gita-chapter-15
{
"title": "ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ",
"chapterIntro": "ପୂର୍ବ ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ ଭୌତିକ ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କଲେ, ବ୍ୟକ୍ତି ଦିବ୍ୟ ଲକ୍ଷ୍ୟପ୍ରାପ୍ତି କରିଥାଏ । ସେ ଏହା ମଧ୍ୟ ପ୍ରକାଶ କଲେ ଯେ ଗୁଣାତୀତ ହେବାର ସର୍ବୋତ୍ତମ ମାର୍ଗ ହେଉଛି ଭଗବାନଙ୍କ ଅନନ୍ୟ ଭକ୍ତି । ଏହିପରି ଭକ୍ତି କରିବା ପାଇଁ ଆମକୁ ସଂସାରରୁ ମନକୁ ହଟାଇ ତାହାକୁ ଭଗବାନଙ୍କ ଠାରେ ଲଗାଇବାକୁ ପଡ଼ିବ । ତେଣୁ ସଂସାରର ସ୍ୱରୂପ ସମ୍ବନ୍ଧରେ ଜାଣିବା ଆବଶ୍ୟକ ଅଟେ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ସଂସାରର ଚିତ୍ରାତ୍ମକ ବର୍ଣ୍ଣନା କରୁଛନ୍ତି, ଯାହା ଅର୍ଜୁନଙ୍କୁ ଏଥିରୁ ନିବୃତ୍ତ ହେବା ପାଇଁ ସାହାଯ୍ୟ କରିବ । ସେ ଭୌତିକ ସଂସାରକୁ ଏକ ଓଲଟା ବା ଅଗ୍ରଭାଗ ନିମ୍ନକୁ ଥିବା ଏକ ଅଶ୍ୱତ୍ଥ ବୃକ୍ଷ ସହିତ ତୁଳନା କରିଛନ୍ତି । ଦେହଧାରୀ ଆତ୍ମା ବୃକ୍ଷର ଶାଖା ପ୍ରଶାଖାରେ ଉପରତଳ ହୋଇ ଇତସ୍ତତଃ ଭାବରେ ଜନ୍ମ ପରେ ଜନ୍ମ ଘୂରି ବୁଲୁଛି । ତଥାପି, ତା’ର ଉତ୍ପତ୍ତି କେଉଁଠାରୁ ହୋଇଛି, କେବେଠାରୁ ସେ ଅଛି ଏବଂ ତା’ର ବୃଦ୍ଧି କିପରି ହେଉଛି, ତାହା ସେ ବୁଝିପାରୁନାହିଁ । ବୃକ୍ଷର ମୂଳ ଉପରକୁ ରହିଛି, କାରଣ ଏହାର ସ୍ରୋତ ଭଗବାନ ଅଟନ୍ତି । ବେଦ ବର୍ଣ୍ଣିତ ଫଳଦାୟୀ କର୍ମ ଏହାର ପତ୍ର ସଦୃଶ । ବୃକ୍ଷଟି ମାୟାର ତିନିଗୁଣ ଦ୍ୱାରା ଜଳସେଚିତ ହେଉଅଛି । ଗୁଣଗୁଡ଼ିକ ଇନ୍ଦ୍ରିୟଭୋଗ ବସ୍ତୁ ସୃଷ୍ଟି କରନ୍ତି, ଯାହା ବୃକ୍ଷର କଢ଼ ପରି ଅଟନ୍ତି । ଏଗୁଡ଼ିକ ଅଙ୍କୁରିତ ହୋଇ ବାୟବୀୟ ମୂଳ ସୃଷ୍ଟି କରନ୍ତି, ଯାହା ବୃକ୍ଷକୁ ଅଧିକ ବୃଦ୍ଧି ଲାଭ କରିବାର ବିପଦ ସୃଷ୍ଟି କରିଥାଏ । ଏହି ଅଧ୍ୟାୟରେ, ଏହି ପ୍ରତୀକବାଦର ବିସ୍ତୃତ ବର୍ଣ୍ଣନା ମାଧ୍ୟମରେ ଏହି ଧାରଣାକୁ ସ୍ପଷ୍ଟ କରାଯାଇଛି, କିପରି ଦେହଧାରୀ ଆତ୍ମା ଏହି ବୃକ୍ଷରୂପୀ ମାୟିକ ଜଗତର ଗୁଣ ନ ଜାଣି କଷ୍ଟଭୋଗ କରିବା ସହିତ ତା’ର ବନ୍ଧନକୁ ଦୃଢ଼ କରିବାରେ ଲାଗିଛି । ଶ୍ରୀକୃଷ୍ଣ କହୁଛନ୍ତି, ବିରକ୍ତି ରୂପୀ କୁଠାରର ବ୍ୟବହାର କରି ଏହି ବୃକ୍ଷକୁ କାଟିବା ଉଚିତ୍ । ତାପରେ ଆମେ ବୃକ୍ଷର ମୂଳ ଖୋଜିବା ଆବଶ୍ୟକ, ଯାହା ସ୍ୱୟଂ ଭଗବାନ ଅଟନ୍ତି । ମୂଳକୁ ଠାବ କରି, ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଥିବା ଉପାୟରେ ଆମେ ତାଙ୍କର ଶରଣାଗତ ହେବା ଉଚିତ । ତଦ୍ୱାରା ଆମେ ଭଗବାନଙ୍କର ଦିବ୍ୟଲୋକ ପ୍ରାପ୍ତ କରିବା, ଯେଉଁଠାରୁ ପୁନର୍ବାର ଆମେ ଏହି ଭୌତିକ ଜଗତକୁ ଫେରି ଆସିବା ନାହିଁ ।\nତା’ପରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି, କିପରି ସଂସାରରେ ସ୍ଥିତ ଆତ୍ମା, ତାଙ୍କର ନିତ୍ୟ କ୍ଷୁଦ୍ର ଅଂଶ ହୋଇଥିବାରୁ, ଦିବ୍ୟ ଅଟନ୍ତି । କିନ୍ତୁ ମାୟାର କବଳିତ ହୋଇ, ସେମାନେ ମନ ଏବଂ ପାଞ୍ଚ ଇନ୍ଦ୍ରିୟଙ୍କ ସହିତ ସଂଘର୍ଷ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି, କିପରି ଦେହଧାରୀ ଜୀବ ଦିବ୍ୟ ହୋଇ ମଧ୍ୟ ଇନ୍ଦ୍ରିୟ ବିଷୟର ରସାସ୍ୱାଦନ କରେ । ମୃତ୍ୟୁ ସମୟରେ, ଆତ୍ମାର କିପରି ଏହି ଜନ୍ମର ମନ ଓ ଇନ୍ଦ୍ରିୟ ସହିତ ଅନ୍ୟ ଏକ ଶରୀରକୁ ଦେହାନ୍ତରଣ ହୁଏ, ସେ ଏଠାରେ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି । ଅଜ୍ଞାନୀ ବ୍ୟକ୍ତି ଆତ୍ମାର ଉପସ୍ଥିତିକୁ, ତାହା ଶରୀରରେ ଥିବା ସମୟରେ କିମ୍ବା ଶରୀର ତ୍ୟାଗ କରିବା ସମୟରେ, ଅନୁଭବ କରିପାରେ ନାହିଁ । କିନ୍ତୁ ଯୋଗୀମାନେ ତାଙ୍କର ଜ୍ଞାନଚକ୍ଷୁ ଏବଂ ଶୁଦ୍ଧ ମନରେ ତାହାର ଅନୁଭବ କରିପାରନ୍ତି । ସେହିପରି ଭଗବାନ ମଧ୍ୟ ତାଙ୍କ ସୃଷ୍ଟିରେ ରହିଛନ୍ତି, କିନ୍ତୁ ଜ୍ଞାନଚକ୍ଷୁରେ ହିଁ ତାଙ୍କୁ ଅନୁଭବ କରାଯାଇ ପାରିବ । ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରୁଛନ୍ତି, ସଂସାରର ସର୍ବତ୍ର ଉଦ୍ଭାସିତ ଭଗବାନଙ୍କର ଐଶ୍ୱର୍ଯ୍ୟ ମାଧ୍ୟମରେ ତାଙ୍କର ଉପସ୍ଥିତିକୁ ଆମେ କିପରି ହୃଦୟଙ୍ଗମ କରିପାରିବା । ଅଧ୍ୟାୟଟି କ୍ଷର, ଅକ୍ଷର ଏବଂ ପୁରୁଷୋତ୍ତମ ଶବ୍ଦର ବ୍ୟାଖ୍ୟା ସହିତ ଶେଷ ହୋଇଛି । ସଂସାରର ନଶ୍ୱର ଜୀବସବୁ କ୍ଷର ଅଟନ୍ତି । ଭଗବାନଙ୍କ ଦିବ୍ୟ ଲୋକର ମୁକ୍ତ ଆତ୍ମା ସବୁ ଅକ୍ଷର ଅଟନ୍ତି । ପୁରୁଷୋତ୍ତମ ହେଉଛନ୍ତି ପରମ ପୁରୁଷ ଭଗବାନ, ଯିଏ କି ଏହି ସଂସାରର ଅପରିବର୍ତ୍ତନୀୟ ଶାସକ ଏବଂ ପାଳକ ଅଟନ୍ତି । ସେ ଉଭୟ ନଶ୍ୱର ଏବଂ ଅବିନଶ୍ୱରଙ୍କ ଅନୁଭୂତିର ସୀମାତୀତ ଅଟନ୍ତି । ସେ ଆମ ସମସ୍ତଙ୍କ ଦ୍ୱାରା ଉପାସିତ ହେବା ଉଚିତ୍ ।",
"verseList": [
{
"verseTitle": "Bhagavad Gita 15.1",
"verse": "1",
"chapter": 15,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच \n\nऊर्ध्वमूलमधःशाखमश्वत्थं प्राहुरव्ययम् ।\n\nछन्दांसि यस्य पर्णानि यस्तं वेद स वेदवित् ॥1॥",
"text": "ଶ୍ରୀଭଗବାନୁବାଚ\nଊର୍ଦ୍ଧ୍ୱମୂଳମଧଃଶାଖମଶ୍ୱତ୍ଥଂ ପ୍ରାହୁରବ୍ୟୟମ୍ ।\nଛନ୍ଦାଂସି ଯସ୍ୟ ପର୍ଣ୍ଣାନି ଯସ୍ତଂ ବେଦ ସ ବେଦବିତ୍ ।।୧।।",
"audioLink": "https://www.holy-bhagavad-gita.org/public/audio/015_001.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ଊର୍ଦ୍ଧ୍ୱ-ମୂଳମ୍- ମୂଳ ଊର୍ଦ୍ଧ୍ୱକୁ; ଅଧଃ-ତଳକୁ; ଶାଖମ୍-ଶାଖାସବୁ; ଅଶ୍ୱତ୍ଥଂ-ଅଶ୍ୱତ୍ଥବୃକ୍ଷ; ପ୍ରାହୁଃ-କୁହାଯାଏ; ଅବ୍ୟୟମ୍-ଶାଶ୍ୱତ; ଛନ୍ଦାଂସି-ବେଦମନ୍ତ୍ରମାନ; ଯସ୍ୟ-ଯାହାର; ପର୍ଣ୍ଣାନି-ପତ୍ରସବୁ; ଯଃ-ଯିଏ; ତଂ-ତାହା; ବେଦ-ଜାଣେ; ସଃ-ସେ; ବେଦବିତ୍-ବେଦଜ୍ଞ ଅଟେ ।",
"translation": {
"text": "ପରମ ପୁରୁଷ ଭଗବାନ କହିଲେ: ସେମାନେ ଏକ ଅନାଦି ଅଶ୍ୱତ୍ଥ ବୃକ୍ଷ ବିଷୟରେ କହିଛନ୍ତି, ଯାହାର ମୂଳ ଉପରକୁ ଏବଂ ଶାଖାସବୁ ତଳକୁ ରହିଛି । ଏହାର ପତ୍ରଗୁଡ଼ିକ ବେଦର ମନ୍ତ୍ର ସବୁ ଅଟନ୍ତି । ଯେଉଁ ବ୍ୟକ୍ତି ଏହି ରହସ୍ୟକୁ ଜାଣେ ସେ ବେଦର ଜ୍ଞାତା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.1.mp3"
]
},
"commentary": "ଅଶ୍ୱତ୍ଥ ଶବ୍ଦର ଅର୍ଥ ହେଉଛି, ଯାହା ପ୍ରତ୍ୟେକ ଦିନ ପରିବର୍ତ୍ତିତ ହେଉଥାଏ । ସଂସାର ମଧ୍ୟ ଅଶ୍ୱତ୍ଥ ପରି କ୍ରମାଗତ ଭାବରେ ପରିବର୍ତ୍ତିତ ହେଉଥାଏ । ସଂସ୍କୃତ ଶବ୍ଦକୋଷ ସଂସାର ଶବ୍ଦର ଅର୍ଥ ଏହିପରି କରିଛି: ସଂସରତୀତି ସଂସାରଃ “ଯାହା ସର୍ବଦା ପରିବର୍ତ୍ତିତ ହେଉଅଛି ତାହା ସଂସାର ” । ଗଚ୍ଛତୀତି ଜଗତ୍ “ଯାହା ସର୍ବଦା ଗତିଶୀଳ, ତାହା ଜଗତ ।” ସଂସାର କେବଳ ପରିବର୍ତ୍ତିତ ହେଉଛି ତାହା ନୁହେଁ, ବରଂ ଏହା ଦିନେ ସମାପ୍ତ ହୋଇଯିବ ଏବଂ ଭଗବାନଙ୍କଠାରେ ସମାହିତ ହୋଇଯିବ । ତେଣୁ ଏହାର ସବୁକିଛି ଅସ୍ଥାୟୀ ବା ଅଶ୍ୱତ୍ଥ ।\nଅଶ୍ୱତ୍ଥର ଅନ୍ୟ ଏକ ଅର୍ଥ ମଧ୍ୟ ଅଛି । ଏହା ବଟବୃକ୍ଷ ପରିବାରର ପୀପଲ୍ (ପବିତ୍ର ବୃକ୍ଷ) ବୃକ୍ଷ ଅଟେ । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଜୀବ ପାଇଁ ଏହି ସଂସାର ଏକ ବିଶାଳ ଅଶ୍ୱତ୍ଥ ବୃକ୍ଷ ସଦୃଶ ଅଟେ । ସାଧାରଣତଃ ବୃକ୍ଷର ମୂଳ ତଳକୁ ଏବଂ ଶାଖା ଉପରକୁ ଥାଏ । କିନ୍ତୁ ଏହି ବୃକ୍ଷର ମୂଳ ଉପରକୁ ଅଛି, (ଊର୍ଦ୍ଧ୍ୱମୂଳମ୍) ଅର୍ଥାତ୍ ଏହାର ଉତ୍ପତ୍ତି ଭଗବାନଙ୍କ ଠାରୁ ହୋଇଛି । ଏହା ତାଙ୍କଠାରେ ଆଶ୍ରିତ ଏବଂ ତାଙ୍କ ଦ୍ୱାରା ପାଳିତ ହେଉଅଛି । ଏହାର ଗଣ୍ଡି ଏବଂ ଶାଖାସବୁ ନିମ୍ନଦେଶକୁ (ଅଧଃ-ଶକ୍ଷମ୍) ପ୍ରସାରିତ ହୋଇଛି । ମାୟା ଜଗତ ଅନ୍ତର୍ଗତ ସମସ୍ତ ଲୋକର ସମସ୍ତ ପ୍ରାଣୀ ଏଥିରେ ସମାହିତ ହୋଇଛନ୍ତି ।\nକର୍ମର ବିଧି ଏବଂ ତା’ର ଫଳ ବିଷୟରେ ବର୍ଣ୍ଣନା କରୁଥିବା ବେଦମନ୍ତ୍ର (ଛନ୍ଦାଂସି) ଏହାର ପତ୍ର ଅଟନ୍ତି । ସେମାନେ ଭୌତିକ ଜଗତରେ ବୃକ୍ଷର ପୋଷଣ ନିମନ୍ତେ ରସ ପ୍ରଦାନ କରନ୍ତି । ନିଜକୁ ବେଦ ମନ୍ତ୍ରରେ ବର୍ଣ୍ଣିତ ଫଳଦାୟୀ ବିଧିଯୁକ୍ତ ଯଜ୍ଞ ଇତ୍ୟାଦି କର୍ମରେ ନିୟୋଜିତ କରି, ଜୀବ ସ୍ୱର୍ଗସୁଖ ଉପଭୋଗ କରିବା ପାଇଁ ସ୍ୱର୍ଗଲୋକକୁ ଯାଇଥାଏ, ଯେଉଁଠାରୁ ଧର୍ମର ପୁଞ୍ଜି ସମାପ୍ତ ହୋଇଯିବା ପରେ ପୁନର୍ବାର ସେ ପୃଥିବୀ ଲୋକକୁ ଫେରିଆସିଥାଏ । ଏହିପରି ଭାବରେ, ପତ୍ରଗୁଡ଼ିକ ଜନ୍ମ ଓ ମୃତ୍ୟୁର ଚକ୍ରକୁ ସ୍ଥାୟୀ କରି ବୃକ୍ଷର ପୋଷଣ କରିଥାନ୍ତି । ବୃକ୍ଷରୂପୀ ଏହି ସଂସାରକୁ ନିତ୍ୟ (ଅବ୍ୟୟମ୍) କୁହାଯାଏ କାରଣ ଏହା ସର୍ବଦା ପ୍ରବାହିତ ହେଉଅଛି ଏବଂ ଏହାର ପ୍ରାରମ୍ଭ ବା ଅନ୍ତକୁ ଜୀବ ଜାଣିପାରେ ନାହିଁ । ଯେପରି ସମୁଦ୍ରରୁ ଜଳ ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରେ ଏବଂ ବୃଷ୍ଟି ହୋଇ ପୁଣି ଏକ କ୍ରମାଗତ ପ୍ରକ୍ରିୟାରେ, ସମୁଦ୍ରରେ ମିଶିଥାଏ । ସେହିପରି ଜନ୍ମ ଓ ମୃତ୍ୟୁର ଚକ୍ର ଶାଶ୍ୱତ ଅଟେ ।\nବେଦ ମଧ୍ୟ ଏପରି କହିଥାଏ:\nଊର୍ଦ୍ଧ୍ୱମୂଳୋଽବାକ୍ଷାଖ ଏଷୋଽଶ୍ୱତ୍ଥଃ ସନାତନଃ (କଠୋପନିଷଦ ୨.୩.୧)\n“ମୂଳ ଉପରକୁ ଏବଂ ଶାଖା ତଳକୁ ଥିବା ଏହି ଅଶ୍ୱତ୍ଥ ବୃକ୍ଷ ଚିରନ୍ତନ ଅଟେ ।”\nଊର୍ଦ୍ଧ୍ୱମୂଳଂ ଅର୍ବାକ୍ଷାଖଂ ବୃକ୍ଷଂ ଯୋ ସଂପ୍ରତିନ ସ ଜାତୁ ଜନଃ ଶ୍ରଦ୍ଧାୟାତ୍ମୃତ୍ୟୁର୍ମା ମାରଯଦିତି । (ତୈତିରୀୟ ଆରଣ୍ୟକ ୧.୧୧.୫)\n“ଯେଉଁମାନେ ମୂଳ ଊର୍ଦ୍ଧ୍ୱକୁ ଏବଂ ଶାଖା ନିମ୍ନକୁ ଥିବା ଏହି ବୃକ୍ଷକୁ ଜାଣନ୍ତି, ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ, ମୃତ୍ୟୁ ତାଙ୍କର ଅନ୍ତ କରିପାରିବ ।”\nବେଦ ଏହି ବୃକ୍ଷର ବର୍ଣ୍ଣନା କରିବା ପଛରେ ଉଦ୍ଦେଶ୍ୟ ଏହା ଯେ, ଆମେ ଏହାକୁ ଛେଦନ କରିବାକୁ ପ୍ରୟାସ କରିବା ଉଚିତ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁ ବ୍ୟକ୍ତି ଏହି ସଂସାରର ବୃକ୍ଷକୁ ଛେଦନ କରିବାର ରହସ୍ୟ ଜାଣନ୍ତି, ସେ ବେଦର ଜ୍ଞାତା (ବେଦ-ବିତ୍) ଅଟନ୍ତି ।"
},
{
"verseTitle": "Bhagavad Gita 15.2",
"verse": "2",
"chapter": 15,
"lang": "or",
"shloka": {
"speaker": "",
"sanskrit": "अधश्चोर्ध्वं प्रसृतास्तस्य शाखा गुणप्रवृद्धा विषयप्रवालाः।\n\nअधश्च मूलान्यनुसन्ततानि कर्मानुबन्धीनि मनुष्यलोके ॥2॥",
"text": "ଅଧଶ୍ଚୋର୍ଦ୍ଧ୍ୱଂ ପ୍ରସୃତାସ୍ତସ୍ୟ ଶାଖା\nଗୁଣପ୍ରବୃଦ୍ଧା ବିଷୟପ୍ରବାଳାଃ ।\nଅଧଶ୍ଚ ମୂଳାନ୍ୟନୁସନ୍ତତାନି \nକର୍ମାନୁବନ୍ଧୀନି ମନୁଷ୍ୟଲୋକେ ।।୨।।",
"audioLink": "https://www.holy-bhagavad-gita.org/public/audio/015_002.mp3"
},
"wordMeanings": "ଅଧଃ-ତଳକୁ; ଚ-ଏବଂ; ଊର୍ଦ୍ଧ୍ୱଂ-ଉପରକୁ; ପ୍ରସୃତାଃ-ବିସ୍ତୃତ; ତସ୍ୟ-ତାହାର; ଶାଖାଃ-ଶାଖାସବୁ; ଗୁଣଃ-ପ୍ରକୃତିର ଗୁଣ; ପ୍ରବୃଦ୍ଧାଃ-ପୋଷଣ; ବିଷୟ-ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁ; ପ୍ରବାଳାଃ-ପ୍ରଶାଖା; ଅଧଃ-ତଳକୁ; ଚ-ଏବଂ; ମୂଳାନି-ମୂଳସବୁ; ଅନୁସନ୍ତତାନି-ବୃଦ୍ଧି ଲାଭକରେ; କର୍ମ-କର୍ମାନୁଯାୟୀ; ଅନୁବନ୍ଧୀନି-ବଦ୍ଧ; ମନୁଷ୍ୟଲୋକେ-ମାନବଲୋକରେ ।",
"translation": {
"text": "ବୃକ୍ଷର ଶାଖାଗୁଡ଼ିକ ଉପରକୁ ଓ ତଳକୁ ବିସ୍ତୃତ ହୋଇଛି, ତିନିଗୁଣ ଦ୍ୱାରା ତାହାର ପ୍ରତିପୋଷଣ ହେଉଛି ଏବଂ ଇନ୍ଦ୍ରିୟର ବିଷୟଗୁଡ଼ିକ ଏହାର କୋମଳ ଅଙ୍କୁର ସଦୃଶ ଅଟନ୍ତି । ଏହି କୋମଳ ମୂଳ ନିମ୍ନଦିଗକୁ ପ୍ରସାରିତ ହୋଇ, ମନୁଷ୍ୟ ସ୍ୱରୂପରେ କର୍ମର ପ୍ରବାହ ସୃଷ୍ଟି କରୁଛି । ନିମ୍ନଦେଶରେ ଏହାର ମୂଳ ସବୁ ଶାଖାଯୁକ୍ତ ହୋଇ ସଂସାରରେ ମନୁଷ୍ୟର କର୍ମବନ୍ଧନ ସୃଷ୍ଟି କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.2.mp3"
]
},
"commentary": "ଶ୍ରୀକୃଷ୍ଣ ଭୌତିକ ସୃଷ୍ଟିକୁ ଅଶ୍ୱତ୍ଥ ବୃକ୍ଷ ସହିତ ତୁଳନା କରିବା ଜାରି ରଖିଛନ୍ତି । ଏହାର ମୁଖ୍ୟ ଗଣ୍ଡି ମନୁଷ୍ୟର ଶରୀର ଅଟେ, ଯେଉଁଠାରେ ରହି ଆତ୍ମା କର୍ମ କରେ । ଏହାର ଶାଖାଗୁଡ଼ିକ ଉଭୟ ନିମ୍ନଗାମୀ (ଅଧଃ) ଏବଂ ଊର୍ଦ୍ଧ୍ୱଗାମୀ (ଊର୍ଦ୍ଧ୍ୱ) ଅଟନ୍ତି । ଜୀବ ଯଦି ପାପକର୍ମ କରେ, ତା’ର ପୁର୍ନଜନ୍ମ ପଶୁ ରୂପରେ କିମ୍ବା ତା’ଠାରୁ ନିମ୍ନ ରୂପରେ ହୋଇଥାଏ । ଏଗୁଡ଼ିକ ନିମ୍ନଗାମୀ ଶାଖା । ଯଦି ଜୀବ ଧାର୍ମିକ କର୍ମ କରେ, ସେ ସ୍ୱର୍ଗଲୋକର ଦେବତା ବା ଗନ୍ଧର୍ବ ରୂପରେ ଜନ୍ମ ନିଏ । ଏଗୁଡ଼ିକ ଊର୍ଦ୍ଧ୍ୱଗାମୀ ଶାଖା ଅଟନ୍ତି ।\nଯେପରି ଜଳ ଦ୍ୱାରା ବୃକ୍ଷର ସିଂଚନ ହୋଇଥାଏ, ସେହିପରି ମାୟିକ ଜଗତର ଏହି ବୃକ୍ଷକୁ ମାୟିକ ପ୍ରକୃତିର ତିନିଗୁଣ ସିଂଚନ କରନ୍ତି । ଏହି ତିନିଗୁଣ ଇନ୍ଦ୍ରିୟ ବିଷୟ ସବୁକୁ ଅଙ୍କୁରିତ କରନ୍ତି, ଯାହା ବୃକ୍ଷର କଢ଼ ସଦୃଶ (ବିଷୟ-ପ୍ରବାଳାଃ) ଅଟନ୍ତି । ଏହି କଢ଼ ଗୁଡ଼ିକର କାର୍ଯ୍ୟ ହେଉଛି, ଅଙ୍କୁରିତ ହୋଇ ବୃକ୍ଷର ବୃଦ୍ଧି ଘଟାଇବା । ଏହି ଅଶ୍ୱତ୍ଥ ବୃକ୍ଷର କଢ଼ଗୁଡ଼ିକ ଅଙ୍କୁରିତ ହୋଇ ଭୌତିକ କାମନା ସୃଷ୍ଟି କରନ୍ତି, ଯାହା ବୃକ୍ଷର ବାୟବୀୟ ମୂଳ ପରି ଅଟେ । ଅଶ୍ୱତ୍ଥ ବୃକ୍ଷର ବିଶେଷତ୍ୱ ହେଲା, ଏହା ତା’ ଶାଖାରୁ ତଳକୁ ବାୟବୀୟ ମୂଳ କ୍ଷେପଣ କରିଥାଏ । ଏହିସବୁ ମୂଳ ବୃକ୍ଷର ଅତିରିକ୍ତ କାଣ୍ଡରେ ପରିଣତ ହୁଏ, ଯଦ୍ୱାରା ଅଶ୍ୱତ୍ଥ ବୃକ୍ଷ ବିରାଟ ଆକାର ଧାରଣ କରିଥାଏ । କଲିକତାର ବନସ୍ପତି ଉଦ୍ୟାନରେ ଥିବା “ବିରାଟ ଅଶ୍ୱତ୍ଥ ବୃକ୍ଷ” ସବୁଠାରୁ ବଡ଼ ଅଶ୍ୱତ୍ଥ ବୃକ୍ଷ ଅଟେ । ଏହା ପ୍ରାୟ ଚାରି ଏକର ଜାଗାରେ ଅବସ୍ଥିତ । ଏହାର ଅଗ୍ରଭାଗର ପରିଧି ପ୍ରାୟ ୧,୧୦୦ ଗଜ ଏବଂ ଏଥିରୁ ପ୍ରାୟ ୩,୩୦୦ଟି ବାୟବୀୟ ମୂଳ ଭୂମିକୁ ସ୍ପର୍ଶ କରିଛନ୍ତି । ଅଶ୍ୱତ୍ଥ ବୃକ୍ଷର ଦୃଷ୍ଟାନ୍ତରେ, ଭୌତିକ ଜଗତର ଇନ୍ଦ୍ରିୟ ବିଷୟ ଗୁଡ଼ିକ ବୃକ୍ଷର କଢ଼ ସଦୃଶ ଅଟନ୍ତି । ସେଗୁଡ଼ିକ ଅଙ୍କୁରିତ ହୋଇ ବ୍ୟକ୍ତିଠାରେ ଇନ୍ଦ୍ରିୟ ଭୋଗ କାମନା ସୃଷ୍ଟି କରନ୍ତି । ଏହି କାମନାଗୁଡ଼ିକୁ ବାୟବୀୟ ମୂଳ ସହିତ ତୁଳନା କରାଯାଉଛି । ଏହା ବୃକ୍ଷର ବୃଦ୍ଧି ପାଇଁ ରସ ପ୍ରଦାନ କରେ । ଭୌତିକ ସୁଖ ଭୋଗର କାମନାରେ ପ୍ରେରିତ ହୋଇ ଜୀବ କର୍ମରେ ଲିପ୍ତ ହୁଏ । କାମନାକୁ ପୂର୍ଣ୍ଣ କରିବାକୁ ଯାଇ ଯେଉଁ କର୍ମ କରାଯାଏ, ତାହା ପୁଣି ସେହି କାମନାକୁ ବୃଦ୍ଧି କରେ । ଏହିପରି ଭାବରେ, ବୃକ୍ଷର ବାୟବୀୟ ମୂଳଗୁଡ଼ିକ ପ୍ରସାରିତ ହୋଇ ଅନ୍ତହୀନ ଭାବେ ବୃଦ୍ଧି ପାଏ ଏବଂ ତାହା ଜୀବକୁ ପୁନଶ୍ଚ ଭୌତିକ ଚେତନାରେ ଛନ୍ଦି ଦିଏ ।"
},
{
"verseTitle": "Bhagavad Gita 15.3 – 15.4",
"verse": "3-4",
"chapter": 15,
"lang": "or",
"shloka": {
"speaker": "",
"sanskrit": "न रूपमस्येह तथोपलभ्यते नान्तो न चादिर्न च सम्प्रतिष्टा। \n\nअश्वत्थमेनं सुविरूढमूल-मसङ्गशस्त्रेण दृढेन छित्त्वा ॥3॥ \n\nततः पदं तत्परिमार्गितव्यं यस्मिन्गता न निवर्तन्ति भूयः।\n\nतमेव चाद्यं पुरुष प्रपद्ये यतः प्रवृत्ति प्रसृता पुराणी ॥4॥",
"text": "ନ ରୂପମସ୍ୟେହ ତଥୋପଲଭ୍ୟତେ\nନାନ୍ତୋ ନ ଚାଦିର୍ନ ଚ ସମ୍ପ୍ରତିଷ୍ଠା ।\nଅଶ୍ୱତ୍ଥମେନଂ ସୁବିରୂଢ଼ମୂଳ-\nମସଙ୍ଗଶସ୍ତ୍ରେଣ ଦୃଢ଼େନ ଛିତ୍ତ୍ୱା ।।୩।।\nତତଃ ପଦଂ ତତ୍ପରିମାର୍ଗିତବ୍ୟଂ\nଯସ୍ମିନ୍ ଗତା ନ ନିବର୍ତନ୍ତି ଭୂୟଃ ।\nତମେବ ଚାଦ୍ୟଂ ପୁରୁଷଂ ପ୍ରପଦ୍ୟେ\nଯତଃ ପ୍ରବୃତ୍ତିଃ ପ୍ରସୃତା ପୁରାଣୀ ।।୪।।",
"audioLink": "https://www.holy-bhagavad-gita.org/public/audio/015_003-004.mp3"
},
"wordMeanings": "ନ- ନୁହେଁ; ରୂପମ୍-ରୂପ; ଅସ୍ୟ- ଏହାର; ଇହ- ଏହି ଲୋକରେ; ତଥା-ଏହିପରି; ଉପଲଭ୍ୟତେ-ଉପଲବ୍ଧି କରାଯାଇପାରେ; ନ-କଦାପି ନୁହେଁ; ଅନ୍ତଃ-ଶେଷ; ନ- କେବେନୁହେଁ; ଚ-ମଧ୍ୟ; ଆଦିଃ-ଆରମ୍ଭ (ମୂଳ); ନ-କେବେ ନୁହେଁ; ଚ-ମଧ୍ୟ; ସଂପ୍ରତିଷ୍ଠା-ଆଧାର; ଅଶ୍ୱତ୍ଥମ୍-ଅଶ୍ୱତ୍ଥ ବୃକ୍ଷ; ଏନମ୍- ଏହା; ସୁବିରୂଢ଼-ଦୃଢ଼ ଭାବରେ; ମୂଳମ୍-ପ୍ରତିଷ୍ଠିତ; ଅସଙ୍ଗ-ଶସ୍ତ୍ରେଣ-ଅନାସକ୍ତି ରୂପକ ଅସ୍ତ୍ରରେ; ଦୃଢ଼େନ-ଦୃଢ଼ ଭାବରେ; ଛିତ୍ତ୍ୱା-ଛିନ୍ନ କରି; ତତଃ-ତତ୍ପରେ; ପଦଂ-ସ୍ଥାନ; ତତ୍-ତାହା; ପରିମାର୍ଗିତବ୍ୟଂ-ଅନୁସନ୍ଧାନ କରିବାକୁ ହେବ; ଯସ୍ମିନ୍-ଯେଉଁଠାକୁ; ଗତାଃ-ଯାଇ; ନ -ନୁହେଁ; ନିବର୍ତନ୍ତି-ଫେରିଆସେ; ଭୂୟଃ-ପୁଣି; ତମ୍-ତା’ଙ୍କୁ; ଏବ-ନିଶ୍ଚିତଭାବେ; ଚ-ଏବଂ; ଆଦ୍ୟଂ-ଆଦି (ମୂଳ); ପୁରୁଷଂ-ପରମ ପୁରୁଷ; ପ୍ରପଦ୍ୟେ- ଶରଣ ନିଅନ୍ତି; ଯତଃ-ଯାହାଙ୍କ ଠାରୁ; ପ୍ରବୃତ୍ତିଃ-କର୍ମ; ପ୍ରସୃତା-ପ୍ରବାହିତ; ପୁରାଣୀ-ପ୍ରାଚୀନ ।",
"translation": {
"text": "ଏହି ବୃକ୍ଷର ବାସ୍ତବ ସ୍ୱରୂପ କିମ୍ବା ଏହାର ଆରମ୍ଭ ବା ଅନ୍ତ କିମ୍ବା ତାର ନିତ୍ୟ ଅସ୍ଥିତ୍ୱ ବିଷୟରେ ସଂସାରରେ କେହି ଜାଣନ୍ତି ନାହିଁ । କିନ୍ତୁ ଏହି ଗଭୀର ମୂଳଯୁକ୍ତ ଅଶ୍ୱତ୍ଥ ବୃକ୍ଷଟିକୁ, ବୈରାଗ୍ୟର ତୀକ୍ଷଣ୍ କୁରାଢ଼ୀ ଦ୍ୱାରା ଛେଦନ କରିବାକୁ ପଡ଼ିବ । ତାପରେ ବ୍ୟକ୍ତିକୁ ଏହାର ଉତ୍ପତ୍ତି ସ୍ଥଳକୁ ଖୋଜିବାକୁ ପଡ଼ିବ, ଯିଏକି ସ୍ୱୟଂ ଭଗବାନ ଅଟନ୍ତି, ଯାହାଙ୍କଠାରୁ ବ୍ରହ୍ମାଣ୍ଡର କର୍ମ ପ୍ରବାହ ଅନାଦି କାଳରୁ ହେବାରେ ଲାଗିଛି । ତାଙ୍କର ଶରଣାଗତ ହେଲେ, ବ୍ୟକ୍ତି ଏହି ସଂସାରକୁ ପୁନର୍ବାର ଫେରି ନ ଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-03.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.3.mp3",
"https://www.gitasupersite.iitk.ac.in/sites/default/files/audio/Purohit/15.4.mp3"
]
},
"commentary": "ସଂସାର ବା ଜନ୍ମ ଓ ମୃତ୍ୟୁର ଚକ୍ରରେ ବୁଡ଼ି ରହି, ଦେହଧାରୀ ଆତ୍ମା ଏହି ଅଶ୍ୱତ୍ଥ ବୃକ୍ଷର ସ୍ୱରୂପକୁ ବୁଝିପାରେ ନାହିଁ । ସେ ବୃକ୍ଷର କୋମଳ କଢ଼ି, ଅର୍ଥାତ୍ ଇନ୍ଦ୍ରିୟ ବିଷୟ ଦ୍ୱାରା ଆକର୍ଷିତ ହୋଇ, କାମନା ଉତ୍ପନ୍ନ କରେ । ଏହିସବୁ କାମନା ପୂର୍ଣ୍ଣ କରିବା ପାଇଁ, ସେ ଖୁବ୍ ବେଶୀ ପ୍ରଯତ୍ନ କରିଥାଏ, କିନ୍ତୁ ଏହା ହୃଦୟଙ୍ଗମ କରିପାରେ ନାହିଁ ଯେ ତାଙ୍କର ଏହି ପ୍ରଚେଷ୍ଟା ବୃକ୍ଷକୁ ଅଧିକ ବୃଦ୍ଧି କରିବ । ଯଦି କାମନା ପୂର୍ଣ୍ଣ ହୁଏ, ତାହା ପୁଣି ଦ୍ୱିଗୁଣିତ ବେଗରେ ଲୋଭ ରୂପରେ ପ୍ରତ୍ୟାବର୍ତ୍ତନ କରେ । ଯେତେବେଳେ ସେଥିରେ ବାଧା ଉତ୍ପନ୍ନ ହୁଏ, ତାହା କ୍ରୋଧ ଉତ୍ପନ୍ନ କରେ, ଯାହା ବୁଦ୍ଧିକୁ ଭ୍ରମିତ କରେ ଏବଂ ଅଜ୍ଞାନତା ବୃଦ୍ଧି କରେ ।\nଶ୍ରୀକୃଷ୍ଣ ବୁଝାଇଛନ୍ତି ଯେ, ଅଶ୍ୱତ୍ଥ ବୃକ୍ଷର ଏହି ପ୍ରହେଳିକାକୁ ଅଳ୍ପ କେତେକ ବ୍ୟକ୍ତି ହିଁ ବୁଝିପାରିଥାନ୍ତି । ଆତ୍ମା ଏହା ହିଁ ବୁଝିଥାଏ, “ମୁଁ ରାମପ୍ରସାଦ, ହରିପ୍ରସାଦଙ୍କ ପୁତ୍ର ଅଟେ, ଇତ୍ୟାଦି । ମୁଁ ଏହି ଦେଶର ଏହି ସହରରେ ବାସ କରେ । ମୁଁ ମୋର ଆନନ୍ଦ ଅତ୍ୟଧିକ ଭାବେ ବୃଦ୍ଧି କରିବାକୁ ଚାହେଁ । ଏଣୁ ମୁଁ ମୋର ଶରୀରର ପରିଚୟ ନେଇ କର୍ମ କରେ କିନ୍ତୁ ଆନନ୍ଦ ମୋ ଠାରୁ ଦୂରେଇ ଯାଏ ଏବଂ ମୁଁ ବିଭ୍ରାନ୍ତ ହୋଇଯାଏ ।” ଏହି ବୃକ୍ଷର ଉତ୍ପତ୍ତି ଏବଂ ସ୍ୱଭାବକୁ କଳ୍ପନା କରି ନ ପାରି ଜୀବ ମୂଲ୍ୟହୀନ କର୍ମ ଓ ଉଦ୍ୟମରେ ଲିପ୍ତ ହୁଏ । ଭୌତିକ କାମନାକୁ ସନ୍ତୁଷ୍ଟ କରିବାକୁ ଯାଇ, ସେ ଅନେକ ସମୟରେ ପାପକର୍ମରେ ଲିପ୍ତ ହୁଏ ଏବଂ ନିମ୍ନଯୋନି ଓ ମାୟିକ ଜଗତର ନିମ୍ନଲୋକକୁ ପତିିତ ହୁଏ । ବେଳେବେଳେ ସାଂସାରିକ ଉପଭୋଗର ପ୍ରବଳ ଲାଳସା, ବ୍ୟକ୍ତିକୁ ବୃକ୍ଷର ପତ୍ର ପ୍ରତି ଆକର୍ଷିତ କରେ, ଯାହାକି ବେଦର ବିଧିଯୁକ୍ତ କର୍ମ ଅଟେ । ଏହିସବୁ କର୍ମରେ ନିୟୋଜିତ ହୋଇ ବ୍ୟକ୍ତି ଊର୍ଦ୍ଧ୍ୱସ୍ଥ ସ୍ୱର୍ଗ ଲୋକକୁ ଗତି କରେ, କିନ୍ତୁୂ ତାର ପୁଣ୍ୟ ଶେଷ ହେଲେ ସେ ପୁଣି ଫେରି ଆସିଥାଏ । ଚୈତନ୍ୟ ମହାପ୍ରଭୁ କହନ୍ତି:\nକୃଷ୍ଣ ଭୁଲି ସେଇ ଜୀବ ଅନାଦି -ବହିର୍ମୁଖଅତଏବ ମାୟା ତାରେ ଦେୟ ସଂସାର-ଦୁଃଖକଭୁ ସ୍ୱର୍ଗେ ଉଠାୟ କଭୁ ନରକେ ଡୁବାୟଦଣ୍ଡ୍ୟ-ଜନେ ରାଜା ଯେନ ନଦୀତେ ଚୁବାୟ ।(ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା,୨୦.୧୧୭-୧୧୮)\n“ଯେହେତୁ ଆତ୍ମା ଅନାଦି କାଳରୁ ଭଗବାନଙ୍କୁ ଭୁଲିଯାଇଛି, ମାୟା ଶକ୍ତି ତାକୁ ସଂସାରିକ କଷ୍ଟ ପ୍ରଦାନ କରୁଛି । କେତେବେଳେ ଏହା ଜୀବକୁ ସ୍ୱର୍ଗଲୋକକୁ ଉତ୍ଥାନ କରୁଛି, ତ କେତେବେଳେ ତାର ନର୍କଲୋକରେ ପତନ କରାଉଛି । ଏହା ପ୍ରାଚୀନ କାଳର ରାଜା ମାନଙ୍କର ଦଣ୍ଡ ସଦୃଶ ଅଟେ ।” ଏକ ପ୍ରକାର ଦଣ୍ଡ ରୂପରେ ପୁରାତନ ରାଜାମାନେ ଜଣେ ବ୍ୟକ୍ତିର ମୁଣ୍ଡକୁ ପାଣିରେ ବୁଡ଼ାଇ ଦିଅନ୍ତି, ତାର ଶ୍ୱାସରୁଦ୍ଧ ଅବସ୍ଥା ହେଲେ, କିଛିକ୍ଷଣ ପାଇଁ ନିଶ୍ୱାସ ନେବାକୁ ଛାଡ଼ିଦିଅନ୍ତି ଏବଂ ପୁଣି ତାକୁ ପାଣିରେ ବୁଡ଼ାଇ ଦିଅନ୍ତି । ଜୀବର ସ୍ଥିତି ଏହିପରି ଅଟେ । ସେ ଅସ୍ଥାୟୀଭାବେ ସ୍ୱର୍ଗ ସୁଖ ପାଏ ଏବଂ ପୁଣି ସଂସାରକୁ ଫିଙ୍ଗି ଦିଆଯାଏ ।\nଏହିପରି ଭାବରେ ଅନନ୍ତ ଜନ୍ମ ବିତିଯାଇଛି । ଜୀବର ଭୌତିକ ସୁଖ ଉପଭୋଗ କରିବାର ସମସ୍ତ ଉଦ୍ୟମ, ଭୂମିକୁ ଅଧିକ ମୂଳ ନିକ୍ଷେପ କରି ବୃକ୍ଷର ଆକୃତି ବୃଦ୍ଧି କରିବାର ଫଳ ପ୍ରଦାନ କରୁଛି । କିନ୍ତୁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ଏହି ବୃକ୍ଷକୁ ଛେଦନ କରିବାର କୁରାଢ଼ି ବୈରାଗ୍ୟ ଅଟେ । ଅସଙ୍ଗ ଶବ୍ଦର ଅର୍ଥ ହେଉଛି ଅନାସକ୍ତି ଏବଂ ଏହା ହିଁ ଆତ୍ମାର ଅନନ୍ତ ଦୁଃଖର ନିରାକରଣ ଅଟେ । ଭୌତିକ ପ୍ରକୃତିର ତିନିଗୁଣକୁ ପ୍ରଜ୍ୱଳିତ କରୁଥିବା କାମନାଗୁଡ଼ିକୁ ବିରକ୍ତିର କୁରାଢ଼ି ଦ୍ୱାରା କାଟିବାକୁ ପଡ଼ିବ । କୁରାଢ଼ିଟି ଆତ୍ମଜ୍ଞାନ ଦ୍ୱାରା ନିର୍ମିତ ହେବା ଆବଶ୍ୟକ: “ମୁଁ ଏକ ନିତ୍ୟ ଦିବ୍ୟ ତତ୍ତ୍ୱ ଅଟେ, ମୁଁ ଏହି ମାୟିକ ଶରୀର ନୁହେଁ । ମୁଁ ଯେଉଁ ନିତ୍ୟ ଦିବ୍ୟ ଆନନ୍ଦର ସନ୍ଧାନ କରୁଛି, ତାହା ଭୌତିକ ବସ୍ତୁରୁ ପ୍ରାପ୍ତ ହେବନାହିଁ, ମୁଁ ନିଜକୁ ଶରୀର ମନେ କରି ଯେଉଁ ସାଂସାରିକ କାମନା କରୁଅଛି, ତାହା ଜନ୍ମ ଓ ମୃତ୍ୟୁର ଏହି ସଂସାରରେ ମୋର ଘୂର୍ଣ୍ଣନକୁ କେବଳ ସ୍ଥାୟୀ କରିବ । ଏହି ଦିଗରେ କୌଣସି ସନ୍ତୋଷ ବା ମୁକ୍ତି ନାହିଁ ।” ବ୍ୟକ୍ତିର ଯେତେବେଳେ ବୈରାଗ୍ୟ ଉତ୍ପନ୍ନ ହୁଏ, ବୃକ୍ଷର ବୃଦ୍ଧି ବନ୍ଦ ହୁଏ ଏବଂ ତାହା କ୍ଷୟ ହେବାରେ ଲାଗେ ।\nଅତଏବ, ଆମେ ବୃକ୍ଷର ଆଧାର ଖୋଜିବା ଆବଶ୍ୟକ, ଯାହା ମୂଳରେ ଅଛି ଏବଂ ସମସ୍ତ ବସ୍ତୁଠାରୁ ଊର୍ଦ୍ଧ୍ୱରେ ଅବସ୍ଥିତ । ସେହି ଉତ୍ସ ଭଗବାନ ଅଟନ୍ତି, ଶ୍ରୀକୃଷ୍ଣ ଯେପରି ପୂର୍ବରୁ କହିଥିଲେ: “ମୁଁ ସମସ୍ତ ମାୟିକ ଏବଂ ଦିବ୍ୟ ସୃଷ୍ଟିର ଉତ୍ସ ଅଟେ । ସବୁକିଛି ମୋ ଠାରୁ ଉତ୍ପନ୍ନ ହୁଏ । ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣେ, ସେ ପ୍ରଗାଢ଼ ବିଶ୍ୱାସ ଓ ଭକ୍ତି ସହ ମୋର ଉପାସନା କରେ ।” (ଶ୍ଳୋକ ୧୦.୮) ତେଣୁ ଏହି ବୃକ୍ଷର ପ୍ରକୃତ ମୂଳକୁ ଖୋଜି, ଆମେ ଏହି ଶ୍ଳୋକରେ ବର୍ଣ୍ଣନା ହୋଇଥିବା ଅନୁରୂପ ତାଙ୍କର ଶରଣାଗତ ହେବା: “ମୁଁ ତାଙ୍କର ଶରଣାଗତ ହେଉଛି, ଯାହାଙ୍କ ଠାରୁ ବହୁପୂର୍ବରୁ ଏହି ବିଶ୍ୱ ଉତ୍ପନ୍ନ ହୋଇଅଛି ।”\nଏହିପରି ଭାବରେ, ପୂର୍ବରୁ ଅମାପ ତଥା ଅବୋଧଗମ୍ୟ ଥିବା ଏହି ବୃକ୍ଷକୁ ଜୟ କରି ହେବ । ପୂର୍ବରୁ ଶ୍ରୀକୃଷ୍ଣ ଏହା ମଧ୍ୟ କହିଥିଲେ ଯେ: “ତିନିଗୁଣ ବିଶିଷ୍ଟ ମୋର ଦିବ୍ୟଶକ୍ତି ମାୟାକୁ ଜୟ କରିବା କଷ୍ଟକର ଅଟେ, କିନ୍ତୁ ଯିଏ ମୋର ଶରଣାଗତ ହୁଅନ୍ତି, ଏହାକୁ ସହଜରେ ପାର କରି ପାରନ୍ତି ।” (ଶ୍ଳୋକ-୭.୧୪) ତେଣୁ ଭଗବାନଙ୍କର ଆଶ୍ରିତ ହୋଇ, ଅଶ୍ୱତ୍ଥ ବୃକ୍ଷକୁ ଛେଦନ କରାଯାଇ ପାରିବ । ତାପରେ ଆମକୁ ଏହି ସଂସାରକୁ ଫେରିବାକୁ ପଡ଼ିବ ନାହିଁ ଏବଂ ମୃତ୍ୟୁ ପରେ ଆମେ ତାଙ୍କର ଦିବ୍ୟ ଲୋକକୁ ଗମନ କରିବା । ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଳୋକରେ ଶରଣାଗତି ପ୍ରକ୍ରିୟାର ଅଭିପ୍ରାୟ କ’ଣ, ତାହା ପ୍ରକାଶ କରିଛନ୍ତି ।"
},
{
"verseTitle": "Bhagavad Gita 15.5",
"verse": "5",
"chapter": 15,
"lang": "or",
"shloka": {
"speaker": "",
"sanskrit": "निर्मानमोहा जितसङ्गदोषा अध्यात्मनित्या विनिवृत्तकामाः ।\n\nद्वन्द्वैर्विमुक्ताः सुखदुःखसंज्ञैर्गच्छन्त्यमूढाः पदमव्ययं तत् ॥5॥",
"text": "ନିର୍ମାନମୋହା ଜିତସଙ୍ଗଦୋଷା\nଅଧ୍ୟାତ୍ମନିତ୍ୟା ବିନିବୃତ୍ତକାମାଃ ।\nଦ୍ୱନ୍ଦେ୍ୱ÷ର୍ବିମୁକ୍ତାଃ ସୁଖଦୁଃଖସଂଜେ୍ଞୌ-\nର୍ଗଚ୍ଛନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍ ।।୫।।",
"audioLink": "https://www.holy-bhagavad-gita.org/public/audio/015_005.mp3"
},
"wordMeanings": "ନିଃ- ମୁକ୍ତ ହୋଇ; ମାନ-ମଦ; ମୋହାଃ-ମୋହ; ଜିତ-ଜୟକରି; ସଙ୍ଗ-ଆସକ୍ତି; ଦୋଷାଃ-ଦୋଷ; ଅଧ୍ୟାତ୍ମ-ନିତ୍ୟାଃ-ଆତ୍ମାରେ ବା ଭଗବାନଙ୍କ ଠାରେ ନିତ୍ୟଯୁକ୍ତ ରହି; ବିନିବୃତ୍ତ-ନିବୃତ୍ତ ହୋଇ; କାମାଃ-କାମନାର; ଦ୍ୱନ୍ଦେ୍ୱ÷ଃ- ଦ୍ୱନ୍ଦ୍ୱର; ବିମୁକ୍ତାଃ-ମୁକ୍ତ ହୋଇ; ସୁଖ ଦୁଃଖ- ସୁଖ ଏବଂ ଦୁଃଖ; ସଂଜେ୍ଞୌଃ- ନାମିତ; ଗଚ୍ଛନ୍ତି-ପ୍ରାପ୍ତ ହୁଏ; ଅମୂଢ଼ାଃ-ନିର୍ଭ୍ରାନ୍ତ; ପଦମ୍-ପଦ; ଅବ୍ୟୟଂ- ଶାଶ୍ୱତ; ତତ୍-ତାହା ।",
"translation": {
"text": "ଯେଉଁମାନେ ମଦ ଏବଂ ମୋହରୁ ମୁକ୍ତ, ଯିଏ ଆସକ୍ତିରୂପକ ଶତ୍ରୁକୁ ଜୟ କରିଛି, ଯିଏ ସର୍ବଦା ଆତ୍ମା ଏବଂ ଭଗବାନଙ୍କ ଠାରେ ସ୍ଥିତ ରହନ୍ତି, ଯେଉଁମାନେ ଇନ୍ଦ୍ରିୟ ଉପଭୋଗର କାମନା ଠାରୁ ମୁକ୍ତ ହୋଇଛନ୍ତି, ଯିଏ ସୁଖ ଓ ଦୁଃଖର ଦ୍ୱୈତରୁ ଊର୍ଦ୍ଧ୍ୱରେ, ସେହିପରି ମୁକ୍ତ ବ୍ୟକ୍ତିଗଣ ମୋର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.5.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ସୂଚନା ଦେଉଛନ୍ତି, ପରମେଶ୍ୱର ରୂପୀ ବୃକ୍ଷର ଆଧାରର ଶରଣାଗତି ଆମେ କିପରି କରିବା । ସେ କହୁଛନ୍ତି, ପ୍ରଥମେ ବ୍ୟକ୍ତି ଅଜ୍ଞାନରୁ ଜାତ ଅହଂକାରକୁ ତ୍ୟାଗ କରିବା ଉଚିତ୍ । ଦେହଧାରୀ ଆତ୍ମା ଭ୍ରମ ବଶତଃ ଏପରି ଚିନ୍ତା କରେ, “ମୋ ପାଖରେ ଯାହା ଅଛି ମୁଁ ତା’ର ମାଲିକ ଅଟେ ଏବଂ ଭବିଷ୍ୟତରେ ମୁଁ ଆହୁରି ଅଧିକ ହାସଲ କରିବି । ଏହିସବୁ ମୋର ଉପଭୋଗ ଏବଂ ଆନନ୍ଦ ପାଇଁ ଉଦ୍ଦିଷ୍ଟ ।” ଯେ ପର୍ଯ୍ୟନ୍ତ ଆମେ ଅଜ୍ଞାନରୁ ଉତ୍ପନ୍ନ ମଦରେ ଉନ୍ମତ୍ତ ରହିଥିବା, ଆମେ ନିଜକୁ ଭୌତିକ ପ୍ରକୃତିର ଉପଭୋକ୍ତା ମନେକରିବା । ଏହିପରି ପରିସ୍ଥିତିରେ, ଆମେ ଭଗବାନଙ୍କୁ ହେୟଜ୍ଞାନ କରେ ଏବଂ ତାଙ୍କ ଇଚ୍ଛା ପ୍ରତି ଶରଣାଗତ ହେବାର ଆଗ୍ରହ ପ୍ରକାଶ କରେନାହିଁ ।\nଉପଭୋକ୍ତାର ଏହି ଭ୍ରାନ୍ତ ଧାରଣାକୁ, ଜ୍ଞାନର ସହାୟତାରେ ତ୍ୟାଗ କରିବାକୁ ପଡ଼ିବ । ଆମେ ଜାଣିବା ଉଚିତ ଯେ ମାୟିକ ଶକ୍ତି ଭଗବାନଙ୍କର ଅଟେ, ତେଣୁ ତାହା ତାଙ୍କ ସେବା ପାଇଁ ଉଦ୍ଦିଷ୍ଟ । ଆତ୍ମା ମଧ୍ୟ ଭଗବାନଙ୍କର ଏକ ସେବକ ଅଟେ, ଏଣୁ ବର୍ତ୍ତମାନର ଉପଭୋଗ ମନୋଭାବକୁ ସେବା ମନୋଭାବରେ ପରିବର୍ତ୍ତିତ କରିବାକୁ ପଡ଼ିବ । ସେଥିପାଇଁ ଆମେ ଭୌତିକ ବନ୍ଧନକୁ ତ୍ୟାଗ କରିବା ଆବଶ୍ୟକ, ଯାହା ଆମ ମନକୁ ସଂସାର ଦିଗକୁ ତଥା ଭଗବାନଙ୍କର ବିପରୀତ ଦିଗକୁ ଆକର୍ଷିତ କରେ । ତା’ ପରିବର୍ତ୍ତେ, ନିଷ୍କାମ ସେବା ଭାବନାରେ ଭଗବାନଙ୍କ ଠାରେ ମନକୁ ନିମଗ୍ନ କରିବା ଉଚିତ ଏବଂ ଭଗବାନଙ୍କ ସେବକ ରୂପରେ ନିଜର ପ୍ରକୃତ ସ୍ୱରୂପକୁ ଜାଣିବା ଉଚିତ । ପଦ୍ମପୁରାଣ କହେ:\nଦାସ ଭୂତମିଦମ୍ ତସ୍ୟ ଜଗତ୍ସ୍ଥାବର ଜଙ୍ଗମମ୍ଶ୍ରୀମନ୍ନାରାୟଣ ସ୍ୱାମୀ ଜଗତାନ୍ପ୍ରଭୁରୀଶ୍ୱରଃ ।\n“ପରମ ପୁରୁଷ ନାରାୟଣ ସଂସାରର ନିୟାମକ ଏବଂ ଈଶ୍ୱର ଅଟନ୍ତି । ତାଙ୍କ ସୃଷ୍ଟିର ସମସ୍ତ ଚର ଓ ଅଚର ପ୍ରାଣୀ ଏବଂ ବସ୍ତୁ ତାଙ୍କର ସେବକ ଅଟନ୍ତି ।” ଭଗବାନଙ୍କ ସେବା ପାଇଁ ଆମର ଇଚ୍ଛା ଯେତେ ବିକସିତ ହେବ, ପ୍ରକୃତିର ଉପଭୋକ୍ତା ଭାବରେରେ ଆମର ଭ୍ରମ ଅପସୃତ ହେବାରେ ଲାଗିବ ତଥା ଆମର ହୃଦୟ ଶୁଦ୍ଧ ହେବ । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି ଏବଂ ଅନ୍ତଃକରଣ ଶୁଦ୍ଧିର ଶ୍ରେଷ୍ଠତମ ଉପାୟ ଭାବରେ ଏହାର ଚିତ୍ରଣ କରନ୍ତି:\nସୌ ବତନ କୀ ବାତ ଇକ, ଧରୁ ମୁରଲୀଧର ଧ୍ୟାନ ।ବଢ଼ବହୁ ସେବା-ବାସନା, ୟହ ସୌ ଜ୍ଞାନନ ଜ୍ଞାନ ।ା (ଭକ୍ତିଶତକ, ପଦ-୭୪)\n“ଅନ୍ତଃକରଣ ଶୁଦ୍ଧି ସମ୍ବନ୍ଧୀୟ ଶହେଟି ଉପଦେଶ ମଧ୍ୟରୁ ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଏହା ଯେ ମନରେ ଦିବ୍ୟ ବଂଶୀଧାରୀ ଶ୍ରୀକୃଷ୍ଣଙ୍କର ଧ୍ୟାନ କର ଏବଂ ତାଙ୍କର ସେବା ବାସନାକୁ ବଢ଼ାଅ । ଏହି ଉପଦେଶଟି ଶତାଧିକ ଜ୍ଞାନରତ୍ନଠାରୁ ଅଧିକ ମୂଲ୍ୟବାନ ଅଟେ ।”\nଅନ୍ତଃକରଣକୁ ଶୁଦ୍ଧ କରି ଭଗବାନଙ୍କ ଭକ୍ତିମୟ ସେବାରେ ନିୟୋଜିତ କରିବା ପରେ, କ’ଣ ହୁଏ? ଶ୍ରୀକୃଷ୍ଣ ଉପରୋକ୍ତ ଶ୍ଲୋକରେ କହୁଛନ୍ତି ଯେ ଏହିପରି ଶୁଦ୍ଧ ଆତ୍ମା ଅନନ୍ତ କାଳ ପାଇଁ ଦିବ୍ୟ ଧାମକୁ ଗତିକରେ । ଜୀବ ଯେତେବେଳେ ଭଗବତ୍ ଚେତନାରେ ସ୍ଥିତ ହୋଇଯାଏ, ଭୌତିକ ସଂସାର ତା’ ପାଇଁ ଅର୍ଥହୀନ ହୋଇଯାଏ । ଅନ୍ୟ ଭଗବତ୍ପ୍ରାପ୍ତ ଜୀବାତ୍ମାମାନଙ୍କ ସହିତ ଭଗବାନଙ୍କର ଦିବ୍ୟ ଧାମରେ ବାସ କରିବାର ଯୋଗ୍ୟତା ସେ ହାସଲ କରିନିଏ । ଯେପରି ଏକ ବନ୍ଦୀଶାଳା ସହରର ଏକ ଛୋଟଅଂଶ ଅଧିକାର କରିଥାଏ, ମାୟିକ ଜଗତ ମଧ୍ୟ ସେହିପରି ଅଟେ । ଏହା ଭଗବାନଙ୍କ ସମ୍ପୂର୍ଣ୍ଣ ସୃଷ୍ଟିର ଏକ ଚତୁର୍ଥାଂଶ ଅଟେ । ବେଦ କହେ:\nପାଦୋଽସ୍ୟ ବିଶ୍ୱ ଭୂତାନି, ତ୍ରିପାଦସ୍ୟ ଅମୃତମ୍ ଦିବି (ପୁୁରୁଷ ସୁକ୍ତମ୍ ମନ୍ତ୍ର ୩)\n“ମାୟାଶକ୍ତିରୁ ଉତ୍ପନ୍ନ ଅସ୍ଥାୟୀ ସଂସାର, ସୃଷ୍ଟିର ମାତ୍ର ଏକ ଭାଗ ଅଟେ । ଅନ୍ୟ ତିନି ଭାଗ ଭଗବାନଙ୍କର ନିତ୍ୟ ଲୋକ ଅଟେ, ଯାହାକି ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟାର ବର୍ହିଭୂତ ଅଟେ ।” ଶ୍ରୀକୃଷ୍ଣ ତାଙ୍କ ଚିରନ୍ତନ ଲୋକ ବିଷୟରେ ପରବର୍ତ୍ତୀ ଶ୍ଲୋକରେ ସୂଚନା ଦେଉଛନ୍ତି ।"
},
{
"verseTitle": "Bhagavad Gita 15.6",
"verse": "6",
"chapter": 15,
"lang": "or",
"shloka": {
"speaker": "",
"sanskrit": "न तद्भासयते सूर्यो न शशाङ्को न पावकः । \n\nयद्गत्वा न निर्वतन्ते तद्धाम परमं मम॥6॥",
"text": "ନ ତଦ୍ଭାସୟତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ ।\nଯଦ୍ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।୬।।",
"audioLink": "https://www.holy-bhagavad-gita.org/public/audio/015_006.mp3"
},
"wordMeanings": "ନ -ନାହିଁ; ତତ୍-ତାହା; ଭାସୟତେ - ପ୍ରକାଶିତ ହୁଏ; ସୂର୍ଯ୍ୟଃ -ସୂର୍ଯ୍ୟ; ନ -କିମ୍ବା ନୁହେଁ; ଶଶାଙ୍କଃ - ଚନ୍ଦ୍ର; ନ -କିମ୍ବା ନୁହେଁ; ପାବକଃ - ଅଗ୍ନି; ଯତ୍ -ଯେଉଁଠାକୁ ଗତ୍ୱା-ଯାଇ; ନ-ନୁହେଁ; ନିବର୍ତନ୍ତେ -ପ୍ରତ୍ୟାବର୍ତ୍ତନ କରେ; ତତ୍ ଧାମ - ସେହି ଧାମ; ପରମଂ-ପରମ; ମମ-ମୋର ।",
"translation": {
"text": "ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି, କେହି ବି ମୋର ପରମ ଧାମକୁ ପ୍ରକାଶିତ କରିପାରିବେ ନାହିଁ । ସେହି ପରମ ଦିବ୍ୟ ଧାମକୁ ଗଲା ପରେ କୌଣସି ବ୍ୟକ୍ତି ଏହି ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.6.mp3"
]
},
"commentary": "ଶ୍ରୀକୃଷ୍ଣ ନିଜ ଦିବ୍ୟ ଧାମ ବିଷୟରେ ସଂକ୍ଷିପ୍ତ ସୂଚନା ଦେଉଛନ୍ତି । ତାଙ୍କ ଦିବ୍ୟ ଧାମକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନିଙ୍କର ଆବଶ୍ୟକତା ନାହିଁ, ତାହା ସ୍ୱାଭାବିକ ରୂପରେ ସ୍ୱୟଂ ପ୍ରକାଶିତ ଅଟେ । ସଂସାର ମାୟାଶକ୍ତିରେ ନିର୍ମିତ ହୋଇଥିବାବେଳେ ଦିବ୍ୟ ଜଗତ ଦିବ୍ୟଶକ୍ତି, ଯୋଗାମୟା ଦ୍ୱାରା ନିର୍ମିତ । ଏହା ଭୌତିକ ପ୍ରକୃତିର ସମସ୍ତ ଦ୍ୱୈତ ଏବଂ ଦୋଷରୁ ମୁକ୍ତ ତଥା ସବୁ ଦୃଷ୍ଟିରୁ ପରିପୂର୍ଣ୍ଣ ଅଟେ । ଏହା ସତ୍-ଚିତ୍-ଆନନ୍ଦ ଅର୍ଥାତ୍ ନିତ୍ୟତା, ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଅଟେ ।\nଦିବ୍ୟ ଜଗତରେ ଆଧ୍ୟାତ୍ମିକ ଆକାଶ ରହିଛି, ଯାହାକୁ ପରବ୍ୟୋମ କୁହାଯାଏ, ଯେଉଁଥିରେ ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ବୈଭବରେ ପରିପୂର୍ଣ୍ଣ ଅସଂଖ୍ୟ ଲୋକ ରହିଛି । ଏହି ଆକାଶରେ, ଭଗବାନଙ୍କର ନିତ୍ୟ ରୂପ, ଯେପରିକି କୃଷ୍ଣ, ରାମ, ନାରାୟଣ ଇତ୍ୟାଦିଙ୍କର ନିଜ ନିଜ ଲୋକ ଅଛି । ସେଠାରେ ସେମାନେ ତାଙ୍କର ଭକ୍ତମାନଙ୍କ ସହିତ ନିତ୍ୟ ନିବାସ କରି ଦିବ୍ୟ ଲୀଳା ରଚନା କରନ୍ତି । ଶ୍ରୀକୃଷ୍ଣଙ୍କର ସ୍ତୁତି କରିବାକୁ ଯାଇ ବ୍ରହ୍ମା କହୁଛନ୍ତି:\nଗୋଲୋକ- ନାମ୍ନି ନିଜ- ଧାମ୍ନି ତଳେ ଚ ତସ୍ୟଦେବୀ ମହେଶ-ହରି-ଧାମସୁ ତେଷୁ ତେଷୁତେ ତେ ପ୍ରଭାବ-ନିଚୟା ବିହିତାଶ୍ଚ ଯେନଗୋବିନ୍ଦମ୍ ଆଦି-ପୁରୁଷଂ ତମ୍ ଅହଂ ଭଜାମି (ବ୍ରହ୍ମ ସଂହିତା ପଦ ୪୩)\n“ଏହି ଦିବ୍ୟ ଆକାଶରେ ଶ୍ରୀକୃଷ୍ଣଙ୍କ ଧାମ ଗୋଲକ ଅବସ୍ଥିତ । ଏହି ଆକାଶରେ, ନାରାୟଣ, ଶିବ, ଦୁର୍ଗା ଇତ୍ୟାଦିଙ୍କର ମଧ୍ୟ ଲୋକ ରହିଛି । ମୁଁ ପରମ ଦିବ୍ୟ ପୁରୁଷ ଶ୍ରୀକୃଷ୍ଣଙ୍କର ସ୍ତୁତି କରୁଛି, ଯାହାଙ୍କ ଐଶ୍ୱର୍ଯ୍ୟର ଗାରିମାରେ ଏହା ସମ୍ଭବ ହୋଇଛି ।” ଶ୍ରୀକୃଷ୍ଣଙ୍କ ପରମଧାମ ଗୋଲୋକ ବିଷୟରେ ବ୍ରହ୍ମା ପୁନଶ୍ଚ କହୁଛନ୍ତି:\nଆନନ୍ଦ-ଚିନ୍ମୟ-ରସ-ପ୍ରତିଭାବିତାଭିସ୍ତାଭିର ଯ ଏବ ନିଜ-ରୂପତୟା କଲାଭିଃଗୋଲୋକ ଏବ ନିବସତ୍ୟଖିଲାତ୍ମ-ଭୂତୋଗୋବିନ୍ଦମ୍ ଆଦି-ପୁରୁଷଂ ତମ ଅହଂ ଭଜାମି । (ବ୍ରହ୍ମ ସଂହିତା ପଦ ୩୭)\n“ମୁଁ ସେହି ପରମ ପୁରୁଷ ଗୋବିନ୍ଦଙ୍କର ଆରାଧନା କରୁଛି, ଯିଏ ନିଜ ସ୍ୱରୂପର ଅଂଶ ଶ୍ରୀରାଧାଙ୍କ ସହିତ ଗୋଲକରେ ବାସ କରୁଛନ୍ତି । ସଖୀମାନେ ତାଙ୍କର ନିତ୍ୟ ପରିକର ଅଟନ୍ତି, ଯେଉଁମାନେ ସଦା ଆନନ୍ଦମୟ ଦିବ୍ୟ ଶକ୍ତିରେ ଯୁକ୍ତ ଅଟନ୍ତି ଏବଂ ଚଉଷଠି କଳାର ମୂର୍ତ୍ତିମନ୍ତ ସ୍ୱରୂପ ଅଟନ୍ତି ।” ଯେଉଁ ଭକ୍ତମାନେ ଭଗବତ୍ ପ୍ରାପ୍ତି କରନ୍ତି, ସେମାନେ ତାଙ୍କର ଦିବ୍ୟଧାମକୁ ଯାଇ ତାଙ୍କ ଦିବ୍ୟ ଶକ୍ତିର ଅଲୌକିକତାରେ ସମୃଦ୍ଧ ଦିବ୍ୟଲୀଳାରେ ଅଂଶଗ୍ରହଣ କରନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ, ଯେଉଁମାନେ ସେହି ଲୋକକୁ ଯାଆନ୍ତି, ସେମାନେ ଜନ୍ମ ଓ ମୃତ୍ୟୁର ସଂସାରରୁ ସବୁଦିନ ପାଇଁ ଉଦ୍ଧାର ହୋଇଯାଆନ୍ତି ।"
},
{
"verseTitle": "Bhagavad Gita 15.7",
"verse": "7",
"chapter": 15,
"lang": "or",
"shloka": {
"speaker": "",
"sanskrit": "ममैवांशो जीवलोके जीवभूतः सनातनः ।\n\nमनःषष्ठानीन्द्रियाणि प्रकृतिस्थानि कर्षति॥7॥",
"text": "ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।\nମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ।।୭।।",
"audioLink": "https://www.holy-bhagavad-gita.org/public/audio/015_007.mp3"
},
"wordMeanings": "ମମ- ମୋର; ଏବ-ନିଶ୍ଚିତଭାବେ; ଅଂଶଃ- ଅଂଶବିଶେଷ; ଜୀବଲୋକେ- ମାୟିକ ଜଗତର; ଜୀବଭୂତଃ - ବଦ୍ଧଜୀବଗଣ; ସନାତନଃ -ଶାଶ୍ୱତ; ମନଃ-ମନ; ଷଷ୍ଠାନି- ଛଅଟି; ଇନ୍ଦ୍ରିୟାଣି -ଇନ୍ଦ୍ରିୟ; ପ୍ରକୃତି-ସ୍ଥାନି- ମାୟାଧୀନ ହୋଇ; କର୍ଷତି- କଠିନ ସଂଗ୍ରାମ କରୁଛି ।",
"translation": {
"text": "ଏହି ମାୟିକ ଜଗତର ଦେହଧାରୀ ଆତ୍ମା ମୋର ଚିରନ୍ତନ କ୍ଷୁଦ୍ର ଅଂଶ ଅଟନ୍ତି, କିନ୍ତୁ ଭୌତିକ ପ୍ରକୃତିର କବଳିତ ହୋଇ, ସେମାନେ ମନ ସହିତ ଛଅଟି ଇନ୍ଦ୍ରିୟଙ୍କୁ ନେଇ ସଂଘର୍ଷରତ ରହିଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.7.mp3"
]
},
"commentary": "ଶ୍ରୀକୃଷ୍ଣ ପୂର୍ବରୁ ସୂଚନା ଦେଇଥିଲେ ଯେ ଯେଉଁ ଜୀବ ତାଙ୍କ ଲୋକକୁ ଯାଆନ୍ତି, ସେମାନେ ଆଉ ଫେରି ଆସନ୍ତି ନାହିଁ । ବର୍ତ୍ତମାନ ସଂସାରରେ ଥିବା ଜୀବାତ୍ମାମାନଙ୍କ ବିଷୟରେ କହୁଛନ୍ତି । ପ୍ରଥମେ ସେ ଆଶ୍ୱାସନା ଦେଉଛନ୍ତି ଯେ ସେମାନେ ମଧ୍ୟ ତାଙ୍କର କ୍ଷୁଦ୍ର ଅଂଶ ଅଟନ୍ତି ।\nଆସନ୍ତୁ ଭଗବାନଙ୍କର କେତେ ପ୍ରକାରର ଅଂଶ ଅଛନ୍ତି, ତାହା ବୁଝିବା । ସେଗୁଡିକ ଦୁଇ ପ୍ରକାରର :\n୧.ସ୍ୱାଂଶ - ଏ ସମସ୍ତେ ଭଗବାନଙ୍କର ଅବତାର, ଯେପରିକି ରାମ, ନୃସିଂହ, ବରାହ ଇତ୍ୟାଦି । ସେମାନେ ଶ୍ରୀକୃଷ୍ଣଙ୍କଠାରୁ ଅଭିନ୍ନ । ତେଣୁ ସେମାନଙ୍କୁ ସ୍ୱାଂଶ କୁହାଯାଏ, ଅର୍ଥାତ୍ ଅନ୍ତରଙ୍ଗ ଅଂଶ ।\n୨. ବିଭିନ୍ନାଂଶ - ଏମାନେ ଭଗବାନଙ୍କର ବିଚ୍ଛିନ୍ନ ଅଂଶ ଅଟନ୍ତି । ସେମାନେ ପ୍ରତ୍ୟକ୍ଷ ଭାବେ ଭଗବାନଙ୍କର ଅଂଶ ନୁହନ୍ତି, ବରଂ ସେମାନେ ତାଙ୍କ (ଜୀବଶକ୍ତିର) ଅଂଶ ଅଟନ୍ତି । ସୃଷ୍ଟିର ସମସ୍ତ ଜୀବ ଏହି ଗୋଷ୍ଠିର ଅନ୍ତର୍ଭୁକ୍ତ । ଶ୍ଲୋକ ୭.୫ରେ ଶ୍ରୀକୃଷ୍ଣ ଏହା ବ୍ୟକ୍ତ କରିଥିଲେ । “ହେ ଅର୍ଜୁନ! ମାୟାଶକ୍ତିର ଊର୍ଦ୍ଧ୍ୱରେ, ମୋର ଏକ ଉଚ୍ଚତର ଶକ୍ତି ରହିଛି । ଏହି ଶକ୍ତିର ଅନ୍ତର୍ଭୁକ୍ତ ସମସ୍ତ ଦେହଧାରୀ ଜୀବ ଅଟନ୍ତି, ଯେଉଁମାନେ ସଂସାରରେ ଜୀବନର ଆଧାର ଅଟନ୍ତି ।”\nପୁନଶ୍ଚ, ବିଭିନ୍ନାଂଶ ଜୀବମାନେ ମଧ୍ୟ ତିନି ପ୍ରକାରର ଅଟନ୍ତି:\n୧. ନିତ୍ୟ ସିଦ୍ଧ - ଏହି ଜୀବମାନେ ନିତ୍ୟ ବିମୁକ୍ତ ଅଟନ୍ତି । ଏମାନେ ଦିବ୍ୟଲୋକରେ ଅନାଦି କାଳରୁ ଅଛନ୍ତି ଏବଂ ଭଗବାନଙ୍କ ଦିବ୍ୟ ଲୀଳାରେ ଭାଗ ନିଅନ୍ତି ।\n୨. ସାଧନ-ସିଦ୍ଧ - ଏହିପରି ଜୀବମାନେ ପୂର୍ବରୁ ମାୟିକ ଜଗତରେ ଥିଲେ, କିନ୍ତୁ ସାଧନା କରି ସେମାନେ ଭଗବତ୍ ପ୍ରାପ୍ତି କରିଛନ୍ତି । ବର୍ତ୍ତମାନ ସେମାନେ ଦିବ୍ୟଲୋକରେ ବାସ କରି ଭଗବାନଙ୍କ ଲୀଳାରେ ଚିରଦିନ ପାଇଁ ଅଂଶଗ୍ରହଣ କରୁଛନ୍ତି ।\n୩. ନିତ୍ୟବଦ୍ଧ - ଏହି ଜୀବମାନେ ଅନାଦି କାଳରୁ ମାୟିକ ଜଗତରେ ରହିଛନ୍ତି । ସେମାନେ ପାଞ୍ଚ ଇନ୍ଦ୍ରିୟ ଏବଂ ମନକୁ ନେଇ ସଂଘର୍ଷରତ ରହିଛନ୍ତି ।\nକଠୋପନିଷଦ କହେ:\nପରାଞ୍ôଚ ଖାନି ବ୍ୟତୃଣତ୍ ସ୍ୱୟଂଭୂ (୨.୧.୨)\n“ସୃଷ୍ଟିକର୍ତ୍ତା ବ୍ରହ୍ମା, ଇନ୍ଦ୍ରିୟଗୁଡ଼ିକୁ ଏପରି ନିର୍ମିତ କରିଛନ୍ତି ଯେ, ସେଗୁଡ଼ିକ ବହିର୍ମୁଖୀ ହୋଇ ସଂସାରାଭିମୁଖୀ ହୋଇଛନ୍ତି ।” ଏହି ବିଭିନ୍ନାଂଶ ନିତ୍ୟ ବଦ୍ଧମାନଙ୍କୁ ଲକ୍ଷ୍ୟକରି ଶ୍ରୀକୃଷ୍ଣ କହୁଛନ୍ତି ଯେ ସେମାନେ ମନ ଓ ଇନ୍ଦ୍ରିୟମାନଙ୍କର ତୃପ୍ତି ପାଇଁ ସଂଘର୍ଷରତ ରହିଛନ୍ତି ଏବଂ ପ୍ରତିବଦଳରେ କଷ୍ଟଭୋଗ କରୁଛନ୍ତି । ପରବର୍ତ୍ତୀ ଶ୍ଲୋକରେ, ସେ ମୃତ୍ୟୁପରେ ଆତ୍ମା ଅନ୍ୟ ଏକ ଶରୀରକୁ ସ୍ଥାନାନ୍ତରିତ ହେଲାବେଳେ ଇନ୍ଦ୍ରିୟ ଓ ମନର କ’ଣ ଗତି ହୁଏ, ତାହା ସ୍ପଷ୍ଟ କରିଛନ୍ତି ।"
},
{
"verseTitle": "Bhagavad Gita 15.8",
"verse": "8",
"chapter": 15,
"lang": "or",
"shloka": {
"speaker": "",
"sanskrit": "शरीरं यदवाप्नोति यच्चाप्यत्क्रामतीश्वरः।\n\nगृहीत्वैतानि संयाति वायुर्गन्धानिवाशयात् ॥8॥",
"text": "ଶରୀରଂ ଯଦବାପ୍ନୋତି ଯଚ୍ଚାପ୍ୟୁତ୍କ୍ରାମତୀଶ୍ୱରଃ ।\nଗୃହୀତ୍ୱୈତାନି ସଂଯାତି ବାୟୁର୍ଗନ୍ଧାନିବାଶୟାତ୍ ।।୮।।",
"audioLink": "https://www.holy-bhagavad-gita.org/public/audio/015_008.mp3"
},
"wordMeanings": "ଶରୀରଂ -ଶରୀର; ଯତ୍-ଯେପରି; ଅବାପ୍ନୋତି-ନେଇଥାଏ; ଯତ୍ -ଯାହା; ଚ ଅପି -ମଧ୍ୟ; ଉତ୍କ୍ରାମତି- ତ୍ୟାଗକରେ; ଈଶ୍ୱରଃ- ଶରୀରର ପ୍ରଭୁ, ଦେହୀ; ଗୃହୀତ୍ୱା -ଗ୍ରହଣ କରି; ଏତାନି- ଏ ସବୁ; ସଂଯାତି- ଚାଲିଯାଏ; ବାୟୁଃ- ବାୟୁ; ଗନ୍ଧାନ୍- ଗନ୍ଧ; ଇବ- ପରି; ଆଶୟାତ୍ -ସ୍ଥାନରୁ ।",
"translation": {
"text": "ବାୟୁ ଯେପରି ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରି ନେଇଥାଏ, ସେହିପରି ଦେହଧାରୀ ଆତ୍ମା ଯେତେବେଳେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଗୋଟିଏକୁ ପ୍ରବେଶ କରେ, ମନ ଏବଂ ଇନ୍ଦ୍ରିୟ ଗୁଡ଼ିକୁ ନିଜ ସହିତ ବହନ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.8.mp3"
]
},
"commentary": "ଆତ୍ମାର ଦେହାନ୍ତରଣ ପ୍ରକ୍ରିୟାକୁ ଏଠାରେ ବର୍ଣ୍ଣନା କରାଯାଇଛି । ମଳୟ ଫୁଲର ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରିବାର ଉଦାହରଣ ଏଠାରେ ଦିଆଯାଇଛି । ସେହିପରି ମୃତ୍ୟୁ ସମୟରେ ଆତ୍ମା ତାର ସ୍ଥୁଳ ଶରୀରକୁ ତ୍ୟାଗ କରେ କିନ୍ତୁ ସେ ସୂକ୍ଷ୍ମ ଓ କାରଣ ଶରୀରକୁ, ଯାହାର ଅନ୍ତର୍ଭୁକ୍ତ ମନ ଓ ଇନ୍ଦ୍ରିୟ ଅଟନ୍ତି, ସେମାନଙ୍କୁ ନିଜ ସହିତ ବହନ କରିଥାଏ । (ତିନି ପ୍ରକାରର ଶରୀର ବିଷୟରେ ଶ୍ଲୋକ ୨.୨୮ରେ ବିସ୍ୃତ ଭାବେ ବର୍ଣ୍ଣନା କରାଯାଇଛି ।)\nପ୍ରତ୍ୟେକ ଜନ୍ମରେ ଆତ୍ମା ଏକ ନୂତନ ଶରୀର ଲାଭ କରୁଥିବାବେଳେ, ମନ ପୂର୍ବଜନ୍ମରୁ ଆତ୍ମା ସହିତ ଯାତ୍ରା କରିଥାଏ । ଏହା ଯେଉଁମାନେ ଜନ୍ମରୁ ଅନ୍ଧ ସେମାନଙ୍କର ସ୍ୱପ୍ନ ଦେଖିବା କାରଣକୁ ସ୍ପଷ୍ଟ କରିଥାଏ । ସାଧାରଣତଃ, ସ୍ୱପ୍ନ ଆମର ଜାଗ୍ରତ ସମୟରେ ଦେଖିଥିବା ଦୃଶ୍ୟ ଏବଂ ଚିନ୍ତନର ବିକୃତିକରଣ ଅଟେ । ଏହା ବିଚ୍ଛିନ୍ନ ହୋଇ ନିଦ୍ରା ସମୟରେ ସଂଯୋଜିତ ହୋଇଥାଏ । ଉଦାହରଣ ସ୍ୱରୂପ, ଚିନ୍ତା କରନ୍ତୁ ଜଣେ ବ୍ୟକ୍ତି ଆକାଶରେ ପକ୍ଷୀଟିଏ ଦେଖିଲା ଏବଂ ଭାବିଲା, “ମୁଁ ଚଢ଼େଇଟିଏ ହୋଇଥିଲେ କେତେ ସୁନ୍ଦର ହୋଇଥାନ୍ତା ।” ସ୍ୱପ୍ନରେ ସେ ମନୁଷ୍ୟ ଶରୀରରେ ଉଡୁଥିବାର ଦୃଶ୍ୟ ଦେଖିଥାଏ । ଏହାର କାରଣ, ତାର ଜାଗ୍ରତ ସମୟର ଚିନ୍ତନ ଏବଂ ଦୃଶ୍ୟ ସବୁ ବିକୃତ ହୋଇ ସ୍ୱପ୍ନାବସ୍ଥାରେ ଆବିର୍ଭାବ ହେଲା । କିନ୍ତୁ ଯିଏ ଜନ୍ମରୁ ଅନ୍ଧ, ସେ ତ କୌଣସି ରୂପ ବା ଆକାର ଦେଖି ନ ଥାଏ, ତଥାପି ସେ ସ୍ୱପ୍ନ ଦେଖିଥାଏ । ଏହାର କାରଣ, ଅନନ୍ତ ପୂର୍ବ ଜନ୍ମର ଜାଗ୍ରତ ଅବସ୍ଥାର ପ୍ରତିଛବିସବୁ ସୂକ୍ଷ୍ମ ମସ୍ତିଷ୍କରେ ସଞ୍ôଚତ ହୋଇ ରହିଥାଏ । ଆତ୍ମା ଶରୀର ତ୍ୟାଗ କରିବା ସମୟରେ, ମନ ଓ ଇନ୍ଦ୍ରିୟଗୁଡ଼ିକୁ ନିଜ ସହିତ ବହନ କରିବା ବିଷୟ ବର୍ଣ୍ଣନା କରିବା ପରେ, ଏଗୁଡ଼ିକୁ ସେ କ’ଣ କରେ, ତାହା ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 15.9",
"verse": "9",
"chapter": 15,
"lang": "or",
"shloka": {
"speaker": "",
"sanskrit": "श्रोत्रं चक्षुः स्पर्शनं च रसनं घ्राणमेव च ।\n\nअधिष्ठाय मनश्चायं विषयानुपसेवते ॥9॥",
"text": "ଶ୍ରୋତଂ ଚକ୍ଷୁଃ ସ୍ପର୍ଶନଂ ଚ ରସନଂ ଘ୍ରାଣମେବ ଚ ।\nଅଧିଷ୍ଠାୟ ମନଶ୍ଚାୟଂ ବିଷୟାନୁପସେବତେ ।।୯।।",
"audioLink": "https://www.holy-bhagavad-gita.org/public/audio/015_009.mp3"
},
"wordMeanings": "ଶ୍ରୋତଂ -କର୍ଣ୍ଣ; ଚକ୍ଷୁଃ -ଚକ୍ଷୁ; ସ୍ପର୍ଶନଂ -ସ୍ପର୍ଶେନ୍ଦ୍ରିୟ; ଚ-ଏବଂ; ରସନଂ- ଜିହ୍ୱା; ଘ୍ରାଣଂ -ନାସିକା; ଏବ-ମଧ୍ୟ; ଚ-ଏବଂ; ଅଧିଷ୍ଠାୟ - ଅଧିଷ୍ଠିତ ହୋଇ; ମନଃ- ମନ; ଚ-ମଧ୍ୟ; ଅୟଂ-ସେମାନେ; ବିଷୟାନ୍ -ଇନ୍ଦ୍ରିୟ ବିଷୟର; ଉପସେବତେ- ଉପଭୋଗ କରନ୍ତି ।",
"translation": {
"text": "ମନର ଚତୁଃପାଶ୍ୱର୍ରେ ବେଷ୍ଟିତ କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା ଏବଂ ନାସିକା ଆଦିର ଇନ୍ଦ୍ରିୟାନୁଭୂତିକୁ ଉପଯୋଗ କରି, ଦେହଧାରୀ ଆତ୍ମା ଇନ୍ଦ୍ରିୟ ବିଷୟଗୁଡ଼ିକର ଆସ୍ୱାଦନ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.9.mp3"
]
},
"commentary": "ଆତ୍ମା ଦିବ୍ୟ ହୋଇଥିବାରୁ, ପ୍ରତ୍ୟକ୍ଷ ଭାବରେ, ସ୍ୱାଦ, ସ୍ପର୍ଶ, ଆଘ୍ରାଣ କିମ୍ବା ଶ୍ରବଣ କରିପାରେ ନାହିଁ । ତା’ହେଲେ ସେ ଏହି ଅନୁଭୂତିଗୁଡ଼ିକୁ କିପରି ଉପଭୋଗ କରେ? ଇନ୍ଦ୍ରିୟ ଓ ମନ ଏଥିରେ ତା’ର ସହାୟତା କରିଥାନ୍ତି । ପ୍ରକୃତରେ ଇନ୍ଦ୍ରିୟ ଓ ମନ ଜଡ଼ ଅଟନ୍ତି କିନ୍ତୁ ଆତ୍ମାର ଚୈତନ୍ୟତା ପ୍ରାପ୍ତ ହୋଇ ଜୀବନ୍ତ ହୋଇଯାଆନ୍ତି । ଏଣୁ ସେମାନେ ବସ୍ତୁ, ପରିସ୍ଥିତି ଏବଂ ବ୍ୟକ୍ତିଙ୍କଠାରୁ ସୁଖ ଓ ଦୁଃଖ ଅନୁଭବ କରିଥାନ୍ତି । ଅହଂକାରବଶତଃ ଆତ୍ମା, ମନ ଏବଂ ଇନ୍ଦ୍ରିୟ ସହିତ ତାଦାତ୍ମ୍ୟ କରି ସେହି ସୁଖକୁ କାଳ୍ପନିକ ଭାବରେ ଅନୁଭବ କରେ ।\nଏଠାରେ ସମସ୍ୟା ଏହା ଯେ ଆତ୍ମା ନିଜେ ଦିବ୍ୟ, କିନ୍ତୁ ସେ ଗ୍ରହଣ କରୁଥିବା ସୁଖ ମାୟିକ ଅଟେ । ତେଣୁ ମନ ଓ ଇନ୍ଦ୍ରିୟ ଆତ୍ମାକୁ ଯେତେ ସୁଖ ପ୍ରଦାନ କଲେ ମଧ୍ୟ ସେ ଅସନ୍ତୁଷ୍ଟ ରହେ ଏବଂ ବାସ୍ତବିକ ଶାଶ୍ୱତ ସୁଖର ଅନୁସନ୍ଧାନ ଜାରି ରହେ । ଆମେରିକାର ଦାର୍ଶନିକ, ରାଲ୍ଫ ୱାଲ୍ଡ଼ୋ ଇମର୍ସନ୍ ଏହାକୁ ସୁନ୍ଦର ଭାବେ ଚିତ୍ରଣ କରିଥିଲେ: “ଆମେ ଧରିନେଇଥାଉ ଯେ, ମନୁଷ୍ୟ ଜୀବନ ହୀନ ଅଟେ କିନ୍ତୁ ଏହା ହୀନ ବୋଲି ଆମେ କିପରି ଜାଣିଲୁ? ଏହି ଅସ୍ଥିରତା ବା ଏହି ପୁରାତନ ଅଶାନ୍ତିର କାରଣ କ’ଣ? କାମନା ଏବଂ ଅଜ୍ଞତାର ସାର୍ବଜନୀନ ଅର୍ଥ କ’ଣ? କେଉଁ ପରୋକ୍ଷ ସୂଚନା ଦ୍ୱାରା ଆତ୍ମା ଏହି ବିରାଟ ଦାବି କରେ?” ଅନ୍ୟ ଜଣେ ପ୍ରସିଦ୍ଧ ଦାର୍ଶର୍ନିକ, ମେଷ୍ଟର ଇଖାର୍ଟ ଲେଖିଛନ୍ତି: “ଆତ୍ମାର କିଛି ଦିବ୍ୟତା ଏବଂ ସରଳତା ଅଛି ଯାହାକି ପ୍ରାଣୀ ମାନଙ୍କର ଅନୁଭବର ଊର୍ଦ୍ଧ୍ୱରେ । ଏହି ଦିବ୍ୟ ଜ୍ୟୋତି କେବଳ ଦିବ୍ୟ ଅମୂଲ୍ୟ ସୁଗନ୍ଧି ଦ୍ୱାରା ସନ୍ତୁଷ୍ଟ ହୋଇପାରିବ ।”\nଯେଉଁ ଅନନ୍ତ ଚିନ୍ମୟ ଦିବ୍ୟ ଆନନ୍ଦ ଆତ୍ମା ଖୋଜୁଅଛି, ତାହା କେବଳ ଭଗବାନଙ୍କଠାରୁ ହିଁ ପ୍ରାପ୍ତ ହେବ । ଯେତେବେଳେ ଏହାକୁ ଜଣେ ହୃଦୟଙ୍ଗମ କରେ, ଯେଉଁ ଇନ୍ଦ୍ରିୟ ଏବଂ ମନ ବନ୍ଧନ ସୃଷ୍ଟି କରନ୍ତି, ସେଗୁଡ଼ିକୁ ହିଁ ଭଗବାନଙ୍କ ଦିଗକୁ ମୋଡ଼ି ସେ ଭକ୍ତିର ଆୟୁଧ ଭାବରେ ଉପଯୋଗ କରେ । ହିନ୍ଦୀ ରାମାୟଣର ରଚୟିତା, ସନ୍ଥ ତୁଳସୀ ଦାସ ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟନ୍ତି । ଯୌବନ କାଳରେ ସେ ତାଙ୍କ ସ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ଥିଲେ । ଏକଦା ତାଙ୍କ ସ୍ତ୍ରୀ କିଛି ଦିନ ପାଇଁ ନିଜ ବାପାଙ୍କ ଘରକୁ ଯାଇଥିଲେ । ସେହି ସମୟରେ ତୁଳସୀଦାସ ତାଙ୍କୁ ଭେଟିବାର ଇଚ୍ଛାରେ ଶ୍ୱଶୁର ଘରକୁ ଚାଲି ଚାଲି ଯିବାକୁ ବାହାରିଲେ । ରାସ୍ତାରେ ଗୋଟିଏ ନଦୀ ଥିଲା, କିନ୍ତୁ ବହୁତ ବର୍ଷା ହେଉଥିବା ଯୋଗୁଁ କୌଣସି ନାବିକ ତାଙ୍କୁ ଅନ୍ୟ ପାଶ୍ୱର୍କୁ ନେବାକୁ ରାଜି ହେଲେ ନାହିଁ । ଏହି ସମୟରେ ଗୋଟିଏ ଶବ ଭାସି ଆସିଲା । ତାଙ୍କ ପତ୍ନୀଙ୍କ ସହିତ ସାକ୍ଷାତ କରିବାର ଚିନ୍ତାରେ ମଗ୍ନ ରହି, ସେ ଏହାକୁ ଏକ କାଠଗଣ୍ଡି ଭାବିଲେ । ସେ ତାକୁ ଜାବୋଡ଼ି ଧରି ପହଁରି ପହଁରି ଅନ୍ୟପାରିକୁ ଚାଲିଗଲେ । ଘରର ଦ୍ୱିତଳରେ ତାଙ୍କ ପତ୍ନୀ ରହୁଥିଲେ ଏବଂ ତାଙ୍କୁ ସାକ୍ଷାତ କରିବାର ଆଗ୍ରହ ତାଙ୍କୁ ଅଣାୟତ୍ତ କରି ଦେଉଥିଲା । ଗୋଟିଏ ସାପ କାନ୍ଥରେ ଝୁଲୁଥିଲା । ତୁଳସୀଦାସ ତାକୁ ଭଲ ଭାବରେ ଲକ୍ଷ୍ୟ ନ କରି ତାକୁ ଏକ ରସି ଭାବିଲେ । ମୁଖ୍ୟ ଦ୍ୱାରରେ ସଙ୍କେତ ଦେଇ ସମୟ ନଷ୍ଟ ନ କରିବା ଅପେକ୍ଷା, ସେ ସାପକୁ ଧରି ଉପରକୁ ଚଢ଼ିଗଲେ । ଯେତେବେଳେ ସେ ଝରକା ପଟେ ଗୃହ ମଧ୍ୟକୁ ପ୍ରବେଶ କଲେ, ତାଙ୍କ ପତ୍ନୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ସେ ତାଙ୍କୁ ପଚାରିଲେ, କିପରି ସେ ନଦୀପାର କଲେ ଏବଂ କିପରି ସେ କାନ୍ଥ ଉପରକୁ ଚଢ଼ିଲେ । ସେ ଭୁଲବଶତଃ ଯାହାକୁ କାଠଗଣ୍ଡି ଓ ରସି ଭାବୁଥିଲେ, ସେଗୁଡ଼ିକ ପ୍ରତି ଇଶାରା କଲେ । ପତ୍ନୀ ଶବ ଏବଂ ସର୍ପକୁ ଦେଖି ଚମକି ପଡ଼ିଲେ । ସେ ବିସ୍ମିତ ହୋଇ କହିଲେ, “ଆପଣ ଏହି ରକ୍ତ ଏବଂ ମାଂସର ଶରୀର ପ୍ରତି ଏତେ ଆସକ୍ତ ହୋଇଛନ୍ତି । ଯଦି ଆପଣ ଭଗବାନଙ୍କ ପ୍ରତି ଏତିକି ପ୍ରବଳ କାମନା କରିଥାନ୍ତେ, ଆପଣଙ୍କୁ ପୁନର୍ବାର ଏହି ସଂସାରରେ ଜନ୍ମ ନେବାକୁ ପଡ଼ନ୍ତା ନାହିଁ ।” ପତ୍ନୀଙ୍କ ବାଣୀ ତାଙ୍କୁ ଏତେ ବେଶୀ ଆହତ କଲା ଯେ ସେ ତାଙ୍କର ମୁର୍ଖାମୀ ବୁଝିପାରିଲେ ଏବଂ ତାଙ୍କର ବୈରାଗ୍ୟ ଉତ୍ପନ୍ନ ହେଲା । ସେ ଗୃହତ୍ୟାଗ କରି ଭକ୍ତି କରିବାକୁ ଚାଲିଗଲେ । ଅତୀତରେ ଯେଉଁ ମନ ଏବଂ ଇନ୍ଦ୍ରିୟଗୁଡ଼ିକର କାମନା ତାଙ୍କୁ କଷ୍ଟ ଦେଉଥିଲା, ସେଗୁଡ଼ିକୁ ଭଗବାନଙ୍କର ଅଭିମୁଖୀ କରିଦେଲେ । ଏହିପରି ଭକ୍ତି ଦ୍ୱାରା, ସେ ନିଜକୁ ଶୁଦ୍ଧ କଲେ ଏବଂ ବିଖ୍ୟାତ କବି ସନ୍ଥ ତୁଳସୀଦାସ ଭାବରେ ଖ୍ୟାତ ହେଲେ । ପରେ ସେ ଲେଖିଥିଲେ:\nକାମିହିି ନାରୀ ପିଆରି ଜିମି, ଲୋଭିହି ପ୍ରିୟ ଜିମି ଦାମତିମି ରଘୁନାଥ ନିରନ୍ତର, ପ୍ରିୟ ଲାଗହୁ ମୋହି ରାମ (ରାମାୟଣ)\n“ଯେପରି ଏକ କାମୀ ପୁରୁଷ ସୁନ୍ଦରୀ ସ୍ତ୍ରୀ ଚାହେଁ ଏବଂ ଲୋଭି ବ୍ୟକ୍ତି ଧନ କାମନା କରେ, ସେହିପରି ମୋର ମନ ପ୍ରଭୁ ରାମଙ୍କର ନିରନ୍ତର କାମନା କରୁ ।”"
},
{
"verseTitle": "Bhagavad Gita 15.10",
"verse": "10",
"chapter": 15,
"lang": "or",
"shloka": {
"speaker": "",
"sanskrit": "उत्क्रामन्तं स्थितं वापि भुञ्जानं वा गुणान्वितम् ।\n\nविमूढा नानुपश्यन्ति पश्यन्ति ज्ञानचक्षुषः ॥10॥",
"text": "ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ୍ ।\nବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ ।।୧୦।।",
"audioLink": "https://www.holy-bhagavad-gita.org/public/audio/015_010.mp3"
},
"wordMeanings": "ଉତ୍କ୍ରାମନ୍ତଂ -ଶରୀର ତ୍ୟାଗକରି; ସ୍ଥିତଂ - ଶରୀରରେ ଅବସ୍ଥିତ; ବା ଅପି- କିମ୍ବା; ଭୁଞ୍ଜାନାଂ -ଉପଭୋଗ କରି; ବା-କିମ୍ବା; ଗୁଣ-ଅନ୍ୱିତମ୍- ମାୟାଧୀନ; ବିମୂଢ଼ାଃ -ମୂର୍ଖମାନେ; ନ ଅନୁପଶ୍ୟନ୍ତି -ଦେଖିପାରନ୍ତି ନାହିଁ; ପଶ୍ୟନ୍ତି -ଦେଖନ୍ତି; ଜ୍ଞାନ-ଚକ୍ଷୁଷଃ -ଯାହାର ଜ୍ଞାନଚକ୍ଷୁ ଅଛି ।",
"translation": {
"text": "ଅଜ୍ଞାନୀମାନେ ଆତ୍ମା ଶରୀରରେ ନିବାସ କରିଥିବା ବେଳେ କିମ୍ବା ଇନ୍ଦ୍ରିୟ ବସ୍ତୁକୁ ଉପଭୋଗ କରୁଥିବା ବେଳେ କିମ୍ବା ଶରୀର ତ୍ୟାଗ କଲାବେଳେ ମଧ୍ୟ, ତାହାକୁ ଉପଲବ୍ଧି କରିପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କର ଚକ୍ଷୁ ଜ୍ଞାନଯୁକ୍ତ, ସେମାନେ ତାହାକୁ ଲକ୍ଷ୍ୟ କରିପାରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.10.mp3"
]
},
"commentary": "ଯଦିଓ ଆତ୍ମା ଶରୀର ମଧ୍ୟରେ ବାସ କରେ ଏବଂ ମନ ଓ ଇନ୍ଦ୍ରିୟଙ୍କ ଅନୁଭୂତିକୁ ଆସ୍ୱାଦନ କରେ, ତଥାପି ସମସ୍ତେ ଏ ବିଷୟରେ ଅବଗତ ନ ଥାନ୍ତି । କାରଣ ଆତ୍ମା ଅପ୍ରାକୃତ ଅଟେ ଏବଂ ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ତାହାକୁ ସ୍ପର୍ଶ ବା ଦର୍ଶନ କରିହେବ ନାହିଁ । ବୈଜ୍ଞାନିକ ମାନେ ପ୍ରୟୋଗଶାଳାରେ ସେମାନଙ୍କର ଦ୍ୱାରା ଏହାକୁ ଚିହ୍ନଟ କରିପାରନ୍ତି ନାହିଁ । ତେଣୁ ଭୁଲବଶତଃ ସେମାନେ ଶରୀରକୁ ‘ମୁଁ’ ମନେକରନ୍ତି । ଏହା ଜଣେ କାରିଗର, କାର କିପରି ଚାଲେ ତାହା ଜାଣିବାକୁ ଚେଷ୍ଟା କରିବା ପରି ଅଟେ । ସେ ଘୂରୁଥିବା ଚକଠାରୁ ଅନୁସନ୍ଧାନ ଆରମ୍ଭ କରି ଆକ୍ସିଲେରେଟର୍, ଇଞ୍ଜିନ୍ ସ୍ୱିଚ୍ ଏବଂ ଷ୍ଟିଅରିଙ୍ଗ ଚକ ଇତ୍ୟାଦି ପାଇଥାଏ । ସେ ଏଗୁଡିକୁ କାର୍ ଚାଲିବାର କାରଣ ରୂପେ ଅଭିହିତ କରିଥାଏ, କିନ୍ତୁ କାର୍ ଚାଳକକୁ ଭୁଲିଯାଇ ଥାଏ । ସେହିପରି ଶରୀର ମଧ୍ୟରେ ଆତ୍ମାର ଅବସ୍ଥିତି ଉପଲବ୍ଧି ନ କରି, ଶରୀର ବିଜ୍ଞାନୀମାନେ ଶରୀରର ବିଭିନ୍ନ ଅଂଶଗୁଡ଼ିକ ଶରୀର ମଧ୍ୟରେ ଜୀବନ ସୃଷ୍ଟି କରନ୍ତି, ଏହି ନିର୍ଣ୍ଣୟ ନେଇଥାନ୍ତି ।\nକିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାତ୍ରା କରନ୍ତି, ସେମାନେ ଜ୍ଞାନଚକ୍ଷୁରେ ଦେଖିପାରନ୍ତି ଯେ ଆତ୍ମା ଏହି ସମସ୍ତ ଅଂଶଗୁଡ଼ିକୁ ଶକ୍ତି ପ୍ରଦାନ କରେ । ସେଥିପାଇଁ ଆତ୍ମା ଯେତେବେଳେ ଶରୀର ଛାଡ଼ି ଚାଲିଯାଏ, ଶରୀରର ସମସ୍ତ ଅଙ୍ଗ ଯଥା ହୃତ୍ପିଣ୍ଡ, ମସ୍ତିଷ୍କ, ଫୁସ୍ଫୁସ୍ ଇତ୍ୟାଦି ଥାଇ ମଧ୍ୟ ଚେତନାହୀନ ହୋଇଯାଆନ୍ତି । ଚୈତନ୍ୟତା ଆତ୍ମାର ଗୁଣ ଅଟେ; ଆତ୍ମା ଶରୀରରେ ଥିବା ପର୍ଯ୍ୟନ୍ତ ଏହା ଶରୀରରେ ରହେ ଏବଂ ଆତ୍ମା ଚାଲିଗଲେ ସେ ମଧ୍ୟ ଚାଲିଯାଏ । କେବଳ ଯାହାର ଜ୍ଞାନ ଚକ୍ଷୁ ଥାଏ, ସେ ଏହାକୁ ଦେଖି ପାରେ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ମୂଢ଼ ବ୍ୟକ୍ତି, ନିଜର ଦିବ୍ୟ ପରିଚୟକୁ ଭୁଲି, ନିଜକୁ ଭୌତିକ ଶରୀର ମନେ କରିଥାଏ ।"
},
{
"verseTitle": "Bhagavad Gita 15.11",
"verse": "11",
"chapter": 15,
"lang": "or",
"shloka": {
"speaker": "",
"sanskrit": "यतन्तो योगिनश्चैनं पश्यन्त्यात्मन्यवस्थितम्।\n\nयतन्तोऽप्यकृतात्मानो नैनं पश्यन्त्यचेतसः ॥11॥",
"text": "ଯତନ୍ତୋ ଯୋଗିନଶ୍ଚୈନଂ ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍ ।\nଯତନ୍ତୋଽପ୍ୟକୃତାତ୍ମାନୋ ନୈନଂ ପଶ୍ୟନ୍ତ୍ୟଚେତସଃ ।।୧୧।।",
"audioLink": "https://www.holy-bhagavad-gita.org/public/audio/015_011.mp3"
},
"wordMeanings": "ଯତନ୍ତଃ - ପ୍ରଚେଷ୍ଟାବାନ୍; ଯୋଗିନଃ - ଯୋଗୀଗଣ; ଚ-ମଧ୍ୟ; ଏନଂ -ଏହାକୁ; ପଶ୍ୟନ୍ତି- ଦେଖିପାରନ୍ତି; ଆତ୍ମନି - ଆତ୍ମାରେ; ଅବସ୍ଥିତମ୍- ଅବସ୍ଥିତ; ଯତନ୍ତଃ -ପ୍ରଚେଷ୍ଟାବାନ୍; ଅପି-ଯଦିଓ: ଅକୃତ-ଆତ୍ମନଃ- ଯେଉଁମାନଙ୍କର ମନ ଶୁଦ୍ଧ ହୋଇନାହିଁ; ନ-ନୁହେଁ; ଏନମ୍- ଏହାକୁ; ପଶ୍ୟନ୍ତି- ଦେଖିପାରନ୍ତି; ଅଚେତସଃ - ନିମ୍ନ ଚେତନାରେ ଥିବା ବ୍ୟକ୍ତି ।",
"translation": {
"text": "ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି । କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ, ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.11.mp3"
]
},
"commentary": "ଜ୍ଞାନ ପାଇଁ କେବଳ ଚେଷ୍ଟାକରିବା ଯଥେଷ୍ଟ ନୁହେଁ; ଆମର ଉଦ୍ୟମ ସଠିକ୍ ଦିଗରେ ହେବା ଆବଶ୍ୟକ । ମନୁଷ୍ୟ ଏହି ଭୁଲ କରିଥାଏ ଯେ ଯେଉଁ ପ୍ରଣାଳୀରେ ସେ ସଂସାରର ଜ୍ଞାନ ଲାଭ କରିଥାଏ, ସେହି ଉପାୟରେ ଦିବ୍ୟ ଜ୍ଞାନ ଲାଭ କରିବାକୁ ଚେଷ୍ଟା କରେ । ସେମାନେ ତାଙ୍କର ଇନ୍ଦ୍ରିୟମାନଙ୍କର ଅନୁଭୂତି ଏବଂ ବୁଦ୍ଧିର ଶକ୍ତିକୁ, ଜ୍ଞାନର ସଠିକତା ଅଥବା ଦୋଷାବହତା ନିର୍ଣ୍ଣୟ କରିବାର ମାନଦଣ୍ଡ ରୂପେ ଗ୍ରହଣ କରନ୍ତି । ସେମାନେ ଧରିନିଅନ୍ତି ଯେ, ଯଦି କୌଣସି ବିଷୟକୁ ତାଙ୍କର ଇନ୍ଦ୍ରିୟମାନେ ଧାରଣ କରିପାରୁନାହାଁନ୍ତି କିମ୍ବା ତାଙ୍କ ବୁଦ୍ଧି ବୁଝିପାରୁନାହିଁ, ତାହେଲେ ସେପରି ତତ୍ତ୍ୱର ଅସ୍ଥିତ୍ୱ ନାହିଁ । ଯେହେତୁ ଇନ୍ଦ୍ରିୟଗୁଡ଼ିକ ଆତ୍ମାର ଉପଲବ୍ଧି କରିପାରନ୍ତି ନାହିଁ, ସେମାନେ ଏହି ନିଷ୍କର୍ଷରେ ଉପନୀତ ହୋଇଥାଆନ୍ତି ଯେ ଆତ୍ମା ନାମକ କୌଣସି ତତ୍ତ୍ୱ ନାହିଁ । ଏହାର ବର୍ଣ୍ଣନା କରିବାକୁ ଯାଇ, ଆଲେକ୍ସି କାରେଲ୍ ତାଙ୍କ ପୁସ୍ତକ, ଅଜଣା ମଣିଷରେ ଲେଖିଛନ୍ତି: “ଆମ ମନର ଏକ ସ୍ୱାଭାବିକ ପ୍ରବୃତ୍ତି, ଯେଉଁ ବିଷୟ ଆମର ସମକାଳୀନ ବୈଜ୍ଞାନିକ କିମ୍ବା ଦାର୍ଶନିକ ବିଶ୍ୱାସ ସହିତ ଖାପ ଖାଇ ନ ଥାଏ, ଆମେ ତାକୁ ବହିଷ୍କାର କରିଥାଏ । ତଥାପି ବୈଜ୍ଞାନିକମାନେ ମନୁଷ୍ୟ ହିଁ ଅଟନ୍ତି । ସେମାନେ ନିଜର ପରିବେଶ ଓ ଯୁଗର ବଦ୍ଧମୂଳଧାରଣାକୁ ନେଇ ପରିତୃପ୍ତ ଥାଆନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର ସିଦ୍ଧାନ୍ତ ଅନୁଯାୟୀ ଯେଉଁ ତତ୍ତ୍ୱର ବର୍ଣ୍ଣନା କରାଯାଇ ପାରୁନାହିଁ, ତାହାର ଅସ୍ତିତ୍ୱ ନାହିଁ । ବୈଜ୍ଞାନିକମାନେ ଏବେ ବି ଟେଲିପାଥୀ ଏବଂ ଅନ୍ୟ ଆଧ୍ୟାତ୍ମିକ ପ୍ରକ୍ରିୟାକୁ ଭ୍ରମ ମନେ କରିଥାନ୍ତି । ଜଣାଶୁଣା ଅଥଚ ଅଣ-ପାରମ୍ପରିକ ବିଷୟ ଗୁଡ଼ିକୁ ଦବାଇ ଦିଆଯାଏ ।”\nନ୍ୟାୟଦର୍ଶନ ଏହି ପ୍ରକାର ଚିନ୍ତନକୁ କୂପ-ମଣ୍ଡୂକ-ନ୍ୟାୟ ଆଖ୍ୟା ଦେଇଥାଏ । ଗୋଟିଏ ମଣ୍ଡୂକ ଗୋଟିଏ କୂଅ ଭିତରେ ରହୁଥିଲା ଏବଂ ସେ କୂଅର ଆକାର ସମ୍ବନ୍ଧରେ ପୂର୍ଣ୍ଣ ପରିଚିତ ଥିଲା । ଦିନେ ସମୁଦ୍ରରେ ରହୁଥିବା ଏକ ମଣ୍ଡୂକ କୂଅ ମଧ୍ୟକୁ ଡ଼େଇଁପଡ଼ିଲା । ସେମାନେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରିବାରେ ଲାଗିଲେ । କୂଅର ମଣ୍ଡୂକଟି ସାମୁଦ୍ରିକ ମଣ୍ଡୂକକୁ ପଚାରିଲା, “ତୁମେ ଯେଉଁଠାରୁ ଆସିଛ, ସେହି ସମୁଦ୍ରଟି କେତେ ବଡ଼?” ସମୁଦ୍ର ମଣ୍ଡୂକଟି ଉତ୍ତର ଦେଲା, “ତାହା ବହୁତ ବଡ଼ ।” ଏହି କୂଅଠାରୁ ପାଞ୍ଚଗୁଣ ବଡ଼?” “ନା, ଅନେକ ବଡ଼ ।” “ଏହି କୂଅର ଦଶଗୁଣ ବଡ଼?” “ନା ତାଠାରୁ ଆହୁରି ବଡ଼ ।” “ଶହେ ଗୁଣ?” “ନା ତାହା କିଛି ନୁହେଁ । ଏହା ବହୁତ ବଡ଼ ।” କୂଅ ମଣ୍ଡୁକଟି କହିଲା “ତୁମେ ମିଛ କହୁଛ ।” “ମୋ କୂଅଠାରୁ, ଅନ୍ୟ କୌଣସି ବସ୍ତୁ ଶହେ ଗୁଣରେ ବି ବଡ଼ କିପରି ହୋଇପାରିବ?” କୂପ ବିଷୟରେ ତା’ର ସାରା ଜୀବନର ଅଭିଜ୍ଞତା ତା’ ବୁଦ୍ଧିକୁ ଗ୍ରାସ କରିଥିଲା, ତେଣୁ ସେ ବିଶାଳ ସାଗରର ପରିକଳ୍ପନା କରିପାରିଲା ନାହିଁ । ସେହିପରି, ନିଜର କ୍ଷୁଦ୍ର ବୁଦ୍ଧିର ଅଭିଜ୍ଞତାରେ ସୀମିତ ହୋଇ, ଭୌତିକବାଦୀମାନେ ଅପ୍ରାକୃତ ଆତ୍ମାର ଉପସ୍ଥିତିର ସମ୍ଭାବନାକୁ ଅସ୍ୱୀକାର କରିଥାନ୍ତି । କିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କରନ୍ତି, ସେମାନେ ହୃଦ୍ବୋଧ କରିପାରନ୍ତି ଯେ ଭୌତିକ ବୁଦ୍ଧିର ପରିସୀମା ବାହାରେ ମଧ୍ୟ ଜ୍ଞାନ ଥାଇପାରେ । ନମ୍ରତା ଏବଂ ବିଶ୍ୱାସର ସହିତ, ଅନ୍ତଃକରଣକୁ ଶୁଦ୍ଧ କରିବାର ଲକ୍ଷ୍ୟ ନେଇ, ସେମାନେ ଆଧ୍ୟାତ୍ମିକ ମାର୍ଗରେ ଯାତ୍ରା ଆରମ୍ଭ କରିଥାନ୍ତି । ଅନ୍ତଃକରଣ ଶୁଦ୍ଧ ହୋଇଗଲେ, ଆତ୍ମାର ଉପସ୍ଥିତି ଆପଣାଛାଏଁ ହୃଦ୍ବୋଧ ହୋଇଥାଏ । ସେତେବେଳେ ଶାସ୍ତ୍ରୋକ୍ତ ସତ୍ୟର ଜ୍ଞାନ ଅନୁଭବାତ୍ମକ ହୋଇଥାଏ ।\nଇନ୍ଦ୍ରିୟମାନେ ପ୍ରାରମ୍ଭିକ ସ୍ତରରେ ଯେପରି ଆତ୍ମାକୁ ଚିହ୍ନିପାରନ୍ତି ନାହିଁ, ସେହିପରି ଭଗବାନ ମଧ୍ୟ ସେମାନଙ୍କର ପରିସୀମା ବର୍ହିଭୂତ ଅଟନ୍ତି ଏବଂ ଏହାର ଜ୍ଞାନ ଚକ୍ଷୁରେ ହିଁ ଧାରଣା କରାଯାଇପାରିବ । ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ, ଭଗବାନଙ୍କର ଅବସ୍ଥିତି ସମ୍ପର୍କରେ ଜାଣିବାର ଉପାୟ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 15.12",
"verse": "12",
"chapter": 15,
"lang": "or",
"shloka": {
"speaker": "",
"sanskrit": "यदादित्यगतं तेजो जगद्भासयतेऽखिलम्।\n\nयच्चन्द्रमसि यच्चाग्नौ तत्तेजो विद्धि मामकम् ॥12॥",
"text": "ଯଦାଦିତ୍ୟଗତଂ ତେଜୋ ଜଗଦ୍ଭାସୟତେଽଖିଳମ୍ ।\nଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତତ୍ତେଜୋ ବିଦ୍ଧି ମାମକମ୍ ।।୧୨।।",
"audioLink": "https://www.holy-bhagavad-gita.org/public/audio/015_012.mp3"
},
"wordMeanings": "ଯତ୍-ଯାହା; ଆଦିତ୍ୟ ଗତଂ -ସୂର୍ଯ୍ୟକିରଣରେ; ତେଜଃ - ତେଜ; ଜଗତ -ସମଗ୍ର ଜଗତ; ଭାସୟତେ - ଉଦ୍ଭାସିତ ହୁଏ; ଅଖିଳମ୍ - ସମ୍ପୂର୍ଣ୍ଣରୂପେ; ଯତ୍-ଯାହା; ଚନ୍ଦ୍ରମସି - ଚନ୍ଦ୍ରରେ; ଯତ୍-ଯାହା; ଚ-ମଧ୍ୟ; ଅଗ୍ନୌ- ଅଗ୍ନିରେ; ତତ୍-ତାହା; ତେଜଃ -ତେଜ; ବିଦ୍ଧି-ଜାଣିରଖ; ମାମକମ୍ - ମୋ’ଠାରୁ ।",
"translation": {
"text": "ଏହା ଜାଣ ଯେ ମୁଁ ସୌରମଣ୍ଡଳକୁ ଉଦ୍ଭାସିତ କରୁଥିବା ସୂର୍ଯ୍ୟଙ୍କ ପ୍ରକାଶ ପରି ଅଟେ । ଚନ୍ଦ୍ରର କିରଣ ଏବଂ ଅଗ୍ନିର ଉଜ୍ଜ୍ୱଳତା ମଧ୍ୟ ମୋ ଠାରୁ ଆସିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.12.mp3"
]
},
"commentary": "ଆମ୍ଭମାନଙ୍କର ମାନବୀୟ ପ୍ରବୃତ୍ତି ଏପରି ଯେ, ଆମେ ଯାହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁ, ସେଥିପ୍ରତି ଆକର୍ଷିତ ହୋଇଥାଏ । ଆମେ ଶରୀର, ସ୍ୱାମୀ/ସ୍ତ୍ରୀ, ସନ୍ତାନ ଏବଂ ଧନ ଇତ୍ୟାଦିକୁ ଗୁରୁତ୍ୱପୂର୍ଣ୍ଣ ମନେକରି ସେଥି ପ୍ରତି ଆକର୍ଷିତ ହୋଇଥାଏ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି, ସୃଷ୍ଟିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବସ୍ତୁରେ ତାଙ୍କର ଶକ୍ତି ପ୍ରକଟିତ ହୁଏ । ସୂର୍ଯ୍ୟଙ୍କର ଦୀପ୍ତି ତାଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ବୈଜ୍ଞାନିକମାନେ ଆକଳନ କରନ୍ତି, ସୂର୍ଯ୍ୟ ପ୍ରତି ସେକେଣ୍ଡରେ ଲକ୍ଷାଧିକ ଆଣବିକ ଶକ୍ତିକେନ୍ଦ୍ରର ଶକ୍ତି ବିକିରଣ କରିଥାଏ । ଏହା କୋଟି କୋଟି ବର୍ଷ ଧରି ହେଉଅଛି, ତଥାପି ଏହା ସମାପ୍ତ ହୋଇନାହିଁ କିମ୍ବା ଏଥିରେ କୌଣସି ତ୍ରୁଟି ଉତ୍ପନ୍ନ ହୋଇନାହିଁ । ଏପରି ଏକ ଅଦ୍ଭୁତ ସ୍ୱର୍ଗୀୟ ବସ୍ତୁ, ଏକ ବ୍ରହ୍ମାଣ୍ଡୀୟ-ବିସ୍ଫୋଟରୁ ଦୈବାତ୍ ଉତ୍ପନ୍ନ ହୋଇଥିବାର ଚିନ୍ତାଧାରା ଅବାସ୍ତବ ଅଟେ । ସୂର୍ଯ୍ୟ ଭଗବାନଙ୍କର ହିଁ ଐଶ୍ୱର୍ଯ୍ୟ ଅଟନ୍ତି ।\nସେହିପରି ଚନ୍ଦ୍ର ରାତ୍ରୀ ଆକାଶକୁ ଉଜ୍ଜ୍ୱଳ କରିବାର ଏକ ଚମତ୍କାର କାର୍ଯ୍ୟ କରନ୍ତି । ଆମ ପାର୍ଥିବ ବୁଦ୍ଧିରେ ଆମେ ବିଜ୍ଞାନ ସମ୍ମତ ନିଷ୍ପତ୍ତି ନେଇପାରିବା ଯେ ସୂର୍ଯ୍ୟାଲୋକର ପ୍ରତିଫଳନରେ ହିଁ ଚନ୍ଦ୍ରଙ୍କର ରଶ୍ମି ସୃଷ୍ଟି ହେଉଅଛି । କିନ୍ତୁ ଏହି ଚମତ୍କାର ବ୍ୟବସ୍ଥାର ସଂରଞ୍ଚନା ଭଗବାନଙ୍କ ଐଶ୍ୱର୍ଯ୍ୟ ଦ୍ୱାରା ହୋଇଥାଏ ଏବଂ ଭଗବାନଙ୍କ ଅନେକ ବିଭୂତିର ପରିପ୍ରକାଶ ମଧ୍ୟରୁ ଚନ୍ଦ୍ର ଗୋଟିଏ । ଏହି ପ୍ରସଙ୍ଗରେ, କଠୋପନିଷଦରେ ଏକ କାହାଣୀ ଅଛି । କୁହାଯାଏ ଯେ ଥରେ ଦେବତା ଏବଂ ଦୈତ୍ୟ ମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ହେଲା, ଯେଉଁଥିରେ ଶେଷରେ ଦେବତା ମାନଙ୍କର ବିଜୟ ହେଲା । କିନ୍ତୁ ତାଙ୍କର ବିଜୟ ଅହଂକାର ସୃଷ୍ଟି କଲା ଏବଂ ଦେବତାମାନେ ଚିନ୍ତା କରିବାରେ ଲାଗିଲେ ଯେ ତାଙ୍କ ନିଜ ଶକ୍ତିରେ ସେମାନେ ଏହା ହାସଲ କରିଛନ୍ତି । ତାଙ୍କର ଅହଂକାର ଦମନ କରିବା ପାଇଁ, ଭଗବାନ ଜଣେ ଯକ୍ଷ ରୂପରେ ସ୍ୱର୍ଗର ଆକାଶରେ ପ୍ରକଟ ହେଲେ । ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମୟ ଥିଲା । ପ୍ରଥମେ ଇନ୍ଦ୍ର ତାଙ୍କୁ ଦେଖିଲେ ଏବଂ ଜଣେ ସାଧାରଣ ଯକ୍ଷ ତାଙ୍କଠାରୁ ଅଧିକ ତେଜସ୍ୱୀ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ । ସେ ଅଗ୍ନି ଦେବତାଙ୍କୁ ତାଙ୍କ ବିଷୟରେ ବୁଝିବାକୁ ପଠାଇଲେ । ଅଗ୍ନି ଯକ୍ଷଙ୍କ ପାଖକୁ ଯାଇ କହିଲେ, “ମୁଁ ଅଗ୍ନିଦେବତା, ସମସ୍ତ ବିଶ୍ୱକୁ ଗୋଟିଏ ମୁହୂର୍ତ୍ତରେ ଜାଳି ଭସ୍ମ କରିଦେବାର ଶକ୍ତି ମୋର ଅଛି । ବର୍ତ୍ତମାନ ତୁମେ ନିଜର ପରିଚୟ ଦିଅ ।” ଯକ୍ଷରୂପୀ ଭଗବାନ ତାଙ୍କ ସମ୍ମୁଖରେ ଏକ ତୃଣ ରଖି କହିଲେ, “ଦୟାକରି ଏହାକୁ ଜଳାନ୍ତୁ ।” ତାକୁ ଦେଖି ଅଗ୍ନି ହସିବାରେ ଲାଗିଲେ । “ମୋର ଅପାର ଶକ୍ତି ଆଗରେ ଏହି କ୍ଷୁଦ୍ର ତୃଣଟି କ’ଣ? ତଥାପି, ଯେତେବେଳେ ଅଗ୍ନି ତାକୁ ଜାଳିବାକୁ ଚେଷ୍ଟାକଲେ, ଭଗବାନ ଭିତରୁ ତାଙ୍କର ଶକ୍ତିକୁ ହରଣ କରିନେଲେ । ବିଚରା ଅଗ୍ନି ନିଜେ ଶୀତରେ କମ୍ପିତ ହେବାରେ ଲାଗିଲେ । କୌଣସି ବସ୍ତୁକୁ ଜଳାଇବାର ପ୍ରଶ୍ନ ହିଁ ନଥିଲା । ନିଜ ବିଫଳତାରେ ଲଜ୍ଜିତ ହୋଇ, ସେ ଇନ୍ଦ୍ରଙ୍କ ପାଖକୁ ଫେରି ଆସିଲେ ।\nତାପରେ ଇନ୍ଦ୍ର ବାୟୁ ଦେବତାଙ୍କୁ ଯକ୍ଷଙ୍କର ପରିଚୟ ଜାଣିବାକୁ ପଠାଇଲେ! ବାୟୁ ସେଠାକୁ ଯାଇ ଘୋଷଣା କଲେ, “ମୁଁ ବାୟୁ ଦେବତା, ମୁଁ ଇଚ୍ଛା କଲେ ସମଗ୍ର ପୃଥିବୀକୁ ଗୋଟିଏ ମୁହୂର୍ତ୍ତରେ ଓଲଟପାଲଟ କରି ଦେଇ ପାରିବି । ବର୍ତ୍ତମାନ ଦୟାକରି ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ ।” ଯକ୍ଷରୂପୀ ଭଗବାନ ପୁଣିଥରେ ତୃଣର ଖଣ୍ଡଟିକୁ ତାଙ୍କ ସମ୍ମୁଖରେ ରଖି ଅନୁରୋଧ କଲେ “ଦୟାକରି ଏହାକୁ ଉଡ଼ାଇ ଦିଅନ୍ତୁ ।” ତୃଣଟିକୁ ଦେଖି ବାୟୁ ମନେ ମନେ ସ୍ମିତ ହାସ୍ୟ କଲେ । ବାୟୁ କ୍ଷୀପ୍ର ଗତିରେ ଆଗକୁ ବଢ଼ିବାରେ ଲାଗିଲେ, କିନ୍ତୁ ସେହି ସମୟରେ ଭଗବାନ ତାଙ୍କର ମଧ୍ୟ ଶକ୍ତି ଉତ୍ସକୁ ବନ୍ଦ କରିଦେଲେ । ବିଚରା ବାୟୁ ପାଦଟିଏ ଆଗକୁ ଘୁଞ୍ôଚବା ପାଇଁ ମଧ୍ୟ କଷ୍ଟ ଅନୁଭବ କଲେ, ତେଣୁ ଅନ୍ୟ କୌଣସି ବସ୍ତୁକୁ ଉଡ଼ାଇବାର ପ୍ରଶ୍ନ ହିଁ ନ ଥିଲା । ସର୍ବଶେଷରେ ଇନ୍ଦ୍ର ନିଜେ ଯାଇ ସେ ଯକ୍ଷ କିଏ ଜାଣିବାକୁ ଚାହିଁଲେ, କିନ୍ତୁ ଇନ୍ଦ୍ରଙ୍କୁ ଦେଖି ଭଗବାନ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ତାଙ୍କ ସ୍ଥାନରେ ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି, ଉମା, ସେଠାରେ ବିରାଜିତ ଥିଲେ । ଯେତେବେଳେ ଇନ୍ଦ୍ର ସେହି ଯକ୍ଷଙ୍କ ବିଷୟରେ ପଚାରିଲେ, ଉମା ଉତ୍ତର ଦେଲେ, “ସେ ଆପଣଙ୍କର ପରମ ପିତା ଭଗବାନ ଥିଲେ, ଯାହାଙ୍କ ଠାରୁ ଆପଣଙ୍କ ସମେତ ସମସ୍ତ ଦେବତାଗଣ ଶକ୍ତି ହାସଲ କରିଥାନ୍ତି । ଆପଣମାନଙ୍କର ଅହଂକାର ନଷ୍ଟ କରିବାକୁ ସେ ଏଠାକୁ ଆସିଥିଲେ ।”"
},
{
"verseTitle": "Bhagavad Gita 15.13",
"verse": "13",
"chapter": 15,
"lang": "or",
"shloka": {
"speaker": "",
"sanskrit": "गामाविश्य च भूतानि धारयाम्यहमोजसा।\n\nपुष्णामि चौषधीः सर्वाः सोमो भूत्वा रसात्मकः ॥13॥",
"text": "ଗାମାବିଶ୍ୟ ଚ ଭୂତାନି ଧାରୟାମ୍ୟହମୋଜସା ।\nପୁଷ୍ଣାମି ଚୌଷଧୀଃ ସର୍ବାଃ ସୋମୋ ଭୂତ୍ୱା ରସାତ୍ମକଃ ।।୧୩।।",
"audioLink": "https://www.holy-bhagavad-gita.org/public/audio/015_013.mp3"
},
"wordMeanings": "ଗାମ୍ -ପୃଥିବୀ; ଆବିଶ୍ୟ- ବ୍ୟାପ୍ତ ହୋଇ; ଚ-ଏବଂ; ଭୂତାନି -ଜୀବଗଣ; ଧାରୟାମି - ଧାରଣ କରି; ଅହଂ-ମୁଁ; ଓଜସା - ମୋର ଶକ୍ତିଦ୍ୱାରା; ପୁଷ୍ଣାମି - ପରିପୁଷ୍ଟ କରି; ଚ-ଏବଂ; ଔଷଧୀଃ- ଗଛପତ୍ର; ସର୍ବାଃ- ସମସ୍ତ; ସୋମଃ-ଚନ୍ଦ୍ର; ଭୂତ୍ୱା -ହୋଇ; ରସ-ଆତ୍ମକଃ- ଜୀବନର ରସ ଯୋଗାଇ ।",
"translation": {
"text": "ମୁଁ ସଂସାରରେ ବ୍ୟାପ୍ତ ହୋଇ, ମୋ ଶକ୍ତି ଦ୍ୱାରା ସମସ୍ତ ପ୍ରାଣୀଙ୍କର ପୋଷଣ କରିଥାଏ । ମୁଁ ଚନ୍ଦ୍ର ହୋଇ, ସମସ୍ତ ବୃକ୍ଷଙ୍କ ମଧ୍ୟରେ ଜୀବନ ରସ ସଞ୍ଚାର କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.13.mp3"
]
},
"commentary": "ଗାମ୍ ଶବ୍ଦର ଅର୍ଥ ପୃଥିବୀ ଏବଂ ଓଜସା ଶବ୍ଦର ଅର୍ଥ ଶକ୍ତି । ପୃଥିବୀ ଏକ ପିଣ୍ଡ ଅଟେ, କିନ୍ତୁ ଭଗବାନଙ୍କ ଶକ୍ତି ଦ୍ୱାରା ଏହା ବସବାସ ଯୋଗ୍ୟ ହୋଇପାରିଛି ଏବଂ ଅନେକ ପ୍ରଜାତିର ଚର ଓ ଅଚର ଜୀବଙ୍କୁ ଆଶ୍ରୟ ପ୍ରଦାନ କରିଛି । ପିଲାଦିନେ ଆମେ ଏହା ଭାବି ଆଶ୍ଚର୍ଯ୍ୟ ହୋଇଥାଉ ଯେ ସମୁଦ୍ରର ଜଳ ଲବଣାକ୍ତ କାହିଁକି ? ବାସ୍ତବରେ ସମୁଦ୍ର ଜଳ ଯଦି ଲବଣାକ୍ତ ହୋଇ ନ ଥା’ନ୍ତା, ତେବେ ପୃଥିବୀରେ ବହୁ ପ୍ରକାର ରୋଗ ବୃଦ୍ଧି ପାଇଥାନ୍ତା ଏବଂ ତାହା ବସବାସ ଯୋଗ୍ୟ ହୁଅନ୍ତା ନାହିଁ । ତେଣୁ, ଭୌତିକ କାରଣ ଯାହା ହୋଇଥାଉ ନା କାହିଁକି, ଭଗବାନଙ୍କ ଇଚ୍ଛାରେ ହିଁ ସମୁଦ୍ର ଜଳ ଲବଣାକ୍ତ ଅଟେ । ଜଣେ ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ, ଜର୍ଜ ୱାଲ୍ଡ, ତାଙ୍କର ପୁସ୍ତକ ‘ଜୀବନ ଉତ୍ପନ୍ନ କରୁଥିବା ବ୍ରହ୍ମାଣ୍ଡ’ (ଇ ଟଦ୍ଭସଙ୍ଖରକ୍ସଗ୍ଦର ଗ୍ଧଷବଗ୍ଧ ଈକ୍ସରରୟ କ୍ଷସଲର)ରେ ଉଲ୍ଲେଖ କରିଛନ୍ତି, “ବିଶ୍ୱବ୍ରହ୍ମାଣ୍ଡର ଅସଂଖ୍ୟ ପ୍ରକାରର ଭୌତିକ ଗୁଣ ମଧ୍ୟରୁ ଯଦି ଗୋଟିଏ ବି ଗୁଣ, ସେ ଯାହା ଅଟେ ତାହା ନ ହୋଇ ଅନ୍ୟ କିଛି ହୋଇଥାଆନ୍ତା, ତାହେଲେ ଏତେ ପ୍ରଚୁର ମାତ୍ରାରେ ଜୀବନ, ଏଠାରେ କିମ୍ବା ଅନ୍ୟ କୌଣସିଠାରେ ଉପଲବ୍ଧ ହୋଇ ନ ଥାନ୍ତା । ଶ୍ରୀକୃଷ୍ଣଙ୍କ ବକ୍ତବ୍ୟରୁ ଆମେ ବୁଝିପାରିବା ଯେ ଭଗବାନଙ୍କ ଶକ୍ତି ହିଁ ସଂସାରରେ ଉପଯୁକ୍ତ ଭୌତିକ ଗୁଣ ସୃଷ୍ଟି କରିଛି, ଯାହା ପୃଥିବୀରେ ଜୀବନ ଧାରଣ ସମ୍ଭବ କରିଛି ।\nଅମୃତ ଗୁଣଯୁକ୍ତ ଚନ୍ଦ୍ର ଆଲୋକ ସମସ୍ତ ବନସ୍ପତି, ଯଥା ଗୁଳ୍ମ, ପନିପରିବା, ଫଳ ଏବଂ ଶସ୍ୟମାନଙ୍କୁ ପୋଷଣ ଯୋଗାଇଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ହିଁ ଚନ୍ଦ୍ରକିରଣକୁ ଏହି ପୋଷକ ତତ୍ତ୍ୱ ପ୍ରଦାନ କରିଥାନ୍ତି ।"
},
{
"verseTitle": "Bhagavad Gita 15.14",
"verse": "14",
"chapter": 15,
"lang": "or",
"shloka": {
"speaker": "",
"sanskrit": "अहं वैश्वानरो भूत्वा प्राणिनां देहमाश्रितः।\n\nप्राणापानसमायुक्तः पचाम्यन्नं चतुर्विधम् ॥14॥",
"text": "ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତଃ ।\nପ୍ରାଣାପାନସମାଯୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧମ୍ ।।୧୪।।",
"audioLink": "https://www.holy-bhagavad-gita.org/public/audio/015_014.mp3"
},
"wordMeanings": "ଅହଂ-ମୁଁ; ବୈଶ୍ୱାନରଃ - ପାଚକ ଅଗ୍ନି; ଭୂତ୍ୱା -ହୋଇ; ପ୍ରାଣିନାଂ -ସମସ୍ତ ଜୀବଙ୍କର; ଦେହମ୍ -ଶରୀର; ଆଶ୍ରିତଃ - ଅବସ୍ଥିତ; ପ୍ରାଣ-ଅପାନ -ନିଃଶ୍ୱାସ ଓ ପ୍ରଶ୍ୱାସ; ସମାଯୁକ୍ତଃ -ସମତା ରକ୍ଷାକରେ; ପଚାମି -ଜୀର୍ଣ୍ଣ କରେ; ଅନ୍ନଂ - ଖାଦ୍ୟପଦାର୍ଥ; ଚତୁର୍ବିଧମ୍ -ଚାରିପ୍ରକାର ।",
"translation": {
"text": "ମୁଁ ସମସ୍ତ ପ୍ରାଣୀଙ୍କର ଉଦରରେ ଜଠରାଗ୍ନିର ରୂପ ଧାରଣ କରିଥାଏ ଏବଂ ନିଶ୍ୱାସ ଓ ପ୍ରଶ୍ୱାସ ଦ୍ୱାରା ମିଳିତ ହୋଇ, ଚାରି ପ୍ରକାରର ଖାଦ୍ୟକୁ ହଜମ କରିଥାଏ ଏବଂ ଆତ୍ମସାତ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.14.mp3"
]
},
"commentary": "ବୈଜ୍ଞାନିକମାନେ ପିତ୍ତାଶୟ, ଅଗ୍ନ୍ୟାଶୟ ଏବଂ ଯକୃତରୁ କ୍ଷରିତ ହେଉଥିବା ଆମାଶୟ ରସକୁ ହଜମ ଶକ୍ତି ଭାବରେ ନାମିତ କରିଥାନ୍ତି । କିନ୍ତୁ ଏହି ଶ୍ଲୋକ ଅନୁସାରେ, ସବୁ ପାଚକ ରସ ପୃଷ୍ଠଦେଶରେ ଭଗବାନଙ୍କର ଶକ୍ତି ହିଁ କାର୍ଯ୍ୟ କରୁଛି ଏବଂ ପାଚନ ପ୍ରକ୍ରିୟାକୁ ସମ୍ଭବ କରୁଛି । ବୈଶ୍ୱାନର ଅର୍ଥାତ୍ “ପାଚକ ଅଗ୍ନି” ଭଗବାନଙ୍କ ଶକ୍ତି ଦ୍ୱାରା ପ୍ରଜ୍ଜ୍ୱଳିତ ହୁଏ । ବୃହଦାରଣ୍ୟକ ଉପନିଷଦ ମଧ୍ୟ ଉଲ୍ଲେଖ କରେ:\nଅୟଂ ଅଗ୍ନିର ବୈଶ୍ୱାନରୋ ୟୋଽୟମ୍ ଅନ୍ତଃ ପୁରୁଷେଯେନେଦଂ ଅନ୍ନଂ ପଚ୍ୟତେ (୫.୯.୧)\n“ଭଗବାନ ସେହି ଜଠରାଗ୍ନି ଅଟନ୍ତି, ଯାହା ଖାଦ୍ୟ ପାଚନ କରିବାରେ ପ୍ରାଣୀଙ୍କୁ ସକ୍ଷମ କରାଏ ।”\nଏହି ଶ୍ଲୋକରେ ଯେଉଁ ଚାରି ପ୍ରକାର ଖାଦ୍ୟର ସୂଚନା ଦିଆଯାଇଛି, ସେଗୁଡିକ ହେଉଛି: ୧ ଭୋଜ୍ୟଂ - ଦାନ୍ତରେ ଚର୍ବଣ କରାଯାଉଥିବା ଖାଦ୍ୟ, ଯଥା ଭାତ, ରୋଟି, ପାଉଁରୋଟି ଇତ୍ୟାଦି । ୨. ପେୟ - ପାନ କରାଯାଉଥିବା ଖାଦ୍ୟ, ଯଥା କ୍ଷୀର, ଫଳରସ ଇତ୍ୟାଦି । ୩. କୋଷ୍ୟ - ଶୋଷିକରି ଖାଉଥିବା ଖାଦ୍ୟ ଯଥା, ଆଖୁ । ୪. ଲେହ୍ୟ - ଚାଟିକରି ଖାଉଥିବା ଖାଦ୍ୟ ଯଥା, ମହୁ ।\nଶ୍ଲୋକ ୧୨ଠାରୁ ୧୪ ପର୍ଯ୍ୟନ୍ତ, ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ ଜୀବନକୁ ସମସ୍ତ ଦିଗରୁ ଭଗବାନ ପୋଷଣ କରିଥାନ୍ତି । ପୃଥିବୀକୁ ବାସଯୋଗ୍ୟ କରିବା ପାଇଁ ସବୁ ପ୍ରକାରର ଆୟୋଜନ ସେ କରିଥାଆନ୍ତି । ବନସ୍ପତିର ପୋଷଣ ନିମନ୍ତେ ସେ ଚନ୍ଦ୍ରଙ୍କୁ ଶକ୍ତି ପ୍ରଦାନ କରନ୍ତି । ସେ ପାଚକ ରସ ହୋଇ ଆମ ଖାଦ୍ୟକୁ ହଜମ କରାନ୍ତି । ପରବର୍ତ୍ତୀ ଶ୍ଲୋକରେ ଏହି ବିଷୟର ସମାପନ କରିବାକୁ ଯାଇ, ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ହିଁ ସମସ୍ତ ଜ୍ଞାନର ଲକ୍ଷ୍ୟ ଅଟନ୍ତି ।"
},
{
"verseTitle": "Bhagavad Gita 15.15",
"verse": "15",
"chapter": 15,
"lang": "or",
"shloka": {
"speaker": "",
"sanskrit": "सर्वस्य चाहं हृदि सन्निविष्टो मत्तः स्मृतिर्ज्ञानमपोहनं च ।\n\nवेदैश्च सर्वैरहमेव वेद्यो वेदान्तकृद्वेदविदेव चाहम् ॥15॥",
"text": "ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ\nମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ ।\nବେଦୈଶ୍ଚ ସର୍ବେ÷ରହମେବ ବେଦ୍ୟୋ \nବେଦାନ୍ତତ୍କୃଦ୍ବେଦବିଦେବ ଚାହମ୍ ।।୧୫।।",
"audioLink": "https://www.holy-bhagavad-gita.org/public/audio/015_015.mp3"
},
"wordMeanings": "ସର୍ବସ୍ୟ-ସମସ୍ତ ଜୀବଙ୍କର; ଚ-ଏବଂ; ଅହଂ-ମୁଁ; ହୃଦି - ହୃଦୟରେ; ସନ୍ନିବିଷ୍ଟଃ - ଅବସ୍ଥିତ ହୋଇ; ମତ୍ତଃ- ମୋଠାରୁ; ସ୍ମୃତିଃ - ସ୍ମରଣଶକ୍ତି (ସ୍ମୃତି); ଜ୍ଞାନଂ - ଜ୍ଞାନ; ଅପୋହନଂ -ବିସ୍ମୃତି;ଚ -ଏବଂ; ବେଦୈଃ - ବେଦଦ୍ୱାରା; ଚ-ଏବଂ; ସର୍ବୈଃ - ସର୍ବ (ସମସ୍ତ); ଅହଂ -ମୁଁ; ଏବ- ନିଶ୍ଚିତରୂପେ; ବେଦ୍ୟଃ- ଜ୍ଞାତବ୍ୟ; ବେଦାନ୍ତ-କୃତ୍ -ବେଦାନ୍ତର ପ୍ରଣେତା; ବେଦ-ବିତ୍ -ବେଦଜ୍ଞ; ଏବ -ଏକମାତ୍ର; ଚ-ଏବଂ; ଅହମ୍ -ମୁଁ ।",
"translation": {
"text": "ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରେ । ମୋ ଠାରୁ ସ୍ମରଣଶକ୍ତି, ଜ୍ଞାନ ତଥା ବିସ୍ମରଣର ଉତ୍ପତ୍ତି ହୋଇଥାଏ । ଏକମାତ୍ର ମୁଁ ହିଁ ବେଦ ଦ୍ୱାରା ଜ୍ଞାତବ୍ୟ, ବେଦାନ୍ତର ପ୍ରଣେତା ତଥା ବେଦର ଅର୍ଥକୁ ଜାଣିଥିବା ବ୍ୟକ୍ତିତ୍ୱ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.15.mp3"
]
},
"commentary": "ଭଗବାନ ଆମ ଭିତରେ ଏ ବିସ୍ମୟକର ପ୍ରଣାଳୀ ସୃଷ୍ଟି କରିଛନ୍ତି ଏବଂ ତାହାକୁ ଜ୍ଞାନ ଓ ସ୍ମୃତିର କ୍ଷମତାରେ ସଜ୍ଜିତ କରିଛନ୍ତି । ମସ୍ତିଷ୍କ ଏହାର ସ୍ଥୁଳ ଯନ୍ତ୍ରାଂଶ (ଐବକ୍ସୟଙ୍ଗବକ୍ସର) ଏବଂ ମନ ଓ ବୁଦ୍ଧି ଏହାର ସୂକ୍ଷ୍ମ ଶକ୍ତି (ଝକ୍ଟଲଗ୍ଧଙ୍ଗବକ୍ସର) ସଦୃଶ ଅଟେ । ଆମେ ପ୍ରାୟତଃ ଏହି କାର୍ଯ୍ୟ ପ୍ରଣାଳୀକୁ ଗୁରୁତ୍ୱ ଦେଇ ନ ଥାଏ । ଶଲ୍ୟ ଚିକିତ୍ସକମାନେ ମସ୍ତିଷ୍କ ପ୍ରତିରୋପଣ କରି, ତାଙ୍କ କାର୍ଯ୍ୟ ପାଇଁ ଆତ୍ମବଡ଼ିମା ଦେଖାଇଥାନ୍ତି, କିନ୍ତୁ ମସ୍ତିଷ୍କର ଏପରି ଅଦ୍ଭୁତ କାର୍ଯ୍ୟପ୍ରଣାଳୀ କିପରି ସୃଷ୍ଟି ହେଲା, ସେମାନେ ସେ ବିଷୟରେ ଚିନ୍ତା କରି ନ ଥାନ୍ତି । ପ୍ରୟୋଗ ବିଜ୍ଞାନର ପ୍ରଗତି ସତ୍ତ୍ୱେ, ଏପରି ଅନେକ କ୍ଷେତ୍ର ଅଛି ଯେଉଁଠି ମସ୍ତିଷ୍କର କାର୍ଯ୍ୟ ସହିତ କୌଣସି କମ୍ପ୍ୟୁଟର୍ ତୁଳନୀୟ ନୁହେଁ । ଉଦାହରଣ ସ୍ୱରୂପ, କମ୍ପ୍ୟୁଟର ଇଞ୍ଜିନିୟରମାନେ ‘ମୁଖ ଚିହ୍ନିବା’ କୌଶଳ ହାସଲ କରିବା ପାଇଁ ସଂଘର୍ଷ କରୁଥିବା ବେଳେ, ମନୁଷ୍ୟ ଲୋକମାନଙ୍କର ଚେହେରାରେ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ସହଜରେ ସେମାନଙ୍କୁ ଚିହ୍ନିପାରେ । ଲୋକମାନେ ଏପରି କହୁଥିବାର ଆମ୍ଭେମାନେ ଶୁଣିଥାଏ, “ବନ୍ଧୁ! ଯାହାହେଉ ବହୁତ ଦିନ ପରେ ତୁମକୁ ଦେଖି ଖୁସି ଲାଗିଲା । ପୂର୍ବଥର ଠାରୁ ଏବେ ତୁମଠାରେ ଅନେକ ପରିବର୍ତ୍ତନ ଦେଖାଯାଉଛି ।” ଏହା ଦର୍ଶାଇ ଥାଏ ଯେ ମନୁଷ୍ୟର ମସ୍ତିଷ୍କ, ବହୁତ ବର୍ଷ ପୂର୍ବର ବଦଳି ଯାଇଥିବା ଚେହେରାକୁ ମଧ୍ୟ ଚିହ୍ନିପାରେ, ଅଥଚ କମ୍ପ୍ୟୁଟର ପରିବର୍ତ୍ତନ ହୋଇ ନ ଥିବା ମୁଖକୁ ମଧ୍ୟ ଠିକ ରୂପେ ଚିହ୍ନିପାରେ ନାହିଁ । ବର୍ତ୍ତମାନ ଇଞ୍ଜିନିୟରମାନେ ସ୍କାନର୍ ସଫ୍ଟୱେର୍ ପ୍ରସ୍ତୁତ କରିବା ଦିଗରେ ସଂଘର୍ଷ କରୁଛନ୍ତିି ଯାହା ଟାଇପ୍ କରାଯାଇଥିବା ବିଷୟକୁ ନିର୍ଭୁଲ ଭାବରେ ପଢ଼ିପାରିବ । ଅଥଚ, ମନୁଷ୍ୟ ଅସ୍ପଷ୍ଟ ହସ୍ତାକ୍ଷରକୁ ମଧ୍ୟ ନିର୍ଭୁଲ ଭାବେ ପଢ଼ିପାରେ । ଶ୍ରୀକୃଷ୍ଣ କହୁଛନ୍ତି ଯେ, ଏହି ଆଶ୍ଚର୍ଯ୍ୟଜନକ ସ୍ମରଣଶକ୍ତି ଏବଂ ବୁଦ୍ଧି ଭଗବାନଙ୍କଠାରୁ ଆସିଥାଏ ।\nସେହିପରି ସେ ଆମକୁ ବିସ୍ମରଣ କରିବାର ଶକ୍ତି ମଧ୍ୟ ଦେଇଛନ୍ତି । ଯେପରି ଅଦରକାରୀ କାଗଜପତ୍ରକୁ ନଷ୍ଟ କରି ଦିଆଯାଏ, ସେହିପରି ମନୁଷ୍ୟ ମୂଲ୍ୟହୀନ ସ୍ମୃତିକୁ ତ୍ୟାଗ କରିଥାଏ । ତାହା ହୋଇ ନ ଥିଲେ, ତଥ୍ୟ ଦ୍ୱାରା ମସ୍ତିଷ୍କ ଅବରୁଦ୍ଧ ହୋଇଯାଆନ୍ତା । ଉଦ୍ଧବ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି:\nତ୍ୱତ୍ତୋ ଜ୍ଞାନଂ ହି ଜୀବାନାଂ ପ୍ରମୋଷସ୍ତେଽତ୍ର ଶକ୍ତିତଃ (ଭାଗବତମ୍ ୧୧:୨୨.୨୮)\n“କେବଳ ଆପଣଙ୍କଠାରୁ ହିଁ ଜୀବର ଜ୍ଞାନ ଉତ୍ପନ୍ନ ହୁଏ ଏବଂ ଆପଣଙ୍କ ବଳରେ ସେହି ଜ୍ଞାନ ହରଣ ହୋଇଥାଏ ।”\nଆମ ପାଖରେ ଥିବା ଅନ୍ତର୍ନିହିତ ଜ୍ଞାନ ବ୍ୟତୀତ, ଜ୍ଞାନର ବାହ୍ୟ ଉତ୍ସ ଭାବରେ ଶାସ୍ତ୍ରମାନେ ଅଛନ୍ତି ଏବଂ ସେସବୁ କ୍ଷେତ୍ରରେ ମଧ୍ୟ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟ ପ୍ରକଟିତ ହୋଇଥାଏ । ସେ ହିଁ ସୃଷ୍ଟିର ପ୍ରାରମ୍ଭରେ ବେଦ ପ୍ରକଟ କରିଥିଲେ । ଭଗବାନ ଯେପରି ଦିବ୍ୟ ଏବଂ ବୁଦ୍ଧି ପରିସୀମା ବର୍ହିଭୂତ ଅଟନ୍ତି, ସେହିପରି ବେଦ ମଧ୍ୟ ଦିବ୍ୟ ଅଟେ । ତେଣୁ କେବଳ ସେ ହିଁ ବେଦର ବାସ୍ତବ ଅର୍ଥ ଜାଣନ୍ତି ଏବଂ ଯଦି ସେ କୌଣସି ବ୍ୟକ୍ତିକୁ କୃପା କରନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ବେଦର ଜ୍ଞାତା ହୋଇପାରେ । ବେଦବ୍ୟାସ, ଯିଏ କି ଭଗବାନଙ୍କର ଅବତାର ଥିଲେ, ବେଦାନ୍ତ ଦର୍ଶନ ରଚନା କରିଥିଲେ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସେ ବେଦାନ୍ତର ମଧ୍ୟ ରଚୟିତା ଅଟନ୍ତି ।\nଶେଷରେ ସେ କହୁଛନ୍ତି, ଯଦିଓ ବେଦରେ ଅସଂଖ୍ୟ ଭୌତିକ ଏବଂ ଅଧ୍ୟାତ୍ମିକ ଜ୍ଞାନ ରହିଛି, ତଥାପି ବୈଦିକ ଜ୍ଞାନର ଉଦ୍ଦେଶ୍ୟ ତାଙ୍କୁ ଜାଣିବା ଅଟେ । ଫଳଦାୟକ ବିଧିଯୁକ୍ତ କର୍ମକାଣ୍ଡର ମଧ୍ୟ ଗୋଟିଏ ଉଦ୍ଦେଶ୍ୟ ଅଛି । ଏହା ସଂସାରରେ ଅତ୍ୟନ୍ତ ଆସକ୍ତ ଥିବା ବ୍ୟକ୍ତିମାନଙ୍କୁ ଆକୃଷ୍ଟ କରେ ଏବଂ ଭଗବାନଙ୍କ ଆଡ଼କୁ ଅଗ୍ରସର ହେବା ପୂର୍ବରୁ, ଏକ ମଧ୍ୟବର୍ତ୍ତୀ ସୋପାନ ପ୍ରଦାନ କରେ । କଠୋପନିଷଦ (୧୨.୧୫) କହେ, ସର୍ବେ ବେଦା ଯତ୍ ପଦମାମନନ୍ତି “ସମସ୍ତ ବେଦମନ୍ତ୍ର ବାସ୍ତବରେ ଭଗବାନଙ୍କ ପ୍ରତି ଇଶାରା କରନ୍ତି ।” ଆମେ ସବୁ ବେଦମନ୍ତ୍ର ମୁଖସ୍ଥ କରିପାରେ, ସଠିକ୍ ଉଚ୍ଚାରଣ ସହ ଆବୃତ୍ତି କରିପାରେ, ସବୁ ରୀତି-ନୀତି ଏବଂ ବିଧି-ବିଧାନ ଜାଣି ଥାଇପାରେ, ଧ୍ୟାନ କରିପାରେ ଏବଂ କୁଣ୍ଡଳିନୀ ଜାଗ୍ରତ କରିପାରେ, କିନ୍ତୁ ଯଦି ଆମେ ଭଗବାନଙ୍କୁ ଜାଣିନାହୁଁ, ତା’ହେଲେ ଆମେ ବେଦର ପ୍ରକୃତ ଉଦ୍ଦେଶ୍ୟ ବୁଝିନାହୁଁ । ଅନ୍ୟ ପକ୍ଷରେ, ଯେଉଁମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଥାଏ, ସେମାନେ ସ୍ୱତଃ ସମସ୍ତ ବେଦଶାସ୍ତ୍ରର ଉଦ୍ଦେଶ୍ୟ ବୁଝିପାରନ୍ତି । ଜଗଦ୍ଗୁରୁ କୃପାଳୁଜୀ ମହାରାଜ କହିଛନ୍ତି:\nସର୍ବ ଶାସ୍ତ୍ର ସାର ୟହ ଗୋବିନ୍ଦ ରାଧେ, ଆଠୋଁ ଯାମ ମନ ହରି ଗୁରୁ ମେଁ ଲଗା ଦେ (ରାଧା ଗୋବିନ୍ଦ ଗୀତ)\n“ସମସ୍ତ ଶାସ୍ତ୍ରର ସାର ଏହା ଯେ ମନକୁ ତୁମେ ଅହର୍ନିଶି ହରି ଓ ଗୁରୁଙ୍କ ଭକ୍ତିରେ ଲଗାଇ ରଖ ।”\nଏହି ଅଧ୍ୟାୟର ଶ୍ଲୋକ ୧ରୁ ୧୫ ପର୍ଯ୍ୟନ୍ତ, ଶ୍ରୀକୃଷ୍ଣ ସୃଷ୍ଟି ବୃକ୍ଷର ଉତ୍ପତ୍ତି ବିଷୟରେ କହିଲେ । ଏହି ବିଷୟକୁ ସମାପନ କରିବାକୁ ଯାଇ, ପରବର୍ତ୍ତୀ ଦୁଇଟି ଶ୍ଲୋକରେ ସେ କ୍ଷର, ଅକ୍ଷର ଏବଂ ପୁରୁଷୋତ୍ତମ ଶବ୍ଦର ବ୍ୟାଖ୍ୟା କରିଛନ୍ତି, ଯଦ୍ୱାରା ଜ୍ଞାନକୁ ଉଚିତ୍ ଦୃଷ୍ଟିକୋଣ ପ୍ରଦାନ କରାଯାଇ ପାରିବ ।"
},
{
"verseTitle": "Bhagavad Gita 15.16",
"verse": "16",
"chapter": 15,
"lang": "or",
"shloka": {
"speaker": "",
"sanskrit": "द्वाविमौ पुरुषौ लोके क्षरश्चाक्षर एव च ।\n\nक्षरः सर्वाणि भूतानि कूटस्थोऽक्षर उच्यते ॥16॥",
"text": "ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ ।\nକ୍ଷରଃ ସର୍ବାଣି ଭୂତାନି କୂଟସ୍ଥୋଽକ୍ଷର ଉଚ୍ୟତେ ।।୧୬।।",
"audioLink": "https://www.holy-bhagavad-gita.org/public/audio/015_016.mp3"
},
"wordMeanings": "ଦ୍ୱୌ- ଦୁଇ; ଇମୌ -ଏହି; ପୁରୁଷୌ - ଜୀବଗଣ; ଲୋକେ -ସୃଷ୍ଟିରେ; କ୍ଷରଃ -ବିନାଶୀ; ଚ -ଏବଂ; ଅକ୍ଷରଃ - ଅବିନାଶୀ; ଏବ-ଏପରି କି; ଚ-ଏବଂ; କ୍ଷରଃ -ବିନାଶୀ; ସର୍ବାଣି -ସମସ୍ତ; ଭୂତାନି-ଜୀବ; କୂଟସ୍ଥଃ -ମୁକ୍ତ; ଅକ୍ଷରଃ -ଅବିନାଶୀ; ଉଚ୍ୟତେ -କୁହାଯାଏ ।",
"translation": {
"text": "ସୃଷ୍ଟିରେ ଦୁଇ ପ୍ରକାରର ଜୀବ ଅଛନ୍ତି: କ୍ଷର (ନଶ୍ୱର) ଏବଂ ଅକ୍ଷର (ଅବିନଶ୍ୱର) । ଭୌତିକ ଜଗତର ସମସ୍ତ ଜୀବ ନଶ୍ୱର ଅଟନ୍ତି । ମୁକ୍ତ ଜୀବମାନେ ଅବିନଶ୍ୱର ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.16.mp3"
]
},
"commentary": "ଭୌତିକ ଜଗତରେ, ମାୟା ଜୀବାତ୍ମାକୁ ଭୌତିକ ଶରୀରରେ ବାନ୍ଧି ରଖିଥାଏ । ଆତ୍ମା ଯଦିଓ ନିତ୍ୟ ଅଟେ, ତଥାପି ଏହା ଶରୀରର ଜନ୍ମ ଓ ମୃତ୍ୟୁକୁ ବାରମ୍ବାର ଅନୁଭବ କରେ । ଶ୍ରୀକୃଷ୍ଣ, ଭୌତିକ ଜଗତରେ ଦେହଧାରୀ ଜୀବଙ୍କୁ କ୍ଷର ଭାବର ଅଭିହିତ କରିଛନ୍ତି । କ୍ଷୁଦ୍ରତମ କୀଟଠାରୁ ଆରମ୍ଭ କରି ଶ୍ରେଷ୍ଠତମ ସ୍ୱର୍ଗର ଦେବତାଗଣ ଏହାର ଅନ୍ତର୍ଭୁକ୍ତ ।\nଏତଦ୍ବ୍ୟତୀତ, ଭଗବାନଙ୍କ ଦିବ୍ୟ ଜଗତରେ ମଧ୍ୟ ଜୀବ ଅଛନ୍ତି । ଏହି ଜୀବମାନେ ଅମର ଶରୀର ଧାରଣ କରିଥାନ୍ତି, ଯେଉଁଥିରେ ସେମାନେ ମୃତ୍ୟୁର ପ୍ରକ୍ରିୟାକୁ ଅନୁଭବ କରନ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ଅକ୍ଷର (ଅବିନଶ୍ୱର) ଶ୍ରେଣୀଭୁକ୍ତ କରାଯାଇଛି ।"
},
{
"verseTitle": "Bhagavad Gita 15.17",
"verse": "17",
"chapter": 15,
"lang": "or",
"shloka": {
"speaker": "",
"sanskrit": "उत्तमः पुरुषस्त्वन्यः परमात्मेत्युदाहृतः।\n\nयो लोकत्रयमाविश्य बिभर्त्यव्यय ईश्वरः ॥17॥",
"text": "ଉତ୍ତମଃ ପୁରୁଷସ୍ତ୍ୱନ୍ୟଃ ପରମାତ୍ମେତ୍ୟୁଦାହୃତଃ ।\nଯୋ ଲୋକତ୍ରୟମାବିଶ୍ୟ ବିଭ୍ୟର୍ତ୍ୟବ୍ୟୟ ଈଶ୍ୱରଃ ।।୧୭।।",
"audioLink": "https://www.holy-bhagavad-gita.org/public/audio/015_017.mp3"
},
"wordMeanings": "ଉତ୍ତମଃ - ଶ୍ରେଷ୍ଠ; ପୁରୁଷଃ -ପୁରୁଷ; ତୁ -କିନ୍ତୁ; ଅନ୍ୟଃ- ଅନ୍ୟ; ପରମ ଆତ୍ମା -ପରମାତ୍ମା; ଇତି -ଏହିପରି; ଉଦାହୃତଃ - କୁହାଯାଏ; ଯଃ -ଯିଏ; ଲୋକ-ତ୍ରୟଂ -ତ୍ରିଭୁବନ; ଆବିଶ୍ୟ - ପ୍ରବେଶ କରି; ବିଭର୍ତି -ପାଳନ କରୁଛନ୍ତି; ଅବ୍ୟୟଃ - ଅବ୍ୟୟ; ଈଶ୍ୱରଃ- ଈଶ୍ୱର ।",
"translation": {
"text": "ଏତଦ୍ବ୍ୟତୀତ, ଜଣେ ପରମ ଦିବ୍ୟ ପୁରୁଷ ଅଛନ୍ତି, ସେ ଅବିନାଶୀ ପରମାତ୍ମା ଅଟନ୍ତି । ଯିଏ କି ଅପରିବର୍ତ୍ତନୀୟ ନିୟାମକ ଭାବରେ ତ୍ରିଲୋକରେ ବ୍ୟାପ୍ତ ରହନ୍ତି ଏବଂ ସମସ୍ତ ପ୍ରାଣୀଙ୍କୁ ପାଳନ କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.17.mp3"
]
},
"commentary": "ସଂସାର ଏବଂ ଆତ୍ମା ସମ୍ବନ୍ଧରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବାନଙ୍କ ବିଷୟରେ କହୁଛନ୍ତି, ଯିଏକି ଉଭୟ ଲୋକର ନଶ୍ୱର ଏବଂ ଅବିନଶ୍ୱର ପ୍ରାଣୀଙ୍କ ଅନୁଭୂତିର ସୀମା ବର୍ହିଭୂତ ଅଟନ୍ତି । ଶାସ୍ତ୍ରମାନେ ତାଙ୍କୁ ପରମାତ୍ମା ରୂପେ ମଧ୍ୟ ଅଭିହିତ କରିଥାଆନ୍ତି, ଅର୍ଥାତ୍ ପରମ ଆତ୍ମା । ଗୁଣବାଚକ ବିଶେଷଣ ପରମ ଶବ୍ଦ ଦର୍ଶାଇ ଥାଏ ଯେ ପରମାତ୍ମା ଆତ୍ମାଠାରୁ ଭିନ୍ନ ଅଟନ୍ତି । ଏହି ଶ୍ଲୋକଟି ଅଦ୍ୱୈତବାଦୀ ଦାର୍ଶନିକ ମାନଙ୍କର, ‘ଆତ୍ମା ହିଁ ପରମାତ୍ମା’, ସିଦ୍ଧାନ୍ତକୁ ସ୍ପଷ୍ଟ ରୂପରେ ଖଣ୍ଡନ କରୁଛି ।\nଆତ୍ମା ଅତି ସୂକ୍ଷ୍ମ ଏବଂ ସେ ନିବାସ କରିଥିବା ଶରୀରରେ ବ୍ୟାପ୍ତ ଥାଏ, କିନ୍ତୁ ପରମାତ୍ମା ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରନ୍ତି । ସେ ତାଙ୍କର କର୍ମକୁ ଲିପିବଦ୍ଧ କରନ୍ତି, ସେଗୁଡ଼ିକର ହିସାବ ରଖନ୍ତି ଏବଂ ଉଚିତ ସମୟରେ ତାର ଫଳ ପ୍ରଦାନ କରନ୍ତି । ପ୍ରତ୍ୟେକ ଜନ୍ମରେ ଆତ୍ମା ଯେଉଁ ଶରୀର ଧାରଣ କରେ, ସେ ତା’ ସହିତ ଯାଇଥାନ୍ତି । କୌଣସି ଏକ ଜନ୍ମରେ ଆତ୍ମାକୁ ଯଦି ଏକ କୁକୁର ଶରୀର ମିଳେ, ତାହେଲେ ପରମାତ୍ମା ମଧ୍ୟ ତା ସାଙ୍ଗରେ ସେହି ଶରୀରକୁ ଯାଇଥାନ୍ତି ଏବଂ ତାକୁ ପୂର୍ବ କର୍ମର ଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ କୁକୁର ମାନଙ୍କର ଭାଗ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେତେଗୁଡ଼ିଏ ବୁଲା କୁକୁର ହୋଇ, ଭାରତର ଗଳି ରାସ୍ତା ମାନଙ୍କରେ ଦୟନୀୟ ଅବସ୍ଥାରେ ବାସ କରୁଥିବା ବେଳେ, ଅନ୍ୟ କୁକୁର ଆମେରିକାରେ ବିଳାସମୟ ଜୀବନ ବିତାଇଥାନ୍ତି । ତାଙ୍କର ସଞ୍ôଚତ କର୍ମ ଅନୁସାରେ ଏହି ଭିନ୍ନତା ଦୃଷ୍ଟିଗୋଚର ହୋଇଥାଏ । ଅତଏବ, ଆତ୍ମା ଯେଉଁ ଶରୀର ଧାରଣ କଲେ ବି, ପରମାତ୍ମା ତା ସହିତ ରହି ତାକୁ କର୍ମଫଳ ପ୍ରଦାନ କରନ୍ତି ।\nଚତୁର୍ଭୁଜ ବିଶିଷ୍ଟ କ୍ଷୀରୋଦଶାୟୀ ବିଷ୍ଣୁ (ବିଷ୍ଣୁ ଭାବରେ ବିଦିତ) ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମାଙ୍କର ସାକାର ରୂପ ଅଟନ୍ତି । ସେଥିପାଇଁ ହିନ୍ଦୀରେ ଏକ ଲୋକପ୍ରିୟ ପ୍ରବାଦ ଅଛି: ମାରନେ ବାଲେ କେ ଦୋ ହାତ, ବଚାନେ ବାଲେ କେ ଚାର ହାତ । ମାରିବା ଲୋକର ଦୁଇଟି ହାତ, ରକ୍ଷାକାରୀ ଭଗବାନଙ୍କର ଚାରୋଟି ହାତ ।” ଏହି ଚତୁର୍ଭୁଜ-ବିଶିଷ୍ଟ ଭଗବାନ ପରମାତ୍ମା ଅଟନ୍ତି ।"
},
{
"verseTitle": "Bhagavad Gita 15.18",
"verse": "18",
"chapter": 15,
"lang": "or",
"shloka": {
"speaker": "",
"sanskrit": "यस्मात्क्षरतमतीतोऽहमक्षरादपि चोत्तमः ।\n\nअतोऽस्मि लोके वेदे च प्रथितः पुरुषोत्तमः ॥18॥",
"text": "ଯସ୍ମାତ୍ କ୍ଷରମତୀତୋଽହମକ୍ଷରାଦପି ଚୋତ୍ତମଃ ।\nଅତୋଽସ୍ମି ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋତ୍ତମଃ ।।୧୮।।",
"audioLink": "https://www.holy-bhagavad-gita.org/public/audio/015_018.mp3"
},
"wordMeanings": "ଯସ୍ମାତ୍ - ସୁତରାଂ; କ୍ଷରଂ -ବିନାଶୀ; ଅତୀତଃ- ଊର୍ଦ୍ଧ୍ୱରେ; ଅହଂ -ମୁଁ; ଅକ୍ଷରାତ୍ -ଅବିନାଶୀ ଠାରୁ; ଅପି -ଏପରି କି; ଚ-ଏବଂ; ଉତ୍ତମଃ -ସର୍ବୋତ୍ତମ; ଅତଃ -ତେଣୁ; ଅସ୍ମି -ମୁଁ ଅଟେ; ଲୋକେ -ସଂସାରରେ; ବେଦେ -ବେଦରେ; ଚ-ଏବଂ; ପ୍ରଥିତଃ -ପ୍ରସିଦ୍ଧ; ପୁରୁଷୋତ୍ତମଃ -ପରମ ପୁରୁଷ ଭାବରେ ।",
"translation": {
"text": "ମୁଁ, ଏହି ନଶ୍ୱର ଜଗତ ଏପରି କି ଅବିନଶ୍ୱର ଆତ୍ମାମାନଙ୍କର ମଧ୍ୟ ଅନୁଭବାତୀତ ଅଟେ; ତେଣୁ ବେଦ ଏବଂ ସ୍ମୃତି ଆଦିରେ ମୁଁ ପରମ ଦିବ୍ୟ ପୁରୁଷ ଭାବରେ ଖ୍ୟାତ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.18.mp3"
]
},
"commentary": "ପୂର୍ବବର୍ତ୍ତୀ କେତୋଟି ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ, କିପରି ପ୍ରକୃତିର ସମସ୍ତ ଗରିମା ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ । ତଥାପି ଏହି ଦୃଶ୍ୟମାନ ସଂସାର ସୃଷ୍ଟି କରି ସେ ନିଜକୁ ସମାପ୍ତ କରିନାହାନ୍ତି । ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱ ଉଭୟ ଭୌତିକ ପ୍ରକୃତି ଏବଂ ଦିବ୍ୟ ଆତ୍ମାମାନଙ୍କର ଜ୍ଞାନାତୀତ ଅଟେ । ଏଠାରେ, ସେ ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ପୁରୁଷୋତ୍ତମ ରୂପେ ଆଖ୍ୟାୟୀତ କରିଛନ୍ତି ।\nଜଣେ ସନ୍ଦେହ ପ୍ରକାଶ କରିପାରନ୍ତି ଯେ ଶ୍ରୀକୃଷ୍ଣ ଏବଂ ସେ ଇଶାରା କରୁଥିବା ପରମ ପୁରୁଷ ସମାନ ଅଟନ୍ତି କି ନାହିଁ । ଏହିସବୁ ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଶ୍ରୀକୃଷ୍ଣ ଏହି ଶ୍ଳୋକରେ ନିଜକୁ ପ୍ରଥମ ପୁରୁଷ ଏକବଚନ ରୂପେ ସୂଚିତ କରୁଛନ୍ତି । ପୁନଶ୍ଚ ସେ କହୁଛନ୍ତି, ବେଦ ମଧ୍ୟ ତାଙ୍କୁ ଏହିପରି ପ୍ରତିପାଦିତ କରେ:\nକୃଷ୍ଣ ଏବ ପରୋ ଦେବସ୍ ତଂ ଧ୍ୟାୟେତ୍ ତଂ ରସୟେତ୍ ତଂ ଯଜେତ୍ ତଂ ଭଜେତ୍\n(ଗୋପାଲ ତାପନି ଉପନିଷଦ)\n“ଶ୍ରୀକୃଷ୍ଣ ପରମେଶ୍ୱର ଅଟନ୍ତି । ତାଙ୍କର ଧ୍ୟାନ କର, ତାଙ୍କର ଭକ୍ତି ରସ ପାନ କର ଏବଂ ତାଙ୍କର ଉପାସନା କର ।” ପୁନଶ୍ଚ:\nଯୋଽସୌ ପରଂ ବ୍ରହ୍ମ ଗୋପାଳଃ (ଗୋପାଲ ତାପନି ଉପନିଷଦ)\n“ଗୋପାଳ (ଭଗବାନ କୃଷ୍ଣ) ପରମ ପୁରୁଷ ଅଟନ୍ତି । ଏଠାରେ କେହି କେହି ଭଗବାନ ବିଷ୍ଣୁ, ଭଗବାନ ରାମ, ଭଗବାନ ଶିବଙ୍କର ସ୍ଥାନକୁ ନେଇ ପ୍ରଶ୍ନ କରିପାରନ୍ତି । ସେମାନେ ସମସ୍ତେ ସେହି ଜଣେ ପରମ ପୁରୁଷଙ୍କର ଭିନ୍ନ ଭିନ୍ନ ସ୍ୱରୂପ ତଥା ପରସ୍ପରଠାରୁ ଅଭିନ୍ନ ଅଟନ୍ତି । ଅତଏବ, ସେମାନେ ସମସ୍ତେ ଭଗବାନ ବା ପରମ ଦିବ୍ୟ ପୁରୁଷଙ୍କର ଅଭିବ୍ୟକ୍ତି ଅଟନ୍ତି ।”"
},
{
"verseTitle": "Bhagavad Gita 15.19",
"verse": "19",
"chapter": 15,
"lang": "or",
"shloka": {
"speaker": "",
"sanskrit": "यो मामेवमसम्मूढो जानाति पुरुषोत्तमम् ।\n\nस सर्वविद्भजति मां सर्वभावेन भारत ॥19॥",
"text": "ଯୋ ମାମେବମସମ୍ମୂଢ଼ୋ ଜାନାତି ପୁରୁଷୋତ୍ତମମ୍ ।\nସ ସର୍ବବିଦ୍ଭଜତି ମାଂ ସର୍ବଭାବେନ ଭାରତ ।।୧୯।।",
"audioLink": "https://www.holy-bhagavad-gita.org/public/audio/015_019.mp3"
},
"wordMeanings": "ଯଃ- ଯିଏ; ମାଂ-ମୋତେ; ଏବଂ- ଏହିପରି; ଅସମ୍ମୂଢ଼ଃ -ନିଃସନ୍ଦେହ ଭାବରେ; ଜାନାତି- ଜାଣେ; ପୁରୁଷୋତ୍ତମମ୍ - ପରମ ପୁରୁଷ ଭଗବାନ; ସଃ -ସେ; ସର୍ବବିତ୍ -ସର୍ବଜ୍ଞ; ଭଜତି - ସେବାରତ ହୁଏ; ମାଂ - ମୋତେ; ସର୍ବଭାବେନ - ସବୁ ପ୍ରକାରେ; ଭାରତ- ହେ ଭରତଶ୍ରେଷ୍ଠ!",
"translation": {
"text": "ଯେଉଁମାନେ ନିଃସନ୍ଦେହ ଭାବରେ ମୋତେ ପରମ ଦିବ୍ୟ ପୁରୁଷ ରୂପରେ ଜାଣନ୍ତି, ସେମାନଙ୍କର ବାସ୍ତବିକ ପୂର୍ଣ୍ଣ ଜ୍ଞାନ ଅଛି । ହେ ଅର୍ଜୁନ! ସେମାନେ ପୂର୍ଣ୍ଣ ସମର୍ପିତ ହୋଇ ମୋର ଉପାସନା କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.19.mp3"
]
},
"commentary": "ଶ୍ରୀମଦ୍ ଭାଗବତମ୍ କହେ ଭଗବାନଙ୍କର ଉପଲବ୍ଧି ତିନି ପ୍ରକାରରେ କରିହେବ:\nବଦନ୍ତି ତତ୍ ତତ୍ତ୍ୱ-ବିଦସ୍ ତତ୍ତ୍ୱଂ ଯଜ୍ ଜ୍ଞାନଂ ଅଦ୍ୱୟମ୍ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦ୍ୟତେ (୧.୨.୧୧)\n“ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ମତରେ, କେବଳ ଗୋଟିଏ ଅଦ୍ୱୟ ସତ୍ୟ ତିନୋଟି ରୂପରେ ପ୍ରକଟିତ ହୁଅନ୍ତି- ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ।” ସେମାନେ ପୃଥକ ତତ୍ତ୍ୱ ନୁହଁନ୍ତି, ସେହି ଏକ ପରମ ତତ୍ତ୍ୱର ତିନୋଟି ପ୍ରକାଶ ଅଟନ୍ତି । ଉଦାହରଣ ସ୍ୱରୂପ, ଜଳ, ବରଫ ଏବଂ ବାଷ୍ପ ଅଲଗା ଅଲଗା ତତ୍ତ୍ୱ ମନେ ହୋଇପାରନ୍ତି, କିନ୍ତୁ ସେଗୁଡ଼ିକ ପ୍ରକୃତରେ ଗୋଟିଏ ବସ୍ତୁର ତିନୋଟି ରୂପାନ୍ତର ଅଟନ୍ତି । ସେହିପରି, ଅଦ୍ୱୟ ସତ୍ୟର ନିରାକାର ଏବଂ ସର୍ବବ୍ୟାପକ ସ୍ୱରୂପକୁ ବ୍ରହ୍ମ କୁହାଯାଏ । ଯେଉଁମାନେ ଜ୍ଞାନ ମାର୍ଗର ଅନୁସରଣ କରନ୍ତି, ସେମାନେ ଭଗବାନଙ୍କର ଏହି ବ୍ରହ୍ମ ସ୍ୱରୂପର ଉପାସନା କରନ୍ତି । ପରମାତ୍ମା ପରମ ତତ୍ତ୍ୱଙ୍କର ସେହି ସ୍ୱରୂପ ଅଟେ, ଯିଏ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ଅଷ୍ଟାଙ୍ଗ ଯୋଗ ମାର୍ଗ ଭଗବାନଙ୍କ ପରମାତ୍ମା ସ୍ୱରୂପର ଅନୁଭୂତି ପ୍ରଦାନ କରିଥାଏ । ଭଗବାନ, ଈଶ୍ୱରଙ୍କ ସାକାର ସ୍ୱରୂପର ପରିପ୍ରକାଶ ଅଟେ, ଯେଉଁ ସ୍ୱରୂପରେ ସେ ମଧୁର ଲୀଳା କରିଥାନ୍ତି । ଭକ୍ତି ମାର୍ଗ ଈଶ୍ୱରଙ୍କ ଭଗବାନ ସ୍ୱରୂପର ଅନୁଭୂତି ପ୍ରଦାନ କରିଥାଏ । ଏହା ପୂର୍ବରୁ ଶ୍ଲୋକ ୧୨.୨ରେ ମଧ୍ୟ ବର୍ଣ୍ଣନା କରାଯାଇଛି ।\nଏହି ଅଧ୍ୟାୟରେ ଶ୍ଲୋକ ୧୨ ଠାରୁ ଆରମ୍ଭ କରି ପରବର୍ତ୍ତୀ ଶ୍ଲୋକ ଗୁଡ଼ିକରେ, ଶ୍ରୀକୃଷ୍ଣ ଏହି ତିନୋଟି ସ୍ୱରୂପର ବର୍ଣ୍ଣନା କରିଛନ୍ତି । ଶ୍ଲୋକ ୧୨ଠାରୁ ୧୪ ପର୍ଯ୍ୟନ୍ତ, ସର୍ବବ୍ୟାପୀ ବ୍ରହ୍ମଙ୍କର ସ୍ୱରୂପ ବର୍ଣ୍ଣିତ ହୋଇଛି । ଶ୍ଲୋକ ୧୫ରେ ପରମାତ୍ମାଙ୍କ ବିଷୟରେ କୁହାଯାଇଛି ଏବଂ ଶ୍ଲୋକ ୧୭ ଓ ୧୮ରେ ଭଗବାନଙ୍କ ସ୍ୱରୂପର ବର୍ଣ୍ଣନା କରାଯାଇଛି । ଏମାନଙ୍କ ମଧ୍ୟରୁ କାହାର ଉପଲବ୍ଧି ଶ୍ରେଷ୍ଠତମ ଏବଂ ସମ୍ପୂର୍ଣ୍ଣ? ସେ ଏହି ପ୍ରଶ୍ନର ଉତ୍ତରରେ ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁମାନେ ଭକ୍ତି ଦ୍ୱାରା ମୋତେ ପରମ ଦିବ୍ୟ ପୁରୁଷ ଭଗବାନ ଭାବରେ ଜାଣନ୍ତି, ସେମାନଙ୍କର ହିଁ ମୋ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ରହିଛି । ଭଗବାନଙ୍କର ଅନୁଭୂତି କାହିଁକି ଶ୍ରେଷ୍ଠ, ତାହାର ବିଶଦ୍ ବର୍ଣ୍ଣନା ଜଗଦ୍ଗୁରୁ ଶ୍ରୀକୃପାଳୁଜୀ ମହାରାଜ, ତାଙ୍କର ଭକ୍ତି ଶତକ ଗ୍ରନ୍ଥରେ କରିଛନ୍ତି । ଶ୍ରୀମଦ୍ ଭାଗବତମ୍ର ଏହି ଶ୍ଲୋକକୁ ଉଦ୍ଧାର କରି ସେ ଲେଖିଛନ୍ତି:\nତିନି ରୂପ ଶ୍ରୀକୃଷ୍ଣ କୋ, ବେଦବ୍ୟାସ ବତାୟ,ବ୍ରହ୍ମ ଔର ପରମାତ୍ମା, ଅରୁ ଭଗବାନ କହାୟ । (ଭକ୍ତି ଶତକ ପଦ ୨୧)\n“ବେଦବ୍ୟାସ ଘୋଷଣା କରିଛନ୍ତି ଯେ ପରମେଶ୍ୱର ତିନି ରୂପରେ ପ୍ରକଟ ହୁଅନ୍ତି- ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ।” ତାପରେ ସେ ପରମ ସତ୍ୟର ଏହି ତିନୋଟି ପରିପ୍ରକାଶ ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି:\nସର୍ବଶକ୍ତି ସମ୍ପନ୍ନ ହୋ, ଶକ୍ତି ବିକାଶ ନ ହୋୟ,ସତ୍ ଚିତ୍ ଆନନ୍ଦ ରୂପ ଜୋ, ବ୍ରହ୍ମ କହାବେ ସୋୟ ।। (ଭକ୍ତି ଶତକ ପଦ ୨୨)\n“ବ୍ରହ୍ମ ରୂପରେ, ପରମେଶ୍ୱରଙ୍କର ଅନନ୍ତ ଶକ୍ତି ସୁପ୍ତ ଅବସ୍ଥାରେ ରହିଥାଏ । ସେ କେବଳ ନିତ୍ୟ ଜ୍ଞାନ ଓ ଆନନ୍ଦ ରୂପରେ ପ୍ରକାଶିତ ହୋଇଥା’ନ୍ତି ।”\nସର୍ବଶକ୍ତି ସଂଯୁକ୍ତ ହୋ, ନାମ ରୂପ ଗୁଣ ହୋୟ,ଲୀଳା ପରିକର ରହିତ ହୋ, ପରମାତ୍ମା ହୈ ସୋୟ ।ା (ଭକ୍ତି ଶତକ ପଦ ୨୩)\n“ପରମାତ୍ମା ରୂପରେ, ପରମେଶ୍ୱର ତାଙ୍କର ରୂପ, ନାମ ଏବଂ ଗୁଣ ପ୍ରଦର୍ଶିତ କରନ୍ତି, କିନ୍ତୁ ସେ ଲୀଳା କରନ୍ତି ନାହିଁ କିମ୍ବା ତାଙ୍କର କୌଣସି ପରିକର ନ ଥାନ୍ତି ।”\nସର୍ବଶକ୍ତି ପ୍ରାକଟ୍ୟ ହୋ, ଲୀଲା ବିବିଧ ପ୍ରକାର,ବିହରତ ପରିକର ସଙ୍ଗ ଜୋ, ତେହି ଭଗବାନ ପୁକାର । (ଭକ୍ତି ଶତକ ପଦ ୨୪)\n“ଯେଉଁ ସ୍ୱରୂପରେ, ସେ ତାଙ୍କର ସମସ୍ତ ଶକ୍ତି ପ୍ରକଟ କରନ୍ତି, ତାଙ୍କ ଭକ୍ତମାନଙ୍କ ସହିତ ବିଭିନ୍ନ ପ୍ରକାର ମଧୁର ଲୀଳା କରିଥାନ୍ତି, ତାହା ତାଙ୍କର ଭଗବାନ ସ୍ୱରୂପ ଅଟେ । ଜଗଦ୍ଗୁରୁ କୃପାଳୁଜୀ ମହାରାଜଙ୍କର ଏହି ଦୋହାବଳୀ ସ୍ପଷ୍ଟ କରିଥାଏ ଯେ ବ୍ରହ୍ମ ଏବଂ ପରମାତ୍ମା ସ୍ୱରୂପରେ ପରମେଶ୍ୱରଙ୍କର ସମସ୍ତ ଶକ୍ତି ପ୍ରକଟ ହୋଇ ନ ଥାଏ । ପରମ ତତ୍ତ୍ୱର ପୂର୍ଣ୍ଣ ଉପଲବ୍ଧି ସେଥିରେ ହୋଇଥାଏ, ଯେଉଁ ସ୍ୱରୂପରେ ସେ ତାଙ୍କର ସମସ୍ତ ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ପରିକର ଆଦି ପ୍ରକଟ କରିଥାନ୍ତି । (ଏହା ଶ୍ଲୋକ ୧୨.୨ରେ ମଧ୍ୟ ଏକ ରେଳଗାଡ଼ିର ଉଦାହରଣ ଦ୍ୱାରା ବର୍ଣ୍ଣନା କରାଯାଇଛି) । ଅତଏବ, ଯେଉଁମାନେ ତାଙ୍କୁ ପରମ ପୁରୁଷ ଭଗବାନ ଭାବରେ ଜାଣନ୍ତି, ପ୍ରକୃତରେ ତାଙ୍କର ହିଁ ଜ୍ଞାନ ପରିପୂର୍ଣ୍ଣ ଅଟେ ।"
},
{
"verseTitle": "Bhagavad Gita 15.20",
"verse": "20",
"chapter": 15,
"lang": "or",
"shloka": {
"speaker": "",
"sanskrit": "इति गुह्यतमं शास्त्रमिदमुक्तं मयानघ ।\n\nएतबुद्धवा बुद्धिमान्स्यात्कृतमकृत्यश्च भारत ॥20॥",
"text": "ଇତି ଗୁହ୍ୟତମଂ ଶାସ୍ତ୍ରମିଦମୁକ୍ତଂ ମୟାନଘ ।\nଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍କୃତକୃତ୍ୟଶ୍ଚ ଭାରତ ।।୨୦।।",
"audioLink": "https://www.holy-bhagavad-gita.org/public/audio/015_020.mp3"
},
"wordMeanings": "ଇତି - ଏହି; ଗୁହ୍ୟତମଂ - ଅତ୍ୟନ୍ତ ଗୁହ୍ୟ (ଗୁପ୍ତ); ଶାସ୍ତ୍ରଂ - ଶାସ୍ତ୍ର; ଇଦଂ - ଏହି; ଉକ୍ତଂ -ପ୍ରକାଶିତ ହେଲା; ମୟା - ମୋ’ଦ୍ୱାରା; ଅନଘ - ହେ ନିଷ୍ପାପ; ଏତତ୍ - ଏହା; ବୁଦ୍ଧ୍ୱା -ବୁଝି; ବୁଦ୍ଧିମାନ୍ -ବୁଦ୍ଧିମାନ; ସ୍ୟାତ୍-ବ୍ୟକ୍ତି ହୁଏ; କୃତ-କୃତ୍ୟଃ - ପରିପୂର୍ଣ୍ଣ; ଚ-ଏବଂ; ଭାରତ- ହେ ଭରତ ବଂଶଜ ।",
"translation": {
"text": "ହେ ନିଷ୍ପାପ ଅର୍ଜୁନ! ବେଦଶାସ୍ତ୍ରମାନଙ୍କର ଏହି ଗୂଢ଼ତମ ସିଦ୍ଧାନ୍ତ ମୁଁ ତୁମ ସମ୍ମୁଖରେ ପ୍ରକାଶ କଲି । ଏହାକୁ ହୃଦୟଙ୍ଗମ କରି ଜଣେ ବ୍ୟକ୍ତି ଜ୍ଞାନଦୀପ୍ତ ହୋଇ କୃତକୃତ୍ୟ ହୋଇଯିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C15-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/15.20.mp3"
]
},
"commentary": "ଏହି ଅଧ୍ୟାୟର ଶେଷ ଶ୍ଲୋକଟି ଇତି ଶବ୍ଦରୁ ଆରମ୍ଭ ହୋଇଛି, ଅର୍ଥାତ୍ ‘ଏଗୁଡ଼ିକ’ । ଶ୍ରୀକୃଷ୍ଣ ଏହା ଦ୍ୱାରା ସୂଚିତ କରୁଛନ୍ତି, “ଏହି କୋଡ଼ିଏଟି ଶ୍ଲୋକରେ, ମୁଁ ସମସ୍ତ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତର ସାରାଂଶ ଉପସ୍ଥାପନ କରିଛି । ମୁଁ ତୁମ ଆଗରେ ସଂସାରର ସ୍ୱରୂପଠାରୁ ଆରମ୍ଭ କରି, ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଏବଂ ଶେଷରେ ଚରମ ସତ୍ୟକୁ ପରମ ଦିବ୍ୟ ପୁରୁଷ ଭାବରେ ଜାଣିବା ପର୍ଯ୍ୟନ୍ତ ବର୍ଣ୍ଣନା କଲି । ବର୍ତ୍ତମାନ ମୁଁ ତୁମକୁ ଏହି ଆଶ୍ୱାସନା ଦେଉଛି ଯେ ଯେଉଁ ବ୍ୟକ୍ତି ଏହି ଜ୍ଞାନକୁ ଗ୍ରହଣ କରିବ, ସେ ବାସ୍ତବିକ ଜ୍ଞାନ ସମ୍ପନ୍ନ ହେବ । ସେହି ଜୀବାତ୍ମା ତାର ସମସ୍ତ କର୍ମ ଓ କର୍ତ୍ତବ୍ୟର ଲକ୍ଷ୍ୟ ପ୍ରାପ୍ତ କରିବ, ଯାହା ଭଗବତ୍ ପ୍ରାପ୍ତି ଅଟେ ।”"
}
]
}