gita-chapter-12

{ "title": "ଦ୍ୱାଦଶ ଅଧ୍ୟାୟ: ଭକ୍ତି ଯୋଗ", "chapterIntro": "ଏହି ଛୋଟ ଅଧ୍ୟାୟଟି, ଅନ୍ୟ ସମସ୍ତ ପ୍ରକାରର ଆଧ୍ୟାତ୍ମିକ ସାଧନା ପଦ୍ଧତି ଅପେକ୍ଷା ପ୍ରେମ ରସ ଯୁକ୍ତ ଭକ୍ତିମାର୍ଗର ଉତ୍କୃଷ୍ଟତା ଉପରେ ଗୁରୁତ୍ୱାରୋପ କରିଛି । ଏହାର ପ୍ରାରମ୍ଭରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ଯେ ତାଙ୍କ ସାକାର ସ୍ୱରୂପର ଉପାସକ ଏବଂ ନିରାକାର ବ୍ରହ୍ମ ସ୍ୱରୂପର ଉପାସକମାନଙ୍କ ମଧ୍ୟରୁ କାହାକୁ ସେ ଉଚ୍ଚକୋଟୀର ମନେକରନ୍ତି । ଶ୍ରୀକୃଷ୍ଣ ଏହାର ଉତ୍ତର ଦେବାକୁ ଯାଇ ଘୋଷଣା କରୁଛନ୍ତି ଯେ ଉଭୟ ମାର୍ଗ ଭଗବତ୍ ପ୍ରାପ୍ତି କରାଇଥାଏ । ତଥାପି ସେ ତାଙ୍କ ସାକାର ସ୍ୱରୂପର ଭକ୍ତମାନଙ୍କୁ ସର୍ବଶ୍ରେଷ୍ଠ ଯୋଗୀ ମନେ କରନ୍ତି । ସେ କହୁଛନ୍ତି, ଭଗବାନଙ୍କ ଅବ୍ୟକ୍ତ ନିରାକାର ସ୍ୱରୂପର ଧ୍ୟାନ କରିବା କ୍ଳେଶପୂର୍ଣ୍ଣ ଏବଂ ଶରୀରଧାରୀ ଜୀବଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ଅଟେ । କିନ୍ତୁ ସାକାର ରୂପର ଭକ୍ତମାନେ, ତାଙ୍କର ମନ-ବୁଦ୍ଧି ଭଗବାନଙ୍କଠାରେ ନିମଗ୍ନ କରି ଏବଂ ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରି, ଜନ୍ମ ମୃତ୍ୟୁର ଚକ୍ରରୁ ଅଚିରେ ମୁକ୍ତ ହୋଇଯାଆନ୍ତି । ସୁତରାଂ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ବୁଦ୍ଧିକୁ ତାଙ୍କଠାରେ ସମର୍ପଣ କରି, ମନକୁ ଶ୍ରଦ୍ଧାଯୁକ୍ତ ଭକ୍ତି ସହ କେବଳ ତାଙ୍କଠାରେ ଲଗାଇବାକୁ ନିର୍ଦ୍ଦେଶ ଦେଉଛନ୍ତି ।\nକିନ୍ତୁ, ଏପରି ଶ୍ରଦ୍ଧା ସଂଘର୍ଷରତ ଜୀବଠାରେ ସହଜରେ ଉତ୍ପନ୍ନ ହୋଇ ନ ଥାଏ । ତେଣୁ ଶ୍ରୀକୃଷ୍ଣ ତାଙ୍କୁ ଅନ୍ୟ ଏକ ବିକଳ୍ପ ଦେଉଛନ୍ତି । ସେ କହୁଛନ୍ତି ଯେ ଯଦି ଅର୍ଜୁନ ତତ୍‌କ୍ଷଣାତ୍ ନିଜର ମନକୁ ଭଗବାନଙ୍କଠାରେ ସମ୍ପୂର୍ଣ୍ଣ ରୂପେ ସଂଲଗ୍ନ କରିପାରୁ ନାହାଁନ୍ତି, ତେବେ ସେହି ସ୍ଥିତିକୁ ହାସଲ କରିବା ପାଇଁ ସେ ନିରନ୍ତର ତାହାର ଅଭ୍ୟାସ କରିବା ଆବଶ୍ୟକ । ଭକ୍ତି କୌଣସି ଚମତ୍କାର ନୁହେଁ, ନିରନ୍ତର ଅଭ୍ୟାସ ଦ୍ୱାରା ଏହାକୁ ଉତ୍ପନ୍ନ କରାଯାଇପାରିବ । ସେତିକି ମଧ୍ୟ ଯଦି ଅର୍ଜୁନ କରି ନ ପାରୁଛନ୍ତି, ତେବେ ସେ ହାର ନ ମାନି ଶ୍ରୀକୃଷ୍ଣଙ୍କର ସୁଖ ଉଦ୍ଦେଶ୍ୟରେ ଭକ୍ତିଯୁକ୍ତ କର୍ମ କରିବା ଉଚିତ୍ । ଯଦି ତାହା ମଧ୍ୟ ସମ୍ଭବ ନୁହେଁ, ତେବେ ସେ କର୍ମଫଳ ତ୍ୟାଗ କରି କେବଳ ଆତ୍ମାରେ ସ୍ଥିତ ରହିବା ଉଚିତ । ତାପରେ ଶ୍ରୀକୃଷ୍ଣ କହୁଛନ୍ତି, କେବଳ ଶରୀର ଦ୍ୱାରା ଅଭ୍ୟାସ କରିବା ଅପେକ୍ଷା ଜ୍ଞାନ ଲାଭ କରିବା ଶ୍ରେଷ୍ଠ ଅଟେ; ଜ୍ଞାନ ଲାଭ କରିବା ଅପେକ୍ଷା ଧ୍ୟାନ ଶ୍ରେଷ୍ଠ ଅଟେ; ଧ୍ୟାନଠାରୁ କର୍ମଫଳ ତ୍ୟାଗ କରିବା ଶ୍ରେଷ୍ଠ ଅଟେ, ଯାହାକି ତତ୍‌କ୍ଷଣାତ୍ ଶାନ୍ତି ପ୍ରଦାନ କରିଥାଏ । ଏହି ଅଧ୍ୟାୟର ଅନ୍ୟ ଶ୍ଲୋକ ଗୁଡ଼ିକରେ ସେ ତାଙ୍କର ଯେଉଁମାନେ ଅତ୍ୟନ୍ତ ପ୍ରିୟ, ସେହି ଭକ୍ତମାନଙ୍କର ଅତି ଉତ୍କୃଷ୍ଟ ଗୁଣ ସବୁର ବର୍ଣ୍ଣନା କରିଛନ୍ତି ।", "verseList": [ { "verseTitle": "Bhagavad Gita 12.1", "verse": "1", "chapter": 12, "lang": "or", "shloka": { "speaker": "ଅର୍ଜୁନ ଉବାଚ", "sanskrit": "अर्जुन उवाच। \n\nएवं सततयुक्ता ये भक्तास्त्वां पर्युपासते।\n\nये चाप्यक्षरमव्यक्तं तेषां के योगवित्तमाः ॥1॥", "text": "ଏବଂ ସତତଯୁକ୍ତା ଯେ ଭକ୍ତାସ୍ତ୍ୱାଂ ପର୍ଯ୍ୟୁପାସତେ ।\nଯେ ଚାପ୍ୟକ୍ଷରମବ୍ୟକ୍ତଂ ତେଷାଂ କେ ଯୋଗବିତ୍ତମାଃ ।।୧।।", "audioLink": "https://www.holy-bhagavad-gita.org/public/audio/012_001.mp3" }, "wordMeanings": "ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ଏବଂ -ଏହିପରି; ସତତ - ସର୍ବଦା; ଯୁକ୍ତାଃ- ସଂଲଗ୍ନ; ଯେ -ଯେଉଁମାନେ; ଭକ୍ତାଃ - ଭକ୍ତଗଣ; ତ୍ୱାମ୍ - ଆପଣଙ୍କୁ; ପର୍ଯ୍ୟୁପାସତେ-ଯଥାବିଧି ପୂଜାକରନ୍ତି; ଯେ-ଯେଉଁମାନେ; ଚ-ଏବଂ; ଅପି-ମଧ୍ୟ; ଅକ୍ଷରଂ-ଅବିନଶ୍ୱର; ଅବ୍ୟକ୍ତଂ - ନିରାକାର; ତେଷାଂ - ସେମାନଙ୍କ ମଧ୍ୟରେ; କେ-କେଉଁମାନେ; ଯୋଗବିତ୍ତମାଃ - ଉତ୍ତମ ଯୋଗୀ ।", "translation": { "text": "ଅର୍ଜୁନ ପ୍ରଶ୍ନ କଲେ: ଯେଉଁମାନେ ଆପଣଙ୍କର ସାକାର ସ୍ୱରୂପର ନିରବଚ୍ଛିନ୍ନ ଭାବରେ ଭକ୍ତି କରନ୍ତି, ଏବଂ ଯେଉଁମାନେ ଆପଣଙ୍କର ନିରାକାର ବ୍ରହ୍ମସ୍ୱରପର ଆରାଧନା କରନ୍ତି, ସେମାନଙ୍କ ମଧ୍ୟରୁ ଉତ୍ତମ ଯୋଗୀ ଭାବରେ ଆପଣ କାହାକୁ ବିବେଚନା କରନ୍ତି?", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-01.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.1.mp3" ] }, "commentary": "ପୂର୍ବ ଅଧ୍ୟାୟରେ, ଅର୍ଜୁନ ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଥିବା ଭଗବାନଙ୍କର ବିଶ୍ୱରୂପର ଦର୍ଶନ କରିଥିଲେ । ବିଶ୍ୱରୂପ ଦର୍ଶନ କରିବା ପରେ, ଭଗବାନଙ୍କୁ ନାମ, ଗୁଣ, ଲୀଳା ଯୁକ୍ତ ସାକାର ରୂପରେ ଦେଖିବାକୁ ଅର୍ଜୁନ ଅଧିକ ପସନ୍ଦ କଲେ । ସେ ବର୍ତ୍ତମାନ ଜାଣିବାକୁ ଇଚ୍ଛା କରୁଛନ୍ତି ଯେ ସାକାର ଭଗବାନଙ୍କୁ ପୂଜା କରୁଥିବା ଭକ୍ତ ଏବଂ ନିରାକାର ବ୍ରହ୍ମଙ୍କୁ ଉପାସନା କରୁଥିବା ସାଧକ ମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଅଟନ୍ତି ।\nଅର୍ଜୁନଙ୍କର ଏହି ପ୍ରଶ୍ନ ପୁନର୍ବାର ପ୍ରତିପାଦିତ କରିଥାଏ ଯେ ଭଗବାନଙ୍କର ଉଭୟ ସ୍ୱରୂପ ରହିଛି - ସର୍ବବ୍ୟାପକ ନିରାକାର ବ୍ରହ୍ମ ରୂପ ଏବଂ ସାକାର ରୂପ । ଯେଉଁମାନେ କହନ୍ତି, ଭଗବାନ ସାକାର ରୂପ ଧାରଣ କରି ପାରିବେ ନାହିଁ, ସେମାନେ ତାଙ୍କର ଶକ୍ତିକୁ ସୀମିତ କରି ଦେଇଥାଆନ୍ତି, ଏବଂ ଯେଉଁମାନେ କହନ୍ତି, ଭଗବାନ କେବଳ ସାକାର ରୂପଯୁକ୍ତ ଅଟନ୍ତି, ସେମାନେ ମଧ୍ୟ ତାଙ୍କୁ ସୀମିତ କରିଦେଇଥାଆନ୍ତି । ଭଗବାନ ଦୋଷରହିତ ଏବଂ ପରିପୂର୍ଣ୍ଣ ଅଟନ୍ତି, ତେଣୁ ସେ ଉଭୟ ନିରାକାର ଏବଂ ସାକାର ଅଟନ୍ତି । ପ୍ରତ୍ୟେକ ଜୀବର ବ୍ୟକ୍ତିତ୍ୱରେ ମଧ୍ୟ ଦୁଇଟି ରୂପ ଅଛି । ଆତ୍ମା ନିରାକାର, ତଥାପି ଅନନ୍ତ ପୂର୍ବ ଜନ୍ମରେ ସେ ଅନନ୍ତ ବାର ଶରୀର ଧାରଣ କରିଛି । ଆମପରି କ୍ଷୁଦ୍ର ଆତ୍ମାର ଯଦି ସାକାର ରୂପ ଧାରଣ କରିବାର କ୍ଷମତା ରହିଛି, ତାହେଲେ ସର୍ବଶକ୍ତିମାନ ଭଗବାନ ଯେତେବେଳେ ଇଚ୍ଛା କରିବେ, ସାକାର ରୂପ ଧାରଣ କରି ପାରିବେ ନାହିଁ କାହିଁକି? ଏପରିକି ଜ୍ଞାନ ମାର୍ଗର ପ୍ରମୁଖ ଉଦ୍ୟୋକ୍ତା, ଜଗଦ୍‌ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ମଧ୍ୟ କହନ୍ତି:\nମୂର୍ତଂ ଚୈବାମୂର୍ତଂ ଦ୍ୱେ ଏବ ବ୍ରହ୍ମଣୋ ରୂପେ, ଇତ୍ୟୁପନିଷତ୍ ତୟୋର୍ବା ଦୌଭକ୍ତୌ ଭଗବଦୁପଦିଷ୍ଟୌ, କ୍ଲେଷାଦକ୍ଲେଶାଦ୍ୱା ମୁକ୍ତିସ୍ୟାଦେରତୟୋର୍ମଧ୍ୟେ ।\n“ପରାତ୍ପର ତତ୍ତ୍ୱ ଉଭୟ ସାକାର ଏବଂ ନିରାକାର ଅଟନ୍ତି । ଆଧ୍ୟାତ୍ମିକ ପଥର ସାଧକମାନେ ମଧ୍ୟ ଦୁଇ ଶ୍ରେଣୀର ଅଟନ୍ତି- ନିରାକାର ବ୍ରହ୍ମଙ୍କର  ଉପାସକ, ଏବଂ ସାକାର ରୂପର ଉପାସକ । କିନ୍ତୁ ନିରାକାର ବ୍ରହ୍ମଙ୍କ ଉପାସନାର ପଥ ଅତ୍ୟନ୍ତ କଷ୍ଟକର ।”" }, { "verseTitle": "Bhagavad Gita 12.2", "verse": "2", "chapter": 12, "lang": "or", "shloka": { "speaker": "", "sanskrit": "श्रीभगवानुवाच। \n\nमय्यावेश्य मनो ये मां नित्ययुक्ता उपासते ।\n\nश्रद्धया परयोपेतास्ते मे युक्ततमा मताः ॥2॥", "text": "ଶ୍ରୀଭଗବାନୁବାଚ\n ମୟାବେଶ୍ୟ ମନୋ ଯେ ମାଂ ନିତ୍ୟଯୁକ୍ତା ଉପାସତେ ।\nଶ୍ରଦ୍ଧୟା ପରୟୋପେତାସ୍ତେ ମେ ଯୁକ୍ତତମା ମତାଃ ।।୨।।", "audioLink": "https://www.holy-bhagavad-gita.org/public/audio/012_002.mp3" }, "wordMeanings": "ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ମୟି - ମୋ’ଠାରେ; ଆବେଶ୍ୟ-ସ୍ଥିରକରି; ମନଃ-ମନ; ଯେ -ଯିଏ; ମାଂ - ମୋତେ; ନିତ୍ୟ-ସର୍ବଦା; ଯୁକ୍ତଃ - ଯୁକ୍ତ ରହି; ଉପାସତେ - ଉପାସନା କରେ; ଶ୍ରଦ୍ଧୟା -ବିଶ୍ୱାସର ସହିତ; ପରୟା -ଶ୍ରେଷ୍ଠ (ପରମ); ଉପେତାଃ - ନିଯୁକ୍ତ ରହେ; ତେ -ସେମାନେ; ମେ- ମୋର; ଯୁକ୍ତତମାଃ - ସର୍ବୋତ୍ତମ; ମତାଃ - ମୁଁ ବିଚାର କରେ ।", "translation": { "text": "ଶ୍ରୀ ଭଗବାନ କହିଲେ: ଯେଉଁମାନେ ନିଜର ମନକୁ ମୋଠାରେ କେନ୍ଦ୍ରିତ କରନ୍ତି, ଏବଂ ଦୃଢ ଶ୍ରଦ୍ଧାଯୁକ୍ତ ହୋଇ ସର୍ବଦା ମୋର ଭକ୍ତି କରନ୍ତି, ମୁଁ ସେମାନଙ୍କୁ ଶ୍ରେଷ୍ଠ ଯୋଗୀ ଭାବରେ ବିବେଚନା କରିଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-02.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.2.mp3" ] }, "commentary": "ସାମୀପ୍ୟର ମାତ୍ରାକୁ ନେଇ ଭଗବାନଙ୍କର ଅନୁଭବ ଭିନ୍ନ ଭିନ୍ନ ହୋଇଥାଏ । ମନେ କରନ୍ତୁ, ଆପଣ ଏକ ରେଳ ଲାଇନ୍ ନିକଟରେ ଛିଡ଼ା ହୋଇଛନ୍ତି । ଦୂରରେ ଏକ ଚଳନ୍ତା ଆଲୋକବତୀ ଆପଣଙ୍କ ଆଡ଼କୁ ଆସୁଥିବାର ଦେଖି ଆପଣ କହନ୍ତି, ଟ୍ରେନ୍ ଆସୁଛି । ତାପରେ ଯେତେବେଳେ ଟ୍ରେନ୍‌ଟି ଟିକିଏ ପାଖକୁ ଆସିଯାଏ, ଆପଣ ଅଲୋକବତୀ ସହିତ ଝାପ୍‌ସା ଏକ ଆକୃତି ଦେଖିବାକୁ ପାଆନ୍ତି । ଶେଷରେ ଯେତେବେଳେ ତାହା ଆସି ପ୍ଲାଟ୍‌ଫର୍ମରେ ଠିଆ ହୋଇଯାଏ, ଆପଣ ପୂରା ଟ୍ରେନ୍‌ଟି ସହିତ ସେଥିରେ ବସିଥିବା ଯାତ୍ରୀମାନଙ୍କୁ ମଧ୍ୟ ଦେଖିପାରନ୍ତି । ସେହି ଗୋଟିଏ ଟ୍ରେନ୍ - ଦୂରରୁ ତାହା ଆଲୋକବତୀଟିଏ ପରି ଜଣାପଡୁଥିଲା, କିଛି ପାଖକୁ ଆସିବା ପରେ ଆଲୋକବତୀ ସହିତ ତା’ର ଏକ ଅସ୍ପଷ୍ଟ ରୂପ ମଧ୍ୟ ଦେଖାଗଲା, ସମ୍ମୁଖକୁ ଆସିଯିବା ପରେ ତାହା ସ୍ପଷ୍ଟ ହୋଇଗଲା । ଟ୍ରେନ୍‌ଟି ଆପଣଙ୍କ ଦୃଷ୍ଟି ସମ୍ମୁଖରେ ଥିବା ଯୋଗୁଁ ତାହାର ଆକାର, ରଙ୍ଗ, ବଗି, ଦ୍ୱାର ଓ ଝରକା ଏବଂ ଯାତ୍ରୀମାନଙ୍କ ବିଷୟରେ ଆପଣଙ୍କର ଧାରଣା ସ୍ପଷ୍ଟ ହୋଇଗଲା ।\nସେହିପରି ଭଗବାନ ପରିପୂର୍ଣ୍ଣ ଏବଂ ଅନନ୍ତ ଶକ୍ତିଯୁକ୍ତ ଅଟନ୍ତି । ତାଙ୍କ ବ୍ୟକ୍ତିତ୍ୱରେ ତାଙ୍କର ଦିବ୍ୟ ନାମ, ରୂପ, ଲୀଳା, ଗୁଣ, ପରିକର ଏବଂ ଧାମ ଆଦି ସବୁକିଛି ରହିଛି । କିନ୍ତୁ ତାଙ୍କର ସନ୍ନିଧି ଅନୁସାରେ, ଆମେ ତାଙ୍କୁ ବ୍ରହ୍ମ (ସର୍ବବ୍ୟାପକ ନିରାକାର ସ୍ୱରୂପ), ପରମାତ୍ମା (ଯେଉଁ ରୂପରେ ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି), ଏବଂ ଭଗବାନ (ସାକାର ଶରୀରରେ ଅବତାର ନେଉଥିବା ରୂପ) ଭାବରେ ଅନୁଭବ କରିଥାଏ । ଶ୍ରୀମଦ୍ ଭାଗବତମ୍ କହେ:\nବଦନ୍ତି ତତ୍ ତତ୍ତ୍ୱ ବିଦସ୍ତତ୍ତ୍ୱଂ ଯଜ୍‌-ଜ୍ଞାନମଦ୍ୱୟମ୍ ।ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦ୍ୟତେ । । (୧.୨.୧୧)\n“ତତ୍ତ୍ୱଦର୍ଶୀ ମହାପୁରୁଷମାନେ କହନ୍ତି, କେବଳ ଗୋଟିଏ ଅନ୍ତିମ ତତ୍ତ୍ୱ ଅଛି, ଯାହା ସଂସାରରେ ତିନୋଟି ସ୍ୱରୂପରେ ପ୍ରକଟିତ ହୋଇଥାଏ-ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ।” ସେମାନେ ତିନୋଟି ପୃଥକ୍ ତତ୍ତ୍ୱ ନୁହନ୍ତି; ବରଂ, ସେମାନେ ଜଣେ ସର୍ବଶକ୍ତିମାନ ଭଗବାନଙ୍କର ଭିନ୍ନ ଭିନ୍ନ ସ୍ୱରୂପ ଅଟନ୍ତି । ତଥାପି ସେମାନଙ୍କର ଗୁଣ ପୃଥକ୍ ଅଟେ । ଯେପରି ଜଳ, ବାଷ୍ପ ଓ ବରଫ ସମସ୍ତେ ସେହି ଗୋଟିଏ ହାଇଡ୍ରୋଜେନ ଡ଼ାଇଅକ୍ସାଇଡ୍ (ଐଚ୍ଚୟକ୍ସକ୍ଟଶରଦ୍ଭ ୟସକ୍ଟଙ୍ଘସୟର) ଅଣୁରେ ଗଠିତ, କିନ୍ତୁ ତାଙ୍କର ଭୌତିକ ଗୁଣ ପୃଥକ୍ ଅଟେ । ଯଦି ଜଣେ ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ବଦଳରେ ଆମେ ବରଫ ଦେବା, ତାଙ୍କର ତୃଷ୍ଣା ମେଣ୍ଟିବ ନାହିଁ । ବରଫ ଓ ଜଳ ଉଭୟ ଗୋଟିଏ ବସ୍ତୁ ହୋଇଥିଲେ ମଧ୍ୟ ତାଙ୍କର ଭୌତିକ ଗୁଣ ଭିନ୍ନ ଅଟେ । ସେହିପରି ବ୍ରହ୍ମ, ପରମାତ୍ମା ଓ ଭଗବାନ ଅଦ୍ୱୟ ସତ୍ୟର ତିନୋଟି ସ୍ୱରୂପ ଅଟନ୍ତି, କିନ୍ତୁ ତାଙ୍କର ଗୁଣ ପୃଥକ ଅଟେ ।\nବ୍ରହ୍ମ ପରମେଶ୍ୱରଙ୍କର ସର୍ବବ୍ୟାପକ ସ୍ୱରୂପ ଅଟେ, ଯିଏ କି ସର୍ବତ୍ର ବିଦ୍ୟମାନ । ଶ୍ୱେତାଶ୍ୱତର ଉପନିଷଦ କହେ ।\nଏକୋ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା ...........(୬.୧୧)\n“ପରମ ତତ୍ତ୍ୱ ଜଣେ ହିଁ ଅଟନ୍ତି । ପ୍ରତ୍ୟେକ ବସ୍ତୁ ଏବଂ ଜୀବଙ୍କଠାରେ ସେ ବ୍ୟାପ୍ତ ରହନ୍ତି । ଈଶ୍ୱରଙ୍କର ଏହି ସର୍ବବ୍ୟାପକ ସ୍ୱରୂପକୁ ବ୍ରହ୍ମ କୁହାଯାଏ । ସେ ସତ୍ୟ, ଜ୍ଞାନ ଓ ଆନନ୍ଦରେ ପରିପୂର୍ଣ୍ଣ ଅଟନ୍ତି । କିନ୍ତୁ ଏହି ସ୍ୱରୂପରେ, ଭଗବାନ ତାଙ୍କର ଅନନ୍ତ ଗୁଣ, ଆକର୍ଷଣୀୟ ରୂପ ସୌନ୍ଦର୍ଯ୍ୟ ଏବଂ ମଧୁର ଲୀଳା ପ୍ରକାଶ କରନ୍ତି ନାହିଁ । ସେ ଏକ ଦିବ୍ୟ ଜ୍ୟୋତି ସଦୃଶ ନିର୍ଗୁଣ (ଗୁଣ ରହିତ), ନିର୍ବିଶେଷ (ସ୍ଥିତି ରହିତ) ଏବଂ ନିରାକାର (ରୂପ ରହିତ) ଅଟନ୍ତି ।\nଯେଉଁମାନେ ଜ୍ଞାନ ଯୋଗର ମାର୍ଗ ଅନୁସରଣ କରନ୍ତି, ସେମାନେ ଈଶ୍ୱରଙ୍କର ଏହି ସ୍ୱରୂପର ଉପାସନା କରନ୍ତି । ରେଳ ଧାରଣା ଉପରେ ଦୂରରୁ ଦେଖାଯାଉ ଥିବା ଆଲୋକରୁ ରେଳଗାଡିର ପ୍ରତୀତି ପରି, ଏହା ଈଶ୍ୱରଙ୍କର ଜ୍ୟୋତି ରୂପରେ ଦୂର ଅନୁଭବ ଅଟେ ।\nପରମାତ୍ମା ଈଶ୍ୱରଙ୍କର ସେହି ସ୍ୱରୂପ ଅଟେ, ଯିଏ ସମସ୍ତଙ୍କ ହୃଦୟରେ ନିବାସ କରିଥାଆନ୍ତି । ଶ୍ଲୋକ ୧୮.୬୧ ରେ ଶ୍ରୀକୃଷ୍ଣ କହିଛନ୍ତି ଯେ: “ହେ ଅର୍ଜୁନ! ପରମାତ୍ମା ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ସେ ତାକୁ ଯନ୍ତ୍ରଚାଳିତ ଖେଳଣା ପରି ଘୂରାଇବାରେ ଲାଗିଥାଆନ୍ତି । ଆମ ହୃଦୟରେ ରହି, ଭଗବାନ ଆମର ପ୍ରତ୍ୟେକ ଚିନ୍ତନ ଓ କାର୍ଯ୍ୟକୁ ଲିପିବଦ୍ଧ କରନ୍ତି, ତାର ହିସାବ ରଖନ୍ତି ଏବଂ ସମୁଚିତ ସମୟରେ ତାର ଫଳ ପ୍ରଦାନ କରନ୍ତି । ଆମେ କ’ଣ କରିଥିଲେ, ତାହା ଭୁଲିଯାଇପାରେ କିନ୍ତୁ ଭଗବାନ ଭୁଲନ୍ତି ନାହିଁ । ଜନ୍ମ ହେବା ପରଠାରୁ ସେ ଆମର ପ୍ରତ୍ୟେକ ଚିନ୍ତନ, ବାକ୍ୟ ଏବଂ କାର୍ଯ୍ୟର ହିସାବ ରଖନ୍ତି । କେବଳ ଏହି ଜନ୍ମରେ ନୁହେଁ, ଅନନ୍ତ ଜନ୍ମରେ ଆମେ ଯେଉଁଠିକୁ ଯାଇଛେ ଈଶ୍ୱର ଆମ ସହିତ ଯାଇଛନ୍ତି । ସେ ଆମର ଏପରି ଜଣେ ବନ୍ଧୁ, ଯିଏକି ମୁହୂର୍ତ୍ତକ ପାଇଁ ମଧ୍ୟ ଆମକୁ ଛାଡ଼ି ଯାଆନ୍ତି ନାହିଁ । ସମସ୍ତଙ୍କ ହୃଦୟରେ ନିବାସ କରୁଥିବା ଈଶ୍ୱରଙ୍କର ଏହି ସ୍ୱରୂପକୁ ପରମାତ୍ମା କୁହାଯାଏ ।\nଯୋଗ ଦର୍ଶନରେ ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ପ୍ରଣୀତ ଅଷ୍ଟାଙ୍ଗଯୋଗ ମାର୍ଗ, ପରମେଶ୍ୱରଙ୍କୁ ଏହି ପରମାତ୍ମା ରୂପରେ ଅନୁଭବ କରିବାର ପ୍ରୟାସ କରିଥାଏ । ଦୂରରୁ ଗୋଟିଏ ଆଲୋକ ପରି ଦେଖାଯାଉ ଥିବା ଟ୍ରେନ୍‌ଟି, ଟିକିଏ ପାଖକୁ ଆସିବା ପରେ ଏକ ଅସ୍ପଷ୍ଟ ଆକୃତି ଭାବରେ ଦେଖାଯିବା ପରି, ଏହା ପରମ ତତ୍ତ୍ୱର ଏକ ନିକଟତର ଅନୁଭବ ଅଟେ ।\nଭଗବାନ ପରମେଶ୍ୱରଙ୍କର ସେହି ସ୍ୱରୂପ ଅଟନ୍ତି, ଯିଏ ସାକାର ରୂପରେ ପ୍ରକଟ ହୋଇଥାଆନ୍ତି । ଶ୍ରୀମଦ୍ ଭାଗବତମ୍ କହେ:\nକୃଷ୍ଣଂ ଏନଂ ଅବେହି ତ୍ୱଂ ଆତ୍ମାନଂ ଅଖିଲାତ୍ମନାମ୍ ।ଜଗଦ୍ଧିତାୟ ସୋଽପ୍ୟତ୍ର ଦେହୀବାଭାତି ମାୟୟା । । (୧୦.୧୪.୫୫)\n“ପରମେଶ୍ୱର, ଯିଏକି ସମସ୍ତ ଆତ୍ମାଙ୍କର ଆତ୍ମା ଅଟନ୍ତି, ସଂସାରର ମଙ୍ଗଳ ପାଇଁ ସେ ପୃଥିବୀ ପୃଷ୍ଠରେ ସାକାର ଶ୍ରୀକୃଷ୍ଣ ସ୍ୱରୂପରେ ଅବତରିତ ହୋଇଥିଲେ ।” ଏହି ସ୍ୱରୂପରେ, ଭଗବାନ ତାଙ୍କର ନାମ, ରୂପ, ଗୁଣ, ଧାମ, ଲୀଳା ଏବଂ ପରିକରଯୁକ୍ତ ପୂର୍ଣ୍ଣ ମାଧୁର୍ଯ୍ୟ ପ୍ରକଟିତ କରିଥାଆନ୍ତି । ଏହି ସବୁ ବୈଶିଷ୍ଟ୍ୟ ବ୍ରହ୍ମ ଏବଂ ପରମାତ୍ମାଙ୍କ ଠାରେ ମଧ୍ୟ ଥାଏ, କିନ୍ତୁ ତାହା ସୁପ୍ତ ଅବସ୍ଥାରେ ଥାଏ ଯେପରି ଦିଆସିଲି ଡବାର ଜ୍ୱଳନକାରୀ ପୃଷ୍ଠରେ ଘର୍ଷଣ ନ କରିବା ଯାଏଁ ଦିଆସିଲି କାଠିରେ ଅଗ୍ନି ସୁପ୍ତ ଅବସ୍ଥାରେ ଥାଏ । ଅତଏବ, ପରମେଶ୍ୱରଙ୍କର ସବୁ ଶକ୍ତି ଏବଂ କ୍ଷମତା ଯାହା ତାଙ୍କର ଅନ୍ୟ ସ୍ୱରୂପରେ ସୁପ୍ତ ଅବସ୍ଥାରେ ଥାଏ, ତାହା ଭଗବାନ ସ୍ୱରୂପରେ ପ୍ରଦର୍ଶିତ ହୋଇଥାଏ ।\nଭକ୍ତି ମାର୍ଗରେ ପରମେଶ୍ୱରଙ୍କର ପ୍ରାପ୍ତି ଭଗବାନ ସ୍ୱରୂପରେ ହୋଇଥାଏ । ପ୍ଲାଟ୍‌ଫର୍ମ ଉପରେ ନିଜ ସମୀପରେ ଟ୍ରେନ୍‌ଟିକୁ ଅନୁଭବ କରିବା ପରି, ଏହା ପରମ ତତ୍ତ୍ୱର ସର୍ବାଧିକ ନିକଟତମ ଅନୁଭବ ଅଟେ । ତେଣୁ ଶ୍ଲୋକ ୧୮.୫୫ ରେ ଶ୍ରୀକୃଷ୍ଣ କହୁଛନ୍ତି, “କେବଳ ଶ୍ରଦ୍ଧାଯୁକ୍ତ ଭକ୍ତି ଦ୍ୱାରା ହିଁ ମୋତେ, ପରମ ପୁରୁଷଙ୍କୁ, ମୋ ରୂପରେ ଜାଣିପାରିବ ।” ଏହିପରି ଭାବରେ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ସ୍ପଷ୍ଟ କରି ଦେଉଛନ୍ତି ଯେ ସେ ତାଙ୍କ ସାକାର ରୂପର ଉପାସକମାନଙ୍କୁ ଶ୍ରେଷ୍ଠ ବିବେଚନା କରନ୍ତି ।" }, { "verseTitle": "Bhagavad Gita 12.3 – 12.4", "verse": "3-4", "chapter": 12, "lang": "or", "shloka": { "speaker": "", "sanskrit": "ये त्वक्षरमनिर्देश्यमव्यक्तं पर्युपासते । \n\nसर्वत्रगमचिन्त्यञ्च कूटस्थमचलन्ध्रुवम् ॥3॥\n\nसन्नियम्येन्द्रियग्रामं सर्वत्र समबुद्धयः ।\n\nते प्राप्नुवन्ति मामेव सर्वभूतहिते रताः ॥4॥", "text": "ଯେ ତ୍ୱକ୍ଷରମନିର୍ଦେଶ୍ୟମବ୍ୟକ୍ତଂ ପର୍ଯ୍ୟୁପାସତେ ।\nସର୍ବତ୍ରଗମଚିନ୍ତ୍ୟଂନ୍‌ଚ କୂଟସ୍ଥମଚଳନ୍‌ଧ୍ରୁବମ୍ ।।୩।।\nସଂନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ବତ୍ର ସମବୁଦ୍ଧୟଃ ।\nତେ ପ୍ରାପ୍ନୁବନ୍ତି ମାମେବ ସର୍ବଭୂତହିତେ ରତାଃ ।।୪।।", "audioLink": "https://www.holy-bhagavad-gita.org/public/audio/012_003-004.mp3" }, "wordMeanings": "ଯେ - ଯେଉଁମାନେ; ତୁ -କିନ୍ତୁ; ଅକ୍ଷରଂ -ଅବିନଶ୍ୱର; ଅନିର୍ଦେଶ୍ୟଂ - ଅନିର୍ବଚନୀୟ; ଅବ୍ୟକ୍ତଂ - ଅବ୍ୟକ୍ତ; ପର୍ଯ୍ୟୁପାସତେ - ପୂର୍ଣ୍ଣରୂପେ ଯୁକ୍ତହୋଇ ଉପାସନା କରନ୍ତି; ସର୍ବତ୍ରଗଂ - ସର୍ବବ୍ୟାପକ; ଅଚିନ୍ତ୍ୟନ୍ - ଅଚିନ୍ତ୍ୟ; ଚ- ଏବଂ; କୂଟସ୍ଥମ୍ -ଅପରିବର୍ତ୍ତନୀୟ; ଅଚଳନ୍ -ଅଚଳ; ଧ୍ରୁବମ୍ - ସ୍ଥିର; ସଂନିୟମ୍ୟ - ସଂଯତ କରି; ଇନ୍ଦ୍ରିୟ-ଗ୍ରାମଂ - ସମସ୍ତ ଇନ୍ଦ୍ରିୟକୁ, ସର୍ବତ୍ର -ସବୁଠାରେ; ସମବୁଦ୍ଧୟଃ - ସମବୁଦ୍ଧିସମ୍ପନ୍ନ; ତେ -ସେମାନେ; ପ୍ରାପ୍ନୁବନ୍ତି- ପ୍ରାପ୍ତ କରନ୍ତି; ମାଂ -ମୋତେ; ଏବ- ନିଶ୍ଚିତ-ଭାବେ; ସର୍ବଭୂତ-ହିତେ- ସମସ୍ତ ଜୀବଙ୍କର ମଙ୍ଗଳାକାଂକ୍ଷୀ; ରତାଃ -ନିଯୁକ୍ତ ।", "translation": { "text": "ଯେଉଁମାନେ ପରମ ସତ୍ୟର ନିରାକାର ସ୍ୱରୂପକୁ ଅବିନଶ୍ୱର, ଅନିର୍ବଚନୀୟ, ଅପ୍ରକାଶ୍ୟ, ସର୍ବବ୍ୟାପକ, ଅଚିନ୍ତ୍ୟ, ଅପରିବର୍ତ୍ତନଶୀଳ, ନିତ୍ୟ ଏବଂ ଅଚଳ ରୂପରେ, ମନ ଓ ବୁଦ୍ଧିକୁ ନିୟନ୍ତ୍ରିତ କରି, ସର୍ବତ୍ର ସମଭାବାପନ୍ନ ହୋଇ, ଉପାସନା କରନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କର କଲ୍ୟାଣ ସାଧନ କରିବା ସହିତ ମୋତେ ପ୍ରାପ୍ତ କରନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-03.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-04.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.3.mp3", "https://www.gitasupersite.iitk.ac.in/sites/default/files/audio/Purohit/12.4.mp3" ] }, "commentary": "ସାକାର ସ୍ୱରୂପର ଉପାସନାକୁ ସର୍ବୋତ୍କୃଷ୍ଟ କହିବା ପରେ, ଶ୍ରୀକୃଷ୍ଣ ସ୍ପଷ୍ଟ କରି ଦେଉଛନ୍ତି ଯେ, ନିରାକାର ରୂପର ଉପାସନାକୁ ସେ କଦାପି ପ୍ରତ୍ୟାଖାନ କରନ୍ତି ନାହିଁ । ଯେଉଁ ସାଧକମାନେ ସର୍ବବ୍ୟାପକ, ଅନିର୍ବଚନୀୟ, ଅବ୍ୟକ୍ତ, ଅଚିନ୍ତ୍ୟ, ଅଚଳ ଓ ନିତ୍ୟ ବ୍ରହ୍ମଙ୍କ ଉପାସନାରେ ନିଜକୁ ସମର୍ପିତ କରିଥାଆନ୍ତି, ସେମାନେ ମଧ୍ୟ ଭଗବତ୍ ପ୍ରାପ୍ତି କରନ୍ତି ।\nଅସଂଖ୍ୟ ପ୍ରକାରର ଜୀବ ଅଛନ୍ତି । ଯେଉଁ ପରଂବ୍ରହ୍ମ ଏହି ଅସଂଖ୍ୟ ପ୍ରକାର ଭେଦ ସୃଷ୍ଟି କରିଛନ୍ତି, ସେ ନିଜେ ମଧ୍ୟ ଅସଂଖ୍ୟ ସ୍ୱରୂପ ଧାରଣ କରନ୍ତି । ଆମ ସୀମିତ ବୁଦ୍ଧିରେ ଧାରଣ କରିବା ପାଇଁ ଆମେ ତାଙ୍କର ଅନନ୍ତ ସ୍ୱରୂପକୁ କେତୋଟି ଶ୍ରେଣୀରେ ବିଭକ୍ତ କରିଥାଏ । ସେହି ଅନୁସାରେ, ପୂର୍ବ ଶ୍ଳୋକର ଭାଷ୍ୟରେ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ବେଦ ବ୍ୟାସ ପରମେଶ୍ୱରଙ୍କର ବିଭିନ୍ନ ସ୍ୱରୂପକୁ ତିନି ପ୍ରକାରରେ ବିଭକ୍ତ କରିଛନ୍ତି: ବ୍ରହ୍ମ, ପରମାତ୍ମା ଏବଂ ଭଗବାନ । ଜଣେ ବ୍ୟକ୍ତି ଏହି ତିନୋଟି ସ୍ୱରୂପ ମଧ୍ୟରୁ କୌଣସି ଗୋଟିଏର ଉପାସନା କରିପାରନ୍ତି, କିନ୍ତୁ ସେ ଏପରି ଭାବିବା ଉଚିତ ନୁହେଁ ଯେ ଭଗବାନଙ୍କ ବିଷୟରେ ତାଙ୍କର ଧାରଣା ହିଁ ଠିକ୍ ଏବଂ ଅନ୍ୟମାନଙ୍କର ଧାରଣା ଭୁଲ ଅଟେ ।\nଶ୍ଲୋକ ୪/୧୧ରେ, ଶ୍ରୀକୃଷ୍ଣ କହିଛନ୍ତି: “ଯେଉଁ ବ୍ୟକ୍ତି ଯେଉଁ ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେହି ଭାବରେ ତା’ର ପ୍ରତିଦାନ ଦେଇଥାଏ । ହେ ପୃଥାପୁତ୍ର! ସମସ୍ତେ ସବୁ ଦୃଷ୍ଟିକୋଣରୁ ମୋର ମାର୍ଗ ଅନୁସରଣ କରିଥାନ୍ତି ।” ଏଠାରେ ଶ୍ରୀକୃଷ୍ଣ ସ୍ପଷ୍ଟ କରିଦେଉଛନ୍ତି ଯେ ନିରାକାର ବ୍ରହ୍ମଙ୍କର ଉପାସକ ମାନେ ମଧ୍ୟ ତାଙ୍କୁ ପ୍ରାପ୍ତ କରନ୍ତି । କିନ୍ତୁ ଯେହେତୁ, ସେମାନେ ପରମ ସତ୍ୟର ନିର୍ଗୁଣ ସ୍ୱରୂପର ଉପାସନା କରୁଥାଆନ୍ତି, ଭଗବାନ ସେମାନଙ୍କୁ ଅବ୍ୟକ୍ତ ସର୍ବବ୍ୟାପୀ ବ୍ରହ୍ମ ଭାବରେ ପ୍ରାପ୍ତ ହୋଇଥାଆନ୍ତି ।" }, { "verseTitle": "Bhagavad Gita 12.5", "verse": "5", "chapter": 12, "lang": "or", "shloka": { "speaker": "", "sanskrit": "क्लेशोऽधिकतरस्तेषामव्यक्तासक्तचेतसाम् ।\n\nअव्यक्ता हि गतिर्दुःखं देहवद्भिरवाप्यते ॥5॥", "text": "କ୍ଲେଶୋଽଧିକତରସ୍ତେଷାମବ୍ୟକ୍ତାସକ୍ତଚେତସାମ୍ ।\nଅବ୍ୟକ୍ତା ହି ଗତିର୍ଦୁଃଖଂ ଦେହବଦ୍‌ଭିରବାପ୍ୟତେ ।।୫।।", "audioLink": "https://www.holy-bhagavad-gita.org/public/audio/012_005.mp3" }, "wordMeanings": "କ୍ଲେଶ- ଦୁଃଖ, କଷ୍ଟ; ଅଧିକତରଃ - ଅତ୍ୟଧିକ; ତେଷାଂ - ସେମାନଙ୍କ ପକ୍ଷରେ; ଅବ୍ୟକ୍ତ - ଅବ୍ୟକ୍ତ; ଆସକ୍ତ- ଆସକ୍ତ; ଚେତସାମ୍‌- ଯେଉଁମାନଙ୍କର ମନ; ଅବ୍ୟକ୍ତା - ଅବ୍ୟକ୍ତ; ହି- ନିଶ୍ଚିତଭାବେ;ଗତିଃ -ମାର୍ଗ;ଦୁଃଖଂ - କଷ୍ଟକର; ଦେହବଦ୍ଭିଃ - ଦେହଧାରୀମାନଙ୍କର; ଅବାପ୍ୟତେ - ପ୍ରାପ୍ତ ହୁଅନ୍ତି ।", "translation": { "text": "ମୋର ଅବ୍ୟକ୍ତ ସ୍ୱରୂପରେ ଯେଉଁମାନଙ୍କର ମନ ଆସକ୍ତ, ସେମାନଙ୍କ ପାଇଁ ଭଗବତ୍ ପ୍ରାପ୍ତିର ପଥ ଅତ୍ୟନ୍ତ କ୍ଳେଶପୂର୍ଣ୍ଣ ଅଟେ । ଅବ୍ୟକ୍ତ ବ୍ରହ୍ମଙ୍କର ଉପାସନା ଶରୀରଧାରୀ ଜୀବଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-05.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.5.mp3" ] }, "commentary": "ତାଙ୍କର ବିଭିନ୍ନ ସ୍ୱରୂପର ସାଧକମାନଙ୍କୁ ଏକୀକୃତ କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ସାକାର ସ୍ୱରୂପର ଉପାସକମାନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି । ସେ ସାବଧାନ କରାଇ ଦେଉଛନ୍ତି ଯେ ନିରାକାର ବ୍ରହ୍ମଙ୍କର ଉପାସନା ଅତ୍ୟନ୍ତ କଷ୍ଟକର ଏବଂ କ୍ଳେଶଦାୟକ   ଅଟେ ।\nନିରାକାର ବ୍ରହ୍ମଙ୍କ ଉପାସନା କାହିଁକି ଏତେ କଷ୍ଟକର? ଏହାର ପ୍ରଥମ ଓ ସର୍ବାଧିକ ମହତ୍ୱପୂର୍ଣ୍ଣ କାରଣ ଏହା ଯେ ମନୁଷ୍ୟ ଭାବରେ ଆମ ସମସ୍ତଙ୍କର ସାକାର ରୂପ ରହିଛି ଏବଂ ଅନନ୍ତ ଜନ୍ମରେ ଆମେ ସାକାର ରୂପଧାରୀଙ୍କ ସହିତ ସମ୍ବନ୍ଧିତ ହେବାରେ ଅଭ୍ୟସ୍ତ ଅଟେ । ତେଣୁ ଭଗବାନଙ୍କୁ ପ୍ରେମ କରିବାକୁ ଯାଇ ଆମ ମନକୁ ଯଦି ଧ୍ୟାନ କରିବା ପାଇଁ ଏକ ଚମତ୍କାର ଓ ମଧୁର ରୂପ ମିଳିଯାଏ, ତେବେ ମନ ଅତି ସହଜରେ ସେଥିରେ ଲାଗିଯାଏ ଏବଂ ଆସକ୍ତ ହୋଇଯାଏ । କିନ୍ତୁ ନିରାକାର କ୍ଷେତ୍ରରେ, ବୁଦ୍ଧି ତାହାକୁ ଧାରଣ କରିପାରେ ନାହିଁ ଏବଂ ମନ ଓ ଇନ୍ଦ୍ରିୟମାନଙ୍କୁ ଧ୍ୟାନ କରିବା ପାଇଁ ଏକ ସ୍ଥାୟୀ ଆଧାର ମିଳେ ନାହିଁ । ସୁତରାଂ, ନିରାକାରର ଧ୍ୟାନ କରିବା ଏବଂ ମନକୁ ସେଥିରେ ଆସକ୍ତ କରିବା ଉଭୟ କଠିନ ଅଟେ ।\nବ୍ରହ୍ମଙ୍କର ଉପାସନା ଭଗବାନଙ୍କ ଉପାସନା ଅପେକ୍ଷା କଷ୍ଟକର କାହିଁକି, ତାହାର ଅନ୍ୟ ଏକ କାରଣ ରହିଛି । ଏହି ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ, ମର୍କତ-କିଶୋର-ନ୍ୟାୟ (ମାଙ୍କଡ଼ ଶିଶୁ ତର୍କ), ଏବଂ ମାର୍ଜାର-କିଶୋର-ନ୍ୟାୟ (ବିରାଡ଼ି ଶିଶୁ ତର୍କ) ମାଧ୍ୟମରେ ବୁଝିହେବ । ମାଙ୍କଡ଼ ଛୁଆ ତା’ ମା’ର ପେଟକୁ ନିଜେ ଜାବୋଡ଼ି ଧରି ରଖିଥାଏ, ମା’ ସେଥିରେ କିଛି ସାହାଯ୍ୟ କରେନାହିଁ । ମା’ ଯେତେବେଳେ ଗଛର ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଡ଼େଇଁଥାଏ, ଛୁଆଟି ତା’ର ପେଟକୁ ଜୋରରେ ଜାବୋଡି ଧରିଥାଏ । କେତେବେଳେ ଯଦି ଛୁଆର ହାତ ଢିଲା ହୋଇଯାଏ, ତେବେ ସେ ତଳକୁ ଖସିପଡି ମୃତ୍ୟୁ ବରଣ କରିଥାଏ । ଅନ୍ୟ ପକ୍ଷରେ, ବିରାଡ଼ି ଶିଶୁଟି ଅତ୍ୟନ୍ତ ଛୋଟ ଓ କୋମଳ ହେଇଥାଏ, ମା’ ପାଟି ଦ୍ୱାରା ତାକୁ ଗଳା ପଛରୁ ଉଠାଇ ଏଣେ-ତେଣେ ନେବା ଆଣିବା କରିଥାଏ । ଏହି ଉପମାରେ ନିରାକାର ଉପାସକଙ୍କୁ ମାଙ୍କଡ଼ ଶିଶୁ ସହିତ ଏବଂ ସାକାର ଉପାସକଙ୍କୁ ବିରାଡ଼ି ଶିଶୁ ସହିତ ତୁଳନା କରାଯାଇପାରେ । ଯେଉଁମାନେ ନିରାକାର ବ୍ରହ୍ମଙ୍କର ଉପାସନା କରନ୍ତି, ସେହି ପଥରେ ଅଗ୍ରସର ହେବାର ଦାୟିତ୍ୱ ତାଙ୍କ ନିଜର ଅଟେ, କାରଣ ବ୍ରହ୍ମ ତାଙ୍କ ଉପରେ କୃପା କରନ୍ତି ନାହିଁ । ବ୍ରହ୍ମ କେବଳ ନିରାକାର ନୁହନ୍ତି, ସେ ଗୁଣରହିତ ମଧ୍ୟ ଅଟନ୍ତି । ତାଙ୍କୁ ନିର୍ଗୁଣ, (ଗୁଣ ରହିତ), ନିର୍ବିଶେଷ (ସ୍ଥିତି ରହିତ) ଏବଂ ନିରାକାର (ରୂପ ରହିତ) ଭାବରେ ବର୍ଣ୍ଣନା କରାଯାଇଥାଏ । ଏଥିରୁ ଜଣାପଡେ, ବ୍ରହ୍ମ କୃପାଶକ୍ତି ପ୍ରକଟ କରନ୍ତି ନାହିଁ । ଅତଏବ, ନିର୍ଗୁଣ, ନିରାକାର, ନିର୍ବିଶେଷ ରୂପରେ ଭଗବାନଙ୍କର ଉପାସନା କରୁଥିବା ଜ୍ଞାନୀମାନଙ୍କୁ, ନିଜର ଉତ୍‌ଥାନ ପାଇଁ ନିଜେ ଉଦ୍ୟମ କରିବାକୁ ପଡ଼ିଥାଏ । ଅନ୍ୟପକ୍ଷରେ, ସାକାର ସ୍ୱରୂପରେ ଭଗବାନ ଅନୁକମ୍ପା ଓ କରୁଣାର ସାଗର ଅଟନ୍ତି । ତେଣୁ ସାକାର ରୂପର ଉପାସକମାନେ ସେମାନଙ୍କର ସାଧନା ପଥରେ ଦିବ୍ୟ ସହାୟତା ପାଇଥାନ୍ତି । ଭଗବାନ ତାଙ୍କର ଭକ୍ତଙ୍କୁ ଯେଉଁ ସୁରକ୍ଷା ପ୍ରଦାନ କରିଥାଆନ୍ତି, ତାହାକୁ ଆଧାର କରି, ଶ୍ଲୋକ ୯.୩୧ରେ ଶ୍ରୀକୃଷ୍ଣ କହୁଛନ୍ତି : “ହେ କୁନ୍ତି ପୁତ୍ର! ମୁଁ ଦୃଢ଼ ସ୍ୱରରେ ଏହା ଘୋଷଣା କରୁଛି ଯେ ମୋର ଭକ୍ତମାନଙ୍କର କେବେ ପତନ ହୁଏ ନାହିଁ ।” ଏହାର ଦୃଢୀକରଣ ସେ ପରବର୍ତ୍ତୀ ଦୁଇଟି ଶ୍ଲୋକରେ କରିଛନ୍ତି ।" }, { "verseTitle": "Bhagavad Gita 12.6 – 12.7", "verse": "6-7", "chapter": 12, "lang": "or", "shloka": { "speaker": "", "sanskrit": "ये तु सर्वाणि कर्माणि मयि संत्र्यस्य मत्परः। \n\nअनन्येनैव योगेन मां ध्यायन्त उपासते ॥6॥\n\nतेषामहं समुद्धर्ता मृत्युसंसारसागरात्।\n\nभवामि नचिरात्पार्थ मय्यावेशितचेतसाम् ॥7॥", "text": "ଯେ ତୁ ସର୍ବାଣି କର୍ମାଣି ମୟି ସଂନ୍ୟସ୍ୟ ମତ୍ପରଃ ।\nଅନନ୍ୟେନୈବ ଯୋଗେନ ମାଂ ଧ୍ୟାୟନ୍ତ ଉପାସତେ ।।୬।।\nତେଷାମହଂ ସମୁଦ୍ଧର୍ତା ମୃତ୍ୟୁସଂସାରସାଗରାତ୍ ।\nଭବାମି ନଚିରାତ୍‌ପାର୍ଥ ମୟ୍ୟାବେଶିତଚେତସାମ୍ ।।୭।।", "audioLink": "https://www.holy-bhagavad-gita.org/public/audio/012_006-007.mp3" }, "wordMeanings": "ଯେ- ଯେଉଁମାନେ; ତୁ-କିନ୍ତୁ; ସର୍ବାଣି - ସମସ୍ତ; କର୍ମାଣି -କର୍ମ; ମୟି -ମୋଠାରେ; ସଂନ୍ୟସ୍ୟ - ଅର୍ପଣ କରି; ମତ୍ପରାଃ - ମୋ’ଠାରେ ଯୁକ୍ତ ହୋଇ; ଅନନ୍ୟେନ- ଅନନ୍ୟଭାବରେ; ଏବ- ନିଶ୍ଚିତଭାବେ; ଯୋଗେନ - ଏ ପ୍ରକାର ଭକ୍ତିଯୋଗ ଅଭ୍ୟାସଦ୍ୱାରା; ମାଂ - ମୋତେ; ଧ୍ୟାୟନ୍ତଃ - ଧ୍ୟାନକରି; ଉପାସତେ - ଉପାସନା କରନ୍ତି; ତେଷାଂ - ସେମାନଙ୍କର; ଅହଂ-ମୁଁ; ସମୁଦ୍ଧର୍ତା - ଉଦ୍ଧାର କରେ; ମୃତ୍ୟୁ-ସଂସାର-ସାଗରାତ୍ - ଜନ୍ମ-ମୃତ୍ୟୁର ସାଗରରୁ; ଭବାମି - ହୁଏ; ନ ଚିରାତ୍ - ଅଚିରେ; ପାର୍ଥ - ହେ ପୃଥାପୁତ୍ର; ମୟି - ମୋ’ଠାରେ; ଆବେଶିତ - ଚେତସାମ୍ - ଚେତନାକୁ କେନ୍ଦ୍ରୀଭୂତ କରି ।", "translation": { "text": "ଯେଉଁବ୍ୟକ୍ତି ମୋତେ ନିଜର ଚରମ ଲକ୍ଷ୍ୟ ମନେକରି, ତାଙ୍କର ସମସ୍ତ କର୍ମ ମୋଠାରେ ଅର୍ପଣ କରିବା ସହ ଅନନ୍ୟ ଭକ୍ତି ଦ୍ୱାରା ମୋର ପୂଜା ତଥା ଧ୍ୟାନ କରନ୍ତି, ହେ ପାର୍ଥ! ମୁଁ ସେମାନଙ୍କୁ ଅଚିରେ ଜନ୍ମମୃତ୍ୟୁର ସାଗରରୁ ଉଦ୍ଧାର କରିଥାଏ, କାରଣ ସେମାନଙ୍କର ଚେତନା ମୋ ସହିତ ଏକୀଭୂତ ହୋଇ ଯାଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-06.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-07.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.6.mp3", "https://www.gitasupersite.iitk.ac.in/sites/default/files/audio/Purohit/12.7.mp3" ] }, "commentary": "ଶ୍ରୀକୃଷ୍ଣ ପୁନର୍ବାର କହୁଛନ୍ତି ଯେ ତାଙ୍କର ଭକ୍ତମାନେ ଅତିଶୀଘ୍ର ତାଙ୍କ ପାଖରେ ପହଞ୍ôଚଥାନ୍ତି । ପ୍ରଥମତଃ, ଭଗବାନଙ୍କର ସାକାର ରୂପ ସେମାନଙ୍କର ଉପାସ୍ୟ ହୋଇଥିବା କାରଣରୁ, ସେମାନେ ନିଜର ମନ ବୁଦ୍ଧିକୁ ସହଜରେ ତାଙ୍କଠାରେ କେନ୍ଦ୍ରିତ କରିପାରନ୍ତି । ସେମାନେ ନିଜର ଜିହ୍ୱା ଓ କର୍ଣ୍ଣକୁ ଭଗବାନଙ୍କ ଦିବ୍ୟ ନାମ ଜପ ଓ ଶ୍ରବଣ କରିବାରେ, ଚକ୍ଷୁକୁ ତାଙ୍କର ଦିବ୍ୟ ରୂପ ଦର୍ଶନ କରିବାରେ, ଶରୀରକୁ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ କର୍ମ କରିବାରେ, ମନକୁ ଭଗବାନଙ୍କର ଅଦ୍ଭୁତ ଲୀଳା ଓ ଗୁଣ ଚିନ୍ତନ କରିବାରେ, ଏବଂ ନିଜ ବୁଦ୍ଧିକୁ ଭଗବାନଙ୍କ ଐଶ୍ୱର୍ଯ୍ୟର ଧ୍ୟାନ କରିବାରେ ନିୟୋଜିତ କରିଥାଆନ୍ତି । ଏହି ଉପାୟରେ ସେମାନେ ନିଜର ଚେତନାକୁ ଅତିଶୀଘ୍ର ଭଗବାନଙ୍କ ସହିତ ନିମଜ୍ଜିତ କରିପାରନ୍ତି ।\nଦ୍ୱିତୀୟତଃ, ଯେହେତୁ ଏପରି ଭକ୍ତମାନେ ଅବିରଳ ଭକ୍ତି ଦ୍ୱାରା ନିଜ ହୃଦୟକୁ ତାଙ୍କଠାରେ ସମର୍ପଣ କରିଦେଇ ଥାଆନ୍ତି, ଭଗବାନ କୃପା କରି ସେମାନଙ୍କ ପଥରୁ ସବୁ ବାଧାବିଘ୍ନ ହଟାଇ ଦିଅନ୍ତି । ଭଗବାନଙ୍କ ସହିତ ନିତ୍ୟଯୁକ୍ତ ରହିଥିବା କାରଣରୁ ଭଗବାନ ନିଜ ଜ୍ଞାନର ଆଲୋକରେ ତାଙ୍କର ଅଜ୍ଞାନ ଦୂର କରିଦିଅନ୍ତି । ଏହିପରି ଭାବରେ, ଭଗବାନ ଭକ୍ତର ରକ୍ଷକ ହୋଇଯାଆନ୍ତି ଏବଂ ସେମାନଙ୍କୁ ମୃତ୍ୟୁ  ସଂସାର ସାଗରାତ୍ “ଜନ୍ମ ମୃତ୍ୟୁର ଚକ୍ର”ରୁ ଉଦ୍ଧାର କରନ୍ତି ।" }, { "verseTitle": "Bhagavad Gita 12.8", "verse": "8", "chapter": 12, "lang": "or", "shloka": { "speaker": "", "sanskrit": "मय्येव मन आधत्स्व मयि बुद्धिं निवेशय ।\n\nनिवसिष्यसि मय्येव अत ऊर्ध्वं न संशयः ॥8॥", "text": "ମୟ୍ୟେବ ମନ ଆଧାତ୍‌ସ୍ୱ ମୟି ବୁଦ୍ଧିଂ ନିବେଶୟ ।\nନିବସିଷ୍ୟସି ମୟ୍ୟେବ ଅତ ଉର୍ଦ୍ଧ୍ୱଂ ନ ସଂଶୟଃ ।।୮।।", "audioLink": "https://www.holy-bhagavad-gita.org/public/audio/012_008.mp3" }, "wordMeanings": "ମୟି -ମୋ’ଠାରେ; ଏବ -ନିଶ୍ଚିତଭାବେ; ମନଃ -ମନ; ଆଧତ୍‌ସ୍ୱ -ସ୍ଥିରକର; ମୟି -ମୋ’ଠାରେ; ବୁଦ୍ଧିଂ -ବୁଦ୍ଧି; ନିବେଶୟ - ନିବିଷ୍ଟକରି; ନିବସିଷ୍ୟସି - ସର୍ବଦା ବାସ କରିବ; ମୟି- ମୋ’ଠାରେ; ଏବ - ନିଶ୍ଚିତଭାବେ, ଅତ ଊର୍ଦ୍ଧ୍ୱଂ- ତତ୍‌ପଶ୍ଚାତ୍ , ନ - ନାହିଁ; ସଂଶୟଃ - ସନ୍ଦେହ ।", "translation": { "text": "ତୁମର ମନକୁ କେବଳ ମୋଠାରେ କେନ୍ଦ୍ରୀଭୂତ କର ଏବଂ ବୁଦ୍ଧି ମୋତେ ସମର୍ପଣ କର । ତଦ୍ୱାରା ତୁମେ ମୋ ସହିତ ସର୍ବଦା ବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-08.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.8.mp3" ] }, "commentary": "ସାକାର ସ୍ୱରୂପର ଆରାଧନା ଶ୍ରେଷ୍ଠ କହିବା ପରେ, ସେହି ଉପାସନା କିପରି କରାଯିବା ଉଚିତ୍‌, ବର୍ତ୍ତମାନ ଶ୍ରୀକୃଷ୍ଣ ତାହା ବୁଝାଇବା ଆରମ୍ଭ କରିଛନ୍ତି । ସେ ଅର୍ଜୁନଙ୍କୁ ଦୁଇଟି କାର୍ଯ୍ୟ କରିବାକୁ କହୁଛନ୍ତି - ଭଗବାନଙ୍କ ଠାରେ ମନକୁ କେନ୍ଦ୍ରିତ କରିବା ଏବଂ ବୁଦ୍ଧିକୁ ସମର୍ପଣ କରିବା । ମନର କାର୍ଯ୍ୟ ହେଲା କାମନା, ଆସକ୍ତି ଓ ଦ୍ୱେଷ ଉତ୍ପନ୍ନ କରିବା । ବୁୁଦ୍ଧିର କାର୍ଯ୍ୟ ହେଉଛି, ଚିନ୍ତା କରିବା, ବିଶ୍ଲେଷଣ କରିବା ଓ ଚୟନ କରିବା ।\nବେଦ ଶାସ୍ତ୍ର ମନର ବିଶେଷତ୍ୱ ଉପରେ ବାରମ୍ବାର ଗୁରୁତ୍ୱ ଦେଇଥାଆନ୍ତି ।\nଚେତଃ ଖଲ୍ୱସ୍ୟ ବନ୍ଧାୟ ମୁକ୍ତୟେ ଚାତ୍ମନୋ ମତମ୍ ।ଗୁଣେଷୁ ସକ୍ତଂ ବନ୍ଧାୟ ରତଂ ବା ପୁଂସି ମୁକ୍ତୟେ । । (ଭାଗବତମ୍ ୩.୨୫.୧୫)\n“ ମାୟାର ବନ୍ଧନରେ ରହିବା ଅଥବା ସେଥିରୁ ମୁକ୍ତ ହେବା, ମନ ହିଁ ନିର୍ଦ୍ଧାରଣ କରିଥାଏ । ମନ ଯଦି ସଂସାରରେ ଆସକ୍ତ, ତାହେଲେ ସେ ବନ୍ଧନଯୁକ୍ତ ରହିବ ଏବଂ ମନ ଯଦି ସଂସାର ପ୍ରତି ବୈରାଗ୍ୟଯୁକ୍ତ ହୋଇଯିବ, ତେବେ ବ୍ୟକ୍ତି ମୁକ୍ତ ହୋଇଯିବ ।\nମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟୋଃ (ପଞ୍ଚଦଶୀ)\n“ବନ୍ଧନ ଓ ମୋକ୍ଷର କାରଣ ମନ ହିଁ ଅଟେ ।” କେବଳ ଶାରୀରିକ କ୍ରିୟା ଦ୍ୱାରା ଭକ୍ତି କରିବା ଯଥେଷ୍ଟ ନୁହେଁ; ଆମେ ମନକୁ ଭଗବାନଙ୍କ ଧ୍ୟାନରେ ନିମଗ୍ନ କରିବା ଉଚିତ । ଏହାର କାରଣ, ମନର ସଂଯୋଗ ବିନା ଇନ୍ଦ୍ରିୟ କର୍ମ ମୂଲ୍ୟହୀନ ଅଟେ । ଉଦାହରଣ ସ୍ୱରୂପ, ପ୍ରବଚନ ଶୁଣୁଥିବା ସମୟରେ ଆମର ମନ ଯଦି ଅନ୍ୟତ୍ର ଚାଲିଯାଏ, ତେବେ ସେହି ସମୟରେ କ’ଣ କୁହାଗଲା ତାହା ଆମେ ଜାଣିପାରେ ନାହିଁ । ଶବ୍ଦ ସବୁ କାନରେ ପ୍ରବେଶ କରୁଥିବ, କିନ୍ତୁ ତାହା ଆମର ଧ୍ୟାନ ଆକର୍ଷିତ କରିବ ନାହିଁ । ଅତଏବ, ମନକୁ ନ ଲଗାଇ କେବଳ ଇନ୍ଦ୍ରିୟ ଦ୍ୱାରା କରାଯାଉ ଥିବା କର୍ମର ମୂଲ୍ୟ ନ ଥାଏ । ଅନ୍ୟ ପକ୍ଷରେ, ମନ ଏପରି ଏକ ଯନ୍ତ୍ର ଅଟେ, ଯେଉଁଠି ସମସ୍ତ ଇନ୍ଦ୍ରିୟ ସୂକ୍ଷ୍ମ ରୂପରେ ବାସ କରନ୍ତି । ତେଣୁ ବେଳେ ବେଳେ ଏପରି ଦେଖାଯାଏ, ଇନ୍ଦ୍ରିୟମାନେ କର୍ମ କରୁ ନ ଥିଲେ ମଧ୍ୟ, ମନ ଦୃଶ୍ୟ, ଗନ୍ଧ, ସ୍ୱାଦ, ସ୍ପର୍ଶ ଏବଂ ଶବ୍ଦର ଅନୁଭବ କରିଥାଏ । ଉଦାହରଣ ସ୍ୱରୂପ, ରାତିରେ ଶୋଇଥିବା ଅବସ୍ଥାରେ ଆମର ଇନ୍ଦ୍ରିୟମାନେ ନିଷ୍କ୍ରିୟ ଥାନ୍ତି । ତଥାପି ସ୍ୱପ୍ନରେ ଆମେ ଇନ୍ଦ୍ରିୟମାନଙ୍କର ବିଷୟକୁ ଅନୁଭବ କରିପାରେ ।ଏହା ପ୍ରମାଣିତ କରିଥାଏ ଯେ ସ୍ଥୁଳ ଇନ୍ଦ୍ରିୟମାନଙ୍କର ଅଭାବରେ ମଧ୍ୟ ମନ ଇନ୍ଦ୍ରିୟାନୁଭୂତି ସୃଷ୍ଟି କରିପାରେ । ସେଥିପାଇଁ ଆମଣ କର୍ମକୁ ଲିପିବଦ୍ଧ କରିବା ସମୟରେ, ଭଗବାନ ଆମର ମାନସିକ କର୍ମକୁ ଶାରୀରିକ କର୍ମ ଅପେକ୍ଷା ଅଧିକ ମହତ୍ତ୍ୱ ଦେଇଥାଆନ୍ତି ।\nମନଠାରୁ ବୁଦ୍ଧିର ସ୍ଥାନ ଆହୁରି ଉଚ୍ଚରେ । ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପିତ କରିବା ପରେ ହିଁ ଆମେ ମନକୁ ତାଙ୍କଠାରେ ସ୍ଥିର କରିପାରିବା । ସଂସାରିକ କ୍ଷେତ୍ରରେ ମଧ୍ୟ ଯେତେବେଳେ ଆମେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେଉ ଯାହା ଆମ ବୁଦ୍ଧିର ବାହାରେ, ସେତେବେଳେ ଆମେ ଜଣେ ଅଧିକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଙ୍କର ସହାୟତା ନେଇଥାଏ । ଉଦାହରଣ ସ୍ୱରୂପ, ଆମେ ଅସୁସ୍ଥ ହେଲେ ଜଣେ ଡ଼ାକ୍ତରଙ୍କ ପାଖକୁ ଯାଏ । ଆମର ଚିକିତ୍ସା ବିଜ୍ଞାନ ସମ୍ପର୍କରେ କୌଣସି ଜ୍ଞାନ ନଥାଏ, ସେଥିପାଇଁ ଆମେ ଡ଼ାକ୍ତରଙ୍କର ପରାମର୍ଶ ମାନିନେଇ ଥାଏ । ଡ଼ାକ୍ତର ଆମ ରୋଗର ଲକ୍ଷଣ ପରୀକ୍ଷା କରନ୍ତି, ମେଡ଼ିକାଲ ରିପୋର୍ଟ ଦେଖି ରୋଗ ଚିହ୍ନଟ କରନ୍ତି ଏବଂ ତାପରେ ଔଷଧ ଚିଠା ଲେଖନ୍ତି । ଆମେ ନିଜ ବୁଦ୍ଧିକୁ ସମର୍ପଣ କରି, ଡ଼ାକ୍ତରଙ୍କ ଔଷଧ ଚିଠା ଅନୁସାରେ ଔଷଧ ସେବନ କରେ । ସେହିପରି, ମୋକଦ୍ଦମା ଲଢିବା ପାଇଁ ଆମେ ଜଣେ ଓକିଲଙ୍କର ସହାୟତା ନେଇଥାଏ । ଓକିଲ ଜଣକ ପ୍ରତିପକ୍ଷ ଓକିଲଙ୍କ ତର୍କର କିପରି ସମ୍ମୁଖୀନ ହେବ, ସେ ବିଷୟରେ ଆମକୁ ନିର୍ଦ୍ଦେଶ ଦିଅନ୍ତି । ଆଇନ ବିଷୟରେ ଆମର ଜ୍ଞାନ ନଥିବା ଯୋଗୁଁ, ଆମେ ନିଜର ବୁଦ୍ଧିକୁ ସେହି ଓକିଲଙ୍କ ପାଖରେ ସମର୍ପଣ କରିଦିଏ ।\nସେହିପରି, ବର୍ତ୍ତମାନ ଅବସ୍ଥାରେ ଆମର ବୁଦ୍ଧି ଅନେକ ଦୋଷରେ ଯୁକ୍ତ ରହିଛି । ବୁଦ୍ଧିର ଦୋଷ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଭାଗବତରେ ଅକ୍ରୂର କହୁଛନ୍ତି, ଅନିତ୍ୟାନାତ୍ମ ଦୁଃଖେଷୁ ବିପର୍ଯ୍ୟୟ ମତିର୍ହ୍ୟହମ୍ । (ଭା.୧୦.୪୦.୨୫) “ଆମର ବୁଦ୍ଧି ଅଜ୍ଞାନରେ ଆଚ୍ଛାଦିତ । ଯଦିଓ ଆମେ ନିତ୍ୟ ଆତ୍ମା ଅଟୁ, ଆମେ ନିଜକୁ ନଶ୍ୱର ଶରୀର ଭାବିଥାଉ । ସଂସାରର ସମସ୍ତ ବସ୍ତୁ ନଶ୍ୱର ଅଟେ, ଅଥଚ ଆମେ ଭାବିଥାଏ ସେଗୁଡ଼ିକ ସବୁଦିନ ଆମ ପାଖରେ ରହିବ, ସେଥିପାଇଁ ଦିନରାତି ଆମେ ସେସବୁ ସଂଗ୍ରହ କରିବାରେ ବ୍ୟସ୍ତ ରହିଥାଏ । ଯଦିଓ ଇନ୍ଦ୍ରିୟ ସୁଖ ଅନ୍ୱେଷଣର ପରିଣାମ ପରିଶେଷରେ ଦୁଃଖ ହିଁ ଅଟେ, ତଥାପି ସୁଖ ପାଇବା ଆଶାରେ ତା’ର ପଶ୍ଚାତ୍‌ଧାବନ କରିଥାଏ ।” ଉପରୋକ୍ତ ତିନୋଟି ଦୋଷକୁ ବୁଦ୍ଧିର ବିପର୍ଯ୍ୟୟ କୁହାଯାଏ । ଏହିପରି ଦୋଷଯୁକ୍ତ ଚିନ୍ତନର ଆମର ଅନନ୍ତ ପୂର୍ବଜନ୍ମର ଅଭ୍ୟାସ, ଆମ ସମସ୍ୟାର ଗମ୍ଭୀରତାକୁ ଆହୁରି ଘନୀଭୂତ କରିଥାଏ । ଆମ ନିଜ ବୁଦ୍ଧିରେ ଜୀବନକୁ ପରିଚାଳିତ କରି, ଆମେ ଆଧ୍ୟାତ୍ମିକ ମାର୍ଗରେ କେବେ ବି ଅଧିକ ପ୍ରଗତି କରିପାରିବା ନାହିଁ । ମନକୁ ଭଗବାନଙ୍କଠାରେ ଆସକ୍ତ କରି ଆମେ ଯଦି ଆଧ୍ୟାତ୍ମିକ ସଫଳତା ହାସଲ କରିବାକୁ ଇଚ୍ଛା କରେ, ତେବେ ଆମେ ନିଜର ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପଣ କରି ତାଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ । ବୁଦ୍ଧି ସମର୍ପଣ କରିବା ଅର୍ଥ, ଶାସ୍ତ୍ର ଏବଂ ସଦ୍‌ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କଠାରୁ ପ୍ରାପ୍ତ ଜ୍ଞାନ ଅନୁସାରେ ଚିନ୍ତନ କରିବା । ସମର୍ପିତ ବୁଦ୍ଧିର ଲକ୍ଷଣ ଶ୍ଲୋକ ୧୮.୬୬ରେ ବର୍ଣ୍ଣନା କରାଯାଇଛି ।" }, { "verseTitle": "Bhagavad Gita 12.9", "verse": "9", "chapter": 12, "lang": "or", "shloka": { "speaker": "", "sanskrit": "अथ चित्तं समाधातुं न शक्नोषि मयि स्थिरम् ।\n\nअभ्यासयोगेन ततो मामिच्छाप्तुं धनञ्जय ॥9॥", "text": "ଅଥ ଚିତ୍ତଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରମ୍ ।\nଅଭ୍ୟାସଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜୟ ।।୯।।", "audioLink": "https://www.holy-bhagavad-gita.org/public/audio/012_009.mp3" }, "wordMeanings": "ଅଥ - ଯଦି; ଚିତ୍ତଂ -ମନ; ସମାଧାତୁଂ - ସ୍ଥିର କରିବାକୁ; ନ-ନୁହେଁ; ଶକ୍ନୋଷି -ସକ୍ଷମ; ମୟି - ମୋ’ଠାରେ; ସ୍ଥିରଂ -ସ୍ଥିର; ଅଭ୍ୟାସ ଯୋଗେନ - ଅଭ୍ୟାସ ଦ୍ୱାରା ଯୋଗ ପ୍ରାପ୍ତ କରି; ତତଃ- ତାପରେ; ମାଂ - ମୋତେ; ଇଚ୍ଛା -ଇଚ୍ଛା; ଆପ୍ତୁଂ - ପାଇବାକୁ; ଧନଞ୍ଜୟ - ହେ ଅର୍ଜୁନ ।", "translation": { "text": "ହେ ଅର୍ଜୁନ! ଯଦି ତୁମେ ସ୍ଥିର ଭାବରେ ମୋଠାରେ ମନ ଲଗାଇ ପାରୁନାହଁ, ତାହାହେଲେ ସାଂସାରିକ ଜଞ୍ଜାଳରୁ ମନକୁ ବାରମ୍ବାର ହଟାଇ, ଭକ୍ତିର ସହିତ ମୋର ସ୍ମରଣ କରିବାର ଅଭ୍ୟାସ କର ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-09.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.9.mp3" ] }, "commentary": "ଶ୍ରୀକୃଷ୍ଣଙ୍କଠାରେ ମନ ଲାଗିଯିବା ସାଧନାର ସିଦ୍ଧି ଅଟେ, କିନ୍ତୁ ସାଧନା ଆରମ୍ଭ କରୁ କରୁ ଆମେ ସିଦ୍ଧିର ଆଶା କରିପାରିବା ନାହିଁ । ତେଣୁ ଯେଉଁମାନେ ଭଗବାନଙ୍କଠାରେ ମନକୁ ପୂର୍ଣ୍ଣତଃ ସ୍ଥିର କରିପାରି ନାହାଁନ୍ତି, ସେମାନେ କ’ଣ କରିବେ? ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ସେମାନେ ଭକ୍ତିର ସହିତ ତାଙ୍କର ସ୍ମରଣ କରିବା ଦିଗରେ ଚେଷ୍ଟାରତ ରହିବା ଉଚିତ । ଯେପରି କଥାରେ ଅଛି, “ଅଭ୍ୟାସ ଦ୍ୱାରା ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ ।” ଏହାକୁ ଅଭ୍ୟାସ ଯୋଗ କୁହାଯାଏ ବା “ବାରମ୍ବାର ଅଭ୍ୟାସ ଦ୍ୱାରା ଭଗବାନଙ୍କ ସହ ଯୋଗ ପ୍ରାପ୍ତି ।” ଯେତେବେଳେ ବି ମନ ଅନ୍ୟ କୌଣସି ବସ୍ତୁ ବା ଘଟଣା ପାଖକୁ ଚାଲିଯାଏ, ସାଧକ ଭଗବାନଙ୍କର ନାମ, ରୂପ, ଲୀଳା ଗୁଣ, ଧାମ ଓ ପରିକର ଆଦିଙ୍କୁ ମନେ ପକାଇ, ମନକୁ ଭଗବାନଙ୍କ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କରିବା ଉଚିତ ।\nଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ସାଧକମାନଙ୍କ ପାଇଁ ତାଙ୍କ ନିର୍ଦ୍ଦେଶରେ, ବାରମ୍ବାର ଏହି ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଛନ୍ତି:\nଜଗତ ତେ ମନ କୋ ହଟାକର, ଲଗା ହରି ମେ ପ୍ୟାରେ ।ଇସୀ କା ଅଭ୍ୟାସ ପୁନି ପୁନି, କରୁ ନିରନ୍ତର ପ୍ୟାରେ ।  (ସାଧନା କରୁ ପ୍ୟାରେ)\n“ପ୍ରିୟ ସାଧକ! ମନକୁ ସଂସାରରୁ ହଟାଇ ହରିଙ୍କ ଠାରେ ଲଗାଅ । ନିରନ୍ତର ଏହାର ଅଭ୍ୟାସ କର ।\"" }, { "verseTitle": "Bhagavad Gita 12.10", "verse": "10", "chapter": 12, "lang": "or", "shloka": { "speaker": "", "sanskrit": "अभ्यासेऽप्यसमर्थोऽसि मत्कर्मपरमो भव ।।\n\nमदर्थमपि कर्माणि कुर्वन्सिद्धिमवाप्स्यसि ॥10॥", "text": "ଅଭ୍ୟାସେଽପ୍ୟସମର୍ଥୋଽସି ମତ୍‌କର୍ମପରମୋ ଭବ ।\nମଦର୍ଥମପି କର୍ମାଣି କୁର୍ବନ୍ ସିଦ୍ଧିମବାପ୍‌ସ୍ୟସି ।।୧୦।।", "audioLink": "https://www.holy-bhagavad-gita.org/public/audio/012_010.mp3" }, "wordMeanings": "ଅଭ୍ୟାସେ - ଅଭ୍ୟାସ କରିବାରେ; ଅପି - ଯଦି; ଅସମର୍ଥଃ - ଅସମର୍ଥ; ଅସି- ତୁମେ; ମତ୍‌କର୍ମ ପରମଃ -ଭକ୍ତିର ସହିତ ମୋର କର୍ମପରାୟଣ; ଭବ -ହୁଅ; ମତ୍ ଅର୍ଥମ୍ - ମୋ ପାଇଁ; ଅପି - ମଧ୍ୟ; କର୍ମାଣି -କର୍ମସବୁ; କୁର୍ବନ୍ - କରି; ସିଦ୍ଧିମ୍ - ସିଦ୍ଧି; ଅବାପ୍‌ସ୍ୟସି - ପ୍ରାପ୍ତ ହେବ ।", "translation": { "text": "ତୁମେ ଯଦି ଭକ୍ତି ସହକାରେ ମୋ ସ୍ମରଣର ଅଭ୍ୟାସ କରିପାରୁନାହଁ, ତାହେଲେ କେବଳ ମୋ ନିମିତ୍ତ କର୍ମ କରିବାକୁ ଚେଷ୍ଟା କର । ଏହିପରି ମୋର ଭକ୍ତିଯୁକ୍ତ ସେବା କରି, ତୁମେ ପରିପୂର୍ଣ୍ଣତାକୁ ପ୍ରାପ୍ତ କରିପାରିବ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-10.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.10.mp3" ] }, "commentary": "ଭଗବାନଙ୍କର ସ୍ମରଣ କରିବା ପାଇଁ ଉପଦେଶ ଦେବା ତାହାକୁ କାର୍ଯ୍ୟତଃ କରିବା ଅପେକ୍ଷା କରିବା ସହଜ ଅଟେ । ମନ ଭୌତିକ ଶକ୍ତି ମାୟା ଦ୍ୱାରା ଗଠିତ, ତେଣୁ ଏହା ସ୍ୱାଭାବିକ ଭାବରେ ସଂସାରର ଭୌତିକ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାଏ । ଏହାକୁ ଭଗବତ୍ ଅଭିମୁଖୀ କରିବା ପାଇଁ ସୁଚିନ୍ତିତ ଓ ଦୃଢ଼ ଉଦ୍ୟମ ଆବଶ୍ୟକ ହୋଇଥାଏ । ଭଗବାନଙ୍କର ସ୍ମରଣ କରିବା ଉଚିତ, ଏହି ଉପଦେଶ ଆମେ ଶୁଣିଥାଏ ଏବଂ ତାହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ଇଚ୍ଛା କରିଥାଏ । କିନ୍ତୁ କର୍ମରେ ବ୍ୟସ୍ତ ରହି ଭଗବାନ ଆମ ମନରୁ ଚାଲିଯାଆନ୍ତି । ତେଣୁ ଯେଉଁମାନଙ୍କ ପାଇଁ ସାରାଦିନ ଭଗବାନଙ୍କର ସ୍ମରଣ କରିବା କଷ୍ଟକର ହୋଇଥାଏ, ସେମାନେ କ’ଣ କରିବା ଉଚିତ? ଶ୍ରୀକୃଷ୍ଣ ଏହାର ଉତ୍ତର ଉପରୋକ୍ତ ଶ୍ଲୋକରେ ଦେଇଛନ୍ତି ।\nଯେଉଁମାନେ ନିରନ୍ତର ଭଗବାନଙ୍କର ସ୍ମରଣ କରିପାରନ୍ତି ନାହିଁ, ସେମାନେ ସମସ୍ତ କର୍ମ ତାଙ୍କ ଉଦ୍ଦେଶ୍ୟରେ କରିବା ଉଚିତ । ସେମାନେ ଯାହା କିଛି କରନ୍ତି, ତାହାକୁ ଏହି ମନୋଭାବରେ କରିବା ଉଚିତ୍ ଯେ ଏହା ସେମାନେ ଭଗବାନଙ୍କ ସୁଖପାଇଁ କରୁଛନ୍ତି, ଯେପରି ପୂର୍ବରୁ ଶ୍ଲୋକ ୯.୨୭ ଏବଂ ୯.୨୮ରେ ବର୍ଣ୍ଣନା କରାଯାଇଛି । ଗୃହସ୍ଥ ଜୀବନରେ, ବ୍ୟକ୍ତିର ସମସ୍ତ ସମୟର ମୁଖ୍ୟ ଅଂଶ ତାଙ୍କ ପରିବାର ଭରଣପୋଷଣରେ ଚାଲିଯାଏ । ବ୍ୟକ୍ତି ସେହିସବୁ କର୍ମ କରି ଚାଲିବା ଉଚିତ, କିନ୍ତୁ ଅନ୍ତରର ଭାବନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଏହା ପରିବାର ସହିତ ତାଙ୍କର ଶାରୀରିକ ବନ୍ଧନ ଦୃଷ୍ଟିରୁ କରିବା ପରିବର୍ତ୍ତେ, ଏହି ଭାବନା ଉତ୍ପନ୍ନ କରିବା ଉଚିତ ଯେ ପରିବାରର ସମସ୍ତ ସଦସ୍ୟ ଭଗବାନଙ୍କର ସନ୍ତାନ ଅଟନ୍ତି । ତେଣୁ ଭଗବାନଙ୍କର ସୁଖ ପାଇଁ, ସେମାନଙ୍କର ଯତ୍ନ ନେବା ତାଙ୍କର କର୍ତ୍ତବ୍ୟ ଅଟେ । ଜଣେ ବ୍ୟକ୍ତି ଜୀବିକା ଅର୍ଜନ ନିମନ୍ତେ ଯେଉଁ କର୍ମ କରିଥାଆନ୍ତି, ସେଥିରେ ମଧ୍ୟ ତାଙ୍କର ମନୋଭାବକୁ ପରିବର୍ତ୍ତିତ କରାଯାଇପାରେ । ତଦ୍ୱାରା ସେ ସାଂସାରିକ ସୁଖ ଭୋଗ କରିପାରିବେ, ଏପରି ଚିନ୍ତା କରିବା ପରିବର୍ତ୍ତେ ସେ ଏହା ଭାବି ପାରିବେ ଯେ, “ମୁଁ ଅର୍ଥ ଉପାର୍ଜନ କରି ମୋ ପରିବାର ତଥା ନିଜର ଭରଣପୋଷଣ କରିବି, ଯଦ୍ୱାରା ଆମେ ସମସ୍ତେ ଭକ୍ତି କରି ପାରିବୁ ଏବଂ ମୁଁ ଯାହାବି ସଞ୍ଚୟ କରିବି, ତାହା ମୁଁ ଭଗବାନଙ୍କ ସେବାରେ ଦାନ କରିବି ।” ସେହିପରି, ଖାଇବା, ଶୋଇବା, ସ୍ନାନ କରିବା ଆଦି ଶାରୀରିକ କର୍ମକୁ ଆମେ ତ୍ୟାଗ କରିପାରିବା ନାହିଁ । କିନ୍ତୁ ସେଥିରେ ମଧ୍ୟ ଆମେ ଦିବ୍ୟ ଭାବନା ରଖିପାରିବା, “ମୁଁ ନିଜ ଶରୀରକୁ ସୁସ୍ଥ ରଖିବି, ଏହାଦ୍ୱାରା ମୁଁ ଭଗବାନଙ୍କର ସେବା କରିପାରିବି । ଏହାର ଭରଣପୋଷଣ ପାଇଁ, ମୁଁ ସମସ୍ତ କର୍ମ ନିଷ୍ଠାର ସହିତ କରିବି ।”\nଯେତେବେଳେ ଆମେ ଭଗବାନଙ୍କ ସୁଖ ପାଇଁ କର୍ମ କରିବାକୁ ଅଭ୍ୟାସ କରିବା, ସ୍ୱାଭାବିକ ଭାବରେ ଆମେ ସମସ୍ତ ସ୍ୱାର୍ଥଯୁକ୍ତ କର୍ମରୁ ନିବୃତ୍ତ ହୋଇଯିବା ଏବଂ ଭଗବାନଙ୍କ ସେବା ରୂପକ କର୍ମ କରିବା ଦିଗରେ ଅଧିକ ଅଗ୍ରହୀ ହେବା । ଏହିପରି ଭାବରେ, ଆମର ପ୍ରତ୍ୟେକ କର୍ମକୁ ପରମ ବ୍ରହ୍ମ ଶ୍ରୀକୃଷ୍ଣଙ୍କର ସୁଖ ଉଦ୍ଦେଶ୍ୟରେ ଅର୍ପଣ କରି, ଆମେ ତାଙ୍କଠାରେ ମନକୁ କେନ୍ଦ୍ରିତ କରିପାରିବା । ତାପରେ, ଆମ ହୃଦୟରେ ଭଗବାନଙ୍କ ପ୍ରତି ପ୍ରେମ କ୍ରମଶଃ ବୃଦ୍ଧିପାଇବ ଏବଂ ଆମେ ତାଙ୍କୁ ସର୍ବଦା ସ୍ମରଣ କରିବାରେ ସଫଳତା ହାସଲ କରିପାରିବା ।" }, { "verseTitle": "Bhagavad Gita 12.11", "verse": "11", "chapter": 12, "lang": "or", "shloka": { "speaker": "", "sanskrit": "अथैतदप्यशक्तोऽसि कर्तुं मद्योगमाश्रितः ।\n\nसर्वकर्मफलत्यागं ततः कुरु यतात्मवान् ॥11॥", "text": "ଅଥୈତଦପ୍ୟଶକ୍ତୋଽସି କର୍ତୁଂ ମଦ୍ୟୋଗମାଶ୍ରିତଃ ।\nସର୍ବକର୍ମଫଳତ୍ୟାଗଂ ତତଃ କୁରୁ ଯତାତ୍ମବାନ୍ ।।୧୧।।", "audioLink": "https://www.holy-bhagavad-gita.org/public/audio/012_011.mp3" }, "wordMeanings": "ଅଥ - ଯଦି; ଏତତ୍ - ଏହା; ଅପି-ମଧ୍ୟ; ଅଶକ୍ତଃ - ଅକ୍ଷମ; ଅସି -ତୁମେ ଅଟ; କର୍ତୁଂ -କରିବାକୁ; ମତ୍ -ମୋ’ପାଇଁ; ଯୋଗଂ -ଭକ୍ତିରେ; ଆଶ୍ରିତଃ - ଆଶ୍ରୟ ଗ୍ରହଣକରି; ସର୍ବ-କର୍ମ -ସମସ୍ତ କର୍ମ; ଫଳ-ତ୍ୟାଗଂ -ଫଳ ତ୍ୟାଗକରି; ତତଃ -ତେଣୁ; କୁରୁ -କର; ଯତ -ଆତ୍ମବାନ୍ - ଆତ୍ମାରେ ସ୍ଥିତ ରହି ।", "translation": { "text": "ଯଦି ତୁମେ ଭକ୍ତିର ସହିତ କର୍ମ କରିବାକୁ ମଧ୍ୟ ଅକ୍ଷମ, ତେବେ କର୍ମଫଳ ତ୍ୟାଗ କରିବାକୁ ଚେଷ୍ଟା କର ଏବଂ ଆତ୍ମାରେ ସ୍ଥିତ ହୁଅ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-11.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.11.mp3" ] }, "commentary": "ଶ୍ଲୋକ ୧୨.୮ରୁ ଆରମ୍ଭ କରି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କଲ୍ୟାଣର ତିନୋଟି ଉପାୟ ନିର୍ଦ୍ଦେଶ କରିଛନ୍ତି । ତୃତୀୟ ଉପାୟରେ ସେ ସମସ୍ତ କର୍ମ ତାଙ୍କ ଉଦ୍ଦେଶ୍ୟରେ କରିବା ପାଇଁ ଅର୍ଜୁନଙ୍କୁ କହିଛନ୍ତି । କିନ୍ତୁ ସେଥିପାଇଁ ମଧ୍ୟ ଏକ ଶୁଦ୍ଧ ଏବଂ ଦୃଢ଼ସଂକଳ୍ପ ବୁଦ୍ଧିର ଆବଶ୍ୟକତା ରହିଛି । ଯେଉଁମାନେ ଏ ପର୍ଯ୍ୟନ୍ତ ଭଗବାନଙ୍କ ସହିତ ନିଜର ସମ୍ବନ୍ଧ ବିଷୟରେ ଅବଗତ ନୁହଁନ୍ତି ଏବଂ ଭଗବତ୍ ପ୍ରାପ୍ତିକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରିପାରି ନାହାଁନ୍ତି, ସେମାନଙ୍କ ପକ୍ଷରେ ଭଗବାନଙ୍କ ନିମନ୍ତେ କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ । ତେଣୁ ଶ୍ରୀକୃଷ୍ଣ ଚତୁର୍ଥ ବିକଳ୍ପ ଦେଇଛନ୍ତି । ସେ କହୁଛନ୍ତି, “ଅର୍ଜୁନ, ପୂର୍ବପରି ତୁମର କର୍ତ୍ତବ୍ୟ କରିଚାଲ, କିନ୍ତୁ କର୍ମଫଳ ଠାରୁ ନିଜକୁ ମୁକ୍ତ ରଖ ।” ଏହି ଅନାସକ୍ତି ମନକୁ ଶୁଦ୍ଧ କରି ତମୋଗୁଣ ଓ ରଜୋଗୁଣର ପ୍ରଭାବରୁ ମୁକ୍ତ କରିଥାଏ ଏବଂ ସତ୍ତ୍ୱଗୁଣରେ ଅବସ୍ଥାପିତ କରିଥାଏ । ଏହିପରି ଭାବରେ, କର୍ମଫଳ ତ୍ୟାଗ ମନର ଭୌତିକତାକୁ ଦୂର କରି ବୁଦ୍ଧିକୁ ସୁଦୃଢ଼ କରିବ । ତାପରେ, ଆମର ଶୁଦ୍ଧ ବୁଦ୍ଧି ଅତି ସହଜରେ ଦିବ୍ୟ ଜ୍ଞାନ ହୃଦୟଙ୍ଗମ କରିପାରିବ ଏବଂ ଆମେ ସାଧନାର ଉଚ୍ଚତର ସ୍ତରକୁ ଯିବାକୁ ସକ୍ଷମ ହେବା ।" }, { "verseTitle": "Bhagavad Gita 12.12", "verse": "12", "chapter": 12, "lang": "or", "shloka": { "speaker": "", "sanskrit": "श्रेयो हि ज्ञानमभ्यासाज्ज्ञानाद्धयानं विशिष्यते ।\n\nध्यानात्कर्मफलत्यागस्त्यागाच्छान्तिरनन्तरम् ॥12॥", "text": "ଶ୍ରେୟୋ ହି ଜ୍ଞାନମଭ୍ୟାସାଜ୍‌ଜ୍ଞାନାଦ୍ଧ୍ୟାନଂ ବିଶିଷ୍ୟତେ ।\nଧ୍ୟାନାତ୍‌କର୍ମଫଳତ୍ୟାଗସ୍ତ୍ୟାଗାଚ୍ଛାନ୍ତିରନନ୍ତରମ୍ ।।୧୨।।", "audioLink": "https://www.holy-bhagavad-gita.org/public/audio/012_012.mp3" }, "wordMeanings": "ଶ୍ରେୟଃ - ଉତ୍ତମ; ହି - ନିଶ୍ଚିତଭାବେ; ଜ୍ଞାନଂ -ଜ୍ଞାନ; ଅଭ୍ୟାସାତ୍ - ଅଭ୍ୟାସଠାରୁ; ଜ୍ଞାନାତ୍ - ଜ୍ଞାନଠାରୁ ଉତ୍ତମ; ଧ୍ୟାନଂ - ଧ୍ୟାନ; ବିଶିଷ୍ୟତେ- ଶ୍ରେଷ୍ଠ ଅଟେ, ଧ୍ୟାନାତ୍ - ଧ୍ୟାନଠାରୁ; କର୍ମ-ଫଳ-ତ୍ୟାଗଃ - ସକାମ କର୍ମର ଫଳତ୍ୟାଗ; ତ୍ୟାଗାତ୍ - ଏପରି ତ୍ୟାଗଦ୍ୱାରା; ଶାନ୍ତିଃ - ଶାନ୍ତି; ଅନନ୍ତରମ୍ -ତତ୍‌ପଶ୍ଚାତ୍ ।", "translation": { "text": "ଯାନ୍ତ୍ରିକ ଅଭ୍ୟାସ ଅପେକ୍ଷା ଶ୍ରେଷ୍ଠ ଜ୍ଞାନ ଅଟେ; ଜ୍ଞାନ ଠାରୁ ଧ୍ୟାନ ଶ୍ରେଷ୍ଠ ଏବଂ ଧ୍ୟାନ ଠାରୁ ଶ୍ରେଷ୍ଠ କର୍ମଫଳ ତ୍ୟାଗ ଅଟେ, କାରଣ ତ୍ୟାଗ ଦ୍ୱାରା ଶାନ୍ତି ସ୍ୱତଃ ପ୍ରାପ୍ତ ହୁଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-12.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.12.mp3" ] }, "commentary": "ଭକ୍ତିରେ ଅନେକ ବ୍ୟକ୍ତି ଯାନ୍ତ୍ରିକ ଅଭ୍ୟାସ ସ୍ତରରେ ଥାଆନ୍ତି । ସେମାନେ ତାଙ୍କର ଧାର୍ମିକ ବିଶ୍ୱାସ ଅନୁସାରେ ବିଧିବିଧାନ ପାଳନ କରିଥାନ୍ତି, କିନ୍ତୁ ଭଗବାନଙ୍କଠାରେ ମନ ଲଗାନ୍ତି ନାହିଁ । ଗୋଟିଏ ନୂଆ କାର୍ କିମ୍ବା ନୂଆ ଘର କିଣିଲେ, ସେମାନେ ପୂଜା କରିବାକୁ ଜଣେ ପୁରୋହିତଙ୍କୁ ଡ଼ାକିଥାନ୍ତି । କିନ୍ତୁ ପୁରୋହିତ ପୂଜା କରୁଥିବା ସମୟରେ, ସେମାନେ ଅନ୍ୟ କୋଠରୀରେ ବସି ଗପସପ କରୁଥାନ୍ତି କିମ୍ବା ଚା’ପିଉଥାନ୍ତି । ତାଙ୍କ ପାଇଁ ଭକ୍ତି କେବଳ ଏକ ଅର୍ଥହୀନ ବିଧିବିଧାନ ପାଳନ କରିବା ଅଟେ । ଅନେକ ସମୟରେ ଏହା ଏକ ପରମ୍ପରାଗତ ଅଭ୍ୟାସର ରୂପ ନେଇଥାଏ, ଯାହା ଆମର ପିତା ମାତା ଏବଂ ଗୁରୁଜନ ମାନଙ୍କ ଠାରୁ ଆମକୁ ପ୍ରାପ୍ତ ହୋଇଥାଏ । ଯନ୍ତ୍ରବତ୍ ବିଧିବିଧାନର ପାଳନ କିଛି ଖରାପ କଥା ନୁହେଁ, କାରଣ କିଛି ନ କରିବା ଅପେକ୍ଷା କିଛି କରିବା ଭଲ । ଅନ୍ତତଃ ବହିରଙ୍ଗ ସ୍ତରରେ ତ ସେମାନେ ଭକ୍ତି ଆଚରଣ କରୁଥାଆନ୍ତି ।\nକିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି, ଯାନ୍ତ୍ରିକ ଅଭ୍ୟାସ ଅପେକ୍ଷା ଆଧ୍ୟାତ୍ମିକ ଜ୍ଞାନ ଆହରଣ ଶ୍ରେଷ୍ଠ ଅଟେ । ଜ୍ଞାନ ଆମକୁ ଏହା ବୋଧ କରାଇଥାଏ ଯେ ଜୀବନର ଲକ୍ଷ୍ୟ ଭଗବତ୍ ପ୍ରାପ୍ତି ଅଟେ, ଭୌତିକ ଉନ୍ନତି ନୁହେଁ । ଜ୍ଞାନଯୁକ୍ତ ବ୍ୟକ୍ତି ଅର୍ଥହୀନ ବିଧି ପାଳନ ଅପେକ୍ଷା ମନର ଶୁଦ୍ଧିକରଣକୁ ଅଧିକ ମହତ୍ୱ ଦେଇଥାଆନ୍ତି । କିନ୍ତୁ କେବଳ ଜ୍ଞାନ ପ୍ରାପ୍ତି ହୃଦୟକୁ ଶୁଦ୍ଧ କରିପାରେ ନାହିଁ । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି, ଜ୍ଞାନ ଆହରଣ ଠାରୁ ଧ୍ୟାନଦ୍ୱାରା ମନୋନିବେଶ କରିବା ଶ୍ରେଷ୍ଠ ଅଟେ । ଧ୍ୟାନଦ୍ୱାରା ମନକୁ ସ୍ୱତଃ ନିୟନ୍ତ୍ରଣ କରି, ଆମେ ସଂସାରିକ ସୁଖ ପ୍ରତି ବୈରାଗ୍ୟ ପ୍ରାପ୍ତ କରିଥାଏ । ମନରେ ସଂସାର ପ୍ରତି କିଛି ମାତ୍ରାରେ ବୈରାଗ୍ୟ ଜାତ ହେବା ପରେ, ଆମେ କର୍ମଫଳ ତ୍ୟାଗର ଅଭ୍ୟାସ କରିପାରିବା । ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ପରି, ଏହା ମନରୁ ସାଂସାରିକତା ଦୂର କରି ବୁଦ୍ଧିକୁ ସୁଦୃଢ଼ କରିଥାଏ, ଯାହା ଉଚ୍ଚତର କକ୍ଷକୁ ଉନ୍ନୀତ ହେବାରେ ଆମର ସହାୟତା କରିଥାଏ ।" }, { "verseTitle": "Bhagavad Gita 12.13 – 12.14", "verse": "13-14", "chapter": 12, "lang": "or", "shloka": { "speaker": "", "sanskrit": "अद्वेष्टा सर्वभूतानां मैत्रः करुण एव च । \n\nनिर्ममो निरहङ्कारः समदुःखसुखः क्षमी ॥13॥\n\nसंतुष्टः सततं योगी यतात्मा दृढनिश्चयः ।\n\nमय्यर्पितमनोबुद्धिर्यो मद्भक्तः स मे प्रियः ॥14॥", "text": "ଅଦ୍ୱେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ ।\nନିର୍ମମୋ ନିରହଂକାରଃ ସମଦୁଃଖସୁଖଃ କ୍ଷମୀ ।।୧୩।।\nସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢ଼ନିଶ୍ଚୟଃ ।\nମୟ୍ୟର୍ପିତମନୋବୁଦ୍ଧିର୍ଯୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।।୧୪।।", "audioLink": "https://www.holy-bhagavad-gita.org/public/audio/012_013-014.mp3" }, "wordMeanings": "ଅଦ୍ୱେଷ୍ଟା - ଦ୍ୱେଷଭାବ ରହିତ; ସର୍ବଭୂତାନାଂ - ସମସ୍ତ ଜୀବଙ୍କ ପ୍ରତି; ମୈତ୍ରଃ - ବନ୍ଧୁଭାବାପନ୍ନ; କରୁଣଃ - ଦୟାଳୁ, ଏବ - ନିଶ୍ଚିତଭାବେ; ଚ - ଏବଂ; ନିର୍ମମଃ - ମମତାଶୂନ୍ୟ; ନିରହଙ୍କାରଃ -ଅହଙ୍କାରଶୂନ୍ୟ; ସମ- ସମଭାବରେ; ଦୁଃଖ -ଦୁଃଖ; ସୁଖଃ-ସୁଖ; କ୍ଷମୀ - କ୍ଷମାଶୀଳ; ସନ୍ତୁଷ୍ଟଃ -ସନ୍ତୁଷ୍ଟ; ସତତଂ - ସର୍ବଦା; ଯୋଗୀ -ଭକ୍ତିରେ ଯୁକ୍ତ; ଯତାତ୍ମା- ଜିତେନ୍ଦ୍ରିୟ; ଦୃଢ଼ନିଶ୍ଚୟଃ -ଦୃଢ଼ ସଂକଳ୍ପ; ମୟି - ମୋ’ଠାରେ; ଅର୍ପିତ -ସମର୍ପିତ; ମନଃ-ମନ; ବୁଦ୍ଧିଃ - ବୁଦ୍ଧି; ଯଃ -ଯିଏ; ମଦ୍‌ଭକ୍ତଃ - ମୋର ଭକ୍ତ; ସଃ ମେ ପ୍ରିୟଃ- ସେ ମୋର ପ୍ରିୟ ।", "translation": { "text": "ଯେଉଁମାନେ କୌଣସି ଜୀବଙ୍କ ପ୍ରତି ଦ୍ୱେଷ ଭାବ ରଖନ୍ତି ନାହିଁ, ଯେଉଁମାନେ ମିତ୍ରଭାବାପନ୍ନ ଏବଂ ଦୟାଳୁ ଅଟନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି । ସେମାନେ ଆସକ୍ତିରହିତ ଓ ଅହଂକାରଶୂନ୍ୟ, ସୁଖ ଓ ଦୁଃଖରେ ସମଭାବାପନ୍ନ ଏବଂ ସର୍ବଦା କ୍ଷମାଶୀଳ ଅଟନ୍ତି । ସେମାନେ ସର୍ବଦା ସନ୍ତୁଷ୍ଟ, ଅବିଚଳ ଭକ୍ତିରେ ମୋ ସହିତ ଯୁକ୍ତ, ଆତ୍ମସଂଯମୀ, ଦୃଢ଼ମନା ଏବଂ ମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ ରହିଥାଆନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-13.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-14.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.13.mp3", "https://www.gitasupersite.iitk.ac.in/sites/default/files/audio/Purohit/12.14.mp3" ] }, "commentary": "ତାଙ୍କ ସାକାର ସ୍ୱରୂପର ଭକ୍ତିକୁ ସର୍ବୋତ୍କୃଷ୍ଟ କହିବା ପରେ, ଶ୍ରୀକୃଷ୍ଣ, ଶ୍ଲୋକ ୧୩-୧୯ରେ, ତାଙ୍କ ପ୍ରିୟ ଭକ୍ତମାନଙ୍କର ଲକ୍ଷଣ ବର୍ଣ୍ଣନା କରିବାକୁ ଯାଉଛନ୍ତି ।\nସମସ୍ତ ଜୀବଙ୍କ ପ୍ରତି ଦ୍ୱେଷ ଭାବ ରହିତ - ଭକ୍ତମାନେ ଏହା ବୁଝିପାରି ଥାଆନ୍ତି ଯେ ପ୍ରତ୍ୟେକ ଜୀବ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି । ତେଣୁ କାହା ପ୍ରତି ଦ୍ୱେଷଭାବ ପୋଷଣ କରିବା ଅର୍ଥ ଭଗବାନଙ୍କ ପ୍ରତି ଦ୍ୱେଷ ଭାବ ରଖିବା । ସୁତରାଂ, ତାଙ୍କର ବିରୁଦ୍ଧାଚାରଣ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ମଧ୍ୟ ଭକ୍ତମାନେ ଦ୍ୱେଷ କରନ୍ତି ନାହିଁ ।\nମୈତ୍ରୀ ଏବଂ ଅନୁକମ୍ପା - ସମସ୍ତେ ସେହି ଜଣେ ଭଗବାନଙ୍କର ସନ୍ତାନ ହୋଇଥିବା ଦୃଷ୍ଟିରୁ, ଭକ୍ତି ପରସ୍ପର ମଧ୍ୟରେ ମୈତ୍ରୀ ଭାବ ଉତ୍ପନ୍ନ କରିଥାଏ । ପର-ଆପଣା ଭାବନା ସମାପ୍ତ ହୋଇ ଯାଇଥାଏ । ଏହା ଭକ୍ତ ମାନଙ୍କଠାରେ ଅନ୍ୟମାନଙ୍କ ପ୍ରତି ବନ୍ଧୁତ୍ୱ ଭାବ ଏବଂ ଅନ୍ୟମାନଙ୍କର କଷ୍ଟ ପ୍ରତି ଅନୁକମ୍ପା ଉତ୍ପନ୍ନ କରେ ।\nଆସକ୍ତିରହିତ ଏବଂ ଅହଂକାରଶୂନ୍ୟ - ଭକ୍ତିର ସବୁଠାରୁ ବଡ଼ ଶତ୍ରୁ ଅହଂକାର ଅଟେ । ଦୀନତାର ଅଭ୍ୟାସ ଦ୍ୱାରା ହିଁ ବ୍ୟକ୍ତି ଆଧ୍ୟାତ୍ମିକ ପଥରେ ଅଗ୍ରସର ହୋଇଥାଏ । ଉଚ୍ଚ କକ୍ଷର ଭକ୍ତମାନେ ସ୍ୱାଭାବିକ ଭାବରେ ନମ୍ର ହୋଇଥାଆନ୍ତି ଏବଂ ଅହଂକାର, କର୍ତ୍ତୁତ୍ୱାଭିମାନ ତଥା ନିଜକୁ ଶରୀର ମନେ କରିବାର ଭ୍ରମରୁ ମୁକ୍ତ ରହନ୍ତି ।\nସୁଖ ଓ ଦୁଃଖରେ ସମଭାବାପନ୍ନ - ଭକ୍ତମାନେ ବିଶ୍ୱାସ କରନ୍ତି ଯେ କେବଳ କର୍ମ କରିବାର ଅଧିକାର ସେମାନଙ୍କର ଅଛି, କର୍ମର ଫଳ ଭଗବାନଙ୍କ ହାତରେ । ତେଣୁ ଯାହାବି ଫଳ ମିଳେ, ସେମାନେ ତାହାକୁ ଈଶ୍ୱରଙ୍କର ଇଚ୍ଛା ଭାବରେ ସ୍ୱୀକାର କରି ସମଭାବାପନ୍ନ ରହନ୍ତି ।\nସର୍ବଦା କ୍ଷମାଶୀଳ - ଭକ୍ତ କେବେ ବି ନିଜର ମାନସିକ ସନ୍ତୋଷ ପାଇଁ ଦୋଷୀମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ । ଅନ୍ୟମାନଙ୍କ ପ୍ରତି ଏପରି ନକାରାତ୍ମକ ଭାବନା ନିଜର ଭକ୍ତିଭାବକୁ ନଷ୍ଟ କରିଦେଇଥାଏ । ତେଣୁ ଉଚ୍ଚ କକ୍ଷର ସାଧକମାନେ ସେପରି ଚିନ୍ତନକୁ ମନରୁ ତ୍ୟାଗ କରି ଦୋଷୀମାନଙ୍କୁ ଦଣ୍ଡିତ କରିବାର ଦାୟିତ୍ୱ ଭଗବାନଙ୍କ ଉପରେ ନ୍ୟସ୍ତ କରିଥାଆନ୍ତି ।\nସର୍ବଦା ସନ୍ତୁଷ୍ଟ - ସନ୍ତୋଷ ଅଧିକ ବସ୍ତୁ ସଂଗ୍ରହ ଦ୍ୱାରା ନୁହେଁ, ବରଂ କାମନାର ପରିସରକୁ ସଂକୁଚିତ କରିବା ଦ୍ୱାରା ପ୍ରାପ୍ତ ହୋଇଥାଏ ।  ଭକ୍ତମାନେ ଯେହେତୁ ଭୌତିକ ବସ୍ତୁକୁ ସୁଖର ଉତ୍ସ ଭାବରେ ବିବେଚନା କରନ୍ତି ନାହିଁ, ସେମାନଙ୍କୁ ଯାହା ବି ମିଳିଥାଏ, ସେଥିରେ ସେମାନେ ସନ୍ତୁଷ୍ଟ ରହନ୍ତି ।\nଭକ୍ତିରେ ମୋ ସହିତ ନିତ୍ୟ ଯୁକ୍ତ - ପୂର୍ବରୁ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ଯୋଗର ଅର୍ଥ ଯୁକ୍ତ ହେବା । ଭକ୍ତମାନେ ଯୋଗୀ ଅଟନ୍ତି କାରଣ ସେମାନଙ୍କର ଚେତନା ଭଗବାନଙ୍କଠାରେ ନିମଗ୍ନ ଥାଏ । ଏହି ନିମଗ୍ନତା ସାମୟିକ ନ ହୋଇ ଅବିଚଳିତ ଓ ନିରନ୍ତର ହୋଇଥାଏ, କାରଣ ସେମାନେ ଭଗବାନଙ୍କ ସହିତ ନିତ୍ୟ ସମ୍ପର୍କ ସ୍ଥାପନ କରିଥାନ୍ତି ।\nଆତ୍ମସଂଯମୀ - ଭକ୍ତମାନେ ପ୍ରେମମୟୀ ଭକ୍ତିରେ ମନକୁ ଭଗବାନଙ୍କଠାରେ ଅନୁରକ୍ତ କରିଥାନ୍ତି । ତେଣୁ ସେମାନଙ୍କର ମନ ସଂସାରରୁ ବିରକ୍ତ ରହିଥାଏ । ଏହିପରି ଭାବରେ, ସେମାନେ ମନ ଓ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ପ୍ରାପ୍ତ କରିଥାଆନ୍ତି ।\nଦୃଢ଼ ନିଶ୍ଚୟ - ଏକ ସଂକଳ୍ପବଦ୍ଧ ବୁଦ୍ଧି ବ୍ୟକ୍ତିକୁ ଦୃଢମନା କରାଇଥାଏ । ଭକ୍ତ ନିଜର ବୁଦ୍ଧିକୁ, ଶାସ୍ତ୍ର ଏବଂ ଗୁରୁଙ୍କଠାରୁ ପାଇଥିବା ଜ୍ଞାନ ସହିତ ଯୋଡ଼ି ଦେଇଥାଏ, ଯଦ୍ୱାରା ତା’ର ସଂକଳ୍ପ ଏତେ ସୁଦୃଢ଼ ହୋଇଯାଏ ଯେ ସମଗ୍ର ସଂସାର ତା’ର ବିରୋଧ କଲେ ମଧ୍ୟ ସେମାନେ ନିଜ ଜାଗାରୁ ଇତସ୍ତତଃ ହୋଇ ନ ଥାନ୍ତି ।\nମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ - ଆତ୍ମା ନିଜର ଅନ୍ତର୍ନିହିତ ସ୍ୱଭାବ ଅନୁଯାୟୀ ଭଗବାନଙ୍କର ଦାସ ଅଟେ । ଏହି ଜ୍ଞାନରେ ପ୍ରବୁଦ୍ଧ ହୋଇ ଆମେ ଭଗବାନଙ୍କ ପ୍ରତି ସମର୍ପିତ ହୋଇଯିବା ସ୍ୱାଭାବିକ । ଶରଣାଗତିରେ ମନ ଓ ବୁଦ୍ଧିର ସ୍ଥାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ସେମାନେ ଶରଣାଗତ ହୋଇଯାଆନ୍ତି, ଅବଶିଷ୍ଟ ବ୍ୟକ୍ତିତ୍ୱ - ଶରୀର, କର୍ମେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ, ସାଂସାରିକ ପରିଗ୍ରହ ଏବଂ ଆତ୍ମା ସ୍ୱାଭାବିକ ଭାବରେ ତାଙ୍କ ସେବାରେ ସମର୍ପିତ ହୁଅନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁ ଭକ୍ତଙ୍କ ଠାରେ ଏହିସବୁ ଗୁଣ ପ୍ରକାଶିତ ହୋଇଥାଏ, ସେମାନେ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି ।" }, { "verseTitle": "Bhagavad Gita 12.15", "verse": "15", "chapter": 12, "lang": "or", "shloka": { "speaker": "", "sanskrit": "यस्मान्नोद्विजते लोको लोकानोद्विजते च यः ।\n\nहर्षामर्षभयोद्वेगैर्मुक्तो यः स च मे प्रियः ॥15॥", "text": "ଯସ୍ମାନ୍ନୋଦ୍ୱିଜତେ ଲୋକୋ ଲୋକାନ୍ନୋଦ୍ୱିଜତେ ଚ ଯଃ ।\nହର୍ଷାମର୍ଷଭୟୋଦ୍‌ବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ ।।୧୫।।", "audioLink": "https://www.holy-bhagavad-gita.org/public/audio/012_015.mp3" }, "wordMeanings": "ଯସ୍ମାତ୍ - ଯାହାଙ୍କଠାରୁ; ନ-ନୁହେଁ; ଉଦ୍ୱିଜତେ - ଉଦ୍‌ବିଗ୍ନତା ପ୍ରାପ୍ତ ହୁଏ; ଲୋକଃ- ଲୋକମାନେ; ଲୋକାତ୍ - ଲୋକଙ୍କ ଠାରୁ; ନ-ନୁହେଁ; ଉଦ୍ୱିଜତେ - ବ୍ୟଥିତ; ଚ -ଏବଂ; ଯଃ - ଯିଏ; ହର୍ଷ -ହର୍ଷ ; ଅମର୍ଷ -ବିଷାଦ; ଭୟ-ଭୟ; ଉଦ୍‌ବେଗୈଃ - ଉଦ୍‌ବେଗରୁ; ମୁକ୍ତଃ - ମୁକ୍ତ; ଯଃ-ଯିଏ; ସଃ-ସେ; ଚ-ଏବଂ; ମେ-ମୋର; ପ୍ରିୟଃ - ଅତିପ୍ରିୟ ।", "translation": { "text": "ଯେଉଁମାନେ ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି, ଯେଉଁମାନେ କାହା ଦ୍ୱାରା ଉତ୍ତେଜିତ ହୁଅନ୍ତି ନାହିଁ, ଯେଉଁମାନେ ହର୍ଷ-ବିଷାଦ ଏବଂ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ରହନ୍ତି, ସେହିପରି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-15.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.15.mp3" ] }, "commentary": "ଆତ୍ମା ସ୍ୱଭାବତଃ ପବିତ୍ର ଏବଂ ବିଶୁଦ୍ଧ ଅଟେ । କିନ୍ତୁ ସମସ୍ୟା ଏହା ଯେ ସେ ଅଶୁଦ୍ଧ ମନ ଦ୍ୱାରା ଆବୃତ୍ତ ହୋଇଯାଇଛି । ସେହି ସବୁ ମଳୀନତା ଅପସରି ଗଲେ, ଆତ୍ମାର ଗରିମାମୟ ଗୁଣ ସ୍ୱତଃ ଉଦ୍‌ଭାସିତ ହୋଇଥାଏ । ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ;\nଯସ୍ୟାସ୍ତି ଭକ୍ତିର୍ ଭଗବତ୍ୟକିଞ୍ଚନା ସର୍ବେର୍ ଗୁଣୈସ୍ତତ୍ର ସମାସତେ ସୁରାଃ,ହରାବଭକ୍ତସ୍ୟ କୁତୋ ମହଦ୍‌-ଗୁଣା ମନୋରଥେନାସତି ଧାବତୋ ବହିଃ । (୫-୧୮-୧୨)\n“ଯେଉଁମାନେ ପରମାତ୍ମାଙ୍କଠାରେ ନିଜକୁ ସମର୍ପିତ କରିଥାଆନ୍ତି, ସେମାନଙ୍କଠାରେ ସ୍ୱର୍ଗର ଦେବତାମାନଙ୍କର ସମସ୍ତ ଅଦ୍ଭୁତ ଗୁଣ ବିକଶିତ ହୋଇଥାଏ । କିନ୍ତୁ ଯେଉଁମାନେ ଭକ୍ତି କରନ୍ତି ନାହିଁ, ମନ ରୂପକ ରଥରେ ବସି ଘୂରି ବୁଲୁଥାଆନ୍ତି । (ଯେତେ ସବୁ ଆତ୍ମ-ସଂଶୋଧନର ଉପାୟ ଅଭ୍ୟାସ କଲେ ମଧ୍ୟ) ।” ଏଠାରେ ଶ୍ରୀକୃଷ୍ଣ, ତାଙ୍କ ଭକ୍ତଙ୍କଠାରେ ବିକଶିତ ହେଉଥିବା ଅନ୍ୟ ଗୁଣମାନଙ୍କର ବର୍ଣ୍ଣନା କରୁଛନ୍ତି ।\nଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି - ଭକ୍ତି ହୃଦୟକୁ ଦ୍ରବିତ ଓ କୋମଳ କରେ, ତେଣୁ ଭକ୍ତମାନେ ସ୍ୱାଭାବିକ ଭାବରେ ସମସ୍ତଙ୍କ ପ୍ରତି ବ୍ୟବହାରରେ ଭଦ୍ର ଓ ନମ୍ର ହୁଅନ୍ତି । ଏତଦ୍‌ବ୍ୟତିତ, ସେମାନେ ସମସ୍ତଙ୍କୁ ଭଗବାନଙ୍କର କ୍ଷୁଦ୍ର ଅଂଶ ମନେକରି ସମସ୍ତଙ୍କ ମଧ୍ୟରେ ଭଗବାନଙ୍କୁ ଦେଖନ୍ତି । ତେଣୁ ସେମାନେ କାହାର ଅନିଷ୍ଟ କରିବା କଥା ଚିନ୍ତା କରି ପାରନ୍ତି ନାହିଁ ।\nକାହା ଦ୍ୱାରା କ୍ଷୁବ୍‌ଧ ହୁଅନ୍ତି ନାହିଁ - ଭକ୍ତମାନେ କାହାର ଅନିଷ୍ଟ କରନ୍ତି ନାହିଁ, ତା’ର ଅର୍ଥ ଏହା ନୁହେଁ ଯେ ଅନ୍ୟମାନେ ତାଙ୍କର ଅନିଷ୍ଟ କରିବେ ନାହିଁ । ସାରା ପୃଥିବୀର ମହାପୁରୁଷମାନଙ୍କର ଇତିହାସ ଏହା ଦର୍ଶାଇ ଥାଏ ଯେ ସେମାନଙ୍କର କଲ୍ୟାଣକର କାର୍ଯ୍ୟ ଏବଂ ସିଦ୍ଧାନ୍ତ ଯେଉଁମାନଙ୍କୁ ଆତଙ୍କିତ କରିଥାଏ, ସେମାନେ ସେହି ମହାପୁରୁଷମାନଙ୍କୁ ନାନା ପ୍ରକାରରେ ଉତ୍ପୀଡ଼ିତ କରିଥାନ୍ତି । ତଥାପି ମହାପୁରୁଷମାନେ ସେମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥାନ୍ତି । କ୍ରୁଶବିଦ୍ଧ ଯୀଶୁଖ୍ରୀଷ୍ଟ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, “ହେ ପିତା! ସେମାନଙ୍କୁ କ୍ଷମା କରିଦିଅନ୍ତୁ, କାରଣ ସେମାନେ କ’ଣ କରୁଛନ୍ତି ତାହା ସେମାନଙ୍କୁ ଜଣାନାହିଁ ।” (ଲ୍ୟୁକ୍ ୨୩.୩୪)\nହର୍ଷ ଓ ବିଷାଦ ସମତୁଲ୍ୟ - ଭକ୍ତମାନେ ଶାସ୍ତ୍ରଜ୍ଞାନରେ ସମୃଦ୍ଧ ଥାଆନ୍ତି । ତେଣୁ ସେମାନେ ଜାଣନ୍ତି ଯେ ଗ୍ରୀଷ୍ମ ଏବଂ ଶୀତ ଋତୁ ପରି ଉଭୟ ହର୍ଷ ଏବଂ ବିଷାଦ ଜୀବନର ପ୍ରବାହରେ ଅବଶ୍ୟମ୍ଭାବୀ ଅଟେ । ସେଥିପାଇଁ ସେମାନଙ୍କର ଅଜସ୍ର ସକାରାତ୍ମକ ବିଚାର ଦ୍ୱାରା, ସେମାନେ ଉଭୟ କ୍ଷେତ୍ରରେ ଭଗବାନଙ୍କ କୃପାର ଦର୍ଶନ କରି ସମସ୍ତ ପରିସ୍ଥିତିକୁ ତାଙ୍କର ଭକ୍ତି ବୃଦ୍ଧି କରିବାରେ ବ୍ୟବହାର କରିଥାଆନ୍ତି ।\nଭୟ ଓ ଉତ୍କଣ୍ଠା ମୁକ୍ତ - ଭୟ ଓ ଉତ୍କୃଣ୍ଠାର କାରଣ ଆସକ୍ତି ଅଟେ । ଯେଉଁ ସାଂସାରିକ ବସ୍ତୁ ପ୍ରତି ଆମେ ଆସକ୍ତ, ତା’ର ପ୍ରାପ୍ତି ନିମନ୍ତେ ଆମ ମନ ବ୍ୟାକୁଳ ବା ଉତ୍କଣ୍ଠିତ ରହିଥାଏ ଏବଂ ତା’ର ବିୟୋଗ ଆଶଙ୍କାରେ ଆମ ମନ ଭୟଭୀତ ରହିଥାଏ । ଭୌତିକ ବସ୍ତୁ ପ୍ରତି ଆମର ଆସକ୍ତି ସମାପ୍ତ ହୋଇଯିବା କ୍ଷଣି ଆମେ ଉତ୍କଣ୍ଠା ଓ ଭୟଶୂନ୍ୟ ହୋଇଯାଏ । ଭକ୍ତମାନଙ୍କର କେବଳ ଆସକ୍ତି ସମାପ୍ତ ହୋଇ ନ ଥାଏ, ବରଂ ସେମାନେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିଥିବା କାରଣରୁ, ନିଜକୁ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ଅନୁଭବ କରିଥାଆନ୍ତି ।" }, { "verseTitle": "Bhagavad Gita 12.16", "verse": "16", "chapter": 12, "lang": "or", "shloka": { "speaker": "", "sanskrit": "अनपेक्षः शुचिर्दक्ष उदासीनो गतव्यथः ।\n\nसर्वारम्भपरित्यागी यो मद्भक्तः स मे प्रियः ॥16॥", "text": "ଅନପେକ୍ଷଃ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ ।\nସର୍ବାରମ୍ଭପରିତ୍ୟାଗୀ ଯୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।।୧୬।।", "audioLink": "https://www.holy-bhagavad-gita.org/public/audio/012_016.mp3" }, "wordMeanings": "ଅନପେକ୍ଷଃ - ନିରପେକ୍ଷ; ଶୁଚିଃ - ପବିତ୍ର; ଦକ୍ଷଃ - ଦକ୍ଷ; ଉଦାସୀନଃ - ଉଦାସୀନ; ଗତବ୍ୟଥଃ - ସମସ୍ତ ବ୍ୟଥାରୁ ମୁକ୍ତି; ସର୍ବ-ଆରମ୍ଭ -ସମସ୍ତ ପ୍ରଚେଷ୍ଟା; ପରିତ୍ୟାଗୀ- ପରିତ୍ୟାଗୀ; ଯଃ -ଯିଏ; ମଦ୍‌-ଭକ୍ତଃ -ମୋର ଭକ୍ତ; ସଃ - ସେ; ମେ-ମୋର; ପ୍ରିୟଃ - ଅତିପ୍ରିୟ ।", "translation": { "text": "ଯେଉଁମାନେ ସାଂସାରିକ ଲାଭ ପ୍ରତି ନିର୍ଲିପ୍ତ, ବାହ୍ୟ ଏବଂ ଅଭ୍ୟନ୍ତରରେ ପବିତ୍ର, ଦକ୍ଷ, ନିଶ୍ଚିନ୍ତ, ଅବିଚଳିତ ଏବଂ ସମସ୍ତ ପ୍ରଯତ୍ନରେ ସ୍ୱାର୍ଥରହିତ ଥାଆନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-16.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.16.mp3" ] }, "commentary": "ସାଂସାରିକ ଲାଭ ପ୍ରତି ନିର୍ଲିପ୍ତ - ଜଣେ ଅତ୍ୟନ୍ତ ଗରିବ ଲୋକ ପାଇଁ ୧୦୦ଟଙ୍କା ହଜିଯିବା ବହୁତ ବଡ କଥା ଅଟେ, କିନ୍ତୁ ଜଣେ କୋଟିପତି ତାହାକୁ ନଗଣ୍ୟ ଭାବନ୍ତି ଏବଂ ସେଥିରେ ଚିନ୍ତିତ ହୁଅନ୍ତି ନାହିଁ । ଭକ୍ତମାନେ ଭଗବାନଙ୍କ ପ୍ରେମରେ ଧନାଢ଼୍ୟ ହୋଇ ଯାଇଥାନ୍ତି ସେମାନେ ଏହାକୁ ସଂସାରର ସବୁଠାରୁ ମୂଲ୍ୟବାନ ସମ୍ପଦ ମନେ କରନ୍ତି । ସେମାନେ ଭଗବାନଙ୍କର ଭକ୍ତିଯୁକ୍ତ ସେବାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଅନ୍ତି । ସୁତରାଂ, ସେମାନେ ସାଂସାରିକ ଲାଭ ପାଇଁ ଚିନ୍ତିତ ହୁଅନ୍ତି ନାହିଁ ।\nବାହ୍ୟ ଓ ଅଭ୍ୟନ୍ତରରେ ପବିତ୍ର - ସେମାନଙ୍କର ମନ ସର୍ବଦା ପୂର୍ଣ୍ଣଶୁଦ୍ଧ ଭଗବାନଙ୍କଠାରେ ଯୁକ୍ତ ରହିଥିବା ଯୋଗୁଁ, ଭକ୍ତମାନେ ଲୋଭ, କ୍ରୋଧ, ଆସକ୍ତି, ଈର୍ଷା, ଅହଂକାର ଇତ୍ୟାଦି ଦୋଷରୁ ମୁକ୍ତ ରହି ଆଭ୍ୟନ୍ତରୀଣ ପବିତ୍ରତାକୁ ପ୍ରାପ୍ତ ହୋଇଥାନ୍ତି । ଏହିପରି ମାନସିକ ସ୍ଥିତିରେ ସେମାନେ ନିଜର ବାହ୍ୟ ଶରୀର ଓ ପରିବେଶକୁ ମଧ୍ୟ ପବିତ୍ର ରଖିବାକୁ ଇଚ୍ଛା କରିବା ସ୍ୱାଭାବିକ । “ସ୍ୱଚ୍ଛତା ହିଁ ଭଗବାନ”- ଏହି ପୁରାତନ ଉକ୍ତି ଅନୁଯାୟୀ, ଭକ୍ତମାନେ ଉଭୟ ବାହ୍ୟରୂପରେ ଏବଂ ଅଭ୍ୟନ୍ତରରେ ଶୁଦ୍ଧ ଅଟନ୍ତି ।\nଦକ୍ଷ - ଭକ୍ତମାନେ ସେମାନଙ୍କର ସମସ୍ତ କାର୍ଯ୍ୟଭାରକୁ ଭଗବାନଙ୍କ ସେବାର ଏକ ସୁଯୋଗ ଭାବରେ ଗ୍ରହଣ କରନ୍ତି । ତେଣୁ ସେମାନେ ନିଜର ପ୍ରତ୍ୟେକ କାର୍ଯ୍ୟକୁ ଅତ୍ୟନ୍ତ ସାବଧାନ ଓ ମନୋଯୋଗ ସହକାରେ କରିଥାନ୍ତି, ଯାହା ସେମାନଙ୍କୁ ସ୍ୱାଭାବିକ ଭାବେ ଦକ୍ଷ କରିଥାଏ ।\nନିଶ୍ଚିନ୍ତ - ନିଜ ଶରଣାଗତି ଅନୁସାରେ, ସେମାନଙ୍କର ଏହି ବିଶ୍ୱାସ ଥାଏ ଯେ ଭଗବାନ ସର୍ବଦା ତାଙ୍କର ରକ୍ଷା କରୁଛନ୍ତି । ତେଣୁ ସେମାନେ ନିଶ୍ଚିନ୍ତ ରହନ୍ତି ।\nଅବିଚଳିତ - ଯେହେତୁ ଭକ୍ତମାନେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିଥାଆନ୍ତି, ସମସ୍ତ କାର୍ଯ୍ୟରେ ସେମାନେ ତାଙ୍କର ସର୍ବଶ୍ରେଷ୍ଠ ଉଦ୍ୟମ କରିଥାନ୍ତି, କିନ୍ତୁ ତା’ର ଫଳକୁ ଭଗବାନଙ୍କ ହାତରେ ଛାଡି ଦେଇଥାଆନ୍ତି । ତେଣୁ ପରିଣତି ଯାହା ହେଲେ ମଧ୍ୟ, ସେମାନେ ସେଥିରେ ଅବିଚଳିତ ରହନ୍ତି ।\nପ୍ରଯତ୍ନରେ ସ୍ୱାର୍ଥରହିତ -  ଭଗବାନଙ୍କ ପ୍ରତି ସେମାନଙ୍କର ସେବା ଭାବନା, ସେମାନଙ୍କୁ ସଂକୀର୍ଣ୍ଣ ସ୍ୱାର୍ଥର ବହୁ ଉର୍ଦ୍ଧ୍ୱରେ ରଖିଥାଏ ।" }, { "verseTitle": "Bhagavad Gita 12.17", "verse": "17", "chapter": 12, "lang": "or", "shloka": { "speaker": "", "sanskrit": "यो न हृष्यति न द्वेष्टि न शोचति न काङ्क्षति ।\n\nशुभाशुभपरित्यागी भक्तिमान्यः स मे प्रियः ॥17॥", "text": "ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଙ୍‌କ୍ଷତି ।\nଶୁଭାଶୁଭପରିତ୍ୟାଗୀ ଭକ୍ତିମାନ୍ୟଃ ସ ମେ ପ୍ରିୟଃ ।।୧୭।।", "audioLink": "https://www.holy-bhagavad-gita.org/public/audio/012_017.mp3" }, "wordMeanings": "ଯଃ -ଯିଏ; ନ -ନୁହେଁ; ହୃଷ୍ୟତି - ଆନନ୍ଦିତ; ନ -ନାହିଁ; ଦ୍ୱେଷ୍ଟି-ଦୁଃଖକରେ; ନ-ନାହିଁ; ଶୋଚତି -ପଶ୍ଚାତାପ କରିବା; ନ-ନାହିଁ; କାଙ୍‌କ୍ଷତି- କାମନା କରେ; ଶୁଭ-ଶୁଭ; ଅଶୁଭ-ଅଶୁଭ; ପରିତ୍ୟାଗୀ -ପରିତ୍ୟାଗୀ; ଭକ୍ତିମାନ୍ -ଭକ୍ତିଯୁକ୍ତ; ଯଃ- ଯିଏ; ସଃ - ସେ; ମେ-ମୋର; ପ୍ରିୟଃ-ପ୍ରିୟ ।", "translation": { "text": "ଯେଉଁମାନେ ଦୈନନ୍ଦିନ ଜୀବନରେ ଖୁସିରେ ଆତ୍ମହରା ହୁଅନ୍ତି ନାହିଁ, କିମ୍ବା ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ; ଯେଉଁମାନେ କୌଣସି କ୍ଷତିରେ ପଶ୍ଚାତାପ କରନ୍ତି ନାହିଁ ବା କୌଣସି ଲାଭ ପାଇଁ ଲାଳାୟିତ ହୁଅନ୍ତି ନାହିଁ; ଯେଉଁମାନେ ଉଭୟ ଭଲ ଓ ମନ୍ଦ କର୍ମକୁ ତ୍ୟାଗ କରିଥାନ୍ତି, ଏବଂ ଯେଉଁମାନେ ପୂର୍ଣ୍ଣ ଭକ୍ତିଯୁକ୍ତ ରହନ୍ତି, ସେମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-17.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.17.mp3" ] }, "commentary": "ସେମାନେ ଦୈନନ୍ଦିନ ଜୀବନର ଖୁସିରେ ଆତ୍ମହରା ହୁଅନ୍ତି ନାହିଁ କିମ୍ବା ସାଂସାରିକ ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ - ଆମେ ଯଦି ଅନ୍ଧକାର ମଧ୍ୟରେ ଥାଏ ଏବଂ କେହି ଜଣେ ଆଲୋକ ଦେଖାଇ ଆମକୁ ସାହାଯ୍ୟ କରନ୍ତି, ଆମେ ଖୁସୀ ହେବା ସ୍ୱାଭାବିକ । ଯଦି ସେତେବେଳେ କେହିଜଣେ ସେହି ଆଲୋକକୁ ଲିଭାଇ ଦିଏ, ଆମେ ବିରକ୍ତ ହେବା ମଧ୍ୟ ସ୍ୱାଭାବିକ । କିନ୍ତୁ ମଧ୍ୟାହ୍ନ ସୂର୍ଯ୍ୟାଲୋକରେ ଠିଆ ହୋଇଥିବା ସମୟରେ କେହି ଜଣେ ଯଦି ଆମକୁ ଆଲୋକ ଦେଖାନ୍ତି କିମ୍ବା ସେହି ଆଲୋକକୁ ଲିଭାଇ ଦିଅନ୍ତି, ତେବେ ଆମେ ତା ପ୍ରତି ଉଦାସୀନ ରହେ । ସେହିପରି ଭକ୍ତମାନେ, ଭଗବାନଙ୍କ ଦିବ୍ୟ ପ୍ରେମରେ ତୃପ୍ତ ହୋଇ, ସୁଖ ଦୁଃଖର ଊର୍ଦ୍ଧ୍ୱରେ ଥାଆନ୍ତି ।\nକ୍ଷତିରେ ପଶ୍ଚାତାପ କରନ୍ତି ନାହିଁ କିମ୍ବା ଲାଭର କାମନା କରନ୍ତି ନାହିଁ - ଏପରି ଭକ୍ତମାନେ ସାଂସାରିକ ସୁଖଦ ଅନୁଭୂତି ପଛରେ ଧାଇଁ ନ ଥାନ୍ତି କିମ୍ବା ଅପ୍ରୀତିକର ପରିସ୍ଥିତିରେ ଦୁଃଖିତ ହୋଇନଥାନ୍ତି । ନାରଦଭକ୍ତି ଦର୍ଶନ କହେ ।\nଯତ୍‌ପ୍ରାପ୍ୟ ନ କିଞ୍ôଚଦ୍‌ବାଞ୍ଛତି, ନ ସୋଚତି, ନ ଦ୍ୱେଷ୍ଟି, ନ ରମତେ ନୋତ୍ସାହୀ ଭବତି (ସୂତ୍ର-୫) ।\n“ଭଗବାନଙ୍କ ଦିବ୍ୟ ପ୍ରେମ ଲାଭ କରି, ଭକ୍ତମାନେ ସୁଖଦ ବସ୍ତୁ ପାଇଁ ଆଗ୍ରହୀ ହୁଅନ୍ତି ନାହିଁ କିମ୍ବା ସେମାନଙ୍କର ବିୟୋଗରେ ବ୍ୟଥିତ ହୁଅନ୍ତି ନାହିଁ । ତାଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି ମାନଙ୍କୁ ସେମାନେ ଘୃଣା କରନ୍ତି ନାହିଁ । ସାଂସାରିକ ଖୁସୀ ପ୍ରତି ସେମାନଙ୍କର ଆଗ୍ରହ ନ ଥାଏ । ସାଂସାରିକ ପଦୋନ୍ନତି ପାଇଁ ସେମାନେ ଉତ୍କଣ୍ଠିତ ହୁଅନ୍ତି ନାହିଁ ।” ଭକ୍ତମାନେ ଭଗବାନଙ୍କ ଆନନ୍ଦରେ ବିଭୋର ରହନ୍ତି, ଯାହା ତୁଳନାରେ ଭୌତିକ ବସ୍ତୁର ଆନନ୍ଦ ସେମାନଙ୍କୁ ନଗଣ୍ୟ ବୋଧହୁଏ ।\nସମସ୍ତ ଭଲ ଓ ମନ୍ଦ କର୍ମ ତ୍ୟାଗ କରନ୍ତି - ଭକ୍ତମାନେ ମନ୍ଦ କର୍ମ (ବିକର୍ମ) ତ୍ୟାଗ କରିବା ସ୍ୱାଭାବିକ, କାରଣ ତାହା ତାଙ୍କ ସ୍ୱଭାବର ବିପରୀତ ଅଟେ ତଥା ଭଗବାନଙ୍କ ପାଇଁ ଅରୁଚିକର ଅଟେ । ଶ୍ରୀକୃଷ୍ଣ କହୁଥିବା ଭଲ କର୍ମର ତାତ୍ପର୍ଯ୍ୟ, ଶାସ୍ତ୍ରବର୍ଣ୍ଣିତ ବିଭିନ୍ନ ବିଧିବିଧାନ ଯୁକ୍ତ କର୍ମ-ଧର୍ମ ଅଟେ । ଭକ୍ତମାନେ କରୁଥିବା ସମସ୍ତ କର୍ମ ଅକର୍ମରେ ପରିଣତ ହୋଇଥାଏ, କାରଣ ତାହା ସ୍ୱାର୍ଥଯୁକ୍ତ ନ ହୋଇ ଭଗବାନଙ୍କ ପ୍ରତି ସମର୍ପିତ ହୋଇଥାଏ । ଅକର୍ମର ପରିଭାଷା ବିସ୍ତାର ପୂର୍ବକ ଶ୍ଲୋକ ୪.୧୪ରୁ ୪.୨୦ରେ ବର୍ଣ୍ଣିତ ହୋଇଅଛି ।\nଭକ୍ତିରେ ପରିପୂର୍ଣ୍ଣ - ଭକ୍ତିମାନ୍ ଅର୍ଥାତ୍ “ଭକ୍ତିରେ ପରିପୂର୍ଣ୍ଣ । ଦିବ୍ୟପ୍ରେମର ସ୍ୱରୂପ ଏପରି ଯେ, ଏହା ଅନନ୍ତ କାଳ ଯାଏଁ ନିରନ୍ତର ବୃଦ୍ଧି ପାଉଥାଏ । ଭକ୍ତ କବିମାନେ କହିଛନ୍ତି: “ପ୍ରେମ ମେଁ ପୂର୍ଣ୍ଣିମା ନହିଁ” ଚନ୍ଦ୍ରର ଆକାର ଗୋଟିଏ ସୀମା ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ପୁନର୍ବାର ହ୍ରାସ ପାଇଥାଏ । କିନ୍ତୁ ଦିବ୍ୟ ପ୍ରେମ ଅନ୍ତହୀନ ଭାବେ ବୃଦ୍ଧି ଲାଭ କରିଥାଏ । ଅତଏବ, ଭକ୍ତର ହୃଦୟ ଭଗବାନଙ୍କ ପ୍ରେମର ସାଗରକୁ ଧାରଣ କରିଥାଏ । ଶ୍ରୀକୃଷ୍ଣ କହୁଛନ୍ତି, ଏପରି ଭକ୍ତମାନେ ତାଙ୍କର ଅତି ପ୍ରିୟ ଅଟନ୍ତି ।" }, { "verseTitle": "Bhagavad Gita 12.18 – 12.19", "verse": "18-19", "chapter": 12, "lang": "or", "shloka": { "speaker": "", "sanskrit": "समः शत्रौ च मित्रे च तथा मानापमानयोः । \n\nशीतोष्णसुखदुःखेषु समः सङ्गविवर्जितः ॥18॥\n\nतुल्यनिन्दास्तुतिमौनी सन्तुष्टो येन केनचित् ।\n\nअनिकेतः स्थिरमतिर्भक्तिमान्मे प्रियो नरः ॥19॥", "text": "ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନୟୋଃ ।\nଶୀତୋଷ୍ଣସୁଖଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ ।।୧୮।।\nତୁଲ୍ୟନିନ୍ଦାସ୍ତୁତିର୍ମୌନୀ ସନ୍ତୁଷ୍ଟୋ ଯେନ କେନଚିତ୍ ।\nଅନିକେତଃ ସ୍ଥିରମତିର୍ଭକ୍ତିମାନ୍‌ମେ ପ୍ରିୟୋ ନରଃ ।।୧୯।।", "audioLink": "https://www.holy-bhagavad-gita.org/public/audio/012_018-019.mp3" }, "wordMeanings": "ସମଃ -ସମାନ; ଶତ୍ରୌ - ଶତ୍ରୁମାନଙ୍କ ପାଇଁ; ଚ -ଏବଂ; ମିତ୍ରେ -ବନ୍ଧୁମାନଙ୍କ ପାଇଁ; ଚ-ଏବଂ; ତଥା -ତଥା; ମାନ-ସମ୍ମାନ; ଅପମାନୟୋଃ - ଅପମାନ; ଶୀତ-ଶୀତ; ଉଷ୍ଣ-ଗ୍ରୀଷ୍ମ; ସୁଖ-ସୁଖରେ; ଦୁଃଖେଷୁ -ଦୁଃଖରେ; ସମଃ -ସମଭାବାପନ୍ନ; ସଙ୍ଗ ବିବର୍ଜିତଃ - ସମସ୍ତ ସଙ୍ଗରୁ ମୁକ୍ତ; ତୁଲ୍ୟ -ସମାନ; ନିନ୍ଦା-ନିନ୍ଦା; ସ୍ତୁତି - ପ୍ରଶଂସା; ମୌନୀ- ନୀରବ; ସନ୍ତୁଷ୍ଟଃ - ସନ୍ତୁଷ୍ଟ; ଯେନ-କେନ - ଯେ କୌଣସି ପ୍ରକାରେ;ଚିତ୍ -ଯଦି; ଅନିକେତଃ - ବାସସ୍ଥାନ ପ୍ରତି ଅନାସକ୍ତି; ସ୍ଥିର- ସ୍ଥିର; ମତିଃ - ବୁଦ୍ଧି; ଭକ୍ତିମାନ୍ -ଭକ୍ତିଯୁକ୍ତ; ମେ-ମୋର; ପ୍ରିୟଃ -ପ୍ରିୟ; ନରଃ -ମନୁଷ୍ୟ ।", "translation": { "text": "ଯେଉଁମାନେ ମିତ୍ର ଏବଂ ଶତ୍ରୁଙ୍କ ପ୍ରତି ସମଭାବ ପ୍ରଦର୍ଶନ କରନ୍ତି; ଯେଉଁମାନେ ମାନ ଓ ଅପମାନ, ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖରେ ସମଭାବାପନ୍ନ ରହନ୍ତି; କୁସଙ୍ଗରୁ ଦୂରରେ ରହନ୍ତି; ଯେଉଁମାନେ ନୀରବ ରହି ସାଧନାରତ ଥାଆନ୍ତି; ଯାହା କିଛି ତାଙ୍କୁ ଉପଲବ୍ଧ, ସେଥିରେ ସନ୍ତୁଷ୍ଟ ରହନ୍ତି; ବାସସ୍ଥାନ ପ୍ରତି ଆସକ୍ତ ହୁଅନ୍ତି ନାହିଁ; ଯାହାର ବୁଦ୍ଧି ଦୃଢ଼ ଭାବରେ ମୋଠାରେ ସ୍ଥିର ଥାଏ ଏବଂ ଯେଉଁମାନଙ୍କର ମୋ ପ୍ରତି ପ୍ରଗାଢ଼ ଭକ୍ତି ଥାଏ, ସେହିପରି ବ୍ୟକ୍ତିଗଣ ମୋର ଅତିପ୍ରିୟ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-18.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-19.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.18.mp3", "https://www.gitasupersite.iitk.ac.in/sites/default/files/audio/Purohit/12.19.mp3" ] }, "commentary": "ଶ୍ରୀକୃଷ୍ଣ ଏଠାରେ ଭକ୍ତମାନଙ୍କର ଅନ୍ୟ ଦଶଟି ଗୁଣ ବର୍ଣ୍ଣନା କରୁଛନ୍ତି ।\nମିତ୍ର ଓ ଶତ୍ରୁଙ୍କ ପ୍ରତି ସମଭାବ - ଭକ୍ତମାନେ ସମସ୍ତଙ୍କ ପ୍ରତି ସକାରାତ୍ମକ ଭାବନା ରଖିଥାନ୍ତି ଏବଂ କାହା ପ୍ରତି ଶତ୍ରୁତା ବା ମିତ୍ରତାର ଭାବନାରେ ଭାସି ଯାଆନ୍ତି ନାହିଁ । ଏ ସମ୍ପର୍କରେ ପ୍ରହ୍ଲାଦଙ୍କ ବିଷୟରେ ଏକ ସୁନ୍ଦର କାହାଣୀ ଅଛି । ଏକଦା ତାଙ୍କ ପୁତ୍ର ବିରୋଚନଙ୍କର ତାଙ୍କ ଗୁରୁପୁତ୍ର ସୁଧନ୍ୱାଙ୍କ ସହିତ ଯୁକ୍ତିତର୍କ ହେଲା । ବିରୋଚନ କହିଲେ, ମୁଁ ତୁମଠାରୁ ଶ୍ରେଷ୍ଠ କାରଣ ମୁଁ ଜଣେ ରାଜପୁତ୍ର ଅଟେ । ସୁଧନ୍ୱା ଦାବିକଲେ, “ମୁଁ ଶ୍ରେଷ୍ଠ, କାରଣ ମୁଁ ଏକ ଋଷିପୁତ୍ର ଅଟେ ।” ଉଭୟ ଯୁବକ ଥିଲେ ଏବଂ ଆବେଗବଶତଃ, ସେମାନେ ବାଜି ଲଗାଇଲେ,  “ଯିଏ ଶ୍ରେଷ୍ଠ ସାବ୍ୟସ୍ତ ହେବ, ସେ ଜୀବିତ ରହିବ ଏବଂ ଅନ୍ୟ ଜଣକ ମୃତ୍ୟୁ ବରଣ କରିବ ।” ଏବେ ବିଚାରପତି କିଏ ହେବେ? ସୁଧନ୍ୱା ବିରୋଚନଙ୍କୁ କହିଲେ, “ତୁମ ପିତା ପ୍ରହ୍ଲାଦ ବିଚାରପତି ହେବେ ।” ବିରୋଚନ ଆଶ୍ଚର୍ଯ୍ୟ ହେଲେ, “ସତରେ! କିନ୍ତୁ ତୁମେ ଅଭିଯୋଗ କରିବ ଯେ ସେ ପକ୍ଷପାତିତା କଲେ ।” “ନା, ମୋ ପିତା ଋଷି ଅଙ୍ଗିରା କହନ୍ତି ଯେ ତୁମ ପିତା ପ୍ରହ୍ଲାଦ ନ୍ୟାୟପରାୟଣ ଅଟନ୍ତି, ଏବଂ ଶତ୍ରୁ ବା ମିତ୍ରଙ୍କ ମଧ୍ୟରେ କେବେ ହେଲେ ଭେଦଭାବ କରନ୍ତି ନାହିଁ ।”\nଦୁହେଁ ପ୍ରହ୍ଲାଦଙ୍କ ପାଖକୁ ଗଲେ । ବିରୋଚନ କହିଲେ “ହେ ପିତା! ମୁଁ ଏବଂ ସୁଧନ୍ୱାଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ?” ପ୍ରହ୍ଲାଦ କହିଲେ, “ ଏ ପ୍ରଶ୍ନ କାହିଁକି ଉଠିଲା?” “ପିତାଜୀ! ଆମେ ବାଜି ଲଗାଇଛୁ, ଯିଏ ଶ୍ରେଷ୍ଠ ପ୍ରମାଣିତ ହେବ, ସେ ଜୀବିତ ରହିବ ଏବଂ ଅନ୍ୟ ଜଣକ ମୃତ୍ୟୁବରଣ କରିବ ।” ପ୍ରହ୍ଲାଦ ସ୍ମିତହାସ୍ୟ କରି ଉତ୍ତର ଦେଲେ, “ତୁମ ବନ୍ଧୁ ସୁଧନ୍ୱା ଶ୍ରେଷ୍ଠ ଅଟନ୍ତି, କାରଣ ସେ ତୁମ ପିତାଙ୍କ ଗୁରୁପୁତ୍ର ଅଟନ୍ତି ।” ପ୍ରହ୍ଲାଦ ତାଙ୍କ ସେବକମାନଙ୍କୁ ଆଜ୍ଞାଦେଲେ, “ମୋ ପୁତ୍ରକୁ ଫାଶୀ ଖୁଣ୍ଟକୁ ନେଇ ଫାଶୀ ଦିଅ ।”\nସେହି ସମୟରେ, ସୁଧନ୍ୱା ହସ୍ତକ୍ଷେପ କରି ପ୍ରହ୍ଲାଦଙ୍କୁ କହିଲେ, “ଅପେକ୍ଷା କର ।” “ମୋର ଏକ ଦ୍ୱିତୀୟ ପ୍ରଶ୍ନ ଅଛି, ମୁଁ ଆପଣଙ୍କଠାରୁ ଶ୍ରେଷ୍ଠ କି? ପ୍ରହ୍ଲାଦ ଉତ୍ତର ଦେଲେ “ମୁଁ ଦୈତ୍ୟ ପରିବାରରେ ଜନ୍ମ ନେଇଛି, କିନ୍ତୁ ଆପଣ ଋଷିପୁୂତ୍ର ଏବଂ ମୋର ଗୁରୁପୁତ୍ର ଅଟନ୍ତି । ତେଣୁ ଆପଣ ଶ୍ରେଷ୍ଠ ଅଟନ୍ତି ।” ସୁଧନ୍ୱା ପୁଣି କହିଲେ, “ସେ କ୍ଷେତ୍ରରେ, ଆପଣ ମୋର ଆଦେଶ ମାନିବେ କି ?” “ହଁ ନିଶ୍ଚିତ ଭାବେ” ପ୍ରହ୍ଲାଦ ଉତ୍ତର ଦେଲେ । “ତାହେଲେ, ବିରୋଚନଙ୍କୁ ମୁକ୍ତ କରନ୍ତୁ” ସୁଧନ୍ୱା କହିଲେ । ପ୍ରହ୍ଲାଦ ତାଙ୍କ ସେବକମାନଙ୍କୁ କହିଲେ, “ତାଙ୍କୁ ମୁକ୍ତ କର ।” ଏହା ସେ ଠିକ୍ ସେହିପରି କହିଥିଲେ, ଯେପରି “ତାଙ୍କୁ ଫାଶିଖୁଣ୍ଟକୁ ନିଅ” କହିଥିଲେ ।\nସ୍ୱର୍ଗର ଦେବତାଗଣ ତାଙ୍କ ଦରବାରରେ ପୁଷ୍ପବୃଷ୍ଟି କଲେ ଏବଂ ପ୍ରହ୍ଲାଦଙ୍କ ନ୍ୟାୟର ଉଚ୍ଚ ପ୍ରଶଂସା କଲେ । ନ୍ୟାୟ ପ୍ରତି ତାଙ୍କର ମନୋଭାବ ସ୍ୱାଭାବିକ ଥିଲା, କାରଣ ପ୍ରହ୍ଲାଦ ଭଗବାନଙ୍କର ଜଣେ ଉତ୍ତମ ଭକ୍ତ ହୋଇଥିବାରୁ ସେ ଶତ୍ରୁ, ମିତ୍ର, ପରିଜନ, ବନ୍ଧୁବାନ୍ଧବ, ଆତ୍ମୀୟ ଏବଂ ବାହାରର ବ୍ୟକ୍ତି ସମସ୍ତଙ୍କ ପ୍ରତି ସମାନ ଭାବ ପୋଷଣ କରୁଥିଲେ ।\nମାନ ଓ ଅପମାନରେ ସମଭାବାପନ୍ନ । ପୁନଶ୍ଚ ଶ୍ରୀକୃଷ୍ଣ କହୁଛନ୍ତି, ଭକ୍ତମାନେ ମାନ ଓ ଅପମାନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏହା, ଜଣେ ବ୍ୟକ୍ତି କୌଣସି ଅନୈତିକ ସଂପର୍କ ସ୍ଥାପନ କରିବା ପରି ଅଟେ । ଆରମ୍ଭରେ ଅନ୍ୟବ୍ୟକ୍ତିମାନେ କ’ଣ କହିବେ ବୋଲି ସେ ସତର୍କ ଥାଏ । କିନ୍ତୁ ଯେତେବେଳେ ସମ୍ପର୍କ ନିବିଡ଼ ହୁଏ, ସେ ତା’ର ଅସମ୍ମାନ ପ୍ରତି ଖାତିର କରେନାହିଁ । ସେହିପରି ଭକ୍ତ ହୃଦୟରେ ଦିବ୍ୟ ପ୍ରେମର ଶିଖା ଏପରି ଉଦୀପ୍ତ ରହିଥାଏ ଯେ ତାଙ୍କ ପାଇଁ ସାଂସାରିକ ମାନ ବା ଅପମାନର କୌଣସି ମହତ୍ତ୍ୱ ନ ଥାଏ ।\nଶୀତ ଓ ଉଷ୍ଣ, ଆନନ୍ଦ ଓ ଦୁଃଖରେ ସମଭାବ - ଭକ୍ତମାନେ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ସମଭାବାପନ୍ନ ରହନ୍ତି । ସେମାନେ ଜାଣନ୍ତି ଯେ କୌଣସିଟି ମଧ୍ୟ ସ୍ଥାୟୀ ନୁହେଁ । ଦିନ ଓ ରାତି ପରି ଏମାନେ ଯାଆନ୍ତି ଏବଂ ଆସନ୍ତି । ତେଣୁ ଭଗବାନଙ୍କ ଠାରୁ ଧ୍ୟାନ ହଟାଇ ସେସବୁ ପ୍ରତି ଧ୍ୟାନ ଦେବାକୁ ସେମାନେ ଆବଶ୍ୟକ ମନେ କରନ୍ତି ନାହିଁ । ରାମକୃଷ୍ଣ ପରମହଂସଙ୍କ ଜୀବନର ଏକ ଘଟଣା ମହାପୁରୁଷମାନଙ୍କର ଏହି ଗୁଣକୁ ଦର୍ଶାଇଥାଏ । ବୃଦ୍ଧ ବୟସରେ ତାଙ୍କ ଗଳାରେ କର୍କଟ ରୋଗ ହୋଇଥିଲା । ଲୋକମାନେ ତାଙ୍କୁ କହିଲେ, ମା’ କାଳୀଙ୍କୁ ପ୍ରାର୍ଥନା କରି, ଆପଣଙ୍କୁ ଆରୋଗ୍ୟ କରିଦେବାକୁ ଅନୁରୋଧ କରନ୍ତୁ । ସେ କହିଲେ “ମୋର ମନ ମା’ କାଳୀଙ୍କ ପ୍ରତି ପ୍ରେମରେ ପୂର୍ଣ୍ଣ ରହିଛି । ମୁଁ କାହିଁକି ତାକୁ ମା’ କାଳୀଙ୍କ ଠାରୁ ହଟାଇ, ଶରୀରର ଏହି କୁତ୍ସିତ କର୍କଟ ରୋଗରେ ଲଗାଇବି ? ଯାହା ଭଗବାନଙ୍କର ଇଚ୍ଛା, ତାହା ହେବାକୁ ଦିଅ ।”\nକୁସଙ୍ଗରୁ ଦୂରରେ ରହିବା - ବ୍ୟକ୍ତି ବା ବସ୍ତୁ ସହିତ ସମ୍ପର୍କ ଯୋଡ଼ିବାକୁ ସଙ୍ଗ କୁହାଯାଏ । ସଙ୍ଗ ଦୁଇ ପ୍ରକାର ଅଟେ । ଯେଉଁ ସମ୍ପର୍କ ଆମକୁ ସଂସାର ଦିଗକୁ ନେଇଯାଏ, ତାକୁ କୁସଙ୍ଗ କୁହାଯାଏ ଏବଂ ଯେଉଁ ସମ୍ପର୍କ ଆମ ମନକୁ ସଂସାରରୁ ହଟାଇ ଭଗବାନଙ୍କ ଆଡ଼କୁ ନେଇଯାଏ ତାହାକୁ ସତ୍‌ସଙ୍ଗ  କୁହାଯାଏ । ଯେହେତୁ ଭକ୍ତମାନେ ସଂସାରର ସୁଖକୁ ପସନ୍ଦ କରନ୍ତି ନାହିଁ, ତେଣୁ ସେମାନେ ସ୍ୱାଭାବିକ ଭାବେ କୁସଙ୍ଗରୁ ଦୂରରେ ରହନ୍ତି ଏବଂ ସତ୍‌ସଙ୍ଗରେ ନିୟୋଜିତ ରହନ୍ତି ।\nପ୍ରଶଂସା ଓ ନିନ୍ଦା ପ୍ରତି ସମଭାବ - ଯେଉଁମାନେ ବାହ୍ୟ ଜଗତ ଦ୍ୱାରା ପ୍ରେରିତ ହୋଇଥାଆନ୍ତି, ସେମାନଙ୍କ ପାଇଁ ଅନ୍ୟମାନଙ୍କର ନିନ୍ଦା ବା ପ୍ରଶଂସା ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଭକ୍ତମାନେ ତାଙ୍କ ନିଜର ନୀତି ଏବଂ ମୂଲ୍ୟବୋଧ ଦ୍ୱାରା ଅଭ୍ୟନ୍ତରରୁ ପ୍ରେରିତ ହୋଇଥାଆନ୍ତି । ତେଣୁ ଅନ୍ୟମାନଙ୍କର ପ୍ରଶଂସା ବା ନିନ୍ଦା ତାଙ୍କର ଆଚରଣରେ କୌଣସି ପାର୍ଥକ୍ୟ ସୃଷ୍ଟି କରେନାହିଁ ।\nନୀରବରେ ସାଧନାରତ - କୁଆ ଏବଂ ହଂସର ରୁଚି ସମ୍ପୂର୍ଣ୍ଣ ବିପରୀତ ଅଟେ । କୁଆ ଅଳିଆ ଗଦା ପ୍ରତି ଆକର୍ଷିତ ହେଉଥିବା ବେଳେ, ସୁନ୍ଦର ହଂସଟି ଶାନ୍ତ ହ୍ରଦ ପ୍ରତି ଆକର୍ଷିତ ହୋଇଥାଏ । ସେହିପରି ସାଂସାରିକ ମନୁଷ୍ୟମାନଙ୍କର ମନ ଭୌତିକ ବିଷୟର ଚର୍ଚ୍ଚାରୁ ରସାସ୍ୱାଦନ କରିଥାଏ । କିନ୍ତୁ ସନ୍ଥ ସଦୃଶ ଭକ୍ତମାନେ ଶୁଦ୍ଧ ଅନ୍ତଃକରଣ ଯୁକ୍ତ ହୋଇଥିବା ଦୃଷ୍ଟିରୁ ସାଂସାରିକ ଆଳାପ-ଆଲୋଚନା ସେମାନଙ୍କୁ ଅଳିଆଗଦା ସଦୃଶ ଅସନା ମନେ ହୋଇଥାଏ । ଏହାର ଅର୍ଥ ନୁହେଁ ଯେ ସେମାନେ କାହା ସହିତ କଥାବାର୍ତ୍ତା କରନ୍ତି ନାହିଁ । ହଂସ ହ୍ରଦଆଡ଼କୁ ଆକର୍ଷିତ ହେବା ପରି ସେମାନଙ୍କର ମନ ଭଗବାନଙ୍କର ନାମ, ରୂପ, ଲୀଳା, ଗୁଣ ଆଦି ବିଷୟ ପ୍ରତି ଆକର୍ଷିତ ହୋଇଥାଏ ।\nଯାହା କିଛି ମିଳେ, ସେଥିରେ ତୃପ୍ତ - ଭକ୍ତର ଆବଶ୍ୟକତା ଶରୀର ପୋଷଣ ନିମନ୍ତେ ସର୍ବନିମ୍ନ ଯେତିକି ଆବଶ୍ୟକ, ସେତିକିରେ ସୀମିତ ରହିଥାଏ । ସନ୍ଥ କବୀର ତାଙ୍କ ଦୋହାରେ ଏହାକୁ ପ୍ରକାଶ କରିଛନ୍ତି ।\nମାଲିକ ଇତନା ଦୀଜିୟେ, ଯାମେ କୁଟୁମ୍ବ ସମାୟ ।ମୈ ଭୀ ଭୂଖା ନ ରହୂଁ, ସାଧୁ ନ ଭୂଖା ଜାୟେ ।\n“ହେ ପ୍ରଭୁ ! ମୋତେ କେବଳ ସେତିକି ଦିଅନ୍ତୁ, ଯେତିକିରେ ମୋ ପରିବାରର ଶାରୀରିକ ଆବଶ୍ୟକତା ପୂର୍ଣ୍ଣ ହୋଇପାରିବ ତଥା ମୋ ଦ୍ୱାରକୁ ଆସୁଥିବା ସାଧୁମାନଙ୍କୁ ମୁଁ ଭିକ୍ଷା ଦେଇପାରିବି ।”\nବାସସ୍ଥାନ ପ୍ରତି ଅନାସକ୍ତି - ସଂସାରର କୌଣସି ଗୃହ, ଜୀବର ଚିରନ୍ତନ ବାସସ୍ଥାନ ନୁହେଁ, କାରଣ ମୃତ୍ୟୁରେ ତାହାକୁ ନିଶ୍ଚିତ ଭାବରେ ତ୍ୟାଗ କରିବାକୁ ପଡ଼ିବ । ଯେତେବେଳେ ମୋଗଲ ସମ୍ରାଟ ଆକବର ତାଙ୍କର ରାଜଧାନୀ ଭାବରେ ଫତେପୁର ସିକ୍ରିର ନିର୍ମାଣ କଲେ,  ମୁଖ୍ୟ ପ୍ରବେଶ ଦ୍ୱାରରେ ସେ ଏହା ଲିପିବଦ୍ଧ କରିଥିଲେ: “ସଂସାର ଏକ ସେତୁ ତୁଲ୍ୟ ଅଟେ, ଏହାକୁ ପାର କର, କିନ୍ତୁ ଏହା ଉପରେ କୌଣସି ଗୃହ ନିର୍ମାଣ କରନାହିଁ ।” ସେହି ଅର୍ଥରେ ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ଲେଖିଛନ୍ତି:\nଜଗ ମେ ରହୋ ଐସେ ଗୋବିନ୍ଦ ରାଧେ, ଧର୍ମଶାଳା ମେଁ ଯାତ୍ରୀ ରହେଁ ଜ୍ୟୋଁ ବତା ଦେ ।\n(ରାଧା ଗୋବିନ୍ଦ ଗୀତ)\n“ଜଣେ ଯାତ୍ରୀ ଧର୍ମଶାଳାରେ (ଯେଉଁଠି ସେ ଜାଣିଥାଏ ଯେ ପର ଦିନ ସକାଳେ ଏହାକୁ ଖାଲି କରିବାକୁ ପଡ଼ିବ) ରହିବା ପରି, ସଂସାରରେ ବାସ କର । ଏହି ବାକ୍ୟର ସତ୍ୟତା ଅନୁଭବ କରି, ଭକ୍ତମାନେ ତାଙ୍କ ଗୃହକୁ ଏକ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବିଥାଆନ୍ତି ।\nବୁଦ୍ଧି ମୋ ଠାରେ ଦୃଢ଼ ଭାବେ ସ୍ଥିତ - ସୃଷ୍ଟିରେ ଭଗବାନଙ୍କ ସ୍ଥିତିର ସର୍ବୋଚ୍ଚତା ଏବଂ ତାଙ୍କ ସହିତ ସେମାନଙ୍କର ନିତ୍ୟ ସମ୍ବନ୍ଧରେ ଭକ୍ତମାନଙ୍କର ଗଭୀର ବିଶ୍ୱାସ ରହିଥାଏ । ତାଙ୍କର ଏହି ଦୃଢ଼ ବିଶ୍ୱାସ ମଧ୍ୟ ଥାଏ ଯେ ଅନୁରାଗର ସହିତ ଯଦି ସେମାନେ ଭଗବାନଙ୍କର ଶରଣାଗତ ହୁଅନ୍ତି, ତେବେ ଭଗବତ୍ କୃପା ବଳରେ ସେମାନେ ସର୍ବୋଚ୍ଚ ଅନୁଭୂତି ଲାଭ କରିପାରିବେ । ତେଣୁ ସେମାନେ ଗୋଟିଏ ଲକ୍ଷ୍ୟରୁ ଅନ୍ୟ ଏକ ଲକ୍ଷ୍ୟକୁ କିମ୍ବା ଗୋଟିଏ ମାର୍ଗରୁ ଅନ୍ୟ ଏକ ମାର୍ଗକୁ ଘୂରି ବୁଲନ୍ତି ନାହିଁ । ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି, ଏପରି ଦୃଢ଼ମନା ଭକ୍ତମାନେ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି ।" }, { "verseTitle": "Bhagavad Gita 12.20", "verse": "20", "chapter": 12, "lang": "or", "shloka": { "speaker": "", "sanskrit": "ये तु धामृतमिदं यथोक्तं पर्युपासते ।\n\nश्रद्दधाना मत्परमा भक्तास्तेऽतीव मे प्रियाः ॥20॥", "text": "ଯେ ତୁ ଧର୍ମ୍ୟାମୃତମିଦଂ ଯଥୋକ୍ତଂ ପର୍ଯ୍ୟୁପାସତେ ।\nଶ୍ରଦ୍ଦଧାନା ମତ୍‌ପରମା ଭକ୍ତାସ୍ତେଽତୀବ ମେ ପ୍ରିୟାଃ ।।୨୦।।", "audioLink": "https://www.holy-bhagavad-gita.org/public/audio/012_020.mp3" }, "wordMeanings": "ଯେ- ଯେଉଁମାନେ; ତୁ-କିନ୍ତୁ; ଧର୍ମ- ବିଦ୍ୱତା; ଅମୃତଂ-ଅମୃତ; ଇଦଂ-ଏହା; ଯଥା-ଯଥା (ଯେପରି); ଉକ୍ତଂ-କୁହାଗଲା; ପର୍ଯ୍ୟୁପାସତେ- ସଂପୂର୍ଣ୍ଣରୂପେ ନିୟୋଜିତ ରହେ; ଶ୍ରଦ୍ଦଧାନାଃ- ଶ୍ରଦ୍ଧା ଓ ବିଶ୍ୱାସର ସହିତ; ମତ୍‌-ପରମାଃ- ମୋତେ ପରମ ଲକ୍ଷ୍ୟ ଭାବରେ ଗ୍ରହଣ କରି; ଭକ୍ତାଃ-ଭକ୍ତମାନେ; ତେ- ସେମାନେ; ଅତୀବ- ଅତ୍ୟନ୍ତ; ମେ-ମୋର; ପ୍ରିୟଃ-ପ୍ରିୟ ।", "translation": { "text": "ଏଠାରେ ପ୍ରଦାନ କରାଯାଇଥିବା ଜ୍ଞାନାମୃତର ଯେଉଁମାନେ ଆଦର କରନ୍ତି; ମୋଠାରେ ପୂର୍ଣ୍ଣ ବିଶ୍ୱାସ ରଖି ଯେଉଁମାନେ ମୋର ଶରଣାଗତ ହୁଅନ୍ତି ଏବଂ ମୋତେ ତାଙ୍କର ଚରମ ଲକ୍ଷ୍ୟ ରୂପେ ବିଚାର କରନ୍ତି, ସେମାନେ ମୋର ସର୍ବାଧିକ ପ୍ରିୟ ଅଟନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C12-H-20.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/12.20.mp3" ] }, "commentary": "ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଭାବରେ ଶ୍ରୀକୃଷ୍ଣ ଯାହା ଯାହା କହିଲେ, ତାହାର ସାରାଂଶ ପ୍ରସ୍ତୁତ କରି ଶ୍ରୀକୃଷ୍ଣ ଏହି ଅଧ୍ୟାୟର ଉପସଂହାର କରୁଛନ୍ତି । ଅଧ୍ୟାୟର ପ୍ରାରମ୍ଭରେ ଅର୍ଜୁନ ତାଙ୍କୁ ପ୍ରଶ୍ନ କରିଥିଲେ, ଭକ୍ତିଯୋଗ ଦ୍ୱାରା ତାଙ୍କ ସାକାର ରୂପର ଉପାସନା କରୁôଥିବା ସାଧକ ଏବଂ ଜ୍ଞାନଯୋଗ ଦ୍ୱାରା ତାଙ୍କ ନିରାକାର ବ୍ରହ୍ମ ସ୍ୱରୂପର ଉପାସନା କରୁଥିବା ସାଧକମାନଙ୍କ ମଧ୍ୟରେ ସେ କାହାକୁ ଶ୍ରେଷ୍ଠ ମନେ କରନ୍ତି । ଦ୍ୱିତୀୟ ଶ୍ଳୋକରେ ଶ୍ରୀକୃଷ୍ଣ କହିଥିଲେ ଯେ, ଯେଉଁମାନେ ତାଙ୍କର ସାକାର ରୂପର ନିରନ୍ତର ଧ୍ୟାନ କରନ୍ତି, ସେ ସେହି ସାଧକମାନଙ୍କୁ ଶ୍ରେଷ୍ଠ ଯୋଗୀ ଭାବରେ ବିବେଚନା କରନ୍ତି । ସେ ପ୍ରଥମେ ଭକ୍ତି କରିବାର ଉପାୟ ଏବଂ ତା’ପରେ ଭକ୍ତମାନଙ୍କର ଲକ୍ଷଣ ସବୁ ବର୍ଣ୍ଣନା କରି, ଏହି ବିଷୟର ଆଲୋଚନା ଜାରି ରଖିଥିଲେ । ଭକ୍ତିକୁ ଆଧ୍ୟାତ୍ମିକତାର ସର୍ବଶ୍ରେଷ୍ଠ ମାର୍ଗ ଭାବରେ ପ୍ରତିପାଦିତ କରି, ସେ ବର୍ତ୍ତମାନ ଅଧ୍ୟାୟର ଅନ୍ତ କରିବାକୁ ଛନ୍ତି । ଯେଉଁମାନେ ପରଂବ୍ରହ୍ମଙ୍କୁ ତାଙ୍କର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରନ୍ତି, ହୃଢ଼ ବିଶ୍ୱାସର ସହ ଭକ୍ତି ଆଚରଣ କରନ୍ତି ଏବଂ ପୂର୍ବବର୍ତ୍ତୀ ଶ୍ଳୋକମାନଙ୍କରେ ବର୍ଣ୍ଣିତ ଗୁଣ ଦ୍ୱାରା ନିଜକୁ ଓତଃପ୍ରୋତ କରିଥାଆନ୍ତି, ସେମାନେ ଭଗବାନଙ୍କର ଅତିପ୍ରିୟ ଅଟନ୍ତି ।" } ] }