gita-chapter-1

{ "title": "ପ୍ରଥମ ଅଧ୍ୟାୟ: ଅର୍ଜୁନ ବିଷାଦଯୋଗ", "chapterIntro": "ଭଗବଦ୍ ଗୀତା ମହାଭାରତ ଯୁଦ୍ଧର ରଣଭୂମିରେ କୁହାଯାଇଥିଲା, ଯାହାକି କୌରବ ଏବଂ ପାଣ୍ଡବ ଦୁଇ ଭ୍ରାତୃପକ୍ଷଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏକ ବିଶାଳ ଯୁଦ୍ଧ ଥିଲା । ଯେଉଁ ସବୁ ଘଟଣାଚକ୍ର ଏହି ବିଶାଳ ଯୁଦ୍ଧକୁ ଆହ୍ୱାନ କରିଥିଲା, ତାହାର ବିଷଦ ବିବରଣୀ ଏହି ଗ୍ରନ୍ଥର ଉପକ୍ରମରେ “ମହାଭାରତ ଯୁଦ୍ଧର ପୃଷ୍ଠଭୂମି” ଭାଗରେ ପ୍ରଦାନ କରାଯାଇଅଛି ।\nରାଜା ଧୃତରାଷ୍ଟ୍ର ଏବଂ ତାଙ୍କ ମନ୍ତ୍ରୀ ସଞ୍ଜୟଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ ରୂପରେ ଭଗବଦ୍ ଗୀତା ପ୍ରକଟ ହେବାକୁ ଯାଉଅଛି । ଯେହେତୁ ଧୃତରାଷ୍ଟ୍ର ଅନ୍ଧଥିଲେ, ସେ ନିଜେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇ ପାରି ନ ଥିଲେ । ସେଥିପାଇଁ ସଞ୍ଜୟ ତାଙ୍କୁ ଯୁଦ୍ଧକ୍ଷେତ୍ରରେ ଘଟୁଥିବା ସମସ୍ତ ଘଟଣାର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରୁଥିଲେ । ସଞ୍ଜୟ ମହାଭାରତର ରଚୟିତା ବେଦ ବ୍ୟାସଙ୍କର ଶିଷ୍ୟ ଥିଲେ । ବେଦ ବ୍ୟାସଙ୍କର ଏକ ଚମତ୍କାରୀ ଶକ୍ତି ଥିଲା, ଯଦ୍ୱାରା ସେ ଦୂର ଦୂରାନ୍ତରେ ଘଟୁଥିବା ଘଟଣା ସବୁ ଦେଖିପାରୁଥିଲେ । ସଞ୍ଜୟଙ୍କ ଠାରେ ମଧ୍ୟ ଗୁରୁଙ୍କ କୃପାରୁ ସେହି ଦୂର ଦୃଷ୍ଟିର କ୍ଷମତା ଥିଲା, ଯଦ୍ୱାରା ସେ ଦୂରରୁ ଯୁଦ୍ଧର ସମସ୍ତ ଗତିବିଧି ଦେଖିପାରୁଥିଲେ ।", "verseList": [ { "verseTitle": "Bhagavad Gita 1.1", "verse": "1", "chapter": 1, "lang": "or", "shloka": { "speaker": "ଧୃତରାଷ୍ଟ୍ର ଉବାଚ", "sanskrit": "धृतराष्ट्र उवाच।\nधर्मक्षेत्रे कुरुक्षेत्रे समवेता युयुत्सवः।\nमामकाः पाण्डवाश्चैव किमकुर्वत सञ्जय ॥1॥", "text": "ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।\nମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ।।୧।।", "audioLink": "https://www.holy-bhagavad-gita.org/public/audio/001_001.mp3" }, "wordMeanings": "ଧୃତରାଷ୍ଟ ଉବାଚ- ଧୃତରାଷ୍ଟ୍ର କହିଲେ; ଧର୍ମକ୍ଷେତ୍ରେ- ଧର୍ମକ୍ଷେତ୍ର; କୁରୁକ୍ଷେତ୍ରେ- କୁରୁକ୍ଷେତ୍ରରେ; ସମବେତାଃ- ଏକାଠି ହୋଇ; ଯୁଯୁତ୍ସବାଃ- ଯୁଦ୍ଧ କରିବାକୁ ଇଚ୍ଛୁକ;ମାମକାଃ- ମୋ ପୁତ୍ରଗଣ; ପାଣ୍ଡବାଃ-ପାଣ୍ଡୁପୁତ୍ରଗଣ; ଚ- ଏବଂ; ଏବ- ନିଶ୍ଚିତ ଭାବେ; କିମ୍‌- କ’ଣ; ଅକୁର୍ବତ- ସେମାନେ କଲେ; ସଞ୍ଜୟ- ହେ ସଞ୍ଜୟ ।", "translation": { "text": "ଧୃତରାଷ୍ଟ୍ର କହିଲେ, “ହେ ସଞ୍ଜୟ! ମୋ ପୁତ୍ରଗଣ ଏବଂ ପଣ୍ଡୁପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ରିତ ହୋଇ କ’ଣ କଲେ?", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-01.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.1.mp3" ] }, "commentary": "ରାଜା ଧୃତରାଷ୍ଟ୍ର, ଜନ୍ମରୁ ଅନ୍ଧ ଥିବା ବ୍ୟତିତ ଆଧ୍ୟାତ୍ମିକ ଜ୍ଞାନରୁ ମଧ୍ୟ ବଞ୍ôଚତ ଥିଲେ । ନିଜ ପୁତ୍ରଙ୍କ ପ୍ରତି ତାଙ୍କର ଆସକ୍ତି, ତାଙ୍କୁ ଧର୍ମ ମାର୍ଗରୁ ବିଚ୍ୟୁତ କରିଥିଲା ଏବଂ ନ୍ୟାୟତଃ ଯେଉଁ ରାଜ୍ୟ ପାଣ୍ଡବମାନଙ୍କର ଥିଲା, ତାହାକୁ ସେ ବଳପୂର୍ବକ ଅଧିକାର କରିଥିଲେ । ସେ ନିଜର ପୁତୁରା, ପାଣ୍ଡୁପୁତ୍ରମାନଙ୍କ ପ୍ରତି କରିଥିବା ଅନ୍ୟାୟ ବିଷୟରେ ସଚେତନ ଥିଲେ । ତାଙ୍କର ଦୋଷୀ ମନୋଭାବ ତାଙ୍କୁ ଯୁଦ୍ଧର ପରିଣାମକୁ ନେଇ ଆଶଙ୍କାଗ୍ରସ୍ଥ କରିଥିଲା, ତେଣୁ ସେ ଯୁଦ୍ଧଭୂମିର ଘଟଣା ବିଷୟରେ ସଞ୍ଜୟଙ୍କୁ ପଚାରୁଛନ୍ତି ।\nଏହି ଶ୍ଳୋକରେ ସେ ସଞ୍ଜୟଙ୍କୁ ପଚାରୁଛନ୍ତି, ଯୁଦ୍ଧ ଭୂମିରେ ଏକତ୍ରିତ ହୋଇ, ତାଙ୍କର ପୁତ୍ରଗଣ ଏବଂ ପାଣ୍ଡୁପୁତ୍ରଗଣ କ’ଣ କରୁଛନ୍ତି? ବର୍ତ୍ତମାନ ଏହା ସ୍ପଷ୍ଟ ଥିଲା ଯେ, ସେଠାରେ ସେମାନେ ଯୁଦ୍ଧ କରିବାର ଏକମାତ୍ର ଉଦ୍ଦେଶ୍ୟ ନେଇ ଏକତ୍ରିତ ହୋଇଛନ୍ତି; ତେଣୁ ସେମାନେ ଯୁଦ୍ଧ କରିବା ସ୍ୱାଭାବିକ । ତେବେ ଧୃତରାଷ୍ଟ୍ର ଏପରି କାହିଁକି ପଚାରୁଛନ୍ତି ଯେ ସେମାନେ କ’ଣ କଲେ?\nତାଙ୍କର ଏହି ସନ୍ଦେହକୁ ସେ ବ୍ୟବହାର କରିଥିବା ଶବ୍ଦ ଧର୍ମକ୍ଷେତ୍ର ବା ଧର୍ମର କ୍ଷେତ୍ର (ଧାର୍ମିକ କର୍ମ)ରୁ ଅନୁମାନ କରାଯାଇ ପାରିବ । କୁରୁକ୍ଷେତ୍ର ଏକ ପବିତ୍ର ଭୂମି ଥିଲା । ଶତପଥ ବ୍ରାହ୍ମଣରେ ଏହାକୁ କୁରୁକ୍ଷେତ୍ରଂ ଦେବ ଯଜନମ୍ ଭାବରେ ବର୍ଣ୍ଣନା କରାଯାଇଛି । “କୁରୁକ୍ଷେତ୍ର ଦେବତାମାନଙ୍କର ତର୍ପଣ କରିବା ସ୍ଥାନ ଅଟେ ।” ଅତଏବ, ଏହା ଧର୍ମକୁ ପରିପୃଷ୍ଟ କରିବାର ଭୂମି ଥିଲା । ଧୃତରାଷ୍ଟ୍ର ଆଶଙ୍କା କରୁଥିଲେ, କୁରୁକ୍ଷେତ୍ରର ପବିତ୍ର ଭୂମି ତାଙ୍କ ପୁତ୍ରମାନଙ୍କର ବିବେକକୁ ଜାଗ୍ରତ କରାଇବ ଏବଂ ସେମାନେ ତାଙ୍କର ସମ୍ପର୍କୀୟ ପାଣ୍ଡବମାନଙ୍କର ହତ୍ୟାକୁ ଅନୁଚିତ ବିଚାର କରିବେ । ସେମାନେ ହୁଏତ ଏକ ଶାନ୍ତିପୁର୍ଣ୍ଣ ସମାଧାନ ପାଇଁ ରାଜି ହୋଇଯାଇ ପାରନ୍ତି । ଏହି ଆଶଙ୍କାରେ ଧୃତରାଷ୍ଟ୍ର ଘୋର ଅସନ୍ତୋଷ ଅନୁଭବ କଲେ । ସେ ଭାବିଲେ, ଯଦି ତାଙ୍କ ପୁତ୍ରମାନେ ଶାନ୍ତି ପାଇଁ ସନ୍ଧି କରନ୍ତି, ତାହେଲେ ପାଣ୍ଡବମାନେ ସବୁଦିନ ପାଇଁ ତାଙ୍କର ପ୍ରତିବନ୍ଧକ ହୋଇ ରହିଯିବେ । ତେଣୁ ଯୁଦ୍ଧ ହେବାକୁ ସେ ପସନ୍ଦ କରୁଥିଲେ । ତା ସହିତ ଯୁଦ୍ଧର ପରିଣତି ବିଷୟରେ ସେ ସନ୍ଦିହାନ ଥିଲେ ଏବଂ ତାଙ୍କର ପୁତ୍ରମାନଙ୍କର ଭାଗ୍ୟ ବିଷୟରେ ଜାଣିବାକୁ ଚାହୁଁଥିଲେ । ତେଣୁ ସେ ସଞ୍ଜୟଙ୍କୁ କୁରୁକ୍ଷେତ୍ରର ଯୁଦ୍ଧଭୂମି, ଯେଉଁଠି ଦୁଇ ପକ୍ଷର ସୈନ୍ୟ ଏକତ୍ରିତ ହୋଇଛନ୍ତି, ତାର ଗତିବିଧି ବିଷୟରେ ପଚାରୁଛନ୍ତି ।" }, { "verseTitle": "Bhagavad Gita 1.2", "verse": "2", "chapter": 1, "lang": "or", "shloka": { "speaker": "ସଞ୍ଜୟ ଉବାଚ", "sanskrit": "सञ्जय उवाच।\nदृष्ट्वा तु पाण्डवानीकं व्यूढं दुर्योधनस्तदा।\nआचार्यमुपसङ्गम्य राजा वचनमब्रवीत् ॥2॥", "text": "ଦୃଷ୍ଟ୍ୱା ତୁ ପାଣ୍ଡବାନୀକଂ ବ୍ୟୁଢଂ ଦୁର୍ଯୋଧନସ୍ତଦା ।\nଆଚାର୍ଯ୍ୟମୁପସଙ୍ଗମ୍ୟ ରାଜା ବଚନମବ୍ରବୀତ୍ ।।୨।।", "audioLink": "https://www.holy-bhagavad-gita.org/public/audio/001_002.mp3" }, "wordMeanings": "ସଞ୍ଜୟ ଉବାଚ -ସଞ୍ଜୟ କହିଲେ; ଦୃଷ୍ଟ୍ୱା-ଦେଖିଲା ପରେ; ତୁ-କିନ୍ତୁ; ପାଣ୍ଡବଅନୀକଂ-ପାଣ୍ଡବମାନଙ୍କର ସୈନ୍ୟ; ବ୍ୟୁଢ଼ଂ-ବ୍ୟୁହ (ସୈନ୍ୟବିନ୍ୟାସ); ଦୁର୍ଯ୍ୟୋଧନଃ-ରାଜା ଦୁର୍ଯ୍ୟୋଧନ; ତଦା-ସେହି ସମୟରେ; ଆଚାର୍ଯ୍ୟଂ-ଶିକ୍ଷକ; ଉପସଂଗମ୍ୟ-ନିକଟକୁ ଯାଇ; ରାଜା-ରାଜା; ବଚନମ୍‌-ବଚନ; ଅବ୍ରବୀତ୍‌-କହିଲେ ।", "translation": { "text": "ସଞ୍ଜୟ କହିଲେ: ପାଣ୍ଡବମାନଙ୍କ ସୈନ୍ୟ ସଜ୍ଜାକୁ ଲକ୍ଷ୍ୟ କରି, ରାଜା ଦୁର୍ଯୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି କଥା କହୁଛନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-02.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.2.mp3" ] }, "commentary": "ଧୃତରାଷ୍ଟ୍ର ଏକ ସ୍ୱୀକାରୋକ୍ତି ଇଚ୍ଛା କରୁଥିଲେ ଯେ ତାଙ୍କ ପୁତ୍ରମାନେ ଯୁଦ୍ଧ କରିବେ । ଧୃତରାଷ୍ଟ୍ରଙ୍କର ଉଦ୍ଦେଶ୍ୟ ବୁଝିପାରି ସଞ୍ଜୟ ନିଶ୍ଚିତ କରି କହୁଛନ୍ତି ଯେ ପାଣ୍ଡବମାନେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ତାଙ୍କର ସୈନ୍ୟ ସଜ୍ଜିତ କରିସାରିଲେଣି, ତେଣୁ ଯୁଦ୍ଧ ଅବଶ୍ୟ ହେବ । ସେ ପୁଣି ବିଷୟ ପରିବର୍ତ୍ତନ କରି ଦୁର୍ଯ୍ୟୋଧନ କ’ଣ କରୁଛନ୍ତି, ତାହା ବିଷୟରେ କହୁଛନ୍ତି ।\nଧୃତରାଷ୍ଟ୍ରଙ୍କର ଜ୍ୟେଷ୍ଠ ପୁତ୍ର, ଦୁର୍ଯ୍ୟୋଧନ ସ୍ୱଭାବରେ ଖଳ ଏବଂ ନିଷ୍ଠୁର ପ୍ରକୃତିର ଥିଲେ । ଯେହେତୁ ଧୃତରାଷ୍ଟ୍ର ଅନ୍ଧ ଥିଲେ, ପ୍ରକୃତ ପକ୍ଷରେ ତାଙ୍କ ପାଇଁ ଦୁର୍ଯ୍ୟୋଧନ ହିଁ ହସ୍ତିନାପୁର ରାଜ୍ୟ ଶାସନ କରୁଥିଲେ । ସେ ପାଣ୍ଡବମାନଙ୍କୁ ଭଲ ପାଉ ନ ଥିଲେ ଏବଂ ନିର୍ବିରୋଧ ରାଜ୍ୟ ଶାସନ କରିବା ପାଇଁ ସେମାନଙ୍କୁ ନିଶ୍ଚିହ୍ନ କରିବାକୁ ବଦ୍ଧ ପରିକର ଥିଲେ । ସେ ଅନୁମାନ କରୁଥିଲେ ଯେ ତାଙ୍କ ସୈନ୍ୟ ବାହିନୀର ମୁକାବିଲା କରିବା ପାଇଁ ପାଣ୍ଡବମାନେ ଏତେ ସୈନ୍ୟ ଏକତ୍ରିତ କରି ପାରିବେ ନାହିଁ । କିନ୍ତୁ ବାସ୍ତବତା ତାଙ୍କ ଧାରଣାର ବିପରୀତ ଥିଲା ଏବଂ ପାଣ୍ଡବମାନଙ୍କର ବିରାଟ ସୈନ୍ୟ ବଳକୁ ଲକ୍ଷ୍ୟ କରି ଦୁର୍ଯ୍ୟୋଧନ ବିବ୍ରତ ଓ ଶଙ୍କିତ ହୋଇଗଲେ ।\nଦୁର୍ଯ୍ୟୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯିବାର ବିଚାର ଏହା ସୂଚିତ କରୁଥିଲା ଯେ ଯୁଦ୍ଧର ପରିଣାମ ବିଷୟରେ ଚିନ୍ତା କରି ସେ ଭୟଭୀତ ଥିଲେ । ସେ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ସମ୍ମାନ ପ୍ରଦର୍ଶନ ବାହାନାରେ ଯାଇଥିଲେ, କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ନିଜ ଉଦ୍‌ବେଗକୁ ଶାନ୍ତ କରିବା ଥିଲା । ପରବର୍ତ୍ତୀ ଶ୍ଳୋକଠାରୁ ଆରମ୍ଭ କରି ଦୁର୍ଯ୍ୟୋଧନ ନଅଗୋଟି ଶ୍ଳୋକ କହିଛନ୍ତି ।" }, { "verseTitle": "Bhagavad Gita 1.3", "verse": "3", "chapter": 1, "lang": "or", "shloka": { "speaker": "", "sanskrit": "पश्यैतां पाण्डुपुत्राणामाचार्य महतीं चमूम्।\nव्यूढां द्रुपदपुत्रेण तव शिष्येण धीमता ॥3॥", "text": "ପଶ୍ୟୈତାଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ୟ ମହତୀଂ ଚମୂମ୍ ।\nବ୍ୟୁଢ଼ାଂ ଦ୍ରୃପଦ-ପୁତ୍ରେଣ ତବ ଶିଷ୍ୟେଣ ଧୀମତା ।।୩।।", "audioLink": "https://www.holy-bhagavad-gita.org/public/audio/001_003.mp3" }, "wordMeanings": "ପଶ୍ୟ-ଦେଖନ୍ତୁ; ଏତାଂ-ଏମାନଙ୍କୁ; ପାଣ୍ଡୁ ପୁତ୍ରାଣାମ୍‌-ପାଣ୍ଡୁଙ୍କର ପୁତ୍ରମାନଙ୍କର; ଆଚାର୍ଯ୍ୟ-ହେ ଆଚାର୍ଯ୍ୟ; ମହତୀଂ-ମହାନ୍‌; ଚମୂମ୍‌-ସୈନ୍ୟବାହିନୀ; ବ୍ୟୂଢ଼ାଂ-ସଜ୍ଜିତ; ଦ୍ରୁପଦ ପୁତ୍ରେଣ-ଦ୍ରୁପଦଙ୍କର ପୁତ୍ର, ଧୃଷ୍ଟଦ୍ୟୁମ୍ନ; ତବ-ଆପଣଙ୍କର; ଶିଷ୍ୟେଣ-ଶିଷ୍ୟଙ୍କଦ୍ୱାରା; ଧୀମତା-ଅତ୍ୟନ୍ତ ବୁଦ୍ଧିମାନ୍ ।", "translation": { "text": "ଦୁର୍ଯ୍ୟୋଧନ କହିଲେ: ପୂଜ୍ୟ ଗୁରୁଦେବ! ଆପଣଙ୍କର ପ୍ରତିଭାବାନ୍ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ଅତି ନିପୁଣତାର ସହିତ ଯୁଦ୍ଧ ପାଇଁ ସଜ୍ଜିତ ପାଣ୍ଡୁପୁତ୍ରମାନଙ୍କର ସୈନ୍ୟବାହିନୀକୁ ଲକ୍ଷ୍ୟ କରନ୍ତୁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-03.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.3.mp3" ] }, "commentary": "ଦୁର୍ଯ୍ୟୋଧନ ଅତ୍ୟନ୍ତ ଚତୁରତାର ସହ ତାଙ୍କର ଯୁଦ୍ଧଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ, ଅତୀତରେ ସେ କରିଥିବା ଏକ ଭୁଲ ପ୍ରତି ସୂଚିତ କରିଛନ୍ତି । ଏକଦା ଦ୍ରୋଣାଚାର୍ଯ୍ୟ ଓ ରାଜା ଦ୍ରୃପଦଙ୍କ ମଧ୍ୟରେ ଏକ ରାଜନୈତିକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । କ୍ରୋଧାନ୍ୱିତ ହୋଇ, ଦ୍ରୃପଦ ଏକ ଯଜ୍ଞ କରିଥିଲେ ଏବଂ ଏକ ପୁତ୍ର ପାପ୍ତିର ବରଦାନ ପାଇଥିଲେ, ଯିଏ କି ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବାକୁ ସମର୍ଥ ହେବେ । ଏହି ବରଦାନ ସ୍ୱରୂପ, ଧୃଷ୍ଟଦ୍ୟୁମ୍ନ ତାଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ ।\nଦ୍ରୋଣାଚାର୍ଯ୍ୟ ଯଦିଓ ଧୃଷ୍ଟଦ୍ୟୁମ୍ନଙ୍କର ଜନ୍ମର ଉଦ୍ଦେଶ୍ୟ ଜାଣିଥିଲେ, ଯେତେବେଳେ ଧୃଷ୍ଟଦ୍ୟୁମ୍ନଙ୍କର ସାମରିକ ଶିକ୍ଷା ତାଙ୍କ ଉପରେ ନ୍ୟସ୍ତ କରାଗଲା, ତାଙ୍କର ସମସ୍ତ ଜ୍ଞାନ ଧୃତଦ୍ୟୁମ୍ନଙ୍କୁ ଅର୍ପଣ କରିବାରେ ସେ କୁଣ୍ଠାବୋଧ କରି ନ ଥିଲେ । ବର୍ତ୍ତମାନ ଏହି ଯୁଦ୍ଧରେ, ଧୃଷ୍ଟଦ୍ୟୁମ୍ନ ସେନାପତି ଭାବରେ ପାଣ୍ଡବଙ୍କ ପକ୍ଷଭୁକ୍ତ ହୋଇଛନ୍ତି ଏବଂ ସେ ହିଁ ଏହି ସମରସଜ୍ଜା କରିଛନ୍ତି । ଦୁର୍ଯ୍ୟୋଧନ ଏହା ସୂଚିତ କରୁଛନ୍ତି ଯେ ଅତୀତର ତାଙ୍କର ସେହି ଉଦାରତା ପାଇଁ ବର୍ତ୍ତମାନ ତାଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଅଛି ଏବଂ ଆଗକୁ ପାଣ୍ଡବଙ୍କ ସହିତ ଯୁଦ୍ଧ ସମୟରେ ସେ ଏହିପରି ଉଦାରତା ପ୍ରଦର୍ଶନ ଉଚିତ ନୁହେଁ ।" }, { "verseTitle": "Bhagavad Gita 1.4 – 1.6", "verse": "4-6", "chapter": 1, "lang": "or", "shloka": { "speaker": "", "sanskrit": "अत्र शूरा महेष्वासा भीमार्जुनसमा युधि ।\nयुयुधानो विराटश्च द्रुपदश्च महारथः॥4॥\n\nधृष्टकेतुश्चेकितानः काशिराजश्च वीर्यवान् ।\nपुरुजित्कुन्तिभोजश्च शैब्यश्च नरपुङ्गवः॥5॥\n\nयुधामन्युश्च विक्रान्त उत्तमौजाश्च वीर्यवान् ।\nसौभद्रो द्रौपदेयाश्च सर्व एव महारथाः॥6॥", "text": "ଅତ୍ର ଶୂରା ମହେଷ୍ୱାସା ଭୀମାର୍ଜୁନସମା ଯୁଧି ।\nଯୁଯୁଧାନୋ ବିରାଟଶ୍ଚ ଦ୍ରୃପଦଶ୍ଚ ମହାରଥଃ ।।୪।।\nଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯବାନ୍‌\nପୁରୁଜିତ୍ କୁନ୍ତିଭୋଜଶ୍ଚ ଶୈବଶ୍ଚ ନରପୁଙ୍ଗବଃ ।।୫।।\nଯୁଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବୀର୍ଯବାନ୍ ।\nସୌଭଦ୍ରୋ ଦ୍ରୌପଦେୟାଶ୍ଚ ସର୍ବ ଏବ ମହାରଥାଃ ।।୬।।", "audioLink": "https://www.holy-bhagavad-gita.org/public/audio/001_004-006.mp3" }, "wordMeanings": "ଅତ୍ର-ଏଠାରେ; ଶୂରାଃ-ବୀର ଯୋଦ୍ଧାମାନେ; ମହେଷ୍ୱାସାଃ-ବଳଶାଳୀ ଧନୁର୍ଦ୍ଧାରୀଗଣ; ଭୀମ-ଅର୍ଜୁନ-ଭୀମ ଏବଂ ଅର୍ଜୁନ; ସମାଃ-ସମାନ, ଯୁଧି-ଯୁଦ୍ଧରେ; ଯୁଯୁଧାନଃ-ଯୁଯୁଧାନ, ବିରାଟଃ-ବିରାଟ; ଚ-ଏବଂ; ଦ୍ରୁପଦଃ-ଦ୍ରୁପଦ; ଚ-ଏବଂ, ମହାରଥଃ-ବିଶିଷ୍ଟ ଯୋଦ୍ଧା, ଧୃଷ୍ଟକେତୁଃ-ଧୃଷ୍ଟକେତୁ; ଚେକିତାନଃ-ଚେକିତାନ; କାଶିରାଜଃ-କାଶିରାଜ; ଚ-ଏବଂ; ବୀର୍ଯ୍ୟବାନ-ଅତ୍ୟନ୍ତ ଶକ୍ତିଶାଳୀ; ପୁରୁଜିତ୍‌-ପୁରୁଜିତ୍‌; କୁନ୍ତି-ଭୋଜଃ-କୁନ୍ତିଭୋଜ; ଚ-ଏବଂ; ଶୈବ୍ୟଃ-ଶୈବ୍ୟ; ଚ-ଏବଂ; ନରପୁଙ୍ଗବଃ-ଶ୍ରେଷ୍ଠ ମନୁଷ୍ୟ; ଯୁଧାମନ୍ୟୁଃ-ଯୁଧାମନ୍ୟୁ; ଚ-ଏବଂ; ବିକ୍ରାନ୍ତଃ-ସାହସୀ; ଉତ୍ତମୌଜାଃ-ଉତ୍ତମୌଜା; ଚ-ଏବଂ; ବୀର୍ଯ୍ୟବାନ୍‌-ଅତୀନ୍ତ ବଳଶାଳୀ; ସୌଭଦ୍ରଃ-ସୁଭଦ୍ରାଙ୍କ ପୁତ୍ର; ଦ୍ରୌପଦେୟାଃ-ଦ୍ରୌପଦୀଙ୍କର ପୁତ୍ରଗଣ; ଚ-ଏବଂ; ସର୍ବେ-ସମସ୍ତେ; ଏବ-ନିଶ୍ଚିତଭାବେ; ମହାରଥାଃ- ଏକାକୀ ଦଶ ହଜାର ଯୋଦ୍ଧାଙ୍କର ବଳ ରଖିଥିବା ଶ୍ରେଷ୍ଠ ଯୋଦ୍ଧା, ମହାରଥୀ ।", "translation": { "text": "ତାଙ୍କର ସୈନ୍ୟ ବାହୀନିକୁ ଲକ୍ଷ କରନ୍ତୁ । ସେଥିରେ ଯୁଯୁଧାନ, ବିରାଟ ଓ ଦ୍ରୃପଦଙ୍କ ପରି ଅନେକ ଶକ୍ତିଶାଳୀ ଧନୁର୍ଧାରୀ ଯୋଦ୍ଧା ଅଛନ୍ତି, ଯେଉଁମାନେ କି ସାମରିକ ଶକ୍ତିରେ ଭୀମ ଓ ଅର୍ଜୁନଙ୍କ ସମତୁଲ୍ୟ ଅଟନ୍ତି । ଆହୁରି ମଧ୍ୟ ଧୃଷ୍ଟକେତୁ, କାଶୀରାଜ, ଚେକିତାନ, ପୁରୁଜିତ, କୁନ୍ତିଭୋଜ ଏବଂ ଶୈବଙ୍କ ପରି ପ୍ରଖ୍ୟାତ ଯୋଦ୍ଧା ଓ ନରଶ୍ରେଷ୍ଠଗଣ ଉପସ୍ଥିତ ଅଛନ୍ତି । ସାହସୀ ଯୁଧାମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଙ୍କ ପରି ପ୍ରଖ୍ୟାତ ସେନାଧ୍ୟକ୍ଷ ମାନେ ଅଛନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-04.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-05.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-06.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.4.mp3", "https://www.gitasupersite.iitk.ac.in/sites/default/files/audio/Purohit/1.5.mp3", "https://www.gitasupersite.iitk.ac.in/sites/default/files/audio/Purohit/1.6.mp3" ] }, "commentary": "ବିପତ୍ତିର ଆଶଙ୍କାରେ ଭୟଭୀତ ଦୁର୍ଯ୍ୟୋଧନଙ୍କ ଦୃଷ୍ଟିରେ, ପାଣ୍ଡବମାନଙ୍କର ସୈନ୍ୟବାହିନୀ ବାସ୍ତବତା ଠାରୁ ଅଧିକ ପ୍ରତୀତ ହେଉଥିଲା । ସେ ନିଜର ଉଦ୍‌ବେଗ ପ୍ରକାଶ କରି, ପାଣ୍ଡବ ପକ୍ଷରେ ଥିବା ମହାରଥୀ (ଜଣେ ଯୋଦ୍ଧା ଯାହାର ବଳ ଦଶହଜାର ସାଧାରଣ ଯୋଦ୍ଧାଙ୍କ ବଳ ସହିତ ସମାନ)ମାନଙ୍କ ପ୍ରତି ଈଶାରା କରୁଛନ୍ତି । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ପକ୍ଷରେ ଥିବା ଅସାଧାରଣ ବୀର, ଯେଉଁମାନେ କି ଭୀମ ଏବଂ ଅର୍ଜୁନଙ୍କ ପରି ଶକ୍ତିଶାଳୀ ଅଟନ୍ତି ଏବଂ ଦୁର୍ଜେୟ ସେନାଧ୍ୟକ୍ଷ ଅଟନ୍ତି, ସେମାନଙ୍କ ବିଷୟରେ ସୂଚନା ଦେଉଛନ୍ତି ।" }, { "verseTitle": "Bhagavad Gita 1.7", "verse": "7", "chapter": 1, "lang": "or", "shloka": { "speaker": "", "sanskrit": "अस्माकं तु विशिष्टा ये तान्निबोध द्विजोत्तम।\nनायका मम सैन्यस्य संज्ञार्थं तान्ब्रवीमि ते ॥7॥", "text": "ଅସ୍ମାକଂ ତୁ ବିଶିଷ୍ଟା ଯେ ତାନ୍ନିବୋଧ ଦ୍ୱିଜୋତ୍ତମ ।\nନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥଂ ତାନ୍‌ବ୍ରବୀମି ତେ ।।୭।।", "audioLink": "https://www.holy-bhagavad-gita.org/public/audio/001_007.mp3" }, "wordMeanings": "ଅସ୍ମାକଂ-ଆମ୍ଭମାନଙ୍କର; ତୁ-କିନ୍ତୁ; ବିଶିଷ୍ଟାଃ-ବିଶେଷ ଶକ୍ତିଶାଳୀ; ଯେ-ଯେଉଁମାନେ; ତାନ୍‌-ସେମାନଙ୍କୁ; ନିବୋଧ-ଜାଣିରଖନ୍ତୁ; ଦ୍ୱିଜୋତ୍ତମ-ଦ୍ୱିଜ ବା (ବାହ୍ମଣ)ମାନଙ୍କ ମଧ୍ୟରେ ଶ୍ରେଷ୍ଠ; ନାୟକାଃ-ନାୟକ ବା ସେନାପତିଗଣ; ମମ-ମୋର; ସୈନ୍ୟସ୍ୟ-ସୈନ୍ୟମାନଙ୍କର; ସଂଜ୍ଞା-ଅର୍ଥଂ-ଜଣାଇବା ପାଇଁ; ତାନ୍‌-ସେମାନଙ୍କୁ; ବ୍ରବୀମି-ମୁଁ କହୁଛି; ତେ-ଆପଣଙ୍କର ।", "translation": { "text": "ହେ ବ୍ରାହ୍ମଣ ଶ୍ରେଷ୍ଠ! ଆମ ପକ୍ଷରେ ଥିବା ବିଶିଷ୍ଟ ଯୋଦ୍ଧା, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରବୀଣ, ସେମାନଙ୍କ ବିଷୟରେ ଶୁଣନ୍ତୁ । ମୁଁ ଆପଣଙ୍କୁ ସେମାନଙ୍କ ବିଷୟରେ କହୁଛି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-07.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.7.mp3" ] }, "commentary": "କୌରବ ସେନା ବାହନୀର ମୁଖ୍ୟ ସେନାଧ୍ୟକ୍ଷ, ଦ୍ରୋଣାଚାର୍ଯ୍ୟଙ୍କୁ ଦୁର୍ଯ୍ୟୋଧନ ଦ୍ୱିଜୋତ୍ତମ (ବ୍ରାହ୍ମଣଙ୍କ ମଧ୍ୟରେ ଶ୍ରେଷ୍ଠ) ଭାବରେ ସମ୍ବୋଧନ କରୁଛନ୍ତି । ସେ ଜାଣିଶୁଣି ଏହି ଶବ୍ଦଟି ପ୍ରୟୋଗ କରିଛନ୍ତି । ଦ୍ରୋଣାଚାର୍ଯ୍ୟ ବୃତ୍ତି ଅନୁସାରେ ପ୍ରକୃତରେ ଜଣେ ଯୋଦ୍ଧା ନ ଥିଲେ । ସେ ସାମରିକ ବିଜ୍ଞାନର ଶିକ୍ଷକ ମାତ୍ର ଥିଲେ । ଜଣେ କପଟୀ ନେତା ଭାବରେ, ଦୁର୍ଯ୍ୟୋଧନ ତାଙ୍କ ନିଜ ଧର୍ମଗୁରୁଙ୍କର ଆନୁଗତ୍ୟ ପ୍ରତି ମଧ୍ୟ ଲଜ୍ଜାହୀନ ଭାବରେ ସନ୍ଦେହ ପ୍ରକାଶ କରୁଛନ୍ତି । ଦୁର୍ଯ୍ୟୋଧନଙ୍କ କହିବାର ଅଭିପ୍ରାୟ ଥିଲା, ଯଦି ଦ୍ରୋଣାଚାର୍ଯ୍ୟ ବୀରତ୍ୱର ସହିତ ଯୁଦ୍ଧ ନ କରନ୍ତି, ତେବେ ସେ ଦୁର୍ଯ୍ୟୋଧନଙ୍କ ରାଜଭବନରେ ପରସା ଯାଉଥିବା ସୁସ୍ୱାଦ ଖାଦ୍ୟରେ ହିଁ ଆଗ୍ରହୀ ଥିବା ଜଣେ ବ୍ରାହ୍ମଣ ମାତ୍ର ଅଟନ୍ତି ।\nଏହା କହିବା ପରେ, ଦୁର୍ଯ୍ୟୋଧନ ନିଜର ଏବଂ ତାଙ୍କ ଗୁରୁଙ୍କର ସାହାସ ବଢ଼ାଇବା ପାଇଁ ତାଙ୍କ ନିଜ ପକ୍ଷରେ ଥିବା ବୀର ଯୋଦ୍ଧାମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ।" }, { "verseTitle": "Bhagavad Gita 1.8", "verse": "8", "chapter": 1, "lang": "or", "shloka": { "speaker": "", "sanskrit": "भवान्भीष्मश्च कर्णश्च कृपश्च समितिञ्जयः ।\nअश्वत्थामा विकर्णश्च सौमदत्तिस्तथैव च ॥8॥", "text": "ଭବାନ୍‌ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ ।\nଅଶ୍ୱତ୍‌ଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିସ୍ତଥୈବ ଚ ।।୮।।", "audioLink": "https://www.holy-bhagavad-gita.org/public/audio/001_008.mp3" }, "wordMeanings": "ଭବାନ୍‌-ଆପଣ; ଭୀଷ୍ମଃ-ପିତାମହ ଭୀଷ୍ମ; ଚ-ଏବଂ; କର୍ଣ୍ଣଃ-କର୍ଣ୍ଣ; ଚ-ଏବଂ; କୃପଃ -କୃପାଚାର୍ଯ୍ୟ; ଚ-ଏବଂ; ସମିତିଂଜୟ-ସର୍ବଦା ଯୁଦ୍ଧରେ ବିଜୟୀ; ଅଶ୍ୱତ୍‌ଥାମା-ଅଶ୍ୱତ୍‌ଥାମା; ବିକର୍ଣ୍ଣଃ-ବିକର୍ଣ୍ଣ; ଚ-ଏବଂ; ସୌମଦତ୍ତିଃ-ସୋମଦତ୍ତର ପୁତ୍ର ଭୁରିଶ୍ରବା; ତଥା-ଏହିପରି; ଏବ-ନିଶ୍ଚିତଭାବେ; ଚ-ମଧ୍ୟ ।", "translation": { "text": "ଆପଣ, ଭୀଷ୍ମ, କର୍ଣ୍ଣ, କୃପା, ଅଶ୍ୱଥାମା, ବିକର୍ଣ୍ଣ ଏବଂ ଭୂରିଶ୍ରବା ସର୍ବଦା ଯୁଦ୍ଧଜୟୀ ବ୍ୟକ୍ତିତ୍ୱଗଣ ଅଛନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-08.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.8.mp3" ] }, "commentary": "" }, { "verseTitle": "Bhagavad Gita 1.9", "verse": "9", "chapter": 1, "lang": "or", "shloka": { "speaker": "", "sanskrit": "अन्ये च बहवः शूरा मदर्थे त्यक्तजीविताः।\nनानाशस्त्रप्रहरणाः सर्वे युद्धविशारदाः ॥9॥", "text": "ଅନ୍ୟେ ଚ ବହବଃ ଶୂରା ମଦର୍ଥେ ତ୍ୟକ୍ତଜୀବିତାଃ ।\nନାନାଶସ୍ତ୍ରପ୍ରହରଣାଃ ସର୍ବେ ଯୁଦ୍ଧବିଶାରଦାଃ ।।୯।।", "audioLink": "https://www.holy-bhagavad-gita.org/public/audio/001_009.mp3" }, "wordMeanings": "ଅନ୍ୟେ-ଆହୁରି ଅନେକ; ଚ-ମଧ୍ୟ; ବହବଃ-ଖୁବ୍ ଅଧିକ ସଂଖ୍ୟାରେ; ଶୂରାଃ-ବୀରମାନେ; ମଦ୍‌-ଅର୍ଥେ-ମୋ ପାଇଁ; ତ୍ୟକ୍ତ ଜୀବିତାଃ-ଜୀବନ ଦେବାକୁ ପ୍ରସ୍ତୁତ; ନାନା-ଅନେକ; ଶସ୍ତ୍ର-ଶସ୍ତ୍ର; ପ୍ରହରଣାଃ-ସଜ୍ଜିତ; ସର୍ବେ-ସେମାନେ ସମସ୍ତେ; ଯୁଦ୍ଧ-ଯୁଦ୍ଧ; ବିଶାରଦାଃ-ରଣକୌଶଳ (ଯୁଦ୍ଧ ବିଜ୍ଞାନ)ରେ ଅଭିଜ୍ଞ ।", "translation": { "text": "ଆହୁରି ମଧ୍ୟ ଅନେକ ବୀର ଯୋଦ୍ଧା ଅଛନ୍ତି, ଯେଉଁମାନେ ମୋ ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ସେମାନେ ସମସ୍ତେ ଯୁଦ୍ଧବିଦ୍ୟାରେ ପାରଙ୍ଗମ ଏବଂ ବିଭିନ୍ନ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଅଛନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-09.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.9.mp3" ] }, "commentary": "" }, { "verseTitle": "Bhagavad Gita 1.10", "verse": "10", "chapter": 1, "lang": "or", "shloka": { "speaker": "", "sanskrit": "अपर्याप्तं तदस्माकं बलं भीष्माभिरक्षितम्।\nपर्याप्तं त्विदमेतेषां बलं भीमाभिरक्षितम् ॥10॥", "text": "ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତମ୍ ।\nପର୍ଯ୍ୟାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତମ୍ ।।୧୦।।", "audioLink": "https://www.holy-bhagavad-gita.org/public/audio/001_010.mp3" }, "wordMeanings": "ଅପର୍ଯ୍ୟାପ୍ତଂ-ଅପରିମିତ; ତତ୍‌-ତାହା; ଅସ୍ମାକମ୍‌-ଆମ୍ଭମାନଙ୍କର; ବଳଂ-ବଳ; ଭୀଷ୍ମ-ପିତାମହ ଭୀଷ୍ମଙ୍କ ଦ୍ୱାରା; ଅଭିରକ୍ଷିତମ୍‌-ସୁରକ୍ଷିତ; ପର୍ଯ୍ୟାପ୍ତଂ-ସୀମିତ; ତୁ-କିନ୍ତୁ; ଇଦମ୍‌-ଏସବୁ; ଏତେଷାଂ- ପାଣ୍ଡବମାନଙ୍କର; ବଳଂ-ବଳ; ଭୀମ-ଭୀମଙ୍କ ଦ୍ୱାରା; ଅଭିରକ୍ଷିତମ୍ -ସାବଧାନତା ସହକାରେ ସୁରକ୍ଷିତ ।", "translation": { "text": "ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମ୍ଭମାନଙ୍କର ସୈନ୍ୟ ବଳ ଅସୀମିତ ଅଟେ, କିନ୍ତୁ ଭୀମଙ୍କ ଦ୍ୱାରା ସାବଧାନ ପୁର୍ବକ ସୁରକ୍ଷିତ ପାଣ୍ଡବ ସେନାଙ୍କ ବଳ ସୀମିତ ଅଟେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-10.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.10.mp3" ] }, "commentary": "ଦୁର୍ଯ୍ୟୋଧନଙ୍କର ଆତ୍ମଗରିମା ଗାନ, ଜଣେ ବୃଥା ବଡ଼ିମା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ପରି ଥିଲା । ଯେତେବେଳେ ତାଙ୍କର ଅନ୍ତିମ କାଳ ନିକଟତର ହୁଏ, ବିନମ୍ରଭାବେ ପରିସ୍ଥିତିର ସମୀକ୍ଷା କରିବା ପରିବର୍ତ୍ତେ, ଆତ୍ମାଭିମାନୀ ବ୍ୟକ୍ତିମାନେ ଗର୍ବର ସହିତ ବୃଥା ବଡ଼ିମା ପ୍ରଦର୍ଶନ କରିଥାଆନ୍ତି । ଭାଗ୍ୟର ଏହି ଦୁଃଖଦ ବିଡ଼ମ୍ବନା ଦୁର୍ଯ୍ୟୋଧନଙ୍କ ବାକ୍ୟରେ ପ୍ରକାଶ ପାଉଥିଲା ଯେତେବେଳେ ସେ କହିଲେ ଯେ ଭୀଷ୍ମଙ୍କ ଦ୍ୱାରା ସଂରକ୍ଷିତ ତାଙ୍କର ଶକ୍ତି ଅସୀମିତ ଅଟେ ।\nପିତାମହ ଭୀଷ୍ମ କୌରବ ସେନାର ସର୍ବୋଚ୍ଚ ସେନାଧ୍ୟକ୍ଷ ଥିଲେ । ତାଙ୍କୁ ଇଚ୍ଛା ମୃତ୍ୟୁର ବର ପ୍ରାପ୍ତ ଥିଲା, ଯାହାକି ତାଙ୍କୁ ପ୍ରକୃତ ପକ୍ଷେ ଅଜେୟ କରୁଥିଲା । ପାଣ୍ଡବଙ୍କ ପକ୍ଷରେ ଭୀମଙ୍କ ଦ୍ୱାରା ସୈନ୍ୟ ସଂରକ୍ଷିତ ଥିଲେ । ସେ ଦୁର୍ଯ୍ୟୋଧନଙ୍କର ଚିରଶତ୍ରୁ ଥିଲେ । ତେଣୁ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ଶକ୍ତି ସହିତ ଭୀମଙ୍କ ଶକ୍ତିର ତୁଳନା କରୁଥିଲେ । ଭୀଷ୍ମ ଉଭୟ ପାଣ୍ଡବ ଏବଂ କୌରବଙ୍କର ପିତାମହ ଥିଲେ ଏବଂ ଆନ୍ତରିକତା ସହ ଦୁଇ ପକ୍ଷର ହିତ କାମନା କରୁଥିଲେ । ପାଣ୍ଡବମାନଙ୍କ ପ୍ରତି ତାଙ୍କର ସ୍ନେହ, ନିଷ୍ଠାପର ଭାବରେ ଯୁଦ୍ଧ କରିବାକୁ ପ୍ରତିବନ୍ଧକ ହେବ । ସେ ଏହା ମଧ୍ୟ ଜାଣିଥିଲେ ଯେ ଏହି ଧର୍ମ ଯୁଦ୍ଧରେ ଯେଉଁଠି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ ଅଛନ୍ତି, ପୃଥିବୀର କୌଣସି ଶକ୍ତି ଅଧର୍ମର ପକ୍ଷକୁ ବିଜୟୀ କରିପାରିବ ନାହିଁ । ତଥାପି ସେ ହସ୍ତିନା ପୁରର ପ୍ରଜା ଓ କୌରବଙ୍କ ପ୍ରତି ନିଜର ନୈତିକ ପ୍ରତିବଦ୍ଧତା ପାଇଁ ପାଣ୍ଡବମାନଙ୍କ ବିପକ୍ଷରେ ଲଢ଼ିବାକୁ ସ୍ଥିର କରିଥିଲେ । ଏହି ନିର୍ଣ୍ଣୟ ଭୀଷ୍ମଙ୍କ ବ୍ୟକ୍ତିତ୍ୱର ଦୁର୍ବୋଧ୍ୟ ଚରିତ୍ରକୁ ପ୍ରଦର୍ଶିତ କରିଥାଏ ।" }, { "verseTitle": "Bhagavad Gita 1.11", "verse": "11", "chapter": 1, "lang": "or", "shloka": { "speaker": "", "sanskrit": "अयनेषु च सर्वेषु यथाभागमवस्थिताः।\nभीष्ममेवाभिरक्षन्तु भवन्तः सर्व एव हि ॥11॥", "text": "ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତାଃ ।\nଭିଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି ।।୧୧।।", "audioLink": "https://www.holy-bhagavad-gita.org/public/audio/001_011.mp3" }, "wordMeanings": "ଅୟନେଷୁ-ଘାଟିସ୍ଥାନ; ଚ-ମଧ୍ୟ; ସର୍ବେଷୁ-ସର୍ବତ୍ର; ଯଥାଭାଗମ୍‌-ଯେଉଁ ଯେଉଁ ସ୍ଥାନରେ ଯେପରି ଭାବରେ ଯେଉଁମାନଙ୍କୁ ରଖାଯାଇଛି; ଅବସ୍ଥିତାଃ-ଅବସ୍ଥିତ; ଭୀଷ୍ମମ୍‌-ପିତାମହ ଭୀଷ୍ମଙ୍କୁ; ଏବ-ନିଶ୍ଚିତଭାବେ; ଅଭିରକ୍ଷନ୍ତୁ-ସହାୟ ହୁଅନ୍ତୁ; ଭବନ୍ତଃ-ଆପଣମାନେ; ସର୍ବେ-ସମସ୍ତେ; ଏବ-ନିଶ୍ଚିତଭାବେ; ହି-ଠିକ୍ ସେହି ଭାବରେ ।", "translation": { "text": "ତେଣୁ, ମୁଁ କୌରବ ସେନାର ସମସ୍ତ ସେନାପତିମାନଙ୍କୁ ଆହ୍ୱାନ କରୁଅଛି ଯେ ଆପଣମାନେ ନିଜ ନିଜର ବ୍ୟୁହ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-11.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.11.mp3" ] }, "commentary": "ଦୁର୍ଯ୍ୟୋଧନ ପିତାମହ ଭୀଷ୍ମଙ୍କର ଅଭେଦ୍ୟ କ୍ଷମତାକୁ ତାଙ୍କ ସୈନ୍ୟ ବାହିନୀର ପ୍ରେରଣା ଏବଂ ଶକ୍ତି ଭାବେ ସ୍ୱୀକାର କରୁଥିଲେ । ତେଣୁ ସେ ତାଙ୍କର ସେନାପତିମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ବ୍ୟୁହ ରଚନାରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କ ସହିତ ଏକଜୁଟ ହୁଅନ୍ତୁ ।" }, { "verseTitle": "Bhagavad Gita 1.12", "verse": "12", "chapter": 1, "lang": "or", "shloka": { "speaker": "", "sanskrit": "तस्य सञ्जनयन्हर्षं कुरुवृद्धः पितामहः।\nसिंहनादं विनद्योच्चैः शङ्ख दध्मौ प्रतापवान् ॥12॥", "text": "ତସ୍ୟ ସଂଜନୟନ୍‌ହର୍ଷଂ କୁରୁବୃଦ୍ଧଃ ପିତାମହଃ ।\nସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍ ।।୧୨।।", "audioLink": "https://www.holy-bhagavad-gita.org/public/audio/001_012.mp3" }, "wordMeanings": "ତସ୍ୟ-ତାଙ୍କର; ସଂଜନୟନ୍‌-ବୃଦ୍ଧି କରି; ହର୍ଷଂ-ହର୍ଷ (ଆନନ୍ଦ); କୁରୁବୃଦ୍ଧ-କୁରୁବଂଶର ବୃଦ୍ଧ (ଭୀଷ୍ମ); ପିତାମହଃ-ପିତାମହ; ସିଂହାନାଦଂ-ସିଂହଗର୍ଜନ ସଦୃଶ; ବିନଦ୍ୟ-ନାଦକରି; ଉଚ୍ଚୈଃ-ଖୁବ୍ ଉଚ୍ଚ ସ୍ୱରରେ; ଶଙ୍ଖଂ-ଶଙ୍ଖ, ଦଧ୍ମୌ-ନାଦ କଲେ; ପ୍ରତାପବାନ୍‌-ପ୍ରତାପଶାଳୀ ।", "translation": { "text": "ତା’ପରେ ଯଶସ୍ୱୀ କୁଳ ବୃଦ୍ଧ ଭୀଷ୍ମ, ସିଂହ ପରି ଗର୍ଜନ କରି ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ, ଯାହା ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କଲା ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-12.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.12.mp3" ] }, "commentary": "ପିତାମହ ଭୀଷ୍ମ ତାଙ୍କ ପୌପୁତ୍ରଙ୍କର ହୃଦୟର ଭୟ ବୁଝିପାରିଲେ ଏବଂ ତାଙ୍କପ୍ରତି ସ୍ୱଭାବିକ ସ୍ନେହ ଯୋଗୁଁ ତାଙ୍କୁ ଉତ୍ସାହିତ କରିବା ପାଇଁ ଉଚ୍ଚ ଶବ୍ଦରେ ଶଙ୍ଖଧ୍ୱନି କଲେ । ଭୀଷ୍ମ ଜାଣିଥିଲେ ଯେ, ଶ୍ରୀକୃଷ୍ଣ ଅନ୍ୟ ପକ୍ଷରେ ଅଛନ୍ତି । ଯଦିଓ ଦୁର୍ଯ୍ୟୋଧନଙ୍କ ବିଜୟର କୌଣସି ସମ୍ଭାବନା ନାହିଁ, ତଥାପି ସେ ଦୁର୍ଯ୍ୟେଧନଙ୍କୁ ଜଣାଇ ଦେବାକୁ ଚାହୁଁଥିଲେ ଯେ ଯୁଦ୍ଧ କରିବା ତାଙ୍କର କର୍ତ୍ତବ୍ୟ ଅଟେ ।  ତାହା ସେ ଅବଶ୍ୟ ପାଳନ କରିବେ ଏବଂ ସେଥିପାଇଁ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବେ । ସେ ସମୟର ଯୁଦ୍ଧର ନିୟମ ଅନୁଯାୟୀ, ଶଙ୍ଖନାଦ ଯୁଦ୍ଧାରମ୍ଭର ସଙ୍କେତ ଥିଲା ।" }, { "verseTitle": "Bhagavad Gita 1.13", "verse": "13", "chapter": 1, "lang": "or", "shloka": { "speaker": "", "sanskrit": "ततः शङ्खाश्च भेर्यश्च पणवानकगोमुखाः।\nसहसैवाभ्यहन्यन्त स शब्दस्तुमुलोऽभवत् ॥13॥", "text": "ତତଃ ଶଙ୍ଖାଶ୍ଚ ଭୈର୍ଯ୍ୟଶ୍ଚ ପଣବାନକଗୋମୁଖାଃ ।\nସହସୈବାଭ୍ୟହନ୍ୟନ୍ତ ସ ଶବ୍ଦସ୍ତୁମୁଳୋଽଭବତ୍ ।।୧୩।।", "audioLink": "https://www.holy-bhagavad-gita.org/public/audio/001_013.mp3" }, "wordMeanings": "ତତଃ-ତତ୍ପରେ, ଶଙ୍ଖାଃ-ଶଙ୍ଖମାନ; ଚ-ଏବଂ; ଭେର୍ଯ୍ୟାଃ-ଭେରି; ଚ-ଏବଂ; ପଣବ-ଆନକ-ତୁରୀ ଏବଂ ନାଗରା; ଗୋ-ମୁଖ୍ୟାଃ-ଶିଙ୍ଘା; ସହସା-ହଠାତ୍‌; ଏବ-ନିଶ୍ଚିତଭାବେ; ଅଭ୍ୟହନ୍ୟନ୍ତ-ଏକ ସମୟରେ ବାଜିଉଠି; ସ-ତାହା; ଶବ୍ଦଃ-ଏକତ୍ର ଧ୍ୱନି; ତୁମୁଳଃ-ତୁମୁଳ (ପ୍ରକାଣ୍ଡ); ଅଭବତ୍‌-ହେଲା ।", "translation": { "text": "ତା’ପରେ ନାଗରା, ଶଙ୍ଖ, ଭେରୀ, ତୁରୀ ଓ ଶିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ନାଦ ସୃଷ୍ଟି କଲା ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-13.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.13.mp3" ] }, "commentary": "ଭୀଷ୍ମଙ୍କର ଯୁଦ୍ଧର ଆଗ୍ରହ ଲକ୍ଷ୍ୟ କରି, କୌରବ ସେନା ମଧ୍ୟ ଆଗ୍ରହୀ ହୋଇ ଉଠିଲେ ଏବଂ ତୀବ୍ର ଧ୍ୱନି ସୃଷ୍ଟି କଲେ । ପଣବ ଅର୍ଥାତ୍ ନାଗରା, ଆନକ ଅର୍ଥାତ୍ ଢ଼ୋଲ ଏବଂ ଗୋମୁଖ ଅର୍ଥାତ୍ ଶିଙ୍ଘା । ଏସବୁ ବାଦ୍ୟ ଯନ୍ତ୍ର ଅଟେ ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ଶବ୍ଦ ସୃଷ୍ଟି କଲା ।" }, { "verseTitle": "Bhagavad Gita 1.14", "verse": "14", "chapter": 1, "lang": "or", "shloka": { "speaker": "", "sanskrit": "ततः श्वेतैर्हयैर्युक्ते महति स्यन्दने स्थितौ।\nमाधवः पाण्डवश्चैव दिव्यौ शङ्खौ प्रदध्मतुः॥14॥", "text": "ତତଃ ଶ୍ୱେତୈର୍ହୟୈର୍ଯୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ ।\nମାଧବଃ ପାଣ୍ଡବଶ୍ଚୈବ ଦିବ୍ୟୌ ଶଙ୍ଖୌ ପ୍ରଦଧ୍ମତୁଃ ।।୧୪।।", "audioLink": "https://www.holy-bhagavad-gita.org/public/audio/001_014.mp3" }, "wordMeanings": "ତତଃ-ତତ୍ପରେ; ଶ୍ୱେତୈଃ-ହୟୈଃ-ଶ୍ୱେତଅଶ୍ୱ ଦ୍ୱାରା; ଯୁକ୍ତେ-ଯୁକ୍ତହୋଇ; ମହତି ସ୍ୟନ୍ଦନେ-ମହାନ୍ ରଥରେ; ସ୍ଥିତୌ-ଉପବେଶନକରି; ମାଧବଃ-ଶ୍ରୀକୃଷ୍ଣ (ଲକ୍ଷ୍ମୀଙ୍କର ଧବ ବା ସ୍ୱାମୀ); ପାଣ୍ଡବଃ-ଅର୍ଜୁନ (ପାଣ୍ଡୁ ପୁତ୍ର); ଚ-ଏବଂ; ଏବ-ନିଶ୍ଚିତଭାବେ; ଦିବ୍ୟୌ-ଦିବ୍ୟ; ଶଙ୍ଖୌ-ଶଙ୍ଖମାନ; ପ୍ରଦଧ୍ମତୁଃ-ବାଜିଉଠିଲେ ।", "translation": { "text": "ତା’ପରେ ପାଣ୍ଡବ ବାହିନୀ ମଧ୍ୟରେ, ଶ୍ୱେତ ଅଶ୍ୱ ଯୁକ୍ତ ତେଜୀୟାନ ରଥରେ ଆରୋହଣ କରି, ମାଧବ ଏବଂ ଅର୍ଜୁନ ତାଙ୍କର ଦିବ୍ୟ ଶଙ୍ଖ ବଜାଇଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-14.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.14.mp3" ] }, "commentary": "କୌରବ ସେନାଙ୍କ ଧ୍ୱନି ବନ୍ଦ ହେବା ପରେ, ଭବ୍ୟ ରଥରେ ଆସୀନ ଶ୍ରୀକୃଷ୍ଣ ଏବଂ ଅର୍ଜ୍ଜୁନ ଅତି ଉଚ୍ଚସ୍ୱରରେ ତାଙ୍କର ଶଙ୍ଖଗୁଡ଼ିକ ବଜାଇଲେ, ଯାହା ପାଣ୍ଡବମାନଙ୍କୁ ଯୁଦ୍ଧ ପ୍ରତି ଉତ୍ସାହିତ କଲା ।\nସଞ୍ଜୟ ଶ୍ରୀକୃଷ୍ଣଙ୍କ ପ୍ରତି ‘ମାଧବ’ ନାମ ବ୍ୟବହାର କରିଛନ୍ତି । ମା’ର ଅର୍ଥ ଐଶ୍ୱର୍ଯ୍ୟର ଦେବୀ, ଧବ ଅର୍ଥ ସ୍ୱାମୀ । ଶ୍ରୀକୃଷ୍ଣ ତାଙ୍କର ବିଷ୍ଣୁ ରୂପରେ, ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କର ସ୍ୱାମୀ ଅଟନ୍ତି । ଶ୍ଳୋକରେ ବ୍ୟବହୃତ ମାଧବ ଶବ୍ଦ ଏହା ସୂଚିତ କରୁଛି ଯେ ସୌଭାଗ୍ୟ ଦେବୀଙ୍କର ଆଶୀର୍ବାଦ ପାଣ୍ଡବମାନଙ୍କ ପକ୍ଷରେ ଅଛି ଏବଂ ସେମାନେ ଯୁଦ୍ଧରେ ଯଥାଶୀଘ୍ର ବିଜୟୀ ହୋଇ ରାଜ୍ୟ ଅଧିକାର କରିବେ ।\nପାଣ୍ଡବ ଅର୍ଥ ପଣ୍ଡୁଙ୍କର ପୁତ୍ରଗଣ । ପାଞ୍ଚ ଭାଇଙ୍କ ମଧ୍ୟରୁ କାହାକୁ ବି ପାଣ୍ଡବ କୁହାଯାଇ ପାରେ । ଏଠାରେ ଏହି ଶବ୍ଦ ଅର୍ଜ୍ଜୁନଙ୍କ ପାଇଁ ବ୍ୟବହୃତ ହୋଇଅଛି । ସେ ଯେଉଁ ଭବ୍ୟ ରଥ ଆରୋହଣ କରିଛନ୍ତି, ତାହା ତାଙ୍କୁ ଅଗ୍ନି ଦେବତା ଉପହାର ଦେଇଥିଲେ ।" }, { "verseTitle": "Bhagavad Gita 1.15", "verse": "15", "chapter": 1, "lang": "or", "shloka": { "speaker": "", "sanskrit": "पाञ्चजन्यं हृषीकेशो देवदत्तं धनञ्जयः।\nपौण्ड्रं दध्मौ महाशङ्ख भीमकर्मा वृकोदरः॥15॥", "text": "ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।\nପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ।।୧୫।।", "audioLink": "https://www.holy-bhagavad-gita.org/public/audio/001_015.mp3" }, "wordMeanings": "ପାଞ୍ଚଜନ୍ୟଂ-ପାଞ୍ଚଜନ୍ୟ ନାମକ ଶଙ୍ଖ; ହୃଷୀକେଶଃ-ହୃଷୀକେଶ (ଶ୍ରୀକୃଷ୍ଣ, ଯିଏ ମନ ଏବଂ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରଣ କରନ୍ତି); ଦେବଦତ୍ତଂ-ଦେବଦତ୍ତ ନାମକ ଶଙ୍ଖ; ଧନଞ୍ଜୟଃ-ଧନଞ୍ଜୟ (ଅର୍ଜୁନ, ଯେ ଜିଣିକରି ଧନ ଆଣିଥିଲେ); ପୌଣ୍ଡ୍ରଂ-ପୌଣ୍ଡ୍ର ନାମକ ଶଙ୍ଖ; ଦଧ୍ମୌ-ବଜାଇଲେ; ମହାଶଙ୍ଖଂ-ଅତି ଭୟଙ୍କର ଶଙ୍ଖ; ଭୀମକର୍ମା-ଯେ କି ଅତି ଭୟଙ୍କର କର୍ମ କରେ; ବୃକୋଦରଃ- ଯିଏ ଅତି ବେଶୀ ଭୋଜନ କରନ୍ତି (ଭୀମ) ।", "translation": { "text": "ହୃଷିକେଶ ତାଙ୍କର ପଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ ଏବଂ ଅର୍ଜୁନ ତାଙ୍କର ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଅତ୍ୟନ୍ତ ଖାଦ୍ୟ ପ୍ରିୟ ଓ କଷ୍ଟସାଧ୍ୟ କାର୍ଯ୍ୟ ସମ୍ପନ୍ନ କରୁଥିବା ଭୀମ ମଧ୍ୟ ତାଙ୍କର ପୌଣ୍ଡ୍ର ନାମକ ଶକ୍ତିଶାଳୀ ଶଙ୍ଖ ବଜାଇଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-15.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.15.mp3" ] }, "commentary": "“ହୃଷିକେଶ” ଶବ୍ଦଟି ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି, ଯାହାର ଅର୍ଥ ମନ ଓ ବୁଦ୍ଧିର ନିୟନ୍ତ୍ରଣ କର୍ତ୍ତା । ସେ ସମସ୍ତଙ୍କର ମନ-ବୁଦ୍ଧି ତଥା ନିଜ ମନ-ବୁଦ୍ଧିର ମଧ୍ୟ ଅନ୍ତିମ ନିୟନ୍ତା ଅଟନ୍ତି । ସେ ପୃଥିବୀ ପୃଷ୍ଠରେ ଅଦ୍ଭୁତ ଲୀଳା କରୁଥିବା ସମୟରେ ମଧ୍ୟ ନିଜ ମନ ଓ ବୁଦ୍ଧି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିଥାନ୍ତି ।" }, { "verseTitle": "Bhagavad Gita 1.16 – 1.18", "verse": "16-18", "chapter": 1, "lang": "or", "shloka": { "speaker": "", "sanskrit": "अनन्तविजयं राजा कुन्तीपुत्रो युधिष्ठिरः। \nनकुलः सहदेवश्च सुघोषमणिपुष्पकौ ॥16॥\n \nकाश्यश्च परमेष्वासः शिखण्डी च महारथः। \nधृष्टद्युम्नो विराटश्च सात्यकिश्चापराजितः॥17॥\n\nद्रुपदो द्रौपदेयाश्च सर्वशः पृथिवीपते। \nसौभद्रश्च महाबाहुः शङ्खान्दध्मुः पृथक् पृथक्॥18॥", "text": "ଅନନ୍ତବିଜୟଂ ରାଜା କୁନ୍ତିପୁତ୍ରୋ ଯୁଧିଷ୍ଠିରଃ ।\nନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ ।।୧୬।।\nକାଶ୍ୟଶ୍ଚ ପରମେଷ୍ୱାସଃ ଶିଖଣ୍ଡୀ ଚ ମହାରଥଃ ।\nଧୃଷ୍ଟଦ୍ୟୁମ୍ନୋ ବିରାଟଶ୍ଚ ସାତ୍ୟକିଶ୍ଚାପରାଜିତଃ ।।୧୭।।\nଦ୍ରୁପଦୋ ଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀପତେ ।\nସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ୍‌ଦଧ୍ମୁଃ ପୃଥକ୍ ପୃଥକ୍ ।।୧୮।।", "audioLink": "https://www.holy-bhagavad-gita.org/public/audio/001_016-018.mp3" }, "wordMeanings": "ଅନନ୍ତ ବିଜୟଂ-ଅନନ୍ତ ବିଜୟ ନାମକ ଶଙ୍ଖ; ରାଜା-ରାଜା; କୁନ୍ତୀପୁତ୍ରଃ-କୁନ୍ତୀପୁତ୍ର; ଯୁଧିଷ୍ଠିରଃ-ଯୁଧିଷ୍ଠିର; ନକୁଳଃ-ନକୁଳ; ସହଦେବଃ-ସହଦେବ; ଚ-ଏବଂ; ସୁଘୋଷ ମଣିପୁଷ୍ପକୌ-ସୁଘୋଷ ଏବଂ ମଣିପୁଷ୍ପକ ନାମକ ଶଙ୍ଖ; କାଶ୍ୟଃ-କାଶୀ (ବାରାଣାସୀ)ର ରାଜା; ଚ-ଏବଂ; ପରମେଷ୍ୱାସଃ-ପ୍ରସିଦ୍ଧ ଧନୁର୍ଦ୍ଧର; ଶିଖଣ୍ଡୀ-ଶିଖଣ୍ଡୀ; ଚ-ମଧ୍ୟ; ମହାରଥଃ-ଯିଏ ଏକାକୀ ଦଶ ହଜାର ସୈନ୍ୟଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରେ; ଧୃଷ୍ଟଦ୍ୟୁମ୍ନଃ-ଧୃଷ୍ଟଦ୍ୟୁମ୍ନ (ଦ୍ରୁପଦ ରାଜାଙ୍କର ପୁତ୍ର); ବିରାଟଃ-ବିରାଟ; ଚ-ଏବଂ; ସାତ୍ୟକିଃ-ସାତ୍ୟକି; ଚ-ଏବଂ; ଅପରାଜିତଃ-ଯିଏ ପୂର୍ବରୁ କେବେ ପରାଜିତ ହୋଇନାହାନ୍ତି; ଦ୍ରୁପଦଃ-ଦ୍ରୁପଦ; ଦ୍ରୌପଦେୟାଃ-ଦ୍ରୌପଦୀଙ୍କର ପୁତ୍ରଗଣ; ଚ-ଏବଂ; ସର୍ବଶଃ-ସମସ୍ତେ; ପୃଥିବୀପତେ-ରାଜା; ସୌଭଦ୍ରଃ-ସୁଭଦ୍ରାଙ୍କର ପୁତ୍ର (ଅଭିମନ୍ୟୁ); ଚ-ମଧ୍ୟ; ମହାବାହୁଃ-ଅତ୍ୟନ୍ତ ଶକ୍ତିଶାଳୀ, ଶଙ୍ଖାନ୍‌-ଶଙ୍ଖମାନ, ଦଧ୍ମୁ-ନାଦ କଲେ; ପୃଥକ୍‌-ପୃଥକ୍ ପୃଥକ୍‌ଭାବେ ।", "translation": { "text": "ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର୍ର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅପରାଜେୟ ସାତ୍ୟକି, ଦୃପଦ, ଦୌପଦୀଙ୍କର ପାଞ୍ଚ ପୁତ୍ର, ଶକ୍ତିଶାଳୀ ଅସ୍ତ୍ରରେ ସଜ୍ଜିତ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଇତ୍ୟାଦି ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-16.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-17.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-18.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.16.mp3", "https://www.gitasupersite.iitk.ac.in/sites/default/files/audio/Purohit/1.17.mp3", "https://www.gitasupersite.iitk.ac.in/sites/default/files/audio/Purohit/1.18.mp3" ] }, "commentary": "ପାଣ୍ଡବ ମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜ୍ୟେଷ୍ଠ ଥିଲେ । ଏଠାରେ ତାଙ୍କୁ ‘ରାଜା’ କୁହାଯାଇଅଛି । ସେ ଏହି ଉପାଧି “ରାଜସୁୟ ଯଜ୍ଞ” କରିବା ପରେ ସମସ୍ତ ରାଜାମାନଙ୍କର ଅନୁଗତ୍ୟ ଠାରୁ ହାସଲ କରିଥିଲେ । ଅବଶ୍ୟ ତାଙ୍କର ରାଜକୀୟ ମର୍ଯ୍ୟାଦା ଏବଂ ମହାନୁଭବତା, ସେ ରାଜଭବନରେ ଥାଆନ୍ତୁ କି ଜଙ୍ଗଲରେ ନିର୍ବାସିତ ଥାଆନ୍ତୁ, ସର୍ବଦା ପ୍ରକାଶ ପାଉଥିଲା ।\nସଞ୍ଜୟ ଧୃତରାଷ୍ଟ୍ରଙ୍କୁ “ପୃଥିବୀର ଶାସକ” ବୋଲି କହୁଛନ୍ତି । କୌଣସି ଦେଶକୁ ରକ୍ଷା କରିବା ବା ଧ୍ୱଂସାତ୍ମକ ଯୁଦ୍ଧରେ ଲିପ୍ତ କରିବା ଦୁଇଟିଯାକ କାର୍ଯ୍ୟ ରାଜାଙ୍କ ହାତରେ ଥାଏ । ତେଣୁ ଏହି ଉପାଧିର ଗୁପ୍ତ ଅର୍ଥ ହେଉଛି “ହେ ରାଜା ବର୍ତ୍ତମାନ ସେନାମାନେ ଯୁଦ୍ଧ କରିବାକୁ ଅଗ୍ରସର ହେଉଛନ୍ତି, କେବଳ ଆପଣ ହିଁ ତାଙ୍କୁ ଫେରାଇ ଆଣି ପାରିବେ । ଆପଣ କ’ଣ ନିର୍ଣ୍ଣୟ କରୁଛନ୍ତି?”" }, { "verseTitle": "Bhagavad Gita 1.19", "verse": "19", "chapter": 1, "lang": "or", "shloka": { "speaker": "", "sanskrit": "स घोषो धार्तराष्ट्राणां हृदयानि व्यदारयत्। \n\nनभश्च पृथिवीं चैव तुमुलोऽभ्यनुनादयन् ॥19॥", "text": "ସ ଘୋଷୋ ଧାର୍ତରାଷ୍ଟ୍ରଣାଂ ହୃଦୟାନି ବ୍ୟଦାରୟତ୍ ।\nନଭଶ୍ଚ ପୃଥିବୀଂ ଚୈବ ତୁମୁଳୋ ଭ୍ୟନୁନାଦୟନ୍ ।।୧୯।।", "audioLink": "https://www.holy-bhagavad-gita.org/public/audio/001_019.mp3" }, "wordMeanings": "ସ-ତାହା; ଘୋଷଃ- ଧ୍ୱନି; ଧାର୍ତରାଷ୍ଟ୍ରାଣାଂ-ଧୃତରାଷ୍ଟ୍ରର ପୁତ୍ରମାନଙ୍କର; ହୃଦୟାନି-ହୃଦୟକୁ; ବ୍ୟଦାରୟତ୍‌-ବିଦୀର୍ଣ୍ଣକଲା; ନଭଃ-ଆକାଶ; ଚ-ଏବଂ; ପୃଥିବୀଂ-ପୃଥିବୀପୃଷ୍ଠ; ଚ-ଏବଂ; ଏବ-ନିଶ୍ଚିତଭାବେ; ତୁମୁଳଃ-ଭୟଙ୍କର ଧ୍ୱନି ଅଭ୍ୟନୁନାଦୟନ୍‌-ପ୍ରତିଧ୍ୱନି କରି ।", "translation": { "text": "ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-19.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.19.mp3" ] }, "commentary": "ପାଣ୍ଡବ ସେନାର ଶଙ୍ଖନାଦ, କୌରବ ସୈନ୍ୟଙ୍କର ହୃଦୟକୁ ବିଦାରିତ କରିଦେଲା । କିନ୍ତୁ କୌରବ ବାହିନୀ ଶଙ୍ଖଧ୍ୱନି କଲାବେଳେ, ଏମିତି ପ୍ରଭାବ ପାଣ୍ଡବଙ୍କ ଠାରେ ପରିଲକ୍ଷିତ ହୋଇ ନ ଥିଲା । ଯେହେତୁ ପାଣ୍ଡବମାନେ ଭଗବାନଙ୍କ ଶରଣରେ ଥିଲେ, ସେମାନେ ପ୍ରଭୁଙ୍କ ଦ୍ୱାରା ସଂରକ୍ଷିତ ହୋଇ ଆଶ୍ୱସ୍ଥ ଥିଲେ । ଅନ୍ୟ ପକ୍ଷରେ, କୌରବମାନେ, ନିଜ ଶକ୍ତି ଉପରେ ନିର୍ଭରଶୀଳ ଥିଲେ ଏବଂ ନିଜେ କରିଥିବା ଅନ୍ୟାୟ ଯୋଗୁଁ ସୃଷ୍ଟି ହୋଇଥିବା ଅପରାଧି ମନୋଭାବ ଦ୍ୱାରା ପରାଜୟ ପ୍ରତି ଭୟଭୀତ ହେବାରେ ଲାଗିଲେ ।" }, { "verseTitle": "Bhagavad Gita 1.20", "verse": "20", "chapter": 1, "lang": "or", "shloka": { "speaker": "", "sanskrit": "अथ व्यवस्थितान्दृष्ट्वा धार्तराष्ट्रान् कपिध्वजः।\n\nप्रवृत्ते शस्त्रसम्पाते धनुरुद्यम्य पाण्डवः।\n\nहृषीकेशं तदा वाक्यमिदमाह महीपते ॥20॥", "text": "ଅଥ ବ୍ୟବସ୍ଥିତାନ୍‌ଦୃଷ୍ଟ୍ୱା ଧାର୍ତରାଷ୍ଟ୍ରାନ୍ କପିଧ୍ୱଜଃ ।\n\nପ୍ରବୃତ୍ତେ ଶସ୍ତ୍ରସମ୍ପାତେ ଧନୁରୁଦ୍ୟମ୍ୟ ପାଣ୍ଡବଃ ।\nହୃଷୀକେଶଂ ତଦା ବାକ୍ୟମିଦମାହ ମହୀପତେ ।।୨୦।।", "audioLink": "https://www.holy-bhagavad-gita.org/public/audio/001_020.mp3" }, "wordMeanings": "ଅଥ-ଏହାପରେ; ବ୍ୟବସ୍ଥିତାନ୍‌-ବ୍ୟବସ୍ଥିତ; ଦୁଷ୍ଟ୍ୱା-ଦେଖି, ଧାର୍ତରାଷ୍ଟ୍ରାନ୍‌-ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ; କପିଧ୍ୱଜଃ-ଯାହାଙ୍କର ପତାକାରେ ହନୁମାନଙ୍କର ଛବି ଅଛି; ପ୍ରବୃତ୍ତେ-ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଯାଇ; ଶସ୍ତ୍ରସଂପାତେ- ଶରବର୍ଷଣ କରିବାକୁ ଉଦ୍ୟତ ; ଧନୁଃ-ଧନୁ; ଉଦ୍ୟମ୍ୟ-ଉତ୍ତୋଳନ କରି; ପାଣ୍ଡବଃ-ପାଣ୍ଡୁଙ୍କ ପୁତ୍ର (ଅର୍ଜୁନ); ହୃଷୀକେଶଂ-ଭଗବାନ୍ ଶ୍ରୀକୃଷ୍ଣଙ୍କୁ; ତଦା-ସେ ସମୟରେ; ବାକ୍ୟମ୍‌-କଥା; ଇଦଂ-ଏହିପରି; ଆହ-କହିଲେ, ମହୀପତେ-ହେ ରାଜା ।", "translation": { "text": "ସେହି ସମୟରେ ପାଣ୍ଡୁ ପୁତ୍ର ଅର୍ଜୁନ, ଯାହାଙ୍କର ରଥ ଧ୍ୱଜାରେ ହନୁମାନଙ୍କର ଚିହ୍ନଥିଲା, ତାଙ୍କର ଧନୁକୁ ଉଠାଇଲେ । ହେ ରାଜନ୍‌, ଆପଣଙ୍କ ପୁତ୍ରମାନଙ୍କର ସୈନ୍ୟ ସଜ୍ଜାକୁ ଦେଖି ସେ ଶ୍ରୀକୃଷ୍ଣଙ୍କୁ ଏହି କଥା କହିଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-20.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.20.mp3" ] }, "commentary": "ଅର୍ଜୁନଙ୍କୁ କପିଧ୍ୱଜ କୁହାଯାଇଅଛି । ଯାହା ତାଙ୍କ ରଥରେ ଶକ୍ତିମାନ ହନୁମାନଙ୍କ ଉପସ୍ଥିତିର ସୂଚନା ଦେଉଅଛି । ଏହା ପଛରେ ଏକ କାହାଣୀ ଅଛି । ଥରେ ଅର୍ଜୁନଙ୍କର ନିଜ ଧନୁର୍ବାଣର ଦକ୍ଷତାକୁ ନେଇ ସ୍ୱାଭିମାନ ଜାତ ହେଲା ଏବଂ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ ରାମଙ୍କ ସମୟରେ ଭାରତରୁ ଲଙ୍କା ଯିବା ପାଇଁ ବାନରମାନେ ଗୋଟିଏ ସେତୁ ନିର୍ମାଣ କରିବା ପାଇଁ କାହିଁକି ଏତେ ପରିଶ୍ରମ କଲେ? ସେ ଯଦି ସେଠାରେ ଥାଆନ୍ତେ ତାହେଲେ ଶରଦ୍ୱାରା ଗୋଟିଏ ସେତୁ ନିର୍ମାଣ କରିଦେଇ ଥାଆନ୍ତେ । ଶ୍ରୀକୃଷ୍ଣ ତାହା ପ୍ରଦର୍ଶନ କରିବାକୁ କହିଲେ । ଅର୍ଜୁନ ଶରବୃଷ୍ଟି କରି ଏକ ସେତୁ ନିର୍ମାଣ କଲେ । ଶ୍ରୀକୃଷ୍ଣ ହନୁମାନଙ୍କୁ ଡାକି ତାହାକୁ ପରୀକ୍ଷା କରିବାକୁ କହିଲେ । ହନୁମାନ ଯେତେବେଳେ ତା’ ଉପରେ ଚାଲିବାକୁ ଲାଗିଲେ ତାହା ଭାଙ୍ଗିପଡ଼ିଲା । ଅର୍ଜୁନଙ୍କର ହୃଦ୍‌ବୋଧ ହେଲା ଯେ ଶରରେ ନିର୍ମିତ ସେତୁ ଶ୍ରୀରାମଙ୍କର ବିଶାଳ ସେନାବାହିନୀଙ୍କୁ ବହନ କରି ପାରି ନ ଥାନ୍ତା । ତେଣୁ ସେ ତାଙ୍କର ଭୁଲ ପାଇଁ କ୍ଷମା ପାର୍ଥନା କଲେ । ହନୁମାନ ଅର୍ଜୁନଙ୍କୁ ଶିକ୍ଷାଦେଲେ ଯେ ନିଜର ଦକ୍ଷତା ପ୍ରତି କେବେ ହେଲେ ଗର୍ବ କରିବ ନାହିଁ । ସେ ବଦାନ୍ୟତା ପୂର୍ବକ ଅର୍ଜୁନଙ୍କୁ ବରଦାନ ଦେଲେ ଯେ, ସେ ମହାଭାରତ ଯୁଦ୍ଧ ସମୟରେ ତାଙ୍କ ରଥରେ ରହିବେ । ଅତଏବ ଅର୍ଜୁନଙ୍କ ରଥର ଧ୍ୱଜାରେ ହନୁମାନଙ୍କ ଚିହ୍ନ ଥିଲା ଏବଂ ସେଥିପାଇଁ ତାଙ୍କୁ “କପିଧ୍ୱଜ”’ କୁହାଯାଉ ଥିଲା ।" }, { "verseTitle": "Bhagavad Gita 1.21 – 1.22", "verse": "21-22", "chapter": 1, "lang": "or", "shloka": { "speaker": "ଅର୍ଜୁନ ଉବାଚ", "sanskrit": "सेनयोरुभयोर्मध्ये रथं स्थापय मेऽच्युत ॥21॥\n\nयावदेतानिरीक्षेऽहं योद्धकामानवस्थितान्।\n\nकैर्मया सह योद्धव्यमस्मिन् रणसमुद्यमे ॥22॥", "text": "ସେନୟୋରୁଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚ୍ୟୁତ ।।୨୧।।\nଯାବଦେତାନ୍ନିରୀକ୍ଷେଽହଂ ଯୋଦ୍ଧୁକାମାନବସ୍ଥିତାନ୍ ।\nକୈର୍ମୟା ସହ ଯୋଦ୍ଧବ୍ୟମସ୍ମିନ୍ ରଣସମୁଦ୍ୟମେ ।।୨୨।।", "audioLink": "https://www.holy-bhagavad-gita.org/public/audio/001_021-022.mp3" }, "wordMeanings": "ଅର୍ଜୁନ ଉବାଚ-ଅର୍ଜୁନ କହିଲେ; ସେନୟୋଃ-ସେନା; ଉଭୟୋଃ- ଦୁଇପକ୍ଷର; ମଧ୍ୟେ-ମଧ୍ୟରେ; ରଥଂ-ରଥ; ସ୍ଥାପୟ-ଦୟା କରି ରଖନ୍ତୁ; ମେ-ମୋର; ଅଚ୍ୟୁତ-ହେ ଅଚ୍ୟୁତ; ଯାବତ୍‌-ଯେପର୍ଯ୍ୟନ୍ତ; ଏତାନ୍‌-ଏସବୁ; ନିରୀକ୍ଷେ-ଦେଖିବି; ଅହଂ-ମୁଁ; ଯୋଦ୍ଧୁକାମାନ୍‌-ଯୁଦ୍ଧ କରିବାକୁ ଇଚ୍ଛୁକ; ଅବସ୍ଥିତାନ୍‌-ସଜ୍ଜିତ ହୋଇ ରହିଛନ୍ତି; କୈଃ-କେଉଁମାନଙ୍କ ସହିତ; ମୟା-ମୋ ଦ୍ୱାରା; ସହ-ସହିତ; ଯୋଦ୍ଧବ୍ୟମ୍‌-ଯୁଦ୍ଧ କରିବାକୁ ହେବ; ଅସ୍ମିନ୍‌-ଏହି; ରଣସମୁଦ୍ୟମେ-ଯୁଦ୍ଧ ପ୍ରଚେଷ୍ଟାରେ ।", "translation": { "text": "ଅର୍ଜୁନ କହିଲେ, ହେ ଅଚ୍ୟୁତ! ଦୟାକରି ମୋ ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟକୁ ନେଇଚାଲନ୍ତୁ, ଯଦ୍ୱାରା ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧାଗଣ, ଯାହାଙ୍କ ସହିତ ମୋତେ ଲଢ଼ିବାକୁ ପଡ଼ିବ, ମୁଁ ସେମାନଙ୍କୁ ଦେଖି ପାରିବି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-21.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-22.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.21.mp3", "https://www.gitasupersite.iitk.ac.in/sites/default/files/audio/Purohit/1.22.mp3" ] }, "commentary": "ଅର୍ଜୁନ, ସମଗ୍ର ସୃଷ୍ଟିର ପରମ ପ୍ରଭୁ, ଶ୍ରୀକୃଷ୍ଣଙ୍କର ଭକ୍ତ ଥିଲେ । ତଥାପି ଏହି ଶ୍ଳୋକରେ ଅର୍ଜୁନ ତାଙ୍କର ରଥକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇଯିବାକୁ ଶ୍ରୀକୃଷ୍ଣଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏହା ପ୍ରଭୁଙ୍କର ତାଙ୍କ ଭକ୍ତଙ୍କ ସହିତ ରହିଥିବା ସମ୍ପର୍କର ମଧୁରତାକୁ ସୂଚିତ କରୁଛି । ଭକ୍ତର ସ୍ନେହରେ ଋଣି ହୋଇ ପ୍ରଭୁ ତାଙ୍କର ଦାସ ପାଲଟି ଯାଆନ୍ତି ।\nଅହଂ ଭକ୍ତପରାଧୀନୋ ହ୍ୟସ୍ୱତନ୍ତ୍ର ଇବ ଦ୍ୱିଜ,\nସାଧୁଭିର୍ ଗ୍ରସ୍ତହୃଦୟୋ ଭକ୍ତୈର୍ ଭକ୍ତଜନପ୍ରିୟଃ । (ଭାଗବତମ୍ ୯.୪.୬୩)\n“ଯଦିଓ ମୁଁ ପରମ ସ୍ୱତନ୍ତ୍ର, ତଥାପି ମୁଁ ମୋର ଭକ୍ତମାନଙ୍କର ଦାସତ୍ୱରେ ବାନ୍ଧି ହୋଇଯାଏ । ସେମାନେ ମୋର ଅତି ପ୍ରିୟ ଅଟନ୍ତି ଏବଂ ମୁଁ ତାଙ୍କ ଭକ୍ତିର ଋଣି ହୋଇଯାଏ ।” ଅର୍ଜୁନଙ୍କ ଭକ୍ତିର ଅନୁଗତ ହୋଇ ଶ୍ରୀକୃଷ୍ଣ ତାଙ୍କ ରଥର ସାରଥୀ ପଦ ସ୍ୱୀକାର କରିଛନ୍ତି ଏବଂ ଅର୍ଜୁନ ଯାତ୍ରୀ ସ୍ଥାନରେ ଆରାମରେ ବସି ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ।" }, { "verseTitle": "Bhagavad Gita 1.23", "verse": "23", "chapter": 1, "lang": "or", "shloka": { "speaker": "", "sanskrit": "योत्स्यमानानवेक्षेऽहं य एतेऽत्र समागताः।\n\nधार्तराष्ट्रस्य दुर्बुद्धेयुद्धे प्रियचिकीर्षवः ॥23॥", "text": "ଯୋତ୍ସ୍ୟମାନାନବେକ୍ଷେଽହଂ ଯ ଏତେଽତ୍ର ସମ।।ଗତାଃ ।\nଧାର୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେର୍ଯୁଦ୍ଧେ ପ୍ରିୟଚିକୀର୍ଷବଃ ।।୨୩।।", "audioLink": "https://www.holy-bhagavad-gita.org/public/audio/001_023.mp3" }, "wordMeanings": "ଯୋତ୍ସ୍ୟମାନାନ୍‌-ଯେଉଁମାନେ ଯୁଦ୍ଧ କରିବାକୁ ଇଚ୍ଛୁକ, ଅବେକ୍ଷେ ଅହଂ-ମୁଁ ଦେଖିବାକୁ ଚାହୁଁଛି; ଯ ଏତେ-ଯେଉଁମାନେ; ଅତ୍ର-ଏଠାରେ, ସମାଗତାଃ-ସମବେତ ହୋଇଛନ୍ତି; ଧାର୍ତରାଷ୍ଟ୍ରସ୍ୟ-ଧୃତରାଷ୍ଟ୍ରଙ୍କ ପୁତ୍ର; ଦୁର୍ବୁଦ୍ଧେ-ଦୁବୁଦ୍ଧି; ଯୁଦ୍ଧେ-ଯୁଦ୍ଧରେ; ପ୍ରିୟ ଚିକୀର୍ଷବଃ- ସୁଖୀ କରିବାକୁ ଇଚ୍ଛୁକ ।", "translation": { "text": "ଧୃତରାଷ୍ଟ୍ରଙ୍କୁ ଖୁସି କରିବା ପାଇଁ, ଏଠାକୁ ଯୁଦ୍ଧ କରିବାକୁ ଆସିଥିବା ତାଙ୍କର ସେଇ ଦୁଷ୍ଟ ମନା ପୁତ୍ରମାନଙ୍କୁ ମୁଁ ଦେଖିବାକୁ ଇଚ୍ଛା କରୁଅଛି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-23.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.23.mp3" ] }, "commentary": "ଧୃତରାଷ୍ଟ୍ରଙ୍କର ଦୃଷ୍ଟମନା ପୁତ୍ରମାନେ ଅନ୍ୟାୟ ପୁର୍ବକ ରାଜ୍ୟ ଅଧିକାର କରି ବସିଥିଲେ, ତେଣୁ ଯେଉଁ ଯୋଦ୍ଧାମାନେ ସେମାନଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ, ସେମାନେ ମଧ୍ୟ ସ୍ୱାଭାବିକ ଭାବରେ ନୀଚମନା ଥିଲେ । ଅର୍ଜୁନ, ଯେଉଁମାନଙ୍କ ସହିତ ଯୁଦ୍ଧ କରିବେ, ସେମାନଙ୍କୁ ଦେଖିବାକୁ ଚାହୁଁଥିଲେ । ଅର୍ଜୁନ ପରାକ୍ରମୀ ଥିଲେ ଏବଂ ପ୍ରଥମରୁ ଯୁଦ୍ଧ କରିବା ପାଇଁ ଆଗ୍ରହୀ ଥିଲେ । ତେଣୁ ସେ ଧୃତରାଷ୍ଟ୍ରଙ୍କର ଦୁଷ୍ଟମନା ପୁତ୍ରମାନଙ୍କୁ ଆକ୍ଷେପ କରି ସୂଚାଉଛନ୍ତି କିପରି ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ନିଶ୍ଚିହ୍ନ କରିବାକୁ ବହୁ ବାର ଚକ୍ରାନ୍ତ କରିଥିଲେ । ଅର୍ଜୁନଙ୍କର ମନୋଭାବ ଏହା ଥିଲା, “ନ୍ୟାୟତଃ ଅର୍ଦ୍ଧେକ ରାଜ୍ୟର ଅଧିକାରୀ ଆମ୍ଭେମାନେ ଅଟୁ, କିନ୍ତୁ ସେ ଅନ୍ୟାୟ ପୂର୍ଣ୍ଣ ଭାବେ ତାହାକୁ ଦଖଲ କରିବାକୁ ଇଚ୍ଛା କରୁଛନ୍ତି । ସେ ଦୁଷ୍ଟ ବୁଦ୍ଧି ଯୁକ୍ତ ଅଟନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଏକତ୍ରିତ ହୋଇଥିବା ସବୁ ରାଜାମାନେ ମଧ୍ୟ ଦୁଷ୍ଟ ଅଟନ୍ତି । ମୁଁ ସେହି ଯୋଦ୍ଧାମାନଙ୍କୁ ଦେଖିବାକୁ ଚାହୁଁଛି, ଯେଉଁମାନେ ଯୁଦ୍ଧ କରିବାକୁ ଏତେ ବ୍ୟାକୁଳ । ସେମାନେ ଅନ୍ୟାୟକୁ ସମର୍ଥନ କରୁଛନ୍ତି, ତେଣୁ ସେମାନେ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ଦ୍ୱାରା ଧ୍ୱଂସ ହେବେ ।" }, { "verseTitle": "Bhagavad Gita 1.24", "verse": "24", "chapter": 1, "lang": "or", "shloka": { "speaker": "ସଞ୍ଜୟ ଉବାଚ", "sanskrit": "सञ्जय उवाच। \n\nएवमुक्तो हृषीकेशो गुडाकेशेन भारत।\n\nसेनयोरुभयोर्मध्ये स्थापयित्वा रथोत्तमम्॥24॥", "text": "ଏବମୁକ୍ତୋ ହୃଷୀକେଶୋ ଗୁଡ଼ାକେଶନ ଭାରତ ।\nସେନୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମମ୍ ।।୨୪।।", "audioLink": "https://www.holy-bhagavad-gita.org/public/audio/001_024.mp3" }, "wordMeanings": "ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଏବଂ-ଏହିପରି; ଉକ୍ତଃ-କହିଲେ; ହୃଷୀକେଶ-ଭଗବାନ ଶ୍ରୀକୃଷ୍ଣ; ଗୁଡ଼ାକେଶେନ-ଅଜୁନଙ୍କ ଦ୍ୱାରା; ଭାରତ-ହେ ଭରତ ବଂଶଜ; ସେନୟୋଃ-ସେନାମାନଙ୍କର; ଉଭୟୋଃ-ଉଭୟ; ମଧ୍ୟେ-ମଧ୍ୟରେ; ସ୍ଥାପୟିତ୍ୱା-ସ୍ଥାପନ କରି; ରଥୋତ୍ତମମ୍‌-ଉତ୍ତମ ରଥ (ସୁନ୍ଦର ରଥ) ।", "translation": { "text": "ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର! ନିଦ୍ରାକୁ ଜୟ କରିଥିବା ଅର୍ଜୁନଙ୍କ ଦ୍ୱାରା ଏହିପରି ସମ୍ବୋଧିତ ହୋଇ, ଶ୍ରୀକୃଷ୍ଣ ତାଙ୍କର ସୁନ୍ଦର ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟରେ ସ୍ଥାପନ କଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-24.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.24.mp3" ] }, "commentary": "" }, { "verseTitle": "Bhagavad Gita 1.25", "verse": "25", "chapter": 1, "lang": "or", "shloka": { "speaker": "", "sanskrit": "भीष्मद्रोणप्रमुखतः सर्वेषां च महीक्षिताम्।\n\nउवाच पार्थ पश्यैतान्समवेतान्कुरूनिति ॥25॥", "text": "ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଷାଂ ଚ ମହୀକ୍ଷିତାମ୍ ।\nଉବାଚ ପାର୍ଥ ପଶ୍ୟୈତାନ୍‌ସମବେତାନ୍‌କୁରୂନିତି ।।୨୫।।", "audioLink": "https://www.holy-bhagavad-gita.org/public/audio/001_025.mp3" }, "wordMeanings": "ଭୀଷ୍ମ-ପିତାମହ ଭୀଷ୍ମ; ଦ୍ରୋଣ-ଗୁରୁ ଦ୍ରୋଣ; ପ୍ରମୁଖତଃ-ଉପସ୍ଥିତିରେ; ସର୍ବେଷାଂ-ସମସ୍ତେ; ଚ-ଏବଂ; ମହୀକ୍ଷିତାମ୍‌-ପୃଥିବୀର ଅନ୍ୟ ରାଜାମାନେ; ଉବାଚ-କହିଲେ; ପାର୍ଥ-ହେ ପାର୍ଥ (ହେ ପୃଥା ପୁତ୍ର); ପଶ୍ୟ-ଦେଖ; ଏତାନ୍‌-ଏମାନଙ୍କୁ; ସମବେତାନ୍‌-ସମବେତ ହୋଇଥିବା; କୁରୁନ୍‌-କୁରୁବଂଶର ସମସ୍ତେ; ଇତି-ଏହିପରି ।", "translation": { "text": "ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ ଅନ୍ୟ ସମସ୍ତ ରାଜାଙ୍କ ଉପସ୍ଥିତିରେ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ! ଏଠାରେ ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଲକ୍ଷ୍ୟ କର ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-25.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.25.mp3" ] }, "commentary": "“କୁରୁ” ଶବ୍ଦର ଅନ୍ତର୍ଭୁକ୍ତ ଉଭୟ କୌରବ ଏବଂ ପାଣ୍ଡବ ଅଟନ୍ତି, କାରଣ ଉଭୟେ କୁରୁ ବଂଶଜ । ଶ୍ରୀକୃଷ୍ଣ ଉଦ୍ଦେଶ୍ୟ ମୂଳକ ଭାବରେ ଏଠାରେ ଏହି ଶବ୍ଦର ବ୍ୟବହାର କରିଛନ୍ତି, ଯଦ୍ୱାରା ଅର୍ଜୁନଙ୍କ ମନରେ ଭ୍ରାତୃଭାବ ଉଦ୍ରେକ ହେବ ଏବଂ ସେ ଅନୁଭବ କରିବେ ଯେ ସେମାନେ ସମସ୍ତେ ଏକ ଅଟନ୍ତି । ସେ ଇଚ୍ଛା କରୁଥିଲେ, ଭ୍ରାତୃଭାବ ବନ୍ଧନକାରକ ହୋଇ ଅର୍ଜୁନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ଯଦ୍ୱାରା ତାଙ୍କୁ ଭଗବଦ୍ ଗୀତାର ଶାସ୍ତ୍ରଜ୍ଞାନ ପ୍ରକାଶ କରିବା ପାଇଁ ସୁଯୋଗ ମିଳିବ, ଯାହା ଆଗାମୀ କଳି ଯୁଗର ମନୁଷ୍ୟଙ୍କୁ ଉପକୃତ କରିବ । ତେଣୁ ଧାର୍ତରାଷ୍ଟ୍ରାନ୍ (ଧୃତରାଷ୍ଟ୍ରଙ୍କ ପୁତ୍ର) ଶବ୍ଦ ପରିବର୍ତ୍ତେ ସେ କୁରୁନ୍ (କୁରୁବଂଶଜ) ଶବ୍ଦ ବ୍ୟବହାର କରିଛନ୍ତି । ବଥର ଉପଚାର କରିବାକୁ ଯାଇ ଜଣେ ଡାକ୍ତର ଯେପରି ରୋଗୀକୁ ପ୍ରଥମେ ବଥଟିକୁ ପାଚିବାର ଔଷଧ ଦେଇ ପରେ ରୋଗଗ୍ରସ୍ତ ଅଂଶକୁ କାଟି ବାହାର କରିଦିଅନ୍ତି, ଠିକ୍ ସେହିପରି ଭଗବାନ ମଧ୍ୟ ଅର୍ଜୁନଙ୍କର ମୋହ ନଷ୍ଟ କରିବା ପାଇଁ ପ୍ରଥମେ ତାହାକୁ ତାଙ୍କ ମନରେ ସୃଷ୍ଟି କରୁଛନ୍ତି ।" }, { "verseTitle": "Bhagavad Gita 1.26", "verse": "26", "chapter": 1, "lang": "or", "shloka": { "speaker": "", "sanskrit": "तत्रापश्यत्स्थितान् पार्थः पितॄनथ पितामहान्।\n\nआचार्यान्मातुलान्भ्रातृन्पुत्रान्पौत्रान्सखींस्तथा\n\nश्वशुरान्सुहृदश्चैव सेनयोरुभयोरपि ॥26॥", "text": "ତତ୍ରାପଶ୍ୟତ୍‌ସ୍ଥିତାନ୍ ପାର୍ଥଃ ପିତୃ ନଥ ପିତାମହାନ୍ ।\nଆଚର୍ଯ୍ୟାନ୍ମାତୁଳାନ୍‌ଭ୍ରାତୃନ୍‌ପୁତ୍ରାନ୍‌ପୌତ୍ରାନ୍‌ସଖୀଂସ୍ତଥା ।।୨୬।।\nଶ୍ୱଶୁରାନ୍‌ସୁହୃଦଶ୍ଚୈବ ସେନୟୋରୁଭୟୋରପି ।", "audioLink": "https://www.holy-bhagavad-gita.org/public/audio/001_026.mp3" }, "wordMeanings": "ତତ୍ର-ସେଠାରେ; ଅପଶ୍ୟତ୍‌-ସେ ଦେଖିପାରିଲେ; ସ୍ଥିତାନ୍‌-ଅଛନ୍ତି; ପାର୍ଥଃ-ଅର୍ଜୁନ; ପିତୃନ୍‌-ପିତୃପୁରୁଷଙ୍କୁ; ଅଥ-ମଧ୍ୟ; ପିତାମହାନ୍‌-ପିତାମହଙ୍କୁ; ଆଚାର୍ଯ୍ୟାନ୍‌-ଆଚାର୍ଯ୍ୟମାନଙ୍କୁ; ମାତୁଳାନ୍‌-ମାମୁଁମାନଙ୍କୁ; ଭ୍ରାତୃନ୍‌-ଭାଇମାନଙ୍କୁ; ପୁତ୍ରାନ୍‌-ପୁଅମାନଙ୍କୁ; ପୌତ୍ରାନ୍‌-ନାତିମାନଙ୍କୁ; ସଖୀନ୍‌-ବନ୍ଧୁମାନଙ୍କୁ; ତଥା-ତଥା; ଶ୍ୱଶୁରାନ୍‌-ଶ୍ୱଶୁରମାନଙ୍କୁ; ସୁହୃଦଃ-ସୁହୃଦମାନଙ୍କୁ (ଶୁଭାକାଙକ୍ଷୀ ବନ୍ଧୁଗଣଙ୍କୁ) ଚ-ଏବଂ; ଏବ-ବାସ୍ତବରେ; ସେନୟୋଃ-ସେନାମାନଙ୍କର; ଉଭୟୋଃ-ଦୁଇ ପକ୍ଷର; ଅପି-ସମେତ ।", "translation": { "text": "ଅର୍ଜୁନ ସେଠାରେ ଉଭୟ ପକ୍ଷ ସୈନ୍ୟବାହିନୀରେ ତାଙ୍କର ପିତା, ପ୍ରପିତା, ଗୁରୁ, ମାମୁଁ, ଭାଇ, ସମ୍ପର୍କୀୟ ଭାଇ, ପୁତୁରା, ନାତି, ବନ୍ଧୁ, ଶ୍ୱଶୁର ଏବଂ ହିତାକାଂକ୍ଷୀମାନଙ୍କୁ ଦେଖିବାକୁ ପାଇଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-26.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.26.mp3" ] }, "commentary": "" }, { "verseTitle": "Bhagavad Gita 1.27", "verse": "27", "chapter": 1, "lang": "or", "shloka": { "speaker": "", "sanskrit": "तान्समीक्ष्य स कौन्तेयः सर्वान्बन्धूनवस्थितान्।\n\nकृपया परयाविष्टो विषीदन्निदमब्रवीत् ॥27॥", "text": "ତାନ୍‌ସମୀକ୍ଷ୍ୟ ସ କୌନ୍ତେୟଃ ସର୍ବାନ୍ ବନ୍ଧୂନବସ୍ଥିତାନ୍ ।।୨୭।।\nକୃପୟା ପରୟାବିଷ୍ଟୋ ବିଷୀଦନ୍ନିଦମବ୍ରବୀତ୍ ।", "audioLink": "https://www.holy-bhagavad-gita.org/public/audio/001_027.mp3" }, "wordMeanings": "ତାନ୍‌-ସେମାନଙ୍କୁ; ସମୀକ୍ଷ୍ୟ-ଉତ୍ତମ ଭାବରେ ଦେଖି; ସ-ସେ; କୌନ୍ତେୟଃ-କୁନ୍ତିପୁତ୍ର; ସର୍ବାନ୍‌-ସମସ୍ତଙ୍କୁ; ବନ୍ଧୁନ୍‌-ବନ୍ଧୁମାନଙ୍କୁ; ଅବସ୍ଥିତାନ୍‌-ଅବସ୍ଥିତ; କୃପୟା-ଦୟାରେ; ପରୟା-ପରମ; ଆବିଷ୍ଟଃ-ଅଭିଭୂତ ହୋଇ; ବିଷୀଦନ୍‌-ଦୁଃଖ ପ୍ରକାଶ କରି; ଇଦମ୍‌-ଏହିପରି; ଅବ୍ରବୀତ୍‌-କହିଲେ ।", "translation": { "text": "ଏହି ସମସ୍ତ ସମ୍ପର୍କୀୟମାନଙ୍କୁ ସେଠାରେ ଦେଖି, କୁନ୍ତି ପୁତ୍ର ଅର୍ଜୁନ ଦୟାରେ ଅଭିଭୂତ ହୋଇଗଲେ ଏବଂ ଅତ୍ୟନ୍ତ ଦୁଃଖର ସହିତ ଏହା କହିଲେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-27.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.27.mp3" ] }, "commentary": "ଯୁଦ୍ଧକ୍ଷେତ୍ରରେ ସମସ୍ତ ସମ୍ପର୍କୀୟମାନଙ୍କୁ ଦେଖି, ପ୍ରଥମ ଥର ପାଇଁ ଅର୍ଜୁନ ଉପଲବ୍‌ଧି କରିପାରିଲେ ଏହି ଭ୍ରାତୃହତ୍ୟା ଯୁଦ୍ଧର ପରିଣତି କ’ଣ ହେବ । ଶତ୍ରୁମାନଙ୍କୁ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚାଇବାର ସଂକଳ୍ପ ନେଇ ଓ ପାଣ୍ଡବଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାପାଇଁ, ଯୁଦ୍ଧକ୍ଷେତ୍ରକୁ ଆସିଥିବା ଏହି ପରାକ୍ରମୀ ଯୋଦ୍ଧାଙ୍କର ହୃଦୟରେ ହଠାତ୍ ପରିବର୍ତ୍ତନ ଦେଖାଗଲା । ନିଜ କୁରୁବଂଶଜମାନଙ୍କୁ ଶତ୍ରୁ ପକ୍ଷରେ ଛିଡ଼ା ହୋଇଥିବା ଦେଖି ତାଙ୍କ ହୃଦୟ ଦ୍ରବିଭୂତ ଏବଂ ବୁଦ୍ଧି ଦ୍ୱନ୍ଦ୍ୱଗ୍ରସ୍ଥ ହୋଇଗଲା, କର୍ତ୍ତବ୍ୟ ପାଳନ ଦିଗରେ ସାହସିକତା ସ୍ଥାନରେ କାପୁରୁଷତା ଦେଖାଦେଲା ଏବଂ ତାଙ୍କର ଦାମ୍ଭିକ ହୃଦୟ, କୋମଳ ହୃଦୟରେ ପରିଣତ ହୋଇଗଲା । ତେଣୁ ସଞ୍ଜୟ ତାଙ୍କୁ କୁନ୍ତି ପୁତ୍ର କହି, ତାଙ୍କର କୋମଳ ହୃଦୟ ଏବଂ ସ୍ନେହପୂର୍ଣ୍ଣ ପ୍ରକୃତି ପ୍ରତି ଇଶାରା କରୁଛନ୍ତି ।" }, { "verseTitle": "Bhagavad Gita 1.28", "verse": "28", "chapter": 1, "lang": "or", "shloka": { "speaker": "ଅର୍ଜୁନ ଉବାଚ", "sanskrit": "अर्जुन उवाच। दृष्ट्वेमं स्वजनं कृष्ण युयुत्सुं समुपस्थितम्।\n\nसीदन्ति मम गात्राणि मुखं च परिशुष्यति ॥28॥", "text": "ଦୃଷ୍ଟେ୍ୱମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍ ।\nସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି ।।୨୮।।", "audioLink": "https://www.holy-bhagavad-gita.org/public/audio/001_028.mp3" }, "wordMeanings": "ଅର୍ଜୁନ-ଅର୍ଜୁନ; ଉବାଚ-କହିଲେ; ଦୁଷ୍ଟ୍ୱା-ଦେଖି; ଇମଂ-ଏହାଙ୍କୁ; ସ୍ୱଜନଂ-ଆତ୍ମୀୟସ୍ୱଜନଙ୍କୁ; କୃଷ୍ଣ-ହେ କୃଷ୍ଣ; ଯୁଯୁତ୍ସୁଂ-ଯୁଦ୍ଧ କରିବା ପାଇଁ ଇଚ୍ଛୁକ; ସମୁପସ୍ଥିତମ୍‌-ସମସ୍ତେ ଉପସ୍ଥିତ; ସୀଦନ୍ତି-ଥରୁଛି; ମମ-ମୋର; ଗାତ୍ରାଣି-ଶରୀରର ଅଙ୍ଗପ୍ରତ୍ୟଙ୍ଗ; ମୁଖଂ-ମୁଖ; ଚ-ଏବଂ; ପରିଶୁଷ୍ୟତି-ଶୁଖିଯାଉଛି ।", "translation": { "text": "ଅର୍ଜୁନ କହିଲେ, ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ ମୁଖ ଶୁଷ୍କ ହୋଇଯାଉଛି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-28.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.28.mp3" ] }, "commentary": "ଅନୁରାଗ ଉଭୟ ମାୟିକ ବା ଆଧ୍ୟାତ୍ମିକ ମନୋଭାବ ହୋଇପାରେ । ନିଜ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଆସକ୍ତି ଏକ ମାୟିକ ଆବେଗ, ଯାହା ଶରୀର-ଭିତ୍ତିକ ଅଟେ । ନିଜକୁ ଶରୀର ଜ୍ଞାନ କରି ବ୍ୟକ୍ତି ଶାରୀରିକ ସମ୍ବନ୍ଧୀମାନଙ୍କ ପ୍ରତି ଆସକ୍ତ ହୋଇଥାଏ । ଏହି ଆସକ୍ତିର ଆଧାର ଅଜ୍ଞାନ ଅଟେ ଏବଂ ଏହା ବ୍ୟକ୍ତିର ଚେତନାକୁ ଅଧିକରୁ ଅଧିକ ମାୟିକ କରିଦେଇ ଥାଏ । ପରିଶେଷରେ ଏହି ଆସକ୍ତିର ଅନ୍ତ ଦୁଃଖରେ ହୋଇଥାଏ, କାରଣ ଶରୀରର ସମାପ୍ତିରେ ସମସ୍ତ ପାରିବାରିକ ସମ୍ବନ୍ଧର ମଧ୍ୟ ଅନ୍ତ ହୋଇଯାଏ । ଅନ୍ୟ ପକ୍ଷରେ, ଭଗବାନ ଆମ ଆତ୍ମାର ପିତା, ମାତା, ବନ୍ଧୁ, ସ୍ୱାମୀ ଏବଂ ପ୍ରେମୀ ଅଟନ୍ତି । ଫଳସ୍ୱରୂପ, ତାଙ୍କ ପ୍ରତି ଆସକ୍ତି ଆତ୍ମିକ ସ୍ତରରେ ଏକ ଅଧ୍ୟାତ୍ମିକ ମନୋଭାବ ଅଟେ, ଯାହାକି ଆମର ଚେତନାକୁ ଉନ୍ନତ ଏବଂ ବୁଦ୍ଧିକୁ ଉଦ୍‌ଭାସିତ କରିଥାଏ । ଭଗବତ୍ ପ୍ରେମ ଏକ ମହାସାଗର ସଦୃଶ ତା’ର ଅସୀମ ଉଦାରତାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିଥାଏ, କିନ୍ତୁ ଶାରୀରିକ ସମ୍ବନ୍ଧୀମାନଙ୍କ ପ୍ରତି ପ୍ରେମ ସଂକୀର୍ଣ୍ଣ ଏବଂ ବିଭେଦକ ଅଟେ । ଏଠାରେ, ଅର୍ଜୁନ ସଂସାରିକ ବନ୍ଧନ ଅନୁଭବ କରୁଥିଲେ, ଯାହାକି ତାଙ୍କର ମନକୁ ନିରାଶାର ସାଗରରେ ବୁଡ଼ାଇ ଦେଉଥିଲା ଏବଂ କର୍ତ୍ତବ୍ୟ ପାଳନର ଚିନ୍ତା ମାତ୍ରକେ ଭୟରେ ତାଙ୍କ ଶରୀରରେ କମ୍ପନ ଜାତ ହେଉଥିଲା ।" }, { "verseTitle": "Bhagavad Gita 1.29 – 1.31", "verse": "29-31", "chapter": 1, "lang": "or", "shloka": { "speaker": "", "sanskrit": "वेपथुश्च शरीरे मे रोमहर्षश्च जायते ॥29॥\n\nगाण्डीवं स्रंसते हस्तात्त्वक्चै व परिदह्यते।\n\n न च शक्नोम्यवस्थातुं भ्रमतीव च मे मनः ॥30॥\n\nनिमित्तानि च पश्यामि विपरीतानि केशव।\n\nन च श्रेयोऽनुपश्यामि हत्वा स्वजनमाहवे ॥31॥", "text": "ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ।।୨୯।।\nଗାଣ୍ଡୀବଂ ସ୍ରଂସତେ ହସ୍ତାତ୍‌ତ୍ୱକ୍‌ଚୈ ବ ପରିଦହ୍ୟେତେ ।\nନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ ।।୩୦।।\nନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ । \nନ ଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ।।୩୧।।", "audioLink": "https://www.holy-bhagavad-gita.org/public/audio/001_029-031.mp3" }, "wordMeanings": "ବେପଥୁଶ୍ଚ-ଶରୀରକମ୍ପନ; ଚ-ଏବଂ; ଶରୀରେ-ଶରୀରରେ; ମେ-ମୋର; ରୋମହର୍ଷଃ-ରୋମାଞ୍ଚ ହେବା; ଚ-ମଧ୍ୟ; ଜାୟତେ-ହେଉଛି; ଗାଣ୍ଡୀବଂ-ଅର୍ଜୁନଙ୍କର ଧନୁ; ସ୍ରଂସତେ-ଖସିଯାଉଛି; ହସ୍ତାତ୍‌-ହାତରୁ; ତ୍ୱକ୍‌-ଚର୍ମ; ଚ-ଏବଂ; ଏବ-ନିଶ୍ଚିତଭାବେ; ପରିଦହ୍ୟତେ-ଜ୍ୱଳନ ହେଉଛି; ନ-ନୁହେଁ; ଚ-ଏବଂ; ଶକ୍ନୋମି-ସକ୍ଷମ ହେବା; ଅବସ୍ଥାତୁଂ-ସ୍ଥିର ରହିବାକୁ; ଭ୍ରମତି ଇବ-ଭ୍ରମିତ ହେବା ପରି; ଚ-ଏବଂ; ମେ-ମୋର; ମନଃ-ମନ; ନିମିତ୍ତାନି-ସଂକେତ; ଚ-ଏବଂ; ପଶ୍ୟାମି-ମୁଁ ଦେଖିପାରୁଛି; ବିପରୀତାନି-ଠିକ୍ ବିପରୀତ; କେଶବ-ହେ କେଶୀଦୈତ୍ୟର ହତ୍ୟାକାରୀ ଶ୍ରୀକୃଷ୍ଣ; ନ-ନୁହେଁ; ଚ-ମଧ୍ୟ; ଶ୍ରେୟଃ-ଉତ୍ତମ; ଅନୁପଶ୍ୟାମି-ମୁଁ ଦେଖୁଛି; ହତ୍ୱା-ବିନାଶକରି; ସ୍ୱଜନମ୍‌-ସ୍ୱଜନବନ୍ଧୁମାନଙ୍କୁ; ଆହବେ-ଯୁଦ୍ଧରେ ।", "translation": { "text": "ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡ଼ୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ ସୃଷ୍ଟି ହେଉଅଛି । ମୋର ବୁଦ୍ଧି ବ୍ୟାକୁଳ ହେଉଛି ଏବଂ ଦ୍ୱନ୍ଦ୍ୱରେ ଭ୍ରମିତ ହେଉଛି; ମୁଁ ଆଉ ନିଜକୁ ସ୍ଥିର ରଖିପାରୁନି । ହେ କେଶୀ ଅସୁରର ହନ୍ତା ଶ୍ରୀକୃଷ୍ଣ! ମୁଁ କେବଳ ଦୁର୍ଭାଗ୍ୟର ପୂର୍ବାଭାସ ଦେଖିବାକୁ ପାଉଛି । ଏହି ଯୁଦ୍ଧରେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରି କୌଣସି ସୁଫଳ ମିଳିବାର କଳ୍ପନା ମୁଁ କରି ପାରୁନାହିଁ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-29.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-30.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-31.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.29.mp3", "https://www.gitasupersite.iitk.ac.in/sites/default/files/audio/Purohit/1.30.mp3", "https://www.gitasupersite.iitk.ac.in/sites/default/files/audio/Purohit/1.31.mp3" ] }, "commentary": "ଯୁଦ୍ଧର ପରିଣତି ବିଷୟରେ ଚିନ୍ତା କରି ଅର୍ଜୁନ ବ୍ୟସ୍ତ ଏବଂ ଦୁଃଖିତ ହୋଇ ଉଠୁଛନ୍ତି । ଯେଉଁ ଗାଣ୍ଡିବର ଶବ୍ଦରେ ଶକ୍ତିଶାଳୀ ଶତ୍ରୁମାନେ ଭୟଭୀତ ହୋଇପଡ଼ନ୍ତି, ତାହା ତାଙ୍କ ହାତରୁ ଖସିବାକୁ ଆରମ୍ଭ କରୁଛି । ଏହି ଯୁଦ୍ଧ କରିବା ଏକ ପାପ ଭାବି ତାଙ୍କର ବୁଦ୍ଧି ଭ୍ରମିତ ହୋଇ ଯାଉଛି । ମନର ଏହି ବିଭ୍ରାନ୍ତି ତାଙ୍କୁ ଏପରି ନିମ୍ନଗାମୀ କରିଦେଉଛି ଯେ ସେ ଭୟାବହ ଅସଫଳତା ଏବଂ ଆସନ୍ନ ଦୁଃଖଦ ପରିଣତିର ସଂକେତ ରୂପୀ ଅନ୍ଧବିଶ୍ୱାସକୁ ମଧ୍ୟ ସ୍ୱୀକାର କରୁଛନ୍ତି ।" }, { "verseTitle": "Bhagavad Gita 1.32 – 1.33", "verse": "32-33", "chapter": 1, "lang": "or", "shloka": { "speaker": "", "sanskrit": "न काङ्क्षे विजयं कृष्ण न च राज्यं सुखानि च। \n\nकिं नो राज्येन गोविन्द किं भोगैर्जीवितेनवा ॥32॥\n \nयेषामर्थे काक्षितं नो राज्यं भोगाः सुखानि च\n\nत इमेऽवस्थिता युद्धे प्राणांस्त्यक्त्वा धनानि च।॥33॥", "text": "ନ କାଙ୍‌କ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟଂ ସୁଖାନି ଚ ।\nକିଂ ନୋ ରାଜ୍ୟେନ ଗୋବିନ୍ଦ କିଂ ଭୋଗୈର୍ଜୀବିତେନ ବା ।।୩୨।।\nଯେଷାମର୍ଥେ କାଙ୍‌କ୍ଷିତଂ ନୋ ରାଜ୍ୟଂ ଭୋଗାଃ ସୁଖାନି ଚ ।\nତ ଇମେଽବସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ୟକ୍ତ୍ୱା ଧନାନି ଚ ।।୩୩।।", "audioLink": "https://www.holy-bhagavad-gita.org/public/audio/001_032-033.mp3" }, "wordMeanings": "ନ-ନୁହେଁ; କାଙ୍‌କ୍ଷେ-ମୁଁ ଇଚ୍ଛା କରେ; ବିଜୟଂ-ବିଜୟ; କୃଷ୍ଣ-ହେ କୃଷ୍ଣ; ନ-କିମ୍ବା ନୁହେଁ; ଚ-ମଧ୍ୟ; ରାଜ୍ୟଂ-ରାଜ୍ୟ; ସୁଖାନି-ସୁଖ; ଚ-ମଧ୍ୟ ।କିଂ-କ’ଣ ଦରକାର; ନଃ-ଆମ୍ଭମାନଙ୍କର; ରାଜ୍ୟେନ-ରାଜ୍ୟରେ; ଗୋବିନ୍ଦ-ହେ କୃଷ୍ଣ; କିଂ-କ’ଣ; ଭୌଗୈଃ-ଭୋଗରେ; ଜୀବିତେନ-ଜୀବନରେ; ବା-କିମ୍ବା; ଯେଷାଂ-ଯେଉଁମାନଙ୍କର; ଅର୍ଥେ-ନିମିତ୍ତ; କାଙ୍‌କ୍ଷିତଂ-ଅଭିଳଷିତ; ନଃ-ଆମ୍ଭମାନଙ୍କର; ରାଜ୍ୟଂ-ରାଜ୍ୟ; ଭୋଗାଃ-ଭୌତିକ ସୁଖଭୋଗ; ସୁଖାନି-ସମସ୍ତ ସୁଖ; ଚ-ମଧ୍ୟ; ତେ-ସେମାନେ ସମସ୍ତେ; ଇମେ-ଏହି ସବୁ; ଅବସ୍ଥିତାଃ-ଅବସ୍ଥିତ; ଯୁଦ୍ଧେ-ଏହି ଯୁଦ୍ଧକ୍ଷେତ୍ରରେ; ପ୍ରାଣାନ୍‌-ଜୀବନକୁ; ତ୍ୟକ୍ତ୍ୱା-ତ୍ୟାଗ କରି; ଧନାନି-ଧନ; ଚ-ମଧ୍ୟ ।", "translation": { "text": "ହେ କୃଷ୍ଣ! ମୁଁ ବିଜୟ, ରାଜ୍ୟ ବା ତଦ୍ୱାରା ମିଳୁଥିବା ସୁଖ ଚାହୁଁନାହିଁ । ସେହି ରାଜ୍ୟ, ସୁଖ ବା ଜୀବନରୁ କ’ଣ ମିଳିବ, ଯଦି ଯାହାପାଇଁ ଆମେ ଏହାକୁ ହାସଲ କରିବାକୁ ଯାଉଛୁ, ସେମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧରେ ଠିଆ ହୋଇଥାଆନ୍ତି?", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-32.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-33.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.32.mp3", "https://www.gitasupersite.iitk.ac.in/sites/default/files/audio/Purohit/1.33.mp3" ] }, "commentary": "ହତ୍ୟା କରିବା ପାପ ଅଟେ - ଏହି ଭାବନାରୁ ଅର୍ଜୁନଙ୍କଠାରେ ଦ୍ୱନ୍ଦ୍ୱର ସୃଷ୍ଟି ହେଲା । ଅର୍ଜୁନ ଅନୁଭବ କଲେ, ଯଦି ରାଜ୍ୟପ୍ରାପ୍ତି ପାଇଁ ସେ ଏଭଳି ହୃଦୟହୀନ କାର୍ଯ୍ୟ କରନ୍ତି, ତାହା ତାଙ୍କର ଇପ୍‌ସିତ ସୁଖ ପ୍ରଦାନ କରିବ ନାହିଁ । ଏହି ବିଜୟର ଆନନ୍ଦ ସେ ତାଙ୍କର ବନ୍ଧୁ ଏବଂ ଆତ୍ମୀୟଙ୍କ ସହିତ ଭୋଗ କରିପାରିବେ ନାହିଁ, କାରଣ ସେମାନଙ୍କୁ ହତ୍ୟାକରି ହିଁ ସେ ଏହି ବିଜୟ ହାସଲ କରିବେ ।\nଏଠାରେ ଅର୍ଜୁନ ନିମ୍ନସ୍ତରର ଭାବନା ପ୍ରକାଶ କରୁଛନ୍ତି ଏବଂ ଭୁଲ୍‌ରେ ତାକୁ ଦିବ୍ୟ ଭାବନା ମନେ କରୁଛନ୍ତି । ସାଂସାରିକ ବିଭବ ଏବଂ ମାୟିକ ସମୃଦ୍ଧି ପ୍ରତି ଉଦାସୀନତା ଏକ ପ୍ରଶଂସନୀୟ ଆଧ୍ୟାତ୍ମିକ ଗୁଣ ଅଟେ, କିନ୍ତୁ ଅର୍ଜୁନ ତାହାକୁ ଆଧ୍ୟାତ୍ମିକ ଚେତନାରେ ଅନୁଭବ କରୁନାହାନ୍ତି । ସେ ଅନୁଭବ କରୁଥିବା ସଂବେଦନା ତାଙ୍କର ମୋହର ଛଦ୍ମରୂପ ଅଟେ । ସଦ୍‌ଭାବନା ଆନ୍ତରିକ ସମନ୍ୱୟ ସୃଷ୍ଟି କରି ପରିତୃପ୍ତି ପ୍ରଦାନ କରିବା ସହିତ ଆତ୍ମାକୁ ଆହ୍ଲାଦିତ କରିଥାଏ । ଅର୍ଜୁନଙ୍କର ସଂବେଦନା ଯଦି ଦିବ୍ୟ ହୋଇଥାଆନ୍ତା, ତେବେ ସେହି ଅନୁଭବ ତାଙ୍କୁ ଚେତନାର ଉଚ୍ଚ ସ୍ତରରେ ଅବସ୍ଥାପିତ କରିଥାଆନ୍ତା । କିନ୍ତୁ ତାଙ୍କର ଅନୁଭୂତି ଠିକ୍ ଓଲଟା ଥିଲା, ସେ ତାଙ୍କ ମନ ଓ ବୁଦ୍ଧିରେ ଅସମଞ୍ଜସ, କର୍ମ ପ୍ରତି ଅସନ୍ତୋଷ ଏବଂ ଅନ୍ତରରେ ବିଷାଦ ଅନୁଭବ କରୁଛନ୍ତି । ତାଙ୍କ ଅନୁଭବର ଏହି ପ୍ରଭାବ ସୂଚିତ କରିଥାଏ ଯେ ଯେଉଁ ସଂବେଦନା ସେ ଅନୁଭବ କରୁଛନ୍ତି, ତାହା ତାଙ୍କର ମୋହ ଅଟେ ।" }, { "verseTitle": "Bhagavad Gita 1.34 – 1.35", "verse": "34-35", "chapter": 1, "lang": "or", "shloka": { "speaker": "", "sanskrit": "आचार्याः पितरः पुत्रास्तथैव च पितामहाः। \n\nमातुलाः श्वशुराः पौत्राः श्यालाः सम्बन्धिनस्तथा ॥34।\n\nएतान्न हन्तुमिच्छामि घ्नतोपि मधुसूदन।\n\nअपि त्रैलोक्यराज्यस्य हेतोः किं नु महीकृते ॥35॥", "text": "ଆଚାର୍ଯ୍ୟଃ ପିତରଃ ପୁତ୍ରାସ୍ତଥୈବ ଚ ପିତାମହାଃ\nମାତୁଳାଃ ଶ୍ୱଶୁରାଃ ପୌତ୍ରାଃ ଶ୍ୟାଳାଃ ସମ୍ବନ୍ଧିନସ୍ତଥା ।।୩୪।।\nଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୁଦନ ।\nଅପି ତ୍ରୈଲୋକ୍ୟରାଜ୍ୟସ୍ୟ ହେତୋଃ କିଂ ନୁ ମହୀକୃତେ ।।୩୫।।", "audioLink": "https://www.holy-bhagavad-gita.org/public/audio/001_034-035.mp3" }, "wordMeanings": "", "translation": { "text": "ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । ହେ ମଧୁସୁଦନ! ସେମାନେ ମୋତେ ଆକ୍ରମଣ କଲେ ବି ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁ ନାହିଁ । ହେ ଜନାର୍ଦ୍ଦନ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ହତ୍ୟା କରି, ତ୍ରିଲୋକରେ ଆମକୁ କି ସୁଖ ଅବା ପ୍ରାପ୍ତହେବ, ପୃଥିବୀ ତ ତୁଚ୍ଛ ମାତ୍ର ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-34.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-35.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.34.mp3", "https://www.gitasupersite.iitk.ac.in/sites/default/files/audio/Purohit/1.35.mp3" ] }, "commentary": "ଦ୍ରୋଣାଚାର୍ଯ୍ୟ ଏବଂ କୃପାଚାର୍ଯ୍ୟ ଅର୍ଜୁନଙ୍କ ଗୁରୁ ଥିଲେ । ଭୀଷ୍ମ ଏବଂ ସୋମଦତ୍ତ ତାଙ୍କର ପିତାମହ, ଭୁରିଶ୍ରବା ତାଙ୍କ ପିତୁତୁଲ୍ୟ (ସୋମଦତ୍ତଙ୍କ ପୁତ୍ର), ପୁରୋଜିତ, କୁନ୍ତିଭୋଜ, ଶଲ୍ୟ ଏବଂ ଶକୁନି ତାଙ୍କର ମାମୁଁ ଏବଂ ଧୃତରାଷ୍ଟ୍ରଙ୍କ ଶତପୁତ୍ର ତାଙ୍କର ସମ୍ପର୍କୀୟ ଭାଇ, ଲକ୍ଷ୍ମଣ (ଦୁର୍ଯ୍ୟୋଧନଙ୍କ ପୁତ୍ର) ତାଙ୍କର ସନ୍ତାନ ପରି ଥିଲେ । ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଥିବା ଯୋଦ୍ଧାମାନଙ୍କ ସହ ତାଙ୍କର ସର୍ମ୍ପକ ବିଷୟରେ ଆଲୋଚନା କରୁଛନ୍ତି । ସେ ଅପି ବା ଯଦିଓ ଶବ୍ଦ ଦୁଇଥର ପ୍ରୟୋଗ କରିଛନ୍ତି । ପ୍ରଥମତଃ, “ଯଦିଓ ସେମାନେ ମୋତେ ହତ୍ୟା କରିବାକୁ ଚାହୁଛନ୍ତି, ମୁଁ କାହିଁକି ତାଙ୍କୁ ହତ୍ୟା କରିବି”? ଦ୍ୱିତୀୟତଃ, “ଯଦିଓ ସେମାନଙ୍କୁ ହତ୍ୟାକରି ମୁଁ ରାଜ୍ୟ ପ୍ରାପ୍ତ କରିବି, କିନ୍ତୁ ସେଥିରେ କି ଲାଭ?”" }, { "verseTitle": "Bhagavad Gita 1.36 – 1.37", "verse": "36-37", "chapter": 1, "lang": "or", "shloka": { "speaker": "", "sanskrit": "निहत्य धार्तराष्ट्रान्नः का प्रीतिः स्याज्जनार्दन।\n\nपापमेवाश्रयेदस्मान्हत्वैतानाततायिनः॥36॥ \n\nतस्मान्नार्हा वयं हन्तुं धार्तराष्ट्रान्स्वबान्धवान्। \n\nस्वजनं हि कथं हत्वा सुखिनः स्याम माधव ॥37॥", "text": "ନିହତ୍ୟ ଧାର୍ତରାଷ୍ଟ୍ରାନ୍ନଃ କା ପ୍ରୀତିଃ ସ୍ୟାଜ୍ଜନାର୍ଦ୍ଦନ ।\nପାପମେବାଶ୍ରୟେଦସ୍ମାନ୍‌ହତ୍ୱୈତାନାତତାୟିନଃ ।।୩୬।।\nତସ୍ମାନ୍ନାର୍ହା ବୟଂ ହନ୍ତୁଂ ଧାର୍ତରାଷ୍ଟ୍ରାନ୍‌ସ୍ୱବାନ୍ଧବାନ୍ ।\nସ୍ୱଜନଂ ହି କଥଂ ହତ୍ୱା ସୁଖିନଃ ସ୍ୟାମ ମାଧବ ।।୩୭।।", "audioLink": "https://www.holy-bhagavad-gita.org/public/audio/001_036-037.mp3" }, "wordMeanings": "ନିହତ୍ୟ -ହତ୍ୟାକରି; ଧାର୍ତରାଷ୍ଟ୍ରାନ୍ - ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ; ନଃ -ଆମ୍ଭମାନଙ୍କର; କା -କ’ଣ; ପ୍ରୀତିଃ -ସୁଖ; ସ୍ୟାତ୍ -ମିଳିବ; ଜନାର୍ଦ୍ଦନ - ହେ ଶ୍ରୀକୃଷ୍ଣ; ପାପଂ-ପାପ; ଏବ-ନିଶ୍ଚିତଭାବେ; ଆଶ୍ରୟେତ୍‌-ଆସିବ; ଅସ୍ମାନ୍‌-ଆମ୍ଭମାନଙ୍କୁ; ହତ୍ୱା-ମାରିବା ଦ୍ୱାରା; ଏତାନ୍‌-ଏସବୁ; ଆତତାୟିନଃ-ଆତତାୟୀମାନଙ୍କୁ; ତସ୍ମାତ୍‌-ତେଣୁ; ନ-କେବେ ନୁହେଁ; ଅର୍ହାଃ-ଠିକ୍‌; ବୟଂ-ଆମ୍ଭମାନଙ୍କ ପକ୍ଷରେ; ହନ୍ତୁଂ-ମାରିବାକୁ; ଧାର୍ତରାଷ୍ଟ୍ରାନ୍‌-ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ; ସ୍ୱବାନ୍ଧବାନ୍‌-ନିଜର ବନ୍ଧୁବାନ୍ଧବ; ସ୍ୱଜନଂ-ସ୍ୱଜନମାନଙ୍କୁ; ହି-ନିଶ୍ଚିତଭାବେ; କଥଂ-କିପରି; ହତ୍ୱା-ବଧକରି; ସୁଖିନଃ-ସୁଖୀ; ସ୍ୟାମ-ହେବା; ମାଧବ-ହେ କୃଷ୍ଣ (ହେ ମାଧବ) ।", "translation": { "text": "ହେ ସମସ୍ତ ପ୍ରାଣୀଙ୍କର ପାଳନକର୍ତ୍ତା ଶ୍ରୀକୃଷ୍ଣ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଆମ୍ଭେମାନେ କି ଆନନ୍ଦ ପାଇବୁ? ସେମାନେ ଆକ୍ରମଣକାରୀ ହେଲେ ବି, ସେମାନଙ୍କୁ ହତ୍ୟା କଲେ ନିଶ୍ଚିତ ଭାବେ ଆମର ପାପ ହେବ । ତେଣୁ ଆମ ନିଜର ଭାଇ ଏବଂ ବନ୍ଧୁମାନଙ୍କୁ ହତ୍ୟା କରିବା ଆମ ପକ୍ଷେ ଉପଯୁକ୍ତ ହେବ ନାହିଁ । ହେ ମାଧବ (ଶ୍ରୀକୃଷ୍ଣ)! ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ଆମେ ସୁଖୀ ହେବାକୁ କେମିତି ଆଶା କରିବୁ?", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-36.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-37.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.36.mp3", "https://www.gitasupersite.iitk.ac.in/sites/default/files/audio/Purohit/1.37.mp3" ] }, "commentary": "ପୂର୍ବ ଶ୍ଳୋକରେ “ଯଦିଓ” ଶବ୍ଦଟି ଦୁଇଥର ବ୍ୟବହାର କରି, ନିଜର ଆତ୍ମୀୟମାନଙ୍କ ବଧ ନ କରିବାର ଅଭିପ୍ରାୟ ସ୍ପଷ୍ଟ କରିବା ପରେ, ଅର୍ଜୁନ ପୁଣି କହୁଛନ୍ତି, “ଯଦିଓ” ମୋତେ ତାଙ୍କୁ ହତ୍ୟା କରିବାକୁ ପଡ଼େ, ଏପରି ଜୟରୁ ମୁଁ କି ସୁଖ ପାଇବି?\nଅଧିକାଂଶ କ୍ଷେତ୍ରରେ ସଂଘର୍ଷ ଏବଂ ହତ୍ୟାକୁ ଅଧର୍ମ କୁହାଯାଇ ଥାଏ, ଯାହା ପଶ୍ଚାତାପ ଏବଂ ଦ୍ୱେଷ ମନୋଭାବ ଉତ୍ପନ୍ନ କରେ । ବେଦ ଅହିଂସାକୁ ପରମ ଧର୍ମ କହିଥାଏ ଏବଂ କେତେକ ବିଶେଷ ପରିସ୍ଥିତିକୁ ଛାଡିଦେଲେ, ହିଂସାକୁ ସର୍ବଦା ପାପ ରୂପେ ଅଭିହିତ କରିଥାଏ । ସେଥିପାଇଁ ବେଦ କହେ, ମା ହିଂସ୍ୟାତ୍ ସର୍ବା ଭୂତାନି, “କୌଣସି ପ୍ରାଣୀକୁ ହତ୍ୟା କର ନାହିଁ ।” ଏଠାରେ ଅର୍ଜୁନ ନିଜ ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଚାହୁଁ ନାହାଁନ୍ତି, କାରଣ ସେ ଏହାକୁ ପାପ ରୂପେ ବିଚାର କରୁଛନ୍ତି । ଯାହାହେଉ ବଶିଷ୍ଠ ସ୍ମୃତି (ଶ୍ଳୋକ ୩.୧୯) କହିଥାଏ ଯେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଛଅ ପ୍ରକାର ହିଂସା କରିବାରେ ଆମର ଅଧିକାର ଅଛି: ଯିଏ ଅନ୍ୟର ସମ୍ପତ୍ତିରେ ନିଆଁ ଲଗାଏ, ଯିଏ ଖାଦ୍ୟରେ ବିଷ ମିଶାଏ, ଯିଏ ଆମକୁ ହତ୍ୟା କରିବାକୁ ଚାହେଁ, ଯିଏ ସମ୍ପତ୍ତି ଚୋରି କରିବାକୁ ଚାହେଁ, ଯିଏ ଅନ୍ୟଜଣଙ୍କର ସ୍ତ୍ରୀକୁ ଅପହରଣ କରେ ଏବଂ ଯିଏ ଅନ୍ୟର ରାଜ୍ୟ ଅନ୍ୟାୟ ପୂର୍ବକ ମାଡ଼ି ବସେ । ମନୁ ସ୍ମୃତି (୮.୩୫୧) ମଧ୍ୟ କହେ, ଏପରି ଆତତାୟୀକୁ ଯଦି ଆତ୍ମରକ୍ଷା ପାଇଁ ହତ୍ୟା କରାଯାଏ, ତାହାକୁ ପାପ ରୂପେ ଗଣନା କରାଯାଏ ନାହିଁ ।" }, { "verseTitle": "Bhagavad Gita 1.38 – 1.39", "verse": "38-39", "chapter": 1, "lang": "or", "shloka": { "speaker": "", "sanskrit": "यद्यप्येते न पश्यन्ति लोभोपहतचेतसः। \n\nकुलक्षयकृतं दोषं मित्रद्रोहे च पातकम् ॥38॥ \n\nकथं न ज्ञेयमस्माभिः पापादस्मानिवर्तितुम्।\n\nकुलक्षयकृतं दोषं प्रपश्यद्भिर्जनार्दन ॥39॥", "text": "ଯଦ୍ୟପ୍ୟେତେ ନ ପଶ୍ୟନ୍ତି ଲୋଭୋପହତଚେତସଃ ।\nକୁଳକ୍ଷୟକୃତଂ ଦୋଷଂ ମିତ୍ରଦ୍ରୋହେ ଚ ପାତକମ୍ ।।୩୮।।\n\nକଥଂ ନ ଜେ୍ଞୟମସ୍ମାଭିଃ ପାପାଦସ୍ମାନ୍ନିବର୍ତିତୁମ୍ ।\nକୁଳକ୍ଷୟକୃତଂ ଦୋଷଂ ପ୍ରପଶ୍ୟଦ୍ଭିର୍ଜନାର୍ଦନ ।।୩୯।।", "audioLink": "https://www.holy-bhagavad-gita.org/public/audio/001_038-039.mp3" }, "wordMeanings": "ଯଦି-ଯଦି; ଅପି-ନିଶ୍ଚିତଭାବେ; ଏତେ-ଏମାନେ; ନ ପଶ୍ୟନ୍ତି-ନ ଦେଖନ୍ତି; ଲୋଭ-ଲୋଭ; ଉପହତ-(ଲୋଭ)ର ବଶବର୍ତ୍ତୀ ହୋଇ; ଚେତସଃ-ହୃଦୟ; କୁଳକ୍ଷୟ-କୁଳକ୍ଷୟ କରିବାରେ; କୃତଂ-କୃତ; ଦୋଷଂ-ଦୋଷ; ମିତ୍ରଦ୍ରୋହେ-ବନ୍ଧୁମାନଙ୍କ ପ୍ରତି ଦ୍ୱେଷ କରି; ଚ-ମଧ୍ୟ; ପାତକମ୍‌-ପାପକର୍ମର ପ୍ରତିକ୍ରିୟା; କଥଂ-କାହିଁକି, ନ -ନୁହେଁ; ଜେ୍ଞୟଂ-ଜାଣିବା ଉଚିତ୍‌; ଅସ୍ମାଭିଃ-ଆମ୍ଭମାନଙ୍କ ଦ୍ୱାରା; ପାପାତ୍‌-ପାପରୁ; ଅସ୍ମାତ୍‌-ଏହିସବୁ; ନିବର୍ତିତୁମ୍‌-ବନ୍ଦ ହେବା; କୁଳକ୍ଷୟ-ବଂଶ ନାଶ; କୃତଂ-ଏପରି କରି; ଦୋଷଂ-ଦୋଷ; ପ୍ରପଶ୍ୟଦ୍‌ଭିଃ-ଯେଉଁମାନେ ଦେଖିପାରିବେ; ଜନାର୍ଦନ-ହେ କୃଷ୍ଣ ।", "translation": { "text": "ତାଙ୍କର ବିଚାରଶକ୍ତି ଲୋଭ ଦ୍ୱାରା କବଳିତ ହୋଇଯାଇଛି । ତେଣୁ ସେମାନେ ନିଜର ଆତ୍ମୀୟ ମାନଙ୍କର ବିନାଶ କରିବା ବା ପ୍ରତିହିଂସା ମୂଳକ ବିଶ୍ୱାସଘାତ କରିବାରେ କିଛି ଭୁଲ ଦେଖି ପାରୁନାହାନ୍ତି । କିନ୍ତୁ ହେ ଜନାର୍ଦ୍ଦନ! ଜ୍ଞାତି କୁଟୁମ୍ବଙ୍କୁ ହତ୍ୟା କରିବା ଏକ ଅପରାଧ ବୋଲି ଜାଣିବା ପରେ, ଆମେ କାହିଁକି ସେ ପାପକର୍ମରୁ ନିବୃତ୍ତ ହେବା ନାହିଁ?", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-38.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-39.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.38.mp3", "https://www.gitasupersite.iitk.ac.in/sites/default/files/audio/Purohit/1.39.mp3" ] }, "commentary": "ଅର୍ଜୁନ ଯଦିଓ ବୃତ୍ତିରେ ଜଣେ ଯୋଦ୍ଧା ଥିଲେ, ତଥାପି ସେ ଅନାବଶ୍ୟକ ହିଂସାକୁ ଘୃଣା କରୁଥିଲେ । ମହାଭାରତ ଯୁଦ୍ଧ ଶେଷ ହେବା ପରେ ଏକ ଘଟଣା ତାଙ୍କ ଚରିତ୍ରର ଏହି ପକ୍ଷକୁ ସୂଚିତ କରିଥାଏ । କୌରବ ପକ୍ଷର ଶହେ ଭାଇ ମୃତ୍ୟୁବରଣ କରିବା ପରେ,  ପ୍ରତିହିଂସା ପରାୟଣ ହୋଇ ଦ୍ରୋଣାଚାର୍ଯଙ୍କର ପୁତ୍ର ଅଶ୍ୱତଥାମା ଗୁପ୍ତ ରୂପରେ ପାଣ୍ଡବ ଶିବିରରେ ପ୍ରବେଶ କଲେ ଏବଂ ଦୌପଦୀଙ୍କର ପାଞ୍ଚପୁତ୍ରଙ୍କୁ ନିଦ୍ରିତ ଅବସ୍ଥାରେ ହତ୍ୟାକଲେ । ଅର୍ଜୁନ ତାଙ୍କୁ ପଶୁ ପରି ବାନ୍ଧି କ୍ରନ୍ଦନରତ ଦୌପଦୀଙ୍କ ପାଦ ତଳକୁ ନେଇ ଆସିଲେ । ଦୌପଦୀ କୋମଳ ହୃଦୟ ଏବଂ କ୍ଷମାଶୀଳ ହୋଇଥିବା ଯୋଗୁଁ କହିଲେ, ଅଶ୍ୱତ୍‌ଥାମା ଗୁରୁ ଦ୍ରୋଣାଚାର୍ଯଙ୍କର ପୁତ୍ର ଅଟନ୍ତି, ତେଣୁ ତାଙ୍କୁ କ୍ଷମା କରାଯିବା ଉଚିତ । ଅନ୍ୟପକ୍ଷରେ, ଭୀମ ଅଶ୍ୱତ୍‌ଥାମାଙ୍କୁ ତତ୍‌କ୍ଷଣାତ୍ ହତ୍ୟା କରିବାକୁ ଇଚ୍ଛା କରୁଥିଲେ । ଦ୍ୱନ୍ଦ୍ୱରେ ପଡ଼ି, ଅର୍ଜୁନ ତାହାର ସମାଧାନ ପାଇଁ ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାହିଁଲେ । ଶ୍ରୀକୃଷ୍ଣ କହିଲେ, କ୍ଷଣକ ପାଇଁ ପୁଣ୍ୟଚ୍ୟୁତ ହୋଇ ଯାଇଥିଲେ ମଧ୍ୟ ଜଣେ ସମ୍ମାନାସ୍ପଦ ବ୍ରାହ୍ମଣ ନିଶ୍ଚିତ ଭାବରେ କ୍ଷମାର ଯୋଗ୍ୟ ଅଟନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ମାରଣାସ୍ତ୍ର ଧରି ହତ୍ୟା କରିବା ଉଦ୍ଦ୍ୟେଶରେ ଆସିଥାଏ, ତାକୁ ନିଶ୍ଚିତ ଭାବରେ ଦଣ୍ଡ ଦେବା ଆବଶ୍ୟକ । ଅର୍ଜୁନ ଏହି ଦ୍ୱିଅର୍ଥ ବିଶିଷ୍ଟ ଶ୍ରୀକୃଷ୍ଣଙ୍କର ନିର୍ଦ୍ଦେଶକୁ ବୁଝିପାରିଲେ । ସେ ଅଶ୍ୱତ୍‌ଥାମାଙ୍କୁ ହତ୍ୟା କଲେ ନାହିଁ, ତା ପରିବର୍ତ୍ତେ ତାଙ୍କ ମସ୍ତକର ବ୍ରାହ୍ମଣ କେଶକୁ କାଟିଦେଲେ, କପାଳର ମଣିକୁ କାଢ଼ିନେଲେ ଏବଂ ତାଙ୍କୁ ଶିବିରରୁ ବିତାଡିତ କରିଦେଲେ । ତେଣୁ, ଯେତେ ଦୂର ସମ୍ଭବ ହିଂସାରୁ ନିବୃତ୍ତ ରହିବା ଅର୍ଜୁନଙ୍କର ସ୍ୱଭାବ ଥିଲା । ଏଠାରେ ସେ କହୁଛନ୍ତି ଯେ ଆତ୍ମୀୟସ୍ୱଜନ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମାରିବା ଅନୁଚିତ୍ ଅଟେ ।\nଋତ୍ୱିକ୍‌ପୁରୋହିତାଚାର୍ଯେ÷୍ୟର୍ ମାତୁଳାତିଥିସଂଶ୍ରିତୈଃ\nବାଳବୃଦ୍ଧାତୁରୈର୍ ବୈଦ୍ୟୈର୍ ଜ୍ଞାତିସମ୍ବନ୍ଧିବାନ୍ଧବୈଃ । । (ମନୁସ୍ମୃତି ୪.୧୭୯)\n“ଯଜ୍ଞ କରୁଥିବା ବ୍ରାହ୍ମଣ, କୁଳଗୁରୁ, ଶିକ୍ଷକ, ମାମୁଁ, ଅତିଥି, ଯେଉଁମାନେ ଆଶ୍ରିତ, ଶିଶୁ, ବୟସ୍କ ଏବଂ ବନ୍ଧୁ ବାନ୍ଧବଙ୍କ ସହିତ କଳହ କରିବା ଉଚିତ ନୁହେଁ ।” ତେଣୁ ଅର୍ଜୁନ ନିଷ୍ପତ୍ତି ନେଉଛନ୍ତି ଯେ, କୌରବମାନେ ଲୋଭର ବଶୀଭୂତ ହୋଇ ସତ୍ ପଥରୁ ବିଚ୍ୟୁତ ହୋଇ ପାରନ୍ତି ଏବଂ ବିଚାରଶକ୍ତି ହରାଇ ପାରନ୍ତି, କିନ୍ତୁ ପାପକର୍ମ କରିବାର କୌଣସି ଇଚ୍ଛା ନ ଥାଇ, ସେ ଏପରି ଏକ ଘୃଣ୍ୟ କାର୍ଯ୍ୟ କରିବେ କାହିଁକି?" }, { "verseTitle": "Bhagavad Gita 1.40", "verse": "40", "chapter": 1, "lang": "or", "shloka": { "speaker": "", "sanskrit": "कुलक्षये प्रणश्यन्ति कुलधर्माः सनातनाः।\n\nधर्मे नष्टे कुलं कृत्स्नमधर्मोऽभिभवत्युत ॥40॥", "text": "କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ ।\nଧର୍ମେ ନଷ୍ଟେ କୁଳଂ କୃତ୍ସ୍ନମଧର୍ମୋଽଭିଭବତ୍ୟୁତ ।।୪୦।।", "audioLink": "https://www.holy-bhagavad-gita.org/public/audio/001_040.mp3" }, "wordMeanings": "କୁଳକ୍ଷୟେ-ବଂଶ ନାଶ ହେଲେ; ପ୍ରଣଶ୍ୟନ୍ତି-ଧ୍ୱଂସହୁଏ; କୁଳଧର୍ମାଃ-କୁଳଧର୍ମ; ସନାତନାଃ-ସନାତନ; ଧର୍ମେ-ଧର୍ମରେ; ନଷ୍ଟେ-ନଷ୍ଟ ହୋଇଯାଇ; କୁଳଂ-କୁଳ (ବଂଶ); କୃତ୍ସ୍ନମ୍‌-ସମଗ୍ର; ଅଧର୍ମଃ-ଅଧର୍ମ; ଅଭିଭବତି-ଅଭିଭୂତ ହୋଇଯାଏ; ଉତ-କଥିତ ଅଛି ।", "translation": { "text": "ଯେତେବେଳେ ବଂଶନାଶ ହୋଇଯାଏ, କୁଳ ଧର୍ମ ମଧ୍ୟ ଧ୍ୱଂସ ହୋଇଯାଏ ଏବଂ ବଂଶର ଅନ୍ୟମାନେ ଅଧର୍ମରେ ଲିପ୍ତ ହୋଇଯାଆନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-40.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.40.mp3" ] }, "commentary": "ପ୍ରତ୍ୟେକ ପରିବାରର ପୁରାତନ ପରମ୍ପରା ଏବଂ ପରମ୍ପରାଗତ ପ୍ରଥା ରହିଛି, ଯାହା ଅନୁସାରେ ପରିବାରର ଗୁରୁଜନମାନେ ମହତ୍ ଗୁଣ ଏବଂ ଆଦର୍ଶଗୁଡ଼ିକୁ ତାଙ୍କର ପରବର୍ତ୍ତୀ ବଂଶଜମାନଙ୍କୁ ହସ୍ତାନ୍ତର କରିଥାଆନ୍ତି । ସେହି ପ୍ରଥାଗୁଡ଼ିକ ପରିବାରର ସଦସ୍ୟମାନଙ୍କୁ ମାନବୀୟ ଗୁଣ ଏବଂ ଧର୍ମଯୁକ୍ତ ସତ୍‌ପଥ ଅନୁସରଣ କରିବାକୁ ସାହାଯ୍ୟ କରିଥାଏ । ଯଦି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ଅକାଳରେ ମୃତ୍ୟୁ ବରଣ କରନ୍ତି, ତାଙ୍କର ପରବର୍ତ୍ତୀ ବଂଶଧରମାନେ ପରିବାରର ଏହି ଶିକ୍ଷା ଓ ପଥ ପ୍ରଦର୍ଶନରୁ ବଞ୍ôଚତ ହୁଅନ୍ତି । ଅର୍ଜୁନ ଏହା ସୂଚିତ କରି କହୁଛନ୍ତି, ଯେତେବେଳେ ବଂଶ ଲୋପପାଇ ଯାଏ, ତା ସହିତ ବଂଶ ପରମ୍ପରା ମଧ୍ୟ ସମାପ୍ତ ହୋଇଯାଏ ଏବଂ କୁଳର ଅନ୍ୟ ସଦସ୍ୟମାନଙ୍କ ଠାରେ ଅଧର୍ମ ଏବଂ ଦୁଶ୍ଚରିତ୍ରତା ବୃଦ୍ଧିପାଏ, ଯଦ୍ୱାରା ସେମାନଙ୍କର ଆଧ୍ୟାତ୍ମିକ ଉନ୍ନତି ସମ୍ଭବ ହୋଇ ନ ଥାଏ । ତେଣୁ ତାଙ୍କ ମତରେ ପରିବାରର ବୟୋଜ୍ୟେଷ୍ଠମାନଙ୍କୁ ହତ୍ୟା କରିବା ଉଚିତ ନୁହେଁ ।" }, { "verseTitle": "Bhagavad Gita 1.41", "verse": "41", "chapter": 1, "lang": "or", "shloka": { "speaker": "", "sanskrit": "अधर्माभिभवात्कृष्ण प्रदुष्यन्ति कुलस्त्रियः।\n\nस्त्रीषु दुष्टासु वार्ष्णेय जायते वर्णसङ्करः॥41॥", "text": "ଅଧର୍ମାଭିଭବାତ୍‌କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ ।\nସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ । ।।୪୧।।", "audioLink": "https://www.holy-bhagavad-gita.org/public/audio/001_041.mp3" }, "wordMeanings": "ଅଧର୍ମ-ଅଧର୍ମ; ଅଭିଭବାତ୍‌-ବଳବତ୍ତର ହେଲେ (ପ୍ରବଳ ହେଲେ); କୃଷ୍ଣ-ହେ କୃଷ୍ଣ; ପ୍ରଦୁଷ୍ୟନ୍ତି-ଦୂଷିତ ହୋଇଯାନ୍ତି; କୁଳସ୍ତ୍ରିୟଃ-କୁଳ ସ୍ତ୍ରୀମାନେ; ସ୍ତ୍ରୀଷୁ-ସ୍ତ୍ରୀଲୋକମାନଙ୍କର (ସତୀତ୍ୱ); ଦୁଷ୍ଟାସୁ-ଏପରି ନଷ୍ଟ ହେଲେ; ବାର୍ଷ୍ଣେୟ-ହେ ବୃଷ୍ଣିବଂଶଜ; ଜାୟତେ-ଜନ୍ମ ହୁଅନ୍ତି; ବର୍ଣ୍ଣ ସଙ୍କରଃ-ବର୍ଣ୍ଣ ସଙ୍କର (ଜାରଜ ସନ୍ତାନ) ।", "translation": { "text": "ହେ କୃଷ୍ଣ! ହେ ବୃଷ୍ଣି ବଂଶଜ! ପରିବାରରେ ଅଧର୍ମର ପ୍ରଧାନ୍ୟ ହେତୁ କୁଳ ସ୍ତ୍ରୀମାନେ ଚରିତ୍ରହୀନ ହୋଇଯାଆନ୍ତି ଏବଂ ସେମାନଙ୍କର ସତୀତ୍ୱ ନଷ୍ଟ ହେବା ଦ୍ୱାରା ବର୍ଣ୍ଣସଙ୍କର ଜାତ ହୁଅନ୍ତି ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-41.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.41.mp3" ] }, "commentary": "ବୈଦିକ ସଂସ୍କୃତି ନାରୀମାନଙ୍କୁ ସମାଜରେ ଅତି ଉଚ୍ଚସ୍ଥାନ ଦେଇଥାଏ ଏବଂ ନାରୀମାନଙ୍କଠାରେ ସଦ୍‌ଗୁଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ । ମନୁ ସ୍ମୃତି କହେ: ଯତ୍ର ନାର‌୍ୟାସ୍ତୁ ପୁଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ ।(୩.୫୬) “ଯେଉଁଠାରେ ନାରୀମାନେ ସତୀତ୍ୱପୂର୍ଣ୍ଣ ଓ ଧର୍ମପରାୟଣ ଜୀବନ ଯାପନ କରନ୍ତି ଏବଂ ତାଙ୍କର ପବିତ୍ରତା ପାଇଁ ସମାଜ ତାଙ୍କୁ ପୂଜା କରେ, ସେଠାରେ ସ୍ୱର୍ଗର ଦେବତା ଗଣ ଆନନ୍ଦିତ ହୁଅନ୍ତି ।” କିନ୍ତୁ ଯେତେବେଳେ ସ୍ତ୍ରୀମାନେ ଚରିତ୍ରହୀନ ହୋଇଯାଆ଼ନ୍ତି, ଅନୈତିକ ପୁରୁଷମାନେ ତା’ର ଲାଭ ଉଠାଇ ବ୍ୟଭିଚାରରେ ଲିପ୍ତ ହୁଅନ୍ତି, ଯଦ୍ୱାରା ଜାରଜ ସନ୍ତାନ ଜନ୍ମ ଲାଭ କରନ୍ତି ।" }, { "verseTitle": "Bhagavad Gita 1.42", "verse": "42", "chapter": 1, "lang": "or", "shloka": { "speaker": "", "sanskrit": "सङ्करो नरकायैव कुलजानां कुलस्य च।\n\nपतन्ति पितरो ह्येषां लुप्तपिण्डोदकक्रियाः॥42॥", "text": "ସଙ୍କରୋ ନରକାୟୈବ କୁଳଘ୍ନାନାଂ କୁଳସ୍ୟ ଚ ।\nପତନ୍ତି ପିତରୋ ହ୍ୟେଷାଂ ଲୁପ୍ତପିଣ୍ଡୋଦକକ୍ରିୟାଃ ।।୪୨।।", "audioLink": "https://www.holy-bhagavad-gita.org/public/audio/001_042.mp3" }, "wordMeanings": "ସଙ୍କରାଃ-ଜାରଜ ସନ୍ତାନ; ନରକାୟ-ନର୍କ ଜୀବନ ପାଇଁ; ଏବ-ନିଶ୍ଚିତ ଭାବେ; କୁଳଘ୍ନାନାଂ-ଯେଉଁମାନେ କୁଳଘାତକ ସେମାନଙ୍କର; କୁଳସ୍ୟ-କୁଳ (ବା ବଂଶ)ର; ଚ-ମଧ୍ୟ; ପତନ୍ତି-ଅଧୋପତିତ ହୁଅନ୍ତି; ପିତରଃ-ପିତୃପୁରୁଷଗଣ; ହି-ନିଶ୍ଚିତ ଭାବେ; ଏଷାଂ-ସେମାନଙ୍କର; ଲୁପ୍ତ-ଲୁପ୍ତ ହୋଇଯାଏ; ପିଣ୍ଡୋଦକ କ୍ରିୟାଃ- ଶ୍ରାଦ୍ଧକ୍ରିୟା ।", "translation": { "text": "ଅବାଞ୍ôଚତ ସନ୍ତାନ ବୃଦ୍ଧି ସେହି ପରିବାର ଏବଂ ପରିବାରକୁ କ୍ଷତିଗ୍ରସ୍ତ କରିଥିବା ବ୍ୟକ୍ତି ଉଭୟଙ୍କର ଜୀବନକୁ ନାରକୀୟ କରିଦିଏ । ଏହିପରି ଭ୍ରଷ୍ଟ ପରିବାରର ପୂର୍ବଜମାନେ ଶ୍ରାଦ୍ଧ ତର୍ପଣ ଆଦିରୁ ବଞ୍ôଚତ ହେବା ଯୋଗୁଁ ତାଙ୍କର ମଧ୍ୟ ପତନ ହୋଇଥାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-42.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.42.mp3" ] }, "commentary": "" }, { "verseTitle": "Bhagavad Gita 1.43", "verse": "43", "chapter": 1, "lang": "or", "shloka": { "speaker": "", "sanskrit": "दोषैरेतैः कुलजानां वर्णसङ्करकारकैः।\n\nउत्साद्यन्ते जातिधर्माः कुलधर्माश्च शाश्वताः॥43॥", "text": "ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ ।\nଉତ୍ସାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ ।।୪୩।।", "audioLink": "https://www.holy-bhagavad-gita.org/public/audio/001_043.mp3" }, "wordMeanings": "ଦୋଷୈଃ-ଏପ୍ରକାର ଦୋଷ ଯୋଗୁଁ; ଏତୈଃ-ଏସବୁ; କୂଳଘ୍ନାନାଂ-ବଂଶ ଘାତକର; ବର୍ଣ୍ଣ ସଙ୍କର-ଜାରଜ ସନ୍ତାନ; କାରକୈଃ-କରିଥାଏ; ଉତ୍ସାଦ୍ୟନ୍ତେ-ଧ୍ୱଂସ ହୋଇଯାଏ; ଜାତିଧର୍ମାଃ-ଜାତିଧର୍ମ; କୁଳଧର୍ମାଃ-କୁଳଧର୍ମ; ଚ-ଏବଂ; ଶାଶ୍ୱତାଃ-ଶାଶ୍ୱତ ।", "translation": { "text": "ପରିବାରର ପରମ୍ପରାକୁ ନଷ୍ଟ କରୁଥିବା ଲୋକଙ୍କର ଦୁର୍ଷ୍କମ ଯୋଗୁଁ, ଜାରଜ ସନ୍ତାନମାନେ ଉତ୍ପନ୍ନ ହୁଅନ୍ତି ଓ ଜାତିଧର୍ମ ଏବଂ କୁଳ ଧର୍ମ ଲୋପପାଇ ଯାଏ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-43.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.43.mp3" ] }, "commentary": "" }, { "verseTitle": "Bhagavad Gita 1.44", "verse": "44", "chapter": 1, "lang": "or", "shloka": { "speaker": "", "sanskrit": "उत्सन्नकुलधार्माणां मनुष्याणां जनार्दन।\n\nनरकेऽनियतं वासो भवतीत्यनुशुश्रुम ॥44॥", "text": "ଉତ୍ସନ୍ନକୁଳଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦନ ।\nନରକେଽନିୟତଂ ବାସୋ ଭବତିତ୍ୟନୁଶୁଶ୍ରୁମ ।।୪୪।।", "audioLink": "https://www.holy-bhagavad-gita.org/public/audio/001_044.mp3" }, "wordMeanings": "ଉତ୍ସନ୍ନ-ବିନଷ୍ଟ; କୁଳଧର୍ମାଣାଂ-କୁଳଧର୍ମଗୁଡିକ; ମନୁଷ୍ୟାଣାଂ-ଏପ୍ରକାର ମାନବମାନଙ୍କର; ଜନାର୍ଦନ-ହେ କୃଷ୍ଣ; ନରକେ-ନର୍କରେ; ନିୟତଂ-ଅନନ୍ତ; ବାସଃ-ବାସ; ଭବତି-ହୁଏ; ଇତି-ଏହିପରି; ଅନୁଶୁଶ୍ରୁମ-ମୁଁ ଜ୍ଞାନୀମାନଙ୍କ ଠାରୁ ଶୁଣିଛି ।", "translation": { "text": "ହେ ଜନାର୍ଦ୍ଦନ (ଶ୍ରୀକୃଷ୍ଣ)! ମୁଁ ଜ୍ଞାନୀମାନଙ୍କଠାରୁ ଶୁଣିଛି ଯେ ଯିଏ କୁଳଧର୍ମ ନାଶ କରେ, ସେ ଅନିର୍ଦ୍ଦିଷ୍ଟ କାଳ ନର୍କ ବାସ କରେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-44.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.44.mp3" ] }, "commentary": "" }, { "verseTitle": "Bhagavad Gita 1.45 – 1.46", "verse": "45-46", "chapter": 1, "lang": "or", "shloka": { "speaker": "", "sanskrit": "अहो बत महत्पापं कर्तुं व्यवसिता वयम्। \n\nयद्राज्यसुखलोभेन हन्तुं स्वजनमुद्यताः॥45॥\n\nयदि मामप्रतीकारमशस्त्रं शस्त्रपाणयः।\n\nधार्तराष्ट्रा रणे हन्युस्तन्मे क्षेमतरं भवेत् ॥46॥", "text": "ଅହୋ ବତ ମହତ୍‌ପାପଂ କର୍ତୁଂ ବ୍ୟବସିତା ବୟଂ ।\nଯଦ୍ରାଜ୍ୟସୁଖଲୋଭେନ ହନ୍ତୁଂ ସ୍ୱଜନମୁଦ୍ୟତାଃ ।।୪୫।।\nଯଦି ମାମପ୍ରତୀକାରମଶସ୍ତ୍ରଂ ଶସ୍ତ୍ରପାଣୟଃ ।\nଧାର୍ତରାଷ୍ଟ୍ରା ରଣେ ହନ୍ୟୁସ୍ତନ୍ମେ କ୍ଷେମତରଂ ଭବେତ୍ ।।୪୬।।", "audioLink": "https://www.holy-bhagavad-gita.org/public/audio/001_045-046.mp3" }, "wordMeanings": "ଅହୋ -ହାୟ!; ବତ- କିପରି; ମହତ୍‌-ମହାନ୍‌; ପାପଂ-ପାପ; କର୍ତୁଂ-କରିବାକୁ; ବ୍ୟବସିତାଃ-ସ୍ଥିର କରିଛେ; ବୟମ୍‌-ଆମ୍ଭେମାନେ; ଯତ୍‌-କାରଣ; ରାଜ୍ୟ-ସୁଖ-ଲୋଭେନ-ରାଜ୍ୟ ସୁଖ ଲୋଭରେ; ହନ୍ତୁଂ-ହତ୍ୟା କରିବାକୁ, ସ୍ୱଜନଂ-ସ୍ୱଜନମାନଙ୍କୁ; ଉଦ୍ୟତାଃ-ଚେଷ୍ଟା କରୁଛୁ; ଯଦି-ଯଦି; ମାଂ-ମୋତେ; ଅପ୍ରତୀକାରଂ-ପ୍ରତିରୋଧ ବିନା; ଅଶସ୍ତ୍ରଂ-ପୂର୍ଣ୍ଣରୂପେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନ ହୋଇ; ଶସ୍ତ୍ର-ପାଣୟଃ-ଯେଉଁମାନେ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ; ଧାର୍ତରାଷ୍ଟ୍ରାଃ-ଧୃତରାଷ୍ଟ୍ରଙ୍କର ପୁତ୍ରଗଣ; ଋଣେ-ଯୁଦ୍ଧ କ୍ଷେତ୍ରରେ; ହନ୍ୟୁଃ-ହତ୍ୟାକରି ପାରନ୍ତି; ତତ୍‌-ତାହା; ମେ-ମୋ ପାଇଁ; କ୍ଷେମତରଂ-ଉତ୍ତମ, ଭବେତ୍‌-ହେବ ।", "translation": { "text": "ହାୟ! ଏହା କିପରି ବିଡ଼ମ୍ବନା ଯେ ଆମେ ଏପରି ମହାପାପ କରିବାକୁ ମନସ୍ଥ କରିଅଛୁ । ରାଜକୀୟ ସୁଖ ପ୍ରାପ୍ତି ପାଇଁ ଆମେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁଅଛୁ । ଏହାଠାରୁ ଆହୁରି ଭଲ ହୁଅନ୍ତା, ଯଦି ଯୁଦ୍ଧ କ୍ଷେତ୍ରରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ମୋତେ ନିରସ୍ତ୍ର ଏବଂ ବିନା ପ୍ରତିରୋଧରେ ହତ୍ୟା କରନ୍ତେ ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-45.mp3", "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-46.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.45.mp3", "https://www.gitasupersite.iitk.ac.in/sites/default/files/audio/Purohit/1.46.mp3" ] }, "commentary": "ଅର୍ଜୁନ ଆସନ୍ନ ଯୁଦ୍ଧର ଅନେକ ଗୁଡ଼ିଏ କୁପରିଣତି ବିଷୟରେ କହିଲେ, କିନ୍ତୁ ସେ ଏହା ଦେଖିପାରୁ ନ ଥିଲେ ଯେ ଯଦି ଏପରି ଦୁଷ୍ଟଲୋକମାନେ ସମାଜରେ ତିଷ୍ଠି ରହନ୍ତି, ତାହେଲେ କି ଅନିଷ୍ଟ ହେବ । ସେ ଅହୋ ଶବ୍ଦଟି ଆଶ୍ଚର୍ଯ୍ୟ ହେବା ଅର୍ଥରେ ବ୍ୟବହାର କରିଛନ୍ତି ବତ ଅର୍ଥ ‘ଭୟଙ୍କର ପରିଣାମ’ । ଅର୍ଜୁନ କହୁଛନ୍ତି “ଯଦିଓ ଆମେ ଏହି ଯୁଦ୍ଧର ଭୟାଭୟ ପରିଣତି ବିଷୟରେ ଜାଣିଅଛୁ, ତଥାପି ଏହା କିପରି ଆଶ୍ଚର୍ଯ୍ୟ ଯେ ଯୁଦ୍ଧ କରି ଆମେ ପାପ କରିବାକୁ ମନସ୍ଥ କରିଅଛୁ!”\nଅନେକ ସମୟରେ ଏପରି ହୁଏ ଯେ ଲୋକମାନେ ନିଜର ଦୋଷ ଦେଖି ନ ପାରି, ଅନ୍ୟମାନଙ୍କ ଉପରେ ବା ପରିସ୍ଥିତି ଉପରେ ଦୋଷ ଢାଳି ଦିଅନ୍ତି । ଅର୍ଜୁନ ବୁଝି ପାରୁଛନ୍ତି ଯେ, ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ଲୋଭରେ ବଶୀଭୂତ ହୋଇଛନ୍ତି, କିନ୍ତୁ ସେ ଏକଥା ଦେଖି ପାରୁନାହାନ୍ତି ଯେ ତାଙ୍କର ସଂବେଦନାମୂଳକ ବିଚାର ଏକ ଆଧ୍ୟାତ୍ମିକ ମନୋଭାବ ନୁହେଁ, ବରଂ ସଂସାରିକ ମୋହର ପରିଣାମ ମାତ୍ର ଅଟେ, ଯାହା ନିଜକୁ ଶରୀର ମନେ କରୁଥିବା ଅଜ୍ଞାନତାରୁ ଉତ୍ପନ୍ନ ହୋଇଥାଏ । ଅର୍ଜୁନଙ୍କର ଯୁକ୍ତିରେ ସମସ୍ୟା ଏହା ଥିଲା ଯେ ସେ ନିଜର ଦୈହିକ ବନ୍ଧନ, ଦୁର୍ବଳ ହୃଦୟ ଏବଂ କର୍ତ୍ତବ୍ୟର ଉପେକ୍ଷାରୁ ଜାତ ମୋହ ଦ୍ୱାରା ଏହାକୁ ସିଦ୍ଧ କରିବାକୁ ଚାହୁଁଥିଲେ । ଅର୍ଜୁନଙ୍କର ଯୁକ୍ତି ସବୁ କେମିତି ତ୍ରୁଟୀପୂର୍ଣ୍ଣ ଥିଲା, ତାହା ଶ୍ରୀକୃଷ୍ଣ ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ବର୍ଣ୍ଣନା କରିଛନ୍ତି ।" }, { "verseTitle": "Bhagavad Gita 1.47", "verse": "47", "chapter": 1, "lang": "or", "shloka": { "speaker": "ସଞ୍ଜୟ ଉବାଚ", "sanskrit": "सञ्जय उवाच। \n\nएवमुक्त्वार्जुनः सङ्खये रथोपस्थ उपाविशत्।\n\nविसृज्य सशरं चापं शोकसंविग्नमानसः॥47॥", "text": "ଏବମୁକ୍ତ୍ୱାର୍ଜୁନଃ ସଙ୍ଖ୍ୟେ ରଥୋପସ୍ଥ ଉପାବିଶତ୍ ।\nବିସୃଜ୍ୟ ସଶରଂ ଚାପଂ ଶୋକସଂବିଗ୍ନମାନସଃ ।।୪୭।।", "audioLink": "https://www.holy-bhagavad-gita.org/public/audio/001_047.mp3" }, "wordMeanings": "ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଏବଂ-ଏହିପରି; ଉକ୍ତ୍ୱା-କହି; ଅର୍ଜୁନଃ-ଅର୍ଜୁନ; ସଙ୍ଖ୍ୟେ-ଯୁଦ୍ଧ କ୍ଷେତ୍ରରେ; ରଥ ଉପସ୍ଥଃ-ରଥରେ ; ଉପାବିଶତ୍‌-ବସି ରହିଲେ; ବିସୃଜ୍ୟ-ରଖି ଦେଇ; ସଶରଂ-ଶର ସହିତ; ଚାପଂ-ଧନୁ; ଶୋକ-ଶୋକ (ଦୁଃଖ); ସଂବିଗ୍ନ-ଦୁଃଖିତ; ମାନସଃ-ମନରେ ।", "translation": { "text": "ସଞ୍ଜୟ କହିଲେ, ଅର୍ଜୁନ ଏହା କହି ତାଙ୍କର ଧନୁ ଓ ତୀରକୁ ଦୂରେଇ ରଖି ଦେଲେ ଏବଂ ରଥ ଉପରେ ବସିପଡ଼ିଲେ । ତାଙ୍କର ମନ ବ୍ୟଥିତ ଏବଂ ଶୋକରେ ଅଭିଭୂତ ହୋଇଉଠିଲା ।", "hindiAudioLinks": [ "https://www.gitasupersite.iitk.ac.in/sites/default/files/audio/Tejomayananda/chapter/C1-H-47.mp3" ], "englishAudioLinks": [ "https://www.gitasupersite.iitk.ac.in/sites/default/files/audio/Purohit/1.47.mp3" ] }, "commentary": "ଅନେକ ସମୟରେ ଲୋକେ କଥା କହୁ କହୁ ଭାବୁକ ହୋଇଉଠନ୍ତି, ସେହିପରି ଅର୍ଜୁନଙ୍କର ନୈରାଶ୍ୟ ଯାହା ୧:୨୮ ଶ୍ଲୋକରେ ସୃଷ୍ଟି  ହୋଇଥିଲା, ତାହା ଏବେ ଚରମ ସୀମାରେ ପହଞ୍ôଚଗଲା । ସେ ହତୋତ୍ସାହିତ ହୋଇ ସଂଘର୍ଷ ଛାଡ଼ି ନିଜକୁ ଧାର୍ମିକ କର୍ତ୍ତବ୍ୟରେ ନିୟୋଜିତ କରିବାକୁ ଇଚ୍ଛା କରୁଛନ୍ତି, ଯାହା ଜ୍ଞାନ ଏବଂ ଭକ୍ତିରେ ଭଗବାନଙ୍କ ପ୍ରତି ଆତ୍ମ-ସମର୍ପଣର ସମ୍ପୂର୍ଣ୍ଣ ବିପରୀତ ଅଟେ । ଏଠାରେ ସ୍ପଷ୍ଟ କରିଦେବା ଉଚିତ ଯେ ଅର୍ଜୁନ ଆଧ୍ୟାତ୍ମିକ ଜ୍ଞାନ ରହିତ ଜଣେ ନୂଆ ଶିଖାଳି ନ ଥିଲେ । ସେ ସ୍ୱର୍ଗକୁ ଯାଇ, ସ୍ୱର୍ଗର ରାଜା ଇନ୍ଦ୍ରଙ୍କ ଠାରୁ ଉପଦେଶ ଗ୍ରହଣ କରିଥିଲେ । ପ୍ରକୃତରେ ପୂର୍ବ ଜନ୍ମରେ ସେ ନର ଥିଲେ ଏବଂ ଦିବ୍ୟଜ୍ଞାନରେ ସ୍ଥିତ ଥିଲେ । (ନର-ନାରାୟଣ ଅବତାରରେ ନର ପରିପୂର୍ଣ୍ଣ ଆତ୍ମା ଥିଲେ ଏବଂ ନାରାୟଣ ପରଂବ୍ରହ୍ମ ଥିଲେ ।) ମହାଭାରତ ପୂର୍ବରୁ, ସମ୍ପୁର୍ଣ୍ଣ ଯାଦବ ସେନା ଦୁର୍ଯୋଧନଙ୍କୁ ଦେଇ, ଅର୍ଜୁନ କେବଳ ଶ୍ରୀକୃଷ୍ଣଙ୍କୁ ନିଜର ପକ୍ଷଭୁକ୍ତ କରିବା ଏହାର ଜ୍ୱଳନ୍ତ ପ୍ରମାଣ ଥିଲା । ସେ ଏହା ବିଶ୍ୱାସ କରୁଥିଲେ ଯେ ଯଦି ଭଗବାନ ତାଙ୍କ ପକ୍ଷରେ ଅଛନ୍ତି, ତାହେଲେ ସେମାନେ କେବେହେଲେ ପରାସ୍ତ ହେବେ ନାହିଁ । କିନ୍ତୁ ଆଗକୁ ମାନବ ସମାଜର କଲ୍ୟାଣ ପାଇଁ, ଶ୍ରୀକୃଷ୍ଣ ଭଗବଦ୍ ଗୀତାର ବାର୍ତ୍ତା ଦେବାକୁ ଚାହିଁଥିଲେ ଏବଂ ସେଥିପାଇଁ ଏକ ଉପଯୁକ୍ତ ପରିସ୍ଥିତିରେ ସେ ଜାଣିଶୁଣି ଅର୍ଜୁନଙ୍କ ମନରେ ଏହି ଦ୍ୱନ୍ଦ ଉତ୍ପନ୍ନ କରିଛନ୍ତି ।" } ] }