gita-chapter-14
{
"title": "ଚତୁର୍ଦ୍ଦଶ ଅଧ୍ୟାୟ: ଗୁଣତ୍ରୟ ବିଭାଗ ଯୋଗ",
"chapterIntro": "ପୂର୍ବ ଅଧ୍ୟାୟରେ ଆତ୍ମା ଏବଂ ଭୌତିକ ଶରୀର ମଧ୍ୟରେ ଥିବା ପ୍ରଭେଦର ବିସ୍ତୃତ ବର୍ଣ୍ଣନା କରାଯାଇଥିଲା । ଏହି ଅଧ୍ୟାୟରେ, ମାୟିକ ଶକ୍ତିର ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଶରୀର ଏବଂ ତାହାର ଉପାଦାନର ସ୍ରୋତ ଅଟେ, ତଥା ଉଭୟ ମନ ଓ ପଦାର୍ଥର ଉଦ୍ଗମ ସ୍ଥଳ ଅଟେ । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ମାୟିକ ଶକ୍ତି ତିନିଗୁଣ ବିଶିଷ୍ଟ ଅଟେ- ସତ୍ତ୍ୱ, ରଜୋ ଓ ତମୋ । ମାୟିକ ଶକ୍ତିରେ ଗଠିତ ଶରୀର, ମନ ଏବଂ ବୁଦ୍ଧି ଏହି ତିନିଗୁଣ ଧାରଣ କରନ୍ତି । ଏହି ତିନିଗୁଣର ମିଶ୍ରଣ, ଆମ ବ୍ୟକ୍ତିତ୍ୱର ରୂପରେଖ ନିର୍ଣ୍ଣୟ କରେ । ଶାନ୍ତି, କଲ୍ୟାଣ, ସଦ୍ଗୁଣ ଏବଂ ପ୍ରସନ୍ନତା ଇତ୍ୟାଦି ସତ୍ତ୍ୱଗୁଣର ବିଶେଷତ୍ୱ ଅଟେ । ରଜୋ ଗୁଣ ସାଂସାରିକ ଉନ୍ନତି ପାଇଁ ଅସଂଖ୍ୟ କାମନା ଏବଂ ଅତୃପ୍ତ ଅଭିଳାଷ ଉତ୍ପନ୍ନ କରେ । ଭ୍ରମ, ଆଳସ୍ୟ, ନିଶାସକ୍ତି ଏବଂ ନିଦ୍ରା ତମୋଗୁଣର ପ୍ରଭାବ ଅଟେ । ଜ୍ଞାନ ପ୍ରାପ୍ତି ନ କରିବା ପର୍ଯ୍ୟନ୍ତ, ମାୟିକ ପ୍ରକୃତିର ଏହି ତିନୋଟି ବଳବାନ ଶକ୍ତି ସହିତ ଜୀବକୁ ଉପଯୋଜନ କରିବାକୁ ପଡିଥାଏ । ଏହି ତ୍ରିଗୁଣକୁ ଅତିକ୍ରମ କରିବା ପରେ ହିଁ ଜୀବକୁ ମୁକ୍ତି ମିଳିଥାଏ ।\nତ୍ରିଗୁଣର ବନ୍ଧନ ଛିନ୍ନ କରିବାର ଏକ ସରଳ ସମାଧାନ ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରିଛନ୍ତି । ଭଗବାନ ତ୍ରିଗୁଣାତୀତ ଅଟନ୍ତି, ତେଣୁ ଆମେ ଯଦି ମନକୁ ତାଙ୍କ ସହିତ ସଂଯୁକ୍ତ କରିଦେବା, ତେବେ ମନର ଉତ୍ଥାନ ଦିବ୍ୟ ସ୍ତରକୁ ହୋଇଯିବ । ଏହାପରେ ଅର୍ଜୁନ ତିନିଗୁଣର ଊର୍ଦ୍ଧ୍ୱରେ ଥିବା ବ୍ୟକ୍ତିମାନଙ୍କର ସ୍ୱଭାବ ବିଷୟରେ ପ୍ରଶ୍ନ କରିଛନ୍ତି । ଉତ୍ତର ଦେବାକୁ ଯାଇ, ଶ୍ରୀକୃଷ୍ଣ ବ୍ୟବସ୍ଥିତ ଭାବରେ ସେହି ମୁକ୍ତ ଆତ୍ମାଙ୍କର ଚରିତ୍ର ବର୍ଣ୍ଣନା କରିଛନ୍ତି । ସେ ବୁଝାଉଛନ୍ତି ଯେ ଜ୍ଞାନୋଦ୍ଦୀପ୍ତ ବ୍ୟକ୍ତିମାନେ ସମଭାବାପନ୍ନ ରହନ୍ତି; ସଂସାରରେ ମାୟିକ ଗୁଣମାନଙ୍କର ପ୍ରତିକ୍ରିୟା ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିକୁ ଯେପରି ପ୍ରଭାବିତ କରିଥାଏ, ସେଥିରେ ସେମାନେ ବିଚଳିତ ହୁଅନ୍ତି ନାହିଁ । ସବୁକିଛିକୁ ସେମାନେ ଭଗବାନଙ୍କ ଶକ୍ତିର ପରିପ୍ରକାଶ ରୂପରେ ଦେଖନ୍ତି, ଯାହା ଅନ୍ତତଃ ଭଗବାନଙ୍କ ହାତରେ ହିଁ ଥାଏ । ଏଣୁ ସାଂସାରିକ ପରିସ୍ଥିତି ସବୁ ତାଙ୍କୁ ଉତ୍ଫୁଲ୍ଲିତ କିମ୍ବା ମର୍ମାହତ କରେ ନାହିଁ ଏବଂ ଅସ୍ଥିର ନ ହୋଇ ସେମାନେ ନିଜ ଆତ୍ମାରେ ସ୍ଥିତ ରହନ୍ତି । ଅଧ୍ୟାୟର ଶେଷରେ ଶ୍ରୀକୃଷ୍ଣ ପୁନର୍ବାର ଆମକୁ ଭକ୍ତିର ଶକ୍ତି ଏବଂ ତ୍ରିଗୁଣକୁ ଅତିକ୍ରମ କରାଇବାର ତାହାର କ୍ଷମତା ବିଷୟରେ କରିଛନ୍ତି ।",
"verseList": [
{
"verseTitle": "Bhagavad Gita 14.1",
"verse": "1",
"chapter": 14,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nपरं भूयः प्रवक्ष्यामि ज्ञानानां ज्ञानमुत्तमम्।\n\nयज्ज्ञात्वा मुनयः सर्वे परां सिद्धिमितो गताः ॥1॥",
"text": "ଶ୍ରୀଭଗବାନୁବାଚ\nପରଂ ଭୂୟଃ ପ୍ରବକ୍ଷ୍ୟାମି ଜ୍ଞାନାନାଂ ଜ୍ଞାନମୁତ୍ତମମ୍ ।\nଯଜ୍ଜ୍ଞାତ୍ୱା ମୁନୟଃ ସର୍ବେ ପରାଂ ସିଦ୍ଧିମିତୋ ଗତାଃ ।।୧।।",
"audioLink": "https://www.holy-bhagavad-gita.org/public/audio/014_001.mp3"
},
"wordMeanings": "ଶ୍ରୀଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ପରଂ- ପରମ; ଭୂୟଃ-ପୁନର୍ବାର; ପ୍ରବକ୍ଷ୍ୟାମି- ମୁଁ ବିସ୍ତାର ଭାବରେ କହିବି; ଜ୍ଞାନାନାଂ-ସମସ୍ତ ଜ୍ଞାନ ମଧ୍ୟରେ; ଜ୍ଞାନଂ-ଜ୍ଞାନ; ଉତ୍ତମମ୍-ସର୍ବୋତ୍ତମ; ଯତ୍-ଯାହା; ଜ୍ଞାତ୍ୱା- ଜାଣି; ମୁନୟଃ-ମୁନିବୃନ୍ଦ; ସର୍ବେ- ସମସ୍ତ; ପରାଂ-ପରମ; ସିଦ୍ଧିଂ-ସିଦ୍ଧି; ଇତଃ-ଏହା ମଧ୍ୟରେ; ଗତାଃ-ପ୍ରାପ୍ତ ହୋଇଛନ୍ତି ।",
"translation": {
"text": "ଶ୍ରୀ ଭଗବାନ କହିଲେ: ସେହି ସର୍ବୋଚ୍ଚ ଜ୍ଞାନ, ଯାହା ସମସ୍ତ ଜ୍ଞାନ ମଧ୍ୟରେ ସର୍ବୋତ୍ତମ ଅଟେ ଏବଂ ଯାହାକୁ ଜାଣି ମହାନ୍ ଋଷିଗଣ ସର୍ବୋଚ୍ଚ ସିଦ୍ଧି ପ୍ରାପ୍ତ କରିଛନ୍ତି, ମୁଁ ପୁନର୍ବାର ତୁମକୁ ତାହା ବିଷୟରେ କହିବି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.1.mp3"
]
},
"commentary": "ପୂର୍ବ ଅଧ୍ୟାୟରେ, ଶ୍ରୀକୃଷ୍ଣ ବର୍ଣ୍ଣନା କରିଥିଲେ ଯେ ସମସ୍ତ ଜୀବ ଆତ୍ମା ଓ ପ୍ରକୃତିର ମିଶ୍ରଣ ଅଟନ୍ତି । ସେ ଏକଥା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ପୁରୁଷ (ଆତ୍ମା)ର କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ପ୍ରକୃତି (ଭୌତିକ ଗୁଣ) ଦାୟୀ ଅଟେ । ସେ ପୁଣି କହିଛନ୍ତି ଯେ ଏହା ସ୍ୱତଃ ହୋଇ ନ ଥାଏ, ଭଗବାନଙ୍କ ନିର୍ଦ୍ଦେଶନରେ ହୋଇଥାଏ, ଯିଏ ସମସ୍ତ ପ୍ରାଣୀଙ୍କ ଶରୀର ମଧ୍ୟରେ ନିବାସ କରିଥାଆନ୍ତି । ଏହି ଅଧ୍ୟାୟରେ ସେ ପ୍ରକୃତିର ତିନିଗୁଣ ବିଷୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଲାଭ କରି ଏବଂ ଏହାକୁ ଅନୁଭବାତ୍ମକ ଜ୍ଞାନ ରୂପରେ ଆମ ଚେତନାରେ ଧାରଣ କରି, ଆମେ ଉଚ୍ଚତମ ସିଦ୍ଧି ହାସଲ କରିପାରିବା ।"
},
{
"verseTitle": "Bhagavad Gita 14.2",
"verse": "2",
"chapter": 14,
"lang": "or",
"shloka": {
"speaker": "",
"sanskrit": "इदं ज्ञानमुपाश्रित्य मम साधर्म्यमागताः।\n\nसर्गेऽपि नोपजायन्ते प्रलये न व्यथन्ति च॥2॥",
"text": "ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ ।\nସର୍ଗେଽପି ନୋପଜାୟନ୍ତେ ପ୍ରଳୟେ ନ ବ୍ୟଥନ୍ତି ଚ ।।୨।।",
"audioLink": "https://www.holy-bhagavad-gita.org/public/audio/014_002.mp3"
},
"wordMeanings": "ଇଦଂ-ଏହି; ଜ୍ଞାନଂ-ଜ୍ଞାନ; ଉପାଶ୍ରିତ୍ୟ -ଆଶ୍ରୟ କରି; ମମ-ମୋର; ସାଧର୍ମ୍ୟଂ -ସମପ୍ରକୃତି; ଆଗତାଃ -ପ୍ରାପ୍ତ କରି; ସର୍ଗେ -ସୃଷ୍ଟି କାଳରେ; ଅପି -ମଧ୍ୟ; ନ ଉପଜାୟନ୍ତେ -ଜନ୍ମ ହୁଅନ୍ତି ନାହିଁ; ପ୍ରଳୟେ-ପ୍ରଳୟରେ; ନ ବ୍ୟଥନ୍ତି -ଦୁଃଖିତ ହୁଅନ୍ତି ନାହିଁ; ଚ-ଏବଂ ।",
"translation": {
"text": "ଯେଉଁମାନେ ଏହି ଜ୍ଞାନର ଆଶ୍ରିତ ହୁଅନ୍ତି, ସେମାନେ ମୋ ସହିତ ମିଳିତ ହୁଅନ୍ତି । ସେମାନଙ୍କର ସୃଷ୍ଟି ସମୟରେ ପୁର୍ନଜନ୍ମ କିମ୍ବା ପ୍ରଳୟ ସମୟରେ ବିଲୟ ହେବ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.2.mp3"
]
},
"commentary": "ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ଯେଉଁ ଜ୍ଞାନ ସେ ପ୍ରଦାନ କରିବାକୁ ଯାଉଛନ୍ତି, ସେହି ଜ୍ଞାନରେ ଯିଏ ନିଜକୁ ସଜ୍ଜିତ କରିନେବେ, ତାଙ୍କୁ ବାରମ୍ବାର ମାତୃଗର୍ଭରେ ଆବଦ୍ଧ ହେବାକୁ ପଡ଼ିବ ନାହିଁ । ମହାପ୍ରଳୟରେ, ସେ ଭଗବାନଙ୍କ ଗର୍ଭରେ ସୁପ୍ତ ଅବସ୍ଥାରେ ପଡ଼ି ରହିବେ ନାହିଁ, କିମ୍ବା ପରବର୍ତ୍ତୀ ସୃଷ୍ଟି ସମୟରେ ତାଙ୍କୁ ପୁର୍ନଜନ୍ମ ନେବାକୁ ପଡ଼ିବ ନାହିଁ । ବାସ୍ତବରେ, ଏହି ତ୍ରିଗୁଣ (ଭୌତିକ ପ୍ରକୃତିର ଗୁଣ) ସମସ୍ତ ବନ୍ଧନର କାରଣ ଅଟନ୍ତି, ଏବଂ ସେମାନଙ୍କ ବିଷୟରେ ଜ୍ଞାନ ବନ୍ଧନରୁ ମୁ୍କ୍ତ ହେବାର ପଥକୁ ଆଲୋକିତ କରିଥାଏ ।\nନିଜ ଶିଷ୍ୟଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଆକର୍ଷଣ କରିବା ପାଇଁ, ଶ୍ରୀକୃଷ୍ଣ ଯେଉଁ ଉପଦେଶ ଦେବାକୁ ଯାଉଛନ୍ତି ତା’ ସହିତ ତା’ର ଫଳ ମଧ୍ୟ ଘୋଷଣା କରୁଛନ୍ତି । ନ ବ୍ୟଥନ୍ତି ଶବ୍ଦର ଅର୍ଥ “ସେମାନେ କଷ୍ଟ ଅନୁଭବ କରିବେ ନାହିଁ ।” ସଧର୍ମ୍ୟମ୍ ଶବ୍ଦର ଅର୍ଥ ସେମାନେ “ଭଗବାନଙ୍କ ପରି ଦିବ୍ୟ ଗୁଣ” ପ୍ରାପ୍ତ କରିବେ । ଆତ୍ମା ଯେତେବେଳେ ମାୟା ଶକ୍ତିର ବନ୍ଧନରୁ ମୁକ୍ତ ହୁଏ, ଏହା ଭଗବାନଙ୍କ ଦିବ୍ୟ ଶକ୍ତି ଯୋଗମାୟାଙ୍କ ସାମ୍ରାଜ୍ୟର ଅଧୀନକୁ ଆସିଯାଏ । ଏହି ଦିବ୍ୟ ଶକ୍ତି ଭଗବାନଙ୍କର ଦିବ୍ୟ ଜ୍ଞାନ, ପ୍ରେମ ଏବଂ ଆନନ୍ଦଯୁକ୍ତ ଅଟେ । ଫଳସ୍ୱରୂପ, ଜୀବ ମଧ୍ୟ ଭଗବାନଙ୍କ ପରି ହୋଇଯାଏ, ଅର୍ଥାତ୍ ସେ ଦିବ୍ୟ ଭଗବଦୀୟ ଗୁଣ ପ୍ରାପ୍ତ କରେ ।"
},
{
"verseTitle": "Bhagavad Gita 14.3 – 14.4",
"verse": "3-4",
"chapter": 14,
"lang": "or",
"shloka": {
"speaker": "",
"sanskrit": "मम योनिर्महद ब्रह्म तस्मिन्गर्भं दधाम्यहम् । \n\nसम्भवः सर्वभूतानां ततो भवति भारत ॥3॥ \n\nसर्वयोनिषु कौन्तेय मूर्तयः सम्भवन्ति याः ।\n\nतासां ब्रह्म महद्योनिरहं बीजप्रदः पिता ॥4॥",
"text": "ମମ ଯୋନିର୍ମହଦ୍ ବ୍ରହ୍ମ ତସ୍ମିନ୍ଗର୍ଭଂ ଦଧାମ୍ୟହମ୍ ।\nସମ୍ଭବଃ ସର୍ବଭୂତାନାଂ ତତୋ ଭବତି ଭାରତ ।।୩।।\nସର୍ବଯୋନିଷୁ କୌନ୍ତେୟ ମୂର୍ତୟଃ ସମ୍ଭବନ୍ତି ଯାଃ ।\nତାସାଂ ବ୍ରହ୍ମ ମହଦ୍ୟୋନିରହଂ ବୀଜପ୍ରଦଃ ପିତା ।।୪।।",
"audioLink": "https://www.holy-bhagavad-gita.org/public/audio/014_003-004.mp3"
},
"wordMeanings": "ମମ -ମୋର; ଯୋନି -ଗର୍ଭ; ମହତ୍-ବ୍ରହ୍ମ -ସମଗ୍ର ଭୌତିକ ସ୍ଥିତି, ପ୍ରକୃତି; ତସ୍ମିନ୍-ସେଥିରେ; ଗର୍ଭଂ-ଗର୍ଭ; ଦଧାମି- ସଂଚାର କରେ; ଅହମ୍- ମୁଁ; ସମ୍ଭବଃ -ଜନ୍ମ; ସର୍ବ-ଭୂତାନାଂ-ସମସ୍ତ ଜୀବଙ୍କର; ତତଃ -ସେଥିରୁ; ଭବତି - ହୁଏ; ଭାରତ- ହେ ଭରତପୁତ୍ର !; ସର୍ବଯୋନିଷୁ- ସମସ୍ତ ପ୍ରକାର ଜୀବ-ଯୋନିରେ; କୌନ୍ତେୟ- ହେ କୁନ୍ତିପୁତ୍ର; ମୂର୍ତୟଃ -ରୂପ; ସଂଭବନ୍ତି- ଜାତ ହୁଅନ୍ତି; ଯାଃ-ଯାହା; ତାସାଂ-ସେ ସମସ୍ତେ; ବ୍ରହ୍ମ-ମହତ୍ -ମହାନ୍ ଭୂତ ପ୍ରକୃତି; ଯୋନିଃ- ଗର୍ଭାଶୟ; ଅହଂ-ମୁଁ; ବୀଜପ୍ରଦଃ-ବୀଜ ପ୍ରଦାନକାରୀ; ପିତା-ପିତା ଅଟେ ।",
"translation": {
"text": "ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ କରନ୍ତି । ହେ କୁନ୍ତିପୁତ୍ର ! ଉତ୍ପନ୍ନ ହେଉଥିବା ସମସ୍ତ ପ୍ରଜାତିର ଜୀବମାନଙ୍କର ଗର୍ଭ ଭୌତିକ ପ୍ରକୃତି ଅଟେ ଏବଂ ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-03.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.3.mp3",
"https://www.gitasupersite.iitk.ac.in/sites/default/files/audio/Purohit/14.4.mp3"
]
},
"commentary": "ଭୌତିକ ଜଗତ ସୃଷ୍ଟି, ପାଳନ ଏବଂ ବିଲୟର ଚକ୍ର ଦେଇ ଗତି କରେ, ଯାହାର ବର୍ଣ୍ଣନା ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ କରାଯାଇଛି । ପ୍ରଳୟ ସମୟରେ, ଭଗବାନଙ୍କ ପ୍ରତି ବିମୁଖ ଥିବା ଜୀବଗଣ, ମହା ବିଷ୍ଣୁଙ୍କୁ ଶରୀରରେ ସୁପ୍ତ ଅବସ୍ଥାରେ ରହନ୍ତି । ଭୌତିକ ଶକ୍ତି ବା ପ୍ରକୃତି ମଧ୍ୟ ଭଗବାନଙ୍କ ମହୋଦରରେ ଅବ୍ୟକ୍ତ ଭାବରେ ରହିଥାଏ । ସୃଷ୍ଟି ପ୍ରକ୍ରିୟାକୁ କ୍ରିୟାନ୍ୱିତ କରିବାର ଇଚ୍ଛାରେ ଭଗବାନ ପ୍ରକୃତି ଉପରେ ଦୃଷ୍ଟିପାତ କଲେ, ତାହା ଉନ୍ମୋଚିତ ହେବାକୁ ଆରମ୍ଭ କରେ ଏବଂ କ୍ରମାଗତ ଭାବେ ସେଥିରୁ ମହାନ୍, ଅହଂକାର, ପଞ୍ଚ-ତନ୍ମାତ୍ରା ଏବଂ ପଞ୍ଚ-ମହାଭୂତ ତତ୍ତ୍ୱଗୁଡ଼ିକ ସୃଷ୍ଟି ହୁଅନ୍ତି । ମାଧ୍ୟମିକ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସହାୟତାରେ, ପ୍ରକୃତି ବିଭିନ୍ନ ଜୀବ ସ୍ୱରୂପ ସୃଷ୍ଟି କରେ ଏବଂ ଭଗବାନ, ପୂର୍ବ କର୍ମ ଅନୁସାରେ, ଜୀବକୁ ଉପଯୁକ୍ତ ଶରୀରରେ ସ୍ଥାପିତ କରନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ପ୍ରକୃତି ଗର୍ଭତୁଲ୍ୟ ଅଟେ ଏବଂ ଆତ୍ମା ସବୁ ଶୁକ୍ରାଣୁ ରୂପକ ଅଟନ୍ତି । ସେ ଆତ୍ମାକୁ ପ୍ରକୃତି ମାତାଙ୍କ ଗର୍ଭରେ ସ୍ଥାପିତ କରନ୍ତି, ଯିଏ ବିବିଧ ପ୍ରକାରର ପ୍ରାଣୀଙ୍କୁ ଜନ୍ମ ଦିଅନ୍ତି । ଶ୍ରୀମଦ୍ ଭାଗବତମ୍ରେ ମଧ୍ୟ ମହର୍ଷି ବେଦବ୍ୟାସ ସେହି ଅନୁରୂପ ବର୍ଣ୍ଣନା କରିଛନ୍ତି:\nଦୈବାତ୍ କ୍ଷୁଭିତ-ଧର୍ମିଣ୍ୟାଂ ସ୍ୱସ୍ୟାଂ ଯୋନୌ ପରଃ ପୁମାନ୍ଆଧତ୍ତ ବୀର୍ଯ୍ୟଂ ସାସୁତ ମହତ୍-ତତ୍ତ୍ୱମ୍ ହିରଣ୍ମୟମ୍ । (୩.୨୬.୧୯)\n“ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ ।” ସେ ସବୁ ଜୀବଙ୍କୁୁ ମାୟିକ ଜଗତରେ ସ୍ଥାପିତ କରନ୍ତି ନାହିଁ, କେବଳ ବିମୁଖ ଜୀବଙ୍କ ପାଇଁ ତାହା କରିଥା’ନ୍ତି ।"
},
{
"verseTitle": "Bhagavad Gita 14.5",
"verse": "5",
"chapter": 14,
"lang": "or",
"shloka": {
"speaker": "",
"sanskrit": "सत्त्वं रजस्तम इति गुणाः प्रकृतिसम्भवाः।\n\nनिबध्नन्ति महाबाहो देहे देहिनमव्ययम् ॥ 5॥",
"text": "ସତ୍ତ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତିସମ୍ଭବାଃ ।\nନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟମ୍ ।।୫।।",
"audioLink": "https://www.holy-bhagavad-gita.org/public/audio/014_005.mp3"
},
"wordMeanings": "ସତ୍ତ୍ୱଂ-ସତ୍ତ୍ୱଗୁଣ; ରଜଃ-ରଜଗୁଣ; ତମଃ-ତମଗୁଣ; ଇତି-ଏହିପରି; ଗୁଣାଃ-ଗୁଣସବୁ; ପ୍ରକୃତି-ଭୂତ ପ୍ରକୃତି; ସମ୍ଭବାଃ-ଜାତ ହୁଅନ୍ତି; ନିବିଧ୍ନନ୍ତି-ବାନ୍ଧନ୍ତି; ମହାବାହୋ-ହେ ମହାବାହୁ; ଦେହେ- ଏହି ଶରୀରରେ; ଦେହିନଂ- ଜୀବକୁ; ଅବ୍ୟୟମ୍-ଶାଶ୍ୱତ ।",
"translation": {
"text": "ହେ ବୀର ଅର୍ଜୁନ ! ପ୍ରକୃତିର ତିନୋଟି ଗୁଣ ରହିଛି- ସତ୍ତ୍ୱ (ସାଧୁତା), ରଜ (କାମନା), ତମ (ଅଜ୍ଞାନ) । ଏହି ଗୁଣ ଗୁ୍ଡ଼ିକ ନିତ୍ୟ ଆତ୍ମାକୁ ଅନିତ୍ୟ ଶରୀରରେ ବାନ୍ଧି ଦିଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.5.mp3"
]
},
"commentary": "ସମସ୍ତ ପ୍ରାଣୀଜଗତ ପ୍ରକୃତି ଓ ପୁରୁଷଙ୍କ ଠାରୁ ଜନ୍ମ ହେବା କଥା ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ପରବର୍ତ୍ତୀ ଚଉଦଟି ଶ୍ଳୋକରେ ଏହା କହିବାକୁ ଯାଉଛନ୍ତି, ପ୍ରକୃତି କିପରି ଆତ୍ମାକୁ ବାନ୍ଧି ଦିଏ । ଏହା ଦିବ୍ୟ ହୋଇଥିବା ସତ୍ତ୍ୱେ, ଶରୀର ସହିତ ଏହାର ତାଦାତ୍ମ୍ୟ; ଏହାକୁ ଭୌତିକ ଗୁଣରେ ବାନ୍ଧିଦିଏ । ଭୌତିକ ଶକ୍ତିର ତିନୋଟି ଗୁଣ ରହିଛି - ସଦ୍ଗୁଣ, କାମନା ଏବଂ ଅଜ୍ଞାନ । ସୁତରାଂ, ପ୍ରକୃତିରୁ ଜାତ ଶରୀର, ମନ, ବୁଦ୍ଧି ମଧ୍ୟ ଏହି ତିନିଗୁଣ ଧାରଣ କରିଥାଆନ୍ତି ।\nଗୋଟିଏ ତିନିରଙ୍ଗ ବିଶିଷ୍ଟ ମୁଦ୍ରଣର ଉଦାହରଣ ଦିଆଯାଇପାରେ । ମେସିନ୍ରୁ ଯଦି କୌଣସି ଗୋଟିଏ ରଙ୍ଗକୁ ଅଧିକ ପରିମାଣରେ କାଗଜକୁ ଛଡ଼ାଯାଏ, ତେବେ ଚିତ୍ରଟିରେ ସେହି ରଙ୍ଗର ଆଭାସ ଆସିଯାଏ । ସେହିପରି, ପ୍ରକୃତିର ତିନିରଙ୍ଗର ସ୍ୟାହି ଅଛି । ଜଣେ ବ୍ୟକ୍ତିଙ୍କର ଅନ୍ତରର ବିଚାର, ବାହ୍ୟ ପରିବେଶ, ପୂର୍ବ ସଂସ୍କାର ଏବଂ ଅନ୍ୟ ଉପାଦାନ ଉପରେ ନିର୍ଭର କରି, ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଗୁଣ ବ୍ୟକ୍ତିଠାରେ ପ୍ରମୁଖ ଭାବରେ ଦେଖା ଯାଇଥାଏ ଏବଂ ଯେଉଁ ଗୁଣଟି ପ୍ରମୁଖ ଥାଏ, ତାହାର ଛାପ ବ୍ୟକ୍ତିର ବ୍ୟକ୍ତିତ୍ୱରେ ପଡିଥାଏ । ଜୀବ ସେହି ପ୍ରମୁଖ ଗୁଣର ପ୍ରବାହରେ ପ୍ରବାହିତ ହୋଇଥାଏ । ଶ୍ରୀକୃଷ୍ଣ ଜୀବ ଉପରେ ଏହି ଗୁଣମାନଙ୍କର ପ୍ରଭାବ ବିଷୟରେ ଆଲୋଚନା କରୁଛନ୍ତି ।"
},
{
"verseTitle": "Bhagavad Gita 14.6",
"verse": "6",
"chapter": 14,
"lang": "or",
"shloka": {
"speaker": "",
"sanskrit": "तत्र सत्त्वं निर्मलत्वात्प्रकाशकमनामयम् ।\n\nसुखसङ्गेन बध्नाति ज्ञानसक्रेन चानघ ॥6॥",
"text": "ତତ୍ର ସତ୍ତ୍ୱଂ ନିର୍ମଳତ୍ୱାତ୍ପ୍ରକାଶକମନାମୟମ୍ ।\nସୁଖସଙ୍ଗେନ ବଧ୍ନାତି ଜ୍ଞାନସଙ୍ଗେନ ଚାନଘ ।।୬।।",
"audioLink": "https://www.holy-bhagavad-gita.org/public/audio/014_006.mp3"
},
"wordMeanings": "ତତ୍ର-ସେମାନଙ୍କ ମଧ୍ୟରୁ; ସତ୍ତ୍ୱଂ- ସତ୍ତ୍ୱଗୁଣ; ନିର୍ମଳତ୍ୱାତ୍ -ଶୁଦ୍ଧତମ ହୋଇଥିବା ଯୋଗୁଁ; ପ୍ରକାଶକଂ-ଉଜ୍ଜ୍ୱଳ; ଅନାମୟମ୍ -କଲ୍ୟାଣକର; ସୁଖ -ସୁଖ; ସଙ୍ଗେନ-ସଙ୍ଗରେ; ବଧ୍ନାତି-ବାନ୍ଧେ; ଜ୍ଞାନ-ଜ୍ଞାନ; ସଙ୍ଗେନ-ସଙ୍ଗରେ; ଚ-ମଧ୍ୟ; ଅନଘ- ହେ ଅନଘ ! (ହେ ନିଷ୍ପାପ !)",
"translation": {
"text": "ଏମାନଙ୍କ ମଧ୍ୟରୁ, ସତ୍ତ୍ୱଗୁଣ ବା ସଦ୍ଗୁଣ, ଅନ୍ୟ ଗୁଣମାନଙ୍କ ଠାରୁ ଶୁଦ୍ଧତର ହୋଇଥିବାରୁ ତାହା ଜ୍ଞାନ ପ୍ରଦାୟକ ଏବଂ କଲ୍ୟାଣକର ହୋଇଥାଏ । ହେ ଧର୍ମାତ୍ମା ! ଏହା ଆତ୍ମାକୁ ସୁଖ ଓ ଜ୍ଞାନ ପ୍ରତି ଆସକ୍ତ କରି ବନ୍ଧନଯୁକ୍ତ କରାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.6.mp3"
]
},
"commentary": "ପ୍ରକାଶକଂ ଶବ୍ଦର ଅର୍ଥ ‘ଉଦ୍ଭାସିତ’ । ଅନାମୟମ୍ ଅର୍ଥ ‘ସୁସ୍ଥ ଏବଂ କଲ୍ୟାଣକର’ । ବ୍ୟାପକ ଅର୍ଥରେ ଏହା ଯନ୍ତ୍ରଣା, ଅସୁବିଧା, ଅଶାନ୍ତି ଇତ୍ୟାଦି ଅନ୍ତର୍ନିହିତ କାରଣ ରହିତ ‘ଶାନ୍ତିପୂର୍ଣ୍ଣ ଗୁଣ’ ଅଟେ । ସଦ୍ଗୁଣ ନିର୍ମଳ ଏବଂ ଉଜ୍ୱଳ ଅଟେ । ସତ୍ତ୍ୱଗୁଣ ଜୀବର ବ୍ୟକ୍ତିତ୍ୱରେ ସଦ୍ଗୁଣ ପ୍ରକଟିତ କରେ ଏବଂ ବୁଦ୍ଧିକୁ ଜ୍ଞାନଦ୍ୱାରା ଆଲୋକିତ କରେ । ଏହା ବ୍ୟକ୍ତିକୁ ଶାନ୍ତ, ସନ୍ତୁଷ୍ଟ, ଦାନଶୀଳ, ଦୟାଯୁକ୍ତ, ସାହାଯ୍ୟକାରୀ, ପ୍ରଶାନ୍ତ ଚିତ୍ତ ଏବଂ ସ୍ଥିର କରିଥାଏ । ଏହା ବ୍ୟକ୍ତିକୁ ସ୍ୱାସ୍ଥ୍ୟବାନ ଏବଂ ରୋଗମୁକ୍ତ ମଧ୍ୟ କରିଥାଏ । ସଦ୍ଗୁଣ ଶାନ୍ତି ତଥା ଆନନ୍ଦ ପ୍ରଦାନ କରୁଥିଲେ ମଧ୍ୟ, ସେଥିପ୍ରତି ଆସକ୍ତି ହିଁ ଜୀବକୁ ମାୟାବଦ୍ଧ କରି ରଖିଥାଏ ।\nଏହାକୁ ଏକ ଉଦାହରଣ ମାଧ୍ୟମରେ ସ୍ପଷ୍ଟ କରାଯାଇପାରେ । ଜଣେ ଯାତ୍ରୀ ଗୋଟିଏ ଜଙ୍ଗଲ ଦେଇ ଯାତ୍ରା କରୁଥିବା ସମୟରେ, ତିନିଜଣ ଦସ୍ୟୁ ତାଙ୍କୁ ଆକ୍ରମଣ କଲେ । ପ୍ରଥମ ଜଣକ କହିଲା “ଏହି ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କର ଧନ ଚୋରି କରି ନେବା ।” ଦ୍ୱିତୀୟ ଜଣକ କହିଲା, “ନା, ତାଙ୍କୁ ମାରିବା ନାହିଁ, ତାଙ୍କୁ କେବଳ ବାନ୍ଧି ଦେଇ ତାଙ୍କ ପାଖରେ ଯାହା ଅଛି ନେଇଯିବା ।” ଦ୍ୱିତୀୟ ଦସ୍ୟୁର ମତ ଅନୁସାରେ, ସେମାନେ ତାକୁ ଦଉଡ଼ିରେ ବାନ୍ଧିଦେଇ ତାର ସମସ୍ତ ଅର୍ଥ ନେଇଗଲେ । ସେମାନେ କିଛିବାଟ ଗଲାପରେ ତୃତୀୟ ଦସ୍ୟୁଟି ଫେରିଆସିଲା । ସେ ଯାତ୍ରୀର ଦଉଡ଼ି ସବୁ ଖୋଲିଦେଲା ଏବଂ ତାକୁ ଅରଣ୍ୟର ଶେଷ ପ୍ରାନ୍ତକୁ ନେଇଗଲା । ସେ ତାଙ୍କୁ ବାହାରକୁ ଯିବା ରାସ୍ତା ଦେଖାଇ କହିଲା, “ମୁଁ ନିଜେ ବାହାରକୁ ଯାଇପାରିବି ନାହିଁ, କିନ୍ତୁ ତୁମେ ଯଦି ଏହି ରାସ୍ତା ଅନୁସରଣ କରିବ, ଏହି ଅରଣ୍ୟରୁ ବାହାରକୁ ଯିବାରେ ସକ୍ଷମ ହେବ ।”\nପ୍ରଥମ ଦସ୍ୟୁଟି ତମୋଗୁଣ ବା ଅଜ୍ଞାନତା ଅଟେ, ଯିଏ ଆତ୍ମାକୁ ଆଳସ୍ୟ ପରାୟଣ, ଶକ୍ତିହୀନ ଏବଂ ଅଜ୍ଞାନଯୁକ୍ତ କରି ବସ୍ତୁତଃ ତା’ର ହତ୍ୟା କରିବାକୁ ଇଚ୍ଛା କରିଥାଏ । ଦ୍ୱିତୀୟ ଦସ୍ୟୁଟି ରଜୋଗୁଣ ବା ବାସନା ଅଟେ, ଯିଏ ଜୀବର ବାସନାକୁ ଉଦ୍ଦୀପ୍ତ କରିଥାଏ ଏବଂ ତାକୁ ଅସଂଖ୍ୟ ସାଂସାରିକ କାମନାରେ ବାନ୍ଧିଦିଏ । ତୃତୀୟ ଦସ୍ୟୁଟି ସତ୍ତ୍ୱଗୁଣୀ ବା ସଦ୍ଗୁଣ ଯୁକ୍ତ ଅଟେ, ଯିଏ ଜୀବର ପାପକୁ ହ୍ରାସ କରିଥାଏ, ଭୌତିକ କଷ୍ଟକୁ ଲାଘବ କରିଥାଏ ଏବଂ ଆତ୍ମାକୁ ଧର୍ମର ପଥରେ ସ୍ଥାପିତ କରେ । ତଥାପି ସତ୍ତ୍ୱଗୁଣ ମଧ୍ୟ ମାୟିକ ଗୁଣର ପରିସୀମା ଅନ୍ତର୍ଭୁକ୍ତ ଅଟେ, ତେଣୁ ଆମେ ତାହା ପ୍ରତି ମଧ୍ୟ ଆସକ୍ତ ହେବା ଉଚିତ ନୁହେଁ, ତା ପରିବର୍ତ୍ତେ, ଆମେ ସେହି ପୃଷ୍ଠଭୂମିକୁ ଦିବ୍ୟ ଜଗତରେ ପଦାର୍ପଣ କରିବାକୁ ବ୍ୟବହାର କରିବା ଉଚିତ ।\nଏହି ତ୍ରିଗୁଣର ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ତ୍ୱ ବା ଦିବ୍ୟ ସଦ୍ଗୁଣ ରହିଛି । ଏହା ଭଗବାନଙ୍କ ଦିବ୍ୟଶକ୍ତିର ଗୁଣ ଅଟେ, ଯାହାର ସ୍ଥିତି ମାୟିକ ଗୁଣର ଊର୍ଦ୍ଧ୍ୱରେ । ଭଗବତ୍ ପ୍ରାପ୍ତି ପରେ, ଭଗବାନ କୃପା କରି ଜୀବକୁ ଶୁଦ୍ଧ ସତ୍ତ୍ୱ ପ୍ରଦାନ କରିଥାଆନ୍ତି, ଯଦ୍ୱାରା ଜୀବର ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦିବ୍ୟ ହୋଇଯାଏ ।"
},
{
"verseTitle": "Bhagavad Gita 14.7",
"verse": "7",
"chapter": 14,
"lang": "or",
"shloka": {
"speaker": "",
"sanskrit": "रजो रागात्मकं विद्धि तृष्णासङ्गसमुद्भवम्।\n\nतन्निबध्नाति कौन्तेय कर्मसङ्गेन देहिनम् ॥7॥",
"text": "ରଜୋ ରାଗାତ୍ମକଂ ବିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭବମ୍ ।\nତନ୍ନିବଧ୍ନାତି କୌନ୍ତେୟ କର୍ମସଙ୍ଗେନ ଦେହିନମ୍ ।।୭।।",
"audioLink": "https://www.holy-bhagavad-gita.org/public/audio/014_007.mp3"
},
"wordMeanings": "ରଜଃ-ରଜୋଗୁଣ; ରାଗ-ଆତ୍ମକଂ- ବାସନାତ୍ମକ; ବିଦ୍ଧି-ଜାଣ; ତୃଷ୍ଣା-କାମନା; ସଙ୍ଗ-ସଙ୍ଗ; ସମୁଦ୍ଭବମ୍-ଜାତ; ତତ୍-ତାହା; ନିବଧ୍ନତି- ବନ୍ଧନ କରାଏ; କୌନ୍ତେୟ-ହେ କୁନ୍ତି-ପୁତ୍ର; କର୍ମ-ସଙ୍ଗେନ- ସକାମ କର୍ମରେ ଆସକ୍ତି; ଦେହିନମ୍-ଦେହଧାରୀ ଆତ୍ମାକୁ ।",
"translation": {
"text": "ହେ ଅର୍ଜୁନ ! ରଜୋଗୁଣ ବାସନାତ୍ମକ ଅଟେ । ଏହା ସାଂସାରିକ କାମନା ଓ ଅନୁରାଗରୁ ଜାତ ହୁଏ ଏବଂ ଫଳଯୁକ୍ତ କର୍ମର ଆସକ୍ତି ଦ୍ୱାରା ଆତ୍ମାକୁ ବନ୍ଧନରେ ପକାଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.7.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ରଜୋଗୁଣର କାର୍ଯ୍ୟ, ଏବଂ ଏହା କିପରି ଆତ୍ମାକୁ ଭୌତିକ ଜଗତ ସହିତ ବାନ୍ଧିଦିଏ, ତାହା ବୁଝାଇଛନ୍ତି । ପତଞ୍ଜଳି ଯୋଗ ଦର୍ଶନ ଭୌତିକ କର୍ମକୁ, ରଜୋଗୁଣର ପ୍ରମୁଖ ପରିପ୍ରକାଶ ଭାବରେ ବର୍ଣ୍ଣନା କରିଥାଏ । ଏଠାରେ ଶ୍ରୀକୃଷ୍ଣ ଆସକ୍ତି ଓ କାମନାକୁ ଏହାର ମୁଖ୍ୟ ପରିପ୍ରକାଶ ଭାବରେ ସୂଚିତ କରିଛନ୍ତି ।\nରଜୋଗୁଣ ବାସନା ଇନ୍ଦ୍ରିୟ ସୁଖର ଲାଳସା ଉତ୍ପନ୍ନ କରିଥାଏ । ଏହା ମାନସିକ ଓ ଶାରୀରିକ ସୁଖକାମନା ପ୍ରଜ୍ୱଳିତ କରେ ଏବଂ ସଂସାରର ବସ୍ତୁମାନଙ୍କ ପ୍ରତି ମଧ୍ୟ ଆସକ୍ତି ବୃଦ୍ଧି କରେ । ରଜଗୁଣରେ ବଶୀଭୂତ ବ୍ୟକ୍ତି ସଂସାରରେ ଖ୍ୟାତି, ସମ୍ମାନ, ବୃତ୍ତି, ପରିବାର ଓ ଗୃହ ଆଦି ଭୌତିକ ଦ୍ରବ୍ୟପ୍ରାପ୍ତିର ପ୍ରଯତ୍ନରେ ବୁଡ଼ି ରହିଥାଏ । ସେମାନେ ଏସବୁକୁ ଉପଭୋଗର ଉତ୍ସ ଭାବରେ ଦେଖିଥାନ୍ତି ଏବଂ ଏହାର ପ୍ରାପ୍ତି ନିମନ୍ତେ କଠିନ ଉଦ୍ୟମ କରିଥାନ୍ତି । ଏହିପରି ଭାବରେ ଆସକ୍ତି କାମନାର ବୃଦ୍ଧି କରାଏ ଏବଂ ଏହି କାମନା ପୁଣି ଆସକ୍ତି ବୃଦ୍ଧି କରିବା ପାଇଁ ଇନ୍ଧନ ଯୋଗାଇଥାଏ । ଉଭୟ ଉଭୟଙ୍କୁ ପ୍ରତିପାଳିତ କରି ଆତ୍ମାକୁ ସାଂସାରିକ ଜୀବନରେ ବନ୍ଦୀ କରିଦିଅନ୍ତି ।\nଏହାକୁ ଛିନ୍ନ କରିବାର ଉପାୟ ହେଉଛି କର୍ମଯୋଗରେ ନିଯୁକ୍ତ ହେବା, ଅର୍ଥାତ୍ ନିଜର କର୍ମଫଳକୁ ଭଗବାନଙ୍କ ପ୍ରତି ଅର୍ପଣ କରିବା । ଏହା ସଂସାରରୁ ବୈରାଗ୍ୟ ଉତ୍ପନ୍ନ କରେ ଏବଂ ରଜୋଗୁଣର ପ୍ରଭାବକୁ ଶାନ୍ତ କରେ ।"
},
{
"verseTitle": "Bhagavad Gita 14.8",
"verse": "8",
"chapter": 14,
"lang": "or",
"shloka": {
"speaker": "",
"sanskrit": "तमस्त्वज्ञानजं विद्धि मोहनं सर्वदेहिनाम् ।\n\nप्रमादालस्यनिद्राभिस्तन्निबध्नाति भारत ॥8॥",
"text": "ତମସ୍ତ୍ୱଜ୍ଞାନଜଂ ବିଦ୍ଧି ମୋହନଂ ସର୍ବଦେହିନାମ୍ ।\nପ୍ରମାଦାଲସ୍ୟନିଦ୍ରାଭିସ୍ତନ୍ନିବଧ୍ନାତି ଭାରତ ।।୮।।",
"audioLink": "https://www.holy-bhagavad-gita.org/public/audio/014_008.mp3"
},
"wordMeanings": "ତମଃ- ତମଗୁଣ; ତୁ-କିନ୍ତୁ; ଅଜ୍ଞାନଜଂ-ଅଜ୍ଞାନତାରୁ ଜାତ; ବିଦ୍ଧି- ଜାଣ; ମୋହନଂ-ଭ୍ରମ; ସର୍ବଦେହିନାମ୍ -ସମସ୍ତ ଦେହଧାରୀଙ୍କ ପାଇଁ; ପ୍ରମାଦ- ଅବହେଳା; ଆଳସ୍ୟ -ଆଳସ୍ୟ; ନିଦ୍ରାଭିଃ-ନିଦ୍ରା; ତତ୍-ତାହା; ନିବଧ୍ନତି- ବାନ୍ଧେ; ଭାରତ- ହେ ଭରତ ପୁତ୍ର !",
"translation": {
"text": "ହେ ଅର୍ଜୁନ ! ତମଗୁଣ ଅଜ୍ଞାନତାରୁ ଜାତ, ଯାହା ଶରୀରସ୍ଥ ଆତ୍ମା ପାଇଁ ଭ୍ରମର କାରଣ ହୋଇଥାଏ । ଏହା ଅବହେଳା, ଆଳସ୍ୟ ଏବଂ ନିଦ୍ରା ଦ୍ୱାରା ପ୍ରାଣୀମାନଙ୍କୁ ମୋହିତ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.8.mp3"
]
},
"commentary": "ତମୋଗୁଣ ସତ୍ତ୍ୱଗୁଣର ବିରୋଧୀ ଅଟେ । ଏହାଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ, ନିଦ୍ରା, ଆଳସ୍ୟ, ମାଦକ ଦ୍ରବ୍ୟ ସେବନ, ହିଂସା ଏବଂ ଜୁଆ ଇତ୍ୟାଦିରୁ ଆନନ୍ଦ ପାଇଥାନ୍ତି । ସେମାନେ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ କରିବାର ବିଚାର ଶକ୍ତି ହରାଇ ବସନ୍ତି । ନିଜ ଇଚ୍ଛା ପୂରଣ ପାଇଁ ସେମାନେ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଦ୍ୱିଧାବୋଧ କରନ୍ତି ନାହିଁ । ନିଜ କର୍ତ୍ତବ୍ୟ ନିର୍ବାହ କରିବା ତାଙ୍କୁ ବୋଝ ସଦୃଶ ପ୍ରତୀତ ହୁଏ, ସେମାନେ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତି ଏବଂ ଆଳସ୍ୟ ଓ ନିଦ୍ରା ପ୍ରତି ଆଗ୍ରହୀ ହୁଅନ୍ତି । ଏହିପରି ଭାବରେ ଅଜ୍ଞାନତା ଜୀବକୁ ଅଜ୍ଞାନ ଅନ୍ଧକାରର ଗଭୀରକୁ ନେଇଯାଏ । ନିଜର ଆଧ୍ୟାତ୍ମିକ ପରିଚୟ, ଜୀବନର ଲକ୍ଷ୍ୟ ଏବଂ ମାନବ ଶରୀରରେ ପ୍ରାପ୍ତ ହୋଉଥିବା ଆଧ୍ୟାତ୍ମିକ ଉନ୍ନତିର ସୁଯୋଗ ଇତ୍ୟାଦି ବିଷୟର ପୂର୍ଣ୍ଣ ବିସ୍ମୃତି ହୋଇଯାଏ ।"
},
{
"verseTitle": "Bhagavad Gita 14.9",
"verse": "9",
"chapter": 14,
"lang": "or",
"shloka": {
"speaker": "",
"sanskrit": "सत्त्वं सुखे सञ्जयति रजः कर्मणि भारत ।\n\nज्ञानमावृत्य तु तमः प्रमादे सञ्जयत्युत ॥9॥",
"text": "ସତ୍ତ୍ୱଂ ସୁଖେ ସଂଜୟତି ରଜଃ କର୍ମଣି ଭାରତ ।\nଜ୍ଞାନମାବୃତ୍ୟ ତୁ ତମଃ ପ୍ରମାଦେ ସଂଜୟତ୍ୟୁତ ।।୯।।",
"audioLink": "https://www.holy-bhagavad-gita.org/public/audio/014_009.mp3"
},
"wordMeanings": "ସତ୍ତ୍ୱଂ-ସତ୍ତ୍ୱଗୁଣ; ସୁଖେ-ସୁଖରେ; ସଂଜୟତି- ବାନ୍ଧି ଥାଏ; ରଜଃ -ରଜଗୁଣ; କର୍ମଣି -କର୍ମଫଳରେ; ଭାରତ- ହେ ଭରତ ବଂଶଜ !; ଜ୍ଞାନଂ-ଜ୍ଞାନକୁ; ଆବୃତ୍ୟ- ଆବୃତ କରି; ତୁ-କିନ୍ତୁ; ତମଃ- ତମଗୁଣ; ପ୍ରମାଦେ-ମୋହରେ; ସଂଜୟତି-ବାନ୍ଧି ଥାଏ; ଉତ- ବାସ୍ତବରେ ।",
"translation": {
"text": "ସତ୍ତ୍ୱଗୁଣ ବ୍ୟକ୍ତିକୁ ସାଂସାରିକ ସୁଖ ଜନିତ ବନ୍ଧନରେ ବାନ୍ଧିଦିଏ, ରଜୋଗୁଣ ଜୀବକୁ କର୍ମ ଦିଗରେ ପ୍ରେରିତ କରେ, ତମୋଗୁଣ ଜ୍ଞାନକୁ ଆବୃତ କରି ବ୍ୟକ୍ତିକୁ ମୋହରେ ବାନ୍ଧିଦିଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.9.mp3"
]
},
"commentary": "ବ୍ୟକ୍ତି ସଦ୍ଗୁଣ ଯୁକ୍ତ ହେଲେ, ଭୌତିକ ଜଗତର କଷ୍ଟ କମ୍ ହୋଇଥାଏ ଏବଂ ସାଂସାରିକ କାମନା କ୍ଷାନ୍ତ ହୋଇଥାଏ । ଏହା ସବୁ ପରିସ୍ଥିତିରେ ବ୍ୟକ୍ତିକୁ ସନ୍ତୋଷ ପ୍ରଦାନ କରିଥାଏ । ଏହା ଉତ୍ତମ ଅଟେ, କିନ୍ତୁ ଏହାର ଏକ ନକାରାତ୍ମକ ଦିଗ ମଧ୍ୟ ରହିପାରେ । ଉଦାହରଣ ସ୍ୱରୂପ, ଯେଉଁମାନେ ସଂସାରରେ କଷ୍ଟ ଅନୁଭବ କରନ୍ତି ଏବଂ କାମନା ଦ୍ୱାରା ମାନସିକ ସ୍ତରରେ ପୀଡ଼ିତ ହୁଅନ୍ତି, ସେମାନେ ତା’ର ଏକ ସମାଧାନର ପଥ ଖୋଜିବାକୁ ପ୍ରେରିତ ହୁଅନ୍ତି । ଏହି ପ୍ରେରଣା ତାଙ୍କୁ ବେଳେବେଳେ ଆଧ୍ୟାତ୍ମିକ ପଥରେ ଅଗ୍ରସର କରାଏ । କିନ୍ତୁ ଅନେକ ସମୟରେ, ସଦ୍ଗୁଣଯୁକ୍ତ ବ୍ୟକ୍ତି ସହଜରେ ତୃପ୍ତ ହୋଇଯାନ୍ତି ଏବଂ ଦିବ୍ୟ ସ୍ତରକୁ ଉନ୍ନୀତ ହେବା ପାଇଁ ଆଗ୍ରହୀ ହୁଅନ୍ତି ନାହିଁ । ତାଛଡା, ସତ୍ତ୍ୱଗୁଣ ବୁଦ୍ଧିକୁ ଜ୍ଞାନରେ ଉଦ୍ଭାସିତ କରେ । କିନ୍ତୁ ତାହା ଯଦି ଆଧ୍ୟାତ୍ମିକ ଜ୍ଞାନଯୁକ୍ତ ନ ହୁଏ, ତେବେ ସେହି ଜ୍ଞାନ ଗର୍ବ ସୃଷ୍ଟି କରିଥାଏ ଏବଂ ତାହା ଭଗବାନଙ୍କ ଭକ୍ତି ପଥରେ ବାଧକ ହୁଏ । ଅଧିକାଂଶ ସମୟରେ, ବୈଜ୍ଞାନିକ, ବିଦ୍ୱାନ ଏବଂ ଶିକ୍ଷାବିତ୍ମାନଙ୍କ କ୍ଷେତ୍ରରେ ଏପରି ହେବାର ଦେଖାଯାଇଥାଏ । ତାଙ୍କଠାରେ ସଦ୍ଗୁଣ ପ୍ରମୁଖ ଭାବରେ ପ୍ରକାଶ ପାଏ, କାରଣ ସେମାନେ ତାଙ୍କର ସମୟ ଓ ଶକ୍ତି ଜ୍ଞାନ ବୃଦ୍ଧିରେ ବ୍ୟୟ କରିଥାନ୍ତି । ତାଙ୍କର ଜ୍ଞାନ ଅନେକ ସମୟରେ ତାଙ୍କୁ ଅହଂକାରୀ କରିଦିଏ ଏବଂ ସେମାନେ ଏପରି ଅନୁଭବ କରିବାରେ ଲାଗନ୍ତି ଯେ ତାଙ୍କ ବୁଦ୍ଧି ବର୍ହିଗତ କୌଣସି ସତ୍ୟ ନାହିଁ । ତେଣୁ ଶାସ୍ତ୍ର କିମ୍ବା ଭଗବତ୍ପ୍ରାପ୍ତ ସନ୍ଥମାନଙ୍କ ପ୍ରତି ସେମାନଙ୍କ ମନରେ ସହଜରେ ଶ୍ରଦ୍ଧା ଉତ୍ପନ୍ନ ହୋଇ ନ ଥାଏ ।\nରଜୋଗୁଣ ଜୀବକୁ କଠିନ ଉଦ୍ୟମ ପ୍ରତି ପ୍ରେରିତ କରିଥାଏ । ସେମାନଙ୍କର ସଂସାର ଆସକ୍ତି ଏବଂ ସୁଖ, ସମ୍ମାନ, ଅର୍ଥ ଏବଂ ଶାରୀରିକ ସୁଖ-ସାଧନର ଲାଳସା ସେମାନଙ୍କୁ ସଂସାରରେ କଠିନ ପରିଶ୍ରମ କରିବାକୁ ପ୍ରେରିତ କରିଥାଏ, ଯଦ୍ୱାରା ଯେଉଁସବୁ ସାଂସାରିକ ଲକ୍ଷ୍ୟକୁ ସେମାନେ ଜୀବନରେ ଅଧିକ ମହତ୍ୱପୂର୍ଣ୍ଣ ମନେକରି ଥାଆନ୍ତି, ତାହା ସେମାନଙ୍କୁ ପ୍ରାପ୍ତ ହୋଇଥାଏ । ରଜୋଗୁଣ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଆକର୍ଷଣ ବୃଦ୍ଧି କରେ ଏବଂ କାମ (ଯୌନପ୍ରବୃତ୍ତି)ବାସନା ଉତ୍ପନ୍ନ କରେ । ଏହି କାମକୁ ସନ୍ତୁଷ୍ଟ କରିବା ପାଇଁ ପୁରୁଷ ଓ ସ୍ତ୍ରୀ ବିବାହ କରିଥାନ୍ତି ଏବଂ ଗୃହସ୍ଥ ଜୀବନ ଯାପନ କରିଥାନ୍ତି । ଗୃହର ରକ୍ଷଣାବେକ୍ଷଣ ପାଇଁ ଧନ ଆବଶ୍ୟକ, ତେଣୁ ଆର୍ଥିକ ଉନ୍ନତି ପାଇଁ ସେମାନେ କଠୋର ପରିଶ୍ରମ କରିଥାନ୍ତି । ନିଜକୁ ସେମାନେ କଠିନ କର୍ମରେ ନିୟୋଜିତ କରନ୍ତି ଏବଂ ପ୍ରତ୍ୟେକ କର୍ମ ପୁନର୍ବାର ସେମାନଙ୍କୁ ମାୟିକ ବନ୍ଧନରେ ପକାଏ ।\nତମୋଗୁଣ ଜୀବର ବୁଦ୍ଧିକୁ ଅଜ୍ଞାନରେ ଆବୃତ କରିଦିଏ, ଯଦ୍ୱାରା ଆନନ୍ଦର କାମନା ଏକ ବିକୃତ ରୂପରେ ପ୍ରକଟିତ ହୁଏ । ଉଦାହରଣ ସ୍ୱରୂପ, ସମସ୍ତେ ଜାଣନ୍ତି ଯେ, ସିଗାରେଟ୍ ପାନକରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ସରକାରୀ ପ୍ରାଧିକରଣ ଦ୍ୱାରା ସିଗାରେଟ୍ ଖୋଳ ଉପରେ ଏକ ଚେତାବନୀ ଲେଖାଯାଇଥାଏ । ଏହି ଚେତାବନୀକୁ ପଢ଼ି ମଧ୍ୟ ଧୂମପାନ କରୁଥିବା ବ୍ୟକ୍ତି ସେଥିରୁ ନିବୃତ ହୁଅନ୍ତି ନାହିଁ । ଏହାର କାରଣ ବୁଦ୍ଧି ତାର ବିଚାରଶକ୍ତି ହରାଇ ଥାଏ, ତେଣୁ ଧୂମପାନର ଆନନ୍ଦ ପାଇବା ପାଇଁ ସେ ନିଜର କ୍ଷତି କରିବାକୁ ମଧ୍ୟ ପଛାଇ ନ ଥାଏ । ଜଣେ ପରିହାସ କରି କହିଥିଲେ, “ସିଗାରେଟ୍ ଗୋଟିଏ ପାଇପ୍ ଯାହାର ଗୋଟିଏ ପାଶ୍ୱର୍ରେ ନିଆଁ ଥାଏ ଏବଂ ଅନ୍ୟ ପାଶ୍ୱର୍ରେ ମୁର୍ଖ ଲୋକଟିଏ ଥାଏ ।” ଏହା ତମୋଗୁଣର ପ୍ରଭାବ ଅଟେ, ଏହା ଜୀବକୁ ଅଜ୍ଞାନର ଅନ୍ଧକାରରେ ଆବଦ୍ଧ କରିଦିଏ ।"
},
{
"verseTitle": "Bhagavad Gita 14.10",
"verse": "10",
"chapter": 14,
"lang": "or",
"shloka": {
"speaker": "",
"sanskrit": "रजस्तमश्चाभिभूय सत्त्वं भवति भारत ।\n\nरजः सत्त्वं तमश्चैव तमः सत्त्वं रजस्तथा ॥10॥",
"text": "ରଜସ୍ତମଶ୍ଚାଭିଭୂୟ ସତ୍ତ୍ୱଂ ଭବତି ଭାରତ ।\nରଜଃ ସତ୍ତ୍ୱଂ ତମଶ୍ଚୈବ ତମଃ ସତ୍ତ୍ୱଂ ରଜସ୍ତଥା ।।୧୦।।",
"audioLink": "https://www.holy-bhagavad-gita.org/public/audio/014_010.mp3"
},
"wordMeanings": "ରଜଃ-ରଜୋଗୁଣ; ତମଃ-ତମୋଗୁଣ; ଚ-ଏବଂ; ଅଭିଭୂୟ-ପ୍ରାଧାନ୍ୟ ବିସ୍ତାର କରେ; ସତ୍ତ୍ୱଂ-ସତ୍ତ୍ୱଗୁଣ; ଭବତି- ହୁଏ; ଭାରତ- ହେ ଭରତ ବଂଶଜ!; ରଜଃ-ରଜୋଗୁଣ; ସତ୍ତ୍ୱଂ-ସତ୍ତ୍ୱଗୁଣ; ତମଃ-ତମୋଗୁଣ; ଚ-ଏବଂ; ଏବ-ସେହିପରି; ତମଃ-ତମୋଗୁଣ; ସତ୍ତ୍ୱଂ-ସତ୍ତ୍ୱଗୁଣ; ରଜଃ-ରଜୋଗୁଣ; ତଥା- ମଧ୍ୟ ।",
"translation": {
"text": "ହେ ଭରତଶ୍ରେଷ୍ଠ! ବେଳେବେଳେ ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଉପରେ ପ୍ରାଧାନ୍ୟ ବିସ୍ତାର କରେ । ବେଳେବେଳେ ରଜୋଗୁଣ, ସତ୍ତ୍ୱଗୁଣ ଓ ତମୋଗୁଣ ଉପରେ ରାଜତ୍ୱ କରେ, ଏବଂ ଅନ୍ୟ ସମୟରେ ତମୋଗୁଣ, ସତ୍ତ୍ୱଗୁଣ ଓ ରଜୋଗୁଣକୁ ଅତିକ୍ରମ କରିଯାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.10.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି, କିପରି ଜଣଙ୍କର ମନୋଭାବ ତିନି ଗୁଣରେ ଦୋଳାୟମାନ ହେଉଥାଏ । ଏହି ଗୁଣ ଗୁଡ଼ିକ ମାୟିକ ଶକ୍ତିର ଗୁଣ ଅଟନ୍ତି ଏବଂ ଆମ ମନ ମଧ୍ୟ ସେହି ଶକ୍ତିରୁ ଜାତ । ତେଣୁ ତିନୋଟିଯାକ ଗୁଣ ଆମ ମନ ମଧ୍ୟରେ ଅଛି । ଏହାର ତୁଳନା ତିନି ଜଣ ମଲ୍ଲଯୋଦ୍ଧାଙ୍କ ମଧ୍ୟରେ ପ୍ରତିଯୋଗିତା ଭାବରେ କରାଯାଇପାରିବ । ଜଣେ ଅନ୍ୟଜଣକୁ ତଳେ କଚାଡ଼ି ଦେଉଛନ୍ତି, ତେଣୁ କେତେବେଳେ ପ୍ରଥମଟି ଉପରେ ତ କେତେବେଳେ ଦ୍ୱିତୀୟଟି ତ କେତେବେଳେ ତୃତୀୟଟି ଉପରେ ରହୁଛି । ସେହିପରି, ତିନିଗୁଣ ମନୁଷ୍ୟର ସ୍ୱଭାବ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଥାଆନ୍ତି ଏବଂ ମନୁଷ୍ୟର ସ୍ୱଭାବ ସେହି ତିନିଗୁଣ ମଧ୍ୟରେ ଦୋଳାୟମାନ ହେଉଥାଏ । ବାହ୍ୟ ପରିବେଶ, ଭିତରର ଅଭିପ୍ରାୟ ଏବଂ ପୂର୍ବଜନ୍ମର ସଂସ୍କାର ଅନୁସାରେ, ଗୋଟିଏ ସମୟରେ କୌଣସି ଗୋଟିଏ ଗୁଣର ପ୍ରାଧାନ୍ୟତା ପ୍ରକାଶ ପାଇଥାଏ । ଏହାର ପ୍ରଭାବ କେତେ ସମୟ ରହିବ, ତା’ର କୌଣସି ନିୟମ ନାହିଁ - ତାହା କ୍ଷଣିକ ହୋଇପାରେ ଅଥବା ଦୀର୍ଘକାଳୀନ ହୋଇପାରେ ।\nଯଦି ସତ୍ତ୍ୱଗୁଣ ପ୍ରାଧାନ୍ୟ ବିସ୍ତାର କରେ, ବ୍ୟକ୍ତି ଶାନ୍ତ, ତୃପ୍ତ, ଉଦାର, ଦୟାଳୁ, ସାହାଯ୍ୟକାରୀ, ପ୍ରଶାନ୍ତ ଏବଂ ସ୍ଥିର ହୋଇଥାଏ । ଯେତେବେଳେ ରଜୋଗୁଣ ପ୍ରମୁଖ ହୁଏ, ବ୍ୟକ୍ତି ଆସକ୍ତ, ଉତ୍କ୍ଷିପ୍ତ, ଉଚ୍ଚକାଂକ୍ଷୀ, ଅନ୍ୟର ସଫଳତାରେ ଈର୍ଷାନ୍ୱିତ ଏବଂ ଇନ୍ଦ୍ରିୟ ସୁଖ ପାଇଁ ଅତିଶୟ ଲାଳାୟିତ ହୋଇଥାଏ । ତମୋଗୁଣ ବୃଦ୍ଧି ହେଲେ, ବ୍ୟକ୍ତି ନିଦ୍ରା, ଆଳସ୍ୟ, ଘୃଣା, କ୍ରୋଧ, ଦ୍ୱେଷ, ହିଂସା ଏବଂ ସଂଶୟଯୁକ୍ତ ହୋଇଥାଏ ।\nଉଦାହରଣ ସ୍ୱରୂପ, ମନେକରନ୍ତୁ ଆପଣ ନିଜ ପାଠାଗାରରେ ବସି ଅଧ୍ୟୟନ କରୁଛନ୍ତି । ସେତେବେଳେ କୌଣସି ସାଂସାରିକ ବିଶୃଙ୍ଖଳା ନାହିଁ, ଏବଂ ଆପଣଙ୍କର ମନ ସାତ୍ତ୍ୱିକ ଗୁଣ ଯୁକ୍ତ ରହିଛି । ଅଧ୍ୟୟନ ପରେ ଆପଣ ଶୟନ କକ୍ଷରେ ବସି ଟେଲିଭିଜନ୍ ଦେଖିଲେ, ବିଭିନ୍ନ ଦୃଶ୍ୟ ସବୁ ଆପଣଙ୍କ ମନକୁ ରାଜସିକ କରିଦେଇ ଇନ୍ଦ୍ରିୟ ସୁଖ ପ୍ରତି ଲାଳସା ବଢ଼ାଇଲା । ଆପଣ ଆପଣଙ୍କର ପସନ୍ଦର ଚ୍ୟାନେଲ୍ ଦେଖୁଥିବା ସମୟରେ, ପରିବାରର ଜଣେ ସଦସ୍ୟ ଆସି ଚ୍ୟାନେଲ୍ ବଦଳାଇ ଦେଲେ, ଏହି ବିଶୃଙ୍ଖଳା ଆପଣଙ୍କ ମନରେ ତମୋଗୁଣ ବୃଦ୍ଧି କଲା ଏବଂ ଆପଣ କ୍ରୋଧାନ୍ୱିତ ହୋଇ ଉଠିଲେ । ଏହିପରି ଭାବରେ ମନ ତିନି ଗୁଣରେ ଦୋଳାୟମାନ ହେଉଥାଏ ଓ ତାଙ୍କର ଗୁଣ ଧାରଣ କରେ ।"
},
{
"verseTitle": "Bhagavad Gita 14.11 – 14.13",
"verse": "11-13",
"chapter": 14,
"lang": "or",
"shloka": {
"speaker": "",
"sanskrit": "सर्वद्वारेषु देहेऽस्मिन्प्रकाश उपजायते । \n\nज्ञानं यदा तदा विद्याद्विवृद्धं सत्त्वमित्युत ॥11॥\n\nलोभः प्रवृत्तिरारम्भः कर्मणामशमः स्पृहा । \n\nरजस्येतानि जायन्ते विवृद्धे भरतर्षभ ॥12॥\n\nअप्रकाशोऽप्रवृत्तिश्च प्रमादो मोह एव च ।\n\nतमस्येतानि जायन्ते विवृद्धे कुरुनन्दन ॥13॥",
"text": "ସର୍ବଦ୍ୱାରେଷୁ ଦେହେଽସ୍ମିନ୍ ପ୍ରକାଶ ଉପଜାୟତେ ।\nଜ୍ଞାନଂ ଯଦା ତଦା ବିଦ୍ୟାତ୍ ବିବୃଦ୍ଧଂ ସତ୍ତ୍ୱମିତ୍ୟୁତ ।।୧୧।।\nଲୋଭଃ ପ୍ରବୃତ୍ତିରାରମ୍ଭଃ କର୍ମଣାମଶମଃ ସ୍ପୃହା ।\nରଜସ୍ୟେତାନି ଜାୟନ୍ତେ ବିବୃଦ୍ଧେ ଭରତର୍ଷଭ ।।୧୨।।\nଅପ୍ରକାଶୋଽପ୍ରବୃତ୍ତିଶ୍ଚ ପ୍ରମାଦୋ ମୋହ ଏବ ଚ ।\nତମସ୍ୟେତାନି ଜାୟନ୍ତେ ବିବୃଦ୍ଧେ କୁରୁନନ୍ଦନ ।।୧୩।।",
"audioLink": "https://www.holy-bhagavad-gita.org/public/audio/014_011-013.mp3"
},
"wordMeanings": "ସର୍ବ -ସମସ୍ତ; ଦ୍ୱାରେଷୁ -ଦ୍ୱାରରେ; ଦେହେ -ଶରୀରରେ; ଅସ୍ମିନ୍ -ଏହି; ପ୍ରକାଶଃ -ତେଜ; ଉପଜାୟତେ- ପ୍ରକାଶିତ ହୁଏ; ଜ୍ଞାନଂ-ଜ୍ଞାନ; ଯଦା- ଯେତେବେଳେ; ତଦା-ସେହି ସମୟରେ; ବିଦ୍ୟାତ୍-ଜାଣିବା ଉଚିତ୍; ବିବୃଦ୍ଧଂ-ବୃଦ୍ଧିପାଏ; ସତ୍ତ୍ୱଂ-ସତ୍ତ୍ୱଗୁଣ- ଇତି-ଏହିପରି; ଉତ -ନିଶ୍ଚିତ ଭାବରେ; ଲୋଭଃ-ଲୋଭ; ପ୍ରବୃତ୍ତିଃ-ଆକାଙ୍କ୍ଷା; ଆରମ୍ଭଃ-ପ୍ରଚେଷ୍ଟା; କର୍ମଣାମ୍-ସକାମ କର୍ମ; ଅଶମଃ-ଅଦମ୍ୟ; ସ୍ପୃହା-ଲାଳସା; ରଜସି-ରଜୋଗୁଣରେ; ଏତାନି-ଏସବୁ; ଜାୟନ୍ତେ- ଉତ୍ପନ୍ନ ହୁଏ; ବିବୃଦ୍ଧେ-ଅତ୍ୟଧିକ ହୁଏ; ଭରତର୍ଷଭ- ହେ ଭରତ ଶ୍ରେଷ୍ଠ; ଅପ୍ରକାଶଃ-ଅନ୍ଧକାର; ଅପ୍ରବୃତ୍ତିଃ- ଅକର୍ମଣ୍ୟତା; ଚ-ଏବଂ; ପ୍ରମାଦଃ-ଅବହେଳା; ମୋହଃ-ମୋହ; ଏବ-ନିଶ୍ଚିତଭାବେ; ଚ-ମଧ୍ୟ; ତମସି-ତମୋଗୁଣରେ; ଏତାନି-ଏସବୁ; ଜାୟନ୍ତେ- ପ୍ରକାଶିତ ହୁଏ; ବିବୃଦ୍ଧେ-ବୃଦ୍ଧିପ୍ରାପ୍ତ ହୁଏ; କୁରୁ-ନନ୍ଦନ- ହେ କୁରୁନନ୍ଦନ ।",
"translation": {
"text": "ଯେତେବେଳେ ଶରୀରର ଦ୍ୱାରଗୁଡ଼ିକ ଜ୍ଞାନଦ୍ୱାରା ଆଲୋକିତ ହୁଏ, ତାହାକୁ ସଦ୍ଗୁଣର ପରିପ୍ରକାଶ ଭାବରେ ଜାଣ । ଯେତେବେଳେ ଆସକ୍ତିର ଗୁଣ ପ୍ରମୁଖ ହୁଏ, ହେ ଅର୍ଜୁନ ! ଲୋଭ, ସାଂସାରିକ ସୁଖ ପ୍ରତି ପ୍ରଚେଷ୍ଟା, ଅତୃପ୍ତି ଏବଂ ଲାଳସା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ହେ ଅର୍ଜୁନ ! ଅଜ୍ଞାନତା, ନିଷ୍କ୍ରିୟତା, ଅବହେଳା, ମୋହ ଇତ୍ୟାଦି ଅଜ୍ଞାନ ଗୁଣର ବିଶେଷ ଲକ୍ଷଣ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-11.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-12.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.11.mp3",
"https://www.gitasupersite.iitk.ac.in/sites/default/files/audio/Purohit/14.12.mp3",
"https://www.gitasupersite.iitk.ac.in/sites/default/files/audio/Purohit/14.13.mp3"
]
},
"commentary": "ବ୍ୟକ୍ତିର ବିଚାରକୁ ଏହି ତିନିଗୁଣ କିପରି ପ୍ରଭାବିତ କରନ୍ତି, ଶ୍ରୀକୃଷ୍ଣ ପୁନର୍ବାର ତାହାର ବର୍ଣ୍ଣନା କରୁଛନ୍ତି । ସତ୍ତ୍ୱଗୁଣ ସଦ୍ଗୁଣର ବିକାଶ ଏବଂ ଜ୍ଞାନକୁ ଉଦ୍ଭାସିତ କରେ । ରଜୋଗୁଣ ଲୋଭ, ସାଂସାରିକ ପ୍ରାପ୍ତି ନିମନ୍ତେ ଅତ୍ୟଧିକ କର୍ମପ୍ରବଣତା, ମନରେ ଅସ୍ଥିରତା ଉତ୍ପନ୍ନ କରେ । ତମୋଗୁଣ ବୁଦ୍ଧିକୁ ମୋହିତ କରେ । ଆଳସ୍ୟ, ମାଦକ ଦ୍ରବ୍ୟ ସେବନ ପ୍ରତି ଆଗ୍ରହ ଏବଂ ହିଂସା ଇତ୍ୟାଦି ବୃଦ୍ଧି କରାଏ ।\nପ୍ରକୃତରେ ଏହସବୁି ଗୁଣ ଭଗବାନ ଏବଂ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆମର ଦୃଷ୍ଟିକୋଣକୁ ମଧ୍ୟ ପ୍ରଭାବିତ କରିଥାଏ । ଉଦାହରଣ ସ୍ୱରୂପ, ଯେତେବେଳେ ଆମ ମନରେ ସତ୍ତ୍ୱଗୁଣର ପ୍ରାଧାନ୍ୟ ବୃଦ୍ଧିପାଏ, ଆମେ ଚିନ୍ତା କରିପାରୁ, “ମୋ ଗୁରୁଙ୍କ ଠାରୁ କେତେ କୃପା ପ୍ରାପ୍ତ କରିଛି, ମୁଁ ମୋ ସାଧନାରେ ଶୀଘ୍ର ଉନ୍ନତି କରିବା ପାଇଁ ପ୍ରଯତ୍ନ କରିବା ଉଚିତ୍, କାରଣ ମାନବ ଶରୀର ଅତି ମୂଲ୍ୟବାନ୍ ଅଟେ ଏବଂ ସାଂସାରିକ ପ୍ରଚେଷ୍ଟାରେ ଏହାକୁ ବ୍ୟର୍ଥ କରିବା ଉଚିତ ନୁହେଁ ।” ଯେତେବେଳେ ବାସନାତ୍ମକ ଗୁଣ ପ୍ରମୁଖ ହୁଏ, ଆମେ ଭାବିଥାଉ “ମୁଁ ଆଧ୍ୟାତ୍ମିକ ମାର୍ଗରେ ପ୍ରଗତି କରିବା ଉଚିତ୍, କିନ୍ତୁ ଏତେ ବ୍ୟସ୍ତ ହେବାର ଆବଶ୍ୟକତା କ’ଣ ? ବର୍ତ୍ତମାନ ମୋର ଅନେକ ଦାୟୀତ୍ୱ ନିର୍ବାହ କରିବାର ଅଛି ଏବଂ ସେଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି ।” ଯେତେବେଳେ ତମୋଗୁଣ ପ୍ରବଳ ହୁଏ, ଆମେ ଭାବିଥାଉ “ଭଗବାନ ଅଛନ୍ତି କି ନାହିଁ ମୁଁ ନିଶ୍ଚିତ ନୁହେଁ, କାରଣ କେହି କେବେ ତାଙ୍କୁ ଦେଖିନାହାଁନ୍ତି । ତେଣୁ ସାଧନାରେ କାହିଁକି ସମୟ ନଷ୍ଟ କରିବି?” ଜଣେ ହିଁ ବ୍ୟକ୍ତିଙ୍କର ଚିନ୍ତନ କିପରି ଭକ୍ତିର ଶିଖର ଦେଶରୁ ନିମ୍ନକୁ ଗତି କରୁଛି, ତାହା ଲକ୍ଷ୍ୟ କରନ୍ତୁ ।\nତିନିଗୁଣର ପ୍ରଭାବରେ ମନ ବିକ୍ଷିପ୍ତ ହେବା ସ୍ୱାଭାବିକ । ତଥାପି ଏହି ପରିସ୍ଥିତିରେ ଆମେ ନିରାଶ ନ ହୋଇ, ଏପରି କାହିଁକି ଘଟୁଛି ତାହା ବୁଝିବା ଉଚିତ ଏବଂ ତା’ର ଉର୍ଦ୍ଧ୍ୱକୁ ଉଠିବାକୁ ପ୍ରଯତ୍ନ କରିବା ଉଚିତ୍ । ସାଧନାର ଅର୍ଥ ମନ ଉପରେ ତିନିଗୁଣର ପ୍ରବାହ ବିରୁଦ୍ଧରେ ସଂଘର୍ଷ କରିବା ଏବଂ ତାକୁ ଭଗବାନ ଓ ଗୁରୁଙ୍କ ପ୍ରତି ଭକ୍ତିରେ ସ୍ଥିର ରହିବାକୁ ବାଧ୍ୟ କରିବା । ଯଦି ଆମର ଚେତନା ଦିନସାରା ଦିବ୍ୟ ଚେତନା ସହିତ ସଂଯୁକ୍ତ ରହେ, ତେବେ ସାଧନାର କୌଣସି ଆବଶ୍ୟକତା ନାହିଁ । ଯଦିଓ ମନ ସ୍ୱାଭାବିକ ଭାବରେ ସଂସାର ପ୍ରତି ଉନ୍ମୁଖ, ତଥାପି ବୁଦ୍ଧିର ସାହାଯ୍ୟରେ ଆମେ ତାହାକୁ ଦିବ୍ୟ ଜଗତକୁ ନେଇଯିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ଆରମ୍ଭରେ ଏହା କଷ୍ଟକର ମନେ ହୋଇପାରେ, କିନ୍ତୁ ଅଭ୍ୟାସ ଦ୍ୱାରା ଏହା ସହଜ ହୋଇଯାଏ । ଯେପରି କି ଆରମ୍ଭରେ କାର ଚଳାଇବା କଷ୍ଟକର ହୋଇଥାଏ, କିନ୍ତୁ ଅଭ୍ୟାସ ଦ୍ୱାରା ଏହା ସ୍ୱାଭାବିକ ହୋଇଯାଏ ।\nଏହି ଗୁଣଗୁଡ଼ିକ ଆମକୁ କେଉଁ ଲକ୍ଷ୍ୟସ୍ଥଳକୁ ନେଇଯିବେ, ସେ ସମ୍ବନ୍ଧରେ ଶ୍ରୀକୃଷ୍ଣ ବର୍ତ୍ତମାନ ବୁଝାଇବାକୁ ଯାଉଛନ୍ତି ଏବଂ ସେମାନଙ୍କୁ ଅତିକ୍ରମ କରିବାର ଲକ୍ଷ୍ୟର ଆବଶ୍ୟକତା ବିଷୟରେ କହୁଛନ୍ତି ।"
},
{
"verseTitle": "Bhagavad Gita 14.14 – 14.15",
"verse": "14-15",
"chapter": 14,
"lang": "or",
"shloka": {
"speaker": "",
"sanskrit": "यदा सत्वे प्रवृद्धे तु प्रलयं याति देहभृत् । \n\nतदोत्तमविदां लोकानमलान्प्रतिपद्यते ॥14॥\n\nरजसि प्रलयं गत्वा कर्मसङ्गिषु जायते ।\n\nतथा प्रलीनस्तमसि मूढयोनिषु जायते ॥15॥",
"text": "ଯଦା ସତ୍ତ୍ୱେ ପ୍ରବୃଦ୍ଧେ ତୁ ପ୍ରଳୟଂ ଯାତି ଦେହଭୃତ୍ ।\nତଦୋତ୍ତମବିଦାଂ ଲୋକାନମଳାନ୍ପ୍ରତିପଦ୍ୟତେ ।।୧୪।।\nରଜସି ପ୍ରଳୟଂ ଗତ୍ୱା କର୍ମସଙ୍ଗିଷୁ ଜାୟତେ ।\nତଥା ପ୍ରଲୀନସ୍ତମସି ମୂଢ଼ଯୋନିଷୁ ଜାୟତେ ।।୧୫।।",
"audioLink": "https://www.holy-bhagavad-gita.org/public/audio/014_014-015.mp3"
},
"wordMeanings": "ଯଦା-ଯେତେବେଳେ; ସତ୍ତ୍ୱେ- ସତ୍ତ୍ୱଗୁଣରେ; ପ୍ରବୃଦ୍ଧେ-ବୃଦ୍ଧି ହୁଏ; ତୁ-ବାସ୍ତବରେ; ପ୍ରଳୟଂ-ମୃତ୍ୟୁ; ଯାତି-ଯାଏ; ଦେହଭୃତ୍-ଦେହଧାରୀ; ତଦା-ସେ ସମୟରେ; ଉତ୍ତମ ବିଦାମ୍- ଜ୍ଞାନୀମାନଙ୍କର; ଲୋକାନ୍ -ଲୋକ; ଅମଳାନ୍-ପବିତ୍ର; ପ୍ରତିପଦ୍ୟତେ- ପ୍ରାପ୍ତ ହୁଏ; ରଜସି-ରଜୋଗୁଣରେ; ପ୍ରଳୟଂ-ମୃତ୍ୟୁ; ଗତ୍ୱା-ପ୍ରାପ୍ତ ହୋଇ; କର୍ମସଙ୍ଗିଷୁ- କର୍ମପ୍ରବଣ ବ୍ୟକ୍ତିମାନଙ୍କ ମଧ୍ୟରେ; ଜାୟତେ- ଜନ୍ମ ନିଏ; ତଥା-ସେହିପରି; ପ୍ରଲୀନଃ-ମୃତ ହୋଇ; ତମସି- ତମୋଗୁଣରେ; ମୂଢ଼-ଯୋନିଷୁ -ପଶୁ ଯୋନିରେ; ଜାୟତେ-ଜନ୍ମନିଏ ।",
"translation": {
"text": "ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ ଯୁକ୍ତ ବ୍ୟକ୍ତିମାନେ ମୃତ୍ରୁପରେ ପଶୁ ଭାବରେ ଜନ୍ମ ନିଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-14.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.14.mp3",
"https://www.gitasupersite.iitk.ac.in/sites/default/files/audio/Purohit/14.15.mp3"
]
},
"commentary": "ଶ୍ରୀକୃଷ୍ଣ ବୁଝାଉଛନ୍ତି ଯେ ଜୀବର ଭାଗ୍ୟ ତା’ର ବ୍ୟକ୍ତିତ୍ୱର ଗୁଣଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଭଗବାନଙ୍କର ନିୟମ ତଥା କର୍ମର ନିୟମ ଅନୁସାରେ, ଆମେ ଯାହା ପାଇବା ପାଇଁ ଯୋଗ୍ୟ, ତାହା ପାଇଥାଏ । ଯେଉଁମାନେ ସଦ୍ଗୁଣ, ଜ୍ଞାନ ଏବଂ ଅନ୍ୟମାନଙ୍କ ପ୍ରତି ସେବା ଭାବନାରେ ଯୁକ୍ତ, ସେମାନେ ଧର୍ମପରାୟଣ, ଶିକ୍ଷିତ, ସମାଜସେବୀ ଇତ୍ୟାଦି ଲୋକଙ୍କ ପରିବାରରେ ଜନ୍ମଗ୍ରହଣ କରନ୍ତି, କିମ୍ବା ସେମାନେ ଉଚ୍ଚତର ସ୍ୱର୍ଗଲୋକକୁ ଯାଇଥାନ୍ତି । ଯେଉଁମାନେ ଲୋଭ, ହିଂସା ଏବଂ ସାଂସାରିକ କାମନାରେ ବୁଡ଼ି ରହିଥାନ୍ତି, ସେମାନେ କର୍ମପ୍ରବଣ ବ୍ୟସ୍ତ ପରିବାରରେ, ପ୍ରାୟତଃ ବୈଶ୍ୟ ପରିବାରରେ ଜନ୍ମ ନେଇଥାନ୍ତି । ଯେଉଁମାନେ ମାଦକଦ୍ରବ୍ୟ ସେବନ, ହିଂସା, ଆଳସ୍ୟ ଏବଂ କର୍ତ୍ତବ୍ୟରେ ଅବହେଳା ଆଦି ଆଚରଣ କରନ୍ତି, ସେମାନେ ମଦ୍ୟପ ବା ଅଶିକ୍ଷିତ ପରିବାରରେ ଜନ୍ମନିଅନ୍ତି କିମ୍ବା ସେମାନେ ବିବର୍ତ୍ତନର ସୋପାନରେ ନିମ୍ନଗାମୀ ହୋଇ ପଶୁ ଯୋନିରେ ଜନ୍ମ ଗ୍ରହଣ କରନ୍ତି ।\nକେତେ ଲୋକ ଭାବନ୍ତି, ଥରେ ମନୁଷ୍ୟ ଯୋନି ପାଇବା ପରେ ପୁନର୍ବାର ନିମ୍ନତର ଯୋନିକୁ ପତନ ହେବା କ’ଣ ସମ୍ଭବପର ? ଏହି ଶ୍ଳୋକଟି ସୂଚିତ କରୁଛି ଯେ ମନୁଷ୍ୟ ସ୍ୱରୂପ, ଆତ୍ମା ପାଇଁ ସର୍ବଦା ସଂରକ୍ଷିତ ନୁହେଁ । ଯେଉଁମାନେ ଏହାର ସଦ୍ବ୍ୟବହାର କରନ୍ତି ନାହିଁ, ସେମାନେ ନିମ୍ନଗାମୀ ହୋଇ ପଶୁ ଶରୀର ପ୍ରାପ୍ତି ରୂପକ ବିପଦର ସମ୍ମୁଖୀନ ହୁଅନ୍ତି । ଗୁଣର ପ୍ରଗାଢ଼ତା ଏବଂ ସ୍ଥାୟୀତ୍ୱ ଉପରେ ନିର୍ଭର କରି ଆତ୍ମା ଆଧ୍ୟାତ୍ମିକ ବିବର୍ତ୍ତନରେ ଉଚ୍ଚକୁ ଚଢ଼ିପାରେ, ସେହି ସୋପାନରେ ରହିପାରେ କିମ୍ବା ନିମ୍ନଗାମୀ ହୋଇପାରେ ।"
},
{
"verseTitle": "Bhagavad Gita 14.16",
"verse": "16",
"chapter": 14,
"lang": "or",
"shloka": {
"speaker": "",
"sanskrit": "कर्मणः सुकृतस्याहुः सात्त्विकं निर्मलं फलम् ।\n\nरजसस्तु फलं दुःखमज्ञानं तमसः फलम् ॥16॥",
"text": "କର୍ମଣଃ ସୁକୃତସ୍ୟାହୁଃ ସାତ୍ତ୍ୱିକଂ ନିର୍ମଳଂ ଫଳମ୍ ।\nରଜସସ୍ତୁ ଫଳଂ ଦୁଃଖମଜ୍ଞାନଂ ତମସଃ ଫଳମ୍ ।।୧୬।।",
"audioLink": "https://www.holy-bhagavad-gita.org/public/audio/014_016.mp3"
},
"wordMeanings": "କର୍ମଣଃ- କର୍ମର; ସୁକୃତସ୍ୟ- ଶୁଦ୍ଧ; ଆହୁଃ-କୁହାଯାଏ; ସାତ୍ତ୍ୱିକଂ- ସାତ୍ତ୍ୱିକ; ନିର୍ମଳଂ-ନିର୍ମଳ; ଫଳଂ-ଫଳ; ରଜସଃ-ରଜୋଗୁଣର; ତୁ- କିନ୍ତୁ; ଫଳଂ-ଫଳ; ଦୁଃଖଂ- ଦୁଃଖ; ଅଜ୍ଞାନଂ-ଅଜ୍ଞାନ; ତମସଃ-ତମୋଗୁଣର ; ଫଳମ୍-ଫଳ ।",
"translation": {
"text": "ଏହା କୁହାଯାଇଥାଏ ଯେ ସତ୍ତ୍ୱଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଶୁଦ୍ଧ ଫଳ ପ୍ରଦାନକାରୀ ହୋଇଥାଏ । ରଜୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମ ଯାତନା ଦେଇଥାଏ ଏବଂ ତମୋଗୁଣଯୁକ୍ତ ହୋଇ କରାଯାଇଥିବା କର୍ମର ଫଳ ଅନ୍ଧକାର ହୋଇଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.16.mp3"
]
},
"commentary": "ସତ୍ତ୍ୱଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତି ଶୁଦ୍ଧତା, ସଦ୍ଗୁଣ, ଜ୍ଞାନ ଏବଂ ନିଃସ୍ୱାର୍ଥପରତା ଆଦି ଗୁଣ ଦ୍ୱାରା ଭୂଷିତ ହୋଇଥାନ୍ତି । ସୁତରାଂ, ସେମାନଙ୍କ କର୍ମର ଅଭିପ୍ରାୟ ପ୍ରାୟତଃ ମହତ୍ ରହିଥାଏ, ଅତଏବ ତା’ର ଫଳ କଲ୍ୟାଣକାରୀ ଏବଂ ସନ୍ତୋଷଜନକ ହୋଇଥାଏ । ରଜୋଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତି ଇନ୍ଦ୍ରିୟ ଓ ମନର କାମନା ଦ୍ୱାରା ଅଶାନ୍ତ ରହିଥା’ନ୍ତି । ସେମାନଙ୍କର ସମସ୍ତ କର୍ମର ପୃଷ୍ଠଦେଶରେ ନିଜର ତଥା ପରିବାର ସଦସ୍ୟଙ୍କର ଆତ୍ମୋନ୍ନତି ଏବଂ ଆତ୍ମ-ସନ୍ତୁଷ୍ଟିର ଉଦ୍ଦେଶ୍ୟ ଥାଏ । ତେଣୁ ସେମାନଙ୍କର କର୍ମ ଇନ୍ଦ୍ରିୟ ସୁଖ ଉପଭୋଗ କରାଇଥାଏ, ଯାହା ଇନ୍ଦ୍ରିୟ କାମନାକୁ ଇନ୍ଧନ ଯୋଗାଇ ଅଧିକ ପ୍ରଜ୍ୱଳିତ କରିଥାଏ । ତମୋଗୁଣ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କର ଶାସ୍ତ୍ରର ନିର୍ଦ୍ଦେଶ ଏବଂ ଆଚରଣ ନିୟମ ପ୍ରତି କୌଣସି ସମ୍ମାନ ନ ଥାଏ । ସେମାନେ ପାପଯୁକ୍ତ କର୍ମରେ ଲିପ୍ତ ରହି ମିଥ୍ୟା ସୁଖ ଉପଭୋଗରେ ବ୍ୟସ୍ତ ରହନ୍ତି, ଯାହା ସେମାନଙ୍କୁ ଅଧିକରୁ ଅଧିକ ଭ୍ରମିତ କରିଥାଏ ।"
},
{
"verseTitle": "Bhagavad Gita 14.17",
"verse": "17",
"chapter": 14,
"lang": "or",
"shloka": {
"speaker": "",
"sanskrit": "सत्त्वात्सञ्जायते ज्ञानं रजसो लोभ एव च ।\n\nप्रमादमोहौ तमसो भवतोऽज्ञानमेव च ॥17॥",
"text": "ସତ୍ତ୍ୱାତ୍ ସଂଜାୟତେ ଜ୍ଞାନଂ ରଜସୋ ଲୋଭ ଏବ ଚ ।\nପ୍ରମାଦେମୋହୌ ତମସୋ ଭବତୋଽଜ୍ଞାନମେବ ଚ ।।୧୭।।",
"audioLink": "https://www.holy-bhagavad-gita.org/public/audio/014_017.mp3"
},
"wordMeanings": "ସତ୍ତ୍ୱାତ୍-ସତ୍ତ୍ୱଗୁଣରୁ; ସଂଜାୟତେ- ଉଦୟ ହୁଏ; ଜ୍ଞାନଂ-ଜ୍ଞାନ; ରଜସଃ-ରଜୋଗୁଣରୁ; ଲୋଭଃ-ଲୋଭ; ଏବ-ନିଶ୍ଚିତଭାବେ; ଚ-ମଧ୍ୟ; ପ୍ରମାଦ-ପାଗଳାମି; ମୋହୌ-ମୋହ; ତମସଃ-ତମୋଗୁଣରୁ; ଭବତଃ-ଉତ୍ପନ୍ନ ହୁଏ; ଅଜ୍ଞାନଂ-ଅଜ୍ଞାନତା; ଏବ-ନିଶ୍ଚିତଭାବେ; ଚ-ଏବଂ ।",
"translation": {
"text": "ସତ୍ତ୍ୱଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ ହୁଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.17.mp3"
]
},
"commentary": "ତ୍ରିଗୁଣ ଦ୍ୱାରା ଅର୍ଜିତ ଫଳର ବିବିଧତା ସମ୍ପର୍କରେ ସୂଚନା ଦେବାପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏହାର କାରଣ ଦର୍ଶାଉଛନ୍ତି । ସତ୍ତ୍ୱଗୁଣ ଜ୍ଞାନର ଉଦୟ କରେ, ଯାହା ଉଚିତ୍-ଅନୁଚିତ୍ର ବିଚାର କରିବାର କ୍ଷମତା ପ୍ରଦାନ କରିଥାଏ । ଏହା ଇନ୍ଦ୍ରିୟ ତୃପ୍ତିର କାମନାକୁ ଦମନ କରେ ଏବଂ ତଜ୍ଜନିତ ସୁଖ ଓ ସନ୍ତୋଷର ଅନୁଭବ କରାଏ । ଏହି ଗୁଣଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ବୌଦ୍ଧିକ ଅନ୍ୱେଷଣ ତଥା ଧାର୍ମିକ ବିଚାର ପ୍ରତି ଆକର୍ଷିତ ହୋଇଥାନ୍ତି । ଅତଏବ, ସଦ୍ଗୁଣ ବିଦ୍ୱତାପୂର୍ଣ୍ଣ କର୍ମକୁ ଆଗକୁ ବଢ଼ାଇଥାଏ । ରଜୋଗୁଣ ଇନ୍ଦ୍ରିୟଗୁଡ଼ିକୁ ଉତ୍ତେଜିତ କରେ ଏବଂ ମନକୁ ଉଚ୍ଚକାଂକ୍ଷୀ କାମନାର ଆବର୍ତ୍ତକୁ ପଠାଇ ଅନିୟନ୍ତ୍ରିତ କରିଦିଏ । ବ୍ୟକ୍ତି ସେହି ଜାଲରେ ଛନ୍ଦି ହୋଇ ଏବଂ ସୁଖସମ୍ପଦ ପ୍ରାପ୍ତି ନିମନ୍ତେ ଅତ୍ୟଧିକ ଉଦ୍ୟମ କରିବାରେ ଲାଗିଯାଏ, ଯାହା ଆତ୍ମା ପାଇଁ ମୂଲ୍ୟହୀନ ଅଟେ । ତମୋଗୁଣ ପ୍ରାଣୀକୁ ଆଳସ୍ୟ ଏବଂ ଅଜ୍ଞାନତାରେ ଢ଼ାଙ୍କି ଦିଏ । ଅଜ୍ଞାନ ଆବରଣଯୁକ୍ତ ହୋଇ, ବ୍ୟକ୍ତି ଖଳ ଏବଂ ଅପବିତ୍ର କାର୍ଯ୍ୟ କରିଥାଏ ଏବଂ ତଦନୁସାରେ ଫଳ ଭୋଗ କରିଥାଏ ।"
},
{
"verseTitle": "Bhagavad Gita 14.18",
"verse": "18",
"chapter": 14,
"lang": "or",
"shloka": {
"speaker": "",
"sanskrit": "ऊर्ध्वं गच्छन्ति सत्त्वस्था मध्ये तिष्ठन्ति राजसाः ।\n\nजघन्यगुणवृत्तिस्था अधो गच्छन्ति तामसाः ॥18॥",
"text": "ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ ।\nଜଘନ୍ୟଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ ।।୧୮।।",
"audioLink": "https://www.holy-bhagavad-gita.org/public/audio/014_018.mp3"
},
"wordMeanings": "ଊର୍ଦ୍ଧ୍ୱଂ-ଉର୍ଦ୍ଧ୍ୱକୁ; ଗଚ୍ଛନ୍ତି- ଯା’ନ୍ତି; ସତ୍ତ୍ୱସ୍ଥାଃ-ସତ୍ତ୍ୱଗୁଣରେ ସ୍ଥିତ; ମଧ୍ୟେ- ମଧ୍ୟରେ; ତିଷ୍ଠନ୍ତି- ରହନ୍ତି; ରାଜସାଃ- ରଜୋଗୁଣୀ; ଜଘନ୍ୟ-ଘୃଣିତ; ଗୁଣ-ଗୁଣ; ବୃତ୍ତିସ୍ଥାଃ-କର୍ମରେ ନିଯୁକ୍ତ; ଅଧଃ-ନିମ୍ନ; ଗଚ୍ଛନ୍ତି-ଯା’ନ୍ତି; ତାମସାଃ- ଯେଉଁମାନେ ତମୋଗୁଣରେ ସ୍ଥିତ ।",
"translation": {
"text": "ସତ୍ତ୍ୱଗୁଣରେ ସ୍ଥିତ ବ୍ୟକ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତି; ରଜୋଗୁଣ ସ୍ଥିତ ବ୍ୟକ୍ତି ମଧ୍ୟସ୍ଥଳରେ ରହନ୍ତି ଏବଂ ଯେଉଁମାନେ ତମୋଗୁଣରେ ସ୍ଥିତ, ସେମାନେ ନିମ୍ନଗାମୀ ହୁଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.18.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଆତ୍ମାର ପୁନର୍ଜନ୍ମ ବ୍ୟକ୍ତିତ୍ୱରେ ଗୁଣମାନଙ୍କର ପ୍ରାଧାନ୍ୟ ସହିତ ସମ୍ବନ୍ଧିତ ରହିଥାଏ । ବର୍ତ୍ତମାନ ଜନ୍ମର ଯାତ୍ରା ପୂର୍ଣ୍ଣ କରିବା ପରେ, ଆତ୍ମା ସେହି ସ୍ଥାନରେ ପହଞ୍ଚିଥାଏ, ଯାହା ତା’ର ଗୁଣ ଅନୁରୂପ ଅଟେ । ଏହାକୁ ଜଣେ ଛାତ୍ର ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟରେ ପ୍ରବେଶ କରିବା ସହିତ ତୁଳନା କରାଯାଇପାରେ । ଦେଶରେ ଅନେକ ମହାବିଦ୍ୟାଳୟ ଅଛି । ଯେଉଁ ଛାତ୍ରମାନେ ବିଦ୍ୟାଳୟରୁ ଉତ୍ତମ ଫଳାଫଳ ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି, ସେମାନେ ଶ୍ରେଷ୍ଠ ମହାବିଦ୍ୟାଳୟରେ ପ୍ରବେଶାଧିକାର ପାଇଥାନ୍ତି । ଯେଉଁମାନଙ୍କର ନମ୍ବର କମ୍ ଥାଏ, ସେମାନେ ନିକୃଷ୍ଟ ମହାବିଦ୍ୟାଳୟରେ ପ୍ରବେଶ ପାଇଥାନ୍ତି । ଭାଗବତମ୍ କହେ:\nସତ୍ତ୍ୱେ ପ୍ରଳୀନାଃ ସ୍ୱର୍ ଯାନ୍ତି ନର-ଲୋକଂ ରଜୋ-ଲୟାଃତମୋ-ଲୟାସ୍ ତୁ ନିରୟଂ ଯାନ୍ତି ମାମ୍ ଏବ ନିର୍ଗୁଣାଃ ।। (୧୧.୨୫.୨୨)\n“ସତ୍ତ୍ୱଗୁଣଯୁକ୍ତ ବ୍ୟକ୍ତିଗଣ ଉଚ୍ଚତର ସ୍ୱର୍ଗଲୋକକୁ ଗମନ କରନ୍ତି । ରଜୋଗୁଣଯୁକ୍ତ ବ୍ୟକ୍ତି ପୃଥିବୀ ପୃଷ୍ଠରେ ରହନ୍ତି । ତମୋଗୁଣଯୁକ୍ତ ବ୍ୟକ୍ତି ନିମ୍ନଲୋକକୁ ଯାଇଥାନ୍ତି । ନିର୍ଗୁଣମାନେ ମୋତେ ପ୍ରାପ୍ତ କରିଥାଆନ୍ତି ।”"
},
{
"verseTitle": "Bhagavad Gita 14.19",
"verse": "19",
"chapter": 14,
"lang": "or",
"shloka": {
"speaker": "",
"sanskrit": "नान्यं गुणेभ्यः कर्तारं यदा द्रष्टानुपश्यति । \n\nगुणेभ्यश्च परं वेत्ति मद्भावं सोऽधिगच्छति ॥19॥",
"text": "ନାନ୍ୟଂ ଗୁଣେଭ୍ୟଃ କର୍ତାରଂ ଯଦା ଦ୍ରଷ୍ଟାନୁପଶ୍ୟତି ।\nଗୁଣେଭ୍ୟଶ୍ଚ ପରଂ ବେତ୍ତି ମଦ୍ଭାବଂ ସୋଽଧିଗଚ୍ଛତି ।।୧୯।।",
"audioLink": "https://www.holy-bhagavad-gita.org/public/audio/014_019.mp3"
},
"wordMeanings": "ନ- ନାହିଁ; ଅନ୍ୟଂ-ଅନ୍ୟ କିଛି; ଗୁଣେଭ୍ୟଃ- ଗୁଣମାନଙ୍କର; କର୍ତାରଂ- କର୍ତ୍ତା; ଯଦା-ଯେତେବେଳେ; ଦ୍ରଷ୍ଟା -ଦ୍ରଷ୍ଟା; ଅନୁପଶ୍ୟତି-ଦେଖେ; ଗୁଣେଭ୍ୟଃ ଚ- ପ୍ରକୃତିର ଗୁଣକୁ; ଚ -ଏବଂ; ପରଂ- ଦିବ୍ୟ; ବେତ୍ତି-ଜାଣେ; ମତ୍-ଭାବଂ- ମୋର ଦିବ୍ୟ ପ୍ରକୃତିକୁ; ସଃ- ସେ; ଅଧିଗଚ୍ଛତି- ଉନ୍ନୀତ ହୁଏ ।",
"translation": {
"text": "ବିଜ୍ଞବ୍ୟକ୍ତିମାନେ ଯେତେବେଳେ ବୁଝିପାରନ୍ତି, ସମସ୍ତ କର୍ମର କର୍ତ୍ତା ତ୍ରିଗୁଣ ବ୍ୟତିତ ଅନ୍ୟ କେହି ନୁହଁନ୍ତି ଏବଂ ମୋତେ ତ୍ରିଗୁଣାତୀତ ଭାବରେ ଜାଣନ୍ତି, ସେମାନେ ମୋର ଦିବ୍ୟଗୁଣରେ ସମ୍ପନ୍ନ ହୁଅନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.19.mp3"
]
},
"commentary": "ତ୍ରିଗୁଣର ଜଟିଳ ଗତିବିଧି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଗୁଣର ଶୃଙ୍ଖଳକୁ ଛିନ୍ନ କରିବାର ଏକ ସରଳ ଉପାୟ ନିର୍ଦ୍ଦେଶ କରୁଛନ୍ତି । ସଂସାରର ସମସ୍ତ ପ୍ରାଣୀ ତ୍ରିଗୁଣର କବଳିତ ରହିଥାଆନ୍ତି । ସୁତରାଂ, ସଂସାରରେ ଦେଖା ଯାଉଥିବା ସମସ୍ତ କର୍ମର ସକ୍ରିୟ ପ୍ରତିନିଧି ଏହି ତିନିଗୁଣ ଅଟନ୍ତି, କିନ୍ତୁ ଭଗବାନ ଏସବୁର ଉର୍ଦ୍ଧ୍ୱରେ । ସେଥିପାଇଁ ତାଙ୍କୁ ତ୍ରି-ଗୁଣାତୀତ କୁହାଯାଏ । ସେହିପରି, ଭଗବାନଙ୍କର ସମସ୍ତ ବୈଶିଷ୍ଟ୍ୟ - ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ସନ୍ଥ - ମଧ୍ୟ ତ୍ରିଗୁଣାତୀତ ଅଟନ୍ତି ।\nତ୍ରିଗୁଣ ବଳୟ ଅନ୍ତର୍ଗତ କୌଣସି ବ୍ୟକ୍ତି ବା ବସ୍ତୁଠାରେ ଆମେ ଯଦି ମନକୁ ଆସକ୍ତ କରିବା, ତେବେ ସେହି ଗୁଣଗୁଡ଼ିକର ଆଭାସ ଆମ ମନ ଓ ବୁଦ୍ଧିରେ ବୃଦ୍ଧି ପାଇବ । କିନ୍ତୁ, ଯଦି ଆମେ ଆମ ମନକୁ ଦିବ୍ୟ ଜଗତରେ ଲଗାଇବା, ଗୁଣଗୁଡ଼ିକ ପ୍ରତିହତ ହୋଇ ମନ ଦିବ୍ୟ ହୋଇଯିବ । ଏହାକୁ ଜାଣି, ଯେଉଁମାନେ ସାଂସାରିକ ବ୍ୟକ୍ତି ଓ ବସ୍ତୁ ସହିତ ସେମାନଙ୍କର ସମ୍ପର୍କ ଶିଥିଳ କରିବାକୁ ଆରମ୍ଭ କରନ୍ତି ଏବଂ ଭକ୍ତି ଦ୍ୱାରା ହରି ଓ ଗୁରୁଙ୍କ ସହିତ ସମ୍ବନ୍ଧ ସୁଦୃଢ଼ କରନ୍ତି, ଏହା ସେମାନଙ୍କୁ ତ୍ରିଗୁଣକୁ ଅତିକ୍ରମ କରି, ଭଗବାନଙ୍କ ଦିବ୍ୟଗୁଣ ହାସଲ କରିବାରେ ସକ୍ଷମ କରାଏ । ଏହାର ବିସ୍ତୃତ ବର୍ଣ୍ଣନା ଶ୍ଳୋକ ୧୪.୨୬ରେ କରାଯାଇଛି ।"
},
{
"verseTitle": "Bhagavad Gita 14.20",
"verse": "20",
"chapter": 14,
"lang": "or",
"shloka": {
"speaker": "",
"sanskrit": "गुणानेतानतीत्य त्रीन्देही देहसमुद्भवान् ।\n\nजन्ममृत्युजरादुःखैर्विमुक्तोऽमृतमश्रुते ॥20॥",
"text": "ଗୁଣାନେତାନତୀତ୍ୟ ତ୍ରୀନ୍ଦେହୀ ଦେହସମୁଦ୍ଭବାନ୍ ।\nଜନ୍ମମୃତ୍ୟୁଜରାଦୁଃଖୈର୍ବିମୁକ୍ତୋଽମୃତମଶ୍ନୁତେ ।।୨୦।।",
"audioLink": "https://www.holy-bhagavad-gita.org/public/audio/014_020.mp3"
},
"wordMeanings": "ଗୁଣାନ୍- ତ୍ରିଗୁଣ; ଏତାନ୍-ଏସବୁ; ଅତୀତ୍ୟ-ଅତିକ୍ରମ କରି; ତ୍ରିନ୍- ତିନି; ଦେହୀ-ଶରୀରଧାରୀ; ଦେହ-ଶରୀର; ସମୁଦ୍ଭବାନ୍-ଜାତ; ଜନ୍ମ-ଜନ୍ମ; ମୃତ୍ୟୁ-ମୃତ୍ୟୁ; ଜରା-ବୃଦ୍ଧାବସ୍ଥା; ଦୁଃଖୈଃ-ଦୁଃଖମାନଙ୍କରେ; ବିମୁକ୍ତଃ-ବିମୁକ୍ତ ହୋଇ; ଅମୃତଂ-ଅମରତ୍ୱ; ଅଶ୍ନୁତେ- ଉପଭୋଗ କରେ ।",
"translation": {
"text": "ଶରୀର ସହିତ ଜଡ଼ିତ, ଭୌତିକ ପ୍ରକୃତିର ତିନିଗୁଣକୁ ଅତିକ୍ରମ କରି, ବ୍ୟକ୍ତି ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଆଦି ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ପ୍ରାପ୍ତ କରେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.20.mp3"
]
},
"commentary": "ଆମେ ଯଦି ଗୋଟିଏ ଅପରିଷ୍କାର କୂଅରୁ ଜଳପାନ କରୁ, ଆମର ଉଦର ନିଶ୍ଚିତଭାବେ ଖରାପ ହେବ । ସେହିପରି ଆମେ ଯଦି ତିନିଗୁଣ ଦ୍ୱାରା ପ୍ରଭାବିତ ହେବା, ଫଳସ୍ୱରୂପ ଆମେ ନିଶ୍ଚିତଭାବେ ସଂସାରରେ ବାରମ୍ବାର ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁକୁ ପ୍ରାପ୍ତ ହେବା । ଭୌତିକ ଜୀବନର ଏହି ଚାରିଗୋଟି ମୁଖ୍ୟ କ୍ଳେଶ ଅଟେ । ଏସବୁକୁ ଦେଖି ବୁଦ୍ଧ ପ୍ରଥମେ ଅନୁଭବ କଲେ ଯେ ସଂସାର ଦୁଃଖପୂର୍ଣ୍ଣ ଅଟେ ଏବଂ ତା’ପରେ ସେ ଏହି ଦୁଃଖରୁ ମୁକ୍ତି ପାଇବାର ମାର୍ଗ ଖୋଜିଲେ ।\nମନୁଷ୍ୟମାନଙ୍କ ପାଇଁ ବେଦ ଅନେକ ଗୁଡ଼ିଏ ଆଚରଣ ବିଧି, ସାମାଜିକ କର୍ତ୍ତବ୍ୟ, ରୀତି ଏବଂ ନିୟମ ଧାର୍ଯ୍ୟ କରିଛି । ଏହିସବୁ ନିର୍ଦ୍ଧାରିତ କର୍ତ୍ତବ୍ୟ ଏବଂ ଆଚରଣ ବିଧିକୁ ଏକତ୍ରଭାବେ କର୍ମ ଧର୍ମ ବା ବର୍ଣ୍ଣାଶ୍ରମ ଧର୍ମ ବା ଶାରୀରିକ ଧର୍ମ କୁହାଯାଏ । ସେଗୁଡ଼ିକ ଆମକୁ ତମୋଗୁଣ ଏବଂ ରଜୋଗୁଣରୁ ଉନ୍ନୀତ କରାଇ ସତ୍ତ୍ୱଗୁଣ ଦିଗକୁ ନେଇଯାନ୍ତି । କିନ୍ତୁ ସତ୍ତ୍ୱଗୁଣ ହାସଲ କରିବା ଯଥେଷ୍ଟ ନୁହେଁ; ଏହା ମଧ୍ୟ ବନ୍ଧନର ଏକ ରୂପ ଅଟେ । ଆମର ଲକ୍ଷ୍ୟ ଏହାଠାରୁ ମଧ୍ୟ ଆଗକୁ - ଭୌତିକ ଅବସ୍ଥିତିର ବନ୍ଦୀଗୃହରୁ ମୁକ୍ତି ଲାଭ କରିବା ।\nଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଯେତେବେଳେ ଆମେ ତ୍ରିଗୁଣକୁ ଅତିକ୍ରମ କରିଯାଏ, ମାୟା ଆମକୁ ଆଉ କବଳିତ କରିପାରେ ନାହିଁ । ଏହିପରି ଭାବରେ, ଆତ୍ମା ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇଯାଏ ଏବଂ ଅମରତ୍ୱ ପ୍ରାପ୍ତ କରେ । ବସ୍ତୁତଃ, ଆତ୍ମା ସର୍ବଦା ଅମର । ତଥାପି ଭୌତିକ ଶରୀର ସହିତ ତାଦାତ୍ମ୍ୟ କରି ଏହା ଜନ୍ମ ଓ ମୃତ୍ୟୁର ଭ୍ରମରେ ପୀଡ଼ିତ ହୋଇଥାଏ । ଏହି ଭ୍ରମାତ୍ମକ ଅନୁଭବ ଆତ୍ମାର ନିତ୍ୟ ସ୍ୱଭାବର ବିପରୀତ ଅଟେ, ସେଥିପାଇଁ ସେ ଏଥିରୁ ମୁକ୍ତି ଚାହେଁ । ମାୟିକ ଭ୍ରମ ସ୍ୱାଭାବିକ ଭାବରେ ଆମର ଆତ୍ମା ପ୍ରତି କଷ୍ଟଦାୟକ ଅଟେ ଏବଂ ଅଭ୍ୟନ୍ତରରୁ ଆମେ ଅମରତ୍ୱ ଆସ୍ୱାଦନ କରିବାକୁ ଚାହୁଁ ।"
},
{
"verseTitle": "Bhagavad Gita 14.21",
"verse": "21",
"chapter": 14,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nकैर्लिङ्गैस्त्रीनगुणानेतानतीतो भवति प्रभो ।\n\nकिमाचारः कथं चैतांस्त्रीनगुणानतिवर्तते ॥21॥",
"text": "କୈର୍ଲିଙ୍ଗୈସ୍ତ୍ରୀନ୍ଗୁଣାନେତାନତୀତୋ ଭବତି ପ୍ରଭୋ ।\nକିମାଚାରଃ କଥଂ ଚୈତାଂସ୍ତ୍ରୀନ୍ଗୁଣାନତିବର୍ତତେ ।।୨୧।।",
"audioLink": "https://www.holy-bhagavad-gita.org/public/audio/014_021.mp3"
},
"wordMeanings": "ଅର୍ଜୁନ ଉବାଚ- ଅର୍ଜୁନ କହିଲେ; କୈଃ- କେଉଁ; ଲିଙ୍ଗୈଃ-ଲକ୍ଷଣଦ୍ୱାରା ;ତ୍ରୀନ୍- ତିନି; ଗୁଣାନ୍-ଗୁଣ; ଏତାନ୍-ଏସବୁ; ଅତୀତଃ-ଅତିକ୍ରମ କରି; ଭବତି- ହୁଏ; ପ୍ରଭୋ- ହେ ପ୍ରଭୁ !; କିଂ -କ’ଣ; ଆଚାରଃ-ଆଚାର ବ୍ୟବହାର; କଥଂ-କିପରି; ଚ-ଏବଂ; ଏତାନ୍-ଏସବୁ; ତ୍ରୀନ୍-ତିନି; ଗୁଣାନ୍-ଗୁଣ; ଅତିବର୍ତତେ-ଅତିକ୍ରମ କରାଯାଏ ।",
"translation": {
"text": "ଅର୍ଜୁନ ପ୍ରଶ୍ନ କଲେ: ହେ ପ୍ରଭୁ ! ଯେଉଁମାନେ ତ୍ରିଗୁଣ ଅତିକ୍ରମ କରିଛନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ ଗୁଣଗୁଡ଼ିକର ବନ୍ଧନରୁ ଊର୍ଦ୍ଧ୍ୱକୁ କିପରି ଗଲେ ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.21.mp3"
]
},
"commentary": "ତ୍ରିଗୁଣକୁ ଅତିକ୍ରମ କରିବା ବିଷୟରେ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବା ପରେ, ଅର୍ଜୁନ ବର୍ତ୍ତମାନ ସେହି ବିଷୟରେ ତିନିଗୋଟି ପ୍ରଶ୍ନ କରୁଛନ୍ତି । ଲିଙ୍ଗୈସ୍ ଶବ୍ଦର ଅର୍ଥ ‘ଲକ୍ଷଣ’ । ତାଙ୍କର ପ୍ରଥମ ପ୍ରଶ୍ନ ହେଉଛି: “ଯେଉଁମାନେ ତ୍ରିଗୁଣକୁ ଅତିକ୍ରମ କରିଛନ୍ତି, ତାଙ୍କର ଲକ୍ଷଣ କ’ଣ ?” ଆଚାରଃ ଶବ୍ଦର ଅର୍ଥ ‘ଆଚରଣ’ ଅଟେ । ଅର୍ଜୁନଙ୍କର ଦ୍ୱିତୀୟ ପ୍ରଶ୍ନ ହେଉଛି: “ସେହି ବ୍ୟକ୍ତିମାନେ କିପରି ଆଚରଣ ପ୍ରଦର୍ଶନ କରନ୍ତି ?” ଅତିବର୍ତତେ ଶବ୍ଦର ଅର୍ଥ ହେଉଛି “ଅତିକ୍ରମ” । ସେ ପଚାରୁଥିବା ତୃତୀୟ ପ୍ରଶ୍ନ ହେଉଛି: “ଜଣେ କିପରି ତ୍ରିଗୁଣକୁ ଅତିକ୍ରମ କରିବ ?” ଶ୍ରୀକୃଷ୍ଣ ବ୍ୟବସ୍ଥିତ ଢ଼ଙ୍ଗରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଛନ୍ତି ।"
},
{
"verseTitle": "Bhagavad Gita 14.22 – 14.23",
"verse": "22-23",
"chapter": 14,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nप्रकाशं च प्रवृत्तिं च मोहमेव च पाण्डव । \n\nन द्वेष्टि सम्प्रवृत्तानि न निवृत्तानि काङ्क्षति ॥22॥\n\nउदासीनवदासीनो गुणैर्यो न विचाल्यते ।\n\nगुणा वर्तन्त इत्येवं योऽवतिष्ठति नेङ्गते ॥23॥",
"text": "ଶ୍ରୀଭଗବାନୁବାଚ\nପ୍ରକାଶଂ ଚ ପ୍ରବୃତ୍ତିଂ ଚ ମୋହମେବ ଚ ପାଣ୍ଡବ ।\nନ ଦ୍ୱେଷ୍ଟି ସମ୍ପ୍ରବୃତ୍ତାନି ନ ନିବୃତ୍ତାନି କାଂକ୍ଷତି ।।୨୨।।\nଉଦାସୀନବଦାସୀନୋ ଗୁଣୈର୍ଯୋ ନ ବିଚାଲ୍ୟତେ ।\nଗୁଣା ବର୍ତନ୍ତ ଇତ୍ୟେବଂ ଯୋଽବତିଷ୍ଠତି ନେଙ୍ଗତେ ।।୨୩।।",
"audioLink": "https://www.holy-bhagavad-gita.org/public/audio/014_022-023.mp3"
},
"wordMeanings": "ଶ୍ରୀଭଗବାନୁବାଚ- ପରମପୁରୁଷ ଭଗବାନ କହିଲେ; ପ୍ରକାଶଂ- ପ୍ରକାଶ; ଚ -ଏବଂ;ପ୍ରବୃତ୍ତିଂ-କର୍ମ;ଚ -ଏବଂ;ମୋହଂ-ମୋହ; ଏବ -ମଧ୍ୟ; ଚ- ଏବଂ; ପାଣ୍ଡବ- ହେ ପାଣ୍ଡୁ ପୁତ୍ର; ନ ଦ୍ୱେଷ୍ଟି- ଘୃଣା କରେନାହିଁ; ସଂପ୍ରବୃତ୍ତାନି-ଯେତେବେଳେ ଥାଏ; ନ ନିବୃତ୍ତାନି- ଯେତେବେଳେ ନ ଥାଏ ; କାଙ୍କ୍ଷତି -ଇଚ୍ଛାକରେ; ଉଦାସୀନବତ୍- ଯେପରି କି ଉଦାସୀନ; ଆସୀନଃ-ଅବସ୍ଥିତ; ଗୁଣୈଃ-ଗୁଣମାନଙ୍କ ଦ୍ୱାରା; ଯଃ-ଯିଏ; ନ ବିଚାଲ୍ୟତେ-ବିଚଳିତ ହୁଏନାହିଁ; ଗୁଣାଃ-ଗୁଣମାନେ; ବର୍ତନ୍ତେ- କରନ୍ତି; ଇତି ଏବଂ-ଏହିପରି ଜାଣି; ଯଃ-ଯିଏ; ଅବତିଷ୍ଠତି-ଆତ୍ମାରେ ସ୍ଥିତ ରହେ; ନ ଇଙ୍ଗତେ- ଆଦୌ ବିଚଳିତ ହୁଏନାହିଁ ।",
"translation": {
"text": "ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଯେଉଁମାନେ ତ୍ରିଗୁଣାତୀତ ହୋଇଛନ୍ତି, ସେମାନେ ଜ୍ଞାନର ପ୍ରକାଶ (ସତ୍ତ୍ୱରୁ ଜାତ), କର୍ମ (ରାଜସରୁ ଜାତ) ଏବଂ ଭ୍ରମ (ତାମସରୁ ଜାତ)ର ପ୍ରଭାବ ଅଧିକ ହେଲେ, ତାହାକୁ ଘୃଣା କରନ୍ତି ନାହିଁ କିମ୍ବା ସେଗୁଡ଼ିକର ଅଭାବରେ ତାଙ୍କ ପ୍ରତି ଲାଳାୟିତ ହୁଅନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-22.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.22.mp3",
"https://www.gitasupersite.iitk.ac.in/sites/default/files/audio/Purohit/14.23.mp3"
]
},
"commentary": "ସେମାନେ ପ୍ରକୃତିର ଏହି ଗୁଣଗୁଡ଼ିକ ପ୍ରତି ଉଦାସୀନ ରହନ୍ତି ଏବଂ ସେମାନଙ୍କ ଦ୍ୱାରା ବିଚଳିତ ହୁଅନ୍ତି ନାହିଁ । ସବୁକିଛି ଗୁଣମାନଙ୍କର ଖେଳ ଅଟେ, ଏହା ଜାଣି ସେମାନେ ଅବିଚଳିତ ଭାବରେ ଆତ୍ମାରେ ସ୍ଥିତ ରହନ୍ତି ।\nଶ୍ରୀକୃଷ୍ଣ ବର୍ତ୍ତମାନ ତ୍ରିଗୁଣାତୀତ ବ୍ୟକ୍ତିମାନଙ୍କର ଲକ୍ଷଣ ସମ୍ବନ୍ଧରେ ସ୍ପଷ୍ଟୀକରଣ କରୁଛନ୍ତି । ସଂସାରରେ ଗୁଣମାନଙ୍କର କାର୍ଯ୍ୟ ଏବଂ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତି ଉପରେ ତାହାର ପ୍ରଭାବର ପ୍ରକାଶକୁ ଦେଖି, ସେମାନେ ବିଚଳିତ ହୁଅନ୍ତି ନାହିଁ । ଜ୍ଞାନୋଦୀପ୍ତ ବ୍ୟକ୍ତିମାନେ ଅଜ୍ଞାନତାକୁ ଦେଖି ଘୃଣା କରନ୍ତି ନାହିଁ କିମ୍ବା ସେଥିରେ ଲିପ୍ତ ହୁଅନ୍ତି ନାହିଁ । ଭୌତିକ ମନୋଭାବାପନ୍ନ ବ୍ୟକ୍ତିମାନେ ସଂସାରର ପରିସ୍ଥିତିରେ ଅତ୍ୟଧିକ ଭାବେ ଜଡ଼ିତ ହୋଇପଡ଼ନ୍ତି । ସେମାନେ ସାଂସାରିକ ଘଟଣାବଳୀର ଚିନ୍ତନରେ ସେମାନଙ୍କ ସମୟ ଓ ଶକ୍ତିର ଅପଚୟ କରିଥାଆନ୍ତି । ଜ୍ଞାନୀମାନେ ମଧ୍ୟ ମାନବ କଲ୍ୟାଣ ନିମନ୍ତେ ପ୍ରୟାସ କରନ୍ତି, କିନ୍ତୁ ସେମାନେ ତାହା ପରୋପକାର ସ୍ୱଭାବ ବଶତଃ କରିଥାଆନ୍ତି । ତା’ ସହିତ ସେମାନେ ଏହା ମଧ୍ୟ ହୃଦୟଙ୍ଗମ କରନ୍ତି ଯେ ଅନ୍ତତଃ ସଂସାରର ଦାୟୀତ୍ୱ ଭଗବାନଙ୍କର । ସେମାନେ କେବଳ ତାଙ୍କର ସାଧ୍ୟ ଅନୁସାରେ ନିଜର କର୍ତ୍ତବ୍ୟ କରି, ଅବଶିଷ୍ଟ ଭଗବାନଙ୍କ ହାତରେ ନ୍ୟସ୍ତ କରନ୍ତି । ଭଗବାନଙ୍କ ସଂସାରକୁ ଆସି ଆମର ପ୍ରଥମ କର୍ତ୍ତବ୍ୟ ହେଲା କିପରି ଆମେ ନିଜକୁ ଶୁଦ୍ଧ କରିବା । ମନ ଶୁଦ୍ଧ ହୋଇଯିବା ପରେ, ଆମେ ସାଂସାରିକ ପରିସ୍ଥିତିକୁ ବୋଝ ମନେ ନ କରି, ଶୁଭ ଏବଂ ମଙ୍ଗଳକାରୀ କାର୍ଯ୍ୟ କରିବା ସ୍ୱାଭାବିକ । ମହାତ୍ମା ଗାନ୍ଧୀ ଯେପରି କହିଥିଲେ; “ତୁମେ ସଂସାରକୁ ଯେପରି ଦେଖିବାକୁ ଇଚ୍ଛା କରୁଛ, ନିଜେ ସେହିପରି ହୁଅ ।”\nଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରଜ୍ଞାଦୀପ୍ତ ପୁରୁଷ, ଯେଉଁମାନେ ନିଜକୁ ତ୍ରିଗୁଣାତୀତ ଜାଣନ୍ତି, ସେମାନେ ସଂସାରରେ ଭୌତିକ ଗୁଣମାନଙ୍କର ସ୍ୱାଭାବିକ କ୍ରିୟାଶୀଳତାରେ ହତାଶ କିମ୍ବା ଉତ୍ସାହିତ ହୁଅନ୍ତି ନାହିଁ । ସେହି ଗୁଣମାନଙ୍କୁ ନିଜ ମନରେ ଅନୁଭବ କରି ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ । ମନ ମାୟାର ଉପଜ ଅଟେ, ତେଣୁ ଏଥିରେ ମାୟାର ତିନୋଟିଯାକ ଗୁଣ ରହିଥାଏ । ତେଣୁ ଉଭୟ ମନ ଏବଂ ତାହାର ଚିନ୍ତନ ସେହି ଗୁଣମାନଙ୍କ ଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ । ସମସ୍ୟା ଏହା ଯେ ଶାରୀରିକ ଚେତନାରେ ଆମେ ମନକୁ ନିଜଠାରୁ ପୃଥକ୍ ମନେ କରି ନ ଥାଏ । ତେଣୁ ମନରେ ଯେତେବେଳେ ଏକ ମନ୍ଦ ବିଚାର ଉତ୍ପନ୍ନ ହୁଏ, ଆମେ ଅନୁଭବ କରୁ, “ଓଃ ! ମୁଁ କାହିଁକି ଏପରି ନକାରାତ୍ମକ ଚିନ୍ତନ କରୁଛି ।” ଆମେ ବିଷମୟ ଚିନ୍ତନ ସହିତ ନିଜକୁ ସମ୍ମିଳିତ କରୁ ଏବଂ ସେମାନଙ୍କୁ ଆମ ଭିତରେ ରହି ଆମର ଆଧ୍ୟାତ୍ମିକ କ୍ଷତି କରିବାକୁ ଅନୁମତି ଦେଉ । ଏପରିକି ମନରେ ହରି ଓ ଗୁରୁଙ୍କ ବିପରୀତ ଭାବନା ଉତ୍ପନ୍ନ ହେଲେ ମଧ୍ୟ ଆମେ ତାକୁ ନିଜର ଭାବରେ ଗ୍ରହଣ କରିଥାଉ । ସେହି ସମୟରେ ଆମେ ଯଦି ନିଜକୁ ମନଠାରୁ ପୃଥକ୍ ମନେକରି ପାରନ୍ତେ, ତେବେ ଆମେ ସେହି ଦୁର୍ଭାବନାଠାରୁ ନିଜକୁ ଦୂରେଇ ରଖିପାରନ୍ତେ । ମନରୁ ଆମେ ସେହି ଚିନ୍ତନକୁ ହଟାଇ ପାରନ୍ତେ, “ମୋର ଭକ୍ତି ପ୍ରତି ସହାୟକ ହେଉ ନ ଥିବା କୌଣସି ଭାବନା ସହିତ ମୋର କିଛି ସମ୍ପର୍କ ନାହିଁ ।” ଦିବ୍ୟ ସୋପାନରେ ସ୍ଥିତ ବ୍ୟକ୍ତିଗଣ, ଗୁଣର ପ୍ରବାହରେ ଉପୁଜୁଥିବା ନକାରାତ୍ମକ ଚିନ୍ତାଧାରାଠାରୁ ନିଜକୁ ଦୂରେଇ ରଖିବାର କୌଶଳରେ ପାରଙ୍ଗତ ଅଟନ୍ତି ।"
},
{
"verseTitle": "Bhagavad Gita 14.24 – 14.25",
"verse": "24-25",
"chapter": 14,
"lang": "or",
"shloka": {
"speaker": "",
"sanskrit": "समदुःखसुखः स्वस्थः समलोष्टाश्मकाञ्चनः । \n\nतुल्यप्रियाप्रियो धीरस्तुल्यनिन्दात्मसंस्तुतिः ॥24॥\n\nमानापमानयोस्तुल्यस्तुल्यो मित्रारिपक्षयोः ।\n\nसर्वारम्भपरत्यिागी गुणातीतः स उच्यते ॥25॥",
"text": "ସମଦୁଃଖସୁଖଃ ସ୍ୱସ୍ଥଃ ସମଲୋଷ୍ଟାଶ୍ମକାଞ୍ଚନଃ ।\nତୁଲ୍ୟପ୍ରିୟାପ୍ରିୟୋ ଧୀରସ୍ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ ।।୨୪।।\nମାନାପମାନୟୋସ୍ତୁଲ୍ୟସ୍ତୁଲ୍ୟୋ ମିତ୍ରାରିପକ୍ଷୟୋଃ ।\nସର୍ବାରମ୍ଭପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ ।।୨୫।।",
"audioLink": "https://www.holy-bhagavad-gita.org/public/audio/014_024-025.mp3"
},
"wordMeanings": "ସମ-ସମାନ; ଦୁଃଖ-ଦୁଃଖରେ; ସୁଖଃ-ସୁଖରେ; ସ୍ୱସ୍ଥଃ- ଆତ୍ମାରେ ଅବସ୍ଥାନ କରି; ସମ-ସମାନଭାବରେ; ଲୋଷ୍ଟ-ମାଟି; ଅଶ୍ମ-ପଥର; କାଞ୍ଚନଃ-ସୁନା; ତୁଲ୍ୟ -ସମାନ; ପ୍ରିୟ-ପ୍ରିୟ; ଅପ୍ରିୟଃ-ଅପ୍ରିୟ; ଧୀରଃ-ସ୍ଥିର; ତୁଲ୍ୟ-ସମାନ; ନିନ୍ଦା-ନିନ୍ଦାରେ; ଆତ୍ମସଂସ୍ତୁତି- ଆତ୍ମପ୍ରଶଂସାରେ; ମାନ-ସମ୍ମାନ; ଅପମାନୟୋଃ- ଅପମାନ; ତୁଲ୍ୟଃ-ସମାନ; ତୁଲ୍ୟଃ-ସମ ଭାବରେ; ମିତ୍ର-ବନ୍ଧୁ; ଅରି-ଶତ୍ରୁ; ପକ୍ଷୟୋଃ-ପକ୍ଷକୁ; ସର୍ବ-ସମସ୍ତ; ଆରମ୍ଭଃ-ପ୍ରଚେଷ୍ଟା; ପରିତ୍ୟାଗୀ- ପରିତ୍ୟାଗୀ; ଗୁଣ ଅତୀତଃ- ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କରିଥିବା; ସଃ-ସେ; ଉଚ୍ୟତେ- କୁହାଯାଏ ।",
"translation": {
"text": "ସୁଖ ଓ ଦୁଃଖରେ ଯେଉଁମାନେ ସମାନ ରହନ୍ତି; ଯେଉଁମାନେ ଆତ୍ମାରେ ସ୍ଥିତ; ଯେଉଁମାନେ ଏକ ମାଟି, ପଥର ଏବଂ ସୁବର୍ଣ୍ଣ ଖଣ୍ଡକୁ ସମାନ ମୂଲ୍ୟାଙ୍କନ କରନ୍ତି; ଯେଉଁମାନେ ସୁଖଦ ଏବଂ ଅପ୍ରୀତିକର ପରିସ୍ଥିତିରେ ସମଭାବ ରହନ୍ତି; ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ନିନ୍ଦା ଓ ପ୍ରଶଂସାକୁ ସମଭାବାପନ୍ନ ପୂର୍ବକ ଗ୍ରହଣ କରନ୍ତି; ଯେଉଁମାନେ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି; ଯିଏ ଉଭୟ ମିତ୍ର ଓ ଶତ୍ରୁଙ୍କୁ ସମାନ ରୂପରେ ବ୍ୟବହାର କରନ୍ତି ଏବଂ ଯେଉଁମାନେ ସମସ୍ତ ଉଦ୍ୟମ ପରିତ୍ୟାଗ କରିଥାଆନ୍ତି- ସେମାନଙ୍କୁ ତ୍ରିଗୁଣାତୀତ କୁହାଯିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-24.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.24.mp3",
"https://www.gitasupersite.iitk.ac.in/sites/default/files/audio/Purohit/14.25.mp3"
]
},
"commentary": "ଭଗବାନଙ୍କ ପରି ଆତ୍ମା ମଧ୍ୟ ତ୍ରିଗୁଣର ଊର୍ଦ୍ଧ୍ୱରେ । ଶାରୀରିକ ଚେତନାରେ ଆମେ ନିଜକୁ ଦୁଃଖ ବା ସୁଖରେ ସମ୍ମିଳିତ କରେ ଏବଂ ଶେଷରେ ଉଲ୍ଲାସ ଓ ହତାଶ ମଧ୍ୟରେ ଦୋଳାୟିତ ହୋଇଥାଏ । କିନ୍ତୁ ଯେଉଁମାନେ ଦିବ୍ୟ ସୋପାନରେ ସ୍ଥିତ, ସେମାନେ ଶରୀରର ସୁଖ ବା ଦୁଃଖ ସହିତ ତାଦାତ୍ମ୍ୟ କରନ୍ତି ନାହିଁ । ଏପରି ଆତ୍ମ-ଜ୍ଞାନୀ ସାଧୁଗଣ ସଂସାରର ଦ୍ୱୈତକୁ ଉପଲବ୍ôଧ କରି ତଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଅତଏବ, ସେମାନେ ନିର୍ଗୁଣ ହୋଇଯାଆନ୍ତି । ଏହା ସେମାନଙ୍କୁ ସମଦର୍ଶୀ କରାଇଥାଏ, ଯଦ୍ୱାରା ସେମାନେ ଗୋଟିଏ ପଥର ଖଣ୍ଡ, ଗୋଟିଏ ମାଟି ଗୋଳା ଓ ସୁବର୍ଣ୍ଣ, ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି, ନିନ୍ଦା ଓ ପ୍ରଶଂସାକୁ ସମାନ ଦୃଷ୍ଟିରେ ଦେଖିଥାନ୍ତି ।"
},
{
"verseTitle": "Bhagavad Gita 14.26",
"verse": "26",
"chapter": 14,
"lang": "or",
"shloka": {
"speaker": "",
"sanskrit": "मां च योऽव्यभिचारेण भक्तियोगेन सेवते ।\n\nस गुणान्समतीत्यैतान्ब्रह्मभूयाय कल्पते ॥26॥",
"text": "ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ ।\nସ ଗୁଣାନ୍ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ ।।୨୬।।",
"audioLink": "https://www.holy-bhagavad-gita.org/public/audio/014_026.mp3"
},
"wordMeanings": "ମାଂ-ମୋତେ; ଚ-କେବଳ; ଯଃ-ଯିଏ; ଅବ୍ୟଭିଚାରେଣ- ବିଶୁଦ୍ଧ; ଭକ୍ତିଯୋଗେନ-ଭକ୍ତିଯୋଗରେ; ସେବତେ-ସେବାକରେ; ସଃ-ସେ; ଗୁଣାନ୍- ଭୂତ ପ୍ରକୃତିର ତ୍ରିଗୁଣକୁ; ସମତୀତ୍ୟ- ଅତିକ୍ରମ କରି; ଏତାନ୍-ଏସବୁ; ବ୍ରହ୍ମଭୂୟାୟ- ବ୍ରହ୍ମଭୂତ ସ୍ତରକୁ; କଳ୍ପତେ- ଆସିଥାଏ ।",
"translation": {
"text": "ବିଶୁଦ୍ଧ ଭକ୍ତିରେ ଯେଉଁମାନେ ମୋର ସେବା କରନ୍ତି, ସେମାନେ ଭୌତିକ ପ୍ରକୃତିର ତ୍ରିଗୁଣରୁ ଊର୍ଦ୍ଧ୍ୱଗାମୀ ହୋଇ ବ୍ରହ୍ମ ସ୍ତରରେ ପହଞ୍ôଚଥାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.26.mp3"
]
},
"commentary": "ତ୍ରିଗୁଣାତୀତ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତ୍ରିଗୁଣକୁ ଅତିକ୍ରମ କରିବାର ଏକମାତ୍ର ପନ୍ଥା ବିଷୟରେ ଆଲୋକପାତ କରୁଛନ୍ତି । ଉପରୋକ୍ତ ଶ୍ଳୋକଟି ସୂଚିତ କରୁଛି ଯେ କେବଳ ଆତ୍ମଜ୍ଞାନ କିମ୍ବା ଆତ୍ମାର ଶରୀରଠାରୁ ପୃଥକତା ବିଷୟରେ ଜାଣିବା ଯଥେଷ୍ଟ ନୁହେଁ । ଭକ୍ତିଯୋଗ ଦ୍ୱାରା ମନକୁ ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଠାରେ କେନ୍ଦ୍ରିତ କରିବା ପରମାବଶ୍ୟକ ଅଟେ । ତେବେ ଯାଇଁ ମନ ଶ୍ରୀକୃଷ୍ଣଙ୍କ ପରି ନିର୍ଗୁଣ ହେବ ।\nଅନେକ ବ୍ୟକ୍ତି ଏପରି ମତ ବ୍ୟକ୍ତ କରନ୍ତି ଯେ ଭଗବାନଙ୍କ ସାକାର ରୂପରେ ମନକୁ କେନ୍ଦ୍ରିତ କଲେ, ଏହା ଦିବ୍ୟ ସୋପାନକୁ ଉନ୍ନୀତ ହୋଇପାରିବ ନାହିଁ । କେବଳ ଯେତେବେଳେ ଏହା ନିରାକାର ବ୍ରହ୍ମଙ୍କ ଠାରେ କେନ୍ଦ୍ରିତ ଥାଏ, ସେତେବେଳେ ହିଁ ମନ ଭୌତିକ ପ୍ରକୃତିର ଗୁଣ ସବୁକୁ ଅତିକ୍ରମ କରିବ । କିନ୍ତୁ ଏହି ଶ୍ଳୋକ ଏପରି ମତକୁ ଖଣ୍ଡନ କରିଛି । ଯଦିଓ ଭଗବାନଙ୍କର ସାକାର ରୂପ ଅନନ୍ତ ଗୁଣ ଧାରଣ କରିଥାଏ, ସେସବୁ ଦିବ୍ୟ ଏବଂ ତ୍ରିଗୁଣାତୀତ ଅଟନ୍ତି । ତେଣୁ ଭଗବାନଙ୍କର ସାକାର ରୂପ ମଧ୍ୟ ନିର୍ଗୁଣ ଅଟେ । ମହର୍ଷି ବେଦବ୍ୟାସ ଭଗବାନଙ୍କର ସାକାର ରୂପ କିପରି ନିର୍ଗୁଣ ତାହା ବର୍ଣ୍ଣନା କରିଛନ୍ତି ।\nଯସ୍ତୁ ନିର୍ଗୁଣ ଇତ୍ୟୁକ୍ତଃ ଶାସ୍ତ୍ରେଷୁ ଜଗଦୀଶ୍ୱରଃପ୍ରାକୃତୈର୍ହେୟ ସଂଯୁକ୍ତୈର୍ଗୁଣୈର୍ହୀନତ୍ୱମୁଚ୍ୟତେ । (ପଦ୍ମପୁରାଣ)\n“ଶାସ୍ତ୍ରମାନେ ଯେଉଁଠାରେ ବି ଭଗବାନଙ୍କୁ ନିର୍ଗୁଣ କହିଛନ୍ତି, ସେମାନେ ତାଙ୍କୁ ମାୟିକ ଗୁଣରହିତ ଅର୍ଥରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଦିବ୍ୟ ବ୍ୟକ୍ତିତ୍ୱ ଗୁଣରହିତ ନୁହେଁ - ସେ ଅନନ୍ତ ଦିବ୍ୟଗୁଣ ଧାରଣ କରନ୍ତି ।”\nଶ୍ଳୋକଟି ଧ୍ୟାନର ଉପଯୁକ୍ତ ବସ୍ତୁକୁ ପ୍ରକାଶିତ କରିଛି । ଅତୀନ୍ଦ୍ରିୟ ଚିନ୍ତନର ଅର୍ଥ ଏହା ନୁହେଁ ଯେ ଶୂନ୍ୟର ଧ୍ୟାନ କରିବା । ଭଗବାନ ଅତୀନ୍ଦ୍ରିୟ ତତ୍ତ୍ୱ ଅଟନ୍ତି । ତେଣୁ କେବଳ ଭଗବାନଙ୍କର ଧ୍ୟାନକୁ ହିଁ ଅତୀନ୍ଦ୍ରିୟ ଧ୍ୟାନ କୁହାଯିବ ।"
},
{
"verseTitle": "Bhagavad Gita 14.27",
"verse": "27",
"chapter": 14,
"lang": "or",
"shloka": {
"speaker": "",
"sanskrit": "ब्रह्मणो हि प्रतिष्ठाहममृतस्याव्ययस्य च ।\n\nशाश्वतस्य च धर्मस्य सुखस्यैकान्तिकस्य च ॥27॥",
"text": "ବ୍ରହ୍ମଣୋ ହି ପ୍ରତିଷ୍ଠାହମମୃତସ୍ୟାବ୍ୟୟସ୍ୟ ଚ ।\nଶାଶ୍ୱତସ୍ୟ ଚ ଧର୍ମସ୍ୟ ସୁଖସ୍ୟୈକାନ୍ତିକସ୍ୟ ଚ ।।୨୭।।",
"audioLink": "https://www.holy-bhagavad-gita.org/public/audio/014_027.mp3"
},
"wordMeanings": "ବ୍ରହ୍ମଣଃ- ନିରାକାର ବ୍ରହ୍ମ; ହି-ନିଶ୍ଚିତଭାବେ; ପ୍ରତିଷ୍ଠା-ଆଶ୍ରୟସ୍ଥଳ; ଅହଂ-ମୁଁ; ଅମୃତସ୍ୟ- ଅମର; ଅବ୍ୟୟସ୍ୟ- ଅବିନାଶୀ; ଚ- ଏବଂ; ଶାଶ୍ୱତସ୍ୟ- ଚିରନ୍ତନ; ଚ-ଏବଂ; ଧର୍ମସ୍ୟ- ଧର୍ମର; ସୁଖସ୍ୟ-ସୁଖର; ଐକାନ୍ତିକସ୍ୟ-ଅନନ୍ତର; ଚ-ଏବଂ ।",
"translation": {
"text": "ମୁଁ ହିଁ ନିରାକାର ବ୍ରହ୍ମଙ୍କର ଆଧାର, ଅମର ଏବଂ ଅବିନଶ୍ୱର ଅଟେ; ନିତ୍ୟ ଧର୍ମଯୁକ୍ତ ଏବଂ ଅସୀମ ଦିବ୍ୟ ଆନନ୍ଦ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C14-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/14.27.mp3"
]
},
"commentary": "ପୂର୍ବବର୍ତ୍ତୀ ଶ୍ଳୋକ, ଶ୍ରୀକୃଷ୍ଣ ଏବଂ ନିରାକାର ବ୍ରହ୍ମଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ପ୍ରଶ୍ନ ଉତ୍ଥାପନ କରିପାରେ । ଏହା ପୂର୍ବରୁ କୁହାଯାଇଛି ଯେ ସର୍ବଶକ୍ତିମାନ ଭଗବାନଙ୍କ ବ୍ୟକ୍ତିତ୍ୱର ଦୁଇଟି ସ୍ୱରୂପ ରହିଛି- ନିରାକାର ଏବଂ ସାକାର ସ୍ୱରୂପ । ଏଠାରେ ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ଜ୍ଞାନୀମାନଙ୍କର ଉପାସ୍ୟ ବ୍ରହ୍ମ, ତାଙ୍କର ସାକାର ରୂପର ଜ୍ୟୋତି ଅଟେ ।\nପଦ୍ମପୁରାଣ ଉଲ୍ଲେଖ କରେ:\nଯନ୍ନଖେନ୍ଦୁରୁଚିର୍ବ୍ରହ୍ମ ଧେୟଂ ବ୍ରହ୍ମାଦିଭିଃ ସୁରୈଃଗୁଣତ୍ରୟମତୀତଂ ତଂ ବନ୍ଦେ ବୃନ୍ଦାବନେଶ୍ୱରମ୍ । (ପାତାଳ ଖଣ୍ଡ ୭୭.୬୦)\n“ବୃନ୍ଦାବନେଶ୍ୱର ଶ୍ରୀକୃଷ୍ଣଙ୍କ ପାଦ ନଖରୁ ପ୍ରକାଶିତ ହେଉଥିବା ଆଲୋକ, ଦିବ୍ୟ ବ୍ରହ୍ମ ଅଟନ୍ତି, ଯାହାର ଧ୍ୟାନ ଜ୍ଞାନୀଗଣ ଏପରିକି ସ୍ୱର୍ଗର ଦେବତାମାନେ କରିଥା’ନ୍ତି ।” ସେହିପରି ଚୈତନ୍ୟ ମହାପ୍ରଭୁ କହନ୍ତି:\nତାହାର ଅଙ୍ଗେର ଶୁଦ୍ଧ କିରଣ-ମଣ୍ଡଳଉପନିଷତ୍ କହେ ତାଁରେ ବ୍ରହ୍ମ ସୁନିର୍ମଳ । (ଚୈତନ୍ୟ ଚରିତାମୃତ, ଆଦିଲୀଳା ୨.୧୨)\n“ଭଗବାନଙ୍କ ଦିବ୍ୟ ଶରୀରରୁ ବିକିରଣ ହେଉଥିବା ଦୀପ୍ତିକୁ ଉପନିଷଦ ବ୍ରହ୍ମ ଭାବରେ ବର୍ଣ୍ଣନା କରିଥାଏ । ଅତଏବ, ଶ୍ରୀକୃଷ୍ଣ ଏହି ଶ୍ଳୋକରେ, ଅସନ୍ଦିଗ୍ଧ ଭାବରେ ସମର୍ଥନ କରୁଛନ୍ତି ଯେ ତ୍ରିଗୁଣ ରୂପକ ବ୍ୟାଧିର ମହୌଷଧି ହେଉଛି ପରମେଶ୍ୱରଙ୍କ ସାକାର ସ୍ୱରୂପରେ ଦୃଢ଼ ଭକ୍ତିରେ ନିମଜ୍ଜିତ ହେବା ।"
}
]
}