gita-chapter-11
{
"title": "ଏକାଦଶ ଅଧ୍ୟାୟ: ବିଶ୍ୱରୂପ ଦର୍ଶନ ଯୋଗ",
"chapterIntro": "ପୂର୍ବବର୍ତ୍ତୀ ଅଧ୍ୟାୟରେ, ଅର୍ଜୁନଙ୍କର ଭକ୍ତି ଭାବ ବଢ଼ାଇବା ପାଇଁ ଶ୍ରୀକୃଷ୍ଣ ତାଙ୍କର ଅନେକ ଦିବ୍ୟଗୁଣ ବା ବିଭୂତି ବର୍ଣ୍ଣନା କଲେ । ଶେଷରେ ସେ ସମସ୍ତ ସୁନ୍ଦର, ବିଶେଷ ଗୁଣଯୁକ୍ତ ଓ ଶକ୍ତିଶାଳୀ ବସ୍ତୁ ତାଙ୍କ ଜ୍ୟୋତିର ଏକ ପ୍ରକାଶ ମାତ୍ର କହି ତାଙ୍କ ବିଶ୍ୱରୂପର ଆଭାସ ଦେଉଛନ୍ତି । ଅର୍ଜୁନ ଏହି ଅଧ୍ୟାୟରେ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ, ଯେଉଁ ରୂପରେ ସମଗ୍ର ବିଶ୍ୱ ସମାହିତ ହୋଇଛି, ତାହା ଦେଖିବାକୁ ଚାହୁଁଛନ୍ତି । ଶ୍ରୀକୃଷ୍ଣଙ୍କର ଦିବ୍ୟ ଦୃଷ୍ଟି ପ୍ରାପ୍ତ କରି ଅର୍ଜୁନ ସମଗ୍ର ସୃଷ୍ଟିକୁ ଭଗବାନଙ୍କ ଶରୀରରେ ସମାହିତ ହୋଇଥିବା ଦେଖୁଛନ୍ତି । ଭଗବାନଙ୍କର ଏହି ଅଦ୍ଭୁତ ଓ ଅସୀମିତ ସ୍ୱରୂପରେ ଅଗଣିତ ମୁଖ, ଚକ୍ଷୁ, ହସ୍ତ ଓ ଉଦର ସବୁ ଅର୍ଜୁନଙ୍କର ଦୃଷ୍ଟିଗୋଚର ହେଉଛି । ସେ ରୂପର ଆରମ୍ଭ ବା ଶେଷ ନାହିଁ, ତାହା ସମସ୍ତ ଦିଗରେ ଅନନ୍ତ ଭାବେ ପ୍ରସାରିତ ହୋଇଅଛି । ସେ ରୂପର ତେଜ ଆକାଶର ଏକ ହଜାର ସୂର୍ଯ୍ୟଙ୍କର ତେଜ ଠାରୁ ଅଧିକ । ସେହି ଦୃଶ୍ୟର ଅବଲୋକନ କରି ଅର୍ଜୁନଙ୍କର ରୋମମୂଳ ଟାଙ୍କୁରିି ଉଠୁଛି । ସେ ଦେଖୁଛନ୍ତି, ତ୍ରିଭୁବନ ଭଗବାନଙ୍କ ନିୟମର ଭୟରେ କମ୍ପିତ ହେଉଛନ୍ତି । ସେ ଦେଖୁଛନ୍ତି, ସ୍ୱର୍ଗର ଦେବତା ଗଣ ତାଙ୍କଠାରେ ଆଶ୍ରୟ ନେଇଛନ୍ତି ଏବଂ ପ୍ରଖ୍ୟାତ ସନ୍ଥଗଣ ତାଙ୍କର ସ୍ତୁତିଗାନ କରୁଛନ୍ତି । ସେ ଲକ୍ଷ୍ୟ କରୁଛନ୍ତି, ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ର ଏବଂ ତାଙ୍କର ସହଯୋଗୀ ରାଜାଗଣ ଭଗବାନଙ୍କ ଭୟଙ୍କର ମୁଖ ଗହ୍ୱରରେ ଲୀନ ହେବାକୁ କ୍ଷୀପ୍ର ଗତିରେ ଆକର୍ଷିତ ହେଉଛନ୍ତି, ଯେମିତି ପତଙ୍ଗଟିଏ ଅଗ୍ନିରେ ଦଗ୍ଧ ହେବାକୁ ଧାଇଁଥାଏ । ସେହି ବିଶ୍ୱରୂପକୁ ଦେଖି ଅର୍ଜୁନ କହୁଛନ୍ତି ଯେ ତାଙ୍କର ହୃଦୟ କମ୍ପିତ ହେଉଛି ଓ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି । ଭୟଭୀତ ହୋଇ ସେ ପଚାରୁଛନ୍ତି, ଏହି ଭୟଙ୍କର ସ୍ୱରୂପ ବିଶିଷ୍ଟ ଭଗବାନ କିଏ, ଯାହାର କି ତାଙ୍କର ଗୁରୁ ଓ ସଖା ରୂପୀ ଶ୍ରୀକୃଷ୍ଣଙ୍କ ସହିତ କୌଣସି ସାଦୃଶ୍ୟ ନାହିଁ । ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ କାଳ ସ୍ୱରୂପରେ ସେ ତ୍ରିଲୋକର ବିନାଶକର୍ତ୍ତା ଅଟନ୍ତି । ସେ ଘୋଷଣା କରୁଛନ୍ତି ଯେ ସମସ୍ତ କୌରବ ଯୋଦ୍ଧାଗଣ ତାଙ୍କ ଦ୍ୱାରା ନିହତ ହୋଇ ସାରିଛନ୍ତି । ତେଣୁ ବିଜୟ ସୁନିଶ୍ଚିତ ଜାଣି, ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବା ଉଚିତ ।\nପ୍ରତ୍ୟୁତ୍ତରରେ ଅର୍ଜୁନ ଅନନ୍ତ ଐଶ୍ୱର୍ଯ୍ୟ ଏବଂ ଶକ୍ତିଯୁକ୍ତ ଭଗବାନଙ୍କର ପ୍ରଶଂସା କରିଛନ୍ତି ଏବଂ ବାରମ୍ବାର ତାଙ୍କର ସ୍ତୁତିଗାନ କରିଛନ୍ତି । ତାଙ୍କର ଦୀର୍ଘଦିନର ବନ୍ଧୁତ୍ୱରେ ସେ ଭଗବାନଙ୍କୁ ଜଣେ ସାଧାରଣ ମନୁଷ୍ୟ ଭାବି ଯଦି କେବେ ତାଙ୍କୁ ଅପମାନିତ କରିଥିବେ, ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । ସେ ତାଙ୍କର କୃପାଭିକ୍ଷା କରି, ଭଗବାନଙ୍କର ମନମୋହନ ରୂପ ଦେଖିବାକୁ ଅନୁରୋଧ କରୁଛନ୍ତି ।\nଶ୍ରୀକୃଷ୍ଣ ତାଙ୍କର ଇଚ୍ଛା ପୂରଣ କରି ପ୍ରଥମେ ଚତୁର୍ଭୁଜ ରୂପ ଧାରଣ କରିଛନ୍ତି ଏବଂ ତା’ପରେ ନିଜର ସହଜ ପ୍ରେମମୟ ଦ୍ୱିଭୁଜ ରୂପରେ ପ୍ରକଟିତ ହେଉଛନ୍ତି । ସେ ଅର୍ଜୁନଙ୍କୁ ଜଣାଇ ଦେଉଛନ୍ତି ଯେ ଯେଉଁ ରୂପର ସେ ଦର୍ଶନ କରୁଛନ୍ତି, ତାହା ଦେଖିବା କେତେ କଠିନ ଅଟେ । ତାଙ୍କ ସ୍ୱରୂପର ଦର୍ଶନ, ବେଦ ଅଧ୍ୟୟନ, ତପସ୍ୟା, ଦାନ ବା ଯଜ୍ଞ ଇତ୍ୟାଦି କରିବା ଦ୍ୱାରା କରାଯାଇପାରିବ ନାହିଁ । କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ସେ ଅର୍ଜୁନଙ୍କ ସମ୍ମୁଖରେ ଯେପରି ଦଣ୍ଡାୟମାନ, ସେହି ସ୍ୱରୂପରେ ତାଙ୍କୁ ଜାଣିହେବ ଏବଂ ତାଙ୍କ ସହିତ ଏକତ୍ୱ ପ୍ରାପ୍ତ ହୋଇପାରିବ ।",
"verseList": [
{
"verseTitle": "Bhagavad Gita 11.1",
"verse": "1",
"chapter": 11,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nमदनुग्रहाय परमं गुह्यमध्यात्मसज्ञितम् ।\n\nयत्त्वयोक्तं वचस्तेन मोहोऽयं विगतो मम ॥1॥",
"text": "ମଦନୁଗ୍ରହାୟ ପରମଂ ଗୁହ୍ୟମଧ୍ୟାତ୍ମସଂଜ୍ଞିତମ୍ ।\nଯତ୍ତ୍ୱୟୋକ୍ତଂ ବଚସ୍ତେନ ମୋହୋଽୟଂ ବିଗତୋ ମମ ।।୧।।",
"audioLink": "https://www.holy-bhagavad-gita.org/public/audio/011_001.mp3"
},
"wordMeanings": "ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ମତ୍-ଅନୁଗ୍ରହାୟ - ମୋ ପ୍ରତି ଅନୁଗ୍ରହ କରି; ପରମଂ - ପରମ; ଗୁହ୍ୟଂ - ଗୁପ୍ତ; ଅଧ୍ୟାତ୍ମ ସଂଜ୍ଞିତମ୍ - ଆଧ୍ୟାତ୍ମିକ ଜ୍ଞାନ; ଯତ୍ - ଯାହା; ତ୍ୱୟା - ଆପଣଙ୍କ ଦ୍ୱାରା; ଉକ୍ତଂ - କୁହାଗଲା; ବଚଃ - ବଚନ; ତେନ -ତାହାଦ୍ୱାରା; ମୋହଃ - ମୋହ; ଅୟଂ - ଏହି; ବିଗତଃ - ଦୂର ହୋଇଗଲା; ମମ - ମୋର ।",
"translation": {
"text": "ଅର୍ଜୁନ କହିଲେ: ଆପଣ କୃପା ବଶତଃ ଯେଉଁ ଅତ୍ୟନ୍ତ ଗୁପ୍ତ ଆଧ୍ୟାତ୍ମିକ ଜ୍ଞାନ ମୋତେ ପ୍ରଦାନ କଲେ, ତାହା ଶୁଣି ମୋର ମୋହ ଦୂର ହୋଇଗଲା ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.1.mp3"
]
},
"commentary": "ଶ୍ରୀକୃଷ୍ଣଙ୍କର ସମସ୍ତ ଐଶ୍ୱର୍ଯ୍ୟ ଏବଂ ତାଙ୍କର ସର୍ବେଚ୍ଚ ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ସମସ୍ତ ଜ୍ଞାନ ଶୁଣି, ଅର୍ଜୁନ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କର ସମସ୍ତ ମୋହ ଦୂର ହେବା ପରି ଅନୁଭବ କଲେ । ସେ ହୃଦୟଙ୍ଗମ କଲେ ଯେ ଶ୍ରୀକୃଷ୍ଣ କେବଳ ତାଙ୍କର ପ୍ରିୟ ସଖା ନୁହଁନ୍ତି, ସେ ପରମ ଦିବ୍ୟ ପୁରୁଷ ମଧ୍ୟ ଅଟନ୍ତି, ଯିଏକି ସଂସାରର ସମସ୍ତ ବିଭୂତିର ଆଧାର ଅଟନ୍ତି । ଏହି ଅଧ୍ୟାୟର ପ୍ରାରମ୍ଭରେ, ଶ୍ରୀକୃଷ୍ଣ କୃପା ବଶତଃ ତାଙ୍କୁ ଏପରି ଅମୂଲ୍ୟ ଜ୍ଞାନ ପ୍ରଦାନ କରିଥିବାରୁ ଅର୍ଜୁନ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।"
},
{
"verseTitle": "Bhagavad Gita 11.2",
"verse": "2",
"chapter": 11,
"lang": "or",
"shloka": {
"speaker": "",
"sanskrit": "भवाप्ययौ हि भूतानां श्रुतौ विस्तरशो मया ।\n\nत्वत्तः कमलपत्राक्ष माहात्म्यमपि चाव्ययम् ॥2॥",
"text": "ଭବାପ୍ୟୟୌ ହି ଭୂତାନାଂ ଶ୍ରୁତୌ ବିସ୍ତରଶୋ ମୟା ।\nତ୍ୱତ୍ତଃ କମଳପତ୍ରାକ୍ଷ ମାହାତ୍ମ୍ୟମପି ଚାବ୍ୟୟମ୍ ।।୨।।",
"audioLink": "https://www.holy-bhagavad-gita.org/public/audio/011_002.mp3"
},
"wordMeanings": "ଭବ - ଆବିର୍ଭାବ; ଅପ୍ୟୟୌ - ତିରୋଭାବ; ହି - ନିଶ୍ଚିତରୂପେ; ଭୂତାନାଂ - ସମସ୍ତ ଜୀବଙ୍କର; ଶ୍ରୁତୌ - ଶୁଣିଛି; ବିସ୍ତରଶଃ - ବିସ୍ତୃତଭାବେ; ମୟା - ମୋ’ଦ୍ୱାରା; ତ୍ୱତ୍ତଃ - ଆପଣଙ୍କଠାରୁ; କମଳ -ପତ୍ରାକ୍ଷ - ହେ ପଦ୍ମଲୋଚନ; ମାôହାତ୍ମ୍ୟଂ - ମାହାତ୍ମ୍ୟ; ଅପି - ମଧ୍ୟ; ଚ - ଏବଂ; ଅବ୍ୟୟମ୍ - ଅବ୍ୟୟ ।",
"translation": {
"text": "ହେ କମଳ ଲୋଚନ! ମୁଁ ଆପଣଙ୍କଠାରୁ ବିସ୍ତୃତ ଭାବେ ସମସ୍ତ ଜୀବଙ୍କର ଆବିର୍ଭାବ ଏବଂ ତିରୋଭାବ ବିଷୟରେ ଏବଂ ତା ସହିତ ଆପଣଙ୍କର ଚିରନ୍ତନ ଐଶ୍ୱର୍ଯ୍ୟ ବିଷୟରେ ଶ୍ରବଣ କଲି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.2.mp3"
]
},
"commentary": "ଅର୍ଜୁନ ଶ୍ରୀକୃଷ୍ଣଙ୍କ ଐଶ୍ୱର୍ଯ୍ୟର ଯଶୋଗାନ କରିଛନ୍ତି ଏବଂ ସମସ୍ତ ଭୌତିକ ଜଗତର ଆର୍ବିଭାବ ଓ ତିରୋଭାବର କାରଣ ଭାବେ ତାଙ୍କର ସର୍ବୋଚ୍ଚ ସ୍ଥିତିକୁ ସ୍ୱୀକୃତି ଦେଇଛନ୍ତି । ସେ ଶ୍ରୀକୃଷ୍ଣଙ୍କୁ କମଳ ପତ୍ରାକ୍ଷ ସମ୍ବୋଧନ କରିଛନ୍ତି, ଅର୍ଥାତ୍ ଯାହାର ଚକ୍ଷୁଦ୍ୱୟ ପଦ୍ମଫୁଲ ପରି ବିଶାଳ, କୋମଳ, ସୁନ୍ଦର, ନମନୀୟ ଏବଂ ଉଦାର ଗୁଣଯୁକ୍ତ ଅଟେ ।\nଉପରୋକ୍ତ ଶ୍ଲୋକରେ ଅର୍ଜୁନ ଏହା କହିବାକୁ ଇଚ୍ଛା କରୁଛନ୍ତି, “ହେ ଶ୍ରୀକୃଷ୍ଣ, ମୁଁ ଆପଣଙ୍କ ଠାରୁ ଆପଣଙ୍କର ଅକ୍ଷୁର୍ଣ୍ଣ ଯଶସ୍ୱୀ ବିଭୂତି ସବୁ ଶୁଣିଲି । ଯଦିଓ ଆପଣ ସମସ୍ତଙ୍କ ମଧ୍ୟରେ ନିବାସ କରନ୍ତି, ଆପଣ ସେମାନଙ୍କର ଅବଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଯଦିଓ ଆପଣ ପରମ ନିର୍ଣ୍ଣାୟକ ଅଟନ୍ତି, ତଥାପି ଆପଣ ଅକର୍ତ୍ତା ଅଟନ୍ତି ଏବଂ ଆମ୍ଭ ମାନଙ୍କର କର୍ମ ପାଇଁ ଦାୟୀ ନୁହନ୍ତି । ଯଦିଓ ଆପଣ ଆମ୍ଭମାନଙ୍କର କର୍ମର ଫଳ ଦିଅନ୍ତି କିନ୍ତୁ ଆପଣ ସମସ୍ତଙ୍କ ପାଇଁ ନିରପେକ୍ଷ ଏବଂ ସମାନ ଅଟନ୍ତି । ଆପଣ ସର୍ବସାକ୍ଷୀ ଅଟନ୍ତି ଏବଂ ଆମର କର୍ମଫଳ ପ୍ରଦାୟକ ଅଟନ୍ତି । ତେଣୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଅଛି ଯେ ଆପଣ ସମସ୍ତ ପ୍ରାଣୀଙ୍କର ଉପାସ୍ୟ ଅଟନ୍ତି ।"
},
{
"verseTitle": "Bhagavad Gita 11.3",
"verse": "3",
"chapter": 11,
"lang": "or",
"shloka": {
"speaker": "",
"sanskrit": "एवमेतद्यथात्थ त्वमात्मानं परमेश्वर ।\n\nद्रष्टुमिच्छामि ते रूपमैश्वरं पुरुषोत्तम ॥3॥",
"text": "ଏବମେତଦ୍ୟଥାତ୍ଥ ତ୍ୱମାତ୍ମାନଂ ପରମେଶ୍ୱର ।\nଦ୍ରଷ୍ଟୁମିଚ୍ଛାମି ତେ ରୂପମୈଶ୍ୱରଂ ପୁରୁଷୋତ୍ତମ ।।୩।।",
"audioLink": "https://www.holy-bhagavad-gita.org/public/audio/011_003.mp3"
},
"wordMeanings": "ଏବଂ - ଏହିପରି; ଏତଦ୍ - ଏହା; ଯଥାତ୍ଥ - ଯଥାରୂପ; ତ୍ୱଂ - ଆପଣ; ଆତ୍ମାନଂ - ଆପଣଙ୍କର; ପରମେଶ୍ୱର - ପରମେଶ୍ୱର; ଦ୍ରଷ୍ଟୁଂ - ଦେଖିବାକୁ; ଇଚ୍ଛାମି -ମୁଁ ଇଚ୍ଛା କରେ; ତେ - ଆପଣ; ରୂପଂ - ରୂପ; ଐଶ୍ୱରଂ - ଦିବ୍ୟ; ପୁରୁଷୋତ୍ତମ -ପୁରୁଷୋତ୍ତମ ।",
"translation": {
"text": "ହେ ପରମେଶ୍ୱର, ଆପଣ ନିଜର ବର୍ଣ୍ଣନା ଯେପରି କଲେ, ଆପଣ ସେହିପରି ହିଁ ଅଟନ୍ତି । ହେ ପୁରୁଷ ଶ୍ରେଷ୍ଠ, ମୁଁ ଆପଣଙ୍କର ସେହି ଦିବ୍ୟ ବିଶ୍ୱରୂପ ଦର୍ଶନ କରିବାକୁ ଚାହୁଁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.3.mp3"
]
},
"commentary": "ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଶ୍ରେଷ୍ଠ ବ୍ୟକ୍ତି ଭାବରେ ସମ୍ବୋଧନ କରିଛନ୍ତି; କାରଣ ଅନ୍ୟ କୌଣସି ବ୍ୟକ୍ତିତ୍ୱ ତାଙ୍କର ସମକକ୍ଷ ନୁହନ୍ତି । ଅଧିକାଂଶତଃ, ବିଦ୍ୱାନମାନେ ତାଙ୍କର ଅପିରପକ୍ୱ ବୁଦ୍ଧିଦ୍ୱାରା ବିଶ୍ଲେଷଣ କରି, ଭଗବାନଙ୍କୁ ଜଣେ ବ୍ୟକ୍ତି ଭାବରେ ଗ୍ରହଣ କରିବାକୁ କୁଣ୍ଠାବୋଧ କରନ୍ତି । ସେମାନେ ଭଗବାନଙ୍କୁ ରୂପହୀନ, ଶକ୍ତିହୀନ, ଲୀଳାହୀନ, ଗୁଣହୀନ ଏକ ବ୍ୟକ୍ତିତ୍ୱ ରହିତ ଜ୍ୟୋତି ଭାବରେ କଳ୍ପନା କରନ୍ତି । କିନ୍ତୁ ଯଦି ଆମପରି କ୍ଷୁଦ୍ର ଜୀବ ଶରୀର ଧାରଣ କରି ପାରୁଛନ୍ତି, ତାହେଲେ ଭଗବାନ ଶରୀର ଧାରଣ କରିବାକୁ ସକ୍ଷମ, ତାହା ଆମେ ଅସ୍ୱୀକାର କରିବା କାହିଁକି? ସେ କେବଳ ସାକାର ବ୍ୟକ୍ତିତ୍ୱ ଅଟନ୍ତି ତାହା ନୁହେଁ, ବରଂ ସେ ଶ୍ରେଷ୍ଠ ବ୍ୟକ୍ତିତ୍ୱ ଅଟନ୍ତି, ତେଣୁ ସେ ପରମ ଦିବ୍ୟ ପୁରୁଷ ଅଟନ୍ତି । ଆମ୍ଭମାନଙ୍କର ବ୍ୟକ୍ତିତ୍ୱ ଏବଂ ଭଗବାନଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ପାର୍ଥକ୍ୟ ଏହା ଯେ ସେ କେବଳ ଜଣେ ଶ୍ରେଷ୍ଠ ପୁରୁଷ ନୁହଁନ୍ତି, ତାଙ୍କର ଏକ ନିରାକାର ସର୍ବବ୍ୟାପୀ ରୂପ ମଧ୍ୟ ରହିଛି, ଯାହା ଗୁଣ ଏବଂ ରୂପ ରହିତ ଅଟେ ।\nଅର୍ଜୁନ ପ୍ରକାଶ କରୁଛନ୍ତି ଯେ, ତାଙ୍କ ସମ୍ମୁଖରେ ବର୍ଣ୍ଣନା କରାଯାଇଥିବା ଶ୍ରୀକୃଷ୍ଣଙ୍କର ଦିବ୍ୟ ବ୍ୟକ୍ତିତ୍ୱକୁ ସେ ସ୍ୱୀକାର କରୁଛନ୍ତି । ଭଗବାନଙ୍କ ସାକାର ରୂପକୁ ସେ ପୂର୍ଣ୍ଣ ବିଶ୍ୱାସ କରୁଛନ୍ତି, ତଥାପି ସେ ଶ୍ରୀକୃଷ୍ଣଙ୍କର ସମସ୍ତ ଐଶ୍ୱର୍ଯ୍ୟ ଯୁକ୍ତ ବିଶ୍ୱରୂପ ଦେଖିବାକୁ ଚାହୁଁଛନ୍ତି । ସେ ସ୍ୱଚକ୍ଷୁରେ ତାହାର ଦର୍ଶନ କରିବାକୁ ଇଚ୍ଛା କରୁଛନ୍ତି ।"
},
{
"verseTitle": "Bhagavad Gita 11.4",
"verse": "4",
"chapter": 11,
"lang": "or",
"shloka": {
"speaker": "",
"sanskrit": "मन्यसे यदि तच्छक्यं मया द्रष्टुमिति प्रभो ।\n\nयोगेश्वर ततो मे त्वं दर्शयात्मानमव्ययम् ॥4॥",
"text": "ମନ୍ୟସେ ଯଦି ତତ୍ସକ୍ୟଂ ମୟା ଦ୍ରଷ୍ଟୁମିତି ପ୍ରଭୋ ।\nଯୋଗେଶ୍ୱର ତତୋ ମେ ତ୍ୱଂ ଦର୍ଶୟାତ୍ମାନମବ୍ୟୟମ୍ ।।୪।।",
"audioLink": "https://www.holy-bhagavad-gita.org/public/audio/011_004.mp3"
},
"wordMeanings": "ମନ୍ୟସେ - ଆପଣ ଯଦି ଭାବନ୍ତି; ଯଦି - ଯଦି; ତତ୍ - ତାହା ଶକ୍ୟଂ - ଦେଖିବାକୁ ସକ୍ଷମ; ମୟା -ମୋ’ଦ୍ୱାରା; ଦ୍ରଷ୍ଟୁମ୍ - ଦେଖିବାକୁ; ଇତି - ଏହିପରି; ପ୍ରଭୋ - ହେ ପ୍ରଭୁ; ଯୋଗେଶ୍ୱର - ହେ ଯୋଗେଶ୍ୱର; ତତଃ -ତେବେ; ମେ - ମୋତେ; ତ୍ୱଂ - ଆପଣ; ଦର୍ଶୟ - ଦେଖାନ୍ତୁ; ଆତ୍ମାନଂ - ନିଜକୁ; ଅବ୍ୟୟମ୍ - ଶାଶ୍ୱତ ।",
"translation": {
"text": "ହେ ଯୋଗେଶ୍ୱର! ଆପଣ ଯଦି ମୋତେ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବା ପାଇଁ ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାକରି ମୋ ସମ୍ମୁଖରେ ଆପଣଙ୍କର ସେହି ଅବିନଶ୍ୱର ବିଶ୍ୱରୂପ ପ୍ରକଟ କରନ୍ତୁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-04.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.4.mp3"
]
},
"commentary": "ପୂର୍ବବର୍ତ୍ତୀ ଶ୍ଲୋକରେ ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ତାଙ୍କର ‘ଅନୁମତି ଭିକ୍ଷା କରୁଛନ୍ତି, ।’ ହେ ଯୋଗେଶ୍ୱର ମୁଁ ମୋର ଇଚ୍ଛା ପ୍ରକାଶ କଲି । ଆପଣ ଯଦି ମୋତେ ଏହାର ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାପୂର୍ବକ, ଆପଣଙ୍କର ବିଶ୍ୱରୂପ ପ୍ରକଟ କରନ୍ତୁ, ଏବଂ ମୋତେ ଆପଣଙ୍କ ଯୋଗ ଐଶ୍ୱର୍ଯ୍ୟର ଦର୍ଶନ କରାନ୍ତୁ । ଯୋଗ ଜୀବର ଆତ୍ମାକୁ ପରମାତ୍ମା ସହିତ ମିଳିତ କରିବାର ବିଜ୍ଞାନ ଅଟେ ଏବଂ ଯେଉଁମାନେ ଏହି ସାଧନା କରନ୍ତି ସେମାନଙ୍କୁ ଯୋଗୀ କୁହାଯାଏ । ଯୋଗେଶ୍ୱର ଶବ୍ଦର ଅର୍ଥ “ସମସ୍ତ ଯୋଗୀଙ୍କର ଈଶ୍ୱର” ଅଟେ । ଯେହେତୁ ସମସ୍ତ ଯୋଗୀଙ୍କର ଲକ୍ଷ୍ୟ ପରମାତ୍ମାଙ୍କୁ ପ୍ରାପ୍ତ କରିବା, ତଦନୁସାରେ ମଧ୍ୟ ଶ୍ରୀକୃଷ୍ଣ ସମସ୍ତ ଯୋଗୀଙ୍କର ଈଶ୍ୱର ଅଟନ୍ତି । ପୂର୍ବରୁ ଶ୍ଲୋ ୧୦.୧୭ ରେ ଅର୍ଜୁନ ଭଗବାନଙ୍କୁ ଯୋଗୀ ଭାବେ ସମ୍ବୋଧନ କରିଥିଲେ, ଅର୍ଥାତ୍ “ଯୋଗର ଗୁରୁ” । ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ଲାଭ କରିଥିବା ଯୋଗୁଁ, ସେ ତାଙ୍କୁ “ଯୋଗେଶ୍ୱର” କହୁଛନ୍ତି ।"
},
{
"verseTitle": "Bhagavad Gita 11.5",
"verse": "5",
"chapter": 11,
"lang": "or",
"shloka": {
"speaker": "ଶ୍ରୀ ଭଗବାନ ଉବାଚ",
"sanskrit": "श्रीभगवानुवाच। \n\nपश्य मे पार्थ रूपाणि शतशोऽथ सहस्रशः।\n\nनानाविधानि दिव्यानि नानावर्णाकृतीनि च ॥5॥",
"text": "ପଶ୍ୟ ମେ ତୀର୍ଥ ରୂପାଣି ଶତଶୋଽଥ ସହସ୍ରଶଃ ।\nନାନାବିଧାନି ଦିବ୍ୟାନି ନାନାବର୍ଣ୍ଣାକୃତୀନି ଚ ।।୫।।",
"audioLink": "https://www.holy-bhagavad-gita.org/public/audio/011_005.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ପଶ୍ୟ -ଦେଖ; ମେ -ମୋର; ପାର୍ଥ - ହେ ପୃଥାପୁତ୍ର; ରୂପାଣି - ରୂପସବୁ; ଶତଶଃ - ଶହଶହ; ଅଥ - ଏବଂ; ସହସ୍ରଶଃ - ହଜାର ହଜାର; ନାନାବିଧାନି - ନାନାବିଧ; ଦିବ୍ୟାନି- ଦିବ୍ୟ; ନାନା -ଅନେକପ୍ରକାର; ବର୍ଣ୍ଣ - ବର୍ଣ୍ଣ (ରଙ୍ଗ); ଆକୃତୀନି - ଆକୃତି; ଚ - ଏବଂ ।",
"translation": {
"text": "ଭଗବାନ କହିଲେ, ହେ ପାର୍ଥ! ମୋର ଶତ ସହସ୍ର ପ୍ରକାରର ଭିନ୍ନ ଭିନ୍ନ ରୂପ, ଆକୃତି ଓ ରଙ୍ଗ ବିଶିଷ୍ଟ ସ୍ୱରୂପକୁ ଦେଖ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.5.mp3"
]
},
"commentary": "ଅର୍ଜୁନଙ୍କ ଅନୁରୋଧ ଶୁଣିବା ପରେ, ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ବିଶ୍ୱରୂପ ଦର୍ଶନ କରିବାକୁ ଅର୍ଜୁନଙ୍କୁ କହୁଛନ୍ତି । ସେ ପଶ୍ୟ ଶବ୍ଦ ବ୍ୟବହାର କରିଛନ୍ତି ଯାହାର ଅର୍ଥ, ଅର୍ଜୁନ ଧ୍ୟାନ ଦେବା ଆବଶ୍ୟକ । ଯଦିଓ ଏହା ଗୋଟିଏ ଆକାର, ଏହାର ବୈଶିଷ୍ଟ ଅନନ୍ତ ଅଟେ ଏବଂ ଏଥିରେ ଏକାଧିକ ଆକାର ଓ ରଙ୍ଗ ବିଶିଷ୍ଟ ଅନନ୍ତ ବ୍ୟକ୍ତିତ୍ୱ ସମାହିତ ହୋଇଛନ୍ତି । ଶ୍ରୀକୃଷ୍ଣ ଶତଶୋଽଥ ସହସ୍ରଶଃ ଶବ୍ଦ ବ୍ୟବହାର କରିଛନ୍ତି; ଅର୍ଥାତ୍ ସେଗୁଡ଼ିକ ଅସଂଖ୍ୟ ଆକୃତି ଓ ଆକାର ବିଶିଷ୍ଟ ଅଟନ୍ତି ।\nଅର୍ଜୁନଙ୍କୁ ତାଙ୍କର ଅସଂଖ୍ୟ ଆକୃତି ଓ ରଙ୍ଗ ବିଶିଷ୍ଟ ବିଶ୍ୱରୂପ ଦେଖିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ସେହି ବିଶ୍ୱରୂପରେ ସ୍ୱର୍ଗର ଦେବତାମାନଙ୍କୁ ତଥା ଅନ୍ୟ ଅନେକ ବିସ୍ମୟ ସବୁ ଲକ୍ଷ୍ୟ କରିବାକୁ କହୁଛନ୍ତି ।"
},
{
"verseTitle": "Bhagavad Gita 11.6",
"verse": "6",
"chapter": 11,
"lang": "or",
"shloka": {
"speaker": "",
"sanskrit": "पश्यादित्यान्वसूरुद्रानश्विनौ मरुतस्तथा ।\n\nबहून्यदृष्टपूर्वाणि पश्याश्चर्याणि भारत ॥6॥",
"text": "ପଶ୍ୟାଦିତ୍ୟାନ୍ବସୂନ୍ରୁଦ୍ରାନଶ୍ୱିନୌ ମରୁତସ୍ତଥା ।\nବହୂନ୍ୟଦୃଷ୍ଟପୂର୍ବାଣି ପଶ୍ୟାଶ୍ଚର୍ଯ୍ୟାଣି ଭାରତ ।।୬।।",
"audioLink": "https://www.holy-bhagavad-gita.org/public/audio/011_006.mp3"
},
"wordMeanings": "ପଶ୍ୟ - ଦେଖ; ଆଦିତ୍ୟାନ୍ - ଅଦିତିଙ୍କର ବାରପୁତ୍ରଙ୍କୁ; ବସୂନ୍ - ଅଷ୍ଟବସୁ; ରୁଦ୍ରାନ୍ - ରୁଦ୍ରଙ୍କର ଏକାଦଶ ରୂପ; ଅଶ୍ୱିନୌ - ସ୍ୱର୍ଗର ଦୁଇବୈଦ୍ୟ; ମରୁତଃ - ଅଣଚାଶ ମରୁତ (ବାୟୁୁ ଦେବତାଗଣ); ତଥା - ମଧ୍ୟ; ବହୂନି - ଅନେକ; ଅଦୃଷ୍ଟ - ଅଦେଖା; ପୂର୍ବାଣି - ପୂର୍ବରୁ; ପଶ୍ୟ - ଦେଖ; ଆଶ୍ଚର୍ଯ୍ୟାଣି - ସବୁ ଆଶ୍ଚର୍ଯ୍ୟ; ଭାରତ - ହେ ଭରତଶ୍ରେଷ୍ଠ ।",
"translation": {
"text": "ହେ ଭରତ ଶ୍ରେଷ୍ଠ! ଅଦିତିଙ୍କର (ବାର) ପୁତ୍ର, (ଅଷ୍ଟ) ବସୁଗଣ, (ଏଗାର) ରୁଦ୍ରଗଣ, (ଯମଜ) ଅଶ୍ୱିନି କୁମାର, (ଅଣଚାଶ) ମରୁତଗଣ ଏବଂ ଅନ୍ୟ ଅନେକ ବିସ୍ମୟ, ଯାହା ପୂର୍ବରୁ କେବେବି ପ୍ରକଟ ହୋଇ ନ ଥିଲା, ସେ ସବୁକୁ ମୋ ଭିତରେ ଦେଖ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.6.mp3"
]
},
"commentary": "ଭଗବାନଙ୍କର ବିଶ୍ୱରୂପରେ ପୃଥିବୀ ପୃଷ୍ଠର ସମସ୍ତ ଐଶ୍ଚର୍ଯ୍ୟ ସମାହିତ ହେବା ସହିତ ଉଚ୍ଚତର ଲୋକମାନଙ୍କର ଐଶ୍ୱର୍ଯ୍ୟ ମଧ୍ୟ ସମାହିତ ହୋଇଥିଲା, ଯାହାକି ଏହି ପ୍ରକାରରେ କେବେ ବି ପ୍ରକଟିତ ହୋଇ ନ ଥିଲା । ସେଥିରେ ସେ ସ୍ୱର୍ଗର ଦେବତାମାନଙ୍କୁ, ଯେଉଁମାନେ କି ତାଙ୍କ ଦିବ୍ୟ ବ୍ୟକ୍ତିତ୍ୱର ଏକ କ୍ଷୁଦ୍ର ଅଂଶ ମାତ୍ର ଅଟନ୍ତି; ସେ ବାର ଆଦିତ୍ୟ, ଅଷ୍ଟବସୁ, ଏକଦଶ ରୁଦ୍ର, ଦୁଇ ଅଶ୍ୱିନୀ କୁମାର ତଥା ଅଣଚାଶ ମରୁତଙ୍କୁ ତାଙ୍କ ମଧ୍ୟରେ ସମାହିତ ହୋଇଥିବା ଦେଖାଇଲେ ।\nଅଦିତିଙ୍କର ବାରଜଣ ପୁତ୍ର ହେଲେ: ଧାତା, ମିତ୍ର, ଅର୍ଯ୍ୟମ, ଶକ୍ର, ବରୁଣ, ଅଂଶ, ଭାଗ, ବିବସ୍ୱାନ, ପୁଶ, ସବିତ, ତ୍ୱଷ୍ତ, ବାମନ । ଅଷ୍ଟବସୁଗଣ ହେଲେ: ଦର, ଧ୍ରୁବ, ସୋମ, ଅହଃ, ଅନିଳ, ଅନଳ, ପ୍ରତୁୁ୍ୟଷ, ପ୍ରଭାସ ।\nଏକାଦଶ ରୁଦ୍ରଗଣ ହେଲେ: ହର, ବହୁରୂପ, ତ୍ର୍ୟମ୍ବକ, ଅପରାଜିତ, ବୃସକପି, ଶମ୍ଭୁ, କପର୍ଦି, ରୈବତ, ମୃଗବ୍ୟାଧ, ସର୍ବ, କପାଳି । ଦୁଇ ଯମଜ ଅଶ୍ୱିନୀ କୁମାରମାନେ ଦେବତାମାନଙ୍କର ବୈଦ୍ୟ ଅଟନ୍ତି ।\nଅଣଚାଶ ମରୁତଗଣ (ବାୟୁଦେବତା) ହେଲେ: ସତ୍ୱଜ୍ୟୋତି, ଆଦିତ୍ୟ, ସତ୍ୟଜ୍ୟୋତି, ତିର୍ଯ୍ୟଗ୍ଜ୍ୟୋତି, ସଜ୍ୟୋତି, ଜ୍ୟୋତିସ୍ମାନ୍, ହରିତ, ଋତଜିତ୍, ସତ୍ୟଜିତ୍, ସୁଶେଣ, ସେନାଜିତ, ସତ୍ୟମିତ୍ର, ଅଭିମିତ୍ର, ହରିମିତ୍ର, କ୍ରିତ, ସତ୍ୟ, ଧ୍ରୁବ, ଧର୍ତ, ବିର୍ଧତ, ବିଧାରୟ, ଧ୍ୱନ୍ତ, ଧୁନି, ଉଗ୍ର, ଭୀମ, ଅଭିୟୁ, ସକ୍ଷିପ, ଇଦ୍ରିକ, ଅନ୍ୟଦ୍ରିକ, ଯାଦ୍ରିକ, ପ୍ରତିକ୍ରିତ, ରିକ, ସମିତି, ସମ୍ରମ୍ଭ, ଇଦ୍ରିକ୍ଷ, ପୁରୁଷ, ଅନ୍ୟଦ୍ରିକ୍ଷ, ଚେତସ, ସମିତ, ସମିଦ୍ରିକ୍ଷ, ପ୍ରତିଦ୍ରିକ୍ଷ, ମରୁତ, ଶରତ, ଦେବ, ଦିଶ, ଯଜୁଃ, ଅନୁଦ୍ରିକ, ସମ, ମନୁଷ ଏବଂ ବିଷ ।"
},
{
"verseTitle": "Bhagavad Gita 11.7",
"verse": "7",
"chapter": 11,
"lang": "or",
"shloka": {
"speaker": "",
"sanskrit": "इहैकस्थं जगत्कृत्स्नं पश्याद्य सचराचरम् ।\n\nमम देहे गुडाकेश यच्चान्यद्रष्टुमिच्छसि ॥7॥",
"text": "ଇହୈକସ୍ଥଂ ଜଗତ୍କୃତ୍ସ୍ନଂ ପଶ୍ୟାଦ୍ୟ ସଚରାଚରମ୍ ।\nମମ ଦେହେ ଗୁଡ଼ାକେଶ ଯଚ୍ଚାନ୍ୟଦ୍ଦ୍ରଷ୍ଟୁମିଚ୍ଛସି ।।୭।।",
"audioLink": "https://www.holy-bhagavad-gita.org/public/audio/011_007.mp3"
},
"wordMeanings": "ଇହ - ଏଥିରେ; ଏକସ୍ଥଂ - ଗୋଟିକରେ; ଜଗତ୍ - ବ୍ରହ୍ମାଣ୍ଡ; କୃତ୍ସ୍ନଂ - ସମ୍ପୂର୍ଣ୍ଣରୂପେ; ପଶ୍ୟ - ଦେଖ; ଅଦ୍ୟ - ବର୍ତ୍ତମାନ; ସ -ସହିତ; ଚର - ଜଙ୍ଗମ, ଅଚରମ୍ - ସ୍ତାବର; ମମ - ମୋର; ଦେହେ - ଏହି ଶରୀରରେ; ଗୁଡ଼ାକେଶ- ହେ ନିଦ୍ରାଜୟୀ ଅର୍ଜୁନ; ଯତ୍ -= ଯାହା; ଚ - ଏବଂ; ଅନ୍ୟତ୍ - ଅନ୍ୟ, ଦ୍ରଷ୍ଟୁଂ - ଦେଖିବା ପାଇଁ; ଇଚ୍ଛସି - ତୁମେ ଇଚ୍ଛାକରୁଛ ।",
"translation": {
"text": "ହେ ଅର୍ଜୁନ! ଏବେ ଦେଖ, ସମସ୍ତ ଚର ଓ ଅଚର ଯୁକ୍ତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମୋର ବିଶ୍ୱ ସ୍ୱରୂପରେ ଅବସ୍ଥିତ ରହିଛି । ଅନ୍ୟ ଯାହା କିଛି ବି ତୁମେ ଦେଖିବାକୁ ଚାହୁଁଛ, ଏହି ବିଶ୍ୱରୂପ ମଧ୍ୟରେ ତାହା ଦେଖିପାରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.7.mp3"
]
},
"commentary": "ଶ୍ରୀକୃଷ୍ଣ ତାଙ୍କର ବିଶ୍ୱରୂପକୁ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେବା ପରେ, ଅର୍ଜୁନ କେଉଁଠାରେ ଦେଖିବେ ଭାବି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ । ତେଣୁ ଶ୍ରୀକୃଷ୍ଣ ତାହାକୁ ଦିବ୍ୟ ପରମାତ୍ମାଙ୍କ ଶରୀର ମଧ୍ୟରେ ଦର୍ଶନ କରିବାକୁ କହୁଛନ୍ତି । ସେଠାରେ ସେ ଚରାଚର ଅନନ୍ତ ବ୍ରହ୍ମାଣ୍ଡକୁ ଦେଖିପାରିବେ । ସେହି ବିଶ୍ୱରୂପରେ ସମସ୍ତ ପଦାର୍ଥ ସ୍ଥାନ ପାଇବା ସହିତ ଅତୀତ ଏବଂ ଭବିଷ୍ୟତର ଘଟଣାବଳୀ ମଧ୍ୟ ସମାହିତ ହୋଇଅଛି । ତେଣୁ ଅର୍ଜୁନ ପାଣ୍ଡବ ମାନଙ୍କର ବିଜୟ ଏବଂ କୌରବ ମାନଙ୍କର ପରାଜୟ ମଧ୍ୟ ଦେଖିପାରିବେ ଯାହାକି, ସମଗ୍ର ସୃଷ୍ଟି ପରିଚାଳନାଗତ ଯୋଜନାର ଏକ ଘଟଣା ଅଟେ ।"
},
{
"verseTitle": "Bhagavad Gita 11.8",
"verse": "8",
"chapter": 11,
"lang": "or",
"shloka": {
"speaker": "",
"sanskrit": "न तु मां शक्यसे द्रष्टमनेनैव स्वचक्षुषा।\n\nदिव्यं ददामि ते चक्षुः पश्य मे योगमैश्वरम् ॥8॥",
"text": "ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ୱଚକ୍ଷୁଷା ।\nଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ୍ ।।୮।।",
"audioLink": "https://www.holy-bhagavad-gita.org/public/audio/011_008.mp3"
},
"wordMeanings": "ନ - କଦାପି ନୁହେଁ; ତୁ - କିନ୍ତୁ, ମାଂ - ମୋତେ; ଶକ୍ୟସେ - ସମର୍ଥ ହେବ; ଦ୍ରଷ୍ଟୁଂ - ଦେଖିବାକୁ; ଅନେନ - ଏହାଦ୍ୱାରା; ଏବ - ନିଶ୍ଚିତରୂପେ; ସ୍ୱଚକ୍ଷୁଷା - ତୁମର ନିଜ ଆଖିରେ; ଦିବ୍ୟଂ - ବିଶୁଦ୍ଧ; ଦଦାମି - ମୁଁ ଦେଉଛି; ତେ - ତୁମକୁ; ଚକ୍ଷୁଃ - ଚକ୍ଷୁ; ପଶ୍ୟ - ଦେଖ; ମେ - ମୋର; ଯୋଗଂ ଐଶ୍ୱରମ୍ = ଅଚିନ୍ତ୍ୟ ଯୋଗଶକ୍ତି ।",
"translation": {
"text": "କିନ୍ତୁ ମୋର ଏହି ବିଶ୍ୱରୂପର ଦର୍ଶନ ତୁମେ ନିଜ ମାୟିକ ଚକ୍ଷୁରେ କରିପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି, ମୋ ବିଶାଳ ଐଶ୍ୱର୍ଯ୍ୟର ଅବଲୋକନ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.8.mp3"
]
},
"commentary": "ପରମ ପୁରୁଷ ଭଗବାନ ଯେତେବେଳେ ଧରାପୃଷ୍ଠରେ ଅବତରିତ ହୁଅନ୍ତି, ତାଙ୍କର ଦୁଇଟି ସ୍ୱରୂପ ଥାଏ- ଗୋଟିଏ ଭୌତିକ ସ୍ୱରୂପ ଯାହା ମାୟିକ ଚକ୍ଷୁରେ ଦେଖିହେବ, ଏବଂ ଅନ୍ୟଟି ଦିବ୍ୟ ସ୍ୱରୂପ ଯାହା କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ ଦେଖିହେବ । ତେଣୁ ତାଙ୍କର ଅବତାର କାଳରେ, ସାଧାରଣ ମନୁଷ୍ୟ କେବଳ ତାଙ୍କ ମାୟିକ ଶରୀରର ଦର୍ଶନ କରିଥାନ୍ତି । ଭଗବାନଙ୍କର ଦିବ୍ୟ ସ୍ୱରୂପ ସେମାନଙ୍କ ମାୟିକ ଚକ୍ଷୁ ଦ୍ୱାରା ଗ୍ରାହ୍ୟ ନୁହେଁ । ସେଥିପାଇଁ ଭଗବାନ ଯେତେବେଳେ ଏହି ଧରାପୃଷ୍ଠରେ ଅବତାର ନିଅନ୍ତି, ସମସ୍ତେ ତାଙ୍କୁ ଚିହ୍ନିପାରନ୍ତି ନାହିଁ । ଶ୍ରୀକୃଷ୍ଣ ଏହି କଥା ଶ୍ଲୋକ ୯.୧୧ରେ ସୂଚିତ କରିଛନ୍ତି: “ମୁଁ ଯେତେବେଳେ ନିଜ ସାକାର ସ୍ୱରୂପରେ ଅବତାର ନିଏ, ଅଜ୍ଞ ବ୍ୟକ୍ତିମାନେ ମୋତେ ଚିହ୍ନିପାରନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କର ଈଶ୍ୱର ଭାବରେ ମୋ ବ୍ୟକ୍ତିତ୍ୱର ଦିବ୍ୟତାକୁ ସେମାନେ ଜାଣିପାରନ୍ତି ନାହିଁ ।” ଲୋକେ ଯାହା ଦେଖନ୍ତି, ତାହା କେବଳ ତାଙ୍କର ଦିବ୍ୟ ଅବତାରର ମାୟିକ ସ୍ୱରୂପ ଅଟେ ।\nସେହି ସିଦ୍ଧାନ୍ତ ତାଙ୍କ ବିଶ୍ୱରୂପ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ । ପୂର୍ବର ଦୁଇଟି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ଦିବ୍ୟ ସ୍ୱରୂପ ଦେଖିବାକୁ କହିଲେ । କିନ୍ତୁ ଅର୍ଜୁନ କିଛି ବି ଦେଖି ପାରିଲେ ନାହିଁ, କାରଣ ତାଙ୍କର ପ୍ରାକୃତ (ଭୌତିକ) ଚକ୍ଷୁ ଥିଲା । ପ୍ରାକୃତ ଚକ୍ଷୁ ତାଙ୍କର ବିଶ୍ୱରୂପ ଦେଖିବାକୁ ସମର୍ଥ ନୁହେଁ ଏବଂ ସାଧାରଣ ବୁଦ୍ଧିର ତାହାକୁ ବୁଝିବାର କ୍ଷମତା ନ ଥାଏ । ସୁତରାଂ, ଶ୍ରୀକୃଷ୍ଣ ବର୍ତ୍ତମାନ କହୁଛନ୍ତି ଯେ ସେ ଦିବ୍ୟ ଦୃଷ୍ଟି ପ୍ରଦାନ କରିବେ, ଯଦ୍ୱାରା ଅର୍ଜୁନ ତାଙ୍କ ଅନନ୍ତ ଐଶ୍ୱର୍ଯ୍ୟଯୁକ୍ତ ବିଶ୍ୱରୂପର ଦର୍ଶନ କରିପାରିବେ ।\nଦିବ୍ୟଦୃଷ୍ଟି ପ୍ରଦାନ କରିବା ଭଗବାନଙ୍କର ଏକ ବିଶେଷ କୃପା ଅଟେ । ଏହି କୃପାଦ୍ୱାରା ଭଗବାନ ତାଙ୍କର ଦିବ୍ୟ ଚକ୍ଷୁକୁ ଜୀବର ମାୟିକ ଚକ୍ଷୁ ସହିତ, ତାଙ୍କର ଦିବ୍ୟ ମନକୁ ଜୀବର ମାୟିକ ମନ ସହିତ ଏବଂ ତାଙ୍କର ଦିବ୍ୟ ବୁଦ୍ଧିକୁ ଜୀବର ମାୟିକ ବୁଦ୍ଧି ସହିତ ଯୋଡ଼ି ଦିଅନ୍ତି । ତାପରେ ଭଗବାନଙ୍କର ଦିବ୍ୟ ଇନ୍ଦ୍ରିୟ, ମନ ଓ ବୁଦ୍ଧି ସାହାଯ୍ୟରେ, ଜୀବ ତାଙ୍କର ଦିବ୍ୟ ସ୍ୱରୂପର ଦର୍ଶନ ଓ ଚିନ୍ତନ କରିପାରିବ ଏବଂ ତାହାକୁ ବୁଦ୍ଧିରେ ଧାରଣ କରିପାରିବ ।"
},
{
"verseTitle": "Bhagavad Gita 11.9",
"verse": "9",
"chapter": 11,
"lang": "or",
"shloka": {
"speaker": "ସଞ୍ଜୟ ଉବାଚ",
"sanskrit": "सञ्जय उवाच। \n\nएवमुक्त्वा ततो राजन्महायोगेश्वरो हरिः ।\n\nदर्शयामास पार्थाय परमं रूपमैश्वरम् ॥9॥",
"text": "ଏବମୁକ୍ତ୍ୱା ତତୋ ରାଜନ୍ମହାଯୋଗେଶ୍ୱରୋ ହରିଃ ।\nଦର୍ଶୟାମାସ ପାର୍ଥାୟ ପରମଂ ରୂପମୈଶ୍ୱରମ୍ ।।୯।।",
"audioLink": "https://www.holy-bhagavad-gita.org/public/audio/011_009.mp3"
},
"wordMeanings": "ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଏବଂ - ଏହିପରି; ଉକ୍ତ୍ୱା - କହି; ତତଃ - ତତ୍ପରେ; ରାଜନ୍ - ହେ ରାଜନ୍!; ମହାଯୋଗେଶ୍ୱରଃ - ପରମ ଯୋଗୀ; ହରିଃ - ଶ୍ରୀକୃଷ୍ଣ; ଦର୍ଶୟାମାସ - ଦେଖାଇଲେ; ପାର୍ଥାୟ - ଅର୍ଜୁନଙ୍କୁ; ପରମଂ - ଦିବ୍ୟ; ରୂପମ୍ - ରୂପ; ଐଶ୍ୱରମ୍ - ଐଶ୍ୱର୍ଯ୍ୟ ।",
"translation": {
"text": "ସଞ୍ଜୟ କହିଲେ, ହେ ରାଜନ୍! ଏପରି କହି ମହାଯୋଗୀଶ୍ୱର ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଐଶ୍ୱର୍ଯ୍ୟମୟ ସ୍ୱରୂପ ଅର୍ଜୁନଙ୍କୁ ଦେଖାଇଲେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.9.mp3"
]
},
"commentary": "ଶ୍ଲୋକ ୧୧:୪ରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ‘ଯୋଗେଶ୍ୱର’ ଭାବରେ ସମ୍ବୋଧନ କରିଛନ୍ତି । ବର୍ତ୍ତମାନ ସଞ୍ଜୟ, ତା’ ସହିତ ଶ୍ରେଷ୍ଠତାସୂଚକ ‘ମହାନ’ ଶବ୍ଦ ଯୋଗ କରି, ତାଙ୍କୁ “ମହାଯୋଗୀଶ୍ୱର” ଭାବରେ ସମ୍ବୋଧନ କରୁଛନ୍ତି । ବେଦବ୍ୟାସ ସଞ୍ଜୟଙ୍କୁ ଦୂରଦୃଷ୍ଟିର ବରଦାନ ଦେଇଥିଲେ । ତେଣୁ ସେ ମଧ୍ୟ, ଅର୍ଜୁନଙ୍କ ପରି, ଭଗବାନଙ୍କ ବିଶ୍ୱରୂପର ଦର୍ଶନ କରିଥିଲେ । ପରବର୍ତ୍ତୀ ଚାରିଗୋଟି ଶ୍ଲୋକରେ, ସେ ଅର୍ଜୁନ ଦର୍ଶନ କରୁଥିବା ଦୃଶ୍ୟର ବର୍ଣ୍ଣନା ଧୃତରାଷ୍ଟ୍ରଙ୍କ ସମ୍ମୁଖରେ କରୁଛନ୍ତି । ଐଶ୍ୱର୍ଯ୍ୟ ଶବ୍ଦର ଅର୍ଥ ‘ଗରିମାମୟ’ । ଭଗବାନଙ୍କର ବିଶ୍ୱରୂପ ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶରେ ପରିପୂର୍ଣ୍ଣ, ଯାହା ଦର୍ଶକ ମନରେ ଭୟ, ବିସ୍ମୟ ଏବଂ ଭକ୍ତି ଉତ୍ପନ୍ନ କରିଥାଏ ।"
},
{
"verseTitle": "Bhagavad Gita 11.10 – 11.11",
"verse": "10-11",
"chapter": 11,
"lang": "or",
"shloka": {
"speaker": "",
"sanskrit": "अनेकवक्त्रनयनमनेकाद्भुतदर्शनम् । \n\nअनेकदिव्याभरणं दिव्यानेकोद्यतायुधम् ॥10॥\n\nयोग दिव्यमाल्याम्बरधरं दिव्यमन्धानुलेपनम्।\n\nसर्वाश्चर्यमयं देवमनन्तं विश्वतोमुखम् ॥11॥",
"text": "ଅନେକବକ୍ତ୍ର ନୟନମନେକାଦ୍ଭୁତଦର୍ଶନମ୍ ।\nଅନେକଦିବ୍ୟାଭରଣଂ ଦିବ୍ୟାନେକୋଦ୍ୟତାୟୁଧମ୍ ।।୧୦।।\nଦିବ୍ୟମାଲ୍ୟାମ୍ବରଧରଂ ଦିବ୍ୟଗନ୍ଧାନୁଲେପନମ୍ ।\nସର୍ବାଶ୍ଚର୍ଯ୍ୟମୟଂ ଦେବମନନ୍ତଂ ବିଶ୍ୱତୋମୁଖମ୍ ।।୧୧।।",
"audioLink": "https://www.holy-bhagavad-gita.org/public/audio/011_010-011.mp3"
},
"wordMeanings": "ଅନେକ- ଅନେକ; ବକ୍ତ୍ର - ମୁଖ; ନୟନଂ - ଚକ୍ଷୁ; ଅନେକ - ଅନେକ; ଅଦ୍ଭୁତ - ଆଶ୍ଚର୍ଯ୍ୟଜନକ; ଦର୍ଶନମ୍- ଦୃଶ୍ୟ; ଅନେକ - ଅନେକ; ଦିବ୍ୟ - ଦିବ୍ୟ; ଆଭରଣଂ - ଅଳଙ୍କାର; ଦିବ୍ୟ - ଦିବ୍ୟ; ଅନେକ - ଅନେକ; ଉଦ୍ୟତ - ଉତ୍ତୋଳିତ; ଆୟୁଧମ୍ - ଅସ୍ତ୍ର; ଦିବ୍ୟ - ଦିବ୍ୟ; ମାଲ୍ୟ- ମାଳା; ଅମ୍ବର ଧରଂ - ପୋଷାକଦ୍ୱାରା ଆଚ୍ଛାଦିତ; ଦିବ୍ୟ- ଦିବ୍ୟ; ଗନ୍ଧ - ସୁଗନ୍ଧ; ଅନୁଲେପନଂ - ଲେପ୍ୟ; ସର୍ବ- ସମସ୍ତ; ଆଶ୍ଚର୍ଯ୍ୟମୟଂ - ଆଶ୍ଚର୍ଯ୍ୟଜନକ; ଦେବଂ - ଈଶ୍ୱର; ଅନନ୍ତଂ - ଅନନ୍ତ; ବିଶ୍ୱତଃ -ସବୁ ଦିଗରେ;ମୁଖମ୍ -ମୁଖ ।",
"translation": {
"text": "ଅର୍ଜୁନ ସେହି ବିଶ୍ୱରୂପରେ, ଅସଂଖ୍ୟ ମୁଖ ଓ ଚକ୍ଷୁ ଦେଖିବାକୁ ପାଇଲେ । ସେମାନେ ଦିବ୍ୟ ଆଭୂଷଣରେ ସୁସଜ୍ଜିତ ଥିଲେ ତଥା ଅନେକ ପ୍ରକାର ଦିବ୍ୟ ଅସ୍ତ୍ର ଧାରଣ କରିଥିଲେ । ତାଙ୍କ ବକ୍ଷରେ ଅନେକ ପ୍ରକାରର ମାଳ ଶୋଭା ପାଉଥିଲା ଏବଂ ଶରୀର ଅନେକ ପ୍ରକାର ସୁବାସିତ ଦିବ୍ୟ ସୁଗନ୍ଧରେ ଲେପିତ ହୋଇଥିଲା । ନିଜକୁ ସେ ଅଦ୍ଭୁତ, ଅନନ୍ତ ପରମେଶ୍ୱର ରୂପରେ ପ୍ରକଟ କରିଥିଲେ, ଯାହାର ମୁଖ ସବୁ ଦିଗରେ ଥିଲା ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-10.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.10.mp3",
"https://www.gitasupersite.iitk.ac.in/sites/default/files/audio/Purohit/11.11.mp3"
]
},
"commentary": "ସଞ୍ଜୟ, ଅନେକ ଓ ଅନନ୍ତ ଶବ୍ଦର ବ୍ୟବହାର କରି, ଶ୍ରୀକୃଷ୍ଣଙ୍କର ଦିବ୍ୟ ବ୍ୟାପକ ବିଶ୍ୱରୂପର ବର୍ଣ୍ଣନା କରିଛନ୍ତି । ସମସ୍ତ ସୃଷ୍ଟି ଭଗବାନଙ୍କ ବିଶ୍ୱରୂପର ଶରୀର ଅଟେ, ତେଣୁ ଏଥିରେ ଅସଂଖ୍ୟ ମୁଖ, ଚକ୍ଷୁ, ପାଟି, ଆକାର, ରଙ୍ଗ ଏବଂ ରୂପ ରହିଛି । ମନୁଷ୍ୟର ବୁଦ୍ଧି ସମୟ, ସ୍ଥାନ ଓ ଆକୃତିର ସୀମିତ ପରିଧି ମଧ୍ୟରେ କୌଣସି ବସ୍ତୁକୁ ବୁଝିବାରେ ଅଭ୍ୟସ୍ତ ଅଟେ । ଭଗବାନଙ୍କ ବିଶ୍ୱରୂପର ଅସ୍ୱାଭାବିକ ଚମତ୍କାରିତା ଏବଂ ଅଲୌକିକତା ସ୍ଥାନ ଓ ସୀମା ଅତିକ୍ରମ କରି ସବୁଦିଗରେ ପ୍ରକାଶିତ ହେଉଥିଲା । ତେଣୁ ଏହାକୁ ଯଥାର୍ଥରେ ବିସ୍ମୟକର କୁହାଯାଇ ପାରେ ।"
},
{
"verseTitle": "Bhagavad Gita 11.12",
"verse": "12",
"chapter": 11,
"lang": "or",
"shloka": {
"speaker": "",
"sanskrit": "दिवि सूर्यसहस्रस्य भवेद्युगपदुत्थिता ।\n\nयदि भाः सदृशी सा स्याद्भासस्तस्य महात्मनः ॥12॥",
"text": "ଦିବି ସୂର୍ଯ୍ୟସହସ୍ରସ୍ୟ ଭବେଦ୍ୟୁଗପଦୁତ୍ଥିତା ।\nଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ ।।୧୨।।",
"audioLink": "https://www.holy-bhagavad-gita.org/public/audio/011_012.mp3"
},
"wordMeanings": "ଦିବି - ଆକାଶରେ; ସୂର୍ଯ୍ୟ- ସୂର୍ଯ୍ୟ; ସହସ୍ରସ୍ୟ - ହଜାର ହଜାର; ଭବେତ୍ - ଥିଲେ; ଯୁଗପତ୍ - ଏକ ସଙ୍ଗେ; ଉତ୍ଥିତା - ଉଦୟ ହେବା; ଯଦି - ଯଦି; ଭାଃ - ତେଜ; ସଦୃଶୀ - ତାହାପରି; ସା - ତାହା; ସ୍ୟାତ୍ - ହୋଇପାରେ; ଭାସଃ - ଦୀପ୍ତି (ଜ୍ୟୋତି), ତସ୍ୟ - ତାଙ୍କର; ମହାତ୍ମନଃ - ମହାନ୍ ବ୍ୟକ୍ତିତ୍ୱଙ୍କର ।",
"translation": {
"text": "ଆକାଶରେ ଏକ ହଜାର ସୂର୍ଯ୍ୟ ଏକତ୍ର ପ୍ରଜ୍ୱଳିତ ହେଲେ ମଧ୍ୟ ସେମାନେ ସେହି ବିରାଟ ସ୍ୱରୂପର ଦୀପ୍ତି ସହିତ ତୁଳନୀୟ ହୋଇପାରିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-12.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.12.mp3"
]
},
"commentary": "ସଞ୍ଜୟ ବର୍ତ୍ତମାନ ବିଶ୍ୱରୂପର ଦୀପ୍ତି ବର୍ଣ୍ଣନା କରୁଛନ୍ତି । ଏହାର ଉଜ୍ଜ୍ୱଳମୟ କାନ୍ତି ସମ୍ବନ୍ଧରେ ସାମାନ୍ୟ ଧାରଣା ଦେବା ପାଇଁ, ସେ ଏହାକୁ ମଧ୍ୟାହ୍ନ ଆକାଶରେ ଏକ ସଙ୍ଗେ ଏକ ହଜାର ସୂର୍ଯ୍ୟ ପ୍ରଜ୍ଜ୍ୱଳିତ ହେବାର କାନ୍ତି ସହିତ ତୁଳନା କରୁଛନ୍ତି । ବାସ୍ତବରେ ଭଗବାନଙ୍କର ଦୀପ୍ତି ଅସୀମ ଅଟେ, ଏହାକୁ ସୂର୍ଯ୍ୟଙ୍କର ଦୀପ୍ତି ଦ୍ୱାରା ମାପି ହେବ ନାହିଁ । ତଥାପି ଭାଷ୍ୟକାର ମାନେ ଅନେକ ସମୟରେ ଗୋଟିଏ ଅଜ୍ଞାତ ବସ୍ତୁର ବର୍ଣ୍ଣନା ଗୋଟିଏ ଜ୍ଞାତ ବସ୍ତୁ ସାହାଯ୍ୟରେ କରିଥାନ୍ତି । ଏକ ହଜାର ସୂର୍ଯ୍ୟର ଉପମା, ସଞ୍ଜୟଙ୍କର ଏହି ମନୋଭାବକୁ ପ୍ରକାଶ କରିଥାଏ ଯେ ଭଗବାନଙ୍କ ଦୀପ୍ତିର କୌଣସି ତୁଳନା ନାହିଁ ।"
},
{
"verseTitle": "Bhagavad Gita 11.13",
"verse": "13",
"chapter": 11,
"lang": "or",
"shloka": {
"speaker": "",
"sanskrit": "तत्रैकस्थं जगत्कृत्स्नं प्रविभक्तमनेकधा ।\n\nअपश्यद्देवदेवस्य शरीरे पाण्डवस्तदा ॥13॥",
"text": "ତତ୍ରୈକସ୍ଥଂ ଜଗତ୍କୃତ୍ସ୍ନଂ ପ୍ରବିଭକ୍ତମନେକଧା ।\nଅପଶ୍ୟଦ୍ଦେବଦେବସ୍ୟ ଶରୀରେ ପାଣ୍ଡବସ୍ତଦା । ।।୧୩।।",
"audioLink": "https://www.holy-bhagavad-gita.org/public/audio/011_013.mp3"
},
"wordMeanings": "ତତ୍ର - ସେଠାରେ; ଏକସ୍ଥଂ - ଏକ ସ୍ଥାନରେ ରହି; ଜଗତ୍ - ବ୍ରହ୍ମାଣ୍ଡ; କୃତ୍ସ୍ନଂ - ସମ୍ପୂର୍ଣ୍ଣରୂପେ; ପ୍ରବିଭକ୍ତଂ - ବିଭକ୍ତ; ଅନେକଧା - ଅନେକ ପ୍ରକାରେ; ଅପଶ୍ୟତ୍ - ଦେଖି ପାରିଲେ; ଦେବ ଦେବସ୍ୟ - ପରମପୁରୁଷ ଭଗବାନଙ୍କର; ଶରୀରେ - ବିଶ୍ୱରୂପରେ; ପାଣ୍ଡବ - ଅର୍ଜୁନ; ତଦା - ସେହି ସମୟରେ ।",
"translation": {
"text": "ସେଠାରେ ଅର୍ଜୁନ ଦେଖିପାରିଲେ ଯେ ପରମେଶ୍ୱରଙ୍କ ଶରୀରରେ ସମଗ୍ର ବ୍ରହ୍ମାଣ୍ଡ ପୂର୍ଣ୍ଣତଃ ଗୋଟିଏ ସ୍ଥାନରେ ରହିଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.13.mp3"
]
},
"commentary": "ବିଶ୍ୱରୂପର ବିସ୍ମୟକର ଅଲୌକିକତା ବର୍ଣ୍ଣନା କରିବା ପରେ, ସଞ୍ଜୟ କହୁଛନ୍ତି ଯେ ସମଗ୍ର ସୃଷ୍ଟି ଏହା ମଧ୍ୟରେ ସମାହିତ । ଆହୁରି ବିସ୍ମୟକର ଏହା ଯେ ଅର୍ଜୁନ ଦେଖିବାକୁ ପାଉଛନ୍ତି, ସମଗ୍ର ସୃଷ୍ଟି ଶ୍ରୀକୃଷ୍ଣଙ୍କ ଶରୀରରେ ଗୋଟିଏ ସ୍ଥାନରେ ଅବସ୍ଥିତ । ସେ ଦେଖିବାକୁ ପାଇଲେ ଯେ ସମ୍ପୂର୍ଣ୍ଣ ସୃଷ୍ଟି ଅନ୍ତର୍ଗତ ଅଗଣିତ ବ୍ରହ୍ମାଣ୍ଡ, ସେମାନଙ୍କର ଛାୟାପଥ ଓ ସୌରମଣ୍ଡଳ ଆଦି ଅନେକ ବିଭାଜନ ସହିତ, ପରମେଶ୍ୱରଙ୍କ ଶରୀରର ଏକ ଅଂଶରେ ସ୍ଥିତ ଅଟନ୍ତି ।\nଶ୍ରୀକୃଷ୍ଣ, ତାଙ୍କର ବାଲ୍ୟଲୀଳାରେ, ଏହି ବିଶ୍ୱରୂପ ତାଙ୍କ ମାତା ଯଶୋଦାଙ୍କୁ ମଧ୍ୟ ଦେଖାଇଥିଲେ । ସେ ତାଙ୍କର ଭକ୍ତମାନଙ୍କୁ ଆହ୍ଲାଦିତ କରିବା ପାଇଁ ନିଜର ଦିବ୍ୟ ଐଶ୍ୱର୍ଯ୍ୟକୁ ଲୁକ୍କାୟିତ ରଖି, ଏକ ଶିଶୁର ଭୂମିକା ନିର୍ବାହ କରୁଥିଲେ । ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଜର ପୁତ୍ର ମନେ କରୁଥିଲେ । ତାଙ୍କର ବାରମ୍ବାର ବାରଣ ସତ୍ତ୍ୱେ, ସେ ମାଟି ଖାଇଥିବାରୁ ଦିନେ ସେ ତାଙ୍କୁ ବହୁତ ଦଣ୍ଡଦେଲେ ଏବଂ ମୁହଁ ଖୋଲି କ’ଣ ଖାଇଛନ୍ତି ତାହା ଦେଖାଇବାକୁ କହିଲେ । ଶ୍ରୀକୃଷ୍ଣ ମୁହଁ ଖୋଲିଲେ ଏବଂ ନିଜ ଯୋଗମାୟା ଶକ୍ତି ବଳରେ ସେହି ମୁହଁରେ ତାଙ୍କର ବିଶ୍ୱରୂପ ପ୍ରକଟ କଲେ । ଯଶୋଦା ତାଙ୍କ ଛୋଟ ଶିଶୁର ମୁହଁ ଭିତରେ ଏପରି ଅନନ୍ତ ବିସ୍ମୟ ଦେଖି ଚକିତ ହୋଇଗଲେ । ସେ ଏହି ଦୃଶ୍ୟରେ ଏପରି ଅଭିଭୂତ ହୋଇଗଲେ ଯେ ମୂର୍ଚ୍ଛିତ ହେବା ଅବସ୍ଥାକୁ ଆସିଗଲେ । ଶ୍ରୀକୃଷ୍ଣ ତାଙ୍କୁ ସ୍ପର୍ଶ କରି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିଲେ ।\nଭଗବାନ ଯେଉଁ ବିଶ୍ୱରୂପ ମାତା ଯଶୋଦାଙ୍କୁ ଦେଖାଇଥିଲେ, ସେହି ରୂପ ସେ ତାଙ୍କ ସଖା ଅର୍ଜୁନଙ୍କୁ ଦେଖାଇଛନ୍ତି । ସେହି ବିଶ୍ୱରୂପର ସନ୍ଦର୍ଶନରେ ଅର୍ଜୁନଙ୍କର ପ୍ରତିକ୍ରିୟା କ’ଣ, ବର୍ତ୍ତମାନ ସଞ୍ଜୟ ତାହା ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 11.14",
"verse": "14",
"chapter": 11,
"lang": "or",
"shloka": {
"speaker": "",
"sanskrit": "ततः स विस्मयाविष्टो हृष्टरोमा धनञ्जयः ।\n\nप्रणम्य शिरसा देवं कृताञ्जलिरभाषत ॥14॥",
"text": "ତତଃ ସ ବିସ୍ମୟାବିଷ୍ଟୋ ହୃଷ୍ଟରୋମା ଧନଞ୍ଜୟଃ ।\nପ୍ରଣମ୍ୟ ଶିରସା ଦେବଂ କୃତାଞ୍ଜଳିରଭାଷତ ।।୧୪।।",
"audioLink": "https://www.holy-bhagavad-gita.org/public/audio/011_014.mp3"
},
"wordMeanings": "ତତଃ - ତାପରେ; ସ - ସେ; ବିସ୍ମୟାବିଷ୍ଟଃ - ଅତ୍ୟାଶ୍ଚର୍ଯ୍ୟ ହୋଇ; ହୃଷ୍ଟ- ରୋମା - ରୋମାଞ୍ଚିତ ହୋଇ; ଧନଞ୍ଜୟଃ - ଅର୍ଜୁନ; ପ୍ରଣମ୍ୟ - ପ୍ରଣାମ କରି; ଶିରସା - ନତମସ୍ତକ ହୋଇ; ଦେବଂ - ପରମପୁରୁଷ ଭଗବାନଙ୍କୁ; କୃତାଞ୍ଜଳିଃ - ଯୋଡ଼ହସ୍ତ ହୋଇ; ଅଭାଷତ- କହିବାକୁ ଲାଗିଲେ ।",
"translation": {
"text": "ଅର୍ଜୁନ ଅତ୍ୟନ୍ତ ବିସ୍ମୟାଭୂତ ହୋଇ ଉଠିଲେ ଏବଂ ତାଙ୍କର ରୋମାଞ୍ଚ ଜାତ ହୋଇଗଲା । ସେ ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହୋଇ କୃତାଞ୍ଜଳି ପୁଟରେ ତାଙ୍କର ସ୍ତୁତି କରିବାରେ ଲାଗିଲେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.14.mp3"
]
},
"commentary": "ସେହି ବିସ୍ମୟକାରୀ ଦୃଶ୍ୟ ଦେଖି ଅର୍ଜୁନ ବିସ୍ମିତ ହେବା ସହିତ ଗଭୀର ଭକ୍ତିରେ ଉଦ୍ବୁଦ୍ଧ ହୋଇଉଠିଲେ । ଏହା ତାଙ୍କ ହୃଦୟରେ ଭକ୍ତିର ସ୍ୱର ସଂଚାର କରି ଆନନ୍ଦର ଆବେଗ ଉତ୍ପନ୍ନ କଲା । ଭକ୍ତି ଭାବର ଏହି ଉଲ୍ଲାସ ବେଳେ ବେଳେ ଶାରିରୀକ ଲକ୍ଷଣ ରୂପରେ ପ୍ରକାଶିତ ହୋଇଥାଏ । ଭକ୍ତି ଶାସ୍ତ୍ରମାନଙ୍କରେ ଏହିପରି ଆଠଗୋଟି ଲକ୍ଷଣ ବର୍ଣ୍ଣନା କରାଯାଇଛି । ଏହାକୁ ଅଷ୍ଟ ସାତ୍ତ୍ୱିକ ଭାବ କୁହାଯାଏ । ଭକ୍ତର ହୃଦୟ ଯେତେବେଳେ ଭକ୍ତିରେ ଉଲ୍ଲସିତ ହୋଇଯାଏ, ସେତେବେଳେ ପ୍ରାୟତଃ ଏହି ସବୁ ଲକ୍ଷଣ ଦେଖାଯାଇଥାଏ ।\nସ୍ତମ୍ଭ ସ୍ୱେଦୋଽଥ ରୋମାଞ୍ଚଃ ସ୍ୱରଭେଦୋଽଥ ବେପଥୁଃ ।ବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟ ଇତ୍ୟଷ୍ଟୌ ସାତ୍ତିକାଃ ସ୍ମୃତାଃ । । (ଭକ୍ତି ରସାମୃତ ସିନ୍ଧୁ)\n“ସ୍ତମ୍ଭୀଭୂତ ହୋଇଯିବା, ଅତ୍ୟଧିକ ସ୍ୱେଦ ନିର୍ଗତ ହେବା, ରୋମାଞ୍ôଚତ ହେବା, କଣ୍ଠରୁଦ୍ଧ ହେବା, ଶିହରଣ ସୃଷ୍ଟି ହେବା, ଚେହେରା ଶେତା ପଡ଼ିଯିବା, ଅଶ୍ରୁ ଜାତ ହେବା, ଏବଂ ମୂର୍ଚ୍ଛିତ ହୋଇଯିବା -ଏହିସବୁ ଶାରୀରିକ ଲକ୍ଷଣ ମାଧ୍ୟମରେ ହୃଦୟର ଗଭୀର ପ୍ରେମ ବେଳେବେଳେ ପ୍ରକାଶିତ ହୋଇଥାଏ ।” ଅର୍ଜୁନଙ୍କର ରୋମମୂଳ ଟାଙ୍କୁରି ଉଠିବା ସହିତ, ସେ ଏହା ସବୁ ଅନୁଭବ କରିଥିଲେ । ଭକ୍ତିରେ ନତମସ୍ତକ ହୋଇ ସେ କର ଯୋଡ଼ି ଯାହା ସ୍ତୁତି କରିଥିଲେ, ତାହାର ବର୍ଣ୍ଣନା ପରବର୍ତ୍ତୀ ସାତଗୋଟି ଶ୍ଲୋକରେ କରାଯାଇଛି ।"
},
{
"verseTitle": "Bhagavad Gita 11.15",
"verse": "15",
"chapter": 11,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nपश्यामि देवांस्तव देव देहे सर्वांस्तथा भूतविशेषसङ्घान्। \n\nब्रह्माणमीशं कमलासनस्थ-मृषींश्च सर्वानुरगांश्च दिव्यान् ॥15॥",
"text": "ପଶ୍ୟାମି ଦେବାଂସ୍ତବ ଦେବ ଦେହେ\nସର୍ବାଂସ୍ତଥା ଭୂତବିଶେଷସଂଘାନ୍ ।\nବ୍ରହ୍ମାଣମୀଶଂ କମଳାସନସ୍ଥ\nମୃଷୀଂଶ୍ଚ ସର୍ବାନୁରଗାଂଶ୍ଚ ଦିବ୍ୟାନ୍ ।।୧୫।।",
"audioLink": "https://www.holy-bhagavad-gita.org/public/audio/011_015.mp3"
},
"wordMeanings": "ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପଶ୍ୟାମି - ମୁଁ ଦେଖୁଛି; ଦେବାନ୍ - ସମସ୍ତ ଦେବତା; ତବ - ଆପଣଙ୍କର ; ଦେବ- ହେ ଭଗବାନ; ଦେହେ - ଶରୀରରେ; ସର୍ବାନ୍ - ସମସ୍ତ; ତଥା - ତଥା; ଭୂତ - ଜୀବଗଣ; ବିଶେଷ ସଂଘାନ୍ - ବିଶେଷ କରି ଏକତ୍ରିତ; ବ୍ରହ୍ମାଣମ୍ - ଶ୍ରୀ ବ୍ରହ୍ମାଜୀ; ଈଶଂ - ଶ୍ରୀ ଶିବଜୀ; କମଳ-ଆସନସ୍ଥମ୍ - ପଦ୍ମ ପୁଷ୍ପ ଉପରେ ବସି; ଋଷୀନ୍ - ମହର୍ଷିଗଣ; ଚ - ଏବଂ; ସର୍ବାନ୍ - ସମସ୍ତ; ଉରଗାନ୍ -ସର୍ପଗଣ; ଚ- ଏବଂ; ଦିବ୍ୟାନ୍ - ଦିବ୍ୟ ।",
"translation": {
"text": "ଅର୍ଜୁନ କହିଲେ, ହେ ଶ୍ରୀକୃଷ୍ଣ! ମୁଁ ଆପଣଙ୍କ ଶରୀର ମଧ୍ୟରେ ସମସ୍ତ ଦେବତା ତଥା ଅସଂଖ୍ୟ ପ୍ରକାରର ପ୍ରାଣୀଙ୍କୁ ଦେଖିପାରୁଛି । ମୁଁ ପଦ୍ମଫୁଲ ଉପରେ ବସିଥିବା ବ୍ରହ୍ମାଙ୍କୁ, ଶିବଙ୍କୁ, ସମସ୍ତ ମୁନିଋଷି ତଥା ସ୍ୱର୍ଗୀୟ ସର୍ପମାନଙ୍କୁ ମଧ୍ୟ ଦେଖିପାରୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.15.mp3"
]
},
"commentary": "ଅର୍ଜୁନ ବିସ୍ମୟାଭିଭୂତ ହୋଇ କହିଲେ ଯେ ସେ ତ୍ରିଲୋକର ସମସ୍ତ ପ୍ରାଣୀ ଏବଂ ସ୍ୱର୍ଗଲୋକର ଦେବତାଗଣଙ୍କୁ ସେ ଦେଖିପାରୁଛନ୍ତି । କମଳାସନସ୍ଥମ୍ ଶବ୍ଦ ବ୍ରହ୍ମାଙ୍କୁ ବୁଝାଏ, ଯିଏ ବିଶ୍ୱର ପଦ୍ମ ଚକ୍ରରେ ଉପବେଶନ କରିଥାଆନ୍ତି । ଭଗବାନ ଶିବ, ବିଶ୍ୱାମିତ୍ର ଆଦି ଋଷିଗଣ ଏବଂ ବାସୁକି ଆଦି ସର୍ପଗଣ ସେହି ବିଶ୍ୱରୂପ ମଧ୍ୟରେ ଦୃଶ୍ୟମାନ ହେଉଥିଲେ ।"
},
{
"verseTitle": "Bhagavad Gita 11.16",
"verse": "16",
"chapter": 11,
"lang": "or",
"shloka": {
"speaker": "",
"sanskrit": "अनेकबाहूदरवक्त्रनेत्रं \n\nपश्यामि त्वां सर्वतोऽनन्तरूपम्।\n\nनान्तं न मध्यं न पुनस्तवादिं\n\nपश्यामि विश्वेश्वर विश्वरुप ॥16॥",
"text": "ଅନେକବାହୂଦରବକ୍ତ୍ରନେତ୍ରଂ\nପଶ୍ୟାମି ତ୍ୱାଂ ସର୍ବତୋଽନନ୍ତରୂପମ୍ ।\nନାନ୍ତଂ ନ ମଧ୍ୟଂ ନ ପୁନସ୍ତବାଦିଂ \nପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପ ।।୧୬।।",
"audioLink": "https://www.holy-bhagavad-gita.org/public/audio/011_016.mp3"
},
"wordMeanings": "ଅନେକ-ଅନେକ; ବାହୁ-ବାହୁ; ଉଦର-ଉଦର; ବକ୍ତ୍ର-ମୁଖ; ନେତ୍ରଂ-ଚକ୍ଷୁ; ପଶ୍ୟାମି-ମୁଁ ଦେଖୁଛି; ତ୍ୱାଂ- ଆପଣଙ୍କୁ; ସର୍ବତଃ-ସବୁ ଦିଗରୁ; ଅନନ୍ତରୂପଂ-ଅନନ୍ତ ରୂପ; ନ ଅନ୍ତଂ-ଶେଷ ନାହିଁ; ନ ମଧ୍ୟଂ- ମଧ୍ୟ ନାହିଁ; ନ ପୁନଃ-ପୁନଶ୍ଚ ନାହିଁ; ତବ -ଆପଣଙ୍କର; ଆଦିଂ-ଆରମ୍ଭ; ପଶ୍ୟାମି- ମୁଁ ଦେଖୁଛି; ବିଶ୍ୱେଶ୍ୱର-ହେ ବ୍ରହ୍ମାଣ୍ଡର ଈଶ୍ୱର; ବିଶ୍ୱରୂପ- ବିଶ୍ୱରୂପରେ ।",
"translation": {
"text": "ମୁଁ ଆପଣଙ୍କର, ଅଗଣିତ ହସ୍ତ, ଉଦର, ମୁଖ ଏବଂ ଚକ୍ଷୁ ଯୁକ୍ତ ଅସୀମ ରୂପ ଚତୁର୍ଦ୍ଦିଗରେ ଦେଖୁଛି । ହେ ବିଶ୍ୱନିୟନ୍ତା, ବ୍ରହ୍ମାଣ୍ଡ ହିଁ ଆପଣଙ୍କର ସ୍ୱରୂପ ଅଟେ । ମୁଁ ଏହାର ଆଦ୍ୟ, ମଧ୍ୟ ଓ ଅନ୍ତ ଦେଖିପାରୁନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-16.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.16.mp3"
]
},
"commentary": "ଅର୍ଜୁନ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି - ବିଶ୍ୱେଶ୍ୱର, ଅର୍ଥ ‘ବ୍ରହ୍ମାଣ୍ଡର ନିୟାମକ’ ଏବଂ ବିଶ୍ୱରୂପ ଅର୍ଥାତ୍ ‘ବ୍ରହ୍ମାଣ୍ଡୀୟ ସ୍ୱରୂପ’, ଯାହା ସୂଚିତ କରୁଛି, “ହେ ଶ୍ରୀକୃଷ୍ଣ, ଏହି ବିଶ୍ୱ ଆପଣଙ୍କର ପରିପ୍ରକାଶ ବ୍ୟତୀତ ଅନ୍ୟ କିଛି ନୁହେଁ ଏବଂ ଆପଣ ଏହାର ନିୟନ୍ତା ମଧ୍ୟ ଅଟନ୍ତି । ପୁଣି ତାଙ୍କ ବିଶାଳତାର ଅନୁଭବ କରି ଅର୍ଜୁନ କହୁଛନ୍ତି ଯେ କୌଣସି ଦିଗରୁ ଦେଖିଲେ ମଧ୍ୟ ସେ ସେହି ପ୍ରାକଟ୍ୟର ପ୍ରାନ୍ତ ସ୍ଥିର କରି ପାରୁନାହାନ୍ତି । ସେ ତା’ର ଆରମ୍ଭ ଖୋଜି ପାଉନାହାଁନ୍ତି, ମଧ୍ୟ ଭାଗକୁ ଦେଖିବାକୁ ଚାହିଁଲେ ମଧ୍ୟ ସେଥିରେ ସଫଳ ହେଉନାହାନ୍ତି ଏବଂ ଅନ୍ତର ସନ୍ଧାନ କରିବାକୁ ଯାଇ ତାଙ୍କ ସମ୍ମୁଖରେ ପ୍ରକଟିତ ଦୃଶ୍ୟର ଶେଷ ଦେଖିପାରୁନାହାନ୍ତି ।"
},
{
"verseTitle": "Bhagavad Gita 11.17",
"verse": "17",
"chapter": 11,
"lang": "or",
"shloka": {
"speaker": "",
"sanskrit": "किरीटिनं गदिनं चक्रिणं च \n\nतेजोराशिं सर्वतो दीप्तिमन्तम् । \n\nपश्यामि त्वां दुर्निरीक्ष्यं समन्ताद् \n\nदीप्तानलार्कद्युतिमप्रमेयम् ॥17॥",
"text": "କିରୀଟିନଂ ଗଦିନଂ ଚକ୍ରିଣଂ ଚ\nତେଜୋରାଶିଂ ସର୍ବତୋ ଦୀପ୍ତିମନ୍ତମ୍ ।\nପଶ୍ୟାମି ତ୍ୱାଂ ଦୁର୍ନିରୀକ୍ଷ୍ୟଂ ସମନ୍ତାଦ୍\nଦୀପ୍ତାନଳାର୍କଦ୍ୟୁତିମପ୍ରମେୟମ୍ ।।୧୭।।",
"audioLink": "https://www.holy-bhagavad-gita.org/public/audio/011_017.mp3"
},
"wordMeanings": "କିରୀଟିନଂ -ମୁକୁଟ ସହିତ; ଗଦିନଂ - ଗଦା ସହ; ଚକ୍ରିଣଂ - ଚକ୍ର ସହ; ଚ- ଏବଂ; ତେଜୋରାଶିଂ - ଜ୍ୟୋତି;ସର୍ବତଃ - ସବୁଦିଗରେ; ଦୀପ୍ତିମନ୍ତମ୍-ପ୍ରଦୀପ୍ତ; ପଶ୍ୟାମି -ମୁଁ ଦେଖୁଛି; ତ୍ୱାଂ-ଆପଣ; ଦୁର୍ନିରୀକ୍ଷ୍ୟଂ - ଦେଖିବା କଷ୍ଟ; ସମନ୍ତାତ୍ - ପରିବ୍ୟାପ୍ତ; ଦୀପ୍ତ-ଅନଳ -ପ୍ରଦୀପ୍ତ ଅଗ୍ନି; ଅର୍କ- ସୂର୍ଯ୍ୟ; ଦ୍ୟୁତିମ୍ - ସୂର୍ଯ୍ୟରଶ୍ମି; ଅପ୍ରମେୟମ୍ - ଅମାପ (ଅକଳନୀୟ) ।",
"translation": {
"text": "ଆପଣଙ୍କର ମସ୍ତକରେ ମୁକୁଟ ସୁସଜ୍ଜିତ, ହସ୍ତରେ ଗଦା ଓ ଚକ୍ର ଧାରଣ କରିଥିବା ଏବଂ ଦୀପ୍ତିର ସ୍ରୋତ ଭାବରେ ସର୍ବଦିଗରେ ଉଦ୍ଭାସିତ ହେଉଥିବା ରୂପକୁ ମୁଁ ଦେଖୁଛି । ଆପଣଙ୍କ ଦୀପ୍ତିର ପ୍ରଜ୍ଜ୍ୱଳିତ ଶିଖା, ଯାହା ସୂର୍ଯ୍ୟଙ୍କ ପରି ସମସ୍ତ ଦିଗରେ ବିକିରଣ ହେଉଛି, ତାହାକୁ ଦେଖିବା ଅତ୍ୟନ୍ତ କଷ୍ଟକର ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.17.mp3"
]
},
"commentary": "ଭୌତିକ ଚକ୍ଷୁ କୌଣସି ଅତ୍ୟୁଜ୍ଜ୍ୱଳ ବସ୍ତୁକୁ ଦେଖି ପାରେନାହିଁ । ଅର୍ଜୁନ ଯେଉଁ ବିଶ୍ୱରୂପର ଦର୍ଶନ କରୁଥିଲେ, ତାହାର ଦୀପ୍ତି ଏକହଜାର ସୂର୍ଯ୍ୟଙ୍କର ଉଜ୍ଜ୍ୱଳତାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା । ସୂର୍ଯ୍ୟ ଚକ୍ଷୁକୁ ଝଲସାଇ ଦେଲା ପରି, ଭଗବାନଙ୍କର ବିଶ୍ୱରୂପ ମଧ୍ୟ ଅତ୍ୟଧିକ ଭାବେ ଦୃଷ୍ଟିକୁ ସ୍ତମ୍ଭୀଭୂତ କରି ଦେଉଥିଲା । ଭଗବାନଙ୍କଠାରୁ ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିଥିବା ଯୋଗୁଁ, ସେ ଏହା ଦେଖିବାକୁ ସକ୍ଷମ ହୋଇଥିଲେ ।\nସେହି ବିଶ୍ୱରୂପରେ, ଅର୍ଜୁନ ଚତୁର୍ଭୁଜ ବିଷ୍ଣୁଙ୍କୁ ତାଙ୍କର ଚାରୋଟି ବିଶିଷ୍ଟ ଆୟୁଧ - ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ସହିତ ଦେଖିପାରିଲେ ।"
},
{
"verseTitle": "Bhagavad Gita 11.18",
"verse": "18",
"chapter": 11,
"lang": "or",
"shloka": {
"speaker": "",
"sanskrit": "त्वमक्षरं परमं वेदितव्यं \n\nत्वमस्य विश्वस्य परं निधानम्।\n\nत्वमव्ययः शाश्वतधर्मगोप्ता\n\nसनातनस्त्वं पुरुषो मतो मे ॥18॥",
"text": "ତ୍ୱମକ୍ଷରଂ ପରମଂ ବେଦିତବ୍ୟଂ \nତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍ ।\nତ୍ୱମବ୍ୟୟଃ ଶାଶ୍ୱତଧର୍ମଗୋପ୍ତା\nସନାତନସ୍ତ୍ୱଂ ପୁରୁଷୋ ମତୋ ମେ ।।୧୮।।",
"audioLink": "https://www.holy-bhagavad-gita.org/public/audio/011_018.mp3"
},
"wordMeanings": "ତ୍ୱଂ-ଆପଣ; ଅକ୍ଷରଂ-ଅବ୍ୟୟ; ପରମଂ-ପରମ; ବେଦିତବ୍ୟଂ- ଜ୍ଞାତବ୍ୟ; ତ୍ୱଂ-ଆପଣ; ଅସ୍ୟ-ଏହାର; ବିଶ୍ୱସ୍ୟ-ବିଶ୍ୱ ବ୍ରହ୍ମାଣ୍ଡର; ପରଂ-ପରମ; ନିଧାନମ୍-ଆଶ୍ରୟ; ତ୍ୱଂ-ଆପଣ; ଅବ୍ୟୟଃ-ଅବ୍ୟୟ; ଶାଶ୍ୱତ-ଧର୍ମ-ଗୋପ୍ତା- ସନାତନ ଧର୍ମର ରକ୍ଷକ; ସନାତନଃ-ସନାତନ; ତ୍ୱଂ-ଆପଣ; ପୁରୁଷଃ-ପରମପୁରୁଷ; ମତଃ ମେ- ମୋର ମତ ।",
"translation": {
"text": "ମୁଁ ଆପଣଙ୍କୁ, ଶାସ୍ତ୍ର ଦ୍ୱାରା ଜ୍ଞାତବ୍ୟ ଅନ୍ତିମ ସତ୍ୟ, ପରମ ଅବିନଶ୍ୱର ତତ୍ତ୍ୱ ରୂପରେ ଜାଣି ପାରୁଛି । ଆପଣ ସମଗ୍ର ସୃଷ୍ଟିର ପାଳନ କର୍ତ୍ତା; ଆପଣ ସନାତନ ଧର୍ମର (ଚିରନ୍ତନ ଧର୍ମ) ସର୍ବକାଳୀନ ରକ୍ଷକ; ଏବଂ ଶାଶ୍ୱତ ପରମ ଦିବ୍ୟ ପୁରୁଷ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.18.mp3"
]
},
"commentary": "ଅର୍ଜୁନ ଘୋଷଣା କରୁଛନ୍ତି ଯେ ସେ ପରମ ପୁରୁଷ ଭାବରେ ଶ୍ରୀକୃଷ୍ଣଙ୍କର ସାର୍ବଭୌମତ୍ୱକୁ ଚିହ୍ନିପାରିଛନ୍ତି, ଯିଏ ସମଗ୍ର ସୃଷ୍ଟିର ଆଶ୍ରୟ ଅଟନ୍ତି ଏବଂ ସମସ୍ତ ଶାସ୍ତ୍ରର ଜ୍ଞାତବ୍ୟ ବିଷୟ ଅଟନ୍ତି । କଠୋପନିଷଦ କହେ:\nସର୍ବେ ବେଦା ଯତ୍ ପଦମାମନନ୍ତି (୧.୨.୧୫)\n“ସମସ୍ତ ବେଦ ମନ୍ତ୍ରର ଉଦ୍ଦେଶ୍ୟ ଆମ୍ଭମାନଙ୍କୁ ଭଗବାନଙ୍କ ଅଭିମୁଖରେ ପ୍ରେରିତ କରିବା । ସେ ବେଦ ଅଧ୍ୟୟନର ବିଷୟବସ୍ତୁ ଅଟନ୍ତି ।” ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ:\nବାସୁଦେବ-ପରା ବେଦା ବାସୁଦେବ-ପରା ମଖାଃ (୧.୨.୨୮)\n“ବୈଦିକ ଜ୍ଞାନ ଅର୍ଜନ କରିବାର ଉଦ୍ଦେଶ୍ୟ ଭଗବାନଙ୍କ ପାଖରେ ପହଞ୍ôଚବା । ସମସ୍ତ ଯଜ୍ଞ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ।” ଶ୍ରୀକୃଷ୍ଣଙ୍କର ସ୍ତୁତି କରିବାକୁ ଯାଇ ଅର୍ଜୁନ କହୁଛନ୍ତି ଯେ ତାଙ୍କ ସମ୍ମୁଖରେ ଭଗବାନଙ୍କର ଯେଉଁ ସାକାର ରୂପକୁ ସେ ଦେଖୁଛନ୍ତି, ତାହାହିଁ ଚରମ ଅନ୍ତିମ ସତ୍ୟ ଅଟେ ଏବଂ ତାହା ହିଁ ସମସ୍ତ ବୈଦିକ ଜ୍ଞାନର ଚରମ ଲକ୍ଷ୍ୟ ଅଟେ ।"
},
{
"verseTitle": "Bhagavad Gita 11.19",
"verse": "19",
"chapter": 11,
"lang": "or",
"shloka": {
"speaker": "",
"sanskrit": "अनादिमधयान्तमनन्तवीर्यमनन्तबाहुं शशिसूर्यनेत्रम् । \n\nपश्यामि त्वां दीप्तहुताशवक्त्रं स्वतेजसा विश्वमिदं तपन्तम् ॥19॥",
"text": "ଅନାଦିମଧ୍ୟାନ୍ତମନନ୍ତବୀର୍ଯ୍ୟ-\nମନନ୍ତବାହୁଂ ଶଶିସୂର୍ଯ୍ୟ ନେତ୍ରମ୍ ।\nପଶ୍ୟାମି ତ୍ୱାଂ ଦୀପ୍ତହୁତାଶବକ୍ତ୍ରଂ \nସ୍ୱତେଜସା ବିଶ୍ୱମିଦଂ ତପନ୍ତମ୍ ।।୧୯।।",
"audioLink": "https://www.holy-bhagavad-gita.org/public/audio/011_019.mp3"
},
"wordMeanings": "ଅନାଦି - ଅନାଦି (ଯାହାର ମୂଳ ନାହିଁ); ମଧ୍ୟ - ଯାହାର ମଧ୍ୟ ନାହିଁ; ଅନ୍ତଂ - ଯାହାର ଅନ୍ତ ନାହିଁ; ଅନନ୍ତ - ଅନନ୍ତ; ବୀର୍ଯ୍ୟଂ -ଶକ୍ତି ; ଅନନ୍ତ - ଅନନ୍ତ; ବାହୁଂ-ବାହୁ; ଶଶି-ଚନ୍ଦ୍ର; ସୂର୍ଯ୍ୟ-ସୂର୍ଯ୍ୟ; ନେତ୍ରମ୍ - ଚକ୍ଷୁ; ପଶ୍ୟାମି -ମୁଁ ଦେଖୁଛି; ତ୍ୱାଂ - ଆପଣଙ୍କୁ; ଦୀପ୍ତ -ତେଜୀୟାନ୍; ହୁତାଶ-ବକ୍ତ୍ରଂ - ଆପଣଙ୍କ ମୁଖରୁ ଅଗ୍ନି ବାହାରୁଛି; ସ୍ୱତେଜସା- ଆପଣଙ୍କ ତେଜଦ୍ୱାରା; ବିଶ୍ୱଂ - ଏହି; ବ୍ରହ୍ମାଣ୍ଡ; ଇଦଂ - ଏହି; ତପନ୍ତମ୍ - ତପ୍ତ କରୁଛନ୍ତି ।",
"translation": {
"text": "ଆପଣଙ୍କର ଆରମ୍ଭ, ମଧ୍ୟ ବା ଶେଷ ନାହିଁ; ଆପଣଙ୍କ ଶକ୍ତିର ସୀମା ନାହିଁ । ଆପଣଙ୍କର ବାହୁ ଅନ୍ତହୀନ, ସୂର୍ଯ୍ୟ ଓ ଚନ୍ଦ୍ର ଆପଣଙ୍କ ଚକ୍ଷୁ ସଦୃଶ, ଅଗ୍ନି ଆପଣଙ୍କ ମୁହଁ ପରି । ଆପଣଙ୍କ ତେଜରେ ଆପଣ ସମଗ୍ର ସୃଷ୍ଟିକୁ ତପ୍ତ କରୁଥିବା ମୁଁ ଦେଖିପାରୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.19.mp3"
]
},
"commentary": "ଷୋଡ଼ଶ ଶ୍ଲୋକରେ, ଅର୍ଜୁନ କହିଥିଲେ ଯେ ଭଗବାନଙ୍କ ସ୍ୱରୂପର ଆଦ୍ୟ, ମଧ୍ୟ ବା ଅନ୍ତ ନାହିଁ । ବର୍ତ୍ତମାନ ଅତ୍ୟଧିକ ଭାବପ୍ରବଣ ହୋଇ, ସେ ମାତ୍ର ତିନୋଟି ଶ୍ଲୋକର ବ୍ୟବଧାନରେ ତାହାର ପୁନରାବୃତ୍ତି କରୁଛନ୍ତି । ଉତ୍କଣ୍ଠାବଶତଃ କୌଣସି ବାକ୍ୟକୁ ଯଦି ଦୋହରାଯାଏ, ତେବେ ତାହାକୁ ବିସ୍ମୟର ପରିପ୍ରକାଶ ଭାବରେ ଗ୍ରହଣ କରାଯାଇଥାଏ, ସାହିତ୍ୟିକ ତ୍ରୁଟି ଭାବରେ ବିଚାର କରାଯାଏ ନାହିଁ । ଉଦାହରଣ ସ୍ୱରୂପ, ଗୋଟିଏ ସାପ ଦେଖି ଆମେ ଚିତ୍କାର କରିଥାଉ, “ସାପ....ସାପ....ସାପ!” ସେହିପରି ବିସ୍ମୟାଭିଭୂତ ହୋଇ ଅର୍ଜୁନ ତାଙ୍କ ବାକ୍ୟର ପୁନରାବୃତ୍ତି କରିଛନ୍ତି ।\nବାସ୍ତବରେ ଭଗବାନଙ୍କର ଆଦି ବା ଅନ୍ତ ନାହିଁ । କାରଣ ସ୍ଥାନ, କାଳ ଓ କାରଣ ସବୁକିଛି ତାଙ୍କ ମଧ୍ୟରେ ସମାହିତ । ତେଣୁ ତାଙ୍କର ସ୍ଥିତି ସେହି ସବୁ ପରିମାପର ସୀମା ବାହାରେ । ତାଙ୍କୁ ସ୍ଥାନ, କାଳ ଓ କାରଣ ଦ୍ୱାରା ସୀମାବଦ୍ଧ କରାଯାଇ ପାରିବ ନାହିଁ । ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରକାଗଣ ତାଙ୍କଠାରୁ ଶକ୍ତି ଗ୍ରହଣ କରିଥାନ୍ତି । ଅତଏବ, ସେମାନଙ୍କ ମାଧ୍ୟମରେ ସେ ହିଁ ବିଶ୍ୱକୁ ତାପ ପ୍ରଦାନ କରିଥାଆନ୍ତି ।"
},
{
"verseTitle": "Bhagavad Gita 11.20",
"verse": "20",
"chapter": 11,
"lang": "or",
"shloka": {
"speaker": "",
"sanskrit": "द्यावापृथिव्योरिदमन्तरं हि व्याप्तं त्वयैकेन दिशश्च सर्वाः।\n\nदृष्ट्वाद्भुतं रूपमुग्रं तवेदं लोकत्रयं प्रव्यथितं महात्मन् ॥20॥",
"text": "ଦ୍ୟାବାପୃଥିବ୍ୟୋରିଦମନ୍ତରଂ ହି\nବ୍ୟାପ୍ତଂ ତ୍ୱୟୈକେନ ଦିଶଶ୍ଚ ସର୍ବାଃ ।\nଦୃଷ୍ଟ୍ୱାଦ୍ଭୂତଂ ରୂପମୁଗ୍ରଂ ତବେଦଂ \nଲୋକତ୍ରୟଂ ପ୍ରବ୍ୟଥିତଂ ମହାତ୍ମନ୍ ।।୨୦।।",
"audioLink": "https://www.holy-bhagavad-gita.org/public/audio/011_020.mp3"
},
"wordMeanings": "ଦ୍ୟୌ ଆ ପୃଥିବ୍ୟୋଃ - ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ; ଇଦଂ - ଏହି; ଅନ୍ତରଂ - ମଧ୍ୟବର୍ତ୍ତୀ ସ୍ଥାନ; ହି- ନିଶ୍ଚିତଭାବରେ; ବ୍ୟାପ୍ତଂ - ପରିବ୍ୟାପ୍ତ; ତ୍ୱୟା-ଆପଣଙ୍କ ଦ୍ୱାରା; ଏକେନ - ଏକମାତ୍ର; ଦିଶଃ - ଦିଗ ସମୂହ; ଚ- ଏବଂ; ସର୍ବାଃ - ସମସ୍ତ; ଦୃଷ୍ଟ୍ୱା- ଦେଖି; ଅଦ୍ଭୁତଂ - ଅଦ୍ଭୁତ; ରୂପଂ -ରୂପ; ଉଗ୍ରଂ -ଭୟଙ୍କର; ତବ - ଆପଣଙ୍କର; ଇଦଂ - ଏହି; ଲୋକ -ଲୋକ ; ତ୍ରୟଂ -ତିନି; ପ୍ରବ୍ୟଥିତଂ- ଥରିବା; ମହାତ୍ମନ୍ - ହେ ମହାତ୍ମା ।",
"translation": {
"text": "ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଥିବା ଆକାଶ ତଥା ସମସ୍ତ ଦିଗରେ ଏକମାତ୍ର ଆପଣ ବ୍ୟାପ୍ତ ରହିଛନ୍ତି । ହେ ପରମ ପୁରୁଷ! ଆପଣଙ୍କର ଅଦ୍ଭୁତ ଓ ଭୟଙ୍କର ରୂପ ଦେଖି, ତିନିଲୋକ ଭୟରେ କମ୍ପିତ ହେଉଥିବା ମୁଁ ଦେଖିପାରୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.20.mp3"
]
},
"commentary": "ଅର୍ଜୁନ କହୁଛନ୍ତି, “ହେ ସର୍ବବ୍ୟାପୀ ପ୍ରଭୁ! ଆପଣ ଦଶ ଦିଗରେ, ସମ୍ପୂର୍ଣ୍ଣ ପୃଥିବୀ, ଉପରିସ୍ଥ ଆକାଶ ଏବଂ ତାଙ୍କ ମଧ୍ୟରେ ଥିବା ସମସ୍ତ ସ୍ଥାନରେ ବ୍ୟାପ୍ତ ରହିଛନ୍ତି । ସମସ୍ତ ପ୍ରାଣୀଜଗତ ଆପଣଙ୍କ ଭୟରେ ପ୍ରକମ୍ପିତ ।” କିନ୍ତୁ ତ୍ରିଲୋକରେ ସମସ୍ତେ ତାଙ୍କର ବିଶ୍ୱରୂପକୁ ନ ଦେଖି ଭୟରେ ଥରୁଛନ୍ତି କିପରି? ଅର୍ଜୁନ କହିବାକୁ ଚାହୁଁଛନ୍ତି ଯେ ଭଗବାନଙ୍କର ନିୟମକୁ ଡ଼ରି ସମସ୍ତେ କାର୍ଯ୍ୟରତ ରହିଛନ୍ତି । ତାଙ୍କର ଅନୁଶାସନ ଶୃଙ୍ଖଳିତ ଏବଂ ସମସ୍ତେ ତାକୁ ମାନିବାକୁ ବାଧ୍ୟ ଅଟନ୍ତି ।\nକରମ ପ୍ରଧାନ ବିଶ୍ୱ କରି ରାଖା, ଜୋ ଜସ କରଇ ସୋ ତସ ଫଲ ଚାଖା (ରାମାୟଣ)\n“କର୍ମର ନିୟମ ଅନୁସାରେ ସଂସାର କାର୍ଯ୍ୟ କରିଥାଏ । ଆମେ ଯାହା କର୍ମ କରିବା, ସେ ସବୁର ଫଳ ଆମେ ପାଇବା ।” କର୍ମ ନିୟମ ପରି, ସୃଷ୍ଟିର ଅସଂଖ୍ୟ ନିୟମ ରହିଛି । ପ୍ରକୃତିର ଭୌତିକ ନିୟମ ସବୁକୁ ଆବିଷ୍କାର କରି ତଥା ସିଦ୍ଧାନ୍ତ ପ୍ରଣୟନ କରି ଅନେକ ବୈଜ୍ଞାନିକ ଜୀବିକା ଅର୍ଜନ କରୁଛନ୍ତି, କିନ୍ତୁ ସେମାନେ ନିୟମ ତିଆରି କରି ପାରିବେ ନାହିଁ । ସର୍ବୋଚ୍ଚ ନିୟାମକ ଭଗବାନ ଅଟନ୍ତି ଏବଂ ଅନ୍ୟ ସମସ୍ତେ ତାଙ୍କ ନିୟମର ଅଧୀନରେ ରହି କାର୍ଯ୍ୟ କରନ୍ତି ।"
},
{
"verseTitle": "Bhagavad Gita 11.21",
"verse": "21",
"chapter": 11,
"lang": "or",
"shloka": {
"speaker": "",
"sanskrit": "अमी हि त्वां सुरसङ्घा विशन्ति \n\nकेचिद्भीताः प्राञ्जलयो गृणन्ति ।\n\nस्वस्तीत्युक्त्वा महर्षिसिद्धसङ्घाः \n\nस्तुवन्ति त्वां स्तुतिभिः पुष्कलाभिः ॥21॥",
"text": "ଅମୀ ହି ତ୍ୱାଂ ସୁରସଙ୍ଗା ବିଶନ୍ତି\nକେଚିଦ୍ଭୀତାଃ ପ୍ରାଞ୍ଜଳୟୋ ଗୃଣନ୍ତି ।\nସ୍ୱସ୍ତିତ୍ୟୁକ୍ତ୍ୱା ମହର୍ଷିସିଦ୍ଧସଂଘାଃ\nସ୍ତୁବନ୍ତି ତ୍ୱାଂ ସ୍ତୁତିଭିଃ ପୁଷ୍କଳାଭିଃ ।।୨୧।।",
"audioLink": "https://www.holy-bhagavad-gita.org/public/audio/011_021.mp3"
},
"wordMeanings": "ଅମୀ - ଏମାନେ; ହି - ନିଶ୍ଚିତରୂପେ, ତ୍ୱାଂ - ଆପଣଙ୍କଠାରେ; ସୁରସଙ୍ଘାଃ - ଦେବଗଣ; ବିଶନ୍ତି - ପ୍ରବେଶ କରନ୍ତି; କେଚିତ୍- କେତେକ; ଭୀତାଃ - ଭୟରେ; ପ୍ରାଞ୍ଜଳୟଃ -ଯୋଡ଼ ହସ୍ତରେ; ଗୁଣନ୍ତି - ସ୍ତୁତି କରନ୍ତି; ସ୍ୱସ୍ତି- ପବିତ୍ର; ଇତି - ଏହିପରି; ଉକ୍ତ୍ୱା - କହି; ମହର୍ଷି - ମହର୍ଷିଗଣ; ସିଦ୍ଧସଂଘାଃ - ସିଦ୍ଧ ପୁରୁଷଗଣ; ସ୍ତୁବନ୍ତି - ଯଶୋଗାନ କରୁଛନ୍ତି; ତ୍ୱାଂ - ଆପଣଙ୍କର;ସ୍ତୁତିଭିଃ - ପ୍ରାର୍ଥନା ସହିତ; ପୁଷ୍କଳାଭିଃ - ବୈଦିକ ମନ୍ତ୍ର ଦ୍ୱାରା ।",
"translation": {
"text": "ସ୍ୱର୍ଗର ସମସ୍ତ ଦେବତାଗଣ ଆପଣଙ୍କର ଆଶ୍ରୟ ଗ୍ରହଣ କରିବା ପାଇଁ ଆପଣଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି । ବିସ୍ମୟାଭିଭୂତ ହୋଇ, ସେମାନଙ୍କ ମଧ୍ୟରୁ କେତେଜଣ କରଯୋଡ଼ି ଆପଣଙ୍କର ସ୍ତୁତିଗାନ କରୁଛନ୍ତି । ମହାନ ମୁନିଋଷିଗଣ ଏବଂ ସିଦ୍ଧ ମହାପୁରୁଷଗଣ ପବିତ୍ର ମନ୍ତ୍ର ଏବଂ ପ୍ରାର୍ଥନା ଦ୍ୱାରା ଆପଣଙ୍କର ଯଶଗାନ କରୁଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.21.mp3"
]
},
"commentary": "ଅର୍ଜୁନ ଏଠାରେ, ଶ୍ରୀକୃଷ୍ଣଙ୍କ କାଳରୂପର ଦର୍ଶନ କରୁଛନ୍ତି, ଅର୍ଥାତ୍ ତାଙ୍କର ସର୍ବଗ୍ରାସୀ କାଳ ସ୍ୱରୂପ । କାଳର କରାଳ ପ୍ରବାହ, ସ୍ୱର୍ଗର ଦେବତାମାନଙ୍କ ପରି ବଡ ବଡ ବିଭୂତିମାନଙ୍କୁ ମଧ୍ୟ ନିଜର କବଳିତ କରି ନେଇଥାଏ । ଅର୍ଜୁନ ଦେଖୁଛନ୍ତି, ସେମାନେ ବିନୟତା ପୂର୍ବକ ଯୋଡ଼ହସ୍ତରେ ଭଗବାନଙ୍କର ବିଶ୍ୱରୂପ ମଧ୍ୟକୁ ପ୍ରବେଶ କରୁଛନ୍ତି । ସେହି ସମୟରେ ସେ ଦେଖୁଛନ୍ତି ଯେ ମୁନିଋଷିଗଣ ଏବଂ ସିଦ୍ଧ ମହାତ୍ମାମାନେ ମଧ୍ୟ ସେମାନଙ୍କର ଚିନ୍ତନ, ବାଣୀ ଏବଂ କାର୍ଯ୍ୟଦ୍ୱାରା ଭଗବାନଙ୍କର ପ୍ରଶଂସା ଗାନ କରୁଛନ୍ତି ।"
},
{
"verseTitle": "Bhagavad Gita 11.22",
"verse": "22",
"chapter": 11,
"lang": "or",
"shloka": {
"speaker": "",
"sanskrit": "रुद्रादित्या वसवो ये च साध्या विश्वेऽश्विनौ मरुतश्चोष्मपाश्च ।\n\nगन्धर्वयक्षासुरसिद्धसङ्घा वीक्षन्ते त्वां विस्मिताश्चैव सर्वे ॥22॥",
"text": "ରୁଦ୍ରାଦିତ୍ୟା ବସବୋ ଯେ ଚ ସାଧ୍ୟା\nବିଶ୍ୱେଽଶ୍ୱିନୌ ମରୁତଶ୍ଚୋଷ୍ମପାଶ୍ଚ ।\nଗନ୍ଧର୍ବଯକ୍ଷାସୁରସିଦ୍ଧସଂଘା\nବୀକ୍ଷନ୍ତେ ତ୍ୱାଂ ବିସ୍ମିତାଶ୍ଚୈବ ସର୍ବେ । ।।୨୨।।",
"audioLink": "https://www.holy-bhagavad-gita.org/public/audio/011_022.mp3"
},
"wordMeanings": "ରୁଦ୍ର - ଭଗବାନ ଶିବଙ୍କର ଏକ ରୂପ; ଆଦିତ୍ୟଃ - ଆଦିତ୍ୟଗଣ; ବସବଃ - ବସୁଗଣ; ଯେ - ଏମାନେ; ଚ - ଏବଂ; ସାଧ୍ୟାଃ - ସାଧ୍ୟଗଣ; ବିଶ୍ୱେ - ବିଶ୍ୱଦେବଗଣ; ଅଶ୍ୱିନୌ - ଅଶ୍ୱିନୀ କୁମାରଦ୍ୱୟ; ମରୁତଃ - ମରୁତଗଣ; ଚ - ଏବଂ; ଉଷ୍ମପାଃ - ପିତୃପୁରୁଷଗଣ; ଚ- ଏବଂ ଗନ୍ଧର୍ବ - ଗନ୍ଧର୍ବଗଣ; ଯକ୍ଷ -ଯକ୍ଷଗଣ; ଅସୁର- ଅସୁରଗଣ; ସିଦ୍ଧ ସଂଘାଃ - ସିଦ୍ଧଗଣ; ବୀକ୍ଷନ୍ତେ - ଦେଖୁଛନ୍ତି; ତ୍ୱାଂ - ଆପଣଙ୍କୁ, ବିସ୍ମିତାଃ - ଆଶ୍ଚର୍ଯ୍ୟହୋଇ; ଚ - ଏବଂ; ଏବ - ନିଶ୍ଚିତରୂପେ; ସର୍ବେ - ସମସ୍ତେ ।",
"translation": {
"text": "ରୁଦ୍ରଗଣ, ଆଦିତ୍ୟଗଣ, ବସୁଗଣ, ସଧ୍ୟାଗଣ, ବିଶ୍ୱଦେବଗଣ, ଅଶ୍ୱିନି କୁମାର ଦ୍ୱୟ, ମରୁତଗଣ, ପୂର୍ବଜଗଣ, ଗର୍ଦ୍ଧବଗଣ, ଯକ୍ଷଗଣ, ଅସୁରଗଣ ଏବଂ ସିଦ୍ଧଗଣ ସମସ୍ତେ ବିସ୍ମିତ ହୋଇ ଆପଣଙ୍କର ଅବଲୋକନ କରୁଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.22.mp3"
]
},
"commentary": "ଏହି ସବୁ ବ୍ୟକ୍ତିତ୍ୱ ସେମାନଙ୍କର ପଦବୀ ଭଗବାନଙ୍କ ଶକ୍ତିଦ୍ୱାରା ପ୍ରାପ୍ତ କରିଥାନ୍ତି ଏବଂ ସୃଷ୍ଟିର ନିୟମ ଅନୁସାରେ ମର୍ଯ୍ୟାଦାର ସହିତ ତାଙ୍କର କାର୍ଯ୍ୟ ନିର୍ବାହ କରିଥାନ୍ତି । ସୁତରାଂ, ସେମାନେ ସମସ୍ତେ ମଧ୍ୟ ଭଗବାନଙ୍କର ବିଶ୍ୱରୂପକୁ ବିସ୍ମିତ ହୋଇ ଅବଲୋକନ କରୁଛନ୍ତି ।"
},
{
"verseTitle": "Bhagavad Gita 11.23",
"verse": "23",
"chapter": 11,
"lang": "or",
"shloka": {
"speaker": "",
"sanskrit": "रूपं महत्ते बहुवक्त्रनेत्रं महाबाहो बहुबाहूरुपादम् । \n\nबहूदरं बहुदंष्ट्राकरालं दृष्ट्वा लोकाः प्रव्यथितास्तथाहम् ॥23॥",
"text": "ରୂପଂ ମହତ୍ତେ ବହୁବକ୍ତ୍ରନେତ୍ରଂ \nମହାବାହୋ ବହୁବାହୂରୁପାଦମ୍ ।\nବହୂଦରଂ ବହୁଦଂଷ୍ଟ୍ରାକରାଳମ୍\nଦୃଷ୍ଟ୍ୱା ଲୋକାଃ ପ୍ରବ୍ୟଥିତାସ୍ତଥାହମ୍ ।।୨୩।।",
"audioLink": "https://www.holy-bhagavad-gita.org/public/audio/011_023.mp3"
},
"wordMeanings": "ରୂପଂ - ରୂପ; ମହତ୍ - ଅତି ମହାନ; ତେ -ଆପଣଙ୍କର; ବହୁ -ଅନେକ; ବକ୍ତ୍ର-ମୁଖ; ନେତ୍ରଂ -ଚକ୍ଷୁ; ମହାବାହୋ - ହେ ମହାବାହୁ; ବହୁ -ଅନେକ; ବାହୁ - ବାହୁ; ଊରୁ -ଜଙ୍ଘ; ପାଦଂ -ପାଦ; ବହୁ-ଉଦରଂ - ଅନେକ ଉଦର; ବହୁ ଦ୍ରଂଷ୍ଟା - ଅନେକ ଦନ୍ତ; କରାଳଂ -ଭୟଙ୍କର; ଦୃଷ୍ଟ୍ୱା - ଦେଖି; ଲୋକାଃ - ସମସ୍ତଲୋକ; ପ୍ରବ୍ୟଥିତାଃ - ଭୀତତ୍ରସ୍ତ; ତଥା - ସେହିପରି; ଅହଂ-ମୁଁ ।",
"translation": {
"text": "ହେ ସର୍ବଶକ୍ତିମାନ ପ୍ରଭୁ! ଆପଣଙ୍କର ଅନେକ ମୁଖମଣ୍ଡଳ, ଚକ୍ଷୁ, ହସ୍ତ, ଜଙ୍ଘ, ପାଦ, ଉଦର ଏବଂ ଭୟଙ୍କର ଦନ୍ତପଂକ୍ତି ଯୁକ୍ତ ଅଦ୍ଭୁତ ରୂପର ସମ୍ମାନରେ ସମସ୍ତ ଲୋକ ଭୟଭୀତ ଅଟନ୍ତି, ଏପରିକି ମୁଁ ମଧ୍ୟ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.23.mp3"
]
},
"commentary": "ଭଗବାନଙ୍କର ଅସଂଖ୍ୟ ହସ୍ତ, ପଦ, ମୁଖମଣ୍ଡଳ ଏବଂ ଉଦର ସର୍ବତ୍ର ରହିଛି । ଶ୍ୱେତାଶ୍ୱତର ଉପନିଷଦ କହେ;\nସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍ସ ଭୂମିଂ ବିଶ୍ୱତୋ ବୃତ୍ୱାତ୍ୟତିଷ୍ଠଦ୍ଦଶାଙ୍ଗୁଳମ୍ (୩.୧୪)\n“ପରମ ପୁରୁଷଙ୍କର ସହସ୍ର ମସ୍ତକ, ସହସ୍ର ଚକ୍ଷୁ ଏବଂ ସହସ୍ର ପାଦ ଅଛି । ସେ ବିଶ୍ୱକୁ ଆବୃତ କରିଛନ୍ତି, କିନ୍ତୁ ତା’ର ଊର୍ଦ୍ଧ୍ୱରେ ସ୍ଥିତ ଅଟନ୍ତି । ସେ ସମସ୍ତ ମନୁଷ୍ୟଙ୍କର, ନାଭିକେନ୍ଦ୍ରର ଦଶ ଅଙ୍ଗୁଳି ଉପରେ ସ୍ଥିତ ହୃଦୟ ପଦ୍ମରେ ନିବାସ କରନ୍ତି ।” ଯେଉଁମାନେ ଦେଖନ୍ତି ଏବଂ ଯେଉଁମାନେ ଦେଖାଯାଆନ୍ତି; ଯେଉଁମାନେ ଭୟଭୀତ ଏବଂ ଯେଉଁମାନେ ଭୟଙ୍କର, ସେମାନେ ସମସ୍ତେ ଭଗବାନଙ୍କ ବିଶ୍ୱରୂପ ମଧ୍ୟରେ ଅଛନ୍ତି । ପୁଣି କଠୋପନିଷଦ କହୁଛି:\nଭୟାଦସ୍ୟାଗ୍ନିସ୍ତପତି ଭୟାତ୍ ତପତି ସୂର୍ଯ୍ୟଃଭୟାଦିନ୍ଦ୍ରଶ୍ଚ ବାୟୁଶ୍ଚ ମୃତ୍ୟୁର୍ଧାବତି ପଞ୍ଚମଃ (୨.୩.୩.)\nଭଗବାନଙ୍କ ଭୟରେ ଅଗ୍ନି ଜଳିଥାଏ ଏବଂ ସୂର୍ଯ୍ୟ ପ୍ରକାଶ ଦେଇଥାଏ । ଭଗବାନଙ୍କ ଭୟରେ ବାୟୁ ପ୍ରବାହିତ ହୋଇଥାଏ ଏବଂ ଇନ୍ଦ୍ର ବୃଷ୍ଟି କରିଥାନ୍ତି । ଏପରିକି ମୃତ୍ୟୁର ଦେବତା, ଯମରାଜ ମଧ୍ୟ ତାଙ୍କ ଭୟରେ କମ୍ପିତ ହୁଅନ୍ତି ।"
},
{
"verseTitle": "Bhagavad Gita 11.24",
"verse": "24",
"chapter": 11,
"lang": "or",
"shloka": {
"speaker": "",
"sanskrit": "नभः स्पृशं दीप्तमनेकवर्णं व्यात्ताननं दीप्तविशालनेत्रम्। \n\nदृष्ट्ववा हि त्वां प्रव्यथितान्तरात्मा धृतिं न विन्दामि शमं च विष्णो ॥24॥",
"text": "ନଭଃସ୍ପୃଶଂ ଦୀପ୍ତମନେକବର୍ଣ୍ଣଂ \nବ୍ୟାତ୍ତାନନଂ ଦୀପ୍ତବିଶାଳନେତ୍ରମ୍ ।\nଦୃଷ୍ଟ୍ୱା ହି ତ୍ୱାଂ ପ୍ରବ୍ୟଥିତାନ୍ତରାତ୍ମା\nଧୃତିଂ ନ ବିନ୍ଦାମି ଶମଂ ବ ବିଷ୍ଣୋ । ।।୨୪।।",
"audioLink": "https://www.holy-bhagavad-gita.org/public/audio/011_024.mp3"
},
"wordMeanings": "ନଭଃସ୍ପୃଶଂ- ଆକାଶକୁ ସ୍ପର୍ଶ କରିଥିବା; ଦୀପ୍ତମ୍ - ପ୍ରଦୀପ୍ତ; ଅନେକ - ଅନେକ; ବର୍ଣ୍ଣଂ - ବର୍ଣ୍ଣ; ବ୍ୟାତ୍ତ- ଖୋଲା; ଆନନଂ -ମୁଖ; ଦୀପ୍ତ- ପ୍ରଦୀପ୍ତ; ବିଶାଳ - ବିରାଟ; ନେତ୍ରଂ - ଚକ୍ଷୁ; ଦୃଷ୍ଟ୍ୱା - ଦେଖି; ହି - ନିଶ୍ଚିତଭାବେ; ତ୍ୱାଂ - ଆପଣଙ୍କୁ; ପ୍ରବ୍ୟଥିତାନ୍ତରାତ୍ମା - ଭୟରେ ମୋ ହୃଦୟ କମ୍ପୁଛି; ଧୃତିଂ - ଧୈର୍ଯ୍ୟ; ନ ବିନ୍ଦାମି - ଧରିପାରୁନାହିଁ; ଶମଂ - ମାନସିକ ଶାନ୍ତି; ଚ - ଏବଂ; ବିଷ୍ଣୋ- ହେ ଭଗବାନ ବିଷ୍ଣୁ ।",
"translation": {
"text": "ହେ ପ୍ରଭୁ ବିଷ୍ଣୁ! ଆପଣଙ୍କର ସ୍ୱରୂପ ଗଗନକୁ ସ୍ପର୍ଶ କରୁଛି । ଅନେକ ରଙ୍ଗରେ ପ୍ରଦୀପ୍ତ, ଉନ୍ମୁକ୍ତ ମୁଖ ଓ ବିଶାଳ ଜାଜ୍ଜ୍ୱଲ୍ୟମାନ ଚକ୍ଷୁ ସବୁକୁ ଦର୍ଶନ କରି ଭୟରେ ମୋ ହୃଦୟ କମ୍ପିତ ହେଉଛି । ମୁଁ ସମସ୍ତ ସାହସ ଏବଂ ମନର ଭାରସାମ୍ୟ ହରାଇ ବସୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-24.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.24.mp3"
]
},
"commentary": "ଭଗବାନଙ୍କ ବିଶ୍ୱରୂପ ଦର୍ଶନ ଦ୍ୱାରା, ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଥିବା ସମ୍ପର୍କ ବଦଳି ଯାଉଛି । ପୂର୍ବରୁ ସେ ତାଙ୍କୁ ଅନ୍ତରଙ୍ଗ ବନ୍ଧୁ ଭାବରେ ଦେଖୁଥିଲେ, ଏବଂ ଜଣେ ଘନିଷ୍ଠ ବନ୍ଧୁ ପ୍ରତି ଯଥୋଚିତ ବ୍ୟବହାର କରୁଥିଲେ । ଭିତରେ ଶ୍ରୀକୃଷ୍ଣ ଭଗବାନ ବୋଲି ସେ ଜାଣିଥିଲେ, କିନ୍ତୁ ତାଙ୍କ ହୃଦୟରେ ଥିବା ସ୍ନେହ, ତାଙ୍କୁ ଶ୍ରୀକୃଷ୍ଣଙ୍କର ଭଗବତ୍ତାକୁ ଭୁଲାଇ ଦେଉଥିଲା । ସେ କେବଳ ଏତିକି ମନେ ରଖିଥିଲେ ଯେ ସଂସାରର ସମସ୍ତ ବସ୍ତୁଠାରୁ ଶ୍ରୀକୃଷ୍ଣ ତାଙ୍କର ଅତି ପ୍ରିୟ ଅଟନ୍ତି ।\nଏହା ପ୍ରେମର ସ୍ୱରୂପ ଅଟେ । ଏହା ମନକୁ ଏପରି ତଲ୍ଲୀନ କରିଦିଏ ଯେ, ଭକ୍ତ ଭଗବାନଙ୍କ ସହିତ ତା’ର ସ୍ୱାଭାବିକ ସମ୍ପର୍କକୁ ଭୁଲିଯାଏ । ପ୍ରେମରେ ଯଦି ଔପଚାରିକତା ରକ୍ଷା କରାଯାଏ, ତା’ହେଲେ ଭାବର ପରିପ୍ରକାଶ ପରିପୂର୍ଣ୍ଣ ହୋଇପାରେ ନାହିଁ । ଉଦାହରଣ ରୂପେ, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ବହୁତ ଭଲ ପାଆନ୍ତି । ସେ ସେହି ରାଜ୍ୟର ରାଜ୍ୟପାଳ ହୋଇଥିଲେ ମଧ୍ୟ ସ୍ତ୍ରୀ ତାଙ୍କୁ ନିଜର ପତି ରୂପରେ ହିଁ ଦେଖିଥାଆନ୍ତି ଏବଂ ଏହାଦ୍ୱାରା ହିଁ ତାଙ୍କ ସହିତ ସେ ଅନ୍ତରଙ୍ଗ ବ୍ୟବହାର କରିପାରନ୍ତି । ଯଦି ତାଙ୍କ ମସ୍ତିଷ୍କରେ ସବୁବେଳେ ଏହି ଜ୍ଞାନ ରହନ୍ତା ଯେ, ତାଙ୍କ ସ୍ୱାମୀ ଜଣେ ରାଜ୍ୟପାଳ ଅଟନ୍ତି, ତା’ହେଲେ ଯେତେବେଳେ ବି ସେ ପାଖକୁ ଆସନ୍ତେ ସେ ଛିଡ଼ା ହୋଇ ବିଧିବଦ୍ଧ ଭାବେ ତାଙ୍କୁ ସମ୍ମାନ ଦିଅନ୍ତେ । ପ୍ରିୟତମଙ୍କର ରାଜକୀୟ ପଦବୀ ତାଙ୍କ ପ୍ରେମ ଭାବନାରେ ମିଶ୍ରିତ ହୋଇ ଯାଆନ୍ତା । ଭଗବାନଙ୍କ ଭକ୍ତିରେ ମଧ୍ୟ ତାହା ହିଁ ହୋଇଥାଏ ।\nବ୍ରଜର ଗୋପାଳ ବାଳକମାନେ ଶ୍ରୀକୃଷ୍ଣଙ୍କୁ କେବଳ ତାଙ୍କର ଅନ୍ତରଙ୍ଗ ସଖା ରୂପରେ ଦେଖୁଥିଲେ । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଶ୍ରୀକୃଷ୍ଣଙ୍କ ସହିତ ସେମାନଙ୍କର ମଧୁର ଲୀଳାର ଚିତ୍ରଣ ଅତି ସୁନ୍ଦର ଭାବରେ କରିଛନ୍ତି:\nଦେଖୋ ଦେଖୋ ରୀ, ଗ୍ୱାଲ ବାଲନ ୟାରୀ ।ରିଝବତ ଖେଲ ଜିତାୟ ସଖନ କୋ, ଘୋଡ଼ା ବନି ବନି ବନବାରୀ ।\n(ପ୍ରେମରସ ମଦିରା, ରସିୟା ମାଧୁରୀ, ପଦ-୭)\n“ଶ୍ରୀକୃଷ୍ଣ ଏବଂ ଗୋପାଳ ବାଳକ ମଧ୍ୟରେ ପ୍ରେମ ସମ୍ବନ୍ଧର ମାଧୁର୍ଯ୍ୟକୁ ଦେଖ! ସେମାନେ ଏକତ୍ର ଖେଳିବା ସମୟରେ ଯେତେବେଳେ ଶ୍ରୀକୃଷ୍ଣ ହାରିଯାନ୍ତି, ସେ ଘୋଡ଼ା ହୁଅନ୍ତି ଏବଂ ସଖାମାନେ ତାଙ୍କ ପିଠିରେ ଚଢ଼ି ଘୋଡାସବାରୀ କରନ୍ତି ।” ଗୋପାଳ ବାଳକମାନେ ଯଦି ଏକଥା ମନେ ରଖି ଥାଆନ୍ତେ ଯେ ଶ୍ରୀକୃଷ୍ଣ ଭଗବାନ ଅଟନ୍ତି, ତେବେ ସେମାନେ ତାଙ୍କ ଉପରେ ଚଢିବାକୁ କେବେବି ଆଗଭର ହୁଅନ୍ତେ ନାହିଁ । ସେମାନେ ତାଙ୍କୁ ନିଜର ପ୍ରିୟ ସଖା ରୂପରେ ଦେଖନ୍ତି ଏବଂ ସେହି ଘନିଷ୍ଠତାକୁ ଭଗବାନ ମଧ୍ୟ ଉପଭୋଗ କରିଥାନ୍ତି ।\nଶ୍ରୀକୃଷ୍ଣ ପୃଥିବୀ ପୃଷ୍ଠରେ ପ୍ରସିଦ୍ଧ ଗୋବର୍ଦ୍ଧନ ଲୀଳା କରିଥିଲେ । ସେଥିରେ ସେ, ବୃଷ୍ଟିର ଦେବତା ଦେବରାଜ ଇନ୍ଦ୍ର କରିଥିବା ମୂଷଳଧାର ବୃଷ୍ଟିରୁ ବ୍ରଜବାସୀଙ୍କୁ ରକ୍ଷା କରିବା ପାଇଁ, ଗୋବର୍ଦ୍ଧନ ପର୍ବତକୁ ତାଙ୍କର ବାମ ହସ୍ତର କନିଷ୍ଠ ଆଙ୍ଗୁଠିରେ ଟେକି ଧରିଥିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କର ଗୋପାଳ ସାଥୀମାନେ ସେଥିରେ ପ୍ରଭାବିତ ହୋଇ ନ ଥିଲେ । ସେମାନଙ୍କ ଦୃଷ୍ଟିରେ, ଶ୍ରୀକୃଷ୍ଣ କେବଳ ତାଙ୍କର ପ୍ରିୟସଖା ମାତ୍ର ଥିଲେ । ତେଣୁ ସେ ଯେ ଏତେ ବଡ ପର୍ବତ ଉଠାଇ ପାରିବେ, ତାହା ସେମାନେ ବିଶ୍ୱାସ କରୁ ନ ଥିଲେ । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଉପରୋକ୍ତ ପଦରେ ଆଗକୁ କହୁଛନ୍ତି ;\nନଖ ଧାର୍ୟୋ ଗୋବର୍ଦ୍ଧନ-ଗିରି ଜବ, ସଖନ କହ୍ୟୋ ହମ ଗିରିଧାରୀ ।\n(ପ୍ରେମରସ ମଦିରା, ରସିୟା ମାଧୁରୀ, ପଦ-୭)\n“ଯେତେବେଳେ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ଗିରି ଧାରଣ କରିଥିଲେ, ତାଙ୍କର ଗୋପାଳ ସଖାମାନେ ସେମାନଙ୍କର ଲାଠିକୁ ପର୍ବତର ତଳ ଭାଗରେ ଲଗାଇ ଥିଲେ ଏବଂ ଭାବୁଥିଲେ ପ୍ରକୃତ ଗିରିଧାରୀ ସେମାନେ ହିଁ ଅଟନ୍ତି ।” ଶେଷରେ ଇନ୍ଦ୍ର ପରାଜୟ ସ୍ୱୀକାର କଲେ ଏବଂ ଶ୍ୱେତ ହସ୍ତୀରେ ବସି ବ୍ରଜରେ ପଦାର୍ପଣ କଲେ । ଶ୍ରୀକୃଷ୍ଣଙ୍କର ପ୍ରଭୁତ୍ୱ ନ ଜାଣି ସେ ମୂଷଳଧାର ବୃଷ୍ଟି କରିଥିବାରୁ କ୍ଷମା ପ୍ରାର୍ଥନା କଲେ ।\nବର୍ତ୍ତମାନ ଯେତେବେଳେ ଗୋପାଳବାଳକମାନେ ଦେଖିଲେ ଯେ, ସ୍ୱର୍ଗସମ୍ରାଟ ଇନ୍ଦ୍ର ଆସି ତାଙ୍କ ସଖା ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରୁଛନ୍ତି, ସେତେବେଳେ ସେମାନେ ଅନୁଭବ କଲେ ଯେ ଶ୍ରୀକୃଷ୍ଣ ଭଗବାନ ଅଟନ୍ତି । ତେଣୁ ଭୟଭୀତ ହୋଇ ସେମାନେ ତାଙ୍କୁ ଦୂରରୁ ଦେଖିବାକୁ ଲାଗିଲେ । ସେମାନଙ୍କର ଭକ୍ତି ଭାବ, ସାଖ୍ୟରୁ ବିସ୍ମୟ ଏବଂ ବିନତୀରେ ପରିବର୍ତ୍ତିତ ହେବାର ଦେଖି ଶ୍ରୀକୃଷ୍ଣ ଅନୁତାପ କରିବାରେ ଲାଗିଲେ । “ଯେଉଁ ସ୍ନେହ ସମ୍ବନ୍ଧକୁ ଆମେ ଉପଭୋଗ କରୁଥିଲୁ, ତାହା ଉଭେଇ ଯାଇଛି । ସେମାନେ ମୋତେ ଭଗବାନ ବୋଲି ଭାବୁଛନ୍ତି ।” ତାପରେ ସେ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା, ସେମାନେ ଦେଖିଥିବା ଐଶ୍ୱର୍ଯ୍ୟକୁ ଭୁଲାଇ ଦେଲେ । ସେମାନେ ପୁଣି ଥରେ ମନେକଲେ ଯେ ଶ୍ରୀକୃଷ୍ଣ ଆମର ସଖା ଛଡ଼ା ଅନ୍ୟ କିଛି ନୁହଁନ୍ତି ।\nଅର୍ଜୁନ ମଧ୍ୟ ଶ୍ରୀକୃଷ୍ଣଙ୍କର ସଖ୍ୟ ଭାବ ଯୁକ୍ତ ଜଣେ ଭକ୍ତ ଅଟନ୍ତି । ସେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସଖା ମନେ କରିବାରେ ଅଭ୍ୟସ୍ତ ଥିଲେ । ସେଥିପାଇଁ ଶ୍ରୀକୃଷ୍ଣଙ୍କୁ ସେ ନିଜ ରଥର ସାରଥୀ କରିବାକୁ ରାଜି ହୋଇଥିଲେ । ଅର୍ଜୁନ ଯଦି ଶ୍ରୀକୃଷ୍ଣଙ୍କୁ ସମସ୍ତ ସୃଷ୍ଟିର ପରମେଶ୍ୱର ମନେ କରୁଥାନ୍ତେ, ତେବେ ସେ ତାଙ୍କୁ ନିଜ ସେବା କରିବାକୁ ଅନୁମତି ଦେଇନଥାନ୍ତେ । ବର୍ତ୍ତମାନ ତାଙ୍କର ଅସୀମ ବୈଭବ ଓ ଅକଳନୀୟ ଐଶ୍ୱର୍ଯ୍ୟ ଦେଖି, ଅର୍ଜୁନଙ୍କର ଶ୍ରୀକୃଷ୍ଣ ପ୍ରତି ଥିବା ସୌହାର୍ଦ୍ୟ ଭୟରେ ପରିଣତ ହୋଇଗଲା ।"
},
{
"verseTitle": "Bhagavad Gita 11.25",
"verse": "25",
"chapter": 11,
"lang": "or",
"shloka": {
"speaker": "",
"sanskrit": "दंष्ट्राकरालानि च ते मुखानि दृष्ट्वैव कालानलसन्निभानि ।\n\nदिशो न जाने न लभे च शर्म प्रसीद देवेश जगन्निवास ॥25॥",
"text": "ଦଂଷ୍ଟ୍ରାକରାଳାନି ଚ ତେ ମୁଖାନି\nଦୃଷ୍ଟ୍ୱୈବ କାଳାନଳସନ୍ନିଭାନି ।\nଦିଶୋ ନ ଜାନେ ନ ଲଭେ ଚ ଶର୍ମ\nପ୍ରସୀଦ ଦେବେଶ ଜଗନ୍ନିବାସ । ।।୨୫।।",
"audioLink": "https://www.holy-bhagavad-gita.org/public/audio/011_025.mp3"
},
"wordMeanings": "ଦଂଷ୍ଟ୍ରା- ଦାନ୍ତ; କରାଳାନି - ଭୟଙ୍କର; ଚ - ଏବଂ; ତେ -ଆପଣଙ୍କର; ମୁଖାନି - ମୁଖସବୁ; ଦୃଷ୍ଟ୍ୱା - ଦେଖି; ଏବ- ନିଶ୍ଚିତରୂପେ; କାଳାନଳ - ପ୍ରଳୟ ଅଗ୍ନି; ସନ୍ନିଭାନି - ସଦୃଶ; ଦିଶଃ - ଦିଗସବୁ; ନ ଜାନେ - ଜାଣେ ନାହିଁ; ନ ଲଭେ - ଲାଭ କରିପାରେ ନାହିଁ; ଚ ଶର୍ମ - ଏବଂ ଶାନ୍ତି; ପ୍ରସୀଦ - ସନ୍ତୁଷ୍ଟ ହୁଅନ୍ତି; ଦେବେଶ - ହେ ଦେବତା ମାନଙ୍କର ଈଶ; ଜଗତ୍-ନିବାସ- ଜଗତର ଆଶ୍ରୟସ୍ଥଳ ।",
"translation": {
"text": "ପ୍ରଳୟ କାଳର ଦାବାନଳ ସଦୃଶ, ଆପଣଙ୍କର ଭୟଙ୍କର ଦନ୍ତପଂକ୍ତିଯୁକ୍ତ ମୁହଁକୁ ଦେଖି, ମୁଁ କେଉଁଠି ଅଛି ତାହା ଭୁଲିଯାଉଛି ଏବଂ କେଉଁଠିକି ଯିବି ତାହା ବି ଜାଣିପାରୁନି । ହେ ଈଶ୍ୱରଙ୍କ ଈଶ୍ୱର, ଆପଣ ବିଶ୍ୱର ଆଶ୍ରୟ ଅଟନ୍ତି; ଦୟାକରି ମୋତେ କୃପା କରନ୍ତୁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.25.mp3"
]
},
"commentary": "ଅର୍ଜୁନ ଯେଉଁ ବିଶ୍ୱରୂପର ଦର୍ଶନ କରୁଛନ୍ତି, ତାହା ଭଗବାନଙ୍କର ଅନ୍ୟ ଏକ ସ୍ୱରୂପ ଅଟେ ଏବଂ ତାହା ତାଙ୍କଠାରୁ ପୃଥକ ନୁହେଁ । ତଥାପି ସେହି ଦୃଶ୍ୟ, ପୂର୍ବରୁ ଅର୍ଜୁନଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ସାଖ୍ୟଭାବର ରସକୁ ଶୁଷ୍କ କରିଦେଲା ଏବଂ ତାଙ୍କ ମନରେ ଭୟ ଉଦ୍ରେକ କଲା । ଭଗବାନଙ୍କର ଅନେକ ବିସ୍ମୟରେ ଭରା ଆଶ୍ଚର୍ଯ୍ୟଜନକ ଭାବେ ଭୟଙ୍କର ରୂପକୁ ଦେଖି, ଅର୍ଜୁନ ବର୍ତ୍ତମାନ ଭୟଭୀତ ହୋଇପଡ଼ିଛନ୍ତି ଏବଂ ଏପରି ମନେ କରୁଛନ୍ତି ଯେ ଶ୍ରୀକୃଷ୍ଣ ତାଙ୍କ ପ୍ରତି କ୍ରୋଧିତ ଅଟନ୍ତି । ତେଣୁ ସେ ତାଙ୍କର କୃପାଭିକ୍ଷା କରୁଛନ୍ତି ।"
},
{
"verseTitle": "Bhagavad Gita 11.26 – 11.27",
"verse": "26-27",
"chapter": 11,
"lang": "or",
"shloka": {
"speaker": "",
"sanskrit": "अमी च त्वां धृतराष्ट्रस्य पुत्राः सर्वे सहैवावनिपालसङ्घः । \n\nभीष्मो द्रोणः सूतपुत्रस्तथासौ सहास्मदीयैरपि योधमुख्यैः ॥26॥ \n\nवक्त्राणि ते त्वरमाणा विशन्ति दंष्ट्राकरालानि भयानकानि ।\n\nकेचिद्विलग्ना दशनान्तरेषु सन्दृश्यन्ते चूर्णितैरुत्तमाङ्गः॥27॥",
"text": "ଅମୀ ଚ ତ୍ୱାଂ ଧୃତରାଷ୍ଟ୍ରସ୍ୟ ପୁତ୍ରାଃ\nସର୍ବେ ସହୈବାବନିପାଳସଂଘୈଃ ।\nଭୀଷ୍ମୋ ଦ୍ରୋଣଃ ସୂତପୁତ୍ରସ୍ତଥାସୌ\nସହାସ୍ମଦୀୟୈରପି ଯୋଧମୁଖ୍ୟୈଃ ।।୨୬।।\nବକ୍ତ୍ରାଣି ତେ ତ୍ୱରମାଣା ବିଶନ୍ତି\nଦଂଷ୍ଟ୍ରାକରାଳାନି ଭୟାନକାନି ।\nକେଚିଦ୍ବିଲଗ୍ନା ଦଶନାନ୍ତରେଷୁ\nସଂଦୃଶ୍ୟନ୍ତେ ଚୂର୍ଣ୍ଣିତୈରୁତ୍ତମାଙ୍ଗୈଃ ।।୨୭।।",
"audioLink": "https://www.holy-bhagavad-gita.org/public/audio/011_026-027.mp3"
},
"wordMeanings": "ଅମୀ - ଏମାନେ; ଚ - ଏବଂ; ତ୍ୱାଂ - ଆପଣଙ୍କୁ; ଧୃତରାଷ୍ଟ୍ରସ୍ୟ - ଧୃତରାଷ୍ଟ୍ରଙ୍କର; ପୁତ୍ରାଃ - ପୁତ୍ରମାନେ; ସର୍ବେ -ସମସ୍ତେ; ସହ -ସହିତ;ଏବ - ଏପରିକି; ଅବନିପାଳା -ଯୋଦ୍ଧା ରାଜାମାନେ; ସଙ୍ଘୈଃ - ସଂଘସହ; ଭୀଷ୍ମଃ - ଭୀଷ୍ମଦେବ; ଦ୍ରୋଣଃ - ଦ୍ରୋଣାଚାର୍ଯ୍ୟ; ସୂତ-ପୁତ୍ରଃ - କର୍ଣ୍ଣ; ତଥା - ମଧ୍ୟ; ଅସୌ - ଏହି; ସହ - ସହିତ; ଅସ୍ମଦୀୟୈଃ - ଆମ୍ଭମାନଙ୍କର; ଅପି - ମଧ୍ୟ; ଯୋଧ-ମୁଖ୍ୟୈଃ - ଯୋଦ୍ଧାମାନଙ୍କ ମଧ୍ୟରେ ଯେଉଁମାନେ ମୁଖ୍ୟ; ବକ୍ତ୍ରାଣି - ମୁଖମାନ; ତେ - ଆପଣଙ୍କର; ତ୍ୱରମାଣାଃ -ଧାବମାନ; ବିଶନ୍ତି-ପ୍ରବେଶ କରୁଛନ୍ତି; ଦଂଷ୍ଟ୍ରା- ଦନ୍ତରାଜି; କରାଳାନି -ଭୟଙ୍କର; ଭୟାନକାନି - ଅତ୍ୟନ୍ତ ଭୟଙ୍କର; କେଚିତ୍ - ସେମାନଙ୍କ ମଧ୍ୟରୁ କେତେକ; ବିଲଗ୍ନାଃ - ଆକ୍ରାନ୍ତ ହୋଇ; ଦଶନାନ୍ତରେଷୁ - ଦାନ୍ତସନ୍ଧିରେ; ସଂଦୃଶ୍ୟନ୍ତେ - ଦେଖାଯାଉଛନ୍ତି; ଚୂର୍ଣ୍ଣିତୈଃ - ଚୂର୍ଣ୍ଣ-ବିଚୂର୍ଣ୍ଣ; ଉତ୍ତମ -ଅଙ୍ଗୈଃ - ମସ୍ତକରେ ।",
"translation": {
"text": "ମୁଁ ଦେଖିପାରୁଛି ଯେ ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ର, ତାଙ୍କର ସହବଦ୍ଧ ସମସ୍ତ ରାଜାଗଣ, ତଥା ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଏବଂ ଆମ ପକ୍ଷର ଯୋଦ୍ଧାମାନେ ସିଧାସଳଖ ଆପଣଙ୍କ ଭୟଙ୍କର ମୁଖଗହ୍ୱରକୁ ପ୍ରବେଶ କରୁଛନ୍ତି । ମୁଁ ଏହା ମଧ୍ୟ ଦେଖୁଛି ଯେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମସ୍ତକ ଆପଣଙ୍କର ଭୟଙ୍କର ଦନ୍ତଦ୍ୱାରା ଚୂର୍ଣ୍ଣୀଭୂତ ହୋଇଯାଉଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-26.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.26.mp3",
"https://www.gitasupersite.iitk.ac.in/sites/default/files/audio/Purohit/11.27.mp3"
]
},
"commentary": "ଭଗବାନଙ୍କ କେଉଁ ଦାନ୍ତ ବିଷୟରେ ଅର୍ଜୁନ କହୁଛନ୍ତି? ସେ ଏହାକୁ ପୂର୍ବବର୍ତ୍ତୀ ଶ୍ଲୋକରେ ମଧ୍ୟ କହିଥିଲେ । ଆମେ ଦାନ୍ତକୁ ଖାଦ୍ୟ ଚର୍ବଣ କରିବା ପାଇଁ ବ୍ୟବହାର କରିଥାଏ । ଭଗବାନଙ୍କର ଦାନ୍ତ ତାଙ୍କର ବିନାଶ ଶକ୍ତି ଅଟେ, ଯାହା କାଳର ପ୍ରବାହରେ ସମସ୍ତଙ୍କୁ ଚୂର୍ଣ୍ଣ କରି ମୃତ୍ୟୁ ପ୍ରଦାନ କରିଥାଏ । ଆମେରିକାର କବି, ହେନେରି ଲଙ୍ଗ୍ଫେଲୋ, ଲେଖିଛନ୍ତି: ଭଗବାନଙ୍କର ଚକି ଧୀରେ ଧୀରେ ପେଷିଲେ ମଧ୍ୟ, ଯାହାକୁ ପେଷିବା କଥା ପେଷିଥାଏ; ସେ ଧୈର୍ଯ୍ୟର ସହିତ ସମସ୍ତଙ୍କୁ ନିରୀକ୍ଷଣ କରୁଥାଆନ୍ତି, ତାଙ୍କର ଗଣନା ନିର୍ଭୁଲ ଅଟେ ।\nଅର୍ଜୁନ ଦେଖୁଛନ୍ତି ଯେ କୌରବ ସେନାର ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଆଦି ସେନାପତି ମାନଙ୍କ ସହିତ ପାଣ୍ଡବ ସେନାର ଅନେକ ଯୋଦ୍ଧା, ଭଗବାନଙ୍କ ଦାନ୍ତଦ୍ୱାରା ପେଷି ହୋଇଯିବାକୁ ତାଙ୍କ ମୁଖ ଗହ୍ୱରକୁ କ୍ଷିପ୍ର ଗତିରେ ପ୍ରବେଶ କରୁଛନ୍ତି । ସେ ସେହି ବିଶ୍ୱରୂପ ମଧ୍ୟରେ ଆସନ୍ନ ଭବିଷ୍ୟତ ଦେଖିପାରୁଛନ୍ତି । ଯେହେତୁ ଭଗବାନ କାଳର ସୀମାରେ ଆବଦ୍ଧ ନୁହଁନ୍ତି, ତେଣୁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ସବୁକିଛି ତାଙ୍କ ମଧ୍ୟରେ ଦୃଶ୍ୟମାନ ହେଉଅଛି ।\nକୌରବ ଏବଂ ପାଣ୍ଡବଙ୍କର ପିତାମହ, ଭୀଷ୍ମ, ଶାନ୍ତନୁ ଏବଂ ଗଙ୍ଗାଙ୍କର ପୁତ୍ର ଥିଲେ । ନିଜ ପିତାଙ୍କର ପୁନର୍ବିବାହ ଇଚ୍ଛାପୂରଣ କରିବା ପାଇଁ ସେ ସିଂହାସନ ପ୍ରତି ତାଙ୍କର ଅଧିକାର ତ୍ୟାଗ କରି ଆଜୀବନ ବ୍ରହ୍ମଚର୍ଯ୍ୟର ବ୍ରତ ଧାରଣ କରିଥିଲେ । କିନ୍ତୁ ଦୁଷ୍ଟ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରୁଛନ୍ତି ଜାଣି ସୁଦ୍ଧା ସେ ଦୁର୍ଯ୍ୟୋଧନକୁ ସମର୍ଥନ କରୁଥିଲେ । ତେଣୁ ଧର୍ମ ଓ ଅଧର୍ମର ଯୁଦ୍ଧରେ ମୃତ୍ୟୁବରଣ କରିବା ତାଙ୍କ ପାଇଁ ନିଶ୍ଚିତ ଥିଲା । ମୃତ୍ୟୁ ପୂର୍ବରୁ ଶରଶଯ୍ୟାରେ ଶୟନ କରି ଭୀଷ୍ମ ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ, ତାହାର ବର୍ଣ୍ଣନା ଶ୍ରୀମଦ୍ ଭାଗବତ ମହାପୁରାଣରେ କରାଯାଇଛି:\nସପଦି ସଖି-ବଚୋ ନିଶମ୍ୟ ମଧ୍ୟେ ନିଜ-ପରୟୋର୍ ବଳୟୋ ରଥମ୍ ନିବେଶ୍ୟସ୍ଥିତବତି ପର-ସୈନିକାୟୁର୍ ଅକ୍ଷ୍ଣା ହୃତବତି ପାର୍ଥ-ସଖେ ରତିର୍ ମମାସ୍ତୁ (୧.୯.୩୫)\n“ମୋତେ ଅର୍ଜୁନଙ୍କ ପ୍ରିୟ ସଖା, ଶ୍ରୀକୃଷ୍ଣଙ୍କର ଧ୍ୟାନ କରିବାକୁ ଦିଅ, ଯିଏ ତାଙ୍କ ସଖାଙ୍କ ଆଦେଶରେ ରଥ ପରିଚାଳନା କରି ଦୁଇ ସେନାଙ୍କ ମଧ୍ୟରେ ରଖିଲେ ଏବଂ ସେଠାରେ ଥାଇ ତାଙ୍କର ଦୃଷ୍ଟି ମାତ୍ରକେ ବିପକ୍ଷ ଯୋଦ୍ଧାମାନଙ୍କର ଜୀବନକାଳ ହ୍ରାସ କରିଦେଲେ ।” ତେଣୁ ଭୀଷ୍ମ ଏକଥା ମଧ୍ୟ ଜାଣିଥିଲେ ଯେ ଶ୍ରୀକୃଷ୍ଣଙ୍କ ବିପକ୍ଷରେ ଯୁଦ୍ଧ କରିବାର ପରିଣାମ ମୃତ୍ୟୁ ଅଟେ ।\nଦ୍ରୋଣାଚାର୍ଯ୍ୟ ଉଭୟ କୌରବ ଏବଂ ପାଣ୍ଡବଙ୍କମାନର ଯୁଦ୍ଧ ବିଦ୍ୟାର ଗୁରୁ ଥିଲେ । ସେ ଏତେ ନିରପେକ୍ଷ ଥିଲେ ଯେ, ଅର୍ଜୁନଙ୍କୁ ତାଙ୍କ ପୁତ୍ର ଅଶ୍ୱତ୍ଥାମାଙ୍କଠାରୁ ମଧ୍ୟ ଅଧିକ ଶସ୍ତ୍ର ବିଦ୍ୟା ଶିଖାଇଥିଲେ । ତଥାପି ସେ ଦୁର୍ଯ୍ୟୋଧନଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ ହୋଇଥିଲେ । କାରଣ ଜୀବନଧାରଣ ପାଇଁ ଆର୍ôଥକ ଦୃଷ୍ଟିରୁ ସେ ଦୁର୍ଯ୍ୟୋଧନଙ୍କ ଉପରେ ନିର୍ଭରଶୀଳ ଥିଲେ । ଏଣୁ ଦ୍ରୋଣାଚାର୍ଯ୍ୟଙ୍କର ମଧ୍ୟ ଯୁଦ୍ଧରେ ମୃତ୍ୟୁ ନିଶ୍ଚିତ ଥିଲା । ତଥାପି ତାଙ୍କର ବୀରତ୍ୱ ଏଥିରୁ ଜଣାପଡ଼େ ଯେ, ଯେତେବେଳେ ପାଣ୍ଡବମାନେ କୌଣସି ଉପାୟରେ ମଧ୍ୟ ତାଙ୍କୁ ହତ୍ୟା କରିପାରିଲେ ନାହିଁ, ସେମାନେ ସାହାଯ୍ୟ ପାଇଁ ତାଙ୍କ ପାଖକୁ ଯାଇଥିଲେ, ଏବଂ ସେ କିପରି ନିହତ ହେବେ ତାହା ସେମାନଙ୍କୁ ଜଣାଇଥିଲେ ।\nକର୍ଣ୍ଣ ଦୁର୍ଯ୍ୟୋଧନଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ, ତେଣୁ ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ । ତାଙ୍କ ପାଖରେ ମଧ୍ୟ ବୀରତ୍ୱର ସବୁ ଗୁଣ ଥିଲା । ଯେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଜଣାଇଥିଲେ ଯେ ବାସ୍ତବରେ ସେ କୁନ୍ତିଙ୍କର ଜ୍ୟେଷ୍ଠ ପୁତ୍ର ଅଟନ୍ତି ଏବଂ ପାଣ୍ଡବମାନେ ତାଙ୍କର ନିଜ ଭାଇ ଅଟନ୍ତି, ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଥିଲେ ଏହି ବିଷୟ ସେ ଯୁଧିଷ୍ଠିରଙ୍କୁ ଜଣାଇବେ ନାହିଁ, ଅନ୍ୟଥା ସେ କର୍ଣ୍ଣକୁ ହତ୍ୟା କରିବେ ନାହିଁ ଓ ଯୁଦ୍ଧରେ ପରାସ୍ତ ହୋଇଯିବେ । ଯେହେତୁ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ପକ୍ଷ ନେଇଥିଲେ ତାଙ୍କର ମଧ୍ୟ ମୃତ୍ୟୁ ନିଶ୍ଚିତ ଥିଲା ।"
},
{
"verseTitle": "Bhagavad Gita 11.28 – 11.29",
"verse": "28-29",
"chapter": 11,
"lang": "or",
"shloka": {
"speaker": "",
"sanskrit": "यथा नदीनां बहवोऽम्बुवेगाः समुद्रमेवाभिमुखा द्रवन्ति। \n\nतथा तवामी नरलोकवीरा विशन्ति वक्त्राण्यभिविज्वलन्ति ॥28॥\n\nयथा प्रदीप्तं ज्वलनं पतङ्गा विशन्ति नाशाय समृद्धवेगाः।\n\n तथैव नाशाय विशन्ति लोका-स्तवापि वक्त्राणि समद्धवेगाः ॥29॥",
"text": "ଯଥା ନଦୀନାଂ ବହବୋଽମ୍ବୁବେଗାଃ\nସମୁଦ୍ରମେବାଭିମୁଖା ଦ୍ରବନ୍ତି ।\nତଥା ତବାମୀ ନରଲୋକବୀରା\nବିଶନ୍ତି ବକ୍ତ୍ରାଣ୍ୟଭିବିଜ୍ୱଳନ୍ତି ।।୨୮।।\nଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା \nବିଶନ୍ତି ନାଶାୟ ସମୃଦ୍ଧବେଗାଃ ।\nତଥୈବ ନାଶାୟ ବିଶନ୍ତି ଲୋକା-\nସ୍ତବାପି ବକ୍ତ୍ରାଣି ସମୃଦ୍ଧବେଗାଃ ।।୨୯।।",
"audioLink": "https://www.holy-bhagavad-gita.org/public/audio/011_028-029.mp3"
},
"wordMeanings": "ଯଥା - ଯେପରି, ନଦୀନାଂ - ନଦୀମାନେ; ବହବଃ - ଅନେକ; ଅମ୍ବୁ-ବେଗାଃ - ଜଳ-ତରଙ୍ଗ; ସମୁଦ୍ରମ୍ - ସମୁଦ୍ର; ଏବ - ନିଶ୍ଚିତଭାବେ; ଅଭିମୁଖାଃ - ଅଭିମୁଖରେ; ଦ୍ରବନ୍ତି - ପ୍ରବାହିତ ହେଉଛନ୍ତି; ତଥା - ସେହିପରି; ତବ-ଆପଣଙ୍କର; ଅମୀ - ଏହିସବୁ; ନରଲୋକବୀରା - ମନୁଷ୍ୟ ଲୋକର ରାଜା; ବିଶନ୍ତି - ପ୍ରବେଶ କରୁଛନ୍ତି; ବକ୍ତ୍ରାଣି - ମୁଖ ମଧ୍ୟକୁ; ଅଭିବିଜ୍ୱଳନ୍ତି - ପ୍ରଜ୍ୱଳିତ; ଯଥା-ଯେପରି; ପ୍ରଦୀପ୍ତଂ - ପ୍ରଦୀପ୍ତ; ଜ୍ୱଳନଂ- ଅଗ୍ନି; ପତଙ୍ଗା - ପତଙ୍ଗମାନେ; ବିଶନ୍ତି -ପ୍ରବେଶ କରନ୍ତି; ନାଶାୟ - ବିନାଶ ହେବାକୁ; ସମୃଦ୍ଧ-ପୂର୍ଣ୍ଣ; ବେଗାଃ - ବେଗ; ତଥା ଏବ - ସେହିପରି; ନାଶାୟ - ବିନାଶ ହେବାକୁ; ବିଶନ୍ତି - ପ୍ରବେଶ କରନ୍ତି; ଲୋକାଃ - ଲୋକମାନେ; ତବ- ଆପଣଙ୍କର; ଅପି -ମଧ୍ୟ; ବକ୍ତ୍ରାଣି - ମୁଖମଧ୍ୟରେ; ସମୃଦ୍ଧବେଗାଃ - ପୂର୍ଣ୍ଣ ବେଗରେ ।",
"translation": {
"text": "ନଦୀର ତରଙ୍ଗମାନେ କ୍ଷୀପ୍ର ଗତିରେ ସାଗର ଅଭିମୁଖେ ପ୍ରବାହିତ ହେଲା ପରି, ଏହି ସମସ୍ତ ବିଖ୍ୟାତ ଯୋଦ୍ଧାଗଣ ଆପଣଙ୍କ ଜ୍ୱଳନ୍ତ ମୁଖ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେପରି ପତଙ୍ଗମାନେ ତୀବ୍ରଗତିରେ ଅଗ୍ନି ମଧ୍ୟକୁ ଝାସ ଦେଇ ମୃତ୍ୟୁବରଣ କରନ୍ତି, ସେହିପରି ଏହି ସୈନ୍ୟବାହିନୀ ଆପଣଙ୍କ ମୁଖ ମଧ୍ୟକୁ ତୀବ୍ର ଗତିରେ ପ୍ରବେଶ କରୁଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-28.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.28.mp3",
"https://www.gitasupersite.iitk.ac.in/sites/default/files/audio/Purohit/11.29.mp3"
]
},
"commentary": "ଅନେକ ବିଖ୍ୟାତ ରାଜା ଏବଂ ଯୋଦ୍ଧାଗଣ, ତାଙ୍କର କର୍ତ୍ତବ୍ୟ ଦୃଷ୍ଟିରୁ ଦୁଇ ପକ୍ଷରୁ ଯୁଦ୍ଧ କରି, ରଣକ୍ଷେତ୍ରରେ ତାଙ୍କର ପ୍ରାଣତ୍ୟାଗ କରିଥିଲେ । ଅର୍ଜୁନ ଏହାକୁ, ନଦୀର ତରଙ୍ଗ ସବୁ ସ୍ୱେଚ୍ଛାପୂର୍ବକ ସାଗରରେ ମିଶିବା ସହିତ ତୁଳନା କରିଛନ୍ତି । ଏପରି ଅନେକ ବ୍ୟକ୍ତି ମଧ୍ୟ ଥିଲେ ଯେଉଁମାନେ ଲୋଭ ଓ ନିଜ ସ୍ୱାର୍ଥ ଦୃଷ୍ଟିରୁ ଯୁଦ୍ଧ କରୁଥିଲେ । ଅର୍ଜୁନ ଏହାକୁ ଅଜ୍ଞାନତା ବଶତଃ ପତଙ୍ଗମାନେ ଦାହକ ଅଗ୍ନି ପ୍ରତି ଆକୃଷ୍ଟ ହେବା ସହିତ ତୁଳନା କରୁଛନ୍ତି । କିନ୍ତୁ ଉଭୟ କ୍ଷେତ୍ରରେ ସେମାନେ ତାଙ୍କର ଆସନ୍ନ ମୃତ୍ୟୁ ଦିଗରେ ଧାବମାନ ହେଉଛନ୍ତି ।"
},
{
"verseTitle": "Bhagavad Gita 11.30",
"verse": "30",
"chapter": 11,
"lang": "or",
"shloka": {
"speaker": "",
"sanskrit": "लेलिसे ग्रसमानः समन्ताल्लोकान्समग्रान्वदनैर्व्वलद्भिः। \n\nतेजोभिरापूर्य जगत्समग्रं भासस्तवोग्राः प्रतपन्ति विष्णो ॥30॥",
"text": "ଲେଲିହ୍ୟସେ ଗ୍ରସମାନଃ ସମନ୍ତା- \nଲ୍ଲୋକାନ୍ସମଗ୍ରାନ୍ୱଦନୈଜ୍ୱର୍ଳଦ୍ଭିଃ ।\nତେଜୋଭିରାପୂର୍ଯ୍ୟ ଜଗତ୍ସମଗ୍ରଂ \nଭାସସ୍ତବୋଗ୍ରାଃ ପ୍ରତପନ୍ତି ବିଷ୍ଣୋ ।।୩୦।।",
"audioLink": "https://www.holy-bhagavad-gita.org/public/audio/011_030.mp3"
},
"wordMeanings": "ଲେଲିହ୍ୟସେ - ଜିଭରେ ଚାଟିକରି; ଗ୍ରସମାନଃ - ଗ୍ରାସକରି; ସମନ୍ତାତ୍ - ସବୁ ଦିଗରୁ; ଲୋକାନ୍ -ସବୁ ଲୋକ; ସମଗ୍ରାନ୍ - ସମ୍ପୂର୍ଣ୍ଣରୂପେ; ବଦନୈଃ - ମୁଖଦ୍ୱାରା; ଜ୍ୱଳଦ୍ଭିଃ - ପ୍ରଜ୍ଜ୍ୱଳିତ; ତେଜୋଭିଃ - ତେଜଦ୍ୱାରା; ଆପୂର୍ଯ୍ୟ- ଢ଼ାଙ୍କିକରି; ଜଗତ୍ - ଜଗତ; ସମଗ୍ରଂ - ସମଗ୍ର; ଭାସ-ପ୍ରକାଶ; ତବ - ଆପଣଙ୍କର; ଉଗ୍ରାଃ - ଭୟଙ୍କର; ପ୍ରତପନ୍ତି - ଅତି ପ୍ରଖର; ବିଷ୍ଣୋ - ହେ ଭଗବାନ ବିଷ୍ଣୁ ।",
"translation": {
"text": "ଆପଣଙ୍କର ଶାଣିତ ଜିହ୍ୱାଦ୍ୱାରା, ଆପଣ ଅଗଣିତ ପ୍ରାଣୀଙ୍କୁ ଚତୁର୍ଦ୍ଦିଗରୁ ଲେହନ କରୁଛନ୍ତି ଏବଂ ଆପଣଙ୍କର ଜ୍ୱଳନ୍ତ ମୁଖରେ ସେମାନଙ୍କୁ ଗ୍ରାସ କରୁଛନ୍ତି । ହେ ବିଷ୍ଣୁ! ଆପଣଙ୍କର ଦୀପ୍ତିର ତୀକ୍ଷ୍ଣ ଏବଂ ସର୍ବବ୍ୟାପୀ ରଶ୍ମୀରେ ଆପଣ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍ଭାସିତ କରୁଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-30.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.30.mp3"
]
},
"commentary": "ଭଗବାନ ତାଙ୍କର, ସୃଷ୍ଟି, ପାଳନ ଓ ବିନାଶ ରୂପକ ସର୍ବଶ୍ରେଷ୍ଠ ଶକ୍ତି ଦ୍ୱାରା ବିଶ୍ୱର ନିୟନ୍ତ୍ରଣ କରିଥାନ୍ତି । ବର୍ତ୍ତମାନ ଅର୍ଜୁନ ତାଙ୍କୁ ନିଜର ବନ୍ଧୁ ଓ ସହଯୋଗୀଙ୍କୁ ସମସ୍ତ ଦିଗରୁ ଗ୍ରାସ କରୁଥିବା ଏକ ସର୍ବଗ୍ରାସୀ ଶକ୍ତି ରୂପରେ ଦେଖୁଛନ୍ତି । ଭଗବାନଙ୍କର ବିଶ୍ୱରୂପ ମଧ୍ୟରେ, ଭବିଷ୍ୟତରେ ଘଟିବାକୁ ଥିବା ଘଟଣାବଳୀର ଛାୟାରୂପ ଅବଲୋକନ କରି, ଅର୍ଜୁନ ଦେଖିବାକୁ ପାଉଛନ୍ତି ଯେ, ଆସନ୍ନ ଯୁଦ୍ଧରେ ତାଙ୍କର ଶତ୍ରୁମାନେ ବିଲୁପ୍ତ ହୋଇ ଯାଉଛନ୍ତି । ସେ ତାଙ୍କର ଅନେକ ମିତ୍ରଙ୍କୁ ମଧ୍ୟ ମୃତ୍ୟୁର କବଳିତ ହେଉଥିବା ଦେଖି ପାରୁଛନ୍ତି । ସେହି ଅଦ୍ଭୁତ ଦୃଶ୍ୟର ଅବଲୋକନରେ ଆତଙ୍କିତ ହୋଇ, ପରବର୍ତ୍ତୀ ଶ୍ଲୋକରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ।"
},
{
"verseTitle": "Bhagavad Gita 11.31",
"verse": "31",
"chapter": 11,
"lang": "or",
"shloka": {
"speaker": "",
"sanskrit": "आख्याहि मे को भवानुग्ररूपो नमोऽस्तु ते देववर प्रसीद। \n\nविज्ञातुमिच्छामि भवन्माद्यं न हि प्रजानामि तव प्रवृत्तिम् ॥31॥",
"text": "ଆଖ୍ୟାହି ମେ କୋ ଭବାନୁଗ୍ରରୂପୋ\nନମୋଽସ୍ତୁ ତେ ଦେବବର ପ୍ରସୀଦ ।\nବିଜ୍ଞାତୁମିଚ୍ଛାମି ଭବନ୍ତମାଦ୍ୟଂ \nନ ହି ପ୍ରଜାନାମି ତବ ପ୍ରବୃତ୍ତିମ୍ ।।୩୧।।",
"audioLink": "https://www.holy-bhagavad-gita.org/public/audio/011_031.mp3"
},
"wordMeanings": "ଆଖ୍ୟାହି - ଦୟାକରି କୁହନ୍ତୁ; ମେ - ମୋତେ; କଃ- କିଏ; ଭବାନ୍ - ଆପଣ; ଉଗ୍ରରୂପଃ - ଭୟଙ୍କର ରୂପ; ନମଃ ଅସ୍ତୁ - ମୁଁ ପ୍ରଣାମ କରୁଛି; ତେ -ଆପଣଙ୍କୁ; ଦେବବର- ଦେବତାମାନଙ୍କ ମଧ୍ୟରେ ପ୍ରଧାନ; ପ୍ରସୀଦ - ଦୟା କରନ୍ତୁ; ବିଜ୍ଞାତୁମ୍ - ଜାଣିବାକୁ; ଇଚ୍ଛାମି - ମୁଁ ଇଚ୍ଛା କରେ; ଭବନ୍ତମ୍ - ଆପଣଙ୍କୁ; ଆଦ୍ୟଂ - ଆଦି; ନ-ନୁହେଁ; ହି - ନିଶ୍ଚିତଭାବେ; ପ୍ରଜାନାମି - ବୁଝିପାରିବି; ତବ - ଆପଣଙ୍କର; ପ୍ରବୃତ୍ତିମ୍ - ଉଦ୍ଦେଶ୍ୟ ।",
"translation": {
"text": "ହେ ଭୟଙ୍କର ରୂପଧାରୀ! ଆପଣ କିଏ ମୋତେ କୁହନ୍ତୁ । ହେ ଦେବଦେବ! ମୁଁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେଉଛି, ଦୟାକରି ମୋତେ ଆପଣଙ୍କର କୃପା ପ୍ରଦାନ କରନ୍ତୁ । ଆପଣ, ଯିଏ ସମସ୍ତ ସୃଷ୍ଟିର ପୂର୍ବରୁ ବିଦ୍ୟମାନ ଥିଲେ, ମୁଁ ଜାଣିବାକୁ ଚାହୁଁଛି ଆପଣ କିଏ, କାରଣ ଆପଣଙ୍କର ସ୍ୱଭାବ ଏବଂ କାର୍ଯ୍ୟକଳାପକୁ ମୁଁ ଆକଳନ କରି ପାରୁନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-31.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.31.mp3"
]
},
"commentary": "ପୂର୍ବରୁ ଅର୍ଜୁନ ଭଗବାନର ବିଶ୍ୱରୂପ ଦେଖିବାକୁ ଅନୁରୋଧ କରିଥିଲେ । ଯେତେବେଳେ ଶ୍ରୀକୃଷ୍ଣ ତାହା ପ୍ରଦର୍ଶନ କଲେ, ଅର୍ଜୁନ ଚକିତ ଓ ଅଶାନ୍ତ ହୋଇ ପଡ଼ିଲେ । ଏକ ସମ୍ପୂର୍ଣ୍ଣ ଅବିଶ୍ୱାସନୀୟ ବ୍ରହ୍ମାଣ୍ଡୀୟ ଚମତ୍କାର ଦେଖିବା ପରେ, ସେ ବର୍ତ୍ତମାନ ଶ୍ରୀକୃଷ୍ଣଙ୍କର ପ୍ରକୃତ ସ୍ୱଭାବ ଓ ଉଦ୍ଦେଶ୍ୟ ଜାଣିବାକୁ ଚାହୁଁଛନ୍ତି । ଏଣୁ ସେ ଏହି ପ୍ରଶ୍ନ କରୁଛନ୍ତି, “ଆପଣ କିଏ ଏବଂ ଆପଣଙ୍କର ଉଦ୍ଦେଶ୍ୟ କ’ଣ?"
},
{
"verseTitle": "Bhagavad Gita 11.32",
"verse": "32",
"chapter": 11,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nकालोऽस्मि लोकक्षयकृत्प्रवृद्धो लोकान्समाहर्तुमिह प्रवृत्तः । \n\nऋतेऽपि त्वां न भविष्यन्ति सर्वे येऽवस्थिताः प्रत्यनीकेषु योधाः ॥32॥",
"text": "ଶ୍ରୀ ଭଗବାନୁବାଚ\nକାଳୋଽସ୍ମି ଲୋକକ୍ଷୟକୃତ୍ପ୍ରବୃଦ୍ଧୋ\nଲୋକାନ୍ସମାହର୍ତୁମିହ ପ୍ରବୃତ୍ତଃ ।\nଋତେଽପି ତ୍ୱାଂ ନ ଭବିଷ୍ୟନ୍ତି ସର୍ବେ\nଯେଽବସ୍ଥିତାଃ ପ୍ରତ୍ୟନୀକେଷୁ ଯୋଧାଃ ।।୩୨।।",
"audioLink": "https://www.holy-bhagavad-gita.org/public/audio/011_032.mp3"
},
"wordMeanings": "ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; କାଳଃ - କାଳ (ସମୟ); ଅସ୍ମି - ଅଟେ; ଲୋକ -ଜଗତ; କ୍ଷୟ-କୃତ୍ -କ୍ଷୟକାରୀ; ପ୍ରବୃଦ୍ଧଃ - ଶକ୍ତିଶାଳୀ; ଲୋକାନ୍ - ସମସ୍ତ ଲୋକ; ସମାହର୍ତୁମ୍ - ବିନାଶ; ଇହ - ଏହି ପୃଥିବୀରେ; ପ୍ରବୃତ୍ତଃ - ନିଯୁକ୍ତ କରିବାକୁ; ଋତେ -ବ୍ୟତିତ;ଅପି -ମଧ୍ୟ; ତ୍ୱାଂ - ତୁମକୁ; ନ- ନାହିଁ; ଭବିଷ୍ୟନ୍ତି - ରହିବେ; ସର୍ବେ - ସମସ୍ତେ; ଯେ - ଯେଉଁମାନେ; ଅବସ୍ଥିତାଃ - ଅବସ୍ଥିତ; ପ୍ରତ୍ୟନୀକେଷୁ - ଅପରପକ୍ଷରେ; ଯୋଧାଃ - ଯୋଦ୍ଧୃବୃନ୍ଦ ।",
"translation": {
"text": "ଶ୍ରୀଭଗବାନ କହିଲେ, ମୁଁ ସର୍ବଶକ୍ତିମାନ କାଳ ଅଟେ । ସଂସାରର ବିଲୟ କରିବା ହେତୁ ବିନାଶକାରୀ ଶକ୍ତିର ଉତ୍ସ ଅଟେ । ତୁମେ ଯୁଦ୍ଧରେ ଅଂଶଗ୍ରହଣ ନ କଲେ ସୁଦ୍ଧା, ବିରୋଧୀ ସେନାର ଯୋଦ୍ଧାମାନେ ଜୀବିତ ରହିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-32.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.32.mp3"
]
},
"commentary": "ସେ କିଏ? ଅର୍ଜୁନଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ, ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ, ସେ ସର୍ବଶକ୍ତିମାନ କାଳ ଏବଂ ସଂସାରର ବିନାଶକାରୀ ଅଟନ୍ତି । କାଳ ଶବ୍ଦର ଉତ୍ପତ୍ତି କଳୟତି ଶବ୍ଦରୁ ହୋଇଛି, ଯାହାର ସମାର୍ଥକ ଶବ୍ଦ ଗଣୟତି ଅଟେ, ଅର୍ଥାତ୍ ‘ହିସାବ ରଖିବା’ । ପ୍ରକୃତିର ସବୁକିଛି ସମୟ କ୍ରମେ ନଷ୍ଟ ହୋଇଯାଏ । ପ୍ରଥମ ପରମାଣୁ ବୋମା ପ୍ରକଳ୍ପର ଜଣେ ଅଧିକାରୀ ଓପେନହିମର, ହିରୋସୀମା ଓ ନାଗାସାକିର ଧ୍ୱଂସଲୀଳା ଦେଖି, ଶ୍ରୀକୃଷ୍ଣଙ୍କର ଏହି ଶ୍ଲୋକକୁ ସେ ନିମ୍ନ ମତେ ଉଦ୍ଧାର କରିଥିଲେ: “କାଳ ....ମୁଁ ଏ ସଂସାରର ବିଧ୍ୱଂସକ ଅଟେ ।” ସମସ୍ତ ପ୍ରାଣୀଙ୍କର ଜୀବନକାଳର ହିସାବ ଓ ନିୟନ୍ତ୍ରଣ ସମୟ କରିଥାଏ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ପରି ବିଖ୍ୟାତ ଯୋଦ୍ଧାମାନେ କେତେବେଳେ ତାଙ୍କର ଗତି ପ୍ରାପ୍ତ ହେବେ, ତାହା ସମୟ ହିଁ ନିର୍ଦ୍ଧାରଣ କରିବ । ଅର୍ଜୁନ ଯୁଦ୍ଧରେ ଅଂଶଗ୍ରହଣ ନକଲେ ସୁଦ୍ଧା, ଯୁଦ୍ଧକ୍ଷେତ୍ରରେ ସଜ୍ଜିତ ବିରୋଧୀ ସେନାକୁ କାଳ ନାଶ କରିବ, କାରଣ ସୃଷ୍ଟି ବ୍ୟାପାରର ବିଶାଳ ଯୋଜନା ଅନ୍ତର୍ଗତ ତାହା ଭଗବାନଙ୍କର ଇଚ୍ଛା ଅଟେ । ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଯୋଦ୍ଧାମାନେ ଯଦି ଆଗରୁ ମୃତ, ତେବେ ଅର୍ଜୁନ ଯୁଦ୍ଧ କରିବେ କାହିଁକି? ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ତାହା ସ୍ପଷ୍ଟ କରୁଛନ୍ତି ।"
},
{
"verseTitle": "Bhagavad Gita 11.33",
"verse": "33",
"chapter": 11,
"lang": "or",
"shloka": {
"speaker": "",
"sanskrit": "तस्मात्त्वमुत्तिष्ठ यशो लभस्व \n\nजित्वा शत्रून्भुक्ष्व राज्यं समृद्धम् ।\n\nमयैवैते निहताः पूर्वमेव \n\nनिमित्तमात्रं भव सव्यसाचिन् ॥33॥",
"text": "ତସ୍ମାତ୍ତ୍ୱମୁତ୍ତିଷ୍ଠ ଯଶୋ ଲଭସ୍ୱ\nଜିତ୍ୱା ଶତ୍ରୂନ୍ଭୂଙ୍କ୍ଷ୍ୱ ରାଜ୍ୟଂ ସମୃଦ୍ଧମ୍ ।\nମୟୈବୈତେ ନିହତାଃ ପୂର୍ବମେବ\nନିମିତ୍ତମାତ୍ରଂ ଭବ ସବ୍ୟସାଚିନ୍ ।।୩୩।।",
"audioLink": "https://www.holy-bhagavad-gita.org/public/audio/011_033.mp3"
},
"wordMeanings": "ତସ୍ମାତ୍ - ତେଣୁ; ତ୍ୱଂ- ତୁମେ; ଉତ୍ତିଷ୍ଠ - ଉଠ; ଯଶଃ -ଯଶ; ଲଭସ୍ୱ - ଲାଭକର; ଜିତ୍ୱା - ଜିଣି; ଶତ୍ରୁନ୍ - ଶତ୍ରୁମାନଙ୍କୁ; ଭୂଙ୍କ୍ଷ୍ୱ - ଭୋଗକର; ରାଜ୍ୟଂ - ରାଜ୍ୟ; ସମୃଦ୍ଧମ୍ - ସମୃଦ୍ଧଶାଳୀ; ମୟା - ମୋ’ଦ୍ୱାରା; ଏବ- ନିଶ୍ଚିତଭାବେ; ଏତେ - ଏମାନେ ସମସ୍ତେ; ନିହତାଃ - ବଧ ହୋଇ ସାରିଛନ୍ତି; ପୂର୍ବଂ ଏବ - ପୂର୍ବରୁ; ନିମିତ୍ତ-ମାତ୍ରଂ - ନିମିତ୍ତ ମାତ୍ର; ଭବ-ହୁଅ; ସବ୍ୟସାଚିନ୍ - ହେ ସବ୍ୟସାଚୀ ।",
"translation": {
"text": "ତେଣୁ ହେ ଧନୁର୍ଦ୍ଧର! ଉଠ, ଯଶ ଲାଭ କର! ଶତ୍ରୁଙ୍କୁ ଜୟ କରି ସମୃଦ୍ଧଶାଳୀ ରାଜ୍ୟଶାସନ ଉପଭୋଗ କର । ଉପସ୍ଥିତ ସମସ୍ତ ଯୋଦ୍ଧା ମୋ ଦ୍ୱାରା ନିହତ ହୋଇସାରିଛନ୍ତି, ତୁମେ ମୋ କର୍ମର କେବଳ ଏକ ମାଧ୍ୟମ ହୁଅ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-33.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.33.mp3"
]
},
"commentary": "ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମ୍ମୁଖରେ ତାଙ୍କର ଅଭିଳାଷ ପ୍ରକଟ କରିଛନ୍ତି ଯେ ଧର୍ମର ନିୟମ ଅନୁସାରେ, କୌରବମାନେ ଲୋପ ପାଇବା ଉଚିତ ଏବଂ ହସ୍ତିନାପୁର ରାଜ୍ୟକୁ ପାଣ୍ଡବମାନେ ଶାସନ କରିବା ଉଚିତ । ଯୁଦ୍ଧର ପରିଣତି ଭାବରେ ଅଧର୍ମୀମାନଙ୍କର ବିନାଶ ଏବଂ ଧର୍ମାତ୍ମା ମାନଙ୍କର ବିଜୟ, ଏହା ତାଙ୍କ ଦ୍ୱାରା ସ୍ଥିରିକୃତ ଅଟେ । ସଂସାରର ମଙ୍ଗଳ ପାଇଁ ତାଙ୍କର ବୃହତ୍ ଯୋଜନାକୁ କୌଣସି ଉପାୟରେ ବି ଏଡ଼ାଇ ଦେଇ ହେବନାହିଁ । ବର୍ତ୍ତମାନ ସେ ଅର୍ଜୁନଙ୍କୁ ଜଣାଇ ଦେଉଛନ୍ତି ଯେ, ତାଙ୍କ କାର୍ଯ୍ୟରେ ଅର୍ଜୁନ କେବଳ ଏକ ମାଧ୍ୟମ ହିଁ ଅଟନ୍ତି । ଭଗବାନ ନିଜ କାର୍ଯ୍ୟ ସମ୍ପନ୍ନ କରିବାକୁ କୌଣସି ମନୁଷ୍ୟର ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ମନୁଷ୍ୟ ଭଗବାନଙ୍କର ଇଚ୍ଛା ପୂରଣ ନିମନ୍ତେ କାର୍ଯ୍ୟକରି ନିଜର ହିଁ କଲ୍ୟାଣ କରିଥାଏ । ଭଗବାନଙ୍କର ଇଚ୍ଛା ପୂରଣ ଦିଗରେ ଆମକୁ ଯଦି କିଛି କରିବାର ସୁଯୋଗ ମିଳୁଥାଏ, ତେବେ ତାହା ଭଗବାନଙ୍କର ବିଶେଷ କୃପା ଅଟେ । ଏହି ସୁଯୋଗର ସଦ୍ବ୍ୟବହାର କରିବା ଦ୍ୱାରା ଭଗବାନଙ୍କର ବିଶେଷ କୃପା ପ୍ରାପ୍ତ ହୁଏ ଏବଂ ଆମେ ତାଙ୍କର ଚିରନ୍ତନ ଦାସ ହେବାର ସୌଭାଗ୍ୟ ଲାଭ କରେ ।\nଶ୍ରୀକୃଷ୍ଣ ଅର୍ଜୁନଙ୍କୁ, ତାଙ୍କ କୃପାରୁ ପ୍ରାପ୍ତ କରିଥିବା ବିଚକ୍ଷଣ ଧନୁର୍ବିଦ୍ୟା ସମ୍ବନ୍ଧରେ ସ୍ମରଣ କରାଇ ତାଙ୍କୁ ଉତ୍ସାହିତ କରୁଛନ୍ତି । ତା’ସହିତ ତାଙ୍କ ପାଇଁ ଏକ ମାଧ୍ୟମ ହେବା ପାଇଁ କହୁଛନ୍ତି । ସେ ତାଙ୍କୁ ସାବ୍ୟସାଚୀ ବା ଧନୁର୍ବିଦ୍ୟାରେ ପାରଙ୍ଗମ ଭାବରେ ସମ୍ବୋଧନ କରୁଛନ୍ତି, କାରଣ ଅର୍ଜୁନ ଉଭୟହସ୍ତ ବ୍ୟବହାର କରିବାରେ କୁଶଳ ଥିଲେ ଏବଂ ଉଭୟ ହସ୍ତରେ ବାଣ ମାରି ପାରୁଥିଲେ ।"
},
{
"verseTitle": "Bhagavad Gita 11.34",
"verse": "34",
"chapter": 11,
"lang": "or",
"shloka": {
"speaker": "",
"sanskrit": "द्रोणं च भीष्मं च जयद्रथं च \n\nकर्णं तथान्यानपि योधवीरान् ।\n\nमया हतांस्त्वं जहि मा व्यथिष्ठा\n\nयुध्यस्व जेतासि रणे सपत्नान् ॥34॥",
"text": "ଦ୍ରୋଣଂ ଚ ଭୀଷ୍ମଂ ଚ ଜୟଦ୍ରଥଂ ଚ\nକର୍ଣ୍ଣଂ ତଥାନ୍ୟାନପି ଯୋଧବୀରାନ୍ ।\nମୟା ହତାଂସ୍ତ୍ୱଂ ଜହି ମା ବ୍ୟଥିଷ୍ଠା\nଯୁଧ୍ୟସ୍ୱ ଜେତାସି ରଣେ ସପତ୍ନାନ୍ ।।୩୪।।",
"audioLink": "https://www.holy-bhagavad-gita.org/public/audio/011_034.mp3"
},
"wordMeanings": "ଦ୍ରୋଣଂ ଚ - ଦ୍ରୋଣ ଏବଂ; ଭୀଷ୍ମଂ ଚ - ଭୀଷ୍ମ ଏବଂ; ଜୟଦ୍ରଥଂ ଚ - ଜୟଦ୍ରଥ ଏବଂ; କର୍ଣ୍ଣଂ ଚ - କର୍ଣ୍ଣ ଏବଂ; ତଥା - ସେହିପରି; ଅନ୍ୟାନ୍ୟ- ଅନ୍ୟ; ଅପି - ମଧ୍ୟ; ଯୋଧବୀରାନ୍ - ବିଶିଷ୍ଟ ଯୋଦ୍ଧାମାନଙ୍କୁ; ମୟା - ମୋ’ଦ୍ୱାରା; ହତାନ୍ - ମରି ସାରିଛନ୍ତି; ତ୍ୱଂ - ତୁମେ; ଜହି - ହତ୍ୟା କର; ମା -ନାହିଁ; ବ୍ୟଥିଷ୍ଠା - ବ୍ୟତିବ୍ୟସ୍ତ; ଯୁଧ୍ୟସ୍ୱ - ଯୁଦ୍ଧକର; ଜେତାସି- ବିଜୟୀ ହୁଅ; ରଣେ - ଯୁଦ୍ଧରେ; ସପତ୍ନାନ୍ - ଶତ୍ରୁମାନଙ୍କୁ ।",
"translation": {
"text": "ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, ଜୟଦ୍ରଥ, କର୍ଣ୍ଣ ଏବଂ ଅନ୍ୟ ବୀର ଯୋଦ୍ଧାଗଣ ମୋ ଦ୍ୱାରା ନିହତ ହୋଇସାରିଛନ୍ତି । ତେଣୁ କିଛି ଅନୁଶୋଚନା ନ କରି ତାଙ୍କୁ ବଧ କର । କେବଳ ଯୁଦ୍ଧ କର ଏବଂ ଯୁଦ୍ଧରେ ତୁମେ ଶତ୍ରୁ ଉପରେ ବିଜୟ ଲାଭ କରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-34.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.34.mp3"
]
},
"commentary": "କୌରବ ପକ୍ଷର ଅନେକ ମହାରଥୀ ଏହା ପୂର୍ବରୁ ଯୁଦ୍ଧରେ ଅପରାଜେୟ ଥିଲେ । ଜୟଦ୍ରଥ ବରପ୍ରାପ୍ତ କରିଥିଲେ ଯେ ଯଦି କିଏ ତାଙ୍କର ମସ୍ତକ ଛେଦନ କରି ଧରାଶାୟୀ କରିଦିଏ, ତେବେ ତାଙ୍କ ନିଜର ମସ୍ତକ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ । କର୍ଣ୍ଣଙ୍କର ‘ଶକ୍ତି’ ନାମକ ଏକ ଅସ୍ତ୍ର ଥିଲା, ଯାହା ତାଙ୍କୁ ଇନ୍ଦ୍ରଙ୍କ ଠାରୁ ପ୍ରାପ୍ତ ହୋଇଥିଲା । ଏହି ଅସ୍ତ୍ର ସେ ଯାହା ନାମ ସ୍ମରଣ କରି ବ୍ୟବହାର କରିବେ, ସେ ନିଶ୍ଚିତ ରୂପେ ନିହତ ହେବ । କିନ୍ତୁ ଏହା କେବଳ ଥରେ ମାତ୍ର ବ୍ୟବହାର କରାଯାଇପାରିବ । ତେଣୁ କର୍ଣ୍ଣ ତାହାକୁ ଅର୍ଜୁନଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସୁରକ୍ଷିତ ରଖିଥିଲେ । ଦ୍ରୋଣାଚାର୍ଯ୍ୟ ଯେ କୌଣସି ଅସ୍ତ୍ର ବ୍ୟବହାର କରିବା ଏବଂ ସେ ସବୁକୁ ନିଷ୍ଫଳ କରିବାର ବିଦ୍ୟା, ଭଗବାନଙ୍କର ଅବତାର, ପର୍ଶୁରାମଙ୍କ ଠାରୁ ପ୍ରାପ୍ତ କରିଥିଲେ । ଭୀଷ୍ମ ଇଚ୍ଛାମୃତ୍ୟୁର ବରପ୍ରାପ୍ତ କରିଥିଲେ । ତଥାପି ଯଦି ଭଗବାନ ଇଚ୍ଛା କରିବେ ସେମାନେ ସମସ୍ତେ ଯୁଦ୍ଧରେ ନିହତ ହୁଅନ୍ତୁ, ତେବେ କେହି ତାଙ୍କୁ ରକ୍ଷା କରି ପାରିବେ ନାହିଁ ।\nଗୋଟିଏ ପ୍ରବାଦ ଅଛି:\nବିନ୍ଧ୍ୟ ନ ଈନ୍ଧନ ପାଇୟେ, ସାଗର ଯୁଡଇ ନ ନୀରପରଇ ଉପସ କୁବେର ଘର, ଜ୍ୟୋଁ ବିପକ୍ଷ ରଘୁବୀର ।\n“ପ୍ରଭୁ ରାମ ଯଦି ତୁମ ବିରୁଦ୍ଧରେ ଯିବାକୁ ସ୍ଥିର କରନ୍ତି, ତୁମେ ବିନ୍ଧ୍ୟାଚଳ ଅରଣ୍ୟରେ ରହିଲେ ମଧ୍ୟ ଧୁନି କରିବା ପାଇଁ ଜାଳେଣି ପାଇବ ନାହିଁ; ସମୁଦ୍ର କୂଳରେ ବାସ କରି ମଧ୍ୟ ତୁମ ବ୍ୟବହାର ପାଇଁ ଜଳର ଅଭାବ ହେବ, ଏବଂ ଧନର ଦେବତା କୁବେରଙ୍କ ଘରେ ବାସ କଲେ ମଧ୍ୟ ତୁମକୁ ଖାଇବାକୁ ମିଳିବ ନାହିଁ ।” ଠିକ୍ ସେହିପରି, ଭଗବାନ ଯଦି କାହାର ମୃତ୍ୟୁ ଇଚ୍ଛା କରନ୍ତି, ତେବେ ସୁରକ୍ଷାର କେତେ ବେଶୀ ଆୟୋଜନ ଥିଲେ ମଧ୍ୟ, ସେ ତାଙ୍କର ମୃତ୍ୟୁକୁ ଏଡାଇ ପାରିବେ ନାହିଁ । ଶ୍ରୀକୃଷ୍ଣ କହୁଛନ୍ତି, ଯୁଦ୍ଧର ଫଳାଫଳ ସେ ସ୍ଥିର କରି ସାରିଛନ୍ତି । କିନ୍ତୁ ସେ ଚାହାଁନ୍ତି, ଅର୍ଜୁନ ତାହାକୁ ହାସଲ କରିବାର ଏକ ମାଧ୍ୟମ ହୋଇ ବିଜେତାର ଗୌରବରେ ମଣ୍ଡିତ ହୁଅନ୍ତୁ । ଭକ୍ତ ଯେପରି ଭଗବାନଙ୍କର ଯଶ ବୃଦ୍ଧି କରିବାକୁ ଇଚ୍ଛା କରିଥାଏ, ଭଗବାନ ମଧ୍ୟ ସେହିପରି ଭକ୍ତର ଯଶ ବୃଦ୍ଧି ପାଇଁ ଚେଷ୍ଟା କରନ୍ତି । ଅତଏବ, ଶ୍ରୀକୃଷ୍ଣ ନିଜର ଖ୍ୟାତି ଇଚ୍ଛା କରୁ ନ ଥିଲେ, ସେ ଇଚ୍ଛା କରୁଥିଲେ ଯୁଦ୍ଧ ପରେ ଯେପରି ଲୋକେ କହିବେ, “ଅର୍ଜୁନ ଏତେ ବୀରତ୍ୱର ସହିତ ଯୁଦ୍ଧ କରି ପାଣ୍ଡବମାନଙ୍କ ପାଇଁ ବିଜୟ ଆଣିଦେଲେ ।”\nଆଧ୍ୟାତ୍ମିକ ଜୀବନରେ ମଧ୍ୟ, ଅନେକ ସମୟରେ ସାଧକମାନେ ନିଜର କ୍ରୋଧ, ଲୋଭ, ଈର୍ଷା, ବାସନା, ଅହଂକାର ଆଦିକୁ ତ୍ୟାଗ କରି ନ ପାରି ହତୋତ୍ସାହିତ ହୋଇ ପଡ଼ନ୍ତି । ସେତେବେଳେ ତାଙ୍କର ଆଧ୍ୟାତ୍ମିକ ଗୁରୁୁ ତାଙ୍କୁ ଉତ୍ସାହିତ କରିଥାନ୍ତି, “ନିରାଶ ହୁଅ ନାହିଁ । ସଂଘର୍ଷ କର ଏବଂ ତୁମ ମନର ଶତ୍ରୁଙ୍କୁ ତୁମେ ଜିଣିପାରିବ, କାରଣ ତୁମର ସଫଳତା ଭଗବାନ ଇଚ୍ଛା କରନ୍ତି । ତୁମର ଉଦ୍ୟମ ନିମିତ୍ତ ମାତ୍ର ଅଟେ, ଭଗବାନ ତାଙ୍କ କୃପା ଦ୍ୱାରା ତୁମକୁ ବିଜୟୀ କରିବେ ।”\nଭଗବାନଙ୍କର ଆହ୍ୱାନ ପ୍ରତି ଅର୍ଜୁନଙ୍କର ପ୍ରତିକ୍ରିୟା କ’ଣ ଥିଲା, ତାହା ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣିତ ହୋଇଛି ।"
},
{
"verseTitle": "Bhagavad Gita 11.35",
"verse": "35",
"chapter": 11,
"lang": "or",
"shloka": {
"speaker": "ସଞ୍ଜୟ ଉବାଚ",
"sanskrit": "सञ्जय उवाच। \n\nएतच्छ्रुत्वा वचनं केशवस्य कृताञजलिर्वेपमानः किरीटी।\n \nनमस्कृत्वा भूय एवाह कृष्णं सगद्गदं भीतभीतः प्रणम्य ॥35॥\n",
"text": "ଏତଚ୍ଛୃତ୍ୱା ବଚନଂ କେଶବସ୍ୟ\nକୃତାଞ୍ଜଳିର୍ବେପମାନଃ କିରୀଟୀ ।\nନମସ୍କୃତ୍ୱା ଭୂୟ ଏବାହ କୃଷ୍ଣଂ \nସଗଦ୍ଗଦଂ ଭୀତଭୀତଃ ପ୍ରଣମ୍ୟ ।।୩୫।।",
"audioLink": "https://www.holy-bhagavad-gita.org/public/audio/011_035.mp3"
},
"wordMeanings": "ସଞ୍ଜୟ ଉବାଚ - ସଞ୍ଜୟ କହିଲେ; ଏତତ୍ - ଏହିପରି; ଶ୍ରୁତ୍ୱା - ଶୁଣି; ବଚନଂ -ବାକ୍ୟ; କେଶବସ୍ୟ - ଶ୍ରୀକୃଷ୍ଣଙ୍କର; କୃତାଞ୍ଜଳିଃ - ଯୋଡ଼ହସ୍ତ ହୋଇ; ବେପମାନଃ - ଥରିଥରି; କିରୀଟୀ - ଅର୍ଜୁନ; ନମସ୍କୃତ୍ୱା - ନମସ୍କାର କରି; ଭୂୟଃ - ପୁନର୍ବାର; ଏବ - ମଧ୍ୟ; ଆହ କୃଷ୍ଣଂ - କୃଷ୍ଣଙ୍କୁ କହିଲେ; ସଗଦ୍ଗଦଂ - ଗଦ୍ଗଦ୍ ସ୍ୱରରେ; ଭୀତଭୀତଃ- ଭୀତତ୍ରସ୍ତ; ପ୍ରଣମ୍ୟ - ପ୍ରଣାମ କରି ।",
"translation": {
"text": "ସଞ୍ଜୟ କହିଲେ: କେଶବଙ୍କର ଏହି ସବୁ ବାକ୍ୟ ଶୁଣି, ଅର୍ଜୁନ ଭୟଭୀତ ହୋଇ କମ୍ପିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ସମ୍ମୁଖରେ କରଯୋଡ଼ି ନତମସ୍ତକ ହେଲେ ଏବଂ ଅତ୍ୟନ୍ତ ଭୟାତୁର ହୋଇ ଅସ୍ପଷ୍ଟ ଶବ୍ଦରେ କହିଲେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-35.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.35.mp3"
]
},
"commentary": "ଏଠାରେ ଅର୍ଜୁନଙ୍କୁ ‘ମୁକୁଟଧାରୀ’ କୁହାଯାଇଛି । ସେ ଏକଦା ଦୁଇଜଣ ରାକ୍ଷସଙ୍କୁ ମାରିବାରେ ଇନ୍ଦ୍ରଙ୍କୁ ସାହାଯ୍ୟ କରିଥିଲେ । ଖୁସୀର ପ୍ରତୀକ ସ୍ୱରୂପ ଇନ୍ଦ୍ର ତାଙ୍କ ମସ୍ତକରେ ଏକ ଉଜ୍ଜ୍ୱଳ ମୁକୁଟ ପିନ୍ଧାଇ ଦେଇଥିଲେ । କିନ୍ତୁ ମୁକୁଟ, ରାଜତ୍ୱର ଏକ ପ୍ରତୀକ ମଧ୍ୟ ଅଟେ । ସଞ୍ଜୟ ଇଚ୍ଛାକୃତ ଭାବେ ଏହି ଶବ୍ଦ ବ୍ୟବହାର କରିଛନ୍ତି । ସେ ବୃଦ୍ଧ ସମ୍ରାଟ ଧୃତରାଷ୍ଟ୍ରଙ୍କୁ ସୂଚନା ଦେବା ପାଇଁ ଚାହୁଁଛନ୍ତି ଯେ ଆଗାମୀ ଯୁଦ୍ଧରେ, ତାଙ୍କର କୌରବ ପୁତ୍ରମାନେ ନିଜର ସିଂହାସନ ହରାଇବେ ।"
},
{
"verseTitle": "Bhagavad Gita 11.36",
"verse": "36",
"chapter": 11,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। स्थाने हृषीकेश तव प्रकीर्त्या जगत्प्रहृष्यत्यनुरज्यते च । \n\nरक्षांसि भीतानि दिशो द्रवन्ति सर्वे नमस्यन्ति च सिद्धसङ्घाः॥36॥",
"text": "ସ୍ଥାନେ ହୃଷୀକେଶ ତବ ପ୍ରକୀର୍ତ୍ୟା \nଜଗତ୍ପ୍ରହୃଷ୍ୟତ୍ୟନୁରଜ୍ୟତେ ଚ ।\nରକ୍ଷାଂସି ଭୀତାନି ଦିଶୋ ଦ୍ରବନ୍ତି\nସର୍ବେ ନମସ୍ୟନ୍ତି ଚ ସିଦ୍ଧସଂଘାଃ ।।୩୬।।",
"audioLink": "https://www.holy-bhagavad-gita.org/public/audio/011_036.mp3"
},
"wordMeanings": "ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ସ୍ଥାନେ - ପ୍ରକୃତରେ; ହୃଷୀକେଶ - ହେ ଇନ୍ଦ୍ରିୟମାନଙ୍କର ପ୍ରଭୁ; ତବ - ଆପଣଙ୍କର; ପ୍ରକୀର୍ତ୍ୟା - ଗୌରବରେ; ଜଗତ୍ - ସମଗ୍ର ଜଗତ; ପ୍ରହୃଷ୍ୟତି - ଆନନ୍ଦିତ ହେଉଛି; ଅନୁରଜ୍ୟତେ - ଆସକ୍ତ ହେଉଛି;ଚ -ଏବଂ; ରକ୍ଷାଂସି - ରାକ୍ଷସମାନେ; ଭୀତାନି - ଭୟରେ; ଦିଶଃ - ସବୁ ଦିଗରେ; ଦ୍ରବନ୍ତି - ଧାଇଁ ପଳାଉଛନ୍ତି; ସର୍ବେ - ସମସ୍ତେ; ନମସ୍ୟନ୍ତି - ନମସ୍କାର କରୁଛନ୍ତି; ଚ - ଏବଂ; ସିଦ୍ଧ ସଂଘାଃ - ସିଦ୍ଧ ମାନବଗଣ ।",
"translation": {
"text": "ଅର୍ଜୁନ କହିଲେ: ହେ ହୃଷିକେଶ! ଜଗତ ଆପଣଙ୍କର ଯଶଗାନ କରି ଆନନ୍ଦିତ ହେବା ସମୁଚିତ ଅଟେ । ଦାନବଗଣ ଆପଣଙ୍କ ଭୟରେ ଚତୁର୍ଦ୍ଦିଗରେ ପଳାୟନ କରନ୍ତି ଏବଂ ମହାପୁରୁଷମାନେ ଆପଣଙ୍କୁ ପ୍ରଣତି ଜଣାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-36.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.36.mp3"
]
},
"commentary": "ଏହି ଶ୍ଲୋକ ଏବଂ ପରବର୍ତ୍ତୀ ଦଶଗୋଟି ଶ୍ଲୋକରେ, ଅର୍ଜୁନ ଶ୍ରୀକୃଷ୍ଣଙ୍କ ଐଶ୍ଚର୍ଯ୍ୟ ଗୁଡ଼ିକର, ବିଭିନ୍ନ ଦୃଷ୍ଟିକୋଣରୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ସ୍ଥାନେ ଶବ୍ଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ‘ପୂର୍ଣ୍ଣ ଉପଯୁକ୍ତ’ । ଏହା ଅତ୍ୟନ୍ତ ସ୍ୱାଭାବିକ ଯେ, ଗୋଟିଏ ରାଜ୍ୟର ରାଜାଙ୍କର ସାର୍ବଭୌମତ୍ୱକୁ ସ୍ୱୀକାର କରୁଥିବା ପ୍ରଜାଗଣ, ରାଜାଙ୍କର ଗୁଣଗାନ କରି ଆନନ୍ଦିତ ହୋଇଥାନ୍ତି । ଏହା ମଧ୍ୟ ସ୍ୱାଭାବିକ ଯେ ରାଜାଙ୍କ ସହିତ ଶତ୍ରୁତା କରୁଥିବା ବ୍ୟକ୍ତିଗଣ ତାଙ୍କୁ ଭୟ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରୁ ଦୂରେଇ ଯାଆନ୍ତି । ତାଛଡା, ତାଙ୍କର ଅଧିନସ୍ଥ ମନ୍ତ୍ରୀମଣ୍ଡଳ ତାଙ୍କ ପ୍ରତି ଗଭୀର ଆନୁଗତ୍ୟ ପ୍ରଦର୍ଶନ କରିବା ମଧ୍ୟ ସ୍ୱାଭାବିକ ଅଟେ । ଅର୍ଜୁନ ଏହାର ଏକ ସାମଞ୍ଜସ୍ୟ ଉପସ୍ଥାପନ କରି କହୁଛନ୍ତି ଯେ, ସଂସାର ତାଙ୍କ ପରମପିତାଙ୍କର ଯଶଗାନ କରିବା, ଦାନବମାନେ ତାଙ୍କପ୍ରତି ଭୟଭୀତ ହେବା ତଥା ଧର୍ମପରାୟଣବ୍ୟକ୍ତିମାନେ ତାଙ୍କର ସ୍ତୁତି କରିବ।। ଏକାନ୍ତ ଯୁକ୍ତିଯୁକ୍ତ ଅଟେ ।"
},
{
"verseTitle": "Bhagavad Gita 11.37",
"verse": "37",
"chapter": 11,
"lang": "or",
"shloka": {
"speaker": "",
"sanskrit": "विश्व रूप दर्शन योग कस्माच्च ते न नमेरन्महात्मन् गरीयसे ब्रह्मणोऽप्यादिकत्रे\n\nअनन्त देवेश जगन्निवास त्वमक्षरं सदसत्तत्परं यत् ॥37॥",
"text": "କସ୍ମାଚ୍ଚ ତେ ନ ନମେରନ୍ମହାତ୍ମନ୍\nଗରୀୟସେ ବ୍ରହ୍ମଣୋଽପ୍ୟାଦିକର୍ତ୍ରେ ।\nଅନନ୍ତ ଦେବେଶ ଜଗନ୍ନିବାସ\nତ୍ୱମକ୍ଷରଂ ସଦସତ୍ତତ୍ପରଂ ଯତ୍ । ।।୩୭।।",
"audioLink": "https://www.holy-bhagavad-gita.org/public/audio/011_037.mp3"
},
"wordMeanings": "କସ୍ମାତ୍ - କାହିଁକି; ଚ- ଏବଂ; ତେ - ଆପଣଙ୍କୁ; ନ ନମେରନ୍ - ପ୍ରଣାମ ନ କରିବେ; ମହାତ୍ମନ୍ - ହେ ମହାତ୍ମା; ଗରୀୟସେ - ଆପଣ ଗରୀୟାନ୍; ବ୍ରହ୍ମଣଃ - ବ୍ରହ୍ମାଙ୍କଠାରୁ; ଅପି - ମଧ୍ୟ: ଆଦି-କର୍ତ୍ରେ - ପରମ ସ୍ରଷ୍ଟା; ଅନନ୍ତ - ଅନନ୍ତ; ଦେବେଶ - ଦେବତାମାନଙ୍କର ଈଶ୍ୱର; ଜଗତ୍-ନିବାସ - ଜଗତର ଆଶ୍ରୟ; ତ୍ୱଂ - ଆପଣ; ଅକ୍ଷରଂ - ଅକ୍ଷର (ଅକ୍ଷୟ); ସତ୍-ଅସତ୍ -ପ୍ରକଟ ଏବଂ ଅପ୍ରକଟ; ତତ୍ପରଂ - ଦିବ୍ୟ (ସବୁଠାରୁୁ ଊର୍ଦ୍ଧ୍ୱରେ); ଯତ୍ - ଯାହା ।",
"translation": {
"text": "ହେ ପରମପୁରୁଷ! ଆପଣ ଯଦି ବ୍ରହ୍ମାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି, ସେମାନେ ଆପଣଙ୍କୁ ପ୍ରଣାମ କରିବେ ନାହିଁ କାହିଁକି? ହେ ଅନନ୍ତ! ସମସ୍ତ ଦେବତାମାନଙ୍କର ପ୍ରଭୁ! ହେ ସଂସାରର ଆଶ୍ରୟ! ଆପଣ ବ୍ୟକ୍ତ ଓ ଅବ୍ୟକ୍ତର ଊର୍ଦ୍ଧ୍ୱରେ ସ୍ଥିତ ଅବିନଶ୍ୱର ସତ୍ୟ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-37.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.37.mp3"
]
},
"commentary": "ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ବ୍ୟବହାର କାହିଁକି ଯୁକ୍ତିଯୁକ୍ତ, ତା’ର ଯଥାର୍ଥତା ଦର୍ଶାଇ ଅର୍ଜୁନ କସ୍ମାଚ୍ଚ ତେନ, ଅର୍ଥାତ୍ ‘ସେମାନେ କାହିଁକି ନ କରିବେ’ କହୁଛନ୍ତି । କାହିଁକି ସମସ୍ତ ପ୍ରାଣୀ, ପରମେଶ୍ୱରଙ୍କ ପ୍ରଣାମ କରିବେ ନାହିଁ, ଯେତେବେଳେ କି ସମସ୍ତ ସୃଷ୍ଟି ତାଙ୍କଠାରୁ ଉତ୍ପତ୍ତି, ତାଙ୍କ ଦ୍ୱାରା ପାଳିତ ଏବଂ ସମସ୍ତେ ତାଙ୍କଠାରେ ଲୀନ ହେବେ? ସୃଷ୍ଟିରେ ପ୍ରକାଶିତ ସମସ୍ତ ବସ୍ତୁ ସେ ହିଁ ଅଟନ୍ତି କାରଣ ଏହା ତାଙ୍କର ହିଁ ଶକ୍ତି ଅଟେ । ଯାହା ଅବ୍ୟକ୍ତ ଅଛି ତାହା ବି ସେ ଅଟନ୍ତି, କାରଣ ଏହା ତାଙ୍କର ଅବ୍ୟକ୍ତ ଶକ୍ତି ଅଟେ । ତଥାପି ସେ ବ୍ୟକ୍ତ ଓ ଅବ୍ୟକ୍ତ ଠାରୁ ଊର୍ଦ୍ଧ୍ୱରେ, କାରଣ ସେ ସର୍ବଶକ୍ତିମାନ, ଅର୍ଥାତ୍ ସମସ୍ତ ଶକ୍ତିର ଉତ୍ସ ଏବଂ ସର୍ବୋଚ୍ଚ ଅଧ୍ୟକ୍ଷ ଅଟନ୍ତି । ସୁତରାଂ, ମାୟାଶକ୍ତି ବା ଜୀବ କେହି ମଧ୍ୟ ତାଙ୍କର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିପାରିବେ ନାହିଁ, ଯାହା ଉଭୟଙ୍କର ଅନୁଭବାତୀତ ଅଟେ ।\nଅର୍ଜୁନ ସ୍ପଷ୍ଟରୂପେ କହିଛନ୍ତି ଯେ, ଶ୍ରୀକୃଷ୍ଣ ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ବ୍ରହ୍ମା ସୃଷ୍ଟିରେ ସର୍ବବରିଷ୍ଠ ଅଟନ୍ତି । ସୃଷ୍ଟିର ସବୁ ଜୀବ ବ୍ରହ୍ମାଙ୍କର ସନ୍ତାନ ସନ୍ତତି ଅଟନ୍ତି କିମ୍ବା ତାଙ୍କ ସନ୍ତାନଙ୍କର ବଂଶଧର ଅଟନ୍ତି । ଶ୍ରୀକୃଷ୍ଣଙ୍କର ହିଁ ସ୍ୱରୂପ, ବିଷ୍ଣୁଙ୍କର ନାଭିରୁ ଉତ୍ପନ୍ନ ହୋଇଥିବା ପଦ୍ମରୁ ବ୍ରହ୍ମା ଜାତ ହୋଇଥିଲେ । ସଂସାରର ସର୍ବବରିଷ୍ଠ ପିତାମହ ଭାବେ ବ୍ରହ୍ମା ପରିଗଣିତ ହେଉଥିବା ବେଳେ, ଶ୍ରୀକୃଷ୍ଣ ବ୍ରହ୍ମାଙ୍କର ପିତାମହ ଅଟନ୍ତି । ସୁତରାଂ, ଏହା ଯୁକ୍ତିଯୁକ୍ତ ଯେ ବ୍ରହ୍ମା ତାଙ୍କୁ ପ୍ରଣତି ଜଣାଇବା ଉଚିତ ।"
},
{
"verseTitle": "Bhagavad Gita 11.38",
"verse": "38",
"chapter": 11,
"lang": "or",
"shloka": {
"speaker": "",
"sanskrit": "त्वमादिदेवः पुरुषः पुराण स्त्वमस्य विश्वस्य परं निधानम्।\n\nवेत्तासि वेद्यं च परं च धाम त्वया ततं विश्वमनन्तरूप ॥38॥",
"text": "ତ୍ୱମାଦିଦେବଃ ପୁରୁଷଃ ପୁରାଣ-\nସ୍ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍ ।\nବେତ୍ତାସି ବେଦ୍ୟଂ ଚ ପରଂ ଚ ଧାମ\nତ୍ୱୟା ତତଂ ବିଶ୍ୱମନନ୍ତରୂପ ।।୩୮।।",
"audioLink": "https://www.holy-bhagavad-gita.org/public/audio/011_038.mp3"
},
"wordMeanings": "ତ୍ୱଂ - ଆପଣ: ଆଦିଦେବଃ - ଆଦି ପରମେଶ୍ୱର; ପୁରୁଷଃ - ପୁରୁଷ; ପୁରାଣଃ -ସର୍ବ ପୁରାତନ; ତ୍ୱଂ - ଆପଣ; ଅସ୍ୟ - ଏହି; ବିଶ୍ୱସ୍ୟ - ବ୍ରହ୍ମାଣ୍ଡର; ପରଂ - ପରମ; ନିଧାନମ୍ - ଆଶ୍ରୟ ସ୍ଥଳ; ବେତ୍ତା - ଜ୍ଞାତା: ଅସି - ଆପଣ ଅଟନ୍ତି; ବେଦ୍ୟଂ ଚ - ଏବଂ ଜେ୍ଞୟ; ପରଂ ଚ- ଏବଂ ପରମ; ଧାମ-ଧାମ; (ଆଶ୍ରୟ ସ୍ଥଳ); ତ୍ୱୟା - ଆପଣଙ୍କ ଦ୍ୱାରା; ତତଂ - ବ୍ୟାପ୍ତ; ବିଶ୍ୱମ୍ - ବ୍ରହ୍ମାଣ୍ଡ; ଅନନ୍ତ ରୂପ - ଅନନ୍ତ ରୂପ ।",
"translation": {
"text": "ଆପଣ ଆଦି ଦେବ ଅଟନ୍ତି, ଆପଣ ମୂଳ ଦିବ୍ୟ ପୁରୁଷ ଅଟନ୍ତି, ଆପଣ ସଂସାରର ଏକ ମାତ୍ର ଆଶ୍ରୟ ସ୍ଥଳ ଅଟନ୍ତି । ଆପଣ ଜ୍ଞାତା ଏବଂ ଜ୍ଞାନର ବିଷୟ ଅଟନ୍ତି । ଆପଣ ହିଁ ପରମ ଧାମ ଅଟନ୍ତି । ହେ ଅନନ୍ତ ରୂପଧାରୀ! ଆପଣ ଜଣେ ହିଁ ଏ ସମଗ୍ର ବିଶ୍ୱରେ ବ୍ୟାପ୍ତ ରହିଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-38.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.38.mp3"
]
},
"commentary": "ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ମୂଳ ଦିବ୍ୟ ପୁରୁଷ, ସବୁ କାରଣର କାରଣ, ଭାବରେ ସମ୍ବୋଧନ କରିଛନ୍ତି । ସମସ୍ତ ବସ୍ତୁ ବା ବ୍ୟକ୍ତିର ଗୋଟିଏ କାରଣ ବା ଉତ୍ପତ୍ତି ଅଛି, ଯେଉଁଠାରୁ ସେ ଉତ୍ପନ୍ନ ହୋଇ ବର୍ତ୍ତମାନ ସ୍ଥିତିରେ ରହିଛି । ଏମିତିକି ଭଗବାନ ବିଷ୍ଣୁଙ୍କର ମଧ୍ୟ କାରଣ ଅଛି । ଯଦିଓ ସେ ଭଗବାନଙ୍କର ଏକ ସ୍ୱରୂପ ଅଟନ୍ତି, ସେ ଶ୍ରୀକୃଷ୍ଣଙ୍କର ଏକ ବିସ୍ତାର ଅଟନ୍ତି । କିନ୍ତୁ ଶ୍ରୀକୃଷ୍ଣ କୌଣସି ବ୍ୟକ୍ତିତ୍ୱଙ୍କର ବିସ୍ତାର ନୁହନ୍ତି । ସେ ଅକାରଣ ଆଦି କାରଣ ଅଟନ୍ତି । ସେଥିପାଇଁ ବ୍ରହ୍ମା ତାଙ୍କର ସ୍ତୁତି କରୁଛନ୍ତି:\nଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହଃଅନାଦିର୍ରାଦି ଗୋବିନ୍ଦଃ ସର୍ବ କାରଣ କାରଣମ୍ (ବ୍ରହ୍ମ ସଂହିତା ୫.୧)\n“ଶ୍ରୀକୃଷ୍ଣ ପରମାତ୍ମାଙ୍କର ମୂଳ ସ୍ୱରୂପ ଅଟନ୍ତି । ତାଙ୍କର ବ୍ୟକ୍ତିତ୍ୱ ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଅଟେ । ସେ ସମସ୍ତଙ୍କ ଉତ୍ପତ୍ତି ସ୍ଥଳ,କିନ୍ତୁ ସେ ସ୍ୱୟଂ ଉତ୍ପତ୍ତି ରହିତ ଅଟନ୍ତି । ସେ ସର୍ବକାରଣ କାରଣ ଅଟନ୍ତି ।”\nଶ୍ରୀକୃଷ୍ଣ ସର୍ବଜ୍ଞ ଅଟନ୍ତି । ପୁଣି ସେ ସମସ୍ତ ଜ୍ଞାନର ଜ୍ଞାତବ୍ୟ ବିଷୟ ଅଟନ୍ତି । ଶ୍ରୀମଦ୍ ଭାଗବତମ୍(୪.୨୯.୪୯)କହେ: ସା ବିଦ୍ୟା ତନ୍ମତିର୍ ଯୟା । ଯାହା ଆମକୁ ଭଗବାନଙ୍କୁ ଜାଣିବାକୁ ସାହାଯ୍ୟ କରେ, ତାହାହିଁ ପ୍ରକୃତ ଜ୍ଞାନ ଅଟେ ।\nଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହୁଛନ୍ତି:\nଯୋ ହରି ସେବା ହେତୁ ହୋ, ସୋଈ କର୍ମ ବଖାନ ।ଯୋ ହରି ଭଗତି ବଢ଼ାବେ, ସୋଈ ସମୁଝିୟ ଜ୍ଞାନ । । (ଭକ୍ତି ଶତକ ପଦ: ୬୬)\n“ଯେଉଁ କର୍ମ ଭଗବାନଙ୍କ ସେବା ନିମିତ୍ତ କରାଯାଏ, ତାହାକୁ ହିଁ ପ୍ରକୃତ କର୍ମ ବୋଲି ଜାଣ । ଯେଉଁ ଜ୍ଞାନ ଭଗବାନଙ୍କ ପ୍ରତି ଆମର ପ୍ରେମ ବଢ଼ାଏ, ତାହାକୁ ପ୍ରକୃତ ଜ୍ଞାନ ଜାଣ ।” ସୁତରାଂ, ଶ୍ରୀକୃଷ୍ଣ ଉଭୟ ଜ୍ଞାନ ଏବଂ ଜ୍ଞାତବ୍ୟ ଅଟନ୍ତି ।"
},
{
"verseTitle": "Bhagavad Gita 11.39",
"verse": "39",
"chapter": 11,
"lang": "or",
"shloka": {
"speaker": "",
"sanskrit": "वायुर्यमोऽग्निर्वरुणः शशाङ्कः प्रजापतिस्त्वं प्रपितामहश्च।\n\nनमो नमस्तेऽस्तु सहस्त्रकृत्वः पुनश्च भूयोऽपि नमो नमस्ते ॥39॥",
"text": "ବାୟୁର୍ଯମୋଽଗ୍ନିର୍ବରୁଣଃ ଶଶାଙ୍କଃ \nପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ ।\nନମୋ ନମସ୍ତେଽସ୍ତୁ ସହସ୍ରକୃତ୍ୱଃ\nପୁନଶ୍ଚ ଭୂୟୋଽପି ନମୋ ନମସ୍ତେ ।।୩୯।।",
"audioLink": "https://www.holy-bhagavad-gita.org/public/audio/011_039.mp3"
},
"wordMeanings": "ବାୟୁଃ-ବାୟୁ ଦେବତା; ଯମଃ-ମୃତ୍ୟୁ ଦେବତା; ଅଗ୍ନିଃ- ଅଗ୍ନି ଦେବତା; ବରୁଣଃ- ଜଳ ଦେବତା; ଶଶାଙ୍କଃ-ଚନ୍ଦ୍ର; ପ୍ରଜାପତିଃ- ବ୍ରହ୍ମା; ତ୍ୱଂ -ଆପଣ; ପ୍ରପିତାମହଃ- ପ୍ରପିତାମହ, ଚ-ଏବଂ; ନମଃ- ନମସ୍କାର; ନମଃ ତେ- ଆପଣଙ୍କୁ ନମସ୍କାର; ଅସ୍ତୁ- ହେଉ; ସହସ୍ର କୃତ୍ୱଃ- ସହସ୍ରବାର; ପୁନଃ ଚ- ପୁନର୍ବାର; ଭୂୟଃ- ଆଉଥରେ, ଅପି- ମଧ୍ୟ; ନମଃ- ମୋର ପ୍ରଣାମ ଜଣାଉଛି; ନମଃ ତେ- ଆପଣଙ୍କୁ ମୋର ପ୍ରଣାମ ଜଣାଉଛି ।",
"translation": {
"text": "ଆପଣ ବାୟୁ, ଯମରାଜ, ଅଗ୍ନି, ବରୁଣ ଏବଂ ଚନ୍ଦ୍ର ଅଟନ୍ତି । ଆପଣ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ସମସ୍ତ ପ୍ରାଣୀଙ୍କ ପ୍ରପିତାମହ ଅଟନ୍ତି । ମୁଁ ଆପଣଙ୍କୁ ସହସ୍ରବାର ପ୍ରଣାମ ଜଣାଉଛି ଏବଂ ଅନେକ ଥର ପୁଣି ପ୍ରଣାମ କରୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-39.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.39.mp3"
]
},
"commentary": "ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଗାଢ଼ ଭକ୍ତିରେ, ଅର୍ଜୁନ ତାଙ୍କୁ ସହସ୍ର-କୃତ୍ୱଃ ବା ସହସ୍ରବାର ପ୍ରଣାମ ଜଣାଉଛନ୍ତି । ଭାରତରେ ଦୀପାବଳି ଉତ୍ସବ ପାଳନ ସମୟରେ, ଅନେକ ଆକୃତିର ମିଠାଇ ପ୍ରସ୍ତୁତ କରାଯାଇଥାଏ- ହାତୀ, ଘୋଡ଼ା, ପୁରୁଷ, ସ୍ତ୍ରୀ, କୁକୁର ଇତ୍ୟାଦି । କିନ୍ତୁ ସେହି ସବୁର ଉପାଦାନ ସାମଗ୍ରୀ ଚିନି ହିଁ ଅଟେ । ସେହିପରି ସ୍ୱର୍ଗର ଦେବତାମାନଙ୍କର ବିଶେଷ ବ୍ୟକ୍ତିତ୍ୱ ଥାଏ ଏବଂ ସଂସାର ପରିଚାଳନାରେ ସେମାନଙ୍କର ନିର୍ଦ୍ଦିଷ୍ଟ ଦାୟୀତ୍ୱ ରହିଥାଏ । କିନ୍ତୁ ସେହି ଜଣେ ଭଗବାନ ସେମାନଙ୍କ ମଧ୍ୟରେ ନିବାସ କରି, ସେମାନଙ୍କ ଶକ୍ତିର ପରିପ୍ରକାଶ କରିଥାଆନ୍ତି ।\nଅନ୍ୟ ଗୋଟିଏ ଉଦାହରଣ ବିଚାର କରନ୍ତୁ । ଅନେକ ପ୍ରକାରର ଅଳଙ୍କାର ସୁନାରୁ ତିଆରି ହୋଇଥାଏ । ସେ ସବୁର ପୃଥକ୍ ପରିଚୟ ରହିଛି, ତଥାପି ସେ ସବୁ ସୁନା ଅଟେ । ଯେମିତି ସୁନା ଅଳଙ୍କାର ନୁହେଁ, କିନ୍ତୁ ସବୁ ଅଳଙ୍କାର ସୁନା ଅଟନ୍ତି, ସେହିପରି ଭଗବାନ ସମସ୍ତ ଦେବତା ଅଟନ୍ତି କିନ୍ତୁ ଦେବତାମାନେ ଭଗବାନ ନୁହନ୍ତି । ତେଣୁ ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ଶ୍ରୀକୃଷ୍ଣ ବାୟୁ, ଯମରାଜ, ଅଗ୍ନି, ବରୁଣ, ଚନ୍ଦ୍ର ଏବଂ ବ୍ରହ୍ମା ମଧ୍ୟ ଅଟନ୍ତି ।"
},
{
"verseTitle": "Bhagavad Gita 11.40",
"verse": "40",
"chapter": 11,
"lang": "or",
"shloka": {
"speaker": "",
"sanskrit": "नमः पुरस्तादथ पृष्ठतस्ते नमोऽस्तु ते सर्वत एव सर्व \n\nअनंतवीर्यामितविक्रमस्त्वं सर्वं समाजोषि ततोऽसि सर्वः ॥40॥",
"text": "ନମଃ ପୁରସ୍ତାଦଥ ପୃଷ୍ଠତସ୍ତେ \nନମୋଽସ୍ତୁତେ ସର୍ବତ ଏବ ସର୍ବ ।\nଅନନ୍ତବୀର୍ଯ୍ୟାମିତବିକ୍ରମସ୍ତ୍ୱଂ\nସର୍ବଂ ସମାପ୍ନୋଷି ତତୋଽସି ସର୍ବଃ ।।୪୦।।",
"audioLink": "https://www.holy-bhagavad-gita.org/public/audio/011_040.mp3"
},
"wordMeanings": "ନମଃ-ନମସ୍କାର; ପୁରସ୍ତାତ୍-ସମ୍ମୁଖ ଭାଗରୁ; ଅଥ-ଏବଂ; ପୃଷ୍ଠତଃ - ପୃଷ୍ଠ ଭାଗରୁ; ତେ- ଆପଣଙ୍କୁ; ନମଃ ଅସ୍ତୁ - ମୁଁ ପ୍ରଣାମ କରୁଛି ; ତେ- ଆପଣଙ୍କୁ; ସର୍ବତଃ- ସବୁଦିଗରୁ; ଏବ ସର୍ବ-ବାସ୍ତବରେ ଆପଣ ସବକିଛିୁ ଅଟନ୍ତି; ଅନନ୍ତବୀର୍ଯ୍ୟ- ଅନନ୍ତ ଶକ୍ତି; ଅମିତ-ବିକ୍ରମଃ- ଅସୀମ ବଳ; ତ୍ୱଂ-ଆପଣ; ସର୍ବଂ- ସବୁକିଛି; ସମାପ୍ନୋଷି-ବ୍ୟାପ୍ତ; ତତଃ ଅସି- ତେଣୁ ଆପଣ; ସର୍ବଃ- ସବୁ ।",
"translation": {
"text": "ହେ ଅନନ୍ତ ଶକ୍ତିଯୁକ୍ତ ଭଗବାନ ! ଆପଣଙ୍କୁ ସମ୍ମୁଖରୁ ,ପଶ୍ଚାତ୍ ଦେଶରୁ ଓ ସମସ୍ତ ଦିଗରୁ ମୋର ପ୍ରଣାମ । ଆପଣ ଅଫୁରନ୍ତ ଶୌର୍ଯ୍ୟବାନ ଏବଂ ମହା ପରାକ୍ରମୀ ଅଟନ୍ତି ଏବଂ ଆପଣ ସମସ୍ତ ସଂସାରରେ ବ୍ୟାପ୍ତ ଅଟନ୍ତି, ତେଣୁ ଆପଣ ହିଁ ସର୍ବରୂପ ଅଟନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-40.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.40.mp3"
]
},
"commentary": "ଅର୍ଜୁନ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟଗାନ କରିବାର କ୍ରମ ଅବ୍ୟାହତ ରଖିଛନ୍ତି ଏବଂ ତାଙ୍କୁ ଅନନ୍ତବୀର୍ଯ୍ୟ ଏବଂ ଅନନ୍ତ-ବିକ୍ରମଃ ଘୋଷଣା କରୁଛନ୍ତି । ବିସ୍ମୟାଭିଭୁତ ହୋଇ, ସେ ନମଃ ! ନମଃ ! କହି ଶ୍ରୀକୃଷ୍ଣଙ୍କୁ ସମସ୍ତ ଦିଗରୁ ପ୍ରଣାମ ଜଣାଉଛନ୍ତି ।"
},
{
"verseTitle": "Bhagavad Gita 11.41 – 11.42",
"verse": "41-42",
"chapter": 11,
"lang": "or",
"shloka": {
"speaker": "",
"sanskrit": "सखेति मत्वा प्रसभं यदुक्तं हे कृष्ण हे यादव हे सखेति। \n\nअजानता महिमानं तवेदं मया प्रमादात्प्रणयेन वापि ॥41॥\n\nयच्चावहासार्थमसत्कृतोऽसि विहारशय्यासनभोजनेषु \n\nएकोऽथवाप्यच्युत तत्समक्षं तत्क्षामये त्वामहमप्रमेयम् ॥42॥",
"text": "ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ\nହେ କୃଷ୍ଣ ହେ ଯାଦବ ହେ ସଖେତି ।\nଅଜାନତା ମହିମାନଂ ତବେଦଂ\nମୟା ପ୍ରମାଦାତ୍ପ୍ରଣୟେନ ବାପି ।।୪୧।।\nଯଚ୍ଚାବହାସାର୍ଥମସତ୍କୃତୋଽସି\nବିହାରଶଯ୍ୟାସନଭୋଜନେଷୁ ।\nଏକୋଽଥବାପ୍ୟଚ୍ୟୁତ ତତ୍ସମକ୍ଷଂ \nତତ୍କ୍ଷାମୟେ ତ୍ୱାମହମପ୍ରମେୟମ୍ ।।୪୨।।",
"audioLink": "https://www.holy-bhagavad-gita.org/public/audio/011_041-042.mp3"
},
"wordMeanings": "ସଖା-ବନ୍ଧୁ ; ଇତି- ଏହିପରି; ମତ୍ୱା- ଭାବି; ପ୍ରସଭଂ-ଧୃଷ୍ଟତାରେ; ଯତ୍-ଯାହା କିଛି; ଉକ୍ତଂ- କହିଲି; ହେ କୃଷ୍ଣ- ହେ କୃଷ୍ଣ; ହେ ଯାଦବ- ହେ ଯାଦବ; ହେ ସଖା ଇତି- ହେ ମୋର ପ୍ରିୟ ବନ୍ଧୁ; ଅଜାନତା- ନ ଜାଣି; ମହିମାନଂ- ମହିମା; ତବ-ଆପଣଙ୍କର; ଇଦଂ- ଏହି; ମୟା- ମୋ ଦ୍ୱାରା; ପ୍ରମାଦାତ୍- ଅବହେଳାରେ; ପ୍ରଣୟେନ- ସ୍ନେହ ଯୋଗୁଁ; ବା ଅପି-କିମ୍ବା; ଯତ୍- ଯାହା କିଛି; ଚ- ଏବଂ; ଅବହାସାର୍ଥମ୍- ପରିହାସରେ; ଅସତ୍ କୃତଃ- ଅସମ୍ମାନ; ଅସି- ପ୍ରଦର୍ଶନ କରିଛି; ବିହାର- ଖେଳରେ; ଶଯ୍ୟା- ଶୟନ ସମୟରେ; ଆସନ- ବିଶ୍ରାମ ସ୍ଥାନରେ ; ଭୋଜନେଷୁ- କିମ୍ବା ଏକତ୍ର ଭୋଜନ କରିବା ସମୟରେ; ଏକଃ- ଏକାକୀ; ଅଥବା- କିମ୍ବା; ଅପି-ଯଦି; ଅଚ୍ୟୁତ- ହେ ଅଚ୍ୟୁତ; ତତ୍ ସମକ୍ଷମ୍- ଅନ୍ୟମାନଙ୍କ ସମ୍ମୁଖରେ ; ତତ୍- ତାହା ସବୁ; କ୍ଷାମୟେ- କ୍ଷମା କରନ୍ତୁ; ତ୍ୱାଂ- ଆପଣ; ଅହଂ- ମୁଁ; ଅପ୍ରମେୟମ୍- ଅକଳନ ।",
"translation": {
"text": "ମୋର ସଖା ମନେକରି, ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ ମୋର ପ୍ରିୟ ସଖା କହି ମୁଁ ଧୃଷ୍ଟତା ପୂର୍ବକ ସମ୍ବୋଧନ କରୁଥିଲି । ମୁଁ ଆପଣଙ୍କର ଐଶ୍ୱର୍ଯ୍ୟ ବିଷୟରେ ନ ଜାଣି ଆପଣଙ୍କୁ ଅବଜ୍ଞା ପ୍ରଦର୍ଶନ ତଥା ଅଯାଚିତ ସ୍ନେହ କରୁଥିଲି । ପରିହାସ ଛଳରେ, ଖେଳିବା, ବିଶ୍ରାମ କରିବା, ବସିବା, ଖାଇବା ଏକାନ୍ତରେ ବା ଅନ୍ୟମାନଙ୍କ ସମ୍ମୁଖରେ ମୁଁ ଆପଣଙ୍କର ଯେଉଁ ଅସମ୍ମାନ କରିଛି- ସେ ସବୁ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-41.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-42.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.41.mp3",
"https://www.gitasupersite.iitk.ac.in/sites/default/files/audio/Purohit/11.42.mp3"
]
},
"commentary": "ଭଗବାନଙ୍କର ଅତୁଳନୀୟ ଶ୍ରେଷ୍ଠତା ବର୍ଣ୍ଣନା କରି ଶାସ୍ତ୍ରମାନେ କହନ୍ତି:\nଅହଂ ଏବାସମ୍ ଏବାଗ୍ରେ ନାନ୍ୟତ୍ କିଞ୍ଚାନ୍ତରଂ ବହିଃ ।(ଭାଗବତମ୍ ୬.୪.୪୭)\n“ମୁଁ, ପରଂବ୍ରହ୍ମ, ସୃଷ୍ଟିର ସବୁକିଛି ଅଟେ । ମୋ ଉର୍ଦ୍ଧ୍ୱରେ କିଛି ନାହିଁ ଏବଂ ମୋ ଠାରୁ ଶ୍ରେଷ୍ଠ କେହି ନାହାଁନ୍ତି ।”\nତ୍ୱମୋଙ୍କାରଃ ପରାତ୍ପରଃ (ବାଲ୍ମୀକି ରାମାୟଣ)\n“ଅନାଦି ଶବ୍ଦ ‘ଓମ୍’ ଆପଣଙ୍କର ପରିପ୍ରକାଶ ଅଟେ । ଆପଣ ଶ୍ରେଷ୍ଠତମ ଠାରୁ ଶ୍ରେଷ୍ଠତର ଅଟନ୍ତି ।”\nବାସୁଦେବଃ ପ୍ରଃ ପ୍ରଭୁଃ (ନାରଦ ପଞ୍ଚରାତ୍ର)\n“ଶ୍ରୀକୃଷ୍ଣ ହେଉଛନ୍ତି ଅନ୍ତିମ ପରଂବ୍ରହ୍ମ ।”\nନ ଦେବଃ କେଶବାତ୍ ପରଃ (ନାରଦ ପୁରାଣ)\n“ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ କୌଣସି ଦେବତା ଶ୍ରେଷ୍ଠ ନୁହନ୍ତି ।”\nବିଦ୍ୟାତ୍ ତଂ ପୁରୁଷଂ ପରମ୍ (ମନୁ ସ୍ମୃତି ୧୨.୧୨୨)\n“ ଭଗବାନ ସମସ୍ତଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ସର୍ବୋପରି ଅଟନ୍ତି ।” କିନ୍ତୁ ପୂର୍ବରୁ ବର୍ଣ୍ଣନା କରାଯାଇଥିବା ପ୍ରକାରେ (ଶ୍ଳୋକ ୧୧.୨୪ର ଭାଷ୍ୟ), ପ୍ରେମ ଅତ୍ୟଧିକ ବୃଦ୍ଧି ଲାଭ କଲେ, ପ୍ରେମୀ ପ୍ରେମାସ୍ପଦଙ୍କର ଓøପଚାରିକ ସ୍ଥିତିକୁ ଭୁଲି ଯାଏ ।\nଏହିପରି, ଶ୍ରୀକୃଷ୍ଣଙ୍କ ପ୍ରତି ଅଗାଧ ପ୍ରେମବଶତଃ, ଅର୍ଜୁନ ତାଙ୍କର ସର୍ବୋଚ୍ଚ ସ୍ଥିତିକୁ ଭୁଲିଯାଇ, ଅନେକ ଅଭୂଲା ଅନ୍ତରଙ୍ଗ ମୁହୂର୍ତ୍ତ ତାଙ୍କ ସହିତ ବ୍ୟତୀତ କରିଛନ୍ତି ।\nଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି, ବର୍ତ୍ତମାନ ଅର୍ଜୁନ ବୁଝିପାରୁଛନ୍ତି ଯେ ଶ୍ରୀକୃଷ୍ଣ କେବଳ ତାଙ୍କର ମିତ୍ର ବା ସାଥୀ ନୁହନ୍ତି, ସେ ପରାତ୍ପର ଦିବ୍ୟ ତତ୍ତ୍ୱ ଅଟନ୍ତି, ଯାହାର ସମ୍ମାନ ଦେବତା, ଗନ୍ଧର୍ବ, ସିଦ୍ଧ ମହାପୁରୁଷ ମାନେ ମଧ୍ୟ କରନ୍ତି । ତାଙ୍କୁ କେବଳ ନିଜର ସଖା ମନେ କରି, ଧୃଷ୍ଟତାବଶତଃ ଅର୍ଜୁନ କେବେ ତାଙ୍କର ଅସମ୍ମାନ କରିଥାଇ ପାରନ୍ତି, ସେହି କଥା ଭାବି ସେ ଅନୁତପ୍ତ ହେଉଛନ୍ତି । ମର୍ଯ୍ୟାଦା ଦୃଷ୍ଟିରୁ ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କର ପ୍ରଥମ ନାମରେ ସେମାନଙ୍କୁ ସମ୍ବୋଧନ କରାଯାଏନାହିଁ । ଅର୍ଜୁନ ଏହା ଭାବି ବ୍ୟଥିତ ହେଉଥିଲେ ଯେ, ନିବିଡ଼ତା ଦୃଷ୍ଟିରୁ, ସେ ଭଗବାନଙ୍କ ସହିତ ନିଜକୁ ସମାନ ମନେକରି ସ୍ନେହରେ କେତେବେଳେ ତାଙ୍କୁ, “ହେ ସଖା”, “ହେ ସାଙ୍ଗ” ଏବଂ “ହେ କୃଷ୍ଣ” ଇତ୍ୟାଦି ସମ୍ବୋଧନ କରୁଥିଲେ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱର ଦିବ୍ୟତାକୁ ପାଶୋରି ଦେଇ, ସେ ଯାହା ବି ଧୃଷ୍ଠତା କରିଥାଇପାରନ୍ତି, ସେଥିପାଇଁ ସେ କ୍ଷମା ଭିକ୍ଷା କରୁଛନ୍ତି ।"
},
{
"verseTitle": "Bhagavad Gita 11.43",
"verse": "43",
"chapter": 11,
"lang": "or",
"shloka": {
"speaker": "",
"sanskrit": "पितासि लोकस्य चराचरस्य त्वमस्य पूज्यश्च गुरुर्गरीयान्। \n\nन त्वत्समोऽस्त्यभ्यधिकः कुतोऽन्यो लोकत्रयेऽप्यप्रतिमप्रभाव ॥43॥",
"text": "ପିତାସି ଲୋକସ୍ୟ ଚରାଚରସ୍ୟ\nତ୍ୱମସ୍ୟ ପୂଜ୍ୟଶ୍ଚ ଗୁରୁର୍ଗରୀୟାନ୍ ।\nନ ତ୍ୱତ୍ସମୋଽସ୍ତ୍ୟଭ୍ୟଧିକଃ କୁତୋଽନ୍ୟୋ\nଲୋକତ୍ରୟେଽପ୍ୟପ୍ରତିମପ୍ରଭାବ ।।୪୩।।",
"audioLink": "https://www.holy-bhagavad-gita.org/public/audio/011_043.mp3"
},
"wordMeanings": "ପିତା- ପିତା; ଅସି- ଆପଣ ଅଟନ୍ତି; ଲୋକସ୍ୟ- ସମସ୍ତ ଲୋକର; ଚର-ଜଙ୍ଗମ; ଅଚରସ୍ୟ- ସ୍ଥାବର; ତ୍ୱଂ- ଆପଣ; ଅସ୍ୟ- ଏହାର; ପୂଜ୍ୟଃ- ପୂଜ୍ୟ; ଚ-ଏବଂ; ଗୁରୁଃ-ଗୁରୁ; ଗରୀୟାନ୍- ଗରୀୟାନ; ନ-ନୁହେଁ; ତ୍ୱତ୍-ସମଃ- ଆପଣଙ୍କ ସହ ସମାନ; ଅସ୍ତି-ଅଛି; ଅଭ୍ୟଧିକଃ- ଶ୍ରେଷ୍ଠତର; କୁତଃ- କିପରି ସମ୍ଭବ; ଅନ୍ୟଃ-ଅନ୍ୟ; ଲୋକତ୍ରୟେ-ତିନିଲୋକରେ; ଅପି-ମଧ୍ୟ; ଅପ୍ରତିମ-ଅସୀମ, ଅକଳନୀୟ; ପ୍ରଭାବ-ଶକ୍ତି ।",
"translation": {
"text": "ଆପଣ ସମ୍ପୂର୍ଣ୍ଣ ବିଶ୍ୱର ସମସ୍ତ ଚରାଚର ପ୍ରାଣୀଙ୍କର ପିତା ଅଟନ୍ତି । ଆପଣ ପରମ ପୂଜନୀୟ ଏବଂ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ହେ ଅତୁଳନୀୟ ଶକ୍ତିର ଅଧିକାରୀ! କେହି ଆପଣଙ୍କର ସମକକ୍ଷ ନ ଥିବା ବେଳେ, ଆପଣଙ୍କଠାରୁ ବଡ଼ କିଏ ଅବା ହୋଇପାରିବ ?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-43.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.43.mp3"
]
},
"commentary": "ଅର୍ଜୁନ କହୁଛନ୍ତି ଯେ, ଶ୍ରୀକୃଷ୍ଣ ସର୍ବଶ୍ରେଷ୍ଠ ତଥା ସର୍ବବରିଷ୍ଠ ଅଟନ୍ତି । ପିତା ସର୍ବଦା ପୁତ୍ରଠାରୁ ବରିଷ୍ଠ ହୋଇଥାନ୍ତି । ଶ୍ରୀକୃଷ୍ଣ ସମସ୍ତ ପିତାଙ୍କର ପିତା ଅଟନ୍ତି । ସେହିପରି ସେ ସମସ୍ତ ଆଧ୍ୟାତ୍ମିକ ଗୁରୁମାନଙ୍କର ଗୁରୁ ଅଟନ୍ତି । ପ୍ରଥମ ଆଧ୍ୟାତ୍ମିକ ଗୁରୁ, ସୃଷ୍ଟିକର୍ତ୍ତା; ବ୍ରହ୍ମା ଅଟନ୍ତି । ସେ ତାଙ୍କ ଶିଷ୍ୟମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ, ଏବଂ ତାହା ଆଗକୁ ଗଡି ଚାଲିଲା । ବ୍ରହ୍ମା ବୈଦିକ ଜ୍ଞାନ ଶ୍ରୀକୃଷ୍ଣଙ୍କ ଠାରୁ ପ୍ରାପ୍ତ କରିଥିଲେ । ଶ୍ରୀମଦ୍ ଭାଗବତମ୍ (୧.୧.୧) କହେ: ତେନେ ବ୍ରହ୍ମ ହୃଦାୟ ଆଦି କବୟେ, “ଶ୍ରୀକୃଷ୍ଣ ପ୍ରଥମ ଜନ୍ମିତ ବ୍ରହ୍ମାଙ୍କ ହୃଦୟରେ ବେଦଜ୍ଞାନ ପ୍ରଦାନ କରିଥିଲେ ।” ଅତଏବ, ସର୍ବପ୍ରଥମ ଗୁରୁ ଶ୍ରୀକୃଷ୍ଣ ଅଟନ୍ତି ।\nଶ୍ୱେତାଶ୍ୱତର ଉପନିଷଦ କହେ:\nନ ତତ୍ସମଶ୍ଚାଭ୍ୟଧିକଶ୍ଚ ଦୃଶ୍ୟତେ (୬.୮)\n“କେହି ଭଗବାନଙ୍କର ସମକକ୍ଷ ନୁହଁନ୍ତି, ଅଥବା କେହି ତାଙ୍କଠାରୁ ଶ୍ରେଷ୍ଠ ନୁହଁନ୍ତି ।”ଶ୍ରୀକୃଷ୍ଣ ଯେ ସେହି ବେଦ ବର୍ଣ୍ଣିତ ପରମ ପୁରୁଷ ଅଟନ୍ତି, ଏହା ହୃଦୟଙ୍ଗମ କରିବା ପରେ, ଅର୍ଜୁନ ତାଙ୍କୁ ଉପରୋକ୍ତ ଉପାଧି ଦ୍ୱାରା ସମ୍ବୋଧିତ କରିଛନ୍ତି ।"
},
{
"verseTitle": "Bhagavad Gita 11.44",
"verse": "44",
"chapter": 11,
"lang": "or",
"shloka": {
"speaker": "",
"sanskrit": "तस्मात्प्रणम्य प्रणिधाय कायं प्रसादये त्वामहमीशमीड्यम् ।\n\nपितेव पुत्रस्य सखेव सख्युः प्रियः प्रियायार्हसि देव सोढुम् ॥4॥",
"text": "ତସ୍ମାତ୍ ପ୍ରଣମ୍ୟ ପ୍ରଣିଧାୟ କାୟଂ\nପ୍ରସାଦୟେ ତ୍ୱାମହମୀଶମୀଡ୍ୟମ୍ ।\nପିତେବ ପୁତ୍ରସ୍ୟ ସଖେବ ସଖ୍ୟୁଃ\nପ୍ରିୟଃ ପ୍ରିୟାୟାର୍ହସି ଦେବ ସୋଢ଼ୁମ୍ ।।୪୪।।",
"audioLink": "https://www.holy-bhagavad-gita.org/public/audio/011_044.mp3"
},
"wordMeanings": "ତସ୍ମାତ୍- ତେଣୁ; ପ୍ରଣମ୍ୟ- ପ୍ରଣାମ କରି; ପ୍ରଣିଧାୟ- ଦଣ୍ଡବତ କରି; କାୟମ୍- ଶରୀର; ପ୍ରସାଦୟେ- କୃପାଭିକ୍ଷା କରି; ତ୍ୱାଂ-ଆପଣଙ୍କୁ; ଅହଂ-ମୁଁ ; ଈଶଂ- ଭଗବାନଙ୍କୁ; ଈଡ଼୍ୟମ୍- ପୂଜନୀୟ; ପିତା-ଇବ - ପିତାଙ୍କ ପରି; ପୁତ୍ରସ୍ୟ- ପୁତ୍ରର; ସଖା-ଇବ- ବନ୍ଧୁ ପରି; ସଖ୍ୟୁଃ- ବନ୍ଧୁର; ପ୍ରିୟଃ- ପ୍ରିୟ; ପ୍ରିୟାୟାଃ-ପ୍ରିୟତମାର; ଅର୍ହସି- ଆପଣ ନିଶ୍ଚୟ; ଦେବ-ହେ ପ୍ରଭୁ; ସୋଢ଼ୁମ୍- କ୍ଷମା କରିବେ ।",
"translation": {
"text": "ଏଣୁ ହେ ଆଦରଣୀୟ ପ୍ରଭୁ ! ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ଏବଂ ଦଣ୍ଡବତ ପ୍ରଣାମ ଜଣାଇ, ମୁଁ କ୍ଷମା ପ୍ରାର୍ଥନା କରୁଅଛି । ପିତା ପୁତ୍ରକୁ ସହ୍ୟ କରିବା ପରି, ବନ୍ଧୁ ବନ୍ଧୁକୁ କ୍ଷମା କରିବା ପରି ଓ ପ୍ରେମୀ ପ୍ରେମାସ୍ପଦର ସବୁ ଦୋଷ ଭୁଲିଯିବା ପରି, ଆପଣ ମୋର ସମସ୍ତ ଦୋଷ କ୍ଷମା କରନ୍ତୁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-44.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.44.mp3"
]
},
"commentary": "ଭଗବାନଙ୍କ ପ୍ରତି ପ୍ରଦର୍ଶନ କରିଥିବା ନିଜର ବ୍ୟବହାରକୁ ଅପରାଧ ବିବେଚନା କରି ଅର୍ଜୁନ କ୍ଷମା ପ୍ରାର୍ଥନା କରୁଛନ୍ତି । ଶ୍ରୀକୃଷ୍ଣଙ୍କ ସହିତ ମିଳାମିଶା କରିବା ବେଳେ- ଖେଳିବା, ଖାଇବା, ଥଟ୍ଟା ପରିହାସ, କଥାବାର୍ତ୍ତା ଏବଂ ବିଶ୍ରାମ କାଳରେ- ସେ ସର୍ବଶକ୍ତିମାନ ଭଗବାନଙ୍କ ପ୍ରତି ଶୋଭନୀୟ ବ୍ୟବହାର ପ୍ରଦର୍ଶନ କରୁ ନ ଥିଲେ । ତଥାପି ସମ୍ବନ୍ଧ ଅତ୍ୟନ୍ତ ଘନିଷ୍ଠ ଥିଲେ, ଏପରି ଉଲଘଂନକୁ କେହି ବି ମନରେ ଧରନ୍ତି ନାହିଁ । କୌଣସି ସରକାରୀ ଅଧିକାରୀଙ୍କର ଦେଶର ରାଷ୍ଟ୍ରପତିଙ୍କ ସହ ପରିହାସ କରିବାର ଅଧିକାର ନ ଥାଏ । କିନ୍ତୁ ରାଷ୍ଟ୍ରପତିଙ୍କର ବନ୍ଧୁ ତାଙ୍କୁ ଥଟ୍ଟା କରନ୍ତି, ଉପହାସ କରନ୍ତି, ଏପରିକି ଗାଳି ମଧ୍ୟ ଦେଇଥାନ୍ତି । ରାଷ୍ଟ୍ରପତି କିଛି ଖରାପ ଭାବନ୍ତି ନାହିଁ, ବରଂ ତାଙ୍କର ଥଟ୍ଟା ପରିହାସକୁ, ଅଧସ୍ତନ କର୍ମଚାରୀ ମାନେ ଦେଉଥିବା ସମ୍ମାନଠାରୁ ଅଧିକ ମୂଲ୍ୟ ଦେଇଥାନ୍ତି । ହଜାର ହଜାର ବ୍ୟକ୍ତି ଜଣେ ସେନାଧ୍ୟକ୍ଷଙ୍କୁ ସାଲ୍ୟୁଟ୍ କରିଥାନ୍ତି, କିନ୍ତୁ କେହି ବି, ତାଙ୍କର ପରମ ଅନ୍ତରଙ୍ଗ ପତ୍ନୀଙ୍କ ପରି ପ୍ରିୟ ନୁହଁନ୍ତି । ସେହିପରି ଶ୍ରୀକୃଷ୍ଣଙ୍କ ପ୍ରତି ଅର୍ଜୁନଙ୍କର ଘନିଷ୍ଠ ବ୍ୟବହାର ମର୍ଯ୍ୟାଦାର ଉଲଘଂନ ନଥିଲା; ସେଗୁଡ଼ିକ ଜଣେ ବନ୍ଧୁ ଭାବରେ ତାଙ୍କର ଗଭୀର ପ୍ରେମର ନିଦର୍ଶନ ଥିଲା । ଜଣେ ଭକ୍ତ ସ୍ୱଭାବରେ ନମ୍ର ହୋଇଥାନ୍ତି ଏବଂ ବିନମ୍ରତା ଯୋଗୁଁ ସେ ଅନୁଭବ କରନ୍ତି ହୁଏତ ସେ ଅପରାଧ କରିଥାଇପାରନ୍ତି, ତେଣୁ ସେ କ୍ଷମା ଭିକ୍ଷା କରୁଛନ୍ତି ।"
},
{
"verseTitle": "Bhagavad Gita 11.45",
"verse": "45",
"chapter": 11,
"lang": "or",
"shloka": {
"speaker": "",
"sanskrit": "अदृष्टपूर्वं हृषितोऽस्मि दृष्ट्वा भयेन च प्रव्यथितं मनो मे ।\n\nतदेव मे दर्शय देवरुपं प्रसीद देवेश जगन्निवास ॥45॥",
"text": "ଅଦୃଷ୍ଟପୂର୍ବଂ ହୃଷିତୋଽସ୍ମି ଦୃଷ୍ଟ୍ୱ\nଭୟେନ ଚ ପ୍ରବ୍ୟଥିତଂ ମନୋ ମେ ।\nତଦେବ ମେ ଦର୍ଶୟ ଦେବରୂପଂ\nପ୍ରସୀଦ ଦେବେଶ ଜଗନ୍ନିବାସ ।।୪୫।।",
"audioLink": "https://www.holy-bhagavad-gita.org/public/audio/011_045.mp3"
},
"wordMeanings": "ଅଦୃଷ୍ଟ ପୂର୍ବଂ- ପୂର୍ବରୁ ଦେଖିନଥିବା; ହୃଷିତଃ- ଆନନ୍ଦିତ; ଅସ୍ମି- ହେଉଅଛି; ଦୃଷ୍ଟ୍ୱ-ଦେଖିକରି; ଭୟେନ- ଭୟ ଯୋଗୁଁ; ଚ-ମଧ୍ୟ; ପ୍ରବ୍ୟଥିତଂ- ଥରୁଛି; ମନଃ-ମନ; ମେ- ମୋର; ତତ୍-ତେଣୁ; ଏବ-ନିଶ୍ଚିତରୂପେ; ମେ-ମୋତେ; ଦର୍ଶୟ-ଦେଖାନ୍ତୁ; ଦେବ-ହେ ଭଗବାନ; ରୂପଂ-ରୂପ; ପ୍ରସୀଦ-କୃପା କରନ୍ତୁ; ଦେବେଶ- ହେ ଦେବେଶ; ଜଗତ୍-ନିବାସ- ଜଗତର ଆଶ୍ରୟସ୍ଥଳ ।",
"translation": {
"text": "ମୁଁ ପୂର୍ବରୁ କେବେବି ଦେଖି ନ ଥିବା ଆପଣଙ୍କର ଏହି ବିଶ୍ୱରୂପକୁ ଦର୍ଶନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ତଥାପି ମନ ଭୟରେ କମ୍ପିତ ହୋଇଉଠୁଛି । ହେ ଦେବତାଙ୍କର ଈଶ୍ୱର ! ହେ ସଂସାରର ଆଶ୍ରୟ! ମୋ ପ୍ରତି କୃପା କରନ୍ତୁ ଏବଂ ମୋତେ ଆପଣଙ୍କ ସରସ ରୂପର ଦର୍ଶନ କରାନ୍ତୁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-45.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.45.mp3"
]
},
"commentary": "ଦୁଇ ପ୍ରକାରର ଭକ୍ତି ଅଛି- ଐଶ୍ୱର୍ଯ୍ୟ ଭକ୍ତି ଏବଂ ମାଧୁର୍ଯ୍ୟ ଭକ୍ତି । ଐଶ୍ୱର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କର ସର୍ବଶକ୍ତିମାନ ରୂପକୁ ଧ୍ୟାନ କରି ଭକ୍ତି କରିବାକୁ ଭଲ ପାଇଥାଏ । ଐଶ୍ୱର୍ଯ୍ୟ ଭକ୍ତିର ପ୍ରମୁଖ ଭାବ ହେଉଛି ବିସ୍ମୟ ଓ ସମ୍ମାନ । ଏପରି ଭକ୍ତିରେ ଭଗବାନଙ୍କ ଠାରୁ ଦୂରତ୍ୱ ବୋଧ ହୋଇଥାଏ ଏବଂ ବ୍ୟବହାର ସର୍ବଦା ଔପଚାରିକତାପୂର୍ଣ୍ଣ ହୋଇଥାଏ । ଐଶ୍ୱର୍ଯ୍ୟ ଭକ୍ତିର ଉଦାହରଣ ଦ୍ୱାରିକାବାସୀ ଏବଂ ଅଯୋଧ୍ୟାବାସୀ ଅଟନ୍ତି, ଯେଉଁମାନେ ଶ୍ରୀକୃଷ୍ଣ ଏବଂ ରାମଚନ୍ଦ୍ରଙ୍କୁ ତାଙ୍କ ରାଜା ରୂପରେ ପୂଜା କରୁଥିଲେ । ସାଧାରଣ ନାଗରିକମାନେ ତାଙ୍କ ରାଜାଙ୍କ ପ୍ରତି ଅତ୍ୟନ୍ତ ସମ୍ମାନଯୁକ୍ତ ଓ ଆଜ୍ଞାବହ ହୋଇଥାନ୍ତି, ମାତ୍ର ସେମାନେ କେବେବି ତାଙ୍କ ପ୍ରତି ଘନିଷ୍ଠତା ଅନୁଭବ କରି ନ ଥାନ୍ତି ।\nମାଧୁର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କ ସହିତ ଏକ ନିବିଡ଼ ବ୍ୟକ୍ତିଗତ ସମ୍ପର୍କ ଅନୁଭବ କରିଥାଏ । ଏହି ଭକ୍ତିରେ ପ୍ରମୁଖ ଭାବ ହେଉଛି “ଶ୍ରୀକୃଷ୍ଣ ମୋର ଏବଂ ମୁଁ ତାଙ୍କର ଅଟେ ।” ମାଧୁର୍ଯ୍ୟ ଭକ୍ତିର ଉଦାହରଣ ହେଉଛନ୍ତି, ବୃନ୍ଦାବନର ଗୋପାଳ ବାଳକମାନେ, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସଖା ଭାବରେ ଭଲ ପାଉଥିଲେ । ନନ୍ଦ ଓ ଯଶୋଦା, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସନ୍ତାନ ରୂପରେ ଭଲ ପାଉଥିଲେ ଏବଂ ଗୋପୀମାନେ, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରେମୀ ରୂପରେ ଭଲ ପାଉଥିଲେ । ମାଧୁର୍ଯ୍ୟ ଭକ୍ତି, ଐଶ୍ୱର୍ଯ୍ୟ ଭକ୍ତିଠାରୁ ଅନନ୍ତ ଗୁଣରେ ମଧୁର ଅଟେ । ତେଣୁ ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହନ୍ତି:\nସବୈ ସରସ ରସ ଦ୍ୱାରିକା, ମଥୁରା ଅରୁ ବ୍ରଜ ମାହିଁମଧୁର, ମଧୁରତର, ମଧୁରତମ, ରସ ବ୍ରଜରସ ସମ ନାହିଁ । (ଭକ୍ତି ଶତକ ପଦ-୭୦)\n“ଭଗବାନଙ୍କର ଆନନ୍ଦ ସମସ୍ତ ରୂପରେ ଅତ୍ୟନ୍ତ ମଧୁର ଅଟେ । ତଥାପି ଏହାର ସ୍ତର ଭେଦ ରହିଛି- ଦ୍ୱାରିକା ଲୀଳାର ଆନନ୍ଦ ମଧୁର ଅଟେ, ମଥୁରା ଲୀଳାର ଆନନ୍ଦ ମଧୁରତର ଅଟେ, ଏବଂ ବ୍ରଜ ଲୀଳାର ଆନନ୍ଦ ମଧୁରତମ ଅଟେ ।”\nମାଧୁର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କର ଭଗବତ୍ତା ଭୁଲିଯାଇ, ଶ୍ରୀକୃଷ୍ଣଙ୍କ ସହିତ ଚାରି ପ୍ରକାର ସମ୍ପର୍କ ସ୍ଥାପନ କରିଥାଏ ।\nଦାସ୍ୟଭାବ- ଶ୍ରୀକୃଷ୍ଣ ମୋର ସ୍ୱାମୀ ଏବଂ ମୁଁ ତାଙ୍କର ଦାସ ଅଟେ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିଗତ ସେବକ ରକ୍ତକ ଓ ପତ୍ରକଙ୍କର ଭକ୍ତି ଏହି ଦାସ୍ୟଭାବ ଥିଲା । ଭଗବାନ ଆମର ପିତାମାତା ଅଟନ୍ତି, ଏହି ଭାବନା ଦାସ୍ୟଭାବର ଏକ ରୂପାନ୍ତର ଅଟେ ଏବଂ ଏହି ଭାବ ଏଥିରେ ସନ୍ନହିତ ହୋଇଥାଏ ।\nସଖ୍ୟଭାବ- ଶ୍ରୀକୃଷ୍ଣ ମୋର ସଖା ଏବଂ ମୁଁ ତାଙ୍କର ଅନ୍ତରଙ୍ଗ ସାଥୀ । ବୃନ୍ଦାବନର ଗୋପାଳ ବାଳକ ଶ୍ରୀଦାମ, ମଧୁମଙ୍ଗଳ, ଧନସୁଖ, ମନସୁଖ ଇତ୍ୟାଦିଙ୍କର ଭକ୍ତିରେ ଏହି ସଖ୍ୟଭାବ ପ୍ରକାଶ ପାଇଥାଏ ।\nବାତ୍ସଲ୍ୟଭାବ- ଶ୍ରୀକୃଷ୍ଣ ମୋର ପୁତ୍ର ଏବଂ ମୁଁ ତାଙ୍କର ପିତାମାତା । ଯଶୋଦା ଏବଂ ନନ୍ଦବାବାଙ୍କ ଭକ୍ତିରେ ଏହି ବାତ୍ସଲ୍ୟ ଭାବ ଥିଲା ।\nମାଧୁର୍ଯ୍ୟଭାବ- ଶ୍ରୀକୃଷ୍ଣ ମୋର ପ୍ରିୟତମ ଏବଂ ମୁଁ ତାଙ୍କର ପ୍ରେୟସୀ ଅଟେ । ବୃନ୍ଦାବନର ଗୋପୀମାନଙ୍କ ଭକ୍ତି ଏହି ଶ୍ରେଣୀର ଥିଲା ।\nଅର୍ଜୁନ ସଖ୍ୟଭାବର ଭକ୍ତ ଅଟନ୍ତି ଏବଂ ଭଗବାନଙ୍କ ସହିତ ଏକ ଭ୍ରାତୃତ୍ୱପୂର୍ଣ୍ଣ ସମ୍ବନ୍ଧର ରସାସ୍ୱାଦନ କରନ୍ତି । ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି, ତାଙ୍କ ପ୍ରତି ଅର୍ଜୁନଙ୍କର ଭୟ ଏବଂ ସମ୍ମାନ ବୃଦ୍ଧି ଲାଭ କରିଛି, ତଥାପି ସେ ଅଭ୍ୟସ୍ତ ଥିବା ସଖ୍ୟଭାବର ମାଧୁର୍ଯ୍ୟ ପାଇଁ ଲାଳାୟିତ ହେଉଛନ୍ତି । ତେଣୁ ଅର୍ଜୁନ ପ୍ରାର୍ଥନା କରୁଛନ୍ତି ଯେ ସେ ତାଙ୍କର ସର୍ବଶକ୍ତିମାନ ରୂପକୁ ଲୁକ୍କାୟିତ କରି, ପୂର୍ବବତ୍ ନିଜକୁ ମାନବ ରୂପରେ ପ୍ରକଟ କରନ୍ତୁ ।"
},
{
"verseTitle": "Bhagavad Gita 11.46",
"verse": "46",
"chapter": 11,
"lang": "or",
"shloka": {
"speaker": "",
"sanskrit": "किरीटिनं गदिनं चक्रहस्त-मिच्छामि त्वां द्रष्टुमहं तथैव।\n\nतेनैव रूपेण चतुर्भुजेन सहस्रबाहो भव विश्वमूर्ते ॥46॥",
"text": "କିରୀଟିନଂ ଗଦିନଂ ଚକ୍ରହସ୍ତ-\nମିଚ୍ଛାମି ତ୍ୱାଂ ଦ୍ରଷ୍ଟୁମହଂ ତଥୈବ ।\nତେନୈବ ରୂପେଣ ଚତୁର୍ଭୁଜେନ\nସହସ୍ରବାହୋ ଭବ ବିଶ୍ୱମୁର୍ତେ ।।୪୬।।",
"audioLink": "https://www.holy-bhagavad-gita.org/public/audio/011_046.mp3"
},
"wordMeanings": "କିରୀଟିନଂ- ମୁକୁଟ ଧାରଣ କରି; ଗଦିନଂ-ଗଦା ସହ; ଚକ୍ରହସ୍ତମ୍-ଚକ୍ର ହସ୍ତରେ; ଇଚ୍ଛାମି- ମୁଁ ଇଚ୍ଛା କରେ; ତ୍ୱାଂ-ଆପଣଙ୍କୁ; ଦ୍ରଷ୍ଟୁମ୍- ଦେଖିବାକୁ; ଅହଂ-ମୁଁ; ତଥା ଏବ- ସେହି ଅବସ୍ଥାରେ; ତେନ ଏବ-ସେହି; ରୂପେଣ- ରୂପରେ; ଚତୁର୍ଭୁଜେନ-ଚତୁର୍ଭୁଜ; ସହସ୍ରବାହୋ-ହେ ସହସ୍ର ବାହୁ !; ଭବ-ହୁଅନ୍ତୁ; ବିଶ୍ୱମୂର୍ତେ-ହେ ବିଶ୍ୱମୂର୍ତ୍ତି ।",
"translation": {
"text": "ହେ ସହସ୍ର ବାହୁ ! ଯଦିଓ ଆପଣ ସମଗ୍ର ସୃଷ୍ଟିର ମୂର୍ତ୍ତିମାନ ସ୍ୱରୂପ ଅଟନ୍ତି, ମୁଁ ଆପଣଙ୍କୁ ହସ୍ତରେ ଗଦା, ଚକ୍ର ସହ ମସ୍ତକରେ ମୁକୁଟ ଧାରଣ କରି ଚତୁର୍ଭୁଜ ରୂପରେ ଦର୍ଶନ କରିବାକୁ ଇଚ୍ଛା କରୁଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-46.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.46.mp3"
]
},
"commentary": "ଅନ୍ୟମାନେ ସହଜରେ ଦେଖି ପାରୁ ନ ଥିବା ବିଶ୍ୱରୂପକୁ, ବିଶେଷ କୃପାର ନିଦର୍ଶନ ସ୍ୱରୂପ, ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା । ଅର୍ଜୁନ ଅନୁଭବ କରିପାରିଲେ ଯେ, ଶ୍ରୀକୃଷ୍ଣ ତାଙ୍କ ସଖା ବ୍ୟତୀତ ଅନେକ ଅଧିକ ଅଟନ୍ତି । ତାଙ୍କ ଦିବ୍ୟ ବ୍ୟକ୍ତିତ୍ୱରେ ଅନନ୍ତ ବ୍ରହ୍ମାଣ୍ଡ ସମାହିତ । ତଥାପି ସେ ସର୍ବଶକ୍ତିମାନ ଭଗବାନଙ୍କର ଅସୀମ ଐଶ୍ୱର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ତାଙ୍କର ଐଶ୍ୱର୍ଯ୍ୟ ଭକ୍ତି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ବରଂ ସେ ପରମେଶ୍ୱରଙ୍କର ମନୁଷ୍ୟ ରୂପ ଦେଖିବାକୁ ଚାହୁଁଛନ୍ତି, ଯଦ୍ୱାରା ପୂର୍ବବତ୍ ସେ ତାଙ୍କୁ ନିଜର ସଖା ମନେକରି ପାରିବେ । ଅର୍ଜୁନ ତାଙ୍କୁ ସହସ୍ର-ବାହୁ ସମ୍ବୋଧନ କରି, ବିଶେଷ ଭାବରେ ଚତୁୁର୍ଭୁଜ ରୂପ ଦେଖାଇବାକୁ ଅନୁରୋଧ କରୁଛନ୍ତି ।\nଅନ୍ୟ ଏକ ସମୟରେ ମଧ୍ୟ ଶ୍ରୀକୃଷ୍ଣ ଚତୁର୍ଭୁଜ ରୂପରେ ଅର୍ଜୁନଙ୍କ ସମ୍ମୁଖରେ ପ୍ରକଟ ହୋଇଛନ୍ତି । ଅର୍ଜୁନ ଯେତେବେଳେ ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କର ହତ୍ୟାକାରୀ, ଅଶ୍ୱତ୍ଥମାଙ୍କୁ ବାନ୍ଧି ତାଙ୍କ ସମ୍ମୁଖକୁ ଆଣିଥିଲେ, ସେତେବେଳେ ଶ୍ରୀକୃଷ୍ଣ ଚତୁର୍ଭୁଜ ରୂପରେ ପ୍ରକଟ ହୋଇଥିଲେ ।\nନିଶମ୍ୟ ଭୀମ-ଗଦିତଂ ଦ୍ରୌପଦ୍ୟାଶ୍ଚ ଚତୁର୍ଭୁଜଃଆଲୋକ୍ୟ ବଦନଂ ସଖ୍ୟୁରିଦମ୍ ଆହ ହସନ୍ନିବ । (ଶ୍ରୀମଦ୍ ଭାଗବତମ୍ ୧.୭.୫୨)\n“ଚତୁର୍ଭୁଜ ଶ୍ରୀକୃଷ୍ଣ, ଭୀମ, ଦ୍ରୌପଦୀ ଏବଂ ଅନ୍ୟମାନଙ୍କର ବକ୍ତବ୍ୟ ଶ୍ରବଣ କଲେ । ତାପରେ ସେ ତାଙ୍କ ପ୍ରିୟ ସଖା ଅର୍ଜୁନଙ୍କ ଆଡ଼କୁ ଦୃଷ୍ଟିପାତ କରି ସ୍ମିତହାସ୍ୟ କଲେ ।” ଶ୍ରୀକୃଷ୍ଣଙ୍କୁ ତାଙ୍କର ଚତୁର୍ଭୁଜ ରୂପ ପ୍ରକଟ କରିବାକୁ ଅନୁରୋଧ କରି, ଅର୍ଜୁନ ସ୍ୱୀକାର କରୁଛନ୍ତି ଯେ, ଭଗବାନଙ୍କର ଚତୁର୍ଭୁଜ ରୂପ, ଦ୍ୱିଭୁଜ ରୂପଠାରୁ ପୃଥକ ନୁହେଁ ।"
},
{
"verseTitle": "Bhagavad Gita 11.47",
"verse": "47",
"chapter": 11,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nमया प्रसन्नेन तवार्जुनेदं रूपं परं दर्शितमात्मयोगात्।\n\nतेजोमयं विश्वमनन्तमाद्यं यन्मे त्वदन्येन न दृष्टपूर्वम् ॥47॥",
"text": "ଶ୍ରୀଭଗବାନୁବାଚ\nମୟା ପ୍ରସନ୍ନେନ ତବାର୍ଜୁନେଦଂ\nରୂପଂ ପରଂ ଦର୍ଶିତମାତ୍ମଯୋଗାତ୍ ।\nତେଜୋମୟଂ ବିଶ୍ୱମନନ୍ତମାଦ୍ୟଂ\nଯନ୍ମେ ତ୍ୱଦନ୍ୟେନ ନ ଦୃଷ୍ଟପୂର୍ବମ୍ ।।୪୭।।",
"audioLink": "https://www.holy-bhagavad-gita.org/public/audio/011_047.mp3"
},
"wordMeanings": "ଶ୍ରୀଭଗବାନ ଉବାଚ- ଶ୍ରୀ ଭଗବାନ କହିଲେ; ମୟା- ମୋର; ପ୍ରସନ୍ନେନ-ପ୍ରସନ୍ନତାରେ; ତବ-ତୁମକୁ; ଅର୍ଜୁନ-ହେ ଅର୍ଜୁନ; ଇଦଂ-ଏହି; ରୂପଂ-ରୂପ; ପରଂ-ପରମ (ଦିବ୍ୟ); ଦର୍ଶିତମ୍-ଦେଖାଇଲି; ଆତ୍ମ-ଯୋଗାତ୍-ମୋର ଯୋଗମାୟା ଶକ୍ତି ସାହାଯ୍ୟରେ; ତେଜୋମୟଂ-ଦୀପ୍ତି ବା ଜ୍ୟୋତିପୂର୍ଣ୍ଣ; ବିଶ୍ୱଂ -ସମଗ୍ର ବ୍ରହ୍ମାଣ୍ଡ; ଅନନ୍ତଂ-ଅନନ୍ତ; ଆଦ୍ୟଂ- ଆଦି; ଯତ୍ ମେ- ଯାହାକି ମୋର; ତ୍ୱତ୍-ଅନ୍ୟେନ-ତୁମ ଛଡ଼ା; ନ ଦୃଷ୍ଟ-ପୂର୍ବମ୍- କେହି ଆଗରୁ ଦେଖିନାହାନ୍ତି ।",
"translation": {
"text": "ଶ୍ରୀଭଗବାନ କହିଲେ: ତୁମ ପ୍ରତି ସନ୍ତୁଷ୍ଟ ହୋଇ, ମୋର ଯୋଗମାୟା ଶକ୍ତି ବଳରେ, ତୁମକୁ ମୋର ଅତ୍ୟୁଜ୍ଜଳ, ଅନନ୍ତ ଏବଂ ଅନାଦି ବିଶ୍ୱରୂପ ଦର୍ଶନ କରାଇଲି । ଏହି ରୂପକୁ ପୂର୍ବରୁ କେହି କେବେ ଦେଖିନାହାନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-47.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.47.mp3"
]
},
"commentary": "ଅର୍ଜୁନ ଯେହେତୁ ଭୟଭୀତ ହୋଇ ବିଶ୍ୱରୂପକୁ ଲୁକ୍କାୟିତ କରିବାକୁ ବିନତି କରୁଛନ୍ତି, ତାଙ୍କୁ ଆଶ୍ୱାସନା ଦେବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସେ ଅର୍ଜୁନଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ, ସେଥିପାଇଁ ସେ କୃପା କରି ତାଙ୍କୁ ଏହି ବିଶ୍ୱରୂପର ଦର୍ଶନ କରାଇଲେ, ଏହା କୌଣସି ଶାସ୍ତି ବିଧାନ ନୁହେଁ । “ଅର୍ଜୁନ ବିଶ୍ୱରୂପ ଦର୍ଶନ କରିବାର ପ୍ରଥମ ବ୍ୟକ୍ତି ଅଟନ୍ତି”- ଏହି ଅତିଶୟୋକ୍ତି ବ୍ୟବହାର କରି ଶ୍ରୀକୃଷ୍ଣ ସ୍ପଷ୍ଟ କରି ଦେବାକୁ ଚାହୁଁଛନ୍ତି ଯେ ବିଶ୍ୱରୂପ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ଦୁର୍ଯ୍ୟୋଧନ ଏବଂ ଯଶୋଦାଙ୍କୁ ସେ ଏହି ବିଶ୍ୱରୂପର ଆଭାସ ଦେଇଥିଲେ ମଧ୍ୟ ତାହା ଏତେ ପ୍ରଗାଢ଼, ଗାମ୍ଭୀର୍ଯ୍ୟପୂର୍ଣ୍ଣ ଓ ବିସ୍ତୃତ ନ ଥିଲା ।\nଶ୍ରୀକୃଷ୍ଣ, ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା, ଅର୍ଜୁନଙ୍କୁ ଏହି ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ । ଏହା ତାଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ । ସେ ଏହାକୁ ଅନେକ ସ୍ଥାନରେ ଉଦ୍ଧୃତ କରିଛନ୍ତି । ଯଥା ଶ୍ଳୋକ ୪.୫ ଏବଂ ୭.୨୫ । ଏହି ଯୋଗମାୟା ଶକ୍ତି ବଳରେ ଭଗବାନ କର୍ତ୍ତୃମକର୍ତ୍ତୃମ୍ ଅନ୍ୟଥା କର୍ତ୍ତୃମ୍ ସମର୍ଥଃ “ଏକ ସମୟରେ ସେ ସବୁକିଛି ସମ୍ଭବ କରିପାରନ୍ତି, ସବୁକୁ ଅସମ୍ଭବ କରିପାରନ୍ତି ଏବଂ ଓଲଟା ମଧ୍ୟ କରି ପାରନ୍ତି ।” ଭଗବାନଙ୍କର ଏହି ଦିବ୍ୟ ଶକ୍ତି, ସାକାର ରୂପରେ ମଧ୍ୟ ପ୍ରକଟିତ ହୋଇଥାଏ ଏବଂ ହିନ୍ଦୁ ପ୍ରଥା ଅନୁସାରେ, ସେ ବିଶ୍ୱଜନନୀ ଭାବରେ, ରାଧା, ଦୁର୍ଗା, ଲକ୍ଷ୍ମୀ, କାଳୀ, ସୀତା, ପାର୍ବତୀ ଇତ୍ୟାଦି ରୂପରେ ପୂଜା ପାଇଥାନ୍ତି ।"
},
{
"verseTitle": "Bhagavad Gita 11.48",
"verse": "48",
"chapter": 11,
"lang": "or",
"shloka": {
"speaker": "",
"sanskrit": "ने वेदयज्ञाध्ययनैर्न दानै-र्न च क्रियाभिर्न तपोभिरुग्रैः ।\n\nएवंरूपः शक्य अहं नृलोके द्रष्टुं त्वदन्येन कुरुप्रवीर ॥48॥",
"text": "ନ ବେଦଯଜ୍ଞାଧ୍ୟୟନୈର୍ନ ଦାନୈ-\nର୍ନ ଚ କ୍ରିୟାଭିର୍ନ ତପୋଭିରୁଗ୍ରୈଃ ।\nଏବଂରୂପଃ ଶକ୍ୟ ଅହଂ ନୃଲୋକେ\nଦ୍ରଷ୍ଟୁଂ ତ୍ୱଦନ୍ୟେନ କୁରୁପ୍ରବୀର ।।୪୮।।",
"audioLink": "https://www.holy-bhagavad-gita.org/public/audio/011_048.mp3"
},
"wordMeanings": "ନ- ନୁହେଁ; ବେଦଯଜ୍ଞ- ଯଜ୍ଞ କରି; ଅଧ୍ୟୟନୈଃ- ବେଦ ଅଧ୍ୟୟନ କରି; ନ ଦାନୈଃ- ଦାନଦ୍ୱାରା ନୁହେଁ; ଚ -ଏବଂ; କ୍ରିୟାଭିଃ-ପୁଣ୍ୟକର୍ମ ଦ୍ୱାରା; ନ ତପୋଭିଃ- ତପସ୍ୟାଦ୍ୱାରା ନୁହେଁ; ଉଗ୍ରୈଃ-ଉଗ୍ର (କଠିନ); ଏବଂ ରୂପଃ- ଏହି ରୂପରେ; ଶକ୍ୟଃ- ସକ୍ଷମ; ଅହଂ- ମୁଁ; ନୃଲୋକେ- ନର ଲୋକରେ; ଦ୍ରଷ୍ଟୁଂ-ଦେଖିବାକୁ; ତ୍ୱତ୍-ତୁମ ଛଡା; ଅନ୍ୟେନ-ଅନ୍ୟଦ୍ୱାରା; କୁରୁ-ପ୍ରବୀର- କୁରୁବଂଶର ଯୋଦ୍ଧାମାନଙ୍କ ମଧ୍ୟରେ ଶ୍ରେଷ୍ଠ ।",
"translation": {
"text": "ହେ କୁରୁ ପ୍ରବୀର! ତୁମେ ଯାହା ଦର୍ଶନ କଲ, ତାହା କୌଣସି ମର ଶରୀରଧାରୀ ବ୍ୟକ୍ତି, ବେଦ ଅଧ୍ୟୟନ ଦ୍ୱାରା, ଯଜ୍ଞ ଅନୁଷ୍ଠାନ ଦ୍ୱାରା, ଦାନ ଧର୍ମ ଦ୍ୱାରା କିମ୍ବା କଠୋର ସଂଯମ ଆଚରଣ ଦ୍ୱାରା, କେବେହେଲେ ଦର୍ଶନ କରିପାରି ନାହାଁନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-48.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.48.mp3"
]
},
"commentary": "ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ବେଦ ଅଧ୍ୟୟନ, ବିଧିବିଧାନଯୁକ୍ତ ଅନୁଷ୍ଠାନ, କଠୋର ଆତ୍ମସଂଯମ, ଆହାର ତ୍ୟାଗ କିମ୍ବା ବିପୁଳ ଦାନ ଇତ୍ୟାଦି ନିଜ ଉଦ୍ୟମ, ଭଗବାନଙ୍କ ବିଶ୍ୱରୂପର ଦର୍ଶନ ପାଇଁ ଯଥେଷ୍ଟ ନୁହେଁ । ଏହା କେବଳ ତାଙ୍କ କୃପାରୁ ହିଁ ସମ୍ଭବ । ଏହା ବେଦରେ ମଧ୍ୟ ବାରମ୍ବାର କୁହାଯାଇଛି:\nତସ୍ୟ ନୋ ହ୍ରାସ୍ୱ ତସ୍ୟ ନୋ ଧେହି (ଯଜୁର୍ବେଦ)\n“ପରମେଶ୍ୱରଙ୍କ କରୁଣାର ଅମୃତରେ ଅବଗାହନ ନ କରି କୌଣସି ବ୍ୟକ୍ତି ତାଙ୍କର ଦର୍ଶନ ଲାଭ କରିପାରିବେ ନାହିଁ ।”\nଏହା ପଛରେ ଥିବା ତର୍କ ଅତ୍ୟନ୍ତ ସିଧାସଳଖ ଅଟେ । ଆମର ଚକ୍ଷୁ ଭୌତିକ ଉପାଦାନରେ ଗଠିତ । ତେଣୁ ସେ ଯାହାସବୁ ଦେଖେ, ତାହା ଭୌତିକ ଅଟେ । ଭଗବାନ ଭୌତିକ ନୁହଁନ୍ତି, ସେ ଦିବ୍ୟ ଅଟନ୍ତି । ତାଙ୍କର ଦିବ୍ୟରୂପକୁ ଦେଖିବା ପାଇଁ, ଆମର ଚକ୍ଷୁ ହୋଇଥିବା ଆବଶ୍ୟକ । ଭଗବାନ ଯେତେବେଳେ ଜୀବକୁ ତାଙ୍କର କୃପା ପ୍ରଦାନ କରନ୍ତି, ସେ ତାଙ୍କର ଦିବ୍ୟଶକ୍ତି ଜୀବର ଭୌତିକ ଚକ୍ଷୁକୁ ପ୍ରଦାନ କରିଥାନ୍ତି, ଏବଂ ସେତେବେଳେ ହିଁ ସେ ତାଙ୍କୁ ଦେଖି ପାରିଥାଏ ।\nଏଠାରେ ଜଣେ ପଚାରି ପାରନ୍ତି ଯେ ଅର୍ଜୁନ ସିନା ଭଗବାନଙ୍କ କୃପାରୁ ଦେଖିପାରିଲେ, ସଞ୍ଜୟ ସେହି ବିଶ୍ୱରୂପକୁ କିପରି ଦେଖିଲେ ? ମହାଭାରତ ବର୍ଣ୍ଣନା କରେ ଯେ ସଞ୍ଜୟ ମଧ୍ୟ ଏହି ଦିବ୍ୟ ଦୃଷ୍ଟି ତାଙ୍କ ଗୁରୁ, ବେଦବ୍ୟାସଙ୍କ କୃପାରୁ ପାଇଥିଲେ, ଯିଏକି ଭଗବାନଙ୍କର ଅବତାର ଥିଲେ । ଯୁଦ୍ଧ ପୂର୍ବରୁ ବେଦବ୍ୟାସ ତାଙ୍କ ଶିଷ୍ୟ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ଦେଇଥିଲେ, ଯଦ୍ୱାରା ସେ ଯୁଦ୍ଧର ସମସ୍ତ ଘଟଣାବଳୀ ଧୃତରାଷ୍ଟ୍ରଙ୍କୁ ଜଣାଇପାରିବେ । ତେଣୁ ସେ ମଧ୍ୟ ଅର୍ଜୁନ ଦେଖୁଥିବା ବିଶ୍ୱରୂପର ଦର୍ଶନ କରିଥିଲେ । କିନ୍ତୁ ପରେ, ଯେତେବେଳେ ଦୁର୍ଯ୍ୟୋଧନ ମୃତ୍ୟୁବରଣ କଲେ, ସେ ଶୋକାଭିଭୂତ ହୋଇ ତାଙ୍କର ଦିବ୍ୟଦୃଷ୍ଟି ହରାଇଥିଲେ ।"
},
{
"verseTitle": "Bhagavad Gita 11.49",
"verse": "49",
"chapter": 11,
"lang": "or",
"shloka": {
"speaker": "",
"sanskrit": "मा ते व्यथा मा च विमूढभावो दृष्ट्वा रूपं घोरमीदृङ्ममेदम् । \n\nव्यपेतभीः प्रीतमनाः पुनस्त्वं तदेव मे रूपमिदं प्रपश्य ॥49॥",
"text": "ମା ତେ ବ୍ୟଥା ମା ଚ ବିମୂଢ଼ଭାବୋ\nଦୃଷ୍ଟ୍ୱା ରୂପଂ ଘୋରମୀଦୃଙ୍ମମେଦମ୍ ।\nବ୍ୟପେତଭୀଃ ପ୍ରୀତମନାଃ ପୁନସ୍ତ୍ୱଂ\nତଦେବ ମେ ରୂପମିଦଂ ପ୍ରପଶ୍ୟ ।।୪୯।।",
"audioLink": "https://www.holy-bhagavad-gita.org/public/audio/011_049.mp3"
},
"wordMeanings": "ମା ତେ -ତୁମେ ହେବା ଉଚିତ୍ ନୁହେଁ; ବ୍ୟଥା- ଭୀତ;ମା- ନୁହେଁ;ଚ- ଏବଂ;ବିମୂଢ଼-ଭାବଃ- ବିବ୍ରତ ଅବସ୍ଥା; ଦୃଷ୍ଟ୍ବା- ଦେଖି; ରୂପଂ-ରୂପ; ଘୋରଂ-ଭୟଙ୍କର; ଈଦୃକ୍-ଏପରି; ମମ- ମୋର; ଇଦଂ-ଏହି; ବ୍ୟପେତଭୀଃ- ସମସ୍ତ ପ୍ରକାର ଭୟରୁ ମୁକ୍ତ ; ପ୍ରୀତମନାଃ-ସନ୍ତୁଷ୍ଟମନା; ପୁନଃ-ପୁଣି; ତ୍ୱଂ-ତୁମେ;ତତ୍ ଏବ- ସେହିପରି;ମେ-ମୋର;ରୂପଂ-ରୂପ; ଇଦଂ-ଏହି; ପ୍ରପଶ୍ୟ-ଦେଖ ।",
"translation": {
"text": "ମୋର ଏହି ଭୟଙ୍କର ରୂପ ଦେଖି ଭୟଭୀତ ହୁଅ ନାହିଁ କିମ୍ବା ବିଚଳିତ ହୁଅନାହିଁ । ନିର୍ଭୟ ହୋଇ ପ୍ରସନ୍ନ ଚିତ୍ତରେ, ପୁଣିଥରେ ମୋର ସାକାର ରୂପ ଦର୍ଶନ କର ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-49.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.49.mp3"
]
},
"commentary": "ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ୍ରମାଗତ ଭାବରେ ଆଶ୍ୱାସନା ଦେଇ କହୁଛନ୍ତି ଯେ, ସେ ଭୟଭୀତ ହେବା ପରିବର୍ତ୍ତେ, ବିଶ୍ୱରୂପ ଦର୍ଶନ କରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ଉଚିତ । ପୁଣି ସେ ଅର୍ଜୁନଙ୍କୁ ତାଙ୍କର ସାକାର ରୂପ ଦେଖି ଭୟ ତ୍ୟାଗ କରିବାକୁ କହୁଛନ୍ତି ।"
},
{
"verseTitle": "Bhagavad Gita 11.50",
"verse": "50",
"chapter": 11,
"lang": "or",
"shloka": {
"speaker": "ସଞ୍ଜୟ ଉବାଚ",
"sanskrit": "सञ्जय उवाच। \n\nइत्यर्जुनं वासुदेवस्तथोक्तवा स्वकं रूपं दर्शयामास भूयः ।\n\nआश्वासयामास च भीतमेनं भूत्वा पुनः सौम्यवपुर्महात्मा ॥50॥",
"text": "ଇତ୍ୟର୍ଜୁନଂ ବାସୁଦେବସ୍ତଥୋକ୍ତ୍ୱା\nସ୍ୱକଂ ରୂପଂ ଦର୍ଶୟାମାସ ଭୂୟଃ ।\nଆଶ୍ୱାସୟାମାସ ଚ ଭୀତମେନଂ \nଭୂତ୍ୱା ପୁନଃ ସୌମ୍ୟବପୁର୍ମହାତ୍ମା ।।୫୦।।",
"audioLink": "https://www.holy-bhagavad-gita.org/public/audio/011_050.mp3"
},
"wordMeanings": "ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଇତି - ଏହିପରି; ଅର୍ଜୁନ- ଅର୍ଜୁନଙ୍କୁ; ବାସୁଦେବଃ-କୃଷ୍ଣ; ତଥା- ସେହିପରି; ଉକ୍ତ୍ୱା-କହି; ସ୍ୱକଂ-ନିଜର ସାକାର; ରୂପଂ-ରୂପ; ଦର୍ଶୟାମାସ-ଦେଖାଇଲେ; ଭୂୟଃ-ପୁନର୍ବାର; ଆଶ୍ୱାସୟାମାସ-ଆଶ୍ୱାସନା ଦେଲେ; ଚ- ଏବଂ; ଭୀତମ୍-ଭୀତ; ଏନଂ- ତାଙ୍କୁ; ଭୂତ୍ୱା ପୁନଃ- ପୁଣି ହୋଇ; ସୌମ୍ୟ ବପୁଃ-ସୁନ୍ଦର ରୂପ; ମହାତ୍ମା- କୃପାମୟ ।",
"translation": {
"text": "ସଞ୍ଜୟ କହିଲେ: ଏହିପରି କହିବା ପରେ, କୃପାମୟ ବସୁଦେବ ପୁତ୍ର, ତାଙ୍କର ଚତୁର୍ଭୁଜ ମୂର୍ତ୍ତି ପ୍ରଦର୍ଶିତ କଲେ । ପୁନଶ୍ଚ, ସେ ସରସ ରୂପ (ଦୁଇଭୁଜ ବିଶିଷ୍ଟ) ଧାରଣ କରି, ଭୟାତୁର ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-50.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.50.mp3"
]
},
"commentary": "ଶ୍ରୀକୃଷ୍ଣ ନିଜର ବିଶ୍ୱରୂପକୁ ଲୁକ୍କାୟିତ କରି ଅର୍ଜୁନଙ୍କ ସମ୍ମୁଖରେ ଚତୁର୍ଭୁଜ ରୂପରେ ଆବିର୍ଭୂତ ହେଲେ । ସେ ସୁବର୍ଣ୍ଣ ମୁକୁଟ, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦ୍ୱାରା ସୁସଜ୍ଜିତ ଥିଲେ । ଏହି ସ୍ୱରୂପ ଗରିମା, ସର୍ବଜ୍ଞତା, ସର୍ବଶକ୍ତିମାନ ଇତ୍ୟାଦି ଦିବ୍ୟ ଐଶ୍ୱର୍ଯ୍ୟ ଗୁଣର ଭଣ୍ଡାର ଅଟେ । ଶ୍ରୀକୃଷ୍ଣଙ୍କର ଚତୁର୍ଦ୍ଧା ମୂର୍ତ୍ତି ରୂପ ମନରେ ବିସ୍ମୟ ଓ ସମ୍ମାନ ଭାବ ଉତ୍ପନ୍ନ କରେ, ଯେଉଁ ଭାବ ଗୋଟିଏ ଦେଶର ପ୍ରଜାଙ୍କ ମନରେ ତାଙ୍କ ରାଜାଙ୍କ ପ୍ରତି ଥାଏ । କିନ୍ତୁ ଅର୍ଜୁନ ଶ୍ରୀକୃଷ୍ଣଙ୍କର ସଖା ଥିଲେ ଏବଂ ବିସ୍ମୟ ଓ ସମ୍ମାନଯୁକ୍ତ ଭକ୍ତି ତାଙ୍କୁ ସନ୍ତୁଷ୍ଟ କରିପାରୁ ନଥିଲା । ସେ ଶ୍ରୀକୃଷ୍ଣଙ୍କ ସହିତ ଖେଳୁଥିଲେ, ଖାଉଥିଲେ, ନିଜର ଅନ୍ତରଙ୍ଗ ଗୋପନ କଥା ତାଙ୍କ ଆଗରେ କହୁଥିଲେ ଏବଂ ବ୍ୟକ୍ତିଗତ ଖୁସୀରେ ତାଙ୍କୁ ଭାଗୀଦାର କରୁଥିଲେ । ଏହିପରି ସୁଖମୟ ସଖ୍ୟଭାବ (ଯେଉଁ ଭକ୍ତିରେ ଭଗବାନଙ୍କୁ ମିତ୍ର ଭାବରେ ଦେଖାଯାଏ), ଐଶ୍ୱର୍ଯ୍ୟ ଭକ୍ତିଠାରୁ (ଯେଉଁଠି ଭଗବାନଙ୍କୁ ଦୂରରୁ ସର୍ବଶକ୍ତିମାନ ଭାବରେ ଭକ୍ତି କରାଯାଏ) ଅନନ୍ତ ଗୁଣରେ ମଧୁର ଅଟେ । ଅତଏବ, ଅର୍ଜୁନଙ୍କ ଭକ୍ତିର ଭାବକୁ ସ୍ୱୀକାର କରି, ଶେଷରେ ଶ୍ରୀକୃଷ୍ଣ ତାଙ୍କର ଚତୁର୍ଭୁଜ ରୂପ ତ୍ୟାଗ କରି ମୂଳ ଦ୍ୱିଭୁଜ ରୂପରେ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ ।\nଏକଦା ବୃନ୍ଦାବନର ଅରଣ୍ୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରସମୟ ଲୀଳା କରିବାକୁ ଯାଇ ହଠାତ୍ ତାଙ୍କ ଗହଣରୁ ଅନ୍ତର୍ଦ୍ଧାନ ହୋଇଗଲେ । ଗୋପୀମାନେ ତାଙ୍କୁ ଫେରି ଆସିବାକୁ ପ୍ରାର୍ଥନା କଲେ । ତାଙ୍କର ବିନତି ଶୁଣି ସେ ଫେରି ଆସିଲେ ସତ, କିନ୍ତୁ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ଆବିର୍ଭୁତ ହେଲେ । ଗୋପୀମାନେ ତାଙ୍କୁ ଭଗବାନ ବିଷ୍ଣୁ ମନେକରି ତାଙ୍କର ସମ୍ମାନ କଲେ । କିନ୍ତୁ ସେମାନେ ତାଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ଇଚ୍ଛା ନ କରି ସେଠାରୁ ଯିବାକୁ ଲାଗିଲେ । ସେମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରିୟତମ ଭାବରେ ଦେଖିବାରେ ଅଭ୍ୟସ୍ତ ଥିଲେ, ତେଣୁ ତାଙ୍କର ଏହି ବିଷ୍ଣୁରୂପ ସେମାନଙ୍କୁ ଆକର୍ଷିତ କରୁ ନ ଥିଲା । ସେହି ସମୟରେ ରାଧାରାଣୀ ସେଠାରେ ଉପସ୍ଥିତ ହେଲେ ଏବଂ ତାଙ୍କୁ ଦେଖିବା ମାତ୍ରେ, ଶ୍ରୀକୃଷ୍ଣ ତାଙ୍କ ପ୍ରତି ପ୍ରେମରେ ଅଭିଭୂତ ହୋଇ ତାଙ୍କର ଚତୁର୍ଭୁଜ ରୂପକୁ ରକ୍ଷା କରିପାରିଲେ ନାହିଁ । ତାଙ୍କର ଦୁଇଟି ବାହୁ ସ୍ୱୟଂ ଅନ୍ତର୍ଦ୍ଧାନ ହୋଇଗଲା ଏବଂ ସେ ତାଙ୍କର ଦ୍ୱିଭୁଜ ରୂପ ଧାରଣ କଲେ । ଏହି ଶ୍ଳୋକରେ ମଧ୍ୟ, ଶ୍ରୀକୃଷ୍ଣ ତାଙ୍କର ଅତି ଆକର୍ଷଣୀୟ ଦ୍ୱିଭୁଜ ରୂପକୁ ଫେରି ଆସିଛନ୍ତି ।"
},
{
"verseTitle": "Bhagavad Gita 11.51",
"verse": "51",
"chapter": 11,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। \n\nदृष्ट्वेदं मानुषं रूपं तव सौम्यं जनार्दन ।\n\nइदानीमस्मि संवृत्तः सचेताः प्रकृतिं गतः ॥51॥",
"text": "ଦୃଷ୍ଟେ୍ୱଦଂ ମାନୁଷଂ ରୂପଂ ତବ ସୌମ୍ୟଂ ଜନାର୍ଦନ ।\nଇଦାନୀମସ୍ମି ସଂବତ୍ତଃ ସଚେତାଃ ପ୍ରକୃତିଂ ଗତଃ ।।୫୧।।",
"audioLink": "https://www.holy-bhagavad-gita.org/public/audio/011_051.mp3"
},
"wordMeanings": "ଅର୍ଜୁନଃ ଉବାଚ- ଅର୍ଜୁନ କହିଲେ; ଦୃଷ୍ଟ୍ୱା- ଦେଖି; ଇଦଂ-ଏହି; ମାନୁଷଂ-ମନୁଷ୍ୟ; ରୂପଂ-ରୂପ; ତବ-ଆପଣଙ୍କର; ସୌମ୍ୟଂ- ଅତିସୁନ୍ଦର; ଜନାର୍ଦନ-ହେ ଶତ୍ରୁ ଦମନକାରୀ; ଇଦାନୀଂ-ବର୍ତ୍ତମାନ; ଅସ୍ମି- ମୁଁ ଅଟେ; ସଂବତ୍ତଃ-ସ୍ଥିର; ସଚେତାଃ-ମୋ ମନରେ; ପ୍ରକୃତିଂ-ସାଧାରଣ ସ୍ଥିତିକୁ; ଗତଃ- ପ୍ରାପ୍ତ ହେଲି ।",
"translation": {
"text": "ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ ! ଆପଣଙ୍କର ମଧୁର ମନୁଷ୍ୟ ରୂପ (ଦୁଇ ହସ୍ତଯୁକ୍ତ) ଦେଖି, ମୁଁ ମୋର ମାନସିକ ଶାନ୍ତି ଫେରି ପାଇଛି ଏବଂ ମୋ ମନ ସାଧାରଣ ସ୍ଥିତିକୁ ଆସିଯାଇଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-51.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.51.mp3"
]
},
"commentary": "ଶ୍ରୀକୃଷ୍ଣଙ୍କର ଦୁଇ ଭୁଜ ବିଶିଷ୍ଟ ସୁନ୍ଦର ରୂପକୁ ଦେଖି, ଅର୍ଜୁନଙ୍କର ସଖ୍ୟଭାବର ମନୋଭାବ ପୁନଃ ଦୃଢ଼ୀଭୂତ ଏବଂ ବର୍ଦ୍ଧିତ ହେଲା । ଅର୍ଜୁନ କହୁଛନ୍ତି ଯେ ସେ ମାନସିକ ଶାନ୍ତି ଫେରିପାଇଛନ୍ତି ଏବଂ ତାଙ୍କର ସ୍ଥିତି ସାଧାରଣ ହୋଇଯାଇଛି । ପାଣ୍ଡବମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ଲୀଳାକୁ ଦେଖି, ଦେବର୍ଷି ନାରଦ, ଅର୍ଜୁନଙ୍କର ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିରଙ୍କୁ କହିଥିଲେ: ଗୂଢ଼ଂ ପରଂ ବ୍ରହ୍ମ ମନୁଷ୍ୟ ଲିଙ୍ଗମ୍ (ଭାଗବତମ୍ ୭.୧୫.୭୫) “ଶ୍ରୀକୃଷ୍ଣ ଆପଣଙ୍କ ଗୃହରେ ଆପଣମାନଙ୍କ ସହିତ ଜଣେ ଭାଇପରି ବାସ କରୁଛନ୍ତି ।” ଅତଏବ, ଅର୍ଜୁନ ଭଗବାନଙ୍କ ସହିତ ଜଣେ ଭାଇ ଓ ସଖା ଭାବରେ ମିଳାମିଶା କରିବାରେ ଅଭ୍ୟସ୍ତ ଥିଲେ ।"
},
{
"verseTitle": "Bhagavad Gita 11.52 – 11.53",
"verse": "52-53",
"chapter": 11,
"lang": "or",
"shloka": {
"speaker": "",
"sanskrit": "श्रीभगवानउवाच। \n\nसुदुर्दर्शमिदं रूपं दृष्टवानसि यन्मम । \n\nदेवा अप्यस्य रूपस्य नित्यं दर्शनकाड्.क्षिणः ॥52॥\n\nनाहं वेदैर्न तपसा न दानेन न चेज्यया ।\n\nशक्य एवंविधो द्रष्टुं दृष्टवानसि मां यथा ॥53॥",
"text": "ଶ୍ରୀଭଗବାନୁବାଚ\nସୁଦୁର୍ଦର୍ଶମିଦଂ ରୂପଂ ଦୃଷ୍ଟବାନସି ଯନ୍ମମ ।\nଦେବା ଅପ୍ୟସ୍ୟ ରୂପସ୍ୟ ନିତ୍ୟଂ ଦର୍ଶନକାଙ୍କ୍ଷିଣଃ ।ା୫୨।।\nନାହଂ ବୈଦୈର୍ନ ତପସା ନ ଦାନେନ ନ ଚେଜ୍ୟୟା ।\nଶକ୍ୟ ଏବଂବିଧୋ ଦ୍ରଷ୍ଟୁଂ ଦୃଷ୍ଟବାନସି ମାଂ ଯଥା ।।୫୩।।",
"audioLink": "https://www.holy-bhagavad-gita.org/public/audio/011_052-053.mp3"
},
"wordMeanings": "ଶ୍ରୀଭଗବାନ ଉବାଚ-ଶ୍ରୀ ଭଗବାନ କହିଲେ;ସୁଦୁର୍ଦର୍ଶମ୍- ଦେଖିବା ଅତ୍ୟନ୍ତ କଠିନ; ଇଦଂ- ଏହି; ରୂପଂ-ରୂପ; ଦୃଷ୍ଟବାନ୍ ଅସି- ତୁମେ ଯାହା ଦେଖୁଛ; ଯତ୍-ଯାହା; ମମ-ମୋର; ଦେବାଃ-ଦେବତାମାନେ; ଅପି ଅସ୍ୟ- ଏହା ମଧ୍ୟ; ରୂପସ୍ୟ-ରୂପର; ନିତ୍ୟଂ- ସର୍ବଦା; ଦର୍ଶନ-କାଙ୍କ୍ଷିଣଃ- ଦେଖିବାକୁ ଇଚ୍ଛୁକ; ନ-ନୁହେଁ; ଅହଂ-ମୁଁ; ବେଦୈଃ-ବେଦାଧ୍ୟୟନ ଦ୍ୱାରା; ନ-ନୁହେଁ; ତପସା- କଠିନ ତପସ୍ୟାଦ୍ୱାରା; ନ-ନୁହେଁ; ଦାନେନ-ଦାନଦ୍ୱାରା; ନ-ନୁହେଁ; ଚ-ଏବଂ; ଇଜ୍ୟୟା- ଯଜ୍ଞ ଦ୍ୱାରା; ଶକ୍ୟଃ-ସମ୍ଭବପର; ଏବଂବିଧଃ- ଏ ପ୍ରକାର; ଦ୍ରଷ୍ଟୁଂ-ଦେଖିବାକୁ; ଦୃଷ୍ଟବାନ୍-ଦେଖୁଛ; ଅସି-ତୁମେ; ମାଂ-ମୋତେ; ଯଥା-ଯେପରି ।",
"translation": {
"text": "ଶ୍ରୀ ଭଗବାନ କହିଲେ: ତୁମେ ଦେଖୁଥିବା ମୋର ଏହି ରୂପକୁ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତାମାନେ ମଧ୍ୟ ଏହାକୁ ଦର୍ଶନ କରିବାକୁ ବ୍ୟାକୁଳ ଥାନ୍ତି । ବେଦ ଅଧ୍ୟୟନ ଦ୍ୱାରା ଅଥବା କଠୋର ସାଧନା ଦ୍ୱାରା ନୁହେଁ, ଦାନ କିମ୍ବା ଯଜ୍ଞ ଦ୍ୱାରା ମଧ୍ୟ ନୁହେଁ, ଏ ସବୁ ସାଧନ ଦ୍ୱାରା, ତୁମେ ଯେପରି ମୋତେ ଦେଖୁଛ, ସେପରି କେହି ମଧ୍ୟ ଦେଖିପାରିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-52.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-53.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.52.mp3",
"https://www.gitasupersite.iitk.ac.in/sites/default/files/audio/Purohit/11.53.mp3"
]
},
"commentary": "ଅର୍ଜୁନଙ୍କୁ ବିଶ୍ୱରୂପ ଦେଖାଇ, ଏବଂ ତାଙ୍କ ବ୍ୟତିତ ଅନ୍ୟ କେହି ଏହା ଦେଖିନାହାଁନ୍ତି କହି ଅର୍ଜୁନଙ୍କର ପ୍ରଶଂସା କରି, ଶ୍ରୀକୃଷ୍ଣ, ତାଙ୍କର ସାକାର ରୂପ ପ୍ରତି ଅର୍ଜୁନଙ୍କର ପ୍ରେମକୁ ହ୍ରାସ କରିବାକୁ ଇଚ୍ଛା କରୁନାହାଁନ୍ତି । ତେଣୁ ସେ କହୁଛନ୍ତି, ଅର୍ଜୁନ ବର୍ତ୍ତମାନ ଯେଉଁ ରୂପର ଦର୍ଶନ କରୁଛନ୍ତି, ସେହି ଦର୍ଶନ ଅତ୍ୟନ୍ତ ଦୁର୍ଲଭ ଅଟେ । ତାଙ୍କର ଏହି ଦ୍ୱିଭୁଜ ବିଶିଷ୍ଟ ସାକାର ରୂପର ଦର୍ଶନ କରିବାକୁ ସ୍ୱର୍ଗର ଦେବତାମାନେ ମଧ୍ୟ ଲାଳାୟିତ ଥାନ୍ତି । ବେଦ ଅଧ୍ୟୟନ, କଠୋର ସାଧନା, କିମ୍ବା ଯଜ୍ଞ ଦ୍ୱାରା ମଧ୍ୟ ଏହାର ଦର୍ଶନ ଅସମ୍ଭବ ଅଟେ । ମୂଳ ଆଧ୍ୟାତ୍ମିକ ସିଦ୍ଧାନ୍ତ ଏହା ଯେ ନିଜ ଉଦ୍ୟମ ଦ୍ୱାରା ଭଗବାନଙ୍କୁ ଜାଣି ହେବନାହିଁ । ଯେଉଁମାନେ ଭଗବାନଙ୍କର ଭକ୍ତି କରନ୍ତି, ସେମାନେ ତାଙ୍କର କୃପା ଲାଭ କରିଥାନ୍ତି ଏବଂ ସେହି କୃପା ବଳରେ, ସେମାନେ ସହଜରେ ତାଙ୍କୁ ଜାଣିପାରନ୍ତି । ମୁଣ୍ଡକୋଉପନିଷଦ କହେ:\nନାୟମାତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ ବହୁନା ଶ୍ରୁତେନ । (୩.୨.୩)\n“ଭଗବାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ଅଥବା ନିଜ ବୁଦ୍ଧି ଦ୍ୱାରା ଜାଣି ହେବନାହିଁ; କିମ୍ବା ଅନେକ ପ୍ରକାରର ଉପଦେଶ ଶ୍ରବଣ କରିବା ଦ୍ୱାରା ମଧ୍ୟ ତାଙ୍କୁ ଜାଣିହେବ ନାହିଁ ।” ଉପରୋକ୍ତ କୌଣସି ସାଧନ ଯଦି ଭଗବାନଙ୍କୁ ସାକାର ରୂପରେ ପ୍ରାପ୍ତ କରିବାରେ ସହାୟକ ହେବେ ନାହିଁ, ତେବେ ଏହି ରୂପର ଦର୍ଶନ କିପରି ପ୍ରାପ୍ତ ହେବ? ସେ ବର୍ତ୍ତମାନ ଏହାର ରହସ୍ୟ ଉନ୍ମୋଚନ କରୁଛନ୍ତି ।"
},
{
"verseTitle": "Bhagavad Gita 11.54",
"verse": "54",
"chapter": 11,
"lang": "or",
"shloka": {
"speaker": "",
"sanskrit": "भक्त्या त्वनन्यया शक्य अहमेवंविधोऽर्जुन । \n\nज्ञातुं द्रष्टुं च तत्त्वेन प्रवेष्टुं च परन्तप ॥54॥",
"text": "ଭକ୍ତ୍ୟା ତ୍ୱନନ୍ୟୟା ଶକ୍ୟ ଅହମେବଂବିଧୋଽର୍ଜୁନ ।\nଜ୍ଞାତୁଂ ଦ୍ରଷ୍ଟୁଂ ଚ ତତ୍ତ୍ୱେନ ପ୍ରବେଷ୍ଟୁଂ ଚ ପରନ୍ତପ ।।୫୪।।",
"audioLink": "https://www.holy-bhagavad-gita.org/public/audio/011_054.mp3"
},
"wordMeanings": "ଭକ୍ତ୍ୟା- ଭକ୍ତି ଦ୍ୱାରା; ତୁ-କିନ୍ତୁ; ଅନନ୍ୟୟା- ବିଶୁଦ୍ଧ; ଶକ୍ୟଃ- ସମ୍ଭବ; ଅହଂ- ମୁଁ; ଏବଂବିଧଃ-ଏହିପରି; ଅର୍ଜୁନ- ହେ ଅର୍ଜୁନ; ଜ୍ଞାତୁଂ-ଜାଣିବାକୁ; ଦ୍ରଷ୍ଟୁଂ- ଦେଖିବାକୁ; ଚ -ଏବଂ; ତତ୍ତ୍ୱେନ-ବାସ୍ତବରେ; ପ୍ରବେଷ୍ଟୁଂ- ପ୍ରବେଶ କରିବାକୁ; ଚ-ଏବଂ; ପରନ୍ତପ- ହେ ଶତ୍ରୁନାଶକ ।",
"translation": {
"text": "ହେ ଅର୍ଜୁନ ! କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ହିଁ ମୁଁ ତୁମ ସମ୍ମୁଖରେ ଯେପରି ଠିଆ ହୋଇଛି, ସେପରି ଦୃଶ୍ୟ ହେବି । ହେ ଶତୃହନ୍ତା ! ମୋର ଦିବ୍ୟ ଦୃଷ୍ଟି ପ୍ରାପ୍ତ କରି, ଜଣେ ବାସ୍ତବରେ ମୋ ଭିତରେ ପ୍ରବେଶ କରିପାରିବ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-54.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.54.mp3"
]
},
"commentary": "ଏହି ଶ୍ଳୋକରେ, ଶ୍ରୀକୃଷ୍ଣ ତାଙ୍କୁ ପ୍ରାପ୍ତ କରିବାର ସାଧନ ଭାବରେ ଭକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବରୁ ଶ୍ଳୋକ ୧୧.୪୮ରେ, ସେ କହିଥିଲେ ଯେ, କେବଳ ଭକ୍ତିଦ୍ୱାରା ହିଁ ତାଙ୍କ ବିଶ୍ୱରୂପର ଦର୍ଶନ କରିହେବ । ବର୍ତ୍ତମାନ ଏହି ଶ୍ଳୋକରେ ସେ ଦୃଢ଼ତାର ସହିତ ଘୋଷଣା କରୁଛନ୍ତି ଯେ ଯେଉଁ ଦ୍ୱିଭୁଜ ରୂପରେ ସେ ଅର୍ଜୁନଙ୍କ ସମ୍ମୁଖରେ ଛିଡ଼ା ହୋଇଛନ୍ତି, ତାହାକୁ ଭକ୍ତି ଦ୍ୱାରା ହିଁ ପ୍ରାପ୍ତ କରିହେବ । ବେଦ-ଶାସ୍ତ୍ରରେ ଏହାର ଘୋଷଣା ବାରମ୍ବାର କରାଯାଇଛି :\nଭକ୍ତିରେବୈନଂ ନୟତି ଭକ୍ତିରେବୈନଂ ପଶ୍ୟତି ଭକ୍ତିରେବୈନଂ ଦର୍ଶୟତି\nଭକ୍ତି ବଶଃ ପୁରୁଷୋ ଭକ୍ତିରେବ ଭୂୟସୀ । (ମାଠର ଶୃତି)\n“କେବଳ ଭକ୍ତି ହିଁ ଆମକୁ ଭଗବାନଙ୍କ ସହିତ ମିଳିତ କରିବ; କେବଳ ଭକ୍ତି ଦ୍ୱାରା ତାଙ୍କୁ ଦେଖିହେବ; ଭକ୍ତିହିଁ ତାଙ୍କର ପ୍ରାପ୍ତିରେ ଆମକୁ ସାହାଯ୍ୟ କରିବ; ବିଶୁଦ୍ଧ ଭକ୍ତି ଭଗବାନଙ୍କୁ ଭକ୍ତର ଦାସ କରିଦିଏ । ଭକ୍ତି ହିଁ ଶ୍ରେଷ୍ଠ ମାର୍ଗ ଅଟେ ।\nନ ସାଧୟତି ମାଂ ଯୋଗୋ ନ ସାଂଖ୍ୟଂ ଧର୍ମ ଉଦ୍ଧବ ।ନ ସ୍ୱାଧ୍ୟାୟସ୍ତପସ୍ତ୍ୟାଗୋ ଯଥା ଭକ୍ତିର୍ମମୋର୍ଜିତା । (ଭାଗବତମ୍ ୧୧.୧୪.୨୦)\n“ଉଦ୍ଧବ, ମୁଁ ମୋ ଭକ୍ତଙ୍କର ନିୟନ୍ତ୍ରଣାଧୀନ ହୋଇଯାଏ ଏବଂ ସେମାନେ ମୋତେ ଜୟ କରିନିଅନ୍ତି । କିନ୍ତୁ ଯେଉଁମାନେ ମୋର ଭକ୍ତି କରନ୍ତି ନାହିଁ, ସେମାନେ ଅଷ୍ଟାଙ୍ଗ ଯୋଗ, ସାଂଖ୍ୟ କିମ୍ବା ଅନ୍ୟ ଦର୍ଶନ ଅଧ୍ୟୟନ, ଧାମିକ କର୍ମ, ସଂଯମ କିମ୍ବା ବୈରାଗ୍ୟ ଦ୍ୱାରା ମୋତେ ପ୍ରାପ୍ତ କରିପାରିବେ ନାହିଁ ।”\nଭକ୍ତ୍ୟାହମ୍ ଏକୟା ଗ୍ରାହ୍ୟଃ ଶ୍ରଦ୍ଧୟାତ୍ମା ପ୍ରିୟଃ ସତାମ୍ । (ଭାଗବତମ୍ ୧୧.୧୪.୨୧)\n“ମୁଁ କେବଳ ଭକ୍ତିଦ୍ୱାରା ହିଁ ପ୍ରାପ୍ତ ହୁଏ । ଯେଉଁମାନେ ଶ୍ରଦ୍ଧାର ସହିତ ମୋର ଭକ୍ତି କରନ୍ତି, ସେମାନେ ମୋର ଅତିପ୍ରିୟ ଅଟନ୍ତି ।”\nମିଲହିଁ ନ ରଘୁପତି ବିନୁ ଅନୁରାଗା, କିଏଁ ଯୋଗ ତପ ଜ୍ଞାନ ବିରାଗା । (ରାମାୟଣ)\nବିନା ଭକ୍ତିରେ, ବ୍ୟକ୍ତି ଅଷ୍ଟାଙ୍ଗ ଯୋଗ, ସଂଯମ, ଜ୍ଞାନ, ବୈରାଗ୍ୟ ଆଦି ଯେତେ ଯାହା କଲେ ସୁଦ୍ଧା, ଭଗବାନଙ୍କୁ ପ୍ରାପ୍ତ କରିପାରିବ ନାହିଁ । ଭକ୍ତି କ’ଣ ? ସେ ବିଷୟରେ ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 11.55",
"verse": "55",
"chapter": 11,
"lang": "or",
"shloka": {
"speaker": "",
"sanskrit": "मत्कर्मकृन्मत्परमो मद्भक्तः सङ्गवर्जितः ।\n\nनिर्वैरः सर्वभूतेषु यः स मामेति पाण्डव ॥55॥",
"text": "ମତ୍କର୍ମକୃନ୍ମତ୍ପରମୋ ମଦ୍ଭକ୍ତଃ ସଙ୍ଗବର୍ଜିତଃ ।\nନିର୍ବୈରଃ ସର୍ବଭୂତେଷୁ ଯଃ ସ ମାମେତି ପାଣ୍ଡବ ।।୫୫।।",
"audioLink": "https://www.holy-bhagavad-gita.org/public/audio/011_055.mp3"
},
"wordMeanings": "ମତ୍-କର୍ମ-କୃତ୍- ମୋ ନିମିତ୍ତ କର୍ମ କରି; ମତ୍ ପରମଃ- ମୋତେ ସର୍ବଶ୍ରେଷ୍ଠ ମନେ କରି; ମତ୍-ଭକ୍ତଃ - ମୋର ସେବାରେ ନିଯୁକ୍ତ; ସଙ୍ଗବର୍ଜିତ- ଆସକ୍ତି ରହିତ; ନିର୍ବୈରଃ- ଦ୍ୱେଷ ରହିତ; ସର୍ବଭୁତେଷୁ- ସମସ୍ତ ଜୀବ ପ୍ରତି ; ଯଃ- ଯେ; ସ-ସେ; ମାଂ -ମୋ ପାଖକୁ; ଏତି-ଆସେ; ପାଣ୍ଡବ- ହେ ପାଣ୍ଡୁପୁତ୍ର ।",
"translation": {
"text": "ଯେଉଁମାନେ ତାଙ୍କର କର୍ମ କେବଳ ମୋ ନିମିତ୍ତ କରନ୍ତି, ଯେଉଁମାନେ ମୋ ଉପରେ ନିର୍ଭର କରନ୍ତି ଏବଂ ମୋର ଭକ୍ତି କରନ୍ତି, ଯେଉଁମାନେ ଆସକ୍ତିରୁ ମୁକ୍ତ ଥାଆନ୍ତି ଏବଂ କୌଣସି ଜୀବଙ୍କ ପ୍ରତି ଦ୍ୱେଷ କରନ୍ତି ନାହିଁ, ଏପରି ଭକ୍ତମାନେ ନିଶ୍ଚିତ ଭାବେ ମୋ ପାଖକୁ ଆସନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C11-H-55.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/11.55.mp3"
]
},
"commentary": "ନବମ ଅଧ୍ୟାୟର ଶେଷରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ଠାରେ ମନ କେନ୍ଦ୍ରିତ କରିବାକୁ ଓ ତାଙ୍କର ଶରଣାଗତ ହେବାକୁ କହିଥିଲେ । ସେହି ଭକ୍ତିକୁ ବଢ଼ାଇବା ପାଇଁ, ସେ ନିଜ ସମ୍ବନ୍ଧରେ ଅଧିକ ରହସ୍ୟ ଉନ୍ମୋଚନ କରିବାକୁ ଇଚ୍ଛା କରିଥିଲେ, ଯାହା ସେ ଦଶମ ଓ ଏକାଦଶ ଅଧ୍ୟାୟରେ କରିଛନ୍ତି । ପୂର୍ବ ଶ୍ଳୋକରେ ସେ ଭକ୍ତିମାର୍ଗର ଶ୍ରେଷ୍ଠତା ଉପରେ ପୁଣି ଗୁରୁତ୍ୱାରୋପ କଲେ । ବର୍ତ୍ତମାନ ସେ ଅନନ୍ୟ ଭକ୍ତିର ପାଞ୍ଚଗୋଟି ଗୁଣକୁ ବର୍ଣ୍ଣନା କରି ଅଧ୍ୟାୟର ଉପସଂହାର କରୁଛନ୍ତି:\nସେମାନେ ତାଙ୍କର ସମସ୍ତ କର୍ମ ମୋ ଉଦ୍ଦେଶ୍ୟରେ କରନ୍ତି । ଉତ୍ତମ ଭକ୍ତମାନେ ତାଙ୍କର କର୍ମକୁ ଭୌତିକ ଓ ଆଧ୍ୟାତ୍ମିକ ଭାବରେ ବିଭକ୍ତ କରି ନ ଥାନ୍ତି । ସେମାନେ ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ କରିଥାନ୍ତି । ଏହିପରି ଭାବରେ, ତାଙ୍କର ପ୍ରତ୍ୟେକ କର୍ମ ଭଗବାନଙ୍କୁ ଅର୍ପିତ ହୋଇଥାଏ ।\nସନ୍ଥ କବିର କହିଛନ୍ତି:\nଜହଁ ଜହଁ ଚଲୂଁ କରୂଁ ପରିକ୍ରମା, ଜୋ ଜୋ କରୂଁ ସୋ ସେବାଜବ ସୋଊଁ କରୂଁ ଦଣ୍ଡବତ, ଜାନୂଁ ଦେବ ନ ଦୂଜା ।\n“ ମୁଁ ଯେତେବେଳେ ଚାଲି ଚାଲି ଯାଉଥାଏ, ମୁଁ ଭାବେ ମୁଁ ଭଗବାନଙ୍କର ପରିକ୍ରମା କରୁଛି; ମୁଁ ଯେତେବେଳେ କାମ କରେ, ମୁଁ ଭାବେ ମୁଁ ଭଗବାନଙ୍କର ସେବା କରୁଛି; ମୁଁ ଯେତେବେଳେ ଶୋଇପଡ଼େ, ମୁଁ ଭାବେ ମୁଁ ତାଙ୍କୁ ଦଣ୍ଡବତ୍ ପ୍ରଣାମ କରୁଛି । ଏହିପରି ଭାବରେ, ତାଙ୍କୁ ଅର୍ପଣ ନ କରି ମୁଁ କୌଣସି କାର୍ଯ୍ୟ କରେନାହିଁ ।\nସେମାନେ ମୋ ଉପରେ ନିର୍ଭରଶୀଳ - ଯେଉଁମାନେ ଭଗବାନଙ୍କର ନିକଟତର ହେବା ପାଇଁ ନିଜ ଆଧ୍ୟାତ୍ମିକ ସାଧନା ଉପରେ ନିର୍ଭର କରନ୍ତି, ସେମାନେ ଭଗବାନଙ୍କ ଉପରେ ଅନନ୍ୟ ଭାବରେ ନିର୍ଭରଶୀଳ ନ ଥାନ୍ତି । କିନ୍ତୁ ଭଗବାନ ତାଙ୍କ କୃପା ଦ୍ୱାରା ହିଁ ପ୍ରାପ୍ତ ହୋଇଥାନ୍ତି , ଆଧ୍ୟାତ୍ମିକ ସାଧନ ଦ୍ୱାରା ନୁହେଁ । ତାଙ୍କର ଅନନ୍ୟ ଭକ୍ତମାନେ ତାଙ୍କୁ ପ୍ରାପ୍ତ କରିବା ପାଇଁ ନିଜ ଭକ୍ତି ଉପରେ ମଧ୍ୟ ନିର୍ଭର କରି ନ ଥାନ୍ତି । ବରଂ ସେମାନେ ଭଗବାନଙ୍କ କୃପା ଉପରେ ତାଙ୍କର ସମସ୍ତ ଆସ୍ଥା ସ୍ଥାପନ କରନ୍ତି ଏବଂ ତାଙ୍କର ଭକ୍ତିକୁ ଭଗବାନଙ୍କର କୃପା ଆକର୍ଷିତ କରିବା ପାଇଁ ଏକ ମାଧ୍ୟମ ଭାବରେ ବିବେଚିତ କରିଥାନ୍ତି ।\nସେମାନେ ମୋର ଭକ୍ତି କରନ୍ତି - ମୋର ଭକ୍ତମାନେ ଅନ୍ୟ ଆଧ୍ୟାତ୍ମିକ ସାଧନ ଯଥା ସାଂଖ୍ୟ ଇତ୍ୟାଦିର ଜ୍ଞାନ ଆହରଣ, ଅଷ୍ଟାଙ୍ଗ ଯୋଗ ସାଧନ, ଯଜ୍ଞ ଆୟୋଜନ ଇତ୍ୟାଦିର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ସେମାନେ କେବଳ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଥାଆନ୍ତି ଏବଂ ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରେ ତାଙ୍କର ପ୍ରିୟତମ ଭଗବାନଙ୍କୁ ଦର୍ଶନ କରିଥାଆନ୍ତି ।\nସେମାନେ ଆସକ୍ତି ରହିତ ଅଟନ୍ତି - ଭକ୍ତିରେ ମନକୁ ଲଗାଇବାକୁ ପଡିଥାଏ । ମନକୁ ସଂସାରରୁ ହଟାଇବା ଦ୍ୱାରା ହିଁ ଏହା ସମ୍ଭବ ହୋଇଥାଏ । ତେଣୁ ଅନନ୍ୟ ଭକ୍ତମାନେ ସମସ୍ତ ପ୍ରକାରର ସାଂସାରିକ ଆସକ୍ତିରୁ ମୁକ୍ତ ହୋଇ, କେବଳ ଭଗବାନଙ୍କ ଠାରେ ହିଁ ତାଙ୍କର ମନକୁ କେନ୍ଦ୍ରୀଭୂତ କରିଥାଆନ୍ତି ।\nସମସ୍ତ ପ୍ରାଣୀଙ୍କ ପ୍ରତି ସେମାନେ ଦ୍ୱେଷଭାବ ରହିତ - ହୃଦୟରେ ଯଦି ଦ୍ୱେଷ ଭରି ରହିଥାଏ, ତେବେ ତାହା ଭଗବାନଙ୍କ ପ୍ରତି ଅନନ୍ୟ ରହି ପାରିବ ନାହିଁ । ତେଣୁ ଅନନ୍ୟ ଭକ୍ତମାନେ, ତାଙ୍କର କ୍ଷତି କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ମଧ୍ୟ ମନରେ ଦ୍ୱେଷ ଭାବ ପୋଷଣ କରନ୍ତି ନାହିଁ । ତା’ ପରିବର୍ତ୍ତେ, ଭଗବାନ ସମସ୍ତଙ୍କ ହୃଦୟରେ ନିବାସ କରୁଛନ୍ତି ବିଚାର କରି, ସେମାନେ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରୁଥବା ବ୍ୟକ୍ତିର କର୍ମକୁ ଭଗବତ୍ ପ୍ରଣୋଦିତ ମନେ କରିଥାନ୍ତି ଏବଂ ତାଙ୍କୁ କ୍ଷମା କରି ଦିଅନ୍ତି ।"
}
]
}