତ ନ ହୋଇ, ନିଜ ସ୍ୱଭାବ ଅନୁସାରେ ଯେ କୌଣସି ପ୍ରକାରର ଯଜ୍ଞ କରି ବ୍ୟକ୍ତି ମାୟିକ ବନ୍ଧନରୁ ମୁକ୍ତ ହୋଇପାରିବ ।" }, { "verseTitle": "Bhagavad Gita 4.33", "verse": "33", "chapter": 4, "lang": "or", "shloka": { "speaker": "", "sanskrit": "श्रेयान्द्रव्यमयाद्यज्ञाज्ज्ञानयज्ञः परन्तप ।\n\nसर्वं कर्माखिलं पार्थ ज्ञाने परिसमाप्यते ॥33॥", "text": "ଶ୍ରେୟାନ୍‌ଦ୍ରବ୍ୟମୟାଦ୍‌ଯଜ୍ଞାଦ୍‌ଜ୍ଞାନଯଜ୍ଞଃ ପରନ୍ତପ । \nସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ ।। ୩୩ ।।", "audioLink": "https://www.holy-bhagavad-gita.org/public/audio/004_033.mp3" }, "wordMeanings": "ଶ୍ରେୟାନ୍ -ଉନ୍ନତତର; ଦ୍ରବ୍ୟମୟାତ୍ -ଦ୍ରବ୍ୟମୟ; ଯଜ୍ଞାତ୍ - ଯଜ୍ଞ ଅପେକ୍ଷା; ଜ୍ଞାନଯଜ୍ଞ -ଜ୍ଞାନ ଯଜ୍ଞ; ପରନ୍ତପ- ହେ ଶତ୍ରୁ ଦମନକାରୀ; ସର୍ବଂ -ସମସ୍ତ; କର୍ମ- କର୍ମ; ଅଖିଳଂ- ସମଗ୍ର ଭାବରେ; ପାର୍ଥ- ହେ ପାର୍ଥ (ହେ ପୃଥାପୁତ୍ର); ଜ୍ଞାନେ- ଜ୍ଞାନରେ; ପରିସମାପ୍ୟତେ - ପରିସମାପ୍ତ ହୁଏ ।", "translation": { "text": "ହେ ପରନ୍ତପ! ଜ୍ଞାନଯଜ୍ଞ, ଯନ୍ତ୍ରବତ୍ ଦ୍ରବ୍ୟଯଜ୍ଞଠାରୁ ଶ୍ରେଷ୍ଠ ଅଟେ । ହେ ପାର୍ଥ! ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-33.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.33.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ପୂର୍ବରୁ ବର୍ଣ୍ଣିତ ହୋଇଥିବା ଯଜ୍ଞ ସବୁର ସଠିକ୍ ନିରୂପଣ କରୁଛନ୍ତି । ସେ ଅର୍ଜୁନଙ୍କୁ କହୁଛନ୍ତି ଯେ, ଭକ୍ତିର ଶାରୀରିକ କ୍ରିୟା ଉତ୍ତମ ଅଟେ, କିନ୍ତୁ ଏହା ଯଥେଷ୍ଟ ନୁହେଁ । ବିଧିବିଧାନ ଯୁକ୍ତ ଉତ୍ସବ, ଉପବାସ, ମନ୍ତ୍ର ଉଚ୍ଚାରଣ, ତୀର୍ଥ ଯାତ୍ରା ଇତ୍ୟାଦି କରିବା ଠିକ୍ ଅଟେ । କିନ୍ତୁ ଏଗୁଡ଼ିକ ଜ୍ଞାନଯୁକ୍ତ ନ ହୋଇ ପାଳନ କଲେ, ଏହା କେବଳ ଶାରୀରିକ କ୍ରିୟା ହୋଇ ରହିଯାଏ । କିଛି ନ କରିବା ଅପେକ୍ଷା ଏହିପରି ଯନ୍ତ୍ରବତ୍ କ୍ରିୟା ଭଲ, କିନ୍ତୁ ଏହା ମନକୁ ଶୁଦ୍ଧ କରିବା ପାଇଁ ଯଥେଷ୍ଟ ନୁହେଁ ।\nଅନେକ ବ୍ୟକ୍ତି ତୁଳସୀ ମାଳ ଧରି ଭଗବାନଙ୍କର ନାମ ଜପ କରନ୍ତି, ଶାସ୍ତ୍ର ଆଦି ପାଠ କରନ୍ତି, ପବିତ୍ର ଧାମକୁ ଯାତ୍ରା କରନ୍ତି ଏବଂ ପୂଜା ଆଦିର ଅନୁଷ୍ଠାନ କରନ୍ତି । ତାଙ୍କର ଏହି ବିଶ୍ୱାସ ଥାଏ ଯେ, କେବଳ ଏହି ଶାରୀରିକ କ୍ରିୟା ତାଙ୍କୁ ମାୟା ବନ୍ଧନରୁ ମୁକ୍ତ କରିବାକୁ ଯଥେଷ୍ଟ ଅଟେ । କିନ୍ତୁ ସନ୍ଥ କବୀର ଏହି ମତକୁ ସ୍ପଷ୍ଟ ରୂପେ ଖଣ୍ଡନ କରିଛନ୍ତି:\nମାଲା ଫେରତ ଯୁଗ ଫିରା, ଫିରା ନା ମନକା ଫେର,କର କା ମନକା ଡ଼ାରି କେ, ମନକା ମନକା ଫେର ।\n“ହେ ସାଧକ, ତୁମେ ଯୁଗ ଯୁଗ ଧରି ମାଳା ଜପ କରିଚାଲିଛ କିନ୍ତୁ ମନର ଦୁଷ୍ଟାମୀ ବନ୍ଦ ହେଉନାହିଁ । ଏବେ ଏହି ମାଳାକୁ ତ୍ୟାଗ କର ଏବଂ ମନର ମାଳିରେ ଜପ କର । ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହିଛନ୍ତି:\nବନ୍ଧନ ଔର ମୋକ୍ଷକା, କାରଣ ମନ ହି ବଖାନୟାତେ କୌନିଉ ଭକ୍ତି କରୁ, କରୁ ମନ ତେ ହରିଧ୍ୟାନ ।ା (ଭକ୍ତି ଶତକ ପଦ ୧୯)\n“ବନ୍ଧନ ଓ ମୋକ୍ଷର କାରଣ ମନ ଅଟେ । ତୁମେ ଭକ୍ତି ଯେଉଁ ପ୍ରକାରର କଲେ ମଧ୍ୟ ମନକୁ ହରିଙ୍କ ଧ୍ୟାନରେ ଲଗାଅ ।”\nଜ୍ଞାନ ବୃଦ୍ଧି ହେବା ଦ୍ୱାରା ଭକ୍ତିଭାବ ପରିପୁଷ୍ଟ ହୋଇଥାଏ । ଉଦାହରଣ ସ୍ୱରୂପ, ମନେ କରନ୍ତୁ ଆପଣଙ୍କର ଜନ୍ମଦିନ ଉତ୍ସବରେ କିଛି ଲୋକ ଆସି ଆପଣଙ୍କୁ ଉପହାର ଦେଉଛନ୍ତି । ଜଣେ ଆସି ଆପଣଙ୍କୁ ଏକ ଛିଣ୍ଡା ଥଳି ଦେଲା । ଆପଣ ତାକୁ ତାତ୍ସଲ୍ୟ ଭରା ଦୃଷ୍ଟିରେ ଦେଖିଲେ ଏବଂ ଚିନ୍ତା କଲେ ଯେ ଅନ୍ୟମାନେ ଦେଇଥିବା ସୁନ୍ଦର ଉପହାର ତୁଳନାରେ ଏହା କେତେ ନିକୃଷ୍ଟ ଅଟେ । ଲୋକଟି ସେ ଥଳି ଭିତରକୁ ଦେଖିବାକୁ ଆପଣଙ୍କୁ ଅନୁରୋଧ କଲେ । ଆପଣ ସେ ଥଳି ଖୋଲି ଦେଖିଲେ ଯେ ସେଥିରେ ୨୦୦୦ ଟଙ୍କାର ବିଡ଼ା ଭର୍ତ୍ତି ହୋଇଛି । ଆପଣ ସଙ୍ଗେ ସଙ୍ଗେ ସେ ଥଳିକୁ ଛାତିରେ ଲଗାଇ କହିଲେ “ମୁଁ ପାଇଥିବା ସମସ୍ତ ଉପହାର ମଧ୍ୟରେ ଏହାହିଁ ଶ୍ରେଷ୍ଠ ଅଟେ ।”  ଭିତରେ ଥିବା ବସ୍ତୁ ବିଷୟରେ ଜ୍ଞାନ ହିଁ ତାଙ୍କ ପ୍ରତି ପ୍ରେମ ବଢ଼ାଇବାରେ ସାହାଯ୍ୟ କଲା । ସେହିପରି ଭଗବାନଙ୍କ ବିଷୟରେ ତଥା ତାଙ୍କ ସହିତ ଆମର ସମ୍ପର୍କ ବିଷୟରେ ଜ୍ଞାନ ବଢ଼ାଇବା ଦ୍ୱାରା ଆମର ଭକ୍ତିଭାବ ପରିପୁଷ୍ଟ ହୁଏ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ, ଜ୍ଞାନ ଯଜ୍ଞ, ଭୌତିକ ଯଜ୍ଞଠାରୁ ଉତ୍ତମ ଅଟେ । ସେ ବର୍ତ୍ତମାନ ଜ୍ଞାନ ଆହରଣର ବିଧି ବର୍ଣ୍ଣନା କରିବାକୁ ଯାଉଛନ୍ତି ।" }, { "verseTitle": "Bhagavad Gita 4.34", "verse": "34", "chapter": 4, "lang": "or", "shloka": { "speaker": "", "sanskrit": "तद्विद्धि प्रणिपातेन परिप्रश्नेन सेवया। \n\nउपदेक्ष्यन्ति ते ज्ञानं ज्ञानिनस्तत्त्वदर्शिनः ॥34॥", "text": "ତଦ୍‌ବିଦ୍ଧି ପ୍ରଣିପାତେନ ପ୍ରରିପ୍ରଶ୍ନେନ ସେବୟା । \nଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ୱଦର୍ଶିନଃ ।। ୩୪ ।।", "audioLink": "https://www.holy-bhagavad-gita.org/public/audio/004_034.mp3" }, "wordMeanings": "ତତ୍ - ସେହି ସତ୍ୟ; ବିଦ୍ଧି- ବୁଝିବାକୁ ଚେଷ୍ଟାକର; ପ୍ରାଣିପାତେନ- ଜଣେ ଗୁରୁ ବା ଆଚାର୍ଯ୍ୟଙ୍କ ନିକଟକୁ ଯାଇ; ପରିପ୍ରଶ୍ନେନ- ବିନୟ ସହକାରେ ପ୍ରଶ୍ନକରି; ସେବୟା- ସେବାକରି; ଉପଦେକ୍ଷ୍ୟନ୍ତି - ପ୍ରଦାନ କରନ୍ତି; ତେ -ତୁମକୁ; ଜ୍ଞାନ- ଜ୍ଞାନ; ଜ୍ଞାନିନଃ - ତତ୍ତ୍ୱଦର୍ଶୀ ଜ୍ଞାନୀ; ତତ୍ତ୍ୱ- ସତ୍ୟ (ତତ୍ତ୍ୱ) ଦର୍ଶିନଃ - ଦ୍ରଷ୍ଟା ।", "translation": { "text": "ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଶାସ୍ତ୍ରଜ୍ଞ ମହାପୁରୁଷ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ, କାରଣ ସେ ସତ୍ୟର ଦର୍ଶନ କରିଛନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-34.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.34.mp3" ] }, "commentary": "ସମସ୍ତ ଯଜ୍ଞ ଜ୍ଞାନଯୁକ୍ତ ହୋଇ ସମ୍ପାଦନ କରିବା ଆବଶ୍ୟକ, ଏହା ଜାଣିବା ପରେ, ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ଆମେ ଆଧ୍ୟାତ୍ମିକ ଜ୍ଞାନ ପାଇବା କିପରି? ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଇ କହୁଛନ୍ତି: ୧ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଅ । ୨. ବିନମ୍ରତାର ସହ ତାଙ୍କୁ ପ୍ରଶ୍ନ କରେ । ୩. ତାଙ୍କର ସେବା କର । କେବଳ ନିଜ ଅଧ୍ୟବସାୟ ବଳରେ ପରମ ସତ୍ୟକୁ ତୁମେ ଜାଣି ପାରିବ ନାହିଁ । ଭାଗବତମ୍ କହୁଛି:\nଅନାଦ୍ୟବିଦ୍ୟା ଯୁକ୍ତସ୍ୟ ପୁରୁଷସ୍ୟାତ୍ମ ବେଦନମ୍‌ସ୍ୱତୋ ନ ସମ୍ଭାବାଦ୍ ଅନ୍ୟସ୍ ତତ୍ୱଜେ୍ଞା ଜ୍ଞାନଦୋ ଭବେତ୍ । (୧୧.୨୨.୧୦)\n“ଜୀବର ବୁଦ୍ଧି ଅନନ୍ତ ଜନ୍ମର ଅଜ୍ଞାନତାରେ ଆବୃତ୍ତ ହୋଇଯାଇଛି । ନିଜ ଚେଷ୍ଟାରେ ବୁଦ୍ଧି କେବେ ବି ସେହି ଅଜ୍ଞାନ ଆବରଣରୁ ନିଜକୁ ମୁକ୍ତ କରିପାରିବ ନାହିଁ । ତେଣୁ ସତ୍ୟର ଉପଲବ୍‌ଧି କରିଥିବା ଜଣେ ବ୍ରହ୍ମନିଷ୍ଠ ମହାପୁରୁଷଙ୍କଠାରୁ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରିବା ଆବଶ୍ୟକ ।”\nଆଧ୍ୟାତ୍ମିକ ମାର୍ଗରେ ଜଣେ ଗୁରୁଙ୍କର ଗୁରୁତ୍ୱ ବିଷୟରେ ବେଦଶାସ୍ତ୍ର ଆମକୁ ବାରମ୍ବାର ଉପଦେଶ ଦେଇଥାଆନ୍ତି ।\nଆଚାର୍ଯ୍ୟବାନ୍ ପୁରୁଷୋ ବେଦଃ (ଛାନ୍ଦୋଗ୍ୟ ଉପନିଷଦ ୬.୧୪.୨)\n“କେବଳ ଜଣେ ଗୁରୁଙ୍କ ଦ୍ୱାରା ହିଁ ତୁମେ ବେଦକୁ ବୁଝିପାରିବ ।” ପଞ୍ଚଦଶୀ କହେ:\nତତ୍‌ପାଦାମ୍ବୁରୁ ହଦ୍ୱନ୍ଦ୍ୱ ସେବା ନିର୍ମଳ ଚେତସାମ୍ସୁଖବୋଧାୟ ତତ୍ତ୍ୱସ୍ୟ ବିବେକୋଽୟଂ ବିଧୀୟତେ (୧.୨)\nଦ୍ୱନ୍ଦ୍ୱ ପରିତ୍ୟାଗ କରି ଶୁଦ୍ଧ ମନରେ ଗୁରୁଙ୍କର ସେବା କର । ସେ ଶାସ୍ତ୍ରଜ୍ଞାନ ଓ ବିଚାରଶକ୍ତି ଦେଇ ତୁମକୁ ଚରମ ଆନନ୍ଦ ପ୍ରଦାନ କରିବେ । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହନ୍ତି: ଯାବତ୍ ଗୁୁରର୍ନ କର୍ତ୍ତବ୍ୟୋ ତାବନ୍‌ମୁକ୍ତିର୍ନ ଲଭ୍ୟତେ “ଗୁରୁଙ୍କର ଶରଣାଗତି ବିନା ତୁମେ ମାୟାଶକ୍ତି କବଳରୁ ମୁକ୍ତ ହୋଇପାରିବ ନାହିଁ ।\nଭଗବାନଙ୍କର ସବୁଠାରୁ ବଡ଼ କୃପା ହେଉଛି, ଯେତେବେଳେ ସେ ଜୀବକୁ ଜଣେ ସଦ୍‌ଗୁରୁଙ୍କର ସାନ୍ନିଧ୍ୟ ପ୍ରଦାନ କରନ୍ତି । କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା ଦେବାର ଶୈଳୀ, ଭୌତିକ ଜ୍ଞାନର ଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସାଂସାରିକ ଜ୍ଞାନ ପାଇଁ ଗୁରୁଙ୍କୁ ଗଭୀର ସମ୍ମାନ ଦେବା ଆବଶ୍ୟକ ହୋଇ ନ ଥାଏ । ଏହି ଜ୍ଞାନ ଶିକ୍ଷକଙ୍କୁ ଦରମା ଦେଇ କ୍ରୟ କରାଯାଇପାରେ । କିନ୍ତୁ ଆଧ୍ୟାତ୍ମିକ ଉପଦେଶ, ଚିରାଚରିତ ଶିକ୍ଷା ପଦ୍ଧତିରେ ଜଣେ ଛାତ୍ରକୁ ଦିଆଯାଇ ନ ଥାଏ କିମ୍ବା କୌଣସି ମୂଲ୍ୟ ଦେଇ ଏହାକୁ କ୍ରୟ କରାଯାଇ ନ ଥାଏ । ଶିଷ୍ୟର ନମ୍ରତା ଏବଂ ସେବା ଭାବରେ ଗୁରୁ ଯେତେବେଳେ ସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ଗୁରୁ କୃପାରୁ ଶିଷ୍ୟର ହୃଦୟରେ ସେହି ଜ୍ଞାନ ପ୍ରକଟିତ ହୋଇଥାଏ ।\nତେଣୁ ପ୍ରହ୍ଲାଦ ମହାରାଜ କହିଥିଲେ:\nନୈଷାଂ ମତିସ୍ ତାବଦ୍ ଉରୁକ୍ରମାଙ୍ଘ୍ରିଂ ସ୍ପୃଶତ୍ୟନର୍ଥାପଗମୋ ଯଦର୍ଥଃମହୀୟସାଂ ପାଦଽରଜୋଭିଷେକଂ ନିଷ୍କିନ୍‌ଚନାନାଂ ନ ବୃଣୀତ ଯାବତ୍ । (ଭାଗବତମ୍ ୭.୫.୩୨)\n“ ଜଣେ ମହାପୁରୁଷଙ୍କର ପାଦପଦ୍ମର ରଜରେ ଅବଗାହନ ନ କରିବା ଯାଏଁ, ଆମେ ଦିବ୍ୟଚେତନା ସ୍ତରର ଅନୁଭୂତି ପ୍ରାପ୍ତ କରିପାରିବା ନାହିଁ ।” ସେଥିପାଇଁ ଏହି ଶ୍ଲୋକରେ, ଗୁରୁଙ୍କ ପାଖକୁ ବିନମ୍ରତାର ସହିତ ଯାଇ ସତ୍ୟ ସମ୍ବନ୍ଧରେ ଶ୍ରଦ୍ଧାପୂର୍ବକ ପ୍ରଶ୍ନ କରିବା ଏବଂ ସେବା ଦ୍ୱାରା ତାଙ୍କୁ ସନ୍ତୁଷ୍ଟ କରିବା ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ।" }, { "verseTitle": "Bhagavad Gita 4.35", "verse": "35", "chapter": 4, "lang": "or", "shloka": { "speaker": "", "sanskrit": "यज्ज्ञात्वा न पुनर्मोहमेवं यास्यसि पाण्डव ।\n\nयेन भूतान्यशेषेण द्रक्ष्यस्यात्मन्यथो मयि ॥35॥", "text": "ଯଜ୍‌ଜ୍ଞାତ୍ୱା ନ ପୁନର୍ମୋହମେବଂ ଯାସ୍ୟସି ପାଣ୍ଡବ । \nଯେନ ଭୂତାନ୍ୟଶେଷେଣ ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥୋ ମୟି ।। ୩୫ ।।", "audioLink": "https://www.holy-bhagavad-gita.org/public/audio/004_035.mp3" }, "wordMeanings": "ଯତ୍ - ଯାହା; ଜ୍ଞାତ୍ୱା- ଜାଣି; ନ - କେବେ ନୁହେଁ; ପୁନଃ - ପୁନର୍ବାର; ମୋହଂ-ଅଜ୍ଞାନ; ଏବଂ - ଏହିପରି; ଯାସ୍ୟସି- ଯିବ; ପାଣ୍ଡବ - ହେ ପାଣ୍ଡୁପୁତ୍ର; ଯେନ -ଯାହାଦ୍ୱାରା; ଭୂତାନି- ପ୍ରାଣୀ; ଅଶେଷାଣି -ସମସ୍ତ; ଦ୍ରକ୍ଷ୍ୟସି -ତୁମେ ଦେଖିବ; ଆତ୍ନନି -ମୋ ଭିତରେ; ଅଥୋ- କିମ୍ବା; ମୟି - ମୋ ଠାରେ ।", "translation": { "text": "ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, ତୁମେ ସମସ୍ତ ପ୍ରାଣୀଙ୍କୁ ପରମାତ୍ମାଙ୍କର ଅଂଶ ଭାବରେ ଏବଂ ମୋ ମଧ୍ୟରେ ଦେଖିବ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-35.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.35.mp3" ] }, "commentary": "ଅନ୍ଧକାର ଯେପରି କେବେ ବି ସୂର୍ଯ୍ୟଙ୍କୁ ଆଚ୍ଛାଦିତ କରିପାରେ ନାହିଁ, ସେହିପରି, ଥରେ ଜ୍ଞାନୋଦୟ ହେଲେ, ପୁନର୍ବାର ମାୟା ଜୀବକୁ ଭ୍ରମିତ କରିପାରେ ନାହିଁ । ତଦ୍‌ବିଷ୍ଣୋଃ ପରମଂ ପଦଂ ସଦା ପଶ୍ୟନ୍ତି ସୂରୟଃ “ଯେଉଁମାନେ ଭଗବତ୍ ପ୍ରାପ୍ତି କରିସାରି ଥାଆନ୍ତି, ସେମାନେ ସର୍ବଦା ଭଗବତ୍‌-ଚେତନାରେ ରୁହନ୍ତି ।”\nମାୟାର ଭ୍ରମରେ ଆମେ ସଂସାରକୁ ଭଗବାନଙ୍କ ଠାରୁ ପୃଥକ ମନେ କରିଥାଏ ଏବଂ ବ୍ୟକ୍ତି ବିଶେଷ ଆମର ସ୍ୱାର୍ଥ ପୂରଣ କରୁଛନ୍ତି ବା ଆମର କ୍ଷତି କରୁଛନ୍ତି, ତା’ ଉପରେ ନିର୍ଭର କରି ତାଙ୍କ ସହିତ ମିତ୍ରତା ବା ଶତ୍ରୁତା ଆଚରଣ କରିଥାଏ । ହୃଦୟକୁ ଭଦ୍‌ଭାସିତ କରୁଥିବା ଦିବ୍ୟଜ୍ଞାନ, ଆମର ସଂସାର ପ୍ରତି ଦୃଷ୍ଟିକୋଣ ବଦଳାଇ ଦେଇଥାଏ । ଜ୍ଞାନୀ ମହାପୁରୁଷ ମାନେ ସଂସାରକୁ ଭଗବାନଙ୍କର ଶକ୍ତି ରୂପରେ ଦେଖନ୍ତି, ଏବଂ ସଂସାରର ଉପଯୋଗ ଭଗବାନଙ୍କ ସେବା ଭାବରେ କରନ୍ତି । ସେମାନେ ସମସ୍ତ ମନୁଷ୍ୟଙ୍କୁ ଭଗବାନଙ୍କର ଅଂଶ ରୂପରେ ଦେଖନ୍ତି ଏବଂ ତାଙ୍କ ପ୍ରତି ଦିବ୍ୟ ଭାବ ପୋଷଣ କରନ୍ତି । ସୁତରାଂ, ହନୁମାନ କହନ୍ତି:\nସୀୟା ରାମମୟ ସବ ଜଗ ଜାନୀ, କରଉଁ ପ୍ରଣାମ ଜୋରି ଜୁଗ ପାନୀ (ରାମାୟଣ)\n“ମୁଁ ସମସ୍ତଙ୍କ ମଧ୍ୟରେ ପ୍ରଭୁ ରାମ ଓ ମାତା ସୀତାଙ୍କୁ ଦର୍ଶନ କରେ । ତେଣୁ ମୁଁ ହାତଯୋଡ଼ି ସମସ୍ତଙ୍କୁ ପ୍ରଣାମ କରେ ।" }, { "verseTitle": "Bhagavad Gita 4.36", "verse": "36", "chapter": 4, "lang": "or", "shloka": { "speaker": "", "sanskrit": "अपि चेदसि पापेभ्यः सर्वेभ्यः पापकृत्तमः ।\n\nसर्वं ज्ञानप्लवेनैव वृजिनं सन्तरिष्यसि ॥36॥", "text": "ଅପି ଚେଦସି ପାପେଭ୍ୟଃ ସର୍ବେଭ୍ୟଃ ପାପାକୃତ୍ତମଃ । \nସର୍ବ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି ।। ୩୬ ।।", "audioLink": "https://www.holy-bhagavad-gita.org/public/audio/004_036.mp3" }, "wordMeanings": "ଅପି - ଏପରି କି; ଚେତ୍ -ଯଦି; ଅସି - ତୁମେ ଅଟ; ପାପେଭ୍ୟଃ -ପାପୀମାନଙ୍କ ମଧ୍ୟରେ; ସର୍ବେଭ୍ୟଃ- ସମସ୍ତଙ୍କ ମଧ୍ୟରେ; ପାପକୃତ୍ତମଃ - ମହାପାପୀ; ସର୍ବଂ- ସବୁ ପାପକର୍ମ; ଜ୍ଞାନ-ପ୍ଲବେନ - ଦିବ୍ୟଜ୍ଞାନରୂପକ ନୌକା ସାହାଯ୍ୟରେ; ଏବ -ନିଶ୍ଟିତଭାବେ; ବୃଜିନଂ - ପାପକୁ; ସନ୍ତରିଷ୍ୟସି- ସମ୍ପୂର୍ଣ୍ଣରୂପେ ଅତିକ୍ରମ କରିଯିବ ।", "translation": { "text": "ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-36.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.36.mp3" ] }, "commentary": "ଭୌତିକ  ସଂସାର ଏକ ବିଶାଳ ସମୁଦ୍ର ପରି ଅଟେ,  ଯେଉଁଠାରେ ମନୁଷ୍ୟ ତରଙ୍ଗ ରୂପକ ଜନ୍ମ, ବ୍ୟାଧି,ଜରା ଓ ମୃତ୍ୟୁ ମଧ୍ୟରେ ଉବୁଟୁବୁ ହେଉଥାଏ । ମାୟାଶକ୍ତି ବ୍ୟକ୍ତିକୁ ତିନିି ପ୍ରକାରର ତାପରେ ଗ୍ରସିତ କରିଥାଏ । ଆଧିଆତ୍ମିକ- ଏହା ଶାରୀରିକ ତଥା ମାନସିକ କଷ୍ଟ , ଆଧିଭୌତିକ- ଅନ୍ୟ ପ୍ରାଣୀ ମାନଙ୍କ ଜନିତ କଷ୍ଟ, ଆଧିଦୈବିକ - ଜଳବାୟୁ ଓ ପରିବେଶ ଜନିତ କଷ୍ଟ । ମାୟାବଦ୍ଧ ଜୀବ ଏଥିରୁ ମୁକ୍ତି ପାଇପାରେ ନାହିଁ ଏବଂ ଏହି ଅବସ୍ଥାରେ ତା’ର ଅନନ୍ତ ଜନ୍ମ ବିତିଯାଇଛି । ଗୋଟିଏ ଫୁଟବଲ ଗୋଇଠା ଖାଇ ପଡ଼ିଆର ଏପଟରୁ ସେପଟକୁ ହେବା ପରି, ଜୀବ ମଧ୍ୟ ତା’ର ସୁକର୍ମ ଓ ଦୁଷ୍କର୍ମ ଅନୁସାରେ କେବେ ସ୍ୱର୍ଗଯାଏ ତ ପୁଣି କେବେ ନର୍କକୁ ପତିତ ହୁଏ ବା ପୃଥିବୀ ଲୋକକୁ ଫେରିଆସେ ।\nଦିବ୍ୟ ଜ୍ଞାନ ସଂସାର ରୂପୀ ସାଗରକୁ ପାର କରିବା ପାଇଁ ଏକ ନୌକା ଅଟେ । ଅଜ୍ଞାନୀ ବ୍ୟକ୍ତି କର୍ମ କରି ସେଥିରେ ବାନ୍ଧି ହୋଇଯାଏ । ସେହି କର୍ମକୁ ହିଁ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ରୂପରେ ପାଳନ କରି ଜ୍ଞାନୀ ବ୍ୟକ୍ତି ମୁକ୍ତିଲାଭ କରିଥାଏ । ଏହିପରି ଭାବରେ, ଜ୍ଞାନ ସଂସାର ବନ୍ଧନକୁ କାଟିବାର ଏକ ଆୟୁଧ ହୋଇଥାଏ ।  କଠୋପନିଷଦ କହେ:\nବିଜ୍ଞାନସାରଥିର୍ଯସ୍ତୁ ମନଃ ପ୍ରଗ୍ରହବାନ୍ ନରଃସୋଽଧ୍ୱାନଃ ପାରମୋପ୍ନୋତି ତଦ୍‌ବିଷ୍ଣୋଃ ପରମମ୍ ପଦମ୍ (୧.୩.୯)\n“ଦିବ୍ୟଜ୍ଞାନ ଦ୍ୱାରା ତୁମର ବୁଦ୍ଧିକୁ ଉଦ୍‌ଭାସିତ କର; ସେହି ପ୍ରଜ୍ଞାଦୀପ୍ତ ବୁଦ୍ଧି ସାହାଯ୍ୟରେ ବିଶୃଙ୍ଖଳିତ ମନକୁ ନିୟନ୍ତ୍ରଣ କର । ଏହାଦ୍ୱାରା ଭବ ସାଗରକୁ ପାର କରି ଦିବ୍ୟ ଲୋକରେ ପହଞ୍ôଚ ପାରିବ ।" }, { "verseTitle": "Bhagavad Gita 4.37", "verse": "37", "chapter": 4, "lang": "or", "shloka": { "speaker": "", "sanskrit": "यथैधांसि समिद्धोऽग्निर्भस्मसात्कुरुतेऽर्जुन ।\n\nज्ञानाग्निः सर्वकर्माणि भस्मसात्कुरुते तथा ॥37॥", "text": "ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍‌କୁରୁତେଽର୍ଜୁନ । \nଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍‌କୁରୁତେ ତଥା ।। ୩୭ ।।", "audioLink": "https://www.holy-bhagavad-gita.org/public/audio/004_037.mp3" }, "wordMeanings": "ଯଥା - ଯେପରି; ଏଧାଂସି- ଇନ୍ଧନ; ସମିଦ୍ଧ -ପ୍ରଜ୍ୱଳିତ; ଅଗ୍ନିଃ -ଅଗ୍ନି; ଭସ୍ମସାତ୍‌- ଭସ୍ମୀଭୂତ; କୁରୁତେ -କରେ; ଅର୍ଜୁନ -ହେ ଅର୍ଜୁନ; ଜ୍ଞାନ-ଅଗ୍ନିଃ -ଜ୍ଞାନାଗ୍ନି; ସର୍ବକର୍ମାଣି -ସମସ୍ତ ଭୌତିକ କର୍ମର ପ୍ରତିକ୍ରିୟାକୁ; ଭସ୍ମସାତ୍ -ଭସ୍ମୀଭୂତ; କୁରୁତେ -କରେ; ତଥା - ସେହିପରି ।", "translation": { "text": "ହେ ଅର୍ଜୁନ! ଅଗ୍ନିଶିଖା ଯେପରି ଇନ୍ଧନକୁ ପାଉଁଶରେ ପରିଣତ କରିଦିଏ, ସେହିପରି ଜ୍ଞାନର ଅଗ୍ନି ସାଂସାରିକ କର୍ମର ଫଳକୁ ଜଳାଇ ଭସ୍ମ କରିଦିଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-37.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.37.mp3" ] }, "commentary": "ଗୋଟିଏ ଛୋଟ ସ୍ଫୁଲିଙ୍ଗର ମଧ୍ୟ ଏକ ବିରାଟ ଅଗ୍ନିକାଣ୍ଡ ଘଟାଇବାର ଶକ୍ତି ଅଛି ଏବଂ ଦହନଶୀଳ ପଦାର୍ଥର ବିଶାଳ ସ୍ତୂପକୁ ମଧ୍ୟ ତାହା ଜାଳି ଦେଇପାରେ । ୧୬୬୬ ମସିହାରେ ଲଣ୍ଡନରେ ଏକ ରୋଟି କାରଖାନାରେ ଘଟିଥିବା ବିଶାଳ ଅଗ୍ନିକାଣ୍ଡ ଏକ ଛୋଟ ସ୍ଫୁଲିଙ୍ଗରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହା ବୃଦ୍ଧିପାଇ ୧୩୨୦୦ଟି ଗୃହ, ୮୭ଟି ଚର୍ଚ୍ଚ ଏହଂ ସହରର ଅନେକ ଅଫିସ୍‌କୁ ଭସ୍ମ କରି ଦେଇଥିଲା ।\nଆମ ସମସ୍ତଙ୍କର ମଧ୍ୟ ଅନନ୍ତ ପୂର୍ବ ଜନ୍ମର ପାପ ଓ ପୁଣ୍ୟ କର୍ମର ପ୍ରତିକ୍ରିୟା ଭାବରେ କୁଢ଼ କୁଢ଼ କର୍ମ ରହିଛି । ଆମେ ଯଦି ଏହି କର୍ମଗୁଡିକୁ ଭୋଗ କରି ସମାପ୍ତ କରିବାକୁ ଉଦ୍ୟମ କରିବା, ସେଥିପାଇଁ ଅନେକ ଜନ୍ମ ଲାଗିଯିବ ଏବଂ ସେଥିରେ ଅନ୍ତହୀନ ଭାବରେ ଅନେକ ନୂତନ କର୍ମ ମଧ୍ୟ ଯୋଗ ହେବାରେ ଲାଗିବ । କିନ୍ତୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁୁ ଦୃଢ ପ୍ରତିଶୃତି ଦେଉଛନ୍ତି ଯେ ଏହି ଜନ୍ମରେ ହିଁ ସେହି କର୍ମର ଭଣ୍ଡାରକୁ ଭସ୍ମ କରିବାର ଶକ୍ତି ଜ୍ଞାନରେ ଅଛି । କାରଣ ଆତ୍ମା ବିଷୟରେ ଜ୍ଞାନ ଏବଂ ଭଗବାନଙ୍କ ସହିତ ତା’ର ସମ୍ବନ୍ଧ ବିଷୟରେ ଜ୍ଞାନ, ଆମକୁ ଭଗବାନଙ୍କର ଶରଣାଗତ କରାଇ ଥାଏ । ଆମେ ଯେତେବେଳେ ଭଗବାନଙ୍କର ଶରଣାଗତ ହେଉ, ସେ ଆମର ଅନନ୍ତ ଜନ୍ମର ସଞ୍ôଚତ କର୍ମକୁ ଭସ୍ମ କରି ଆମକୁ ଭୌତିକ ବନ୍ଧନକୁ ମୁକ୍ତ କରିଦିଅନ୍ତି ।" }, { "verseTitle": "Bhagavad Gita 4.38", "verse": "38", "chapter": 4, "lang": "or", "shloka": { "speaker": "", "sanskrit": "न हि ज्ञानेन सदृशं पवित्रमिह विद्यते ।\n\nतत्स्वयं योगसंसिद्धः कालेनात्मनि विन्दति ॥38॥", "text": "ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ । \nତତ୍‌ସ୍ୱୟଂ ଯୋଗସଂସିଦ୍ଧଃ କାଳେନାତ୍ମନି ବିନ୍ଦତି ।। ୩୮ ।।", "audioLink": "https://www.holy-bhagavad-gita.org/public/audio/004_038.mp3" }, "wordMeanings": "ନ -ନାହିଁ; ହି -ନିଶ୍ଟିତଭାବେ; ଜ୍ଞାନେନ- ଜ୍ଞାନ; ସଦୃଶଂ- ସଦୃଶ; ପବିତ୍ରଂ- ପବିତ୍ର; ଇହ -ଇହ ଜଗତରେ; ବିଦ୍ୟତେ - ଅଛି; ତତ୍ - ତାହା; ସ୍ୱୟଂ- ସ୍ୱୟଂ; ଯୋଗ- ଯୋଗାଭ୍ୟାସ; ସଂସିଦ୍ଧି- ପରିପକ୍ୱ ହୋଇ; କାଳେନ -କାଳକ୍ରମେ; ଆତ୍ମନି -ହୃଦୟରେ; ବିନ୍ଦତି - ପ୍ରାପ୍ତ କରେ ।", "translation": { "text": "ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-38.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.38.mp3" ] }, "commentary": "ଜ୍ଞାନ ଠାରେ ଶୁଦ୍ଧ କରିବା, ଉନ୍ନତ କରିବା, ମୁକ୍ତ କରିବା ଏବଂ ଭଗବାନଙ୍କ ସହିତ ମିଳିତ କରାଇବାର ଶକ୍ତି ରହିଛି, ତେଣୁ ଏହା ଅତ୍ୟନ୍ତ ଗରିମାମୟ ଏବଂ ଶୁଦ୍ଧ ଅଟେ । କିନ୍ତୁ ଦୁଇ ପ୍ରକାରର ଜ୍ଞାନ ମଧ୍ୟରେ ପାର୍ଥକ୍ୟ ଜାଣିବା ଆବଶ୍ୟକ: ଶାବ୍ଦିକ ଜ୍ଞାନ ଏବଂ ଅନୁଭବାତ୍ମକ ଜ୍ଞାନ ।\nଗୋଟିଏ ପ୍ରକାର ଜ୍ଞାନ ଅଛି ଯାହା ଶାସ୍ତ୍ର ପଠନ ଏବଂ ଗୁରୁଙ୍କ ଠାରୁ ଶ୍ରବଣ ଦ୍ୱାରା ହୋଇଥାଏ । କିନ୍ତୁ କେବଳ ଶାବ୍ଦିକ ଜ୍ଞାନ ଅପର୍ଯ୍ୟାପ୍ତ ଅଟେ । ଏହା ଏପରି ଅଟେ, ଯେପରି ଜଣେ ପାକଶାସ୍ତ୍ର ପଠନ କରିଥାଏ କିନ୍ତୁ କେବେ ରୋଷେଇଶାଳକୁ ଯାଇ ନ ଥାଏ । ରୋଷେଇର ଏହି ଶାବ୍ଦିକ ଜ୍ଞାନ କାହାର କ୍ଷୁଧା ମେଣ୍ଟାଇ ପାରେନାହିଁ । ସେହିପରି ଜଣେ ବ୍ୟକ୍ତି ଗୁରୁଙ୍କଠାରୁ ଆତ୍ମା, ଭଗବାନ୍‌, ମାୟା, କର୍ମ, ଜ୍ଞାନ ଏବଂ ଭକ୍ତି ବିଷୟରେ ଶାବ୍ଦିକ ଜ୍ଞାନ ପ୍ରାପ୍ତ କରିପାରେ, କିନ୍ତୁ ତାହା ଭଗବତ୍‌ପ୍ରାପ୍ତି କରାଇ ନ ଥାଏ । ବ୍ୟକ୍ତି ଯେତେବେଳେ ଏହି ଶାବ୍ଦିକ ଜ୍ଞାନ ଅନୁସାରେ ସାଧନା କରି ତା’ର ଅନ୍ତଃକରଣ ଶୁଦ୍ଧ କରିଥାଏ, ସେତେବେଳେ ତାଙ୍କ ଅନ୍ତରରେ ଆତ୍ମା ବିଷୟରେ ଏବଂ ଭଗବାନଙ୍କ ସହିତ ତାଙ୍କର ସମ୍ବନ୍ଧ ବିଷୟରେ ଜ୍ଞାନ ଉଦ୍‌ଭାସିତ ହୁଏ । ମହର୍ଷି ପତଞ୍ଜଳି କହିଛନ୍ତି:\nଶ୍ରୁତାନୁମାନ-ପ୍ରଜ୍ଞାଭ୍ୟାମ୍ ଅନ୍ୟ-ବିଷୟା ବିଶେଷାର୍ଥତ୍ୱାତ୍ (ଯୋଗଦର୍ଶନ ୧.୪୯)\n“ଯୋଗ ସାଧନା ମାଧ୍ୟମରେ ଅନ୍ତରର ଅନୁଭୂତି ଦ୍ୱାରା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥାଏ, ତାହା ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଅପେକ୍ଷା ଶ୍ରେଷ୍ଠତର ଅଟେ ।” ଶୁଦ୍ଧତମ ଓ ଭବ୍ୟ ଭାବରେ ଶ୍ରୀକୃଷ୍ଣ ଏହି ଅନୁଭବାତ୍ମକ ଜ୍ଞାନର ଉଚ୍ଚ ପ୍ରଶଂସା କରିଛନ୍ତି ।" }, { "verseTitle": "Bhagavad Gita 4.39", "verse": "39", "chapter": 4, "lang": "or", "shloka": { "speaker": "", "sanskrit": "श्रद्धावान् लभते ज्ञानं तत्परः संयतेन्द्रियः।\n\nज्ञानं लब्ध्वा परां शान्तिमचिरेणाधिगच्छति ॥39॥", "text": "ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ ତ୍‌ତ୍ପରଃ ସଂଯତେନ୍ଦ୍ରିୟଃ । \nଜ୍ଞାନଂ ଲବ୍‌ଧ୍ୱା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ।।୩୯।।", "audioLink": "https://www.holy-bhagavad-gita.org/public/audio/004_039.mp3" }, "wordMeanings": "ଶ୍ରଦ୍ଧାବାନ୍ - ଜଣେ ଶ୍ରଦ୍ଧାବାନ ପୁରୁଷ; ଲଭତେ - ଲାଭ କରେ; ଜ୍ଞାନଂ- ଜ୍ଞାନ; ତତ୍‌ପରଃ- ଏଥିପ୍ରତି ଅତ୍ୟନ୍ତ ଆସକ୍ତ; ସଂଯତ - ସଂଯତ; ଇନ୍ଦ୍ରିୟଃ -ଇନ୍ଦ୍ରିୟଗୁଡିକ; ଜ୍ଞାନଂ -ଜ୍ଞାନ; ଲବ୍‌ଧ୍ୱା -ଲାଭକରି, ପରାଂ-ପରମ, ଶାନ୍ତିଂ- ଶାନ୍ତି, ଅଚିରେଣ-ଖୁବ୍ ଶୀଘ୍ର; ଅଧିଗଚ୍ଛତି - ପ୍ରାପ୍ତ ହୁଏ ।", "translation": { "text": "ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ ଜ୍ଞାନ ଦ୍ୱାରା, ସେମାନେ ଅଚିରେ ଚିରନ୍ତନ ଶାନ୍ତି ଲାଭ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-39.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.39.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ, ଜ୍ଞାନର ପରିପ୍ରେକ୍ଷୀରେ, ଶ୍ରଦ୍ଧାର ପରିଭାଷା ଉପସ୍ଥାପନ କରୁଛନ୍ତି । ସବୁ ଆଧ୍ୟାତ୍ମିକ ସତ୍ୟ ହଠାତ୍ ବୋଧଗମ୍ୟ ହୁଏ ନାହିଁ; ତନ୍ମଧ୍ୟରୁ କେତେକ, ଆଧ୍ୟାତ୍ମିକ ମାର୍ଗରେ ଯଥେଷ୍ଟ ଅଗଗ୍ରତି କଲା ପରେ ହିଁ ହୃଦୟଙ୍ଗମ ହୋଇଥାଏ । ଯଦି ଆମେ କେବଳ ବର୍ତ୍ତମାନ ପ୍ରମାଣ କରୁପାରୁଥିବା ବା ବୁଝିପାରୁଥିବା ବିଷୟକୁ ହିଁ ଗ୍ରହଣ କରିବା, ତା’ହେଲେ ଆମେ ଉଚ୍ଚ ଆଧ୍ୟାତ୍ମିକ ରହସ୍ୟରୁ ବଞ୍ôଚତ ହେବା । ଶ୍ରଦ୍ଧା ଆମକୁ ବର୍ତ୍ତମାନ ବୁଝିପାରୁନଥିବା ବିଷୟକୁ ଗ୍ରହଣ କରିବାରେ ସାହାଯ୍ୟ କରେ । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରଦ୍ଧାର ପରିଭାଷା କରିବାକୁ ଯାଇ କହନ୍ତି:\nଗୁରୁ ବେଦାନ୍ତ ବାକ୍ୟେଷୁ ଦୃଢ଼ୋ ବିଶ୍ୱାସଃ ଶ୍ରଦ୍ଧା\n“ଶ୍ରଦ୍ଧାର ଅର୍ଥ ଗୁରୁ ଏବଂ ଶାସ୍ତ୍ରବାଣୀରେ ପ୍ରଗାଢ଼ ବିଶ୍ୱାସ” । ଯେତେବେଳେ ଏପରି ବିଶ୍ୱାସ କୌଣସି ଅସତ୍ ବ୍ୟକ୍ତିଙ୍କ ପ୍ରତି କରାଯାଏ, ତାହାର ପରିଣାମ ଭୟଙ୍କର ହୋଇଥାଏ, କିନ୍ତୁ ଯେତେବେଳେ ତାହା ଜଣେ ସଦ୍‌ଗୁରୁଙ୍କ ଠାରେ କରାଯାଏ, ତାହା ଚିର କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ ।\nଯାହାବି ହେଉ, ଅନ୍ଧବିଶ୍ୱାସ ବାଞ୍ôଛତ ନୁହେଁ । କୌଣସି ଗୁରୁଙ୍କ ଉପରେ ବିଶ୍ୱାସ କରିବା ପୂର୍ବରୁ ଆମେ ଆମର ବିବେକ ଦ୍ୱାରା ବିବେଚନା କରିବା ଉଚିତ ଯେ ସେ ବ୍ରହ୍ମଜ୍ଞାନ ପ୍ରାପ୍ତ କରିଛନ୍ତି ତଥା ବେଦ ଅନୁଯାୟୀ ଶିକ୍ଷା ପ୍ରଦାନ କରୁଛନ୍ତି । ଥରେ ଏହା ନିଶ୍ଚିତ କରି ନେବା ପରେ, ଆମେ ଗୁରୁଙ୍କଠାରେ ଦୃଢ଼ ବିଶ୍ୱାସ କରିବାକୁ ପ୍ରୟାସ କରିବା ଉଚିତ ଏବଂ ତାଙ୍କ ନିର୍ଦ୍ଦେଶରେ ଭଗବାନଙ୍କର ଶରଣାଗତ ହେବା ଆବଶ୍ୟକ । ଶ୍ୱେତାଶ୍ୱତର ଉପନିଷଦ କହେ:\nଯସ୍ୟ ଦେବେ ପରା ଭକ୍ତିଃ ଯଥା ଦେବେ ତଥା ଗୁରୌତସ୍ୟୈତେ କଥିତା ହ୍ୟର୍ଥାଃ ପ୍ରକାଶନ୍ତେ ମହାତ୍ମନଃ (୬.୨୩)\n“ଯେଉଁ ବ୍ୟକ୍ତି ଗୁରୁ ଏବଂ ଭଗବାନଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ କରେ, ତାଙ୍କ ହୃଦୟରେ ସମସ୍ତ ବୈଦିକ ଜ୍ଞାନର ସାର ପ୍ରକାଶିତ ହୁଏ ।”" }, { "verseTitle": "Bhagavad Gita 4.40", "verse": "40", "chapter": 4, "lang": "or", "shloka": { "speaker": "", "sanskrit": "अज्ञश्चाश्रद्दधानश्च संशयात्मा विनश्यति।\n\nनायं लोकोऽस्ति न परो न सुखं संशयात्मनः ॥40॥", "text": "ଅଜ୍ଞଶ୍ଚାଶ୍ରଦ୍ଦଧାନଶ୍ଚ ସଂଶୟାତ୍ମା ବିନଶ୍ୟତି । \nନାୟଂ ଲୋକୋଽସ୍ତି ନ ପରୋ ନ ସୁଖଂ ସଂଶୟାତ୍ମନଃ ।। ୪୦।।", "audioLink": "https://www.holy-bhagavad-gita.org/public/audio/004_040.mp3" }, "wordMeanings": "ଅଜ୍ଞଃ -ଅଜ୍ଞ ବା ମୂର୍ଖ; ଚ- ଏବଂ; ଅଶ୍ରଦ୍ଦଧାନଃ - ଶ୍ରଦ୍ଧାରହିତ; ଚ- ଏବଂ; ସଂଶୟ- ସନ୍ଦେହଯୁକ୍ତ; ଆତ୍ମା -ବ୍ୟକ୍ତି; ବିନଶ୍ୟତି - ବିନଷ୍ଟ ହୁଏ; ନ- ନାହିଁ; ଅୟଂ -ଏହି; ଲୋକଃ - ପୃଥିବୀରେ; ଅସ୍ତି -ଅଛି; ନ -ନାହିଁ; ପରଃ - ପରଜନ୍ମ; ନ- ନାହିଁ; ସୁଖଂ- ସୁଖ; ସଂଶୟ - ସନ୍ଦିଗ୍‌ଧମନା; ଆତ୍ମନଃ - ବ୍ୟକ୍ତିର ।", "translation": { "text": "କିନ୍ତୁ ଯେଉଁ ବ୍ୟକ୍ତିର ବିଶ୍ୱାସ ବା ଜ୍ଞାନ ନାହିଁ ଏବଂ ସ୍ୱଭାବତଃ ଯେଉଁମାନେ ସନ୍ଦେହୀ ହୋଇଥାନ୍ତି, ତାଙ୍କର ଅଧୋଗତି ହୋଇଥାଏ । ଏପରି ଏକ ସଂଶୟଯୁକ୍ତ ଆତ୍ମା, ଇହଲୋକରେ ବା ପରଲୋକରେ ସୁଖ ପାଇ ନ ଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-40.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.40.mp3" ] }, "commentary": "ଭକ୍ତି ରସାମୃତ ସିନ୍ଧୁ ସାଧକ ମାନଙ୍କର ବିଶ୍ୱାସ ଓ ଜ୍ଞାନର ମାତ୍ରା ଅନୁସାରେ ସେମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରିଥାଏ:\nଶାସ୍ତ୍ରେ ଯୁକ୍ତୌ ଚ ନିପୁଣଃ ସର୍ବଥା ଦୃଢ଼-ନିଶ୍ଚୟଃପ୍ରୌଢ଼-ଶ୍ରଦ୍ଧୋଽଧିକାରୀ ଯଃ ସ ଭକ୍ତାବୁତ୍ତମୋ ମତଃଯଃ ଶାସ୍ତ୍ରାଦିଷ୍ୱନିପୁଣଃ ଶ୍ରଦ୍ଧାବାନ ସ ତୁ ମଧ୍ୟମଃଯୋ ଭବେତ୍ କୋମଳ ଶ୍ରଦ୍ଧାଃ ସ କନିଷ୍ଠୋ ନିଗଦ୍ୟତେ (୧.୨.୧୭-୧୯)\n“ଯାହାର ଶାସ୍ତ୍ର ଜ୍ଞାନ ଥାଏ ଏବଂ ତା’ ସହିତ ଦୃଢ଼ ବିଶ୍ୱାସ ମଧ୍ୟ ଥାଏ, ସେ ଶେଷ୍ଠ ସାଧକ ଅଟନ୍ତି । ମଧ୍ୟମ ଶ୍ରେଣୀ ସାଧକଙ୍କର ଶାସ୍ତ୍ରଜ୍ଞାନ ନ ଥାଏ, କିନ୍ତୁ ଗୁୁରୁ ଏବଂ ଭଗବାନଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଥାଏ । ନିମ୍ନ ଶ୍ରେଣୀର ସାଧକମାନଙ୍କର ଶାସ୍ତ୍ରଜ୍ଞାନ କିମ୍ବା ବିଶ୍ୱାସ କିଛି ମଧ୍ୟ ନ ଥାଏ । ଏହି ତୃତୀୟ ଶ୍ରେଣୀର ସାଧକମାନଙ୍କ ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ଏହି ଜନ୍ମରେ ବା ପର ଜନ୍ମରେ ସୁଖ ପାଇବେ ନାହିଁ ।\nସାଂସାରିକ କାର୍ଯ୍ୟମାନଙ୍କରେ ମଧ୍ୟ ବିଶ୍ୱାସର ଆବଶ୍ୟକତା ରହିଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ସ୍ତ୍ରୀ ଏକ ଭୋଜନାଳୟରୁ ଖାଦ୍ୟ ମଗାଇଥାଏ, ତେବେ ତା’ର ବିଶ୍ୱାସ ଥାଏ ଯେ ଭୋଜନାଳୟରେ କେହି ତାଙ୍କ ଖାଦ୍ୟରେ ବିଷ ମିଶାଇ ନ ଥିବେ । ସଂଶୟଗ୍ରସ୍ତ ହୋଇ ସେ ଯଦି ସମସ୍ତ ଖାଦ୍ୟର ରାସାୟନିକ ପରୀକ୍ଷା କରିବାକୁ ଇଚ୍ଛାକରିବେ, ତେବେ ସେ ଖାଦ୍ୟ ଖାଇ ତା’ର ଆନନ୍ଦ ଉପଭୋଗ କରିବେ କିପରି? ସେହିପରି ଜଣେ ବ୍ୟକ୍ତି ସେଲୁନ୍‌କୁ ଦାଢ଼ି କାଟିବାକୁ ଯିବେ, ଚୌକିରେ ବସିବା ପରେ ବାରିକ ତାଙ୍କ ଗଳା ପାଖରେ ଧାରୁଆ ଛୁରୀ ଚାଳନା କରିବ । ସେ ଯଦି ସନ୍ଦେହ କରିବେ ଯେ ବାରିକର ତାଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ଅଛି, ତେବେ ସେ ଚୌକିରେ ସ୍ଥିର ହୋଇ ବସିପାରିବେ ନାହିଁ କିମ୍ବା ବାରିକ ତାଙ୍କ ଦାଢ଼ି କାଟି ପାରିବ ନାହିଁ । ତେଣୁ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ସନ୍ଦେହୀ ବ୍ୟକ୍ତି ପାଇଁ ଇହଲୋକରେ ବା ପରଲୋକରେ ସୁଖ ନାହିଁ ।" }, { "verseTitle": "Bhagavad Gita 4.41", "verse": "41", "chapter": 4, "lang": "or", "shloka": { "speaker": "", "sanskrit": "योगसंन्यस्तकर्माणं ज्ञानसञ्छिन्नसंशयम्।\n\nआत्मवन्तं न कर्माणि निबध्नन्ति धनञ्जय ॥41॥", "text": "ଯୋଗସଂନ୍ୟସ୍ତକର୍ମାଣଂ ଜ୍ଞାନସଂଛିନ୍ନସଂଶୟମ୍ । \nଆତ୍ମବନ୍ତଂ ନ କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।। ୪୧ ।।", "audioLink": "https://www.holy-bhagavad-gita.org/public/audio/004_041.mp3" }, "wordMeanings": "ଯୋଗ-ସଂନ୍ୟସ୍ତ-କର୍ମାଣଂ - ଯେଉଁମାନେ କର୍ମକାଣ୍ଡକୁ ତ୍ୟାଗ କରି ଶରୀର, ମନ, ଆତ୍ମାକୁ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ କରିଥାଆନ୍ତି; ଜ୍ଞାନ - ଜ୍ଞାନ ଦ୍ୱାରା; ସଂଛିନ୍ନ - ଛିନ୍ନ ହୋଇଥିବା; ସଂଶୟଂ - ସଂଶୟ; ଆତ୍ମବନ୍ତଂ- ଆତ୍ମଜ୍ଞାନରେ ସ୍ଥିତ; ନ- ନାହିଁ; କର୍ମାଣି - କର୍ମ; ନିବଧ୍ନନ୍ତି- ବାନ୍ଧେ; ଧନଞ୍ଜୟ - ହେ ଧନଞ୍ଜୟ ।", "translation": { "text": "ହେ ଅର୍ଜୁନ! ଯେଉଁମାନେ ଯୋଗର ଅଗ୍ନିରେ କର୍ମକୁ ତ୍ୟାଗ କରିଛନ୍ତି, ଯାହାର ଶଙ୍କା ଜ୍ଞାନ ଦ୍ୱାରା ଦୂରୀଭୂତ ହୋଇଛି ଏବଂ ଯେଉଁମାନେ ଆତ୍ମଜ୍ଞାନରେ ସ୍ଥିତ, କର୍ମ ସେମାନଙ୍କୁ ବନ୍ଧନରେ ପକାଏ ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-41.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.41.mp3" ] }, "commentary": "ବିଧିବିଧାନ ଯୁକ୍ତ ତଥା ସାମାଜିକ କର୍ତ୍ତବ୍ୟ ଭାବରେ କରାଯାଉଥିବା କାର୍ଯ୍ୟକୁ କର୍ମ କୁହାଯାଏ । ସନ୍ନ୍ୟାସ ଅର୍ଥ ତ୍ୟାଗ ଏବଂ ଯୋଗର ଅର୍ଥ “ଭଗବାନଙ୍କ ସହିତ ମିଳନ ।” ଏଠାରେ ଶ୍ରୀକୃଷ୍ଣ ଯୋଗସଂନ୍ୟସ୍ତ କର୍ମାଣଂ ଶବ୍ଦ ପ୍ରୟୋଗ କରିଛନ୍ତି । ଯେଉଁମାନେ ବିଧିବିଧାନଯୁକ୍ତ ସମସ୍ତ କର୍ମକୁ ତ୍ୟାଗ କରି ଶରୀର, ମନ ଓ ଆତ୍ମାକୁ ଭଗବାନଙ୍କ ପ୍ରତି ସମର୍ପିତ କରିଥାଆନ୍ତି, ଏହା ସେ ସେମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏହିପରି ବ୍ୟକ୍ତିମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କର ସେବା ରୂପରେ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ସେମାନଙ୍କର ଭକ୍ତିଯୁକ୍ତ କର୍ମ ତାଙ୍କୁ ବନ୍ଧନରେ ପକାଏ ନାହିଁ ।\nଯେଉଁ କର୍ମ ନିଜ ସ୍ୱାର୍ଥ ପାଇଁ କରାଯାଇଥାଏ, ତାହାହିଁ କର୍ମ ବନ୍ଧନ କରାଏ । ଯେତେବେଳେ କୌଣସି କାର୍ଯ୍ୟ ଭଗବାନଙ୍କ ସୁଖ ପାଇଁ କରାଯାଏ, ତାହା କର୍ମ ପ୍ରତିକ୍ରିୟା ମୁକ୍ତ ହୋଇଥାଏ । ସେଗୁଡ଼ିକ, କୌଣସି ସଂଖ୍ୟାକୁ ୦ (ଶୂନ୍ୟ) ଦ୍ୱାରା ଗୁଣିତ କରିବା ପରି ଅଟେ । ଆମେ ଯଦି ୦କୁ ୧୦ରେ ଗୁଣନ କରିବା, ଫଳ ୦ ହେବ; ଯଦି ଆମେ ୦କୁ ୧୦୦୦ ସହିତ ଗୁଣନ କରିବା, ଫଳ ୦ ହିଁ ହେବ; ଏବଂ ଆମେ ଯଦି ୦କୁ ଏକ ନିୟୁତ ସହିତ ଗୁଣନ କରିବା, ତଥାପି ଫଳ ୦ ହେବ । ସେହିପରି ଜ୍ଞାନଯୁକ୍ତ ଆତ୍ମା ସଂସାରରେ କରୁଥିବା କର୍ମଦ୍ୱାରା ବାନ୍ଧିହୁଏ ନାହିଁ । କାରଣ ସେଗୁଡ଼ିକ ଯୋଗର ଅଗ୍ନିରେ ଭଗବାନଙ୍କୁ ଅର୍ପିତ ହୋଇଥାଏ, ଅର୍ଥାତ୍ ସେଗୁଡ଼ିକ ଭଗବାନଙ୍କ ସୁଖ ପାଇଁ କରାଯାଇଥାଏ । ଅତଏବ, ମହାପୁରୁଷମାନେ ସମସ୍ତ ପ୍ରକାରର କର୍ମ କରୁଥିଲେ ମଧ୍ୟ, କର୍ମ ବନ୍ଧନ ଦ୍ୱାରା ଆବଦ୍ଧ ହୁଅନ୍ତି ନାହିଁ ।" }, { "verseTitle": "Bhagavad Gita 4.42", "verse": "42", "chapter": 4, "lang": "or", "shloka": { "speaker": "", "sanskrit": "तस्मादज्ञानसम्भूतं हृत्स्थं ज्ञानासिनात्मनः।\n\nछित्त्वैनं संशयं योगमातिष्ठोत्तिष्ठ भारत ॥42॥", "text": "ତସ୍ମାଦଜ୍ଞାନସମ୍ଭୂତଂ ହୃତ୍‌ସ୍ଥଂ ଜ୍ଞାନାସିନାତ୍ମନଃ ।\nଛିତ୍ତ୍ୱେ÷ନଂ ସଂଶୟଂ ଯୋଗମାତିଷ୍ଠୋତ୍ତିଷ୍ଠ ଭାରତ ।। ୪୨।।", "audioLink": "https://www.holy-bhagavad-gita.org/public/audio/004_042.mp3" }, "wordMeanings": "ତସ୍ମାତ୍‌-ତେଣୁ; ଅଜ୍ଞାନ-ସମ୍ଭୂତଂ -ଅଜ୍ଞାନ-ଜାତ; ହୃତ୍‌ସ୍ଥଂ - ହୃଦୟରେ ଅବସ୍ଥିତ; ଜ୍ଞାନ -ଜ୍ଞାନ; ଅସିନା -ଶସ୍ତ୍ର ଦ୍ୱାରା; ଆତ୍ମନଃ - ଆତ୍ମାର, ଛିତ୍ୱା - ଛିନ୍ନକରି; ଏନଂ -ଏହାକୁ; ସଂଶୟଂ -ସଂଶୟ; ଯୋଗୀ -ଯୋଗରେ; ଆତିଷ୍ଠ - ଆଶ୍ରୟ ଗ୍ରହଣ କର; ଉତ୍ତିଷ୍ଠ -ଉଠ; ଭାରତ - ହେ ଭରତବଂଶଜ ।", "translation": { "text": "ତେଣୁ, ତୁମ ହୃଦୟରେ ଉପୁଜିଥିବା ଅବିଶ୍ୱାସକୁ ଜ୍ଞାନର ତରବାରୀରେ ଛିନ୍ନ କର । ହେ ଭାରତ ଶ୍ରେଷ୍ଠ! ନିଜକୁ କର୍ମ ଯୋଗରେ ସ୍ଥିତ କର । ଉଠ, ଠିଆ ହୁଅ ଏବଂ କର୍ମ କର ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C4-H-42.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/4.42.mp3" ] }, "commentary": "ଏଠାରେ ବ୍ୟବହୃତ ହୋଇଥିବା ହୃଦୟ ଶବ୍ଦଟି ଛାତି ଭିତରେ ଶରୀରରେ ରକ୍ତ ସଞ୍ଚାଳନ କରୁଥିବା ଭୌତିକ ଅଙ୍ଗକୁ ବୁଝାଏ ନାହିଁ । ବେଦ କହେ, ଭୌତିକ ମସ୍ତିଷ୍କ ଆମ ମୁଣ୍ଡ ଭିତରେ ରହେ କିନ୍ତୁ ସୂକ୍ଷ୍ମ ମନ ହୃଦୟ ଅଞ୍ଚଳରେ ରହିଥାଏ । ସେଥିପାଇଁ ଭଲପାଇବା ବା ଘୃଣା କରିବାରେ ବ୍ୟକ୍ତି ହୃଦୟରେ ବ୍ୟଥା ଅନୁଭବ କରେ । ଏହି ଦୃଷ୍ଟିରୁ, ଅନୁକମ୍ପା, ଭଲ ପାଇବା, ସହାନୁଭୂତି ଏବଂ ସମସ୍ତ ସୁ-ଆବେଗର ଉତ୍ସ ହୃଦୟ ଅଟେ । ତେଣୁ ଶ୍ରୀକୃଷ୍ଣ ଯେତେବେଳେ ହୃଦୟରେ ଉତ୍ପନ୍ନ ହେଉଥିବା ଶଙ୍କା କଥା କହୁଛନ୍ତି, ତା’ର ଅର୍ଥ ମନରେ ଉଠୁଥିବା ଶଙ୍କା । ଏହା ଅତି ସୂକ୍ଷ୍ମ ଯନ୍ତ୍ର ଯାହା ହୃଦୟ ଅଞ୍ଚଳରେ ରହିଥାଏ ।\nଅର୍ଜୁନଙ୍କର ଆଧ୍ୟାତ୍ମିକ ଗୁରୁ ଭୂମିକାରେ ରହି ଭଗବାନ ତାଙ୍କ ଶିଷ୍ୟଙ୍କୁ କର୍ମଯୋଗ ଦ୍ୱାରା କିପରି ଗଭୀର ଜ୍ଞାନ ପ୍ରାପ୍ତ କରିବେ, ସେହି ଶିକ୍ଷା ପ୍ରଦାନ କରିଛନ୍ତି । ସେ ବର୍ତ୍ତମାନ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ଜ୍ଞାନ ଓ ବିଶ୍ୱାସର ଉପଯୋଗ କରି ତାଙ୍କ ମନର ଶଙ୍କାକୁ ଦୂର କରନ୍ତୁ । ସେ କର୍ମ କରିବାକୁ ଆହ୍ୱାନ ଦେଉଛନ୍ତି ଏବଂ ଅର୍ଜୁନଙ୍କୁ ଜାଗ୍ରତ ହୋଇ କର୍ମଯୋଗୀ ଭାବରେ ତାଙ୍କର କର୍ମ କରିବାକୁ କହୁଛନ୍ତି । କର୍ମରୁ ବିରତ ହେବା ଏବଂ କର୍ମ କରିବା, ଏପରି ଦ୍ୱିବିଧ ନିର୍ଦ୍ଦେଶ ଅର୍ଜୁନଙ୍କ ମନରେ ତଥାପି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି, ଯାହା ସେ ପରବର୍ତ୍ତୀ ଅଧ୍ୟାୟର ପ୍ରାରମ୍ଭରେ ବ୍ୟକ୍ତ କରିଛନ୍ତି ।" } ] }