gita-chapter-13

{ "title": "ତ୍ରୟୋଦଶ ଅଧ୍ୟାୟ: କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ", "chapterIntro": "ଭଗବଦ୍ ଗୀତାରେ ଅଠରଟି ଅଧ୍ୟାୟ ରହିଛି ଯାହାକୁ ତିନୋଟି ବିଭାଗରେ ସମନ୍ୱିତ କରାଯାଇ ପାରିବ । ପ୍ରଥମ ବିଭାଗ ଅନ୍ତର୍ଗତ ପ୍ରଥମ ଛଅଗୋଟି ଅଧ୍ୟାୟ କର୍ମଯୋଗର ବର୍ଣ୍ଣନା କରିଥାଏ । ଦ୍ୱିତୀୟ ବିଭାଗର ଛଅଟି ଅଧ୍ୟାୟରେ ଭକ୍ତିର  ମହିମା ଏବଂ ଭକ୍ତିକୁ ପରିପୁଷ୍ଟ କରିବା ପାଇଁ ଭଗବାନଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା କରାଯାଇଛି । ତୃତୀୟ ବିଭାଗର ଛଅଟି ଅଧ୍ୟାୟ ତତ୍ତ୍ୱଜ୍ଞାନର ବ୍ୟାଖ୍ୟା କରିଥାଏ । ବର୍ତ୍ତମାନର ଏହି ଅଧ୍ୟାୟଟି ତୃତୀୟ ବିଭାଗର ପ୍ରଥମ ଅଧ୍ୟାୟ ଅଟେ । ଏଥିରେ ଦୁଇଟି ନୂତନ ଶବ୍ଦର ପ୍ରୟୋଗ କରାଯାଇଛି: କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା) । ଆମେ ସାଧଶରଣତଃ ଶରୀରକୁ କ୍ଷେତ୍ର ଏବଂ କ୍ଷେତ୍ରର ଜ୍ଞାତା ଭାବରେ ଆତ୍ମାକୁ ଅଭିହିତ କରିଥାଉ । କିନ୍ତୁ ଏହା ଏକ ସରଳୀକୃତ ବ୍ୟାଖ୍ୟା ଅଟେ, କାରଣ କ୍ଷେତ୍ରର ପରିସୀମା ଏହାଠାରୁ ବହୁତ ଅଧିକ । ମନ, ବୁଦ୍ଧି, ଅହଂକାର ଏବଂ ଆମ ବ୍ୟକ୍ତିତ୍ୱରେ ଥିବା ମାୟା ଶକ୍ତିର ଅନ୍ୟ ସବୁ ଅଂଶ ଏହାର ଅନ୍ତର୍ଭୁକ୍ତ । ବ୍ୟାପକ ଅର୍ଥରେ, କ୍ଷେତ୍ରଜ୍ଞ ବା ଆତ୍ମା ବ୍ୟତୀତ ଆମ ବ୍ୟକ୍ତିତ୍ୱର ଅନ୍ୟ ସମସ୍ତ ବିଭାଗ କ୍ଷେତ୍ରର ଅନ୍ତର୍ଭୁକ୍ତ ଅଟେ ।\nଯେପରି ଜଣେ କୃଷକ କ୍ଷେତରେ ବୀଜ ରୋପଣ କରି ସେଥିରୁ ଉତ୍ତମ ଶସ୍ୟ ଉତ୍ପାଦନ କରେ, ସେହିପରି ଆମେ ଶରୀରର କ୍ଷେତ୍ରରେ ସୁ ଏବଂ କୁବିଚାର ତଥା କର୍ମ ରୋପଣ କରିଥାଉ ଏବଂ ପରବର୍ତ୍ତୀ ଜନ୍ମରେ ଭାଗ୍ୟ ରୂପରେ ତାହାର ଆମଦାନୀ କରିଥାଉ । ବୁଦ୍ଧଦେବ ବର୍ଣ୍ଣନା କରିଥିଲେ: “ଆମେ ଯାହା ବି ଅଟୁ ତାହା ଆମ ବିଚାରର ଫଳ ଅଟେ; ବିଚାର ଏହାର ମୂଳଦୁଆ ଏବଂ ବିଚାର ଦ୍ୱାରା ଏହା ଗଠିତ ।” ତେଣୁ ଆମେ ଯେପରି ବିଚାର ମନକୁ ଆଣିବା, ଆମେ ସେହିପରି ହୋଇଯିବା । ଆମେରିକାର ପ୍ରସିଦ୍ଧ ବିଦ୍ୱାନ, ରାଲ୍‌ଫ ୱାଲଡ଼ୋ ଇମରସନ୍‌, କହିଥିଲେ: “ସମସ୍ତ କର୍ମର ପୂର୍ବଜ ବିଚାର ଅଟେ ।” ସୁତରାଂ, ଆମର ଶରୀର ରୂପକ କ୍ଷେତ୍ରରେ ଆମେ ଉପଯୁକ୍ତ ଚିନ୍ତନ ଏବଂ କର୍ମ ରୋପଣ କରିବାର କୌଶଳ ଶିକ୍ଷା କରିବା ଉଚିତ । ଏଥିପାଇଁ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡ଼ିବ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଏହି ପାର୍ଥକ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରିଛନ୍ତି । ସେ ମାୟିକ ପ୍ରକୃତିର ଉପାଦାନଗୁଡ଼ିକର ବର୍ଣ୍ଣନା କରିଛନ୍ତି ଯାହାକୁ ନେଇ ଶରୀରର କ୍ଷେତ୍ର ଗଠିତ । କ୍ଷେତ୍ର ମଧ୍ୟରେ, ଆବେଗ, ମନୋଭାବ, ଅନୁଭବ ରୂପରେ ଜାତ ହେଉଥିବା ପରିବର୍ତ୍ତନ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି । ସେ ସତ୍‌କର୍ମ ଓ ସଦ୍‌ଗୁଣ, ଯାହା କ୍ଷେତ୍ରକୁ ଶୁଦ୍ଧ କରେ ଏବଂ ଜ୍ଞାନର ଆଲୋକରେ ଏହାକୁ ଆଲୋକିତ କରେ, ସେହି ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ଜ୍ଞାନ ଆମକୁ କ୍ଷେତ୍ରର ଜ୍ଞାତା ଆତ୍ମା ସମ୍ବନ୍ଧରେ ଜାଣିବାକୁ ସାହାଯ୍ୟ କରେ । ତାପରେ ଏହି ଅଧ୍ୟାୟଟି ଭଗବାନଙ୍କର ବର୍ଣ୍ଣନା କରୁଅଛି, ଯିଏ କି ସମସ୍ତ ପ୍ରାଣୀଙ୍କ କ୍ଷେତ୍ରର ସର୍ବୋଚ୍ଚ ଜ୍ଞାତା ଅଟନ୍ତି । ଭଗବାନ ବିରୋଧୀ ଗୁଣର ଅଧିଷ୍ଠାନ ଅଟନ୍ତି; ଅର୍ଥାତ୍ ସେ ଏକ ସମୟରେ ବିପରୀତ ଗୁଣ ଧାରଣ କରନ୍ତି । ସେ ଏହି ସୃଷ୍ଟିରେ ସର୍ବତ୍ର ବ୍ୟାପ୍ତ, ତଥାପି ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ।\nଆତ୍ମା, ପରମାତ୍ମା ଏବଂ ମାୟିକ ପ୍ରକୃତି ବିଷୟରେ ବର୍ଣ୍ଣନା କରିବା ପରେ, ଏମାନଙ୍କ ମଧ୍ୟରୁ କେଉଁଟି ଜୀବର କର୍ମପାଇଁ ଦାୟୀ ଏବଂ କେଉଁଟି ବୃହତ୍ତର ଦୃଷ୍ଟିରୁ ସଂସାରର କାର୍ଯ୍ୟ ଓ କାରଣ ପାଇଁ ଦାୟୀ, ସେ ବିଷୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି । ଯେଉଁମାନେ ଏହି ପାର୍ଥକ୍ୟକୁ ହୃଦୟଙ୍ଗମ କରିପାରନ୍ତି, ଏବଂ କାର୍ଯ୍ୟର କାରଣକୁ ସଠିକ୍ ନିରୂପଣ କରିପାରନ୍ତି, ସେମାନେ ବାସ୍ତବରେ ଦେଖନ୍ତି ଏବଂ ସେମାନେ ହିଁ ଜ୍ଞାନରେ ସ୍ଥିତ ହୁଅନ୍ତି । ସେମାନେ ସମସ୍ତ ପ୍ରାଣୀଙ୍କଠାରେ ପରମାତ୍ମାଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି ପାରନ୍ତି ଏବଂ ମନ ଦ୍ୱାରା ନିଜର ପତନ କରନ୍ତି ନାହିଁ ଏବଂ ଯେତେବେଳେ ସେମାନେ ଦେଖନ୍ତି ଯେ ସମାନ ଆଧ୍ୟାତ୍ମିକ ଆଧାର ସମଗ୍ର ସୃଷ୍ଟିରେ ବ୍ୟାପ୍ତ ହୋଇଛି, ସେତେବେଳେ ସେମାନେ ବ୍ରହ୍ମାନୁଭୂତି ଲାଭ କରନ୍ତି ।", "verseList": [ { "verseTitle": "Bhagavad Gita 13.1", "verse": "1", "chapter": 13, "lang": "or", "shloka": { "speaker": "ଅର୍ଜୁନ ଉବାଚ", "sanskrit": "अर्जुन उवाच। \n\nप्रकृतिं पुरुषं चैव क्षेत्रं क्षेत्रज्ञमेव च ।\n\nएतद्वेदितुमिच्छामि ज्ञानं ज्ञेयं च केशव ॥1॥", "text": "ପ୍ରକୃତିଂ ପୁରୁଷଂ ଚୈବ କ୍ଷେତ୍ରଂ କ୍ଷେତ୍ରଜ୍ଞମେବ ଚ ।\nଏତଦ୍‌ବେଦିତୁମିଚ୍ଛାମି ଜ୍ଞାନଂ ଜେ୍ଞୟଂ ଚ କେଶବ ।।୧।।", "audioLink": "https://www.holy-bhagavad-gita.org/public/audio/013_001.mp3" }, "wordMeanings": "ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପ୍ରକୃତିଂ -ପ୍ରକୃତି; ପୁରୁଷଂ - ପୁରୁଷ (ଭୋକ୍ତା ବା ଉପଭୋଗକାରୀ); ଚ -ଏବଂ; ଏବ - ନିଶ୍ଚିତଭାବେ; କ୍ଷେତ୍ରଂ -ଶରୀର; କ୍ଷେତ୍ରଜ୍ଞଂ - କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା); ଏବ -ବାସ୍ତବରେ; ଚ -ମଧ୍ୟ; ଏତଦ୍‌-ଏସବୁ; ବେଦିତୁମ୍ - ଜାଣିବାକୁ; ଇଚ୍ଛାମି - ମୁଁ ଇଚ୍ଛାକରେ; ଜ୍ଞାନଂ -ଜ୍ଞାନ; ଜେ୍ଞୟଂ - ଜେ୍ଞୟ (ଜ୍ଞାନର ବିଷୟ ବସ୍ତୁ); ଚ - ଏବଂ; କେଶବ - ହେ କୃଷ୍ଣ ।", "translation": { "text": "ଅର୍ଜୁନ କହିଲେ, “ହେ କେଶବ! ମୁଁ ଜାଣିବାକୁ ଚାହୁଁଛି ପ୍ରକୃତି ଓ ପୁରୁଷ କ’ଣ, ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କ’ଣ? ମୁଁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ପ୍ରକୃତ ଜ୍ଞାନ କ’ଣ ଏବଂ ସେହି ଜ୍ଞାନର ଲକ୍ଷ୍ୟ କ’ଣ?”", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-01.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.1.mp3" ] }, "commentary": "" }, { "verseTitle": "Bhagavad Gita 13.2", "verse": "2", "chapter": 13, "lang": "or", "shloka": { "speaker": "ଶ୍ରୀ ଭଗବାନ ଉବାଚ", "sanskrit": "श्रीभगवानुवाच। \n\nइदं शरीरं कौन्तेय क्षेत्रमित्यभिधीयते।\n\nएतद्यो वेत्ति तं प्राहुः क्षेत्रज्ञ इति तद्विदः ॥2॥", "text": "ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ ।\nଏତଦ୍ଦ୍ୟୋ ବେତ୍ତି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍‌ବିଦଃ ।।୨।।", "audioLink": "https://www.holy-bhagavad-gita.org/public/audio/013_002.mp3" }, "wordMeanings": "ଶ୍ରୀଭଗବାନ ଉବାଚ - ଶ୍ରୀଭଗବାନ କହିଲେ; ଇଦଂ -ଏହି; ଶରୀରଂ -ଶରୀର; କୌନ୍ତେୟ - ହେ କୁନ୍ତି-ପୁତ୍ର; କ୍ଷେତ୍ରଂ -କ୍ଷେତ୍ର; ଇତି- ଏହିପରି, ଅଭିଧୀୟତେ -କୁହାଯାଏ; ଏତତ୍ -ଏହା; ଯଃ -ଯିଏ, ବେତ୍ତି -ଜାଣେ; ତଂ -ତାଙ୍କୁ; ପ୍ରାହୁଃ - କୁହାଯାଏ; କ୍ଷେତ୍ରଜ୍ଞଃ -କ୍ଷେତ୍ରର ଜ୍ଞାତା; ଇତି -ଏହିପରି; ତତ୍‌-ବିଦଃ - ଯିଏ ସତ୍ୟକୁ ଜାଣନ୍ତି ।", "translation": { "text": "ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଏହି ଶରୀରକୁ କ୍ଷେତ୍ର (କର୍ମର ସ୍ଥାନ) କୁହାଯାଏ ଏବଂ ଯିଏ ସେହି ସ୍ଥାନକୁ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ । ଏହା ଉଭୟର ସତ୍ୟତା ଉପଲବ୍ôଧ କରିଥିବା, ଜ୍ଞାନୀ ମହାପୁରୁଷମାନେ କହନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-02.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.2.mp3" ] }, "commentary": "ଏଠାରେ ଶ୍ରୀକୃଷ୍ଣ ଶରୀର ଏବଂ ଜୀବାତ୍ମା ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ବର୍ଣ୍ଣନା କରିବାକୁ ଆରମ୍ଭ କରିଛନ୍ତି । ଆତ୍ମା ଦିବ୍ୟ ଅଟେ ଏବଂ ସେ ଖାଇବା, ଦେଖିବା, ଆଘ୍ରାଣ କରିବା, ଆସ୍ୱାଦନ କରିବା ଅଥବା ସ୍ପର୍ଶ ଇତ୍ୟାଦି କରିପାରେ ନାହିଁ । ଏହା ପରୋକ୍ଷ ଭାବେ ଏହିସବୁ କାର୍ଯ୍ୟ ଶରୀର-ମନ-ବୁଦ୍ଧି ପ୍ରକ୍ରିୟା ମାଧ୍ୟମରେ କରିଥାଏ, ଯାହାକୁ କର୍ମକ୍ଷେତ୍ର କୁହାଯାଏ । ଆଧୁନିକ ବିଜ୍ଞାନରେ, “ଶକ୍ତିର କ୍ଷେତ୍ର” ଇତ୍ୟାଦି ଶବ୍ଦ ବ୍ୟବହୃତ ହୋଇଥାଏ । ଏକ ଚୁମ୍ବକ ଚାରିପଟେ ଚୁମ୍ବକୀୟ କ୍ଷେତ୍ର ଥାଏ, ଯାହାର ଦ୍ରୁତ ଚାଳନା ବିଜୁଳି ଉତ୍ପନ୍ନ କରିଥାଏ । ବିଜୁଳି ଶକ୍ତିର ଚାରିପଟେ ଏକ ଶକ୍ତି କ୍ଷେତ୍ର ଥାଏ । ଏଠାରେ ବ୍ୟକ୍ତିର କାର୍ଯ୍ୟ ସମୁହର ନିଧାନ ଶରୀର ଅଟେ, ତେଣୁ ଏହାକୁ କ୍ଷେତ୍ର କୁହାଯାଏ ।\nଶରୀର-ମନ-ବୁଦ୍ଧି ପ୍ରକ୍ରିୟା ଠାରୁ ଆତ୍ମା ପୃଥକ ଅଟେ, କିନ୍ତୁ ନିଜର ଦିବ୍ୟଗୁଣକୁ ଭୁଲିଯାଇ, ସେ ଏହି ସବୁ ଭୌତିକ ତତ୍ତ୍ୱ ସହିତ ତାଦାତ୍ମ୍ୟ କରିନିଏ । ତଥାପି ତା’ର ଶରୀର ସମ୍ବନ୍ଧରେ ଜ୍ଞାନ ଥିବା ଦୃଷ୍ଟିରୁ ତାହାକୁ କ୍ଷେତ୍ରଜ୍ଞ ରୂପେ ଅଭିହିତ କରାଯାଏ । ଆତ୍ମାର ଦିବ୍ୟ ଅନୁଭୂତି ସ୍ତରରେ ସ୍ଥିତ, ତଥା ନିଜକୁ ଶରୀର ଠାରୁ ପୃଥକ ଅନୁଭବ କରୁଥିବା ସିଦ୍ଧ ମହାପୁରୁଷମାନେ ଏହି ସବୁ ଶବ୍ଦାବଳୀ ପ୍ରଦାନ କରିଛନ୍ତି ।" }, { "verseTitle": "Bhagavad Gita 13.3", "verse": "3", "chapter": 13, "lang": "or", "shloka": { "speaker": "", "sanskrit": "क्षेत्रज्ञं चापि मां विद्धि सर्वक्षेत्रेषु भारत।\n\nक्षेत्रक्षेत्रज्ञयोर्ज्ञानं यत्तज्ज्ञानं मतं मम ॥3॥", "text": "କ୍ଷେତ୍ରଜ୍ଞଂ ଚାପି ମାଂ ବିଦ୍ଧି ସର୍ବକ୍ଷେତ୍ରେଷୁ ଭାରତ ।\nକ୍ଷେତ୍ରକ୍ଷେତ୍ରଜ୍ଞୟୋର୍ଜ୍ଞାନଂ ଯତ୍ତଜ୍‌ଜ୍ଞାନଂ ମତଂ ମମ ।।୩।।", "audioLink": "https://www.holy-bhagavad-gita.org/public/audio/013_003.mp3" }, "wordMeanings": "କ୍ଷେତ୍ରଜ୍ଞଂ -କ୍ଷେତ୍ରର ଜ୍ଞାତା; ଚ-ମଧ୍ୟ; ଅପି -କେବଳ; ମାଂ -ମୋତେ; ବିଦ୍ଧି -ଜାଣ; ସର୍ବ-ସମସ୍ତ; କ୍ଷେତ୍ରେଷୁ -ପ୍ରତ୍ୟେକ କ୍ଷେତ୍ରରେ; ଭାରତ-ହେ ଭରତ ବଂଶଜ; କ୍ଷେତ୍ର-କର୍ମକ୍ଷେତ୍ର, (ଏ ଶରୀର); କ୍ଷେତ୍ରଜ୍ଞୟୋଃ -କ୍ଷେତ୍ରଜ୍ଞ ମଧ୍ୟରେ; ଜ୍ଞାନଂ -ଜ୍ଞାନ; ଯତ୍ -ଯାହା; ତତ୍‌-ତାହା; ଜ୍ଞାନଂ -ଜ୍ଞାନ; ମତଂ -ମତ; ମମ- ମୋର ।", "translation": { "text": "ହେ ଭରତ ବଂଶଜ! ମୁଁ ପ୍ରତ୍ୟେକ କର୍ମ କ୍ଷେତ୍ରର ଜ୍ଞାତା ଅଟେ । ମୋ ମତରେ ଶରୀରକୁ କର୍ମର କ୍ଷେତ୍ର ତଥା ଆତ୍ମା ଏବଂ ଭଗବାନଙ୍କୁ ଏହି କ୍ଷେତ୍ରର ଜ୍ଞାତା ଭାବରେ ଜାଣିବା, ବାସ୍ତବିକ ଜ୍ଞାନ ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-03.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.3.mp3" ] }, "commentary": "ଆତ୍ମା କେବଳ ତା’ ନିଜ ଶରୀର କ୍ଷେତ୍ରର ଜ୍ଞାତା । ଏହି ସୀମିତ ବିଷୟରେ ମଧ୍ୟ ଆମାôର ଜ୍ଞାନ ଅସଂମ୍ପୂର୍ଣ୍ଣ ଅଟେ । ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ପରମାତ୍ମା ରୂପରେ ଭଗବାନ ନିବାସ କରୁଛନ୍ତି ଏବଂ ସେ ସମସ୍ତ ଆତ୍ମାଙ୍କର କ୍ଷେତ୍ରକୁ ଜାଣନ୍ତି । ପୁନଶ୍ଚ, ପ୍ରତି କ୍ଷେତ୍ର ସମ୍ବନ୍ଧରେ ଭଗବାନଙ୍କର ଜ୍ଞାନ ନିର୍ଭୁଲ ଏବଂ ପରିପୂର୍ଣ୍ଣ ଅଟେ । ଶ୍ରୀକୃଷ୍ଣ ଏହି ସବୁ ପାର୍ଥକ୍ୟ ଦର୍ଶାଇ ଭୌତିକ ଶରୀର, ଆତ୍ମା ଏବଂ ପରମାତ୍ମା ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ସେମାନଙ୍କର ସ୍ଥିତି ନିରୂପଣ କରିଛନ୍ତି ।\nଏହି ଶ୍ଲୋକର ଦ୍ୱିତୀୟ ଭାଗରେ, ସେ ଜ୍ଞାନର ପରିଭାଷା ଦେଇଛନ୍ତି । “ଆତ୍ମା, ପରମାତ୍ମା, ଶରୀର ଏବଂ ଏମାନଙ୍କ ମଧ୍ୟରେ ପ୍ରଭେଦ ଜାଣିବା ପ୍ରକୃତ ଜ୍ଞାନ ଅଟେ ।” ଏହି ପରିପ୍ରେକ୍ଷୀରେ, ପି.ଏଚ୍‌ଡ଼ି.,ଡ଼ିଲିଟ୍ ଉପାଧି ଯୁକ୍ତ ବ୍ୟକ୍ତିମାନେ ନିଜକୁ ବିଦ୍ୱାନ ମନେ କରିପାରନ୍ତି । କିନ୍ତୁ ଶରୀର, ଆତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଜାଣି ନ ଥିବାରୁ ଶ୍ରୀକୃଷ୍ଣଙ୍କ ପରିଭାଷା ଅନୁସାରେ ସେମାନେ ପ୍ରକୃତ ଜ୍ଞାନୀ ନୁହନ୍ତି ।" }, { "verseTitle": "Bhagavad Gita 13.4", "verse": "4", "chapter": 13, "lang": "or", "shloka": { "speaker": "", "sanskrit": "तत्क्षेत्रं यच्च यादृक्च यद्विकारि यतश्च यत्।\n\nस च यो यत्प्रभावश्च तत्समासेन मे शृणु ॥4॥", "text": "ତତ୍ କ୍ଷେତ୍ରଂ ଯଚ୍ଚ ଯାଦୃକ୍‌ଚ ଯଦ୍‌ବିକାରି ଯତଶ୍ଚ ଯତ୍ ।\nସ ଚ ଯୋ ଯତ୍‌ପ୍ରଭାବଶ୍ଚ ତତ୍‌ସମାସେନ ମେ ଶୃଣୁ ।।୪।।", "audioLink": "https://www.holy-bhagavad-gita.org/public/audio/013_004.mp3" }, "wordMeanings": "ତତ୍ - ତାହା; କ୍ଷେତ୍ରଂ -କ୍ଷେତ୍ର (କର୍ମକ୍ଷେତ୍ର); ଯତ୍ -ଯାହା, ଚ -ଏବଂ; ଯାଦୃକ୍ -ଏହାର ସ୍ୱଭାବ; ଚ-ଏବଂ; ଯତ୍‌-ବିକାରି -ଏଥିରେ କିପରି ପରିବର୍ତ୍ତନ ହୁଏ; ଯତଃ -କେଉଁଠାରୁ; ଚ-ମଧ୍ୟ;ଯତ୍ -କ’ଣ;ସ- ସେ;ଚ- ମଧ୍ୟ; ଯଃ -କିଏ; ଯତ୍‌-ପ୍ରଭାବଃ -ତାଙ୍କର ଶକ୍ତି କ’ଣ;ଚ -ଏବଂ; ତତ୍‌-ତାହା; ସମାସେନ- ସାରାଂଶ ଭାବରେ; ମେ-ମୋ’ଠାରୁ; ଶୃଣୁ -ବୁଝ ।", "translation": { "text": "ସାବଧାନ ହୋଇ ଶୁଣ, ସେହି କ୍ଷେତ୍ର କ’ଣ ଏବଂ ତାର ସ୍ୱଭାବ କ’ଣ, ସେ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି । ଏହା ମଧ୍ୟରେ ପରିବର୍ତ୍ତନ କିପରି ହୁଏ, ଏହାର ଉତ୍ପତ୍ତି କେଉଁଠୁ ହୋଇଛି, କର୍ମ କ୍ଷେତ୍ରର ଜ୍ଞାତା କିଏ ଏବଂ ତାଙ୍କର ଶକ୍ତି ସବୁ କ’ଣ - ମୁଁ ଏହି ସବୁ ବିଷୟରେ ମଧ୍ୟ ବର୍ଣ୍ଣନା କରିବି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-04.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.4.mp3" ] }, "commentary": "ବର୍ତ୍ତମାନ ଶ୍ରୀକୃଷ୍ଣ ନିଜେ ଅନେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ଏବଂ ଅର୍ଜୁନଙ୍କୁ ସବାଧାନତା ପୂର୍ବକ ଏହାର ଉତ୍ତର ଶୁଣିବାକୁ କହୁଛନ୍ତି ।" }, { "verseTitle": "Bhagavad Gita 13.5", "verse": "5", "chapter": 13, "lang": "or", "shloka": { "speaker": "", "sanskrit": "ऋषिभिर्बहुधा गीतं छन्दोभिर्विविधैः पृथक् ।\n\nब्रह्मसूत्रपदैश्चैव हेतुमद्भिर्विनिश्चितैः ॥5॥", "text": "ଋଷିଭିର୍ବହୁଧା ଗୀତଂ ଛନ୍ଦୋଭିର୍ବିବିଧୈଃ ପୃଥକ୍ ।\nବ୍ରହ୍ମସୂତ୍ରପଦୈଶ୍ଚୈବ ହେତୁ ମଦ୍‌ଭିର୍ବିନିଶ୍ଚିତୈଃ ।।୫।।", "audioLink": "https://www.holy-bhagavad-gita.org/public/audio/013_005.mp3" }, "wordMeanings": "ଋଷିଭିଃ - ଋଷିମାନଙ୍କ ଦ୍ୱାରା; ବହୁଧା -ବିଭିନ୍ନପ୍ରକାରେ, ଗୀତଂ -ଗାୟନ କରାଯାଇଅଛି; ଛନ୍ଦୋଭିଃ -ବେଦ ମନ୍ତ୍ର ଦ୍ୱାରା; ବିବିଧୈଃ -ବିବିଧ; ପୃଥକ୍ - ବିଭିନ୍ନ ପ୍ରକାରେ; ବ୍ରହ୍ମସୂତ୍ର -ବେଦାନ୍ତ; ପଦୈଃ -ସୂତ୍ର ଦ୍ୱାରା; ଚ-ଏବଂ; ଏବ-ବିଶେଷତଃ; ହେତୁମଦ୍ଭିଃ - ତର୍କ ଦ୍ୱାରା; ବିନିଶ୍ଚତୈଃ- ନିଶ୍ଚିତ ପ୍ରମାଣ ଦ୍ୱାରା ।", "translation": { "text": "ମହାନ ଋଷି-ମୁନିମାନେ ବିବିଧ ପ୍ରକାରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ସମ୍ବନ୍ଧୀୟ ସତ୍ୟତାର ଗାୟନ କରିଛନ୍ତି । ଅନେକ ବେଦ ମନ୍ତ୍ରରେ ଏହାର ବର୍ଣ୍ଣନା କରାଯାଇଛି, ବିଶେଷ କରି ବ୍ରହ୍ମସୂତ୍ରରେ ବଳିଷ୍ଠ ତର୍କ ଏବଂ ଚୂଡ଼ାନ୍ତ ପ୍ରମାଣ ସହ ଏହା ବର୍ଣ୍ଣିତ ହୋଇଛି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-05.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.5.mp3" ] }, "commentary": "ଯେତେବେଳେ ଜ୍ଞାନ ଯଥାର୍ଥ ଏବଂ ସ୍ପଷ୍ଟ ଭାବରେ ପରିବେଶିତ ହୁଏ ତଥା ବଳିଷ୍ଠ ତର୍କ ଦ୍ୱାରା ପ୍ରମାଣିତ ହୁଏ, ତାହା ବୁଦ୍ଧିଦ୍ୱାରା ଆଦୃତ ହୋଇଥାଏ । ପୁନଶ୍ଚ ଏହା ତ୍ରୁଟିରହିତ ରୂପେ ସ୍ୱୀକୃତ ହେବା ପାଇଁ ଅଭ୍ରାନ୍ତ ଅଧିକାରୀଙ୍କ ଦ୍ୱାରା ଏହାର ଦୃଢ଼ୀକରଣ ହେବା ଆବଶ୍ୟକ । ଆଧ୍ୟାତ୍ମିକ ଜ୍ଞାନକୁ ବିଧିମାନ୍ୟ କରିବା ପାଇଁ ବେଦ ହିଁ ଅନ୍ତିମ ପ୍ରମାଣ ଅଟେ ।\nବେଦ: ଏହା କେବଳ କେତେକ ପୁସ୍ତକର ନାମ ନୁହେଁ, ଏଗୁଡ଼ିକ ଭଗବାନଙ୍କର ଚିରନ୍ତନ ଜ୍ଞାନ ଅଟନ୍ତି । ଯେତେବେଳେ ବି ଭଗବାନ ସୃଷ୍ଟି କରନ୍ତି, ସେ ଜୀବର କଲ୍ୟାଣ ପାଇଁ ବେଦ ପ୍ରକଟ କରନ୍ତି । ବୃହଦାରଣକ୍ୟ ଉପନିଷଦ (୪.୫.୧୧) କହେ: ନିଃଶ୍ୱସିତମସ୍ୟ ବେଦଃ “ବେଦ ଭଗବାନଙ୍କ ଶ୍ୱାସରୁ ପ୍ରକଟିତ ହେଲା ।” ସର୍ବପ୍ରଥମେ ବେଦ ପ୍ରଥମ ଜନ୍ମିତ ବ୍ରହ୍ମାଙ୍କ ହୃଦୟରେ ପ୍ରକଟିତ ହେଲା । ତାଙ୍କଠାରୁ ଏହା ମୌଖିକ ରୀତିରେ ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଆସିଲା, ସେଥିପାଇଁ ବେଦର ଅନ୍ୟ ଏକ ନାମ ‘ଶ୍ରୁତି’ ବା କର୍ଣ୍ଣ ଦ୍ୱାରା ଗୃହୀତ ଜ୍ଞାନ ଅଟେ । କଳିଯୁଗର ପ୍ରାରମ୍ଭରେ ଭଗବାନଙ୍କର ଏକ ଅବତାର ବେଦବ୍ୟାସ, ବେଦକୁ ଏକ ପୁସ୍ତକର ରୂପ ଦେଲେ ଏବଂ ଗୋଟିଏ ଜ୍ଞାନର ଭଣ୍ଡାରକୁ ଚାରି ଭାଗରେ ବିଭକ୍ତ କଲେ - ଋଗ୍‌ବେଦ, ଯର୍ଜୁବେଦ, ସାମବେଦ ଏବଂ ଅଥର୍ବ ବେଦ, ତେଣୁ ତାଙ୍କର ନାମ ବେଦବ୍ୟାସ ରଖାଗଲା । ଏଠାରେ ମନେ ରଖିବା ଉଚିତ ଯେ ବେଦବ୍ୟାସ ବେଦର ରଚୟିତା ନ ଥିଲେ, ସେ କେବଳ ତାହାକୁ ବିଭାଜିତ କରିଥିଲେ । ତେଣୁ ବେଦକୁ ଅପୌରୁଷେୟ କୁହାଯାଏ, ଅର୍ଥାତ୍ ଏହା କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ରଚନା କରାଯାଇ ନାହିଁ । ଆଧ୍ୟାତ୍ମିକ ଜ୍ଞାନର ଅଭ୍ରାନ୍ତ ଅଧିକାରୀ ଭାବରେ ବେଦର ସମ୍ମାନ କରାଯାଇଥାଏ ।\nଭୂତଂ ଭବ୍ୟଂ ଭବିଷ୍ୟଂ ଚ ସର୍ବଂ ବେଦାତ୍ ପ୍ରସିଧ୍ୟତି (ମନୁ ସ୍ମୃତି ୧୨.୯୭)\n“ପ୍ରତ୍ୟେକ ଆଧ୍ୟାତ୍ମିକ ସିଦ୍ଧାନ୍ତ ବେଦ ଦ୍ୱାରା ମାନ୍ୟତା ପ୍ରାପ୍ତ ହେବା ଆବଶ୍ୟକ ।” ବୈଦିକ ଜ୍ଞାନକୁ ବିସ୍ତାରିତ କରିବା ପାଇଁ, ଋଷି-ମୁନିମାନେ ଅନେକ ଗ୍ରନ୍ଥ ରଚନା କରିଛନ୍ତି ଯାହା କାଳ କ୍ରମେ ବୈଦିକ ଶାସ୍ତ୍ରର ପରିଧିରେ ସମ୍ମିଳିତ ହୋଇଛନ୍ତି, କାରଣ ସେଗୁଡ଼ିକ ବେଦର ପ୍ରଭୁତ୍ୱକୁ ମାନ୍ୟତା ଦେଇଥାନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ ବୈଦିକ ଶାସ୍ତ୍ରକୁ ତଳେ ଲିପିବଦ୍ଧ କରାଯାଉଛି ।\nଇତିହାସ: ରାମାୟଣ ଓ ମହାଭାରତ - ଏହି ଦୁଇଟି ଗ୍ରନ୍ଥ ଐତିହାସିକ ଗ୍ରନ୍ଥର ମାନ୍ୟତା ପ୍ରାପ୍ତ । ଭଗବାନଙ୍କର ଦୁଇଟି ବିଶିଷ୍ଟ ଅବତାରର ଇତିହାସ ଏଥିରେ ବର୍ଣ୍ଣନା କରାଯାଇଛି । ରାମାୟଣର ରଚନା ମହର୍ଷି ବାଲ୍ମିକୀଙ୍କ ଦ୍ୱାରା କରାଯାଇଛି ଏବଂ ଏହା ପ୍ରଭୁ ଶ୍ରୀରାମଙ୍କର ଲୀଳା ବର୍ଣ୍ଣନା କରେ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଶ୍ରୀରାମ ତାଙ୍କ ଲୀଳା ପ୍ରଦର୍ଶନ କରିବା ପୂର୍ବରୁ ବାଲ୍ମିକୀ ଏହାର ରଚନା କରିଥିଲେ । ଦିବ୍ୟଦୃଷ୍ଟି ସମ୍ପନ୍ନ ମହର୍ଷି ବାଲ୍ମୀକି ପ୍ରଭୁ ରାମ ତାଙ୍କ ଅବତାର କାଳରେ କରିବାକୁ ଯାଉଥିବା ଲୀଳା ସବୁକୁ ଦେଖି ପାରୁଥିଲେ । ସେ ଏହାକୁ ସଂସ୍କୃତରେ ରାମାୟଣର ୨୪,୦୦୦ ସଂଖ୍ୟକ ଅତିସୁନ୍ଦର ଶ୍ଲୋକରେ ଲିପିବଦ୍ଧ କରିଥିଲେ । ଏହି ଶ୍ଲୋକ ଗୁଡ଼ିକ ବିଭିନ୍ନ ସାମାଜିକ ଭୂମିକା ଯଥା ପୁତ୍ର, ଭ୍ରାତା, ସ୍ତ୍ରୀ, ରାଜା ଏବଂ ବିବାହିତ ଦମ୍ପତିଙ୍କର ଆଦର୍ଶ ବ୍ୟବହାର ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରେ । ରାମାୟଣ ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାରେ ମଧ୍ୟ ଲେଖାଯାଇଛି, ଯାହା ଏହାର ଲୋକପ୍ରିୟତା ବୃଦ୍ଧି କରିଥାଏ । ଏମାନଙ୍କ ମଧ୍ୟରେ, ପ୍ରଭୁ ରାମଙ୍କର ପ୍ରସିଦ୍ଧ ଭକ୍ତ ସନ୍ଥ ତୁଳସୀ ଦାସଙ୍କ ରଚିତ ହିନ୍ଦୀ ରାମାୟଣ, ରାମ ଚରିତ ମାନସ, ସର୍ବାଧିକ ଲୋକପ୍ରିୟ ଅଟେ ।\nମହାଭାରତର ରଚନା ମହର୍ଷି ବେଦବ୍ୟାସଙ୍କ ଦ୍ୱାରା କରାଯାଇଛି । ଏଥିରେ ୧,୦୦,୦୦୦ ଶ୍ଲୋକ ରହିଛି ଏବଂ ପୃଥିବୀର ଦୀର୍ଘତମ କାବ୍ୟ ଭାବରେ ସୁପରିଚିତ । ପ୍ରଭୁ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା ମହାଭାରତର ମୁଖ୍ୟ ପ୍ରସଙ୍ଗ ଅଟେ । ଏହା ମନୁଷ୍ୟ ଜୀବନର ପ୍ରତ୍ୟେକ ସୋପାନ ପାଇଁ କର୍ତ୍ତବ୍ୟ ସମ୍ବନ୍ଧୀୟ ମାର୍ଗଦର୍ଶନ ସହିତ ଭଗବାନଙ୍କର ଭକ୍ତି ବିଷୟରେ ମଧ୍ୟ ଜ୍ଞାନ ପ୍ରଦାନ କରାଯାଇଛି । ଭଗବତ୍ ଗୀତା ମହାଭାରତର ଏକ ଅଂଶ ଅଟେ । ଏହା ସର୍ବାଧିକ ଜନପ୍ରିୟ ହିନ୍ଦୁ ଶାସ୍ତ୍ର, କାରଣ ସ୍ୱୟଂ ଭଗବାନଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଥିବା ଆଧ୍ୟାତ୍ମିକ ଜ୍ଞାନର ସାର ଏଥିରେ ସମ୍ମିଳିତ ହୋଇଅଛି । ଏହା ପୃଥିବୀର ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି । ଭଗବତ୍ ଗୀତାର ଅନେକ ଭାଷ୍ୟ ମଧ୍ୟ ଲେଖାଯାଇଛି ।\nପୁରାଣ: ବେଦବ୍ୟାସ ଅଠରଟି ପୁରାଣ ରଚନା କରିଛନ୍ତି । ସେ ଗୁଡ଼ିକରେ ସମୁଦାୟ ୪,୦୦,୦୦୦ ଶ୍ଲୋକ ରହିଛି । ସେଥିରେ ଭଗବାନଙ୍କର ବିଭିନ୍ନ ଅବତାର ଏବଂ ତାଙ୍କ ଭକ୍ତମାନଙ୍କର ଲୀଳା ବର୍ଣ୍ଣିତ ହୋଇଛି । ଏହି ପୁରାଣ ଗୁଡ଼ିକ ଆଧ୍ୟାତ୍ମିକ ଜ୍ଞାନରେ ମଧ୍ୟ ପରିପୂର୍ଣ୍ଣ ଅଟନ୍ତି । ସେମାନେ ବ୍ରହ୍ମାଣ୍ଡର ସୃଷ୍ଟି, ବିଲୟ ଓ ପୁନଃ ପ୍ରକାଶ, ମନୁଷ୍ୟ ଜାତିର ଇତିହାସ, ସ୍ୱର୍ଗର ଦେବତା ଏବଂ ସନ୍ଥମାନଙ୍କର ବଂଶ ପରମ୍ପରା ବିଷୟ ବର୍ଣ୍ଣନା କରିଛନ୍ତି । ଭାଗବତ ମହାପୁରାଣ ବା ଶ୍ରୀମଦ୍ ଭାଗବତମ୍ ଏମାନଙ୍କ ମଧ୍ୟରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ବେଦବ୍ୟାସଙ୍କ ଦ୍ୱାରା ରଚିତ ଏହା ଅନ୍ତିମ ଶାସ୍ତ୍ର ଅଟେ । ଏହି ଶାସ୍ତ୍ରରେ ସେ ଭଗବାନଙ୍କ ପ୍ରତି ଶୁଦ୍ଧ ନିସ୍ୱାର୍ଥ ପ୍ରେମର ସର୍ବୋଚ୍ଚ ଧର୍ମ ବିଷୟରେ ଉଲ୍ଲେଖ କରିଛନ୍ତି । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ, ଯେଉଁଠାରେ ଭାଗବଦ୍ ଗୀତାର ଅନ୍ତ ହୋଇଛି, ସେହିଠାରୁ ଶ୍ରୀମଦ୍ ଭାଗବତମ୍ ଆରମ୍ଭ ହୋଇଛି ।\nଷଡ଼ଦର୍ଶନ: ବିଶିଷ୍ଟ ବୈଦିକ ଶାସ୍ତ୍ର ମଧ୍ୟରେ ଏହି ସବୁ ଦର୍ଶନ ଅନ୍ୟତମ ଅଟନ୍ତି । ଛଅଜଣ ମହର୍ଷି ହିନ୍ଦୁ ଦର୍ଶନର ଗୋଟିଏ ଗୋଟିଏ ଦିଗ ଉପରେ ଛଅଗୋଟି ଶାସ୍ତ୍ର ରଚନା କରିଛନ୍ତି, ଯାହା ଷଡ଼ଦର୍ଶନ ଭାବରେ ଖ୍ୟାତ । ସେଗୁଡ଼ିକ ହେଲା-\n୧. ମୀମାଂସା : ଏହା ମହର୍ଷି ଜୈମିନି ଦ୍ୱାରା ରଚିତ । ଏହା ବିଧିବିଧାନଯୁକ୍ତ କର୍ମ ଏବଂ ପର୍ବପର୍ବାଣି ବିଷୟରେ ବର୍ଣ୍ଣନା କରେ ।\n୨. ବେଦାନ୍ତ ଦର୍ଶନ: ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ରଚିତ, ଏହା ପରମ ସତ୍ୟ ବିଷୟରେ ବର୍ଣ୍ଣନା କରେ ।\n୩. ନ୍ୟାୟ ଦର୍ଶନ: ମହର୍ଷି ଗୌତମଙ୍କ ଦ୍ୱାରା ରଚିତ, ଯାହା ଜୀବନ ଏବଂ ଅନ୍ତିମ ସତ୍ୟକୁ ବୁଝିବା ପାଇଁ ଏକ ତର୍କ ପ୍ରଣାଳୀ ପ୍ରସ୍ତୁତ କରେ ।\n୪. ବୈଶେଷିକ ଦର୍ଶନ: ମହର୍ଷି କଣାଦଙ୍କ ଦ୍ୱାରା ରଚିତ, ଏହା ବିଭିନ୍ନ ଉପାଦାନ ଦୃଷ୍ଟିରୁ ବ୍ରହ୍ମାଣ୍ଡ ଏବଂ ସୃଷ୍ଟିର ବିଶ୍ଲେଷଣ କରେ ।\n୫. ଯୋଗ ଦର୍ଶନ: ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ରଚିତ, ଏହା ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରିବା ପାଇଁ, ଶାରୀରିକ ଆସନ ପଦ୍ଧତି ଠାରୁ ଆରମ୍ଭ କରି ଅଷ୍ଟାଙ୍ଗ ଯୋଗ ମାର୍ଗର ବର୍ଣ୍ଣନା କରେ ।\n୬. ସାଂଖ୍ୟ ଦର୍ଶନ: ମହର୍ଷି କପିଳଙ୍କ ଦ୍ୱାରା ରଚିତ, ଏହା ମାୟା ଶକ୍ତିର ଆଦି ସ୍ୱରୂପ ପ୍ରକୃତିଠାରୁ ବିଶ୍ୱର ଉତ୍ପତ୍ତି ସମ୍ବନ୍ଧରେ ବର୍ଣ୍ଣନା କରେ ।\nଉପରୋକ୍ତ କେତୋଟି ଶାସ୍ତ୍ର ବ୍ୟତିତ ହିନ୍ଦୁ ଧର୍ମରେ ଶତାଧିକ ଅନ୍ୟ ଶାସ୍ତ୍ର ରହିଛି । ସେ ସମସ୍ତଙ୍କୁ ଏଠାରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ । ଏତିକି କହିବା ଯଥେଷ୍ଟ ହେବ ଯେ ଏହିସବୁ ବୈଦିକ ଶାସ୍ତ୍ର ମାନବ ସମାଜର ଆତ୍ୟନ୍ତିକ କଲ୍ୟାଣ ନିମନ୍ତେ ଭଗବାନ ଏବଂ ସନ୍ଥମାନଙ୍କ ଦ୍ୱାରା ପ୍ରଦତ୍ତ ଆଧ୍ୟାତ୍ମିକ ଜ୍ଞାନର ଅମାପ ଭଣ୍ଡାର ଅଟେ ।\nସମସ୍ତ ଶାସ୍ତ୍ର ମଧ୍ୟରୁ ବ୍ରହ୍ମ ସୂତ୍ରକୁ (ବେଦାନ୍ତ ଦର୍ଶନ) ଆତ୍ମା, ଭୌତିକ ଶରୀର ଏବଂ ଭଗବାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଅନ୍ତିମ ବକ୍ତବ୍ୟ ଭାବରେ ଗ୍ରହଣ କରାଯାଇଥାଏ । ତେଣୁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ ନିର୍ଦ୍ଦିଷ୍ଟ ଭାବରେ ଏହାର ଉଦ୍ଧାର କରିଛନ୍ତି । “ବେଦ” ସମସ୍ତ ବେଦକୁ ବୁଝାଏ ଏବଂ “ଅନ୍ତ” ଅର୍ଥ “ନିଷ୍କର୍ଷ” । ତେଣୁ “ବେଦାନ୍ତ”ର ଅର୍ଥ ବୈଦିକ ଶାସ୍ତ୍ରର ନିଷ୍କର୍ଷ ଅଟେ । ବେଦାନ୍ତ, ବେଦବ୍ୟାସଙ୍କ ଦ୍ୱାରା ରଚିତ ହୋଇଥିଲେ ମଧ୍ୟ ଅନେକ ବିଦ୍ୱାନ ଏହାକୁ ଆଧ୍ୟାତ୍ମିକ ସନ୍ଦର୍ଭର ମୂଳଦୁଆ ଭାବରେ ଗ୍ରହଣ କରି ଅନେକ ଭାଷ୍ୟ ଲେଖିଛନ୍ତି । ସେଥିରେ ସେମାନେ ଆତ୍ମା ଏବଂ ଭଗବାନଙ୍କ ସମ୍ବନ୍ଧରେ ନିଜ ନିଜର ମୌଳିକ ଦାର୍ଶନିକ ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କର ବେଦାନ୍ତ ଦର୍ଶନ ଭାଷ୍ୟକୁ ଶାରୀରିକ ଭାଷ୍ୟ କୁହାଯାଏ, ଯାହା ଅଦ୍ୱୈତବାଦ ଦର୍ଶନର ମୂଳଦୁଆ ସ୍ଥାପନ କରିଥାଏ । ତାଙ୍କର ଅନେକ ଶିଷ୍ୟ, ଯଥା ବାଚସ୍ପତି ଏବଂ ପଦ୍ମପାଦ ତାଙ୍କ ଭାଷ୍ୟର ବିସ୍ତାର କରିଛନ୍ତି । ଜଗଦ୍‌ଗୁରୁ ନିମ୍ବାକାଚାର୍ଯ୍ୟ “ବେଦାନ୍ତ ପାରିଜାତ ସୌରଭ” ଲେଖିଛନ୍ତି, ଯାହା ଦ୍ୱୈତ-ଅଦ୍ୱୈତ-ବାଦ ସିଦ୍ଧାନ୍ତ ବର୍ଣ୍ଣନା କରେ । ଜଗଦ୍‌ଗୁରୁ ରାମାନୁଜାଚାର୍ଯ୍ୟ ରଚନା କରିଥିବା ଭାଷ୍ୟକୁ ଶ୍ରୀଭାଷ୍ୟ କୁହାଯାଏ, ଯାହା ବିଶିଷ୍ଟ-ଅଦ୍ୱୈତ-ବାଦର ମୂଳଦୁଆ ସ୍ଥାପନ କରେ । ଜଗଦ୍‌ଗୁରୁ ମାଧ୍ୱାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଭାଷ୍ୟକୁ “ବ୍ରହ୍ମ ସୂତ୍ର ଭାଷ୍ୟମ୍‌” କୁହାଯାଏ, ଏହା ଦ୍ୱୈତ-ବାଦ ସିଦ୍ଧାନ୍ତର ଆଧାର ଅଟେ । ମହାପ୍ରଭୁ ବଲ୍ଲଭାଚାର୍ଯ୍ୟ “ଅନୁ ଭାଷ୍ୟ” ରଚନା କରିଥିଲେ, ଯଦ୍ୱାରା ସେ ଶୁଦ୍ଧଦ୍ୱୈତବାଦ ଦର୍ଶନ ପ୍ରଣାଳୀ ସ୍ଥାପନ କରିଥିଲେ । ଏତଦ୍ ବ୍ୟତିତ ଅନ୍ୟ କେତେକ ପ୍ରସିଦ୍ଧ ଭାଷ୍ୟକାର ମଧ୍ୟ ରହିଛନ୍ତିି, ସେମାନେ ହେଲେ ଭଟ୍ଟଭାସ୍କର, ଯାଦବ ପ୍ରକାଶ, କେଶବ, ନୀଳକଣ୍ଠ, ବିଜ୍ଞାନଭିକ୍ଷୁ ଏବଂ ବଳଦେବ ବିଦ୍ୟାଭୂଷଣ ।\nଚୈତନ୍ୟ ମହାପ୍ରଭୁ, ନିଜେ ଜଣେ ଅତି ଉଚ୍ଚକୋଟିର ବୈଦିକ ବିଦ୍ୱାନ ଥିଲେ, କିନ୍ତୁ ସେ ବେଦାନ୍ତ ଦର୍ଶନ ଉପରେ କୌଣସି ଭାଷ୍ୟ ଲେଖି ନ ଥିଲେ । ତାଙ୍କ ମତରେ, ବେଦାନ୍ତର ରଚୟିତା ମହର୍ଷି ବେଦବ୍ୟାସ ନିଜେ ଘୋଷଣା କରିଛନ୍ତି ଯେ ତାଙ୍କର ଶେଷ ଗ୍ରନ୍ଥ ଶ୍ରୀମଦ୍ ଭାଗବତମ୍ ଏହାର ଉତ୍ତମ ଭାଷ୍ୟ ଅଟେ:\nଅର୍ଥୋୟଂ ବ୍ରହ୍ମସୂତ୍ରାଣାଂ ସର୍ବୋପନିଷଦାମପି\n“ଶ୍ରୀମଦ୍ ଭାଗବତମ୍ ବେଦାନ୍ତ ଦର୍ଶନ ଏବଂ ସମସ୍ତ ଉପନିଷଦର ଅର୍ଥ ଏବଂ ସାର ଉନ୍ମୋଚନ କରିଥାଏ ।” ତେଣୁ ବେଦବ୍ୟାସଙ୍କ ପ୍ରତି ସମ୍ମାନ ଜଣାଇ ଚୈତନ୍ୟ ମହାପ୍ରଭୁ ଏହି ଗ୍ରନ୍ଥ ଉପରେ ଅନ୍ୟ ଏକ ଭାଷ୍ୟ ଲେଖିବାର ଆବଶ୍ୟକତା ଅନୁଭବ କରି ନ ଥିଲେ ।”" }, { "verseTitle": "Bhagavad Gita 13.6", "verse": "6", "chapter": 13, "lang": "or", "shloka": { "speaker": "", "sanskrit": "महाभूतान्यहङ्ककारो बुद्धिरव्यक्त मेव च ।\n\nइन्द्रियाणि दशैकं च पञ्च चेन्द्रियगोचराः ॥6॥", "text": "ମହାଭୂତାନ୍ୟହଂକାରୋ ବୁଦ୍ଧିରବ୍ୟକ୍ତମେବ ଚ ।\nଇନ୍ଦ୍ରିୟାଣି ଦଶୈକଂ ଚ ପଞ୍ଚ ଚେନ୍ଦ୍ରିୟଗୋଚରାଃ ।।୬।।", "audioLink": "https://www.holy-bhagavad-gita.org/public/audio/013_006.mp3" }, "wordMeanings": "ମହାଭୂତାନି-ପଞ୍ଚ ମହାଭୂତ; ଅହଙ୍କାରଃ-ଅହଙ୍କାର; ବୁଦ୍ଧିଃ-ବୁଦ୍ଧି; ଅବ୍ୟକ୍ତ -ଅବ୍ୟକ୍ତ; ଏବ-ନିଶ୍ଚିତରୂପେ; ଚ-ଏବଂ; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡ଼ିକ; ଦଶୈକଂ-ଏଗାର; ଚ-ଏବଂ; ପଞ୍ଚ-ପାଞ୍ଚ; ଚ-ଏବଂ; ଇନ୍ଦ୍ରିୟଗୋଚରାଃ-ଇନ୍ଦ୍ରିୟ ବିଷୟ ।", "translation": { "text": "ପଞ୍ଚମହାଭୂତ, ଅହଂକାର, ବୁଦ୍ଧି, ଅବ୍ୟକ୍ତ ମୂଳ ପ୍ରକୃତି, ଏଗାରଟି ଇନ୍ଦ୍ରିୟ (ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚ କର୍ମେନ୍ଦ୍ରିୟ ଏବଂ ମନ) ଏବଂ ପଞ୍ଚେନ୍ଦ୍ରିୟର ବିଷୟ ଦ୍ୱାରା କର୍ମର କ୍ଷେତ୍ର ଗଠିତ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-06.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.6.mp3" ] }, "commentary": "କର୍ମର କ୍ଷେତ୍ର ଚବିଶଟି ଉପାଦାନ ଦ୍ୱାରା ଗଠିତ: ପଞ୍ଚମହାଭୂତ ( ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ), ପଞ୍ଚ ତନ୍ମାତ୍ରା (ପାଞ୍ଚ ଇନ୍ଦ୍ରିୟଙ୍କ ବିଷୟ -ସ୍ୱାଦ, ସ୍ପର୍ଶ, ଆଘ୍ରାଣ, ଦୃଷ୍ଟି ଏବଂ ଶବ୍ଦ), ପାଞ୍ଚ କର୍ମେନ୍ଦ୍ରିୟ (ଗଳା, ହସ୍ତ, ପାଦ, ଯୌନେନ୍ଦ୍ରିୟ, ଏବଂ ମଳଦ୍ୱାର) ପାଞ୍ଚ ଜ୍ଞାନେନ୍ଦ୍ରିୟ (କର୍ଣ୍ଣ, ଚକ୍ଷୁ, ଜିହ୍ୱା, ଚର୍ମ ଏବଂ ନାସିକା), ମନ, ବୁଦ୍ଧି, ଅହଂକାର ଏବଂ ପ୍ରକୃତି (ଭୌତିକ ଶକ୍ତିର ଆଦି ରୂପ) । ଶ୍ରୀକୃଷ୍ଣ ଦଶୈକଂ ଶବ୍ଦ ପ୍ରୟୋଗ କରିଛନ୍ତି, ଯାହା ଏଗାରଟି ଇନ୍ଦ୍ରିୟଙ୍କୁ ସୂଚିତ କରୁଛି । ଏଥିରେ ସେ ପାଞ୍ଚ ଜ୍ଞାନେନ୍ଦ୍ରିୟ ଏବଂ ପାଞ୍ଚ କର୍ମେନ୍ଦ୍ରିୟ ସହିତ ମନକୁ ସମ୍ମିଳିତ କରିଛନ୍ତି । ପୂର୍ବରୁ ଶ୍ଲୋକ ୧୦.୨୨ରେ, ସେ ଉଲ୍ଲେଖ କରିଥିଲେ ଯେ, ଇନ୍ଦ୍ରିୟ ମଧ୍ୟରେ ସେ ମନ ଅଟନ୍ତି ।\nଏଠାରେ କେହି କେହି ପ୍ରଶ୍ନ କରିପାରନ୍ତି ଯେ ଇନ୍ଦ୍ରିୟମାନଙ୍କର ବିଷୟ, ଯିଏ ଶରୀର ବାହାରେ ଥାଆନ୍ତି, ସେମାନଙ୍କୁ କର୍ମର କ୍ଷେତ୍ରର ଅନ୍ତର୍ଭୁକ୍ତ କାହିଁକି କରାଯାଉଛି । ଏହାର କାରଣ ମନ ଇନ୍ଦ୍ରିୟ ବିଷୟକୁ ଧ୍ୟାନ କରିଥାଏ ଏବଂ ଏହି ପାଞ୍ଚ ଇନ୍ଦ୍ରିୟ ବିଷୟ ସୂକ୍ଷ୍ମରୂପରେ ମନରେ ବାସ କରନ୍ତି । ସେଥିପାଇଁ, ନିଦ୍ରାବସ୍ଥାରେ, ଯେତେବେଳେ ଆମେ ମନଦ୍ୱାରା ସ୍ୱପ୍ନ ଦେଖୁ, ଆମର ସ୍ଥୂଳ ଇନ୍ଦ୍ରିୟ ସବୁ ବିଶ୍ରାମ କରୁଥିଲେ ମଧ୍ୟ, ସେହି ସ୍ୱପ୍ନବସ୍ଥାରେ ଆମେ ଦେଖୁ, ଶୁଣୁ, ଅନୁଭବ କରୁ, ସ୍ୱାଦ ନେଉ ତଥା ଆଘ୍ରାଣ କରିଥାଉ । ଏହା ଦର୍ଶାଇ ଥାଏ ଯେ ସ୍ଥୁଳ ଇନ୍ଦ୍ରିୟ ବିଷୟ ସବୁ ସୂକ୍ଷ୍ମ ରୂପରେ ଆମ ମସ୍ତିଷ୍କରେ ରହିଛନ୍ତି । ଶ୍ରୀକୃଷ୍ଣ ସେଗୁଡ଼ିକୁ ଏଠାରେ ଅନ୍ତର୍ଭୁକ୍ତ କରିଛନ୍ତି କାରଣ ସେ ଆତ୍ମାର ସମସ୍ତ କାର୍ଯ୍ୟ କ୍ଷେତ୍ରକୁ ବର୍ଣ୍ଣନା କରୁଛନ୍ତି । ଅନ୍ୟ କେତେକ ଗ୍ରନ୍ଥରେ ପାଞ୍ଚ ଇନ୍ଦ୍ରିୟ ବିଷୟକୁ କର୍ମ କ୍ଷେତ୍ରରୁ ବର୍ହିଭୁତ କରାଯାଇ ପଞ୍ଚ ପ୍ରାଣକୁ (ପ୍ରାଣ ବାୟୁ) ସମ୍ମିଳିତ କରାଯାଇଛି । ଏହା କେବଳ ବିଭକ୍ତିକରଣ ଅଟେ, କୌଣସି ତାତ୍ତ୍ୱିକ ପ୍ରଭେଦ ନୁହେଁ ।\nଏହାକୁ ଶରୀରର ପଞ୍ଚ କୋଷ (ଆବରଣ) ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯାହା ଆତ୍ମାକୁ ଆବୃତ୍ତ କରି ରଖିଛି:\nଅନ୍ନମୟ କେଷ । ପାଞ୍ଚଟି ସ୍ଥୁଳ ବସ୍ତୁ ବିଶିଷ୍ଟ (ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ) ସ୍ଥୁଳ ଆବରଣ ।\nପ୍ରାଣମୟ କୋଷ । ଏହା ପ୍ରାଣ ବାୟୁର କୋଷ ଅଟେ । ଏହା ପଞ୍ଚ ପ୍ରାଣ ବାୟୁ (ପ୍ରାଣ, ଅପାନ, ବ୍ୟାନ, ସମାନ, ଏବଂ ଉଦାନ) ଦ୍ୱାରା ଗଠିତ ।\nମନୋମୟ କୋଷ । ଏହା ମାନସିକ ଆବରଣ ଅଟେ । ଏହା ମନ ଏବଂ ପାଞ୍ଚ କର୍ମେନ୍ଦ୍ରିୟ (ଗଳା, ହସ୍ତ, ପାଦ, ଯୌନାଙ୍ଗ ଏବଂ ମଳଦ୍ୱାର) ଦ୍ୱାରା ଗଠିତ ।\nବିଜ୍ଞାନମୟ କୋଷ । ଏହା ବୌଦ୍ଧିକ ଆବରଣ, ଯାହା ବୁଦ୍ଧି ତଥା ପାଞ୍ଚ ଜ୍ଞାନେନ୍ଦ୍ରିୟ (କର୍ଣ୍ଣ, ଚକ୍ଷୁ, ଜିହ୍ୱା, ଚର୍ମ ଏବଂ ନାସିକା)ଦ୍ୱାରା ଗଠିତ ।\nଆନନ୍ଦମୟ କୋଷ । ଏହା ଆନନ୍ଦର ଆବରଣ ଅଟେ, ଯାହା ଅହଂକାର ଦ୍ୱାରା ଗଠିତ । ଏହା ଶରୀର-ମନ-ବୁଦ୍ଧି ପ୍ରକ୍ରିୟାରୁ ମିଳୁଥିବା ସ୍ୱଳ୍ପ ମାତ୍ରାର ସୁଖକୁ ନିଜର ପରିଚୟ ଭାବିନିଏ ।" }, { "verseTitle": "Bhagavad Gita 13.7", "verse": "7", "chapter": 13, "lang": "or", "shloka": { "speaker": "", "sanskrit": "इच्छा द्वेषः सुखं दुःखं सङ्घातश्चेतना धृतिः । \n\nएतत्क्षेत्रं समासेन सविकारमुदाहृतम् ॥7॥", "text": "ଇଚ୍ଛା ଦ୍ୱେଷଃ ସୁଖଂ ଦୁଃଖଂ ସଂଘାତଶ୍ଚେତନା ଧୃତିଃ ।\nଏତତ୍‌କ୍ଷେତ୍ରଂ ସମାସେନ ସବିକାରମୁଦାହୃତମ୍ ।।୭।।", "audioLink": "https://www.holy-bhagavad-gita.org/public/audio/013_007.mp3" }, "wordMeanings": "ଇଚ୍ଛା-ଇଚ୍ଛା; ଦ୍ୱେଷଃ -ଘୃଣା; ସୁଖଂ -ସୁଖ; ଦୁଃଖଂ - ଦୁଃଖ; ସଂଘାତଃ -ସମୁହ, ଚେତନା- ଚୈତନ୍ୟ; ଧୃତିଃ - ଧୈର୍ଯ୍ୟ; ଏତତ୍ - ଏସବୁ; କ୍ଷେତ୍ରଂ -କ୍ଷେତ୍ର; ସମାସେନ - ଅନ୍ତର୍ଗତ; ସବିକାରଂ - ରୂପାନ୍ତରିତ; ଉଦାହୃତଂ - କଥିତ ।", "translation": { "text": "ଆସକ୍ତି ଓ ବିରକ୍ତି, ସୁଖ ଓ ଦୁଃଖ, ଶରୀର, ଚେତନା ଏବଂ ଇଚ୍ଛା - ଏସବୁ କ୍ଷେତ୍ରର ଅନ୍ତର୍ଗତ ଏବଂ ଏହାର ରୂପାନ୍ତର ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-07.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.7.mp3" ] }, "commentary": "ଶ୍ରୀକୃଷ୍ଣ ବର୍ତ୍ତମାନ କ୍ଷେତ୍ରର ବୈଶିଷ୍ଟ୍ୟ ଏବଂ ଏହାର ରୂପାନ୍ତର ବିଷୟରେ ବର୍ଣ୍ଣନା କରୁଛନ୍ତି:\nଶରୀର - ଶରୀର କର୍ମ କ୍ଷେତ୍ରର ଅନ୍ତର୍ଭୁକ୍ତ ଅଟେ, କିନ୍ତୁ କ୍ଷେତ୍ରର ପରିଧି ତା’ ଠାରୁ ଯଥେଷ୍ଟ ଅଧିକ । ଜନ୍ମ ଠାର ମୃତ୍ୟୁ ପର୍ଯ୍ୟନ୍ତ ଶରୀରର ଛଅଟି ରୂପାନ୍ତର ହୋଇଥାଏ - ଅସ୍ତି (ସୃଷ୍ଟି ହେବା) ଜାୟତେ (ଜନ୍ମ), ବର୍ଦ୍ଧତେ (ବୃଦ୍ଧି), ବିପରୀଣମତେ (ସନ୍ତାନ ଉତ୍ପନ୍ନ), ଅପକ୍ଷିୟତେ (ଅବକ୍ଷୟ) ବିନଶ୍ୟତି (ମୃତ୍ୟୁ) । ସଂସାରରୁ ହେଉ କିମ୍ବା ଭଗବାନଙ୍କ ଠାରୁ ହେଉ, ଏହା ଆନନ୍ଦ ଅନ୍ୱେଷଣରେ ଆତ୍ମାର ସହାୟତା କରେ ।\nଚେତନା - ଏହା ଆତ୍ମାରେ ଥିବା ଜୀବନୀଶକ୍ତି ଅଟେ । ଶରୀରରେ ଥିôବା ସମୟରେ ଏହା ଶରୀରକୁ ଚୈତନ୍ୟତା ପ୍ରଦାନ କରିଥାଏ । ଯେପରି, ଅଗ୍ନିର ଉତ୍ତପ୍ତ କରିବାର କ୍ଷମତା ଥାଏ, ଏବଂ ଯଦି ଆମେ ଗୋଟିଏ ଲୌହ ଦଣ୍ଡ ତା ମଧ୍ୟରେ ରଖି ଦେଉ, ତାହା ଅଗ୍ନିରୁ ଉତ୍ତାପ ପାଇ ଅତ୍ୟନ୍ତ ଗରମ ହୋଇଯାଏ । ସେହିପରି ଆତ୍ମା ଶରୀରକୁ ଚୈତନ୍ୟତା ପ୍ରଦାନ କରି ଏହାକୁ ଜୀବନ୍ତ ରଖିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଚେତନାକୁ ଏକ ଉପାଦାନ ଭାବରେ କର୍ମ କ୍ଷେତ୍ରର ଅନ୍ତର୍ଭୁକ୍ତ କରିଛନ୍ତି ।\nଇଚ୍ଛା - ଏହା ସେହି ସଂକଳ୍ପ ଅଟେ ଯାହା, ଶରୀର ଉପାଦାନ ଗୁଡ଼ିକୁ କ୍ରିୟାଶୀଳ ରଖେ, ଏବଂ ଏକ ନିର୍ଦ୍ଦିଷ୍ଟ ଦିଗରେ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ । ଏହି ଇଚ୍ଛା ଶକ୍ତି ହିଁ, ଆତ୍ମାକୁ କର୍ମକ୍ଷେତ୍ର ମାଧ୍ୟମରେ ତାର ଲକ୍ଷ୍ୟପ୍ରାପ୍ତି କରିବାରେ ସକ୍ଷମ କରାଏ । ଏହି ଇଚ୍ଛାଶକ୍ତି, ବୁଦ୍ଧିର ଏକ ଗୁଣ ଅଟେ, ଯାହା ଆତ୍ମାଠାରୁ ତା’ର ଶକ୍ତି ପ୍ରାପ୍ତ କରିଥାଏ । ସତ୍ତ୍ୱ, ରଜ ଏବଂ ତମ ଗୁଣ ପ୍ରଭାବରେ ଇଚ୍ଛାର ରୂପାନ୍ତର ସମ୍ବନ୍ଧରେ ଶ୍ଲୋକ ୧୮.୩୩ଠାରୁ ୧୮.୩୫ରେ ବର୍ଣ୍ଣନା କରାଯାଇଛି ।\nକାମନା - ଏହା ମନ ଓ ବୁଦ୍ଧିର ଏକ କ୍ରିୟା ଅଟେ, ଯାହା କୌଣସି ବସ୍ତୁ, ସ୍ଥିତି, ବ୍ୟକ୍ତି ଇତ୍ୟାଦିର ଲାଳସା ଉତ୍ପନ୍ନ କରେ । ଶରୀର ବିଷୟରେ ଆଲୋଚନା କରିବା ସମୟରେ ଆମେ କାମନାକୁ ବିଚାର କରି ନ ଥାଉ, କିନ୍ତୁ କାମନା ନ ଥିଲେ ଆମ ଜୀବନ କେତେ ଭିନ୍ନ ହୋଇଥାନ୍ତା ତାହା କଳ୍ପନା କରନ୍ତୁ । ତେଣୁ ଭଗବାନ, ଯିଏ ଏହି କର୍ମକ୍ଷେତ୍ରକୁ ପ୍ରସ୍ତୁତ କରିଛନ୍ତି ଏବଂ କାମନାକୁ ତା’ର ଅନ୍ତର୍ଭୁକ୍ତ କରିଛନ୍ତି , ବିଶେଷ ଭାବରେ ଏହାର ଉଲ୍ଲେଖ କରିଛନ୍ତି । କୌଣସି ବସ୍ତୁର ଆବଶ୍ୟକତା ବିଷୟରେ ବୁଦ୍ଧି ବିଶ୍ଲେଷଣ କରେ ଏବଂ ମନ ତାହାର କାମନା ଉତ୍ପନ୍ନ କରେ । ଯେତେବେଳେ ଜଣେ ଆତ୍ମଜ୍ଞାନ ପ୍ରାପ୍ତ କରେ, ତା’ର ସମସ୍ତ ଭୌତିକ କାମନା ଲୋପ ପାଇଯାଏ ଏବଂ ଶୁଦ୍ଧ ମନରେ ସେ ଭଗବାନଙ୍କର କାମନା ପ୍ରତିପୋଷଣ କରେ । ଭୌତିକ କାମନା ବନ୍ଧନକାରକ ହୋଇଥିବାବେଳେ, ଦିବ୍ୟ କାମନା ମୁକ୍ତି ପ୍ରଦାନ କରିଥାଏ ।\nଦ୍ୱେଷ - ଏହା ମନ ଓ ବୁଦ୍ଧିର ଏକ ଅବସ୍ଥା ଅଟେ ଯାହା ଅପ୍ରୀତିକର ବସ୍ତୁ, ବ୍ୟକ୍ତି ଓ ସ୍ଥିତି ପ୍ରତି ବିକର୍ଷଣ ଉତ୍ପନ୍ନ କରିଥାଏ ଏବଂ ତାହା ଠାରୁ ଦୂରେଇ ଯିବାକୁ ଇଚ୍ଛା କରିଥାଏ ।\nସୁଖ - ଏହା ଏକ ଆନନ୍ଦର ଅନୁଭୂତି, ଯାହା ଅନୁକୁଳ ପରିସ୍ଥିତିରେ ଏବଂ କାମନା ପୂର୍ଣ୍ଣ ହେବା ଦ୍ୱାରା ମନ ଅନୁଭବ କରିଥାଏ । ମନ  ସହିତ ଆତ୍ମା ମଧ୍ୟ ଏହି ଆନନ୍ଦ ଅନୁଭବ କରେ, କାରଣ ଆତ୍ମା ନିଜକୁ ମନ ଧରି ନେଇଥାଏ । କିନ୍ତୁ ଭୌତିକ ଆନନ୍ଦ ଆତ୍ମାକୁ ସନ୍ତୁଷ୍ଟ କରିପାରେ ନାହିଁ, ଯାହା ଭଗବାନଙ୍କର ଅନନ୍ତ ଦିବ୍ୟ ଆନନ୍ଦ ପାଇବା ପର୍ଯ୍ୟନ୍ତ ଅତୃପ୍ତ ରହିଥାଏ ।\nଦୁଃଖ - ପ୍ରତିକୂଳ ପରିସ୍ଥିତିରେ ମନ ଅନୁଭବ କରୁଥିବା କଷ୍ଟକୁ ଦୁଃଖ କୁହାଯାଏ ।\nବର୍ତ୍ତମାନ ଶ୍ରୀକୃଷ୍ଣ ସେହିସବୁ ଗୁଣ ଏବଂ ସ୍ୱଭାବ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି, ଯାହା ବ୍ୟକ୍ତିକୁ ଜ୍ଞାନ ଲାଭ ପାଇଁ ସକ୍ଷମ କରାଇବ, ଏବଂ ତଦ୍ୱାରା କର୍ମର କ୍ଷେତ୍ର ବା ଏହି ଶରୀରର ଉଦ୍ଦେଶ୍ୟ ପୂରଣ କରିବ ।" }, { "verseTitle": "Bhagavad Gita 13.8 – 13.12", "verse": "8-12", "chapter": 13, "lang": "or", "shloka": { "speaker": "", "sanskrit": "अमानित्वमदम्भित्वमहिंसा क्षान्तिरार्जवम् । \n\nआचार्योपासनं शौचं स्थैर्यमात्मविनिग्रहः ॥8॥\n\nइन्द्रियार्थेषु वैराग्यमनहङ्कार एव च । \n\nजन्ममृत्युजराव्याधिदुःखदोषानुदर्शनम् ॥9॥\n\nअसक्तिरनभिष्वङ्गः पुत्रदारगृहादिषु । \n\nनित्यं च समचित्तत्वमिष्टानिष्टोपपत्तिषु ॥10॥ \n\nमयि चानन्ययोगेन भक्तिरव्यभिचारिणी ।\n \nविविक्तदेशसेवित्वमरतिर्जनसंसदि ॥11॥\n\nअध्यात्मज्ञाननित्यत्वं तत्त्वज्ञानार्थदर्शनम् ।\n\nएतज्ज्ञानमिति प्रोक्तमज्ञानं यदतोऽन्यथा ॥12॥", "text": "ଅମାନ୍ୱିତମଦମ୍ଭିତ୍ୱମହିଂସା କ୍ଷାନ୍ତିରାର୍ଜବମ୍ ।\nଆଚାର୍ଯ୍ୟୋପାସନଂ ଶୌଚଂ ସ୍ଥୈର୍ଯ୍ୟମାତ୍ମବିନିଗ୍ରହଃ ।।୮।।\nଇନ୍ଦ୍ରିୟାର୍ଥେଷୁ ବୈରାଗ୍ୟମନହଙ୍କାର ଏବ ଚ ।\nଜନ୍ମମୃତ୍ୟୁଜରାବ୍ୟାଧିଦୁଃଖଦୋଷାନୁଦର୍ଶନମ୍ ।।୯।।\nଅସକ୍ତିରନଭିଷ୍ୱଙ୍ଗଃ ପୁତ୍ରଦାରଗୃହାଦିଷୁ ।\nନିତ୍ୟଂ ଚ ସମଚିତ୍ତତ୍ୱମିଷ୍ଟାନିଷ୍ଟୋପପତ୍ତିଷୁ ।।୧୦।।\nମୟି ଚାନନ୍ୟଯୋଗେନ ଭକ୍ତିରବ୍ୟଭିଚାରିଣୀ ।\nବିବିକ୍ତଦେଶସେବିତ୍ୱମରତିର୍ଜନସଂସଦି ।।୧୧।।\nଅଧ୍ୟାତ୍ମଜ୍ଞାନନିତ୍ୟତ୍ୱଂ ତତ୍ତ୍ୱଜ୍ଞାନାର୍ଥଦର୍ଶନମ୍ ।\nଏତଜ୍‌ଜ୍ଞାନମିତି ପ୍ରୋକ୍ତମଜ୍ଞାନଂ ଯଦତୋଽନ୍ୟଥା ।।୧୨।।", "audioLink": "https://www.holy-bhagavad-gita.org/public/audio/013_008-012.mp3" }, "wordMeanings": "ଅମାନିତ୍ୱଂ - ବିନୟ; ଅଦମ୍ଭିତ୍ୱଂ - ନିଷ୍କପଟତା; ଅହିଂସା-ଅହିଂସା; କ୍ଷାନ୍ତିଃ - ସହନଶୀଳତା; ଆର୍ଜବମ୍ -ସରଳତା; ଆଚାର୍ଯ୍ୟ-ଉପାସନଂ-ଗୁରୁ ସେବା; ଶୌଚଂ - ପରିଚ୍ଛନ୍ନତା (ଶୌଚ); ସ୍ଥୈର୍ଯ୍ୟଂ -ସ୍ଥିରତା; ଆତ୍ମ-ବିନିଗ୍ରହଃ - ଆତ୍ମସଂଯମ; ଇନ୍ଦ୍ରିୟ ଅର୍ଥେଷୁ- ଇନ୍ଦ୍ରିୟମାନଙ୍କ ବିଷୟରେ; ବୈରାଗ୍ୟଂ- ସଂସାର ବୈରାଗ୍ୟ; ଅନହଙ୍କାରଃ - ଅହଙ୍କାର ଶୂନ୍ୟ; ଏବ -ମଧ୍ୟ; ଚ - ଏବଂ; ଜନ୍ମ-ଜନ୍ମ; ମୃତ୍ୟୁ-ମୃତ୍ୟୁ; ଜରା-ବୃଦ୍ଧାବସ୍ଥା; ବ୍ୟାଧି- ରୋଗ; ଦୁଃଖ- ଦୁଃଖ; ଦୋଷ- ଦୋଷ; ଅନୁଦର୍ଶନମ୍ -ଦେଖି; ଅସକ୍ତିଃ -ଆସକ୍ତିଶୂନ୍ୟତା; ଅନଭିଷ୍ୱଙ୍ଗଃ- ଲାଳସାରହିତ; ପୁତ୍ର-ପୁତ୍ର; ଦାର-ସ୍ତ୍ରୀ/ସ୍ୱାମୀ; ଗୃହ-ଆଦିଷୁ -ଗୃହ ଆଦିରେ; ନିତ୍ୟଂ -ନିତ୍ୟ; ଚ-ଏବଂ; ସମଚିତ୍ତତ୍ୱଂ -ସମଭାବ; ଇଷ୍ଟ -ପ୍ରିୟ; ଅନିଷ୍ଟ -ଅପ୍ରିୟ; ଉପପତ୍ତିଷୁ -ପ୍ରାପ୍ତ ହୋଇ; ମୟି- ମୋ’ଠାରେ; ଚ-ମଧ୍ୟ; ଅନନ୍ୟ-ଯୋଗେନ -ଅନନ୍ୟ ଭାବରେ; ଭକ୍ତିଃ -ଭକ୍ତି; ଅବ୍ୟଭି-ଚାରିଣୀ -ନିତ୍ୟ; ବିବିକ୍ତ- ଏକାନ୍ତ; ଦେଶ -ସ୍ଥାନ; ସେବିତ୍ୱଂ-ଇଚ୍ଛୁକ ହୋଇ; ଅରତିଃ -ବିରକ୍ତି; ଜନ ସଂସଦି - ସଂସାରରୁ; ଅଧ୍ୟାତ୍ମ- ଆଧ୍ୟାତ୍ମିକ; ଜ୍ଞାନ-ଜ୍ଞାନ; ନିତ୍ୟତ୍ୱଂ -ନିତ୍ୟତା; ତତ୍ତ୍ୱଜ୍ଞାନ- ଆଧ୍ୟାତ୍ମିକ ସିଦ୍ଧାନ୍ତ ଜ୍ଞାନ; ଅର୍ଥ-ଉଦ୍ଦେଶ୍ୟରେ; ଦର୍ଶନଂ -ଦର୍ଶନ; ଏତତ୍‌-ଏସବୁ; ଜ୍ଞାନଂ -ଜ୍ଞାନ; ଇତି - ଏହିପରି; ପ୍ରୋକ୍ତଂ -କୁହାଯାଇଛି; ଅଜ୍ଞାନଂ - ଅଜ୍ଞାନ; ଯତ୍ -ଯାହା; ଅତଃ - ଏହାଠାରୁ; ଅନ୍ୟତା -ଭିନ୍ନ ।", "translation": { "text": "ବିନମ୍ରତା; ନିଷ୍କପଟତା; ଅହିଂସା; କ୍ଷମାଶୀଳତା; ସରଳତା; ଗୁରୁସେବା; ଦେହ ଓ ମନର ଶୁଦ୍ଧି; ଏକାଗ୍ରତା; ଆତ୍ମସଂଯମ; ଇନ୍ଦ୍ରିୟ ବିଷୟ ବସ୍ତୁ ପ୍ରତି ଅନାସକ୍ତି; ଅହଂକାର ଶୂନ୍ୟତା; ଜନ୍ମ, ବ୍ୟାଧି, ଜରା ଏବଂ ମୃତ୍ୟୁରେ ଦୋଷ ଦର୍ଶନ; ବନ୍ଧନ ମୁକ୍ତ; ସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦି ପ୍ରତି ଅନାସକ୍ତି; ଅନୁକୁଳ ଓ ପ୍ରତିକୁଳ ପରିସ୍ଥିତିରେ ସମଭାବାପନ୍ନ । ମୋ ପ୍ରତି ନିରନ୍ତର ଏବଂ ଅନନ୍ୟ ଶରଣାଗତି; ଏକାନ୍ତ ସ୍ଥାନ ପ୍ରତି ଆଗ୍ରହ ଏବଂ ପାର୍ଥିବ ସମାଜ ପ୍ରତି ବୈରାଗ୍ୟ; ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା; ଚରମ ସତ୍ୟ ପାଇଁ ଆଧ୍ୟାତ୍ମିକ ଅନ୍ୱେଷଣ - ମୁଁ ଏହି ସବୁକୁ ଜ୍ଞାନ ଏବଂ ଏହାର ବିପରୀତକୁ ଅଜ୍ଞାନ ଘୋଷଣା କରେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-08.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-09.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-10.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-11.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-12.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.8.mp3", "https://www.gitasupersite.iitk.ac.in/sites/default/files/audio/Purohit/13.9.mp3", "https://www.gitasupersite.iitk.ac.in/sites/default/files/audio/Purohit/13.10.mp3", "https://www.gitasupersite.iitk.ac.in/sites/default/files/audio/Purohit/13.11.mp3", "https://www.gitasupersite.iitk.ac.in/sites/default/files/audio/Purohit/13.12.mp3" ] }, "commentary": "କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ବିଷୟରେ ଜ୍ଞାନ ହାସଲ କରିବା କେବଳ ଏକ ବୌଦ୍ଧିକ ଅଧ୍ୟବସାୟ ନୁହେଁ । ପୁସ୍ତକ ଜ୍ଞାନ ନିଜର ଚରିତ୍ର ପରିବର୍ତ୍ତନ ନ କରି ପ୍ରାପ୍ତ କରାଯାଇପାରିବ, କିନ୍ତୁ ଶ୍ରୀକୃଷ୍ଣ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ କହିବାକୁ ଚାହୁଁଛନ୍ତି, ତାହା ହୃଦୟର ଶୁଦ୍ଧତା ଆବଶ୍ୟକ କରେ । (ଏଠାରେ ହୃଦୟ ଶାରୀରିକ ଅଙ୍ଗକୁ ବୁଝାଏ ନାହିଁ । ଅଭ୍ୟନ୍ତରର ମନ ଓ ବୁଦ୍ଧିକୁ ମଧ୍ୟ ଅନେକ ସମୟରେ ହୃଦୟ ଭାବରେ ଅଭିହିତ କରାଯାଇଥାଏ ।) ଏହି ପାଞ୍ଚଗୋଟି ଶ୍ଳୋକରେ, ସେହି ସଦ୍‌ଗୁଣ, ଅଭ୍ୟାସ, ବ୍ୟବହାର ଏବଂ ମନୋଭାବ ବର୍ଣ୍ଣନା କରାଯାଇଛି ଯାହା ଜୀବନକୁ ଶୁଦ୍ଧ କରେ ଏବଂ ଜ୍ଞାନର ଆଲୋକରେ ଏହାକୁ ଉଦ୍ଭାସିତ କରେ ।\nବିନମ୍ରତା । ଆମେ ଯେତେବେଳେ କୌଣସି କ୍ଷେତ୍ରରେ ଆମର ବିଶେଷ ଗୁଣ, ଯଥା ସୌନ୍ଦର୍ଯ୍ୟ, ବୁଦ୍ଧିମତ୍ତା, ଦକ୍ଷତା, ବଳ ଇତ୍ୟାଦି ପାଇଁ ଗର୍ବ ଅନୁଭବ କରୁ, ଆମେ ଭୁଲିଯାଉ ଯେ ଭଗବାନ ଆମକୁ ଏହିସବୁ ଗୁଣ ଦେଇଛନ୍ତି । ଏହିପରି ଅହଙ୍କାର ଆମର ଚେତନାକୁ ଭଗବାନଙ୍କଠାରୁ ଦୂରେଇ ନିଏ ଏବଂ ଏହା ଆତ୍ମ ଅନୁଭୂତି ପଥରେ ଏକ ବଡ଼ ପ୍ରତିବନ୍ଧକ ହୋଇଥାଏ, କାରଣ ଏହା ମନ ଓ ବୁଦ୍ଧିକୁ ପ୍ରଭାବିତ କରି ସମ୍ପୂର୍ଣ୍ଣ କ୍ଷେତ୍ରକୁ କଳୁଷିତ କରିଦିଏ ।\nନିଷ୍କପଟତା । କପଟୀ ବ୍ୟକ୍ତିମାନେ ବାହ୍ୟ ରୂପରେ ଏକ କୃତ୍ରିମ ବ୍ୟକ୍ତିତ୍ୱ ପ୍ରତିପୋଷଣ କରିଥାନ୍ତି । ଅନ୍ତରରେ ଦୋଷଯୁକ୍ତ ହୋଇଥିବା ସ୍ଥଳେ ବାହ୍ୟତଃ ସେମାନେ ସଦ୍‌ଗୁଣର ଏକ ମୁଖା ଧାରଣ କରିଥାଆନ୍ତି । ଦୁର୍ଭାଗ୍ୟବଶତଃ, ସଦ୍‌ଗୁଣର ସେହି ବାହ୍ୟ ପ୍ରଦର୍ଶନ ଫମ୍ପା ହୋଇଥାଏ ।\nଅହିଂସା । ଜ୍ଞାନ ଲାଭ ପାଇଁ ସମସ୍ତ ପ୍ରାଣୀଙ୍କୁ ସମ୍ମାନ ଦେବା ଆବଶ୍ୟକ ଏବଂ ସେଥିପାଇଁ ଅହିଂସା ଆଚରଣ ଜରୁରୀ ଅଟେ ।  ଶାସ୍ତ୍ର କହେ: ଆତ୍ମନଃ ପ୍ରତିକୂଳାନି ପରେଶାଂ ନ ସମାଚରେତ୍ “ତୁମକୁ ଯଦି ଅନ୍ୟମାନଙ୍କର କୌଣସି ଏକ ଆଚରଣ ଭଲ ଲାଗୁନାହିଁ, ତୁମେ ମଧ୍ୟ ତାଙ୍କ ପ୍ରତି ସେପରି ବ୍ୟବହାର ପ୍ରଦର୍ଶନ କର ନାହିଁ ।”\nକ୍ଷମାଶୀଳତା । ନିଜର ଅନିଷ୍ଟ କରିଥିବା ବ୍ୟକ୍ତିଙ୍କ ପ୍ରତି ମଧ୍ୟ ଦୁର୍ଭାବନା ପ୍ରଦର୍ଶନ ନ କରିବା, କ୍ଷମାଶୀଳତା ଅଟେ । ବାସ୍ତବରେ ଦୁର୍ଭାବନା ଅନ୍ୟ ଅପେକ୍ଷା ଆମ ନିଜର ହିଁ ଅଧିକ କ୍ଷତି କରିଥାଏ । କ୍ଷମାଶୀଳତାର ଅଭ୍ୟାସ କରି ବିବେକବାନ ବ୍ୟକ୍ତି ମନରୁ ନକାରାତ୍ମକତା ଦୂର କରି ମନକୁ ଶୁଦ୍ଧ କରିଥାଏ ।\nସରଳତା । ଏହା ଚିନ୍ତନ, କଥାବାର୍ତ୍ତା ଏବଂ କାମରେ ସ୍ପଷ୍ଟବାଦୀତାକୁ ବୁଝାଏ । ଚିନ୍ତନରେ ସ୍ପଷ୍ଟବାଦୀତା କହିଲେ ଛଳନା, ଈର୍ଷା, କୁଟୀଳତାର ଅଭାବକୁ ବୁଝାଇଥାଏ । କଥାରେ ସ୍ପଷ୍ଟବାଦୀ ଅର୍ଥ ଆକ୍ଷେପ, ଗୋପନୀୟତା, ଗୁଜବ ପ୍ରଚାର, ଅତିରଞ୍ଜିନ ଇତ୍ୟାଦିର ଅଭାବ । କାର୍ଯ୍ୟରେ ସ୍ପଷ୍ଟବାଦୀତା ଅର୍ଥ ସରଳ ଜୀବନଯାପନ ଏବଂ ସ୍ପଷ୍ଟ ବ୍ୟବହାର ।\nଗୁରୁୁସେବା । ଗୁରୁଙ୍କଠାରୁ ଆଧ୍ୟାତ୍ମିକ ଜ୍ଞାନ ଗ୍ରହଣ କରାଯାଏ । ଏହି ଦିବ୍ୟ ଜ୍ଞାନ ଗ୍ରହଣ କରିବା ନିମନ୍ତେ ଶିଷ୍ୟ ଗୁରୁଙ୍କ ପ୍ରତି ସମର୍ପଣ ଏବଂ ଭକ୍ତି ଭାବଯୁକ୍ତ ହେବା ଉଚିତ । ଗୁରୁ ସେବା ଦ୍ୱାରା ଶିଷ୍ୟଠାରେ ବିନମ୍ରତା ଏବଂ ନିଷ୍ଠା ବୃଦ୍ଧିପାଏ, ଯଦ୍ୱାରା ଗୁରୁ ଜ୍ଞାନ ଦେବାକୁ ସକ୍ଷମ ହୁଅନ୍ତି । ଶ୍ରୀକୃଷ୍ଣ ଏହା ଶ୍ଲୋକ ୪.୩୪ରେ ଅର୍ଜୁନଙ୍କୁ କହିଥିଲେ: “ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ଭକ୍ତିଯୁକ୍ତ ହୋଇ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଜ୍ଞାନୀ ସନ୍ଥ ତୁମକୁ ଜ୍ଞାନ ଦେଇପାରିବେ, କାରଣ ସେ ସତ୍ୟକୁ ଦେଖିଛନ୍ତି ।\nଦେହ ଓ ମନର ଶୁଦ୍ଧତା । ଶୁଦ୍ଧତା ଉଭୟ ବାହ୍ୟ ଏବଂ ଅଭ୍ୟନ୍ତରରେ ହେବା ଉଚିତ । ଶାଣ୍ଡିଲ୍ୟ ଉପନିଷଦ କହେ: ଶୌଚଂ ନାମ ଦ୍ୱିବିଧଂ- ବାହ୍ୟମାନ୍ତରଂ ଚେତି (୧.୧) “ଦୁଇ ପ୍ରକାରର ଶୁଦ୍ଧତା ଅଛି - ବାହ୍ୟ ଓ ଅଭ୍ୟନ୍ତର” । ବାହ୍ୟ ଶୁଦ୍ଧି ସ୍ୱାସ୍ଥ୍ୟରକ୍ଷା, ଶୃଙ୍ଖଳା ଏବଂ ମନକୁ ବ୍ୟବସ୍ଥିତ କରିବାରେ ସହାୟକ ହୋଇଥାଏ । କିନ୍ତୁ ମାନସିକ ଶୁଦ୍ଧତା ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ସର୍ବଶୁଦ୍ଧ ଭଗବାନଙ୍କଠାରେ ମନକୁ କେନ୍ଦ୍ରିତ କରିବା ଦ୍ୱାରା ହିଁ ଏହା ହାସଲ ହୋଇଥାଏ । ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହନ୍ତି:\nମାୟାଧୀନ ମଲୀନ ମନ, ହୈ ଅନାଦି କାଲୀନ ।ହରି ବିରହାନଲ ଧୋୟ ଜଲ, କରୁ ନିର୍ମଲ ବନି ଦୀନ ।ା (ଭକ୍ତି ଶତକ ପଦ-୭୯)\nନିଷ୍ଠା । ଆତ୍ମଜ୍ଞାନ ଏବଂ ଭଗବତ୍ ପ୍ରାପ୍ତି ଏପରି ଲକ୍ଷ୍ୟ ନୁହେଁ ଯାହା ଗୋଟିଏ ଦିନରେ ପ୍ରାପ୍ତ କରିହେବ । ନିଷ୍ଠାର ଅଭିପ୍ରାୟ ଲକ୍ଷ୍ୟସ୍ଥଳରେ ପହଞ୍ôଚବା ପର୍ଯ୍ୟନ୍ତ ଅବିରତ ଭାବରେ ଅଗ୍ରସର ହେବା । ଶାସ୍ତ୍ର କହେ: ଚରୈବୈତେ ଚରୈବୈତେ, ଚରଣ ବୈ ମଧୁ ବିନ୍ଦତି “ଅଗ୍ରସର ହେଉଥାଅ । ଅଗ୍ରସର ହେଉଥାଅ, ଅନ୍ତତଃ ସେମାନଙ୍କୁ ମଧୁପ୍ରାପ୍ତ ହୁଏ ଯେଉଁମାନେ ହାର ମାନନ୍ତି ନାହିଁ ।”\nଆତ୍ମ-ସଂଯମ । ସାଂସାରିକ ସୁଖ ପଛରେ ଧାଇଁବାର ପ୍ରବୃତ୍ତି ମନ ଓ ବୁଦ୍ଧିକୁ କଳୁଷିତ କରିଦେଇ ଥାଏ । ମନ ଓ ଇନ୍ଦ୍ରିୟକୁ ସେହି ଦୌଡ଼ରୁ କ୍ଷାନ୍ତ କରିବା ଆତ୍ମ-ସଂଯମ ଅଟେ । ଆତ୍ମ-ସଂଯମ ବ୍ୟକ୍ତିକୁ ଆସକ୍ତି ଯୋଗୁଁ ଘଟୁଥିବା ନୈତିକ ଅବନତିରୁ ରକ୍ଷା କରେ ।\nଇନ୍ଦ୍ରିୟ ବିଷୟରେ ନିରାସକ୍ତି । ଏହା ଉପର ବର୍ଣ୍ଣିତ ଆତ୍ମସଂଯମ ଠାରୁ ଉଚ୍ଚ ଅବସ୍ଥା ଅଟେ, ଯେଉଁଥିରେ ଆମେ ନିଜକୁ ବଳପୂର୍ବକ ନିୟନ୍ତ୍ରଣ କରିଥାଏ । ନିରାସକ୍ତି ଅର୍ଥ ଭଗବତ ପ୍ରାପ୍ତି ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଇନ୍ଦ୍ରିୟ ସୁଖ ପ୍ରତି ରୁଚି ନ ରଖିବା ।\nଅହଂଭାବ ରହିତ । ‘ମୁଁ’, ‘ମୋତେ’, ‘ମୋର’ ପ୍ରତି ସଚେତନତା ଅହଂଭାବ ଅଟେ । ଏହା ଅଜ୍ଞାନ ଅଟେ, କାରଣ ଏହି ଭାବନା ନିଜକୁ ଶରୀର ଜ୍ଞାନ କରିବା ଯୋଗୁଁ ସୃଷ୍ଟି ହୋଇଥାଏ । ଏହାକୁ ଅହଂ ଚେତନା (ଆତ୍ମ ଅଭିମାନ) ମଧ୍ୟ କୁହାଯାଏ । ସମସ୍ତ ଅଧ୍ୟାତ୍ମବାଦୀ ଦୃଢ଼ତାର ସହିତ କହନ୍ତି ଯେ ଭଗବାନଙ୍କୁ ହୃଦୟରେ ସ୍ଥାନ ଦେବାକୁ ହେଲେ ଆତ୍ମ ଅଭିମାନରୁ ମୁକ୍ତ ହେବା ଆବଶ୍ୟକ ।\nଜବ ମୈଁ ଥା ତବ ହରି ନହୀଁ, ଅବ ହରି ହୈ, ମୈ ନାହୀଁ,ପ୍ରେମ ଗଲୀ ଅତି ସାଙ୍କରୀ, ୟା ମେଁ ଦ୍ୱେ ନ ସମାହୀଁ (ସନ୍ଥ କବୀର)\n“ଯେତେବେଳେ ‘ମୁଁ’ ଥିଲି, ହରି ନ ଥିଲେ; ବର୍ତ୍ତମାନ ହରି ଅଛନ୍ତି ଏବଂ ‘ମୁଁ’ ନାହିଁ । ଦିବ୍ୟ ପ୍ରେମର ପଥ ଅତି ସଂକୀର୍ଣ୍ଣ, ଏଥିରେ ଉଭୟ ‘ମୁଁ’ ଏବଂ ‘ହରି’ ରହିପାରିବେ ନାହିଁ ।”\nଜ୍ଞାନଯୋଗ ଏବଂ ଅଷ୍ଟାଙ୍ଗଯୋଗ ମାର୍ଗରେ, ଅହଂଚେତନା ଲୋପ କରିବା ପାଇଁ ବିସ୍ତୃତ ସାଧନା ଦର୍ଶାଯାଇଛି । କିନ୍ତୁ ଭକ୍ତିଯୋଗରେ, ଏହା ଦୂର କରିବା ଅତ୍ୟନ୍ତ ସରଳ ଅଟେ । ଆମେ ଅହଂ ପୂର୍ବରୁ ଦାସ ଯୋଡ଼ି, ଏହାକୁ ଦାସୋହମ୍ (ଭଗବାନଙ୍କ ସେବକ) କରିଥାଉ । ବର୍ତ୍ତମାନ ‘ମୁଁ’ ଆଉ ଅନିଷ୍ଟକାରକ ହୁଏ ନାହିଁ, ଆତ୍ମଚେତନା ବ୍ରହ୍ମଚେତନାରେ ପରିବର୍ତ୍ତିତ ହୋଇଯାଏ ।\nଜନ୍ମ, ବ୍ୟାଧି, ଜରା ଏବଂ ମୃତ୍ୟୁରେ ଦୋଷ ଦର୍ଶନ । ଭୌତିକ ଉନ୍ନତି ଏବଂ ଆଧ୍ୟାତ୍ମିକ ସମ୍ପତ୍ତି ମଧ୍ୟରୁ କେଉଁଟି ଅଧିକ ମହତ୍ୱପୂର୍ଣ୍ଣ, ବୁଦ୍ଧି ଯଦି ତାହା ନିର୍ଣ୍ଣୟ କରି ନ ପାରେ, ତେବେ ଆତ୍ମଜ୍ଞାନ ଲାଭ କରିବାର ତୀବ୍ର ଇଚ୍ଛା ବିକଶିତ କରିବା କଠିନ ହୋଇଥାଏ । କିନ୍ତୁ ବୁଦ୍ଧି ଯେତେବେଳେ ସଂସାରର ନୀରସତା ପ୍ରତି ସଜାଗ ହୋଇଯାଏ, ସେତେବେଳେ ତାର ସଂକଳ୍ପ ଦୃଢ଼ ହୋଇଥାଏ । ଏହି ଦୃଢ଼ ମନୋଭାବ ଉତ୍ପନ୍ନ କରିବା ପାଇଁ ଭୌତିକ ସଂସାରର କ୍ଲେଶ ସବୁକୁ ଜୀବନର ଅପରିହାର୍ଯ୍ୟ ଅଂଶ ଭାବରେ ସର୍ବଦା ମନେ ରଖିବା ଉଚିତ । ଏହା ବୁଦ୍ଧଙ୍କୁ ଆଧ୍ୟାତ୍ମିକ ପଥରେ ପ୍ରେରିତ କରିଥିଲା । ସେ ଜଣେ ରୋଗୀକୁ ଦେଖି ଭାବିଲେ, “ସଂସାରରେ ରୋଗ ଅଛି, ଦିନେ ମୁଁ ମଧ୍ୟ ରୋଗଗ୍ରସ୍ତ ହେବି ।” ତା ପରେ ସେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଦେଖିଲେ, ଏବଂ ଚିନ୍ତା କଲେ, “ବୃଦ୍ଧାବସ୍ଥା ମଧ୍ୟ ଅଛି, ତା ଅର୍ଥ ମୁଁ ବି ଦିନେ ବୃଦ୍ଧ ହୋଇଯିବି ।” ତା’ପରେ ସେ ଜଣେ ମୃତବ୍ୟକ୍ତିଙ୍କୁ ଦେଖିଲେ, ଏବଂ ଅନୁଭବ କଲେ, “ଏହା ମଧ୍ୟ ଜୀବନର ଏକ ଅଂଶ ଅଟେ, ଅର୍ଥାତ୍ ମୁଁ ବି ଦିନେ ମୃତ୍ୟୁ ବରଣ କରିବି ।” ବୁଦ୍ଧଙ୍କର ବୁଦ୍ଧି ଏତେ ତୀକ୍ଷ୍‌ଣ ଥିଲା ଯେ ଥରେ ମାତ୍ର ଏପରି ଘଟଣାର ସମ୍ମୁଖିନ ହୋଇ ସେ ସଂସାରକୁ ସମ୍ପୂର୍ଣ୍ଣ ତ୍ୟାଗ କରିଥିଲେ । ଯେହେତୁ ଆମର ଏପରି ନିର୍ଣ୍ଣୟାତ୍ମକ ଇଚ୍ଛାଶକ୍ତି ନାହିଁ, ଆମେ ବାରମ୍ବାର ଏଗୁଡ଼ିକୁ ଚିନ୍ତନ କରିବା ଆବଶ୍ୟକ, ଯଦ୍ୱାରା ସଂସାରର ଆକର୍ଷଣ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବ ।\nବିରକ୍ତି । ଏହାର ଅର୍ଥ ସଂସାର ପ୍ରତି ଅନାସକ୍ତି । ଆମର ଗୋଟିଏ ମାତ୍ର ମନ ଅଛି ଏବଂ ଯଦି ଆମେ ଏହାକୁ ଆଧ୍ୟାତ୍ମିକ ଲକ୍ଷ୍ୟ ପାଇଁ ଉପଯୋଗ କରିବାକୁ ଚାହିଁବା, ସଂସାରରୁ ବସ୍ତୁ ବା ବ୍ୟକ୍ତିଙ୍କଠାରୁ ଏହାକୁ ହଟାଇବାକୁ ପଡ଼ିବ । ସେଥିପାଇଁ ସାଧକ ସଂସାର ବନ୍ଧନକୁ ଈଶ୍ୱରଙ୍କ ପ୍ରତି ପ୍ରେମ ଓ ବନ୍ଧନ ଦ୍ୱାରା ପ୍ରତିସ୍ଥାପିତ କରିଥାଏ ।\nସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦିଙ୍କ ପ୍ରତି ଅନାସକ୍ତି । ଏହି ସବୁଥିରେ ମନ ଅତି ସହଜରେ, ଆସକ୍ତ ହୋଇଥାଏ । ଶାରୀରିକ ଦୃଷ୍ଟିରୁ ଜଣେ ବ୍ୟକ୍ତି ପରିବାର ଏବଂ ଘରକୁ ସ୍ୱତଃ ମୋର ବୋଲି ଚିନ୍ତା କରିଥାଏ । ତେଣୁ ସେମାନେ ମନରେ ପ୍ରାୟତଃ ବାସ କରନ୍ତି, ଏବଂ ତାଙ୍କ ପ୍ରତି ଆସକ୍ତି ମନକୁ ଭୌତିକ ଚେତନାରେ ବାନ୍ଧି ଦିଏ । ଏହି ଆସକ୍ତି କାରଣରୁ ଆମେ  ତାଙ୍କଠାରୁ  ଆଶାନୁରୂପ ବ୍ୟବହାର ଆଶା କରୁ ଏବଂ ଯେତେବେଳେ ସେହି ଆଶା ପୂରଣ ହୁଏ ନାହିଁ, ତାହା ମାନସିକ ଅଶାନ୍ତି ଉତ୍ପନ୍ନ କରେ । ତାଛଡା, ଏଥିରେ ବିୟୋଗ ମଧ୍ୟ ଅବଶ୍ୟମ୍ଭାବୀ - ସେହି ବିୟୋଗ ସ୍ୱଳ୍ପ ସମୟ ପାଇଁ ହୋଇପାରେ ଯେତେବେଳେ ସେମାନେ ଦୂରକୁ ଚାଲିଯାଆନ୍ତି କିମ୍ବା ଚିରଦିନ ପାଇଁ ହୋଇପାରେ ଯେତେବେଳେ ସେମାନେ ମୃତ୍ୟୁ ବରଣ କରନ୍ତି । ଏହିସବୁ ଅନୁଭବ ଏବଂ ଆଶଙ୍କା ମନକୁ ଭାରାକ୍ରାନ୍ତ କରିଦିଏ ଏବଂ ତାକୁ ଭଗବାନଙ୍କଠାରୁ ଦୂରେଇ ନିଏ । ତେଣୁ ଯଦି ଆମେ ଅନନ୍ତ ଆନନ୍ଦ ଚାହୁଁ, ତା’ହେଲେ ସ୍ୱାମୀ / ସ୍ତ୍ରୀ, ସନ୍ତାନ ଏବଂ ଗୃହ ଆଦି ସହିତ ସମ୍ପର୍କ ସ୍ଥାପନ କରିବାରେ ସାବଧାନତା ଅବଲମ୍ବନ କରିବା ଉଚିତ, ଯଦ୍ୱାରା ମନ ସେଥିରେ ଆସକ୍ତ ହୋଇଯିବ ନାହିଁ । ଆମେ ତାଙ୍କ ପ୍ରତି ଆସକ୍ତ ନ ହୋଇ କର୍ତ୍ତବ୍ୟ କରିବା ଉଚିତ, ଯେପରି ଜଣେ ସେବିକା ଚିକିତ୍ସାଳୟରେ ତାର କର୍ତ୍ତବ୍ୟ କରିଥାଏ କିମ୍ବା ଜଣେ ଶିକ୍ଷକ ବିଦ୍ୟାଳୟରେ ତାଙ୍କ ଛାତ୍ର ମାନଙ୍କ ପ୍ରତି କର୍ତ୍ତବ୍ୟ କରିଥାନ୍ତି ।\nଜୀବନର ଅନୁକୁଳ ବା ପ୍ରତିକୂଳ ପରିସ୍ଥିତିରେ ସମଭାବାପନ୍ନ । ଦିବା ଓ ରାତ୍ରୀ ପରି ସୁଖଦ ଏବଂ ଦୁଃଖଦ ଘଟଣା ବିନା ନିମନ୍ତ୍ରଣରେ ଆସିଥାଆନ୍ତି । ଏହାହିଁ ଜୀବନ । ଏହି ଦ୍ୱୈତ ଭାବରୁ ଊର୍ଦ୍ଧ୍ୱକୁ ଯିବାକୁ ହେଲେ ଆମକୁ ସଂସାରର ବନ୍ଧନ ହଟାଇ, ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି କରିବାକୁ ପଡ଼ିବ । ଜୀବନର ପ୍ରତିକୂଳ ପରିସ୍ଥିତିରେ ଅବିଚଳିତ ରହିବା କିମ୍ବା ସଫଳତାର ଉତ୍ସାହରେ ବିଭୋର ନ ହେବା ପାଇଁ ଆମେ ନିଜକୁ ସକ୍ଷମ କରିବା ଉଚିତ ।\nମୋ ପ୍ରତି ନିରନ୍ତର ଏବଂ ଅନନ୍ୟ ଭକ୍ତି । ବିରକ୍ତିର ଅର୍ଥ ମନକୁ କୌଣସି ଅନୁଚିତ୍ ଦିଗରେ ଯିବାକୁ ନ ଦେବା । କିନ୍ତୁ କେବଳ ଅନୁଚିତ୍ ଲକ୍ଷ୍ୟ ଠାରୁ ମନକୁ ହଟାଇ ଦେଲେ ଚଳିବ ନାହିଁ, ଏହାକୁ ଉଚିତ୍ ଲକ୍ଷ୍ୟ ଅଭିମୁଖରେ ପ୍ରେରିତ କରିବା ଆବଶ୍ୟକ । । ଜୀବନର ଉଚିତ୍ ଲକ୍ଷ୍ୟ ହେଉଛି ଭଗବାନଙ୍କ ପାଦ ପଦ୍ମରେ ନିଜକୁ ଅର୍ପିତ କରିବା । ତେଣୁ ଶ୍ରୀକୃଷ୍ଣ ଏହାକୁ ଏଠାରେ ବିଶେଷ ଭାବରେ ସ୍ପଷ୍ଟ କରିଛନ୍ତି ।\nଏକାନ୍ତ ସ୍ଥାନ ପ୍ରତି ଆଗ୍ରହ । ସାଂସାରିକ ବ୍ୟକ୍ତିମାନଙ୍କ ପରି ସାଧକମାନେ ନିଃସଙ୍ଗତା ଦୂର କରିବା ପାଇଁ ସାଙ୍ଗସାଥୀମାନଙ୍କର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ସେମାନେ ଏକାନ୍ତ ପସନ୍ଦ କରନ୍ତି, ଯଦ୍ୱାରା ମନକୁ ସେମାନେ ଭଗବାନଙ୍କ ସହିତ ସଂଯୁକ୍ତ କରିପାରିବେ । ସେଥିପାଇଁ ସେମାନେ ନିର୍ଜନ ସ୍ଥାନ ବାଛିବାରେ ଆଗ୍ରହ ପ୍ରକାଶ କରିଥାନ୍ତି, ଯେଉଁଠାରେ ସେମାନେ ଅଧିକ ତନ୍ମୟତାର ସହିତ ଆଧ୍ୟାତ୍ମିକ ଚିନ୍ତନରେ ନିଜକୁ ନିୟୋଜିତ କରିପାରିବେ ।\nପାର୍ଥିବ ସମାଜ ପ୍ରତି ବୈରାଗ୍ୟ । ସାଂସାରିକ ବ୍ୟକ୍ତି ଏବଂ ସାଂସାରିକ ବସ୍ତୁ ବିଷୟରେ ଆଲୋଚନା କରି ସୁଖୀ ହେବା, ଭୌତିକବାଦୀ ମନର ଲକ୍ଷଣ ଅଟେ । ଦିବ୍ୟ ଚେତନାରେ ରହିବାକୁ ଇଚ୍ଛୁକ ବ୍ୟକ୍ତି ସେସବୁ ପ୍ରତି ବିତୃଷ୍ଣାଭାବ ପୋଷଣ କରନ୍ତି ଏବଂ ପାର୍ଥିବ ସଂସାରଠାରୁ ଦୂରେଇ ରହନ୍ତି । ଯଦି କେବେ ଭଗବାନଙ୍କ ସେବା ନିମିତ୍ତ ଏଥିରେ ଅଂଶଗ୍ରହଣ କରିବାକୁ ପଡ଼େ, ତେବେ ସାଧକ ଏହାକୁ ସ୍ୱୀକାର କରିଥାଆନ୍ତି, କିନ୍ତୁ ମାନସିକ ସ୍ତରରେ ଏହାଦ୍ୱାରା ପ୍ରଭାବିତ ନ ହେବା ପାଇଁ ନିଜ ଭିତରେ ଶକ୍ତି ଉତ୍ପନ୍ନ କରିଥାଆନ୍ତି ।\nଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା । କୌଣସି ବିଷୟକୁ କେବଳ ତତ୍ତ୍ୱତଃ ଜାଣିବା ଯଥେଷ୍ଟ ନୁହେଁ । ଜଣେ ଜାଣିଥାଇପାରନ୍ତି ଯେ କ୍ରୋଧ ଠିକ୍ ନୁହେଁ, ତଥାପି ସେ ଏହା ବାରମ୍ବାର ପ୍ରକାଶ କରିପାରନ୍ତି । ଆଧ୍ୟାତ୍ମିକ ଜ୍ଞାନକୁ ଗ୍ରହଣ କରି ଜୀବନରେ ତାହାକୁ ବ୍ୟବହାରିକ ରୂପରେ ଉପଯୋଗ କରିବା ଆବଶ୍ୟକ । ଏହା କେବଳ ଥରେ ମାତ୍ର ଶୁଣିବା ଦ୍ୱାରା ସମ୍ଭବ ହୋଇ ନ ଥାଏ । ଶୁଣିବା ପରେ ବାରମ୍ବାର ଏହାର ଚିନ୍ତନ କରିବା ଆବଶ୍ୟକ । ଦିବ୍ୟ ସତ୍ୟର ଏପରି ମନ୍ଥନକୁ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା କହୁଛନ୍ତି ।\nଚରମ ସତ୍ୟ ପାଇଁ ଆଧ୍ୟାତ୍ମିକ ଅନ୍ୱେଷଣ । ପଶୁମାନେ ମଧ୍ୟ ଖାଇବା, ଶୋଇବା, ଯୌନକ୍ରିୟା କରିବା, ଆତ୍ମରକ୍ଷା କରିବା ଆଦି ଶାରୀରିକ କର୍ମ କରିଥାନ୍ତି, କିନ୍ତୁ ଭଗବାନ ମନୁଷ୍ୟମାନଙ୍କୁ ଏକ ବିଶେଷ ଜ୍ଞାନ ଶକ୍ତି ପ୍ରଦାନ କରିଛନ୍ତି । ଏହାର ଉଦ୍ଦେଶ୍ୟ ଏହିସବୁ ଶାରୀରିକ କ୍ରିୟାଗୁଡ଼ିକ ବିଳାସମୟ ଭାବରେ ଉପଭୋଗ କରିବା ନୁହେଁ, ବରଂ “ମୁଁ କିଏ?, ମୁଁ ଏଠାରେ କାହିଁକି ଅଛି?, ମୋ ଜୀବନର ଲକ୍ଷ୍ୟ କ’ଣ?, ଏ ସଂସାର କିପରି ସୃଷ୍ଟି ହେଲା?, ସ୍ରଷ୍ଟାଙ୍କ ସହିତ ମୋର ସମ୍ପର୍କ କ’ଣ?, ମୁଁ ଜୀବନର ଲକ୍ଷ୍ୟ କିପରି ପୂରଣ କରିବି?, ଇତ୍ୟାଦି ପ୍ରଶ୍ନ ଗୁଡିକର ବାରମ୍ବାର ଅନୁଧ୍ୟାନ କରିବା ।  ସତ୍ୟର ଏହି ଦାର୍ଶନିକ ଅନ୍ୱେଷଣ, ଆମର ଚିନ୍ତାଧାରାକୁ ପାଶବିକ ସ୍ତରରୁ ଉପରକୁ ଯିବାକୁ ଉଦ୍‌ବୁଦ୍ଧକରେ ଏବଂ ଭଗବତ୍‌ପ୍ରାପ୍ତିର ବିଜ୍ଞାନ ବିଷୟରେ ଶୁଣିବା ଓ ପଢ଼ିବା ପାଇଁ ଆମକୁ ଆଗ୍ରହୀ କରାଏ ।\nଉପର ବର୍ଣ୍ଣିତ ଏହିସବୁ ସଦ୍‌ଗୁଣ, ଅଭ୍ୟାସ, ବ୍ୟବହାର ଏବଂ ମନୋଭାବ ଆମର ବିଦ୍ୱତା ଏବଂ ଜ୍ଞାନର ବୃଦ୍ଧି କରାଇ ଥାଏ । ଏହାର ବିପରୀତ ଗୁଣ ସବୁ ହେଲା, ଅହଂକାର, ଶଠତା, ହିଂସା, ପ୍ରତିଶୋଧ, କପଟ, ଗୁରୁଙ୍କ ପ୍ରତି ଅସମ୍ମାନ, ଶରୀର ଓ ମନର ଅଶୁଦ୍ଧତା, ଅସ୍ଥିରତା, ଅଂସଯମତା, ଇନ୍ଦ୍ରିୟ ବିଷୟ ପ୍ରତି ଲାଳସା, ମିଥ୍ୟା ଅଭିମାନ, ସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦିଙ୍କ ଠାରେ ଆସକ୍ତି ଇତ୍ୟାଦି । ଏହିସବୁ ପ୍ରବୃତ୍ତି ଆତ୍ମଜ୍ଞାନର ବିକାଶକୁ ପଙ୍ଗୁ କରିଦିଏ । ତେଣୁ ଶ୍ରୀକୃଷ୍ଣ ସେଗୁଡ଼ିକୁ ଅଜ୍ଞାନ ବା ଅନ୍ଧକାର କହୁଛନ୍ତି ।" }, { "verseTitle": "Bhagavad Gita 13.13", "verse": "13", "chapter": 13, "lang": "or", "shloka": { "speaker": "", "sanskrit": "ज्ञेयं यत्तत्प्रवक्ष्यामि यज्ज्ञात्वामृतमश्रुते ।\n\nअनादिमत्परं ब्रह्म न सत्तन्नासदुच्यते ॥13॥", "text": "ଜେ୍ଞୟଂ ଯତ୍ତତ୍ ପ୍ରବକ୍ଷ୍ୟାମି ଯଚ୍ଚ୍‌ଜ୍ଞାତ୍ୱାଽମୃତମଶ୍ନୁତେ ।\nଅନାଦିମତ୍ପରଂ ବ୍ରହ୍ମ ନ ସତ୍ତନ୍ନାସଦୁଚ୍ୟତେ ।।୧୩।।", "audioLink": "https://www.holy-bhagavad-gita.org/public/audio/013_013.mp3" }, "wordMeanings": "ଜେ୍ଞୟଂ - ଜ୍ଞାତବ୍ୟ; ଯତ୍ -ଯାହା; ତତ୍‌-ତାହା; ପ୍ରବକ୍ଷ୍ୟାମି - ବର୍ତ୍ତମାନ ମୁଁ କହିବି; ଯତ୍ -ଯାହା; ଜ୍ଞାତ୍ୱା- ଜାଣି; ଅମୃତଂ - ଅମରତ୍ୱ; ଅଶ୍ନୁତେ - ପ୍ରାପ୍ତ କରିବ; ଅନାଦି -ଅନାଦି; ମତ୍‌-ପରଂ - ମୋର ଅଧୀନ; ବ୍ରହ୍ମ-ବ୍ରହ୍ମ; ନ -ନୁହେଁ; ସତ୍‌- ଅସ୍ତିତ୍ୱ; ତତ୍ -ତାହା; ନ-ନୁହେଁ; ଅସତ୍ -ଅସ୍ତିତ୍ୱହୀନ; ଉଚ୍ୟତେ -କୁହାଯାଏ ।", "translation": { "text": "ମୁଁ ବର୍ତ୍ତମାନ ଯାହା ଜ୍ଞାତବ୍ୟ, ତାହା ତୁମ ଆଗରେ ପ୍ରକାଶ କରିବି ଯାହାକୁ ଜାଣି ଜଣେ ଅମରତ୍ୱ ପ୍ରାପ୍ତ କରେ । ଏହା ସେହି ଅନାଦି ବ୍ରହ୍ମ ଅଟେ, ଯାହାର ସ୍ଥିତି ସମସ୍ତ ଅସ୍ଥିତ୍ୱ ଏବଂ ଅସ୍ଥିତ୍ୱ-ହୀନର ଊର୍ଦ୍ଧ୍ୱରେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-13.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.13.mp3" ] }, "commentary": "ଦିବସ ଓ ରାତ୍ରୀ, ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି ଅଟନ୍ତି । ଜଣେ ନ ଥିଲେ ଅନ୍ୟର ସ୍ଥିତି ନାହିଁ । ଯେଉଁଠି ରାତ୍ରୀ ଅଛି ସେଠାରେ ଦିନ ଅଛି ବୋଲି କୁହାଯିବ । ଯଦି ରାତ୍ରୀ ନାହିଁ ତାହାହେଲେ ଦିନ ମଧ୍ୟ ନାହିଁ, ସେଠାରେ କେବଳ ଆଲୋକ ହିଁ ସର୍ବଦା ରହିବ । ସେହିପରି ବ୍ରହ୍ମଙ୍କର ବର୍ଣ୍ଣନା କରିବା ପାଇଁ “ଅସ୍ତିତ୍ୱ” ଶବ୍ଦଟି ଯଥେଷ୍ଟ ନୁହେଁ । ଶ୍ରୀକୃଷ୍ଣ କହୁଛନ୍ତି, ଅସ୍ତିତ୍ୱ ଏବଂ ଅସ୍ତିତ୍ୱ-ହୀନ ପରି ଆପେକ୍ଷିକ ଶବ୍ଦାବଳୀ ଠାରୁ ବ୍ରହ୍ମ ବହୁ ଊର୍ଦ୍ଧ୍ୱରେ ।\nବ୍ରହ୍ମଙ୍କର ନିରାକାର ଏବଂ ନିର୍ଗୁଣ ସ୍ୱରୂପ ଜ୍ଞାନୀ ମାନଙ୍କର ଉପାସ୍ୟ ଅଟେ । ସାକାର ଭଗବାନ ରୂପରେ ସେ ଭକ୍ତ ମାନଙ୍କର ଉପାସ୍ୟ ଅଟନ୍ତି । ଶରୀର ମଧ୍ୟରେ ନିବାସ କରୁଥିବା ବ୍ରହ୍ମଙ୍କର ସ୍ୱରୂପକୁ ପରମାତ୍ମା କୁହାଯାଏ । ଏହି ତିନୋଟି ସ୍ୱରୂପ ସେହି ଏକ ପରଂବ୍ରହ୍ମଙ୍କର ପରିପ୍ରକାଶ ଅଟେ । ଆଗକୁ ଶ୍ଲୋକ ୧୪.୨୭ରେ, ଶ୍ରୀକୃଷ୍ଣ କହିଛନ୍ତି: ବ୍ରହ୍ମଣୋ ହି ପ୍ରତିଷ୍ଠାହମ୍ “ମୁଁ ନିରାକାର ବ୍ରହ୍ମଙ୍କର ଆଧାର ଅଟେ ।” ଅତଏବ, ନିରାକାର ବ୍ରହ୍ମ ଏବଂ ସାକାର ଭଗବାନ ସେହି ଗୋଟିଏ ପରମ ତତ୍ତ୍ୱର ଦୁଇଟି ସ୍ୱରୂପ ଅଟେ । ଉଭୟ ସର୍ବତ୍ର ବିଦ୍ୟମାନ, ତେଣୁ ଉଭୟଙ୍କୁ ସର୍ବବ୍ୟାପୀ କୁହାଯାଇପାରେ । ଏହା ଦର୍ଶାଇ, ଶ୍ରୀକୃଷ୍ଣ ଭଗବାନଙ୍କଠାରେ ପ୍ରଦର୍ଶିତ ହେଉଥିବା ବିରୋଧାଭାସର ସୂଚନା ଦେଉଛନ୍ତି ।" }, { "verseTitle": "Bhagavad Gita 13.14", "verse": "14", "chapter": 13, "lang": "or", "shloka": { "speaker": "", "sanskrit": "सर्वतःपाणिपादं तत्सर्वतोऽक्षिशिरोमुखम् ।\n\nसर्वतःश्रुतिमल्लोके सर्वमावृत्य तिष्ठति ॥14॥", "text": "ସର୍ବତଃ ପାଣିପାଦଂ ତତ୍‌ସର୍ବତୋଽକ୍ଷିଶିରୋମୁଖମ୍ ।\nସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି ।।୧୪।।", "audioLink": "https://www.holy-bhagavad-gita.org/public/audio/013_014.mp3" }, "wordMeanings": "ସର୍ବତଃ - ସର୍ବତ୍ର; ପାଣି-ହସ୍ତ; ପାଦଂ-ପାଦ; ତତ୍‌-ତାହା; ସର୍ବତଃ -ସର୍ବତ୍ର; ଅକ୍ଷି-ଆଖି; ଶିରଃ - ମସ୍ତକ; ମୁଖମ୍ - ମୁଖ; ସର୍ବତଃ -ସର୍ବତ୍ର; ଶ୍ରୁତିମତ୍ - କର୍ଣ୍ଣ ଥାଇ; ଲୋକେ -ପୃଥିବୀରେ; ସର୍ବଂ -ସବୁକିଛି; ଆବୃତ୍ୟ-ଆବୃତ କରି; ତିଷ୍ଠତି - ବିଦ୍ୟମାନ ।", "translation": { "text": "ତାଙ୍କର ହସ୍ତ ଓ ପଦ, ଚକ୍ଷୁ, ମସ୍ତିଷ୍କ ଏବଂ ମୁଖମଣ୍ଡଳ ଏବଂ ସର୍ବତ୍ର ବିଦ୍ୟମାନ । ସର୍ବତ୍ର ତାଙ୍କର କର୍ଣ୍ଣ ମଧ୍ୟ ରହିଛି, କାରଣ ସେ ବିଶ୍ୱର ସର୍ବତ୍ର ବ୍ୟାପ୍ତ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-14.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.14.mp3" ] }, "commentary": "ପ୍ରାୟତଃ ଲୋକେ ଏପରି ଯୁକ୍ତି ବାଢ଼ନ୍ତି ଯେ ଭଗବାନଙ୍କର ହସ୍ତ, ପାଦ, ଚକ୍ଷୁ, କର୍ଣ୍ଣ ଆଦି ନ ଥିବ । କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଭଗବାନଙ୍କର ଏହି ସମସ୍ତ ଅଙ୍ଗ ରହିଛି ଏବଂ ତାହା ମଧ୍ୟ ଅଗଣିତ ସଂଖ୍ୟାରେ ରହିଛି । ଆମର ସୀମିତ ଜ୍ଞାନରେ ଆମେ ଭଗବାନଙ୍କୁ ସୀମାବଦ୍ଧ କରିବା ଉଚିତ ନୁହେଁ । ସେ କର୍ତୁମକର୍ତୁଂ ଅନ୍ୟଥା କର୍ତୁଂ ସମର୍ଥଃ “ସେ ସମ୍ଭବ, ଅସମ୍ଭବ ସବୁକିଛି କରିପାରିବେ ତଥା ସମ୍ଭବର ଯାହା ବୀପରିତ ତାହା ମଧ୍ୟ କରି ପାରିବେ ।” ସର୍ବଶକ୍ତିମାନ ଭଗବାନଙ୍କ ବିଷୟରେ ତାଙ୍କର ହାତ, ପାଦ ଇତ୍ୟାଦି ରହି ପାରିବନି କହିବା, ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରି ହେବ ।\nକିନ୍ତୁ ଭଗବାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଇନ୍ଦ୍ରିୟ ଦିବ୍ୟ ହୋଇଥିବା ସ୍ଥଳେ ଆମର ସେସବୁ ମାୟିକ ଅଟେ । ମାୟିକ ଏବଂ ଦିବ୍ୟ ମଧ୍ୟରେ ପାର୍ଥକ୍ୟ ଏହା ଯେ ଆମର ଗୋଟିଏ ଲେଖାଏଁ ଅଙ୍ଗ ଥିବା ବେଳେ ଭଗବାନଙ୍କର ଅସଂଖ୍ୟ ହାତ, ପାଦ, ଚକ୍ଷୁ ଇତ୍ୟାଦି ଅଛି । ଆମର ଇନ୍ଦ୍ରିୟ ଶରୀରର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥିବା ବେଳେ ତାଙ୍କର ଇନ୍ଦ୍ରିୟ ସର୍ବତ୍ର ବିଦ୍ୟମାନ । ତେଣୁ ସଂସାରରେ ଯାହାସବୁ ଘଟୁଛି, ଭଗବାନ ସବୁ ଦେଖୁଛନ୍ତି ଏବଂ ସବୁ ଶୁଣୁଛନ୍ତି । ଏହା ଏଥିପାଇଁ ସମ୍ଭବ ହୁଏ କାରଣ ସୃଷ୍ଟିରେ ସେ ଯେପରି ସର୍ବତ୍ର ବ୍ୟାପ୍ତ, ତାଙ୍କର ଚକ୍ଷୁ ଓ କର୍ଣ୍ଣ ମଧ୍ୟ ସର୍ବତ୍ର ଉପସ୍ଥିତ । ଛାନ୍ଦୋଗ୍ୟ ଉପନିଷଦ କହେ! ସର୍ବଂ ଖଲ୍ୱିଦଂ ବ୍ରହ୍ମ (୩.୧୪.୧) “ବ୍ରହ୍ମ ସର୍ବତ୍ର ବିଦ୍ୟମାନ” । ତେଣୁ ସଂସାରରେ ଯେ କୌଣସି ସ୍ଥାନରେ ତାଙ୍କୁ ଭୋଗ ଅର୍ପଣ କଲେ ବି ସେ ଗ୍ରହଣ କରନ୍ତି; ତାଙ୍କ ଭକ୍ତ ଯେଉଁଠାରେ ବି ପ୍ରାର୍ଥନା କଲେ ସେ ଶୁଣନ୍ତି; ଏବଂ ତ୍ରିଭୁବନରେ ଯେଉଁଠି ଯାହା ଘଟେ, ତା’ର ସାକ୍ଷୀ ସେ ଅଟନ୍ତି । ଯଦି ଲକ୍ଷାଧିକ ଭକ୍ତ ଏକ ସମୟରେ ତାଙ୍କୁ ପ୍ରାର୍ଥନା କରନ୍ତି, ସେସବୁକୁ ଗ୍ରହଣ କରିବା ତାଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ ।" }, { "verseTitle": "Bhagavad Gita 13.15", "verse": "15", "chapter": 13, "lang": "or", "shloka": { "speaker": "", "sanskrit": "सर्वेन्द्रियगुणाभासं सर्वेन्द्रियविवर्जितम्।\n\nअसक्तं सर्वभृच्चैव निर्गुणं गुणभोक्तृ च ॥15॥", "text": "ସର୍ବେନ୍ଦ୍ରିୟଗୁଣାଭାସଂ ସର୍ବେନ୍ଦ୍ରିୟବିବର୍ଜିତମ୍ ।\nଅସକ୍ତଂ ସର୍ବଭୃଚ୍ଚୈବ ନିର୍ଗୁଣଂ ଗୁଣଭୋକ୍ତୃ ଚ ।।୧୫।।", "audioLink": "https://www.holy-bhagavad-gita.org/public/audio/013_015.mp3" }, "wordMeanings": "ସର୍ବ-ସମସ୍ତ; ଇନ୍ଦ୍ରିୟ -ଇନ୍ଦ୍ରିୟ; ଗୁଣ -ଇନ୍ଦ୍ରିୟ ବିଷୟ; ଆଭାସଂ- ଦ୍ରଷ୍ଟା; ସର୍ବ- ସମସ୍ତ; ଇନ୍ଦ୍ରିୟ-ଇନ୍ଦ୍ରିୟ; ବିବର୍ଜିତଂ -ରହିତ; ଅସକ୍ତଂ -ଅନାସକ୍ତ; ସର୍ବ-ଭୃତ-ସମସ୍ତଙ୍କର ରକ୍ଷକ;ଚ-ତଥାପି;ଏବ -ନିଶ୍ଚିତଭାବେ; ନିର୍ଗୁଣଂ -ଗୁଣାତୀତ; ଗୁଣଭୋକ୍ତୃ-ଗୁଣଭୋକ୍ତା; ଚ -ମଧ୍ୟ ।", "translation": { "text": "ସମସ୍ତ ଇନ୍ଦ୍ରିୟ ବିଷୟର ଅନୁଭବ କରୁଥିଲେ ମଧ୍ୟ, ସେ ଇନ୍ଦ୍ରିୟ ରହିତ ଅଟନ୍ତି । ତାଙ୍କର କାହା ପ୍ରତି ଆସକ୍ତି ନ ଥାଇ ମଧ୍ୟ ସେ ସମସ୍ତଙ୍କର ରକ୍ଷକ ଅଟନ୍ତି । ଯଦିଓ ସେ ଗୁଣ ରହିତ, ତଥାପି ସେ ମାୟିକ ଗୁଣମାନଙ୍କର ଉପଭୋକ୍ତା ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-15.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.15.mp3" ] }, "commentary": "ଭଗବାନଙ୍କର ଇନ୍ଦ୍ରିୟ ସର୍ବତ୍ର ବିଦ୍ୟମାନ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ସମ୍ପୂର୍ଣ୍ଣ ବିପରୀତ କଥା କହୁଛନ୍ତି ଯେ ସେ ଇନ୍ଦ୍ରିୟ ରହିତ ଅଟନ୍ତି । ଆମେ ଯଦି ଏହାକୁ ସାଧାରଣ ତର୍କ ଦ୍ୱାରା ବୁଝିବାକୁ ଚେଷ୍ଟାକରିବା, ତେବେ ଆମକୁ ତାହା ବିରୋଧାତ୍ମକ ବୋଧ ହେବେ । ଆମ ମନରେ ପ୍ରଶ୍ନ ଉଠିବ, “ଭଗବାନଙ୍କର ଅସଂଖ୍ୟ ଇନ୍ଦ୍ରିୟ ଅଛି, ପୁଣି କୌଣସି ଇନ୍ଦ୍ରିୟ ନାହିଁ କିପରି?” କିନ୍ତୁ ସେ ଆମର ବୁଦ୍ଧିର ଊର୍ଦ୍ଧ୍ୱରେ ଏବଂ ପାରମ୍ପରିକ ତର୍କ ତାଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ । ଭଗବାନ ଏକ ସମୟରେ ଅନେକ ବିରୋଧାତ୍ମକ ଗୁଣ ଧାରଣ କରନ୍ତି । ବ୍ରହ୍ମ ବୈବର୍ତକ ପୁରାଣ କହେ:\nବିରୁଦ୍ଧ ଧର୍ମୋ ରୂପୋସା ବୈଶ୍ୱର୍‌ୟାତ୍ ପୁରୁଷୋତ୍ତମଃ\n“ଭଗବାନ ଅସଂଖ୍ୟ ବିରୋଧି ଗୁଣର ଭଣ୍ଡାର ଅଟନ୍ତି ।” ଏହି ଶ୍ଲୋକରେ ଭଗବାନଙ୍କ ବ୍ୟକ୍ତିତ୍ୱର ଅସଂଖ୍ୟ ବିରୋଧୀ ଗୁଣ ମଧ୍ୟରୁ ଶ୍ରୀକୃଷ୍ଣ କେତୋଟି ଗୁଣର ବର୍ଣ୍ଣନା କରିଛନ୍ତି ।\nଆମ୍ଭମାନଙ୍କ ପରି ତାଙ୍କର ଇନ୍ଦ୍ରିୟ ପାର୍ଥିବ ନୁହେଁ, ଏଣୁ ତାଙ୍କର ଇନ୍ଦ୍ରିୟ ନାହିଁ କହିବା ଯୁକ୍ତିଯୁକ୍ତ ଅଟେ । ସର୍ବେନ୍ଦ୍ରିୟ ବିବର୍ଜିତମ୍ ଅର୍ଥ ସେ ଭୌତିକ ଇନ୍ଦ୍ରିୟ ରହିତ ଅଟନ୍ତି ।” ତାଙ୍କର ଇନ୍ଦ୍ରିୟ ଦିବ୍ୟ ତଥା ତାହା ସର୍ବତ୍ର ବିଦ୍ୟମାନ । ସର୍ବେନ୍ଦ୍ରିୟ ଗୁଣାଭାସଂ ଅର୍ଥ “ସେ ଇନ୍ଦ୍ରିୟମାନଙ୍କର କାର୍ଯ୍ୟ କରନ୍ତି ଏବଂ ଇନ୍ଦ୍ରିୟ ବିଷୟ ଧାରଣ କରନ୍ତି ।” ଉଭୟ ବିରୋଧି ଗୁଣକୁ ସଂଯୁକ୍ତ କରି, ଶ୍ୱେତାଶ୍ୱତର ଉପନିଷଦ କହେ:\nଅପାଣିପାଦୋ ଯବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ...(୩.୧୯)\n“ଭଗବାନ ଭୌତିକ ହସ୍ତ, ପାଦ, ଚକ୍ଷୁ ଏବଂ କର୍ଣ୍ଣ ବିଶିଷ୍ଟ ନୁହନ୍ତି, ତଥାପି ସେ ଧରନ୍ତି, ଚାଲନ୍ତି, ଦେଖନ୍ତି ଏବଂ ଶୁଣନ୍ତି ।”\nପୁଣି ଶ୍ରୀକୃଷ୍ଣ କହୁଛନ୍ତି, ସେ ସୃଷ୍ଟିର ପାଳକ ଅଟନ୍ତି, ତଥାପି ସେ ତାହା ପ୍ରତି ଆସକ୍ତି ରହିତ ଅଟନ୍ତି । ସେ ନିଜର ଭଗବାନ ବିଷ୍ଣୁ ସ୍ୱରୂପରେ ସମସ୍ତ ସୃଷ୍ଟିକୁ ପାଳନ କରନ୍ତି । ସେ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି, ତାଙ୍କ କର୍ମର ହିସାବ ରଖନ୍ତି, ଏବଂ କର୍ମଫଳ ପ୍ରଦାନ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରଭୁତ୍ୱରେ ବିଶ୍ୱର ସୁପରିଚାଳନା ପାଇଁ, ବ୍ରହ୍ମା ଭୌତିକ ବିଜ୍ଞାନର ନିୟମ ସବୁ ସଞ୍ଚାଳନ କରିଥାନ୍ତି । ପୁନଶ୍ଚ, ଭଗବାନ ବିଷ୍ଣୁଙ୍କ ପ୍ରଭୁତ୍ୱରେ, ସ୍ୱର୍ଗର ଦେବତାଗଣ, ଆମର ଜୀବନଧାରଣ ପାଇଁ ଆବଶ୍ୟକ ବାୟୁ, ପୃଥିବୀ, ଜଳ, ବୃଷ୍ଟି ଇତ୍ୟାଦି ପ୍ରଦାନ କରିଥାନ୍ତି । ଅତଏବ, ଭଗବାନ ସମସ୍ତଙ୍କର ପାଳକ ଅଟନ୍ତି । ତଥାପି ସେ ସ୍ୱୟଂସମ୍ପୂର୍ଣ୍ଣ ଅଟନ୍ତି, ତେଣୁ ସମସ୍ତଙ୍କ ପ୍ରତି ଅନାସକ୍ତ ଅଟନ୍ତି । ବେଦ ତାଙ୍କୁ ଆତ୍ମାରାମ କହିଥାଏ, ଅର୍ଥାତ୍ “ଯିଏ ନିଜ ମଧ୍ୟରେ ତୃପ୍ତ ରହନ୍ତି ଏବଂ ସେଥିପାଇଁ କୌଣସି ବାହ୍ୟ ବସ୍ତୁ ଆବଶ୍ୟକ କରନ୍ତି ନାହିଁ” ।\nମାୟାଶକ୍ତି ଭଗବାନଙ୍କର ଅନୁଗତ ଅଟେ ଏବଂ ସେ ତାଙ୍କ ସୁଖ ପାଇଁ ସେବା କାର୍ଯ୍ୟ କରେ । ଏହିରୂପେ ସେ ତିନିଗୁଣର ଉପଭୋକ୍ତା ଅଟନ୍ତି । ତା ସହିତ ସେ ନିର୍ଗୁଣ (ତିନି ଗୁଣର ଊର୍ଦ୍ଧ୍ୱରେ) ମଧ୍ୟ ଅଟନ୍ତି, କାରଣ ଏହି ତିନିଗୁଣ ମାୟିକ ହୋଇଥିବା ସ୍ଥଳେ ସେ ଦିବ୍ୟ ଅଟନ୍ତି ।" }, { "verseTitle": "Bhagavad Gita 13.16", "verse": "16", "chapter": 13, "lang": "or", "shloka": { "speaker": "", "sanskrit": "बहिरन्तश्च भूतानामचरं चरमेव च। \n\nसूक्ष्मत्वात्तदविज्ञेयं दूरस्थं चान्तिके च तत् ॥16॥", "text": "ବହିରନ୍ତଶ୍ଚ ଭୂତାନାମଚରଂ ଚରମେବ ଚ ।\nସୂକ୍ଷ୍ମତ୍ୱାତ୍ ତଦବିଜେ୍ଞୟଂ ଦୂରସ୍ଥଂ ଚାନ୍ତିକେ ଚ ତତ୍ ।।୧୬।।", "audioLink": "https://www.holy-bhagavad-gita.org/public/audio/013_016.mp3" }, "wordMeanings": "ବହିଃ - ବାହାରେ; ଅନ୍ତଃ - ଭିତରେ; ଚ-ଏବଂ; ଭୂତାନାମ୍ - ସମସ୍ତ ଜୀବଙ୍କର; ଅଚରଂ -ଅଚର (ସ୍ଥାବର); ଚରଂ -ଚର(ଜଙ୍ଗମ); ଏବ -ବାସ୍ତବରେ; ଚ -ଏବଂ; ସୂକ୍ଷ୍ମତ୍ୱାତ୍ - ସୂକ୍ଷ୍ମ ହୋଇଥିବାରୁ; ତତ୍ -ତାହା; ଅବିଜେ୍ଞୟଂ -ଅଜେ୍ଞୟ; ଦୂରସ୍ଥଂ -ଅତି ଦୂର; ଚ -ଏବଂ; ଅନ୍ତିକେ- ଅତି ନିକଟ; ଚ -ମଧ୍ୟ; ତତ୍ -ସେ ।", "translation": { "text": "ଚର ଏବଂ ଅଚର ସମସ୍ତ ପ୍ରାଣୀଙ୍କର ବାହ୍ୟ ଏବଂ ଅଭ୍ୟନ୍ତରରେ ସେ ନିବାସ କରନ୍ତି । ସେ ଅତି ସୂକ୍ଷ୍ମ, ତେଣୁ ସେ ବୋଧଗମ୍ୟ ନୁହନ୍ତି । ସେ ଅତି ଦୂରରେ, କିନ୍ତୁ ଅତି ନିକଟରେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-16.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.16.mp3" ] }, "commentary": "ଶ୍ରୀକୃଷ୍ଣ ଏଠାରେ ଯେପରି ବର୍ଣ୍ଣନା କରିଛନ୍ତି, ଠିକ୍ ସେହିପରି ବର୍ଣ୍ଣନା ଗୋଟିଏ ବେଦମନ୍ତ୍ରରେ ରହିଛି:\nତଦ୍ ଏଜତି ତନ୍ ନୈଜତି ତଦ୍‌ଦୂରେ ତଦ୍ୱନ୍ତିକେତଦ୍ ଅନ୍ତର୍ ଅସ୍ୟ ସର୍ବସ୍ୟ ତଦୁସର୍ବସ୍ୟାସ୍ୟ ବାହ୍ୟତଃ (ଈଶୋପନିଷଦ ମନ୍ତ୍ର-୫)\nପରଂ ବ୍ରହ୍ମ ଚାଲନ୍ତି ନାହିଁ, ତଥାପି ସେ ଚାଲନ୍ତି; ସେ ଦୂରରେ ଅଛନ୍ତି କିନ୍ତୁ ନିକଟରେ ମଧ୍ୟ ଅଛନ୍ତି । ସେ ସମସ୍ତ ବସ୍ତୁର ଭିତରେ ଅଛନ୍ତି, କିନ୍ତୁ ସମସ୍ତ ବସ୍ତୁର ବାହାରେ ମଧ୍ୟ ଅଛନ୍ତି ।\nପୂର୍ବରୁ ଶ୍ଲୋକ ୧୩.୩ରେ ଶ୍ରୀକୃଷ୍ଣ କହିଥିଲେ, ଭଗବାନଙ୍କୁ ଜାଣିବା ହିଁ ଜ୍ଞାନ ଅଟେ, କିନ୍ତୁ ଏଠାରେ ସେ କହୁଛନ୍ତି ପରଂବ୍ରହ୍ମ ବୋଧଗମ୍ୟ ନୁହଁନ୍ତି । ଏହା ପୁଣି ଏକ ବିରୋଧାଭାସ ପରି ମନେ ହୁଏ, କିନ୍ତୁ ଭଗବାନ ଏଠାରେ କହିବାକୁ ଚାହୁଁଛନ୍ତି ଯେ, ତାଙ୍କୁ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା ଜାଣି ହେବ ନାହିଁ । ବୁଦ୍ଧି ମାୟିକ ଶକ୍ତି ଦ୍ୱାରା ଗଠିତ, ତେଣୁ ସେ ଦିବ୍ୟ ଭଗବାନଙ୍କୁ ଧାରଣ କରିପାରିବ ନାହିଁ । କିନ୍ତୁ ଭଗବାନ ନିଜେ ଯଦି ତାଙ୍କର କୃପା କୌଣସି ଜୀବକୁ ପ୍ରଦାନ କରନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ତାଙ୍କୁ ଜାଣି ପାରିବ ।" }, { "verseTitle": "Bhagavad Gita 13.17", "verse": "17", "chapter": 13, "lang": "or", "shloka": { "speaker": "", "sanskrit": "अविभक्तं च भूतेषु विभक्तमिव च स्थितम्।\n\nभूतभर्तृ च तज्ज्ञेयं ग्रसिष्णु प्रभविष्णु च ॥17॥", "text": "ଅବିଭକ୍ତଂ ଚ ଭୂତେଷୁ ବିଭକ୍ତମିବ ଚ ସ୍ଥିତମ୍ ।\nଭୂତଭର୍ତୃ ଚ ତଜ୍‌ଜେ୍ଞୟଂ ଗ୍ରସିଷ୍ଣୁ ପ୍ରଭବିଷ୍ଣୁ ଚ ।।୧୭।।", "audioLink": "https://www.holy-bhagavad-gita.org/public/audio/013_017.mp3" }, "wordMeanings": "ଅବିଭକ୍ତଂ - ଅବିଭକ୍ତ; ଚ -ଯଦିଓ; ଭୂତେଷୁ - ପ୍ରତ୍ୟେକ ଜୀବମଧ୍ୟରେ; ବିଭକ୍ତଂ -ବିଭକ୍ତ; ଇବ -ପ୍ରତୀତ; ଚ-ତଥାପି; ସ୍ଥିତଂ-ସ୍ଥିତ; ଭୂତ-ଭର୍ତୃ -ସମସ୍ତ ଜୀବଙ୍କର ପରିପାଳକ; ଚ-ମଧ୍ୟ; ତତ୍‌-ତାହା; ଜେ୍ଞୟଂ -ବୁଝିବାକୁ ହେବ; ଗ୍ରସିଷ୍ଣୁ -ବିଧ୍ୱଂସକ; ପ୍ରଭବିଷ୍ଣୁ - ସ୍ରଷ୍ଟା; ଚ-ଏବଂ ।", "translation": { "text": "ସେ ଅବିଚ୍ଛେଦ୍ୟ, କିନ୍ତୁ ପ୍ରାଣୀମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିଲା ପରି ପ୍ରତୀତ ହୁଅନ୍ତି । ସେହି ପରମ ପୁରୁଷଙ୍କୁ ସମସ୍ତଙ୍କର ପାଳକ, ବିଧ୍ୱଂସକ ଏବଂ ସ୍ରଷ୍ଟା ରୂପରେ ଜାଣ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-17.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.17.mp3" ] }, "commentary": "ଭଗବାନଙ୍କ ବ୍ୟକ୍ତିତ୍ୱରେ ତାଙ୍କର ଅନେକ ଶକ୍ତି ଅନ୍ତର୍ଭୁକ୍ତ । ସମସ୍ତ ପ୍ରକାଶିତ ଏବଂ ଅପ୍ରକାଶିତ ବସ୍ତୁ ତାଙ୍କ ଶକ୍ତିର ରୂପାନ୍ତର ଅଟେ । ତେଣୁ ଆମେ କହି ପାରିବା ସେ ହିଁ ସବୁକିଛି ଅଟନ୍ତି । ଏହି କ୍ରମରେ ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ:\nଦ୍ରବ୍ୟଂ କର୍ମ ଚ କାଳଶ୍ଚ ସ୍ୱଭାବୋ ଜୀବ ଏବ ଚବାସୁଦେବାତ୍ ପରୋ ବ୍ରହ୍ମନ୍ ନ ଚାନ୍ୟୋଽର୍ଥୋଽସ୍ତି ତତ୍ତ୍ୱତଃ । (୨.୫.୧୪)\n“ସୃଷ୍ଟିର ବିଭିନ୍ନ ସ୍ୱରୂପ - ସମୟ, କର୍ମ, ପ୍ରତ୍ୟେକ ପ୍ରାଣୀଙ୍କର ସ୍ୱଭାବ ଏବଂ ସୃଷ୍ଟିର ସମସ୍ତ ଭୌତିକ ଉପାଦାନ - ସବୁକିଛି ପରମେଶ୍ୱର ଶ୍ରୀକୃଷ୍ଣ ନିଜେ ହିଁ ଅଟନ୍ତି । ତାଙ୍କ ବ୍ୟତୀତ ଅନ୍ୟ କିଛିର ଅସ୍ତିତ୍ୱ ନାହିଁ ।\nସୃଷ୍ଟିର ବସ୍ତୁ ସମୁହରେ ଭଗବାନ ବିଭକ୍ତ ହୋଇଥିବା ପରି ମନେ ହୁଅନ୍ତି, କିନ୍ତୁ ସେ ନିଜେ ସବୁକିଛି ହୋଇଥିବାରୁ, ସେ ଅବିଭକ୍ତ ମଧ୍ୟ ରହନ୍ତି । ଉଦାହରଣ ସ୍ୱରୂପ, ଆକାଶ, ତାହା ଧାରଣ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିବା ପରି ମନେ ହୁଏ । ତଥାପି ସମସ୍ତ ବସ୍ତୁ ଗୋଟିଏ ସତ୍ତା ମଧ୍ୟରେ ରହିଛନ୍ତି, ଯାହାକୁ ଆକାଶ କୁହାଯାଏ, ଯାହା ସୃଷ୍ଟିର ପ୍ରାରମ୍ଭରେ ପ୍ରକଟିତ ହୋଇଥିଲା । ସେହିପରି ପୋଖରୀ ଜଳରେ ସୂର୍ଯ୍ୟ ରଶ୍ମିର ପ୍ରତିଫଳନ ବିଭକ୍ତ ହେବା ପରି ବୋଧ ହୁଏ, କିନ୍ତୁ ସୂର୍ଯ୍ୟ ଅବିଭକ୍ତ ରହିଥା’ନ୍ତି ।\nଯେପରି ସାଗର ତରଙ୍ଗ ସୃଷ୍ଟି କରି ପୁନର୍ବାର ତାକୁ ନିଜ ମଧ୍ୟରେ ସମାହିତ କରିନିଏ, ସେହିପରି ଭଗବାନ ସଂସାର ସୃଷ୍ଟି କରନ୍ତି, ତାର ପ୍ରତିପୋଷଣ କରନ୍ତି ଏବଂ ତାପରେ ନିଜ ମଧ୍ୟରେ ତାହାର ବିଲୟ କରିଦିଅନ୍ତି । ତେଣୁ ସେ ଏକଧାରାରେ ସମସ୍ତଙ୍କର ସ୍ରଷ୍ଟା, ପାଳକ ଏବଂ ବିଧ୍ୱଂସକ ଅଟନ୍ତି ।" }, { "verseTitle": "Bhagavad Gita 13.18", "verse": "18", "chapter": 13, "lang": "or", "shloka": { "speaker": "", "sanskrit": "ज्योतिषामपि तज्ज्योतिस्तमसः परमुच्यते ।\n\nज्ञानं ज्ञेयं ज्ञानगम्यं हृदि सर्वस्य विष्ठितम् ॥18॥", "text": "ଜ୍ୟୋତିଷାମପି ତଜ୍ଜ୍ୟୋତିସ୍ତମସଃ ପରମୁଚ୍ୟତେ ।\nଜ୍ଞାନଂ ଜେ୍ଞୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତମ୍ ।।୧୮।।", "audioLink": "https://www.holy-bhagavad-gita.org/public/audio/013_018.mp3" }, "wordMeanings": "ଜ୍ୟୋତିଷାଂ -ଜ୍ୟୋତିଷ୍କମାନଙ୍କରେ; ଅପି-ମଧ୍ୟ; ତତ୍ -ତାହା; ଜ୍ୟୋତିଃ- ଆଲୋକର ଉତ୍ସ; ତମସଃ - ଅନ୍ଧକାରର; ପରଂ-ଊର୍ଦ୍ଧ୍ୱରେ; ଉଚ୍ୟତେ - କୁହାଯାଏ; ଜ୍ଞାନଂ-ଜ୍ଞାନ; ଜେ୍ଞୟଂ -ଜ୍ଞାନର ବିଷୟ; ଜ୍ଞାନ-ଗମ୍ୟଂ -ଜ୍ଞାନର ଲକ୍ଷ୍ୟ; ହୃଦି -ହୃଦୟରେ; ସର୍ବସ୍ୟ -ସମସ୍ତଙ୍କର; ବିଷ୍ଠିତମ୍ -ନିବାସ କରନ୍ତି ।", "translation": { "text": "ସେ ସମସ୍ତ ଉଜ୍ଜ୍ୱଳ ବସ୍ତୁର ଆଲୋକର ଉତ୍ସ ଅଟନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ସେ ଜ୍ଞାନ, ଜ୍ଞାନର ବିଷୟ ଏବଂ ଜ୍ଞାନର ଲକ୍ଷ୍ୟ ଅଟନ୍ତି । ସେ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-18.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.18.mp3" ] }, "commentary": "ଏଠାରେ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାରରେ ଭଗବାନଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ସୂର୍ଯ୍ୟ, ଚନ୍ଦ୍ର, ତାରକା, ଅଗ୍ନି ଏବଂ ଅଳଙ୍କାର ଆଦି ବିଭିନ୍ନ ପ୍ରକାରର ଉଜ୍ଜ୍ୱଳ ବସ୍ତୁ ରହିଛି । କିନ୍ତୁ ଆଲୋକିତ କରିବାର ଶକ୍ତି କାହାର ମଧ୍ୟ ନାହିଁ । ଯେତେବେଳେ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତି, ସେତେବେଳେ ହିଁ ସେମାନେ କୌଣସି ବସ୍ତୁକୁ ଆଲୋକିତ କରିପାରନ୍ତି । ବେଦ କହେ:\nତମେବ ଭାନ୍ତମନୁଭାତି ସର୍ବଂ ତସ୍ୟ ଭାସା ସର୍ବମିଦଂ ବିଭାତି (କଠୋପନିଷଦ ୨.୨.୧୫)\n“ଭଗବାନ ସମସ୍ତ ବସ୍ତୁକୁ ଜ୍ୟୋତିର୍ମୟ କରିଦିଅନ୍ତି । ସେ ତାଙ୍କର ଜ୍ୟୋତିରେ ସମସ୍ତ ଜ୍ୟୋତିର୍ମୟ ବସ୍ତୁକୁ ଆଲୋକ ପ୍ରଦାନ କରନ୍ତି ।\nସୂର୍ଯ୍ୟସ୍ତପତି ତେଜସେନ୍ଦ୍ରଃ (ବେଦ)\n“ତାଙ୍କର ଜ୍ୟୋତି ଦ୍ୱାରା, ସୂର୍ଯ୍ୟ ଓ ଚନ୍ଦ୍ର ଜ୍ୟୋତିର୍ମୟ ହୋଇଥାନ୍ତି ।” ଭିନ୍ନ ଶବ୍ଦରେ, ସୂର୍ଯ୍ୟ ଏବଂ ଚନ୍ଦ୍ର ନିଜର ପ୍ରକାଶ ଭଗବାନଙ୍କଠାରୁ ପ୍ରାପ୍ତ କରିଥାଆନ୍ତି । ସେମାନେ ଦିନେ ତାଙ୍କର ଉଜ୍ଜ୍ୱଳତା ହରାଇ ପାରନ୍ତି, କିନ୍ତୁ ଭଗବାନ ତାହା କେବେ ବି ହରାନ୍ତି ନାହିଁ ।\nଭଗବାନଙ୍କର ତିନୋଟି ବିଶିଷ୍ଟ ନାମ ରହିଛି: ବେଦ-କୃତ୍‌, ବେଦ-ବିତ୍ ଏବଂ ବେଦ-ବେଦ୍ୟ । ସେ ବେଦ-କୃତ୍ ଅଟନ୍ତି ଅର୍ଥାତ୍ “ଯିଏ ବେଦକୁ ପ୍ରକଟ କରନ୍ତି ।” ସେ ବେଦ୍‌-ବିତ୍‌, ଅର୍ଥାତ୍ “ଯିଏ ବେଦକୁ ଜାଣନ୍ତି ।” ସେ ମଧ୍ୟ ବେଦବେଦ୍ୟ ଅଟନ୍ତି, ଅର୍ଥାତ୍ “ଯାହାକୁ ବେଦ ଦ୍ୱାରା ଜାଣିହେବ ।” ଏହିପରି ଭାବରେ, ପରମ ପୁୁରୁଷଙ୍କୁ ଶ୍ରୀକୃଷ୍ଣ ଜେ୍ଞୟ (ଜାଣିବା ଯୋଗ୍ୟ ବିଷୟ), ଜ୍ଞାନ-ଗମ୍ୟ (ସମସ୍ତ ଜ୍ଞାନର ଲକ୍ଷ୍ୟ) ଏବଂ ଜ୍ଞାନ (ପ୍ରକୃତ ଜ୍ଞାନ) ଭାବରେ ବର୍ଣ୍ଣନା କରିଛନ୍ତି ।" }, { "verseTitle": "Bhagavad Gita 13.19", "verse": "19", "chapter": 13, "lang": "or", "shloka": { "speaker": "", "sanskrit": "इति क्षेत्रं तथा ज्ञानं ज्ञेयं चोक्तं समासतः ।\n\nमद्भक्त एतद्विज्ञाय मद्भावायोपपद्यते ॥19॥", "text": "ଇତି କ୍ଷେତ୍ରଂ ତଥା ଜ୍ଞାନଂ ଜେ୍ଞୟଂ ଚୋକ୍ତଂ ସମାସତଃ ।\nମଦ୍‌ଭକ୍ତ ଏତଦ୍‌ବିଜ୍ଞାୟ ମଦ୍‌ଭାବାୟୋପପଦ୍ୟତେ ।।୧୯।।", "audioLink": "https://www.holy-bhagavad-gita.org/public/audio/013_019.mp3" }, "wordMeanings": "ଇତି - ଏହିପରି; କ୍ଷେତ୍ରଂ - କ୍ଷେତ୍ର (ଶରୀର); ତଥା-ଏବଂ; ଜ୍ଞାନଂ -ଜ୍ଞାନ; ଜେ୍ଞୟଂ -ଜେ୍ଞୟ (ଜ୍ଞାତବ୍ୟ ବିଷୟ); ଚ-ଏବଂ; ଉକ୍ତଂ -ବର୍ଣ୍ଣନା କରାଗଲା; ସମାସତଃ - ସଂକ୍ଷେପରେ; ମତ୍‌-ଭକ୍ତଃ - ମୋର ଭକ୍ତ; ଏତତ୍‌-ଏସବୁ; ବିଜ୍ଞାୟ -ବୁଝି; ମତ୍‌-ଭାବାୟ -ମୋର ଦିବ୍ୟ ସ୍ୱରୂପ; ଉପପଦ୍ୟତେ -ପ୍ରାପ୍ତ ହୁଏ ।", "translation": { "text": "କ୍ଷେତ୍ରର ସ୍ୱରୂପ, ଜ୍ଞାନର ଅର୍ଥ ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧରେ ମୁଁ ତୁମକୁ କହିଲି । କେବଳ ମୋର ଭକ୍ତମାନେ ଏହାକୁ ବାସ୍ତବରେ ବୁଝିପାରନ୍ତି ଏବଂ ତଦ୍ୱାରା ସେମାନେ ମୋର ଦିବ୍ୟଗୁଣ ପ୍ରାପ୍ତ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-19.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.19.mp3" ] }, "commentary": "ବର୍ତ୍ତମାନ ଶ୍ରୀକୃଷ୍ଣ କ୍ଷେତ୍ର ଏବଂ ଜ୍ଞାନ ବିଷୟରେ ଜାଣିବାର ଫଳ ବର୍ଣ୍ଣନା କରି କ୍ଷେତ୍ର ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧୀୟ ତାଙ୍କର ବକ୍ତବ୍ୟ ଶେଷ କରୁଛନ୍ତି । କିନ୍ତୁ ପୁଣିଥରେ ସେ ଭକ୍ତିର ମହତ୍ୱକୁ ପ୍ରକାଶିତ କରିବାକୁ ଉପଯୁକ୍ତ ମନେ କରିଛନ୍ତି ଏବଂ କହୁଛନ୍ତି ଯେ କେବଳ ମୋର ଭକ୍ତମାନେ ହିଁ ପ୍ରକୃତରେ ଏହି ଜ୍ଞାନକୁ ବୁଝିପାରିବେ । ଯେଉଁମାନେ ଭକ୍ତି ରହିତ ହୋଇ କର୍ମ, ଜ୍ଞାନ, ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ସାଧନା କରନ୍ତି, ସେମାନେ ଭଗବଦ୍ ଗୀତାର ସାରମର୍ମ ବୁଝିପାରିବେ ନାହିଁ । ଭଗବାନଙ୍କର ଜ୍ଞାନ ପ୍ରାପ୍ତ କରିବା ପାଇଁ ଅନୁସୃତ ସମସ୍ତ ମାର୍ଗରେ ଭକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ଅଟେ ।\nଜଗଦ୍‌ଗୁୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହାକୁ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି:\nଯୋ ହରି ସେବା ହେତୁ ହୋ, ସୋଈ କର୍ମ ବଖାନ ।ଯୋ ହରି ଭଗତି ବଢ଼ାବେ, ସୋଈ ସମୁଝିୟ ଜ୍ଞାନ ।ା (ଭକ୍ତିଶତକ ୬୬)\n“ଯେଉଁ କର୍ମ ଭଗବାନଙ୍କ ଭକ୍ତି ସହିତ କରାଯାଏ, ତାହା ହିଁ ପ୍ରକୃତି କର୍ମ ଏବଂ ଯେଉଁ ଜ୍ଞାନ ଭଗବାନଙ୍କ ପ୍ରତି ଭକ୍ତି ବୃଦ୍ଧି କରାଏ, ତାହା ହିଁ ପ୍ରକୃତ ଜ୍ଞାନ ଅଟେ ।”\nଭକ୍ତି କେବଳ ଭଗବାନଙ୍କୁ ଜାଣିବାକୁ ସାହାଯ୍ୟ କରେ ନାହିଁ, ଏହା ଭକ୍ତକୁ ଭଗବାନଙ୍କ ସଦୃଶ କରିଦିଏ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଭକ୍ତମାନେ ତାଙ୍କର ଗୁଣ ପ୍ରାପ୍ତ କରନ୍ତି । ଏହା ବୈଦିକ ଶାସ୍ତ୍ରମାନଙ୍କରେ ବାରମ୍ବାର ଉଲ୍ଲେଖ କରାଯାଇଛି । ବେଦ କହେ;\nଭକ୍ତିରେବୈନଂ ନୟତି ଭକ୍ତିରେବୈନଂ ପଶ୍ୟତି ଭକ୍ତିରେବୈନଂଦର୍ଶୟତି ଭକ୍ତିବଶଃ ପୁରୁଷୋ ଭକ୍ତିରେବ ଭୂୟସୀ । (ମାଥର ଶ୍ରୁତି)\n“ଭକ୍ତି ହିଁ କେବଳ ଆମକୁ ଭଗବାନଙ୍କ ପାଖକୁ ନେଇପାରିବ । ଭକ୍ତି ହିଁ କେବଳ ଆମକୁ ଭଗବାନଙ୍କର ଦର୍ଶନ କରାଇବ । ଭକ୍ତି ହିଁ ଆମକୁ ଭଗବାନଙ୍କ ସମ୍ମୁଖକୁ ନେଇଯିବ । ଭଗବାନ ଭକ୍ତିର ଅଧୀନ ଅଟନ୍ତି, ତେଣୁ ଅନନ୍ୟ ଭକ୍ତି କର ।” ପୁଣି ମୁଣ୍ଡକୋପନିଷଦ ବର୍ଣ୍ଣନା କରୁଛି:\nଉପାସତେ ପୁରୁଷଂ ଯେ ହ୍ୟକାମାସ୍ତେ ଶୁକ୍ରମେତଦତିବର୍ତନ୍ତି ଧୀରାଃ (୩.୨.୧)\n“ଯେଉଁମାନେ ପରମ ପୁରୁଷ ଭଗବାନଙ୍କର ଭକ୍ତି କରନ୍ତି ଏବଂ ସମସ୍ତ ଭୌତିକ କାମନା ତ୍ୟାଗ କରନ୍ତି, ସେମାନେ ଜନ୍ମ ମୃତ୍ୟୁର ଚକ୍ରରୁ ଉଦ୍ଧାର ହୋଇଯାନ୍ତି ।” ଶ୍ୱେତାଶ୍ୱତର ଉପନିଷଦ କହୁଛି:\nଯସ୍ୟ ଦେବେ ପରା ଭକ୍ତିର୍ଯଥା ଦେବେ ତଥା ଗୁରୌତସ୍ୟୈତେ କଥିତା ହ୍ୟର୍ଥା ପ୍ରକାଶନ୍ତେ ମହାତ୍ମନଃ (୬.୨୩)\n“ଯେଉଁମାନଙ୍କର ଭଗବାନଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଅଛି ଏବଂ ତାଦୃଶ ଭକ୍ତି ଗୁରୁଙ୍କ ପ୍ରତି ମଧ୍ୟ ଅଛି, ଈଶ୍ୱରଙ୍କ କୃପାରୁ ତାଙ୍କ ହୃଦୟରେ ବେଦ ଶାସ୍ତ୍ରର ଗୁଢ଼ତତ୍ତ୍ୱ ସ୍ୱତଃ ପ୍ରକାଶିତ ହୋଇଥାଏ । ଅନ୍ୟାନ୍ୟ ବେଦ ଶାସ୍ତ୍ର ମଧ୍ୟ ଦୃଢ଼ତାର ସହିତ ଏହାକୁ ସମର୍ଥନ କରନ୍ତି:\nନ ସାଧୟତି ମାଂ ଯୋଗୋ ନ ସାଂଖ୍ୟଂ ଧର୍ମ ଉଦ୍ଧବନ ସ୍ୱାଧ୍ୟାୟସ୍ତପସ୍ତ୍ୟାଗୋ ଯଥା ଭକ୍ତିର୍ ମମୋର୍ଜିତା (ଭାଗବତମ୍ ୧୧.୧୪.୨୦)\nଶ୍ରୀକୃଷ୍ଣ କହୁଛନ୍ତି : “ହେ ଉଦ୍ଧବ! ଅଷ୍ଟାଙ୍ଗ ଯୋଗ, ସାଂଖ୍ୟ ଅଧ୍ୟୟନ, ଆଧ୍ୟାତ୍ମିକ ଜ୍ଞାନ ଆହରଣ, ସଂଯମ କିମ୍ବା ବୈରାଗ୍ୟ ଦ୍ୱାରା ମୁଁ ପ୍ରାପ୍ତ ହୁଏ ନାହିଁ । କେବଳ ଭକ୍ତି ହିଁ ମୋତେ ଜୟ କରିଥାଏ ।” ଭାଗବତ୍ ଗୀତାରେ ଶ୍ରୀକୃଷ୍ଣ ଏହାକୁ ଶ୍ଲୋକ ୮.୨୨, ୧୧.୫୪ ଇତ୍ୟାଦିରେ ବାରମ୍ବାର ପ୍ରକାଶ କରିଛନ୍ତି । ଶ୍ଲୋକ ୧୮.୫୫ରେ ସେ କହିଛନ୍ତି: “କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ଜଣେ ବ୍ୟକ୍ତି ମୋତେ ମୋର ବାସ୍ତବ ସ୍ୱରୂପରେ ଜାଣିପାରିବ । ଭକ୍ତିଦ୍ୱାରା ମୋର ବ୍ୟକ୍ତିତ୍ୱକୁ ଜାଣି ସେ ମୋର ଦିବ୍ୟ ଜଗତରେ ପ୍ରବେଶ କରିବେ । ରାମାୟଣ ମଧ୍ୟ କହେ:\nରାମହି କେବଳ ପ୍ରେମୁ ପିଆରା, ଜାନି ଲେଉ ଜୋ ଜାନନିହାରା\n“ପରମ ପୁରୁଷ ରାମ କେବଳ ଭକ୍ତି ଦ୍ୱାରା ହିଁ ପ୍ରାପ୍ତ ହୁଅନ୍ତି । ଯେଉଁମାନେ ଜାଣିବାକୁ ଚାହାଁନ୍ତି, ଏହି ସତ୍ୟ ଜାଣି ରଖନ୍ତୁ ।” ବାସ୍ତବରେ, ଏହି ନିୟମକୁ ଅନ୍ୟ ଧାର୍ମିକ ପ୍ରଥା ମାନଙ୍କରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଇହୁଦୀ ତୋରହରେ ଲେଖା ହୋଇଛି: “ତୁମେ ନିଜର ପ୍ରଭୁ ଭଗବାନଙ୍କୁ, ତୁମର ପୂର୍ଣ୍ଣ ହୃଦୟର ସହିତ, ତୁମର ପୂର୍ଣ୍ଣ ଆତ୍ମା ସହିତ, ଏବଂ ତୁମର ପୂର୍ଣ୍ଣ ସାମର୍ଥ୍ୟରେ ଭଲ ପାଇବା ଆବଶ୍ୟକ । (ଡ଼େଉଟେରୋନୋମି ୬.୫) । ନଜରେଥ୍‌ର ଯୀଶୁ ଖ୍ରୀଷ୍ଟିୟାନ୍ ନୂତନ ଟେଷ୍ଟାମେଣ୍ଟରେ ଏହି ନିର୍ଦ୍ଦେଶନାମାର ପୁନରାବୃତ୍ତି କରି କହୁଛନ୍ତି ଯେ ସର୍ବାଧିକ ମହତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଭାବରେ ଏହାର ଅନୁସରଣ ସର୍ବାଦୌ କରାଯିବା ଉଚିତ୍ । (ମାର୍କ ୧୨.୩୦)\nଗୁରୁ ଗ୍ରନ୍ଥ ସାହେବ କହେ:\nହରି ସମ ଜଗ ମହଁ ବସ୍ତୁ ନହିଁ, ପ୍ରେମ ପନ୍ଥ ସୋଁ ପନ୍ଥସଦ୍‌ଗୁରୁ ସମ ସଜ୍ଜନ ନହୀଁ, ଗୀତା ସମ ନହିଁ ଗ୍ରନ୍ଥ\n“ଭଗବାନଙ୍କ ପରି କୌଣସି ବ୍ୟକ୍ତିତ୍ୱ ନାହାଁନ୍ତି; ଭକ୍ତି ମାର୍ଗ ପରି ମାର୍ଗ ନାହିଁ; ଗୁରୁଙ୍କ ପରି କୌଣସି ସଜ୍ଜନ ନାହାଁନ୍ତି ଏବଂ ଗୀତା ସଦୃଶ କୌଣସି ଶାସ୍ତ୍ର ନାହିଁ ।”" }, { "verseTitle": "Bhagavad Gita 13.20", "verse": "20", "chapter": 13, "lang": "or", "shloka": { "speaker": "", "sanskrit": "प्रकृतिं पुरुषं चैव विद्ध्यनादी उभावपि ।\n\nविकारांश्च गुणांश्चैव विद्धि प्रकृतिसम्भवान् ॥20॥", "text": "ପ୍ରକୃତିଂ ପୁରୁଷଂଚୈବ ବିଦ୍ଧ୍ୟନାଦୀ ଉଭାବପି ।\nବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତିସମ୍ଭବାନ ।।୨୦।।", "audioLink": "https://www.holy-bhagavad-gita.org/public/audio/013_020.mp3" }, "wordMeanings": "ପ୍ରକୃତିଂ -ଭୂତପ୍ରକୃତି; ପୁରୁଷଂ -ଜୀବାତ୍ମା; ଚ-ଏବଂ; ଏବ-ନିଶ୍ଚିତଭାବେ; ବିଦ୍ଧି -ଜାଣ; ଅନାଦି -ଅନାଦି; ଉଭୌ -ଉଭୟ; ଅପି -ମଧ୍ୟ; ବିକାରାନ୍ - ରୂପାନ୍ତର; ଚ-ମଧ୍ୟ; ଗୁଣାନ୍ - ତ୍ରିଗୁଣ; ଚ -ଏବଂ; ଏବ-ନିଶ୍ଚିତଭାବେ; ବିଦ୍ଧି - ଜାଣ; ପ୍ରକୃତି -ମାୟା; ସମ୍ଭବାନ୍ -ଜାତ ।", "translation": { "text": "ଏହା ଜାଣ ଯେ, ପ୍ରକୃତି (ମାୟା) ଏବଂ ପୁରୁଷ (ଜୀବାତ୍ମା) ଉଭୟଙ୍କର ପ୍ରାରମ୍ଭ ନାହିଁ । ଆହୁରି ମଧ୍ୟ ଜାଣ ଯେ, ଶରୀର ତଥା ପ୍ରକୃତିର ତିନିଗୁଣର ସମସ୍ତ ପରିବର୍ତ୍ତନ ମାୟା ଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-20.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.20.mp3" ] }, "commentary": "ଭୌତିକ ଗୁଣକୁ ମାୟା ବା ପ୍ରକୃତି କୁହାଯାଏ । ଏହା ଭଗବାନଙ୍କର ଏକ ଶକ୍ତି ହୋଇଥିବା ଦୃଷ୍ଟିରୁ, ସେ ଯେଉଁଦିନଠାରୁ ଅଛନ୍ତି, ଏହା ମଧ୍ୟ ସେହିଦିନଠାରୁ ଅଛି; ଅନ୍ୟ ଅର୍ଥରେ ଏହା ଚିରନ୍ତନ ଅଟେ । ଆତ୍ମା ମଧ୍ୟ ଚିରନ୍ତନ ଏବଂ ତାକୁ ପୁରୁଷ (ଜୀବ ତତ୍ତ୍ୱ) କୁହାଯାଏ, ଏବଂ ଭଗବାନଙ୍କୁ ପରମ ପୁରୁଷ (ପରମ ଜୀବ ତତ୍ତ୍ୱ) କୁହାଯାଏ ।\nଆତ୍ମା ମଧ୍ୟ ଭଗବାନଙ୍କ ଶକ୍ତିର ବିସ୍ତାର ଅଟେ । ଶକ୍ତିତ୍ୱେନୈବାଂଶତ୍ୱଂ ବ୍ୟଞ୍ଜୟନ୍ତି (ପରମାତ୍ମ ସନ୍ଦର୍ଭ ୩୯) “ଆତ୍ମା ଭଗବାନଙ୍କ ଜୀବଶକ୍ତି (ଆତ୍ମା ଶକ୍ତି)ର ଅଂଶ ଅଟେ ।” ମାୟାଶକ୍ତି ଏକ ଜଡ଼ ଶକ୍ତି ହୋଇଥିବା ବେଳେ ଜୀବ ଶକ୍ତି ଚୈତନ୍ୟ ଶକ୍ତି ଅଟେ । ଏହା ଦିବ୍ୟ ଏବଂ ଅପରିବର୍ତ୍ତନୀୟ ଅଟେ । ଏହା ବିଭିନ୍ନ ଜନ୍ମରେ ତଥା ପ୍ରତି ଜନ୍ମର ବିଭିନ୍ନ ସୋପାନରେ ଅପରିବର୍ତ୍ତିତ ରହେ । ଗୋଟିଏ ଜନ୍ମରେ ଛଅଟି ସୋପାନ ଦେଇ ଶରୀର ଗତି କରେ: ଅସ୍ଥି (ଗର୍ଭରେ ସ୍ଥିତ ହେବା), ଜାୟତେ (ଜନ୍ମ), ବର୍ଦ୍ଧତେ (ବୃଦ୍ଧି), ବିପରିଣମତେ (ପ୍ରଜନନ), ଅପକ୍ଷୀୟତେ (କ୍ଷୟ), ବିନଶ୍ୟତି (ମୃତ୍ୟୁ) । ଶରୀରର ଏହି ପରିିବର୍ତ୍ତନ ପ୍ରକୃତି ବା ମାୟା କୁହାଯାଉଥିବା ମାୟାଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ । ଏହା ମାୟାର ତିନିଗୁଣ ସତ୍ତ୍ୱ, ରଜ, ଏବଂ ତମ ତଥା ସେମାନଙ୍କର ମିଶ୍ରଣ ଜନିତ ଅନେକ ପ୍ରକାରର ଗୁଣ ଉତ୍ପନ୍ନ କରେ ।" }, { "verseTitle": "Bhagavad Gita 13.21", "verse": "21", "chapter": 13, "lang": "or", "shloka": { "speaker": "", "sanskrit": "कार्यकारणकर्तृत्वे हेतुः प्रकृतिरुच्यते।\n\nपुरुषः सुखदुःखानां भोक्तृत्वे हेतुरुच्यते ॥21॥", "text": "କାର୍ଯ୍ୟକାରଣକର୍ତୃତ୍ୱେ ହେତୁଃ ପ୍ରକୃତିରୁଚ୍ୟତେ ।\nପୁରୁଷଃ ସୁଖଦୁଃଖାନାଂ ଭୋକ୍ତୃତ୍ୱେ ହେତୁରୁଚ୍ୟତେ ।।୨୧।।", "audioLink": "https://www.holy-bhagavad-gita.org/public/audio/013_021.mp3" }, "wordMeanings": "କାର୍ଯ୍ୟ-କାର୍ଯ୍ୟ; କାରଣ -କାରଣ, କର୍ତୃତ୍ୱେ- ସୃଷ୍ଟି ସମ୍ପର୍କରେ; ହେତୁଃ -ମାଧ୍ୟମ; ପ୍ରକୃତିଃ - ଭୂତପ୍ରକୃତି; ଉଚ୍ୟତେ - କୁହାଯାଏ; ପୁରୁଷଃ -ଜୀବ; ସୁଖଦୁଃଖାନାଂ -ସୁଖ ଏବଂ ଦୁଃଖର; ଭୋକ୍ତୃତ୍ୱେ - ଭୋଗ କରିବାରେ; ହେତୁଃ -କାରଣ; ଉଚ୍ୟତେ - କୁହାଯାଏ ।", "translation": { "text": "ମାୟାଶକ୍ତି ସୃଷ୍ଟି ସମ୍ବନ୍ଧୀୟ କାରଣ ଓ ପରିଣାମ ପାଇଁ ଦାୟୀ ରହେ । ସୁଖ ଓ ଦୁଃଖର ଅନୁଭୂତି ପାଇଁ ଜୀବାତ୍ମା ଦାୟୀ ବିବେଚିତ ହୁଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-21.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.21.mp3" ] }, "commentary": "ବ୍ରହ୍ମାଙ୍କ ନିର୍ଦ୍ଦେଶରେ ମାୟାଶକ୍ତି ସୃଷ୍ଟିର ବିଭିନ୍ନ ଉପାଦାନ ତଥା ପ୍ରାଣୀ ଜଗତର ସୃଷ୍ଟି କରିଥାଏ । ମହାଯୋଜନା ବ୍ରହ୍ମା ପ୍ରସ୍ତୁତ କରନ୍ତି ଏବଂ ମାୟାଶକ୍ତି ଏହାକୁ କାର୍ଯ୍ୟାନ୍ୱିତ କରେ । ବେଦ କହେ ସଂସାରରେ ୮୪ ଲକ୍ଷ ପ୍ରକାରର ଯୋନି ଅଛନ୍ତି । ଏହିସବୁ ଶାରୀରିକ ରୂପ, ମାୟାଶକ୍ତିର ରୂପାନ୍ତର ଅଟେ, ଏବଂ ମାୟାଶକ୍ତି ସଂସାରର ସମସ୍ତ କାରଣ ଓ ପରିଣାମ ପାଇଁ ଦାୟୀ ଅଟେ ।\nଆତ୍ମା ତାର ପୂର୍ବ କର୍ମ ଅନୁସାରେ ଗୋଟିଏ ଶରୀର ପାଇଥାଏ ଏବଂ ଶରୀର, ମନ ଏବଂ ବୁଦ୍ଧି ସହିତ ତାଦାତ୍ମ୍ୟ ସ୍ଥାପିତ କରିଥାଏ । ତେଣୁ ସେ ଶରୀରସ୍ଥ ଇନ୍ଦ୍ରିୟ ମାନଙ୍କର ସୁଖ ଖୋଜିଥାଏ । ଯେତେବେଳେ ଇନ୍ଦ୍ରିୟ ଗୁଡ଼ିକର ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସହିତ ସଂଯୋଗ ହୋଇଥାଏ, ମନକୁ ସୁଖଦ ଅନୁଭୂତି ହୋଇଥାଏ, ଯେହେତୁ ଆତ୍ମା ନିଜକୁ ମନ ମନେ କରିଥାଏ ଏବଂ କାଳ୍ପନିକ ଭାବରେ ସେହି ସୁଖଦ ଅନୁଭୂତିକୁ ଉପଭୋଗ କରିଥାଏ । ଆତ୍ମା ଏହିପରି ଭାବରେ ଇନ୍ଦ୍ରିୟ, ମନ ଓ ବୁଦ୍ଧି ମାଧ୍ୟମରେ ସୁଖ ଦୁଃଖର ଅନୁଭବ କରିଥାଏ । ଏହାକୁ ଏକ ସ୍ୱପ୍ନାବସ୍ଥା ସହ ତୁଳନା କରାଯାଇପାରେ:\nଏହି ବିଧି ଜଗ ହରି ଆଶ୍ରିତ ରହଈ, ଯଦପି ଅସତ୍ୟ ଦେତ ଦୁଖ ଅହଈ (ରାମାୟଣ)\nଜ୍ୟୋଁ ସପନେଁ ସିର କାଟଇ କୋଈ, ବିନୁ ଜାଗେଁ ନ ଦୂରି ଦୁଖ ହୋଈ (ରାମାୟଣ)\n“ଭଗବାନଙ୍କ ଦ୍ୱାର ସଂସାର ସଂରକ୍ଷିତ ଅଛି । ଏହା ଭ୍ରମ ଉତ୍ପନ୍ନ କରେ, ଯାହା ଅବାସ୍ତବ ହୋଇଥିଲେ ବି ଆତ୍ମାକୁ କଷ୍ଟ ଦେଇଥାଏ । ସ୍ୱପ୍ନରେ କେହି ଜଣେ ଯଦି ଦେଖନ୍ତି ତାଙ୍କର ମୁଣ୍ଡ କଟିଯାଇଛି, ସେ ସ୍ୱପ୍ନ ଦେଖ୍‌ô ଉଠିବା ପର୍ଯ୍ୟନ୍ତ ସେହି କଷ୍ଟ ଅନୁଭବ କରିଥାଆନ୍ତି ।” ନିଜକୁ ଶରୀର ସହିତ ତାଦାତ୍ମ୍ୟ କରିବାର ଏହି ସ୍ୱପ୍ନାବସ୍ଥାରେ, ଆତ୍ମା ନିଜର ଅତୀତ ତଥା ଏହି ଜନ୍ମର କର୍ମ ଅନୁସାରେ ସୁଖ ଓ ଦୁଃଖ ଅନୁଭବ କରେ । ଫଳ ସ୍ୱରୂପ, ଉଭୟ ପ୍ରକାରର ଅନୁଭୂତି ପାଇଁ ସେ ଦାୟୀ ହୋଇଥାଏ ।" }, { "verseTitle": "Bhagavad Gita 13.22", "verse": "22", "chapter": 13, "lang": "or", "shloka": { "speaker": "", "sanskrit": "पुरुषः प्रकृतिस्थो हि भुङ्क्ते प्रकृतिजान्गुणान्।\n\nकारणं गुणसङ्गोऽस्य सदसद्योनिजन्मसु ॥22॥", "text": "ପୁରୁଷଃ ପ୍ରକୃତିସ୍ଥୋ ହି ଭୁଙ୍‌କ୍ତେ ପ୍ରକୃତିଜାନ୍‌ଗୁଣାନ୍ ।\nକାରଣଂ ଗୁଣସଙ୍ଗୋଽସ୍ୟ ସଦସଦ୍ଦ୍ୟୋନିଜନ୍ମସୁ ।।୨୨।।", "audioLink": "https://www.holy-bhagavad-gita.org/public/audio/013_022.mp3" }, "wordMeanings": "ପୁରୁଷଃ - ଜୀବ; ପ୍ରକୃତିସ୍ଥଃ - ମାୟାରେ ସ୍ଥିତ ହୋଇଥିବା ଯୋଗୁଁ; ହି - ନିଶ୍ଚିତଭାବେ; ଭୂଙ୍‌କ୍ତେ-ଭୋଗ କରିବାକୁ ଇଚ୍ଛାକରେ; ପ୍ରକୃତିଜାନ୍‌-ମାୟିକ; ଗୁଣାନ୍ -ତ୍ରିଗୁଣ; କାରଣଂ- କାରଣ; ଗୁଣ-ସଙ୍ଗଃ - ତ୍ରିଗୁଣରେ ଆସକ୍ତି; ଅସ୍ୟ -ଜୀବର; ସତ୍‌-ଅସତ୍‌-ଯୋନି - ଉତ୍କୃଷ୍ଟ ଓ ନିକୃଷ୍ଟ ଜୀବ ଯୋନି; ଜନ୍ମସ୍ଥ -ଜନ୍ମର ।", "translation": { "text": "ଯେତେବେଳେ ପୁରୁଷ (ଜୀବ) ପ୍ରକୃତିରେ (ମାୟାରେ) ସ୍ଥିତ ହୋଇ, ତିନି ଗୁଣକୁ ଉପଭୋଗ କରିବାର କାମନା କରେ, ସେମାନଙ୍କ ଠାରେ ଆସକ୍ତି ତା’ର ଉତ୍କୃଷ୍ଟ ବା ନିକୃଷ୍ଟ ଗର୍ଭରେ ଜନ୍ମନେବାର କାରଣ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-22.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.22.mp3" ] }, "commentary": "ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ, ସୁଖ ବା ଦୁଃଖର ଅନୁଭୂତି ପାଇଁ ପୁରୁଷ (ଆତ୍ମା) ଦାୟୀ । ସେ କିପରି ଦାୟୀ ହୁଏ, ବର୍ତ୍ତମାନ ସେ ତାହା ବର୍ଣ୍ଣନା କରୁଛନ୍ତି । ନିଜକୁ ଶରୀର ମନେ କରି, ଶାରୀରିକ ସୁଖ ଉପଭୋଗ ଜନିତ କ୍ରିୟା ଦିଗରେ ଆତ୍ମା ତାର ଶକ୍ତି ବିନିଯୋଗ କରିଥାଏ । ଯେହେତୁ ଶରୀର ମାୟା ଦ୍ୱାରା ଗଠିତ, ଏହା ସତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଯୁକ୍ତ ମାୟାଶକ୍ତିକୁ ଉପଭୋଗ କରିବାକୁ ଚାହେଁ ।\nଅହଂକାର ବଶତଃ, ଆତ୍ମା ନିଜକୁ କର୍ତ୍ତା ଏବଂ ଉପଭୋକ୍ତା ମନେକରେ । ଶରୀର, ମନ ଏବଂ ବୁଦ୍ଧି ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ଆତ୍ମା ସେଥିପାଇଁ ଦାୟୀ ରହେ । ଯେପରି ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହେଲେ ଚକ ବା ଷ୍ଟିଅରିଂକୁ ଦୋଷ ଦିଆଯାଇ ନ ଥାଏ । ବସ୍‌ର କୌଣସି ଦୁର୍ଘଟଣା ପାଇଁ ଚାଳକ ଦାୟୀ ହୋଇଥାନ୍ତି । ସେହିପରି ଇନ୍ଦ୍ରିୟ, ମନ ଓ ବୁଦ୍ଧି, ଆତ୍ମାଠାରୁ ଶକ୍ତି ପ୍ରାପ୍ତ କରିଥାନ୍ତି ଏବଂ ଆତ୍ମାର ଅଧୀନସ୍ଥ ହୋଇ କାର୍ଯ୍ୟ କରିଥାନ୍ତି । ତେଣୁ ଶରୀର କରୁଥିବା ସମସ୍ତ କାର୍ଯ୍ୟ ପାଇଁ ଆତ୍ମା କର୍ମ ସଂଚୟ କରେ । ଅସଂଖ୍ୟ ପୂର୍ବ ଜନ୍ମର ପୁଞ୍ଜିକୃତ ଏହି କର୍ମର ଭଣ୍ଡାର ଉଚ୍ଚ ବା ନୀଚ ଗର୍ଭରେ ବାରମ୍ବାର ଜନ୍ମ ନେବାର କାରଣ ହୋଇଥାଏ ।" }, { "verseTitle": "Bhagavad Gita 13.23", "verse": "23", "chapter": 13, "lang": "or", "shloka": { "speaker": "", "sanskrit": "उपद्रष्टानुमन्ता च भर्ता भोक्ता महेश्वरः ।\n\nपरमात्मेति चाप्युक्तो देहेऽस्मिन्पुरुषः परः ॥23॥", "text": "ଉପଦ୍ରଷ୍ଟାନୁମନ୍ତା ଚ ଭର୍ତା ଭୋକ୍ତା ମହେଶ୍ୱରଃ ।\nପରମାତ୍ମେତି ଚାପ୍ୟୁକ୍ତୋ ଦେହେଽସ୍ମିନ୍‌ପୁରୁଷଃ ପରଃ ।।୨୩।।", "audioLink": "https://www.holy-bhagavad-gita.org/public/audio/013_023.mp3" }, "wordMeanings": "ଉପଦ୍ରଷ୍ଟା - ସାକ୍ଷୀ; ଅନୁମନ୍ତା - ଅନୁମୋଦନକାରୀ; ଚ -ଏବଂ; ଭର୍ତା -ପ୍ରଭୁ; ଭୋକ୍ତା-ପରମ ଉପଭୋଗକାରୀ; ମହେଶ୍ୱରଃ - ପରମେଶ୍ୱର; ପରମାତ୍ମା - ପରମାତ୍ମା; ଇତି -ତାହା; ଚ -ଏବଂ; ଅପି -ମଧ୍ୟ; ଉକ୍ତଃ -କୁହାଯାଇଛି; ଦେହେ-ଏ ଦେହରେ; ଅସ୍ମିନ୍ -ଏହି; ପୁରୁଷଃ ପରଃ -ପରମ ପୁରୁଷ ।", "translation": { "text": "ଶରୀର ମଧ୍ୟରେ ଭଗବାନ ମଧ୍ୟ ନିବାସ କରନ୍ତି । ତାଙ୍କୁ ସାକ୍ଷୀ, ଅନୁମୋଦନ କାରୀ, ସମର୍ଥକ, ଦିବ୍ୟ ଉପଭୋକ୍ତା, ଅନ୍ତିମ ନିୟାମକ ତଥା ପରାମାତ୍ମା କୁହାଯାଇ ଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-23.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.23.mp3" ] }, "commentary": "ଶରୀର ମଧ୍ୟରେ ଜୀବାତ୍ମାର ଅବସ୍ଥା ସମ୍ପର୍କରେ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ଏହି ଶ୍ଲୋକରେ ସେ ପରମାତ୍ମାଙ୍କର ସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି, ଯିଏ କି ଆମ ଶରୀର ମଧ୍ୟରେ ନିବାସ କରନ୍ତି । ପୂର୍ବରୁ ଶ୍ଲୋକ ୧୩.୨ରେ ପରମାତ୍ମାଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ ଆତ୍ମା ଗୋଟିଏ ଶରୀରର ଜ୍ଞାତା ଅଟେ କିନ୍ତୁ ପରମାତ୍ମା ଅସଂଖ୍ୟ ଶରୀରର ଜ୍ଞାତା ଅଟନ୍ତି ।\nସମସ୍ତଙ୍କ ମଧ୍ୟରେ ବାସ କରୁଥିବା ପରମାତ୍ମା ସାକାର ଭଗବାନ ବିଷ୍ଣୁ ରୂପରେ ମଧ୍ୟ ପ୍ରକଟିତ ହୁଅନ୍ତି । ପରମାତ୍ମା ତାଙ୍କର ବିଷ୍ଣୁ ସ୍ୱରୂପରେ ସୃଷ୍ଟି ରକ୍ଷାର ଦାୟିତ୍ୱ ବହନ କରିଥାନ୍ତି । ସେ ଏହି ସ୍ୱରୂପରେ, ବ୍ରହ୍ମାଣ୍ଡର ଶୀର୍ଷ ଭାଗ କ୍ଷୀର ସାଗରରେ ଅବସ୍ଥାନ କରନ୍ତି । ସେ ମଧ୍ୟ ନିଜକୁ ବିସ୍ତାର କରି ସମସ୍ତ ପ୍ରାଣୀଙ୍କ ହୃଦୟରେ ପରମାତ୍ମା ଭାବରେ ନିବାସ କରନ୍ତି । ଭିତରେ ବସି ସେ ଜୀବର କର୍ମକୁ ଲକ୍ଷ୍ୟ କରନ୍ତି, କର୍ମର ହିସାବ ରଖନ୍ତି ଏବଂ ସମୁଚିତ ସମୟରେ ତାର ଫଳ ପ୍ରଦାନ କରନ୍ତି । ପ୍ରତ୍ୟେକ ଜନ୍ମରେ ଜୀବାତ୍ମା ଯେଉଁ ଶରୀର ଧାରଣ କରେ ସେ ତା’ସହିତ ରହନ୍ତି । ସେ ଗୋଟିଏ ସର୍ପ, ଘୁଷୁରି କିମ୍ବା କୀଟର ଶରୀରରେ ରହିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ମୁଣ୍ଡକୋପନିଷଦ କହେ:\nଦ୍ୱା ସୁପର୍ଣ୍ଣା ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ୱଜାତେତୟୋରନ୍ୟଃ ପିପ୍ପଳଂ ସ୍ୱାଦ୍ୱତ୍ୟ ନଶ୍ନନ୍ନନ୍ୟୋ ଅଭିଚାକଶୀତିସମାନେ ବୃକ୍ଷେ ପୁରୁଷୋ ନିମଗ୍ନୋଽନୀଶୟାଽଶୋଚତି ମୁହ୍ୟମାନଃଜୁଷ୍ଟଂ ଯଦା ପଶ୍ୟତ୍ୟନ୍ୟମୀଶମସ୍ୟ ମହିମାନମିତି ବୀତଶୋକଃ (୩.୧.୧-୨)\n“ଦୁଇଟି ପକ୍ଷୀ, ଶରୀର ରୂପକ ବୃକ୍ଷର (ଶରୀର) ନୀଡ଼ (ହୃଦୟ) ମଧ୍ୟରେ ବସିଛନ୍ତି । ସେମାନେ ଜୀବାତ୍ମା ଓ ପରମାତ୍ମା ଅଟନ୍ତି । ଜୀବାତ୍ମାର ପୃଷ୍ଠଭାଗ ପରମାତ୍ମାଙ୍କ ଦିଗକୁ ଅଛି ଏବଂ ସେ ବୃକ୍ଷର ଫଳସବୁ ଉପଭୋଗ କରିବାରେ ବ୍ୟସ୍ତ ଅଛି (ଶରୀରରେ ଥିବା ସମୟରେ ସେ ଭୋଗ କରୁଥିବା ସମସ୍ତ କର୍ମଫଳ) ଯେତେବେଳେ ମିଠା ଫଳଟିଏ ମିଳେ, ସେ ଖୁସି ହୋଇଯାଏ ଏବଂ ଯେତେବେଳେ ପିତା ଫଳଟିଏ ମିଳେ ସେ ଦୁଃଖିତ ହୋଇଯାଏ । ପରମାତ୍ମା ଜୀବାତ୍ମାର ଜଣେ ବନ୍ଧୁ ଅଟନ୍ତି କିନ୍ତୁ ସେ ହସ୍ତକ୍ଷେପ କରନ୍ତି ନାହିଁ । ସେ କେବଳ ବସିଥାନ୍ତି ଏବଂ ଲକ୍ଷ୍ୟ କରୁଥାନ୍ତି । ଯଦି ଜୀବାତ୍ମା ପରମାତ୍ମାଙ୍କ ଦିଗକୁ ବୁଲି ପଡ଼ନ୍ତା, ତାର ସମସ୍ତ ଦୁଃଖର ଅନ୍ତ ହୋଇଯାଆନ୍ତା । ଜୀବାତ୍ମାକୁ ସ୍ୱାଧୀନ ଇଚ୍ଛା ପ୍ରଦାନ କରାଯାଇଛି, ଅର୍ଥାତ୍ ଭଗବାନଙ୍କ ପ୍ରତି ବିମୁଖ କିମ୍ବା ଉନ୍ମୁଖ ହେବାର ସ୍ୱାଧୀନତା । ସେହି ସ୍ୱାଧୀନ ଇଚ୍ଛାର ଅନୁଚିତ ଉପଯୋଗ ଦ୍ୱାରା ଜୀବାତ୍ମା ବନ୍ଧନଯୁକ୍ତ ରହିଛି । ଏହାର ସଦୁପଯୋଗ ଦ୍ୱାରା, ସେ ଭଗବାନଙ୍କର ନିତ୍ୟ ସେବା ପ୍ରାପ୍ତ କରିପାରିବ ଏବଂ ଅନନ୍ତ ଆନନ୍ଦ ପ୍ରାପ୍ତ କରିପାରିବ ।" }, { "verseTitle": "Bhagavad Gita 13.24", "verse": "24", "chapter": 13, "lang": "or", "shloka": { "speaker": "", "sanskrit": "य एवं वेत्ति पुरुष प्रकृतिं च गुणैः सह ।\n\nसर्वथा वर्तमानोऽपि न स भूयोऽभिजायते ॥24॥", "text": "ଯ ଏବଂ ବେତ୍ତି ପୁରୁଷଂ ପ୍ରକୃତିଂ ଚ ଗୁଣୈଃ ସହ ।\nସର୍ବଥା ବର୍ତମାନୋଽପି ନ ସ ଭୂୟୋଽଭିଜାୟତେ ।।୨୪।।", "audioLink": "https://www.holy-bhagavad-gita.org/public/audio/013_024.mp3" }, "wordMeanings": "ଯଃ-ଯିଏ; ଏବଂ -ଏହିପରି; ବେତ୍ତି -ଜାଣେ; ପୁରୁଷଂ - ଜୀବାତ୍ମାକୁ; ପ୍ରକୃତିଂ -ମାୟାକୁ; ଚ -ଏବଂ; ଗୁଣୈଃ - ମାୟିକ ଗୁଣ; ସହ -ସହିତ; ସର୍ବଥା-ସବୁ ପ୍ରକାରେ; ବର୍ତମାନଃ-ସ୍ଥିତ ରହି; ଅପି -ଯଦିଓ ; ନ- କେବେ ନୁହେଁ; ସଃ- ସେ; ଭୂୟଃ -ପୁନର୍ବାର; ଅଭିଜାୟତେ- ଜନ୍ମନିଏ ।", "translation": { "text": "ଯେଉଁମାନେ ପରମାତ୍ମା, ଜୀବାତ୍ମା, ମାୟା ତଥା ମାୟାର ତିନୋଟି ଗୁଣର ପ୍ରତିକ୍ରିୟାର ସତ୍ୟତାକୁ ଅନୁଭବ କରିପାରିଛନ୍ତି, ସେମାନେ ପୁନର୍ବାର ଜନ୍ମଗ୍ରହଣ କରିବେ ନାହିଁ । ତାଙ୍କର ବର୍ତ୍ତମାନ ସ୍ଥିତି ଯାହା ହେଉନା କାହିଁକି, ସେମାନେ ମୁକ୍ତି ଲାଭ କରିବେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-24.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.24.mp3" ] }, "commentary": "ଅଜ୍ଞାନ ଜୀବକୁ ଦୁର୍ଦ୍ଦଶାଗ୍ରସ୍ତ କରିଛି । ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଭାବରେ ନିଜର ଆଧ୍ୟାତ୍ମିକ ପରିଚୟକୁ ଭୁଲିଯାଇଥିବା କାରଣରୁ ଭୌତିକ ଚେତନାକୁ ଏହାର ଅଧଃପତନ ହୋଇଯାଇଛି । ଏଣୁ ବର୍ତ୍ତମାନର ସ୍ଥିତିରୁ ଉଜ୍ଜୀବିତ ହେବାପାଇଁ ତା ପାଇଁ ଜ୍ଞାନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ । ଶ୍ୱେତାଶ୍ୱତର ଉପନିଷଦ ଠିକ୍ ଏହି ବିଷୟ ଉଲ୍ଲେଖ କରିଛି:\nସଂଯୁକ୍ତମେତତ୍ କ୍ଷରମକ୍ଷରଂ ଚବ୍ୟକ୍ତାବ୍ୟକ୍ତଂ ଭରତେ ବିଶ୍ୱମ୍ ଈଶଃଅନୀଶଶ୍ଚାତ୍ମା ବଧ୍ୟତେ ଭୋକ୍ତୃଭାବାଜ୍‌-ଜ୍ଞାତ୍ୱା ଦେବଂ ମୁଚ୍ୟତେ ସର୍ବପାଶୈଃ । (୧.୮)\n“ସୃଷ୍ଟିରେ ତିନୋଟି ତତ୍ତ୍ୱ ବିଦ୍ୟମାନ - ଚିର ପରିବର୍ତ୍ତନଶୀଳ ମାୟିକ ପ୍ରକୃତି, ଅପରିବର୍ତ୍ତନୀୟ ସମସ୍ତ ଜୀବାତ୍ମା ଏବଂ ଉଭୟଙ୍କର ସ୍ୱାମୀ ପରମାତ୍ମା । ଏହି ତତ୍ତ୍ୱଗୁଡ଼ିକ ସମ୍ବନ୍ଧରେ ଅଜ୍ଞାନତା ଆତ୍ମାର ବନ୍ଧନର କାରଣ ଅଟେ ଏବଂ ସେଗୁଡ଼ିକ ବିଷୟରେ ଜ୍ଞାନ ମାୟାର ଶୃଙ୍ଖଳକୁ କାଟିବାରେ ସହାୟକ ହୋଇଥାଏ ।”\nଶ୍ରୀକୃଷ୍ଣ ଯେଉଁ ଜ୍ଞାନ ବିଷୟରେ କହୁଛନ୍ତି, ତାହା କେବଳ ପୁସ୍ତକଗତ ବିଦ୍ୟା ନୁହେଁ, ତାହା ଅନୁଭବାତ୍ମକ ଜ୍ଞାନ ଅଟେ । ସର୍ବପ୍ରଥମେ ଏହି ତିନୋଟି ତତ୍ତ୍ୱ ବିଷୟରେ ଶାସ୍ତ୍ର ଏବଂ ଗୁରୁଙ୍କ ଠାରୁ ଶାବ୍ଦିକ ଜ୍ଞାନ ପ୍ରାପ୍ତ କରି ତଦନୁସାରେ ଆଧ୍ୟାତ୍ମିକ ସାଧନାରେ ଲିପ୍ତ ହେବା ଦ୍ୱାରା ଏହି ଅନୁଭବାତ୍ମକ ଜ୍ଞାନ ହାସଲ ହୋଇଥାଏ । ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ଏହିପରି କେତେକ ଆଧ୍ୟାତ୍ମିକ ସାଧନା ବିଷୟରେ କହୁଛନ୍ତି ।" }, { "verseTitle": "Bhagavad Gita 13.25", "verse": "25", "chapter": 13, "lang": "or", "shloka": { "speaker": "", "sanskrit": "ध्यानेनात्मनि पश्यन्ति केचिदात्मानमात्मना ।\n\nअन्ये साङ्ख्येन योगेन कर्मयोगेन चापरे ॥25॥", "text": "ଧ୍ୟାନେନାତ୍ମନି ପଶ୍ୟନ୍ତି କେଚିଦାତ୍ମାନମାତ୍ମନା ।\nଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ ।।୨୫।।", "audioLink": "https://www.holy-bhagavad-gita.org/public/audio/013_025.mp3" }, "wordMeanings": "ଧ୍ୟାନେନ -ଧ୍ୟାନରେ; ଆତ୍ମନି -ହୃଦୟରେ; ପଶ୍ୟନ୍ତି-ଦେଖନ୍ତି; କେଚିତ୍‌-କେହି କେହି; ଆତ୍ମାନଂ-ପରମାତ୍ମାଙ୍କୁ; ଆତ୍ମନା-ମନ ସାହାଯ୍ୟରେ; ଅନ୍ୟେ-ଅନ୍ୟମାନେ; ସାଂଖ୍ୟେନ- ଜ୍ଞାନ; ଯୋଗେନ- ଯୋଗରେ; କର୍ମଯୋଗେନ-ନିଷ୍କାମ କର୍ମଯୋଗରେ; ଚ-ଏବଂ; ଅପରେ-ଅନ୍ୟମାନେ ।", "translation": { "text": "କେତେକ ବ୍ୟକ୍ତି ହୃଦୟସ୍ଥିତ ପରମାତ୍ମାଙ୍କୁ ତପସ୍ୟା ଦ୍ୱାରା ଅନୁଭବ କରିବାକୁ ଚେଷ୍ଟା କରନ୍ତି, ଆଉ କେତେଜଣ ଜ୍ଞାନ ଆହରଣ ଦ୍ୱାରା ଏହା କରିବାକୁ ଚେଷ୍ଟାରତ ରହନ୍ତି, ପୁଣି ଅନ୍ୟ କେତେକ ବ୍ୟକ୍ତି ସେହି ଅନୁଭୂତି ହାସଲ କରିବା ପାଇଁ କର୍ମମାର୍ଗରେ ନିୟୋଜିତ ହୁଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-25.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.25.mp3" ] }, "commentary": "ଭଗବାନଙ୍କ ସୃଷ୍ଟିରେ ବିବିଧତା ଏକ ସାର୍ବଜନୀନ ବିଶେଷତ୍ୱ ଅଟେ । ଗୋଟିଏ ବୃକ୍ଷର ଦୁଇଟି ପତ୍ର ଏକାପରି ନୁହନ୍ତି । ଦୁଇଜଣ ମନୁଷ୍ୟଙ୍କର ଅଙ୍ଗୁଠିର ଚିହ୍ନ ସମ୍ପୂର୍ଣ୍ଣ ସମାନ ନୁହେଁ, ଦୁଇଟି ମାନବ ସମାଜରେ ଏକାପରି ଚଳଣି ନ ଥାଏ । ସେହିପରି ସମସ୍ତ ଜୀବ ସ୍ୱତନ୍ତ୍ର ଅଟନ୍ତି ଏବଂ ଜନ୍ମ ମୃତ୍ୟୁ ଚକ୍ରରେ ସେମାନଙ୍କର ଯାତ୍ରାରୁ ଲାଭ କରିଥିବା ସ୍ୱଭାବ ମଧ୍ୟ ସ୍ୱତନ୍ତ୍ର ହୋଇଥାଏ । ତେଣୁ ଆଧ୍ୟାତ୍ମିକ ସାଧନା କ୍ଷେତ୍ରରେ ମଧ୍ୟ ସମସ୍ତେ ଗୋଟିଏ ପ୍ରକାର ସାଧନା ପଦ୍ଧତି ପ୍ରତି ଆକୃଷ୍ଟ ହୋଇନଥାନ୍ତି । ଭଗବଦ୍ ଗୀତା ଏବଂ ବୈଦିକ ଗ୍ରନ୍ଥ ସବୁର ସୁନ୍ଦରତା ଏହା ଯେ, ମନୁଷ୍ୟମାନଙ୍କର ଏହି ସ୍ୱାଭାବିକ ବିବିଧତାକୁ ସ୍ୱୀକାର କରି, ସମସ୍ତଙ୍କ ପାଇଁ ସେମାନେ ତାଙ୍କର ନିର୍ଦ୍ଦେଶ ପ୍ରଣୟନ କରିଥାଆନ୍ତି ।\nଏଠାରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ କେତେକ ସାଧକ ମନକୁ ଦମନ କରି ତାହାକୁ ନିଜର ବଶୀଭୂତ କରିବା ଦ୍ୱାରା ଆନନ୍ଦ ଅନୁଭବ କରିଥାଆନ୍ତି । ସେମାନେ ହୃଦୟରେ ସ୍ଥିତ ପରମାତ୍ମାଙ୍କର ଧ୍ୟାନ ପ୍ରତି ଆକୃଷ୍ଟ ହୋଇଥାନ୍ତି । ହୃଦୟରେ ଥିବା ପରମାତ୍ମାଙ୍କ ଠାରେ ମନକୁ ସ୍ଥିତ କରି ସେମାନେ ଆଧ୍ୟାତ୍ମିକ ଆନନ୍ଦର ରସାସ୍ୱାଦନ କରନ୍ତି ।\nଅନ୍ୟମାନେ ବୁଦ୍ଧିର ଉପଯୋଗରେ ସନ୍ତୁଷ୍ଟ ହୁଅନ୍ତି । ଆତ୍ମା ଓ ଶରୀର, ମନ, ବୁଦ୍ଧି, ଅହଂକାରଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବାର ଭାବନା ତାଙ୍କୁ ଉତ୍ସାହିତ କରିଥାଏ । ଶ୍ରବଣ, ମନନ, ନିଦିଧ୍ୟାସନ (ଶୁଣିବା, ଚିନ୍ତନ କରିବା ଏବଂ ଦୃଢ଼ ନିଶ୍ଚୟ କରିବା) ଦ୍ୱାରା ଆତ୍ମା, ଭଗବାନ ଏବଂ ମାୟା ସମ୍ବନ୍ଧରେ ଜ୍ଞାନ ବୃଦ୍ଧି କରି ସେମାନେ ଆନନ୍ଦ ଅନୁଭବ କରିଥାଆନ୍ତି ।\nପୁଣି କେତେଜଣ ଉଚିତ କର୍ମ କରିବା ଦ୍ୱାରା ଉତ୍ସାହିତ ଅନୁଭବ କରନ୍ତି । ଈଶ୍ୱର ପ୍ରଦତ୍ତ କ୍ଷମତାର ଉପଯୋଗ ସେମାନେ ଈଶ୍ୱରୀୟ କର୍ମରେ ହିଁ କରିଥାଆନ୍ତି । ତାଙ୍କର ଶକ୍ତିର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଭଗବାନଙ୍କ ସେବା ବ୍ୟତୀତ ଅନ୍ୟ କୌଣସି ବିଷୟ ତାଙ୍କୁ ସନ୍ତୁଷ୍ଟ କରି ନ ଥାଏ । ଏହିପରି ଭାବରେ ସାଧକମାନେ ଭଗବାନଙ୍କୁ ପାଇବା ପାଇଁ, ତାଙ୍କର ସ୍ୱାଭାବିକ ପ୍ରବୃତ୍ତିର ଉପଯୋଗ କରିଥାନ୍ତି । ଜ୍ଞାନ, କର୍ମ, ଭକ୍ତି ଇତ୍ୟାଦି ଯେ କୌଣସି ସାଧନ ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ କରାଯିବା ଦ୍ୱାରା ହିଁ ସଫଳ ହୋଇଥାଏ । ଶ୍ରୀମଦ୍ ଭାଗବତମ୍ କହେ:\nସା ବିଦ୍ୟା ତନ୍‌-ମତିର୍ ଯୟା । (୪.୨୯.୪୯)\n“ଯାହା ଭଗବାନଙ୍କ ପ୍ରତି ଆମର ଭକ୍ତି ବୃଦ୍ଧି କରିଥାଏ, ତାହାହିଁ ବାସ୍ତବିକ ଜ୍ଞାନ ଅଟେ । କର୍ମର ପୂର୍ଣ୍ଣତା ସେତେବେଳେ ହୁଏ, ଯେତେବେଳେ ତାହା ଭଗବତ୍ ପ୍ରୀତି ଉଦ୍ଦେଶ୍ୟରେ କରାଯାଏ ।”" }, { "verseTitle": "Bhagavad Gita 13.26", "verse": "26", "chapter": 13, "lang": "or", "shloka": { "speaker": "", "sanskrit": "अन्ये त्वेवमजानन्तः श्रुत्वान्येभ्य उपासते ।\n\nतेऽपि चातितरन्त्येव मृत्युं श्रुतिपरायणाः ॥26॥", "text": "ଅନ୍ୟେ ତ୍ୱେବମଜାନନ୍ତଃ ଶ୍ରୁତ୍ୱାନ୍ୟେଭ୍ୟ ଉପାସତେ ।\nତେଽପି ଚାତିତରନ୍ତ୍ୟେବ ମୃତ୍ୟୁଂ ଶ୍ରୁତିପରାୟଣାଃ ।।୨୬।।", "audioLink": "https://www.holy-bhagavad-gita.org/public/audio/013_026.mp3" }, "wordMeanings": "ଅନ୍ୟେ-ଅନ୍ୟମାନେ; ତୁ-କିନ୍ତୁ; ଏବଂ-ଏହା; ଅଜାନନ୍ତଃ-ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣନ୍ତି ନାହିଁ; ଶ୍ରୁତ୍ୱା- ଶୁଣିକରି; ଅନ୍ୟେଭ୍ୟଃ -ଅନ୍ୟମାନଙ୍କ ଠାରୁ; ଉପାସତେ-ଉପାସନା କରିବାକୁ ଆରମ୍ଭ କରନ୍ତି; ତେ- ସେମାନେ; ଅପି-ମଧ୍ୟ; ଚ-ଏବଂ; ଅତିତରନ୍ତି- ଅତିକ୍ରମ କରନ୍ତି; ଏବ-ନିଶ୍ଚିତଭାବେ; ମୃତ୍ୟୁଂ- ମୃତ୍ୟୁକୁ; ଶ୍ରୁତିପରାୟଣାଃ- ସନ୍ଥମୁଖରୁ ଶ୍ରବଣ କରିବା ପ୍ରତି ଆକୃଷ୍ଟ ।", "translation": { "text": "ପୁଣି ଅନ୍ୟମାନେ, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣି ନ ଥାନ୍ତି, ସେମାନେ ଅନ୍ୟମାନଙ୍କ ଠାରୁ ଶୁଣି ଭଗବାନଙ୍କର ଉପାସନା କରିବାକୁ ଆରମ୍ଭ କରନ୍ତି । ମହାପୁରୁଷମାନଙ୍କ ମୁଖରୁ ଶୁଣି ଏହିପରି ଭକ୍ତି କରିବା ଦ୍ୱାରା ମଧ୍ୟ ସେମାନେ କ୍ରମଶଃ ଜନ୍ମ ଓ ମୃତ୍ୟୁର ସାଗରକୁ ପାର କରିଯାଆନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-26.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.26.mp3" ] }, "commentary": "ସାଧନାର ବିଧି ସମ୍ବନ୍ଧରେ ଅଜ୍ଞ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି । କିନ୍ତୁ କୌଣସି ପ୍ରକାରେ ଅନ୍ୟମାନଙ୍କ ଠାରୁ ଶୁଣି ସେମାନେ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆକର୍ଷିତ ହୋଇଥାନ୍ତି । ବାସ୍ତବରେ, ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଏହିପରି ଘଟିଥାଏ । ଆଧ୍ୟାତ୍ମିକ ଜ୍ଞାନର କୌଣସି ଶିକ୍ଷା ସେମାନେ ପ୍ରାପ୍ତ କରି ନ ଥାନ୍ତି, କିନ୍ତୁ କୌଣସି ପ୍ରକାରେ ସେମାନେ ତାହା ବିଷୟରେ ଶୁଣିବା କିମ୍ବା ପଢ଼ିବାର ଅବସର ପାଇଥାନ୍ତି । ତାପରେ ଭଗବାନଙ୍କର  ଭକ୍ତି କରିବାରେ ସେମାନଙ୍କର ଆଗ୍ରହ ବୃଦ୍ଧି ପାଏ ଏବଂ ସେମାନେ ତାଙ୍କର ଯାତ୍ରା ଆରମ୍ଭ କରନ୍ତି ।\nବୈଦିକ ପରମ୍ପରାରେ, ମହାପୁରୁଷମାନଙ୍କ ଠାରୁ ଶୁଣିବାର ବିଧିକୁ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏକ ଶକ୍ତିଶାଳୀ ଉପକରଣ ଭାବରେ ବହୁତ  ମହତ୍ତ୍ୱ ଦିଆଯାଇଥାଏ । ଶ୍ରୀମଦ୍ ଭାଗବତମ୍‌ରେ ପରୀକ୍ଷିତ ଶୁକଦେବଙ୍କୁ ପ୍ରଶ୍ନ କରିଥିଲେ: “ଆମ ହୃଦୟରୁ କାମ, କ୍ରୋଧ, ଲୋଭ, ଈର୍ଷା, ଘୃଣା ଆଦି ଅବାଞ୍ôଛତ ତତ୍ତ୍ୱକୁ ନିର୍ମୂଳ କରିବା କିପରି ?” ଶୁକଦେବ ଉତ୍ତର ଦେଲେ:\nଶୃଣ୍ୱତାଂ ସ୍ୱ-କଥାଃ କୃଷ୍ଣଃ ପୁଣ୍ୟ-ଶ୍ରବଣ -କୀର୍ତନଃହୃଦ୍ୟନ୍ତଃ ସ୍ଥୋ ହ୍ୟଭଦ୍ରାଣି ବିଧୁନୋତି ସୁହୃତ୍ ସତାମ୍ । (ଭାଗବତମ୍ ୧.୨.୧୭)\n“ପରୀକ୍ଷିତ! ଜଣେ ମହାପୁରୁଷଙ୍କ ଠାରୁ ଭଗବାନଙ୍କ ଦିବ୍ୟ ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ସନ୍ଥଙ୍କ ବିଷୟରେ କେବଳ ଶୁଣ । ଏହା ସ୍ୱାଭାବିକ ଭାବରେ ହୃଦୟର ଅନନ୍ତ ଜନ୍ମର ଅବାଞ୍ôଛତ ଆବିଳତାକୁ ପରିଷ୍କାର କରିଦେବ ।”\nଯେତେବେଳେ ଆମେ ଜ୍ଞାନର ଏକ ସଠିକ୍ ଉତ୍ସରୁ ଶୁଣିଥାଉ, ଆମେ ପ୍ରାମାଣିକ ଆଧ୍ୟାତ୍ମିକ ଜ୍ଞାନ ପାଇଥାଉ । ଏତଦ୍ ବ୍ୟତିତ, ଯେଉଁ ମହାପୁରୁଷଙ୍କ ଠାରୁ ଆମେ ଶୁଣିଥାଏ, ତାଙ୍କ ଭିତରେ ଥିବା ଗଭୀର ଶ୍ରଦ୍ଧା ଆମ ମଧ୍ୟରେ ପ୍ରବାହିତ ହେବାରେ ଲାଗିଯାଏ । ଆଧ୍ୟାତ୍ମିକ ସତ୍ୟ ପ୍ରତି ବିଶ୍ୱାସ ଦୃଢ କରିବା ପାଇଁ ମହାପୁରୁଷଙ୍କ ଠାରୁ ଶୁଣିବା ଏକ ସରଳତମ ଉପାୟ ଅଟେ । ପୁନଶ୍ଚ, ଆଧ୍ୟାତ୍ମିକ କର୍ମ ପ୍ରତି ସନ୍ଥଙ୍କର ଆଗ୍ରହ ମଧ୍ୟ ଆମ ଭିତରେ ସଂଚାରିତ ହୋଇଯାଏ । ଭକ୍ତିରେ ଉତ୍ସାହ ସାଧକଙ୍କୁ ଭୌତିକ ଚେତନାର ନିଷ୍କ୍ରିୟତାକୁ ଦୂର କରି ସାଧନା ମାର୍ଗର ସମସ୍ତ ପ୍ରତିବନ୍ଧକକୁ ଲଙ୍ଘନ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଉତ୍ସାହ ଏବଂ ଶ୍ରଦ୍ଧା ଭକ୍ତି ଭବନର ଭିତ୍ତିପ୍ରସ୍ତର ସଦୃଶ ଅଟନ୍ତି ।" }, { "verseTitle": "Bhagavad Gita 13.27", "verse": "27", "chapter": 13, "lang": "or", "shloka": { "speaker": "", "sanskrit": "यावत्सञ्जायते किञिचत्सत्त्वं स्थावरजङ्गमम् ।\n\nक्षेत्रक्षेत्रज्ञसंयोगात्तद्विद्धि भरतर्षभ ॥27॥", "text": "ଯାବତ୍ ସଂଜାୟତେ କିଞ୍ôଚତ୍‌ସତ୍ତ୍ୱଂ ସ୍ଥାବରଜଙ୍ଗମମ୍ ।\nକ୍ଷେତ୍ରକ୍ଷେତ୍ରଜ୍ଞସଂଯୋଗାତ୍ ତଦ୍‌ବିଦ୍ଧି ଭରତର୍ଷଭ ।।୨୭।।", "audioLink": "https://www.holy-bhagavad-gita.org/public/audio/013_027.mp3" }, "wordMeanings": "ଯାବତ୍‌-ଯାହାକିଛି; ସଂଜାୟତେ-ପ୍ରକଟ ହୁଏ; କିଞ୍ôଚତ୍‌- କିଛି; ସତ୍ତ୍ୱଂ-ସ୍ଥିତି; ସ୍ଥାବର -ଅଚଳ; ଜଙ୍ଗମମ୍ -ସଚଳ; କ୍ଷେତ୍ର- ଶରୀର; କ୍ଷେତ୍ରଜ୍ଞ-କ୍ଷେତ୍ରର ଜ୍ଞାତା; ସଂଯୋଗାତ୍‌-ସଂଯୋଗରୁ; ତତ୍‌ବିଦ୍ଧି-ତାହା ଜାଣିରଖ; ଭରତବର୍ଷଭ-ହେ ଭରତଶ୍ରେଷ୍ଠ ।", "translation": { "text": "ହେ ଭରତଶ୍ରେଷ୍ଠ ! ତୁମେ ସଂସାରରେ ଯାହାସବୁ ଅଚଳ ଏବଂ ସଚଳ ପ୍ରାଣୀ ଦେଖୁଛ, ସେଗୁଡ଼ିକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କର ସମାହାର ରୂପରେ ଜାଣ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-27.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.27.mp3" ] }, "commentary": "ଶ୍ରୀକୃଷ୍ଣ ଯାବତ୍ କିଞ୍ôଚତ୍ ଶବ୍ଦର ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ଯେଉଁସବୁ ପ୍ରାଣୀ ଶରୀର ରହିଛି ।” ତାହା ଯେତେ ବିଶାଳ ବା କ୍ଷୁଦ୍ରାତିକ୍ଷୁଦ୍ର ହୋଇଥାଉ ନା କାହିଁକି, ସମସ୍ତଙ୍କର ଜନ୍ମ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କ ସଂଯୋଗରେ ହୋଇଥାଏ । ଅବ୍ରାହମିକ ସଂପ୍ରଦାୟ କେବଳ ମନୁଷ୍ୟଠାରେ ଆତ୍ମାର ଅବସ୍ଥିତି ସ୍ୱୀକାର କରନ୍ତି, କିନ୍ତୁ ଅନ୍ୟ ପ୍ରାଣୀଙ୍କର ମଧ୍ୟ ଆତ୍ମା ଥିବା କଥା ସ୍ୱୀକାର କରନ୍ତି ନାହିଁ । ଏହି ସିଦ୍ଧାନ୍ତ ଅନ୍ୟ ପ୍ରାଣୀଙ୍କ ପ୍ରତି ହିଂସାକୁ ସମର୍ଥନ କରିଥାଏ । କିନ୍ତୁ ବୈଦିକ ଦର୍ଶନ ଅନୁଯାୟୀ, ଯେଉଁଠି ବି ଚେତନା ଅଛି, ସେଠାରେ ନିଶ୍ଚିତ ଭାବରେ ଆତ୍ମା ଉପସ୍ଥିତ ରହିଛି ।  ଆତ୍ମା ବିନା ଚେତନାର ଅବସ୍ଥିତି ନାହିଁ ।\nବିଂଶ ଶତାବ୍ଦୀର ପ୍ରାରମ୍ଭରେ, ସାର୍ ଜେ.ସି. ବୋଷ୍‌, ପରୀକ୍ଷା ଦ୍ୱାରା ପ୍ରମାଣିତ କରିଥିଲେ ଯେ ବୃକ୍ଷ, ଯେଉଁମାନେ କି ଅଚର ପ୍ରାଣୀ ଅଟନ୍ତି, ସେମାନେ ମଧ୍ୟ ସମ୍ବେଦନାକୁ ଅନୁଭବ କରି ପ୍ରତିକ୍ରିୟା ଦେଖାଇ ପାରନ୍ତି । ତାଙ୍କ ପରୀକ୍ଷା ପ୍ରମାଣିତ କରିଥିଲା ଯେ ମଧୁର ସଂଗୀତ ବୃକ୍ଷଙ୍କ ବୃଦ୍ଧିରେ ସାହାଯ୍ୟ କରେ । ଯେତେବେଳେ ଜଣେ ଶିକାରୀ ବୃକ୍ଷ ଡାଳରେ ବସିଥିବା ଏକ ପକ୍ଷୀକୁ ଗୁଳିମାରେ, ବୃକ୍ଷର ତରଙ୍ଗକୁ ଦେଖିଲେ ମନେହୁଏ ସତେ ଯେପରି ପକ୍ଷୀଟି ପାଇଁ ସେ କାନ୍ଦୁଛି । ବଗିଚାର ଯତ୍ନ ନେଉଥିବା ମାଳି ଯେତେବେଳେ ବଗିଚାରେ ପ୍ରବେଶ କରେ, ବୃକ୍ଷମାନେ ଆନନ୍ଦ ଅନୁଭବ କରନ୍ତି । ବୃକ୍ଷମାନଙ୍କର ତରଙ୍ଗରେ ପରିବର୍ତ୍ତନ ପ୍ରକାଶ କରିଥାଏ ଯେ ସେମାନେ ମଧ୍ୟ ଚେତନା ଧାରଣା କରନ୍ତି ଏବଂ ଆବେଗର ଆଭାସକୁ ଅନୁଭବ କରିପାରନ୍ତି । ଏହି ସବୁ ଅବଲୋକନ ଶ୍ରୀକୃଷ୍ଣଙ୍କ କଥନର ପୁଷ୍ଟି କରିଥାଏ ଯେ ସମସ୍ତ ପ୍ରାଣୀ ଚେତନାଯୁକ୍ତ ଅଟନ୍ତି: ସେମାନେ ଚେତନାର ଉତ୍ସ ନିତ୍ୟ ଆତ୍ମା ଏବଂ ଜଡ ମାୟିକ ଶରୀରର ସମ୍ମିଶ୍ରଣ ଅଟନ୍ତି ।" }, { "verseTitle": "Bhagavad Gita 13.28", "verse": "28", "chapter": 13, "lang": "or", "shloka": { "speaker": "", "sanskrit": "समं सर्वेषु भूतेषु तिष्ठन्तं परमेश्वरम् ।\n\nविनश्यत्स्वविनश्यन्तं यः पश्यति स पश्यति ॥28॥", "text": "ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ୱରମ୍ ।\nବିନଶ୍ୟତ୍‌ସ୍ୱବିନଶ୍ୟନ୍ତଂ ଯଃ ପଶ୍ୟତି ସ ପଶ୍ୟତି ।।୨୮।।", "audioLink": "https://www.holy-bhagavad-gita.org/public/audio/013_028.mp3" }, "wordMeanings": "ସମଂ-ସମାନଭାବେ; ସର୍ବେଷୁ- ସମସ୍ତ; ଭୂତେଷୁ-ଜୀବଙ୍କ ଠାରେ; ତିଷ୍ଠନ୍ତଂ-ଅବସ୍ଥିତ; ପରମେଶ୍ୱରମ୍‌-ପରମାତ୍ମା; ବିନଶ୍ୟତ୍‌ସ୍ଥ-ନଶ୍ୱର ମଧ୍ୟରେ; ଅବିନଶ୍ୟନ୍ତଂ-ଅବିନଶ୍ୱର; ଯଃ-ଯିଏ; ପଶ୍ୟତି-ଦେଖିଥାଏ; ସଃ-ସେ; ପଶ୍ୟତି- ପ୍ରକୃତରେ ଦେଖେ ।", "translation": { "text": "ଯେଉଁମାନେ ପ୍ରତ୍ୟେକ ପ୍ରାଣୀଙ୍କର ଆତ୍ମା ସହିତ ପରମାତ୍ମାଙ୍କର ଉପସ୍ଥିତି ହୃଦୟଙ୍ଗମ କରନ୍ତି ଏବଂ ଯେଉଁମାନେ ଏହି ନଶ୍ୱର ଶରୀର ମଧ୍ୟରେ ସେ ଦୁହିଁଙ୍କୁ ଅବିନଶ୍ୱର ଭାବେ ଜାଣନ୍ତି, ସେମାନେ ପ୍ରକୃତ ସତ୍ୟକୁ ଦେଖିପାରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-28.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.28.mp3" ] }, "commentary": "ପୂର୍ବରୁ ଶ୍ରୀକୃଷ୍ଣ, ଯଃ ପଶ୍ୟତି ସ ପଶ୍ୟତି (ସେମାନେ ହିଁ ପ୍ରକୃତରେ ଦେଖନ୍ତି, ଯେଉଁମାନେ ଦେଖନ୍ତି ଯେ) ଭାବ ପ୍ରକାଶ କରିଥିଲେ । ବର୍ତ୍ତମାନ ସେ କହୁଛନ୍ତି, ଶରୀର ମଧ୍ୟରେ କେବଳ ଆତ୍ମାକୁ ଦେଖିବା ଯଥେଷ୍ଟ ନୁହେଁ । ଆମେ ଏହା ମଧ୍ୟ ବୁଝିବା ଆବଶ୍ୟକ ଯେ, ପରମାତ୍ମା, ସମସ୍ତ ପ୍ରାଣୀଙ୍କ ଶରୀରରେ ନିବାସ କରୁଛନ୍ତି । ସମସ୍ତଙ୍କ ହୃଦୟରେ ସେ ବାସ କରୁଥିବା ବିଷୟ ପୂର୍ବରୁ ଶ୍ଳୋକ ୧୩.୨୩ରେ ବର୍ଣ୍ଣିତ ହୋଇଛି । ଭଗବଦ୍ ଗୀତାର ୧୦.୨୦ ଏବଂ ୧୮.୬୧ ଶ୍ଳୋକରେ ଏବଂ ଅନ୍ୟ ବେଦ ଶାସ୍ତ୍ରରେ ଏହାର ସୂଚନା ଦିଆଯାଇଛି :\nଏକୋ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା (ଶ୍ୱେତାଶ୍ୱତର ଉପନିଷଦ ୬.୧୧)\n“ଜଣେ ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ସେ ସର୍ବବ୍ୟାପୀ ଏବଂ ସମସ୍ତ ଆତ୍ମାର ପରମାତ୍ମା ଅଟନ୍ତି ।”\nଭବାନ୍ ହି ସର୍ବ-ଭୂତାନାମ୍ ଆତ୍ମା ସାକ୍ଷୀ ସ୍ୱ-ଦୃଗ୍ ବିଭୋ । (ଭାଗବତମ୍ ୧୦.୮୬.୩୧)\n“ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ସାକ୍ଷୀ ଏବଂ ପ୍ରଭୁ ରୂପରେ ବସିଛନ୍ତି ।”\nରାମ ବ୍ରହ୍ମ ଚିନ୍ମୟ ଅବିନାସୀ, ସର୍ବ ରହିତ ସବ ଉର ପୁର ବାସୀ । (ରାମାୟଣ)\n“ପରମ ପୁରୁଷ ରାମ ନିତ୍ୟ ଏବଂ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ୱରେ । ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ।”\nଜନ୍ମ ଓ ମୃତ୍ୟୁର ଚକ୍ରରେ, ଆତ୍ମା ଯେତେବେଳେ ଭିନ୍ନ ଭିନ୍ନ ଶରୀରକୁ ଯାତ୍ରା କରିଥାଏ, ସେତେବେଳେ ତା ସହିତ ପରମାତ୍ମା ମଧ୍ୟ ରହିଥାନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି କିପରି ଭାବରେ ସର୍ବତ୍ର ଭଗବାନଙ୍କ ଉପସ୍ଥିତିର ଅନୁଭବ ସାଧକର ଜୀବନକୁ ପରିବର୍ତ୍ତିତ କରିଦେଇ ଥାଏ ।" }, { "verseTitle": "Bhagavad Gita 13.29", "verse": "29", "chapter": 13, "lang": "or", "shloka": { "speaker": "", "sanskrit": "समं पश्यन्हि सर्वत्र समवस्थितमीश्वरम् । \n\nन हिनस्त्यात्मनात्मानं ततो याति परां गतम् ॥29॥", "text": "ସମଂ ପଶ୍ୟନ୍‌ହିି ସର୍ବତ୍ର ସମବସ୍ଥିତମୀଶ୍ୱରମ୍ ।\nନ ହିନସ୍ତ୍ୟାତ୍ମନାତ୍ମାନଂ ତତୋ ଯାତି ପରାଂ ଗତିମ୍ ।।୨୯।।", "audioLink": "https://www.holy-bhagavad-gita.org/public/audio/013_029.mp3" }, "wordMeanings": "ସମଂ-ସମାନ ଭାବେ; ପଶ୍ୟନ୍‌- ଦେଖି; ହି-ନିଶ୍ଚିତଭାବେ; ସର୍ବତ୍ର -ସର୍ବତ୍ର; ସମବସ୍ଥିତମ୍‌-ସମଭାବରେ ଅବସ୍ଥିତ; ଈଶ୍ୱରମ୍‌-ପରମାତ୍ମା; ନ ହିନସ୍ତି-ଅଧୋଗାମୀ ହୁଏନାହିଁ; ଆତ୍ମାନଂ-ଆତ୍ମା; ତତଃ-ତତ୍ପରେ; ଯାତି-ପ୍ରାପ୍ତ କରନ୍ତି; ପରାଂ-ପରମ; ଗତିମ୍‌-ଗତି (ଲକ୍ଷ୍ୟସ୍ଥଳ) ।", "translation": { "text": "ଯେଉଁମାନେ, ଭଗବାନଙ୍କୁ ପରମାତ୍ମା ରୂପରେ ସର୍ବତ୍ର ସମାନ ଭାବରେ ବିଦ୍ୟମାନ ଥିବା ଦେଖନ୍ତି, ସେମାନେ ନିଜ ମନଦ୍ୱାରା ନିଜର ପତନ କରନ୍ତି ନାହିଁ । ତଦ୍ୱାରା ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-29.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.29.mp3" ] }, "commentary": "ଆନନ୍ଦ ଖୋଜିବା ମନର ସ୍ୱଭାବ ଅଟେ ଏବଂ ଭୌତିକ ପ୍ରକୃତିରୁ ଉତ୍ପନ୍ନ ହୋଇଥିବା ଯୋଗୁଁ, ଭୌତିକ ସୁଖ ପ୍ରତି ସେ ସ୍ୱତଃ ଆକୃଷ୍ଟ ହୋଇଥାଏ । ଆମେ ଯଦି ଆମ ମନର ପ୍ରବୃତ୍ତି ପଛରେ ଗୋଡ଼ାଇବା, ଭୌତିକ ଚେତନାର ଗଭୀରତମ ପ୍ରଦେଶକୁ ଆମର ପତନ ହୋଇଯିବ । ଏହି ଅଧୋଗତିକୁ ପ୍ରତିହତ କରିବାର ଉପାୟ ହେଉଛି, ବୁଦ୍ଧିଦ୍ୱାରା ମନକୁ ନିୟନ୍ତ୍ରଣ କରିବା । ସେଥିପାଇଁ ବୁଦ୍ଧିକୁ ପ୍ରକୃତ ଜ୍ଞାନ ଦ୍ୱାରା ସମୃଦ୍ଧ କରିବା ଆବଶ୍ୟକ ।\nଯେଉଁମାନେ ଭଗବାନଙ୍କୁ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସ୍ଥିତ ପରମାତ୍ମା ରୂପରେ ଦେଖିବାର ଅଭ୍ୟାସ କରିଥାନ୍ତି, ସେମାନେ ଏହି ଜ୍ଞାନରେ ସ୍ଥିତ ରହନ୍ତି । ସେମାନେ ଅନ୍ୟମାନଙ୍କ ସହିତ ସମ୍ପର୍କରୁ ବ୍ୟକ୍ତିଗତ ଲାଭ ବା ସୁଖ ଖୋଜନ୍ତି ନାହିଁ । ଅନ୍ୟମାନେ ତାଙ୍କ ପ୍ରତି କରିଥିବା ଉପକାର ପାଇଁ ସେମାନେ ତାଙ୍କଠାରେ ଆସକ୍ତ ହୁଅନ୍ତି ନାହିଁ କିମ୍ବା ଅନ୍ୟମାନେ ତାଙ୍କ ପ୍ରତି କରିଥିବା କ୍ଷତି ପାଇଁ ସେମାନେ ତାଙ୍କୁ ଘୃଣା କରନ୍ତି ନାହିଁ । ବରଂ, ସମସ୍ତଙ୍କୁ ଭଗବାନଙ୍କର ଅଂଶ ମନେ କରି, ସେମାନେ ସମସ୍ତଙ୍କ ପ୍ରତି ସମ୍ମାନ ଓ ସେବା ଭାବର ଏକ ସୁସ୍ଥ ମନୋଭାବ ପୋଷଣ କରନ୍ତି । ସମସ୍ତଙ୍କ ଠାରେ ଭଗବାନଙ୍କ ଉପସ୍ଥିତି ଅନୁଭବ କରିବା ଯୋଗୁଁ ସେମାନେ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିବା, ଠକିବା କିମ୍ବା ଅପମାନିତ କରିବା ଠାରୁ କ୍ଷାନ୍ତ ରହନ୍ତି । ତା’ ସହିତ, ଜାତୀୟତା, ଧର୍ମ, ଜାତି, ଲିଙ୍ଗ, ପଦବୀ ଏବଂ ବର୍ଣ୍ଣ ଇତ୍ୟାଦି ମନୁଷ୍ୟକୃତ ପ୍ରଭେଦ ତାଙ୍କ ପାଇଁ ଅର୍ଥହୀନ ହୋଇଥାଏ । ଅତଏବ, ଭଗବାନଙ୍କୁ ସବୁ ପ୍ରାଣୀଙ୍କଠାରେ ଦେଖି ସେମାନେ ତାଙ୍କ ମନକୁ ଉଚ୍ଚସ୍ଥିତିକୁ ନେଇଯାନ୍ତି ଏବଂ ଶେଷରେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରନ୍ତି ।" }, { "verseTitle": "Bhagavad Gita 13.30", "verse": "30", "chapter": 13, "lang": "or", "shloka": { "speaker": "", "sanskrit": "प्रकृत्यैव च कर्माणि क्रियमाणानि सर्वशः ।\n\nयः पश्यति तथात्मानकर्तारं स पश्यति ॥30॥", "text": "ପ୍ରକୃତ୍ୟୈବ ଚ କର୍ମାଣି କ୍ରିୟମାଣାନି ସର୍ବଶଃ ।\nଯଃ ପଶ୍ୟତି ତଥାତ୍ମାନମକର୍ତାରଂ ସ ପଶ୍ୟତି ।।୩୦।।", "audioLink": "https://www.holy-bhagavad-gita.org/public/audio/013_030.mp3" }, "wordMeanings": "ପ୍ରକୃତ୍ୟା-ଭୂତପ୍ରକୃତି ଦ୍ୱାରା; ଏବ- ବାସ୍ତବରେ; ଚ-ମଧ୍ୟ; କର୍ମାଣି-କର୍ମସବୁ; କ୍ରିୟମାଣାନି-କରାଯାଇଥିବା; ସର୍ବଶଃ-ସବୁପ୍ରକାରେ; ଯଃ-ଯିଏ; ପଶ୍ୟତି-ଦେଖେ; ତଥା-ମଧ୍ୟ; ଆତ୍ମାନଂ-ଆତ୍ମା; ଅକର୍ତାରଂ-ଅକର୍ତ୍ତା; ସଃ-ସେମାନେ; ପଶ୍ୟତି-ଦେଖନ୍ତି ।", "translation": { "text": "ଯେଉଁମାନେ ବୁଝିପାରନ୍ତି ଯେ ସମସ୍ତ କର୍ମ (ଶରୀରର) ଭୌତିକ ପ୍ରକୃତି ଦ୍ୱାରା ସମ୍ପାଦିତ ହୋଇଥାଏ ତଥା ଦେହଧାରୀ ଆତ୍ମା ପ୍ରକୃତରେ କୌଣସି କାର୍ଯ୍ୟ କରେ ନାହିଁ, ସେମାନେ ହିଁ ସତ୍ୟତାର ଦର୍ଶନ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-30.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.30.mp3" ] }, "commentary": "ତନ୍ତ୍ର ଭାଗବତ କହେ: ଅହଂକାରାତ୍ ତୁ ସଂସାରୋ ଭବେତ୍ ଜୀବସ୍ୟ ନ ସ୍ୱତଃ । “ଶରୀର-ଭିତ୍ତିକ ଅହଂକାର ଏବଂ କର୍ତ୍ତାପଣର ଅଭିମାନ, ଆତ୍ମାକୁ ଜନ୍ମ ଓ ମୃତ୍ୟୁର ସଂସାର ଜାଲରେ ଆବଦ୍ଧ କରିଦିଏ ।” ଅହଂକାର ଭୌତିକ ଚେତନାଯୁକ୍ତ ହୋଇ ଶରୀର ସହିତ ଆତ୍ମାର ତାଦାତ୍ମ୍ୟ କରିଥାଏ । ସେଥିପାଇଁ ଆମେ ଶରୀରର କର୍ମକୁ ଆତ୍ମାର କର୍ମ ମନେ କରିଥାଏ ଏବଂ ଭାବିଥାଏ, “ମୁଁ ଏହା କରୁଛି... ମୁଁ ତାହା କରୁଛି ।” କିନ୍ତୁ ଜ୍ଞାନୋଦୀପ୍ତ ଆତ୍ମା ଅନୁଭବ କରେ ଯେ, ଖାଇବା, ପିଇବା, କଥାବାର୍ତ୍ତା ହେବା, ଚାଲିବା ଇତ୍ୟାଦି କ୍ରିୟା ଶରୀର ହିଁ କରିଥାଏ । ତଥାପି ଶରୀର କରୁଥିବା କର୍ମଠାରୁ ଆତ୍ମା ନିଜକୁ ମୁକ୍ତ କରିପାରିବ ନାହିଁ । ଯେପରି ଗୋଟିଏ ଦେଶ ଯୁଦ୍ଧ କରିବାର ନିଷ୍ପତ୍ତି ପାଇଁ ରାଷ୍ଟ୍ରପତି ଦାୟୀ ରହନ୍ତି, ଯଦିଓ ସେ ନିଜେ ଯୁଦ୍ଧ କରନ୍ତି ନାହିଁ, ସେହିପରି କର୍ମ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା ପରିଚାଳିତ ହୋଇଥିଲେ ମଧ୍ୟ ସେଥିପାଇଁ ଆତ୍ମା ଦାୟୀ ରହେ । ତେଣୁ ସାଧକମାନେ ଉଭୟ ଦିଗକୁ ଦୃଷ୍ଟି ଦେବା ଆବଶ୍ୟକ । ମହର୍ଷି ବଶିଷ୍ଠ ଶ୍ରୀରାମଙ୍କୁ ଉପଦେଶ ଦେଇଥିଲେ: କର୍ତ୍ତା ବହିରକର୍ତାନ୍ତର୍ଲୋକେ ବିହର ରାଘବ (ଯୋଗବଶିଷ୍ଠ)  “ହେ ରାମ ! କର୍ମ କରିବା ସମୟରେ, ବାହାରକୁ ଏପରି ପ୍ରଦର୍ଶନ କର, ଯେପରି କି ଫଳ ତୁମ ଉପରେ ନିର୍ଭର କରୁଛି, କିନ୍ତୁ ଅନ୍ତରରେ ନିଜକୁ ଅକର୍ତ୍ତା ଅନୁଭବ କର ।”" }, { "verseTitle": "Bhagavad Gita 13.31", "verse": "31", "chapter": 13, "lang": "or", "shloka": { "speaker": "", "sanskrit": "यदा भूतपृथग्भावमेकस्थमनुपश्यति।\n\nतत एव च विस्तारं ब्रह्म सम्पद्यते तदा ॥31॥", "text": "ଯଦା ଭୂତପୃଥଗ୍‌ଭାବମେକସ୍ଥମନୁପଶ୍ୟତି ।\nତତ ଏବ ଚ ବିସ୍ତାରଂ ବ୍ରହ୍ମ ସମ୍ପଦ୍ୟତେ ତଦା ।।୩୧।।", "audioLink": "https://www.holy-bhagavad-gita.org/public/audio/013_031.mp3" }, "wordMeanings": "ଯଦା-ଯେତେବେଳେ; ଭୂତ-ଜୀବ; ପୃଥକ୍ ଭାବମ୍‌-ବିଭିନ୍ନ ପ୍ରକାରର; ଏକସ୍ଥମ୍‌-ଏକ ସ୍ଥାନରେ ଅବସ୍ଥିତ; ଅନୁପଶ୍ୟତି-ଦେଖେ; ତତଃ -ତାପରେ; ଏବ -ବାସ୍ତବରେ ଚ-ଏବଂ; ବିସ୍ତାରଂ -ବିସ୍ତୃତି; ବ୍ରହ୍ମ-ବ୍ରହ୍ମ; ସଂପଦ୍ୟତେ-ପ୍ରାପ୍ତ ହୁଏ; ତଦା-ସେତେବେଳେ ।", "translation": { "text": "ଯେତେବେଳେ ସେମାନେ ଦେଖିପାରନ୍ତି ଯେ, ଭିନ୍ନ ଭିନ୍ନ ପ୍ରକାରର ଜୀବ ଗୋଟିଏ ଭୌତିକ ପ୍ରକୃତିରେ ସ୍ଥିତ ଅଛନ୍ତି ଏବଂ ହୃଦୟଙ୍ଗମ କରନ୍ତି ଯେ ସମସ୍ତେ ସେଥିରୁ ଜନ୍ମ ନେଇଛନ୍ତି, ସେମାନେ ବ୍ରହ୍ମଙ୍କର ଅନୁଭୂତି ଲାଭ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-31.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.31.mp3" ] }, "commentary": "ସମୁଦ୍ର ନିଜକୁ ତରଙ୍ଗ, ଫେଣ, ଜୁଆର, ଲହରୀ ଇତ୍ୟାଦିରେ ରୂପାନ୍ତରିତ କରିଥାଏ । ଯଦି ଜଣେ ବ୍ୟକ୍ତିକୁ ଏହି ସବୁକୁ ପୃଥକ୍ ପୃଥକ୍ ଭାବେ ପ୍ରଥମ ଥର ପାଇଁ ଦେଖାଇ ଦିଆଯାଏ, ତା’ହେଲେ ସେ ଏପରି ଭାବିପାରନ୍ତି ଯେ ସେମାନେ ସମସ୍ତ ଅଲଗା ଅଟନ୍ତି । କିନ୍ତୁ ଯାହାର ସମୁଦ୍ର ବିଷୟରେ ଜ୍ଞାନ ଅଛି, ସେ ଏହି ପାର୍ଥକ୍ୟରେ ନିହିତ ଥିବା ଏକତ୍ୱକୁ ଦେଖିପାରେ । ସେହିପରି, କ୍ଷୁଦ୍ରତମ ଏମିବା ଠାରୁ ଆରମ୍ଭ କରି ଶକ୍ତିଶାଳୀ ସ୍ୱର୍ଗର ଦେବତାମାନଙ୍କ ପର୍ଯ୍ୟନ୍ତ ଅସଂଖ୍ୟ ପ୍ରକାରର ଶରୀର ରହିଛି । ସେମାନେ ସମସ୍ତେ ଗୋଟିଏ ସତ୍ୟ ଉପରେ ଆଧାରିତ -ଆତ୍ମା, ଯାହା ଭୌତିକ ଶକ୍ତିରୁ ଗଠିତ ଶରୀରରେ ସ୍ଥିତ, ଭଗବାନଙ୍କର ଏକ ଅଂଶ ଅଟେ । ଭିନ୍ନ ଭିନ୍ନ ରୂପ ମଧ୍ୟରେ ପାର୍ଥକ୍ୟ ଆତ୍ମା ଦ୍ୱାରା ସୃଷ୍ଟି ହୋଇ ନ ଥାଏ, ବରଂ ଭୌତିକ ଶକ୍ତି ଦ୍ୱାରା ଗଠିତ ବିଭିନ୍ନ ଶରୀରର ଆକୃତି ଦ୍ୱାରା ହୋଇଥାଏ । ଜନ୍ମ ସମୟରେ ସମସ୍ତ ପ୍ରାଣୀଙ୍କର  ଶରୀର ଭୌତିକ ଶକ୍ତିରୁ ସୃଷ୍ଟି ହୋଇଥାଏ ଏବଂ ମୃତ୍ୟୁ ସମୟରେ  ଶରୀର ପୁଣି ସେଥିରେ ମିଶିଯାଏ । ଯେତେବେଳେ ଆମେ ଦେଖୁ ଯେ, ଭିନ୍ନ ଭିନ୍ନ ପ୍ରାଣୀଙ୍କର ସେହି ଗୋଟିଏ ମାୟା ଶକ୍ତିର ଉପଜ ଅଟେ, ଆମେ ବିବିଧତାରେ ଏକତାକୁ ହୃଦୟଙ୍ଗମ କରିପାରୁ ଏବଂ ଯେହେତୁ ଭୌତିକ ଶକ୍ତି ଭଗବାନଙ୍କର ଏକ ଶକ୍ତି ଅଟେ, ଆମେ ସୃଷ୍ଟିରେ ସର୍ବତ୍ର ସେହି ଗୋଟିଏ ଦିବ୍ୟ ଶକ୍ତି ବ୍ୟାପ୍ତ ଥିବା ଦେଖିପାରୁ । ଏହା ଆମକୁ ବ୍ରହ୍ମ ଅନୁଭୂତି କରାଇଥାଏ ।" }, { "verseTitle": "Bhagavad Gita 13.32", "verse": "32", "chapter": 13, "lang": "or", "shloka": { "speaker": "", "sanskrit": "अनादित्वान्निर्गुणत्वात्परमात्मायमव्ययः ।\n\nशरीरस्थोऽपि कौन्तेय न करोति न लिप्यते ॥32॥", "text": "ଅନାଦିତ୍ୱାନ୍ନିର୍ଗୁଣତ୍ୱାତ୍‌ପରମାତ୍ମାୟମବ୍ୟୟଃ ।\nଶରୀରସ୍ଥୋଽପି କୌନ୍ତେୟ ନ କରୋତି ନ ଲିପ୍ୟତେ ।।୩୨।।", "audioLink": "https://www.holy-bhagavad-gita.org/public/audio/013_032.mp3" }, "wordMeanings": "ଅନାଦିତ୍ୱାତ୍‌-ଅନାଦି ହୋଇଥିବାରୁ; ନିର୍ଗୁଣତ୍ୱାତ୍‌-ଗୁଣରହିତ ହୋଇଥିବାରୁ; ପରମ-ପରମ; ଆତ୍ମା-ଆତ୍ମା; ଅୟଂ-ଏହି; ଅବ୍ୟୟଃ-ଅବିନଶ୍ୱର; ଶରୀରସ୍ଥଃ- ଶରୀର ମଧ୍ୟରେ ରହି; ଅପି -ମଧ୍ୟ କୌନ୍ତେୟ-ହେ କୁନ୍ତିପୁତ୍ର; ନ କରୋତି-କିଛି କରେ ନାହିଁ; ନ ଲିପ୍ୟତେ-ଜଡ଼ିତ ହୁଏ ନାହିଁ ।", "translation": { "text": "ହେ କୁନ୍ତି ପୁତ୍ର ! ପରମାତ୍ମା ଅବିନଶ୍ୱର ଅଟନ୍ତି, ସେ ଅନାଦି ଏବଂ ଗୁଣ ରହିତ ଅଟନ୍ତି । ସେ ଶରୀର ମଧ୍ୟରେ ସ୍ଥିତ ହୋଇଥିଲେ ମଧ୍ୟ, କୌଣସି କର୍ମ କରନ୍ତି ନାହିଁ କିମ୍ବା ମାୟା ଶକ୍ତି ଦ୍ୱାରା କଳୁଷିତ ହୁଅନ୍ତି ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-32.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.32.mp3" ] }, "commentary": "ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ, ପରମାତ୍ମା ରୂପରେ ନିବାସ କରନ୍ତି, କିନ୍ତୁ ସେ କେବେବି ଶରୀର ସହିତ ତାଦାତ୍ମ୍ୟ କରନ୍ତି ନାହିଁ କିମ୍ବା ତା’ର ସ୍ଥିତି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ମାୟିକ ଶରୀରରେ ତାଙ୍କର ଉପସ୍ଥିତି, ତାଙ୍କୁ କୌଣସି ଦୃଷ୍ଟିରୁ ମାୟିକ କରିଦିଏ ନାହିଁ କିମ୍ବା ସେ କର୍ମରେ ଏବଂ ଜନ୍ମ ଓ ମୃତ୍ୟୁର ଚକ୍ରରେ ଆବଦ୍ଧ ହୁଅନ୍ତି ନାହିଁ, ଯଦିଓ ଆତ୍ମା ଏଥିରେ ଜଡ଼ିତ ହୋଇଥାଏ ।" }, { "verseTitle": "Bhagavad Gita 13.33", "verse": "33", "chapter": 13, "lang": "or", "shloka": { "speaker": "", "sanskrit": "यथा सर्वगतं सौक्ष्यादाकाशं नोपलिप्यते ।\n\nसर्वत्रावस्थितो देहे तथात्मा नोपलिप्यते ॥33॥", "text": "ଯଥା ସର୍ବଗତଂ ସୌକ୍ଷ୍ମ୍ୟାଦାକାଶଂ ନୋପଲିପ୍ୟତେ ।\nସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମା ନୋପଲିପ୍ୟତେ ।।୩୩।।", "audioLink": "https://www.holy-bhagavad-gita.org/public/audio/013_033.mp3" }, "wordMeanings": "ଯଥା-ଯେପରି; ସର୍ବଗତଂ- ସର୍ବବ୍ୟାପକ; ସୌକ୍ଷ୍ମ୍ୟାତ୍‌-ସୂକ୍ଷ୍ମ ହୋଇଥିବା ଯୋଗୁଁ; ଆକାଶଂ-ଆକାଶ; ନ ଉପଲିପ୍ୟତେ-ଦୂଷିତ ହୁଏ ନାହିଁ; ସର୍ବତ୍ର-ସର୍ବତ୍ର; ଅବସ୍ଥିତଃ-ଅବସ୍ଥିତ; ଦେହେ-ଶରୀରରେ; ତଥା-ସେହିପରି; ଆତ୍ମା-ଆତ୍ମା; ନ ଉପଲିପ୍ୟତେ-ଦୂଷିତ ହୁଏନାହିଁ ।", "translation": { "text": "ଆକାଶ ନିଜ ମଧ୍ୟରେ ସବୁକିଛି ଧାରଣ କରିଥାଏ, କିନ୍ତୁ ସୂକ୍ଷ୍ମ ହୋଇଥିବା ଯୋଗୁଁ, ଧାରଣ କରିଥିବା ବସ୍ତୁଗୁଡ଼ିକ ଦ୍ୱାରା ତାହା କଳୁଷିତ ହୁଏ ନାହିଁ । ସେହିପରି ଯଦିଓ ଶରୀରରେ ଚୈତନ୍ୟତା ବ୍ୟାପ୍ତ ଥାଏ, ଆତ୍ମା ଶରୀରର ସ୍ୱଭାବ ଦ୍ୱାରା ପ୍ରଭାବିତ ହୁଏ ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-33.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.33.mp3" ] }, "commentary": "ଅହଂକାର ବଶତଃ ଆତ୍ମା ଶରୀର ସହିତ ତାଦାତ୍ମ୍ୟ କରି ନିଦ୍ରା, ଜାଗ୍ରତ, କ୍ଲାନ୍ତି, ପ୍ରଫୁଲ୍ଲତା ଇତ୍ୟାଦି ଅନୁଭବ କରିଥାଏ । କେହି କେହି ପ୍ରଶ୍ନ କରି ପାରନ୍ତି, ଆତ୍ମା ଯେଉଁ ଶରୀରରେ ଥାଏ, ତା’ର ପରିବର୍ତ୍ତନ ଦ୍ୱାରା ସେ ଦୂଷିତ ହେବନାହିଁ କାହିଁକି? ଶ୍ରୀକୃଷ୍ଣ ଏହାକୁ ଆକାଶର ଉଦାହରଣ ଦ୍ୱାରା ବୁଝାଉଛନ୍ତି । ଆକାଶ ସବୁକିଛି ଧାରଣ କରିଥାଏ, କିନ୍ତୁ ସେ ସୂକ୍ଷ୍ମ ହୋଇଥିବା ଯୋଗୁଁ ଧାରଣ କରିଥିବା ସ୍ଥୂଳବସ୍ତୁ ଦ୍ୱାରା ତାହା ପ୍ରଭାବିତ ହୋଇ ନ ଥାଏ । ସେହିପରି ଆତ୍ମା ନିଜକୁ ଶରୀର ମନେ କରୁଥିଲେ ସୁଦ୍ଧା, ସେ ତାର ଦିବ୍ୟତା ବଜାୟ ରଖେ ।" }, { "verseTitle": "Bhagavad Gita 13.34", "verse": "34", "chapter": 13, "lang": "or", "shloka": { "speaker": "", "sanskrit": "यथा प्रकाशयत्येकः कृत्स्नं लोकमिमं रविः।\n\nक्षेत्रं क्षेत्री तथा कृत्स्नं प्रकाशयति भारत ॥34॥", "text": "ଯଥା ପ୍ରକାଶୟତ୍ୟେକଃ କୃତ୍ସ୍ନଂ ଲୋକମିମଂ ରବିଃ ।\nକ୍ଷେତ୍ରଂ କ୍ଷେତ୍ରୀ ତଥା କୃତ୍ସ୍ନଂ ପ୍ରକାଶୟତି ଭାରତ ।।୩୪।।", "audioLink": "https://www.holy-bhagavad-gita.org/public/audio/013_034.mp3" }, "wordMeanings": "ଯଥା-ଯେପରି; ପ୍ରକାଶୟତି-ଆଲୋକିତ କରେ; ଏକଃ-ଗୋଟିଏ; କୃତ୍ସ୍ନଂ-ସମଗ୍ର; ଲୋକଂ-ବ୍ରହ୍ମାଣ୍ଡ; ଇମଂ-ଏହି; ରବିଃ-ସୂର୍ଯ୍ୟ; କ୍ଷେତ୍ରଂ-ଏହି ଶରୀରକୁ; କ୍ଷେତ୍ରୀ-ଆତ୍ମା; ତଥା-ସେହିପରି; କୃତ୍ସ୍ନଂ-ସମଗ୍ର; ପ୍ରକାଶୟତି-ଆଲୋକିତ କରେ; ଭାରତ-ହେ ଭରତ ବଂଶଜ !", "translation": { "text": "ଯେପରି ଗୋଟିଏ ସୂର୍ଯ୍ୟ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍‌ଭାସିତ କରିଥାଏ, ସେହିପରି ଆତ୍ମା ସମ୍ପୂର୍ଣ୍ଣ ଶରୀରକୁ ଆଲୋକିତ କରେ (ଚେତନା ଦ୍ୱାରା) ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-34.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.34.mp3" ] }, "commentary": "ଆତ୍ମା ନିବାସ କରିଥିବା ସମଗ୍ର ଶରୀରକୁ ନିଜର ଚେତନା ଦ୍ୱାରା ଶକ୍ତିଯୁକ୍ତ କରୁଥିଲେ ସୁଦ୍ଧା, ନିଜେ ଅତ୍ୟନ୍ତ ସୂକ୍ଷ୍ମ ଅଟେ । ଏଷୋଽଣୁରାତ୍ମା (ମୁଣ୍ଡକୋପନିଷଦ ୩.୧.୯) “ଆତ୍ମାର ଆକାର ଅତ୍ୟନ୍ତ କ୍ଷୁଦ୍ର ଅଟେ ।” ଶ୍ୱେତାଶ୍ୱତର ଉପନିଷଦ କହେ:\nବାଲାଗ୍ରଶତଭାଗସ୍ୟ ଶତଧା କଳ୍ପିତସ୍ୟ ଚଭାଗୋ ଜୀବଃ ସ ବିଜେ୍ଞୟଃ ସ ଚାନନ୍ତ୍ୟାୟ କଳ୍ପତେ । (୫.୯)\n“ଯଦି ଆମେ ଏକ କେଶର ଅଗ୍ରଭାଗକୁ ଏକଶତ ଭାଗରେ ବିଭକ୍ତ କରିବା ଏବଂ ପୁଣି ଗୋଟିଏ ଭାଗକୁ ଆଉ ଏକଶତ ଭାଗରେ ବିଭକ୍ତ କରିବା, ଆମେ ଆତ୍ମାର ଆକାର ପାଇପାରିବା । ଏପରି ଆତ୍ମା ଅସଂଖ୍ୟ ଅଛନ୍ତି ।” ଏହା ଆତ୍ମାର ସୂକ୍ଷ୍ମତା ବର୍ଣ୍ଣନା କରିବା ପାଇଁ ଏକ ଦୃଷ୍ଟାନ୍ତ ଅଟେ ।\nଏପରି ଏକ ସୂକ୍ଷ୍ମ ଆତ୍ମା, ତା’ ତୁଳନାରେ ଅତ୍ୟନ୍ତ ବିଶାଳ ଶରୀରକୁ ଶକ୍ତିଯୁକ୍ତ କରେ କିପରି ? ଶ୍ରୀକୃଷ୍ଣ ଏହାକୁ ସୂର୍ଯ୍ୟଙ୍କର ଉପମା ଦ୍ୱାରା ବୁଝାଇଛନ୍ତି । ଯଦିଓ ସୂର୍ଯ୍ୟ ଗୋଟିଏ ସ୍ଥାନରେ ଅବସ୍ଥିତ, ସେ ତାଙ୍କର ଆଲୋକରେ ସମଗ୍ର ସୌରମଣ୍ଡଳକୁ ଆଲୋକିତ କରନ୍ତି । ସେହିପରି ବେଦାନ୍ତ ଦର୍ଶନ କହେ:\nଗୁଣାଦ୍ୱାଲୋକବତ୍ (୨.୩.୨୫)\n“ଆତ୍ମା, ଯଦିଓ ହୃଦୟରେ ନିବାସ କରିଥାଏ, ଏହା ଶରୀରର ସମସ୍ତ କ୍ଷେତ୍ରକୁ ଚୈତନ୍ୟତା ବିସ୍ତାର କରେ ।”" }, { "verseTitle": "Bhagavad Gita 13.35", "verse": "35", "chapter": 13, "lang": "or", "shloka": { "speaker": "", "sanskrit": "क्षेत्रक्षेत्रज्ञयोरेवमन्तरं ज्ञानचक्षुषा।\n\nभूतप्रकृतिमोक्षं च ये विदुर्यान्ति ते परम् ॥35॥", "text": "କ୍ଷେତ୍ରକ୍ଷେତ୍ରଜ୍ଞୟୋରେବମନ୍ତରଂ ଜ୍ଞାନଚକ୍ଷୁଷା ।\nଭୂତପ୍ରକୃତିମୋକ୍ଷଂ ଚ ଯେ ବିଦୁର୍ଯାନ୍ତି ତେ ପରମ୍ ।।୩୫।।", "audioLink": "https://www.holy-bhagavad-gita.org/public/audio/013_035.mp3" }, "wordMeanings": "କ୍ଷେତ୍ର-ଶରୀର; କ୍ଷେତ୍ରଜ୍ଞୟୋଃ- ଶରୀରର ଜ୍ଞାତା; ଏବଂ-ଏହିପରି; ଅନ୍ତରଂ-ପାର୍ଥକ୍ୟ; ଜ୍ଞାନ-ଚକ୍ଷୁଷା -ଜ୍ଞାନ ଚକ୍ଷୁରେ; ଭୂତ-ଜୀବ; ପ୍ରକୃତିମୋକ୍ଷଂ- ଭୂତପ୍ରକୃତିରୁ ମୁକ୍ତି; ଚ-ଏବଂ; ଯେ-ଯେଉଁମାନେ; ବିଦୁଃ-ଜାଣନ୍ତି; ଯାନ୍ତି- ପହଞ୍ଚନ୍ତି; ତେ-ସେମାନେ; ପରମ୍‌-ପରମ ।", "translation": { "text": "ଯେଉଁ ବ୍ୟକ୍ତିମାନେ ଜ୍ଞାନ ଚକ୍ଷୁରେ, ଶରୀର ଏବଂ ଶରୀରର ଜ୍ଞାତା ମଧ୍ୟରେ ପାର୍ଥକ୍ୟ ଏବଂ ଭୌତିକ ପ୍ରକୃତିରୁ ମୁକ୍ତ ହେବାର ଉପାୟ ଦର୍ଶନ କରିପାରନ୍ତି, ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C13-H-35.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/13.35.mp3" ] }, "commentary": "ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ଶୈଳୀରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ବିଷୟରେ ଯାହାସବୁ କହିଥିଲେ, ତା’ର ସାରାଂଶ କହି ବିଷୟଟି ଶେଷ କରିବାକୁ ଯାଉଛନ୍ତି । ମାୟିକ କ୍ଷେତ୍ର (କର୍ମକ୍ଷେତ୍ର) ଏବଂ ଦିବ୍ୟ କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା) ମଧ୍ୟରେ ପାର୍ଥକ୍ୟ ଜାଣିବା ହିଁ ପ୍ରକୃତ ଜ୍ଞାନ ଅଟେ । ଯେଉଁମାନେ ଏହିପରି ବିବେକୀ ଜ୍ଞାନ ଧାରଣ କରିଥାଆନ୍ତି, ସେମାନେ ନିଜକୁ ଭୌତିକ ଶରୀର ମନେ କରନ୍ତି ନାହିଁ । ସେମାନେ ନିଜକୁ ଦିବ୍ୟ ଗୁଣ ସମ୍ପନ୍ନ, ଭଗବାନଙ୍କର କ୍ଷୁଦ୍ର ଅଂଶବିଶିଷ୍ଟ, ଆତ୍ମା ରୂପରେ ଜାଣନ୍ତି । ସେଥିପାଇଁ ସେମାନେ ଆଧ୍ୟାତ୍ମିକ ଉନ୍ନତି ଏବଂ ମାୟା ନିବୃତ୍ତିର ପଥ ଅନୁସନ୍ଧାନ କରନ୍ତି । ତା’ପରେ ଆଧ୍ୟାତ୍ମିକ ଜ୍ଞାନୋଦୟର ପଥରେ ଯାତ୍ରା କରି ଏହିପରି ଜ୍ଞାନୀ ବ୍ୟକ୍ତିମାନେ ତାଙ୍କର ଭଗବତ୍ ପ୍ରାପ୍ତି ରୂପୀ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।" } ] }