gita-chapter-2
{
"title": "ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟ ଯୋଗ",
"chapterIntro": "ଏହି ଅଧ୍ୟାୟରେ ଅର୍ଜୁନ ଯେଉଁ ପରିସ୍ଥିତି ମଧ୍ୟରେ ଅଛନ୍ତି, ତା’ ସହିତ ଉପଯୋଜନ କରିବାରେ ନିଜର ଚରମ ଅକ୍ଷମତା ବିଷୟ ପୁନରାବୃତ୍ତି କରିଛନ୍ତି ଏବଂ ଆସନ୍ନ ଯୁଦ୍ଧରେ ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତା’ପରେ ସେ ଶ୍ରୀକୃଷ୍ଣଙ୍କୁ ତାଙ୍କର ଆଧ୍ୟାତ୍ମିକ ଗୁରୁ ହେବାକୁ ଅନୁରୋଧ କରିଛନ୍ତି ଏବଂ ସେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି, ସେଥିରେ ତାଙ୍କର ଉଚିତ କର୍ତ୍ତବ୍ୟ ପ୍ରତି ମାର୍ଗ ଦର୍ଶନ କରିବାକୁ ବିନତି କରିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଆତ୍ମାର ଅମରତ୍ୱ, ଯାହା ଶରୀର ନଷ୍ଟ ହେବା ସହିତ ନଷ୍ଟ ହୁଏ ନାହିଁ, ବିଷୟରେ ବର୍ଣ୍ଣନା କରି ଅର୍ଜୁନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମକୁ ଯିବା ସମୟରେ, ଏହା କେବଳ ଶରୀର ପରିବର୍ତ୍ତନ କରିଥାଏ, ଠିକ୍ ଯେମିତି ଜଣେ ବ୍ୟକ୍ତି ପୁରୁଣା ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ତା’ପରେ ଶ୍ରୀକୃଷ୍ଣ ସାଂସାରିକ କର୍ତ୍ତବ୍ୟ ବିଷୟରେ ଅର୍ଜୁନଙ୍କର ମାର୍ଗ ଦର୍ଶନ କରୁଛନ୍ତି । ସେ ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ତ୍ତବ୍ୟ ହେଉଛି ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା । ସେ କହୁଛନ୍ତି ଯେ ସାମାଜିକ କର୍ତ୍ତବ୍ୟ ପାଳନ ଏକ ଧାର୍ମିକ କାର୍ଯ୍ୟ ଅଟେ, ଯାହା ତାଙ୍କ ପାଇଁ ସ୍ୱର୍ଗ ଲୋକର ଦ୍ୱାର ଉନ୍ମୁକ୍ତ କରିବ; ଅଥଚ କର୍ତ୍ତବ୍ୟର ଉପେକ୍ଷା ତାଙ୍କୁ କେବଳ ଅପମାନ ଓ ଅପଯଶ ହିଁ ପ୍ରଦାନ କରିବ ।\nପାର୍ଥିବ ସ୍ତରରେ ଅର୍ଜୁନଙ୍କୁ କର୍ମ ପ୍ରତି ଉନ୍ମୁଖ କରି, ଶ୍ରୀକୃଷ୍ଣ କର୍ମ ବିଜ୍ଞାନର ରହସ୍ୟ ମଧ୍ୟରେ ପ୍ରବେଶ କରୁଛନ୍ତି । ସେ ଅର୍ଜୁନଙ୍କୁ କର୍ମଫଳ ପ୍ରତି ଆସକ୍ତି ନ ରଖି କର୍ମ କରିବାକୁ କହୁଛନ୍ତି । ଫଳ ଆଶା ନ ରଖି କର୍ମ କରିବାର ବିଜ୍ଞାନକୁ ସେ ବୁଦ୍ଧିଯୋଗ ଭାବରେ ବର୍ଣ୍ଣନା କରିଛନ୍ତି । ମନର କର୍ମଫଳ ପ୍ରତି ଲାଳସାକୁ ପ୍ରତିରୋଧ କରିବା ପାଇଁ ବୁଦ୍ଧିର ଉପଯୋଗ କରାଯିବା ଆବଶ୍ୟକ । ଏପରି ଚେତନାରେ କର୍ମ କରିବା ଦ୍ୱାରା, ବନ୍ଧନକାରକ କର୍ମ ବନ୍ଧନମୁକ୍ତ କର୍ମରେ ରୂପାନ୍ତରିତ ହେବ ଏବଂ ଅର୍ଜୁନ ଦୁଃଖାତୀତ ସ୍ଥିତିକୁ ପ୍ରାପ୍ତ କରିବେ ।\nଅର୍ଜୁନ ଦିବ୍ୟ ଚେତନାରେ ସ୍ଥିତ ବ୍ୟକ୍ତିମାନଙ୍କର ସ୍ୱଭାବ ସମ୍ପର୍କରେ ପଚାରୁଛନ୍ତି । ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି, କିପରି ଭାବରେ ଅନୁଭବାତୀତ ସ୍ତରରେ ସ୍ଥିତ ବ୍ୟକ୍ତି ଆସକ୍ତି, ଭୟ ଏବଂ କ୍ରୋଧରୁ ମୁକ୍ତ ହୋଇ ସମସ୍ତ ପରିସ୍ଥିତିରେ ସମଭାବପନ୍ନ ଓ ଅବିଚଳିତ ରହିଥାଆନ୍ତି । ସେମାନଙ୍କର ଇନ୍ଦ୍ରିୟମାନେ ସଂଯତ ଏବଂ ମନ ସର୍ବଦା ଈଶ୍ୱରଙ୍କ ଠାରେ ନିମଗ୍ନ ରହିଥାଏ । ତାପରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି କାମ, କ୍ରୋଧ, ଲୋଭ ଆଦି ମାନସିକ ସନ୍ତାପ କିପରି ଭାବରେ ପର୍ଯ୍ୟାୟ କ୍ରମେ ଉତ୍ପନ୍ନ ହୋଇଥାଆନ୍ତି ଏବଂ ସେମାନଙ୍କର ମୂଳୋତ୍ପାଟନ କିପରି କରାଯାଇ ପାରିବ ।",
"verseList": [
{
"verseTitle": "Bhagavad Gita 2.1",
"verse": "1",
"chapter": 2,
"lang": "or",
"shloka": {
"speaker": "ସଂଜୟ ଉବାଚ",
"sanskrit": "सञ्जय उवाच। \n\nतं तथा कृपयाविष्टमश्रुपूर्णाकुलेक्षणम्।\n\nविषीदन्तमिदं वाक्यमुवाच मधुसूदनः॥1॥",
"text": "ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍ ।\nବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ।।୧।।",
"audioLink": "https://www.holy-bhagavad-gita.org/public/audio/002_001.mp3"
},
"wordMeanings": "ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ତଂ-ଅର୍ଜୁନଙ୍କୁ; ତଥା-ସେହିପରି; କୃପୟା-କୃପାକରି; ଆବିଷ୍ଟଂ-ଅଭିଭୂତ; ଅଶ୍ରୁପୂର୍ଣ୍ଣ-ଅଶ୍ରୁପୂର୍ଣ୍ଣ; ଆକୁଳ-ବ୍ୟଥିତ; ଈକ୍ଷଣମ୍-ଚକ୍ଷୁ; ବିଷୀଦନ୍ତଂ-ବିଷାଦଗ୍ରସ୍ତ; ଇଦଂ-ଏହି; ବାକ୍ୟଂ- କଥା; ଉବାଚ- କହିଲେ; ମଧୁସୂଦନଃ-ମଧୁଦୈତ୍ୟର ହତ୍ୟାକାରୀ",
"translation": {
"text": "ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.1.mp3"
]
},
"commentary": "ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ କଷ୍ଟ ଭୋଗ କରୁଥିବା ମାୟିକ ଜଗତର ଜୀବମାନଙ୍କ ପ୍ରତି ଅନୁଭବ କରିଥାଆନ୍ତି । ଅନ୍ୟଟି ଭୌତିକ ଅନୁକମ୍ପା, ଯାହା ଆମ୍ଭମାନଙ୍କ ପରି ମାୟିକ ଜୀବ ଅନ୍ୟର କଷ୍ଟ ଦେଖି ଅନୁଭବ କରିଥାଏ । ଭୌତିକ ଅନୁକମ୍ପା ଏକ ମହତ୍ ଭାବନା ଅଟେ, କିନ୍ତୁ ତାହା ଉଚିତ୍ ଦିଗରେ ନିର୍ଦ୍ଦେଶିତ ହୋଇ ନ ଥାଏ । ଏହା ଏପରି ଅଟେ ଯେପରି ଗୋଟିଏ କାର୍ରେ ବସି କୌଣସି ସ୍ଥାନକୁ ଯିବା ସମୟରେ ଆମେ କ୍ଷୁଧାତୁର କାର୍ ଚାଳକ ପ୍ରତି ଦୃଷ୍ଟି ନ ଦେଇ କାର୍ର ଭଲ ମନ୍ଦ ପ୍ରତି ଚିନ୍ତିତ ରହିଥାଉ । ଅର୍ଜୁନ ଏହି ଦ୍ୱିତୀୟ ପ୍ରକାରର ମନୋଭାବ ପୋଷଣ କରୁଛନ୍ତି । ସେ ଯୁଦ୍ଧ ପାଇଁ ଏକତ୍ରିତ ହୋଇଥିବା ତାଙ୍କ ଶତ୍ରୁମାନଙ୍କ ପ୍ରତି ଏହି ଭୌତିକ ଅନୁକମ୍ପାରେ ଗ୍ରସିତ ହୋଇପଡ଼ିଛନ୍ତି । କିନ୍ତୁ ଅର୍ଜୁନ ଯେପରି ଦୁଃଖ ଏବଂ ନିରାଶାରେ ଅଭିଭୂତ ହୋଇ ପଡ଼ିଛନ୍ତି, ବାସ୍ତବରେ ଅନୁକମ୍ପାର ପ୍ରାର୍ଥୀ ସେ ହିଁ ଅଟନ୍ତି । ତେଣୁ ତାଙ୍କର ଅନ୍ୟ ପ୍ରତି ସଦୟ ହେବାର ଭାବନା ଅର୍ଥହୀନ ଅଟେ ।\nଏହି ଶ୍ଳୋକରେ ଶ୍ରୀକୃଷ୍ଣଙ୍କୁ ‘ମଧୁସୂଦନ’ ନାମରେ ସମ୍ବୋଧନ କରାଯାଇଛି । ସେ ମଧୁ ନାମକ ରାକ୍ଷସକୁ ବଧ କରି ମଧୁସୂଦନ ନାମ ପ୍ରାପ୍ତ କରିଥିଲେ, ଅର୍ଥାତ୍ ମଧୁ ଦୈତ୍ୟର ନିଧନକାରୀ । ଏଠାରେ ସେ ଦ୍ୱନ୍ଦ୍ୱ ରୂପୀ ଦାନବ, ଯାହା ଅର୍ଜୁନଙ୍କ ମନରେ ଉତ୍ପନ୍ନ ହୋଇ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରୁଅଛି, ତାହାକୁ ନାଶ କରିବାକୁ ଯାଉଛନ୍ତି ।"
},
{
"verseTitle": "Bhagavad Gita 2.2",
"verse": "2",
"chapter": 2,
"lang": "or",
"shloka": {
"speaker": "ଶ୍ରୀଭଗବାନ ଉବାଚ",
"sanskrit": "श्रीभगवानुवाच। \n\nकुतस्त्वा कश्मलमिदं विषमे समुपस्थितम् ।\n\nअनार्यजुष्टमस्वय॑मकीर्तिकरमर्जुन॥2॥",
"text": "କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍ ।\nଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ ।।୨।।",
"audioLink": "https://www.holy-bhagavad-gita.org/public/audio/002_002.mp3"
},
"wordMeanings": "ଶ୍ରୀଭଗବାନ ଉବାଚ-ପରମ ପୁରୁଷ ଭଗବାନ କହିଲେ; କୁତଃ- କେଉଁଠାରୁ; ତ୍ୱା-ତୁମ ପାଖକୁ; କଶ୍ମଳଂ-ଅଜ୍ଞାନ; ଇଦଂ-ଏହି ; ବିଷମେ- ବିଷମ ସମୟରେ; ସମୁପସ୍ଥିତମ୍-ଉପସ୍ଥିତ ହେଲା; ଅନାର୍ଯ୍ୟ- ଅଜ୍ଞାନୀ ବ୍ୟକ୍ତି; ଜୁଷ୍ଟଂ- ଅଭ୍ୟାସ କରାଯାଉଥିବା; ଅସ୍ୱର୍ଗ୍ୟମ୍- ଯାହା ଉଚ୍ଚତର ଲୋକକୁ ଯିବାକୁ ଦିଏନାହିଁ; ଅକୀର୍ତିକରଂ-ଯାହା ଅପଯଶର କାରଣ; ଅର୍ଜୁନ-ହେ ଅର୍ଜୁନ ।",
"translation": {
"text": "ଭଗବାନ କହିଲେ, ପ୍ରିୟ ଅର୍ଜୁନ! ଏହି ବିପଦପୂର୍ଣ୍ଣ ସମୟରେ ଏପରି ଦ୍ୱନ୍ଦ୍ୱ ତୁମଠାରେ ଉତ୍ପନ୍ନ ହେଲା କିପରି? ଏହା ଏକ ଯଶସ୍ୱୀ ପୁରୁଷକୁ ଶୋଭା ଦିଏନାହିଁ । ଏହା ଉଚ୍ଚଲୋକକୁ ନ ନେଇ ଅପଯଶ ପ୍ରଦାନ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.2.mp3"
]
},
"commentary": "ଆମ ଧର୍ମଗ୍ରନ୍ଥମାନଙ୍କରେ ଆର୍ଯ୍ୟ ଶବ୍ଦଟି କୌଣସି ଏକ ଜାତି ବା ଜାତୀୟତାକୁ ସୂଚିତ କରି ନ ଥାଏ । ମନୁସ୍ମୃତି ଅନୁଯାୟୀ ଜଣେ ଅତ୍ୟଧିକ ବିକଶିତ ଏବଂ ସଭ୍ୟ ବ୍ୟକ୍ତିଙ୍କୁ ଆର୍ଯ୍ୟ କୁହାଯାଏ । “ଆର୍ଯ୍ୟ” ଏକ ସଦ୍ଗୁଣକୁ ସୂଚିତ କରିଥାଏ, ଯେପରିକି ଜଣେ ଭଦ୍ରଲୋକ । ବୈଦିକ ଶାସ୍ତ୍ରମାନଙ୍କର ଉଦ୍ଦେଶ୍ୟ ହେଉଛି, ମନୁଷ୍ୟକୁ ସବୁ ଦିଗରୁ ଆର୍ଯ୍ୟ ହେବା ପାଇଁ ପ୍ରେରିତ କରିବା । ଶ୍ରୀକୃଷ୍ଣ ଦେଖୁଛନ୍ତି ଅର୍ଜୁନଙ୍କର ବର୍ତ୍ତମାନ ସ୍ଥିତି ସେହି ଆଦର୍ଶ ଅନୁରୂପ ନୁହେଁ ଏବଂ ତାଙ୍କର ଦ୍ୱନ୍ଦ୍ୱ ପ୍ରତି ଧ୍ୟାନ ଆକର୍ଷଣ କରି ସେ ତାଙ୍କୁ ସ୍ନେହପୂର୍ଣ୍ଣ ଭର୍ତ୍ସନା କରୁଛନ୍ତି କିପରି ବର୍ତ୍ତମାନ ସ୍ଥିତିରେ ମଧ୍ୟ ସେ ସେହି ଆଦର୍ଶରେ ସ୍ଥିତ ରହିପାରିବେ ।\nଭଗବଦ୍ ଗୀତା ବା ‘ଭଗବାନଙ୍କର ଗୀତ’ ଯଥାର୍ଥରେ ଏହିଠାରୁ ହିଁ ଆରମ୍ଭ ହୋଇଛି, କାରଣ ଶ୍ରୀକୃଷ୍ଣ, ଯିଏ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ଚୁପ୍ ରହିଥିଲେ, ଏହି ଶ୍ଳୋକ ଠାରୁ କହିବାକୁ ଆରମ୍ଭ କରିଛନ୍ତି । ପ୍ରଥମେ ସେ ଅର୍ଜୁନଙ୍କ ମନରେ ଜ୍ଞାନ ପ୍ରତି କ୍ଷୁଧା ଉତ୍ପନ୍ନ କରାଇଛନ୍ତି । ସେହି ଉଦ୍ଦେଶ୍ୟରେ ସେ କହୁଛନ୍ତି ଯେ ତାଙ୍କର ଏହି ଦ୍ୱନ୍ଦ୍ୱ ଜଣେ ଧର୍ମାତ୍ମାଙ୍କ ପକ୍ଷରେ ଅନୈତିକ ଓ ଅନୁପଯୁକ୍ତ ଅଟେ । ତାପରେ ସେ ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ମୋହର ପରିଣାମ କଷ୍ଟ, ଅପଯଶ, ଜୀବନରେ ବିଫଳତା ଏବଂ ଆତ୍ମାର ଅଧୋଗତି ଅଟେ ।\nତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ବର୍ତ୍ତମାନ ସ୍ଥିତିକୁ ନେଇ ଅଶାନ୍ତ କରିଦେଉଛନ୍ତି । ଆମେ ସମସ୍ତେ ଦ୍ୱିଧା ଗ୍ରସ୍ତ ହେଲେ ଆଶାନ୍ତି ଅନୁଭବ କରିଥାଏ କାରଣ ଏହା ଆତ୍ମାର ସ୍ୱାଭାବିକ ସ୍ଥିତି ନୁହେଁ । ଅସନ୍ତୋଷର ଏହି ଅନୁଭୂତି, ଯଦି ଠିକ୍ ମାର୍ଗରେ ପରିଚାଳିତ ହୁଏ, ତେବେ ତାହା ପ୍ରକୃତ ଜ୍ଞାନ ଅନ୍ୱେଷଣର ଏକ ଶକ୍ତିଶାଳୀ ଅଭିପ୍ରେରଣା ହୋଇପାରିବ । ସଂଶୟର ସଠିକ୍ ସମାଧାନ ସେହି ବିଷୟରେ ବ୍ୟକ୍ତିର ଜ୍ଞାନକୁ ପୂର୍ବାପେକ୍ଷା ଅଧିକ ଗଭୀର କରିଥାଏ । ସେଥିପାଇଁ ଭଗବାନ ବେଳେ ବେଳେ ବ୍ୟକ୍ତିକୁ ଜାଣିଶୁଣି ଜଟିଳ ପରିସ୍ଥିତିର ସମ୍ମୁଖୀନ କରାଇ ଥାଆନ୍ତି, ଯଦ୍ୱାରା ସେ ନିଜ ଦ୍ୱନ୍ଦ୍ୱର ସମାଧାନ ପାଇଁ ସତ୍ୟର ଅନ୍ୱେଷଣ କରିବାକୁ ବାଧ୍ୟ ହୁଏ ଏବଂ ପରିଶେଷରେ ଯେତେବେଳେ ସଂଶୟର ସମାଧାନ ହୋଇଯାଏ, ବ୍ୟକ୍ତି ଜ୍ଞାନର ଉଚ୍ଚତର ସୋପାନରେ ପହଞ୍ôଚଯାଏ ।"
},
{
"verseTitle": "Bhagavad Gita 2.3",
"verse": "3",
"chapter": 2,
"lang": "or",
"shloka": {
"speaker": "",
"sanskrit": "क्लैब्यं मा स्म गमः पार्थ नैतत्त्वय्युपपद्यते। \n\nक्षुद्रं हृदयदौर्बल्यं त्यक्त्वोत्तिष्ठ परन्तप ॥3॥",
"text": "କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ\nକ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତେ୍ୱାତ୍ତିଷ୍ଠ ପରନ୍ତପ ।।୩।।",
"audioLink": "https://www.holy-bhagavad-gita.org/public/audio/002_003.mp3"
},
"wordMeanings": "କ୍ଳୈବ୍ୟଂ- କ୍ଳୀବତ୍ୱ; ମା ସ୍ମ- ନାହିଁ; ଗମଃ-ଯାଅ ; ପାର୍ଥ- ହେ ପୃଥା ପୁତ୍ର; ନ-ନୁହେଁ; ଏତତ୍-ଏପରି; ତ୍ୱୟି- ତୁମ୍ଭଠାରେ; ଉପପଦ୍ୟତେ- ଉପଯୁକ୍ତ; କ୍ଷୁଦ୍ରଂ -କ୍ଷୁଦ୍ର; ହୃଦୟ-ହୃଦୟ; ଦୌର୍ବଲ୍ୟଂ- ଦୁର୍ବଳତା; ତ୍ୟକ୍ତ୍ୱା-ତ୍ୟାଗକରି; ଉତ୍ତିଷ୍ଠ-ଉଠ; ପରନ୍ତପ-ହେ ପରନ୍ତପ (ହେ ଶତ୍ରୁଦମନକାରୀ) !",
"translation": {
"text": "ହେ ପାର୍ଥ! ଏପରି କାପୁରୁଷତା ତୁମ ପକ୍ଷରେ ଶୋଭନୀୟ ନୁହେଁ । ହେ ଶତ୍ରୁଦମନକାରୀ! ହୃଦୟର ଏହି ସଂକୀର୍ଣ୍ଣ ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.3.mp3"
]
},
"commentary": "ଜ୍ଞାନ ପ୍ରାପ୍ତିର ମାର୍ଗରେ ସଫଳତାପୂର୍ବକ ଅଗ୍ରସର ହେବା ପାଇଁ ଉଚ୍ଚ ଭାବନା ଏବଂ ଦୃଢ ମନୋବଳର ଆବଶ୍ୟକତା ରହିଥାଏ । ମାୟିକ ମନର ନକାରାତ୍ମକ ଗୁଣ ଯଥା ଆଳସ୍ୟ, ବଦଭ୍ୟାସ, ଅଜ୍ଞାନ ଓ ଆସକ୍ତିରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଆଶାବାଦୀ, ଉତ୍ସାହୀ ଏବଂ ଉଦ୍ୟମୀ ହେବା ଅତ୍ୟନ୍ତ ଆବଶ୍ୟକ । ଶ୍ରୀକୃଷ୍ଣ ଜଣେ ଦକ୍ଷ ଶିକ୍ଷକ ଅଟନ୍ତି, ତେଣୁ ଅର୍ଜୁନଙ୍କୁ ଭର୍ତ୍ସନା କରିବା ପରେ, ସେ ବର୍ତ୍ତମାନ ଅର୍ଜୁନଙ୍କ ଆନ୍ତରିକ ଶକ୍ତିର ବୃଦ୍ଧି କରାଇ ପରିସ୍ଥିତିର ମୁକାବିଲା କରିବାକୁ ତାଙ୍କୁ ଉତ୍ସାହିତ କରୁଛନ୍ତି ।\nଅର୍ଜୁନଙ୍କୁ ପୃଥା (କୁନ୍ତିଙ୍କର ଏକ ଅନ୍ୟ ନାମ) ପୁତ୍ର ଭାବେ ସମ୍ବୋଧନ କରି, ଶ୍ରୀକୃଷ୍ଣ ତାଙ୍କ ମା’ କୁନ୍ତିଙ୍କର ସ୍ମରଣ କରାଇ ଦେଉଛନ୍ତି । ସେ ଦେବରାଜ ଇନ୍ଦ୍ରଙ୍କୁ ପୂଜା କରିଥିଲେ ଏବଂ ତାଙ୍କ ଆଶୀର୍ବାଦରୁ ଅର୍ଜୁନଙ୍କର ଜନ୍ମ ହୋଇଥିଲା । ସେଥିପାଇଁ ଅର୍ଜୁନ ଇନ୍ଦ୍ରଙ୍କ ପରି ଅସାଧାରଣ ଶକ୍ତିସମ୍ପନ୍ନ ଓ ବୀର ଥିଲେ । ଶ୍ରୀକୃଷ୍ଣ ତାଙ୍କୁ ଏହି କଥା ସ୍ମରଣ କରାଇ ନପୁଂସକତା ତ୍ୟାଗ କରିବା ଦିଗରେ ଉତ୍ସାହିତ କରୁଛନ୍ତି, କାରଣ ତାହା ତାଙ୍କର ଯଶସ୍ୱୀ ବଂଶ ପାଇଁ ଉପଯୁକ୍ତ ନୁହେଁ । ପୁନଶ୍ଚ, ଅର୍ଜୁନଙ୍କୁ ପରନ୍ତପ ବା ଶତ୍ରୁଜୟକାରୀ ଭାବେ ସମ୍ବୋଧନ କରି, ସେ ଅର୍ଜୁନଙ୍କୁ କର୍ତ୍ତବ୍ୟ ତ୍ୟାଗର ଇଚ୍ଛାକୁ ଦମନ କରିବାକୁ କହୁଛନ୍ତି, ଯେଉଁ ଇଚ୍ଛା ଜଣେ କ୍ଷତ୍ରିୟ ରାଜପୁତ୍ର ଭାବରେ ତାଙ୍କର ଶତ୍ରୁ ଅଟେ ।\nଶ୍ରୀକୃଷ୍ଣ ଆହୁରି ମଧ୍ୟ ଅର୍ଜୁନଙ୍କୁ ବୁଝାଇ କହୁଛନ୍ତି ଯେ ସେ ଯାହା ଅନୁଭବ କରୁଛନ୍ତି, ତାହା ବାସ୍ତବରେ ନୈତିକତା ନୁହେଁ କି ପ୍ରକୃତ ସଂବେଦନା ନୁହେଁ; ତାହା କେବଳ ତାଙ୍କର ଶୋକ ଏବଂ ମୋହ ଅଟେ । ତାହା ତାଙ୍କ ମନର ଦୁର୍ବଳତାରୁ ଜାତ । ଯଦି ତାଙ୍କର ଆଚରଣ ବାସ୍ତବରେ ଜ୍ଞାନ ବା ଦୟା ଉପରେ ଆଧାରିତ ହୋଇଥାଆନ୍ତା, ତେବେ ସେ ଦ୍ୱନ୍ଦ୍ୱ ବା ଶୋକ ଅନୁଭବ କରନ୍ତେ ନାହିଁ ।"
},
{
"verseTitle": "Bhagavad Gita 2.4",
"verse": "4",
"chapter": 2,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nकथं भीष्ममहं सङ्ख्ये द्रोणं च मधुसूदन।\n\nइषुभिः प्रतियोत्स्यामि पूजाह्नवरिसूदन ॥4॥",
"text": "କଥଂ ଭୀଷ୍ମମହଂ ସଙ୍ଖ୍ୟେ ଦ୍ରେଣଂ ଚ ମଧୁସୂଦନ ।\nଇଷୁଭିଃ ପ୍ରତିଯୋତ୍ସ୍ୟାମି ପୂଜାର୍ହାବରିସୂଦନ ।।୪।।",
"audioLink": "https://www.holy-bhagavad-gita.org/public/audio/002_004.mp3"
},
"wordMeanings": "ଅର୍ଜୁନ ଉବାଚ- ଅର୍ଜୁନ କହିଲେ; କଥଂ-କିପରି; ଭୀଷ୍ମଂ-ଭୀଷ୍ମଙ୍କୁ; ଅହଂ-ମୁଁ; ସଙ୍ଖ୍ୟେ- ଯୁଦ୍ଧରେ; ଦ୍ରୋଣଂ- ଦ୍ରୋଣଙ୍କୁ; ଚ-ଏବଂ; ମଧୁସୂଦନ- ହେ ମଧୁସୂଦନ!; ଇଷୁଭିଃ- ଶର ଦ୍ୱାରା; ପ୍ରତିଯୋତ୍ସ୍ୟାମି- ଆଘାତ କରିବି; ପୂଜା-ଅର୍ହୌ- ଯେଉଁମାନେ ପୂଜ୍ୟ; ଅରିସୂଦନ-ହେ ଅରିସୂଦନ (ହେ ଶତ୍ରୁ ବିନାଶକାରୀ) ।",
"translation": {
"text": "ଅର୍ଜୁନ କହିଲେ, ହେ ମଧୁସୂଦନ, ହେ ଶତ୍ରୁ ବିନାଶକାରୀ! ଭୀଷ୍ମ ଏବଂ ଦ୍ରୋଣ ଯେଉଁମାନେ କି ମୋର ନମସ୍ୟ ଅଟନ୍ତି, ଯୁଦ୍ଧରେ ମୁଁ ସେମାନଙ୍କ ପ୍ରତି ତୀର ନିକ୍ଷେପ କିପରି କରିବି?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.4.mp3"
]
},
"commentary": "କର୍ମ କରିବା ପାଇଁ ଶ୍ରୀକୃଷ୍ଣଙ୍କ ଆହ୍ୱାନର ପ୍ରତିକ୍ରିୟା ସ୍ୱରୂପ ଅର୍ଜୁନ ପୁନର୍ବାର ନିଜର ବିଭ୍ରାନ୍ତି ପ୍ରକାଶ କରୁଛନ୍ତି । ସେ କହୁଛନ୍ତି ଯେ ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟ ତାଙ୍କର ସମ୍ମାନ ଏବଂ ଆଦର ପାଇବା ଯୋଗ୍ୟ ଅଟନ୍ତି । ଭୀଷ୍ମ ସଂଯମର ମୂର୍ତ୍ତିମାନ ସ୍ୱରୂପ ଥିଲେ ଏବଂ ନିଜ ପିତାଙ୍କ ନିକଟରେ କରିଥିବା ପ୍ରତିଜ୍ଞା ରକ୍ଷା କରିବାକୁ ଯାଇ, ସେ ଆଜୀବନ ବ୍ରହ୍ମଚର୍ଯ୍ୟ ଧାରଣ କରିଥିଲେ । ଅର୍ଜୁନଙ୍କର ସାମରିକ ଗୁରୁ ଦ୍ରୋଣାଚାର୍ଯ୍ୟ ଯୁଦ୍ଧ ବିଜ୍ଞାନରେ ପ୍ରବୀଣ ଥିଲେ ଏବଂ ତାଙ୍କଠାରୁ ଶିକ୍ଷା ପ୍ରାପ୍ତ କରି ଅର୍ଜୁନ ଧନୁର୍ବିଦ୍ୟାରେ ପାରଦର୍ଶିତା ଅର୍ଜନ କରିଥିଲେ । ଅନ୍ୟ ଜଣେ ସମ୍ମାନାସ୍ପଦ ବ୍ୟକ୍ତି ଥିଲେ କୃପାଚାର୍ଯ୍ୟ, ଯାହାଙ୍କ ପ୍ରତି ମଧ୍ୟ ଅର୍ଜୁନ ଗଭୀର ସମ୍ମାନ ପ୍ରଦର୍ଶନ କରୁଥିଲେ । ଏହି ଯଶସ୍ୱୀ ପୁରୁଷମାନଙ୍କ ସହିତ ଶତ୍ରୁବତ୍ ବ୍ୟବହାର କରିବା, ଧର୍ମ ପରାୟଣ ଅର୍ଜୁନଙ୍କୁ ଘୃଣ୍ୟ ମନେ ହେଉଥିଲା । ସେମାନଙ୍କ ସହିତ ଯୁକ୍ତିତର୍କ କରିବା ମଧ୍ୟ ଅନୁଚିତ, ସେପରି କ୍ଷେତ୍ରରେ ଅସ୍ତ୍ର ଦ୍ୱାରା ସେମାନଙ୍କୁ ଆକ୍ରମଣ କରିବା ବିଷୟରେ ସେ କେମିତି ଚିନ୍ତା କରିବେ? ତାଙ୍କ ବାକ୍ୟର ତାତ୍ପର୍ଯ୍ୟ ଥିଲା, “ହେ ଶ୍ରୀକୃଷ୍ଣ! ଦୟା କରି ମୋର ସାହସକୁ ସନ୍ଦେହ କରନ୍ତୁ ନାହିଁ । ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ, କିନ୍ତୁ ନୈତିକତା ଦୃଷ୍ଟିରୁ ମୋର କର୍ତ୍ତବ୍ୟ ହେଉଛି ଗୁରୁଜନମାନଙ୍କୁ ସମ୍ମାନ ଦେବା ଏବଂ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା ।”"
},
{
"verseTitle": "Bhagavad Gita 2.5",
"verse": "5",
"chapter": 2,
"lang": "or",
"shloka": {
"speaker": "",
"sanskrit": "गुरूनहत्वा हि महानुभावान् श्रेयो भोक्तुं भैक्ष्यमपीह लोके ।\nहत्वार्थकामांस्तु गुरूनिहैव भुजीय भोगान् रुधिरप्रदिग्धान् ॥5॥",
"text": "ଗୁରୂନହତ୍ୱା ହି ମହାନୁଭାବାନ୍ \nଶ୍ରେୟୋ ଭୋକ୍ତୁଂ ଭୈକ୍ଷମପୀହ ଲୋକେ ।\nହତ୍ୱାର୍ଥକାମାଂସ୍ତୁ ଗୁରୂନିହୈବ \nଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗ୍ଧାନ୍ ।।୫।।",
"audioLink": "https://www.holy-bhagavad-gita.org/public/audio/002_005.mp3"
},
"wordMeanings": "ଗୁରୁନ୍- ଗୁରୁଜନମାନଙ୍କୁ; ଅହତ୍ୱା- ହତ୍ୟା ନ କରି; ହି- ନିଶ୍ଚିତଭାବେ; ମହାଅନୁଭବାନ୍- ମହାତ୍ମାମାନଙ୍କୁ; ଶ୍ରେୟଃ- ଶ୍ରେୟସ୍କର; ଭୋକ୍ତୁଂ-ଉପଭୋଗ କରିବାକୁ; ଭୈକ୍ଷ୍ୟମ୍-ଭିକ୍ଷା କରିବା; ଅପି-ଏପରି କି; ଇହ ଲୋକେ-ଏହି ପୃଥିବୀରେ; ହତ୍ୱା- ହତ୍ୟାକରି; ଅର୍ଥ-ଲାଭ; କାମାନ୍- ଇଚ୍ଛାକରି; ତୁ -କିନ୍ତୁ; ଗୁରୁନ୍ -ଗୁରୁମାନଙ୍କୁ; ଇହ- ଇହ ଲୋକରେ; ଏବ-ନିଶ୍ଚିତଭାବେ; ଭୁଞ୍ଜୀୟ- ଭୋଗ କରିବା; ଭୋଗାନ୍-ସୁଖ; ରୁଧିର -ରକ୍ତଃ, ପ୍ରଦିଗ୍ଧାନ୍-ରଞ୍ଜିତ ।",
"translation": {
"text": "ଏହି ମହାନ୍ ବୟୋବୃଦ୍ଧ, ଯେଉଁମାନେ ମୋର ଗୁରୁ ଅଟନ୍ତି, ସେମାନଙ୍କୁ ହତ୍ୟାକରି ଜୀବନ ଉପଭୋଗ କରିବା ଅପେକ୍ଷା ସଂସାରରେ ଭିକ୍ଷା ମାଗି ଜୀବନ ନିର୍ବାହ କରିବା ଶ୍ରେୟସ୍କର ଅଟେ । ସେମାନଙ୍କୁ ହତ୍ୟା କରି ଯେଉଁ ସମ୍ପଦ ଓ ସୁଖ ଆମେ ଉପଭୋଗ କରିବୁ, ତାହା ରକ୍ତ ରଞ୍ଜିତ ହୋଇଥିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.5.mp3"
]
},
"commentary": "ଏପରି ଯୁକ୍ତି କରାଯାଇ ପାରେ ଯେ ଅର୍ଜୁନ ନିଜର ଜୀବନ ନିର୍ବାହ ପାଇଁ ଯୁଦ୍ଧ କରି ରାଜ୍ୟ ଜୟ କରିବା ଆବଶ୍ୟକ ଥିଲା । କିନ୍ତୁ ଅର୍ଜୁନ ସେହି ପ୍ରକାରର ଚିନ୍ତାଧାରାକୁ ଖଣ୍ଡନ କରୁଛନ୍ତି । ସେ କହୁଛନ୍ତି, ଏପରି ଘୃଣ୍ୟ କାର୍ଯ୍ୟ କରିବା ଅପେକ୍ଷା ଭିକ୍ଷାବୃତ୍ତି ଶ୍ରେୟସ୍କର ଅଟେ । ସେ ଏପରି ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ଯୁଦ୍ଧ କରି ସେ ଯଦି ନିଜର ଗୁରୁଜନ ଏବଂ ସମ୍ବନ୍ଧୀମାନଙ୍କୁ ହତ୍ୟା କରିବା ପରି ହୀନ କର୍ମରେ ଲିପ୍ତ ରହନ୍ତି, ତେବେ ଯୁଦ୍ଧର ଫଳ ସ୍ୱରୂପ ଅର୍ଜନ କରିଥିବା ଧନ ସମ୍ପଦ ଏବଂ କ୍ଷମତା ଉପଭୋଗ କରିବାକୁ ତାଙ୍କର ବିବେକ ତାଙ୍କୁ ଅନୁମତି ଦେବ ନାହିଁ ।\nସେକ୍ସପିୟର, ତାଙ୍କର ନାଟକ ମ୍ୟାକ୍ବେଥ୍ରେ ଏପରି ଏକ ଚରିତ୍ର ଚିତ୍ରଣ କରିଛନ୍ତି ଯିଏ ଅସଦ୍ ଉପାୟରେ ଅର୍ଜିତ ସମ୍ପତ୍ତି ଓ କ୍ଷମତାକୁ ଉପଭୋଗ କରିବା ତ ଦୂରର କଥା, ନିଜର ଅପରାଧୀ ମନୋଭାବ ଯୋଗୁଁ ନିଦ୍ରାର ସୁଖକୁ ମଧ୍ୟ ଉପଭୋଗ କରିପାରୁ ନାହାଁନ୍ତି । ମ୍ୟାକ୍ବେଥ୍ ସ୍କଟ୍ଲ୍ୟାଣ୍ଡର ଜଣେ ଅଭିଜାତ ବ୍ୟକ୍ତି ଥିଲେ । ଏକଦା ସ୍କଟ୍ଲ୍ୟାଣ୍ଡର ସମ୍ରାଟ ଭ୍ରମଣରେ ଯାଇ ରାତିରେ ବିଶ୍ରାମ ନେବା ପାଇଁ ତାଙ୍କ ଗୃହକୁ ଆସିଥିଲେ । ମ୍ୟାକ୍ବେଥ୍ଙ୍କ ସ୍ତ୍ରୀ ରାଜାଙ୍କୁ ହତ୍ୟା କରି ରାଜ ସିଂହାସନ ହାସଲ କରିବାକୁ ତାଙ୍କୁ ପ୍ରରୋଚିତ କଲେ । ସ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ମ୍ୟାକ୍ବେଥ୍ ରାଜାଙ୍କୁ ହତ୍ୟା କଲେ । ତା’ପରେ ସେ ଏବଂ ତାଙ୍କର ସ୍ତ୍ରୀ ସ୍କଟଲ୍ୟାଣ୍ଡର ରାଜା ଏବଂ ରାଣୀ ଭାବରେ ଅଭିଷିକ୍ତ ହେଲେ । କିନ୍ତୁ ପରେ ବର୍ଷ ବର୍ଷ ଧରି ରାତିରେ ମ୍ୟାକ୍ବେଥ୍ଙ୍କୁ ପୂର୍ଣ୍ଣ ଜାଗ୍ରତ ଅବସ୍ଥାରେ ପ୍ରାସାଦରେ ପଦଚାଳନା କରିବା ଦେଖାଯାଇଥିଲା । ନାଟ୍ୟକାର ଲେଖୁଛନ୍ତି, “ମ୍ୟାକ୍ବେଥ୍ ତାଙ୍କ ନିଦ୍ରାକୁ ହତ୍ୟା କରିଛନ୍ତି, ତେଣୁ ମ୍ୟାକ୍ବେଥ୍ ଆଉ ଶୋଇପାରିବେ ନାହିଁ ।” ରାଣୀଙ୍କୁ ବାରମ୍ବାର ହାତ ଧୋଇବାର ଦେଖାଯାଉଥିଲା, ସତେ ଯେପରି ସେ ତାଙ୍କ ହାତରୁ କାଳ୍ପନିକ ରକ୍ତ ଦାଗ ସଫା କରୁଛନ୍ତି । ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ସେ ଯଦି ଏହି ପୂଜନୀୟ ବୟୋବୃଦ୍ଧମାନଙ୍କୁ ହତ୍ୟା କରିବେ, ତାଙ୍କର ରକ୍ତ ରଞ୍ଜିତ ଅନ୍ତରାତ୍ମା ରାଜ୍ୟ ଶାସନ କରିବାର ରାଜସିକ ସୁଖକୁ ଉପଭୋଗ କରିବାକୁ ତାଙ୍କୁ ଅନୁମତି ଦେବନାହିଁ ।"
},
{
"verseTitle": "Bhagavad Gita 2.6",
"verse": "6",
"chapter": 2,
"lang": "or",
"shloka": {
"speaker": "",
"sanskrit": "न चैतद्विद्मः कतरन्नो गरीयो यद्वा जयेम यदि वा नो जयेयुः। \n\nयानेव हत्वा न जिजीविषाम स्तेऽवस्थिताः प्रमुखे धार्तराष्ट्राः ॥6॥",
"text": "ନଚୈତଦ୍ୱିଦ୍ମଃ କତରନ୍ନୋ ଗରୀୟୋ\nଯଦ୍ୱା ଜୟେମ ଯଦି ବା ନୋ ଜୟେୟୁଃ ।\nଯାନେବ ହତ୍ୱା ନ ଜିଜୀବିଷାମ\nସ୍ତେଽବସ୍ଥିତାଃ ପ୍ରମୁଖେ ଧାର୍ତରାଷ୍ଟ୍ରାଃ ।।୬।।",
"audioLink": "https://www.holy-bhagavad-gita.org/public/audio/002_006.mp3"
},
"wordMeanings": "ନ- ନୁହେଁ; ଚ-ଏବଂ; ଏତତ୍-ଏହା; ବିଦ୍ମଃ-ଆମେ ଜାଣୁ; କତରତ୍-ଯାହା; ନଃ-ଆମ୍ଭମାନଙ୍କ ପାଇଁ; ଗରୀୟଃ-ଉତ୍ତମ; ଯତ୍ ବା- ହୁଏତ; ଜୟେମ- ଆମେ ଜିତିବା; ଯଦି-ଯଦି; ବା-କିମ୍ବା; ନଃ-ଆମ୍ଭମାନଙ୍କୁ; ଜୟେୟୁଃ- ସେମାନେ ଜିତିବେ; ୟାନ୍-ଯାହାଙ୍କୁ; ଏବ-ନିଶ୍ଚିତଭାବେ; ହତ୍ୱା-ବଧକରି; ନ-କେବେ ନୁହେଁ; ଜିଜୀବିଷାମଃ-ବଞ୍ଚିବାକୁ ଇଚ୍ଛାକରୁ; ତେ- ସେମାନେ; ଅବସ୍ଥିତାଃ- ଠିଆ ହୋଇଛନ୍ତି; ପ୍ରମୁଖେ-ସମ୍ମୁଖରେ; ଧାର୍ତରାଷ୍ଟ୍ରାଃ-ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ।",
"translation": {
"text": "ଆମ୍ଭେମାନେ ଏହା ମଧ୍ୟ ଜାଣିପାରୁନାହୁଁ ଯେ ଯୁଦ୍ଧର କେଉଁ ପରିଣତି ଆମ ପାଇଁ ଭଲ- ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବା ବା ସେମାନଙ୍କଠାରୁ ପରାସ୍ତ ହେବା । ସେମାନଙ୍କୁ ହତ୍ୟା କଲା ପରେ ମଧ୍ୟ ଆମେ ବଞ୍ôଚବାକୁ ଇଚ୍ଛା କରିବୁ ନାହିଁ । ତଥାପି ସେମାନେ ଧୃତରାଷ୍ଟ୍ରଙ୍କ ପକ୍ଷରେ ଅଛନ୍ତି ଏବଂ ଯୁଦ୍ଧ କ୍ଷେତ୍ରରେ ଆମମାନଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହୋଇଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.6.mp3"
]
},
"commentary": "ସବୁଠାରୁ ଉପଯୁକ୍ତ କାର୍ଯ୍ୟ ପଦ୍ଧତି ବିଷୟରେ ଅନୁମାନ କରିବାକୁ ଯାଇ, ଆମେ ସେମାନଙ୍କର ପରିଣାମ ସମ୍ବନ୍ଧୀୟ ବିଭିନ୍ନ ବିକଳ୍ପ ଉପରେ ବିଚାର କରିଥାଉ । ଅର୍ଜୁନ ବିଚାର କରୁଛନ୍ତି, ଯୁଦ୍ଧରେ କୌରବମାନଙ୍କୁ ପରାଜିତ କରିବା ଉଚିତ ନା କୌରବଙ୍କ ଦ୍ୱାରା ପରାଜିତ ହେବା ଉଚିତ? ଉଭୟ ବିକଳ୍ପ ପରାଜୟ ପରି ହିଁ ପ୍ରତୀତ ହେଉଛି, କାରଣ କୌରବମାନଙ୍କୁ ହତ୍ୟା କରି ସେ ଯଦି ଯୁଦ୍ଧରେ ଜୟ ଲାଭ କରନ୍ତି, ତେବେ ତାଙ୍କର ବଞ୍ôଚବାର ଇଚ୍ଛା ରହିବ ନାହିଁ ।\nକିନ୍ତୁ ବାସ୍ତବରେ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ ଇତ୍ୟାଦି ବିଧର୍ମୀ କୌରବମାନଙ୍କର ପକ୍ଷ ନେଇ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରିଛନ୍ତି । ଅର୍ଥକାମ ଶବ୍ଦଟି ଏଠାରେ ସେମାନଙ୍କ ପାଇଁ ବ୍ୟବହାର କରାଯାଇଛି, ଯାହାର ଅର୍ଥ “ବୈଭବ ଏବଂ ପଦବୀ ପ୍ରତି ଆସକ୍ତ ରହି” ସେମାନେ ଦୁଷ୍ଟ ଦୁର୍ଯ୍ୟୋଧନଙ୍କର ପକ୍ଷ ସ୍ୱୀକାର କରିଥିଲେ । ତେଣୁ ଯୁଦ୍ଧରେ ସେମାନଙ୍କୁ ହତ୍ୟା କରିବା ଏକ ସ୍ୱାଭାବିକ ପରିଣତି ଥିଲା । ପ୍ରକୃତରେ ଯୁଦ୍ଧ ଶେଷ ହେବା ପରେ, ଭୀଷ୍ମ ନିଜେ ସ୍ୱୀକାର କରିଥିଲେ ଯେ ଜଣେ ଶିକ୍ଷକ ଯଦି ନୀଚ କର୍ମ କରନ୍ତି, ତେବେ ତାଙ୍କୁ ତ୍ୟାଗ କରାଯିବା ଉଚିତ୍ ।\nଏଠାରେ ଭୀଷ୍ମଙ୍କ ବିଷୟରେ ସ୍ୱତନ୍ତ୍ର ବିଚାର ଆବଶ୍ୟକ । ଶ୍ରୀମଦ୍ ଭାଗବଦମ୍ (ଶ୍ଲୋକ ୯.୨୨.୧୯) ଅନୁସାରେ, ସେ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ଥିଲେ । ସେ ଇନ୍ଦ୍ରିୟଜୟୀ ଥିଲେ ଏବଂ ନୈତିକତା ଓ ଉଦାରତାର ମୂର୍ତ୍ତିମାନ ସ୍ୱରୂପ ଥିଲେ । ସେ ଚିରନ୍ତନ ସତ୍ୟର ଜ୍ଞାତା ଏବଂ ଜୀବନରେ ସତ୍ୟବାଦୀ ହେବାକୁ ପ୍ରତିଜ୍ଞାବଦ୍ଧ ଥିଲେ । ସେ ଇଚ୍ଛା କଲେ ହିଁ ତାଙ୍କର ମୃତ୍ୟୁ ହୋଇପାରେ । ବିଭିନ୍ନ ଦୃଷ୍ଟିକୋଣରୁ, ଭାଗବତ ମହାପୁରାଣରେ ବର୍ଣ୍ଣିତ ବାର ଜଣ ଶ୍ରେଷ୍ଠ ବ୍ୟକ୍ତି ବା ମହାଜନଙ୍କ ମଧ୍ୟରେ ତାଙ୍କର ଗଣନା କରାଯାଇଥାଏ ।\nସ୍ୱୟମ୍ଭୂର୍ ନାରଦଃ ଶମ୍ଭୁଃ କୁମାରଃ କପିଳୋ ମନୁଃ\nପ୍ରହ୍ଲାଦୋ ଜନକୋ ଭୀଷ୍ମୋ ବଳିର୍ ବୈୟାଶକିର୍ ବୟମ୍ । (୬.୩.୨୦)\nଏହି ବାର ଜଣ ଧାର୍ମିକ ସିଦ୍ଧାନ୍ତର ମହାନ ଜ୍ଞାତା ଅଟନ୍ତି - ପ୍ରଥମ ପୁରୁଷ ବ୍ରହ୍ମା, ମହର୍ଷି ନାରଦ, ଭଗବାନ ଶିବ, ଚାରି କୁମାର, ଭଗବାନ କପିଳ (ଦେବହୁତିଙ୍କ ପୁତ୍ର), ସ୍ୱୟମ୍ଭୁବ ମନୁ, ପ୍ରହ୍ଲାଦ ମହାରାଜ, ମହାରାଜ ଜନକ, ପିତାମହ ଭୀଷ୍ମ, ମହାରାଜ ବଳି, ଶୁକଦେବ ମୁନି ଏବଂ ବେଦବ୍ୟାସ ।\nତେଣୁ ଭୀଷ୍ମ ଜଣେ ଧର୍ମାତ୍ମା ଥିଲେ, ତାଙ୍କର ଆଚରଣ ଧର୍ମନୀତିର ବିରୁଦ୍ଧ କେବେ ବି ହୋଇ ନ ପାରେ । ତେଣୁ ତାଙ୍କର ବଳିଷ୍ଠ ଚରିତ୍ର ପାର୍ôଥବ ଯୁକ୍ତିର ଉର୍ଦ୍ଧ୍ୱରେ ଥିଲା । ଯଦିଓ ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ, ତଥାପି ଯୁଦ୍ଧ ପୁର୍ବରୁ ସେ ଯୁଧିଷ୍ଠିରଙ୍କୁ କହିଥିଲେ, “ମୁଁ ଅଧର୍ମ ପକ୍ଷରୁ ଯୁଦ୍ଧ କରିବାକୁ ବାଧ୍ୟ, କିନ୍ତୁ ମୁଁ ତୁମକୁ ବିଜୟୀ ହେବାର ବର ପ୍ରଦାନ କରୁଅଛି ।” ଭୀଷ୍ମ ଜାଣିଥିଲେ ଯେ ଧାର୍ମିକ ପାଣ୍ଡବମାନେ, ଯାହା ସହିତ ସ୍ୱୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ ଅଛନ୍ତି, କେବେ ବି ପରାସ୍ତ ହେବେ ନାହିଁ । ଅଧର୍ମର ପକ୍ଷ ନେଇ ସେ ସୂଚାଇ ଦେଲେ ଯେ ସ୍ୱର୍ଗ ଓ ମର୍ତ୍ତ୍ୟର ସର୍ବଶେଷ୍ଠ ଶକ୍ତି ମଧ୍ୟ ଏହି ଧର୍ମ ଯୁଦ୍ଧରେ ଅଧର୍ମକୁ ବିଜୟୀ କରାଇ ପାରିଲା ନାହିଁ । ଏହିପରି ସର୍ବଶ୍ରେଷ୍ଠ ତ୍ୟାଗ ଭାବରେ ନିଜ ଜୀବନକୁ ଉତ୍ସର୍ଗ କରି ସେ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳାରେ ସହାୟତା କରିଥିଲେ ।\nଭୀଷ୍ମଙ୍କର ତାଙ୍କ ପ୍ରତି ଥିବା ଗଭୀର ଭକ୍ତି ବିଷୟରେ ଶ୍ରୀକୃଷ୍ଣ ଜାଣିଥିଲେ, ଯଦିଓ ସେ କୌରବଙ୍କ ସପକ୍ଷରେ ଯୁଦ୍ଧ କରୁଥିଲେ । ସେଥିପାଇଁ ଭୀଷ୍ମଙ୍କର ପ୍ରତିଜ୍ଞା ରକ୍ଷା କରିବାକୁ ଯାଇ ସେ ନିଜର ପ୍ରତିଜ୍ଞା ଭଙ୍ଗ କରିଥିଲେ । ଯୁଦ୍ଧରେ ଦିନେ ଭୀଷ୍ମ ପ୍ରତିଜ୍ଞା କଲେ ଯେ ପରଦିନ ସୂର୍ଯ୍ୟାସ୍ତ ପୂର୍ବରୁ ସେ ପାଣ୍ଡବମାନଙ୍କର ଅଗ୍ରଣୀ ଯୋଦ୍ଧା ଅର୍ଜୁନଙ୍କୁ ବଧ କରିବେ ଅଥବା ଅର୍ଜୁନଙ୍କୁ ରକ୍ଷା କରିବାକୁ ଯାଇ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ ନ କରିବାର ଯେଉଁ ପ୍ରତିଜ୍ଞା କରିଥିଲେ, ତାହାକୁ ଭଙ୍ଗ କରିବେ । ଭୀଷ୍ମଙ୍କର ସେହି ପ୍ରତିଜ୍ଞାର ବର୍ଣ୍ଣନ କବିମାନେ ଏହିପରି କରିଛନ୍ତି -\nଆଜୁ ଜୋ ହରି ହିଁ ନ ଶସ୍ତ୍ର ଗହାଊଁ,\nତଉ ଲାଜହୁଁ ଗଙ୍ଗା ଜନନୀ କୋ ଶାନ୍ତନୁ ସୁତ ନ କହାଊଁ । (ସନ୍ଥ ସୁରଦାସ)\nଯଦି ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ହସ୍ତରେ ଅସ୍ତ୍ର ଧାରଣ ନ କରାଏ, ତେବେ ମୁଁ ନିଜ ମାତା ଗଙ୍ଗାଙ୍କୁ ଲଜ୍ଜିତ କରାଇବି ଏବଂ ମୁଁ ରାଜା ଶାନ୍ତନୁଙ୍କ ପୁତ୍ର ବୋଲାଇବି ନାହିଁ । ଭୀଷ୍ମ ଏପରି ବୀରତ୍ୱର ସହିତ ଯୁଦ୍ଧ କଲେ ଯେ ଅର୍ଜୁନଙ୍କ ରଥ ଛିନ୍ନଛତ୍ର ହୋଇଗଲା ଏବଂ ସେ ଭୂମି ଉପରେ ଅସହାୟ ଭାବେ ଛିଡ଼ା ହୋଇଗଲେ । ସେହି ମୁହୂର୍ତ୍ତରେ ଭୀଷ୍ମଙ୍କୁ ବାଧା ଦେବା ପାଇଁ, ଶ୍ରୀକୃଷ୍ଣ ରଥର ଏକ ଚକକୁ ଉଠାଇ ତାଙ୍କ ସମ୍ମୁଖକୁ ଆସିଗଲେ । ରଥର ଚକକୁ ଅସ୍ତ୍ର ଭାବରେ ଭଗବାନ ହାତରେ ଧାରଣ କରିଥିବା ଦେଖି, ଭୀଷ୍ମ ଅଟ୍ଟହାସ୍ୟ କରି ଉଠିଲେ । ସେ ବୁଝିପାରିଲେ ଯେ ଭକ୍ତ ବତ୍ସଳ ଭଗବାନ, ନିଜ ଭକ୍ତର ପ୍ରତିଜ୍ଞା ରକ୍ଷା କରିବା ପାଇଁ ନିଜ ପ୍ରତିଜ୍ଞା ଭଙ୍ଗ କଲେ ।\nବାସ୍ତବରେ, ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭୀଷ୍ମଙ୍କର ଭକ୍ତି ଅତ୍ୟନ୍ତ ରସିକ(ମାଧୁର୍ଯ୍ୟ) ଭାବଯୁକ୍ତ ଥିଲା । ସେ ଶ୍ରୀକୃଷ୍ଣଙ୍କ ବୃନ୍ଦାବନ ଲୀଳାର ଧ୍ୟାନ କରୁଥିଲେ । ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣ ଯେତେବେଳେ ଗୋଚାରଣ ସାରି ଗ୍ରାମକୁ ଫେରନ୍ତି, ଗାଈମାନଙ୍କ ଖୁରାରୁ ଉଡ଼ୁଥିବା ଧୂଳିରେ ତାଙ୍କ ସୁନ୍ଦର ମୁଖମଣ୍ଡଳ ଆବୃତ ହୋଇ ତାଙ୍କର ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟକୁ ଆହୁରି ବଢ଼ାଇ ଦିଏ । ମହାଭାରତ ଯୁଦ୍ଧରେ ଘୋଡ଼ାମାନଙ୍କର ଟାପୁରୁ ଉଡ଼ୁଥିବା ଧୂଳି ମଧ୍ୟ ଶ୍ରୀକୃଷ୍ଣଙ୍କର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଥିଲା ଏବଂ ସେ ଭଗବାନଙ୍କର ସେହି ରୂପର ଦର୍ଶନ କରି ବିଭୋର ହୋଇ ଯାଉଥିଲେ ।\nଜୀବନର ଅନ୍ତିମ ପର୍ଯ୍ୟାୟରେ, ସେ ଛ’ମାସ ଶରଶଯ୍ୟାରେ ଶୟନ କରି ଭଗବାନଙ୍କର ସେହି ରୂପର ଧ୍ୟାନ କରୁଥିଲେ ଏବଂ ପ୍ରାର୍ଥନା କରୁଥିଲେ:\nଯୁଧି ତୁରଗ-ରଜୋ-ବିଧୂମ୍ର-ବିଷ୍ୱକ୍-କଚ-ଲୁଲିତ-ଶ୍ରମବାର୍ଯ୍ୟଲଙ୍କୃତାସ୍ୟେ\nମମ ନିଶିତ-ଶରୈର୍ବିଭିଦ୍ୟମାନ ତ୍ୱଚି ବିଲସତ୍-କବଚେଽସ୍ତୁ କୃଷ୍ଣ ଆତ୍ମା । (ଭାଗବତମ୍ : ୧.୯.୩୪)\n“ଯୁଦ୍ଧ କ୍ଷେତ୍ରରେ, ଭଗବାନ ଶ୍ରୀକୃଷ୍ଣଙ୍କ ମସ୍ତକର ତରଙ୍ଗାୟିତ କେଶରାଶି ଘୋଡ଼ାଙ୍କ ଖୁରାରୁ ଉଡ଼ୁଥିବା ଶୁଭ୍ର ଧୂଳି ଦ୍ୱାର ଧୂସରିତ ଦେଖା ଯାଉଥିଲା ଏବଂ ରଥ ଚାଳନା ଜନିତ ପରିଶ୍ରମ ଦ୍ୱାରା ତାଙ୍କ ମୁଖମଣ୍ଡଳ ସ୍ୱେଦ ବିନ୍ଦୁରେ ପରିପୂର୍ଣ୍ଣ ହୋଇଥିଲା । ଏହି ସବୁ ଅଳଙ୍କାର ସଦୃଶ ମୋ ପ୍ରଭୁଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା ଏବଂ ମୋର ଶାଣୀତ ତୀର ଦ୍ୱାରା ସୃଷ୍ଟି ହୋଇଥିବା କ୍ଷତ ତାଙ୍କର ରୂପ ସଜ୍ଜାକୁ ଆହୁରି ବୃଦ୍ଧି କରୁଥିଲା । ମୋର ମନ ସେହି ଶ୍ରୀକୃଷ୍ଣଙ୍କର ଧ୍ୟାନ କରୁ ।”\nତାଙ୍କ ପ୍ରେମଯୁକ୍ତ ଭକ୍ତିର ଫଳ ସ୍ୱରୂପ, ସେ ଶରଶଯ୍ୟାରେ ଶୟନ କରିଥିବା ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ଏବଂ ନିଜ ସମ୍ମୁଖରେ ଭଗବାନଙ୍କର ଦର୍ଶନ କରି, ଶ୍ରେଷ୍ଠ ମହାଜନ ଭୀଷ୍ମ ନିଜ ଇଚ୍ଛାରେ ଶରୀର ତ୍ୟାଗ କଲେ ।"
},
{
"verseTitle": "Bhagavad Gita 2.7",
"verse": "7",
"chapter": 2,
"lang": "or",
"shloka": {
"speaker": "",
"sanskrit": "कार्पण्यदोषोपहतस्वभावः पृच्छामि त्वां धर्मसम्मूढचेताः। \n\nयच्छ्रेयः स्यानिश्चितं ब्रूहि तन्मे शिष्यस्तेऽहं शाधि मां त्वां प्रपन्नम् ॥7॥",
"text": "କାର୍ପଣ୍ୟଦୋଷୋପହତସ୍ୱଭାବଃ\nପୃଚ୍ଛାମି ତ୍ୱାଂ ଧର୍ମସଂମୂଢ଼ଚେତାଃ ।\nଯଚ୍ଛ୍ରେୟଃ ସ୍ୟାନ୍ନିିଶ୍ଚିତଂ ବ୍ରୂହି ତନ୍ମେ,\nଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ।।୭।।",
"audioLink": "https://www.holy-bhagavad-gita.org/public/audio/002_007.mp3"
},
"wordMeanings": "କାର୍ପଣ୍ୟ ଦୋଷ- କାପୁରୁଷତା ଦୋଷରୁ; ଉପହତ- ଗ୍ରସ୍ତ; ସ୍ୱଭାବଃ-ସ୍ୱଭାବ; ପୃଚ୍ଛାମି-ମୁଁ ପଚାରୁଛି; ତ୍ୱାଂ-ଆପଣଙ୍କୁ; ଧର୍ମ-ଧର୍ମ; ସଂମୂଢ- ବିବ୍ରତ; ଚେତାଃ-ହୃଦୟରେ; ଯତ୍-କ’ଣ; ଶ୍ରେୟଃ-ଶ୍ରେୟ (ମୋ ପକ୍ଷରେ ଉପଯୁକ୍ତ); ସ୍ୟାତ୍-ହୋଇପାରେ; ନିଶ୍ଚିତଂ- ନିଶ୍ଚିତ ରୂପେ; ବ୍ରୂହି- କୁହନ୍ତୁ; ତତ୍-ତାହା; ମେ-ମୋତେ; ଶିଷ୍ୟଃ- ଶିଷ୍ୟ; ତେ-ଆପଣଙ୍କର; ଅହଂ-ମୁଁ; ଶାଧି-ଉପଦେଶ ଦିଅନ୍ତୁ; ମାଂ-ମୋତେ; ତ୍ୱାଂ-ଆପଣଙ୍କଠାରେ; ପ୍ରପନ୍ନମ୍- ଶରଣାଗତ ।",
"translation": {
"text": "ମୁଁ ମୋର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇପଡ଼ୁଛି ଏବଂ ଉଦ୍ବେଗ ଓ ଦୁର୍ବଳତାରେ ଗ୍ରସ୍ତ ହୋଇ ଯାଇଛି । ମୁଁ ଆପଣଙ୍କର ଶିଷ୍ୟ ଏବଂ ଆପଣଙ୍କର ଶରଣାଗତ ଅଟେ । ଦୟାକରି ମୋ ପାଇଁ ଯାହା ଉପଯୁକ୍ତ, ତା’ର ଦିଗ୍ଦର୍ଶନ କରନ୍ତୁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.7.mp3"
]
},
"commentary": "ଭଗବଦ୍ ଗୀତାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ଯେତେବେଳେ ଅର୍ଜୁନ, ଯିଏ କି ଶ୍ରୀକୃଷ୍ଣଙ୍କର ସମ୍ପର୍କୀୟ ଭାଇ ଓ ସଖା ଅଟନ୍ତି, ପ୍ରଥମ ଥର ପାଇଁ ତାଙ୍କୁ ନିଜର ଗୁରୁ ହେବାପାଇଁ ଅନୁରୋଧ କରୁଛନ୍ତି । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନୁନୟ କରି କହୁଛନ୍ତି ଯେ ତାଙ୍କର ସ୍ୱଭାବ କାର୍ପଣ୍ୟ ଦୋଷ ବା କାପୁରୁଷତା ଦୋଷରେ ଗ୍ରସ୍ତ ହୋଇଯାଇଛି, ତେଣୁ ଗୁରୁ ରୂପରେ ଭଗବାନ ତାଙ୍କୁ ଧର୍ମର ମାର୍ଗଦର୍ଶନ କରାନ୍ତୁ ।\nସମସ୍ତ ବୈଦିକ ଗ୍ରନ୍ଥ ଏକ ସ୍ୱରରେ ଘୋଷଣା କରନ୍ତି ଯେ ଜଣେ ସଦ୍ଗୁରୁଙ୍କ ମାଧ୍ୟମରେ ଆମେ ନିଜର ଚିରନ୍ତନ କଲ୍ୟାଣ ପାଇଁ ଦିବ୍ୟ ଜ୍ଞାନ ପ୍ରାପ୍ତ କରିଥାଏ:\nତଦ୍ବିଜ୍ଞାନାର୍ଥଂ ସଗୁରୁମେଭାଭିଗଚ୍ଛେତ୍ ସମିତ୍ପାଣିଃ ଶ୍ରୋତିୟଂ ବ୍ରହ୍ମନିଷ୍ଠମ୍ ।\n(ମୁଣ୍ଡକୋପନିଷଦ ୧.୨.୧୨)\n“ଅନ୍ତିମ ସତ୍ୟକୁ ଜାଣିବା ପାଇଁ ଜଣେ ଗୁରୁଙ୍କର ସମୀପସ୍ଥ ହୁଅ, ଯିଏ କି ଉଭୟ ବେଦଶାସ୍ତ୍ରର ଜ୍ଞାତା ହୋଇଥିବେ ଏବଂ ବାସ୍ତବରେ ଭଗବତ୍ ପ୍ରାପ୍ତି ସ୍ତରରେ ସ୍ଥିତ ହୋଇଥିବେ ।”\nତସ୍ମାଦ୍ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସୁଃ ଶ୍ରେୟ ଉତ୍ତମମ୍ଶାଦ୍ଦେ ପରେ ଚ ନିଷ୍ଣାତଂ ବ୍ରହ୍ମଣ୍ୟୁପଶମାଶ୍ରୟମ୍ । (ଭାଗବତମ୍: ୧୧.୩.୨୧)\n“ସତ୍ୟ ଅନ୍ୱେଷଣକାରୀ ନିଜକୁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କର ଶରଣାଗତ କରିବା ଆବଶ୍ୟକ, ଯିଏ ସମସ୍ତ ବେଦଶାସ୍ତ୍ରର ସାରମର୍ମକୁ ଜାଣିଥିବେ ଏବଂ ମାୟିକ ବିଷୟକୁ ତ୍ୟାଗ କରି ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇଥିବେ ।”\nରାମାୟଣ କହେ:\nଗୁରୁ ବିନୁ ଭବ ନିଧି ତରଇ ନ କୋଈ, ଜ୍ୟୋଁ ବିରଞ୍ôଚ ଶଙ୍କର ସମ ହୋଈ ।\n“ସର୍ବୋଚ୍ଚ ସ୍ତରରେ ସ୍ଥିତ ସାଧକମାନେ ମଧ୍ୟ ଗୁରୁ କୃପା ବିନା ଭବ ସିନ୍ଧୁ ପାର କରିପାରନ୍ତି ନାହିଁ ।” ଭଗବଦ୍ ଗୀତାର ଶ୍ଲୋକ ସଂଖ୍ୟା ୪.୩୪ରେ ସ୍ୱୟଂ ଶ୍ରୀକୃଷ୍ଣ ଏହା କହିଛନ୍ତି: “ସତ୍ୟକୁ ଜାଣିବା ପାଇଁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କର ସମୀପସ୍ଥ ହୁଅ । ଶ୍ରଦ୍ଧା ସହିତ ତାଙ୍କୁ ପ୍ରଶ୍ନ ପଚାର ଏବଂ ତାଙ୍କର ସେବା କର । ସେପରି ଜଣେ ତତ୍ତ୍ୱଦର୍ଶୀ ସନ୍ଥ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ କାରଣ ସେ ନିଜେ ସତ୍ୟର ଦର୍ଶନ କରିଛନ୍ତି ।”\nଜ୍ଞାନ ପ୍ରାପ୍ତ କରିବା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ଦର୍ଶାଇବାକୁ ଯାଇ ଶ୍ରୀକୃଷ୍ଣ ନିଜ ଜୀବନରେ ସେ ଦିଗରେ ପଦକ୍ଷେପ ନେଇଛନ୍ତି । ଯୁବାବସ୍ଥାରେ, ଚଉଷଠି ପ୍ରକାରର ବିଜ୍ଞାନ ଶିକ୍ଷା କରିବା ପାଇଁ, ସେ ସନ୍ଦୀପନି ମୁନିଙ୍କର ଆଶ୍ରମକୁ ଯାଇଥିଲେ । ତାଙ୍କର ସହପାଠୀ ସୁଦାମା ସେ ବିଷୟରେ କହନ୍ତି :\nଯସ୍ୟ ଚ୍ଛନ୍ଦୋ ମୟଂ ବ୍ରହ୍ମ ଦେହ ଆବପନଂ ବିଭୋଶ୍ରେୟସାଂ ତସ୍ୟ ଗୁରୁଷୁ ବାସୋଽତ୍ୟନ୍ତ ବିଡ଼ମ୍ବନମ୍ । (ଭାଗବତମ୍ ୧୦.୮୦.୪୫)\n“ହେ କୃଷ୍ଣ! ବେଦସବୁ ଆପଣଙ୍କର ଶରୀର ସଦୃଶ ଅଟନ୍ତି, ଯାହା ଆପଣଙ୍କ ନିକଟରେ ଥିବା ଜ୍ଞାନରୁ ପ୍ରକଟିତ ହୋଇଛନ୍ତି । (ତେଣୁ ଆପଣଙ୍କ ପାଇଁ ଗୁରୁ ଗ୍ରହଣ କରିବାର ଆବଶ୍ୟକତା କ’ଣ) । ତଥାପି, ଆପଣ ଜଣେ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରିବାର ବାହାନା କରୁଛନ୍ତି । ଏହା କେବଳ ଆପଣଙ୍କର ଦିବ୍ୟ ଲୀଳା ହିଁ ଅଟେ ।” ବାସ୍ତବରେ, ଶ୍ରୀକୃଷ୍ଣ ବିଶ୍ୱର ପ୍ରଥମ ଗୁରୁ ଅଟନ୍ତି କାରଣ ବିଶ୍ୱର ପ୍ରଥମ ସନ୍ତାନ ବ୍ରହ୍ମାଙ୍କର ସେ ଗୁରୁ ଅଟନ୍ତି । ଏହି ଲୀଳା ସେ ଆମ୍ଭମାନଙ୍କର କଲ୍ୟାଣ ନିମନ୍ତେ କରନ୍ତି, ଆମ୍ଭମାନଙ୍କୁ ଏହି ଶିକ୍ଷା ଦେବା ପାଇଁ ଯେ ମାୟାବଦ୍ଧ ଜୀବର ଅଜ୍ଞାନ ଦୂର କରିବା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି । ଏହି ଶ୍ଳୋକରେ ଅର୍ଜୁନ ନିଜକୁ ଶ୍ରୀକୃଷ୍ଣଙ୍କର ଶିଷ୍ୟ ମନେ କରି ତାଙ୍କର ଶରଣାଗତି କରୁଛନ୍ତି ଏବଂ ଉପଯୁକ୍ତ କର୍ତ୍ତବ୍ୟ ବିଷୟରେ ଜ୍ଞାନ ଦେବାପାଇଁ ତାଙ୍କୁ ଅନୁରୋଧ କରିଛନ୍ତି ।"
},
{
"verseTitle": "Bhagavad Gita 2.8",
"verse": "8",
"chapter": 2,
"lang": "or",
"shloka": {
"speaker": "",
"sanskrit": "न हि प्रपश्यामि ममापनुद्याद्य-\n\nच्छोकमुच्छोषणमिन्द्रियाणाम्।\n\nअवाप्य भूमावसपत्नमृद्धं\n\nराज्यं सुराणामपि चाधिपत्यम् ॥8॥",
"text": "ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍\nଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ।\nଅବାପ୍ୟ ଭୂମାବସପତ୍ନମୃଦ୍ଧଂ\nରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ ।।୮।।",
"audioLink": "https://www.holy-bhagavad-gita.org/public/audio/002_008.mp3"
},
"wordMeanings": "ନ- ନୁହେଁ; ହି-ନିଶ୍ଚିତଭାବେ; ପ୍ରପଶ୍ୟାମି- ମୁଁ ଦେଖୁଛି; ମମ-ମୋର; ଅପନୁଦ୍ୟାତ୍-ଦୂର କରିବେ; ଯତ୍-ଯାହା; ଶୋକଂ-ଶୋକ; ଉଚ୍ଛୋଷଣମ୍-ଶୁଷ୍କ କରିଦେବା; ଇନ୍ଦ୍ରିୟାଣାନ୍-ଇନ୍ଦ୍ରିୟମାନଙ୍କର; ଅବାପ୍ୟ- ପ୍ରାପ୍ତ ହୋଇ; ଭୂମୌ- ପୃଥିବୀରେ; ଅସପତ୍ନଂ-ଅପ୍ରତିଦ୍ୱନ୍ଦୀ; ଋଦ୍ଧଂ-ସମୃଦ୍ଧ;ରାଜ୍ୟଂ-ରାଜ୍ୟ; ସୁରାଣାମ୍-ଦେବତାମାନଙ୍କ ପରି; ଅପି-ଏପରିକି; ଚ-ମଧ୍ୟ; ଆଧିପତ୍ୟମ୍-ଆଧିପତ୍ୟ ।",
"translation": {
"text": "ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଏହି ଶୋକକୁ ଦୂର କରିବାର କୌଣସି ଉପାୟ ମୁଁ ଖୋଜିପାଉ ନାହିଁ । ପୃଥିବୀର ଏକ ସମୃଦ୍ଧିଶାଳୀ ଓ ଶତ୍ରୁହୀନ ରାଜ୍ୟ ଜୟ କରି ଅଥବା ସ୍ୱର୍ଗର ଦେବତାମାନଙ୍କ ପରି ପୂର୍ଣ୍ଣ ଆଧିପତ୍ୟ ପ୍ରାପ୍ତ କରି ମଧ୍ୟ ମୁଁ ଏହି ଦୁଃଖକୁ ଦୂର କରିପାରିବି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.8.mp3"
]
},
"commentary": "ଆମେ ଯେତେବେଳେ ଦୁଃଖରେ ଅଭିଭୂତ ହୋଇଯାଉ, ଆମର ବୁଦ୍ଧି ତା’ର କାରଣ ବିଶ୍ଳେଷଣ କରିବାରେ ଲାଗିଯାଏ ଏବଂ ସେ ଯେତେବେଳେ ଆଉ ଆଗକୁ ଚିନ୍ତା କରିପାରେ ନାହିଁ, ମନରେ ନୈରାଶ୍ୟ ଉତ୍ପନ୍ନ ହୋଇଥାଏ । ଅର୍ଜୁନଙ୍କର ସମସ୍ୟା ଯେହେତୁ ତାଙ୍କ ସ୍ୱଳ୍ପ ବୃଦ୍ଧିର କ୍ଷମତାଠାରୁ ବହୁତ ବଡ ଥିଲା, ତାଙ୍କର ମାୟିକ ଜ୍ଞାନ ତାଙ୍କୁ ଏହି ଦୁଃଖର ସାଗରରୁ ଉଦ୍ଧାର କରିବାକୁ ଅପର୍ଯ୍ୟାପ୍ତ ଥିଲା । ଶ୍ରୀକୃଷ୍ଣଙ୍କୁ ନିଜର ଗୁରୁ ଭାବରେ ସ୍ୱୀକାର କରି, ଅର୍ଜୁନ ହୃଦୟ ଖୋଲି ତାଙ୍କର ଦୟନୀୟ ଅବସ୍ଥାକୁ ତାଙ୍କ ସମ୍ମୁଖରେ ବ୍ୟକ୍ତ କରୁଛନ୍ତି ।\nଅର୍ଜୁନଙ୍କର ପରିସ୍ଥିତି କିଛି ଭିନ୍ନ ନ ଥିଲା । ନିଜ ନିଜର ଜୀବନ ଯାତ୍ରାରେ ଆମେ ସମସ୍ତେ ଅଧିକାଂଶତଃ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥାଏ । ଆମେ ଆନନ୍ଦ ଇଚ୍ଛା କରିଥାଏ, କିନ୍ତୁ ଦୁଃଖ ଆମ ଅନୁଭବରେ ଆସିଥାଏ; ଆମେ ଜ୍ଞାନର କାମନା କରିଥାଏ, କିନ୍ତୁ ଅଜ୍ଞାନତାର ବାଦଲକୁ ଆମ ଉପରୁ ହଟାଇ ପାରି ନ ଥାଏ; ଆମେ ପରିପୂର୍ଣ୍ଣ ପ୍ରେମ ଇଚ୍ଛା କରିଥାଏ, କିନ୍ତୁ ବାରମ୍ବାର ନିରାଶର ସମ୍ମୁଖୀନ ହୋଇଥାଏ । ଆମର ଉଚ୍ଚ ଶିକ୍ଷା, ତଦ୍ୱାରା ଅର୍ଜିତ ଜ୍ଞାନ, ସାଂସାରିକ ବିଦ୍ୱତା ଜୀବନର ଏହିସବୁ ସମସ୍ୟାର ସମାଧାନ କରିପାରେ ନାହିଁ । ସେଥିପାଇଁ ଦିବ୍ୟ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ରହିଥାଏ । ବିନମ୍ରତାର ସହ ଜିଜ୍ଞାସୁ ଭାବ ନେଇ ଆମେ ଯେତେବେଳେ ଜଣେ ତତ୍ତ୍ୱଦର୍ଶୀ ସଦ୍ଗୁରୁଙ୍କର ଶରଣାଗତ ହେଉ, ସେତେବେଳେ ଦିବ୍ୟଜ୍ଞାନର ସେହି ସିନ୍ଦୁକ ଉନ୍ମୋଚିତ ହୋଇଯାଏ । ଅର୍ଜୁନ ସେହି ମାର୍ଗରେ ଯିବାକୁ ସ୍ଥିର କରିଥିଲେ ।"
},
{
"verseTitle": "Bhagavad Gita 2.9",
"verse": "9",
"chapter": 2,
"lang": "or",
"shloka": {
"speaker": "ସଞ୍ଜୟ ଉବାଚ",
"sanskrit": "सञ्जय उवाच। एवमुक्त्वा हृषीकेशं गुडाकेशः परन्तप।\n\nन योत्स्य इति गोविन्दमुक्त्वा तूष्णीं बभूव ह ॥9॥",
"text": "ଏବମୁକ୍ତ୍ୱା ହୃଷୀକେଶଂ ଗୁଡ଼ାକେଶଃ ପରନ୍ତପ ।\nନ ଯୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀଂ ବଭୂବ ହ ।।୯।।",
"audioLink": "https://www.holy-bhagavad-gita.org/public/audio/002_009.mp3"
},
"wordMeanings": "ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଏବଂ- ଏହିପରି; ଉକ୍ତ୍ୱା-କହି; ହୃଷୀକେଶଂ-ମନ ଓ ଇନ୍ଦ୍ରିୟର ପ୍ରଭୁ ଶ୍ରୀକୃଷ୍ଣଙ୍କୁ; ଗୁଡ଼ାକେଶଃ- ନିଦ୍ରାଜୟୀ ଅର୍ଜୁନ; ପରନ୍ତପଃ- ଶତ୍ରୁଦମନକାରୀ ଅର୍ଜୁନ; ନ ଯୋତ୍ସ୍ୟେ-ମୁଁ ଯୁଦ୍ଧ କରିବି ନାହିଁ; ଇତି-ଏହିପରି; ଗୋବିନ୍ଦମ୍- ଆନନ୍ଦ ପ୍ରଦାନକାରୀ ଶ୍ରୀକୃଷ୍ଣଙ୍କୁ; ଉକ୍ତ୍ୱା-କହି; ତୂଷ୍ଣୀଂ-ନୀରବ; ବଭୁବ- ହେଲେ; ହ-ସେ ହେଲେ ।",
"translation": {
"text": "ସଞ୍ଜୟ କହିଲେ : ଶତ୍ରୁଦମନକାରୀ ଏବଂ ନିଦ୍ରାଜୟୀ ଅର୍ଜୁନ, ହୃଷୀକେଶ ଶ୍ରୀକୃଷ୍ଣଙ୍କୁ କହିଲେ, “ହେ ଗୋବିନ୍ଦ! ମୁଁ ଯୁଦ୍ଧ କରିବି ନାହିଁ ଏବଂ ତା’ପରେ ସେ ନୀରବ ହୋଇଗଲେ ।”",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.9.mp3"
]
},
"commentary": "ଜ୍ଞାନୀ ସଞ୍ଜୟ, ଧୃତରାଷ୍ଟ୍ରଙ୍କୁ ବିବରଣୀ ଦେବା ସମୟରେ, ସେ ବର୍ଣ୍ଣନା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଉପଯୁକ୍ତ ନାମ ପ୍ରୟୋଗ କରିଛନ୍ତି । ସେ ଏଠାରେ ଅର୍ଜୁନଙ୍କୁ ଗୁଡ଼ାକେଶ ବା ନିଦ୍ରାଜୟୀ କହିଛନ୍ତି । ନିଦ୍ରାର ଶକ୍ତି ଏତେ ପ୍ରବଳ ଯେ କୌଣସି ନା କୌଣସି ସମୟରେ ସମସ୍ତ ପ୍ରାଣୀ ତା’ର କବଳିତ ହୋଇଥାନ୍ତି । କିନ୍ତୁ ଅର୍ଜୁନ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ନିଦ୍ରାକୁ ନିୟନ୍ତ୍ରିତ କରି ପାରୁଥିଲେ । ସେ ଯେଉଁ ସମୟରେ ଯେତିକି ମାତ୍ରାର ନିଦ୍ରା ଆବଶ୍ୟକ କରୁଥିଲେ, ତାହା ସେହି ସମୟରେ ସେତିକି ମାତ୍ରାରେ ଅନୁଭୂତ ହେଉଥିଲା । ଅର୍ଜୁନଙ୍କୁ ଗୁଡ଼ାକେଶ ସମ୍ବୋଧନ କରି ସଞ୍ଜୟ ପରୋକ୍ଷ ଭାବରେ ଧୃତରାଷ୍ଟ୍ରଙ୍କୁ ସଙ୍କେତ କରୁଛନ୍ତି, “ଯେପରି ଏହି ମହାନାୟକ ନିଦ୍ରା ଜୟ କରିଛନ୍ତି, ସେହିପରି ସେ ତାଙ୍କର ପ୍ରତିପକ୍ଷକୁ ମଧ୍ୟ ଜୟ କରିବେ ।”\nଶ୍ରୀକୃଷ୍ଣଙ୍କ ପ୍ରତି ସେ ହୃଷିକେଶ ଶବ୍ଦ ପ୍ରୟୋଗ କରିଛନ୍ତି, ଅର୍ଥାତ୍ ମନ ଓ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରକ । ସେ ପରୋକ୍ଷ ଭାବେ ସଙ୍କେତ ଦେଉଛନ୍ତି ଯେ, ଯିଏ ମନ-ଇନ୍ଦ୍ରିୟଙ୍କୁ ନିୟନ୍ତ୍ରଣ କରିପାରନ୍ତି, ସେ ସମସ୍ତ ଘଟଣାକ୍ରମର ନିଶ୍ଚିତ ଭାବରେ ସୁପରିଚାଳନା କରିବେ ।"
},
{
"verseTitle": "Bhagavad Gita 2.10",
"verse": "10",
"chapter": 2,
"lang": "or",
"shloka": {
"speaker": "",
"sanskrit": "तमुवाच हृषीकेशं प्रहसन्निव भारत।\n\nसेनयोरुभयोर्मध्ये विषीदन्तमिदं वचः ॥10॥",
"text": "ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ ।\nସେନୟୋରୁଭୟୋର୍ମଧ୍ୟେ ବିଷୀଦନ୍ତମିଦଂ ବଚଃ ।।୧୦।।",
"audioLink": "https://www.holy-bhagavad-gita.org/public/audio/002_010.mp3"
},
"wordMeanings": "ତଂ- ତାଙ୍କୁ; ଉବାଚ- କହିଲେ; ହୃଷୀକେଶଃ-ମନ ଓ ଇନ୍ଦ୍ରିୟମାନଙ୍କର ପ୍ରଭୁ ଶ୍ରୀକୃଷ୍ଣ; ପ୍ରହସନ୍ନ- ହସି କରି; ଇବ-ଯେପରି; ଭାରତ-ହେ ଭରତବଂଶଜ ଧୃତରାଷ୍ଟ୍ର; ସେନୟୋଃ-ସେନାମାନଙ୍କ ମଧ୍ୟରେ; ଉଭୟୋଃ-ଦୁଇ ପକ୍ଷର; ମଧ୍ୟେ- ମଧ୍ୟରେ; ବିଷୀଦନ୍ତଂ-ବ୍ୟଥିତ ଅର୍ଜୁନଙ୍କୁ ଇଦଂ-ନିମ୍ନମତେ; ବଚଃ-କହିଲେ ।",
"translation": {
"text": "ତତ୍ପଶ୍ଚାତ୍, ହେ ଧୃତରାଷ୍ଟ୍ର! ଦୁଇ ସୈନ୍ୟ ବାହିନୀଙ୍କ ମଧ୍ୟରେ ରହି, ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ସ୍ମିତହାସ୍ୟଯୁକ୍ତ ହୋଇ ଏହିପରି କହିଲେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.10.mp3"
]
},
"commentary": "ଶୋକରେ ଅଭିଭୂତ ହୋଇ ଅର୍ଜୁନ ଯାହାସବୁ କହିଲେ, ତା’ର ବିପରୀତ ସ୍ମିତହାସ୍ୟ କରି ଶ୍ରୀକୃଷ୍ଣ ଏହା ସୂଚିତ କରୁଛନ୍ତି ଯେ ପରିସ୍ଥିତ ତାଙ୍କୁ ବିଚଳିତ କରୁନାହିଁ, ବରଂ ସେ ଏଥିରେ ବହୁତ ଖୁସୀ । ଜ୍ଞାନୀମାନେ ସବୁ ପରିସ୍ଥିତିରେ ଏହିପରି ସମଭାବାପନ୍ନ ମନୋଭାବ ପ୍ରକାଶ କରିଥାଆନ୍ତି ।\nଆମେ ଯେଉଁ ପରିସ୍ଥିତିରେ ଥାଉ, ଆମର ଅସମ୍ପୂର୍ଣ୍ଣ ଜ୍ଞାନ ଯୋଗୁଁ ଆମେ ସେଠାରେ ଦୋଷ ଦର୍ଶନ କରିଥାଉ - ଆମେ ଅସନ୍ତୁଷ୍ଟ ହେଉ, ଅଭିଯୋଗ କରୁ ଏବଂ ପରିସ୍ଥିତି ଠାରୁ ଦୂରେଇ ଯିବାକୁ ଇଚ୍ଛା କରୁ ତଥା ତାହାକୁ ଆମର ଦୁଃଖର କାରଣ ବୋଲି ଭାବିଥାଉ । କିନ୍ତୁ ଜ୍ଞାନୀମାନେ ଆମକୁ ସୂଚିତ କରନ୍ତି ଯେ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ସଂସାର ସବୁ ଦୃଷ୍ଟିରୁ ପରିପୂର୍ଣ୍ଣ ଅଟେ ଏବଂ ଉଭୟ ଭଲ ଓ ମନ୍ଦ ପରିସ୍ଥିତି କିଛି ମହତ୍ ଉଦ୍ଦେଶ୍ୟ ନେଇ ଆମ ପାଖକୁ ଆସିଥାଏ । ସେସବୁର ଆୟୋଜନ ଆମର ଆଧ୍ୟାତ୍ମିକ ବିକାଶ ପାଇଁ କରାଯାଇଥାଏ, ଯାହା ପରିପୂର୍ଣ୍ଣତାର ଯାତ୍ରାରେ ଆମକୁ ଉପରକୁ ଠେଲିଥାଏ । ଯେଉଁମାନେ ଏହି ରହସ୍ୟକୁ ବୁଝିପାରନ୍ତି, ସେମାନେ କଷ୍ଟକର ପରିସ୍ଥିତିରେ ବିଚଳିତ ନ ହୋଇ, ପ୍ରଶାନ୍ତ ଓ ଅବିଚଳିତ ଭାବରେ ତାହାର ସମ୍ମୁଖୀନ ହୁଅନ୍ତି ।\nତାଓମାନଙ୍କର ଏକ ଉକ୍ତି ଅନୁଯାୟୀ, “ତୁଷାର କଣଗୁଡ଼ିକ ଧୀରେ ଧୀରେ ଭୂମି ଉପରେ ପଡ଼େ ଏବଂ ପ୍ରତ୍ୟେକ କଣ ତା’ର ନିର୍ଦ୍ଦିଷ୍ଟ ସ୍ଥାନରେ ପଡ଼େ ।” ସଂସାର ସଂରଚନାର ଅନ୍ତର୍ନିହିତ ପରିପୂର୍ଣ୍ଣତା ଏବଂ ସେଥିରେ ଘଟୁଥିବା ବଡ ବଡ ଘଟଣାବଳୀକୁ ଏହା ଅତି ସୁନ୍ଦର ଭାବରେ ବ୍ୟକ୍ତ କରିଥାଏ, ଯଦିଓ ମାୟିକ ଦୃଷ୍ଟିକୋଣରୁ ଆମେ ତାହାର ପ୍ରତ୍ୟକ୍ଷ କରିପାରି ନ ଥାଏ ।\nବିଶ୍ୱରେ ଭଗବାନଙ୍କର ବୃହତ୍ ଯୋଜନାର ଅଂଶ ସ୍ୱରୂପ ଭୂମିକମ୍ପ, ବାତ୍ୟା, ବନ୍ୟା ଓ ତୋଫାନ ଇତ୍ୟାଦି କାହିଁକି ସୃଷ୍ଟି ହୋଇଥାଏ, ତାହାର କାରଣ ସ୍ପଷ୍ଟ କରିବାକୁ ଯାଇ ଛାନ୍ଦୋଗ୍ୟ ଉପନିଷଦ କହେ, ମନୁଷ୍ୟର ଆଧ୍ୟାତ୍ମିକ ପ୍ରଗତି ଯେତେବେଳେ ମନ୍ଥର ହୋଇଯାଏ, ଭଗବାନ ଜାଣିଶୁଣି ତାହା ସୃଷ୍ଟି କରନ୍ତି । ମନୁଷ୍ୟ ଯେତେବେଳେ ଆତ୍ମସନ୍ତୁଷ୍ଟ ହୋଇଯାଏ, ଗୋଟିଏ ଦୈବୀ ଦୁର୍ବିପାକ ଆସିଥାଏ ଏବଂ ତାହା ସହିତ ସମଯୋଜନ କରିବାକୁ ଯାଇ ମନୁଷ୍ୟ ନିଜର ସମସ୍ତ ସାମର୍ଥ୍ୟର ଉପଯୋଗ କରିଥାଏ ଯାହା ତା’ର ପ୍ରଗତିକୁ ତ୍ୱରାନ୍ୱିତ କରାଏ । କିନ୍ତୁ ଯେଉଁ ପ୍ରଗତିର ବିଷୟ ଏଠାରେ କୁହାଯାଉଛି ତାହା ବାହ୍ୟ ଭୌତିକ ପ୍ରଗତି ନୁହେଁ, ବରଂ ଏହା ଜନ୍ମ ଜନ୍ମ ଧରି ଆତ୍ମାର ମହିମାମୟ ଦିବ୍ୟତାର ଆନ୍ତରିକ ପରିପ୍ରକାଶ ଅଟେ ।"
},
{
"verseTitle": "Bhagavad Gita 2.11",
"verse": "11",
"chapter": 2,
"lang": "or",
"shloka": {
"speaker": "",
"sanskrit": "श्री भगवानुवाच। \n\nअशोच्यानन्वशोचस्त्वं प्रज्ञावादांश्च भाषसे ।\n\nगतासूनगतासुंश्च नानुशोचन्ति पण्डिताः॥11॥",
"text": "ଶ୍ରୀ ଭଗବାନୁବାଚ\nଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ।\nଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ।।୧୧।।",
"audioLink": "https://www.holy-bhagavad-gita.org/public/audio/002_011.mp3"
},
"wordMeanings": "ଶ୍ରୀଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ଅଶୋଚ୍ୟାନ୍- ଯାହା ପାଇଁ ଶୋକ କରାଯାଏ ନାହିଁ; ଅନ୍ୱଶୋଚଃ- ଶୋକ କରୁଛ; ତ୍ୱଂ-ତୁମେ; ପ୍ରଜ୍ଞା-ବାଦାନ୍- ପାଣ୍ଡିତ୍ୟପୂର୍ଣ୍ଣ କଥା; ଚ-ଏବଂ; ଭାଷସେ- କହୁଛ; ଗତ ଅସୂନ୍- ମୃତ; ଅଗତ ଅସୂନ୍-ଜୀବିତ; ଚ-ଏବଂ; ନ-ନୁହେଁ; ଅନୁଶୋଚନ୍ତି-ଶୋକ କରନ୍ତି; ପଣ୍ଡିତାଃ- ପଣ୍ଡିତମାନେ ।",
"translation": {
"text": "ଭଗବାନ କହିଲେ, ଯଦିଓ ତୁମେ ବିଜ୍ଞତା ପୂର୍ଣ୍ଣ କଥା କହୁଛ, ତଥାପି ତୁମେ ସେମାନଙ୍କ ପ୍ରତି ଶୋକ ପ୍ରକାଶ କରୁଛ ଯେଉଁମାନେ ଶୋକର ଯୋଗ୍ୟ ନୁହନ୍ତି । ବିଜ୍ଞ ବ୍ୟକ୍ତିମାନେ ଜୀବିତ ବା ମୃତ କାହା ପ୍ରତି ବି ଶୋକ କରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.11.mp3"
]
},
"commentary": "ଏହି ଶ୍ଳୋକରୁ ଏକ ନାଟକୀୟ ପ୍ରାରମ୍ଭିକ ଅଭିବ୍ୟକ୍ତି ସହିତ ଶ୍ରୀକୃଷ୍ଣ ତାଙ୍କର ବକ୍ତବ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଅର୍ଜୁନ ଭାବୁଛନ୍ତି ଯେ ସେ ଯେଉଁ ଶୋକ କରୁଛନ୍ତି, ତାହା ଯଥାର୍ଥ ଅଟେ । କିନ୍ତୁ ସେଥିରେ ସହମତି ପ୍ରକାଶ କରିବା ପରିବର୍ତ୍ତେ, ଶ୍ରୀକୃଷ୍ଣ ତାଙ୍କର ଯୁକ୍ତିକୁ ଭିତ୍ତିହୀନ ସାବ୍ୟସ୍ତ କରିଛନ୍ତି । ସେ କହୁଛନ୍ତି “ଅର୍ଜୁନ! ତୁମେ ହୁଏତ ଭାବୁଥାଇ ପାର ଯେ ତୁମେ ଜ୍ଞାନପୂର୍ଣ୍ଣ କଥା କହୁଛ, କିନ୍ତୁ ବାସ୍ତବରେ ତୁମେ ଯାହା କହୁଛ ଏବଂ କରୁଛ ତାହା ତୁମର ଅଜ୍ଞାନତା ଅଟେ । କୌଣସି ସମ୍ଭାବିତ କାରଣ ଶୋକକୁ ଉଚିତ୍ ପ୍ରତିପାଦିତ କରେ ନାହିଁ । ବିଜ୍ଞ ବ୍ୟକ୍ତିମାନେ ଜୀବିତ ବା ମୃତ କାହା ପାଇଁ କେବେ ବି ଶୋକ କରନ୍ତି ନାହିଁ । ତେଣୁ ନିଜ ଜ୍ଞାତି କୁଟୁମ୍ବଙ୍କୁ ହତ୍ୟା କରିବାରେ ଯେଉଁ ଦୁଃଖର କଳ୍ପନା ତୁମେ କରୁଛ ତାହା ଭ୍ରମପୂର୍ଣ୍ଣ ଅଟେ ଏବଂ ତାହା ପ୍ରମାଣିତ କରୁଛି ଯେ ତୁମେ ପଣ୍ଡିତ ନୁହଁ ।”\nଶୋକରହିତ ଜଣେ ଜ୍ଞାନୀଙ୍କୁ ଖୋଜିବା ପାଇଁ ଆମକୁ ଗୀତାର ଗଭୀରତାକୁ ଯିବାକୁ ପଡ଼ିବ ନାହିଁ, କାରଣ ପିତାମହ ଭୀଷ୍ମ ନିଜେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟନ୍ତି । ସେ ଜଣେ ମହାପୁରୁଷ ଥିଲେ ଯିଏ ଜନ୍ମ ମୃତ୍ୟୁର ରହସ୍ୟ ଭେଦ କରିପାରିଥିଲେ ଏବଂ ଯିଏ ପରିସ୍ଥିତିର ବିଷମତାର ଊର୍ଦ୍ଧ୍ୱରେ ଥିଲେ । ସବୁ ପରିସ୍ଥିତିରେ ଶାନ୍ତ ରହି, ଭଗବାନଙ୍କର ସେବା ଭାବରେ ସେ ଦୃଷ୍ଟମାନଙ୍କର ପକ୍ଷ ନେବାକୁ ମଧ୍ୟ ରାଜି ହୋଇଥିଲେ । ଏହା ଦ୍ୱାରା ସେ ଏକ ଉଦାହରଣ ପ୍ରସ୍ତୁତ କରିଥିଲେ ଯେ ଯେଉଁମାନେ ଭଗବାନଙ୍କ ପ୍ରତି ସମର୍ପିତ, ସେମାନେ ଫଳାଫଳ ପ୍ରତି ଚିନ୍ତିତ ନ ହୋଇ, ସମସ୍ତ ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ କରିଚାଲନ୍ତି । ଏପରି ବ୍ୟକ୍ତିମାନେ ଶୋକ କରନ୍ତି ନାହିଁ, କାରଣ ସେମାନେ ସବୁ ପରିସ୍ଥିତିକୁ ଭଗବାନଙ୍କର କୃପା ଭାବରେ ଗ୍ରହଣ କରିଥାଆନ୍ତି ।"
},
{
"verseTitle": "Bhagavad Gita 2.12",
"verse": "12",
"chapter": 2,
"lang": "or",
"shloka": {
"speaker": "",
"sanskrit": "न त्वेवाहं जातु नासं न त्वं नेमे जनाधिपाः। \n\nन चैव न भविष्यामः सर्वे वयमतः परम्॥12॥",
"text": "ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।\nନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ ।।୧୨।।",
"audioLink": "https://www.holy-bhagavad-gita.org/public/audio/002_012.mp3"
},
"wordMeanings": "ନ- କଦାପି ନୁହେଁ; ତୁ- କିନ୍ତୁ; ଏବ-ନିଶ୍ଚିତଭାବେ; ଅହଂ-ମୁଁ; ଜାତୁ- କେବେ ବି; ନ-ନୁହେଁ; ଆସଂ-ଥିଲି; ନ - ନୁହେଁ; ତ୍ୱଂ-ତୁମେ; ନ-ନୁହେଁ;ଇମେ -ଏହିସବୁ; ଜନ-ଅଧିପାଃ -ରାଜା; ନ -କଦାପି ନୁହେଁ; ଚ-ମଧ୍ୟ; ଏବ-ବାସ୍ତବରେ; ନ ଭବିଷ୍ୟାମଃ- ଭବିଷ୍ୟତରେ ରହିବେ ନାହିଁ; ସର୍ବେ-ସମସ୍ତେ; ବୟଂ- ଆମ୍ଭେମାନେ ; ଅତଃ -ଏବେ ଠାରୁ ପରମ୍-ପରେ ।",
"translation": {
"text": "ଏମିତି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲ, ବା ଏହି ରାଜାମାନେ ନ ଥିଲେ; ଭବିଷ୍ୟତରେ ମଧ୍ୟ ଏପରି ସମୟ କେବେ ବି ଆସିବ ନାହିଁ ଯେତେବେଳେ ଆମେ କେହି ନ ଥିବା ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.12.mp3"
]
},
"commentary": "ଡେଲଫିଠାରେ ଅବସ୍ଥିତ ଆପୋଲୋ ମନ୍ଦିରର ପ୍ରବେଶ ଦ୍ୱାରରେ ଏହି ଶବ୍ଦ ଖୋଦିତ ହୋଇଛି - ଏଦ୍ଭକ୍ଟଗ୍ଧଷସ ଝରଙ୍କଗ୍ଧକ୍ଟଦ୍ଭ ଅର୍ଥାତ୍ “ନିଜକୁ ଜାଣ” । ଏଥେନ୍ସର ପ୍ରଖ୍ୟାତ ଦାର୍ଶନିକ ସକ୍ରେଟିସ୍ ମଧ୍ୟ ଲୋକମାନଙ୍କୁ ନିଜର ସ୍ୱରୂପ ସମ୍ବନ୍ଧରେ ଜାଣିବାକୁ ଉତ୍ସାହିତ କରିବାରେ ଆଗ୍ରହୀ ଥିଲେ । ସେଠାରେ ଏପରି ଏକ କଥା ଶୁଣିବାକୁ ମିଳିଥାଏ ଯେ ଥରେ ସକ୍ରେଟିସ୍ ଗଭୀର ଚିନ୍ତାମଗ୍ନ ଅବସ୍ଥାରେ ରାସ୍ତାରେ ଚାଲୁଥିବା ସମୟରେ ଅକସ୍ମାତ୍ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ଧକ୍କା ହୋଇଗଲା । ବ୍ୟକ୍ତି ଜଣକ ବିରକ୍ତ ହୋଇ ପଚାରିଲେ, “ତୁମେ କ’ଣ ଦେଖିପାରୁନ କେଉଁ ରାସ୍ତାରେ ଚାଲୁଛ? କିଏ ତୁମେ ?” ସକ୍ରେଟିସ୍ କୌତୁହଳ ପୂର୍ବକ ଉତ୍ତର ଦେଲେ, “ପ୍ରିୟ ବନ୍ଧୁ, ମୁଁ ଏହି ପ୍ରଶ୍ନର ଉତ୍ତର ଗତ ଚାଳିଶ ବର୍ଷ ଧରି ଖୋଜୁଛି । ତୁମେ ଯଦି କେବେ ଜାଣି ପାରିବ ମୁଁ କିଏ, ତାହାହେଲେ ଦୟା କରି ମୋତେ ଜଣାଇବ ।”\nବୈଦିକ ପରମ୍ପରା ଅନୁଯାୟୀ, ଦିବ୍ୟ ଜ୍ଞାନ ପ୍ରଦାନ କରିବାର ପ୍ରକ୍ରିୟା ଆତ୍ମଜ୍ଞାନରୁ ଆରମ୍ଭ ହୋଇଥାଏ । ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ସେହି ପଦ୍ଧତିର ଅନୁସରଣ କରି ଯେଉଁ ଜ୍ଞାନ ଦେଇଛନ୍ତି ତାହା ସକ୍ରେଟିସଙ୍କ ପାଦ ତଳୁ ଭୂମି ଖସାଇ ଦେଇଥାନ୍ତା । ଶ୍ରୀକୃଷ୍ଣ ବ୍ୟାଖ୍ୟା ଆରମ୍ଭ କରିବାକୁ ଯାଇ କହୁଛନ୍ତି, ଆମ୍ଭେମାନେ ଯେଉଁ ତତ୍ତ୍ୱକୁ ‘ମୁଁ’ ବୋଲି କହିଥାଏ ତାହା ବାସ୍ତବରେ ଆତ୍ମା ଅଟେ, ମାୟିକ ଶରୀର ନୁହେଁ । ଭଗବାନଙ୍କ ପରି ତାହା ନିତ୍ୟ ଅଟେ । ଶ୍ୱେତାଶ୍ୱତର ଉପନିଷଦ କହେ:\nଜ୍ଞାଜେ୍ଞø ଦ୍ୱାବଜା ବୀଶନୀଶାବଜା ହୈକା ଭୋକ୍ତୃ ଭୋଗ୍ୟାର୍ଥ ଯୁକ୍ତା ।ଅନନ୍ତଶ୍ଚାତ୍ମା ବିଶ୍ୱରୂପୋ ହ୍ୟକର୍ତା ତ୍ରୟଂ ଯଦା ବିନ୍ଦତେ ବ୍ରହ୍ମମେତତ୍ । (୧.୯)\nଉପରୋକ୍ତ ଶ୍ଳୋକ ବର୍ଣ୍ଣନା କରୁଛି ଯେ, ସୃଷ୍ଟି ତିନୋଟି ତତ୍ତ୍ୱର ସମାହାର ଅଟେ - ବ୍ରହ୍ମ, ଜୀବ ଓ ମାୟା ଏବଂ ଏହି ତିନୋଟି ତତ୍ତ୍ୱ ନିତ୍ୟ ଅଟନ୍ତି । ଆମେ ଯଦି ବିଶ୍ୱାସ କରୁଥାଏ ଯେ ଜୀବ ନିତ୍ୟ ଅଟେ, ତାହେଲେ ଏହା ଯୁକ୍ତିସଂଗତ ଯେ ମାୟିକ ଶରୀରର ମୃତ୍ୟୁ ପରେ ମଧ୍ୟ ଜୀବନ ଅଛି । ଶ୍ରୀକୃଷ୍ଣ ଏହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ।"
},
{
"verseTitle": "Bhagavad Gita 2.13",
"verse": "13",
"chapter": 2,
"lang": "or",
"shloka": {
"speaker": "",
"sanskrit": "देहिनोऽस्मिन्यथा देहे कौमारं यौवनं जरा।\n\nतथा देहान्तरप्राप्तिर्षीरस्तत्र न मुह्यति ॥13॥",
"text": "ଦେହିନୋଽସ୍ମିନ୍ଯଥା ଦେହେ କୌମାରଂ ଯୌବନଂ ଜରା ।\nତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି ।।୧୩।।",
"audioLink": "https://www.holy-bhagavad-gita.org/public/audio/002_013.mp3"
},
"wordMeanings": "ଦେହିନଃ- ଦେହୀର; ଅସ୍ମିନ୍- ଏଥିରେ; ଯଥା-ଯେପରି; ଦେହେ-ଦେହରେ; କୌମାରଂ-ବାଲ୍ୟାବସ୍ଥା; ଯୌବନଂ-ଯୌବନ; ଜରା-ବୃଦ୍ଧାବସ୍ଥା; ତଥା-ସେହିପରି; ଦେହାନ୍ତର- ଦେହାନ୍ତର; ପ୍ରାପ୍ତିଃ-ପ୍ରାପ୍ତି; ଧୀରଃ-ଜ୍ଞାନୀ; ତତ୍ର-ସେଥିରେ; ନ ମୁହ୍ୟତି- ମୁହ୍ୟମାନ ହୁଏନାହିଁ ।",
"translation": {
"text": "ଯେପରି ଜୀବାତ୍ମା ଏହି ଶରୀରରେ ଶୈଶବ, ଯୌବନ ଓ ବୃଦ୍ଧାବସ୍ଥା ଦେଇ ଗତି କରେ, ସେହିପରି ମୃତ୍ୟୁ ପରେ ଜୀବାତ୍ମା ଅନ୍ୟ ଏକ ଶରୀରକୁ ଚାଲିଯାଇଥାଏ । ବିଜ୍ଞ ବ୍ୟକ୍ତିମାନେ ଏଥିରେ ମୁହ୍ୟମାନ ହୁଅନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.13.mp3"
]
},
"commentary": "ଶ୍ରୀକୃଷ୍ଣ ଅକାଟ୍ୟ ତର୍କ ଦ୍ୱାରା ଜନ୍ମ ଜନ୍ମ ଧରି ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଆତ୍ମାର ଦେହାନ୍ତରଣ ସିଦ୍ଧାନ୍ତକୁ ସ୍ଥାପିତ କରିଛନ୍ତି । ସେ କହୁଛନ୍ତି ଯେ ଗୋଟିଏ ଜନ୍ମରେ ହିଁ ଆମର ଶରୀର ଶୈଶବାବସ୍ଥା, ଯୁବାବସ୍ଥା ତଥା ବାର୍ଦ୍ଧକ୍ୟ ଅବସ୍ଥାରେ ପରିବର୍ତ୍ତିତ ହୋଇଥାଏ । ଆଧୁନିକ ବିଜ୍ଞାନ ସୂଚିତ କରିଥାଏ ଯେ ଆମ ଶରୀରରେ ଥିବା କୋଷିକା ଗୁଡ଼ିକର ପୁନର୍ଜନନ ହୋଇଥାଏ - ପୁୁରଣା କୋଷିକାଗୁଡ଼ିକ ନଷ୍ଟ ହୋଇ ତା’ ସ୍ଥାନରେ ନୂଆ କୋଷିକା ସୃଷ୍ଟି ହୁଅନ୍ତି । ଏହି ଆକଳନ ଅନୁସାରେ ସାତ ବର୍ଷ ମଧ୍ୟରେ ଶରୀରରେ ଥିବା ସମସ୍ତ ଜୀବକୋଷ ପରିବର୍ତ୍ତିତ ହୋଇଯାଆନ୍ତି । ଜୀବକୋଷ ମଧ୍ୟରେ ଥିବା ଅଣୁକଣିକା ଆହୁରି ଦ୍ରୁତ ବେଗରେ ପରିବର୍ତ୍ତିତ ହୋଇଥାଆନ୍ତି । ପ୍ରତ୍ୟେକ ଶ୍ୱାସ ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ଅଣୁ ଆମ ଜୀବକୋଷିକା ମଧ୍ୟକୁ ପ୍ରବେଶ କରନ୍ତି ଏବଂ ପୂର୍ବରୁ ସେଥିରେ ଆବଦ୍ଧ ଥିବା ଅଣୁ ଅଙ୍ଗାରକାମ୍ଳ ରୂପରେ କୋଷିକାରୁ ନିର୍ଗତ ହୋଇଥାନ୍ତି । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ପ୍ରାୟ ଏକ ବର୍ଷ ମଧ୍ୟରେ ଅଠାନବେ ପ୍ରତିଶତ କୋଷିକା ମଧ୍ୟରେ ଥିବା ଅଣୁଗୁଡ଼ିକ ପରିବର୍ତ୍ତିତ ହୋଇଥାନ୍ତି । ଶରୀରର ଏହିପରି ଧାରାବାହିକ ପରିବର୍ତ୍ତନ ସତ୍ତ୍ୱେ ଆମେ ଭାବିଥାଉ ଯେ ଆମେ ସେହି ଜଣେ ବ୍ୟକ୍ତି ଅଟୁ । ଏହାର କାରଣ ଆମେ ମାୟିକ ଶରୀର ନୁହେଁ, ତା’ ମଧ୍ୟରେ ନିବାସ କରିଥିବା ଦିବ୍ୟ ଆତ୍ମା ଅଟୁ ।\nଏହି ଶ୍ଳୋକରେ ବ୍ୟବହୃତ ଶବ୍ଦ ଦେହମାନେ “ଶରୀର” ଏବଂ ଦେହିମାନେ “ଶରୀରର ସ୍ୱାମୀ” ବା ଆତ୍ମା ଅଟେ । ଅର୍ଜୁନଙ୍କର ଧ୍ୟାନ ଆକର୍ଷଣ କରି ଶ୍ରୀକୃଷ୍ଣ କହୁଛନ୍ତି ଯେ ଗୋଟିଏ ଜନ୍ମରେ ହିଁ ଶରୀର ସର୍ବଦା ପରିବର୍ତ୍ତନଶୀଳ ହୋଇଥିବା ଦୃଷ୍ଟିରୁ ଆତ୍ମାକୁ ଅନେକ ଶରୀର ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ସେହିପରି, ମୃତ୍ୟୁରେ ଆତ୍ମା ଅନ୍ୟ ଏକ ଶରୀରକୁ ଗତି କରିଥାଏ । ବାସ୍ତବରେ ସଂସାରିକ ଦୃଷ୍ଟିରୁ ଆମେ ଯାହାକୁ ମୃତ୍ୟୁ କହିଥାଏ, ତାହା ଆତ୍ମାର ଏକ କାର୍ଯ୍ୟକ୍ଷମହୀନ ବୃଦ୍ଧ ଶରୀରକୁ ତ୍ୟାଗ କରିବା ଅଟେ ଏବଂ ଆମେ ଯାହାକୁ ଜନ୍ମ କହେ, ତାହା ଆତ୍ମାର ଅନ୍ୟତ୍ର ଏକ ନୂତନ ଶରୀର ଗ୍ରହଣ କରିବା ଅଟେ । ଏହା ପୁନର୍ଜନ୍ମର ସିଦ୍ଧାନ୍ତ ଅଟେ ।\nଅଧିକାଂଶ ପ୍ରାଚ୍ୟ ଦର୍ଶନ ପୁନର୍ଜନ୍ମର ଚିନ୍ତାଧାରାକୁ ସମର୍ଥନ କରନ୍ତି । ଏହା ହିନ୍ଦୁଧର୍ମ, ଜୈନଧର୍ମ ଏବଂ ଶିଖଧର୍ମର ଅଭିନ୍ନ ଅଙ୍ଗ ଅଟେ । ବୌଦ୍ଧଧର୍ମରେ, ବୁଦ୍ଧଦେବ ତାଙ୍କର ପୂର୍ବ ଜନ୍ମଗୁଡ଼ିକର ସୂଚନା ବାରମ୍ବାର ଦେଇଛନ୍ତି । ପାଶ୍ଚାତ୍ୟ ଦର୍ଶନର ବିଶ୍ୱାସ ପ୍ରଣାଳୀରେ ମଧ୍ୟ ପୁର୍ନଜନ୍ମର ବିଶ୍ୱାସ ପ୍ରଗାଢ଼ ରୂପରେ ସନ୍ନିହିତ, ସେ ସମ୍ପର୍କରେ ଅନେକ ଲୋକଙ୍କର ଧାରଣା ନ ଥାଏ । ପାଶ୍ଚାତ୍ୟ ଧର୍ମ ଓ ଦର୍ଶନ କ୍ଷେତ୍ରରେ, ବିଖ୍ୟାତ ଦାର୍ଶନିକ ପିଥାଗୋରାସ୍, ପ୍ଲାଟୋ ଏବଂ ସକ୍ରେଟିସ୍ ପୁନର୍ଜନ୍ମକୁ ସତ୍ୟ ଭାବରେ ଗ୍ରହଣ କରୁଥିଲେ ଏବଂ ସେମାନଙ୍କର ମତ ସବୁ ଅର୍ଫିବାଦ (ଙକ୍ସକ୍ଟ୍ରଷସଗ୍ଦଜ୍ଞ), ହର୍ମେଟିକ୍ବାଦ (ଐରକ୍ସଜ୍ଞରଗ୍ଧସମସଗ୍ଦଜ୍ଞ), ନିଓପ୍ଲାଟୋବାଦ (ଘରକ୍ଟକ୍ଟ୍ରକ୍ଷବଗ୍ଧକ୍ଟସଗ୍ଦଜ୍ଞ), ମ୍ୟାନିଚିନ୍ବାଦ (ଗବଦ୍ଭସମଷରବଦ୍ଭସଗ୍ଦଜ୍ଞ) ଏବଂ ନୋଷ୍ଟିକ୍ବାଦ (ଏଦ୍ଭକ୍ଟଗ୍ଦଗ୍ଧସମସଗ୍ଦଜ୍ଞ) ଗୁଡ଼ିକରେ ପ୍ରତିଫଳିତ ହୋଇଅଛି । ମୁଖ୍ୟଧାରାର ଆବ୍ରାହମୀୟ ଧର୍ମ ଅର୍ନ୍ତଗତ ତିନି ମୁଖ୍ୟ ଧର୍ମର ସିଦ୍ଧାନ୍ତ ମଧ୍ୟ ପୁନର୍ଜନ୍ମକୁ ସମର୍ଥନ କରେ । ଉଦାହରଣ ସ୍ୱରୂପ, କବାଲା ଅଧ୍ୟୟନ କରୁଥିବା ଇହୁଦୀ, ଖ୍ରୀଷ୍ଟିୟାନ କାଥରଗଣ, ମୁସ୍ଲିମ୍ ସିହା ସମ୍ପ୍ରଦାୟ ମଧ୍ୟରେ ଅଲ୍ବିସିହା ଏବଂ ଡ୍ରୁଜ ସମୁଦାୟ । ପାଶ୍ଚାତ୍ୟ ଧର୍ମ ଅନ୍ତର୍ଗତ ଇହୁଦୀ ଧର୍ମର ପ୍ରଖ୍ୟାତ ଇତିହାସକାର, ଯୋସେଫସ୍, ତାଙ୍କ ଲେଖନୀରେ ଏପରି ଭାଷାର ବ୍ୟବହାର କରିଥିଲେ ଯେଉଁଥିରୁ ପ୍ରତୀତ ହୁଏ ତତ୍କାଳୀନ ପାରସି ଏବଂ ଇସିନିସ୍ମାନେ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ଇହୁଦୀୟ କାବାଲାରେ ପୁନର୍ଜନ୍ମକୁ “ଗିଲଗୁଲ ନେଶମତ” (ଏସକ୍ଷଶଙ୍କକ୍ଷ ଘରଗ୍ଦଷବଜ୍ଞକ୍ଟଗ୍ଧ) ବା “ଜକ୍ଟକ୍ଷକ୍ଷସଦ୍ଭଶ କ୍ଟଲ ଗ୍ଧଷର ଗ୍ଦକ୍ଟଙ୍କକ୍ଷ” ଭାବରେ ବର୍ଣ୍ଣନା କରାଯାଇଛି । ପ୍ରସିଦ୍ଧ ସୁଫି ସନ୍ଥ ମୌଲାନା ଜଲାଲ୍ଉଦ୍ଦିନ ରୁମି କହିଥିଲେ :\nମୁଁ ପଥର ରୂପରେ ମୃତ୍ୟୁ ଲାଭ କଲି ଏବଂ ମୁଁ ବୃକ୍ଷଟିଏ ହେଲି;\nମୁଁ ବୃକ୍ଷ ରୂପରେ ମୃତ୍ୟୁ ଲାଭ କଲି ଏବଂ ପ୍ରାଣୀଟିଏ ହେଲି;\nମୁଁ ପ୍ରାଣୀ ରୂପରେ ମୃତ୍ୟୁ ଲାଭ କଲି ଏବଂ ମନୁଷ୍ୟଟିଏ ହେଲି ।\nତାହେଲେ ମୁଁ ମୃତ୍ୟୁକୁ ଡରିବି କାହିଁକି?\nକେବେ ମୃତ୍ୟୁ ଦ୍ୱାରା ମୋର ଅବକ୍ଷୟ ହୋଇଛି କି?\nମୁଁ ମନୁଷ୍ୟ ରୂପରେ ମୃତ୍ୟୁ ଲାଭ କରି ପରୀଟିଏ ହେବି!\nଅଧିକାଂଶ ପୁରାତନ ଖ୍ରୀଷ୍ଟିୟାନମାନେ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ଖ୍ରୀଷ୍ଟିୟାନ ଇତିହାସରୁ ଜଣାପଡ଼େ ଯେ ୫୫୩ ଖ୍ରୀଷ୍ଟାଦ୍ଦରେ ନିକାଇଆ ସମ୍ମିଳନୀ ମୁଖ୍ୟତଃ ପୁର୍ନଜନ୍ମର ତଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହୋଇଥିଲା । ତତ୍ପଶ୍ଚାତ୍ ଏକ ଧାର୍ମିକ ଘୋଷଣା କରାଯାଇଥିଲା ଯାହାର ଉଦ୍ଦେଶ୍ୟ ସାଧାରଣ ବ୍ୟକ୍ତିମାନଙ୍କ ଉପରେ ଚର୍ଚ୍ଚ୍ର ଆଧିପତ୍ୟ ବିସ୍ତାର କରିବା ଥିଲା । ସେ ପର୍ଯ୍ୟନ୍ତ ଏହା ସାଧାରଣ ଭାବେ ଆଦୃତ ଥିଲା । ଯୀଶୁଖ୍ରୀଷ୍ଟ ପରୋକ୍ଷ ଭାବେ ଏହି ମତବାଦକୁ ପ୍ରଚାର କରିଥିଲେ ଯେତେବେଳେ ସେ ତାଙ୍କର ଅନୁଯାୟୀମାନଙ୍କୁ କହିଥିଲେ ଯେ, ବାପ୍ଟିଷ୍ଟ ଜନ୍ ଅବତରିତ ଧର୍ମଯାଜକ ଏଲିଜା ଅଟନ୍ତି (ମାଥ୍ୟୁ ୧୧:୧୩-୧୪, ମାଥ୍ୟୁ ୧୭:୧୦-୧୩) । ଏହା ପୁରାତନ ଟେଷ୍ଟାମେଣ୍ଟ(ମଲାଚି ୪:୫)ରେ ମଧ୍ୟ ଉଲ୍ଲେଖ ଅଛି । ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କ ମଧ୍ୟରେ ବିଶିଷ୍ଟ ବିଦ୍ୱାନ, ଓରିଜେନ କହିଥିଲେ: ପ୍ରତ୍ୟେକ ମନୁଷ୍ୟ ତାଙ୍କର ପୂର୍ବ ଜନ୍ମମାନଙ୍କରେ କରିଥିବା କର୍ମ ଅନୁସାରେ ଶରୀର ପ୍ରାପ୍ତ କରିଥାଆନ୍ତି । ସୋଲୋମନଙ୍କ ଜ୍ଞାନ ପୁସ୍ତକ ଅନୁଯାୟୀ: “ଏକ ସୁସ୍ଥ ଶରୀରରେ ସୁସ୍ଥ ଅଙ୍ଗପ୍ରତ୍ୟଙ୍ଗ ନେଇ ଜନ୍ମ ହେବା ପୂର୍ବ ଜନ୍ମର ସୁକୃତର ପୁରସ୍କାର ଅଟେ ।” (ଙ୍ଗସଗ୍ଦୟକ୍ଟଜ୍ଞ କ୍ଟଲ ଗ୍ଦକ୍ଟକ୍ଷକ୍ଟଜ୍ଞକ୍ଟଦ୍ଭ ୮:୧୯:୨୦)\nସାଇବେରିଆ ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ଆଦି ଦେଶମାନଙ୍କର ଆଦିବାସୀମାନେ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ଆଧୁନିକ ସଭ୍ୟତାମାନଙ୍କ ମଧ୍ୟରୁ ରୋଜୀକ୍ରୁଶନ (ଜକ୍ଟଗ୍ଦସମକ୍ସଙ୍କମସବଦ୍ଭଗ୍ଦ) ସ୍ପିରିଟିଜିମ୍ ଝକ୍ଟ୍ରସକ୍ସସଗ୍ଧସଗ୍ଦଜ୍ଞ, ଥିଓସୋଫିଷ୍ଟ୍ (ଞଷରକ୍ଟଗ୍ଦକ୍ଟକ୍ଟ୍ରଷସଗ୍ଦଗ୍ଧଗ୍ଦ) ଏବଂ ନୂଆ ଯୁଗର ଅନୁଯାୟୀମାନେ ମଧ୍ୟ ପୁର୍ନଜନ୍ମକୁ ସ୍ୱୀକୃତି ଦେଇଥିଲେ । କିଛି ବର୍ଷ ପୂର୍ବେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଡ: ଇଆନ୍ ଷ୍ଟିଭେନ୍ସନ୍ ଓ ଡ: ଜିମ୍ ଟକରଙ୍କ ଗବେଷଣାରେ ଉଦବୁଦ୍ଧ ହୋଇ ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟମାନଙ୍କରେ ଏହା ବୈଜ୍ଞାନିକ ଗବେଷଣାର ବିଷୟବସ୍ତୁ ହୋଇପାରିଛି ।\nପୁନର୍ଜନ୍ମକୁ ସ୍ୱୀକାର ନ କରି ସଂସାରର କଷ୍ଟ, ବିଶୃଙ୍ଖଳା ଓ ଅପରିପୂର୍ଣ୍ଣତା ଆଦିକୁ ବୁଝିବା କଷ୍ଟକର ଅଟେ । ସେଥିପାଇଁ ଅନେକ ପାଶ୍ଚାତ୍ୟ ଦାର୍ଶନିକ ଏହି ସିଦ୍ଧାନ୍ତକୁ ବିଶ୍ୱାସ କରନ୍ତି । ଭିର୍ଜିଲ୍ ଓ ଓଭିଡ଼୍ ଏହି ମତବାଦକୁ ସ୍ୱୟଂସିଦ୍ଧ ଭାବରେ ବିଚାର କରୁଥିଲେ । ଗୋଏଥ୍, ଫିଚ୍, ଶ୍ଚେଲିଙ୍ଗ ଓ ଲେଜିଙ୍ଗ୍ ଏହାକୁ ସ୍ୱୀକାର କରୁଥିଲେ । ଆଧୁନିକ ଯୁଗର ଦାର୍ଶନିକମାନଙ୍କ ମଧ୍ୟରୁ ହ୍ୟୁମ୍, ସ୍ପେନସର୍ ଏବଂ ମାକ୍ସମୁଲର ଆଦି ସମସ୍ତେ ଏହାକୁ ନିର୍ବିବାଦ ସିଦ୍ଧାନ୍ତ ଭାବରେ ଗ୍ରହଣ କରିଛନ୍ତି । ବ୍ରାଉନିଂ, ରୋସେଟ୍ଟି, ଟେନିସନ୍, ୱଡ଼ସ୍ୱର୍ଥଙ୍କ ପରି ପାଶ୍ଚାତ୍ୟ ଦେଶର ଅନେକ କବି ଏଥିରେ ବିଶ୍ୱାସ କରୁଥିଲେ ।\nଶ୍ରୀକୃଷ୍ଣ ଏହା ପୂର୍ବରୁ କହିଥିଲେ ଯେ ଜ୍ଞାନୀମାନେ ଶୋକ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ଆମ୍ଭେମାନେ ସୁଖ ଏବଂ ଦୁଃଖ ଅନୁଭବ କରିଥାଉ । ଏହାର କାରଣ କ’ଣ? ସେ ବର୍ତ୍ତମାନ ତାହା ଉପରେ ଆଲୋଚନା କରୁଛନ୍ତି ।"
},
{
"verseTitle": "Bhagavad Gita 2.14",
"verse": "14",
"chapter": 2,
"lang": "or",
"shloka": {
"speaker": "",
"sanskrit": "मात्रास्पर्शास्तु कौन्तेय शीतोष्णसुखदुःखदाः।\n\nआगमापायिनोऽनित्यास्तांस्तितिक्षस्व भारत॥14॥",
"text": "ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।\nଆଗମାପାୟିନୋଽନିତ୍ୟାସ୍ଥାଂସ୍ଥିତିକ୍ଷସ୍ୱ ଭାରତ ।।୧୪।।",
"audioLink": "https://www.holy-bhagavad-gita.org/public/audio/002_014.mp3"
},
"wordMeanings": "ମାତ୍ରା-ସ୍ପର୍ଶାଃ- ଇନ୍ଦ୍ରିୟମାନେ ବିଷୟର ସଂସ୍ପର୍ଶରେ ଆସି ; ତୁ- ବାସ୍ତବରେ; କୌନ୍ତେୟ- ହେ କୁନ୍ତିପୁତ୍ର; ଶୀତ-ଶୀତ; ଉଷ୍ଣ-ଗ୍ରୀଷ୍ମ; ସୁଖ-ସୁଖ; ଦୁଃଖ- ଦୁଃଖ; ଦାଃ- ଦିଅନ୍ତି; ଆଗମ- ଆସିବା; ଅପାୟିନଃ-ଯିବା; ଅନିତ୍ୟାଃ-ଅନିତ୍ୟ, ଅସ୍ଥାୟୀ; ତାନ୍-ସେସବୁକୁ; ତିତିକ୍ଷସ୍ୱ -ସହ୍ୟ କର; ଭାରତ-ହେ ଭରତ ବଂଶଜ ।",
"translation": {
"text": "ହେ କୁନ୍ତିପୁତ୍ର! ଇନ୍ଦ୍ରିୟମାନେ ଇନ୍ଦ୍ରିୟବିଷୟ ସଂସ୍ପର୍ଶରେ ଆସି ସାମୟିକ ଭାବରେ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । ଏହିସବୁ ଅନୁଭୂତି ଅସ୍ଥାୟୀ ଅଟେ ଏବଂ ତାହା ଶୀତ ଓ ଗ୍ରୀଷ୍ମ ଋତୁ ପରି ଆସିଥାଏ ଓ ଯାଇଥାଏ । ହେ ଭରତ ବଂଶଜ! ସେଥିରେ ବିଚଳିତ ନ ହୋଇ ସେମାନଙ୍କୁ ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ୍ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.14.mp3"
]
},
"commentary": "ମନୁଷ୍ୟ ଶରୀରରେ ପାଞ୍ଚଟି ଇନ୍ଦ୍ରିୟ ଅଛି - ଦର୍ଶନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ, ସ୍ୱାଦେନ୍ଦ୍ରିୟ, ସ୍ପର୍ଶେନ୍ଦ୍ରିୟ, ଏବଂ ଶ୍ରବଣେନ୍ଦ୍ରିୟ । ଏମାନେ ନିଜ ନିଜ ବିଷୟର ସଂସ୍ପର୍ଶରେ ଆସି ସୁଖ ବା ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । କୌଣସି ବି ଅନୁଭୂତି ସ୍ଥାୟୀ ନୁହେଁ । ଋତୁ ବଦଳିଲା ପରି ସେଗୁଡ଼ିକ ଆସନ୍ତି ଓ ଯାଆନ୍ତି । ଶୀତଳ ଜଳ ଗ୍ରୀଷ୍ମ ଦିନରେ ଆନନ୍ଦ ଦେଲେ ମଧ୍ୟ ସେହି ଜଳ ଶୀତ ଦିନରେ କଷ୍ଟ ଦେଇଥାଏ । ଅତଏବ, ଇନ୍ଦ୍ରିୟ ଦ୍ୱାରା ଅନୁଭୂତ ଉଭୟ ସୁଖ ଓ ଦୁଃଖ ଅସ୍ଥାୟୀ ଅଟେ । ଆମେ ଯଦି ନିଜକୁ ସେମାନଙ୍କ ଦ୍ୱାରା ପ୍ରଭାବିତ ହେବାକୁ ଛାଡିଦେବା, ତେବେ ଆମେ ପେଣ୍ଡୁଲମ୍ ପରି ଏଦିଗରୁ ସେଦିଗ ଦୋଳାୟିତ ହେଉଥିବା । ଜଣେ ବିଚାରବନ୍ତ ବ୍ୟକ୍ତି ସୁଖ ଓ ଦୁଃଖରେ ବିଚଳିତ ନ ହୋଇ ସହନଶୀଳତାର ଅଭ୍ୟାସ କରିବା ଉଚିତ ।\nବିପାସନା ପଦ୍ଧତି, ଯାହା ବୌଦ୍ଧଧର୍ମର ଆତ୍ମାନୁଭୂତି ଲାଭର ପ୍ରମୁଖ ପଦ୍ଧତି ଅଟେ, ଇନ୍ଦ୍ରିୟାନୁଭୂତିକୁ ସହନ କରିବାର ସୂତ୍ର ଉପରେ ଆଧାରିତ । ଏହାର ଅଭ୍ୟାସ କାମନା ଦୂର କରିବାରେ ସାହାଯ୍ୟ କରିଥାଏ, ଯାହା ସମସ୍ତ ଦୁଃଖର କାରଣ ଅଟେ । ବୌଦ୍ଧଧର୍ମ ଅନୁଯାୟୀ ଯେଉଁ ଚାରୋଟି ମହାନ୍ ସତ୍ୟ ରହିଛି - ଦୁଃଖ ଭୋଗର ସତ୍ୟ, ଦୁଃଖ ଉତ୍ପତ୍ତିର ସତ୍ୟ, ଦୁଃଖ ବିନାଶର ସତ୍ୟ ଏବଂ ଦୁଃଖ ବିନାଶର ମାର୍ଗର ସତ୍ୟ -ସବୁ ସତ୍ୟର ମୂଳଭୂତ ତତ୍ତ୍ୱ କାମନା ଅଟେ । ବୌଦ୍ଧ ଦର୍ଶନ ବିସ୍ତୃତ ବୈଦିକ ଦର୍ଶନର ଏକ ଅଂଶ ଅଟେ ।"
},
{
"verseTitle": "Bhagavad Gita 2.15",
"verse": "15",
"chapter": 2,
"lang": "or",
"shloka": {
"speaker": "",
"sanskrit": "यं हि न व्यथयन्त्येते पुरुषं पुरुषर्षभ।\n\nसमदुःखसुखं धीरं सोऽमृतत्वाय कल्पते॥15॥",
"text": "ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।\nସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।।୧୫।।",
"audioLink": "https://www.holy-bhagavad-gita.org/public/audio/002_015.mp3"
},
"wordMeanings": "ଯଂ-ଯାହାକୁ; ହି-ନିଶ୍ଚିତଭାବେ; ନ -ନାହିଁ; ବ୍ୟଥୟନ୍ତି- ବ୍ୟଥିତ ହୁଅନ୍ତି; ଏତେ- ଏସବୁ; ପୁରୁଷଂ- ପୁରୁଷ; ପୁରୁଷର୍ଷଭ- ପୁରୁଷମାନଙ୍କ ମଧ୍ୟରେ ଉତ୍ତମ; ସମ -ସମଭାବ; ଦୁଃଖ -ଦୁଃଖ; ସୁଖଂ-ସୁଖ; ଧୀରଂ-ଅବିଚଳିତ; ସଃ-ସେ; ଅମୃତତ୍ୱାୟ -ମୁକ୍ତି ନିମିତ୍ତ; କଳ୍ପତେ-ଉପଯୁକ୍ତ ବିବେଚିତ ।",
"translation": {
"text": "ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ଯେଉଁ ବ୍ୟକ୍ତି ସୁଖ ଓ ଦୁଃଖ ଦ୍ୱାରା ପ୍ରଭାବିତ ହୁଏ ନାହିଁ ଏବଂ ଉଭୟ ସ୍ଥିତିରେ ଅବିଚଳିତ ରହେ, ସେ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.15.mp3"
]
},
"commentary": "ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ କହିଲେ ଯେ ଉଭୟ ସୁଖ ଓ ଦୁଃଖର ଅନୁଭୂତି ଅସ୍ଥାୟୀ ଅଟେ । ସେ ବର୍ତ୍ତମାନ ଅର୍ଜୁନଙ୍କୁ ବିବେକ ଯୁକ୍ତ ହୋଇ ଏପରି ଦ୍ୱନ୍ଦ୍ୱର ଉପରକୁ ଉଠିବାକୁ ଉତ୍ସାହିତ କରୁଛନ୍ତି । ଏପରି ବିଚାର ଶକ୍ତି ଉତ୍ପନ୍ନ କରିବା ପାଇଁ ଆମେ ପ୍ରଥମେ ଦୁଇଗୋଟି ମହତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ବୁଝିବା ଆବଶ୍ୟକ । ୧) ଆମେ କାହିଁକି ସୁଖ ଇଚ୍ଛା କରୁ? ୨) ମାୟିକ ସୁଖ ଆମକୁ ତୃପ୍ତି ଦିଏ ନାହିଁ କାହିଁକି?\nପ୍ରଥମ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସରଳ ଅଟେ । ଭଗବାନ ଅନନ୍ତ ସୁଖର ସାଗର ଅଟନ୍ତି ଏବଂ ଆମେସବୁ ଜୀବ ତା’ର ଏକ କ୍ଷୁଦ୍ର ଅଂଶ ଅଟୁ । ଅର୍ଥାତ୍, ଆମେ ଅନନ୍ତ ଆନନ୍ଦ ସିନ୍ଧୁର ଏକ କ୍ଷୁଦ୍ର ଅଂଶ ଅଟୁ । ସ୍ୱାମୀ ବିବେକାନନ୍ଦ ଲୋକଙ୍କୁ “ହେ ଚିରନ୍ତନ ଆନନ୍ଦର ସନ୍ତାନଗଣ” ଭାବରେ ସମ୍ବୋଧନ କରୁଥିଲେ । ଶିଶୁଟିଏ ତା’ର ମା’ ପ୍ରତି ଆକର୍ଷିତ ହେବା ପରି ପ୍ରତ୍ୟେକ ଅଂଶ ତାଙ୍କର ଅଂଶୀ ପ୍ରତି ସ୍ୱଭାବିକ ଭାବେ ଆକର୍ଷିତ ହୋଇଥାନ୍ତି । ସେହିପରି ଆମେସବୁ ଜୀବ ଆନନ୍ଦ ସିନ୍ଧୁର ଅତି କ୍ଷୁଦ୍ର ଅଂଶ ହୋଇଥିବାରୁ, ସେହି ସୁଖ ଆଡ଼କୁ ଆକର୍ଷିତ ହୋଇଥାଉ । ତେଣୁ ସଂସାରରେ ଆମେ ଯାହା ବି କରୁ ସୁଖ ପାଇଁ ହିଁ କରିଥାଉ । ଆନନ୍ଦ କେଉଁଠାରେ ଅଛି ଏବଂ ତାହାର ସ୍ୱରୂପ କ’ଣ, ଏସବୁ ବିଷୟରେ ଆମ୍ଭମାନଙ୍କର ମତ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସମସ୍ତ ଜୀବିତ ପ୍ରାଣୀ ଆନନ୍ଦ ବ୍ୟତୀତ ଅନ୍ୟ କିଛି ଖୋଜୁ ନାହାନ୍ତି । ଏହା ପ୍ରଥମ ପ୍ରଶ୍ନର ଉତ୍ତର ଅଟେ ।\nବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନର ଉତ୍ତର ବୁଝିବା । ଆତ୍ମା ଭଗବାନଙ୍କର ସୂକ୍ଷ୍ମ ଅଂଶ ହୋଇଥିବା ଦୃଷ୍ଟିରୁ ଏହା ମଧ୍ୟ ଭଗବାନଙ୍କ ସଦୃଶ ଦିବ୍ୟ ଅଟେ । ତେଣୁ ଆତ୍ମା ଯେଉଁ ସୁଖର ସନ୍ଧାନ କରୁଛି ତାହା ମଧ୍ୟ ଦିବ୍ୟ ଅଟେ । ସେପରି ଆନନ୍ଦର ତିନୋଟି ଗୁଣ ଥିବା ଆବଶ୍ୟକ :\n୧. ଏହା ଅନନ୍ତ ମାତ୍ରାର ହୋଇଥିବ,\n୨. ଏହା ଚିରସ୍ଥାୟୀ ହୋଇଥିବ,\n୩. ଏହା ନିତ୍ୟ ନୂତନ ହୋଇଥିବ ।\nଭଗବାନଙ୍କର ଆନନ୍ଦ ଏହିପରି ଅଟେ, ଯାହାକୁ ସତ୍-ଚିତ୍-ଆନନ୍ଦ ବା ନିତ୍ୟ-ଚୈତନ୍ୟ ଆନନ୍ଦର ସାଗର ଭାବରେ ବର୍ଣ୍ଣନା କରାଯାଇଥାଏ । କିନ୍ତୁ ଆମେ ଅନୁଭବ କରୁଥିବା ଇନ୍ଦ୍ରିୟର ବିଷୟସୁଖ ଏହାର ବିପରୀତ ଅଟେ । ଏହା ଅସ୍ଥାୟୀ, ସୀମିତ ଏବଂ ଜଡ଼ ଅଟେ । ତେଣୁ ଆମ ଶରୀର-ଇନ୍ଦ୍ରିୟ ଦ୍ୱାରା ଯେଉଁ ସଂସାରିକ ସୁଖ ଆମେ ଅନୁଭବ କରିଥାଉ, ତାହା ଆମର ଦିବ୍ୟ ଆତ୍ମାକୁ କେବେବି ସନ୍ତୁଷ୍ଟ କରିପାରିବ ନାହିଁ ।\nଏହିପରି ବିଚାର କରି, ଆମେ ସଂସାରିକ ସୁଖ ପ୍ରତି ଉଦାସୀନ ରହିବାକୁ ଅଭ୍ୟାସ କରିବା ଉଚିତ । ସେହିପରି ସଂସାରିକ ଦୁଃଖକୁ ମଧ୍ୟ ସହ୍ୟ କରିବା ଉଚିତ । (ଏହାର ଆଲୋଚନା ଆଗକୁ ଅନେକ ଶ୍ଳୋକରେ କରାଯାଇଛି, ଯଥା ୨.୪୮, ୫.୨୦ ଇତ୍ୟାଦି) । ତେବେଯାଇଁ ଆମେ ଏହି ଦ୍ୱୈତରୁ ଊର୍ଦ୍ଧକୁ ଉଠିପାରିବା ଏବଂ ମାୟାଶକ୍ତି ଆମକୁ ବାନ୍ଧି ପାରିବ ନାହିଁ ।"
},
{
"verseTitle": "Bhagavad Gita 2.16",
"verse": "16",
"chapter": 2,
"lang": "or",
"shloka": {
"speaker": "",
"sanskrit": "नासतो विद्यते भावो नाभावो विद्यते सतः।\n\nउभयोरपि दृष्टोऽन्तस्त्वनयोस्तत्त्वदर्शिभिः ॥16॥",
"text": "ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।\nଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ୱନୟୋସ୍ତତ୍ତ୍ୱ ଦର୍ଶିଭିଃ ।।୧୬।।",
"audioLink": "https://www.holy-bhagavad-gita.org/public/audio/002_016.mp3"
},
"wordMeanings": "ନ- ନାହିଁ; ଅସତଃ-ଅସତ୍ର; ବିଦ୍ୟତେ- ଅଛି; ଭାବଃ- ସ୍ଥାୟୀତ୍ୱ; ନ-ନାହିଁ; ଅଭାବଃ-ପରିସମାପ୍ତି; ବିଦ୍ୟତେ-ଅଛି; ସତଃ-ସତ୍ର; ଉଭୟୋଃ-ଉଭୟର; ଅପି-ମଧ୍ୟ; ଦୁଷ୍ଟଃ-ଦେଖାଯାଏ; ଅନ୍ତଃ- ସମାପ୍ତି; ତୁ-ନିଶ୍ଚିତ ଭାବରେ; ଅନୟୋଃ- ଏ ଦୁହିଁଙ୍କର; ତତ୍ତ୍ୱଦର୍ଶିଭିଃ- ତତ୍ତ୍ୱଦର୍ଶୀମାନଙ୍କ ଦ୍ୱାରା ।",
"translation": {
"text": "ଅସତ୍ର ସ୍ଥାୟୀତ୍ୱ ନାହିଁ ଏବଂ ସତ୍ର ଅନ୍ତ ନାହିଁ । ଉଭୟର ସ୍ୱରୂପ ଅଧ୍ୟୟନ କରି ତତ୍ତ୍ୱଦର୍ଶୀମାନେ ଏହା ନିର୍ଣ୍ଣୟ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.16.mp3"
]
},
"commentary": "ଶ୍ୱେତାଶ୍ୱତର ଉପନିଷଦ ଅନୁସାରେ, ତିନୋଟି ତତ୍ତ୍ୱ ରହିଛି:\nଭୋକ୍ତା ଭୋଗ୍ୟଂ ପ୍ରେରିତାରଂ ଚ ମତ୍ୱା ସର୍ବଂ ପ୍ରୋକ୍ତଂ ତ୍ରିବିଧଂ ବ୍ରହ୍ମମେତତ୍ (୧.୧୨)କ୍ଷରଂ ପ୍ରଧାନମମୃତାକ୍ଷରଂ ହରଃ କ୍ଷରାତ୍ମାନାବୀଶତେ ଦେବ ଏକଃ (୧.୧୦)ସଂଯୁକ୍ତମେତତ୍କ୍ଷରମକ୍ଷରଂ ଚ ବ୍ୟକ୍ତାବ୍ୟକ୍ତଂ ଭରତେ ବିଶ୍ୱମୀଶଃ (୧.୮)\n\nଏହି ସବୁ ବେଦ ମନ୍ତ୍ର କହୁଛନ୍ତି ଯେ ଭଗବାନ, ଜୀବାତ୍ମା ଏବଂ ମାୟା । ଏହି ତିନୋଟି ତତ୍ତ୍ୱ ଚିରନ୍ତନ ଅଟନ୍ତି ।\n୧. ଭଗବାନ ଚିରନ୍ତନ ଅଟନ୍ତି । ସେଥିପାଇଁ ସେ ସତ୍ ଅଟନ୍ତି । ବେଦରେ ତାଙ୍କର ଏକ ନାମ ଅଛି ସତ୍-ଚିତ୍-ଆନନ୍ଦ (ନିତ୍ୟ-ଜ୍ଞାନ ଯୁକ୍ତ-ଆନନ୍ଦର ସାଗର) ।\n୨. ଆତ୍ମା ଅବିନାଶୀ ଅଟେ, ତେଣୁ ସେ ମଧ୍ୟ ସତ୍ ଅଟେ । କିନ୍ତୁ ଶରୀର ଦିନେ ନଷ୍ଟ ହୋଇଯିବ, ତେଣୁ ତାହା ଅସତ୍ (କ୍ଷଣସ୍ଥାୟୀ) ଅଟେ । ଆତ୍ମା ମଧ୍ୟ ସତ୍-ଚିତ୍-ଆନନ୍ଦ କିନ୍ତୁ ଏହା ଅଣୁ ଅଟେ । ଅତଏବ, ଆତ୍ମା ଅଣୁସତ୍, ଅଣୁଚିତ୍ ଏବଂ ଅଣୁଆନନ୍ଦ ଅଟେ ।\n୩. ମାୟା ତତ୍ତ୍ୱ, ଯାହା ଦ୍ୱାରା ଏହି ସଂସାର ଗଠିତ, ସତ୍ ବା ନିତ୍ୟ ଅଟେ । କିନ୍ତୁ ଆମ ଚତୁପାଶ୍ୱର୍ରେ ଆମେ ଯେଉଁ ସବୁ ପଦାର୍ଥ ଦେଖିବାକୁ ପାଇଥାଏ ତାହା ଦିନେ ସୃଷ୍ଟି ହୋଇଥିବ ଏବଂ ସମୟ କ୍ରମେ ଲୋପ ମଧ୍ୟ ହୋଇଯିବ । ସେଥିପାଇଁ ସେ ସବୁକୁ ଅସତ୍ ବା କ୍ଷଣସ୍ଥାୟୀ କୁହାଯାଏ । ସଂସାର ଅସତ୍ ହୋଇଥିବା ସ୍ଥଳେ ମାୟା ତତ୍ତ୍ୱଟି ସତ୍ ଅଟେ ।\nସଂସାର ଅସତ୍ ଅଟେ, ତା’ର ଅର୍ଥ ନୁହେଁ ଯେ ଏହା ମିଥ୍ୟା ଅଟେ । ଅସତ୍ (କ୍ଷଣସ୍ଥାୟୀ)ର ଅର୍ଥ ମିଥ୍ୟା ବା “ଅସ୍ଥିତ୍ୱହୀନ” ନୁହେଁ । କେତେକ ଦାର୍ଶନିକଙ୍କ ମତରେ ସଂସାର ମିଥ୍ୟା ବା ଅସ୍ଥିତ୍ୱହୀନ ଅଟେ । ସେମାନେ ଦାବି କରନ୍ତି ଯେ ଆମର ଅଜ୍ଞାନତା ଆମକୁ ସଂସାରର ବୋଧ କରାଉଛି । ଆମେ ଯେତେବେଳେ ବ୍ରହ୍ମଜ୍ଞାନ ଲାଭ କରିବା (ପରମାତ୍ମାଙ୍କ ବିଷୟରେ ଜ୍ଞାନ), ସେତେବେଳେ ସଂସାରର ସ୍ଥିତି ରହିବ ନାହିଁ । କିନ୍ତୁ ଏହା ଯଦି ସତ୍ୟ ହୋଇଥାନ୍ତା, ତେବେ ଭଗବତ୍ ପ୍ରାପ୍ତ ମହାପୁରୁଷମାନଙ୍କ ପାଇଁ ଏ ସଂସାର ରହନ୍ତା ନାହିଁ । ଯେହେତୁ ସେମାନଙ୍କର ଅଜ୍ଞନତା ଦୂର ହୋଇଯାଇଛି, ସେମାନଙ୍କ ପାଇଁ ସଂସାରର ସ୍ଥିତି ରହନ୍ତା ନାହିଁ । ତାହାହେଲେ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲା ପରେ ମୁନିଋଷିମାନେ ପୁସ୍ତକ ରଚନା କିପରି କରନ୍ତି? କାଗଜ କଲମ କେଉଁଠୁ ଆସେ? ବ୍ରହ୍ମଜ୍ଞାନୀମାନେ ମଧ୍ୟ ସଂସାରର ବସ୍ତୁ ବ୍ୟବହାର କରନ୍ତି, ଏହା ପ୍ରମାଣ କରେ ଯେ ତାଙ୍କ ପାଇଁ ମଧ୍ୟ ସଂସାରର ଅସ୍ଥିତ୍ୱ ଅଛି । ତା’ଛଡ଼ା ବ୍ରହ୍ମଜ୍ଞାନୀମାନେ ମଧ୍ୟ ତାଙ୍କ ଶରୀର ପାଇଁ ଖାଦ୍ୟ ଆବଶ୍ୟକ କରନ୍ତି । ବେଦଶାସ୍ତ୍ର କହେ: ପଶ୍ୱାଦିଭିଶ୍ଚାବିଶେଷତ୍ “ଭଗବତ୍ ପ୍ରାପ୍ତ ମହାପୁରୁଷମାନେ ମଧ୍ୟ, ସମସ୍ତ ପ୍ରାଣୀଙ୍କ ପରି, କ୍ଷୁଧା ଅନୁଭବ କରନ୍ତି ଏବଂ ଖାଦ୍ୟ ଆବଶ୍ୟକ କରନ୍ତି ।” ତାଙ୍କ ପାଇଁ ଯଦି ସଂସାର ନ ଥାନ୍ତା, ତାହାହେଲେ ସେମାନେ କିପରି ଓ କାହିଁକି ଖାଆନ୍ତେ?\nପୁନଶ୍ଚ, ତୈତ୍ତିରୀୟ ଉପନିଷଦ ଆମକୁ ବାରମ୍ବାର କହିଥାଏ ଯେ ଭଗବାନ ସଂସାରରେ ସର୍ବତ୍ର ବ୍ୟାପ୍ତ ରହିଛନ୍ତି:\nସୋଽକାମୟତ ବହୁ ସ୍ୟାଂ ପ୍ରଜାୟେୟେତି ସ ତପୋଽତପ୍ୟତ ସ ତପସ୍ତପ୍ତ୍ୱା ଇଦଂ ସର୍ବମସୃଜତ ଯଦିଦଂ କିଂ ଚ ତତ୍ ସୃଷ୍ଟ୍ା ତଦେବାନୁପ୍ରାବିଶତ୍ ତଦନୁପ୍ରବିଶ୍ୟ ସଚ୍ଚ ତ୍ୟଚ୍ଚାଭବତ୍ ନିରୁକ୍ତଂ ଚାନିରୁକ୍ତଂ ଚ ନିଲୟନଂ ଚାନିଲୟନଂ ଚ ବିଜ୍ଞାନଂ ଚାବିଜ୍ଞାନଂ ଚ ସତ୍ୟଂ ଚାନୃତମ୍ ଚ ସତ୍ୟମଭବତ୍ ଯଦିଦଂ କିଂ ଚ ତତ୍ସତ୍ୟମିତ୍ୟାଚକ୍ଷତେ ତଦପ୍ୟେଷ ଶ୍ଲୋକୋ ଭବତି (୨.୬.୪)\nଏହି ବେଦ ମନ୍ତ୍ର କହୁଛି, ଭଗବାନ କେବଳ ସଂସାର ସୃଷ୍ଟି କରିନାହାନ୍ତି, ସେ ଏହାର ସମସ୍ତୁ ଅଣୁରେ ମଧ୍ୟ ପ୍ରବିଷ୍ଟ ହୋଇଛନ୍ତି । ଯଦି ଭଗବାନ ସଂସାରରେ ସର୍ବବ୍ୟାପ୍ତ ଅଟନ୍ତି ତାହେଲେ ସଂସାର ସ୍ଥିତିହୀନ କିପରି ହେବ? ତେଣୁ ସଂସାରକୁ ମିଥ୍ୟା କହିବା ଅର୍ଥ ଭଗବାନଙ୍କର ସର୍ବବ୍ୟାପକତାକୁ ଅସ୍ୱୀକାର କରିବା । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ସଂସାରର ଅସ୍ତିତ୍ୱ ଅଛି କିନ୍ତୁ ଏହା କ୍ଷଣସ୍ଥାୟୀ, ତେଣୁ ସେ ଏହାକୁ ଅସତ୍ ବା ଅସ୍ଥାୟୀ କହୁଛନ୍ତି । ସେ ଏହାକୁ ମିଥ୍ୟା ବା ଅସ୍ତିତ୍ୱହୀନ କହୁନାହାଁନ୍ତି ।"
},
{
"verseTitle": "Bhagavad Gita 2.17",
"verse": "17",
"chapter": 2,
"lang": "or",
"shloka": {
"speaker": "",
"sanskrit": "अविनाशि तु तद्विद्धि येन सर्वमिदं ततम् ।\n\nविनाशमव्ययस्यास्य न कश्चित्कर्तुमर्हति॥17॥",
"text": "ଅବିନାଶି ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ ।\nବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍କର୍ତୁମର୍ହତି ।।୧୭।।",
"audioLink": "https://www.holy-bhagavad-gita.org/public/audio/002_017.mp3"
},
"wordMeanings": "ଅବିନାଶି- ବିନାଶରହିତ; ତୁ-ବାସ୍ତବରେ; ତତ୍-ତାହା; ବିଦ୍ଧି- ଜାଣ; ଯେନ-ଯାହାଦ୍ୱାରା; ସର୍ବଂ-ସମଗ୍ର; ଇଦଂ- ଏହା; ତତମ୍-ପରିବ୍ୟାପ୍ତ; ବିନାଶଂ-ବିନାଶ; ଅବ୍ୟୟସ୍ୟ-ଅବ୍ୟୟର; ଅସ୍ୟ- ଏହାର; ନ କଶ୍ଚିତ୍-କେହି; କର୍ତୁଂ-କରିବାକୁ; ଅର୍ହତି- ସକ୍ଷମ ।",
"translation": {
"text": "ଏକଥା ଜାଣ ଯେ ଯାହା ସମଗ୍ର ଶରୀରରେ ବ୍ୟାପ୍ତ ଅଟେ, ତାହା ଅବିନାଶୀ ଅଟେ । ସେହି ଅକ୍ଷୟ ଆତ୍ମାକୁ କେହି ନଷ୍ଟ କରିପାରିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.17.mp3"
]
},
"commentary": "ଶ୍ରୀକୃଷ୍ଣ ଶରୀର ଓ ଆତ୍ମା ମଧ୍ୟରେ ସମ୍ପର୍କ ସ୍ଥାପନ କରି କହୁଛନ୍ତି ଯେ ଆତ୍ମା ଶରୀରରେ ବ୍ୟାପ୍ତ ରହିଛି । ଏହାଦ୍ୱାରା ସେ କ’ଣ କହିବାକୁ ଚାହୁଁଛନ୍ତି? ଆତ୍ମା ଚୈତନ୍ୟ ଅଟେ ଅର୍ଥାତ୍ ଏହାର ଚେତନା ଅଛି । ଶରୀର ଜଡ଼ ପଦାର୍ଥ ଦ୍ୱାରା ନିର୍ମିତ ଏବଂ ଚେତନା ହୀନ ଅଟେ କିନ୍ତୁ ଆତ୍ମା ଶରୀର ମଧ୍ୟରେ ରହି ତାକୁ ଚୈତନ୍ୟତା ପ୍ରଦାନ କରେ । ତେଣୁ ଆତ୍ମା ଶରୀରରେ ବ୍ୟାପ୍ତ ରହି ତାହାର ପ୍ରତ୍ୟେକ ଅଂଶରେ ଚୈତନ୍ୟତାର ବିସ୍ତାର କରିଥାଏ ।\nଆତ୍ମାର ନିବାସ ସ୍ଥାନ ବିଷୟରେ କେହି କେହି ପ୍ରଶ୍ନ କରିଥାଆନ୍ତି । ବେଦ କହେ, ଆତ୍ମା ହୃଦୟରେ ନିବାସ କରେ:\nହୃଦି ହ୍ୟେଷ ଆତ୍ମା (ପ୍ରଶ୍ନୋପନିଷଦ ୩.୬)ସ ବା ଏଷ ଆତ୍ମା ହୃଦି (ଛାନ୍ଦୋଗ୍ୟ ଉପନିଷଦ ୮.୩.୩)\nହୃଦି ଶବ୍ଦଟି ସୂଚିତ କରିଥାଏ ଯେ ଆତ୍ମା ହୃଦୟରେ ଅବସ୍ଥାନ କରେ । ତଥାପି ଚୈତନ୍ୟତା, ଯାହା ଆତ୍ମାର ଗୁଣ ଅଟେ, ତାହା ସମଗ୍ର ଶରୀରରେ ବ୍ୟାପ୍ତ ହୋଇଥାଏ । ଏହା କିପରି ହୋଇଥାଏ? ବେଦବ୍ୟାସ ଏହି ତଥ୍ୟକୁ ନିମ୍ନମତେ ବର୍ଣ୍ଣନା କରିଛନ୍ତି:\nଅବିରୋଧଶ୍ଚନ୍ଦନବତ୍ (ବ୍ରହ୍ମସୂତ୍ର ୨.୩.୨୩)\n“ଯେପରି କପାଳରେ ଚନ୍ଦନ ଲେପନ କଲେ ତାହା ସାରା ଶରୀରକୁ ଶୀତଳ କରିଦିଏ, ସେହିପରି ଯଦିଓ ଆତ୍ମା ହୃଦୟରେ ନିବାସ କରେ, ସେ ତା’ର ଚୈତନ୍ୟତା ସମଗ୍ର ଶରୀରରେ ବିସ୍ତାର କରିଥାଏ ।”\nପୁଣି ଜଣେ ପ୍ରଶ୍ନ କରିପାରନ୍ତି ଯେ ଯଦି ଚେତନା ଆତ୍ମାର ଗୁଣ ଅଟେ, ତାହେଲେ ଏହା କିପରି ଶରୀରରେ ବ୍ୟାପ୍ତ ହୁଏ? ବେଦବ୍ୟାସ ଏହି ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି:\nବ୍ୟତିରେକୋ ଗନ୍ଧବତ୍ (ବ୍ରହ୍ମସୁତ୍ର ୨.୩.୨୬)\n“ସୁଗନ୍ଧ ଫୁଲର ଗୁଣ ଅଟେ । କିନ୍ତୁ ବଗିଚାରେ ଫୁଲ ଫୁଟି ତା’ର ମହକରେ ସମଗ୍ର ବଗିଚାକୁ ସୁଗନ୍ଧିତ କରିଦେଇଥାଏ । ସେହିପରି ଆତ୍ମା ଚୈତନ୍ୟ ଅଟେ, ଏବଂ ଏହା ଶରୀରରେ ଚୈତନ୍ୟତା ବିସ୍ତାର କରି, ଜଡ଼ ଶରୀରକୁ ଚୈତନ୍ୟ କରିଦିଏ ।"
},
{
"verseTitle": "Bhagavad Gita 2.18",
"verse": "18",
"chapter": 2,
"lang": "or",
"shloka": {
"speaker": "",
"sanskrit": "अन्तवन्त इमे देहा नित्यस्योक्ताः शरीरिणः।\n\nअनाशिनोऽप्रमेयस्य तस्माद्युध्यस्व भारत॥18॥",
"text": "ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।\nଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ ।।୧୮।।",
"audioLink": "https://www.holy-bhagavad-gita.org/public/audio/002_018.mp3"
},
"wordMeanings": "ଅନ୍ତବନ୍ତଃ- ବିନାଶଶୀଳ; ଇମେ-ଏହିସବୁ; ଦେହାଃ-ଭୌତିକ ଶରୀର; ନିତ୍ୟସ୍ୟ- ନିତ୍ୟ; ଉକ୍ତାଃ-କଥିତ ଅଛି; ଶରୀରିଣଃ-ଦେହଧାରୀ ଆତ୍ମା; ଅନାଶିନଃ-କଦାପି ନଷ୍ଟ ହେବ ନାହିଁ; ଅପ୍ରମେୟସ୍ୟ-ଅକଳନୀୟ; ତସ୍ମାତ୍-ତେଣୁ; ଯୁଧ୍ୟସ୍ୱ- ଯୁଦ୍ଧ କର; ଭାରତ- ହେ ଭରତ ବଂଶଜ !",
"translation": {
"text": "କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.18.mp3"
]
},
"commentary": "ବାସ୍ତବରେ ସ୍ଥୁଳ ଶରୀର ମାଟିରେ ଗଢ଼ା । ଏହି ମାଟି ହିଁ ପରିବା, ଫଳ ଶସ୍ୟ, ଡାଲି ଓ ଘାସରେ ପରିଣତ ହୁଏ । ଗାଈ ସେହି ଘାସ ଖାଇ କ୍ଷୀର ଦେଇଥାଏ । ଆମେ ମନୁଷ୍ୟମାନେ ଏହିସବୁ ଖାଦ୍ୟ ଖାଇ ଥାଉ ଯାହା ଆମ ଶରୀର ଗଠନ କରେ । ତେଣୁ ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ ଶରୀର ମାଟିରେ ଗଢ଼ା ହୋଇଛି ।\nମୃତ୍ୟୁ ସମୟରେ ଯେତେବେଳେ ଆତ୍ମା ଶରୀର ଛାଡ଼ି ଚାଲିଯାଏ, ଶରୀରର ତିନି ପ୍ରକାର ଗତି ହୋଇପାରେ: କୃମି, ବିଡ୍ ବା ଭସ୍ମ । ଏହାକୁ ଜଳାଇ ଦିଆଯାଇପାରେ, ଯଦ୍ୱାରା ଏହା ଭସ୍ମରେ ପରିଣତ ହୋଇ ମାଟି ହୋଇଯାଏ । କିମ୍ବା ଏହାକୁ ପୋତି ଦିଆଯାଏ ଯେଉଁଠି ପୋକ ଇତ୍ୟାଦି ତାହାକୁ ଭକ୍ଷଣ କରି ମାଟିରେ ପରିଣତ କରିଦିଅନ୍ତି । ନଚେତ୍ ଏହାକୁ ପାଣିରେ ଫିଙ୍ଗିଦିଆଯାଏ, ଯେଉଁଠି ଜଳଚର ପ୍ରାଣୀ ସବୁ ଏହାକୁ ଭକ୍ଷଣ କରି ମଳ ରୂପରେ ତ୍ୟାଗ କରନ୍ତି, ଯାହା ଶେଷରେ ନଦୀ ଶଯ୍ୟାର ମାଟିରେ ମିଶିଯାଏ ।\nଏହିପରି ଭାବରେ, ସଂସାରରେ ମୃତ୍ତିକା ଏକ ଆଶ୍ମର୍ଯ୍ୟଜନକ ଚକ୍ର ଦେଇ ଗତି କରିଥାଏ । ଏହା ଖାଦ୍ୟରେ ପରିଣତ ହୁଏ । ଏହି ଖାଦ୍ୟରୁ ଶରୀର ଗଠନ ହୁଏ, ଏବଂ ଶରୀର ପୁଣି ମୃତ୍ୟୁ ପରେ ମୃତ୍ତିକାକୁ ଫେରିଆସେ । ବାଇବେଲ କହେ: “ତୁମେ ଧୂଳିରେ ତିଆରି ଏବଂ ଧୂଳିକୁ ତୁମେ ଫେରିଯିବ ।” (ଜେନେସିସ୍ ୩:୧୯) । ଏହି ପଦଟି ସ୍ଥୁଳ ଶରୀରକୁ ଈଶାରା କରିଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, “ଏହି ଭୌତିକ ଶରୀର ମଧ୍ୟରେ ଏକ ନିତ୍ୟ ଅବିନାଶୀ ତତ୍ତ୍ୱ ରହିଛି, ଯାହା ମୃତ୍ତିକାରେ ଗଢ଼ା ନୁହେଁ । ଏହା ହିଁ ଦିବ୍ୟ ଆତ୍ମା ଓ ବାସ୍ତବ ମୁଁ ଅଟେ ।”"
},
{
"verseTitle": "Bhagavad Gita 2.19",
"verse": "19",
"chapter": 2,
"lang": "or",
"shloka": {
"speaker": "",
"sanskrit": "य एनं वेत्ति हन्तारं यश्चैनं मन्यते हतम्।\n\nउभौ तौ न विजानीतो नायं हन्ति न हन्यते॥19॥",
"text": "ଯ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ।\nଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ।।୧୯।।",
"audioLink": "https://www.holy-bhagavad-gita.org/public/audio/002_019.mp3"
},
"wordMeanings": "ଯଃ- ଯିଏ; ଏନଂ-ଏହାକୁ; ବେତ୍ତି-ଜାଣେ; ହନ୍ତାରଂ-ହତ୍ୟାକାରୀ; ଯଃ-ଯିଏ; ଚ-ଏବଂ; ଏନଂ-ଏହାକୁ; ମନ୍ୟତେ-ଭାବେ; ହତଂ-ହତ; ଉଭୌ-ଉଭୟ; ତୌ- ସେ ଦୁହିଁଙ୍କୁ; ନ- କେବେ ନୁହେଁ; ବିଜାନୀତଃ-ଜ୍ଞାନତଃ; ନ- ନାହିଁ; ଅୟଂ- ଏହା; ହନ୍ତି-ମାରେ; ନ ହନ୍ୟତେ-ମରେ ନାହିଁ ।",
"translation": {
"text": "ଯେଉଁ ବ୍ୟକ୍ତି ଏପରି ଭାବନ୍ତି ଯେ ଆତ୍ମା କାହାର ହତ୍ୟା କରିପାରେ ଏବଂ ଯିଏ ଏପରି ଭାବନ୍ତି ଆତ୍ମାକୁ ହତ୍ୟା କରାଯାଇ ପାରେ, ଉଭୟ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.19.mp3"
]
},
"commentary": "ନିଜକୁ ଶରୀର ମନେ କରିବା କାରଣରୁ, ଆମ ମନରେ ମୃତ୍ୟୁର ଭ୍ରମ ଉତ୍ପନ୍ନ ହୋଇଥାଏ । ରାମାୟଣ ଏହାକୁ ଏପରି ବର୍ଣ୍ଣନା କରିଛି ।\nଜ୍ୟୋଁ ସପନେଁ ସିର କାଟଇ କୋଈ, ବିନୁ ଜାଗେଁ ନ ଦୂରି ଦୁଖ ହୋଈ ।\n“ସ୍ୱପ୍ନରେ ଆମେ ଯଦି ଦେଖେ ଆମର ମୁଣ୍ଡ କାଟି ଦିଆଯାଉଛି, ତା’ହେଲେ ନିଦରୁ ଉଠିବା ପର୍ଯ୍ୟନ୍ତ ଆମେ ବ୍ୟଥା ଅନୁଭବ କରିଥାଏ ।” ସ୍ୱପ୍ନର ଘଟଣା ଭ୍ରମ ଅଟେ, କିନ୍ତୁ ନିଦରୁ ଉଠି ସେ ଭ୍ରମ ଦୂର ନ କରିବା ଯାଏଁ କଷ୍ଟର ଅନୁଭୂତି ଆମକୁ ବିଚଳିତ କରୁଥାଏ । ସେହିପରି “ଆମେ ଶରୀର ଅଟୁ” ଏହି ଭ୍ରମ ଆମକୁ ମୃତ୍ୟୁର ଭୟ ଅନୁଭବ କରାଏ । ଯେଉଁ ଜ୍ଞାନୀ ଜୀବାତ୍ମାର ଏହି ଭ୍ରମ ଦୂର ହୋଇ ଯାଇଥାଏ, ତାଙ୍କର ମୃତ୍ୟୁର ଭୟ ଲୋପ ପାଇଯାଏ ।\nଏଠାରେ ଜଣେ ପଚାରି ପାରନ୍ତି ଯେ ଯଦି କେହି କାହାକୁ ମାରି ପାରିବେ ନାହିଁ, ତା’ହେଲେ ହତ୍ୟା କରିବା ଏକ ଦଣ୍ଡନୀୟ ଅପରାଧ ଭାବରେ କାହିଁକି ଧରାଯାଏ? ଏହା ଏଥିପାଇଁ ଯେ ଶରୀର ଆତ୍ମାର ବାହନ ଅଟେ ଏବଂ କାହାର ବାହନକୁ ନଷ୍ଟ କରିବା ହିଂସା ଅଟେ, ଯାହା ନିଷିଦ୍ଧ ଅଟେ । ବେଦର ସ୍ପଷ୍ଟ ନିର୍ଦ୍ଦେଶ “ମା’ ହିଂସ୍ୟାତ୍ ସର୍ବଭୂତାନି ” ଅର୍ଥାତ୍ କାହା ପ୍ରତି ହିଂସା କରନାହିଁ । ଏପରିକି ବେଦ ପ୍ରାଣୀମାନଙ୍କୁ ହତ୍ୟା କରିବା ମଧ୍ୟ ଅପରାଧ ଭାବରେ ଗ୍ରହଣ କରେ । କିନ୍ତୁ କେତେକ ପରିସ୍ଥିତିରେ ଏହି ନିୟମ ବଦଳି ଯାଏ ଏବଂ ହିଂସା ମଧ୍ୟ ଆବଶ୍ୟକ ହୋଇଥାଏ । ଉଦାହରଣ ସ୍ୱରୂପ, ଯଦି ଗୋଟିଏ ସର୍ପ ଆମକୁ ଦଂଶନ କରିବାକୁ ଆସୁଥାଏ ବା କେହି ଅସ୍ତ୍ର ଦ୍ୱାରା ଆମକୁ ଆକ୍ରମଣ କରୁଥାଆନ୍ତି କିମ୍ବା କେହି ଜଣେ ଆମର କିଛି ମୂଲ୍ୟବାନ ବସ୍ତୁ ଲୁଟି ନେଉଛି, ତେବେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ହିଂସା ଅନୁମୋଦନୀୟ ଅଟେ । ବର୍ତ୍ତମାନର ପରିସ୍ଥିତିରେ, ଅର୍ଜୁନଙ୍କ ହିଂସା ଓ ଅହିଂସା ମଧ୍ୟରୁ କ’ଣ କରିବା ଉଚିତ୍ ଏବଂ କାହିଁକି କରିବା ଉଚିତ୍ - ଏସବୁ ବିଷୟରେ ଭଗବଦ୍ ଗୀତାରେ ଆଗକୁ ଶ୍ରୀକୃଷ୍ଣ ବିସ୍ତାର ପୂର୍ବକ ବର୍ଣ୍ଣନା କରିବେ । ଏହି ବର୍ଣ୍ଣନା ସହିତ ବିଷୟରେ ଆଲୋକପାତ କରିବା ପାଇଁ ଅମୂଲ୍ୟ ଦିବ୍ୟ ଜ୍ଞାନ ପ୍ରକାଶିତ ହେବ ।"
},
{
"verseTitle": "Bhagavad Gita 2.20",
"verse": "20",
"chapter": 2,
"lang": "or",
"shloka": {
"speaker": "",
"sanskrit": "न जायते म्रियते वा कदाचिन् \n\nनायं भूत्वा भविता वा न भूयः। \n\nअजो नित्यः शाश्वतोऽयं पुराणो \n\nन हन्यते हन्यमाने शरीरे ॥20॥",
"text": "ନ ଜାୟତେ ମ୍ରିୟତେ ବା କଦାଚି-\nନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।\nଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ\nନ ହନ୍ୟତେ ହନ୍ୟମାନେ ଶରୀରେ ।।୨୦।।",
"audioLink": "https://www.holy-bhagavad-gita.org/public/audio/002_020.mp3"
},
"wordMeanings": "ନ- ନାହିଁ; ଜାୟତେ- ଜନ୍ମହୁଏ; ମ୍ରିୟତେ-ମରେ; ବା-କିମ୍ବା; କଦାଚିତ୍-କୌଣସି କାଳରେ (ଭୂତ, ଭବିଷ୍ୟତ କିମ୍ବା ବର୍ତ୍ତମାନ); ନ-ନୁହେଁ; ଅୟଂ- ଏହା; ଭୂତ୍ୱା-ଥିଲା; ଭବିତା-ହେବ; ବା-କିମ୍ବା; ନ-ନୁହେଁ; ଭୂୟଃ-କିମ୍ବା ହୋଇଛି; ଅଜଃ-ଅଜ (ଅଜନ୍ମା); ନିତ୍ୟଃ-ନିତ୍ୟ; ଶାଶ୍ୱତଃ-ଶାଶ୍ୱତ; ଅୟଂ- ଏହି; ପୁରାଣଃ- ପୁରାତନ; ନ ହନ୍ୟତେ- ନଷ୍ଟ ହୁଏନାହିଁ; ହନ୍ୟମାନେ ଶରୀରେ- ଶରୀର ନଷ୍ଟ ହେବା ସହିତ ।",
"translation": {
"text": "ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା ଏମିତି ସମୟ ନାହିଁ ଯେତେବେଳେ ଏହାର ଅସ୍ତିତ୍ୱ ରହିବ ନାହିଁ । ଆତ୍ମାର ଜନ୍ମ ନାହିଁ; ଏହା ଚିରନ୍ତନ, ଅମର ଏବଂ ଶାଶ୍ୱତ ଅଟେ । ଶରୀର ନଷ୍ଟ ହେବା ସହିତ ଏହା ନଷ୍ଟ ହୁଏ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.20.mp3"
]
},
"commentary": "ଏହି ଶ୍ଳୋକରେ ଆତ୍ମାର ଶାଶ୍ୱତ ସ୍ୱରୂପକୁ ସିଦ୍ଧ କରାଯାଇଛି, ଯାହା ନିତ୍ୟ ଏବଂ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱରେ । ତେଣୁ ଏହାର ଛଅ ପ୍ରକାର ପରିବର୍ତ୍ତନ ହୋଇ ନ ଥାଏ - ଅସ୍ତି, ଜାୟତେ, ବର୍ଦ୍ଧତେ, ବିପରିଣମତେ, ଅପକ୍ଷୀୟତେ ଓ ବିନଶ୍ୟତି । ଅର୍ଥାତ୍ ଗର୍ଭବାସ, ଜନ୍ମ, ବୃଦ୍ଧି, ବଂଶବୃଦ୍ଧି, କ୍ଷୟ ଏବଂ ମୃତ୍ୟୁ । ଏସବୁ ଶରୀରର ପରିବର୍ତ୍ତନ ଅଟେ, ଆତ୍ମାର ନୁହେଁ । ଯାହାକୁ ଆମେ ମୃତ୍ୟୁ କହୁ ତାହା କେବଳ ଶରୀରର ବିନାଶ ଅଟେ, କିନ୍ତୁ ଅମର ଆତ୍ମା ଏହି ଶାରୀରିକ ପରିବର୍ତ୍ତନରେ ପ୍ରଭାବିତ ହୁଏ ନାହିଁ । ବେଦରେ ଏହା ସମ୍ବନ୍ଧରେ ବାରମ୍ବାର ଗୁରୁତ୍ୱାରୋପଣ କରାଯାଇଛି । ଗୀତାର ଏହି ଶ୍ଳୋକ ସଦୃଶ କଠୋପନିଷଦରେ ଏକ ଶ୍ଳୋକ ଅଛି ।\nନା ଜାୟତେ ମ୍ରିୟତେ ବା ବିପଶ୍ଚିନ୍ନାୟଂ କୁତଶ୍ଚିନ୍ ନ ବଭୂବ କଶ୍ଚିତ୍\nଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ । (୧.୨.୧୮)\n“ଆତ୍ମାର ଜନ୍ମ ନାହିଁ କି ଏହାର ମୃତ୍ୟୁ ନାହିଁ । ଏହା କାହାଠାରୁ ଉତ୍ପନ୍ନ ହୋଇ ନ ଥାଏ ବା ଏହାଠାରୁ କେହି ଉତ୍ପତ୍ତି ହୁଅନ୍ତି ନାହିଁ । ଏହା ଅଜନ୍ମା, ଚିରନ୍ତନ, ଅମର ଏବଂ ଚିରାୟୁ ଅଟେ । ଶରୀର ନଷ୍ଟ ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ ।” ବୃହଦାରଣ୍ୟକ ଉପନିଷଦ କହେ:\nସ ବା ଏଷ ମହାନ୍ ଅଜ ଆତ୍ମାଜରୋଽମରେଽମୃତେଽଭୟଃ । (୪.୪.୨୫)\n“ଆତ୍ମା ଦୀପ୍ତିମୟ, ଅଜନ୍ମା, ମୃତ୍ୟୁରହିତ, ଜରାରହିତ, ଅମର ଏବଂ ନିର୍ଭୟ ଅଟେ ।”"
},
{
"verseTitle": "Bhagavad Gita 2.21",
"verse": "21",
"chapter": 2,
"lang": "or",
"shloka": {
"speaker": "",
"sanskrit": "वेदाविनाशिनं नित्यं य एनमजमव्ययम्।\n\nकथं स पुरुषः पार्थ कं घातयति हन्ति कम्॥21॥",
"text": "ବେଦବିନାଶିନଂ ନିତ୍ୟଂ ଯ ଏନମଜମବ୍ୟୟମ୍ ।\nକଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍ ।।୨୧।।",
"audioLink": "https://www.holy-bhagavad-gita.org/public/audio/002_021.mp3"
},
"wordMeanings": "ବେଦ- ଜାଣେ; ଅବିନାଶିନଂ-ଅବିନାଶୀ; ନିତ୍ୟଂ-ସର୍ବଦା; ଯ-ଯିଏ; ଏନଂ-ଏହି (ଆତ୍ମା)କୁ; ଅଜଂ-ଅଜ; ଅବ୍ୟୟମ୍- ଅବ୍ୟୟ; କଥଂ-କିପରି; ସଃ-ସେ; ପୁରୁଷଃ- ପୁରୁଷ; ପାର୍ଥ- ହେ ପାର୍ଥ (ଅର୍ଜୁନ); କଂ-କାହାକୁ; ଘାତୟତି- ଆଘାତ ପ୍ରାପ୍ତ ହୁଏ; ହନ୍ତି- ମାରେ, କମ୍-କାହାକୁ ।",
"translation": {
"text": "ହେ ପାର୍ଥ! ଆତ୍ମା ଅକ୍ଷୟ, ନିତ୍ୟ, ଅଜନ୍ମା ଏବଂ ଅପରିବର୍ତ୍ତନଶୀଳ ଅଟେ, ଯିଏ ଏହା ଜାଣନ୍ତି, ସେ କିପରି ଅନ୍ୟ କାହାକୁ ହତ୍ୟା କରିବେ ବା ଅନ୍ୟ ଦ୍ୱାରା ଆହତ ହେବେ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.21.mp3"
]
},
"commentary": "ଆଧ୍ୟାତ୍ମିକତାରେ ଯେଉଁମାନେ ଉଚ୍ଚ କକ୍ଷରେ ଅବସ୍ଥାପିତ, ସେମାନେ ଅହଂକାରକୁ ଦମନ କରିଥାଆନ୍ତି, ଯିଏ ଆମକୁ କର୍ମର କର୍ତ୍ତା ଭାବରେ ଅଭିମାନଯୁକ୍ତ କରିଥାଏ । ସେପରି ସ୍ଥିତିରେ ଜଣେ ଉପଲବ୍ଧି କରିପାରେ ବାସ୍ତବରେ ଆତ୍ମା କିଛି କରେ ନାହିଁ । ଏହିପରି ଉଚ୍ଚକୋଟିର ଆତ୍ମା, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ସେ ନିଜକୁ ଜ୍ଞାନର ସେହି ଉଚ୍ଚସ୍ତରକୁ ନେଇ ଯାଆନ୍ତୁ ଏବଂ ନିଜକୁ ଅକର୍ତ୍ତା ବିବେଚନା କରି ସମସ୍ତ ଅହଂକାର ତ୍ୟାଗ କରି, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ଏବଂ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତୁ ନାହିଁ ।"
},
{
"verseTitle": "Bhagavad Gita 2.22",
"verse": "22",
"chapter": 2,
"lang": "or",
"shloka": {
"speaker": "",
"sanskrit": "वासांसि जीर्णानि यथा विहाय नवानि गृह्वाति नरोऽपराणि। \n\nतथा शरीराणि विहाय जीर्णा न्यन्यानि संयाति नवानि देही ॥22॥",
"text": "ବାସାଂସି ଜୀର୍ଣ୍ଣାନି ଯଥା ବିହାୟ\nନବାନି ଗୃହ୍ଣାତି ନରୋଽପରାଣି ।\nତଥା ଶରୀରାଣି ବିହାୟ ଜୀର୍ଣ୍ଣା-\nନ୍ୟନ୍ୟାନି ସଂଯାତି ନବାନି ଦେହୀ ।।୨୨।।",
"audioLink": "https://www.holy-bhagavad-gita.org/public/audio/002_022.mp3"
},
"wordMeanings": "ବାସାଂସି- ବସ୍ତ୍ର; ଜୀର୍ଣ୍ଣାନି-ପୁରାତନ; ଯଥା-ଯେପରି; ବିହାୟ-ତ୍ୟାଗ କରି; ନବାନି-ନୂତନ; ଗୃହ୍ଣାତି-ଗ୍ରହଣ କରେ; ନରଃ-ମାନବ; ଅପରାଣି-ଅନ୍ୟ; ତଥା-ସେହିପରି; ଶରୀରାଣି-ଶରୀରମାନ; ବିହାୟ-ତ୍ୟାଗ କରି; ଜୀର୍ଣ୍ଣାନି-ପୁରାତନ ଏବଂ ଅଦରକାରୀ; ଅନ୍ୟାନି-ଅନ୍ୟ; ସଂଯାତି-ପ୍ରବେଶ କରେ; ନବାନି-ନୂତନ; ଦେହୀ-ଶରୀରଧାରୀ ଆତ୍ମା ।",
"translation": {
"text": "ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିଥାଆନ୍ତି, ସେହିପରି ମୃତ୍ୟୁ ସମୟରେ ଆତ୍ମା ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ଏକ ନୂତନ ଶରୀର ଧାରଣ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.22.mp3"
]
},
"commentary": "ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଅଧିକ ବର୍ଣ୍ଣନା କରିବାକୁ ଯାଇ ଶ୍ରୀକୃଷ୍ଣ ପୁର୍ନଜନ୍ମର ତଥ୍ୟକୁ ପୁଣି କହୁଛନ୍ତି ଏବଂ ଏହାକୁ ଏକ ଦୈନନ୍ଦିନ କାର୍ଯ୍ୟ ସହିତ ତୁଳନା କରିଛନ୍ତି । ଯେତେବେଳେ ଆମେ ପରିଧାନ କରୁଥିବା ବସ୍ତ୍ର ଛିନ୍ନ ଏବଂ ଅଦରକାରୀ ହୋଇଯାଏ, ଆମେ ତାହାକୁ ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରୁ । ଏପରି କରିବା ଦ୍ୱାରା ଆମେ ନିଜକୁ ପରିବର୍ତ୍ତନ କରି ନ ଥାଉ । ସେହିପରି ଆତ୍ମା ନିଜର ପୁରାତନ ଅବକ୍ଷୟ ପ୍ରାପ୍ତ ଶରୀର ତ୍ୟାଗ କରି ଅନ୍ୟତ୍ର ଏକ ନୂତନ ଶରୀର ଧାରଣ କଲାବେଳେ, ଏହାର କୌଣସି ପରିବର୍ତ୍ତନ ହୁଏ ନାହିଁ ।\nନ୍ୟାୟ ଦର୍ଶନ ପୁନର୍ଜନ୍ମର ତଥ୍ୟ ପ୍ରମାଣିତ କରିବା ପାଇଁ ଏହି ତର୍କ ଉପସ୍ଥାପନ କରିଥାଏ:\nଜାତସ୍ୟ ହର୍ଷଭୟଶୋକ ସମ୍ପ୍ରତିପତ୍ତେଃ । (୩.୧.୧୮)\nଏଥିରେ କୁହାଯାଇଛି ଯେ ଆମେ ଯଦି କୌଣସି ନବଜାତ ଶିଶୁକୁ ଲକ୍ଷ୍ୟ କରିବା, ତେବେ ଆମେ ଦେଖିପାରିବା କୌଣସି କାରଣ ନ ଥାଇ ପିଲାଟି ବେଳେବେଳେ ହସୁଛି, ବେଳେବେଳେ ଦୁଃଖିତ ହେଉଛି ଏବଂ ବେଳେବେଳେ ଭୟଭୀତ ହୋଇଯାଉଛି । ନ୍ୟାୟ ଦର୍ଶନ ଅନୁସାରେ ପିଲାଟି ତା’ର ପୂର୍ବଜନ୍ମକୁ ସ୍ମରଣ କରି ଏହି ସବୁ ପ୍ରତିକ୍ରିୟା ପ୍ରକାଶ କରୁଛି । ଯେତେବେଳେ ସେ ବଡ଼ ହୁଏ, ଏହି ଜନ୍ମର ଘଟଣାବଳୀ ସବୁ ମନରେ ଏତେ ପ୍ରବଳ ଛାପ ପକାଏ ଯେ ତାହା ପୁନର୍ଜନ୍ମର ସମସ୍ତ ସ୍ମୃତିକୁ ଭୁଲାଇଦିଏ । ତାଛଡ଼ା ମୃତ୍ୟୁ ଓ ଜନ୍ମର ପ୍ରକ୍ରିୟା ଏତେ କଷ୍ଟ ଦାୟକ ହୋଇଥାଏ ଯେ, ତାହା ପୂର୍ବଜନ୍ମର ଅଧିକାଂଶ ସ୍ମୃତିକୁ ଲିଭାଇଦିଏ ।\nନ୍ୟାୟ ଦର୍ଶନ ପୁନର୍ଜନ୍ମ ସପକ୍ଷରେ ଅନ୍ୟ ଏକ ଯୁକ୍ତି ଉପସ୍ଥାପନ କରେ: ସ୍ତନ୍ୟାଭିଲାଷାତ୍ (୩.୧.୨୧) । ଏହା ଅନୁଯାୟୀ, ନବଜାତ ଶିଶୁର ଭାଷା ଜ୍ଞାନ ନଥାଏ । ତା’ହେଲେ ମା’ କିପରି ତା’ର ସ୍ତନକୁ ଶିଶୁର ପାଟିରେ ପୁରାଇ ସ୍ତନପାନ କରିବାକୁ ଶିଖାଇବ? କିନ୍ତୁ ଏହି ନବଜାତ ଶିଶୁଟି ତା’ର ଅଗଣିତ ପୂର୍ବଜନ୍ମରେ, ଏପରିକି ପ୍ରାଣୀ ରୂପରେ, ସ୍ତନ, ପହ୍ନା ଆଦିରୁ ଅଗଣିତ ମା’ଙ୍କ ଠାରୁ ସ୍ତନପାନ କରିଛି । ତେଣୁ ଯେତେବେଳେ ମା’ ତା’ର ସ୍ତନ ଶିଶୁର ପାଟିରେ ଦିଏ, ସେ ତା’ର ପୂର୍ବ ଅଭ୍ୟାସ ଅନୁସାରେ ପାନ କରିବାକୁ ଲାଗେ ।\nପୁର୍ନଜନ୍ମର ତର୍କକୁ ଗ୍ରହଣ ନ କଲେ ମନୁଷ୍ୟମାନଙ୍କ ମଧ୍ୟରେ ଦେଖାଯାଉଥିବା ସବୁ ପାର୍ଥକ୍ୟ ଅବୋଧ୍ୟ ଓ ଅଯୌକ୍ତିକ ମନେ ହେବ । ଉଦାହରଣ ସ୍ୱରୂପ, ମନେକରନ୍ତୁ ଜଣେ ବ୍ୟକ୍ତି ଜନ୍ମରୁ ଅନ୍ଧ । ସେ ଯଦି ପଚାରିବେ ତାଙ୍କୁ କାହିଁକି ଏମିତି ଦଣ୍ଡ ମିଳିଲା, ଆମେ ତାଙ୍କୁ କ’ଣ ଉତ୍ତର ଦେବା? ଆମେ ଯଦି କହିବା ଏହା ତା’ର କର୍ମର ଫଳ ଅଟେ, ସେ ଯୁକ୍ତି କରିପାରନ୍ତି ଯଦି ଏହି ଜନ୍ମଟି ହିଁ ତାଙ୍କର ଏକମାତ୍ର ଜନ୍ମ ଅଟେ, ତେବେ ଜନ୍ମ ସମୟରେ ସେ ଏପରି କେଉଁ କର୍ମ କରିଥିବେ ଯାହାର ପରିଣାମ ସ୍ୱରୂପ ତାଙ୍କୁ ଏହି ଦଣ୍ଡ ମିଳିବ? ଯଦି ଆମେ କହିବା ଏହା ଭଗବାନଙ୍କର ଇଚ୍ଛା ଥିଲା, ତାହା ମଧ୍ୟ ଅଯୌକ୍ତିକ ହେବ । କାରଣ ଭଗବାନ ଅକାରଣ କରୁଣ ଅଟନ୍ତି, ତେଣୁ ସେ ବିନା କାରଣରେ କାହାକୁ କାହିଁକି ଅନ୍ଧ କରିବେ? ଏକମାତ୍ର ଯୁକ୍ତିଯୁକ୍ତ ଉତ୍ତର ଏହା ଯେ ତାଙ୍କର ପୂର୍ବଜନ୍ମର କର୍ମର ଫଳସ୍ୱରୂପ ସେ ଅନ୍ଧ ଭାବରେ ଜନ୍ମ ଗ୍ରହଣ କରିଛନ୍ତି । ଅତଏବ, ସାଧାରଣ ତର୍କ ଦୃଷ୍ଟିରୁ ଏବଂ ଶାସ୍ତ୍ରବାଣୀ ଅନୁସାରେ ଆମକୁ ପୂର୍ବଜନ୍ମର ତର୍କକୁ ଗ୍ରହଣ କରିବାକୁ ପଡ଼ିବ ।"
},
{
"verseTitle": "Bhagavad Gita 2.23",
"verse": "23",
"chapter": 2,
"lang": "or",
"shloka": {
"speaker": "",
"sanskrit": "नैनं छिन्दन्ति शस्त्राणि नैनं दहति पावकः ।\n\nन चैनं क्लेदयन्त्यापो न शोषयति मारुतः ॥23॥",
"text": "ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।\nନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।।୨୩।।",
"audioLink": "https://www.holy-bhagavad-gita.org/public/audio/002_023.mp3"
},
"wordMeanings": "ନ-ନୁହେଁ; ଏନଂ-ଏହି ଆତ୍ମାକୁ; ଛିନ୍ଦନ୍ତି- ଛିନ୍ନ କରିପାରେ; ଶସ୍ତ୍ରାଣି- ସମସ୍ତ ଶସ୍ତ୍ର; ନ-ନୁହେଁ; ଏନଂ- ଏ ଆତ୍ମାକୁ; ଦହତି-ଦହନ କରିପାରେ; ପାବକ-ଅଗ୍ନି; ନ-ନୁହେଁ; ଚ-ଏବଂ; ଏନଂ-ଏହି ଆତ୍ମାକୁ; କ୍ଳେଦୟନ୍ତି-ଆର୍ଦ୍ର କରେ; ଆପଃ-ଜଳ; ନ-ନୁହେଁ; ଶୋଷୟତି- ଶୁଷ୍କ କରେ; ମାରୁତଃ-ବାୟୁ (ପବନ) ।",
"translation": {
"text": "ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ ଏହାକୁ ଶୁଖାଇ ପାରିବ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.23.mp3"
]
},
"commentary": "ଚୈତନ୍ୟତା, ଯାହା ଆତ୍ମାର ଲକ୍ଷଣ ଅଟେ, ତାହାର ଅନୁଭବ ମାୟିକ ଉପକରଣ ଦ୍ୱାରା କରାଯାଇପାରିବ, କିନ୍ତୁ ଆତ୍ମାର ପ୍ରତ୍ୟକ୍ଷ ଅନୁଭବ କରିହେବ ନାହିଁ । ଆତ୍ମା ଦିବ୍ୟ ଅଟେ, ତେଣୁ ଏହା ଭୌତିକ ବସ୍ତୁ ଦ୍ୱାରା ଗ୍ରାହ୍ୟ ନୁହେଁ । ଶ୍ରୀକୃଷ୍ଣ ଏହାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି, ବାୟୁ ଆତ୍ମାକୁ ଶୁଖାଇ ପାରିବ ନାହିଁ, ଜଳ ଏହାକୁ ଓଦା କରିପାରିବ ନାହିଁ ବା ଅଗ୍ନି ଏହାକୁ ଜଳାଇ ପାରିବ ନାହିଁ ।"
},
{
"verseTitle": "Bhagavad Gita 2.24",
"verse": "24",
"chapter": 2,
"lang": "or",
"shloka": {
"speaker": "",
"sanskrit": "अच्छेद्योऽयमदाह्योऽयमक्लेद्योऽशोष्य एव च ।\n\nनित्यः सर्वगतः स्थाणुरचलोऽयं सनातनः ॥24॥",
"text": "ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଳେଦ୍ୟୋଽଶୋଷ୍ୟ ଏବ ଚ ।\nନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ ।।୨୪।।",
"audioLink": "https://www.holy-bhagavad-gita.org/public/audio/002_024.mp3"
},
"wordMeanings": "ଅଚ୍ଛେଦ୍ୟଃ- ଅଚ୍ଛେଦ୍ୟ (ଯାହାକୁ ଛିନ୍ନ କରାଯାଇ ପାରିବ ନାହିଁ); ଅୟଂ- ଏହି ଆତ୍ମା; ଅଦାହ୍ୟଂ- ଯାହାକୁ ଜାଳିହେବ ନାହିଁ; ଅୟଂ- ଏହି ଆତ୍ମା; ଅକ୍ଳେଦ୍ୟଃ-ଯାହାକୁ ଆର୍ଦ୍ର କରିହେବ ନାହିଁ; ଅଶୋଷ୍ୟଃ-ଯାହାକୁ ଶୁଷ୍କ କରାଯାଇ ପାରିବ ନାହିଁ; ଏବ-ନିଶ୍ଚିତଭାବେ; ଚ-ଏବଂ; ନିତ୍ୟଃ- ଶାଶ୍ୱତ; ସର୍ବଗତଃ-ସର୍ବବ୍ୟାପକ; ସ୍ଥାଣୁଃ-ଅପରିବର୍ତ୍ତନୀୟ; ଅଚଳଃ-ଅଚଳ; ଅୟଂ- ଏହି ଆତ୍ମା; ସନାତନଃ- ସନାତନ ।",
"translation": {
"text": "ଆତ୍ମାକୁ ଖଣ୍ଡିତ କରିହୁଏ ନାହିଁ ବା ଜାଳିହୁଏ ନାହିଁ । ଏହାକୁ ଆର୍ଦ୍ର କରିହେବ ନାହିଁ କିମ୍ବା ଶୁଷ୍କ କରିହେବ ନାହିଁ । ଏହା ସନାତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ, ଅଚଳ ଏବଂ ନିତ୍ୟ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-24.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.24.mp3"
]
},
"commentary": "ଆତ୍ମାର ଅମରତ୍ୱ ବିଷୟରେ ଏଠାରେ ପୁନରାବୃତ୍ତି କରାଯାଇଛି । ଜଣେ ଶିକ୍ଷକ ବିଦ୍ୟାର୍ଥୀଙ୍କୁ କେବଳ ଜ୍ଞାନ ପ୍ରଦାନ କରିଦେଲେ ଯଥେଷ୍ଟ ହୁଏ ନାହିଁ । ସେହି ଜ୍ଞାନ ବ୍ୟବହାର ଉପଯୋଗୀ ହେବା ପାଇଁ ବିଦ୍ୟାର୍ଥୀ ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ । ତେଣୁ ଜଣେ ଦକ୍ଷ ଶିକ୍ଷକ ଅନେକ ସମୟରେ ଏହାକୁ ଦୋହରାଇଥାନ୍ତି, ଯାହାକୁ ସଂସ୍ମୃତ ଭାଷାରେ ପୁନରୁକ୍ତି କୁହାଯାଏ । ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ସିଦ୍ଧାନ୍ତଗୁଡ଼ିକ ତାଙ୍କ ଶିଷ୍ୟକୁ ଗଭୀର ଭାବରେ ହୃଦୟଙ୍ଗମ କରାଇବା ପାଇଁ ଅନେକ ସ୍ଥାନରେ ଏହି ପୁନରୁକ୍ତି ଶୈଳୀର ବ୍ୟବହାର କରିଛନ୍ତି ।"
},
{
"verseTitle": "Bhagavad Gita 2.25",
"verse": "25",
"chapter": 2,
"lang": "or",
"shloka": {
"speaker": "",
"sanskrit": "अव्यक्तोऽयमचिन्त्योऽयमविकार्योऽयमुच्यते।\n\nतस्मादेवं विदित्वैनं नानुशोचितुमर्हसि ॥25॥",
"text": "ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।\nତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ।।୨୫।।",
"audioLink": "https://www.holy-bhagavad-gita.org/public/audio/002_025.mp3"
},
"wordMeanings": "ଅବ୍ୟକ୍ତଃ- ଅବ୍ୟକ୍ତ (ଅପ୍ରକଟ); ଅୟଂ-ଏହି ଆତ୍ମା; ଅଚିନ୍ତ୍ୟଃ-ଅଚିନ୍ତ୍ୟ; ଅୟଂ- ଏହି ଆତ୍ମା; ଅବିକାର୍ଯ୍ୟଃ- ଅପରିବର୍ତ୍ତନୀୟ; ଅୟଂ- ଏହି ଆତ୍ମା; ଉଚ୍ୟତେ-କୁହାଯାଏ; ତସ୍ମାତ୍- ତେଣୁ; ଏବଂ-ଏହିପରି; ବିଦିତ୍ୱା-ଜାଣି; ଏନଂ-ଏହି ଆତ୍ମା; ନ ଅନୁଶୋଚିତୁଂ- ଦୁଃଖ ନ କରିବା; ଅର୍ହସି- ଉଚିତ୍ ।",
"translation": {
"text": "ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ । ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.25.mp3"
]
},
"commentary": "ଆମର ଚକ୍ଷୁ ମାୟିକ ଶକ୍ତିରେ ଗଠିତ ହୋଇଥିବାରୁ କେବଳ ମାୟିକ ବସ୍ତୁକୁ ଦେଖିପାରେ । ଆତ୍ମା ଦିବ୍ୟ ଅଟେ ଏବଂ ଏହାର ସ୍ଥିତି ମାୟିକ କ୍ଷେତ୍ରର ଊର୍ଦ୍ଧ୍ୱରେ ହୋଇଥିବା କାରଣରୁ ଏହା ଆମ ଚକ୍ଷୁ ଦ୍ୱାରା ଅଦୃଷ୍ଟ ଅଟେ । ବୈଜ୍ଞାନିକମାନେ ଏହାର ଅସ୍ତିତ୍ୱ ବିଷୟରେ ଜାଣିବା ପାଇଁ ଅନେକ ପରୀକ୍ଷା କରିଛନ୍ତି । ସେମାନେ ଏକ ମରଣାସନ୍ନ ବ୍ୟକ୍ତିକୁ ଗୋଟିଏ ନିବୁଜ କାଚ ବାକ୍ସ ମଧ୍ୟରେ ରଖି ଏହା ଦେଖିବାକୁ ଚାହୁଁଥିଲେ ଯେ ଆତ୍ମା ବାହାରି ଗଲେ କାଚ ବାକ୍ସଟି ଭାଙ୍ଗିଯାଉଛି କି ନାହିଁ । କିନ୍ତୁ କାଚ ବାକ୍ସଟି ନ ଭାଙ୍ଗି ଆତ୍ମା ଶରୀର ତ୍ୟାଗ କରି ଚାଲିଗଲା । ଆତ୍ମା ଅତି ସୂକ୍ଷ୍ମ ହୋଇଥିବା ଯୋଗୁଁ ଏହାର ଗତି ପାଇଁ କୌଣସି ଭୌତିକ ସ୍ଥାନ ଆବଶ୍ୟକ କରେ ନାହିଁ ।\nଆତ୍ମା ଭୌତିକ ଶକ୍ତିଠାରୁ ସୂକ୍ଷ୍ମତର ହୋଇଥିବା କାରଣରୁ ଆମ ବୁଦ୍ଧି ଦ୍ୱାରା ଅଚିନ୍ତ୍ୟ ଅଟେ । କଠୋପନିଷଦ କହେ:\nଇନ୍ଦ୍ରିୟେଭ୍ୟଃ ପରା ହ୍ୟର୍ଥା ଅର୍ଥେଭ୍ୟଶ୍ଚ ପରଂ ମନଃମନସସ୍ତୁ ପରା ବୁଦ୍ଧିର୍ବୁଦ୍ଧେରାତ୍ମା ମହାନ୍ ପରଃ (୧.୩.୧୦)\n“ଇନ୍ଦ୍ରିୟମାନଙ୍କର ଊର୍ଦ୍ଧ୍ୱରେ ଇନ୍ଦ୍ରିୟର ବିଷୟ । ଇନ୍ଦ୍ରିୟ ବିଷୟ ଠାରୁ ସୂକ୍ଷ୍ମ ମନ । ମନ ଠାରୁ ଊର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ସୂକ୍ଷ୍ମ ଆତ୍ମା ଅଟେ ।” ମାୟିକ ବୁଦ୍ଧି କେବଳ ମାୟିକ ଜ୍ଞାନକୁ ବୁଝିପାରିବ, କିନ୍ତୁ ଚିନ୍ତନ ଦ୍ୱାରା ଦିବ୍ୟ ଆତ୍ମାକୁ ଜାଣି ପାରିବ ନାହିଁ । ସେଥିପାଇଁ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବାହ୍ୟ ଉତ୍ସ ଆବଶ୍ୟକ କରିଥାଏ ଏବଂ ତାହା ହେଉଛି ଶାସ୍ତ୍ର ଏବଂ ଗୁରୁ ।"
},
{
"verseTitle": "Bhagavad Gita 2.26",
"verse": "26",
"chapter": 2,
"lang": "or",
"shloka": {
"speaker": "",
"sanskrit": "अथ चैनं नित्यजातं नित्यं वा मन्यसे मृतम्।\n\nतथापि त्वं महाबाहो नैवं शोचितुमर्हसि ॥26॥",
"text": "ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।\nତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି ।।୨୬।।",
"audioLink": "https://www.holy-bhagavad-gita.org/public/audio/002_026.mp3"
},
"wordMeanings": "ଅଥ- ଯଦିଓ; ଚ-ଏବଂ; ଏନଂ- ଏହି ଆତ୍ମା; ନିତ୍ୟଜାତଂ- ନିତ୍ୟଜାତ; ନିତ୍ୟଂ-ସର୍ବଦା; ବା-କିମ୍ବା; ମନ୍ୟସେ- ତୁମେ ଭାବୁଛ; ମୃତଂ-ମୃତ; ତଥାପି-ତଥାପି; ତ୍ୱଂ-ତୁମେ; ମହାବାହୋ- ହେ ମହାବାହୁ; ନ- ନୁହେଁ; ଏନଂ-ଏହି ଆତ୍ମା; ଶୋଚିତୁମ୍-ଦୁଃଖ କରିବା; ଅର୍ହସି-ଉଚିତ୍ ।",
"translation": {
"text": "ହେ ପରାକ୍ରମୀ ଅର୍ଜୁନ! ଯଦି ତୁମେ ଏପରି ଭାବୁଥାଅ ଯେ ଆତ୍ମାର ସର୍ବଦା ଜନ୍ମ ଏବଂ ମୃତ୍ୟୁ ହୋଇଥାଏ, ତଥାପି ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.26.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ଅଥ ଶବ୍ଦ ପ୍ରୟୋଗ କରି ସୂଚିତ କରୁଛନ୍ତି ଯେ ଅର୍ଜୁନ ହୁଏତ ଆତ୍ମା ସମ୍ବନ୍ଧରେ ଥିବା ଅନ୍ୟାନ୍ୟ ମତବାଦକୁ ବିଶ୍ୱାସ କରିବାକୁ ଇଚ୍ଛା କରୁଥାଇପାରନ୍ତି । ଏହି ଶ୍ଳୋକଟିକୁ ଭାରତୀୟ ଦାର୍ଶନିକ ଚିନ୍ତାଧାରାର ଆତ୍ମା ସମ୍ବନ୍ଧୀୟ ପୃଥକ ପୃଥକ ମତବାଦ ପରିପ୍ରେକ୍ଷୀରେ ବୁଝିବାକୁ ପଡ଼ିବ । ଭାରତୀୟ ଦର୍ଶନରେ ମୁଖ୍ୟତଃ ବାରଟି ମତବାଦ ରହିଛି । ଏମାନଙ୍କ ମଧ୍ୟରେୁ ଛଅଟି ଦର୍ଶନ ବେଦକୁ ମାନ୍ୟତା ଦିଅନ୍ତି ତେଣୁ ସେମାନଙ୍କୁ ଆସ୍ତିକ ଦର୍ଶନ କୁହାଯାଏ । ଏମାନେ ହେଲେ - ମୀମାଂସା, ବେଦାନ୍ତ, ନ୍ୟାୟ, ବୈଶେଷିକ, ସାଂଖ୍ୟ ଏବଂ ଯୋଗ । ଏମାନଙ୍କର ଅନେକ ଶାଖା ମଧ୍ୟ ରହିଛି - ଉଦାହରଣ ସ୍ୱରୂପ, ବେଦାନ୍ତ ଦର୍ଶନରେ ଛଅଟି ଭିନ୍ନ ମତବାଦ ରହିଛି - ଅଦ୍ୱୈତବାଦ, ଦ୍ୱୈତବାଦ, ବିଶିଷ୍ଟାଦ୍ୱୈତବାଦ, ବିଶୁଦ୍ଧ ଦୈତବାଦ, ଦ୍ୱୈତାଦ୍ୱୈତବାଦ ଏବଂ ଅଚିନ୍ତ୍ୟ ଭେଦାଭେଦ ବାଦ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ମତବାଦର ପୁଣି ବିଭିନ୍ନ ଶାଖା ରହିଛି । ଉଦାହାରଣ ସ୍ୱରୂପ, ଅଦ୍ୱୈତବାଦର ଦୃଷ୍ଟି ସୃଷ୍ଟି ବାଦ, ଅବଚ୍ଛେଦ୍ୟ ବାଦ, ବିମ୍ବ-ପ୍ରତିବିମ୍ବ ବାଦ, ବିବର୍ତ୍ତବାଦ, ଅଜାତ ବାଦ ଇତ୍ୟାଦି ଭିନ୍ନ ଭିନ୍ନ ଉପଶାଖା ରହିଛି । ଆମେ ଏଠାରେ ଏହିସବୁ ମତବାଦର ବିଷଦ ବର୍ଣ୍ଣନ କରିବା ନାହିଁ । ଆମ ପାଇଁ କେବଳ ଏତିକି ଜାଣିବା ଯଥେଷ୍ଟ ଯେ ଏହି ସବୁ ମତବାଦ ବେଦକୁ ସିଦ୍ଧାନ୍ତର ଉତ୍ସ ଭାବରେ ଗ୍ରହଣ କରନ୍ତି । ତଦନୁଯାୟୀ, ସେମାନେ ସମସ୍ତେ ନିତ୍ୟ, ଅପରିବର୍ତ୍ତନୀୟ ଆତ୍ମାକୁ ମୁଁ ଭାବରେ ଗ୍ରହଣ କରନ୍ତି ।\nଅବଶିଷ୍ଟ ଛଅଟି ଭାରତୀୟ ଦର୍ଶନ ବେଦର ପ୍ରଭୁତ୍ୱକୁ ସ୍ୱୀକାର କରନ୍ତି ନାହିଁ । ଏଗୁଡ଼ିକ ହେଲା ଚାର୍ବାକବାଦ, ବୌଦ୍ଧଧର୍ମ ଅନ୍ତର୍ଗତ ଚାରୋଟି ମତବାଦ (ଯୋଗାଚାରବାଦ, ମାଧ୍ୟମିକ ବାଦ, ବୈଭାଶିକ ବାଦ ଏବଂ ସୌତାନ୍ତ୍ରିକ ବାଦ) ଏବଂ ଜୈନଧର୍ମ । ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଏମାନଙ୍କର ନିଜସ୍ୱ ସ୍ୱତନ୍ତ୍ର ମତ ରହିଛି । ଚାର୍ବାକ ବାଦ ଅନୁଯାୟୀ ଶରୀର ହିଁ ‘ମୁଁ’ ଅଟେ ଏବଂ ଚୈତନ୍ୟତା ଏହାର ସମସ୍ତ ଅଂଶର ସମଷ୍ଟିର ଉଦ୍ଭବ ଅଟେ । ଜୈନ ମତବାଦ ଅନୁଯାୟୀ ଆତ୍ମାର ଆକାର ଶରୀରର ଆକାର ସହିତ ସମାନ, ତେଣୁ ଏହା ପ୍ରତି ଜନ୍ମରେ ପରିବର୍ତ୍ତିତ ହୁଏ । ବୌଦ୍ଧ ମତବାଦ ଏକ ଚିରନ୍ତନ ଆତ୍ମାର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ବରଂ ଏହା କହିଥାଏ ଯେ ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମ ଜୀବନର ନବୀକରଣ ଧାରା ଅବ୍ୟାହତ ରହିଥାଏ, ଯାହା ବ୍ୟକ୍ତିର ନିରନ୍ତରତାକୁ ବଜାୟ ରଖେ ।\nଏପରି ମନେ ହୁଏ ଯେ ଶ୍ରୀକୃଷ୍ଣଙ୍କ ସମୟରେ ମଧ୍ୟ ବୌଦ୍ଧ ସିଦ୍ଧାନ୍ତ ଅନୁରୂପ, ନବୀକରଣ ଓ ଆତ୍ମାର ଅସ୍ଥାୟୀତ୍ୱ ସମ୍ବନ୍ଧି ମତ ପ୍ରଚଳିତ ଥିଲା । ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ଯଦି ସେ ପ୍ରତି ଜନ୍ମରେ ନୂତନ ଆତ୍ମାର ସିଦ୍ଧାନ୍ତକୁ ଗ୍ରହଣ କରୁଥାଆନ୍ତି, ତେବେ ମଧ୍ୟ ଶୋକ କରିବାର କୌଣସି କାରଣ ନାହିଁ । କାହିଁକି ଜଣେ ଶୋକ କରିବା ଉଚିତ ନୁହେଁ, ସେହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି ।"
},
{
"verseTitle": "Bhagavad Gita 2.27",
"verse": "27",
"chapter": 2,
"lang": "or",
"shloka": {
"speaker": "",
"sanskrit": "जातस्य हि ध्रुवो मृत्युर्बुवं जन्म मृतस्य च।\n\nतस्मादपरिहार्येऽर्थे न त्वं शोचितुमर्हसि ॥27॥",
"text": "ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।\nତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।।୨୭।।",
"audioLink": "https://www.holy-bhagavad-gita.org/public/audio/002_027.mp3"
},
"wordMeanings": "ଜାତସ୍ୟ-ଯିଏ ଜନ୍ମ ହୋଇଛି; ହି-ପାଇଁ; ଧ୍ରୁବଃ-ନିଶ୍ଚିତ; ମୃତ୍ୟୁଃ-ମୃତ୍ୟୁ; ଧ୍ରୁବଂ-ନିଶ୍ଚିତ; ଜନ୍ମ-ଜନ୍ମ; ମୃତସ୍ୟ-ମୃତର; ଚ-ଏବଂ; ତସ୍ମାତ୍-ତେଣୁ; ଅପରିହାର୍ଯ୍ୟେ ଅର୍ଥେ - ଯାହା ଅନିବାର୍ଯ୍ୟ; ନ-ନୁହେଁ; ତ୍ୱଂ-ତୁମେ; ଶୋଚିତୁମ୍-ଶୋକ କରିବା; ଅର୍ହସି-ଉଚିତ୍ ।",
"translation": {
"text": "ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.27.mp3"
]
},
"commentary": "ଇଂରାଜୀରେ ଗୋଟିଏ ଲୋକପ୍ରିୟ ଢଗ ଅଛି, “ମୃତ୍ୟୁ ପରି ସୁନିଶ୍ଚିତ” । ବେଞ୍ଜାମିନ୍ ଫ୍ରାଙ୍କଲିନ କହିଥିଲେ: “କେବଳ ମୃତ୍ୟୁ ଏବଂ କର (ଞବଙ୍ଘ) ଜୀବନରେ ସୁନିଶ୍ଚିତ ଅଟେ” । ଜୀବନରେ ସବୁଠାରୁ ବଡ ସତ୍ୟ ଏହା ଯେ ଆମେ ସମସ୍ତେ ଦିନେ ମୃତ୍ୟୁ ମୁଖରେ ପଡ଼ିବା । ମନସ୍ତତ୍ତ୍ୱ ବିତ୍ମାନେ ମୃତ୍ୟୁର ଭୟକୁ ଜୀବନର ସବୁଠାରୁ ବଡ଼ ଭୟ ରୂପେ ବିବେଚନା କରନ୍ତି । ପତଞ୍ଜଳୀ ଯୋଗ ଦର୍ଶନରେ ମଧ୍ୟ ଅଭିନିବେଶ ବା ଯେ କୌଣସି ମୂଲ୍ୟରେ ବଞ୍ôଚରହିବାର ପ୍ରଚେଷ୍ଟାକୁ ମାୟିକ ବୁଦ୍ଧିର ଏକ ଗୁଣ ଭାବରେ ବର୍ଣ୍ଣନା କରାଯାଇଛି । ଯାହାର ଜନ୍ମ ହୁଏ, ତା’ର ମୃତ୍ୟୁ ସୁନିଶ୍ଚିତ । ତେଣୁ ଯେତେବେଳେ କୌଣସି ଘଟଣା ନିଶ୍ଚିତ, ତା ପାଇଁ ଅନୁଶୋଚନା କାହିଁକି? ମହାଭାରତରେ ଏହିପରି ଏକ ଘଟଣା ବର୍ଣ୍ଣନା କରାଯାଇଛି । ବନବାସ ସମୟରେ, ଦିନେ ଜଙ୍ଗଲରେ ବୁଲୁଥିବା ସମୟରେ ପାଣ୍ଡବମାନେ ତୃଷାଗ୍ରସ୍ତ ହୋଇ ଏକ କୂଅ ନିକଟରେ ପହଞ୍ôଚଲେ । ଯୁଧିଷ୍ଠିର ଭୀମଙ୍କୁ ସେମାନଙ୍କ ପାଇଁ ପାଣି ଆଣିବାକୁ କହିଲେ । ଭୀମ ଯେତେବେଳେ କୂଅ ପାଖକୁ ଗଲେ, କୂଅ ଭିତରୁ ଜଣେ ଯକ୍ଷ କହିଲେ, “ପ୍ରଥମେ ମୋର ପ୍ରଶ୍ନର ଉତ୍ତର ଦେଲେ ହିଁ ମୁଁ ତୁମକୁ ପାଣି ନେବାକୁ ଅନୁମତି ଦେବି” । ଭୀମ ତାଙ୍କ କଥାକୁ କର୍ଣ୍ଣପାତ ନ କରି ପାଣି କାଢିବାକୁ ଉଦ୍ୟତ ହୁଅନ୍ତେ ଯକ୍ଷ ତାଙ୍କୁ କୁଅ ମଧ୍ୟକୁ ଟାଣି ନେଲେ । କିଛି ସମୟ ପରେ ଭୀମ ନ ଫେରିବାର ଦେଖି, ଯୁଧିଷ୍ଠିର ବ୍ୟସ୍ତ ହୋଇ ଅର୍ଜୁନଙ୍କୁ କ’ଣ ହୋଇଛି ଦେଖିବା ପାଇଁ ଏବଂ ପାଣି ଆଣିବା ପାଇଁ ପଠାଇଲେ । ଅର୍ଜୁନ ଯେତେବେଳେ କୁଅ ନିକଟରେ ପହଞ୍ôଚଲେ, ତାଙ୍କୁ ମଧ୍ୟ ଯକ୍ଷ କହିଲେ, “ ମୁଁ ତୁମ ଭାଇଙ୍କୁ ବନ୍ଦୀ କରିସାରିଛି । ମୋର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ପୂର୍ବରୁ ପାଣି ନେବା ପାଇଁ ଚେଷ୍ଟା କର ନାହିଁ । ଅର୍ଜୁନ ମଧ୍ୟ ତାଙ୍କ କଥା ଶୁଣିଲେ ନାହିଁ, ଏବଂ ଯକ୍ଷ ତାଙ୍କୁ ମଧ୍ୟ କୁଅ ମଧ୍ୟକୁ ଟାଣିନେଲେ । ତାପରେ ନକୁଳ ଓ ସହଦେବ ସେଠାକୁ ଗଲେ ଏବଂ ସେମାନଙ୍କର ମଧ୍ୟ ସେହି ଦଶା ହେଲା । ଶେଷରେ ଯୁଧିଷ୍ଠିର ନିଜେ କୁଅ ନିକଟକୁ ଆସିଲେ । ଏଥର ମଧ୍ୟ ଯକ୍ଷ କହିଲେ, ତୁମେ ଯଦି କୁଅରୁ ପାଣି ପିଇବାକୁ ଚାହୁଁଛ ତାହେଲେ ମୋ ପ୍ରଶ୍ନର ଉତ୍ତର ଦିଅ, ନଚେତ୍ ତୁମ ଚାରି ଭାଇଙ୍କ ପରି ତୁମକୁ ମଧ୍ୟ ମୁଁ କୁଅ ଭିତରକୁ ଟାଣିନେବି । ଯୁଧିଷ୍ଠିର ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ରାଜି ହେଲେ । ବାସ୍ତବରେ ମୃତ୍ୟୁର ଦେବତା ଯମରାଜ ହିଁ ଛଦ୍ମ ବେଶରେ ଯକ୍ଷ ରୂପରେ ଥିଲେ । ସେ ଷାଠିଏଟି ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଯୁଧିଷ୍ଠିର ସଠିକ ଭାବେ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା: କିଂ ଆଶ୍ଚର୍ଯ୍ୟମ୍? ସଂସାରରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିର ଉତ୍ତର ଦେଲେ:\nଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଳୟମ୍ଶେଷାଃ ସ୍ଥିରତ୍ୱମ୍ ଇଚ୍ଛନ୍ତି କିମାଆଶ୍ଚର୍ଯ୍ୟମତଃ ପରମ୍ (ମହାଭାରତ)\n“ପ୍ରତି ମୁହୂର୍ତ୍ତରେ ଲୋକେ ମରୁଛନ୍ତି । ଜୀବିତ ରହିଥିବା ଲୋକେ ଏହିସବୁ ଘଟଣା ଦେଖୁଛନ୍ତି, କିନ୍ତୁ ତଥାପି ସେମାନେ ଚିନ୍ତା କରୁନାହାନ୍ତି ଯେ ଦିନେ ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବେ । ଏହାଠାରୁ ବଳି ଆଶ୍ଚର୍ଯ୍ୟ ଆଉ କ’ଣ ହୋଇପାରେ? ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବୁଝାଉଛନ୍ତି ଯେ ଜୀବନର ଅନ୍ତ ଅନିବାର୍ଯ୍ୟ ଅଟେ, ତେଣୁ ଜ୍ଞାନୀ ବ୍ୟକ୍ତି ଏପରି ଏକ ନିଶ୍ଚିତ ଘଟଣା ପାଇଁ ଅନୁଶୋଚନା କରିବା ଉଚିତ ନୁହେଁ ।"
},
{
"verseTitle": "Bhagavad Gita 2.28",
"verse": "28",
"chapter": 2,
"lang": "or",
"shloka": {
"speaker": "",
"sanskrit": "अव्यक्तादीनि भूतानि व्यक्तमध्यानि भारत।\n\nअव्यक्तनिधनान्येव तत्र का परिदेवना ॥28॥",
"text": "ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।\nଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିଦେବନା ।।୨୮।।",
"audioLink": "https://www.holy-bhagavad-gita.org/public/audio/002_028.mp3"
},
"wordMeanings": "ଅବ୍ୟକ୍ତାଦୀନି-ଜନ୍ମ ପୂର୍ବରୁ ଅପ୍ରକଟ; ଭୂତାନି-ସୃଷ୍ଟ ଜୀବ; ବ୍ୟକ୍ତ-ପ୍ରକଟିତ; ମଧ୍ୟାନି-ମଧ୍ୟ ଭାଗରେ; ଭାରତ- ହେ ଭରତ ବଂଶଜ; ଅବ୍ୟକ୍ତ-ଅପ୍ରକାଶ୍ୟ; ନିଧନାନି- ମୃତ୍ୟୁରେ; ଏବ-ବାସ୍ତବରେ; ତତ୍ର-ତହିଁରେ; କା-କି; ପରିଦେବନା-ଦୁଃଖ ।",
"translation": {
"text": "ହେ ଭାରତ ଶ୍ରେଷ୍ଠ! ଜନ୍ମ ପୂର୍ବରୁ ସମସ୍ତ ପ୍ରାଣୀ ଅପ୍ରକଟିତ ଥା’ନ୍ତି, ଜୀବନ କାଳରେ ପ୍ରକଟିତ ହୁଅନ୍ତି ଏବଂ ପୁନର୍ବାର ମୃତ୍ୟୁରେ ଅପ୍ରକଟ ହୋଇଯାନ୍ତି । ତେଣୁ ଶୋକ କାହଁକି କରୁଛ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.28.mp3"
]
},
"commentary": "ଶ୍ରୀକୃଷ୍ଣ ଆତ୍ମା ସମ୍ବନ୍ଧୀୟ ପଶ୍ଚାଚାପର କାରଣ ଶ୍ଲୋକ ୨.୨୦ରେ ଏବଂ ଶରୀର ସମ୍ବନ୍ଧୀୟ ପଶ୍ଚାତାପର କାରଣକୁ ଶ୍ଲୋ ୨.୨୭ରେ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ଉଭୟକୁ ସେ ଏହି ଶ୍ଲୋକରେ ସମାହିତ କରିଛନ୍ତି । ଦେବର୍ଷି ନାରଦ ଯୁଧିଷ୍ଠିରଙ୍କୁ ଏହି ଅନୁରୂପ ଉପଦେଶ ଶ୍ରୀମଦ୍ ଭାଗବତମ୍ରେ ଦେଇଛନ୍ତି :\nଯନ୍ ମନ୍ୟସେ ଧ୍ରୁବଂ ଲୋକଂ ଅଧ୍ରୁବଂ ବା ନ ଚୋଭୟମ୍ସର୍ବଥା ନ ହି ଶୋଚ୍ୟାସ୍ତେ ସ୍ନେହାଦ୍ ଅନ୍ୟତ୍ର ମୋହଜାତ୍ (୧.୧୩.୪୪)\nବ୍ୟକ୍ତିକୁ ତୁମେ ନିତ୍ୟ ଆତ୍ମା ରୂପେ କିମ୍ବା କ୍ଷଣସ୍ଥାୟୀ ଶରୀର ରୂପେ ବିଚାର କରିପାର ଅଥବା ଆତ୍ମା ଓ ଶରୀରର ଏକ ଅଚିନ୍ତ୍ୟ ମିଶ୍ରଣ ରୂପେ ପରିକଳ୍ପନା କରିପାର, କୌଣସି ସ୍ଥିତିରେ ତୁମେ ତାହା ସମ୍ବନ୍ଧରେ ଶୋଚନା କରିବା ଉଚିତ ନୁହେଁ ।\nମାୟିକ କ୍ଷେତ୍ରରେ, ପ୍ରତ୍ୟେକ ଆତ୍ମା ତିନି ପ୍ରକାରର ଶରୀର ଦ୍ୱାରା ଆବଦ୍ଧ ଥାଏ- ସ୍ଥୁଳ ଶରୀର, ସୁକ୍ଷ୍ମ ଶରୀର, କାରଣ ଶରୀର ।\nସ୍ଥ ୂଳ ଶରୀର: ପ୍ରକୃତିର ପାଞ୍ଚ ପ୍ରକାର ସ୍ଥୁଳ ଉପାଦାନରେ ଗଠିତ: ପୃଥିବୀ, ଜଳ, ତେଜ, ବାୟୁ ଏବଂ ଆକାଶ ।\nସୂକ୍ଷ୍ମ ଶରୀର: ଅଠରଟି ଉପାଦାନରେ ଗଠିତ: ପଞ୍ଚ ପ୍ରାଣ ବାୟୁ, ପାଞ୍ଚ କର୍ମେନ୍ଦ୍ରିୟ, ପାଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି ଏବଂ ଅହଂକାର ।\nକାରଣ ଶରୀର : ଅନନ୍ତ ଜନ୍ମର ସଂଚିତ କର୍ମକୁ ନେଇ କାରଣ ଶରୀର ଗଠିତ ।\nମୃତ୍ୟୁରେ ଆତ୍ମା ସ୍ଥୁଳ ଶରୀର ତ୍ୟାଗ କରି ସୂକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଗମନ କରିଥାଏ । ଭଗବାନ ଆତ୍ମାର ସୂକ୍ଷ୍ମ ଶରୀର ଓ କାରଣ ଶରୀର ଅନୁସାରେ ତାକୁ ଏକ ସ୍ଥୁଳ ଶରୀର ପ୍ରଦାନ କରିଥାନ୍ତି ଏବଂ ସେହି ଉଦ୍ଦ୍ୟେଶରେ ଏକ ଉପଯୁକ୍ତ ମାତୃ ଗର୍ଭକୁ ପଠାଇ ଦିଅନ୍ତି । ଆତ୍ମା ଗୋଟିଏ ସ୍ଥୁଳ ଶରୀର ତ୍ୟାଗ କରି ଅନ୍ୟ ଏକ ନୂତନ ସ୍ଥୁଳ ଶରୀର ପ୍ରାପ୍ତ କରିବା ମଧ୍ୟରେ ଏକ ସଂକ୍ରମଣକାଳୀନ ଅବଧି ରହିଥାଏ, ଯାହା କେତେ ସେକେଣ୍ଡ ଠାରୁ ଆରମ୍ଭ କରି କେତେ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ତେଣୁ ଜନ୍ମ ପୂର୍ବରୁ ଆତ୍ମା ସୁକ୍ଷ୍ମ ଶରୀର ଓ କାରଣ ଶରୀର ସହିତ ଅବ୍ୟକ୍ତ ଭାବରେ ରହିଥାଏ । ମୃତ୍ୟୁ ପରେ ମଧ୍ୟ ଏହା ଅବ୍ୟକ୍ତ ସ୍ଥିତିରେ ରହେ । ମଝିରେ କେବଳ ଏହା ପ୍ରକଟ ହୋଇଥାଏ । ତେଣୁ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବାର କୌଣସି ଯଥାର୍ଥତା ନାହିଁ ।"
},
{
"verseTitle": "Bhagavad Gita 2.29",
"verse": "29",
"chapter": 2,
"lang": "or",
"shloka": {
"speaker": "",
"sanskrit": "आश्चर्यवत्पश्यति कश्चिदेन-माश्चर्यवद्वदति तथैव चान्यः। \n\nआश्चर्यवच्चैनमन्यः शृणोति श्रुत्वाप्येनं वेद न चैव कश्चित् ॥29॥",
"text": "ଆଶ୍ଚର୍ଯ୍ୟବତ୍ପଶ୍ୟତି କଶ୍ଚିଦେନ-\nମାଶ୍ଚର୍ଯ୍ୟବଦ୍ବଦତି ତଥୈବ ଚାନ୍ୟଃ ।\nଆଶ୍ଚର୍ଯ୍ୟବଚ୍ଚୈନମନ୍ୟଃ ଶୃଣୋତି\nଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ ।।୨୯।।",
"audioLink": "https://www.holy-bhagavad-gita.org/public/audio/002_029.mp3"
},
"wordMeanings": "ଆଶ୍ଚର୍ଯ୍ୟବତ୍-ଆଶ୍ଚର୍ଯ୍ୟ ଭାବରେ; ପଶ୍ୟତି-ଦେଖନ୍ତି; କଶ୍ଚିତ୍-କେହି କେହି; ଏନଂ-ଏହି ଆତ୍ମାକୁ; ଆଶ୍ଚର୍ଯ୍ୟବତ୍-ଆଶ୍ଚର୍ଯ୍ୟ ପରି; ବଦନ୍ତି-କହନ୍ତି; ତଥା- ଏହିପରି; ଏବ-ବାସ୍ତବରେ; ଚ-ଏବଂ; ଅନ୍ୟଃ-ଅନ୍ୟମାନେ; ଆଶ୍ଚର୍ଯ୍ୟବତ୍ -ଆଶ୍ଚର୍ଯ୍ୟ ଭାବରେ; ଚ -ମଧ୍ୟ; ଏନଂ -ଏହି ଆତ୍ମାକୁ; ଅନ୍ୟଃ -ଅନ୍ୟମାନେ; ଶୃଣୋତି-ଶୁଣନ୍ତି; ଶ୍ରୁତ୍ୱା-ଶୁଣିକରି; ଅପି-ଏପରିକି; ଏନଂ-ଏହି ଆତ୍ମାକୁ; ବେଦ-ଜାଣ; ନ -ନୁହେଁ; ଚ-ଏବଂ; ଏବ-ଏପରି କି; କଶ୍ଚିତ୍- କେହି କେହି ।",
"translation": {
"text": "କେହି କେହି ଆତ୍ମାକୁ ଏକ ଆଶ୍ଚର୍ଯ୍ୟ ରୂପରେ ଦେଖନ୍ତି, କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରିଥାଆନ୍ତି । ପୁଣି କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଏବଂ ଆଉ କେତେକ ଏହାକୁ ଶୁଣିଲେ ମଧ୍ୟ ବୁଝିପାରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.29.mp3"
]
},
"commentary": "କ୍ଷୁଦ୍ରାତି କ୍ଷୁଦ୍ର ପରମାଣୁ ଠାରୁ ଆରମ୍ଭ କରି ଅତି ବୃହତ୍ ଛାୟାପଥ ପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଏକ ଚମତ୍କାର ଅଟେ, କାରଣ ସେସବୁ ଭଗବାନଙ୍କର ଅଦ୍ଭୁତ ସୃଷ୍ଟି ଅଟେ । ଛୋଟ ଗୋଲାପଟିଏ ତାର କମନୀୟତା, ସୁଗନ୍ଧ ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେତେ ଅଦ୍ଭୁତ! ପରମ ଆଶ୍ଚର୍ଯ୍ୟ ସ୍ୱୟଂ ଭଗବାନ ଅଟନ୍ତି । ଏପରି କୁହାଯାଏ ଯେ ଅନନ୍ତ ଶେଷ, ଯାହା ଉପରେ ଭଗବାନ ବିଷ୍ଣୁ ଶୟନ କରିଥାଆନ୍ତି, ସୃଷ୍ଟିର ପ୍ରାରମ୍ଭରୁ ନିଜର ଦଶ ସହସ୍ର ମୁଖରେ ଭଗବାନଙ୍କର ଯଶଗାନ କରି ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିପାରି ନାହାଁନ୍ତି ।\nଆତ୍ମା, ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବା ଦୃଷ୍ଟିରୁ ଆହୁରି ଆଶ୍ଚର୍ଯ୍ୟଜନକ ଅଟେ, କାରଣ ଏହା ଭୌତିକ ସ୍ଥିତିର ଅନୁଭବାତୀତ ଅଟେ । ଯେପରି ଭଗବାନ ଦିବ୍ୟ ଅଟନ୍ତି, ତାଙ୍କରି ଅଂଶ ଆତ୍ମା ମଧ୍ୟ ଦିବ୍ୟ ଅଟେ । ଏହି କାରଣରୁ, କେବଳ ବୁଦ୍ଧି ବଳରେ ଏହାକୁ ବୁଝିବା ସମ୍ଭବ ନୁହେଁ କାରଣ ଏହାର ଅସ୍ତିତ୍ୱ ଓ ସ୍ୱରୂପ ବିଷୟରେ କଳନା କରିବା କଠିନ ଅଟେ । କଠୋପନିଷଦ କହେ:\nଶ୍ରବଣାୟାପି ବହୁଭିର୍ୟ୍ୟୋ ନ ଲଭ୍ୟଃ ଶୃଣ୍ୱନ୍ତୋଽପି ବହବୋ ଯଂ ନ ବିଦ୍ୟୁଃ ।ଆଶ୍ଚର୍ଯ୍ୟୋ ବକ୍ତା କୁଶଳୋଽସ୍ୟ ଲବ୍ଧାଽଶ୍ଚର୍ଯ୍ୟୋ ଜ୍ଞାତା କୁଶଳାନୁଶିଷ୍ଟଃ ।।(୧.୨.୭)\nଜଣେ ଆତ୍ମଜ୍ଞାନୀ ଶିକ୍ଷକ ଦୁର୍ଲଭ ଅଟନ୍ତି । ଏହିପରି ଜଣେ ଶିକ୍ଷକଙ୍କ ଠାରୁ ଆତ୍ମ ଜ୍ଞାନର ବିଦ୍ୟା ଶ୍ରବଣ କରିବାର ସୁଯୋଗ ଆହୁରି ଦୁର୍ଲଭତର । ସୌଭାଗ୍ୟବଶତଃ ସେପରି ସୁଯୋଗ ଯଦି ମିଳେ, ତେବେ ସେହି ବିଷୟକୁ ହୃଦୟଙ୍ଗମ କରିପାରୁଥିବା ଭଳି ବିଦ୍ୟାର୍ଥୀ ଦୁର୍ଲଭତମ ଅଟନ୍ତି । ସେଥିପାଇଁ ଜଣେ ଜ୍ଞାନୀ ପୁରୁଷ କେବେ ବି ହତୋତ୍ସାହିତ ହୁଅନ୍ତି ନାହିଁ ଯେ ତାଙ୍କର ଆନ୍ତରିକ ଉଦ୍ୟମ ସତ୍ତ୍ୱେ, ଆତ୍ମା ସମ୍ବନ୍ଧୀୟ ବିଜ୍ଞାନ ବିଷୟରେ ଜାଣିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରନ୍ତି ନାହିଁ ବା ଆଗ୍ରହୀ ହେଲେ ମଧ୍ୟ ବୁଝି ପାରନ୍ତି ନାହିଁ ।"
},
{
"verseTitle": "Bhagavad Gita 2.30",
"verse": "30",
"chapter": 2,
"lang": "or",
"shloka": {
"speaker": "",
"sanskrit": "देही नित्यमवध्योऽयं देहे सर्वस्य भारत । \n\nतस्मात्सर्वाणि भूतानि न त्वं शोचितुमर्हसि ॥30॥",
"text": "ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।\nତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ।।୩୦।।",
"audioLink": "https://www.holy-bhagavad-gita.org/public/audio/002_030.mp3"
},
"wordMeanings": "ଦେହୀ-ଶରୀରଧାରୀ ଜୀବ; ନିତ୍ୟଂ-ନିତ୍ୟ; ଅବଧ୍ୟଃ-ବଧ କରାଯାଇପାରିବ ନାହିଁ; ଅୟଂ-ଏହି ଆତ୍ମା; ଦେହେ-ଦେହରେ; ସର୍ବସ୍ୟ-ପ୍ରତ୍ୟେକଙ୍କର; ଭାରତ-ହେ ଭରତ ବଂଶଜ; ତସ୍ମାତ୍-ତେଣୁ; ସର୍ବାଣି-ସମସ୍ତ; ଭୂତାନି-ଜୀବଗଣ; ନ-କେବେ ନୁହେଁ; ତ୍ୱଂ-ତୁମେ; ଶୋଚିତୁମ୍- ଶୋଚନା କରିବା; ଅର୍ହସି- ଉଚିତ୍ ।",
"translation": {
"text": "ହେ ଅର୍ଜୁନ! ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ଅମର ଅଟେ । ତେଣୁ ତୁମ କାହାପାଇଁ ଶୋକ ପ୍ରକାଶ କରିବା ଅନୁଚିତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-30.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.30.mp3"
]
},
"commentary": "ଅନେକ ସମୟରେ ଶିକ୍ଷା ଦାନ କରିବାକୁ ଯାଇ ଶ୍ରୀକୃଷ୍ଣ କୌଣସି ତଥ୍ୟକୁ କେତୋଟି ଶ୍ଲୋକରେ ବର୍ଣ୍ଣନା କରି ସାରିବା ପରେ, ଗୋଟିଏ ଶ୍ଲୋକରେ ସେ ସମସ୍ତ ଶିକ୍ଷାର ସାରାଂଶ କହିଥାନ୍ତି । ଏହି ଶ୍ଲୋକଟି ଆତ୍ମାର ଅମରତ୍ୱ ଓ ଶରୀରଠାରୁ ତା’ର ପାର୍ଥକ୍ୟ ସମ୍ବନ୍ଧୀୟ ବିଷୟର ସାରାଂଶ ଅଟେ ।"
},
{
"verseTitle": "Bhagavad Gita 2.31",
"verse": "31",
"chapter": 2,
"lang": "or",
"shloka": {
"speaker": "",
"sanskrit": "स्वधर्ममपि चावेक्ष्य न विकम्पितुमर्हसि ।\n\nधर्म्याद्धि युद्धाच्छ्रेयोऽन्यत्क्षत्रियस्य न विद्यते ॥31॥",
"text": "ସ୍ୱଧର୍ମମପି ଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି ।\nଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍କ୍ଷତ୍ରିୟସ୍ୟ ନ ବିଦ୍ୟତେ ।।୩୧।।",
"audioLink": "https://www.holy-bhagavad-gita.org/public/audio/002_031.mp3"
},
"wordMeanings": "ସ୍ୱଧର୍ମଂ- ନିଜର ବେଦବିହିତ କର୍ମ; ଅପି-ମଧ୍ୟ; ଚ-ଏବଂ; ଅବେକ୍ଷ୍ୟ-ବିଚାର କରି; ନ-ନୁହେଁ; ବିକମ୍ପିତୁମ୍-ଦ୍ୱିଧାବୋଧ କରିବା; ଅର୍ହସି-ଉଚିତ; ଧର୍ମ୍ୟାତ୍-ଧର୍ମନୀତି ଦୃଷ୍ଟିରୁ; ହି-ବାସ୍ତବରେ; ଯୁଦ୍ଧାତ୍-ଯୁଦ୍ଧରୁ; ଶ୍ରେୟଃ-ଉତ୍ତମ; ଅନ୍ୟତ୍-ଅନ୍ୟ; କ୍ଷତ୍ରିୟସ୍ୟ-କ୍ଷତ୍ରିୟର; ନ-ନୁହେଁ; ବିଦ୍ୟତେ-ଅଛି ।",
"translation": {
"text": "ଜଣେ ଯୋଦ୍ଧା ଭାବରେ ତୁମେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା ନ କରି ଇତସ୍ତତଃ ହେବା ଉଚିତ୍ ନୁହେଁ । ବାସ୍ତବରେ, ଜଣେ ଯୋଦ୍ଧା ପାଇଁ ଧର୍ମ ରକ୍ଷା ନିମନ୍ତେ ଯୁଦ୍ଧ କରିବାଠାରୁ ବଳି ମହତ୍ କାର୍ଯ୍ୟ ଆଉ କିଛି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-31.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.31.mp3"
]
},
"commentary": "ସ୍ୱ-ଧର୍ମ କହିଲେ ବେଦ ଅନୁଯାୟୀ ଜଣେ ବ୍ୟକ୍ତିର କର୍ତ୍ତବ୍ୟକୁ ବୁଝାଇଥାଏ । ଜଣେ ବ୍ୟକ୍ତି ପାଇଁ ଦୁଇ ପ୍ରକାରର ସ୍ୱ-ଧର୍ମ ବା ବେଦବିହିତ କର୍ମ ରହିଛି- ପର ଧର୍ମ ବା ଆଧ୍ୟାତ୍ମିକ ଧର୍ମ ଏବଂ ଅପର ଧର୍ମ ବା ସଂସାରିକ କର୍ତ୍ତବ୍ୟ । ଆତ୍ମା ଭାବରେ ଆମର କର୍ତ୍ତବ୍ୟ ହେଉଛି ଭକ୍ତି ସହକାରେ ଭଗବାନଙ୍କର ସେବା କରିବା ଏବଂ ତାଙ୍କୁ ପ୍ରେମ କରିବା । ଏହାକୁ ପରଧର୍ମ କୁହାଯାଏ । ଯେହେତୁ ଅଧିକାଂଶ ମନୁଷ୍ୟଙ୍କର ଏହି ଆଧ୍ୟାତ୍ମିକ ଦୃଷ୍ଟିକୋଣ ନ ଥାଏ, ନିଜକୁ ଶରୀର ମନେକରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବେଦରେ କର୍ତ୍ତବ୍ୟ ନିରୂପଣ କରାଯାଇଛି । ଏହି କର୍ତ୍ତବ୍ୟଗୁଡ଼ିକ ଜଣଙ୍କର ଆଶ୍ରମ (ଜୀବନର ଅବସ୍ଥା) ଓ ବର୍ଣ୍ଣ (ବୃତ୍ତି) ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ । ଏଗୁଡ଼ିକୁ ଅପର ଧର୍ମ ବା ସାଂସାରିକ କର୍ତ୍ତବ୍ୟ କୁହାଯାଏ । ଭଗବଦ୍ ଗୀତାକୁ ଏବଂ ବିଶେଷ କରି ବୈଦିକ ସିଦ୍ଧାନ୍ତକୁ ବୁଝିବା ପାଇଁ ଆଧ୍ୟାତ୍ମିକ କର୍ତ୍ତବ୍ୟ ଏବଂ ସାଂସାରିକ କର୍ତ୍ତବ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।\nବୃତ୍ତି ଅନୁସାରେ, ଅର୍ଜୁନ ଯେହେତୁ ଜଣେ ଯୋଦ୍ଧା ଥିଲେ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ଥିଲା ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା । ଶ୍ରୀକୃଷ୍ଣ ଏହାକୁ ସ୍ୱ-ଧର୍ମ ବା ଶାରୀରିକ ସ୍ତରରେ ନିର୍ଦ୍ଧାରିତ ଧର୍ମ କହୁଛନ୍ତି ।"
},
{
"verseTitle": "Bhagavad Gita 2.32",
"verse": "32",
"chapter": 2,
"lang": "or",
"shloka": {
"speaker": "",
"sanskrit": "यदृच्छया चोपपन्नं स्वर्गद्वारमपावृतम् । \n\nसुखिनः क्षत्रियाः पार्थ लभन्ते युद्धमीदृशम् ॥32॥",
"text": "ଯଦୃଚ୍ଛୟା ଚୋପପନ୍ନଂ ସ୍ୱର୍ଗଦ୍ୱାରମପାବୃତମ ।\nସୁଖିନଃ କ୍ଷତ୍ରିୟାଃ ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍ ।।୩୨।।",
"audioLink": "https://www.holy-bhagavad-gita.org/public/audio/002_032.mp3"
},
"wordMeanings": "ଯଦୃଚ୍ଛୟା-ଆପେ ଆପେ (ସ୍ୱତଃ); ଚ-ଏବଂ; ଉପପନ୍ନଂ-ଉପସ୍ଥିତ; ସ୍ୱର୍ଗ-ସ୍ୱର୍ଗ; ଦ୍ୱାରଂ-ଦ୍ୱାର; ଅପାବୃତମ୍-ଉନ୍ମୁକ୍ତ; ସୁଖିନଃ-ଅତ୍ୟନ୍ତ ସୁଖୀ; କ୍ଷତ୍ରିୟାଃ-କ୍ଷତ୍ରିୟମାନେ; ପାର୍ଥ- ହେ ପୃଥାପୁତ୍ର; ଲଭନ୍ତେ-ଲାଭ କରନ୍ତି; ଯୁଦ୍ଧଂ-ଯୁଦ୍ଧ; ଈଦୃଶମ୍- ଏହି ପ୍ରକାର ।",
"translation": {
"text": "ହେ ପାର୍ଥ! ଧର୍ମ ରକ୍ଷା କରିବାର ଏପରି ସୁଯୋଗ ଯେଉଁ କ୍ଷତ୍ରିୟମାନଙ୍କ ପାଇଁ ଆପେ ଆପେ ଆସିଥାଏ, ସେମାନେ ସୁଖି ଅଟନ୍ତି, ଯାହା ତାଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରିଦିଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-32.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.32.mp3"
]
},
"commentary": "ସମାଜକୁ ସୁରକ୍ଷା ଦେବା ପାଇଁ କ୍ଷତ୍ରିୟମାନଙ୍କର ଆବଶ୍ୟକତା ବିଶ୍ୱରେ ସର୍ବଦା ରହିଛି । ବୃତ୍ତିଗତ କର୍ତ୍ତବ୍ୟ ଦୃଷ୍ଟିରୁ ଯୋଦ୍ଧାମାନେ ସାହସୀ ହେଇଥିବା ଏବଂ ଆବଶ୍ୟକ ସ୍ଥଳେ, ସମାଜର ସୁରକ୍ଷା ପାଇଁ ତାଙ୍କର ଜୀବନ ବଳିଦାନ ଦେବା ପାଇଁ ପ୍ରସ୍ତୁତ ରହିଥିବା ଆବଶ୍ୟକ । ବୈଦିକ ଯୁଗରେ ସମାଜର ସମସ୍ତ ବର୍ଗ ପାଇଁ ପଶୁ ହତ୍ୟା ନିଷିଦ୍ଧ ଥିବାବେଳେ, କ୍ଷତ୍ରିୟମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା କରିବା ପାଇଁ ପଶୁହତ୍ୟାର ଅନୁମତି ଥିଲା । ଏପରି ପ୍ରତିଦ୍ୱନ୍ଦୀ ଯୋଦ୍ଧାମାନଙ୍କ ଠାରୁ ଧର୍ମ ରକ୍ଷାର ସୁଯୋଗକୁ ମୁକ୍ତ ହସ୍ତରେ ସ୍ୱାଗତ କରିବାର ଆଶା ରଖାଯାଉଥିଲା । ସେମାନଙ୍କର କର୍ତ୍ତବ୍ୟ ପାଳନ, ଇହଜନ୍ମ ଓ ପରଜନ୍ମରେ ଏକ ପୁଣ୍ୟ କାର୍ଯ୍ୟ ରୂପେ ପୁରଷ୍କୃତ ହୋଇଥାଏ ।\nବୃତ୍ତିଗତ କର୍ତ୍ତବ୍ୟର ଉଚିତ୍ ନିର୍ବାହ ଏକ ଆଧ୍ୟାତ୍ମିକ କର୍ମ ନୁହେଁ ଏବଂ ଏହାର ଫଳ ଭଗବତ୍ ପ୍ରାପ୍ତି ନୁହେଁ । ଏହା କେବଳ ଏକ ପୁଣ୍ୟ କର୍ମ ଯାହା ସଂସାରିକ ବୈଭବ ପ୍ରଦାନ କରିଥାଏ । ଶ୍ରୀକୃଷ୍ଣ ତାଙ୍କର ନିର୍ଦ୍ଦେଶକୁ ସାମାନ୍ୟ ନିମ୍ନାଭିମୁଖୀ କରି କହୁଛନ୍ତି, ଯଦି ଅର୍ଜୁନ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଆଗ୍ରହୀ ନ ହୋଇ ଶାରୀରିକ ସ୍ତରରେ ରହିବାକୁ ଇଚ୍ଛା କରଥାଆନ୍ତି, ତଥାପି କ୍ଷତ୍ରିୟ ଭାବରେ ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା ତାଙ୍କର ସାମାଜିକ କର୍ତ୍ତବ୍ୟ ଅଟେ ।\nଆମ୍ଭେମାନେ ଏଠାରେ ଦେଖି ପାରିବା ଯେ, ଭଗବଦ୍ ଗୀତା କର୍ମକୁ ଆହ୍ୱାନ ଦେଇଥାଏ, ନିଷ୍କ୍ରିୟତାକୁ ନୁହେଁ । କୌଣସି ଆଧ୍ୟାତ୍ମିକ ପ୍ରବଚନ ଶୁଣି ଅନେକ ସମୟରେ ଲୋକେ ପ୍ରଶ୍ନ କରନ୍ତି, “ଆପଣ ମୋତେ କର୍ମ ତ୍ୟାଗ କରିବାକୁ କହୁଛନ୍ତି କି?” କିନ୍ତୁ ଶ୍ରୀକୃଷ୍ଣ ଏଥିରେ ଅର୍ଜୁନଙ୍କୁ ବିପରୀତ ନିର୍ଦ୍ଦେଶ ଦେଉଛନ୍ତି । ଯେତେବେଳେ ଅର୍ଜୁନ ତାଙ୍କର କର୍ତ୍ତବ୍ୟ ତ୍ୟାଗ କରିବାକୁ ଚାହୁଁଛନ୍ତି, ସେତେବେଳେ ଶ୍ରୀକୃଷ୍ଣ ବାରମ୍ବାର ତାଙ୍କୁ କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରୁଛନ୍ତି । ଅର୍ଜୁନଙ୍କଠାରେ ଯେଉଁ ପରିବର୍ତ୍ତନ ଶ୍ରୀକୃଷ୍ଣ ଆଶା କରୁଛନ୍ତି ତାହା ଅନ୍ତରଙ୍ଗ ସ୍ତରରେ ଚେତନାରେ ପରିବର୍ତ୍ତନ ଅଟେ, ବାହ୍ୟ ସ୍ତରରେ କର୍ତ୍ତବ୍ୟ ତ୍ୟାଗ ନୁହେଁ । ବର୍ତ୍ତମାନ ସେ କର୍ତ୍ତବ୍ୟ ତ୍ୟାଗର ଫଳାଫଳ ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଉଛନ୍ତି ।"
},
{
"verseTitle": "Bhagavad Gita 2.33",
"verse": "33",
"chapter": 2,
"lang": "or",
"shloka": {
"speaker": "",
"sanskrit": "अथ चेत्त्वमिमं धर्म्य संग्रामं न करिष्यसि।\n\nततः स्वधर्मं कीर्तिं च हित्वा पापमवाप्स्यसि ॥33॥",
"text": "ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଂଗ୍ର୍ରାମଂ ନ କରିଷ୍ୟସି ।\nତତଃ ସ୍ୱଧର୍ମଂ କୀର୍ତିଂ ଚ ହିତ୍ୱା ପାପମବାପ୍ସ୍ୟସି ।।୩୩।।",
"audioLink": "https://www.holy-bhagavad-gita.org/public/audio/002_033.mp3"
},
"wordMeanings": "ଅଥ-ତେଣୁ; ଚେତ୍-ଯଦି; ତ୍ୱଂ-ତୁମେ; ଇମଂ-ଏହି; ଧର୍ମ୍ୟଂ-ଧର୍ମନୀତିି ଦୃଷ୍ଟିରୁ କର୍ତ୍ତବ୍ୟ; ସଂଗ୍ରାମଂ-ଯୁଦ୍ଧ; ନ-ନାହିଁ; କରିଷ୍ୟସି-କରିବ; ତତଃ-ତାହାହେଲେ; ସ୍ୱଧର୍ମଂ-ତୁମର ଧର୍ମକର୍ମ; କୀର୍ତିଂ-କୀର୍ତ୍ତି ବା ଯଶ; ହିତ୍ୱା-ହରାଇ; ପାପଂ-ପାପକର୍ମର ଫଳ; ଅବାପ୍ସ୍ୟସି-ପ୍ରାପ୍ତ ହେବ ।",
"translation": {
"text": "ଯଦି ତୁମେ ଏହି ଧର୍ମ ଯୁଦ୍ଧ କରିବାକୁ ଇଚ୍ଛା ନ କର, ତେବେ ତୁମେ ନିଜର ସାମାଜିକ କର୍ତ୍ତବ୍ୟ ତ୍ୟାଗ କରି ସୁନାମ ହରାଇବ ଏବଂ ଫଳସ୍ୱରୂପ ପାପ ହିଁ ଅର୍ଜନ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-33.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.33.mp3"
]
},
"commentary": "ଯଦି ଜଣେ ଯୋଦ୍ଧା ଯୁଦ୍ଧକ୍ଷେତ୍ରରେ ଅହିଂସା ଆଚରଣ କରନ୍ତି, ତାହାକୁ ତାଙ୍କର କର୍ତ୍ତବ୍ୟ ପ୍ରତି ଉପେକ୍ଷା ଭାବରେ ଗ୍ରହଣ କରାଯିବ ଏବଂ ତାହା ପାପ କର୍ମ ରୂପେ ବିବେଚିତ ହେବ । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି ଯଦି ଅର୍ଜୁନ ଏହାକୁ ଅନୁଚିତ ଏବଂ ଅସୁବିଧାଜନକ ବିବେଚନା କରି ତ୍ୟାାଗ କରିବେ, ତେବେ ସେ ପାପ ଅର୍ଜନ କରିବେ । ପରାଶର ସ୍ମୃତି ଅନୁଯାୟୀ:\nକ୍ଷତ୍ରିୟୋଃ ହି ପ୍ରଜା ରକ୍ଷନ୍ଶସ୍ତ୍ରପାଣିଃ ପ୍ରଦଣ୍ଡବାନ୍ନିର୍ଜିତ୍ୟ ପରସୈନ୍ୟାଦି କ୍ଷିତିଂ ଧର୍ମେଣ ପାଳୟେତ୍ । (୧.୬୧)\n“ଜଣେ କ୍ଷତ୍ରିୟର ବୃତ୍ତିଗତ କର୍ତ୍ତବ୍ୟ ହେଲା ଦେଶର ପ୍ରଜାମାନଙ୍କୁ ଶୋଷଣରୁ ରକ୍ଷା କରିବା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତାଙ୍କୁ ଉପଯୁକ୍ତ ସ୍ଥଳରେ ହିଂସାର ଉପଯୋଗ କରିବାକୁ ପଡିଥାଏ । ସେ ଶତ୍ରୁ ରାଜାଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଧର୍ମନୀତିର ଅନୁସରଣ ପୂର୍ବକ ଦେଶର ଶାସନ କରିବା ଆବଶ୍ୟକ ।”"
},
{
"verseTitle": "Bhagavad Gita 2.34",
"verse": "34",
"chapter": 2,
"lang": "or",
"shloka": {
"speaker": "",
"sanskrit": "अकीर्तिं चापि भूतानि कथयिष्यन्ति तेऽव्ययाम्।\n\nसम्भावितस्य चाकीर्तिर्मरणादतिरिच्यते ॥34॥",
"text": "ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ ।\nସମ୍ଭାବିତସ୍ୟ ଚାକୀର୍ତିର୍ମରଣାଦତିରିଚ୍ୟତେ ।।୩୪।।",
"audioLink": "https://www.holy-bhagavad-gita.org/public/audio/002_034.mp3"
},
"wordMeanings": "ଅକୀର୍ତିଂ-ଅପଯଶ; ଚ-ଏବଂ; ଅପି-ମଧ୍ୟ; ଭୂତାନି-ଲୋକେ; କଥୟିଷ୍ୟନ୍ତି- କହିବେ; ତେ-ତୁମର; ଅବ୍ୟୟାମ୍ -ନିତ୍ୟ; ସମ୍ଭାବିତସ୍ୟ-ଜଣେ ସମ୍ମାନନୀୟ ବ୍ୟକ୍ତିଙ୍କର; ଚ-ଏବଂ; ଅକୀର୍ତିଃ- ଅପଯଶ; ମରଣାତ୍-ମୃତ୍ୟୁ ଠାରୁ; ଅତିରିଚ୍ୟତେ-ଅଧିକ ।",
"translation": {
"text": "ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-34.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.34.mp3"
]
},
"commentary": "ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସାମାଜିକ ପ୍ରତିଷ୍ଠା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । କ୍ଷତ୍ରିୟମାନଙ୍କର ଯେଉଁ ସବୁ ଗୁଣ ସେମାନଙ୍କୁ ସମ୍ମାନ ଓ ଖ୍ୟାତି ପ୍ରଦାନ କରିଥାଏ, ତାହା ତାଙ୍କ ପାଇଁ ବିଶେଷ ଭାବରେ ମୂଲ୍ୟବାନ ଅଟେ । ତାଙ୍କ ପାଇଁ ଅସମ୍ମାନ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସଚେତନ କରାଇ ଦେଉଛନ୍ତି ଯେ ଯଦି ସେ ଉଚ୍ଚକୋଟୀର ଜ୍ଞାନ ଦ୍ୱାରା ପ୍ରେରିତ ହୋଇନାହାନ୍ତି, ତେବେ ଅନ୍ତତଃଏହି ଛୋଟ ଜ୍ଞାନଟି ଦ୍ୱାରା ଉଦ୍ବୁଦ୍ଧ ହୁଅନ୍ତୁ ।\nସଂସାରର ଅନେକ ସମ୍ପ୍ରଦାୟରେ ଯୁଦ୍ଧରୁ ପଳାୟନ କରୁଥିବା ଯୋଦ୍ଧାଙ୍କୁ ଭୀରୁ ରୂପେ ଆଖ୍ୟାୟିତ କରାଯାଇ ସମାଜରୁ ବାସନ୍ଦ କରାଯାଇଥାଏ । ଅର୍ଜୁନ ଯଦି କର୍ତ୍ତବ୍ୟରେ ଅବହେଳା କରନ୍ତି, ତାଙ୍କୁ ମଧ୍ୟ ଏହିପରି ଅପଯଶ ମିଳିପାରେ ।"
},
{
"verseTitle": "Bhagavad Gita 2.35",
"verse": "35",
"chapter": 2,
"lang": "or",
"shloka": {
"speaker": "",
"sanskrit": "भयाद्रणादुपरतं मंस्यन्ते त्वां महारथाः ।\n\nयेषां च त्वं बहुमतो भूत्वा यास्यसि लाघवम् ॥35॥",
"text": "ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।\nଯେଷାଂ ଚ ତ୍ୱଂ ବହୁମତୋ ଭୂତ୍ୱା ଯାସ୍ୟସି ଲାଘବମ୍ ।।୩୫।।",
"audioLink": "https://www.holy-bhagavad-gita.org/public/audio/002_035.mp3"
},
"wordMeanings": "ଭୟାତ୍-ଭୟ ଯୋଗୁଁ; ରଣାତ୍-ଯୁଦ୍ଧରୁ; ଉପରତଂ-ବିମୁଖ ହେବା; ମଂସ୍ୟନ୍ତେ- ବିଚାର କରାଯିବା; ତ୍ୱାଂ-ତୁମକୁ; ମହାରଥାଃ-ମହାରଥୀମାନେ; ଯେଷାଂ-ଯେଉଁମାନଙ୍କର; ଚ-ଏବଂ; ତ୍ୱଂ-ତୁମେ; ବହୁମତଃ- ସମ୍ମାନସ୍ପଦ; ଭୂତ୍ୱା-ହୋଇଯାଇ; ଯାସ୍ୟସି -ହରାଇବ; ଲାଘବମ୍ -ମୂଲ୍ୟ କମିଯିବ ।",
"translation": {
"text": "ଯେଉଁ ମହାରଥୀ ମାନେ ତୁମର ସମ୍ମାନ କରୁଥିଲେ, ସେମାନେ ଏପରି ମନେକରିବେ ଯେ ଭୟରେ ତୁମେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛ ଏବଂ ତଦ୍ୱାରା ତୁମେ ନିଜର ସମ୍ମାନ ହରାଇବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-35.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.35.mp3"
]
},
"commentary": "ଅର୍ଜୁନ ଜଣେ ବୀର ଯୋଦ୍ଧା ଭାବରେ ଖ୍ୟାତ ଥିଲେ ଓ କୌରବ ସେନାର ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଇତ୍ୟାଦି ଅତ୍ୟନ୍ତ ପରାକ୍ରମଶାଳୀ ଯୋଦ୍ଧାମାନଙ୍କର ପ୍ରତିପକ୍ଷୀ ହେବାର ଯୋଗ୍ୟ ଥିଲେ । ସ୍ୱର୍ଗର ଅନେକ ଦେବତାଙ୍କ ସହ ଯୁଦ୍ଧ କରି ସେ ଯଶ ଅର୍ଜନ କରିଥିଲେ । ଭଗବାନ ଶିବ, ଯିଏ ଜଣେ ଶିକାରୀର ଛଦ୍ମ ରୂପରେ ଆସିଥିଲେ, ତାଙ୍କ ସହିତ ଯୁଦ୍ଧ କରି ମଧ୍ୟ ସେ ତାଙ୍କୁ ପରାସ୍ତ କରିଥିଲେ । ତାଙ୍କର ବୀରତ୍ୱ ଏବଂ ପ୍ରତିଭାରେ ମୁଗ୍ଧ ହୋଇ ଭଗବାନ ଶିବ ତାଙ୍କୁ ସ୍ୱର୍ଗର ପାଶୁପତାସ୍ତ୍ର ଦେଇ ପୁରଷ୍କୃତ କରିଥିଲେ । ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ଧର୍ନୁବିଦ୍ୟାରେ ଏକ ବିଶେଷ ଅସ୍ତ୍ର ଦେଇ ତାଙ୍କୁ ଆଶୀର୍ବାଦ କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅର୍ଜୁନ ଯଦି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରନ୍ତି, ତେବେ ଏହି ଯୋଦ୍ଧାମାନେ ଏପରି ଭାବିବେ ନାହିଁ ଯେ ନିଜର ଆତ୍ମୀୟସ୍ୱଜନଙ୍କ ପ୍ରତି ସ୍ନେହ ତାଙ୍କୁ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବାକୁ ପ୍ରେରିତ କରିଛି । ସେମାନେ ତାଙ୍କୁ ଜଣେ ଭୀରୁ ରୂପେ ବିବେଚିତ କରି ଏପରି ମନେକରିବେ ଯେ ସେମାନଙ୍କ ଭୟରେ ସେ ଯୁଦ୍ଧରୁ ନିବୃତ୍ତ ହୋଇଛନ୍ତି ।"
},
{
"verseTitle": "Bhagavad Gita 2.36",
"verse": "36",
"chapter": 2,
"lang": "or",
"shloka": {
"speaker": "",
"sanskrit": "अवाच्यवादांश्च बहून्वदिष्यन्ति तवाहिताः ।\n\nनिन्दन्तस्तव सामर्थ्य ततो दुःखतरं नु किम् ॥36॥",
"text": "ଅବାଚ୍ୟବାଦାଂଶ୍ଚ ବହୂନ୍ବଦିଷ୍ୟନ୍ତି ତବାହିତାଃ ।\nନିନ୍ଦନ୍ତସ୍ତବ ସାମର୍ଥ୍ୟଂ ତତୋ ଦୁଃଖତରଂ ନୁ କିମ୍ ।।୩୬।।",
"audioLink": "https://www.holy-bhagavad-gita.org/public/audio/002_036.mp3"
},
"wordMeanings": "ଅବାଚ୍ୟ-ବାଦାନ୍ -କଟୁ ଶବ୍ଦ ପ୍ରୟୋଗ କରି; ଚ-ଏବଂ; ବହୂନ- ଅନେକ; ବଦିଷ୍ୟନ୍ତି- କହିବେ; ତବ-ତୁମର; ଅହିତାଃ-ଶତ୍ରୁମାନେ; ନିନ୍ଦନ୍ତଃ-ନିନ୍ଦା କରିବେ; ତବ-ତୁମର; ସାମର୍ଥ୍ୟଂ-ଶକ୍ତି; ତତଃ-ତା’ଠାରୁ; ଦୁଃଖତରଂ-ଅଧିକ ଦୁଃଖକର; ନୁ-ଅବଶ୍ୟ; କିମ୍-କ’ଣ ଅଛି ?",
"translation": {
"text": "ତୁମର ଶ୍ରତୁମାନେ ତୁମର ନିନ୍ଦା କରିବେ ଏବଂ କଠୋର ଶବ୍ଦରେ ଅପମାନିତ କରି ତୁମର ବୀରତ୍ୱକୁ ତାତ୍ସଲ୍ୟ କରିବେ । ଏହାଠାରୁ ଅଧିକ ଯନ୍ତ୍ରଣା ଦାୟକ କ’ଣ ହୋଇପାରେ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-36.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.36.mp3"
]
},
"commentary": "ଅର୍ଜୁନ ଯଦି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରନ୍ତି, ସମସ୍ତ କ୍ଷତ୍ରିୟ ସମାଜରେ ତାଙ୍କର ଯଶ କ୍ଷୟ ହେବ ଏବଂ ସେ ନିନ୍ଦିତ ହେବେ । ଶ୍ରୀକୃଷ୍ଣ ଏଠାରେ ନିନ୍ଦନ୍ତଃ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ‘ନିନ୍ଦା କରିବା’ । ଅବାଚ୍ୟ ବାଦାନ୍ର ଅର୍ଥ କଟୁ ଶବ୍ଦ ପ୍ରୟୋଗ କରିବା, ଯେପରିକି “ନପୁଂସକ” । ଅର୍ଜୁନଙ୍କୁ ଦୁର୍ଯ୍ୟୋଧନଙ୍କ ପରି ଶତ୍ରୁମାନେ ଅନେକ ଅପମାନ ଜନକ ବାକ୍ୟ କହିବେ, ଯେପରି “ସେହି ନପୁଂସକ ଅର୍ଜୁନକୁ ଦେଖ, ସେ କିପରି କୁକୁର ପରି ଦୁଇଗୋଡ଼ ମଧ୍ୟରେ ଲାଙ୍ଗୁଡ଼ ଜାକି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରୁଛି ।” ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଚେତାଇ ଦେଉଛନ୍ତି ଏପରି ନିନ୍ଦା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହେବ ।"
},
{
"verseTitle": "Bhagavad Gita 2.37",
"verse": "37",
"chapter": 2,
"lang": "or",
"shloka": {
"speaker": "",
"sanskrit": "हतो वा प्राप्स्यसि स्वर्गं जित्वा वा भोक्ष्यसे महीम्।\n\nतस्मादुत्तिष्ठ कौन्तेय युद्धाय कृतनिश्चयः ॥37॥",
"text": "ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ।\nତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ ।।୩୭।।",
"audioLink": "https://www.holy-bhagavad-gita.org/public/audio/002_037.mp3"
},
"wordMeanings": "ହତଃ-ମରିକରି; ବା-କିମ୍ବା; ପ୍ରାପ୍ସ୍ୟସି-ପ୍ରାପ୍ତ ହେବ; ସ୍ୱର୍ଗଂ-ସ୍ୱର୍ଗରାଜ୍ୟ; ଜିତ୍ୱା-ଜିଣିଲେ; ବା-କିମ୍ବା; ଭୋକ୍ଷସେ-ଭୋଗ କରିବ; ମହୀମ୍-ପୃଥିବୀ; ତସ୍ମାତ୍-ତେଣୁ; ଉତ୍ତିଷ୍ଠ-ଉଠ; କୌନ୍ତେୟ-ହେ କୁନ୍ତୀ ପୁତ୍ର; ଯୁଦ୍ଧାୟ-ଯୁଦ୍ଧନିମିତ୍ତ; କୃତ ନିଶ୍ଚୟଃ-ସ୍ଥିର କର ।",
"translation": {
"text": "ତୁମେ ଯଦି ଯୁଦ୍ଧ କର, ଯୁଦ୍ଧରେ ନିହତ ହୋଇ ତୁମେ ସ୍ୱର୍ଗଲୋକ ପ୍ରାପ୍ତ କରିବ କିମ୍ବା ଯୁଦ୍ଧରେ ବିଜୟୀ ହୋଇ ତୁମେ ଭୂଲୋକରେ ରାଜ୍ୟଭୋଗ କରିବ । ତେଣୁ ହେ କୁନ୍ତି ପୁତ୍ର! ଦୃଢ଼ ନିଶ୍ଚୟ ହୋଇ ଜାଗ୍ରତ ହୁଅ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-37.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.37.mp3"
]
},
"commentary": "୨.୩୧ ଶ୍ଳୋକ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣ ଏ ପର୍ଯ୍ୟନ୍ତ ବୃତ୍ତିଗତ କର୍ତ୍ତବ୍ୟ ବିଷୟରେ ଉପଦେଶ ଦେଉଛନ୍ତି । ସେ ଅର୍ଜୁନଙ୍କୁ ତାଙ୍କର କର୍ତ୍ତବ୍ୟ ପାଳନ ଦ୍ୱାରା ପ୍ରାପ୍ତ ହେବାକୁ ଥିବା ଦୁଇଟି ସମ୍ଭାବନା ବିଷୟରେ ବୁଝାଉଛନ୍ତି । ଅର୍ଜୁନ ଯଦି ବିଜୟୀ ହୁଅନ୍ତି, ତେବେ ପୃଥିବୀ ଲୋକରେ ରାଜ୍ୟ ତାଙ୍କୁ ଅପେକ୍ଷା କରିଛି ଏବଂ କର୍ତ୍ତବ୍ୟ ପାଳନ କରି ତାଙ୍କୁ ଯଦି ପ୍ରାଣ ତ୍ୟାଗ କରିବାକୁ ପଡେ, ତେବେ ସେ ସ୍ୱର୍ଗଲୋକ ଗମନ କରିବେ ।"
},
{
"verseTitle": "Bhagavad Gita 2.38",
"verse": "38",
"chapter": 2,
"lang": "or",
"shloka": {
"speaker": "",
"sanskrit": "सुखदुःखे समे कृत्वा लाभालाभौ जयाजयौ।\n\nततो युद्धाय युज्यस्व नैवं पापमवाप्स्यसि ॥38॥",
"text": "ସୁଖଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ ।\nତତୋ ଯୁଦ୍ଧାୟ ଯୁଜ୍ୟସ୍ୱ ନୈବଂ ପାପମବାପ୍ସ୍ୟସି ।।୩୮।।",
"audioLink": "https://www.holy-bhagavad-gita.org/public/audio/002_038.mp3"
},
"wordMeanings": "ସୁଖ-ସୁଖ; ଦୁଃଖେ-ଦୁଃଖରେ; ସମେ କୃତ୍ୱା- ସମଭାବ ରହି; ଲାଭାଲାଭୌ- ଲାଭ ଓ କ୍ଷତିରେ ଉଭୟ; ଜୟାଜୟୌ- ଜୟ ଓ ପରାଜୟରେ; ତତଃ-ତତ୍ପରେ; ଯୁଦ୍ଧାୟ-ଯୁଦ୍ଧରେ; ଯୁଜ୍ୟସ୍ୱ-ନିୟୋଜିତ ରହ; ନ-କେବେ ନୁହେଁ; ଏବଂ-ଏହିପରି ଭାବରେ; ପାପଂ-ପାପକୁ; ଅବାପ୍ସ୍ୟସି-ପ୍ରାପ୍ତ ହେବ ।",
"translation": {
"text": "ସୁଖ ଓ ଦୁଃଖ, ଲାଭ ଓ କ୍ଷତି, ଜୟ ଓ ପରାଜୟକୁ ସମାନ ରୂପେ ବିଚାର କରି କର୍ତ୍ତବ୍ୟ ଦୃଷ୍ଟିରୁ ଯୁଦ୍ଧ କର । ଏହିପରି କର୍ତ୍ତବ୍ୟ ପାଳନ କରି ତୁମେ କେବେ ବି ପାପ ଅର୍ଜନ କରିବ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-38.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.38.mp3"
]
},
"commentary": "ଅର୍ଜୁନଙ୍କୁ ଲୌକିକ ସ୍ତରରେ ଉତ୍ସାହିତ କରିସାରିବା ପରେ ବର୍ତ୍ତମାନ ଶ୍ରୀକୃଷ୍ଣ କର୍ମ ବିଜ୍ଞାନର ଗଭୀରତା ମଧ୍ୟକୁ ପ୍ରବେଶ କରୁଛନ୍ତି । ଅର୍ଜୁନ ଭୟ ପ୍ରକାଶ କରିଥିଲେ ଯେ ତାଙ୍କର ଶତ୍ରୁମାନଙ୍କୁ ମାରିବା ଦ୍ୱାରା ସେ ପାପ ଅର୍ଜନ କରିବେ । ଶ୍ରୀକୃଷ୍ଣ ଏହି ଆଶଙ୍କା ବିଷୟରେ ଆଲୋକପାତ କରୁଛନ୍ତି । ସେ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ କର୍ମ ସହିତ ତା’ର ଫଳାଫଳକୁ ଯୋଗ ନ କରି ତାଙ୍କର କର୍ତ୍ତବ୍ୟ କରନ୍ତୁ । କର୍ମ ପ୍ରତି ତାଙ୍କର ଏହିପରି ଦୃଷ୍ଟିକୋଣ ତାଙ୍କୁ ଯେ କୌଣସି ପାପ ପ୍ରତିକ୍ରିୟାରୁ ମୁକ୍ତ ରଖିବ ।\nନିଜର ସ୍ୱାର୍ଥରେ ପ୍ରେରିତ ହୋଇ ଆମେ ଯାହାକିଛି କରେ, ତଦ୍ୱାରା ଆମେ କର୍ମ ସୃଷ୍ଟି କରିଥାଏ ଯାହା ପରିଶେଷରେ କର୍ମଫଳ ପ୍ରଦାନ କରେ । ମାଠର ଶୃତି ଅନୁଯାୟୀ:\nପୁଣ୍ୟେନ ପୁଣ୍ୟ ଲୋକଂ ନୟତି ପାପେନ ପାପମୁଭାଭ୍ୟାମେବ ମନୁଷ୍ୟଲୋକମ୍ ।।\n“ତୁମେ ଯଦି ଉତ୍ତମ କର୍ମ କରିବ, ସ୍ୱର୍ଗ ଲୋକକୁ ଗମନ କରିବ । ତୁମେ ଯଦି ମନ୍ଦ କର୍ମ କରିବ, ନର୍କ ପ୍ରାପ୍ତ କରିବ । ତୁମେ ଯଦି ଉଭୟ ପ୍ରକାର ମିଶ୍ରିତ କର୍ମ କରିବ, ପୃଥିବୀ ଲୋକରେ ରହିବ । ଯାହା କଲେ ବି ଆମେ ଆମ କର୍ମର ଫଳରେ ବାନ୍ଧି ହୋଇଯାଉ । ତେଣୁ ସଂସାରିକ କ୍ଷେତ୍ରରେ ଭଲ କର୍ମ ମଧ୍ୟ ବନ୍ଧନ କାରକ ଅଟେ । ସେହି କର୍ମଗୁଡ଼ିକ ଭୌତିକ ଲାଭ ପ୍ରଦାନ କରନ୍ତି, ଯାହା ଆମର ସଞ୍ôଚତ କର୍ମରେ ଯୋଗ ହୁଏ ଏବଂ ସଂସାରରେ ସୁଖ ଅଛି, ଏହି ଭ୍ରମକୁ ଦୃଢ଼ୀଭୂତ କରାଏ ।\nକିନ୍ତୁ ଆମେ ଯଦି ଆମର ସ୍ୱାର୍ଥପର ମନୋଭବ ତ୍ୟାଗ କରୁ, ତେବେ ଆମର କର୍ମ ସବୁ କର୍ମଫଳ ସୃଷ୍ଟି କରିବ ନାହିଁ । ଉଦାହରଣ ସ୍ୱରୂପ ହତ୍ୟା କରିବା ପାପ ଅଟେ ଏବଂ ପ୍ରତ୍ୟେକ ଦେଶର ଆଇନ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ । କିନ୍ତୁ ଜଣେ ପୋଲିସ କର୍ମଚାରୀ ତାଙ୍କର କର୍ତ୍ତବ୍ୟ କରୁଥିବା ସମୟରେ ଯଦି ଏକ ଡକାୟତ ଦଳର ମୁଖ୍ୟକୁ ହତ୍ୟା କରନ୍ତି, ସେଥିପାଇଁ ସେ ଦଣ୍ଡିତ ହୁଅନ୍ତି ନାହିଁ । ଯଦି ଜଣେ ସୈନିକ ଯୁଦ୍ଧରେ ଶତ୍ରୁପକ୍ଷର ଜଣେ ସୈନିକକୁ ହତ୍ୟା କରନ୍ତି, ତା’ ପାଇଁ ସେ ଦଣ୍ଡିତ ହୁଅନ୍ତି ନାହିଁ, ବରଂ ସେ ହୁଏତ ତାଙ୍କର ସାହସିକତା ପାଇଁ ପଦକ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ଦଣ୍ଡିତ ନ ହେବାର ମୁଖ୍ୟ କାରଣ ଏହ ଯେ ଏହି ସବୁ କର୍ମର ପୃଷ୍ଠଦେଶରେ କୌଣସି ମନ୍ଦ ଉଦ୍ଦେଶ୍ୟ ବା ନିଜସ୍ୱ ସ୍ୱାର୍ଥ ନ ଥାଏ । ଭଗବାନଙ୍କ ନିୟମ ମଧ୍ୟ ସେହିପରି ଅଟେ । ଯଦି ଜଣେ ନିଜର ସମସ୍ତ ସ୍ୱାର୍ଥପର ଉଦ୍ଦେଶ୍ୟ ତ୍ୟାଗ କରି କେବଳ ପରମାତ୍ମାଙ୍କ ଉଦ୍ଦେଶ୍ୟରେ କର୍ତ୍ତବ୍ୟ କରନ୍ତି, ତା’ହେଲେ ସେପରି କର୍ମ କୌଣସି କର୍ମଫଳ ସୃଷ୍ଟି କରେ ନାହିଁ ।\nତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ସମସ୍ତ ଫଳାଫଳ ଠାରୁ ନିରାସକ୍ତ ହୋଇ ସାଧାରଣ ଭାବେ ନିଜର କର୍ତ୍ତବ୍ୟ ପାଳନ କର । ସେ ଯେତେବେଳେ ଜୟ ଓ ପରାଜୟ, ସୁଖ ଓ ଦୁଃଖ ପ୍ରତି ସମଭାବାପନ୍ନ ରହି ଯୁଦ୍ଧ କରିବେ, ତାଙ୍କ ଶତ୍ରୁମାନଙ୍କୁ ହତ୍ୟା କରିବା ସତ୍ତ୍ୱେ କୌଣସି ପାପ ଅର୍ଜନ କରିବେ ନାହିଁ । ଏହି ବିଷୟର ଭଗବଦ୍ ଗୀତାରେ ପୁଣି ଥରେ ଶ୍ଳୋକ ୫-୧୦ରେ ପୁନରାବୃତ୍ତି ହୋଇଛି । “ଯେମିତି ପଦ୍ମ ପତ୍ରକୁ ଜଳ ସ୍ପର୍ଶ କରେନାହିଁ, ସେହିପରି ଯେଉଁମାନେ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରନ୍ତି ଏବଂ କୌଣସି ଆସକ୍ତି ରଖନ୍ତି ନାହିଁ, ତାଙ୍କୁ ପାପ ସ୍ପର୍ଶ କରେ ନାହିଁ ।”\nନିଷ୍କାମ କର୍ମ ବିଷୟରେ ଏହି ଦୃଢ଼ ନିର୍ଣ୍ଣୟାତ୍ମକ ଘୋଷଣା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ସୁଦ୍ଧା ବିଷୟକୁ ସିଦ୍ଧ କରିବା ପାଇଁ କର୍ମ ବିଜ୍ଞାନର ବିସ୍ତୁତ ବର୍ଣ୍ଣନ କରିବାକୁ ଯାଉଛନ୍ତି ।"
},
{
"verseTitle": "Bhagavad Gita 2.39",
"verse": "39",
"chapter": 2,
"lang": "or",
"shloka": {
"speaker": "",
"sanskrit": "एषा तेऽभिहिता साङ्ये बुद्धिोंगे त्विमां शृणु।\n\nबुद्ध्या युक्तो यया पार्थ कर्मबन्धं प्रहास्यसि ॥39॥",
"text": "ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ ।\nବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ।।୩୯।।",
"audioLink": "https://www.holy-bhagavad-gita.org/public/audio/002_039.mp3"
},
"wordMeanings": "ଏଷା-ଏସବୁ; ତେ-ତୁମକୁ; ଅଭିହିତା-ବର୍ଣ୍ଣିତ ହେଲା; ସାଂଖ୍ୟେ- ବିଶ୍ଳେଷଣାତ୍ମକ ଜ୍ଞାନ ସାହାଯ୍ୟରେ; ବୁଦ୍ଧିଃ ଯୋଗେ- ବୁଦ୍ଧିଯୋଗ ଦ୍ୱାରା; ତୁ-ବାସ୍ତବରେ; ଇମାଂ-ଏହା; ଶୃଣୁ-ଶୁଣ; ବୁଦ୍ଧ୍ୟା-ବିଚାର ଦ୍ୱାରା; ଯୁକ୍ତଃ-ଯୁକ୍ତ ହୋଇ; ଯୟା- ଯାହାଦ୍ୱାରା; ପାର୍ଥ-ହେ ପୃଥାପୁତ୍ର; କର୍ମ-ବନ୍ଧଂ- କର୍ମବନ୍ଧନ; ପ୍ରହାସ୍ୟସି-ତୁମେ ମୁକ୍ତ ହୋଇପାରିବ ।",
"translation": {
"text": "ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଯୋଗ ବା ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ପ୍ରଦାନ କଲି । ହେ ପାର୍ଥ! ବର୍ତ୍ତମାନ ଶୁଣ, ମୁଁ ଏବେ ବୁଦ୍ଧି ଯୋଗ ବିଷୟରେ କହିବାକୁ ଯାଉଛି । ଏହିପରି ବିଚାର ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-39.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.39.mp3"
]
},
"commentary": "ସାଂଖ୍ୟ ଶବ୍ଦଟି ସାଂ ଅର୍ଥାତ୍ ‘ପୂର୍ଣ୍ଣ’ ଓ ଖ୍ୟ ଅର୍ଥାତ୍ ‘ଜାଣିବା’ ଶବ୍ଦରୁ ଉତ୍ପତ୍ତି ହୋଇଛି । ଅତଏବ, ସାଂଖ୍ୟର ଅର୍ଥ କୌଣସି ବିଷୟରେ ପୂର୍ଣ୍ଣ ବିଶ୍ଳେଷଣାତ୍ମକ ଜ୍ଞାନ ଅଟେ । ସାଂଖ୍ୟ ଦର୍ଶନ, ଯାହା ଭାରତୀୟ ଦର୍ଶନ ଅନ୍ତର୍ଗତ ଷଡଦର୍ଶନ ମଧ୍ୟରୁ ଅନ୍ୟତମ ଅଟେ, ବ୍ରହ୍ମାଣ୍ଡର ସମସ୍ତ ଉପାଦନଗୁଡ଼ିକର ବିଶ୍ଳେଷଣାତ୍ମକ ଗଣନା କରିଥାଏ । ଏହା ଚବିଶଟି ଉପାଦାନକୁ ତାଲିକାଭୁକ୍ତ କରିଥାଏ: ପଞ୍ଚମହାଭୂତ (ପୃଥିବୀ, ଜଳ, ଅଗ୍ନି,ବାୟୁ ଓ ଆକାଶ) ପଞ୍ଚତନ୍ମାତ୍ରା (ବସ୍ତୁର ପାଞ୍ଚ ଭୌତିକ ଗୁଣ ସ୍ୱାଦ, ସ୍ପର୍ଶ, ଗନ୍ଧ, ଶବ୍ଦ ଓ ଦୃଷ୍ଟି), ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ଅହଂକାର (ମହାନ୍ ତତ୍ୱର ବିକାଶ ଦ୍ୱାରା ସୃଷ୍ଟ), ମହାନ୍ (ପ୍ରକୃତିର ବିକାଶ ଦ୍ୱାର ସୃଷ୍ଟ), ପ୍ରକୃତି (ଭୌତିକ ଶକ୍ତିର ଆଦ୍ୟ ରୂପ) । ଏତଦ୍ବ୍ୟତିତ ପୁରୁଷ ବା ଆତ୍ମା, ଯିଏ ପ୍ରକୃତିକୁ ଉପଭୋଗ କରିବାକୁ ଚେଷ୍ଟା କରି ସେଥିରେ ଆସକ୍ତ ହୋଇଯାଏ ।\nଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଂଖ୍ୟର ଅନ୍ୟ ଏକ ରୂପ ବର୍ଣ୍ଣନା କଲେ, ଯାହା ଅମର ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ଥିଲା । ସେ ବର୍ତ୍ତମାନ ଫଳାଫଳର ଅଭିଳାଷ ନ ରଖି କର୍ମ କରିବାର ବିଜ୍ଞାନ ବିଷୟରେ ପ୍ରକାଶ କରିବାକୁ ଯାଉଛନ୍ତି । ଏହା କର୍ମଫଳ ପ୍ରତି ବିରାଗ ଆବଶ୍ୟକ କରେ । ଏହିପରି ବୈରାଗ୍ୟ, ବୁଦ୍ଧି ଦ୍ୱାରା ବିଚାର କରିବାର ଅଭ୍ୟାସ ଦ୍ୱାରା ଆସିଥାଏ । ଶ୍ରୀକୃଷ୍ଣ ଏହାକୁ ବୁଦ୍ଧିଯୋଗ କହୁଛନ୍ତି । ସେ ପରବର୍ତ୍ତୀ ଶ୍ଳୋକଗୁଡ଼ିକରେ (୨.୪୧ ଓ ୨.୪୪) ମନରେ ବୈରାଗ୍ୟ ଉତ୍ପନ୍ନ କରିବା ଦିଗରେ ବୁଦ୍ଧି କିପରି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 2.40",
"verse": "40",
"chapter": 2,
"lang": "or",
"shloka": {
"speaker": "",
"sanskrit": "नेहाभिक्रमनाशोऽस्ति प्रत्यवायो न विद्यते।\n\nस्वल्पमप्यस्य धर्मस्य त्रायते महतो भयात् ॥40॥",
"text": "ନେହାଭିକ୍ରମନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।\nସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ ।।୪୦।।",
"audioLink": "https://www.holy-bhagavad-gita.org/public/audio/002_040.mp3"
},
"wordMeanings": "ନ-ନାହିଁ; ଇହ- ଏଥିରେ; ଅଭିକ୍ରମ-ପ୍ରଚେଷ୍ଟା; ନାଶଃ-କ୍ଷତି; ଅସ୍ତି-ଅଛି; ପ୍ରତ୍ୟବାୟଃ- ପ୍ରତିକୂଳ ଫଳ; ନ-ନାହିଁ; ବିଦ୍ୟତେ-ଅଛି; ସ୍ୱଳ୍ପଂ-ଅଳ୍ପ; ଅପି-ଯଦିଓ; ଅସ୍ୟ-ଏହାର; ଧର୍ମସ୍ୟ-ଏହି କର୍ମର; ତ୍ରାୟତେ-ରକ୍ଷା କରେ; ମହତଃ-ମହାନ୍; ଭୟାତ୍- ବିପଦରୁ ।",
"translation": {
"text": "ଏହିପରି ଚେତନାରେ ସ୍ଥିତ ରହି କାର୍ଯ୍ୟ କଲେ, କୌଣସି କ୍ଷତି ବା ପ୍ରତିକୂଳ ଫଳ ମିଳି ନ ଥାଏ, ବରଂ ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ବଡ଼ ବିପତ୍ତିରୁ ରକ୍ଷା କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-40.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.40.mp3"
]
},
"commentary": "ଆମେ ସମ୍ମୁଖରେ ସବୁଠାରୁ ବଡ଼ ବିପଦ ଏହା ଯେ ପରବର୍ତ୍ତୀ ଜନ୍ମରେ ଆମେ ହୁଏତ ମନୁଷ୍ୟ ଜନ୍ମ ପାଇ ନ ପାରୁ ଏବଂ ନିମ୍ନ ଯୋନି ଯେପରି କି ପଶୁ, ପକ୍ଷୀ ଇତ୍ୟାଦି ପ୍ରଜାତିକୁ ଯାଇପାରୁ । ଆମେ ନିଶ୍ଚିନ୍ତ ହୋଇ ପାରିବା ନାହିଁ ଯେ ପରବର୍ତ୍ତୀ ଜନ୍ମରେ ମନୁଷ୍ୟ ଯୋନି ଆମ ପାଇଁ ସଂରକ୍ଷିତ ହୋଇ ରହିବ, କାରଣ ତାହା ଆମର ଏହି ଜନ୍ମର କର୍ମ ଓ ଚେତନାର ସ୍ଥିତି ହିଁ ନିର୍ଣ୍ଣୟ କରିବ ।\nଚୌରାଅଶୀ ଲକ୍ଷ ପ୍ରକାରର ଯୋନି ରହିଛି । ମନୁଷ୍ୟଠାରୁ ନିମ୍ନ ଯୋନି - ପଶୁ, ପକ୍ଷୀ, ମାଛ, କୀଟ ପତଙ୍ଗ ଆଦିଙ୍କ ଠାରେ ମନୁଷ୍ୟ ପରି ବୁଦ୍ଧିର ବିକାଶ ହୋଇ ନ ଥାଏ । ତଥାପି ସେମାନେ କିଛି ସାଧାରଣ କ୍ରିୟା କରିଥାଆନ୍ତି ଯେପରି କି, ଆହାର, ନିଦ୍ରା, ଆତ୍ମରକ୍ଷା ଏବଂ ପ୍ରଜନନ ଇତ୍ୟାଦି । ମନୁଷ୍ୟକୁ ଏକ ମହତ୍ ଉଦ୍ଦେଶ୍ୟରେ ଜ୍ଞାନ ଶକ୍ତି ପ୍ରଦାନ କରାଯାଇଛି ଯଦ୍ୱାରା ସେ ଏହାର ବ୍ୟବହାର କରି ନିଜକୁ ଉଚ୍ଚତର ସୋପାନକୁ ଉତ୍ତୀର୍ଣ୍ଣ କରିପାରିବ । ମନୁଷ୍ୟ ଯଦି ତାର ବୁଦ୍ଧିକୁ ପଶୁମାନଙ୍କ ପରି କେବଳ ଆହାର, ନିଦ୍ରା, ମୈଥୁନ ଓ ଆତ୍ମରକ୍ଷା ଆଦିରେ ବ୍ୟବହାର କରେ, ତାହେଲେ ମନୁଷ୍ୟ ଜନ୍ମର ତାହା ଅପବ୍ୟବହାର ଅଟେ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଭୋଜନକୁ ତାଙ୍କ ଜୀବନର ମୁଖ୍ୟ ସୁଖ ଭାବରେ ବିଚାର କରନ୍ତି, ତାହେଲେ ଏକ ଘୁଷୁରିର ଶରୀର ତାଙ୍କ ପାଇଁ ଯଥେଷ୍ଟ ଅଟେ ଏବଂ ପରବର୍ତ୍ତୀ ଜନ୍ମରେ ସେହି ବ୍ୟକ୍ତି ଏକ ଘୁଷୁରିର ଶରୀର ପ୍ରାପ୍ତ କରିଥାଆନ୍ତି । ଯଦି ଜଣେ ନିଦ୍ରାକୁ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି, ତାହେଲେ ଭଗବାନ ତାଙ୍କ ପାଇଁ ମେରୁ ଅଞ୍ଚଳର ଭାଲୁର ଶରୀର ଉପଯୁକ୍ତ ଭାବି ପରବର୍ତ୍ତୀ ଜନ୍ମରେ ତାଙ୍କୁ ସେହି ଯୋନି ପ୍ରଦାନ କରିଥାନ୍ତି । ତେଣୁ ଆମ ସମ୍ମୁଖରେ ସବୁଠାରୁ ବଡ଼ ବିପଦ ହେଉଛି ପରବର୍ତ୍ତୀ ଜନ୍ମରେ ଆମେ ହୁଏତ ମନୁଷ୍ୟ ଶରୀର ପାଇ ନ ପାରୁ । ବେଦ କହୁଅଛି:\nଇହ ଚେଦବେଦୀଦଥ ସତ୍ୟମସ୍ତି ନ ଚେଦିହାବେଦୀନ୍ମହତୀ ବିନଷ୍ଠିଃ (କେନୋପନିଷଦ ୨.୫)\n“ହେ ମନୁଷ୍ୟ! ମାନବ ଜନ୍ମ ଏକ ଦୁର୍ଲଭ ସୁଯୋଗ ଅଟେ । ତୁମେ ଯଦି ତୁମର ଲକ୍ଷ୍ୟ ପ୍ରାପ୍ତି ପାଇଁ ଏହାକୁ ଉପଯୋଗ ନ କରିବ, ତୁମେ ଅନେକ କ୍ଷତି ସହିବ ।” ବେଦ ପୁଣି କହୁଛି:\nଇହ ଚେଦଶକଦ୍ ବୋଦ୍ଧୁଂ ପ୍ରାକ୍ଶରୀରସ୍ୟ ବିସ୍ରସଃତତଃ ସର୍ଗେଷୁ ଲୋକେଷୁ ଶରୀରତ୍ୱାୟ କଳ୍ପତେ (କଠୋପନିଷଦ ୨.୩.୪)\n“ତୁମେ ଯଦି ଭଗବତ୍ ପ୍ରାପ୍ତି ନିମନ୍ତେ ଏହି ଜନ୍ମରେ ଚେଷ୍ଟା ନ କର, ତୁମେ ଚୌରାଅଶୀ ଲକ୍ଷ ଯୋନିରେ ଅନେକ ଜନ୍ମ ପର୍ଯ୍ୟନ୍ତ ଘୂରି ବୁଲୁଥିବ ।”\nତଥାପି, ଥରେ ଯଦି ଆମେ ଆଧ୍ୟାତ୍ମିକ ପଥରେ ଆମର ଯାତ୍ରା ଆରମ୍ଭ କରିଥିବା, ଯାତ୍ରା ପୂର୍ଣ୍ଣ କରି ନ ପାରିଲେ ବି ଆମର ଉଦ୍ଦେଶ୍ୟକୁ ଭଗବାନ ଲକ୍ଷ୍ୟ କରିଥାନ୍ତି । ତେଣୁ ସେ ଆମକୁ ମନୁଷ୍ୟ ଜନ୍ମ ପ୍ରଦାନ କରିଥାନ୍ତି, ଯଦ୍ୱାରା ଆମେ ଯେଉଁଠାରେ ପହଞ୍ôଚଥିଲୁ ସେହିଠାରୁ ଆଗକୁ ବଢ଼ିପାରିବା ଏହିପରି ଭାବରେ ଆମେ ବହୁତ ବଡ଼ ବିପତ୍ତିକୁ ଟାଳି ଦେଇପାରିବା ।\nଶ୍ରୀକୃଷ୍ଣ ଏହା ମଧ୍ୟ କହୁଛନ୍ତି ଯେ ଏହି ପଥରେ ଯାତ୍ରା କରିବା ଦ୍ୱାରା କୌଣସି କ୍ଷତି ହୋଇ ନ ଥାଏ । କାରଣ ଯାହା ବି ସଂସାରିକ ସମ୍ପତ୍ତି ଏହି ଜନ୍ମରେ ଆମେ ଏକତ୍ରିତ କରିଥାଉ, ମୃତ୍ୟୁ ସମୟରେ ସେ ସବୁକୁ ତ୍ୟାଗ କରିବାକୁ ପଡ଼ିବ । କିନ୍ତୁ ଯୋଗର ପଥରେ ଅଗ୍ରସର ହୋଇଥିଲେ, ଭଗବାନ ଆମର ସାଧନାକୁ ସୁରକ୍ଷିତ ରଖନ୍ତି ଏବଂ ତାହାର ଫଳ ପର ଜନ୍ମରେ ପ୍ରଦାନ କରନ୍ତି । ତଦ୍ୱାରା ଆମେ ଯେଉଁଠାରେ ଛାଡ଼ିଥିଲେ, ସେହିଠାରୁ ଆଗକୁ ଅଗ୍ରସର ହୋଇପାରୁ । ଏହିପରି ଭାବରେ ଅର୍ଜୁନଙ୍କୁ ଏହାର ଲାଭ ବିଷୟରେ ସୂଚନା ଦେଇସାରିି, ବର୍ତ୍ତମାନ ଶ୍ରୀକୃଷ୍ଣ ଆସକ୍ତି ରହିତ କର୍ମର ବିଜ୍ଞାନ ଉପରେ ଆଲୋକପାତ କରିବାକୁ ଯାଉଛନ୍ତି ।"
},
{
"verseTitle": "Bhagavad Gita 2.41",
"verse": "41",
"chapter": 2,
"lang": "or",
"shloka": {
"speaker": "",
"sanskrit": "व्यवसायत्मिका बुद्धिरेकेह कुरुनन्दन।\n\nबहुशाखा ह्यनन्ताश्च बुद्धयोऽव्यवसायिनाम् ॥41॥",
"text": "ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ\nବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଽବ୍ୟବସାୟିନାମ୍ ।।୪୧।।",
"audioLink": "https://www.holy-bhagavad-gita.org/public/audio/002_041.mp3"
},
"wordMeanings": "ବ୍ୟବସାୟାତ୍ମିକା- ସଂକଳ୍ପବଦ୍ଧ; ବୁଦ୍ଧିଃ-ବୁଦ୍ଧି; ଏକା-ଏକକ; ଇହ-ଏହି ମାର୍ଗରେ; କୁରୁନନ୍ଦନ-ହେ କୁରୁବଂଶଜ; ବହୁଶାଖା- ବହୁ ଶାଖା; ହି- ବାସ୍ତବିକ; ଅନନ୍ତାଃ-ଅନନ୍ତ; ଚ-ମଧ୍ୟ; ବୁଦ୍ଧୟଃ-ବୁଦ୍ଧି; ଅବ୍ୟବସାୟିନାମ୍-ଯେଉଁମାନେ ସଂକଳ୍ପବଦ୍ଧ ନୁହଁନ୍ତି ।",
"translation": {
"text": "ହେ କୁରୁବଂଶଜ! ଯେଉଁମାନେ ଏହି ମାର୍ଗର ଅନୁସରଣ କରନ୍ତି, ସେମାନଙ୍କର ବୁଦ୍ଧି ଦୃଢ଼ ପ୍ରତିଜ୍ଞ ଏବଂ ଲକ୍ଷ୍ୟ ଏକ କେନ୍ଦ୍ରାଭିମୁଖି ଅଟେ । କିନ୍ତୁ ଯେଉଁମାନେ ଦୃଢ଼ ପ୍ରତିଜ୍ଞ ନୁହଁନ୍ତି, ସେମାନଙ୍କର ବୁଦ୍ଧି ଅନେକ ଶାଖାଯୁକ୍ତ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-41.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.41.mp3"
]
},
"commentary": "ଆସକ୍ତି ମନର ଏକ ପ୍ରକ୍ରିୟା ଅଟେ । ମନ ଯାହା ପ୍ରତି ଆସକ୍ତ, ତା’ ପାଖକୁ ସେ ବାରମ୍ବାର ଯାଇଥାଏ । ସେହି ଆସକ୍ତି କୌଣସି ବ୍ୟକ୍ତି, ଇନ୍ଦ୍ରିୟ ବିଷୟ, ସମ୍ମାନ, ଶାରୀରିକ ବିଳାସ, ପରିସ୍ଥିତି ଇତ୍ୟାଦି ପ୍ରତି ହୋଇପାରେ । ଆମ ମନକୁ ଯଦି କୌଣସି ବ୍ୟକ୍ତି ବା ବସ୍ତୁର ଚିନ୍ତନ ବାରମ୍ବାର ଆସୁଥାଏ, ତେବେ ଏହା ଅନୁମେୟ ଯେ ମନ ତହିଁରେ ଆସକ୍ତ ରହିଛି । କିନ୍ତୁ ଆସକ୍ତି ଯଦି ମନର କାର୍ଯ୍ୟ ହୋଇଥାଏ, ତେବେ ଶ୍ରୀକୃଷ୍ଣ ଆସକ୍ତିକୁ ବୁଦ୍ଧି ସହିତ ଯୋଡ଼ୁଛନ୍ତି କାହିଁକି? ଆସକ୍ତି ଦୂର କରିବା ଦିଗରେ ବୁଦ୍ଧିର କିଛି ଭୂମିକା ଅଛି କି?\nଆମ ଶରୀର ମଧ୍ୟରେ ସୂକ୍ଷ୍ମ ଅନ୍ତଃକରଣ ରହିଛି, ଯାହାକୁ ସାଧାରଣତଃ ହୃଦୟ କୁହାଯାଇଥାଏ । ଏଥିରେ ମନ, ବୁଦ୍ଧି ଓ ଅହଂକାର ସମାହିତ । ଏହି ସୁକ୍ଷ୍ମ ଯନ୍ତ୍ରରେ ମନ ଠାରୁ ବୁଦ୍ଧି ଉନ୍ନତ ଅଟେ । ବୁଦ୍ଧି ନିର୍ଣ୍ଣୟ କରିଥାଏ ଏବଂ ସେହି ନିର୍ଣ୍ଣୟ ଅନୁସାରେ ମନ କାମନା ଉତ୍ପନ୍ନ କରି କାମ୍ୟ ବସ୍ତୁରେ ଆସକ୍ତି କରିଥାଏ । ଉଦାହରଣ ସ୍ୱରୂପ, ବୁଦ୍ଧି ଯଦି ନିଶ୍ଚୟ କରେ ଧନରେ ସୁଖ ଅଛି ତେବେ ମନ ଧନ ପାଇଁ ଲାଳାୟିତ ହୁଏ । ବୁଦ୍ଧି ଯଦି ନିଶ୍ଚୟ କରେ ଜୀବନରେ ସବୁଠାରୁ ମହତ୍ୱପୂର୍ଣ୍ଣ ଯଶ ଅଟେ, ତେବେ ମନ ଯଶ ଖ୍ୟାତି ପାଇଁ ଆଗ୍ରହୀ ହୁଏ । ଅର୍ଥାତ୍, ବୁଦ୍ଧିର ସହମତି ଅନୁସାରେ ହିଁ ମନ କାମନା ଉତ୍ପନ୍ନ କରେ ।\nସାରାଦିନ ଆମେ ମନକୁ ବୁଦ୍ଧି ଦ୍ୱାରା ନିୟନ୍ତ୍ରଣ କରିଥାଏ । ଘରେ ବସିଥିବା ସମୟରେ, ଆମେ ନିଜକୁ ଆରାମ ଲାଗିଲା ପରି ଠାଣିରେ ବସିଥାଏ କିନ୍ତୁ ଅଫିସରେ ବସିବା ସମୟରେ ଆମେ ଶିଷ୍ଟାଚାର ରକ୍ଷା କରି ଉପଯୁକ୍ତ ଠାଣିରେ ବସେ । ସେହି ଶିଷ୍ଟାଚାରକୁ ମନ ପସନ୍ଦ କରେ, ତାହା ନୁହେଁ । କିନ୍ତୁ ବୁଦ୍ଧି ନିଶ୍ଚୟ କରେ ଯେ ଅଫିସରେ ଔପଚାରିକତା ପୂର୍ଣ୍ଣ ବ୍ୟବହାର ଆବଶ୍ୟକ ଅଟେ । ଏହିପରି ଭାବରେ ବୁଦ୍ଧି ମନକୁ ନିୟନ୍ତ୍ରଣ କରେ ଏବଂ ମନର ଇଚ୍ଛା ବିରୁଦ୍ଧରେ ହୋଇଥିଲେ ବି ଆମେ ଔପଚାରିକତା ରକ୍ଷା କରି ଅଫିସରେ ଉପଯୁକ୍ତ ଠାଣିରେ ଦିନସାରା ବସିରହେ । ସେହିପରି ମନ ଅଫିସରେ କାମ କରିବାକୁ ଭଲପାଏ ନାହିଁ- ସୁଯୋଗ ମିଳିଲେ ସେ ଘରେ ବସି ଟେଲିଭିଜନ ଦେଖନ୍ତା । କିନ୍ତୁ ବୁଦ୍ଧି ନିର୍ଣ୍ଣୟ କରେ, ଜୀବିକା ଅର୍ଜନ ପାଇଁ ଅଫିସରେ କାମ କରିବା ଆବଶ୍ୟକ ଅଟେ । ତେଣୁ ବୁଦ୍ଧି ପୁଣି ମନ ଉପରେ ପ୍ରଭାବ ପକାଏ ଏବଂ ବ୍ୟକ୍ତି ପ୍ରତିଦିନ ଆଠଘଣ୍ଟା ବା ତାଠାରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଅଫିସ୍ରେ କାମ କରେ ।\nଉପରୋକ୍ତ ସମସ୍ତ ଉଦାହରଣ ଏହା ଦର୍ଶାଇ ଥାଏ ଯେ, ମନକୁ ନିୟନ୍ତ୍ରଣ କରିବାକୁ ବୁଦ୍ଧିର କ୍ଷମତା ଅଛି । ସୁତରାଂ, ଆମେ ବୁଦ୍ଧିକୁ ଉପଯୁକ୍ତ ଜ୍ଞାନଦ୍ୱାରା ଋଦ୍ଧିମନ୍ତ କରି ମନକୁ ଠିକ ଦିଗରେ ପରିଚାଳିତ କରିବା ପାଇଁ ଏହାର ବ୍ୟବହାର କରିବା ଉଚିତ । “ଆମର ସମସ୍ତ କର୍ମ ଭଗବାନଙ୍କ ସୁଖ ନିମନ୍ତେ ଉଦ୍ଦିଷ୍ଟ”, ବୁଦ୍ଧିରେ ଏହା ଦୃଢ଼ ନିଶ୍ଚୟ କରି କର୍ମଫଳ ଠାରୁ ମନକୁ ହଟାଇବାର କଳା ବୁଦ୍ଧିଯୋଗ ଅଟେ । ଯାହାର ବୁଦ୍ଧି ଏପରି ଦୃଢ଼ ନିଶ୍ଚୟ, ସେ ନିଜର ଲକ୍ଷ୍ୟ ପ୍ରତି ଏକନିଷ୍ଠ ଥାଏ ଏବଂ ଧନୁରୁ ତୀର ବାହାରିଲା ପରି ଲକ୍ଷ୍ୟ ପଥରେ ଦ୍ରୁତ ବେଗରେ ଅଗ୍ରସର ହୋଇଥାଏ । ସାଧନାର ଉଚ୍ଚତର ସୋପାନରେ ଏହି ନିଶ୍ଚୟ ଏତେ ଦୃଢ ହୋଇଥାଏ ଯେ, କୌଣସି ବାଧା ସାଧକକୁ ତା’ର ଗନ୍ତବ୍ୟ ପଥରୁ ହଟାଇ ପାରେ ନାହିଁ । ସେ ଚିନ୍ତା କରିଥାଏ, “ମୋ ମାର୍ଗରେ ଲକ୍ଷ ଲକ୍ଷ ପ୍ରତିବନ୍ଧକ ଆସୁ, ସାରା ସଂସାର ମୋତେ ନିନ୍ଦା କରନ୍ତୁ, ମୋତେ ନିଜର ପ୍ରାଣ ତ୍ୟାଗ କରିବାକୁ ପଡୁ, ତଥାପି ମୁଁ ମୋର ସାଧନା ତ୍ୟାଗ କରିବି ନାହିଁ ।” କିନ୍ତୁ ଯାହାର ବୁଦ୍ଧି ଅନେକ ଶାଖାଯୁକ୍ତ ହୋଇଥାଏ, ତାଙ୍କର ମନ ବିଭିନ୍ନ ଦିଗକୁ ଧାଇଁବାରେ ଲାଗେ ଏବଂ ଭଗବାନଙ୍କ ଅଭିମୁଖରେ ଯିବା ପାଇଁ ମନର ଯେଉଁ ଏକାଗ୍ରତା ଆବଶ୍ୟକ, ତାହା ସେମାନେ ହାସଲ କରିପାରନ୍ତି ନାହିଁ ।"
},
{
"verseTitle": "Bhagavad Gita 2.42 – 2.43",
"verse": "42-43",
"chapter": 2,
"lang": "or",
"shloka": {
"speaker": "",
"sanskrit": "यामिमां पुष्पितां वाचं प्रवदन्त्यविपश्चितः। \n\nवेदवादरताः पार्थ नान्यदस्तीति वादिनः ॥42॥\n\nकामात्मानः स्वर्गपरा जन्मकर्मफलप्रदाम्।\n\nक्रियाविशेषबहुला भोगैश्वर्यगति प्रति ॥43॥",
"text": "ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତ୍ୟବିପଶ୍ଚିତଃ ।\nବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ।।୪୨।।\nକାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ୍ ।\nକ୍ରିୟାବିଶେଷବହୁଳାଂ ଭୋଗୈଶ୍ୱର୍ଯ୍ୟଗତିଂ ପ୍ରତି ।।୪୩।।",
"audioLink": "https://www.holy-bhagavad-gita.org/public/audio/002_042-043.mp3"
},
"wordMeanings": "ଯାଂ ଇମାଂ- ଏହିସବୁ; ପୁଷ୍ପିତାଂ-ରୋଚକ; ବାଚଂ-କଥା; ପ୍ରବଦନ୍ତି- କହନ୍ତି; ଅବିପଶ୍ଚିତଂ-ଅଳ୍ପଜ୍ଞ; ବେଦ-ବାଦ-ରତାଃ -ବେଦର ରୋଚକ ଶବ୍ଦରେ ମୋହିତ; ପାର୍ଥ- ହେ ପୃଥାପୁତ୍ର; ନ ଅନ୍ୟତ୍-ଅନ୍ୟକିଛି ନାହିଁ; ଅସ୍ତି-ଅଛି; ଇତି-ଏହିପରି; ବାଦିନଃ -ମତ ବ୍ୟକ୍ତ କରିବା; କାମ-ଆତ୍ମାନଃ- ଇନ୍ଦ୍ରିୟ ସୁଖକାମନା କରୁଥିବା; ସ୍ୱର୍ଗପରାଃ-ସ୍ୱର୍ଗପ୍ରାପ୍ତିର ଲକ୍ଷ୍ୟ ରଖିବା; ଜନ୍ମ-କର୍ମ-ଫଳପ୍ରଦାମ୍-ଉତ୍ତମ ଜନ୍ମ ଆଦି ଫଳ ପ୍ରଦାନକାରୀ; କ୍ରିୟାବିଶେଷ- ଆଡ଼ମ୍ବରପୂର୍ଣ୍ଣ ଅନୁଷ୍ଠାନ; ବହୁଳାଂ-ବିଭିନ୍ନ ପ୍ରକାର; ଭୋଗ-ଇନ୍ଦ୍ରିୟ ସୁଖ-ଭୋଗ; ଐଶ୍ୱର୍ଯ୍ୟ-ଐଶ୍ୱର୍ଯ୍ୟ; ଗତିଂ-ଅଗ୍ରଗତି; ପ୍ରତି-ଅଭିମୁଖରେ ।",
"translation": {
"text": "ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି ଯେ, ବେଦରେ ଏହାଠାରୁ ଉତ୍କୃଷ୍ଟ ବିଧିବିଧାନ ଉଲ୍ଲେଖ ହୋଇନାହିଁ । ସେମାନେ ବେଦର ସେହି ଅଂଶଗୁଡ଼ିକୁ ପ୍ରମୁଖତା ଦେଇଥାନ୍ତି ଯାହା ତାଙ୍କ ପ୍ରବୃତ୍ତିର ଅନୁକୂଳ ଥାଏ ଏବଂ ଉଚ୍ଚତର ଜନ୍ମ, ଐଶ୍ୱର୍ଯ୍ୟ, ଇନ୍ଦ୍ରିୟ ସୁଖ ଓ ସ୍ୱର୍ଗ ପ୍ରାପ୍ତି ପାଇଁ ସେମାନେ ଆଡମ୍ବରପୂର୍ଣ୍ଣ କର୍ମକାଣ୍ଡର ଅନୁଷ୍ଠାନ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-42.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-43.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.42.mp3",
"https://www.gitasupersite.iitk.ac.in/sites/default/files/audio/Purohit/2.43.mp3"
]
},
"commentary": "ବେଦର ତିନୋଟି ବିଭାଗ ରହିଛି । ସେଗୁଡ଼ିକ ହେଲା: କର୍ମ-କାଣ୍ଡ (ବିଧିବିଧାନ ଯୁକ୍ତ ପୂଜା ଅର୍ଚ୍ଚନା) ଜ୍ଞାନ-କାଣ୍ଡ (ଜ୍ଞାନ ବିଭାଗ) ଏବଂ ଉପାସନା-କାଣ୍ଡ (ଭକ୍ତି ବିଭାଗ) କର୍ମକାଣ୍ଡ ବିଭାଗରେ ସଂସାରିକ ଐଶ୍ୱର୍ଯ୍ୟ ଏବଂ ସ୍ୱର୍ଗପ୍ରାପ୍ତି ପାଇଁ ବିଧିବିଧାନ ଯୁକ୍ତ କର୍ମଧର୍ମର ନିର୍ଦ୍ଦେଶ ରହିଛି । ଯେଉଁମାନେ ଇନ୍ଦ୍ରିୟ ସୁଖର କାମନା କରନ୍ତି, ସେମାନେ ବେଦର ଏହି ବିଭାଗର ଯଶଗାନ କରିଥାନ୍ତି ।\nସ୍ୱର୍ଗଲୋକରେ ଉଚ୍ଚକୋଟୀର ଭୌତିକ ସୁଖ ଉବଲବ୍ଧ ହୋଇଥାଏ ଏବଂ ଇନ୍ଦ୍ରିୟ ସୁଖ ଉପଭୋଗ ପାଇଁ ତାହା ଅଧିକ ସୁଯୋଗ ପ୍ରଦାନ କରିଥାଏ । କିନ୍ତୁ ସ୍ୱର୍ଗଲୋକକୁ ଉନ୍ନୀତ ହେବାର ଅର୍ଥ ଆଧ୍ୟାତ୍ମିକ ଉନ୍ନତି ନୁହେଁ । ସ୍ୱର୍ଗଲୋକ ମାୟିକ ଜଗତର ଅନ୍ତର୍ଭୁକ୍ତ, ସେଠାକୁ ଯାଇ ଜଣଙ୍କର ଗଚ୍ଛିତ ପୁଣ୍ୟ କର୍ମ ଶେଷ ହୋଇଯିବା ପରେ, ସେ ପୁନର୍ବାର ପୃଥିବୀଲୋକକୁ ଫେରିଆସେ । ଯେଉଁମାନେ ଭଲଭାବରେ ଏହା ବୁଝିନଥାନ୍ତି ସେମାନେ ସ୍ୱର୍ଗଲୋକର କାମନା କରିଥାନ୍ତି ଏବଂ ଏହା ହିଁ ବେଦର ସମ୍ପୁର୍ଣ୍ଣ ଉଦ୍ଦେଶ୍ୟ ବୋଲି ଭାବିଥାନ୍ତି । ସୁତରାଂ, ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୂରି ବୁଲୁଥାନ୍ତି ଏବଂ ଭଗବତ୍ ପ୍ରାପ୍ତି ପାଇଁ କେବେ ବି ଯତ୍ନଶୀଳ ହୁଅନ୍ତି ନାହିଁ । କିନ୍ତୁ ଆଧ୍ୟାତ୍ମିକ ଜ୍ଞାନଯୁକ୍ତ ବ୍ୟକ୍ତି ସ୍ୱର୍ଗଲୋକକୁ କେବେ ବି ତାଙ୍କର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି ନାହିଁ । ମୁଣ୍ଡକୋପନିଷଦ କହେ:\nଅବିଦ୍ୟାୟାମନ୍ତରେ ବର୍ତ୍ତମାନାଃ ସ୍ୱୟଂଧୀରାଃ ପଣ୍ଡିତଂ ମନ୍ୟମାନାଃଜନ୍ଘନ୍ୟମାନାଃ ପରିୟନ୍ତି ମୂଢ଼ା ଅନ୍ଧେନୈବ ନୀୟମାନା ଯଥାନ୍ଧାଃ । (୧.୨.୮)\nଯେଉଁମାନେ ଉଚ୍ଚତର ଲୋକଗୁଡ଼ିକର ସ୍ୱର୍ଗୀୟ ସୁଖ ଲାଭ କରିବା ପାଇଁ ବେଦ ବର୍ଣ୍ଣିତ ଆଡ଼ମ୍ବର ପୂର୍ଣ୍ଣ କର୍ମଧର୍ମ କରନ୍ତି, ସେମାନେ ନିଜକୁ ଶାସ୍ତ୍ରର ବିଦ୍ୱାନ ବୋଲି ଭାବନ୍ତି, କିନ୍ତୁ ପ୍ରକୃତରେ ସେମାନେ ମୂଢ଼ ଅଟନ୍ତି । ଏହା ଜଣେ ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ରାସ୍ତା ଦେଖାଇବା ପରି ଅଟେ ।"
},
{
"verseTitle": "Bhagavad Gita 2.44",
"verse": "44",
"chapter": 2,
"lang": "or",
"shloka": {
"speaker": "",
"sanskrit": "भोगैश्वर्यप्रसक्तानां तयापहृतचेतसाम् |\nव्यवसायात्मिका बुद्धि: समाधौ न विधीयते || 44||",
"text": "ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ୍ ।\nବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ ।।୪୪।।",
"audioLink": "https://www.holy-bhagavad-gita.org/public/audio/002_044.mp3"
},
"wordMeanings": "ଭୋଗ-ଭୌତିକ ସୁଖଭୋଗ; ଐଶ୍ୱର୍ଯ୍ୟ-ଐଶ୍ୱର୍ଯ୍ୟ; ପ୍ରସକ୍ତାନାଂ-ଯେଉଁମାନେ ସେଥିରେ ଆସକ୍ତ; ତୟା-ତଦ୍ୱାରା; ଅପହୃତ ଚେତସାମ୍-ବିଚଳିତ ବୁଦ୍ଧି; ବ୍ୟବସାୟାତ୍ମିକା-ଦୃଢନିଶ୍ଚିତ; ବୁଦ୍ଧିଃ-ବୁଦ୍ଧି; ସମାଧୌ-ଏକାଗ୍ର; ନ ବିଧୀୟତେ- ହୁଏ ନାହିଁ ।",
"translation": {
"text": "ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା ପାଇଁ ସେମାନଙ୍କ ଠାରେ ଦୃଢ଼ ନିଷ୍ଠା ନ ଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-44.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.44.mp3"
]
},
"commentary": "ଯେଉଁମାନଙ୍କର ମନ ଇନ୍ଦ୍ରିୟ ସୁଖରେ ଆସକ୍ତ ରହିଥାଏ, ସେମାନଙ୍କର ଲକ୍ଷ୍ୟ କେବଳ ଭୋଗ ଏବଂ ଐଶ୍ୱର୍ଯ୍ୟ ଅଟେ । ସେମାନେ ତାଙ୍କର ବୁଦ୍ଧିକୁ ଆୟ ବୃଦ୍ଧି କରିବାରେ ଏବଂ ସଂସାରିକ ବସ୍ତୁ ସଂଗ୍ରହ କରି ଅଧିକରୁ ଅଧିକ ଉପଭୋଗ କରିବାରେ ଉପଯୋଗ କରନ୍ତି । ଏହିପରି ଭ୍ରଷ୍ଟବୁଦ୍ଧି ହୋଇ ସେମାନେ ଭଗବତ୍ ପ୍ରାପ୍ତି ପଥରେ ଯାତ୍ରା କରିବା ପାଇଁ ଆବଶ୍ୟକୀୟ ଦୃଢ଼ସଂକଳ୍ପ ହାସଲ କରି ପାରନ୍ତି ନାହିଁ ।"
},
{
"verseTitle": "Bhagavad Gita 2.45",
"verse": "45",
"chapter": 2,
"lang": "or",
"shloka": {
"speaker": "",
"sanskrit": "त्रैगुण्यविषया वेदा निस्त्रैगुण्यो भवार्जुन।\n\nनिर्द्वन्द्वो नित्यसत्त्वस्थो निर्योगक्षेम आत्मवान् ॥45॥",
"text": "ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରେୌଗୁଣ୍ୟୋ ଭବାର୍ଜୁନ ।\nନିଦ୍ୱନ୍ଦେ୍ୱା ନିତ୍ୟସତ୍ତ୍ୱସ୍ଥୋ ନିର୍ଯୋଗକ୍ଷେମ ଆତ୍ମବାନ୍ ।।୪୫।।",
"audioLink": "https://www.holy-bhagavad-gita.org/public/audio/002_045.mp3"
},
"wordMeanings": "ତ୍ରୈଗୁଣ୍ୟ- ଭୂତ ପ୍ରକୃତିର ତ୍ରିଗୁଣାତ୍ମକ; ବିଷୟାଃ- ବିଷୟରେ; ବେଦାଃ-ବେଦ ଶାସ୍ତ୍ର; ନିସ୍ତ୍ରେୌଗୁଣ୍ୟଃ-ତ୍ରିଗୁଣାତୀତ; ଭବ-ହୁଅ; ଅର୍ଜୁନ- ହେ ଅର୍ଜୁନ !; ନିଦ୍ୱର୍ନ୍ଦ୍ୱଃ- ଦ୍ୱନ୍ଦଭାବରୁ ମୁକ୍ତ; ନିତ୍ୟସତ୍ତ୍ୱସ୍ଥଃ-ସତ୍ୟରେ ନିତ୍ୟ ସ୍ଥିତ; ନିର୍ଯୋଗକ୍ଷେମଃ- ପ୍ରାପ୍ତି ଓ ସଂଗ୍ରହ ଚିନ୍ତାରୁ ମୁକ୍ତ; ଆତ୍ମବାନ୍- ଆତ୍ମାରେ ସ୍ଥିତ ।",
"translation": {
"text": "ହେ ଅର୍ଜୁନ, ବେଦରେ ଭୌତିକ ସଂସାରର ତିନି ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠି ବିଶୁଦ୍ଧ ଆଧ୍ୟାତ୍ମିକ ଚେତନାରେ ସ୍ଥିତ ହୁଅ । ଦ୍ୱୈତ ଭାବରୁ ନିଜକୁ ମୁକ୍ତ କରି, ଭୌତିକ ଲାଭ ଓ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ, ସତ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରି ଆତ୍ମାରେ ଅବସ୍ଥାନ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-45.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.45.mp3"
]
},
"commentary": "ତ୍ରିଗୁଣାତ୍ମିକା ମାୟାଶକ୍ତି ଦିବ୍ୟ ଆତ୍ମାକୁ ଆବୃତ କରି ଜୀବକୁ ଶରୀର ରୂପରେ ବିବେଚିତ କରାଏ । ମାୟାର ଏହି ତିନୋଟି ଗୁଣ ହେଲା ସତ୍ୱଗୁଣ (ସଦ୍ଗୁଣ), ରାଜସ ଗୁଣ (କାମଯୁକ୍ତ ଗୁଣ) ଓ ତାମସ ଗୁଣ (ଅବିଦ୍ୟାର ଗୁଣ) । ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ, ତାଙ୍କର ଅନନ୍ତ ଜନ୍ମର ସଂସ୍କାର ଅନୁସାରେ, ଏହି ତିନିଗୁଣ ବିଭିନ୍ନ ମାତ୍ରାରେ ପ୍ରକାଶିତ ହୋଇଥାଏ ଏବଂ ସେହି ଅନୁସାରେ ସମସ୍ତଙ୍କଠାରେ ଅଲଗା ଅଲଗା ରୁଚି ଓ ପ୍ରବୃତ୍ତି ପରିଲକ୍ଷିତ ହୋଇଥାଏ । ବୈଦିକ ଶାସ୍ତ୍ର ଏହି ଅସାମଞ୍ଜସ୍ୟକୁ ଗ୍ରହଣ କରିଥାଏ ଏବଂ ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଇଥାଏ । ଯଦି ଶାସ୍ତ୍ରଗୁଡ଼ିକ ସାଂସାରିକ-ବିଚାର ଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ କୌଣସି ଉପଦେଶ ଦିଅନ୍ତେ ନାହିଁ, ସେମାନେ ଅଧିକରୁ ଅଧିକତର ବିପଥଗାମୀ ହୋଇଯାଆନ୍ତେ । ସେଥିପାଇଁ ଯେଉଁମାନେ କଠିନ ବେଦବିହିତ କର୍ମର ଅନୁଷ୍ଠାନ କରନ୍ତି, ବେଦ ସେମାନଙ୍କ ପାଇଁ ଭୌତିକ ଉତ୍ତମ ଫଳର ବ୍ୟବସ୍ଥା କରିଥାଏ । ଏହା ସେମାନଙ୍କୁ ତାମସ ଗୁଣରୁ ରଜୋଗୁଣ ଓ ରଜୋଗୁଣରୁ ସତ୍ୱଗୁଣ ଦିଗରେ ଉତ୍ଥାନ କରିବାରେ ସାହାଯ୍ୟ କରିଥାଏ ।\nଏହିପରି ଭାବରେ, ବେଦରେ ଉଭୟ ପ୍ରକାରର ଜ୍ଞାନ ରହିଛି - ଭୌତିକତା ପ୍ରତି ଆକୃଷ୍ଟ ବ୍ୟକ୍ତିଙ୍କ ପାଇଁ ବିଧିବିଧାନ ଯୁକ୍ତ କର୍ମ ଏବଂ ଆଧ୍ୟାତ୍ମିକ ଉନ୍ନତି କାମୀଙ୍କ ପାଇଁ ଦିବ୍ୟ ଜ୍ଞାନ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ବେଦକୁ ତ୍ୟାଗ କରିବା କଥା କହୁଛନ୍ତି, ତାଙ୍କର ସେହି ବ୍ୟକ୍ତବ୍ୟକୁ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଶ୍ଲୋକଗୁଡ଼ିକର ପୃଷ୍ଠଭୂମିରେ ବୁଝିବା ଆବଶ୍ୟକ । ତାଙ୍କର ଉଦ୍ଦେଶ୍ୟ ଏହା ଯେ ଅର୍ଜୁନ ବେଦର ସେହି ଅଂଶଗୁଡ଼ିକ ପ୍ରତି ଆକୃଷ୍ଟ ହେବା ଉଚିତ ନୁହେଁ ଯେଉଁଥିରେ ଭୌତିକ ଲାଭ ପାଇଁ ନିୟମ, ରୀତିନୀତି ଏବଂ ଅନୁଷ୍ଠାନ ଆଦିର ବର୍ଣ୍ଣନା ରହିଛି । ତା ପରିବର୍ତ୍ତେ ବେଦର ଆଧ୍ୟାତ୍ମିକ ଜ୍ଞାନର ଅଂଶକୁ ବ୍ୟବହାର କରି ସେ ନିଜକୁ ଚରମ ସତ୍ୟର ସୋପାନ ପର୍ଯ୍ୟନ୍ତ ଉନ୍ନୀତ କରିବା ଉଚିତ ।"
},
{
"verseTitle": "Bhagavad Gita 2.46",
"verse": "46",
"chapter": 2,
"lang": "or",
"shloka": {
"speaker": "",
"sanskrit": "यावानर्थ उदपाने सर्वतः सम्प्लुतोदके।\n\nतावान्सर्वेषु वेदेषु ब्राह्मणस्य विजानतः ॥46॥",
"text": "ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଳୁତୋଦକେ ।\nତାବାନ୍ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ ।।୪୬।।",
"audioLink": "https://www.holy-bhagavad-gita.org/public/audio/002_046.mp3"
},
"wordMeanings": "ଯାବାନ୍-ଯାହାସବୁ; ଅର୍ଥଃ-ଉଦ୍ଦିଷ୍ଟ; ଉଦପାନେ-କୂପ ଜଳରେ; ସର୍ବତଃ-ସବୁଦିଗରେ; ସଂପ୍ଳୁତ ଉଦକେ- ଏକ ବିରାଟ ଜଳଭଣ୍ଡାରରେ; ତାବାନ୍-ସେହିସବୁ; ସର୍ବେଷୁ-ସମସ୍ତ; ବେଦେଷୁ-ବେଦ ଶାସ୍ତ୍ରରେ; ବ୍ରାହ୍ମଣସ୍ୟ-ଯିଏ ପରଂବ୍ରହ୍ମଙ୍କୁ ଜାଣେ ତାଙ୍କର; ବିଜାନତଃ-ଯିଏ ପୂର୍ଣ୍ଣ ଜ୍ଞାନରେ ସ୍ଥିତ ।",
"translation": {
"text": "ଗୋଟିଏ ଛୋଟ କୂଅ ଯାହା ବି ଉଦ୍ଦେଶ୍ୟ ପୂରଣ କରେ, ଏକ ସମୁଦ୍ର ମଧ୍ୟ ସ୍ୱଭାବିକ ଭାବେ ସେହି ଉଦ୍ଦେଶ୍ୟ ପୂରଣ କରିଥାଏ । ସେହିପରି ଯେଉଁମାନଙ୍କର ଭଗବତ୍ ଉପଲବ୍ଧି ହୋଇଯାଏ, ସେମାନେ ବେଦର ସମସ୍ତ ମର୍ମ ବୁଝିପାରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-46.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.46.mp3"
]
},
"commentary": "ବେଦରେ ୧୦୦,୦୦୦ ମନ୍ତ୍ର ଅଛି । ଏମାନେ ବିଭିନ୍ନ ପ୍ରକାରର ବିଧି, କର୍ମ, ପ୍ରାର୍ଥନା, ପୂଜା ଅର୍ଚ୍ଚନା ଏବଂ ଅମୂଲ୍ୟ ଜ୍ଞାନର ବର୍ଣ୍ଣନା କରିଥାଆନ୍ତି । ଏହାର ଏକମାତ୍ର ଉଦ୍ଦେଶ୍ୟ ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳିତ କରାଇବା ।\nବାସୁଦେବ-ପରା ବେଦା ବାସୁଦେବ-ପରା ମଖାଃବାସୁଦେବ-ପରା ଯୋଗା ବାସୁଦେବ-ପରାଃ କ୍ରିୟାଃବାସୁଦେବ-ପରଂ ଜ୍ଞାନଂ ବାସୁଦେବ-ପରଂ ତପଃବାସୁଦେବ-ପରୋ ଧର୍ମୋ ବାସୁଦେବ-ପରା ଗତିଃ (ଭାଗବତମ ୧.୨.୨୮-୨୯)\n“ସମସ୍ତ ବେଦ ମନ୍ତ, ବିଧିଯୁକ୍ତ କର୍ମଧର୍ମ, ଆଧ୍ୟାତ୍ମିକ କର୍ମ, ଯଜ୍ଞ, ଜ୍ଞାନ ଅର୍ଜନ ଏବଂ କର୍ତ୍ତବ୍ୟ ପାଳନ ଇତ୍ୟାଦିର କେବଳ ଗୋଟିଏ ହିଁ ଲକ୍ଷ୍ୟ - ଆତ୍ମାକୁ ଭଗବାନଙ୍କ ଦିବ୍ୟ ଚରଣର ଅନୁଗତ ହେବାରେ ସାହାଯ୍ୟ କରିବା ।”\nଔଷଧ ବଟିକାକୁ ସୁସ୍ୱାଦୁ କରିବା ପାଇଁ ଯେମିତି ତାହା ଉପରେ ଚିନିର ପ୍ରଲେପ ଦିଆଯାଇଥାଏ, ଠିକ୍ ସେହିପରି ବେଦରେ ମଧ୍ୟ ଭୌତିକ ବୁଦ୍ଧିଯୁକ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିବା ପାଇଁ ଭୌତିକ ଲାଭର ବର୍ଣ୍ଣନା କରାଯାଇଥାଏ । ଏହାର ଅନ୍ତର୍ନିହିତ ଲକ୍ଷ୍ୟ ହେଲା ଜୀବକୁ କ୍ରମଶଃ ସଂସାରରୁ ବିରକ୍ତ କରାଇ ଭଗବାନଙ୍କଠାରେ ଅନୁରକ୍ତ କରାଇବା । ତେଣୁ ଯିଏ ଭଗବାନଙ୍କଠାରେ ମନ ଲଗାଉଛି ସେ ସ୍ୱତଃ ସମସ୍ତ ବେଦ ମନ୍ତ୍ରର ଉଦ୍ଦେଶ୍ୟ ପୂରଣ କରୁଛି । ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେଉଛନ୍ତି:\nଆଜ୍ଞାୟୈବଂ ଗୁଣାନ୍ ଦୋଷାନ୍ ମୟାଦିଷ୍ଟାନ୍ ଅପି ସ୍ୱକାନ୍ଧର୍ମାନ୍ ସନ୍ତ୍ୟଜ୍ୟ ଯଃ ସର୍ବାନ୍ ମାଂ ଭଜେତ ସ ସତ୍ତମଃ (ଭାଗବତମ୍ ୧୧.୧୧.୩୨)\n“ବେଦ ମନୁଷ୍ୟ ପାଇଁ ବିଭିନ୍ନ ସାମାଜିକ ଓ ବିଧିଯୁକ୍ତ କର୍ମର ବିଧାନ କରିଥାଏ । କିନ୍ତୁ ଯେଉଁମାନେ ତା’ର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ବୁଝି ଏବଂ ସମସ୍ତ ମଧ୍ୟବର୍ତ୍ତି ନିର୍ଦ୍ଦେଶକୁ ତ୍ୟାଗ କରି ପୁର୍ଣ୍ଣ ହୃଦୟରେ ମୋ ପ୍ରତି ତାଙ୍କର କର୍ତ୍ତବ୍ୟ ପୂରଣ କରନ୍ତି, ମୁଁ ସେମାନଙ୍କୁ ଉଚ୍ଚତମ ଶ୍ରେଣୀର ଭକ୍ତ ଭାବରେ ବିବେଚନା କରେ ।”"
},
{
"verseTitle": "Bhagavad Gita 2.47",
"verse": "47",
"chapter": 2,
"lang": "or",
"shloka": {
"speaker": "",
"sanskrit": "कर्मण्येवाधिकारस्ते मा फलेषु कदाचन।\n\nमा कर्मफलहेतुर्भूर्मा ते सङ्गोऽस्त्वकर्मणि ॥47॥",
"text": "କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।\nମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ୱକର୍ମଣି ।।୪୭।।",
"audioLink": "https://www.holy-bhagavad-gita.org/public/audio/002_047.mp3"
},
"wordMeanings": "କର୍ମଣି-ବିହିତ କର୍ମରେ; ଏବ-କେବଳ; ଅଧିକାରଃ-ଅଧିକାର; ତେ-ତୁମର; ମା-ନୁହେଁ; ଫଳେଷୁ-ଫଳରେ; କଦାଚନ-କେବେହେଲେ; ମା-ନୁହେଁ; କର୍ମଫଳ-କର୍ମଫଳରେ; ହେତୁଃ-କାରଣ; ଭୂଃ-ହୁଅ; ମା-ନୁହଁ; ତେ-ତୁମର; ସଙ୍ଗ-ଆସକ୍ତି ବା ସଙ୍ଗ; ଅସ୍ତୁ- ହେଉ; ଅକର୍ମଣି-ନୈଷ୍କର୍ମରେ ।",
"translation": {
"text": "ବେଦବିହିତ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ କର୍ମର ଫଳରେ ତୁମର ଅଧିକାର ନାହିଁ । ନିଜକୁ କେବେ ବି ତୁମର କର୍ମ ଫଳର କାରଣ ଭାବେ ବିବେଚନା କରନାହିଁ, ବା କର୍ତ୍ତବ୍ୟହୀନତା ପ୍ରତି ଆକୃଷ୍ଟ ହୁଅନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-47.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.47.mp3"
]
},
"commentary": "ଭଗବଦ୍ ଗୀତାର ଏହି ଶ୍ଲୋକ ଅତ୍ୟନ୍ତ ଲୋକପ୍ରିୟ ଅଟେ, ଏପରିକି ଭାରତର ଅନେକ ସ୍କୁଲର ଛାତ୍ରମାନେ ମଧ୍ୟ ଏହି ଶ୍ଲୋକ ଜାଣିଛନ୍ତି । ଏହା କର୍ମ କରିବାର ଅତ୍ୟନ୍ତ ଗଭୀର ଅନୁଚିନ୍ତା ବ୍ୟକ୍ତ କରେ ଏବଂ ଅଧିକାଂଶତଃ ଯେଉଁଠାରେ ବି କର୍ମଯୋଗ ବିଷୟରେ ଆଲୋଚନା ହୋଇଥାଏ ଏହାକୁ ଉଦ୍ଧୃତ କରାଯାଇଥାଏ । ଏହି ଶ୍ଲୋକ କର୍ମର ବିଜ୍ଞାନ ସମ୍ବନ୍ଧରେ ଚାରିଗୋଟି ନିର୍ଦ୍ଦେଶ ଦେଇଥାଏ: ୧) ତୁମର କର୍ତ୍ତବ୍ୟ କର, କିନ୍ତୁ ଏହାର ଫଳ ପ୍ରତି ଚିନ୍ତିତ ହୁଅନାହିଁ । ୨) କର୍ମର ଫଳ ତୁମର ଉପଭୋଗ ପାଇଁ ଉଦ୍ଦିଷ୍ଟ ନୁହେଁ । ୩) କର୍ମ କରିବା ସମୟରେ କର୍ମର କର୍ତ୍ତା ଭାବରେ ଗର୍ବ ତ୍ୟାଗ କର । ୪) ଅକର୍ମଣ୍ୟ ଭାବ ପୋଷଣ କରନାହିଁ ।\nତୁମର କର୍ତ୍ତବ୍ୟ କର କିନ୍ତୁ ଏହାର ଫଳରେ ନିଜକୁ ସଂଶ୍ଳିଷ୍ଟ କରନାହିଁ । କର୍ମ କରିବାରେ ଆମର ଅଧିକାର ଅଛି, କିନ୍ତୁ କର୍ମର ଫଳ କେବଳ ଆମ ଉଦ୍ୟମ ଉପରେ ନିର୍ଭର କରେ ନାହିଁ । ଫଳାଫଳକୁ ଅନେକଗୁଡ଼ିଏ ଉପାଦାନର ସମାହାର ନିର୍ଦ୍ଧାରିତ କରିଥାଏ- ଆମର ଉଦ୍ୟମ, ଭାଗ୍ୟ (ପୁର୍ବଜନ୍ମର କର୍ମ), ଭଗବାନଙ୍କର ଇଚ୍ଛା, ଅନ୍ୟମାନଙ୍କର ଉଦ୍ୟମ, ସଂଶ୍ଳିଷ୍ଟଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ମିଳିତ କର୍ମ, ସ୍ଥାନ ଓ ପରିସ୍ଥିତି (ଭାଗ୍ୟ ବଶତଃ) ଇତ୍ୟାଦି । ତେଣୁ ଆମେ ଯଦି ଫଳ ପ୍ରତି ଉତ୍କଣ୍ଠିତ ରହିବା, ଯେତେବେଳେ ବି ଫଳାଫଳ ଆମର ଆଶା ଅନୁରୂପ ହେବନାହିଁ ଆମେ ହତୋତ୍ସାହିତ ହୋଇପଡ଼ିବା । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ କର୍ମ ଫଳ ପ୍ରତି ଚିନ୍ତିତ ନ ହୋଇ କେବଳ କର୍ମରେ ନିଜର ଧ୍ୟାନକୁ କେନ୍ଦ୍ରିତ କର । ବାସ୍ତବରେ ଯେତେବେଳେ ଆମେ ଫଳଠାରୁ ନିଜର ଧ୍ୟାନ ହଟାଇ ନିଜର ଉଦ୍ୟମରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବାରେ ସକ୍ଷମ ହେଉ, ଫଳ ତା’ଠାରୁ ଅଧିକ ଉତ୍ତମ ହୋଇଥାଏ ।\nଏହାର ଏକ ବିନୋଦପୂର୍ଣ୍ଣ ସଂକ୍ଷିପ୍ତ ନାମ ଘଇଞଙ କ୍ଟକ୍ସ ଦ୍ଭକ୍ଟଗ୍ଧ ବଗ୍ଧଗ୍ଧବମଷରୟ ଗ୍ଧକ୍ଟ କ୍ଟଙ୍କଗ୍ଧମକ୍ଟଜ୍ଞର ଫଳ ସହିତ ଜଡ଼ିତ ନ ହେବା ଅଟେ । ଏହାର ପ୍ରୟୋଗ ଗଲ୍ଫ ଖେଳ ପରି ଏକ ସାମାନ୍ୟ ଦୈନନ୍ଦିନ କାର୍ଯ୍ୟରେ ଦେଖିବା । ଲୋକମାନେ ଯେତେବେଳେ ଗଲ୍ଫ ଖେଳନ୍ତି ସେମାନେ ପ୍ରାୟତଃ ନିଜର ଧ୍ୟାନ ଫଳରେ କେନ୍ଦ୍ରିତ କରିଥାନ୍ତି- ତାଙ୍କର ଅଙ୍କ କମ୍ ଅଛି ବା ଅଧିକ ଅଛି ଇତ୍ୟାଦି । ଯଦି ସେମାନେ କେବଳ ତାଙ୍କର କ୍ଷମତା ଅନୁସାରେ ସଟ୍ ମାରିବା ଉପରେ ଧ୍ୟାନ ଦିଅନ୍ତେ, ତାହେଲେ ଏହା ସେମାନେ ଖେଳିଥିବା ସମସ୍ତ ଖେଳଠାରୁ ଅଧିକ ଉପଭୋଗ୍ୟ ହୋଇଥାନ୍ତା । ସଟ୍ ମାରିବାରେ ପୂର୍ଣ୍ଣ ଧ୍ୟାନ ଦେବା ଯୋଗୁଁ ତାଙ୍କର ଖେଳଟି ଉଚ୍ଚକୋଟୀର ହୋଇଥାନ୍ତା ।\nକର୍ମର ଫଳ ତୁମର ଉପଭୋଗ ପାଇଁ ଉଦ୍ଦିଷ୍ଟ ନୁହେଁ । କର୍ମ କରିବା ମନୁଷ୍ୟର ଏକ ସହଜାତ ସ୍ୱଭାବ ଅଟେ । ସଂସାରରେ ଜନ୍ମ ଗ୍ରହଣ କରି ଆମର ବିଭିନ୍ନ ପ୍ରକାରର କର୍ମ ରହିଛି ଯାହା କି ପାରିବାରିକ ସ୍ଥିତି, ସାମାଜିକ ସ୍ଥିତି, ବୃତ୍ତି ଇତ୍ୟାଦି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । କର୍ତ୍ତବ୍ୟ କରିବା ସମୟରେ ଆମେ ମନେ ରଖିବା ଉଚିତ ଯେ, ଆମେ ଫଳର ଉପଭୋକ୍ତା ନୁହେଁ - ଫଳ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ଜୀବ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟନ୍ତି (ଶ୍ଳୋକ୧୫.୭), ତେଣୁ ଆମର ସମସ୍ତ କର୍ମ ଦ୍ୱାରା ତାଙ୍କର ସେବା କରିବା ଆମର ସ୍ୱାଭାବିକ ଗୁଣ ଅଟେ ।\nଦାସ ଭୂତମିଦଂ ତସ୍ୟ ଜଗତ୍ସ୍ଥାବର ଜଙ୍ଗମମ୍ଶ୍ରୀମନ୍ନାରାୟଣ ସ୍ୱାମୀ ଜଗତାନ୍ପ୍ରଭୁରୀଶ୍ୱରଃ । (ପଦ୍ମପୁରାଣ)\n“ଭଗବାନ ସମସ୍ତ ସୃଷ୍ଟିର ନିୟନ୍ତା ଅଟନ୍ତି । ସମସ୍ତ ଚର-ଅଚର ଜୀବ ତାଙ୍କର ଦାସ ଅଟନ୍ତି ।” ବସ୍ତୁବାଦୀ ଚିନ୍ତାଧାରା ନିମ୍ନୋକ୍ତ ବିଚାର ଦ୍ୱାରା ନିରୂପିତ ହୋଇଥାଏ - “ମୋର ଯାହା ଅଛି ମୁଁ ତାର ମାଲିକ । ଏସବୁ ମୋର ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏସବୁକୁ ବୃଦ୍ଧି କରିବା ଓ ଅଧିକ ଉପଭୋଗ କରିବାର ମୋର ଅଧିକାର ଅଛି ।” ଆଧ୍ୟାତ୍ମିକ ଚେତନା ଏହାର ବିପରୀତ ଅଟେ ଯାହା ଏହି ଚିନ୍ତାଧାରା ଦ୍ୱାରା ନିରୂପିତ ହୁଏ, “ସମଗ୍ର ସଂସାରର ମାଲିକ ଏବଂ ଭୋକ୍ତା ଭଗବାନ ଅଟନ୍ତି । ମୁଁ କେବଳ ତାଙ୍କର ଜଣେ ନିଷ୍କାମ ସେବକ ଅଟେ । ମୋ ପାଖରେ ଯାହାବି ଅଛି ସେ ସବୁକୁ ମୁଁ ଭଗବାନଙ୍କ ସେବାରେ ନିୟୋଜିତ କରିବା ଉଚିତ ।” ତଦନୁଯାୟୀ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ସେ ନିଜକୁ ତାଙ୍କର କର୍ମଫଳର ଭୋକ୍ତା ରୂପେ ଚିନ୍ତା କରନ୍ତୁ ନାହିଁ ।\nକର୍ମ କରିବା ସମୟରେ ମଧ୍ୟ କର୍ତ୍ତା ଭାବରେ ଗର୍ବ ତ୍ୟାଗ କର । ଶ୍ରୀକୃଷ୍ଣ ଏହା ଇଚ୍ଛା କରୁଛନ୍ତି ଯେ ଅର୍ଜୁନ କତ୍ତୃତ୍ୱାଭିମାନ ବା କର୍ତ୍ତା ହେବାର ଗର୍ବ ତ୍ୟାଗ କରନ୍ତୁ । ସେ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ସେ ତାଙ୍କ କର୍ମ ମାଧ୍ୟମରେ କୌଣସି ପୂର୍ବନିର୍ଦ୍ଧାରିତ ଅଭିପ୍ରାୟର ପଶ୍ଚାତ୍ଧାବନ କରନ୍ତୁ ନାହିଁ କିମ୍ବା କର୍ମଫଳର କାରଣ ଭାବେ ନିଜକୁ ବିବେଚିତ କରନ୍ତୁ ନାହିଁ । ତଥାପି କର୍ମ ଯେତେବେଳେ ଆମ ଦ୍ୱାରା କରାଯାଉଛି, ସେହି କର୍ମଗୁଡ଼ିକର କର୍ତ୍ତା ଭାବରେ ଆମେ ନିଜକୁ କାହିଁକି ବିବେଚିତ କରିବୁ ନାହିଁ? ଏହାର କାରଣ ହେଲା ଆମର ଇନ୍ଦ୍ରୟ, ମନ ଓ ବୁଦ୍ଧି ଜଡ଼ ଅଟନ୍ତି; ଭଗବାନ ତାଙ୍କ ଶକ୍ତି ଦ୍ୱାରା ସେମାନଙ୍କୁ ଶକ୍ତିଯୁକ୍ତ କରି ଆମର ତତ୍ୱାବଧାନରେ ଦିଅନ୍ତି । ଫଳସ୍ୱରୂପ, ତାଙ୍କ ପ୍ରଦତ୍ତ ଶକ୍ତି ଦ୍ୱାରା ହିଁ ଆମେ କୌଣସି କର୍ମ କରିବାରେ ସକ୍ଷମ ହେଉ । ଉଦାହରଣ ସ୍ୱରୂପ, ରୋଷେଇଶାଳରେ ଥିବା ଚିମୁଟାଟିଏ ନିଜେ ନିଷ୍କ୍ରିୟ ଅଟେ, କିନ୍ତୁ କୌଣସି ବ୍ୟକ୍ତିର ହାତ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇ ଜଳ୍ୱନ୍ତ କୋଇଲାକୁ ଉଠାଇବା ପରି କଷ୍ଟ ସାଧ୍ୟ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇଥାଏ । ଆମେ ଯଦି ଚିମୁଟାକୁ କର୍ମର କର୍ତ୍ତା ବୋଲି କହିବା, ତାହା ଠିକ୍ ହେବ ନାହିଁ । ଯଦି ହାତ ତାକୁ ଶକ୍ତି ପ୍ରଦାନ କରି ନ ଥାନ୍ତା, ସେ ତାହା କରିବାକୁ ସକ୍ଷମ ହୋଇଥାନ୍ତା କି? ତାହା ରୋଷେଇଶାଳରେ ନିଷ୍କ୍ରିୟ ଭାବେ ପଡ଼ି ରହିଥାନ୍ତା । ସେହିପରି, ଭଗବାନ ଯଦି ଆମର ଶରୀର-ମନ-ଆତ୍ମାକୁ ତାଙ୍କର ଶକ୍ତି ପ୍ରଦାନ କରି ନ ଥା’ନ୍ତେ ତେବେ ଆମେ କିଛି କରିପାରନ୍ତେ ନାହିଁ । ତେଣୁ ଆମର ସମସ୍ତ କର୍ମ ପାଇଁ ଶକ୍ତିର ଉତ୍ସ ଭଗବାନ ହିଁ ଅଟନ୍ତି, ଏହିପରି ମନେକରି ଆମେ କର୍ତ୍ତାପଣର ଅହଂକାର ତ୍ୟାଗ କରିବା ଉଚିତ ।\nଏହି ସମସ୍ତ ବିଚାର ନିମ୍ନୋକ୍ତ ଲୋକପ୍ରିୟ ସଂସ୍କୃତ ଶ୍ଳୋକରେ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି:\nଯତ୍କୃତଂ ଯତ୍କରିଷ୍ୟାମି ତତ୍ସର୍ବଂ ନ ମୟା କୃତମ୍ତ୍ୱୟା କୃତଂ ତୁ ଫଳଭୁକ୍ ତ୍ୱମେବ ମଧୁସୂଦନ ।\n“ମୁଁ ଯାହାବି ହାସଲ କରିଛି ଓ କରିବାକୁ ଚାହୁଁଛି, ମୁଁ ସେସବୁର କର୍ତ୍ତା ନୁହେଁ । ହେ ମଧୂସୁଦନ ତୁମେ ହିଁ ପ୍ରକୃତ କର୍ତ୍ତା ଅଟ ଏବଂ ସମସ୍ତ ଫଳର ଉପଭୋକ୍ତା ତୁମେ ହିଁ ଅଟ ।”\nନିଷ୍କ୍ରିୟତା ଭାବ ପୋଷଣ କର ନାହିଁ । ଯଦିଓ କର୍ମ କରିବା ସମସ୍ତ ପ୍ରାଣୀଙ୍କର ସ୍ୱଭାବ ଅଟେ, ତଥାପି ଅନେକ ସମୟରେ ଏପରି ପରିସ୍ଥିିତି ଉପୁଜିଥାଏ ଯେତେବେଳେ କର୍ମ ବୋଝସଦୃଶ ଓ ବିଭ୍ରାନ୍ତିକର ମନେ ହୁଏ । ସେପରି କ୍ଷେତ୍ରରେ, ଶ୍ରୀକୃଷ୍ଣ ଅଜୁର୍ନଙ୍କୁ ଯାହା ଉପଦେଶ ଦେଇଛନ୍ତି, କର୍ମ ଠାରୁ ଦୂରେଇ ନ ଯାଇ କର୍ମର ବିଜ୍ଞାନ ବୁଝି ତାହାକୁ ପାଳନ କରିବା ଉଚିତ । କିନ୍ତୁ କର୍ମକୁ କଷ୍ଟସାଧ୍ୟ ଏବଂ ବୋଝ ମନେକରି ନିଷ୍କ୍ରିୟ ହୋଇଯିବା ଆଦୌ ଉଚିତ୍ ନୁହେଁ । ନିଷ୍କ୍ରିୟତା କେବେ ବି ସମାଧାନର ପନ୍ଥା ନୁହେଁ, ସେଥିପାଇଁ ଶ୍ରୀକୃଷ୍ଣ ଏହାର ନିନ୍ଦା କରିଛନ୍ତି ।"
},
{
"verseTitle": "Bhagavad Gita 2.48",
"verse": "48",
"chapter": 2,
"lang": "or",
"shloka": {
"speaker": "",
"sanskrit": "योगस्थः कुरु कर्माणि सङ्गं त्यक्त्वा धनञ्जय ।\n\nसिद्ध्यसिद्धयोः समो भूत्वा समत्वं योग उच्यते ॥48॥",
"text": "ଯୋଗସ୍ଥଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ ।\nସିଦ୍ଧ୍ୟସିଦ୍ଧ୍ୟୋଃ ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ।।୪୮।।",
"audioLink": "https://www.holy-bhagavad-gita.org/public/audio/002_048.mp3"
},
"wordMeanings": "ଯୋଗସ୍ଥ-ଯୋଗରେ ସ୍ଥିର; କୁରୁ-କର, କର୍ମାଣି-ତୁମର କର୍ତ୍ତବ୍ୟ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଧନଞ୍ଜୟ-ହେ ଧନଞ୍ଜୟ (ଅର୍ଜୁନ) !; ସିଦ୍ଧି-ଅସିଦ୍ଧ୍ୟୋଃ- ଜୟ ଓ ପରାଜୟରେ; ସମଃ- ସମଭାବ; ଭୂତ୍ୱା-ହୋଇ; ସମତ୍ୱଂ-ସମବୁଦ୍ଧି; ଯୋଗଃ-ଯୋଗ; ଉଚ୍ୟତେ-କୁହାଯାଏ ।",
"translation": {
"text": "ହେ ଅର୍ଜୁନ! ସଫଳତା ଓ ବିଫଳତା ପ୍ରତି ଆସକ୍ତିରହିତ ହୋଇ ତୁମେ ନିଜର କର୍ତ୍ତବ୍ୟ ପାଳନ କର । ଏହି ସମଭାବ ହିଁ ଯୋଗ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-48.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.48.mp3"
]
},
"commentary": "ଏହି ସମଭାବ, ଯାହା ଆମକୁ ସମସ୍ତ ପରିସ୍ଥିତିକୁ ଶାନ୍ତ ଭାବରେ ଗ୍ରହଣ କରିବାକୁ ସକ୍ଷମ କରାଇଥାଏ, ତାହା ଏପରି ମହତ୍ୱପୂର୍ଣ୍ଣ ଯେ ଶ୍ରୀକୃଷ୍ଣ ତାହାକୁ ଯୋଗ ବା ଭଗବାନଙ୍କ ସହିତ ମିଳିତ ହେବା କହିଛନ୍ତି । ପୂର୍ବ ଶ୍ଳୋକରେ ପ୍ରଦତ୍ତ ଜ୍ଞାନର ଉପଯୋଗ କରିବା ଦ୍ୱାରା ଏହି ସାମ୍ୟାବସ୍ଥା ଆସିଥାଏ । ଯେତେବେଳେ ଆମେ ହୃଦୟଙ୍ଗମ କରୁ ଯେ ଉଦ୍ୟମ କରିବା ଆମ ହାତରେ ଅଛି, ଫଳ ନୁହେଁ, ସେତେବେଳେ ଆମେ କେବଳ କର୍ମ କରିବାରେ ମନୋନିବେଶ କରିଥାଏ । ଫଳାଫଳ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ, ତେଣୁ ଆମେ ତାହାକୁ ଭଗବାନଙ୍କୁ ଅର୍ପଣ କରେ ଏବଂ ଫଳ ଯଦି ଆମର ଆଶାନୁରୂପ ହୋଇ ନ ଥାଏ ତେବେ ତାହାକୁ ଭଗବାନଙ୍କର ଇଚ୍ଛା ଭାବି ଶାନ୍ତ ଭାବରେ ଗ୍ରହଣ କରିଥାଏ । ଏହିପରି ଭାବରେ, ଆମେ ଯଶ ଓ ଅପଯଶ, ସଫଳତା ଓ ବିଫଳତା, ସୁଖ ଓ ଦୁଃଖକୁ ଭଗବାନଙ୍କ ଇଚ୍ଛା ଭାବେ ଗ୍ରହଣ କରିବାରେ ସକ୍ଷମ ହୋଇଥାଏ ଏବଂ ଯେତେବେଳେ ଉଭୟକୁ ଆମେ ସମାନ ଭାବରେ ଗ୍ରହଣ କରିବା ଶିଖି ଯାଏ, ଆମେ ସମଭାବାପନ୍ନ ହୋଇଯାଏ, ତାହା ହିଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ।\nଏହି ଶ୍ଳୋକଟି ଜୀବନର ଉତ୍ଥାନ-ପତନର ବାସ୍ତବିକ ସମାଧାନ ଅଟେ । ଆମେ ଯଦି ଏକ ନୌକାରେ ବସି ସମୁଦ୍ର ଯାତ୍ରା କରୁଥାଏ ତେବେ ସ୍ୱାଭାବିକ ଯେ ସମୁଦ୍ରର ତରଙ୍ଗ ଆମ ନୌକାକୁ ଦୋହଲାଇବ । ପ୍ରତିଥର ନୌକାର ଦୋଳନରେ ଆମେ ଯଦି ବିଚଳିତ ହୋଇପଡ଼ିବା ତେବେ ଆମ ଦୁଃଖର ଅନ୍ତ ହେବ ନାହିଁ ଏବଂ ଯଦି ଆମେ ଭାବିବା ଯେ ତରଙ୍ଗ ଉଠିବ ନାହିଁ, ତେବେ ସମୁଦ୍ର କ’ଣ ତା’ର ସ୍ୱାଭାବିକ ଗୁଣ ତ୍ୟାଗ କରି ଅନ୍ୟ କିଛିରେ ପରିଣତ ହୋଇଯିବ? ତରଙ୍ଗ ଉତ୍ପନ୍ନ କରିବା ସମୁଦ୍ରର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ । ସେହିପରି ଆମେ ଯେତେବେଳେ ଜୀବନ ରୂପୀ ସମୁଦ୍ରରେ ଯାତ୍ରା କରିଥାଏ, ଏହା ବିଭିନ୍ନ ପ୍ରକାରର ତରଙ୍ଗ ସୃଷ୍ଟି କରିଥାଏ, ଯାହା ଆମ ନିୟନ୍ତ୍ରଣର ବାହାରେ । ଆମେ ଯଦି ନକାରାତ୍ମକ ପରିସ୍ଥିତିକୁ ହଟାଇବା ପାଇଁ ସଂଘର୍ଷ କରୁଥିବା, ତାହେଲେ ଆମେ ଅଶାନ୍ତିକୁ ଦୂର କରି ପାରିବା ନାହିଁ । ଆମେ ଯଦି ନିଜର ଉଦ୍ୟମକୁ ଜାରି ରଖି, ପଥରେ ଆସୁଥିବା ସମସ୍ତ ଘଟଣାକୁ ସ୍ୱୀକାର କରିବାକୁ ଶିଖିଯିବା, ତାହେଲେ ଭଗବାନଙ୍କ ଇଚ୍ଛାର ଶରଣାଗତ ହୋଇଯିବା ଏବଂ ତାହା ହିଁ ବାସ୍ତବିକ ଯୋଗ ଅଟେ ।"
},
{
"verseTitle": "Bhagavad Gita 2.49",
"verse": "49",
"chapter": 2,
"lang": "or",
"shloka": {
"speaker": "",
"sanskrit": "दूरेण ह्यवरं कर्म बुद्धियोगाद्धनञ्जय।\n\nबुद्धौ शरणमन्विच्छ कृपणाः फलहेतवः ॥49॥",
"text": "ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜୟ ।\nବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ ।।୪୯।।",
"audioLink": "https://www.holy-bhagavad-gita.org/public/audio/002_049.mp3"
},
"wordMeanings": "ଦୂରେଣ-ତ୍ୟାଗ କରିବା; ହି-ନିଶ୍ଚିତଭାବେ; ଅବରଂ-ନିକୃଷ୍ଟ; କର୍ମ-ସକାମ କର୍ମ; ବୁଦ୍ଧିଯୋଗାତ୍- ଦିବ୍ୟ ଜ୍ଞାନରେ ସ୍ଥିତ ବୁଦ୍ଧି; ଧନଞ୍ଜୟ- ହେ ଧନଞ୍ଜୟ !; ବୁଦ୍ଧୌ-ଦିବ୍ୟ ଜ୍ଞାନ ଏବଂ ଅନ୍ତର୍ଦୃଷ୍ଟି; ଶରଣଂ-ଶରଣାଗତି; ଅନ୍ୱିଚ୍ଛ-ଇଚ୍ଛାକରି; କୃପଣଃ-କୃପଣମାନେ; ଫଳ ହେତବଃ-ଯେଉଁମାନେ କର୍ମର ଫଳ ଇଚ୍ଛା କରନ୍ତି ।",
"translation": {
"text": "ହେ ଅର୍ଜୁନ! ଦିବ୍ୟ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଆଶ୍ରୟ ଗ୍ରହଣ କର ଏବଂ ସକାମ କର୍ମର ତ୍ୟାଗ କର, ଯାହା ଦିବ୍ୟଜ୍ଞାନରେ ସ୍ଥିତ ବୁଦ୍ଧିର ଉପଯୋଗ କରି କରାଯାଉଥିବା କର୍ମ ଠାରୁ ନିଶ୍ଚିତ ଭାବରେ ନିକୃଷ୍ଟ ଅଟେ । ଯେଉଁମାନେ କର୍ମରେ ଫଳ ଭୋଗର ଆଶା କରନ୍ତି ସେମାନେ ଲୋଭୀ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-49.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.49.mp3"
]
},
"commentary": "କର୍ମର ଦୁଇଟି ଦିଗ ରହିଛି । ୧) ଆମେ କରୁଥିବା ବାହ୍ୟ କ୍ରିୟା । ୨) କର୍ମ ପ୍ରତି ଆମର ଆନ୍ତରିକ ମନୋଭାବ । ଉଦାହରଣ ସ୍ୱରୂପ, ମନେ କରନ୍ତୁ, ପବିତ୍ର ଧାମ ବୃନ୍ଦାବନରେ ଗୋଟିଏ ମନ୍ଦିର ତିଆରି ହେଉଛି । ଶ୍ରମିକମାନେ ଗୋଟିଏ ପବିତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି, କିନ୍ତୁ ସେମାନଙ୍କର ମନୋଭାବ ସାଂସାରିକ ଅଟେ । ସେମାନେ ପାଉଥିବା ପାରିଶ୍ରମିକ ସହିତ ସେମାନଙ୍କର ସମ୍ବନ୍ଧ । ଯଦି ଅନ୍ୟ କେହିଜଣେ ତାଙ୍କୁ ଅଧିକ ପାରିଶ୍ରମିକ ଦିଅନ୍ତି, ତେବେ ସେମାନେ ତାଙ୍କର କାର୍ଯ୍ୟ ବଳଦାଇବାରେ କୁଣ୍ଠିତ ହେବେ ନାହିଁ । ବୃନ୍ଦାବନରେ ଜଣେ ସାଧୁ ବାସ କରୁଥିଲେ । ଗୋଟିଏ ମନୋରମ ମନ୍ଦିର ନିର୍ମାଣ ହେଉଥିବା ଦେଖି ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କର ସେବା (ସ୍ୱେଚ୍ଛାକୃତ ସେବା) କରିବାକୁ ଲାଗିଲେ । ବାହ୍ୟ ଦୃଷ୍ଟିରୁ ଉଭୟ ସାଧୁ ଓ ଶ୍ରମିକମାନଙ୍କର କାର୍ଯ୍ୟ ଏକାପରି ଅଟେ, କିନ୍ତୁ ଆନ୍ତରିକ ମନୋଭାବରେ ବିରାଟ ବ୍ୟବଧାନ ରହିଅଛି ।\nଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ପ୍ରତି ଉଚ୍ଚ ମନୋଭାବ ପୋଷଣ କରିବାକୁ ଉପଦେଶ ଦେଉଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ନିଜ ସୁଖର ଆଶା ରଖି କର୍ମ କରନ୍ତି ସେମାନେ କୃପଣ ଅଟନ୍ତି । ଯେଉଁମାନେ ଫଳ ପ୍ରତି ନିରାସକ୍ତ ହୋଇ ତାଙ୍କ କର୍ମକୁ ଉଚ୍ଚ ଲକ୍ଷ୍ୟରେ ଅର୍ପଣ କରନ୍ତି ସେମାନେ ଶ୍ରେଷ୍ଠ ଅଟନ୍ତି । ଯେଉଁମାନେ କର୍ମଫଳକୁ ଭଗବାନଙ୍କୁ ଅର୍ପଣ କରନ୍ତି, ସେମାନେ ପ୍ରକୃତରେ ଜ୍ଞାନୀ ଅଟନ୍ତି ।\nଏଠାରେ କୃପଣ ଶବ୍ଦ ବ୍ୟବହାର ହୋଇଛି । ଶ୍ରୀମଦ୍ ଭାଗବତରେ କୃପଣର ବର୍ଣ୍ଣନା ଏହିପରି କରାଯାଇଛି ।\nନ ବେଦ କୃପଣଃ ଶ୍ରେୟ ଆତ୍ମନୋ ଗୁଣ-ବସ୍ତୁ-ଦୃକ୍ତସ୍ୟ ତାନ୍ ଇଚ୍ଛତୋ ଯଚ୍ଛେଦ୍ ଯଦି ସୋଽପି ତଥା-ବିଧଃ । (୬.୯.୪୯)\n“କୃପଣ ସେମାନେ ଅଟନ୍ତି ଯେଉଁମାନେ ଏପରି ଚିନ୍ତା କରନ୍ତି ଯେ ଭୌତିକ ଶକ୍ତିରୁ ଜାତ ଇନ୍ଦ୍ରିୟ ଭୋଗ ବସ୍ତୁ ଗୁଡ଼ିକ ହିଁ ଅନ୍ତିମ ସତ୍ୟ ଅଟେ ।” ଶ୍ରୀମଦ୍ ଭାଗବତମ୍ ପୁଣି କହେ କୃପଣୋ ଯୋଽଜିତେନ୍ଦ୍ରିୟଃ (୧୧.୧୯.୪୪) । “କୃପଣର ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ନ ଥାଏ ।”\nଜଣେ ବ୍ୟକ୍ତି ଯେତେବେଳେ ଚେତନାର ଉଚ୍ଚ ସ୍ତରରେ ସ୍ଥିତ ହୋଇଯାଆନ୍ତି, ସେ ସ୍ୱାଭାବିକ ଭାବରେ କର୍ମଫଳ ଉପଭୋଗ କରିବାର ପ୍ରବୃତ୍ତି ତ୍ୟାଗ କରି ସେବା ଅଭିମୁଖୀ ହୋଇଥାଆନ୍ତି । ବିଲ୍ ଗେଟସ୍ ମାଇକ୍ରୋସଫ୍ଟ କରପୋରେସନ୍ରୁ ତାଙ୍କର ପଦବୀ ତ୍ୟାଗ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସେହିପରି ବିଲ୍ କ୍ଲିଣ୍ଟନ୍ ଆମେରିକାର ରାଷ୍ଟ୍ରପତି ପଦର କ୍ଷମତା ଓ ମର୍ଯ୍ୟାଦା ଉପଭୋଗ କରିସାରିବା ପରେ, ମାନବ ସେବାର ମହନୀୟତା ବିଷୟରେ ପ୍ରଚାର କରୁଛନ୍ତି ଏବଂ “ଦେବା - ଆମେ ସମସ୍ତେ କିପରି ଦୁନିଆକୁ ବଦଳାଇ ପାରିବା” ଶୀର୍ଷକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେମାନଙ୍କର ସେବା କାର୍ଯ୍ୟରେ ଯୋଗଦାନ ପ୍ରଶଂସନୀୟ କିନ୍ତୁ ଆଭିମୁଖ୍ୟ ତ୍ରୁଟିପୂର୍ଣ୍ଣ ଅଟେ । ଆମେ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ସେବା କରି ସମସ୍ତ ଫଳ ତାଙ୍କୁ ଅର୍ପଣ କରିବା ଶିଖିଯାଉ, ସେତେବେଳେ ତାହା ପୂର୍ଣ୍ଣ ହୋଇଯାଏ ।"
},
{
"verseTitle": "Bhagavad Gita 2.50",
"verse": "50",
"chapter": 2,
"lang": "or",
"shloka": {
"speaker": "",
"sanskrit": "बुद्धियुक्तो जहातीह उभे सुकृतदुष्कृते।\n\nतस्माद्योगाय युज्यस्व योगः कर्मसु कौशलम् ॥50॥",
"text": "ବୁଦ୍ଧିଯୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ ।\nତସ୍ମାଦ୍ଯୋଗାୟ ଯୁଜ୍ୟସ୍ୱ ଯୋଗଃ କର୍ମସୁ କୌଶଳମ୍ ।।୫୦।।",
"audioLink": "https://www.holy-bhagavad-gita.org/public/audio/002_050.mp3"
},
"wordMeanings": "ବୁଦ୍ଧି-ଯୁକ୍ତଃ- ପ୍ରଜ୍ଞାବାନ୍; ଜହାତି-ମୁକ୍ତ ହୋଇପାରେ; ଇହ-ଏହି ଜୀବନରେ; ଉଭେ-ଉଭୟ; ସୁକୃତ-ଦୁଷ୍କୃତେ-ଭଲ ଓ ମନ୍ଦ କର୍ମ ଦ୍ୱାରା; ତସ୍ମାତ୍-ତେଣୁ; ଯୋଗାୟ-ଯୋଗ ନିମନ୍ତେ; ଯୁଜ୍ୟସ୍ୱ-ଉଦ୍ୟମ କର; ଯୋଗଃ-ଯୋଗ; କର୍ମସୁ କୌଶଳମ୍ -କୁଶଳତା ପୂର୍ବକ ସମସ୍ତ କର୍ମ କରିବାର କଳା ।",
"translation": {
"text": "ଯେଉଁ ବ୍ୟକ୍ତି ନିଷ୍ଠାପର ଭାବରେ ଆସକ୍ତି ରହିତ କର୍ମାଭ୍ୟାସ କରିଥାଏ, ସେ ଉଭୟ ଭଲ ମନ୍ଦ କର୍ମର ପ୍ରତିକ୍ରିୟା ଠାରୁ ଏହି ଜନ୍ମରେ ହିଁ ମୁକ୍ତ ହୋଇଯାଏ । ତେଣୁ ଯୋଗ ପାଇଁ ଚେଷ୍ଟିତ ହୁଅ, ଯାହାକି କୁଶଳତା ପୂର୍ବକ (ସଠିକ୍ ଚେତନା ଯୁକ୍ତ ହୋଇ) କର୍ମ କରିବାର କଳା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-50.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.50.mp3"
]
},
"commentary": "କର୍ମଯୋଗର ବିଜ୍ଞାନ ବିଷୟରେ ଶୁଣିବା ପରେ, ଅନେକ ସମୟରେ ଲୋକେ ଆଶଙ୍କା ପ୍ରକାଶ କରନ୍ତି ଯେ, ଯଦି ସେମାନେ ଫଳପ୍ରତି ଆସକ୍ତି ତ୍ୟାଗ କରନ୍ତି, ତାଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇବ କି? ଶ୍ରୀକୃଷ୍ଣ ବୁଝାଉଛନ୍ତି ଯେ ସ୍ୱାର୍ଥ ରହିତ ହୋଇ କାର୍ଯ୍ୟ କରିବା ଦ୍ୱାରା ଆମ କାର୍ଯ୍ୟର ମାନ କମ୍ ହୁଏ ନାହିଁ, ବରଂ ଆମେ ଅଧିକ କୁଶଳୀ ହୋଇଥାଉ । ଉଦାହରଣ ସ୍ୱରୂପ, ଜଣେ ନିଷ୍ଠାପର ଶଲ୍ୟ ଚିକିତ୍ସକଙ୍କ କଥା ବିଚାର କରନ୍ତୁ, ସେ ଲୋକଙ୍କର ଅସ୍ତ୍ରୋପଚାର କରିବା ସମୟରେ ଛୁରୀରେ ତାଙ୍କୁ କାଟି ଦିଅନ୍ତି । ରୋଗୀ ବଞ୍ôଚବ କି ମରିବ ସେଥିରେ ବିଚଳିତ ନ ହୋଇ, ସମଭାବାପନ୍ନ ହୋଇ ସେ ତାଙ୍କର କର୍ତ୍ତବ୍ୟ କରିଥାନ୍ତି । ନିଃସ୍ୱାର୍ଥପର ଭାବରେ, ପୂର୍ଣ୍ଣ ଦକ୍ଷତାର ସହିତ, ଫଳପ୍ରତି ଧ୍ୟାନ ନ ଦେଇ ସେ ତାଙ୍କର କର୍ତ୍ତବ୍ୟ କରିଥାଆନ୍ତି । ତେଣୁ ଅସ୍ତ୍ରୋପଚାର ସମୟରେ ରୋଗୀଟି ଯଦି ମୃତ୍ୟୁବରଣ କରେ, ଡାକ୍ତର ନିଜକୁ ହତ୍ୟା କରିବାର ଦୋଷରେ ଅପରାଧି ମନେ କରନ୍ତି ନାହିଁ । କିନ୍ତୁ ସେହି ଚିକିତ୍ସକଙ୍କୁ ଯଦି ତାଙ୍କ ନିଜ ପୁଅର ଅସ୍ତ୍ରୋପଚାର କରିବାକୁ କୁହାଯାଏ ତେବେ ସେ ସାହସ କରନ୍ତି ନାହିଁ । ଫଳ ପ୍ରତି ତାଙ୍କର ଆସକ୍ତି ଯୋଗୁଁ ସେ ଭୟ କରନ୍ତି ହୁଏତ ଦକ୍ଷତାର ସହ ସେ ଅସ୍ତ୍ରୋପଚାର କରିପାରିବେ ନାହିଁ ଏବଂ ସେଥିପାଇଁ ସେ ଅନ୍ୟ ଶଲ୍ୟ ଚିକିତ୍ସକଙ୍କର ସହାୟତା ନିଅନ୍ତି । ଏଥିରୁ ଜଣାପଡୁଛି ଯେ ଫଳ ପ୍ରତି ଆସକ୍ତି ଆମକୁ ଅଧିକ କାର୍ଯ୍ୟଦକ୍ଷ କରେ ନାହିଁ, ବରଂ ଆମର ଦକ୍ଷତାକୁ ହ୍ରାସ କରିଥାଏ । ତା’ ପରିବର୍ତ୍ତେ ଆମେ ଯଦି ଆସକ୍ତି ରହିତ ହୋଇ କାର୍ଯ୍ୟ କରିବା, ତାହେଲେ ଆମେ ବିଚଳିତ, ଶଂକିତ, ଭୟ, ଚାପଗ୍ରସ୍ତ ବା ଉତ୍ତେଜିତ ନ ହୋଇ ପୂର୍ଣ୍ଣ ଦକ୍ଷତାର ସହିତ କାର୍ଯ୍ୟ କରିପାରିବା ।\nସେହିପରି, ଅର୍ଜୁନଙ୍କର ନିଜସ୍ୱ ଉଦାହରଣ ମଧ୍ୟ ଦର୍ଶାଇ ଥାଏ ଯେ ଫଳ ପ୍ରତି ଆସକ୍ତି ତ୍ୟାଗ କଲେ କାର୍ଯ୍ୟଦକ୍ଷତା ହ୍ରାସ ପାଏ ନାହିଁ । ଭଗବଦ୍ ଗୀତା ଶୁଣିବା ପୂର୍ବରୁ ସେ ରାଜ୍ୟ ଜୟ ଉଦ୍ଦେଶ୍ୟରେ ଯୁଦ୍ଧ କରିବାକୁ ଇଚ୍ଛା କରୁଥିଲେ । ଶ୍ରୀକୃଷ୍ଣଙ୍କ ଠାରୁ ଭଗବଦ୍ ଗୀତା ଶୁଣିସାରିବା ପରେ ସେ ତାଙ୍କର କର୍ତ୍ତବ୍ୟ ଦୃଷ୍ଟିରୁ ଶ୍ରୀକୃଷ୍ଣଙ୍କ ଖୁସୀ ଉଦ୍ଦେଶ୍ୟରେ ଯୁଦ୍ଧ କରିଥିଲେ । ଏବେ ବି ସେ ଜଣେ ଯୋଦ୍ଧା ଥିଲେ କିନ୍ତୁ ତାଙ୍କର ମନୋଭାବର ପରିବର୍ତ୍ତନ ହୋଇଥିଲା । ସେ ଆସକ୍ତି ରହିତ ହୋଇ କର୍ତ୍ତବ୍ୟ କରିଥିଲେ, ସେଥିପାଇଁ ପୂର୍ବାପେକ୍ଷା ସେ କମ୍ ଦକ୍ଷ ହୋଇଯାଇ ନ ଥିଲେ । ପ୍ରକୃତରେ ସେ ଅଧିକ ଉତ୍ସାହର ସହିତ ଯୁଦ୍ଧ କରିଥିଲେ, କାରଣ ତାଙ୍କର କର୍ମ ଭଗବାନଙ୍କର ସେବା ପାଇଁ ଉଦ୍ଦିଷ୍ଟ ଥିଲା ।"
},
{
"verseTitle": "Bhagavad Gita 2.51",
"verse": "51",
"chapter": 2,
"lang": "or",
"shloka": {
"speaker": "",
"sanskrit": "कर्मजं बुद्धियुक्ता हि फलं त्यक्त्वा मनीषिणः।\n\nजन्मबन्धविनिर्मुक्ताः पदं गच्छन्त्यनामयम् ॥51॥",
"text": "କର୍ମଜଂ ବୁଦ୍ଧିଯୁକ୍ତା ହି ଫଳଂ ତ୍ୱକ୍ତ୍ୱା ମନୀଷିଣଃ ।\nଜନ୍ମବନ୍ଧବିନିର୍ମୁକ୍ତାଃ ପଦଂ ଗଚ୍ଛନ୍ତିନାମୟମ୍ ।।୫୧।।",
"audioLink": "https://www.holy-bhagavad-gita.org/public/audio/002_051.mp3"
},
"wordMeanings": "କର୍ମଜଂ-ସକାମ କର୍ମଯୋଗୁଁ; ବୁଦ୍ଧିଯୁକ୍ତାଃ-ସମବୁଦ୍ଧିଯୁକ୍ତ ହୋଇ; ହି-ନିଶ୍ଚିତଭାବେ; ଫଳଂ-ଫଳ; ତ୍ୟକ୍ତ୍ୱା-ତ୍ୟାଗ କରି; ମନୀଷିଣଃ- ମହାତ୍ମାମାନେ; ଜନ୍ମବନ୍ଧ-ବିନିର୍ମୁକ୍ତାଃ- ଜନ୍ମ-ମୃତ୍ୟୁ ବନ୍ଧନରୁ ମୁକ୍ତ; ପଦଂ-ସ୍ଥାନ, ଗଚ୍ଛନ୍ତି-ପ୍ରାପ୍ତ ହୁଅନ୍ତି; ଅନାମୟମ୍-ଦୁଃଖ ରହିତ ।",
"translation": {
"text": "ଜ୍ଞାନୀ ବ୍ୟକ୍ତିମାନେ ସମବୁଦ୍ଧି ଯୁକ୍ତ ହୋଇ, ଜନ୍ମ ମୃତ୍ୟୁର ଚକ୍ରର ବନ୍ଧନ କାରକ ଫଳ ପ୍ରତି ଆସକ୍ତିକୁ ତ୍ୟାଗ କରିଥାନ୍ତି । ଏହିପରି ଚେତନା ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ସେମାନେ ସମସ୍ତ ଦୁଃଖର ଊର୍ଦ୍ଧ୍ୱ ସୋପାନକୁ ପ୍ରାପ୍ତ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-51.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.51.mp3"
]
},
"commentary": "ଶ୍ରୀକୃଷ୍ଣ ଆସକ୍ତିରହିତ କର୍ମ ବିଷୟରେ ଆଲୋଚନା କ୍ରମରେ ସୂଚନା ଦେଉଛନ୍ତି ଯେ ଏହା ଦୁଃଖର ସୀମାକୁ ଅତିକ୍ରମ କରାଇଥାଏ । ଜୀବନର ବିରୋଧାଭାସ ଏହା ଯେ, ଆମେ ସୁଖ ପାଇଁ ଲାଳାୟିତ ହେଉ, କିନ୍ତୁ ଦୁଃଖ ପାଇଥାଉ । ଆମେ ସ୍ନେହ ଖୋଜୁ କିନ୍ତୁ ହତାଶ ହେଉ । ଆମେ ଜୀବନ ପ୍ରତି ଲୋଭ କରୁ, କିନ୍ତୁ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଦିଗକୁ ଅଗ୍ରସର ହୋଇଥାଉ । ଶ୍ରୀମଦ୍ ଭାଗବତମ୍ କହେ :\nସୁଖାୟ କର୍ମାଣି କରୋତି ଲୋକୋ ନ ତୈଃ ସୁଖଂ ବାନ୍ୟଦ୍-ଉପାରମଂ ବାବିନ୍ଦେତ ଭୂୟସ୍ ତତ ଏବ ଦୁଃଖଂ ଯଦ୍ ଅତ୍ର ଯୁକ୍ତଂ ଭଗବାନ୍ ବଦେନ୍ ନଃ (୩.୫.୨)\n“ପ୍ରତ୍ୟେକ ବ୍ୟକ୍ତି ସୁଖ ପ୍ରାପ୍ତି ଆଶାରେ କାର୍ଯ୍ୟ କରିଥାନ୍ତି, କିନ୍ତୁ ସନ୍ତୋଷ ମିଳି ନ ଥାଏ । ତା’ ପରିବର୍ତ୍ତେ ଏହି ସବୁ କାର୍ଯ୍ୟ ଦୁଃଖ ବଢ଼ାଇଥାଏ ।” ପରିଣାମ ସ୍ୱରୂପ, ସଂସାରର ପ୍ରତ୍ୟେକ ମନୁଷ୍ୟ ଦୁଃଖୀ ଅଟନ୍ତି । କେତେ ଜଣ ନିଜର ଶରୀର ଓ ମନ ଜନିତ କଷ୍ଟ ପାଆନ୍ତି, ଅନ୍ୟ କେହି ତାଙ୍କ ପରିବାର ବା ବନ୍ଧୁବାନ୍ଧବଙ୍କ ଦ୍ୱାରା ପୀଡ଼ିତ ହୋଇଥାନ୍ତି । କେହି କେହି ଧନ ବା ଜୀବନର ଆବଶ୍ୟକତା ଅଭାବରେ କ୍ଳେଶ ଭୋଗନ୍ତି । ବସ୍ତୁବାଦୀ ମନୁଷ୍ୟମାନେ ଜାଣନ୍ତି ଯେ ସେମାନେ ଅସୁଖୀ ଅଟନ୍ତି, କିନ୍ତୁ ସେମାନେ ଭାବନ୍ତି ତାଙ୍କ ଆଗରେ ଥିବା ଅନ୍ୟ ଲୋକମାନେ ନିଶ୍ଚିତ ଭାବେ ସୁଖୀ ଅଟନ୍ତି । ତେଣୁ ସେମାନେ ସଂସାରିକ ବୈଭବ ବୃଦ୍ଧି କରିବା ଦିଗରେ ଧାବିତ ହୁଅନ୍ତି । ଏହି ଅନ୍ୱେଷଣ ଜନ୍ମ ଜନ୍ମ ଧରି ଅବ୍ୟାହତ ରହିଛି, କିନ୍ତୁ ସୁଖ କେଉଁଠାରେ ବି ଦୃଷ୍ଟିଗୋଚର ହେଉ ନାହିଁ । ସେପରି କ୍ଷେତ୍ରରେ, ମନୁଷ୍ୟ ଯଦି ଏହା ହୃଦୟଙ୍ଗମ କରିପାରିବ ଯେ ସକାମ କର୍ମ ଦ୍ୱାରା ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ସୁଖ ହାସଲ କରିନାହାନ୍ତି, ସେମାନେ ବୁଝିପାରିବେ ଯେ ଯେଉଁ ଦିଗରେ ସେମାନେ ଗତି କରୁଛନ୍ତି ତାହା ନିଷ୍ଫଳ ଅଟେ ଏବଂ ସେମାନେ ପଛକୁ ବୁଲି ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବାକୁ ଚିନ୍ତା କରିବେ ।\nଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଯେଉଁମାନଙ୍କର ବୁଦ୍ଧି ଏକାଗ୍ର ହୋଇ ଯାଇଥାଏ, ସେମାନେ ଜାଣନ୍ତି ଯେ ଭଗବାନ ଅନ୍ତିମ ଭୋକ୍ତା ଅଟନ୍ତି । ପରିଣାମ ସ୍ୱରୂପ, ସେମାନେ ତାଙ୍କର କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରି ସବୁ କିଛି ତାଙ୍କୁ ଅର୍ପଣ କରନ୍ତି ଏବଂ ଯାହା କିଛି ବି ତାଙ୍କର ପ୍ରସାଦ ରୂପରେ ମିଳେ ତାକୁ ସହର୍ଷ ସ୍ୱୀକାର କରନ୍ତି । ଏପରି କରିବା ଦ୍ୱାରା, ଯେଉଁ କର୍ମର ବନ୍ଧନରେ ସେମାନେ ଜନ୍ମମୃତ୍ୟୁର ଚକ୍ରରେ ଘୂରି ବୁଲୁଥିଲେ, ସେଥିରୁ ସେମାନେ ମୁକ୍ତ ହୋଇଯାଆନ୍ତି ।"
},
{
"verseTitle": "Bhagavad Gita 2.52",
"verse": "52",
"chapter": 2,
"lang": "or",
"shloka": {
"speaker": "",
"sanskrit": "यदा ते मोहकलिलं बुद्धिर्व्यतितरिष्यति।\n\nतदा गन्तासि निर्वेदं श्रोतव्यस्य श्रुतस्य च ॥52॥",
"text": "ଯଦା ତେ ମୋହକଲିଳଂ ବୁଦ୍ଧିର୍ବ୍ୟତିତରିଷ୍ୟତି ।\nତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ ।।୫୨।।",
"audioLink": "https://www.holy-bhagavad-gita.org/public/audio/002_052.mp3"
},
"wordMeanings": "ଯଦା-ଯେତେବେଳେ; ତେ-ତୁମର; ମୋହ-ମାୟାମୋହ; କଲିଳଂ-ପଙ୍କକୁ; ବୁଦ୍ଧିଃ-ବୁଦ୍ଧି; ବ୍ୟତି ତରିଷ୍ୟତି- ଅତିକ୍ରମ କରାଯିବ; ତଦା-ସେତେବେଳେ; ଗନ୍ତାସି-ତୁମେ ହୋଇଯିବ; ନିର୍ବେଦଂ -ନିର୍ବେଦ ବା ଉଦାସୀନ; ଶ୍ରୋତବ୍ୟସ୍ୟ-ଯାହା ଶୁଣିବାକୁ ହେବ; ଶ୍ରୁତସ୍ୟ-ଯାହା ଶୁଣିଛ; ଚ-ଏବଂ ।",
"translation": {
"text": "ଯେତେବେଳେ ତୁମର ବୁଦ୍ଧି ମୋହରୂପୀ କର୍ଦ୍ଦମକୁ ଅତିକ୍ରମ କରିଯିବ, ତୁମେ ଯାହା ସବୁ ଶୁଣିଛ ବା ଶୁଣିବାକୁ ଅଛି (ଇହଲୋକ ଓ ପରଲୋକର ସୁଖ ବିଷୟରେ) ସେ ସମସ୍ତ ପ୍ରତି ଉଦାସୀନ ହୋଇଯିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-52.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.52.mp3"
]
},
"commentary": "ଶ୍ରୀକୃଷ୍ଣ ପୂର୍ବରୁ କହିଛନ୍ତି ଯେ, ଯେଉଁମାନେ ସାଂସାରିକ ସୁଖ ପ୍ରତି ଆସକ୍ତ, ସେମାନେ ବେଦର ଆଳଙ୍କରିକ ବାଣୀ ପ୍ରତି ଆକୃଷ୍ଟ ହୋଇଥାନ୍ତି, ଯାହାକି ସଂସାରିକ ବୈଭବ ତଥା ସ୍ୱର୍ଗପ୍ରାପ୍ତି ଉଦ୍ଦେଶ୍ୟରେ ଆଡ଼ମ୍ବରପୂର୍ଣ୍ଣ ବିଧିବିଧାନ ବିଷୟ ବର୍ଣ୍ଣନା କରିଥାଏ (ଶ୍ଳୋ ; ୨-୪୨, ୨-୪୩) । କିନ୍ତୁ ଯେଉଁ ବ୍ୟକ୍ତିର ବୁଦ୍ଧି ଆଧ୍ୟାତ୍ମିକ ଜ୍ଞାନରେ ଉଦ୍ଭାସିତ, ସେ ଇନ୍ଦ୍ରିୟ ସୁଖ ଦାୟକ ଭୌତିକ ବସ୍ତୁ ପ୍ରତି ଲାଳାୟିତ ହୁଏ ନାହିଁ, କାରଣ ସେ ଜାଣେ ଯେ ଏସବୁ ଦୁଃଖ ଉତ୍ପନ୍ନ କାରକ ଅଟନ୍ତି । ଏପରି ବ୍ୟକ୍ତିର ବୈଦିକ ବିଧିବିଧାନ ପ୍ରତି ରୁଚି ଲୋପ ପାଇଥାଏ । ମୁଣ୍ଡକ ଉପନିଷଦ କହେ :\nପରୀକ୍ଷ୍ୟ ଲୋକାନ୍କର୍ମଚିତାନ୍ବ୍ରାହ୍ମଣୋ ନିର୍ବେଦମାୟାନ୍ନାସ୍ତ୍ୟକୃତଃ କୃତେନ (୧.୨.୧୨)\n“ବହ୍ମନିଷ୍ଠ ମହାପୁରୁଷମାନେ ବୈଦିକ ବିଧିବିଧାନର ଊର୍ଦ୍ଧ୍ୱରେ ରହନ୍ତି । ସେମାନେ ଜାଣନ୍ତି ଯେ ଏହି ଜନ୍ମ ତଥା ସ୍ୱର୍ଗଲୋକର ଫଳ ପ୍ରଦାୟିନୀ କର୍ମ ସବୁ କ୍ଷଣସ୍ଥାୟୀ ଏବଂ ଦୁଃଖ ମିଶ୍ରିତ ଅଟନ୍ତି ।”"
},
{
"verseTitle": "Bhagavad Gita 2.53",
"verse": "53",
"chapter": 2,
"lang": "or",
"shloka": {
"speaker": "",
"sanskrit": "श्रुतिविप्रतिपन्ना ते यदा स्थास्यति निश्चला।\n\nसमाधावचला बुद्धिस्तदा योगमवाप्स्यसि ॥53॥",
"text": "ଶ୍ରୁତିବିପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା ।\nସମାଧାବଚଳା ବୁଦ୍ଧିସ୍ତଦା ଯୋଗମବାପ୍ସ୍ୟସି ।।୫୩।।",
"audioLink": "https://www.holy-bhagavad-gita.org/public/audio/002_053.mp3"
},
"wordMeanings": "ଶ୍ରୁତି-ବିପ୍ରତିପନ୍ନା- ବେଦର ଫଳପ୍ରାପ୍ତି ବିଭାଗ ଦ୍ୱାରା ଆକର୍ଷିତ ନ ହୋଇ; ତେ-ତୁମର; ଯଦା-ଯେତେବେଳେ;ସ୍ଥାସ୍ୟତି - ରହେ; ନିଶ୍ଚଳା-ସ୍ଥିର;ସମାଧୌ -ଦିବ୍ୟ ଚେତନାରେ;ଅଚଳା -ସ୍ଥିର; ବୁଦ୍ଧିଃ-ବୁଦ୍ଧି; ତଦା-ସେତେବେଳେ; ଯୋଗମ୍-ଯୋଗ; ଅବାପ୍ସ୍ୟସି- ତୁମେ ଲାଭ କରିବ ।",
"translation": {
"text": "ଯେତେବେଳେ ତୁମର ବୁଦ୍ଧି ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ହେବନାହିଁ ଏବଂ ଦିବ୍ୟ ଚେତନାରେ ଅଟଳ ରହିବ, ତୁମେ ପରିପୂର୍ଣ୍ଣ ଯୋଗର ସ୍ଥିତି ପ୍ରାପ୍ତ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-53.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.53.mp3"
]
},
"commentary": "ସାଧକମାନେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ସହିତ ଭଗବାନଙ୍କ ସହିତ ସେମାନଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗେ । ସେତେବେଳେ ସେମାନେ ଅନୁଭବ କରନ୍ତି ଯେ ଆଗରୁ ସେମାନେ ଯେଉଁସବୁ ବୈଦିକ ବିଧିବିଧାନର ଅନୁଷ୍ଠାନ କରୁଥିଲେ, ତାହା ଜଟିଳ ଏବଂ ସମୟସାପେକ୍ଷ ଅଟେ । ସେତେବେଳେ ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ ଭକ୍ତି କରିବା ସହିତ ସେମାନେ ବୈଦିକ ପ୍ରଥା ସବୁ ପାଳନ କରିବାକୁ ବାଧ୍ୟ କି? ଯଦି ସେମାନେ ବୈଦିକ ପ୍ରଥା ତ୍ୟାଗ କରି କେବଳ ଭକ୍ତି ସାଧନା କରନ୍ତି, ତାହା ଅପରାଧ ରୂପେ ପରିଗଣିତ ହେବ କି? ଏହିପରି ବ୍ୟକ୍ତିମାନେ ଏହି ଶ୍ଳୋକରେ ତାଙ୍କର ଉତ୍ତର ପାଇପାରିବେ । ଶ୍ରୀକୃଷ୍ଣ କହୁଛନ୍ତି ଯେ, ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ନ ହୋଇ କେବଳ ସାଧନାରେ ମଗ୍ନ ରହିବା କୌଣସି ଅପରାଧ ନୁହେଁ, ଏହା ଏକ ଉଚ୍ଚତର ଆଧ୍ୟାତ୍ମିକ ସ୍ଥିତି ଅଟେ ।\nମାଧବେନ୍ଦ୍ର ପୁରି, ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଖ୍ୟାତ ମହାପୁରୁଷ, ଏହାର ଦୃଢ ସମର୍ଥନ କରିଥିଲେ । ସେ ଜଣେ ବେଦଜ୍ଞ ବ୍ରାହ୍ମଣ ଥିଲେ ଏବଂ ବେଦର କର୍ମକାଣ୍ଡରେ ଲିପ୍ତ ରହୁଥିଲେ । ପରେ ସେ ସନ୍ନ୍ୟାସ ନେଇ କେବଳ ଶ୍ରୀକୃଷ୍ଣ ଭକ୍ତି ସାଧନାରେ ପୂର୍ଣ୍ଣ ମନପ୍ରାଣରେ ନିମଗ୍ନ ହେଲେ । ସେ ତାଙ୍କର ଶେଷ ଜୀବନରେ ଲେଖିଥିଲେ :\nସନ୍ଧ୍ୟା ବନ୍ଦନ ଭଦ୍ରମସ୍ତୁ ଭବତେ ଭୋଃ ସ୍ନାନ ତୁଭ୍ୟଂ ନମଃଭୋ ଦେବାଃ ପିତରଶ୍ଚତରପଣ ବିଧୌ ନହଂ କ୍ଷମଃ କ୍ଷମ୍ୟତାମ୍ଯତ୍ର କ୍ୱାପି ନିଷଦ୍ୟ ଯାଦବ କୁଳୋତ୍ତାସ୍ୟ କଂସଦ୍ୱିଷଃସ୍ମାରଂ ସ୍ମାରମଘଂ ହରାମି ତଦଳଂ ମନ୍ୟେ କିମନ୍ୟେନ ମେ ।\n“ମୁଁ ସମସ୍ତ ବୈଦିକ ପ୍ରଥା ନିକଟରେ କ୍ଷମା ପ୍ରାର୍ଥନା କରୁଛି କାରଣ ସେମାନଙ୍କର ସମ୍ମାନ କରିବାକୁ ମୋ ପାଖରେ ସମୟ ନାହିଁ । ତେଣୁ ହେ ପ୍ରିୟ ସନ୍ଧ୍ୟା ବନ୍ଦନ (ବ୍ରାହ୍ମଣମାନଙ୍କ ଦ୍ୱାରା ପ୍ରତ୍ୟହ ତିନିଥର କରାଯାଉଥିବା ଏକ ନିର୍ଦ୍ଦିଷ୍ଟ ବୈଦିକ ବିଧି),ପବିତ୍ର ସ୍ନାନ, ଦେବତାମାନଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଯଜ୍ଞ, ପୂର୍ବପୁରୁଷଙ୍କ ପ୍ରତି ତର୍ପଣ ଇତ୍ୟାଦି ଦୟା କରି ମୋତେ କ୍ଷମା କରନ୍ତୁ । ବର୍ତ୍ତମାନ ମୁଁ ଯେଉଁଠାରେ ବି ବସୁଛି, କଂସର ଶତ୍ରୁ, ଭଗବାନ ଶ୍ରୀକୃଷ୍ଣଙ୍କର ସ୍ମରଣ କରୁଛି ଏବଂ ତାହା ମୋତେ ସାଂସାରିକ ବନ୍ଧନରୁ ମୁକ୍ତ କରିବା ପାଇଁ ଯଥେଷ୍ଟ ଅଟେ ।”\nଶ୍ରୀକୃଷ୍ଣ ଏହି ଶ୍ଳୋକରେ ସମାଧାବ-ଅଚଳା ଶବ୍ଦ ବ୍ୟବହାର କରିଛନ୍ତି, ଯାହା ଆଧ୍ୟାତ୍ମିକ ଚେତନାରେ ଏକାଗ୍ର ଅବସ୍ଥାକୁ ସୂଚିତ କରେ । ସମାଧି ଶବ୍ଦଟି ସମ୍ (ସ୍ଥିର) ଏବଂ ଧି (ବୁଦ୍ଧି) ଶବ୍ଦର ସମାହାର ଅଟେ, ଯାହାର ଅର୍ଥ ‘ବୁଦ୍ଧିର ସମ୍ପୂର୍ଣ୍ଣ ସ୍ଥିର ଅବସ୍ଥା’ । ଯେଉଁ ବ୍ୟକ୍ତି ସାଂସାରିକ ପ୍ରଲୋଭନ ଦ୍ୱାରା ବିଚଳିତ ନ ହୋଇ ଆଧ୍ୟାତ୍ମିକ ଚେତନାରେ ସ୍ଥିର ରହେ, ସେ ସମାଧି ବା ବିଶୁଦ୍ଧ ଯୋଗାବସ୍ଥା ପ୍ରାପ୍ତ କରେ ।"
},
{
"verseTitle": "Bhagavad Gita 2.54",
"verse": "54",
"chapter": 2,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nस्थितप्रज्ञस्य का भाषा समाधिस्थस्य केशव ।\n\nस्थितधीः किं प्रभाषेत किमासीत व्रजेत किम् ॥54॥",
"text": "ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ।\nସ୍ଥିତଧୀଃ କିଂ ପ୍ରଭାଷେତ କିମାସୀତ ବ୍ରଜେତ କିମ୍ ।।୫୪।।",
"audioLink": "https://www.holy-bhagavad-gita.org/public/audio/002_054.mp3"
},
"wordMeanings": "ଅର୍ଜୁନ ଉବାଚ- ଅର୍ଜୁନ କହିଲେ; ସ୍ଥିତପ୍ରଜ୍ଞସ୍ୟ- ଯାହାର ବୁଦ୍ଧି ସ୍ଥିର; କା- କ’ଣ; ଭାଷା-ଭାଷା; ସମାଧିସ୍ଥସ୍ୟ-ଯିଏ ଦିବ୍ୟ ଚେତନାରେ ସ୍ଥିତ; କେଶବ- କେଶୀ ଦୈତ୍ୟର ବିନାଶକାରୀ ଶ୍ରୀକୃଷ୍ଣ !; ସ୍ଥିତଧୀଃ- ଜ୍ଞାନୀ; କିଂ-କଣ; ପ୍ରଭାଷେତ- କହେ; କିଂ- କିପରି; ଆସୀତ-ବସେ; ବ୍ରଜେତ-ଚାଲେ; କିଂ-କିପରି ।",
"translation": {
"text": "ଅର୍ଜୁନ କହିଲେ: ହେ କେଶବ, ଦିବ୍ୟ ଚେତନାଯୁକ୍ତ ବ୍ୟକ୍ତିର ସ୍ୱଭାବ କ’ଣ ? ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା କରେ ? କିପରି ବସେ ? କିପରି ଚାଲେ ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-54.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.54.mp3"
]
},
"commentary": "ସ୍ଥିତପ୍ରଜ୍ଞ ଏବଂ ସମାଧିସ୍ଥ ଉପାଧିସବୁ ଜ୍ଞାନୀ ବ୍ୟକ୍ତିଙ୍କ ପ୍ରତି ପ୍ରଜୁଯ୍ୟ । ଶ୍ରୀକୃଷ୍ଣଙ୍କ ଠାରୁ ଯୋଗ ବା ସମାଧି ବିଷୟରେ ଶୁଣି, ଅର୍ଜୁନ ଏକ ସ୍ୱାଭାବିକ ପ୍ରଶ୍ନ ପଚାରୁଛନ୍ତି । ସେ ଜାଣିବାକୁ ଚାହୁଁଛନ୍ତି, ଏହି ସ୍ଥିତିରେ ଅବସ୍ଥାପିତ ବ୍ୟକ୍ତିର ମନର ସ୍ୱରୂପ କ’ଣ ? ଆହୁରି ମଧ୍ୟ ଜାଣିବାକୁ ଚାହୁଁଛନ୍ତି, ବ୍ୟକ୍ତିର ବ୍ୟବହାରରେ ମନର ଏହି ଦିବ୍ୟ ଅବସ୍ଥାର ପରିପ୍ରକାଶ କିପରି ଭାବରେ ହୋଇଥାଏ ।\nଏହି ଶ୍ଳୋକଠାରୁ ଆରମ୍ଭ କରି, ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଷୋହଳଟି ପ୍ରଶ୍ନାବଳୀ କରିଛନ୍ତି । ପ୍ରତି ଉତ୍ତରରେ ଶ୍ରୀକୃଷ୍ଣ କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ, ତପସ୍ୟା, ଧ୍ୟାନ ଇତ୍ୟାଦିର ଗୁଢ଼ତମ ତତ୍ତ୍ୱକୁ ପ୍ରକାଶିତ କରିଛନ୍ତି । ଅର୍ଜୁନ ପଚାରିଥିବା ଷୋହଳଟି ପ୍ରଶ୍ନ ହେଲା:\n୧. ଦିବ୍ୟ ଚେତନାରେ ସ୍ଥିତ ବ୍ୟକ୍ତିର ସ୍ୱଭାବ କ’ଣ ? (ଶ୍ଳୋକ: ୨.୫୪)\n୨. ଆପଣ ଯଦି ଜ୍ଞାନକୁ ସକାମ କର୍ମଠାରୁ ଉତ୍କୃଷ୍ଟ ବିଚାର କରୁଛନ୍ତି, ତା ହେଲେ ମୋତେ କାହିଁକି ଏପରି ଭୀଷଣ ଯୁଦ୍ଧ କରିବାକୁ କହୁଛନ୍ତି ? (ଶ୍ଳୋକ: ୩.୧)\n୩. କାହିଁକି ଜଣେ ବ୍ୟକ୍ତି ଅନିଚ୍ଛା ସତ୍ତ୍ୱେ, ବାଧ୍ୟ ହୋଇ ପାପଯୁକ୍ତ କର୍ମପ୍ରତି ଆକର୍ଷିତ ହୁଏ ? (ଶ୍ଳୋକ: ୩.୩୬)\n୪. ଆପଣ ବିବସ୍ୱାନଙ୍କ ଠାରୁ ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ସର୍ବପ୍ରଥମେ ତାଙ୍କୁ ଏହି ଜ୍ଞାନ କିପରି ପ୍ରଦାନ କରିଥିଲେ ? (ଶ୍ଳୋକ: ୪.୪)\n୫. ଆପଣ କର୍ମ ତ୍ୟାଗର ପଥକୁ ପ୍ରଶଂସା କରୁଛନ୍ତି ଏବଂ ପୁଣି ସମର୍ପଣ ଯୁକ୍ତ କର୍ମକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଦୟାକରି ମୋତେ ସୁନିଶ୍ଚିତ ଭାବରେ କୁହନ୍ତୁ ଯେ, ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଲାଭପ୍ରଦ । (ଶ୍ଳୋକ: ୫.୧)\n୬. ହେ କୃଷ୍ଣ! ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳଶାଳୀ ଏବଂ ଜିଦ୍ଖୋର ଅଟେ । ମୋର ଏପରି ମନେହେଉଛି ଏହାକୁ ବଶ କରିବା ବାୟୁକୁ ବଶ କରିବା ଠାରୁ ମଧ୍ୟ ଅଧିକ କଷ୍ଟସାଧ୍ୟ ଅଟେ । (ଶ୍ଳୋକ: ୬.୩୩)\n୭. ସେହି ବିଫଳ ଯୋଗୀର ଅବସ୍ଥା କ’ଣ ହୁଏ, ଯିଏ ବିଶ୍ୱାସର ସହିତ ଭକ୍ତି ପଥରେ ତା’ର ଯାତ୍ରା ଆରମ୍ଭ କରିଥାଏ, କିନ୍ତୁ ସଂଯମ ହୀନ ବାସନା ଯୋଗୁଁ ଯାହାର ମନ ଭଗବାନଙ୍କ ଠାରୁ ଦୂରେଇଯାଏ ଏବଂ ସେ ଜୀବନରେ ଉଚ୍ଚତମ ପରିପୂର୍ଣ୍ଣତା ହାସଲ କରିପାରେ ନାହିଁ । (ଶ୍ଳୋକ: ୬.୩୭)\n୮. ବ୍ରହ୍ମ କ’ଣ ଏବଂ କର୍ମ କ’ଣ ? ଆଧିଭୂତ କ’ଣ ଏବଂ ଆଧିଦୈବ୍ୟ କେଉଁମାନେ ଅଟନ୍ତି? ଆଧିଯଜ୍ଞ କିଏ ଏବଂ ସେ କିପରି ଶରୀରରେ ନିବାସ କରେ ? ହେ ମଧୁ ଦାନବର ବିନାଶକାରୀ! ସ୍ଥିତପ୍ରଜ୍ଞମାନେ ମୃତ୍ୟୁ ସମୟରେ ଆପଣଙ୍କ ସହିତ କିପରି ମିଳିତ ହୋଇଥାଆନ୍ତି ? (ଶ୍ଳୋକ: ୮.୧-୨)\n୯. ଦୟାକରି ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସଂପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି । (ଶ୍ଳୋକ: ୧୦.୧୬)\n୧୦. ହେ ଶ୍ରେଷ୍ଠ ଦିବ୍ୟ ପୁରୁଷ! ମୁଁ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବାକୁ ବ୍ୟାକୁଳ ହେଉଅଛି । (ଶ୍ଳୋକ: ୧୧.୩)\n୧୧. ଆପଣ, ଯିଏ କି ସୃଷ୍ଟି ପୂର୍ବରୁ ବିଦ୍ୟମାନ ଅଛନ୍ତି, ମୁଁ ଜାଣିବାକୁ ଚାହୁଁ୍ରଛି ଆପଣ କିଏ, କାରଣ ଆପଣଙ୍କର ସ୍ୱଭାବ ଓ କାର୍ଯ୍ୟ ମୋତେ ମୋହାଚ୍ଛନ୍ନ କରୁଅଛି ।(ଶ୍ଳୋକ: ୧୧.୩୧)\n୧୨. ଯେଉଁମାନେ ନିଷ୍ଠାର ସହିତ ଆପଣଙ୍କ ସାକାର ସ୍ୱରୂପର ଅଟଳ ଭକ୍ତି କରନ୍ତି ଏବଂ ଯିଏ ନିରାକାର ବ୍ରହ୍ମର ଉପାସନା କରନ୍ତି, ସେମାନଙ୍କ ମଧ୍ୟରୁ ଆପଣ କାହାକୁ ଯୋଗରେ ଅଧିକ ପରିପୂର୍ଣ୍ଣ ବିଚାର କରନ୍ତି । (ଶ୍ଳୋକ: ୧୨.୧)\n୧୩. ମୁଁ ପ୍ରକୃତି ଏବଂ ପୁରୁଷ (ଭୋକ୍ତା) ବିଷୟରେ ଜାଣିବାକୁ ଚାହୁଁଛି । କ୍ଷେତ୍ର କ’ଣ ଏବଂ କ୍ଷେତ୍ରର ଜ୍ଞାତା କିଏ ? ଜ୍ଞାନର ସ୍ୱଭାବ କ’ଣ ଏବଂ ଜ୍ଞାନର ଲକ୍ଷ୍ୟ କ’ଣ ? (ଶ୍ଳୋକ: ୧୩.୧)\n୧୪. ହେ ଈଶ୍ୱର ! ଯେଉଁମାନେ ତ୍ରିଗୁଣକୁ ଅତିକ୍ରମ କରିଥାଆନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ କିପରି କର୍ମ କରନ୍ତି ? ସେମାନେ ତ୍ରିଗୁଣର ବନ୍ଧନରୁ କିପରି ମୁକ୍ତ ହୁଅନ୍ତି ? (ଶ୍ଳୋକ: ୧୪.୨୧)\n୧୫. ଯେଉଁମାନେ ଶାସ୍ତ୍ର ନିର୍ଦ୍ଦେଶକୁ ଉପେକ୍ଷା କରନ୍ତି କିନ୍ତୁ ବିଶ୍ୱାସର ସହିତ ଭଗବାନଙ୍କର ଉପାସନା କରନ୍ତି, ତାଙ୍କର ସ୍ଥିତି କ’ଣ ? (ଶ୍ଳୋକ: ୧୭.୧)\n୧୬. ମୁଁ ସନ୍ୟାସର ସ୍ୱରୂପ ସମ୍ପର୍କରେ ଜାଣିବାକୁ ଚାହୁଁଛି ଏବଂ ଏହା କିପରି ‘ତ୍ୟାଗ’ ବା କର୍ମଫଳର ତ୍ୟାଗ ଠାରୁ ପୃଥକ ଅଟେ? (ଶ୍ଳୋକ: ୧୮.୧)"
},
{
"verseTitle": "Bhagavad Gita 2.55",
"verse": "55",
"chapter": 2,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। प्रजहाति यदा कामान्सर्वान्पार्थ मनोगतान्।\n\nआत्मन्येवात्मना तुष्टः स्थितप्रज्ञस्तदोच्यते ॥55॥",
"text": "ଶ୍ରୀଭଗବାନୁବାଚ\nପ୍ରଜହାତି ଯଦା କାମାନ୍ସର୍ବାନ୍ପାର୍ଥ ମନୋଗତାନ୍ ।\nଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ ।।୫୫।।",
"audioLink": "https://www.holy-bhagavad-gita.org/public/audio/002_055.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ପ୍ରଜହାତି-ତ୍ୟାଗ କରେ; ଯଦା-ଯେତେବେଳେ; କାମାନ୍-ଇନ୍ଦ୍ରିୟ ସୁଖଭୋଗ କାମନା; ସର୍ବାନ୍-ସମସ୍ତ ପ୍ରକାର; ପାର୍ଥ- ହେ ପୃଥାପୁତ୍ର; ମନଃ-ଗତାନ୍- ମନର; ଆତ୍ମନି-ଆତ୍ମାରେ; ଏବ-କେବଳ; ଆତ୍ମନା-ବିଶୁଦ୍ଧ ମନରେ; ତୁଷ୍ଟଃ-ସନ୍ତୁଷ୍ଟ; ସ୍ଥିତପ୍ରଜ୍ଞଃ-ସ୍ଥିର ବୁଦ୍ଧି; ତଦା-ସେହି ସମୟରେ; ଉଚ୍ୟତେ-କୁହାଯାଏ ।",
"translation": {
"text": "ପରମ ପୁରୁଷ ଶ୍ରୀ ଭଗବାନ କହିଲେ, ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁôଥବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାର ଅନୁଭୂତିରେ ସନ୍ତୁଷ୍ଟ ରହେ, ସେପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-55.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.55.mp3"
]
},
"commentary": "ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଆରମ୍ଭ କରିଛନ୍ତି ଏବଂ ତାହାକୁ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ସମସ୍ତ ଅଂଶୀ ତାର ଅଂଶ ପ୍ରତି ସ୍ୱଭାବତଃ ଆକର୍ଷିତ ହୁଅନ୍ତି, ଯେମିତି ଗୋଟିଏ ପଥର ଖଣ୍ଡ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୁଏ । ପ୍ରତ୍ୟେକ ଜୀବ ଭଗବାନଙ୍କର ଏକ ଅଂଶ, ଯିଏକି ଅନନ୍ତ ଆନନ୍ଦ ଅଟନ୍ତି । ତେଣୁ ଜୀବ ଅନନ୍ତ ଆନନ୍ଦ ସିନ୍ଧୁର ଏକ ଅଂଶ ଅଟେ ଏବଂ ଏହା ଆନନ୍ଦ ପାଇଁ ଏକ ସହଜାତ ଆକର୍ଷଣ ଅନୁଭବ କରେ । ଭଗବାନଙ୍କ ଠାରୁ ଜୀବ ଆତ୍ମାର ଯେଉଁ ଆନନ୍ଦ ଆସ୍ୱାଦନ କରିବା ପାଇଁ ଲାଳାୟିତ ରହିଥାଏ, ତାହାକୁ “ଦିବ୍ୟ ପ୍ରେମ” କୁହାଯାଏ । କିନ୍ତୁ ଅଜ୍ଞାନତା ବଶତଃ ନିଜକୁ ଶରୀର ମନେକରି ଜୀବ ଯେଉଁ ଶାରୀରିକ ସୁଖ ସଂସାରରେ ଖୋଜି ବୁଲୁଥାଏ, ତାହାକୁ ‘କାମନା’ କୁହାଯାଏ ।\nଶାସ୍ତ୍ରମାନଙ୍କରେ ସଂସାରକୁ ମୃଗତୃଷ୍ଣା ଭାବରେ ବର୍ଣ୍ଣନା କରାଯାଇଅଛି । ସୂର୍ଯ୍ୟ ରଶ୍ମି ଉତ୍ତପ୍ତ ମରୁଭୂମିର ବାଲୁକାରେ ପ୍ରତିଫଳିତ ହୋଇ ମୃଗ ପାଇଁ ଜଳର ଭ୍ରମ ସୃଷ୍ଟି କରିଥାଏ । ସେ ଭାବେ ଆଗରେ ପାଣି ଅଛି ଏବଂ ତୃଷ୍ଣା ମେଣ୍ଟାଇବା ପାଇଁ ସେ ତା’ ପଛରେ ଧାଇଁବାରେ ଲାଗେ । ସେ ଯେତେ ଆଗକୁ ଯାଏ ମରିଚିକା ସେତେ ଦୂରକୁ ଘୁଞ୍ଚିଯାଏ । ତାହାର ସ୍ୱଳ୍ପ ବୁଦ୍ଧି ଏହା ଜାଣିପାରେ ନାହିଁ ଯେ ସେ ଏକ ଭ୍ରମ ପଛରେ ଧାଇଁଛି । ସେହି ହତଭାଗ୍ୟ ମୃଗ କାଳ୍ପନିକ ଜଳର ପଛରେ ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇ ମରୁଭୂମିର ବାଲୁକାରେ ମୃତ୍ୟୁବରଣ କରେ । ସେହିପରି ମାୟିକ ଶକ୍ତି ‘ମାୟା’ ମଧ୍ୟ ଆନନ୍ଦର ଭ୍ରମ ଉତ୍ପନ୍ନ କରାଏ ଏବଂ ଇନ୍ଦ୍ରିୟମାନଙ୍କର ତୃପ୍ତି ଆଶାରେ ଆମେ ସେହି କାଳ୍ପନିକ ସୁଖ ପଛରେ ଧାଇଁବାରେ ଲାଗୁ । କିନ୍ତୁ ଆମର ଶତ ଚେଷ୍ଟା ସତ୍ତ୍ୱେ ସୁଖ ଆମଠାରୁ ଦୂରକୁ ଅପସରି ଯାଏ । ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି:\nଚକ୍ରଧରୋଽପି ସୁରତ୍ୱଂ ସୁରତ୍ୱଲାଭେ ସକଳସୁରପତିତ୍ୱମ୍ଭବିତୁଂ ସୁରପତିରୁର୍ଦ୍ଧ୍ୱଗତିତ୍ୱଂ ତଥାପି ନନିବର୍ତତେ ତୃଷ୍ଣା । (୨.୧୨.୧୪)\n“ଜଣେ ରାଜା ସମ୍ପୂର୍ଣ୍ଣ ପୃଥିବୀର ସମ୍ରାଟ ହେବାକୁ ଚାହାଁନ୍ତି; ସମ୍ରାଟ ସ୍ୱର୍ଗର ଦେବତା ହେବାକୁ ଚାହାଁନ୍ତି; ଦେବତା ସ୍ୱର୍ଗ ସମ୍ରାଟ ଇନ୍ଦ୍ରପଦ ଆଶା କରନ୍ତି ଏବଂ ଇନ୍ଦ୍ର ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ପଦ ଚାହାଁନ୍ତି । ତଥାପି ମାୟିକ ସୁଖର ତୃଷ୍ଣା କେବେ ବି ସନ୍ତୁଷ୍ଟ ହୁଏ ନାହିଁ ।\nକିନ୍ତୁ ଯେତେବେଳେ ଜଣେ ସାଂସାରିକ ପ୍ରଲୋଭନରୁ ମନକୁ ହଟାଇବାର କଳା ଶିଖିଯାଏ ଏବଂ ଇନ୍ଦ୍ରିୟମାନଙ୍କର କାମନା ତ୍ୟାଗ କରେ ସେହି ବ୍ୟକ୍ତି ଆତ୍ମାର ସୁଖାନୁଭୂତି ଅନୁଭବ କରି ଅନୁଭବାତୀତ ସ୍ତରରେ ସ୍ଥିତ ହୋଇଯାଏ । କଠୋପନିଷଦ ତ ଏପରି କହିଥାଏ ଯେ ଯେଉଁ ବ୍ୟକ୍ତି କାମନା ତ୍ୟାଗ କରେ ସେ ଭଗବାନଙ୍କ ସଦୃଶ ହୋଇଯାଏ :\nଯଦା ସର୍ବେ ପ୍ରମୁଚ୍ୟନ୍ତେ କାମାୟେଽସ୍ୟ ହୃଦି ଶ୍ରିତଃଅଥ ମର୍ତ୍ୟୋଽମୃତୋ ଭବତ୍ୟତ୍ର ବହ୍ମ ସମଶ୍ନୁତେ । (୨.୩.୧୪)\n“ହୃଦୟରୁ ସମସ୍ତ ସ୍ୱାର୍ଥଯୁକ୍ତ କାମନା ତ୍ୟାଗ କରି ମାୟାବଦ୍ଧ ଜୀବାତ୍ମା ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇଯାଏ ଏବଂ ଗୁଣରେ ଭଗବାନଙ୍କ ପରି ହୋଇଯାଏ । ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହୁଛନ୍ତି ଯେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ସେ ଅଟନ୍ତି ଯିଏ ନିଜର ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାରେ ସନ୍ତୁଷ୍ଟ ରହିଥାଆନ୍ତି ।"
},
{
"verseTitle": "Bhagavad Gita 2.56",
"verse": "56",
"chapter": 2,
"lang": "or",
"shloka": {
"speaker": "",
"sanskrit": "दुःखेष्वनुद्विग्नमनाः सुखेषु विगतस्पृहः ।\n\n वीतरागभयक्रोधः स्थितधीर्मुनिरुच्यते ॥56॥",
"text": "ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।\nବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ।।୫୬।।",
"audioLink": "https://www.holy-bhagavad-gita.org/public/audio/002_056.mp3"
},
"wordMeanings": "ଦୁଃଖେଷୁ-ଦୁଃଖରେ; ଅନୁଦ୍ବିଗ୍ନ ମନାଃ- ଉଦ୍ବିଗ୍ନ ନ ହୋଇ; ସୁଖେଷୁ-ସୁଖରେ ; ବିଗତସ୍ପୃହଃ- ଅତ୍ୟଧିକ ଆଗ୍ରହ ପ୍ରକାଶ ନକରି; ବୀତ-ମୁକ୍ତ; ରାଗ-ଆସକ୍ତି; ଭୟ-ଭୟ; କ୍ରୋଧଃ-କ୍ରୋଧ; ସ୍ଥତଧୀଃ- ସ୍ଥିର ବୁଦ୍ଧି; ମୁନିଃ-ମୁନି (ମନନଶୀଳ); ଉଚ୍ୟତେ- କୁହାଯାଏ ।",
"translation": {
"text": "ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ, ସୁଖ ପ୍ରତି ଲାଳାୟିତ ହୁଏନାହିଁ, ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-56.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.56.mp3"
]
},
"commentary": "ଶ୍ରୀକୃଷ୍ଣ ଏହି ଶ୍ଳୋକରେ, ସ୍ଥିତପ୍ରଜ୍ଞ ମୁନିଙ୍କ ବିଷୟରେ ଏହିପରି ବର୍ଣ୍ଣନା କରିଛନ୍ତି: (୧) ବୀତ ରାଗ - ସେମାନେ ସୁଖର ଲାଳସା ତ୍ୟାଗ କରିଥାନ୍ତି, (୨) ବୀତ ଭୟ- ସେମାନେ ଭୟମୁକ୍ତ ରହନ୍ତି । (୩) ବୀତ କ୍ରୋଧ- ସେମାନେ କ୍ରୋଧମୁକ୍ତ ହୋଇଥାନ୍ତି ।\nଜଣେ ଜ୍ଞାନୀ ବ୍ୟକ୍ତି ନିଜର ମନରେ ଲୋଭ, କ୍ରୋଧ, କାମନା, ଈର୍ଷା ଇତ୍ୟାଦି ମାୟିକ ଦୁର୍ବଳତା ପୋଷଣ କରିବାକୁ ଦିଅନ୍ତି ନାହିଁ । ସେଥିପାଇଁ ସେମାନେ ମନକୁ ସ୍ଥିର ରଖି ଦିବ୍ୟ ପରମାତ୍ମାଙ୍କର ଧ୍ୟାନରେ କେନ୍ଦ୍ରିତ କରିପାରନ୍ତି । ମନକୁ ଯଦି ଆମେ ଦୁଃଖର ଚିନ୍ତନ କରିବାକୁ ଛାଡିଦେବା, ତେବେ ତା’ର ଦିବ୍ୟ ଚିନ୍ତନ ସମାପ୍ତ ହୋଇଯିବ ଏବଂ ସେ ଦିବ୍ୟ ସ୍ତରରୁ ତଳକୁ ଚାଲି ଆସିବ । କଷ୍ଟରେ ମଧ୍ୟ ସେହିପରି ହୋଇଥାଏ । ବର୍ତ୍ତମାନର କଷ୍ଟ ସହିତ ଅତୀତ କଷ୍ଟର ସ୍ମୃତି ଏବଂ ଭବିଷ୍ୟତ କଷ୍ଟର ଆଶଙ୍କା ମନକୁ ନିର୍ଯ୍ୟାତିତ କରିଥାଏ । କିନ୍ତୁ ଯେତେବେଳେ ମନ ଏହି ଦୁଇଟିକୁ ହଟାଇ ଦେଇ କେବଳ ବର୍ତ୍ତମାନର ଅନୁଭୂତି ଉପରେ ଚିନ୍ତା କରିଥାଏ, ଆଶ୍ଚର୍ଯ୍ୟଜନକ ଭାବେ କଷ୍ଟଟି ସହିବାର ସୀମା ଭିତରକୁ ସଂକୁଚିତ ହୋଇଯାଏ । ଇତିହାସରେ ଏହା ଜଣାଶୁଣା ଯେ ବୌଦ୍ଧ ସନ୍ନ୍ୟାସୀମାନେ ଏହି ଉପାୟରେ ଆକ୍ରମଣକାରୀ ମାନଙ୍କର ନିର୍ଯ୍ୟାତନାକୁ ସହ୍ୟ କରି ପାରୁଥିଲେ ।\nସେହିପରି, ମନ ଯଦି ବାହ୍ୟ ସୁଖ ପାଇଁ ଲାଳାୟିତ ହୋଇ ଭୋଗ୍ୟ ବସ୍ତୁ ଅଭିମୁଖରେ ଧାବିତ ହୁଏ, ତେବେ ମଧ୍ୟ ତାହା ଦିବ୍ୟ ଚିନ୍ତନରୁ ବିଚ୍ୟୁତ ହୋଇଯାଏ । ତେଣୁ ଜଣେ ସ୍ଥିତପ୍ରଜ୍ଞ ମୁନି ସେ ଅଟନ୍ତି ଯିଏ ନିଜର ମନକୁ ସୁଖ ପ୍ରତି ଲାଳାୟିତ ଏବଂ ଦୁଃଖରେ ଶୋକାଭିଭୂତ ହେବାକୁ ଦିଅନ୍ତି ନାହିଁ । ପୁନଶ୍ଚ ସେ ତାଙ୍କର ମନକୁ ଭୟ ଓ କ୍ରୋଧରେ ଗ୍ରସ୍ତ ହେବାକୁ ଦିଅନ୍ତି ନାହିଁ । ଏହିପରି ଭାବରେ ତାଙ୍କର ମନ ଦିବ୍ୟ ଚେତନାରେ ସ୍ଥିତ ରହିଥାଏ ।"
},
{
"verseTitle": "Bhagavad Gita 2.57",
"verse": "57",
"chapter": 2,
"lang": "or",
"shloka": {
"speaker": "",
"sanskrit": "यः सर्वत्रानभिस्नेहस्तत्तत्प्राप्य शुभाशुभम्।\n\nनाभिनन्दति न द्वेष्टि तस्य प्रज्ञा प्रतिष्ठिता ॥57॥",
"text": "ଯଃ ସର୍ବତ୍ରାନଭିସ୍ନେହସ୍ତତ୍ତତ୍ପ୍ରାପ୍ୟ ଶୁଭାଶୁଭମ୍ ।\nନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୫୭।।",
"audioLink": "https://www.holy-bhagavad-gita.org/public/audio/002_057.mp3"
},
"wordMeanings": "ଯଃ-ଯିଏ; ସର୍ବତ୍ର- ସବୁଠାରେ; ଅନଭିସ୍ନେହଃ- ଆସକ୍ତିରହିତ; ତତ୍-ତାହା;ତତ୍-ତାହା ପ୍ରାପ୍ୟ- ପ୍ରାପ୍ତ କରି; ଶୁଭ-ଶୁଭ (ଭଲ); ଅଶୁଭମ୍- ଅଶୁଭ (ମନ୍ଦ); ନ- ନୁହେଁ; ଅଭିନନ୍ଦତି-ଆନନ୍ଦିତ ହେବା; ନ-ନୁହେଁ; ଦ୍ୱେଷ୍ଟି-ନିରାଶ ହେବା; ତସ୍ୟ-ତାଙ୍କର; ପ୍ରଜ୍ଞା-ଠିକ୍ ଜ୍ଞାନ; ପ୍ରତିଷ୍ଠିତା-ପ୍ରତିଷ୍ଠିତ ।",
"translation": {
"text": "ଯିଏ ସମସ୍ତ ପରିସ୍ଥିତିରେ ଅନାସକ୍ତ ରହନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତିରେ ଆନନ୍ଦିତ ହୁଅନ୍ତି ନାହିଁ କି ପ୍ରତିକୂଳ ପରିସ୍ଥିତିରେ ନିରାଶ ହୁଅନ୍ତି ନାହିଁ, ସେ ପୂର୍ଣ୍ଣ ଜ୍ଞାନ ଯୁକ୍ତ ଯୋଗୀ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-57.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.57.mp3"
]
},
"commentary": "ପ୍ରସିଦ୍ଧ ବ୍ରିଟିଶ୍ କବି, ରୁଡ଼ୟାର୍ଡ଼ କିପଲିଂଗ, ସ୍ଥିତପ୍ରଜ୍ଞ ଉପରେ ରଚିତ ଏହି ଶ୍ଳୋକର ମର୍ମକୁ ତାଙ୍କର କବିତା ଇଫ୍ (ଓଲ)ରେ ଅନ୍ତର୍ନିହିତ କରିଛନ୍ତି । ଏଠାରେ ତାହାର କିଛି ପଂକ୍ତି ଉଦ୍ଧୃତ କରାଯାଉଛି ।\nଯଦି ତୁମେ ସ୍ୱପ୍ନ ଦେଖିବ- ଏବଂ ସ୍ୱପ୍ନକୁ ତୁମର ମାଲିକ କରିବ ନାହିଁ,ଯଦି ତୁମେ ଚିନ୍ତା କରିବା- ଏବଂ ଚିନ୍ତାକୁ ତୁମର ଉଦ୍ଦେଶ୍ୟ କରିବ ନାହିଁ ,ଯଦି ତୁମେ ଜୟ ଏବଂ ପରାଜୟର ସମ୍ମୁଖୀନ ହେବ ଏବଂ ଉଭୟକୁ ସମାନ ଦୃଷ୍ଟିରେ ଦେଖିବ....ଯଦି ଶତ୍ରୁ ବା ମିତ୍ର କେହି ତୁମକୁ ଆଘାତ ଦେଇପାରିବେ ନାହିଁ ।ଯଦି ଅନେକ ଲୋକ ତୁମର ଅଟନ୍ତି, କିନ୍ତୁ କେହି ବି ଅତ୍ୟଧିକ ନୁହଁନ୍ତି ।ଯଦି ତୁମେ ଗୋଟିଏ ନିର୍ମମ ମିିନିଟ୍ ଅନ୍ତର୍ଗତଷାଠିଏ ସେକେଣ୍ଡର ପୂର୍ଣ୍ଣ ବିନିଯୋଗ କରି ପାରିବତେବେ ଏ ସଂସାର ତୁମର ଏବଂ ଏହାର ସବୁକିଛି ତୁମର ହୋଇଯିବ ।ଅଧିକନ୍ତୁ, ହେ ପୁତ୍ର! ତୁମେ ଜଣେ ପୁରୁଷ ହୋଇଯିବ ।\nଏହି କବିତାର ଲୋକପ୍ରିୟତା ସୂଚାଇ ଥାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଜ୍ଞାନୋଦୟର ଏକ ସହଜାତ ପ୍ରବୃତ୍ତି ରହିଛି, ଯାହା ଶ୍ରୀକୃଷ୍ଣ ଏଠାରେ ଅର୍ଜୁନଙ୍କୁ ବର୍ଣ୍ଣନା କରୁଛନ୍ତି । ଜଣେ ଆଶ୍ଚର୍ଯ୍ୟ ହୋଇପାରେ କେମିତି ଜଣେ ଇଂରାଜୀ କବି ଜ୍ଞାନର ଏହି ସ୍ଥିତି ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହା ପରମେଶ୍ୱର କହିଛନ୍ତି । ବାସ୍ତବରେ ଜ୍ଞାନୋଦୟର ଏହି ପ୍ରବୃତ୍ତି ଜୀବର ସହଜାତ ସ୍ୱଭାବ ଅଟେ । ତେଣୁ ପୃଥିବୀର ସମସ୍ତ ସମାଜରେ, ପ୍ରତ୍ୟେକ ବ୍ୟକ୍ତି ଜ୍ଞାତସାରରେ ବା ଅଜ୍ଞାତସାରରେ ଏହାପ୍ରତି ଲାଳାୟିତ ହୁଅନ୍ତି । ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ ଏଠାରେ ଏହାର ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 2.58",
"verse": "58",
"chapter": 2,
"lang": "or",
"shloka": {
"speaker": "",
"sanskrit": "यदा संहरते चायं कूर्मोऽङ्गानीव सर्वशः।\n\nइन्द्रियाणीन्द्रियार्थेभ्यस्तस्य प्रज्ञा प्रतिष्ठिता ॥58॥",
"text": "ଯଦା ସଂହରତେ ଚାୟଂ କୂର୍ମୋଽଙ୍ଗାନୀବ ସର୍ବଶଃ ।\nଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୫୮।।",
"audioLink": "https://www.holy-bhagavad-gita.org/public/audio/002_058.mp3"
},
"wordMeanings": "ଯଦା-ଯେତେବେଳେ; ସଂହରତେ-ହଟାଇ ନିଏ; ଚ- ଏବଂ; ଅୟଂ-ଏସବୁ ; କୂର୍ମଃ-କଚ୍ଛପ; ଅଙ୍ଗାନି-ଅଙ୍ଗସବୁ; ଇବ-ଯେପରି; ସର୍ବଶଃ- ସମସ୍ତ; ଇନ୍ଦ୍ରିୟାଣି-ଇନ୍ଦ୍ରିୟ; ଇନ୍ଦ୍ରିୟ ଅର୍ଥେଭ୍ୟ-ଇନ୍ଦ୍ରିୟ ଭୋଗ୍ୟବସ୍ତୁରୁ; ତସ୍ୟ-ତା’ର; ପ୍ରଜ୍ଞା-ଚେତନା; ପ୍ରତିଷ୍ଠିତା-ସ୍ଥିତ ।",
"translation": {
"text": "ଏକ କଚ୍ଛପ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଶରୀର ମଧ୍ୟରେ ସଙ୍କୁଚିତ କଲା ପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟବସ୍ତୁମାନଙ୍କ ଠାରୁ ନିଜର ଇନ୍ଦ୍ରିୟମାନଙ୍କୁ ଦୂରେଇ ନିଏ, ସେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-58.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.58.mp3"
]
},
"commentary": "ଇନ୍ଦ୍ରିୟ ଲାଳସାକୁ ତୃପ୍ତ କରିବା ପାଇଁ ତାଙ୍କର ଇଚ୍ଛା ମୁତାବକ ଭୋଗ୍ୟବସ୍ତୁ ପ୍ରଦାନ କରିବା ଅଗ୍ନିରେ ଶୁଦ୍ଧ ଘିଅ ଢ଼ାଳି ତାକୁ ଲିଭାଇବାକୁ ଚେଷ୍ଟା କରିବା ସହିତ ସମାନ । କ୍ଷଣକ ପାଇଁ ନିଆଁ ହୁଏତ ଲିଭି ଯାଇପାରେ କିନ୍ତୁ ଏହା ଅଧିକ ଶକ୍ତିଶାଳୀ ହୋଇ ପ୍ରତ୍ୟାବର୍ତ୍ତନ କରେ । ସେଥିପାଇଁ ଶ୍ରୀମଦ୍ ଭାଗବତ କହେ, କାମନାର ପୂର୍ତ୍ତିରେ କାମନା ସମାପ୍ତ ହୁଏ ନାହିଁ, ସେଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇ ଫେରି ଆସନ୍ତି ।\nନ ଜାତୁ କାମଃ କାମାନାଂ ଉପଭୋଗେନ ଶାମ୍ୟତିହବିଶା କୃଷ୍ଣ-ବର୍ତ୍ମେବ ଭୂୟ ଏବାଭିବର୍ଧତେ । (୯.୧୯.୧୪)\n“ଇନ୍ଦ୍ରିୟମାନଙ୍କର କାମନା ପୂର୍ଣ୍ଣ କରିବା ଦ୍ୱାରା ସେଗୁଡ଼ିକ ଶାନ୍ତ ହୁଅନ୍ତି ନାହିଁ, ଯେମିତି ଅଗ୍ନିରେ ଘୃତ ଆହୁତି ଦେଲେ ତାହା ପ୍ରଶମିତ ହୁଏ ନାହିଁ; ତା ପରିବର୍ତ୍ତେ, ଏହା ଅଗ୍ନିକୁ ଅଧିକ ପ୍ରଜ୍ୱଳିତ କରେ ।”\nକାମନାକୁ ଦେହର କୁଣ୍ଡିଆ ସହିତ ତୁଳନା କରାଯାଇପାରେ । କୁଣ୍ଡିଆ ଅତ୍ୟନ୍ତ ବିରକ୍ତିକର ଏବଂ ଏହା କୁଣ୍ଡାଇବାର ଏକ ଦୁର୍ବାର ଇଚ୍ଛା ଉତ୍ପନ୍ନ କରିଥାଏ । କିନ୍ତୁ କୁଣ୍ଡାଇବା ଦ୍ୱାରା ସମସ୍ୟାର ସମାଧାନ ହୁଏ ନାହିଁ । କିଛିକ୍ଷଣ ପାଇଁ ଆରାମ ମିଳେ, କିନ୍ତୁ ପୁନର୍ବାର ସେହି ଇଚ୍ଛା ଅଧିକ ପ୍ରବଳ ହୋଇଯାଏ । ତା’ ପରିବର୍ତ୍ତେ ଯଦି ଜଣେ କୁଣ୍ଡିଆକୁ ସହ୍ୟ କରିଯାଏ, ତାହେଲେ ତାର ଦଂଶନ କମିବାରେ ଲାଗେ ଏବଂ ଧୀରେ ଧୀରେ ତାହା ସମାପ୍ତ ହୋଇଯାଏ । ଏହାହିଁ କୁଣ୍ଡିଆଠାରୁ ଶାନ୍ତି ପାଇବାର ଗୁପ୍ତତତ୍ତ୍ୱ । ସମାନ ଯୁକ୍ତି କାମନାମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ । ମନ ଏବଂ ଇନ୍ଦ୍ରିୟ ସୁଖ ପ୍ରାପ୍ତିର ଅଜସ୍ର କାମନା ଉଦ୍ରେକ କରନ୍ତି, କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ସେଗୁଡ଼ିକୁ ତୃପ୍ତ କରିବାର କ୍ରୀଡ଼ାରେ ଲିପ୍ତ ରହିଥିବା ସୁଖ ଆମ ପାଇଁ ମରିଚିକା ସଦୃଶ ଏକ ଭ୍ରମ ହୋଇ ରହିଥିବ । ଯେତେବେଳେ ଆମେ ସେହିସବୁ କାମନାକୁ ତ୍ୟାଗ କରି ଆନନ୍ଦର ଅନ୍ୱେଷଣ ଭଗବାନଙ୍କଠାରେ କରିବାରେ ଲାଗେ, ମନ ଏବଂ ଇନ୍ଦ୍ରିୟ ଆମ ସହ ଶାନ୍ତି ସ୍ଥାପନ କରନ୍ତି ।\nତେଣୁ ଜଣେ ଜ୍ଞାନୀ ମହାତ୍ମା ନିଜର ମନ ଓ ଇନ୍ଦ୍ରିୟକୁ ବୁଦ୍ଧିମତାର ସହିତ ନିୟନ୍ତ୍ରଣ କରିଥାଆନ୍ତି । ଏହି ଶ୍ଳୋକରେ ଏକ କଚ୍ଛପର ଉଦାହରଣ ଦିଆଯାଇଅଛି । ସେ ଯେତେବେଳେ କୌଣସି ବିପଦର ସମ୍ମୁଖୀନ ହୁଏ, ନିଜର ଅଙ୍ଗପ୍ରତ୍ୟଙ୍ଗ, ମୁଣ୍ଡ ଇତ୍ୟାଦିକୁ ଶରୀର ଭିତରେ ସଙ୍କୁଚିତ କରି ସେ ନିଜର ଆତ୍ମରକ୍ଷା କରିଥାଏ । ବିପଦ ଅପସରି ଗଲାପରେ ସେ ପୁନଶ୍ଚ ନିଜର ଅଙ୍ଗପ୍ରତ୍ୟଙ୍ଗ ଓ ମୁଣ୍ଡ ଇତ୍ୟାଦିକୁ ପ୍ରସାରିତ କରି ତାର ଗନ୍ତବ୍ୟ ପଥରେ ଆଗେଇ ଯାଏ । ଜ୍ଞାନୀ ଜୀବାତ୍ମା ସେହିପରି ତାଙ୍କର ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରି, ପରିସ୍ଥିତି ଅନୁସାରେ ତାକୁ ସଂକୁଚିତ ବା ପ୍ରସାରିତ କରିଥାଆନ୍ତି ।"
},
{
"verseTitle": "Bhagavad Gita 2.59",
"verse": "59",
"chapter": 2,
"lang": "or",
"shloka": {
"speaker": "",
"sanskrit": "विषया विनिवर्तन्ते निराहारस्य देहिनः।\n\nरसवर्जं रसोऽप्यस्य परं दृष्ट्वा निवर्तते ॥59॥",
"text": "ବିଷୟା ବିନିବର୍ତନ୍ତେ ନିରାହାରସ୍ୟ ଦେହିନଃ ।\nରସବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତତେ ।।୫୯।।",
"audioLink": "https://www.holy-bhagavad-gita.org/public/audio/002_059.mp3"
},
"wordMeanings": "ବିଷୟାଃ- ଇନ୍ଦ୍ରିୟ ଭୋଗ୍ୟବସ୍ତୁ ; ବିନିବର୍ତନ୍ତେ- ଦୂରରେ ରହିବା; ନିରାହାରସ୍ୟ-ଆତ୍ମସଂଯମର ଅଭ୍ୟାସ; ଦେହିନଃ-ଦେହୀର; ରସବର୍ଜଂ-ରସକୁ ବର୍ଜନ କରି; ରସଃ-ସ୍ୱାଦ; ଅପି-ଯଦିଓ; ଅସ୍ୟ- ବ୍ୟକ୍ତିର; ପରଂ-ପରତତ୍ତ୍ୱର; ଦୃଷ୍ଟ୍ବା- ଅନୁଭବ କରି; ନିବର୍ତତେ- ତହିଁରୁ କ୍ଷାନ୍ତ ହୁଏ ।",
"translation": {
"text": "ସାଧକମାନେ ନିଜକୁ ଇନ୍ଦ୍ରିୟଭୋଗ୍ୟ ବସ୍ତୁଠାରୁ ଦୂରେଇ ରଖିପାରନ୍ତି, କିନ୍ତୁ ସେହି ଭୋଗ୍ୟ ବସ୍ତୁଗୁଡ଼ିକର ସ୍ୱାଦର ଚେତନା ଇନ୍ଦ୍ରିୟମାନଙ୍କ ଠାରେ ତଥାପି ରହିଯାଇଥାଏ । ପରତତ୍ତ୍ୱର ଉପଲବ୍ଧିରେ ସେହି ସ୍ୱାଦ ମଧ୍ୟ ସମାପ୍ତ ହୋଇଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-59.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.59.mp3"
]
},
"commentary": "ଉପବାସ ସମୟରେ ଇନ୍ଦ୍ରିୟର ଖାଦ୍ୟ କାମନା କ୍ଷୀଣ ହୋଇଯାଏ । ସେହିପରି ଅସୁସ୍ଥତା ସମୟରେ ମନୋରଞ୍ଜନ ସାମଗ୍ରୀ ପ୍ରତି ମନ ଆକର୍ଷିତ ହୁଏନାହିଁ । କିନ୍ତୁ ଅନାଗ୍ରହର ଏହି ଅବସ୍ଥା କ୍ଷଣସ୍ଥାୟୀ ଅଟେ, କାମନାର ବୀଜ ମନ ଭିତରେ ରହିଥାଏ । ଯେତେବେଳେ ଉପବାସ ସମାପ୍ତ ହୁଏ ବା ଅସୁସ୍ଥତା ଦୂର ହୁଏ, ପୁନର୍ବାର କାମନା ଜାଗ୍ରତ ହୁଏ ।\nକାମନାର ବୀଜ କ’ଣ ? ଆତ୍ମା ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଅଟେ । ତେଣୁ ଭଗବାନଙ୍କର ଦିବ୍ୟ ଆନନ୍ଦ ପ୍ରତି ଆକର୍ଷଣ ଏହାର ଏକ ଅନ୍ତର୍ନିହିତ ସ୍ୱଭାବ । ଯେପର୍ଯ୍ୟନ୍ତ ଦିବ୍ୟ ଆନନ୍ଦ ପ୍ରାପ୍ତ ହୋଇନାହିଁ, ଆତ୍ମା କେବେବି ସନ୍ତୁଷ୍ଟ ହେବନାହିଁ ଏବଂ ଆନନ୍ଦର ଅନ୍ୱେଷଣ କରୁଥିବ । ସାଧକମାନେ ବଳପୂର୍ବକ ଇଚ୍ଛାଶକ୍ତି ଦ୍ୱାରା ତାଙ୍କର ଇନ୍ଦ୍ରିୟମାନଙ୍କୁ ଦମନ କରିପାରନ୍ତି, କିନ୍ତୁ ଏପରି ଦମନ କ୍ଷଣସ୍ଥାୟୀ । କାରଣ ଏହା କାମନାର ଅଗ୍ନିଶିଖା ନିର୍ବାପିତ କରି ପାରେନାହିଁ । କିନ୍ତୁ ଆତ୍ମା ଯେତେବେଳେ ପରମାତ୍ମାଙ୍କ ଭକ୍ତିରେ ନିମଗ୍ନ ହୋଇ ଦିବ୍ୟାନନ୍ଦର ଆସ୍ୱାଦନ କରେ, ସେ ଉଚ୍ଚତର ସ୍ତରର ଅନୁଭୂତି ପାଏ ଯାହା ପାଇଁ ସେ ଅନନ୍ତ ଜନ୍ମ ଧରି ଚେଷ୍ଟାରତ ଥିଲା । ତୈତ୍ରିୟ ଉପନିଷଦ କହେ:\nରସୋ ବୈ ସଃ ରସଂ ହ୍ୟେବାୟଂ ଲବ୍ଧ୍ୱାଽନନ୍ଦୀ ଭବତି । (୨.୭.୨)\nଭଗବାନ ପରିପୂର୍ଣ୍ଣ ଆନନ୍ଦ ଅଟନ୍ତି । ଆତ୍ମା ଯେତେବେଳେ ଭଗବତ୍ପ୍ରାପ୍ତି କରେ, ସେ ଆନନ୍ଦରେ ପରିତୃପ୍ତ ହୋଇଯାଏ । ସେତେବେଳେ ବ୍ୟକ୍ତିର ସ୍ୱାଭାବିକ ଭାବେ ନିମ୍ନସ୍ତରର ଇନ୍ଦ୍ରିୟ ସୁଖ ପ୍ରତି ବିମୁଖତା ପ୍ରକାଶ ପାଏ । ଏହି ବୈରାଗ୍ୟ ଯାହା ଭକ୍ତିରୁ ଉତ୍ପନ୍ନ ହୁଏ, ତାହା ଦୃଢ଼ ଓ ଅବିଚଳିତ ହୋଇଥାଏ ।\nଅତଏବ, ଭଗବଦ୍ ଗୀତା ଶୁଷ୍କ ଇନ୍ଦ୍ରିୟ ଦମନର ଶିକ୍ଷା ଦିଏନାହିଁ, ବରଂ ଏହା ଉର୍ଦ୍ଧ୍ୱୀକରଣ ପ୍ରକ୍ରିୟାରେ କାମନାଗୁଡ଼ିକୁ ଭଗବତ୍ ଅଭିମୁଖୀ କରାଇବାର ଏକ ସୁନ୍ଦର ମାର୍ଗ ପ୍ରଶସ୍ଥ କରାଇଥାଏ । ସନ୍ଥ ରାମକୃଷ୍ଣ ପରମହଂସ ଏହି ସିଦ୍ଧାନ୍ତକୁ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବାକୁ ଯାଇ କହନ୍ତି: ଭକ୍ତି ଉଚ୍ଚତମଙ୍କ ପ୍ରତି ପ୍ରେମ ଅଟେ; ଏବଂ ନିମ୍ନତମଙ୍କ ପ୍ରତି ଆସକ୍ତି ସ୍ୱତଃ ଦୂର ହୋଇଯିବ ।"
},
{
"verseTitle": "Bhagavad Gita 2.60",
"verse": "60",
"chapter": 2,
"lang": "or",
"shloka": {
"speaker": "",
"sanskrit": "यततो ह्यपि कौन्तेय पुरूषस्य विपश्चितः।\n\nइन्द्रियाणि प्रमाथीनि हरन्ति प्रसभं मनः ॥60॥",
"text": "ଯତତୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।\nଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ।।୬୦।।",
"audioLink": "https://www.holy-bhagavad-gita.org/public/audio/002_060.mp3"
},
"wordMeanings": "ଯତତଃ- ଆତ୍ମ-ସଂଯମର ଅଭ୍ୟାସ କରୁଥିବା ବେଳେ; ହି-ନିଶ୍ଚିତ ଭାବେ; ଅପି-ସତ୍ତ୍ୱେ; କୌନ୍ତେୟ-ହେ କୁନ୍ତିପୁତ୍ର!; ପୁରୁଷସ୍ୟ-ବ୍ୟକ୍ତିର; ବିପଶ୍ଚିତଃ-ବିବେକବାନ୍; ଇନ୍ଦ୍ରିୟାଣି- ଇନ୍ଦ୍ରିୟଗୁଡ଼ିକ; ପ୍ରମାଥୀନି-ବିକ୍ଷୁବ୍ଧ; ହରନ୍ତି-ହରଣ କରନ୍ତି; ପ୍ରସଭଂ-ବଳପୂର୍ବକ; ମନଃ-ମନ ।",
"translation": {
"text": "ହେ କୁନ୍ତି ପୁତ୍ର ! ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଏବଂ ବିକ୍ଷୁବ୍ଧ ଯେ ଜଣେ ବିଚାରଶକ୍ତି ଯୁକ୍ତ ଏବଂ ଆତ୍ମନିୟନ୍ତ୍ରଣ ସାଧନା କରୁଥିବା ବ୍ୟକ୍ତିର ମନକୁ ମଧ୍ୟ ସେମାନେ ବଳପୂର୍ବକ ହରଣ କରିନିଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-60.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.60.mp3"
]
},
"commentary": "ଇନ୍ଦ୍ରିୟଗୁଡ଼ିକ ନୂତନ ଲଗାମ ଲଗାଯାଇଥିବା ଜଙ୍ଗଲୀ ଘୋଡ଼ା ସଦୃଶ ଅଟନ୍ତି । ସେମାନେ ସ୍ୱେଚ୍ଛାଚାରୀ ଓ ବିଶୃଙ୍ଖଳ । ତାଙ୍କୁ ଶୃଙ୍ଖଳିତ କରିବା ପାଇଁ ସାଧକମାନଙ୍କୁ ନିଜ ଅନ୍ତର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷ କରିବାକୁ ପଡ଼ିବ । ଇନ୍ଦ୍ରିୟମାନେ କାମନା ଏବଂ ଲୋଭରେ ମତୁଆଲା ଅଟନ୍ତି । ତେଣୁ ଯେଉଁମାନେ ଆଧ୍ୟାତ୍ମିକ ଉନ୍ନତି ଚାହୁଁଛନ୍ତି, ସେମାନେ ସ୍ୱେଚ୍ଛାଚାରୀ ଇନ୍ଦ୍ରିୟମାନଙ୍କୁ ବଶ କରିବାକୁ ଚେଷ୍ଟାରତ ରହିବା ଉଚିତ । ନଚେତ୍ ଉଚ୍ଚକୋଟୀର ଯୋଗୀମାନଙ୍କର ଆଧ୍ୟାତ୍ମିକ ପ୍ରକ୍ରିୟାକୁ ନଷ୍ଟ-ଭ୍ରଷ୍ଟ କରିବାର ଶକ୍ତି ସେମାନଙ୍କର ଅଛି ।\nଶ୍ରୀମଦ୍ ଭାଗବତମ୍ରେ ଉକ୍ତ ପ୍ରସଙ୍ଗକୁ ବର୍ଣ୍ଣନା କରିବା ପାଇଁ ଏକ ଉପାଖ୍ୟାନ ଅଛି (ସ୍କନ୍ଧ ୯, ଅଧ୍ୟାୟ ୬) । ପୁରାତନ କାଳରେ ସୌଭରି ନାମକ ଜଣେ ପ୍ରସିଦ୍ଧ ଯୋଗୀ ଥିଲେ । ୠଗ୍ବେଦରେ ‘ସୌଭରି ସୂତ୍ର’ ନାମରେ ଏକ ମନ୍ତ୍ର ଅଛି । ସୌଭରି ସଂହିତା ନାମକ ଏକ ଗ୍ରନ୍ଥ ମଧ୍ୟ ଅଛି । ତେଣୁ ସେ ଜଣେ ସାମାନ୍ୟ ମୁନି ନ ଥିଲେ । ସୌଭରି ମୁନିଙ୍କର ନିଜ ଶରୀର ଉପରେ ଏତେ ନିୟନ୍ତ୍ରଣ ଥିଲା ଯେ, ସେ ଯମୁନା ଜଳରେ ବୁଡି ରହି ତପସ୍ୟା କରୁଥିଲେ । ଦିନେ ସେ ଦୁଇଟି ମତ୍ସ୍ୟ ମୈଥୁନ କରୁଥିବାର ଦେଖିଲେ । ଏହି ଦୃଶ୍ୟ ତାଙ୍କର ମନ ଓ ଇନ୍ଦ୍ରିୟକୁ ବିଚଳିତ କରିଦେଲା ଏବଂ ତାଙ୍କର ଯୌନ ସମ୍ଭୋଗର ଇଚ୍ଛା ଜାଗ୍ରତ ହେଲା । ସେହି ଇଚ୍ଛା ପୂର୍ତ୍ତିର ଅଭିଳାଷରେ ସେ ତପସ୍ୟା ପରିତ୍ୟାଗ କରି ଜଳ ମଧ୍ୟରୁ ବାହାରି ଆସିଲେ ।\nସେହି ସମୟରେ ମାନ୍ଧାତା ଅଯୋଧ୍ୟାର ରାଜା ଥିଲେ । ସେ ଜଣେ ଅତ୍ୟନ୍ତ ଯଶସ୍ୱୀ ଏବଂ ଧର୍ମପରାୟଣ ଶାସକ ଥିଲେ । ତାଙ୍କର ପଚାଶ ଜଣ ଏକରୁ ଏକ ବଳି ସୁନ୍ଦରୀ କନ୍ୟା ଥିଲେ । ରାଜାଙ୍କ ପାଖକୁ ଯାଇ ସୌଭରି ମୁନି ସେହି ପଚାଶ ଜଣଙ୍କ ମଧ୍ୟରୁ ଜଣେ ରାଜକନ୍ୟାକୁ ବିବାହ କରିବାର ପ୍ରସ୍ତାବ ଦେଲେ ।\n“ଜଣେ ବୃଦ୍ଧ ତପସ୍ୱୀ ବିବାହ କରିବାକୁ ଚାହୁଁଛନ୍ତି !” ଚିନ୍ତା କରି ରାଜା ମାନ୍ଧାତା ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ଏବଂ ସେ ଭାବିଲେ ଋଷିଙ୍କର ବୁଦ୍ଧି ନିଶ୍ଚିତ ଭାବରେ ଭ୍ରଷ୍ଟ ହୋଇଯାଇଛି । ସୌଭରି ମୁନି ଜଣେ ତେଜସ୍ୱୀ ଋଷି ଥିଲେ, ଏକଥା ରାଜା ମାନ୍ଧାତା ଜାଣିଥିଲେ ଏବଂ ତାଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସେ ହୁଏତ ଅଭିଶାପ ଦେଇପାରନ୍ତି ଏହା ଚିନ୍ତା କରି ରାଜା ଭୟଭୀତ ହୋଇ ଉଠିଲେ । କିନ୍ତୁ ସେ ଯଦି ପ୍ରସ୍ତାବକୁ ସ୍ୱୀକାର କରନ୍ତି ତାଙ୍କର ଜଣେ କନ୍ୟାଙ୍କର ଜୀବନ ନଷ୍ଟ ହୋଇଯିବ । ସେ କହିଲେ “ହେ ସାଧୁ! ଆପଣଙ୍କ ପ୍ରସ୍ତାବକୁ ମୁଁ ସମ୍ମାନ ଜଣାଉଛି । ଦୟାକରି ଆସନ ଗ୍ରହଣ କରନ୍ତୁ । ମୁଁ ମୋର ପଚାଶଜଣ କନ୍ୟାଙ୍କୁ ଆପଣଙ୍କ ସମ୍ମୁଖକୁ ଆଣୁଛି । ତାଙ୍କ ମଧ୍ୟରୁ ଯିଏବି ଆପଣଙ୍କୁ ବରଣ କରିବ ସେ ଆପଣଙ୍କୁ ବିବାହ କରିବ ।” ରାଜା ନିଶ୍ଚିନ୍ତ ଥିଲେ ଯେ ତାଙ୍କର କୌଣସି କନ୍ୟା ମୁନିଙ୍କୁ ବରଣ କରିବେ ନାହିଁ ଏବଂ ଏହିପରି ଭାବରେ ସେ ମୁନିଙ୍କର ଅଭିଶାପରୁ ରକ୍ଷା ପାଇଯିବେ ।\nସୌଭରି ମଧ୍ୟ ରାଜାଙ୍କର ଉଦ୍ଦେଶ୍ୟ ବୁଝିପାରିଲେ । ସେ ପରଦିନ ଆସିବେ କହି ରାଜାଙ୍କ ଠାରୁ ବିଦାୟ ନେଲେ । ସନ୍ଧ୍ୟାବେଳେ ସେ ତାଙ୍କର ଯୋଗଶକ୍ତି ଦ୍ୱାରା ନିଜକୁ ଏକ ସୁନ୍ଦର ଯୁବକରେ ପରିଣତ କଲେ ଏବଂ ତା’ ପରଦିନ ଯେତେବେଳେ ସେ ରାଜପ୍ରାସାଦରେ ଉପସ୍ଥିତ ହେଲେ ରାଜାଙ୍କର ପଚାଶ ଜଣ କନ୍ୟା ତାଙ୍କୁ ପତିରୂପେ ବରଣ କରିନେଲେ । ରାଜା ସତ୍ୟ କରିଥିବା ବାକ୍ୟ ପ୍ରତି ବଚନବଦ୍ଧ ଥିଲେ ତେଣୁ ସେ ସମସ୍ତ କନ୍ୟାଙ୍କୁ ତାଙ୍କ ସହିତ ବିବାହ କରିବାକୁ ବାଧ୍ୟ ହେଲେ ।\nରାଜା ପୁନଶ୍ଚ ଚିନ୍ତିତ ଥିଲେ ଯେ ତାଙ୍କ କନ୍ୟାମାନଙ୍କ ମଧ୍ୟରେ ଏବେ କଳହ ସୃଷ୍ଟି ହେବ ଯେହେତୁ ତାଙ୍କ ସ୍ୱାମୀଙ୍କୁ ଅନ୍ୟମାନଙ୍କ ସହିତ ଭାଗ କରିବାକୁ ପଡ଼ିବ । କିନ୍ତୁ ସୌଭରି ମୁନି ନିଜ ତପଶକ୍ତିର ଉପଯୋଗ କରି ନିଜକୁ ପଚାଶଟି ଶରୀରରେ ରୂପାନ୍ତରିତ କଲେ ଏବଂ ପଚାଶଟି ଭବନ ସୃଷ୍ଟି କରି, ପ୍ରତ୍ୟେକଙ୍କ ସହିତ ଅଲଗା ଅଲଗା ବାସ କଲେ । ଏହିପରି ଭାବରେ ହଜାର ହଜାର ବର୍ଷ ବିତିଗଲା । ପୁରାଣ କହେ ସୌଭରିଙ୍କ ପ୍ରତ୍ୟେକ ସ୍ତ୍ରୀଙ୍କର ଅନେକ ସନ୍ତାନ ଥିଲେ ଏବଂ ସେହି ସନ୍ତାନମାନଙ୍କର ପୁଣି ସନ୍ତାନ ହେଲେ, ଏହିପରି ଭାବରେ ଏକ ବିରାଟ ସହର ଗଢ଼ିଉଠିଲା । ଦିନେ ତାଙ୍କର ବିବେକ ଉଦ୍ରେକ ହେଲା ଏବଂ ସେ କହିଲେ “ଅହୋ ଇମଂ ପଶ୍ୟତ ମେ ବିନାଶମ୍ (ଭାଗବତମ୍ ୯.୬.୫୦) ।” ହେ ମନୁଷ୍ୟଗଣ ! ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମାୟିକ ବସ୍ତୁରେ ସୁଖର ସନ୍ଧାନ କରୁଅଛ, ସାବଧାନ ହୋଇଯାଅ । ମୋର ପତନକୁ ଲକ୍ଷ୍ୟ କର । ମୁଁ କେଉଁଠି ଥିଲି ଏବଂ ଆଜି କେଉଁଠି ଅଛି । ମୁଁ ଯୋଗଶକ୍ତି ଦ୍ୱାରା ପଚାଶଟି ଶରୀର ସୃଷ୍ଟି କରି ପଚାଶ ଜଣ ସ୍ତ୍ରୀଙ୍କ ସହିତ ହଜାର ହଜାର ବର୍ଷ ଧରି ବାସ କଲି । ତଥାପି ମୋର ଇନ୍ଦ୍ରିୟମାନେ ପରିତୃପ୍ତ ହେଲେନାହିଁ । ସେମାନେ କେବଳ ଅଧିକରୁ ଅଧିକତର ପାଇଁ ଲାଳାୟିତ ରହିଲେ । ମୋର ପତନରୁ ଶିକ୍ଷା ନିଅ ଏବଂ ଏହି ଦିଗରେ ଅଗ୍ରସର ନ ହେବାକୁ ସାବଧାନ ହୁଅ ।"
},
{
"verseTitle": "Bhagavad Gita 2.61",
"verse": "61",
"chapter": 2,
"lang": "or",
"shloka": {
"speaker": "",
"sanskrit": "तानि सर्वाणि संयम्य युक्त आसीत मत्परः।\n\nवशे हि यस्येन्द्रियाणि तस्य प्रज्ञा प्रतिष्ठिता ॥61॥",
"text": "ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସୀତ ମତ୍ପରଃ ।\nବଶେ ହି ଯସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୬୧।।",
"audioLink": "https://www.holy-bhagavad-gita.org/public/audio/002_061.mp3"
},
"wordMeanings": "ତାନି- ସେମାନଙ୍କୁ; ସର୍ବାଣି- ସମସ୍ତ; ସଂଯମ୍ୟ- ସଂଯତ କରି; ଯୁକ୍ତଃ-ଯୁକ୍ତ; ଆସୀତ-ସ୍ଥିତ ରହି; ମତ୍ପରଃ-ମୋ ପ୍ରତି; ବଶେ-ସଂପୂର୍ଣ୍ଣ ବଶୀଭୂତ; ହି-ନିଶ୍ଚିତଭାବରେ; ଯସ୍ୟ-ଯାହାର; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡ଼ିକ;ତସ୍ୟ-ତା’ର; ପ୍ରଜ୍ଞା-ପ୍ରଜ୍ଞା; ପ୍ରତିଷ୍ଠିତା-ସ୍ଥିର ରହେ ।",
"translation": {
"text": "ଯେଉଁମାନେ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରନ୍ତି ଏବଂ ମନ ନିରନ୍ତର ମୋ ଠାରେ ନିମଗ୍ନ ରଖନ୍ତି, ସେମାନେ ପ୍ରକୃତ ଜ୍ଞାନରେ ସ୍ଥିତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-61.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.61.mp3"
]
},
"commentary": "ଏହି ଶ୍ଳୋକରେ “ଯୁକ୍ତ” ଶବ୍ଦଟି “ଭକ୍ତିରେ ତଲ୍ଲୀନ” ଏବଂ ମତ୍ ପରଃ ଶବ୍ଦଟି “ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି” ଭାବେ ସୂଚିତ କରୁଅଛି । ‘ଆସୀତ’ ଶବ୍ଦର ଅର୍ଥକୁ ଏଠାରେ “ସ୍ଥିତ ବା ପ୍ରତିଷ୍ଠିତ” ଅର୍ଥରେ ବୁଝିବାକୁ ପଡ଼ିବ । ବଳବାନ ଇନ୍ଦ୍ରିୟ ଓ ମନକୁ ବଶୀଭୂତ କରିବାର ଆବଶ୍ୟକତା ବିଷୟରେ ବୁଝାଇବା ପରେ, ଶ୍ରୀକୃଷ୍ଣ ତା’ର ସଠିକ୍ ବିନିଯୋଗ ଭଗବତ୍ ଭକ୍ତିରେ କରିବାକୁ କହୁଛନ୍ତି । ଶ୍ରୀମଦ୍ ଭାଗବତମ୍ରେ ରାଜା ଅମ୍ବରିଶଙ୍କ ଉଦାହରଣରେ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ସୁନ୍ଦର ଭାବରେ ଚିତ୍ରଣ କରାଯାଇଅଛି ।\nସ ବୈ ମନଃ କୃଷ୍ଣ-ପଦାରବିନ୍ଦୟୋର୍ବଚାଂସି ବୈକୁଣ୍ଠ- ଗୁଣାନୁବର୍ଣ୍ଣନେ ।କରୌ ହରେର୍ ମନ୍ଦିର-ମାର୍ଜନାଦିଷୁଶ୍ରୁତିଂ ଚକାରାଚ୍ୟୁତ-ସତ୍-କଥୋଦୟେ ।ମୁକୁନ୍ଦ-ଲିଙ୍ଗାଲୟ-ଦର୍ଶନେ ଦୃଶୌତଦ୍-ଭୃତ୍ୟ-ଗାତ୍ର-ସ୍ପର୍ଶେଽଙ୍ଗ-ସଂଗମମ୍ ।ଘ୍ରାଣଂ ଚ ତତ୍-ପାଦ-ସରୋଜ-ସୌରଭେଶ୍ରୀମତ୍-ତୁଲସ୍ୟା ରସନାଂ ତଦ୍-ଅର୍ପିତେ ।ପାଦୌ ହରେଃ କ୍ଷେତ୍ର-ପଦାନୁସର୍ପଣେ,ଶିରୋ ହୃଷୀକେଶ-ପଦାଭିବନ୍ଦନେ ।କାମଂ ଚ ଦାସ୍ୟେ ନ ତୁ କାମ-କାମ୍ୟୟାଯଥୋତ୍ତମଶ୍ଳୋକ-ଜନାଶ୍ରୟା ରତିଃ । (୯.୪.୧୮-୨୦)\n“ଅମ୍ବରିଶ ତାଙ୍କର ମନକୁ ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ସ୍ଥିର କରିଥିଲେ । ସେ ତାଙ୍କର ଜିହ୍ୱାକୁ ଭଗବାନଙ୍କ ପବିତ୍ର ନାମ, ରୂପ, ଗୁଣ ଏବଂ ଲୀଳା ଗାନ କରିବାରେ ଉପଯୋଗ କରୁଥିଲେ । ସେ ତାଙ୍କର କର୍ଣ୍ଣକୁ ଭଗବତ୍ କଥା ଶ୍ରବଣ ପାଇଁ, ଚକ୍ଷୁକୁ ମନ୍ଦିରମାନଙ୍କରେ ସ୍ଥିତ ଭଗବାନଙ୍କ ପବିତ୍ର ବିଗ୍ରହକୁ ଦର୍ଶନ କରିବା ପାଇଁ, ତାଙ୍କ ସ୍ପର୍ଶକୁ ପ୍ରଭୁଙ୍କର ଭକ୍ତମାନଙ୍କର ପଦ ସଞ୍ଚାଳନ କରିବା ପାଇଁ, ତାଙ୍କର ନାସିକାକୁ ପ୍ରଭୁଙ୍କୁ ଅର୍ପିତ ଦ୍ରବ୍ୟ ମାନଙ୍କର ସୁଗନ୍ଧ ଆଘ୍ରାଣ କରିବା ପାଇଁ, ତାଙ୍କର ପାଦ ମନ୍ଦିର ପରିକ୍ରମା କରିବା ପାଇଁ ଏବଂ ତାଙ୍କର ମସ୍ତକ ଭଗବାନ ଏବଂ ତାଙ୍କ ଭକ୍ତଙ୍କ ଚରଣରେ ପ୍ରଣାମ କରିବା ପାଇଁ ଉପଯୋଗ କରୁଥିଲେ । ଏହିପରି ସେ ତାଙ୍କର ପ୍ରତ୍ୟେକ ଇନ୍ଦ୍ରିୟମାନଙ୍କୁ ପ୍ରଭୁଙ୍କର ସେବାରେ ନିଯୁକ୍ତ କରି ସେମାନଙ୍କୁ ବଶୀଭୂତ କରିଥିଲେ ।”"
},
{
"verseTitle": "Bhagavad Gita 2.62",
"verse": "62",
"chapter": 2,
"lang": "or",
"shloka": {
"speaker": "",
"sanskrit": "ध्यायतो विषयान्पुंसः सङ्गस्तेषूपजायते ।\n\nसङ्गत्सञ्जायते कामः कामात्क्रोधोऽभिजायते ॥62॥",
"text": "ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ ।\nସଙ୍ଗାତ୍ସଞ୍ଜାୟତେ କାମଃ କାମାତ୍କ୍ରୋଧୋଽଭିଜାୟତେ ।।୬୨।।",
"audioLink": "https://www.holy-bhagavad-gita.org/public/audio/002_062.mp3"
},
"wordMeanings": "ଧ୍ୟାୟତଃ-ଚିନ୍ତନ କରି; ବିଷୟାନ୍- ଇନ୍ଦ୍ରିୟ ଭୋଗ୍ୟବସ୍ତୁ; ପୁଂସଃ-ପୁରୁଷର; ସଙ୍ଗଃ-ଆସକ୍ତି; ତେଷୁ-ଇନ୍ଦ୍ରିୟ ବିଷୟରେ; ଉପଜାୟତେ-ଉତ୍ପନ୍ନ ହୁଏ; ସଙ୍ଗାତ୍- ଆସକ୍ତିରୁ; ସଂଜାୟତେ-ଜାତ ହୁଏ; କାମଃ-କାମନା; କାମାତ୍-କାମନାରୁ; କ୍ରୋଧଃ-କ୍ରୋଧ; ଅଭିଜାୟତେ-ଜାତ ହୁଏ ।",
"translation": {
"text": "ଇନ୍ଦ୍ରିୟ ଭୋଗ୍ୟବସ୍ତୁର ବାରମ୍ବାର ଚିନ୍ତନ କରିବା ଫଳରେ ବ୍ୟକ୍ତିର ତା’ ପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମନା ଏବଂ କାମନାରୁ କ୍ରୋଧ ଜାତ ହୁଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-62.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.62.mp3"
]
},
"commentary": "କ୍ରୋଧ, ଲୋଭ, କାମନା ଇତ୍ୟାଦିକୁ ବୈଦିକ ଶାସ୍ତ୍ର ମାନଙ୍କରେ ମାନସ ରୋଗ ଭାବରେ ବର୍ଣ୍ଣନା କରାଯାଇଛି । ରାମାୟଣ କହେ: ମାନସ ରୋଗ କଛୁକ ମୈ ଗାଏ ହହିଁ ସବ କେହ୍ ଲଖି ବିରଲେନ୍ହ ପାଏ । ଆମେ ସମସ୍ତେ ଶାରୀରିକ ବ୍ୟାଧି ସମ୍ବନ୍ଧରେ ଅବଗତ - କୌଣସି ଗୋଟିଏ ଶାରୀରିକ ପୀଡା ଆମର ପୂରା ଦିନଟିକୁ ଯନ୍ତ୍ରଣାକ୍ତ କରିଦେଇ ପାରେ । କିନ୍ତୁ ଏକାଧିକ ମାନସିକ ରୋଗ ଦ୍ୱାରା ଆମେ ଅହରହ ନିର୍ଯ୍ୟାତିତ ହୋଇଥାଏ, ତାହା ଆମେ ଜାଣିପାରେ ନାହିଁ । ଯେହେତୁ କାମ, କ୍ରୋଧ, ଲୋଭ ଇତ୍ୟାଦିକୁ ଆମେ ମାନସିକ ରୋଗ ଭାବରେ ଅଭିହିତ କରି ନ ଥାଏ, ସେଥିପାଇଁ ତା’ର ଉପଚାର କରିବା ଦିଗରେ କୌଣସି ଚେଷ୍ଟା ମଧ୍ୟ କରି ନ ଥାଏ । ମନୋବିଜ୍ଞାନ ମନୁଷ୍ୟ ମନର ଏକ ଜ୍ଞାନର ଶାଖା ଅଟେ, ଯାହା ଏହିସବୁ ରୋଗଗୁଡ଼ିକର ବିଶ୍ଳେଷଣ କରି ତାର ଉପଶମ କରିବାର ଉପାୟ ନିର୍ଦ୍ଦେଶ କରିଥାଏ । କିନ୍ତୁ ପାଶ୍ଚାତ୍ୟ ମନୋବିଜ୍ଞାନ ଦ୍ୱାରା କରାଯାଉଥିବା ବିଶ୍ଳେଷଣ ଏବଂ ତା’ର ଉପଚାର ଉଭୟ ଅସମ୍ପୂର୍ଣ୍ଣ ଅଟେ ଏବଂ ଏହା ମନର ପ୍ରକୃତ ସ୍ୱରୂପର ଏକ ମୋଟାମୋଟି ଅନୁମାନ ଅଟେ ।\nଏହି ଶ୍ଳୋକ ଏବଂ ତା ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ମନର କାର୍ଯ୍ୟଶୈଳୀ ସମ୍ପର୍କରେ ସଠିକ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି । ସେ କହୁଛନ୍ତି ଯେ ଯେତେବେଳେ କୌଣସି ଏକ ବସ୍ତୁରେ ସୁଖର କଳ୍ପନା କରି ଆମେ ସେ ବିଷୟରେ ବାରମ୍ବାର ଚିନ୍ତନ କରିଥାଏ, ତା ପ୍ରତି ଆମର ଆସକ୍ତି ଜାତ ହୁଏ । ଉଦାହରଣ ସ୍ୱରୂପ, କୌଣସି ଏକ ଶ୍ରେଣୀରେ ଅନେକ ବାଳକ ଓ ବାଳିକା ଅଧ୍ୟୟନ କରନ୍ତି ଏବଂ ସେମାନେ ଅନେକ ସମୟରେ ମିଳାମିଶା କରନ୍ତି । ଦିନେ ଜଣେ ବାଳକ ଅନ୍ୟ ଏକ ବାଳିକାଠାରେ କିଛି ଲକ୍ଷ୍ୟ କଲା ଏବଂ ଚିନ୍ତା କରିବାରେ ଲାଗିଲା, “ସେ ଯଦି ମୋର ହୁଅନ୍ତା ମୁଁ ସୁଖୀ ହୁଅନ୍ତି ।” ବାରମ୍ବାର ଏହିପରି ଚିନ୍ତନ କରିବା ଫଳରେ, ତା’ର ମନ ସେହି ବାଳିକାଟି ପ୍ରତି ଆସକ୍ତ ହୋଇଯାଏ । ସେ ତାର ସାଙ୍ଗମାନଙ୍କୁ କହେ ଯେ ସେ ସେହି ଝିଅକୁ ଅତ୍ୟନ୍ତ ଭଲପାଏ, ଏବଂ ତା’ପ୍ରତି ତାର ମନ ବାରମ୍ବାର ଚାଲିଯିବା ଯୋଗୁଁ ସେ ପାଠ ପଢ଼ିପାରୁନାହିଁ । ତାର ସାଥୀମାନେ ତାକୁ ଥଟ୍ଟା କରି କୁହନ୍ତି ଯେ, ଆମେ ସମସ୍ତେ ତା ସହିତ ମିଳାମିଶା କରୁଅଛୁ କିନ୍ତୁ କେହି ବି ତା’ପ୍ରତି ପାଗଳ ହେଉନାହୁଁ । ଅଥଚ ସେ କାହିଁକି ସେହି ଝିଅଟି ପାଇଁ ତାର ନିଦ ହଜାଉଛି ଓ ତାର ଅଧ୍ୟୟନ ନଷ୍ଟ କରୁଅଛି ? ତାହାର କାରଣ ସେ ବାରମ୍ବାର ଚିନ୍ତନ କଲା ଯେ ସେହି ଝିଅଠାରେ ସୁଖ ଅଛି, ତେଣୁ ତା’ର ମନ ଝିଅଟି ପ୍ରତି ଆସକ୍ତ ହୋଇଗଲା ।\nଯାହା ମନେ ହୁଏ, କେବଳ ଆସକ୍ତି ଏତେ ହାନିକାରକ ନୁହେଁ । କିନ୍ତୁ ଅସୁବିଧା ଏହା ଯେ, ଆସକ୍ତିରୁ କାମନା ଉତ୍ପନ୍ନ ହୁଏ । ଯଦି ଜଣେ ମଦ୍ୟପାନ ପ୍ରତି ଆସକ୍ତ, ମଦ୍ୟପାନ ପାଇଁ ଇଚ୍ଛା ତା’ ମନରେ ବାରମ୍ବାର ଉତ୍ପନ୍ନ ହୁଏ । ଯଦି ଜଣେ ସିଗାରେଟ ପ୍ରତି ଆସକ୍ତ ତେବେ ଧୁମ୍ରପାନ ଜନିତ ସୁଖର ଚିନ୍ତନ ତା’ ମନରେ ବାରମ୍ବାର ଖେଳୁଥାଏ, ଯାହା ସିଗାରେଟ୍ ପ୍ରତି ଲାଳସା ଉତ୍ପନ୍ନ କରେ । ଅତଏବ, ଆସକ୍ତି କାମନା ଉତ୍ପନ୍ନ କରାଏ ।\nଥରେ କାମନା ଉତ୍ପନ୍ନ ହେଲେ, ଏହା ଆଉ ଦୁଇଟି ସମସ୍ୟା ଉତ୍ପନ୍ନ କରିଥାଏ - ଲୋଭ ଓ କ୍ରୋଧ । କାମନା ପୂର୍ଣ୍ଣ ହେଲେ ଲୋଭ ଉତ୍ପନ୍ନ ହୁଏ । ଜିମି ପ୍ରତିଲାଭ ଲୋଭ ଅଧିକାଈ । (ରାମାୟଣ) “କାମନାକୁ ସନ୍ତୁଷ୍ଟ କଲେ ତାହା ଲୋଭ ଉତ୍ପନ୍ନ କରାଇବ ।” ତେଣୁ କାମନାର ତୃପ୍ତିରେ ତାହାର ନିରାକରଣ ହୁଏନାହିଁ ।\nଯତ୍ ପୃଥିବ୍ୟାଂ ବ୍ରୀହି-ୟବଂ ହିରଣ୍ୟଂ ପଶବଃ ସ୍ତ୍ରିୟଃନ ଦୁହ୍ୟନ୍ତି ମନଃ-ପ୍ରୀତିଂ ପୁଂସଃ କାମ-ହତସ୍ୟ ତେ । (ଭାଗବତମ୍ ୯.୧୯.୧୩)\n“ଯଦି ଜଣେ ବ୍ୟକ୍ତିକୁ ପୃଥିବୀର ସମସ୍ତ ଧନ, ବିଳାସ ଏବଂ ସୁଖକର ବସ୍ତୁ ମିଳିଯାଏ ତଥାପି ତାର କାମନା ସନ୍ତୁଷ୍ଟ ହେବନାହିଁ । ତେଣୁ ବିଜ୍ଞ ବ୍ୟକ୍ତି କାମନାକୁ ଦୁଃଖର କାରଣ ଜାଣି ତାହାକୁ ପରିତ୍ୟାଗ କରିବା ଉଚିତ ।\nଅନ୍ୟପକ୍ଷରେ, କାମନା ପୂରଣ ହେବାରେ ବାଧା ସୃଷ୍ଟି ହେଲେ କ’ଣ ହୁଏ ? ଏହା କ୍ରୋଧ ଉତ୍ପନ୍ନ କରାଏ । ଏହା ମନେ ରଖିବା ଉଚିତ ଯେ, କ୍ରୋଧ ସ୍ୱତଃ ଉତ୍ପନ୍ନ ହୁଏନାହିଁ । ଏହା କାମନା ପୂରଣ ନ ହେବାରୁ ଉତ୍ପନ୍ନ ହୁଏ, କାମନା ଆସକ୍ତିରୁ ଆସେ ଏବଂ ଆସକ୍ତି ବାରମ୍ବାର ବିଷୟର ଚିନ୍ତନ କରିବା ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହିପରି ଭାବରେ, ଆମେ ଦେଖିଲେ କିପରି ବିଷୟରେ ବାରମ୍ବାର ସୁଖର ଚିନ୍ତନ କରିବା ଦ୍ୱାରା ଲୋଭ ଓ କ୍ରୋଧ ପରି ଦୁଇଟି ଜମଜ ରୋଗର ଉତ୍ପନ୍ନ ହୋଇଥାଏ । ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ଏହି କ୍ରମକୁ ଆଗକୁ ବଢ଼ାଇଛନ୍ତି ଏବଂ କ୍ରୋଧର ପରିଣାମ ବିଷୟରେ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 2.63",
"verse": "63",
"chapter": 2,
"lang": "or",
"shloka": {
"speaker": "",
"sanskrit": "क्रोधाद्भवति सम्मोहः सम्मोहात्स्मृतिविभ्रमः।\n\nस्मृतिभ्रंशाद् बुद्धिनाशो बुद्धिनाशात्प्रणश्यति ॥63॥",
"text": "କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ୍ସ୍ମୃତିବିଭ୍ରମଃ ।\nସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ପ୍ରଣଶ୍ୟତି ।।୬୩।।",
"audioLink": "https://www.holy-bhagavad-gita.org/public/audio/002_063.mp3"
},
"wordMeanings": "କ୍ରୋଧାତ୍-କ୍ରୋଧରୁ; ଭବତି-ଜାତହୁଏ; ସଂମ୍ମୋହଃ- ପୂର୍ଣ୍ଣ ମୋହ (ଅଜ୍ଞାନ); ସଂମ୍ମୋହାତ୍- ମୋହରୁ ; ସ୍ମୃତି-ସ୍ମୃତିର; ବିଭ୍ରମଃ-ବିଭ୍ରାନ୍ତି; ସ୍ମୃତିଭ୍ରଂଶାତ୍- ସ୍ମୃତିନାଶରୁ; ବୁଦ୍ଧିନାଶଃ-ବୁଦ୍ଧିନାଶ; ବୁଦ୍ଧିନାଶାତ୍-ବୁଦ୍ଧିନାଶରୁ; ପ୍ରଣଶ୍ୟତି-ଅଧୋପତନ ହୁଏ ।",
"translation": {
"text": "କ୍ରୋଧ ବିଚାରଶକ୍ତିକୁ ସମ୍ମୋହିତ କରିଦିଏ, ଯଦ୍ୱାରା ସ୍ମୃତି ଶକ୍ତି ଭ୍ରମିତ ହୋଇଯାଏ । ସ୍ମୃତି ଭ୍ରମିତ ହେଲେ ବୁଦ୍ଧି ନଷ୍ଟ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୁଏ ବ୍ୟକ୍ତିର ପତନ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-63.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.63.mp3"
]
},
"commentary": "ସକାଳର କୁହୁଡ଼ି ସୂର୍ଯ୍ୟାଲୋକକୁ ଅସ୍ପଷ୍ଟ କରିଦେବା ପରି କ୍ରୋଧ ବିଚାର ଶକ୍ତିକୁ ନଷ୍ଟ କରିଦେଇ ଥାଏ । କ୍ରୋଧବଶତଃ ବ୍ୟକ୍ତି ଭୁଲ କରିଥାଏ ଏବଂ ପରେ ତା’ ପାଇଁ ପଶ୍ଚାତାପ କରେ, କାରଣ ପ୍ରକ୍ଷୋଭର କୁହୁଡ଼ି ବୁଦ୍ଧିକୁ ଢାଙ୍କିଦିଏ । ଲୋକେ କହନ୍ତି, “ସେ ମୋ ଠାରୁ କୋଡ଼ିଏ ବର୍ଷ ବଡ଼ । ମୁଁ ତାଙ୍କ ସହିତ ଏପରି ବ୍ୟବହାର କାହିଁକି କଲି ? ମୋର କ’ଣ ହୋଇଥିଲା ? ଏହା ହୋଇଥିଲା ଯେ ବିଚାର ଶକ୍ତି କ୍ରୋଧର ପ୍ରଭାବରେ ନଷ୍ଟ ହୋଇଗଲା ଏବଂ ଆପଣ ଗୁରୁଜନଙ୍କୁ ଗାଳି ଦେବାର ଭୁଲ କରି ବସିଲେ ।\nବୁଦ୍ଧି ମୋହିତ ହୋଇଯିବାର ପରିଣାମ ସ୍ୱରୂପ ସ୍ମରଣଶକ୍ତିରେ ବିଭ୍ରାନ୍ତି ଉତ୍ପନ୍ନ ହୋଇଥାଏ । ବ୍ୟକ୍ତି କ’ଣ ଠିକ୍ ଓ କ’ଣ ଭୁଲ୍ ତାହା ଭୁଲିଯାଏ ଏବଂ ବିଭିନ୍ନ ଆବେଗ ଦ୍ୱାରା ପରିଚାଳିତ ହୁଏ । ଏହିଠାରୁ ପତନ ଆରମ୍ଭ ହୁଏ - ସ୍ମୃତି ଭ୍ରମିତ ହୋଇ ଶେଷରେ ବୁଦ୍ଧିକୁ ନଷ୍ଟ କରିଦିଏ । ଯେହେତୁ ବୁଦ୍ଧି ଆମର ଅନ୍ତରଙ୍ଗ ମାର୍ଗଦର୍ଶକ ଅଟେ, ଏହା ନଷ୍ଟ ହେବା ଦ୍ୱାରା ବ୍ୟକ୍ତିର ପତନ ହୋଇଯାଏ । ଏହିପରି ଭାବରେ, ଏଠାରେ ଦିବ୍ୟତାରୁ ଅଶୁଦ୍ଧତା ପର୍ଯ୍ୟନ୍ତ ପତନର ମାର୍ଗ ବିଷୟରେ ବର୍ଣ୍ଣନା କରାଯାଇଅଛି ଯାହାର ଶୃଙ୍ଖଳା ଇନ୍ଦ୍ରିୟ-ବିଷୟରେ ସୁଖର ଚିନ୍ତନରୁ ଆରମ୍ଭ ହୋଇ ବୁଦ୍ଧିନାଶ ପର୍ଯ୍ୟନ୍ତ ଚାଲିଥାଏ ।"
},
{
"verseTitle": "Bhagavad Gita 2.64",
"verse": "64",
"chapter": 2,
"lang": "or",
"shloka": {
"speaker": "",
"sanskrit": "रागद्वेषवियुक्तैस्तु विषयानिन्द्रियैश्चरन्।\n\nआत्मवश्यैर्विधेयात्मा प्रसादमधिगच्छति ॥64॥",
"text": "ରାଗଦ୍ୱେଷବିଯୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ।\nଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି ।।୬୪।।",
"audioLink": "https://www.holy-bhagavad-gita.org/public/audio/002_064.mp3"
},
"wordMeanings": "ରାଗ- ଆସକ୍ତି; ଦ୍ୱେଷ- ଘୃଣା; ବିଯୁକ୍ତୈଃ- ମୁକ୍ତ ହୋଇ; ତୁ- କିନ୍ତୁ; ବିଷୟାନ୍-ଇନ୍ଦ୍ରିୟ ଭୋଗ୍ୟବସ୍ତୁ; ଇନ୍ଦ୍ରିୟୈଃ- ଇନ୍ଦ୍ରିୟମାନଙ୍କ ଦ୍ୱାରା; ଚରନ୍-ଆଚରଣ କରି; ଆତ୍ମବଶୈଃ- ମନକୁ ନିୟନ୍ତ୍ରଣ କରି; ବିଧେୟାତ୍ମା- ଯିଏ ମନକୁ ଜୟ କରିଥାଏ; ପ୍ରସାଦମ୍- ଭଗବାନଙ୍କର କୃପା; ଅଧିଗଚ୍ଛତି- ପ୍ରାପ୍ତ ହୁଏ ।",
"translation": {
"text": "କିନ୍ତୁ ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରିତ କରି ରାଗ ଏବଂ ଦ୍ୱେଷରୁ ମୁକ୍ତ ରହିଥାଏ, ସେ ଇନ୍ଦ୍ରିୟ ବିଷୟର ଉପଯୋଗ କରୁଥିଲେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-64.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.64.mp3"
]
},
"commentary": "ଇନ୍ଦ୍ରିୟଭୋଗ ବସ୍ତୁରେ ଆନନ୍ଦର ଚିନ୍ତନ ଠାରୁ ଧ୍ୱଂସାଭିମୁଖୀ ନିମ୍ନଗାମୀ ସୋପାନର ଅୟମାରମ୍ଭ ହୁଏ । ଶରୀରର ତୃଷ୍ଣା ପରି, ଆନନ୍ଦ ପ୍ରତି ଆକର୍ଷିତ ହେବା ଆତ୍ମାର ସହଜାତ ପ୍ରବୃତ୍ତି ଅଟେ । “ମୁଁ କେଉଁଠାରେ ସୁଖର ଚିନ୍ତନ କରିବି ନାହିଁ”- ଏପରି ଚିନ୍ତା କରିବା ଅଜ୍ଞତା ଅଟେ କାରଣ ଏହା ଆତ୍ମା ପାଇଁ ଅସ୍ୱାଭାବିକ ଅଟେ । ଅତଏବ, ଏହାର ସହଜ ସମାଧାନ ହେଉଛି ସଠିକ୍ ଦିଗରେ ଅର୍ଥାତ୍ ଭଗବାନଙ୍କଠାରେ ଆନନ୍ଦର ଅନ୍ୱେଷଣ କରିବା । ଭଗବାନଙ୍କ ଠାରେ ଆନନ୍ଦ ଅଛି, ବାରମ୍ବାର ଏହି ଚିନ୍ତନ କରିବାର ପରିଣାମ ସ୍ୱରୂପ ମନ ଭଗବାନଙ୍କ ଠାରେ ଆସକ୍ତ ହୋଇଯିବ । ମାୟିକ ଆସକ୍ତି ପରି ଏହି ଦିବ୍ୟ ଆସକ୍ତି ମନର ଅଧଃପତନ କରାଇ ନ ଥାଏ, ବରଂ ମନକୁ ପବିତ୍ର କରିଥାଏ । ଭଗବାନ ପୂର୍ଣ୍ଣ ଶୁଦ୍ଧ ଅଟନ୍ତି ଏବଂ ଆମେ ଯେତେବେଳେ ମନକୁ ତାଙ୍କଠାରେ ଅନୁରକ୍ତ କରିଦିଏ, ମନ ମଧ୍ୟ ଶୁଦ୍ଧ ହୋଇଯାଏ ।\nଶ୍ରୀକୃଷ୍ଣ ଯେତେବେଳେ ବି ଆସକ୍ତି ଓ କାମନା ତ୍ୟାଗ କରିବା ବିଷୟରେ କହୁଛନ୍ତି, ସେ ସାଂସାରିକ ଆସକ୍ତି ଓ କାମନାକୁ ଇଙ୍ଗିତ କରୁଛନ୍ତି । ଦିବ୍ୟ କାମନା ଓ ଆସକ୍ତିକୁ ତ୍ୟାଗ କରିବା ଉଚିତ ନୁହେଁ, କାରଣ ତାହା ବନ୍ଦନୀୟ ଅଟେ । ମନକୁ ପବିତ୍ର କରିବା ପାଇଁ ତାହାକୁ ବିକଶିତ କରିବା ଉଚିତ । ଭଗବାନଙ୍କ ପ୍ରତି ଆମର କାମନା ଯେତେ ତୀବ୍ର ହେବ, ଆମର ମନ ସେତେ ଅଧିକ ପବିତ୍ର ହେବ । ଜ୍ଞାନୀମାନେ, ଯିଏକି ନିରାକାର, ନିର୍ଗୁଣ ବ୍ରହ୍ମଙ୍କର ଉପାସନାକୁ ଗୁରୁତ୍ୱ ଦିଅନ୍ତି, ଏହି ତତ୍ତ୍ୱକୁ ନ ବୁଝି ସମସ୍ତ ଆସକ୍ତିକୁ ତ୍ୟାଗ କରିବାକୁ ପରାମର୍ଶ ଦିଅନ୍ତି । ଶ୍ରୀକୃଷ୍ଣ କହୁଛନ୍ତି: ଯେଉଁମାନେ ବିଶୁଦ୍ଧ ଭକ୍ତିରେ ମନକୁ ମୋ ଠାରେ ନିମଗ୍ନ କରନ୍ତି; ତାଙ୍କର ବୁଦ୍ଧି ତ୍ରିଗୁଣାତ୍ମିକ ମାୟାକୁ ଅତିକ୍ରମ କରି ବ୍ରହ୍ମରେ ସ୍ଥିତ ହୋଇଥାଏ (ଭଗବଦ୍ ଗୀତା ୧୪.୨୬) । ଆଗକୁ ଅନେକ ଶ୍ଳୋକରେ ଶ୍ରୀକୃଷ୍ଣ ବାରମ୍ବାର ଭଗବାନଙ୍କ ଠାରେ ମନ ଲଗାଇବା ପାଇଁ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି , ଯେମିତି କି ୮.୭, ୮.୧୪, ୯.୨୨, ୯.୩୪, ୧୦.୧୦, ୧୨.୮, ୧୧.୫୪, ୧୮.୫୫ ୧୮.୫୮, ୧୮.୬୫ ଇତ୍ୟାଦି ।\nରାଗ ଏବଂ ଦ୍ୱେଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଦ୍ୱେଷ ମନର ଏକ ନକାରାତ୍ମକ ସଂଯୋଗ ବ୍ୟତୀତ ଅନ୍ୟ କିଛି ନୁହେଁ । ଯେପରି ଆସକ୍ତିରେ, ଯେଉଁ ବସ୍ତୁରେ ମନ ଆସକ୍ତ ରହିଥାଏ ତାହା ମନକୁ ବାରମ୍ବାର ଆସେ, ସେହିପରି ଆମେ ଦ୍ୱେଷ କରୁଥିବା ବସ୍ତୁ ମଧ୍ୟ ଆମ ମନକୁ ବାରମ୍ବାର ଆସିଥାଏ । ତେଣୁ କୌଣସି ବସ୍ତୁରେ ରାଗ ବା ଦ୍ୱେଷ ମନ ଉପରେ ଏକ ପ୍ରକାର ପ୍ରଭାବ ପକାଇଥାଏ- ଏହା ମନକୁ କଳୁଷିତ କରାଏ ଏବଂ ତିନି ପ୍ରକାର ମାୟିକ ଗୁଣ ଆଡ଼କୁ ଟାଣିନିଏ । ଯେତେବେଳେ ମନ ଉଭୟ ରାଗ ଓ ଦ୍ୱେଷ ଠାରୁ ମୁକ୍ତ ହୁଏ ଏବଂ ଭଗବାନଙ୍କ ଭକ୍ତିରେ ନିମଗ୍ନ୍ ହୁଏ, ସେତେବେଳେ ବ୍ୟକ୍ତି ଭଗବାନଙ୍କର କୃପା ପ୍ରାପ୍ତ କରିଥାଏ ଏବଂ ଅନନ୍ତ ଦିବ୍ୟାନନ୍ଦ ଅନୁଭବ କରେ । ଏହିପରି ଉଚ୍ଚକୋଟୀର ଅନୁଭୂତି ପାଇବା ପରେ, ଇନ୍ଦ୍ରିୟ ବିଷୟର ଉପଯୋଗ କରି ମଧ୍ୟ ମନ ସେଥିରେ ଆସକ୍ତ ହୁଏନାହିଁ । ଅତଏବ, ଆମ୍ଭମାନଙ୍କ ପରି ସ୍ୱାଦ ଗ୍ରହଣ କରିବା, ସ୍ପର୍ଶ କରିବା, ଆଘ୍ରାଣ କରିବା, ଶୁଣିବା ଏବଂ ଦେଖିବା ଇତ୍ୟାଦି ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ, ସ୍ଥିତପ୍ରଜ୍ଞ ବ୍ୟକ୍ତି ଉଭୟ ରାଗ ଓ ଦ୍ୱେଷ ଠାରୁ ମୁକ୍ତ ରୁହନ୍ତି ।"
},
{
"verseTitle": "Bhagavad Gita 2.65",
"verse": "65",
"chapter": 2,
"lang": "or",
"shloka": {
"speaker": "",
"sanskrit": "प्रसादे सर्वदुःखानां हानिरस्योपजायते।\n\nप्रसन्नचेतसो ह्याशु बुद्धिः पर्यवतिष्ठते ॥65॥",
"text": "ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜାୟତେ ।\nପ୍ରସନ୍ନଚେତସୋ ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ ।।୬୫।।",
"audioLink": "https://www.holy-bhagavad-gita.org/public/audio/002_065.mp3"
},
"wordMeanings": "ପ୍ରସାଦେ- ଭଗବାନଙ୍କର ଅହୈତୁକୀ କୃପାଲାଭ କରି; ସର୍ବ-ସମସ୍ତ; ଦୁଃଖାନାଂ-ଭୌତିକ ଦୁଃଖ; ହାନିଃ-ଧ୍ୱଂସ; ଅସ୍ୟ- ତା’ର; ଉପଜାୟତେ-ହୁଏ; ପ୍ରସନ୍ନ ଚେତସଃ- ଶାନ୍ତ ଚିତ୍ତ; ହି-ନିଶ୍ଚିତଭାବେ; ଆଶୁ- ଖୁବ୍ ଶୀଘ୍ର; ବୁଦ୍ଧିଃ-ବୁଦ୍ଧି; ପର୍ଯ୍ୟବତିଷ୍ଠତେ-ଦୃଢ଼ ପ୍ରତିଷ୍ଠିତ ହୁଏ ।",
"translation": {
"text": "ଭଗବତ୍ କୃପାରୁ ଶାନ୍ତି ମିଳେ, ଯାହା ସମସ୍ତ ଦୁଃଖକୁ ନାଶ କରେ ଏବଂ ଏହିପରି ଶାନ୍ତ ଚିତ୍ତଯୁକ୍ତ ବ୍ୟକ୍ତିର ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ତା ପୂର୍ବକ ସ୍ଥିର ହୁଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-65.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.65.mp3"
]
},
"commentary": "କୃପା ଏକ ଦିବ୍ୟ ଶକ୍ତି, ଯାହା ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ସଂଚାରିତ ହୋଇଯାଏ । ସତ୍-ଚିତ୍-ଆନନ୍ଦ ସ୍ୱରୂପ ଭଗବାନ କୃପା ଦ୍ୱାରା ତାଙ୍କର ଦିବ୍ୟଜ୍ଞାନ, ଦିବ୍ୟପ୍ରେମ, ଦିବ୍ୟ ଆନନ୍ଦ ପ୍ରଦାନ କରନ୍ତି । ଧ୍ରୁବତାରା ସଦୃଶ ଏହା ବୁଦ୍ଧିକୁ ଭଗବତ୍ ପ୍ରେମ, ଆନନ୍ଦ ଓ ଜ୍ଞାନରେ ଦୃଢ଼ ଭାବରେ ସ୍ଥାପିତ କରାଏ । ଭଗବତ୍ କୃପାରୁ, ଯେତେବେଳେ ଆମେ ଉଚ୍ଚତର ଦିବ୍ୟ ଆନନ୍ଦର ଅନୁଭବ କରୁ, ଇନ୍ଦ୍ରିୟ ସୁଖ ହେତୁ ବିଚଳନ କ୍ଷାନ୍ତ ହୋଇଯାଏ । ଇନ୍ଦ୍ରିୟ ସୁଖ ପାଇଁ ସେହି ଲାଳସା ସମାପ୍ତ ହୋଇଗଲେ, ଜଣେ ସମସ୍ତ କଷ୍ଟକୁ ଅତିକ୍ରମ କରିଯାଏ ଏବଂ ମନ ଶାନ୍ତ ହୋଇଯାଏ । ଅନ୍ତରର ସେହି ପରିପୂର୍ଣ୍ଣ ଅବସ୍ଥାରେ ବୁଦ୍ଧିର ନିଶ୍ଚୟ ଦୃଢ଼ ହୋଇଯାଏ ଯେ ଭଗବାନ ହିଁ ସକଳ ସୁଖର ଉତ୍ସ ଏବଂ ଆତ୍ମାର ଅନ୍ତିମ ଲକ୍ଷ୍ୟ ଅଟନ୍ତି । ବୁଦ୍ଧି ପୂର୍ବରୁ ଏହାକୁ କେବଳ ଗ୍ରନ୍ଥ ଇତ୍ୟାଦିରୁ ପ୍ରାପ୍ତ ଜ୍ଞାନ ଭାବରେ ଗ୍ରହଣ କରୁଥିଲା, କିନ୍ତୁ ବର୍ତ୍ତମାନ ସେ ପ୍ରକୃତ ଶାନ୍ତି ଏବଂ ଦିବ୍ୟ ସୁଖକୁ ନିଜେ ଅନୁଭବ କଲା । ଏହା ବୁଦ୍ଧିର ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରାଇ ତାହାକୁ ଦୃଢ଼ ନିଶ୍ଚୟୀ କରାଇ ଥାଏ ଏବଂ ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ ଭାବରେ ସ୍ଥିତ ହୋଇଯାଏ ।"
},
{
"verseTitle": "Bhagavad Gita 2.66",
"verse": "66",
"chapter": 2,
"lang": "or",
"shloka": {
"speaker": "",
"sanskrit": "नास्ति बुद्धिरयुक्तस्य न चायुक्तस्य भावना।\n\nन चाभावयतः शान्तिरशान्तस्य कुतः सुखम् ॥66॥",
"text": "ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା ।\nନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍ ।।୬୬।।",
"audioLink": "https://www.holy-bhagavad-gita.org/public/audio/002_066.mp3"
},
"wordMeanings": "ନ ଅସ୍ତି- ନାହିଁ; ବୁଦ୍ଧିଃ-ଦିବ୍ୟ ବୁଦ୍ଧି; ଅଯୁକ୍ତସ୍ୟ- ଯୁକ୍ତ ନୁହେଁ; ନ- ନାହିଁ; ଚ- ଏବଂ; ଅଯୁକ୍ତସ୍ୟ- ଯିଏ ଯୁକ୍ତ ନୁହେଁ; ଭାବନା-ସୁଭାବନା ; ନ-ନାହିଁ; ଚ-ଏବଂ; ଅଭାବୟତଃ- ଯିଏ ସ୍ଥିର ନୁହେଁ; ଶାନ୍ତିଃ-ଶାନ୍ତି; ଅଶାନ୍ତସ୍ୟ-ଅଶାନ୍ତର; କୁତଃ- କାହିଁ; ସୁଖମ୍-ସୁଖ ।",
"translation": {
"text": "କିନ୍ତୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି, ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ନ ଥାଏ, ତା’ର ବୁଦ୍ଧି ଦୃଢ଼ ନିଶ୍ଚୟୀ ଏବଂ ଭଗବାନଙ୍କର ଚିନ୍ତନ ସ୍ଥିର ହୋଇ ନ ଥାଏ । ଯିଏ ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରେ ନାହିଁ, ତାକୁ ଶାନ୍ତି ମିଳେନାହିଁ; ଏବଂ ଯାହାଠାରେ ଶାନ୍ତିର ଅଭାବ ସେ ସୁଖି କେମିତି ହେବ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-66.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.66.mp3"
]
},
"commentary": "ଏହି ଶ୍ଳୋକରେ ବିପରୀତ କଥା କହି ଏବଂ ତାହାର ଖଣ୍ଡନ କରି ପୂର୍ବବର୍ତ୍ତୀ ଶ୍ଳୋକର ମର୍ମର ଦୃଢ଼ୀକରଣ କରାଯାଇଛି । ପୂର୍ବରୁ ଶ୍ରୀକୃଷ୍ଣ କହିଥିଲେ, “ଭଗବାନଙ୍କୁ ଜାଣ ଶାନ୍ତିକୁ ଜାଣ ।” ଏହି ଶ୍ଳୋକରେ ସେ କହୁଛନ୍ତି “ଭଗବାନ ନାହାଁନ୍ତି ତ ଶାନ୍ତି ନାହିଁ ।”\nଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରିବା ଜାଣିନାହିଁ, ସେ କେବେବି ଭଗବାନଙ୍କର ଧ୍ୟାନ କରିପାରିବ ନାହିଁ କିମ୍ବା ଦିବ୍ୟ ଶାନ୍ତି ଅନୁଭବ କରିପାରିବ ନାହିଁ । ଉଚ୍ଚତର ସ୍ୱାଦ ନ ମିଳିଲେ ନିମ୍ନତର ସ୍ୱାଦ ତ୍ୟାଗ କରିବା ଅସମ୍ଭବ ଅଟେ । ଭ୍ରମର ଫୁଲରସର ମୋହକୁ ତ୍ୟାଗ କରି ନ ପାରିବା ପରି, ଏପରି ବ୍ୟକ୍ତି ସର୍ବଦା ସାଂସାରିକ ସୁଖ ପ୍ରତି ଲାଳାୟିତ ରହନ୍ତି :\nରାତ୍ରିର୍ଗମିଷ୍ୟତି ଭବିଷ୍ୟତି ସୁପ୍ରଭାତଂଭାସ୍ୱାନୁଦ୍ୱେଷ୍ୟତି ହସିଷ୍ୟତି ପଙ୍କଜଶ୍ରୀଃଏବଂ ବିଚିନ୍ତୟତି କୋଷ ଗତେ ଦ୍ୱିରେପେଂହା ହନ୍ତ ହନ୍ତ ନଳିନୀଂ ଗଜ ଉଜ୍ଜହାର । (ସୁକ୍ତି ସୁଧାକର)\nସଂସ୍କୃତ ସାହିତ୍ୟର ଏହି ଲୋକପ୍ରିୟ କବିତାଟି ଗୋଟିଏ ଭ୍ରମରର କାହାଣୀ ବର୍ଣ୍ଣନା କରେ । ଭ୍ରମରଟିଏ ପଦ୍ମଫୁଲ ଉପରେ ବସି ମଧୁପାନ କରୁଥିଲା । ଯେମିତି ସୂର୍ଯ୍ୟାସ୍ତ ହେବାକୁ ଆରମ୍ଭ କଲା ଫୁଲର ପାଖୁଡ଼ାଗୁଡ଼ିକ ବନ୍ଦ ହେବାକୁ ଲାଗିଲା । କିନ୍ତୁ ଭ୍ରମରଟି ତା’ର ଇନ୍ଦ୍ରିୟ ସୁଖରେ ଏତେ ବିଭୋର ଥିଲା ଯେ ସେ ଉଡ଼ିଯିବାକୁ ଇଚ୍ଛା କଲାନାହିଁ । “ଫୁଲଟି ପୂରା ବନ୍ଦ ହେବାକୁ ଆହୁରି ସମୟ ଅଛି । ମୁଁ ଯେତେ ପାରେ ରସ ଆସ୍ୱାଦନ କରିନିଏ ।” ସେହିପରି, ବୃଦ୍ଧାବସ୍ଥାକୁ ମୃତ୍ୟୁର ଏକ ନିଶ୍ଚିତ ସଂକେତ ରୂପେ ଆମେ ଦେଖିପାରେ, କିନ୍ତୁ ଭ୍ରମରଟି ପରି ଆମେ ମଧ୍ୟ ସାଂସାରିକ ସୁଖରେ ମଜ୍ଜି ରହିଥାଏ ।\nଏହି ସମୟରେ ଅନ୍ଧାର ହୋଇଗଲା ଏବଂ ପଦ୍ମଫୁଲଟିର ପାଖୁଡା ବନ୍ଦ ହେବା ସହିତ ଭ୍ରମରଟି ତା’ ଭିତରେ ବନ୍ଦୀ ହୋଇଗଲା । ଭ୍ରମର ଭାବିଲା, “ଚିନ୍ତାର କୌଣସି କାରଣ ନାହିଁ । ଆଜି ରାତିଟି ମୋର ପ୍ରିୟ ଫୁଲ ଭିତରେ ରହିଯିବି । ଆସନ୍ତାକାଲି ସକାଳେ ପାଖୁଡ଼ା ଗୁଡ଼ିକ ଖୋଲିଗଲେ, ମୁଁ ଉଡ଼ିଯିବି ।” କାଷ୍ଠ ଭେଦୋ ନିପୁଣୋପି ସଂଗୃହୀ କୁଣ୍ଠିତୋ ଭବତି ପଦ୍ମ ବିଭେଦେ - ଭ୍ରମରର କାଠ କାଟିବାର ଶକ୍ତି ଅଛି କିନ୍ତୁ ବିଷୟାସକ୍ତିର ପରିଣାମକୁ ଲକ୍ଷ୍ୟ କରନ୍ତୁ, ଯେଉଁ ଭ୍ରମରଠାରେ କାଠକୁ ଭେଦ କରିବାର ଶକ୍ତି ଅଛି, ସେ ପଦ୍ମଫୁଲର କୋମଳ ପାଖୁଡ଼ାକୁ ଭେଦ କରି ନ ପାରି ତାହା ମଧ୍ୟରେ ଆବଦ୍ଧ ରହିଛି । ଏହି ସମୟରେ ହାତୀଟିଏ ଆସି, ତା’ର ଶୁଣ୍ଢରେ ନାଡ ସହିତ ପଦ୍ମଫୁଲଟିକୁ ଛିଣ୍ଡାଇ ଉଦରସ୍ଥ କରିଦେଲା । ପଦ୍ମଫୁଲ ସହିତ ଭ୍ରମରଟି ମଧ୍ୟ ହାତୀର ଉଦରକୁ ଚାଲିଗଲା । ଏବେ ବି ସେ ଭାବୁଛି “ମୋ ପ୍ରିୟ ଫୁଲଟି ଯେଉଁଆଡ଼େ ଯାଉଛି, ମୁଁ ତା ସହିତ ଖୁସିରେ ଯାଉଛି” । କିଛି ସମୟ ପରେ ସେ ମୃତ୍ୟୁ ବରଣ କଲା ।\nସେହିପରି, ଆମେ ମନୁଷ୍ୟମାନେ ମଧ୍ୟ ଇନ୍ଦ୍ରିୟ ମାନଙ୍କୁ ତୃପ୍ତ କରିବା ଦିଗରେ ସର୍ବଦା ପ୍ରଯତ୍ନଶୀଳ ରହି ଭଗବାନଙ୍କର ଭକ୍ତି କରିବାକୁ ମହାପୁରୁଷମାନଙ୍କ ଉପଦେଶକୁ ଅବଜ୍ଞା କରିଥାଉ ଏବଂ ଶେଷରେ ସମୟ ଆମକୁ ମୃତ୍ୟୁ ରୂପରେ ଗ୍ରାସ କରିଥାଏ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରନ୍ତି ନାହିଁ ଓ ଭକ୍ତି କରନ୍ତି ନାହିଁ, ସେମାନେ ମାୟାର ତ୍ରିଗୁଣାତ୍ମକ କଷ୍ଟରେ ପୀଡ଼ିତ ହୁଅନ୍ତି । ସାଂସାରିକ କାମନା କୁଣ୍ଡିଆ ପରି ଏକ ଚର୍ମରୋଗ ଅଟେ । ଆମେ ତାକୁ ଯେତେ କୁଣ୍ଡାଇବା, ତାହା ଆହୁରି ଅଧିକ ହୋଇଥାଏ । ଏପରି ମାୟିକ ଆସକ୍ତି ସହିତ ଆମେ ବାସ୍ତବରେ ସୁଖୀ ହେବା କିପରି?"
},
{
"verseTitle": "Bhagavad Gita 2.67",
"verse": "67",
"chapter": 2,
"lang": "or",
"shloka": {
"speaker": "",
"sanskrit": "इन्द्रियाणां हि चरतां यन्मनोऽनुविधीयते।\n\nतदस्य हरति प्रज्ञां वायु वमिवाम्भसि ॥67॥",
"text": "ଇନ୍ଦ୍ରିୟାଣାଂ ହି ଚରତାଂ ଯନ୍ମନୋଽନୁବିଧୀୟତେ ।\nତଦସ୍ୟ ହରତି ପ୍ରଜ୍ଞାଂ ବାୟୁର୍ନାବମିବାମ୍ଭସି ।।୬୭।।",
"audioLink": "https://www.holy-bhagavad-gita.org/public/audio/002_067.mp3"
},
"wordMeanings": "ଇନ୍ଦ୍ରିୟାଣାଂ- ଇନ୍ଦ୍ରିୟମାନଙ୍କ ମଧ୍ୟରେ; ହି- ବାସ୍ତବରେ; ଚରତାଂ-ବିଚରଣ କରି; ଯତ୍-ଯାହାକୁ; ମନଃ-ମନ; ଅନୁବିଧୀୟତେ- ନିରନ୍ତର ନିୟୋଜିତ ରହିଥାଏ; ତତ୍-ତାହା; ଅସ୍ୟ- ତାହାର; ହରତି-ହରଣ କରିନିଏ; ପ୍ରଜ୍ଞାଂ-ବୁଦ୍ଧି; ବାୟୁଃ-ବାୟୁ; ନାବମ୍-ନୌକା; ଇବ-ପରି; ଅମ୍ଭସି-ଜଳରେ ।",
"translation": {
"text": "ଯେମିତି ତେଜ ବାୟୁ ଗୋଟିଏ ନୌକାକୁ ତା’ର ଗନ୍ତବ୍ୟ ମାର୍ଗରୁ ବିଚ୍ୟୁତ କରାଏ, ସେହିପରି ଗୋଟିଏ ଇନ୍ଦ୍ରିୟ ପ୍ରତି ମନ କେନ୍ଦ୍ରିତ ହେଲେ ମଧ୍ୟ ତାହା ବୁଦ୍ଧିକୁ ମାର୍ଗଚ୍ୟୁତ କରାଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-67.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.67.mp3"
]
},
"commentary": "କଠୋପନିଷଦ ବର୍ଣ୍ଣନା କରେ ଯେ ଭଗବାନ ଆମର ପାଞ୍ଚ ଇନ୍ଦ୍ରିୟକୁ ବର୍ହିମୁଖ କରିଛନ୍ତି । ପରାଞ୍ôଚ ଖାନି ବ୍ୟତୃଣତ୍ସ୍ୱୟଂଭୂଃ (୨.୧.୧) । ତେଣୁ ସେମାନେ ବାହ୍ୟ ଜଗତରେ ନିଜ ନିଜର ବିଷୟ ପ୍ରତି ସ୍ୱାଭାବିକ ଭାବେ ଆକୃଷ୍ଟ ହୁଅନ୍ତି । ଯେ କୌଣସି ଗୋଟିଏ ଇନ୍ଦ୍ରିୟ ଠାରେ ବି ମନ ଯଦି ତା’ର ଧ୍ୟାନକୁ କେନ୍ଦ୍ରିତ କରେ, ତେବେ ତା’ର ମନକୁ ବିଚ୍ୟୁତ କରିବାର ଶକ୍ତି ରହିଛି ।\nକୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନାହତାଃ ପଞ୍ଚଭିରେବ ପଞ୍ଚଏକଃ ପ୍ରମାଦୀ ସ କଥଂ ନ ହନ୍ୟତେ ଯଃ ସେବତେ ପଞ୍ଚଭିରେବ ପଞ୍ଚ । (ସୁକ୍ତି ସୁଧାକର)\nହରିଣମାନେ ମଧୁର ଧ୍ୱନି ପ୍ରତି ଆକର୍ଷିତ ହୁଅନ୍ତି । ଶିକାରୀ ମଧୁର ଧ୍ୱନି ଦ୍ୱାରା ତାଙ୍କୁ ଆକୃଷ୍ଟ କରି ହତ୍ୟା କରେ । ମହୁମାଛି ମାନେ ସୁଗନ୍ଧ ପ୍ରତି ଆକର୍ଷିତ ହୁଅନ୍ତି । ସେମାନେ ଯେତେବେଳେ ଫୁଲରସ ପାନ କରୁଥାନ୍ତି ସେତେବେଳେ ଫୁଲଟି ବନ୍ଦ ହୋଇଯାଏ ଓ ସେମାନେ ତା ମଧ୍ୟରେ ବନ୍ଦୀ ହୋଇଯାନ୍ତି । ମାଛମାନେ ତାଙ୍କର ଖାଇବା ପ୍ରବୃତି ପାଇଁ ଅସୁବିଧାରେ ପଡ଼ନ୍ତି ଏବଂ ଧୀବର ପକାଇଥିବା ଥୋପକୁ ଢ଼ୋକି ଦିଅନ୍ତି । ପତଙ୍ଗମାନେ ଆଲୋକ ପ୍ରତି ଆକୃଷ୍ଟ ହୁଅନ୍ତି । ସେମାନେ ନିଆଁର ଅତି ନିକଟକୁ ଯାଇ ଜଳି ଯାଆନ୍ତି । ସ୍ପର୍ଶ ସୁଖ ହାତୀର ଦୁର୍ବଳତା ଅଟେ । ଶିକାରୀ ଏହାର ଉପଯୋଗ କରି ସ୍ତ୍ରୀ ହାତୀକୁ ଥୋପ ଭାବରେ ବ୍ୟବହାର କରି ପୁରୁଷ ହାତୀକୁ ଖାଲ ଭିତରକୁ ନେଇ ଆସେ । ସ୍ତ୍ରୀ ହାତୀକୁ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ଖାଲ ଭିତରକୁ ଥରେ ପଶିଗଲେ ସେ ସେଠାରୁ ବାହାରକୁ ଆସିପାରେ ନାହିଁ ଏବଂ ଶିକାରୀ ଦ୍ୱାରା ମୃତ୍ୟୁବରଣ କରେ । ଏହି ସମସ୍ତ ଜୀବମାନେ ତାଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ଦ୍ୱାରା ମୃତ୍ୟୁମୁଖରେ ପଡ଼ିଥାନ୍ତି । ତା’ହେଲେ ପାଞ୍ଚ ଇନ୍ଦ୍ରିୟର ସୁଖ ଭୋଗ କରୁଥିବା ମନୁଷ୍ୟର ଭାଗ୍ୟ କ’ଣ ହେବ ? ଏହି ଶ୍ଳୋକରେ ଶ୍ରୀକୃଷ୍ଣ ବୁଦ୍ଧିକୁ ବିପଥଗାମୀ କରିବା ପାଇଁ ଇନ୍ଦ୍ରିୟମାନଙ୍କର ଶକ୍ତି ବିଷୟରେ ଅର୍ଜୁନଙ୍କୁ ସାବଧାନ କରି ଦେଇଛନ୍ତି ।"
},
{
"verseTitle": "Bhagavad Gita 2.68",
"verse": "68",
"chapter": 2,
"lang": "or",
"shloka": {
"speaker": "",
"sanskrit": "तस्माद्यस्य महाबाहो निगृहीतानि सर्वशः ।\n\nइन्द्रियाणीन्द्रियार्थेभ्यस्तस्य प्रज्ञा प्रतिष्ठिता ॥68॥",
"text": "ତସ୍ମାଦ୍ଯସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।\nଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୬୮।।",
"audioLink": "https://www.holy-bhagavad-gita.org/public/audio/002_068.mp3"
},
"wordMeanings": "ତସ୍ମାତ୍- ତେଣୁ; ଯସ୍ୟ- ଯାହାର; ମହାବାହୋ- ହେ ମହାବାହୁ !; ନିଗୃହୀତାନି-ସଂଯତ; ସର୍ବଶଃ-ପୂର୍ଣ୍ଣତଃ; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡ଼ିକ; ଇନ୍ଦ୍ରିୟ ଅର୍ଥେଭ୍ୟଃ- ଇନ୍ଦ୍ରିୟ ବିଷୟରୁ; ତସ୍ୟ- ତାହାର; ପ୍ରଜ୍ଞା-ବୁଦ୍ଧି; ପ୍ରତିଷ୍ଠିତା- ସ୍ଥିର ।",
"translation": {
"text": "ତେଣୁ ହେ ଅର୍ଜୁନ! ଯେଉଁମାନେ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେଗୁଡ଼ିକର ବିଷୟ ଠାରୁ ଦୂରେଇ ରଖିପାରନ୍ତି, ସେମାନେ ଦିବ୍ୟ ଜ୍ଞାନରେ ଦୃଢ଼ ଭାବରେ ସ୍ଥିତ ହୁଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-68.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.68.mp3"
]
},
"commentary": "ସୁଜ୍ଞାନୀମାନେ ତାଙ୍କର ବୁଦ୍ଧିକୁ ଦିବ୍ୟ ଜ୍ଞାନ ଦ୍ୱାରା ନିୟନ୍ତ୍ରଣ କରିଥାନ୍ତି । ତା’ପରେ ସେହି ଶୁଦ୍ଧ ବୁଦ୍ଧି ଦ୍ୱାରା ସେମାନେ ତାଙ୍କର ମନକୁ ନିୟନ୍ତ୍ରଣ କରନ୍ତି, ଏବଂ ମନ ଇନ୍ଦ୍ରିୟମାନଙ୍କୁ ବଶ କରିଥାନ୍ତି । କିନ୍ତୁ ସାଂସାରିକ ବିଷୟ ଦ୍ୱାରା ନିୟନ୍ତ୍ରିତ ହେଲେ ଏହାର ବିପରୀତ ହୋଇଥାଏ । ଇନ୍ଦ୍ରିୟଗୁଡ଼ିକ ମନକୁ ନିଜ ନିଜ ଆଡକୁ ଟାଣିଥାନ୍ତି ଏବଂ ମନ ବୁଦ୍ଧିକୁ କବଳିତ କରିଦିଏ । ତଦ୍ୱାରା ବୁଦ୍ଧି ପ୍ରକୃତ କଲ୍ୟାଣର ପଥରୁ ଲକ୍ଷ୍ୟଚ୍ୟୁତ ହୁଏ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଦି ବୁଦ୍ଧି ଦିବ୍ୟଜ୍ଞାନ ଦ୍ୱାରା ବିଶୁଦ୍ଧ ହୁଏ ତା’ହେଲେ ଇନ୍ଦ୍ରିୟଗୁଡ଼ିକ ନିୟନ୍ତ୍ରିତ ହେବେ । ଇନ୍ଦ୍ରିୟଗୁଡ଼ିକ ବଶୀଭୂତ ହେଲେ ବୁଦ୍ଧି ଦିବ୍ୟ ଚେତନାର ପଥରୁ ବିଚ୍ୟୁତ ହେବନାହିଁ ।"
},
{
"verseTitle": "Bhagavad Gita 2.69",
"verse": "69",
"chapter": 2,
"lang": "or",
"shloka": {
"speaker": "",
"sanskrit": "या निशा सर्वभूतानां तस्यां जागर्ति संयमी। \n\nयस्यां जाग्रति भूतानि सा निशा पश्यतो मुनेः ॥69॥",
"text": "ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତି ସଂଯମୀ ।\nଯସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ ।।୬୯।।",
"audioLink": "https://www.holy-bhagavad-gita.org/public/audio/002_069.mp3"
},
"wordMeanings": "ଯା- ଯାହା; ନିଶା-ରାତ୍ରି; ସର୍ବ-ସମସ୍ତ; ଭୂତାନାଂ-ଜୀବମାନଙ୍କର; ତସ୍ୟାଂ-ସେଥିରେ; ଜାଗର୍ତି-ଜାଗ୍ରତ; ସଂଯମୀ- ଆତ୍ମସଂଯମୀ; ଯସ୍ୟାଂ-ଯେଉଁଥିରେ; ଜାଗ୍ରତି-ଜାଗ୍ରତ; ଭୂତାନି-ସମସ୍ତ ଜୀବ; ସା-ତାହା; ନିଶା- ରାତ୍ରି; ପଶ୍ୟତଃ-ଦେଖନ୍ତି; ମୁନେଃ- ମୁନିମାନେ ।",
"translation": {
"text": "ଯାହାକୁ ସମସ୍ତ ପ୍ରାଣୀ ଦିନ ଭାବରେ ବିଚାର କରନ୍ତି, ତାହା ବିଜ୍ଞ ଲୋକର ଅଜ୍ଞାନର ରାତ୍ରି ଅଟେ ଏବଂ ଯାହାକୁ ସମସ୍ତ ପ୍ରାଣୀ ରାତ୍ରି ଭାବରେ ବିବେଚନା କରନ୍ତି, ତାହା ମନନଶୀଳ ମୁନିମାନଙ୍କ ପାଇଁ ଦିନ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-69.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.69.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ଦିନ ଓ ରାତିକୁ ସାଂକେତିକ ଅର୍ଥରେ ବ୍ୟବହାର କରିଛନ୍ତି । ଲୋକମାନେ ଅନେକ ସମୟରେ ଏହାର ଆକ୍ଷରିକ ଅର୍ଥ କରି ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ଏକଦା ଜଣେ ଖଡ଼େଶ୍ରୀ ବାବା (ଛିଡ଼ା ହୋଇ ରହୁôଥିବା ସାଧୁ) ଥିଲେ, ଯାହାଙ୍କୁ ତାଙ୍କର ଶିଷ୍ୟମାନେ ଜଣେ ଅତି ଉଚ୍ଚକୋଟୀର ସାଧୁ ବୋଲି କହୁôଥିଲେ । ସେ ପଞ୍ଚତିରିଶ ବର୍ଷ ଧରି ଶୋଇ ନ ଥିଲେ । ସେ ତାଙ୍କ କକ୍ଷରେ ଏକ ଝୁଲନ୍ତା ଦଉଡ଼ି କାଖତଳେ ଧରି ଛିଡା ହୋଇ ରହୁଥିଲେ । ସେ ଛିଡ଼ା ହେବା ଭଙ୍ଗିରେ ରହିବା ପାଇଁ ସେଇ ଦଉଡ଼ିକୁ ବ୍ୟବହାର କରୁôଥିଲେ । ଏପରି କଷ୍ଟଦାୟୀ ସାଧନା ପାଇଁ ସେ କେଉଁଠାରୁ ପ୍ରେରଣା ପାଇଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କଲେ, ସେ ଭଗବଦ୍ ଗୀତାର ଏହି ଶ୍ଳୋକକୁ ଉଦ୍ଧୃତ କରୁଥିଲେ: “ଯାହାକୁ ସକଳ ପ୍ରାଣୀ ରାତି ଭାବରେ ଦେଖନ୍ତି, ବିଜ୍ଞଲୋକ ତାକୁ ଦିନ ଭାବରେ ବିବେଚନା କରିଥାଏ ।” ଏହାକୁ ପାଳନ କରିବାକୁ ସେ ରାତିରେ ଶୋଇବା ତ୍ୟାଗ କରିଥିଲେ । ଦେଖନ୍ତୁ, ଶ୍ଳୋକର କେତେ ଭୁଲ୍ ବୁଝାମଣା ! ସେହିପରି ଛିଡ଼ା ହେବା ଦ୍ୱାରା ତାଙ୍କର ପାଦ ଓ ଗୋଡ଼ର ନିମ୍ନ ଅଂଶ ଫୁଲିଯାଇଥିଲା ଏବଂ ପ୍ରକୃତରେ ଛିଡ଼ା ହେବା ବ୍ୟତୀତ ସେ ଅନ୍ୟ କିଛି କରିପାରୁ ନ ଥିଲେ ।\nଆସନ୍ତୁ ଶ୍ରୀକୃଷ୍ଣଙ୍କ ବାଣୀର ପ୍ରକୃତ ଅର୍ଥ ବୁଝିବାକୁ ଚେଷ୍ଟା କରିବା । ଯେଉଁମାନଙ୍କର ଚିନ୍ତାଧାରା ପାର୍ଥିବ, ସେମାନେ ସଂସାରର ଭୋଗକୁ ହିଁ ଜୀବନର ପ୍ରକୃତ ଲକ୍ଷ୍ୟ ଭାବେ ଧରିନିଅନ୍ତି । ସେମାନେ ସାଂସାରିକ ସୁଖ ପ୍ରାପ୍ତିକୁ ଜୀବନର ସଫଳତା ବା ଦିନ ଭାବିଥାନ୍ତି, ଏବଂ ଇନ୍ଦ୍ରିୟସୁଖରୁ ବଞ୍ôଚତ ହେବାକୁ ଅନ୍ଧକାର ବା ରାତ୍ରି ଭାବିଥାନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ଦିବ୍ୟ ଜ୍ଞାନଯୁକ୍ତ, ସେମାନେ ଇନ୍ଦ୍ରିୟ ସୁଖକୁ ଆତ୍ମା ପାଇଁ କ୍ଷତିକାରକ ମନେ କରିଥାନ୍ତି ଏବଂ ତାକୁ ରାତ୍ରି ସହିତ ତୁଳନା କରନ୍ତି । ସେମାନେ ଇନ୍ଦ୍ରିୟ ସୁଖ ଠାରୁ ଦୂରେଇ ରହି ଆତ୍ମାର ଉନ୍ନତି କରିବାକୁ ପ୍ରକୃତ ଦିନ ଭାବରେ ବିଚାର କରନ୍ତି । ଶ୍ରୀକୃଷ୍ଣ ଏହିସବୁ ଶବ୍ଦର ଉପମା ଦେଇ କହୁଛନ୍ତି ଯେ, ବିଜ୍ଞ ବ୍ୟକ୍ତିମାନେ ଯାହାକୁ ରାତ୍ରି ଭାବିଥାନ୍ତି, ସଂସାରୀ ବ୍ୟକ୍ତି ତାହାକୁ ଦିନ ଭାବିଥାଏ ଓ ବିଜ୍ଞ ବ୍ୟକ୍ତି ଯାହାକୁ ଦିନ କହିଥାନ୍ତି, ତାକୁ ସାଂସାରିକ ବ୍ୟକ୍ତି ରାତ୍ରି ବିବେଚନା କରିଥାଏ ।"
},
{
"verseTitle": "Bhagavad Gita 2.70",
"verse": "70",
"chapter": 2,
"lang": "or",
"shloka": {
"speaker": "",
"sanskrit": "आपूर्यमाणमचलप्रतिष्ठं समुद्रमापः प्रविशन्ति यद्वत् । \n\nतद्वत्कामा यं प्रविशन्ति सर्वे स शान्तिमाजोति न कामकामी ॥70॥",
"text": "ଆପୂର୍ଯ୍ୟମାଣମଚଳପ୍ରତିଷ୍ଠଂ\nସମୁଦ୍ରମାପଃ ପ୍ରବିଶନ୍ତି ଯଦ୍ବତ୍ ।\nତଦ୍ବତ୍କାମା ଯଂ ପ୍ରବିଶନ୍ତି ସର୍ବେ\nସ ଶାନ୍ତିମାପ୍ନୋତି ନ କାମକାମୀ ।।୭୦।।",
"audioLink": "https://www.holy-bhagavad-gita.org/public/audio/002_070.mp3"
},
"wordMeanings": "ଆପୂର୍ଯ୍ୟମାଣମ୍- ସର୍ବତୋ ଭାବେ ପରିପୂର୍ଣ୍ଣ; ଅଚଳ-ପ୍ରତିଷ୍ଠଂ- ଅବିଚଳିତ; ସମୁଦ୍ରମ୍-ସମୁଦ୍ର; ଆପଃ-ଜଳ; ପ୍ରବିଶନ୍ତି- ପ୍ରବେଶ କରେ; ଯଦ୍ବତ୍- ଯେପରି; ତଦ୍ବତ୍- ସେହିପରି; କାମାଃ-କାମନାଗୁଡ଼ିକ; ଯଂ-ଯାହା ମଧ୍ୟରେ; ପ୍ରବିଶନ୍ତି-ପ୍ରବେଶ କରନ୍ତି; ସର୍ବେ-ସମସ୍ତେ; ସଃ-ସେହି ବ୍ୟକ୍ତି; ଶାନ୍ତିମ୍-ଶାନ୍ତି; ଆପ୍ନୋତି-ପ୍ରାପ୍ତ ହୁଏ; ନ-ନୁହେଁ; କାମ-କାମୀ-ଯିଏ କାମନା ପୂର୍ତ୍ତି ଇଚ୍ଛାକରେ ।",
"translation": {
"text": "ସମୁଦ୍ରରେ ମିଶିବା ପାଇଁ ନଦୀଜଳର ଅବିଶ୍ରାନ୍ତ ପ୍ରବାହ ସତ୍ତ୍ୱେ ସମୁଦ୍ର ଅବିଚଳିତ ରହିବା ପରି, ବିଜ୍ଞ ବ୍ୟକ୍ତିମାନେ ନିଜ ଚର୍ତୁପାଶ୍ୱର୍ରେ ଥିବା ଭୌତିକ ବସ୍ତୁମାନଙ୍କର ଆକର୍ଷଣ ଦ୍ୱାରା ଅବିଚଳିତ ରହି ଶାନ୍ତି ପ୍ରାପ୍ତ କରନ୍ତି । କାମନା ପୂରଣ ପାଇଁ ଚେଷ୍ଟିତ ରହିଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରିପାରେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-70.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.70.mp3"
]
},
"commentary": "ସମୁଦ୍ର ତା’ର ଶାନ୍ତ ଅବସ୍ଥା ବଜାୟ ରଖିବାରେ ଅଦ୍ୱିତୀୟ ଅଟେ । ନଦୀମାନଙ୍କର ଅବିଶ୍ରାନ୍ତ ପ୍ରବାହ ତା’କୁ ଜଳପ୍ଳାବିତ କରୁôଥିଲେ ମଧ୍ୟ ସେ ସର୍ବଦା ଶାନ୍ତ ରହିଥାଏ । ପୃଥିବୀର ସବୁ ନଦୀର ଜଳ ସମୁଦ୍ରରେ ମିଶୁଥିଲେ ବି ସେଥିରେ ବନ୍ୟା ଆସେନାହିଁ କିମ୍ବା କେବେ ତା’ର ଜଳ ହ୍ରାସ ପାଏନାହିଁ । ଶ୍ରୀକୃଷ୍ଣ ଆପୂର୍ଯ୍ୟମାଣଂ (ସମସ୍ତ ଦିଗରୁ ପୂର୍ଣ୍ଣ)ଶବ୍ଦ ବ୍ୟବହାର କରି ବର୍ଣ୍ଣନା କରିଛନ୍ତି ଯେ, ନଦୀଗୁଡ଼ିକ ବର୍ଷାଋତୁରେ ତାଙ୍କର ସମସ୍ତ ଜଳ ସମୁଦ୍ରରେ ଢ଼ାଳି ଦେଲେ ମଧ୍ୟ ସମୁଦ୍ରକୁ ଉଛୁଳାଇବାରେ ସକ୍ଷମ ହୁଅନ୍ତି ନାହିଁ । ସେହିପରି ସିଦ୍ଧ ମହାତ୍ମାମାନେ ଉଭୟ ଅବସ୍ଥାରେ - ଭୌତିକ ବସ୍ତୁକୁ ଶରୀର ପାଇଁ ଉପଯୋଗ କରି ବା ସେଗୁଡ଼ିକର ଅଭାବରେ, ଶାନ୍ତ ଏବଂ ଅବିଚଳିତ ରହିଥାଆନ୍ତି । କେବଳ ସେହିପରି ଜଣେ ସାଧକ ବାସ୍ତବ ଶାନ୍ତି ପ୍ରାପ୍ତ କରିପାରେ ।"
},
{
"verseTitle": "Bhagavad Gita 2.71",
"verse": "71",
"chapter": 2,
"lang": "or",
"shloka": {
"speaker": "",
"sanskrit": "विहाय कामान्यः सर्वान्पुमांश्चरति निःस्पृहः\n\nनिर्ममो निरहङ्कारः स शान्तिमधिगच्छति ॥71॥",
"text": "ବିହାୟ କାମାନ୍ ଯଃ ସର୍ବାନ୍ପୁମାଂଶ୍ଚରତି ନିଃସ୍ପୃହଃ ।\nନିର୍ମମୋ ନିରହଙ୍କାରଃ ସ ଶାନ୍ତିମଧିଗଚ୍ଛତି ।।୭୧।।",
"audioLink": "https://www.holy-bhagavad-gita.org/public/audio/002_071.mp3"
},
"wordMeanings": "ବିହାୟ-ତ୍ୟାଗ କରି; କାମାନ୍-ସମସ୍ତ ପ୍ରକାର ଭୌତିକ କାମନାକୁ; ଯଃ-ଯିଏ; ସର୍ବାନ୍-ସମସ୍ତ; ପୁମାନ୍-ବ୍ୟକ୍ତି; ଚରତି-ଆଚରଣ କରେ; ନିଃସ୍ପୃହଃ-ନିଷ୍କାମ; ନିର୍ମମଃ-ମମତ୍ୱହୀନ; ନିରହଙ୍କାରଃ-ଅହଙ୍କାର ଶୂନ୍ୟ; ସଃ-ସେ; ଶାନ୍ତିଂ-ପୂର୍ଣ୍ଣଶାନ୍ତି; ଅଧିଗଚ୍ଛତି-ପ୍ରାପ୍ତ ହୁଏ ।",
"translation": {
"text": "ଯେଉଁ ବ୍ୟକ୍ତି ସମସ୍ତ ସାଂସାରିକ କାମନା ତ୍ୟାଗ କରି ଲୋଭ, ମମତ୍ୱ ଏବଂ ଅହଂକାର ମୁକ୍ତ ରହେ, ସେ ପ୍ରକୃତ ସୁଖ ପ୍ରାପ୍ତ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-71.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.71.mp3"
]
},
"commentary": "ଏହି ଶ୍ଳୋକରେ ଶ୍ରୀକୃଷ୍ଣ ସେସବୁ ବିଷୟରେ କହିଛନ୍ତି ଯାହା ବ୍ୟକ୍ତିର ଶାନ୍ତି ନଷ୍ଟ କରେ ଏବଂ ସେ ଅର୍ଜୁନଙ୍କୁ ତାହା ତ୍ୟାଗ କରିବାକୁ କହିଛନ୍ତି ।\nସାଂସାରିକ କାମନା: କାମନାଟିଏ ଉତ୍ପନ୍ନ ହେବା ମାତ୍ରେ ଆମେ ଲୋଭ ଓ କ୍ରୋଧର ଜାଲରେ ଛନ୍ଦି ହୋଇଯାଉ । ଉଭୟ ଦିଗରୁ ଆମେ ବନ୍ଧନରେ ପଡ଼ିଯାଉ । ତେଣୁ କାମନାର ପୂର୍ତ୍ତି ନିମନ୍ତେ ପ୍ରଯତ୍ନ କରିବା ଆନ୍ତରିକ ଶାନ୍ତିର ମାର୍ଗ ନୁହେଁ, ବରଂ ତାହାକୁ ତ୍ୟାଗ କରିବା ହିଁ ଶ୍ରେଷ୍ଠ ପନ୍ଥା ଅଟେ ।\nଲୋଭ: ପ୍ରଥମତଃ, ସାଂସାରିକ ଉନ୍ନତିର ଲୋଭ ସମୟର ବୃଥା ଅପଚୟ ଅଟେ । ଦ୍ୱିତୀୟତଃ, ଏହା ଏକ ଅନ୍ତହୀନ ଦୌଡ଼ ଅଟେ । ଉନ୍ନତ ଦେଶମାନଙ୍କରେ କ୍ୱଚିତ ଲୋକଙ୍କର ଖାଇବା ଓ ପିନ୍ଧିବା ଇତ୍ୟାଦିର ଅଭାବ ଥାଏ । ତଥାପି ସେମାନେ ଅଶାନ୍ତ ରହନ୍ତି; କାରଣ ସେମାନଙ୍କର ଲାଳସା ପୂର୍ଣ୍ଣ ହୁଏନାହିଁ । ତେଣୁ ଯେଉଁ ବ୍ୟକ୍ତିର ସନ୍ତୋଷ ରୂପକ ଧନ ଥାଏ, ସେ ହିଁ ଜୀବନର ସବୁଠାରୁ ବଡ଼ ସମ୍ପତ୍ତିର ଅଧିକାରୀ ଅଟନ୍ତି ।\nଅହଂକାର: ଲୋକଙ୍କ ମଧ୍ୟରେ ଉପୁଜୁଥିବା କଳହର ମୁଖ୍ୟ କାରଣ ଅହଂକାର ଅଟେ । ମାର୍କ ଏଚ୍ ମ୍ୟାକରମ୍ୟାକ୍, “ହାବାର୍ଡ଼ ବ୍ୟବସାୟ ସ୍କୁଲରେ ସେମାନେ ଯାହା ତୁମକୁ ପଢ଼ାନ୍ତି ନାହିଁ” (ଡଷବଗ୍ଧ ଗ୍ଧଷରଚ୍ଚ ୟକ୍ଟଦ୍ଭ’ଗ୍ଧ ଗ୍ଧରବମଷ ଚ୍ଚକ୍ଟଙ୍କ ବଗ୍ଧ ଐବଙ୍ଖବକ୍ସୟ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଝମଷକ୍ଟକ୍ଟକ୍ଷ) ବହିର ରଚୟିତା, ଲେଖିଛନ୍ତି- “ଅଧିକାଂଶ ପ୍ରତିଷ୍ଠାନର ଉଚ୍ଚ ଅଧିକାରୀମାନେ ବିଶାଳ ଅହଂକାର ସଦୃଶ ଅଟନ୍ତି, ଯେଉଁଠାରୁ କେତୋଟି ହାତ ପାଦ ବାହାରକୁ ବାହାରି ଥାଏ ।” ଗଣନାରୁ ଦେଖାଯାଇଛି ଯେ, ଅଧିକାଂଶ ଉଚ୍ଚପଦସ୍ଥ ଅଧିକାରୀ କୌଣସି ବୃତ୍ତିଗତ ଅସମର୍ଥତା ଯୋଗୁଁ ସେମାନଙ୍କର ପଦ ହରାଇ ନ ଥାନ୍ତି, ବରଂ ପାରସ୍ପରିକ ସମ୍ବନ୍ଧ ଜନିତ କାରଣରୁ ହରାଇ ଥାଆନ୍ତି । ତେଣୁ ଶାନ୍ତି ପାଇବାର ରାସ୍ତା ଅହଂକାର ପୋଷଣ କରିବା ନୁହେଁ ବରଂ ତାହାକୁ ତ୍ୟାଗ କରିବା ଅଟେ ।\nମମତ୍ୱ: ମମତ୍ୱର ଭାବନା ଅଜ୍ଞାନତା ଯୋଗୁଁ ଉତ୍ପନ୍ନ ହୋଇଥାଏ, କାରଣ ସମଗ୍ର ସଂସାର ଭଗବାନଙ୍କର ଅଟେ । ଆମେ ଏ ସଂସାରକୁ ରିକ୍ତ ହସ୍ତରେ ଆସିଥିଲେ ଏବଂ ରିକ୍ତ ହସ୍ତରେ ଫେରିଯିବା । ତାହେଲେ ସଂସାରର କୌଣସି ବସ୍ତୁକୁ ଆମେ ନିଜର କେମିତି ଭାବିବା ?"
},
{
"verseTitle": "Bhagavad Gita 2.72",
"verse": "72",
"chapter": 2,
"lang": "or",
"shloka": {
"speaker": "",
"sanskrit": "एषा ब्राह्मी स्थितिः पार्थ नैनां प्राप्य विमुह्यति ।\n\nस्थित्वास्यामन्तकालेऽपि ब्रह्मनिर्वाणमृच्छति ॥72॥",
"text": "ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।\nସ୍ଥିତ୍ୱାସ୍ୟାମନ୍ତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।।୭୨।।",
"audioLink": "https://www.holy-bhagavad-gita.org/public/audio/002_072.mp3"
},
"wordMeanings": "ଏଷା- ଏହି; ବ୍ରାହ୍ମୀ ସ୍ଥିତିଃ -ଭଗବତ୍ ପ୍ରାପ୍ତିର ଅବସ୍ଥା; ପାର୍ଥ- ହେ ପୃଥାପୁତ୍ର; ନ-ନୁହେଁ; ଏନାଂ-ଏହା; ପ୍ରାପ୍ୟ- ପ୍ରାପ୍ତ ହୋଇ; ବିମୁହ୍ୟତି-ମୁହ୍ୟମାନ ହୁଏ; ସ୍ଥିତ୍ୱା-ଅବସ୍ଥାନ କରି; ଅସ୍ୟାମ୍- ଏଥିରେ ; ଅନ୍ତକାଳେ- ମୃତ୍ୟୁ କାଳରେ; ଅପି- ମଧ୍ୟ; ବ୍ରହ୍ମ-ନିର୍ବାଣଂ- ମାୟାନିବୃତ୍ତି; ଋଚ୍ଛତି- ପ୍ରାପ୍ତ ହୁଏ ।",
"translation": {
"text": "ହେ ପାର୍ଥ! ଜୀବ ଜ୍ଞାନଦୀପ୍ତ ଅବସ୍ଥାକୁ ପ୍ରାପ୍ତ କରି ପୁନର୍ବାର ମାୟାଗ୍ରସ୍ତ ହୁଏ ନାହିଁ । ମୃତ୍ୟୁ ସମୟରେ ଚେତନାର ଏହି ସ୍ତରରେ ସ୍ଥିତ ରହି ଜୀବ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଧାମ ପ୍ରାପ୍ତ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C2-H-72.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/2.72.mp3"
]
},
"commentary": "ବ୍ରହ୍ମ ଅର୍ଥାତ୍ ଭଗବାନ ଏବଂ ବ୍ରାହ୍ମୀ ସ୍ଥିତି ଅର୍ଥାତ୍ ଭଗବତ୍ ପ୍ରାପ୍ତ ଅବସ୍ଥା । ଯେତେବେଳେ ଜୀବ ତା’ର ଅନ୍ତଃକରଣ (ମନ ଓ ବୁଦ୍ଧିକୁ ଏକତ୍ରିତ ଭାବେ ହୃଦୟ ବା ଅନ୍ତଃକରଣ କୁହାଯାଇଥାଏ)କୁ ଶୁଦ୍ଧ କରିନିଏ, ଭଗବାନ ତାକୁ ନିଜର ଦିବ୍ୟ କୃପା ପ୍ରଦାନ କରନ୍ତି, ଯାହା ୨.୬୪ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି । ସେ ତାଙ୍କର କୃପା ଦ୍ୱାରା, ଜୀବକୁ ଦିବ୍ୟଜ୍ଞାନ, ଦିବ୍ୟାନନ୍ଦ ଓ ଦିବ୍ୟ ପ୍ରେମ ପ୍ରଦାନ କରନ୍ତି । ଏସବୁ ଦିବ୍ୟ ଶକ୍ତି ଅଟେ ଯାହା ଭଗବତ୍ ପାପ୍ତି ସମୟରେ ଭଗବାନ ଜୀବକୁ ଦେଇଥାନ୍ତି ।\nତା ସହିତ ସେ ମାୟାର ବନ୍ଧନରୁ ଜୀବକୁ ମୁକ୍ତ କରନ୍ତି । ସବୁ ସଞ୍ଚିତ କର୍ମ (ଅନନ୍ତ ଜନ୍ମର କର୍ମର ହିସାବ) ନଷ୍ଟ ହୋଇଯାଏ । ଅବିଦ୍ୟା, ବା ମାୟିକ ଜଗତ ସମ୍ବନ୍ଧୀ ଅନାଦିକାଳୀନ ଅଜ୍ଞାନତା ଦୂର ହୋଇଯାଏ । ତ୍ରିଗୁଣ, ତିନୋଟି ମାୟିକ ଗୁଣର ପ୍ରଭାବ ସମାପ୍ତ ହୁଏ । ତ୍ରିଦୋଷ, ମାୟା ଜନିତ ତିନିଦୋଷ ସମାପ୍ତ ହୁଏ । ପଞ୍ଚକ୍ଳେଷ, ମାୟିକ ବୁଦ୍ଧିର ପାଞ୍ଚଟି ଦୋଷ ନଷ୍ଟ ହୁଏ । ପଞ୍ଚ କୋଷ, ମାୟିକ ଶକ୍ତିର ପାଞ୍ଚଟି ଆବରଣ ଭସ୍ମ ହୋଇଯାଏ । ତାପରେ ଆତ୍ମା ଚିରକାଳ ପାଇଁ ମାୟାର ବନ୍ଧନରୁ ମୁକ୍ତ ହୋଇଯାଏ ।\nଭଗବତ୍ ପ୍ରାପ୍ତିର ଏହି ଅବସ୍ଥାରେ ଉପନୀତ ହୋଇ ଜୀବ ଜୀବନ ମୁକ୍ତ ହୋଇଯାଏ । ସେ ଶରୀର ଧାରଣ କରି ମଧ୍ୟ ମୁକ୍ତ ହୋଇଥାଏ । ଶେଷରେ ମୃତ୍ୟୁ ସମୟରେ ସେ ତାର ପାର୍ଥିବ ଶରୀର ତ୍ୟାଗ କରି ଭଗବାନଙ୍କର ଦିବ୍ୟଧାମକୁ ଗମନ କରିଥାଏ । ଋକ୍ବେଦ କହେ:\nତଦ୍ବିଷ୍ଣୋଃ ପରମଂ ପଦଂ ସଦା ପଶ୍ୟନ୍ତି ସୂରୟଃ । (୧.୨୨.୨୦)\n“ଜୀବ ଥରେ ଭଗବାନଙ୍କୁ ପ୍ରାପ୍ତ କରିନେଲେ, ସର୍ବଦା ସେ ତାଙ୍କ ସହିତ ଯୁକ୍ତ ହୋଇ ରହିଥାଏ । ତା’ପରେ ମାୟାର ଅଜ୍ଞାନତା କେବେହେଲେ ତାଙ୍କୁ ବଶୀଭୂତ କରିପାରେ ନାହିଁ ।” ମାୟା ଠାରୁ ଚିରମୁକ୍ତ ହେବାର ଏହି ଅବସ୍ଥାକୁ ନିର୍ବାଣ, ମୋକ୍ଷ ଇତ୍ୟାଦି କୁହାଯାଏ । ଅତଏବ, ମୋକ୍ଷ ଭଗବତ୍ ପ୍ରାପ୍ତିର ସ୍ୱାଭାବିକ ପରିଣାମ ଅଟେ ।"
}
]
}