gita-chapter-16

{ "title": "ଷୋଡ଼ଶ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ", "chapterIntro": "ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ମନୁଷ୍ୟର ଦୁଇ ପ୍ରକାର ସ୍ୱଭାବ ବିଷୟରେ ବର୍ଣ୍ଣନା କରିଛନ୍ତି - ସାଧୁ ସ୍ୱଭାବ ଏବଂ ଆସୁରିକ ସ୍ୱଭାବ । ଶାସ୍ତ୍ର ଉପଦେଶ ପାଳନ, ସତ୍ତ୍ୱ ଗୁଣର ବିକାଶ, ଆଧ୍ୟାତ୍ମିକ ସାଧନା ଏବଂ ଅନ୍ତଃକରଣ ଶୁଦ୍ଧି ଦ୍ୱାରା ସାଧୁ ସ୍ୱଭାବ ଉତ୍ପନ୍ନ ହୋଇଥାଏ । ଏହା ଦୈବୀ ସମ୍ପତ୍ତି ବା ଭଗବଦୀୟ ଗୁଣର ବିକାଶ କରେ ଏବଂ ପରିଣାମତଃ ଭଗବତ୍ ପ୍ରାପ୍ତି କରାଇ ଥାଏ । ଏହାର ବିପରୀତ ଆସୁରିକ ସ୍ୱଭାବ ଅଟେ । ଯାହା ରଜୋଗୁଣ ଓ ଅଜ୍ଞାନର ସଂସ୍ପର୍ଶରେ ଆସି ତଥା ଭୌତିକ ଦୃଷ୍ଟିକୋଣ ପୋଷଣ କରିବା ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ୱରେ ଅନୈତିକ ସ୍ୱଭାବ ବୃଦ୍ଧି କରାଏ ଏବଂ ସର୍ବଶେଷରେ ଆତ୍ମାକୁ ନର୍କଗାମୀ କରାଏ ।\nଅଧ୍ୟାୟଟି ଦ୍ୱୈବୀଗୁଣର ଅଧିକାରୀ ସାଧୁ ସ୍ୱଭାବର ବର୍ଣ୍ଣନା ସହ ଆରମ୍ଭ ହୋଇଛି । ତାପରେ ଆସୁରିକ ସ୍ୱଭାବର ବର୍ଣ୍ଣନା ହୋଇଛି, ଯାହାର ପରିତ୍ୟାଗ ନିଷ୍ଠାପୂର୍ବକ କରାଯିବା ଉଚିତ୍‌, କାରଣ ସେଗୁଡ଼ିକ ଜୀବକୁ ଅଜ୍ଞାନତା ଏବଂ ଜୀବନ ଓ ମୃତ୍ୟୁର ସଂସାରକୁ ଟାଣିନିଅନ୍ତି । ଅଧ୍ୟାୟର ପରିସମାପ୍ତି କରିବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ କ’ଣ କରାଯିବା ଉଚିତ ଏବଂ କ’ଣ କରାଯିବା ଉଚିତ ନୁହେଁ, ଏ ବିଷୟରେ ସମସ୍ତ ଶାସ୍ତ୍ର ଆମ ନିର୍ଣ୍ଣୟର ଅନ୍ତିମ ଅଧିକାରୀ ହେବା ଉଚିତ ଏବଂ ଆମେ ଶାସ୍ତ୍ରଗୁଡ଼ିକର ଉପଦେଶ ମାନି, ସେହି ଅନୁସାରେ ସଂସାରରେ କର୍ମ କରିବା ଉଚିତ୍ ।", "verseList": [ { "verseTitle": "Bhagavad Gita 16.1 – 16.3", "verse": "1-3", "chapter": 16, "lang": "or", "shloka": { "speaker": "", "sanskrit": "श्रीभगवानुवाच। \n\nअभयं सत्त्वसंशुद्धिर्ज्ञानयोगव्यवस्थितिः । \n\nदानं दमश्च यज्ञश्च स्वाध्यायस्तप आर्जवम् ॥1॥\n\nअहिंसा सत्यमक्रोधास्त्यागः शान्तिरपैशुनम् । \n\nदया भूतेष्वलोलुप्त्वं मार्दवं ह्रीरचापलम् ॥2॥\n\nतेजः क्षमा धृतिः शौचमद्रोहोनातिमानिता ।\n\nभवन्ति सम्पदं दैवीमभिजातस्य भारत ॥3॥", "text": "ଶ୍ରୀଭଗବାନୁବାଚ\nଅଭୟଂ ସତ୍ତ୍ୱସଂଶୁଦ୍ଧିର୍ଜ୍ଞାନଯୋଗବ୍ୟବସ୍ଥିତିଃ ।\nଦାନଂ ଦମଶ୍ଚ ଯଜ୍ଞଶ୍ଚ ସ୍ୱାଧ୍ୟାୟସ୍ତପ ଆର୍ଜବମ୍ ।।୧।।\nଅହିଂସା ସତ୍ୟମକ୍ରୋଧସ୍ତ୍ୟାଗଃ ଶାନ୍ତିରପୈଶୁନମ୍ ।\nଦୟା ଭୂତେଷ୍ୱଲୋଲୁପ୍‌ତ୍ୱଂ ମାର୍ଦବଂ ହ୍ରୀରଚାପଲମ୍ ।।୨।।\nତେଜଃ କ୍ଷମା ଧୃତିଃ ଶୌଚମଦ୍ରୋହୋନାତିମାନିତା ।\nଭବନ୍ତି ସମ୍ପଦଂ ଦୈବୀମଭିଜାତସ୍ୟ ଭାରତ ।।୩।।", "audioLink": "https://www.holy-bhagavad-gita.org/public/audio/016_001-003.mp3" }, "wordMeanings": "ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅଭୟଂ -ନିର୍ଭୀକତା; ସତ୍ତ୍ୱ-ସଂସିଦ୍ଧିଃ - ମନର ଶୁଦ୍ଧିକରଣ; ଜ୍ଞାନ-ଜ୍ଞାନ: ଯୋଗ-ଅଧ୍ୟାତ୍ମ; ବ୍ୟବସ୍ଥିତିଃ -ସ୍ଥିରତା; ଦାନଂ- ଦାନ; ଦମଃ -ଇନ୍ଦ୍ର୍ରିୟ ସଂଯମ;ଚ -ଏବଂ; ଯଜ୍ଞଃ - ଯଜ୍ଞାନୁଷ୍ଠାନ;ଚ -ଏବଂ; ସ୍ୱାଧ୍ୟାୟଃ - ପବିତ୍ର ଗ୍ରନ୍ଥର ଅଧ୍ୟୟନ; ତପଃ - ତପସ୍ୟା; ଆର୍ଜବମ୍ - ସରଳତା; ଅହିଂସା- ଅହିଂସା; ସତ୍ୟଂ -ସତ୍ୟ; ଅକ୍ରୋଧଃ - କ୍ରୋଧଶୂନ୍ୟତା; ତ୍ୟାଗଃ -ତ୍ୟାଗ; ଶାନ୍ତିଃ - ଶାନ୍ତି ଭାବ; ଅପୈଶୁନମ୍ - ଦୋଷଦର୍ଶନ ତ୍ୟାଗ; ଦୟା-ଦୟା; ଭୂତେଷୁ -ସମସ୍ତ ପ୍ରାଣୀଙ୍କଠାରେ; ଅଲୋଲୁପ୍ତ୍ୱଂ, -ଲୋଭଶୂନ୍ୟତା; ମାର୍ଦବଂ -ଭଦ୍ରାମି; ହ୍ର୍ରୀଃ - ବିନୟ; ଅଚାପଳମ୍ - ଦୃଢ଼ତା; ତେଜଃ - ତେଜ; କ୍ଷମା-କ୍ଷମା; ଧୃତିଃ - ଧୈର୍ଯ୍ୟ; ଶୌଚଂ- ପରିଷ୍କାର ପରିଚ୍ଛନ୍ନତା; ଅଦ୍ରୋହଃ - ଈର୍ଷାଶୂନ୍ୟ; ନ - ନାହିଁ; ଅତିମାନିତା -ମାନଶୂନ୍ୟତା; ଭବନ୍ତି - ହୁଅନ୍ତି; ସମ୍ପଦମ୍ - ଗୁଣ; ଦୈବୀଂ - ଦିବ୍ୟ; ଅଭିଜାତସ୍ୟ - ଅଧିକାରୀ; ଭାରତ - ହେ ଭରତ ବଂଶଜ ।", "translation": { "text": "ଶ୍ରୀ ଭଗବାନ କହିଲେ: ହେ ଭରତ ଶ୍ରେଷ୍ଠ! ଏହି ଗୁଡ଼ିକ ଦୈବୀଗୁଣର ଅଧିକାରୀ ବ୍ୟକ୍ତିଙ୍କର ସାଧୁ ସ୍ୱଭାବ ଅଟେ- ନିର୍ଭୀକତା, ମନର ପବିତ୍ରତା, ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା, ଦାନ, ଇନ୍ଦ୍ରିୟ ବଶୀକରଣ, ଯଜ୍ଞ ସମ୍ପାଦନ, ପବିତ୍ର ପୁସ୍ତକ ପଠନ, ସଂଯମ, ସ୍ପଷ୍ଟବାଦୀ, ଅହିଂସା, ସତ୍ୟବାଦୀ, କ୍ରୋଧରହିତ, ତ୍ୟାଗ, ଶାନ୍ତିପ୍ରିୟ, ପରଦୋଷ ଦର୍ଶନ ନ କରିବା, ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା, ଲୋଭହୀନ, ଭଦ୍ର, ଶାଳୀନ, ସ୍ଥିର ମତି, ସାହସୀ, କ୍ଷମାଶୀଳ, ସହନଶୀଳ, ପରିଷ୍କାର ପରିଚ୍ଛନ୍ନ, କାହା ପ୍ରତି ଶତ୍ରୁତା ଆଚରଣ ନ କରିବା ଏବଂ ଅହଂକାର ରହିତ ହେବା ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-01.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-02.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-03.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.1.mp3", "https://www.gitasupersite.iitk.ac.in/sites/default/files/audio/Purohit/16.2.mp3", "https://www.gitasupersite.iitk.ac.in/sites/default/files/audio/Purohit/16.3.mp3" ] }, "commentary": "ଶ୍ରୀକୃଷ୍ଣ ଏଠାରେ ସାଧୁ ଚରିତ୍ରର ଛବିଶଗୋଟି ଗୁଣ ବର୍ଣ୍ଣନା କରିଛନ୍ତି । ଚରମ ଲକ୍ଷ୍ୟ ପ୍ରାପ୍ତି ଦିଗରେ ନିଜକୁ ଉଚ୍ଚତର ସୋପାନକୁ ଉନ୍ନୀତ କରିବା ପାଇଁ ଆମ ଆଧ୍ୟାତ୍ମିକ ସାଧନାର ଅଙ୍ଗ ଭାବରେ ଏହିସବୁ ଗୁଣକୁ ବିକଶିତ କରାଯିବା ଉଚିତ୍ ।\nନିର୍ଭୀକତା - ଏହା ବର୍ତ୍ତମାନ ଏବଂ ଭବିଷ୍ୟତର ଦୁଃଖ ପାଇଁ ଉଦ୍‌ବେଗ ମୁକ୍ତ ରହିବାର ଅବସ୍ଥା ଅଟେ । କୌଣସି ପ୍ରକାରର ଅତିଶୟ ଆସକ୍ତି ମନରେ ଭୟ ଉତ୍ପନ୍ନ କରେ । ଧନ ସମ୍ପତ୍ତି ପ୍ରତି ଆସକ୍ତି, ଦରିଦ୍ର ହୋଇଯିବାର ଭୟ ଉତ୍ପନ୍ନ କରେ; ଯଶ ପ୍ରତି ଆସକ୍ତି ଅପଯଶର ଭୟ ସୃଷ୍ଟି କରାଏ, ଧର୍ମ ପ୍ରତି ଆସକ୍ତି ପାପ ପରିଣାମ ପ୍ରତି ଉତ୍କଣ୍ଠା ଉତ୍ପନ୍ନ କରେ, ଶରୀର ପ୍ରତି ଆସକ୍ତି ରୋଗର ଭୟ ଉତ୍ପନ୍ନ କରେ, ଇତ୍ୟାଦି । ବୈରାଗ୍ୟ ଏବଂ ଭଗବତ୍ ଶରଣାଗତି ହୃଦୟରୁ ସମସ୍ତ ଭୟକୁ ସମାପ୍ତ କରିଦିଏ ।\nମନର ପବିତ୍ରତା - ଏହା ଅଭ୍ୟନ୍ତରର ପବିତ୍ରତା ଅଟେ । ମନ ବିଚାର, ଭାବନା, ଅନୁଭବ, ଆବେଗ ଇତ୍ୟାଦି ଉତ୍ପନ୍ନ କରେ । ଯେତେବେଳେ ସେଗୁଡ଼ିକ ନୈତିକ, ପ୍ରୀତିକର, ସକାରାତ୍ମକ ଏବଂ ଉତ୍ସାହଦାୟକ ହୋଇଥାଏ, ସେତେବେଳେ ମନ ପବିତ୍ର ଥିବା ଅନୁମାନ କରାଯାଏ । ଯେତେବେଳେ ସେଗୁଡ଼ିକ ଅନୈତିକ ଏବଂ ପତନ କାରକ ହୋଇଥାଏ, ସ୍ପଷ୍ଟ ଅନୁମେୟ ଯେ ମନ ଅପବିତ୍ର ରହିଛି । ରଜୋଗୁଣ ଏବଂ ତମୋଗୁଣ ପ୍ରତି ଆସକ୍ତି ମନକୁ ଦୂଷିତ କରିଦିଏ, କିନ୍ତୁ ଭଗବାନଙ୍କଠାରେ ଅନୁରାଗ ମନକୁ ପବିତ୍ର କରେ ।\nଆଧ୍ୟାତ୍ମିକ ଜ୍ଞାନରେ ସ୍ଥିର ରହିବା - ଏପରି କୁହାଯାଏ ଯେ: ତତ୍ତ୍ୱ ବିସ୍ମରଣାତ୍ ଭେକିବତ୍ । ମନୁଷ୍ୟ ଯେତେବେଳେ ଉଚିତ୍ କ’ଣ - ଅନୁଚିତ୍ କ’ଣ ତାହା ଭୁଲିଯାଏ, ସେ ପଶୁ ସଦୃଶ ହୋଇଯାଏ । ସେଥିପାଇଁ ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିତ ରହିବା, ସଦ୍‌ଗୁଣର ମାର୍ଗକୁ ପ୍ରଶସ୍ତ କରିଥାଏ ।\nଦାନ - ଏହା ନିଜର ଧନକୁ କୌଣସି ମହତ୍ ଉଦ୍ଦେଶ୍ୟରେ କିମ୍ବା କୌଣସି ଅଭାବଗ୍ରସ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ବୁଝାଏ । ବାସ୍ତବ ଦାନ ତାହାକୁ କୁହାଯାଏ, ଯେତେବେଳେ ତାହା କୌଣସି ଶ୍ରେଷ୍ଠତାର ଭାବନାରେ କରା ନ ଯାଇ, ଅନ୍ୟର ସାହାଯ୍ୟ କରିବାକୁ ଏକ ସୁଯୋଗ ପ୍ରଦାନ କରିଥିବାରୁ ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଭାବନାରେ କରାଯାଇଥାଏ । ଶରୀରର ହିତ ଉଦ୍ଦେଶ୍ୟରେ ଯେଉଁ ଦାନ କରାଯାଇ ଥାଏ, ତାହାର ପ୍ରଭାବ କ୍ଷଣସ୍ଥାୟୀ ଅଟେ । ଆଧ୍ୟାତ୍ମିକ ଦାନ, ଯାହା ଆତ୍ମା ସ୍ତରରେ କରାଯାଇଥାଏ, ତାହା ଭଗବାନଙ୍କ ପ୍ରତି ବିମୁଖ ରହିଥିବା କାରଣରୁ ଜୀବ ଭୋଗ କରଥିବା ସମସ୍ତ ଦୁଃଖର କାରଣକୁ ଦୂର କରିଥାଏ । ପରିଣାମ ସ୍ୱରୂପ, ଏହା ଭୌତିକ ଦାନ ଅପେକ୍ଷା ଶ୍ରେଷ୍ଠ ପରିଗଣିତ ହୁଏ ।\nଇନ୍ଦ୍ରିୟ ସଂଯମ -  ମନକୁ ମାୟିକ ଭ୍ରମର ଅତଳ ଗହରକୁ ଟାଣି ନେବାର କ୍ଷମତା ଦୁଷ୍ଟ ଇନ୍ଦ୍ରିୟମାନଙ୍କର ରହିଛି । ସେମାନେ ଜୀବକୁ ତୁରନ୍ତ ସୁଖପ୍ରାପ୍ତି ପାଇଁ ପ୍ରଲୋଭିତ କରନ୍ତି । କିନ୍ତୁ, ଉଚ୍ଚତର ଲକ୍ଷ୍ୟ ପ୍ରାପ୍ତି ପାଇଁ ଧର୍ମ ପଥରେ ଯାତ୍ରା କରିବାକୁ ହେଲେ ନିକୃଷ୍ଟ ଇନ୍ଦ୍ରିୟ ସୁଖ ତ୍ୟାଗ କରିବା ଆବଶ୍ୟକ । ତେଣୁ ଇନ୍ଦ୍ରିୟମାନଙ୍କୁ ବଶ କରିବା, ଭଗବତ୍ ମାର୍ଗରେ ଅଗ୍ରସର ହେବା ପାଇଁ ଏକ ଆବଶ୍ୟକୀୟ ସଦ୍‌ଗୁଣ ଅଟେ ।\nଯଜ୍ଞାନୁଷ୍ଠାନ କରିବା - ଏହାର ଅର୍ଥ, ନିଜ ସୁଖ ପାଇଁ ହୋଇ ନ ଥିଲେ ମଧ୍ୟ, ବୈଦିକ ଧର୍ମ ତଥା ସାମାଜିକ କର୍ତ୍ତବ୍ୟର ପାଳନ କରିବା ।  ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରାଯାଉଥିବା ଯଜ୍ଞ, ଶ୍ରେଷ୍ଠ ଯଜ୍ଞ ଅଟେ ।\nପବିତ୍ର ଗ୍ରନ୍ଥ ପଠନ - ବୁଦ୍ଧିକୁ ପ୍ରେରଣାଦାୟକ ଶାସ୍ତ୍ର ଜ୍ଞାନରେ ଯୁକ୍ତ କରିବା, ଦିବ୍ୟଗୁଣ ବୃଦ୍ଧି କରିବାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଯେତେବେଳେ ବୁଦ୍ଧି ସଠିକ୍ ଜ୍ଞାନ ଦ୍ୱାରା ଉଦ୍‌ଭାସିତ ହୁଏ, ବ୍ୟକ୍ତିର କାର୍ଯ୍ୟ ସ୍ୱାଭାବିକ ଭାବରେ ଗରିମାମୟ ହୋଇଉଠେ ।\nତପସ୍ୟା - ଶରୀର-ମନ-ଇନ୍ଦ୍ରିୟସବୁ ଏପରି ଅଟନ୍ତି ଯେ ଯଦି ଆମେ ତାଙ୍କୁ ସନ୍ତୁଷ୍ଟ କରି ଚାଲିବା, ସେମାନେ ସୁଖ-କାମୀ ହୋଇଯିବେ । ଅନ୍ୟ ପକ୍ଷରେ, ଯଦି ସେଗୁଡ଼ିକୁ ନିୟନ୍ତ୍ରଣ କରାଯାଏ ତାହେଲେ ସେମାନେ ଶୃଙ୍ଖଳିତ ହୋଇଯାଆନ୍ତି । ତପସ୍ୟାର ଅର୍ଥ ସ୍ୱେଚ୍ଛାରେ କଷ୍ଟ ଭୋଗ ସ୍ୱୀକାର କରିବା, ଯାହା ଶରୀର, ମନ ଓ ବୁଦ୍ଧିକୁ ଶୁଦ୍ଧ କରିଥାଏ ।\nସରଳତା - କଥାବାର୍ତ୍ତା ଏବଂ ଆଚରଣରେ ସରଳତା ମନକୁ ବ୍ୟବସ୍ଥିତ କରେ ଏବଂ ମହତ୍ ବିଚାରର ଅଙ୍କୁର ଉତ୍ପନ୍ନ କରେ । ଇଂରାଜୀ ପ୍ରବାଦ “ସରଳ ଜୀବନ, ଉଚ୍ଚ ଚିନ୍ତନ”, ସ୍ପଷ୍ଟ ଭାବରେ ସରଳତା ଗୁଣର ଲାଭକୁ ବ୍ୟକ୍ତ କରିଥାଏ ।\nଅହିଂସା - ଏହାର ଅର୍ଥ, ବିଚାର, ବାକ୍ୟ ବା କ୍ରିୟା ମାଧ୍ୟମରେ ଅନ୍ୟ ଜୀବର ପ୍ରଗତିଶୀଳ ଜୀବନରେ ବାଧା ଉତ୍ପନ୍ନ ନ କରିବା ।\nସତ୍ୟବାଦିତା - ଏହାର ଅର୍ଥ, ନିଜର ଉଦ୍ଦେଶ୍ୟ ସାଧିତ କରିବା ପାଇଁ ତଥ୍ୟକୁ ବିକୃତ କରିବାରୁ କ୍ଷାନ୍ତ ରହିବା । ଭଗବାନ ପରମ ସତ୍ୟ ଅଟନ୍ତି ଏବଂ ସତ୍ୟବାଦିତାର ଅଭ୍ୟାସ ଆମକୁ ତାଙ୍କ ଦିଗକୁ ନେଇଯାଏ । ଅନ୍ୟପକ୍ଷରେ, ମିଥ୍ୟା ସହଜ ହେଲେ ମଧ୍ୟ ଆମକୁ ଭଗବାନଙ୍କଠାରୁ ଦୂରେଇ ନିଏ ।\nକ୍ରୋଧ ଶୂନ୍ୟତା - କ୍ରୋଧ ପ୍ରକାଶ କରିବା ମାୟିକ ମନର ଏକ ବିକାର ଅଟେ । ଯେତେବେଳେ ସୁଖର କାମନା ବାଧାପ୍ରାପ୍ତ ହୁଏ ଏବଂ ନିଜ ପରିକଳ୍ପନା ଅନୁସାରେ କାର୍ଯ୍ୟ ଘଟି ନ ଥାଏ, ସେତେବେଳେ ଏହା ଜାତ ହୋଇଥାଏ । ବୈରାଗ୍ୟ ଧାରଣ କରି ଏବଂ ଭଗବାନଙ୍କ ଇଚ୍ଛା ପ୍ରତି ସମର୍ପିତ ହୋଇ ବ୍ୟକ୍ତି କ୍ରୋଧକୁ ଜୟ କରିଥାଏ ।\nତ୍ୟାଗ - ସମସ୍ତ ଭୌତିକ ଶକ୍ତି ଭଗବାନଙ୍କର ଶକ୍ତି ଅଟେ ଏବଂ ଏହା ତାଙ୍କର ସୁଖ ପାଇଁ ଉଦ୍ଦିଷ୍ଟ । ତେଣୁ ସଂସାରର ଐଶ୍ୱର୍ଯ୍ୟ ଆମର ଉପଭୋଗ ପାଇଁ ନୁହେଁ, ବରଂ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ଉପଯୋଗ କରାଯିବା ଉଚିତ । ଏହି ଜ୍ଞାନରେ ସ୍ଥିତ ହେବା ହିଁ ତ୍ୟାଗ ଅଟେ ।\nଶାନ୍ତି - ସଦ୍‌ଗୁଣର ବିକାଶ ନିମନ୍ତେ ମାନସିକ ଭାରସାମ୍ୟ ରକ୍ଷାକରିବା ଆବଶ୍ୟକ ଅଟେ । ବାହ୍ୟ ବିଶୃଙ୍ଖଳା ସତ୍ତ୍ୱେ ଅଭ୍ୟନ୍ତରର ସନ୍ତୁଳନ ରକ୍ଷା କରିବାକୁ ଶାନ୍ତି କୁହାଯାଏ ।\nପରଦୋଷ ଦର୍ଶନରୁ କ୍ଷାନ୍ତ ରହିବା - ସଂସାର ଏବଂ ସେଥିରେ ଥିବା ସମସ୍ତ ବସ୍ତୁ ଭଲ ଓ ମନ୍ଦ ଗୁଣର ସମ୍ମିଶ୍ରଣ ଅଟେ । ଅନ୍ୟର ଦୋଷ ଦର୍ଶନ ମନକୁ କଳୁଷିତ କରେ, ଅନ୍ୟପକ୍ଷରେ ତାଙ୍କର ସଦ୍‌ଗୁଣ ଦେଖିବା ଦ୍ୱାରା ମନ ଶୁଦ୍ଧ ହୁଏ । ସନ୍ଥ ମହାପୁରୁଷ ମାନଙ୍କର ବିଶେଷତ୍ୱ ଏହା  ଯେ ସେମାନେ ନିଜର ଦୋଷ ଦେଖିଥାନ୍ତି ଏବଂ ଅନ୍ୟର ଗୁଣ ଦେଖିଥାନ୍ତି ।\nସମସ୍ତ ପ୍ରାଣୀଙ୍କ ପ୍ରତି ଦୟା - ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି କରିବା ସହିତ, ସ୍ୱାଭାବିକ ଭାବେ ଆତ୍ମ-କୈନ୍ଦ୍ରିକତାରୁ ଉଚ୍ଚ-ସ୍ତରକୁ ଯାଇଥାଏ ଏବଂ ସମସ୍ତ ପ୍ରାଣୀଙ୍କ ପ୍ରତି ସମବେଦନା ଅନୁଭବ କରିଥାଏ । ଅନ୍ୟର ଦୁଃଖକଷ୍ଟ ଦେଖି ହୃଦୟରେ ଗଭୀର ସହାନୁଭୂତି ଅନୁଭବ କରିବା, ଦୟା ଭାବ ଅଟେ ।\nଲୋଭ ରହିତ - ଶରୀର ପୋଷଣ ନିମନ୍ତେ ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ସଂଗ୍ରହ କରିବାର କାମନାକୁ ଲୋଭ କୁହାଯାଏ । ଏହାର ପ୍ରଭାବରେ, ଲୋକେ ବହୁ ପରିମାଣର ଅର୍ଥ ଏବଂ ସମ୍ପତ୍ତି ଏକତ୍ରିତ କରିଥାନ୍ତି, ଯଦିଓ ସେମାନେ ଜାଣନ୍ତି ଯେ ମୃତ୍ୟୁ ସମୟରେ ସବୁକିଛି ତ୍ୟାଗ କରି ଖାଲି ହାତରେ ଯିବାକୁ ପଡ଼ିବ । ଲୋଭରୁ ମୁକ୍ତି ସନ୍ତୋଷ ଏବଂ ଆନ୍ତରିକ ଶାନ୍ତି ପ୍ରଦାନ କରିଥାଏ ।\nସୌଜନ୍ୟତା - ଯେଉଁମାନେ ଅନ୍ୟର ଭାବନା ପ୍ରତି ଅସମ୍ବେଦନଶୀଳ, ସେମାନଙ୍କର ସ୍ୱଭାବ ଏପରି ହୋଇଥାଏ ଯେ ସେମାନେ ଅନ୍ୟ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥାଆନ୍ତି । କିନ୍ତୁ ଆଧ୍ୟାତ୍ମିକ ସ୍ତରରେ ବ୍ୟକ୍ତି ଯେତେ ଉପରକୁ ଉଠେ, ସ୍ୱାଭାବିକ ଭାବରେ ତା’ର ବ୍ୟବହାରରେ ରୁକ୍ଷତା ହ୍ରାସ ପାଏ । ସୌଜନ୍ୟତା ଆଧ୍ୟାତ୍ମିକ ଶୁଦ୍ଧିକରଣର ଏକ ଲକ୍ଷଣ ଅଟେ ।\nଶାଳୀନତା - ହ୍ରିଃ ଶବ୍ଦର ଅର୍ଥ “ଶାସ୍ତ୍ରୀୟ ଏବଂ ସାମାଜିକ ନିୟମ ବିପରୀତ କର୍ମ କରିବା ଦ୍ୱାରା ନିଜ ଭିତରେ ଦୋଷୀ ଅନୁଭବ କରିବା ।” ସନ୍ଥ ସ୍ୱଭାବ, ଏକ କଠୋର ଅଭ୍ୟନ୍ତରୀଣ ବିବେକ ଦ୍ୱାରା ଅନୁପ୍ରାଣୀତ ହୋଇଥାଏ, ଯାହା କୌଣସି ପାପଯୁକ୍ତ କର୍ମ କରିବା ସମୟରେ ‘ଦୋଷୀଭାବ’ ଉତ୍ପନ୍ନ କରିଥାଏ ।\nସ୍ଥିରତା - କୌଣସି କାର୍ଯ୍ୟ ଆମେ କିଛି ମହତ୍ ଉଦ୍ଦେଶ୍ୟ ନେଇ ଆରମ୍ଭ କରିପାରୁ । କିନ୍ତୁ ରାସ୍ତାରେ ଆମେ ଯଦି ପ୍ରଲୋଭନ ବା କଠିନତା ଦ୍ୱାରା ବିଚଳିତ ହୋଇଯାଉ, ତେବେ ଆମେ ଯାତ୍ରା ପୂର୍ଣ୍ଣ କରିପାରୁ ନାହିଁ । ସତ୍ ପଥରେ ସଫଳତା ସେତେବେଳେ ମିଳିଥାଏ, ଯେତେବେଳେ, ରାସ୍ତାରେ ଦିଗ୍‌ଭ୍ରଷ୍ଟ ହେବାର ଅନେକ କାରଣ ଥାଇ ମଧ୍ୟ, ଆମେ ଅବିଚଳିତ ଭାବରେ ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହୋଇଥାଉ ।\nତେଜ - ବ୍ୟକ୍ତିଠାରେ ନିଜ ମୂଲ୍ୟବୋଧ ଏବଂ ବିଶ୍ୱାସ ଅନୁସାରେ କର୍ମ କରିବାର ଆନ୍ତରିକ ସ୍ପୃହା, ଏକ ବିଶୁଦ୍ଧ ମନରୁ ଉତ୍ପନ୍ନ ହୋଇଥାଏ । ତେଣୁ, ସନ୍ଥ ମହାପୁରୁଷମାନେ ଯେଉଁ କାର୍ଯ୍ୟ କରନ୍ତି, ତାହାକୁ ସେମାନେ ଅତ୍ୟଧିକ ଶକ୍ତି ଏବଂ ଉତ୍ସାହର ସହିତ କରିଥାନ୍ତି ।\nକ୍ଷମାଶୀଳତା ବା ସହିଷ୍ଣୁତା - ଏହା ପ୍ରତିଶୋଧ ନେବାର ଆବଶ୍ୟକତା ଅନୁଭବ ନ କରି, ଅନ୍ୟମାନଙ୍କର ଅପରାଧକୁ ସହ୍ୟ କରିବାର  କ୍ଷମତାକୁ ବୁଝାଇ ଥାଏ । କ୍ଷମା କରିବା ଦ୍ୱାରା, ବ୍ୟକ୍ତି ଭାବନାତ୍ମକ ସ୍ତରରେ ଅନ୍ୟମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷତର ଉପଶମ କରିଥାଏ, ଯାହା ହୁଏତ ତା’ର ମନକୁ ପୀଡିତ ଏବଂ ଅଶାନ୍ତ କରିଥାନ୍ତା ।\nସହନଶୀଳତା - ପ୍ରତିକୁଳ ପରିସ୍ଥିତି ଦ୍ୱାରା ମନ ଓ ଇନ୍ଦ୍ରିୟ ବିଭ୍ରାନ୍ତ ହେଲେ ମଧ୍ୟ, ଆନ୍ତରିକ ଶକ୍ତି ଏବଂ ନିଷ୍ଠାର ସହିତ ଲକ୍ଷ୍ୟର ଅନୁସରଣ କରିବା, ସହନଶୀଳତା ଅଟେ । ସଂସାରରେ ଅଧିକାଂଶ ମହତ୍ୱପୂର୍ଣ୍ଣ ଜିନିଷ ସେହି ମାନଙ୍କ ଦ୍ୱାରା ହାସଲ ହୋଇଥାଏ, ଯେଉଁମାନେ ଆଶାହୀନ ଅବସ୍ଥାରେ ମଧ୍ୟ ଚେଷ୍ଟାରତ ରହିଥାନ୍ତି । ଶ୍ରୀ ଅରବିନ୍ଦ ଏହାକୁ ଅତ୍ୟନ୍ତ ଭାବପୂର୍ଣ୍ଣ ଶୈଳୀରେ ପ୍ରକାଶ କରିଛନ୍ତି, “ତୁମେ କଠିନତା ଠାରୁ ଅଧିକ ଦୃଢ଼ ହେବା ଆବଶ୍ୟକ । ତା’ଛଡ଼ା ଅନ୍ୟ ଉପାୟ ନାହିଁ ।”\nପରିଷ୍କାର ପରିଚ୍ଛନ୍ନତା - ଏହା ଉଭୟ ବାହ୍ୟ ଏବଂ ଅଭ୍ୟନ୍ତର ଶୁଦ୍ଧିକୁ ବୁଝାଏ । ଧର୍ମାତ୍ମାମାନେ ବାହ୍ୟ ସ୍ୱଚ୍ଛତା ରକ୍ଷା କରିବାରେ ବିଶ୍ୱାସ କରନ୍ତି କାରଣ ତାହା ଆନ୍ତରିକ ଶୁଦ୍ଧତାର ଅନୁକୁଳ ହୋଇଥାଏ । ଜର୍ଜ ବର୍ଣ୍ଣଡ ଶ କହିଥିଲେ, “ନିଜକୁ ପରିଷ୍କାର ଏବଂ ଉଜ୍ଜ୍ୱଳ ରଖ; ତୁମେ ସେହି ଝରକା ଅଟ, ଯାହା ମାଧ୍ୟମରେ ତୁମେ ସଂସାରକୁ ଦେଖିବା ଉଚିତ ।”\nକାହା ପ୍ରତି ଦ୍ୱେଷଭାବ ନ ରଖିବା - ଅନ୍ୟପ୍ରତି ଦ୍ୱେଷ ଭାବ ଆମ ନିଜ ମନକୁ ବିଷାକ୍ତ କରିଦିଏ ଏବଂ ଏହା ଆଧ୍ୟାତ୍ମିକ ପ୍ରଗତିରେ ପ୍ରତିବନ୍ଧକ ସାବ୍ୟସ୍ତ ହୁଏ । ଅନ୍ୟମାନେ ଆମ ପରି ଅଟନ୍ତି ଏବଂ ଭଗବାନ ତାଙ୍କ ହୃଦୟରେ ମଧ୍ୟ ନିବାସ କରୁଛନ୍ତି, ଏହା ହୃଦୟଙ୍ଗମ କରିବା ଦ୍ୱାରା, ଅନ୍ୟମାନଙ୍କ ପ୍ରତି ଦ୍ୱେଷ ସମାପ୍ତ ହୋଇଯାଏ ।\nମାନଶୂନ୍ୟତା - ଗର୍ବରୁ ଆତ୍ମ-ପ୍ରଶଂସା, ଆତ୍ମବଡ଼ିମା, ଆଡ଼ମ୍ବର ଇତ୍ୟାଦି ଜାତ ହୋଇଥାଏ । ସନ୍ଥ ମହାତ୍ମାମାନେ ନିଜ ଠାରେ ଅହଂକାର କରିବା ଯୋଗ୍ୟ କିଛି ଦେଖନ୍ତି ନାହିଁ । ତା ପରିବର୍ତ୍ତେ, ଯାହାକିଛି ସଦ୍‌ଗୁଣ ସେମାନଙ୍କଠାରେ ଥାଏ, ସେଥିପାଇଁ ସେମାନେ ଭଗବାନଙ୍କ ପ୍ରତି କୃତଜ୍ଞତା ଅନୁଭବ କରନ୍ତି । ଅତଏବ, ସେମାନେ ଆତ୍ମବଡ଼ିମାଠାରୁ ଦୂରରେ ରହନ୍ତି ।" }, { "verseTitle": "Bhagavad Gita 16.4", "verse": "4", "chapter": 16, "lang": "or", "shloka": { "speaker": "", "sanskrit": "दम्भो दर्पोऽभिमानश्च क्रोधः पारुष्यमेव च । \n\nअज्ञानं चाभिजातस्य पार्थ सम्पदमासुरीम् ॥4॥", "text": "ଦମ୍ଭୋ ଦର୍ପୋଽଭିମାନଶ୍ଚ କ୍ରୋଧଃ ପାରୁଷ୍ୟମେବ ଚ ।\nଅଜ୍ଞାନଂ ଚାଭିଜାତସ୍ୟ ପାର୍ଥ ସମ୍ପଦମାସୁରୀମ୍ ।।୪।।", "audioLink": "https://www.holy-bhagavad-gita.org/public/audio/016_004.mp3" }, "wordMeanings": "ଦମ୍ଭଃ -କପଟ; ଦର୍ପଃ -ଗର୍ବ; ଅଭିମାନଃ -ଅଭିମାନ; ଚ-ଏବଂ; କ୍ରୋଧଃ -କ୍ରୋଧ; ପାରୁଷ୍ୟଂ -କର୍କଶତା; ଏବ- ନିଶ୍ଚିତଭାବେ; ଚ-ଏବଂ; ଅଜ୍ଞାନଂ - ଅଜ୍ଞାନ; ଚ-ଏବଂ; ଅଭିଜାତସ୍ୟ- ଯାହା ପାଖରେ ଥାଏ; ପାର୍ଥ - ହେ ପୃଥାପୁତ୍ର; ସଂପଦଂ- ପ୍ରକୃତି; ଆସୁରୀମ୍ -ଆସୁରିକ ।", "translation": { "text": "ହେ ପାର୍ଥ! ଆସୁରିକ ପ୍ରବୃତ୍ତି ଯୁକ୍ତ ବ୍ୟକ୍ତିମାନଙ୍କର ସ୍ୱଭାବଗୁଡ଼ିକ ହେଉଛି, କପଟାଚାର, ଅହଂକାର, ଆତ୍ମ-ଗର୍ବ, କ୍ରୋଧ, ନିଷ୍ଠୁରତା ଏବଂ ଅଜ୍ଞାନତା ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-04.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.4.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ଆସୁରିକ ପ୍ରବୃତ୍ତିଯୁକ୍ତ ବ୍ୟକ୍ତିଙ୍କର ଛଅଟି ଗୁଣ ଉପରେ ଆଲୋକପାତ କରୁଛନ୍ତି । ସେମାନେ କପଟାଚାରୀ ଅଟନ୍ତି, ଅର୍ଥାତ୍ ବାହ୍ୟ ରୂପରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସେମାନେ ଧାର୍ମିକ ଆଚରଣ ପ୍ରଦର୍ଶନ କରନ୍ତି, କିନ୍ତୁ ଆନ୍ତରିକ ସ୍ତରରେ ତଦନୁରୂପ ଗୁଣ ସେମାନଙ୍କର ନ ଥାଏ । ଏହା ଏକ କୃତ୍ରିମ (ଜେକିଲ ଏବଂ ହାଇଡ଼୍‌) ବ୍ୟକ୍ତିତ୍ୱ ସୃଷ୍ଟି କରେ, ଯାହା ଭିତରେ ଅଶୁଦ୍ଧ କିନ୍ତୁ ବାହ୍ୟତଃ ଶୁଦ୍ଧ ପ୍ରତୀତ ହୁଏ ।\nଆସୁରିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ବ୍ୟବହାର ଅହଂକାରୀ ତଥା ଅନ୍ୟମାନଙ୍କ ପ୍ରତି ଅଶିଷ୍ଟତାପୂର୍ଣ୍ଣ ହୋଇଥାଏ । ସେମାନେ ନିଜର ଶାରୀରିକ ସମ୍ପତ୍ତି ଯେପରିକି, ଧନ, ଶିକ୍ଷା, ସୌନ୍ଦର୍ଯ୍ୟ, ପଦବୀ ଇତ୍ୟାଦିକୁ ନେଇ ଅହଂକାରଯୁକ୍ତ ରହିଥାନ୍ତି । ଯେତେବେଳେ ସେମାନଙ୍କର କାମନା ଓ ଲୋଭ ପୂରଣ ହୁଏ ନାହିଁ, ସେମାନେ ମନର ନିୟନ୍ତ୍ରଣ ହରାଇ କ୍ରୋଧିତ ହୋଇଉଠନ୍ତି । ଅନ୍ୟମାନଙ୍କ ପ୍ରତି ସେମାନଙ୍କର ବ୍ୟବହାର ନିଷ୍ଠୁର ଏବଂ କଠୋର ହୋଇଥାଏ ଏବଂ ଅନ୍ୟର ଦୁଃଖ ପ୍ରତି ସେମାନେ ସମ୍ବେଦନା ରହିତ ହୋଇଥାନ୍ତି । ଆଧ୍ୟାତ୍ମିକ ସିଦ୍ଧାନ୍ତ ବିଷୟରେ ସେମାନଙ୍କର କୌଣସି ଧାରଣା ନ ଥାଏ ଏବଂ ଅଧର୍ମକୁ ସେମାନେ ଧର୍ମ ଭାବରେ ଗ୍ରହଣ କରନ୍ତି ।" }, { "verseTitle": "Bhagavad Gita 16.5", "verse": "5", "chapter": 16, "lang": "or", "shloka": { "speaker": "", "sanskrit": "दैवी सम्पद्विमोक्षाय निबन्धायासुरी मता ।\n\nमा शुचः सम्पदं दैवीमभिजातोऽसि पाण्डव ॥5॥", "text": "ଦୈବୀସମ୍ପଦ୍ୱିିମୋକ୍ଷାୟ ନିବନ୍ଧାୟାସୁରୀ ମତା ।\nମା ଶୁଚଃ ସମ୍ପଦଂ ଦୈବୀମଭିଜାତୋଽସି ପାଣ୍ଡବ ।।୫।।", "audioLink": "https://www.holy-bhagavad-gita.org/public/audio/016_005.mp3" }, "wordMeanings": "ଦୈବୀ- ଦିବ୍ୟ; ସମ୍ପତ୍ - ପ୍ରକୃତି; ବିମୋକ୍ଷାୟ -ମୁକ୍ତି ଦାୟିନୀ; ନିବନ୍ଧାୟ - ବନ୍ଧନ କାରକ; ଆସୁରୀ - ଆସୁରିକ ପ୍ରକୃତି; ମତା- ବିଚାର କରାଯାଏ; ମା -କେବେହେଲେ ହୁଅ ନାହିଁ; ଶୁଚଃ - ଦୁଃଖିତ; ସମ୍ପଦଂ - ଗୁଣ; ଦୈବୀଂ - ଦିବ୍ୟ; ଅଭିଜାତଃ - ଜନ୍ମ; ଅସି - ତୁମେ ଅଟ; ପାଣ୍ଡବ - ହେ ପାଣ୍ଡୁପୁତ୍ର ।", "translation": { "text": "ଦିବ୍ୟଗୁଣ ମୁକ୍ତି ପ୍ରଦାନ କରୁଥିବାବେଳେ, ଆସୁରିକ ଗୁଣଗୁଡ଼ିକ ବନ୍ଧନର ଏକ କ୍ରମାଗତ ଭାଗ୍ୟର କାରଣ ହୋଇଥାନ୍ତି । ହେ ଅର୍ଜୁନ! ଦୁଃଖ କର ନାହିଁ, ତୁମେ ଧାର୍ମିକ ଗୁଣଯୁକ୍ତ ହୋଇ ଜନ୍ମ ଗ୍ରହଣ କରିଛ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-05.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.5.mp3" ] }, "commentary": "ଦୁଇ ପ୍ରକାରର ପ୍ରକୃତି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଉଭୟର ପରିଣାମ ସମ୍ବନ୍ଧରେ ସୂଚନା ଦେଉଛନ୍ତି । ସେ କହୁଛନ୍ତି ଯେ ଆସୁରିକ ପ୍ରକୃତି ବ୍ୟକ୍ତିକୁ ଜନ୍ମ ଓ ମୃତ୍ୟୁର ସଂସାରରେ ବନ୍ଦୀ କରିଦିଏ । ଅନ୍ୟ ପକ୍ଷରେ, ସାଧୁ ସ୍ୱଭାବ ମାୟାର ଶୃଙ୍ଖଳକୁ ଛିନ୍ନ କରିବାରେ ସାହାଯ୍ୟ କରିଥାଏ ।\nଆଧ୍ୟାତ୍ମିକ ପଥକୁ ସଫଳତାର ସହ ଅତିକ୍ରମ କରିବା ଏବଂ ଅନ୍ତ ପର୍ଯ୍ୟନ୍ତ ଅନୁସରଣ କରିବା ପାଇଁ, ସାଧକ ଅନେକ ବିଷୟ ପ୍ରତି ସତର୍କ ରହିବା ଆବଶ୍ୟକ । ବ୍ୟକ୍ତିତ୍ୱରେ ଅହଂକାର, କପଟ ଆଦି ଆସୁରିକ ଗୁଣ ମଧ୍ୟରୁ କୌଣସି ଗୋଟିଏ ବି ଗୁଣ ରହିଲେ, ତାହା ପତନର କାରଣ ହୋଇପାରେ । ତା ସହିତ, ଦିବ୍ୟ ଗୁଣର ବିକାଶ ମଧ୍ୟ ଆବଶ୍ୟକ, କାରଣ ସଦ୍‌ଗୁଣ ବିନା ଆମର ଆଧ୍ୟାତ୍ମିକ ପ୍ରଗତି ସ୍ଥାଣୁ ହୋଇ ଯାଇପାରେ । ଉଦାହରଣ ସ୍ୱରୂପ, ଯଦି ଆମଠାରେ ସହନଶୀଳତା ନ ଥାଏ, ତେବେ ଯାତ୍ରା କଷ୍ଟକର ହେଲେ ଆମେ ତାକୁ ପରିତ୍ୟାଗ କରିଦେଇ ପାରେ । ସେହିପରି, କ୍ଷମାଶୀଳତା ନ ଥିଲେ ଆମ ମନ ଦ୍ୱେଷପୂର୍ଣ୍ଣ ରହି ଭଗବାନଙ୍କ ଠାରେ ନିମଗ୍ନ ହେବାର କ୍ଷମତା ହରାଇବ । କିନ୍ତୁ ଆମେ ଯଦି ନିଜ ବ୍ୟକ୍ତିତ୍ୱରେ ଶ୍ରୀକୃଷ୍ଣ ସୂଚିତ କରିଥିବା ସଦ୍‌ଗୁଣ ବିକସିତ କରିବା, ତେବେ ଆଧ୍ୟାତ୍ମିକ ମାର୍ଗରେ ଦ୍ରୁତ ଅଗ୍ରଗତି କରିବା ସହିତ ମାର୍ଗରେ ଆସୁଥିବା ସମସ୍ତ ବାଧାକୁ ଅକ୍ଳେଶରେ ଅତିକ୍ରମ କରିପାରିବା । ଅତଏବ, ସଦ୍‌ଗୁଣର ବିକାଶ ଏବଂ ମନ୍ଦଗୁଣର ପରିତ୍ୟାଗ ଆଧ୍ୟାତ୍ମିକ ସାଧନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଏ ଦିଗରେ ବ୍ୟକ୍ତିଗତ ଡାଏରୀ ଲେଖିବା ଏକ ଉପଯୋଗୀ କୌଶଳ ସିଦ୍ଧ ହୋଇଥାଏ । ଅନେକ ସଫଳ ବ୍ୟକ୍ତି ତାଙ୍କର ଆତ୍ମକଥା ଲିପିବଦ୍ଧ କରିଥାନ୍ତି, ଯାହା ସେମାନଙ୍କର ସଫଳତା ନିମନ୍ତେ ସଦ୍‌ଗୁଣର ବିକାଶ ପାଇଁ ସାହାଯ୍ୟ କରେ । ମହାତ୍ମା ଗାନ୍ଧି ଏବଂ ବେଞ୍ଜମିନ୍ ଫ୍ରାଙ୍କଲିନ୍ ଉଭୟ ଏହି କୌଶଳ ଅବଲମ୍ବନ କରୁଥିବା ବିଷୟ ତାଙ୍କ ଆତ୍ମକଥାରେ ଉଲ୍ଲେଖ କରିଛନ୍ତି ।\nକେହି କେହି ଯୁକ୍ତି କରନ୍ତି, ଆମେ ଯଦି ଭଗବାନଙ୍କର ଭକ୍ତି କରିବା, ତେବେ ସମୟକ୍ରମେ ଶ୍ରୀକୃଷ୍ଣଙ୍କ ଦ୍ୱାରା ବର୍ଣ୍ଣିତ ସମସ୍ତ ସଦ୍‌ଗୁଣ ଆମଠାରେ ସ୍ୱାଭାବିକ ଭାବରେ ବିକସିତ ହେବ । ବାସ୍ତବରେ ଏହା ସତ୍ୟ ଅଟେ, କିନ୍ତୁ ପ୍ରାରମ୍ଭରୁ ଯେଉଁସବୁ ନକାରାତ୍ମକ ସ୍ୱଭାବ ଆମ ଭକ୍ତି ପଥରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥାଏ, ସେଗୁଡିକ ଦୂର ନ କରି ପୂର୍ଣ୍ଣତଃ ଭକ୍ତି ପଥରେ ଅଗ୍ରସର ହେବା ଅସମ୍ଭବ ହୋଇଥାଏ ।  ଅଧିକାଂଶ ବ୍ୟକ୍ତି ଅଭ୍ୟାସ ଦ୍ୱାରା ଧୀରେ ଧୀରେ ଭକ୍ତି ବୃଦ୍ଧି କରିଥାଆନ୍ତି ଏବଂ ସଦ୍‌ଗୁଣର ବିକାଶ ଓ ଆସୁରିକ ଗୁଣର ତ୍ୟାଗ ଦ୍ୱାରା ଅଭ୍ୟାସରେ ସଫଳତା ପ୍ରାପ୍ତ ହୋଇଥାଏ । ତେଣୁ, ଭକ୍ତି କରିବା ସଙ୍ଗେ ସଙ୍ଗେ ନିଜ ବ୍ୟକ୍ତିତ୍ୱରେ ଶ୍ରୀକୃଷ୍ଣ ଏହି ଅଧ୍ୟାୟରେ ସୂଚିତ କରିଥିବା ସଦ୍‌ଗୁଣର ବିକାଶ ଏବଂ ଆସୁରିକ ଗୁଣର ପରିତ୍ୟାଗ କରିବା ଦିଗରେ ପ୍ରଯତ୍ନ କରିବା ଆବଶ୍ୟକ ।" }, { "verseTitle": "Bhagavad Gita 16.6", "verse": "6", "chapter": 16, "lang": "or", "shloka": { "speaker": "", "sanskrit": "द्वौ भूतसौ लोकेऽस्मिन्दैव आसुर एव च ।\n\nदैवो विस्तरशः प्रोक्त आसुरं पार्थ मे शृणु ॥6॥", "text": "ଦ୍ୱୌ ଭୂତସର୍ଗୌ ଲୋକେଽସ୍ମିନ୍‌ଦୈବ ଆସୁର ଏବ ଚ ।\nଦୈବୋ ବିସ୍ତରଶଃ ପ୍ରୋକ୍ତ ଆସୁରଂ ପାର୍ଥ ମେ ଶୃଣୁ ।।୬।।", "audioLink": "https://www.holy-bhagavad-gita.org/public/audio/016_006.mp3" }, "wordMeanings": "ଦ୍ୱୌ- ଦୁଇ; ଭୂତସର୍ଗୌ - ସୃଷ୍ଟିଜୀବ; ଲୋକେ - ଏହି ପୃଥିବୀରେ; ଅସ୍ମିନ୍ - ଏହି; ଦୈବଃ -ଦିବ୍ୟ; ଆସୁରଃ - ଆସୁରିକ; ଏବ-ନିଶ୍ଚିତଭାବେ; ଚ-ଏବଂ; ଦୈବଃ - ଦିବ୍ୟ; ବିସ୍ତରଶଃ - ବିସ୍ତୃତଭାବେ; ପ୍ରୋକ୍ତଃ -କହିଲି; ଆସୁରଂ - ଆସୁରିକ ଗୁଣ ସମ୍ବନ୍ଧରେ; ପାର୍ଥ- ହେ ପୃଥାପୁତ୍ର; ମେ-ମୋ’ଠାରୁ; ଶୃଣୁ - ଶୁଣ ।", "translation": { "text": "ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି - ଯେଉଁମାନେ ଦିବ୍ୟ ଗୁଣସମ୍ପନ୍ନ ହୋଇଥାନ୍ତି ଏବଂ ଯେଉଁମାନେ ଆସୁରିକ ଗୁଣ ଧାରଣ କରିଥାନ୍ତି । ହେ ଅର୍ଜୁନ! ମୁଁ ଦିବ୍ୟଗୁଣ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସାରିଛି । ବର୍ତ୍ତମାନ ମୋଠାରୁ ଆସୁରିକ ଗୁଣ ସମ୍ପର୍କରେ ଶୁଣ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-06.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.6.mp3" ] }, "commentary": "ପ୍ରତ୍ୟେକ ଜୀବ ନିଜ ସହିତ ତାଙ୍କର ପୂର୍ବଜନ୍ମର ସ୍ୱଭାବ ବହନ କରିଥାନ୍ତି । ଯେଉଁମାନେ ପୂର୍ବଜନ୍ମରେ ସଦ୍‌ଗୁଣର ବିକାଶ କରିଥାନ୍ତି ଏବଂ  ପୁଣ୍ୟ କର୍ମ କରିଥାନ୍ତି, ସେହି ଅନୁସାରେ ସେମାନେ ଦିବ୍ୟଗୁଣଯୁକ୍ତ ହୋଇ ଜନ୍ମଗ୍ରହଣ କରିଥାନ୍ତି । ପୂର୍ବଜନ୍ମରେ ଯେଉଁମାନେ ପାପମୟ କର୍ମରେ ଲିପ୍ତ ରହି ମନକୁ କଳୁଷିତ କରିଥାନ୍ତି, ସେହିସବୁ ସ୍ୱଭାବକୁ ସେମାନେ ଏହି ଜନ୍ମକୁ ବହନ କରିଥାନ୍ତି । ଏହା ସଂସାରରେ ଦୃଷ୍ଟିଗୋଚର ହେଉଥିବା ସ୍ୱଭାବର ଭିନ୍ନତାକୁ ସ୍ପଷ୍ଟ କରିଥାଏ । ଦିବ୍ୟ ଓ ଆସୁରିକ ସ୍ୱଭାବ ଏହି ଭିନ୍ନତାର ଦୁଇଟି ଚରମ ଦିଗନ୍ତ ଅଟନ୍ତି ।\nସ୍ୱର୍ଗଲୋକର ଜୀବଗଣ ଅଧିକ ସଦ୍‌ଗୁଣ ଧାରଣ କରନ୍ତି, କିନ୍ତୁ ନିମ୍ନ ଲୋକମାନଙ୍କରେ ଆସୁରିକ ଗୁଣର ପ୍ରାଧାନ୍ୟ ଥାଏ । ମନୁଷ୍ୟ ଠାରେ ଉଭୟ ଦିବ୍ୟ ଏବଂ ଆସୁରିକ ଗୁଣର ମିଶ୍ରଣ ପରିଲକ୍ଷିତ ହୋଇଥାଏ । ଏପରିକି, ଜଣେ ନିର୍ଦ୍ଦୟୀ କଂସେଇ ଠାରେ ମଧ୍ୟ ଦୟାଭାବ ଥାଇପାରେ ଏବଂ ଉଚ୍ଚ କକ୍ଷର ସାଧକମାନଙ୍କଠାରେ ଦୋଷ ପରିଲକ୍ଷିତ ହୋଇପାରେ । ଏପରି କୁହାଯାଏ ଯେ ସତ୍ୟଯୁଗରେ ଦେବତା ଓ ଦାନବ ଭିନ୍ନ ଭିନ୍ନ ଲୋକରେ ବାସ କରୁଥିଲେ; ତ୍ରେତା ଯୁଗରେ, ସେମାନେ ଗୋଟିଏ ଗ୍ରହରେ ବାସ କରୁଥିଲେ; ଦ୍ୱାପର ଯୁଗରେ, ସେମାନେ ଗୋଟିଏ ପରିବାରରେ ବାସକଲେ ଏବଂ କଳି ଯୁଗରେ, ଦିବ୍ୟ ଏବଂ ଦାନବିକ ଗୁଣ ଜଣେ ବ୍ୟକ୍ତିଙ୍କ ହୃଦୟରେ ସହାବସ୍ଥାନ କରୁଛନ୍ତି । ମନୁଷ୍ୟ ଜନ୍ମର ଏହା ଏକ ଦ୍ୱନ୍ଦ୍ୱ ଅଟେ - ଉଚ୍ଚତର ସ୍ୱଭାବ ତାକୁ ଈଶ୍ୱରଙ୍କ ଦିଗକୁ ପ୍ରେରିତ କରିବା ସମୟରେ ନିମ୍ନତର ସ୍ୱଭାବ ତାକୁ ପତନ ଅଭିମୁଖୀ କରିଥାଏ । ଦୈବୀଗୁଣ ସବୁ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ନିମ୍ନ ପ୍ରକୃତି ଗୁଡିକର ବିସ୍ତୃତ ଆଲୋଚନା କରିଛନ୍ତି । ଏହା ଆମକୁ ସେଗୁଡ଼ିକୁ ଜାଣିବାରେ ଏବଂ ପରିତ୍ୟାଗ କରିବାରେ ସାହାଯ୍ୟ କରିବ ।" }, { "verseTitle": "Bhagavad Gita 16.7", "verse": "7", "chapter": 16, "lang": "or", "shloka": { "speaker": "", "sanskrit": "प्रवृत्तिं च निवृत्तिं च जना न विदुरासुराः । \n\nन शौचं नापि चाचारो न सत्यं तेषु विद्यते ॥7॥", "text": "ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରାଃ ।\nନ ଶୌଚଂ ନାପି ଚାଚାରୋ ନ ସତ୍ୟଂ ତେଷୁ ବିଦ୍ୟତେ ।।୭।।", "audioLink": "https://www.holy-bhagavad-gita.org/public/audio/016_007.mp3" }, "wordMeanings": "ପ୍ରବୃତ୍ତିଂ - ଉଚିତ୍ କର୍ମ; ଚ- ଏବଂ; ନିବୃତ୍ତିଂ - ଅନୁଚିତ୍ କର୍ମ; ଚ -ଏବଂ; ଜନାଃ -ଲୋକମାନେ; ନ-ନାହିଁ; ବିଦୁଃ -ଜାଣନ୍ତି; ଆସୁରାଃ -ଅସୁର ସ୍ୱଭାବର ବ୍ୟକ୍ତି; ନ -ନା; ଶୌଚଂ -ଶୁଚି ବା ପବିତ୍ରତା; ନ -ନା; ଅପି -ମଧ୍ୟ; ଚ-ଏବଂ; ଆଚାରଃ -ସଦାଚାର; ନ -ନା; ସତ୍ୟଂ -ସତ୍ୟ; ତେଷୁ - ସେମାନଙ୍କ ଠାରେ; ବିଦ୍ୟତେ- ଥାଏ ।", "translation": { "text": "କେଉଁ କର୍ମଟି ଉଚିତ ଏବଂ କେଉଁ କର୍ମ ଅନୁଚିତ, ତାହା ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ଠାରେ ଶୁଦ୍ଧତା, ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଆଦି ଗୁଣ ଦେଖାଯାଏ ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-07.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.7.mp3" ] }, "commentary": "ଧର୍ମ କହିଲେ ଜୀବ କଲ୍ୟାଣ ଏବଂ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଆଚରଣର ନିୟମକୁ ବୁଝାଇଥାଏ । ଅଧର୍ମ କହିଲେ ନିଷିଦ୍ଧ କର୍ମକୁ ବୁଝାଇଥାଏ ଯାହା ପତନର କାରଣ ହୋଇଥାଏ ଏବଂ ସମାଜର ହାନି କରିଥାଏ । ଆସୁରିକ ସ୍ୱଭାବରେ ଶାସ୍ତ୍ର ଜ୍ଞାନ ପ୍ରତି ଶ୍ରଦ୍ଧା ନ ଥାଏ । ସୁତରାଂ, ଯେଉଁମାନଙ୍କର ସ୍ୱଭାବ ଆସୁରିକ, ସେମାନେ ଠିକ୍ ଭୁଲ୍‌ର ବିଚାର କରିପାରନ୍ତି ନାହିଁ ।\nପାଶ୍ଚାତ୍ୟ ଦର୍ଶନର ଆଧୁନିକ ଆଭିମୁଖ୍ୟ ଏହାର ଏକ ପ୍ରକୃଷ୍ଟ ଉଦାହରଣ ଅଟେ । ପୁନର୍ଜାଗରଣ ପରେ, ଜ୍ଞାନଯୁଗୀୟ, ମାନବବାଦ, ପ୍ରତ୍ୟକ୍ଷବାଦ, ସାମ୍ୟବାଦ, ଅସ୍ତିତ୍ୱବାଦ ଏବଂ ସଂଶୟବାଦ ଆଦି ଅନେକ ଚିନ୍ତାଧାରା ମାଧ୍ୟମରେ ବିକାଶ ଲାଭ କରି ପାଶ୍ଚାତ୍ୟ ଦର୍ଶନ ଆଜି ଯେଉଁ ଯୁଗରେ ପହଞ୍ôଚଛି, ତାହାକୁ “ଉତ୍ତର ଆଧୁନିକବାଦ” ରୂପେ ଆଖ୍ୟାୟୀତ କରାଯାଇଛି । ଆଧୁନିକତାବାଦର ପ୍ରଚଳିତ ଦୃଷ୍ଟିକୋଣ ଅନୁଯାୟୀ କୌଣସି ପୂର୍ଣ୍ଣ ସତ୍ୟ ନାହିଁ । ପୂର୍ଣ୍ଣ ସତ୍ୟର ଅସ୍ତିତ୍ୱକୁ ବହୁ ଲୋକ ପ୍ରତ୍ୟାଖ୍ୟାନ କରନ୍ତି । “ସବୁକିଛି ଆପେକ୍ଷିକ”- ଏହା ଆଧୁନିକବାଦର ସ୍ଲୋଗାନ ଅଟେ । ଅନେକ ସମୟରେ ଆମେ ଏପରି ବାକ୍ୟ ଶୁଣିବାକୁ ପାଇଥାଉ, “ତାହା ତୁମ ପାଇଁ ସତ୍ୟ ହୋଇପାରେ କିନ୍ତୁ ମୋ ପାଇଁ ନୁହେଁ ।” ସତ୍ୟକୁ ଏକ ବ୍ୟକ୍ତିଗତ ଉପଲବ୍ଧି ଭାବରେ ଦେଖାଯାଇଥାଏ, ଯାହା ବ୍ୟକ୍ତିର ବ୍ୟକ୍ତିଗତ ସୀମାରେଖା ବାହାରକୁ ଯାଇପାରିବ ନାହିଁ । ଏହି ମତାମତ ନୀତିଶାସ୍ତ୍ରକୁ ବହୁତ ବେଶୀ ପ୍ରଭାବିତ କରିଥାଏ, ଯାହା ଉଚିତ୍ ଏବଂ ଅନୁଚିତ୍ ବ୍ୟବହାରର ବିବେଚନା କରିଥାଏ । ଯଦି ପୂର୍ଣ୍ଣ ସତ୍ୟ ବୋଲି କିଛି ନାହିଁ, ତେବେ ନୈତିକତା ଦୃଷ୍ଟିରୁ କୌଣସି ବ୍ୟବହାରକୁ ଆମେ ସମସ୍ତଙ୍କ ପାଇଁ ଉଚିତ୍ ବା ଅନୁଚିତ୍ କହିପାରିବା ନାହିଁ । ତେଣୁ ଲୋକେ ଯାହା କହନ୍ତି, “ଏହା ତୁମ ପାଇଁ ଠିକ୍ ହୋଇପାରେ, କିନ୍ତୁ ତା’ର ଅର୍ଥ ନୁହେଁ ଯେ ଏହା ମୋ ପାଇଁ ମଧ୍ୟ ଠିକ୍‌”- ତାହା ଯୁକ୍ତିସଂଗତ ଅଟେ ।\nଏପରି ଚିନ୍ତାଧାରା ଅନେକଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ମନେ ହୋଇପାରେ, କିନ୍ତୁ ତର୍କ ଦୃଷ୍ଟିରୁ ବିଚାର କଲେ, ଏହା ଅତ୍ୟନ୍ତ ଅସଂଗତ ଏବଂ ବିନାଶକାରୀ ସିଦ୍ଧ ହୋଇଥାଏ । ଉଦାହରଣ ସ୍ୱରୂପ, କେହି ଜଣେ ଯଦି ଟ୍ରାଫିକ୍‌ର ନାଲି ସଙ୍କେତକୁ ଅବଜ୍ଞା କରିବା ଉଚିତ୍ ମନେକରନ୍ତି, ତେବେ ପରିଣାମ କ’ଣ ହେବ? ସେ ହୁଏତ ନିଜ ଜୀବନ ବା ଅନ୍ୟମାନଙ୍କ ଜୀବନ ପାଇଁ ବିପଦ ଡାକି ଆଣିପାରନ୍ତି । ସେହିପରି, ଯଦି କେହି ଜଣେ ନିଜ ଶତ୍ରୁକୁ ମାରିବା ପାଇଁ ଜନଗହଳିପୂର୍ଣ୍ଣ କ୍ଷେତ୍ରରେ ଆତ୍ମଘାତୀ ବମ୍ ବିସ୍ଫୋରଣ କରିବାର ମିଶନ୍‌କୁ ଉଚିତ୍ ମନେକରନ୍ତି, ତେବେ କ’ଣ ହେବ? ସେ ଯାହା ଉଚିତ୍ ମନେକରନ୍ତି, କୌଣସି ଦୃଷ୍ଟିକୋଣରୁ ତାହା ଉଚିତ୍ କି? ତେଣୁ ପୂର୍ଣ୍ଣ ସତ୍ୟ ବୋଲି ଯଦି କିଛି ନ ଥାନ୍ତା, ତେବେ “ସେ ଏହା କରିବା ଉଚିତ୍‌”, “ସେ ଏହା କରିବା ଉଚିତ୍ ନୁହେଁ”- ଏପରି ବାକ୍ୟ ଅର୍ଥହୀନ ମନେହୁଅନ୍ତା । ଆପେକ୍ଷିକ ଦୃଷ୍ଟିକୋଣରୁ ଲେକେ ଏପରି କହନ୍ତେ, “ଏହା ତୁମ ପାଇଁ ଠିକ୍ ହୋଇପାରେ, କିନ୍ତୁ ଆମ ପାଇଁ ନୁହେଁ” ଏବଂ ନୈତିକତା ଦୃଷ୍ଟିରୁ ତା’ର ପରିଣତି ଭୟାନକ ହୁଅନ୍ତା ।\nଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଉଚିତ୍‌-ଅନୁଚିତ୍‌ର ବିବେଚନା କରିପାରନ୍ତି ନାହିଁ । ତେଣୁ ସେମାନଙ୍କ ଚରିତ୍ରରେ ଶୁଦ୍ଧତା, ସତ୍ୟ କିମ୍ବା ଉଚିତ୍ ଆଚରଣ ଦୃଷ୍ଟିଗୋଚର ହୋଇ ନ ଥାଏ । ପରବର୍ତ୍ତୀ ଶ୍ଲୋକରେ ସେ ଏହିପରି ବ୍ୟକ୍ତିଙ୍କର ପ୍ରମୁଖ ଦୃଷ୍ଟିକୋଣ ବିଷୟରେ ବର୍ଣ୍ଣନା କରିଛନ୍ତି ।" }, { "verseTitle": "Bhagavad Gita 16.8", "verse": "8", "chapter": 16, "lang": "or", "shloka": { "speaker": "", "sanskrit": "असत्यमप्रतिष्ठं ते जगदाहुरनीश्वरम्।\n\nअपरस्परसम्भूतं किमन्यत्कामहैतुकम् ॥8॥", "text": "ଅସତ୍ୟମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ୱରମ୍ ।\nଅପରସ୍ପରସମ୍ଭୂତଂ କିମନ୍ୟତ୍‌କାମହୈତୁକମ୍ ।।୮।।", "audioLink": "https://www.holy-bhagavad-gita.org/public/audio/016_008.mp3" }, "wordMeanings": "ଅସତ୍ୟଂ -ଅସତ୍ୟ; ଅପ୍ରତିଷ୍ଠଂ -ଭିତ୍ତିହୀନ; ତେ-ସେମାନେ; ଜଗତ୍ -ସଂସାର; ଆହୁ -କହନ୍ତି; ଅନୀଶ୍ୱରମ୍ -ଈଶ୍ୱର ବିହୀନ; ଅପରସ୍ପରଂ -ପରସ୍ପର ସମ୍ପର୍କରୁ; ସମ୍ଭୁତଂ -ସୃଷ୍ଟିହୁଏ; କିମ୍ -କ’ଣ; ଅନ୍ୟତ୍‌- ଅନ୍ୟ; କାମ-ହୈତୁକମ୍ -କେବଳ କାମପିପାସା ହେତୁ ।", "translation": { "text": "ସେମାନେ କହନ୍ତି, “ସଂସାର ସତ୍ୟ ରହିତ ଅଟେ । ଏହାର ଆଧାର (ଧାର୍ମିକ) କିଛି ନାହିଁ ଏବଂ ଏହା ଈଶ୍ୱରହୀନ (ଯିଏ ସୃଷ୍ଟି କରନ୍ତି ଏବଂ ନିୟନ୍ତ୍ରଣ କରନ୍ତି) ଅଟେ । ଏହା ଦୁଇ ଲିଙ୍ଗର ସଂଯୋଗରେ ସୃଷ୍ଟି ହୋଇଛି ଏବଂ ଯୌନ ସନ୍ତୋଷ ଅତିରିକ୍ତ ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-08.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.8.mp3" ] }, "commentary": "ଅନୈତିକ ବ୍ୟବହାରରୁ କ୍ଷାନ୍ତ ହେବାର ଦୁଇଟି ଉପାୟ ଅଛି । ପ୍ରଥମଟି, ଇଚ୍ଛାଶକ୍ତିର ଉପଯୋଗ କରି ଅଧର୍ମଠାରୁ ଦୂରେଇ ରହିବା ଏବଂ ଦ୍ୱିତୀୟ ଉପାୟଟି, ଭଗବାନଙ୍କ ଭୟରେ ପାପରୁ ନିବୃତ୍ତ ରହିବା । କେବଳ ନିଜ ଇଚ୍ଛାଶକ୍ତି ଉପଯୋଗ କରି ପାପ କର୍ମରୁ ନିବୃତ୍ତ ରହିବା ବ୍ୟକ୍ତି ବହୁତ କମ୍ ଅଛନ୍ତି । ଅଧିକାଂଶ ବ୍ୟକ୍ତି ଦଣ୍ଡ ଭୟରେ ଅସତ୍ ଆଚରଣ କରିବାରୁ ନିବୃତ ହୁଅନ୍ତି । ଉଦାହରଣ ସ୍ୱରୂପ, ଆମେ ରାଜପଥରେ ଲକ୍ଷ୍ୟ କରୁ, ଯେତେବେଳେ ଗୋଟିଏ ପୋଲିସ ଗାଡ଼ି ଦେଖାଯାଏ, ଲୋକମାନେ ତାଙ୍କ ଯାନର ଗତିକୁ ମନ୍ଥର କରିଦିଅନ୍ତି । କିନ୍ତୁ ଯେତେବେଳେ ଧରାପଡ଼ିର କୌଣସି ଭୟ ନ ଥାଏ, ସେମାନେ ଗତିକୁ ସୀମା ଅତିରିକ୍ତ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ତେଣୁ ଆମେ ଯଦି ଭଗବାନଙ୍କୁ ବିଶ୍ୱାସ କରିବା, ଅନୈତିକ କାର୍ଯ୍ୟରୁ ଦୂରରେ ରହିବା । ତା ପରିବର୍ତ୍ତେ, ଯଦି ଆମେ ଭଗବାନଙ୍କୁ ବିଶ୍ୱାସ କରିବା ନାହିଁ, ତେବେ ମଧ୍ୟ ତାଙ୍କର ସମସ୍ତ ନିୟମ ଆମ ପ୍ରତି ଲାଗୁ ହେବ ଏବଂ ଆମେ ଅନୁଚିତ୍ କର୍ମର ପରିଣତି ଭୋଗ କରିବା ।\nଆସୁରିକ ପ୍ରବୃତ୍ତିଯୁକ୍ତ ବ୍ୟକ୍ତିମାନେ କୌଣସି ପ୍ରକାରର ପ୍ରାଧିକରଣ ଏବଂ ନିୟମନକୁ ସ୍ୱୀକାର କରନ୍ତି ନାହିଁ, ଯାହା ଭଗବତ୍ ବିଶ୍ୱାସର ଏକ ଆବଶ୍ୟକୀୟ ଅନୁଶାସନ ଅଟେ । ସେମାନଙ୍କ ମତରେ ଭଗବାନ ବୋଲି କେହି ନାହାଁନ୍ତି ଏବଂ ସଂସାରର କୌଣସି ଧାର୍ମିକ ଆଧାର ନାହିଁ । ସେମାନେ “ମହା ବିସ୍ଫୋଟ ସିଦ୍ଧାନ୍ତ” ପରି ପରିକଳ୍ପନାର ପ୍ରଚାର କରନ୍ତି, ଯାହା ଅନୁଯାୟୀ ସୃଷ୍ଟିର ଶୂନ୍ୟ ସମୟରେ ଘଟିଥିବା ଏକ ଆକସ୍ମିକ ବିସ୍ଫୋରଣରୁ ସଂସାରର ସୃଷ୍ଟି ହୋଇଛି, ତେଣୁ ଏହି ସଂସାରକୁ ବ୍ୟବସ୍ଥିତ ରଖିବାକୁ କୌଣସି ଭଗବାନ ନାହାଁନ୍ତି । ଏହିପରି ସିଦ୍ଧାନ୍ତ ସେମାନଙ୍କୁ ନିଃସଂକୋଚରେ କିମ୍ବା କୌଣସି ପରିଣାମର ଭୟ ନ ଥାଇ ଇନ୍ଦ୍ରିୟ ସୁଖ ଉପଭୋଗ କରିବାରେ ନିୟୋଜିତ କରିଥାଏ ।\nବିଭିନ୍ନ ଇନ୍ଦ୍ରିୟ ସୁଖଭୋଗ ମଧ୍ୟରୁ, ଯୌନ ସମ୍ଭୋଗର ଇଚ୍ଛା ଅତି ପ୍ରବଳ ଅଟେ । ଏହାର କାରଣ ଭୌତିକ ଜଗତ ଆଧ୍ୟାତ୍ମିକ ଜଗତର ଏକ ବିକୃତ ପ୍ରତିରୂପ ଅଟେ । ଆଧ୍ୟାତ୍ମିକ ଜଗତରେ, ମୁକ୍ତ ଆତ୍ମା ଗୁଡିକର ଭଗବାନଙ୍କ ସହିତ ସମ୍ପର୍କ ଯୋଡ଼ିବାର ଆଧାର ଦିବ୍ୟପ୍ରେମ ଅଟେ । ମାୟିକ ଜଗତରେ ଏହାର ବିକୃତ ପ୍ରତିରୂପ ଯୌନ ସମ୍ଭୋଗ, ମାୟାଧୀନ ଜୀବମାନଙ୍କର ଚେତନାରେ ପ୍ରାଧାନ୍ୟ ବିସ୍ତାର କରିଥାଏ, ବିଶେଷତଃ ଯେଉଁମାନେ ରଜଗୁଣ-ପ୍ରଧାନ ଅଟନ୍ତି । ଅତଏବ, ଆସୁରିକ ସ୍ୱଭାବର ବ୍ୟକ୍ତି ଯୌନ ସମ୍ଭୋଗକୁ ମାନବ ଜୀବନର ଉଦ୍ଦେଶ୍ୟ ନିର୍ଦ୍ଧାରିତ କରିଥାଆନ୍ତି ।" }, { "verseTitle": "Bhagavad Gita 16.9", "verse": "9", "chapter": 16, "lang": "or", "shloka": { "speaker": "", "sanskrit": "एतां दृष्टिमवष्टभ्य नष्टात्मानोऽल्पबुद्धयः ।\n\nप्रभवन्त्युग्रकर्माणः क्षयाय जगतोऽहिताः ॥9॥", "text": "ଏତାଂ ଦୃଷ୍ଟିମବଷ୍ଟଭ୍ୟ ନଷ୍ଟାତ୍ମାନୋଽଳ୍ପବୁଦ୍ଧୟଃ ।\nପ୍ରଭବନ୍ତ୍ୟୁଗ୍ରକର୍ମାଣଃ କ୍ଷୟାୟ ଜଗତୋଽହିତାଃ ।।୯।।", "audioLink": "https://www.holy-bhagavad-gita.org/public/audio/016_009.mp3" }, "wordMeanings": "ଏତାଂ-ଏହିପରି; ଦୃଷ୍ଟିଂ - ଦୃଷ୍ଟିକୋଣ; ଅବଷ୍ଟଭ୍ୟ - ଗ୍ରହଣ କରି; ନଷ୍ଟ-ପଥଭ୍ରଷ୍ଟ; ଆତ୍ମାନଃ -ଜୀବ; ଅଳ୍ପବୁଦ୍ଧୟଃ - ଅଳ୍ପବୁଦ୍ଧି ସମ୍ପନ୍ନ; ପ୍ରଭବନ୍ତି - ସୃଷ୍ଟି ହୁଏ; ଉଗ୍ରକର୍ମାଣାଃ - ଉଗ୍ରକର୍ମରେ; କ୍ଷୟାୟ- ଧ୍ୱଂସ; ଜଗତଃ - ଜଗତର; ଅହିତାଃ - ଶତ୍ରୁ ।", "translation": { "text": "ଏପରି ସିଦ୍ଧାନ୍ତକୁ ଦୃଢ଼ ଭାବରେ ଗ୍ରହଣ କରି ଏହି ବିପଥଗାମୀ ଜୀବ, ସେମାନଙ୍କର ସ୍ୱଳ୍ପ ବୁଦ୍ଧି ଏବଂ ନିଷ୍ଠୁର କର୍ମ ଦ୍ୱାରା, ସଂସାରର ବିଧ୍ୱଂସକରୀ ଶତ୍ରୁ ରୂପରେ ଦେଖାଦିଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-09.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.9.mp3" ] }, "commentary": "ଆସୁରିକ ସ୍ୱଭାବର ବ୍ୟକ୍ତିମାନେ, ସଠିକ୍ ଆତ୍ମ-ଜ୍ଞାନରୁ ବଞ୍ôଚତ ହୋଇ, ତାଙ୍କର ଅଶୁଦ୍ଧ ବୁଦ୍ଧିଦ୍ୱାରା, ସତ୍ୟର ସିଦ୍ଧାନ୍ତକୁ ବିକୃତ କରିଦିଅନ୍ତି । ଏହାର ଏକ ଉଦାହରଣ ହେଉଛି ଚାର୍ବାକ୍‌ଙ୍କର ସିଦ୍ଧାନ୍ତ ଯିଏ କି, ଭାରତ ଇତିହାସର ଜଣେ ପ୍ରସିଦ୍ଧ ଭୌତିକବାଦୀ ଦାର୍ଶନିକ ଅଟନ୍ତି । ସେ କହିଥିଲେ:\nଯାବଜ୍ଜୀବେତ ସୁଖଂ ଜୀବେତ୍‌, ଋଣମ୍ କୃତ୍ୱା ଘୃତଂ ପିବେତ୍ଭସ୍ମୀ ଭୂତସ୍ୟ ଦେହସ୍ୟ ପୁନରାଗମନଂ କୃତଃ ।\n“ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହିଛ, ନିଜକୁ ଉପଭୋଗ କର । ଯଦି ଘୃତ ପାନ କରିବାକୁ ଇଚ୍ଛା କରୁଥାଅ, ଆବଶ୍ୟକ ସ୍ଥଳେ ଋଣ କରି ମଧ୍ୟ, ତାହା କର । ଶରୀରର ଦାହସଂସ୍କାର କରାଯିବା ପରେ, ତୁମର ଅସ୍ତିତ୍ୱ ରହିବ ନାହିଁ ଏବଂ ତୁମେ ସଂସାରକୁ ପୁଣି ଫେରିବ ନାହିଁ । (ତେଣୁ ତୁମ କର୍ମର ପରିଣାମକୁ ନେଇ ଚିନ୍ତିତ ହୁଅ ନାହିଁ) ।”\nଏହିପରି ଭାବରେ, ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତି ଆତ୍ମାର ନିତ୍ୟତା ଏବଂ କର୍ମ ପ୍ରତିକ୍ରିୟାର ସମ୍ଭାବନାକୁ ପ୍ରତ୍ୟାଖାନ କରିଥାଆନ୍ତି । ସେଥିପାଇଁ ସେମାନେ ନିଦ୍ୱର୍ନ୍ଦରେ ସ୍ୱାର୍ଥପର ଏବଂ ନିଷ୍ଠୁର କର୍ମରେ ଲିପ୍ତ ରହନ୍ତି । ଯଦି ସେମାନେ ଅନ୍ୟମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଆନ୍ତି, ତେବେ ସେମାନେ ନିଜର ବିଭ୍ରାନ୍ତିକର ଭୌତିକବାଦୀ ମତକୁ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରିଥାନ୍ତି । ସେମାନଙ୍କର ଆତ୍ମ-କୈନ୍ଦ୍ରିକ ଲକ୍ଷ୍ୟ, ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ ହେଉ କିମ୍ବା ସଂସାରର ବିନାଶର କାରଣ ହେଉ ପଛେ, ତାହାକୁ ହାସଲ କରିବା ପାଇଁ ସେମାନେ ଦ୍ୱିଧାହୀନ ଭାବରେ ଅବିଶ୍ରାନ୍ତ ଉଦ୍ୟମ କରିଥାନ୍ତି । ମାନବ ଇତିହାସ ବାରମ୍ବାର ଏହିପରି ଆତ୍ମବଡ଼ିମାପୂର୍ଣ୍ଣ ସମ୍ରାଟ, ଯଥା ହିଟ୍‌ଲର, ମୁସୋଲିନ୍‌, ଷ୍ଟାଲିନ୍ ଇତ୍ୟାଦିଙ୍କୁ ଦେଖିଛି, ଯେଉଁମାନେ ତାଙ୍କର ବିକୃତ ଦୃଷ୍ଟିକୋଣଦ୍ୱାରା ଅନୁପ୍ରାଣିତ ହୋଇ ସଂସାରରେ ଅକଥନୀୟ ଯନ୍ତ୍ରଣା ଏବଂ ବିନାଶ ଆଣି ଦେଇଥିଲେ ।" }, { "verseTitle": "Bhagavad Gita 16.10", "verse": "10", "chapter": 16, "lang": "or", "shloka": { "speaker": "", "sanskrit": "काममाश्रित्य दुष्पूरं दम्भमानमदान्विताः।\n\nमोहाद्गृहीत्वासद्ग्राहान्प्रवर्तन्तेऽशुचिव्रताः ॥10॥", "text": "କାମମାଶ୍ରିତ୍ୟ ଦୁଷ୍ପୂରଂ ଦମ୍ଭମାନମଦାନ୍ୱିତାଃ ।\nମୋହାଦ୍‌ଗୃହୀତ୍ୱାସଦ୍‌ଗ୍ରାହାନ୍ ପ୍ରବର୍ତନ୍ତେଽଶ୍ରୁଚିବତାଃ ।।୧୦।।", "audioLink": "https://www.holy-bhagavad-gita.org/public/audio/016_010.mp3" }, "wordMeanings": "କାମଂ- କାମନା ସବୁକୁ; ଆଶ୍ରିତ୍ୟ - ଆଶ୍ରୟକରି; ଦୁଷ୍କୂରଂ - ଅସନ୍ତୋଷ (ଅତି ଲୋଲୁପ); ଦମ୍ଭ-ଗର୍ବ; ମାନ-ମିଥ୍ୟା ଅଭିମାନ; ମଦ-ଅନ୍ୱିତାଃ - ଅହଂକାରରେ ଗ୍ରସ୍ତ; ମୋହାତ୍ - ଭ୍ରମରୁ; ଗୃହୀତ୍ୱା-ଆକର୍ଷିତ ହୋଇ; ଅସତ୍‌-ଅସ୍ଥାୟୀ; ଗ୍ରାହାନ୍ -ପଦାର୍ଥମାନ; ପ୍ରବର୍ତନ୍ତେ- ବୃଦ୍ଧି ପାଏ; ଅଶୁଚି-ବ୍ରତାଃ - ଅପବିତ୍ର ସଂକଳ୍ପ ।", "translation": { "text": "ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ, ଅତୃପ୍ତ ଯୌନ-କାମନା, ପୂର୍ଣ୍ଣ କପଟତା, ଗର୍ବ ଏବଂ ଅହଂକାର ମନୋଭାବ ପୋଷଣ କରି, ତାଙ୍କର ଅସତ୍ୟ ମତବାଦକୁ ଦୃଢ଼ଭାବେ ଧରି ରଖିଥାନ୍ତି । ଏହିପରି ବିଭ୍ରାନ୍ତ ହୋଇ ସେମାନେ ଅସ୍ଥାୟୀ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତ୍ରୁଟିଯୁକ୍ତ ସଂକଳ୍ପ ନେଇ କାର୍ଯ୍ୟ କରିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-10.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.10.mp3" ] }, "commentary": "ଅତୃପ୍ତ ଯୌନ-କାମନାକୁ ପ୍ରଶ୍ରୟ ଦେଇ, ଆସୁରିକ ମନୋବୃତ୍ତିର ବ୍ୟକ୍ତିଗଣ ଏକ ଅଶୁଦ୍ଧ ଦୁର୍ବଳ ଅନ୍ତଃକରଣ ସୃଷ୍ଟି କରିଥାନ୍ତି । କପଟତାରେ ପରିପୂର୍ଣ୍ଣ ହୋଇ, ସେମାନେ ପ୍ରକୃତରେ ଯାହା ନୁହଁନ୍ତି ତାହା ଦେଖାଇବାର ଛଳନା କରିଥାନ୍ତି । ତାଙ୍କର ଭ୍ରଷ୍ଟ ବୁଦ୍ଧି ଭ୍ରାନ୍ତ ଧାରଣାକୁ ସ୍ୱୀକାର କରିଥାଏ ଏବଂ ତାଙ୍କର ଗର୍ବ ତାଙ୍କୁ ଏହି ବିଶ୍ୱାସ ଦେଇଥାଏ ଯେ, ତାଙ୍କଠାରୁ ଅଧିକ ବୁଦ୍ଧିମାନ କେହି ନାହାନ୍ତି । ଇନ୍ଦ୍ରିୟ ବିଷୟ ମାନଙ୍କର କ୍ଷଣସ୍ଥାୟୀ ସୁଖରେ ମୋହିତ ହୋଇ, ତାଙ୍କର ବୁଦ୍ଧି ସଙ୍କୀର୍ଣ୍ଣମନା ଏବଂ ଅହଂକାରୀ ହୋଇଯାଏ । ସେଥିପାଇଁ ସେମାନେ ଶାସ୍ତ୍ରମାନଙ୍କର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି ଏବଂ ଯାହା ଉଚିତ୍ ଓ ସତ୍ୟ, ତା’ର ବିପରୀତ ଆଚରଣ କରନ୍ତି ।" }, { "verseTitle": "Bhagavad Gita 16.11", "verse": "11", "chapter": 16, "lang": "or", "shloka": { "speaker": "", "sanskrit": "चिन्तामपरिमेयां च प्रलयान्तामुपाश्रिताः ।\n\nकामोपभोगपरमा एतावदिति निश्चिताः ॥11॥", "text": "ଚିନ୍ତାମପରିମେୟାଂ ଚ ପ୍ରଳୟାନ୍ତାମୁପାଶ୍ରିତାଃ ।\nକାମୋପଭୋଗପରମା ଏତାବଦିତି ନିଶ୍ଚିତାଃ ।।୧୧।।", "audioLink": "https://www.holy-bhagavad-gita.org/public/audio/016_011.mp3" }, "wordMeanings": "ଚିନ୍ତାଂ -ଉଦ୍‌ବିଗ୍ନତା; ଅପରିମେୟାଂ -ଅନ୍ତହୀନ; ଚ-ଏବଂ; ପ୍ରଳୟ ଅନ୍ତାଂ -ମୃତ୍ୟୁ ପର୍ଯ୍ୟନ୍ତ; ଉପାଶ୍ରିତାଃ- ବାସ କରିଥାଏ; କାମ ଉପଭୋଗ -ଇନ୍ଦ୍ରିୟ ତୃପ୍ତି; ପରମାଃ -ଜୀବନର ପରମ ଲକ୍ଷ୍ୟ; ଏତାବତ୍‌- ତଥାପି; ଇତି- ଏହି ପ୍ରକାରେ; ନିଶ୍ଚିତାଃ -ପୂର୍ଣ୍ଣ ଆଶ୍ୱସ୍ତ ।", "translation": { "text": "ସେମାନେ ଅନ୍ତହୀନ ଉତ୍କଣ୍ଠାରେ ଛନ୍ଦି ହୋଇଥାନ୍ତି, ଯାହା ମୃତ୍ୟୁରେ ହିଁ ସମାପ୍ତ ହୋଇଥାଏ । ତଥାପି ସେମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ରହିଥାନ୍ତି ଯେ କାମନା ପୂର୍ଣ୍ଣ କରିବା ଏବଂ ଧନ ସମ୍ପଦ ସଂଗ୍ରହ କରିବା ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-11.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.11.mp3" ] }, "commentary": "ବସ୍ତୁବାଦୀମାନେ ଅଧିକାଂଶତଃ ଏହି କାରଣରୁ ଆଧ୍ୟାତ୍ମିକ ମାର୍ଗର ପ୍ରତ୍ୟାଖାନ କରିଥାନ୍ତି ଯେ ଏହା ଦୁର୍ବହ ଏବଂ ଶ୍ରମସାଧ୍ୟ, ତଥା ଏଥିରେ ଅନ୍ତିମ ଲକ୍ଷ୍ୟର ସ୍ଥିତି ବହୁ ଦୂରରେ । ସେମାନେ ସାଂସାରିକ ପଥ ଅନୁସରଣ କରିବା ଶ୍ରେୟସ୍କର ମନେ କରନ୍ତି, ଯାହା ତତ୍‌କାଳ ସନ୍ତୁଷ୍ଟି ପ୍ରଦାନ କରିବାର ଆଶା ଉଦ୍ରେକ କରିଥାଏ, କିନ୍ତୁ ତାହା ସେମାନଙ୍କୁ ଅଧିକରୁ ଅଧିକ ସଂସାର ଅଭିମୁଖୀ କରିଦିଏ । ସଂସାର ପ୍ରାପ୍ତିର କାମନା ସେମାନଙ୍କୁ ଅଶାନ୍ତ କରିଦିଏ ଏବଂ ସେମାନେ ନିଜର ଅଭିଳାଷ ପୂରଣ କରିବା ପାଇଁ ବୃହତ୍ ଯୋଜନାମାନଙ୍କରେ ନିୟୋଜିତ ରହନ୍ତି । ଇପ୍‌ସିତ ବସ୍ତୁର ପ୍ରାପ୍ତିରେ କ୍ଷଣକ ପାଇଁ ସେମାନେ ଶାନ୍ତି ଅନୁଭବ କରନ୍ତି, କିନ୍ତୁ ସେଥିରୁ ଏକ ନୂତନ ଦୁଃଖର ଉଦୟ ହୁଏ । ପ୍ରାପ୍ତବସ୍ତୁ ହରାଇବାର ଭୟ ସେମାନଙ୍କୁ ବ୍ୟତିବ୍ୟସ୍ତ କରେ ଏବଂ ତା’ର ସୁରକ୍ଷା ନିମନ୍ତେ ସେମାନେ ଅଧିକ ପରିଶ୍ରମ କରନ୍ତି । ପରିଶେଷରେ ଯେତେବେଳେ ପ୍ରାପ୍ତ ବସ୍ତୁଠାରୁ ଅବଶ୍ୟମ୍ଭାବୀ ବିଚ୍ଛେଦ ଘଟେ, ସେତେବେଳେ କେବଳ ଦୁଃଖ ହିଁ ଦୁଃଖ ରହିଯାଏ । ତେଣୁ କୁହାଯାଏ:\nଯା ଚିନ୍ତା ଭୂବି ପୁତ୍ର ପୌତ୍ର ଭରଣବ୍ୟାପାର ସମ୍ଭାଷଣେଯା ଚିନ୍ତା ଧନ ଧାନ୍ୟ ଯଶସାଂ ଲାଭେ ସଦା ଜାୟତେସା ଚିନ୍ତା ଯଦି ନନ୍ଦନନ୍ଦନ ପଦଦ୍ୱନ୍ଦ୍ୱାର ବିନ୍ଦେକ୍ଷଣମ୍‌କା ଚିନ୍ତା ଯମରାଜ ଭୀମ ସଦନ୍ଦ୍ୱାରପ୍ରୟାଣେ ବିଭୋ । (ସୁକ୍ତି ସୁଧାକର)\n“ମନୁଷ୍ୟ ସାଂସାରିକ ପ୍ରୟାସରେ ଅକଥନୀୟ ଦୁଶ୍ଚିନ୍ତା ଏବଂ ବିଷାଦ ଅନୁଭବ କରିଥାଏ - ପୁତ୍ର ପୌତ୍ରଙ୍କର ଭରଣପୋଷଣ କରିବା, ବ୍ୟବସାୟରେ ବ୍ୟସ୍ତ ରହିବା, ଧନ ସମ୍ପତ୍ତି ଏକତ୍ର କରିବା ଏବଂ ଯଶ ବୃଦ୍ଧି କରିବା । ଯଦି ସେମାନେ ସେତିକି ମାତ୍ରାର ଆସକ୍ତି ଏବଂ ବ୍ୟଗ୍ରତା ଭଗବାନଙ୍କ ଚରଣାବିନ୍ଦରେ ଭକ୍ତି ବିକସିତ କରିବା ଦିଗରେ ପ୍ରଦର୍ଶନ କରନ୍ତେ, ସେମାନଙ୍କୁ ମୃତ୍ୟୁର ଦେବତା ଯମରାଜଙ୍କୁ ନେଇ ଚିନ୍ତିତ ହେବାକୁ ପଡ଼ନ୍ତା ନାହିଁ (ଯେହେତୁ ସେମାନେ ଜନ୍ମମୃତ୍ୟୁ ଚକ୍ରରୁ ଉତ୍ତୀର୍ଣ୍ଣ ହୋଇଯିବେ) ।” କିନ୍ତୁ ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଏହି ନିର୍ମମ ସତ୍ୟକୁ ଗ୍ରହଣ କରିବାକୁ ରାଜି ହୁଅନ୍ତି ନାହିଁ, କାରଣ ସେମାନଙ୍କ ବୁଦ୍ଧିର ନିଶ୍ଚୟ ଏହା ଯେ ସାଂସାରିକ ସୁଖ ହିଁ ସର୍ବଶ୍ରେଷ୍ଠ ଆନନ୍ଦ ଅଟେ । ଭବିଷ୍ୟତ ଜୀବନରେ ତାଙ୍କୁ ଦୟନୀୟ ନିୟତି ଆଡକୁ ଟାଣି ନେବା ପାଇଁ, ମୃତ୍ୟୁ ଧୈର୍ଯ୍ୟର ସହିତ ଅପେକ୍ଷା କରିଛି, ସେମାନେ ତାହା ଦେଖିପାରନ୍ତି ନାହିଁ ।" }, { "verseTitle": "Bhagavad Gita 16.12", "verse": "12", "chapter": 16, "lang": "or", "shloka": { "speaker": "", "sanskrit": "आशापाशशतैर्बद्धाः कामक्रोधपरायणाः ।\n\nईहन्ते कामभोगार्थमन्यायेनार्थसञचयान् ॥12॥", "text": "ଆଶାପାଶଶତୈର୍ବଦ୍ଧାଃ କାମକ୍ରୋଧପରାୟଣାଃ ।\nଈହନ୍ତେ କାମଭୋଗାର୍ଥମନ୍ୟାୟେନାର୍ଥସଞ୍ଚୟାନ୍ ।।୧୨।।", "audioLink": "https://www.holy-bhagavad-gita.org/public/audio/016_012.mp3" }, "wordMeanings": "ଆଶା-ପାଶ- କାମନା ପାଶରେ; ଶତୈଃ -ଶହ ଶହ; ବଦ୍ଧାଃ -ବାନ୍ଧିହୋଇ; କାମ -କାମ; କ୍ରୋଧ -କ୍ରୋଧ; ପରାୟଣାଃ -ସର୍ବଦା ନିୟତ; ଈହନ୍ତେ- ପ୍ରୟାସ କରନ୍ତି; କାମ-କାମ; ଭୋଗ-ଇନ୍ଦ୍ରିୟ ସୁଖଭୋଗ; ଅର୍ଥଂ -ଉଦ୍ଦେଶ୍ୟରେ; ଅନ୍ୟାୟେନ -ଅନ୍ୟାୟ ଉପାୟରେ; ଅର୍ଥ-ଧନ; ସଞ୍ଚୟାନ୍‌- ସଞ୍ଚୟ କରିବା ।", "translation": { "text": "ଶତାଧିକ କାମନାର ଦାସ ହୋଇ, କାମ ଏବଂ କ୍ରୋଧ ଦ୍ୱାରା ପ୍ରେରିତ ହୋଇ, ସେମାନେ ଅସାଧୁ ଉପାୟରେ ସମ୍ପତ୍ତି ଏକତ୍ର କରିବାରେ ଚେଷ୍ଟାରତ ରହନ୍ତି, ଯାହା କେବଳ ତାଙ୍କର ଇନ୍ଦ୍ରିୟମାନଙ୍କର ସନ୍ତୋଷ ବିଧାନ ପାଇଁ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-12.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.12.mp3" ] }, "commentary": "ସଂସାର ଭୋଗ କରିବା ପାଇଁ ଧନ ମାଧ୍ୟମ ଅଟେ । ସେଥିପାଇଁ ବସ୍ତୁବାଦୀ ବ୍ୟକ୍ତି, ତାଙ୍କର ଅତୃପ୍ତ କାମନା ଦ୍ୱାରା ପ୍ରେରିତ ହୋଇ,  ଜୀବନରେ କେବଳ ଧନ ସଂଗ୍ରହକୁ ପ୍ରାଥମିକତା ଦେଇଥାନ୍ତି । ସେଥିପାଇଁ ସେମାନେ ଅନୈତିକ ଉପାୟ ଅବଲମ୍ବନ କରିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେହି ଅନୈତିକ ଆଚରଣ ପାଇଁ ତାଙ୍କୁ ଦ୍ୱିଗୁଣିତ ଦଣ୍ଡ ଅପେକ୍ଷା କରିଥାଏ । ଭାଗବତ କହେ:\nଯାବଦ୍ ଭ୍ରିୟେତ ଜଠରଂ ତାବତ୍ ସ୍ୱତ୍ୱଂ ହି ଦେହିନାମ୍‌ଅଧିକଂ ଯୋଽଭିମନ୍ୟେତ ସ ସ୍ତେନୋ ଦଣ୍ଡମ୍ ଅର୍ହତି (୭.୧୪.୮)\n“ଜଣେ ବ୍ୟକ୍ତି ନିଜର ପରିପୋଷଣ ପାଇଁ ଯେତିକି ଧନ ଆବଶ୍ୟକ, ସେତିକି ଧନର ଅଧିକାରୀ ଅଟନ୍ତି (ଅଧିକ ଧନ ସେ ଦାନ କରିପାରନ୍ତି) । ଯିଏ ଆବଶ୍ୟକତାରୁ ଅଧିକ ଧନ ସଞ୍ଚୟ କରେ, ସେ ଭଗବାନଙ୍କ ଦୃଷ୍ଟିରେ ଚୋର ଅଟେ ଏବଂ ସେଥିପାଇଁ ସେ ଦଣ୍ଡିତ ହେବ ।” ଦଣ୍ଡ କ’ଣ? ପ୍ରଥମତଃ, ମୃତ୍ୟୁ ସମୟରେ ସଞ୍ôଚତ ଧନ ତାଙ୍କ ସାଙ୍ଗରେ ଯିବ ନାହିଁ - ଏହା ଛଡ଼ାଇ ନିଆଯିବ । ଦ୍ୱିତୀୟତଃ, କର୍ମର ନିୟମ ଅନୁସାରେ, ବ୍ୟକ୍ତି ଧନ ଅର୍ଜନ ପାଇଁ କରୁଥିବା ପାପ ପାଇଁ ଦଣ୍ଡିତ ହେବ, ଯେପରି ଜଣେ ଚୋରାବେପାରୀ ଧରାପଡ଼ିଲେ ତା’ର ଧନ ଜବତ ହେବା ସହିତ ସେ ଆଇନ ଉଲ୍ଲଙ୍ଘନ କରିଥିବା ଯୋଗୁଁ ଦଣ୍ଡିତ ହୋଇଥାଏ ।" }, { "verseTitle": "Bhagavad Gita 16.13 – 16.15", "verse": "13-15", "chapter": 16, "lang": "or", "shloka": { "speaker": "", "sanskrit": "इदमद्य मया लब्धमिमं प्राप्स्ये मनोरथम् \n\nइदमस्तीदमपि मे भविष्यति पुनर्धनम्॥13॥\n\nअसौ मया हतः शत्रुर्हनिष्ये चापरानपि । \n\nईश्वरोऽहमहं भोगी सिद्धोऽहं बलवान्सुखी ॥14॥\n\nआढ्योऽभिजनवानस्मि कोऽन्योऽस्ति सदृशो मया ।\n\nयक्ष्ये दास्यामि मोदिष्य इत्यज्ञानविमोहिताः ॥15॥", "text": "ଇଦମଦ୍ୟ ମୟା ଲବ୍‌ଧମିମଂ ପ୍ରାପ୍‌ସ୍ୟେ ମନୋରଥମ୍ ।\nଇଦମସ୍ତୀଦମପି ମେ ଭବିଷ୍ୟତି ପୁନର୍ଧନମ୍ ।।୧୩।।\nଅସୌ ମୟା ହତଃ ଶତ୍ରୁର୍ହନିଷ୍ୟେ ଚାପରାନପି ।\nଈଶ୍ୱରୋଽହମହଂ ଭୋଗୀ ସିଦ୍ଧୋଽହଂ ବଳବାନ୍‌ସୁଖୀ ।।୧୪।।\nଆଢ଼୍ୟୋଽଭିଜନବାନସ୍ମି କୋଽନ୍ୟୋଽସ୍ତି ସଦୃଶୋ ମୟା ।\nଯକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟ ଇତ୍ୟଜ୍ଞାନବିମୋହିତାଃ ।।୧୫।।", "audioLink": "https://www.holy-bhagavad-gita.org/public/audio/016_013-015.mp3" }, "wordMeanings": "ଇଦଂ- ଏହା; ଅଦ୍ୟ - ଆଜି; ମୟା- ମୋ’ଦ୍ୱାରା; ଲବ୍ଧମ୍ - ଲବ୍ଧ ହୋଇଛି; ଇମଂ -ଏହାକୁ; ପ୍ରାପ୍‌ସ୍ୟେ - ମୁଁ ପାଇବି; ମନୋରଥମ୍ - ମୋର ଇଚ୍ଛା ଅନୁଯାୟୀ; ଇଦଂ -ଏହା; ଅସ୍ତି - ଅଛି; ଇଦଂ- ଏହା; ଅପି -ମଧ୍ୟ; ମେ-ମୋର; ଭବିଷ୍ୟତି - ଭବିଷ୍ୟତରେ; ପୁନଃ-ପୁନର୍ବାର; ଧନମ୍ -ଧନ; ଅସୌ -ତାହା; ମୟା-ମୋ’ଦ୍ୱାରା; ହତଃ- ବିନାଶ ହୋଇଛି; ଶତ୍ରୁଃ - ଶତ୍ରୁ; ହନିଷ୍ୟେ- ମୁଁ ବଧ କରିବି; ଚ-ଏବଂ; ଅପରାନ୍ - ଅନ୍ୟମାନଙ୍କୁ; ଅପି -ମଧ୍ୟ; ଈଶ୍ୱରଃ -ଈଶ୍ୱର; ଅହଂ -ମୁଁ; ଅହଂ-ମୁଁ; ଭୋଗୀ- ଭୋଗୀ; ସିଦ୍ଧଃ- ସିଦ୍ଧ; ଅହଂ-ମୁଁ; ବଳବାନ୍‌- ବଳବାନ୍‌; ସୁଖୀ -ସୁଖୀ; ଆଢ଼୍ୟଃ -ଧନୀ; ଅଭିଜନବାନ୍ - ସମ୍ଭ୍ରାନ୍ତବଂଶୀୟ ଭାଇ ବନ୍ଧୁମାନଙ୍କ ଦ୍ୱାରା ପରିବେଷ୍ଟିତ; ଅସ୍ମି- ଅଟେ; କଃ - ଆଉ କିଏ; ଅନ୍ୟ - ଅନ୍ୟ; ଅସ୍ତି-ଅଛି; ସଦୃଶଃ -ପରି; ମୟା-ମୋ (ପରି); ଯକ୍ଷ୍ୟେ- ମୁଁ ଯଜ୍ଞାନୁଷ୍ଠାନ କରିବି; ଦାସ୍ୟାମି -ଦାନ କରିବି; ମୋଦିଷ୍ୟେ -ଆନନ୍ଦ ଉପଭୋଗ କରିବି; ଇତି -ଏହିପରି; ଅଜ୍ଞାନ -ଅଜ୍ଞାନ; ବିମୋହିତଃ - ବିମୋହିତ ।", "translation": { "text": "ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନେ ଚିନ୍ତା କରନ୍ତି, “ମୁଁ ଆଜି ଯଥେଷ୍ଟ ଧନ ଅର୍ଜନ କରିଛି ଏବଂ ମୁଁ ଏବେ ମୋର କାମନା ପୂର୍ଣ୍ଣ କରିବି । ଏହା ମୋର ଅଟେ ଏବଂ ଆସନ୍ତାକାଲି ମୋର ଆହୁରି ଅଧିକ ହେବ । ସେ ଶତ୍ରୁକୁ ମୁଁ ପରାହତ କରିଛି, ଅନ୍ୟମାନଙ୍କୁ ମଧ୍ୟ ମୁଁ ନିଃଶେଷ କରିଦେବି! ମୁଁ ସ୍ୱୟଂ ଭଗବାନଙ୍କ ସଦୃଶ ଅଟେ, ମୁଁ ଭୋକ୍ତା ଅଟେ, ମୁଁ ଶକ୍ତିଶାଳୀ ଏବଂ ମୁଁ ସୁଖୀ ଅଟେ । ମୁଁ ଧନବାନ ଏବଂ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ସମ୍ଭ୍ରାନ୍ତ ଅଟନ୍ତି । ମୋ ସହିତ କିଏ ସମାନ ହେବ? ମୁଁ ଯଜ୍ଞ କରିବି (ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ); ମୁଁ ଭିକ୍ଷା ଦେବି; ମୁଁ ଉପଭୋଗ କରିବି ।”- ଏତାଦୃଶ ଅଜ୍ଞାନଦ୍ୱାରା ସେମାନେ ଭ୍ରମିତ ହୋଇଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-13.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-14.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-15.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.13.mp3", "https://www.gitasupersite.iitk.ac.in/sites/default/files/audio/Purohit/16.14.mp3", "https://www.gitasupersite.iitk.ac.in/sites/default/files/audio/Purohit/16.15.mp3" ] }, "commentary": "ସମସ୍ତ ନୈତିକତାକୁ ଜଳାଞ୍ଜଳି ଦେଇ, ଦାନବ ସ୍ୱଭାବର ବ୍ୟକ୍ତିମାନେ ଭାବନ୍ତି, ସଂସାରର ସବୁ ଆନନ୍ଦକୁ ଉପଭୋଗ କରିବାର ଅଧିକାର ସେମାନଙ୍କର ଅଛି । ନିଜର ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ଘଟଣାକୁ ବ୍ୟବସ୍ଥିତ କରିବା ପାଇଁ ଏକୀକୃତ ଉଦ୍ୟମ କରିଥାନ୍ତି । ବୈଦିକ କର୍ମକାଣ୍ଡ ଦ୍ୱାରା ଭୌତିକ ସମୃଦ୍ଧି ପ୍ରାପ୍ତ ହୁଏ ଜାଣି, ସେମାନେ ପ୍ରଚୁର ମାତ୍ରାର ଧନ ଏବଂ ଯଶ ଲାଭ ପାଇଁ, ସେମାନେ ବିଧିବିଧାନଯୁକ୍ତ କର୍ମକାଣ୍ଡର ଅନୁଷ୍ଠାନ ମଧ୍ୟ କରିଥାନ୍ତି । କିନ୍ତୁ ଯେପରି ଶାଗୁଣା ଉଚ୍ଚରେ ଉଡୁଥିଲେ ମଧ୍ୟ ତାର ଦୃଷ୍ଟି ତଳକୁ ଥାଏ, ସେହିପରି ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ସାମାଜିକ ସ୍ତରରେ ଉପରକୁ ଯାଇଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟଗୁଡ଼ିକ ହୀନ ଏବଂ ନୀଚ ହୋଇଥାଏ । ସେମାନେ କ୍ଷମତାକୁ ସମ୍ମାନ ଦିଅନ୍ତି ଏବଂ “ଜୋର୍ ଯାହାର ମୁଲକ ତାହାର” ଏହି ନୀତିରେ ବିଶ୍ୱାସ କରନ୍ତିି । ତେଣୁ ସେମାନେ ତାଙ୍କ ରାସ୍ତାର ପ୍ରତିବନ୍ଧକ ହଟାଇବା ପାଇଁ ଅନ୍ୟମାନଙ୍କର କ୍ଷତି କରିବା କିମ୍ବା ଅନ୍ୟମାନଙ୍କୁ ଆଘାତ ଦେବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ । ସୁକ୍ତି ସୁଧାକର କହେ, ଚାରି ପ୍ରକାରର ମନୁଷ୍ୟ ଅଛନ୍ତି;\nଏକେ ସତ୍‌ପୁରୁଷାଃ ପରାର୍ଥଘାତକାଃ ସ୍ୱାର୍ଥାନ୍ ପରିତ୍ୟଜ୍ୟ ଯେ,ସାମାନ୍ୟାସ୍ତୁ ପରାର୍ଥମୁଦ୍ୟମଭୃତଃ ସ୍ୱାର୍ଥା ବିରୋଧେନ ଯେତେଽମୀ ମାନବ ରାକ୍ଷସାଃ ପରହିତଂ ସ୍ୱାର୍ଥାୟ ନିଘ୍ନନ୍ତି ଯେଯେ ତୁଘ୍ନନ୍ତି ନିରର୍ଥକଂ ପରହିତଂ ତେ କେ ନ ଜାନୀମହେ ।\n“ପ୍ରଥମ ଶ୍ରେଣୀର ବ୍ୟକ୍ତି ସାଧୁ ପୁରୁଷ ଅଟନ୍ତି ଯିଏ ନିଜ ସ୍ୱାର୍ଥ ତ୍ୟାଗ କରି ଅନ୍ୟର କଲ୍ୟାଣ କରିଥାନ୍ତି । ଦ୍ୱିତୀୟ ଶ୍ରେଣୀର ବ୍ୟକ୍ତି ସାଧାରଣ ମନୁଷ୍ୟ ଅଟନ୍ତି ଯିଏ ନିଜର କ୍ଷତି ନକରି ଅନ୍ୟର କଲ୍ୟାଣ ସାଧନ କରନ୍ତି । ତୃତୀୟ ଶ୍ରେଣୀର ବ୍ୟକ୍ତି ଆସୁରିକ ସ୍ୱଭାବର ଅଟନ୍ତି ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟର କ୍ଷତି କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । ତାଛଡା ଚତୁର୍ଥ ଶ୍ରେଣୀର ବ୍ୟକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ବିନା କାରଣରେ ଅନ୍ୟର କ୍ଷତି କରିଥା’ନ୍ତି (ପର ପୀଡନ ସୁଖ) । ସେମାନଙ୍କ ପାଇଁ କୌଣସି ଉପଯୁକ୍ତ ନାମ ନାହିଁ ।” ଶ୍ରୀକୃଷ୍ଣ ଆସୁରିକ ସ୍ୱଭାବର ଏହି ସବୁ ବିକୃତିର ବିସ୍ତୃତ ବର୍ଣ୍ଣନ କରିଛନ୍ତି । ଗର୍ବରେ ଅନ୍ଧହୋଇ ସେମାନେ ଏହିପରି ଚିନ୍ତା କରିଥାନ୍ତି, “ମୁଁ ଏକ ଧନଶାଳୀ ଏବଂ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଛି । ମୁଁ ଧନୀ ଏବଂ ଶକ୍ତିଶାଳୀ ଅଟେ ଏବଂ ମୋର ଯାହା ଇଚ୍ଛା ମୁଁ ତାହା କରେ । ମୋର ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହେବାର ଆବଶ୍ୟକତା ନାହିଁ କାରଣ ମୁଁ ନିଜେ ହିଁ ଭଗବାନଙ୍କ ସଦୃଶ ଅଟେ ।”\nଅଧିକାଂଶ କ୍ଷେତ୍ରରେ, ଜଣେ ଯେତେବେଳେ ‘ମୁଁ’ କହେ, ତାହା ସେ ନିଜେ ନୁହେଁ ତାଙ୍କର ଅହଂକାର କହିଥାଏ । ବ୍ୟକ୍ତିର ନିଜସ୍ୱ ମତ, ବାହ୍ୟ ରୂପ, ଦ୍ୱେଷଭାବ ଇତ୍ୟାଦିକୁ ନେଇ ଅହଂକାର ଏକ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିଥାଏ । ଅହଂକାର ନିଜର ଏକ ବ୍ୟକ୍ତିତ୍ୱ ଗଢ଼ିଥାଏ, ଯାହାର ପ୍ରଭାବରେ ବ୍ୟକ୍ତି ନିଜର ବିଚାର, ଆବେଗ ଏବଂ ସ୍ମୃତିଗୁଚ୍ଛ ସହିତ ତାଦାତ୍ମ୍ୟ କରି ତାହାକୁ ନିଜର ଅବିଚ୍ଛିନ୍ନ ଅଂଶ ଭାବରେ ଗ୍ରହଣ କରେ । ଅହଂକାର ନିଜକୁ ମାଲିକ ମନେ କରିଥାଏ, କିନ୍ତୁ ମାଲିକାନାର ତା’ର ସେହି ସନ୍ତୋଷ ସାଧାରଣତଃ କ୍ଷଣସ୍ଥାୟୀ ଅଟେ । “ଏତିକି ଯଥେଷ୍ଟ ନୁହେଁ” ର ବଦ୍ଧମୂଳ ଅସନ୍ତୋଷ ସେଥିରେ ଲୁଚି ରହିଥାଏ । ସେହି ଅପୂର୍ଣ୍ଣ ଇଚ୍ଛା ବ୍ୟକ୍ତିର ମନରେ ଅସ୍ଥିରତା, ଅଶାନ୍ତି, ବିରକ୍ତି, ଉଦ୍‌ବେଗ ଏବଂ ଅସନ୍ତୋଷ ସୃଷ୍ଟି କରିଥାଏ । ପରିଣାମତଃ, ବାସ୍ତବିକତାର ଏକ ବିକୃତ ଉପଲବ୍‌ଧି ହୋଇଥାଏ, ଯାହା ‘ମୁଁ’ତ୍ୱର ଅନୁଭୂତିକୁ ବାସ୍ତବ ‘ମୁଁ’ ଠାରୁ ଆହୁରି ପୃଥକ୍ କରି ଦେଇଥାଏ ।\nଅହଂକାର ଆମ ଜୀବନରେ ସବୁଠାରୁ ବଡ଼ ଅସତ୍ୟ ସୃଷ୍ଟି କରେ ଏବଂ ଆମ୍ଭେମାନେ ବାସ୍ତବରେ ଯାହା ନୁହେଁ, ସେହି ବିଶ୍ୱାସ ସେ ଆମକୁ ଦେଇଥାଏ । ତେଣୁ ଧର୍ମ ପଥରେ ଅଗ୍ରଗତି ପାଇଁ, ସମସ୍ତ ଧାର୍ମିକ ପରମ୍ପରା ଏବଂ ସନ୍ଥମାନେ, ଅହଂକାରୀ ବିଚାରଧାରା ତ୍ୟାଗ କରିବାକୁ ଉପଦେଶ ଦେଇଛନ୍ତି । ତାଓ ତେ ଚିଙ୍ଗ୍ ଶିକ୍ଷାଦିଏ; “ଏକ ପାହାଡ଼ ହେବାର ଚେଷ୍ଟା ନ କରି, ବିଶ୍ୱର ଏକ ଉପତ୍ୟକା ହୁଅ ।” ନଜରେଥର ଯୀଶୁ ମଧ୍ୟ ଉଲ୍ଲେଖ କରିଛନ୍ତି: “କୌଣସି ସ୍ଥାନକୁ ତୁମକୁ ଯେତେବେଳେ ଆମନ୍ତ୍ରିତ କରାଯାଇ ଥାଏ, ସେଠାକୁ ଯାଇ ନିମ୍ନତମ ସ୍ଥାନରେ ବସ, କାରଣ ଯେତେବେଳେ ଆୟୋଜକ ଆସିବେ, ସେ ହୁଏତ ତୁମକୁ କହିପାରନ୍ତି, ବନ୍ଧୁ, ଉପରକୁ ଯାଅ । କାରଣ ଯେଉଁମାନେ ଉପରକୁ ଉଠିଛନ୍ତି, ସେମାନେ ନିଶ୍ଚିତ ଭାବରେ ତଳକୁ ଆସିବେ ଏବଂ ଯେଉଁମାନେ ତଳେ ଅଛନ୍ତି ସେମାନେ ଉପରକୁ ଯିବେ ।” (ଲ୍ୟୁକ୍ ୧୪:୧୦-୧୧) ସନ୍ଥ କବୀର ଏହାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି:\nଉଁଚେ ପାନୀ ନ ଟିକେ ନୀଚେ ହୀ ଠହରାୟେନୀଚା ହୋୟ ସୋ ଭରି ପୀ, ଉଁଚା ପ୍ୟାସା ଜାୟ\n“ପାଣି, ଉପରେ ରହିପାରେନି; ଏହା ଆପେ ଆପେ ତଳକୁ ବୋହି ଆସେ । ଯେଉଁମାନେ ନିମ୍ନରେ ଅଛନ୍ତି ଏବଂ ନମ୍ର; ହୃଦୟଭରି ପାନ କରନ୍ତି (ଭଗବତ୍ କୃପା), କିନ୍ତୁ ଯେଉଁମାନେ ବଡ଼ିମାଯୁକ୍ତ ହୋଇ ଉଚ୍ଚରେ ରହିଛନ୍ତି, ସେମାନେ ତୃଷାର୍ତ୍ତ ରହିଥାନ୍ତି ।”" }, { "verseTitle": "Bhagavad Gita 16.16", "verse": "16", "chapter": 16, "lang": "or", "shloka": { "speaker": "", "sanskrit": "अनेकाचित्तविभ्रान्ता मोहजालसमावृताः\n\nप्रसक्ताः कामभोगेषु पतन्ति नरकेऽशुचौ ॥16॥", "text": "ଅନେକଚିତ୍ତବିଭ୍ରାନ୍ତା ମୋହଜାଲସମାବୃତାଃ ।\nପ୍ରସକ୍ତାଃ କାମଭୋଗେଷୁ ପତନ୍ତି ନରକେଽଶୁଚୌ ।।୧୬।।", "audioLink": "https://www.holy-bhagavad-gita.org/public/audio/016_016.mp3" }, "wordMeanings": "ଅନେକ -ଅନେକ; ଚିତ୍ତ-ବିଭ୍ରାନ୍ତଃ -କଳ୍ପନାଶୀଳତା; ମୋହ-ମୋହ; ଜାଲ-ଜାଲ; ସମାବୃତାଃ -ପରିବେଷ୍ଟିତ; ପ୍ରସକ୍ତାଃ -ଆସକ୍ତ; କାମ -କାମ; ଭୋଗେଷୁ -ଇନ୍ଦ୍ରିୟସୁଖ ଭୋଗରେ; ପତନ୍ତି -ପତିତ ହୁଏ; ନରକେ -ନର୍କରେ; ଅଶୁଚୌ -ଅପବିତ୍ର ।", "translation": { "text": "ଏହିପରି କଳ୍ପନାଶୀଳତା ଦ୍ୱାରା ଆବିଷ୍ଟ ଏବଂ ଦିଗଭ୍ରଷ୍ଟ ହୋଇ, ମୋହ ଜାଲରେ ଛନ୍ଦି ହୋଇ ଏବଂ ଇନ୍ଦ୍ରିୟ ସୁଖ ସମ୍ଭୋଗରେ ନିଶାସକ୍ତ ହୋଇ, ସେମାନେ ଅନ୍ଧକାରତମ ନର୍କରେ ପତିତ ହୁଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-16.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.16.mp3" ] }, "commentary": "ଅହଂକାରର ପ୍ରଭାବରେ ବ୍ୟକ୍ତି ନିଜକୁ ମନ ମନେକରି ତା’ର ନିଷ୍କ୍ରିୟ ଏବଂ ପୁନରାବର୍ତ୍ତ ବିଚାର ଧାରାରେ ଆବଦ୍ଧ ହୋଇଯାଏ । ବସ୍ତୁତଃ, ସେମାନେ ନିଜ ମନର କବଳିତ ହୋଇଯାଆନ୍ତି, ଯାହା ଏକ ଭଙ୍ଗା ରେକର୍ଡ଼ ପରି ବାରମ୍ବାର ଚାଲିଥାଏ ଏବଂ ତାଙ୍କ ବିଚାର ଦ୍ୱାରା ଉତ୍ପନ୍ନ ହୋଇଥିବା ଜଗତରେ ରହନ୍ତି । ଅଶୁଦ୍ଧ ମନଦ୍ୱାରା ଉତ୍ପନ୍ନ ଏକ ଲୋକପ୍ରିୟ ଚିନ୍ତାଧାରା ହେଉଛି, ଅଭିଯୋଗ କରିବା । ମନ ଅନ୍ୟମାନଙ୍କ ବିରୁଦ୍ଧରେ, ଏପରିକି ପରିସ୍ଥିତି ବିରୁଦ୍ଧରେ ଅଭିଯୋଗ କରିବାକୁ ଏବଂ ସେମାନଙ୍କ ପ୍ରତି ବିରକ୍ତି ପ୍ରକାଶ କରିବାକୁ ଭଲପାଏ । “ଏପରି ହେବା ଉଚିତ ନ ଥିଲା”, “ମୁଁ ଏଠାରେ ରହିବାକୁ ଇଚ୍ଛା କରୁନାହିଁ”, “ମୋ ପ୍ରତି ଅନ୍ୟାୟ କରାଯାଉଛି” ଇତ୍ୟାଦି ପ୍ରତ୍ୟେକ ଅଭିଯୋଗ ପାଇଁ ମନ ଛୋଟ ଛୋଟ କାହାଣୀ ପ୍ରସ୍ତୁତ କରିଥାଏ ଏବଂ ଆମ୍ଭେମାନେ ମଧ୍ୟ ତାହାକୁ ବିଶ୍ୱାସ କରିଥାଏ । ମନ ନିଜ ସ୍ୱରରେ ଜୀବନର ଦୁଃଖ, ଉଦ୍‌ବେଗ କିମ୍ବା କ୍ରୋଧର କାହାଣୀ ଶୁଣାଇଥାଏ ଏବଂ ବିଚରା ମଣିଷ ଅହଂକାରର ପ୍ରବାହରେ, ମନ କହୁଥିôବା କାହାଣୀକୁ ସ୍ୱୀକାର କରିଥାଏ । ଅଭିଯୋଗ କରିବାର ମନୋବୃତ୍ତି ବୃଦ୍ଧି ଲାଭ କରିବା ଫଳରେ ମନରେ ତିକ୍ତତା ବା ଅପ୍ରସନ୍ନତା ଜାତ ହୁଏ । ଅପ୍ରସନ୍ନତାର ଅଭିପ୍ରାୟ କ୍ଷୁବ୍ଧହେବା, ବ୍ୟଥିତ ହେବା ବା କ୍ଷୁର୍ଣ୍ଣ ହେବା । ଅପ୍ରସନ୍ନତା ବହୁ ଦିନ ଧରି ଲାଗି ରହିବା ଫଳରେ ମନୋବେଦନା ଜାତ ହୁଏ । ମନୋବେଦନା ଏକ ଶକ୍ତିଶାଳୀ ନକାରାତ୍ମକ ମନୋଭାବ, ଯାହା ଅତୀତର କୌଣସି ଘଟଣା ସହିତ ସଂଯୁକ୍ତ ହୋଇଥାଏ । ଏକ ଅଦମ୍ୟ ଚିନ୍ତନ ଦ୍ୱାରା ଜୀବନ୍ତ ରହିଥାଏ ଏବଂ ମସ୍ତିଷ୍କକୁ ବାରମ୍ବାର କହିଥାଏ, “ମୋ ସହିତ ଜଣେ ଏପରି କରିଥିଲା” । ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ, ଆସୁରିକ ସ୍ୱଭାବର ବ୍ୟକ୍ତି, ଯେଉଁମାନେ ଅହଂକାର ଦ୍ୱାରା ସୃଷ୍ଟି ହୋଇଥିବା ଭ୍ରମ ଜାଲରେ ବଞ୍ôଚବାକୁ ଚାହାଁନ୍ତି, ସେମାନେ ନିକୃଷ୍ଟଗୁଣର ଅସଂଖ୍ୟ ବିଚାର ଦ୍ୱାରା ହତବୁଦ୍ଧି ହୋଇଯାଆନ୍ତି । ଫଳସ୍ୱରୂପ, ସେମାନେ ନିଜର ଭାଗ୍ୟକୁ ଅନ୍ଧକାରମୟ କରିଦିଅନ୍ତି ।\nମନୁଷ୍ୟ ନିଜ ଇଚ୍ଛା ଅନୁସାରେ କର୍ମ କରିବା ପାଇଁ ସ୍ୱତନ୍ତ୍ର ଅଟେ, କିନ୍ତୁ ତାଙ୍କ କର୍ମର ଫଳ ନିର୍ଦ୍ଧାରଣ କରିବା ପାଇଁ ସେମାନେ ସ୍ୱାଧୀନ ନୁହଁନ୍ତି । କର୍ମର ନିୟମ ଅନୁସାରେ ଭଗବାନଙ୍କ ଦ୍ୱାରା କର୍ମଫଳ ପ୍ରଦାନ କରାଯାଇଥାଏ ।\nକରମ ପ୍ରଧାନ ବିଶ୍ୱ କରି ରାଖା, ଜୋ ଜସ କରଇ ସୋ ତସ ଫଳ ଚାଖା ।\n“ସଂସାର କର୍ମ ପ୍ରଧାନ ଅଟେ । ମନୁଷ୍ୟ ଯେପରି କର୍ମ କରେ ସେପରି ଫଳର ଆସ୍ୱାଦନ କରେ ।” ତେଣୁ ସମସ୍ତଙ୍କୁ ନିଜ କର୍ମର ପ୍ରତିକ୍ରିୟା ଭୋଗ କରିବାକୁ ପଡ଼ିବ । ବାଇବେଲ ମଧ୍ୟ କହେ: “ନିଶ୍ଚିତ ରହ, ତୁମ ପାପ ତୁମକୁ ଖୋଜି ବାହାର କରିଦେବ ।” (ନମ୍ବର୍‌ସ ୩୨.୨୩) ସେଥିପାଇଁ, ଆସୁରିକ ପ୍ରବୃତ୍ତି ପୋଷଣ କରୁଥିବା ବ୍ୟକ୍ତିଙ୍କୁ ପର ଜନ୍ମରେ ଭଗବାନ ନିମ୍ନ ଯୋନି ପ୍ରଦାନ କରିଥାନ୍ତି । ଏହାର ସିଦ୍ଧାନ୍ତ ଅତ୍ୟନ୍ତ ସରଳ ଅଟେ:\nଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃଜଘନ୍ୟ ଗୁଣ ବୃତ୍ତିସ୍ଥା ଅଧୋ ତିଷ୍ଠନ୍ତି ତାମସାଃ (ଗରୁଡ଼ ପୁରାଣ)\n“ଯେଉଁମାନେ ସ୍ୱାତ୍ତିକ ସ୍ୱଭାବଯୁକ୍ତ ହୋଇ କର୍ମ କରନ୍ତି, ସେମାନେ ଉଚ୍ଚତର ଲୋକକୁ ଗମନ କରନ୍ତି; ଯେଉଁମାନେ ରାଜସିକ ପ୍ରବୃତ୍ତି ଯୁକ୍ତ ହୋଇ କର୍ମ କରନ୍ତି, ସେମାନେ ମଧ୍ୟବର୍ତ୍ତୀ ଲୋକରେ ରହନ୍ତି ଏବଂ ଯେଉଁମାନେ ତାମସିକ ମନୋଭାବରେ କାର୍ଯ୍ୟ କରନ୍ତି ଏବଂ ପାପ ମନୋବୃତ୍ତିଯୁକ୍ତ ହୋଇଥାନ୍ତି, ସେମାନେ ନିମ୍ନଲୋକକୁ ଅବତରଣ କରନ୍ତି ।”" }, { "verseTitle": "Bhagavad Gita 16.17", "verse": "17", "chapter": 16, "lang": "or", "shloka": { "speaker": "", "sanskrit": "आत्मसम्भाविताः स्तब्धा धानमानमदान्विताः ।\n\nयजन्ते नामयज्ञैस्ते दम्भेनाविधिपूर्वकम् ॥17॥", "text": "ଆତ୍ମସମ୍ଭାବିତାଃ ସ୍ତବ୍‌ଧା ଧନମାନମଦାନ୍ୱିତାଃ ।\nଯଜନ୍ତେ ନାମଯଜେ୍ଞୌସ୍ତେ ଦମ୍ଭେନାବିଧିପୂର୍ବକମ୍ ।।୧୭।।", "audioLink": "https://www.holy-bhagavad-gita.org/public/audio/016_017.mp3" }, "wordMeanings": "ଆତ୍ମ-ସମ୍ଭାବିତାଃ - ଆତ୍ମାଭିମାନୀ; ସ୍ତବ୍ଧା - ଅବିବେକୀ ବା ଧୃଷ୍ଟ; ଧନ -ଧନ;ମାନ -ସମ୍ମାନ; ମଦ -ଗର୍ବ; ଅନ୍ୱିତାଃ -ପରିପୂର୍ଣ୍ଣ; ଯଜନ୍ତେ -ଯଜ୍ଞାନୁଷ୍ଠାନ କରନ୍ତି; ନାମ -ନାମକୁ ମାତ୍ର; ଯଜେ୍ଞୌଃ -ଯଜ୍ଞ; ତେ- ସେମାନେ; ଦମ୍ଭେନ -ଆଡମ୍ବରପୂର୍ଣ୍ଣ ଭାବରେ ; ଅବିଧି ପୂର୍ବକମ୍ - ଶାସ୍ତ୍ରର ବିଧି-ବିଧାନ ଅନୁସରଣ ନ କରି ।", "translation": { "text": "ଏହିପରି ଆତ୍ମାଭିମାନୀ ଏବଂ ଦାମ୍ଭିକ ବ୍ୟକ୍ତିମାନେ ଧନର ଗର୍ବରେ ଉଦ୍ଧତ ହୋଇ, ଶାସ୍ତ୍ର ବିଧି ଅନୁସରଣ ନ କରି, କେବଳ ନାମକୁ ମାତ୍ର ଆଡ଼ମ୍ବରପୂର୍ଣ୍ଣ ଯଜ୍ଞର ଅନୁଷ୍ଠାନ କରିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-17.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.17.mp3" ] }, "commentary": "ଧାର୍ମିକ ବ୍ୟକ୍ତିମାନେ ନିଜକୁ ଶୁଦ୍ଧ ଏବଂ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ କରିଥାନ୍ତି । ବିଡ଼ମ୍ବନା ଏହା ଯେ ସେହି ଯଜ୍ଞ ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟରେ କରିଥାନ୍ତି । ସେମାନେ ବହୁ ଆଡ଼ମ୍ବରରେ କର୍ମକାଣ୍ଡର ଅନୁଷ୍ଠାନ କରିଥାନ୍ତି, ଯେପରିକି ସମାଜ ଆଖିରେ ସେମାନେ ଧାର୍ମିକ ଦେଖାଯିବେ, କିନ୍ତୁ ସେମାନେ ଶାସ୍ତ୍ରବିଧିର ଅନୁସରଣ କରନ୍ତି ନାହିଁ । ସେମାନେ ନିଜର ପ୍ରଚାର ଏବଂ ଛଳନାତ୍ମକ ପ୍ରଦର୍ଶନ ପାଇଁ ଯଜ୍ଞ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ: ଗୂହିତସ୍ୟ ଭବେଦ୍ ବୃଦ୍ଧିଃ କୀର୍ତିତସ୍ୟ ଭବେତ୍ କ୍ଷୟଃ (ମହାଭାରତ) “ଯଦି ଆମେ କରିଥିବା କୌଣସି ମହତ୍ କର୍ମର ପ୍ରଚାର କରୁ, ତା’ହେଲେ ତାହାର ମୂଲ୍ୟ କ୍ଷୟ ହୋଇଥାଏ; କିନ୍ତୁ ଯଦି ତାହାକୁ ଆମେ ଗୁପ୍ତ ରଖୁ, ତାହାର ମହତ୍ୱ ବୃଦ୍ଧିପାଏ ।” ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଆସୁରିକ ସ୍ୱଭାବ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଉଥିବା କର୍ମକାଣ୍ଡ ଅନୁଷ୍ଠାନକୁ ତ୍ରୁଟୀପୂର୍ଣ୍ଣ କହି ବରଖାସ୍ତ କରିଛନ୍ତି ।" }, { "verseTitle": "Bhagavad Gita 16.18", "verse": "18", "chapter": 16, "lang": "or", "shloka": { "speaker": "", "sanskrit": "अहङ्कारं बलं दर्पं काम क्रोधं च संश्रिताः ।\n\nमामात्मपरदेहेषु प्रद्विषन्तोऽभ्यसूयकाः ॥18॥", "text": "ଅହଂକାରଂ ବଳଂ ଦର୍ପଂ କାମଂ କ୍ରୋଧଂ ଚ ସଂଶ୍ରିତାଃ ।\nମାମାତ୍ମପରଦେହେଷୁ ପ୍ରଦ୍ୱିଷନ୍ତୋଽଭ୍ୟସୂୟକାଃ ।।୧୮।।", "audioLink": "https://www.holy-bhagavad-gita.org/public/audio/016_018.mp3" }, "wordMeanings": "ଅହଙ୍କାରଂ -ଅହଙ୍କାର; ବଳଂ -ବଳ; ଦର୍ପଂ -ଗର୍ବ; କାମଂ-କାମ; କ୍ରୋଧଂ-କ୍ରୋଧ; ଚ-ଏବଂ; ସଂଶ୍ରିତାଃ -ଆବୃତ ହୋଇ; ମାଂ - ମୋତେ; ଆତ୍ମ-ପର-ଦେହେଷୁ -ନିଜ ଭିତରେ ଏବଂ ଅନ୍ୟମାନଙ୍କର ଶରୀରରେ; ପ୍ରଦ୍ୱିଷନ୍ତଃ -ନିନ୍ଦା କରନ୍ତି; ଅଭ୍ୟସୂୟକାଃ -ଆସୁରିକ ।", "translation": { "text": "ଆତ୍ମ-ଗର୍ବ, ଦମ୍ଭ, ଅହଂକାର, କାମନା ଏବଂ କ୍ରୋଧ ଦ୍ୱାରା ଅନ୍ଧ ହୋଇ, ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ନିଜ ଶରୀରରେ ତଥା ଅନ୍ୟମାନଙ୍କ ଶରୀରରେ ମୋର ଉପସ୍ଥିତିକୁ ଅପମାନିତ କରିଥାନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-18.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.18.mp3" ] }, "commentary": "ଏଠାରେ ଶ୍ରୀକୃଷ୍ଣ ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନଙ୍କର ଲକ୍ଷଣକୁ ଅଧିକ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି । ସେମାନେ ନୀଚ, ଈର୍ଷାପରାୟଣ, ନିଷ୍ଠୁର, କଳହପ୍ରିୟ ଏବଂ ଅଭଦ୍ର ହୋଇଥାନ୍ତି । ସେମାନଙ୍କର ନିଜର କୌଣସି ସଦ୍‌ଗୁଣ ନ ଥାଏ, ଅଥଚ ସେମାନେ ଅନ୍ୟମାନଙ୍କଠାରେ ଦୋଷ ଦର୍ଶନ କରି ଆନନ୍ଦିତ ହୁଅନ୍ତି । ସେମାନେ ନିଜକୁ ସର୍ବଶ୍ରେଷ୍ଠ ମନେ କରନ୍ତି ଏବଂ ତାଙ୍କ ଆତ୍ମ-ବଡ଼ିମାର ଫଳ ସ୍ୱରୂପ, ସେମାନେ ଅନ୍ୟର ସଫଳତାରେ ଈର୍ଷାପରାୟଣ ହୁଅନ୍ତି । ଯଦି ତାଙ୍କ ଯୋଜନାର ପ୍ରତିରୋଧ କରାଯାଏ, ସେମାନେ କ୍ରୋଧାନ୍ୱିତ ହୋଇ ଅନ୍ୟମାନଙ୍କର ତଥା ନିଜର କ୍ଷତି କରିଥାଆନ୍ତି । ଫଳସ୍ୱରୂପ, ସେମାନେ ତାଙ୍କ ନିଜ ମଧ୍ୟରେ ତଥା ଅନ୍ୟମାନଙ୍କ ହୃଦୟରେ ବାସ କରୁଥିବା ପରମାତ୍ମାଙ୍କୁ ଅଗ୍ରାହ୍ୟ ଏବଂ ଅସମ୍ମାନ କରିଥାନ୍ତି ।" }, { "verseTitle": "Bhagavad Gita 16.19 – 16.20", "verse": "19-20", "chapter": 16, "lang": "or", "shloka": { "speaker": "", "sanskrit": "तानहं द्विषतः क्रूरान्संसारेषु नराधामान् । \n\nक्षिपाम्यजस्त्रमशुभानासुरीष्वेव योनिषु ॥19॥\n\nआसुरीं योनिमापन्ना मूढ़ा जन्मनि जन्मनि।\n\nमामप्राप्यैव कौन्तेय ततो यान्त्यधमां गतिम् ॥20॥", "text": "ତାନହଂ ଦ୍ୱିଷତଃ କ୍ରୂରାନ୍‌ସଂସାରେଷୁ ନରାଧମାନ୍ ।\nକ୍ଷିପାମ୍ୟଜସ୍ରମଶୁଭାନାସୁରୀଷ୍ୱେବ ଯୋନିଷୁ ।।୧୯।।\nଆସୁରୀଂ ଯୋନିମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ।\nମାମପ୍ରାପୈବ କୌନ୍ତେୟ ତତୋ ଯାନ୍ତ୍ୟଧମାଂ ଗତିମ୍ ।।୨୦।।", "audioLink": "https://www.holy-bhagavad-gita.org/public/audio/016_019-020.mp3" }, "wordMeanings": "ତାନ୍ - ସେମାନଙ୍କୁ; ଅହଂ-ମୁଁ; ଦ୍ୱିଷତଃ -ଘୃଣ୍ୟ; କ୍ରୁରାନ୍ -ନିଷ୍ଠୁର; ସଂସାରେଷୁ - ସଂସାରରେ; ନରାଧମାନ୍ - ନରାଧମ; କ୍ଷିପାମି- ପକାଏ; ଅଜସ୍ରଂ -ବାରମ୍ବାର; ଅଶୁଭାନ୍‌-ଅଶୁଭ; ଆସୁରୀଷୁ- ଆସୁରିକ; ଏବ-ନିଶ୍ଚିତଭାବେ; ଯୋନିଷୁ- ଯୋନିରେ । ଆସୁରୀଂ -ଆସୁରିକ; ଯୋନିଂ- ଯୋନି; ଆପନ୍ନା- ପ୍ରାପ୍ତ ହୋଇ; ମୂଢ଼ାଃ -ମୁର୍ଖ; ଜନ୍ମନି ଜନ୍ମନି -ଜନ୍ମ ଜନ୍ମାନ୍ତରରେ; ମାଂ-ମୋତେ; ଅପ୍ରାପ୍ୟ - ପ୍ରାପ୍ତ ନ କରି;ଏବ -ନିଶ୍ଚିତଭାବେ; କୌନ୍ତେୟ - ହେ କୁନ୍ତିପୁତ୍ର; ତତଃ -ତତ୍ପରେ; ଯାନ୍ତି -ଯାଆନ୍ତି; ଅଧମାଂ-ଅଧମ; ଗତିମ୍‌- ଗତି ।", "translation": { "text": "ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ କରିଥାଏ । ଏହି ମୂଢ଼ ଜୀବଗଣ ବାରମ୍ବାର ଆସୁରିକ ଯୋନିରେ ଜନ୍ମ ଗ୍ରହଣ କରନ୍ତି । ହେ ଅର୍ଜୁନ! ମୋତେ ପ୍ରାପ୍ତ କରିବାରେ ବିଫଳ ହୋଇ, ଧୀରେ ଧୀରେ ସେମାନେ ନିକୃଷ୍ଟତମ ଯୋନିକୁ ପତିତ ହୁଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-19.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-20.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.19.mp3", "https://www.gitasupersite.iitk.ac.in/sites/default/files/audio/Purohit/16.20.mp3" ] }, "commentary": "ଶ୍ରୀକୃଷ୍ଣ ପୁନର୍ବାର ଆସୁରିକ ସ୍ୱଭାବର ପରୋକ୍ଷ ପ୍ରଭାବ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ ପରବର୍ତ୍ତୀ ଜନ୍ମରେ ସେ ସେମାନଙ୍କୁ ତାଦୃଶ ମନୋଭାବଯୁକ୍ତ ପରିବାରରେ ଜନ୍ମ ଦିଅନ୍ତି, ଯେଉଁଠାରେ ସେମାନେ ତାଙ୍କର ସ୍ୱାଧୀନ ଇଚ୍ଛା ପୂରଣ କରିବାକୁ ଏବଂ ତାଙ୍କର ବିକୃତ ଗୁଣକୁ ପ୍ରକାଶିତ କରିବାକୁ ଏକ ଆସୁରିକ ବାତାବରଣ ପାଇଥାଆନ୍ତି । ଏହି ଶ୍ଲୋକରୁ ଆମେ ଏହା ମଧ୍ୟ ଅନୁମାନ କରିପାରିବା ଯେ ପରବର୍ତ୍ତୀ ଜନ୍ମରେ ଜୀବ କେଉଁ ଯୋନି, ଲୋକ ବା ବାତାବରଣରେ ଜନ୍ମ ଗ୍ରହଣ କରିବ, ତାହା ଚୟନ କରିବା ତା’ ହାତରେ ନ ଥାଏ ।  ବ୍ୟକ୍ତିର କର୍ମ ଅନୁସାରେ ସେହି ନିଷ୍ପତ୍ତି ଭଗବାନ ନେଇଥାନ୍ତି । ସେଥିପାଇଁ, ଆସୁରିକ ସ୍ୱଭାବର ବ୍ୟକ୍ତିମାନଙ୍କୁ ନିମ୍ନ ତଥା ଘୃଣ୍ୟ ଯୋନି,  ଏପରିକି ଦୁଷ୍ଟବୁଦ୍ଧିର ନିଧାନ ସର୍ପ, ସରିସୃପ ଏବଂ ବୃଶ୍ଚିକ ଆଦି ଯୋନିକୁ ପ୍ରେରଣ କରାଯାଇଥାଏ ।" }, { "verseTitle": "Bhagavad Gita 16.21", "verse": "21", "chapter": 16, "lang": "or", "shloka": { "speaker": "", "sanskrit": "त्रिविधां नरकस्येदं द्वारं नाशनमात्मनः ।\n\nकामः क्रोधस्तथा लोभस्तस्मादेतत्त्रयं त्यजेत् ॥21॥", "text": "ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ ।\nକାମଃ କ୍ରୋଧସ୍ତଥା ଲୋଭସ୍ତସ୍ମାଦେତତ୍‌ତ୍ରୟଂ ତ୍ୟଜେତ୍ ।।୨୧।।", "audioLink": "https://www.holy-bhagavad-gita.org/public/audio/016_021.mp3" }, "wordMeanings": "ତ୍ରିବିଧଂ- ତିନିପ୍ରକାର; ନରକସ୍ୟ -ନର୍କର; ଇଦଂ -ଏହି; ଦ୍ୱାରଂ -ଦ୍ୱାର; ନାଶନଂ- ଧ୍ୱଂସ; ଆତ୍ମନଃ -ଆତ୍ମାର; କାମଃ -କାମ; କ୍ରୋଧଃ -କ୍ରୋଧ; ତଥା -ଏବଂ; ଲୋଭଃ -ଲୋଭ; ତସ୍ମାତ୍ -ତେଣୁ; ଏତତ୍ -ଏହି; ତ୍ରୟଂ -ତିନୋଟିକୁ; ତ୍ୟଜେତ୍ -ତ୍ୟାଗ କରିବା ଉଚିତ ।", "translation": { "text": "ଜୀବକୁ ଆତ୍ମ-ବିନାଶର ନର୍କକୁ ନେଇଯିବା ପାଇଁ ତିନୋଟି ଦ୍ୱାର ରହିଛି - କାମ, କ୍ରୋଧ ଏବଂ ଲୋଭ । ତେଣୁ ସମସ୍ତେ ସେହି ତିନୋଟିକୁ ତ୍ୟାଗ କରିବା ଉଚିତ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-21.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.21.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ଆସୁରିକ ସ୍ୱଭାବର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ କାମ, କ୍ରୋଧ ଓ ଲୋଭ ପ୍ରତି ଇଶାରା କରି କହୁଛନ୍ତି ଯେ ଏହି ତିନୋଟି ତାହାର କାରଣ ଅଟନ୍ତି । ପୂର୍ବରୁ ଶ୍ଲୋକ ୩.୩୬ରେ ଅର୍ଜୁନ ପଚାରିଥିଲେ, ମନୁଷ୍ୟ ନିଜର ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ କାହିଁକି ପାପ କରିବାକୁ ପ୍ରେରିତ ହୁଏ । ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହିଥିଲେ, ଏହା କାମନା ଅଟେ, ଯାହା ପରବର୍ତ୍ତୀ ସମୟରେ କ୍ରୋଧରେ ରୂପାନ୍ତରିତ ହୁଏ । ଏହା ସଂସାରର ସର୍ବଗ୍ରାସୀ ଶତ୍ରୁ ଅଟେ । ଲୋଭ କାମନାର ହିଁ ଏକ ରୂପାନ୍ତର ଅଟେ, ଯାହାର ବିସ୍ତୃତ ବର୍ଣ୍ଣନା ଶ୍ଲୋକ ୨.୬୨ର ଭାବାର୍ଥରେ କରାଯାଇଛି । କାମ, କ୍ରୋଧ ଏବଂ ଲୋଭ ମିଶି ଆସୁରିକ ପାପପ୍ରବୃତ୍ତି ବିକସିତ କରିବା ପାଇଁ ଆଧାର ପ୍ରସ୍ତୁତ କରିଥାଆନ୍ତି । ସେମାନେ ମନକୁ ରୁଗ୍‌ଣ କରିଦିଅନ୍ତି ଏବଂ ତାହାକୁ ଅନ୍ୟ ପାପକୁ ଜନ୍ମ ଦେବା ପାଇଁ ଏକ ଉପଯୁକ୍ତ କ୍ଷେତ୍ରରେ ପରିଣତ କରନ୍ତି । ସେଥିପାଇଁ, ଶ୍ରୀକୃଷ୍ଣ ସେମାନଙ୍କୁ ନର୍କର ଦ୍ୱାର ରୂପେ ଆଖ୍ୟାୟୀତ କରିଛନ୍ତି ଏବଂ ଆତ୍ମ-ବିନାଶରୁ ରକ୍ଷା ପାଇବା ନିମନ୍ତେ ସେହି ତିନୋଟିର ପରିତ୍ୟାଗ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଁମାନେ ନିଜର କଲ୍ୟାଣ ଇଚ୍ଛା କରନ୍ତି, ସେମାନେ ଯତ୍ନର ସହିତ ତାଙ୍କ ବ୍ୟକ୍ତିତ୍ୱରେ ଏହି ତିନୋଟିର ଉପସ୍ଥିତିକୁ ପ୍ରତିହତ କରିବାର ଶିକ୍ଷା ଲାଭ କରିବା ଉଚିତ୍ ।" }, { "verseTitle": "Bhagavad Gita 16.22", "verse": "22", "chapter": 16, "lang": "or", "shloka": { "speaker": "", "sanskrit": "एतैर्विमुक्तः कौन्तेय तमोद्वारैस्त्रिभिर्नरः ।\n\nआचरत्यात्मनः श्रेयस्ततो याति परां गतिम् ॥22॥", "text": "ଏତୈର୍ବିମୁକ୍ତଃ କୌନ୍ତେୟ ତମୋଦ୍ୱାରୈସ୍ତ୍ରିଭିର୍ନରଃ ।\nଆଚରତ୍ୟାତ୍ମନଃ ଶ୍ରେୟସ୍ତତୋ ଯାତି ପରାଂ ଗତିମ୍ ।।୨୨।।", "audioLink": "https://www.holy-bhagavad-gita.org/public/audio/016_022.mp3" }, "wordMeanings": "ଏତୈଃ - ଏଗୁଡ଼ିକରୁ; ବିମୁକ୍ତଃ -ମୁକ୍ତହୋଇ; କୌନ୍ତେୟ -ହେ କୁନ୍ତିପୁତ୍ର; ତମୋ ଦ୍ୱାରୈଃ - ଅଜ୍ଞାନ ଦ୍ୱାର; ତ୍ରିଭିଃ - ତିନିପ୍ରକାର; ନରଃ -ବ୍ୟକ୍ତି; ଆଚରତି - ପ୍ରୟାସ କରେ; ଆତ୍ମନଃ -ଜୀବ; ଶ୍ରେୟଃ- କଲ୍ୟାଣ; ତତଃ -ତତ୍ପରେ; ଯାତି -ପ୍ରାପ୍ତ ହୁଏ; ପରାଂ-ଶ୍ରେଷ୍ଠ; ଗତିମ୍ - ଗତି ।", "translation": { "text": "ଯେଉଁମାନେ ଅନ୍ଧକାରର ଏହି ତିନୋଟି ଦ୍ୱାରରୁ ମୁକ୍ତ ହୋଇଯାଆନ୍ତି, ସେମାନେ ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ କରନ୍ତି ଏବଂ ତଦ୍ୱାରା ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-22.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.22.mp3" ] }, "commentary": "ଏହି ଶ୍ଲୋକରେ ଶ୍ରୀକୃଷ୍ଣ କାମ, କ୍ରୋଧ ଓ ଲୋଭ ପରିତ୍ୟାଗ କରିବାର ସୁଫଳ ବର୍ଣ୍ଣନା କରିଛନ୍ତି । ଏଗୁଡ଼ିକ ରହିଥିବା ପର୍ଯ୍ୟନ୍ତ, ବ୍ୟକ୍ତି ପ୍ରେୟ ବା ସେହି ସୁଖ ପ୍ରତି ଆକର୍ଷିତ ହୋଇଥାଏ, ଯାହା ବର୍ତ୍ତମାନ ସମୟରେ ମଧୁର ମନେ ହୁଏ କିନ୍ତୁ ଶେଷରେ ତିକ୍ତ ସିଦ୍ଧ ହୋଇଥାଏ । କିନ୍ତୁ ଯେତେବେଳେ ଭୌତିକ ଲାଳସା ହ୍ରାସ ପାଏ, ବୁଦ୍ଧି, ଭୌତିକ ଆସକ୍ତିରୁ ମୁକ୍ତ ହୋଇ, ପ୍ରେୟ ପଥରେ ପ୍ରୟାସ କରିବାର ଅଦୂରଦର୍ଶିତା ହୃଦୟଙ୍ଗମ କରିଥାଏ । ତାପରେ ବ୍ୟକ୍ତି ଶ୍ରେୟ ପ୍ରତି ଆକୃଷ୍ଟ ହୋଇଥାଏ ଯାହା ପ୍ରାରମ୍ଭରେ ଅରୁଚିକର ମନେ ହେଉଥିଲେ ସୁଦ୍ଧା ଅନ୍ତତଃ ସୁଖଦ ହୋଇଥାଏ । ଶ୍ରେୟ ପ୍ରତି ଆକର୍ଷିତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଜ୍ଞାନପ୍ରାପ୍ତିର ପଥ ଉନ୍ମୁକ୍ତ ହୋଇଯାଏ । ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ ଆରମ୍ଭ କରି ସେମାନେ ନିଜ ଚରମ ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହୁଅନ୍ତି ।" }, { "verseTitle": "Bhagavad Gita 16.23", "verse": "23", "chapter": 16, "lang": "or", "shloka": { "speaker": "", "sanskrit": "यः शास्त्रविधिमुत्सृज्य वर्तते कामकारतः ।\n\nन स सिद्धिमवाप्नोति न सुखं न परां गतिम् ॥23॥", "text": "ଯଃ ଶାସ୍ତ୍ରବିଧିମୁତ୍‌ସୃଜ୍ୟ ବର୍ତତେ କାମକାରତଃ ।\nନ ସ ସିଦ୍ଧିମବାପ୍ନୋତି ନ ସୁଖଂ ନ ପରାଂ ଗତିମ୍ ।।୨୩।।", "audioLink": "https://www.holy-bhagavad-gita.org/public/audio/016_023.mp3" }, "wordMeanings": "ଯଃ- ଯିଏ; ଶାସ୍ତ୍ର-ବିଧିଂ- ଶାସ୍ତ୍ର ନିର୍ଦ୍ଦେଶ; ଉତ୍ସୃଜ୍‌୍ୟ- ତ୍ୟାଗ କରି; ବର୍ତତେ - କାର୍ଯ୍ୟ କରେ; କାମ-କାରତଃ - କାମନାର ବଶବର୍ତ୍ତୀ ହୋଇ ; ନ -କେବେ ନୁହେଁ; ସଃ -ସେ; ସିଦ୍ଧିଂ- ସିଦ୍ଧି (ପୂର୍ଣ୍ଣତା); ଅବାପ୍ନୋତି-ପ୍ରାପ୍ତହୁଏ; ନ-ନୁହେଁ; ସୁଖଂ-ସୁଖ; ନ -ନୁହେଁ; ପରାଂ-ପରମ; ଗତିମ୍ -ଲକ୍ଷ୍ୟ ।", "translation": { "text": "ଯେଉଁମାନେ କାମନାର ପ୍ରେରଣାରେ କର୍ମ କରନ୍ତି ତଥା ଶାସ୍ତ୍ରର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି, ଜୀବନରେ ସେମାନେ କୌଣସି ସିଦ୍ଧି, ସୁଖ କିମ୍ବା ନିଜର ଚରମ ଲକ୍ଷ୍ୟକୁ ପ୍ରାପ୍ତ କରି ପାରନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-23.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.23.mp3" ] }, "commentary": "ଭଗବତ୍ ପ୍ରାପ୍ତିର ଯାତ୍ରାପଥରେ, ଶାସ୍ତ୍ରମାନେ ମନୁଷ୍ୟର ମାର୍ଗ ଦର୍ଶକ ଅଟନ୍ତି । ସେମାନେ ଆମକୁ ଜ୍ଞାନ ଏବଂ ବୁଦ୍ଧି ଦେଇଥାନ୍ତି । ଆମେ କ’ଣ କରିବା ଉଚିତ୍ ଏବଂ କ’ଣ ଉଚିତ୍ ନୁହେଁ, ତାହାର ନିର୍ଦ୍ଦେଶ ଦେଇଥାନ୍ତି । ଏହି ନିର୍ଦ୍ଦେଶ ଦୁଇ ପ୍ରକାରର ଅଟେ - ବିଧି ଏବଂ ନିଷେଧ । କେତେଗୁଡିଏ କର୍ମ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇ ଥାଏ, ତାହା ବିଧି ଅଟେ । ଅନ୍ୟ କେତେକ କର୍ମ ନ କରିବା ପାଇଁ ଯେଉଁ  ନିର୍ଦ୍ଦେଶ ଦିଆଯାଇ ଥାଏ, ତାହା ନିଷେଧ ଅଟେ । ଏହି ଦୁଇ ପ୍ରକାରର ନିର୍ଦ୍ଦେଶକୁ ବିଶ୍ୱାସର ସହିତ ପାଳନ କଲେ, ମନୁଷ୍ୟ ପରିପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇପାରିବ । କିନ୍ତୁ ଆସୁରିକ ବ୍ୟକ୍ତିମାନଙ୍କର ମାର୍ଗ, ଶାସ୍ତ୍ର ନିର୍ଦ୍ଦେଶର ବିପରୀତ ହୋଇଥାଏ । ସେମାନେ ନିଷିଦ୍ଧ କର୍ମରେ ଲିପ୍ତ ରହନ୍ତି ଏବଂ ବିହିତ କର୍ମ ଠାରୁ ଦୂରରେ ରହନ୍ତି । ଏହିପରି ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରି ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ଯେଉଁ ବ୍ୟକ୍ତି ନିର୍ଦ୍ଦେଶିତ ମାର୍ଗ ତ୍ୟାଗ କରି, ସ୍ୱେଚ୍ଛାପୂର୍ବକ କାମନା ଦ୍ୱାରା ପ୍ରେରିତ ହୋଇ କର୍ମ କରନ୍ତି, ସେମାନେ ପ୍ରକୃତ ଜ୍ଞାନ, ପରିପୂର୍ଣ୍ଣ ଆନନ୍ଦ କିମ୍ବା ଭୌତିକ ବନ୍ଧନରୁ ମୁକ୍ତି ଲାଭ କରନ୍ତି ନାହିଁ ।" }, { "verseTitle": "Bhagavad Gita 16.24", "verse": "24", "chapter": 16, "lang": "or", "shloka": { "speaker": "", "sanskrit": "तस्माच्छास्त्रं प्रमाणं ते कार्याकार्यव्यवस्थितौ ।\n\nज्ञात्वा शास्त्रविधानोक्तं कर्म कर्तुमिहार्हसि ॥24॥", "text": "ତସ୍ମାଚ୍ଛାସ୍ତ୍ରଂ ପ୍ରମାଣଂ ତେ କାର୍ଯ୍ୟାକାର୍ଯ୍ୟବ୍ୟବସ୍ଥିତୌ ।\nଜ୍ଞାତ୍ୱା ଶାସ୍ତ୍ରବିଧାନୋକ୍ତଂ କର୍ମ କର୍ତୁମିହାର୍ହସି ।।୨୪।।", "audioLink": "https://www.holy-bhagavad-gita.org/public/audio/016_024.mp3" }, "wordMeanings": "ତସ୍ମାତ୍‌- ତେଣୁ; ଶାସ୍ତ୍ରଂ -ଶାସ୍ତ୍ର; ପ୍ରମାଣଂ-ପ୍ରମାଣ; ତେ-ତୁମର; କାର୍ଯ୍ୟ- କର୍ତ୍ତବ୍ୟ; ଅକାର୍ଯ୍ୟ -ନିଷିଦ୍ଧ କର୍ମ; ବ୍ୟବସ୍ଥିତୌ -ସ୍ଥିର କରି; ଜ୍ଞାତ୍ୱା- ଜାଣି; ଶାସ୍ତ୍ର-ଶାସ୍ତ୍ରର; ବିଧାନ- ବିଧିବିଧାନ; ଉକ୍ତଂ -ଯେପରି କୁହାଯାଇଛି; କର୍ମ -କାର୍ଯ୍ୟ; କର୍ତୁଂ - କରିବାକୁ; ଇହ - ଇହଲୋକରେ; ଅର୍ହସି- ତୁମେ କରିବା ଉଚିତ୍ ।", "translation": { "text": "ଅତଏବ, କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ନିର୍ଣ୍ଣୟ କରିବା ପାଇଁ ଶାସ୍ତ୍ରମାନଙ୍କର ପ୍ରାଧିକରଣକୁ ସ୍ୱୀକାର କର । ଶାସ୍ତ୍ରର ନିୟମ ଏବଂ ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କର ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C16-H-24.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/16.24.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ଅଧ୍ୟାୟର ଅନ୍ତିମ ନିର୍ଣ୍ଣୟ ଦେଉଛନ୍ତି । ଦିବ୍ୟ ଏବଂ ଆସୁରିକ ଗୁଣଗୁଡ଼ିକର ତୁଳନା କରି, ଆସୁରିକ ଗୁଣ କିପରି ନର୍କଗାମୀ କରାଏ, ତାହା ସେ ପ୍ରମୁଖ ଭାବେ ବର୍ଣ୍ଣନା କଲେ । ଏହିପରି ଭାବରେ, ସେ ସିଦ୍ଧି କଲେ ଯେ ଶାସ୍ତ୍ରବାଣୀକୁ ଅମାନ୍ୟ କରି କିଛି ବି ହାସଲ କରାଯାଇ ପାରିବ ନାହିଁ । ବର୍ତ୍ତମାନ ସେ ଏହି ତଥ୍ୟର ପ୍ରତିପାଦନ କରୁଛନ୍ତି ଯେ, କୌଣସି କର୍ମର ଔଚିତ୍ୟ କିମ୍ବା ଅନୌଚିତ୍ୟ ନିର୍ଣ୍ଣୟ କରିବାର ଅନ୍ତିମ ଅଧିକାରୀ ବେଦଶାସ୍ତ୍ର ଅଟନ୍ତି ।\nଅନେକ ସମୟରେ, ଯେଉଁମାନଙ୍କର ଉଦ୍ଦେଶ୍ୟ ମନ୍ଦ ନୁହେଁ ସେମାନେ ଏପରି କହୁଥିବାର ଶୁଣାଯାଏ, “ମୁଁ ନିୟମ ପ୍ରତି ଗୁରୁତ୍ୱ ଦିଏ ନାହିଁ । ମୁଁ ମୋ ହୃଦୟକୁ ଅନୁସରଣ କରି ମୋର କର୍ମ କରେ ।” ହୃଦୟର ଅନୁସରଣ କରିବା ଭଲ, କିନ୍ତୁ ତାଙ୍କ ହୃଦୟ ତାଙ୍କୁ ଭ୍ରମିତ କରିବ ନାହିଁ, ଏହା ସେ ନିଶ୍ଚିତ ଭାବରେ କହିପାରିବେ କି? ଯେପରି କୁହାଯାଇଥାଏ, “ନର୍କର ମାର୍ଗ ଭଲ ଉଦ୍ଦେଶ୍ୟରେ ତିଆରି କରାଯାଇ ଥାଏ ।” ତେଣୁ ଆମର ହୃଦୟ ଠିକ୍ ମାର୍ଗରେ ଆମକୁ ନେଉଛି କି ନାହିଁ, ତାହା ଶାସ୍ତ୍ରଦ୍ୱାରା ପରୀକ୍ଷା କରିନେବା ବିଜ୍ଞତା ଅଟେ । ମନୁ ସ୍ମୃତି କହେ;\nଭୂତଂ ଭବ୍ୟଂ ଭବିଷ୍ୟଂ ଚ ସର୍ବଂ ବେଦାତ୍ ପ୍ରସିଧ୍ୟତି (୧୨.୯୭)\n“ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଯେ କୌଣସି ଆଧ୍ୟାତ୍ମିକ ସିଦ୍ଧାନ୍ତର ପ୍ରାମାଣିକତା କେବଳ ବେଦର ଆଧାରରେ ପ୍ରତିପାଦିତ ହେବା ଆବଶ୍ୟକ । ସୁତରାଂ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶାସ୍ତ୍ରର ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କରିବାକୁ ଉପଦେଶ ଦେଇ ଏହି ଅଧ୍ୟାୟର ସମାପନ କରିଛନ୍ତି ।" } ] }