gita-chapter-18
{
"title": "ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷ ସନ୍ୟାସ ଯୋଗ",
"chapterIntro": "ଭଗବଦ୍ଗୀତାର ଏହି ଅନ୍ତିମ ଅଧ୍ୟାୟଟି ଅନ୍ୟ ସବୁ ଅଧ୍ୟାୟଠାରୁ ଦୀର୍ଘତମ ଅଟେ ଏବଂ ଏଥିରେ ଅନେକ ବିଷୟ ଅନ୍ତର୍ଭୁକ୍ତ କରାଯାଇଛି । ସଂସ୍କୃତ ଭାଷାରେ ବହୁ ପ୍ରଚଳିତ ଦୁଇଟି ଶବ୍ଦ ସନ୍ୟାସ (କର୍ମ ତ୍ୟାଗ)ଏବଂ ତ୍ୟାଗ (କାମନା ତ୍ୟାଗ)ସମ୍ବନ୍ଧରେ ପ୍ରଶ୍ନ କରି ଅର୍ଜୁନ ତ୍ୟାଗ ବିଷୟରେ ଆଲୋଚନା ପ୍ରାରମ୍ଭ କରିଛନ୍ତି । ଉଭୟ ଶବ୍ଦର ଉତ୍ପତ୍ତି ମୂଳ ଶବ୍ଦ “ପରିତ୍ୟାଗ”ରୁ ହୋଇଛି । ଜଣେ ସନ୍ୟାସୀ ଗୃହସ୍ଥ ଜୀବନ ଅତିବାହିତ ନ କରି ନିଜକୁ ସଂସାରଠାରୁ ଦୂରେଇ ନେଇ ସାଧନାରେ ଲିପ୍ତ ରୁହନ୍ତି । ଜଣେ ତ୍ୟାଗୀ କର୍ମ କରିଥାନ୍ତି, କିନ୍ତୁ ତାର ଫଳ ଭୋଗ କରିବାର ସ୍ୱାର୍ଥପର ମନୋଭାବ ତ୍ୟାଗ କରିଥାନ୍ତି । (ଏହା ଗୀତା ଅନୁଯାୟୀ ତ୍ୟାଗ ଶବ୍ଦର ଅର୍ଥ ଅଟେ) । ଶ୍ରୀକୃଷ୍ଣ ଏହି ଦ୍ୱିତୀୟ ପ୍ରକାରର ତ୍ୟାଗକୁ ଅନୁମୋଦନ କରିଛନ୍ତି । ସେ ଉପଦେଶ ଦେଇଛନ୍ତି ଯେ ଯଜ୍ଞ, ଦାନ, ତପ ଏବଂ ଅନ୍ୟ କର୍ତ୍ତବ୍ୟ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ, କାରଣ ଏହା ବିଜ୍ଞ ବ୍ୟକ୍ତିମାନଙ୍କୁ ମଧ୍ୟ ଶୁଦ୍ଧ କରିଥାଏ । ବରଂ କୌଣସି ପ୍ରତିଫଳର ଆଶା ନ ରଖି ସେହି ସବୁ କର୍ମ କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦନ କରିବା ଉଚିତ କାରଣ ତାହା କରଣୀୟ ।\nତାପରେ ଶ୍ରୀକୃଷ୍ଣ କର୍ମକୁ ପ୍ରେରିତ କରୁଥିବା ତିନୋଟି ଉଦ୍ଦେଶ୍ୟ, କର୍ମର ତିନୋଟି ଉପାଦାନ ଏବଂ କର୍ମଫଳ ସୃଷ୍ଟି କରୁଥିବା ପାଞ୍ଚଟି ପ୍ରକ୍ରିୟାର ବିସ୍ତୃତ ବିଶ୍ଳେଷଣ କରିଛନ୍ତି । ପ୍ରତ୍ୟେକର ବର୍ଣ୍ଣନା ସେ ତିନି ଗୁଣର ଅଧାରରେ କରିଛନ୍ତି । ସେ ପ୍ରତିପାଦିତ କରିଛନ୍ତି ଯେ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ନିଜକୁ ତାଙ୍କ କର୍ମର ଏକମାତ୍ର କାରଣ ମନେ କରିଥାନ୍ତି । କିନ୍ତୁ ଶୁଦ୍ଧ ବୁଦ୍ଧିଯୁକ୍ତ ଜ୍ଞାନୀମାନେ ନିଜକୁ ତାଙ୍କ କର୍ମର କର୍ତ୍ତା କିମ୍ବା ଭୋକ୍ତା ମନେ କରନ୍ତି ନାହିଁ । ଫଳାସକ୍ତି ରହିତ ହୋଇଥିବା କାରଣରୁ ସେମାନେ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ । ତାପରେ ଏହି ଅଧ୍ୟାୟରେ ଲୋକମାନଙ୍କର ପ୍ରବୃତ୍ତି ଏବଂ କର୍ମ କାହିଁକି ଭିନ୍ନ ଭିନ୍ନ ହୋଇଥାଏ, ତାହାର ବର୍ଣ୍ଣନା କରାଯାଇଛି । ମାୟାର ତିନି ଗୁଣ ଅନୁସାରେ ବିଭିନ୍ନ ପ୍ରକାରର ଜ୍ଞାନ, କର୍ମ ଏବଂ କର୍ତ୍ତାମାନଙ୍କର ଶ୍ରେଣୀବିଭାଗ ବର୍ଣ୍ଣନା କରାଯାଇଛି । ତାପରେ ବୁଦ୍ଧି, ସଂକଳ୍ପ ଏବଂ ସୁଖର ମଧ୍ୟ ଏତାଦୃଶ ବିଶ୍ଳେଷଣ କରାଯାଇଛି । ଏହି ଅଧ୍ୟାୟଟି ଆଧ୍ୟାତ୍ମିକ ଜୀବନରେ ସିଦ୍ଧିଲାଭ କରି ବ୍ରହ୍ମାନୁଭୂତିରେ ସ୍ଥିତ ମହାତ୍ମାମାନଙ୍କର ଏକ ପ୍ରତିଛବି ଅଙ୍କନ । ଏହା ପୁଣି କହିଛି ଯେ ସେହି ସିଦ୍ଧ ଯୋଗୀମାନେ ମଧ୍ୟ ତାଙ୍କ ଅନୁଭୂତିର ପୂର୍ଣ୍ଣତା ପାଇଁ ଭକ୍ତି ଆଚରଣ କରିଥାନ୍ତି । ସୁତରାଂ, କେବଳ ପ୍ରେମମୟୀ ଭକ୍ତି ଦ୍ୱାରା ର୍ହି ପରମ ପୁରୁଷ ଭଗବାନଙ୍କର ରହସ୍ୟ ଜାଣିହେବ ।\nତାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମନେ ପକାଇ ଦେଉଛନ୍ତି ଯେ ସମସ୍ତ ପ୍ରାଣୀଙ୍କ ହୃଦୟରେ ଭଗବାନ ପରମାତ୍ମା ରୂପରେ ନିବାସ କରନ୍ତି ଏବଂ କର୍ମ ଅନୁସାରେ ସଂସାର ଚକ୍ରରେ ସେମାନଙ୍କର ଭ୍ରମଣକୁ ନିର୍ଦ୍ଦେଶିତ କରିଥାନ୍ତି । ତାଙ୍କର ସ୍ମରଣ କରି ଆମେ ଯଦି ନିଜର ସମସ୍ତ କର୍ମ ତାଙ୍କୁ ଅର୍ପଣ କରିବା, ତାଙ୍କର ଶରଣାଗତ ହେବା ଏବଂ ତାଙ୍କୁ ଆମର ଚରମ ଲକ୍ଷ୍ୟ ମନେ କରିବା, ତାହେଲେ ତାଙ୍କ କୃପାରୁ ଆମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବା । କିନ୍ତୁ ଯଦି ଆମେ ଅହଂକାରଯୁକ୍ତ ହୋଇ ଆମ ମନ ମୁତାବକ କର୍ମ କରିବା, ତେବେ ଆମେ ସଫଳତା ପ୍ରାପ୍ତ କରିବା ନାହିଁ । ସର୍ବଶେଷରେ ଶ୍ରୀକୃଷ୍ଣ ପ୍ରକାଶ କରିଛନ୍ତି ଯେ ସମସ୍ତ ଧର୍ମ-କର୍ମ ତ୍ୟାଗ କରି କେବଳ ଭଗବାନଙ୍କର ଶରଣାଗତ ହେବା, ଜ୍ଞାନର ଗୁଢ଼ତମ ରହସ୍ୟ ଅଟେ । କିନ୍ତୁ ଯେଉଁମାନେ ସଂଯମୀ କିମ୍ବା ଭକ୍ତ ନୁହଁନ୍ତି, ସେମାନଙ୍କୁ ଏହି ଜ୍ଞାନ ପ୍ରଦାନ କରିବା ଉଚିତ ନୁହେଁ କାରଣ ସେମାନେ ଏହାର ଭୁଲ ବ୍ୟାଖ୍ୟା କରିବେ ଏବଂ ଦାୟୀତ୍ୱହୀନ ଭାବରେ କର୍ମ ତ୍ୟାଗ କରି ଏହାର ଅପବ୍ୟବହାର କରିବେ । ଅଥଚ ଯଦି ଆମେ ଏହି ଗୁପ୍ତ ଜ୍ଞାନକୁ ଅଧିକାରୀ ଜୀବକୁ ପ୍ରଦାନ କରିବା, ତେବେ ତାହା ଭକ୍ତିର ସର୍ବଶ୍ରେଷ୍ଠ ନିଦର୍ଶନ ହେବ, ଯାହା ଭଗବାନଙ୍କର ଅତି ପ୍ରିୟ ଅଟେ ।\nତାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଜଣାଇଛନ୍ତି ଯେ ତାଙ୍କର ଭ୍ରମ ଦୂର ହୋଇଛି ଏବଂ ସେ ତାଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଶେଷରେ ସଞ୍ଜୟ, ଯିଏ ରାଜା ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ଏହି ବାର୍ତ୍ତାଳାପର ବର୍ଣ୍ଣନା କରୁଥିଲେ, ମନ୍ତବ୍ୟ ଦେଇଛନ୍ତି ଯେ ଏହି ଦିବ୍ୟ ବାର୍ତ୍ତାଳାପ ଶୁଣି ସେ ଆଶ୍ଚର୍ଯ୍ୟଚକିତ ଏବଂ ସ୍ତମ୍ଭିଭୂତ ହୋଇଯାଇଛନ୍ତି । ସେହି ପବିତ୍ର କଥୋପକଥନ ଏବଂ ବିଶ୍ୱରୂପକୁ ମନେ ପକାଇ, ରୋମାଞ୍ଚରେ ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି । ସେ ଦୃଢ଼ତାର ସହ ଘୋଷଣା କରିଛନ୍ତି ଯେ ଭଗବାନ ଏବଂ ତାଙ୍କ ଭକ୍ତଙ୍କର ସର୍ବଦା ଜୟ ହେବା ସହିତ ସତ୍ୟ, ମହନୀୟତା ଏବଂ ଐଶ୍ୱର୍ଯ୍ୟର ମଧ୍ୟ ଜୟ ହେବ କାରଣ ଶାଶ୍ୱତ ସତ୍ୟର ଆଲୋକ ଦ୍ୱାରା ଅସତ୍ୟର ଅନ୍ଧକାର ସର୍ବଦା ପରାଭୂତ ହୋଇଥାଏ ।",
"verseList": [
{
"verseTitle": "Bhagavad Gita 18.1",
"verse": "1",
"chapter": 18,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nसन्यासस्य महाबाहो तत्त्वमिच्छामि वेदितुम् ।\n\nत्यागस्य च हृषीकेश पृथक्केशिनिषूदन ॥1॥",
"text": "ସନ୍ନ୍ୟାସସ୍ୟ ମହାବାହୋ ତତ୍ତ୍ୱମିଚ୍ଛାମି ବେଦିତୁମ୍ ।\nତ୍ୟାଗସ୍ୟ ଚ ହୃଷୀକେଶ ପୃଥକ୍କେଶିନିଷୂଦନ ।।୧।।",
"audioLink": "https://www.holy-bhagavad-gita.org/public/audio/018_001.mp3"
},
"wordMeanings": "ଅର୍ଜୁନଃ ଉବାଚ- ଅର୍ଜୁନ କହିଲେ; ସଂନ୍ନ୍ୟାସସ୍ୟ-ସନ୍ନ୍ୟାସର; ମହାବାହୋ-ହେ ମହାବାହୁ !; ତତ୍ତ୍ୱଂ-ସତ୍ୟ; ଇଚ୍ଛାମି-ମୁଁ ଇଚ୍ଛା କରେ; ବେଦିତୁମ୍-ବୁଝିବାକୁ; ତ୍ୟାଗସ୍ୟ- ତ୍ୟାଗର; ଚ-ମଧ୍ୟ; ହୃଷୀକେଶ- ହେ ହୃଷୀକେଶ (ହେ ଇନ୍ଦ୍ରିୟମାନଙ୍କର ପ୍ରଭୁ) !; ପୃଥକ୍-ପୃଥକ୍ଭାବେ; କେଶିନିଷୂଦନ- ହେ କେଶୀଦୈତ୍ୟର ସଂହାରକ ।",
"translation": {
"text": "ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ ! ମୁଁ ସନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି । ହେ ହୃଷୀକେଶ ! ହେ କେଶିନିଷୂଦନ ! ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.1.mp3"
]
},
"commentary": "ଅର୍ଜୁନ ଶ୍ରୀକୃଷ୍ଣଙ୍କୁ “କେଶି-ନିଷୂଦନ”, ଅର୍ଥାତ୍ “କେଶି ଦାନବର ହନ୍ତା” ଭାବରେ ସମ୍ବୋଧନ କରିଛନ୍ତି । ଶ୍ରୀକୃଷ୍ଣ, ପୃଥିବୀରେ ତାଙ୍କର ଦିବ୍ୟ ଲୀଳାରେ କେଶି ନାମକ ଦୁର୍ଦ୍ଦର୍ଷ ରାକ୍ଷସକୁ ହତ୍ୟା କରିଥିଲେ, ଯିଏ କି ଏକ ପାଗଳ ଅଶ୍ୱ ରୂପରେ ବ୍ରଜଧାମରେ ଘୋର ଉତ୍ପାତ କରିଥିଲା । ସଂଶୟ ମଧ୍ୟ ଗୋଟିଏ ଲଗାମହୀନ ଅଶ୍ୱ ସଦୃଶ ଅଟେ, ସେ ମନ ମଧ୍ୟରେ ଇତସ୍ତତଃ ଧାଇଁ ଭକ୍ତିରୂପୀ ବଗିଚାକୁ ନଷ୍ଟ କରିଦିଏ । ଅର୍ଜୁନ ଇଶାରା କରୁଛନ୍ତି, “କେଶି ରାକ୍ଷସକୁ ବଧ କଲାପରି ଆପଣ ଦୟାକରି ମୋ ମନର ସଂଶୟରୂପୀ ରାକ୍ଷସକୁ ବଧ କରନ୍ତୁ ।” ତାଙ୍କର ପ୍ରଶ୍ନ ଅତ୍ୟନ୍ତ ମାର୍ମିକ ଏବଂ ସାରଗର୍ଭକ ଥିଲା । ସେ ସନ୍ୟାସ ଅର୍ଥାତ୍ “କର୍ମ ତ୍ୟାଗ”ର ସ୍ୱରୂପ ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି । ସେ ତ୍ୟାଗର ସ୍ୱରୂପ, ଅର୍ଥାତ୍ କର୍ମଫଳ ଭୋଗର କାମନା ତ୍ୟାଗ ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି । ସେ ପୁଣି ପୃଥକ୍ ଶବ୍ଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ସେ ଏହି ଦୁଇଟି ଶବ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛନ୍ତି । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ହୃଷୀକେଶ ଭାବରେ ମଧ୍ୟ ସମ୍ବୋଧନ କରିଛନ୍ତି, ଯାହାର ଅର୍ଥ “ଇନ୍ଦ୍ରିୟମାନଙ୍କର ଶାସକ” । ଅର୍ଜୁନଙ୍କର ଲକ୍ଷ୍ୟ ସର୍ବଶ୍ରେଷ୍ଠ ବିଜୟ ହାସଲ କରିବା, ଯାହା ମନ ଏବଂ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା ଅଟେ । ଏହି ବିଜୟ ହିଁ ପରିପୂର୍ଣ୍ଣ ଶାନ୍ତି ପ୍ରଦାନ କରିଥାଏ । ଇନ୍ଦ୍ରିୟମାନଙ୍କର ନିୟାମକ ଭାବରେ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ହିଁ ଏହି ପରିପୂର୍ଣ୍ଣତା ଅଟନ୍ତି ।\nଏହି ବିଷୟର ଆଲୋଚନା ପୂର୍ବ ଅଧ୍ୟାୟମାନଙ୍କରେ ମଧ୍ୟ କରାଯାଇ ଥିଲା । ଶ୍ରୀକୃଷ୍ଣ ସନ୍ୟାସ ସମ୍ବନ୍ଧରେ ଶ୍ଳୋକ ୫.୧୩ ଏବଂ ୯.୨୮ ରେ ଏବଂ ତ୍ୟାଗ ସମ୍ବନ୍ଧରେ ଶ୍ଳୋକ୪.୨୦ ଏବଂ ୧୨.୧୧ରେ ଆଲୋଚନା କରିଥିଲେ, କିନ୍ତୁ ଏଠାରେ ସେ ଏକ ଭିନ୍ନ ଦୃଷ୍ଟିକୋଣରୁ ଏହାର ବର୍ଣ୍ଣନା କରୁଛନ୍ତି । ଗୋଟିଏ ସତ୍ୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପିତ କରାଯାଇ ପାରେ ଏବଂ ପ୍ରତ୍ୟେକ ଦୃଷ୍ଟିକୋଣର ନିଜର ସ୍ୱତନ୍ତ୍ର ଆକର୍ଷଣ ରହିଛି । ଉଦାହରଣ ସ୍ୱରୂପ, ଗୋଟିଏ ବଗିଚାର ବିଭିନ୍ନ ଅଂଶ ଦର୍ଶକଙ୍କ ମନରେ ଅଲଗା ଅଲଗା ଧାରଣା ସୃଷ୍ଟି କରେ, କିନ୍ତୁ ସମ୍ପୂର୍ଣ୍ଣ ବଗିଚା ଅନ୍ୟ ଏକ ଧାରଣା ସୃଷ୍ଟି କରିଥାଏ । ଭଗବଦ୍ ଗୀତା ଅନେକାଂଶରେ ଏହିପରି ଅଟେ । ଏଥିରେ ପ୍ରତି ଅଧ୍ୟାୟକୁ ଏକ ବିଶେଷ ଯୋଗ ଭାବରେ ଅଭିହିତ କରାଯାଇଛି ଏବଂ ଅଷ୍ଟାଦଶ ଅଧ୍ୟାୟକୁ ଏହାର ସାରାଂଶ ଭାବରେ ବିବେଚନା କରାଯାଇଛି । ଏହି ଅଧ୍ୟାୟରେ, ଶ୍ରୀକୃଷ୍ଣ ପୂର୍ବ ସତରଟି ଅଧ୍ୟାୟରେ ଉପସ୍ଥାପିତ ହୋଇଥିବା ଚିରସ୍ଥାୟୀ ଏବଂ ଚିରନ୍ତନ ସତ୍ୟର ସାରାଂଶ ସଂକ୍ଷେପରେ ଉପସ୍ଥାପନ କରି ଏକ ସାମୂହିକ ନିଷ୍କର୍ଷ ସ୍ଥାପିତ କରିଛନ୍ତି । ତ୍ୟାଗ ଓ ବୈରାଗ୍ୟ ବିଷୟରେ ଆଲୋଚନା କରିବା ପରେ, ସେ ତ୍ରିଗୁଣର ସ୍ୱରୂପ ଏବଂ ମନୁଷ୍ୟର କର୍ମ କରିବାର ସହଜାତ ପ୍ରବୃତ୍ତିକୁ ସେମାନେ କିପରି ପ୍ରଭାବିତ କରନ୍ତି, ସେହି ବିଷୟରେ ଆଲୋଚନା କରିଛନ୍ତି । ପୁନଶ୍ଚ ସେ କହିଛନ୍ତି ଯେ ସତ୍ତ୍ୱଗୁଣ ହିଁ ଧାରଣ-ଯୋଗ୍ୟ ଏକମାତ୍ର ଗୁଣ ଅଟେ । ତା’ପରେ ଉପସଂହାର କରିବାକୁ ଯାଇ ସେ କହିଛନ୍ତି ଯେ ଭଗବାନଙ୍କର ଅନନ୍ୟ ଭକ୍ତି ହିଁ ସର୍ବୋଚ୍ଚ କର୍ତ୍ତବ୍ୟ ଅଟେ ଏବଂ ଏହାର ପ୍ରାପ୍ତି ମନୁଷ୍ୟ ଜୀବନର ଲକ୍ଷ୍ୟ ଅଟେ ।"
},
{
"verseTitle": "Bhagavad Gita 18.2",
"verse": "2",
"chapter": 18,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nकाम्यानां कर्मणां न्यासं संन्यासं कवयो विदुः।\n\nसर्वकर्मफलत्यागं प्राहुस्त्यागं विचक्षणाः ॥2॥",
"text": "ଶ୍ରୀଭଗବାନୁବାଚ\nକାମ୍ୟାନାଂ କର୍ମଣାଂ ନ୍ୟାସଂ ସଂନ୍ନ୍ୟାସଂ କବୟୋ ବିଦୁଃ ।\nସର୍ବକର୍ମଫଳତ୍ୟାଗଂ ପ୍ରାହୁସ୍ତ୍ୟାଗଂ ବିଚକ୍ଷଣାଃ ।।୨।।",
"audioLink": "https://www.holy-bhagavad-gita.org/public/audio/018_002.mp3"
},
"wordMeanings": "ଶ୍ରୀଭଗବାନୁବାଚ- ଶ୍ରୀ ଭଗବାନ କହିଲେ; କାମ୍ୟାନାଂ-କାମନା ସହ; କର୍ମଣାଂ- କର୍ମମାନଙ୍କର; ନ୍ୟାସଂ-ତ୍ୟାଗ; ସଂନ୍ନ୍ୟାସଂ- କର୍ମତ୍ୟାଗ; କବୟଃ-ପଣ୍ଡିତମାନେ; ବିଦୁଃ- ଜାଣନ୍ତି; ସର୍ବ- ସମସ୍ତ; କର୍ମ-ଫଳ -କର୍ମର ଫଳ; ତ୍ୟାଗଂ-ତ୍ୟାଗ; ପ୍ରାହୁଃ- କୁହାଯାଏ; ତ୍ୟାଗଂ- କର୍ମଫଳ ଭୋଗ କାମନାର ତ୍ୟାଗ; ବିଚକ୍ଷଣାଃ -ଜ୍ଞାନୀମାନେ ।",
"translation": {
"text": "ଶ୍ରୀଭଗବାନ କହିଲେ: କାମନା ଦ୍ୱାରା ପ୍ରେରିତ କର୍ମ ତ୍ୟାଗ କରିବାକୁ ବିଜ୍ଞ ପୁରୁଷମାନେ ସନ୍ୟାସ ଭାବରେ ବିବେଚନା କରନ୍ତି । ସମସ୍ତ କର୍ମର ଫଳକୁ ପରିତ୍ୟାଗ କରିବାକୁ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଭାବରେ ଅଭିହିତ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.2.mp3"
]
},
"commentary": "କବୟଃ ର ତାତ୍ପର୍ଯ୍ୟ ବିଜ୍ଞ ବ୍ୟକ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ବିଜ୍ଞ ବ୍ୟକ୍ତିମାନେ କର୍ମ ତ୍ୟାଗକୁ ସନ୍ୟାସ କହନ୍ତି । ଯେଉଁମାନେ ଭୌତିକ ସୁଖପ୍ରାପ୍ତି ନିମନ୍ତେ ଉଦ୍ଦିଷ୍ଟ କର୍ମସବୁକୁ ତ୍ୟାଗ କରି ସନ୍ୟାସ ଗ୍ରହଣ କରନ୍ତି, ସେମାନଙ୍କୁ କର୍ମ ସନ୍ୟାସୀ କୁହାଯାଏ । ସେମାନେ କିଛି ନିତ୍ୟକର୍ମ କରିଥାନ୍ତି (ଶରୀର ପୋଷଣ ନିମନ୍ତେ ଦୈନନ୍ଦିନ କର୍ମ), କିନ୍ତୁ ସେମାନେ କାମ୍ୟ କର୍ମ (ଧନ ସଂଗ୍ରହ, ସନ୍ତାନ ଉତ୍ପାଦନ, ସମ୍ମାନ, ପ୍ରତିପତ୍ତି ଇତ୍ୟାଦି ପ୍ରତି ଉଦ୍ଦିଷ୍ଟ କର୍ମ) ତ୍ୟାଗ କରିଥାନ୍ତି । ଏହିସବୁ କାମ୍ୟ କର୍ମ ଜୀବକୁ କର୍ମଚକ୍ରରେ ବନ୍ଧନଯୁକ୍ତ କରେ ଏବଂ ଜନ୍ମ ଓ ମୃତ୍ୟୁର ସଂସାରରେ ବାରମ୍ବାର ପୁନର୍ଜନ୍ମ କରାଇଥାଏ ।\nବିଚକ୍ଷଣଃ ହେଉଛନ୍ତି ଜ୍ଞାନୀ ବ୍ୟକ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନୀ ବ୍ୟକ୍ତିମାନେ ତ୍ୟାଗ ଅର୍ଥାତ୍ “ଆନ୍ତରିକ ତ୍ୟାଗ” ଉପରେ ଗୁରୁତ୍ୱ ଦେଇଥାନ୍ତି । ଏହାର ଅର୍ଥ, ବେଦ ବିହିତ କର୍ତ୍ତବ୍ୟ କର୍ମ ତ୍ୟାଗ ନ କରି, କେବଳ ସେଗୁଡ଼ିକର ଫଳ ଉପଭୋଗ କରିବାର କାମନା ତ୍ୟାଗ କରିବା ଅଟେ । ତେଣୁ କର୍ମଫଳ ଉପଭୋଗର କାମନା ପରିତ୍ୟାଗ କରିବା ହିଁ ତ୍ୟାଗ ଅଟେ ଏବଂ କର୍ମ ତ୍ୟାଗ କରିବାର ମନୋଭାବ ସନ୍ୟାସ ଅଟେ । ଜ୍ଞାନପ୍ରାପ୍ତି ନିମନ୍ତେ ଉଭୟ ସନ୍ୟାସ ଓ ତ୍ୟାଗ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ ମନେହୁଏ । ଏହି ଦୁଇଟି ମଧ୍ୟରୁ ଶ୍ରୀକୃଷ୍ଣ କେଉଁଟିକୁ ଅନୁମୋଦନ କରୁଛନ୍ତି ? ପରବର୍ତ୍ତୀ ଶ୍ଳୋକ ଗୁଡ଼ିକରେ ସେ ଏହି ବିଷୟରେ ଅଧିକ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 18.3",
"verse": "3",
"chapter": 18,
"lang": "or",
"shloka": {
"speaker": "",
"sanskrit": "त्याज्यं दोषवदित्येके कर्म प्राहुर्मनीषिणः । \n\nयज्ञदानतपः कर्म न त्याज्यमिति चापरे ॥3॥",
"text": "ତ୍ୟାଜ୍ୟଂ ଦୋଷବଦିତ୍ୟେକେ କର୍ମ ପ୍ରାହୁର୍ମନୀଷିଣଃ ।\nଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟମିତି ଚାପରେ ।।୩।।",
"audioLink": "https://www.holy-bhagavad-gita.org/public/audio/018_003.mp3"
},
"wordMeanings": "ତ୍ୟାଜ୍ୟଂ- ପରିତ୍ୟାଗ କରିବା ଉଚିତ୍; ଦୋଷବତ୍ -ଦୋଷ ସଦୃଶ; ଇତି-ଏହିପରି; ଏକେ -କେହି କେହି; କର୍ମ -କର୍ମ; ପ୍ରାହୁଃ- କହନ୍ତି; ମନୀଷିଣଃ -ବିଜ୍ଞ ବ୍ୟକ୍ତିମାନେ; ଯଜ୍ଞ -ଯଜ୍ଞ; ଦାନ -ଦାନ; ତପଃ -ତପସ୍ୟା; କର୍ମ -କର୍ମ; ନ -ନୁହେଁ; ତ୍ୟାଜ୍ୟଂ-ତ୍ୟାଗ କରିବା ଉଚିତ୍; ଇତି-ଏହିପରି; ଚ-ଏବଂ; ଅପରେ-ଅନ୍ୟମାନେ ।",
"translation": {
"text": "ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଆଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.3.mp3"
]
},
"commentary": "କେତେକ ଦାର୍ଶନିକ, ଯେପରି କି ସାଂଖ୍ୟବାଦୀମାନେ, ପାର୍ଥିବ ଜୀବନକୁ ଯେତେ ଶୀଘ୍ର ସମ୍ଭବ ସମାପ୍ତ କରିବା ସପକ୍ଷରେ ଥାଆନ୍ତି । ତାଙ୍କ ମତରେ, ସମସ୍ତ କର୍ମକୁ ତ୍ୟାଗ କରାଯିବା ଉଚିତ୍ କାରଣ ସେମାନେ କାମନା ଦ୍ୱାରା ପ୍ରେରିତ, ଯାହା ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟାରେ ଦେହାନ୍ତର ପ୍ରାପ୍ତି କରାଇଥାଏ । ସେମାନେ ଯୁକ୍ତି କରନ୍ତି, ସମସ୍ତ କର୍ମରେ କିଛି ନା କିଛି ଦୋଷ ଅନ୍ତର୍ନିହିତ ରହିଥାଏ, ଯେପରିକି ଅପ୍ରତ୍ୟକ୍ଷ ହିଂସା । ଉଦାହରଣ ସ୍ୱରୂପ, ନିଆଁ ଜଳାଇଲେ, ପତଙ୍ଗମାନେ ସ୍ୱତଃ ସେଥିରେ ଦଗ୍ଧ ହୋଇ ମୃତ୍ୟୁବରଣ କରିବାର ସମ୍ଭାବନା ଥାଏ । ତେଣୁ ଜୀବନଧାରଣ ନିମନ୍ତେ ଆବଶ୍ୟକୀୟ କର୍ମ ବ୍ୟତିତ ଅନ୍ୟ ସବୁ କର୍ମ ତ୍ୟାଗ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଥାନ୍ତି ।\nମୀମାଂସା ଦର୍ଶନର ସମର୍ଥକ ବିଜ୍ଞ ଦାର୍ଶନିକଗଣ ମତ ଦେଇଥାନ୍ତି ଯେ ବେଦ ପ୍ରଣୀତ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ । ସେମାନେ ଯୁକ୍ତି ବାଢ଼ିଥାନ୍ତି ଯେ ବେଦରେ ଯେଉଁଠାରେ ବି ଦୁଇଟି ବିରୋଧାତ୍ମକ ନିର୍ଦ୍ଦେଶ ରହିଥାଏ, ତନ୍ମଧ୍ୟରୁ ଯେଉଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶଟି ଅଧିକ ପ୍ରଖ୍ୟାତ, ତାହା ଅନ୍ୟ ସାଧାରଣ ଆଦେଶଟିକୁ ରଦ୍ଦ କରିଦିଏ । ଉଦାହରଣ ସ୍ୱରୂପ, ବେଦ ଆମକୁ ନିର୍ଦ୍ଦେଶ ଦେଇଛି: ମା ହିଂସ୍ୟାତ୍ ସର୍ବା ଭୂତାନି “କୌଣସି ପ୍ରାଣୀ ପ୍ରତି ହିଂସା କରନାହିଁ ।” ଏହା ସାଧାରଣ ନିର୍ଦ୍ଦେଶ । ସେହି ବେଦ ଆମକୁ ଯଜ୍ଞ କରିବାକୁ ମଧ୍ୟ ଆଦେଶ ଦେଇଛି । ଏହା ଏକ ନିର୍ଦ୍ଦିଷ୍ଟ ଆଦେଶ । ଯଜ୍ଞ ସମ୍ପାଦନ କରିବା ସମୟରେ ଏପରି ହୋଇପାରେ ଯେ କେତେକ କୀଟପତଙ୍ଗ ଅନିଚ୍ଛାକୃତ ଭାବରେ ଯଜ୍ଞ ଅଗ୍ନିରେ ପଡି ମୃତ୍ୟୁବରଣ କରିବେ । କିନ୍ତୁ ମୀମାଂସା ଦର୍ଶନର ଯୁକ୍ତି ଅନୁଯାୟୀ, ଏଠାରେ ଯଜ୍ଞ କରିବାର ନିର୍ଦ୍ଦିଷ୍ଟ ଆଦେଶଟି ବଳବତ୍ତର ରହିବ ଏବଂ ହିଂସା ନ କରିବାର ସାଧାରଣ ଆଦେଶର ଏହା ବିରୋଧୀ ହୋଇଥିଲେ ସୁଦ୍ଧା ଏହା ପାଳନ କରାଯିବା ଉଚିତ । ତେଣୁ ମୀମାଂସକ ମାନଙ୍କ ମତରେ, ଆମେ ଯଜ୍ଞ, ଦାନ, ତପଶ୍ଚର୍ଯ୍ୟା ଆଦି କଲ୍ୟାଣକାରୀ କର୍ମକୁ ପରିତ୍ୟାଗ କରିବା ଉଚିତ ନୁହେଁ ।"
},
{
"verseTitle": "Bhagavad Gita 18.4",
"verse": "4",
"chapter": 18,
"lang": "or",
"shloka": {
"speaker": "",
"sanskrit": "निश्चयं शृणु मे तत्र त्यागे भरतसत्तम।\n\nत्यागो हि पुरुषव्याघ्र त्रिविधः सम्प्रकीर्तितः ॥4॥",
"text": "ନିଶ୍ଚୟଂ ଶୃଣୁ ମେ ତତ୍ର ତ୍ୟାଗେ ଭରତସତ୍ତମ ।\nତ୍ୟାଗୋ ହି ପୁରୁଷବ୍ୟାଘ୍ର ତ୍ରିବିଧଃ ସମ୍ପ୍ରକୀର୍ତିତଃ ।।୪।।",
"audioLink": "https://www.holy-bhagavad-gita.org/public/audio/018_004.mp3"
},
"wordMeanings": "ନିଶ୍ଚୟଂ-ନିଷ୍କର୍ଷ; ଶୃଣୁ-ଶୁଣ; ମେ-ମୋ’ଠାରୁ; ତତ୍ର-ସେଠାରେ; ତ୍ୟାଗେ-ତ୍ୟାଗ ସଂପର୍କରେ; ଭରତ-ସତ୍ତମ- ହେ ଭରତଶ୍ରେଷ୍ଠ; ତ୍ୟାଗଃ-ତ୍ୟାଗ; ହି-ବାସ୍ତବରେ; ପୁରୁଷ-ବ୍ୟାଘ୍ର-ହେ ପୁରୁଷଶ୍ରେଷ୍ଠ !; ତ୍ରିବିଧଃ-ତିନିପ୍ରକାର; ସଂପ୍ରକୀର୍ତିତଃ-ଘୋଷଣା କରାଯାଇଛି ।",
"translation": {
"text": "ହେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାଘ୍ର ! ଏବେ ତ୍ୟାଗ ସମ୍ବନ୍ଧରେ ମୋର ଅନ୍ତିମ ନିର୍ଣ୍ଣୟ ଶୁଣ, ଯାହା ତିନି ପ୍ରକାରର ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.4.mp3"
]
},
"commentary": "ତ୍ୟାଗ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ଏହା ଜୀବନର ଉଚ୍ଚତର ସୋପାନର ଆଧାର ଅଟେ । ନିମ୍ନଶ୍ରେଣୀୟ କାମନା ତ୍ୟାଗ କରିବା ଦ୍ୱାରା ହିଁ ଆମେ ଉଚ୍ଚତର ଆକାଂକ୍ଷା ପୋଷଣ କରିପାରିବା । ସେହିପରି, ନିମ୍ନକକ୍ଷର କର୍ମ ତ୍ୟାଗ କରିବା ଦ୍ୱାରା ହିଁ ଆମେ ଉଚ୍ଚତର କର୍ତ୍ତବ୍ୟ ଏବଂ କର୍ମ କରି ପାରିବା ଏବଂ ଆଧ୍ୟାତ୍ମିକ ମାର୍ଗରେ ଚାଲିପାରିବା । କିନ୍ତୁ ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ ପ୍ରକାଶ କରିଥିଲେ ଯେ ତ୍ୟାଗର ବାସ୍ତବ ଅର୍ଥ ବୁଝିବାରେ ମତ ପାର୍ଥକ୍ୟ ରହିଛି । ପୂର୍ବ ଶ୍ଳୋକରେ, ଦୁଇଟି ମୁଖ୍ୟ ବିରୋଧାତ୍ମକ ମନ୍ତବ୍ୟ ସମ୍ପର୍କରେ ସୂଚନା ଦେଇ, ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ମତ ବ୍ୟକ୍ତ କରୁଛନ୍ତି, ଯାହା ଏହି ବିଷୟର ଅନ୍ତିମ ଆଦେଶ ଅଟେ । ସେ କହୁଛନ୍ତି ଯେ ତ୍ୟାଗକୁ ତିନୋଟି ଶ୍ରେଣୀଭୁକ୍ତ କରି (ଶ୍ଳୋକ ୭ ରୁ୯ ମଧ୍ୟରେ ବର୍ଣ୍ଣିତ ହୋଇଛି) ସେ ବିଷୟର ବିଶ୍ଳେଷଣ କରିବେ । ସେ ଅର୍ଜୁନଙ୍କୁ ବ୍ୟାଘ୍ର ଅର୍ଥାତ୍ “ମନୁଷ୍ୟ ମାନଙ୍କ ମଧ୍ୟରେ ବ୍ୟାଘ୍ର” ଭାବରେ ସମ୍ବୋଧନ କରିଛନ୍ତି, କାରଣ ତ୍ୟାଗ ସାହସୀ-ହୃଦୟର ବ୍ୟକ୍ତିଙ୍କ ପାଇଁ ଅଟେ । ସନ୍ଥ କବୀର କହନ୍ତି:\nତୀର ତଲବାର ସେ ଜୋ ଲଢ଼ଇ, ସୋ ଶୂରବୀର ନହିଁ ହୋୟ ।ମାୟା ତଜି ଭକ୍ତି କରେ, ଶୂର କହାବୈ ସୋୟ ।।\n“ତୀର ଓ ତରବାରୀ ସହିତ ଯୁଦ୍ଧ କରୁଥିବା ବ୍ୟକ୍ତି ବୀର ନୁହେଁ, ଯେଉଁ ବ୍ୟକ୍ତି ମାୟା ତ୍ୟାଗ କରି ଭକ୍ତି କରେ, ସେ ହିଁ ପ୍ରକୃତରେ ବୀର ଅଟେ ।”"
},
{
"verseTitle": "Bhagavad Gita 18.5",
"verse": "5",
"chapter": 18,
"lang": "or",
"shloka": {
"speaker": "",
"sanskrit": "यज्ञदानतपः कर्म न त्याज्यं कार्यमेव तत् ।\n\nयज्ञो दानं तपश्चैव पावनानि मनीषिणाम् ॥5॥",
"text": "ଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟଂ କାର୍ଯ୍ୟମେବ ତତ୍ ।\nଯଜେ୍ଞା ଦାନଂ ତପଶ୍ଚୈବ ପାବନାନି ମନୀଷିଣାମ୍ ।।୫।।",
"audioLink": "https://www.holy-bhagavad-gita.org/public/audio/018_005.mp3"
},
"wordMeanings": "ଯଜ୍ଞ- ଯଜ୍ଞ; ଦାନ-ଦାନ; ତପଃ-ତପସ୍ୟା; କର୍ମ-କର୍ମ; ନ ତ୍ୟାଜ୍ୟଂ- ତ୍ୟାଗ କରିବା ଉଚିତ୍ ନୁହେଁ; କାର୍ଯ୍ୟଂ-କରିବା ଉଚିତ୍; ଏବ-ନିଶ୍ଚିତଭାବେ; ତତ୍-ତାହା; ଯଜ୍ଞଃ-ଯଜ୍ଞ; ଦାନଂ-ଦାନ; ତପଃ-ତପସ୍ୟା; ଚ -ଏବଂ; ଏବ-ନିଶ୍ଚିତଭାବେ; ପାବନାନି-ପବିତ୍ର କରେ; ମନୀଷିଣାମ୍- ଜ୍ଞାନୀମାନଙ୍କୁ ।",
"translation": {
"text": "ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ବିଜ୍ଞବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଶୁଦ୍ଧକାରକ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.5.mp3"
]
},
"commentary": "ଏଠାରେ ଶ୍ରୀକୃଷ୍ଣ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି ଯେ ଯେଉଁ କର୍ମ ମନୁଷ୍ୟ ପାଇଁ ଉତ୍ଥାନ କାରକ ଏବଂ ଲାଭପ୍ରଦ, ତାହା କଦାପି ତ୍ୟାଗ କରିବା ଉଚିତ ନୁହେଁ । ଏପରି କର୍ମ ଯଦି ଉପଯୁକ୍ତ ଭାବନାରେ କରାଯାଏ, ଏହା ଆମକୁ ବନ୍ଧନରେ ବାନ୍ଧିବା ପରିବର୍ତ୍ତେ ଆମକୁ ଆଧ୍ୟାତ୍ମିକତାରେ ପ୍ରଗତି କରିବାରେ ସାହାଯ୍ୟ କରେ । ଗୋଟିଏ ସାଁବାଳୁଆର ଉଦାହରଣ ବିଚାର କରନ୍ତୁ । ନିଜକୁ ରୂପାନ୍ତରିତ କରିବା ପାଇଁ, ସେ ନିଜ ଚାରିପାଖରେ ଏକ କୋଷା ତିଆରି କରି ତା’ମଧ୍ୟରେ ନିଜକୁ ବନ୍ଦୀ କରିଦିଏ । ଥରେ ପ୍ରଜାପତିରେ ରୂପାନ୍ତରିତ ହୋଇଯିବା ପରେ, ସେ କୋଷାଟିକୁ କାଟି ମୁକ୍ତ ଆକାଶକୁ ଉଡ଼ିଯାଏ । ସଂସାରରେ ଆମର ସ୍ଥିତି ସେହିପରି ଅଟେ । କୁତ୍ସିତ ସାଁବାଳୁଆ ପରି ଆମେ ବର୍ତ୍ତମାନ ସଂସାରରେ ଆସକ୍ତ ରହିଛୁ ଏବଂ ସବୁ ସଦ୍ଗୁଣରୁ ବଞ୍ôଚତ ରହିଛୁ । ଆତ୍ମପ୍ରସ୍ତୁତି ବା ଆତ୍ମଶିକ୍ଷା ଭାବରେ ଆମକୁ ଏପରି କର୍ମ କରିବାକୁ ପଡ଼ିବ ଯାହା ଆମେ ଇଚ୍ଛା କରୁଥିବା ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିପାରିବ । ଯଜ୍ଞ, ଦାନ ଏବଂ ତପସ୍ୟା ସେହିପରି କର୍ମ ଅଟନ୍ତି ଯିଏ ଆମର ଆଧ୍ୟାତ୍ମିକ ବିକାଶ ଓ ପ୍ରଗତିରେ ସାହାଯ୍ୟ କରିଥାନ୍ତି । ବେଳେବେଳେ ସେଗୁଡ଼ିକ ମଧ୍ୟ ବନ୍ଧନକାରକ ପ୍ରତୀତ ହୁଅନ୍ତି, କିନ୍ତୁ ବାସ୍ତବରେ ସେମାନେ ସାଁବାଳୁଆର କୋଷା ପରି ଅଟନ୍ତି । ସେଗୁଡ଼ିକ ଆମର ଦୋଷ ସବୁ ଧୋଇ ଦିଅନ୍ତି, ଆନ୍ତରିକ ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି ଏବଂ ସାଂସାରିକ ଜୀବନର ଶୃଙ୍ଖଳ ଛିନ୍ନ କରିବାରେ ସାହାଯ୍ୟ କରନ୍ତି । ସେଥିପାଇଁ ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହିସବୁ ପବିତ୍ର କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ । ବର୍ତ୍ତମାନ ସେ ଏହି ସବୁ କର୍ମ ସମ୍ପାଦନ କରିବାର ସଠିକ୍ ମନୋଭାବ ବିଷୟରେ ପ୍ରକାଶ କରି, ତାଙ୍କର ଉକ୍ତିକୁ ପୁଷ୍ଟ କରୁଛନ୍ତି ।"
},
{
"verseTitle": "Bhagavad Gita 18.6",
"verse": "6",
"chapter": 18,
"lang": "or",
"shloka": {
"speaker": "",
"sanskrit": "एतान्यपित तु कर्माणि सऊं त्यक्त्वा फलानि च ।\n\nकर्तव्यानीति मे पार्थ निश्चितं मतमुत्तमम् ॥6॥",
"text": "ଏତାନ୍ୟପି ତୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଫଳାନି ଚ ।\nକର୍ତବ୍ୟାନୀତି ମେ ପାର୍ଥ ନିଶ୍ଚିତଂ ମତମୁତ୍ତମମ୍ ।।୬।।",
"audioLink": "https://www.holy-bhagavad-gita.org/public/audio/018_006.mp3"
},
"wordMeanings": "ଏତାନି -ଏସବୁ; ଅପି ତୁ -ନିଶ୍ଚିତଭାବେ; କର୍ମାଣି -କର୍ମସବୁ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଫଳାନି-ଫଳସବୁ; ଚ-ଏବଂ; କର୍ତ୍ତବ୍ୟାନି-କର୍ତ୍ତବ୍ୟ ଭାବରେ; ଇତି-ଏହିପରି; ମେ-ମୋର; ପାର୍ଥ- ହେ ପୃଥାପୁତ୍ର; ନିଶ୍ଚିତଂ-ନିଶ୍ଚିତ; ମତଂ-ମତ; ଉତ୍ତମମ୍-ଉତ୍ତମ ।",
"translation": {
"text": "ଏହିସବୁ କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ ! ଏହା ମୋର ସ୍ପଷ୍ଟ ଏବଂ ଚରମ ମତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.6.mp3"
]
},
"commentary": "ଯଜ୍ଞ, ଦାନ ଏବଂ ତପସ୍ୟା; ଭଗବାନଙ୍କ ପ୍ରତି ଭକ୍ତି ଭାବନାରେ କରାଯିବା ଉଚିତ । ଏହି ଚେତନାରେ ଉପନୀତ ହୋଇ ନ ଥିଲେ, ଏହାକୁ ଏକ କର୍ତ୍ତବ୍ୟ ଭାବରେ ପ୍ରତିଫଳର ଆଶା ନ ରଖି କରାଯିବା ଉଚିତ । ଜଣେ ମା’ ତା’ର ସନ୍ତାନ ପ୍ରତି କର୍ତ୍ତବ୍ୟ କରିବାକୁ ଯାଇ ନିଜସ୍ୱ ଆନନ୍ଦ ତ୍ୟାଗ କରିଥାଏ । ଛୁଆଟିକୁ ସ୍ତନପାନ କରାଇ ସେ ତା’ର ପ୍ରତିପୋଷଣ କରିଥାଏ । ତଦ୍ୱାରା ସେ ନିଜେ କିଛି ହରାଇ ନ ଥାଏ, ବରଂ ମାତୃତ୍ୱକୁ ଚରିତାର୍ଥ କରିଥାଏ । ସେହିପରି, ଗାଈଟିଏ ଦିନସାରା ପଡ଼ିଆରେ ଘାସ ଚରେ, କିନ୍ତୁ ପହ୍ନାରେ ତା ବାଛୁରୀ ପାଇଁ କ୍ଷୀର ଭରିଦିଏ । ତାର କର୍ତ୍ତବ୍ୟ ପାଳନ ଦ୍ୱାରା ଗାଈଟି ଛୋଟ ହୋଇ ଯାଏ ନାହିଁ, ବରଂ ଲୋକେ ତାକୁ ଅଧିକ ସମ୍ମାନ ଦେଇଥାନ୍ତି । ଏହିସବୁ କାର୍ଯ୍ୟ ଯେହେତୁ ନିଃସ୍ୱାର୍ଥପର ଭାବରେ କରାଯାଇଥାଏ, ଏଗୁଡ଼ିକୁ ପବିତ୍ର ମନେ କରାଯାଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ବିଜ୍ଞ ବ୍ୟକ୍ତିମାନେ ଏହିସବୁ ପବିତ୍ର ଓ କଲ୍ୟାଣକାରୀ କର୍ମ ନିଃସ୍ୱାର୍ଥପର ମନୋଭାବରେ କରିବା ଉଚିତ । ପରବର୍ତ୍ତୀ ତିନୋଟି ଶ୍ଳୋକରେ ସେ ତିନି ପ୍ରକାରର ତ୍ୟାଗ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 18.7",
"verse": "7",
"chapter": 18,
"lang": "or",
"shloka": {
"speaker": "",
"sanskrit": "नियतस्य तु सन्यासः कर्मणो नोपपद्यते । \n\nमोहात्तस्य परित्यागस्तामसः परिकीर्तितः ॥7॥",
"text": "ନିୟତସ୍ୟ ତୁ ସଂନ୍ୟାସଃ କର୍ମଣୋ ନୋପପଦ୍ୟତେ ।\nମୋହାତ୍ତସ୍ୟ ପରିତ୍ୟାଗସ୍ତାମସଃ ପରିକୀର୍ତିତଃ ।।୭।।",
"audioLink": "https://www.holy-bhagavad-gita.org/public/audio/018_007.mp3"
},
"wordMeanings": "ନିୟତସ୍ୟ -ବିହିତ କର୍ତ୍ତବ୍ୟର; ତୁ-କିନ୍ତୁ; ସଂନ୍ୟାସଃ- ତ୍ୟାଗ; କର୍ମଣଃ-କର୍ମସବୁ; ନ-ନୁହେଁ; ଉପପଦ୍ୟତେ -ପାଳନୀୟ; ମୋହାତ୍- ମୋହ ଯୋଗୁଁ; ତସ୍ୟ- ତାହାର; ପରିତ୍ୟାଗଃ -ତ୍ୟାଗ; ତାମସଃ -ତମୋଗୁଣାଧୀନ; ପରିକୀର୍ତିତଃ -ବିବେଚିତ କରାଯାଏ ।",
"translation": {
"text": "ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.7.mp3"
]
},
"commentary": "ନିଷିଦ୍ଧ କର୍ମ ଏବଂ ଅସାଧୁ କର୍ମ ତ୍ୟାଗ କରିବା ଉଚିତ୍; କର୍ମଫଳ ପ୍ରତି କାମନା ତ୍ୟାଗ କରିବା ମଧ୍ୟ ଉଚିତ୍ ଅଟେ; କିନ୍ତୁ ବିହିତ କର୍ମ ତ୍ୟାଗ କରିବା ଉଚିତ୍ ନୁହେଁ । ବିହିତ କର୍ମ ମନକୁ ଶୁଦ୍ଧ କରିବା ସହିତ ମନକୁ ତମୋଗୁଣରୁ ରଜୋଗୁଣକୁ ରଜୋଗୁଣରୁ ସତ୍ତ୍ୱଗୁଣକୁ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରେ । ସେଗୁଡ଼ିକୁ ତ୍ୟାଗ କରିବା ମୁର୍ଖାମୀର ପରିଚାୟକ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ତ୍ୟାଗ ନାମରେ ବିହିତ କର୍ମ ପରିତ୍ୟାଗ କରିବା ତାମସିକ ତ୍ୟାଗ ଅଟେ ।\nସଂସାରରେ ଆମ ସମସ୍ତଙ୍କର କିଛି ପାଳନୀୟ କର୍ତ୍ତବ୍ୟ ରହିଛି । ସେଗୁଡ଼ିକ ପାଳନ କରିବା ଦ୍ୱାରା ମନୁଷ୍ୟ ଠାରେ ଅନେକ ସଦ୍ଗୁଣ ବିକଶିତ ହୁଏ, ଯେପରି କି ଦାୟୀତ୍ୱବୋଧତା, ମନ ଓ ଇନ୍ଦ୍ରିୟମାନଙ୍କର ଶୃଙ୍ଖଳା, ଦୁଃଖ ଓ କଷ୍ଟ ସହ୍ୟ କରିବା ଇତ୍ୟାଦି । ଅଜ୍ଞାନବଶତଃ ସେଗୁଡ଼ିକୁ ପରିତ୍ୟାଗ କରିବା ଦ୍ୱାରା, ଆତ୍ମା ପତନ ଅଭିମୁଖୀ ହୋଇଥାଏ । ଏହି ପାଳନୀୟ କର୍ମଗୁଡ଼ିକ ବ୍ୟକ୍ତିର ଚେତନାର ସ୍ତର ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ଜଣେ ସାଧାରଣ ବ୍ୟକ୍ତି ପାଇଁ ଅର୍ଥ ଉପାର୍ଜନ, ପରିବାର ପୋଷଣ, ଗାଧୋଇବା, ଖାଇବା ଇତ୍ୟାଦି କର୍ମସବୁ ବିହିତ କର୍ମ ଅଟେ । ବ୍ୟକ୍ତିର ଚେତନାର ସ୍ତର ଉନ୍ନତ ହେବା ସହିତ ଏହି ପାଳନୀୟ କର୍ମ ମଧ୍ୟ ବଦଳି ଯାଏ । ସେମାନଙ୍କ ପାଇଁ ଯଜ୍ଞ, ଦାନ ଏବଂ ତପସ୍ୟା ପାଳନୀୟ କର୍ମ ହୋଇଯାଏ ।"
},
{
"verseTitle": "Bhagavad Gita 18.8",
"verse": "8",
"chapter": 18,
"lang": "or",
"shloka": {
"speaker": "",
"sanskrit": "दुःखमित्येव यत्कर्म कायक्लेशभयात्त्यजेत्।\n\nस कृत्वा राजसं त्यागं नैव त्यागफलं लभेत् ॥8॥",
"text": "ଦୁଃଖମିତ୍ୟେବ ଯତ୍କର୍ମ କାୟକ୍ଳେଶଭୟାତ୍ତ୍ୟଜେତ୍ ।\nସ କୃତ୍ୱା ରାଜସଂ ତ୍ୟାଗଂ ନୈବ ତ୍ୟାଗଫଳଂ ଲଭେତ୍ ।।୮।।",
"audioLink": "https://www.holy-bhagavad-gita.org/public/audio/018_008.mp3"
},
"wordMeanings": "ଦୁଃଖଂ-ଦୁଃଖ; ଇତି-ଏହିପରି; ଏବ-ନିଶ୍ଚିତଭାବେ; ଯତ୍-ଯାହା; କମ ର୍-କର୍ମ; କାୟ-ଶରୀର; କ୍ଳେଶ -କ୍ଳେଶ ବା କଷ୍ଟ; ଭୟାତ୍-ଭୟଯୋଗୁ; ତ୍ୟଜେତ- ତ୍ୟାଗ କରାଯାଏ; ସ -ତାହା; କୃତ୍ୱା-କରି; ରାଜସଂ-ରଜୋଗୁଣବିଶିଷ୍ଟ; ତ୍ୟାଗଂ-ତ୍ୟାଗ; ନ -ନୁହେଁ; ଏବ-ବାସ୍ତବରେ; ତ୍ୟାଗଂ-ତ୍ୟାଗ; ଫଳଂ-ଫଳ; ଲଭେତ୍ -ଲାଭକରେ ।",
"translation": {
"text": "ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ ଥାଏ କିମ୍ବା ବ୍ୟକ୍ତିକୁ ଉଚ୍ଚସ୍ତରକୁ ନେଇ ନ ଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.8.mp3"
]
},
"commentary": "ଜୀବନରେ ପ୍ରଗତି କରିବାର ଅର୍ଥ ନୁହେଁ ଦାୟୀତ୍ୱ ତ୍ୟାଗ କରିବା, ଏହା ଦ୍ୱାରା ଦାୟୀତ୍ୱ ବୃଦ୍ଧି ପାଇଥାଏ । ପ୍ରାରମ୍ଭରେ ଆଧ୍ୟାତ୍ମବାଦୀମାନେ ଏହି ସତ୍ୟକୁ ବୁଝି ନ ଥାନ୍ତି । କଷ୍ଟରୁ ଦୂରରେ ରହିବା ପାଇଁ ସେମାନେ ପଳାୟନପନ୍ଥୀ ମନୋଭାବ ନେଇ ଆଧ୍ୟାତ୍ମିକତା ବାହାନାରେ ତାଙ୍କର ବିହିତ କର୍ମ ତ୍ୟାଗ କରିଥାନ୍ତି । କିନ୍ତୁ ଜୀବନର ଉଦ୍ଦେଶ୍ୟ ଦାୟୀତ୍ୱ ମୁକ୍ତ ହେବା ନୁହେଁ । ଉଚ୍ଚ କକ୍ଷର ସାଧକମାନେ କୌଣସି କର୍ମ କରୁ ନ ଥିବା ଯୋଗୁଁ ଅବିଚଳିତ ରହନ୍ତି ତାହା ନୁହେଁ, ବରଂ ସେମାନେ ଗୁରୁ ଦାୟୀତ୍ୱ ବହନ କରି ମଧ୍ୟ ଭିତରେ ଶାନ୍ତି ରକ୍ଷା କରିପାରିଥାନ୍ତି । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ କର୍ମକୁ କଷ୍ଟଦାୟକ ମନେକରି ତ୍ୟାଗ କରିବା ରାଜସିକ ତ୍ୟାଗ ଅଟେ ।\nଭଗବଦ୍ ଗୀତା ପ୍ରାରମ୍ଭରୁ ହିଁ କର୍ମର ଆହ୍ୱାନ କରିଛି । ଅର୍ଜୁନ ତାଙ୍କ କର୍ମକୁ ଅପ୍ରିୟ ଏବଂ ବିରକ୍ତିକର ମନେକରି ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବାକୁ ଚାହିଁଛନ୍ତି, ଯାହାକୁ ଶ୍ରୀକୃଷ୍ଣ ଅଜ୍ଞାନତା ଏବଂ ଭୀରୁତା କହିଛନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅପ୍ରୀତିକର ହୋଇଥିଲେ ମଧ୍ୟ କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରୁଛନ୍ତି ଏବଂ ତା’ ସହିତ ନିଜ ଭିତରର ଭାବନାକୁ ଠିକ୍ ରଖିବା ପାଇଁ କହୁଛନ୍ତି । ସେହି ଉଦ୍ଦେଶ୍ୟରେ ସେ ଅର୍ଜୁନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଉଦ୍ଭାସିତ କରିଛନ୍ତି ଏବଂ ତାଙ୍କର ପ୍ରଜ୍ଞା ଚକ୍ଷୁ ଖୋଲିବାରେ ସାହାଯ୍ୟ କରିଛନ୍ତି । ଭଗବଦ୍ ଗୀତା ଶୁଣିବା ପରେ ଅର୍ଜୁନ ତାଙ୍କର ବୃତ୍ତି ପରିବର୍ତ୍ତନ କରି ନାହାନ୍ତି, ବରଂ କର୍ମ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ପରିବର୍ତ୍ତିତ କରିଛନ୍ତି । ପୂର୍ବରୁ ତାଙ୍କ କର୍ମର ଉଦ୍ଦେଶ୍ୟ ଥିଲା, ନିଜର ଉପଭୋଗ ଏବଂ ଯଶ ପାଇଁ ହସ୍ତିନାପୁର ରାଜ୍ୟ ଜୟ କରିବା । ପରେ ସେ ସେହି କାର୍ଯ୍ୟ କରୁଛନ୍ତି, କିନ୍ତୁ ତାହା ଭଗବାନଙ୍କର ଭକ୍ତି ରୂପରେ କରୁଛନ୍ତି ।"
},
{
"verseTitle": "Bhagavad Gita 18.9",
"verse": "9",
"chapter": 18,
"lang": "or",
"shloka": {
"speaker": "",
"sanskrit": "कार्यमित्येव यत्कर्म नियतं क्रियतेऽर्जुन। \n\nसङ्गं त्यक्त्वा फलं चैव स त्यागः सात्त्विको मतः ॥9॥",
"text": "କାର୍ଯ୍ୟମିତ୍ୟେବ ଯତ୍କର୍ମ ନିୟତଂ କ୍ରିୟତେଽର୍ଜୁନ ।\nସଙ୍ଗଂ ତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସାତ୍ତ୍ୱିକୋ ମତଃ ।।୯।।",
"audioLink": "https://www.holy-bhagavad-gita.org/public/audio/018_009.mp3"
},
"wordMeanings": "କାର୍ଯ୍ୟଂ -କର୍ତ୍ତବ୍ୟ; ଇତି-ଭାବରେ; ଏବ-ବାସ୍ତବରେ; ଯତ୍-ଯାହା; କର୍ମ ନିୟତଂ-ବିହିତ କର୍ମ; କ୍ରିୟତେ-କରାଯାଏ; ଅର୍ଜୁନ- ହେ ଅର୍ଜୁନ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଫଳଂ-ଫଳ; ଚ-ଏବଂ; ଏବ-ନିଶ୍ଚିତରୂପେ; ସଃ-ତାହା; ତ୍ୟାଗଃ-ତ୍ୟାଗ; ସାତ୍ତ୍ୱିକଃ-ସତ୍ତ୍ୱଗୁଣବିଶିଷ୍ଟ; ମତଃ-ବିବେଚିତ ହୁଏ ।",
"translation": {
"text": "ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.9.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ଉଚ୍ଚଶ୍ରେଣୀର ତ୍ୟାଗ ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଠାରେ ଆମେ ବିହିତ କର୍ମ କରିଥାଉ, କିନ୍ତୁ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥାଉ । ସେ ଏହାକୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ଅଭିହିତ କରିଛନ୍ତି, ଯାହା ସାତ୍ତ୍ୱିକ ଗୁଣରେ ସ୍ଥିତ ହୋଇଥାଏ ।\nଆଧ୍ୟାତ୍ମିକ ଲକ୍ଷ୍ୟପ୍ରାପ୍ତି ପାଇଁ ନିଶ୍ଚିତ ଭାବେ ତ୍ୟାଗର ଆବଶ୍ୟକତା ଅଛି । କିନ୍ତୁ ସମସ୍ୟା ଏହା ଯେ ମନୁଷ୍ୟ ମାନଙ୍କର ତ୍ୟାଗ ବିଷୟରେ ଧାରଣା ଅତ୍ୟନ୍ତ ସଂକୀର୍ଣ୍ଣ ଅଟେ ଏବଂ କର୍ମତ୍ୟାଗ କହିଲେ ସେମାନେ ବାହ୍ୟତଃ କର୍ମର ତ୍ୟାଗକୁ ହିଁ ବୁଝିଥାନ୍ତି । ଏହିପରି ତ୍ୟାଗ ପ୍ରତାରଣା ଅଟେ, ଯେଉଁଠାରେ ବ୍ୟକ୍ତି ତ୍ୟାଗୀର ବସ୍ତ୍ର ଧାରଣ କରିଥିଲେ ମଧ୍ୟ, ଆଭ୍ୟନ୍ତରୀଣ ସ୍ତରରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କର ଧ୍ୟାନ କରୁଥାଏ । ଭାରତରେ ଅନେକ ସାଧୁ ଅଛନ୍ତି, ଯେଉଁମାନେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଭଗବତ୍ ପ୍ରାପ୍ତିର ମହତ୍ ଉଦ୍ଦେଶ୍ୟ ନେଇ ସେମାନେ ସଂସାର ତ୍ୟାଗ କରିଥିଲେ, କିନ୍ତୁ ଯେହେତୁ ତାଙ୍କର ମନ ଇନ୍ଦ୍ରିୟଭୋଗ ବିଷୟ ପ୍ରତି ଅନାସକ୍ତ ନ ଥିଲା, ସେମାନଙ୍କର ତ୍ୟାଗ, ଇପ୍ସିତ ଫଳ ପ୍ରଦାନ କଲା ନାହିଁ । ଫଳସ୍ୱରୂପ, ସେମାନେ ଦେଖିବାକୁ ପାଆନ୍ତି ଯେ ଆଧ୍ୟାତ୍ମିକ କ୍ଷେତ୍ରରେ ସେମାନେ କିଞ୍ôଚତ୍ ବି ଅଗ୍ରଗତି କରିପାରୁ ନାହାଁନ୍ତି । ଭୁଲ ତାଙ୍କ କ୍ରମରେ ଥାଏ- ସେମାନେ ପ୍ରଥମେ ବାହ୍ୟ ତ୍ୟାଗ ପାଇଁ ଏବଂ ପରେ ଭିତରର ଅନାସକ୍ତି ପାଇଁ ଚେଷ୍ଟା କରିଥାଆନ୍ତି । ଏହି ଶ୍ଳୋକରେ ଏହି କ୍ରମକୁ ଓଲଟା କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି - ପ୍ରଥମେ ଭିତରେ ଅନାସକ୍ତି ଉତ୍ପନ୍ନ କର ଏବଂ ତା’ପରେ ବାହ୍ୟରୂପରେ ତ୍ୟାଗ କର ।"
},
{
"verseTitle": "Bhagavad Gita 18.10",
"verse": "10",
"chapter": 18,
"lang": "or",
"shloka": {
"speaker": "",
"sanskrit": "न द्वेष्ट्यकुशलं कर्म कुशले नानुषज्जते।\n\nत्यागी सत्त्वसमाविष्टो मेधावी छिन्नसंशयः ॥10॥",
"text": "ନ ଦ୍ୱେଷ୍ଟ୍ୟକୁଶଳଂ କର୍ମ କୁଶଳେ ନାନୁଷଜ୍ଜତେ ।\nତ୍ୟାଗୀ ସତ୍ତ୍ୱସମାବିଷ୍ଟୋ ମେଧାବୀ ଛିନ୍ନସଂଶୟଃ ।।୧୦।।",
"audioLink": "https://www.holy-bhagavad-gita.org/public/audio/018_010.mp3"
},
"wordMeanings": "ନ ଦ୍ୱେଷ୍ଟି- ଘୃଣା କରେନାହିଁ; ଅକୁଶଳଂ-ଅପ୍ରୀତିକର; କର୍ମ-କର୍ମ; କୁଶଳେ-ସୁଖକର; ନ ଅନୁଷଜ୍ଜତେ-ଖୋଜେ ନାହିଁ; ତ୍ୟାଗୀ-ତ୍ୟାଗୀ; ସତ୍ତ୍ୱ-ସତ୍ତ୍ୱଗୁଣ; ସମାବିଷ୍ଟଃ- ସମୃଦ୍ଧ ହୋଇ; ମେଧାବୀ-ବୁଦ୍ଧିମାନ; ଛିନ୍ନ ସଂଶୟଃ-ସଂଶୟହୀନ ।",
"translation": {
"text": "ଯେଉଁମାନେ ଅପ୍ରୀତିକର କାର୍ଯ୍ୟ ତ୍ୟାଗ କରନ୍ତି ନାହିଁ କିମ୍ବା ସୁଖକର ହୋଇଥିବା ଯୋଗୁଁ ତା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେମାନେ ପ୍ରକୃତ ତ୍ୟାଗୀ ଅଟନ୍ତି । ସେମାନେ ସତ୍ତ୍ୱ ଗୁଣ ସମ୍ପନ୍ନ, ବୁଦ୍ଧିମାନ ଏବଂ ତାଙ୍କର ସଂଶୟହୀନ ହୋଇଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.10.mp3"
]
},
"commentary": "ସାତ୍ତ୍ୱିକ ଗୁଣଯୁକ୍ତ ତ୍ୟାଗୀମାନେ ଅପ୍ରୀତିକର ପରିସ୍ଥିତିକୁ କଷ୍ଟଦାୟକ ମନେ କରନ୍ତି ନାହିଁ କିମ୍ବା ସୁଖକର ପରିସ୍ଥିତି ସହିତ ମଧ୍ୟ ଆସକ୍ତ ହୁଅନ୍ତି ନାହିଁ । ସମସ୍ତ ପରିସ୍ଥିତିରେ ସେମାନେ କେବଳ ତାଙ୍କର କର୍ତ୍ତବ୍ୟ ପାଳନ କରିଥାନ୍ତି । ଯେତେବେଳେ ତାହା ସୁଚାରୁ ରୂପେ ସମ୍ପାଦିତ ହୋଇଥାଏ, ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ କିମ୍ବା ଜୀବନ କଷ୍ଟକର ହେଲେ ମଧ୍ୟ ହତାଶ ହୁଅନ୍ତି ନାହିଁ । ସେମାନେ ବାୟୁ ପ୍ରବାହରେ ଇତସ୍ତତଃ ହେଉଥିବା ଶୁଖିଲା ପତ୍ର ନୁହଁନ୍ତି, ବରଂ ସେମାନେ ସାମୁଦ୍ରିକ ଉଦ୍ଭିଦ ପରି ଅଟନ୍ତି ଯିଏ ତରଙ୍ଗର ଉତ୍ଥାନ ପତନକୁ ଶାନ୍ତ ରହି ସହ୍ୟ କରିନିଏ । ସେମାନେ କ୍ରୋଧ, ଈର୍ଷା ଓ ଆସକ୍ତି ଦ୍ୱାରା ଅଭିଭୂତ ନ ହୋଇ ତାଙ୍କ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣାକ୍ରମକୁ ସମଭାବାପନ୍ନ ହୋଇ ଲକ୍ଷ୍ୟ କରିଥାଆନ୍ତି । ବାଲ ଗଙ୍ଗାଧର ତିଲକ ଭଗବଦ୍ ଗୀତାର ଜଣେ ପ୍ରସିଦ୍ଧ ବିଦ୍ୱାନ ଏବଂ ଜଣେ କର୍ମଯୋଗୀ ଥିଲେ । ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ସେ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ଥିଲେ । ଭାରତ ସ୍ୱାଧୀନ ହେବା ପରେ ତାଙ୍କୁ ଯେତେବେଳେ ପଚରା ଗଲା ସେ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ କେଉଁ ପଦବୀ ଇଚ୍ଛା କରୁଛନ୍ତି, ସେ ଉତ୍ତର ଦେଇଥିଲେ, “ଭିନ୍ନକ କଳନ ଉପରେ ଏକ ବହି ଲେଖିବା ମୋର ଲକ୍ଷ୍ୟ ଥିଲା, ମୁଁ ତାହା ପୂରଣ କରିବି ।” ଥରେ ପୋଲିସ ତାଙ୍କୁ ଅଶାନ୍ତି ଉତ୍ପନ୍ନ କରୁଥିବା ପାଇଁ ଗିରଫ କଲା । ସେ ତାଙ୍କର ଜଣେ ବନ୍ଧୁଙ୍କୁ, ସେ ଆଇନର କେଉଁ ଧାରା ଅନୁସାରେ ଗିରଫ ହୋଇଛନ୍ତି, ତାହା ଅନୁସନ୍ଧାନ କରିବାକୁ କହିଲେ । ଗୋଟିଏ ଘଣ୍ଟା ପରେ ବନ୍ଧୁଜଣଙ୍କ ଫେରି ଦେଖିଲେ, ସେ ଜେଲ ଭିତରେ ଗଭୀର ନିଦ୍ରାରେ ଶୋଇଛନ୍ତି । ଅନ୍ୟ ଏକ ସମୟରେ ଅଫିସ୍ରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ, ତାଙ୍କ କିରାଣୀ ଖବର ଦେଲେ ଯେ ତାଙ୍କ ବଡ଼ ପୁଅଙ୍କର ସ୍ୱାସ୍ଥ୍ୟ ଗମ୍ଭୀର ଅଟେ । ଖବର ଶୁଣି ସେ ଅଧୈର୍ଯ୍ୟ ନ ହୋଇ କିରାଣୀଙ୍କୁ ଜଣେ ଡାକ୍ତର ଡାକିବାକୁ କହିଲେ ଏବଂ ପୂର୍ବବତ୍ କାମ କରିବାରେ ଲାଗିଗଲେ । ଅଧଘଣ୍ଟା ପରେ ତାଙ୍କ ବନ୍ଧୁ ଆସି ସେହି ଖବର ଦେଲେ । ସେ କହିଲେ “ତାକୁ ଦେଖିବା ପାଇଁ ମୁଁ ଜଣେ ଡାକ୍ତରଙ୍କୁ ଡାକିଛି, ମୁଁ ଆଉ ଅଧିକ କଣ କରି ପାରିବି?” ଏହିସବୁ ଘଟଣା ଦର୍ଶାଇଥାଏ କିପରି ଭାବରେ ଅଶାନ୍ତ ପରିବେଶ ମଧ୍ୟରେ ବି ସେ ନିଜର ମାନସିକ ସନ୍ତୁଳନ ରକ୍ଷା କରିପାରୁଥିଲେ । ତାଙ୍କର ଆଭ୍ୟନ୍ତରୀଣ ସ୍ଥିରତା ଯୋଗୁଁ ସେ ତାଙ୍କର କର୍ମ କରି ପାରୁଥିଲେ । ସେ ଯଦି ମାନସିକ ରୂପରେ ବିଚଳିତ ହୋଇଥାନ୍ତେ, ସେ ଜେଲ୍ରେ ଶୋଇ ପାରି ନ ଥାନ୍ତେ କିମ୍ବା ଅଫିସରେ କାମ କରିପାରି ନ ଥାନ୍ତେ ।"
},
{
"verseTitle": "Bhagavad Gita 18.11",
"verse": "11",
"chapter": 18,
"lang": "or",
"shloka": {
"speaker": "",
"sanskrit": "न हि देहभृता शक्यं त्यक्तुं कर्माण्यशेषतः।\n\nयस्तु कर्मफलत्यागी स त्यागीत्यभिधीयते ॥11॥",
"text": "ନ ହି ଦେହଭୃତା ଶକ୍ୟଂ ତ୍ୟକ୍ତୁଂ କର୍ମାଣ୍ୟଶେଷତଃ ।\nଯସ୍ତୁ କର୍ମଫଳତ୍ୟାଗୀ ସ ତ୍ୟାଗୀତ୍ୟଭିଧୀୟତେ ।।୧୧।।",
"audioLink": "https://www.holy-bhagavad-gita.org/public/audio/018_011.mp3"
},
"wordMeanings": "ନ- ନୁହେଁ; ହି-ନିଶ୍ଚିତଭାବେ; ଦେହ-ଭୃତା- ଦେହଧାରୀ ମାନଙ୍କର; ଶକ୍ୟଂ-ସମ୍ଭବ; ତ୍ୟକ୍ତୁଂ- ତ୍ୟାଗ କରିବାକୁ; କର୍ମାଣି- କର୍ମମାନ; ଅଶେଷତଃ-ସମ୍ପୂର୍ଣ୍ଣ ରୂପେ; ଯଃ- ଯିଏ;ତୁ -କିନ୍ତୁ; କର୍ମ-ଫଳ -କର୍ମର ଫଳ; ତ୍ୟାଗୀ-ତ୍ୟାଗୀ; ସଃ-ସେ; ତ୍ୟାଗୀ-ତ୍ୟାଗୀ; ଇତି-ଏହିପରି; ଅଭିଧୀୟତେ-କୁହାଯାଏ ।",
"translation": {
"text": "ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.11.mp3"
]
},
"commentary": "ଏଠାରେ ଯୁକ୍ତି କରାଯାଇପାରେ ଯେ କର୍ମଫଳ ତ୍ୟାଗ କରିବା ଠାରୁ ସମସ୍ତ କର୍ମ ତ୍ୟାଗ କରିବା ଭଲ ଅଟେ, କାରଣ ସେପରି କରିବା ଦ୍ୱାରା ସାଧନା କିମ୍ବା ଧ୍ୟାନରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । ଶ୍ରୀକୃଷ୍ଣ ଏପରି ଯୁକ୍ତିକୁ ଖଣ୍ଡନ କରି କହୁଛନ୍ତି ଯେ ଶରୀରଧାରୀ ମନୁଷ୍ୟ ପାଇଁ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ସମ୍ଭବ ନୁହେଁ । ଶରୀର ରକ୍ଷା ପାଇଁ କେତେକ ମୌଳିକ କର୍ମ, ଯେପରିକି, ଖାଇବା, ଶୋଇବା, ଗାଧୋଇବା ଇତ୍ୟାଦି କରିବା ଅନିର୍ବାର୍ଯ୍ୟ ଅଟେ । ଏତଦ୍ବ୍ୟତୀତ, ଛିଡ଼ାହେବା, ବସିବା, ଚିନ୍ତା କରିବା, ଚାଲିବା, କଥାବାର୍ତ୍ତା ହେବା ଇତ୍ୟାଦି କର୍ମଗୁଡ଼ିକୁ ଉପେକ୍ଷା କରାଯାଇ ପାରିବ ନାହିଁ । ଯଦି ଆମେ ବାହ୍ୟରୂପରେ କର୍ମ ତ୍ୟାଗକୁ ତ୍ୟାଗ ବୋଲି ଭାବିବା, ତା ହେଲେ କୌଣସି ବ୍ୟକ୍ତି ପ୍ରକୃତରେ ତ୍ୟାଗୀ ହୋଇପାରିବେ ନାହିଁ । କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯଦି ଜଣେ କର୍ମଫଳକୁ ତ୍ୟାଗ କରିପାରିବ, ଏହାକୁ ବାସ୍ତବିକ ତ୍ୟାଗ ବିବେଚନା କରାଯିବ ।"
},
{
"verseTitle": "Bhagavad Gita 18.12",
"verse": "12",
"chapter": 18,
"lang": "or",
"shloka": {
"speaker": "",
"sanskrit": "अनिष्टमिष्टं मिश्रं च त्रिविधं कर्मणः फलम्।\n\nभवत्यत्यागिनां प्रेत्य न तु सन्यासिनां क्वचित् ॥12॥",
"text": "ଅନିଷ୍ଟମିଷ୍ଟଂ ମିଶ୍ରଂ ଚ ତ୍ରିବିଧଂ କର୍ମଣଃ ଫଳମ୍ ।\nଭବତ୍ୟତ୍ୟାଗିନାଂ ପ୍ରେତ୍ୟ ନ ତୁ ସଂନ୍ୟାସିନାଂ କ୍ୱଚିତ୍ ।।୧୨।।",
"audioLink": "https://www.holy-bhagavad-gita.org/public/audio/018_012.mp3"
},
"wordMeanings": "ଅନିଷ୍ଟଂ-ଅପ୍ରୀତିକର; ଇଷ୍ଟଂ-ସୁଖକର; ମିଶ୍ରଂ-ମିଶ୍ରିତ; ଚ-ଏବଂ; ତ୍ରିବିଧଂ- ତିନି ପ୍ରକାର; କର୍ମଣଃ-ଫଳଂ-କର୍ମଫଳ; ଭବତି-ହୁଏ; ଅତ୍ୟାଗିନାଂ-ଫଳାସକ୍ତମାନଙ୍କର; ପ୍ରେତ୍ୟ-ମୃତ୍ୟୁପରେ;ନ -ନୁହେଁ;ତୁ -କିନ୍ତୁ;ସଂନ୍ୟାସିନାଂ-ସନ୍ନ୍ୟାସୀମାନଙ୍କର; କ୍ୱଚିତ୍ -କେବେ ।",
"translation": {
"text": "ଫଳ ପ୍ରତି ଆସକ୍ତ ବ୍ୟକ୍ତିମାନଙ୍କୁ ମୃତ୍ୟୁ ପରେ ମଧ୍ୟ କର୍ମର ତିନିପ୍ରକାର ଫଳ -ସୁଖକର, ଦୁଃଖଦାୟକ ଏବଂ ମିଶ୍ରିତ- ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁମାନେ ତାଙ୍କର କର୍ମଫଳ ତ୍ୟାଗ କରିଥାଆନ୍ତି, ତାଙ୍କୁ ଏ ଜନ୍ମରେ କିମ୍ବା ପର ଜନ୍ମରେ ସେପରି ଫଳ ମିଳି ନ ଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.12.mp3"
]
},
"commentary": "ମୃତ୍ୟୁପରେ ଆତ୍ମାକୁ ତିିନିପ୍ରକାରର ଫଳ ମିଳିଥାଏ: ୧. ଇଷ୍ଟମ୍, ବା ସ୍ୱର୍ଗଲୋକର ସୁଖକର ଅନୁଭୂତି, ୨. ଅନିଷ୍ଟମ୍, ନର୍କଲୋକର ଦୁଃଖଦାୟକ ଅନୁଭୂତି ଏବଂ ୩. ମିଶ୍ରମ୍, ପୃଥିବୀରେ ମନୁଷ୍ୟରୂପରେ ମିଶ୍ରିତ ଫଳ । ଯେଉଁମାନେ ପୁଣ୍ୟ କର୍ମ କରିଥାନ୍ତି ତାଙ୍କୁ ପୁରସ୍କାର ସ୍ୱରୂପ ସ୍ୱର୍ଗଲୋକ ମିଳିଥାଏ; ଯେଉଁମାନେ ପାପ କର୍ମ କରିଥାନ୍ତି ସେମାନେ ନିମ୍ନଲୋକରେ ଜନ୍ମ ଗ୍ରହଣ କରିଥାନ୍ତି; ଯେଉଁମାନେ ଉଭୟର ମିଶ୍ରିତ କର୍ମ କରିଥାନ୍ତି, ସେମାନେ ମନୁଷ୍ୟଲୋକକୁ ଫେରି ଆସନ୍ତି । କିନ୍ତୁ ଏହା କେବଳ କର୍ମଫଳରେ ଆସକ୍ତି ଯୁକ୍ତ କର୍ମ ପ୍ରତି ପ୍ରଯୁଜ୍ୟ ଅଟେ । କର୍ମଫଳର କାମନା ତ୍ୟାଗ କରି, ଏହାକୁ ଭଗବାନଙ୍କ ପ୍ରତି କର୍ତ୍ତବ୍ୟ ଭାବରେ କରାଗଲେ, କୌଣସି କର୍ମଫଳ ସଞ୍ôଚତ ହୁଏନାହିଁ ।\nଏହିପରି ନିୟମ ସଂସାରରେ ମଧ୍ୟ ରହିଛି । ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ହତ୍ୟା କରେ, ଏହା ଅପରାଧ ରୂପେ ପରିଗଣିତ ହୁଏ ଏବଂ ତାହାର ଫଳ ମୃତ୍ୟୁଦଣ୍ଡ ହୋଇପାରେ । କିନ୍ତୁ ଯଦି ସରକାର ଜଣକୁ କୁଖ୍ୟାତ ହତ୍ୟକାରୀ ବା ଚୋର ବୋଲି ଘୋଷଣା କରିଥାନ୍ତି ଏବଂ ତାକୁ ଜୀବିତା ବା ମୃତ ଭାବେ ଧରିବାକୁ ଆଦେଶ ଦେଇଥାନ୍ତି, ତାହେଲେ ସେପରି ବ୍ୟକ୍ତିଙ୍କୁ ହତ୍ୟା କରିବା ଆଇନ ଆଖିରେ ଦଣ୍ଡନୀୟ ହୋଇ ନଥାଏ, ବରଂ ଏଥିପାଇଁ ସରକାର ପୁରସ୍କାର ଦେଇଥାନ୍ତି ଏବଂ ହତ୍ୟାକାରୀକୁ ରାଷ୍ଟ୍ରୀୟ ନାୟକ ଭାବରେ ସମ୍ମାନିତ କରିଥାନ୍ତି । ସେହିପରି କର୍ମ କରିବାକୁ ଯାଇ ଆମେ ଯେତେବେଳେ ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ କରୁ, କର୍ମର ଏହି ତିନି ପ୍ରକାର ଫଳ ଆମକୁ ମିଳେନାହିଁ ।"
},
{
"verseTitle": "Bhagavad Gita 18.13",
"verse": "13",
"chapter": 18,
"lang": "or",
"shloka": {
"speaker": "",
"sanskrit": "पञ्चैतानि महाबाहो कारणानि निबोध मे।\n\nसाड्,ख्ये कृतान्ते प्रोक्तानि सिद्धये सर्वकर्मणाम् ॥13॥",
"text": "ପଞ୍ଚୈତାନି ମହାବାହୋ କାରଣାନି ନିବୋଧ ମେ ।\nସାଂଖ୍ୟେ କୃତାନ୍ତେ ପ୍ରୋକ୍ତାନି ସିଦ୍ଧୟେ ସର୍ବକର୍ମଣାମ୍ ।।୧୩।।",
"audioLink": "https://www.holy-bhagavad-gita.org/public/audio/018_013.mp3"
},
"wordMeanings": "ପଞ୍ଚ-ପାଞ୍ଚ; ଏତାନି -ଏହିସବୁ; ମହାବାହୋ -ହେ ମହାବାହୁ; କାରଣାନି -କାରଣ; ନିବୋଧ -ଶୁଣ; ମେ -ମୋଠାରୁ; ସାଂଖ୍ୟେ-ସାଂଖ୍ୟ ଦର୍ଶନର; କୃତାନ୍ତେ -କର୍ମଫଳ ସମାପ୍ତ କରିବା; ପ୍ରୋକ୍ତାନି -କୁହାଯାଇଛି; ସିଦ୍ଧୟେ -ସିଦ୍ଧିପ୍ରାପ୍ତି ନିମନ୍ତେ; ସର୍ବ-ସମସ୍ତ; କର୍ମଣାଂ-କର୍ମର ।",
"translation": {
"text": "ହେ ଅର୍ଜୁନ ! କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ ପାଞ୍ଚଗୋଟି କାରଣ ସମ୍ବନ୍ଧରେ, ମୋ ଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.13.mp3"
]
},
"commentary": "ଫଳାସକ୍ତି ରହିତ ହୋଇ କର୍ମ କରାଯାଇପାରିବ, ଏହା ଜାଣିବା ପରେ ଏକ ସ୍ୱାଭାବିକ ପ୍ରଶ୍ନ ମନରେ ଉଠେ: “କର୍ମ ଉପାଦାନ କ’ଣ?” ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ, ସେ ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛନ୍ତି । ଏହା କର୍ମଫଳ ପ୍ରତି ବୈରାଗ୍ୟ ଉତ୍ପନ୍ନ କରିବାରେ ସାହାଯ୍ୟ କରିବ । ତାହା ସହିତ ସେ ସ୍ପଷ୍ଟ କରୁଛନ୍ତି ଯେ ଏଠାରେ ବର୍ଣ୍ଣନା କରାଯାଉଥିବା କର୍ମର ପାଞ୍ଚ ଅଙ୍ଗର ବିଶ୍ଳେଷଣ ନୂତନ ନୁହେଁ, ଏହା ସାଂଖ୍ୟ ଦର୍ଶନରେ ପୂର୍ବରୁ ମଧ୍ୟ ବର୍ଣ୍ଣିତ ହୋଇଅଛି । ସାଂଖ୍ୟ ଦର୍ଶନ ମହର୍ଷି କପିଳଙ୍କ ଦ୍ୱାରା ପ୍ରଣୀତ, ଯିଏ ଭଗବାନଙ୍କର ଅବତାର ଥିଲେ ଏବଂ ପୃଥିବୀ ପୃଷ୍ଠରେ କର୍ଦ୍ଦମମୁନି ଏବଂ ଦେବହୁତିଙ୍କର ସନ୍ତାନ ରୂପରେ ଆବିର୍ଭାବ ହୋଇଥିଲେ । ସେ ପ୍ରଣୟନ କରିଥିବା ସାଂଖ୍ୟ ଦର୍ଶନ ବିଶ୍ଳେଷଣାତ୍ମକ ତର୍କ ଉପରେ ଆଧାରିତ । ଏହା ଶରୀର ତଥା ପୃଥିବୀର ଉପାଦାନର ବିଶ୍ଳେଷଣ ଦ୍ୱାରା ଆତ୍ମାକୁ ଜାଣିବାର ଜ୍ଞାନ ବୃଦ୍ଧି କରେ । ଏହା କର୍ମର ଉପାଦାନଗୁଡ଼ିକର ବିଶ୍ଳେଷଣ କରି କାର୍ଯ୍ୟ ଓ କାରଣର ସ୍ୱରୂପ ନିର୍ଣ୍ଣୟ କରେ ।"
},
{
"verseTitle": "Bhagavad Gita 18.14",
"verse": "14",
"chapter": 18,
"lang": "or",
"shloka": {
"speaker": "",
"sanskrit": "अधिष्ठानं तथा कर्ता करणं च पृथग्विधम्।\n\nविविधाश्च पृथक्चेष्टा दैवं चैवात्र पञ्चमम् ॥14॥",
"text": "ଅଧିଷ୍ଠାନଂ ତଥା କର୍ତା କରଣଂ ଚ ପୃଥଗ୍ବିଧମ୍ ।\nବିବିଧାଶ୍ଚ ପୃଥକ୍ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍ ।।୧୪।।",
"audioLink": "https://www.holy-bhagavad-gita.org/public/audio/018_014.mp3"
},
"wordMeanings": "ଅଧିଷ୍ଠାନଂ-ଶରୀର; ତଥା-ମଧ୍ୟ; କର୍ତା-କର୍ତ୍ତା(ଆତ୍ମା); କରଣଂ-ଇନ୍ଦ୍ରିୟ; ଚ-ଏବଂ; ପୃଥଗ୍-ବିଧମ୍- ବିଭିନ୍ନ ପ୍ରକାରର; ବିବିଧାଃ - ଅନେକ;ଚ -ଏବଂ; ପୃଥକ୍ -ପୃଥକ୍ ଭାବେ; ଚେଷ୍ଟା -ଚେଷ୍ଟା; ଦୈବଂ-ବିଧିର ବିଧାନ; ଚ ଏବ ଅତ୍ର -ଏହାସବୁ ନିଶ୍ଚିତ ଭାବେ(କାରଣ); ପଞ୍ଚମମ୍ -ପଞ୍ଚମ ।",
"translation": {
"text": "ଶରୀର, ଆତ୍ମା, ବିଭିନ୍ନ ଇନ୍ଦ୍ରିୟ, ବିବିଧ ପ୍ରକାର ଉଦ୍ୟମ ଏବଂ ବିଧିର ବିଧାନ - ଏହି ପାଞ୍ଚଗୋଟି କର୍ମର ଉପାଦାନ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.14.mp3"
]
},
"commentary": "ଏହି ଶ୍ଳୋକରେ, ଅଧିଷ୍ଠାନଂ ଶବ୍ଦର ଅର୍ଥ “ବାସସ୍ଥାନ” ଅଟେ ଏବଂ ଏହା ଶରୀରକୁ ବୁଝାଏ, କାରଣ ଆତ୍ମା ଶରୀର ମଧ୍ୟରେ ଥିଲେ ହିଁ କର୍ମ କରାଯାଇପାରେ । କର୍ତ୍ତା ଅର୍ଥାତ୍ “ଯେ କର୍ମ କରେ”, ଏବଂ ଏହା ଆତ୍ମାକୁ ସୂଚିତ କରେ । ଯଦିଓ ଆତ୍ମା ନିଜେ କର୍ମ କରେ ନାହିଁ, ସେ ଇନ୍ଦ୍ରିୟ-ମନ-ବୁଦ୍ଧିକୁ ଜୀବନୀଶକ୍ତି ପ୍ରଦାନ କରି କାର୍ଯ୍ୟକ୍ଷମ କରାଇଥାଏ । ପୁଣି ଅହଂକାର ପ୍ରଭାବରେ ସେ ନିଜକୁ ସେମାନଙ୍କ କର୍ମର କର୍ତ୍ତା ମନେ କରିଥାଏ । ତେଣୁ ଶରୀର କରୁଥିବା କର୍ମ ପାଇଁ ସେ ଦାୟୀ ଅଟେ ଏବଂ ତାକୁ ଉଭୟ ଜ୍ଞାତା ଓ କର୍ତ୍ତା ମନେ କରାଯାଏ । ପ୍ରଶ୍ନ ଉପନିଷଦ କହେ: ଏଷ ହି ଦ୍ରଷ୍ଟା ସ୍ପ୍ରଷ୍ଟା ଶ୍ରୋତା ଘ୍ରାତା ରସୟିତା ମନ୍ତା ବୋଦ୍ଧା କର୍ତା ବିଜ୍ଞାନାତ୍ମା ପୁରୁଷଃ ସ ପରେଽକ୍ଷର ଆତ୍ମନି ସଂପ୍ରତିଷ୍ଠତେ (୪.୯) “ଆତ୍ମା ହିଁ ଦେଖେ, ସ୍ପର୍ଶକରେ, ଶୁଣେ, ଅନୁଭବ କରେ, ଆସ୍ୱାଦନ କରେ, ଚିନ୍ତନ କରେ ଏବଂ ବୁଝେ । ଅତଏବ, ଆତ୍ମାକୁ ଉଭୟ ଜ୍ଞାତା ଏବଂ କର୍ମର କର୍ତ୍ତା ରୂପେ ବିବେଚନା କରାଯାଏ ।” ବ୍ରହ୍ମସୂତ୍ର କହେ: ଜେ୍ଞାଽତ ଏବ (୨.୩.୧୮) “ଆତ୍ମା- ହିଁ ପ୍ରକୃତ ଜ୍ଞାତା ଅଟେ ।” ବ୍ରହ୍ମସୂତ୍ର ପୁଣି କହେ: କର୍ତା ଶାସ୍ତ୍ରାର୍ଥବତ୍ତ୍ୱାତ୍ (୨.୩.୩୩) “ଆତ୍ମା ହିଁ କର୍ମର କର୍ତ୍ତା ଅଟେ । ଏହା ଶାସ୍ତ୍ରଦ୍ୱାରା ପ୍ରମାଣିତ ।” ଉପରୋକ୍ତ ଉଦ୍ଧରଣରୁ ଏହା ସ୍ପଷ୍ଟ ହୋଇଥାଏ ଯେ କର୍ମ ସମ୍ପାଦନ ପାଇଁ ଆତ୍ମା ମଧ୍ୟ ଏକ ଉପାଦାନ ଅଟେ ।\nକର୍ମ ସମ୍ପାଦନ ପାଇଁ ଇନ୍ଦ୍ରିୟଗୁଡ଼ିକ ଉପକରଣ ଅଟନ୍ତି । ଇନ୍ଦ୍ରିୟଗୁଡ଼ିକ ବିନା ଆତ୍ମା ସ୍ୱାଦ, ସ୍ପର୍ଶ, ଦୃଶ୍ୟ, ଗନ୍ଧ ଏବଂ ଶବ୍ଦ ଅନୁଭବ କରି ପାରନ୍ତା ନାହିଁ । ପାଞ୍ଚଗୋଟି କର୍ମ ଇନ୍ଦ୍ରିୟ ମଧ୍ୟ ଅଛନ୍ତି- ହସ୍ତ, ପଦ, ବାଣୀ, ଯୌନାଙ୍ଗ ଏବଂ ମଳଦ୍ୱାର । ଏମାନଙ୍କ ସାହାଯ୍ୟରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ତେଣୁ ଇନ୍ଦ୍ରିୟଗୁଡ଼ିକୁ ମଧ୍ୟ କର୍ମ କରିବାର ଉପାଦାନ ଭାବରେ ଗ୍ରହଣ କରାଯାଇଛି ।\nକର୍ମ କରିବାର ଏହି ସମସ୍ତ ଅଙ୍ଗ ଥିବା ସତ୍ତ୍ୱେ, ଉଦ୍ୟମ ନ କଲେ କୌଣସି କାର୍ଯ୍ୟ ସାଧିତ ହୋଇପାରିବ ନାହିଁ । କର୍ମ ପାଇଁ ଉଦ୍ୟମ ଏତେ ମହତ୍ୱପୂର୍ଣ୍ଣ ଯେ, ଚାଣକ୍ୟ ପଣ୍ଡିତ ନୀତି ଶାସ୍ତ୍ରରେ କହିଛନ୍ତି ଉତ୍ସାହବତାଂ ଶତ୍ରବୋପି ବଶୀଭବନ୍ତି “ଯଥେଷ୍ଟ ଉଦ୍ୟମ ଦ୍ୱାରା, ମନ୍ଦ ଭାଗ୍ୟ ମଧ୍ୟ ଉତ୍ତମ ଭାଗ୍ୟରେ ପରିଣତ ହୋଇଯାଏ ।” ନିରୁତ୍ୱାହାଦ୍ ଦୈବଂ ପତିତ “ସଠିକ୍ ଉଦ୍ୟମ ବିନା, ସୌଭାଗ୍ୟ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ।” ତେଣୁ ଚେଷ୍ଟା (ଉଦ୍ୟମ) କର୍ମର ଅନ୍ୟ ଏକ ଉପାଦାନ ଅଟେ ।\nଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ସାକ୍ଷୀ ରୂପରେ ବସିଛନ୍ତି । ତାଙ୍କର ପୂର୍ବକର୍ମ ଅନୁସାରେ, ସେ ବିଭିନ୍ନ ମନୁଷ୍ୟଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାର କ୍ଷମତା ପ୍ରଦାନ କରନ୍ତି । ଏହାକୁ ଜଣେ ବିଧିର ବିଧାନ କହିପାରନ୍ତି । ଉଦାହରଣ ସ୍ୱରୂପ, କିଛି ଲୋକଙ୍କର ବିପୁଳ ଅର୍ଥ ଉପାର୍ଜନ କରିବାର କୁଶାଗ୍ର ବୁଦ୍ଧି ରହିଥାଏ । ତାଙ୍କର ବନ୍ଧୁ-ବାନ୍ଧବମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି ଯେ ଏତେ ଜଟିଳ ଆର୍ଥିକ ପରିସ୍ଥିତିର ସେ ଏପରି ବିଚକ୍ଷଣ ବିଶ୍ଳେଷଣ କରିପାରୁଛନ୍ତି କିପରି । ସେହି ଦିଗରେ ସେମାନେ ଯେଉଁ ବିପଦ ଉଠାଇଥାନ୍ତି, ସେଥିରେ ମଧ୍ୟ ସେମାନେ ସୌଭାଗ୍ୟଶାଳୀ ସିଦ୍ଧ ହୋଇଥାନ୍ତି । ଏହି ବିଶିଷ୍ଟ ବୁଦ୍ଧି ଭଗବାନ ସେମାନଙ୍କୁ ପ୍ରଦାନ କରିଥାନ୍ତି । ସେହିପରି ଅନ୍ୟମାନଙ୍କ ଠାରେ କ୍ରୀଡ଼ା, ସଂଗୀତ, କଳା, ସାହିତ୍ୟ କ୍ଷେତ୍ରରେ ଭଗବତ୍ ପ୍ରଦତ୍ତ ପ୍ରତିଭା ଥିବା ପରି ପ୍ରତୀତ ହୁଏ । ମନୁଷ୍ୟର ପୂବର୍ଜନ୍ମର କର୍ମ ଅନୁସାରେ, ଏହି ବିଶେଷ କ୍ଷମତା ସବୁ ଭଗବାନ ତାଙ୍କୁ ପ୍ରଦାନ କରିଥାନ୍ତି । ସେ ବର୍ତ୍ତମାନର କର୍ମ ଫଳ ମଧ୍ୟ ପ୍ରଦାନ କରିଥାନ୍ତି । ତେଣୁ ଭଗବାନଙ୍କୁ ମଧ୍ୟ କର୍ମର ଏକ ଉପାଦାନ ଭାବେ ପରିଗଣିତ କରାଯାଏ ।"
},
{
"verseTitle": "Bhagavad Gita 18.15 – 18.16",
"verse": "15-16",
"chapter": 18,
"lang": "or",
"shloka": {
"speaker": "",
"sanskrit": "शरीरवाड्.मनोभिर्यत्कर्म प्रारभते नरः। \n\nन्याय्यं वा विपरीतं वा पञ्चैते तस्य हेतवः ॥15॥\n\nतत्रैवं सति कर्तारमात्मानं केवलं तु यः।\n\nपश्यत्यकृतबुद्धित्वान्नं स पश्यति दुर्मतिः ॥16॥",
"text": "ଶରୀରବାଙ୍ମନୋଭିର୍ଯତ୍କର୍ମ ପ୍ରାରଭତେ ନରଃ ।\nନ୍ୟାଯ୍ୟଂ ବା ବିପରୀତଂ ବା ପଞ୍ଚୈତେ ତସ୍ୟ ହେତବଃ ।।୧୫।।\nତତ୍ରୈବଂ ସତି କର୍ତାରମାତ୍ମାନଂ କେବଳଂ ତୁ ଯଃ ।\nପଶ୍ୟତ୍ୟକୃତବୁଦ୍ଧିତ୍ୱାନ୍ନ ସ ପଶ୍ୟତି ଦୁର୍ମତିଃ ।।୧୬।।",
"audioLink": "https://www.holy-bhagavad-gita.org/public/audio/018_015-016.mp3"
},
"wordMeanings": "ଶରୀର-ଶରୀର; ବାକ୍-ବାଣୀ; ମନୋଭିଃ-ମନରେ; ଯତ୍-ଯାହା; କର୍ମ-କାର୍ଯ୍ୟ; ପ୍ରାରଭତେ-ଆରମ୍ଭକରେ; ନରଃ -ବ୍ୟକ୍ତି; ନ୍ୟାଯ୍ୟଂ- ଠିକ୍; ବା-କିମ୍ବା; ବିପରୀତଂ-ବିପରୀତ; ବା-କିମ୍ବା; ପଞ୍ଚ-ପାଞ୍ଚ; ଏତେ -ଏସବୁ; ତସ୍ୟ-ତାହାର; ହେତବଃ- କାରଣ; ତତ୍ର-ସେଠାରେ; ଏବଂ ସତି -ତା ପରିବର୍ତ୍ତେ; କର୍ତାରଂ -କର୍ତ୍ତାଙ୍କୁ; ଆତ୍ମାନଂ -ଆତ୍ମାକୁ; କେବଳଂ-କେବଳ;ତୁ -କିନ୍ତୁ; ଯଃ-ଯେ; ପଶ୍ୟତି-ଦେଖେ; ଅକୃତ-ବୁଦ୍ଧିତ୍ୱାତ୍ -ଅଶୁଦ୍ଧ ବୁଦ୍ଧିରେ; ନ-ନୁହେଁ; ସଃ-ସେ; ପଶ୍ୟତି-ଦେଖେ; ଦୁର୍ମତିଃ-ମୁର୍ଖ ।",
"translation": {
"text": "ଶରୀର, ବାଣୀ ଓ ମନଦ୍ୱାରା ସମ୍ପାଦିତ ହେଉଥିବା, ସତ୍-କର୍ମ ଅଥବା ଅସତ୍କର୍ମ, ଯେକୌଣସି କାର୍ଯ୍ୟ ପାଇଁ ଏହି ପାଞ୍ଚଗୋଟି ଉପାଦାନର ଯୋଗଦାନ ରହିଅଛି । ଏହି ତଥ୍ୟକୁ ବୁଝିନଥିବା ବ୍ୟକ୍ତିମାନେ, କେବଳ ଆତ୍ମାକୁ ହିଁ କର୍ତ୍ତା ମନେ କରିଥାନ୍ତି । ସେମାନଙ୍କର ଅଶୁଦ୍ଧ ବୁଦ୍ଧିରେ ସେମାନେ ବାସ୍ତବିକତା ଯେପରି ତାହାକୁ ସେପରି ଭାବରେ ଦେଖିପାରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-15.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.15.mp3",
"https://www.gitasupersite.iitk.ac.in/sites/default/files/audio/Purohit/18.16.mp3"
]
},
"commentary": "ତିନି ପ୍ରକାରର କର୍ମ ଗୁଡ଼ିକ ହେଲା- କାୟିକ (ଶରୀର ଦ୍ୱାରା ସମ୍ପାଦିତ), ବାଚିକ (ବାଣୀ ଦ୍ୱାରା ସମ୍ପାଦିତ), ଏବଂ ମାନସିକ (ମନ ଦ୍ୱାରା ସମ୍ପାଦିତ) । ଏହିସବୁ କର୍ମ ପୁଣ୍ୟ କର୍ମ ହେଉ ଅଥବା ପାପ କର୍ମ ହେଉ, ପୂର୍ବ ଶ୍ଳୋକରେ ବର୍ଣ୍ଣିତ ପାଞ୍ଚଗୋଟି କାରଣ ତାହା ପାଇଁ ଦାୟୀ ଅଟନ୍ତି । ଅହଂକାର ବଶତଃ ନିଜକୁ ଆମେ କର୍ମର କର୍ତ୍ତା ମନେ କରିଥାଉ - “ମୁଁ ଏହା କରିପାରିଲି” । ମୁଁ ତାହା ହାସଲ କରି ପାରିଲି । “ମୁଁ ଏହା କରିବି” - କର୍ତ୍ତାପଣର ଭ୍ରମରେ ଆମେ ଏହିପରି ମନ୍ତବ୍ୟ ଦେଇଥାଉ । ଶ୍ରୀକୃଷ୍ଣ ଏଠାରେ ଏହି ଜ୍ଞାନ ପ୍ରକାଶ କରିବାର ଉଦ୍ଦେଶ୍ୟ ହେଉଛି ଜୀବର କର୍ତ୍ତାପଣର ଅହଂ ଭାବକୁ ନଷ୍ଟ କରିବା । ତେଣୁ ସେ କହୁଛନ୍ତି ଯେ, ଯେଉଁମାନେ କେବଳ ଆତ୍ମାକୁ କର୍ମ କରିବାର କାରକ ଭାବେ ଗ୍ରହଣ କରନ୍ତି, ସେମାନେ ବାସ୍ତବିକତାକୁ ଜାଣନ୍ତି ନାହିଁ । ଭଗବାନ ଯଦି ଆତ୍ମାକୁ ଗୋଟିଏ ଶରୀର ପ୍ରଦାନ କରି ନ ଥାନ୍ତେ, ତେବେ ଆତ୍ମା କିଛି କରିପାରନ୍ତା ନାହିଁ । ପୁନଶ୍ଚ, ଭଗବାନ ଯଦି ଶରୀରକୁ ଶକ୍ତି ପ୍ରଦାନ କରି ନ ଥାନ୍ତେ, ତାହେଲେ ସେ ମଧ୍ୟ କିଛି କାର୍ଯ୍ୟ କରିପାରନ୍ତା ନାହିଁ । କେନୋପନିଷଦ କହେ:\nଯଦ୍ବାଚାନଭ୍ୟୁଦିତଂ ଯେନ ବାଗଭ୍ୟୁଦ୍ୟତେ (୧.୪)\n“ବ୍ରହ୍ମଙ୍କୁ ବାଣୀ ଦ୍ୱାରା ବର୍ଣ୍ଣନା କରାଯାଇ ପାରିବ ନାହିଁ । ତାଙ୍କରି ଅନୁପ୍ରେରଣାରେ ବାଣୀକୁ କହିବାର ଶକ୍ତି ମିଳିଥାଏ ।”\nଜନ୍ମନସା ନ ମନୁତେ ଯେନାହୁର୍ମନୋ ମତମ୍ (୧.୫)\n“ବ୍ରହ୍ମ ମନ ବୁଦ୍ଧି ଦ୍ୱାରା ଗ୍ରାହ୍ୟ ନୁହନ୍ତି । ତାଙ୍କ ଶକ୍ତିରେ ମନ ଓ ବୁଦ୍ଧି କାର୍ଯ୍ୟ କରିଥାନ୍ତି ।”\nଯଚ୍ଛକ୍ଷୁଷା ନ ପଶ୍ୟତି ଯେନ ଚକ୍ଷୂଂଷି ପଶ୍ୟତି (୧.୬)\n“ଚକ୍ଷୁଦ୍ୱାରା ବ୍ରହ୍ମଙ୍କୁ ଦେଖି ହୁଏ ନାହିଁ । ତାଙ୍କ ପ୍ରେରଣାରେ ଚକ୍ଷୁ ଦେଖିପାରେ ।\nଯଚ୍ଛ୍ରୋତ୍ରେଣ ନ ଶୃଣୋତି ଯେନ ଶ୍ରୋତ୍ରମିଦଂ ଶ୍ରୁତମ୍ (୧.୭)\n“କର୍ଣ୍ଣଦ୍ୱାରା ବ୍ରହ୍ମଙ୍କୁ ଶୁଣି ହେବ ନାହିଁ । ସେ କର୍ଣ୍ଣକୁ ଶୁଣିବାର ଶକ୍ତି ପ୍ରଦାନ କରନ୍ତି ।”\nଯତ୍ ପ୍ରାଣେନ ନ ପ୍ରାଣିତି ଯେନ ପ୍ରାଣଃ ପ୍ରଣୀୟତେ (୧.୮)\n“ବ୍ରହ୍ମ ପ୍ରାଣ ବାୟୁଦ୍ୱାରା ଶକ୍ତିଯୁକ୍ତ ହୋଇପାରିବେ ନାହିଁ, ତାଙ୍କ ପ୍ରେରଣାରେ ପ୍ରାଣବାୟୁ କାର୍ଯ୍ୟଶୀଳ ହୁଏ ।”\nଏହାର ଅର୍ଥ ନୁହେଁ ଯେ, କର୍ମ କରିବାରେ ଆତ୍ମାର କୌଣସି ଭୂମିକା ନାହିଁ । ଏହା କାର୍ ଚାଳକ ସଦୃଶ ଅଟେ । ସେ କାର୍ର ଦିଗଦର୍ଶକ ଚକ୍ର ସଦୃଶ ଅଟନ୍ତି । କାର୍କୁ କେଉଁ ଦିଗକୁ ମୋଡ଼ିବାକୁ ହେବ ଏବଂ କେଉଁ ଗତିରେ ଚଳାଇବାକୁ ହେବ ସେ ନିର୍ଣ୍ଣୟ ନେଇଥାଏ । ସେହିପରି ଶରୀର-ମନ-ବୁଦ୍ଧିର କାର୍ଯ୍ୟକୁ ଆତ୍ମା ନିୟନ୍ତ୍ରଣ କରିଥାଏ, କିନ୍ତୁ ସେଥିପାଇଁ ସେ କୌଣସି ଶ୍ରେୟ ନେବା ଉଚିତ ନୁହେଁ । ଯଦି ଆମେ ନିଜକୁ ହିଁ କର୍ମର କର୍ତ୍ତାଭାବେ ଧରିନେବା, ତା ହେଲେ ଆମେ କର୍ମଫଳ ଉପଭୋଗ କରିବାକୁ ମଧ୍ୟ ଇଚ୍ଛାପ୍ରକାଶ କରିବା । କିନ୍ତୁ ଯେତେବେଳେ ଆମେ କର୍ତ୍ତୃତ୍ୱାଭିମାନରୁ ମୁକ୍ତ ହେଉ ଏବଂ ଆମର ସଫଳତା ପାଇଁ ଭଗବାନଙ୍କର କୃପା ଏବଂ ତାଙ୍କ ପ୍ରଦତ୍ତ ଯନ୍ତ୍ରାଦିକୁ ଶ୍ରେୟ ଦେଉ ସେତେବେଳେ ଅନୁଭବ କରୁ ଯେ ଆମେ ଆମ କର୍ମଫଳର ଉପଭୋକ୍ତା ନୋହୁଁ, ସେସବୁ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ଏହି ଜ୍ଞାନ ଆମକୁ ଯଜ୍ଞ, ଦାନ ଏବଂ ତପ ଆଦି ଆମର ସମସ୍ତ କର୍ମକୁ ଦୃଢ଼ ଭକ୍ତିର ସହ ସମ୍ପନ୍ନ କରିବାରେ ଆମକୁ ସାହାଯ୍ୟ କରିବ, ଯାହା ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ।"
},
{
"verseTitle": "Bhagavad Gita 18.17",
"verse": "17",
"chapter": 18,
"lang": "or",
"shloka": {
"speaker": "",
"sanskrit": "यस्य नाहड्.कृतो भावो बुद्धिर्यस्य न लिप्यते।\n\nहत्वाऽपि स इमॉल्लोकान हन्ति न निबध्यते ॥17॥",
"text": "ଯସ୍ୟ ନାହଂକୃତୋ ଭାବୋ ବୁଦ୍ଧିର୍ଯସ୍ୟ ନ ଲିପ୍ୟତେ ।\nହତ୍ୱାଽପି ସ ଇମାଁଲ୍ଲୋକାନ୍ନ ହନ୍ତି ନ ନିବଧ୍ୟତେ ।।୧୭।।",
"audioLink": "https://www.holy-bhagavad-gita.org/public/audio/018_017.mp3"
},
"wordMeanings": "ଯସ୍ୟ-ଯାହାର; ନ-ନାହିଁ; ଅହଂକୃତଃ-କତୃତ୍ୱାଭିମାନ; ଭାବଃ-ଭାବ; ବୁଦ୍ଧିଃ-ବୁଦ୍ଧି; ଯସ୍ୟ-ଯାହାର; ନ ଲିପ୍ୟତେ-ଅନାସକ୍ତ; ହତ୍ୱା - ମାରି;ଅପି -ମଧ୍ୟ;ସଃ-ସେ; ଇମାନ୍-ଏହି; ଲୋକାନ୍-ପ୍ରାଣୀ; ନ-ନାହିଁ; ହନ୍ତି-ମାରେ; ନ-ନାହିଁ; ନିବଧ୍ୟତେ -ଆବଦ୍ଧ ହୁଏ ।",
"translation": {
"text": "ଯେଉଁମାନେ ଆସକ୍ତି ରହିତ, ସେମାନେ ପ୍ରାଣୀଙ୍କୁ ହତ୍ୟା କଲେ ମଧ୍ୟ ହତ୍ୟା କରନ୍ତି ନାହିଁ କିମ୍ବା କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.17.mp3"
]
},
"commentary": "ପୂର୍ବ ଶ୍ଳୋକରେ, ମନ୍ଦବୁଦ୍ଧି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ବିଶୁଦ୍ଧ ବୁଦ୍ଧି ବିଷୟରେ ଆଲୋକପାତ କରୁଛନ୍ତି । ସେ କହୁଛନ୍ତି ଯେ ଯେଉଁମାନଙ୍କର ବୁଦ୍ଧି ବିଶୁଦ୍ଧ, ସେମାନେ କର୍ତ୍ତାପଣର ମିଥ୍ୟା ଅହଂକାରଠାରୁ ମୁକ୍ତ ରହିଥାନ୍ତି । ସେମାନେ ତାଙ୍କ କର୍ମଫଳକୁ ଉପଭୋଗ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ । ତେଣୁ କର୍ମର ପ୍ରତିକ୍ରିୟା ଦ୍ୱାରା ସେମାନେ ବାନ୍ଧି ହୁଅନ୍ତି ନାହିଁ । ପୂର୍ବରୁ ଶ୍ଳୋକ ୫.୧୦ରେ ମଧ୍ୟ ସେ କହିଥିଲେ ଯେ ଯେଉଁମାନେ କର୍ମଫଳ ଆସକ୍ତିରୁ ମୁକ୍ତ ରହିଥାନ୍ତି, ସେମାନେ ପାପଗ୍ରସ୍ତ ହୁଅନ୍ତି ନାହିଁ । ଭୌତିକ ଦୃଷ୍ଟିକୋଣରୁ, ସେମାନେ କର୍ମ କରୁଥିବା ପରି ମନେ ହେଉଥିଲେ ସୁଦ୍ଧା, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯେହେତୁ ସେମାନଙ୍କର କୌଣସି ସ୍ୱାର୍ଥଯୁକ୍ତ ଉଦ୍ଦେଶ୍ୟ ନ ଥାଏ, ସେମାନେ ତାଙ୍କ କର୍ମଫଳର ବନ୍ଧନରେ ପଡ଼ନ୍ତି ନାହିଁ ।\nଭାରତ ଇତିହାସର ମୋଗଲ ରାଜତ୍ୱ କାଳରେ, ରହିମ୍ ଖାନ୍ଖନ୍ନା ଜଣେ ପ୍ରସିଦ୍ଧ ସନ୍ଥ କବି ଥିଲେ । ଜନ୍ମ ଅନୁସାରେ ମୁସଲମାନ ହୋଇଥିଲେ ମଧ୍ୟ, ସେ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଥିଲେ । ଦାନ କରିବାକୁ ଯାଇ ଭିକ୍ଷା ଦେବା ସମୟରେ ସେ ଚକ୍ଷୁ ନତ କରି ଦାନ ଦିଅନ୍ତି । ଏହି ଅଭ୍ୟାସ ସହିତ ଏକ ମଧୁର ଘଟଣା ଜଡ଼ିତ ଅଛି । କୁହାଯାଏ ଯେ, ସନ୍ଥ ତୁଳସୀ ଦାସ ରହିମଙ୍କର ଏପରି ଭିକ୍ଷା ଦେବାର ଶୈଳୀ ବିଷୟରେ ଶୁଣି, ତାଙ୍କୁ ପଚାରି ଥିଲେ:\nଏସୀ ଦେନୀ ଦେନ ଜ୍ୟୁଁ, କିତ ସୀଖେ ହୋ ସୈନଜ୍ୟୋଁ ଜ୍ୟୋଁ କର ଉଁଚ୍ୟୋ କରୋ, ତ୍ୟୋଁ ତ୍ୟୋଁ ନିଚେ ନୈନ\n“ହେ ମହାନୁଭବ! ଏହିପରି ଭିକ୍ଷା ଦେବା ଆପଣ କେଉଁଠାରୁ ଶିଖିଲେ ? ଆପଣଙ୍କ ହସ୍ତ ଉଚ୍ଚରେ ଏବଂ ଚକ୍ଷୁ ନିମ୍ନରେ ଅଛି ।” ରହିମ ବିନମ୍ରତାର ସହ ଅତି ସୁନ୍ଦର ଭାବେ ଏହାର ଉତ୍ତର ଦେଇଥିଲେ:\nଦେନହାର କେଈ ଔର ହୈ, ଭେଜତ ହୈ ଦିନ ରୈନଲୋଗ ଭରମ ହମ ପର କରେଁ, ୟାତେ ନିଚେ ନୈନ\n“ଦାନୀ ଅନ୍ୟ କେହି ଅଟନ୍ତି, ଯିଏ ଦିନ-ରାତି ଦେଉଛନ୍ତି । କିନ୍ତୁ ସଂସାର ମୋର ପ୍ରଶଂସା କରୁଛି, ସେଥିପାଇଁ ମୁଁ ଚକ୍ଷୁ ନତ କରି ନେଉଛି ।” ଆମ ଦ୍ୱାରା ସମ୍ପାଦିତ କର୍ମ ପାଇଁ କେବଳ ଆମେ ହିଁ ଦାୟୀ ନୁହେଁ, ଏହା ବୁଝିବା ଦ୍ୱାରା ଆମେ କର୍ତ୍ତୃତ୍ୱାଭିମାନରୁ ମୁକ୍ତ ହୋଇଥାଏ ।"
},
{
"verseTitle": "Bhagavad Gita 18.18",
"verse": "18",
"chapter": 18,
"lang": "or",
"shloka": {
"speaker": "",
"sanskrit": "ज्ञानं ज्ञेयं परिज्ञाता त्रिविधा कर्मचोदना।\n\nकरणं कर्म कर्तेति त्रिविधः कर्मसंग्रहः ॥18॥",
"text": "ଜ୍ଞାନଂ ଜେ୍ଞୟଂ ପରିଜ୍ଞାତା ତ୍ରିବିଧା କର୍ମଚୋଦନା ।\nକରଣଂ କର୍ମ କର୍ତେତି ତ୍ରିବିଧଃ କର୍ମସଂଗ୍ରହଃ ।।୧୮।।",
"audioLink": "https://www.holy-bhagavad-gita.org/public/audio/018_018.mp3"
},
"wordMeanings": "ଜ୍ଞାନଂ-ଜ୍ଞାନ; ଜେ୍ଞୟଂ- ଜ୍ଞାନଦ୍ୱାରା ଲବ୍ଧ ବିଷୟ; ପରିଜ୍ଞାତା-ଜ୍ଞାତା (ଜ୍ଞାନୀ); ତ୍ରିବିଧା- ତିନିପ୍ରକାର; କର୍ମ-ଚୋଦନା -କର୍ମର କାରକ; କରଣଂ-କର୍ମର ଉପକରଣ; କର୍ମ-କର୍ମ; କର୍ତା-କର୍ତ୍ତା; ଇତି-ଏହିପରି; ତ୍ରିବିଧଃ-ତିନିପ୍ରକାର; କର୍ମ-ସଂଗ୍ରହଃ -କର୍ମର ଉପାଦାନ ।",
"translation": {
"text": "ଜ୍ଞାନ, ଜେ୍ଞୟ ଏବଂ ଜ୍ଞାତା- ଏହି ତିନୋଟି କାରକ କର୍ମକୁ ପ୍ରେରିତ କରନ୍ତି । କର୍ମର ସାଧନ, ସ୍ୱୟଂ କର୍ମ ଏବଂ କର୍ତ୍ତା- ଏହି ତିନୋଟି କର୍ମର ଉପାଦାନ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.18.mp3"
]
},
"commentary": "କର୍ମ ବିଜ୍ଞାନର ପ୍ରଣାଳୀବଦ୍ଧ ବିଶ୍ଳେଷଣ ଦ୍ୱାରା, ଶ୍ରୀକୃଷ୍ଣ ତାହାର ଅଙ୍ଗ ବିଷୟରେ ଆଲୋକପାତ କରିଥିଲେ । ସେ କର୍ମର କର୍ମ-ପ୍ରତିକ୍ରିୟା ଏବଂ ସେଥିରୁ ମୁକ୍ତ ହେବାର ଉପାୟ ମଧ୍ୟ ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ସେ କର୍ମକୁ ପ୍ରେରିତ କରୁଥିବା ତ୍ରିବିଧ କାରକ ବିଷୟରେ ଆଲୋଚନା କରୁଛନ୍ତି । ସେଗୁଡ଼ିକ ହେଲା ଜ୍ଞାନ, ଜେ୍ଞୟ (ଜାଣିବା ବସ୍ତୁ) ଏବଂ ଜ୍ଞାତା । ଏହି ତିନିଗୋଟିକୁ ଏକତ୍ର ଭାବେ ଜ୍ଞାନ ତ୍ରିପୁଟୀ (ଜ୍ଞାନ ତ୍ରୟ) କୁହାଯାଏ ।\nକର୍ମର ପ୍ରାଥମିକ ପ୍ରେରଣା ହେଉଛି “ଜ୍ଞାନ”; ଏହା “ଜ୍ଞାତା” ଏବଂ “ଜେ୍ଞୟ” ସମ୍ବନ୍ଧରେ ବୋଧ କରାଇଥାଏ । ଏହି ତ୍ରୟ ଏକତ୍ର ଭାବରେ କର୍ମକୁ ପ୍ରେରିତ କରନ୍ତି । ଉଦାହରଣ ସ୍ୱରୂପ, ମାଲିକ ଦ୍ୱାରା ଦିଆଯାଉଥିବା ପାରିଶ୍ରମିକ ବିଷୟରେ ଜ୍ଞାନ, ଶ୍ରମିକମାନଙ୍କୁ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଆବିଷ୍କାରର ସୂଚନା ‘ସୁବର୍ଣ୍ଣ ଦୌଡ଼’ ସୃଷ୍ଟି କରିଥିଲା ଏବଂ ଶ୍ରମିକମାନଙ୍କୁ ବ୍ୟଗ୍ର ଭାବରେ ଦେଶାନ୍ତରିତ କରିଥିଲା । ଅଲିମ୍ପିକ୍ ଖେଳରେ ପଦକ ହାସଲ କରିବାର ମହତ୍ତ୍ୱ ବିଷୟରେ ଜ୍ଞାନ, କ୍ରୀଡ଼ାବିତ୍ମାନଙ୍କୁ ବର୍ଷ ବର୍ଷ ଧରି ଅଭ୍ୟାସ କରିବାକୁ ପ୍ରୋତ୍ସାହିତ କରେ । କର୍ମର ଗୁଣବତ୍ତା ସହିତ ମଧ୍ୟ ଜ୍ଞାନର ସମ୍ପର୍କ ରହିଛି । ଦୃଷ୍ଟାନ୍ତ ସ୍ୱରୂପ, ଏକ ଶୀର୍ଷତମ ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ର, କର୍ମ ନିଯୁକ୍ତି କ୍ଷେତ୍ରରେ ମୂଲ୍ୟବାନ ସିଦ୍ଧ ହୋଇଥାଏ । ବ୍ୟବସାୟିକ ପ୍ରତିଷ୍ଠାନମାନେ ଏହା ଅନୁଭବ କରନ୍ତି ଯେ ଜ୍ଞାନରେ ଯେଉଁମାନେ ଅଧିକ ଗୁଣୀ, ସେମାନଙ୍କ କର୍ମ ଦକ୍ଷତାର ସ୍ତର ଅଧିକ ଉନ୍ନତ ହୋଇଥାଏ । ସେଥିପାଇଁ ସେମାନେ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ତାଲିମ ଦେବା ପାଇଁ, ବିଭିନ୍ନ ଦକ୍ଷତା ବୃଦ୍ଧି କର୍ମଶାଳା ଆଦିକୁ ପଠାଇବାରେ ଅର୍ଥବ୍ୟୟ କରିଥାନ୍ତି ।\nଦ୍ୱିତୀୟ ସମୁହର ନାମ କର୍ମ ତ୍ରିପୁଟୀ (କର୍ମତ୍ରୟ) । ଏହାର ଅନ୍ତର୍ଭୁକ୍ତ କର୍ତ୍ତା, କାରଣ (କର୍ମର ସାଧନ) ଏବଂ କର୍ମ (ସ୍ୱୟଂ କର୍ମ) ଅଟନ୍ତି । ଏହି କର୍ମତ୍ରୟ ଏକତ୍ରିତ ଭାବରେ କର୍ମର ବିଷୟ ଗଠନ କରିଥାନ୍ତି । “କର୍ତ୍ତା” “କର୍ମ” କରିବା ପାଇଁ “କର୍ମର ସାଧନ” ବ୍ୟବହାର କରିଥାଏ । କର୍ମର ବିଭିନ୍ନ ଉପାଦାନ ବିଶ୍ଳେଷଣ କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କର୍ମର ଉଦ୍ଦେଶ୍ୟ ଏବଂ ସ୍ୱରୂପକୁ ନେଇ ଲୋକଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦୃଷ୍ଟିଗୋଚର ହୋଇଥାଏ ତାହା ବର୍ଣ୍ଣନା କରିବାକୁ ଯାଇ, ସେଗୁଡ଼ିକୁ ଭୌତିକ ପ୍ରକୃତିର ତିନିଗୁଣ ସହିତ ସମ୍ବନ୍ଧିତ କରୁଛନ୍ତି ।"
},
{
"verseTitle": "Bhagavad Gita 18.19",
"verse": "19",
"chapter": 18,
"lang": "or",
"shloka": {
"speaker": "",
"sanskrit": "ज्ञानं कर्म च कर्ता च त्रिधैव गुणभेदतः।\n\nप्रोच्यते गुणसड्.ख्याने यथावच्छृणु तान्यपि ॥19॥",
"text": "ଜ୍ଞାନଂ କର୍ମ ଚ କର୍ତା ଚ ତ୍ରିଧୈବ ଗୁଣଭେଦତଃ ।\nପ୍ରୋଚ୍ୟତେ ଗୁଣସଂଖ୍ୟାନେ ଯଥାବଚ୍ଛୃଣୁ ତାନ୍ୟପି ।।୧୯।।",
"audioLink": "https://www.holy-bhagavad-gita.org/public/audio/018_019.mp3"
},
"wordMeanings": "ଜ୍ଞାନଂ-ଜ୍ଞାନ; କର୍ମ-କର୍ମ; ଚ-ଏବଂ; କର୍ତା-କର୍ତ୍ତା; ଚ-ମଧ୍ୟ; ତ୍ରିଧା-ତିନିପ୍ରକାର; ଏବ-ନିଶ୍ଚିତଭାବେ; ଗୁଣଭେଦତଃ-ପ୍ରାକୃତିକ ଗୁଣ ଅନୁଯାୟୀ; ପ୍ରୋଚ୍ୟତେ-କୁହାଯାଏ; ଗୁଣ-ସଂଖ୍ୟାନେ -ସାଂଖ୍ୟ ଦର୍ଶନ ଅନୁଯାୟୀ ବିଭିନ୍ନ ଗୁଣ; ଯଥାବତ୍ -ଯେପରି କାର୍ଯ୍ୟ କରନ୍ତି; ଶୃଣୁ-ଶୁଣ; ତାନି-ସେ ସବୁ; ଅପି-ମଧ୍ୟ ।",
"translation": {
"text": "ସାଂଖ୍ୟ ଦର୍ଶନରେ, ଭୌତିକ ପ୍ରକୃତିର ତିନିଗୁଣ ଅନୁଯାୟୀ: ଜ୍ଞାନ, କର୍ମ ଏବଂ କର୍ତ୍ତାକୁ ତିନି ପ୍ରକାରର କୁହାଯାଇଛି । ମୁଁ ସେଗୁଡ଼ିକର ପାର୍ଥକ୍ୟ ବର୍ଣ୍ଣନା କରିବାକୁ ଯାଉଛି, ତାହା ତୁମେ ଶ୍ରବଣ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.19.mp3"
]
},
"commentary": "ଶ୍ରୀକୃଷ୍ଣ ପୁନର୍ବାର ପ୍ରକୃତିର ତିନିଗୁଣ ବିଷୟରେ ଆଲୋଚନା କରୁଛନ୍ତି । ଚତୁର୍ଦ୍ଦଶ ଅଧ୍ୟାୟରେ ସେ ଏହି ଗୁଣଗୁଡ଼ିକ ସମ୍ବନ୍ଧରେ ଉପକ୍ରମ ଉପସ୍ଥାପନ କରିଥିଲେ ଏବଂ ଏଗୁଡ଼ିକ କିପରି ଆତ୍ମାକୁ ଜନ୍ମ ମୃତ୍ୟୁର ସଂସାରରେ ବାନ୍ଧି ରଖନ୍ତି, ତାହା ଦର୍ଶାଇଥିଲେ । ସପ୍ତଦଶ ଅଧ୍ୟାୟରେ, ଏମାନେ ମନୁଷ୍ୟଠାରେ ଶ୍ରଦ୍ଧାର ବିକାଶ ଏବଂ ତାହାର ଖାଦ୍ୟ ରୁଚିକୁ କିପରି ପ୍ରଭାବିତ କରନ୍ତି, ତାହାର ବିସ୍ତୃତ ବର୍ଣ୍ଣନା କରିଥିଲେ । ସେ ତିନିପ୍ରକାର ଯଜ୍ଞ, ଦାନ ଏବଂ ତପସ୍ୟା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏଠାରେ ଭଗବାନ ତିନିଗୁଣ ଅନୁଯାୟୀ ତିନି ପ୍ରକାର ଜ୍ଞାନ, କର୍ମ ଏବଂ କର୍ତ୍ତା ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି ।\nଭାରତୀୟ ଦର୍ଶନ ଅନ୍ତର୍ଗତ ଛଅ ପ୍ରକାର ମତବାଦ ମଧ୍ୟରୁ, ସାଂଖ୍ୟ ଦର୍ଶନକୁ, (ଯାହାକୁ ପୁରଷ ପ୍ରକୃତି ବାଦ ମଧ୍ୟ କୁହାଯାଏ)ଭୌତିକ ପ୍ରକୃତିର ବିଶ୍ଳେଷଣ ସମ୍ପର୍କୀୟ ଅଧିକାରୀ ମନେ କରାଯାଏ । ଏହା ଆତ୍ମାକୁ ପୁରୁଷ (ଈଶ୍ୱର)ବିବେଚନା କରେ, ତେଣୁ ଅନେକ ପୁରୁଷଙ୍କୁ ମାନ୍ୟତା ଦିଏ । ଭୌତିକ ପ୍ରକୃତି ଦ୍ୱାରା ଗଠିତ ସମସ୍ତ ବସ୍ତୁ ପ୍ରକୃତି ଅଟେ । ସାଂଖ୍ୟ ଦର୍ଶନ ଅନୁଯାୟୀ, ପୁରୁଷର ପ୍ରକୃତିକୁ ଉପଭୋଗ କରିବାର କାମନା ସମସ୍ତ ଦୁଃଖର କାରଣ ଅଟେ । ଯେତେବେଳେ ଉପଭୋଗ କରିବାର ଏହି ପ୍ରବୃତ୍ତି ଲୋପ ପାଇଯାଏ, ପୁରୁଷ ଭୌତିକ ପ୍ରକୃତିର ବନ୍ଧନରୁ ମୁକ୍ତ ହୋଇ ଚିରନ୍ତନ ଆନନ୍ଦ ପ୍ରାପ୍ତ କରେ । ସାଂଖ୍ୟ ପ୍ରଣାଳୀ, ପରମ ପୁରୁଷ ବା ପରମାତ୍ମାଙ୍କର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ତେଣୁ ଏହା ପରମ ସତ୍ୟକୁ ଜାଣିବା ପାଇଁ ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ଭୌତିକ ପ୍ରକୃତିର ଜ୍ଞାନ ବିଷୟରେ, ଶ୍ରୀକୃଷ୍ଣ ଏହାକୁ ଅଧିକାରୀ ଭାବରେ ସୂଚିତ କରିଛନ୍ତି ।"
},
{
"verseTitle": "Bhagavad Gita 18.20",
"verse": "20",
"chapter": 18,
"lang": "or",
"shloka": {
"speaker": "",
"sanskrit": "सर्वभूतेषु येनैकं भावमव्ययमीक्षते। \n\nअविभक्तं विभक्तेषु तज्ज्ञाानं विद्धि सात्त्विकम् ॥20॥",
"text": "ସର୍ବଭୂତେଷୁ ଯେନୈକଂ ଭାବମବ୍ୟୟମୀକ୍ଷତେ ।\nଅବିଭକ୍ତଂ ବିଭକ୍ତେଷୁ ତଜ୍ଜ୍ଞାନଂ ବିଦ୍ଧି ସାତ୍ତ୍ୱିକମ୍ ।।୨୦।।",
"audioLink": "https://www.holy-bhagavad-gita.org/public/audio/018_020.mp3"
},
"wordMeanings": "ସର୍ବଭୂତେଷୁ- ସବୁ ପ୍ରାଣୀଙ୍କ ଭିତରେ; ଯେନ-ଯାହା ଦ୍ୱାରା; ଏକଂ-ଏକ; ଭାବଂ-ଗୁଣ; ଅବ୍ୟୟଂ -ଅବ୍ୟୟ; ଈକ୍ଷତେ-ଦେଖେ; ଅବିଭକ୍ତଂ-ଅବିଭକ୍ତ; ବିଭକ୍ତେଷୁ- ଭିନ୍ନତା ମଧ୍ୟରେ; ତତ୍-ତାହା; ଜ୍ଞାନଂ-ଜ୍ଞାନ; ବିଦ୍ଧି-ଜାଣ; ସାତ୍ତ୍ୱିକମ୍-ସାତ୍ତ୍ୱିକ ।",
"translation": {
"text": "ଏହା ଜାଣ ଯେ ସେହି ଜ୍ଞାନ ସାତ୍ତ୍ୱିକ ଗୁଣଯୁକ୍ତ ଅଟେ, ଯାହାଦ୍ୱାରା ଜଣେ ବ୍ୟକ୍ତି ଏକ, ଅଭିନ୍ନ, ଅବିନଶ୍ୱର ସତ୍ୟକୁ ବିବିଧ ପ୍ରକାରରେ ସମସ୍ତ ଜୀବଙ୍କ ଠାରେ ଦେଖିପାରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.20.mp3"
]
},
"commentary": "ସୃଷ୍ଟି ବିବିଧ ପ୍ରକାର ଜୀବ ଏବଂ ଭୌତିକ ବସ୍ତୁର ଏକ ଦୃଶ୍ୟରାଜି ପ୍ରକାଶ କରିଥାଏ । କିନ୍ତୁ ଏହି ବିବିଧତାର ପୃଷ୍ଠଦେଶରେ ଅପାତତଃ ଭଗବାନ ହିଁ ଅଛନ୍ତି । ଜ୍ଞାନ ଚକ୍ଷୁରେ ସମୃଦ୍ଧ ବ୍ୟକ୍ତି ସୃଷ୍ଟିର ଏହି ବିବିଧତାରେ ଏକତା ଦେଖିପାରନ୍ତି, ଯେପରି ଜଣେ ବିଦ୍ୟୁତ ଯନ୍ତ୍ରୀ ସମସ୍ତ ବୈଦ୍ୟୁତିକ ଉପକରଣରେ ଗୋଟିଏ ବିଜୁଳି ପ୍ରବାହିତ ହେଉଥିବା ଦେଖିପାରନ୍ତି ଏବଂ ଜଣେ ବଣିଆ ବିଭିନ୍ନ ଅଳଙ୍କାରରେ ସେଇ ଗୋଟିଏ ପ୍ରକାର ସୁନା ବ୍ୟବହୃତ ହୋଇଥିବା ଜାଣିପାରନ୍ତି । ଶ୍ରୀମଦ୍ ଭାଗବତମ୍ କହେ:\nବଦନ୍ତି ତତ୍ ତତ୍ତ୍ୱ-ବିଦସ୍ ତତ୍ତ୍ୱଂ ଯଜ୍ ଜ୍ଞାନମ୍ ଅଦ୍ୱୟମ୍ (୧.୨.୧୧)\n“ସତ୍ୟର ଜ୍ଞାତାମାନେ କହନ୍ତି ଯେ, ସୃଷ୍ଟିରେ କେବଳ ଗୋଟିଏ ତତ୍ତ୍ୱ ଅଛି, କୌଣସି ଦ୍ୱିତୀୟ ତତ୍ତ୍ୱ ନାହିଁ ।”\nଚୈତନ୍ୟ ମହାପ୍ରଭୁ, ଭଗବାନ ଶ୍ରୀକୃଷ୍ଣଙ୍କର ସ୍ୱରୂପକୁ ଅଦ୍ୱୟ ଜ୍ଞାନ ତତ୍ତ୍ୱ (ସୃଷ୍ଟିର ସମସ୍ତ ବସ୍ତୁରେ ବିଦ୍ୟମାନ ଏକକ ଅଦ୍ୱୟ ତତ୍ତ୍ୱ ) ଭାବରେ ବିବେଚନା କରନ୍ତି, ଯାହା ନିମ୍ନଲିଖିତ ଚାରିଗୋଟି ମାନଦଣ୍ଡ ଉପରେ ଆଧାରିତ:\n୧. ସଜାତୀୟ ଭେଦଶୂନ୍ୟ । (ସମ ତତ୍ତ୍ୱ ସହ ଅଭେଦତ୍ୱ) ଭଗବାନଙ୍କର ଅନ୍ୟ ସମସ୍ତ ସ୍ୱରୂପ ଯଥା ରାମ, ଶିବ, ବିଷ୍ଣୁ ଇତ୍ୟାଦି ଶ୍ରୀକୃଷ୍ଣଙ୍କ ଠାରୁ ଅଭିନ୍ନ ଅଟନ୍ତି, କାରଣ ସେମାନେ ସମସ୍ତେ ଗୋଟିଏ ଭଗବାନଙ୍କର ପରିପ୍ରକାଶ ଅଟନ୍ତି ।\nଶ୍ରୀକୃଷ୍ଣ ତାଙ୍କର ହିଁ କ୍ଷୁଦ୍ର ଅଂଶ ଜୀବଠାରୁ ମଧ୍ୟ ଅଭିନ୍ନ ଅଟନ୍ତି । ଅଂଶ ତା’ର ଅଂଶୀ ଠାରୁ ଅଭିନ୍ନ ଅଟେ, ଯେପରି ଅଗ୍ନିର ଶିଖା ଅଗ୍ନି ଠାରୁ ଅଭିନ୍ନ ହୋଇଥାଏ ।\n୨. ବିଜାତୀୟ ଭେଦ ଶୂନ୍ୟ । (ବିସମ ତତ୍ତ୍ୱ ସହ ଅଭେଦତ୍ୱ) ଭଗବାନଙ୍କର ଭିନ୍ନ ତତ୍ତ୍ୱ ହେଉଛି ମାୟା, ଯାହା ଜଡ଼ ଅଟେ; ଅଥଚ ଭଗବାନ ଚୈତନ୍ୟ ଅଟନ୍ତି । ତଥାପି ମାୟା ଭଗବାନଙ୍କର ଶକ୍ତି ଅଟେ ଏବଂ ଶକ୍ତି ଓ ଶକ୍ତିମାନଙ୍କର ଅଭେଦତ୍ୱ ଦୃଷ୍ଟିରୁ ମାୟା ମଧ୍ୟ ଭଗବାନଙ୍କ ଠାରୁ ଅଭିନ୍ନ ଅଟେ, ଯେପରି ଅଗ୍ନି ଏବଂ ତା’ର ଶକ୍ତି ଉତ୍ତାପ ଓ ଆଲୋକ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି ।\n୩. ସ୍ୱଗତ ଭେଦ ଶୂନ୍ୟ । (ନିଜ ଶରୀରର ବିଭିନ୍ନ ଅଙ୍ଗ ସହ ଅଭେଦତ୍ୱ) ଭଗବାନଙ୍କ ଶରୀରର ଆଶ୍ଚର୍ଯ୍ୟଜନକ ବିଶେଷତ୍ୱ ଏହା ଯେ ତାଙ୍କର ସମସ୍ତ ଅଙ୍ଗ ଅନ୍ୟ ଅଙ୍ଗର ସମସ୍ତ କାର୍ଯ୍ୟ କରିପାରନ୍ତି । ବ୍ରହ୍ମ ସଂହିତାରେ ଉଲ୍ଲେଖ ରହିଛି:\nଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ-ବୃତ୍ତି-ମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଂ ଜଗନ୍ତି (୫.୩୨)\n“ଭଗବାନ ତାଙ୍କର ପ୍ରତ୍ୟେକ ଅଙ୍ଗ ସାହାଯ୍ୟରେ ଦେଖିବା, ଶୁଣିବା, କହିବା, ଶୁଙ୍ଘିବା, ଖାଇବା ଏବଂ ପାନ କରିବା ଆଦି ସମସ୍ତ କର୍ମ କରିପାରନ୍ତି । ତେଣୁ ତାଙ୍କର ଅଙ୍ଗଗୁଡ଼ିକ ତାଙ୍କଠାରୁ ପୃଥକ୍ ନୁହଁନ୍ତି ।\n୪. ସ୍ୱୟଂସିଦ୍ଧ - (ଅନ୍ୟ ତତ୍ତ୍ୱ ଉପରେ ନିର୍ଭରଶୀଳ ନୁହଁନ୍ତି) ମାୟା ଏବଂ ଜୀବ ତାଙ୍କର ଅସ୍ତିତ୍ୱ ପାଇଁ ଭଗବାନଙ୍କ ଉପରେ ନିର୍ଭରଶୀଳ ଅଟନ୍ତି । ସେ ଯଦି ତାଙ୍କୁ ଶକ୍ତି ପ୍ରଦାନ ନ କରିବେ, ସେମାନଙ୍କର ଅସ୍ତିତ୍ୱ ରହିବ ନାହିଁ । ଅନ୍ୟପକ୍ଷରେ, ଭଗବାନ ପରମ ସ୍ୱତନ୍ତ୍ର ଅଟନ୍ତି । ତାଙ୍କର ଅସ୍ତିତ୍ୱ ପାଇଁ ସେ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ ।\nଭଗବାନ ଶ୍ରୀକୃଷ୍ଣ ଏହି ଚାରିଗୋଟି ସର୍ତ୍ତ ପୂରଣ କରୁଛନ୍ତି । ତେଣୁ ସେ ଅଦ୍ୱୟ ଜ୍ଞାନ ତତ୍ତ୍ୱ ଅଟନ୍ତି । ଅନ୍ୟ ଅର୍ଥରେ, ସୃଷ୍ଟିରେ ଯାହା କିଛି ରହିଛି, ସବୁ ସେ ହିଁ ଅଟନ୍ତି । ଏହି ଜ୍ଞାନ ଯୁକ୍ତ ହୋଇ, ଆମେ ଯେତେବେଳେ ସମଗ୍ର ସୃଷ୍ଟିର ଭଗବାନଙ୍କ ସହିତ ଏକତ୍ୱକୁ ଦେଖୁ, ଏହା ସାତ୍ତ୍ୱିକ ଜ୍ଞାନ ଭାବରେ ବିବେଚିତ ହୁଏ । ଏହି ଜ୍ଞାନ ଉପରେ ଆଧାରିତ ପ୍ରେମ, ଜାତୀୟ କିମ୍ବା ରାଷ୍ଟ୍ରୀୟ ନୁହେଁ, ଏହା ସାର୍ବଜନୀନ ଅଟେ ।"
},
{
"verseTitle": "Bhagavad Gita 18.21",
"verse": "21",
"chapter": 18,
"lang": "or",
"shloka": {
"speaker": "",
"sanskrit": "पृथक्त्वेन तु यज्ज्ञानं नानाभावान्पृथग्विधान्।\n\nवेत्ति सर्वेषु भूतेषु तज्ज्ञानं विद्धि राजसम् ॥21॥",
"text": "ପୃଥକ୍ତ୍ୱେନ ତୁ ଯଜ୍ଜ୍ଞାନଂ ନାନାଭାବାନ୍ ପୃଥଗ୍ବିଧାନ୍ ।\nବେତ୍ତି ସର୍ବେଷୁ ଭୂତେଷୁ ତଜ୍ଜ୍ଞାନଂ ବିଦ୍ଧି ରାଜସମ୍ ।।୨୧।।",
"audioLink": "https://www.holy-bhagavad-gita.org/public/audio/018_021.mp3"
},
"wordMeanings": "ପୃଥକ୍ତ୍ୱେନ -ପୃଥକ୍; ତୁ -ଯଦିଓ; ଯତ୍-ଜ୍ଞାନଂ- ଯେଉଁ ଜ୍ଞାନ; ନାନା-ଭାବାନ୍ - ବିବିଧ ପ୍ରକାର ଅବସ୍ଥିତି; ପୃଥକ୍-ବିଧାନ୍ - ପୃଥକ୍ ଭାବରେ; ବେତ୍ତି -ଯିଏ ଜାଣେ; ସର୍ବେଷୁ -ସମସ୍ତଙ୍କ ଠାରେ; ଭୂତେଷୁ -ଜୀବଗଣଙ୍କ ଠାରେ; ତତ୍ ଜ୍ଞାନଂ-ସେହି ଜ୍ଞାନ; ବିଦ୍ଧି-ଜାଣ; ରାଜସମ୍-ରାଜସିକ ।",
"translation": {
"text": "ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ପୃଥକ୍ ପୃଥକ୍ ଶରୀରରେ ଭିନ୍ନ ଭିନ୍ନ ଜୀବଙ୍କୁ ଦେଖିଥାଏ ଏବଂ ସେମାନଙ୍କୁ ପରସ୍ପର ଠାରୁ ପୃଥକ୍ ମନେ କରିଥାଏ, ସେହି ଜ୍ଞାନ ରାଜସିକ ଗୁଣ ଭାବରେ ପରିଗଣିତ ହୁଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.21.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ରାଜସିକ ଜ୍ଞାନ ବିଷୟରେ ବର୍ଣ୍ଣନା କରୁଛନ୍ତି । ଯେଉଁ ଜ୍ଞାନ ଦ୍ୱାରା ସଂସାରକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖି ହୁଏ ନାହିଁ, ଫଳତଃ ମନୁଷ୍ୟକୁ ଜାତି, ଶ୍ରେଣୀ, ଧର୍ମ, ସମ୍ପ୍ରଦାୟ ଓ ରାଷ୍ଟ୍ରୀୟତା ମଧ୍ୟରେ ପୃଥକ୍ ମନେ କରାଯାଇଥାଏ, ତାହା ରାଜସିକ ଜ୍ଞାନ ଅଟେ । ଏହି ଜ୍ଞାନ ଗୋଟିଏ ମାନବ ସମାଜକୁ ଅସଂଖ୍ୟ ଶ୍ରେଣୀରେ ବିଭକ୍ତ କରିଥାଏ । ଯେଉଁ ଜ୍ଞାନ ଯୋଡ଼ି ଥାଏ, ତାହା ସାତ୍ତ୍ୱିକ ଜ୍ଞାନ ଅଟେ ଏବଂ ଯେଉଁ ଜ୍ଞାନ ଭାଗ କରିଥାଏ, ତାହା ରାଜସିକ ଅଟେ ।"
},
{
"verseTitle": "Bhagavad Gita 18.22",
"verse": "22",
"chapter": 18,
"lang": "or",
"shloka": {
"speaker": "",
"sanskrit": "यत्तु कृत्स्नवदेकस्मिन्कार्ये सक्तमहैतुकम् ।\n\nअतत्त्वार्थवदल्पं च तत्तामसमुदाहृतम् ॥22॥",
"text": "ଯତ୍ତୁ କୃତ୍ସ୍ନବଦେକସ୍ମିନ୍ କାର୍ଯ୍ୟେ ସକ୍ତମହୈତୁକମ୍ ।\nଅତତ୍ତ୍ୱାର୍ଥବଦଳ୍ପଂ ଚ ତତ୍ତାମସମୁଦାହୃତମ୍ ।।୨୨।।",
"audioLink": "https://www.holy-bhagavad-gita.org/public/audio/018_022.mp3"
},
"wordMeanings": "ଯତ୍-ଯାହା; ତୁ- କିନ୍ତୁ; କୃତ୍ସ୍ନବତ୍ -ପୂର୍ଣ୍ଣାଙ୍ଗ; ଏକସ୍ମିନ୍ -ଏକ; କାର୍ଯ୍ୟେ-କାର୍ଯ୍ୟରେ; ସକ୍ତଂ -ଆସକ୍ତ; ଅହୈତୁକମ୍- ବିନା କାରଣରେ; ଅତତ୍ତ୍ୱ-ଅର୍ଥବତ୍- ସତ୍ୟ ଉପରେ ଆଧାରିତ; ଅଳ୍ପଂ-ଆଂଶିକ; ଚ-ଏବଂ; ତତ୍-ତାହା; ତାମସଂ-ତମୋଗୁଣୀ; ଉଦାହୃତମ୍-କୁହାଯାଏ ।",
"translation": {
"text": "ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, ତାହାକୁ ତାମସିକ ଜ୍ଞାନ ବିବେଚିତ କରାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.22.mp3"
]
},
"commentary": "ତମୋଗୁଣ ପ୍ରଭାବରେ ବୁଦ୍ଧି ଯେତେବେଳେ ଶିଥିଳ ହୋଇଯାଏ, ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ସତ୍ୟ ମନେକରି ଜାବୋଡି ଧରିଥାଏ । ଏପରି ମତ ପୋଷଣ କରୁଥିବା ବ୍ୟକ୍ତିମାନେ ପରମ ସତ୍ୟ ସମ୍ବନ୍ଧରେ ସେମାନଙ୍କର ନିଜସ୍ୱ ଧାରଣାକୁ ନେଇ ଖୁବ୍ ବେଶୀ ପକ୍ଷପାତୀ ହୋଇଥାଆନ୍ତି । ସେମାନଙ୍କର ବିଚାର ତର୍କସଙ୍ଗତ, ଶାସ୍ତ୍ରସମ୍ମତ କିମ୍ବା ବାସ୍ତବିକତା ଉପରେ ଆଧାରିତ ହୋଇ ନ ଥିଲେ ମଧ୍ୟ ସେମାନେ ତାହାକୁ ଜୋର ଜବରଦସ୍ତୀ ଅନ୍ୟମାନଙ୍କ ଉପରେ ଲଦିଦେବାକୁ ଚେଷ୍ଟା କରିଥାନ୍ତି । ମାନବ ଇତିହାସରେ ଏହିପରି ଉଗ୍ର ଧାର୍ମିକ ମତାବଲମ୍ବୀ ମାନଙ୍କର ବାରମ୍ବାର ଆବିର୍ଭାବ ଘଟିଛି, ଯେଉଁମାନେ ନିଜେ ନିଜକୁ ଭଗବାନଙ୍କର ଦୂତ ଏବଂ ଧର୍ମର ରକ୍ଷକ ମନେ କରିଥାନ୍ତି । ସେମାନେ ଉନ୍ମାଦ ଭାବରେ ଧର୍ମପ୍ରଚାର କରି ଏବଂ ତାଦୃଶ ବୁଦ୍ଧିଯୁକ୍ତ କେତେକ ବ୍ୟକ୍ତିଙ୍କୁ ନିଜର ଅନୁଗାମୀ କରି, ଜଣେ ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ମାର୍ଗ ଦର୍ଶନ କରାଇବା ପରି ଏକ ପ୍ରଣାଳୀ ସୃଷ୍ଟି କରିଥାନ୍ତି । ଭଗବାନଙ୍କର ସେବା ନାମରେ, ସେମାନେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରନ୍ତି ଏବଂ ତା’ର ସୁସଂଗତ ବିକାଶରେ ବାଧା ଉତ୍ପନ୍ନ କରନ୍ତି ।"
},
{
"verseTitle": "Bhagavad Gita 18.23",
"verse": "23",
"chapter": 18,
"lang": "or",
"shloka": {
"speaker": "",
"sanskrit": "नियतं सङ्गरहितमरागद्वेषतः कृतम्।\n\nअफलप्रेप्सुना कर्म यत्तत्सात्त्विकमुच्यते ॥23॥",
"text": "ନିୟତଂ ସଙ୍ଗରହିତମରାଗଦ୍ୱେଷତଃ କୃତମ୍ ।\nଅଫଳପ୍ରେପ୍ସୁନା କର୍ମ ଯତ୍ତତ୍ସାତ୍ତ୍ୱିକମୁଚ୍ୟତେ ।।୨୩।।",
"audioLink": "https://www.holy-bhagavad-gita.org/public/audio/018_023.mp3"
},
"wordMeanings": "ନିୟତଂ-ଶାସ୍ତ୍ର ଅନୁଯାୟୀ; ସଙ୍ଗ-ରହିତମ୍ -ଅନାସକ୍ତ; ଅରାଗ-ଦ୍ୱେଷତଃ -ରାଗଦ୍ୱେଷ ରହିତ; କୃତମ୍ -କରାଯାଏ; ଅଫଳ-ପ୍ରେସ୍ସୁନା- ଫଳ କାମନା ରହିତ; କର୍ମ -କର୍ମ; ଯତ୍ -ଯାହା; ତତ୍ -ତାହା; ସାତ୍ତ୍ୱିକଂ-ସତ୍ତ୍ୱଗୁଣୀ; ଉଚ୍ୟତେ- କୁହାଯାଏ ।",
"translation": {
"text": "ଶାସ୍ତ୍ର ଅନୁମୋଦିତ କର୍ମ, ଯାହା ରାଗ-ଦ୍ୱେଷ ରହିତ ତଥା ଫଳ କାମନା ରହିତ ହୋଇ କରାଯାଇଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.23.mp3"
]
},
"commentary": "ତିନି ଗୁଣଯୁକ୍ତ ଜ୍ଞାନ ସମ୍ବନ୍ଧରେ ବର୍ଣ୍ଣନା କରିସାରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ପ୍ରକାରର କର୍ମ ବିଷୟରେ ବର୍ଣ୍ଣନା କରୁଛନ୍ତି । ଇତିହାସର କ୍ରମରେ ଅନେକ ସମାଜ ବିଜ୍ଞାନୀ ଏବଂ ଦାର୍ଶନିକ, ସଠିକ୍ କର୍ମ କ’ଣ, ସେ ବିଷୟରେ ତାଙ୍କର ମତବ୍ୟକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏବଂ ତାଙ୍କର ଦର୍ଶନ ଏଠାରେ ଉଦ୍ଧାର କରାଯାଇଛି:\n୧. ଗ୍ରୀସ୍ର (ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ) ଭୋଗବାଦୀମାନେ “ଖାଇବା, ପିଇବା ଏବଂ ମଉଜ ମଜଲିସକୁ ସଠିକ୍ କର୍ମ ଭାବରେ ବିଶ୍ୱାସ କରୁଥିଲେ ।\n୨. ଇଂଲଣ୍ଡର ହବସ୍ (୧୫୮୮-୧୬୭୯) ଏବଂ ଫ୍ରାନ୍ସର ହେଲଭେସିଅସ୍ (୧୭୧୫-୧୭୭୧)ଙ୍କର ଦର୍ଶନ ତା’ଠାରୁ ଉତ୍କୃଷ୍ଟ ଥିଲା । ସେମାନେ କହିଥିଲେ ଯେ, ସମସ୍ତେ ଯଦି ସ୍ୱାର୍ଥପର ହୋଇଯିବେ ଏବଂ ଅନ୍ୟମାନଙ୍କ ବିଷୟରେ ଚିନ୍ତା ନ କରିବେ, ସଂସାରରେ ବିଭ୍ରାଟ ସୃଷ୍ଟି ହେବ । ତେଣୁ ସେମାନେ ମତ ଦେଇଥିଲେ ଯେ, ନିଜର ସ୍ୱାର୍ଥପୂରଣ କରିବା ସହିତ, ଆମେ ଅନ୍ୟମାନଙ୍କ ପ୍ରତି ମଧ୍ୟ ଯତ୍ନଶୀଳ ହେବା ଉଚିତ୍ । ଉଦାହରଣ ସ୍ୱରୂପ, ଯଦି ସ୍ୱାମୀ ଅସୁସ୍ଥ ଅଛନ୍ତି, ସ୍ତ୍ରୀ ତାଙ୍କ ଯତ୍ନ ନେବା ଉଚିତ ଏବଂ ଯଦି ସ୍ତ୍ରୀ ଅସୁସ୍ଥ ଅଛନ୍ତି ସ୍ୱାମୀ ତାଙ୍କ ଯତ୍ନ ନେବା ଉଚିତ୍ । ଯଦି କେବେ ଅନ୍ୟର ସହାୟତା ଏବଂ ନିଜ ସ୍ୱାର୍ଥ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜେ, ତା ହେଲେ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ସେମାନେ ଉପଦେଶ ଦେଇଥିଲେ ।\n୩. ଯୋଶେଫ୍ ବଟ୍ଲର (୧୬୯୨-୧୭୫୨)ଙ୍କ ଦର୍ଶନ ଏହାଠାରୁ ଉତ୍ତମ ଥିଲା । ସେ କହିଥିଲେ ଯେ ନିଜର ସ୍ୱାର୍ଥ ପୂରଣ ପରେ ଅନ୍ୟର ସେବା କରିବାର ଚିନ୍ତାଧାରା ଭୂଲ ଅଟେ । ଅନ୍ୟକୁ ସାହାଯ୍ୟ କରିବା ମନୁଷ୍ୟର ସ୍ୱାଭାବିକ ଧର୍ମ ଅଟେ । ଏପରିକି, ବାଘୁଣୀଟିଏ ମଧ୍ୟ ନିଜେ କ୍ଷୁଧାର୍ତ୍ତ ରହି ତା’ ଶାବକକୁ ଖାଇବାକୁ ଦେଇଥାଏ । ତେଣୁ ଅନ୍ୟର ସହାୟତା କରିବାକୁ ପ୍ରାଥମିକତା ଦେବା ଆବଶ୍ୟକ । କିନ୍ତୁ ବଟ୍ଲରଙ୍କ ସେବା କରିବାର ସିଦ୍ଧାନ୍ତ ଭୌତିକ ଦୁଃଖ ନିବାରଣ ମଧ୍ୟରେ ସୀମିତ ଥିଲା । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି କ୍ଷୁଧାର୍ତ୍ତ ଅଛି ତାକୁ ଖାଇବାକୁ ଦେବା ଉଚିତ୍ । କିନ୍ତୁ ଏହା ସମସ୍ୟାର ସମାଧାନ କରେନାହିଁ, କାରଣ ଛଅ ଘଣ୍ଟା ପରେ ସେହି ବ୍ୟକ୍ତି ପୁଣି କ୍ଷୁଧା ଅନୁଭବ କରିପାରେ ।\n୪. ବଟ୍ଲରଙ୍କ ପରେ ଜେରେମି ବେନ୍ଥାମ୍ (୧୭୪୮-୧୮୩୨) ଏବଂ ଜନ୍ ଷ୍ଟୁଆଟ୍ର୍ ମିଲ୍ଙ୍କର (୧୮୦୬-୧୮୭୩) ଆବିର୍ଭାବ ହୋଇଥିଲା । ସେମାନେ ଉପଯୋଗିତାବାଦୀ ସିଦ୍ଧାନ୍ତର ଅନୁମୋଦନ କରିଥିଲେ, ଅର୍ଥାତ୍ ଯାହା ସଂଖ୍ୟାଗରିଷ୍ଠ ଲୋକଙ୍କ ପାଇଁ ହିତକାରୀ, ତାହା କରିବା ଉଚିତ୍ । କର୍ମର ଓøଚିତ୍ୟ ସ୍ଥିର କରିବା ପାଇଁ ସେମାନେ ସଂଖ୍ୟାଗରିଷ୍ଠ ବ୍ୟକ୍ତିଙ୍କର ମତାମତ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଯଦି ସଂଖ୍ୟାଧିକ ବ୍ୟକ୍ତି ଭୁଲ କିମ୍ବା ବିପଥଗାମୀ ହ୍ରୁଅନ୍ତି, ତାହେଲେ ଏହି ସିଦ୍ଧାନ୍ତ ଭୁଲ ପ୍ରମାଣିତ ହୁଏ, କାରଣ ଏକ ସହସ୍ର ଅଜ୍ଞାନୀ ବ୍ୟକ୍ତିଙ୍କର ବିଚାର ଜଣେ ବିଜ୍ଞବ୍ୟକ୍ତିଙ୍କ ବିଚାରର ସମକକ୍ଷ ନୁହେଁ ।\nଅନ୍ୟ ଦାର୍ଶନିକମାନେ ଅନ୍ତରାତ୍ମାର ବାଣୀ ଶୁଣିବାକୁ ସୁପାରିଶ କରିଥିଲେ । ସେମାନେ ମତ ଦେଇଥିଲେ ଯେ, ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ପାଇଁ, ଏହା ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ଅଟେ । କିନ୍ତୁ ସମସ୍ୟା ଏହା ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିବେକ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଇଥାଏ । ଏପରିକି ଗୋଟିଏ ପରିବାରର ଦୁଇଟି ସନ୍ତାନଙ୍କର ନୈତିକ ମୂଲ୍ୟବୋଧ ଏବଂ ବିବେକ ଅଲଗା ଅଲଗା ହୋଇଥାଏ । ତା’ ଛଡ଼ା ଜଣେ ମନୁଷ୍ୟର ବିବେକ ମଧ୍ୟ ସମୟ ଅନୁସାରେ ବଦଳୁଥାଏ । ଯଦି ଜଣେ ହତ୍ୟାକାରୀକୁ ପ୍ରଶ୍ନ କରାଯାଏ, ଲୋକଙ୍କୁ ହତ୍ୟାକଲେ ତାଙ୍କୁ ଖରାପ ଲାଗେ କି? ସେ ଉତ୍ତର ଦିଅନ୍ତି, “ପ୍ରଥମେ ମୋତେ ଖରାପ ଲାଗୁଥିଲା, କିନ୍ତୁ ଏବେ ମଶାଟିଏ ମାରିବା ପରି ନଗଣ୍ୟ ବୋଧ ହେଉଛି । ମୁଁ ପଶ୍ଚାତାପ କରେନାହିଁ ।”\nଉପଯୁକ୍ତ କର୍ମ ବିଷୟରେ ମହାଭାରତ କହେ:\nଆତ୍ମନଃ ପ୍ରତିକୂଳାନି ପରେଶାଂ ନ ସମାଚରେତ୍ଶ୍ରୁତିଃ ସ୍ମୃତିଃ ସଦାଚାରଃ ସ୍ୱସ୍ୟ ଚ ପ୍ରିୟମାତ୍ମନଃ (୫.୧୫.୧୭)\n“ଅନ୍ୟମାନଙ୍କର ଯେଉଁ ଆଚରଣ ତୁମକୁ ଭଲ ଲାଗେନାହିଁ, ସେହିପରି ଆଚରଣ ଅନ୍ୟମାନଙ୍କ ପ୍ରତି ମଧ୍ୟ କରନାହିଁ । କିନ୍ତୁ ତୁମର ଆଚରଣ ଶାସ୍ତ୍ରସମ୍ମତ କି ନୁହେଁ ପରୀକ୍ଷା କର ।” ଅନ୍ୟମାନଙ୍କ ଠାରୁ ତୁମେ ଯେପରି ବ୍ୟବହାର ଆଶା କରୁଛ, ସେହିପରି ବ୍ୟବହାର ତାଙ୍କୁ ମଧ୍ୟ ପ୍ରଦର୍ଶନ କର । ବାଇବେଲ୍ ମଧ୍ୟ କହେ: “ଅନ୍ୟମାନଙ୍କ ଠାରୁ ତୁମେ ଯେପରି ବ୍ୟବହାର ଆଶା କରୁଛ, ତାଙ୍କ ପ୍ରତି ସେହିପରି ବ୍ୟବହାର କର ।”(ଲ୍ୟୁକ୍ ୬.୩୧) ସେହି ମର୍ମରେ ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରୁଛନ୍ତି ଯେ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସାତ୍ତ୍ୱିକ ଗୁଣଯୁକ୍ତ କର୍ମ ଅଟେ । ସେ ପୁଣି କହୁଛନ୍ତି ଯେ ଏହିପରି କର୍ମ ରାଗ-ଦ୍ୱେଷ ରହିତ ଏବଂ ଫଳ କାମନା ରହିତ ହେବା ଆବଶ୍ୟକ ।"
},
{
"verseTitle": "Bhagavad Gita 18.24",
"verse": "24",
"chapter": 18,
"lang": "or",
"shloka": {
"speaker": "",
"sanskrit": "यत्तु कामेप्सुना कर्म साहङ्कारेण वा पुनः ।\n\nक्रियते बहुलायासं तद्राजसमुदाहृतम् ॥24॥",
"text": "ଯତ୍ତୁ କାମେପ୍ସୁନା କର୍ମ ସାହଙ୍କାରେଣ ବା ପୁନଃ ।\nକ୍ରିୟତେ ବହୁଳାୟାସଂ ତଦ୍ରାଜସମୁଦାହୃତମ୍ ।।୨୪।।",
"audioLink": "https://www.holy-bhagavad-gita.org/public/audio/018_024.mp3"
},
"wordMeanings": "ଯତ୍-ଯାହା; ତୁ-କିନ୍ତୁ; କାମ-ଈପ୍ସୁନା- ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ; କର୍ମ-କର୍ମ; ସାହଙ୍କାରେଣ-ଅହଙ୍କାର ଯୁକ୍ତ; ବା-କିମ୍ବା; ପୁନଃ-ପୁନଶ୍ଚ; କ୍ରିୟତେ-କରାଯାଏ; ବହୁଳ ଆୟସଂ-ଚାପଗ୍ରସ୍ତ ହୋଇ; ତତ୍-ତାହା; ରାଜସମ୍-ରାଜସିକ; ଉଦାହୃତମ୍-କୁହାଯାଏ ।",
"translation": {
"text": "ଯେଉଁ କର୍ମ ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ, ଅହଂକାରଯୁକ୍ତ ହୋଇ କରାଯାଏ ଏବଂ ମାନସିକ ଚାପ ପୂର୍ଣ୍ଣ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ କର୍ମ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-24.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.24.mp3"
]
},
"commentary": "ରଜୋଗୁଣର ସ୍ୱଭାବ ଏହା ଯେ ଭୌତିକ ପ୍ରଗତି ଏବଂ ଇନ୍ଦ୍ରିୟ ସୁଖାନୁଭୂତି ପାଇଁ ଏହା ତୀବ୍ର ଆବେଗ ସୃଷ୍ଟି କରିଥାଏ । ତେଣୁ ରାଜସିକ କର୍ମ ଉଚ୍ଚ ଅଭିଳାଷ ଦ୍ୱାରା ପ୍ରେରିତ ହୋଇଥାଏ ଏବଂ ତୀବ୍ର ଉଦ୍ୟମଯୁକ୍ତ ହୋଇଥାଏ । କଠିନ ପରିଶ୍ରମ ଯୋଗୁଁ ଏହା ଅତ୍ୟଧିକ ଶାରୀରିକ ଓ ମାନସିକ କ୍ଲାନ୍ତି ଉତ୍ପନ୍ନ କରେ । ବ୍ୟବସାୟ ଜଗତ ରାଜସିକ କର୍ମର ଏକ ଉଦାହରଣ ଅଟେ । ପ୍ରଶାସନିକ ଅଧିକାରୀଗଣ ଅଧିକାଂଶ ସମୟରେ ମାନସିକ ଚାପର ଅଭିଯୋଗ କରିଥାନ୍ତି । ଏହାର କାରଣ ସେମାନଙ୍କର କର୍ମ ସାଧାରଣତଃ ଅହଂକାର ଏବଂ କ୍ଷମତା, ସମ୍ମାନ ଓ ଧନର ଅସ୍ୱାଭାବିକ ଅଭିଳାଷ ଦ୍ୱାରା ପ୍ରେରିତ ହୋଇଥାଏ । ରାଜନୈତିକ ନେତାମାନଙ୍କର ପ୍ରଚେଷ୍ଟା, ଅତ୍ୟଧିକ ଆଶଙ୍କାଗ୍ରସ୍ତ ଅଭିଭାବକ ଏବଂ ବ୍ୟବସାୟୀମାନେ ମଧ୍ୟ ରାଜସିକ ଗୁଣଯୁକ୍ତ କର୍ମର ଉପଯୁକ୍ତ ଉଦାହରଣ ଅଟନ୍ତି ।"
},
{
"verseTitle": "Bhagavad Gita 18.25",
"verse": "25",
"chapter": 18,
"lang": "or",
"shloka": {
"speaker": "",
"sanskrit": "अनुबन्धं क्षयं हिंसामनपेक्ष्य च पौरुषम्। \n\nमोहादारभ्यते कर्म यत्तत्तामसमुच्यते ॥25॥",
"text": "ଅନୁବନ୍ଧଂ କ୍ଷୟଂ ହିଂସାମନପେକ୍ଷ୍ୟ ଚ ପୌରୁଷମ୍ । \nମୋହାଦାରଭ୍ୟତେ କର୍ମ ଯତ୍ତତ୍ତାମସମୁଚ୍ୟତେ ।।୨୫।।",
"audioLink": "https://www.holy-bhagavad-gita.org/public/audio/018_025.mp3"
},
"wordMeanings": "ଅନୁବନ୍ଧଂ-ପରିଣାମ; କ୍ଷୟଂ-କ୍ଷତି; ହିଂସାଂ- ହିଂସା; ଅନପେକ୍ଷ୍ୟ -ଉପେକ୍ଷା କରି; ଚ-ଏବଂ; ପୌରୁଷମ୍ -ନିଜର ସାମର୍ଥ୍ୟ; ମୋହାତ୍ -ମୋହରେ; ଆରଭ୍ୟତେ- ଆରମ୍ଭ କରାଯାଏ; କର୍ମ-କର୍ମ; ଯତ୍-ଯାହା; ତତ୍-ତାହା; ତାମସମ୍-ତାମସିକ; ଉଚ୍ୟତେ-କୁହାଯାଏ ।",
"translation": {
"text": "ଯେଉଁ କର୍ମ ଭ୍ରମରୁ ଜାତ ହୁଏ ତଥା ନିଜ ସାମର୍ଥ୍ୟର ବିଚାର ନ କରି, ପରିଣାମ, ହାନି ଏବଂ ଅନ୍ୟମାନଙ୍କର କ୍ଷତିକୁ ଉପେକ୍ଷା କରି କରାଯାଇଥାଏ, ତାହା ତମୋଗୁଣୀ କର୍ମ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.25.mp3"
]
},
"commentary": "ତମୋଗୁଣ ଯୁକ୍ତ ବ୍ୟକ୍ତିଙ୍କର ବୁଦ୍ଧି ଅଜ୍ଞାନର କୁହୁଡିରେ ଆବୃତ୍ତ ହୋଇଥାଏ । ଉଚିତ କ’ଣ ବା ଅନୁଚିତ କ’ଣ ବିଚାର କରିବାରେ ସେମାନଙ୍କର ଆଗ୍ରହ ନ ଥାଏ । ସେମାନଙ୍କର ଆଗ୍ରହ କେବଳ ନିଜ ପ୍ରତି ଏବଂ ନିଜର ସ୍ୱାର୍ଥ ପ୍ରତି ରହିଥାଏ । ସେମାନେ ନିଜ ପାଖରେ ଥିବା ଅର୍ଥ କିମ୍ବା ଅନ୍ୟ ସାଧନ ପ୍ରତି, ଅନ୍ୟର ହେଉଥିବା କ୍ଷତି ପ୍ରତି ଉପେକ୍ଷା ଭାବ ପ୍ରଦର୍ଶନ କରିଥାନ୍ତି । ଏହିପରି କାର୍ଯ୍ୟ ତାଙ୍କ ନିଜର ଏବଂ ଅନ୍ୟମାନଙ୍କର କ୍ଷତି ସାଧନ କରିଥାଏ । ଶ୍ରୀକୃଷ୍ଣ କ୍ଷୟ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ଅବନତି । ତାମସିକ କର୍ମ ବ୍ୟକ୍ତିର ସ୍ୱାସ୍ଥ୍ୟ ଏବଂ ସାମର୍ଥ୍ୟର ଅବନତି କରାଇଥାଏ । ଏହା ଉଦ୍ୟମ, ସମୟ ଓ ସାଧନର ବିପୁଳ ଅପଚୟ ଅଟେ । ଏହାର ବିଶିଷ୍ଟ ଉଦାହରଣ ଜୁଆ, ଚୋରୀ, ଦୁର୍ନୀତି ଏବଂ ମଦ୍ୟପାନ ଇତ୍ୟାଦି ।"
},
{
"verseTitle": "Bhagavad Gita 18.26",
"verse": "26",
"chapter": 18,
"lang": "or",
"shloka": {
"speaker": "",
"sanskrit": "मुक्तसङ्गोऽनहंवादी धृत्युत्साहसमन्वितः। \n\nसिद्ध्योसिद्ध्योर्निर्विकारः कर्ता सात्त्विक उच्यते ॥26॥",
"text": "ମୁକ୍ତସଙ୍ଗୋଽନହଂବାଦୀ ଧୃତ୍ୟୁତ୍ସାହସମନ୍ୱିତଃ ।\nସିଦ୍ଧ୍ୟସିଦ୍ଧ୍ୟୋର୍ନିର୍ବିକାରଃ କର୍ତା ସାତ୍ତ୍ୱିକ ଉଚ୍ୟତେ ।।୨୬।।",
"audioLink": "https://www.holy-bhagavad-gita.org/public/audio/018_026.mp3"
},
"wordMeanings": "ମୁକ୍ତସଙ୍ଗଃ- ଭୌତିକ ଆସକ୍ତିରୁ ମୁକ୍ତ; ଅନହଂବାଦୀ-ମିଥ୍ୟାହଙ୍କାର ରହିତ; ଧୃତି -ଦୃଢ଼ ସଂକଳ୍ପ; ଉତ୍ସାହ -ଉତ୍ସାହ; ସମନ୍ୱିତଃ- ଯୁକ୍ତ; ସିଦ୍ଧି-ଅସିଦ୍ଧ୍ୟୋଃ -ଜୟ ଓ ପରାଜୟରେ; ନିର୍ବିକାରଃ - ଉଦାସୀନ; କର୍ତ୍ତା-କର୍ତ୍ତା; ସାତ୍ତ୍ୱିକଃ-ସାତ୍ତ୍ୱିକ; ଉଚ୍ୟତେ-କୁହାଯାଏ ।",
"translation": {
"text": "ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.26.mp3"
]
},
"commentary": "ଶ୍ରୀକୃଷ୍ଣ ପୂର୍ବରୁ କର୍ମର ତିନୋଟି ଉପାଦାନ - ଜ୍ଞାନ, ସ୍ୱୟଂ କର୍ମ ଏବଂ କର୍ତ୍ତା ବିଷୟରେ କହିଥିଲେ । ସେମାନଙ୍କ ମଧ୍ୟରୁ ଜ୍ଞାନ ଓ କର୍ମର ଶ୍ରେଣୀ ବର୍ଣ୍ଣନା କରିବା ପରେ, ସେ ବର୍ତ୍ତମାନ ତିନି ଶ୍ରେଣୀର କର୍ତ୍ତାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ସତ୍ତ୍ୱଗୁଣୀ ବ୍ୟକ୍ତି ଅକର୍ମଣ୍ୟ ନୁହଁନ୍ତି, ବରଂ ସେମାନେ ଉତ୍ସାହ ଓ ଦୃଢ଼ତାର ସହିତ କାର୍ଯ୍ୟ କରିଥାନ୍ତି । ପାର୍ଥକ୍ୟ ଏହା ଯେ ସେମାନଙ୍କର କର୍ମ ଉପଯୁକ୍ତ ମନୋଭାବରେ କରାଯାଇଥାଏ । ସାତ୍ତ୍ୱିକ କର୍ତ୍ତାଗଣ ମୁକ୍ତସଙ୍ଗ ଅର୍ଥାତ୍ ସେମାନେ ସାଂସାରିକ ବିଷୟରେ ଆସକ୍ତ ହୁଅନ୍ତି ନାହିଁ, କିମ୍ବା ସାଂସାରିକ ବସ୍ତୁ ତାଙ୍କ ଆତ୍ମାକୁ ଆନନ୍ଦ ଦେଇପାରିବ ବୋଲି ବିଶ୍ୱାସ କରନ୍ତି ନାହିଁ । ତେଣୁ ସେମାନଙ୍କର କର୍ମ ମହତ୍ ଉଦ୍ଦେଶ୍ୟରେ ହୋଇଥାଏ । ଉଦ୍ଦେଶ୍ୟ ମହତ୍ ହୋଇଥିବା କାରଣରୁ, ସେମାନେ ତାଙ୍କ ଉଦ୍ୟମରେ ସର୍ବଦା ଉତ୍ସାହ (ଉତ୍ସାହପୂର୍ଣ୍ଣ) ଏବଂ ଧୃତି (ସଂକଳ୍ପବଦ୍ଧ) ଯୁକ୍ତ ହୋଇଥାନ୍ତି । ସେମାନେ ଅବିଶ୍ରାନ୍ତ ଭାବରେ କାର୍ଯ୍ୟ କରି ତାଙ୍କର ମହତ ଉଦ୍ଦେଶ୍ୟ ପୂରଣ କରିଥାନ୍ତି । କିନ୍ତୁ ତା’ ସତ୍ତ୍ୱେ ବି ସେମାନେ ଅନହମ୍ ବାଦୀ (ଅହଂକାର ଶୂନ୍ୟ) ହୋଇଥାନ୍ତି ଏବଂ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଭଗବାନଙ୍କୁ ଦେଇଥାନ୍ତି ।"
},
{
"verseTitle": "Bhagavad Gita 18.27",
"verse": "27",
"chapter": 18,
"lang": "or",
"shloka": {
"speaker": "",
"sanskrit": "रागी कर्मफलप्रेप्सुर्लुब्धो हिंसात्मकोऽशुचिः।\n\nहर्षशोकान्वितः कर्ता राजसः परिकीर्तितः ॥27॥",
"text": "ରାଗୀ କର୍ମଫଳପ୍ରେପ୍ସୁର୍ଲୁବ୍ଧୋ ହିଂସାତ୍ମକୋଽଶୁଚିଃ ।\nହର୍ଷଶୋକାନ୍ୱିତଃ କର୍ତା ରାଜସଃ ପରିକୀର୍ତିତଃ ।।୨୭।।",
"audioLink": "https://www.holy-bhagavad-gita.org/public/audio/018_027.mp3"
},
"wordMeanings": "ରାଗୀ -ଅତ୍ୟନ୍ତ ଆସକ୍ତ; କର୍ମଫଳ-କର୍ମଫଳ; ପ୍ରେପ୍ସୁଃ-କାମନା କରି; ଲୁବ୍ଧଃ-ଲୋଭୀ; ହିଂସା ଆତ୍ମକଃ -ପ୍ରତିହିଂସା ପରାୟଣ; ଅଶୁଚିଃ-ଅପବିତ୍ର; ହର୍ଷ-ଶୋକ ଅନ୍ୱିତଃ -ହର୍ଷ ବିଷାଦ ଗ୍ରସ୍ତ; କର୍ତା -କର୍ତ୍ତା; ରାଜସଃ-ରାଜସିକ; ପରିକୀର୍ତିତଃ- କୁହାଯାଏ ।",
"translation": {
"text": "ଯେତେବେଳେ କର୍ତ୍ତା, କର୍ମଫଳ ପ୍ରତି ଲାଳାୟୀତ ହୋଇ, ଈର୍ଷା ପରାୟଣ, ହିଂସ୍ର ସ୍ୱଭାବଯୁକ୍ତ, ଅଶୁଦ୍ଧ ଏବଂ ହର୍ଷ-ବିଷାଦରେ ମୋହିତ ହୋଇଥାନ୍ତି, ସେ ରାଜସିକ ଗୁଣଯୁକ୍ତ ବିବେଚିତ ହୁଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.27.mp3"
]
},
"commentary": "ରାଜସିକ କର୍ତ୍ତାମାନଙ୍କ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି । ସାତ୍ତ୍ୱିକ କର୍ତ୍ତା ଆଧ୍ୟାତ୍ମିକ ଉନ୍ନତି ଚାହୁଁଥିବା ବେଳେ, ରାଜସିକ କର୍ତ୍ତା ଭୌତିକ ପ୍ରଗତି ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାନ୍ତି । ସେମାନେ ହୃଦ୍ବୋଧ କରିପାରନ୍ତି ନାହିଁ ଯେ ସଂସାରର ସମସ୍ତ ବସ୍ତୁ ଅସ୍ଥାୟୀ ଏବଂ ଦିନେ ସେ ସବୁକୁ ଛାଡ଼ି ଚାଲିଯିବାକୁ ହେବ । ଅତିଶୟ ରାଗ (ମନ ଓ ଇନ୍ଦ୍ରିୟଙ୍କର କାମନା) ଦ୍ୱାରା ଉତ୍କ୍ଷିପ୍ତ ହୋଇ ସେମାନେ ନିଜ ଉଦ୍ଦେଶ୍ୟର ଶୁଦ୍ଧତା ହରାଇ ବସନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ଇପ୍ସିତ ସୁଖ ସଂସାରରେ ଅଛି । ତେଣୁ, ତାଙ୍କୁ ଯେତେ ବେଶୀ ସଂସାର ପ୍ରାପ୍ତ ହେଲେ ମଧ୍ୟ ସେଥିରେ ସେମାନେ ସନ୍ତୁଷ୍ଟ ନ ହୋଇ ଅଧିକ ଲୁବ୍ଧ (ଲୋଭଗ୍ରସ୍ଥ) ହୋଇଥାନ୍ତି । ଅନ୍ୟମାନେ ତାଙ୍କଠାରୁ ଅଧିକ ସଫଳ କିମ୍ବା ଅଧିକ ଉପଭୋଗ କରୁଥିବାର ଦେଖି ସେମାନେ ହିଂସାତ୍ମକ (ହିଂସା ପରାୟଣ) ହୋଇ ଉଠନ୍ତି । ଉଦ୍ଦେଶ୍ୟ ପୂରଣ ପାଇଁ ସେମାନେ ବେଳେ ବେଳେ ନିଜର ନୈତିକତାକୁ ଜଳାଞ୍ଜଳି ଦେଇ ଅଶୁଚିଃ (ଅଶୁଦ୍ଧ) ହୋଇଯାଆନ୍ତି । କାମନା ପୂର୍ଣ୍ଣ ହେଲେ ସେମାନେ ଉତ୍ଫୁଲ୍ଲିତ ହୋଇ ଉଠନ୍ତି ଏବଂ କାମନା ପୂର୍ଣ୍ଣ ନ ହେଲେ ନିରାଶ ହୋଇପଡ଼ନ୍ତି । ଏହିପରି ଭାବରେ ସେମାନଙ୍କର ଜୀବନ ହର୍ଷ ଶୋକ ଅନ୍ୱିତଃ (ସୁଖ ଓ ଦୁଃଖର ମିଶ୍ରଣ) ହୋଇଯାଏ ।"
},
{
"verseTitle": "Bhagavad Gita 18.28",
"verse": "28",
"chapter": 18,
"lang": "or",
"shloka": {
"speaker": "",
"sanskrit": "अयुक्तः प्राकृतः स्तब्धः शठो नैष्कृतिकोऽलसः।\n\nविषादी दीर्घसूत्री च कर्ता तामस उच्यते ॥28॥",
"text": "ଅଯୁକ୍ତଃ ପ୍ରାକୃତଃ ସ୍ତବ୍ଧଃ ଶଠୋ ନୈଷ୍କୃତିକୋଽଳସଃ ।\nବିଷାଦୀ ଦୀର୍ଘସୂତ୍ରୀ ଚ କର୍ତା ତାମସ ଉଚ୍ୟତେ ।।୨୮।।",
"audioLink": "https://www.holy-bhagavad-gita.org/public/audio/018_028.mp3"
},
"wordMeanings": "ଅଯୁକ୍ତଃ- ଉଚ୍ଛୃଙ୍ଖଳ; ପ୍ରାକୃତଃ- ଅସଭ୍ୟ; ସ୍ତବ୍ଧଃ- ଉଦ୍ଧତ; ଶଠଃ- ଶଠ; ନୈଷ୍କୃତିକଃ -ଅସାଧୁ ବା ନୀଚ; ଅଳସଃ-ଅଳସୁଆ; ବିଷାଦୀ- ବିଷାଦଗ୍ରସ୍ତ; ଦୀର୍ଘସୂତ୍ରୀ -ଉଦ୍ୟମରେ ଅବହେଳା; ଚ-ଏବଂ; କର୍ତା-କର୍ତ୍ତା; ତାମସଃ- ତାମସିକଃ; ଉଚ୍ୟତେ- କୁହାଯାଏ ।",
"translation": {
"text": "ସେହି କର୍ତ୍ତାଙ୍କୁ ତାମସିକ ଗୁଣଯୁକ୍ତ କୁହାଯାଏ ଯିଏ ଉଚ୍ଛୃଙ୍ଖଳ, ଅଭଦ୍ର, ଜିଦ୍ଖୋର, କପଟି, ଆଳସ୍ୟପୂର୍ଣ୍ଣ, ବିଷାଦଗ୍ରସ୍ତ ଏବଂ ଉଦ୍ୟମରେ ଅବହେଳାଯୁକ୍ତ ହୋଇଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.28.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ତାମସିକ କର୍ତ୍ତାଙ୍କର ଗୁଣ ବର୍ଣ୍ଣନା କରୁଛନ୍ତି । ସେମାନଙ୍କର ମନ ନକାରାତ୍ମକ ଆବେଶରେ ମୋହିତ ହୋଇଥାଏ, ତେଣୁ ସେମାନେ ଅଯୁକ୍ତଃ (ଉଚ୍ଛୃଙ୍ଖଳ) ହୋଇଥାଆନ୍ତି । ଶାସ୍ତ୍ରମାନେ ଉପଯୁକ୍ତ ଓ ଅନୁପଯୁକ୍ତ ଆଚରଣର ନିର୍ଦ୍ଦେଶ କରିଛନ୍ତି । କିନ୍ତୁ ତମୋଗୁଣୀ କର୍ତ୍ତା ସ୍ତବ୍ଧ (ଜିଦ୍ଖୋର) ହୋଇଥାନ୍ତି, କାରଣ ସେମାନେ ବିଚାରଣ ପାଇଁ ନିଜର କର୍ଣ୍ଣ ଓ ମନକୁ ରୁଦ୍ଧ କରି ଦେଇଥାନ୍ତି । ଅଧିକାଂଶତଃ ସେମାନେ ଶଠଃ (କପଟି) ଏବଂ ନୈଷ୍କୃତିକଃ (ଅସାଧୁ) ସ୍ୱଭାବର ହୋଇଥାଆନ୍ତି । ନିଜ ପାଶବିକ ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ଦିଗରେ କୌଣସି ଆଗ୍ରହ ନ ଥିବା ଯୋଗୁଁ ସେମାନଙ୍କର ସ୍ୱଭାବ ପ୍ରାକୃତଃ (ଅସଭ୍ୟ) ହୋଇଥାଏ । ତାଙ୍କର କର୍ତ୍ତବ୍ୟ କରିବାର ଥିଲେ ମଧ୍ୟ, କର୍ମକୁ ଦୁଷ୍କର ଏବଂ କଷ୍ଟଦାୟକ ମନେ କରି ସେମାନେ ଅଳସଃ (ଆଳସ୍ୟ ପରାୟଣ) ଏବଂ ଦୀର୍ଘ-ସୂତ୍ରୀ (ଅବହେଳାକାରୀ) ହୋଇଥାନ୍ତି । ତାଙ୍କର ନିକୃଷ୍ଟ ଓ ନିମ୍ନ ଶ୍ରେଣୀର ଚିନ୍ତନ, ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କୁ ହିଁ ଅଧିକ ପ୍ରଭାବିତ କରି ତାଙ୍କୁ ବିଶାଦୀ (ଦୁଃଖି ଓ ମର୍ମାହତ) କରିଦିଏ ।\nଶ୍ରୀମଦ୍ ଭାଗବତମ୍ରେ ମଧ୍ୟ କର୍ତ୍ତାମାନଙ୍କର ବିଭିନ୍ନ ଶ୍ରେଣୀ ବିଷୟରେ ବର୍ଣ୍ଣନା କରାଯାଇଛି:\nସାତ୍ତ୍ୱିକଃ କାରକୋଽସଙ୍ଗୀ ରାଗାନ୍ଧୋ ରାଜସଃ ସ୍ମୃତଃତାମସଃ ସ୍ମୃତି-ବିଭ୍ରଷ୍ଟୋ ନିର୍ଗୁଣୋ ମଦ୍-ଅପାଶ୍ରୟଃ (୧୧.୨୫.୨୬)\n“ବିମୁକ୍ତ କର୍ତ୍ତା ସାତ୍ତ୍ୱିକ ଗୁଣଯୁକ୍ତ ଅଟନ୍ତି; ଯେଉଁ ବ୍ୟକ୍ତି କର୍ମ ଓ ତା’ର ଫଳ ପ୍ରତି ଅତ୍ୟଧିକ ଆସକ୍ତ ସେ ରାଜସିକ କର୍ତ୍ତା ଏବଂ ବିଚାରହୀନ ବ୍ୟକ୍ତି ତାମସିକ କର୍ତ୍ତା ଅଟନ୍ତି । କିନ୍ତୁ ଯେଉଁ କର୍ତ୍ତା ମୋ ପ୍ରତି ଶରଣାଗତ, ସେମାନେ ତ୍ରିଗୁଣାତୀତ ହୋଇଥାନ୍ତି ।"
},
{
"verseTitle": "Bhagavad Gita 18.29",
"verse": "29",
"chapter": 18,
"lang": "or",
"shloka": {
"speaker": "",
"sanskrit": "बुद्धेर्भेदं धृतेश्चैव गुणतस्त्रिविधं शृणु।\n\nप्रोच्यमानमशेषेण पृथक्त्वेन धनञ्जय ॥29॥",
"text": "ବୁଦ୍ଧେର୍ଭେଦଂ ଧୃତେଶ୍ଚୈବ ଗୁଣତସ୍ତ୍ରିବିଧଂ ଶୃଣୁ ।\nପ୍ରୋଚ୍ୟମାନମଶେଷେଣ ପୃଥକ୍ତ୍ୱେନ ଧନଞ୍ଜୟ ।।୨୯।।",
"audioLink": "https://www.holy-bhagavad-gita.org/public/audio/018_029.mp3"
},
"wordMeanings": "ବୁଦ୍ଧେଃ-ବୁଦ୍ଧିର ; ଭେଦଂ-ଭେଦ; ଧୃତେଃ-ନିଷ୍ଠାର; ଚ-ଏବଂ; ଏବ-ନିଶ୍ଚିତଭାବେ; ଗୁଣତଃ ତ୍ରିବିଧଂ-ପ୍ରକୃତିର ତ୍ରିଗୁଣ ଅନୁଯାୟୀ; ଶୃଣୁ- ଶୁଣ; ପ୍ରୋଚ୍ୟମାନମ୍- ଯେପରି ମୁଁ କହିଛି; ଅଶେଷେଣ- ବିସ୍ତୃତଭାବେ; ପୃଥକ୍ତ୍ୱେନ-ସ୍ପଷ୍ଟ ଭାବରେ; ଧନଞ୍ଜୟ- ହେ ଧନର ବିଜେତା ଅର୍ଜୁନ ।",
"translation": {
"text": "ହେ ଅର୍ଜୁନ ! ତିନୋଟି ଭୌତିକ ଗୁଣ ଅନୁସାରେ, ବୁଦ୍ଧି ଏବଂ ସଂକଳ୍ପର ପ୍ରଭେଦକୁ ମୁଁ ବିସ୍ତୃତ ଭାବରେ ବର୍ଣ୍ଣନା କରୁଛି, ତାହା ତୁମେ ଶ୍ରବଣ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.29.mp3"
]
},
"commentary": "ପୂର୍ବବର୍ତ୍ତୀ ନଅଗୋଟି ଶ୍ଳୋକରେ, ଶ୍ରୀକୃଷ୍ଣ କର୍ମର ଉପାଦାନଗୁଡ଼ିକ ସମ୍ବନ୍ଧରେ ଆଲୋଚନା କଲେ ଏବଂ ଦର୍ଶାଇଲେ ଯେ, ଏହି ତିନୋଟି ଉପାଦାନ ମଧ୍ୟରୁ ପ୍ରତ୍ୟେକଟି ତିନି ଶ୍ରେଣୀରେ ବିଭକ୍ତ । ବର୍ତ୍ତମାନ ସେ କର୍ମର ଗୁଣବତ୍ତା ଏବଂ ପରିମାଣକୁ ପ୍ରଭାବିତ କରୁଥିବା ଦୁଇଟି କାରକ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ସେମାନେ କର୍ମକୁ କେବଳ ପ୍ରେରିତ କରନ୍ତି ନାହିଁ, ତା ସହିତ ତାକୁ ନିୟନ୍ତ୍ରିତ ଏବଂ ନିର୍ଦ୍ଦେଶିତ ମଧ୍ୟ କରିଥାନ୍ତି । ସେ ଦୁଇଟି ହେଲା ବୁଦ୍ଧି ଓ ସଂକଳ୍ପ । ବୁଦ୍ଧି ବିଚାର କରିବାର ବିଭାଗ ଅଟେ ଯାହା ଠିକ୍ ବା ଭୁଲ୍ ନିର୍ଦ୍ଧାରିତ କରିଥାଏ । ଧୃତିର ଅଭିପ୍ରାୟ ସମସ୍ତ କଷ୍ଟ ଓ ବାଧାବିଘ୍ନ ସତ୍ତ୍ୱେ ନିରବଚ୍ଛିନ୍ନ ଭାବରେ କର୍ମ କରିବାର ଆନ୍ତରିକ ସଂକଳ୍ପ । ତ୍ରିଗୁଣ ଭିତ୍ତିରେ ଉଭୟ ତିନି ଶ୍ରେଣୀୟ ଅଟନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ଦୁଇଟି ବିଭାଗ ଏବଂ ତାଙ୍କର ତ୍ରିବିଧ ବିଭକ୍ତିକରଣ ବିଷୟରେ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 18.30",
"verse": "30",
"chapter": 18,
"lang": "or",
"shloka": {
"speaker": "",
"sanskrit": "प्रवृत्तिं च निवृत्तिं च कार्याकार्ये भयाभये। \n\nबन्धं मोक्षं च या वेत्ति बुद्धिः सा पार्थ सात्त्विकी ॥30॥",
"text": "ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ କାର୍ଯ୍ୟାକାର୍ଯ୍ୟେ ଭୟାଭୟେ ।\nବନ୍ଧଂ ମୋକ୍ଷଂ ଚ ଯା ବେତ୍ତି ବୁଦ୍ଧିଃ ସା ପାର୍ଥ ସାତ୍ତ୍ୱିକୀ ।।୩୦।।",
"audioLink": "https://www.holy-bhagavad-gita.org/public/audio/018_030.mp3"
},
"wordMeanings": "ପ୍ରବୃତ୍ତିଂ-କର୍ମ; ଚ-ଏବଂ; ନିବୃତ୍ତିଂ-କର୍ମତ୍ୟାଗ; ଚ -ଏବଂ; କାର୍ଯ୍ୟ-ଉଚିତ୍ କର୍ମ; ଅକାର୍ଯ୍ୟେ-ଅନୁଚିତ୍ କର୍ମ; ଭୟ-ଭୟ; ଅଭୟେ-ଭୟହୀନତା; ବନ୍ଧଂ-ବନ୍ଧନକାରକ; ମୋକ୍ଷଂ-ମୋକ୍ଷଦାୟୀ; ଚ -ଏବଂ; ଯା-ଯାହା; ବେତ୍ତି-ଜାଣେ; ବୁଦ୍ଧିଃ-ବୁଦ୍ଧି; ସା-ତାହା; ପାର୍ଥ- ହେ ପୃଥାପୁତ୍ର; ସାତ୍ତ୍ୱିକୀ-ସାତ୍ତ୍ୱିକ ।",
"translation": {
"text": "ହେ ପାର୍ଥ ! କର୍ମ ବିଷୟରେ ଉଚିତ୍-ଅନୁଚିତ୍, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ଭୟ କରିବା ଉଚିତ ନୁହେଁ, କିଏ ବନ୍ଧନ କାରକ ଏବଂ ମୁକ୍ତି ଦାୟିନୀ - ଏସବୁର ବିଚାର ଯେଉଁ ବୁଦ୍ଧି କରିପାରେ, ତାହା ସତ୍ତ୍ୱଗୁଣୀ ବୁଦ୍ଧି ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-30.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.30.mp3"
]
},
"commentary": "କୌଣସି ନିର୍ଣ୍ଣୟ ଗ୍ରହଣ କରିବା ପାଇଁ ଆମ୍ଭେମାନେ ସର୍ବଦା ନିଜ ସ୍ୱତନ୍ତ୍ର ଇଚ୍ଛାର ଉପଯୋଗ କରିଥାଏ ଏବଂ ଜୀବନରେ ଆମେ କେଉଁଠାରେ ପହଞ୍ôଚବା ତାହା ସେହି ନିର୍ଣ୍ଣୟମାନଙ୍କର ସମାହାର ନିର୍ଦ୍ଧାରଣ କରିଥାଏ । ରବର୍ଟ ଫ୍ରଷ୍ଟ ତାଙ୍କର କବିତା “ଯେଉଁ ରାସ୍ତାରେ କିଏ ଯାଇନାହିଁ” (ଞଷର ଜକ୍ଟବୟ ଦ୍ଭକ୍ଟଗ୍ଧ ଞବଳରଦ୍ଭ) ରେ ଏହାର ସ୍ପଷ୍ଟ ଚିତ୍ରଣ କରିଛନ୍ତି:\nଦୀର୍ଘଶ୍ୱାସ ନେଇ ଏହା ମୁଁ କହୁଛି,କାହିଁ କେତେ ଯୁଗରୁ,ଜଙ୍ଗଲରେ ଦୁଇଟି ରାସ୍ତା ପଡିଛି, ଏବଂ ମୁଁ,ମୁଁ କମ୍ ଗମନାଗମନ ହୋଇଥିବା ରାସ୍ତାଟି ବାଛିଲିଏବଂ ତାହାହିଁ ସମସ୍ତ ପାର୍ଥକ୍ୟ ସୃଷ୍ଟି କଲା ।\nଉପଯୁକ୍ତ ନିର୍ଣ୍ଣୟ ଗ୍ରହଣ କରିବା ପାଇଁ ଏକ ବିକସିତ ବିବେକର ଆବଶ୍ୟକତା ରହିଥାଏ । ଅର୍ଜୁନଙ୍କୁ ବିଚାରଣ ବା ବିବେକ ଶକ୍ତିରେ ସଜ୍ଜିତ କରିବା ଉଦ୍ଦେଶ୍ୟରେ ଭଗବଦ୍ଗୀତା କୁହାଯାଇ ଥିଲା । ପ୍ରାରମ୍ଭରେ, ଅର୍ଜୁନ ତାଙ୍କର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ଥିଲେ । ନିଜର ଆତ୍ମୀୟମାନଙ୍କ ପ୍ରତି ଅହୈତୁକୀ ଆସକ୍ତି, ତାଙ୍କର କର୍ତ୍ତବ୍ୟ ନିରୂପଣ କରିବାର ବିଚାରଶକ୍ତିକୁ ଭ୍ରମିତ କରିଦେଇଥିଲା । ଦୁର୍ବଳ, ଭୟଭୀତ ଏବଂ ବିଚଳିତ ଅନୁଭବ କରି, ସେ ଭଗବାନଙ୍କର ଶରଣାଗତ ହୋଇଥିଲେ ଏବଂ ତାଙ୍କର କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଥିଲେ । ଜ୍ଞାନର ଏହି ଦିବ୍ୟ ଗୀତ ଦ୍ୱାରା ଶ୍ରୀକୃଷ୍ଣ ଅର୍ଜୁନଙ୍କର ବିଚାର ଶକ୍ତିକୁ ବିକସିତ କରିବାରେ ସାହାଯ୍ୟ କରିଥିଲେ । ସର୍ବଶେଷରେ ସେ କହିଥିଲେ: “ମୁଁ ଗୁପ୍ତଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ସମ୍ମୁଖରେ ପ୍ରକାଶ କଲି । ଗଭୀର ଭାବରେ ଏହାର ମନନ କର ଏବଂ ତା’ପରେ ତୁମର ଯାହା ଇଚ୍ଛା, ତାହା କର ।”(ଶ୍ଳୋକ ୧୮.୬୩)\nସତ୍ତ୍ୱଗୁଣ ବୁଦ୍ଧିକୁ ଜ୍ଞାନର ଆଲୋକରେ ଉଦ୍ଭାସିତ କରେ, ଯଦ୍ୱାରା କୌଣସି କର୍ମ ଏବଂ ମନୋଭାବ ଉଚିତ ଅଥବା ଅନୁଚିତ ତାହା ବିଚାର କରିବାର କ୍ଷମତା ପରିମାର୍ଜିତ ହୁଏ । କେଉଁ ପ୍ରକାର କର୍ମ କରିବା ଉଚିତ ଏବଂ କେଉଁ କର୍ମ ବର୍ଜନ କରିବା ଉଚିତ, କାହାକୁ ଭୟ କରିବା ଉଚିତ୍ ଏବଂ କାହାକୁ ପରିତ୍ୟାଗ କରିବା ଉଚିତ୍, ସାତ୍ତ୍ୱିକ ବୁଦ୍ଧି ଆମକୁ ଜଣାଇଥାଏ । ଏହା ଆମ ବ୍ୟକ୍ତିତ୍ୱର ଦୋଷ ଆମକୁ ଦର୍ଶାଇବା ସହିତ ତା’ର ସମାଧାନ କରିବାର ଉପାୟ ମଧ୍ୟ ନିର୍ଦ୍ଦେଶ କରିଥାଏ ।"
},
{
"verseTitle": "Bhagavad Gita 18.31",
"verse": "31",
"chapter": 18,
"lang": "or",
"shloka": {
"speaker": "",
"sanskrit": "यया धर्ममधर्मं च कार्यं चाकार्यमेव च ।\n\nअयथावत्प्रजानाति बुद्धिः सा पार्थ राजसी ॥31॥",
"text": "ଯୟା ଧର୍ମମଧର୍ମଂ ଚ କାର୍ଯ୍ୟଂ ଚାକାର୍ଯ୍ୟମେବ ଚ ।\nଅଯଥାବତ୍ ପ୍ରଜାନାତି ବୁଦ୍ଧିଃ ସା ପାର୍ଥ ରାଜସୀ ।।୩୧।।",
"audioLink": "https://www.holy-bhagavad-gita.org/public/audio/018_031.mp3"
},
"wordMeanings": "ଯୟା -ଯାହାଦ୍ୱାରା; ଧର୍ମଂ-ଧର୍ମ; ଅଧର୍ମଂ-ଅଧର୍ମ; ଚ-ଏବଂ; କାର୍ଯ୍ୟ-ଉଚିତ ଆଚରଣ; ଚ-ଏବଂ; ଅକାର୍ଯ୍ୟମ୍-ଅନୁଚିତ ଆଚରଣ; ଏବ-ନିଶ୍ଚିତଭାବେ; ଚ-ଏବଂ; ଅଯଥାବତ୍-ବିଚଳିତ; ପ୍ରଜାନାତି-ବାଛି ପାରେ; ବୁଦ୍ଧିଃ-ବୁଦ୍ଧି; ସା- ତାହା; ପାର୍ଥ- ହେ ପୃଥାପୁତ୍ର; ରାଜସୀ-ରାଜସିକ ।",
"translation": {
"text": "ଯେତେବେଳେ ବୁଦ୍ଧି ଧର୍ମ ଓ ଅଧର୍ମକୁ ନେଇ ବିଭ୍ରାନ୍ତ ହୋଇଯାଏ ଏବଂ ଠିକ୍ ଓ ଭୁଲ ଆଚରଣ ମଧ୍ୟରେ ନିର୍ଣ୍ଣୟ କରିପାରେ ନାହିଁ, ସେତେବେଳେ ଏହା ରାଜସିକ ଗୁଣଯୁକ୍ତ ବିବେଚିତ ହୁଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-31.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.31.mp3"
]
},
"commentary": "ବ୍ୟକ୍ତିଗତ ଆସକ୍ତି ଦ୍ୱାରା ରାଜସିକ ବୁଦ୍ଧି ମିଶ୍ରିତ ହୋଇଯାଏ । ବେଳେ ବେଳେ ଏହା ସ୍ପଷ୍ଟ ଭାବରେ ଦେଖିପାରେ, କିନ୍ତୁ ସ୍ୱାର୍ଥଯୁକ୍ତ ହୋଇଯିବା ଦ୍ୱାରା ଏହା କଳୁଷିତ ଏବଂ ଦ୍ୱିଧାଗ୍ରସ୍ତ ହୋଇଯାଏ । ଉଦାହରଣ ସ୍ୱରୂପ, କେହି କେହି ବୃତ୍ତି କ୍ଷେତ୍ରରେ ବହୁତ ଦକ୍ଷ ହୋଇଥାନ୍ତି, ଅଥଚ ତାଙ୍କର ପାରିବାରିକ ସମ୍ବନ୍ଧ ଶିଶୁ ସୁଲଭ ହୋଇଥାଏ । ସେମାନେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ସଫଳ ହୋଇଥାଆନ୍ତି, କିନ୍ତୁ ପାରିବାରିକ ସମ୍ପୂର୍ଣ୍ଣ ବିଫଳ ହୋଇଥାନ୍ତି, କାରଣ ତାଙ୍କର ଆସକ୍ତି ଉଚିତ ନିର୍ଣ୍ଣୟ ଓ ଆଚରଣ କରିବାକୁ ବାଧା ଦିଏ । ରାଜସିକ ବୁଦ୍ଧି ରାଗ ଓ ଦ୍ୱେଷ, ପସନ୍ଦ-ନାପସନ୍ଦ ଆଦି ଦ୍ୱାରା ଆବୃତ ହୋଇ, ଉପଯୁକ୍ତ କାର୍ଯ୍ୟପନ୍ଥା ସ୍ଥିର କରିବାରେ ଅସଫଳ ହୁଏ । ଏହା ମହତ୍ତ୍ୱପୂର୍ଣ୍ଣ ଓ ତୁଚ୍ଛ, ସ୍ଥାୟୀ ଓ ଅସ୍ଥାୟୀ, ମୂଲ୍ୟବାନ ଓ ମୂଲ୍ୟହୀନ ବିଚାର ମଧ୍ୟରେ ବିଭ୍ରାନ୍ତ ହୋଇଥାଏ ।"
},
{
"verseTitle": "Bhagavad Gita 18.32",
"verse": "32",
"chapter": 18,
"lang": "or",
"shloka": {
"speaker": "",
"sanskrit": "अधर्मं धर्ममिति या मन्यते तमसावृता।\n\nसर्वार्थाविपरीतांश्च बुद्धिः सा पार्थ तामसी ॥32॥",
"text": "ଅଧର୍ମଂ ଧର୍ମମିତି ଯା ମନ୍ୟତେ ତମସାବୃତା ।\nସର୍ବାର୍ଥାନ୍ବିପରୀତାଂଶ୍ଚ ବୁଦ୍ଧିଃ ସା ପାର୍ଥ ତାମସୀ ।।୩୨।।",
"audioLink": "https://www.holy-bhagavad-gita.org/public/audio/018_032.mp3"
},
"wordMeanings": "ଅଧର୍ମଂ-ଅଧର୍ମ; ଧର୍ମଂ-ଧର୍ମ; ଇତି-ଏହିପରି; ଯା-ଯାହା; ମନ୍ୟତେ-ଭାବେ; ତମସା-ଆବୃତା -ଅନ୍ଧକାରରେ ଆବୃତ ହୋଇ; ସର୍ବ-ଅର୍ଥାନ୍-ସବୁକିଛି; ବିପରୀତାନ୍-ବିପରୀତ; ଚ-ଏବଂ; ବୁଦ୍ଧିଃ-ବୁଦ୍ଧି; ସା-ତାହା; ପାର୍ଥ- ହେ ପୃଥାପୁତ୍ର; ତାମସୀ-ତାମସିକ ।",
"translation": {
"text": "ଯେଉଁ ବୁଦ୍ଧି ଅନ୍ଧକାରାଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ବୋଲି ବିଶ୍ୱାସ କରେ, ଅସତ୍ୟକୁ ସତ୍ୟ ଭାବରେ ଗ୍ରହଣ କରେ, ତାହା ତାମସିକ ଗୁଣଯୁକ୍ତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-32.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.32.mp3"
]
},
"commentary": "ତାମସିକ ବୁଦ୍ଧି ସମ୍ମୁନ୍ନତ ଜ୍ଞାନ ଦ୍ୱାରା ଜ୍ଞାନୋଦୀପ୍ତ ହୋଇ ନ ଥାଏ । ତେଣୁ ସେ ଅଧର୍ମକୁ ଧର୍ମ ଭାବରେ ଭୁଲ ଅର୍ଥ କରିଥାଏ । ଉଦାହରଣ ସ୍ୱରୂପ, ଜଣେ ମଦ୍ୟପ ମଦ୍ୟପାନର ନିଶା ପ୍ରତି ଆସକ୍ତ ହୋଇଥାଏ । ଅନ୍ଧକାରର କୁହୁଡ଼ିରେ ଆଚ୍ଛାଦିତ ତା’ର ସ୍ୱଳ୍ପ ବୁଦ୍ଧି ଆଗକୁ ଆସୁଥିବା ବିନାଶକୁ ଅନୁଭବ କରିପାରେ ନାହିଁ ଏବଂ ସେଥିପାଇଁ ସେ ନିଜର ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ପଶ୍ଚାତ୍ପଦ ହୋଇ ନ ଥାଏ । ତାମସିକ ବୁଦ୍ଧିରେ ତର୍କସଂଗତ ବିଚାର କରିବା ଏବଂ ନିର୍ଣ୍ଣୟ କରିବାର କ୍ଷମତା ନଷ୍ଟ ହୋଇ ଯାଇଥାଏ ।"
},
{
"verseTitle": "Bhagavad Gita 18.33",
"verse": "33",
"chapter": 18,
"lang": "or",
"shloka": {
"speaker": "",
"sanskrit": "धृत्या यया धारयते मनः प्राणेन्द्रियक्रियाः ।\n\nयोगेनाव्यभिचारिण्या धृतिः सा पार्थ सात्त्विकी ॥33॥",
"text": "ଧୃତ୍ୟା ଯୟା ଧାରୟତେ ମନଃପ୍ରାଣେନ୍ଦ୍ରିୟକ୍ରିୟାଃ ।\nଯୋଗେନାବ୍ୟଭିଚାରିଣ୍ୟା ଧୃତିଃ ସା ପାର୍ଥ ସାତ୍ତ୍ୱିକୀ ।।୩୩।।",
"audioLink": "https://www.holy-bhagavad-gita.org/public/audio/018_033.mp3"
},
"wordMeanings": "ଧୃତ୍ୟା-ସଂକଳ୍ପ ଦ୍ୱାରା; ଯୟା- ଯାହା; ଧାରୟତେ-ପୁଷ୍ଟହୁଏ; ମନଃ-ମନ; ପ୍ରାଣ-ଜୀବନ; ଇନ୍ଦ୍ରିୟ-ଇନ୍ଦ୍ରିୟ; କ୍ରିୟାଃ-କର୍ମ; ଯୋଗେନ-ଯୋଗ ସାଧନାଦ୍ୱାରା; ଅବ୍ୟଭିଚାରିଣ୍ୟା- ଦୃଢତାପୂର୍ବକ; ଧୃତିଃ- ସଂକଳ୍ପ; ସା-ତାହା; ପାର୍ଥ-ହେ ପୃଥାପୁତ୍ର !; ସାତ୍ତ୍ୱିକୀ- ସାତ୍ତ୍ୱିକ ।",
"translation": {
"text": "ଯୋଗ ଦ୍ୱାରା ବିକସିତ ଦୃଢ଼ ସଂକଳ୍ପ ଯାହା ମନ, ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ପୁଷ୍ଟ କରିଥାଏ, ତାହା ସତ୍ତ୍ୱଗୁଣଯୁକ୍ତ ସଂକଳ୍ପ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-33.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.33.mp3"
]
},
"commentary": "ବାଧାବିଘ୍ନ ସତ୍ତ୍ୱେ ନିଜ ମାର୍ଗରେ ଅଟଳ ରହିବା ପାଇଁ ମନ ଓ ବୁଦ୍ଧିର ଆନ୍ତରିକ ଶକ୍ତିକୁ ଧୃତି ବା ସଂକଳ୍ପ କୁହାଯାଏ । ସଂକଳ୍ପ ଲକ୍ଷ୍ୟରେ ଦୃଷ୍ଟିକୁ କେନ୍ଦ୍ରିତ କରେ ଏବଂ ଆମ ଯାତ୍ରାର ଆପାତତଃ ଅଲଂଘ୍ୟ ବାଧାବିଘ୍ନକୁ ଅତିକ୍ରମ କରିବା ପାଇଁ ଶରୀର-ମନ-ବୁଦ୍ଧିର ସୁପ୍ତ ଶକ୍ତିକୁ ଜାଗ୍ରତ କରିଥାଏ ।\nଶ୍ରୀକୃଷ୍ଣ ବର୍ତ୍ତମାନ ତିନି ଶ୍ରେଣୀର ସଂକଳ୍ପ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି । ଯୋଗାଭ୍ୟାସ ଦ୍ୱାରା ମନ ଶୃଙ୍ଖଳିତ ହୁଏ ଏବଂ ଇନ୍ଦ୍ରିୟ ଓ ଶରୀରକୁ ଶାସନ କରିବାର କ୍ଷମତା ବିକସିତ ହୁଏ । ଯେଉଁ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା, ପ୍ରାଣବାୟୁକୁ ସନ୍ତୁଳିତ ରଖିବା ଏବଂ ମନକୁ ନିୟନ୍ତ୍ରିତ କରିବା ପାଇଁ ସକ୍ଷମ ହୋଇଥାଏ, ତାହା ସାତ୍ତ୍ୱିକ ଧୃତି ଅଟେ ।"
},
{
"verseTitle": "Bhagavad Gita 18.34",
"verse": "34",
"chapter": 18,
"lang": "or",
"shloka": {
"speaker": "",
"sanskrit": "यया तु धर्मकामार्थान्धूत्या धारयतेऽर्जुन।\n\nप्रसङ्गेन फलाकाङ्क्षी धृतिः सा पार्थ राजसी ॥34॥",
"text": "ଯୟା ତୁ ଧର୍ମକାମାର୍ଥାନ୍ଧୃତ୍ୟା ଧାରୟତେଽର୍ଜୁନ ।\nପ୍ରସଙ୍ଗେନ ଫଳାକାଙ୍କ୍ଷୀ ଧୃତିଃ ସା ପାର୍ଥ ରାଜସୀ ।।୩୪।।",
"audioLink": "https://www.holy-bhagavad-gita.org/public/audio/018_034.mp3"
},
"wordMeanings": "ଯୟା-ଯାହାଦ୍ୱାରା; ତୁ-କିନ୍ତୁ; ଧର୍ମ-କାମ-ଅର୍ଥାନ୍- ଧର୍ମ, ସୁଖ ଓ ଧନପ୍ରାପ୍ତି ଉଦ୍ଦେଶ୍ୟରେ; ଧୃତ୍ୟା-ଦୃଢ଼ ସଂକଳ୍ପ; ଧାରୟତେ-ଧାରଣ କରେ; ଅର୍ଜୁନ- ହେ ଅର୍ଜୁନ; ପ୍ରସଙ୍ଗେନ-ଆସକ୍ତି ଯୋଗୁଁ; ଫଳ ଆକାଙ୍କ୍ଷୀ- ଫଳ କାମନା କରି; ଧୃତିଃ- ସଂକଳ୍ପ; ସା- ତାହା; ପାର୍ଥ- ହେ ପୃଥା ପୁତ୍ରା; ରାଜସୀ-ରାଜସିକ ।",
"translation": {
"text": "ଆସକ୍ତିବଶତଃ ଫଳପ୍ରାପ୍ତି ଉଦ୍ଦେଶ୍ୟରେ କର୍ତ୍ତବ୍ୟ, ସୁଖ ଏବଂ ସମ୍ପଦ ପ୍ରତି ଯେଉଁ ଦୃଢ଼ ଇଚ୍ଛାଶକ୍ତି ଧାରଣ କରାଯାଏ, ତାହା ରାଜସିକ ସଂକଳ୍ପ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-34.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.34.mp3"
]
},
"commentary": "ଦୃଢ଼ ଇଚ୍ଛାଶକ୍ତି କେବଳ ଯୋଗୀମାନଙ୍କ ଠାରେ ଦେଖାଯାଇ ନ ଥାଏ । ସାଂସାରିକ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଉଦ୍ୟମରେ ଦୃଢ଼ ସଂକଳ୍ପବଦ୍ଧ ହୋଇଥାନ୍ତି । କିନ୍ତୁ ସେମାନଙ୍କର ସଂକଳ୍ପ ଉଦ୍ୟମର ଫଳ କାମନାକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ପ୍ରେରିତ ହୋଇଥାଏ । ସେମାନେ ଇନ୍ଦ୍ରିୟ ସୁଖ ଭୋଗ ଏବଂ ସମ୍ପତ୍ତି ଉପାର୍ଜନ ଇତ୍ୟାଦିରେ ନିଜର ଲକ୍ଷ୍ୟକୁ କେନ୍ଦ୍ରିତ କରିଥାନ୍ତି । ଯେହେତୁ ଅର୍ଥ ହିଁ ଏହି ସବୁ ହାସଲ କରିବାର ମାଧ୍ୟମ ଅଟେ, ତେଣୁ ସେମାନେ ଜୀବନ ସାରା ଅର୍ଥକୁ ଦୃଢ଼ ଭାବରେ ଜାବୋଡି ଧରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଫଳ ଭୋଗ କରିବାର କାମନା ଦ୍ୱାରା ପ୍ରେରିତ ସଂକଳ୍ପ, ରାଜସିକ ଗୁଣଯୁକ୍ତ ଅଟେ ।"
},
{
"verseTitle": "Bhagavad Gita 18.35",
"verse": "35",
"chapter": 18,
"lang": "or",
"shloka": {
"speaker": "",
"sanskrit": "यया स्वप्नं भयं शोकं विषादं मदमेव च ।\n\nन विमुञ्चति दुर्मेधा धृतिः सा पार्थ तामसी ॥35॥",
"text": "ଯୟା ସ୍ୱପ୍ନଂ ଭୟଂ ଶୋକଂ ବିଷାଦଂ ମଦମେବ ଚ ।\nନ ବିମୁଞ୍ଚତି ଦୁର୍ମେଧା ଧୃତିଃ ସା ପାର୍ଥ ତାମସୀ ।।୩୫।।",
"audioLink": "https://www.holy-bhagavad-gita.org/public/audio/018_035.mp3"
},
"wordMeanings": "ଯୟା-ଯାହାଦ୍ୱାରା; ସ୍ୱପ୍ନଂ-ସ୍ୱପ୍ନ; ଭୟଂ-ଭୟ; ଶୋକଂ-ଶୋକ; ବିଷାଦଂ-ବିଷାଦ; ମଦଂ-ଛଳ; ଏବ-ନିଶ୍ଚିତଭାବେ; ଚ-ଏବଂ; ନ-ନାହିଁ; ବିମୁଞ୍ଚତି-ତ୍ୟାଗ କରେ; ଦୁର୍ମେଧା-ବୁଦ୍ଧିହୀନ; ଧୃତିଃ-ସଂକଳ୍ପ; ସା-ତାହା; ପାର୍ଥ- ହେ ପୃଥାପୁତ୍ରା; ତାମସୀ-ତାମସିକ ।",
"translation": {
"text": "ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ , ତାହାକୁ ତାମସିକ ସଂକଳ୍ପ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-35.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.35.mp3"
]
},
"commentary": "ବୁଦ୍ଧିହୀନ ଏବଂ ମୁର୍ଖମାନଙ୍କ ଠାରେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଦେଖାଯାଇଥାଏ । କିନ୍ତୁ ଏହା ଭୟ, ଅଶାନ୍ତି ଏବଂ ଅହଂକାରରୁ ଉତ୍ପନ୍ନ ଜିଦ୍ଖୋର ମନୋବୃତ୍ତି ଅଟେ । ଉଦାହରଣ ସ୍ୱରୂପ, କେତେକ ବ୍ୟକ୍ତି ଭୟ-ମନୋଭାବର ଶୀକାର ହୋଇଥାନ୍ତି ଏବଂ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ନିଜ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରି, ସେମାନେ ତାକୁ ଦୃଢ଼ ଭାବରେ ଧରି ରଖିଥାନ୍ତି । ଆଉ କେତେଜଣ ଅଛନ୍ତି, ଯେଉଁମାନେ ଅତୀତରେ ଘଟିଥିବା କିଛି ଅଘଟଣକୁ ଦୃଢ଼ତାର ସହ ସ୍ମୃତିରେ ଧାରଣ କରି ନିଜ ଜୀବନକୁ ନର୍କରେ ପରିଣତ କରିଥାନ୍ତି । ଏହାର ବିନାଶକାରୀ ପ୍ରଭାବ ତାଙ୍କ ଉପରେ ପଡ଼ୁଥିବାର ଲକ୍ଷ୍ୟ କରି ମଧ୍ୟ ସେମାନେ ଏହାକୁ ତ୍ୟାଗ କରନ୍ତି ନାହିଁ । ଅନ୍ୟମାନେ, ଯିଏ ତାଙ୍କର ଅହଂକାରକୁ ଏବଂ ନିଜ ସମ୍ବନ୍ଧରେ ତାଙ୍କର କଳ୍ପିତ ଧାରଣାକୁ ଆହତ କରନ୍ତି, ସେମାନଙ୍କ ସହିତ କଳହରେ ଲିପ୍ତ ରହନ୍ତି । ଏହିପରି ନିଷ୍ଫଳ ଭାବନାକୁ ଜିଦ୍ ପୂର୍ବକ ଦୃଢ଼ ଭାବରେ ଧରି ରଖିବାର ସଂକଳ୍ପକୁ, ଶ୍ରୀକୃଷ୍ଣ ତାମସିକ ଗୁଣଯୁକ୍ତ ଭାବରେ ଅଭିହିତ କରିଛନ୍ତି ।"
},
{
"verseTitle": "Bhagavad Gita 18.36",
"verse": "36",
"chapter": 18,
"lang": "or",
"shloka": {
"speaker": "",
"sanskrit": "सुखं त्विदानी त्रिविधं शृणु मे भरतर्षभ।\n\nअभ्यासाद्रमते यत्र दुःखान्तं च निगच्छति ॥36॥",
"text": "ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ ।\nଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି ।।୩୬।।",
"audioLink": "https://www.holy-bhagavad-gita.org/public/audio/018_036.mp3"
},
"wordMeanings": "ସୁଖଂ-ସୁଖ; ତୁ- କିନ୍ତୁ; ଇଦାନୀଂ-ବର୍ତ୍ତମାନ; ତ୍ରିବିଧଂ-ତିନିପ୍ରକାର; ଶୃଣୁ-ଶୁଣ; ମେ -ମୋ’ଠାରୁ; ଭରତର୍ଷଭ-ହେ ଭରତଶ୍ରେଷ୍ଠ; ଅଭ୍ୟାସାତ୍-ଅଭ୍ୟାସ ଦ୍ୱାରା; ରମତେ -ଆନନ୍ଦିତ ହୁଏ; ଯତ୍-ଯେଉଁଠାରେ; ଦୁଃଖ-ଅନ୍ତଂ-ସମସ୍ତ ଦୁଃଖ ସମାପ୍ତ ହୁଏ; ଚ-ଏବଂ; ନିଗଚ୍ଛତି-ଲାଭ କରେ ।",
"translation": {
"text": "ହେ ଅର୍ଜୁନ ! ଶରୀରଧାରୀ ଆତ୍ମା ଉପଭୋଗ କରୁଥିବା ତିନି ପ୍ରକାରର ସୁଖ, ଯାହା ସକଳ ଦୁଃଖର ଅନ୍ତ ମଧ୍ୟ କରିଥାଏ, ସେହି ବିଷୟରେ ଏବେ ମୋ’ଠାରୁ ଶୁଣ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-36.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.36.mp3"
]
},
"commentary": "ପୂର୍ବ ଶ୍ଳୋକମାନଙ୍କରେ, ଶ୍ରୀକୃଷ୍ଣ କର୍ମର ଉପାଦାନ ବିଷୟରେ ଆଲୋଚନା କରିଥିଲେ । ତା’ପରେ ସେ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର କର୍ମଦ୍ୱାରା ସେମାନେ ପରିପୂର୍ଣ୍ଣତା, ସୁଖ ଓ ସନ୍ତୋଷ ଖୋଜୁଛନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ଭିନ୍ନ ଭିନ୍ନ ହୋଇଥିବା କାରଣରୁ ସେମାନଙ୍କ କର୍ମ ଦ୍ୱାରା ପ୍ରାପ୍ତ ହେଉଥିବା ଆନନ୍ଦର ସ୍ୱରୂପ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ପ୍ରକାରର ଆନନ୍ଦ ବିଷୟରେ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 18.37",
"verse": "37",
"chapter": 18,
"lang": "or",
"shloka": {
"speaker": "",
"sanskrit": "यत्तदने विषमिव परिणामेऽमृतोपसम्।\n\nतत्सुखं सात्त्विकं प्रोक्तमात्मबुद्धिप्रसादजम् ॥37॥",
"text": "ଯତ୍ତଦଗ୍ରେ ବିଷମିବ ପରିଣାମେଽମୃତୋପମମ୍ ।\nତତ୍ସୁଖଂ ସାତ୍ତ୍ୱିକଂ ପ୍ରୋକ୍ତମାତ୍ମବୁଦ୍ଧିପ୍ରସାଦଜମ୍ ।।୩୭।।",
"audioLink": "https://www.holy-bhagavad-gita.org/public/audio/018_037.mp3"
},
"wordMeanings": "ଯତ୍-ଯାହା; ତତ୍-ତାହା; ଅଗ୍ରେ-ଆରମ୍ଭରେ; ବିଷମ୍ ଇବ-ବିଷ ପରି; ପରିଣାମେ-ଶେଷରେ; ଅମୃତ-ଉପମମ୍ -ଅମୃତ ସଦୃଶ; ତତ୍-ସେହି; ସୁଖଂ-ସୁଖ; ସାତ୍ତ୍ୱିକଂ-ସାତ୍ତ୍ୱିକ; ପ୍ରୋକ୍ତଂ-କୁହାଯାଏ; ଆତ୍ମ-ବୁଦ୍ଧି -ଆତ୍ମଜ୍ଞାନରେ ସ୍ଥିତ; ପ୍ରସାଦଜମ୍- ଶୁଦ୍ଧ ବୁଦ୍ଧିରେ ଉତ୍ପନ୍ନ ।",
"translation": {
"text": "ପ୍ରାରମ୍ଭରେ ଯାହା ବିଷତୁଲ୍ୟ ପ୍ରତୀତ ହୋଇଥାଏ, କିନ୍ତୁ ଶେଷରେ ଏହାର ସ୍ୱାଦ ଅମୃତ ତୁଲ୍ୟ ହୋଇଥାଏ, ସେହି ଆନନ୍ଦକୁ ସାତ୍ତ୍ୱିକ ଗୁଣଯୁକ୍ତ କୁହାଯାଇଥାଏ । ଏହା ଆତ୍ମଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଉତ୍ପନ୍ନ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-37.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.37.mp3"
]
},
"commentary": "ଭାରତର ଅଁଳା କୋଳି ଏକ ପ୍ରକାରର ସୁଖାଦ୍ୟ ଅଟେ, ଯାହା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକାରୀ । ଏଥିରେ ଦଶଗୋଟି କମଳା ଠାରୁ ଅଧିକ ଭିଟାମିନ୍ ସି ଥାଏ, କିନ୍ତୁ ଏହାର ସ୍ୱାଦ କଷା ହୋଇଥିବାରୁ ପିଲାମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ଉତ୍ତର ଭାରତରେ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଅଁଳା ଖାଇବାକୁ ଉତ୍ସାହିତ କରିବାକୁ ଯାଇ ଏପରି କହିଥାନ୍ତି: ଅମଲେ କା ଖାୟା ଔର ବଡ଼ୋଁ କା କହା, ବାଦ ମେ ପତା ଚଲତା ହୈ । “ଅଁଳା ଖାଇବା ଓ ଗୁରୁଜନଙ୍କ ଉପଦେଶ ମାନିବା, ଏହାର ଲାଭ ଭବିଷ୍ୟତରେ ହିଁ ଜଣା ପଡ଼ିଥାଏ ।” ବାସ୍ତବରେ, ଅଁଳା ଖାଇବାର ଅଳ୍ପ ସମୟ ପରେ ହିଁ କଷାର ସ୍ୱାଦ ଚାଲିଯାଏ ଏବଂ ତାହା ମିଠା ଲାଗେ । ତାଛଡା, ପ୍ରାକୃତିକ ଭିଟାମିନ୍ ସି ଖାଇବାର ଦୀର୍ଘକାଳୀନ ଲାଭ ତ ନିଃସନ୍ଦେହ ଭାବରେ ଅନେକ ଅଛି । ଉପରୋକ୍ତ ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସାତ୍ତ୍ୱିକ ଆନନ୍ଦ ମଧ୍ୟ ଠିକ୍ ସେହିପରି ଅଟେ । ସ୍ୱଳ୍ପ କାଳ କଟୁବୋଧ ହେଉଥିଲେ ମଧ୍ୟ, ଶେଷରେ ଏହାର ସ୍ୱାଦ ଅମୃତତୁଲ୍ୟ ହୋଇଥାଏ ।\nବେଦ ସାତ୍ତ୍ୱିକ ସୁଖକୁ ଶ୍ରେୟ ରୂପେ ଅଭିହିତ କରିଥାଏ, ଯାହା ବର୍ତ୍ତମାନ ଅପ୍ରୀତିକର କିନ୍ତୁ ଅନ୍ତତଃ ଲାଭଦାୟୀ ଅଟେ । ଏହାର ବିପରୀତ ପ୍ରେୟ, ଯାହା ଆରମ୍ଭରେ ସୁଖକର କିନ୍ତୁ ଅନ୍ତିମ ପରିଣତି ହାନିକାରକ ହୋଇଥାଏ । ଶ୍ରେୟ ଏବଂ ପ୍ରେୟ ସମ୍ବନ୍ଧରେ କଠୋପନିଷଦ କହେ:\nଅନ୍ୟଚ୍ଛ୍ରେୟୋଽନ୍ୟଦୁତୈବ ପ୍ରେୟସ୍ତେ ଉଭେ ନାନାର୍ଥେ ପୁରୁଷଂ ସିନୀତଃତୟୋଃ ଶ୍ରେୟ ଆଦଦାନସ୍ୟ ସାଧୁ ଭବତି ହୀତୟେଽର୍ଥାଦ୍ୟ ଉ ପ୍ରେୟୋ ବୃଣୀତେଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟମେତସ୍ତୌ ସମ୍ପରୀତ୍ୟ ବିବିନକ୍ତି ଧୀରଃଶ୍ରେୟୋ ହି ଧୀରୋଽଭି ପ୍ରେୟସୋ ବୃଣୀତେ ପ୍ରେୟୋ ମନ୍ଦୋ ଯୋଗକ୍ଷେମାଦ୍ ବୃଣୀତେ । (୧.୨.୧-୨)\n“ଦୁଇଟି ମାର୍ଗ ଅଛି- ଗୋଟିଏ ‘କଲ୍ୟାଣକାରୀ’ ଅନ୍ୟଟି ‘ସୁଖଦାୟକ’ । ଏହି ଦୁଇଟି ମାର୍ଗ ମନୁଷ୍ୟକୁ ସମ୍ପୂର୍ଣ୍ଣ ଭିନ୍ନ ସ୍ଥଳରେ ପହଞ୍ଚାଇ ଥାଆନ୍ତି । ସୁଖଦାୟକ ମାର୍ଗଟି ପ୍ରାରମ୍ଭରେ ଉପଭୋଗ୍ୟ ହୋଇଥାଏ କିନ୍ତୁ ଅନ୍ତ କଷ୍ଟରେ ହୁଏ । ଅଜ୍ଞ ବ୍ୟକ୍ତିମାନେ ଏହି ସୁଖର ଫାଶରେ ବାନ୍ଧି ହୋଇ ବରବାଦ ହୋଇଯାଆନ୍ତି । କିନ୍ତୁ ବିଜ୍ଞ ବ୍ୟକ୍ତିମାନେ ଏହି ଆକର୍ଷଣ ଦ୍ୱାରା ମୋହିତ ନ ହୋଇ କଲ୍ୟାଣର ମାର୍ଗ ବାଛିଥାନ୍ତି ଏବଂ ଶେଷରେ ଆନନ୍ଦ ପ୍ରାପ୍ତ କରିଥାନ୍ତି ।"
},
{
"verseTitle": "Bhagavad Gita 18.38",
"verse": "38",
"chapter": 18,
"lang": "or",
"shloka": {
"speaker": "",
"sanskrit": "विषयेन्द्रियसंयोगाद्यत्तदग्रेऽमृतोपमम् ।\n\nपरिणामे विषमिव तत्सुखपं राजसं स्मृतम् ॥38॥",
"text": "ବିଷୟେନ୍ଦ୍ରିୟସଂଯୋଗାଦ୍ୟତ୍ତଦଗ୍ରେଽମୃତୋପମମ୍ ।\nପରିଣାମେ ବିଷମିବ ତତ୍ସୁଖଂ ରାଜସଂ ସ୍ମୃତମ୍ ।।୩୮।।",
"audioLink": "https://www.holy-bhagavad-gita.org/public/audio/018_038.mp3"
},
"wordMeanings": "ବିଷୟ -ଇନ୍ଦ୍ରିୟଭୋଗ୍ୟ ବସ୍ତୁ; ଇନ୍ଦ୍ରିୟ -ଇନ୍ଦ୍ରିୟ; ସଂଯୋଗାତ୍- ସଂଯୋଗରୁ; ଯତ୍-ଯେଉଁ; ତତ୍-ତାହା; ଅଗ୍ରେ- ପ୍ରଥମରେ; ଅମୃତ-ଉପମମ୍ -ଅମୃତ ପରି; ପରିଣାମେ-ଶେଷରେ; ବିଷଂ-ଇବ -ବିଷ ପରି; ତତ୍-ତାହା; ସୁଖଂ-ସୁଖ; ରାଜସଂ-ରାଜସିକ; ସ୍ମୃତମ୍-କୁହାଯାଏ ।",
"translation": {
"text": "ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକରୁ ଉପଲବ୍ଧ ହେଉଥିବା ସୁଖକୁ ରାଜସିକ ଗୁଣଯୁକ୍ତ କୁହାଯାଏ । ଏହିପରି ସୁଖ ପ୍ରାରମ୍ଭରେ ଅମୃତମୟ ମନେ ହେଉଥିଲେ ସୁଦ୍ଧା ପରିଣାମ ବିଷମୟ ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-38.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.38.mp3"
]
},
"commentary": "ରାଜସିିକ ସୁଖ ଇନ୍ଦ୍ରିୟ ଓ ଇନ୍ଦ୍ରିୟଭୋଗ୍ୟ ବସ୍ତୁର ସଂସର୍ଗରୁ ଜାତ ହେଉଥିବା ଏକ ଉଦ୍ଦୀପନା ଭାବରେ ଅନୁଭୂତ ହୋଇଥାଏ । କିନ୍ତୁ ଏହି ସୁଖ ସେହି ସଂସର୍ଗ ପରି କ୍ଷଣସ୍ଥାୟୀ ହୋଇଥାଏ ଏବଂ ପରିଣାମରେ ଏହା ଲୋଭ, ଆଶଙ୍କା, ଦୋଷୀଭାବ ଜାତ କରିବା ସହିତ ଏବଂ ଭୌତିକ ଭ୍ରମର ବୃଦ୍ଧି କରାଇଥାଏ । ଭୌତିକ ଜଗତରେ ମଧ୍ୟ କିଛି ବିଶେଷ ପ୍ରାପ୍ତି ପାଇଁ ରାଜସିକ ସୁଖ ତ୍ୟାଗ କରିବା ଆବଶ୍ୟକ ହୋଇଥାଏ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କ୍ଷଣିକ ଏବଂ ବିଭ୍ରାନ୍ତିକର ସୁଖଠାରୁ ଦୂରେଇ ରହିବାର ଅନୁସ୍ମାରକ ଭାବରେ “ଏକ ତୁଷାରମୟ ସନ୍ଧ୍ୟାରେ ଜଙ୍ଗଲରେ ରହିବା” (ଝଗ୍ଧକ୍ଟକ୍ଟ୍ରକ୍ଟ୍ରସଦ୍ଭଶ ଭଚ୍ଚ ଡକ୍ଟକ୍ଟୟଗ୍ଦ କ୍ଟଦ୍ଭ ବ ଝଦ୍ଭକ୍ଟଙ୍ଗଚ୍ଚ ଋଙ୍ଖରଦ୍ଭସଦ୍ଭଶ) ନାମକ ପଦ୍ୟର ଏହି ପଦଗୁଡ଼ିକୁ ତାଙ୍କ ଟେବୁଲରେ ଲେଖି ରଖିଥିଲେ:\nଜଙ୍ଗଲଟି ଅତି ସୁନ୍ଦର, ଅନ୍ଧକାରମୟ ଏବଂ ଘନ,କିନ୍ତୁ ମୋର ପ୍ରତିଜ୍ଞା ପୂରଣ କରିବାର ଅଛି ।ଏବଂ ଶୋଇଯିବା ପୂର୍ବରୁ ମୋତେ ଅନେକ ମାଇଲ୍ ଯିବାକୁ ପଡିବ ।ଏବଂ ଶୋଇଯିବା ପୂର୍ବରୁ ମୋତେ ଅନେକ ମାଇଲ୍ ଯିବାକୁ ପଡିବ ।\nଚିରନ୍ତନ ଏବଂ ଦିବ୍ୟ ଆନନ୍ଦର ମାର୍ଗ ଭୋଗ ବିଳାସ ନୁହେଁ, ବରଂ ତ୍ୟାଗ, ସଂଯମ ଏବଂ ଶୃଙ୍ଖଳା ଅଟେ ।"
},
{
"verseTitle": "Bhagavad Gita 18.39",
"verse": "39",
"chapter": 18,
"lang": "or",
"shloka": {
"speaker": "",
"sanskrit": "यदने चानुबन्धे च सुखं मोहनमात्मनः।\n\nनिद्रालस्यप्रमादोत्थं तत्तामसमुदाहृतम् ॥39॥",
"text": "ଯଦଗ୍ରେ ଚାନୁବନ୍ଧେ ଚ ସୁଖଂ ମୋହନମାତ୍ମନଃ ।\nନିଦ୍ରାଳସ୍ୟପ୍ରମାଦୋତ୍ଥଂ ତତ୍ତାମସମୁଦାହୃତମ୍ ।।୩୯।।",
"audioLink": "https://www.holy-bhagavad-gita.org/public/audio/018_039.mp3"
},
"wordMeanings": "ଯତ୍- ଯାହା; ଅଗ୍ରେ- ପ୍ରାରମ୍ଭରେ; ଚ-ଏବଂ; ଅନୁବନ୍ଧେ -ଶେଷରେ; ଚ-ଏବଂ; ସୁଖଂ-ସୁଖ; ମୋହନଂ-ଭ୍ରମାତ୍ମକ; ଆତ୍ମନଃ-ଆତ୍ମାର; ନିଦ୍ରା-ନିଦ୍ରା; ଆଳସ୍ୟ-ଆଳସ୍ୟ; ପ୍ରମାଦ-ଅବହେଳା; ଉତ୍ଥମ୍- ଜାତ; ତତ୍-ତାହା; ତାମସଂ-ତାମସିକ; ଉଦାହୃତମ୍- କୁହାଯାଏ ।",
"translation": {
"text": "ଯେଉଁ ସୁଖ ଆତ୍ମାର ସ୍ୱରୂପକୁ ଆଦିରୁ ଅନ୍ତ ଯାଏଁ ଆବୃତ କରି ରଖିଥାଏ ଏବଂ ଯାହା ନିଦ୍ରା, ଆଳସ୍ୟ ଓ ଅବହେଳାରୁ ଜାତ ହୋଇଥାଏ, ତାହାକୁ ତାମସିକ ସୁଖ କୁହାଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-39.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.39.mp3"
]
},
"commentary": "ତାମସିକ ଆନନ୍ଦ ସର୍ବନିମ୍ନ କକ୍ଷର ଅଟେ ଏବଂ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଏହା ମୁର୍ଖାମୀ ହିଁ ଅଟେ । ଏହା ଆତ୍ମାକୁ ଅଜ୍ଞାନର ଅନ୍ଧକାର ମଧ୍ୟକୁ ନିକ୍ଷେପ କରିଥାଏ । ତଥାପି ଏଥିରେ ଅତ୍ୟଳ୍ପ ଆନନ୍ଦର ଅନୁଭୂତି ହେଉଥିବାରୁ ମନୁଷ୍ୟ ଏହା ପ୍ରତି ଆସକ୍ତ ହୋଇଯାଏ । ସେଥିପାଇଁ ଯେଉଁମାନେ ଧୂମପାନରେ ଆସକ୍ତ, ତଦ୍ୱାରା ତାଙ୍କର କ୍ଷତି ହେଉଛି ଜାଣି ସୁଦ୍ଧା, ତାହାକୁ ବର୍ଜନ କରିପାରନ୍ତି ନାହିଁ । ସେମାନେ ସେହି ନିଶାରୁ ମିଳୁଥିବା ଆନନ୍ଦକୁ ତ୍ୟାଗ କରିପାରନ୍ତି ନାହିଁ । ନିଦ୍ରା, ଆଳସ୍ୟ ଏବଂ ଅବହେଳାରୁ ଜାତ ଏହି ଆନନ୍ଦକୁ ଶ୍ରୀକୃଷ୍ଣ ତାମସିକ ସୁଖ ରୂପେ ଅଭିହିତ କରିଛନ୍ତି ।"
},
{
"verseTitle": "Bhagavad Gita 18.40",
"verse": "40",
"chapter": 18,
"lang": "or",
"shloka": {
"speaker": "",
"sanskrit": "न तदस्ति पृथिव्याँ वा दिवि देवेषु वा पुनः ।\n\nसत्त्वं प्रकृतिजैर्मुक्तं यदेभिः स्यात्रिभर्गुणैः ॥40॥",
"text": "ନ ତଦସ୍ତି ପୃଥିବ୍ୟାଂ ବା ଦିବି ଦେବେଷୁ ବା ପୁନଃ ।\nସତ୍ତ୍ୱଂ ପ୍ରକୃତିଜୈର୍ମୁକ୍ତଂ ଯଦେଭିଃ ସ୍ୟାତ୍ତ୍ରିଭିର୍ଗୁଣୈଃ ।।୪୦।।",
"audioLink": "https://www.holy-bhagavad-gita.org/public/audio/018_040.mp3"
},
"wordMeanings": "",
"translation": {
"text": "ମାୟିକ ଜଗତ ଅନ୍ତର୍ଗତ, ଧରାପୃଷ୍ଠର କିମ୍ବା ଉଚ୍ଚତର ସ୍ୱର୍ଗଲୋକର କୌଣସି ଜୀବ, ପ୍ରକୃତିର ଏହି ତିନିଗୁଣର ପ୍ରଭାବରୁ ମୁକ୍ତ ନୁହଁନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-40.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.40.mp3"
]
},
"commentary": "ଶ୍ୱେତାଶ୍ୱତର ଉପନିଷଦ କହେ, ଭୌତିକ ଶକ୍ତି ମାୟା ତ୍ରିରଙ୍ଗ ବିଶିଷ୍ଟ ଅଟେ:\nଅଜାମେକାଂ ଲୋହିତ-ଶୁକ୍ଳ-କୃଷ୍ଣଂ ବହ୍ୱୀଃ ପ୍ରଜାଃ ସୃଜମାନାଂ ସ-ରୂପାଃଅଜୋ ହ୍ୟ ଏକୋ ଯୁଷମାଣୋଽନୁଶେତେ ଜହାତେନାଂ ଭୁକ୍ତ-ଭୋଗାମ୍ ଅଜୋଽନ୍ୟଃ (୪.୫)\n“ମାୟା ତିନି ରଙ୍ଗ ବିଶିଷ୍ଟ - ଶ୍ୱେତ, ଲୋହିତ ଏବଂ କୃଷ୍ଣ, ଅର୍ଥାତ୍ ଏହା ତ୍ରିଗୁଣାତ୍ମିକା ଅଟେ - ସାତ୍ତ୍ୱିକ, ରାଜସିକ ଏବଂ ତାମସିକ । ଏହା ବିଶ୍ୱର ଅସଂଖ୍ୟ ଜୀବଙ୍କର ମାତୃ-ଗର୍ଭ ସଦୃଶ ଅଟେ । ଏହାର ସ୍ରଷ୍ଟା ଏବଂ ଆଧାର ସେହି ଜଣେ ଅଜନ୍ମା ସର୍ବଜ୍ଞ ଭଗବାନ ଅଟନ୍ତି । କିନ୍ତୁ ଭଗବାନ ମାୟା ଦ୍ୱାରା ଜଡ଼ିତ ହୁଅନ୍ତି ନାହିଁ । ସେ ସ୍ୱତନ୍ତ୍ରଭାବେ ତାଙ୍କ ଦିବ୍ୟ ଲୀଳା ଉପଭୋଗ କରୁଥାନ୍ତି । ଅଥଚ ଜୀବଗଣ ମାୟାକୁ ଉପଭୋଗ କରି ତା’ର କବଳିତ ହୋଇଯାଆନ୍ତି ।\nମାୟାର ବଳୟ ନର୍କଲୋକ ଠାରୁ ସ୍ୱର୍ଗର ବ୍ରହ୍ମଲୋକ ପର୍ଯ୍ୟନ୍ତ ବିସ୍ତୃତ । ସତ୍ତ୍ୱ, ରଜ ଓ ତମ - ମାୟାର ତିନୋଟି ଅନ୍ତର୍ନିହିତ ଗୁଣ ହୋଇଥିବା ଦୃଷ୍ଟିରୁ, ଭୌତିକ ଜଗତର ସମସ୍ତ ଲୋକରେ ରହିଥାଆନ୍ତି । ତେଣୁ ମନୁଷ୍ୟ ହୁଅନ୍ତୁ ଅଥବା ଦେବତା ହୁଅନ୍ତୁ, ଏହିସବୁ ଲୋକରେ ବାସ କରୁଥିବା ସମସ୍ତ ଜୀବ ଏହି ତ୍ରିଗୁଣର ଅଧୀନସ୍ତ ଅଟନ୍ତି । ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୁଣମାନଙ୍କର ଅନୁପାତକୁ ନେଇ ରହିଥାଏ । ନିମ୍ନଲୋକରେ ବାସ କରୁଥିବା ଜୀବ ତମୋଗୁଣ ପ୍ରଧାନ ହୋଇଥିବା ବେଳେ, ପୃଥିବୀବାସୀ ରଜୋଗୁଣ ପ୍ରଧାନ ଏବଂ ସ୍ୱର୍ଗର ନିର୍ବାସୀ ମାନେ ସତ୍ତ୍ୱଗୁଣ ପ୍ରଧାନ ହୋଇଥାନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ତିନୋଟି ପରିବର୍ତ୍ତନଶୀଳ ଗୁଣର ଆଧାରରେ ମନୁଷ୍ୟମାନଙ୍କର ସ୍ୱଭାବ କାହିଁକି ଭିନ୍ନ ଭିନ୍ନ ହୋଇଥାଏ, ତାହାର ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 18.41",
"verse": "41",
"chapter": 18,
"lang": "or",
"shloka": {
"speaker": "",
"sanskrit": "ब्राह्मणक्षत्रियविशां शूद्राणां च परन्तप ।\n\nकर्माणि प्रविभक्तानि स्वभावप्रभवैर्गुणैः ॥41॥",
"text": "ବ୍ରାହ୍ମଣକ୍ଷତ୍ରିୟବିଶାଂ ଶୂଦ୍ରାଣାଂ ଚ ପରନ୍ତପ ।\nକର୍ମାଣି ପ୍ରବିଭକ୍ତାନି ସ୍ୱଭାବପ୍ରଭବୈର୍ଗୁଣୈଃ ।।୪୧।।",
"audioLink": "https://www.holy-bhagavad-gita.org/public/audio/018_041.mp3"
},
"wordMeanings": "",
"translation": {
"text": "ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ) ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-41.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.41.mp3"
]
},
"commentary": "କେହି ଜଣେ ଯଥାର୍ଥରେ କହିଥିଲେ ଯେ ଏକ ଉପଯୁକ୍ତ ବୃତ୍ତି ଖୋଜି ପାଇବା, ଜଣେ ଉପଯୁକ୍ତ ଜୀବନ ସାଥୀ ଖୋଜି ପାଇବା ପରି ଅଟେ । କିନ୍ତୁ ନିଜ ପାଇଁ ଏକ ଉପଯୁକ୍ତ କର୍ମ ଆମେ ଖୋଜିବା କିପରି ? ଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଛନ୍ତି ଯେ ମନୁଷ୍ୟ ବ୍ୟକ୍ତିତ୍ୱରେ ଗୁଣର ପ୍ରାଧାନ୍ୟ ଅନୁଯାୟୀ, ସେମାନଙ୍କର ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ, ତଦନୁଯାୟୀ ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୃତ୍ତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱଭାବ-ପ୍ରଭାବୈର୍ ଗୁଣୈଃ (ମନୁଷ୍ୟର ଗୁଣ ଓ ସ୍ୱଭାବ ଉପରେ ଆଧାରିତ କାର୍ଯ୍ୟ) ଅନୁଯାୟୀ, ବର୍ଣ୍ଣାଶ୍ରମ ଧର୍ମ ପ୍ରଣାଳୀ, ସମାଜ ଗଠନର ଏକ ବୈଜ୍ଞାନିକ ପଦ୍ଧତିି ଥିଲା । ଏହି ବିଭକ୍ତିକରଣ ପ୍ରଣାଳୀରେ ଚାରୋଟି ଆଶ୍ରମ (ଜୀବନ ସୋପାନ) ଏବଂ ଚାରୋଟି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଥିଲା । ଜୀବନର ସୋପାନ ଗୁଡ଼ିକ ହେଲା: ୧. ବ୍ରହ୍ମଚର୍ଯ୍ୟ ଆଶ୍ରମ (ଛାତ୍ର ଜୀବନ), ଯାହାର ଅବଧି ଜନ୍ମଠାରୁ ୨୫ ବର୍ଷ ବୟସ ୨. ଗୃହସ୍ଥ ଆଶ୍ରମ (ପାରିବାରିକ ଜୀବନ) ଏହା ୨୫ ଠାରୁ ୫୦ ବର୍ଷ ପର୍ଯ୍ୟନ୍ତ ସାଧାରଣ ବୈବାହିକ ଜୀବନ । ୩. ବାନପ୍ରସ୍ଥ ଆଶ୍ରମ (ଅର୍ଦ୍ଧ ସନ୍ୟାସ ଜୀବନ), ଏହାର ଅବଧି ୫୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ । ଏହି ସୋପାନରେ ବ୍ୟକ୍ତି ପରିବାରରେ ରହି ତ୍ୟାଗର ଆଚରଣ କରିଥାଏ । ୪. ସନ୍ୟାସ ଆଶ୍ରମ (ପୂର୍ଣ୍ଣତ୍ୟାଗ) ଏହା ୭୫ ବର୍ଷ ବୟସରୁ ଆଗକୁ ହୋଇଥାଏ । ଏହି ଆଶ୍ରମରେ ବ୍ୟକ୍ତି ସମସ୍ତ ପାରିବାରିକ କର୍ମ ତ୍ୟାଗ କରି ଏକ ପବିତ୍ର ଧାମରେ ବାସ କରିବା ସହିତ ଭଗବାନଙ୍କ ଠାରେ ମନୋନିବେଶ କରିଥାଏ ।\nଚାରି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଗୁଡ଼ିକ ହେଲା, ବ୍ରାହ୍ମଣ (ପୂଜକ ଶ୍ରେଣୀ), କ୍ଷତ୍ରିୟ (ଯୋଦ୍ଧା ଏବଂ ଶାସକ ଶ୍ରେଣୀ) ବୈଶ୍ୟ (ବ୍ୟବସାୟୀ ଏବଂ କୃଷକ ଶ୍ରେଣୀ) ଏବଂ ଶୂଦ୍ର (ଶ୍ରମିକ ଶ୍ରେଣୀ) । ବର୍ଣ୍ଣାଶ୍ରମ ଧର୍ମରେ କୌଣସି ବର୍ଣ୍ଣକୁ ଉଚ୍ଚ ବା ନୀଚ ବିଚାର କରାଯାଉ ନ ଥିଲା । ସମାଜର କେନ୍ଦ୍ର ଭଗବାନ ଥିଲେ, ପ୍ରତ୍ୟେକ ବ୍ୟକ୍ତି ଗୁଣ ଅନୁସାରେ କର୍ମ କରି ନିଜର ତଥା ସମାଜର ପୋଷଣ କରିବା ସହିତ ଭଗବତ୍ ପ୍ରାପ୍ତି ଦିଗରେ ଅଗ୍ରସର ହୋଇ ନିଜ ଜୀବନକୁ ସଫଳ କରୁଥିଲେ । ଅତଏବ, ବର୍ଣ୍ଣାଶ୍ରମ ପ୍ରଣାଳୀର ବିବିଧତାରେ ଏକତା ଥିଲା ।\nବିବିଧତା ସ୍ୱାଭାବିକ ଅଟେ, ଯାହାକୁ ଦୂର କରାଯାଇ ପାରିବ ନାହିଁ । ଆମ ଶରୀରରେ ବିଭିନ୍ନ ପ୍ରକାରର ଅଙ୍ଗ ରହିଛି ଏବଂ ସେମାନେ ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟ ତୁଲାଇଥାନ୍ତି । ସମସ୍ତ ଅଙ୍ଗ ଠାରୁ ଏକ ପ୍ରକାର କାର୍ଯ୍ୟର ଆଶା କରିବା ବୃଥା ଅଟେ । ସେମାନଙ୍କୁ ପରସ୍ପର ଠାରୁ ଭିନ୍ନ ଭାବରେ ଦେଖିବା ଅଜ୍ଞାନତାର ସୂଚକ ନୁହେଁ, ବରଂ ତାଙ୍କ ଉପଯୋଗିତାର ଯଥାର୍ଥ ଜ୍ଞାନ ଅଟେ । ସେହିପରି ମନୁଷ୍ୟମାନଙ୍କ ମଧ୍ୟରେ ରହିଥିବା ବିବିଧତାକୁ ଉପେକ୍ଷା କରାଯାଇ ପାରିବ ନାହିଁ । ଏପରିକି କମ୍ୟୁନିଷ୍ଟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ, ଯେଉଁଠାରେ ସାମ୍ୟବାଦ ପ୍ରମୁଖ ନିୟମ ଅଟେ, ସେଠାରେ ମଧ୍ୟ ଦଳୀୟ ନେତୃବୃନ୍ଦ ନୀତି ପ୍ରଣୟନ କରିଥାନ୍ତି, ଅସ୍ତ୍ର-ଶସ୍ତ୍ରରେ ସଜ୍ଜିତ ସୈନିକ ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ କରନ୍ତି, କୃଷକ ଜମି ଚାଷ କରନ୍ତି ଏବଂ ଶିଳ୍ପ ଶ୍ରମିକମାନେ ଯାନ୍ତ୍ରିକ ବୃତ୍ତିରେ ନିଯୁକ୍ତ ଥାଆନ୍ତି । ସମାନତା ପ୍ରଦାନ କରିବାର ସମସ୍ତ ଉଦ୍ୟମ ସତ୍ତ୍ୱେ ସେଠାରେ ମଧ୍ୟ ଚାରିପ୍ରକାର ବୃତ୍ତି ରହିଅଛି । ବର୍ଣ୍ଣାଶ୍ରମ ପ୍ରଣାଳୀ, ମନୁଷ୍ୟମାନଙ୍କର ସ୍ୱଭାବରେ ଥିବା ବିବିଧତାକୁ ବିଚାର କରି, ସେମାନଙ୍କ ପାଇଁ କର୍ତ୍ତବ୍ୟ ଓ ବୃତ୍ତିର ନିର୍ଦ୍ଧାରଣ କରିଥାଏ ।\nକିନ୍ତୁ ସମୟକ୍ରମେ ବର୍ଣ୍ଣାଶ୍ରମ ପ୍ରଣାଳୀର ଅବକ୍ଷୟ ଘଟିଥିଲା ଏବଂ ବର୍ଣ୍ଣର ନିର୍ଣ୍ଣୟ ସ୍ୱଭାବ ଅନୁଯାୟୀ ହେବା ପରିବର୍ତ୍ତେ ଜନ୍ମ ଅନୁଯାୟୀ କରାଗଲା । ବ୍ରାହ୍ମଣମାନଙ୍କର ସନ୍ତାନମାନେ, ତାଙ୍କର ସ୍ୱଭାବ ବ୍ରାହ୍ମଣୋଚିତ ହେଉ ବା ନ ହେଉ, ନିଜକୁ ବ୍ରାହ୍ମଣ ଭାବରେ ପରିଚିତ କଲେ । ମନୁଷ୍ୟ ମଧ୍ୟରେ ଉଚ୍ଚ ଓ ନୀଚ ଜାତିର ପରିକଳ୍ପନା କରାଗଲା ଏବଂ ଉଚ୍ଚଜାତିର ବ୍ୟକ୍ତି ନୀଚ ଜାତିର ବ୍ୟକ୍ତିଙ୍କୁ ହେୟ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ଏହି ପ୍ରଣାଳୀ କଠୋର ଏବଂ ଜନ୍ମ-ଗତ ହୋଇଯିବା ଦ୍ୱାରା, ଏହା ନିଷ୍କ୍ରିୟ ହୋଇଗଲା । ସମୟକ୍ରମେ, ଏହା ଏକ ସାମାଜିକ ଦୋଷର ରୂପ ନେଲା, ଯାହା ମୂଳ ବର୍ଣ୍ଣାଶ୍ରମ ପ୍ରଣାଳୀର ଲକ୍ଷ୍ୟ ନ ଥିଲା । ପରବର୍ତ୍ତୀ କେତୋଟି ଶ୍ଳୋକରେ, ଏହି ପ୍ରଣାଳୀର ମୂଳ ବିଭକ୍ତିକରଣ ଅନୁଯାୟୀ, ଶ୍ରୀକୃଷ୍ଣ ମନୁଷ୍ୟମାନଙ୍କର ଗୁଣ ଅନୁସାରେ କର୍ମର ସ୍ୱାଭାବିକ ନକ୍ସା ପ୍ରସ୍ତୁତ କରିଛନ୍ତି ।"
},
{
"verseTitle": "Bhagavad Gita 18.42",
"verse": "42",
"chapter": 18,
"lang": "or",
"shloka": {
"speaker": "",
"sanskrit": "शमो दमस्तपः शौचं क्षान्तिरार्जवमेव च ।\n\nज्ञानं विज्ञानमास्तिक्यं ब्रह्मकर्म स्वभावजम् ॥42॥",
"text": "ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରାର୍ଜବମେବ ଚ ।\nଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ।।୪୨।।",
"audioLink": "https://www.holy-bhagavad-gita.org/public/audio/018_042.mp3"
},
"wordMeanings": "ଶମଃ- ଶାନ୍ତଭାବ; ଦମଃ-ସଂଯମ; ତପଃ-ତପସ୍ୟା; ଶୌଚଂ-ଶୁଚି (ପବିତ୍ରତା); କ୍ଷାନ୍ତିଃ-ସହିଷ୍ଣୁତା; ଆର୍ଜବମ୍- ସତ୍ୟନିଷ୍ଠା; ଏବ-ନିଶ୍ଚିତଭାବେ; ଚ-ଏବଂ; ଜ୍ଞାନଂ-ଜ୍ଞାନ; ବିଜ୍ଞାନଂ-ବିଜ୍ଞାନ; ଆସ୍ତିକ୍ୟଂ-ପର ଜନ୍ମରେ ବିଶ୍ୱାସ; ବ୍ରହ୍ମ-ବ୍ରାହ୍ମଣର; କର୍ମ- କର୍ତ୍ତବ୍ୟ; ସ୍ୱଭାବଜମ୍-ସ୍ୱଭାବଜାତ ଗୁଣ ।",
"translation": {
"text": "ଶାନ୍ତ, ସଂଯମ, ତପସ୍ୟା, ପବିତ୍ରତା, ଧୈର୍ଯ୍ୟ, ସାଧୁତା, ଜ୍ଞାନ, ପ୍ରଜ୍ଞା ଏବଂ ପରଜନ୍ମରେ ବିଶ୍ୱାସ- ଏହିସବୁ ବ୍ରାହ୍ମଣମାନଙ୍କ କର୍ମର ଅନ୍ତର୍ନିହିତ ଗୁଣ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-42.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.42.mp3"
]
},
"commentary": "ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି ବ୍ରାହ୍ମଣ ଥିଲେ । ସଂଯମ ଆଚରଣ କରିବା, ମନ ଶୁଦ୍ଧିକରଣର ଅଭ୍ୟାସ କରିବା, ଭକ୍ତି କରିବା ଏବଂ ନିଜ ଆଦର୍ଶରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା, ବ୍ରାହ୍ମଣମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ଥିଲା । ସ୍ୱଭାବତଃ ସେମାନେ ସହନଶୀଳ, ନମ୍ର ଏବଂ ଆଧ୍ୟାତ୍ମିକ ମନୋଭାବର ଥିଲେ । ବୈଦିକ ରୀତିନୀତିର ଅନୁଷ୍ଠାନ ସେମାନେ ନିଜେ କରିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ କରୁଥିଲେ । ସେମାନଙ୍କର ସ୍ୱଭାବ ସେମାନଙ୍କୁ ଜ୍ଞାନ ପ୍ରତି ଆକୃଷ୍ଟ କରୁôଥଲା । ତେଣୁ ବୃତ୍ତି ଭାବରେ ଶିକ୍ଷକତା - ଜ୍ଞାନ ଆହରଣ ଏବଂ ଜ୍ଞାନ ପ୍ରଦାନ - ସେମାନଙ୍କ ପାଇଁ ଉପଯୁକ୍ତ ଥିଲା । ଯଦିଓ ସେମାନେ ପ୍ରତ୍ୟକ୍ଷ ଭାବରେ ରାଜ୍ୟ ଶାସନରେ ଅଂଶ ଗ୍ରହଣ କରୁ ନ ଥିଲେ, ତଥାପି ସେମାନେ ଅଧିକାରୀ ମାନଙ୍କର ମାର୍ଗଦର୍ଶନ କରୁଥିଲେ । ସେମାନଙ୍କର ଶାସ୍ତ୍ରଜ୍ଞାନ ଥିବାରୁ, ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଙ୍କର ମତ ମୂଲ୍ୟବାନ ଥିଲା ।"
},
{
"verseTitle": "Bhagavad Gita 18.43",
"verse": "43",
"chapter": 18,
"lang": "or",
"shloka": {
"speaker": "",
"sanskrit": "शौर्यं तेजो धृतिर्दाक्ष्यं युद्धे चाप्यपलायनम् ।\n\nदानमीश्वरभावश्च क्षात्रं कर्म स्वभावजम् ॥43॥",
"text": "ଶୌର୍ଯ୍ୟଂ ତେଜୋ ଧୃତିର୍ଦାକ୍ଷ୍ୟଂ ଯୁଦ୍ଧେ ଚାପ୍ୟପଳାୟନମ୍ ।\nଦାନମୀଶ୍ୱରଭାବଶ୍ଚ କ୍ଷାତ୍ରଂ କର୍ମ ସ୍ୱଭାବଜମ୍ ।।୪୩।।",
"audioLink": "https://www.holy-bhagavad-gita.org/public/audio/018_043.mp3"
},
"wordMeanings": "ଶୌର୍ଯ୍ୟଂ- ବୀରତା; ତେଜଃ-ବଳ; ଧୃତିଃ-ଧୈର୍ଯ୍ୟ; ଦାକ୍ଷ୍ୟଂ-ଦକ୍ଷତା; ଯୁଦ୍ଧେ-ଯୁଦ୍ଧରେ; ଚ-ଏବଂ; ଅପି-ମଧ୍ୟ; ଅପଳାୟନମ୍-ପଳାଇ ନ ଯିବା; ଦାନଂ-ଉଦାରତା; ଈଶ୍ୱର-ନେତୃତ୍ୱ; ଭାବଃ-ସ୍ୱଭାବ; ଚ-ଏବଂ; କ୍ଷାତ୍ରଂ-କ୍ଷତ୍ରିୟ ସମ୍ବନ୍ଧୀୟ; କର୍ମ-କର୍ତ୍ତବ୍ୟ; ସ୍ୱଭାବଜମ୍-ସ୍ୱଭାବଜାତ ।",
"translation": {
"text": "ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଗୁଣ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-43.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.43.mp3"
]
},
"commentary": "କ୍ଷତ୍ରିୟମାନଙ୍କର ସ୍ୱଭାବରେ ରାଜସିକ ଗୁଣ ସହିତ ସାତ୍ତ୍ୱିକ ଗୁଣ ମିଶ୍ରିତ ଥିଲା । ଏହା ସେମାନଙ୍କୁ ରାଜକୀୟ, ବୀର, ସାହସୀ, ପ୍ରଭାବଶାଳୀ ଏବଂ ଦାନଶୀଳ କରୁଥିଲା । ଏହି ଗୁଣଗୁଡ଼ିକ ସାମରିକ ଏବଂ ନେତୃତ୍ୱ କାର୍ଯ୍ୟ ପାଇଁ ଉପଯୁକ୍ତ ଥିଲା ଏବଂ ସେଥିପାଇଁ ସେମାନେ ପ୍ରଶାସନିକ ଶ୍ରେଣୀଭୁକ୍ତ ଭାବରେ ରାଜ୍ୟ ଶାସନ କରୁଥିଲେ । ତଥାପି ସେମାନେ ଅନୁଭବ କରୁଥିଲେ ଯେ ସେମାନେ ବ୍ରାହ୍ମଣମାନଙ୍କ ପରି ପବିତ୍ର ଓ ଜ୍ଞାନଯୁକ୍ତ ନ ଥିଲେ । ସୁତରାଂ ସେମାନେ ବ୍ରାହ୍ମଣମାନଙ୍କୁ ସମ୍ମାନ କରିବା ସହିତ, ସୈଦ୍ଧାନ୍ତିକ, ଆଧ୍ୟାତ୍ମିକ ଏବଂ ନୀତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ସେମାନଙ୍କର ଉପଦେଶ ଗ୍ରହଣ କରୁଥିଲେ ।"
},
{
"verseTitle": "Bhagavad Gita 18.44",
"verse": "44",
"chapter": 18,
"lang": "or",
"shloka": {
"speaker": "",
"sanskrit": "कृषिगोरक्ष्यवाणिज्यं वैश्यकर्म स्वभावजम् ।\n\nपरिचर्यात्मकं कर्म शूद्रस्यापि स्वभावजम् ॥44॥",
"text": "କୃଷିଗୌରକ୍ଷ୍ୟବାଣିଜ୍ୟଂ ବୈଶ୍ୟକର୍ମ ସ୍ୱଭାବଜମ୍ ।\nପରିଚର୍ଯ୍ୟାତ୍ମକଂ କର୍ମ ଶୂଦ୍ରସ୍ୟାପି ସ୍ୱଭାବଜମ୍ ।।୪୪।।",
"audioLink": "https://www.holy-bhagavad-gita.org/public/audio/018_044.mp3"
},
"wordMeanings": "କୃଷି-କୃଷି କର୍ମ; ଗୌ-ରକ୍ଷ୍ୟ -ଗୋପାଳନ; ବାଣିଜ୍ୟଂ-ବାଣିଜ୍ୟ; ବୈଶ୍ୟ-ବୈଶ୍ୟ; କର୍ମ-କର୍ତ୍ତବ୍ୟ; ସ୍ୱଭାବଜମ୍-ସ୍ୱଭାବଜାତ; ପରିଚର୍ଯ୍ୟା-ସେବାକାର୍ଯ୍ୟ; ଆତ୍ମକଂ-ସ୍ୱଭାବ; କର୍ମ-କର୍ତ୍ତବ୍ୟ; ଶୂଦ୍ରସ୍ୟ- ଶୂଦ୍ରର; ଅପି-ଏବଂ; ସ୍ୱଭାବଜମ୍ -ସ୍ୱଭାବଜାତ ।",
"translation": {
"text": "କୃଷିକାର୍ଯ୍ୟ, ଗୋପାଳନ ଏବଂ ବାଣିଜ୍ୟ ବୈଶ୍ୟମାନଙ୍କର ସ୍ୱାଭାବିକ କାର୍ଯ୍ୟ ଥିଲା । ଶୁଦ୍ରମାନଙ୍କର ଶ୍ରମଦ୍ୱାରା ସେବା କରିବା ସ୍ୱାଭାବିକ କର୍ତ୍ତବ୍ୟ ଥିଲା ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-44.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.44.mp3"
]
},
"commentary": "ବୈଶ୍ୟମାନଙ୍କର ସ୍ୱଭାବ ରାଜସିକ ଏବଂ ତାମସିକ ଗୁଣ ମିଶ୍ରିତ ଥିଲା । ସେଥିପାଇଁ ସେମାନେ ବାଣିଜ୍ୟ ଓ କୃଷି ଦ୍ୱାରା ଧନ ଉପାର୍ଜନ କରୁଥିଲେ । ସେମାନେ ଦେଶର ଅର୍ଥନୀତିର ସୁରକ୍ଷା କରୁଥିଲେ ଏବଂ ଅନ୍ୟବର୍ଗର ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରୁଥିଲେ । ତାଛଡା, ଧର୍ମାର୍ଥ ପରିଯୋଜନା ମାଧ୍ୟମରେ ସେମାନେ ନିଜ ପାଖରେ ଥିବା ଅର୍ଥର ବିତରଣ ସମାଜର ଅଭାବଗ୍ରସ୍ତ ବର୍ଗଙ୍କ ମଧ୍ୟରେ କରୁଥିଲେ । ଶୂଦ୍ରମାନେ ମୁଖ୍ୟତଃ ତାମସିକ ଗୁଣଯୁକ୍ତ ଥିଲେ । ସେମାନେ ଅଧ୍ୟୟନ, ଶାସନକାର୍ଯ୍ୟ କିମ୍ବା ବାଣିଜ୍ୟ ପ୍ରତି ଆଗ୍ରହୀ ନ ଥିଲେ । ସମାଜର ଆବଶ୍ୟକତା ଅନୁଯାୟୀ ସେବା କରିବା ସେମାନଙ୍କ ପ୍ରଗତିର ସର୍ବଶ୍ରେଷ୍ଠ ଉପାୟ ଥିଲା । ଶିଳ୍ପୀ, କାରିଗର, ଶ୍ରମିକ, ଦରଜୀ, ବୁଣାକାର, ଭଣ୍ଡାରି ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି ।"
},
{
"verseTitle": "Bhagavad Gita 18.45",
"verse": "45",
"chapter": 18,
"lang": "or",
"shloka": {
"speaker": "",
"sanskrit": "स्वे स्वे कर्मण्यभिरतः संसिद्धिं लभते नरः।\n\nस्वकर्मनिरतः सिद्धिं यथा विन्दति तच्छृणु ॥45॥",
"text": "ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ ।\nସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ ।।୪୫।।",
"audioLink": "https://www.holy-bhagavad-gita.org/public/audio/018_045.mp3"
},
"wordMeanings": "ସ୍ୱେ-ନିଜ; ସ୍ୱେ-ନିଜର; କର୍ମଣି- କର୍ମରେ; ଅଭିରତଃ-ପାଳନ କରି; ସଂସିଦ୍ଧିଂ-ସିଦ୍ଧି; ଲଭତେ-ଲାଭକରେ; ନରଃ-ମାନବ; ସ୍ୱକର୍ମ-ନିଜ ପାଇଁ ଉଦ୍ଦିଷ୍ଟ କର୍ମରେ; ନିରତଃ-ନିଯୁକ୍ତ; ସିଦ୍ଧିଂ-ସିଦ୍ଧି; ଯଥା-ଯେପରି; ବିନ୍ଦତି-ପ୍ରାପ୍ତ ହୁଏ; ତତ୍-ତାହା; ଶୃଣୁ- ଶୁଣ ।",
"translation": {
"text": "ନିଜ ସହଜାତ ଗୁଣରୁ ଉତ୍ପନ୍ନ କର୍ତ୍ତବ୍ୟ ପାଳନ କରି ମନୁଷ୍ୟ ସିଦ୍ଧି ଲାଭ କରିଥାଏ । ନିଜ ନିଜର ବିହିତ କର୍ମ କରି ଜଣେ କିପରି ସିଦ୍ଧି ଲାଭ କରିଥାଏ, ଏବେ ତାହା ମୋ ଠାରୁ ଶୁଣ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-45.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.45.mp3"
]
},
"commentary": "ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନମୂଳକ ଓ ଲାଭଦାୟକ ଭାବରେ କରିଥାଏ । ଏହା ନିଜର ଶୁଦ୍ଧିକରଣ ଓ ବିକାଶ କରାଇଥାଏ ଏବଂ ନିଜ ପାଇଁ ତଥା ସମାଜ ପାଇଁ ମଙ୍ଗଳକାରୀ ହୋଇଥାଏ । ଏହି ସବୁ କର୍ମର ନିର୍ଦ୍ଧାରଣ ଆମ ସହଜାତ ସ୍ୱଭାବ ଅନୁସାରେ ହୋଇଥିବାରୁ, ଏହାର ନିର୍ବାହ କରିବାକୁ ଯାଇ ଆମେ ଆରାମ ଏବଂ ଅବିଚଳିତ ଅନୁଭବ କରିଥାଏ । ତାପରେ, ଆମର ଦକ୍ଷତା ବୃଦ୍ଧି ସହିତ, ଆମର ସ୍ୱ-ଧର୍ମ ମଧ୍ୟ ବଦଳି ଯାଏ ଏବଂ ଆମେ ପରବର୍ତ୍ତୀ ଉଚ୍ଚ ସୋପାନରେ ପଦାର୍ପଣ କରିଥାଏ । ଏହିପରି ଭାବରେ କର୍ତ୍ତବ୍ୟନିଷ୍ଠାର ସହିତ ଦାୟୀତ୍ୱ ନିର୍ବାହ କରି ଆମେ ଅଗ୍ରଗତି କରିଥାଏ ।"
},
{
"verseTitle": "Bhagavad Gita 18.46",
"verse": "46",
"chapter": 18,
"lang": "or",
"shloka": {
"speaker": "",
"sanskrit": "यतः प्रवृत्तिर्भूतानां येन सर्वमिदं ततम्।\n\nस्वकर्मणा तमभ्यर्च्य सिद्धिं विन्दति मानवः ॥46॥",
"text": "ଯତଃ ପ୍ରବୃତ୍ତିର୍ଭୂତାନାଂ ଯେନ ସର୍ବମିଦଂ ତତମ୍ ।\nସ୍ୱକର୍ମଣା ତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ ।।୪୬।।",
"audioLink": "https://www.holy-bhagavad-gita.org/public/audio/018_046.mp3"
},
"wordMeanings": "ଯତଃ-ଯାହାଙ୍କ ଠାରୁ; ପ୍ରବୃତ୍ତିଃ-ଉଦ୍ଭବ; ଭୂତାନାଂ-ସମସ୍ତ ଜୀବ; ଯେନ-ଯାହାଙ୍କ ଦ୍ୱାରା; ସର୍ବଂ-ସବୁ; ଇଦଂ-ଏହା; ତତମ୍-ପରିବ୍ୟାପ୍ତ; ସ୍ୱକର୍ମଣା-ସ୍ୱକର୍ମରେ; ତମ୍- ତାଙ୍କୁ (ଭଗବାନ୍ଙ୍କୁ); ଅଭ୍ୟର୍ଚ୍ୟ-ପୂଜା କରି; ସିଦ୍ଧିଂ-ସିଦ୍ଧି; ବିନ୍ଦତି-ପ୍ରାପ୍ତ ହୁଏ; ମାନବଃ-ମାନବ ।",
"translation": {
"text": "ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ଏବଂ ବିଶ୍ୱରେ ସର୍ବତ୍ର ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି ସେ ସହଜରେ ସିଦ୍ଧି ଲାଭ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-46.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.46.mp3"
]
},
"commentary": "ଭଗବାନଙ୍କର ସୃଷ୍ଟିରେ କୌଣସି ଜୀବ ଅନାବଶ୍ୟକ ନୁହନ୍ତି । ତାଙ୍କର ଦିବ୍ୟ ଯୋଜନା ସମସ୍ତ ପ୍ରାଣୀଙ୍କର କ୍ରମୋତ୍ଥାନ ନିମନ୍ତେ ଉଦ୍ଦିଷ୍ଟ । ଏକ ବୃହଦାକାର ଚକ୍ରର ଛୋଟ ଛୋଟ ଦାନ୍ତ ପରି ଆମେ ସମସ୍ତେ ତାଙ୍କ ଯୋଜନାରେ ସାମିଲ ରହିଅଛେ । ସେ ଆମକୁ ଦେଇଥିବା ସାମର୍ଥ୍ୟ ଅପେକ୍ଷା ଆମଠାରୁ ଅଧିକ ଆଶା କରନ୍ତି ନାହିଁ । ତେଣୁ ଆମେ ଯଦି କେବଳ ନିଜ ଜୀବନର ସ୍ଥିତି ଏବଂ ଗୁଣ ଅନୁସାରେ, ଆମର ସ୍ୱ-ଧର୍ମ ପାଳନ କରିବା, ତେବେ ଆମର ଶୁଦ୍ଧିକରଣ ପାଇଁ ତାଙ୍କର ଯେଉଁ ଦିବ୍ୟ ଯୋଜନା ରହିଛି, ସେଥିରେ ଆମେ ଅଂଶଗ୍ରହଣ କରି ପାରିବା ଏବଂ ଯେତେବେଳେ ସ୍ୱଧର୍ମର ପାଳନ ଭକ୍ତି ମନୋଭାବରେ କରାଯିବ, ଆମର କର୍ମ ହିଁ ପୂଜା ହୋଇଯିବ ।\nବାସ୍ତବରେ କୌଣସି କର୍ମ କୁତ୍ସିତ ବା ଅପବିତ୍ର ନୁହେଁ । କର୍ମର ମୂଲ୍ୟ ନିରୂପଣ ଆମର ଭାବନା ଅନୁସାରେ ହୋଇଥାଏ । ଏ ସମ୍ପର୍କରେ ମହାଭାରତର ବନପର୍ବରେ, ଋଷି ମାର୍କଣ୍ଡେୟ ଯୁଧିଷ୍ଠିରଙ୍କୁ ଗୋଟିଏ ସୁନ୍ଦର ଗଳ୍ପ କହିଥିଲେ । ଗଳ୍ପଟି ଏହିପରି ଥିଲା; ଜଣେ ଯୁବ ସନ୍ୟାସୀ ଜଙ୍ଗଲକୁ ଯାଇ ଦୀର୍ଘକାଳ ଧ୍ୟାନ ଓ ତପସ୍ୟା ଅଭ୍ୟାସ କଲେ । କିଛି ବର୍ଷ ବିତିଯିବା ପରେ, ଦିନେ ବୃକ୍ଷ ଉପରୁ ଗୋଟିଏ କାକ ତାଙ୍କ ଉପରେ ମଳତ୍ୟାଗ କରିଦେଲା । ସେ କ୍ରୋଧିତ ହୋଇ ଉପରକୁ ଚାହିଁ ଦେବା କ୍ଷଣି ପକ୍ଷୀଟି ମୃତ ହୋଇ ତଳେ ପଡ଼ିଗଲା । ସନ୍ୟାସୀ ଅନୁଭବ କଲେ ଯେ ତାଙ୍କ ତପସ୍ୟାର ଫଳ ସ୍ୱରୂପ ତାଙ୍କୁ କିଛି ସିଦ୍ଧି ପ୍ରାପ୍ତ ହୋଇଛି । ତାଙ୍କର ମନ ଅହଂକାରରେ ଭରି ଗଲା । କିଛି ସମୟ ପରେ ସେ ଜଣେ ଗୃହସ୍ଥର ଘରକୁ ଭିକ୍ଷା ମାଗିବାକୁ ଗଲେ । ଗୃହିଣୀ ଦ୍ୱାରଦେଶକୁ ଆସି ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଲେ, କାରଣ ସେ ତାଙ୍କର ଅସୁସ୍ଥ ପତିଙ୍କର ସେବା କରୁଥିଲେ । ଏଥିରେ ସାଧୁ କ୍ରୋଧାନ୍ୱିତ ହୋଇ କ୍ରୋଧପୂର୍ଣ୍ଣ ଦୃଷ୍ଟିରେ ତାଙ୍କ ଆଡକୁ ଚାହିଁ ଭାବିଲେ “ଦୁଷ୍ଟ ମହିଳା, ମୋତେ ଅପେକ୍ଷା କରାଇବାକୁ ତୁମର ସାହସ କିପରି ହେଲା ? ତୁମେ ମୋ ଶକ୍ତି ଜାଣିନାହଁ?” ମହିଳା ଜଣକ ତାଙ୍କର ମନକଥା ଜାଣିପାରି କହିଲେ, “ମୋତେ କ୍ରୋଧିତ ହୋଇ ଏପରି ଦେଖନ୍ତୁ ନାହିଁ, ମୁଁ କୁଆ ନୁହେଁ ଯେ ଆପଣଙ୍କ ଦୃଷ୍ଟିପାତରେ ଜଳିଯିବି ।” ସାଧୁଜଣକ ଅତ୍ୟନ୍ତ ବିସ୍ମିତ ହୋଇ ପଚାରିଲେ, ସେହି ଘଟଣା ବିଷୟରେ ସେ କିପରି ଜାଣିଲେ ? ଗୃହିଣୀ ଜଣକ ଉତ୍ତର ଦେଲେ ଯେ ସେ କୌଣସି ତପସ୍ୟା କରି ନାହାଁନ୍ତି, କେବଳ ଭକ୍ତି ଓ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି, ଯାହାର ସୁପ୍ରଭାବରେ ତାଙ୍କୁ ଏହି ଶକ୍ତି ପ୍ରାପ୍ତ ହୋଇଛି ଯେ ସେ ଅନ୍ୟର ମନକଥା ଜାଣିପାରନ୍ତି । ତା’ପରେ ସେ ସାଧୁଙ୍କୁ ମିଥିଳାରେ ବାସ କରୁଥିବା ଜଣେ ଧର୍ମନିଷ୍ଠ ବ୍ୟାଧଙ୍କୁ ସାକ୍ଷାତ କରିବାକୁ କହିଲେ ଯିଏ ଧର୍ମ ସମ୍ବନ୍ଧୀୟ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରିବେ । ଜଣେ ନୀଚ ବ୍ୟାଧ ସହିତ ଚର୍ଚ୍ଚା କରିବାର ପ୍ରାରମ୍ଭିକ କୁଣ୍ଠାକୁ ପରିତ୍ୟାଗ କରି ସନ୍ୟାସୀ ଜଣକ ମିଥିଳା ଗଲେ । ସେଠାରେ ସେହି ଧାର୍ମିକ ବ୍ୟାଧ ତାଙ୍କୁ ବୁଝାଇଲେ ଯେ ପୂର୍ବକର୍ମ ଏବଂ ସାମର୍ଥ୍ୟ ଅନୁସାରେ ଆମ ସମସ୍ତଙ୍କର ସ୍ୱ-ଧର୍ମ ରହିଛି । କିନ୍ତୁ ନିଜ ସ୍ୱାର୍ଥର କାମନା ତ୍ୟାଗ କରି ଏବଂ ଆମକୁ ମିଳୁଥିବା କ୍ଷଣସ୍ଥାୟୀ ସୁଖଦୁଃଖର ଊର୍ଦ୍ଧ୍ୱକୁ ଉଠି କର୍ତ୍ତବ୍ୟ ପାଳନ କରିବା ଦ୍ୱାରା ଆମେ ନିଜକୁ ଶୁଦ୍ଧ କରିପାରିବା ଏବଂ ଧର୍ମର ଉଚ୍ଚତର କକ୍ଷକୁ ଉନ୍ନୀତ ହୋଇପାରିବା । ଏହିପରି ଭାବରେ, ନିଜ ପାଇଁ ଉଦ୍ଦିଷ୍ଟ କର୍ତ୍ତବ୍ୟ କର୍ମ ପାଳନ କରି, ଆତ୍ମାର ବର୍ତ୍ତମାନର ସ୍ଥୂଳ ଚେତନାରୁ ଦିବ୍ୟ ଚେତନା ଅଭିମୁଖରେ କ୍ରମବିକାଶ ହୋଇଥାଏ । ବ୍ୟାଧଙ୍କର ଏହି ବ୍ୟାଖ୍ୟାନ ମହାଭାରତରେ ବ୍ୟାଧ ଗୀତା ନାମରେ ପ୍ରସିଦ୍ଧ ।\nଏହି ସନ୍ଦେଶଟି ବିଶେଷତଃ ଅର୍ଜୁନଙ୍କ ପାଇଁ ପ୍ରଯୁଜ୍ୟ, କାରଣ ସେ କର୍ମକୁ କଷ୍ଟକର ଏବଂ ଦୁଃଖଦାୟକ ମନେ କରି, ଧର୍ମ ତ୍ୟାଗ କରି ପଳାୟନ କରିବାକୁ ଚାହୁଁଥିଲେ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ତାଙ୍କୁ ଉପଦେଶ ଦେଉଛନ୍ତି ଯେ ଉପଯୁକ୍ତ ଚେତନାଯୁକ୍ତ ହୋଇ ନିଜର କର୍ତ୍ତବ୍ୟ ପାଳନ ପରମାତ୍ମାଙ୍କର ଉପାସନା ଅଟେ, ଯଦ୍ୱାରା ସେ ସହଜରେ ପରିପୂର୍ଣ୍ଣତା ଲାଭ କରିପାରିବେ ।"
},
{
"verseTitle": "Bhagavad Gita 18.47",
"verse": "47",
"chapter": 18,
"lang": "or",
"shloka": {
"speaker": "",
"sanskrit": "श्रेयान्स्वधर्मो विगुणः परधार्मात्स्वनुष्ठितात् ।\n\nस्वभावनियतं कर्म कुर्वन्नाजोति किल्बिषम् ॥47॥",
"text": "ଶ୍ରେୟାନ୍ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ସ୍ୱନୁଷ୍ଠିତାତ୍ ।\nସ୍ୱଭାବନିୟତଂ କର୍ମ କୁର୍ବନ୍ନାପ୍ନୋତି କିଳ୍ବିଷମ୍ ।।୪୭।।",
"audioLink": "https://www.holy-bhagavad-gita.org/public/audio/018_047.mp3"
},
"wordMeanings": "ଶ୍ରେୟାନ୍ -ଉତ୍ତମ; ସ୍ୱ-ଧର୍ମ -ନିଜ ପାଇଁ ନିର୍ଦ୍ଧାରିତ କର୍ମ; ବିଗୁଣଃ- ଅପୂର୍ଣ୍ଣ ଭାବେ କୃତ; ପର-ଧର୍ମାତ୍ -ଅନ୍ୟ ପାଇଁ ଉଦ୍ଦିଷ୍ଟ କର୍ମଠାରୁ; ସ୍ୱନୁଷ୍ଠିତାତ୍- ପୂର୍ଣ୍ଣତଃ କୃତ; ସ୍ୱଭାବ-ନିୟତଂ- ବ୍ୟକ୍ତିର ସ୍ୱଭାବ ଅନୁଯାୟୀ ନିର୍ଦ୍ଧାରିତ; କର୍ମ -କର୍ମ; କୁର୍ବନ୍-ଅନୁଷ୍ଠାନ କରି; ନ-ଆପ୍ନୋତି - ଅର୍ଜନ କରେ ନାହିଁ; କିଳ୍ବିଷମ୍ -ପାପ ।",
"translation": {
"text": "ଅନ୍ୟର କର୍ମକୁ ସଠିକ ରୂପରେ କରିବା ଅପେକ୍ଷା ତୃଟିପୂର୍ଣ୍ଣ ଭାବରେ ହେଲେ ମଧ୍ୟ ନିଜ ପାଇଁ ଉଦ୍ଦିଷ୍ଟ କର୍ମ କରିବା ଉତ୍ତମ ଅଟେ । ନିଜର ସହଜାତ କର୍ମ କରିବା ଦ୍ୱାରା ଜଣେ ପାପ ଅର୍ଜନ କରେନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-47.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.47.mp3"
]
},
"commentary": "ସ୍ୱ-ଧର୍ମ ପାଳନ କରିବା ଦ୍ୱାରା ଦ୍ୱିବିଧ ଲାଭ ହୋଇଥାଏ । ଏହା ଆମର ସ୍ୱାଭାବିକ ପ୍ରବୃତ୍ତି ଅନୁରୂପ ହୋଇଥାଏ । ସୁତରାଂ, ପକ୍ଷୀ ଉଡ଼ିବା ଓ ମତ୍ସ୍ୟ ସନ୍ତରଣ କରିବା ପରି ଏହା ଆମ ବ୍ୟକ୍ତିତ୍ୱର ସ୍ୱାଭାବିକ କ୍ରିୟା ହୋଇଥାଏ । ଦ୍ୱିତୀୟତଃ, ଯେହେତୁ ଏହା ଆମ ମନ ପାଇଁ ସୁଖଦ ଅଟେ, ଏହା ସ୍ୱତଃ ସମ୍ପାଦିତ ହୋଇଥାଏ ଏବଂ ଭକ୍ତି କରିବା ପାଇଁ ଆମର ଚେତନା ମୁକ୍ତ ରହିଥାଏ ।\nତା ପରିବର୍ତ୍ତେ, ଆମେ ଯଦି ନିଜ କର୍ତ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ମନେକରି ଅନ୍ୟ ଜଣଙ୍କ ପାଇଁ ଉଦ୍ଦିଷ୍ଟ କର୍ମ କରିବାକୁ ଆଗଭର ହେବା, ଆମେ ନିଜ ଅନ୍ତର୍ନିହିତ ଗୁଣର ବିପରୀତ କର୍ମ କରିବାରେ ସଂଘର୍ଷ ରତ ରହିବା । ଏହା ହିଁ ଅର୍ଜୁନଙ୍କର ପରିସ୍ଥିତି ଥିଲା । ତାଙ୍କର କ୍ଷତ୍ରୀୟ ସ୍ୱଭାବ ସାମରିକ ଏବଂ ଶାସନ ସମ୍ବନ୍ଧୀୟ କାର୍ଯ୍ୟ ପ୍ରତି ଅନୁକୂଳ ଥିଲା । ସମସ୍ତ ଘଟଣାବଳୀ ତାଙ୍କୁ ଏକ ଧର୍ମଯୁଦ୍ଧରେ ଅଂଶଗ୍ରହଣ କରିବା ଦିଗରେ ପ୍ରେରିତ କରୁଥିଲା । ସେ ଯଦି ତାଙ୍କ କର୍ତ୍ତବ୍ୟ ପ୍ରତି ବିମୁଖ ହୋଇ ଜଙ୍ଗଲରେ ତପସ୍ୟା କରିବାକୁ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବେ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତାହା ତାଙ୍କୁ ସାହାଯ୍ୟ କରିବ ନାହିଁ । ଜଙ୍ଗଲରେ ମଧ୍ୟ ସେ ନିଜ ସହଜାତ ପ୍ରବୃତ୍ତିରୁ ମୁକ୍ତ ରହିବେ ନାହିଁ । ସମ୍ଭବତଃ, ସେଠାରେ ସେ ଆଦିବାସୀମାନଙ୍କୁ ଏକତ୍ରିତ କରି, ତାଙ୍କର ରାଜା ହେବେ । ତା’ପରିବର୍ତ୍ତେ, ସେ ଯଦି ତାଙ୍କର ସ୍ୱଭାବ ଅନୁରୂପ କର୍ମ କରିଥାଆନ୍ତେ ଏବଂ କର୍ମଫଳକୁ ଭଗବାନଙ୍କୁ ଅର୍ପଣ ପୂର୍ବକ ତାଙ୍କର ଉପାସନା କରିଥାଆନ୍ତେ, ତେବେ ତାଙ୍କ ପାଇଁ ତାହା ଶ୍ରେୟସ୍କର ହୋଇଥାଆନ୍ତା ।\nଆଧ୍ୟାତ୍ମିକ ଉପଲବ୍ଧି ପରେ ବ୍ୟକ୍ତିର ସ୍ୱ-ଧର୍ମ ବଦଳିଯାଏ । ଏହା ଶାରୀରିକ ସ୍ତରରେ ସ୍ଥିତ ନ ରହି ଆତ୍ମାର ଧର୍ମ ହୋଇଯାଏ, ଯାହା ଭଗବାନଙ୍କର ଭକ୍ତି ଅଟେ । ଏହି କକ୍ଷରେ ନିଜର କର୍ତ୍ତବ୍ୟ ପରିତ୍ୟାଗ କରି ସର୍ବତୋ ଭାବରେ ଭକ୍ତିରେ ନିୟୋଜିତ ହେବା ଯୁକ୍ତିଯୁକ୍ତ ଅଟେ, କାରଣ ବର୍ତ୍ତମାନ ଏହା ତାଙ୍କ ସ୍ୱଭାବର ସ୍ୱ-ଧର୍ମ ପାଲଟିଯାଏ । ଏହି ଅଧିକାରୀତ୍ୱ ହାସଲ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଭଗବଦ୍ଗୀତାର ଶେଷରେ ଶ୍ରୀକୃଷ୍ଣ ତାଙ୍କର ଅନ୍ତିମ ନିର୍ଣ୍ଣୟ ପ୍ରକାଶ କରିବେ: “ସମସ୍ତ ଧର୍ମ ପରିତ୍ୟାଗ କରି କେବଳ ମୋର ଶରଣାଗତ ହୁଅ ।” (୧୮.୬୬) କିନ୍ତୁ ସେହି ସ୍ତରରେ ଉପନୀତ ହେବା ପର୍ଯ୍ୟନ୍ତ ଏହି ଶ୍ଳୋକରେ ଦିଆଯାଇଥିବା ନିର୍ଦ୍ଦେଶ ପ୍ରଯୁଜ୍ୟ ଅଟେ । ଶ୍ରୀମଦ୍ ଭାଗବତମ୍ କହେ:\nତାବତ୍ କର୍ମାଣି କୁର୍ବୀତ ନ ନିର୍ବିଦ୍ୟେତ ଯାବତାମତ୍-କଥା-ଶ୍ରବଣାଦୌ ବା ଶ୍ରଦ୍ଧା ଯାବନ୍ ନ ଜାୟତେ (୧୧.୨୦.୯)\n“ଭଗବାନଙ୍କର ଲୀଳା ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ପୂର୍ବକ ଭକ୍ତି ପ୍ରତି ଆଗ୍ରହ ସୃଷ୍ଟି ନ ହେବା ପର୍ଯ୍ୟନ୍ତ, ଆମେ ନିଜର ବିହିତ ବୃତ୍ତିଗତ କର୍ମ ଅବ୍ୟାହତ ରଖିବା ଉଚିତ୍ ।”"
},
{
"verseTitle": "Bhagavad Gita 18.48",
"verse": "48",
"chapter": 18,
"lang": "or",
"shloka": {
"speaker": "",
"sanskrit": "सहजं कर्म कौन्तेय सदोषमपि न त्यजेत्।\n\nसर्वारम्भा हि दोषेण धूमेनाग्निरिवावृताः ॥48॥",
"text": "ସହଜଂ କର୍ମ କୌନ୍ତେୟ ସଦୋଷମପି ନ ତ୍ୟଜେତ୍ ।\nସର୍ବାରମ୍ଭା ହି ଦୋଷେଣ ଧୂମେନାଗ୍ନିରିବାବୃତାଃ ।।୪୮।।",
"audioLink": "https://www.holy-bhagavad-gita.org/public/audio/018_048.mp3"
},
"wordMeanings": "ସହଜଂ- ସହଜାତ; କର୍ମ-କର୍ମ; କୌନ୍ତେୟ-ହେ କୁନ୍ତୀ ପୁତ୍ର; ସଦୋଷଂ-ଦୋଷଯୁକ୍ତ; ଅପି-ଯଦିଓ; ନ ତ୍ୟଜେତ୍-ତ୍ୟାଗ କରିବା ଉଚିତ୍ ନୁହେଁ; ସର୍ବ-ଆରମ୍ଭାଃ-ସମସ୍ତ ପ୍ରଚେଷ୍ଟା; ହି-ନିଶ୍ଚିତ ଭାବେ; ଦୋଷେଣ-ଦୋଷଯୁକ୍ତ; ଧୂମେନ-ଧୂମ୍ରଯୁକ୍ତ; ଅଗ୍ନିଃ-ଅଗ୍ନି; ଇବ-ଯେପରି; ଆବୃତାଃ- ଆଚ୍ଛାଦିତ ।",
"translation": {
"text": "ହେ କୁନ୍ତୀ ପୁତ୍ର ! ନିଜ ସ୍ୱଭାବଜାତ କର୍ମ, ଦୋଷାବହ ପ୍ରତୀତ ହେଲେ ମଧ୍ୟ, ତ୍ୟାଗ କରିବା ଉଚିତ ନୁହେଁ । ବାସ୍ତବରେ, ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-48.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.48.mp3"
]
},
"commentary": "ବେଳେ ବେଳେ ବ୍ୟକ୍ତି ନିଜ କର୍ତ୍ତବ୍ୟରେ ଦୋଷ ଦର୍ଶନ କରି ସେଥିରୁ ଓହରି ଯାଇଥାଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ଅଗ୍ନିର ଉପରିସ୍ଥ ଭାଗ ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ । ଉଦାହରଣ ସ୍ୱରୂପ, ଆମେ ଲକ୍ଷ ଲକ୍ଷ ଜୀବାଣୁ ହତ୍ୟା ନ କରି ଶ୍ୱାସ ଗ୍ରହଣ କରି ପାରିବା ନାହିଁ । ଜମି ଚାଷ କଲେ, ଅସଂଖ୍ୟ କ୍ଷୁଦ୍ର ଜୀବ ନଷ୍ଟ ହୋଇଥାନ୍ତି । ଆମେ ବାଣିଜ୍ୟରେ ସଫଳ ହେଲେ, ଅନ୍ୟମାନଙ୍କୁ ଧନପ୍ରାପ୍ତିରୁ ବଞ୍ôଚତ କରୁ । ଆମେ ଖାଦ୍ୟ ଖାଇଲେ, ଅନ୍ୟଜଣଙ୍କୁ ଖାଦ୍ୟରୁ ବଞ୍ôଚତ କରୁ । ସ୍ୱ-ଧର୍ମ ପାଳନ କରିବାକୁ ଯାଇ ଯେହେତୁ କର୍ମ କରିବାକୁ ପଡିଥାଏ, ଏହା ପୂର୍ଣ୍ଣତଃ ଦୋଷରହିତ ହୋଇପାରିବ ନାହିଁ ।\nକିନ୍ତୁ ଦୋଷ ଅପେକ୍ଷା ସ୍ୱ-ଧର୍ମର ଉପକାରିତା ଯଥେଷ୍ଟ ଅଧିକ । ଏହାର ସର୍ବଶ୍ରେଷ୍ଠ ଉପକାର ହେଉଛି, ନିଜର ଶୁଦ୍ଧିକରଣ ଏବଂ ଉତ୍ଥାନ ନିମନ୍ତେ ଏହା ଏକ ସୁଗମ ଏବଂ ସ୍ୱାଭାବିକ ମାର୍ଗ ପ୍ରସ୍ତୁତ କରେ । ହାବାର୍ଡ଼ ବିଜିନେସ୍ ସ୍କୁଲ୍ର ଜଣେ ପ୍ରଫେସର, ମାର୍କ ଆଲବିଅନ୍, ତାଙ୍କ “ଜୀବନ ଗଢ଼ିବା ଓ ଜୀବିକା ଅର୍ଜନ କରିବା” (ଗବଳସଦ୍ଭଶ ବ ଖସଲର, ଗବଳସଦ୍ଭଶ ବ ଖସଙ୍ଖସଦ୍ଭଶ) ପୁସ୍ତକରେ ଏକ ଅଧ୍ୟୟନ ସମ୍ମିଳିତ କରିଛନ୍ତି । ସେଥିରେ ସେ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ୧୫୦୦ ସ୍ନାତକଙ୍କର ଆଜୀବିକାକୁ ୧୯୬୦ ରୁ ୧୯୮୦ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରିଥିଲେ । ଆରମ୍ଭରୁ ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା । ‘କ’ ଦଳରେ ସେହି ଛାତ୍ରମାନେ ଥିଲେ, ଯେଉଁମାନେ ଅର୍ଥ ଉପାର୍ଜନକୁ ପ୍ରାଧାନ୍ୟ ଦେଉଥିଲେ ଯଦ୍ୱାରା ସେମାନେ ନିଜର ସମସ୍ତ ଇଚ୍ଛା ପୂର୍ଣ୍ଣ କରିପାରିବେ । ୮୩ ପ୍ରତିଶତ ସ୍ନାତକ ଏହି ଦଳରେ ଥିଲେ । ‘ଖ’ ଦଳ ଜୀବିକା ଚୟନରେ ନିଜର ରୁଚିକୁ ଅଗ୍ରାଧିକାର ଦେଉଥିଲେ ଏବଂ ଅର୍ଥ ଉପାର୍ଜନକୁ ନେଇ ନିଶ୍ଚିନ୍ତ ଥିଲେ । ୧୭ ପ୍ରତିଶତ ସ୍ନାତକ ଏହି ଦଳର ଅନ୍ତର୍ଭୁକ୍ତ ଥିଲେ । କୋଡିଏ ବର୍ଷ ପରେ ଦୁଇ ଦଳ ମଧ୍ୟରୁ ଯେଉଁ ୧୦୧ ଜଣ କୋଟିପତି ହୋଇଥିଲେ, ସେଥିରେ ‘କ’ ଦଳର ଜଣେ (ଯେଉଁମାନେ ଅର୍ଥ ଉପାର୍ଜନକୁ ପ୍ରଧାନ୍ୟ ଦେଉଥିଲେ), ‘ଖ’ ଦଳର ଶହେଜଣ (ଯେଉଁମାନେ ନିଜ ରୁଚିକୁ ଅଗ୍ରାଧିକାର ଦେଉଥିଲେ) ଥିଲେ । ମାର୍କ ଆଲବିଅନ୍ ଶେଷରେ ଏହି ମନ୍ତବ୍ୟ ଦେଇଥିଲେ ଯେ କାର୍ଯ୍ୟ ଏବଂ ଖେଳ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । କାର୍ଯ୍ୟ ଯେତେବେଳେ ରୁଚି ମୁତାବକ ହୋଇଥାଏ, ସେତେବେଳେ କାର୍ଯ୍ୟ ଖେଳ ହୋଇଯାଏ ଏବଂ ବ୍ୟକ୍ତିକୁ ଜୀବନରେ ଗୋଟିଏ ଦିନ ମଧ୍ୟ କାର୍ଯ୍ୟ କରିବାକୁ ପଡ଼େ ନାହିଁ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାହା ହିଁ କହୁଛନ୍ତି - ଦୋଷଯୁକ୍ତ ହୋଇଥିଲେ ମଧ୍ୟ ନିଜର ସ୍ୱଭାବ ଅନୁରୂପ କର୍ମକୁ ତ୍ୟାଗ କରିବା ଉଚିତ୍ ନୁହେଁ; ନିଜର ସ୍ୱାଭାବିକ ଅଭିରୁଚି ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍ । କିନ୍ତୁ କାର୍ଯ୍ୟ ଉତ୍ଥାନକାରୀ ହେବାପାଇଁ ତାହା ଉପଯୁକ୍ତ ଚେତନାରେ କରାଯିବା ଆବଶ୍ୟକ । ପରବର୍ତ୍ତୀ ଶ୍ଳୋକରେ ଏହାର ବର୍ଣ୍ଣନା କରାଯାଇଛି ।"
},
{
"verseTitle": "Bhagavad Gita 18.49",
"verse": "49",
"chapter": 18,
"lang": "or",
"shloka": {
"speaker": "",
"sanskrit": "असक्तबुद्धिः सर्वत्र जितात्मा विगतस्पृहः।\n\nनैष्कर्म्यसिद्धिं परमां संन्यासेनाधिगच्छति ॥49॥",
"text": "ଅସକ୍ତବୁଦ୍ଧିଃ ସର୍ବତ୍ର ଜିତାତ୍ମା ବିଗତସ୍ପୃହଃ ।\nନୈଷ୍କର୍ମ୍ୟସିଦ୍ଧିଂ ପରମାଂ ସନ୍ନ୍ୟାସେନାଧିଗଚ୍ଛତି ।।୪୯।।",
"audioLink": "https://www.holy-bhagavad-gita.org/public/audio/018_049.mp3"
},
"wordMeanings": "ଅସକ୍ତ-ବୁଦ୍ଧିଃ- ଅନାସକ୍ତ ବୁଦ୍ଧି; ସର୍ବତ୍ର-ସବୁଠାରେ; ଜିତ-ଆତ୍ମା- ଯିଏ ମନକୁ ବଶ କରିଥାଏ; ବିଗତସ୍କୃହଃ- ଭୌତିକ କାମନାରହିତ; ନୈଷ୍କର୍ମ୍ୟ ସିଦ୍ଧିଂ- ଅକର୍ମ ଅବସ୍ଥା; ପରମାଂ- ପରମ; ସନ୍ୟାସେନ-ସନ୍ୟାସାଶ୍ରମ ଦ୍ୱାରା; ଅଧିଗଚ୍ଛତି-ପ୍ରାପ୍ତ ହୁଏ ।",
"translation": {
"text": "ଯେଉଁମାନଙ୍କର ବୁଦ୍ଧି ପୂର୍ଣ୍ଣତଃ ନିର୍ଲିପ୍ତ, ଯେଉଁମାନେ ମନକୁ ବଶ କରିଥାନ୍ତି ଏବଂ ବୈରାଗ୍ୟର ଅଭ୍ୟାସ ଦ୍ୱାରା କାମନାମୁକ୍ତ ହୋଇଥାନ୍ତି ସେମାନେ କର୍ମରୁ ମୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-49.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.49.mp3"
]
},
"commentary": "ଏହି ଶେଷ ଅଧ୍ୟାୟରେ, ଶ୍ରୀକୃଷ୍ଣ ଅନେକ ସିଦ୍ଧାନ୍ତର ପୁନରାବୃତ୍ତି କରିଛନ୍ତି ଯାହା ପୂର୍ବରୁ ବର୍ଣ୍ଣିତ ହୋଇସାରିଛି । ଅଧ୍ୟାୟର ପ୍ରାରମ୍ଭରେ ସେ ଅର୍ଜୁନଙ୍କୁ ବୁଝାଇଛନ୍ତି, ଜୀବନରେ ନିଜ ଦାୟୀତ୍ୱରୁ ଓହରି ଯିବା ସନ୍ୟାସ ନୁହେଁ, କିମ୍ବା ଏହା ତ୍ୟାଗ ନୁହେଁ । ସେ ବର୍ତ୍ତମାନ ଅକର୍ମ ଅବସ୍ଥା ବା ନୈଷ୍କର୍ମ୍ୟ-ସିଦ୍ଧି ବିଷୟରେ ବର୍ଣ୍ଣନା କରୁଛନ୍ତି । କେବଳ ଆମର କର୍ତ୍ତବ୍ୟ ଉପରେ ଦୃଷ୍ଟିନିବେଶ କରି, ଘଟଣା ଓ ତାର ଫଳାଫଳଠାରୁ ନିଜକୁ ଦୂରରେ ରଖି, ସଂସାର ପ୍ରବାହ ମଧ୍ୟରେ ଥାଇ ସୁଦ୍ଧା ଆମେ ଏହି ସ୍ଥିତିରେ ପହଞ୍ଚି ପାରିବା । ଏହା ପୋଲ ତଳେ ଜଳ ଗୋଟିଏ ପାଶ୍ୱର୍ରୁ ପ୍ରବେଶ କରି ଅନ୍ୟପାଶ୍ୱର୍ରେ ବାହାରି ଯିବା ସଦୃଶ ଅଟେ । ପୋଲ ଜଳକୁ ଗ୍ରହଣ କରେନାହିଁ କିମ୍ବା ଜଳର ବଣ୍ଟନ କରେନାହିଁ, ଏହା ଜଳପ୍ରବାହର ପ୍ରଭାବରୁ ମୁକ୍ତ ରହେ । ସେହିପରି କର୍ମଯୋଗୀମାନେ ତାଙ୍କର କର୍ମ କରିଥାନ୍ତି, କିନ୍ତୁ ମନକୁ ଘଟଣା ପ୍ରବାହଠାରୁ ମୁକ୍ତ ରଖିଥାନ୍ତି । ଭଗବାନଙ୍କର ଉପାସନା ଭାବରେ, ସେମାନେ ତାଙ୍କ କର୍ତ୍ତବ୍ୟ ପାଳନର ପୂର୍ଣ୍ଣ ଉଦ୍ୟମରେ ଅବହେଳା କରନ୍ତି ନାହିଁ । ସେମାନେ କର୍ମର ଫଳାଫଳକୁ ଭଗବାନଙ୍କ ହସ୍ତରେ ନ୍ୟସ୍ତ କରନ୍ତି ଏବଂ ଏହିପରି ଭାବରେ ଯାହା ଘଟିଲେ ମଧ୍ୟ ସନ୍ତୁଷ୍ଟ ଏବଂ ଅବିଚଳିତ ରହନ୍ତି ।\nଗୋଟିଏ ଛୋଟ କାହାଣୀ ସାହାଯ୍ୟରେ ଏହାକୁ ଅଧିକ ସ୍ପଷ୍ଟ କରାଯାଇ ପାରେ । ଜଣେ ବ୍ୟକ୍ତିଙ୍କର ଦୁଇଟି କନ୍ୟା ଥିଲେ । ପ୍ରଥମଟି ଜଣେ କୃଷକଙ୍କୁ ଏବଂ ଦ୍ୱିତୀୟଟି ଜଣେ ଇଟାଭାଟି ମାଲିକଙ୍କୁ ବିବାହ କଲେ । ଦିନେ ପିତା ତାଙ୍କର ପ୍ରଥମ କନ୍ୟାକୁ ଫୋନ କରି ଶୁଭାଶୁଭ ଜିଜ୍ଞାସା କଲେ । କନ୍ୟାଜଣକ ଉତ୍ତର ଦେଲେ “ବାପା, ଆମେ ଆର୍ଥିକ କଷ୍ଟ ଭୋଗ କରୁଛୁ । ଦୟାକରି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ଆସନ୍ତା ମାସଗୁଡ଼ିକରେ ପର୍ଯ୍ୟାପ୍ତ ବୃଷ୍ଟି ହେବ ।” ସେ ତା’ପରେ ଦ୍ୱିତୀୟ ଝିଅଟିକୁ ଫୋନ କଲେ ଏବଂ ସେ ବାପାଙ୍କୁ ଅନୁରୋଧ କଲା, “ବାପା, ଆମେ ଆର୍ଥିକ ଦୃଷ୍ଟିରୁ ଅଭାବଗ୍ରସ୍ତ । ଦୟାକରି ଭଗବାନଙ୍କୁ ଅନୁରୋଧ କରନ୍ତୁ ଏ ବର୍ଷ ବୃଷ୍ଟି କରନ୍ତୁ ନାହିଁ, ଯେପରି ଯଥେଷ୍ଟ ଖରା ପଡ଼ିବ ଏବଂ ଅଧିକ ଇଟା ତିଆରି ହୋଇପାରିବ ।” ପିତା ଜଣକ ଉଭୟ କନ୍ୟାଙ୍କ ଠାରୁ ବିପରୀତ ଅନୁରୋଧ ଶୁଣିଲେ ଏବଂ ଚିନ୍ତାକଲେ, “ଭଗବାନ ହିଁ ଜାଣନ୍ତି କ’ଣ ଭଲ ଅଟେ । ତାଙ୍କୁ ଯାହା ଭଲ ଲାଗୁଛି ସେ କରନ୍ତୁ ।” ଏହିପରି ଭଗବାନଙ୍କ ଇଚ୍ଛାକୁ ଗ୍ରହଣ କରିବା ଦ୍ୱାରା ସାଂସାରିକ ଘଟଣାର ନିରବଚ୍ଛିନ୍ନ ସ୍ରୋତରେ ବୁଡ଼ି ରହି ସୁଦ୍ଧା, ବ୍ୟକ୍ତି କର୍ମଫଳ ପ୍ରତି ଅନାସକ୍ତ ରହିଥାଏ ।"
},
{
"verseTitle": "Bhagavad Gita 18.50",
"verse": "50",
"chapter": 18,
"lang": "or",
"shloka": {
"speaker": "",
"sanskrit": "सिद्धि प्राप्तो यथा ब्रह्म तथाप्नोति निबोध मे ।\n\nसमासेनैव कौन्तेय निष्ठा ज्ञानस्य या परा ॥50॥",
"text": "ସିଦ୍ଧିଂ ପ୍ରାପ୍ତୋ ଯଥା ବ୍ରହ୍ମ ତଥାପ୍ନୋତି ନିବୋଧ ମେ ।\nସମାସେନୈବ କୌନ୍ତେୟ ନିଷ୍ଠା ଜ୍ଞାନସ୍ୟ ଯା ପରା ।।୫୦।।",
"audioLink": "https://www.holy-bhagavad-gita.org/public/audio/018_050.mp3"
},
"wordMeanings": "ସିଦ୍ଧିଂ-ପରିପୂର୍ଣ୍ଣତା; ପ୍ରାପ୍ତଃ-ପ୍ରାପ୍ତ ହୋଇ ; ଯଥା-ଯେପରି; ବ୍ରହ୍ମ -ବ୍ରହ୍ମ; ତଥା-ସେହିପରି; ଆପ୍ନୋତି-ପ୍ରାପ୍ତ ହୁଏ; ନିବୋଧ-ବୁଝିବାକୁ ଚେଷ୍ଟା କର; ମେ-ମୋ’ଠାରୁ; ସମାସେନ-ସଂକ୍ଷେପରେ; ଏବ-ନିଶ୍ଚିତଭାବେ; କୌନ୍ତେୟ- ହେ କୁନ୍ତୀ ପୁତ୍ର; ନିଷ୍ଠା-ଐକାନ୍ତିକ ଭାବ; ଜ୍ଞାନସ୍ୟ -ଜ୍ଞାନର; ଯା -ଯାହା; ପରା -ଦିବ୍ୟ ।",
"translation": {
"text": "ହେ ଅର୍ଜୁନ ! ମୁଁ ଏବେ ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି କିପରି ଜଣେ ସିଦ୍ଧି ପ୍ରାପ୍ତ (କର୍ମରୁ ବିରତି) କରିଥିବା ବ୍ୟକ୍ତି, ତାଙ୍କର ଅଲୌକିକ ଜ୍ଞାନରେ ଦୃଢ଼ ନିଶ୍ଚୟ ରହି ବ୍ରହ୍ମଙ୍କୁ ପ୍ରାପ୍ତ କରିପାରନ୍ତି, ତାହା ତୁମେ ଶ୍ରବଣ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-50.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.50.mp3"
]
},
"commentary": "କୌଣସି ବିଷୟର ଶାବ୍ଦିକ ଜ୍ଞାନ ତାହାର ବ୍ୟବହାରିକ ଅନୁଭବ ଠାରୁ ଭିନ୍ନ ଅଟେ । ଏପରି କୁହାଯାଏ ଯେ, ଉତ୍ତମ ବିଚାର ଅତ୍ୟନ୍ତ ମୂଲ୍ୟବାନ ଅଟେ, କିନ୍ତୁ କାର୍ଯ୍ୟରେ ନ ଲଗାଇଲେ ତାର ମୂଲ୍ୟ ପଇସାକର ଅଟେ । ଶ୍ରୋତ୍ରିୟ ପଣ୍ଡିତଙ୍କ ମୁଣ୍ଡରେ ସବୁ ଶାସ୍ତ୍ରର ଜ୍ଞାନ ଥାଇପାରେ, କିନ୍ତୁ ସେମାନଙ୍କର ଉପଲବ୍ଧି ନ ଥାଏ । ଅନ୍ୟପକ୍ଷରେ, କର୍ମଯୋଗୀମାନେ ଦିବାରାତ୍ରୀ ଶାସ୍ତ୍ରଗୁଡ଼ିକର ସତ୍ୟକୁ ଉପଲବ୍ôଧ କରିବା ପାଇର୍ ଅଭ୍ୟାସ କରିଥାନ୍ତି । ନିରବଚ୍ଛିନ୍ନ ଭାବରେ କର୍ମଯୋଗରେ ନିୟୋଜିତ ରହିବାର ପରିଣାମ ସ୍ୱରୂପ ସେହି ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହୋଇଥାଏ । ତାପରେ ଯେତେବେଳେ ବ୍ୟକ୍ତି କର୍ମଯୋଗରେ ପରିପୂର୍ଣ୍ଣତା ପ୍ରାପ୍ତ କରି ନୈଷ୍କର୍ମ୍ୟ-ସିଦ୍ଧି ବା ଅକର୍ମ ଅବସ୍ଥାରେ ଉପନୀତ ହୋଇଯାଏ, ସେହି ଦିବ୍ୟ ଜ୍ଞାନ ଅନୁଭବାତ୍ମକ ହୋଇଥାଏ । ସେହି ଜ୍ଞାନରେ ସ୍ଥିତ ହୋଇ କର୍ମଯୋଗୀମାନେ ଭଗବତ୍ ପ୍ରାପ୍ତିରୂପକ ସର୍ବୋଚ୍ଚ ସିଦ୍ଧି ହାସଲ କରନ୍ତି । ଏହା କିପରି ହୋଇଥାଏ, ଶ୍ରୀକୃଷ୍ଣ ପରବର୍ତ୍ତୀ କେତେଗୋଟି ଶ୍ଳୋକରେ ତାହା ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 18.51 – 18.53",
"verse": "51-53",
"chapter": 18,
"lang": "or",
"shloka": {
"speaker": "",
"sanskrit": "बुद्धया विशुद्धया युक्तो धृत्यात्मानं नियम्य च। \n\nशब्दादीन्विषयांस्त्यक्त्वा रागद्वेषौ व्युदस्य च ॥51॥\n\nविविक्तसेवी लघ्वाशी यतवाक्कायमानसः। \n\nध्यानयोगपरो नित्यं वैराग्यं समुपाश्रितः ॥52॥\n\nअहङ्कारं बलं दर्प कामं क्रोधं परिग्रहम्।\n\nविमुच्य निर्ममः शान्तो ब्रह्मभूयाय कल्पते ॥53॥",
"text": "ବୁଦ୍ଧ୍ୟା ବିଶୁଦ୍ଧୟା ଯୁକ୍ତୋ ଧୃତ୍ୟାତ୍ମାନଂ ନିୟମ୍ୟ ଚ ।\nଶବ୍ଦାଦୀନ୍ ବିଷୟାଂସ୍ତ୍ୟକ୍ତ୍ୱା ରାଗଦ୍ୱେଷୌ ବ୍ୟୁଦସ୍ୟ ଚ ।।୫୧।।\nବିବିକ୍ତସେବୀ ଲଘ୍ୱାଶୀ ଯତବାକ୍କାୟମାନସଃ ।\nଧ୍ୟାନଯୋଗପରୋ ନିତ୍ୟଂ ବୈରାଗ୍ୟଂ ସମୁପାଶ୍ରିତଃ ।।୫୨।।\nଅହଙ୍କାରଂ ବଳଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହମ୍ ।\nବିମୁଚ୍ୟ ନିର୍ମମଃ ଶାନ୍ତୋ ବ୍ରହ୍ମଭୂୟାୟ କଳ୍ପତେ ।।୫୩।।",
"audioLink": "https://www.holy-bhagavad-gita.org/public/audio/018_051-053.mp3"
},
"wordMeanings": "ବୁଦ୍ଧ୍ୟା-ବୁଦ୍ଧି; ବିଶୁଦ୍ଧୟା- ପୂର୍ଣ୍ଣବିଶୁଦ୍ଧ; ଯୁକ୍ତଃ-ଯୁକ୍ତ; ଧୃତ୍ୟା-ନିଷ୍ଠା; ଆତ୍ମାନଂ-ବୁଦ୍ଧି; ନିୟମ୍ୟ-ସଂଯତ କରି; ଚ-ଏବଂ; ଶବ୍ଦଦୀନ୍-ବିଷୟାନ୍ -ଶବ୍ଦ ଆଦି ଇନ୍ଦ୍ରିୟ ବିଷୟ; ତ୍ୟକ୍ତ୍ୱା-ତ୍ୟାଗ କରି; ରାଗ-ଦ୍ୱେଷୌ -ଆସକ୍ତି ଏବଂ ଘୃଣା; ବ୍ୟୁଦସ୍ୟ- ତ୍ୟାଗ କରି; ଚ- ଏବଂ; ବିବିକ୍ତସେବୀ- ଏକାନ୍ତ ସ୍ଥାନରେ ବାସକରି; ଲଘୁ-ଆଶୀ -ଅଳ୍ପ ଆହାର କରି; ଯତବାକ୍-ବାକ୍ ଇନ୍ଦ୍ରିୟ ସଂଯମ; କାୟ-ଶରୀର; ମାନସଃ-ମନ ସଂଯମ; ଧ୍ୟାନଯୋଗ ପରଃ-ସର୍ବଦା ଧ୍ୟାନସ୍ଥ; ନିତ୍ୟଂ-ସର୍ବଦା; ବୈରାଗ୍ୟଂ-ବୈରାଗ୍ୟ; ସମୁପାଶ୍ରିତଃ- ଆଶ୍ରୟ କରି ; ଅହଙ୍କାରଂ-ଅହଙ୍କାର; ବଳଂ-ହିଂସା; ଦର୍ପଂ-ମିଥ୍ୟାଗର୍ବ; କାମଂ-କାମପିପାସା; କ୍ରୋଧଂ-କ୍ରୋଧ; ପରିଗ୍ରହଂ-ସ୍ୱାର୍ଥପରତା; ବିମୁଚ୍ୟ- ମୁକ୍ତ ହୋଇ; ନିର୍ମମଃ- ମମତାଶୂନ୍ୟ; ଶାନ୍ତଃ-ଶାନ୍ତ; ବ୍ରହ୍ମଭୂୟାୟ-ବ୍ରହ୍ମ ପ୍ରାପ୍ତି ନିମନ୍ତେ; କଳ୍ପତେ- ଯୋଗ୍ୟ ।",
"translation": {
"text": "ବ୍ରହ୍ମ ପ୍ରାପ୍ତି କରିବା ପାଇଁ ଜଣେ ବ୍ୟକ୍ତି ସେତେବେଳେ ଯୋଗ୍ୟ ହୁଅନ୍ତି, ଯେତେବେଳେ ସେ ବିଶୁଦ୍ଧ ବୁଦ୍ଧିଯୁକ୍ତ ହୋଇ, ଶବ୍ଦ ଓ ଅନ୍ୟାନ୍ୟ ଇନ୍ଦ୍ରିୟ ଭୋଗ ବସ୍ତୁଗୁଡ଼ିକର ଦୂରରେ ରହନ୍ତି ତଥା ଆସକ୍ତି ଓ ବିରକ୍ତି ପରିତ୍ୟାଗ କରିଥାନ୍ତି । ଏପରି ବ୍ୟକ୍ତି ଏକାନ୍ତ ପସନ୍ଦ କରନ୍ତି, ସ୍ୱଳ୍ପାହାରୀ ହୋଇ, ଶରୀର, ମନ ଓ ବାଣୀକୁ ସଂଯମ କରି ସର୍ବଦା ଧ୍ୟାନସ୍ଥ ରହନ୍ତି ତଥା ବୈରାଗ୍ୟ ଭାବର ଅଭ୍ୟାସ କରନ୍ତି । ଅହଂକାର, ହିଂସା, ଦର୍ପ, କାମନା, ସମ୍ପତ୍ତି ସଂଗ୍ରହ ଏବଂ ସ୍ୱାର୍ଥପରତାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତରେ ବ୍ରହ୍ମଙ୍କ ସହିତ ମିଳିତ ହେବାପାଇଁ (ଅର୍ଥାତ୍ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରିବା) ଯୋଗ୍ୟ ହୋଇଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-51.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-52.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-53.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.51.mp3",
"https://www.gitasupersite.iitk.ac.in/sites/default/files/audio/Purohit/18.52.mp3",
"https://www.gitasupersite.iitk.ac.in/sites/default/files/audio/Purohit/18.53.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ବୁଝାଇଛନ୍ତି କିପରି ଭାବରେ ସଠିକ ଚେତନାରେ କର୍ତ୍ତବ୍ୟ ପାଳନ କରି ଆମେ ସିଦ୍ଧି ପ୍ରାପ୍ତ କରିପାରିବା । ସେ ବର୍ତ୍ତମାନ ସେହି ସବୁ ପ୍ରଶଂସନୀୟ ଗୁଣମାନଙ୍କର ବର୍ଣ୍ଣନା କରିବାକୁ ଯାଉଛନ୍ତି, ଯାହା ବ୍ରହ୍ମାନୁଭୂତି ପାଇଁ ଆବଶ୍ୟକ ଅଟେ । ସେ କହୁଛନ୍ତି, ସେହି ସିଦ୍ଧାବସ୍ଥାରେ ଆମଠାରେ ଦିବ୍ୟ ଜ୍ଞାନରେ ସ୍ଥିତ ବିଶୁଦ୍ଧ ବୁଦ୍ଧି ବିକଶିତ ହୋଇଥାଏ । ମନକୁ ରାଗ-ଦ୍ୱେଷରୁ ମୁକ୍ତ ହୋଇ ସଂଯମକୁ ପ୍ରାପ୍ତ ହୋଇଥାଏ । ଇନ୍ଦ୍ରିୟମାନେ ସଂଯମିତ ହେବା ସହିତ, ଶରୀର ଓ ବାଣୀର ଆବେଗକୁ ଦୃଢତାପୂର୍ବକ ଶୃଙ୍ଖଳିତ କରାଯାଇ ଥାଏ । ଖାଇବା, ଶୋଇବା ଆଦି ଶାରୀରିକ କର୍ମର ବୁଦ୍ଧିମତ୍ତାର ସହ ସନ୍ତୁଳନ ରକ୍ଷା କରାଯାଏ । ଏହିପରି ଯୋଗୀ ଗଭୀର ଭାବେ ଧ୍ୟାନସ୍ଥ ହୋଇଥାନ୍ତି, ତେଣୁ ଏକାନ୍ତ ପସନ୍ଦ କରନ୍ତି । ଅହଂକାର ଏବଂ ତା’ର କ୍ଷମତା ଓ ସମ୍ମାନର ଲାଳସା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ । ଦିବ୍ୟ ଚେତନାରେ ନିରନ୍ତର ମନକୁ ଏକୀକୃତ କରି, ଜଣେ ଯୋଗୀ ସ୍ଥିର ଚିତ୍ତ ହୋଇ କାମ, କ୍ରୋଧ ଏବଂ ଲୋଭରୁ ମୁକ୍ତ ହୁଅନ୍ତି । ଏହିପରି ଯୋଗୀମାନେ ପରମ ସତ୍ୟକୁ ବ୍ରହ୍ମ ଭାବରେ ଅନୁଭବ କରନ୍ତି ।"
},
{
"verseTitle": "Bhagavad Gita 18.54",
"verse": "54",
"chapter": 18,
"lang": "or",
"shloka": {
"speaker": "",
"sanskrit": "ब्रह्मभूतः प्रसन्नात्मा न शोचति न काङ्क्षति ।\n\nसमः सर्वेषु भूतेषु मद्भक्तिं लभते पराम् ॥54॥",
"text": "ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି ।\nସମଃ ସର୍ବେଷୁ ଭୂତେଷୁ ମଦ୍ଭକ୍ତିଂ ଲଭତେ ପରାମ୍ ।।୫୪।।",
"audioLink": "https://www.holy-bhagavad-gita.org/public/audio/018_054.mp3"
},
"wordMeanings": "ବ୍ରହ୍ମଭୂତଃ- ବ୍ରହ୍ମଙ୍କ ଠାରେ ସ୍ଥିତ; ପ୍ରସନ୍ନ-ଆତ୍ମା- ପ୍ରଶାନ୍ତମନା; ନ ଶୋଚତି- କେବେ ଦୁଃଖ କରେନାହିଁ; ନ କାଙ୍କ୍ଷତି- କିଛି ଆଶା କରେନାହିଁ; ସମଃ-ସମଭାବାପନ୍ନ; ସର୍ବେଷୁ-ସମସ୍ତ; ଭୂତେଷୁ-ଜୀବଗଣଙ୍କ ଠାରେ; ମତ୍-ଭକ୍ତିଂ-ମୋର ଭକ୍ତି; ଲଭତେ-ଲାଭକରେ; ପରାମ୍-ପରମ ବା ଦିବ୍ୟ ।",
"translation": {
"text": "ଦିବ୍ୟ ବ୍ରହ୍ମାନୁଭୂତିରେ ସ୍ଥିତ ପ୍ରଶାନ୍ତମନା ସେହି ବ୍ୟକ୍ତି ଶୋକ କରନ୍ତି ନାହିଁ ବା କାମନାଯୁକ୍ତ ହୁଅନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କ ପ୍ରତି ସମଭାବାପନ୍ନ ସେହି ଯୋଗୀ ମୋର ସର୍ବୋଚ୍ଚ ଭକ୍ତି ପ୍ରାପ୍ତ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-54.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.54.mp3"
]
},
"commentary": "ଶ୍ରୀକୃଷ୍ଣ ପରିପୂର୍ଣ୍ଣତାର ସ୍ଥିତି ସଂପର୍କରେ ତାଙ୍କର ବର୍ଣ୍ଣନା ସମାପ୍ତ କରିବାକୁ ଯାଉଛନ୍ତି । ବ୍ରହ୍ମଭୂତଃ ଶବ୍ଦର ଅର୍ଥ ବ୍ରହ୍ମାନୁଭୂତି ର ଅବସ୍ଥା । ଏହି ସୋପାନରେ ସ୍ଥିତ ବ୍ୟକ୍ତି ପ୍ରସନ୍ନାତ୍ମା ହୋଇଥାଆନ୍ତି, ଅର୍ଥାତ୍ ଅପ୍ରିୟ ଏବଂ କଷ୍ଟଦାୟକ ଅନୁଭୂତି ଦ୍ୱାରା ପ୍ରଭାବିତ ନ ହୋଇ ପ୍ରଶାନ୍ତ ଚିତ୍ତ ହୋଇଥାନ୍ତି । ନ ଶୋଚତି ଅର୍ଥାତ୍ ଶୋକାଭିଭୂତ ହ୍ରୁଅନ୍ତି ନାହିଁ କିମ୍ବା ଅସମ୍ପୂର୍ଣ୍ଣତା ବୋଧ କରନ୍ତି ନାହିଁ । ନ କାଂକ୍ଷତି ଅର୍ଥାତ୍ ନିଜର ସୁଖ ବା ପୂର୍ଣ୍ଣତା ପାଇଁ କୌଣସି ବସ୍ତୁ ପ୍ରତି ଆଗ୍ରହୀ ହୁଅନ୍ତି ନାହିଁ । ଏହିପରି ଜଣେ ଯୋଗୀ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବ୍ରହ୍ମଙ୍କର ଉପସ୍ଥିତି ହୃଦୟଙ୍ଗମ କରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଏପରି ଅବସ୍ଥାରେ ସେ ଜ୍ଞାନର ଅନୁଭବାତ୍ମକ ସୋପାନରେ ସ୍ଥିତ ହୋଇଥାନ୍ତି । କିନ୍ତୁ ଶ୍ରୀକୃଷ୍ଣ ଏକ ବକ୍ରୋକ୍ତିରେ ଏହି ଶ୍ଳୋକଟିର ସମାପ୍ତି କରିଛନ୍ତି । ସେ କହୁଛନ୍ତି ଯେ ଏହିପରି ଅନୁଭବାତ୍ମକ ଜ୍ଞାନର ସ୍ଥିତିରେ, ଜଣେ ଭଗବାନଙ୍କର ପରାଭକ୍ତି (ଦିବ୍ୟ ପ୍ରେମ) ପ୍ରାପ୍ତ କରିଥାଆନ୍ତି ।\nଜ୍ଞାନୀମାନେ ଏପରି କହନ୍ତି ଯେ ବ୍ରହ୍ମାନୁଭୂତି ଦିଗରେ ଭକ୍ତି ଏକ ମଧ୍ୟବର୍ତ୍ତୀ ସୋପାନ ଅଟେ । ସେମାନେ ଦାବି କରନ୍ତି ଯେ ଭକ୍ତି କେବଳ ଅନ୍ତଃକରଣ ଶୁଦ୍ଧି ପ୍ରତି ଉଦ୍ଦିଷ୍ଟ, ଯାତ୍ରା ଶେଷରେ କେବଳ ଜ୍ଞାନ ରହିଯାଏ । ତେଣୁ ସେମାନେ ଅନୁମୋଦନ କରନ୍ତି ଯେ ଯେଉଁମାନଙ୍କର ବୁଦ୍ଧି ପ୍ରଖର ସେମାନେ ଭକ୍ତିକୁ ଛାଡ଼ି କେବଳ ଜ୍ଞାନର ସାଧନା କରିପାରିବେ । କିନ୍ତୁ ଉପରୋକ୍ତ ଶ୍ଳୋକଟି ଏହି ମତକୁ ଖଣ୍ଡନ କରୁଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନର ସର୍ବୋଚ୍ଚ ଅନୁଭୂତି ପ୍ରାପ୍ତ କରି ବ୍ୟକ୍ତିଠାରେ ପରାଭକ୍ତି ଜାତ ହୁଏ । ବେଦବ୍ୟାସ ଏହା ଶ୍ରୀମଦ୍ ଭାଗବତମ୍ରେ ଘୋଷଣା କରିଛନ୍ତି:\nଆତ୍ମାରାମାଶ୍ଚ ମୁନୟୋ ନର୍ଗ୍ରନ୍ଥା ଅପ୍ୟୁରୁକ୍ରମେକୁର୍ବନ୍ତି ଅହୈତୁକୀଂ ଭକ୍ତିମ୍ ଇତ୍ଥମ୍-ଭୂତ-ଗୁଣୋ ହରିଃ (୧.୭.୧୦)\n“ଏପରିକି ଯେଉଁମାନେ ଆତ୍ମାରାମ (ଆତ୍ମାରେ ରମଣ କରନ୍ତି), ଆତ୍ମଜ୍ଞାନରେ ସ୍ଥିତ ଏବଂ ମାୟିକ ବନ୍ଧନରୁ ମୁକ୍ତ, ସେହି ସିଦ୍ଧ ଆତ୍ମାମାନେ ମଧ୍ୟ ଭଗବାନଙ୍କର ଭକ୍ତି ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି । ଭଗବାନଙ୍କର ଅନୁପମ ଗୁଣାବଳୀ ବିମୁକ୍ତ ଆତ୍ମାମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ ।” ଏପରି ବହୁ ବିଖ୍ୟାତ ଜ୍ଞାନୀମାନଙ୍କର ଉଦାହରଣ ରହିଛି ଯେଉଁମାନେ ଆତ୍ମଜ୍ଞାନ ପ୍ରାପ୍ତ କରି ନିରାକାର ବ୍ରହ୍ମାନୁଭୂତିରେ ସ୍ଥିତ ରହିଥାଆନ୍ତି, କିନ୍ତୁ ଭଗବାନଙ୍କର ଗୁଣାତୀତ ଦିବ୍ୟ ଗୁଣାବଳୀର ଝଲକ ମାତ୍ର ଦେଖି ସ୍ୱାଭାବିକ ଭାବରେ ଭକ୍ତି ପ୍ରତି ଆକର୍ଷିତ ହୋଇଥାନ୍ତି । ଚାରିଯୁଗର ଏହିପରି ଜ୍ଞାନୀମାନଙ୍କର ଉଦାହରଣ ଏଠାରେ ପ୍ରଦାନ କରାଯାଉଛି ।\nସତ୍ୟଯୁଗର ପ୍ରଖ୍ୟାତ ଜ୍ଞାନୀ ବ୍ରହ୍ମାଙ୍କର ଚାରିପୁତ୍ର - ସନତ କୁମାର, ସନାତନ କୁମାର, ସନକ କୁମାର ଏବଂ ସନନ୍ଦନ କୁମାର ଥିଲେ । ସେମାନେ ଆଜନ୍ମ ଆତ୍ମଜ୍ଞାନୀ ଥିଲେ ଏବଂ ସେମାନଙ୍କର ମନ ସର୍ବଦା ନିରାକାର ବ୍ରହ୍ମରେ ଲୀନ ରହୁଥିଲା । ଏହି ଚାରି ଭ୍ରାତା ଏକଦା ଭଗବାନ ବିଷ୍ଣୁଙ୍କର ବୈକୁଣ୍ଠ ଲୋକକୁ ପରିଭ୍ରମଣରେ ଗଲେ । ସେଠାରେ ଭଗବାନଙ୍କ ପାଦପଦ୍ମର ତୁଳସୀର ସୁଗନ୍ଧ ତାଙ୍କ ନାସିକାରେ ପ୍ରବେଶ କରି ହୃଦୟରେ ଆନନ୍ଦ ଓ ରୋମାଞ୍ଚ ଭରିଦେଲା । ସଂଗେ ସଂଗେ ତାଙ୍କର ନିରାକାର ବ୍ରହ୍ମଙ୍କର ଧ୍ୟାନ ସମାପ୍ତ ହୋଇଗଲା ଏବଂ ସେମାନେ ଭଗବାନ ବିଷ୍ଣୁଙ୍କର ଦିବ୍ୟାନନ୍ଦରେ ବୁଡ଼ିଗଲେ । ସେମାନେ ଭଗବାନଙ୍କୁ ଏକ ବର ଯାଚନା କଲେ:\nକାମଂ ଭବଃ ସ୍ୱ-ବୃଜିନୈର୍ ନିରୟେଷୁ ନଃ ସ୍ତାଚ୍ଚେତୋଽଲିବଦ୍ ଯଦି ନୁ ତେ ପଦୟୋ ରମେତ (ଭାଗବତମ୍ ୩.୧୫.୪୯)\n“ହେ ପ୍ରଭୁ ! ଆମର ମନକୁ ଆପଣଙ୍କ ପାଦପଦ୍ମରୁ ନିସୃତ ଦିବ୍ୟ ପ୍ରେମାନନ୍ଦ ପାନ କରିବାର ସୁଯୋଗ ମିଳୁଥିବା ଯାଏଁ, ଆପଣ ଆମକୁ ନର୍କକୁ ପ୍ରେରଣ କଲେ ମଧ୍ୟ ଆମର ଆପତ୍ତି ନାହିଁ ।” କଳ୍ପନା କରନ୍ତୁ, ନିରାକାର ବ୍ରହ୍ମାନନ୍ଦ ପାଇବା ପରେ ମଧ୍ୟ ଏହି ବିଶିଷ୍ଟ ଜ୍ଞାନୀମାନେ ଭଗବାନଙ୍କ ସାକାର ସ୍ୱରୂପର ଆନନ୍ଦ ଉପଭୋଗ କରିବାକୁ ନର୍କବାସ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।\nଏବେ ଚାଲନ୍ତୁ, ତ୍ରେତା ଯୁଗକୁ ଯିବା । ଏହି ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ଥିଲେ ରାଜା ଜନକ । ସେ ପ୍ରଭୁ ରାମଙ୍କର ଶାଶ୍ୱତ ସଙ୍ଗିନୀ, ସୀତାଙ୍କର ଜନକ ଥିଲେ । ସେ ବିଦେହ ନାମରେ ମଧ୍ୟ ଖ୍ୟାତ ଥିଲେ, ଅର୍ଥାତ୍ ସମସ୍ତ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ, ତାଙ୍କର ମନ ସର୍ବଦା ନିରାକାର ବ୍ରହ୍ମଙ୍କ ଠାରେ ମଗ୍ନ ରହୁଥିଲା । ଦିନେ ଋଷି ବିଶ୍ୱାମିତ୍ର ପ୍ରଭୁ ରାମ ଏବଂ ଲକ୍ଷ୍ମଣଙ୍କ ସହ ତାଙ୍କୁ ସାକ୍ଷାତ କରିବାକୁ ଆସିଲେ । ତାପରେ କ’ଣ ଘଟିଥିଲା ରାମାୟଣରେ ବର୍ଣ୍ଣିତ ହୋଇଅଛି:\nଇହ୍ନହିଁ ବିଲୋକତ ଅତି ଅନୁରାଗା, ବରବସ ବ୍ରହ୍ମସୁଖହି ମନ ତ୍ୟାଗା\n“ପ୍ରଭୁ ରାମଙ୍କର ଦର୍ଶନ କରି ରାଜା ଜନକଙ୍କର ମନ ନିରାକାର ବ୍ରହ୍ମଙ୍କର ଆନନ୍ଦରୁ ଚ୍ୟୁତ ପ୍ରଭୁ ରାମଙ୍କର ସାକାର ରୂପରେ ତନ୍ମୟ ହୋଇଗଲା ।” ଏହିପରି ଭାବରେ ତ୍ରେତା ଯୁଗର ଶ୍ରେଷ୍ଠ ଜ୍ଞାନୀ ଭକ୍ତି ମାର୍ଗକୁ ଆସିଗଲେ ।\nଦ୍ୱାପର ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ମହର୍ଷି ବ୍ୟାସଦେବଙ୍କର ପୁତ୍ର ଶୁକଦେବ ଥିଲେ । ପୁରାଣ ବର୍ଣ୍ଣନା ଅନୁଯାୟୀ, ତାଙ୍କର ସ୍ଥିତି ଏତେ ଉଚ୍ଚ କକ୍ଷର ଥିଲା ଯେ ବାହାରକୁ ଆସିଲେ ମାୟା ତାଙ୍କୁ ଗ୍ରାସ କରିବ ଭାବି ସେ ବାରବର୍ଷ ପର୍ଯ୍ୟନ୍ତ ନିଜକୁ ମାତୃଗର୍ଭରେ ଆବଦ୍ଧ ରଖିଥିଲେ । ଶେଷରେ ମହର୍ଷି ନାରଦ ଯେତେବେଳେ ତାଙ୍କ ମାତାଙ୍କ କର୍ଣ୍ଣରେ ତାଙ୍କୁ ଆଶ୍ୱାସନା ଦେଇ କହିଲେ ଯେ ସେପରି କିଛି କ୍ଷତି ହେବ ନାହିଁ, ସେ ଗର୍ଭରୁ ବାହାରକୁ ଆସିଲେ । ବାହାରକୁ ଆସି ସେ ଯୋଗଶକ୍ତି ବଳରେ ନିଜର ଶରୀରକୁ ଏକ ବାରବର୍ଷର ବାଳକ ରୂପରେ ପରିବର୍ଦ୍ଧିତ କଲେ ଏବଂ ଗୃହତ୍ୟାଗ କରି ଜଙ୍ଗଲକୁ ଚାଲିଗଲେ । ସେଠାରେ ସେ ଅତିଶୀଘ୍ର ସମାଧିର ସର୍ବୋଚ୍ଚ କକ୍ଷରେ ଉପନୀତ ହେଲେ । ବହୁବର୍ଷ ବିତିଯିବା ପରେ, ବେଦବ୍ୟାସଙ୍କର ଶିଷ୍ୟମାନେ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଇ ତାଙ୍କୁ ସମାଧିସ୍ଥ ଅବସ୍ଥାରେ ଦେଖିଲେ । ସେମାନେ ଫେରିଯାଇ ଋଷିଙ୍କୁ ଏ ବିଷୟରେ କହିଲେ । ସେ ଶୁକଦେବଙ୍କ କାନରେ, ଶ୍ରୀକୃଷ୍ଣଙ୍କର ସାକାର ରୂପର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି, ଏକ ଶ୍ଳୋକ ଶୁଣାଇବାକୁ କହିଲେ:\nବର୍ହାପୀଡଂ ନଟ-ବର-ବପୁଃ କର୍ଣ୍ଣୟୋଃ କର୍ଣ୍ଣିକାରମ୍ବିଭ୍ରଦ୍ ବାସଃ କନକ-କପିଶଂ ବୈଜୟନ୍ତୀଂ ଚ ମାଲାମ୍ରନ୍ଧ୍ରାନ୍ ବେଣୋର୍ ଅଧର-ସୁଧୟାପୂରୟନ୍ ଗୋପ-ବୃନ୍ଦୈର୍ବୃନ୍ଦାରଣ୍ୟଂ ସ୍ୱ-ପଦ-ରମଣଂ ପ୍ରାବିଶଦ୍ ଗୀତ-କୀର୍ତ୍ତିଃ (ଭାଗବତମ୍ ୧୦.୨୧.୫)\n“ଶ୍ରୀକୃଷ୍ଣ ମସ୍ତକରେ ମୟୂର ଚୂଳର ମୁକୁଟ ଧାରଣ କରିଛନ୍ତି ଏବଂ ଏକ କୁଶଳୀ ନର୍ତ୍ତକ ଭାବରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି । ତାଙ୍କର କର୍ଣ୍ଣ ନୀଳ କର୍ଣ୍ଣିକା ପୁଷ୍ପ ଦ୍ୱାରା ସଜ୍ଜିତ । ତାଙ୍କର ଉତ୍ତରୀୟ ଉଜ୍ଜଳ ପୀତ ରଙ୍ଗ ବିଶିଷ୍ଟ ଅଟେ । ସେ ବୈଜୟନ୍ତୀ ପୁଷ୍ପର ମାଳ ଧାରଣ କରିଛନ୍ତି । ସେ ତାଙ୍କ ଅଧରର ସୁଧାରେ ରସଯୁକ୍ତ ବଂଶୀବାଦନ କରୁଛନ୍ତି । ଗୋପାଳ ବାଳକମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ବୃନ୍ଦାବନକୁ ପ୍ରବେଶ କରୁଥିବା ସମୟରେ ତାଙ୍କର ଗୁଣଗାନ କରାଯାଉଛି ଏବଂ ଧରାପୃଷ୍ଠ ତାଙ୍କ ପଦଚିହ୍ନରେ ଶୋଭିତ ହେଉଛି ।” ଶୁକଦେବଙ୍କ ନିରାକାର ବ୍ରହ୍ମଙ୍କ ଧ୍ୟାନରେ ଲୀନ ଥିଲେ । ଏହି ଶ୍ଳୋକ ତାଙ୍କ କର୍ଣ୍ଣରନ୍ଧ୍ରରେ ପ୍ରବେଶ କରିବା ମାତ୍ରେ ହଠାତ୍ ତାଙ୍କର ଧ୍ୟାନ ସାକାର ଶ୍ରୀକୃଷ୍ଣଙ୍କ ମଧୁର ରୂପରେ ରୂପାନ୍ତରିତ ହୋଇଗଲା । ଭଗବାନଙ୍କ ସାକାର ରୂପର ଆନନ୍ଦ ପ୍ରତି ସେ ଏତେ ବେଶୀ ଆକର୍ଷିତ ହୋଇଗଲେ ଯେ ସେ ସମାଧି ପରିତ୍ୟାଗ କରି ତାଙ୍କ ପିତା ବେଦବ୍ୟାସଙ୍କ ପାଖକୁ ଫେରିଗଲେ । ତାଙ୍କଠାରୁ ସେ ଶ୍ରୀମଦ୍ ଭାଗବତମ୍ ଶୁଣିଲେ, ଯାହା ଭକ୍ତିରସରେ ପରିପୂର୍ଣ୍ଣ ଥିଲା । ପରବର୍ତ୍ତୀ ସମୟରେ ସେ ଏହାକୁ, ଅର୍ଜୁନଙ୍କ ପୌତ୍ର ପରୀକ୍ଷିତଙ୍କୁ ଶୁଣାଇଥିଲେ । ଅତଏବ, ଦ୍ୱାପର ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ମଧ୍ୟ ଭକ୍ତି ପ୍ରତି ଆକର୍ଷିତ ହୋଇଥିଲେ ।\nଶେଷରେ ଆମେ କଳିଯୁଗକୁ ଆସି ଯାଇଅଛେ । ଏ ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ । ଅଦ୍ୱୈତବାଦର ସଂସ୍ଥାପକ ଭାବରେ ତାଙ୍କର ଖ୍ୟାତି ସୁଦୂର ପ୍ରସାରିତ । ତାଙ୍କର ସିଦ୍ଧାନ୍ତ ଅନୁଯାୟୀ, ସୃଷ୍ଟିରେ କେବଳ ଗୋଟିଏ ତତ୍ତ୍ୱ ଅଛି ଏବଂ ତାହା ନିର୍ଗୁଣ ନିର୍ବିଶେଷ ନିରାକାର ବ୍ରହ୍ମ ଅଟନ୍ତି । କିନ୍ତୁ ବହୁତ ଲୋକ ଜାଣନ୍ତି ନାହିଁ ଯେ କୋଡ଼ିଏ ବର୍ଷର ଆୟୁଠାରୁ ବତିଶି ବର୍ଷରେ ଦେହତ୍ୟାଗ କରିବା ପର୍ଯ୍ୟନ୍ତ, ସେ ଭଗବାନ ଶ୍ରୀକୃଷ୍ଣ, ଭଗବାନ ଶ୍ରୀରାମ, ଭଗବାନ ଶିବ, ମା’ଦୁର୍ଗା ଆଦିଙ୍କର ସ୍ତୁତି କରିବାକୁ ଯାଇ ଶହ ଶହ ଶ୍ଳୋକ ରଚନା କରିଛନ୍ତି । ସେ ଭାରତର ଚାରି ଧାମ ଭ୍ରମଣ କରି ପ୍ରତ୍ୟେକ ଜାଗାରେ ଭଗବାନଙ୍କର ସାକାର ରୂପର ମୂର୍ତ୍ତି ମାନଙ୍କର ପୂଜା-ଅର୍ଚ୍ଚନା କରିଥିଲେ । ପ୍ରବୋଧ ସୁଧାକରରେ ସେ ଲେଖିଛନ୍ତି:\nକାମ୍ୟୋପାସନୟାର୍ଥୟନ୍ତ୍ୟନୁଦିନଂ କିଞ୍ôଚତ୍ଫଳଂ ସ୍ୱେପ୍ସିତମ୍କେଚିତ୍ ସ୍ୱର୍ଗମଥାପବର୍ଗମପରେ ଯୋଗାଦିଯଜ୍ଞାଦିଭିଃଅସ୍ମାକଂ ଯଦୁନନ୍ଦନାଙ୍ଘ୍ରିଯୁଗଳଧ୍ୟାନାବଧାନାର୍ଥିନାମ୍କିଂ ଲୋକେନ ଦମେନ କିଂ ନୃପତିନା ସ୍ୱର୍ଗାପବର୍ଗୈଶ୍ଚ କିମ୍ (ପଦ ୨୫୦)\n“ଯେଉଁମାନେ ଧର୍ମ କର୍ମ କରି ସ୍ୱର୍ଗଲୋକ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ସେମାନେ ସେପରି କରିପାରନ୍ତି । ଯେଉଁମାନେ ଜ୍ଞାନ କିମ୍ବା ଅଷ୍ଟାଙ୍ଗ ଯୋଗ ଦ୍ୱାରା ମୋକ୍ଷ କାମନା କରୁଛନ୍ତି, ସେମାନେ ତାଙ୍କ ଲକ୍ଷ୍ୟପଥରେ ଯାଇପାରନ୍ତି । ମୁଁ ଏହି ଦୁଇଟି ମାର୍ଗ ମଧ୍ୟରୁ କୌଣସିଟି ବି ଚାହୁଁନାହିଁ । ମୁଁ ଶ୍ରୀକୃଷ୍ଣଙ୍କର ଚରଣାରବିନ୍ଦର ମକରନ୍ଦରେ ନିଜକୁ ବୁଡ଼ାଇ ରଖିବାକୁ ଇଚ୍ଛା କରୁଛି । ମୁଁ ସାଂସାରିକ କିମ୍ବା ସ୍ୱର୍ଗୀୟ ସୁଖ ଚାହୁଁନାହିଁ କିମ୍ବା ମୋକ୍ଷ କାମନା ମଧ୍ୟ କରୁନାହିଁ । ମୁଁ ଜଣେ ରସିକ ଯିଏ ଦିବ୍ୟ ପ୍ରେମର ରସ ଆସ୍ୱାଦନ କରିବାକୁ ଚାହୁଁଛି ।” ଏହା ସତ୍ୟ ଯେ, ଶଙ୍କରାଚାର୍ଯ୍ୟ ଶ୍ରକୃଷ୍ଣଙ୍କର ଜଣେ ବଡ଼ ଭକ୍ତ ଥିଲେ କିନ୍ତୁ ତାଙ୍କ ଭାଷ୍ୟରେ ସେ ଯାହା ଲେଖିଥିଲେ ତାହା ସେ ସମୟର ଆବଶ୍ୟକତା ଥିଲା । ସେ ଯେତେବେଳେ ଧରାପୃଷ୍ଠରେ ଅବତରିତ ହୋଇଥିଲେ, ସାରା ଭାରତରେ ବୌଦ୍ଧଧର୍ମର ପ୍ରାଧାନ୍ୟ ଥିଲା । ସେପରି ସ୍ଥିତିରେ ଲୋକମାନଙ୍କ ମନରେ ବେଦ ପ୍ରତି ଆସ୍ଥା ସ୍ଥାପନ କରିବା ପାଇଁ, ସେ ନିଜର ଲେଖନୀକୁ ଭକ୍ତିଠାରୁ ଦୂରେଇ ରଖିଥିଲେ । ପରେ ସେ ଭଗବାନଙ୍କର ସାକାର ରୂପର ଅନେକ ସ୍ତୁତି ରଚନା କରିଥିଲେ, ଯାହା ତାଙ୍କ ଅନ୍ତରର ଭକ୍ତିକୁ ପ୍ରକାଶିତ କରୁଥିଲା । ତେଣୁ ଶଙ୍କରାଚାର୍ଯ୍ୟ କଳିଯୁଗର ଏକ ଉଦାହରଣ ଅଟନ୍ତି, ଯିଏ କି ଜ୍ଞାନର ଅନ୍ତିମ କକ୍ଷରେ ପହଞ୍ଚିବା ପରେ ଭକ୍ତି ସାଧନା କରିଥିଲେ ।"
},
{
"verseTitle": "Bhagavad Gita 18.55",
"verse": "55",
"chapter": 18,
"lang": "or",
"shloka": {
"speaker": "",
"sanskrit": "भक्त्या मामभिजानाति यावान्यश्चास्मि तत्त्वतः।\n\nततो मां तत्त्वतो ज्ञात्वा विशते तदनन्तरम् ॥55॥",
"text": "ଭକ୍ତ୍ୟା ମାମଭିଜାନାତି ଯାବାନ୍ଯଶ୍ଚାସ୍ମି ତତ୍ତ୍ୱତଃ ।\nତତୋ ମାଂ ତତ୍ତ୍ୱତୋ ଜ୍ଞାତ୍ୱା ବିଶତେ ତଦନନ୍ତରମ୍ ।।୫୫।।",
"audioLink": "https://www.holy-bhagavad-gita.org/public/audio/018_055.mp3"
},
"wordMeanings": "ଭକ୍ତ୍ୟା- ବିଶୁଦ୍ଧ ଭକ୍ତିଯୋଗରେ; ମାମ୍-ମୋତେ; ଅଭିଜାନାତି- ବ୍ୟକ୍ତି ଜାଣିପାରେ; ଯାବାନ୍- ଯେତେ ଅଧିକ; ଯଃ ଚ ଅସ୍ମି-ମୁଁ ଯେପରି; ତତ୍ତ୍ୱତଃ- ଯଥାର୍ଥ ଭାବରେ; ତତଃ-ତତ୍ପରେ; ମାଂ-ମୋତେ; ତତ୍ତ୍ୱତଃ-ଯଥାର୍ଥରେ; ଜ୍ଞାତ୍ୱା-ଜାଣି; ବିଶତେ-ପ୍ରବେଶ କରେ; ତତ୍-ଅନନ୍ତରମ୍ -ତାହାପରେ ।",
"translation": {
"text": "ମନୁଷ୍ୟ କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ ଯଥାର୍ଥ ଭାବରେ ଜାଣିପାରିବ । ମୋତେ ଜାଣିବା ପରେ, ମୋର ଭକ୍ତ ପୂର୍ଣ୍ଣତଃ ଭଗବତ୍ ଚେତନାଯୁକ୍ତ ହୋଇଯିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-55.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.55.mp3"
]
},
"commentary": "ଶ୍ରୀକୃଷ୍ଣ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରିଥିଲେ ଯେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇ ବ୍ୟକ୍ତି ଭକ୍ତି କରେ । ବର୍ତ୍ତମାନ ସେ କହୁଛନ୍ତି ଯେ କେବଳ ଭକ୍ତି ଦ୍ୱାରା ଭଗବାନଙ୍କର ବ୍ୟକ୍ତିତ୍ୱକୁ ଜାଣି ହେବ । ପୂର୍ବରୁ ଜ୍ଞାନୀମାନେ ଭଗବାନଙ୍କୁ ନିର୍ଗୁଣ, ନିର୍ବିଶେଷ ଏବଂ ନିରାକାର ବ୍ରହ୍ମରୂପେ ଅନୁଭବ କରିଥିଲେ । କିନ୍ତୁ ସାକାର ବ୍ରହ୍ମ ସମ୍ବନ୍ଧରେ ଜ୍ଞାନୀମାନଙ୍କର କୌଣସି ଅନୁଭୂତି ନ ଥିଲା । ସେହି ସାକାର ରୂପର ରହସ୍ୟ କର୍ମ, ଜ୍ଞାନ, ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ଦ୍ୱାରା ଜାଣି ହେବନାହିଁ । କେବଳ ପ୍ରେମ ହିଁ ଏହି ଅସମ୍ଭବର ଦ୍ୱାରକୁ ଖୋଲିଦିଏ ଏବଂ ଅପ୍ରାପ୍ୟକୁ ପ୍ରାପ୍ତ କରିବାର ରାସ୍ତା ସଫା କରିଦିଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ହିଁ, ଭଗବାନଙ୍କ ରୂପ, ଗୁଣ, ଲୀଳା, ଧାମ ଏବଂ ପରିକରଙ୍କର ରହସ୍ୟକୁ ବୁଝିହୁଏ । ଭକ୍ତମାନେ ଭଗବାନଙ୍କୁ ଜାଣିପାରନ୍ତି, କାରଣ ସେମାନଙ୍କ ପାଖରେ ପ୍ରେମର ଚକ୍ଷୁ ଥାଏ ।\nଏହି ସତ୍ୟକୁ ସ୍ପଷ୍ଟ କରିବା ପାଇଁ ପଦ୍ମପୁରାଣରେ ବର୍ଣ୍ଣିତ ଏକ ସୁନ୍ଦର ଘଟଣାକୁ ଉପସ୍ଥାପିତ କରାଯାଇ ପାରେ । ଜାବାଳି ନାମକ ଜଣେ ଋଷି ଜଙ୍ଗଲରେ ଜଣେ ଶାନ୍ତ ଏବଂ ତେଜସ୍ୱୀ ରମଣୀଙ୍କୁ ଧ୍ୟାନ କରୁଥିବାର ଦେଖିଲେ । ସେ ତାଙ୍କର ପରିଚୟ ଏବଂ ଧ୍ୟାନର ଉଦ୍ଦେଶ୍ୟ ପଚାରିବାରୁ ରମଣୀ ଜଣକ ଉତ୍ତର ଦେଲେ:\nବ୍ରହ୍ମବିଦ୍ୟାହମତୁଳା ଯୋଗିଂଦ୍ରୈର୍ଯ୍ୟା ଚ ମୃଗ୍ୟତେସାହଂ ହରି ପଦାମ୍ଭୋଜ କାମ୍ୟୟା ସୁଚିରଂ ତପଃଚରାମ୍ୟସ୍ମିନ୍ ବନେ ଘୋରେ ଧ୍ୟାୟନ୍ତୀ ପୁରୁଷୋତ୍ତମମ୍ବ୍ରହ୍ମାନନ୍ଦେନ ପୂର୍ଣ୍ଣାହଂ ତେନାନନ୍ଦେନ ତୃପ୍ତଧୀଃତଥାପି ଶୂନ୍ୟମାତ୍ମାନଂ ମନ୍ୟେ କୃଷ୍ଣରତିଂ ବିନା\n“ମୁଁ ବ୍ରହ୍ମବିଦ୍ୟା ଅଟେ (ଆତ୍ମାକୁ ଜାଣିବାର ବିଜ୍ଞାନ, ଯାହା ପରିଶେଷରେ ଭଗବାନଙ୍କର ବ୍ରହ୍ମାନୁଭୂତି ପ୍ରଦାନ କରେ) । ଶ୍ରେଷ୍ଠ ଯୋଗୀ ଏବଂ ତପସ୍ୱୀ ମୋତେ ଜାଣିବା ପାଇଁ ସାଧନା କରନ୍ତି । ତଥାପି ମୁଁ ନିଜେ, ସାକାର ଭଗବାନଙ୍କ ପାଦପଦ୍ମର ଭକ୍ତି କରିବା ପାଇଁ କଠୋର ତପସ୍ୟା କରୁଅଛି । ମୁଁ ବ୍ରହ୍ମାନନ୍ଦରେ ପରିପୂର୍ଣ୍ଣ ଏବଂ ତୃପ୍ତ । କିନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରେମଭକ୍ତି ବିନା ମୁଁ ନିଜକୁ ଅତୃପ୍ତ ଓ ଶୂନ୍ୟ ମନେ କରୁଛି ।” ତେଣୁ ସାକାର ଭଗବାନଙ୍କର ଆନନ୍ଦ ଆସ୍ୱାଦନ କରିବା ପାଇଁ କେବଳ ଜ୍ଞାନ ଯଥେଷ୍ଟ ନୁହେଁ । ଭକ୍ତି ଦ୍ୱାରା ହିଁ ଜଣେ ଏହି ରହସ୍ୟ ଉନ୍ମୋଚନ କରି ଭଗବତ୍-ଚେତନା ପ୍ରାପ୍ତ କରିପାରେ ।"
},
{
"verseTitle": "Bhagavad Gita 18.56",
"verse": "56",
"chapter": 18,
"lang": "or",
"shloka": {
"speaker": "",
"sanskrit": "सर्वकर्माण्यपि सदा कुर्वाणो मद्यपाश्रयः।\n\nमत्प्रसादादवाप्नोति शाश्वतं पदमव्ययम् ॥56॥",
"text": "ସର୍ବକର୍ମାଣ୍ୟପି ସଦା କୁର୍ବାଣୋ ମଦ୍ବ୍ୟପାଶ୍ରୟଃ ।\nମତ୍ପ୍ରସାଦାଦବାପ୍ନୋତି ଶାଶ୍ୱତଂ ପଦମବ୍ୟୟମ୍ ।।୫୬।।",
"audioLink": "https://www.holy-bhagavad-gita.org/public/audio/018_056.mp3"
},
"wordMeanings": "ସର୍ବ-ସମସ୍ତ; କର୍ମାଣି-କର୍ମ; ଅପି-ଯଦିଓ; ସଦା-ସର୍ବଦା; କୁର୍ବାଣଃ-କରି; ମତ୍-ବ୍ୟପାଶ୍ରୟଃ- ମୋତେ ଆଶ୍ରୟ କରି, ମୋ’ଅଧୀନରେ; ମତ୍-ପ୍ରସାଦାତ୍ -ମୋ କୃପାରୁ; ଅବାପ୍ନୋତି-ପ୍ରାପ୍ତହୁଏ; ଶାଶ୍ୱତଂ -ଶାଶ୍ୱତ; ପଦଂ- ଧାମ; ଅବ୍ୟୟମ୍ -ଅବିନାଶୀ ।",
"translation": {
"text": "ମୋର ଭକ୍ତମାନେ, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ, ମୋର ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ମୋର କୃପା ଦ୍ୱାରା ସେମାନେ ଶାଶ୍ୱତ ଏବଂ ଅବିନଶ୍ୱର ଲୋକ ପ୍ରାପ୍ତ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-56.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.56.mp3"
]
},
"commentary": "ପୂର୍ବଶ୍ଳୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ, ଭକ୍ତି ଦ୍ୱାରା ସାଧକ ତାଙ୍କର ପୂର୍ଣ୍ଣ ଚେତନାରେ ପ୍ରବେଶ କରିପାରେ । ଏହା ଚେତନାରେ ସେ ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିପାରନ୍ତି । ତାଙ୍କର ଶରୀର, ମନ ଓ ବୁଦ୍ଧିକୁ ଭଗବାନଙ୍କର ଶକ୍ତି ରୂପରେ ଦେଖନ୍ତି; ତାଙ୍କର ଭୌତିକ ସମ୍ପତ୍ତିକୁ ଭଗବାନଙ୍କର ସମ୍ପତ୍ତି ଭାବରେ ଦେଖନ୍ତି; ସମସ୍ତ ପ୍ରାଣୀ ଓ ବସ୍ତୁକୁ ଭଗବାନଙ୍କର ଅଂଶ ବିଶେଷ ଭାବରେ ଦେଖନ୍ତି ଏବଂ ନିଜକୁ ତାଙ୍କର ଏକ ନଗଣ୍ୟ ସେବକ ରୂପରେ ଦେଖନ୍ତି । ସେହି ଦିବ୍ୟ ଚେତନାରେ, ସେମାନେ କର୍ମତ୍ୟାଗ କରନ୍ତି ନାହିଁ ବରଂ ସେ କର୍ମର କର୍ତ୍ତା ଓ ଉପଭୋକ୍ତା ହେବାର ସ୍ୱାଭିମାନକୁ ତ୍ୟାଗ କରିଥାନ୍ତି । ସେମାନେ ସମସ୍ତ କାର୍ଯ୍ୟକୁ ଭଗବାନଙ୍କର ଏକ ଭକ୍ତିଯୁକ୍ତ ସେବା ମନେକରନ୍ତି ଏବଂ କାର୍ଯ୍ୟ ସମ୍ପାଦନ ପାଇଁ ତାଙ୍କ ଉପରେ ନିର୍ଭର କରନ୍ତି ।\nତାପରେ ଶରୀର ତ୍ୟାଗ ପରେ ସେମାନେ ଭଗବାନଙ୍କର ଦିବ୍ୟ ଲୋକକୁ ଗମନ କରନ୍ତି । ଭୌତିକ ଜଗତ ମାୟା ଶକ୍ତିରେ ଗଠିତ ହେବା ପରି, ଦିବ୍ୟଜଗତ ଦିବ୍ୟ ଶକ୍ତି ଦ୍ୱାରା ଗଠିତ । ତେଣୁ ଏହା ଭୌତିକ ପ୍ରକୃତିର ଦୋଷରୁ ମୁକ୍ତ, ସବୁଦିଗରୁ ପରିପୂର୍ଣ୍ଣ ଅଟେ । ଏହା ସତ୍-ଚିତ୍-ଆନନ୍ଦ, ଅର୍ଥାତ୍ ନିତ୍ୟତା, ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ । ଶ୍ରୀକୃଷ୍ଣ ତାଙ୍କର ଦିବ୍ୟଧାମ ବିଷୟରେ ଶ୍ଳୋକ ୧୫.୬ରେ କହିଛନ୍ତି: “ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ମୋର ପରମ ଧାମକୁ ଆଲୋକିତ କରିପାରିବେ ନାହିଁ । ସେଠାକୁ ଯାଇ କୌଣସି ବ୍ୟକ୍ତି ପୁନର୍ବାର ପାର୍ଥିବ ଜଗତକୁ ଫେରନ୍ତି ନାହିଁ ।”\nଦିବ୍ୟ ଜଗତରେ ଭଗବାନଙ୍କର ବିଭିନ୍ନ ସ୍ୱରୂପ ମାନଙ୍କର ନିଜ ନିଜର ଧାମ ରହିଛି, ଯେଉଁଠାରେ ସେମାନେ ତାଙ୍କ ଭକ୍ତମାନଙ୍କ ଗହଣରେ ନିତ୍ୟ ଲୀଳାରତ ଥାଆନ୍ତି । ନିଷ୍କାମ ଭକ୍ତିରେ ସିଦ୍ଧି ଲାଭ କରି, ଭକ୍ତ ନିଜ ଇଷ୍ଟଦେବଙ୍କର ଧାମକୁ ପ୍ରାପ୍ତ କରିଥାଏ । ଅତଏବ, ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତମାନେ ଗୋଲୋକକୁ ଯାଆନ୍ତି; ଭଗବାନ ବିଷ୍ଣୁଙ୍କର ଭକ୍ତ ବୈକୁଣ୍ଠ ଧାମ ଗମନ କରନ୍ତି; ପ୍ରଭୁ ଶ୍ରୀରାମଙ୍କର ଭକ୍ତ ସାକେତ ଲୋକକୁ ଯାଇଥାନ୍ତି; ଭଗବାନ ଶିବଙ୍କର ଉପାସକମାନେ ଶିବଲୋକକୁ ଯାଇଥାନ୍ତି; ମା’ ଦୁର୍ଗାଙ୍କର ଭକ୍ତମାନେ ଦେବୀଲୋକକୁ ଗମନ କରନ୍ତି, ଇତ୍ୟାଦି । ଭଗବତ୍ ପ୍ରାପ୍ତି ପରେ ସାଧକ ଏହି ସବୁ ଦିବ୍ୟଲୋକରେ ଭଗବାନଙ୍କର ଦିବ୍ୟଶକ୍ତିର ପୂର୍ଣ୍ଣତାରେ ରଞ୍ଜିତ ଦିବ୍ୟ ଲୀଳାରେ ଅଂଶ ଗ୍ରହଣ କରନ୍ତି ।"
},
{
"verseTitle": "Bhagavad Gita 18.57",
"verse": "57",
"chapter": 18,
"lang": "or",
"shloka": {
"speaker": "",
"sanskrit": "चेतसा सर्वकर्माणि मयि संन्यस्य मत्परः।\n\nबुद्धियोगमुपाश्रित्य मच्चित्तः सततं भव ॥57॥",
"text": "ଚେତସା ସର୍ବକର୍ମାଣି ମୟି ସନ୍ନ୍ୟସ୍ୟ ମତ୍ପରଃ ।\nବୁଦ୍ଧିଯୋଗମୁପାଶ୍ରିତ୍ୟ ମଚ୍ଚିତ୍ତଃ ସତତଂ ଭବ ।।୫୭।।",
"audioLink": "https://www.holy-bhagavad-gita.org/public/audio/018_057.mp3"
},
"wordMeanings": "ଚେତସା -ଚେତନାରେ; ସର୍ବକର୍ମାଣି-ସମସ୍ତ କର୍ମ; ମୟି-ମୋ’ଠାରେ; ସଂନ୍ୟସ୍ୟ -ଉତ୍ସର୍ଗ କରି; ମତ୍ପରଃ-ମୋ ପରାୟଣ ହୋଇ; ବୁ୍ଦ୍ଧିଯୋଗମ୍- ବୁଦ୍ଧିକୁ ଭଗବାନଙ୍କ ସହିତ ଯୁକ୍ତ କରି; ଉପାଶ୍ରିତ୍ୟ-ଆଶ୍ରୟ କରି; ମତ୍-ଚିତ୍ତଃ- ଚେତନା ମୋ ସହିତ ତଲ୍ଲୀନ; ସତତଂ-ସର୍ବଦା; ଭବ -ହୁଅ ।",
"translation": {
"text": "ମୋତେ ତୁମର ଚରମ ଲକ୍ଷ୍ୟ ଭାବରେ ଗ୍ରହଣ କରି ସମସ୍ତ କର୍ମକୁ ମୋ ପ୍ରତି ଉତ୍ସର୍ଗ କର । ବୁଦ୍ଧିଯୋଗର ଆଶ୍ରୟ ନେଇ, ସର୍ବଦା ତୁମର ଚେତନାକୁ ମୋ ଠାରେ ନିମଗ୍ନ୍ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-57.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.57.mp3"
]
},
"commentary": "ଯୋଗର ଅର୍ଥ “ମିଳିତ ହେବା”, ଏବଂ ବୁଦ୍ଧିଯୋଗର ଅର୍ଥ “ବୁଦ୍ଧି ଭଗବାନଙ୍କ ସହିତ ଯୁକ୍ତ ହେବା ।” ବୁଦ୍ଧିକୁ ଏହି ଯୋଗ ସେତେବେଳେ ପ୍ରାପ୍ତ ହୋଇଥାଏ, ଯେତେବେଳେ ସେ ଦୃଢ଼ ନିଶ୍ଚୟ ହୋଇଥାଏ ଯେ ସୃଷ୍ଟିର ସମସ୍ତ ବସ୍ତୁ ଭଗବାନଙ୍କ ଠାରୁ ଉତ୍ପନ୍ନ, ତାଙ୍କ ସହିତ ସମ୍ବନ୍ଧିତ ଏବଂ ତାଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ଆସନ୍ତୁ, ଆମର ଆଭ୍ୟନ୍ତରୀଣ ପ୍ରଣାଳୀରେ ବୁଦ୍ଧିର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିବା ।\nସୂକ୍ଷ୍ମ ଅନ୍ତଃ କରଣ ଆମ ଶରୀର ମଧ୍ୟରେ ରହିଛି, ଯାହାକୁ କଥିତ ରୂପେ ହୃଦୟ ବା ସୂକ୍ଷ୍ମ ହୃଦୟ କୁହାଯାଇଥାଏ । ଏହାର ଚାରିଗୋଟି ଦିଗ ଅଛି । ଏହା ଯେତେବେଳେ ବିଚାର ସୃଷ୍ଟି କରେ ଏହାକୁ ମନ କୁହାଯାଏ । ଯେତେବେଳେ ଏହା ବିଶ୍ଳେଷଣ କରି ନିଷ୍ପତ୍ତି ନିଏ ଏହାକୁ ବୁଦ୍ଧି କୁହାଯାଏ । ଯେତେବେଳେ ଏହା କୌଣସି ବସ୍ତୁରେ ଆସକ୍ତ ହୁଏ, ତାହାକୁ ଆମେ ଚିତ୍ତ କହିଥାଉ । ଯେତେବେଳେ ଏହା ଶାରୀରିକ ବୈଶିଷ୍ଟ୍ୟ ସହିତ ତାଦାତ୍ମ୍ୟ କରି ଗର୍ବ ଅନୁଭବ କରେ, ଏହାକୁ ଆମେ ଅହଂକାର କହିଥାଉ ।\nଏହି ଆଭ୍ୟନ୍ତରୀଣ ପ୍ରଣାଳୀରେ, ବୁଦ୍ଧିର ଭୂମିକା ପ୍ରମୁଖ ଅଟେ । ଏହା ନିଷ୍ପତ୍ତି ନେଉଥିବା ବେଳେ, ମନ ସେହି ନିଷ୍ପତ୍ତି ଅନୁସାରେ କାମନା କରେ ଏବଂ ଚିତ୍ତ ସେହି ଇପ୍ସିତ ବସ୍ତୁରେ ଆସକ୍ତ ହୋଇଯାଏ । ଉଦାହରଣ ସ୍ୱରୂପ, ବୁଦ୍ଧି ଯଦି ନିର୍ଣ୍ଣୟ କରେ ଯେ ସଂସାରରେ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ମନ ଜୀବନରେ ସୁରକ୍ଷା ପାଇଁ ସର୍ବଦା ଚେଷ୍ଟିତ ରହେ । ଦିନସାରା ଆମେ ମନୁଷ୍ୟମାନେ ବୁଦ୍ଧିଦ୍ୱାରା ମନକୁ ନିୟନ୍ତ୍ରିତ କରିଥାଉ । ସେଥିପାଇଁ କ୍ରୋଧ ସର୍ବଦା ନିମ୍ନଦିଗକୁ ପ୍ରବାହିତ ହୁଏ । ମୁଖ୍ୟ ପରିଚାଳକ ନିର୍ଦ୍ଦେଶକଙ୍କୁ ଗାଳି ଦିଅନ୍ତି । ନିର୍ଦ୍ଦେଶକ ମୁଖ୍ୟ ପରିଚାଳକଙ୍କୁ ଗାଳି ଦେଇପାରନ୍ତି ନାହିଁ, କାରଣ ତାଙ୍କର ବୁଦ୍ଧି ଏହା ବୁଝିପାରିଥାଏ ଯେ ତଦ୍ୱାରା ସେ ଚାକିରୀ ହରାଇ ପାରନ୍ତି; ତେଣୁ ସେ ନିଜର କ୍ରୋଧ ମ୍ୟନେଜରଙ୍କ ପ୍ରତି ପ୍ରକାଶ କରନ୍ତି । ମ୍ୟାନେଜର ନିର୍ଦ୍ଦେଶକଙ୍କ ପ୍ରତି ଆକ୍ରୋଶ ଅନୁଭବ କଲେ ମଧ୍ୟ ଚୁପ୍ ରହନ୍ତି ଏବଂ ସେହି କ୍ରୋଧକୁ ଫୋରମ୍ୟାନଙ୍କ ଉପରେ ଅଜାଡ଼ି ଦିଅନ୍ତି । ଫୋରମ୍ୟାନ ଶ୍ରମିକଙ୍କୁ ଗାଳି ଦିଅନ୍ତି ଏବଂ ଶ୍ରମିକ ତା’ର କ୍ରୋଧ ନିଜ ସ୍ତ୍ରୀ ପ୍ରତି ବ୍ୟକ୍ତ କରିଥାଏ । ସ୍ତ୍ରୀ ସନ୍ତାନମାନଙ୍କ ଉପରେ କ୍ରୋଧ ପ୍ରକାଶ କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ନିର୍ଣ୍ଣୟ ଗ୍ରହଣ କରିଥାଏ କେଉଁଠାରେ କ୍ରୋଧ ପ୍ରକାଶ କରିବା ବିପଦଜନକ ଏବଂ କେଉଁଠାରେ ଏହାର କିଛି ଦୁଷ୍ପରିଣାମ ନ ଥାଏ । ଏହି ଉଦାହରଣ ସୂଚିତ କରେ ଯେ ମନୁଷ୍ୟ ଭାବରେ ଆମ ସମସ୍ତଙ୍କ ବୁଦ୍ଧିରେ ମନକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ରହିଛି ।\nଅତଏବ, ବୁଦ୍ଧିକୁ ସଠିକ୍ ଜ୍ଞାନରେ ସମୃଦ୍ଧ କରି ମନର ଉଚିତ୍ ମାର୍ଗଦର୍ଶନ କରିବା ଦିଗରେ ତାହାର ବ୍ୟବହାର କରାଯିବା ଆବଶ୍ୟକ । ଏହାକୁ ହିଁ ଶ୍ରୀକୃଷ୍ଣ ବୁଦ୍ଧିଯୋଗ ଭାବରେ ଅଭିହିତ କରୁଛନ୍ତି- ବୁଦ୍ଧିରେ ଦୃଢ଼ ନିଶ୍ଚୟ କରିବା ଯେ ସମସ୍ତ କର୍ମ ଓ ବସ୍ତୁ ଭଗବାନଙ୍କର ସୁଖ ନିମନ୍ତେ ଉଦ୍ଦିଷ୍ଟ । ଏହିପରି ସଂକଳ୍ପବଦ୍ଧ ବୁଦ୍ଧି ମନୁଷ୍ୟର ଚିତ୍ତକୁ ସହଜରେ ଭଗବାନଙ୍କ ଠାରେ ଆସକ୍ତ କରିଦିଏ ।"
},
{
"verseTitle": "Bhagavad Gita 18.58",
"verse": "58",
"chapter": 18,
"lang": "or",
"shloka": {
"speaker": "",
"sanskrit": "मच्चित्तः सर्वदुर्गाणि मत्प्रसादात्तरिष्यसि।\n\nअथ चेत्त्वमहङ्कारान्न श्रोष्यसि विनक्ष्यसि ॥58॥",
"text": "ମଚ୍ଚିତ୍ତଃ ସର୍ବଦୁର୍ଗାଣି ମତ୍ପ୍ରସାଦାତ୍ ତରିଷ୍ୟସି ।\nଅଥ ଚେତ୍ତ୍ୱମହଙ୍କାରାନ୍ନ ଶ୍ରୋଷ୍ୟସି ବିନଙ୍କ୍ଷ୍ୟସି ।।୫୮।।",
"audioLink": "https://www.holy-bhagavad-gita.org/public/audio/018_058.mp3"
},
"wordMeanings": "ମତ୍-ଚିତ୍ତଃ- ମୋର ସର୍ବଦା ସ୍ମରଣ କରି; ସର୍ବ-ସମସ୍ତ; ଦୁର୍ଗାଣି- ପ୍ରତିବନ୍ଧକ; ମତ୍-ପ୍ରସାଦାତ୍ -ମୋ କୃପାରୁ; ତରିଷ୍ୟସି- ଅତିକ୍ରମ କରିବ; ଅଥ-କିନ୍ତୁ; ଚେତ୍ -ଯଦି; ତ୍ୱମ୍-ତୁମେ; ଅହଙ୍କାରାତ୍-ଅହଙ୍କାର ବଶତଃ; ନ ଶ୍ରୋଷ୍ୟସି- ନ ଶୁଣ; ବିନଙ୍କ୍ଷ୍ୟସି -ତୁମେ ନିଜର ବିନାଶ କରିବ ।",
"translation": {
"text": "ତୁମେ ଯଦି ସର୍ବଦା ମୋର ସ୍ମରଣ କରିବ, ମୋ କୃପାରୁ ତୁମେ ସମସ୍ତ ବାଧାବିଘ୍ନ ଅତିକ୍ରମ କରିପାରିବ । କିନ୍ତୁ ଯଦି ଅହଂକାର ବଶତଃ ତୁମେ ମୋର ଉପଦେଶ ଗ୍ରହଣ କରିବ ନାହିଁ, ତୁମର ସର୍ବନାଶ ହେବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-58.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.58.mp3"
]
},
"commentary": "ପୂର୍ବ ଶ୍ଳୋକରେ କ’ଣ କରଣୀୟ ତାହାର ଉପଦେଶ ଦେବା ପରେ, ଶ୍ରୀକୃଷ୍ଣ ତାଙ୍କ ଉପଦେଶ ପାଳନ କରିବାର ଉପକାରିତା ଏବଂ ତାହାକୁ ଅବମାନନା କରିବାର ଦୁଷ୍ପରିଣାମ ବିଷୟରେ କହୁଛନ୍ତି । ଜୀବ ଏପରି ଭାବିବା ଉଚିତ ନୁହେଁ ଯେ କୌଣସି ଦୃଷ୍ଟିରୁ ସେ ଭଗବାନଙ୍କ ଠାରୁ ସ୍ୱାଧୀନ ଅଟେ । ଆମେ ଯଦି ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇ ମନକୁ ତାଙ୍କଠାରେ କେନ୍ଦ୍ରିତ କରିବା, ତାଙ୍କ କୃପାରୁ ଆମର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ । କିନ୍ତୁ ଯଦି ଅହଂକାର ବଶତଃ ଆମେ ତାଙ୍କର ଉପଦେଶକୁ ଅବମାନନା କରିବା ଏବଂ ଭାବିବା ଯେ ଭଗବାନଙ୍କର ଏବଂ ଶାସ୍ତ୍ରର ଶାଶ୍ୱତ ଜ୍ଞାନଠାରୁ ଆମେ ଅଧିକ ଜାଣିଛୁ, ତା ହେଲେ ଆମେ ମନୁଷ୍ୟ ଜୀବନର ଲକ୍ଷ୍ୟ ହାସଲ କରିବା ଦିଗରେ ବିଫଳ ହେବା, କାରଣ ଭଗବାନଙ୍କଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି ଏବଂ ତାଙ୍କ ଉପଦେଶ ଠାରୁ ଉତ୍ତମ ଆଉ କିଛି ନାହିଁ ।"
},
{
"verseTitle": "Bhagavad Gita 18.59",
"verse": "59",
"chapter": 18,
"lang": "or",
"shloka": {
"speaker": "",
"sanskrit": "यदहङ्कारमाश्रित्य न योत्स्य इति मन्यसे।\n\nमिथ्यैष व्यवसायस्ते प्रकृतिस्त्वां नियोक्ष्यति ॥59॥",
"text": "ଯଦହଙ୍କାରମାଶ୍ରିତ୍ୟ ନ ଯୋତ୍ସ୍ୟ ଇତି ମନ୍ୟସେ ।\nମିଥ୍ୟୈଷ ବ୍ୟବସାୟସ୍ତେ ପ୍ରକୃତିସ୍ତ୍ୱାଂ ନିୟୋକ୍ଷ୍ୟତି ।।୫୯।।",
"audioLink": "https://www.holy-bhagavad-gita.org/public/audio/018_059.mp3"
},
"wordMeanings": "ଯତ୍-ଯଦି; ଅହଙ୍କାରଂ-ଅହଙ୍କାରକୁ; ଆଶ୍ରିତ୍ୟ-ଆଶ୍ରୟ କରି; ନ ଯୋତ୍ସ୍ୟ-ଯୁଦ୍ଧ କରିବି ନାହିଁ; ଇତି-ଏପରି; ମନ୍ୟସେ-ଭାବୁଥାଅ; ମିଥ୍ୟା ଏଷଃ- ଏସବୁ ମିଥ୍ୟା; ବ୍ୟବସାୟଃତେ -ତୁମର ଦୃଢ଼ତା; ପ୍ରକୃତିଃ -ଭୂତ ପ୍ରକୃତି; ତ୍ୱାଂ-ତୁମକୁ; ନିୟୋକ୍ଷ୍ୟତି-ତୁମକୁ ନିଯୁକ୍ତ କରିବ ।",
"translation": {
"text": "ଅହଂକାର ଦ୍ୱାରା ପ୍ରେରିତ ହୋଇ ତୁମେ ଯଦି ଚିନ୍ତା କରିବ, “ମୁଁ ଯୁଦ୍ଧ କରିବି ନାହିଁ”, ତୁମର ନିର୍ଣ୍ଣୟ ବୃଥା ହେବ । ତୁମର ଭୌତିକ (କ୍ଷତ୍ରିୟ) ସ୍ୱଭାବ ତୁମକୁ ଯୁଦ୍ଧ କରିବା ପାଇଁ ବାଧ୍ୟ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-59.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.59.mp3"
]
},
"commentary": "ଅନୁଶାସନ ମନୋଭାବରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏକ ଚେତାବନୀ ଦେଉଛନ୍ତି । ଆମେ ଏପରି ଭାବିବା ଉଚିତ ନୁହେଁ ଯେ ଆମର ଯାହା ଇଚ୍ଛା ତାହା କରିବାରେ ଆମେ ପୂର୍ଣ୍ଣ ସ୍ୱାଧୀନ ଅଟୁ । ଜୀବର ସ୍ୱାଧୀନ ଅସ୍ତିତ୍ୱ ନାହିଁ, ଅନେକ ଦିଗରୁ ସେ ଭଗବାନଙ୍କ ଉପରେ ନିର୍ଭରଶୀଳ । ମାୟାବଦ୍ଧ ଅବସ୍ଥାରେ ସେ ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ । ଏହି ଗୁଣଗୁଡ଼ିକର ସମ୍ମିଶ୍ରଣ ଆମର ସ୍ୱଭାବ ସୃଷ୍ଟି କରେ ଏବଂ ତାହାର ନିର୍ଦ୍ଦେଶନାରେ ଆମେ କର୍ମ କରିବାକୁ ବାଧ୍ୟ ହେଉ । ତେଣୁ “ମୁଁ ମୋର ଇଚ୍ଛା ଅନୁସାରେ କାର୍ଯ୍ୟ କରିବି”, ଏପରି କହିବା ପାଇଁ ଆମେ ପୂର୍ଣ୍ଣ ସ୍ୱାଧୀନ ନୁହେଁ । ଭଗବାନ ଏବଂ ଶାସ୍ତ୍ରମାନଙ୍କର ସତ୍-ଉପଦେଶ କିମ୍ବା ଆମର ପ୍ରବୃତ୍ତି - ଏହି ଦୁଇଟି ମଧ୍ୟରୁ ଆମକୁ ଗୋଟିଏ ବାଛିବାକୁ ପଡ଼ିବ । ନିଜ ସ୍ୱଭାବ ବିଷୟରେ ଏକ ଉପାଖ୍ୟାନ ଅଛି । ତିରିଶ ବର୍ଷ ଚାକିରୀ କରିବା ପରେ ଜଣେ ସୈନିକ ଅବସରପ୍ରାପ୍ତ ହୋଇ ନିଜ ସହରକୁ ଫେରିଲେ । ଦିନେ ସେ ଚା ଦୋକାନରେ ବସି ଚା ପିଉଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ୍ତାଙ୍କୁ ଥଟ୍ଟା କରିବାକୁ ଯାଇ ପଛରୁ ପାଟିକଲେ, “ସାବଧାନ !” ସେପରି ଆଦେଶ ପାଳନ କରିବା ତାଙ୍କ ସୈନିକ ସ୍ୱଭାବର ଅନ୍ତର୍ଗତ ଥିଲା । ଅନ୍ୟମନସ୍କ ଭାବେ, ସେ ଚା କପ୍କୁ ତଳେ ପକାଇ ଦେଇ ହାତ ସିଧା କରି ଛିଡ଼ା ହୋଇଗଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଚେତାବନି ଦେଉଛନ୍ତି, ସେ ସ୍ୱଭାବତଃ ଜଣେ ଯୋଦ୍ଧା ଅଟନ୍ତି, ତେଣୁ ଅହଂକାର ବଶତଃ ସେ ତାଙ୍କର ସଦୁପଦେଶ ନ ଶୁଣିଲେ ମଧ୍ୟ ତାଙ୍କର କ୍ଷତ୍ରିୟ ସ୍ୱଭାବ ତାଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରିବ ।"
},
{
"verseTitle": "Bhagavad Gita 18.60",
"verse": "60",
"chapter": 18,
"lang": "or",
"shloka": {
"speaker": "",
"sanskrit": "स्वभावजेन कौन्तेय निबद्धः स्वेन कर्मणा।\n\nकर्तुं नेच्छसि यन्मोहात्करिष्यस्यवशोऽपि तत् ॥60॥",
"text": "ସ୍ୱଭାବଜେନ କୌନ୍ତେୟ ନିବଦ୍ଧଃ ସ୍ୱେନ କର୍ମଣା ।\nକର୍ତୁଂ ନେଚ୍ଛସି ଯନ୍ମୋହାତ୍କରିଷ୍ୟସ୍ୟବଶୋଽପି ତତ୍ ।।୬୦।।",
"audioLink": "https://www.holy-bhagavad-gita.org/public/audio/018_060.mp3"
},
"wordMeanings": "",
"translation": {
"text": "ହେ ଅର୍ଜୁନ ! ଭ୍ରମବଶତଃ ତୁମେ ଯେଉଁ କର୍ମ କରିବାକୁ ଇଚ୍ଛା କରୁନାହଁ, ଭୌତିକ ଗୁଣରୁ ଜାତ ତୁମର ନିଜସ୍ୱ ପ୍ରବୃତ୍ତି ତାହା କରିବା ପାଇଁ ତୁମକୁ ପ୍ରେରିତ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-60.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.60.mp3"
]
},
"commentary": "ଶ୍ରୀକୃଷ୍ଣ ତାଙ୍କର ଚେତାବନୀ ସୂଚକ ବାଣୀକୁ ଅବ୍ୟାହତ ରଖି ପୂର୍ବବର୍ତ୍ତୀ ତଥ୍ୟର ବିସ୍ତୃତ ଆଲୋଚନା କରିଛନ୍ତି । ସେ କହୁଛନ୍ତି, “ପୂର୍ବ ଜନ୍ମର ସଂସ୍କାର ଅନୁଯାୟୀ ତୁମେ ଏବେ କ୍ଷତ୍ରୀୟ ସ୍ୱଭାବଯୁକ୍ତ ଅଟ । ବୀରତ୍ୱ, ନୈତିକ କର୍ତ୍ତବ୍ୟ ଏବଂ ଦେଶପ୍ରେମ ଆଦି ତୁମର ସହଜାତ ଗୁଣ ତୁମକୁ ଯୁଦ୍ଧ କରିବାକୁ ପ୍ରବୃତ୍ତ କରିବ । ପୂର୍ବ ଜନ୍ମମାନଙ୍କରେ ତଥା ଏହି ଜନ୍ମରେ, ଯୋଦ୍ଧା ରୂପରେ ତୁମର କର୍ତ୍ତବ୍ୟକୁ ସମ୍ମାନ ଦେବାପାଇଁ ତୁମେ ପ୍ରଶିକ୍ଷିତ ହୋଇଛ । ତୁମ ସମ୍ମୁଖରେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ଆଚରଣ କରାଯାଉ ଥିବା ଦେଖି ତୁମେ ନିଷ୍କ୍ରିୟ ହୋଇ ରହିପାରିବ କି ? ଅନ୍ୟାୟର ପ୍ରତିବାଦ କରିବା ତୁମର ଗୁଣ ତଥା ପ୍ରବୃତ୍ତି ଅଟେ । ତେଣୁ ନିଜ ପ୍ରବୃତ୍ତି ଦ୍ୱାରା ବାଧ୍ୟ ହୋଇ ଯୁଦ୍ଧ କରିବା ଅପେକ୍ଷା ମୋର ଉପଦେଶ ମାନି ଯୁଦ୍ଧ କରିବା ତୁମ ପାଇଁ ହିତକର ଅଟେ ।"
},
{
"verseTitle": "Bhagavad Gita 18.61",
"verse": "61",
"chapter": 18,
"lang": "or",
"shloka": {
"speaker": "",
"sanskrit": "ईश्वरः सर्वभूतानां हृद्देशेऽर्जुन तिष्ठति।\n\nभ्रामयन्सर्वभूतानि यन्त्रारूढानि मायया ॥61॥",
"text": "ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ।\nଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୁଢ଼ାନି ମାୟୟା ।।୬୧।।",
"audioLink": "https://www.holy-bhagavad-gita.org/public/audio/018_061.mp3"
},
"wordMeanings": "ଈଶ୍ୱରଃ-ପରମେଶ୍ୱର; ସର୍ବଭୂତାନାଂ-ସମସ୍ତ ଜୀବଙ୍କର; ହୃଦ୍ଦେଶେ-ହୃଦୟରେ; ଅର୍ଜୁନ -ହେ ଅର୍ଜୁନ; ତିଷ୍ଠତି-ରହନ୍ତି; ଭ୍ରାମୟନ୍-ଘୂରାଉ ଥାଆନ୍ତି; ସର୍ବଭୂତାନି-ସମସ୍ତ ଜୀବଙ୍କୁ; ଯନ୍ତ୍ର-ଆରୂଢ଼ାନି -ଯନ୍ତ୍ରରେ ବସାଇ; ମାୟୟା -ମାୟାଶକ୍ତିରେ ନିର୍ମିତ ।",
"translation": {
"text": "ହେ ଅର୍ଜୁନ ! ପରମାତ୍ମା ସମସ୍ତଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ମାୟାଶକ୍ତି ଦ୍ୱାରା ନିର୍ମିତ ଏକ ଯନ୍ତ୍ରରେ ବସାଇ, ସେ ତା’ର ଇତସ୍ତତଃ ଭ୍ରମଣକୁ ନିର୍ଦ୍ଦେଶିତ କରିଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-61.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.61.mp3"
]
},
"commentary": "ଆତ୍ମାର ପରମାତ୍ମାଙ୍କ ଉପରେ ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପଣ କରି ଶ୍ରୀକୃଷ୍ଣ କହୁଛନ୍ତି, “ଅର୍ଜୁନ, ତୁମେ ମୋର ଆଜ୍ଞା ପାଳନ କରିବାକୁ ଇଚ୍ଛା କର ବା ନ କର, ତୁମେ ସର୍ବଦା ମୋର ନିୟନ୍ତ୍ରଣାଧୀନ ରହିବ । ତୁମେ ବାସ କରୁଥିବା ଶରୀର ମାୟା ଶକ୍ତିରୁ ଗଠିତ । ପୂର୍ବ କର୍ମ ଅନୁସାରେ, ତୁମେ ଯେଉଁ ଶରୀର ପାଇବାକୁ ଯୋଗ୍ୟ, ତାହା ମୁଁ ତୁମକୁ ପ୍ରଦାନ କରିଛି । ମୁଁ ସେଠାରେ ମଧ୍ୟ ଅଛି ଏବଂ ତୁମର ସମସ୍ତ ବିଚାର, ବାଣୀ ଏବଂ କର୍ମକୁ ମୁଁ ଲିପିବଦ୍ଧ କରୁଛି । ତେଣୁ ବର୍ତ୍ତମାନ ତୁମେ ଯାହା କରୁଛ ମୁଁ ତାହା ମଧ୍ୟ ଲକ୍ଷ୍ୟ କରି ତୁମର ଭବିଷ୍ୟତ ନିର୍ଦ୍ଧାରଣ କରିବି । କୌଣସି ପରିସ୍ଥିତିରେ ମଧ୍ୟ ତୁମେ ନିଜକୁ ମୋ ଠାରୁ ସ୍ୱାଧୀନ ବୋଲି ପରିକଳ୍ପନା କରନାହିଁ । ତେଣୁ ହେ ଅର୍ଜୁନ! ତୁମେ ନିଜ ସ୍ୱାର୍ଥ ଦୃଷ୍ଟିରୁ ମୋର ଶରଣାଗତ ହେବା ଆବଶ୍ୟକ ।"
},
{
"verseTitle": "Bhagavad Gita 18.62",
"verse": "62",
"chapter": 18,
"lang": "or",
"shloka": {
"speaker": "",
"sanskrit": "तमेव शरणं गच्छ सर्वभावेन भारत । \n\nतत्प्रसादात्परां शान्तिं स्थान प्राप्स्यसि शाश्वतम् ॥62॥",
"text": "ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ।\nତତ୍ପ୍ରସାଦାତ୍ପରାଂ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ୍ ।।୬୨।।",
"audioLink": "https://www.holy-bhagavad-gita.org/public/audio/018_062.mp3"
},
"wordMeanings": "ତମ୍- ତାଙ୍କର; ଏବ-କେବଳ; ଶରଣଂ-ଗଚ୍ଛ -ଶରଣାଗତ ହୁଅ; ସର୍ବଭାବେନ-ସର୍ବତୋ ଭାବେ; ଭାରତ- ହେ ଭରତ ବଂଶଜ; ତତ୍ ପ୍ରସାଦାତ୍- ତାଙ୍କ କୃପାରୁ; ପରାଂ-ପରମ; ଶାନ୍ତିଂ-ଶାନ୍ତି; ସ୍ଥାନଂ-ସ୍ଥାନ; ପ୍ରାପ୍ସ୍ୟସି -ପ୍ରାପ୍ତ କରିବ; ଶାଶ୍ୱତମ୍ -ନିତ୍ୟ ।",
"translation": {
"text": "ହେ ଭାରତ ! ସର୍ବତୋ ଭାବରେ ତାଙ୍କର ଅନନ୍ୟ ଶରଣାଗତ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଏବଂ ନିତ୍ୟ ଧାମ ପ୍ରାପ୍ତ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-62.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.62.mp3"
]
},
"commentary": "ଭଗବାନଙ୍କ ଉପରେ ନିର୍ଭରଶୀଳ ହୋଇଥିବା ଦୃଷ୍ଟିରୁ, ଜୀବକୁ ନିଜର ବର୍ତ୍ତମାନର ଦୟନୀୟ ଅବସ୍ଥାରୁ ଉଦ୍ଧାର ହେବା ତଥା ଚରମ ଲକ୍ଷ୍ୟ ପ୍ରାପ୍ତ କରିବା ନିମନ୍ତେ ଭଗବାନଙ୍କ କୃପା ଉପରେ ନିର୍ଭର କରିବାକୁ ପଡ଼ିବ । ନିଜସ୍ୱ ଉଦ୍ୟମ ଏଥିପାଇଁ ଯଥେଷ୍ଟ ନୁହେଁ । ଭଗବାନ ଯଦି କୃପା କରିବେ, ତେବେ ସେ ନିଜର ଦିବ୍ୟ ଜ୍ଞାନ ଓ ଦିବ୍ୟ ଆନନ୍ଦ ଜୀବକୁ ପ୍ରଦାନ କରିବେ ଏବଂ ତାକୁ ମାୟାର ବନ୍ଧନରୁ ମୁକ୍ତ କରିବେ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ତାଙ୍କ କୃପାରୁ ଜୀବ ଶାଶ୍ୱତ ଶାନ୍ତି ଏବଂ ତାଙ୍କର ଅବ୍ୟୟ ଧାମ ପ୍ରାପ୍ତ କରେ । କିନ୍ତୁ ସେହି କୃପା ପ୍ରାପ୍ତ କରିବା ପାଇଁ, ଜୀବ ଭଗବାନଙ୍କର ଶରଣାଗତ ହୋଇ ନିଜକୁ ସେଥିପାଇଁ ଯୋଗ୍ୟ କରିବା ଉଚିତ । ଜଣେ ସାଂସାରିକ ପିତା ମଧ୍ୟ ନିଜ ସନ୍ତାନକୁ ତାଙ୍କର ମୂଲ୍ୟବାନ ସମ୍ପତ୍ତି ହସ୍ତାନ୍ତରିତ କରନ୍ତି ନାହିଁ, ଯେ ପର୍ଯ୍ୟନ୍ତ ସେ ସେହି ସମ୍ପତ୍ତିର ସଦୁପଯୋଗ କରିବା ପାଇଁ ନିଜକୁ ଯୋଗ୍ୟ ସାବ୍ୟସ୍ତ ନ କରିଛି । ସେହିପରି ଭଗବତ୍ କୃପା ମଧ୍ୟ ଏକ ମନମୁଖି କାର୍ଯ୍ୟ ନୁହେଁ, ଭଗବାନ ତାଙ୍କର ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ନିୟମ ଅନୁସାରେ ଏହା ପ୍ରଦାନ କରିଥାନ୍ତି ।\nକୃପା କରିବାକୁ ଯାଇ ଭଗବାନ ଯଦି କୌଣସି ନିୟମର ଅନୁସରଣ ନ କରନ୍ତି, ତେବେ ମନୁଷ୍ୟମାନଙ୍କର ତାଙ୍କ ପ୍ରତି ଆସ୍ଥା ତୁଟିଯିବ । ଉଦାହରଣ ସ୍ୱରୂପ, ମନେକରନ୍ତୁ ଜଣେ ପିତାଙ୍କର ଦୁଇ ପୁତ୍ର ଅଛନ୍ତି । ସେ ଉଭୟଙ୍କୁ ଧାନ ଅମଳ ସମୟରେ କ୍ଷେତରେ କଠିନ ପରିଶ୍ରମ କରିବାକୁ ନିର୍ଦ୍ଦେଶ ଦେଲେ । ଜଣେ ପୁତ୍ର ସାରାଦିନ ଖରାରେ ଝାଳ ବୁହାଇ ପରିଶ୍ରମ କଲା । ରାତିରେ କ୍ଷେତରୁ ଫେରିବା ପରେ ବାପା ତାକୁ କହିଲେ, “ପୁତ୍ର! ତୁମେ ଅତି ଭଲ କାମ କରିଛ । ତୁମେ ଆଜ୍ଞାବହ, ପରିଶ୍ରମୀ ତଥା ବିଶ୍ୱସ୍ତ ଅଟ । ଏହି ପାଞ୍ଚଶହ ଟଙ୍କା ତୁମର ପୁରସ୍କାର ଅଟେ, ତୁମ ଇଚ୍ଛା ଅନୁସାରେ ଖର୍ଚ୍ଚ କର ।” ଦ୍ୱିତୀୟ ପୁତ୍ରଟି କିଛି କଲାନାହିଁ - ସାରାଦିନ ବିଛଣାରେ ଶୋଇରହି ମଦ୍ୟପାନ ଓ ଧୂମପାନ କରିବା ସହିତ ନିଜ ପିତାଙ୍କୁ ଗାଳିଗୁଲଜ କଲା । ରାତିରେ, ମନେ କରନ୍ତୁ ପିତା ଯଦି କହିବେ, “କିଛି ଚିନ୍ତା ନାହିଁ, ଯାହା ହେଲେ ବି ତୁମେ ମଧ୍ୟ ମୋର ପୁତ୍ର, ତେଣୁ ଏହି ପାଞ୍ଚଶହ ଟଙ୍କା ନିଅ ଏବଂ ଉପଭୋଗ କର”, ତେବେ ଫଳ ଏହା ହେବ ଯେ ପ୍ରଥମ ପୁତ୍ରର କଠିନ ପରିଶ୍ରମ କରିବାର ଆଗ୍ରହ ଲୋପ ପାଇବ । ସେ ଚିନ୍ତା କରିବ “ମୋ ପିତାଙ୍କର ପୁରୁସ୍କୃତ କରିବାର ଶୈଳୀ ଯଦି ଏପରି ଅଟେ, ତାହେଲେ ମୁଁ କାହିଁକି ପରିଶ୍ରମ କରିବି ? ମୁଁ ମଧ୍ୟ କିଛି କରିବି ନାହିଁ, କାରଣ ଯେମିତି ହେଲେ ବି ମୁଁ ପାଞ୍ଚଶହ ଟଙ୍କା ପାଇବି । ସେହିପରି ଆମେ ଯୋଗ୍ୟ ହେବା ପୂର୍ବରୁ ଭଗବାନ ଯଦି ଆମକୁ କୃପା ପ୍ରଦାନ କରିବେ, ତେବେ ଅତୀତରେ ଯେଉଁ ସନ୍ଥମାନେ ତାଙ୍କର କୃପା ପ୍ରାପ୍ତ କରିଥିଲେ, ସେମାନେ ଅଭିଯୋଗ କରିବେ, “ଏପରି କ’ଣ ? ଆମେ ନିଜକୁ ଶୁଦ୍ଧ କରିବାକୁ ଅନେକ ଜନ୍ମ ପରିଶ୍ରମ କରିବା ପରେ, ଭଗବତ କୃପା ଲାଭ କରିଥିଲୁ, କିନ୍ତୁ ଏହି ବ୍ୟକ୍ତି ନିଜକୁ ଯୋଗ୍ୟ ନ କରି ଏହା ପ୍ରାପ୍ତ କଲେ । ତେଣୁ ନିଜର ଉନ୍ନତି ପାଇଁ ଆମର ସାଧନା ମୂଲ୍ୟହୀନ ଅଟେ ।” ଭଗବାନ କହନ୍ତି, ମୁଁ ଏପରି ମନମୁଖି କାର୍ଯ୍ୟ କରେନାହିଁ । ମୋର ଏକ ଚିରନ୍ତନ ସର୍ତ୍ତ ରହିଛି, ଯାହା ଅନୁସାରେ ମୁଁ ମୋର କୃପା ପ୍ରଦାନ କରେ ଏବଂ ଏହାକୁ ମୁଁ ସମସ୍ତ ଶାସ୍ତ୍ରରେ ଘୋଷଣା କରିଛି । ଶ୍ୱେତାଶ୍ୱତର ଉପନିଷଦ କହେ:\nଯୋ ବ୍ରହ୍ମାଣଂ ବିଦଧାତି ପୂର୍ବଂ ଯୋ ବୈ ବେଦାଂଶ୍ଚ ପ୍ରହିଣୋତି ତସ୍ମୈତଙ୍ ହ ଦେବମାତ୍ମ-ବୁଦ୍ଧି-ପ୍ରକାଶଂ ମୁମୁକ୍ଷୁର୍ ବୈ ଶରଣମହଂ ପ୍ରପଦ୍ୟେ (୬.୧୮)\n“ବ୍ରହ୍ମା ଏବଂ ଅନ୍ୟ ସମସ୍ତଙ୍କର ସୃଷ୍ଟିକର୍ତ୍ତା ପରମ ପୁରୁଷଙ୍କର ମୁଁ ଶରଣାଗତ ହେଉଛି । ତାଙ୍କ କୃପାରୁ ହିଁ ଆତ୍ମା ଏବଂ ବୁଦ୍ଧି ଜ୍ଞାନୋଦୀପ୍ତ ହୁଏ ।” ଶ୍ରୀମଦ୍ ଭାଗବତମ୍ କହେ:\nମାମେକଂ ଏବ ଶରଣଂ ଆତ୍ମାନଂ ସର୍ବ-ଦେହିନାମ୍ଯାହି ସର୍ବାତ୍ମ-ଭାବେନ ମୟା ସ୍ୟା ହ୍ୟକୁତୋ-ଭୟଃ (୧୧.୧୨.୧୫)\n“ହେ ଉଦ୍ଧବ ! ସମସ୍ତ ପାର୍ଥିବ ସାମାଜିକ ଏବଂ ଧାର୍ମିକ କର୍ମ ତ୍ୟାଗ କରି, କେବଳ ମୋର, ସମସ୍ତ ଆତ୍ମାଙ୍କର ଆତ୍ମାର, ଶରଣାପନ୍ନ ହୁଅ । ସେତେବେଳେ ହିଁ ତୁମେ ଏହି ଭବ ସାଗରକୁ ଲଙ୍ଘନ କରି ନିର୍ଭୟ ହୋଇପାରିବ ।”\nଏହା ଶ୍ରୀକୃଷ୍ଣ ଭଗବଦ୍ ଗୀତାର ୭.୧୪ ଶ୍ଳୋକରେ ମଧ୍ୟ କହିଥିଲେ: “ମୋର ଦିବ୍ୟ ମାୟାଶକ୍ତି ତ୍ରିଗୁଣାତ୍ମକ ଅଟେ ଏବଂ ତାକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । କିନ୍ତୁ ଯେଉଁମାନେ ମୋର ଶରଣାଗତ ହୁଅନ୍ତି, ସେମାନେ ଏହାକୁ ଅତି ସହଜରେ ପାର କରିପାରନ୍ତି ।”\nରାମାୟଣ ମଧ୍ୟ କହେ:\nସନମୁଖ ହୋଇ ଜୀବ ମୋହି ଜବହୀଁ, ଜନ୍ମ କୋଟି ଅଘ ନାସହିଁ ତବହୀଁ\n“ଯେଉଁ ମୁହୂର୍ତ୍ତରେ ଜୀବ ଭଗବାନଙ୍କର ଶରଣାଗତ ହୁଏ, ତାଙ୍କ କୃପାରୁ ତା’ର ପୂର୍ବ ଜନ୍ମର ଅନନ୍ତ ପାପ ନାଶ ହୋଇଯାଏ ।”\nଭଗବଦ୍ ଗୀତାର ଉପରୋକ୍ତ ଶ୍ଳୋକରେ, ଭଗବତ୍ କୃପା ଲାଭ କରିବା ପାଇଁ ଶରଣାଗତି ନିୟମର ଏହି ଆବଶ୍ୟକତାର ଶ୍ରୀକୃଷ୍ଣ ପୁନରାବୃତ୍ତି କରିଛନ୍ତି । ଶରଣାଗତିର ଅର୍ଥ କ’ଣ, ଏହା ହରି ଭକ୍ତି ବିଳାସ, ଭକ୍ତି ରମାମୃତ ସିନ୍ଧୁ, ବାୟୁ ପୁରାଣ ଏବଂ ଅହିର୍ବୁଧ୍ନୀ ସଂହିତା ଆଦିରେ ବିସ୍ତାର ପୂର୍ବକ ନିମ୍ନମତେ ବର୍ଣ୍ଣିତ ହୋଇଛି:\nଆନୁକୂଲ୍ୟସ୍ୟ ସଂକଳ୍ପଃ ପ୍ରତିକୂଲ୍ୟସ୍ୟ ବର୍ଜନମ୍ରକ୍ଷିଷ୍ୟତୀତି ବିଶ୍ୱାସୋ ଗୋପ୍ତ୍ରୃତ୍ୱେ ବରଣଂ ତଥାଆତ୍ମନିକ୍ଷେପ କାର୍ପଣ୍ୟେ ଷଡ଼୍ବିଧା ଶରଣାଗତିଃ..... (ହରିଭକ୍ତି ବିଳାସ ୧୧.୬୭୬)\nଉପରୋକ୍ତ ଶ୍ଳୋକଟି ଶରଣାଗତିର ଛଅଗୋଟି ଲକ୍ଷଣ ବର୍ଣ୍ଣନା କରୁଛି ।\n୧. ଭଗବାନଙ୍କ ଇଚ୍ଛା ଅନୁସାରେ ଇଚ୍ଛା କରିବା - ସ୍ୱରୂପତଃ, ଆମେ ସମସ୍ତେ ଭଗବାନଙ୍କର ଦାସ ଅଟେ, ଏବଂ ଦାସର କର୍ତ୍ତବ୍ୟ ହେଉଛି ମାଲିକଙ୍କର ଇଚ୍ଛା ପୂରଣ କରିବା । ତେଣୁ ଜଣେ ଶରଣାଗତ ଭକ୍ତ ଭାବରେ, ଭଗବାନଙ୍କ ଇଚ୍ଛା ସହିତ ଆମେ ନିଜର ଇଚ୍ଛାକୁ ଯୋଡ଼ିଦେବା ଉଚିତ୍ । ଏକ ଶୁଷ୍କପତ୍ର ବାୟୁର ଶରଣାଗତ ହୋଇଥାଏ । ବାୟୁ ତାକୁ ଉପର ତଳ, ଆଗ ପଛ କଲେ ମଧ୍ୟ ସେ ଆପତ୍ତି କରେନାହିଁ । ସେହିପରି ଭଗବାନଙ୍କର ଖୁସୀରେ ଆମେ ମଧ୍ୟ ଖୁସୀ ହେବାକୁ ଶିଖିବା ଉଚିତ ।\n୨. ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ ଇଚ୍ଛା ନ କରିବା - ଜୀବନରେ ଆମେ ଯାହାବି ପ୍ରାପ୍ତ କରିଥାଉ, ତାହା ଆମ ପୂର୍ବଜନ୍ମର ଏବଂ ବର୍ତ୍ତମାନର କର୍ମ ଅନୁସାରେ ହୋଇଥାଏ । କିନ୍ତୁ କର୍ମର ଫଳ ଆପେ ଆପେ ମିଳି ନ ଥାଏ । ଭଗବାନ ସେଗୁଡ଼ିକୁ ଲିପିବଦ୍ଧ କରି ଉଚିତ ସମୟରେ ଫଳ ପ୍ରଦାନ କରିଥାନ୍ତି । ଯେହେତୁ ଭଗବାନ ନିଜେ ଫଳ ପ୍ରଦାନ କରିଥାନ୍ତି, ଆମେ ସହର୍ଷ ସେଗୁଡ଼ିକୁ ସ୍ୱୀକାର କରିବାର ଅଭ୍ୟାସ କରିବା ଉଚିତ । ସାଧାରଣତଃ ଯେତେବେଳେ ସଂସାରରେ ମନୁଷ୍ୟମାନେ ଧନସମ୍ପତ୍ତି, ଯଶ, ଆନନ୍ଦ ଏବଂ ବିଳାସ ପ୍ରାପ୍ତ କରନ୍ତି ସେମାନେ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଭୁଲିଯାନ୍ତି । କିନ୍ତୁ କଷ୍ଟଭୋଗ କଲେ ସେମାନେ ଭଗବାନଙ୍କ ଉପରେ କ୍ରୋଧ ପ୍ରକାଶ କରିଥାନ୍ତି, “ଆପଣ ମୋ ପ୍ରତି ଏପରି କାହିଁକି କଲେ ?” ଭଗବାନଙ୍କ ଶରଣାଗତିର ଦ୍ୱିତୀୟ ଲକ୍ଷଣ ହେଲା, ସେ ଯାହା ଦେଲେ ବି ଅଭିଯୋଗ ନ କରିବା ।\n୩. ଭଗବାନ ଆମର ରକ୍ଷା କରୁଛନ୍ତି, ଏହା ପୂର୍ଣ୍ଣ ବିଶ୍ୱାସ କରିବା - ଭଗବାନ ଆମର ସନାତନ ପିତା ଅଟନ୍ତି । ସେ ସୃଷ୍ଟିର ସମସ୍ତ ପ୍ରାଣୀଙ୍କର ରକ୍ଷକ । ପୃଥିବୀରେ କୋଟି କୋଟି ପିମ୍ପୁଡ଼ି ଅଛନ୍ତି ଏବଂ ସେମାନେ ନିୟମିତ ଭାବରେ ଖାଦ୍ୟ ଆବଶ୍ୟକ କରିଥାଆନ୍ତି । କେବେ ବି କେତେ ହଜାର ପିମ୍ପୁଡ଼ି ଅନାହାରରେ ମୃତ୍ୟୁବରଣ କରି ବଗିଚାରେ ପଡ଼ିଥିବା ଆପଣ ଦେଖିଛନ୍ତି କି ? ଭଗବାନ ସମସ୍ତଙ୍କ ପାଇଁ ଖାଦ୍ୟ ନିଶ୍ଚିତ କରନ୍ତି । ଅନ୍ୟପକ୍ଷରେ, ଗୋଟିଏ ହାତୀ ପ୍ରତିଦିନ ପ୍ରଚୁର ପରିମାଣର ଖାଦ୍ୟ ଖାଏ, ଭଗବାନ ତାହା ମଧ୍ୟ ପ୍ରଦାନ କରନ୍ତି । ଜଣେ ସାଂସାରିକ ପିତା ମଧ୍ୟ ନିଜ ସନ୍ତାନମାନଙ୍କର ଯତ୍ନ ନିଅନ୍ତି ଏବଂ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରନ୍ତି । ତାହାହେଲେ ଆମେ କାହିଁକି ଅବିଶ୍ୱାସ କରିବା, ଆମର ସନାତନ ପିତା ଭଗବାନ ଆମର ଯତ୍ନ ନେବେ ନାହିଁ ? ଆମର ସୁରକ୍ଷା ପାଇଁ ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଶରଣାଗତିର ତୃତୀୟ ଲକ୍ଷଣ ଅଟେ ।\n୪. ଭଗବାନଙ୍କ ପ୍ରତି କୃତଜ୍ଞତା ଭାବ ପୋଷଣ କରିବା - ଆମେ ଭଗବାନଙ୍କ ଠାରୁ ଅନେକ ଅମୂଲ୍ୟ ଉପହାର ପାଇଅଛୁ । ଯେଉଁ ଧରଣୀ ଉପରେ ଆମେ ଚାଲିଥାଏ, ଯେଉଁ ସୂର୍ଯ୍ୟାଲୋକ ଦ୍ୱାରା ଆମେ ଦେଖିଥାଏ, ଯେଉଁ ବାୟୁକୁ ଆମେ ଶ୍ୱାସ ଭାବରେ ଗ୍ରହଣ କରିଥାଏ, ଯେଉଁ ଜଳକୁ ଆମେ ପାନ କରିଥାଏ, ସେ ସବୁକିଛି ଭଗବାନ ଆମକୁ ଦେଇଛନ୍ତି । ବାସ୍ତବରେ, ତାଙ୍କ ଦ୍ୱାରା ହିଁ ଆମର ଅସ୍ଥିତ୍ୱ ରହିଛି; ସେ ଆମକୁ ଜୀବନ ପ୍ରଦାନ କଲେ ଏବଂ ଆମ ଆତ୍ମାରେ ଚୈତନ୍ୟତା ଭରିଦେଲେ । ପ୍ରତି ବଦଳରେ ଆମେ ତାଙ୍କୁ କୌଣସି କର ଦେଇ ନ ଥାଏ; କିନ୍ତୁ ସେ ଆମକୁ ଯାହା ଦେଇଛନ୍ତି, ସେଥିପାଇଁ ଅତି କମ୍ରେ ଆମେ ତାଙ୍କ ପ୍ରତି କୃତଜ୍ଞ ତ ରହି ପାରିବା ।\nଏହାର ବିପରୀତ ଅକୃତଜ୍ଞ ମନୋଭାବ । ଉଦାହରଣ ସ୍ୱରୂପ, ଜଣେ ପିତା ନିଜ ସନ୍ତାନ ପାଇଁ ବହୁତ କିଛି କରିଥାଆନ୍ତି । ସନ୍ତାନକୁ ଯଦି ପିତାଙ୍କ ପ୍ରତି କୃତଜ୍ଞ ରହିବାକୁ କୁହାଯାଏ ଏବଂ ସନ୍ତାନଟି ଉତ୍ତର ଦିଏ, “ମୁଁ କାହିଁକି କୃତଜ୍ଞ ରହିବି ? ତାଙ୍କ ପିତା ତାଙ୍କର ଯତ୍ନ ନେଇଥିଲେ ଏବଂ ସେ ମୋର ଯତ୍ନ ନେଉଛନ୍ତି”, ଏହା ସାଂସାରିକ ପିତାଙ୍କ ପ୍ରତି ଅକୃତଜ୍ଞତା ଅଟେ । ଭଗବାନ ଯାହା ସବୁ ଆମକୁ ଦେଇଛନ୍ତି, ସେଥିପାଇଁ ସେହି ଚିରନ୍ତନ ପିତାଙ୍କ ପ୍ରତି କୃତଜ୍ଞ ରହିବା, ଶରଣାଗତିର ଚତୁର୍ଥ ଲକ୍ଷଣ ଅଟେ ।\n୫. ଆମ ପାଖରେ ଥିବା ସମସ୍ତ ବସ୍ତୁକୁ ଭଗବାନଙ୍କର ମନେ କରିବା - ଭଗବାନ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି । ଏହା ଆମର ଜନ୍ମ ପୂର୍ବରୁ ବିଦ୍ୟମାନ ଥିଲା ଏବଂ ଆମର ମୃତ୍ୟୁ ପରେ ମଧ୍ୟ ବିଦ୍ୟମାନ ରହିବ । ତେଣୁ ସମସ୍ତ ବସ୍ତୁର ପ୍ରକୃତ ଅଧିକାରୀ ଭଗବାନ ହିଁ ଅଟନ୍ତି । ଆମେ ଯେତେବେଳେ କୌଣସି ବସ୍ତୁକୁ ଆମର ବୋଲି କହୁ, ସେତେବେଳେ ଆମେ ଭଗବାନଙ୍କର ଅଧିକାରୀତ୍ୱକୁ ଭୂଲିଯାଉ । ମନେ କରନ୍ତୁ, ଆପଣଙ୍କ ଅନୁପସ୍ଥିତିରେ କେହି ଜଣେ ଆପଣଙ୍କ ଘରକୁ ଆସିବେ । ସେ ଆପଣଙ୍କର ପୋଷାକ ପିନ୍ଧିବେ, ରେଫ୍ରିଜରେଟରରୁ ଖାଦ୍ୟ କାଢ଼ି ଖାଇବେ ଏବଂ ଆପଣଙ୍କ ଶଯ୍ୟାରେ ଶୟନ କରିବେ । ଘରକୁ ଫେରି ଆପଣ କ୍ଷୁବ୍ଧ ହୋଇ ପଚାରିବେ, “ମୋ ଘରେ ତୁମେ କ’ଣ କରୁଛ ?” ସେ କହିବେ, “ମୁଁ ଆପଣଙ୍କର କିଛି ନଷ୍ଟ କରିନାହିଁ, ମୁଁ କେବଳ ତାହାର ବ୍ୟବହାର କରିଛି, ଆପଣ କାହିଁକି ଅସନ୍ତୁଷ୍ଟ ହେଉଛନ୍ତି ?” ଆପଣ ଉତ୍ତର ଦେବେ, “ତୁମେ କୌଣସି ବସ୍ତୁ ନଷ୍ଟ କରି ନ ଥାଇ ପାର, କିନ୍ତୁ ଏସବୁ ମୋର ଅଟେ । ମୋର ବିନା ଅନୁମତିରେ ଆପଣ ଏସବୁ ବ୍ୟବହାର କରୁଛନ୍ତି, ତେଣୁ ଆପଣ ଜଣେ ଚୋର ।” ସେହିପରି ଏ ସଂସାର ଏବଂ ସଂସାରର ସମସ୍ତ ବସ୍ତୁ ଭଗବାନଙ୍କର ଅଟେ । ଏହାକୁ ମନେରଖି, ଅଧିକାରୀତ୍ୱର ଅହଂକାର ତ୍ୟାଗ କରିବା ଶରଣାଗତିର ପଞ୍ଚମ ଲକ୍ଷଣ ଅଟେ ।\n୬. ଶରଣାଗତ ହୋଇଥିବାର ଅହଂକାର ତ୍ୟାଗ କରିବା । ଯଦି ଆମେ କରିଥିବା କୌଣସି ଭଲ କର୍ମ ପାଇଁ ଗର୍ବ ଅନୁଭବ କରୁ, ତାହା ଆମ ହୃଦୟକୁ କଳୁଷିତ କରିଦିଏ ଏବଂ ଆମେ କରିଥିବା ସୁକର୍ମକୁ ନଷ୍ଟ କରିଦିଏ । ତେଣୁ ନମ୍ରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ: “ଯଦି ମୁଁ କିଛି ଭଲ କର୍ମ କରିପାରିଲି, ଏହାର କାରଣ ଭଗବାନ ମୋ ବୁଦ୍ଧିକୁ ଉଚିତ ମାର୍ଗଦର୍ଶନ କଲେ । ନିଜ ବୁଦ୍ଧିରେ ମୋ ପକ୍ଷରେ ଏହା କରିବା ସମ୍ଭବ ହୋଇ ନ ଥାନ୍ତା ।” ଏହି ଦୀନତା ଶରଣାଗତିର ଷଷ୍ଠ ଲକ୍ଷଣ ଅଟେ ।\nଶରଣାଗତିର ଏହି ଛଅଟି ଲକ୍ଷଣ ଯଦି ଆମଠାରେ ପୂର୍ଣ୍ଣତଃ ପରିଦୃଷ୍ଟ ହୁଏ, ତେବେ ଜାଣିବାକୁ ହେବ ଯେ ଆମେ ଭଗବାନଙ୍କର ସର୍ତ୍ତ ପୂରଣ କରିପାରିଛେ ଏବଂ ଭଗବାନ ତାଙ୍କର କୃପା ଆମକୁ ପ୍ରଦାନ କରିବେ ।"
},
{
"verseTitle": "Bhagavad Gita 18.63",
"verse": "63",
"chapter": 18,
"lang": "or",
"shloka": {
"speaker": "",
"sanskrit": "इति ते ज्ञानमाख्यातं गुह्याद्गुह्यतरं मया ।\n\nविमृश्यैतदशेषेण यथेच्छसि तथा कुरु ॥63॥",
"text": "ଇତି ତେ ଜ୍ଞାନମାଖ୍ୟାତଂ ଗୁହ୍ୟାଦ୍ଗୁହ୍ୟତରଂ ମୟା ।\nବିମୃଶ୍ୟୈତଦଶେଷେଣ ଯଥେଚ୍ଛସି ତଥା କୁରୁ ।।୬୩।।",
"audioLink": "https://www.holy-bhagavad-gita.org/public/audio/018_063.mp3"
},
"wordMeanings": "ଇତି-ଏହିପରି; ତେ-ତୁମକୁ; ଜ୍ଞାନଂ-ଜ୍ଞାନ; ଅଖ୍ୟାତଂ-କହିଲି; ଗୁହ୍ୟାତ୍-ଗୁପ୍ତଠାରୁ; ଗୁହ୍ୟତରଂ-ଅଧିକ ଗୁପ୍ତ; ମୟା-ମୋ’ଦ୍ୱାରା; ବିମୃଶ୍ୟ-ଚିନ୍ତାକରି; ଏତତ୍- ଏହା; ଅଶେଷେଣ- ପୂର୍ଣ୍ଣତଃ; ଯଥା-ଯେପରି; ଇଚ୍ଛସି-ତୁମର ଇଚ୍ଛା; ତଥା-ସେହିପରି; କୁରୁ-କର ।",
"translation": {
"text": "ଏହିପରି ଭାବରେ, ମୁଁ ଗୁପ୍ତ ଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ନିକଟରେ ପ୍ରକାଶ କଲି । ଏହି ବିଷୟକୁ ଗଭୀର ଭାବେ ଅନୁଧ୍ୟାନ କର ଏବଂ ତା’ପରେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-63.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.63.mp3"
]
},
"commentary": "ସଂଖ୍ୟାଧିକ ବ୍ୟକ୍ତିଙ୍କୁ ଯେଉଁ ଜ୍ଞାନ ଉପଲବ୍ଧ ହୁଏ ନାହିଁ, ତାହାହିଁ ଗୁପ୍ତ ଜ୍ଞାନ ଅଟେ । କିଛି ଶତାବ୍ଦୀ ପୂର୍ବରୁ, ପଦାର୍ଥ ବିଜ୍ଞାନର ଅଧିକାଂଶ ନିୟମ ଗୁପ୍ତ ଥିଲା ଏବଂ ଏବେ ମଧ୍ୟ ଅନେକ ତଥ୍ୟ ଗୁପ୍ତ ରହିଛି । ଆଧ୍ୟାତ୍ମିକ ଜ୍ଞାନ ଗଭୀର ଅଟେ ଏବଂ ପ୍ରତ୍ୟକ୍ଷ ଅନୁଭୂତି ଦ୍ୱାରା ତାହା ବୁଝି ହୁଏନାହିଁ । ଏହା ଗୁରୁ ତଥା ଶାସ୍ତ୍ରମାନଙ୍କରୁ ଆହରଣ କରାଯାଇ ଥାଏ । ସେଥିପାଇଁ ଏହାକୁ ଗୁପ୍ତ କୁହାଯାଇଛି । ଦ୍ୱିତୀୟ ଅଧ୍ୟାୟରେ, ଶ୍ରୀକୃଷ୍ଣ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରକାଶ କରିଥିଲେ, ଯାହା ଗୁହ୍ୟ ବା ଗୁପ୍ତ ଜ୍ଞାନ ଅଟେ । ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ସେ ତାଙ୍କର ଐଶ୍ୱର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ, ଯାହା ଗୁହ୍ୟତର ବା ଅଧିକତର ଗୁପ୍ତ ଅଟେ । ନବମ ଏବଂ ତା’ ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ସେ ତାଙ୍କର ଭକ୍ତି ଉପରେ ଆଲୋକପାତ କରିଛନ୍ତି । ଯାହା ଗୁହ୍ୟତମ ବା ଅଧିକତମ ଗୁପ୍ତ ଅଟେ । ଏହି ଅଧ୍ୟାୟର ଶ୍ଳୋକ ୫୫ରେ ସେ ପ୍ରକାଶ କଲେ ଯେ, କେବଳ ଭକ୍ତି ଦ୍ୱାରା ହିଁ ତାଙ୍କୁ ସାକାର ରୂପରେ ଜାଣିହେବ । ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବଦ୍ ଗୀତାର ପରିସମାପ୍ତି କରିବାକୁ ଯାଉଛନ୍ତି । ଅଠରଟି ଅଧ୍ୟାୟ ଏବଂ ତା’ର ଅନ୍ତର୍ଗତ ଅତ୍ୟନ୍ତ ଗୁପ୍ତ ଜ୍ଞାନ ଅର୍ଜୁନଙ୍କୁ କହିସାରିବା ପରେ, ସେ ଚୟନ କରିବାର ଅଧିକାର ଅର୍ଜୁନଙ୍କ ହାତରେ ନ୍ୟସ୍ତ କରୁଛନ୍ତି । ସେ କହୁଛନ୍ତି “ମୁଁ ତୁମକୁ ଅତ୍ୟନ୍ତ ଗଭୀର ଏବଂ ଗୁପ୍ତଜ୍ଞାନ ପ୍ରଦାନ କଲି । ବର୍ତ୍ତମାନ ନିଷ୍ପତ୍ତି ତୁମ ହାତରେ ।” ଏହିପରି ବିକଳ୍ପ ପ୍ରଭୁ ରାମ ଅଯୋଧ୍ୟାବାସୀଙ୍କ ସମ୍ମୁଖରେ ରଖିଥିଲେ । ସେ ସମସ୍ତଙ୍କୁ ତାଙ୍କର ଦିବ୍ୟ ପ୍ରବଚନକୁ ନିମନ୍ତ୍ରଣ କରିଥିଲେ ।\nଏକ ବାର ରଘୁନାଥ ବୁଲାଏ, ଗୁରୁ ଦ୍ୱିଜ ପୁରବାସୀ ସବ ଆଏ (ରାମାୟଣ)\n“ଏକଦା ପ୍ରଭୁ ରାମ ସମସ୍ତ ଅଯୋଧ୍ୟାବାସୀଙ୍କୁ ଡାକିଲେ । ଗୁରୁ ବଶିଷ୍ଟଙ୍କ ସମେତ ସମସ୍ତେ ତାଙ୍କ କଥା ଶୁଣିବା ପାଇଁ ଏକତ୍ରିତ ହେଲେ ।” ତାଙ୍କ ପ୍ରବଚନରେ ପ୍ରଭୁ ରାମ ମନୁଷ୍ୟ ଜୀବନର ଲକ୍ଷ୍ୟ ଏବଂ ତାହା କିପରି ପ୍ରାପ୍ତ ହେବ, ସେହି ବିଷୟରେ ବୁଝାଇଲେ । ଶେଷରେ ସେ ଏହା କହି ନିଜର ବକ୍ତବ୍ୟ ସମାପ୍ତ କଲେ:\nନହିଁ ଅନୀତି ନହିଁ କଛୁ ପ୍ରଭୁତାଈ, ସୁନହୁଁ କରହୁଁ ଯୋ ତୁହ୍ମହି ସୋହାଈ (ରାମାୟଣ)\n“ମୁଁ ଯେଉଁ ଉପଦେଶ ଦେଲି ତାହା ଭୁଲ ନୁହେଁ କିନ୍ତୁ ବାଧ୍ୟତାମୂଳକ ମଧ୍ୟ ନୁହେଁ । ଏହାକୁ ସାବଧାନତା ପୂର୍ବକ ଶୁଣ, ଧ୍ୟାନପୂର୍ବକ ମନନ କର, ଏବଂ ତାପରେ ତୁମେ ଯେପରି ଇଚ୍ଛା କରୁଛ ସେପରି କର ।”\nଉପଲବ୍ଧ ବିକଳ୍ପ ମଧ୍ୟରୁ କୌଣସିଟିକୁ ବାଛିବାର ସ୍ୱାଧୀନତା ଭଗବାନ ଜୀବକୁ ଦେଇଛନ୍ତି, କିନ୍ତୁ ଚୟନ କରିବାର ସ୍ୱାଧୀନତା ଅସୀମ ନୁହେଁ । ଜଣେ ନିଷ୍ପତ୍ତି ନେଇ ପାରିବ ନାହିଁ, “ମୁଁ ସଂସାରର ସବୁଠାରୁ ବିଜ୍ଞ ବ୍ୟକ୍ତି ହେବାକୁ ଇଚ୍ଛା କରୁଛି ।” ଆମର ଚୟନ ଆମର ପୂର୍ବ ଏବଂ ବର୍ତ୍ତମାନର କର୍ମ ଅନୁସାରେ ସୀମିତ । ତଥାପି କିଛି ପରିମାଣର ସ୍ୱାଧୀନ ଇଚ୍ଛା ଆମ ସମସ୍ତଙ୍କର ଅଛି, କାରଣ ଆମେ ଭଗବାନଙ୍କ ହାତର ଏକ ମେସିନ୍ ନୁହେଁ । ବେଳେବେଳେ ଲୋକେ ପ୍ରଶ୍ନ କରନ୍ତି, ଭଗବାନ ଆମକୁ ସ୍ୱାଧୀନ ଇଚ୍ଛା ଦେଇ ନ ଥିଲେ ଆମେ କୌଣସି ମନ୍ଦ କର୍ମ କରି ନ ଥାନ୍ତୁ । କିନ୍ତୁ ସେପରି ହୋଇଥିଲେ ଆମେ କୌଣସି ସତ୍କର୍ମ ମଧ୍ୟ କରି ପାରିନଥାନ୍ତେ । ସତ୍ କର୍ମ କରିବାର ସୁଯୋଗ ସର୍ବଦା କିଛି ମନ୍ଦକର୍ମ କରିବାର ବିପଦ ମଧ୍ୟ ସୃଷ୍ଟି କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ଯେ, ଭଗବାନ ଚାହାଁନ୍ତି ଆମେ ତାଙ୍କୁ ଭଲ ପାଉ ଏବଂ ଭଲ ପାଇବା ସେତେବେଳେ ହିଁ ସମ୍ଭବ ଯେତେବେଳେ ଆମ ପାଖରେ କିଛି ବାଛିବାର ସୁଯୋଗ ଥାଏ । ମେସିନ୍ଟିଏ ଭଲ ପାଇ ପାରିବ ନାହିଁ, କାରଣ ତା’ପାଖରେ ପସନ୍ଦ କରିବାର କୌଣସି ଅବକାଶ ନ ଥାଏ । ଭଗବାନ ଆମକୁ ସ୍ୱାଧୀନ ଇଚ୍ଛା ତଥା ବିକଳ୍ପ ସବୁ ଉପଲବ୍ଧ କରାଇ ସୃଷ୍ଟି କରିଛନ୍ତି, ଯଦ୍ୱାରା ଆମେ ତାଙ୍କୁ ପସନ୍ଦ କରି ଆମର ପ୍ରେମକୁ ଅଭିବ୍ୟକ୍ତ କରିପାରିବା । ସର୍ବଶକ୍ତିମାନ ଭଗବାନ ମଧ୍ୟ, କୌଣସି ଜୀବକୁ ତାଙ୍କର ଭକ୍ତି କରିବା ପାଇଁ ବାଧ୍ୟ କରିପାରିବେ ନାହିଁ; ଏହି ନିଷ୍ପତ୍ତି ଜୀବକୁ ହିଁ ନେବାକୁ ପଡ଼ିଥାଏ । ତେଣୁ ଶ୍ରୀକୃଷ୍ଣ, ଅର୍ଜୁନଙ୍କର ଏହି ସ୍ୱତନ୍ତ୍ର ଇଚ୍ଛା ପ୍ରତି ଧ୍ୟାନ ଆକର୍ଷଣ କରି, ନିଷ୍ପତ୍ତି ନେବାକୁ ତାଙ୍କୁ ଆହ୍ୱାନ କରିଛନ୍ତି ।"
},
{
"verseTitle": "Bhagavad Gita 18.64",
"verse": "64",
"chapter": 18,
"lang": "or",
"shloka": {
"speaker": "",
"sanskrit": "सर्वगुह्यतमं भूयः शृणु मे परमं वचः ।\n\nइष्टोऽसि मे दृढमिति ततो वक्ष्यामि ते हितम् ॥64॥",
"text": "ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ।\nଇଷ୍ଟୋଽସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍ ।।୬୪।।",
"audioLink": "https://www.holy-bhagavad-gita.org/public/audio/018_064.mp3"
},
"wordMeanings": "ସର୍ବଗୁହ୍ୟତମଂ-ସର୍ବାଧିକ ଗୁପ୍ତ; ଭୂୟଃ-ପୁନର୍ବାର; ଶୃଣୁ-ଶୁଣ; ମେ-ମୋ ଠାରୁ; ପରମଂ-ପରମ; ବଚଃ-ଉପଦେଶ; ଇଷ୍ଟଃ ଅସି- ତୁମେ ମୋର ଅତିପ୍ରିୟ; ମେ-ମୋର; ଦୃଢ଼ଂ-ଅତ୍ୟନ୍ତ; ଇତି-ଏହିପରି; ତତଃ-ତେଣୁ; ବକ୍ଷ୍ୟାମି- ମୁଁ କହିବି; ତେ -ତୁମର;ହିତମ୍-ମଙ୍ଗଳ ପାଇଁ ।",
"translation": {
"text": "ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-64.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.64.mp3"
]
},
"commentary": "ଜଣେ ଶିକ୍ଷକ ଅତ୍ୟନ୍ତ ଗୁଢ଼ ଜ୍ଞାନ ଜାଣିଥାଇ ପାରନ୍ତି, କିନ୍ତୁ ସେ ଏହାକୁ ଛାତ୍ରମାନଙ୍କ ନିକଟରେ ପ୍ରକାଶ କରି ନ ପାରନ୍ତି । ତାହା ପ୍ରଦାନ କରିବା ପୂର୍ବରୁ ସେ ଅନେକ ବିଷୟର ଅନୁଧ୍ୟାନ କରିଥାନ୍ତି, ଯେପରିକି, ଛାତ୍ର ଏହା ଗ୍ରହଣ କରିବାକୁ ପ୍ରସ୍ତୁତ କି ନାହିଁ, ସେ ବୁଝିପାରିବେ କି ନାହିଁ, ଏହାର ଉପକାର କ’ଣ ଇତ୍ୟାଦି । ଭଗବଦ୍ ଗୀତାର ପ୍ରାରମ୍ଭରେ, ଅର୍ଜୁନ ସମ୍ମୁଖୀନ ହେଉଥିବା ସମସ୍ୟା ଦ୍ୱାରା ବିଚଳିତ ହୋଇପଡ଼ିଛନ୍ତି ଏବଂ ଶ୍ରୀକୃଷ୍ଣଙ୍କୁ ମାର୍ଗଦର୍ଶନ ପାଇଁ ଅନୁରୋଧ କରିଛନ୍ତି । ଶ୍ରୀକୃଷ୍ଣ ଅତି ଯତ୍ନର ସହିତ ସୁବିଚାରିତ ଶୈଳୀରେ, ଅଠରଗୋଟି ଅଧ୍ୟାୟ ମାଧ୍ୟମରେ, ଧୀରେ ଧୀରେ ତାଙ୍କର ଧୀଶକ୍ତିକୁ ଜ୍ଞାନସିକ୍ତ କରିଛନ୍ତି । ଅର୍ଜୁନ ସେହିସବୁ ଉପଦେଶକୁ ଅତି ସୁନ୍ଦର ଭାବରେ ଗ୍ରହଣ କରୁଥିବାର ଦେଖି, ଶ୍ରୀକୃଷ୍ଣଙ୍କର ବିଶ୍ୱାସ ଉତ୍ପନ୍ନ ହୋଇଛି ଯେ ଅର୍ଜୁନ ଏହି ଅନ୍ତିମ ଏବଂ ଗୁଢ଼ତମ ଜ୍ଞାନକୁ ମଧ୍ୟ ହୃଦ୍ବୋଧ କରିପାରିବେ । ପୁଣି ସେ କହୁଛନ୍ତି, ଇଷ୍ଟୋଽସି ମେ ଦୃଢ଼ମିତି, ଅର୍ଥାତ୍, “ମୁଁ ଏହା ତୁମକୁ କହୁଛି କାରଣ ତୁମେ ମୋର ଅତି ପ୍ରିୟ ସଖା ଅଟ । ମୁଁ ତୁମ ପାଇଁ ଅତି ବେଶୀ ଚିନ୍ତିତ ଏବଂ ଆନ୍ତରିକ ଭାବରେ ମୁଁ ତୁମର ମଙ୍ଗଳ କାମନା କରେ ।”"
},
{
"verseTitle": "Bhagavad Gita 18.65",
"verse": "65",
"chapter": 18,
"lang": "or",
"shloka": {
"speaker": "",
"sanskrit": "मन्मना भव मद्भक्तो मद्याजी मां नमस्कुरु।\n\nमामेवैष्यसि सत्यं ते प्रतिजाने प्रियोऽसि मे ॥65।",
"text": "ମନ୍ମନା ଭବ ମଦ୍ଭକ୍ତୋ ମଦ୍ଦ୍ୟ।।ଜୀ ମାଂ ନମସ୍କୁରୁ ।\nମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଽସି ମେ ।।୬୫।।",
"audioLink": "https://www.holy-bhagavad-gita.org/public/audio/018_065.mp3"
},
"wordMeanings": "ମତ୍ ମନାଃ- ମୋର ସ୍ମରଣ କର; ଭବ-ହୁଅ; ମତ୍-ଭକ୍ତଃ-ମୋର ଭକ୍ତ; ମତ୍-ୟାଜୀ-ମୋର ଉପାସନା କର; ମାଂ -ମୋତେ; ନମସ୍କୁରୁ-ପ୍ରଣାମ କର; ମାଂ-ମୋତେ; ଏବ-ନିଶ୍ଚିତଭାବେ; ଏଷ୍ୟସି-ତୁମେ ଆସିବ; ସତ୍ୟଂ-ପ୍ରକୃତରେ; ତେ-ତୁମକୁ; ପ୍ରତିଜାନେ-ମୁଁ ପ୍ରତିଜ୍ଞା କରୁଛି; ପ୍ରିୟଃ-ପ୍ରିୟ; ଅସି-ଅଟ; ମେ-ମୋର ।",
"translation": {
"text": "ସର୍ବଦା ମୋର ସ୍ମରଣ କର, ମୋର ଭକ୍ତି କର, ମୋର ଉପାସନା କର ଏବଂ ମୋତେ ପ୍ରଣାମ କର । ଏହିପରି କରିବା ଦ୍ୱାରା ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ । ଏହା ମୋର ପ୍ରତିଜ୍ଞା ଅଟେ, କାରଣ ତୁମେ ମୋର ଅତି ପ୍ରିୟ ଅଟ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-65.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.65.mp3"
]
},
"commentary": "ଶ୍ରୀକୃଷ୍ଣ ନବମ ଅଧ୍ୟାୟରେ ଅର୍ଜୁନଙ୍କୁ ଗୁଢ଼ତମ ଜ୍ଞାନ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ ଏବଂ ଭକ୍ତିର ମହିମା ଗାନ କରିଥିଲେ । ଏଠାରେ ସେ ଶ୍ଳୋକ ୯.୩୪ର ପ୍ରଥମ ଧାଡ଼ିକୁ ପୁନରାବୃତ୍ତି କରି, ସେ ତାଙ୍କୁ ଭକ୍ତି କରିବାକୁ କହୁଛନ୍ତି । ଶ୍ରୀକୃଷ୍ଣଙ୍କ ପ୍ରତି ହୃଦୟରେ ଗଭୀର ପ୍ରେମ ବିକଶିତ କରି ଏବଂ ଅନନ୍ୟ ଭକ୍ତି ସହ ମନକୁ ତାଙ୍କଠାରେ ନିମଗ୍ନ କରି, ଅର୍ଜୁନ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରିବା ସୁନିଶ୍ଚିତ । ଭକ୍ତିରେ ପୂର୍ଣ୍ଣତଃ ନିମଗ୍ନ ଏପରି ଏକ ଆଦର୍ଶ ଉଦାହରଣ ହେଉଛନ୍ତି ରାଜା ଅମ୍ବରିଶ । ଶ୍ରୀମଦ୍ ଭାଗବତମ୍ ବର୍ଣ୍ଣନା କରେ:\nସ ବୈ ମନଃ କୃଷ୍ଣ-ପଦାରବିନ୍ଦୟୋର୍ ବଚାଂସି ବୈକୁଣ୍ଠ-ଗୁଣାନୁବର୍ଣ୍ଣନେକରୌ ହରେର୍ ମନ୍ଦିର-ମାର୍ଜନାଦିଷୁ ଶ୍ରୁତିଂ ଚକାରାଚ୍ୟୁତ-ସତ୍-କଥୋଦୟେମୁକୁନ୍ଦ-ଲିଙ୍ଗାଳୟ-ଦର୍ଶନେ ଦୃଶୌ ତଦ୍-ଭୃତ୍ୟ-ଗାତ୍ର-ସ୍ପର୍ଶେଽଙ୍ଗ-ସଂଗମମ୍ଘ୍ରାଣଂ ଚ ତତ୍-ପାଦ-ସରୋଜ-ସୌରଭେ ଶ୍ରୀମତ୍-ତୁଲସ୍ୟା ରସନାଂ ତଦ୍ ଅର୍ପିତେପାଦୌ ହରେଃ କ୍ଷେତ୍ର-ପଦାନୁସର୍ପଣେ ଶିରୋ ହୃଷୀକେଶ-ପଦାଭିବନ୍ଦନେକାମଂ ଚ ଦାସ୍ୟେ ନ ତୁ କାମ-କାମ୍ୟୟା ଯଥୋତ୍ତମଶ୍ଳୋକ-ଜନାଶ୍ରୟା ରତିଃ (୯.୪.୧୮-୨୦)\n“ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ଅମ୍ବରିଶ ତାଙ୍କ ମନକୁ ନିମଗ୍ନ ରଖୁଥିଲେ, ବାଣୀରେ ସେ ଶ୍ରୀକୃଷ୍ଣଙ୍କର ଯଶଗାନ କରୁଥିଲେ, ହସ୍ତରେ ମନ୍ଦିର ମାର୍ଜନା କରୁଥିଲେ, କର୍ଣ୍ଣଦ୍ୱାରା ପ୍ରଭୁଙ୍କର ଦିବ୍ୟ ଲୀଳା ଶ୍ରବଣ କରୁଥିଲେ । ସେ ତାଙ୍କ ଚକ୍ଷୁରେ ଭଗବାନଙ୍କର ବିଗ୍ରହ ଦର୍ଶନ କରୁଥିଲେ, ତାଙ୍କ ଅଙ୍ଗ ଦ୍ୱାରା ଭକ୍ତମାନଙ୍କର ଶରୀର ସ୍ପର୍ଶ କରୁଥିଲେ, ତାଙ୍କ ନାସିକା ଭଗବାନଙ୍କ ଚରଣରେ ଅର୍ପିତ ତୁଳସୀର ସୁଗନ୍ଧ ଆଘ୍ରାଣ କରୁଥିଲା ଏବଂ ତାଙ୍କ ଜିହ୍ୱା ଭଗବାନଙ୍କ ପ୍ରସାଦ ସେବନ କରୁଥିଲା । ସେ ତାଙ୍କର ପାଦକୁ ପବିତ୍ର ତୀର୍ଥଯାତ୍ରା ସକାଶେ ବ୍ୟବହାର କରୁଥିଲେ ଏବଂ ତାଙ୍କ ମସ୍ତକ ଭଗବାନଙ୍କୁ ପ୍ରଣତି ଜଣାଉଥିଲା । ସେ ପୁଷ୍ପମାଲ୍ୟ, ଚନ୍ଦନ ଆଦି ସମସ୍ତ ସାମଗ୍ରୀ ଭଗବାନଙ୍କ ସେବାରେ ଅର୍ପଣ କରୁଥିଲେ । ଏହି ସମସ୍ତ କ୍ରିୟା ସେ ନିଜ ସ୍ୱାର୍ଥ ପୂରଣ ଉଦ୍ଦେଶ୍ୟରେ ନ କରି, ନିଜର ଶୁଦ୍ଧିକରଣ ଦ୍ୱାରା ଭଗବାନଙ୍କର ନିଷ୍କାମ ପ୍ରେମ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ କରୁଥିଲେ ।”\nହୃଦୟର ସହିତ ନିଜକୁ ପୂର୍ଣ୍ଣତଃ ଭଗବାନଙ୍କ ଭକ୍ତିରେ ନିୟୋଜିତ କରିବାର ନିର୍ଦ୍ଦେଶ ହିଁ ସମସ୍ତ ଶାସ୍ତ୍ରମାନଙ୍କର ସାରତତ୍ତ୍ୱ ଏବଂ ସମସ୍ତ ଜ୍ଞାନର ସାରମର୍ମ ଅଟେ । କିନ୍ତୁ ଏହା ଶ୍ରୀକୃଷ୍ଣ ପ୍ରଦାନ କରିଥିବା ଗୁଢ଼ତମ ଜ୍ଞାନ ନୁହେଁ, କାରଣ ପୂର୍ବରୁ ସେ ଏହା କହି ସାରିଛନ୍ତି । ବର୍ତ୍ତମାନ ପରବର୍ତ୍ତୀ ଶ୍ଳୋକରେ ସେ ସେହି ଗୁହ୍ୟତମ ଜ୍ଞାନ ପ୍ରକାଶ କରୁଛନ୍ତି ।"
},
{
"verseTitle": "Bhagavad Gita 18.66",
"verse": "66",
"chapter": 18,
"lang": "or",
"shloka": {
"speaker": "",
"sanskrit": "सर्वधर्मान्परित्यज्य मामेकं शरणं व्रज।\n\nअहं त्वां सर्वपापेभ्यो मोक्षयिष्यामि मा शुचः ॥66॥",
"text": "ସର୍ବଧର୍ମାନ୍ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।\nଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।।୬୬।।",
"audioLink": "https://www.holy-bhagavad-gita.org/public/audio/018_066.mp3"
},
"wordMeanings": "ସର୍ବଧର୍ମାନ୍-ସମସ୍ତ ପ୍ରକାରର ଧର୍ମ; ପରିତ୍ୟଜ୍ୟ-ପରିତ୍ୟାଗ କରି; ମାଂ-ମୋତେ; ଏକଂ-କେବଳ; ଶରଣଂ-ଶରଣ; ବ୍ରଜ-ନିଅ; ଅହଂ-ମୁଁ; ତ୍ୱାଂ-ତୁମକୁ; ସର୍ବ-ସମସ୍ତ; ପାପେଭ୍ୟଃ-ପାପକର୍ମର ପ୍ରତିକ୍ରିୟାରୁ; ମୋକ୍ଷୟିଷ୍ୟାମି-ମୁକ୍ତ କରିବି; ମା ଶୁଚଃ-ଭୟ କରନାହିଁ ।",
"translation": {
"text": "ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି, କେବଳ ମୋର ଶରଣାଗତ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ଭୟ କରନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-66.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.66.mp3"
]
},
"commentary": "ଏ ପର୍ଯ୍ୟନ୍ତ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏକ ସଙ୍ଗେ ଦୁଇଟି କାର୍ଯ୍ୟ କରିବାକୁ କହି ଆସୁଥିଲେ - ମନରେ ଭକ୍ତି କର ଏବଂ ଶରୀରଦ୍ୱାରା ଜଣେ ଯୋଦ୍ଧା ଭାବରେ ନିଜର ସାଂସାରିକ କର୍ତ୍ତବ୍ୟ ପାଳନ କର । ତେଣୁ ଅର୍ଜୁନ ତାଙ୍କର କ୍ଷତ୍ରିୟ ଧର୍ମ ତ୍ୟାଗ କରନ୍ତୁ ଏହା ସେ ଚାହୁଁ ନ ଥିଲେ, କିନ୍ତୁ ତା’ ସହିତ ଭକ୍ତି କରିବାକୁ କହୁଥିଲେ । ଏହା କର୍ମଯୋଗର ନିୟମ ଅଟେ । ଶ୍ରୀକୃଷ୍ଣ ତାଙ୍କର ଏହି ନିୟମ ପରିବର୍ତ୍ତନ କରି ବର୍ତ୍ତମାନ କହୁଛନ୍ତି, ତୁମର ସାଂସାରିକ ଧର୍ମ ପାଳନ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଅର୍ଜୁନ କେବଳ ଭଗବାନଙ୍କର ଶରଣାଗତ ହୋଇ, ତାଙ୍କର ସମସ୍ତ ଭୌତିକ ଧର୍ମ ପରିତ୍ୟାଗ କରିପାରିବେ । ଏହା କର୍ମ ସନ୍ୟାସର ନିୟମ ଅଟେ । ଏଠାରେ ଜଣେ ପ୍ରଶ୍ନ କରିପାରନ୍ତି, ଆମେ ଯଦି ଆମର ସମସ୍ତ ସାଂସାରିକ କର୍ତ୍ତବ୍ୟ ତ୍ୟାଗ କରିବା, ଆମେ ପାପ ଅର୍ଜନ କରିବା ନାହିଁ କି ? ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭୟ ନ କରିବାକୁ କହୁଛନ୍ତି; ସେ ଆଶ୍ୱାସନା ଦେଉଛନ୍ତି ଯେ ସେ ତାଙ୍କୁ ସମସ୍ତ ପାପରୁ ଏବଂ ଭୌତିକ ବନ୍ଧନରୁ ମୁକ୍ତ କରିଦେବେ ।\nଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକୁ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ଧର୍ମ ଶବ୍ଦର ଅର୍ଥ ବୁଝିବାକୁ ପଡ଼ିବ । ଏହାର ଉତ୍ପତ୍ତି ମୂଳ ଶବ୍ଦ ଧୃ ରୁ ହୋଇଛି, ଯାହାର ଅର୍ଥ ଧାରଣ କରିବା ଯୋଗ୍ୟ ଅଥବା “ଦାୟୀତ୍ୱ, କର୍ତ୍ତବ୍ୟ, ବିଚାର ଏବଂ କର୍ମ ଯାହା ଆମ ପାଇଁ ଉପଯୁକ୍ତ” । ପ୍ରକୃତରେ ଦୁଇ ପ୍ରକାର ଧର୍ମ ଅଛି- ଭୌତିକ ଧର୍ମ ଏବଂ ଆଧ୍ୟାତ୍ମିକ ଧର୍ମ । ଏହି ଦୁଇ ପ୍ରକାରର ଧର୍ମ, “ନିଜ”ସମ୍ବନ୍ଧରେ ଦୁଇ ପ୍ରକାରର ଧାରଣା ଉପରେ ପର୍ଯ୍ୟବେଶିତ । ଯେତେବେଳେ ଆମେ ନିଜକୁ ଶରୀର ମନେ କରୁ, ସେତେବେଳେ ଶାରୀରିକ ପଦବୀ, ଦାୟୀତ୍ୱ, କର୍ତ୍ତବ୍ୟ ଏବଂ ନୀତିନିୟମ ଅନୁସାରେ ଆମର ଧର୍ମ ନିର୍ଦ୍ଧାରିତ ହୋଇଥାଏ । ତେଣୁ ଶାରୀରିକ ମାତାପିତାଙ୍କର ସେବା କରିବା, ସମାଜ ଓ ଦେଶ ପ୍ରତି ଦାୟୀତ୍ୱ ପୂରଣ କରିବା ଇତ୍ୟାଦି ଆମର ଶରୀରିକ ଧର୍ମ ଅଟେ । ଏହାକୁ ଅପର ଧର୍ମ ବା ଭୌତିକ ଧର୍ମ ମଧ୍ୟ କୁହାଯାଏ । ବର୍ଣ୍ଣାଶ୍ରମ ଧର୍ମ ଅନ୍ତର୍ଗତ ଜଣେ ବ୍ରାହ୍ମଣ ବା କ୍ଷତ୍ରିୟର ଧର୍ମ ଏହାର ଅନ୍ତର୍ଭୁକ୍ତ ଅଟେ । କିନ୍ତୁ ଯେତେବେଳେ ଆମେ ନିଜକୁ ଆତ୍ମା ରୂପରେ ଉପଲବ୍ଧି କରିଥାଉ, ଆମର ବର୍ଣ୍ଣ (ସାମାଜିକ ଶ୍ରେଣୀ) ଏବଂ ଆଶ୍ରମ (ଜୀବନର ସ୍ଥିତି) ଅନୁଯାୟୀ କୌଣସି ପଦବୀ ରହି ନ ଥାଏ । ଆତ୍ମାର ବାପା, ମା, ସଖା, ପ୍ରିୟତମ ଏବଂ ଆଶ୍ରୟସ୍ଥଳ ସବୁକିଛି ଭଗବାନ ଅଟନ୍ତି । ତେଣୁ ପ୍ରେମ ଓ ଭକ୍ତିଯୁକ୍ତ ସେବା ହିଁ ଆମର ଧର୍ମ ହୋଇଥାଏ । ଏହାକୁ ପରଧର୍ମ ବା ଆଧ୍ୟାତ୍ମିକ ଧର୍ମ ମଧ୍ୟ କୁହାଯାଏ ।\nଯଦି ଜଣେ ଭୌତିକ ଧର୍ମ ପରିତ୍ୟାଗ କରେ, ଏହାକୁ କର୍ତ୍ତବ୍ୟ ବର୍ଜନ ଜନିତ ପାପ ଭାବରେ ଧରାଯାଏ । କିନ୍ତୁ ଯଦି ଜଣେ ଭୌତିକ ଧର୍ମ ପରିତ୍ୟାଗ କରି ଆଧ୍ୟାତ୍ମିକ ଧର୍ମର ଆଶ୍ରିତ ହୁଏ, ଏହା ପାପ ହୋଇ ନ ଥାଏ । ଶ୍ରୀମଦ୍ ଭାଗବତମ୍ କହେ:\nଦେବର୍ଷି-ଭୂତାତ୍ମା-ନୃଣାଂ ପିତୃଣାଂ ନ କିଙ୍କରୋ ନାୟମ୍ ଋଣୀ ଚ ରାଜନ୍ସର୍ବାତ୍ମନା ଯଃ ଶରଣଂ ଶରଣ୍ୟଂ ଗତୋ ମୁକୁନ୍ଦଂ ପରିହୃତ୍ୟ କର୍ତମ୍ (୧୧.୫.୪୧)\nଏହି ଶ୍ଳୋକ ବର୍ଣ୍ଣନା କରୁଛି ଯେ ଯେଉଁମାନେ ଭଗବାନଙ୍କର ଶରଣାଗତ ହୁଅନ୍ତି ନାହିଁ, ତାଙ୍କ ଉପରେ ପାଞ୍ଚୋଟି ଋଣ ରହିଥାଏ- ସ୍ୱର୍ଗର ଦେବଋଣ, ଋଷିଋଣ, ପିତୃଋଣ, ନୃଋଣ ଏବଂ ଭୂତଋଣ । ବର୍ଣ୍ଣାଶ୍ରମ ନିୟମରେ ଏହିସବୁ ଋଣରୁ ମୁକ୍ତ ହେବାପାଇଁ ଅନେକ ବିଧିବିଧାନ ଅନ୍ତର୍ଭୁକ୍ତ ହୋଇଛି । କିନ୍ତୁ ଆମେ ଯେତେବେଳେ ଭଗବାନଙ୍କର ଶରଣାଗତ ହେଉ, ଏହିସବୁ ଋଣରୁ ଆପେ ଆପେ ମୁକ୍ତ ହୋଇଯାଉ । ଯେପରି ବୃକ୍ଷର ମୂଳରେ ଜଳ ସିଞ୍ଚନ କଲେ, ବୃକ୍ଷର ସମସ୍ତ ଶାଖା, ପ୍ରଶାଖା, ପତ୍ର, ପୁଷ୍ପ ଏବଂ ଫଳ ଆପଣାଛାଏଁ ଜଳ ପାଇଥାନ୍ତି, ସେହିପରି ଯଦି ଭଗବାନଙ୍କ ପ୍ରତି ଆମର କର୍ତ୍ତବ୍ୟ ପୂରଣ କରିବା ତାହେଲେ ଅନ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ସ୍ୱାଭାବିକ ଭାବରେ ପୂରଣ ହୋଇଯିବ । ତେଣୁ, ଆମେ ଯଦି ଆଧ୍ୟାତ୍ମିକ ଧର୍ମରେ ଯଥାର୍ଥ ଭାବରେ ସ୍ଥିତ ହୋଇଯିବା, ତେବେ ଭୌତିକ ଧର୍ମ ତ୍ୟାଗ କରିବାରେ କୌଣସି ପାପ ହେବନାହିଁ । ବାସ୍ତବରେ ଅନ୍ତିମ ଲକ୍ଷ୍ୟ ହେଉଛି, ହୃଦୟର ସହିତ ପୂର୍ଣ୍ଣତଃ ଆଧ୍ୟାତ୍ମିକ ଧର୍ମରେ ନିଯୁକ୍ତ ରହିବା । ଶ୍ରୀମଦ୍ ଭାଗବତମ୍ କହେ:\nଆଜ୍ଞାୟୈବଂ ଗୁଣାନ୍ ଦୋଷାନ୍ ମୟଦିଷ୍ଟାନ୍ ଅପି ସ୍ୱକାନ୍ଧର୍ମାନ୍ ସନ୍ତ୍ୟଜ୍ୟ ଯଃ ସର୍ବାନ୍ ମାଂ ଭଜେତ ସ ତୁ ସତ୍ତମଃ (୧୧.୧୧.୩୨)\n“ବେଦରେ ମୁଁ ଶାରୀରିକ ଧର୍ମ ପାଳନ କରିବା ପାଇଁ ଅସଂଖ୍ୟ ପ୍ରକାରର ନିର୍ଦ୍ଦେଶ ଦେଇଛି । କିନ୍ତୁ ଯେଉଁମାନେ ଏଥିରେ ତ୍ରୁଟି ଲକ୍ଷ୍ୟ କରିଥାନ୍ତି ଏବଂ ସମସ୍ତ ବିହିତ କର୍ମ ତ୍ୟାଗ କରି କେବଳ ମୋର ଭକ୍ତିପୁତ ସେବା କରିଥାନ୍ତି, ମୁଁ ସେମାନଙ୍କୁ ଶ୍ରେଷ୍ଠ ସାଧକ ଭାବେ ବିବେଚନା କରେ । ରାମାୟଣରେ ଆମେ ପଢିଥାଏ, କିପରି ଲକ୍ଷ୍ମଣ ତାଙ୍କର ଭୌତିକ କର୍ତ୍ତବ୍ୟ ତ୍ୟାଗ କରି, ପ୍ରଭୁ ରାମଙ୍କ ସହିତ ବନକୁ ଅନୁଗମନ କରିଥିଲେ । ସେ କହିଥିଲେ:\nଗୁରୁ ପିତୁ ମାତୁ ନ ଜାନହୁ କାହୂ, କହହୁ ସୁଭାଊ ନାଥ ପତିୟାଊମୋରେ ସବହିଁ ଏକ ତୁମ ସ୍ୱାମୀ, ଦିନବନ୍ଧୁ ଉର ଅନ୍ତରଯାମୀ\n“ହେ ପ୍ରଭୁ ! ମୋତେ ବିଶ୍ୱାସ କରନ୍ତୁ, ମୁଁ କୌଣସି ଗୁରୁ, ପିତା, ମାତା ଆଦିଙ୍କୁ ଜାଣେନାହିଁ । ମୋ ବିଚାରରେ ଆପଣଙ୍କ ପରି ଦୀନବନ୍ଧୁ ଏବଂ ଅନ୍ତର୍ଯ୍ୟାମୀ ହିଁ ମୋର ପ୍ରଭୁ ଏବଂ ସର୍ବସ୍ୱ ଅଟନ୍ତି ।” ସେହିପରି ପ୍ରହ୍ଲାଦ କହିଥିଲେ:\nମାତା ନାସ୍ତି ପିତା ନଽସ୍ତି ନଽସ୍ତି ମେ ସ୍ୱଜନୋ ଜନଃ\n“ମୁଁ କୌଣସି ମାତା, ପିତା କିମ୍ବା ପରିଜନଙ୍କୁ ଜାଣେନାହିଁ (ଭଗବାନ ମୋର ସବୁକିଛି ଅଟନ୍ତି) ।”\nଶ୍ରୀକୃଷ୍ଣ ଭାଗବତ୍ ଗୀତାରେ, ଅର୍ଜୁନଙ୍କୁ ଧାରାବାହିକ ଭାବରେ ଉଚ୍ଚତର ନିର୍ଦ୍ଦେଶ ସବୁ ପ୍ରଦାନ କରୁଛନ୍ତି । ପ୍ରଥମେ ସେ ଅର୍ଜୁନଙ୍କୁ କର୍ମ କରିବାକୁ କହିଲେ, ଯାହାକି ଜଣେ ଯୋଦ୍ଧା ଭାବରେ ତାଙ୍କର ଭୌତିକ ଧର୍ମ ଥିଲା (ଶ୍ଳୋକ ୨.୩୧) । କିନ୍ତୁ ଭୌତିକ ଧର୍ମ , ଭଗବତ୍ ପ୍ରାପ୍ତି କରାଏ ନାହିଁ । ଏହା ସ୍ୱର୍ଗଲୋକକୁ ନେଇଯାଏ ଏବଂ ଧାର୍ମିକ କର୍ମ ସବୁ କ୍ଷୟ ହୋଇଯିବା ପରେ, ବ୍ୟକ୍ତି ପୁନର୍ବାର ମୃତ୍ୟୁଲୋକକୁ ପ୍ରତ୍ୟାବର୍ତ୍ତନ କରିଥାଏ । ତେଣୁ ଶ୍ରୀକୃଷ୍ଣଙ୍କର ପରବର୍ତ୍ତୀ ନିର୍ଦ୍ଦେଶ ଥିଲା କର୍ମଯୋଗ, ଯାହାକି ଶରୀର ଦ୍ୱାରା ଭୌତିକ ଧର୍ମ ଏବଂ ମନ ଦ୍ୱାରା ଆଧ୍ୟାତ୍ମିକ ଧର୍ମ ପାଳନ କରିବା ଅଟେ । ସେ ଅର୍ଜୁନଙ୍କୁ ଶରୀର ଦ୍ୱାରା ଯୁଦ୍ଧ କରିବାକୁ ଏବଂ ମନରେ ଭଗବାନଙ୍କୁ ସ୍ମରଣ କରିବାକୁ କହିଛନ୍ତି (ଶ୍ଳୋକ ୮.୭) । ଭଗବଦ୍ ଗୀତାର ଅଧିକାଂଶ ଭାଗ ଏହି କର୍ମଯୋଗର ବର୍ଣ୍ଣନାରେ ପରିପୂର୍ଣ୍ଣ । ବର୍ତ୍ତମାନ ସର୍ବଶେଷରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସନ୍ୟାସ ପାଳନ କରିବାକୁ ଉପଦେଶ ଦେଇଛନ୍ତି; ସେ ସମସ୍ତ ଭୌତିକ ଧର୍ମ ତ୍ୟାଗ କରି, କେବଳ ଆଧ୍ୟାତ୍ମିକ ଧର୍ମର ଅବଲମ୍ବନ ଗ୍ରହଣ କରିବାକୁ କହୁଛନ୍ତି, ଯାହା ଭଗବାନଙ୍କର ଭକ୍ତି ଅଟେ । ତେଣୁ ଜଣେ ଯୋଦ୍ଧାର କର୍ତ୍ତବ୍ୟ ରୂପରେ ନୁହେଁ, ଏପରି କର୍ମ କରିବାକୁ ଭଗବାନ ଇଚ୍ଛା କରୁଥିବାରୁ, ସେ ଯୁଦ୍ଧ କରିବା ଉଚିତ ।\nକିନ୍ତୁ ଶ୍ରୀକୃଷ୍ଣ ଏହି ଉପଦେଶ ଅର୍ଜୁନଙ୍କୁ ଆଗରୁ କାହିଁକି ଦେଲେ ନାହିଁ ? ଶ୍ଳୋକ ୫.୨ରେ , କାହିଁକି ସେ ସ୍ପଷ୍ଟ ରୂପରେ ଏହାର ବିପରୀତ ବ୍ୟାଖ୍ୟା ପ୍ରଦାନ କଲାପରି ପ୍ରତୀତ ହେଉଛି, ଯେତେବେଳେ ସେ କହିଥିଲେ, କର୍ମଯୋଗ କର୍ମସନ୍ୟାସ ଠାରୁ ଶ୍ରେଷ୍ଠ ଅଟେ ? ଶ୍ରୀକୃଷ୍ଣ ଏହାକୁ ପ୍ରାଞ୍ଜଳ ଭାବରେ ପରବର୍ତ୍ତୀ ଶ୍ଳୋକରେ ବୁଝାଇଛନ୍ତି ।"
},
{
"verseTitle": "Bhagavad Gita 18.67",
"verse": "67",
"chapter": 18,
"lang": "or",
"shloka": {
"speaker": "",
"sanskrit": "इदं ते नातपस्काय नाभक्ताय कदाचन।\n\nन चाशुश्रूषवे वाच्यं न च मां योऽभ्यसूयति ॥67॥",
"text": "ଇଦଂ ତେ ନାତପସ୍କାୟ ନାଭକ୍ତାୟ କଦାଚନ ।\nନ ଚାଶୁଶ୍ରୂଷବେ ବାଚ୍ୟଂ ନ ଚ ମାଂ ଯୋଽଭ୍ୟସୂୟତି ।।୬୭।।",
"audioLink": "https://www.holy-bhagavad-gita.org/public/audio/018_067.mp3"
},
"wordMeanings": "ଇଦଂ-ଏହା; ତେ-ତୁମ ଦ୍ୱାରା; ନ-ନୁହେଁ; ଅତପସ୍କାୟ-ଯିଏ ତପସ୍ୱୀ ନୁହେଁ; ନ-ନୁହେଁ; ଅଭକ୍ତାୟ- ଯିଏ ଭକ୍ତ ନୁହେଁ; କଦାଚନ-କଦାପି; ନ-ନୁହେଁ; ଚ-ମଧ୍ୟ; ଅଶୁଶ୍ରୂଷବେ- ଯିଏ ଶୁଣିବାକୁ ଆଗ୍ରହୀ ନୁହେଁ; ବାଚ୍ୟଂ-କହିବା ଉଚିତ୍; ନ-ନୁହେଁ; ଚ-ମଧ୍ୟ; ମାଂ-ମୋତେ; ଯଃ-ଯିଏ; ଅଭ୍ୟସୂୟତି- ଈର୍ଷାକରେ ।",
"translation": {
"text": "ଏହିସବୁ ନିର୍ଦ୍ଦେଶ ଯିଏ ତପସ୍ୱୀ ନୁହଁନ୍ତି ଏବଂ ଯିଏ ଭକ୍ତ ନୁହଁନ୍ତି, ସେମାନଙ୍କୁ ଦେବା ଉଚିତ୍ ନୁହେଁ । ଯେଉଁମାନେ ଶୁଣିବାକୁ (ଆଧ୍ୟାତ୍ମିକ ବିଷୟ) ଅନିଚ୍ଛୁକ, ସେପରି ବ୍ୟକ୍ତିଙ୍କୁ ମଧ୍ୟ ଏହା କହିବା ଉଚିତ ନୁହେଁ, ବିଶେଷ କରି ଯେଉଁମାନେ ମୋତେ ଈର୍ଷା କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-67.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.67.mp3"
]
},
"commentary": "ପୂର୍ବବର୍ତ୍ତୀ ଶ୍ଳୋକରେ ଆଲୋଚନା କରାଯାଇଥିଲା, ଯେଉଁମାନେ ଭଗବାନଙ୍କର ପ୍ରେମ ଭକ୍ତି କରନ୍ତି, ସାଂସାରିକ କର୍ମ ତ୍ୟାଗ କଲେ ମଧ୍ୟ ତାଙ୍କୁ ପାପ ସ୍ପର୍ଶ କରେନାହିଁ, କିନ୍ତୁ ଏହି ଉପଦେଶରେ ଗୋଟିଏ ଅସୁବିଧା ଅଛି । ଯଦି ଆମେ ଭଗବତ୍ ପ୍ରେମରେ ପୂର୍ଣ୍ଣତଃ ସ୍ଥିତ ହେବା ପୂର୍ବରୁ ସାଂସାରିକ କର୍ମ ତ୍ୟାଗ କରିଦେବା, ତେବେ ଆମେ କୌଣସି କୁଳର ହେବା ନାହିଁ । ତେଣୁ କେବଳ ଅଧିକାରୀ ବ୍ୟକ୍ତିଙ୍କ ପାଇଁ ହିଁ କର୍ମ ସନ୍ୟାସ ପ୍ରଯୁଜ୍ୟ । ଆମେ କେଉଁ ମାର୍ଗର ଅଧିକାରୀ ତାହା ଗୁରୁ ହିଁ ନିର୍ଣ୍ଣୟ କରିବେ, କାରଣ ସେ ଆମର ଯୋଗ୍ୟତା ଏବଂ ମାର୍ଗର କଠିନତା ବିଷୟରେ ଅବଗତ ଥାଆନ୍ତି । ଯଦି ଜଣେ ଛାତ୍ର ସ୍ନାତକ ଉପାଧି ଚାହେଁ, ସେ ସିଧାସଳଖ ସ୍ନାତକ ଉପାଧି ପ୍ରଦାନ ଉତ୍ସବରେ ଯୋଗ ଦେଇପାରିବ ନାହିଁ । ତାକୁ ପ୍ରଥମ ଶ୍ରେଣୀରୁ କ୍ରମାନ୍ୱୟରେ ଶିକ୍ଷା ଆରମ୍ଭ କରିବାକୁ ପଡ଼ିବ । ସେହିପରି, ଅଧିକାଂଶ ବ୍ୟକ୍ତି କର୍ମଯୋଗ ପାଇଁ ଯୋଗ୍ୟ ଅଟନ୍ତି । ସମୟ ପୂର୍ବରୁ ସେମାନେ ଯଦି କର୍ମ ସନ୍ୟାସ ଗ୍ରହଣ କରନ୍ତି, ତେବେ ତାହା ବହୁତ ବଡ଼ ମୁର୍ଖାମୀ ଅଟେ । ତେଣୁ ତାଙ୍କୁ ଶାରୀରିକ ଧର୍ମ ପାଳନ କରିବା ସହିତ ଭକ୍ତି କରିବା ପାଇଁ ନିର୍ଦ୍ଦେଶ ଦେବା ଯଥାର୍ଥ ଅଟେ । ସେଥିପାଇଁ, ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଏହି ଗୁପ୍ତଜ୍ଞାନ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଅନ୍ୟମାନଙ୍କ ସମ୍ମୁଖରେ ଏହି ତଥ୍ୟକୁ ପ୍ରକାଶ କରିବା ପୂର୍ବରୁ, ଆମେ ତାଙ୍କ ଅଧିକାରୀତ୍ୱର ସମୀକ୍ଷା କରିବା ଉଚିତ ।\nଏହି ଚେତାବନୀ ବିଶେଷତଃ ପୂର୍ବବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଥିବା ଗୁପ୍ତଜ୍ଞାନ ପାଇଁ ତଥା ସମଗ୍ର ଭଗବଦ୍ ଗୀତାର ସନ୍ଦେଶ ପାଇଁ, ପ୍ରଯୁଜ୍ୟ ଅଟେ । ଏହା ଯଦି କୌଣସି ଶ୍ରୀକୃଷ୍ଣ ବିରୋଧୀ ବ୍ୟକ୍ତିଙ୍କ ସମ୍ମୁଖରେ ପ୍ରକାଶ କରାଯାଏ, ସେ ବ୍ୟକ୍ତି ପ୍ରତ୍ୟୁତ୍ତରରେ କହିପାରନ୍ତି, “ଶ୍ରୀକୃଷ୍ଣ ଅତ୍ୟନ୍ତ ଆତ୍ମଗର୍ବୀ ଅଟନ୍ତି, ସେ ଅର୍ଜୁନଙ୍କୁ ତାଙ୍କର ହିଁ ଯଶଗାନ କରିବାକୁ କହୁଛନ୍ତି ।” ଏହି ଦିବ୍ୟ ଉପଦେଶର ଶିକ୍ଷାକୁ ଭୁଲ୍ ବୁଝିବା ଦ୍ୱାରା, ଅବିଶ୍ୱାସୀ ଶ୍ରୋତାଙ୍କର କ୍ଷତି ସାଧନ ହୋଇଥାଏ । ପଦ୍ମପୁରାଣ ମଧ୍ୟ କହେ:\nଅଶ୍ରଦ୍ଦଧାନେ ବିମୁଖେଽପି ଅଶୃଣ୍ୱତି ଯଶ୍ଚୋପଦେଶଃ ଶିବ-ନାମାପରାଧଃ\n“ବିଶ୍ୱାସହୀନ ଏବଂ ଭଗବତ୍ ବିରୋଧୀ ବ୍ୟକ୍ତିଙ୍କୁ ଦିବ୍ୟ ଉପଦେଶ ଦେବାଦ୍ୱାରା, ଆମେ ତାଙ୍କୁ ଅପରାଧି କରାଇଥାଉ ।” ତେଣୁ ଉପରୋକ୍ତ ଶ୍ଳୋକରେ, ଶ୍ରବଣ କରିବାର ଅଧିକାରୀତ୍ୱ ବିଷୟରେ ଶ୍ରୀକୃଷ୍ଣ ସୂଚନା ଦେଇଛନ୍ତି ।"
},
{
"verseTitle": "Bhagavad Gita 18.68",
"verse": "68",
"chapter": 18,
"lang": "or",
"shloka": {
"speaker": "",
"sanskrit": "य इदं परमं गुह्यं मद्भक्तेष्वभिधास्यति।\n\nभक्तिं मयि परां कृत्वा मामेवैष्यत्यसंशयः ॥68॥",
"text": "ଯ ଇମଂ ପରମଂ ଗୁହ୍ୟଂ ମଦ୍ଭକ୍ତେଷ୍ୱଭିଧାସ୍ୟତି ।\nଭକ୍ତିଂ ମୟି ପରାଂ କୃତ୍ୱା ମାମେବୈଷ୍ୟତ୍ୟସଂଶୟଃ ।।୬୮।।",
"audioLink": "https://www.holy-bhagavad-gita.org/public/audio/018_068.mp3"
},
"wordMeanings": "ଯଃ-ଯିଏ; ଇଦଂ-ଏହି; ପରମଂ-ଶ୍ରେଷ୍ଠ; ଗୁହ୍ୟଂ-ଗୁପ୍ତ ଜ୍ଞାନ; ମତ୍-ଭକ୍ତେଷୁ -ମୋର ଭକ୍ତମାନଙ୍କ ମଧ୍ୟରେ; ଅଭିଧାସ୍ୟତି-ବ୍ୟାଖ୍ୟା କରେ; ଭକ୍ତିଂ-ଭକ୍ତି; ମୟି-ମୋ’ଠାରେ; ପରାଂ-ପରମ; କୃତ୍ୱା- କରି; ମାଂ-ମୋ ପାଖକୁ; ଏବ-ନିଶ୍ଚତଭାବେ; ଏଷ୍ୟତି-ଆସେ; ଅସଂଶୟଃ -ନିଃସନ୍ଦେହ ଭାବରେ ।",
"translation": {
"text": "ଯେଉଁମାନେ ଏହି ଗୁଢ଼ତମ ଜ୍ଞାନ ମୋର ଭକ୍ତମାନଙ୍କୁ ପ୍ରଦାନ କରିଥାନ୍ତି, ସେମାନେ ମୋର ସର୍ବୋଚ୍ଚ ଭକ୍ତି କରନ୍ତି । ନିଃସନ୍ଦେହ ଭାବରେ ସେମାନେ ମୋ ପାଖକୁ ଆସିବେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-68.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.68.mp3"
]
},
"commentary": "ବର୍ତ୍ତମାନ ଶ୍ରୀକୃଷ୍ଣ ଭଗବଦ୍ ଗୀତାର ସନ୍ଦେଶକୁ ଉତ୍ତମ ରୂପେ ପ୍ରଚାର କରିବାର ଫଳାଫଳ ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି, ଏପରି ପ୍ରଚାରକମାନେ ପ୍ରଥମେ ମୋର ପରାଭକ୍ତି ଲାଭ କରନ୍ତି, ତା’ପରେ ମୋତେ ପ୍ରାପ୍ତ କରନ୍ତି ।\nନିଜେ ଭକ୍ତି କରିବାର ସୁଯୋଗ ପାଇବା ଭଗବାନଙ୍କର ଏକ ବିଶେଷ କୃପା, କିନ୍ତୁ ଅନ୍ୟମାନଙ୍କୁ ଭକ୍ତି କରିବାରେ ସାହାଯ୍ୟ କରିବାର ସୁଯୋଗ ତା’ଠାରୁ ଅଧିକ କୃପା ଅଟେ, ଯାହା ଭଗବାନଙ୍କର ବିଶେଷ କୃପାକୁ ଆକୃଷ୍ଟ କରିଥାଏ । ଯେତେବେଳେ ଆମେ କୌଣସି ମହତ୍ ବିଷୟରେ ଅନ୍ୟମାନଙ୍କୁ ଅଂଶୀଦାର କରିଥାଉ, ତଦ୍ୱାରା ଆମେ ନିଜେ ମଧ୍ୟ ଲାଭାନ୍ୱିତ ହୋଇଥାଉ । ଆମର ଯାହାବି ଜ୍ଞାନ ଅଛି ତାକୁ ଅନ୍ୟମାନଙ୍କୁ ପ୍ରଦାନ କଲେ କୃପାବଶତଃ ଆମ ନିଜର ଜ୍ଞାନ ମଧ୍ୟ ବୃଦ୍ଧି ପାଏ । ଅନ୍ୟମାନଙ୍କୁ ଖାଦ୍ୟ ପ୍ରଦାନ କରି ଆମେ କେବେ ବି ଭୋକିଲା ରହେନାହିଁ । ସନ୍ଥ କବୀର କହନ୍ତି:\nଦାନ ଦିୟେ ଧନ ନା ଘଟେ, ନଦୀ ଘଟେ ନ ନୀର,ଅପନେ ହାଥ ଦେଖ ଲୋ, ଯୋଁ କ୍ୟା କହେ କବୀର\n“ଦାନ କରିବା ଦ୍ୱାରା ଧନ ହ୍ରାସ ହୁଏନାହିଁ; ଲୋକମାନେ ନଦୀରୁ ପାଣି ବୋହି ନେଲେ ତାହା ଶୁଷ୍କ ହୋଇଯାଏ ନାହିଁ । ମୁଁ ନିରର୍ଥକ ଏହା କହୁନାହିଁ, ସଂସାରରେ ତୁମେ ନିଜେ ଦେଖିନିଅ ।”ତେଣୁ ଯେଉଁମାନେ ଗୀତାର ଦିବ୍ୟଜ୍ଞାନ ଅନ୍ୟମାନଙ୍କ ମଧ୍ୟରେ ବିତରଣ କରନ୍ତି, ସେମାନେ ନିଜେ ସର୍ବୋଚ୍ଚ କୃପା ପ୍ରାପ୍ତ କରନ୍ତି ।"
},
{
"verseTitle": "Bhagavad Gita 18.69",
"verse": "69",
"chapter": 18,
"lang": "or",
"shloka": {
"speaker": "",
"sanskrit": "न च तस्मान्मनुष्येषु कश्चिन्मे प्रियकृत्तमः।\n\nभविता न च मे तस्मादन्यः प्रियतरो भुवि ॥69॥",
"text": "ନ ଚ ତସ୍ମାନ୍ମନୁଷ୍ୟେଷୁ କଶ୍ଚିନ୍ମେ ପ୍ରିୟକୃତ୍ତମଃ ।\nଭବିତା ନ ଚ ମେ ତସ୍ମାଦନ୍ୟଃ ପ୍ରିୟତରୋ ଭୁବି ।।୬୯।।",
"audioLink": "https://www.holy-bhagavad-gita.org/public/audio/018_069.mp3"
},
"wordMeanings": "ନ-ନୁହେଁ; ଚ-ଏବଂ; ତସ୍ମାତ୍-ସେମାନଙ୍କ ଠାରୁ; ମନୁଷ୍ୟେଷୁ- ମନୁଷ୍ୟମାନଙ୍କ ମଧ୍ୟରେ; କଶ୍ଚିତ୍-କେହି; ମେ-ମୋର; ପ୍ରିୟ-କୃତ୍ତମଃ-ଅଧିକ ପ୍ରିୟ; ଭବିତା-ହେବେ; ନ -ନାହିଁ; ଚ- ଏବଂ; ମେ-ମୋର; ତସ୍ମାତ୍-ତାଙ୍କ ଠାରୁ; ଅନ୍ୟଃ-ଅନ୍ୟ; ପ୍ରିୟତରଃ-ପ୍ରିୟତର; ଭୁବି- ଏହି ପୃଥିବୀରେ ।",
"translation": {
"text": "ମୋର ପ୍ରେମଯୁକ୍ତ ସେବା ସେମାନଙ୍କ ଠାରୁ ଅଧିକ ଅନ୍ୟ କୌଣସି ମନୁଷ୍ୟ କରନ୍ତି ନାହିଁ; କିମ୍ବା ପୃଥିବୀରେ ସେମାନଙ୍କ ଠାରୁ ଅଧିକ ପ୍ରିୟ ମୋର କେହି ବି ହେବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-69.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.69.mp3"
]
},
"commentary": "ଆମେ ଅନ୍ୟମାନଙ୍କୁ ଦେଉଥିବା ସମସ୍ତ ପ୍ରକାର ଉପହାର ମଧ୍ୟରୁ, ଦିବ୍ୟ ଜ୍ଞାନର ଉପହାର ସର୍ବଶ୍ରେଷ୍ଠ ଅଟେ, କାରଣ ଏହାଠାରେ ଗ୍ରାହକକୁ ଚିରଦିନ ପାଇର୍ ପରିବର୍ତ୍ତିତ କରିଦେବାର କ୍ଷମତା ରହିଥାଏ । ରାଜା ଜନକ ତାଙ୍କ ଗୁରୁଙ୍କୁ ପଚାରିଥିଲେ, “ଆପଣ ମୋତେ ପ୍ରଦାନ କରିଥିବା ଦିବ୍ୟ ଜ୍ଞାନ ଅମୂଲ୍ୟ ଅଟେ, ମୁଁ ଆପଣଙ୍କ ନିକଟରେ ଚିରଋଣୀ । ଏହାର ପ୍ରତିଦାନରେ ମୁଁ ଆପଣଙ୍କୁ କ’ଣ ଦେଇପାରିବି ?” ଗୁରୁ ଅଷ୍ଟାବକ୍ର କହିଲେ, “ଏପରି କିଛି ବି ନାହିଁ ଯାହା ଦେଇ ଆପଣ ଋଣ ମୁକ୍ତ ହୋଇ ପାରିବେ । ମୁଁ ଯେଉଁ ଜ୍ଞାନ ଆପଣଙ୍କୁ ଦେଇଛି ତାହା ଦିବ୍ୟ, କିନ୍ତୁ ଆପଣଙ୍କର ସବୁକିଛି ମାୟିକ ଅଟେ । ସାଂସାରିକ ବସ୍ତୁ କେବେ ହେଲେ ଦିବ୍ୟଜ୍ଞାନର ମୂଲ୍ୟ ହୋଇପାରିବ ନାହିଁ, କିନ୍ତୁ ଆପଣ ଗୋଟିଏ କାର୍ଯ୍ୟ କରିପାରିବେ । କୌଣସି ଜ୍ଞାନ ପିପାସୁ ବ୍ୟକ୍ତିଙ୍କୁ ଆପଣ ଏହି ଜ୍ଞାନ ପ୍ରଦାନ କରି ପାରିବେ ।” ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଭଗବଦ ୍ଗୀତାର ଜ୍ଞାନ ପ୍ରଚାର କରିବାକୁ ସେ ଭଗବାନଙ୍କର ସର୍ବୋଚ୍ଚ ପ୍ରେମମୟ ସେବା ଭାବରେ ବିବେଚିତ କରନ୍ତି । କିନ୍ତୁ ଯେଉଁମାନେ ଭଗବଦ୍ ଗୀତା ଉପରେ ପ୍ରବଚନ ଦିଅନ୍ତି, ସେମାନେ ଗୋଟିଏ ବଡ଼ କାର୍ଯ୍ୟ କରୁଛନ୍ତି ଭାବିବା ଉଚିତ ନୁହେଁ । ଜଣେ ଶିକ୍ଷକ ନିଜକୁ ଭଗବାନଙ୍କ ହାତର ଏକ ଖେଳଣା ମନେ କରି, ସମସ୍ତ ପ୍ରଶଂସା ଭଗବାନଙ୍କର କୃପା ବୋଲି ଭାବିବା ଉଚିତ ।"
},
{
"verseTitle": "Bhagavad Gita 18.70",
"verse": "70",
"chapter": 18,
"lang": "or",
"shloka": {
"speaker": "",
"sanskrit": "अध्येष्यते च य इमं धर्म्यं संवादमावयोः।\n\nज्ञानयज्ञेन तेनाहमिष्टः स्यामिति मे मतिः ॥70॥",
"text": "ଅଧ୍ୟେଷ୍ୟତେ ଚ ଯ ଇମଂ ଧର୍ମ୍ୟଂ ସଂବାଦମାବୟୋଃ ।\nଜ୍ଞାନଯଜେ୍ଞନ ତେନାହମିଷ୍ଟଃ ସ୍ୟାମିତି ମେ ମତିଃ ।।୭୦।।",
"audioLink": "https://www.holy-bhagavad-gita.org/public/audio/018_070.mp3"
},
"wordMeanings": "ଅଧ୍ୟେଷ୍ୟତେ-ଅଧ୍ୟୟନ କରିବା; ଚ-ଏବଂ; ଯଃ-ଯିଏ; ଇମଂ-ଏହି; ଧର୍ମ୍ୟଂ-ପବିତ୍ର; ସଂବାଦମ୍-ସଂବାଦ; ଆବୟୋଃ-ଆମ ଦୁହିଁଙ୍କର; ଜ୍ଞାନ-ଜ୍ଞାନ; ଯଜେ୍ଞନ-ତେନ -ଜ୍ଞାନ ଯଜ୍ଞ ଦ୍ୱାରା; ଅହଂ- ମୁଁ; ଇଷ୍ଟଃ-ପୂଜିତ; ସ୍ୟାମ୍-ହେବି; ଇତି-ଏହା; ମେ-ମୋର; ମତିଃ-ମତ ।",
"translation": {
"text": "ମୁଁ ଘୋଷଣା କରୁଛି ଯେ ଯେଉଁମାନେ ଆମ ଦୁଇ ଜଣଙ୍କର ଏହି ପବିତ୍ର ବାର୍ତ୍ତାଳାପକୁ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞ ଦ୍ୱାରା ମୋର ଉପାସନା କରିବେ (ତାଙ୍କ ବୁଦ୍ଧିଦ୍ୱାରା) । ଏହା ମୋର ମତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-70.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.70.mp3"
]
},
"commentary": "ଶ୍ରୀକୃଷ୍ଣ ବାରମ୍ବାର ଅର୍ଜୁନଙ୍କୁ ତାଙ୍କର ବୁଦ୍ଧି ଭଗବାନଙ୍କୁ ସମର୍ପଣ କରିବାକୁ କହିଛନ୍ତି (ଶ୍ଳୋକ ୮.୭, ୧୨.୮) । ଏହାର ଅର୍ଥ ନୁହେଁ ଯେ, ଆମେ ବୁଦ୍ଧିର ଉପଯୋଗ ବନ୍ଦ କରିଦେବା; ବରଂ ଏହାର ଅର୍ଥ, ଭଗବାନଙ୍କର ଇଚ୍ଛାପୂରଣ କରିବା ପାଇଁ ଆମର ସାମର୍ଥ୍ୟ ଅନୁସାରେ ଏହାର ବିନିଯୋଗ କରିବା । ଭଗବଦ୍ ଗୀତାର ସନ୍ଦେଶରୁ ଆମେ ଭଗବାନଙ୍କର ଇଚ୍ଛା ବିଷୟରେ ଅବଗତ ହୋଇଥାଉ । ତେଣୁ ଯିଏ ଏହି ପବିତ୍ର ବାର୍ତ୍ତାଳାପ ଅଧ୍ୟୟନ କରନ୍ତି, ସେ ନିଜ ବୁଦ୍ଧି ସାହାଯ୍ୟରେ ଭଗବାନଙ୍କର ଉପାସନା କରନ୍ତି ।"
},
{
"verseTitle": "Bhagavad Gita 18.71",
"verse": "71",
"chapter": 18,
"lang": "or",
"shloka": {
"speaker": "",
"sanskrit": "श्रद्धावाननसूयश्च शृणुयादपि यो नरः। \n\nसोऽपि मुक्तः शुभाँल्लोकान्प्राप्नुयात्पुण्यकर्मणाम् ॥71॥",
"text": "ଶ୍ରଦ୍ଧାବାନନସୂୟଶ୍ଚ ଶୃଣୁୟାଦପି ଯୋ ନରଃ ।\nସୋଽପି ମୁକ୍ତଃ ଶୁଭାଁଲ୍ଲୋକାନ୍ ପ୍ରାପ୍ନୁୟାତ୍ପୁଣ୍ୟକର୍ମଣାମ୍ ।।୭୧।।",
"audioLink": "https://www.holy-bhagavad-gita.org/public/audio/018_071.mp3"
},
"wordMeanings": "ଶ୍ରଦ୍ଧାବାନ୍-ଶ୍ରଦ୍ଧାବାନ୍; ଅନସୂୟଃ ଚ- ଏବଂ ଈର୍ଷାଳୁ ନୁହେଁ; ଶୃଣୁୟାତ୍- ଶୁଣେ; ଅପି-ନିଶ୍ଚିତଭାବେ; ଯଃ-ଯେଉଁ; ନରଃ-ମାନବ; ସଃ ଅପି-ସେ ମଧ୍ୟ; ମୁକ୍ତଃ-ମୁକ୍ତ; ଶୁଭାନ୍-ଶୁଭ; ଲୋକାନ୍-ଲୋକ; ପ୍ରାପ୍ନୁୟାତ୍-ପ୍ରାପ୍ତ ହୁଏ; ପୁଣ୍ୟ-କର୍ମଣାମ୍-ପୁଣ୍ୟାତ୍ମା ମାନଙ୍କ ମଧ୍ୟରେ ।",
"translation": {
"text": "ଏପରିକି ଯେଉଁମାନେ କେବଳ ଶ୍ରଦ୍ଧାଯୁକ୍ତ ଏବଂ ଦ୍ୱେଷ ରହିତ ହୋଇ ଏହି ଜ୍ଞାନକୁ ଶ୍ରବଣ କରନ୍ତି, ସେମାନେ ମଧ୍ୟ ପାପମୁକ୍ତ ହୋଇ ସେହି ପବିତ୍ର ଲୋକକୁ ଗମନ କରିବେ ଯେଉଁଠାରେ ଧର୍ମାତ୍ମାମାନେ ବାସ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-71.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.71.mp3"
]
},
"commentary": "ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର, ଗୁଢ଼ ଅର୍ଥ ବୁଝିବାକୁ ସମସ୍ତଙ୍କର ବୁଦ୍ଧି ସମର୍ଥ ନୁହେଁ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ଏହିପରି ବ୍ୟକ୍ତିମାନେ କେବଳ ଶ୍ରଦ୍ଧାର ସହିତ ଏହା ଶ୍ରବଣ କଲେ ମଧ୍ୟ ଲାଭାନ୍ୱିତ ହେବେ । ଭଗବାନ ତାଙ୍କ ମଧ୍ୟରେ ବାସ କରୁଛନ୍ତି, ସେ ତାଙ୍କର ଆନ୍ତରିକ ଉଦ୍ୟମକୁ ଲକ୍ଷ୍ୟ କରି, ତାଙ୍କୁ ପୁରସ୍କୃତ କରିବେ । ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଶିଷ୍ୟ ସନନ୍ଦଙ୍କ ସମ୍ପର୍କରେ ଏକ ସୁନ୍ଦର ଘଟଣା, ଏହି ତଥ୍ୟକୁ ସ୍ପଷ୍ଟ କରିଥାଏ । ସେ ଅଶିକ୍ଷିତ ଥିବାରୁ ଅନ୍ୟମାନଙ୍କ ପରି ଗୁରୁଙ୍କ ଦ୍ୱାରା ପ୍ରଦାନ କରାଯାଉ ଥିବା ଶିକ୍ଷାକୁ ବୁଝିପାରୁ ନ ଥିଲେ । କିନ୍ତୁ ଶଙ୍କରାଚାର୍ଯ୍ୟ ପ୍ରବଚନ ଦେଉଥିବା ସମୟରେ ସେ ଅତ୍ୟନ୍ତ ଶ୍ରଦ୍ଧା ଓ ମନଯୋଗ ଦେଇ ଶ୍ରବଣ କରୁଥିଲେ । ଦିନେ ସେ ନଦୀର ଅପର ପାଶ୍ୱର୍କୁ ଗୁରୁଙ୍କର ବସ୍ତ୍ର ଧୋଇବାକୁ ଯାଇଥିଲେ । ଏତିକିବେଳେ ଶ୍ରେଣୀର ସମୟ ହୋଇଯିବାରୁ, ଅନ୍ୟ ଶିଷ୍ୟମାନେ ଅନୁରୋଧ କଲେ, “ଗୁରୁଜୀ, ଦୟାପୂର୍ବକ ଶିକ୍ଷା ଆରମ୍ଭ କରନ୍ତୁ ।” ଶଙ୍କରାଚାର୍ଯ୍ୟ ଉତ୍ତର ଦେଲେ, “ସନନ୍ଦ ଏଠାରେ ନାହାନ୍ତି, ଆମେ ଟିକିଏ ଅପେକ୍ଷା କରିବା ।” ଶିଷ୍ୟମାନେ କହିଲେ, “କିନ୍ତୁ ଗୁରୁଜୀ, ସେ ତ କିଛି ବୁଝିପାରନ୍ତି ନାହିଁ ।” ଶଙ୍କରାଚାର୍ଯ୍ୟ କହିଲେ “ତାହା ସତ୍ୟ, କିନ୍ତୁ ସେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଶ୍ରବଣ କରନ୍ତି, ତେଣୁ ମୁଁ ତାଙ୍କୁ ନିରାଶ କରିବାକୁ ଚାହେଁନାହିଁ ।”\nଶ୍ରଦ୍ଧାର ଶକ୍ତି ପ୍ରଦର୍ଶନ କରିବା ପାଇଁ, ଶଙ୍କରାଚାର୍ଯ୍ୟ ଉଚ୍ଚସ୍ୱରରେ ଡାକିଲେ, “ସନନ୍ଦ, ଦୟାକରି ଏଠାକୁ ଆସ ।” ଗୁରୁଙ୍କ ଡାକ ଶୁଣି, ସନନ୍ଦ ଦ୍ୱିଧା ବୋଧ ନ କରି ଜଳ ଉପରେ ଧାଇଁବାରେ ଲାଗିଲେ । ଏପରି କୁହାଯାଏ ଯେ ନଦୀ ଜଳରେ ସେ ଯେଉଁଠାରେ ବି ପାଦ ରଖିଲେ, ତାଙ୍କ ଭାର ବହନ କରିବା ପାଇଁ ସେଠାରେ ପଦ୍ମପୁଷ୍ପ ପ୍ରସ୍ଫୁଟିତ ହେଲା । ସେ ନଦୀ ପାର କରି ଗୁରୁଙ୍କୁ ପ୍ରଣତି ଜଣାଇଲେ । ସେହି ସମୟରେ ତାଙ୍କ ମୁଖରୁ ବିଶୁଦ୍ଧ ସଂସ୍କୃତରେ ଗୁରୁଙ୍କର ସ୍ତୁତି ନିସୃତ ହେବାରେ ଲାଗିଲା । ଅନ୍ୟ ଶିଷ୍ୟମାନେ ତାହା ଶୁଣି ଚମତ୍କୃତ ହୋଇଗଲେ । ତାଙ୍କ ପାଦ ତଳେ ପଦ୍ମ ଫୁଟିଥିବାରୁ ତାଙ୍କ ନାମ “ପଦ୍ମପାଦ” ହୋଇଗଲା । ସେ ଶଙ୍କରାଚାର୍ଯ୍ୟଙ୍କ ଚାରିଜଣ ମୁଖ୍ୟ ଶିଷ୍ୟ ସୁରେଶ୍ୱରାଚାର୍ଯ୍ୟ, ହସ୍ତମଳକ ଏବଂ ତ୍ରୋଟକଚାର୍ଯ୍ୟଙ୍କ ସହିତ ଜଣେ ହୋଇଗଲେ । ଉପରୋକ୍ତ ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ କେବଳ ଏହି ପବିତ୍ର ବାର୍ତ୍ତାଳାପ ପୂର୍ଣ୍ଣ ଶ୍ରଦ୍ଧାଯୁକ୍ତ ହୋଇ ଶୁଣିଲେ ଧୀରେ ଧୀରେ ବ୍ୟକ୍ତିର ମନ ଶୁଦ୍ଧ ହୋଇଯାଏ ।"
},
{
"verseTitle": "Bhagavad Gita 18.72",
"verse": "72",
"chapter": 18,
"lang": "or",
"shloka": {
"speaker": "",
"sanskrit": "कच्चिदेतच्छ्रुतं पार्थ त्वयैकाग्रेण चेतसा।\n\nकच्चिदज्ञानसम्मोहः प्रनष्टस्ते धनञ्जय ॥72॥",
"text": "କଚ୍ଚିଦେତଚ୍ଛ୍ରୁତଂ ପାର୍ଥ ତ୍ୱୟୈକାଗ୍ରେଣ ଚେତସା ।\nକଚ୍ଚିଦଜ୍ଞାନସମ୍ମୋହଃ ପ୍ରନଷ୍ଟସ୍ତେ ଧନଞ୍ଜୟ ।।୭୨।।",
"audioLink": "https://www.holy-bhagavad-gita.org/public/audio/018_072.mp3"
},
"wordMeanings": "କଚ୍ଚିତ୍ -ଯଦି;ଏତତ୍ -ଏହା ଶ୍ରୁତଂ-ଶୁଣିଛ; ପାର୍ଥ- ହେ ପୃଥା ପୁତ୍ର; ତ୍ୱୟା-ତୁମ ଦ୍ୱାରା; ଏକାଗ୍ରେଣ-ଏକାଗ୍ରତାର ସହ; ଚେତସା-ମନରେ; କଚ୍ଚିତ୍-ଯଦି; ଅଜ୍ଞାନ-ଅଜ୍ଞାନ; ସଂମୋହଃ-ମୋହ; ପ୍ରଣଷ୍ଟଃ- ନଷ୍ଟ ହୋଇଛି; ତେ-ତୁମର; ଧନଞ୍ଜୟ- ହେ ଧନଞ୍ଜୟ ।",
"translation": {
"text": "ହେ ଅର୍ଜୁନ ! ତୁମେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଶ୍ରବଣ କଲ କି ? ତୁମର ଅଜ୍ଞାନ ଏବଂ ଭ୍ରମ ଦୂର ହେଲା କି ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-72.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.72.mp3"
]
},
"commentary": "ଶ୍ରୀକୃଷ୍ଣ ଅର୍ଜୁନଙ୍କର ଗୁରୁ ସ୍ଥାନ ଗ୍ରହଣ କରିଛନ୍ତି । ଗୁରୁ ଯେଉଁ ଜ୍ଞାନ ପ୍ରଦାନ କଲେ ତାହା ଶିଷ୍ୟର ହୃଦ୍ବୋଧ ହେଲା କି ନାହିଁ, ସେ ବିଷୟରେ ପଚାରି ବୁଝିବା ଗୁରୁଙ୍କର କର୍ତ୍ତବ୍ୟ ଅଟେ । ଶ୍ରୀକୃଷ୍ଣଙ୍କର ଏହି ପ୍ରଶ୍ନ ପଚାରିବା ପଛରେ ଉଦ୍ଦେଶ୍ୟ ଥିଲା, ଯଦି ଅର୍ଜୁନ ବୁଝିପାରି ନ ଥିବେ, ତେବେ ସେ ପୁନର୍ବାର ବୁଝାଇବାକୁ ପ୍ରସ୍ତୁତ ଅଛନ୍ତି ।"
},
{
"verseTitle": "Bhagavad Gita 18.73",
"verse": "73",
"chapter": 18,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nनष्टो मोहः स्मृतिर्लब्धा त्वत्प्रसादान्मयाच्युत।\n\nस्थितोऽस्मि गतसन्देहः करिष्ये वचनं तव ॥73॥",
"text": "ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ପ୍ରସାଦାନ୍ମୟାଚ୍ୟୁତ ।\nସ୍ଥିତୋଽସ୍ମି ଗତସନ୍ଦେହଃ କରିଷ୍ୟେ ବଚନଂ ତବ ।।୭୩।।",
"audioLink": "https://www.holy-bhagavad-gita.org/public/audio/018_073.mp3"
},
"wordMeanings": "ଅର୍ଜୁନ ଉବାଚ-ଅର୍ଜୁନ କହିଲେ; ନଷ୍ଟଃ-ନଷ୍ଟ ହେଲା; ମୋହଃ-ମୋହ; ସ୍ମୃତିଃ- ସ୍ମୃତି; ଲବ୍ଧା -ପୁନଃ ପ୍ରାପ୍ତ ହେଲା; ତ୍ୱତ୍ ପ୍ରସାଦାତ୍-ଆପଣଙ୍କ କୃପାରୁ; ମୟା-ମୋର; ଅଚ୍ୟୁତ- ହେ ଶ୍ରୀକୃଷ୍ଣ; ସ୍ଥିତଃ-ଅବସ୍ଥିତ; ଅସ୍ମି-ଅଟେ; ଗତ-ସନ୍ଦେହଃ -ସମସ୍ତ ସନ୍ଦେହ ଦୂର ହେଲା; କରିଷ୍ୟେ-ମୁଁ କରିବି; ବଚନଂ-ଆଦେଶ; ତବ-ଆପଣଙ୍କର ।",
"translation": {
"text": "ଅର୍ଜୁନ କହିଲେ: ହେ ଅଚ୍ୟୁତ ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ ହୋଇ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ପ୍ରସ୍ତୁତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-73.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.73.mp3"
]
},
"commentary": "ପ୍ରାରମ୍ଭରେ ଅର୍ଜୁନ ଏକ ବିଭ୍ରାନ୍ତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଏବଂ ସେହି ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇ ଯାଇଥିଲେ । ଦୁଃଖରେ ଅଭିଭୂତ ହୋଇ, ଅସ୍ତ୍ର ତ୍ୟାଗ ପୂର୍ବକ ରଥ ଉପରେ ବସି ପଡ଼ି ସେ ସ୍ୱୀକାର କରିଥିଲେ ଯେ ତାଙ୍କର ଶୋକାଭିଭୂତ ମନ ଓ ଇନ୍ଦ୍ରିୟଙ୍କର ଉପଚାର ପାଇଁ ସେ କୌଣସି ଉପାୟ ଖୋଜି ପାଉନାହାନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ଅନୁଭବ କରୁଛନ୍ତି ଏବଂ ସେ ଘୋଷଣା କରୁଛନ୍ତି ଯେ ସେ ବର୍ତ୍ତମାନ ଜ୍ଞାନରେ ସ୍ଥିତ ଏବଂ ମୋହମୁକ୍ତ ଅଟନ୍ତି । ସେ ଭଗବାନଙ୍କ ଇଚ୍ଛାରେ ନିଜକୁ ସମର୍ପିତ କରି ଦେଇଛନ୍ତି ଏବଂ ଶ୍ରୀକୃଷ୍ଣ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ଉପରେ ଭଗବଦ୍ ଗୀତା ସନ୍ଦେଶର ଏହା ପ୍ରଭାବ ଥିଲା । ତା’ସହିତ ସେ କହୁଛନ୍ତି, ତ୍ୱତ୍ ପ୍ରସାଦାନ୍ ମୟାଚ୍ୟୁତ, ଅର୍ଥାତ୍ “ହେ ଶ୍ରୀକୃଷ୍ଣ! ଆପଣଙ୍କର ବାଣୀ ନୁହେଁ, ବରଂ ଆପଣଙ୍କର କୃପା ହିଁ ମୋର ଅଜ୍ଞାନ ଦୂର କରିଛି ।”\nଭୌତିକ ଜ୍ଞାନ କୃପା ଆବଶ୍ୟକ କରେ ନାହିଁ । ଆମେ ଶିକ୍ଷା ଅନୁଷ୍ଠାନ କିମ୍ବା ଶିକ୍ଷକଙ୍କୁ ଅର୍ଥ ଦେଇ ପ୍ରତିବଦଳରେ ଜ୍ଞାନ ପାଇଥାଉ, କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ କ୍ରୟ କିମ୍ବା ବିକ୍ରୟ କରାଯାଇ ପାରିବ ନାହିଁ । ଏହା କୃପାବଶତଃ ପ୍ରଦାନ କରାଯାଏ ଏବଂ ଶ୍ରଦ୍ଧା ଓ ଦୀନତା ଦ୍ୱାରା ଗ୍ରହଣ କରାଯାଏ । ଆମେ ଯଦି ଅହଂକାରଯୁକ୍ତ ହୋଇ ଭଗବଦ୍ଗୀତା ଅଧ୍ୟୟନ କରିବାକୁ ଯିବା, “ମୁଁ ବହୁତ ବୁଦ୍ଧିମାନ । ଏହି ଉପଦେଶର ମୂଲ୍ୟ କ’ଣ ତାହା ମୁଁ ନିର୍ଦ୍ଧାରଣ କରିବି”, ତେବେ ଆମେ କଦାପି ଏହାକୁ ବୁଝିବାକୁ ସମର୍ଥ ହେବାନାହିଁ । ଆମ ବୁଦ୍ଧି ଏହି ଶାସ୍ତ୍ରର କୌଣସି ଏକ ଭୁଲ୍କୁ ଖୋଜି ତାହାକୁ ଦୃଢ଼ତାର ସହ ଧରିବ ଏବଂ ସେହି ବାହାନାରେ ସଂପୂର୍ଣ୍ଣ ଶାସ୍ତ୍ରକୁ ଭୁଲ ଆଖ୍ୟା ଦେଇ ପ୍ରତ୍ୟାଖ୍ୟାନ କରିବ । ବିଗତ ପାଞ୍ଚହଜାର ବର୍ଷରେ ଭଗବଦ୍ ଗୀତା ଉପରେ ଅନେକ ଭାଷ୍ୟ ରଚିତ ହୋଇଛି, ଏବଂ ଏହି ଦିବ୍ୟଜ୍ଞାନର ଅସଂଖ୍ୟ ପାଠକ ଅଛନ୍ତି, କିନ୍ତୁ କେତେଜଣଙ୍କର ଅର୍ଜୁନଙ୍କ ପରି ଜ୍ଞାନୋଦୟ ହୋଇଛି ? ଆମେ ଯଦି ବାସ୍ତବରେ ଜ୍ଞାନ ପ୍ରାପ୍ତ କରିବାକୁ ଇଚ୍ଛା କରୁଥାଏ, ତେବେ କେବଳ ଏହାକୁ ପଢ଼ିବା ଦ୍ୱାରା ନୁହେଁ, ବିଶ୍ୱାସ ଏବଂ ପ୍ରେମଯୁକ୍ତ ଶରଣାଗତି ମନୋଭାବ ଦ୍ୱାରା ତାଙ୍କର କୃପା ଭିକ୍ଷା କରିବା ଆବଶ୍ୟକ । ତାପରେ ତାଙ୍କ କୃପାରୁ ଭଗବଦ୍ ଗୀତାର ତାତ୍ପର୍ଯ୍ୟ ଆମେ ବୁଝିପାରିବା ।"
},
{
"verseTitle": "Bhagavad Gita 18.74",
"verse": "74",
"chapter": 18,
"lang": "or",
"shloka": {
"speaker": "ସଞ୍ଜୟ ଉବାଚ",
"sanskrit": "सञ्जय उवाच। \n\nइत्यहं वासुदेवस्य पार्थस्य च महात्मनः।\n\nसंवादमिममश्रौषमद्भुतं रोमहर्षणम् ॥74॥",
"text": "ଇତ୍ୟହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନଃ ।\nସଂବାଦମିମମଶ୍ରୌଷମଦ୍ଭୁତଂ ରୋମହର୍ଷଣମ୍ ।।୭୪।।",
"audioLink": "https://www.holy-bhagavad-gita.org/public/audio/018_074.mp3"
},
"wordMeanings": "ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଇତି- ଏହିପରି; ଅହଂ- ମୁଁ; ବାସୁଦେବସ୍ୟ-ଶ୍ରୀକୃଷ୍ଣଙ୍କର; ପାର୍ଥସ୍ୟ-ଅର୍ଜୁନଙ୍କର; ଚ-ଏବଂ; ମହାତ୍ମନଃ- ଦୁଇ ମହାତ୍ମା; ସଂବାଦଂ-ସଂବାଦ; ଇମମ୍-ଏହା; ଅଶ୍ରୌଷଂ- ଶୁଣିଲି; ଅଦ୍ଭୁତଂ-ଅଦ୍ଭୁତ; ରୋମହର୍ଷଣମ୍-ରୋମାଞ୍ଚକାରୀ ।",
"translation": {
"text": "ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର ଯେ ମୋର ଲୋମମୂଳ ଟାଙ୍କୁରି ଉଠୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-74.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.74.mp3"
]
},
"commentary": "ଏହିପରି ଭାବରେ, ସଞ୍ଜୟ ଭଗବଦ୍ ଗୀତାର ଦିବ୍ୟ ସନ୍ଦେଶର ତାଙ୍କର ବର୍ଣ୍ଣନା ସମାପ୍ତ କରୁଛନ୍ତି । ସେ ଅର୍ଜୁନଙ୍କୁ ମହାତ୍ମା କହୁଛନ୍ତି, କାରଣ ଶ୍ରୀକୃଷ୍ଣଙ୍କର ଉପଦେଶକୁ ଅତ୍ୟନ୍ତ ମନଯୋଗ ସହକାରେ ଗ୍ରହଣ କରି ଅର୍ଜୁନ ଜ୍ଞାନୀ ହୋଇ ପାରିଛନ୍ତି । ତାଙ୍କର ଦିବ୍ୟ ବାର୍ତ୍ତାଳାପ ଶୁଣି, ସଞ୍ଜୟ କେତେ ବେଶୀ ଆଶ୍ଚର୍ଯ୍ୟଚକିତ ଏବଂ ସ୍ତମ୍ଭୀଭୂତ ହୋଇଛନ୍ତି ତାହା ସେ ପ୍ରକାଶ କରୁଛନ୍ତି । ଲୋମ ଟାଙ୍କୁରି ଉଠିବା ଗଭୀର ଭକ୍ତିର ଏକ ଲକ୍ଷଣ ଅଟେ । ଭକ୍ତି ରସାମୃତ ସିନ୍ଧୁ କହେ:\nସ୍ତମ୍ଭ ସ୍ୱେଦଽଥ ରୋମାଂଚଃ ସ୍ୱର ଭେଦୋଽଥ ବେପଥୁଃବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟ ଇତ୍ୟଷ୍ଟୌ ସ୍ୱାତ୍ତିକାଃ ସ୍ମୃତାଃ\n“ଭକ୍ତି ଉତ୍ସାହର ଆଠଗୋଟି ଲକ୍ଷଣ ହେଉଛି: ସ୍ତମ୍ଭ ବା ନିଶ୍ଚଳ ହୋଇଯିବା, ସ୍ୱେଦ ନିର୍ଗତ ହେବା, ଲୋମ ଟାଙ୍କୁରି ଉଠିବା, କଣ୍ଠରୁଦ୍ଧ ହେବା, କମ୍ପନ ଜାତ ହେବା, ଅଶ୍ରୁ ସ୍ରାବିତ ହେବା, ମୁଖ ମଣ୍ଡଳ ଶେତା ପଡିଯିବା ଏବଂ ମୂର୍ଚ୍ଛିତ ହୋଇଯିବା । ସଞ୍ଜୟ ଏପରି ପ୍ରଗାଢ଼ ଭକ୍ତି ଭାବନା ଅନୁଭବ କରୁଛନ୍ତି ଯେ ଦିବ୍ୟ ଆନନ୍ଦରେ ତାଙ୍କ ଲୋମ ଟାଙ୍କୁରି ଉଠୁଛି ।\nଜଣେ ପ୍ରଶ୍ନ କରିପାରନ୍ତି, ସଞ୍ଜୟ ଯୁଦ୍ଧକ୍ଷେତ୍ରର ବହୁଦୂରରେ ଥାଇ ଏହି ବାର୍ତ୍ତାଳାପ କିପରି ଶୁଣିଲେ ? ପରବର୍ତ୍ତୀ ଶ୍ଳୋକରେ ସେ ଏହାର ରହସ୍ୟ ଉନ୍ମୋଚନ କରିଛନ୍ତି ।"
},
{
"verseTitle": "Bhagavad Gita 18.75",
"verse": "75",
"chapter": 18,
"lang": "or",
"shloka": {
"speaker": "",
"sanskrit": "व्यासप्रसादाच्छ्रतवानेतद्गुह्यमहं परम्।\n\nयोगं योगेश्वरात्कृष्णात्साक्षात्कथयतः स्वयम् ॥75॥",
"text": "ବ୍ୟାସପ୍ରସାଦାଚ୍ଛ୍ରୁତବାନେତଦ୍ଗୁହ୍ୟମହଂ ପରମ୍ ।\nଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ୍କଥୟତଃ ସ୍ୱୟମ୍ ।।୭୫।।",
"audioLink": "https://www.holy-bhagavad-gita.org/public/audio/018_075.mp3"
},
"wordMeanings": "ବ୍ୟାସ ପ୍ରସାଦାତ୍- ବ୍ୟାସଦେବଙ୍କ କୃପାରୁ; ଶ୍ରୁତବାନ୍-ଶୁଣିଲି; ଏତତ୍-ଏହା; ଗୁହ୍ୟ-ଗୁଢ଼ ତଥ୍ୟ; ଅହଂ-ମୁଁ; ପରମ୍-ଶ୍ରେଷ୍ଠ; ଯୋଗଂ-ଯୋଗ; ଯୋଗେଶ୍ୱରାତ୍-ଯୋଗେଶ୍ୱରଙ୍କ ଠାରୁ; କୃଷ୍ଣାତ୍-କୃଷ୍ଣଙ୍କଠାରୁ; ସାକ୍ଷାତ୍-ପ୍ରତ୍ୟକ୍ଷଭାବେ; କଥୟତଃ-କହୁଥିବା; ସ୍ୱୟମ୍-ସ୍ୱୟଂ ।",
"translation": {
"text": "ମହର୍ଷି ବେଦବ୍ୟାସଙ୍କ କୃପାରୁ ଯୋଗର ଏହି ସର୍ବୋଚ୍ଚ ଏବଂ ଗୁଢ଼ ଜ୍ଞାନ, ମୁଁ ଯୋଗେଶ୍ୱର ସ୍ୱୟଂ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାକୁ ପାଇଲି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-75.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.75.mp3"
]
},
"commentary": "ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଦେବ, ଯିଏ ମହର୍ଷି ବେଦବ୍ୟାସ ନାମରେ ବିଖ୍ୟାତ, ସଞ୍ଜୟଙ୍କର ଆଧ୍ୟାତ୍ମିକ ଗୁରୁ ଥିଲେ । ଗୁରୁଙ୍କ କୃପାରୁ ସଞ୍ଜୟଙ୍କୁ ହସ୍ତିନାପୁର ରାଜପ୍ରାସାଦରେ ରହି, କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଘଟୁଥିବା ଘଟଣାବଳୀକୁ ଦେଖିପାରିବାର ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥିଲା । ସଞ୍ଜୟ ଏଠାରେ ସ୍ୱୀକାର କରୁଛନ୍ତି ଯେ ତାଙ୍କ ଗୁରୁଙ୍କ କୃପାରୁ ହିଁ ସେ ଏହି ସର୍ବୋଚ୍ଚ ଯୋଗ ବିଜ୍ଞାନ ସ୍ୱୟଂ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାର ସୁଯୋଗ ପାଇଲେ ।\nବ୍ରହ୍ମସୂତ୍ର, ପୁରାଣ, ମହାଭାରତ ଇତ୍ୟାଦିର ରଚୟିତା ବେଦବ୍ୟାସ ଭଗବାନଙ୍କର ଅବତାର ଥିଲେ ଏବଂ ସେ ନିଜେ ଅଲୌକିକ ଶକ୍ତିର ଅଧିକାରୀ ଥିଲେ । ତେଣୁ ସେ କେବଳ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ବାର୍ତ୍ତାଳାପ ଶୁଣି ନ ଥିଲେ, ସଞ୍ଜୟ ଓ ଧୃତରାଷ୍ଟ୍ରଙ୍କର ମଧ୍ୟରେ ହୋଇଥିବା କଥୋପକଥନ ମଧ୍ୟ ଶୁଣି ପାରିଥିଲେ । ସେଥିପାଇଁ ସେ ଉଭୟ ବାର୍ତ୍ତାଳାପକୁ ଭଗବଦ୍ ଗୀତା ସଙ୍କଳନର ଅନ୍ତର୍ଭୁକ୍ତ କରିଥିଲେ ।"
},
{
"verseTitle": "Bhagavad Gita 18.76",
"verse": "76",
"chapter": 18,
"lang": "or",
"shloka": {
"speaker": "",
"sanskrit": "राजन्संस्मृत्य संस्मृत्य संवादमिममद्भुतम्।\n\nकेशवार्जुनयोः पुण्यं हृष्यामि च मुहुर्मुहुः ॥76॥",
"text": "ରାଜନ୍ ସଂସ୍ମୃତ୍ୟ ସଂସ୍ମୃତ୍ୟ ସଂବାଦମିମମଦ୍ଭୁତମ୍ ।\nକେଶବାର୍ଜୁନୟୋଃ ପୁଣ୍ୟଂ ହୃଷ୍ୟାମି ଚ ମୁହୁର୍ମୁହୁଃ ।।୭୬।।",
"audioLink": "https://www.holy-bhagavad-gita.org/public/audio/018_076.mp3"
},
"wordMeanings": "ରାଜନ୍-ହେ ରାଜନ୍; ସଂସ୍କୃତ୍ୟ ସଂସ୍କୃତ୍ୟ -ବାରମ୍ବାର ସ୍ମରଣ କରି; ସଂବାଦଂ-ସଂବାଦ; ଇମଂ-ଏହି; ଅଦ୍ଭୁତମ୍-ଅଦ୍ଭୁତ; କେଶବ- ଭଗବାନ୍ ଶ୍ରୀକୃଷ୍ଣ; ଅର୍ଜୁନୟୋଃ-ଅର୍ଜୁନଙ୍କର; ପୁଣ୍ୟଂ-ପୁଣ୍ୟ; ହୃଷ୍ୟାମି-ହର୍ଷିତ ହେଉଛି; ଚ-ଏବଂ; ମୁହୁଃ-ମୁହୁଃ- ବାରମ୍ବାର ।",
"translation": {
"text": "ହେ ରାଜନ୍ ! ପରମାତ୍ମା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅତି ଉତ୍କୃଷ୍ଟ ଓ ଅଦ୍ଭୁତ ବାର୍ତ୍ତାଳାପର ସ୍ମୃତିଚାରଣ କରି, ମୁଁ ବାରମ୍ବାର ବିଭୋର ହୋଇଯାଉଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-76.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.76.mp3"
]
},
"commentary": "ଦିବ୍ୟ ଅନୁଭୂତିର ଆନନ୍ଦ ସମସ୍ତ ପ୍ରକାରର ଭୌତିକ ସୁଖଠାରୁ, ଅତ୍ୟଧିକ ରୋମାଂଚକାରୀ ଏବଂ ସନ୍ତୋଷଜନକ ଅଟେ । ସଞ୍ଜୟ ଏପରି ଆନନ୍ଦକୁ ଉପଭୋଗ କରୁଛନ୍ତି ଏବଂ ତାଙ୍କ ଅନୁଭୂତି ଅନ୍ଧ ଧୃତରାଷ୍ଟ୍ରଙ୍କୁ ଜଣାଉଛନ୍ତି । ସେହି ଅଦ୍ଭୁତ କଥୋପକଥନକୁ ବାରମ୍ବାର ସ୍ମରଣ କରି, ସେ ଦିବ୍ୟାନନ୍ଦ ଅନୁଭବ କରୁଛନ୍ତି । ଏହା, ଶାସ୍ତ୍ର ଜ୍ଞାନର ଗାରିମା ଏବଂ ସଞ୍ଜୟ ଦର୍ଶନ କରିଥିବା ଲୀଳାର ଦିବ୍ୟତାକୁ ସୂଚୀତ କରୁଅଛି ।"
},
{
"verseTitle": "Bhagavad Gita 18.77",
"verse": "77",
"chapter": 18,
"lang": "or",
"shloka": {
"speaker": "",
"sanskrit": "तच्च संस्मृत्य संस्मृत्य रूपमत्यद्भुतं हरेः।\n\nविस्मयो मे महाराजन्हष्यामि च पुनः पुनः ॥77॥",
"text": "ତଚ୍ଚ ସଂସ୍ମୃତ୍ୟ ସଂସ୍ମୃତ୍ୟ ରୂପମତ୍ୟଦ୍ଭୁତଂ ହରେଃ ।\nବିସ୍ମୟୋ ମେ ମହାନ୍ରାଜନ୍ହୃଷ୍ୟାମି ଚ ପୁନଃ ପୁନଃ ।।୭୭।।",
"audioLink": "https://www.holy-bhagavad-gita.org/public/audio/018_077.mp3"
},
"wordMeanings": "ତତ୍-ତାହା; ଚ-ଏବଂ; ସଂସ୍ମୃତ୍ୟ ସଂସ୍ମୃତ୍ୟ -ବାରମ୍ବାର ସ୍ମରଣ କରି; ରୂପଂ-ରୂପ; ଅତି-ମହାନ୍; ଅଦ୍ଭୁତଂ-ଆଶ୍ଚର୍ଯ୍ୟପ୍ରଦ; ହରେଃ-ଭଗବାନ ଶ୍ରୀକୃଷ୍ଣଙ୍କର; ବିସ୍ମୟଃ-ବିସ୍ମୟ; ମେ-ମୋର; ମହାନ୍-ମହାନ୍; ରାଜନ୍-ହେ ରାଜା; ହୃଷ୍ୟାମି-ଆନନ୍ଦିତ ହେଉଅଛି; ପୁନଃ ପୁନଃ- ବାରମ୍ବାର ।",
"translation": {
"text": "ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-77.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.77.mp3"
]
},
"commentary": "ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ, ଯାହା ସର୍ବଶ୍ରେଷ୍ଠ ଯୋଗୀଗଣ ମଧ୍ୟ କ୍ୱଚିତ୍ ଦର୍ଶନ କରିଥାନ୍ତି । ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ ଯେ ତାଙ୍କ ସମ୍ମୁଖରେ ସେ ନିଜର ବିଶ୍ୱରୂପ ପ୍ରକଟ କରିବେ, କାରଣ ଅର୍ଜୁନ ତାଙ୍କର ଭକ୍ତ, ସଖା ଏବଂ ଅତ୍ୟନ୍ତ ପ୍ରିୟ ଅଟନ୍ତି । ସଞ୍ଜୟ ମଧ୍ୟ ଏହି ବିଶ୍ୱରୂପ ଦର୍ଶନ କରି ପାରିଥିଲେ, କାରଣ ଜଣେ ପ୍ରବକ୍ତା ଭାବରେ ସେ ତାଙ୍କ ଦିବ୍ୟଲୀଳାରେ ଭାଗ ନେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ବେଳେବେଳେ ଏପରି ସମୟ ଆସେ, ଯେତେବେଳେ ଅପ୍ରତ୍ୟାଶିତ କୃପା ମିଳିଥାଏ । ଆମେ ଏହାର ସଦୁପଯୋଗ କଲେ, ଆମ ସାଧନାରେ ଦ୍ରୁତ ପ୍ରଗତି କରିପାରିବା । ସଞ୍ଜୟ ଯାହା ଦର୍ଶନ କଲେ, ତାହା ବାରମ୍ବାର ସ୍ମରଣ କରୁଛନ୍ତି ଏବଂ ଭକ୍ତିର ପ୍ରବାହରେ ନିଜକୁ ଭସାଇ ଦେଇଛନ୍ତି ।"
},
{
"verseTitle": "Bhagavad Gita 18.78",
"verse": "78",
"chapter": 18,
"lang": "or",
"shloka": {
"speaker": "",
"sanskrit": "यत्र योगश्वरः कृष्णो यत्र पार्थो धनुर्धरः। \n\nतत्र श्रीविजयो भूतिध्रुवा नीतिर्मतिर्मम ॥78॥",
"text": "ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ ।\nତତ୍ର ଶ୍ରୀର୍ବିଜୟୋ ଭୂତିଧ୍ରୁବା ନୀତିର୍ମତିର୍ମମ ।।୭୮।।",
"audioLink": "https://www.holy-bhagavad-gita.org/public/audio/018_078.mp3"
},
"wordMeanings": "ଯତ୍ର-ଯେଉଁଠାରେ; ଯୋଗେଶ୍ୱରଃ-ଯୋଗେଶ୍ୱର; କୃଷ୍ଣଃ-ଭଗବାନ ଶ୍ରୀକୃଷ୍ଣ; ଯତ୍ର-ଯେଉଁଠାରେ; ପାର୍ଥଃ-ପୃଥାପୁତ୍ର ଅର୍ଜୁନ; ଧନୁର୍ଧରଃ-ଧନୁଶରଧାରୀ; ତତ୍ର-ସେଠାରେ; ଶ୍ରୀଃ-ଐଶ୍ୱର୍ଯ୍ୟ; ବିଜୟଃ-ବିଜୟ; ଭୂତିଃ-ସମୃଦ୍ଧି; ଧ୍ରୁବା-ଅନନ୍ତ; ନୀତିଃ-ଧାର୍ମିକତା; ମତିଃ ମମ-ମୋର ମତ ।",
"translation": {
"text": "ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ କରିବ । ମୁଁ ଏଥିରେ ଦୃଢ଼ ନିଶ୍ଚିତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C18-H-78.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/18.78.mp3"
]
},
"commentary": "ଏକ ଦୃଢ଼ ଅଧିଘୋଷଣା ସହିତ ଏହି ଶ୍ଳୋକରେ ଭଗବଦ୍ଗୀତାର ପରିସମାପ୍ତି ହୋଇଛି । ଧୃତରାଷ୍ଟ୍ର ଯୁଦ୍ଧର ପରିଣତିକୁ ନେଇ ଉଦ୍ବେଗଗ୍ରସ୍ତ ଥିଲେ । ସଞ୍ଜୟ ତାଙ୍କୁ ସୂଚନା ଦେଇଛନ୍ତି ଯେ ଦୁଇ ସୈନ୍ୟବାହିନୀର ଭୌତିକ ଦୃଷ୍ଟିରୁ ସଂଖ୍ୟା ଆକଳନର କୌଣସି ମହତ୍ୱ ନାହିଁ । ଏହି ଯୁଦ୍ଧର କେବଳ ଗୋଟିଏ ହିଁ ପରିଣତି ହୋଇପାରେ- ବିଜୟଶ୍ରୀ ସର୍ବଦା ଭଗବାନ ଏବଂ ତାଙ୍କ ଶୁଦ୍ଧ ଭକ୍ତଙ୍କ ସପକ୍ଷରେ ରହିବ ଏବଂ ତା’ ସହିତ ଧାର୍ମିକତା, ଶ୍ରେଷ୍ଠତା ଏବଂ ସମୃଦ୍ଧି ମଧ୍ୟ ତାଙ୍କ ପକ୍ଷଭୁକ୍ତ ହେବ ।\nଭଗବାନ ସ୍ୱତନ୍ତ୍ର, ଆତ୍ମନିର୍ଭର ଜଗଦୀଶ୍ୱର ଏବଂ ଭକ୍ତି ଓ ଉପାସନାର ସର୍ବଶ୍ରେଷ୍ଠ ଯୋଗ୍ୟ ବସ୍ତୁ ଅଟନ୍ତି ।\nନ ତତ୍ସମଶ୍ଚାଭ୍ୟଧିକଶ୍ଚ ଦୃଶ୍ୟତେ (ଶ୍ୱେତାଶ୍ୱତର ଉପନିଷଦ ୬.୮) “ତାଙ୍କ ସମତୁଲ୍ୟ କେହି ନାହାଁନ୍ତି କିମ୍ବା ତାଙ୍କ ଠାରୁ ଶ୍ରେଷ୍ଠ ମଧ୍ୟ କେହି ନାହାଁନ୍ତି ।” ତାଙ୍କର ଅସାମାନ୍ୟ ଯଶର ପରିପ୍ରକାଶ ପାଇଁ ସେ କେବଳ ଏକ ଉପଯୁକ୍ତ ମାଧ୍ୟମ ଆବଶ୍ୟକ କରନ୍ତି । ଯେଉଁ ଜୀବ ଭଗବାନଙ୍କର ଶରଣାଗତ ହୁଅନ୍ତି, ସେ ତାଙ୍କ ଐଶ୍ୱର୍ଯ୍ୟର ଦୀପ୍ତି ଝଲସାଇବା ପାଇଁ ଏକ ବାହନ ପ୍ରସ୍ତୁତ କରନ୍ତି । ଅତଏବ, ଯେଉଁଠାରେ ବି ଭଗବାନ ଏବଂ ତାଙ୍କର ଭକ୍ତ ଉପସ୍ଥିତ ଥିବେ, ପରମ ସତ୍ୟର ଆଲୋକ ମିଥ୍ୟାର ଅନ୍ଧକାରକୁ ସର୍ବଦା ପରାଭୂତ କରିବ । ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ ।"
}
]
}