gita-chapter-3
{
"title": "ତୃତୀୟ ଅଧ୍ୟାୟ: କର୍ମ ଯୋଗ",
"chapterIntro": "ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯେ- ପ୍ରତ୍ୟେକ ଜୀବ ନିଜର ଅର୍ନ୍ତନିହିତ ଗୁଣ ଅନୁଯାୟୀ ପ୍ରତିକ୍ଷଣ କର୍ମ କରିବାକୁ ବାଧ୍ୟ ହୋଇଥାଆନ୍ତି ଏବଂ କେହି ମଧ୍ୟ ବିନା କର୍ମରେ ଗୋଟିଏ ବି ମୁହୁର୍ତ୍ତ ରହି ପାରିବେ ନାହିଁ । ଯେଉଁ ମାନେ ବାହ୍ୟ ରୂପରେ ତ୍ୟାଗ ପ୍ରଦର୍ଶନ କରି ଗେରୁଆ ବସ୍ତ୍ର ଧାରଣ କରନ୍ତି, କିନ୍ତୁ ଅନ୍ତରରେ କାମନା ଯୁକ୍ତ ଥାଆନ୍ତି, ସେମାନେ ପ୍ରତାରକ ଅଟନ୍ତି । ତାଙ୍କଠାରୁ ଶ୍ରେୟ ସେମାନେ ଅଟନ୍ତି, ଯିଏ କର୍ମଯୋଗ ପାଳନ ପୂର୍ବକ, ସମସ୍ତ ବାହ୍ୟ କର୍ମ ନିର୍ବାହ କରି, ଆନ୍ତରିକ ଭାବେ କାମନା ପରିତ୍ୟାଗ କରନ୍ତି । ଶ୍ରୀକୃଷ୍ଣ ପୁଣି ଗୁରୁତ୍ୱ ଦେଉଛନ୍ତି ଯେ, ଭଗବାନଙ୍କ ସୃଷ୍ଟିର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ, ସମସ୍ତ ପ୍ରାଣୀଙ୍କର ଏକ କର୍ତ୍ତବ୍ୟ ପୂରଣ କରିବାର ଦାୟୀତ୍ୱ ରହିଅଛି । ଆମେ ଯେତେବେଳେ ନିଜର କର୍ତ୍ତବ୍ୟକୁୁ ଭଗବାନଙ୍କର ଅନୁଗ୍ରହ ଭାବେ ପାଳନ କରୁ, ତାହାହିଁ “ଯଜ୍ଞ” ରେ ପରିଣତ ହୁଏ । ଯଜ୍ଞ ସ୍ୱର୍ଗର ଦେବତା ମାନଙ୍କୁ ସନ୍ତୁଷ୍ଟ କରିଥାଏ ଏବଂ ଦେବତାମାନେ ଆମକୁ ସଂସାରକିି ବୈଭବ ପ୍ରଦାନ କରିଥାଆନ୍ତି । ଯଜ୍ଞ ଦ୍ୱାରା ବୃଷ୍ଟି ହୁଏ ଏବଂ ବୃଷ୍ଟି ଶସ୍ୟ ଉତ୍ପାଦନ କରାଏ, ଯାହା ଜୀବନ ଧାରଣ ପାଇଁ ଆବଶ୍ୟକ ଅଟେ । ଯେଉଁମାନେ ଏହି ସୃଷ୍ଟିଚକ୍ରରେ ନିଜର ଦାୟୀତ୍ୱ ଗ୍ରହଣ କରନ୍ତି ନାହିଁ, ସେମାନେ ପାପିି ଅଟନ୍ତି । ସେମାନେ କେବଳ ନିଜର ଇନ୍ଦ୍ରିୟ ମାନଙ୍କର ସୁଖ ପାଇଁ ଜୀବନ ଧାରଣ କରିଥାଆନ୍ତି ଏବଂ ସେମାନଙ୍କର ଜନ୍ମ ବ୍ୟର୍ଥ ଅଟେ ।\nପୁନଶ୍ଚ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସାଧାରଣ ଜୀବପରି ତତ୍ତ୍ୱଦର୍ଶୀମାନେ, ଯେଉଁମାନେ କି ଆତ୍ମାରେ ସ୍ଥିତ ରହିଥାଆନ୍ତି, ଶାରୀରିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବାଧ୍ୟ ନୁହଁନ୍ତି, କାରଣ ଆତ୍ମିକ ସ୍ତରରେ ସେମାନେ ଉଚ୍ଚତର କର୍ତ୍ତବ୍ୟ ନିର୍ବାହ କରୁଥାଆନ୍ତି । ତଥାପି, ସେମାନଙ୍କର ସେହି ବାହ୍ୟ କର୍ମ ତ୍ୟାଗ, ସେମାନଙ୍କର ପଦାଙ୍କ ଅନୁସରଣ କରୁଥିବା ସାଧାରଣ ମନୁଷ୍ୟଙ୍କ ମନରେ ଦ୍ୱନ୍ଦ ଉତ୍ପନ୍ନ କରିଥାଏ । ସେଥିପାଇଁ ସଂସାର ସମ୍ମୁଖରେ ଆଦର୍ଶ ସ୍ଥାପନ କରିବା ଉଦ୍ଦେଶ୍ୟରେ ସେମାନେ କର୍ମ କରିଥାଆନ୍ତି, ଯଦିଓ ସେଥିରେ ତାଙ୍କର କୌଣସି ସ୍ୱାର୍ଥ ନିହିତ ନ ଥାଏ । ଏହା ଅଳ୍ପଜ୍ଞ ବ୍ୟକ୍ତିମାନଙ୍କୁୁ ସମୟ ପୂର୍ବରୁ ସେମାନଙ୍କର ବିହିତ କର୍ମ ତ୍ୟାଗ କରିବାରୁ ନିବୃତ୍ତ କରିଥାଏ । ଅତୀତରେ ସେହି ଉଦ୍ଦେଶ୍ୟରେ ଜନକ ଆଦି ତତ୍ତ୍ୱଦର୍ଶୀ ରାଜାମାନେ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରୁଥିଲେ ।\nଏହା ପରେ ଅର୍ଜୁନ ପଚାରୁଛନ୍ତି, ମନୁଷ୍ୟ ନିଜର ଅନିଚ୍ଛାସତ୍ୱେ, ବାଧ୍ୟ ହେଲାଭଳି, ପାପ କର୍ମ କାହିଁକି କରେ? ଉତ୍ତର ଦେବାକୁ ଯାଇ ପରମ ପୁରୁଷ ଭଗବାନ କହୁଛନ୍ତି ଯେ ସଂସାରର ସର୍ବଗ୍ରାସୀ ପାପମୟ ଶତ୍ରୁ କେବଳ କାମନା ହିଁ ଅଟେ । ଧୂଆଁ ଅଗ୍ନିକୁୁ ଏବଂ ଧୂଳି ଦର୍ପଣକୁ ଆବୃତ୍ତ କରି ଅସ୍ପଷ୍ଟ କରିଦେବା ପରି, କାମନା ବ୍ୟକ୍ତିର ଜ୍ଞାନକୁ ଆବୃତ୍ତକରି ବୁଦ୍ଧିକୁ ବାଟବଣା କରିଦିଏ । ଶେଷରେ ଶ୍ରୀକୃଷ୍ଣ ଉଦ୍ଘୋଷଣା କରି ଅର୍ଜୁନଙ୍କୁ କହୁଛନ୍ତି - ପାପର ମୁର୍ତ୍ତି ମାନ ସ୍ୱରୂପ, କାମନା ନାମକ ଏହି ଶତ୍ରୁର ବିନାଶ କରି, ଇନ୍ଦ୍ରିୟ ମନ ଓ ବୁଦ୍ଧିକୁୁ ନିଜର ବଶୀଭୂତ କର ।",
"verseList": [
{
"verseTitle": "Bhagavad Gita 3.1 – 3.2",
"verse": "1-2",
"chapter": 3,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nज्यायसी चेत्कर्मणस्ते मता बुद्धिर्जनार्दन । \n\nतत्किं कर्मणि घोरे मां नियोजयसि केशव ॥1॥\n\nव्यामिश्रेणेव वाक्येन बुद्धिं मोहयसीव मे ।\n\nतदेकं वद निश्चित्य येन श्रेयोऽहमाप्नुयाम् ॥2॥",
"text": "ଜ୍ୟାୟସୀ ଚେତ୍କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦ୍ଦନ ।\nତତ୍କିଂ କର୍ମଣି ଘୋରେ ମାଂ ନିୟୋଜୟସି କେଶବ ।।୧।।\nବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଧିଂ ମୋହୟସୀବ ମେ ।\nତଦେକଂ ବଦ ନିଶ୍ଟିତ୍ୟ ଯେନ ଶ୍ରେୟୋଽହମାପ୍ନୁୟାମ୍ ।।୨।।",
"audioLink": "https://www.holy-bhagavad-gita.org/public/audio/003_001-002.mp3"
},
"wordMeanings": "ଅର୍ଜୁନ ଉବାଚ-ଅର୍ଜୁନ କହିଲେ; ଜ୍ୟାୟସୀ-ଉନ୍ନତ; ଚେତ୍-ଯଦି; କର୍ମଣଃ-ଫଳଦାୟକ କର୍ମ; ତେ-ଆପଣଙ୍କର; ମତା-ବିଚାରରେ; ବୁଦ୍ଧିଃ- ବୁଦ୍ଧି; ଜନାର୍ଦ୍ଦନ-ଜନରକ୍ଷକ ଶ୍ରୀକୃଷ୍ଣ; ତତ୍-ତେବେ; କିଂ-କାହିଁକି; କର୍ମଣି-କର୍ମରେ; ଘୋରେ-ଭୟାନକ; ମାମ୍- ମୋତେ; ନିୟୋଜୟସି- ନିୟୋଜିତ କରିବା; କେଶବ- କେଶୀ ଦୈତ୍ୟର ନିଧନକାରୀ ଶ୍ରୀକୃଷ୍ଣ; ବ୍ୟାମିଶ୍ରେଣ-ସନ୍ଦିଗ୍ଧ ; ଇବ- ପରିି, ବାକ୍ୟେନ-କଥାରେ; ବୁଦ୍ଧିଂ- ବୁୁଦ୍ଧି ; ମୋହୟସି-ମୋହିତ ହେବା; ଇବ-ପରି ; ମେ - ମୋର ; ତତ୍ - ତେଣୁ ;ଏକଂ - ଏକମାତ୍ର; ବଦ- ଦୟାକରି କୁହନ୍ତୁ ; ନିଶ୍ଟିତ୍ୟ - ସ୍ଥିରକରି; ଯେନ - ଯାହାଦ୍ୱାରା; ଶ୍ରେୟାଃ - ପ୍ରକୃତ କଲ୍ୟାଣ ; ଅହମ୍ - ମୁଁ ; ଅପ୍ନୁୟାମ୍-ପ୍ରାପ୍ତ କରିପାରିବି ।",
"translation": {
"text": "ଅର୍ଜୁନ କହିଲେ, ହେ ଜନାର୍ଦ୍ଦନ! ଆପଣ ଯଦି ଜ୍ଞାନକୁ କର୍ମ ଠାରୁ ଶ୍ରେଷ୍ଠ ବୋଲି କହୁଛନ୍ତି, ତାହେଲେ ମୋତେ ଯୁଦ୍ଧ କରିବାକୁ କାହିଁକି କହୁଛନ୍ତି ? ଆପଣଙ୍କର ଅସ୍ପଷ୍ଟ ଉପଦେଶ ଦ୍ୱାରା ମୋର ବୁଦ୍ଧି ଭ୍ରମିତ ହୋଇ ଯାଉଅଛି । ଦୟା କରି ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ମାର୍ଗ କଥା କୁହନ୍ତୁ ଯାହା ଦ୍ୱାରା ମୁଁ ଉଚ୍ଚତମ ଲାଭ ପ୍ରାପ୍ତ କରିପାରିବି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-01.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.1.mp3",
"https://www.gitasupersite.iitk.ac.in/sites/default/files/audio/Purohit/3.2.mp3"
]
},
"commentary": "ପ୍ରଥମ ଅଧ୍ୟାୟର ପୃଷ୍ଠଭୂମି, ଅର୍ଜୁନଙ୍କର ଦୁଃଖ ଏବଂ ପଶ୍ଚାତାପ ଉତ୍ପନ୍ନ ହେବା ସହିତ ଆରମ୍ଭ ହୋଇଥିଲା, ଯାହାକି ଶ୍ରୀକୃଷ୍ଣଙ୍କୁ ଆଧ୍ୟାତ୍ମିକ ଉପଦେଶ ଦେବା ପାଇଁ ଏକ ଭୂମିକା ପ୍ରସ୍ତୁତ କରିଥିଲା । ଦ୍ୱିତୀୟ ଅଧ୍ୟାୟର ପ୍ରାରମ୍ଭରେ ସେ ଆତ୍ମାର ଅମରତ୍ୱ ବିଷୟରେ ଜ୍ଞାନ ପ୍ରଦାନ କଲେ । ତା ପରେ ସେ ଅର୍ଜୁନଙ୍କୁ ଜଣେ ଯୋଦ୍ଧାର କର୍ତ୍ତବ୍ୟ ବିଷୟରେ ସଚେତନ କରାଇଥିଲେ ଏବଂ କହିଲେ ଯେ, କର୍ତ୍ତବ୍ୟ ପାଳନରେ ଯଶ ଏବଂ ସ୍ୱର୍ଗ ପ୍ରାପ୍ତି ହେବ । ଅର୍ଜୁନଙ୍କୁ ଜଣେ କ୍ଷତ୍ରିୟର ବୃତ୍ତିଗତ କର୍ମ କରିବାକୁ ଉଦ୍ବୋଧନ ଦେଇ, ଶ୍ରୀକୃଷ୍ଣ ବର୍ତ୍ତମାନ ଏକ ଉଚ୍ଚତର ସିଦ୍ଧାନ୍ତର ପରିପ୍ରକାଶ କରୁଛନ୍ତି - କର୍ମଯୋଗର ବିଜ୍ଞାନ- ଏବଂ ଅର୍ଜୁନଙ୍କୁ କହୁଛନ୍ତି ଯେ, କର୍ମର ଫଳଠାରୁ ନିଜକୁ ଆସକ୍ତି ରହିତ କର । ଏହି ପରି ଭାବରେ ବନ୍ଧନ ସୃଷ୍ଟିକାରୀ କର୍ମ, ବନ୍ଧନ ଛିନ୍ନକାରୀ କର୍ମରେ ପରିଣତ ହେବ । ପ୍ରତିଫଳର ଆଶା ନ ରଖି କାର୍ଯ୍ୟ କରିବାକୁ ସେ ବୁଦ୍ଧିଯୋଗ ଭାବେ ବର୍ଣ୍ଣନା କରୁଛନ୍ତିା ଏହା ଦ୍ୱାରା ସେ ସୂଚିତ କରୁଛନ୍ତି ଯେ, ଦୃଢ ବୁଦ୍ଧି ଦ୍ୱାରା ମନକୁ ସଂସାରିକ ପ୍ରଲୋଭନରୁ ଦୂରେଇ ରଖିବା ଏବଂ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବୁଦ୍ଧିକୁ ଦୃଢ ଏବଂ ସ୍ଥିର କରିବା ଆବଶ୍ୟକ । ସେ କର୍ମ ତ୍ୟାଗ କରିବାକୁ କହୁନାହାଁନ୍ତି, ବରଂ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିବାକୁ କହୁଛନ୍ତି ।\nଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟକୁ ବୁଝି ନ ପାରି ଅର୍ଜୁନ ଭାବିଲେ ଯେ ଯଦି ଜ୍ଞାନ କର୍ମଠାରୁ ଶ୍ରେଷ୍ଠ ଅଟେ, ତେବେ ସେ କାହିଁକି ଯୁଦ୍ଧପରି ଏକ ଭୟାନକ କାର୍ଯ୍ୟ କରିବେ ? ତେଣୁ ସେ କହୁଛନ୍ତି, “ଆପଣଙ୍କର ବିରୋଧାତ୍ମକ ବକ୍ତବ୍ୟ ମୋର ବୁଦ୍ଧିକୁ ଭ୍ରମିତ କରିଦେଉଛି । ମୁଁ ଜାଣେ, ଆପଣ କୃପାଳୁ ଅଟନ୍ତି ଏବଂ ମୋତେ ଭ୍ରମିତ କରିବାକୁ ଆପଣ ଇଚ୍ଛା କରନ୍ତି ନାହିଁ, ତେଣୁ ଦୟାକରି ମୋର ଶଙ୍କା ଦୂର କରନ୍ତୁ । ”"
},
{
"verseTitle": "Bhagavad Gita 3.3",
"verse": "3",
"chapter": 3,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nलोकेऽस्मिन्द्विविधा निष्ठा पुरा प्रोक्ता मयानघ ।\n\nज्ञानयोगेन साङ्ख्यानां कर्मयोगेन योगिनाम् ॥3॥\n",
"text": "ଲୋକେଽସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ\nଜ୍ଞାନଯୋଗେନ ସାଂଖ୍ୟାନାଂ କର୍ମଯୋଗେନ ଯୋଗିନାମ୍ ।।୩।।",
"audioLink": "https://www.holy-bhagavad-gita.org/public/audio/003_003.mp3"
},
"wordMeanings": "ଶ୍ରୀ ଭଗବାନ୍ ଉବାଚ - ପରମପୁରୁଷ ଭଗବାନ କହିଲେ; ଲୋକେ- ସଂସାରରେ ; ଅସ୍ମିନ - ଏହି; ଦ୍ୱିବିଧା- ଦୁଇପ୍ରକାର; ନିଷ୍ଠା- ବିିଶ୍ୱାସ ;ପୁରା- ପୂର୍ବେ; ପ୍ରୋକ୍ତା- କୁହାଯାଇଛି; ମୟା - ମୋ ଦ୍ୱାରା ; ଅନଘ- ହେ ନିଷ୍ପାପ ; ଜ୍ଞାନଯୋଗେନ - ଜ୍ଞାନ ଯୋଗରେ ; ସାଂଖ୍ୟାନା- ସାଂଖ୍ୟବାଦୀ ମାନଙ୍କର ଅର୍ଥାତ୍ ମନନଶୀଳ ଦାର୍ଶନିକମାନଙ୍କର ; କର୍ମଯୋଗେନ - କର୍ମ ମାର୍ଗରେ ; ଯୋଗିନାମ୍ - ଯୋଗୀମାନଙ୍କର ।",
"translation": {
"text": "ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି : ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ ମାର୍ଗ ଏବଂ କର୍ମପ୍ରିୟ ବ୍ୟକ୍ତି ମାନଙ୍କ ପାଇଁ କର୍ମମାର୍ଗ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.3.mp3"
]
},
"commentary": "ଶ୍ରୀକୃଷ୍ଣ ଶ୍ଲୋକ ୨/୩୯ରେ ଆଧ୍ୟାତ୍ମିକ ଉତ୍କର୍ଷତା ହାସଲ କରିବା ପାଇଁ ଦୁଇଟି ମାର୍ଗର ବର୍ଣ୍ଣନା କରିଥିଲେ । ପ୍ରଥମ ମାର୍ଗଟି ହେଲା, ଆତ୍ମାର ସ୍ୱରୂପ ଏବଂ ଶରୀର ଠାରୁ ତାହାର ପ୍ରଭେଦର ବିଶ୍ଲେଷଣାତ୍ମକ ଅଧ୍ୟୟନ ଦ୍ୱାରା ଜ୍ଞାନ ଅର୍ଜନ । ଶ୍ରୀକୃଷ୍ଣ ଏହାକୁୁ ସାଂଖ୍ୟ ଯୋଗ ରୂପେ ଅଭିହିତ କରିଛନ୍ତି । ଦାର୍ଶନିକ ସ୍ୱଭାବର ବ୍ୟକ୍ତିମାନେ ଆତ୍ମଜ୍ଞାନ ପ୍ରାପ୍ତ କରିବା ପାଇଁ ବୌଦ୍ଧିକ ବିଶ୍ଳେଷଣର ଏହି ମାର୍ଗ ଚୟନ କରିଥାନ୍ତି ।\nଦ୍ୱିତୀୟ ମାର୍ଗରେ ଭଗବାନଙ୍କର ଭକ୍ତି ସହିତ କର୍ମ କରାଯାଇଥାଏ, ଯାହାକୁ କର୍ମଯୋଗ କୁହାଯାଏ । ଶ୍ରୀକୃଷ୍ଣ ପୁର୍ବ ଶ୍ଲୋକରେ ଏହାକୁ ବୁଦ୍ଧିଯୋଗ କହିଛନ୍ତି । ଏହି ପରି କର୍ମ ଅନ୍ତଃକରଣକୁ ଶୁଦ୍ଧ କରିଥାଏ ଏବଂ ଶୁଦ୍ଧ ଅନ୍ତଃକରଣରେ ଜ୍ଞାନର ଉଦୟ ହେବା ସ୍ୱାଭାବିକ ।\nଆଧ୍ୟାତ୍ମିକ ମାର୍ଗରେ ଆଗ୍ରହୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠି ଅନୁଧ୍ୟାନ ବା ଚିନ୍ତନରେ ରୁଚି ରଖନ୍ତି ଏବଂ ଅନ୍ୟ ଗୋଷ୍ଠିଟି କର୍ମ ପ୍ରତି ଆଗ୍ରହ ପ୍ରଦର୍ଶନ କରନ୍ତି । ସୁତରାଂ, ଭଗବତ୍ ପ୍ରାପ୍ତି ପାଇଁ ଯେଉଁ ଦିନଠାରୁ ଇଚ୍ଛା ସୃଷ୍ଟି ହୋଇଛି, ସେହି ଦିନ ଠାରୁ ଏହି ଦୁଇଟି ମାର୍ଗ ରହିଆସିଛି । ଶ୍ରୀକୃଷ୍ଣ ଉଭୟ ବିଷୟରେ ଆଲୋକପାତ କରିଛନ୍ତି, ଯେହେତୁ ତାଙ୍କର ସନ୍ଦେଶ ସମସ୍ତ ପ୍ରକାରର ଭାବଧାରା ଏବଂ ରୁଚି ସମ୍ପନ୍ନ ବ୍ୟକ୍ତି ମାନଙ୍କ ପାଇଁ ଉଦ୍ଦିଷ୍ଟ ।"
},
{
"verseTitle": "Bhagavad Gita 3.4",
"verse": "4",
"chapter": 3,
"lang": "or",
"shloka": {
"speaker": "",
"sanskrit": "न कर्मणामनारम्भान्नैष्कर्म्यं पुरुषोऽश्नुते ।\n\nन च संन्यसनादेव सिद्धिं समधिगच्छति ॥4॥",
"text": "ନ କର୍ମଣାମନାରମ୍ଭାନ୍ନୈଷ୍କର୍ମ୍ୟଂ ପୁରୁୁଷୋଽଶ୍ନୁତେ । \nନ ଚ ସଂନ୍ୟସନାଦେବ ସିଦ୍ଧିଂ ସମଧିଗଚ୍ଛତି ।।୪।।",
"audioLink": "https://www.holy-bhagavad-gita.org/public/audio/003_004.mp3"
},
"wordMeanings": "ନ- ବ୍ୟତୀତ; କର୍ମଣାମ୍ - କର୍ତ୍ତବ୍ୟ କର୍ମର; ଅନାରମ୍ଭାତ୍ - ଅନୁଷ୍ଠାନ ନ କଲେ; ନୈଷ୍କର୍ମ୍ୟ - ପ୍ରତିକ୍ରିୟାରୁ ମୁକ୍ତ; ପୁରୁଷ- ବ୍ୟକ୍ତି; ଅଶ୍ନୁତେ- ପ୍ରାପ୍ତହୁଏ; ନ - ନୁହେଁ ; ଚ- ମଧ୍ୟ; ସଂନ୍ୟସନାତ୍ - ତ୍ୟାଗ ବା ସନ୍ନ୍ୟାସ ଦ୍ୱାରା; ଏବ - କେବଳ ; ସିଦ୍ଧିି - ସିଦ୍ଧି ବା ସଫଳତା; ସମଧିଗଚ୍ଛତି- ପ୍ରାପ୍ତି ହୁଏ ।",
"translation": {
"text": "ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.4.mp3"
]
},
"commentary": "ଏହି ଶ୍ଲୋକର ପ୍ରଥମ ପଂକ୍ତି କର୍ମଯୋଗୀ (କର୍ମ ମାର୍ଗର ଅନୁସରଣକାରୀ) ଏବଂ ଦ୍ୱିତୀୟ ପଂକ୍ତି ସାଂଖ୍ୟଯୋଗୀ (ଜ୍ଞାନ ମାର୍ଗର ଅନୁସରଣକାରୀ)ଙ୍କ ପାଇଁ ଉଦ୍ଦିଷ୍ଟ ।\nଶ୍ଲୋକର ପ୍ରଥମ ଧାଡିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ, କେବଳ କର୍ମ ତ୍ୟାଗ କରିବା ଦ୍ୱାରା, କର୍ମ ଜନିତ ପ୍ରତିକ୍ରିିୟାରୁ ମୁକ୍ତି ମିଳେ ନାହିଁ; ମନ ଫଳ ଯୁକ୍ତ ଚିନ୍ତାରେ ଲାଗିି ରହିଥାଏ ଏବଂ ଯେହେତୁ ମାନସିକ କର୍ମ ବି ଗୋଟିଏ ପ୍ରକାର କର୍ମ ଅଟେ, ଶାରୀରିକ କର୍ମ ପରି ଏହା ମଧ୍ୟ ମନକୁ କର୍ମ ପ୍ରତିକ୍ରିୟାରେ ବାନ୍ଧିରଖେ । ଜଣେ ବାସ୍ତବିକ କର୍ମଯୋଗୀ, କର୍ମଫଳରେ ଆସକ୍ତି ନରଖି, କର୍ମ କରିବା ଉଚିତ୍ । ସେଥିପାଇଁ ବୁଦ୍ଧିକୁ ଜ୍ଞାନ ଦ୍ୱାରା ଋଦ୍ଧିମନ୍ତ କରିବା ଆବଶ୍ୟକ । ସୁତରାଂ, କର୍ମଯୋଗରେ ସଫଳତା ହାସଲ କରିବା ପାଇଁ ମଧ୍ୟ ଆଧ୍ୟାତ୍ମିକ ଜ୍ଞାନର.ଆବଶ୍ୟକତା ରହିଛି ।\nଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ସାଂଖ୍ୟଯୋଗୀ, କେବଳ ସଂସାର ତ୍ୟାଗ କରି ସନ୍ୟାସୀ ହୋଇଗଲେ ଜ୍ଞାନ ପ୍ରାପ୍ତି କରିପାରିବେ ନାହିଁ । ଜଣେ ଇନ୍ଦ୍ରିୟ ଭୋଗ ବସ୍ତୁର ତ୍ୟାଗ କରିପାରେ କିନ୍ତୁ ପ୍ରକୃତ ଜ୍ଞାନ ଉଦୟ ସେ ପର୍ଯ୍ୟନ୍ତ ହେବ ନାହିଁ, ଯେତେବେଳ ଯାଏଁ ମନ ଅଶୁଦ୍ଧ ରହିଛି । ପୂର୍ବ ଚିନନ୍ତକୁ ଦୋହରାଇବା ମନର ଏକ ସ୍ୱଭାବ ଅଟେ । ଏହି ପରି ବାରମ୍ବାର ଚିନ୍ତନ ମନରେ ଏକ ମାର୍ଗ ସୃଷ୍ଟି କରେ, ଯଦ୍ୱାରା ନୂତନ ଭାବନା ସେହି ମାର୍ଗରେ ଆମର ଅନିଚ୍ଛାସତ୍ତ୍ୱେ ପ୍ରବାହିତ ହେବାରେ ଲାଗେ । ପୂର୍ବ ଅଭ୍ୟାସ ବଶତଃ, ମାୟିକ ଚିନ୍ତନ ଦ୍ୱାରା କଳୁଷିତ ମନ ଆଶଙ୍କା, ମାନସିକ ଚାପ, ଭୟ, ଘୃଣା, ଇର୍ଷା, ବନ୍ଧନ ଏବଂ ମାୟିକ ଆବେଗର ପରିସର ଭୁକ୍ତ ଅନ୍ୟ ସମସ୍ତ ଦିଗରେ ଧାବମାନ ହୋଇଥାଏ । ଅତଏବ, ଶୁଦ୍ଧ ଜ୍ଞାନ ଅଶୁଦ୍ଧ ହୃଦୟରେ କେବଳ କର୍ମତ୍ୟାଗ ଦ୍ୱାର ସଂଚାରିତ ହୁଏ ନାହିଁ । ଏହା ଅନୁରୁପ କର୍ମ ସହିତ କରାଯିବା ଉଚିତ ଯେଉଁଥିରେ ମନ ଏବଂ ବୁୁଦ୍ଧି ଶୁଦ୍ଧ ହୋଇଥାଏ । ସୁତରାଂ, ସାଂଖ୍ୟଯୋଗର ସଫଳତା ପାଇଁ ମଧ୍ୟ କର୍ମର ଆବଶ୍ୟକତା ରହିଛି ।\nଏପରି କୁହାଯାଏ ଯେ, ସିଦ୍ଧାନ୍ତଜ୍ଞାନ ବିନା ଭକ୍ତି ଭାବ ପ୍ରବଣତା ଅଟେ ଏବଂ ଭକ୍ତି ବିନା ସିଦ୍ଧାନ୍ତଜ୍ଞାନ କେବଳ ବୈଦ୍ଧିକ ଅନୁମାନ ଅଟେ । କର୍ମ ଏବଂ ଜ୍ଞାନ ଉଭୟର ଆବଶ୍ୟକତା କର୍ମଯୋଗ ଏବଂ ସାଂଖ୍ୟଯୋଗରେ ରହିଅଛି । କେବଳ ଏହାର ଅନୁପାତରେ ପ୍ରଭେଦ ରହିଥାଏ, ଯାହାକି ଦୁଇଟି ମାର୍ଗକୁ ପୃଥକ କରେ ।"
},
{
"verseTitle": "Bhagavad Gita 3.5",
"verse": "5",
"chapter": 3,
"lang": "or",
"shloka": {
"speaker": "",
"sanskrit": "न हि कश्चित्क्षणमपि जातु तिष्ठत्यकर्मकृत् ।\n\nकार्यते ह्यवशः कर्म सर्वः प्रकृतिजैर्गुणैः ॥5॥",
"text": "ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠିତ୍ୟକର୍ମକୃତ୍ ।\nକାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।।୫।।",
"audioLink": "https://www.holy-bhagavad-gita.org/public/audio/003_005.mp3"
},
"wordMeanings": "ନ - ନୁହେଁ ; ହି- ନିଶ୍ଚିତଭାବେ; କଶ୍ଚିତ୍- କେହି ; କ୍ଷଣମ୍- କ୍ଷଣମାତ୍ର ; ଅପି - ମଧ୍ୟ; ଜାତୁ- କଦାଚିତ୍; ତିଷ୍ଠତି- ରହେ ; ଅକର୍ମକୃତ୍-କର୍ମ ବିନା; କାର୍ଯ୍ୟତେ - କର୍ମ କରିବାକୁ ବାଧ୍ୟ ହୁଏ; ହିି- ନିଶ୍ଚତ ଭାବେ; ଅବଶଃ- ଅସହାୟ ; କର୍ମ-କର୍ମ; ସ୍ୱର୍ବଃ- ସମସ୍ତ; ପ୍ରକୃତି ଜୈଃ- ଭୂତ ପ୍ରକୃତି ଜୈର୍ଗୁଣୈଃ- ଗୁଣରେ ।",
"translation": {
"text": "କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.5.mp3"
]
},
"commentary": "କେତେକ ବ୍ୟକ୍ତି ଭାବନ୍ତି ଯେ କର୍ମ କେବଳ ବୃତ୍ତିଗତ କର୍ମକୁ ବୁଝାଏ ଏବଂ ଦୈନନ୍ଦିନ କାର୍ଯ୍ୟ ଯେପରି କି ଖାଇବା, ପିଇବା, ଶୋଇବା, ଚାଲିବା ଏବଂ ଚିନ୍ତା କରିବା ଆଦିକୁ ବୁଝାଏ ନାହିଁ । ଏଣୁ ସେମାନେ ଯେତେବେଳେ ତାଙ୍କର ବୃତ୍ତିଗତ କର୍ମ ତ୍ୟାଗ କରନ୍ତି, ସେମାନେ ଭାବନ୍ତି ଯେ ସେମାନେ କୌଣସି କର୍ମ କରୁନାହାନ୍ତି କିନ୍ତୁ ଶ୍ରୀକୃଷ୍ଣ ଶରୀର, ମନ ଏବଂ ଜିହ୍ୱା ଦ୍ୱାରା କରାଯାଉଥିବା ସମସ୍ତ କ୍ରିୟାକୁ କର୍ମରୂପରେ ବିବେଚନା କରିଛନ୍ତି । ତେଣୁ ସେ ଅର୍ଜୁୁନଙ୍କୁ କହୁଛନ୍ତି, ସମ୍ପୂର୍ଣ୍ଣ କ୍ରିୟା ହୀନତା ଗୋଟିଏ କ୍ଷଣ ପାଇଁ ମଧ୍ୟ ସମ୍ଭବ ନୁହେଁ । ଆମେ ଯଦି କେବଳ ବସି ରହୁ ତାହା ମଧ୍ୟ ଏକ କ୍ରିୟା ଅଟେ । ଆମେ ଯଦି ଶୋଇଯାଉ ତାହା ମଧ୍ୟ ଏକ କ୍ରିୟା ଅଟେ । ନିଦ୍ରିତ ଅବସ୍ଥାରେ ମନ ସ୍ପପ୍ନ ଦେଖିବାରେ ଲାଗିଥାଏ । ତା ଛଡା, ନିଦ୍ରାବସ୍ଥାରେ ମଧ୍ୟ ଆମର ହୁତ୍ପିଣ୍ଡ ତଥା ଅନ୍ୟ ଅଙ୍ଗସବୁ କାର୍ଯ୍ୟ କରୁଥାଏ । ତେଣୁ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ମନୁଷ୍ୟ ପକ୍ଷରେ ନିଷ୍କ୍ରିୟତା ହାସଲ କରିବା ଏକ ଅସମ୍ଭବ ବ୍ୟାପାର ଅଟେ । କାରଣ ନିଜର ତ୍ରିଗୁଣ (ସତ୍ତ୍ୱ, ରଜୋ, ତମୋ) ଯୁକ୍ତ ସ୍ୱଭାବ ଅନୁସାରେ ଇନ୍ଦ୍ରିୟ-ମନ-ବୁଦ୍ଧି ସଂସାରରେ କାର୍ଯ୍ୟ କରିବାକୁ ବାଧ୍ୟ ଅଟନ୍ତି । ଶ୍ରୀମଦ୍ ଭାଗବତମ୍ରେ ଏହି ଅନୁରୁପ ଏକ ଶ୍ଲୋକ ଅଛି ।\nନ ହି କଶ୍ଚିତ୍ କ୍ଷଣମ୍ ଅପି ଯାତୁ ତିଷ୍ଠତ୍ୟକର୍ମକୃତ ।କାର୍ଯ୍ୟତେ ହ୍ୟବଶଃ କର୍ମ ଗୁଣୈଃ ସ୍ୱାଭାବିକୈର୍ ବଲାତ୍ । । (୬.୧.୫୩)\n“କୌଣସି ବ୍ୟକ୍ତି କ୍ଷଣିକ ପାଇଁ ମଧ୍ୟ ଅକର୍ମଣ୍ୟ ରହିପାରିବେ ନାହିଁ । ସମସ୍ତେ ନିଜର ଗୁଣ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ ଅଟନ୍ତି ।”"
},
{
"verseTitle": "Bhagavad Gita 3.6",
"verse": "6",
"chapter": 3,
"lang": "or",
"shloka": {
"speaker": "",
"sanskrit": "कर्मेन्द्रियाणि संयम्य य आस्ते मनसा स्मरन्।\n\nइन्द्रियान्विमूढात्मा मिथ्याचारः स उच्यते ॥6॥",
"text": "କର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସା ସ୍ମରନ୍ ।\nଇନ୍ଦ୍ରିୟାର୍ଥାନ୍ ବିମୂଢାତ୍ମା ମିଥ୍ୟାଚାରଃ ସ ଉଚ୍ୟତେ ।।୬।।",
"audioLink": "https://www.holy-bhagavad-gita.org/public/audio/003_006.mp3"
},
"wordMeanings": "କର୍ମ ଇନ୍ଦ୍ରିୟାଣି- ପାଞ୍ଚଟି କର୍ମେନ୍ଦ୍ରିୟ; ସଂଯମ୍ୟ - ଦମନକରି; ଯଃ-ଯିଏ; ଆସ୍ତେ- ରହେ; ମନସା- ମନରେ; ସ୍ମରନ୍-ସ୍ମରଣ କରି; ଇନ୍ଦ୍ରିୟ ଅର୍ଥାନ୍ - ଇନ୍ଦ୍ରିୟଭେଗ୍ୟ ବିଷୟ ବସ୍ତୁ; ବିମୂଢାତ୍ମା-ମୁଢ ବା ମୁର୍ଖଲୋକ; ମିଥ୍ୟାଚାରଃ- ପ୍ରତାରକ ବା ଛଳନାକାରୀ; ସଃ-ସେ; ଉଚ୍ୟତେ- କୁହାଯାଏ ।",
"translation": {
"text": "ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ମାନଙ୍କୁ ଦମନ କରିଥାନ୍ତି, କିନ୍ତୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ଗୁଡିକ ପ୍ରତି ଲାଳସା ରଖିଥାନ୍ତି, ସେମାନେ ନିଜକୁ ପ୍ରତାରଣା କରିଥାଆନ୍ତି ଏବଂ ସେମାନଙ୍କୁ ଶଠ ବ୍ୟକ୍ତି କୁହାଯିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.6.mp3"
]
},
"commentary": "ଅନେକ ସମୟରେ ଲୋକେ ସନ୍ୟାସ ଜୀବନ ପ୍ରତି ଆକୃଷ୍ଟ ହୋଇ ତାଙ୍କର ସାଂସାରିକ କର୍ମ ତ୍ୟାଗ କରିଥାନ୍ତି କିନ୍ତୁ ପରେ ଜଣାପଡେ ଯେ, ଏହି ତ୍ୟାଗ ଅନୁରୂପୀ ସେମାନଙ୍କର ମନ ଓ ବୁଦ୍ଧି ସଂସାରିକ ଭୋଗ ବସ୍ତୁ ଠାରୁ ଦୂରେଇ ଯାଇ ନାହିଁ । ଏହା ଏକ ବିରୋଧାତ୍ମକ ପରିସ୍ଥିତି ସୃଷ୍ଟି କରିଥାଏ, ଯେଉଁଠି ଜଣେ ବାହ୍ୟରୂପରେ ଧାର୍ମିକତା ପ୍ରଦର୍ଶନ କଲେ ମଧ୍ୟ ଅନ୍ତରରେ ଗୋଟିଏ ନିକୃଷ୍ଟ ମନୋଭାବ ଓ ଉଦ୍ଦେଶ୍ୟ ଯୁକ୍ତ ଜୀବନ ଯାପନ କରେ । ତେଣୁ ଏକ ମିଥ୍ୟା ସନ୍ୟାସ ଜୀବନ ଯାପନ କରିବା ଅପେକ୍ଷା ଜଣେ କର୍ମଯୋଗୀ ଭାବରେ ସଂସାରରେ ସଂଘର୍ଷର ସମ୍ମୁଖୀନ ହେବା ଶ୍ରେୟସ୍କର ଅଟେ । ସଂସାରର ସମସ୍ୟାଠାରୁ ସମୟ ପୂର୍ବରୁ ଦୂରେଇ ଯାଇ ସନ୍ୟାସ ଗ୍ରହଣ କରିବା, ଆତ୍ମାର ଉତ୍ଥାନ ନିମନ୍ତେ ଉପଯୁକ୍ତ ନୁହେଁ । ସନ୍ଥ କବୀର ବ୍ୟଙ୍ଗାତ୍ମକ ଭାବରେ କହୁଛନ୍ତି -\nମନ ନ ରଙ୍ଗାୟେ ହୋ ରଙ୍ଗାୟେ ଯୋଗୀ କପଡା ।ଜଟୱା ବଢାଏ ଯୋଗୀ ଧୁନିୟା ରମୌଲେ, ଦହିୟା ବଢାଏ ଯୋଗୀ ବନି ଗୟେ ବକରା ।\n“ହେ ଯୋଗୀ! ତୁମେ ସନ୍ୟାସର ଗେରୁଆ ବସ୍ତ୍ର ପରିଧାନ କରିଛ କିନ୍ତୁ ମନକୁ ବୈରାଗ୍ୟର ରଙ୍ଗରେ ରଙ୍ଗେଇବାରେ ଅବହେଳା କରିଛ । ତୁମେ ଲମ୍ବା ଜଟା ବଢାଇଛ ଏବଂ ଶରୀରରେ ପାଉଁଶ ବୋଳି ହୋଇଅଛ (ବୈରାଗ୍ୟ ଚିହ୍ନ ସ୍ୱରୂପ) କିନ୍ତୁ ଅନ୍ତରରେ ଭକ୍ତି ନ ଥାଇ ତୁମେ ଯେଉଁ ଦାଢୀ ବଢାଇଛ, ତାହା ଦ୍ୱାରା ତୁମେ ଗୋଟିଏ ଛେଳି ସଦୃଶ ଦେଖାଯାଉଛ ।”ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହୁଛନ୍ତି, ଯେଉଁମାନେ ବାହ୍ୟ ରୂପରେ ଇନ୍ଦ୍ରିୟ ବିଷୟ ପ୍ରତି ବୈରାଗ୍ୟ ପ୍ରଦର୍ଶନ କରି ମାନସିକ ସ୍ତରରେ ସେଥିରେ ଆସକ୍ତ ରହିଥାଆନ୍ତି, ସେମାନେ ଶଠ ଅଟନ୍ତି ଏବଂ ସେମାନେ ନିଜକୁ ହିଁ ଠକିି ଥାଆନ୍ତି ।\nଏହି ପ୍ରସଙ୍ଗରେ ପୁରାଣରେ ଗୋଟିଏ ସୁନ୍ଦର କାହାଣୀ ରହିଛି । ତବ୍ରିତ ଓ ସୁବ୍ରିତ ନାମକ ଦୁୁଇ ଭାଇ ଦିନେ ଘରୁ ଚାଲି ଚାଲି ମନ୍ଦିରକୁ ଭାଗବତ ପୁରାଣ ଶୁଣିବାକୁ ଯାଉଥିଲେ । ରାସ୍ତାରେ ପ୍ରବଳ ବୃଷ୍ଟି ହେବାରୁ ସମାନେ ନିକଟସ୍ଥ ଏକ ଘରକୁ ଆଶ୍ରୟ ନେବାକୁ ଗଲେ କିନ୍ତୁ ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ, ତାହା ଏକ ବେଶ୍ୟାଳୟ ଥିଲା ଏବଂ ସେଠାରେ ହୀନବର୍ଗର ରମଣୀମାନେ ସେମାନଙ୍କର ଅତିଥିମାନଙ୍କର ମନୋରଞ୍ଜନ ପାଇଁ ନୃତ୍ୟ କରୁଥିଲେ । ବଡଭାଇ ତବ୍ରିତଙ୍କୁ ତାହା ଭଲ ନ ଲାଗିବାରୁ ସେ ବାହାରକୁ ବାହାରି ମନ୍ଦିର ଅଭିମୁଖରେ ବର୍ଷାରେ ଅଗ୍ରସର ହେବାରେ ଲାଗିଲେ । ସାନ ଭାଇ ସୁବ୍ରିତ ଭାବିଲେ ବର୍ଷାରୁ ରକ୍ଷା ପାଇବାକୁ ଏଠାରେ କିଛି ସମୟ ବସିଗଲେ କିଛି କ୍ଷତି ନାହିଁ ।\nମନ୍ଦିରରେ ପହଞ୍ôଚ ତବ୍ରିତ ପ୍ରବଚନ ଶୁଣିବାକୁ ବସିଲେ କିନ୍ତୁ ମନେ ମନେ ସେ ଦୁଃଖିତ ହୋଇ ଚିନ୍ତା କରିବାରେ ଲାଗିଲେ, “ଏହା କେତେ ନୀରସ ଅଟେ । ମୁଁ ଗୋଟିଏ ମସ୍ତବଡ ଭୁଲ କରିଦେଲି । ବେଶ୍ୟାଳୟରେ ବସିଥିଲେ ଭଲ ହୋଇଥାଆନ୍ତା । ମୋ ଭାଇ ସେଠାରେ ଅମୋଦ ପ୍ରମୋଦ ଉପଭୋଗ କରୁଥିବ । ” ଅନ୍ୟପକ୍ଷରେ ସୁବ୍ରିିତ ଚିନ୍ତା କରିବାରେ ଲାଗିଲେ, “ମୁଁ ଏହି ପାପର ଗୃହରେ କାହିଁକି ରହିଲି? ମୋ ଭାଇ କେତେ ପବିତ୍ର, ସେ ଭାଗବତ ଜ୍ଞାନରେ ଆବଗାହନ କରୁଥିବେ । ମୁଁ ମଧ୍ୟ ବର୍ଷାକୁ ଖାତିର ନ କରି ସେଠାରେ ପହଞ୍ôଚ ପାରି ଥାଆନ୍ତି । ମୋର ଶରୀର ଲବଣ ପିତୁଳା ନୁହେଁ ଯେ ବର୍ଷାରେ ତରଳି ଯିବ ।”\nବର୍ଷା ବନ୍ଦ ହେବା ପରେ ଉଭୟେ ପରସ୍ପର ଦିଗରେ ଅଗ୍ରସର ହେବାକୁ ଲାଗିଲେ । ଯେଉଁ ମୁହୁର୍ତ୍ତରେ ସେମାନେ ପରସ୍ପରକୁ ଭେଟିିଲେ, ସେଇ ସମୟରେ ବଜ୍ରପାତ ହୋଇ ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୁତ୍ୟୁ ଘଟିଲା । ଯମଦୂତମାନେ ତବ୍ରିତକୁ ନର୍କକୁ ନେଇଯିବାକୁ ଆସିଲେ । ତବ୍ରିତ ଅଭିଯୋଗ କଲେ, “ଆପଣମାନେ ବୋଧହୁଏ ଭୂଲ କରୁଛନ୍ତି । ମୁଁ ତବ୍ରିତ ଅଟେ, କିଛି ସମୟ ପୂର୍ବରୁ ମୋ ଭାଇ ବେଶ୍ୟାଳୟରେ ବସିଥିଲା, ଆପଣ ତାଙ୍କୁ ନର୍କକୁ ନେବା ଉଚିତ୍” । ଯମଦୂତମାନେ ଉତ୍ତର ଦେଲେ, ଆମେ କୌଣସି ଭୁଲ କରୁନାହିଁ । ସେ ସେଠାରେ ବର୍ଷାରୁ ରକ୍ଷା ପାଇବା ପାଇଁ ବସିଥିଲେ ସତ, କିନ୍ତୁ ତାଙ୍କର ମନ ଭାଗବତ ପ୍ରବଚନ ଶୁଣିବାକୁ ବ୍ୟାକୁଳିତ ଥିଲା । ଅନ୍ୟ ପକ୍ଷରେ, ଆପଣ ପ୍ରବଚନ ଶୁଣିବାକୁ ବସିଥିଲେ ଅଥଚ ଆପଣଙ୍କର ମନ ବେଶ୍ୟାଳୟକୁ ଯିବାକୁ ବ୍ୟଗ୍ର ଥିଲା । ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଯାହା କହିଛନ୍ତି, ତବ୍ରିିତ୍ ତାହାହିଁ କରୁଥିଲା । ସେ ବାହ୍ୟରୂପରେ ଇନ୍ଦ୍ରିୟ-ବିଷୟକୁ ତ୍ୟାଗ କରିଥିଲେ ମଧ୍ୟ ମନ ମଧ୍ୟରେ ତାହାର ଚିନ୍ତନ କରୁଥିଲା । ଏହା ସଠିକ୍ ବୈରାଗ୍ୟ ନୁହେଁ । ପରବର୍ତ୍ତି ଶ୍ଲୋକରେ ବାସ୍ତବ ବୈରାଗ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ।"
},
{
"verseTitle": "Bhagavad Gita 3.7",
"verse": "7",
"chapter": 3,
"lang": "or",
"shloka": {
"speaker": "",
"sanskrit": "यस्त्विन्द्रियाणि मनसा नियम्यारभतेऽर्जुन।\n\nकर्मेन्द्रियैः कर्मयोगमसक्तः स विशिष्यते ॥7॥",
"text": "ଯସ୍ତୁ ଇନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।\nକର୍ମେନ୍ଦ୍ରିୟୈଃ କର୍ମଯୋଗମସକ୍ତଃ ସ ବିଶିଷ୍ୟତେ ।।୭।।",
"audioLink": "https://www.holy-bhagavad-gita.org/public/audio/003_007.mp3"
},
"wordMeanings": "ଯଃ-ଯେ; ତୁ - କିନ୍ତୁ; ଇନ୍ଦ୍ରିୟାଣି- ଇନ୍ଦ୍ରିୟ- ସମୂହ; ମନସା- ମନରେ; ନିୟମ୍ୟ- ସଂଯତ କରି; ଆରଭତେ- ଆରମ୍ଭକରେ; ଅର୍ଜୁନ- ହେ ଅର୍ଜୁନ; କର୍ମେନ୍ଦ୍ରିୟୈଃ- କର୍ମେନ୍ଦ୍ରୟମାନଙ୍କ ସାହାଯ୍ୟରେ; କର୍ମଯୋଗମ୍- କର୍ମଯୋଗ; ଅସକ୍ତଃ-ଅନାସକ୍ତ ଭାବରେ; ସଃ- ସେ; ବିଶିଷ୍ୟତେ- ଉତ୍କୃଷ୍ଠତର ଅଟେ ।",
"translation": {
"text": "ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି, କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି, ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.7.mp3"
]
},
"commentary": "ଏହି ଶ୍ଲୋକରେ ବ୍ୟବହୃତ କର୍ମଯୋଗ ଶବ୍ଦରେ ମୁଖ୍ୟତଃ ଦୁଇଟି ଚିନ୍ତାଧାରା ସମାହିତ ହୋଇଛି - କର୍ମ (ବୃତ୍ତିଗତ କର୍ତ୍ତବ୍ୟ) ଓ ଯୋଗ (ଭଗବାନଙ୍କ ସହ ଯୋଗ) । ତେଣୁ ସେହି ବ୍ୟକ୍ତି କର୍ମଯୋଗୀ ଅଟନ୍ତି, ଯିଏ ସାଂସାରିକ କାର୍ଯ୍ୟ ସମ୍ପାଦନ କରିବା ସହିତ ମନରେ ଭଗବାନଙ୍କର ଧ୍ୟାନ କରିଥାଆନ୍ତି । ଏପରି କର୍ମଯୋଗୀ ସଂସାରର ସମସ୍ତ କାର୍ଯ୍ୟ ନିର୍ବାହ କରୁଥିଲେ ସୁଦ୍ଧା କର୍ମ ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ । ଏହାର କାରଣ, କର୍ମ ନୁହେଁ, କର୍ମଫଳ ପ୍ରତି ମନର ଆସକ୍ତି ହିଁ ବନ୍ଧନ କାରକ ଅଟେ ଏବଂ କର୍ମଯୋଗୀର କର୍ମଫଳ ପ୍ରତି ଆସକ୍ତି ନ ଥାଏ । ଅନ୍ୟ ପକ୍ଷରେ, ଯେଉଁମାନେ କର୍ମ ତ୍ୟାଗ କରି ଆସକ୍ତି ତ୍ୟାଗ କରି ନ ଥାଆନ୍ତି, ସେହି କପଟୀ ତ୍ୟାଗୀମାନେ କର୍ମ ନିୟମରେ ବାନ୍ଧି ହୋଇଯାଆନ୍ତି ।\nସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ, ଯେଉଁ ବ୍ୟକ୍ତି ପାରିବାରିକ ଜୀବନ ଯାପନ କରି କର୍ମଯୋଗ ପାଳନ କରନ୍ତି, ସେମାନେ ମନରେ ଇନ୍ଦ୍ରିୟ ଭୋଗ ପ୍ରତି ଲାଳାୟୀତ ଥିବା କପଟୀ ତ୍ୟାଗୀମାନଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି । ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ଏହି ଦୁଇଟି ସ୍ଥିତିର ପ୍ରଭେଦ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି:\nମନ ହରିମେଁ ତନ ଜଗତ ମେଁ, କର୍ମଯୋଗ ୟେହି ଜାନ ।ତନ ହରି ମେଁ ମନ ଜଗତ ମେଁ, ୟହ ମହାନ ଅଜ୍ଞାନ ।ା (ଭକ୍ତି ଶତକ-ପଦ ୮୪)\n“ଯେତେବେଳେ ଜଣେ ବ୍ୟକ୍ତି ଶରୀର ଦ୍ୱାରା ସଂସାରର ସବୁ କାର୍ଯ୍ୟ କରି ମନକୁ ଭଗବାନଙ୍କ ଠାରେ ନିମଗ୍ନ ରଖିଥାଆନ୍ତି, ତାହା କର୍ମଯୋଗ ଅଟେ । ଅନ୍ୟ ପକ୍ଷରେ, ଶରୀର ଦ୍ୱାରା ଧର୍ମର ଅନୁଷ୍ଠାନ କରି ଯଦି ଜଣେ ମନକୁ ସଂସାରରେ ଆସକ୍ତ ରଖିଥାଆନ୍ତି, ତେବେ ତାହା ପ୍ରବଞ୍ଚନା ଅଟେ । ”"
},
{
"verseTitle": "Bhagavad Gita 3.8",
"verse": "8",
"chapter": 3,
"lang": "or",
"shloka": {
"speaker": "",
"sanskrit": "नियतं कुरु कर्म त्वं कर्म ज्यायो ह्यकर्मणः।\n\nशरीरयात्रापि च ते न प्रसिद्धयेदकर्मणः ॥8॥",
"text": "ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ ।\nଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧୈଦକର୍ମଣଃ ।।୮।।",
"audioLink": "https://www.holy-bhagavad-gita.org/public/audio/003_008.mp3"
},
"wordMeanings": "ନିୟତଂ- ନିରନ୍ତର; କୁରୁ - କର; କର୍ମ- କର୍ତ୍ତବ୍ୟ(କର୍ମ); ତ୍ୱଂ-ତୁମେ; କର୍ମ- କର୍ମ; ଜ୍ୟାୟଃ- ଉତ୍ତମ; ହି- ଅପେକ୍ଷା; ଅକର୍ମଣଃ- କର୍ମ ନ କରିିବା; ଶରୀର- ଶାରୀରିକ; ଯାତ୍ରା- ରକ୍ଷା; ଅପିି- ଏପିିରି; ଚ- ମଧ୍ୟ; ତେ - ତୁମର; ନ ପ୍ରସିଦ୍ଧ୍ୟେତ୍- ସମ୍ଭବ ନୁହେଁ; ଅକର୍ମଣଃ- କର୍ମ ବିନା ।",
"translation": {
"text": "ଏହିପରି ଭାବରେ ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର ଶରୀର ପୋଷଣ ମଧ୍ୟ ଅସମ୍ଭବ ହୋଇପଡିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.8.mp3"
]
},
"commentary": "ଯେର୍ଯ୍ୟନ୍ତ ମନ-ବୁଦ୍ଧି ଈଶ୍ୱରୀୟ ଚେତନାରେ ଉଦ୍ବୁଦ୍ଧ ନ ହୋଇଛି, କର୍ତ୍ତବ୍ୟ ପାଳନର ମନୋଭାବ ନେଇ ଶାରୀରିକ କର୍ମ କରିବା ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଲାଭଦାୟକ ହୋଇଥାଏ । ସୁତରାଂ, ବେଦ ମନୁଷ୍ୟର ମନ ଏବଂ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରିବା ପାଇଁ କର୍ମର ବିଧାନ କରିଛି । ବାସ୍ତବରେ, ଆଳସ୍ୟକୁୁ ଆଧ୍ୟାତ୍ମିକ ପଥର ସବୁଠାରୁ ବଡ ସମସ୍ୟା ଭାବରେ ଅଭିହିତ କରାଯାଇ ଥାଏ :\nଆଲସ୍ୟ ହି ମନୁଷ୍ୟାଣାମ୍ ଶରୀରସ୍ଥୋ ମହାନ୍ ରିପୁଃ ।ନାସ୍ତ୍ୟୁଦ୍ୟମସମୋ ବନ୍ଧୁଃ କୃତ୍ୱା ୟଂ ନାବସୀଦତି । ।\nଆଳସ୍ୟ ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ଅଟେ ଏବଂ ଏହା ତାହାର ଶରୀରରେ ନିବାସ କରୁଥିବା କାରଣରୁ ଅତ୍ୟଧିକ କ୍ଷତିକାରକ ଅଟେ । କର୍ମ ତାହାର ସର୍ବାଧିକ ନିର୍ଭରଯୋଗ୍ୟ ବନ୍ଧୁ ଏବଂ ପତନରୁ ରକ୍ଷା କରିବା ପାଇଁ ଏହା କବଚ ଅଟେ । ଏପରିକି ଖାଇବା, ଗାଧୋଇବା, ସ୍ୱାସ୍ଥ୍ୟ ରକ୍ଷା କରିବା ଆଦି ମୌଳିକ ଶାରୀରିକ କ୍ରିୟାରେ ମଧ୍ୟ କର୍ମର ଆବଶ୍ୟକତା ରହିଥାଏ । ଏହି ଆବଶ୍ୟକୀୟ କର୍ମ ଗୁଡିକୁ ନିତ୍ୟକର୍ମ କୁହାଯାଏ । ଶରୀର ରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଏହି ସବୁ ସାମାନ୍ୟ କର୍ମର ଉପେକ୍ଷା କରିବା ପ୍ରଗତିର ସଙ୍କେତ ନୁହେଁ ବରଂ ଆଳସ୍ୟର ଲକ୍ଷଣ ଅଟେ ଯାହା ଉଭୟ ଦେହ ଓ ମନକୁ ଦୁର୍ବଳ ଏବଂ ରୁଗ୍ଣ କରିଦେଇ ଥାଏ । ଅନ୍ୟ ପକ୍ଷରେ, ଗୋଟିଏ ସଯତ୍ନ ବର୍ଦ୍ଧିତ ପରିପୃଷ୍ଠ ଶରୀର ଆଧ୍ୟାତ୍ମିକ ପଥର ନିର୍ଭର ଯୋଗ୍ୟ ସହାୟକ ଅଟେ । ଅତଏବ, ନିଷ୍କ୍ରିୟ ଅବସ୍ଥା ଭୌତିକ ଅଥବା ଆଧ୍ୟାତ୍ମିକ କୌଣସି ପ୍ରକାରର ପ୍ରଗତିରେ ସହାୟକ ସିଦ୍ଧ ହୋଇ ନ ଥାଏ । ଆମ ନିଜ ଆତ୍ମାର ଉତ୍ଥାନ ପାଇଁ ଆମେ କର୍ତ୍ତବ୍ୟ ପାଳନ କରିବା ଉଚିତ୍, ଯାହା ଆମର ମନ ଓ ବୁଦ୍ଧିକୁ ଉନ୍ନତ ଓ ଶୁଦ୍ଧ କରିବ ।"
},
{
"verseTitle": "Bhagavad Gita 3.9",
"verse": "9",
"chapter": 3,
"lang": "or",
"shloka": {
"speaker": "",
"sanskrit": "यज्ञार्थात्कर्मणोऽन्यत्र लोकोऽयं कर्मबन्धनः \n\nतदर्थं कर्म कौन्तेय मुक्तसङ्गः समाचर ॥9॥",
"text": "ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ ।\nତଦର୍ଥଂ କର୍ମ କୈନ୍ତେୟ ମୁକ୍ତସଙ୍ଗଃ ସମାଚର ।।୯।।",
"audioLink": "https://www.holy-bhagavad-gita.org/public/audio/003_009.mp3"
},
"wordMeanings": "ଯଜ୍ଞାର୍ଥାତ୍ - କେବଳ ଯଜ୍ଞ କିମ୍ବା ବିଷ୍ଣୁଙ୍କ ନିମିତ୍ତ; କର୍ମଣଃ- କର୍ମ କରାଯିବ; ଅନ୍ୟତ୍ର- ଅନ୍ୟଥା; ଲୋକଃ- ସଂସାର; ଅୟଂ- ଏହି; କର୍ମ-ବନ୍ଧନଃ- କର୍ମବନ୍ଧନ; ତତ୍- ତାଙ୍କର (ଭଗବାନଙ୍କର); ଅର୍ଥଂ - ନିମିତ୍ତ; କର୍ମ- କର୍ମ; କୌନ୍ତେୟ- ହେ କୁନ୍ତି ପୁତ୍ର; ମୁକ୍ତ-ସଙ୍ଗଃ- ଆସକ୍ତି ରହିତ; ସମାଚର - ଠିକ୍ ଭାବରେ କର ।",
"translation": {
"text": "ସମସ୍ତ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ (ସମର୍ପଣ) ଭାବରେ କରାଯିବା ଉଚିିତ୍, ନଚେତ ତାହା ମାୟିକ ବନ୍ଧନ ସୃଷ୍ଟି କରିଥାଏ । ତେଣୁ ହେ କୁନ୍ତି ପୁତ୍ର! ତୁମେ ଫଳାସକ୍ତି ରହିତ ହୋଇ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ନିଜର ନିର୍ଦ୍ଧାରିତ କର୍ମ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.9.mp3"
]
},
"commentary": "ଜଣେ ଡକାୟତ ହାତରେ ଛୁରୀଟିଏ ଅନ୍ୟକୁ ଆତଙ୍କିତ କରିବା ଅଥବା ହତ୍ୟାକରିବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ, କିନ୍ତୁ ଜଣେ ସର୍ଜନଙ୍କ ହାତରେ ତାହା ଅନ୍ୟକୁୁ ଜୀବନ ଦାନ ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରିଥାଏ । ଛୁରିଟି ନିଜେ ଘାତକ ନୁହେଁ କି କଲ୍ୟାଣକାରୀ ନୁହେଁ, ଏହାର ପ୍ରଭାବ ଏହାର ବ୍ୟବହାର ଉପରେ ନିର୍ଭର କରିଥାଏ । ସେକ୍ସପିୟରଙ୍କର କଥନ ଅନୁଯାୟୀ, “ଭଲ କିମ୍ବା ମନ୍ଦ କିଛି ନାହିଁ, ସବୁ କିଛି ଆମର ଭାବନା ଉପରେ ନିର୍ଭର କରେ । ” ସେହିପରି କର୍ମ ସ୍ୱୟଂ ଭଲ କିମ୍ବା ମନ୍ଦ ନୁହେଁ ; ଆମର ମାନସିକତା ଏହାକୁ ବନ୍ଧନକାରକ ଅଥବା ଉତ୍ଥାନକାରକ କରାଇଥାଏ । ଇନ୍ଦ୍ରିୟ ସୁଖ ପାଇଁ ବା ଅହଂକାରର ସନ୍ତୋଷ ପାଇଁ କରାଯାଉଥିବା କର୍ମ ସଂସାରରେ ବନ୍ଧନ ସୃଷ୍ଟି କରିଥାଏ । ଅପର ପକ୍ଷେ, ପରମାତ୍ମାଙ୍କର ସୁଖ ଉଦ୍ଦେଶ୍ୟରେ ଯଜ୍ଞ ଭାବରେ କରାଯାଉଥିବା କର୍ମ ମାୟିକ ବନ୍ଧନରୁ ମୁକ୍ତି ପ୍ରଦାନ କରି ଭଗବତ୍ କୃପାକୁ ଆକର୍ଷିତ କରିଥାଏ । ଯେହେତୁ କର୍ମ କରିବା ଆମର ପ୍ରବୃତି, ଆମେ ଏହି ଦୁଇ ପ୍ରକାର କର୍ମ ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରକାରର କର୍ମ କରିବାକୁ ବାଧ୍ୟ ହୋଇଥାଉ । କର୍ମ ବିନା ଆମେ ଗୋଟିଏ ମୁହୁତ୍ତ୍ର୍ ବି ରହିପାରିବା ନାହିଁ କାରଣ ଆମର ମନ ସ୍ଥିର ନୁହେଁ ।\nକର୍ମକୁ ଆମେ ଯଦି ଭଗବାନଙ୍କର ସେବା ଭାବରେ ନ କରିବା, ତେବେ ଆମେ ତାହାକୁ ମନ ଏବଂ ଇନ୍ଦ୍ରିୟମାନଙ୍କର ସୁଖ ଉଦ୍ଦେଶ୍ୟରେ କରିବା ପାଇଁ ବାଧ୍ୟ ହେବା । ତା ପରିବର୍ତ୍ତେ ଆମେ ଯେତେବେଳେ ସମର୍ପଣର ଭାବ ରଖି କୌଣସି କାର୍ଯ୍ୟ କରିଥାଉ, ସେତେବେଳେ ଆମେ ସମଗ୍ର ସଂସାର ଏବଂ ସଂସାରର ସବୁ ବସ୍ତୁକୁ ଭଗବାନଙ୍କର ତଥା ଭଗବାନଙ୍କର ସେବା ନିମନ୍ତେ ଉଦ୍ଦିଷ୍ଟ ମନେ କରିଥାଉ । ପ୍ରଭୂ ଶ୍ରୀରାମଙ୍କର ପୂର୍ବଜ ରାଜା ରଘୁ ଏହାର ଏକ ଆଦର୍ଶ ସ୍ଥାପନ କରିଥିଲେ । ରଘୁ ବିଶ୍ୱଜିତ୍ ଯଜ୍ଞର ଆୟୋଜନ କରିଥିଲେ, ଯେଉଁଥିରେ ନିଜର ସମସ୍ତ ସମ୍ପଦକୁ ଦାନ କରାଯାଇ ଥାଏ ।\n“ସ ବିଶ୍ୱଜିତମ୍ ଆଜହ୍ରେ ଯଜ୍ଞମ୍ ସର୍ବସ୍ୱ ଦକ୍ଷିଣମ୍ଆଦାନଂ ହି ବିସର୍ଗାୟ ସତ୍ୟମଂ ବାରିମୁଚାମ୍ ଇବ”(ରଘୁବଂଶ,୪/୮୬)\n“ରଘୁ ଏକଥା ଚିନ୍ତା କରି ବିଶ୍ୱଜିତ୍ ଯଜ୍ଞର ଆୟୋଜନ କରିଥିଲେ ଯେ ମେଘ ଯେପରି ପୃଥିବୀରୁ ଆହରଣ କରିଥିବା ଜଳକୁ ନିଜ ପାଇଁ ବ୍ୟବହାର ନ କରି ପୃଥିବୀ ପୃଷ୍ଠରେ ବୃଷ୍ଟି କରିଥାଏ, ସେହିପରି ରାଜା ଭାବରେ ସର୍ବ ସାଧାରଣଙ୍କ ଠାରୁ କର ରୂପରେ ସଂଗ୍ରହ କରାଯାଇ ଥିବା ତାଙ୍କର ସବୁ ସମ୍ପତ୍ତି , ତାଙ୍କର ଉପଭୋଗ ପାଇଁ ନୁହେ,ଁ ବରଂ ଉଗବାନଙ୍କର ସୁଖ ନିମନ୍ତେ ଉଦ୍ଦିଷ୍ଟ ଅଟେ । ତଦ୍ୱାରା ସେ ନିଜ ପ୍ରଜାମାନଙ୍କର ସେବା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ସ୍ଥିର କଲେ । ” ଯଜ୍ଞ ପରେ ତାଙ୍କର ସମସ୍ତ ସମ୍ପତ୍ତି ସେ ରାଜ୍ୟବାସୀମାନଙ୍କୁୁ ଦାନ କରିଦେଲେ ଏବଂ ଜଣେ ଭିକ୍ଷୁକର ବେଶ ଧାରଣ କରି,ହାତରେ ମାଟି ପାତ୍ରଟିଏ ଧରି, ସେ ଭୋଜନ ପାଇଁ ଭିକ୍ଷା ମାଗିବାକୁ ବାହାରି ଗଲେ ।\nଗୋଟିଏ ବୃକ୍ଷମୁଳରେ ବିଶ୍ରାମ କରୁଥିବା ସମୟରେ, କିଛି ଲୋକ ଏପରି ଆଲୋଚନା କରୁଥିବାର ସେ ଶୁଣିବାକୁ ପାଇଲେ । “ ଆମ ରାଜା ବହୁତ ବଡ ଦାନୀ ଅଟନ୍ତି । ସେ ନିଜର ସବୁକିଛି ଦାନ କରି ଦେଇଛନ୍ତି ।” ନିଜର ପ୍ରଶଂସା ଶୁଣି ରଘୁ କ୍ଷୁବ୍ଧ ହୋଇ ପଚାରିଲେ “ଆପଣ ମାନେ କ’ଣ ଆଲୋଚନା କରୁଛନ୍ତି ? ” ସେମାନେ ଉତ୍ତର ଦେଲେ, “ଆମେ ଆମ ରାଜାଙ୍କର ଯଶଗାନ କରୁଅଛୁ । ସାରା ସଂସାରରେ ତାଙ୍କ ସମତୁଲ୍ୟ ଦାନବୀର ଆଉ କେହି ନାହାନ୍ତି ।” ରଘୁ ପ୍ରତିବାଦ କରି ଉଠିଲେ, “ଆଉ କେବେ ସେକଥା କହିବେ ନାହିଁ । ରଘୁ କିଛି ଦେଇନାହାନ୍ତି ।” ସେମାନେ କହିଲେ “ଆପଣ କିପରି ବ୍ୟକ୍ତି ଅଟନ୍ତି, ଯିଏ ଆମ ରାଜାଙ୍କର ସମାଲୋଚନା କରୁଛନ୍ତି ? ସମସ୍ତେ ଜାଣନ୍ତି ରଘୁ ତାଙ୍କର ସର୍ବସ୍ୱ ଦାନ କରିଛନ୍ତି ।” ରଘୁ ଉତ୍ତର ଦେଲେ, “ଯାଅ, ତୁମ ରାଜାଙ୍କୁ ପଚାର, ସେ ଯେତେବେଳେ ଏ ସଂସାରକୁ ଆସିଥିଲେ ତାଙ୍କ ପାଖରେ କିଛି ଥିଲା କି ? ସେ ଶୂନ୍ୟ ହସ୍ତରେ ଜନ୍ମ ହୋଇଥିଲେ କି ନାହିଁ ? ତା ହେଲେ ତାଙ୍କର ବୋଲି କ’ଣ ଥିଲା ଯେ ସେ ଦାନ କରିଦେଲେ ?”\nଏହା ହିଁ କର୍ମଯୋଗ ର ମହତ୍ୱ, ଯେଉଁଥିରେ ଜଣେ ଅନୁଭବ କରେ ଯେ ଏ ସଂସାରର ସବୁ କିଛି ଭଗବାନଙ୍କର ହିଁ ଅଟେ, ତେଣୁ ସେସବୁ ତାଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ତାପରେ ଆମେ ଯାହା କିଛି କରିଥାଉ, ସେସବୁ ନିଜର ମନ ଏବଂ ଇନ୍ଦ୍ରିୟଙ୍କୁ ସୁଖ ଦେବା ଉଦ୍ଦେଶ୍ୟରେ ନ କରି ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରିଥାଉ । ଭଗବାନ ବିଷ୍ଣୁ ପ୍ରଚେଷ୍ଟାମାନଙ୍କୁ ଏହି ଉପଦେଶ ଦେଇଥିଲେ:\nଗୃହେଷ୍ୱ ଆବିଶତାଂ ଚାପିି ପୁଂସାଂ କୁଶଲ-କର୍ମଣାମ୍ ।ମଦ୍-ବାର୍ତା-ଯାତ-ୟାମାନାଂ ନ ବନ୍ଧାୟ ଗୃହା ମତାଃ । । (ଭାଗବତମ୍ ୪-୩୦-୧୯)\n“ସିଦ୍ଧ କର୍ମଯୋଗୀମାନେ, ତାଙ୍କର ଦୈନନ୍ଦିନ ଗୃହସ୍ଥ କର୍ମ କରୁଥିଲେ ମଧ୍ୟ, ମୋତେ ସମସ୍ତ କର୍ମର ଉପଭୋକ୍ତା ରୂପରେ ହୃଦୟଙ୍ଗମ କରି, ତାଙ୍କର ସମସ୍ତ କର୍ମକୁ ମୋର ଯଜ୍ଞ ଭାବରେ କରିଥାନ୍ତି । ଅବସର ସମୟରେ ସେମାନେ ମୋର ଯଶକଥା ଶ୍ରବଣ ଏବଂ ଗାନ କରିଥାନ୍ତି । ସେପରି ବ୍ୟକ୍ତି ସଂସାରରେ ରହି ମଧ୍ୟ କର୍ମବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।”"
},
{
"verseTitle": "Bhagavad Gita 3.10",
"verse": "10",
"chapter": 3,
"lang": "or",
"shloka": {
"speaker": "",
"sanskrit": "सहयज्ञाः प्रजाः सृष्ट्वा पुरोवाच प्रजापतिः।\n\nअनेन प्रसविष्यध्वमेष वोऽस्त्विष्टकामधुक्॥10॥",
"text": "ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।\nଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।।୧୦।।",
"audioLink": "https://www.holy-bhagavad-gita.org/public/audio/003_010.mp3"
},
"wordMeanings": "ସହ- ସହ; ଯଜ୍ଞଃ- ଯଜ୍ଞମାନ; ପ୍ରଜାଃ- ପ୍ରଜା; ସୃଷ୍ଠ୍ୱା- ସୃଷ୍ଟିକରି; ପୁରା- ପୂର୍ବେ; ଉବାଚ- କହିଲେ; ପ୍ରଜାପତି-(ପ୍ରଜାପତିି) ପ୍ରାଣୀମାନଙ୍କର ପ୍ରଭୂ; ଅନେନ- ଏହାଦ୍ୱାରା; ପ୍ରସବିଷ୍ୟଧ୍ୱମ୍ - ଅଧିକରୁ ଅଧିକ ସମୃଦ୍ଧିଶାଳୀ ହୁଏ; ଏଷଃ- ନିଶ୍ଚିିତ୍ ଭାବେ; ବଃ-ତୁମ୍ଭମାନଙ୍କର; ଅସ୍ତୁ- ହେଉ; ଇଷ୍ଟ-ସମସ୍ତ କାମନା; କାମଧୁକ୍ - ଇଚ୍ଛା ପ୍ରଦାନକାରୀ ।",
"translation": {
"text": "ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.10.mp3"
]
},
"commentary": "ପ୍ରକୃତିର ପ୍ରତ୍ୟେକ ଉପାଦାନ ଭଗବାନଙ୍କ ସୃଷ୍ଟିର ଅପରିହାର୍ଯ୍ୟ ଅଂଶ ଅଟନ୍ତି । ଏହି ପ୍ରଣାଳୀରେ ପ୍ରତିଟି ଅଂଶ ତା’ର ଅଂଶୀ ପ୍ରତି (ଯାହାଠାରୁ ତାହାର ଉତ୍ପତ୍ତି) ଆକର୍ଷିତ ହୋଇଥାନ୍ତି ତଥା ପ୍ରତିଫଳ ଦେଇଥାନ୍ତି । ସୂର୍ଯ୍ୟ ପୃଥିବୀକୁ ସ୍ଥିରତା ଦେଇଥାନ୍ତି ଏବଂ ପ୍ରାଣୀ ମାନଙ୍କ ଜୀବନ ଧାରଣ ପାଇଁ ଉତ୍ତାପ ଓ ଆଲୋକ ପ୍ରଦାନ କରିଥାନ୍ତି । ଆମ୍ଭମାନଙ୍କର ପୋଷଣ ପାଇଁ, ସୃଷ୍ଟି ତାର ମୃତ୍ତିକାରେ ଖାଦ୍ୟ ସୃଷ୍ଟି କରେ ଏବଂ ଏକ ସଭ୍ୟ ଜୀବନ ଯାପନ ପାଇଁ ତାର ଗର୍ଭରେ ବିଭିନ୍ନ ଖଣିଜ ପଦାର୍ଥ ଧାରଣ କରିଥାଏ । ବାୟୁ ଆମର ଶରୀରରେ ଜୀବନୀ ଶକ୍ତି ପ୍ରବାହିତ କରିଥାଏ ଏବଂ ଶବ୍ଦ ଶକ୍ତିର ସଂଚାରରେ ସାହାଯ୍ୟ କରିଥାଏ । ଆମେ ସବୁ ମନୁଷ୍ୟମାନେ ମଧ୍ୟ ଭଗବାନଙ୍କ ସୃଷ୍ଟିର ଅବିଚ୍ଛେଦ୍ୟ ଅଂଶ ଅଟୁ । ଯେଉଁ ବାୟୁକୁ ଆମେ ଶ୍ୱାସ ରୂପରେ ଗ୍ରହଣ କରିଥାଉ, ଯେଉଁ ଧରଣୀ ଉପରେ ଆମେ ପଦଚାଳନା କରିଥାଉ, ଯେଉଁ ଜଳକୁ ଆମେ ପାନ କରିଥାଉ, ଯେଉଁ ଆଲୋକ ଆମର ଦିନକୁ ଉଦ୍ଭାସିତ କରିଥାଏ, ସେସବୁ ଆମ ପ୍ରତି ପ୍ରକୃତିର ଦାନ ଅଟେ । ଆମର ଜୀବନ ଧାରଣ ପାଇଁ ଏହି ସବୁ ଦାନ ଗ୍ରହଣ କରିବା ସହିତ ଆମର ମଧ୍ୟ ଏହି ସମ୍ପୂର୍ଣ୍ଣ ପ୍ରଣାଳୀ ପ୍ରତି କର୍ତ୍ତବ୍ୟ ରହିଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ଉଗବାନଙ୍କ ସେବାରେ ନିଜର ନିର୍ଦ୍ଧାରିତ କର୍ମ କରି, ସୃଷ୍ଟି ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବା ଆମର ନୈତିକ ଦାୟୀତ୍ୱ ଅଟେ । ଆମ୍ଭମାନଙ୍କଠାରୁ ସେ ଏହି ଯଜ୍ଞ ଆଶା କରନ୍ତି ।\nହାତର ଉଦାହରଣ ବିଚାର କରନ୍ତୁ, ଏହା ଶରୀରର ଅବିଚ୍ଛେଦ୍ୟ ଅଂଶ ଅଟେ । ଏହା ଶରୀର ଠାରୁ ରକ୍ତ - ଅମ୍ଲଜାନ - ଖାଦ୍ୟ ଇତ୍ୟାଦି ପୋଷକ ତତ୍ତ୍ୱ ଗ୍ରହଣ କରେ । ପ୍ରତିବଦଳରେ ଏହା ଶରୀର ପାଇଁ ଆବଶ୍ୟକ କାର୍ଯ୍ୟ କରିଥାଏ । ହାତ ଯଦି ଏହି ସେବାକୁ ବୋଝ ଭାବିବ ଏବଂ ଶରୀର ଠାରୁ ଅଲଗା ହେବାକୁ ଚିନ୍ତା କରିବ, ତେବେ ତାହା ଅଳ୍ପ ସମୟ ପାଇଁ ମଧ୍ୟ ଜୀବିତ ରହି ପାରିବ ନାହିଁ । ଶରୀର ପ୍ରତି ଏହି ଯଜ୍ଞ ପାଳନ ତା’ର ନିଜ ସ୍ୱାର୍ଥ ମଧ୍ୟ ପୂରଣ କରିଥାଏ । ସେହି ପରି, ଆମେସବୁ ଜୀବ ପରମାତ୍ମାଙ୍କର କ୍ଷୁଦ୍ର ଅଂଶ ଅଟୁ ଏବଂ ଏହି ବିଶାଳ ଯୋଜନାରେ ଆମ ସମସ୍ତଙ୍କର ଏକ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି । ଆମେ ଯେତେବେଳେ ତାଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରୁ, ଆମ ନିଜର ସ୍ୱାର୍ଥ ସ୍ୱାଭାବିକ ଭାବେ ପୂରଣ ହୋଇଯାଏ ।\nସାଧାରଣତଃ ଯଜ୍ଞ ଅଗ୍ନି ତର୍ପଣକୁ ବୁଝାଇଥାଏ । ଭଗବତ୍ ଗୀତାରେ, ଭଗବାନଙ୍କୁ ଅର୍ପଣ କରି କରାଯାଉଥିବା ଶାସ୍ତ୍ର ନିର୍ଦ୍ଧାରିତ ସମସ୍ତ କର୍ମକୁ ଯଜ୍ଞ ଭାବରେ ଅଭିହିତ କରାଯାଇଛି ।"
},
{
"verseTitle": "Bhagavad Gita 3.11",
"verse": "11",
"chapter": 3,
"lang": "or",
"shloka": {
"speaker": "",
"sanskrit": "देवान्भावयतानेन ते देवा भावयन्तु वः ।\n\nपरस्परं भावयन्तः श्रेयः परमवाप्स्यथ ॥11॥",
"text": "ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।\nପରସ୍ୱରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍ସ୍ୟଥ ।।୧୧।।",
"audioLink": "https://www.holy-bhagavad-gita.org/public/audio/003_011.mp3"
},
"wordMeanings": "ଦେବାନ୍ - ଦେବତାମାନେ; ଭାବୟତ - ଖୁସିହେବେ; ଅନେନ- ଏହି ଯଜ୍ଞଦ୍ୱାରା; ତେ- ସେମାନେ; ଦେବାଃ- ଦେବତାମାନେ; ଭାବୟନ୍ତୁ- ଖୁସିହେବେ; ବଃ- ତୁମ୍ଭମାନଙ୍କୁ; ପରସ୍ପରଂ- ପରସ୍ପରକୁ; ଭାବୟନ୍ତଃ- ଖୁସିକରି; ଶ୍ରେୟଃ- କଲ୍ୟାଣ; ପରମ- ପରମ;, ଅବାପ୍ସ୍ୟଥ- ପ୍ରାପ୍ତ କରିବ ।",
"translation": {
"text": "ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.11.mp3"
]
},
"commentary": "ସ୍ୱର୍ଗର ଦେବତା ଗଣ ବିଶ୍ୱ ପରିଚାଳନାର ଦାୟିତ୍ୱ ନିର୍ବାହ କରନ୍ତି । ଭଗବାନ ବିଶ୍ୱ ପ୍ରବନ୍ଧନର କ୍ରିୟା ଏମାନଙ୍କ ମାଧ୍ୟମରେ କରିଥାଆନ୍ତି । ଦେବତା ମାନେ ମାୟିକ ଜଗତ ଅନ୍ତର୍ଗତ ଅପେକ୍ଷାକୃତ ଉଚ୍ଚ କକ୍ଷରେ ନିବାସ କରନ୍ତି, ଯାହାକୁ ସ୍ୱର୍ଗ ବା ସ୍ୱର୍ଗ ଲୋକ କୁହାଯାଏ । ଦେବତାମାନେ ଭଗବାନ ନୁହଁନ୍ତି, ସେମାନେ ଆମ୍ଭମାନଙ୍କ ପରି ଜୀବ ଅଟନ୍ତି । ବିଶ୍ୱର ପରିଚାଳନା ନିମନ୍ତେ ସେମାନେ ନିର୍ଦ୍ଦିଷ୍ଟ ପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି । ଯେ କୌଣସି ଦେଶର ରାଷ୍ଟ୍ର ସରକାରଙ୍କୁ ଉଦାହରଣ ଭାବରେ ନିଅନ୍ତୁ । ସେଥିରେ ଜଣେ ରାଜ୍ୟ ସଚିବ, ଜଣେ ରାଜକୋଷ ସଚିବ, ଜଣେ ରକ୍ଷା ସଚିବ, ଏବଂ ଜଣେ ମହାନ୍ୟାୟବାଦୀ ଇତ୍ୟାଦି ରହିଥାଆନ୍ତି । ଏସବୁ ପଦବୀ ଅଟେ ଏବଂ ନିର୍ଦ୍ଦିଷ୍ଟ ବ୍ୟକ୍ତି ସେହି ପଦବୀକୁ ସୀମିତ ଅବଧି ପାଇଁ ଧାରଣ କରିଥାଆନ୍ତି । କାର୍ଯ୍ୟକାଳ ଶେଷ ହୋଇଯିବା ପରେ, ସରକାର ବଦଳି ଯାଏ ଏବଂ ତା’ ସହିତ ପଦବୀଧାରୀ ମାନେ ମଧ୍ୟ ବଦଳି ଯାଆନ୍ତି । ସେହିପରି, ବିଶ୍ୱ ପରିଚାଳନା କ୍ଷେତ୍ରରେ ମଧ୍ୟ ଅଗ୍ନି ଦେବ, ବାୟୁ ଦେବ, ବରୁଣ ଦେବ (ସମୁଦ୍ର ଦେବତା), ଇନ୍ଦ୍ର ଦେବ (ଦେବତାମାନଙ୍କର ରାଜା ) ଆଦି ଭିନ୍ନ ଭିନ୍ନ ପଦବୀ ରହିଛି । ପୂର୍ବ ଜନ୍ମର ପୁଣ୍ୟ କର୍ମ ଆଧାରରେ ମନୋନୀତ ଜୀବାତ୍ମା ନିର୍ଦ୍ଧାରିତ କାଳ ପାଇଁ ଏହି ସବୁ ପଦବୀରେ ରହି ବିଶ୍ୱ ବ୍ୟାପାରର ପରିଚାଳନା କରିଥାଆନ୍ତି ।\nଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଦରେ ଅନେକ ରୀତି ଏବଂ ପ୍ରଥାର ବର୍ଣନା କରାଯାଇଛି, ଯାହାର ଫଳ ସ୍ୱରୂପ ଦେବତାମାନେ ଭୌତିକ ସମୃଦ୍ଧି ପ୍ରଦାନ କରିଥାଆନ୍ତି କିନ୍ତୁ ବୃକ୍ଷର ମୂଳରେ ପାଣି ଢାଳିଲେ ଯେପରି ତାହା ବୃକ୍ଷର ଫୁଲ, ଫଳ, ପତ୍ର, ଶାଖା, ଉପଶାଖା ଆଦିକୁ ପୋଷଣ ଯୋଗାଇ ଥାଏ, ଠିକ୍ ସେହିପରି, ପରମ ପୁରୁଷ ଭଗବାନଙ୍କର ସନ୍ତୋଷ ପାଇଁ ଆମେ ଯେତେବେଳେ ଯଜ୍ଞର ଅନୁଷ୍ଠାନ କରିଥାଉ, ତଦ୍ୱାରା ଦେବତାମାନେ ମଧ୍ୟ ଆପେ ଆପେ ସନ୍ତୁଷ୍ଟ ହୋଇଯାଆନ୍ତି । ସ୍କନ୍ଧ ପୁରାଣ ଅନୁଯାୟୀ:\nଅର୍ଚ୍ଚିତେ ଦେବ ଦେବେଶେ ଶଙ୍ଖ ଚକ୍ର ଗଦାଧରେ ।ଅର୍ଚ୍ଚିତାଃ ସର୍ବେ ଦେବାଃ ସ୍ୟୁର୍ ଯତଃ ସର୍ବ ଗତେ ହରିଃ । ।\nପରମ ପୁରୁଷ ଶ୍ରୀ ବିଷ୍ଣୁଙ୍କର ଉପାସନା କରି, ଆମେ ସ୍ୱତଃ ସବୁ ଦେବାଦେବୀଙ୍କର ଉପାସନା କରିଥାଉ, କାରଣ ସେମାନେ ନିଜର ସବୁ ଶକ୍ତି ଶ୍ରୀହରିଙ୍କ ଠାରୁ ହିଁ ପ୍ରାପ୍ତ କରିଥାଆନ୍ତି । ଅତଏବ, ଯଜ୍ଞ ସ୍ୱାଭାବିକ ଭାବରେ ସବୁ ଦେବଦେବୀଙ୍କୁ ତୃପ୍ତ କରିଥାଉ, ଯେଉଁମାନେ କି ପ୍ରକୃତିର ସମସ୍ତ ଉପାଦାନକୁ ପ୍ରାଣୀ ସମୁଦାୟର ଅନୁକୂଳ କରି ସମସ୍ତଙ୍କ ପାଇଁ ସମୃଦ୍ଧି ଆଣି ଦେଇଥାଆନ୍ତି ।"
},
{
"verseTitle": "Bhagavad Gita 3.12",
"verse": "12",
"chapter": 3,
"lang": "or",
"shloka": {
"speaker": "",
"sanskrit": "इष्टान्भोगान्हि वो देवा दास्यन्ते यज्ञभाविताः ।\n\nतैर्दत्तानप्रदायैभ्यो यो भुतस्तेन एव सः ॥12॥",
"text": "ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା, ଦାସ୍ୟନ୍ତେ ଯଜ୍ଞ ଭାବିତାଃ ।\nତୈର୍ଦତ୍ତାନପ୍ରଦାୟୈଭ୍ୟୋ ଯୋ ଭୁଙ୍ତେ ସ୍ତେନ ଏବ ସଃ ।।୧୨।।",
"audioLink": "https://www.holy-bhagavad-gita.org/public/audio/003_012.mp3"
},
"wordMeanings": "ଇଷ୍ଟାନ୍- ଅଭିଳଷିତ; ଭେଗାନ୍ - ଭୋଗସମୂହକୁ; ହି- ନିଶ୍ଚିତଭାବେ; ବଃ - ତୁମ୍ଭମାନଙ୍କୁ ଦେବାଃ - ଦେବତାମାନେ; ଦାସ୍ୟନ୍ତେ - ଦିଅନ୍ତି; ଯଜ୍ଞଭାବିତାଃ- ଯଜ୍ଞନୁଷ୍ଠାନଦ୍ୱାରା ସନ୍ତୁଷ୍ଟ ହୋଇ; ତୈଃ- ସେମାନଙ୍କଦ୍ୱାରା; ଦତ୍ତାନ୍- ଦିଆଯାଇଥିବ ପଦାର୍ଥ; ଅପ୍ରଦାୟ- ନ ଦେଇ; ଏଭ୍ୟଃ- ଦେବତାମାନଙ୍କୁ; ଯଃ- ଯେ; ଭୁଙକ୍ତେ-ଭପଭୋଗ କରେ; ସ୍ତେନ- ଚୋର; ଏବ - ନିଶ୍ଚିତଭାବେ; ସଃ-ସେ ।",
"translation": {
"text": "ଯଜ୍ଞ ଆଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.12.mp3"
]
},
"commentary": "ବିଶ୍ୱର ବିଭିନ୍ନ ପ୍ରକ୍ରିୟାର ପ୍ରଶାସକ ଭାବେ, ଦେବତାଗଣ ଆମ୍ଭମାନଙ୍କୁ ବର୍ଷା, ପବନ, ଶସ୍ୟ, ବୃକ୍ଷଲତା, ଖଣିଜ ଦ୍ରବ୍ୟ, ଉର୍ବର ମୃତ୍ତିକା ଇତ୍ୟାଦି ଯୋଗାଇ ଥାଆନ୍ତି । ତାଙ୍କଠାରୁ ଗ୍ରହଣ କରୁଥିବା ସମସ୍ତ ବସ୍ତୁ ପାଇଁ ଆମ୍ଭେମାନେ ତାଙ୍କ ନିକଟରେ ଋଣି ଅଟୁ । ଦେବତାମାନେ ସେମାନଙ୍କର କର୍ତ୍ତବ୍ୟ କରନ୍ତି ଏବଂ ସେମାନେ ଆମଠାରୁ ଏହା ଆଶା କରନ୍ତି ଯେ ଆମ୍ଭେମାନେ ମଧ୍ୟ ଉଚିତ୍ ଭାବନା ରଖି ସବୁ କାମ କରୁ । ଯେହେତୁ ଦେବତାଗଣ ପରମପୁରୁଷ ଭଗବାନଙ୍କର ସେବକ ଅଟନ୍ତି, ଜଣେ ଜୀବ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞର ଅନୁଷ୍ଠାନ କରନ୍ତି, ସେମାନେ ଖୁସି ହୋଇ ତା’ର ସହାୟତା କରିବା ନିମନ୍ତେ ଅନୁକୁଳ ପରିସ୍ଥିତି ସୃଷ୍ଟି କରିଥାଆନ୍ତି । ସୁତରାଂ, ଏପରି କୁହାଯାଏ ଯେ ଭଗବାନଙ୍କର ସେବା କରିବା ପାଇଁ ଆମେ ଯେତେବେଳେ ଦୃଢ ସଂକଳ୍ପ କରୁ, ସମ୍ପୂର୍ଣ୍ଣ ସୃଷ୍ଟି ଆମର ସହାୟତା କରିବାରେ ଲାଗିଯାଏ ।\nଯେତେବେଳେ ପ୍ରକୃତିର ଦାନକୁ ଆମେ ଭଗବାନଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ ନ କରି, ନିଜର ଉପଭୋଗ ସାମଗ୍ରୀ ଭାବରେ ବ୍ୟବହାର କରିଥାଉ, ଶ୍ରୀକୃଷ୍ଣ ତାହାକୁ “ଚୋର ମନୋବୃତ୍ତି” ଭାବେ ଅଭିହିତ କରନ୍ତି । ଅନେକ ସମୟରେ ଲୋକେ ଏପରି ପ୍ରଶ୍ନ କରନ୍ତି “ମୁଁ ଏକ ଶୁଦ୍ଧ ଜୀବନ ଯାପନ କରୁଅଛି; ମୁଁ କାହାର କ୍ଷତି କରେ ନାହିଁ ବା ମୁଁ କିଛି ଚୋରି କରେ ନାହିଁ , କିନ୍ତୁ ମୁଁ ଭଗବାନଙ୍କୁ ବିଶ୍ୱାସ କରେ ନାହିାଁ ମୁଁ କିଛି ଭୁଲ କରୁଛି କି ? ଏହି ପ୍ରଶ୍ନର ଉତ୍ତର ଉପରୋକ୍ତ ଶ୍ଲୋକରେ ଦିଆ ଯାଇଛି । ଏପରି ବ୍ୟକ୍ତିଗଣ ଲୋକଙ୍କ ଦୃଷ୍ଟିରେ କିଛି ଭୁଲ କରୁନାହାନ୍ତି, କିନ୍ତୁ ଭଗବାନ ନଜରରେ ଭୁଲ କରୁଛନ୍ତି । ମନେ କରନ୍ତୁ, ଆମେ ଜଣେ ଅପରିଚିତ ବ୍ୟକ୍ତିଙ୍କର ଘରକୁ ପ୍ରବେଶ କଲେ, ତାଙ୍କ ସୋଫାରେ ବସିଲେ, ଫ୍ରିଜ୍ରୁ ଖାଦ୍ୟ କାଢି ଖାଇଲେ ଏବଂ ତାଙ୍କ ବିଶ୍ରାମ କକ୍ଷକୁ ବ୍ୟବହାର କଲେ । ” ଆମେ କହିପାରୁ, ଆମେ କିଛି ଭୁଲ କରିନାହୁଁ, କିନ୍ତୁ ଆଇନ ଦୃଷ୍ଟିରେ ଆମେ ଚୋର ସାବ୍ୟସ୍ତ ହେବା, କାରଣ ଘରଟି ଆମର ନୁହେଁ । ସେହିପରି ଆମେ ରହୁଥିବା ପୃଥିବୀଟି ଭଗବାନଙ୍କ ଦ୍ୱାରା ସୃଷ୍ଟ ଏବଂ ସେଥିରେ ଥିବା ସବୁକିଛି ତାଙ୍କର ଅଟେ । ତାଙ୍କର ପ୍ରଭୂତ୍ୱକୁ ଅବମାନନା କରି, ଆମେ ଯଦି ନିଜ ସୁଖ ପାଇଁ ସେ ସବୁର ଉପଭୋଗ କରିବା, ତେବେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆମେ ଚୋରି କରୁଅଛୁ ବୋଲି କୁହାଯିବ ।\nଭାରତ ଇତିହାସର ସୁପ୍ରସିଦ୍ଧ ରାଜା ଚନ୍ଦ୍ରଗୁପ୍ତ, ତାଙ୍କର ଗୁରୁ ଚାଣକ୍ୟ ପଣ୍ଡିତଙ୍କୁ ପଚାରିଥିଲେ । “ବୈଦିକ ଶାସ୍ତ୍ର ଅନୁସାରେ ରାଜାର ପ୍ରଜାମାନଙ୍କ ସହିତ ସର୍ମ୍ପକ କ’ଣ ?” ଚାଣକ୍ୟ ପଣ୍ଡିତ ଉତ୍ତର ଦେଲେ । “ରାଜା ପ୍ରଜାମାନଙ୍କର ସେବକ ବ୍ୟତିତ ଅନ୍ୟ କିଛି ନୁହେଁ ।” ତାଙ୍କର ଇଶ୍ୱରଦତ୍ତ କର୍ତ୍ତବ୍ୟ ହେଉଛି, ପ୍ରଜାମାନଙ୍କୁ ଈଶ୍ୱର-ପ୍ରାପ୍ତି ମାର୍ଗରେ ଅଗ୍ରସର ହେବା ନିମନ୍ତେ ସହାୟତା କରିବା । ଜଣେ ରାଜା ହୁଅନ୍ତୁ, ବ୍ୟବସାୟୀ, କୃଷକ ବା ଶ୍ରମିକ ହୁଅନ୍ତୁ, ଭଗବାନଙ୍କ ସୃଷ୍ଟିର ଜଣେ ସଦସ୍ୟ ଭାବରେ, ତାଙ୍କର ସମସ୍ତ କାର୍ଯ୍ୟ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କରାଯିବା ଉଚିତ୍ ।"
},
{
"verseTitle": "Bhagavad Gita 3.13",
"verse": "13",
"chapter": 3,
"lang": "or",
"shloka": {
"speaker": "",
"sanskrit": "यज्ञशिष्टाशिनः सन्तो मुच्यन्ते सर्वकिल्बिषैः ।\n\nभुञ्जते ते त्वघं पापा ये पचन्त्यात्मकारणात् ॥13॥",
"text": "ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବକିଲ୍ବିଷୈଃ ।\nଭୁଞ୍ଜତେ ତେ ତ୍ୱଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍ ।।୧୩।।",
"audioLink": "https://www.holy-bhagavad-gita.org/public/audio/003_013.mp3"
},
"wordMeanings": "ଯଜ୍ଞ ଶିଷ୍ଟ- ଯଜ୍ଞରେ ଅର୍ପଣ କରାଯାଉଥିବା ପ୍ରସାଦର ଅବଶିଷ୍ଟାଂଶ; ଆଶିନଃ- ଭୋଜନକାରୀ, ସନ୍ତଃ- ସନ୍ଥ ମହାପୁରୁଷ; ମୁଚ୍ୟନ୍ତେ- ମୁକ୍ତ ହୋଇଯାଆନ୍ତି; ସର୍ବ- ସମସ୍ତପ୍ରକାର; କିଳ୍ବିଷୈଃ- ପାପରୁ; ଭୁଞ୍ଜତେ- ଉପଭୋଗ କରନ୍ତି; ତେ- ସେମାନେ; ତୁ- କିନ୍ତୁ, ଅଘଂ- ଘୋର ପାପ; ପାପାଃ- ପାପୀମାନେ; ଯେ-ଯେଉଁମାନେ; ପଚନ୍ତି- ପାକ କରନ୍ତି; ଆତ୍ମକାରଣାତ୍ - ଇନ୍ଦିୟ ସୁଖାର୍ଥେ ।",
"translation": {
"text": "ଯେଉଁ ଧର୍ମ ପରାୟଣ ବ୍ୟକ୍ତି, ଭୋଜନକୁ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ରୂପରେ ଗ୍ରହଣ କରନ୍ତି, ସେ ସମସ୍ତ ପାପରୁ ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ଯେଉଁ ମାନେ କେବଳ ନିଜର ଉପଭୋଗ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ପାପ ହିଁ ଆହରଣ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.13.mp3"
]
},
"commentary": "ବୈଦିକ ପରମ୍ପରା ଅନୁସାରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାର ମନୋଭବ ନେଇ ହିଁ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହାର କିଞ୍ôଚତ୍ ଅଂଶ ଏକ ପାତ୍ରରେ ସଜାଇ, ମନରେ ହେଉ ବା ବାଣୀରେ ହେଉ ଭଗବାନଙ୍କୁ ଖାଦ୍ୟ ଗ୍ରହଣ କରିବାକୁ ପ୍ରାର୍ଥନା କରାଯାଇଥାଏ । ଅର୍ପଣ ପରେ ସେହି ଖାଦ୍ୟକୁ ପ୍ରସାଦ (ଭଗବାନଙ୍କର ଅନୁଗ୍ରହ) ରୂପେ ବିବେଚନା କରାଯାଏ ଏବଂ ସେହି ମନୋଭାବରେ ଭୋଜନକୁ ଗ୍ରହଣ କରାଯାଇଥାଏ । ଅନ୍ୟ ଧାର୍ମିକ ପରମ୍ପରାରେ ମଧ୍ୟ ସେହିପରି ପ୍ରଥା ଅନୁସରଣ କରାଯାଇଥାଏ । ଖ୍ରୀଷ୍ଟିୟାନ୍ ଧର୍ମର ୟୁକାରିଷ୍ଟ ଧର୍ମବିଧିରେ ରୁଟି ଓ ମଦିରାକୁ ପବିତ୍ର କରି ପ୍ରସାଦ ରୂପରେ ଗ୍ରହଣ କରାଯାଇଥାଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରସାଦ (ଭଗବାନଙ୍କୁ ଅର୍ପଣ କରାଯାଇଥିବା ଭୋଜନ) ଗ୍ରହଣ କରି ମନୁଷ୍ୟ ପାପମୁକ୍ତ ହୋଇଯାଏ, ଅଥଚ ଯେଉଁମାନେ ଭଗବାନଙ୍କୁ ଅର୍ପଣ ନ କରି ଭୋଜନ କରନ୍ତି, ସେମାନେ ପାପ କରନ୍ତି ।\nଏଠାରେ ପ୍ରଶ୍ନ ଉଠିପାରେ, ଆମେ ଭଗବାନଙ୍କୁ ଆମିଷ ଅର୍ପଣ କରି ତାହାକୁ ପ୍ରସାଦ ରୂପରେ ଗ୍ରହଣକରିପାରିବା କି ? ଏହାର ଉତ୍ତର ଏହିପରି ହୋଇପାରେ ଯେ ବେଦ ମନୁଷ୍ୟ ପାଇଁ ନିରାମିଷ ଭୋଜନ ନିର୍ଦ୍ଦେଶ କରିଥାଏ, ଯାହାର ଅନ୍ତର୍ଭୁକ୍ତ ଶସ୍ୟ, ଡାଲି, ପନିପରିବା, ଫଳମୂଳ, ଦୁଗ୍ଧଜାତୀୟ ପଦାର୍ଥ ଇତ୍ୟାଦି ଅଟେ । ବୈଦିକ ସଂସ୍କୃତି ବ୍ୟତୀତ, ବିଶ୍ୱର ଅନ୍ୟ ସଂସ୍କୃତିର ବହୁ ଆଧ୍ୟାତ୍ମବାଦୀ ମଧ୍ୟ ମାଂସାହାରୀ ଭୋଜନକୁ ଅସ୍ୱୀକାର କରିଥାଆନ୍ତି, କାରଣ ଏହା ପ୍ରାଣୀମାନଙ୍କର ପାକସ୍ଥଳୀକୁ ଶ୍ମଶାନରେ ପରିଣତ କରି ଦେଇଥାଏ । ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଂସାହାରୀ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି, ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ସହିତ, ସେମାନେ ନିରାମିଷାସି ଜୀବନ ଶୈଳୀ ପ୍ରତି ଆକର୍ଷିତ ହୋଇଥାଆନ୍ତି । କେତେକ ପ୍ରସିଦ୍ଧ ବିଚାରକ ମାନଙ୍କର ନିରାମିଷ ଭୋଜନ ସପକ୍ଷରେ ଉକ୍ତି ଏଠାରେ ଉଲ୍ଲେଖ କରାଗଲା ।\n“ପ୍ରାଣୀମାନଙ୍କର ମନରେ ଭୟ ସୃଷ୍ଟି ନ କରିବା ପାଇଁ, ଭିକ୍ଷୁମାନେ ମାଂସ ଭକ୍ଷଣରୁ ନିବୃତ୍ତ ରହନ୍ତୁ । ବିଜ୍ଞ ବ୍ୟକ୍ତି ମାନଙ୍କର ଆହାର ସାଧୁୁ ମାନଙ୍କର ଆହାର ପରି ହେବା ଉଚିତ୍, ଯେଉଁଥିରେ ମାଂସ ନ ଥାଏ ।”- ବୁଦ୍ଧଦେବ\n“ଆପଣ ଯଦି ଏପରି କହିବେ ଯେ ଆପଣଙ୍କର ଶରୀର ସ୍ୱଭାବତଃ ସେପରି ଆହାର ନିମନ୍ତେ ଉଦ୍ଦିଷ୍ଟ, ତେବେ ଆପଣ ଯାହାକୁ ଖାଇବାକୁ ଇଚ୍ଛା କରୁଛନ୍ତି, ତାହାକୁ ନିଜ ଶରୀରରେ ଥିବା ଉପକରଣମାନଙ୍କ ଦ୍ୱାରା ହତ୍ୟା କରନ୍ତୁ, କୌଣସି ବାହ୍ୟ ଅସ୍ତ୍ର-ଶସ୍ତ୍ର ଦ୍ୱାରା ନୁହେଁ । - ରୋମାନ ପ୍ଲୁଟାର୍କଙ୍କର ‘ମାଂସ ଭକ୍ଷଣ’ ଶୀର୍ଷକ ପ୍ରବନ୍ଧ ।\n“ଯେ ପର୍ଯ୍ୟନ୍ତ ମନୁଷ୍ୟ ଜୀବ ସଂହାର କରି ଚାଲିଥିବ, ସେ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ହତ୍ୟା କରୁଥିବେ । ହତ୍ୟା ଓ ଯାତନାର ବୀଜ ବପନ କରି କେହି ଆନନ୍ଦ ଓ ପ୍ରେମର ଫସଲ ଆଦାୟ କରିପାରିବେ ନାହିଁ । - ପିଥାଗୋରାସ୍\n“ସତ କହିବାକୂ ଗଲେ, ମନୁଷ୍ୟ ପଶୁମାନଙ୍କର ରାଜା ଅଟେ, କାରଣ ତା’ର ନିର୍ଦ୍ଦୟତା ପଶୁମାନଙ୍କ ଠାରୁ ଅଧିକ । ଅନ୍ୟମାନଙ୍କର ଶବ ଉପରେ ଆମେ ଜୀବିତ । ଆମେ ସମସ୍ତେ ଗୋଟିଏ ଗୋଟିଏ ଶ୍ମଶାନ ସ୍ଥଳୀ ଅଟେ! ସେଥିପାଇଁ ମୁଁ ଶୈଶବ କାଳରୁ ହିଁ ମାଂସ ଭକ୍ଷଣ ପରିତ୍ୟାଗ କରିଛି ।” - ଲିଓନାଡୋ ଡା ଭିନ୍ସି\n“ଅହିଂସା ମନୁଷ୍ୟକୁ ଉଚ୍ଚତମ ନୈତିକତା ଆଡକୁ ଅଗ୍ରସର କରାଏ, ଯାହା ସବୁ ବିକାଶର ଲକ୍ଷ ଅଟେ । ଯେ ପର୍ଯ୍ୟନ୍ତ ଆମେ ଅନ୍ୟ ପ୍ରାଣୀମାନଙ୍କୁ କଷ୍ଟ ଦେବା ବନ୍ଦ ନ କରିଛେ, ଆମେ ବର୍ବର ହୋଇ ରହିଥିବା ।” - ଥୋମାସ୍ ଏଡିସନ୍\n“ମାଂସ ଭକ୍ଷଣ ଅନୈତିକତା ହିଁ ଅଟେ, କାରଣ ଏହା ହତ୍ୟା ପରି ଏପରି ଏକ କାର୍ଯ୍ୟ ସହିତ ଜଡିତ, ଯାହା ନୈତିକ ଭାବନାର ସମ୍ପୂର୍ଣ୍ଣ ବିପରୀତ ଅଟେ ।” - ଲିଓ ଟଲ୍ଷ୍ଟୟ ।\n“କଂସେଇ ବିକ୍ରି କରୁଥିବା ମାଂସ ଜୀବିତ ରହିବା ପାଇଁ ଅତ୍ୟାବଶ୍ୟକ - ଏହାର ସତ୍ୟତା ବାସ୍ତବରେ ସନ୍ଦେହ ଜନକ ଅଟେ । ମାଂସ ଭକ୍ଷଣ କେବେ ବି ଶାଳୀନତାର ପରିଚାୟକ ନୁହେଁ ।” - ଆଡାମ୍ ସ୍ମିଥ\n“ମୁଁ ମୋର ବୟସ ଅନୁରୂପ ପ୍ରତୀତ ହୋଇଥାଏ । ଅନ୍ୟ ମାନେ ସେମାନଙ୍କର ବୟସ ଠାରୁ ଅଧିକ ବୟସ୍କ ଦେଖାଯାଆନ୍ତି । ଯେଉଁମାନେ ଶବ ଭକ୍ଷଣ କରନ୍ତି, ସେମାନଙ୍କ ଠାରୁ ଆଉ କ’ଣ ବା ଆଶା କରାଯିବ ?”- ଜର୍ଜ, ବର୍ଣ୍ଣାଡ୍ ଶ ।\n“ଗୋଟିଏ ମୃତ ଗାଈ ବା ମେଣ୍ଢା ଗୋଚରରେ ପଡିଥିଲେ, ତାକୁ ପଚା ଶରୀର କୁହାଯାଏ । ଅଥଚ କଂସେଇ ଶାଳରେ ଝୁଲା ହୋଇଥିବା ସେହି ପରି ମୃତ ଶରୀରକୁ ଖାଦ୍ୟ ରୂପେ ବିବେଚନା କରାଯାଇଥାଏ ।”- ଜେ.ଏଚ୍ କେଲଗ\n“ମୋ ମତରେ, ନିରାମିଷ ଜୀବନ ଶୈଳୀ, ମନୁଷ୍ୟର ସ୍ୱଭାବକୁ ପ୍ରଭାବିତ କରିବା ସହିତ, ସମଗ୍ର ମାନବ-ସମାଜ ପାଇଁ ମଧ୍ୟ ବହୁଳ ଭାବରେ ଲାଭଦାୟୀ ସିଦ୍ଧ ହୋଇଥାଏ ।”- ଆଲର୍ବଟ୍ ଆଇନଷ୍ଟାଇନ୍\n“ମୋର ଧାରଣା, ଆଧ୍ୟାତ୍ମିକ ପ୍ରଗତି କୌଣସି ଏକ ସ୍ଥିତିିରେ ଆବଶ୍ୟକ କରିଥାଏ ଯେ ଆମେ ନିଜର ଶାରୀରିକ ବାସନାର ପୂର୍ତ୍ତି ନିମନ୍ତେ ଅନ୍ୟ ପ୍ରାଣୀମାନଙ୍କର ହତ୍ୟା କରିବାରୁ ନିବୃତ୍ତହେବା ।”- ମହାତ୍ମା ଗାନ୍ଧୀ\nଏହି ଶ୍ଲୋକରେ ଆଗକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ ଉଦ୍ଭିଦ ମାନଙ୍କର ମଧ୍ୟ ଜୀବନ ରହିଛି । ଯଦି ଆମେ ଇନ୍ଦ୍ରିୟ ସୁଖ ପାଇଁ ସେଗୁଡିକୁ ଭକ୍ଷଣ କରିବା, ତେବେ ଜୀବ ହତ୍ୟା ଜନିତ କର୍ମ ବନ୍ଧନରେ ଆମେ ବାନ୍ଧି ହୋଇଯିବା । ଶ୍ଲୋକରେ ବ୍ୟବହୃତ ଆତ୍ମ-କାରଣାତ୍ ଶବ୍ଦର ଅର୍ଥ ‘ନିଜ ସୁଖ ପାଇଁ କିନ୍ତୁ ଯଦି ଆମେ ତାହାକୁୁ ଭଗବାନଙ୍କୁ ଅର୍ପଣ କରାଯାଇଥିବା ଯଜ୍ଞର ପ୍ରସାଦ ଭାବରେ ଗ୍ରହଣ କରିବା, ତେବେ ଚିନ୍ତାଧାରା ଭିନ୍ନ ହୋଇଯିବ । ସେତେବେଳେ ଆମେ ଶରୀରକୁ ଭଗବାନଙ୍କର ସମ୍ପତ୍ତି ମନେକରିବା ଏବଂ ତାଙ୍କ ସେବା ପାଇଁ ଶରୀରର ଯତ୍ନ ନେବାର ଦାୟୀତ୍ୱ ଆମ ଉପରେ ନ୍ୟସ୍ତ କରାଯାଇଛି ବୋଲି ବିିଚାର କରିବା । ଶରୀର ପୋଷଣ ନିମନ୍ତେ ଅନୁମୋଦିତ ଖାଦ୍ୟକୁ ତାଙ୍କରି କୃପା ରୂପରେ ଗ୍ରହଣ କରିବା । ଏହିପରି ମନୋଭାବ ସମସ୍ତ ପ୍ରକ୍ରିୟାକୁ ଦିବ୍ୟତା ପ୍ରଦାନ କରିଥାଏ । ଭରତ ମୁନି କହିଛନ୍ତି :\nବସୁସତୋ କ୍ରତୁ ଦକ୍ଷୌ କାଳ କାମୈା ଦୃତିଃ କୁରୁଃପୁରୁରବା ମଦ୍ରବାଶ୍ଚ ବିଶ୍ୱଦେବାଃ ପ୍ରକିର୍ତିତଃ ।\n“ରନ୍ଧନ ପ୍ରକ୍ରିୟାରେ ହେମଦସ୍ତା, ଅଗ୍ନି, ପେଷଣା, ଜଳପାତ୍ର, ଝାଡୁ ଆଦିର ବ୍ୟବହାର କରି ଅଜାଣତରେ ଆମେ ପ୍ରାଣୀମାନଙ୍କ ପ୍ରତି ହିଂସା ପ୍ରଦର୍ଶନ କରିଥାଉ । ନିଜ ପାଇଁ ଯେଉଁମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ ଏହିି ପାପରେ ଲିପ୍ତ ହୋଇଯାଆନ୍ତି । କିନ୍ତୁ ଯଜ୍ଞ ଏହିସବୁ ପାପ ପ୍ରକ୍ରିୟାକୁ ନାଶ କରିଦେଇଥାଏ ।"
},
{
"verseTitle": "Bhagavad Gita 3.14",
"verse": "14",
"chapter": 3,
"lang": "or",
"shloka": {
"speaker": "",
"sanskrit": "अन्नाद्भवन्ति भूतानि पर्जन्यादन्नसम्भवः । \n\nयज्ञाद्भवति पर्जन्यो यज्ञः कर्मसमुद्भवः ॥14॥",
"text": "ଅନ୍ନାଦ୍ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନସମ୍ଭବଃ । \nଯଜ୍ଞଦ୍ଭବତି ପର୍ଜନ୍ୟୋ ଯଜ୍ଞଃ କର୍ମସମୁଦ୍ଭବଃ ।।୧୪।।",
"audioLink": "https://www.holy-bhagavad-gita.org/public/audio/003_014.mp3"
},
"wordMeanings": "ଅନ୍ନାଦ୍- ଶସ୍ୟରୁ; ଭବନ୍ତି- ଉତ୍ପନ୍ନ ହୁଏ; ଭୂତାନି- ଭୌତିକ ଶରୀରଧାରୀ; ପର୍ଜନ୍ୟାତ୍ -ବର୍ଷାରୁ; ଅନ୍ନ- ଖାଦ୍ୟଶସ୍ୟ; ସଂଭବଃ - ସମ୍ଭବପର ହୁଏ; ଯଜ୍ଞାଦ୍- ଯଜ୍ଞ ଅନୁଷ୍ଠାନ ଦ୍ୱାରା; ଭବତି- ସମ୍ଭବ ହୁଏ; ପର୍ଜନ୍ୟୋ- ବୃଷ୍ଟି; ଯଜ୍ଞଃ- ଯଜ୍ଞ; କର୍ମ- ବେଦ ବିହିତ କର୍ମ; ସମୁଦ୍ଭବଃ- ଜାତ ହୁଏ ।",
"translation": {
"text": "ସମସ୍ତ ପ୍ରାଣୀ ଜୀବନ ଧାରଣ ପାଇଁ ଖାଦ୍ୟ ଉପରେ ନିର୍ଭର କରନ୍ତି ଏବଂ ବର୍ଷାଦ୍ୱାରା ଖାଦ୍ୟ ଉତ୍ପନ୍ନ ହୁଏ । ଯଜ୍ଞ ଅନୁଷ୍ଠାନ ଦ୍ୱାରା ବୃଷ୍ଟିପାତ ହୁଏ ଏବଂ ଅନୁମୋଦିତ କର୍ତ୍ତବ୍ୟ ପାଳନ ଦ୍ୱାରା ଯଜ୍ଞ ସମ୍ପାଦିତ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.14.mp3"
]
},
"commentary": "ଏଠାରେ ଶ୍ରୀକୃଷ୍ଣ ପ୍ରକୃତିର ଚକ୍ର ବର୍ଣ୍ଣନା କରିଛନ୍ତି - ବର୍ଷା ଶସ୍ୟ ଉତ୍ପନ୍ନ କରାଏ । ଶସ୍ୟକୁ ଖାଦ୍ୟ ରୂପରେ ଗ୍ରହଣ କରାଯାଏ ଏବଂ ତାହା ରକ୍ତରେ ରୂପାନ୍ତରିତ ହୁଏ । ରକ୍ତରୁ ବୀର୍ଯ୍ୟ ଉତ୍ପନ୍ନ ହୁଏ । ବୀର୍ଯ୍ୟ ବୀଜ ଅଟେ ଯେଉଁଥିରୁ ମନୁଷ୍ୟର ଶରୀର ସୃଷ୍ଟି ହୁଏ । ମନୁଷ୍ୟ ଯଜ୍ଞ କରେ, ଯାହା ସ୍ୱର୍ଗର ଦେବତାମାନଙ୍କୁ ସନ୍ତୁଷ୍ଟ କରି ବର୍ଷା କରାଇଥାଏ । ଏହିପରି ଭାବରେ ଚକ୍ର ଘୂରିବାରେ ଲାଗିଥାଏ ।"
},
{
"verseTitle": "Bhagavad Gita 3.15",
"verse": "15",
"chapter": 3,
"lang": "or",
"shloka": {
"speaker": "",
"sanskrit": "कर्म ब्रह्योद्भवं विद्धि बह्माक्षरसमुद्भवम् ।\n\nतस्मात्सर्वगतं। ब्रह्म नित्यं यज्ञे प्रतिष्ठितम् ॥15॥",
"text": "କର୍ମ ବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷରସମୁଦ୍ଭବମ୍ ।\nତସ୍ମାତ୍ସର୍ବଗତଂ ବ୍ରହ୍ମ ନିତ୍ୟଂ ଯଜେ୍ଞ ପ୍ରତିଷ୍ଠିତମ୍ ।।୧୫।।",
"audioLink": "https://www.holy-bhagavad-gita.org/public/audio/003_015.mp3"
},
"wordMeanings": "କର୍ମ- କର୍ମ ; ବ୍ରହ୍ମ-ବେଦ (ରୁ) ; ଉଦ୍ଭବଂ-ଜାତ; ବିଦ୍ଧି - ଏହା ଜାଣିରଖିବା ଉଚିତ୍; ବ୍ରହ୍ମ - ବେଦ; ଅକ୍ଷର- ପରମ ବ୍ରହ୍ମ(ପରମପୁରୁଷ ଭଗବାନ୍), ସମୁଦ୍ଭବମ୍- ପ୍ରତ୍ୟକ୍ଷ ଭାବରେ ପ୍ରକଟିତ, ତସ୍ମାତ୍ - ତେଣୁ, ସର୍ବଗତଂ- ସର୍ବବ୍ୟାପକ, ବ୍ରହ୍ମ-ବ୍ରହ୍ମ, ନିତ୍ୟ-ଶାଶ୍ୱତଭାବେ, ଯଜେ୍ଞ- ଯଜ୍ଞରେ, ପ୍ରତିିଷ୍ଠିିତମ୍ - ପ୍ରତିଷ୍ଠିିତ ।",
"translation": {
"text": "ମନୁଷ୍ୟମାନଙ୍କର କର୍ତ୍ତବ୍ୟ ବେଦରେ ବର୍ଣ୍ଣନା କରାଯାଇଅଛି ଏବଂ ବେଦ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରକଟିତ । ସେଥିପାଇଁ ଯଜ୍ଞାଦିକ କାର୍ଯ୍ୟରେ, ସର୍ବବ୍ୟାପୀ ପରମାତ୍ମା ସର୍ବଦା ଉପସ୍ଥିତ ରହନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.15.mp3"
]
},
"commentary": "ଭଗବାନଙ୍କ ଶ୍ୱାସରୁ ବେଦ ପ୍ରକଟିତ: ଅସ୍ୟ ମହତୋ ଭୂତସ୍ୟ ନିଶ୍ୱସିତମେତଦ୍ୟଦ୍ରିଗ୍ବେଦୋ ଯଜୁର୍ବେଦଃ ସାମବେଦୋଽର୍ଥବାଙ୍ଗିରସଃ (ବୃହଦାରଣ୍ୟକ ଉପନିଷଦ ୪.୫.୧୧) “ ପରମ ପୁରୁଷ ଭଗବାନଙ୍କର ଶ୍ୱାସରୁ ଚାରିବେଦ ଯଥା- ଋଗ୍ ବେଦ, ଯଯୁର୍ବେଦ, ସାମବେଦ ଏବଂ ଅଥର୍ବ ବେଦ ପ୍ରକଟ କରିଥାଆନ୍ତି ” ଏହି ଚିରନ୍ତନ ବେଦ ଗୁଡିିକରେ ସ୍ୱୟଂ ଭଗବାନ ମନୁଷ୍ୟ ମାନଙ୍କର କର୍ତ୍ତବ୍ୟ ନିର୍ଦ୍ଧାରିତ କରିଛନ୍ତି । ଏହିସବୁ କର୍ତ୍ତବ୍ୟର ପରିଯୋଜନା ଏପରି ଭାବରେ କରାଯାଇଛି ଯେ କର୍ତ୍ତବ୍ୟ ପାଳନ ଦ୍ୱାରା ଜଣେ ମାୟାବଦ୍ଧ ମନୁଷ୍ୟ କ୍ରମଶଃ ନିଜର କାମନାକୁ ନିୟନ୍ତ୍ରଣ କରି ଗୁଣାତ୍ମକ ସ୍ତରରେ ଧୀରେ ଧୀରେ ନିଜକୁ ତାମସିକ ଗୁଣରୁ ରାଜସିକ ଗୁଣ ଓ ରାଜସିକ ଗୁଣରୁ ସ୍ୱାତ୍ତ୍ୱିକ ଗୁଣ ଅଭିମୁଖରେ ଉନ୍ନୀତ କରିଥାଏ । ଏହିସବୁ କର୍ତ୍ତବ୍ୟ ଭଗବାନଙ୍କ ପ୍ରତି ଯଜ୍ଞ ଭାବରେ ସମର୍ପିତ ହେବା ପାଇଁ ଉଦ୍ଦିଷ୍ଟ । ସୁତରାଂ, ଭଗବାନଙ୍କୁ ଯଜ୍ଞରୂପରେ ଅର୍ପିତ କର୍ମ ବାସ୍ତବରେ ଭଗବଦୀୟ ଗୁଣ ଯୁକ୍ତ ତଥା ଭଗବାନଙ୍କ ଠାରୁୁ ଅଭିନ୍ନ ହୋଇଥାଏ ।\nତନ୍ତ୍ର ସାର ଯଜ୍ଞକୁ ସ୍ୱୟଂ ପରମ ପୁରୁଷ ଭଗବାନ ରୂପେ ଅଭିହିତ କରିଥାଏ ।\nଯଜେ୍ଞା ଯଜ୍ଞ ପୁମାଂଶ ଚୈବ ଯଜ୍ଞଶୋ ଯଜ୍ଞ ଯଜ୍ଞଭାବନଃଯଜ୍ଞଭୂକ୍ ଚେତି ପଞ୍ଚାତ୍ମା ଯଜେ୍ଞଷି୍ୱଜ୍ୟୋ ହରିଃ ସ୍ୱୟଂ\nଭାଗବତ ମହାପୁରାଣ(୧୧.୧୯.୩୯)ରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହୁଛନ୍ତି : ଯଜେ୍ଞାଽହଂ ଭଗବତ୍ତମଃ “ମୁଁ, ବାସୁଦେବ, ସ୍ୱୟଂ ଯଜ୍ଞ ଅଟେ । ” ବେଦ କହୁୁଛି : ଯଜେ୍ଞା ବୈ ବିଷ୍ଣୁଃ “ଯଜ୍ଞ ବାସ୍ତବରେ ଭଗବାନ ବିଷ୍ଣୁ ହିଁ ଅଟନ୍ତି ।” ଏହି ସିଦ୍ଧାନ୍ତର ପୁନରାବୃତ୍ତି କରିବାକୁ ଯାଇ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରତ୍ୟେକ ଯଜ୍ଞ କାର୍ଯ୍ୟରେ ସେ ସର୍ବଦା ବିଦ୍ୟମାନ ରହନ୍ତି ।"
},
{
"verseTitle": "Bhagavad Gita 3.16",
"verse": "16",
"chapter": 3,
"lang": "or",
"shloka": {
"speaker": "",
"sanskrit": "एवं प्रवर्तितं चक्रं नानुवर्तयतीह यः ।\n\nअघायुरिन्द्रियारामो मोघं पार्थ स जीवति ॥16॥",
"text": "ଏବଂ ପ୍ରବର୍ତିତଂ ଚକ୍ରଂ ନାନୁବର୍ତୟତୀହ ଯଃ । \nଅଘାୟୁରିନ୍ଦ୍ରିୟାରାମୋ ମୋଘଂ ପାର୍ଥ ସ ଜୀବତି ।।୧୬।।",
"audioLink": "https://www.holy-bhagavad-gita.org/public/audio/003_016.mp3"
},
"wordMeanings": "ଏବ - ଏହିପରି ଭାବରେ ; ପ୍ରବର୍ତ୍ତିତଂ - ଗତି କରି; ଚକ୍ରଂ - ଚକ୍ର ; ନ ଅନୁବର୍ତୟତି - ଅନୁସରଣ ନ କରେ; ଇହ - ଏହି ଜୀବନରେ; ଯଃ- ଯିଏ; ଅଘାୟୁଃ- ପାପପୂର୍ଣ୍ଣ ଜୀବନ; ଇନ୍ଦ୍ରିୟ ଆରାମଃ- ଇନ୍ଦ୍ରିୟ ସୁୁଖାର୍ଥେ ; ମୋଘଂ- ବୃଥା ; ପାର୍ଥ- ହେ ପୃଥାପୁତ୍ର(ଅର୍ଜୁନ); ସଃ- ସେମାନେ ; ଜୀବତି- ଜୀବନ ଧାରଣ କରନ୍ତି ।",
"translation": {
"text": "ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.16.mp3"
]
},
"commentary": "ଚକ୍ରର ଅର୍ଥ ଘଟଣାବଳୀର ଏକ ନିର୍ଦ୍ଦିଷ୍ଟ କ୍ରମନ୍ୱୟ । ଶସ୍ୟରୁ ବୃଷ୍ଟିର ଚକ୍ର ସମ୍ବନ୍ଧରେ ଶ୍ଲୋକ ୩.୧୪ରେ ବର୍ଣ୍ଣନା କରାଯାଇଛି । ଏହି ସାର୍ବଭୌମିକ କର୍ମଚକ୍ରର ପ୍ରତ୍ୟେକ ସଦସ୍ୟ ନିଜ ନିଜର କର୍ତ୍ତବ୍ୟ ପାଳନ କରି ଏହାର ଘୂର୍ଣ୍ଣନରେ ସହଯୋଗ କରିଥାଆନ୍ତି । ଯେହେତୁ ଆମେ ଏହି ଫଳଚକ୍ରର ଉପଭୋକ୍ତା ଅଟୁ, ତେଣୁ ଏହି ଶୃଙ୍ଖଳାରେ ଆମର ଧାର୍ଯ୍ୟ କର୍ତ୍ତବ୍ୟ ଆମେ ପାଳନ କରିବା ଉଚିତ୍ ।\nଏହି ଚକ୍ରରେ କେବଳ ଆମେ ମନୁଷ୍ୟ ମାନଙ୍କୁ ନିଜର ସ୍ୱାଧୀନ ଇଛା ଅନୁସାରେ କାର୍ଯ୍ୟ କରିବାର କ୍ଷମତା ଅର୍ପଣ ହୋଇଛି । ଯଦ୍ୱାରା ଏହି ଚକ୍ରକୁ ଶୃଙ୍ଖଳିତ ଭାବରେ ଗତି କରିବାରେ ସହଯୋଗ କରିପାରିବା ଅବା ବ୍ରହ୍ମାଣ୍ଡର ଏହି କ୍ରିୟାରେ ବିଘ୍ନ ସୃଷ୍ଟି କରିପାରିବା । ଯେତେବେଳେ ମାନବ ସମାଜର ସଂଖ୍ୟାଧିକ ବ୍ୟକ୍ତି ଏହି ନିୟମରେ ସହବସ୍ଥାନ କରନ୍ତି ସେତେବେଳେ ଭୌତିକ ଉନ୍ନତି ହେବା ସହିତ ଆଧ୍ୟାତ୍ମିକ ପ୍ରଗତି ଉଦ୍ରେକ ହୋଇଥାଏ । ମାନବ ଇତିହାସରେ ଏପରି ସମୟ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସୁବର୍ଣ୍ଣ ଯୁଗ ହୋଇଥାଏ । ବିପରୀତ ରୂପେ ଯେତେବେଳେ ଅଧିକାଂଶ ବ୍ୟକ୍ତି ବିଶ୍ୱଚକ୍ରର ଏହି ନିୟମକୁ ଅମାନ୍ୟ କରି ନିଜର ଦାୟୀତ୍ୱ ପାଳନ କରନ୍ତି ନାହିଁ, ସେତେବେଳେ ପ୍ରକୃତି ଦଣ୍ଡ ଦେବା ଆରମ୍ଭ କରିଥାଏ ଏବଂ ଶାନ୍ତି ଓ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।\nଭଗବାନଙ୍କ ଦ୍ୱାରା ଏହି ପ୍ରାକୃତିକ ଚକ୍ର, ବିଭିନ୍ନ ସ୍ତରର ଚେତନା ଯୁୁକ୍ତ ପ୍ରାଣୀ ମାନଙ୍କୁ ଶୃଙ୍ଖଳିତ କରିବା, ଶିକ୍ଷା ଦେବା ତଥା ଉନ୍ନତି କରିବା ପାଇଁ, ସୃଷ୍ଟି ହୋଇଛି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି ଯେ, ଯେଉଁ ମାନେ ତାଙ୍କର ନିର୍ଦ୍ଧିାରିତ ଯଜ୍ଞ କରନ୍ତି ନାହିଁ, ସେମାନେ ତାଙ୍କ ଇନ୍ଦ୍ରିୟ ମାନଙ୍କର ଦାସ ହୋଇ ଏକ ପାପମୟ ଜୀବନଯାପନ କରନ୍ତି ।"
},
{
"verseTitle": "Bhagavad Gita 3.17",
"verse": "17",
"chapter": 3,
"lang": "or",
"shloka": {
"speaker": "",
"sanskrit": "यस्वात्मरतिरेव स्यादात्मतृप्तश्च मानवः ।\n\nआत्मन्येव च सन्तुष्टस्तस्य कार्यं न विद्यते ॥17॥",
"text": "ଯସ୍ତ୍ୱାତ୍ମରତିରେବ ସ୍ୱାଦାତ୍ମତୃପ୍ତଶ୍ଚ ମାନବଃ । \nଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ ।। ୧୭ ।।",
"audioLink": "https://www.holy-bhagavad-gita.org/public/audio/003_017.mp3"
},
"wordMeanings": "ଯ-ଯିଏ; ତୁ- କିନ୍ତୁ; ଅତ୍ମରତିଃ-ଆତ୍ମାର ଆନନ୍ଦ ଅନୁଭବ କରେ; ଏବ - ନିଶ୍ଚିତଭାବେ; ସ୍ୟାତ୍ - ରହେ; ଅତ୍ମତୃପ୍ତଃ - ଆତ୍ମସନ୍ତୁଷ୍ଟ; ଚ-ଏବଂ; ମାନବଃ- ମାନବ; ଆତ୍ମନି- ନିଜ ମଧ୍ୟରେ; ଏବ- କେବଳ; ଚ- ଏବଂ; ସନ୍ତୁଷ୍ଟ - ପୂର୍ଣ୍ଣରୂପେ ସନ୍ତୁଷ୍ଟ; ତସ୍ୟ- ତାହାର; କାର୍ଯ୍ୟଂ- କର୍ତ୍ତବ୍ୟ; ନ ବିଦ୍ୟତେ- ରହେ ନାହିଁ ।",
"translation": {
"text": "କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.17.mp3"
]
},
"commentary": "ଯେଉଁମାନେ ବାହ୍ୟ ବସ୍ତୁରେ ଆନନ୍ଦ ଉପଭୋଗ କରିବାର ଲାଲସା ତ୍ୟାଗ କରିଦିଅନ୍ତି, କେବଳ ସେହିମାନେ ହିଁ ଆତ୍ମାର ଆନନ୍ଦରେ ବିଭୋର ରହିପାରନ୍ତି । ଭୌତିକ କାମନା ହିଁ ବନ୍ଧନର ମୂଳ କାରଣ ଅଟେ । “ଏହା ହେବା ଉଚିତ; ତାହା ହେବା ଉଚିିତ୍ ନୁହେଁ । ଶ୍ରୀକୃଷ୍ଣ ଆଗକୁ (ଶ୍ଲୋକ ୩.୩୭) ଅଧିକ ସ୍ପଷ୍ଟ କରିବାକୁ ଯାଇ କହୁଛନ୍ତି ଯେ, କାମନା ସମସ୍ତ ପାପର କାରଣ ଅଟେ, ତେଣୁ ତାହାକୁ ତ୍ୟାଗ କରାଯିବା ଉଚିତ । ପୂର୍ବ ବର୍ଣ୍ଣିତ (ଶ୍ଲୋକ ୨.୬୪ ସନ୍ଧର୍ଭ ଅନୁଯାୟୀ) ଏଠାରେ ଧ୍ୟାନ ଦିଆ ଯାଇପାରେ ଯେ, ଯେଉଁ କାମନାକୁ ଶ୍ରୀକୃଷ୍ଣ ତ୍ୟାଗ କରିବାକୁ କହୁଛନ୍ତି ତାହା ଭୌତିକ କାମନା ହିଁ ଅଟେ; ଆଧ୍ୟାତ୍ମିକ ପ୍ରଗତିର ଆକାଂକ୍ଷା ବା ଭଗବତ୍ ପ୍ରାପ୍ତିର କାମନା ନୁହେଁ ।\nତେବେ ଭୌତିକ କାମନା ଆମେ କାହିଁକି କରିଥାଉ? କାରଣ ଆମେ ଶରୀରକୁ ଆତ୍ମା ମନେ କରି ଶାରୀରିକ ସୁଖ କାମନାକୁ ଆତ୍ମାର କାମନା ମନେକରି ଥାଉ, ଯାହା ଆମକୁ ମାୟାର ଜଗତରେ ଘୂରାଇବାରେ ଲାଗିଥାଏ । ସନ୍ଥ ତୁଳସୀଦାସ କହନ୍ତି -\nଜୀବ ଜବ ତେ ହରି ତେ ବିଲଗାନୋ ତବ ତେ ଦେହ ଗେହ ନିଜ ମାନ୍ୟୋ,ମାୟା ବଶ ସ୍ୱରୂପ ବିସରାୟୋ ତେହି ଭ୍ରମ ତେ ଦାରୁଣ ଦୁଃଖ ପାୟୋ ।।\n“ଜୀବ ଯେତେବେଳେ ନିଜକୁ ଭଗବାନଙ୍କ ଠାରୁ ପୃଥକ କରିନେଲା, ମାୟାଶକ୍ତି ତାକୁ ଏକ ଭ୍ରମ ର ଆବରଣରେ ଢାଙ୍କି ଦେଲା । ସେହି ମାୟାର ଭ୍ରମରେ ସେ ନିଜକୁ ଶରୀର ରୂପରେ ଚିନ୍ତା କରିବାରେ ଲାଗିଲା ଏବଂ ସେହି ଦିନ ଠାରୁ ଆତ୍ମବିସ୍ମୃତ ହୋଇ ସେ ଅନେକ ଦୁଃଖକଷ୍ଟ ଅନୁଭବ କରୁଅଛି ।”\nଯେଉଁମାନେ ଜ୍ଞାନ ସମ୍ପନ୍ନ, ସେମାନେ ଅନୁଭବ କରନ୍ତି ଯେ ଆତ୍ମା ମାୟିକ ଗୁଣଯୁକ୍ତ ନୁହେଁ, ଦିବ୍ୟ ଅଟେ ଏବଂ ସେଥିପାଇଁ ଅବିନାଶୀ ଅଟେ । ସଂସାରର ବିନାଶଶୀଳ ବସ୍ତୁ ଅବିନାଶୀ ଆତ୍ମାର ତୁଷ୍ଣାକୁ ତୃପ୍ତ କରି ପାରିବ ନାହିଁ । ତେଣୁ ସାଂସାରିକ ବିଷୟ ପଛରେ ଗୋଡାଇ ସୁଖ ଆଶା କରିବା ମୁର୍ଖାମି ଅଟେ । ଆତ୍ମଜ୍ଞାନୀମାନେ ନିଜର ଚେତନାକୁ ଭଗବାନଙ୍କ ଠାରେ ସନ୍ନିବେଶିତ କରି ନିଜ ଭିତରେ ତାଙ୍କର ଅସୀମ ଆନନ୍ଦକୁ ଅନୁଭବ କରି ଥାଆନ୍ତି ।\nମାୟବଦ୍ଧ ଜୀବ ପାଇଁ ନିର୍ଦ୍ଧାରିତ କର୍ମ ଜ୍ଞାନୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ନୁହେଁ, କାରଣ ସେମାନେ ସେହି ସବୁ କର୍ମର ଫଳ ପ୍ରାପ୍ତ କରିସାରି ଥାଆନ୍ତି । ଉଦାହରଣ ସ୍ୱରୂପ, ଜଣେ ଗୋଟିଏ ମହାବିଦ୍ୟାଳୟର ଛାତ୍ର ରହିଥିବା ଯାଏଁ, ତାଙ୍କୁ ବିଶ୍ୱବିଦ୍ୟାଳୟର ସମସ୍ତ ନିୟମ ମାନିବାକୁ ପଡିଥାଏ । କିନ୍ତୁ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ, ସେହି ସବୁ ନିୟମ ତାଙ୍କ ପ।।ଇଁ ନିରର୍ଥକ ହୋଇଯାଏ । ଏହିଭଳି ବିମୁକ୍ତ ଆତ୍ମାମାନଙ୍କ ପ୍ରତି କୁହାଯାଇଛି ଯେ, ବ୍ରହ୍ମବିତ୍ ଶ୍ରୁତି ମୂର୍ଧ୍ନୀ “ଯେଉଁ ମାନେ ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରି ନିଅନ୍ତି, ସେମାନେ ବେଦର ମସ୍ତକରେ ପାଦରଖି ଚାଲନ୍ତି, ଅର୍ଥାତ୍ ସେମାନଙ୍କ ପାଇଁ ବେଦର ନିୟମ ପାଳନ କରିବା ଆବଶ୍ୟକ ହୋଇ ନ ଥାଏ ।\nବେଦର ଉଦ୍ଦେଶ୍ୟ ହେଉଛି ଆତ୍ମାକୁ ପରମାତ୍ମା ଭଗବାନଙ୍କ ସହିତ ମିଳିତ କରାଇବା । ଥରେ ଜୀବ ଉଗବତ୍ ପାପ୍ତ ହୋଇଯିବା ପରେ, ଜୀବକୁ ଲକ୍ଷ ସ୍ଥଳରେ ପହଞ୍ଚାଇବା ପାଇଁ ସାହାଯ୍ୟ କରୁଥିବା ବେଦର ନିୟମ ଗୁଡିକ ପ୍ରଯୁଜ୍ୟ ହୋଇ ନ ଥାଏ । ଜୀବ ସେହି କ୍ଷେତ୍ରାଧିକାର ସୀମା ଅତିକ୍ରମ କରି ସାରିଥାଏ । ଉଦାହରଣ ସ୍ୱରୂପ, ଜଣେ ପୁରୋହିତ ବିବାହର କ୍ରିୟାନୁଷ୍ଠାନ କରି ଜଣେ ପୁରୁଷ ଓ ସ୍ତ୍ରୀ କୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି । ବିବାହ କ୍ରିୟା ସମ୍ପନ୍ନ ହେବା ପରେ ସେ କୁହନ୍ତି, “ଆପଣମାନେ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଅଟନ୍ତି ।” ଏହିଠାରେ ପୁରୋହିତଙ୍କର ଦାୟୀତ୍ୱ ସରିଗଲା । ତାପରେ ଯଦି ସ୍ତ୍ରୀ ଜଣକ କୁହନ୍ତି “ପୁରୋହିତ ମହାଶୟ! ବିବାହ ସମୟର ଶପଥ ଗୁଡିକୁ ମୋ ସ୍ୱାମୀ ପାଳନ କରୁନାହାନ୍ତି ।” ତେବେ ପୁରୋହିତ ଉତ୍ତର ଦେବେ, “ତାହା ମୋ ଦାୟୀତ୍ୱର ପରିସରଭୁକ୍ତ ନୁହେଁ । ମୋର କର୍ତ୍ତବ୍ୟ ଥିଲା ତୁମ ଦୁୁହିଁଙ୍କୁ ବିବାହ ସୂତ୍ରରେ ଏକତ୍ର କରିବା, ସେ କାର୍ଯ୍ୟ ସମାପ୍ତ ହୋଇଛି ।” ସେହିିପରି ବେଦର ନିୟମ ଗୁଡିକ ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳିତ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଭଗବତ୍ ପ୍ରାପ୍ତି ହୋଇଯାଏ, ବେଦର ଦାୟୀତ୍ୱ ସମାପ୍ତ ହୋଇଥାଏ । ଏପରି ତତ୍ତ୍ୱଦର୍ଶୀ ଜୀବ ବେଦ ନିର୍ଦ୍ଧାରିତ କର୍ତ୍ତବ୍ୟ କର୍ମ କରିବାକୁ ବାଧ୍ୟ ନୁହଁନ୍ତି ।"
},
{
"verseTitle": "Bhagavad Gita 3.18",
"verse": "18",
"chapter": 3,
"lang": "or",
"shloka": {
"speaker": "",
"sanskrit": "नैव तस्य कृतेनार्थो नाकृतेनेह कश्चन ।\n\nन चास्य सर्वभूतेषु कश्चिदर्थव्यपाश्रयः ॥18॥",
"text": "ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ \nନ ଚାସ୍ୟ ସର୍ବଭୂତେଷୁ କଶ୍ମିଦର୍ଥବ୍ୟପାଶ୍ରୟଃ ।। ୧୮।।",
"audioLink": "https://www.holy-bhagavad-gita.org/public/audio/003_018.mp3"
},
"wordMeanings": "ନ- କଦାପି ନୁହେଁ; ଏବ- ନିଶ୍ଟିତ ଭାବେ; ତସ୍ୟ- ତା’ର; କୃତେନ - କର୍ତ୍ତବ୍ୟ କରିବା ଦ୍ୱାରା; ଅର୍ଥଃ- ଉଦ୍ଦେଶ୍ୟ; ନ- ନୁହେଁ; ଅକୃତେନ- କର୍ତ୍ତବ୍ୟ ନ କରିବା; ଇହ - ଇହଜଗତରେ; କଶ୍ଚିତ- କୌଣସି; ଅର୍ଥ- ଉଦ୍ଦେଶ୍ୟ; ବ୍ୟପାଶ୍ରୟଃ - ଆଶ୍ରୟ ନେବା ।",
"translation": {
"text": "ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.18.mp3"
]
},
"commentary": "ଆତ୍ମଜ୍ଞାନୀମାନେ ଆତ୍ମାର ଅତୀନ୍ଦ୍ରିୟ ସ୍ତରରେ ସ୍ଥିତ ରହିଥାଆନ୍ତି । ସେମାନଙ୍କର ସମସ୍ତ କାର୍ଯ୍ୟ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ହୋଇଥିବା ଦୃଷ୍ଟିରୁ ଲୋକୋତ୍ତର ଅଟେ । ସେଥିପାଇଁ ସାଂସାରିକ ବ୍ୟକ୍ତିମାନଙ୍କ ପାଇଁ ବର୍ଣ୍ଣାଶ୍ରମ ଧର୍ମ ଅନୁଯାୟୀ ଯେଉଁ କର୍ମର ବିଧାନ ରହିଥାଏ, ତାହା ସେମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।\nଏଠାରେ କର୍ମ ଓ ଭକ୍ତି ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ବନ୍ଧରେ ବିଚାର କରାଯିବା ଆବଶ୍ୟକ । ପୂର୍ବରୁ ଶ୍ରୀକୃଷ୍ଣ କର୍ମ ବିଷୟରେ ଏହା କହିଥିଲେ ଯେ ସେଗୁଡିକ ଭଗବାନଙ୍କୁ ଅର୍ପଣ କରି କରାଯିବା ଉଚିତ୍ । ମନକୁ ଶୁୁଦ୍ଧ କରିବା ପାଇଁ ଏହା ଆବଶ୍ୟକ ଅଟେ । ଏହା ମନକୁ ସାଂସାରିକ ଆବିଳତାର ଉର୍ଦ୍ଧ୍ୱକୁ ଉଠିବାରେ ସାହାଯ୍ୟ କରିଥାଏ କିନ୍ତୁ ଆତ୍ମଜ୍ଞାନୀମାନେ ଭଗବାନଙ୍କ ସହିତ ତଲ୍ଲୀନତା ହାସଲ କରି ନିଜ ଅନ୍ତଃକରଣକୁ ଶୁଦ୍ଧ କରି ନେଇଥାଆନ୍ତି । ସେମାନଙ୍କ ପରି ଅତୀନ୍ଦ୍ରିୟ ପୁରୁଷମାନେ ନିଜକୁ ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କର ଭକ୍ତି ଏବଂ ଧ୍ୟାନ,ଅର୍ଚ୍ଚନା, କୀର୍ତ୍ତନ, ଗୁରୁସେବା ଆଦି ବିଶୁଦ୍ଧ ଆଧ୍ୟାତ୍ମିକ କର୍ମରେ ନିୟୋଜିତ କରିଥାଆନ୍ତି । ସାଂସାରିକ କର୍ତ୍ତବ୍ୟ, କର୍ମ ତ୍ୟାଗ କରିବା ସେମାନଙ୍କ ପାଇଁ ପାପ ନୁହେଁ । ଇଚ୍ଛାକଲେ ସେମାନେ କର୍ମ କରିପାରନ୍ତି, କିନ୍ତୁ ସେଥିପାଇଁ ସେମାନେ ବାଧ୍ୟ ନୁହଁନ୍ତି ।\nଇତିହାସରେ ଦୁଇ ପ୍ରକାର ମହାପୁରୁଷ ଅଛନ୍ତି । (୧) ପ୍ରହ୍ଲାଦ, ଧ୍ରୁବ, ଅମ୍ବରୀଶ, ପୃଥୁ ଓ ବିଭୀଷଣଙ୍କ ପରି ମହାପୁରୁଷ ଯେଉଁମାନେ ଭଗବତ୍ ପ୍ରାପ୍ତି କରିସାରିଲା ପରେ ମଧ୍ୟ ନିଜର ସଂସାରିକ କାର୍ଯ୍ୟ ନିର୍ବାହ କରୁଥିଲେ । ସେମାନେ କର୍ମ ଯୋଗୀ ଥିଲେ - ବାହ୍ୟତଃ ଶରୀର ଦ୍ୱାରା ସେମାନେ ସାଂସାରିକ କର୍ମ କରୁଥିଲେ କିନ୍ତୁ ସେମାନଙ୍କର ମନ ସଦାସର୍ବଦା ଭଗବାନଙ୍କଠାରେ ଲୀନ ରହୁଥିଲା । (୨) ଶଙ୍କରାଚାର୍ଯ୍ୟ, ମାଧ୍ୱାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ ଏବଂ ଚୈତନ୍ୟ ମହାପ୍ରଭୂଙ୍କ ପରି ମହାପୁରୁଷ ଯେଉଁମାନେ ସାଂସାରିକ କର୍ତ୍ତବ୍ୟ ତ୍ୟାଗ କରି ସନ୍ୟାସ ଜୀବନ ଯାପନ କରୁଥିଲେ । ଏମାନେ କର୍ମସନ୍ୟାସୀ ଥିଲେ ଏବଂ ଉଭୟ ବହିରଙ୍ଗ ଓ ଅନ୍ତରଙ୍ଗ ସ୍ତରରେ, ଅର୍ଥାତ୍ ଶରୀର ଓ ମନ ଦ୍ୱାରା କେବଳ ଭଗବାନଙ୍କର ଭକ୍ତି କରୁଥିଲେ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ, ଭଗବତ୍ ପ୍ରାପ୍ତି ପରେ ଏହି ଦୁଇଟି ବିକଳ୍ପ ରହିଛି । ଆସନ୍ତୁ ଦେଖିବା, ପରବର୍ତ୍ତୀ ଶ୍ଳୋକରେ ସେ ଅର୍ଜୁନଙ୍କ ନିମନ୍ତେ ତନ୍ମଧ୍ୟରୁ କେଉଁଟିକୁ ସୁପାରିଶ କରୁଛନ୍ତି ।"
},
{
"verseTitle": "Bhagavad Gita 3.19",
"verse": "19",
"chapter": 3,
"lang": "or",
"shloka": {
"speaker": "",
"sanskrit": "तस्मादसक्तः सततं कार्यं कर्म समाचर ।\n\nअसक्तो ह्याचरन्कर्म परमानोति पुरुषः ॥19॥",
"text": "ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର । \nଅସକ୍ତୋ ହ୍ୟାଚରନ୍ କର୍ମ ପରମାପ୍ନୋତି ପୁରୁଷଃ ।। ୧୯ ।।",
"audioLink": "https://www.holy-bhagavad-gita.org/public/audio/003_019.mp3"
},
"wordMeanings": "ତସ୍ମାତ୍ - ତେଣୁ; ଅସକ୍ତଃ - ଅନାସକ୍ତ ବା ସଂଶ୍ଲଷ୍ଟ ନ ରହି; ସତତଂ - ବରାବର; କାର୍ଯ୍ୟଂ- କର୍ତ୍ତବ୍ୟ ହିସାବରେ; କର୍ମ- କର୍ମ; ସମାଚର - କର; ଅସକ୍ତଃ - ଅନାସକ୍ତ; ହି- ନିଶ୍ଚିତଭାବେ; ଆଚରନ୍- ଆଚରଣ କର; କର୍ମ- କ୍ରିୟାନୁଷ୍ଠାନ; ପରମ- ପରମଗତି; ଆପ୍ନୋତି - ପ୍ରାପ୍ତହୁଏ; ପୁରୁଷଃ - ମାନବ ।",
"translation": {
"text": "ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.19.mp3"
]
},
"commentary": "ଶ୍ରୀକୃଷ୍ଣ ୩.୮ ରୁ ୩.୧୨ ପର୍ଯ୍ୟନ୍ତ ଶ୍ଲୋକରେ ଯେଉଁ ମାନେ ଦିବ୍ୟ ଚେତନା ସ୍ତରରେ ପହଞ୍ôଚ ନାହାନ୍ତି, ସେମାନଙ୍କୁ ତାଙ୍କର ନିର୍ଦ୍ଧାରିତ କର୍ମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୩.୧୭ ଓ ୩.୧୮ ଶ୍ଲୋକରେ ସେ କହିଲେ ଯେ ଦିବ୍ୟ ଚେତନାଯୁକ୍ତ ମହାପୁରୁଷମାନେ ସେମାନଙ୍କର ନିର୍ଦ୍ଧାରିତ କର୍ମ (ବର୍ଣ୍ଣାଶ୍ରମ ଧର୍ମ) କରିବାକୁ ବାଧ୍ୟ ନୁହନ୍ତି । ଅତଏବ ଅର୍ଜୁନଙ୍କ ପାଇଁ କେଉଁ ମାର୍ଗଟି ଠିକ୍ ? ଶ୍ରୀକୃଷ୍ଣ ତାଙ୍କୁ କର୍ମ ସନ୍ୟାସର ପଥ ଅନୁସରଣ ନ କରି, କର୍ମଯୋଗୀ ହେବା ପାଇଁ ଉପଦେଶ ଦେଉଛନ୍ତି । ସେ ୩.୨୦ ରୁ ୩.୨୨ ଶ୍ଲୋକରେ ଏହାର କାରଣ ବିଶ୍ଲେଷଣ କରିଛନ୍ତି ।"
},
{
"verseTitle": "Bhagavad Gita 3.20 – 3.21",
"verse": "20-21",
"chapter": 3,
"lang": "or",
"shloka": {
"speaker": "",
"sanskrit": "कर्मणैव हि संसिद्धिमास्थिता जनकादयः । \n\nलोकसंग्रहमेवापि सम्पश्यन्कर्तुमर्हसि ॥20॥\n\nयद्यदाचरति श्रेष्ठस्तत्तदेवेतरो जनः ।\n\nस यत्प्रमाणं कुरुते लोकस्तदनुवर्तते ॥21॥",
"text": "କର୍ମଣୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ । \nଲୋକସଂଗ୍ରହମେବାପି ସଂପଶ୍ୟନ୍କର୍ତ୍ତୁମର୍ହସି ।ା ୨୦।।\nଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ । \nସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ ।। ୨୧ ।।",
"audioLink": "https://www.holy-bhagavad-gita.org/public/audio/003_020-021.mp3"
},
"wordMeanings": "କର୍ମଣା - କର୍ମଯୋଗ , ଏବ -କେବଳ, ହି- ନିଶ୍ଚିତଭାବେ, ସଂସିଦ୍ଧିମ୍ - ପରିପୂର୍ଣ୍ଣତା; ଆସ୍ଥିତାଃ - ପ୍ରାପ୍ତ କରିବା; ଜନକଆଦୟଃ - ଜନକ ଆଦି ରାଜାମାନେ; ଲୋକ-ସଂଗ୍ରହମ୍ - ଜନକଲ୍ୟାଣ ନିମନ୍ତେ; ଏବ -କେବଳ; ଅପି - ମଧ୍ୟ; ସଂପଶ୍ୟନ୍ - ବିଚାର କରି, କର୍ତୁମ୍ ଅର୍ହସି - କରିବା ଉଚିତ୍; ଯତ୍ ଯତ୍ - ଯାହାକିଛି; ଆଚରତି - ଆଚରଣ କରନ୍ତି; ଶ୍ରେଷ୍ଠ - ସମ୍ମାନନୀୟ, ତତ୍ ତତ୍ - ତାହାସବୁ; ଏବ - ନିଶ୍ଚିତଭାବରେ; ଇତରଃ - ସାଧାରଣ, ଜନଃ -ଜନ; ସଃ- ସେମାନେ; ଯତ୍ - ଯାହା , ପ୍ରମାଣଂ - ପ୍ରମାଣ, କୁରୁତେ - କରନ୍ତି, ଲୋକଃ - ସମଗ୍ର ପୃଥିବୀ; ତତ୍ - ତାହା; ଅନୁବର୍ତତେ - ଅନୁସରଣ କରନ୍ତି ।",
"translation": {
"text": "ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-20.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.20.mp3",
"https://www.gitasupersite.iitk.ac.in/sites/default/files/audio/Purohit/3.21.mp3"
]
},
"commentary": "ରାଜା ଜନକ, ରାଜା ହିସାବରେ ନିଜର ସାଂସାରିକ କର୍ତ୍ତବ୍ୟ ପାଳନ କରି, କର୍ମଯୋଗ ଦ୍ୱାରା ତାଙ୍କର ଚରମ ଲକ୍ଷ୍ୟ ପ୍ରାପ୍ତ କରିଥିଲେ । ଅତୀନ୍ଦ୍ରିୟ ସ୍ତରରେ ପହଞ୍ôଚବା ପରେ ମଧ୍ୟ ସେ ତାଙ୍କର ସାଂସାରିକ କର୍ମ କରୁଥିଲେ କେବଳ ଏଥିପାଇଁ ଯେ ତାହା ସଂସାର ସମ୍ମୁଖରେ ଅନୁସରଣ କରିବା ପାଇଁ ଏକ ଆଦର୍ଶ ପ୍ରସ୍ତୁତ କରିବ । ଅନେକ ସନ୍ଥ ଏହିପରି କାର୍ଯ୍ୟ କରିଥିଲେ ।\nମହାପୁରୁଷମାନଙ୍କର ଜୀବନ ଶୈଳୀକୁ ଲକ୍ଷ୍ୟ କରି ମାନବ ସମାଜ ସେହି ଆଦର୍ଶରେ ଅନୁପ୍ରାଣୀତ ହୋଇଥାଏ । ସେମାନେ,ଏକ ଆଦର୍ଶ ଭାବରେ ସମାଜକୁ ପ୍ରେରଣା ଯୋଗାଇ ଥାଆନ୍ତି ଏବଂ ଜନସମାଜ ସମ୍ମୁଖରେ ଅନୁସରଣ କରିବା ଯୋଗ୍ୟ ଏକ ଜଳ୍ୱନ୍ତ ତାରକା ସଦୃଶ ଉଦ୍ଭାସିତ ହୁଅନ୍ତି । ସେଥିପାଇଁ ସମାଜର ନେତୃବୃନ୍ଦ ସେମାନଙ୍କର ବାଣୀ, କାର୍ଯ୍ୟ ଓ ଚରିତ୍ର ଦ୍ୱାରା ସମାଜ ସମ୍ମୁଖରେ ଉଚ୍ଚ ଆଦର୍ଶ ସ୍ଥାପିତ କରିବା ଉଚିତ୍, ଯାହା ସମାଜକୁ ପ୍ରେରଣା ଯୋଗାଇ ପାରିବ । ସଜ୍ଜନ ନେତୃବର୍ଗ ସମ୍ମୁଖରେ ରହିଲେ, ସମାଜର ନୈତିକତା, ନିସ୍ୱାର୍ଥପରତା ଓ ଆଧ୍ୟାତ୍ମିକତା ଆପେ ଆପେ ବୃଦ୍ଧିପାଏ । କିନ୍ତୁ ଯେତେବେଳେ ନୀତିବାନ ନେତାଙ୍କର ଅଭାବ ଦୃଷ୍ଟିଗୋଚର ହୁଏ, ସମାଜ ସମ୍ମୁଖରେ ଅନୁସରଣ କରିବା ପାଇଁ କୌଣସି ଆଦର୍ଶ ନ ଥାଏ, ସେତେବେଳେ ସମାଜ ସ୍ୱାର୍ଥପରତା, ଅନୈତିକତା ଓ ଆଧ୍ୟାତ୍ମିକ ଅଧଃପତନ ଆଡକୁ ଗତି କରିଥାଏ । ସେଥିପାଇଁ ମହାନ ବ୍ୟକ୍ତିମାନେ ସମାଜରେ ଏକ ଆଦର୍ଶ ସ୍ଥାପନ କରିବା ଉଦ୍ଦେଶ୍ୟରେ ଆଚରଣ କରିବା ଉଚିତ୍ । ଯଦିଓ ସେମାନେ ଚେତନାର ଅତ୍ୟୁଚ୍ଚ ସ୍ତରକୁ ଉନ୍ନୀତ ହୋଇଯାଇ ଥାଆନ୍ତି ଏବଂ ସେମାନଙ୍କ ପାଇଁ ବୈଦକ କର୍ମ କରିବାର ଆବଶ୍ୟକତା ନ ଥାଏ, ତଥାପି ଅନ୍ୟ ମାନଙ୍କୁ ବୈଦିକ କର୍ମ କରିବା ଦିଗରେ ଉତ୍ସାହିତ କରିବା ପାଇଁ ସେମାନେ କର୍ମ କରିଥାଆନ୍ତି ।\nସମାଜର ଜଣେ ଅଧିନାୟକ ଯଦି କର୍ମତ୍ୟାଗ କରି କର୍ମସନ୍ୟାସୀ ହୋଇଯାଆନ୍ତି, ତେବେ ଅନ୍ୟମାନେ ପାଇଁ ତାହା ଏକ ବିଭ୍ରାନ୍ତିକର ଉଦାହରଣ ସୃଷ୍ଟି କରିବ । ସେହି ବ୍ୟକ୍ତି ଜଣକ ଦିବ୍ୟଜ୍ଞାନଯୁକ୍ତ ହୋଇଥାଇ ପାରନ୍ତି ଏବଂ କର୍ମତ୍ୟାଗ କରି ଆଧ୍ୟାତ୍ମିକତାରେ ପୂର୍ଣ୍ଣ ନିୟୋଜିତ ହୋଇଯିବାର ସମସ୍ତ ଯୋଗ୍ୟତା ତାଙ୍କର ଥାଇପାରେ, କିନ୍ତୁ ତାଙ୍କର ଦ୍ୱାହି ଦେଇ ସମାଜର ଅନ୍ୟମାନେ ସାଂସାରିକ କର୍ତ୍ତବ୍ୟରୁ ପଳାୟନ କରିପାରନ୍ତି । ଏପରି ପଳାୟନ ପନ୍ଥୀମାନେ ଶଙ୍କରାଚାର୍ଯ୍ୟ. ମାଧ୍ୱାଚାର୍ଯ୍ୟ . ନିମ୍ବକାଚାର୍ଯ୍ୟ, ଚୈତନ୍ୟ ମହାପ୍ରଭୂଙ୍କ ପରି ମହାନ କର୍ମ ସନ୍ୟାସୀମାନଙ୍କର ଉଦାହରଣ ଦେଇଥାନ୍ତି । ସେହି ମହାପୁରୁଷମାନଙ୍କର ପଦାଙ୍କ ଅନୁସରଣ କରି ଶଠମାନେ ମଧ୍ୟ ସାଂସାରିକ କର୍ମ ତ୍ୟାଗ କରି ସନ୍ୟାସ ଗ୍ରହଣ କରିଥାନ୍ତି, ଯଦିଓ ସେଥିପାଇଁ ଆବଶ୍ୟକ ଥିବା ଅନ୍ତଃକରଣ ଶୁଦ୍ଧିର ଶର୍ତ୍ତ ସେମାନେ ହାସଲ କରି ନ ଥାନ୍ତି । ଭାରତରେ ହଜାର ହଜାର ସଂଖ୍ୟାର ଏପରି ସାଧୁ ଦେଖିବାକୁ ମିଳିଥାଆନ୍ତି । ସେମାନେ ପ୍ରସିଦ୍ଧ ସନ୍ୟାସୀମାନଙ୍କର ନକଲ କରି ଗେରୁଆ ବସ୍ତ୍ର ଧାରଣ କରିଥାନ୍ତି, ଅଥଚ ଆନ୍ତରିକ ସ୍ତରରେ ଦିବ୍ୟ ଜ୍ଞାନ ବା ଆନନ୍ଦ ପ୍ରାପ୍ତ କରି ନ ଥାନ୍ତି । ବାହ୍ୟ ଦୃଷ୍ଟିରୁ ତ୍ୟାଗୀ ହୋଇଥିଲେ ମଧ୍ୟ ସେମାନଙ୍କର ସ୍ୱଭାବ ସେମାନଙ୍କୁ ଆନନ୍ଦ ଅନ୍ୱେଷଣ କରିବାକୁ ବାଧ୍ୟ କରିଥାଏ ଏବଂ ଈଶ୍ୱରୀୟ ଦିବ୍ୟ ଆନନ୍ଦ ପରିବର୍ତ୍ତେ, ସେମାନେ ମାଦକ ଦ୍ରବ୍ୟର ଆନନ୍ଦ ପରି ନିମ୍ନସ୍ତରର ଆନନ୍ଦରେ ଲିପ୍ତ ହୋଇଯାଆନ୍ତି । ଏହିପରି ଭାବରେ ସେମାନେ ଜଣେ ଗୃହସ୍ଥ ଜୀବନ ଯାପନ କରୁଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ନିମ୍ନ ସ୍ତରକୁ ଖସିଯାଆନ୍ତି । ନିମ୍ନଲିଖିତ ପଦରେ ତାହା ବର୍ଣ୍ଣନା କରାଯାଇଛି :\nବ୍ରହ୍ମଜ୍ଞାନ ଜାନ୍ୟୋ ନହିଁ, କର୍ମ ଦିୟେ ଛିଟକାୟ,ତୁଲସୀ ଐସୀ ଆତ୍ମା ସହଜ ନରକ ମହଁ ଜାୟ ।\nସନ୍ଥ ତୁଳସୀ ଦାସ କହୁଛନ୍ତି, “ଯେଉଁ ବ୍ୟକ୍ତି ବ୍ରହ୍ମଜ୍ଞାନ ଦ୍ୱାରା ନିଜର ଅନ୍ତଃକରଣକୁ ଉଦ୍ଭାସିତ ନ କରି, ସାଂସାରିକ କର୍ମ ତ୍ୟାଗ କରିଥାଏ, ସେ ଅତି ଶୀଘ୍ର ନର୍କ ଅଭିମୁଖରେ ଅଗ୍ରସର ହୁଏ । ”\nଅପର ପକ୍ଷରେ, ମହାପୁରୁଷମାନେ ଯଦି କର୍ମଯୋଗୀ ହୋଇଥାଆନ୍ତି, ତାଙ୍କର ଅନୁଗାମୀମାନେ ଅତି କମ୍ରେ ନିଜ ନିଜର କର୍ମ କରିବେ ଏବଂ ଉତ୍ତମ ରୂପେ ନିଜର ଦାୟୀତ୍ୱ ପାଳନ କରିବେ । ଏହା ତାଙ୍କର ମନ ବୁଦ୍ଧିକୁ ଶୃଙ୍ଖଳିତ କରି କ୍ରମଶଃ ଦିବ୍ୟ ସ୍ତରକୁ ଉନ୍ନୀତ ହେବାରେ ତାଙ୍କର ସହାୟତା କରିବ । ଅତଏବ, ସମାଜ ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ ଆଚରଣ କରିବାକୁ କହୁଛନ୍ତି । ଏହି କଥାକୁ ବର୍ଣ୍ଣନା କରିବା ପାଇଁ ସେ ବର୍ତ୍ତମାନ ନିଜର ଉଦାହରଣ ଦେଉଛନ୍ତି ।"
},
{
"verseTitle": "Bhagavad Gita 3.22",
"verse": "22",
"chapter": 3,
"lang": "or",
"shloka": {
"speaker": "",
"sanskrit": "न मे पार्थास्ति कर्तव्यं त्रिषु लोकेषु किञ्चन ।\n\nनानवाप्तमवाप्तव्यं वर्त एव च कर्मणि ॥22॥",
"text": "ନ ମେ ପାର୍ଥାସ୍ତି କର୍ତବ୍ୟଂ ତ୍ରିଷୁ ଲୋକେଷୁ କିଂଚନ । \nନାନବାପ୍ତମବାପ୍ତବ୍ୟଂ ବର୍ତ ଏବ ଚ କର୍ମଣି ।। ୨୨ ।।",
"audioLink": "https://www.holy-bhagavad-gita.org/public/audio/003_022.mp3"
},
"wordMeanings": "ନ- କିଛି ନାହିଁ; ମେ - ମୋର; ପାର୍ଥ - ହେ ପୃଥାପୁତ୍ର; ଅସ୍ତି - ଅଛି; କର୍ତ୍ତବ୍ୟ- କୌଣସି କର୍ତ୍ତବ୍ୟ; ତ୍ରିଷୁ ଲୋକେଷୁ - ତ୍ରିଭୂବନରେ; କିଂଚନ - କୌଣସି; ନ - ନାହିଁ; ଆନବାପ୍ତମ୍ - ଅଭାବ; ଅବାପ୍ତବ୍ୟଂ - ପାଇବାକୁ; ବର୍ତେ- ନିଯୁକ୍ତ; ଏବ - ନିଶ୍ଚିତଭାବେ; ଚ - ମଧ୍ୟ, କର୍ମଣି- କର୍ତ୍ତବ୍ୟ କର୍ମରେ ।",
"translation": {
"text": "ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି ମୁଁ ମୋର ନିର୍ଦ୍ଧାରିତ କର୍ମରେ ନିୟୋଜିତ ରହିଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.22.mp3"
]
},
"commentary": "ଆମ୍ଭେମାନେ କାହିଁକି କର୍ମ କରୁ, ତା’ର ପୃଷ୍ଠଦେଶରେ ଉଦ୍ଦେଶ୍ୟ ହେଉଛି ଆମେ ସମସ୍ତେ କିଛି ପାଇବାକୁ ଇଚ୍ଛା କରୁ । ଭଗବାନ ଅନନ୍ତ ଆନନ୍ଦର ସାଗର ଅଟନ୍ତି ଏବଂ ତାଙ୍କର କ୍ଷୁଦ୍ର ଅଂଶ ହୋଇଥିବା କାରଣରୁ ଆମେ ସମସ୍ତେ ଆନନ୍ଦର ଅନ୍ୱେଷଣ କରିଥାଉ । ଯେହେତୁ ଏ ପର୍ଯ୍ୟନ୍ତ ଆମେ ସେହି ପରିପୂର୍ଣ୍ଣ ଆନନ୍ଦ ପ୍ରାପ୍ତ କରିପାରି ନାହେଁ, ଆମେ ଅତୃପ୍ତି ତଥା ଅପୂର୍ଣ୍ଣତା ଅନୁଭବ କରୁଅଛୁ । ଅତଏବ, ଆମେ ଯାହା କିଛି କରୁ, ତାହା ଆନନ୍ଦ ପ୍ରାପ୍ତି ଉଦ୍ଦେଶ୍ୟରେ କରିଥାଉ । କିନ୍ତୁ ଆନନ୍ଦ ଭଗବାନଙ୍କର ଏକ ଶକ୍ତି ଅଟେ ଏବଂ ତାହା କେବଳ ତାଙ୍କ ପାଖରେ ହିଁ ଅନନ୍ତ ମାତ୍ରାରେ ରହିଛି । ସେ ନିଜ ଭିତରେ ନିଜେ ପରିପୂର୍ଣ୍ଣ ଅଟନ୍ତି ଏବଂ ତାଙ୍କ ପାଇଁ ବାହାରର କୌଣସି ବସ୍ତୁର କିଛି ଆବଶ୍ୟକତା ନ ଥାଏ । ସେଥିପାଇଁ ତାଙ୍କୁ ଆତ୍ମାରାମ (ନିଜ ଭିତରେ ନିଜେ ଆନନ୍ଦିତ), ଆତ୍ମ-ରତି (ନିଜେ ନିଜ ପ୍ରତି ଆକର୍ଷିତ) , ଆତ୍ମ-କ୍ରୀଡ (ନିଜ ସହିତ ନିଜେ ଦିବ୍ୟ ଲୀଳାରେ ସଂଲଗ୍ନ) କୁହାଯାଇଥାଏ ।\nଏପରି ଜଣେ ବ୍ୟକ୍ତିତ୍ୱ ଯଦି କର୍ମ କରୁ ଥାଆନ୍ତି, ତେବେ ତା’ର ଗୋଟିଏ ମାତ୍ର କାରଣ ହୋଇପାରେ - ତାହା ତାଙ୍କ ନିଜ ପାଇଁ ନୁହେଁ, ବରଂ ଅନ୍ୟର କଲ୍ୟାଣ ପାଇଁ ହୋଇଥାଏ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯଦିଓ ଶ୍ରୀକୃଷ୍ଣ ସ୍ୱରୂପରେ, ତାଙ୍କର ବିଶ୍ୱବ୍ରହ୍ମାଣ୍ଡ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, ତଥାପି ଅନ୍ୟମାନଙ୍କର କଲ୍ୟାଣ ନିମନ୍ତେ ସେ କର୍ମ କରନ୍ତି । ପରବର୍ତ୍ତୀ ଶ୍ଳୋକରେ, ସେ କର୍ମ କରିବା ଦ୍ୱାରା ଯେଉଁ କଲ୍ୟାଣ ସାଧିତ ହୋଇଥାଏ, ତାହା ସ୍ପଷ୍ଟ କରୁଛନ୍ତି ।"
},
{
"verseTitle": "Bhagavad Gita 3.23",
"verse": "23",
"chapter": 3,
"lang": "or",
"shloka": {
"speaker": "",
"sanskrit": "यदि ह्यहं न वर्तेयं जातु कर्मण्यतन्द्रितः ।\n\nमम वानुवर्तन्ते मनुष्याः पार्थ सर्वशः ॥23॥",
"text": "ଯଦି ହ୍ୟହଂ ନ ବର୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ । \nମମ ବର୍ତ୍ମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।। ୨୩ ।।",
"audioLink": "https://www.holy-bhagavad-gita.org/public/audio/003_023.mp3"
},
"wordMeanings": "ଯଦି - ଯଦି; ହି- ନିଶ୍ଚିତ ଭାବେ; ଅହଂ - ମୁଁ; ନ ବର୍ତେୟଂ - ଏହିପରି ଭାବରେ କର୍ମରେ ନିଯୁକ୍ତ ନହୁଏ; ଜାତୁ- କେବେ; କର୍ମଣି - କର୍ତ୍ତବ୍ୟ ସଂପାଦନରେ; ଅତନ୍ଦ୍ରିତଃ - ଯତ୍ନର ସହିତ; ମମ- ମୋର; ବର୍ତ୍ମ- ପଥ; ଅନୁବର୍ତନ୍ତେ-ଅନୁସରଣ କରିବେ; ମନୁଷ୍ୟାଃ- ମନୁଷ୍ୟମାନେ; ପାର୍ଥ - ହେ, ପୃଥାପୁତ୍ର; ସର୍ବଶଃ-ସବୁ ପ୍ରକାରେ ।",
"translation": {
"text": "ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.23.mp3"
]
},
"commentary": "ମର୍ତ୍ତ୍ୟଲୋକରେ ତାଙ୍କର ଦିବ୍ୟ ଲୀଳାରେ, ଶ୍ରୀକୃଷ୍ଣ ଜଣେ ରାଜା ଓ ଶ୍ରେଷ୍ଠ ମାର୍ଗଦର୍ଶକର ଭୂମିକା ନିର୍ବାହ କରୁଛନ୍ତି । ସଂସାରରେ ତାଙ୍କର ଆବିର୍ଭାବ ବୃଷ୍ଣି ବଂଶର ଧାର୍ମିକ ରାଜା ବସୁଦେବଙ୍କର ପୁତ୍ର ରୂପେ ହୋଇଥିଲା । ଶ୍ରୀକୃଷ୍ଣ ଯଦି ତାଙ୍କର କର୍ତ୍ତବ୍ୟ ପାଳନ କରି ନ ଥାଆନ୍ତେ, ତା ହେଲେ ତାଙ୍କର ଅଧସ୍ତନ ବ୍ୟକ୍ତିିମାନେ କର୍ତ୍ତବ୍ୟ ନ କରିବା ଉଚିତ ପ୍ରଥା ଭାବି ତାଙ୍କର ପଦାଙ୍କ ଅନୁସରଣ କରିଥାଆନ୍ତେ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ସେପରି କରିବା ଦ୍ୱାରା ମାନବ ସମାଜକୁ ପଥଭ୍ରଷ୍ଟ କରିବାରେ ସେ ଉତ୍ତରଦାୟୀ ହୋଇଥାଆନ୍ତେ ।"
},
{
"verseTitle": "Bhagavad Gita 3.24",
"verse": "24",
"chapter": 3,
"lang": "or",
"shloka": {
"speaker": "",
"sanskrit": "उत्सीदेयुरिमे लोका न कुर्यां कर्म चेदहम् ।\n\nसङ्करस्य च कर्ता स्यामुपहन्यामिमाः प्रजाः ॥24॥",
"text": "ଉତ୍ସୀଦେୟୁରିମେ ଲୋକା ନ କୁର୍ଯ୍ୟାଂ କର୍ମ ଚେଦହମ୍ ।\nସଂକରସ୍ୟ ଚ କର୍ତା ସ୍ୟାମୁପହନ୍ୟାମିମାଃ ପ୍ରଜାଃ ।। ୨୪ ।।",
"audioLink": "https://www.holy-bhagavad-gita.org/public/audio/003_024.mp3"
},
"wordMeanings": "ଉତ୍ସୀଦେୟୁୁଃ -ଧ୍ୱଂସ ପଥରେ ପଥିକ କରାଇବା; ଇମେଲୋକାଃ - ଏ ସମସ୍ତ ଜଗତକୁ; ନ - ନୁହେଁ; କୁର୍ଯ୍ୟାଂ-କରେ; କର୍ମ- କର୍ତ୍ତବ୍ୟ; ଚେତ୍-ଯଦି; ଅହମ୍ -ମୁଁ; ସଂକରସ୍ୟ - ଅସଭ୍ୟ ସମାଜ; ଚ-ଏବଂ; କର୍ତା- ଦାୟୀ; ସ୍ୟାମ- ହେବି; ଉପହନ୍ୟାମ୍- ଧ୍ୱଂସ କରିବି; ଇମାଃ-ଏହି ସବୁ; ପ୍ରଜାଃ-ଜୀବଗଣ ।",
"translation": {
"text": "ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-24.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.24.mp3"
]
},
"commentary": "ଶ୍ରୀକୃଷ୍ଣ ଯେତେବେଳେ ମନୁଷ୍ୟ ରୂପରେ ସଂସାରରେ ଅବତରିତ ହୋଇଥିଲେ, ସେ ତାଙ୍କର ରାଜକୀୟ ଯୋଦ୍ଧା ପରିବାରର ସାମାଜିକ ସ୍ଥିତି ଅନୁଯାୟୀ ସର୍ବତୋ ଭାବରେ ଉପଯୁୁକ୍ତ ବ୍ୟବହାର ପ୍ରଦର୍ଶନ କରିଥିଲେ । ସେ ଯଦି ଉପଯୁକ୍ତ ବ୍ୟବହାର କରି ନ ଥାଆନ୍ତେ ତେବେ ଆମ୍ଭେମାନେ ଧର୍ମାତ୍ମା ବସୁଦେବଙ୍କର ସୁଯୋଗ୍ୟ ପୁତ୍ରଙ୍କର ପଦାଙ୍କ ଅନୁସରଣ କରିବା ଉଚିତ୍ ଭାବି ଅନ୍ୟମାନେ ତାଙ୍କର ଅନୁସରଣ କରିଥାଆନ୍ତେ । ଶ୍ରୀକୃଷ୍ଣ ଯଦି ତାଙ୍କର ବୈଦିକ କର୍ମ କରି ନ ଥାଆନ୍ତେ, ତାଙ୍କୁ ଅନୁକରଣ କରି ମନୁଷ୍ୟ କର୍ମର ଅନୁଶାସନରୁ ବିଚ୍ୟୁତ ହୋଇଯାଆନ୍ତା ଏବଂ ତାହା ଏକ ବିଶୃଙ୍ଖଳିତ ଅବସ୍ଥା ସୃଷ୍ଟି କରିଥାଆନ୍ତା । ଏହା ଏକ ଜଘନ୍ୟ ଅପରାଧ ହୋଇଥାଆନ୍ତା ଏବଂ ସେଥିପାଇଁ ଶ୍ରୀକୃଷ୍ଣ ଦୋଷୀ ସାବ୍ୟସ୍ତ ହୋଇଥାଆନ୍ତେ । ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ସେ ଯଦି ତାଙ୍କର କର୍ତ୍ତବ୍ୟ ପାଳନ ନ କରନ୍ତି, ତାହା ସମାଜରେ ବିଶୃଙ୍ଖଳା ଉତ୍ପନ୍ନ କରିବ ।\nସେହିପରି ଅର୍ଜୁନ ଧର୍ମରାଜ ଯୁଧିଷ୍ଠିରଙ୍କର ଭାଇ ଥିଲେ ଏବଂ ଯୁଦ୍ଧରେ ଅପରାଜେୟ ଭାବରେ ସେ ବିଶ୍ୱ ପ୍ରସିଦ୍ଧ ଥିଲେ । ଧର୍ମରକ୍ଷା କରିବା ଦିଗରେ ତାଙ୍କର କର୍ତ୍ତବ୍ୟକୁ ସେ ଯଦି ଅସ୍ୱୀକାର କରିଥାଆନ୍ତେ ତେବେ ଅନ୍ୟ ସମର୍ଥ ଯୋଦ୍ଧାମାନେ ଆଦର୍ଶ ଭାବରେ ତାଙ୍କର ଅନୁକରଣ କରି, ଧାର୍ମକ ପୁରୁଷଙ୍କୁ ରକ୍ଷା କରିବାର ନିଜର କର୍ତ୍ତବ୍ୟ ତ୍ୟାଗ କରିଦେଇ ଥାଆନ୍ତେ । ଏହା ଦ୍ୱାରା ସମାଜର ସନ୍ତୁଳନ ନଷ୍ଟ ହୋଇଥାଆନ୍ତା ଏବଂ ନିରୀହ ଧର୍ମ ପରାୟଣ ବ୍ୟକ୍ତି ମାନେ ନିଶ୍ଟିହ୍ନ ହୋଇଯାଇ ଥାଆନ୍ତେ । ସୁତରାଂ, ସମଗ୍ର ମାନବ ଜାତି ଏବଂ ଜଗତର କଲ୍ୟାଣ ନିମନ୍ତେ ଅର୍ଜୁନଙ୍କୁ ତାଙ୍କର ଉପଯୁକ୍ତ ବୈଦିକ କର୍ମ କରିବା ପାଇଁ ଶ୍ରୀକୃଷ୍ଣ ପ୍ରବର୍ତ୍ତାଉଛନ୍ତି ।"
},
{
"verseTitle": "Bhagavad Gita 3.25",
"verse": "25",
"chapter": 3,
"lang": "or",
"shloka": {
"speaker": "",
"sanskrit": "सक्ताः कर्मण्यविद्वांसो यथा कुर्वन्ति भारत।\n\nकुर्याद्विद्वांस्तथासक्तश्चिकीर्षुर्लोकसंग्रहम् ॥25॥",
"text": "ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ । \n\nକୁର୍ଯ୍ୟାଦ୍ୱିଦ୍ୱ୍ୟାଂସ୍ତଥାସକ୍ତଶ୍ମିକୀର୍ଷୁଃର୍ଲୋକସଂଗ୍ରହମ୍ ।। ୨୫ ।।",
"audioLink": "https://www.holy-bhagavad-gita.org/public/audio/003_025.mp3"
},
"wordMeanings": "ସକ୍ତାଃ - ଆସକ୍ତ ହୋଇ, କର୍ମଣି - କର୍ତ୍ତବ୍ୟ କର୍ମ, ଅବିଦ୍ୱାଂସଃ - ଅଜ୍ଞ; ଯଥା - ଯେପରି, କୁର୍ବନ୍ତି - କରନ୍ତି , ଭାରତ- ହେ ଭରତବଂଶକ, କୁର୍ଯ୍ୟତ୍-କରିବା ଉଚିତ୍ - ବିଦ୍ୱାନ୍ - ପଣ୍ଡିତ, ତଥା - ସେହିପରି, ଅସକ୍ତଃ- ଅନାସକ୍ତ ଭାବରେ, ଚିକୀର୍ଷୁଃ - ଉଦ୍ଦେଶ୍ୟରେ, ଲୋକସଂଗ୍ରହମ୍ - ଜଗତକଲ୍ୟାଣ ।",
"translation": {
"text": "ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.25.mp3"
]
},
"commentary": "ପୂର୍ବରୁ, ଶ୍ଲୋକ ସଂଖ୍ୟା ୩.୨୦ ରେ, ଶ୍ରୀକୃଷ୍ଣ ଲୋକ-ସଂଗ୍ରହମ୍ ଏବାପି ସଂପଶ୍ୟନ୍, ଅର୍ଥାତ୍ “ସମସ୍ତ ସମାଜର ମଙ୍ଗଳ ଦୃଷ୍ଟିରୁ” କହିଥିଲେ । ଏହି ଶ୍ଲୋକରେ ପୁନର୍ବାର ଲୋକ - ସଂଗ୍ରହମ୍ ଚିକିର୍ଷୁଃ, ଅର୍ଥାତ୍ “ସଂସାରର ମଙ୍ଗଳ କାମନା କରି”କହି ସେ ଗୁରୁତ୍ୱାରୋପଣ କରୁଛନ୍ତି ଯେ ଜ୍ଞାନୀମାନେ ଜନକଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ୍ ।\nପୁନଶ୍ଚ, ଏହି ଶ୍ଲୋକରେ ବ୍ୟବହୃତ ସକ୍ତାଃ ଅବିଦ୍ୱାଂସଃ ଉପାଧି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁ ମାନେ ନିଜକୁ ଶରୀର ମନେ କରି ସଂସାରିକ ସୁଖରେ ଲିପ୍ତ ରହନ୍ତି, ଅଥଚ ଶାସ୍ତ୍ର ପ୍ରଣୋଦିତ ବୈଦିକ ନିତିନିୟମ ପ୍ରତି ପୂର୍ଣ୍ଣ ବିଶ୍ୱାସ ରଖିଥାଆନ୍ତି । ସେମାନଙ୍କୁ ଅଜ୍ଞ କୁହାଯାଏ କାରଣ ସେମାନଙ୍କର ପୋଥିଗତ ଶାସ୍ତ୍ରଜ୍ଞାନ ଥାଏ ସତ, କିନ୍ତୁ ଭଗବତ ପ୍ରାପ୍ତି ରୂପୀ ଚରମ ଲକ୍ଷ୍ୟ ସମ୍ବନ୍ଧରେ କୌଣସି ଧାରଣା ନ ଥାଏ । ଏହି ଅଜ୍ଞ ବ୍ୟକ୍ତିମାନେ ଶାସ୍ତ୍ର ନିର୍ଦ୍ଦେଶିତ କର୍ମ ସବୁ ନିରଳସ ଏବଂ ନିଃଶଙ୍କା ଚିତ୍ତରେ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିଥାଆନ୍ତି । ସେମାନଙ୍କର ଏହି ଦୃଢ ବିଶ୍ୱାସ ରହିଥାଏ ଯେ, ବୈଦିକ କର୍ମ ଓ ବିଧିର ଅନୁଷ୍ଠାନ କରିବା ଦ୍ୱାରା ସେମାନଙ୍କର ସଂସାରିିକ କାମନା ପୂର୍ଣ୍ଣ ହେବ । କୌଣସି ପରିସ୍ଥିତିରେ ସେମାନଙ୍କର ସେହି ବିଶ୍ୱାସ ଯଦି ତୁଟିଯାଏ, ତେବେ ମନରେ ଭକ୍ତିର ଉଚ୍ଚତର ସୋପାନ ପ୍ରତି ଆସ୍ଥା ଦୃଢ ହୋଇ ନ ଥିବା କାରଣରୁ, ସେମାନଙ୍କ ପାଇଁ ଅନ୍ୟ କୌଣସି ପନ୍ଥା ନ ଥାଏ । ସେଥିପାଇଁ ଭାଗବତ ମହାପୁରାଣ କହେ :\nତାବତ୍ କର୍ମାଣି କୁର୍ବୀତ ନ ନିର୍ବିଦ୍ୟେତ ଯାବତାମତ୍-କଥା-ଶ୍ରବଣାଦୌ ବା ଶ୍ରଦ୍ଧା ଯାବନ୍ ନ ଜାୟତେ (୧୧.୨୦.୯)\n“ଯେ ପର୍ଯ୍ୟନ୍ତ ବ୍ୟକ୍ତି ସାଂସାରିକ ବିଷୟ ପ୍ରତି ବୈରାଗ୍ୟ ଧାରଣ କରି ଭଗବାନଙ୍କଠାରେ ପୂର୍ଣ୍ଣ ଅନୁରକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସେ କର୍ମ ବା ବୈଦିକ ପ୍ରଥା ସବୁ ଠିକ୍ ଠିକ୍ ପାଳନ କରିବା ଉଚିତ୍ ।”\nଶ୍ରୀକୃଷ୍ଣ କହୁଛନ୍ତି ଯେ, ଯେମିତି ଅଜ୍ଞ ବ୍ୟକ୍ତିମାନେ ବିଶ୍ୱାସର ସହିତ ବୈଦିକ କର୍ମ-ଧର୍ମ କରିଥାନ୍ତି, ସେହିପରି ଜ୍ଞାନୀମାନେ ମଧ୍ୟ, ମାୟିକ ଫଳପ୍ରାପ୍ତିର କାମନା ନ ରଖି, ସଂସାର ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ଠାର ସହିତ କର୍ମ କରିବା ଉଚିତ । ତା ଛଡା, ଯେଉଁ ପରିସ୍ଥିତିରେ ଅର୍ଜୁନ ଅଛନ୍ତି ତାହା ଏକ ଧର୍ମଯୁଦ୍ଧ ଅଟେ । ତେଣୁ, ଜଣେ ଯୋଦ୍ଧା ଭାବରେ ଅର୍ଜୁନ ସମାଜର କଲ୍ୟାଣ ନିମନ୍ତେ ତାଙ୍କର କର୍ତ୍ତବ୍ୟ ପାଳନ କରିବା ଉଚିତ୍ ।"
},
{
"verseTitle": "Bhagavad Gita 3.26",
"verse": "26",
"chapter": 3,
"lang": "or",
"shloka": {
"speaker": "",
"sanskrit": "न बुद्धिभेदं जनयेदज्ञानां कर्मसङ्गिनाम्।\n\nजोषयेत्सर्वकर्माणि विद्वानयुक्तः समाचरन् ॥26॥",
"text": "ନ ବୁଦ୍ଧିଭେଦଂ ଜନୟେଦଜ୍ଞାନାଂ କର୍ମସଙ୍ଗିନାମ୍ । \nଜୋଷୟେତ୍ସର୍ବକର୍ମାଣି ବିଦ୍ୱାନ୍ୟୁକ୍ତଃ ସମାଚରନ୍ ।। ୨୬ ।।",
"audioLink": "https://www.holy-bhagavad-gita.org/public/audio/003_026.mp3"
},
"wordMeanings": "ନ - ନୁହେଁ, ବୁଦ୍ଧି ଭେଦଂ- ବୁଦ୍ଧିକୁ ବିଚଳିତ କରିବା, ଜନୟେତ୍- କରିବା, ଅଜ୍ଞାନା - ଅଜ୍ଞ ବା ମୁର୍ଖର, କର୍ମ ସଙ୍ଗିନାମ୍- ସକାମ କର୍ମରେ ଆସକ୍ତ, ଯୋଷୟେତ- ଲଗାଇବା, ସର୍ବ- ସମସ୍ତ, କର୍ମାଣି - କର୍ମ, ବିଦ୍ୱାନ୍ - ବିଦ୍ୱାନ୍ ପଣ୍ଡିତ, ଯୁକ୍ତଃ- ଯୁକ୍ତ, ସମାଚରନ୍ - ଅଭ୍ୟାସକରି ।",
"translation": {
"text": "ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.26.mp3"
]
},
"commentary": "ମହାପୁରୁଷମାନଙ୍କର ଅଧିକ ଦାୟୀତ୍ୱ ରହିଥାଏ, କାରଣ ସାଧାରଣ ବ୍ୟକ୍ତି ତାଙ୍କର ଅନୁସରଣ କରନ୍ତି । ତେଣୁ ଶ୍ରୀକୃଷ୍ଣ ଉପଦେଶ ଦେଉଛନ୍ତି ଯେ ଜ୍ଞାନୀମାନେ ସେପରି କୌଣସି କର୍ମ କରିବା ବା କଥା କହିବା ଉଚିତ୍ ନୁହେଁ, ଯାହା ଅଳ୍ପଜ୍ଞ ବ୍ୟକ୍ତି ମାନଙ୍କୁ ପତନୋନ୍ମୁଖୀ କରିବ । ଏଠାରେ ଏପରି ଯୁକ୍ତି କରାଯାଇପାରେ ଯେ, ଯଦି ଜ୍ଞାନୀମାନେ ଅଳ୍ପଜ୍ଞ ବ୍ୟକ୍ତିଙ୍କ ପ୍ରତି ସଦୟ ହେବେ, ତେବେ ସେମାନେ ତାଙ୍କୁ ଭଗବତ୍ ପ୍ରାପ୍ତି ସମ୍ବନ୍ଧୀୟ ସର୍ବୋଚ୍ଚ ଜ୍ଞାନ ପ୍ରଦାନ କରିବା ଉଚିିତ୍ । ଭଗବାନ ଶ୍ରୀକୃଷ୍ଣ ଏହି ଯୁକ୍ତିକୁ ଖଣ୍ଡନ କରି କହୁଛନ୍ତି, “ନ ବିଚାଳୟେତ୍” ଅର୍ଥାତ୍ ଯେଉଁ ଜ୍ଞାନକୁ ଗ୍ରହଣ କରିବା ପାଇଁ ଅଜ୍ଞାନୀମାନେ ଯୋଗ୍ୟ ନୁହଁନ୍ତି, ସେହି ଜ୍ଞାନ ପ୍ରଦାନ କରି ସେମାନଙ୍କୁ କର୍ମରୁ ନିବୃତ୍ତ କରିବା ଉଚିତ୍ ନୁହେଁ ।\nସାଧାରଣତଃ ଯେଉଁମାନଙ୍କର ଚିନ୍ତାଧାରା ଭୌତିକ, ସେମାନେ କେବଳ ଦୁଇଟି ବିକଳ୍ପ ଚିନ୍ତା କରିଥାଆନ୍ତି । ହୁଏତ, ସେମାନେ କଠୋର ପରିଶ୍ରମ କରି ଫଳ ପ୍ରାପ୍ତିର ଆଶା ରଖନ୍ତି ନଚେତ୍ ସମସ୍ତ ଉଦ୍ୟମକୁ କଠିନ, କଷ୍ଟଦାୟକ ଏବଂ ଦୋଷଯୁକ୍ତ ମନେକରି ତ୍ୟାଗ କରି ଦେବାକୁ ଇଚ୍ଛା କରି ଥାଆନ୍ତି । ସୁତରାଂ, ଜଣେ ବୈଦିକ ଜ୍ଞାନସମ୍ପନ୍ନ ଆଧ୍ୟାତ୍ମିକ ବ୍ୟକ୍ତି ଅଜ୍ଞାନୀମାନଙ୍କୁ ନିଷ୍ଠାପର ଭାବରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଦିଗରେ ଉତ୍ସାହିତ କରିବା ଉଚିତ୍ । ଅଜ୍ଞାନୀମାନଙ୍କର ବୁଦ୍ଧି ବିଚଳିତ ଓ ଅସ୍ଥିର ହୋଇଥିଲେ, ସେମାନେ କର୍ମ ଉପରେ ନିଜର ବିଶ୍ୱାସ ସମ୍ପୂର୍ଣ୍ଣ ଭାବରେ ହରାଇ ପାରନ୍ତି । ଜ୍ଞାନୋଦୟ ହେବା ପୂର୍ବରୁ କର୍ମ ତ୍ୟାଗ କରି ସେମାନେ ଉଭୟ ଦିଗରୁ କ୍ଷତିଗ୍ରସ୍ତ ହୋଇଥାଆନ୍ତି ।\nଯଦି ଉଭୟ ଅଜ୍ଞାନୀ ଏବଂ ଜ୍ଞାନୀ ବୈଦିକ କର୍ମ କରନ୍ତି, ତେବେ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ? ଏପରି ଏକ ପ୍ରଶ୍ନ ଆଶା କରି, ଶ୍ରୀକୃଷ୍ଣ ପରବର୍ତ୍ତି ଦୁଇଟି ଶ୍ଲୋକରେ ଏହାର ସ୍ପଷ୍ଠୀକରଣ କରୁଛନ୍ତି ।"
},
{
"verseTitle": "Bhagavad Gita 3.27",
"verse": "27",
"chapter": 3,
"lang": "or",
"shloka": {
"speaker": "",
"sanskrit": "प्रकृतेः क्रियमाणानि गुणैः कर्माणि सर्वशः ।\n\nअहङ्कारविमूढात्मा कर्ताहमिति मन्यते ॥27॥",
"text": "ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ।।\nଅହଂକାରବିମୂଢାତ୍ମା କର୍ତାହମିତି ମନ୍ୟତେ ।।୨୭।।",
"audioLink": "https://www.holy-bhagavad-gita.org/public/audio/003_027.mp3"
},
"wordMeanings": "ପ୍ରକୃତେଃ - ଭୂତପ୍ରକୃତିର; କ୍ରିୟମାଣାନି - କରାଯାଇଥିବା; ଗୁଣୈଃ - ତ୍ରିଗୁଣ ଦ୍ୱାରା; କର୍ମାଣି - କର୍ମସବୁ; ସର୍ବଶଃ- ସମସ୍ତ ପ୍ରକାର; ଅହଙ୍କାର-ବିମୁଢ- ମିଥ୍ୟାହଙ୍କାର ଦ୍ୱାରା ବିଭ୍ରାନ୍ତ; ଆତ୍ମା - ଆତ୍ମା; କର୍ତ୍ତା - କର୍ତ୍ତା; ଅହମ୍ - ମୁଁ; ଇତି - ଏହି ପରି; ମନ୍ୟତେ - ଭାବେ ।",
"translation": {
"text": "ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.27.mp3"
]
},
"commentary": "ଆମେ ଲକ୍ଷ୍ୟ କଲେ ଜାଣିପାରିବା ଯେ ସୃଷ୍ଟିର ସବୁ ଘଟଣାବଳୀ ଆମ ନିର୍ଦ୍ଦେଶରେ ପରିଚାଳିତ ହୁଏ ନାହିଁ, ବରଂ ଏହା ପ୍ରକୃିତ ଦ୍ୱାରା ସଂଘଟିତ ହୋଇଥାଏ । ଆମ ନିଜର ଶାରୀରିକ କ୍ରିୟାକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା - (୧) ସ୍ୱାଭାବିକ ଶାରୀରିକ କ୍ରିୟା,, ଯଥା ହଜମ ପ୍ରକ୍ରିୟା, ରକ୍ତ ସଂଚାଳନ, ହୃଦସ୍ପନ୍ଦନ ଇତ୍ୟାଦି, ଯାହା ଆମ ଇଚ୍ଛା ଅନୁସାରେ ନ ହୋଇ ସ୍ୱତଃ ପରିଚାଳିତ ହୋଇଥାଏ । (୨) ଅନ୍ୟ ଶାରୀରିକ କର୍ମ ଯେପରିକି କହିବା, ଶୁଣିବା, ଶୋଇବା, କାର୍ଯ୍ୟ କରିବା, ଇତ୍ୟାଦି ଯାହା ଆମେ ଭାବିଥାଉ ଆମେ ନିଜେ କରୁ ।\nଉଭୟ ପ୍ରକାର କର୍ମ ମନ-ଶରୀର-ଇନ୍ଦ୍ରିୟ ଯନ୍ତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ । ଏହି ଯନ୍ତ୍ରର ସମସ୍ତ ଅଂଶବିଶେଷ ପ୍ରକୃତି ବା ମାୟା ଶକ୍ତିର ଉପଜ ଅଟନ୍ତି, ଯାହାକି ସତ୍ୱ (ସଦ୍ଗୁଣ), ରଜ (କାମନା) ଓ ତମ (ଅଜ୍ଞାନତା) ରୂପକ ତିନି ଗୁଣ ଦା୍ୱରା ଗଠିତ । ତରଙ୍ଗ ଯେପରି ସମୁଦ୍ର ଠାରୁ ପୃଥକ ନୁହଁନ୍ତି, ବରଂ ତା’ର ଅଂଶ ଅଟନ୍ତି, ସେହିପରି ଶରୀର ପ୍ରକୃତି ଠାରୁ ଉତ୍ପନ୍ନ ହୋଇଥିବା ଦୃଷ୍ଟିରୁ, ପ୍ରକୃତିର ଅଂଶ ଅଟେ । ଅତଏବ, ମାୟିକ ଶକ୍ତି ସମସ୍ତ କ୍ରିୟାର କର୍ତ୍ତା ଅଟେ ।\nତାହାହେଲେ ଆତ୍ମା କାହିଁକି ନିଜକୁ କର୍ତ୍ତା ମନେ କରିଥାଏ? ଏହାର କାରଣ ହେଲା, ଅହଂକାରଯୁକ୍ତ ହୋଇ ଆତ୍ମା ଭ୍ରମବଶତଃ ନିଜକୁ ଶରୀର ମାନିନେଇ ଥାଏ । ସେଥିପାଇଁ ତା’ଠାରେ କର୍ତ୍ତାପଣର ଭ୍ରମ ଜାତ ହୋଇଥାଏ । ଦୁଇଟି ଟ୍ରେନ ପାଖାପାଖି ରେଲୱେ ପ୍ଲାଟ୍ଫର୍ମରେ ଛିଡା ହୋଇଛି ଏବଂ ଗୋଟିଏ ଟ୍ରେନର ଯାତ୍ରୀ ଅନ୍ୟ ଟ୍ରେନ୍ଟିକୁ ଚାହିଁ ରହିଛନ୍ତି । ଅନ୍ୟ ଟ୍ରେନଟି ଯେତେବେଳେ ଚାଲିବାକୁ ଆରମ୍ଭ କରେ ଯାତ୍ରୀ ଜଣକ ଭାବନ୍ତି ତାଙ୍କ ଟ୍ରେନ୍ ଚାଲିଲା । ସେହିପରି ସ୍ଥିର ଆତ୍ମା ଚଳାୟମାନ ପ୍ରକୃତି ସହିତ ତାଦାତ୍ମ୍ୟ କରି ନିଜକୁ କର୍ତ୍ତା ମନେ କରିଥାଏ । ଯେଉଁ ମୁହୁର୍ତ୍ତରେ ଆତ୍ମା ଅହଂକାର ତ୍ୟାଗ କରି ଭଗବାନଙ୍କର ଶରଣାଗତ ହୋଇଯାଏ, ସେ ନିଜକୁ ଅକର୍ତ୍ତା ଅନୁଭବ କରିଥାଏ ।\nଏଠାରେ କେହି କେହି ପ୍ରଶ୍ନ କରି ପାରନ୍ତି ଯେ ଯଦି ଆତ୍ମା ଅକର୍ତ୍ତା ଅଟେ, ତେବେ ସେ କାହିଁକି କର୍ମର ନିୟମ ଅନୁଯାୟୀ, ଶରୀର ଦ୍ୱାରା କରାଯାଉଥିବା କାର୍ଯ୍ୟ ପାଇଁ କର୍ମରେ ବାନ୍ଧି ହୁଏ ? କାରଣ ଆତ୍ମା ନିଜେ କୌଣସି କାର୍ଯ୍ୟ କରେ ନାହିଁ, କିନ୍ତୁ ସେ ଇନ୍ଦ୍ରିୟ-ମନ- ବୁଦ୍ଧିକୁ କର୍ମ କରିବାକୁ ନିର୍ଦ୍ଦେଶ ଦେଇଥାଏ । ଉଦାହରଣ ସ୍ୱରୁପ, ରଥଚାଳକ ନିଜେ ରଥକୁ ଟାଣନ୍ତି ନାହିଁ,କିନ୍ତୁ ସେ ଘୋଡା ମାନଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି । ତେଣୁ ରଥ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ଘୋଡାମାନଙ୍କୁ ଦୋଷ ଦିଆଯାଏ ନାହିଁ, ତାଙ୍କୁ ବାଟ ଦେଖାଉଥିବା ଚାଳକ ଦୋଷୀ ସାବ୍ୟସ୍ତ ହୁଅନ୍ତି । ସେହିପରି ମନ ଓ ଶରୀର ଦ୍ୱାରା କରାଯାଉଥିବା କର୍ମ ପାଇଁ ଆତ୍ମା ଦାୟୀ ରହେ, କାରଣ ଇନ୍ଦ୍ରିୟ-ମନ-ବୁଦ୍ଧି ଆତ୍ମା ଠାରୁ ପ୍ରେରଣା ପ୍ରାପ୍ତ କରି କର୍ମ କରିଥାଆନ୍ତି ।"
},
{
"verseTitle": "Bhagavad Gita 3.28",
"verse": "28",
"chapter": 3,
"lang": "or",
"shloka": {
"speaker": "",
"sanskrit": "तत्त्ववित्तु महाबाहो गुणकर्मविभागयोः।\n\nगुणा गुणेषु वर्तन्त इति मत्वा न सज्जते ॥28॥",
"text": "ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମବିଭାଗୟୋଃ । \nଗୁଣା ଗୁଣେଷୁ ବର୍ତନ୍ତ ଇତି ମତ୍ୱା ନ ସଜ୍ଜତେ ।।୨୮।।",
"audioLink": "https://www.holy-bhagavad-gita.org/public/audio/003_028.mp3"
},
"wordMeanings": "ତତ୍ତ୍ୱବିତ୍ - ଯିଏ ତତ୍ତ୍ୱକୁ ଜାଣନ୍ତି; ତୁ - କିନ୍ତୁ; ମହାବାହୋ- ହେ ମହାବାବୁ; ଗୁଣକର୍ମ- ଭୂତ ପ୍ରକୃତି ଦ୍ୱାରା ପ୍ରଭାବିତ କର୍ମ; ବିଭାଗୟୋଃ - ପାର୍ଥକ୍ୟ; ଗୁଣାଃ - ଇନ୍ଦ୍ରିୟଗୁଡିକ; ଗୁଣେଷୁ - ଇନ୍ଦ୍ରିୟ ସୁଖ ଭୋଗରେ; ବିର୍ତନ୍ତେ- ନିଯୁକ୍ତ ହୋଇଥାନ୍ତି; ଇତି - ଏହିପରି; ମତ୍ୱା - ଭାବି; ନ - ହୁଏ ନାହିଁ; ସଜ୍ଜତେ - ଆସକ୍ତ ।",
"translation": {
"text": "ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.28.mp3"
]
},
"commentary": "ପୂର୍ବବର୍ତ୍ତୀ ଶ୍ଲୋକରେ ଉଲ୍ଲେଖ କରାଯାଇଛି, ଅହଂକାର ବିମୁଢାତ୍ମା (ଯେଉଁମାନେ ଅହଂକାରଯୁକ୍ତ ହୋଇ ନିଜକୁ ଶରୀର ମନେ କରିଥାଆନ୍ତି) ନିଜକୁ କର୍ତ୍ତା ଭାବିଥାଆନ୍ତି । ବର୍ତ୍ତମାନ ଏହି ଶ୍ଲୋକଟି ତତ୍ତ୍ୱବିଦ୍ମାନଙ୍କ ବିଷୟରେ କହୁଛି ଯେ ସେମାନେ ନିଜର ଅହଂକାରକୁ ସମାପ୍ତ କରି ନିଜକୁ ଶରୀରଠାରୁ ପୃଥକ ମନେ କରିଥାନ୍ତି ଏବଂ ପାର୍ଥିବ ଶରୀରଠାରୁ ଭିନ୍ନ ତାଙ୍କର ଏକ ଆଧ୍ୟାତ୍ମିକ ପରିଚୟ ରହିଛି, ତାହା ଜାଣିବାକୁ ସକ୍ଷମ ହୋଇଥାଆନ୍ତି । ସୁତରାଂ, ନିଜକୁ ମାୟିକ କର୍ମର କର୍ତ୍ତା ମନେକରି ଭ୍ରମର ଶୀକାର ହେବା ପରିବର୍ତ୍ତେ ସେମାନେ ତାଙ୍କର ପ୍ରତ୍ୟେକ କର୍ମକୁ ତିନି ଗୁଣର ପରିପ୍ରକାଶ ରୂପେ ବିବେଚନା କରିଥାଆନ୍ତି । ଏହିପରି ଭଗବତ୍ ପ୍ରାପ୍ତ ମହାପୁରୁଷମାନେ କହନ୍ତି - ଯୋ କରୈ ସୋ ହରି କରୈ, ହୋତ କବୀର କବୀର “ସବୁକିଛି ଭଗବାନ କରୁଛନ୍ତି, କିନ୍ତୁ ଲୋକମାନେ ଭାବୁଛନ୍ତି, ମୁଁ କରୁଛି । ”"
},
{
"verseTitle": "Bhagavad Gita 3.29",
"verse": "29",
"chapter": 3,
"lang": "or",
"shloka": {
"speaker": "",
"sanskrit": "प्रकृतेर्गुणसम्मूढाः सज्जन्ते गुणकर्मसु ।\n\nतानकृत्स्नविदो मन्दान्कृत्स्नविन्न विचालयेत् ॥29॥",
"text": "ପ୍ରକୃତେର୍ଗୁଣସମ୍ମୂଢାଃ ସଜ୍ଜନ୍ତେ ଗୁଣକର୍ମସୁ । \nତାନକୃତ୍ସ୍ନବିଦୋ ମନ୍ଦାନ୍କୃତ୍ସ୍ନବିନ୍ନ ବିଚାଲୟେତ୍ ।। ୨୯ ।।",
"audioLink": "https://www.holy-bhagavad-gita.org/public/audio/003_029.mp3"
},
"wordMeanings": "ପ୍ରକୃତେଃ - ଭୂତ ପ୍ରକୃତିର ଗୁଣ; ଗୁଣ- ପ୍ରକୃତିର ତିନଗୁଣ; ସମ୍ମୂଢାଃ- ମୁର୍ଖ; ସଜ୍ଜନ୍ତେ- ନିଯୁକ୍ତ ହୁଅନ୍ତି; ଗୁଣ କର୍ମସୁ - ଭୌତିକ କର୍ମରେ; ତାନ୍ - ଏସବୁ; ଅକୃସ୍ନବିଦଃ - ଆଳ୍ପଜ୍ଞାନସଂପନ୍ନ ବ୍ୟକ୍ତି; ମନ୍ଦାନ୍-ମନ୍ଦବୁଦ୍ଧି; କୃସ୍ନବିତ୍ - ଯିଏ ପ୍ରକୃତ ଜ୍ଞାନ ହାସଲ କରିଛି; ନ - ନୁହେଁ; ବିଚାଲୟେତ୍ - ବିଚଳିତ କରିବାକୁ ଚେଷ୍ଟା କରିବା ।",
"translation": {
"text": "ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.29.mp3"
]
},
"commentary": "ଏଠାରେ ପ୍ରଶ୍ନ ଉଠିପାରେ ଯେ.ଯଦି ଆତ୍ମା ଗୁଣ ଏବଂ ସେମାନଙ୍କର କ୍ରିୟାଠାରୁ ପୃଥକ ଅଟେ, ତେବେ ଅଜ୍ଞାନୀମାନେ ଇନ୍ଦ୍ରିୟ ବିଷୟ ପ୍ରତି ଆସକ୍ତ ହୁଅନ୍ତି କାହିଁକି? ଶ୍ରୀକୃଷ୍ଣ ଏହି ଶ୍ଲୋକର ବୁଝାଇଛନ୍ତି ଯେ, ସେମାନେ ମାୟା ଶକ୍ତିର ଗୁଣରେ ମୋହିତ ହୋଇ ନିଜକୁ କର୍ତ୍ତା ମନେକରନ୍ତି । ମାୟାଶକ୍ତିର ତ୍ରିଗୁଣରେ ବିମୋହିତ ହୋଇ ସେମାନେ ଇନ୍ଦ୍ରିୟବିଷୟକ ତଥା ମାନସିକ ସୁଖ ପ୍ରାପ୍ତି ଉଦ୍ଦେଶ୍ୟରେ କର୍ମ କରନ୍ତି । ଫଳ ପ୍ରାପ୍ତିର ଆଶା ନ ରଖି ସେମାନେ କର୍ମକୁ କେବଳ କର୍ତ୍ତବ୍ୟ ରୂପରେ କରି ପାରନ୍ତି ନାହିଁ ।\nତଥାପି, କୃତ୍ସ୍ନବିତ୍ (ଭଗବତ୍ ଜ୍ଞାନ ସମ୍ପନ୍ନ) ବ୍ୟକ୍ତି, ଅକୃତ୍ସ୍ନବିତ୍ (ଭଗବତ୍ ଜ୍ଞାନ ରହିତ) ବ୍ୟକ୍ତିମାନଙ୍କର ମନକୁ ବିଚଳିତ କରିବା ଉଚିତ୍ ନୁହେଁ । ତାତ୍ପର୍ଯ୍ୟ ଏହା ଯେ ଜ୍ଞାନୀମାନେ ସେମାନଙ୍କର ଚିନ୍ତାଧାରାକୁ - ତୁମେ ଶରୀର ନୁହେଁ, ଆତ୍ମା ଅଟ; ତେଣୁ କର୍ମ ତୁମ ପାଇଁ ନିରର୍ଥକ, ତାହାକୁ ତ୍ୟାଗକର ”- ଏପରି କହି ଅଜ୍ଞାନୀମାନଙ୍କ ଉପରେ ବଳପୂର୍ବକ ଲଦିଦେବା ଉଚିତ୍ ନୁହେଁ । ତା ପରିବର୍ତ୍ତେ ଆଜ୍ଞାନୀ ବ୍ୟକ୍ତି ମାନଙ୍କୁ ତାଙ୍କର ନିର୍ଦ୍ଧାରିତ କର୍ମ କରିବାକୁ ପ୍ରବର୍ତ୍ତାଇ ଧୀରେ ଧୀରେ ସେମାନଙ୍କୁ ଆସକ୍ତିର ଉର୍ଦ୍ଧ୍ୱକୁ ଉଠିବାରେ ସାହାଯ୍ୟ କରିବା ଉଚିତ୍ । ଏହିପରି ଭାବରେ ଜ୍ଞାନୀ ଓ ଅଜ୍ଞାନୀଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ପରେ, ଶ୍ରୀକୃଷ୍ଣ ଅଜ୍ଞାନୀମାନଙ୍କର ମନକୁ ବିଚଳିତ ନ କରିବାକୁ ଜ୍ଞାନୀମାନଙ୍କୁ ଉପଦେଶ ପ୍ରଦାନ କରିଛନ୍ତି ।"
},
{
"verseTitle": "Bhagavad Gita 3.30",
"verse": "30",
"chapter": 3,
"lang": "or",
"shloka": {
"speaker": "",
"sanskrit": "मयि सर्वाणि कर्माणि संन्यस्याध्यात्मचेतसा ।\n\nनिराशीर्निर्ममो भूत्वा युध्यस्व विगतज्वरः ॥30॥",
"text": "ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା । \nନିରାଶୀର୍ନିର୍ମମୋ ଭୂତ୍ୱା ଯୁଧ୍ୟସ୍ୱ ବିଗତଜ୍ୱରଃ ।।୩୦।।",
"audioLink": "https://www.holy-bhagavad-gita.org/public/audio/003_030.mp3"
},
"wordMeanings": "ମୟି - ମୋ ଠାରେ; ସର୍ବାଣି - ସମସ୍ତ ପ୍ରକାର; କର୍ମାଣି - କର୍ମ; ସନ୍ୟସ୍ୟ - ପୂର୍ଣ୍ଣରୂପେ ସମର୍ପଣ କରି; ଅଧ୍ୟାତ୍ମ ଚେତସା - ଭଗବତ୍ ଚେତନାରେ; ନିରାଶୀଃ-କୌଣସି ଫଳ କାମନା ନ ରଖି; ନିର୍ମମଃ - ମମତ୍ୱହୀନତା; ଭୂତ୍ୱା - ହୋଇ; ଯୁଧ୍ୟସ୍ୱ- ଯୁଦ୍ଧ କର; ବିଗତ ଜ୍ୱରଃ- ଶୋକରହିତ ।",
"translation": {
"text": "ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-30.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.30.mp3"
]
},
"commentary": "ଶ୍ରୀକୃଷ୍ଣ, ତାଙ୍କର ନିଜସ୍ୱ ଶୈଳୀରେ, ଗୋଟିଏ ବିଷୟରେ ବିସ୍ତୃତ ବର୍ଣ୍ଣନା କରି ପରିଶେଷରେ ତାର ସାରାଂଶ ଉପସ୍ଥାପନ କରୁଛନ୍ତି । “ଅଧ୍ୟାତ୍ମ ଚେତସା” ଅର୍ଥାତ୍ ଭଗବତ୍ ଚେତନାଯୁକ୍ତ, “ସନ୍ୟସ୍ୟ” ଅର୍ଥାତ୍ ଭଗବାନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇ ନ ଥିବା ସମସ୍ତ କର୍ମକୁ ତ୍ୟାଗ କରିବା, “ନିରାଶୀଃ” ଅର୍ଥାତ୍ କର୍ମଫଳରେ ଅନାସକ୍ତ । ଭଗବତ୍ ଚେତନାରେ, ଭଗବାନଙ୍କୁ ଅର୍ପଣ କରି କର୍ମ କରିବା ପାଇଁ, କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବା, ସ୍ୱସୁଖ ବାସନା ଓ ଲାଳସା ତ୍ୟାଗ କରିବା ଏବଂ ଶୋକ ରହିତ ହେବା ପରମାବଶ୍ୟକ ଅଟେ ।\nପୃର୍ବବର୍ତ୍ତି ଶ୍ଲୋକ ଗୁଡିକରେ ଦିଆ ଯାଇଥିବା ନିର୍ଦ୍ଦେଶ ଗୁଡିକର ସାଂରାଶ ଏହା ଯେ ମନୁଷ୍ୟ ନିଷ୍ଠାପୂର୍ବକ ଏହାର ବିଚାର କରିବା ଆବଶ୍ୟକ, “ମୋର ଆତ୍ମା, ପରମାତ୍ମା ଶ୍ରୀକୃଷ୍ଣଙ୍କର ଏକ ଅତି କ୍ଷୁଦ୍ର ଅଂଶ ଅଟେ । ସେ ସବୁକିଛିର ଭୋକ୍ତା ଏବଂ ସମସ୍ତଙ୍କର ଇଷ୍ଟ ଅଟନ୍ତି । ମୋର ସମସ୍ତ କର୍ମ ତାଙ୍କର ସେବା ପାଇଁ ଉଦ୍ଦିଷ୍ଟ, ଅତଏବ ମୁଁ ନିଜର ସମସ୍ତ କର୍ମ ଏକ ଯଜ୍ଞ ଭାବରେ ତାଙ୍କୁ ଅର୍ପଣ କରିବି । ସେ ମୋତେ ଶକ୍ତି ପ୍ରଦାନ କରୁଛନ୍ତି, ଯଦ୍ୱାରା ମୁଁ ସମସ୍ତ କର୍ମ ଯଜ୍ଞ ଭାବରେ କରିପାରୁଛି । ତେଣୁ ମୁଁ ଯେଉଁ କର୍ମ କରୁଛି ସେଥିପାଇଁ ମୁଁ ନିଜେ ଶ୍ରେୟ ନେବା ଉଚିତ୍ ନୁହେଁ ।”"
},
{
"verseTitle": "Bhagavad Gita 3.31",
"verse": "31",
"chapter": 3,
"lang": "or",
"shloka": {
"speaker": "",
"sanskrit": "ये मे मतमिदं नित्यमनुतिष्ठन्ति मानवाः।\n\nश्रद्धावन्तोऽनसूयन्तो मुच्यन्ते तेऽपि कर्मभिः ॥31॥",
"text": "ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବାଃ । \nଶ୍ରଦ୍ଧାବନ୍ତୋଽନସୂୟନ୍ତୋ ମୁଚ୍ୟନ୍ତେ ତେଽପି କର୍ମଭିଃ ।।୩୧।।",
"audioLink": "https://www.holy-bhagavad-gita.org/public/audio/003_031.mp3"
},
"wordMeanings": "ଯେ- ଯେଉଁମାନେ; ମେ - ମୋର; ମତମ୍ - ଉପଦେଶ; ଇଦଂ - ଏହି; ନିତ୍ୟମ୍ - ନିରନ୍ତର; ଅନୁତିଷ୍ଠନ୍ତି - ନିୟମିତଭାବରେ ପାଳନ କରନ୍ତି; ମାନବାଃ -ମାନବ; ଶ୍ରଦ୍ଧାବନ୍ତଃ- ବିଶ୍ୱାସ ଓ ଭକ୍ତି ସହକାରେ; ଅନସୂୟନ୍ତଃ - ଈର୍ଷାଶୂନ୍ୟ ଭାବରେ; ମୁଚ୍ୟନ୍ତେ- ମୁକ୍ତ ହୁଅନ୍ତି; ତେ - ସେମାନେ ସମସ୍ତେ; ଅପି - ମଧ୍ୟ; କର୍ମଭିଃ - କର୍ମବନ୍ଧନରୁ ।",
"translation": {
"text": "ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-31.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.31.mp3"
]
},
"commentary": "ଭଗବାନ ଅତି ସୁନ୍ଦର ଭାବରେ, ସେ ବର୍ଣ୍ଣନା କରୁଥିବା ସିଦ୍ଧାନ୍ତକୁ ନିଜର ମତ ରୂପେ ଅଭିହିତ କରିଛନ୍ତି । ମତ ଏକ ନିଜସ୍ୱ ଦୃଷ୍ଟିକୋଣ ଅଟେ, କିନ୍ତୁ ସିଦ୍ଧାନ୍ତ ଏକ ସର୍ବମାନ୍ୟ ତଥ୍ୟ ଅଟେ । ଶିକ୍ଷକମାନଙ୍କର ମତ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସିଦ୍ଧାନ୍ତ ଗୋଟିଏ ଅଟେ । ଦାର୍ଶନିକ ଓ ଶିକ୍ଷକମାନେ ତାଙ୍କର ମତକୁ ସିଦ୍ଧାନ୍ତ କହିଥାଆନ୍ତି, ଅଥଚ ଗୀତାରେ ଭଗବାନ ତାଙ୍କଦ୍ୱାରା ପ୍ରକଟିତ ସିଦ୍ଧାନ୍ତକୁ ‘ମତ’ର ଆଖ୍ୟା ଦେଉଛନ୍ତି । ନିଜ ଉଦାହରଣ ମାଧ୍ୟମରେ ସେ ଆମକୁ ନମ୍ରତା ଓ ସହୃଦୟତାର ଶିକ୍ଷା ପ୍ରଦାନ କରୁଛନ୍ତି ।\nକର୍ମ କରିବା ପାଇଁ ଆହ୍ୱାନ ଦେବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବତ୍ ଗୀତାର ଉପଦେଶକୁ ବିଶ୍ୱାସର ସହିତ ଜୀବନରେ ପାଳନ କରିବାର ଉପାଦେୟତା ପ୍ରତି ସଙ୍କେତ କରୁଛନ୍ତି । ମନୁଷ୍ୟ ଭାବରେ ଆମର ବିଶେଷତ୍ୱ ହେଉଛି ସତ୍ୟକୁ ଜାଣିବା ଏବଂ ତଦନୁଯାୟୀ ନିଜର ଜୀବନକୁ ରୂପାନ୍ତରିତ କରିବା । ଏତଦ୍ୱାରା ଆମର ମାନସିକ ଜ୍ୱର (ଆସକ୍ତି, କ୍ରୋଧ, ଲୋଭ, ଇର୍ଷା, ଭ୍ରମ ଇତ୍ୟାଦି )ର ଉପଶମ ହୋଇଥାଏ ।\nପୂର୍ବ ଶ୍ଲୋକରେ , ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବାକୁ କହିଛନ୍ତି, କିନ୍ତୁ ସେ ଜାଣିଥିଲେ ଯେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ , ସେମାନେ ତାଙ୍କର ଏହି ବକ୍ତବ୍ୟକୁ ପରିହାସ କରିବେ, ଏବଂ ଯେଉଁମାନେ ତାଙ୍କ ପ୍ରତି ଇର୍ଷାପରାୟଣ, ସେମାନେ ଏହାର ବିରୋଧ କରିବେ । ତେଣୁ ସେ ବର୍ତ୍ତମାନ ତାଙ୍କର ଉପଦେଶକୁ ବିଶ୍ୱାସର ସହିତ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ବିଶ୍ୱାସର ସହିତ ତାଙ୍କର ଉପଦେଶକୁ ପାଳନ କରିବା ଦ୍ୱାରା ବ୍ୟକ୍ତି କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । କିନ୍ତୁ ଯେଉଁମାନେ ଅବିଶ୍ୱାସୀ, ସେମାନଙ୍କ କ୍ଷେତ୍ରରେ କ’ଣ ହୁଏ? ପରବର୍ତ୍ତୀ ଶ୍ଲୋକରେ ତାହାର ବର୍ଣ୍ଣନା କରାଯାଇଛି ।"
},
{
"verseTitle": "Bhagavad Gita 3.32",
"verse": "32",
"chapter": 3,
"lang": "or",
"shloka": {
"speaker": "",
"sanskrit": "ये त्वेतदभ्यसूयन्तो नानुतिष्ठन्ति मे मतम्।\n\nसर्वज्ञानविमूढांस्तान्विद्धि नष्टानचेतसः ॥32॥",
"text": "ଯେ ତ୍ୱେତଦଭ୍ୟସୂୟନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ । \nସର୍ବଜ୍ଞାନବିମୂଢାଂସ୍ତାନ୍ବିଦ୍ଧି ନଷ୍ଟାନଚେତସଃ ।। ୩୨ ।।",
"audioLink": "https://www.holy-bhagavad-gita.org/public/audio/003_032.mp3"
},
"wordMeanings": "ଯେ - ଯେଉଁ ମାନେ; ତୁ - କିନ୍ତୁ; ଏତତ୍ - ଏହି; ଅଭ୍ୟସୂୟନ୍ତଃ - ଈର୍ଷାଯୋଗୁଁ; ନ - କରିନ୍ତି ନାହିଁ; ଅନୁତିଷ୍ଠନ୍ତି - ଅନୁସରଣ; ମେ - ମୋର; ମତମ୍ - ଉପଦେଶ; ସର୍ବଜ୍ଞାନ - ସମସ୍ତ ପ୍ରକାର ଜ୍ଞାନ; ବିମୂଢାନ୍ - ସମ୍ପୂର୍ଣ୍ଣ ରୂପେ ଭ୍ରାନ୍ତ; ତାନ୍- ସେମାନଙ୍କୁ; ବିଦ୍ଧି - ଭଲରୂପେ ଜାଣିରଖ; ନଷ୍ଟାନ୍ - ନଷ୍ଟ; ଅଚେତସଃ - ବିଚାରଣ ଶକ୍ତିରହିତ ।",
"translation": {
"text": "ଯେଉଁମାନେ ଜ୍ଞାନହୀନ ଏବଂ ବିଚାର ଶକ୍ତି ବିହୀନ ହୋଇଥିବା କାରଣରୁ ମୋର ଉପଦେଶରେ ତ୍ରୁଟି ଦର୍ଶନ କରିଥାଆନ୍ତି, ସେମାନେ ଏହି ସିଜ୍ଞାନ୍ତର ଅବମାନନା କରି, ନିଜର ଅଧଃପତନ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-32.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.32.mp3"
]
},
"commentary": "ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିବା ଉପଦେଶ ନିର୍ଭୁଲ ତଥା ଆମର ଚିରନ୍ତନ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଅନେକାନେକ ଦୋଷରେ ଯୁକ୍ତ ଆମର ମାୟିକ ବୁଦ୍ଧି, ଏହି ଉପଦେଶର ଭବ୍ୟତାକୁ ହୃଦୟଙ୍ଗମ କରି ନ ପାରି ତହିଁରୁ ଲାଭ ଆଦାୟ କରିପାରେ ନାହିଁ । ଯଦି ଆମେ ତାହା କରିପାରନ୍ତେ, ତେବେ ଆମ୍ଭମାନଙ୍କ ପରି କ୍ଷୁଦ୍ର ଜୀବ ଏବଂ ପରମ ପୁରୁଷ ଭଗବାନଙ୍କର ଦିବ୍ୟ ବ୍ୟକ୍ତିତ୍ୱ ମଧ୍ୟରେ ପାର୍ଥକ୍ୟ କ’ଣ ରହନ୍ତା ? ସୁତରାଂ, ଶ୍ରୀମଦ୍ଭଗବଦ୍ ଗୀତାର ଦିବ୍ୟଜ୍ଞାନକୁ ଗ୍ରହଣ କରିବା ପାଇଁ ବିଶ୍ୱାସ ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ । ଆମର ବୁଦ୍ଧି ଯେତେବେଳେ ତାହାକୁ ବୁଝିବାକୁ ଅକ୍ଷମ ହୁଏ, ସେତେବେଳେ ସେଥିରେ ତ୍ରୁଟୀ ଦର୍ଶନ କରିବା ପରିବର୍ତ୍ତେ, ଆମେ ନିଜର ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପିତ କରିଦେବା ଆବଶ୍ୟକ । - “ଏହି ଉପଦେଶ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରଦାନ କରାଯାଇଛି, ତେଣୁ ଏହା ନିଶ୍ଚିତ ଭାବରେ ସତ୍ୟ ଅଟେ । ବର୍ତ୍ତମାନ ମୁଁ ଏହାକୁ ବୁଝିପାରୁ ନାହିଁ, ତଥାପି ମୁଁ ଏହାକୁ ଗ୍ରହଣ କରି ସାଧନା କରିବି । ସାଧନା ଦ୍ୱାରା ଆଧ୍ୟାତ୍ମିକ ଉନ୍ନତି କରିପାରିଲେ ଭବିଷ୍ୟତରେ ମୁଁ ଏହାକୁ ବୁଝିପାରିବି ।” ଏହି ମନେଭାବକୁ ଶ୍ରଦ୍ଧା ବା ବିଶ୍ୱାସ କୁହାଯାଏ ।\nଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରଦ୍ଧାର ସଂଜ୍ଞା ନିରୂପଣ କରିବାକୁ ଯାଇ କହନ୍ତି : ଗୁରୁ ବେଦାନ୍ତ ବାକ୍ୟେଷୁ ଦୃଢୋ ବିଶ୍ୱାସଃ ଶ୍ରଦ୍ଧା । “ଗୁରୁ ଏବଂ ଶାସ୍ତ୍ର ବଚନରେ ଦୃଢ ବିଶାସ ଶ୍ରଦ୍ଧା ଅଟେ । ” ଚୈତନ୍ୟ ମହାପ୍ରଭୂ ଏହି ଅନୁରୁପ ବର୍ଣ୍ଣନା କରିଛନ୍ତି - ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ ନିଶ୍ଟୟ (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨.୬୨) “ଶ୍ରଦ୍ଧା ଶବ୍ଦର ଅର୍ଥ ହେଲା ଭଗବାନ ଓ ଗୁରୁଙ୍କ ଉପରେ ଦୃଢ ବିଶ୍ୱାସ ।” ବ୍ରିଟିଶ୍ କବି, ଆଲଫ୍ରେଡ୍ ଟେନିସନ କହନ୍ତି, “ଯେଉଁଠାରେ ଆମେ ପ୍ରମାଣ କରିପାରିବା ନାହିଁ, କେବଳ ବିଶ୍ୱାସ ଦ୍ୱାରା ଆମକୁ ମାନିବାକୁ ପଡିବ ।” ଅତଏବ, ଶ୍ରଦ୍ଧାର ଅର୍ଥ ଗୀତାର ବୋଧଗମ୍ୟ ବିଷୟକୁ ଆନ୍ତରିକତାର ସହିତ ଗ୍ରହଣ କରିବା ଏବଂ ଗୁଢ ବିଷୟକୁ ମଧ୍ୟ ଏହି ଆଶାରେ ଗ୍ରହଣ କରିବା ଯେ ଭବିଷ୍ୟତରେ ଏହା ଆମର ବୋଧଗମ୍ୟ ହେବ ।\nକିନ୍ତୁ ମାୟିକ ବୁଦ୍ଧିଯୁକ୍ତ ମନୁଷ୍ୟର ଏକ ସର୍ବକାଳୀନ ଦୋଷ ହେଉଛି ତାର ଅହଂକାର । ଏହି ଅହଂକାର ଯୋଗୁଁ ଆମର ବୁଦ୍ଧି ଯାହା ବର୍ତ୍ତମାନ ବୁଝିପାରେ ନାହିଁ, ତାହାକୁ ଭୂଲ କହି ପ୍ରତ୍ୟାଖ୍ୟାନ କରିଦିଏ । ଯଦିଓ ସର୍ବଜ୍ଞ ଶ୍ରୀକୃଷ୍ଣଙ୍କର ଉପଦେଶାବଳୀ ଜୀବର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ, ତଥାପି ଲୋକେ ସେଥିରେ ଦୋଷ ଦର୍ଶନ କରିଥାଆନ୍ତି, ଯଥା - “ଭଗବାନ କାହିଁକି ସବକିଛିୁ ତାଙ୍କୁ ଅର୍ପଣ କରିବାକୁ କହୁଛନ୍ତି ? ସେ କ’ଣ ଲୋଭୀ? ଜଣେ ଅହଂକାରୀ ପୁରୁଷ ଭାବରେ ସେ କ’ଣ ଅର୍ଜୁନଙ୍କୁ ତାଙ୍କର ପୂଜା କରିବାକୁ କହୁଛନ୍ତି ?” ଶ୍ରୀକୃଷ୍ଣ ଏହି ପରି ବ୍ୟକ୍ତିଙ୍କୁ ଅଚେତସଃ ବା “ବିଚାରଶକ୍ତିହୀନ” କହୁଛନ୍ତି କାରଣ ସେମାନେ ପବିତ ଓ ଅପବିତ୍ର, ସଦାଚାରୀ ଓ ଦୁରାଚାରୀ, ସ୍ରଷ୍ଟା ଓ ସୃଷ୍ଟି, ପରମ ସେବ୍ୟ ଓ ସେବକ ମଧ୍ୟରେ ପ୍ରଭେଦ କରିପାରିନ୍ତି ନାହିଁ । ଏହିପରି ବ୍ୟକ୍ତିମାନେ ସେମାନଙ୍କର ଅଧଃପତନକୁ ନିଜେ ଡାକି ଆଣନ୍ତି,” କାରଣ ସେମାନେ ଚିରନ୍ତନ କଲ୍ୟାଣର ମାର୍ଗ ତ୍ୟାଗ କରି ଜନ୍ମ ମୃତ୍ୟୁର ଚକ୍ରରେ ଘୂରି ବୁଲୁଥାଆନ୍ତି ।"
},
{
"verseTitle": "Bhagavad Gita 3.33",
"verse": "33",
"chapter": 3,
"lang": "or",
"shloka": {
"speaker": "",
"sanskrit": "सदृशं चेष्टते स्वस्याः प्रकृतेर्ज्ञानवानपि ।\n\nप्रकृतिं यान्ति भूतानि निग्रहः किं करिष्यति ॥33॥",
"text": "ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି \nପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ।। ୩୩ ।।",
"audioLink": "https://www.holy-bhagavad-gita.org/public/audio/003_033.mp3"
},
"wordMeanings": "ସଦୃଶଂ - ଏହିପରି ଭାବରେ; ଚେଷ୍ଟତେ - ଚେଷ୍ଟାକରେ; ସ୍ୱସ୍ୟାଃ - ନିଜ ସ୍ୱଭାବ ବା ପ୍ରକୃତି ଅନୁଯାୟୀ; ପ୍ରକୃତେଃ - ପ୍ରାକୃତିକ ଗୁଣ; ଜ୍ଞାନବାନ - ଜ୍ଞାନୀ; ଅପି - ଯଦିଓ; ପ୍ରକୃତି - ପ୍ରକୃତି; ଯାନ୍ତି- ଅନୁସରଣ କରିବା; ଭୂତାନି - ସମସ୍ତ ଜୀବ; ନିଗ୍ରହଃ - ଦମନ; କିଂ - କ’ଣ; କରିଷ୍ୟତି - କରିପାରେ ।",
"translation": {
"text": "ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-33.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.33.mp3"
]
},
"commentary": "ଶ୍ରୀକୃଷ୍ଣ ପୁନଶ୍ଚ ପୁର୍ବ ପ୍ରସଙ୍ଗକୁ ଫେରିଆସି କହୁଛନ୍ତି ଯେ ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ । ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ । ଏପରିକି ତତ୍ତ୍ୱଜ୍ଞାନୀମାନେ ମଧ୍ୟ ନିଜ ସହିତ ସେମାନଙ୍କର ଅନନ୍ତ ପୂର୍ବ ଜନ୍ମର ସଂସ୍କାର (ସ୍ୱଭାବ ଓ ଧାରଣା), ବର୍ତ୍ତମାନ ଜନ୍ନର ପ୍ରାରବ୍ଧ କର୍ମ, ଏବଂ ମନ ବୁଦ୍ଧିର ପ୍ରବୃତ୍ତିକୁ ବହନ କରିଥାନ୍ତି । ଅଭ୍ୟାସ ଓ ସ୍ୱଭାବର ପ୍ରତିରୋଧ କରିବାରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବୈଦିକ ଶାସ୍ତ୍ରମାନେ ଯଦି ସେମାନଙ୍କୁ ସମସ୍ତ କର୍ମ ତ୍ୟାଗ କରି କେବଳ ଅଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ନିର୍ଦ୍ଦେଶ ଦିଅନ୍ତି, ତେବେ ତାହା ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବ । ଏହି ଅସ୍ୱାଭାବିକ ନିଗ୍ରହର ଫଳ ପ୍ରତିକୂଳ ହେବ । ଆଧ୍ୟାତ୍ମିକ ପ୍ରଗତି ନିମନ୍ତେ ସଠିକ ଏବଂ ସହଜ ମାର୍ଗ ହେଉଛି ଅଭ୍ୟାସ ଓ ସ୍ୱଭାବର ପ୍ରବଳ ଶକ୍ତିକୁ ଉପଯୋଗ କରି, ଧୀରେ ଧୀରେ ଭଗବତ୍ ମାର୍ଗରେ ଅଗ୍ରସର ହେବା । ଆମେ ଯେଉଁ ସ୍ଥିତିରେ ରହିଛୁ, ସେହି ଠାରୁ ହିଁ ଆମର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ ହେବା ଉଚିତ୍ ଏବଂ ସେଥିପାଇଁ ସର୍ବପ୍ରଥମେ ଆମକୁ ନିଜର ବର୍ତ୍ତମାନ ସ୍ଥିତିକୁ ସ୍ୱୀକାର କରି ସେଥିରେ ସୁଧାର ଆଣିବାକୁ ପଡିବ ।\nଆମ୍ଭମାନେ ଲକ୍ଷ୍ୟ କଲେ ଦେଖିପାରିବା କିପରି ଇତର ପ୍ରାଣୀମାନେ ମଧ୍ୟ ନିଜର ସ୍ୱତନ୍ତ୍ର ସ୍ୱଭାବ ଅନୁସାରେ ଆଚରଣ କରିଥାନ୍ତି । ପିମ୍ପୁଡିମାନେ ଏପରି ସାମାଜିକ ପ୍ରାଣୀ ଅଟନ୍ତି ଯେ ସେମାନେ ନିଜେ ତ୍ୟାଗ କରି ସେମାନଙ୍କର ଗୋଷ୍ଠି ପାଇଁ ଖାଦ୍ୟ ବହନ କରି ଆଣନ୍ତି; ଏପରି ଗୁଣ ମାନବସମାଜରେ ମଧ୍ୟ ଦେଖିବାକୁ ମିଳି ନ ଥାଏ । ଗୋଟିଏ ଗାଈର ତା ବାଛୁରି ପ୍ରତି ଏତେ ଆସକ୍ତି ଯେ ବାଛୁରୀଟି ତାର ଆଖି ଅଢୁଆଳକୁ ଚାଲିଯିବା ମାତ୍ରେ ସେ ବିଚଳିତ ହୋଇଉଠେ । କୁକୁରର ବିଶ୍ୱସନୀୟତା ଏତେ ପ୍ରଗାଢ ଯେ ତାହା କୌଣସି ଉତ୍ତମ ମନୁଷ୍ୟଠାରେ ମଧ୍ୟ ଦେଖିବାକୁ ମିଳି ନ ଥାଏ । ସେହିପରି ଆମେ ସବୁ ମନୁଷ୍ୟ ମଧ୍ୟ ନିଜର ସ୍ୱଭାବ ଅନୁସାରେ କର୍ମ କରିବାକୁ ପ୍ରେରିତ ହୋଇଥାଏ । ଯେହେତୁ ଅର୍ଜୁନ ସ୍ୱଭାବତଃ ଜଣେ ଯୋଦ୍ଧା ଥିଲେ, । ଶ୍ରୀକୃଷ୍ଣ ତାଙ୍କୁ କହୁଛନ୍ତି - “ତୁମର କ୍ଷତ୍ରିୟ ସ୍ୱଭାବ ତୁମକୁ ଯୁଦ୍ଧ କରିବାକୁ ବାଧ୍ୟ କରିବ”(ଭଗବତ୍ ଗୀତା ୧୮.୫୯) । “ତୁମର ସହଜାତ ପ୍ରବୃତ୍ତି ଅନୁଯାୟୀ ତୁମେ ତାହା କରିବାକୁ ବାଧ୍ୟ ହେବ”(ଭଗବତ୍ ଗୀତା ୧୮.୬୦) । ସେହି ସ୍ୱଭାବକୁ ପରିଶୁଦ୍ଧ କରିବା ପାଇଁ ଆମକୁ ସଂସାରିକ ସୁଖ ଭୋଗ ପରିବର୍ତ୍ତେ ଭଗବତ୍ ପ୍ରାପ୍ତିକୁ ନିଜର ଲକ୍ଷ୍ୟ ଭାବରେ ଗ୍ରହଣ କରିବାକୁ ପଡିବ ଏବଂ ରାଗ-ଦ୍ୱେଷ ରହିତ ହୋଇ ନିଜର କର୍ତ୍ତବ୍ୟ କର୍ମକୁ ଭଗବାନଙ୍କର ସେବା ଭାବରେ କରିବାକୁ ପଡିବ ।"
},
{
"verseTitle": "Bhagavad Gita 3.34",
"verse": "34",
"chapter": 3,
"lang": "or",
"shloka": {
"speaker": "",
"sanskrit": "इन्द्रियस्येन्द्रियस्यार्थे रागद्वेषौ व्यवस्थितौ।\n\nतयोर्न वशमागच्छेत्तौ ह्यस्य परिपन्थिनौ ॥34॥",
"text": "ଇନ୍ଦ୍ରିୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ । \nତୟୋର୍ନ ବଶମାଗଚ୍ଛେତ୍ତୌ ହ୍ୟସ୍ୟ ପରିପନ୍ଥିନୌ ।। ୩୪ ।।",
"audioLink": "https://www.holy-bhagavad-gita.org/public/audio/003_034.mp3"
},
"wordMeanings": "ଇନ୍ଦ୍ରିୟସ୍ୟ - ଇନ୍ଦ୍ରିୟମାନଙ୍କର; ଇନ୍ଦ୍ରିୟସ୍ୟ ଅର୍ଥେ - ଇନ୍ଦ୍ରିୟଭୋଗ୍ୟ ବିଷୟରେ; ରାଗ - ଆସକ୍ତି; ଦ୍ୱେଷୌ - ଅନାସକ୍ତି ଭାବରେ; ବ୍ୟବସ୍ଥିତୌ - ନିୟନ୍ତ୍ରିତ; ତୟୋଃ - ସେ ଦୁୁହିଁଙ୍କର; ନ - ନୁହେଁ; ବଶମ୍ - ନିୟନ୍ତ୍ରଣ; ଆଗଚ୍ଛେତ୍ - ଆସିବା ଉଚିତ; ତୌ - ସେ ଦୁହେଁ; ହି - ନିଶ୍ଟିତ ଭାବେ; ଅସ୍ୟ- ଏହାର; ପରିପନ୍ଥିନୌ - ଶତ୍ରୁ ।",
"translation": {
"text": "ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ ସେଗୁଡିକ ପଥ ଭ୍ରଷ୍ଟକାରୀ ଓ ଶତ୍ରୁ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-34.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.34.mp3"
]
},
"commentary": "ପୂର୍ବରୁ ଯଦିଓ ଶ୍ରୀକୃଷ୍ଣ ଗୁରୁତ୍ୱାରୋପଣ କରିଥିଲେ ଯେ ମନ ଏବଂ ଇନ୍ଦ୍ରିୟ ସେମାନଙ୍କର ସ୍ୱଭାବ ଅନୁସାରେ ପରିଚାଳିତ ହୁଅନ୍ତି, ତଥାପି ବର୍ତ୍ତମାନ ସେ ସେମାନଙ୍କୁ ନିୟନ୍ତ୍ରଣ କରିବା ବିଷୟରେ କହୁଛନ୍ତି । ଯେ ପର୍ଯ୍ୟନ୍ତ ଆମର ଭୌତିକ ଶରୀର ରହିଛି, ତାହାର ଭରଣ ପୋଷଣ ପାଇଁ ଆମକୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କର ଉପଯୋଗ କରିବାକୁ ପଡିବ । ସେଥିପାଇଁ ଯେଉଁ ବସ୍ତୁର ଆବଶ୍ୟକତା ରହିଛି, ତାହାକୁ ବ୍ୟବହାର ନ କରିବା ପାଇଁ ଶ୍ରୀକୃଷ୍ଣ ଆମକୁ କହୁନାହାନ୍ତି, ବରଂ ସେହି ବସ୍ତୁଗୁଡିକ ପ୍ରତି ରାଗ-ଦ୍ୱେଷ ରହିତ ହେବାର ଅଭ୍ୟାସ କରିବା ପାଇଁ କହୁଛନ୍ତି । ପ୍ରତ୍ୟେକ ଜୀବ ଉପରେ ତା’ର ସଂସ୍କାରର ନିବିଡ ପ୍ରଭାବ ନିଶ୍ଚିତ ଭାବରେ ରହିଛି, କିନ୍ତୁ ଆମେ ଯଦି ଭଗବତ୍ ଗୀତାରେ ନିର୍ଦ୍ଦେଶିତ ଉପାୟର ଅଭ୍ୟାସ କରିବା, ତେବେ ପରିସ୍ଥିତିକୁ ସଜାଡିବାରେ ଆମେ ନିଶ୍ଚିତ ଭାବରେ ସଫଳ ହେବା ।\nଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟଭୋଗ୍ୟ ବସ୍ତୁମାନଙ୍କ ପ୍ରତି ଆକୃଷ୍ଟ ହୋଇଥାଆନ୍ତି ଏବଂ ସେମାନଙ୍କର ପାରସ୍ପରିକ କ୍ରିୟାରୁ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି ହୋଇଥାଏ । ଉଦାହରଣ ସ୍ୱରୂପ, ସୁସ୍ୱାଦୁ ଖାଦ୍ୟର ସଂସ୍ପର୍ଶରେ ଆସି ସ୍ୱାଦଗ୍ରନ୍ଥି ସୁଖ ଅନୁଭବ କରିଥାଏ ଏବଂ ତିକ୍ତ ଖାଦ୍ୟ ସଂସ୍ପର୍ଶରେ ଆସି ଦୁଃଖ ଅନୁଭବ କରିଥାଏ । ବିଷୟକୁ ସୁଖ ବା ଦୁଃଖ ସହିତ ସମ୍ବନ୍ଧିତ କରି ମନ ତାହାର ବାରମ୍ବାର ଅନୁଧ୍ୟାନ କରିଥାଏ । ବିଷୟରେ ସୁଖର ଚିନ୍ତନ ତାହା ପ୍ରତି ଆସକ୍ତି ବୃଦ୍ଧି କରାଇ ଥାଏ ଏବଂ ଦୁଃଖର ଚିନ୍ତନ ଦ୍ୱେଷ ଜାତ କରାଇଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ରାଗ ଅଥବା ଦ୍ୱେଷରେ ଅଭିଭୂତ ନ ହେବାକୁ କହୁଛନ୍ତି । ସଂସାରିକ କର୍ତ୍ତବ୍ୟ ନିର୍ବାହ କରିବାକୁ ଯାଇ ଆମେ ଉଭୟ ସୁଖଦ ବା ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥାଉ । ମନ ଯେପରି ସୁଖଦ ସ୍ଥିତି ପ୍ରତି ଲାଳାୟୀତ ରହି ଦୁଃଖଦ ସ୍ଥିତିଠାରୁ ଦୂରେଇ ଯିବାକୁ ଇଚ୍ଛା ନ କରିବ, ସେହି ଦିଗରେ ଆମ୍ଭେମାନେ ଯତ୍ନବାନ୍ ହେବା ଆବଶ୍ୟକ । ମନ ଓ ଇନ୍ଦ୍ରିୟର ପସନ୍ଦ-ନାପସନ୍ଦର ଦାସତ୍ୱ ବର୍ଜନ କରି ଆମେ ନିଜର ନିମ୍ନ ସ୍ୱଭାବରୁ ମୁକ୍ତ ହୋଇଯାଉ । ତାପରେ ଯେତେବେଳେ ଆମେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ସୁଖ ଓ ଦୁଃଖ ପ୍ରତି ଉଦାସୀନ ହୋଇଯିବା, ସେତେବେଳେ ବାସ୍ତବରେ ଆମେ ନିଜର ଉଚ୍ଚତର ସ୍ୱଭାବ ଅନୁଯାୟୀ ଆଚରଣ କରିବାକୁ ସ୍ୱତନ୍ତ୍ର ହୋଇଯିବା ।"
},
{
"verseTitle": "Bhagavad Gita 3.35",
"verse": "35",
"chapter": 3,
"lang": "or",
"shloka": {
"speaker": "",
"sanskrit": "श्रेयान्स्वधर्मो विगुणः परधर्मात्स्वनुष्ठितात्।\n\nस्वधर्मे निधनं श्रेयः परधर्मो भयावहः ॥35॥",
"text": "ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ।\nସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।।୩୫।।",
"audioLink": "https://www.holy-bhagavad-gita.org/public/audio/003_035.mp3"
},
"wordMeanings": "ଶ୍ରେୟାନ୍ - ଶ୍ରେଷ୍ଠତର; ସ୍ୱଧର୍ମଃ - ବ୍ୟକ୍ତିର ସ୍ୱଧର୍ମ ବା ନିର୍ଦ୍ଦିଷ୍ଟଧର୍ମ; ବିଗୁଣଃ- ଦୋଷଯୁକ୍ତ ହେଲେ ସୁଦ୍ଧା; ପରଧର୍ମାତ୍ - ଅନ୍ୟମାନଙ୍କ ଉଦ୍ଦିଷ୍ଟ ଧର୍ମ; ସ୍ୱନୁଷ୍ଠିତାତ୍ - ଭଲଭାବରେ କରିବା; ସ୍ୱଧର୍ମେ- ନିଜର କର୍ତ୍ତବ୍ୟରେ; ନିଧନଂ - ମୃତ୍ୟୁ; ଶ୍ରେୟଃ - ଉତ୍ତମ; ପରଧର୍ମ - ଅନ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଧର୍ମ; ଭୟାବହଃ - ଭୟାନକ ।",
"translation": {
"text": "ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ଦୋଷହୀନ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା, ଦୋଷଯୁକ୍ତ ହେଲେ ମଧ୍ୟ ନିଜ ପାଇଁ ନିର୍ଦ୍ଧାରିତ କର୍ମର ପାଳନ କରିବା ଶ୍ରେୟସ୍କର ଅଟେ । ବାସ୍ତବରେ ନିଜର କର୍ତ୍ତବ୍ୟ ପାଳନ କରି ମୃତ୍ୟୁବରଣ କରିବା ଭଲ, କିନ୍ତୁ ଅନ୍ୟ ପାଇଁ ଉଦ୍ଦିଷ୍ଟ ମାର୍ଗର ଅନୁସରଣ କରିବା ଅତ୍ୟନ୍ତ ଭୟାବହ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-35.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.35.mp3"
]
},
"commentary": "ଏହି ଶ୍ଲୋକରେ ଧର୍ମ ଶବ୍ଦର ବ୍ୟବହାର ଚାରିଥର କରାଯାଇଛି । ହିନ୍ଦୁ ଏବଂ ବୈଦ୍ଧଧର୍ମରେ ଧର୍ମ ଶବ୍ଦର ବ୍ୟବହାର ବହୁଳ ଭାବରେ କରାଯାଇଥାଏ । କିନ୍ତୁ ଏହାର ଅର୍ଥ ଏତେ ବ୍ୟାପକ ଯେ ଏହାକୁ ଇଂରାଜୀରେ ଅନୁବାଦ କରିବା କଷ୍ଟକର ହୋଇଥାଏ । ଧର୍ମାନୁଚରଣ, ଉତ୍ତମ ଆଚରଣ, କର୍ତ୍ତବ୍ୟ, ଉତ୍ତମ ଗୁଣ ଇତ୍ୟାଦି ଶବ୍ଦଗୁଡିକ ଏହାର ଗୋଟିଏ ଗୋଟିଏ ଦିଗ ହିଁ ବର୍ଣ୍ଣନା କରିଥାଆନ୍ତି । ଧର୍ମ ଶବ୍ଦଟି ମୂଳ ଶବ୍ଦ ‘ଧୃ’ ରୁ ଆସିଛି, ଯାହାର ଅର୍ଥ ଧାରଣ କରିବା ଯୋଗ୍ୟ ବା “ଦାୟିତ୍ୱ, କର୍ତ୍ତବ୍ୟ, ବିଚାର ଏବଂ କାର୍ଯ୍ୟ ଯାହା ଆମ୍ଭମାନଙ୍କ ପାଇଁ ଉଚିତ ଅଟେ ।” ଉଦାହରଣ ସ୍ୱରୂପ, ଆତ୍ମାର ଧର୍ମ ହେଉଛି ଉଗବାନଙ୍କୁ ଭଲ ପାଇବା । ଏହା ଆମ୍ଭମାନଙ୍କର କେନ୍ଦ୍ରୀୟ ନିୟମ ପରି ଅଟେ ।\nସ୍ୱ ପ୍ରତ୍ୟୟର ଅର୍ଥ “ନିଜର” ଅଟେ । ତେଣୁ ସ୍ୱ-ଧର୍ମ ହେଉଛି ଆମ ନିଜର ଧର୍ମ, ଯେଉଁ ଧର୍ମ ଆମର ପରିସ୍ଥିତି, ପରିପକ୍ୱତା ସ୍ତର,ଏବଂ ବୃତ୍ତି ପ୍ରତି ପ୍ରଯୁଜ୍ୟ ଅଟେ । ଆମ ଜୀବନର ଅଭିମୁଖ୍ୟରେ ପରିବର୍ତ୍ତନ ତଥା ଆଧ୍ୟାତ୍ମିକ ମାର୍ଗରେ ଆମର ପ୍ରଗତି ସହିତ ଏହି ସ୍ୱଧର୍ମ ବଦଳି ପାରେ । ଅର୍ଜୁନଙ୍କୁ ସ୍ୱ-ଧର୍ମ ପାଳନ କରିବାକୁ କହି, ଶ୍ରୀକୃଷ୍ଣ ତାଙ୍କୁ ନିଜର ବୃତ୍ତି ପାଳନ କରିବାକୁ କହୁଛନ୍ତି ଏବଂ ଅନ୍ୟ ଜଣେ ଯଦି କୌଣସି ଅନ୍ୟ କର୍ମ କରୁଥାଆନ୍ତି, ତେବେ ତାଙ୍କୁ ଅନୁସରଣ କରିବାକୁ ବାରଣ କରୁଛନ୍ତି ।\nଅନ୍ୟ ଜଣଙ୍କ ପରି ଆଚରଣ କରିବା ଅପେକ୍ଷା ନିଜ ଅନୁରୁପ ଆଚରଣ କରିବା ଆନନ୍ଦଦାୟକ ହୋଇଥାଏ । ଆମ ସ୍ୱଭାବ ଅନୁସାରେ ଯେଉଁ କର୍ମ ଆମ ପାଇଁ ନିର୍ଦ୍ଧାରିତ, ତାହା ସ୍ଥିର ଚିତ୍ତରେ ସମ୍ପାଦନ କରିବା ଆମ ପାଇଁ ସହଜସାଧ୍ୟ ହୋଇଥାଏ । ଅନ୍ୟର କର୍ମ ଦୂରରୁ ଆକର୍ଷଣୀୟ ପ୍ରତୀତ ହୋଇପାରେ ଏବଂ ଆମେ ତାହା କରିବାକୁ ଇଚ୍ଛା ପ୍ରକାଶ କରିପାରେ, କିନ୍ତୁ ସେପରି କରିବା ବିପଦପୂର୍ଣ୍ଣ ଅଟେ । ଯଦି ତାହା ଆମର ସ୍ୱଭାବ ଅନୁରୂପ ନ ହୋଇଥାଏ, ତେବେ ତାହା ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧିରେ ଅସାମଞ୍ଜସ୍ୟ ସୃଷ୍ଟି କରିବ । ଏହା ଆମର ଚେତନା ପ୍ରତି କ୍ଷତିକାରକ ଏବଂ ଏହା ଆମର ଆଧ୍ୟାତ୍ମିକ ମାର୍ଗରେ ବାଧା ଉତ୍ପନ୍ନ କରିପାରେ । ଶ୍ରୀକୃଷ୍ଣ ଏହାକୁ ନାଟକୀୟ ଶୈଳୀରେ ପ୍ରକାଶ କରିବାକୁ ଯାଇ କହୁଛନ୍ତି ଯେ ଅନ୍ୟର କର୍ମ କରି ଅପ୍ରସ୍ତୁତ ହେବା ଅପେକ୍ଷା ନିଷ୍ଠାର ସହିତ ନିଜ କର୍ମ କରି ମୃତ୍ୟୁ ବରଣ କରିବା ଶ୍ରେୟସ୍କର ।"
},
{
"verseTitle": "Bhagavad Gita 3.36",
"verse": "36",
"chapter": 3,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nअथ केन प्रयुक्तोऽयं पापं चरति पूरुषः ।\n\nअनिच्छन्नपि वार्ष्णेय बलादिव नियोजितः ॥36॥",
"text": "ଅଥ କେନ ପ୍ରଯୁକ୍ତୋଽୟଂ ପାପଂ ଚରତି ପୂରୁଷଃ । \nଅନିଚ୍ଛନ୍ନପି ବାର୍ଷ୍ଣେୟ ବଳାଦିବ ନିୟୋଜିତଃ ।।୩୬ ।।",
"audioLink": "https://www.holy-bhagavad-gita.org/public/audio/003_036.mp3"
},
"wordMeanings": "ଅର୍ଜୁନ ଉବାଚ- ଅର୍ଜୁନ କହିଲେ; ଅଥ - ତେଣୁ; କେନ- କାହାଦ୍ୱାରା; ପ୍ରଯୁକ୍ତଃ - ବାଧ୍ୟହୁଏ; ଅୟଂ - ଜଣେ; ପାପଂ - ପାପ; ଚରତି- ଆଚରଣ କରେ; ପୁରୁଷଃ -ବ୍ୟକ୍ତି; ଅନିଚ୍ଛନ୍ନ -ଅନିଚ୍ଛାସତ୍ତ୍ୱେ; ଅପି- ଯଦିଓ; ବାର୍ଷ୍ଣେୟ- ହେ ବୃଷ୍ଣି ବଂଶଜ ଶ୍ରୀକୃଷ୍ଣ; ବଳାତ୍ - ବଳପୂର୍ବକ; ଇବ- ଯେପରି; ନିୟୋଜିତଃ - ନିଯୁକ୍ତ ।",
"translation": {
"text": "ଅର୍ଜୁନ କହିଲେ, ହେ ବୃଷ୍ଣି ବଂଶଜ (ଶ୍ରୀକୃଷ୍ଣ)! ମନୁଷ୍ୟ କାହିଁକି ନିଜର ଅନିଚ୍ଛା ସତ୍ୱେ, କେହି ବାଧ୍ୟ କଲା ପରି, ପାପ କର୍ମ କରିବାକୁ ପ୍ରେରିତ ହୋଇଥାଏ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-36.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.36.mp3"
]
},
"commentary": "ପୁର୍ବ ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ଯେ ଜଣେ ରାଗ ବା ଦ୍ୱେଷ ଦ୍ୱାରା ଅଭିଭୂତ ହେବା ଉଚିତ୍ ନୁହେଁ । ଅର୍ଜୁନ ସେହିପରି ଏକ ପବିତ୍ର ଜୀବନ ଇଚ୍ଛା କରୁଛନ୍ତି, କିନ୍ତୁ ଶ୍ରୀକୃଷ୍ଣଙ୍କର ଉପଦେଶ ପାଳନ କରିବାକୁ ନିଜକୁ ଅସମର୍ଥ ମନେ କରୁଛନ୍ତି । ତେଣୁ ସେ ଶ୍ରୀକୃଷ୍ଣଙ୍କୁ ଏପରି ଏକ ପ୍ରଶ୍ନ ପଚାରିଛନ୍ତି ଯାହା ଅତ୍ୟନ୍ତ ବାସ୍ତବ ଅଟେ ଓ ମନୁଷ୍ୟର ଦ୍ୱନ୍ଦକୁ ପ୍ରତିଫଳିତ କରିଥାଏ । ସେ କହୁଛନ୍ତି, “କେଉଁ ଶକ୍ତି ଏପରି ଏକ ଉଚ୍ଚ ଆଦର୍ଶକୁ ପ୍ରାପ୍ତ କରିବାରେ ବାଧା ଉତ୍ପନ୍ନ କରିଥାଏ? କିଏ ମନୁଷ୍ୟକୁ ଏହି ରାଗ ଏବଂ ଦ୍ୱେଷରେ ଅଭିଭୂତ କରାଇ ଥାଏ ?” ଆମ ସମସ୍ତଙ୍କର ଏକ ବିବେକ ଅଛି, ଯିଏ ପାପ କର୍ମ କରିବା ସମୟରେ ଆମ ମନରେ ଗ୍ଳାନି ଉତ୍ପନ୍ନ କରିଥାଏ । ବିବେକର ଉଦ୍ଭବ ଏହି ଠାରୁ ହୋଇଥାଏ ଯେ, ଭଗବାନ ସଦ୍ଗୁଣର ଭଣ୍ଡାର ଅଟନ୍ତି, ଏବଂ ଆମେ ତାଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବାରୁ, ସଦ୍ଗୁଣ ଓ ସଦାଚାର ପ୍ରତି ଆକର୍ଷିତ ହେବା ଆମର ଏକ ସହଜାତ ପ୍ରବୃତ୍ତି ଅଟେ । ସଦାଚାର, ଯାହାକି ଆତ୍ମାର ସ୍ୱଭାବ ଅଟେ, ଆମର ବିବେକକୁ ଜାଗୃତ କରାଇ ଥାଏ । ସେଥିପାଇଁ ଆମେ ବାହାନା କରିପାରିବା ନାହିଁ ଯେ ଚୋରୀ କରିବା, ଠକିବା, ଅପମାନ କରିବା, ଅନ୍ୟାୟ ପୂର୍ବକ ଅର୍ଥ ଆଦାୟ କରିବା, ହତ୍ୟା କରିବା, ଅତ୍ୟାଚାର କରିବା ଓ ଦୁର୍ନୀତି ଆଦି ପାପ କର୍ମ ବୋଲି ଆମେ ଜାଣି ନ ଥିଲୁ । ଆମେ ସମସ୍ତେ ଜାଣିଥାଉ ଯେ ଏ ସବୁ ପାପ କର୍ମ ଅଟେ । ତଥାପି କୌଣସି ଏକ ପ୍ରବଳ ଶକ୍ତି ଆମକୁ ପ୍ରେରିତ କଲା ପରି ଆମେ ଏହି ସବୁ କର୍ମ କରିଥାଉ । ଏହି ବଳଶାଳୀ ଶକ୍ତିଟି କ’ଣ ତାହା ଅର୍ଜୁନ ଜାଣିବାକୁ ଇଚ୍ଛା କରୁଛନ୍ତି ।"
},
{
"verseTitle": "Bhagavad Gita 3.37",
"verse": "37",
"chapter": 3,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। काम एष क्रोध एष रजोगुणसमुद्भवः ।\n\nमहाशनो महापाप्मा विद्धयेनमिह वैरिणम् ॥37॥",
"text": "ଶ୍ରୀଭଗବାନୁବାଚ \nକାମ ଏଷ କ୍ରୋଧ ଏଷ ରଜୋଗୁଣସମୁଦ୍ଭବଃ ।\nମହାଶନୋ ମହାପାପ୍ମା ବିଦ୍ଧ୍ୟେନମିହ ବୈରିଣମ୍ ।।୩୭ ।।",
"audioLink": "https://www.holy-bhagavad-gita.org/public/audio/003_037.mp3"
},
"wordMeanings": "ଶ୍ରୀ ଭଗବାନୁବାଚ - ପରମ ପୁରୁଷ ଭଗବାନ କହିଲେ; କାମଃ - କାମନା; ଏଷଃ - ସବୁ; କ୍ରୋଧଃ - କ୍ରୋଧ; ଏଷଃ - ସବୁ; ରଜୋଗୁଣ-ରଜଗୁଣ; ସମୁଦ୍ଭବଃ- ଜାତ; ମହାଶନଃ- ସର୍ବଗ୍ରାସୀ; ମହାପାପ୍ମା- ଅତ୍ୟନ୍ତ ପାପପୂର୍ଣ୍ଣ; ବିଦ୍ଧି -ଜାଣ; ଏନମ୍- ଏହାକୁ; ଇହ - ଏ ଭୌତିକ ଜଗତରେ; ବୈରିଣମ୍- ମହାନ୍ ଶତ୍ରୁ ।",
"translation": {
"text": "ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-37.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.37.mp3"
]
},
"commentary": "ବେଦରେ କାମ ଶବ୍ଦ କେବଳ ଯୌନ ଇଚ୍ଛାକୁ ବୁଝାଇ ନ ଥାଏ । ଆତ୍ମାର ଶାରୀରିକ ଅବଧାରଣାର ଆଧାରରେ ଭୌତିକ ଆନନ୍ଦ ପ୍ରାପ୍ତ କରିବାର ସମସ୍ତ ପ୍ରକାରର ଇଚ୍ଛା ଏହାର ଅନ୍ତର୍ଭୁକ୍ତ ଅଟେ । ତେଣୁ କାମନା ଅନେକ ରୂପରେ ପ୍ରକାଶିତ ହୋଇଥାଏ- ଅର୍ଥ କାମନା, ଭୋଗ୍ୟବସ୍ତୁର କାମନା, ପ୍ରତିଷ୍ଠାର ଲାଳସା, କ୍ଷମତାର ଲାଳସା, ଇତ୍ୟାଦି । ଭଗବତ୍ ପ୍ରେମ ପ୍ରାପ୍ତ କରିବାର ଅଭିଳାଷ, ଯାହାକି ସବୁ ଜୀବଙ୍କର ସହଜାତ ସ୍ୱଭାବ, ଏହି କାମନା ତାହାର ଏକ ବିକୃତ ରୂପ ଅଟେ । ଆତ୍ମା ଯେତେବେଳେ ଶରୀର ରୂପରେ ମାୟା ଶକ୍ତି ସହିତ ସମ୍ବନ୍ଧିତ ହୋଇଯାଏ, ଭଗବାନଙ୍କ ପ୍ରତି ଥିବା ତା’ର ଦିବ୍ୟ ପ୍ରେମ ରଜୋଗୁଣ ସଂସ୍ପର୍ଶରେ ଆସି କାମନାରେ ପରିଣତ ହୁଏ । ଯେହେତୁ ଦିବ୍ୟ ପ୍ରେମ ଭଗବାନଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ, ମାୟିକ ଜଗତରେ ଏହାର ବିକୃତ ରୂପ କାମନା ମଧ୍ୟ ସଂସାରର ସବୁଠାରୁ ପ୍ରଭାବଶାଳୀ ଶକ୍ତି ଅଟେ । ଶ୍ରୀକୃଷ୍ଣ ସଂସାରିକ ସୁଖ ଭୋଗର ଏହି କାମନାକୁ ପାପର କାରଣ ରୂପେ ଅଭିହିତ କରିଛନ୍ତି, ଯାହାକି ଆମ ଅନ୍ତରରେ ନିବାସ କରିଥିବା ସବୁଠାରୁ ହାନିକାରକ ଲାଳସା ଅଟେ । ମାୟିକ ରଜୋଗୁଣର ସଂସ୍ପର୍ଶରେ ଆସି ଭ୍ରମବଶତଃ ଆତ୍ମା ଏପରି ମନେ କରିଥାଏ ଯେ ସାଂସାରିକ ବସ୍ତୁ ତାକୁ ସୁଖ ପ୍ରଦାନ କରିପାରିବ ଏବଂ ସେଥିପାଇଁ ସେ ସେଗୁଡିକ ପ୍ରାପ୍ତ କରିବାର କାମନା କରିଥାଏ । ଯେତେବେଳେ କାମନା ପୁର୍ଣ୍ଣ ହୁଏ, ତାହା ଲୋଭ ଉଦ୍ରେକ କରାଏ ଏବଂ ଯେତେବେଳେ କାମନା ପୁର୍ଣ୍ଣ ହୁଏ ନାହିଁ, ସେତେବେଳେ କ୍ରୋଧ ଉତ୍ପନ୍ନ ହୁଏ । କାମ-କ୍ରୋଧ-ଲୋଭ - ଏହି ତିନି ଜଣଙ୍କର ପ୍ରଭାବରେ ବ୍ୟକ୍ତି ପାପ କରିଥାଏ । ଲୋଭ କାମନାର ଅତିଶୟତା ଅଟେ ଏବଂ କ୍ରୋଧ ଆଶାଭଙ୍ଗ କାମନାର ରୂପ ଅଟେ । ସେଥିପାଇଁ କାମନା-ବାସନାକୁ ଶ୍ରୀକୃଷ୍ଣ ସମସ୍ତ ପାପର ମୂଳ କାରଣ ରୂପେ ଅଭିହିତ କରୁଛନ୍ତି ।"
},
{
"verseTitle": "Bhagavad Gita 3.38",
"verse": "38",
"chapter": 3,
"lang": "or",
"shloka": {
"speaker": "",
"sanskrit": "धूमेनावियते वह्निर्यथादर्शो मलेन च । \n\nयथोल्बेनावृतो गर्भस्तथा तेनेदमावृतम् ॥38॥",
"text": "ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ । \nଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍ ।। ୩୮।।",
"audioLink": "https://www.holy-bhagavad-gita.org/public/audio/003_038.mp3"
},
"wordMeanings": "ଧୂମେନ - ଧୂଆଁ ଦ୍ୱାରା; ଆବ୍ରିୟତେ - ଆବୃତ; ବହ୍ନି- ଅଗ୍ନି; ଯଥା - ଯେପରି; ଉଲ୍ୱେନାବୃତ - ଜରାୟୁଦ୍ୱାରା ଆବୃତ୍ତ; ଗର୍ଭ - ଗର୍ଭସ୍ଥିତ ଶିଶୁ; ତଥା - ସେହିପରି; ତେନ - ତାହା (କାମନା) ଦ୍ୱାରା; ଇଦ୍ମ୍ - ଏହି; ଆବୃତମ୍ - ଆଚ୍ଛାଦିତ ।",
"translation": {
"text": "ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍କାୟୀତ ରହିଥାଏ, ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-38.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.38.mp3"
]
},
"commentary": "ଠିକ୍-ଭୁଲ୍ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବାର ଜ୍ଞାନଶକ୍ତିକୁ ବିଚାରଣ କୁହାଯାଏ । ଏହି ବିଚାରଶକ୍ତି ବୁଦ୍ଧିରେ ରହିଥାଏ । କିନ୍ତୁ କାମ ଏପରି ଏକ ଭୟାନକ ବିରୋଧି ତତ୍ତ୍ୱ ଯେ ତାହା ବୁଦ୍ଧିର ଏହି ବିଚାର ଶକ୍ତିକୁ ଆବୃତ କରିଦିଏ । ଶ୍ରୀକୃଷ୍ଣ ଏହି ସିଦ୍ଧାନ୍ତକୁ ବର୍ଣ୍ଣନା କରିବାକୁ ତିନୋଟି ସ୍ତରର ଉଦାହରଣ ଦେଇଛନ୍ତି । ଅଗ୍ନି, ଯାହା ଆଲୋକର ଉତ୍ସ ଅଟେ, ଧୂଆଁ ଦ୍ୱାରା ଆବୃତ ହୋଇଯାଏ । ଏହି ଆଂଶିକ ଅସ୍ପଷ୍ଟତା ସତ୍ତ୍ୱଗୁଣୀ କାମନା ଦ୍ୱାରା ସୃଷ୍ଟ ପତଳା ମେଘ ସଦୃଶ ଅଟେ । ଦର୍ପଣର ସ୍ୱାଭାବିକ ଗୁଣ ପ୍ରତିବିମ୍ବ ସୃଷ୍ଟି କରିବା, କିନ୍ତୁ ଧୂଳି ଦ୍ୱାରା ଏହା ଅସ୍ପଷ୍ଟ ହୋଇଯାଏ । ଏହି ଅର୍ଦ୍ଧ ସ୍ୱଚ୍ଛତା, ବୁଦ୍ଧି ଉପରେ ରାଜସିକ କାମନାର ପ୍ରଭାବ ସଦୃଶ ଅଟେ । ଭୃଣ ଜରାୟୁ ଦ୍ୱାରା ଲୁକ୍କାୟୀତ ରହିଥାଏ । ଏହି ପୂର୍ଣ୍ଣ ଲୁକ୍କାୟୀତ ଅବସ୍ଥା, ତାମସିକ ଗୁଣ ଦ୍ୱାରା ବିଚାର ଶକ୍ତିର ପୂର୍ଣ୍ଣ ବିଲୁପ୍ତି ଅଟେ । ଏହିପରି ଭାବରେ ଆମ କାମନାର ସ୍ତର ଅନୁଯାୟୀ, ଆମେ ଶୁଣିଥିବା ବା ପଢିଥିବା ଆଧ୍ୟାତ୍ମିକ ଜ୍ଞାନ ଆଚ୍ଛନ୍ନ ହୋଇଯାଏ ।\nଏହି ପ୍ରସଙ୍ଗରେ ଗୋଟିଏ ସୁନ୍ଦର ଆଖ୍ୟାନର ଦୃଷ୍ଟାନ୍ତ ଦିଆଯାଇ ପାରେ । ଜଣେ ବ୍ୟକ୍ତି ସାଂଧ୍ୟ ଭ୍ରମଣ କରିବାକୁ ପ୍ରତିଦିନ ଗୋଟିଏ ଜଙ୍ଗଲ ପାଖକୁ ଯାଆନ୍ତି । ଦିନେ ସଂଧ୍ୟାରେ ସେ ଜଙ୍ଗଲ ମଧ୍ୟରେ ପ୍ରବେଶ କରିବାକୁ ଇଚ୍ଛାକଲେ । କିଛି ମାଇଲ ଚାଲିଲା ପରେ, ସୂର୍ଯ୍ୟ ଅସ୍ତ ହେବାକୁ ଲାଗିଲେ ଏବଂ ଆଲୋକ ଅପସରି ଯିବାକୁ ଲାଗିଲା । ସେ ଜଙ୍ଗଲରୁ ବାହାରି ଆସିବା ପାଇଁ ପଛକୁ ବୁଲିଲେ କିନ୍ତୁ ପଛରେ ସେ ଦେଖିଲେ ଦଳେ ହିଂସ୍ର ଜନ୍ତୁ ବାଟ ଓଗାଳି ଠିଆ ହୋଇଛନ୍ତି । ସେହି ହିଂସ୍ର ଜନ୍ତୁ ମାନେ ତାଙ୍କୁ ଗୋଡାଇବାକୁ ଲାଗିଲେ ଏବଂ ସେମାନଙ୍କ କବଳରୁ ରକ୍ଷା ପାଇବାକୁ ଧାଇଁବା କ୍ରମରେ ସେ ଘନ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଗଲେ । ସମ୍ମୁଖରେ ସେ ଦେଖିଲେ, ଗୋଟିଏ ଡାହାଣୀ ତାଙ୍କୁ ଆଲିଙ୍ଗନ କରିବାପାଇଁ ବାହୁ ପ୍ରସାରିତ କରି ଛିଡା ହୋଇଛି । ତା’ ଠାରୁ ଏବଂ ହିଂସ୍ର ଜନ୍ତୁମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ଦିଗ ପରିବର୍ତ୍ତନ କରି ଗୋଟିଏ ପାଶ୍ୱର୍ରେ ଧାଇଁବାକୁ ଲାଗିଲେ । ସେତେବେଳକୁ ଅନ୍ଧାର ହୋଇଗଲାଣି । ରାସ୍ତାଘାଟ ଭଲ ଭାବରେ ଦେଖି ନ ପାରିବା କାରଣରୁ, ସେ ବୃକ୍ଷର ଓହଳ ଦ୍ୱାରା ଅଚ୍ଛାଦିତ ଗୋଟିଏ ଗର୍ତ୍ତ ମଧ୍ୟକୁ ଖସି ପଡିଲେ । ଖସିବା ସମୟରେ ତାଙ୍କର ପାଦ ଦୁଇଟି ବୃକ୍ଷ ଓହଳରେ ଛନ୍ଦି ହୋଇଗଲା । ଫଳରେ ସେ ମୁଣ୍ଡ ତଳକୁ ଗୋଡ ଉପରକୁ ହୋଇ ଗର୍ତ୍ତ ମଧ୍ୟରେ ଝୁଲି ରହିଲେ । କିଛି ସମୟ ପରେ ତାଙ୍କର ହୋସ୍ ଆସିବାରୁ ସେ ଦେଖିଲେ, ତଳେ ଗୋଟିଏ ସର୍ପ ଫଣା ଟେକି ତାଙ୍କୁ ଦଂଶନ କରିବା ଅପେକ୍ଷାରେ ରହିଛି । ଏହି ସମୟରେ ଦୁଇଟି ମୂଷା - ଗୋଟିଏ ଧଳା ଏବଂ ଗୋଟିଏ କଳା - ଆସି, ସେ ଯେଉଁ ଲଟାରେ ଝୁଲିଥିଲେ, ତାହାକୁ କାଟିବାକୁ ଆରମ୍ଭ କରିଦେଲେ । ତାଙ୍କର ଦୁଃଖକୁ ଆହୁରି ବଢାଇବାକୁ ଯାଇ, କିଛି ବିରୁଡି ଆସି ତାଙ୍କ ମୁଖକୁ ଦଂଶନ କରିବାରେ ଲାଗିଲେ । ଏହିପରି ଦୟନୀୟ ଅବସ୍ଥାରେ ମଧ୍ୟ ଦେଖାଗଲା ଯେ ବ୍ୟକ୍ତି ଜଣଙ୍କର ମୁଖରେ ସ୍ମିତହାସ୍ୟ ଲାଗି ରହିଛି । ଦାର୍ଶନିକ ମାନେ ଏକତ୍ରିତ ହୋଇ ବିଚାର କରିବାରେ ଲାଗିଲେ, ଏପରି ଏକ ଶୋଚନୀୟ ପରିସ୍ଥିତିରେ ଜଣେ ବ୍ୟକ୍ତି ହସି ପାରୁଛନ୍ତି କିପରି? ଉପରକୁ ଚାହିଁ ସେମାନେ ଦେଖିଲେ ଯେ ଉପରୁ ଗୋଟିଏ ମହୁଫେଣା ଝୁଲି ରହିଛି ଏବଂ ସେଥିରୁ ଟୋପା ଟୋପା ହୋଇ ମହୁ ତାଙ୍କ ମୁହଁରେ ପଡୁଛି । ସେହି ମହୁ ଟୋପାକୁ ଚାଟି ସେ ଯେଉଁ ଆନନ୍ଦରେ ବିଭୋର ହୋଇ ଯାଉଛନ୍ତି, ସେଥିରେ ହିଂସ୍ର ଜନ୍ତୁ, ଡାହାଣୀ, ସର୍ପ, ମୂଷା ତଥା ବିରୁଡି ଆଦି ସବୁ ଭୟର ବିସ୍ମୃତି ଘଟୁଛି ।\nକାହାଣୀଟିର ନାୟକ ଆମକୁ ପାଗଳ ପ୍ରତୀତ ହୋଇପାରନ୍ତି । କିନ୍ତୁ ବାସ୍ତବରେ କାହାଣୀଟି, କାମନା ବଶୀଭୂତ ସମସ୍ତ ପ୍ରାଣୀଙ୍କର ସ୍ଥିତି ଚିତ୍ରଣ କରିଥାଏ । ବ୍ୟକ୍ତି ଜଣକ ଯେଉଁ ଜଙ୍ଗଲରେ ବୁଲୁଥିଲେ, ତାହା ଆମେ ବାସ କରୁଥିବା ଏହି ମାୟିକ ସଂସାର ସଦୃଶ ଅଟେ, ଯେଉଁ ଠାରେ ପ୍ରତି ପଦକ୍ଷେପରେ ବିପଦ ଲାଗି ରହିଥାଏ । ଯେଉଁ ହିଂସ୍ର ପ୍ରାଣୀମାନେ ତାଙ୍କର ପଶ୍ଚାତ୍ଧାବନ କରୁଥିଲେ, ସେସବୁ ରୋଗ ବ୍ୟାଧି ଅଟନ୍ତି, ଯାହା ଜୀବନ କାଳ ମଧ୍ୟରେ ଆବିର୍ଭାବ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ଆମକୁ କଷ୍ଟ ଦେଉଥାଏ । ଡାହାଣୀଟି ବାର୍ଦ୍ଧକ୍ୟର ପ୍ରତୀକ ଅଟେ, ଯିଏ ସମୟ ଆସିଲେ ଆମକୁ କୋଳାଗ୍ରତ କରିବାର ଅପେକ୍ଷାରେ ରହିଥାଏ । ଗର୍ତ୍ତର ନିମ୍ନ ଭାଗରେ ଅପେକ୍ଷାରତ ସର୍ପଟି ଅନିବାର୍ଯ୍ୟ ମୃତ୍ୟୁକୁ ସୂଚିତ କରିଥାଏ । ବୃକ୍ଷର ଓହଳକୁ କାଟୁଥିବା ଧଳା ଏବଂ କଳା ମୂଷା ଦୁଇଟି ଦିବା-ରାତ୍ରିର ପ୍ରତୀକ ଅଟନ୍ତି, ଯିଏ ଅନବରତ ଆମର ଜୀବନକାଳକୁ ହ୍ରାସ କରି ମୃତ୍ୟୁର ସମୀପସ୍ଥ କରିବାରେ ଲାଗିଥାଆନ୍ତି । ମୁଖକୁ ଦଂଶନ କରୁଥିବା ବିରୁଡି, ଆମ ମନରେ ଜାତ ହେଉଥିବା ଅସଂଖ୍ୟ କାମନା ସଦୃଶ ଅଟନ୍ତି । ଏହି କାମନାସବୁ ମନକୁ ବିଚଳିତ କରିବା ସହିତ ଆମକୁ ଅନେକ ପ୍ରକାରରେ ନିର୍ଯ୍ୟାତିତ କରିଥାଆନ୍ତି । ମହୁ ଆମେ ସଂସାରରେ ଭୋଗ କରୁଥିବା ବିଷୟ ସୁଖକୁ ସୂଚିତ କରିଥାଏ, ଯାହା ଆମ ବୁଦ୍ଧିର ବିଚାରଣ ଶକ୍ତିକୁ ନଷ୍ଟ କରି ଦେଇଥାଏ ।ା ସେଥିପାଇଁ ଆମେ ନିଜର ଶୋଚନୀୟ ପରିସ୍ଥିତି କଥା ଭୂଲି ଯାଇ, ସାମୟିକ ଇନ୍ଦ୍ରିୟ ସୁଖକୁ ଉପଭୋଗ କରିବାରେ ନିମଗ୍ନ ରହିଥାଉ । ଶ୍ରୀକୃଷ୍ଣ ସୁଚିତ କରୁଛନ୍ତି ଯେ ଏହିପରି ଆସକ୍ତି ଯୁକ୍ତ କାମନା ଦ୍ୱାରା ଆମର ବିଚାରଣ ଶକ୍ତି ଆବୃତ ହୋଇଯାଏ ।"
},
{
"verseTitle": "Bhagavad Gita 3.39",
"verse": "39",
"chapter": 3,
"lang": "or",
"shloka": {
"speaker": "",
"sanskrit": "आवृतं ज्ञानमेतेन ज्ञानिनो नित्यवैरिणा ।\n\nकामरूपेण कौन्तेय दुष्पूरेणानलेन च ॥39॥",
"text": "ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା । \nକାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ ।। ୩୯ ।।",
"audioLink": "https://www.holy-bhagavad-gita.org/public/audio/003_039.mp3"
},
"wordMeanings": "ଆବୃତଂ - ଆବୃତ; ଜ୍ଞାନମ୍ - ଜ୍ଞାନ; ଏତେନ - ଏହାଦ୍ୱାରା; ଜ୍ଞାନିନଃ - ଜ୍ଞାନୀମାନଙ୍କର; ନିତ୍ୟ ବୈରିଣା- ନିତ୍ୟ ଶତ୍ରୁ; କାମ ରୂପେଣ - କାମନା ରୂପରେ; କୌନ୍ତେୟ - ହେ କୁନ୍ତୀପୁତ୍ର; ଦୁଷ୍ପୂରେଣ - କେବେ ହେଲେ ସନ୍ତୁଷ୍ଟ ନୁହେଁ; ଅନଳେନ - ଅଗ୍ନି ପରି; ଚ - ମଧ୍ୟ ।",
"translation": {
"text": "ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-39.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.39.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ କାମନାର ବିନାଶକାରୀ ଗୁଣକୁ ଆହୁରି ସ୍ପଷ୍ଟ କରିଛନ୍ତି । କାମ ଅର୍ଥ “କାମନା”, ଦୁଷ୍ପୂରେଣ ଅର୍ଥ “ଅତୃପ୍ତ” ଅନଳ ଅର୍ଥାତ୍ “ଯାହା ଲିଭେ ନାହିଁ ” । କାମନା ଜ୍ଞାନୀ ମାନଙ୍କର ବିଚାର ଶକ୍ତିକୁ ବଶୀଭୂତ କରି,ସେମାନଙ୍କୁ ତାହାର ପୂର୍ତ୍ତୀ ନିମନ୍ତେ ପ୍ରଲୋଭିତ କରିଥାଏ । ଏହି କାମନାକୁ ଲିଭାଇବା ପାଇଁ ସେମାନେ ଯେତେ ଅଧିକ ପ୍ରୟାସ କରନ୍ତି, ତାହା ସେତେ ଅଧିକ ଜଳିବାରେ ଲାଗେ । ବୁଦ୍ଧ କହିଛନ୍ତି:\nନ କହାପନ ବସେ୍ସନ, ତିତ୍ତି କାମେସୁ ବିଜ୍ଜତିଅପ୍ପସ୍ସାଦା କାମା ଦୁଖା କାମା, ଇତି ବିନ୍ନାୟ ପଣ୍ଡିତୋ । (ଧମ୍ମପଦ,୧୮୬)\n“କାମନା ଏକ ଅଦମ୍ୟ ଅଗ୍ନିଶିଖା ପରି ପ୍ରଜ୍ଜ୍ୱଳିତ ହେବାରେ ଲାଗିଥାଏ, ଯାହା କେବେବି କାହାକୁ ଆନନ୍ଦ ପ୍ରଦାନ କରିପାରେ ନାହିଁ । ଏହାକୁ ଦୁଃଖର ମୂଳ କାରଣ ମନେକରି, ଜ୍ଞାନୀମାନେ ଏହାର ବର୍ଜନ କରିଥାଆନ୍ତି । କିନ୍ତୁ ଯେଉଁ ମାନେ ଏହି ରହସ୍ୟକୁ ବୁଝି ପାରନ୍ତି ନାହିଁ, ସେମାନେ କାମନା ପୂର୍ଣ୍ଣ କରିବାର ବୃଥା ଚେଷ୍ଟାରେ ନିଜର ଜୀବନ ନଷ୍ଟ କରି ଦେଇ ଥାଆନ୍ତି ।”"
},
{
"verseTitle": "Bhagavad Gita 3.40",
"verse": "40",
"chapter": 3,
"lang": "or",
"shloka": {
"speaker": "",
"sanskrit": "इन्द्रियाणि मनो बुद्धिरस्याधिष्ठानमुच्यते ।\n\nएतैर्विमोहयत्येष ज्ञानमावृत्य देहिनम् ॥40॥",
"text": "ଇନ୍ଦ୍ରିୟାଣି ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ । \nଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍ ।। ୪୦ ।।",
"audioLink": "https://www.holy-bhagavad-gita.org/public/audio/003_040.mp3"
},
"wordMeanings": "ଇନ୍ଦ୍ରିୟାଣି - ଇନ୍ଦ୍ରିୟଗୁଡିକ; ମନଃ-ମନ; ବୁଦ୍ଧିଃ- ବୁଦ୍ଧି; ଅସ୍ୟ- ଏହାର; ଅଧିଷ୍ଠାନମ୍ - ବସତିସ୍ଥାନ; ଉଚ୍ୟତେ- କୁହାଯାଏ; ଏତୈଃ- ଏମାନଙ୍କ ଦ୍ୱାରା; ବିମୋହୟତି- ମୋହିତ କରେ; ଏଷଃ - ଏହା; ଜ୍ଞାନମ୍- ଜ୍ଞାନ; ଆବୃତ୍ୟ - ଆବୃତକରି; ଦେହିନମ୍- ଶରୀରଧାରୀ ଆତ୍ମା ।",
"translation": {
"text": "ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-40.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.40.mp3"
]
},
"commentary": "କାମନାର ନିବାସ ସ୍ଥାନକୁ ଦର୍ଶାଇ ଶ୍ରୀକୃଷ୍ଣ ବର୍ତ୍ତମାନ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହାର ଉପାୟ ବର୍ଣ୍ଣନା କରୁଛନ୍ତି । ଶତ୍ରୁକୁ ଦମନ କରିବା ପାଇଁ ସର୍ବପ୍ରଥମେ ତା’ର ଦୁର୍ଗକୁ ଠାବ କରିବାକୁ ପଡିଥାଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଇନ୍ଦ୍ରିୟ, ମନ ଓ ବୁଦ୍ଧି ସେହି ସ୍ଥାନ ଅଟନ୍ତି, ଯେଉଁଠାରେ ରହି କାମନା ଆତ୍ମା ଉପରେ ତା’ର ଆଧିପତ୍ୟ ବିସ୍ତାର କରିଥାଏ । କାମନାରେ ବଶୀଭୂତ ହୋଇ ଇନ୍ଦ୍ରିୟମାନେ ବିଷୟର କାମନା କରିଥାଆନ୍ତି । ଇନ୍ଦ୍ରିୟମାନେ ମନକୁ ମୋହିତ କରିଦିଅନ୍ତି, ମନ ବୁଦ୍ଧିକୁ ଭ୍ରମିତ କରିଦିଏ,ଏବଂ ବୁଦ୍ଧି ନିଜର ବିଚାର ଶକ୍ତି ହରାଇବସେ । ବୁଦ୍ଧି ଯେତେବେଳେ ଆବୃତ ହୋଇଯାଏ, ଜୀବ ନିଜକୁ କାମନାର ଦାସ ମନେ କରିବାରେ ଲାଗେ ଏବଂ ତାହାର ପୂର୍ତ୍ତି ନିମନ୍ତେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । ଇନ୍ଦ୍ରିୟ-ମନ-ବୁଦ୍ଧି, ଏହି ତିନୋଟି ଉପକରଣ ସ୍ୱତଃ ଖରାପ ନୁହଁନ୍ତି । ଭଗବତ-ପ୍ରାପ୍ତି କରିବା ପାଇଁ ଏଗୁଡିକ ଆମକୁ ଦିଆ ଯାଇଅଛି । କିନ୍ତୁ ଆମେ ସେମାନଙ୍କୁ କାମନା-ବାସନାର ଅକ୍ତିୟାରରେ ରହିବାକୁ ଖୋଲା ଛାଡି ଦେଇଛୁ । ବର୍ତ୍ତମାନ ଆମେ ସେହି ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବ୍ୟବହାର କରି ନିଜର କଲ୍ୟାଣ ସାଧନ କରିବା । ପରବର୍ତ୍ତି ଶ୍ଲୋକମାନଙ୍କରେ ଶ୍ରୀକୃଷ୍ଣ ଏହା କିପରି କରାଯାଇ ପାରିବ, ତାହା ସ୍ପଷ୍ଟ କରୁଛନ୍ତି ।"
},
{
"verseTitle": "Bhagavad Gita 3.41",
"verse": "41",
"chapter": 3,
"lang": "or",
"shloka": {
"speaker": "",
"sanskrit": "तस्मात्त्वमिन्द्रियाण्यादौ नियम्य भरतर्षभ।\n\nपाप्मानं प्रजहि ह्येनं ज्ञानविज्ञाननाशनम् ॥41॥",
"text": "ତସ୍ମାତ୍ତ୍ୱମିନ୍ଦ୍ରିୟାଣ୍ୟାଦୌ ନିୟମ୍ୟ ଭରତର୍ଷଭ । \nପାପ୍ମାନଂ ପ୍ରଜହି ହ୍ୟେନଂ ଜ୍ଞାନବିଜ୍ଞାନନାଶନମ୍ ।। ୪୧ ।।",
"audioLink": "https://www.holy-bhagavad-gita.org/public/audio/003_041.mp3"
},
"wordMeanings": "ତସ୍ମାତ୍ - ତେଣୁ; ତ୍ୱମ୍- ତୁମେ; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡିକୁ; ଆଦୌ- ପ୍ରାରମ୍ଭରୁ - ନିୟମ୍ୟ - ସଂୟତ କରି; ଭରତର୍ଷଭ- ହେ ଭରତଶ୍ରେଷ୍ଠ; ପାପ୍ମାନଂ - ପାପୀମାନେ; ପ୍ରଜହି- ନାଶକରେ; ହି - ନିଶ୍ଟିତ ଭାବେ; ଏନଂ- ଏହାକୁ;; ଜ୍ଞାନ - ଜ୍ଞାନ; ବିଜ୍ଞାନ - ବିଜ୍ଞାନ; ନାଶନମ୍- ନାଶକାରୀ ।",
"translation": {
"text": "ତେଣୁ ହେ ଭରତ ଶ୍ରେଷ୍ଠ ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର ପ୍ରତୀକ ଅଟେ ଏବଂ ଜ୍ଞାନ ଓ ବୁଦ୍ଧିକୁ ନଷ୍ଟ କରିଦେଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-41.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.41.mp3"
]
},
"commentary": "ବର୍ତ୍ତମାନ ଶ୍ରୀକୃଷ୍ଣ, ସମସ୍ତ ଅନିଷ୍ଟର ମୂଳ କାରଣ ତଥା ମାନବ ଚେତନା ନିମନ୍ତେ ସର୍ବତୋ ଭାବରେ ହାନିକାରକ, କାମନାକୁ କିପରି ନିୟନ୍ତ୍ରଣ କରାଯିବ ତାହା ବର୍ଣ୍ଣନା କରୁଛନ୍ତି । କାମନାର ନିବାସସ୍ଥାନକୁ ଚିହ୍ନଟ କରିବା ପରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁୁ କହୁଛନ୍ତି ଯେ, ପ୍ରଥମେ ଇନ୍ଦ୍ରିୟ ମାନଙ୍କର ଲାଳସାକୁ ନିୟନ୍ତ୍ରଣ କର । ସେମାନଙ୍କୁ ଉଦ୍ରେକ ହେବାର ସୁଯୋଗ ଦେବା ଆମ ଦୁଃଖର କାରଣ ଅଟେ, ଏବଂ ସେମାନଙ୍କୁ ଦୂର କରିବା ସୁଖ ପ୍ରାପ୍ତିର ମାର୍ଗ ଅଟେ ।\nଗୋଟିଏ ଉଦାହରଣ ମାଧ୍ୟମରେ ବିଚାର କରନ୍ତୁ । ରମେଶ ଓ ଦିନେଶ ଦୁଇଜଣ ସହପାଠି ହଷ୍ଟେଲର ଗୋଟିଏ କୋଠରୀରେ ରହନ୍ତି । ଦିନେ ରାତି ୧୦ଟାରେ ରମେଶର ସିଗାରେଟ ପିଇବାକୁ ଇଚ୍ଛା ହେଲା । ସେ କହିଲା, “ମୋର ସିଗାରେଟ୍ ପିଇବାକୁ ଇଚ୍ଛା ହେଉଛି ।” ଦିନେଶ କହିଲା “ବହୁତ ରାତି ହେଲାଣି । ସିଗାରେଟ୍ କଥା ଭୂଲିିଯାଅ ଏବଂ ଶୋଇପଡ ।” ରମେଶ କହିଲା, “ନା ନା, ମୁଁ ସିଗାରେଟ୍ ନ ପିଇବା ପର୍ଯ୍ୟନ୍ତ ଶୋଇପାରିବି ନାହିଁ ।” ଦିନେଶ ଶୋଇ ପଡିଲା, କିନ୍ତୁ ରମେଶ ସିଗାରେଟ୍ ସନ୍ଧାନରେ ବାହାରକୁ ଗଲା । ନିକଟସ୍ଥ ସବୁ ଦୋକାନ ବନ୍ଦ ଥିଲା । ଶେଷରେ ପ୍ରାୟ ଦୁଇ ଘଣ୍ଟା ପରେ ସେ ସିଗାରେଟ୍ ନେଇ ହଷ୍ଟେଲ୍କୁ ଫେରିଲା ଓ ସିଗାରେଟ୍ ପାନ କଲା ।\nସକାଳେ ଦିନେଶ ପଚାରିଲା “ରମେଶ, କାଲି ରାତି କେତେବେଳେ ଶୋଇଲୁ ?” “ମଧ୍ୟରାତ୍ରୀରେ” ରମେଶ ଉତ୍ତର ଦେଲା । “ତା’ର ଅର୍ଥ ତୁମେ ଦୁଇ ଘଣ୍ଟ ପର୍ଯ୍ୟନ୍ତ ସିଗାରେଟ୍ ପାଇଁ ବ୍ୟାକୁଳ ରହିଲ ଏବଂ ଶେଷରେ ଯେତେବେଳେ ଧୂମପାନ କରି ସାରିଲ, ରାତି ଦଶଟା ବେଳେ ତୁମେ ଯେଉଁ ସ୍ଥିତିରେ ଥିଲ ସେହି ଅବସ୍ଥାକୁ ଫେରି ଆସିଲ ।” ରମେଶ ପଚାରିଲା “ତୁମେ କ’ଣ କହିବାକୁ ଚୁହୁଁଛ ?” ଦିନେଶ କହିଲା “ଦେଖ! ରାତି ଦଶଟା ପର୍ଯ୍ୟନ୍ତ ତୁମର ସିଗାରେଟ ଟାଣିବାର ଇଚ୍ଛା ନ ଥିଲା ଏବଂ ତୁମେ ଶାନ୍ତିରେ ଥିଲ । ତାପରେ ତୁମେ ନିଜେ ତାହାର କାମନା କଲ । ରାତି ଦଶଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସିଗାରେଟ୍ ପାଇଁ ତୁମେ ଅଶାନ୍ତ ରହିଲ । ଶେଷରେ ତୁମେ ଯେତେବେଳେ ଧୂମପାନ କଲ, ତୁମେ ସୃଷ୍ଟି କରିଥିବା କାମନାଟି ସମାପ୍ତ ହୋଇଗଲା ଏବଂ ତୁମେ ଶୋଇପଡିଲ । ଅନ୍ୟ ପକ୍ଷରେ, ମୁଁ କୌଣସି କାମନା ଉତ୍ପନ୍ନ କଲି ନାହିଁ ଏବଂ ଦଶଟା ବେଳେ ହିଁ ଶାନ୍ତିରେ ଶୋଇ ପଡିଲି ।”\nଏହି ପରି ଭାବରେ, ଆମେ ଶରୀର-ଇନ୍ଦ୍ରିୟ ଦ୍ୱାରା ବସ୍ତୁ ପ୍ରତି କାମନା ସୃଷ୍ଟି କରି ସେମାନଙ୍କ ପାଇଁ ବ୍ୟସ୍ତ ହୋଇପଡୁ । ତାପରେ ଆମେ ଯେତେବେଳେ ଇପ୍ସିତି ବସ୍ତୁଟି ପାଇଯାଉ, ଆମେ ସୃଷ୍ଟି କରିଥିବା କାମନାରୂପୀ ରୋଗଟି ଉପଶମ ହୋଇଯାଏ ଏବଂ ତାହାକୁ ଆମେ ଆନନ୍ଦ ବୋଲି ଭାବିଥାଉ । କିନ୍ତୁ ଆମେ ଯଦି ନିଜକୁ ଆତ୍ମା ମନେ କରିବା ଏବଂ ଆତ୍ମାର ସୁଖକୁ ଆମର ବାସ୍ତବ ଲକ୍ଷ୍ୟ ଭାବରେ ଅଙ୍ଗୀକାର କରିବା, ତେବେ ସାଂସାରିକ କାମନା ଗୁଡିକୁ ତ୍ୟାଗ କରିବା ଆମ ପାଇଁ ସହଜସାଧ୍ୟ ହୋଇଯିବ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ, ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରି ସେଥିରେ ନିବାସ କରୁଥିବା କାମନାକୁ ବିନାଶ କରିବାକୁୁ କହୁଛନ୍ତି । ଏହାକୁ ହାସଲ କରିବା ପାଇଁ ଭଗବାନ ଆମକୁ ଦେଇଥିବା ଉଚ୍ଚତର ବୌଦ୍ଧକ ଶକ୍ତିର ବ୍ୟବହାର କରିବାକୁ ପଡିବ, ଯାହା ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣିତ ହୋଇଛି ।"
},
{
"verseTitle": "Bhagavad Gita 3.42",
"verse": "42",
"chapter": 3,
"lang": "or",
"shloka": {
"speaker": "",
"sanskrit": "इन्द्रियाणि पराण्याहुरिन्द्रियेभ्यः परं मनः।\n\nमनसस्तु परा बुद्धिर्यो बुद्धेः परतस्तु सः ॥42॥",
"text": "ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ । \nମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ ।। ୪୨ ।।",
"audioLink": "https://www.holy-bhagavad-gita.org/public/audio/003_042.mp3"
},
"wordMeanings": "ଇନ୍ଦ୍ରିୟାଣି - ଇନ୍ଦ୍ରିୟଗୁଡିକ; ପରାଣି - ଉନ୍ନତତର; ଆହୁଃ-କୁହାଯାଏ; ଇନ୍ଦ୍ରିୟେଭ୍ୟଃ- ଇନ୍ଦ୍ରିୟମାନଙ୍କ ଠାରୁ ଅଧିକ; ପରଂ- ଉନ୍ନତ; ମନଃ-ମନ; ମନସଃ - ମନଠାରୁ ଅଧିକ; ତୁ - ମଧ୍ୟ; ପରା- ଉନ୍ନତର; ବୁଦ୍ଧିଃ- ବୁଦ୍ଧି; ଯଃ- ଯେ; ବୁଦ୍ଧେଃ - ବୁଦ୍ଧି ଅପେକ୍ଷା; ପରତଃ- ଉନ୍ନତତର; ତୁ - କିନ୍ତୁ; ସଃ - ସେ । (ଆତ୍ମା) ।",
"translation": {
"text": "ସ୍ଥୁଳ ଶରୀର ଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟମାନଙ୍କର ସ୍ଥିତି । ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ମନର ସ୍ଥିତି । ମନ ଉର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଆତ୍ମାର ସ୍ଥିତି ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-42.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.42.mp3"
]
},
"commentary": "ଗୋଟିଏ ନିମ୍ନ ସ୍ତରରେ ଥିବା ବସ୍ତୁ, ତା’ଠାରୁ ଉଚ୍ଚତର ସ୍ତରରେ ଥିବା ବସ୍ତୁଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଶ୍ରୀକୃଷ୍ଣ ଏଠାରେ, ଭଗବାନ ଆମକୁ ପ୍ରଦାନ କରିଥିବା ଉପକରଣ(ଶକ୍ତି) ଗୁଡିକର ସ୍ତର ନିରୂପଣ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି ଯେ ଶରୀର ସ୍ଥୁଳ ଭୌତିକ ପଦାର୍ଥ ଦ୍ୱାରା ଗଠିତ । ତାହା ଠାରୁ ଶ୍ରେଷ୍ଠ ପାଞ୍ଚ ଜ୍ଞାନେନ୍ଦ୍ରିୟ (ଯେଉଁମାନେ ସ୍ୱାଦ, ସ୍ପର୍ଶ, ଦୃଶ୍ୟ, ଗନ୍ଧ ଓ ଶବ୍ଦର ଅନୁଭୂତି କରାନ୍ତି) । ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ମନ ଏବଂ ମନର ଉର୍ଦ୍ଧ୍ୱରେ ବୁଦ୍ଧିର ସ୍ଥିତି, ଯାହା ବିଚାରଣ ଶକ୍ତି ଯୁକ୍ତ ଅଟେ । କିନ୍ତୁ ଦିବ୍ୟ ଆତ୍ମା ତା’ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଅବସ୍ଥିତ ।\nଇନ୍ଦ୍ରିୟ, ମନ, ବୁଦ୍ଧି ଓ ଆତ୍ମା ଏମାନଙ୍କର ଶ୍ରେଷ୍ଠତାର ସ୍ତର ଅନୁଯାୟୀ, ବର୍ତ୍ତମାନ ଆମେ ଜ୍ଞାନର ଉପଯୋଗ କରି କାମନାର ମୂଳୋତ୍ପାଟନ କିପରି କରିବା, ତାହା ଏହି ଅଧ୍ୟାୟର ଶେଷ ଶ୍ଲୋକରେ ବର୍ଣ୍ଣନା କରାଯାଉଛି ।"
},
{
"verseTitle": "Bhagavad Gita 3.43",
"verse": "43",
"chapter": 3,
"lang": "or",
"shloka": {
"speaker": "",
"sanskrit": "एवं बुद्धः परं बुद्ध्वा संस्तभ्यात्मानमात्मना ।\n\nजहि शत्रु महाबाहो कामरूपं दुरासदम् ॥43॥",
"text": "ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା । \nଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ।। ୪୩ ।।",
"audioLink": "https://www.holy-bhagavad-gita.org/public/audio/003_043.mp3"
},
"wordMeanings": "ଏବଂ- ଏହିପରି; ବୁଦ୍ଧେଃ - ବୁଦ୍ଧିର; ପରଂ - ଉନ୍ନତ; ବୁଦ୍ଧ୍ୱା - ଏପରି ଜାଣି; ସଂସ୍ତଭ୍ୟ- କ୍ଷାନ୍ତ କର; ଆତ୍ମାନମ୍ -(ଇନ୍ଦ୍ରିୟ, ମନ, ବୁଦ୍ଧି); ଆତ୍ମନା - ଆତ୍ମା ଦ୍ୱାରା; ଜହି - ଜୟକର; ଶତ୍ରୁମ୍ - ଶତ୍ରୁ; ମହାବାହୋ- ହେ ମହାବାହୁ; କାମ ରୂପଂ - କାମନା ରୂପୀ; ଦୁରାସଦମ୍ - ଦୁର୍ଦ୍ଧର୍ଷ ।",
"translation": {
"text": "ହେ ବୀର ଅର୍ଜୁନ ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) ପ୍ରଶମିତ କର ଏବଂ କାମନା ରୂପକ ଏହି ଦୁର୍ଦ୍ଦଶ ଶତ୍ରୁକୁ ଦମନ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C3-H-43.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/3.43.mp3"
]
},
"commentary": "ଉପସଂହାରରେ ଶ୍ରୀକୃଷ୍ଣ ଜୋର ଦେଉଛନ୍ତି ଯେ, ଆତ୍ମଜ୍ଞାନ ବଳରେ କାମନା ରୂପକ ଏହି ଶତ୍ରୁକୁ ଆମେ ନାଶ କରିବା ଉଚିତ୍ । ଯେହେତୁ ଆତ୍ମା ଭଗବାନଙ୍କର ଅଂଶ ଅଟେ, ଏହା ଦିବ୍ୟ ଗୁଣ ଯୁକ୍ତ ଅଟେ । ତେଣୁ ସେ ଖୋଜୁଥିବା ଦିବ୍ୟ ଆନନ୍ଦ କେବଳ ଦିବ୍ୟ ବସ୍ତୁ ଠାରୁ ହିଁ ମିଳିବ, ଅଥଚ ସଂସାରର ସମସ୍ତ ବସ୍ତୁ ମାୟିକ ଅଟେ । ଭୌତିକ ବସ୍ତୁ କଦାପି ଆତ୍ମାର ଏହି ସହଜାତ ଲାଳସାକୁ ସନ୍ତୁଷ୍ଟ କରିପାରିବ ନାହିଁ, ତେଣୁ ସେହି ସବୁ ବସ୍ତୁର କାମନା କରିବା ବୃଥା ଅଟେ । ଆମେ ବୁଦ୍ଧିକୁୁ ଏହି ପ୍ରକାରର ବିଚାରରେ ଅଭ୍ୟସ୍ତ କରିବା ଆବଶ୍ୟକ । ତା ପରେ ସେହି ବୁଦ୍ଧି ଦ୍ୱାରା ଆମେ ମନ ଓ ଇନ୍ଦ୍ରିୟଙ୍କୁ ବଶ କରିପାରିବା ।\nଏହାକୁ କଠୋପନିଷରେ, ଏକ ରଥର ଉପମା ମାଧ୍ୟମରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।\nଆତ୍ମାନଗବଂ ରଥିନାଂ ବିଦ୍ଧି ଶରୀରଂ ରଥମେବ ତୁବୁଦ୍ଧିଂ ତୁ ସାରଥିଂ ବିଦ୍ଧି ମନଃ ପ୍ରଗ୍ରହମେବ ଚ ।ଇନ୍ଦ୍ରିୟାଣି ହୟାନାହୁର୍ବିଷୟାନସ୍ତେଷୁ ଗୋଚରାନ୍ଆତ୍ମେନ୍ଦ୍ରିୟ ମନୋଯୁକ୍ତମ୍ ଭୋକ୍ତେତ୍ୟାହୁର୍ମନୀଷିଣାଃ ।ା (୧.୩, ୩-୪)\nଉପନିଷଦ କହୁଛି, ଗୋଟିଏ ରଥ ଅଛି, ଯାହାକୁ ପାଞ୍ଚଟି ଘୋଡା ଟାଣୁଛନ୍ତି । ଘୋଡାଙ୍କ ମୁହଁରେ ଲଗାମ ବନ୍ଧା ହୋଇଛି, ଲଗାମ୍ଟିକୁ ସାରଥି ଧରିଛନ୍ତି ଏବଂ ରଥରେ ଜଣେ ଯାତ୍ରୀ ବସିଛନ୍ତି । ସାଧାରଣତଃ, ଯାତ୍ରୀଜଣକ ସାରଥିଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି, ସେହି ଅନୁସାରେ ସାରଥି ଲଗାମ ଟାଣି ଘୋଡା ମାନଙ୍କୁ ସଠିକ୍ ମାର୍ଗରେ ନେଇଥାଆନ୍ତି । କିନ୍ତୁ,ଏହିି କ୍ଷେତ୍ରରେ, ଯାତ୍ରୀ ଜଣଙ୍କ ନିଦ୍ରିତ ଅବସ୍ଥାରେ ଅଛନ୍ତି, ସେଥିପାଇଁ ଘୋଡାମାନେ ଏଣେ ତେଣେ ଧାଇଁବାରେ ଲାଗିଛନ୍ତି ।\nଏହି ଉପମାରେ, ରଥ ଶରୀର ଅଟେ । ଘୋଡାମାନେ ପାଞ୍ଚ ଜ୍ଞାନେନ୍ଦ୍ରିୟ ଅଟନ୍ତି, ଘୋଡା ମୁଁହରେ ବନ୍ଧା ହୋଇଥିବା ଲଗାମ ମନ ଅଟେ, ବୁଦ୍ଧି ସାରଥି ଅଟେ ଏବଂ ପଛରେ ବସିଥିବା ଯାତ୍ରୀ ଶରୀରସ୍ଥ ଆତ୍ମା ଅଟନ୍ତି । ଇନ୍ଦ୍ରିୟ ଗୁଡିକ (ଘୋଡାସବୁ) ଆନନ୍ଦଦାୟକ ଭୋଗ୍ୟ ବସ୍ତୁ ଇଚ୍ଛା କରୁଛନ୍ତି । ମନ (ଲଗାମ) ଇନ୍ଦ୍ରିୟ (ଘୋଡା) ମାନଙ୍କୁ ନିୟନ୍ତ୍ରଣ କରୁନାହିଁ । ବୁଦ୍ଧି (ସାରଥି) ମନର (ଲଗାମର) ଗତିକୁ ସ୍ୱେଚ୍ଛାରେ ଚାଳିତ ହେବାକୁ ଦେଉଛି । ଏହିପରି ମାୟିକ ବନ୍ଧନ ଯୁକ୍ତ ଅବସ୍ଥାରେ ଭ୍ରମିତ ଆତ୍ମା ବୁଦ୍ଧିକୁ ସଠିକ୍ ରାସ୍ତାରେ ଯିବା ପାଇଁ ନିର୍ଦ୍ଦେଶ ଦେଇ ପାରୁନାହିଁ । ରଥ କୁଆଡେ ଯିବ, ତାହାର ନିର୍ଣ୍ଣୟ ଇନ୍ଦ୍ରିୟମାନେ କରୁଛନ୍ତି । ଆତ୍ମା ଇନ୍ଦ୍ରିୟ ଜନିତ ସୁଖକୁ ନିଜର ସୁଖ ରୂପେ ଅନୁଭବ କରୁଛି କିନ୍ତୁ ସେହି ସୁଖ ତାକୁ ସନ୍ତୁଷ୍ଟ କରିପାରୁ ନାହିଁ । ଏହି ରଥରେ ବସି, ଆତ୍ମା(ଯାତ୍ରୀ) ଅନାଦି କାଳରୁ ଭୌତିକ ଜଗତରେ ଘୂରି ବୁଲୁଛି ।\nତଥାପି, ଆତ୍ମା ଯଦି ଜାଗ୍ରତ ହୋଇ ଉଚ୍ଚତର ସୋପାନରେ ସ୍ଥିତ ହୁଏ ଏବଂ ନେତୃତ୍ୱ ନେବାକୁ ସ୍ଥିର କରେ, ତେବେ ସେ ବୁଦ୍ଧିକୁୁ ସଠିକ୍ ଦିଗରେ ନେଇଯାଇ ପାରିବ । ତାପରେ ବୁଦ୍ଧି ନିମ୍ନ ସୋପାନରେ ଅବସ୍ଥିତ ମନ ଓ ଇନ୍ଦ୍ରିୟକୁ ଶାସନ କରିବ ତଥା ରଥଟିି ଚିରନ୍ତନ କଲ୍ୟାଣର ମାର୍ଗରେ ଠିକ୍ ରୂପରେ ଗତି କରିବ । ଏହିପରି ଭାବରେ ଉଚ୍ଚତର “ମୁଁ’’ (ଆତ୍ମା)ନିଜକୁ ନିମ୍ନତର ‘ମୁଁ’ (ଇନ୍ଦ୍ରିୟ, ମନ ଓ ବୁଦ୍ଧି) କୁ ନିୟନ୍ତ୍ରଣ କରିବା ଦିଗରେ ଉପଯୋଗ କରିବା ଆବଶ୍ୟକ ।"
}
]
}