gita-chapter-10
{
"title": "ଦଶମ ଅଧ୍ୟାୟ: ବିଭୂତି ଯୋଗ",
"chapterIntro": "ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଏହି ଅଧ୍ୟାୟର ବର୍ଣ୍ଣନା ଅର୍ଜୁନଙ୍କୁ ତାଙ୍କ ତେଜସ୍ୱୀ ଏବଂ ଦୀପ୍ତିମାନ ମହିମାର ଅବଲୋକନ କରାଇ, ଧ୍ୟାନ କରିବାରେ ତାଙ୍କର ସହାୟତା କରିବା ଉଦ୍ଦେଶ୍ୟରେ କରାଯାଇଛି । ନବମ ଅଧ୍ୟାୟରେ ଶ୍ରୀକୃଷ୍ଣ ଭକ୍ତିର ବିଜ୍ଞାନ ବା ପ୍ରେମମୟ ଭକ୍ତିକୁ ପ୍ରକାଶିତ କରିଛନ୍ତି ଏବଂ କିଛି ମାତ୍ରାରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା ମଧ୍ୟ କରିଛନ୍ତି । ଏଠାରେ ଅର୍ଜୁନଙ୍କର ଭକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ, ସେ ତାଙ୍କ ଅନନ୍ତ ଐଶ୍ୱର୍ଯ୍ୟର ବିସ୍ତୃତ ବର୍ଣ୍ଣନ କରିଛନ୍ତି । ଏହି ଶ୍ଲୋକ ଗୁଡ଼ିକ ପଢ଼ିବାକୁ ଆନନ୍ଦଦାୟକ ଏବଂ ଶୁଣିବାକୁ ମଧୁର ଅଟେ ।\nଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ସୃଷ୍ଟିରେ ଯାହାକିଛି ରହିଛି, ସବୁର ଉତ୍ସ ସେ ଅଟନ୍ତି । ମନୁଷ୍ୟ ମାନଙ୍କର ବିଭିନ୍ନ ଗୁଣ ତାଙ୍କ ଠାରୁ ଉତ୍ପନ୍ନ ହୋଇଥାଏ । ସପ୍ତ ଋଷି, ଚାରିଜଣ ମହାନ୍ ସନ୍ଥ ଏବଂ ଚଉଦ ମନୁ ତାଙ୍କ ମାନସରୁ ଉତ୍ପନ୍ନ ହୋଇଛନ୍ତି ଏବଂ ତାଙ୍କଠାରୁ ପୃଥିବୀର ସମସ୍ତ ମନୁଷ୍ୟଙ୍କର ଅବତରଣ ହୋଇଛି । ସବୁକିଛି ତାଙ୍କଠାରୁ ଉତ୍ପନ୍ନ ହୋଇଛି, ଯେଉଁମାନେ ଏକଥା ଜାଣନ୍ତି, ସେମାନେ ଦୃଢ଼ ବିଶ୍ୱାସର ସହିତ ତାଙ୍କର ଭକ୍ତି କରନ୍ତି । ଏହିପରି ଭକ୍ତମାନେ ପରସ୍ପର ତାଙ୍କ ମହିମାର ଚର୍ଚ୍ଚା କରି ଅତ୍ୟନ୍ତ ବିଭୋର ହୁଅନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେଥିରେ ଅନୁପ୍ରାଣିତ କରନ୍ତି । ସେମାନଙ୍କର ମନ ଯେହେତୁ ଭଗବାନଙ୍କଠାରେ ସଂଲଗ୍ନ ରହିଥାଏ, ତାଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମା ତାଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରନ୍ତି, ଯଦ୍ୱାରା ସେମାନେ ସହଜରେ ଭଗବାନଙ୍କୁ ପ୍ରାପ୍ତ କରିପାରନ୍ତି ।\nତାଙ୍କଠାରୁ ଏସବୁ କଥା ଶୁଣିବା ପରେ, ଅର୍ଜୁନ ପ୍ରକାଶ କରୁଛନ୍ତି ଯେ ଶ୍ରୀକୃଷ୍ଣଙ୍କର ସର୍ବୋଚ୍ଚ ସ୍ଥିତି ବିଷୟରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ସେ ଘୋଷଣା କରୁଛନ୍ତି ଯେ ଶ୍ରୀକୃଷ୍ଣ ହିଁ ପରାତ୍ପର ଦିବ୍ୟ ତତ୍ତ୍ୱ ଅଟନ୍ତି । ସେ ଭଗବାନଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କ ଦିବ୍ୟ ମହିମାର ବର୍ଣ୍ଣନା ବିସ୍ତୃତ ଭାବରେ କରନ୍ତୁ, ଯାହା ଶୁଣିବାକୁ ଅମୃତ-ତୁଲ୍ୟ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି, ଯେହେତୁ ସେ ସୃଷ୍ଟିର ଆଦ୍ୟ, ମଧ୍ୟ ଏବଂ ଅନ୍ତ ଅଟନ୍ତି, ସଂସାରର ସବୁକିଛି ତାଙ୍କ ଶକ୍ତିର ପରିପ୍ରକାଶ ଅଟେ । ସେ ସୌନ୍ଦର୍ଯ୍ୟ, ଗୁଣ, ଶକ୍ତି, ଜ୍ଞାନ ଏବଂ ଐଶ୍ୱର୍ଯ୍ୟର ଅନନ୍ତ ଭଣ୍ଡାର ଅଟନ୍ତି । ଯେଉଁଠାରେ ଆମେ କିଛି ଅସାଧାରଣ ଭବ୍ୟତା ଦେଖିଥାଏ, ଯାହାବି ଆମର କଳ୍ପନାକୁ ଆକର୍ଷିତ କରିଥାଏ, ଆମକୁ ପୁଲକିତ ଏବଂ ଆନନ୍ଦାଭିଭୂତ କରିଥାଏ, ଆମେ ଜାଣିବା ଉଚିତ ଯେ ସେସବୁ ଭଗବାନଙ୍କ ଐଶ୍ଚର୍ଯ୍ୟର ଦୀପ୍ତି ଅଟେ । ସେ ସମସ୍ତ ଶକ୍ତିର ଭଣ୍ଡାର ଅଟନ୍ତି, ଯେଉଁଠାରୁ ସମସ୍ତ ପ୍ରାଣୀ ଏବଂ ବସ୍ତୁ ନିଜ ନିଜର ତେଜ ପ୍ରାପ୍ତ କରିଥାଆନ୍ତି । ଅଧ୍ୟାୟର ଅବଶିଷ୍ଟ ଅଂଶରେ, ସେ ତାଙ୍କ ଐଶ୍ୱର୍ଯ୍ୟକୁ ପ୍ରଦର୍ଶିତ କରୁଥିବା ବସ୍ତୁ, ବିଭୂତି ଏବଂ କ୍ରିୟାର ବର୍ଣ୍ଣନା କରିଛନ୍ତି । ସର୍ବଶେଷରେ, ସେ ଉପସଂହାର କରିବାକୁ ଯାଇ କହୁଛନ୍ତି ଯେ ତାଙ୍କର ମହିମା ସେ ବର୍ଣ୍ଣନା କରିଥିବା ଗୁଣମାନଙ୍କର ସମାହାର ମାତ୍ର ନୁହେଁ, କାରଣ ଅନନ୍ତ ବ୍ରହ୍ମାଣ୍ଡକୁ ସେ ତାଙ୍କର ଗୋଟିଏ ଅଂଶରେ ଧାରଣ କରିଥାଆନ୍ତି । ସୁତରାଂ, ସମସ୍ତ ଐଶ୍ୱର୍ଯ୍ୟର ଉତ୍ସ ଭଗବାନଙ୍କୁ ଆମେ ନିଜ ଉପାସନାର ଇଷ୍ଟ ରୂପେ ଗ୍ରହଣ କରିବା ଉଚିତ ।",
"verseList": [
{
"verseTitle": "Bhagavad Gita 10.1",
"verse": "1",
"chapter": 10,
"lang": "or",
"shloka": {
"speaker": "ଶ୍ରୀକୃଷ୍ଣ ଉବାଚ",
"sanskrit": "श्रीभगवानुवाच। \n\nभूय एव महाबाहो शृणु मे परमं वचः।\n\nयत्तेऽहं प्रीयमाणाय वक्ष्यामि हितकाम्यया ॥1॥",
"text": "ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।\nଯତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ।।୧।।",
"audioLink": "https://www.holy-bhagavad-gita.org/public/audio/010_001.mp3"
},
"wordMeanings": "ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ଭୂୟ - ପୁନର୍ବାର; ଏବ - ନିଶ୍ଚିତରୂପେ; ମହାବାହୋ - ହେ ମହାବାହୁ! ଶୃଣୁ - ଶୁଣ; ମେ - ମୋର; ପରମଂ - ପରମ; ବଚଃ - କଥା; ଯତ୍ - ଯାହା; ତେ - ତୁମକୁ; ଅହଂ - ମୁଁ; ପ୍ରୀୟମାଣାୟ - ତୁମେ ମୋର ଅତି ପ୍ରିୟ ଜାଣି; ବକ୍ଷ୍ୟାମି - କହୁଛି; ହିତ-କାମାୟା - ତୁମର ମଙ୍ଗଳ ନିମିତ୍ତ ।",
"translation": {
"text": "ଭଗବାନ କହିଲେ: ହେ ବୀର! ମୋର ଦିବ୍ୟ ଉପଦେଶ ପୁନର୍ବାର ଶ୍ରବଣ କର । ତୁମେ ମୋର ପ୍ରିୟ ସଖା ଅଟ । ତେଣୁ ତୁମର ମଙ୍ଗଳ କାମନା କରି ମୁଁ ସେସବୁକୁ ତୁମ ନିକଟରେ ପ୍ରକାଶ କରୁଅଛି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-01.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.1.mp3"
]
},
"commentary": "ତାଙ୍କର ମହିମା ଶ୍ରବଣ କରିବାରେ ଅର୍ଜୁନଙ୍କର ଆଗ୍ରହ ଦେଖି ଶ୍ରୀକୃଷ୍ଣ ମୁଗ୍ଧ ହେଲେ । ବର୍ତ୍ତମାନ ଅର୍ଜୁନଙ୍କର ଆଗ୍ରହ ଓ ଭକ୍ତିକୁ ବୃଦ୍ଧି କରିବା ପାଇଁ, ସେ ତାଙ୍କର ସୂକ୍ଷ୍ମ ଐଶ୍ୱର୍ଯ୍ୟ ଏବଂ ଅତୁଳନୀୟ ଗୁଣସବୁ ବର୍ଣ୍ଣନା କରିବାକୁ ଯାଉଛନ୍ତି । ସେ “ପ୍ରୀୟମାଣାୟ” ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ତୁମେ ମୋର ପ୍ରିୟ ସଖା ଅଟ, ତେଣୁ ମୁଁ ଏହି ବିଶେଷ ଜ୍ଞାନ ତୁମ ନିକଟରେ ପ୍ରକାଶ କରୁଛି ।”"
},
{
"verseTitle": "Bhagavad Gita 10.2",
"verse": "2",
"chapter": 10,
"lang": "or",
"shloka": {
"speaker": "",
"sanskrit": "न मे विदुः सुरगणाः प्रभवं न महर्षयः ।\n\nअहमादिहि देवानां महर्षीणां च सर्वशः ॥2॥",
"text": "ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ ।\nଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ।।୨।।",
"audioLink": "https://www.holy-bhagavad-gita.org/public/audio/010_002.mp3"
},
"wordMeanings": "ନ - ନୁହେଁ; ମେ - ମୋର; ବିଦୁଃ - ଜାଣନ୍ତି; ସୁରଗଣାଃ - ଦେବତାମାନେ; ପ୍ରଭବଂ - ଉତ୍ପତ୍ତି; ନ - ନୁହେଁ; ମହର୍ଷୟଃ - ମହର୍ଷିଗଣ; ଅହଂ - ମୁଁ; ଆଦିଃ - ଆଦି (ମୂଳ); ହି - ନିଶ୍ଚିତରୂପେ; ଦେବାନାଂ - ଦେବତାମାନଙ୍କର, ମହର୍ଷିଣାଂ - ମହର୍ଷିମାନଙ୍କର; ଚ - ମଧ୍ୟ; ସର୍ବଶଃ - ସବୁପ୍ରକାରେ ।",
"translation": {
"text": "ଦେବତାମାନେ କିମ୍ବା ବଡ ବଡ ମହର୍ଷିମାନେ, କେହି ମଧ୍ୟ ମୋର ଉଦ୍ଭବ ବିଷୟରେ କିଛି ଜାଣନ୍ତି ନାହିଁ । ମୁଁ ଉତ୍ସ ଅଟେ; ଦେବତା ଓ ମହର୍ଷିମାନେ ମୋ ଠାରୁ ଉତ୍ପନ୍ନ ହୋଇଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-02.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.2.mp3"
]
},
"commentary": "ଜଣେ ପିତା ତାଙ୍କ ପୁତ୍ରର ଜନ୍ମ ଓ ଜୀବନ ବିଷୟରେ ଜାଣନ୍ତି, କାରଣ ସେ ତାହା ଦେଖିଥାଆନ୍ତି । କିନ୍ତୁ ପିତାଙ୍କର ଜନ୍ମ ବା ବାଲ୍ୟକାଳ ବିଷୟରେ ପୁତ୍ର ଜାଣି ନଥାଏ, କାରଣ ତାହା ସେ ଜନ୍ମ ହେବା ପୂର୍ବରୁ ଘଟିଥାଏ । ସେହିପରି ଦେବତାଗଣ ବା ଋଷିଗଣ ଭଗବାନଙ୍କ ଉଦ୍ଭବର ସ୍ୱରୂପକୁ ବୁଝି ପାରନ୍ତି ନାହିଁ । କାରଣ ସେମାନେ ଜନ୍ମ ହେବା ପୂର୍ବରୁ ଭଗବାନ ଅଛନ୍ତି । ଋକ୍ବେଦ କହେ:\nକୋ ଅଧ୍ୟା ବେଦ କ ଇହ ପ୍ରାବୋଚତ୍,କୁତ ଆ ଜାତା କୁତ ଇୟଂ ବିଶୃତିଃଅର୍ବାଗ୍ଦେବା ଅସ୍ୟ ବିସର୍ଜନାୟ,ଅଥା କୋ ବେଦ ଯତ ଆବଭୂବ । (୧୦.୧୨୯.୬)\nସଂସାରରେ ଏପରି କିଏ ଅଛନ୍ତି, ଯିଏ ଠିକ୍ ଭାବରେ ଜାଣିପାରିବେ? କିଏ କହିପାରିବ ବ୍ରହ୍ମାଣ୍ଡ କେଉଁଠାରେ ଉତ୍ପନ୍ନ ହେଲା? କିଏ କହି ପାରିବ ଏ ସୃଷ୍ଟି କେଉଁଠାରୁ ଆସିଲା? ଦେବତାମାନେ ତ ସୃଷ୍ଟି ପରେ ଆସିଛନ୍ତି । ତେଣୁ କିଏ ଜାଣେ ବ୍ରହ୍ମାଣ୍ଡ କେଉଁଠାରୁ ଉତ୍ପନ୍ନ ହେଲା?\nପୁଣି ଈଶୋପନିଷଦ କହୁଛି:\nନୈନଦ୍ଦେବା ଆପ୍ନୁବନ୍ ପୂର୍ବମର୍ଷତ୍ (ଇଷୋପନିଷେଦ୍ ୪)\n“ଭଗବାନ ଦେବତାମାନଙ୍କ ଦ୍ୱାରା ଜ୍ଞାତ ନୁହଁନ୍ତି, କାରଣ ସେ ତାଙ୍କ ପୂର୍ବରୁ ଅଛନ୍ତି ।” ତଥାପି ଶ୍ରୀକୃଷ୍ଣ ତାଙ୍କ ପ୍ରିୟ ସଖାଙ୍କର ଭକ୍ତିକୁ ପରିପୁଷ୍ଟ କରିବା ପାଇଁ, ଏପରି ଦୁର୍ଲଭ ଜ୍ଞାନ ତାଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି ।"
},
{
"verseTitle": "Bhagavad Gita 10.3",
"verse": "3",
"chapter": 10,
"lang": "or",
"shloka": {
"speaker": "",
"sanskrit": "यो मामजमनादिं च वेत्ति लोकमहेश्वरम् ।\n\nअसम्मूढः स मर्येषु सर्वपापैः प्रमुच्यते ॥3॥",
"text": "ଯୋ ମାମଜମନାଦିଂ ଚ ବେତ୍ତି ଲୋକମହେଶ୍ୱରମ୍ ।\nଅସମ୍ମୂଢ଼ଃ ସ ମର୍ତ୍ୟେଷୁ ସର୍ବପାପୈଃ ପ୍ରମୁଚ୍ୟତେ ।।୩।।",
"audioLink": "https://www.holy-bhagavad-gita.org/public/audio/010_003.mp3"
},
"wordMeanings": "ଯୋ - ଯିଏ; ମାମ୍ - ମୋତେ; ଅଜଂ - ଅଜନ୍ମା; ଅନାଦିଂ - ଅନାଦି; ଚ - ମଧ୍ୟ; ବେତ୍ତି - ଜାଣେ; ଲୋକ-ଲୋକ (ବ୍ରହ୍ମାଣ୍ଡ); ମହେଶ୍ୱରଂ - ପରମ ପୁରୁଷ; ଅସମ୍ମୂଢ଼ଃ - ନିଃସନ୍ଦେହ ଭାବରେ; ସଃ - ସେ; ମର୍ତ୍ୟେଷୁ - ମରଣଶୀଳମାନଙ୍କ ମଧ୍ୟରେ; ସର୍ବପାପୈଃ - ସମସ୍ତପ୍ରକାର ପାପକର୍ମର ପ୍ରତିକ୍ରିୟାରୁ; ପ୍ରମୁଚ୍ୟତେ - ମୁକ୍ତ ହୁଏ ।",
"translation": {
"text": "ଯେଉଁମାନେ ମୋତେ ଅଜନ୍ମା, ଅନାଦି ଏବଂ ବିଶ୍ୱର ପରମ ପ୍ରଭୁ ରୂପରେ ଜାଣନ୍ତି, ମୃତ୍ୟୁଲୋକର ସେହି ବ୍ୟକ୍ତିମାନେ ମାୟାରେ ମୋହିତ ହୁଅନ୍ତି ନାହିଁ ଏବଂ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-03.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.3.mp3"
]
},
"commentary": "ମୋତେ କେହି ଜାଣନ୍ତି ନାହିଁ, ଏପରି କହିବା ପରେ ଶ୍ରୀକୃଷ୍ଣ ଏବେ କହୁଛନ୍ତି କିଛି ବ୍ୟକ୍ତି ମୋତେ ଅବଶ୍ୟ ଜାଣନ୍ତି । ସେ ନିଜ ଉକ୍ତିକୁ ଖଣ୍ଡନ ନ କରି ଏ କଥା କହିବାକୁ ଚାହୁଁଛନ୍ତି ଯେ କୌଣସି ବ୍ୟକ୍ତି ନିଜ ଉଦ୍ୟମରେ ଭଗବାନଙ୍କୁ ଜାଣିପାରିବ ନାହିଁ । ଭଗବାନ ନିଜେ ଯଦି କାହା ଉପରେ କୃପା କରିବେ, ସେହି ଭାଗ୍ୟବାନ ତାଙ୍କୁ ଜାଣିପାରିବ । ତେଣୁ ଯେଉଁମାନେ ବି ତାଙ୍କୁ ଜାଣନ୍ତି, ସେମାନେ ଭଗବାନଙ୍କ ଦିବ୍ୟ କୃପାରୁ ହିଁ ତାହା ଜାଣିବାକୁ ସମର୍ଥ ହୋଇଥାଆନ୍ତି । ଏହି ଅଧ୍ୟାୟର ଦଶମ ଶ୍ଲୋକରେ ସେ କହିଛନ୍ତି: “ଯେଉଁମାନଙ୍କର ମନ ଭକ୍ତିରେ ମୋ ସହିତ ନିରନ୍ତର ସଂଲଗ୍ନ ରହିଥାଏ, ମୁଁ ତାଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରେ ଯଦ୍ୱାରା ସେମାନେ ମୋତେ ସହଜରେ ପ୍ରାପ୍ତ କରିପାରନ୍ତି ।” ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁମାନେ ମୋତେ ଈଶ୍ୱରମାନଙ୍କର ଈଶ୍ୱର, ପରମେଶ୍ୱର, ଭାବରେ ଜାଣନ୍ତି, ସେମାନେ ମୋହିତ ହୁଅନ୍ତି ନାହିଁ । ଏପରି ପୁଣ୍ୟାତ୍ମାମାନେ ସେମାନଙ୍କର ସମସ୍ତ ପୂର୍ବ ଓ ବର୍ତ୍ତମାନ ଜନ୍ମର କର୍ମବନ୍ଧନରୁ ମୁକ୍ତ ହୋଇ ତାଙ୍କର ଭକ୍ତି କରିଥାଆନ୍ତି ।\nଜୀବ ଓ ତାଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ, ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ସେ ଲୋକମହେଶ୍ୱରମ୍ (ସୃଷ୍ଟିର ସମସ୍ତ ଲୋକର ଅଧିଷ୍ଠାତା) ଅଟନ୍ତି । ଶ୍ୱେତାଶ୍ୱତର ଉପନିଷଦ ମଧ୍ୟ ଏହିପରି ଘୋଷଣା କରିଥାଏ:\n“ତ୍ୱମୀଶ୍ୱରାଣାଂ ପରମଂ ମହେଶ୍ୱରମ୍ତଂ ଦେବତାନାଂ ପରମଂ ଚ ଦୈବତମ୍ପତିଂ ପତୀନାଂ ପରମଂ ପରସ୍ତାଦ୍ବିଦାମ ଦେବଂ ଭୁବନେଶମୀଡ୍ୟମ୍ ।”(୬.୭)\n“ପରମ ବ୍ରହ୍ମ ସମସ୍ତ ଶାସକମାନଙ୍କର ଶାସକ ଅଟନ୍ତି; ସେ ଦେବତାମାନଙ୍କର ପରମ ଦେବ ଅଟନ୍ତି; ପତିମାନଙ୍କର ପରମ ପତି ଅଟନ୍ତି । ସେ ସମଗ୍ର ସୃଷ୍ଟିର ଅଧିପତି ଅଟନ୍ତି ଏବଂ ମାୟା ଶକ୍ତିର ଊର୍ଦ୍ଧ୍ୱରେ ତାଙ୍କର ସ୍ଥିତି ।”"
},
{
"verseTitle": "Bhagavad Gita 10.4 – 10.5",
"verse": "4-5",
"chapter": 10,
"lang": "or",
"shloka": {
"speaker": "",
"sanskrit": "बुद्धिर्ज्ञानमसम्मोहः क्षमा सत्यं दमः शमः । \n\nसुखं दुःखं भवोऽभावो भयं चाभ्यमेव च ॥4॥\n\nअहिंसा समता तुष्टिस्तपो दानं यशोऽयशः ।\n\nभवन्ति भावा भूतानां मत्त एव पृथग्विधाः ॥5॥",
"text": "ବୁଦ୍ଧିର୍ଜ୍ଞାନମସମ୍ମୋହଃ କ୍ଷମା ସତ୍ୟଂ ଦମଃ ଶମଃ ।\nସୁଖଂ ଦୁଃଖଂ ଭବୋଽଭାବୋ ଭୟଂ ଚାଭୟମେବ ଚ ।।୪।।\nଅହିଂସା ସମତା ତୁଷ୍ଟିସ୍ତପୋ ଦାନଂ ଯଶୋଽଯଶଃ ।\nଭବନ୍ତି ଭାବା ଭୂତାନାଂ ମତ୍ତ ଏବ ପୃଥଗ୍ବିଧାଃ ।।୫।।",
"audioLink": "https://www.holy-bhagavad-gita.org/public/audio/010_004-005.mp3"
},
"wordMeanings": "ବୁଦ୍ଧିଃ - ବୁଦ୍ଧି; ଜ୍ଞାନଂ - ଜ୍ଞାନ; ଅସଂମୋହଃ - ସଂଶୟମୁକ୍ତ; କ୍ଷମା - କ୍ଷମା; ସତ୍ୟଂ - ସତ୍ୟ; ଦମଃ -ଇନ୍ଦ୍ରିୟସଂଯମ; ଶମଃ - ମନ ସଂଯମ; ସୁଖଂ - ସୁଖ; ଦୁଃଖଂ - ଦୁଃଖ; ଭବଃ - ଜନ୍ମ ; ଅଭାବଃ - ମୃତ୍ୟୁ; ଭୟଂ - ଭୟ; ଚ - ମଧ୍ୟ; ଅଭୟଂ - ଭୟହୀନତା, ଏବ- ମଧ୍ୟ; ଚ - ଏବଂ; ଅହିଂସା - ଅହିଂସା; ସମତା - ସଭମାବ; ତୁଷ୍ଟିଃ - ସନ୍ତୋଷ; ତପଃ - ତପସ୍ୟା; ଦାନଂ - ଦାନ; ଯଶଃ - ପ୍ରଶଂସା; ଅଯଶଃ - ନିନ୍ଦା; ଭବନ୍ତି - ହୁଅନ୍ତି; ଭାବାଃ - ପ୍ରକୃତି; ଭୂତାନାଂ - ଜୀବମାନଙ୍କ ମଧ୍ୟରେ; ମତ୍ତଃ - ମୋ ଠାରୁ; ଏବ - କେବଳ; ପୃଥକ୍-ବିଧାଃ - ବିଭିନ୍ନ ପ୍ରକାରେ ବ୍ୟବସ୍ଥିତ ।",
"translation": {
"text": "ମନୁଷ୍ୟମାନଙ୍କର ଗୁଣରେ ବିବିଧତା କେବଳ ମୋଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଯେପରି କି ବୁଦ୍ଧି, ଜ୍ଞାନ, ବିବେକ, କ୍ଷମାଶୀଳତା, ସତ୍ୟବାଦିତା, ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ, ସୁଖ ଓ ଦୁଃଖ, ଜନ୍ମ ଓ ମୃତ୍ୟୁ, ଭୟ ଓ ସାହସ, ଅହିଂସା, ସମଦର୍ଶିତା, ସନ୍ତୋଷ, ସଂଯମ, ଦାନ, ଯଶ ଓ ଅପଯଶ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-04.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-05.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.4.mp3",
"https://www.gitasupersite.iitk.ac.in/sites/default/files/audio/Purohit/10.5.mp3"
]
},
"commentary": "ଏହି ଦୁଇଟି ଶ୍ଲୋକରେ, ଶ୍ରୀକୃଷ୍ଣ ତାଙ୍କର ପୂର୍ଣ୍ଣ ପ୍ରଭୁତ୍ୱ ଏବଂ ସୃଷ୍ଟିର ସମସ୍ତ ବସ୍ତୁ ଉପରେ ତାଙ୍କର ପୂର୍ଣ୍ଣ ଆଧିପତ୍ୟକୁ ସମର୍ଥନ କରିବା ଜାରି ରଖିଛନ୍ତି । ଏଠାରେ ସେ କୋଡିଏଟି ଭାବନାର ଉଲ୍ଲେଖ କରିଛନ୍ତି, ଯାହା ଭିନ୍ନ ଭିନ୍ନ ମନୁଷ୍ୟଙ୍କ ଠାରେ ବିଭିନ୍ନ ମାତ୍ରାରେ ଏବଂ ମିଶ୍ରଣରେ ପ୍ରକାଶିତ ହୋଇ ପ୍ରତ୍ୟେକ ମାନବ ପ୍ରକୃତିକୁ ସ୍ୱତନ୍ତ୍ର ଢାଂଚାରେ ଗଢିଥାଏ । ସେ ଘୋଷଣା କରୁଛନ୍ତି ଯେ, ମନୁଷ୍ୟର ଭିନ୍ନ ଭିନ୍ନ ଆବେଗ, ସ୍ୱଭାବ, ଏବଂ ପ୍ରବୃତ୍ତି ତାଙ୍କଠାରୁ ହିଁ ଉତ୍ପତ୍ତି ଲାଭ କରିଥାଏ ।\nବୁଦ୍ଧି: କୌଣସି ବିଷୟକୁ ଉଚିତ୍ ଦୃଷ୍ଟିକୋଣରୁ ବିଶ୍ଲେଷଣ କରିବାର କ୍ଷମତା ।\nଜ୍ଞାନଂ: ମାୟିକ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବାର କ୍ଷମତା ।\nଅସମ୍ମୋହଂ : ଦ୍ୱନ୍ଦରହିତ ।\nକ୍ଷମା: ଆମର ଅନିଷ୍ଟ କରିଥିବା ବ୍ୟକ୍ତିକୁ ମଧ୍ୟ କ୍ଷମା କରିବାର ଗୁଣ ।\nସତ୍ୟ: ସମସ୍ତଙ୍କ ଉପକାର ପାଇଁ ସତ୍ୟ ପ୍ରକାଶ କରିବାର ସାହସ ।\nଦମ: ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ।\nଶମ: ମନ ଉପରେ ନିୟନ୍ତ୍ରଣ ।\nସୁଖଂ: ଆନନ୍ଦ ବା ଖୁସୀର ଅନୁଭୂତି ।\nଦୁଖଂ: ଦୁଃଖଯାତନାର ଅନୁଭୂତି\nଭବଃ: ନିଜ ଅସ୍ଥିତ୍ୱର ଅନୁଭୂତି ।\nଅଭାବଃ: ମୃତ୍ୟୁର ଅନୁଭୂତି ।\nଭୟ: ଆସନ୍ନ ବିପଦର ଆଶଙ୍କା\nଅଭୟ: ଭୟ ରହିତ\nଅହିଂସା: କୌଣସି ପ୍ରାଣୀକୁ ବାଣୀ, କ୍ରିୟା ବା ବିଚାର ଦ୍ୱାରା କ୍ଷତି ନ ପହଞ୍ଚାଇବା ।\nସମତା: ଉଭୟ ଭଲ ଓ ମନ୍ଦ ପରିସ୍ଥିତିରେ ସମଭାବ ରହିବା ।\nତୁଷ୍ଟି: କର୍ମ ଅନୁସାରେ ଯାହା ଫଳ ମିଳିଲେ ବି ସନ୍ତୁଷ୍ଟ ରହିବା ।\nତପ: ଆଧ୍ୟାତ୍ମିକ ଲାଭ ପାଇଁ ବେଦର ନିୟମ ଅନୁଯାୟୀ ସ୍ୱେଚ୍ଛାରେ ସଂଯମ ପାଳନ କରିବା ।\nଦାନ: ଅଧିକାରୀ ବ୍ୟକ୍ତିଙ୍କୁ ଧନ ସାମଗ୍ରୀ ଆଦି ବିତରଣ କରିବା ।\nଯଶ: ଉତ୍ତମ ଗୁଣର ଅଧିକାରୀ ଭାବରେ ସୁନାମ ଅର୍ଜନ କରିବା ।\nଅଯଶ: ମନ୍ଦ ସ୍ୱଭାବ ଯୋଗୁଁ ନିନ୍ଦିତ ହେବା ।\nଶ୍ରୀକୃଷ୍ଣ କହୁଛନ୍ତି ଯେ, ବ୍ୟକ୍ତିଠାରେ ଏହି ସବୁ ଗୁଣର ପ୍ରାକଟ୍ୟ କେବଳ ତାଙ୍କ ଦ୍ୱାରା ସ୍ୱୀକୃତ ମାତ୍ରାରେ ହୋଇଥାଏ । ତେଣୁ ସେ ହିଁ ସମସ୍ତ ଭଲ ଓ ମନ୍ଦ ଗୁଣର ଉତ୍ସ ଅଟନ୍ତି । ଏହାର ତୁଳନା ଭିନ୍ନ ଭିନ୍ନ ବୈଦୁତିକ ଉପକରଣ ଦ୍ୱାରା ପାୱାର ହାଉସ୍ (ବୈଦ୍ୟୁତିକ ଶକ୍ତି ଭଣ୍ଡାର)ରୁ ଆସୁଥିବା ବୈଦୁତିକ ଶକ୍ତିର ବିନିଯୋଗ ସହିତ କରାଯାଇ ପାରେ । ସେହି ଶକ୍ତି ବିଭିନ୍ନ ଉପକରଣରେ ପ୍ରବାହିତ ହୋଇ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟ କରିଥାଏ । ଏହା ଗୋଟିଏରେ ଶବ୍ଦ, ଅନ୍ୟଟିରେ ଆଲୋକ ଓ ତୃତୀୟଟିରେ ଉତ୍ତାପ ସୃଷ୍ଟି କରେ । ଶକ୍ତିର ଅଭିବ୍ୟକ୍ତିରେ ପାର୍ଥକ୍ୟ ରହିଥିଲେ ବି, ଉତ୍ସ ସେହି ପାୱାର ହାଉସ୍ରୁ ଆସୁଥିବା ବିଦ୍ୟୁତ୍ଶକ୍ତି ଅଟେ । ସେହିପରି, ଆମର ପୂର୍ବ ଜନ୍ମର ସଂସ୍କାର ଏବଂ ବର୍ତ୍ତମାନ ଜନ୍ମର ପୁରୁଷାର୍ଥ ଅନୁସାରେ, ଭଗବାନଙ୍କର ଶକ୍ତି ଆମ ଠାରେ ସକାରାତ୍ମକ ଅଥବା ନକାରାତ୍ମକ ଭାବରେ ପ୍ରକାଶିତ ହୁଏ ।"
},
{
"verseTitle": "Bhagavad Gita 10.6",
"verse": "6",
"chapter": 10,
"lang": "or",
"shloka": {
"speaker": "",
"sanskrit": "महर्षयः सप्त पूर्वे चत्वारो मनवस्तथा ।\n\nमद्भावा मानसा जाता येषां लोक इमाः प्रजाः ॥6॥",
"text": "ମହର୍ଷିୟଃ ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା ।\nମଦ୍ଭାବା ମାନସା ଜାତା ଯେଷାଂ ଲୋକ ଇମାଃ ପ୍ରଜାଃ ।।୬।।",
"audioLink": "https://www.holy-bhagavad-gita.org/public/audio/010_006.mp3"
},
"wordMeanings": "ମହର୍ଷୟଃ - ମହର୍ଷିଗଣ; ସପ୍ତ - ସାତ; ପୂର୍ବେ - ପୂର୍ବେ; ଚତ୍ୱାରାଃ - ଚାରି; ମନବଃ - ମନୁଗଣ; ତଥା - ମଧ୍ୟ; ମତ୍-ଭାବାଃ - ମୋ’ଠାରୁ ଜାତ; ମାନସାଃ - ମନରୁ; ଜାତାଃ - ଜାତ; ଯେଷାଂ - ଯେଉଁମାନଙ୍କଠାରୁ; ଲୋକେ- ସଂସାରରେ; ଇମାଃ - ଏହି ସବୁ; ପ୍ରଜାଃ - ଜନସମାଜ ।",
"translation": {
"text": "ସପ୍ତଋଷି, ତାଙ୍କ ପୂର୍ବରୁ ଚାରି ଯୋଗୀଶ୍ୱର ଏବଂ ଚଉଦ ମନୁ - ସମସ୍ତେ ମୋର ମାନସରୁ ଜାତ ଅଟନ୍ତି । ସେମାନଙ୍କ ଠାରୁ ସଂସାରର ସମସ୍ତ ମନୁଷ୍ୟ ଉତ୍ପତ୍ତି ଲାଭ କରିଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-06.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.6.mp3"
]
},
"commentary": "ଏଠାରେ ଶ୍ରୀକୃଷ୍ଣ, ସେ କିପରି ସବୁକିଛିର ଉତ୍ସ ଅଟନ୍ତି, ତାହା ବର୍ଣ୍ଣନା କରୁଛନ୍ତି । ଏହା ପୂର୍ବରୁ ସେ କୋଡ଼ିଏ ପ୍ରକାରର ଗୁଣର ଉଲ୍ଲେଖ କରିଥିଲେ, ବର୍ତ୍ତମାନ ସେ ପଚିଶ ଜଣ ମହାନ୍ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି । ସେମାନେ ହେଉଛନ୍ତି ସପ୍ତଋଷି, ଚାରିଜଣ ଯୋଗୀଶ୍ୱର ଏବଂ ଚଉଦଜଣ ମନୁ । ଏଠାରେ ସେ ତାଙ୍କ ଠାରୁ ଜାତ ସୃଷ୍ଟିର ଏକ ବଂଶାନୁକ୍ରମିକ ବିବରଣୀ ମଧ୍ୟ ଦେଇଛନ୍ତି ।\nଭଗବାନ ବିଷ୍ଣୁ (ଭଗବାନଙ୍କର ସୃଷ୍ଟିର ପାଳନ-କର୍ତ୍ତା ରୂପ)ଙ୍କର ହିରଣ୍ୟଗର୍ଭ ଶକ୍ତିରୁ ବ୍ରହ୍ମା ଜାତ ହେଲେ । ବ୍ରହ୍ମାଙ୍କଠାରୁ ସନକ, ସନନ୍ଦନ,ସନତ, ସନାତନ ନାମରେ ଚାରି ଯୋଗୀଶ୍ୱର ଉତ୍ପନ୍ନ ହୋଇଥିଲେ । ସେମାନଙ୍କୁ ଚାରିକୁମାର କୁହାଯାଏ । ବିଶ୍ୱରେ ଏହି ଚାରିଜଣ ବ୍ରହ୍ମାଙ୍କର ଅଗ୍ରଜ ପୁତ୍ର ଥିଲେ । ଯେହେତୁ ସେମାନେ ଅଯୋନୀସମ୍ଭବା ଏବଂ ତାଙ୍କ ପିତାଙ୍କର ମାନସ ପୁତ୍ର ଥିଲେ, ସେଥିପାଇଁ ସେମାନଙ୍କର କେହି ମାତା ନ ଥିଲେ । ଚିର ବିମୁକ୍ତ ଏବଂ ଯୋଗୀଶ୍ୱର ହୋଇଥିôବା ଦୃଷ୍ଟିରୁ, ସେମାନେ ଅନ୍ୟମାନଙ୍କୁ ଆଧ୍ୟାତ୍ମିକ ସାଧନା ଦ୍ୱାରା ମୁକ୍ତିଲାଭ କରିବାର ମାର୍ଗଦର୍ଶନ କରୁଥିଲେ । ଚାରି କୁମାରଙ୍କ ପରେ ସପ୍ତଋଷି ଜାତ ହୋଇଥିଲେ । ସେମାନେ ହେଲେ ମରୀଚ, ଅଙ୍ଗିରା, ଅତ୍ରି, ପୁଲସ୍ତ୍ୟ, ପୁଲହ, କ୍ରତୁ ଏବଂ ବଶିଷ୍ଠ । ଏମାନଙ୍କ ହସ୍ତରେ ମାନବ ସମାଜ ବିସ୍ତାର କରିବାର ଦାୟୀତ୍ୱ ନ୍ୟସ୍ତ କରାଯାଇଥିଲା । ତାଙ୍କ ପରେ ଚଉଦ ମନୁ ଆସିଥିଲେ: ସ୍ୱୟଂଭୁବ, ସ୍ୱରୋଚିଶ, ଉତ୍ତମ, ତମସ, ରୈବତ, ଚକ୍ଷୁୁଷା, ବୈବଶ୍ୱତ, ସବର୍ଣ୍ଣି, ଦକ୍ଷସବର୍ଣ୍ଣି, ବ୍ରହ୍ମସବର୍ଣ୍ଣି, ଧର୍ମସବର୍ଣ୍ଣ, ରୁଦ୍ର-ପୁତ୍ର, ରୋଚ୍ୟ, ଭୌତ୍ୟକ । ସ୍ୱର୍ଗ ଲୋକରୁ ମାନବ ସମାଜକୁ ଶାସନ କରିବା ଏବଂ ବୈଦିକ ଧର୍ମର ପ୍ରତିଷ୍ଠା ଓ ସୁରକ୍ଷାର ଦାୟୀତ୍ୱ ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଆମେ ବର୍ତ୍ତମାନ ଯେଉଁ ଯୁଗରେ ଅଛେ, ତାହା ସପ୍ତମ ମନୁ ବା ବୈବସ୍ୱତ ମନୁଙ୍କର ଯୁଗ ଅଟେ । ସେଥିପାଇଁ ଏହାକୁ ବୈବସ୍ୱତ ମନ୍ୱନ୍ତର କୁହାଯାଏ । ଏହି କଳ୍ପ (ବ୍ରହ୍ମାଙ୍କର ଗୋଟିଏ ଦିନ)ରେ ଆଗକୁ ଅନ୍ୟ ସାତଜଣ ମନୁ ଅଛନ୍ତି ।\nସ୍ୱର୍ଗ ଲୋକରେ ଦେବତାମାନେ ରହିଛନ୍ତି ଯେଉଁମାନେ ବ୍ରହ୍ମାଣ୍ଡ ପରିଚାଳନା ଦାୟୀତ୍ୱ ନିର୍ବାହ କରନ୍ତି । ଏମାନେ ସମସ୍ତେ ବ୍ରହ୍ମାଙ୍କର ପୁଅ ଓ ନାତି ଅଟନ୍ତି, ଯିଏ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ଠାରୁ ଜନ୍ମ ନେଇ ଥାଆନ୍ତି ଏବଂ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କର ଅଭିନ୍ନ ଅଂଶ ଅଟନ୍ତି । ଅତଏବ, ଶ୍ରୀକୃଷ୍ଣ ଆମ ପ୍ରପିତାମହଙ୍କର ପରମପିତା ଅଟନ୍ତି ।"
},
{
"verseTitle": "Bhagavad Gita 10.7",
"verse": "7",
"chapter": 10,
"lang": "or",
"shloka": {
"speaker": "",
"sanskrit": "विभूति योग एतां विभूतिं योगं च मम यो वेत्ति तत्त्वतः।\n\nसोऽविकल्पेन योगेन युज्यते नात्र संशयः ॥7॥",
"text": "ଏତାଂ ବିଭୂତିଂ ଯୋଗଂ ଚ ମମ ଯୋ ବେତ୍ତି ତତ୍ତ୍ୱତଃ ।\nସୋଽବିକମ୍ପେନ ଯୋଗେନ ଯୁଜ୍ୟତେ ନାତ୍ର ସଂଶୟଃ ।।୭।।",
"audioLink": "https://www.holy-bhagavad-gita.org/public/audio/010_007.mp3"
},
"wordMeanings": "ଏତାଂ-ଏଗୁଡ଼ିକ; ବିଭୂତିଂ-ବୈଭବ, ଐଶ୍ୱର୍ଯ୍ୟ; ଯୋଗଂ-ଦିବ୍ୟ ଶକ୍ତି; ଚ-ଏବଂ ; ମମ-ମୋର, ଯୋ-ଯେଉଁମାନେ; ବେତ୍ତି-ଜାଣିବା; ତତ୍ତ୍ୱତଃ-ପ୍ରକୃତରେ; ସ-ସେମାନେ, ଅବିକମ୍ପେନ-ଅବିଚଳ; ଯୋଗେନ-ଭକ୍ତିଯୋଗରେ; ଯୁଜ୍ୟତେ-ମିଳିତ ହୁଅନ୍ତି; ନା-ନାହିଁ; ଅତ୍ର-ଏଠାରେ; ସଂଶୟଃ-ସନ୍ଦେହ ।",
"translation": {
"text": "ଯେଉଁମାନେ ମୋର ବାସ୍ତବିକ ବିଭୂତି ଏବଂ ଦିବ୍ୟ ଶକ୍ତିକୁ ଜାଣନ୍ତି, ସେମାନେ ଅନନ୍ୟ ଭକ୍ତିଯୁକ୍ତ ହୋଇଥାନ୍ତି । ଏଥିରେ କିଛି ସନ୍ଦେହ ନଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-07.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.7.mp3"
]
},
"commentary": "ବିଭୂତି ଶବ୍ଦର ତାତ୍ପର୍ଯ୍ୟ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକଟିତ ଭଗବାନଙ୍କର ମହାନ ଶକ୍ତିସମୂହ ଅଟେ । ଯୋଗ ଶବ୍ଦ ସେହି ସବୁ ଶକ୍ତି ସହିତ ଭଗବାନଙ୍କୁ ସଂଯୁକ୍ତି କରିବା ଅଟେ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଜାଣି ତାଙ୍କର ମହିମା ବିଷୟରେ ନିଶ୍ଚିନ୍ତ ହୋଇଯିବା ପରେ, ଆମେ ତାଙ୍କର ଭକ୍ତି କରିବାକୁ ପ୍ରବୃତ୍ତ ହେବା ସ୍ୱାଭାବିକ ।\nଭଗବାନଙ୍କର ମହାତ୍ମ୍ୟ ଜ୍ଞାନ ଭକ୍ତର ତାଙ୍କ ପ୍ରତି ପ୍ରେମ ଓ ଭକ୍ତିକୁ ପରିପୁଷ୍ଟ କରିଥାଏ । ଜ୍ଞାନ ଓ ପ୍ରେମ ମଧ୍ୟରେ ରହିଥିବା ପ୍ରତ୍ୟକ୍ଷ ସମ୍ବନ୍ଧକୁ ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବା । ମନେ କରନ୍ତୁ, ଆପଣଙ୍କର ବନ୍ଧୁ ଆପଣଙ୍କୁ କଳାରଙ୍ଗର ଛୋଟ ପଥରଟିଏ ଦେଖାଇଲେ । ପଥରଟିର ବିଶେଷତ୍ୱ ଆପଣଙ୍କୁ ଜଣାନାହିଁ, ତେଣୁ ତା’ ପ୍ରତି ଆପଣ ବିଶେଷ ଆଗ୍ରହ ଦେଖାଇଲେ ନାହିଁ । ତାପରେ ଆପଣଙ୍କର ବନ୍ଧୁ କହିଲେ, “ଏହା ସାଳଗ୍ରାମ ଅଟେ ଏବଂ ଜଣେ ସନ୍ଥ ମୋତେ ଏହାକୁ ଦେଇଛନ୍ତି” । ସାଳଗ୍ରାମ ଏକ ବିଶେଷ ପଥର ଅଟେ, ଯାହାକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ଭାବରେ ପୂଜା କରାଯାଏ । ଆପଣ ଯଦି ସାଳଗ୍ରାମର ମହତ୍ୱ ଜାଣିଥିବେ, ତେବେ ପଥରଟି ଗୋଟିଏ ସାଳଗ୍ରାମ ବୋଲି ଜାଣିବା ପରେ, ତା’ ପ୍ରତି ଆପଣଙ୍କର ଶ୍ରଦ୍ଧା ବୃଦ୍ଧି ଲାଭ କରିବ । ପୁନଶ୍ଚ, ଧରନ୍ତୁ ଆପଣଙ୍କର ବନ୍ଧୁ କହିଲେ, “ଜାଣିଛ!ଏହି ସାଳଗ୍ରାମକୁ ପାଞ୍ଚ ହଜାର ବର୍ଷ ତଳେ ସ୍ୱାମୀ ରାମାନୁଜ ପୂଜା କରୁଥିଲେ” । ଏହି ଜ୍ଞାନ ହେବା ମାତ୍ରେ ଆପଣଙ୍କର ଶ୍ରଦ୍ଧା ତା’ ପ୍ରତି ଆହୁରି ବଢ଼ିଯିବ । ପ୍ରତ୍ୟେକଥର ଜ୍ଞାନ ହିଁ ଆପଣଙ୍କର ପଥର ପ୍ରତି ଶ୍ରଦ୍ଧା ବୃଦ୍ଧି କରୁଅଛି । ସେହିପରି ଭଗବାନଙ୍କ ବିଷୟରେ ସଠିକ୍ ଜ୍ଞାନ ତାଙ୍କ ପ୍ରତି ଆମର ଭକ୍ତିକୁ ବଢ଼ାଇଥାଏ । ଏହପରି ଭାବରେ, ଅନନ୍ତ ବିଶ୍ୱର ବିସ୍ମୟକର ସଂଚାଳନରେ ପ୍ରକଟିତ ଭଗବାନଙ୍କ ଭବ୍ୟ ବୈଭବର ବର୍ଣ୍ଣନା କରି ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହି ଜ୍ଞାନ ପ୍ରାପ୍ତ କରି ଜୀବ ଅବିଚଳ ଭକ୍ତିରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଯିବା ସ୍ୱାଭାବିକ ।"
},
{
"verseTitle": "Bhagavad Gita 10.8",
"verse": "8",
"chapter": 10,
"lang": "or",
"shloka": {
"speaker": "",
"sanskrit": "अहं सर्वस्य प्रभवो मत्तः सर्वं प्रवर्तते । \n\nइति मत्वा भजन्ते मां बुधा भावसमन्विताः ॥8॥",
"text": "ଅହଂ ସର୍ବସ୍ୟ ପ୍ରଭବୋ ମତ୍ତଃ ସର୍ବଂ ପ୍ରବର୍ତତେ ।\nଇତି ମତ୍ୱା ଭଜନ୍ତେ ମାଂ ବୁଧା ଭାବସମନ୍ୱିତାଃ ।।୮।।",
"audioLink": "https://www.holy-bhagavad-gita.org/public/audio/010_008.mp3"
},
"wordMeanings": "ଅହଂ- ମୁଁ; ସର୍ବସ୍ୟ - ସମସ୍ତଙ୍କର; ପ୍ରଭବଃ - ଉତ୍ପତ୍ତିସ୍ଥଳ; ମତ୍ତଃ - ମୋ’ଠାରୁ ସର୍ବଂ - ସମସ୍ତେ; ପ୍ରବର୍ତତେ - ଉତ୍ପନ୍ନ ହୁଅନ୍ତି; ଇତି - ଏହିପରି; ମତ୍ୱା - ଜାଣି; ଭଜନ୍ତେ - ଉପାସନା କରନ୍ତି; ମାଂ - ମୋର; ବୁଧାଃ - ପଣ୍ଡିତମାନେ; ଭାବ -ସମନ୍ୱିତାଃ - ଶ୍ରଦ୍ଧା ଏବଂ ଭକ୍ତିଯୁକ୍ତ ହୋଇ ।",
"translation": {
"text": "ମୁଁ ସମଗ୍ର ସୃଷ୍ଟିର ଉଦ୍ଗମ ସ୍ଥଳ । ସବୁ କିଛି ମୋ ପରେ ଉତ୍ପନ୍ନ ହୁଅନ୍ତି । ଯେଉଁ ବିଜ୍ଞବ୍ୟକ୍ତି ଏହା ଜାଣନ୍ତି, ସେ ପୂର୍ଣ୍ଣ ବିଶ୍ୱାସ ଓ ଭକ୍ତିଯୁକ୍ତ ହୋଇ ମୋର ଉପାସନା କରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-08.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.8.mp3"
]
},
"commentary": "ଶ୍ଲୋକ ଆରମ୍ଭରେ ଶ୍ରୀକୃଷ୍ଣ କହୁଛନ୍ତି, ଅହଂ ସର୍ବସ୍ୟ ପ୍ରଭବୋ, ଅର୍ଥାତ୍ “ମୁଁ ହିଁ ସର୍ବୋଚ୍ଚ ଅନ୍ତିମ ସତ୍ୟ ଏବଂ ସର୍ବ କାରଣକାରଣ ଅଟେ ।” ଭଗବଦ୍ ଗୀତାରେ ସେ ଏକାଧିକ-ବାର ଏହାର ପୁନରାବୃତ୍ତି କରିଛନ୍ତି, ଶ୍ଲୋ ୭.୭, ୭.୧୨, ୧୦.୫ ଏବଂ ୧୫.୧୫ । ଅନ୍ୟ ଗ୍ରନ୍ଥ ମାନଙ୍କରେ ମଧ୍ୟ ଏହାକୁ ଦୃଢତାର ସହିତ ଘୋଷଣା କରା ଯାଇଅଛି । ଋକ୍ବେଦରେ ଉଲ୍ଲେଖ କରାଯାଇଛି:\nଯଂ କାମୟେ ତଂ ତଂ ଉଗ୍ରଂ କ୍ରିଷ୍ଣୋମି ତଂ ବ୍ରହ୍ମାଣଂ ତଂ ଋଷିଂ ତଂ ସୁମେଧ୍ସମ୍ । (୧୦.୧୨୫.୫)\nମୁଁ ଯାହାକୁ ଭଲ ପାଏ, ତାହାକୁ ଅତ୍ୟନ୍ତ ଶକ୍ତିଶାଳୀ କରେ; ମୁଁ ତାଙ୍କୁ ନାରୀ ବା ପୁରୁଷ ରୂପ ଦିଏ; ମୁଁ ତାଙ୍କୁ ଜ୍ଞାନୀ ମହାତ୍ମା କରେ; ମୁଁ ଜୀବକୁ ବ୍ରହ୍ମା ପଦ ପ୍ରାପ୍ତ କରିବାର ଯୋଗ୍ୟତା ପ୍ରଦାନ କରେ ।” ଯେଉଁ ବିଜ୍ଞ ବ୍ୟକ୍ତି ଏହି ସତ୍ୟକୁ ଉପଲବ୍ଧି କରନ୍ତି, ସେ ପୂର୍ଣ୍ଣ ବିଶ୍ୱାସର ସହିତ ପ୍ରେମମୟ ଭକ୍ତିରେ ଭଗବାନଙ୍କର ଉପାସନା କରନ୍ତି ।\nଅତଏବ, ଶ୍ରୀକୃଷ୍ଣ ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଜଗତର ସର୍ବୋଚ୍ଚ ଅଧ୍ୟକ୍ଷ ଅଟନ୍ତି । କିନ୍ତୁ ବିଶ୍ୱ ପରିଚାଳନା ଭଗବାନଙ୍କର ପ୍ରମୁଖ କାର୍ଯ୍ୟ ନୁହେଁ । ଚୈତନ୍ୟ ମହାପ୍ରଭୁ କହନ୍ତି:\nସ୍ୱୟଂ ଭଗବାନେର କର୍ମ ନହେ ଭାର-ହରଣ (ଚୈତନ୍ୟ ଚରିତାମୃତ, ଆଦି ଲୀଳା)\nଶ୍ରୀକୃଷ୍ଣ ପ୍ରତ୍ୟକ୍ଷ ଭାବରେ ବିଶ୍ୱର ସୃଷ୍ଟି, ସ୍ଥିତି ଏବଂ ଲୟ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି ନାହିଁ । ଶ୍ରୀକୃଷ୍ଣଙ୍କର ପ୍ରମୁଖ କାର୍ଯ୍ୟ ହେଲା, ତାଙ୍କର ଦିବ୍ୟଧାମ ଗୋଲକରେ, ବିମୁକ୍ତ ଜୀବ ମାନଙ୍କ ସହିତ ରସମୟ ଲୀଳା କରିବା । ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ନିଜର ସ୍ୱରୂପ ବିସ୍ତାର କାରଣୋଦକଶାୟୀ ବିଷ୍ଣୁ ରୂପରେ କରିଥାଆନ୍ତି, ଯାହାଙ୍କୁ ମହାବିଷ୍ଣୁ କହନ୍ତି ।\nଭଗବାନଙ୍କର ଏହି ମହାବିଷ୍ଣୁ ରୂପ, ଅନନ୍ତ ଭୌତିକ ଜଗତର ସମାହାର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଅଧ୍ୟକ୍ଷ ଅଟନ୍ତି । ମହାବିଷ୍ଣୁଙ୍କୁ ପ୍ରଥମ ପୁରୁଷ ମଧ୍ୟ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ପ୍ରଥମ ବିସ୍ତୃତି) । ସେ କାରଣ ସାଗରରେ ଶୟନ କରିଥାଆନ୍ତି ଏବଂ ତାଙ୍କର ପ୍ରତ୍ୟେକ ଲୋମକୂପରୁ ଅସଂଖ୍ୟ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥାଏ । ତାପରେ ସେ ଗର୍ଭୋଦକଶାୟୀ ବିଷ୍ଣୁଙ୍କ ରୂପ ଧାରଣ କରି ପ୍ରତ୍ୟେକ ବ୍ରହ୍ମାଣ୍ଡର ନିମ୍ନ ଦେଶରେ ନିବାସ କରନ୍ତି, ଯାହାଙ୍କୁ ଦ୍ୱିତୀୟ ପୁରୁଷ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ଦ୍ୱିତୀୟ ବିସ୍ତୃତି) ।\nଗର୍ଭୋଦକଶାୟୀ ବିଷ୍ଣୁଙ୍କଠାରୁ ବ୍ରହ୍ମା ଜାତ ହୁଅନ୍ତି । ସେ ସୃଷ୍ଟି ପ୍ରକ୍ରିୟାର ନିୟମନ କରିଥାଆନ୍ତି - ବିଶ୍ୱର ସମସ୍ତ ସ୍ଥୁଳ ଓ ସୂକ୍ଷ୍ମ ବସ୍ତୁର ସୃଷ୍ଟି, ପ୍ରକୃତିର ନିୟମ, ସମସ୍ତ ସୌର ଓ ଗ୍ରହମଣ୍ଡଳରେ ବାସ କରୁଥିବା ସମସ୍ତ ଜୀବର ପରିଚାଳନା ଇତ୍ୟାଦି । ସେଥିପାଇଁ ଅନେକ ସମୟରେ ବ୍ରହ୍ମାଙ୍କୁ ବିଶ୍ୱର ସୃଷ୍ଟି କର୍ତ୍ତା ମଧ୍ୟ କୁହାଯାଏ । କିନ୍ତୁ, ପ୍ରକୃତରେ ସେ ଦ୍ୱିତୀୟ ସୃଷ୍ଟି କର୍ତ୍ତା ଅଟନ୍ତି ।\nପୁନଶ୍ଚ, ଗର୍ଭୋଦକଶାୟୀ ବିଷ୍ଣୁ ନିଜର ଅନ୍ୟ ଏକ ସ୍ୱରୂପ, କ୍ଷୀରୋଦକଶାୟୀ ବିଷ୍ଣୁ, ପ୍ରକଟ କରନ୍ତି ଏବଂ ଯିଏ ପ୍ରତ୍ୟେକ ବ୍ରହ୍ମାଣ୍ଡର ଊର୍ଦ୍ଧ୍ୱ ଭାଗରେ ସ୍ଥିତ କ୍ଷୀର ସାଗରରେ ନିବାସ କରନ୍ତି । କ୍ଷୀରୋଦକଶାୟୀ ବିଷ୍ଣୁଙ୍କୁ ତୃତୀୟ ପୁରୁଷ ମଧ୍ୟ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ତୃତୀୟ ବିସ୍ତୃତି) । ସେ ବିଶ୍ୱର ଊର୍ଦ୍ଧ୍ୱ ଭାଗରେ ନିବାସ କରନ୍ତି, ତା ସହିତ ସେ ପରମାତ୍ମା ରୂପରେ ବିଶ୍ୱର ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ସେ ଜୀବର ସମସ୍ତ କର୍ମକୁ ନିରୀକ୍ଷଣ କରନ୍ତି, ତାର ହିସାବ ରଖନ୍ତି ଏବଂ ଯଥା ସମୟରେ ତାର କର୍ମଫଳ ପ୍ରଦାନ କରନ୍ତି । ସେଥିପାଇଁ ତାଙ୍କୁ ବିଶ୍ୱର ପାଳନ କର୍ତ୍ତା କୁହାଯାଏ ।\nଏଠାରେ ଉଲ୍ଲେଖ କରାଯାଇ ଥିବା ଭଗବାନ ବିଷ୍ଣୁଙ୍କର ତିିନୋଟି ସ୍ୱରୂପ, ଶ୍ରୀକୃଷ୍ଣଙ୍କଠାରୁ ପୃଥକ ନୁହନ୍ତି । ତେଣୁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ ବିଶ୍ୱର ସମସ୍ତ ଦୈବିକ ଓ ଭୌତିକ ସୃଷ୍ଟି ତାଙ୍କ ଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ଅବତାରୀ ମଧ୍ୟ କୁହାଯାଏ (ସମସ୍ତ ଅବତାରମାନଙ୍କର ଉତ୍ସ) । ଶ୍ରୀମଦ୍ ଭାଗବତମ୍ କହୁଛି :\nଏତେ ଚାଂଶ କଲାଃ ପୁଂସଃ କ୍ରିଷ୍ଣସ୍ତୁ ଭଗବାନ ସ୍ୱୟମ୍ । (୧.୩.୨୮)\nଭଗବାନଙ୍କର ସମସ୍ତ ସ୍ୱରୂପ ତାଙ୍କର ବିସ୍ତୃତି ଅଟନ୍ତି ବା ଶ୍ରୀକୃଷ୍ଣଙ୍କ ବିସ୍ତୃତିର ବିସ୍ତୃତି ଅଟନ୍ତି । ମୂଳ ରୂପ ଶ୍ରୀକୃଷ୍ଣ ଅଟନ୍ତି । ଏଣୁ ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି:\nଯସ୍ୟୈକନିଶ୍ୱସିତ କାଲମଥାବଲମ୍ବ୍ୟଜୀବନ୍ତି ଲୋମବିଲଯା ଜଗଦଣ୍ଡନାଥାଃବିଷ୍ଣୁର୍ମହାନ୍ ସୈହୟସ୍ୟ କଲାବିଶେଷୋଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି । (ବ୍ରହ୍ମ ସଂହିତା ୫:୪୮)\n“ଭଗବାନ ମହାବିଷ୍ଣୁ ଯେତେବେଳେ ଶ୍ୱାସ ଗ୍ରହଣ କରନ୍ତି, ତାଙ୍କ ଶରୀରର ଲୋମକୂପମାନଙ୍କରୁ ଅନନ୍ତ ବ୍ରହ୍ମାଣ୍ଡ ପ୍ରକଟିତ ହୋଇଥାଏ ଏବଂ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ଜଣେ ଶଙ୍କର, ବ୍ରହ୍ମା ଓ ବିଷ୍ଣୁ ରହିଥାଆନ୍ତି । ପୁଣି ଯେତେବେଳେ ସେ ଶ୍ୱାସ ତ୍ୟାଗ କରନ୍ତି, ସମସ୍ତ ବ୍ରହ୍ମାଣ୍ଡ ତାଙ୍କଠାରେ ଲୀନ ହୋଇଯାଏ । ମୁଁ ସେହି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛି ଯାହାର ସ୍ୱରୂପ ମହାବିଷ୍ଣୁ ଅଟନ୍ତି । ବର୍ତ୍ତମାନ, ଭକ୍ତମାନେ ତାଙ୍କର କିପରି ଉପାସନା କରନ୍ତି, ସେ ବିଷୟରେ ଶ୍ରୀକୃଷ୍ଣ କହିବାକୁ ଯାଉଛନ୍ତି ।"
},
{
"verseTitle": "Bhagavad Gita 10.9",
"verse": "9",
"chapter": 10,
"lang": "or",
"shloka": {
"speaker": "",
"sanskrit": "मच्चित्ता मद्गतप्राणा बोधयन्तः परस्परम् । \n\nकथयन्तश्च मां नित्यं तुष्यन्ति च रमन्ति च ॥9॥",
"text": "ମଚ୍ଚିତ୍ତା ମଦ୍ଗତପ୍ରାଣା ବୋଧୟନ୍ତଃ ପରସ୍ପରମ୍ ।\nକଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ ।।୯।।",
"audioLink": "https://www.holy-bhagavad-gita.org/public/audio/010_009.mp3"
},
"wordMeanings": "ମତ୍-ଚିତ୍ତଃ -ଯାହାର ମନ ମୋ ଠାରେ ସ୍ଥିର;ମତ୍-ଗତ-ପ୍ରାଣାଃ - ଯାହାର ଜୀବନ ମୋ ପ୍ରତି ସମର୍ପିତ;ବୋଧୟନ୍ତଃ -ଭଗବତ୍ ଜ୍ଞାନରେ ଉଦ୍ଭାସିତ;ପରସ୍ପରମ୍ -ପରସ୍ପରକୁ; କଥୟନ୍ତଃ - କହିବା;ଚ -ଏବଂ;ମାଂ -ମୋ ବିଷୟରେ;ନିତ୍ୟଂ -ସର୍ବଦା;ତୁଷ୍ୟନ୍ତି -ତୃପ୍ତ କରନ୍ତି;ଚ -ଏବଂ;ରମନ୍ତି -ଆନନ୍ଦିତ ।",
"translation": {
"text": "ମୋର ଭକ୍ତମାନେ ତାଙ୍କର ମନକୁ ମୋ ଠାରେ କେନ୍ଦ୍ରିତ କରି, ଜୀବନକୁ ମୋତେ ସମର୍ପିତ କରି, ସର୍ବଦା ତୃପ୍ତ ରହିଥାଆନ୍ତି । ସେମାନେ ପରସ୍ପର ମଧ୍ୟରେ ମୋର ଦିବ୍ୟଗୁଣ ବିଷୟରେ ଆଲୋଚନା କରି ଅତ୍ୟନ୍ତ ଆନନ୍ଦିତ ହୋଇଥାଆନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-09.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.9.mp3"
]
},
"commentary": "ମନର ସ୍ୱଭାବ ଏପରି ଯେ ସେ ଯାହାକୁ ଭଲ ପାଏ, ତା’ ସହିତ ସଂଲଗ୍ନ ରହିଥାଏ । ଭକ୍ତମାନଙ୍କର ମନ ଭଗବାନଙ୍କର ସ୍ମରଣରେ ନିମଜ୍ଜିତ ରହେ, କାରଣ ସେମାନଙ୍କର ମନରେ ଭଗବାନଙ୍କ ପ୍ରତି ପ୍ରଗାଢ଼ ଶ୍ରଦ୍ଧା ରହିଥାଏ । ଭକ୍ତି ସେମାନଙ୍କ ଜୀବନର ଆଧାର ହୋଇଯାଏ, ଯାହା ସେମାନଙ୍କୁ ବଞ୍ôଚବାର ଅର୍ଥ, ଉଦ୍ଦେଶ୍ୟ ଓ ଶକ୍ତି ଯୋଗାଇ ଥାଏ । ମାଛ ପାଇଁ ଜଳର ଆବଶ୍ୟକତା ପରି, ସେମାନଙ୍କର ଜୀବନ ଧାରଣ ପାଇଁ ଭଗବତ୍ ସ୍ମରଣ ଅପରିହାର୍ଯ୍ୟ ହୋଇଯାଏ ।\nବ୍ୟକ୍ତିର ଶରୀର, ମନ ଓ ଧନ ଯାହା ପ୍ରତି ଉତ୍ସର୍ଗୀକୃତ, ଜାଣିବାକୁ ହେବ ଯେ ତାହା ହିଁ ତାଙ୍କର ସର୍ବାଧିକ ପ୍ରିୟ ଅଟେ । ବାଇବେଲ୍ କହେ: “ଯେଉଁଠି ତୁମର ଧନ ରହିଛି, ସେଇଠି ତୁମର ହୃଦୟ ରହିବ ।” (ମାଥ୍ୟୁ ୬.୨୧) । ତେଣୁ ବ୍ୟକ୍ତିର ହୃଦୟ କେଉଁଠି ଅଛି, ତାହା ତାଙ୍କର ଚେକ୍ ବହି ବା କ୍ରେଡ଼ିଟ୍ କାର୍ଡ଼କୁ ଅନୁଧ୍ୟାନ କରି ଜାଣିହେବ । ଯଦି ସେମାନେ ସୌକିନ କାର୍ ପାଇଁ ଖର୍ଚ୍ଚ କରୁଛନ୍ତି, ତେବେ ତାଙ୍କର ମନ ସେଥିରେ ଆସକ୍ତ ରହିଛି । ଯଦି ସେମାନେ ବିଳାସପୂର୍ଣ୍ଣ ଛୁଟି ଯାତ୍ରାରେ ଖର୍ଚ୍ଚ କରୁଛନ୍ତି, ତା’ହେଲେ ତାହାହିଁ ତାଙ୍କର ସର୍ବାଧିକ ପ୍ରିୟ । ଯଦି ସେମାନେ ଆଫିକ୍ରାର ଏଡ୍ସ ପୀଡ଼ିତ ପିଲାଙ୍କୁ ଦାନ କରୁଛନ୍ତି, ତାହେଲେ ତାଙ୍କର ମନ ସେଥିରେ କେନ୍ଦ୍ରିତ ରହିଛି । ପିତାମାତାଙ୍କର ସ୍ନେହ, ତାଙ୍କର ସମୟ ଓ ସମ୍ପତ୍ତିକୁ ସନ୍ତାନମାନଙ୍କର କଲ୍ୟାଣ ପାଇଁ ତ୍ୟାଗ କରିବାରୁ ଜାଣିହୁଏ । ସେହିପରି ଭକ୍ତମାନଙ୍କର ପ୍ରେମ, ଭଗବାନଙ୍କ ପ୍ରତି ସେମାନଙ୍କର ସମର୍ପଣରୁ ଜାଣିହୁଏ । ଶ୍ରୀକୃଷ୍ଣ କହୁଛନ୍ତି: ମଦ୍-ଗତ-ପ୍ରାଣା, ଅର୍ଥାତ୍ ମୋ ଭକ୍ତମାନେ ସେମାନଙ୍କର ଜୀବନକୁ ମୋଠାରେ ସମର୍ପଣ କରିଦେଇ ଥାଆନ୍ତି ।”\nଏହିପରି ସମର୍ପଣରୁ ସନ୍ତୋଷ ଲାଭ ହୁଏ । ଯେହେତୁ ଭକ୍ତମାନେ ତାଙ୍କର ସମସ୍ତ କର୍ମର ଫଳ ଭଗବାନଙ୍କୁ ଅର୍ପଣ କରିଦେଇ ଥାଆନ୍ତି, ପ୍ରତ୍ୟେକ ପରିସ୍ଥିତିକୁ ସେମାନେ ଭଗବତ୍-ପ୍ରେରିତ ଅନୁଭବ କରନ୍ତି । ସେଥିପାଇଁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପରିସ୍ଥିତିକୁ ସେମାନେ ଭଗବାନଙ୍କର ଇଚ୍ଛା ଭାବେ ସହର୍ଷ ଗ୍ରହଣ କରନ୍ତି ଏବଂ ଉଭୟରେ ସମଭାବାପନ୍ନ ରହନ୍ତି ।\nଭଗବାନଙ୍କ ପ୍ରତି ଭକ୍ତମାନଙ୍କର ଏହି ଶ୍ରଦ୍ଧା ସେମାନଙ୍କ ବାଣୀରେ ମଧ୍ୟ ପ୍ରକାଶ ପାଇଥାଏ । ସ୍ୱୟଂ ଭଗବାନଙ୍କର ଯଶଗାନ କରିବା ସହିତ ସେମାନେ ଅନ୍ୟ ଭକ୍ତମାନଙ୍କ ଗହଣରେ ତାଙ୍କର ନାମ, ରୂପ, ଲୀଳା, ଧାମ ଓ ସନ୍ଥ ମାନଙ୍କ ବିଷୟରେ ଆଲୋଚନା କରି ପରମ ଆନନ୍ଦ ଅନୁଭବ କରନ୍ତି । ଏହିପରି ଭାବରେ ସେମାନେ କୀର୍ତ୍ତନ କରି ଏବଂ ଭଗବାନଙ୍କର ଯଶ ଶ୍ରବଣ କରି, ନିଜେ ଆନନ୍ଦ ଆସ୍ୱାଦନ କରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ତାହାର ଆସ୍ୱାଦନ କରାଇ ଥାଆନ୍ତି । ଅନ୍ୟମାନଙ୍କୁ ଦିବ୍ୟ ଭଗବଦୀୟ ଜ୍ଞାନରେ ଉଦ୍ବୁଦ୍ଧ କରାଇ(ବୋଧୟନ୍ତି), ସେମାନେ ପରସ୍ପରର ଆଧ୍ୟାତ୍ମିକ ପ୍ରଗତିରେ ସହାୟକ ହୋଇଥାଆନ୍ତି । ଭଗବାନଙ୍କ ଯଶକୀର୍ତ୍ତିର ଆଲୋଚନା କରି ଏବଂ କୀର୍ତ୍ତନ କରି ସେମାନେ ଅତ୍ୟନ୍ତ ସନ୍ତୋଷ (ତୁଷ୍ୟନ୍ତି) ଏବଂ ଆନନ୍ଦ (ରମନ୍ତି) ଅନୁଭବ କରିଥାଆନ୍ତି । ଏହିପରି ଭାବରେ, ସେମାନେ ଭଗବାନଙ୍କ ଉପାସନା ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ମାଧ୍ୟମରେ କରିଥାଆନ୍ତି । ଏହାକୁ ତ୍ରିଧା ଭକ୍ତି କୁହାଯାଏ, ଯାହାର ଅନ୍ତର୍ଭୁକ୍ତ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ଅଟେ । ଏହାର ବର୍ଣ୍ଣନା ୯/୧୪ ଶ୍ଲୋକର ଭାଷ୍ୟରେ କରାଯାଇଛି ।\nଭକ୍ତମାନେ କିପରି ତାଙ୍କର ଉପାସନା କରନ୍ତି ତାହା ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତା’ର ପ୍ରତିଫଳ ଭଗବାନ କିପରି ଭାବରେ ଦିଅନ୍ତି, ତାହା ବର୍ଣ୍ଣନା କରୁଛନ୍ତି ।"
},
{
"verseTitle": "Bhagavad Gita 10.10",
"verse": "10",
"chapter": 10,
"lang": "or",
"shloka": {
"speaker": "",
"sanskrit": "तेषां सततयुक्तानां भजतां प्रीतिपूर्वकम् ।\n\nददामि बुद्धियोगं तं येन मामुपयान्ति ते ॥10॥",
"text": "ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍ ।\nଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।।୧୦।।",
"audioLink": "https://www.holy-bhagavad-gita.org/public/audio/010_010.mp3"
},
"wordMeanings": "ତେଷାଂ - ସେମାନଙ୍କୁ; ସତତ-ଯୁକ୍ତାନା - ନିତ୍ୟ ଯୁକ୍ତ; ଭଜତାଂ - ଭକ୍ତି କରେ ; ପ୍ରୀତି ପୂର୍ବକ - ପ୍ରୀତିପୂର୍ବକ; ଦଦାମି - ମୁଁ ଦିଏ; ବୁଦ୍ଧି ଯୋଗ - ଦିବ୍ୟ ଜ୍ଞାନ; ତଂ - ତାହା; ଯେନ - ଯାହାଦ୍ୱାରା; ମାଂ - ମୋତେ; ଉପଯାନ୍ତି - ଆସନ୍ତି; ତେ-ସେମାନେ ।",
"translation": {
"text": "ଯେଉଁମାନଙ୍କର ମନ ପ୍ରେମମୟ ଭକ୍ତିରେ ସର୍ବଦା ମୋଠାରେ ସଂଲଗ୍ନ ରହିଥାଏ, ମୁଁ ସେମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-10.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.10.mp3"
]
},
"commentary": "ଦିବ୍ୟ ଭଗବଦୀୟ ଜ୍ଞାନ ଆମ ନିଜ ବୁଦ୍ଧିର ଉପଯୋଗରେ ପ୍ରାପ୍ତ ହୋଇ ନ ଥାଏ । ଯେତେ ଶକ୍ତିଶାଳୀ ଆଭ୍ୟନ୍ତରୀଣ ଉପକରଣ ଆମ ପାଖରେ ଥାଉନା କାହିଁକି, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ସେସବୁ ମାୟିକ ଶକ୍ତି ଦ୍ୱାରା ଗଠିତ । ତେଣୁ ଆମର ଜାଣିବା,ବୁଝିବା ଏବଂ ଜ୍ଞାନ ଶକ୍ତିର ପରିସର ମାୟିକ ଜଗତ ମଧ୍ୟରେ ସୀମିତ । ଭଗବାନ ଏବଂ ତାଙ୍କର ଦିବ୍ୟ ଜଗତ ସମ୍ପୂର୍ଣ୍ଣ ଭାବରେ ଆମ ଭୌତିକ ବୁଦ୍ଧିର ପରିସୀମାର ଉର୍ଦ୍ଧ୍ୱରେ । ବେଦ ଦୃଢ଼ତାର ସହିତ ଘୋଷଣା କରେ:\nଯସ୍ୟା ମତଂ ତସ୍ୟ ମତଂ ମତଂ ଯସ୍ୟ ନ ବେଦ ସଃ ।ଅବିଜ୍ଞାତଂ ବିଜାନତାଂ ବିଜ୍ଞାତମବିଜାନତାଂ । । (କେନୋପନିଷଦ ୨.୩)\nଯେଉଁମାନେ ଭାବନ୍ତି ଯେ ସେମାନେ ନିଜେ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ବୁଝିପାରିବେ, ସେମାନଙ୍କର ଭଗବାନଙ୍କ ବିଷୟରେ କୌଣସି ଧାରଣା ନାହିଁ । କେବଳ ଯେଉଁମାନେ ଭାବନ୍ତି ଯେ ଭଗବାନ ତାଙ୍କର ପରିକଳ୍ପନାର ବାହାରେ, ପ୍ରକୃତରେ ସେମାନେ ହିଁ ତାଙ୍କୁ ବୁଝିପାରନ୍ତି ।\nବୃହଦାରଣ୍ୟକ ଉପନିଷଦ କହୁଛି:\nସ ଏଷ ନେତି ନେତ୍ୟାତ୍ମା ଅଗୃହ୍ୟୋଃ (୩. ୯.୨୬)\nଜଣେ ନିଜ ବୁଦ୍ଧି ଦ୍ୱାରା ପ୍ରୟାସ କରି ଭଗବାନଙ୍କୁ କେବେ ବି ଜାଣି ପାରିବ ନାହିଁ ।”\nରାମାୟଣ କହୁଛି:\nରାମ ଅର୍ତକ୍ୟ ବୁଦ୍ଧି ମନ ବାନୀ, ମତ ହମାର ଅସ ସୁନହି ସୟାନୀ ।\n“ପ୍ରଭୁ ରାମଙ୍କର ଚରିତ୍ର ଆମ ବୁଦ୍ଧି, ମନ ଓ ବାଣୀର ଉର୍ଦ୍ଧ୍ୱରେ” । ତେବେ ଭଗବାନଙ୍କୁ ଜାଣିବା ସମ୍ପର୍କରେ, ଏହି ସବୁ ଉକ୍ତି ଯେଉଁଠି ସିଧାସଳଖ ପ୍ରକାଶ କରୁଛନ୍ତି ଯେ ଭଗବାନଙ୍କୁ ଜାଣିବା ସମ୍ଭବ ନୁହେଁ, ସେଇଠି ଭଗବତ୍ ପ୍ରାପ୍ତି ଜଣେ କରିବ କିପରି? ଶ୍ରୀକୃଷ୍ଣ ଏଠାରେ ଭଗବଦୀୟ ଜ୍ଞାନ କିପରି ପ୍ରାପ୍ତ ହେବ, ତାହା ପ୍ରକାଶ କରୁଛନ୍ତି । ସେ କହୁଛନ୍ତି ଯେ କେବଳ ଭଗବାନ ହିଁ ଜୀବକୁ ଦିବ୍ୟଜ୍ଞାନ ପ୍ରଦାନ କରିଥାଆନ୍ତି ଏବଂ ସେହି ସୌଭାଗ୍ୟଶାଳୀ ଜୀବ, ଯିଏ ତାଙ୍କର କୃପା ପ୍ରାପ୍ତ କରିଥାଏ, ସେ ହିଁ ତାଙ୍କୁ ଜାଣିପାରେ । ଯର୍ଜୁବେଦ କହୁଛି:\nତସ୍ୟ ନୋ ରାସ୍ୱ ତସ୍ୟ ନୋ ଧେହୀ\n“ଭଗବାନଙ୍କ ପଦପଦ୍ମରୁ ଝରୁଥିବା ଅମୃତରେ ଅବଗାହନ ନ କରି, କେହି ବି ତାଙ୍କୁ ଜାଣିପାରିବେ ନାହିଁ ।” ଅତଏବ, ବାସ୍ତବ ଭଗବଦୀୟ ଜ୍ଞାନ ବୁଦ୍ଧିର କସରତର ଫଳ ନୁହେଁ, ବରଂ ଏହା ଦିବ୍ୟ କୃପାର ପରିଣତି ଅଟେ । ଶ୍ରୀକୃଷ୍ଣ ଏଠାରେ ଏକଥା ମଧ୍ୟ ପ୍ରକାଶ କରୁଛନ୍ତି ଯେ, ସେ ତାଙ୍କର କୃପାର ପାତ୍ରଙ୍କୁ ଖାମଖିଆଲି ଭାବରେ ବାଛନ୍ତି ନାହିଁ । ବରଂ, ଯେଉଁମାନେ ଭକ୍ତିରେ ମନକୁ ତାଙ୍କଠାରେ ସଂଲଗ୍ନ ରଖିଥାଆନ୍ତି, ସେମାନଙ୍କୁ ସେ ତାଙ୍କ କୃପା ପ୍ରଦାନ କରିଥାନ୍ତି । କୃପା ପ୍ରାପ୍ତ କଲେ କ’ଣ ହୁଏ, ତାହା ସେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 10.11",
"verse": "11",
"chapter": 10,
"lang": "or",
"shloka": {
"speaker": "",
"sanskrit": "तेषामेवानुकम्पार्थमहमज्ञानजं तमः ।\n\nनाशयाम्यात्मभावस्थो ज्ञानदीपेन भास्वता ॥11॥",
"text": "ତେଷାମେବାନୁକମ୍ପାର୍ଥମହମଜ୍ଞାନଜଂ ତମଃ ।\nନାଶୟାମ୍ୟାତ୍ମଭାବସ୍ଥୋ ଜ୍ଞାନଦୀପେନ ଭାସ୍ୱତା ।।୧୧।।",
"audioLink": "https://www.holy-bhagavad-gita.org/public/audio/010_011.mp3"
},
"wordMeanings": "ତେଷାଂ - ସେମାନଙ୍କ ପାଇଁ; ଏବ- କେବଳ; ଅନୁକମ୍ପାର୍ଥଂ - କୃପାପୂର୍ବକ; ଅହଂ - ମୁଁ; ଅଜ୍ଞାନଜଂ - ଅଜ୍ଞାନ ବଶତଃ; ତମଃ - ଅନ୍ଧକାର; ନାଶୟାମି -ଦୂରକରେ (ନାଶକରେ); ଆତ୍ମ-ଭାବସ୍ଥ- ହୃଦୟରେ ନିବାସ କରି; ଜ୍ଞାନ - ଜ୍ଞାନର; ଦୀପେନ - ଦୀପ ସାହାଯ୍ୟରେ; ଭାସ୍ୱତା - ଉଜ୍ଜ୍ୱଳ କରେ ।",
"translation": {
"text": "ମୁଁ, ଯିଏ କି ସେମାନଙ୍କ ହୃଦୟରେ ନିବାସ କରିଥାଏ, କୃପାପୂର୍ବକ ଉଜ୍ଜ୍ୱଳ ଜ୍ଞାନଦୀପ ଦ୍ୱାରା ସେମାନଙ୍କ ଅଜ୍ଞାନ ଅନ୍ଧକାରକୁ ନାଶ କରିଦିଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-11.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.11.mp3"
]
},
"commentary": "ଏହି ଶ୍ଲୋକରେ, ଶ୍ରୀକୃଷ୍ଣ କୃପାର ସ୍ୱରୂପ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି । ପୂର୍ବବର୍ତ୍ତୀ ଶ୍ଲୋକରେ ସେ ବର୍ଣ୍ଣନା କରିଥିଲେ ଯେ ଯେଉଁ ବ୍ୟକ୍ତି ଗଭୀର ଅନୁରାଗରେ ମନକୁ ତାଙ୍କଠାରେ ସଂଲଗ୍ନ ରଖିଥାଏ ଏବଂ ନିଜର ପ୍ରତ୍ୟେକ ବିଚାର, ଭାବନା ଏବଂ କାର୍ଯ୍ୟର ଉଦ୍ଦେଶ୍ୟ ଭାବରେ ତାଙ୍କୁ ହିଁ ଗ୍ରହଣ କରିଥାଏ, ସେହି ବ୍ୟକ୍ତିଙ୍କୁ ସେ ତାଙ୍କର କୃପା ପ୍ରଦାନ କରିଥାଆନ୍ତି । ବର୍ତ୍ତମାନ, ସେ କୃପା ପ୍ରାପ୍ତ କରିବା ଦ୍ୱାରା କ’ଣ ହୁଏ, ତାହା ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ କୃପା କରିବାକୁ ଯାଇ ସେ ଜ୍ଞାନର ଦୀପ ଦ୍ୱାରା, ସେମାନଙ୍କ ହୃଦୟର ଅନ୍ଧକାରକୁ ନାଶ କରିଦିଅନ୍ତି ।\nଅନ୍ଧକାରକୁ ଅଧିକାଂଶତଃ ଅଜ୍ଞାନର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ । କିନ୍ତୁ ଭଗବାନ ଯେଉଁ ଜ୍ଞାନର ପ୍ରଦୀପ କଥା କହୁଛନ୍ତି, ତାହା କ’ଣ? ବର୍ତ୍ତମାନ ଅବସ୍ଥାରେ ଆମର ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ସମସ୍ତେ ମାୟିକ ଅଟନ୍ତି, ଅଥଚ ଭଗବାନ ଦିବ୍ୟ ଅଟନ୍ତି । ତେଣୁ ଆମେ ତାଙ୍କୁ ଦେଖିପାରି ନ ଥାଏ, ଶୁଣିପାରି ନ ଥାଏ, ଜାଣିପାରି ନ ଥାଏ ବା ତାଙ୍କୁ ପ୍ରାପ୍ତ କରିପାରି ନ ଥାଏ । ଭଗବାନ ଯେତେବେଳେ କୃପା କରନ୍ତି, ସେ ଜୀବକୁ ନିଜର ଯୋଗମାୟା ଶକ୍ତି ପ୍ରଦାନ କରିଥାଆନ୍ତି । ଏହାକୁ ଶୁଦ୍ଧ ସତ୍ତ୍ୱ କୁହାଯାଏ, ଯାହା ମାୟାର ସତ୍ତ୍ୱଗୁଣ ଠାରୁ ଭିନ୍ନ ଅଟେ । ସେହି ଶୁଦ୍ଧ ସତ୍ତ୍ୱ ପ୍ରାପ୍ତ କରି, ଆମର ଇନ୍ଦ୍ରିୟ, ମନ, ବୁଦ୍ଧି ଦିବ୍ୟ ହୋଇଯାଆନ୍ତି । ସରଳ ଶବ୍ଦରେ କହିବାକୁ ଗଲେ, ଭଗବାନ କୃପା କରି ତାଙ୍କର ଦିବ୍ୟ ଇନ୍ଦ୍ରିୟ, ଦିବ୍ୟ ମନ ଓ ଦିବ୍ୟ ବୁଦ୍ଧି ଜୀବକୁ ପ୍ରଦାନ କରନ୍ତି । ଏହିସବୁ ଦିବ୍ୟ ଉପକରଣରେ ଶୋଭିତ ହୋଇ, ଜୀବ ଭଗବାନଙ୍କୁ ଦେଖିପାରେ, ଶୁଣିପାରେ, ଜାଣିପାରେ ଏବଂ ପ୍ରାପ୍ତ କରିପାରେ । ସେଥିପାଇଁ ବେଦାନ୍ତ ଦର୍ଶନ କହେ: ବିଶେଷାନୁଗ୍ରହଶ୍ଚ (୩.୪.୩୮) “କେବଳ ଭଗବାନଙ୍କ କୃପାରୁ ହିଁ କିଏ ଦିବ୍ୟ ଜ୍ଞାନ ପ୍ରାପ୍ତ କରିପାରିବ” । ଅତଏବ, ଶ୍ରୀକୃଷ୍ଣ ଯେଉଁ ପ୍ରଦୀପ ବିଷୟରେ କହିଥିଲେ, ତାହା ତାଙ୍କର ଦିବ୍ୟଶକ୍ତି ଅଟେ । ଭଗବାନଙ୍କ ଦିବ୍ୟଶକ୍ତିର ଦିବ୍ୟ ଆଲୋକ ମାୟାର ଅନ୍ଧକାରକୁ ଅପସାରିତ କରିଦିଏ ।"
},
{
"verseTitle": "Bhagavad Gita 10.12 – 10.13",
"verse": "12-13",
"chapter": 10,
"lang": "or",
"shloka": {
"speaker": "ଅର୍ଜୁନ ଉବାଚ",
"sanskrit": "अर्जुन उवाच। परं ब्रह्म परं धाम पवित्रं परमं भवान् ।\n \nपुरुषं शाश्वतं दिव्यमादिदेवमजं विभुम् ॥12॥\n\nआहुस्त्वामृषयः सर्वे देवर्षि रदस्तथा।\n\nअसितो देवलो व्यासः स्वयं चैव ब्रवीषि मे ॥13॥",
"text": "ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ।\nପୁରୁଷଂ ଶାଶ୍ୱତଂ ଦିବ୍ୟମାଦିଦେବମଜଂ ବିଭୁମ୍ ।।୧୨।।\nଆହୁସ୍ତ୍ୱାମୃଷୟଃ ସର୍ବେ ଦେବର୍ଷିର୍ନାରଦସ୍ତଥା ।\nଅସିତୋ ଦେବଳୋ ବ୍ୟାସଃ ସ୍ୱୟଂ ଚୈବ ବ୍ରବୀଷି ମେ ।।୧୩।।",
"audioLink": "https://www.holy-bhagavad-gita.org/public/audio/010_012-013.mp3"
},
"wordMeanings": "ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପରଂ - ପରମ; ବ୍ରହ୍ମ - ସତ୍ୟ; ପରଂ - ପରମ; ଧାମ - ଧାମ; ପବିତ୍ରଂ - ପବିତ୍ରକାରୀ; ପରମଂ - ପରମ; ଭବାନ୍ - ଆପଣ; ପୁରୁଷଂ - ବିଭୂତି; ଶାଶ୍ୱତଂ - ଚିରନ୍ତନ; ଦିବ୍ୟମ୍ - ଦିବ୍ୟ; ଆଦିଦେବଂ - ମୂଳ ତତ୍ତ୍ୱ; ଅଜ - ଅଜନ୍ମା; ବିଭୁଂ - ମହାନ; ଆହୁଃ - କହନ୍ତି; ତ୍ୱାଂ - ଆପଣଙ୍କୁ; ଋଷୟଃ - ଋଷିବୃନ୍ଦ; ସର୍ବେ - ସମସ୍ତେ; ଦେବର୍ଷି - ଦେବର୍ଷି; ନାରଦଂ - ନାରଦ; ତଥା - ମଧ୍ୟ; ଅସିତଃ - ଅସିତ; ଦେବଳଃ - ଦେବଳ; ବ୍ୟାସଃ - ବ୍ୟାସ; ସ୍ୱୟଂ - ଆପଣ ନିଜେ; ଚ - ମଧ୍ୟ; ଏବ - ଏପରି କି; ବ୍ରବୀଷି - କହିଛନ୍ତି; ମେ - ମୋତେ ।",
"translation": {
"text": "ଅର୍ଜୁନ କହିଲେ: ଆପଣ ପରମ ଦିବ୍ୟ ପୁରୁଷ, ପରମଦିବ୍ୟ ଲୋକ, ପରମ ପାବକ, ଅନାଦି ଦେବ, ମୂଳ ତତ୍ତ୍ୱ, ଅଜନ୍ମା ଏବଂ ମହାନତମ ଅଟନ୍ତି । ନାରଦ, ଅସତ, ଦେବଳ ଏବଂ ବ୍ୟାସଙ୍କ ପରି ବିଖ୍ୟାତ ଋଷିଗଣ ଏହା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ନିଜେ ସେହି କଥା ମୋ ସମ୍ମୁଖରେ ପ୍ରକାଶ କରୁଛନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-12.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-13.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.12.mp3",
"https://www.gitasupersite.iitk.ac.in/sites/default/files/audio/Purohit/10.13.mp3"
]
},
"commentary": "ବୈଦିକ ଗ୍ରନ୍ଥର ଭାଷ୍ୟକାରମାନେ ବେଳେବେଳେ ଏପରି କହିଥାଆନ୍ତି ଯେ ଶ୍ରୀକୃଷ୍ଣ, ଶ୍ରୀରାମ ଆଦି ପରମ ତତ୍ତ୍ୱ ନୁହଁନ୍ତି । ସେମାନେ ଦାବି କରନ୍ତି ଯେ, ଅନ୍ତିମ ତତ୍ତ୍ୱ ନିରାକାର ଓ ନିର୍ଗୁଣ ଅଟନ୍ତି । ସେ ସାକାର ରୂପ ଗ୍ରହଣ କରି ଅବତାର ଭାବରେ ପ୍ରକଟ ହୋଇଥାଆନ୍ତି, ତେଣୁ ଅବତାରମାନଙ୍କର ସ୍ଥିତି ଭଗବାନଙ୍କ ଠାରୁ ଏକ ପାଦ ତଳେ । କିନ୍ତୁ ଅର୍ଜୁନ, ଶ୍ରୀକୃଷ୍ଣଙ୍କର ସାକାର ରୂପକୁ ସମସ୍ତ କାରଣର ପରମ କାରଣ ରୂପେ ଘୋଷିତ କରି ଏହିସବୁ ମତବାଦର ଖଣ୍ଡନ କରିଛନ୍ତି ।\nପୂର୍ବବର୍ତ୍ତୀ ଚାରୋଟି ଶ୍ଲୋକରେ, ଶ୍ରୀକୃଷ୍ଣଙ୍କର ପରମ ସ୍ଥିତି ସମ୍ପର୍କରେ ଶୁଣିବା ପରେ, ଅର୍ଜୁନ ତାଙ୍କର ଗଭୀର ଅନୁଭୂତିକୁ ଦୃଢ଼ତାର ସହ ପ୍ରକାଶ କରୁଛନ୍ତି । ବିଖ୍ୟାତ ବ୍ୟକ୍ତିମାନେ ଯେତେବେଳେ କୌଣସି ଜ୍ଞାନକୁ ସମର୍ଥନ କରନ୍ତି, ସେହି ଜ୍ଞାନର ମହିମା ବୃଦ୍ଧି ଲାଭ କରିଥାଏ । ମହାନ୍ ସନ୍ଥମାନେ ଆଧ୍ୟାତ୍ମିକ ଜ୍ଞାନର ବିଶେଷଜ୍ଞ ଅଟନ୍ତି । ସେଥିପାଇଁ ଅର୍ଜୁନ ଏଠାରେ ନାରଦ, ଅମିତ, ଦେବଳ ଓ ବ୍ୟାସଙ୍କ ପରି ମହାପୁରୁଷ ମାନଙ୍କର ନାମ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ପରମ ତତ୍ତ୍ୱ ଏବଂ ସର୍ବକାରଣ-କାରଣ ସ୍ୱୀକାର କରନ୍ତି । ମହାଭାରତର ଭୀଷ୍ମପର୍ବରେ ଗୋଟିଏ ପଦ୍ୟ ଅଛି, ଯେଉଁଠି ଋଷି-ମୁନିମାନେ ଶ୍ରୀକୃଷ୍ଣଙ୍କର ଯଶଗାନ କରୁଛନ୍ତି । ମହର୍ଷି ନାରଦ କହୁଛନ୍ତି; “ଶ୍ରୀକୃଷ୍ଣ ସମସ୍ତ ବ୍ରହ୍ମାଣ୍ଡର ସୃଜକ ଏବଂ ଅନ୍ତର୍ଯ୍ୟାମୀ ଅଟନ୍ତି । ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳନା କରୁଥିବା ଦେବତାମାନଙ୍କର ସେ ଈଶ୍ୱର ଅଟନ୍ତି । (ଶ୍ଳୋକ ୬୮-୨) । ମାର୍କଣ୍ଡେୟ ମୁନି କହୁଛନ୍ତି: “ଶ୍ରୀକୃଷ୍ଣ ସମସ୍ତ ଧାର୍ମିକ ଯଜ୍ଞାଦି ଅନୁଷ୍ଠାନର ଲକ୍ଷ୍ୟ ଅଟନ୍ତି ଏବଂ ସମସ୍ତ ସାଧନାର କେନ୍ଦ୍ରବିନ୍ଦୁ ଅଟନ୍ତି । ସବୁକିଛିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସେ ଅଟନ୍ତି ।” (ଶ୍ଳୋକ ୬୮:୩) । ମହର୍ଷି ଭୃଗୁ କହୁଛନ୍ତି “ସେ ସମସ୍ତ ଭଗବାନଙ୍କର ଭଗବାନ ଅଟନ୍ତି ଏବଂ ଭଗବାନ ବିଷ୍ଣୁଙ୍କର ମୂଳ ସ୍ୱରୂପ ଅଟନ୍ତି ।” (ଶ୍ଳୋକ ୬୮:୪) । ମହର୍ଷି ବେଦବ୍ୟାସ କହୁଛନ୍ତି, “ହେ ଶ୍ରୀକୃଷ୍ଣ! ଆପଣ ବସୁମାନଙ୍କର ଅଧ୍ୟକ୍ଷ ଅଟନ୍ତି । ଇନ୍ଦ୍ର ଏବଂ ସ୍ୱର୍ଗର ଅନ୍ୟ ଦେବତାମାନଙ୍କୁ ଆପଣ ଶକ୍ତି ପ୍ରଦାନ କରନ୍ତି ।” (ଶ୍ଳୋକ ୬୮:୫) । ମହର୍ଷି ଅଙ୍ଗିରା କହୁଛନ୍ତି: “ଭଗବାନ ଶ୍ରୀକୃଷ୍ଣ ସମସ୍ତ ପ୍ରାଣୀଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି । ତ୍ରିଭୁବନ ତାଙ୍କ ମହୋଦରରେ ସ୍ଥିତ । ସେ ପରମ ଈଶ୍ୱର ଅଟନ୍ତି ।” (ଶ୍ଳୋକ ୬୮.୬) । ମହାଭାରତରେ ଅନ୍ୟତ୍ର, ମହର୍ଷି ଅସିତ ଓ ଦେବଳ କହିଛନ୍ତି: “ଶ୍ରୀକୃଷ୍ଣ ବ୍ରହ୍ମାଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି, ଯିଏ ତ୍ରିଭୁବନର ସୃଷ୍ଟି କରି ଥାଆନ୍ତି । (ମହାଭାରତ, ବନ ପର୍ବ ୧୨.୫୦) । ଏହି ସବୁ ମହାପୁରୁଷଙ୍କର ବାଣୀକୁ ଉଦ୍ଧୃତ କରି ଅର୍ଜୁନ କହୁଛନ୍ତି ଯେ ଶ୍ରୀକୃଷ୍ଣ ନିଜେ ମଧ୍ୟ ନିଜକୁ ସମସ୍ତ ସୃଷ୍ଟିର କାରଣ ରୂପେ ଘୋଷିତ କରି ସମସ୍ତଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ।"
},
{
"verseTitle": "Bhagavad Gita 10.14",
"verse": "14",
"chapter": 10,
"lang": "or",
"shloka": {
"speaker": "",
"sanskrit": "सर्वमेतदृतं मन्ये यन्मां वदसि केशव।\n\nन हि ते भगवन्व्यक्तिं विदुर्देवा न दानवाः ॥14॥",
"text": "ସର୍ବମେତଦୃତଂ ମନ୍ୟେ ଯନ୍ମାଂ ବଦସି କେଶବ ।\nନ ହି ତେ ଭଗବନ୍ବ୍ୟକ୍ତିଂ ବିଦୁର୍ଦେବା ନ ଦାନବାଃ ।।୧୪।।",
"audioLink": "https://www.holy-bhagavad-gita.org/public/audio/010_014.mp3"
},
"wordMeanings": "ସର୍ବଂ - ସମସ୍ତ; ଏତତ୍ - ଏସବୁ; ଋତଂ - ସତ୍ୟ; ମନ୍ୟେ - ମୁଁ ସ୍ୱୀକାର କରୁଛି; ଯତ୍ - ଯାହା; ମାଂ - ମୋତେ; ବଦସି - ଆପଣ କହିଲେ; କେଶବ - ହେ କୃଷ୍ଣ!; ନ -କଦାପି ନୁହେଁ ହି - ନିଶ୍ଚିତରୂପେ; ତେ - ଆପଣଙ୍କର; ଭଗବନ୍ - ହେ ଭଗବାନ୍; ବ୍ୟକ୍ତିଂ - ବ୍ୟକ୍ତି; ବିଦୁଃ -ଜାଣନ୍ତି; ଦେବାଃ - ଦେବତାମାନେ; ନ -ନୁହେଁ; ଦାନବାଃ - ଅସୁରମାନେ ।",
"translation": {
"text": "ହେ ଶ୍ରୀକୃଷ୍ଣ! ଆପଣ ଯାହାସବୁ କହିଲେ, ମୁଁ ସେସବୁକୁ ସତ୍ୟ ଭାବରେ ଗ୍ରହଣ କରୁଛି । ହେ ପ୍ରଭୁ! ଦେବତା ବା ଦାନବ କେହି ମଧ୍ୟ ଆପଣଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-14.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.14.mp3"
]
},
"commentary": "ଶ୍ରୀକୃଷ୍ଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ଅନନ୍ତ ପ୍ରଭୁତ୍ୱ ବିଷୟରେ ସଂକ୍ଷେପରେ ଶୁଣିବା ପରେ, ଅଧିକ ଶୁଣିବା ପାଇଁ ଅର୍ଜୁନଙ୍କର ତୃଷ୍ଣା ବୃଦ୍ଧି ପାଇଛି । ଆଗକୁ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ସମ୍ପର୍କରେ ଅଧିକ ବର୍ଣ୍ଣନା କରନ୍ତୁ ଇଚ୍ଛାକରି, ସେ ସ୍ପଷ୍ଟ କରି ଦେଉଛନ୍ତି ଯେ ପୂର୍ବ ବର୍ଣ୍ଣିତ ସମସ୍ତ ବିଷୟ ସେ ହୃଦୟଙ୍ଗମ କରିପାରିଛନ୍ତି । ଯତ୍ ଶବ୍ଦ ବ୍ୟବହାର କରି ଅର୍ଜୁନ ସୁଚିତ କରିବାକୁ ଚାହୁଁଛନ୍ତି ଯେ ସପ୍ତମରୁ ନବମ ଅଧ୍ୟାୟ ଯାଏଁ ଶ୍ରୀକୃଷ୍ଣ ଯାହା ସବୁ କହିଲେ, ସେ ସମସ୍ତ ବିଷୟକୁ ସତ୍ୟ ଭାବରେ ଗ୍ରହଣ କରୁଛନ୍ତି । ସେ ଦୃଢ଼ ଭାବରେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଯାହା ସବୁ କହିଛନ୍ତି, ତାହା ସତ୍ୟ ଅଟେ କୌଣସି ରୂପକ ବର୍ଣ୍ଣନା ନୁହେଁ । ଶ୍ରୀକୃଷ୍ଣଙ୍କୁ ସେ ଭଗବାନ ବା ପରଂବ୍ରହ୍ମ ଭାବରେ ସମ୍ବୋଧନ କରୁଛନ୍ତି । ଦେବୀ ଭାଗବତ ପୁରାଣରେ ଭଗବାନ ଶବ୍ଦର ବ୍ୟାଖ୍ୟା ଏହି ରୂପରେ କରାଯାଇଛି:\nଐଶ୍ୱର୍ଯ୍ୟସ୍ୟ ସମାଗ୍ରସ୍ୟ ଧର୍ମସ୍ୟ ଯଶସଃ ଶ୍ରିୟଃଜ୍ଞାନବୈରାଗ୍ୟୋଶ୍ଚୈବ ସଣ୍ଣାଂ ଭଗବାନ୍ନିଃ ।\n“ଭଗବାନଙ୍କ ଠାରେ ଏହି ଛଅଗୋଟି ଐଶ୍ୱର୍ଯ୍ୟ ଅନନ୍ତ ମାତ୍ରାରେ ରହିଥାଏ- ଶକ୍ତି, ଜ୍ଞାନ, ସୌନ୍ଦର୍ଯ୍ୟ, ଯଶ, ବୈଭବ ଓ ବୈରାଗ୍ୟ । ଦେବତା, ଦାନବ ଓ ମାନବମାନଙ୍କର ବୁଝିବା ଶକ୍ତି ସୀମିତ ଅଟେ । ସେମାନେ ଭଗବାନଙ୍କର ସ୍ୱରୂପକୁ ପୂର୍ଣ୍ଣତଃ ହୃଦୟଙ୍ଗମ କରିପାରନ୍ତି ନାହିଁ ।"
},
{
"verseTitle": "Bhagavad Gita 10.15",
"verse": "15",
"chapter": 10,
"lang": "or",
"shloka": {
"speaker": "",
"sanskrit": "स्वयमेवात्मनात्मानं वेत्थ त्वं पुरुषोत्तम ।\n\nभूतभावन भूतेश देवदेव जगत्पते ॥15॥",
"text": "ସ୍ୱୟମେବାତ୍ମନାତ୍ମାନଂ ବେତ୍ଥ ତ୍ୱଂ ପୁରୁଷୋତ୍ତମ ।\nଭୂତଭାବନ ଭୂତେଶ ଦେବଦେବ ଜଗତ୍ପତେ ।।୧୫।।",
"audioLink": "https://www.holy-bhagavad-gita.org/public/audio/010_015.mp3"
},
"wordMeanings": "ସ୍ୱୟଂ - ନିଜେ; ଏବ - ନିଶ୍ଚିତଭାବେ; ଆତ୍ମନା - ଆପଣଙ୍କ ଦ୍ୱାରା; ଆତ୍ମାନଂ - ଆପଣ ନିଜକୁ; ବେତ୍ଥ - ଜାଣନ୍ତି; ତ୍ୱଂ-ଆପଣ; ପୁରୁଷୋତ୍ତମ - ହେ ପୁରୁଷୋତ୍ତମ; ଭୂତ-ଭାବନ - ହେ ପ୍ରତ୍ୟକର ମୂଳକାରଣ; ଭୂତେଶ - ହେ ପ୍ରତ୍ୟେକର ପ୍ରଭୁ; ଦେବ ଦେବ - ହେ ଦେବତାମାନଙ୍କର ପ୍ରଭୁ; ଜଗତ୍-ପତେ - ହ୍ନେ ସମଗ୍ର ବ୍ରହ୍ମାଣ୍ଡର ପ୍ରଭୁ ।",
"translation": {
"text": "ହେ ପରମ ପୁରୁଷ! ହେ ସମସ୍ତ ପ୍ରାଣୀଙ୍କର ସ୍ରଷ୍ଟା ସର୍ବେଶ୍ୱର! ହେ ଦେବେଶ୍ୱର! ହେ ଜଗଦୀଶ୍ୱର! ଆପଣଙ୍କର ଅକଳନୀୟ ଶକ୍ତିଦ୍ୱାରା, ଆପଣ ହିଁ ପ୍ରକୃତରେ ଆପଣଙ୍କୁ ଜାଣନ୍ତି ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-15.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.15.mp3"
]
},
"commentary": "ଶ୍ରୀକୃଷ୍ଣ ହିଁ ପରମ ଦିବ୍ୟ ପୁରୁଷ ଅଟନ୍ତି, ଏହା ଉପରେ ଗୁରୁତ୍ୱ ଦେଇ ଅର୍ଜୁନ ତାଙ୍କୁ ଏହିପରି ସମ୍ବୋଧିତ କରୁଛନ୍ତି:\nଭୂତ-ଭାବନ- ସମସ୍ତଙ୍କର ସ୍ରଷ୍ଟା ଏବଂ ବିଶ୍ୱପିତା ।\nଭୂତେଶ - ଶ୍ରେଷ୍ଠ ନିୟାମକ, ସର୍ବେଶ୍ୱର\nଜଗତ୍-ପତେ- ସମସ୍ତ ସୃଷ୍ଟିର ପ୍ରଭୁ ଏବଂ ଇଷ୍ଟ ।\nଦେବ-ଦେବ- ଦେବତାମାନଙ୍କର ଈଶ୍ୱର ।\nଶ୍ୱେତାଶ୍ୱତର ଉପନିଷଦ ମଧ୍ୟ ସେହି କଥା କହିଥାଏ:\nଯସ୍ମାତ୍ ପରଂ ନାପରମସ୍ତି କିଞ୍ôଚତ୍ (୩.୯)\n“ଭଗବାନଙ୍କ ଠାରୁ ଶ୍ରେଷ୍ଠ ଆଉ କିଛି ନାହିଁ; ସେ ସମସ୍ତଙ୍କର ଊର୍ଦ୍ଧ୍ୱରେ ।”\nପୂର୍ବ ଶ୍ଳୋକରେ କୁହାଯାଇଛି ଯେ ଭଗବାନଙ୍କୁ କେହି ମଧ୍ୟ ଜାଣି ପାରିବେ ନାହିଁ । ଏହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଅଟେ । ଜୀବର ବୁଦ୍ଧି ସୀମିତ ଅଟେ, ଅଥଚ ଭଗବାନ ଅନନ୍ତ ଅଟନ୍ତି । ତେଣୁ ଭଗବାନ ସେମାନଙ୍କ ବୁଦ୍ଧି ଦ୍ୱାରା ଗ୍ରାହ୍ୟ ନୁହଁନ୍ତି । ଏହା ତାଙ୍କୁ ଛୋଟ କରି ଦିଏନାହିଁ ବରଂ ତାଙ୍କୁ ଅଧିକ ଗୌରବାନ୍ୱିତ କରିଥାଏ । ପାଞ୍ଚାତ୍ୟ ଦାର୍ଶନିକ ଏଫ୍ ଏ.ଜାକୋବି କହନ୍ତି: “ଯେଉଁ ଭଗବାନଙ୍କୁ ଆମେ ଜାଣିପାରିବା, ସେ ଭଗବାନ ହୋଇ ପାରିବେ ନାହିଁ ।” କିନ୍ତୁ ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ଜଣେ ହିଁ ବ୍ୟକ୍ତି ଏପରି ଅଛନ୍ତି ଯିଏ କି ଭଗବାନଙ୍କୁ ଜାଣନ୍ତି, ସେ ହେଉଛନ୍ତି ସ୍ୱୟଂ ଭଗବାନ । ଅତଏବ, କେବଳ ଶ୍ରୀକୃଷ୍ଣ ହିଁ ନିଜକୁ ଜାଣନ୍ତି ଏବଂ ସେ ଯଦି କୃପା କରି କୌଣସି ଜୀବାତ୍ମାକୁ ତାଙ୍କର ଶକ୍ତି ପ୍ରଦାନ କରନ୍ତି, ତେବେ ସେହି ସୌଭାଗ୍ୟଶାଳୀ ଜୀବାତ୍ମା ମଧ୍ୟ ତାଙ୍କୁ ଜାଣିବାକୁ ସମର୍ଥ ହେବ ।"
},
{
"verseTitle": "Bhagavad Gita 10.16 – 10.17",
"verse": "16-17",
"chapter": 10,
"lang": "or",
"shloka": {
"speaker": "",
"sanskrit": "वक्तुमर्हस्यशेषेण दिव्या ह्यात्मविभूतयः। \n\nयाभिर्विभूतिभिर्लोकानिमांस्त्वं व्याप्य तिष्ठसि ॥16॥\n\nकथं विद्यामहं योगिंस्त्वां सदा परिचिन्तयन्।\n\nकेषु केषु च भावेषु चिन्त्योऽसि भगवन्मया ॥17॥",
"text": "ବକ୍ତୁମର୍ହସ୍ୟଶେଷେଣ ଦିବ୍ୟା ହ୍ୟାତ୍ମବିଭୂତୟଃ ।\nଯାଭିର୍ବିଭୂତିଭିର୍ଲୋକାନିମାଂସ୍ତ୍ୱଂ ବ୍ୟାପ୍ୟ ତିଷ୍ଠସି ।।୧୬।।\nକଥଂ ବିଦ୍ୟାମହଂ ଯୋଗିଂସ୍ତ୍ୱାଂ ସଦା ପରିଚିନ୍ତୟନ୍ ।\nକେଷୁ କେଷୁ ଚ ଭାବେଷୁ ଚିନ୍ତ୍ୟୋଽସି ଭଗବନ୍ମୟା ।।୧୭।।",
"audioLink": "https://www.holy-bhagavad-gita.org/public/audio/010_016-017.mp3"
},
"wordMeanings": "ବକ୍ତୁଂ - ବର୍ଣ୍ଣନା କରିବାକୁ; ଅର୍ହସି - ଦୟାକରି; ଅଶେଷେଣ - ପୂର୍ଣ୍ଣତଃ; ଦିବ୍ୟା - ଦିବ୍ୟ; ହି - ନିଶ୍ଚିତରୂପେ; ଆତ୍ମ-ଆପଣଙ୍କର; ବିଭୂତୟଃ - ବିଭୂତି, ଐଶ୍ୱର୍ଯ୍ୟ; ଯାଭିଃ - ଯଦ୍ୱାରା; ବିଭୂତିଭିଃ - ଐଶ୍ୱର୍ଯ୍ୟ ଦ୍ୱାରା: ଲୋକାନ୍ - ସମଗ୍ର ଜଗତ; ଇମାନ୍ - ଏସବୁ; ତ୍ୱଂ - ଆପଣ; ବ୍ୟାପ୍ୟ - ବ୍ୟାପ୍ତ; ତିଷ୍ଠସି - ରହିଛନ୍ତି । କଥଂ - କିପରି; ବିଦ୍ୟାମ୍ ଅହଂ - ମୁଁ ଜାଣିବି; ଯୋଗିନ୍ - ହେ ଯୋଗମାୟାର ଅଧୀଶ୍ୱର; ତ୍ୱାଂ - ଆପଣଙ୍କୁ; ସଦା - ସର୍ବଦା; ପରିଚିନ୍ତୟନ୍ - ଧ୍ୟାନ କରି; କେଷୁ - କେଉଁଥିରେ; ଚ -ଏବଂ; ଭାବେଷୁ - ଭାବରେ; ଚିନ୍ତ୍ୟଃ ଅସି - ଆପଣ ସ୍ମୃତିକୁ ଆସନ୍ତି; ଭଗବନ୍ - ହେ ଭଗବାନ; ମୟା - ମୋ’ ଦ୍ୱାରା ।",
"translation": {
"text": "ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ ପରମ ଯୋଗୀଶ୍ୱର! ମୁଁଁ ଆପଣଙ୍କୁ କିପରି ଜାଣିବି ଏବଂ କିପରି ଆପଣଙ୍କର ଧ୍ୟାନ କରିବି । ହେ ପରମ ଦିବ୍ୟ ପୁରୁଷ! ଧ୍ୟାନ କରିବା ସମୟରେ ମୁଁ ଆପଣଙ୍କ କେଉଁ ସ୍ୱରୂପର ଚିନ୍ତନ କରିବି?",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-16.mp3",
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-17.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.16.mp3",
"https://www.gitasupersite.iitk.ac.in/sites/default/files/audio/Purohit/10.17.mp3"
]
},
"commentary": "ଏଠାରେ ଯୋଗ ଶବ୍ଦ ଯୋଗମାୟା(ଭଗବାନଙ୍କର ଦିବ୍ୟ ଶକ୍ତି)କୁ ସୂଚିତ କରୁଅଛି ଏବଂ ଯୋଗୀ, ଯୋଗମାୟାର ଅଧ୍ୟକ୍ଷଙ୍କୁ ସୂଚିତ କରୁଅଛି । ଅର୍ଜୁନ ବୁଝିପାରିଥିଲେ ଯେ ଶ୍ରୀକୃଷ୍ଣ ଭଗବାନ ଅଟନ୍ତି । ସେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି, ଅନ୍ୟ କେଉଁ ଉପାୟରେ, ଶ୍ରୀକୃଷ୍ଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ସମଗ୍ର ସୃଷ୍ଟିରେ ପ୍ରକାଶିତ ହୋଇଥାଏ । ସମଗ୍ର ସୃଷ୍ଟିର ଶ୍ରେଷ୍ଠ ନିୟାମକ ରୂପରେ ଶ୍ରୀକୃଷ୍ଣଙ୍କର ପ୍ରସିଦ୍ଧି ଏବଂ ସର୍ବୋଚ୍ଚ ସ୍ଥିତି ସମ୍ପର୍କରେ ସେ ଶୁଣିବାକୁ ଚାହୁଁଛନ୍ତି । ସେ ବିନତି କରୁଛନ୍ତି, “ମୁଁ ଆପଣଙ୍କର ଦିବ୍ୟ ସ୍ୱରୂପ ବିଷୟରେ ଜାଣିବାକୁ ଇଚ୍ଛା କରୁଛି, ଯଦ୍ୱାରା ମୁଁ ବିଶୁଦ୍ଧ ଭକ୍ତି ଯୁକ୍ତ ହୋଇପାରିବି । କିନ୍ତୁ ଆପଣଙ୍କ ସ୍ୱରୂପର ଜ୍ଞାନ ଆପଣଙ୍କର କୃପା ବିନା ପ୍ରାପ୍ତ କରିବା ଅସମ୍ଭବ ଅଟେ । ତେଣୁ ମୋ ପ୍ରତି କୃପା କରି ଆପଣ ନିଜର ଅସୀମ ବିଭୂତିକୁ ପ୍ରକାଶିତ କରନ୍ତୁ, ଯଦ୍ୱାରା ମୁଁ ଆପଣଙ୍କୁ ଜାଣିପାରିବି ।"
},
{
"verseTitle": "Bhagavad Gita 10.18",
"verse": "18",
"chapter": 10,
"lang": "or",
"shloka": {
"speaker": "",
"sanskrit": "विस्तरेणात्मनो योगं विभूतिं च जनार्दन ।\n\nभूयः कथय तृप्तिर्हि शृण्वतो नास्ति मेऽमृतम् ॥18॥",
"text": "ବିସ୍ତରେଣାତ୍ମନୋ ଯୋଗଂ ବିଭୂତିଂ ଚ ଜନାର୍ଦ୍ଦନ ।\nଭୂୟଃ କଥୟ ତୃପ୍ତିର୍ହି ଶୃଣ୍ୱତୋ ନାସ୍ତି ମେଽମୃତମ୍ ।।୧୮।।",
"audioLink": "https://www.holy-bhagavad-gita.org/public/audio/010_018.mp3"
},
"wordMeanings": "ବିସ୍ତରେଣ - ବିସ୍ତାର ପୂର୍ବକ; ଆତ୍ମନଃ - ଆପଣଙ୍କ ସମ୍ବନ୍ଧରେ; ଯୋଗଂ - ଦିବ୍ୟ ଯଶ; ବିଭୂତିଂ - ଐଶ୍ୱର୍ଯ୍ୟ; ଚ - ଏବଂ; ଜନାର୍ଦନ - ହେ ଶ୍ରୀକୃଷ୍ଣ; ଭୂୟଃ - ପୁନଶ୍ଚ; କଥୟ - ବର୍ଣ୍ଣନା କରନ୍ତୁ; ତୃପ୍ତିଃ - ତୃପ୍ତି, ସନ୍ତୋଷ; ହି - ନିଶ୍ଚିତରୂପେ; ଶୃଣ୍ୱତଃ - ଶୁଣି; ନ ଅସ୍ତି - ନାହିଁ; ମେ - ମୋର; ଅମୃତଂ -ଅମୃତ ।",
"translation": {
"text": "ହେ ଜନାର୍ଦ୍ଦନ! ଦୟାକରି ବିସ୍ତାରପୂର୍ବକ ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ମହିମାର ବର୍ଣ୍ଣନା କରନ୍ତୁ । ଆପଣଙ୍କର ଅମୃତ ଯେତେ ଶୁଣିଲେ ବି ମୁଁ ତୃପ୍ତ ହେଉନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-18.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.18.mp3"
]
},
"commentary": "ଆପଣଙ୍କର “... ଅମୃତ ତୁଲ୍ୟ ବାଣୀ ଶୁଣି’’ କହିବା ପରିବର୍ତ୍ତେ ଅର୍ଜୁନ କହୁଛନ୍ତି, “...ଆପଣଙ୍କର ଅମୃତ ଶୁଣି’’ । ଏଠାରେ ସେ ବାଣୀ ଶବ୍ଦକୁ ଉହ୍ୟ ରଖିଛନ୍ତି । ଏହା ଏକ ସାହିତ୍ୟିକ କୌଶଳ, ଯାହାକୁ ଅତିଶୟୋକ୍ତି କୁହାଯାଏ, ଯେଉଁଥିରେ ତୁଳନୀୟ ବସ୍ତୁକୁ ଉହ୍ୟ ରଖାଯାଇଥାଏ । ସେ ଶ୍ରୀକୃଷ୍ଣଙ୍କ ଜନାର୍ଦ୍ଦନ ବୋଲି ସମ୍ବୋଧନ କରୁଛନ୍ତି, ଯାହାର ଅର୍ଥ “ଜଣେ ଦୟାବାନ ବ୍ୟକ୍ତିତ୍ୱ, ଯିଏ ଦୁଃଖୀର ଦୁଃଖ ହରଣ କରିଥାଆନ୍ତି ।”\nଯେଉଁମାନେ ଭଗବାନଙ୍କୁ ଭଲ ପାଆନ୍ତି, ଭଗବାନଙ୍କ ମହିମାର ବର୍ଣ୍ଣନା ସେମାନଙ୍କ ପାଇଁ ଅମୃତ ତୁଲ୍ୟ ଅଟେ । ଶ୍ରୀକୃଷ୍ଣଙ୍କର ଅମୃତମୟ ବାଣୀକୁ କର୍ଣ୍ଣଦ୍ୱାରା ପାନ କରିବା ପରେ, ଅର୍ଜୁନ ତାଙ୍କୁ ଭୂୟଃ କଥୟ, ଅର୍ଥାତ୍ “ପୁଣିଥରେ କହନ୍ତୁ, ଆପଣଙ୍କର ମହିମା ଶ୍ରବଣ କରିବାର ମୋର ତୃଷ୍ଣା ତୃପ୍ତ ହେଉନାହିଁ”କହି ଉତ୍ସାହିତ କରୁଛନ୍ତି । ଦିବ୍ୟ ଅମୃତର ଗୁଣ ଏହିପରି ଅଟେ । ଏହା ଆମକୁ ତୃପ୍ତ କରିବା ସହିତ ଆମର ତୃଷ୍ଣାକୁ ଅଧିକ ଉଦ୍ଦୀପ୍ତ କରିଥାଏ । ନୈମିଶାରଣ୍ୟର ଋଷିମୁନିମାନେ, ସୁତ ଗୋସ୍ୱାମୀଙ୍କଠାରୁ ଶ୍ରୀମଦ୍ ଭାଗବତମ୍ ଶ୍ରବଣ କରୁଥିବା ସମୟରେ ଏହିପରି କହିଥିଲେ:\nବୟଂ ତୁ ନ ବିତୃପ୍ୟାମ ଉତ୍ତମଶ୍ଲୋକବିକ୍ରମେ,ଯଚ୍ଛୃନ୍ୱତାଂ ରସଜ୍ଞାନାଂ ସ୍ୱାଦୁ ସ୍ୱାଦୁ ପଦେ ପଦେ । (୧.୧.୧୯)\nଶ୍ରୀକୃଷ୍ଣଙ୍କର ଭକ୍ତମାନେ ତାଙ୍କର ଦିବ୍ୟ ଲୀଳା ଶ୍ରବଣରେ କେବେବି କ୍ଲାନ୍ତ ହୁଅନ୍ତି ନାହିଁ । ତାଙ୍କ ଦିବ୍ୟ ଲୀଳାର ଅମୃତ ଏପରି ଯେ ତାହାର ଆସ୍ୱାଦନ ଯେତେ ଅଧିକ କରାଯାଏ, ତୃଷ୍ଣା ସେତେ ଅଧିକ ବୃଦ୍ଧି ଲାଭ କରିଥାଏ ।”"
},
{
"verseTitle": "Bhagavad Gita 10.19",
"verse": "19",
"chapter": 10,
"lang": "or",
"shloka": {
"speaker": "",
"sanskrit": "श्रीभगवानुवाच। \n\nहन्त ते कथयिष्यामि दिव्या ह्यात्मविभूतयः । \n\nप्राधान्यतः कुरुश्रेष्ठ नास्त्यन्तो विस्तरस्य मे ॥19॥",
"text": "ଶ୍ରୀଭଗବାନୁବାଚ\nହନ୍ତ ତେ କଥୟିଷ୍ୟାମି ଦିବ୍ୟା ହ୍ୟାତ୍ମବିଭୂତୟଃ ।\nପ୍ରାଧାନ୍ୟତଃ କୁରୁଶ୍ରେଷ୍ଠ ନାସ୍ତ୍ୟନ୍ତୋ ବିସ୍ତରସ୍ୟ ମେ ।।୧୯।।",
"audioLink": "https://www.holy-bhagavad-gita.org/public/audio/010_019.mp3"
},
"wordMeanings": "ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ହନ୍ତ - ହଁ; ତେ - ତୁମକୁ; କଥୟିଷ୍ୟାମି - ମୁଁ କହିବି; ଦିବ୍ୟାଃ- ବିଶୁଦ୍ଧ; ହି - ନିଶ୍ଚିତରୂପେ; ଆତ୍ମ-ବିଭୂତୟଃ -ମୋର ଦିବ୍ୟ ଐଶ୍ୱର୍ଯ୍ୟ; ପ୍ରାଧାନ୍ୟତଃ-ପ୍ରଧାନତଃ; କୁରୁଶ୍ରେଷ୍ଠ - କୌରବମାନଙ୍କ ମଧ୍ୟରେ ଶ୍ରେଷ୍ଠ; ନ ଅସ୍ତି - ନାହିଁ; ଅନ୍ତଃ - ଶେଷ(ସୀମା); ବିସ୍ତରସ୍ୟ- ବିସ୍ତାର ପୂର୍ବକ; ମେ - ମୋର ।",
"translation": {
"text": "ହେ କୁରୁଶ୍ରେଷ୍ଠ! ବର୍ତ୍ତମାନ, ମୁଁ ତୁମ ସମ୍ମୁଖରେ ନିଜ ଦିବ୍ୟ ବିଭୂତିର ବର୍ଣ୍ଣନା ସଂକ୍ଷେପରେ କରିବି, କାରଣ ତାହାର ଅନ୍ତ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-19.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.19.mp3"
]
},
"commentary": "ଅମର କୋଷ (ପୁରାତନ ସର୍ବମାନ୍ୟ ସଂସ୍କୃତ ଶବ୍ଦକୋଷ) ବିଭୂତି ଶବ୍ଦର ସଂଜ୍ଞା ଏହିପରି ନିରୂପଣ କରିଥାଏ: ବିଭୂତିର୍ ଭୂତିର୍ ଐଶ୍ୱର୍ଯ୍ୟମ୍ (ଶକ୍ତି ଏବଂ ସମ୍ପଦ) । ଭଗବାନଙ୍କ ଶକ୍ତି ଓ ସମ୍ପଦ ଅନନ୍ତ । ବାସ୍ତବରେ ଭଗବାନଙ୍କର ସବୁକିଛି ଅନନ୍ତ । ତାଙ୍କର ଅନନ୍ତ ରୂପ, ଅନନ୍ତ ନାମ, ଅନନ୍ତ ଧାମ, ଅନନ୍ତ ଅବତାର, ଅନନ୍ତ ଲୀଳା, ଅନନ୍ତ ସନ୍ଥ ଇତ୍ୟାଦି ସବୁକିଛି ଅନନ୍ତ । ଏଣୁ ବେଦ ତାଙ୍କୁ ଅନନ୍ତ ଭାବେ ନାମିତ କରିଥାଏ:\nଅନନ୍ତଶ୍ଚାତ୍ମା ବିଶ୍ୱରୂପୋ ହ୍ୟକର୍ତା (ଶ୍ୱେତାଶ୍ୱତର ଉପନିଷଦ ୧.୯)\n“ଭଗବାନ ଅନନ୍ତ ଅଟନ୍ତି ଏବଂ ଅସଂଖ୍ୟ ରୂପରେ ସେ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକଟିତ । ବ୍ରହ୍ମାଣ୍ଡର ଶାସକ ହୋଇ ମଧ୍ୟ ସେ ଅକର୍ତ୍ତା ଅଟନ୍ତି ।” ରାମାୟଣ ବର୍ଣ୍ଣନା କରେ:\nହରି ଅନନ୍ତ ହରି କଥା ଅନନ୍ତା\n“ଭଗବାନ ଅନନ୍ତ ଅଟନ୍ତି ଏବଂ ଅନନ୍ତ ଅବତାରରେ ତାଙ୍କର ଲୀଳା ମଧ୍ୟ ଅନନ୍ତ ।” ମହର୍ଷି ବେଦବ୍ୟାସ ତ ଏପରି କହନ୍ତି ଯେ:\nଯୋ ବା ଅନନ୍ତସ୍ୟ ଗୁଣାନନନ୍ତାନ୍ ଅନୁକ୍ରମିଷ୍ୟନ୍ ସ ତୁ ବାଲ-ବୁଦ୍ଧିଃ ।ରଜାନ୍ସି ଭୂମେର୍ ଗଣୟେତ୍ କଥଞ୍ôଚତ୍ କାଳେନ ନୈବାଖିଲଶକ୍ତି ଧାମ୍ନଃ । । (ଭାଗବତ, ୧୧.୪.୨)\nଯେଉଁମାନେ ଏପରି ଭାବନ୍ତି ଯେ ସେମାନେ ଭଗବାନଙ୍କ ଗୁଣର ଗଣନା କରିପାରିବେ, ସେମାନଙ୍କର ବୁଦ୍ଧି ବାଲ୍ୟସ୍ୱଭାବଯୁକ୍ତ ଅଟେ । ପୃଥିବୀର ସମସ୍ତ ଧୂଳିକଣାକୁ ଆମେ ଗଣି ନେଇପାରିଲେ ବି ଭଗବାନଙ୍କର ଅନନ୍ତ ଗୁଣକୁ ଗଣିପାରିବା ନାହିଁ । ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ସେ ତାଙ୍କ ବିଭୂତିର ଅଳ୍ପ କିଛି ଅଂଶ ହିଁ ବର୍ଣ୍ଣନା କରିବେ ।"
},
{
"verseTitle": "Bhagavad Gita 10.20",
"verse": "20",
"chapter": 10,
"lang": "or",
"shloka": {
"speaker": "",
"sanskrit": "अहमात्मा गुडाकेश सर्वभूताशयस्थितः ।\n\nअहमादिश्च मध्यं च भूतानामन्त एव च ॥20॥",
"text": "ଅହମାତ୍ମା ଗୁଡ଼ାକେଶ ସର୍ବଭୂତାଶୟସ୍ଥିତଃ ।\nଅହମାଦିଶ୍ଚ ମଧ୍ୟଂ ଚ ଭୂତାନାମନ୍ତ ଏବ ଚ ।।୨୦।।",
"audioLink": "https://www.holy-bhagavad-gita.org/public/audio/010_020.mp3"
},
"wordMeanings": "ଅହଂ-ମୁଁ; ଆତ୍ମା - ଆତ୍ମା; ଗୁଡ଼ାକେଶ - ହେ ନିଦ୍ରାଜୟୀ ଅର୍ଜୁନ!; ସର୍ବ-ଭୂତ- ସମସ୍ତଜୀବ; ଆଶ୍ରୟ-ସ୍ଥିତଃ - ଅନ୍ତରରେ ଅବସ୍ଥିତ; ଅହଂ -ମୁଁ; ଆଦିଃ - ଆରମ୍ଭ; ଚ- ଏବଂ; ମଧ୍ୟଂ - ମଧ୍ୟ; ଚ -ଏବଂ; ଭୂତାନାମ୍ - ସମସ୍ତ ଜୀବଙ୍କର; ଅନ୍ତଃ - ଶେଷ; ଏବ - ନିଶ୍ଚିତ-ଭାବେ; ଚ- ଏବଂ ।",
"translation": {
"text": "ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରେ । ମୁଁ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-20.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.20.mp3"
]
},
"commentary": "ଶ୍ରୀକୃଷ୍ଣ ଏଠାରେ ଘୋଷଣା କରୁଛନ୍ତି ଯେ, ସେ ଜୀବ ଠାରୁ ଦୂରରେ ନାହାଁନ୍ତି - ବାସ୍ତବରେ ସେ ନିକଟତମ ଠାରୁ ନିକଟରେ ଅଛନ୍ତି । ସନାତନ ଆତ୍ମା ଜୀବର ହୃଦୟ ଆକାଶରେ ଅବସ୍ଥାନ କରନ୍ତି । ବେଦ କହେ: ଯ ଆତ୍ମନି ତିଷ୍ଠତି “ଭଗବାନ ଆମ ଆତ୍ମାରେ ଅବସ୍ଥାନ କରନ୍ତି ।”ଭିତରେ ରହି ସେ ଆତ୍ମାକୁ ଚୈତନ୍ୟତା ଏବଂ ନିତ୍ୟତା ପ୍ରଦାନ କରିଥାଆନ୍ତି । ସେ ଯଦି ନିଜର ଶକ୍ତିକୁ ବିଯୁକ୍ତ କରିଦେବେ ତା’ହେଲେ ଆତ୍ମା ସ୍ୱୟଂ ଜଡ଼ ହୋଇ କ୍ଷୟ ହୋଇଯିବ । ଆମେସବୁ ଜୀବ ନିତ୍ୟ ଚେତନ ଅଟେ, କିନ୍ତୁ ନିଜ ଶକ୍ତି ବଳରେ ନୁହେଁ; ପରମ ଚେତନ ଓ ପରମ ଅନାଦି ଭଗବାନ ଆମ ଭିତରେ ରହି ଏହି ଶକ୍ତି ଆମକୁ ପ୍ରଦାନ କରିଥାଆନ୍ତି । ତେଣୁ ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସମସ୍ତଙ୍କ ହୃଦୟରେ ସେ ନିବାସ କରନ୍ତି ।\nଆମର ଆତ୍ମା ଭଗବାନଙ୍କର ଶରୀର ଅଟେ, ଯିଏ ଆତ୍ମାର ଆତ୍ମା ଅଟନ୍ତି । ଭାଗବତ କହେ:\nହରିର୍ହି ସାକ୍ଷାଦଭଗବାନ ଶରୀରିଣାମାତ୍ମା ଝଷାଣାମିବ ତୋୟମୀପ୍ସିତମ୍ (୫.୧୮.୧୩)\n“ଭଗବାନ ସମସ୍ତ ପ୍ରାଣୀଙ୍କର ଆତ୍ମାର ଆତ୍ମା ଅଟନ୍ତି ।” ପୁଣି ଭାଗବତରେ, ଶୁକଦେବ ଯେତେବେଳେ ଏକଥା କହିଲେ ଯେ ଗୋପୀମାନେ ସେମାନଙ୍କର ସନ୍ତାନମାନଙ୍କୁ ଛାଡ଼ି ବାଳକୃଷ୍ଣଙ୍କର ଦର୍ଶନ କରିବାକୁ ଯାଉଥିଲେ, ସେତେବେଳେ ପରିକ୍ଷୀତ ପ୍ରଶ୍ନ କରିଥିଲେ:\nବ୍ରହ୍ମନ୍ ପରୋଦ୍ଭବେ କୃଷ୍ଣେ ଇୟାନ୍ ପ୍ରେମା କଥମ୍ ଭବେତ୍ (୧୦.୧୪.୪୯)\nହେ ମୁନିବର! ସଂସାରରେ ସବୁ ମା’ଙ୍କର ଆସକ୍ତି ସେମାନଙ୍କ ସନ୍ତାନମାନଙ୍କ ପ୍ରତି ରହିଥାଏ । ଗୋପୀମାନଙ୍କର ନିଜ ସନ୍ତାନ ଅପେକ୍ଷା ଅଧିକ ଆସକ୍ତି ଶ୍ରୀକୃଷ୍ଣଙ୍କ ପ୍ରତି ରହିଥିଲା କିପରି? ଶୁକଦେବ ଉତ୍ତର ଦେଉଛନ୍ତି:\nକୃଷ୍ଣମେନମବେହି ତ୍ୱମାତ୍ମାନମଖିଲାତ୍ମନାମ୍ (ଭାଗବତମ୍ ୧୦.୧୪.୫୫)\n“ଭଗବାନ ଶ୍ରୀକୃଷ୍ଣ ବିଶ୍ୱର ସମସ୍ତ ପ୍ରାଣୀଙ୍କର ପରମ ଆତ୍ମା ଅଟନ୍ତି । ଜୀବ କଲ୍ୟାଣ ଉଦ୍ଦେଶ୍ୟରେ, ସେ ନିଜର ଯୋଗମାୟା ଶକ୍ତି ବଳରେ ମନୁଷ୍ୟ ରୂପରେ ଆବିର୍ଭୂତ ହୋଇଛନ୍ତି ।”\nଶ୍ରୀକୃଷ୍ଣ ପୁଣି କହୁଛନ୍ତି ଯେ, ସେ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟନ୍ତି । ସେମାନେ ତାଙ୍କଠାରୁ ଉତ୍ପନ୍ନ ହୋଇଛନ୍ତି, ତେଣୁ ସେ ତାଙ୍କର ଆଦି ଅଟନ୍ତି । ସୃଷ୍ଟିର ସମସ୍ତ ଜୀବନ ତାଙ୍କ ଶକ୍ତି ଦ୍ୱାରା ସ୍ଥିତ, ତେଣୁ ସେ ସେମାନଙ୍କର ମଧ୍ୟ ଅଟନ୍ତି । ମୁକ୍ତି ଲାଭ କରି ଜୀବ ତାଙ୍କର ଦିବ୍ୟ ଧାମକୁ ଯାଇ ଚିରଦିନ ପାଇଁ ତାଙ୍କ ସହିତ ରହିଥାଏ । ସୁତରାଂ,ଭଗବାନ ସମସ୍ତ ଜୀବଙ୍କର ଅନ୍ତ ଅଟନ୍ତି । ବେଦ ଭଗବାନଙ୍କର ଅନେକ ପରିଭାଷା କରିଥାଏ, ତନ୍ମଧ୍ୟରୁ ଗୋଟିଏ ହେଲା :\nଯତୋ ବା ଇମାନି ଭୂତାନି ଜାୟନ୍ତେ, ଯେନ ଜାତାନି ଜୀବନ୍ତି,ଯତ୍ପ୍ରୟନ୍ତ୍ୟ ଭିସଂବିଶନ୍ତି । (ତୈତିରୀୟ ଉପନିଷଦ ୩.୧.୧.)\n“ଭଗବାନ ସେ ଅଟନ୍ତି ଯାହାଙ୍କଠାରୁ ସମସ୍ତ ପ୍ରାଣୀ ଉତ୍ପନ୍ନ ହୋଇଛନ୍ତି; ଯାହାଙ୍କଠାରେ ସମସ୍ତ ପ୍ରାଣୀ ସ୍ଥିତ ରହିଥାଆନ୍ତି; ଯାହାଙ୍କ ଠାରେ ସମସ୍ତ ପ୍ରାଣୀ ଲୀନ ହୋଇଥାଆନ୍ତି ।”"
},
{
"verseTitle": "Bhagavad Gita 10.21",
"verse": "21",
"chapter": 10,
"lang": "or",
"shloka": {
"speaker": "",
"sanskrit": "आदित्यानामहं विष्णुर्योतिषां रविरंशुमान्।\n\nमरीचिर्मरुतामस्मि नक्षत्राणामहं शशी ॥21॥",
"text": "ଆଦିତ୍ୟାନାମହଂ ବିଷ୍ଣୁର୍ଜ୍ୟୋତିଷାଂ ରବିରଂଶୁମାନ୍ ।\nମରୀଚିର୍ମରୁତାମସ୍ମି ନକ୍ଷତ୍ରାଣାମହଂ ଶଶୀ ।।୨୧।।",
"audioLink": "https://www.holy-bhagavad-gita.org/public/audio/010_021.mp3"
},
"wordMeanings": "ଆଦିତ୍ୟାନାଂ- ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ; ଅହଂ - ମୁଁ; ବିଷ୍ଣୁଃ - ଭଗବାନ ବିଷ୍ଣୁ; ଜ୍ୟୋତିଷାଂ - ଜ୍ୟୋତିଷ୍କମାନଙ୍କ ମଧ୍ୟରେ; ରବିଃ-ସୂର୍ଯ୍ୟ; ଅଂଶୁମାନ୍ - ଉଜ୍ଜ୍ୱଳ; ମରୀଚିଃ - ମରୀଚି; ମରୁତାମ୍ - ମରୁତମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ନକ୍ଷତ୍ରାଣାମ୍- ନକ୍ଷତ୍ରମାନଙ୍କ -ମଧ୍ୟରେ; ଅହଂ -ମୁଁ; ଶଶୀ-ଚନ୍ଦ୍ର ।",
"translation": {
"text": "ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ ମୁଁ ବିଷ୍ଣୁ; ସମସ୍ତ ଜ୍ୟୋତିଷ୍କ ମାନଙ୍କ ମଧ୍ୟରୁ ମୁଁ ସୂର୍ଯ୍ୟ । ମରୁତମାନଙ୍କ ମଧ୍ୟରୁ ମୋତେ ମରୀଚି, ରାତ୍ରି ଆକାଶର ତାରକାମାନଙ୍କ ମଧ୍ୟରେ ମୋତେ ଚନ୍ଦ୍ର ଭାବରେ ଜାଣ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-21.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.21.mp3"
]
},
"commentary": "ପୁରାଣରୁ ଆମେ ଜାଣିବାକୁ ପାଇଥାଏ ଯେ କଶ୍ୟପ ଋଷିଙ୍କର ଦୁଇ ଜଣ ସ୍ତ୍ରୀ ଥିଲେ- ଅଦିତି ଓ ଦିତି । ତାଙ୍କର ପ୍ରଥମ ପତ୍ନୀ ଅଦିତିଙ୍କ ଔରସରୁ ବାର ଜଣ ଦିବ୍ୟ ପୁରୁଷ ଜନ୍ମ ନେଇଥିଲେ - ଧାତା, ମିତ୍ରା, ଆର୍ଯ୍ୟମ, ଶକ୍ର, ବରୁଣ, ଅଂଶ, ଭାଗ, ବିବସ୍ୱାନ, ପୁଶା, ସବିତା, ତ୍ୱସ୍ତା ଏବଂ ବାମନ । ଏମାନଙ୍କ ମଧ୍ୟରୁ ବାମନ ଭଗବାନ ବିଷ୍ଣୁଙ୍କର ଅବତାର ଥିଲେ । ସୁତରାଂ ଶ୍ରୀକୃଷ୍ଣ କହୁଛନ୍ତି ଯେ ଆଦିତ୍ୟ ମାନଙ୍କ ମଧ୍ୟରୁ ବିଷ୍ଣୁ (ବାମନ ରୂପରେ) ତାଙ୍କ ଐଶ୍ୱର୍ଯ୍ୟର ପ୍ରକାଶ ଅଟନ୍ତି ।\nରାମାୟଣ କହେ;\nରାକାପତି ଷୋଡ଼ସ ଉଅହିଁ ତାରାଗଣ ସମୁଦାଇ,ସକଲ ଗିରିହ୍ନ ଦବ ଲାଇଅ ବିନୁ ରବି ରାତି ନ ଯାଇ ।\n“ଆକାଶର ସମସ୍ତ ତାରା, ଚନ୍ଦ୍ର ଏବଂ ପୃଥିବୀର ସମସ୍ତ ପ୍ରଦୀପର ଆଲୋକ ମିଶି ରାତିର ଅନ୍ଧକାରକୁ ଅପସାରିତ କରିପାରନ୍ତି ନାହିଁ । । କିନ୍ତୁ ସୂର୍ଯ୍ୟୋଦୟ ହେବା ମାତ୍ରେ ରାତ୍ରି ଅପସାରିତ ହୋଇଯାଏ । ଏହା ସୂର୍ଯ୍ୟଙ୍କର ଶକ୍ତି ଅଟେ, ଯାହାକୁ ଶ୍ରୀକୃଷ୍ଣ ତାଙ୍କର ବିଭୂତି ଭାବେ ବର୍ଣ୍ଣନା କରୁଛନ୍ତି ।\nତାପରେ ସେ ରାତ୍ରି ଆକାଶ ବିଷୟରେ କହୁଛନ୍ତି । ଗୋଟିଏ ପ୍ରଖ୍ୟାତ ଉକ୍ତି ଅଛି, “ଗୋଟିଏ ଚନ୍ଦ୍ର ହଜାରେ ତାରକାଙ୍କ ଠାରୁ ଅଧିକ ।” ଶ୍ରୀକୃଷ୍ଣ କହୁଛନ୍ତି ରାତ୍ରି ଆକାଶରେ ଥିବା ସମସ୍ତ ଆକାଶ ଗଙ୍ଗା ଏବଂ ତାରାଙ୍କ ମଧ୍ୟରେ ସେ ଚନ୍ଦ୍ର ଅଟନ୍ତି, ଯାହା ତାଙ୍କ ବିଭୂତିର ପରିପ୍ରକାଶ ଅଟେ ।\nପୁନଶ୍ଚ, ପୁରାଣର ବର୍ଣ୍ଣନା ଅନୁଯାୟୀ, ଋଷି କଶ୍ୟପଙ୍କର ଦ୍ୱିତୀୟ ପତ୍ନୀ ଦିତିଙ୍କ ଔରସରୁ ଦୈତ୍ୟଗଣ ଜନ୍ମ ହୋଇଥିଲେ । ଦିତି ଇନ୍ଦ୍ରଙ୍କଠାରୁ ଅଧିକ ଶକ୍ତିଶାଳୀ ଗୋଟିଏ ପୁତ୍ର ଇଚ୍ଛା କରୁଥିଲେ । ତେଣୁ ସେ ତାଙ୍କର ଗର୍ଭସ୍ଥ ଶିଶୁକୁ ବର୍ଷେ ପର୍ଯ୍ୟନ୍ତ ତାଙ୍କ ଗର୍ଭରେ ରଖିଲେ । ଇନ୍ଦ୍ର ବଜ୍ର ଦ୍ୱାରା ତାଙ୍କର ଗର୍ଭକୁ ବହୁଖଣ୍ଡିତ କରିଦେଲେ, ଫଳତଃ ସେଥିରୁ ଅନେକ ଶିଶୁ ଜନ୍ମ ଗ୍ରହଣ କରିଥିଲେ । ସେମାନେ ମରୁତ ହୋଇ, ୪୯ ପ୍ରକାରର ବାୟୁ ଭାବରେ ବ୍ରହ୍ମାଣ୍ଡରେ ପ୍ରବାହିତ ହୋଇ ଜଗତର ଅପାର କଲ୍ୟାଣ କରିବାରେ ଲାଗିଲେ । ତାଙ୍କ ମଧ୍ୟରେ ଅବହ, ପ୍ରବହ, ନିବହ, ପୂର୍ବହ, ଉଦ୍ବହ, ସମୂହ ଏବଂ ପରିବହ ପ୍ରମୁଖ ଅଟନ୍ତି । ମୁଖ୍ୟବାୟୁ ପରିବହଙ୍କ ନାମ ମରୀଚି ମଧ୍ୟ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ସେହି ମରୀଚି ତାଙ୍କର ହିଁ ବିଭୂତି ଅଟନ୍ତି ।"
},
{
"verseTitle": "Bhagavad Gita 10.22",
"verse": "22",
"chapter": 10,
"lang": "or",
"shloka": {
"speaker": "",
"sanskrit": "वेदानां सामवेदोऽस्मि देवानामस्मि वासवः।\n\nइन्द्रियाणां मनश्चास्मि भूतानामस्मि चेतना ॥22॥",
"text": "ବେଦାନାଂ ସାମବେଦୋଽସ୍ମି ଦେବାନାମସ୍ମି ବାସବଃ ।\nଇନ୍ଦ୍ରିୟାଣାଂ ମନଶ୍ଚାସ୍ମି ଭୂତାନାମସ୍ମି ଚେତନା ।।୨୨।।",
"audioLink": "https://www.holy-bhagavad-gita.org/public/audio/010_022.mp3"
},
"wordMeanings": "ବେଦାନାଂ - ବେଦମାନଙ୍କ ମଧ୍ୟରେ; ସାମବେଦଃ - ସାମବେଦ; ଅସ୍ମି- ଅଟେ; ଦେବାନାମ୍ - ଦେବତାମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ବାସବଃ - ସ୍ୱର୍ଗର ରାଜା ଇନ୍ଦ୍ର; ଇନ୍ଦ୍ରିୟାଣାଂ - ଇନ୍ଦ୍ରିୟମାନଙ୍କ ମଧ୍ୟରେ; ମନଃ - ମନ; ଚ - ଏବଂ; ଅସ୍ମି - ଅଟେ; ଭୂତାନାଂ - ଜୀବମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ଚେତନା - ଚେତନା (ଚୈତନ୍ୟ) ।",
"translation": {
"text": "ବେଦ ମାନଙ୍କ ମଧ୍ୟରେ ମୁଁ ସାମବେଦ, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ମୁଁ ଇନ୍ଦ୍ର, ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ମୁଁ ମନ, ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ମୁଁ ଚେତନା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-22.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.22.mp3"
]
},
"commentary": "ବେଦର ଚାରୋଟି ଭାଗ ରହିଛି- ଋକ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ । ସାମବେଦ ଭଗବାନଙ୍କର ବୈଭବ, ଯାହା ବ୍ରହ୍ମାଣ୍ଡର ଶାସନ ଦାୟୀତ୍ୱରେ ନିଯୁକ୍ତ ଦେବତାମାନଙ୍କ ଠାରେ ପ୍ରକଟିତ ହୋଇଥାଏ, ତାହାର ବର୍ଣ୍ଣନା କରିଥାଏ । ସାମବେଦ ସଙ୍ଗୀତମୟ ଅଟେ, ଯାହା ଭଗବାନଙ୍କର ଯଶଗାନ କରିଥାଏ । ଯେଉଁମାନେ ତାହା ବୁଝିବାକୁ ସକ୍ଷମ, ସେମାନଙ୍କ ପାଇଁ ତାହା ଅତ୍ୟନ୍ତ ଶ୍ରୁତିମଧୁର ଅଟେ ଏବଂ ତାହା ଶ୍ରବଣକାରୀଙ୍କ ମନରେ ଭକ୍ତି ଉଦ୍ରେକ କରିଥାଏ ।\nଦେବରାଜ ଇନ୍ଦ୍ରଙ୍କର ଅନ୍ୟ ଏକ ନାମ ବାସବ ଅଟେ । ଜୀବ ଶ୍ରେଣୀରେ ସମ୍ମାନ, କ୍ଷମତା ଓ ପଦବୀ ଦୃଷ୍ଟିରୁ ତାଙ୍କର ସ୍ଥାନ ଅତୁଳନୀୟ ଅଟେ । ବହୁଜନ୍ମର ପୁଣ୍ୟବଳରେ ହିଁ ଜଣେ ଜୀବ ଇନ୍ଦ୍ର ପଦକୁ ଉନ୍ନୀତ ହୋଇଥାଏ । ଅତଏବ, ଇନ୍ଦ୍ର ଭଗବାନଙ୍କ ଦୀପ୍ତିମୟ ଐଶ୍ୱର୍ଯ୍ୟର ନିଦର୍ଶନ ଅଟନ୍ତି ।\nପାଞ୍ଚ ଇନ୍ଦ୍ରିୟ ସେମାନଙ୍କର କାମ ଠିକ୍ ଠିକ୍ କରିଥାନ୍ତି ଯଦି ମନ ତାଙ୍କ ସହ ସଂଯୁକ୍ତ ଥାନ୍ତି । ମନ ଯଦି ବିଚଳିତ ହୁଏ, ତା’ହେଲେ ସେମାନେ ଠିକ୍ ରୂପେ କାର୍ଯ୍ୟ କରିପାରନ୍ତି ନାହିଁ । ଉଦାହରଣ ସ୍ୱରୂପ, ଅନ୍ୟମାନଙ୍କର କଥା ଆମେ କାନ ଦ୍ୱାରା ଶୁଣିଥାଏ । କିନ୍ତୁ ସେମାନେ କହିଲାବେଳେ ଆମର ମନ ଯଦି ଅନ୍ୟତ୍ର ଚାଲିଯାଏ, ତେବେ ତାଙ୍କର କଥା ଆମେ ଶୁଣି ମଧ୍ୟ ଶୁଣି ପାରି ନ ଥାଏ । ତେଣୁ ମନ ଇନ୍ଦ୍ରିୟ ମାନଙ୍କର ରାଜା ଅଟେ । ଶ୍ରୀକୃଷ୍ଣ ତାହାକୁ ତାଙ୍କ ଶକ୍ତିର ପ୍ରକାଶ କହୁଛନ୍ତି ଏବଂ ପରେ ଭାଗବତ୍ ଗୀତାରେ ତାହାକୁ ଷଷ୍ଠ ଏବଂ ସର୍ବଶ୍ରେଷ୍ଠ ଇନ୍ଦ୍ରିୟ କହିଛନ୍ତି । (ଶ୍ଲୋ. ୧୫.୬) ।\nଆତ୍ମାର ଚୈତନ୍ୟତା ଗୁଣଟି ଏହାକୁ ଜଡ଼ ବସ୍ତୁଠାରୁ ପୃଥକ କରିଥାଏ । ଜଣେ ଜୀବିତ ଏବଂ ମୃତ ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ ଏହା ଯେ ଜୀବିତ ବ୍ୟକ୍ତିର ଶରୀର ଚେତନାଯୁକ୍ତ ଅଟେ ଏବଂ ମୃତ ବ୍ୟକ୍ତିଙ୍କ ଶରୀରରେ ଚେତନାର ଅଭାବ ରହିଥାଏ । ଭଗବାନଙ୍କ ଦୈବୀ ଶକ୍ତି ଦ୍ୱାରା ଆତ୍ମାଠାରେ ଚୈତନ୍ୟତା ପ୍ରକାଶିତ ହୁଏ । ବେଦ କହେ: ଚେତନଶ୍ଚେତନାନାମ୍ (କଠୋପନିଷଦ୍ ୨.୨.୧୩) ।“ଭଗବାନ ଚୈତନ୍ୟ ମାନଙ୍କର ଚେତନା ଅଟନ୍ତି ।”"
},
{
"verseTitle": "Bhagavad Gita 10.23",
"verse": "23",
"chapter": 10,
"lang": "or",
"shloka": {
"speaker": "",
"sanskrit": "रुद्राणां शङ्करश्चास्मि वित्तेशो यक्षरक्षसाम्।\n\nवसूनां पावकश्चास्मि मेरुः शिखरिणामहम् ॥23॥",
"text": "ରୁଦ୍ରାଣାଂ ଶଙ୍କରଶ୍ଚାସ୍ମିବିତ୍ତେଶୋ ଯକ୍ଷରକ୍ଷସାମ୍ ।\nବସୂନାଂ ପାବକଶ୍ଚାସ୍ମି ମେରୁଃ ଶିଖରିଣାମହମ୍ ।।୨୩।।",
"audioLink": "https://www.holy-bhagavad-gita.org/public/audio/010_023.mp3"
},
"wordMeanings": "ରୁଦ୍ରାଣାଂ - ରୁଦ୍ରମାନଙ୍କ ମଧ୍ୟରେ; ଶଙ୍କରଃ - ଶଙ୍କର; ଚ - ଏବଂ; ଅସ୍ମି - ଅଟେ; ବିତ୍ତେଶଃ - ଧନର ଦେବତା; ଯଜ୍ଞ-ରକ୍ଷସାମ୍ - ଯକ୍ଷ ଓ ରାକ୍ଷସମାନଙ୍କ ମଧ୍ୟରେ; ବସୂନାଂ - ବସୁମାନଙ୍କ ମଧ୍ୟରେ; ପାବକଃ -ଅଗ୍ନି; ଚ -ଏବଂ; ଅସ୍ମି - ଅଟେ; ମେରୁଃ - ମେରୁ; ଶିଖରିଣାମ୍ - ପର୍ବତମାନଙ୍କ ମଧ୍ୟରେ; ଅହଂ - ମୁଁ ।",
"translation": {
"text": "ରୁଦ୍ରମାନଙ୍କ ମଧ୍ୟରେ ମୁଁଁ ଶିବ, ଯକ୍ଷମାନଙ୍କ ମଧ୍ୟରେ ମୁଁ କୁବେର, ବସୁମାନଙ୍କ ମଧ୍ୟରେ ମୁଁ ଅଗ୍ନି ଏବଂ ପର୍ବତମାନଙ୍କ ମଧ୍ୟରେ ମୋତେ ମେରୁ ପର୍ବତ ଭାବରେ ଜାଣ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-23.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.23.mp3"
]
},
"commentary": "ରୁଦ୍ରଗଣ ଭଗବାନ ଶିବଙ୍କର ଏଗାରଟି ରୂପ ଅଟନ୍ତି । ସେମାନେ ହେଲେ ହର, ବହୁରୂପ, ତ୍ରୟମ୍ବକ, ଅପରାଜିତ, ବୃସକପି, ଶଙ୍କର, କପର୍ଦି, ରୈବତ, ମୃଗବ୍ୟାଧ, ସର୍ବ ଓ କପାଳି । ପୁରାଣରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି । ସେମାନଙ୍କ ମଧ୍ୟରୁ, ବିଶ୍ୱରେ ଭଗବାନ ଶିବଙ୍କର ମୂଳ ସ୍ୱରୂପ ଶଙ୍କର ଅଟନ୍ତି ।\nଯକ୍ଷଗଣ (ସ୍ୱର୍ଗୀୟ ଦାନବ) ଧନ ଅର୍ଜନ ଓ ଜମା କରିବାରେ ଅତ୍ୟନ୍ତ ଆଗ୍ରହୀ ଅଟନ୍ତି । ସେମାନଙ୍କର ମୁଖ୍ୟ କୁବେର, ଧନର ଦେବତା ଏବଂ ଦେବତାମାନଙ୍କର କୋଷାଧ୍ୟକ୍ଷ ଅଟନ୍ତି । ଅତଏବ, ଯକ୍ଷମାନଙ୍କ ମଧ୍ୟରେ କୁବେର ଭଗବାନଙ୍କ ବିଭୂତିର ପରିପ୍ରକାଶ ଅଟନ୍ତି ।\nପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରଗଣ - ଏମାନେ ଅଷ୍ଟବସୁ ଅଟନ୍ତି । ବ୍ରହ୍ମାଣ୍ଡର ସ୍ଥୁଳ ରୂପ ଏମାନଙ୍କୁ ନେଇ ଗଠିତ । ଏମାନଙ୍କ ମଧ୍ୟରୁ, ଅଗ୍ନି ଅନ୍ୟ ସମସ୍ତଙ୍କୁ ତାପ ଏବଂ ଶକ୍ତି ପ୍ରଦାନ କରିଥାନ୍ତି, ତେଣୁ ସେ ଶ୍ରୀକୃଷ୍ଣଙ୍କର ବିଶିଷ୍ଟ ସ୍ୱରୂପ ଅଟନ୍ତି ।\nସ୍ୱର୍ଗଲୋକର ମେରୁ ପର୍ବତ ତା’ର ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ପାଇଁ ସୁପ୍ରସିଦ୍ଧ । ଏହା ଏକ ଅଖ ସ୍ୱରୂପ, ଯାହାର ଚତୁର୍ପାଶ୍ୱର୍ରେ ଅନେକ ଗ୍ରହ ନକ୍ଷତ୍ର ଘୂରି ବୁଲୁଥାଆନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ଶ୍ରୀକୃଷ୍ଣ ଏହାକୁ ତାଙ୍କର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି । ଧନ ଯେପରି ଏକ ବିତ୍ତଶାଳୀ ବ୍ୟକ୍ତିର ପରିଚୟ ଅଟେ, ସେହିପରି ଏହି ସବୁ ବିଭୂତି ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ ।"
},
{
"verseTitle": "Bhagavad Gita 10.24",
"verse": "24",
"chapter": 10,
"lang": "or",
"shloka": {
"speaker": "",
"sanskrit": "पुरोधसां च मुख्यं मां विद्धि पार्थ बृहस्पतिम् ।\n\nसेनानीनामहं स्कन्दः सरसामस्मि सागरः ॥24॥",
"text": "ପୁରୋଧସାଂ ଚ ମୁଖ୍ୟଂ ମାଂ ବିଦ୍ଧି ପାର୍ଥ ବୃହସ୍ପତିମ୍ ।\nସେନାନୀନାମହଂ ସ୍କନ୍ଦଃ ସରସାମସ୍ମି ସାଗରଃ ।।୨୪।।",
"audioLink": "https://www.holy-bhagavad-gita.org/public/audio/010_024.mp3"
},
"wordMeanings": "ପୁରୋଧସାଂ - ପୁରୋହିତମାନଙ୍କ ମଧ୍ୟରେ; ଚ - ଏବଂ; ମୁଖ୍ୟଂ - ପ୍ରଧାନ, ମାଂ - ମୋତେ; ବିଦ୍ଧି - ବୁଝ; ପାର୍ଥ- ହେ ପୃଥ୍ୱାପୁତ୍ର; ବୃହସ୍ପତିଂ - ବୃହସ୍ପତି; ସେନାନୀନାମ୍ - ସେନାପତିମାନଙ୍କ ମଧ୍ୟରେ; ଅହଂ -ମୁଁ, ସ୍କନ୍ଦଃ - କାର୍ତ୍ତିକେୟ; ସରସାମ୍ - ଜଳାଶୟମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ସାଗରଃ - ସାଗର ।",
"translation": {
"text": "ହେ ଅର୍ଜୁନ, ପୁରୋହିତ ମାନଙ୍କ ମଧ୍ୟରେ ମୁଁ ବୃହସ୍ପତି, ଯୋଦ୍ଧାମାନଙ୍କ ମଧ୍ୟରେ ମୁଁ କାର୍ତ୍ତିକ; ଏବଂ ସରୋବର ମାନଙ୍କ ମଧ୍ୟରେ ମୁଁ ସମୁଦ୍ର ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-24.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.24.mp3"
]
},
"commentary": "ଜଣେ ପୁରୋହିତ, ମନ୍ଦିର ଏବଂ ଘର ମାନଙ୍କରେ ପୂଜା ଇତ୍ୟାଦି ବୈଦିକ କର୍ମ କରିଥାନ୍ତି । ବୃହସ୍ପତି ସ୍ୱର୍ଗର ମୁଖ୍ୟ ପୁରୋହିତ ଅଟନ୍ତି । ଏଣୁ ସମସ୍ତ ପୁରୋହିତ ମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ ଅଟନ୍ତି । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ସେ ପୁରୋହିତ ମାନଙ୍କ ମଧ୍ୟରେ ବୃହସ୍ପତି ଅଟନ୍ତି । ଅଥଚ ଶ୍ରୀମଦ୍ ଭାଗବତମ୍, ଶ୍ଲୋ ୧୧-୧୬-୨୨ରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ପୁରୋହିତ ମାନଙ୍କ ମଧ୍ୟରେ ବଶିଷ୍ଠ ଅଟନ୍ତି । ଦୁଇଟି ଜାଗାରେ ସେ ଭିନ୍ନ ଭିନ୍ନ କଥା କାହିଁକି କହିଛନ୍ତି? ଏହା ସୂଚିତ କରିଥାଏ କୌଣସି ବସ୍ତୁ ବିଶେଷକୁ ଗୁରୁତ୍ୱ ନ ଦେଇ ଆମେ ତନ୍ମଧ୍ୟରେ ନିହିତ ଥିବା ଐଶ୍ୱର୍ଯ୍ୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ଶ୍ରୀକୃଷ୍ଣ ଏଠାରେ ନିଜର ଐଶ୍ୱର୍ଯ୍ୟ ଭାବରେ ଯେତେସବୁ ବସ୍ତୁର ବର୍ଣ୍ଣନା କରିଛନ୍ତି, ତାହାକୁ ଏହି ପରିପ୍ରେକ୍ଷୀରେ ବୁଝିବା ଆବଶ୍ୟକ । ଏଠାରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅପେକ୍ଷା ତାଙ୍କର ଐଶ୍ୱର୍ଯ୍ୟ ଉପରେ ଗୁରୁତ୍ୱାରୋପଣ କରାଯାଇଛି ।\nଶିବଙ୍କ ପୁତ୍ର କାର୍ତ୍ତିକେୟ, ଯାହାଙ୍କୁ ସ୍କନ୍ଦ ମଧ୍ୟ କୁହାଯାଏ, ଦେବତାମାନଙ୍କର ସେନାପତି ଅଟନ୍ତି । ତେଣୁ ସେ ସେନାପତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଏବଂ ଭଗବାନଙ୍କ ଐଶ୍ୱର୍ଯ୍ୟର ପ୍ରତୀକ ଅଟନ୍ତି । ଶ୍ରୀକୃଷ୍ଣ ପୁନଶ୍ଚ କହୁଛନ୍ତି, ସମସ୍ତ ଜଳାଶୟମାନଙ୍କ ମଧ୍ୟରେ ସେ ବିଶାଳ ସାଗର ଅଟନ୍ତି ।"
},
{
"verseTitle": "Bhagavad Gita 10.25",
"verse": "25",
"chapter": 10,
"lang": "or",
"shloka": {
"speaker": "",
"sanskrit": "महर्षीणां भृगुरहं गिरामरम्येकमक्षरम् ।\n\nयज्ञानां जपयज्ञोऽस्मि स्थावराणां हिमालयः ॥25॥",
"text": "ମହର୍ଷୀଣାଂ ଭୃଗୁରହଂ ଗିରାମସ୍ମ୍ୟେକମକ୍ଷରମ୍ ।\nଯଜ୍ଞାନାଂ ଜପଯଜେ୍ଞାଽସ୍ମି ସ୍ଥାବରାଣାଂ ହିମାଳୟଃ ।।୨୫।।",
"audioLink": "https://www.holy-bhagavad-gita.org/public/audio/010_025.mp3"
},
"wordMeanings": "ମହର୍ଷୀଣାଂ - ମହର୍ଷିମାନଙ୍କ ମଧ୍ୟରେ; ଭୃଗୁଃ - ଭୃଗୁ; ଅହଂ-ମୁଁ; ଗିରାମ୍ - ଧ୍ୱନି-ତରଙ୍ଗ ମଧ୍ୟରେ; ଅସ୍ମି - ଅଟେ; ଏକମ୍ ଅକ୍ଷରମ୍-ପ୍ରଣବ; ଯଜ୍ଞାନାମ୍ - ଯଜ୍ଞମାନଙ୍କ ମଧ୍ୟରେ; ଜପ ଯଜ୍ଞଃ -ଜପ; ଅସ୍ମି - ଅଟେ; ସ୍ଥାବରଣାଂ- ସ୍ଥାବରମାନଙ୍କ ମଧ୍ୟରେ; ହିମାଳୟଃ - ହିମାଳୟ ପର୍ବତଶ୍ରେଣୀ ।",
"translation": {
"text": "ମହର୍ଷି ମାନଙ୍କ ମଧ୍ୟରେ ମୁଁ ଭୃଗୁ ଏବଂ ଧ୍ୱନି ମଧ୍ୟରେ ମୁଁ ଓଁକାର ଶବ୍ଦ ଅଟେ । ଯଜ୍ଞମାନଙ୍କ ମଧ୍ୟରେ ମୋତେ ପବିତ୍ର ନାମ ଜପ ଏବଂ ସ୍ଥାବର ବସ୍ତୁ ମାନଙ୍କ ମଧ୍ୟରେ ମୋତେ ହିମାଳୟ ଭାବରେ ଜାଣ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-25.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.25.mp3"
]
},
"commentary": "ଗୋଟିଏ ଜମିରେ ଉତ୍ପନ୍ନ ଫଳ ଓ ପୁଷ୍ପ ମଧ୍ୟରୁ ଯିଏ ସର୍ବୋତ୍ତମ, ତାହାକୁ ହିଁ କୌଣସି ପ୍ରଦର୍ଶନୀକୁ ନିଆଯାଇଥାଏ । ସେହିପରି ସୃଷ୍ଟିର ସମସ୍ତ ବ୍ୟକ୍ତ ଓ ଅବ୍ୟକ୍ତ ବସ୍ତୁ ଭଗବାନଙ୍କର ସ୍ୱରୂପ ଅଟନ୍ତି, ତଥାପି ସେମାନଙ୍କ ମଧ୍ୟରୁ ପ୍ରମୁଖ ବସ୍ତୁଗୁଡ଼ିକୁ ତାଙ୍କର ଐଶ୍ୱର୍ଯ୍ୟ ରୂପେ ପରିଗଣିତ କରାଯାଇଥାଏ ।\nସ୍ୱର୍ଗଲୋକର ସମସ୍ତ ଋଷିମାନଙ୍କ ମଧ୍ୟରେ ଭୃଗୁଙ୍କର ସ୍ଥାନ ବିଶେଷ ଅଟେ । ସେ ଜ୍ଞାନ, ଯଶ ଏବଂ ଭକ୍ତି ଗୁଣ ଯୁକ୍ତ ଅଟନ୍ତି । ପୁରାଣ ବର୍ଣ୍ଣିତ ଭଗବାନଙ୍କର ଦିବ୍ୟ ଲୀଳାରେ, ଥରେ ଭୃଗୁ ଋଷି ବ୍ରହ୍ମା-ବିଷ୍ଣୁ-ଶିବ ତ୍ରିନାଥଙ୍କୁ ପରୀକ୍ଷା କରିବାକୁ ଯାଇ ବିଷ୍ଣୁଙ୍କ ବକ୍ଷରେ ପଦାଘାତ କରିଥିଲେ । ସେହି ପଦ ଚିହ୍ନକୁ ଭଗବାନ ବିଷ୍ଣୁ ନିଜ ବକ୍ଷରେ ଧାରଣ କରିଥାଆନ୍ତି । ସେହି ଭୃଗୁ ରୂପରେ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟ ପ୍ରକାଶିତ ।\nନିରାକାର ବ୍ରହ୍ମଙ୍କର ଉପାସକମାନେ “ଓଁ” ଧ୍ୱନିର ଧ୍ୟାନ କରିଥାଆନ୍ତି, ଯାହା ଭଗବାନଙ୍କର ଅନ୍ୟ ଏକ ବିଭୂତି ଅଟେ । ପୂର୍ବରୁ ଶ୍ରୀକୃଷ୍ଣ ଶ୍ଲୋକ ୭.୮ ଏବଂ ୮.୧୩ରେ କହିଛନ୍ତି ଓଁ ଶବ୍ଦ ଏକ ପବିତ୍ର ନାଦ ଅଟେ । ଏହା ଅନାହତ ନାଦ ଅଟେ (ଯେଉଁ ଶବ୍ଦ ଧ୍ୱନି ସମଗ୍ର ସୃଷ୍ଟିରେ ପରିବ୍ୟାପ୍ତ) । ପବିତ୍ରତାର ପ୍ରତୀକ ରୂପେ ଏହାର ବ୍ୟବହାର ଅନେକ ବେଦ ମନ୍ତ୍ରର ପ୍ରାରମ୍ଭରେ କରାଯାଇଥାଏ । ଏପରି କୁହାଯାଇଥାଏ ଯେ ଏକାକ୍ଷର ‘ଓଁ’ରୁ ଗାୟତ୍ରୀ ମନ୍ତ୍ରର ଉଦ୍ଭବ ହେଲା ଏବଂ ଗାୟତ୍ରୀ ମନ୍ତ୍ରରୁ ବେଦ ପ୍ରକାଶିତ ହେଲା ।\nଭାରତର ଉତ୍ତର ଦିଗରେ ହିମାଳୟ ପର୍ବତମାଳା ବିଦ୍ୟମାନ । ଯୁଗ ଯୁଗରୁ ଏହି ପର୍ବତମାଳା କୋଟି କୋଟି ଭକ୍ତ ମାନଙ୍କ ଠାରେ ଦିବ୍ୟ ଭାବନା ଓ ବିସ୍ମୟ ପ୍ରକଟିତ କରିଆସୁଛି । ଏହାର ବାୟୁମଣ୍ଡଳ, ପରିବେଶ ଏବଂ ଏକାନ୍ତତା, ସାଧନା ଦ୍ୱାରା ଆଧ୍ୟାତ୍ମିକ ଉନ୍ନତି କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ସେଥିପାଇଁ ଅନେକ ଋଷି-ମୁନି ଏଠାରେ ସୂକ୍ଷ୍ମ ଶରୀରରେ ସାଧନାରତ ରହି, ନିଜର ତଥା ସମାଜର କଲ୍ୟାଣ ସାଧନ କରିଥାଆନ୍ତି । ତେଣୁ ସମସ୍ତ ପର୍ବତମାଳାଙ୍କ ମଧ୍ୟରେ ହିମାଳୟ ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ ।\nଯଜ୍ଞ ଭଗବାନଙ୍କଠାରେ ନିଜକୁ ସମର୍ପଣ କରିବାର ଏକ ପ୍ରକ୍ରିୟା ଅଟେ । ସମସ୍ତ ପ୍ରକାରର ଯଜ୍ଞ ମଧ୍ୟରେ ସରଳତମ ଭଗବାନଙ୍କର ନାମ ଜପ ଅଟେ । ଏହାକୁ ଜପ ଯଜ୍ଞ କୁହାଯାଏ । ଅର୍ଥାତ୍ ଭଗବାନଙ୍କର ଦିବ୍ୟ ନାମର ବାରମ୍ବାର ଉଚ୍ଚାରଣ ଦ୍ୱାରା ନିଜକୁ ତାଙ୍କଠାରେ ଉତ୍ସର୍ଗ କରିବା । ପାରମ୍ପରିକ ଯଜ୍ଞ ଅନୁଷ୍ଠାନରେ, ଅନେକ ନିୟମ ଅତ୍ୟନ୍ତ ସାବଧାନତା ପୂର୍ବକ ପାଳନ କରିବାକୁ ପଡ଼ିଥାଏ । କିନ୍ତୁ ଜପ ଯଜ୍ଞରେ କୌଣସି ନିୟମ ନାହିଁ । ଏହା ଯେ କୌଣସି ସ୍ଥାନ ଏବଂ ଯେ କୌଣସି ସମୟରେ କରିହେବ ଏବଂ ଅନ୍ୟ ଯଜ୍ଞ ପଦ୍ଧତିମାନଙ୍କଠାରୁ ଏହା ବ୍ୟକ୍ତିକୁ ଅଧିକ ମାତ୍ରାରେ ଶୁଦ୍ଧ କରିଥାଏ । ବର୍ତ୍ତମାନର କଳିଯୁଗରେ ଭଗବାନଙ୍କ ନାମ ଜପକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।\nକଳିଯୁଗ କେବଳ ନାମ ଆଧାରା, ସୁମିରି ସୁମିରି ନର ଉତରହିଁ ପାରା ।\nକଳିଯୁଗରେ ଭଗବାନଙ୍କର ନାମ ଜପ କରିବା ଏବଂ ସ୍ମରଣ କରିବା, ମାୟାର୍ଣ୍ଣବରୁ ଉତ୍ତୀର୍ଣ୍ଣ ହେବାର ଏକମାତ୍ର ସାଧନ ଅଟେ ।”"
},
{
"verseTitle": "Bhagavad Gita 10.26",
"verse": "26",
"chapter": 10,
"lang": "or",
"shloka": {
"speaker": "",
"sanskrit": "अश्वत्थः सर्ववृक्षाणां देवर्षीणां च नारदः ।\n\nगन्धर्वाणां चित्ररथः सिद्धानां कपिलो मुनिः ॥26॥",
"text": "ଅଶ୍ୱତ୍ଥଃ ସର୍ବବୃକ୍ଷାଣାଂ ଦେବର୍ଷୀଣାଂ ଚ ନାରଦଃ ।\nଗନ୍ଧର୍ବାଣାଂ ଚିତ୍ରରଥଃ ସିଦ୍ଧାନାଂ କପିଳୋ ମୁନିଃ ।।୨୬।।",
"audioLink": "https://www.holy-bhagavad-gita.org/public/audio/010_026.mp3"
},
"wordMeanings": "ଅଶ୍ୱତ୍ଥଃ - ଅଶ୍ୱତ୍ଥ ବୃକ୍ଷ; ସର୍ବବୃକ୍ଷାଣାଂ - ବୃକ୍ଷମାନଙ୍କ ମଧ୍ୟରେ; ଦେବର୍ଷୀଣାଂ - ଦେବର୍ଷିମାନଙ୍କ ମଧ୍ୟରେ; ଚ - ଏବଂ; ନାରଦଃ - ନାରଦ; ଗନ୍ଧର୍ବାଣାଂ- ଗନ୍ଧର୍ବମାନଙ୍କ ମଧ୍ୟରେ; ଚିତ୍ରରଥଃ - ଚିତ୍ରରଥ; ସିଦ୍ଧାନାଂ - ସିଦ୍ଧମାନଙ୍କ ମଧ୍ୟରେ; କପିଳୋ-ମୁନି- କପିଳ ମୁନି ।",
"translation": {
"text": "ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥ ବୃକ୍ଷ ଅଟେ । ସ୍ୱର୍ଗର ଋଷିମାନଙ୍କ ମଧ୍ୟରେ ମୁଁ ନାରଦ । ଗନ୍ଧର୍ବ ମାନଙ୍କ ମଧ୍ୟରେ ମୁଁ ଚିତ୍ରରଥ ଓ ସିଦ୍ଧ ମହାପୁରୁଷ ମାନଙ୍କ ମଧ୍ୟରେ ମୁଁ କପିଳ ମୁନି ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-26.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.26.mp3"
]
},
"commentary": "ଅଶ୍ୱତ୍ଥ ବୃକ୍ଷ ତଳେ ବିଶ୍ରାମ ନେବା ଅତ୍ୟନ୍ତ ଆରାମଦାୟକ ଅଟେ । ବାୟବୀୟ ମୂଳ ସାହାଯ୍ୟରେ ବିସ୍ତୃତି ଲାଭ କରି, ଏହା ଏକ ବୃହତ୍ କ୍ଷେତ୍ରକୁ ଶୀତଳ ଛାୟା ପ୍ରଦାନ କରିଥାଏ । ଭଗବାନ ବୁଦ୍ଧ ଅଶ୍ୱତ୍ଥ ବୃକ୍ଷ ତଳେ ଧ୍ୟାନମଗ୍ନ ହୋଇ ଦିବ୍ୟ ଜ୍ଞାନ ପ୍ରାପ୍ତ କରିଥିଲେ ।\nଦେବର୍ଷି ନାରଦ ଅନେକ ମହାପୁରୁଷଙ୍କର ଗୁରୁ ଅଟନ୍ତି; ଯେପରିକି ବେଦବ୍ୟାସ, ବାଲ୍ମିକୀ, ଧ୍ରୁବ ଓ ପ୍ରହ୍ଲାଦ । ସେ ସର୍ବଦା ଭଗବାନଙ୍କ ଗୁଣଗାନ କରି ତ୍ରିଲୋକରେ ଦିବ୍ୟ କର୍ମ ମଧ୍ୟ କରୁଥାନ୍ତି । ସେ ଜାଣିଶୁଣି କଳହ ଓ ସମସ୍ୟା ସୃଷ୍ଟି କରନ୍ତି, ସେଥିପାଇଁ ଲୋକେ ଭୁଲ୍ବଶତଃ ତାଙ୍କୁ ଜଣେ କଳହ-ପ୍ରିୟ ବ୍ୟକ୍ତି ମନେକରି ଥାଆନ୍ତି । କିନ୍ତୁ ସେ ଉଚ୍ଚ କକ୍ଷର ବ୍ୟକ୍ତିତ୍ୱମାନଙ୍କର ମନକୁ ଶୁଦ୍ଧ କରିବା ଉଦ୍ଦେଶ୍ୟରେ କଳହ ସୃଷ୍ଟି କରନ୍ତି, ଯାହାର ପରିଣାମ ଆତ୍ମ-ନିରୀକ୍ଷଣ ଏବଂ ଆତ୍ମ-ଶୁଦ୍ଧି ଅଟେ ।\nଗଦ୍ଧର୍ବମାନେ ଗାୟନ କଳାରେ ନିପୁଣ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ଚିତ୍ରରଥ ଅଟନ୍ତି । ସିଦ୍ଧ ଯୋଗୀ ମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ପୂର୍ଣ୍ଣତା ପ୍ରାପ୍ତ କରିଥାନ୍ତି । ସେମାନଙ୍କ ମଧ୍ୟରୁ କପିଳ ମୁନି ସାଂଖ୍ୟ ଦର୍ଶନର ପ୍ରଣେତା ଥିଲେ ଏବଂ ସେ ଭକ୍ତି ଯୋଗର ଶ୍ରେଷ୍ଠତା ମଧ୍ୟ ପ୍ରତିପାଦନ କରିଥିଲେ (ଯାହାର ବିସ୍ତୃତ ବର୍ଣ୍ଣନ ଶ୍ରୀମଦ୍ ଭାଗବତର ୩ୟ ଅଧ୍ୟାୟରେ ରହିଛି) । ସେ ଭଗବାନଙ୍କର ଅବତାର ଥିଲେ ଏବଂ ସେଥିପାଇଁ ଶ୍ରୀକୃଷ୍ଣ ତାଙ୍କୁ ନିଜ ଐଶ୍ୱର୍ଯ୍ୟର ବିଶେଷ ପରିପ୍ରକାଶ ଭାବେ ସୂଚିତ କରୁଛନ୍ତି ।"
},
{
"verseTitle": "Bhagavad Gita 10.27",
"verse": "27",
"chapter": 10,
"lang": "or",
"shloka": {
"speaker": "",
"sanskrit": "उच्चैः श्रवसमश्वानां विद्धि माममृतोद्भवम् ।\n\nऐरावतं गजेन्द्राणां नराणां च नराधिपम् ॥27॥",
"text": "ଉଚ୍ଚୈଃଶ୍ରବସମଶ୍ୱାନାଂ ବିଦ୍ଧି ମାମମୃତୋଦ୍ଭବମ୍ ।\nଐରାବତଂ ଗଜେନ୍ଦ୍ରାଣାଂ ନରାଣାଂ ଚ ନରାଧିପମ୍ ।।୨୭।।",
"audioLink": "https://www.holy-bhagavad-gita.org/public/audio/010_027.mp3"
},
"wordMeanings": "ଉଚ୍ଚୈଃଶ୍ରବସଂ - ଉଚ୍ଚୈଶ୍ରବା; ଅଶ୍ୱାନାଂ - ଘୋଡ଼ାମାନଙ୍କ ମଧ୍ୟରେ; ବିଦ୍ଧି - ଜାଣ; ମାମ୍ - ମୋତେ; ଅମୃତ-ଉଦ୍ଭବଂ - ସମୁଦ୍ର ମନ୍ଥନରୁ ଜାତ ; ଐରାବତଂ - ଐରାବତ; ଗଜେନ୍ଦ୍ରାଣାଂ - ହସ୍ତୀମାନଙ୍କ ମଧ୍ୟରେ; ନରାଣାଂ - ମନୁଷ୍ୟମାନଙ୍କ ମଧ୍ୟରେ; ଚ- ଏବଂ; ନରାଧିପମ୍ - ରାଜା ।",
"translation": {
"text": "ସାଗର ମନ୍ଥନରୁ ଉଦ୍ଭବ ଉଚ୍ଚୈଶ୍ରବ ଅଶ୍ୱକୁ ସମସ୍ତ ଅଶ୍ୱଙ୍କ ମଧ୍ୟରେ ଏବଂ ଐରାବତ ହସ୍ତୀକୁ ସମସ୍ତ ହସ୍ତୀଙ୍କ ମଧ୍ୟରେ ମୁଁ ବୋଲି ଜାଣ । ମନୁଷ୍ୟ ମାନଙ୍କ ମଧ୍ୟରେ ମୋତେ ରାଜା ଭାବରେ ଜାଣ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-27.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.27.mp3"
]
},
"commentary": "ସବୁ ବିଭାଗର ଶ୍ରେଷ୍ଠମାନଙ୍କୁ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ଭାବରେ ଅର୍ଜୁନଙ୍କ ସମ୍ମୁଖରେ ବର୍ଣ୍ଣନା କରିଚାଲିଛନ୍ତି । ଉଚ୍ଚୈଶ୍ରବା, ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କ ପାଖରେ ଥିବା, ଏକ ଶ୍ୱେତ ବର୍ଣ୍ଣର ସ୍ୱର୍ଗୀୟ ପକ୍ଷଯୁକ୍ତ ଅଶ୍ୱ ଅଟେ । ଏହାର ଆବିର୍ଭାବ ଦେବତା ଓ ଦାନବ ଦ୍ୱାରା କରାଯାଇଥିବା ସାଗର ମନ୍ଥନରୁ ହୋଇଥିଲା ଏବଂ ବ୍ରହ୍ମାଣ୍ଡର ସମସ୍ତ ଅଶ୍ୱମାନଙ୍କ ମଧ୍ୟରେ ଏହାର ବେଗ ସର୍ବୋତ୍ତମ ଅଟେ । ଐରାବତ ହସ୍ତୀ ମଧ୍ୟ ଶ୍ୱେତ ବର୍ଣ୍ଣ ବିଶିଷ୍ଟ ଅଟେ ଏବଂ ଏହା ଇନ୍ଦ୍ରଙ୍କର ବାହନ ଅଟେ । ଏହାକୁ ଅର୍ଦ୍ଧମାତଙ୍ଗ ବା “ମେଘ ହସ୍ତୀ” କୁହାଯାଏ ।"
},
{
"verseTitle": "Bhagavad Gita 10.28",
"verse": "28",
"chapter": 10,
"lang": "or",
"shloka": {
"speaker": "",
"sanskrit": "आयुधानामहं वज्रं धेनूनामस्मि कामधुक्।\n\nप्रजनश्चास्मि कन्दर्पः सर्पाणामस्मि वासुकिः ॥28॥",
"text": "ଆୟୁଧାନାମହଂ ବଜ୍ରଂ ଧେନୂନାମସ୍ମି କାମଧୁକ୍ ।\nପ୍ରଜନଶ୍ଚାସ୍ମି କନ୍ଦର୍ପଃ ସର୍ପାଣାମସ୍ମି ବାସୁକିଃ ।।୨୮।।",
"audioLink": "https://www.holy-bhagavad-gita.org/public/audio/010_028.mp3"
},
"wordMeanings": "ଆୟୁଧାନାଂ - ଅସ୍ତ୍ରମାନଙ୍କ ମଧ୍ୟରେ; ଅହଂ -ମୁଁ; ବଜ୍ରଂ - ବ୍ରଜ; ଧେନୂନାଂ - ଗାଭୀମାନଙ୍କ ମଧ୍ୟରେ; ଅସ୍ମି- ଅଟେ; କାମଧୁଜ୍ - କେମଧେନୁ; ପ୍ରଜନଃ - ସନ୍ତାନ ଉତ୍ପାଦନରେ; ଚ - ଏବଂ; ଅସ୍ମି - ଅଟେ; କନ୍ଦର୍ପଃ -କାମଦେବ (କନ୍ଦର୍ପ); ସର୍ପାଣାଂ- ସର୍ପମାନଙ୍କ ମଧ୍ୟରେ; ଅସ୍ମି - ଅଟେ, ବାସୁକିଃ -ବାସୁକି ।",
"translation": {
"text": "ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର ଏବଂ ଗାଈ ମାନଙ୍କ ମଧ୍ୟରେ ମୁଁ କାମଧେନୁ ଅଟେ । ମୁଁ ବଂଶବୃଦ୍ଧିର କାରଣ ଓ ପ୍ରେମର ଦେବତା କାମଦେବ ଅଟେ । ସର୍ପମାନଙ୍କ ମଧ୍ୟରେ ମୁଁ ବାସୁକି ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-28.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.28.mp3"
]
},
"commentary": "ପୁରାଣ ବର୍ଣ୍ଣିତ ଋଷିଶ୍ରେଷ୍ଠ ଦଧିଚିଙ୍କର ତ୍ୟାଗ ଇତିହାସରେ ଅଦ୍ୱିତୀୟ ଅଟେ । ଏକଦା ବୃତ୍ରାସୁର ନାମକ ଜଣେ ଅସୁର ଦ୍ୱାରା ସ୍ୱର୍ଗସମ୍ରାଟ ଇନ୍ଦ୍ର ସ୍ୱର୍ଗଲୋକରୁ ବିତାଡ଼ିତ ହୋଇଥିଲେ । ସେହି ଅସୁରକୁ ବରପ୍ରାପ୍ତ ହୋଇଥିଲା ଯେ କୌଣସି ଅସ୍ତ୍ର ଦ୍ୱାରା ସେ ମରିବ ନାହିଁ । ଅସହାୟ ଭାବରେ ଇନ୍ଦ୍ର ଭଗବାନ ଶିବଙ୍କର ସାହାଯ୍ୟ କାମନା କଲେ ଏବଂ ସେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ପାଖକୁ ନେଇଗଲେ । ବିଷ୍ଣୁ ଇନ୍ଦ୍ରଙ୍କୁ କହିଲେ ଯେ ବୃତ୍ରାସୁରର ନିଧନ କେବଳ ଋଷି ଦଧିଚିଙ୍କର ଅସ୍ଥିରେ ନିର୍ମିତ ବଜ୍ର ଦ୍ୱାରା ହିଁ ହୋଇପାରିବ । ତାପରେ ଇନ୍ଦ୍ର ଦଧିଚିଙ୍କୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ତାଙ୍କର ପ୍ରାଣତ୍ୟାଗ କରିବାକୁ ପ୍ରାର୍ଥନା କରିଥିଲେ, ଯଦ୍ୱାରା ତାଙ୍କର ଅସ୍ଥିରେ ବଜ୍ର ନିର୍ମାଣ କରାଯାଇପାରିବ । ଦଧିଚି ତାଙ୍କର ଅନୁରୋଧ ସ୍ୱୀକାର କଲେ, କିନ୍ତୁ ତା ପୂର୍ବରୁ ସେ ସମସ୍ତ ପବିତ୍ର ନଦୀମାନଙ୍କର ତୀର୍ଥଯାତ୍ରା କରିବାକୁ ଇଚ୍ଛା କରିଥିଲେ । ଋଷିଙ୍କର ଇଚ୍ଛା ପୂରଣ କରିବା ପାଇଁ ଇନ୍ଦ୍ର ସମସ୍ତ ପବିତ୍ର ନଦୀମାନଙ୍କର ଜଳ ନୈମିଷାରଣ୍ୟକୁ ନେଇ ଆସିଲେ । ତା’ପରେ ଦଧିଚି ଯୋଗକ୍ରିୟା ଦ୍ୱାରା ନିଜର ଶରୀର ତ୍ୟାଗ କରିଥିଲେ । ତାଙ୍କର ଅସ୍ଥିରୁ ନିର୍ମିତ ବଜ୍ର ଦ୍ୱାରା ବୃତ୍ରାସୁର ପରାଜିତ ହେଲେ ଏବଂ ଇନ୍ଦ୍ର ସ୍ୱର୍ଗ ଲୋକର ରାଜପଦ ଫେରିପାଇଲେ । ସେଥିପାଇଁ ବିଷ୍ଣୁ ରୂପରେ ନିଜ ହସ୍ତରେ ଧାରଣ କରିଥିବା ଗଦା ଏବଂ ଚକ୍ରକୁ ଶ୍ରେଷ୍ଠ ଆୟୁଧ ନ କହି, ଶ୍ରୀକୃଷ୍ଣ ବଜ୍ରକୁ ତାଙ୍କର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି ।\nଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ଉତ୍ତମ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଯୌନକ୍ରିୟା କରିବା ଅପବିତ୍ର ନୁହେଁ । କାମଦେବ, ପ୍ରେମର ଦେବତା, ବିପରୀତ ଲିଙ୍ଗ ମଧ୍ୟରେ ଆକର୍ଷଣ ସୃଷ୍ଟି କରାଇଥାନ୍ତି, ଯାହା ବଂଶ-ବୃଦ୍ଧି କରିବାରେ ମନୁଷ୍ୟକୁ ସାହାଯ୍ୟ କରିଥାଏ । ଯୌନ ବାସନା ଭଗବାନଙ୍କ ଦ୍ୱାରା ସୃଷ୍ଟ । ତେଣୁ ଯୌନ ଉପଭୋଗ ଭାବେ ଅସଦ୍ ବ୍ୟବହାର ନ କରି, ଉତ୍ତମ ସନ୍ତାନ ପ୍ରାପ୍ତି ନିମନ୍ତେ ଏହାର ଉପଯୋଗ କରାଯିବା ଉଚିତ । ଶ୍ଲୋକ ୭.୧୧ରେ ମଧ୍ୟ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯେ ସେ, ସେହି ମର୍ଯ୍ୟାଦାପୂର୍ଣ୍ଣ ଓ ଶାସ୍ତ୍ର ଅବିରୋଧୀ, ଯୌନକ୍ରିୟା ଅଟନ୍ତି ।"
},
{
"verseTitle": "Bhagavad Gita 10.29",
"verse": "29",
"chapter": 10,
"lang": "or",
"shloka": {
"speaker": "",
"sanskrit": "अनन्तश्चास्मि नागानां वरुणो यादसामहम् ।\n\nपितॄणामर्यमा चास्मि यमः संयमतामहम् ॥29॥",
"text": "ଅନନ୍ତଶ୍ଚାସ୍ମି ନାଗାନାଂ ବରୁଣୋ ଯାଦସାମହମ୍ ।\nପିତୃଣାମର୍ଯ୍ୟମା ଚାସ୍ମି ଯମଃ ସଂଯମତାମହମ୍ ।।୨୯।।",
"audioLink": "https://www.holy-bhagavad-gita.org/public/audio/010_029.mp3"
},
"wordMeanings": "ଅନନ୍ତଃ - ଅନନ୍ତ; ଚ -ଏବଂ; ଅସ୍ମି-ଅଟେ; ନାଗାନାଂ- ନାଗମାନଙ୍କ ମଧ୍ୟରେ; ବରୁଣଃ -ଜଳଦେବତା; ଯାଦସାଂ- ଜଳଜୀବମାନଙ୍କ ମଧ୍ୟରେ; ଅହଂ - ମୁଁ; ପିତୃଣାଂ- ପିତୃପୁରୁଷମାନଙ୍କ ମଧ୍ୟରେ; ଅର୍ଯ୍ୟମା - ଅର୍ଯ୍ୟମ; ଚ-ଏବଂ; ଅସ୍ମି -ଅଟେ; ଯମଃ - ମୃତ୍ୟୁର ଦେବତା; ସଂଯମତାମ୍ - ନ୍ୟାୟାଧୀଶ ମାନଙ୍କ ମଧ୍ୟରେ; ଅହଂ-ମୁଁ ।",
"translation": {
"text": "ସର୍ପମାନଙ୍କ ମଧ୍ୟରେ ମୁଁ ଅନନ୍ତ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ ବରୁଣ । ପରଲୋକ ଗତ ପୂର୍ବଜମାନଙ୍କ ମଧ୍ୟରେ ମୁଁ ଅର୍ଯମ; ନ୍ୟାୟାଧୀଶ ମାନଙ୍କ ମଧ୍ୟରେ ମୁଁ ମୃତ୍ୟୁର ଦେବତା ଯମ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-29.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.29.mp3"
]
},
"commentary": "ଅନନ୍ତ ଦିବ୍ୟ ସର୍ପ ଅଟନ୍ତି, ଯାହାଙ୍କ ଉପରେ ଭଗବାନ ବିଷ୍ଣୁ ଶୟନ କରିଥାଆନ୍ତି । ତାଙ୍କର ଦଶ ହଜାର ଫଣା ରହିଛି । ଏପରି କୁହାଯାଏ ଯେ ସୃଷ୍ଟିର ପ୍ରାରମ୍ଭରୁ ସେ ତାଙ୍କର ପ୍ରତ୍ୟେକ ମୁଖରେ ଭଗବାନଙ୍କର ସୁଯଶ ବର୍ଣ୍ଣନା କରୁଛନ୍ତି, ଯାହାର ଅନ୍ତ ତଥାପି ବି ହୋଇନାହିଁ ।\nବରୁଣ ସମୁଦ୍ରର ଦେବତା ଅଟନ୍ତି । ଅର୍ଯ୍ୟମ ଅଦିତିଙ୍କର ତୃତୀୟ ପୁତ୍ର ଅଟନ୍ତି । ପରଲୋକଗତ ପୂର୍ବଜମାନଙ୍କର ମୁଖ୍ୟ ଭାବରେ ତାଙ୍କୁ ପୂଜା କରାଯାଇଥାଏ । ଯମରାଜ ମୃତ୍ୟୁର ଦେବତା ଅଟନ୍ତି । ସେ ମର ଶରୀରରୁ ଆତ୍ମାକୁ ଛଡାଇ ନେବାର କାର୍ଯ୍ୟ କରନ୍ତି । ଭଗବାନଙ୍କ ତରଫରୁ ଜୀବର ବର୍ତ୍ତମାନ ଜନ୍ମର କର୍ମ ପାଇଁ, ସେ ନ୍ୟାୟ ପ୍ରଦାନ କରନ୍ତି ଏବଂ ପରବର୍ତ୍ତୀ ଜନ୍ମରେ ଦଣ୍ଡ ବା ପୁରସ୍କାର ପ୍ରଦାନ କରନ୍ତି । ତାହା ଯେତେ କଷ୍ଟକର ବା ଯନ୍ତ୍ରଣାଦାୟକ ହେଉପଛେ, ନିଜ କର୍ତ୍ତବ୍ୟରୁ ସେ ଏକ ଇଞ୍ଚ ବି ଏପଟ ସେପଟ ହୁଅନ୍ତି ନାହିଁ । ନ୍ୟାୟାଧୀଶ ଭାବରେ ତାଙ୍କଠାରେ ଭଗବାନଙ୍କର ଐଶ୍ୱର୍ଯ୍ୟ ହିଁ ପ୍ରକଟ ଲାଭ କରିଥାଏ ।"
},
{
"verseTitle": "Bhagavad Gita 10.30",
"verse": "30",
"chapter": 10,
"lang": "or",
"shloka": {
"speaker": "",
"sanskrit": "प्रह्लादश्चास्मि दैत्यानां कालः कलयतामहम् ।\n\nमृगाणां च मृगेन्द्रोऽहं वैनतेयश्च पक्षिणाम् ॥30॥",
"text": "ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ ।\nମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷିଣାମ୍ ।।୩୦।।",
"audioLink": "https://www.holy-bhagavad-gita.org/public/audio/010_030.mp3"
},
"wordMeanings": "ପ୍ରହ୍ଲାଦଃ - ପ୍ରହ୍ଲାଦ; ଚ - ଏବଂ; ଅସ୍ମି - ଅଟେ; ଦୈତ୍ୟାନାଂ- ଦୈତ୍ୟମାନଙ୍କ ମଧ୍ୟରେ; କାଳଃ - ସମୟ; କଳୟତାଂ- ନିୟନ୍ତ୍ରଣକାରୀମାନଙ୍କ ମଧ୍ୟରେ; ଅହଂ-ମୁଁ; ମୃଗାଣାଂ- ପ୍ରାଣୀମାନଙ୍କ ମଧ୍ୟରେ; ଚ-ଏବଂ; ମୃଗେନ୍ଦ୍ରଃ - ସିଂହ; ଅହଂ-ମୁଁ; ବୈନତେୟଃ - ଗରୁଡ଼; ଚ -ଏବଂ; ପକ୍ଷିଣାମ୍ - ପକ୍ଷୀମାନଙ୍କ ମଧ୍ୟରେ ।",
"translation": {
"text": "ଦୈତ୍ୟମାନଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ ଅଟେ; ନିୟନ୍ତ୍ରଣକାରୀ ମାନଙ୍କ ମଧ୍ୟରେ ମୁଁ କାଳ ଅଟେ । ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ ଗରୁଡ଼ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-30.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.30.mp3"
]
},
"commentary": "ପରାକ୍ରମଶାଳୀ ଦୈତ୍ୟରାଜ ହିରଣ୍ୟ-କଶିପୁଙ୍କ ପୁତ୍ର ଭାବରେ ପ୍ରହ୍ଲାଦ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସେ ଭଗବାନ ବିଷ୍ଣୁଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ । ତେଣୁ ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦ ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟନ୍ତି । ସମୟ ବା କାଳ ସର୍ବଶ୍ରେଷ୍ଠ ନିୟାମକ ଅଟନ୍ତି, ଯାହା ବ୍ରହ୍ମାଣ୍ଡର ସର୍ବେର୍ାଚ୍ଚ ଶକ୍ତିଶାଳୀ ତତ୍ତ୍ୱକୁ ମଧ୍ୟ କ୍ଷୟ କରିଦିଏ ।\nସିଂହ ଜଙ୍ଗଲର ରାଜା ଅଟେ ଏବଂ ପଶୁମାନଙ୍କ ମଧ୍ୟରେ ସିଂହ ଠାରେ ଭଗବାନଙ୍କର ଶକ୍ତି ପ୍ରତିଫଳିତ ହୋଇଥାଏ । ଗରୁଡ଼ ଭଗବାନ ବିଷ୍ଣୁଙ୍କର ଦିବ୍ୟ ବିମାନ ଅଟେ ଏବଂ ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ ।"
},
{
"verseTitle": "Bhagavad Gita 10.31",
"verse": "31",
"chapter": 10,
"lang": "or",
"shloka": {
"speaker": "",
"sanskrit": "पवनः पवतामस्मि रामः शस्त्रभृतामहम्।\n\nझषाणां मकरश्चास्मि स्त्रोतसामस्मि जाह्नवी ॥31॥",
"text": "ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍ ।\nଝଷାଣାଂ ମକରଶ୍ଚାସ୍ମି ସ୍ରୋତସାମସ୍ମି ଜାହ୍ନବୀ ।।୩୧।।",
"audioLink": "https://www.holy-bhagavad-gita.org/public/audio/010_031.mp3"
},
"wordMeanings": "ପବନଃ - ପବନ; ପବତାଂ - ପବିତ୍ରକାରୀଙ୍କ ମଧ୍ୟରେ; ଅସ୍ମି - ଅଟେ; ରାମଃ - ପର୍ଶୁରାମ; ଶସ୍ତ୍ର-ଭୃତାମ୍ - ଶାସ୍ତ୍ରଧାରୀଙ୍କ ମଧ୍ୟରେ; ଅହଂ- ମୁଁ; ଝଷାଣାଂ - ଜଳଜୀବମାନଙ୍କ ମଧ୍ୟରେ; ମକରଃ - ମଗର; ଚ - ଏବଂ; ଅସ୍ମି - ମୁଁ ; ସ୍ରୋତସାଂ - ନଦୀମାନଙ୍କ ମଧ୍ୟରେ; ଅସ୍ମି -ଅଟେ; ଜାହ୍ନବୀ - ଗଙ୍ଗାନଦୀ ।",
"translation": {
"text": "ଶୁଦ୍ଧକାରୀଙ୍କ ମଧ୍ୟରେ ମୁଁ ବାୟୁ ଏବଂ ଶସ୍ତ୍ରଧାରୀଙ୍କ ମଧ୍ୟରେ ମୁଁ ପର୍ଶୁରାମ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ କୁମ୍ଭୀର ଏବଂ ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-31.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.31.mp3"
]
},
"commentary": "ବାୟୁ ପ୍ରକୃତିରେ ବିଶୋଧନ କାର୍ଯ୍ୟ କରିଥାଏ । ଏହା ଅଶୁଦ୍ଧ ପାଣିକୁ ବାଷ୍ପରେ ପରିଣତ କରିଦିଏ, ଦୁର୍ଗନ୍ଧକୁ ଦୂରକୁ ବୋହିନିଏ ଏବଂ ଏହା ନିଆଁକୁ ଜଳିବାକୁ ଅମ୍ଳଜାନ ଯୋଗାଇଥାଏ । ତେଣୁ ଏହା ପ୍ରକୃତିର ବିଶୋଧକ ଅଟେ ।\nପ୍ରଭୁ ରାମ (ପର୍ଶୁରାମ) ଜଣେ ଅତ୍ୟନ୍ତ ପରାକ୍ରମୀ ଯୋଦ୍ଧା ଥିଲେ ଏବଂ ତାଙ୍କର ଅସ୍ତ୍ର ଅତ୍ୟନ୍ତ ମାରାତ୍ମକ ଥିଲା । ତଥାପି ନିଜ ଶ୍ରେଷ୍ଠତା ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ସେ ତାହାର ଅପବ୍ୟବହାର କରୁ ନ ଥିଲେ । ଅସ୍ତ୍ରର ବ୍ୟବହାର ସେ କେବଳ ସମାଜର ମଙ୍ଗଳ ପାଇଁ କରିଛନ୍ତି । ତେଣୁ ସେ ଯଥାର୍ଥ ଅସ୍ତ୍ରଧାରୀ ଥିଲେ । ରାମ ମଧ୍ୟ ଶ୍ରୀକୃଷ୍ଣଙ୍କର ଅବତାର ଥିଲେ ଓ ଶ୍ରୀକୃଷ୍ଣ ତାଙ୍କୁ ନିଜର ସ୍ୱରୂପ କହୁଛନ୍ତି ।\nଗଙ୍ଗା ଏକ ପବିତ୍ର ନଦୀ ଅଟେ, ଯାହା ବିଷ୍ଣୁଙ୍କର ଦିବ୍ୟ ଚରଣରୁ ନିର୍ଗତ ହୋଇଅଛି । ଏହା ଦିବ୍ୟଧାମରୁ ପୃଥିବୀକୁ ଅବତରିତ ହୋଇଛି । ଅନେକ ଋଷି-ମୁନି ଗଙ୍ଗାତଟରେ କଠୋର ସାଧନା କରି ଏହି ଜଳର ପବିତ୍ରତା ବୃଦ୍ଧି କରିଛନ୍ତି । ଏହାର ଜଳ ଅନ୍ୟ ନଦୀମାନଙ୍କର ଜଳଠାରୁ ଭିନ୍ନ ଏବଂ ଏହାକୁ ପାତ୍ରରେ ଭରି ବର୍ଷ ବର୍ଷ ରଖିଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ । ପୂର୍ବରୁ ଗଙ୍ଗାଜଳରେ ଏହି ଗୁଣ ବହୁମାତ୍ରାରେ ଥିଲା କିନ୍ତୁ ଆଜିକାଲି, ନିୟୁତ ନିୟୁତ ବର୍ଜ୍ୟ ଏଥିରେ ମିଶିବା ଫଳରେ, ଏହି ଗୁଣ ହ୍ରାସ ପାଇଛି ।"
},
{
"verseTitle": "Bhagavad Gita 10.32",
"verse": "32",
"chapter": 10,
"lang": "or",
"shloka": {
"speaker": "",
"sanskrit": "सर्गाणामादिरन्तश्च मध्यं चैवाहमर्जुन ।\n\nअध्यात्मविद्या विद्यानां वादः प्रवदतामहम् ॥32॥",
"text": "ସର୍ଗାଣାମାଦିରନ୍ତଶ୍ଚ ମଧ୍ୟଂ ଚୈବାହମର୍ଜୁନ ।\nଅଧ୍ୟାତ୍ମବିଦ୍ୟା ବିଦ୍ୟାନାଂ ବାଦଃ ପ୍ରବଦତାମହମ୍ ।।୩୨।।",
"audioLink": "https://www.holy-bhagavad-gita.org/public/audio/010_032.mp3"
},
"wordMeanings": "ସର୍ଗାଣାଂ- ସମସ୍ତ ସୃଷ୍ଟିରେ; ଆଦି- ମୂଳ; ଅନ୍ତଃ-ଶେଷ; ଚ - ଏବଂ; ମଧ୍ୟଂ- ମଧ୍ୟ; ଚ - ଏବଂ; ଏବ - ନିଶ୍ଚିତରୂପେ; ଅହଂ - ମୁଁ; ଅର୍ଜୁନଃ - ହେ ଅର୍ଜୁନ; ଅଧ୍ୟାତ୍ମବିଦ୍ୟା - ଅଧ୍ୟାତ୍ମଜ୍ଞାନ; ବିଦ୍ୟାନାମ୍ - ବିଦ୍ୟାମାନଙ୍କ ମଧ୍ୟରେ ; ବାଦଃ - ସିଦ୍ଧାନ୍ତ; ପ୍ରବଦତାଂ - ଯୁକ୍ତିମାନଙ୍କ ମଧ୍ୟରେ; ଅହଂ - ମୁଁ ।",
"translation": {
"text": "ହେ ଅର୍ଜୁନ! ମୋତେ ହିଁ ସମସ୍ତ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ ଭାବରେ ଜାଣ । ବିଜ୍ଞାନ ମଧ୍ୟରେ ମୁଁ ଅଧ୍ୟାତ୍ମ ବିଜ୍ଞାନ ଏବଂ ତର୍କ ମଧ୍ୟରେ ମୁଁ ସିଦ୍ଧାନ୍ତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-32.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.32.mp3"
]
},
"commentary": "ପୂର୍ବରୁ ବିଂଶତମ ଶ୍ଲୋକରେ, ଶ୍ରୀକୃଷ୍ଣ କହିଥିଲେ ଯେ, ସେ ସମସ୍ତ ପ୍ରାଣୀମାନଙ୍କର ଆଦି, ମଧ୍ୟ ଓ ଅନ୍ତ ଅଟନ୍ତି । ବର୍ତ୍ତମାନ, ସମଗ୍ର ସୃଷ୍ଟି ଉଦ୍ଦେଶ୍ୟରେ ସେ ସେହିକଥା କହୁଛନ୍ତି, “ଯାହାକିଛି ସୃଷ୍ଟି ହୋଇଛି, ଯଥା ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ - ଯେଉଁମାନଙ୍କୁ ସର୍ଗ କହନ୍ତି, ସମସ୍ତଙ୍କର ସ୍ରଷ୍ଟା (ଆଦି), ପାଳନକର୍ତ୍ତା (ମଧ୍ୟ) ଏବଂ ବିନାଶକର୍ତ୍ତା (ଅନ୍ତ) ମୁଁ ଅଟେ । ଅତଏବ, ସୃଷ୍ଟି-ପାଳନ-ବିଲୟ ଏହି ପ୍ରକ୍ରିୟା ମୋର ବିଭୂତି ଅଟେ ।\nବିଦ୍ୟାର ତାତ୍ପର୍ଯ୍ୟ ଶିକ୍ଷାପଦ୍ଧତି ଯଦ୍ୱାରା କୌଣସି ବିଷୟରେ ଜ୍ଞାନ ଆହରଣ କରାଯାଏ । ଶାସ୍ତ୍ରରେ ଅଠର ପ୍ରକାର ବିଦ୍ୟାର ବର୍ଣ୍ଣନା ରହିଛି ।\nଅଙ୍ଗାନି ବେଦାଶ୍ଚତ୍ୱାରୋ ମୀମାଂସା ନ୍ୟାୟ ବିସ୍ତରଃପୁରାଣଂ ଧର୍ମଶାସ୍ତ୍ରଂ ଚ ବିଦ୍ୟା ହ୍ୟେତାଶ୍ଚତୁର୍ଦଶ ।ଆୟୁର୍ବେଦୋ ଧନୁର୍ବେଦୋ ଗାନ୍ଧର୍ବଶ୍ଚୈବ ତେ ତ୍ରୟଃଅର୍ଥଶାସ୍ତ୍ରଂ ଚତୁର୍ଥଂ ତୁ ବିଦ୍ୟା ହ୍ୟଷ୍ଟାଦଶୈବ ତାଃ । (ବିଷ୍ଣୁ ପୁରାଣ ୩.୬.୨୭-୨୮)\nଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଜ୍ୟୋତିଷ, ଛାନ୍ଦ- ଏହି ଛଅ ପ୍ରକାର ବିଦ୍ୟାକୁ ବେଦାଙ୍ଗ କୁହାଯାଏ (ବେଦର ଅଙ୍ଗ) । ଋକ୍, ଯଜୁଃ, ସାମ, ଅଥର୍ବ ଏହି ଚାରୋଟି ବେଦର ଶାଖା ଅଟନ୍ତି । ଏତଦ୍ ବ୍ୟତିତ ମୀମାଂସା, ନ୍ୟାୟ, ଧର୍ମ ଶାସ୍ତ୍ର ଓ ପୁରାଣ - ଏହିପରି ଭାବରେ ଚଉଦଟି ମୁଖ୍ୟ ବିଦ୍ୟା ରହିଛି ।” ଏହି ସବୁ ବିଦ୍ୟାର ଅଧ୍ୟୟନ ଆମର ବୁଦ୍ଧିକୁ ପରିପକ୍ୱ କରେ, ଜ୍ଞାନକୁ ଗଭୀର କରେ,ଏବଂ ଧର୍ମ ମାର୍ଗ ବିଷୟରେ ସଚେତନତା ବୃଦ୍ଧି କରାଏ । ତାଛଡା, ଆଧ୍ୟାମିôକ ବିଜ୍ଞାନ ମନୁଷ୍ୟକୁ ସାଂସାରିକ ବନ୍ଧନରୁ ମୁକ୍ତ କରାଇ ଅମରତ୍ୱ ପ୍ରଦାନ କରିଥାଏ । ତେଣୁ ଅନ୍ୟ ସବୁ ବିଦ୍ୟାଠାରୁ ଏହା ଉତ୍କୃଷ୍ଟତର ଅଟେ । ଏହା ଶ୍ରୀମଦ୍ ଭାଗବତମ୍ରେ ମଧ୍ୟ ଉଲ୍ଲେଖ ରହିଛି: ସା ବିଦ୍ୟା ତନ୍୍ମତିର୍ୟୟା (ଶ୍ଲୋକ ୪.୨୪.୪୯) “ତାହାହିଁ ସର୍ବଶ୍ରେଷ୍ଠ ବିଦ୍ୟା ଅଟେ, ଯାହା ଦ୍ୱାରା ବୁଦ୍ଧି ଭଗବାନଙ୍କ ପାଦ ପଦ୍ମରେ ସଂଯୁକ୍ତ ହୁଏ ।\nତର୍କକ୍ଷେତ୍ରରେ, ଜଳ୍ପ ଅର୍ଥ, ନିଜର ମତକୁ ସିଦ୍ଧ କରିବା ପାଇଁ ଅନ୍ୟର ଉକ୍ତିରେ ତ୍ରୁଟି ଖୋଜିବା । ବିତଣ୍ଡା ହେଉଛି ସତ୍ୟ ଆଧାରରେ ବିଚାର ନ କରି ଅଯଥା ଯୁକ୍ତି ଦ୍ୱାରା ତାକୁ ଏଡ଼ାଇ ଦେବା; ବାଦ ର ଅର୍ଥ କୌଣସି ବିଚାରର ଯୁକ୍ତିଯୁକ୍ତ ନିର୍ଣ୍ଣୟ । ତର୍କ ମତାମତ ପ୍ରକାଶ କରିବା ଏବଂ ସତ୍ୟକୁ ସ୍ଥାପିତ କରିବାର ଆଧାର ଅଟେ । ତର୍କର ସାର୍ବଜନୀନତା ଯୋଗୁଁ ଜ୍ଞାନର ବିକାଶ, ଅର୍ଜନ ଏବଂ ବିତରଣ ସମ୍ଭବ ହୋଇଥାଏ । ଶିକ୍ଷା ଦିଆଯାଇପାରିବ ଏବଂ ଆହରଣ କରାଯାଇ ପାରିବ । ତର୍କର ଏହି ସାର୍ବଜନିକ ନିୟମ ଭଗବାନଙ୍କ ଶକ୍ତିର ପରିପ୍ରକାଶ ଅଟେ ।"
},
{
"verseTitle": "Bhagavad Gita 10.33",
"verse": "33",
"chapter": 10,
"lang": "or",
"shloka": {
"speaker": "",
"sanskrit": "अक्षराणामकारोऽस्मि द्वन्द्वः सामासिकस्य च।\n\nअहमेवाक्षयः कालो धाताहं विश्वतोमुखः ॥33॥",
"text": "ଅକ୍ଷରାଣାମକାରୋଽସ୍ମି ଦ୍ୱନ୍ଦ୍ୱଃ ସାମାସିକସ୍ୟ ଚ ।\nଅହମେବାକ୍ଷୟଃ କାଳୋ ଧାତାହଂ ବିଶ୍ୱତୋମୁଖଃ ।।୩୩।।",
"audioLink": "https://www.holy-bhagavad-gita.org/public/audio/010_033.mp3"
},
"wordMeanings": "ଅକ୍ଷରାଣାଂ- ଅକ୍ଷରମାନଙ୍କ ମଧ୍ୟରେ; ଅକାରଃ - ପ୍ରଥମ ଅକ୍ଷର ଅ; ଅସ୍ମି - ଅଟେ; ଦ୍ୱନ୍ଦ୍ୱଃ - ଦ୍ୱନ୍ଦ୍ୱ; ସାମାସିକସ୍ୟ - ସମାସ ମଧ୍ୟରେ; ଚ - ଏବଂ; ଅହଂ-ମୁଁ; ଏବ - ନିଶ୍ଚିତଭାବେ; ଅକ୍ଷୟଃ - ଶାଶ୍ୱତ; କାଳଃ - ସମୟ; ଧାତା -ସୃଷ୍ଟିକର୍ତ୍ତା; ଅହଂ-ମୁଁ; ବିଶ୍ୱତୋ ମୁଖଃ - ବ୍ରହ୍ମା ।",
"translation": {
"text": "ଅକ୍ଷରମାନଙ୍କ ମଧ୍ୟରେ ମୁଁ ପ୍ରଥମ ଅକ୍ଷର ‘ଅ’ ଅଟେ । ବ୍ୟାକରଣର ସମାସମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟେ । ମୁଁ ଅନନ୍ତ ସମୟ ଏବଂ ସ୍ରଷ୍ଟାମାନଙ୍କ ମଧ୍ୟରେ ମୁଁ ବ୍ରହ୍ମା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-33.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.33.mp3"
]
},
"commentary": "ସଂସ୍କୃତ ଭାଷାରେ, ଯେ କୌଣସି ଅର୍ଦ୍ଧ ଅକ୍ଷର ସହିତ ‘ଅ’ ର ସଂଯୋଗ ହୋଇ ଗୋଟିଏ ଅକ୍ଷର ତିଆରି ହୁଏ । ଉଦାହରଣ ସ୍ୱରୂପ କ୍ +ଅ- କ । ଏଣୁ ସଂସ୍କୃତ ଭାଷାରେ ଅ ଅକ୍ଷର ଅତି ଗୁରୁତ୍ୱପୂର୍ଣ୍ଣ । ବର୍ଣ୍ଣମାଳାରେ ‘ଅ’ ପ୍ରଥମ ସ୍ୱରବର୍ଣ୍ଣ ଅଟେ, ଏବଂ ଯେହେତୁ ସ୍ୱରବର୍ଣ୍ଣ ସବୁ ବ୍ୟଞ୍ଜନବର୍ଣ୍ଣ ମାନଙ୍କ ପୂର୍ବରୁ ରହିଥାଏ, ‘ଅ’ ସର୍ବପ୍ରଥମେ ଆସେ ।\nଯଦିଓ ସଂସ୍କୃତ ଭାଷା ଏକ ପ୍ରାଚୀନ ଭାଷା ଅଟେ, ତଥାପି ଏହା ଅତ୍ୟନ୍ତ ମାର୍ଜିତ ଓ ସମ୍ଭ୍ରାନ୍ତ ଅଟେ । ଶବ୍ଦମାନଙ୍କୁ ଯୋଡ଼ି ଏକ ଯୁଗ୍ମ ଶବ୍ଦ ସୃଷ୍ଟି କରିବା ସଂସ୍କୃତ ଭାଷାରେ ଏକ ସାଧାରଣ ପ୍ରକ୍ରିୟା ଅଟେ ।\nଦୁଇ ବା ଊର୍ଦ୍ଧ୍ୱ ଶବ୍ଦର ସଂଯୋଗରେ ନୂତନ ଯୁଗ୍ମ ଶବ୍ଦ ସୃଷ୍ଟି କରିବା ପ୍ରକ୍ରିୟାରେ ଶବ୍ଦଗୁଡ଼ିକର ଶେଷ ସ୍ୱର ଲୋପ ପାଇଥାଏ, ଏହାକୁ ସମାସ କୁହାଯାଏ ଏବଂ ନୂତନ ଯୁଗ୍ମଶବ୍ଦକୁ ସମାସ ପଦ କୁହାଯାଏ । ମୁଖ୍ୟତଃ, ଛଅ ପ୍ରକାରର ସମାସ ରହିଛି; ୧. ଦ୍ୱନ୍ଦ୍ୱ, ୨. ବହୁବ୍ରିହି, ୩. କର୍ମଧାରୟ, ୪. ତତ୍ପୁରୁଷ, ୫. ଦ୍ୱିଗୁ, ୬. ଅବ୍ୟୟୀ ଭାବ । ଏମାନଙ୍କ ମଧ୍ୟରୁ ଦ୍ୱନ୍ଦ୍ୱ ସମାସ ବିଶେଷ ଅଟେ, କାରଣ ଏଥିରେ ଦୁଇଟିଯାକ ଶବ୍ଦ ସ୍ପଷ୍ଟ ଭାବରେ ରହିଥାଏ । ଅନ୍ୟ ସବୁ ସମାସରେ ଗୋଟିଏ ଶବ୍ଦ ପ୍ରମୁଖ ରହିଥାଏ ବା ଦୁଇଟି ଶବ୍ଦ ମିଶି ଏକ ତୃତୀୟ ଶବ୍ଦ ଉତ୍ପନ୍ନ କରିଥାନ୍ତି । ରାଧା-କୃଷ୍ଣ ଶବ୍ଦ ଦ୍ୱନ୍ଦ୍ୱ ସମାସର ଏକ ଉଦାହରଣ ଅଟେ । ଶ୍ରୀକୃଷ୍ଣ ଏହାକୁ ତାଙ୍କର ବିଭୂତି ଭାବେ ପ୍ରାଧାନ୍ୟତା ଦେଇଛନ୍ତି ।\nସୃଷ୍ଟି ଏକ ଚମତ୍କାର ପ୍ରକ୍ରିୟା, ଯାହା ଅତ୍ୟନ୍ତ ବିସ୍ମୟକର ଅଟେ । ମାନବ ଜାତିର ସର୍ବୋତ୍କୃଷ୍ଟ ଜ୍ଞାନ କୌଶଳଯୁକ୍ତ ଆବିଷ୍କାର ମଧ୍ୟ ତା’ ସମ୍ମୁଖରେ ମଳୀନ ମନେହେବ । ସେଥିପାଇଁ ଶ୍ରୀକୃଷ୍ଣ ସ୍ରଷ୍ଟାମାନଙ୍କ ମଧ୍ୟରେ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଛନ୍ତି ଏବଂ ତାଙ୍କର ସୃଜନୀ ଶକ୍ତିକୁ ନିଜର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି ।"
},
{
"verseTitle": "Bhagavad Gita 10.34",
"verse": "34",
"chapter": 10,
"lang": "or",
"shloka": {
"speaker": "",
"sanskrit": "मृत्युः सर्वहरश्चाहमुद्भवश्च भविष्यताम् ।\n\nकीर्तिः श्रीर्वाक्च नारीणां स्मृतिर्मेधा धृतिः क्षमा ॥34॥",
"text": "ମୃତ୍ୟୁଃ ସର୍ବହରଶ୍ଚାହମୁଦ୍ଭବଶ୍ଚ ଭବିଷ୍ୟତାମ୍ ।\nକୀର୍ତିଃ ଶ୍ରୀର୍ବାକ୍ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା ।।୩୪।।",
"audioLink": "https://www.holy-bhagavad-gita.org/public/audio/010_034.mp3"
},
"wordMeanings": "ମୃତ୍ୟୁଃ - ମୃତ୍ୟୁ; ସର୍ବ-ହରଃ- ସର୍ବଗ୍ରାସକାରୀ; ଚ- ଏବଂ; ଅହଂ-ମୁଁ; ଉଦ୍ଭବଃ - ଉତ୍ପନ୍ନ; ଚ -ଏବଂ; ଭବିଷ୍ୟତାମ୍ - ଭବିଷ୍ୟତରେ; କୀର୍ତି -ଯଶ (କୀର୍ତ୍ତି); ଶ୍ରୀଃବାକ୍ -ସୁନ୍ଦର ବାଣୀ; ଚ- ଏବଂ; ନାରୀଣାମ୍ - ସ୍ତ୍ରୀଲୋକମାନଙ୍କର; ସ୍ମୃତିଃ - ସ୍ମୃତି; ମେଧା- ବୁଦ୍ଧି; ଧୃତିଃ - ଧୈର୍ଯ୍ୟ; କ୍ଷମା- ସହନଶୀଳତା ।",
"translation": {
"text": "ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଟେ, ମୁଁ ସୃଷ୍ଟି ହେବାକୁ ଥିବା ବସ୍ତୁମାନଙ୍କର ସୃଷ୍ଟିକର୍ତ୍ତା ଅଟେ । ନାରୀ ସୁଲଭ ଗୁଣ ମାନଙ୍କ ମଧ୍ୟରେ ମୁଁ ଯଶ, ବୈଭବ, ମୃଦୁ ବାକ୍ୟ, ସ୍ମରଣ ଶକ୍ତି, ବୁଦ୍ଧି, ସାହସ ଓ କ୍ଷମା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-34.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.34.mp3"
]
},
"commentary": "ଇଂରାଜୀରେ ଏକ ବାକ୍ୟାଂଶ ଅଛି “ମୃତ୍ୟୁ ପରି ସୁନିଶ୍ଚିତ” । ଯିଏ ଜନ୍ମ ନିଏ, ତା’ର ମୃତ୍ୟୁ ନିଶ୍ଚିତ । ସମସ୍ତ ଜୀବନର ଅନ୍ତ ମୃତ୍ୟୁରେ ହୁଏ । ଏଣୁ ବାକ୍ୟାଂଶ ଅଛି “ଶେଷ ସୀମା” । ଭଗବାନ କେବଳ ସୃଜନକାରୀ ଶକ୍ତି ନୁହଁନ୍ତି, ସେ ବିନାଶକାରୀ ଶକ୍ତି ମଧ୍ୟ ଅଟନ୍ତି । ସେ ମୃତ୍ୟୁ ରୂପରେ ସମସ୍ତଙ୍କୁ ଗ୍ରାସ କରି ନିଅନ୍ତି । ଜନ୍ମ ମୃତ୍ୟୁର ଚକ୍ରରେ, ଯିଏ ମୃତ୍ୟୁବରଣ କରେ ସେ ପୁନର୍ବାର ଜନ୍ମ ଗ୍ରହଣ କରେ । ଶ୍ରୀକୃଷ୍ଣ କରୁଛନ୍ତି ଯେ, ଆଗାମୀ ସୃଷ୍ଟିର ମଧ୍ୟ ସେ ସୃଷ୍ଟିକର୍ତ୍ତା ଅଟନ୍ତି ।\nକେତେକ ଗୁଣ ସ୍ତ୍ରୀ ମାନଙ୍କ ବ୍ୟକ୍ତିତ୍ୱର ଆଭୂଷଣ ସଦୃଶ ଅଟେ ଏବଂ ଅନ୍ୟ କେତେକ ଗୁଣ ପୁରୁଷଙ୍କ କ୍ଷେତ୍ରରେ ପ୍ରଶଂସନୀୟ ଅଟେ । ଆଦର୍ଶତଃ, ଜଣେ ଉତ୍ତମ ମନୁଷ୍ୟଠାରେ ଉଭୟ ପ୍ରକାରର ଗୁଣ ରହିବା ଆବଶ୍ୟକ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଶ, ବୈଭବ, ମୃଦୁବାଣୀ, ସ୍ମୃତି, ବୁଦ୍ଧିମତ୍ତା, ସାହସ ଏବଂ କ୍ଷମା ସ୍ତ୍ରୀ ମାନଙ୍କର ବ୍ୟକ୍ତିତ୍ୱକୁ ଉଜ୍ଜ୍ୱଳମୟ କରିଥାଏ । ପ୍ରଥମ ତିନୋଟି ଗୁଣ ବାହାରକୁ ପ୍ରକାଶ ପାଇଥାଏ ଏବଂ ଅନ୍ୟ ଚାରିଗୋଟି ଗୁଣ ଅନ୍ତର୍ନିହିତ ରହେ ।\nଏତଦ୍ବ୍ୟତୀତ, ମନୁଷ୍ୟ ଜାତିର ଉପ ସୃଷ୍ଟି କର୍ତ୍ତା, ଦକ୍ଷ ପ୍ରଜାପତିଙ୍କର ଚବିଶଜଣ କନ୍ୟା ଥିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଶ୍ରେଷ୍ଠ ସ୍ତ୍ରୀ ରୂପେ ବିବେଚନା କରାଯାଇ ଥାଏ - କୀର୍ତ୍ତି, ସ୍ମୃତି, ମେଧା, ଧୃତି ଏବଂ କ୍ଷମା । ଭୃଗୁ ଋଷିଙ୍କର କନ୍ୟାର ନାମ ଶ୍ରୀ ଥିଲା । ବକ ବ୍ରହ୍ମାଙ୍କର ପୁତ୍ରୀ ଥିଲେ । ଶ୍ଲୋକରେ ବର୍ଣ୍ଣିତ ସାତୋଟି ଗୁଣର ଅଧିଷ୍ଠାତ୍ରୀ ଦେବୀ ଯଥାକ୍ରମେ ଏହି ସାତଜଣ ସ୍ତ୍ରୀ ଅଟନ୍ତି । ଏଠାରେ ଶ୍ରୀକୃଷ୍ଣ ଏହିସବୁ ଗୁଣକୁ ତାଙ୍କର ବିଭୂତି ଭାବରେ ସୂଚିତ କରିଛନ୍ତି ।"
},
{
"verseTitle": "Bhagavad Gita 10.35",
"verse": "35",
"chapter": 10,
"lang": "or",
"shloka": {
"speaker": "",
"sanskrit": "बृहत्साम तथा साम्नां गायत्री छन्दसामहम् ।\n\nमासानां मार्गशीर्षोऽहमृतूनां कुसुमाकरः ॥35॥",
"text": "ବୃହତ୍ସାମ ତଥା ସାମ୍ନାଂ ଗାୟତ୍ରୀ ଛନ୍ଦସାମହମ୍ ।\nମାସାନାଂ ମାର୍ଗଶୀର୍ଷୋଽହମୃତୂନାଂ କୁସୁମାକରଃ ।।୩୫।।",
"audioLink": "https://www.holy-bhagavad-gita.org/public/audio/010_035.mp3"
},
"wordMeanings": "ବୃହତ୍-ସାମ -ସାମବେଦର ଏକ ସ୍ତବନ; ତଥା - ମଧ୍ୟ; ସାମ୍ନାଂ - ସାମବେଦର; ଗାୟତ୍ରୀ - ଗାୟତ୍ରୀ; ଛନ୍ଦସାଂ - ସମସ୍ତ କବିତା ମଧ୍ୟରେ; ଅହଂ -ମୁଁ; ମ।।ସାନଂ -ମାସମାନଙ୍କ ମଧ୍ୟରେ; ମାର୍ଗଶୀର୍ଷୋ- ମାର୍ଗଶୀର ମାସ; ଅହଂ-ମୁଁ; ଋତୁନାଂ - ସମସ୍ତ ଋତୁ ମଧ୍ୟରେ; କୁସୁମାକରଃ - ବସନ୍ତଋତୁ ।",
"translation": {
"text": "ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-35.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.35.mp3"
]
},
"commentary": "ପୂର୍ବରୁ ଶ୍ରୀକୃଷ୍ଣ କହିଥିଲେ ଯେ ସାମବେଦ ସୁଲଳିତ ଭକ୍ତି ସଙ୍ଗୀତରେ ପରିପୂର୍ଣ୍ଣ । ବର୍ତ୍ତମାନ ସେ କହୁଛନ୍ତି, ସାମବେଦର ସମସ୍ତ ସ୍ତୋତ୍ର ମଧ୍ୟରୁ ସେ ଅତ୍ୟନ୍ତ ଲାଳିତ୍ୟପୂର୍ଣ୍ଣ ବୃହତ୍ସାମ ଅଟନ୍ତି । ଏହାର ଗାୟନ ବିଶେଷତଃ ମଧ୍ୟରାତ୍ରୀରେ କରାଯାଇଥାଏ ।\nଅନ୍ୟ ଭାଷା ପରି, ସଂସ୍କୃତ ଭାଷାରେ ପଦ୍ୟ ଲେଖିବା ପାଇଁ ସ୍ୱତନ୍ତ୍ର ସ୍ୱର ଏବଂ ଛନ୍ଦ ଅଛି । ବେଦର କବିତା ଗୁଡ଼ିକର ଅନେକ ପ୍ରକାର ଛନ୍ଦ ରହିଛି । ଏମାନଙ୍କ ମଧ୍ୟରୁ ଗାୟତ୍ରୀ ଛନ୍ଦ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୁମଧୁର ଅଟେ । ଏହି ଛନ୍ଦରେ ରଚିତ ଗାୟତ୍ରୀ ମନ୍ତ୍ର ଏକ ସୁପ୍ରସିଦ୍ଧ ମନ୍ତ୍ର ଅଟେ । ଏହା ଏକ ଗଭୀର ଅର୍ଥପୂର୍ଣ୍ଣ ପ୍ରାର୍ଥନା ଅଟେ ।\nଭୁର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍ । (ଋକ୍ବେଦ ୩.୬୨.୧୦)\n“ତିନି ଲୋକକୁ ଉଦ୍ଭାସିତ କରୁଥିବା ଭଗବାନ ଆମର ନମସ୍ୟ ଅଟନ୍ତି ଏବଂ ଆମ୍ଭେମାନେ ତାଙ୍କର ପ୍ରାର୍ଥନା କରୁଛୁ । ସେ ପାପହାରୀ ଓ ଅଜ୍ଞାନ ବିନାଶକ ଅଟନ୍ତି । ଆମର ବୁଦ୍ଧିକୁ ସେ ସତ୍ମାର୍ଗରେ ଉଦ୍ଭାସିତ କରନ୍ତୁ ।” ବ୍ରତୋପନୟନ ଉତ୍ସବରେ, ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ବିଶେଷ ଭାବରେ କରାଯାଇଥାଏ ଏବଂ ପରେ ବ୍ରାହ୍ମଣ ମାନଙ୍କର ଦୈନନ୍ଦିନ ବୈଦିକ କର୍ମର ମଧ୍ୟ ଏହା ଏକ ମୁଖ୍ୟ ଅଂଗ ଅଟେ । ବେଦରେ ଦେବୀ ଗାୟତ୍ରୀ, ରୁଦ୍ର ଗାୟତ୍ରୀ, ବ୍ରହ୍ମା ଗାୟତ୍ରୀ, ପରମହଂସ ଗାୟତ୍ରୀ ଆଦି ଅନେକ ଗାୟତ୍ରୀ ମନ୍ତ୍ର ରହିଛି ।\nହିନ୍ଦୁ ବର୍ଷରେ ମାର୍ଗଶୀର ମାସଟି ଅଷ୍ଟମ ମାସ ଅଟେ । ଏହା ନଭେମ୍ବର -ଡ଼ିସେମ୍ବର ସମୟରେ ପଡ଼ିଥାଏ । ଭାରତରେ ସେତେବେଳେ ଉତ୍ତାପ ଠିକ୍ ଥାଏ- ଅତ୍ୟନ୍ତ ଗରମ ବା ଅତ୍ୟନ୍ତ ଥଣ୍ଡା ନଥାଏ । ଏହି ସମୟରେ ଶସ୍ୟ ଅମଳ ହୋଇଥାଏ । ସେଥିପାଇଁ ଏହି ମାସଟି ଲୋକଙ୍କର ଅତି ପ୍ରିୟ ଅଟେ ।\nବସନ୍ତ ଋତୁକୁ ଋତୁରାଜ କୁହାଯାଏ । ଏହି ସମୟରେ ପ୍ରତୀତ ହୁଏ ସତେ ଯେପରି ଜୀବନକୁ ପ୍ରସ୍ଫୁଟିତ କରିବାରେ ପ୍ରକୃତି ଉଦାରତାର ସହିତ ସହଯୋଗ କରୁଛି । ବସନ୍ତ ଋତୁରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ, ଯାହା ଆନନ୍ଦର ବାତାବରଣ ସୃଷ୍ଟି କରିଥାଏ । ତେଣୁ ଋତୁମାନଙ୍କ ମଧ୍ୟରେ ବସନ୍ତ ଋତୁ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ପ୍ରତିଫଳିତ କରିଥାଏ ।"
},
{
"verseTitle": "Bhagavad Gita 10.36",
"verse": "36",
"chapter": 10,
"lang": "or",
"shloka": {
"speaker": "",
"sanskrit": "द्यूतं छलयतामस्मि तेजस्तेजस्विनामहम्।\n\nजयोऽस्मि व्यवसायोऽस्मि सत्त्वं सत्त्ववतामहम् ॥36॥",
"text": "ଦ୍ୟୂତଂ ଛଳୟତାମସ୍ମି ତେଜସ୍ତେଜସ୍ୱିନାମହମ୍ । \nଜୟୋଽସ୍ମି ବ୍ୟବସାୟୋଽସ୍ମି ସତ୍ତ୍ୱଂ ସତ୍ତ୍ୱବତାମହମ୍ ।।୩୬।।",
"audioLink": "https://www.holy-bhagavad-gita.org/public/audio/010_036.mp3"
},
"wordMeanings": "ଦ୍ୟୂତଂ -ଜୁଆଖେଳ; ଛଳୟତାଂ - ଛଳ ମଧ୍ୟରେ; ଅସ୍ମି -ଅଟେ;ତେଜଃ -ତେଜ;ତେଜସ୍ୱିନାଂ -ତେଜସ୍ୱୀ ମାନଙ୍କର; ଅହମ୍-ମୁଁ; ଜୟଃ -ବିଜୟ; ଅସ୍ମି -ଅଟେ;ବ୍ୟବସାୟଃ - ଦୃଢ ସଂକଳ୍ପ;ଅସ୍ମି -ଅଟେ; ସତ୍ତ୍ୱଂ -ସଦ୍ଗୁଣ; ସତ୍ତ୍ୱବତାଂ - ପୁଣ୍ୟାତ୍ମାମାନଙ୍କର; ଅହମ୍ - ମୁଁ ।",
"translation": {
"text": "ଛଳ ମଧ୍ୟରେ ମୁଁ ଜୁଆଖେଳ ଅଟେ । ତେଜସ୍ୱୀ ମାନଙ୍କର ମୁଁ ତେଜ ଅଟେ । ବିଜୟୀ ମାନଙ୍କର ମୁଁ ଦୃଢ଼ସଙ୍କଳ୍ପ ଅଟେ ଓ ପୁଣ୍ୟାତ୍ମାମାନଙ୍କର ମୁଁ ସଦ୍ଗୁଣ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-36.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.36.mp3"
]
},
"commentary": "ଏଠାରେ ଶ୍ରୀକୃଷ୍ଣ କେବଳ ସଦ୍ଗୁଣଗୁଡ଼ିକୁ ତାଙ୍କର ଐଶ୍ୱର୍ଯ୍ୟ ଭାବରେ ବର୍ଣ୍ଣନା କରି ନାହାଁନ୍ତି, ତା’ ସହିତ ମନ୍ଦଗୁଣକୁ ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ କହିଛନ୍ତି । ଜୁଆଖେଳ ଏକ ମାରାତ୍ମକ ଦୁଷ୍କର୍ମ ଅଟେ ଯାହା ପରିବାର, ବ୍ୟବସାୟ ଓ ଜୀବନକୁ ନଷ୍ଟ କରି ଦେଇଥାଏ । ଯୁଧିଷ୍ଠିରଙ୍କର ଜୁଆଖେଳ ପ୍ରତି ଦୁର୍ବଳତା ହିଁ ମହାଭାରତ ଯୁଦ୍ଧର ସୂତ୍ରପାତ କରିଥିଲା । କିନ୍ତୁ ଯଦି ଜୁଆଖେଳ ମଧ୍ୟ ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ, ତେବେ ଏହାକୁ ବର୍ଜନ କରାଯିବ କାହିଁକି?\nଏହାର ଉତ୍ତର ହେଲା, ଭଗବାନ ଆତ୍ମାକୁ ଶକ୍ତି ପ୍ରଦାନ କରିବା ସହିତ ବିଚାର କରିବାର ସ୍ୱାଧୀନତା ମଧ୍ୟ ଦେଇଛନ୍ତି । ଆମେ ତାଙ୍କୁ ଭୁଲିଯିବାକୁ ଇଚ୍ଛାକଲେ ମଧ୍ୟ ଭୁଲିବା ପାଇଁ ଶକ୍ତି ସେ ହିଁ ଦିଅନ୍ତି । ବିଜୁଳି ଶକ୍ତିର ବ୍ୟବହାର ବସ୍ତୁକୁ ଉଭୟ ଗରମ ଓ ଥଣ୍ଡା କରିବା ଉଦ୍ଦେଶ୍ୟରେ କରାଯାଇ ପାରେ । ବ୍ୟବହାରକାରୀ ତାକୁ କିପରି ବ୍ୟବହାର କରିବ, ତାହା ସେ ନିଜେ ନିର୍ଣ୍ଣୟ କରିଥାଏ । ଶକ୍ତି ଯୋଗାଉଥିବା ଶକ୍ତି କେନ୍ଦ୍ର (ପାୱାର ହାଉସ୍) ଶକ୍ତିର ସଦୁପଯୋଗ ବା ଦୁରୁପଯୋଗ ପାଇଁ ଦାୟୀ ନୁହେଁ । ସେହିପରି ଜଣେ ଜୁଆଡିର ମଧ୍ୟ ଈଶ୍ୱରଦତ୍ତ ବୁଦ୍ଧି ଓ କ୍ଷମତା ଥାଏ । ସେହି ଈଶ୍ୱର ଦତ୍ତ ଉପହାରର ସେ ଯଦି ଦୁରୁପଯୋଗ କରେ, ତେବେ ତାହାର ସେହି ଦୁଷ୍କର୍ମ ପାଇଁ ଭଗବାନ ଦାୟୀ ନୁହଁନ୍ତି ।\nସମସ୍ତେ ବିଜୟୀ ହେବାକୁ ଇଚ୍ଛାକରନ୍ତି, ଏହା ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ । ସେଥିପାଇଁ ଶ୍ରୀକୃଷ୍ଣ ଦୃଢ଼ ସଙ୍କଳ୍ପ ଉପରେ ଗୁରୁତ୍ୱାରୋପଣ କରିଛନ୍ତି । ପୂର୍ବରୁ ଶ୍ଳୋକ ୨.୪୧. ୨.୪୪ ଓ ୯.୩୦ରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି । ପୁଣ୍ୟାତ୍ମାମାନଙ୍କର ସଦ୍ଗୁଣ ମଧ୍ୟ ଭଗବାନଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ସମସ୍ତ ସତ୍କର୍ମ, ସଫଳତା, ଯଶ, ଜୟ ଏବଂ ଦୃଢ଼ ସଙ୍କଳ୍ପ ଭଗବାନଙ୍କଠାରୁ ପ୍ରକଟ ହୋଇଥାଏ । ଅତଏବ, ତାହାକୁ ଆମ ନିଜର ଗୁଣ ମନେ ନ କରି, ଭଗବାନଙ୍କର ଉପହାର ରୂପେ ବିଚାର କରିବା ଉଚିତ ।"
},
{
"verseTitle": "Bhagavad Gita 10.37",
"verse": "37",
"chapter": 10,
"lang": "or",
"shloka": {
"speaker": "",
"sanskrit": "वृष्णीनां वासुदेवोऽस्मि पाण्डवानां धनञ्जयः ।\n\nमुनीनामप्यहं व्यासः कवीनामुशना कविः ॥37॥",
"text": "ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।\nମୁନୀନାମପ୍ୟହଂ ବ୍ୟାସଃ କବୀନାମୁଶନା କବିଃ ।।୩୭।।",
"audioLink": "https://www.holy-bhagavad-gita.org/public/audio/010_037.mp3"
},
"wordMeanings": "ବୃଷ୍ଣୀନାଂ - ବୃଷ୍ଣୀଙ୍କର ବଂଶଧରମାନଙ୍କ ମଧ୍ୟରେ; ବାସୁଦେବଃ -ବସୁଦେବ ପୁତ୍ର ଶ୍ରୀକୃଷ୍ଣ; ଅସ୍ମି - ଅଟେ; ପାଣ୍ଡବାନାମ୍ - ପାଣ୍ଡବମାନଙ୍କ ମଧ୍ୟରେ; ଧନଞ୍ଜୟଃ - ଅର୍ଜୁନ; ମୁନୀନାମ୍ - ମୁନିମାନଙ୍କ ମଧ୍ୟରେ; ଅପି - ମଧ୍ୟ; ଅହଂ-ମୁଁ; ବ୍ୟାସଃ - ବେଦବ୍ୟାସ; କବୀନାମ୍ - ପ୍ରସିଦ୍ଧ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ; ଉଶନା - ଶୁକ୍ରାଚାର୍ଯ୍ୟ; କବିଃ - ବିଦ୍ୱାନ ।",
"translation": {
"text": "ବୃଷ୍ଣୀବଂଶଜ ମାନଙ୍କ ମଧ୍ୟରେ ମୁଁ କୃଷ୍ଣ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ । ମୁନିମାନଙ୍କ ମଧ୍ୟରେ ମୁଁ ବେଦବ୍ୟାସ ଏବଂ ବିଦ୍ୱାନମାନଙ୍କ ମଧ୍ୟରେ ମୁଁ ଶୁକ୍ରାଚାର୍ଯ୍ୟ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-37.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.37.mp3"
]
},
"commentary": "ବୃଷ୍ଣୀବଂଶରେ ବସୁଦେବଙ୍କ ପୁତ୍ର ରୂପରେ ଶ୍ରୀକୃଷ୍ଣ ପୃଥିବୀରେ ଜନ୍ମଗ୍ରହଣ କରିଥିଲେ । ଯେହେତୁ କୌଣସି ଜୀବ ଭଗବାନଙ୍କଠାରୁ ଶ୍ରେଷ୍ଠ ନୁହଁନ୍ତି, ତେଣୁ ଏହା ସ୍ୱାଭାବିକ ଯେ ବୃଷ୍ଣୀ ବଂଶର ଶ୍ରେଷ୍ଠ ବ୍ୟକ୍ତିତ୍ୱ ସେ ହିଁ ଅଟନ୍ତି । ପଣ୍ଡୁଙ୍କର ପାଂଚ ପୁତ୍ର - ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବଙ୍କୁ ପାଣ୍ଡବ କୁହାଯାଏ । ସେମାନଙ୍କ ମଧ୍ୟରୁ ଅର୍ଜୁନ ଧୁରନ୍ଧର ତୀରନ୍ଦାଜ ଥିଲେ ଏବଂ ଶ୍ରୀକୃଷ୍ଣଙ୍କର ଅନନ୍ୟ ଭକ୍ତ ଥିଲେ । ସେ ଭଗବାନଙ୍କୁ ତାଙ୍କର ପ୍ରିୟ ସଖା ଭାବରେ ଗ୍ରହଣ କରୁଥିଲେ ।\nମହର୍ଷି ବେଦବ୍ୟାସ ମୁନିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅଟନ୍ତି । ସେ ‘ବାଦରାୟଣ’ ଓ ‘କୃଷ୍ଣଦ୍ୱୈପାୟନ’ ନାମରେ ମଧ୍ୟ ପରିଚିତ । ସେ ବୈଦିକ ଜ୍ଞାନକୁ ବିଭିନ୍ନ ରୂପରେ ପ୍ରକାଶ କରିଥିଲେ ଏବଂ ମାନବ ସମାଜର ଉପକାର ପାଇଁ ଅନେକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ବାସ୍ତବରେ ବେଦବ୍ୟାସ ଶ୍ରୀକୃଷ୍ଣଙ୍କର ଅବତାର ଥିଲେ । ଶ୍ରୀମଦ୍ ଭାଗବତମ୍ର ଅବତାର ମାନଙ୍କ ସୂଚୀରେ ତାଙ୍କର ନାମ ଲିପିବଦ୍ଧ କରାଯାଇଛି ।\nଶୁକ୍ରାଚାର୍ଯ୍ୟ ଜଣେ ବିଦ୍ୱାନ ଋଷି ଥିଲେ ଏବଂ ନୀତି ଶାସ୍ତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା । ସେ ଉଦାରତା ପୂର୍ବକ ଦାନବ ମାନଙ୍କୁ ନିଜର ଶିଷ୍ୟ ରୂପରେ ଗ୍ରହଣ କରି ସେମାନଙ୍କର ଉନ୍ନତି ପାଇଁ ପଥପ୍ରଦର୍ଶନ କରୁଥିଲେ । ତାଙ୍କର ବିଦ୍ୱତ୍ତା ପାଇଁ ଭଗବାନ ତାଙ୍କୁ ନିଜର ବିଭୂତି ଭାବରେ ଆଖ୍ୟାୟିତ କରିଛନ୍ତି ।"
},
{
"verseTitle": "Bhagavad Gita 10.38",
"verse": "38",
"chapter": 10,
"lang": "or",
"shloka": {
"speaker": "",
"sanskrit": "दण्डो दमयतामस्मि नीतिरस्मि जिगीषताम् ।\n\nमौनं चैवास्मि गुह्यानां ज्ञानं ज्ञानवतामहम् ॥38॥",
"text": "ଦଣ୍ଡୋ ଦମୟତାମସ୍ମି ନୀତିରସ୍ମି ଜିଗୀଷତାମ୍ ।\nମୌନଂ ଚୈବାସ୍ମି ଗୁହ୍ୟାନାଂ ଜ୍ଞାନଂ ଜ୍ଞାନବତାମହମ୍ ।।୩୮।।",
"audioLink": "https://www.holy-bhagavad-gita.org/public/audio/010_038.mp3"
},
"wordMeanings": "ଦଣ୍ଡଃ - ଦଣ୍ଡ; ଦମୟତାଂ - ଦମନ କରିବାର ପ୍ରଣାଳୀ ଭାବରେ; ଅସ୍ମି - ଅଟେ; ନୀତିଃ- ନୀତି; ଅସ୍ମି - ଅଟେ; ଜିଗୀଷତାଂ - ବିଜୟାକାଂକ୍ଷୀଙ୍କ ମଧ୍ୟରେ; ମୌନଂ - ମୌନ; ଚ- ଏବଂ; ଏବ - ମଧ୍ୟ; ଅସ୍ମି -ଅଟେ; ଗୁହ୍ୟାନାଂ - ଗୁପ୍ତବିଷୟମାନଙ୍କ ମଧ୍ୟରେ; ଜ୍ଞାନଂ-ଜ୍ଞାନ; ଜ୍ଞାନବତାଂ - ଜ୍ଞାନୀମାନଙ୍କ ଠାରେ; ଅହମ୍-ମୁଁ ।",
"translation": {
"text": "ଅରାଜକତା ଦୂର କରିବା ପାଇଁ ମୁଁ ଉଚିତ ଦଣ୍ଡ ଅଟେ । ବିଜୟାକାଂକ୍ଷୀମାନଙ୍କ ଠାରେ ମୁଁ ନୀତି ଅଟେ । ଗୁପ୍ତ ବିଷୟରେ ମୁଁ ମୌନ ଅଟେ ଏବଂ ଜ୍ଞାନୀମାନଙ୍କର ମୁଁ ଜ୍ଞାନ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-38.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.38.mp3"
]
},
"commentary": "ମନୁଷ୍ୟର ପ୍ରକୃତି ଏପରି ଯେ ସେମାନଙ୍କୁ ସତ୍କର୍ମରେ ପ୍ରବୃତ୍ତ କରିବା ପାଇଁ କେବଳ ସଦୁପଦେଶ ଯଥେଷ୍ଟ ନୁହେଁ । ସଠିକ୍ ସମୟରେ ଉଚିତ ଦଣ୍ଡ, ସେମାନଙ୍କର ପାପଯୁକ୍ତ କର୍ମକୁ ସୁଧାରିବା ଓ ସତ୍କର୍ମରେ ସେମାନଙ୍କୁ ପାଇଁ ପ୍ରବର୍ତ୍ତାଇବା ପାଇଁ ବହୁତ ଆବଶ୍ୟକ ଅଟେ । ଏହାର ଗୋଟିଏ ଉଦ୍ଦେଶ୍ୟ ହେଲା, ସମାଜରେ ଯେଉଁମାନେ ପାପ କର୍ମ କରିବାରେ ଅଭ୍ୟସ୍ତ, ସେମାନଙ୍କୁ ତହିଁରୁ ନିବୃତ୍ତ କରିବା । ଆଧୁନିକ ପ୍ରବନ୍ଧନ ସିଦ୍ଧାନ୍ତ ଅତି ସୁନ୍ଦର ଭାବରେ ଦର୍ଶାଇଥାଏ, କିପରି ଅନୁଚିତ ବ୍ୟବହାର ପାଇଁ ଏକ ମିନିଟ୍ ଉଚିତ ଦଣ୍ଡ ଓ ଉଚିତ ବ୍ୟବହାର ପାଇଁ ଏକ ମିନିଟ୍ ଉପଯୁକ୍ତ ପୁରସ୍କାର, ଲୋକଙ୍କର ବ୍ୟବହାରକୁ ସଂଶୋଧିତ କରିବାରେ ସହାୟକ ହୋଇଥାଏ ।\nବିଜୟ ଆକାଂକ୍ଷା ସାର୍ବଜନୀନ ଅଟେ । ଚରିତ୍ରବାନ୍ ବ୍ୟକ୍ତି ତାହାକୁ ହାସଲ କରିବା ପାଇଁ ନିଜର ନୈତିକତା ତ୍ୟାଗ କରି ନ ଥା’ନ୍ତି କି ସତ୍ପଥରୁ ବିଚ୍ୟୁତ ହୋଇ ନ ଥା’ନ୍ତି । ସତ୍୍ପଥରେ ଯାଇ ଯେଉଁ ସଫଳତା ମିଳିଥାଏ, ତାହା ଭଗବାନଙ୍କର ବିଭୂତି ଅଟେ ।\nଏକ ବିଶେଷ କାରଣରୁ ଯଦି କୌଣସି ତଥ୍ୟକୁ ଗୋପନୀୟ ରଖାଯାଏ, ତାହାକୁ ଗୁପ୍ତତଥ୍ୟ କୁହାଯାଏ । ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, “ଯେଉଁ ଗୁପ୍ତତଥ୍ୟ କେବଳ ଜଣକ ପାଖରେ ଥାଏ, ତାହା ଗୁପ୍ତ ଅଟେ; ଦୁଇଜଣ ଜାଣିଥିବା ତଥ୍ୟକୁ ଗୁପ୍ତ କୁହାଯିବ ନାହିଁ; ତିନି ଜଣ ଜାଣିଥିବା ଗୁପ୍ତତଥ୍ୟ ଗୋଟିଏ ଖବର ଅଟେ ଯାହା ଦୁନିଆକୁ ଉଚ୍ଚ ଶବ୍ଦରେ ଜଣାଇ ଦିଆଯାଇଥାଏ” । ଅତଏବ, ଗୁପ୍ତତଥ୍ୟ ତାହାହିଁ ଅଟେ ଯାହା ମୌନତାର ସହିତ ଗୋପନୀୟ ରଖାଯାଏ ।\nବାସ୍ତବ ଜ୍ଞାନ ସେତେବେଳେ ଉଦୟ ହୋଇଥାଏ, ଯେତେବେଳେ ଆତ୍ମଜ୍ଞାନ ବା ବ୍ରହ୍ମଜ୍ଞାନ ଦ୍ୱାରା ବ୍ୟକ୍ତିର ଆଧ୍ୟାତ୍ମିକ ଜ୍ଞାନ ପରିପୁଷ୍ଟ ହୋଇଯାଏ । ଜ୍ଞାନସମ୍ପନ୍ନ ବ୍ୟକ୍ତିଠାରେ ଏପରି ଦୃଷ୍ଟିକୋଣ ବିକାଶ ଲାଭ କରିଥାଏ ଯଦ୍ୱାରା ସେ ସମସ୍ତ ଘଟଣା, ବ୍ୟକ୍ତି ବା ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିଥାଏ । ଏପରି ଜ୍ଞାନ ଜଣକୁ ଶୁଦ୍ଧ, ପୂର୍ଣ୍ଣ, ସନ୍ତୁଷ୍ଟ ଓ ଉନ୍ନତ କରିଥାଏ । ଏହା ଜୀବନକୁ ଲକ୍ଷ୍ୟ ପ୍ରଦାନ କରିଥାଏ, ବାଧାବିଘ୍ନର ସାମନା କରିବାକୁ ଶକ୍ତି ଦେଇଥାଏ ଏବଂ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ବ୍ୟକ୍ତିକୁ ସଙ୍କଳ୍ପ ବଦ୍ଧ କରାଇଥାଏ । ଜ୍ଞାନୀ ମାନଙ୍କ ଠାରେ ପରିଦୃଷ୍ଟ ଏହି ଜ୍ଞାନକୁ ଶ୍ରୀକୃଷ୍ଣ ନିଜର ଐଶ୍ୱର୍ଯ୍ୟ କହୁଛନ୍ତି ।"
},
{
"verseTitle": "Bhagavad Gita 10.39",
"verse": "39",
"chapter": 10,
"lang": "or",
"shloka": {
"speaker": "",
"sanskrit": "यच्चापि सर्वभूतानां बीजं तदहमर्जुन।\n\nन तदस्ति विना यत्स्यान्मया भूतं चराचरम् ॥39॥",
"text": "ଯଚ୍ଚାପି ସର୍ବଭୂତାନାଂ ବୀଜଂ ତଦହମର୍ଜୁନ ।\nନ ତଦସ୍ତି ବିନା ଯତ୍ସ୍ୟାନ୍ମୟା ଭୂତଂ ଚରାଚରମ୍ ।।୩୯।।",
"audioLink": "https://www.holy-bhagavad-gita.org/public/audio/010_039.mp3"
},
"wordMeanings": "ଯତ୍ - ଯାହା; ଚ - ଏବଂ; ଅପି - ମଧ୍ୟ; ସର୍ବ-ଭୂତାନାଂ - ସମସ୍ତ ପ୍ରାଣୀଙ୍କର; ବୀଜଂ - ଉତ୍ପାଦକ ବୀଜ; ତତ୍ - ତାହା; ଅହଂ-ମୁଁ; ଅର୍ଜୁନ- ହେ ଅର୍ଜୁନ; ନ-ନୁହେଁ; ତତ୍-ତାହା; ଅସ୍ତି- ଅଛି; ବିନା-ବିନା; ଯତ୍ -ଯାହା; ସ୍ୟାତ୍ - ରହିଛି; ମୟା-ମୋ’ଦ୍ୱାରା; ଭୂତଂ - ସୃଷ୍ଟ; ଚରାଚରମ୍ - ଚର ଏବଂ ଅଚର ।",
"translation": {
"text": "ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ଉତ୍ପାଦକ ବୀଜ ଅଟେ । ଚର ବା ଅଚର କୌଣସି ଜୀବ ମୋ ବିନା ରହିପାରିବେ ନାହିଁ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-39.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.39.mp3"
]
},
"commentary": "ଶ୍ରୀକୃଷ୍ଣ ସମସ୍ତ ସୃଷ୍ଟିର ଉଭୟ ସୃୃଷ୍ଟିଗତ କାରଣ ଏବଂ ବସ୍ତୁଗତ କାରଣ ଅଟନ୍ତି । ସୃଷ୍ଟିଗତ କାରଣ ଅର୍ଥ ସେ ସ୍ରଷ୍ଟା ରୂପରେ ବିଶ୍ୱକୁ ପ୍ରକଟିତ କରିଥାଆନ୍ତି । ବସ୍ତୁଗତ କାରଣ ଅର୍ଥ ସେ ସେହି ବସ୍ତୁ ଅଟନ୍ତି ଯଦ୍ୱାରା ସୃଷ୍ଟିର ସଂରଚନା ହୋଇଥାଏ । ଶ୍ଲୋକ ୭.୧୦ ଏବଂ ୯.୧୮ରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ‘ଚିରନ୍ତନ ବୀଜ’ ଅଟନ୍ତି । ଏଠାରେ ପୁଣି ସେ କହୁଛନ୍ତି ଯେ ସେ ‘ଉତ୍ପାଦକ ବୀଜ’ ଅଟନ୍ତି । ଅର୍ଥାତ୍ ସେ ହିଁ ସମସ୍ତଙ୍କର ମୂଳ କାରଣ ଏବଂ ତାଙ୍କ ଶକ୍ତି ବିନା କାହାର ଅସ୍ତିତ୍ୱ ନାହିଁ ।\nସଜୀବ ବସ୍ତୁମାନଙ୍କର ଜନ୍ମ ଚାରି ପ୍ରକାରରେ ହୋଇଥାଏ: ଅଣ୍ଡଜ - ଅଣ୍ଡାରୁ ଉତ୍ପନ୍ନ ହେବା, ଯେପରି କି ପକ୍ଷୀ, ସର୍ପ, ଝିଟିପିଟି ଇତ୍ୟାଦି; ଜରାୟୁଜ - ଗର୍ଭରୁ ଜାତ ହେବା, ଯେପରି କି ମନୁଷ୍ୟ, ଗାଈ, କୁକୁର ଓ ବିରାଡ଼ି ଇତ୍ୟାଦି; ସ୍ୱେଦଜ- ସ୍ୱେଦରୁ ଜାତ ହେବା ଯେମିତି ଉକୁଣୀ ଓ ଟିଙ୍କ ଇତ୍ୟାଦି; ଉଦ୍ଭିଜ - ମାଟିରୁ ଅଙ୍କୁରିତ ହେବା, ଯଥା ଗଛ, ଲତା, ଘାସ ଓ ଗୁଳ୍ମ ଇତ୍ୟାଦି । ଅନ୍ୟ ପ୍ରକାରର ଜୀବନ ମଧ୍ୟ ରହିଛି, ଯେପରି କି, ଭୂତ, ପ୍ରେତ, ପିଶାଚ ଇତ୍ୟାଦି । ସମସ୍ତଙ୍କର ଉତ୍ପତ୍ତିର କାରଣ ଶ୍ରୀକୃଷ୍ଣ ଅଟନ୍ତି ।"
},
{
"verseTitle": "Bhagavad Gita 10.40",
"verse": "40",
"chapter": 10,
"lang": "or",
"shloka": {
"speaker": "",
"sanskrit": "नान्तोऽस्ति मम दिव्यानां विभूतीनां परन्तप । \n\nएष तूद्देशतः प्रोक्तो विभूतेर्विस्तरो मया ॥40॥",
"text": "ନାନ୍ତୋଽସ୍ତି ମମ ଦିବ୍ୟାନାଂ ବିଭୂତୀନାଂ ପରନ୍ତପ ।\nଏଷ ତୂଦ୍ଦେଶତଃ ପ୍ରୋକ୍ତୋ ବିଭୂତେର୍ବିସ୍ତରୋ ମୟା ।।୪୦।।",
"audioLink": "https://www.holy-bhagavad-gita.org/public/audio/010_040.mp3"
},
"wordMeanings": "ନ- ନାହିଁ; ଅନ୍ତଃ -ଶେଷ; ଅସ୍ତି-ଅଛି; ମମ- ମୋର; ଦିବ୍ୟାନାଂ - ଦିବ୍ୟ; ବିଭୂତୀନାଂ - ବିଭୂତି(ଐଶ୍ୱର୍ଯ୍ୟ); ପରନ୍ତପ- ହେ ଶତ୍ରୁଜୟୀ; ଏଷଃ - ଏସବୁ; ତୁ - କିନ୍ତୁ; ଉଦ୍ଦେଶତଃ - କେବଳ ଗୋଟିଏ ଭାଗ; ପ୍ରୋକ୍ତଃ - କୁହାଯାଇଥିବା; ବିଭୂତେଃ- ଐଶ୍ୱର୍ଯ୍ୟର; ବିସ୍ତରଃ - ବିସ୍ତୃତି; ମୟା- ମୋ’ଦ୍ୱାରା ।",
"translation": {
"text": "ହେ ଶତ୍ରୁଜୟୀ! ମୋ ଦିବ୍ୟ ପ୍ରକାଶର ଅନ୍ତ ନାହିଁ । ଯାହା ମୁଁ ତୁମ ସମ୍ମୁଖରେ ଘୋଷଣା କଲି ତାହା କେବଳ ମୋର ଅନନ୍ତ ଐଶ୍ୱର୍ଯ୍ୟର ନମୁନା ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-40.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.40.mp3"
]
},
"commentary": "ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା ସମାପ୍ତ କରିବାକୁ ଯାଉଛନ୍ତି । ଶ୍ଲୋକ ୨୦ରୁ ୩୯ ପର୍ଯ୍ୟନ୍ତ, ଯେ ତାଙ୍କର ଅନନ୍ତ ଐଶ୍ୱର୍ଯ୍ୟ ମଧ୍ୟରୁ ୮୨ଟି ଐଶ୍ୱର୍ଯ୍ୟର ବର୍ଣ୍ଣନ କରିଛନ୍ତି । ବର୍ତ୍ତମାନ ସେ କହୁଛନ୍ତି ଯେ ଏହି ବିସ୍ତୃତ ବିଷୟବସ୍ତୁର ସେ ଏକ ଅଂଶ ମାତ୍ର ବର୍ଣ୍ଣନା କରିଛନ୍ତି ।\nଏଠାରେ କେହି କେହି ପ୍ରଶ୍ନ କରିପାରନ୍ତି ଯେ ଯଦି ସବୁ କିଛି ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ, ତା’ହେଲେ ଏସବୁ ବର୍ଣ୍ଣନା କରିବାର ଆବଶ୍ୟକତା କ’ଣ ଥିଲା? ଏହାର ଉତ୍ତର ଜାଣିବା ପାଇଁ ଆମେ ଅର୍ଜୁନଙ୍କ ପାଖକୁ ଯିବା । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ଯେ ସେ କେଉଁ ରୂପରେ ତାଙ୍କର ସ୍ମରଣ କରିବେ ଏବଂ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା କରୁଛନ୍ତି । କୌଣସି ବିଶେଷତ୍ୱ ପ୍ରତି ମନ ସ୍ୱାଭାବିକ ଭାବେ ଆକୃଷ୍ଟ ହୋଇଥାଏ ଏବଂ ଏଠାରେ ଭଗବାନ ତାଙ୍କ ଶକ୍ତିରେ ଥିବା ବିଶେଷତ୍ୱକୁ ପ୍ରକାଶିତ କରିଛନ୍ତି । କେଉଁଠାରେ କିଛି ବିଶେଷ ଗରିମା ପ୍ରକଟ ହେଉଥିବାର ଦେଖି ଆମେ ଯଦି ତାକୁ ଭଗବାନଙ୍କର ଐଶ୍ୱର୍ଯ୍ୟ ଭାବରେ ଗ୍ରହଣ କରିବା, ତା’ହେଲେ ଆମର ମନ ସ୍ୱତଃ ଭଗବାନଙ୍କ ପ୍ରତି ଆକୃଷ୍ଟ ହେବ । ବ୍ୟାପକ ଦୃଷ୍ଟିରେ ଦେଖିବାକୁ ଗଲେ, ଛୋଟ ବଡ଼ ସମସ୍ତ ବସ୍ତୁରେ ଭଗବାନଙ୍କର ଐଶ୍ୱର୍ଯ୍ୟ ସମାବିଷ୍ଟ । ତେଣୁ ଆମର ଭକ୍ତି ବୃଦ୍ଧି କରିବା ପାଇଁ ସଂସାରରେ ଆମେ ଭଗବାନଙ୍କ ଐଶ୍ୱର୍ଯ୍ୟର ଅସଂଖ୍ୟ ଉଦାହରଣ ପାଇ ପାରିବା । ଭାରତର ଏକ ରଙ୍ଗ କମ୍ପାନୀର ବିଜ୍ଞାପନ କହେ, “ଯେଉଁଠାରେ ବି ତୁମେ କୌଣସି ରଙ୍ଗ ଦେଖୁଛ, ଆମକୁ ଚିନ୍ତା କର ।” ଏହା ଶ୍ରୀକୃଷ୍ଣଙ୍କର ବକ୍ତବ୍ୟ ସହିତ ତୁଳନୀୟ - “ଯେଉଁଠାରେ ବି ତୁମେ କୌଣସି ଐଶ୍ୱର୍ଯ୍ୟର ପରିପ୍ରକାଶ ଦେଖୁଛ, ମୋର ସ୍ମରଣ କର ।”"
},
{
"verseTitle": "Bhagavad Gita 10.41",
"verse": "41",
"chapter": 10,
"lang": "or",
"shloka": {
"speaker": "",
"sanskrit": "यद्यद्विभूतिमत्सत्त्वं श्रीमदूर्जितमेव वा।\n\nतत्तदेवावगच्छ त्वं मम तेजोंऽशसम्भवम् ॥41॥",
"text": "ଯଦ୍ୟଦ୍ବିଭୂତିମତ୍ସତ୍ତ୍ୱଂ ଶ୍ରୀମଦୂର୍ଜିତମେବ ବା ।\nତତ୍ତଦେବାବଗଚ୍ଛ ତ୍ୱଂ ମମ ତେଜୋଂଽଶସମ୍ଭବମ୍ ।।୪୧।।",
"audioLink": "https://www.holy-bhagavad-gita.org/public/audio/010_041.mp3"
},
"wordMeanings": "ଯତ୍ ଯତ୍ - ଯାହା ଯାହା; ବିଭୂତିମତ୍ - ଐଶ୍ୱର୍ଯ୍ୟ ଯୁକ୍ତ; ସତ୍ତ୍ୱଂ - ବସ୍ତୁ ଅଛି; ଶ୍ରୀମଦ୍ - ସୁନ୍ଦର, ଉର୍ଜିତମ୍ - ଗୌରବମୟ; ଏବ - ନିଶ୍ଚିତଭାବେ; ବା -କିମ୍ବା; ତତ୍ ତତ୍ - ସେ ସବୁ; ଏବ - ନିଶ୍ଚିତଭାବେ; ଅବଗଚ୍ଛ - ଜାଣିରଖ; ତ୍ୱଂ -ତୁମେ ମମ- ମୋର; ତେଜଃ - ତେଜ; ଅଂଶ- ଅଂଶ; ସମ୍ଭବମ୍ - ଜାତ ।",
"translation": {
"text": "ତୁମେ ଯେଉଁ ସବୁ ଐଶ୍ୱର୍ଯ୍ୟଯୁକ୍ତ, ସୁନ୍ଦର ଏବଂ ଗୌରବମୟ ବସ୍ତୁ ଦେଖୁଛ, ଜାଣିରଖ ଯେ ତାହା ମୋ ତେଜର ଅଂଶରୁ ଜାତ ଅଟେ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-41.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.41.mp3"
]
},
"commentary": "ଶବ୍ଦଯନ୍ତ୍ର (ସ୍ପିକର) ମଧ୍ୟରେ ବିଦ୍ୟୁତ୍ ଶକ୍ତିର ପ୍ରବାହ ଯୋଗୁଁ ଶବ୍ଦ ଉତ୍ପନ୍ନ ହୋଇଥାଏ । କିନ୍ତୁ ଯେଉଁମାନେ ଭିତର ରହସ୍ୟକୁ ଜାଣି ନ ଥା’ନ୍ତି, ସେମାନେ ଭାବନ୍ତି ଶବ୍ଦ ଶବ୍ଦଯନ୍ତ୍ରରୁ ଉତ୍ପନ୍ନ ହେଉଛି । ସେହିପରି ଯେଉଁଠି ବି ଆମେ କିଛି ଆଶ୍ଚର୍ଯ୍ୟଜନକ ବସ୍ତୁ ଦେଖିଥାଏ, ଯାହା ଆମର ଧ୍ୟାନ ଆକର୍ଷଣ କରେ, ଆମକୁ ଭାବବିହ୍ୱଳ କରେ, ଶାନ୍ତି ପ୍ରଦାନ କରେ, ଆମେ ଜାଣିବା ଉଚିତ ଯେ ସେସବୁ ଭଗବାନଙ୍କ ଐଶ୍ୱର୍ଯ୍ୟର ଝଲକ ଅଟେ । ସେ ଶକ୍ତିର ଭଣ୍ଡାର ଅଟନ୍ତି, ଯେଉଁଠାରୁ ସମସ୍ତ ଜୀବ ଓ ବସ୍ତୁ ତାଙ୍କର ଶକ୍ତି ପ୍ରାପ୍ତ କରିଥାଆନ୍ତି । ଅତଏବ,ସକଳ ଶକ୍ତିର ଉତ୍ସ ଭଗବାନଙ୍କୁ ଆମେ ଆମର ଉପାସନାର କେନ୍ଦ୍ର କରିବା ଉଚିତ ।"
},
{
"verseTitle": "Bhagavad Gita 10.42",
"verse": "42",
"chapter": 10,
"lang": "or",
"shloka": {
"speaker": "",
"sanskrit": "अथवा बहुनैतेन किं ज्ञातेन तवार्जुन ।\n\nविष्टभ्याहमिदं कृत्स्नमेकांशेन स्थितो जगत् ॥42॥",
"text": "ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ।\nବିଷ୍ଟଭ୍ୟାହମିଦଂ କୃତ୍ସ୍ନମେକାଂଶେନ ସ୍ଥିତୋ ଜଗତ୍ ।।୪୨।।",
"audioLink": "https://www.holy-bhagavad-gita.org/public/audio/010_042.mp3"
},
"wordMeanings": "ଅଥବା - କିମ୍ବା; ବହୁନା - ଅନେକ; ଏତେନ - ଏହି ପ୍ରକାର; କିଂ -କ’ଣ; ଜ୍ଞାତେନ - ଜାଣି; ତବ -ତୁମେ; ଅର୍ଜୁନ - ହେ ଅର୍ଜୁନ; ବିଷ୍ଟଭ୍ୟ - ବ୍ୟାପକ ଏବଂ ଧାରକ; ଅହଂ -ମୁଁ; ଇଦଂ - ଏହି; କୃତ୍ସ୍ନମ୍ - ସମଗ୍ର ପରିପ୍ରକାଶ; ଏକ - ଏକ; ଅଂଶେନ - ଅଂଶ, ସ୍ଥିତଃ - ସ୍ଥିତ; ଜଗତ୍ -ବ୍ରହ୍ମାଣ୍ଡ ।",
"translation": {
"text": "ହେ ଅର୍ଜୁନ! ଏତେ ସବୁ ବିସ୍ତୃତ ଜ୍ଞାନର ଆବଶ୍ୟକତା କ’ଣ? କେବଳ ଏତିକି ଜାଣ ଯେ ମୋ ବ୍ୟକ୍ତିତ୍ୱର ଏକ ଅଂଶ ଦ୍ୱାରା, ମୁଁ ଏ ସମଗ୍ର ସୃଷ୍ଟିରେ ବ୍ୟାପ୍ତ ହୁଏ ଏବଂ ସୃଷ୍ଟିକୁ ଧାରଣ କରିଥାଏ ।",
"hindiAudioLinks": [
"https://www.gitasupersite.iitk.ac.in/sites/default/files/audio/Tejomayananda/chapter/C10-H-42.mp3"
],
"englishAudioLinks": [
"https://www.gitasupersite.iitk.ac.in/sites/default/files/audio/Purohit/10.42.mp3"
]
},
"commentary": "ଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ସୂଚିତ କରୁଛି ଯେ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ସେ ଦେଇସାରିଛନ୍ତି । ବର୍ତ୍ତମାନ ନିଜ ତରଫରୁ ସେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛନ୍ତି । ତାଙ୍କ ବିଭୂତିର ଚମତ୍କାରିତା ବର୍ଣ୍ଣନା କରି ସାରିବା ପରେ ସେ କହୁଛନ୍ତି ଯେ ଯେତେ ସବୁ ଗୁଣର ବର୍ଣ୍ଣନା ସେ କଲେ ସେସବୁର ସମଷ୍ଟି ଦ୍ୱାରା ମଧ୍ୟ ତାଙ୍କ ଐଶ୍ୱର୍ଯ୍ୟର ପରିକଳ୍ପନା କରିହେବ ନାହିଁ, କାରଣ ସୃଷ୍ଟିର ଅନନ୍ତ ବ୍ରହ୍ମାଣ୍ଡ ତାଙ୍କ ଶରୀରର ଏକ ଅଂଶରେ ସମାହିତ ହୋଇଅଛି ।\nଏଠାରେ ସେ କାହିଁକି ନିଜ ବ୍ୟକ୍ତିତ୍ୱର ଏକ ଅଂଶ ବିଷୟରେ କହୁଛନ୍ତି? କାରଣ ଅନନ୍ତ ବ୍ରହ୍ମାଣ୍ଡ ଯୁକ୍ତ ସମଗ୍ର ମାୟିକ ସୃଷ୍ଟି ଭଗବାନଙ୍କ ସମ୍ପୂର୍ଣ୍ଣ ପରିପ୍ରକାଶର ଏକ ଚତୁର୍ଥାଂଶ ଅଟେ; ଅବଶିଷ୍ଟ ତିନି ଚତୁର୍ଥାଂଶ ତାଙ୍କର ଆଧ୍ୟାତ୍ମିକ ସୃଷ୍ଟି ଅଟେ ।\nପାଦୋଽସ୍ୟ ବିଶ୍ୱା ଭୂତାନି ତ୍ରିପାଦସ୍ୟାମୃତଂ ଦିବି (ପୁରୁଷ ସୁକ୍ତଂ ମନ୍ତ୍ର-୩)\n“ମାୟିକ ଶକ୍ତିରୁ ଉତ୍ପନ୍ନ ଏହି ନଶ୍ୱର ସଂସାର ପରମ ପୁରୁଷଙ୍କର ଗୋଟିଏ ଅଂଶ ମାତ୍ର ଅଟେ । ଅନ୍ୟ ତିନି ଅଂଶ ଜନ୍ମ-ମୃତ୍ୟୁ ଚକ୍ରର ଉର୍ଦ୍ଧ୍ୱରେ ତାଙ୍କର ଶାଶ୍ୱତ ଦିବ୍ୟ ଧାମ ଅଟେ ।”\nଆଶ୍ଚର୍ଯ୍ୟର କଥା ଏହା ଯେ, ଶ୍ରୀକୃଷ୍ଣ ଏହି ପୃଥିବୀରେ ଅର୍ଜୁନଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି, ତଥାପି ସେ କହୁଛନ୍ତି ଯେ ସମଗ୍ର ସୃଷ୍ଟି ତାଙ୍କ ଶରୀରର ଏକ ଅଂଶ ମାତ୍ର ଅଟେ । ଏହା ଗଣେଶ ଏବଂ ଭଗବାନ ଶିବଙ୍କର କାହାଣୀ ସଦୃଶ ଅଟେ । ଏକଦା ଦେବର୍ଷି ନାରଦ ଭଗବାନ ଶିବଙ୍କୁ ଏକ ବିଶେଷ ଫଳ ଦେଲେ । ଶିବଙ୍କର ଦୁଇ ସନ୍ତାନ ସେହି ଫଳଟି ପାଇବାକୁ ଚାହିଁଲେ । ଶିବ ଚିନ୍ତା କଲେ ସେ ଯଦି ଫଳଟି ଜଣଙ୍କୁ ଦେବେ, ତେବେ ଅନ୍ୟ ଜଣଙ୍କ ଭାବିବେ, ସେ ପକ୍ଷପାତିତା କହୁଛନ୍ତି । ତେଣୁ ପ୍ରଭୁ ଶିବ ତାଙ୍କ ଦୁହିଁଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଇଲେ - ଯିଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପରିକ୍ରମା କରି ପ୍ରଥମେ ତାଙ୍କ ପାଖକୁ ଫେରି ଆସିବ, ସେ ସେହି ଫଳଟି ପାଇବ ।\nଏହା ଶୁଣି, କାର୍ତ୍ତିକେୟ ତତ୍କ୍ଷଣାତ୍ ବିଶ୍ୱ ପରିକ୍ରମା କରିବାକୁ ବାହାରି ପଡ଼ିଲେ । ତାଙ୍କର ଶରୀର ସୁଗଠିତ ଏବଂ ବଳଶାଳୀ ହୋଇଥିବାରୁ ସେ ତାର ଲାଭ ନେବାକୁ ଚାହିଁଲେ । ଅନ୍ୟ ପକ୍ଷରେ, ଗଣେଶ ପୃଥୁଳକାୟ ଥିଲେ, ତେଣୁ ଭାଇଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ନିଜକୁ ସେ ଅକ୍ଷମ ମନେକଲେ । ତଥାପି, ବୁଦ୍ଧି ସାହାଯ୍ୟରେ ସେ ନିଜର ଅକ୍ଷମତାକୁ ଦୂର କରିବା କଥା ଚିନ୍ତାକଲେ । ଶିବ ଏବଂ ପାର୍ବତୀ ସେଠାରେ ଛିଡ଼ା ହୋଇଥିଲେ । ଗଣେଶ ତିନିଥର ତାଙ୍କର ପ୍ରଦକ୍ଷିଣା କରି ଘୋଷଣା କଲେ । “ପିତାଶ୍ରୀ, ମୁଁ ପ୍ରଥମେ ପରିକ୍ରମା ସାରି ଫେରିଆସିଛି । ଦୟାକରି ଫଳଟି ମୋତେ ଦିଅନ୍ତୁ ।” ଭଗବାନ ଶିବ କହିଲେ, “ତୁମେ କେତେବେଳେ ବିଶ୍ୱ ପରିକ୍ରମା କଲ? ତୁମେ ତ ସବୁ ସମୟରେ ଆମ ସହିତ ରହିଛ!” ଗଣେଶ କହିଲେ “ପିତାଶ୍ରୀ, ଆପଣ ଭଗବାନ ଅଟନ୍ତି । ସମଗ୍ର ବିଶ୍ୱ ଆପଣଙ୍କ ଠାରେ ନିବାସ କରିଛି । ଅତଏବ, ଆପଣଙ୍କ ଚତୁର୍ପାଶ୍ୱର୍ରେ ପରିକ୍ରମା କରି ମୁଁ ସମଗ୍ର ବିଶ୍ୱର ପରିକ୍ରମା କରିଦେଲି ।” ଭଗବାନ ଶିବ ଏଥିରେ ସମ୍ମତ ହେଲେ ଯେ ଗଣେଶ ଅତ୍ୟନ୍ତ ବୁଦ୍ଧିମାନ ଅଟନ୍ତି ଏବଂ ବାସ୍ତବରେ ସେ ହିଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।\nଭଗବାନ ଶିବ ଯେପରି ଗୋଟିଏ ଜାଗାରେ ଠିଆ ହୋଇଥିଲେ, ଅଥଚ ସମଗ୍ର ବିଶ୍ୱ ତାଙ୍କ ମଧ୍ୟରେ ସମାହିତ ଥିଲା, ଠିକ୍ ସେହିପରି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଅସଂଖ୍ୟ ମାୟିକ ବ୍ରହ୍ମାଣ୍ଡ ଯୁକ୍ତ ସମଗ୍ର ସୃଷ୍ଟିକୁ ସେ ତାଙ୍କର ଏକ ଅଂଶରେ ଧାରଣ କରିଛନ୍ତି ।"
}
]
}